ସାରଳା ମହାଭାରତ ଆଶ୍ରମିକପର୍ବ
ଆଦିକବି · ପ୍ରାୟ ୧୪୨୦–୧୫୦୦
- ପଢ଼ିବା ସମୟ
- ୪୫ ମିନିଟ୍
- ଶବ୍ଦ
- ୭୧୫୬
- ସ୍ଥିତି
- ସାର୍ବଜନୀନ (Public domain)
ଯଦୁବଂଶ ଧ୍ୱଂସ ବିବରଣଶୁଣ ହୋ ସୁଗ୍ୟଂଜନେ ଶାମ୍ୱକୁମରର କଥାଶ୍ରୀମହାଭାରଥ ୟେ ମଧୁର ରସ ଗୀତା ।୧।ଶ୍ରୀଭାରଥ କଥା ୟେ ଅମୃତ ରସବାଣୀସହସ୍ର ବାର ଗଙ୍ଗାୟେ ସ୍ରାନ କରି ଫଳ ଜାଣି ।୨।କଳି କଳୁଷରେ ଲିପ୍ତ ହୋଅନ୍ତି ଯେଉଂ ପ୍ରାଣୀତରନ୍ତି ସଂସାରୁ ୟେ ଭାରଥ ବାଣୀ ଶୁଣି ।୩।ଶାମ୍ୱକୁମର ଆଗେ ଦୃଭାସା ମହାମୁନିତୀର୍ଥର ଆଦି ଜନ୍ମ ସୁଦୟା ଚିତ୍ତେ ଭଣି ।୪।ଶୁଣିଣ ସନ୍ତୋଷ ସେ କୃଷ୍ଣର କୁମରତହୁଂ ଦୃଭାସ୍ୟା ମୁନି ଯେ ଗଲେ ସ୍ୱର୍ଗପୁର ।୫।ଶାମ୍ୱକୁମର ଆସି ଦ୍ୱାରିକାୟେ ପ୍ରବେଶଅନଙ୍ଗ ପଟାନ୍ତର ତାହାର ତେଜ ପରକାଶ ।୬।ଦେଖିଣ ଆନନ୍ଦ ଯେ କୃଷ୍ଣ କାମପାଳଦ୍ୱାରିକାୟେ କରାଇଲେ ଉତ୍ସବ ମଙ୍ଗଳ ।୭।ଆପଣେ ପୁତ୍ରକଇଂ କୋଳେ ଧଇଲେ ବନମାଳୀଅର୍ଘ୍ୟଂ ବନ୍ଦାବନ୍ତି ଶୁଦ୍ଧ କାମିନୀୟେ ଧରି ସ୍ୱର୍ଣ୍ଣଥାଳି ।୮।ତୁଳମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ସଉରୀ ବାସରଅଶ୍ୱିନୀ ନକ୍ଷତ୍ର ଭୋଗ ଅଟେ ସେ ଦିନର ।୯।ସେ ବିଧାତା ଅଷ୍ଟବକ୍ରଂକୁ ରାଇଆଗ୍ୟାଂ ଦିଲେ ଦେଖ କୃଷ୍ଣ ମର୍ତ୍ତ୍ୟେ କି କରଇ ।୧୦।ଭାରା ନିବାରଣ ତ ହୋଇଲା ଅବଶେଷସେ କୃଷ୍ଣ କି ନିମନ୍ତେ ମଞ୍ଚରୁ ନୁଆସନ୍ତି ଆକାଶ ।୧୧।ଯେମନ୍ତେ ଶ୍ରୀକୃଷ୍ଣ ହୋ ଆସନ୍ତି ଆକାଶେକୁଟୁମ୍ୱ ନାଶଯାଇ ତାହାର ହିଂ ଦୋଷେ ।୧୨।ପିତାଂକର ବଚନେ ସେ ଅଷ୍ଟବକ୍ର ଋଷିଦ୍ୱାରାବତୀ ଭୁବନେଣ ପ୍ରବେଶ ହେଲେ ଆସି ।୧୩।ଯୁଗତେ ସେ ମହାତମା ଅଟନ୍ତି ଅଷ୍ଟବକ୍ରଦଖିଣ ଉପହାସ କରନ୍ତି ମଞ୍ଚ ଲୋକ ।୧୪।ଯଦୁବଂଶ ସଭାରେ ବସିଥିଲେ ଯେତେକ ଯାଦବକାହାକଇଂ ଭୟେନାହିଂ ତାହାଂକର ମତ୍ତଗର୍ବ ।୧୫।ଯମ ପଶି ନୁଆରଇ ଯେଉଂ ଦ୍ୱାରାବତୀ ପୁରୀକୃଷ୍ଣଂକର ପ୍ରସାଦେ ମତ୍ତଗର୍ବ ସବୁଂକରି ।୧୬।ଭାଳେଣି କରନ୍ତି ସମସ୍ତ କୁମାରେ ଯେ ମିଳିଶାମ୍ୱକଇଂ ସ୍ତିରୀ ବେଶ କଲେ ହୋଇ କୁତୂହଳୀ ।୧୭।ଲୁହାର କୋପରାୟେ ଆଣିଲେ କୃଷ୍ଣଂକ କୁମାରେଶାମ୍ୱକଇଂ ସ୍ତିରୀବେଶ କରନ୍ତି ଅବିଚାରେ ।୧୮।ଲୁହାର କପୋରାକୁ ପେଟରେ ତାର ବାନ୍ଧିମିଛେହେଂ ଅଶକତ ଅଳପ ଅଳପ କାନ୍ଦି ।୧୯।ଯଥାବିଧି ମୁନିଂକି ପ୍ରଳମ୍ୱ ଯାଇଂ କୟେଯେ ଯାହାର ସନମାନେ କଲ୍ୟାଣ କଲେ ମୁନିୟେ ।୨୦।ପୁଚ୍ଛନ୍ତି ସେ କରଯୋଡ଼ି ମୁନିଂକର ଆଗେୟେ କାମିନୀ ଗର୍ଭବାସ ହୋଇଲା ସଂଯୋଗେ ।୨୧।ଦଶମାସ ସଂପୂର୍ଣ୍ଣ ତ ଅଗୁଳି ହୋଇଲାକିମ୍ପାଇ ୟେ ନାରୀ ଗର୍ଭ ପ୍ରସବ ନୋହିଲା ।୨୨।ମୁନିୟେ ବଡ଼ାଇ କଷ୍ଠୋର ବଥାଇ ୟେହାର ପେଟବଡ଼ ପ୍ରାସ ପାଇଲାନି ପ୍ରସବ ନିକଟ ।୨୩।ପୁତ୍ର ଦୋହିତା ଅବା କିସ ହୋଇବ ଜାତକହିବା ମହାମୁନି ୟେଥିର ତଦନ୍ତ ।୨୪।ଧ୍ୟାୟେ ଜାଣିଲେ ତାହା ମୁନି ଯୋଗବଳେହାସ କଥାକୁ ମୁନି ବଡ଼ାଇ କୋପକଲେ ।୨୫।ଅଷ୍ଟବକ୍ରେ ବୋଇଲେ ୟେହାର ଯିସ ଅଛି ଗର୍ଭେତେଣେ ନାଶ ଯିବ ତୁମ୍ଭେ ସମସ୍ତ ଯାଦବେ ।୨୬।ମୁହିଂ ତପୋବନ୍ତ ମୋତେ କଲ ଉପହାସକୃଷ୍ଣ ସହ ନାଶଯିବ ତୁମ୍ଭର ସାତବଂଶ ।୨୭।ୟେସନେକ ଶାପ୍ୟ ଦେଇ ଗଲେ ମହାମୁନିଦ୍ୱାରିକାୟେ ନପଶିଲେ ଅପମାନ ଘେନି ।୨୮।ଶାପ ପାଇ ସକଳ କୁମାରଇକେବଣ ଚରିତ କରିବା ବୋଲି ଭାଳନ୍ତି ତହିଂ ରହି ।୨୯।ହାସ୍ୟ ନିମନ୍ତେ ଆମ୍ଭେ ଯେବଣ କୃତ୍ୟ କଲୁସକଳ ଯାଦବେ ହରି ସହିତେ ତେଣେ ମଲୁ ।୩୦।ଚାଲ ଯାଇ କହିବା ଦେବ ଚଉବାହାକେବଣ କୃତ୍ୟ ଅବା କରିବେ ଜଗୁନାହା ।୩୧।ପ୍ରଦ୍ୟୁମ୍ନ ସହିତେ ଯେ ସକଳ କୁମାରଇକେବଣ ଚରିତ ଅବା କରିବା ବୋଲି ବିଚାରଇ ।୩୨।ବେଗେଣ ଚଳିଗଲେ କୃଷ୍ଣଂକୁ ଯାଇ ଭେଟିପ୍ରଳମ୍ୱ କରିଯାଇ ସମସ୍ତେ ପାୟେ ଲୋଟି ।୩୩।ବୋଲନ୍ତି କୁମାରେ ତାଂକୁ କରପତ୍ର ଯୋଡ଼ିହସିବାର ନିମନ୍ତେ ଦେବ ଶାମ୍ୱକୁ କଲେ ନାରୀ ।୩୪।ହସିବା ନିମନ୍ତେ ନାଥ ଯେବଣ କୃତ୍ୟ କଲୁଂଅଷ୍ଟବକ୍ର ଋଷିଠାରେ ଶାପ ଯେ ପାଇଲୁ ।୩୫।ଲୁହାର କୋପରାୟେ ଦେବ ପେଟରେ ବାନ୍ଧିଲୁଶାମ୍ୱ କୁମାରକୁ ଆମ୍ଭେ ସ୍ତିରୀ ବେଶ କଲୁ ।୩୬।ଯାଇଣ ଋଷିଂକୁ ଆମ୍ଭେ କହିଲୁ କର ଯୋଡ଼ିକରିୟେହି ନାରୀ ହୋଇଛି ଦଶମାସ ଗର୍ଭ ଭାରୀ ।୩୭।କିସ ପ୍ରସବ ଅବା ହୋଇବ ମୁନି ନର ନାରୀୟେହା ମହାମୁନି ତୁମ୍ଭେ କହିବା ବିଚାରି ।୩୮।ଧ୍ୟାୟେ ମୁନି ତଲୟେ କଲେକ ଯେତେବେଳେକପଟ ଚରିତ ବୋଲି ଜାଣିଲେ ଯୋଗବଳେ ।୩୯।ଯେବଣ ପୁତ୍ରହିଂ ୟେଥୁ ଉତପତ୍ତି ହୋୟେଯାଦବ ବଂଶ ହରିସହିତେ ଯାଅ ତୁମ୍ଭେ କ୍ଷୟେ ।୪୦।ଯେସନେକ ଶାପ ପାଇଲୁ ନରନାହାଗାନ୍ଧାରୀର ଶାପ୍ୟ ହରି ଚିତୋଇଲେ ତାହା ।୪୧।ଶ୍ରୀକୃଷ୍ଣ ବିଚାରିଲେ ୟେସନେକ ସରୂପନପଡ଼ିଣ କିମ୍ପା ଯିବ ଗାନ୍ଧାରୀର ଶାପ ।୪୨।ଅନମିତେ ମୁଂ ଯେ ମରାଇଲି ତାର ବଂଶଯାହା ଅରଜି ତାହା ଭୁଞ୍ଜିବାକ ଅବଶ୍ୟ ।୪୩।ଶ୍ରୀକୃଷ୍ଣ ହକାରିଲେ ଯେ ମନ୍ତ୍ରୀ ଅକ୍ରୁରଇଂତାହାକଇଂ ଶ୍ରୀକୃଷ୍ଣ ଦିଲେ ଆଦେଶଇ ।୪୪।ଯାଅ ତୁ ଅକ୍ରୂର ହୋ ଇନ୍ଦ୍ରପ୍ରଶସ୍ତେ ବେଗେପାଣ୍ଡବଂକ ନବରେ ପଶିବୁ ସଂଯୋଗେ ।୪୫।ପାଣ୍ଡବ ଚାରିଭାଇ ବସାଇଂ ଯୁଝେଷ୍ଠିଂକ ଅଗ୍ରତେମୋହୋର ବଚନ କହିବୁ ଯାଇଣ ତୁରିତେ ।୪୬।ସର୍ବଦା ସେନେହ ବସଇ ମୋର ଚିତ୍ତଭୀମସେନକୁ ଡାକି ଆଣସି ତୁରିତ ।୪୭।ଅଥବା ଯଦି ପୁଣି ନଆସଇ ମାରୁତିମୋତେ ସୁମରିବୁ ମୁହିଂ ଯିବଇଂ ସିନା ଧାତି ।୪୮।ସର୍ବଦା ସେନେହ ସେ ଯେ କରଇ ମୋତେ ଭୀମଧାତିକାରେ ନ ଆସି କରଇ ନିକି ତମ ।୪୯।ତକ୍ଷଣେ ଆଗ୍ୟାଂ ଘେନି ଅକ୍ରୁର ବେଗେ ଗଲାପାଣ୍ଡବଂକ ଭୁବନେ ପ୍ରବେଶ ହୋଇଲା ।୫୦।ଦେଖଇ ଯୁଝେଷ୍ଠିଦେବ ବସିଅଛନ୍ତି ଆସ୍ତାନେଯାଇଣ ଅକ୍ରୁର ପ୍ରଳମ୍ୱ କଲାକ ବହନେ ।୫୧।ଶ୍ରୀକୃଷ୍ଣଂକ ଆଗ୍ୟାଂ କହିଲା ବେଗେ ଯାଇଭୀମସେନକଇଂ ତହୁଂ ଆଣିଲା ହକରାଇ ।୫୨।ଦ୍ୱାରିକା ଭୁବନେ ଭୀମସେନ ପ୍ରବେଶ ହୋୟେକୋଳକରି ଶ୍ରୀକୃଷ୍ଣ ଆଲିଙ୍ଗନ କୟେ ।୫୩।କୃତକୃତ୍ୟ ହୋଇ ହରି ପୁଚ୍ଛନ୍ତି ବାରତାତୋହୋରି ପ୍ରସାଦେ ହରି କୁଶଳ ସର୍ବକଥା ।୫୪।ଭୀମର ଆଗେ କ୍ରୋଧେ କହନ୍ତି ହୃଷୀକେଶଲୁହାର କୋପରା ଗୋଟି ଦେଖାଇଲେ ପାଶ ।୫୫।ବାବୁ ଭୀମସେନରେ ଆତ୍ମା ସାର୍ଥୁକ କର ମୋତେୟେ ଲୁହା କୋପରା ନାଶ ହୋଅଇ ଯେମନ୍ତେ ।୫୬।କ୍ଷୀରୋଦ୍ର ପାଖେଣ ଯେ ପାଷାଣ ୟେକ ଗିରିବିଶାଶତେ ଯୋଜନ ଆୟତନ ବିସ୍ତାରି ।୫୭।ସେ ପର୍ବତ ପରେ ଯେ ଘୋର ନେଇ ୟେହାଯେସନେ ବିନଶ୍ୟତି ହୋଅଇ ୟେହୁ ଲୋହା ।୫୮।ଭୀମସେନ ଲୋହା କୋପରା ଘେନି ଯାୟେଦ୍ୱାରିକା ପୁରକୁ ଯୋଜନ ଅଟେ ବିଶା ଶୟେ ।୫୯।ସେ ପର୍ବତ ଉପରେ ଯେ ଭୀମସେନ ଉଠି କରିରାତ୍ର ଦିବସେଣ ଯେ ଜଳ ଦେଇ ଘୋରି ।୬୦।ପବନ ଦେବତା ଭୀମକୁ ନେଇ ଦେଉଥାଇ ଆହାରଦିବାରାତ୍ରେ ଘୋରିଲା ସେ ବରଷ ୟେଗାର ।୬୧।ନ ଖଣ୍ଡିତ କରି ତହିଂ ପଳାଇଲା ଛିଣ୍ଡାଇଛିଦ୍ର ଖଣ୍ଡି ମାତ୍ର ହାଥରେ ଅଛି ରହି ।୬୨।ରେଣୁ ପ୍ରମାଣେ ରହି ସକଳ ଛିଡ଼ିଗଲାସନ୍ତରାବଣ ହୋଇ କୂଳରେ ଲାଗିଲା ।୬୩।ଘୋରନ୍ତେଣ କୋପରା ହୋଇଲା ନିର୍ଣ୍ଣଇମନେ ମନେ ଭାଳଇ ଭୀମସେନ ଆପଣେ ଆପଣାଇଂ ।୬୪।ୟେ କ୍ଷୁଦ୍ର ଖଣ୍ଡି ଯେ ହୋଇବାକ କିସୟେତେ କୋପରା ଘୋରି କରି ଅବଶେଷ ।୬୫।ବହୁତ ଛିନାଇଣ ପକାଇଲି ଘୋରିପୁଣି ବ୍ରିକୋଦର ଭାଳଇ ବିଚାରି ।୬୬।କ୍ଷୁଦ୍ର ଖଣ୍ଡି ଆନେ ମୁହିଂ କରିବଇଂ କିସଅଷ୍ଟବକ୍ର ଦିଲା ଶାପ୍ୟ ହେଲା ଅବଶେଷ ।୬୭।ଭାଳିଣ ବ୍ରିକୋଦର ସମୁଦ୍ର ଭିତରକୁ ପକାଇଣ ଦିଲାସମୁଦ୍ର ଭିତରେ ସେ ମୀନେକ ଚରୁଥିଲା ।୬୮।ଅଗାଧ ସମୁଦ୍ରେଣ ପଡନ୍ତେଣ ଲୁହାଜଳଙ୍ଗ ମୀନ ତକ୍ଷଣେ ଗିଳିଲାକ ତାହା ।୬୯।ଗିଳନ୍ତେଣ ଦିଶିଲା ସେ କନକ ମୀନ ପ୍ରାୟେସମୋଦ୍ର ଯାକ ସବୁ ଦିଶିଲା ଆଲୋକମୟେ ।୭୦।ତହୁଂ ଭୀମସେନ ବାହୁଡ଼ିଣ ଆୟେଆସିଣ ସେ ଶ୍ରୀହରି ଛାମୁରେଣ ହୋୟେ ।୭୧।ସମସ୍ତ ଘୋରି ଦେବ ପକାଇଲି ସାରିଘୋରନ୍ତେ ଭୂମିସରି ହୋଇଲା ତୋତେ ଗିରି ।୭୨।ଶେଷଖଣ୍ଡକ ଦେବ ଘୋରି ନୁଆରିଲିତାହାକୁ ସମୋଦ୍ର ଭିତରେଣ ପକାଇଣ ଦିଲି ।୭୩।ଭାଳନ୍ତି ଶ୍ରୀକୃଷ୍ଣ ଭୀମର ବଚନ ଯେ ଶୁଣିଅଷ୍ଟବକ୍ର ଶାପ ତ ହୋଇଲା ନିର୍ବାଣି ।୭୪।ସେ ଲୁହା କୋପରା ହୋଇଲା କାଳଇୟେସନେକ ବୋଲି ହରି ମନେ ମନେ ଭାଳଇ ।୭୫।ଭୀମସେନ ତାହା ଘୋରିଲାକ ନେଇକିମ୍ପେ ଉପୁଜିଲା ସନ୍ତରାବଣ ହୋଇ ।୭୬।ଶେଷ ଖଣ୍ଡିକ କିମ୍ପେ ନୁଆରିଲା ଘୋରିସେ ଖଣ୍ଡି ପ୍ରାଣ ୟେ ହରିବ ମୋହୋରି ।୭୭।ଅନେକ ପୂଜା ଭୀମକୁ କଲେ ଦେବକୀର ବାଳେଭୁଜରେ ଭିଡ଼ି ତାକୁ ବସାଇ ଦେବ କୋଳେ ।୭୮।ସର୍ବଦା ଅନୁରାଗ ମୋତେ ଥିବ ଟିକିରେ ଭୀମଦୋଷେ ଅଦୋଷେ ମୋତେ ନ ଧରିବୁଟି ତମ ।୭୯।ଅନେକ ମଣିରତ୍ନ ଘେନି ଦେବ କଲେ ପୂଜାହସ୍ତିନା ପ୍ରବେଶ ହୋୟେ ଯେ ପବନ ଆତ୍ମଜା ।୮୦।ଧର୍ମସୁତ ଚରଣେ କରଇ ନମସ୍କାରଦେଖିଣ କଲ୍ୟାଣ ଯେ କଲେ ଧର୍ମ ନୃପବର ।୮୧।ଯୁଝେଷ୍ଠି ବୋଇଲେ ହୋ କେବଣ କାର୍ଯ୍ୟ ଅର୍ଥେଶ୍ରୀକୃଷ୍ଣ କିମ୍ପେ ତୋତେ ନିଆଇଲେ ଗୁପତେ ।୮୨।ଭୀମସେନ ବୋଲଇ ଦେ ବଅଷ୍ଟବକ୍ର ମହଋଷିୟେକ ଦିନକେ ସେ ଦ୍ୱାରିକାୟେ ଆସି ।୮୩।ମତ୍ତଗର୍ବେ ମୁନିଂକି ଚାଳିବା ନିମନ୍ତେଲୋହା କୋପରା ବାନ୍ଧିଲେ ଶାମ୍ୱକୁମର ଗର୍ଭ ଗତେ ।୮୪।ସ୍ତ୍ରୀ ବେଶ ଅଳଂକାର ତାହାକଇଂ କଲେଅଷ୍ଟବକ୍ର ଋଷିଂକଇଂ ପ୍ରଳମ୍ୱ କରାଇଲେ ।୮୫।ମୁନି ୟେ ଦଶମାସ ହୋଇଲା ଗର୍ଭଭାରୀୟେହାର ଗର୍ଭେ କିସ ହୋଇବ ପୁତ୍ର କିବା ନାରୀ ।୮୬।କିମ୍ପେ ପ୍ରସବ ନୋହି ପାଉଅଛି ବ୍ୟଥାଜାଣି କହ ମହାତ୍ମା ୟେ ୟେଥିର ତଥିକଥା ।୮୭।ଧ୍ୟାନେ ଜାଣିଲେ ମୁନି ୟେ କରନ୍ତି ଉପହାସ୍ୟବୋଇଲେ ତେଣେ ତୁମ୍ଭର ବଂଶ ହେଉ ନାଶ ।୮୮।କୃଷ୍ଣ ସହିତେଣ ୟେ କପୋରାୟେ ମରୁଶୁଣିଣ ଶ୍ରୀକୃଷ୍ଣଂକୁ ଲାଗିଲା ମହାଗରୁ ।୮୯।ମୋତେ ଡକାଇ ବୋଇଲେ ଘୋର ନେଇ ୟେହାନିଖଣ୍ଡି କରି ଛିନ୍ନାଇ ପକାଇବୁ ୟେ ଲୁହା ।୯୦।ସ୍ୱାମୀ ସମୋଦ୍ର ତଟରେ ଯେ ନୀଳ ନାମେ ଗିରିବିଶାଶତେ ଯୋଜନ ଯେ ଉତ୍ସର୍ଗ ତାହାରି ।୯୧।ତହିଂକି ଲାଗଇ ଦେବ କଳପ ବଟର ଛାଇତହିଂର ତଳେ ବସି ମୁଂ ଘୋରିଣ ପକାଇ ।୯୨।ୟେକାଦଶ ବରଷେ ଲୁହା ଯେ ଛିଡ଼ିଲାନୀଳଗିରି ପର୍ବତ ଭୂମି ସରି ହୋଇଲା ।୯୩।ୟେକ ଛିଦ୍ର ଲିତାୟେ ନୁଆରିଲି ଘୋରିବାରାନିଧି ଭିତରକୁ ଦିଲି ଫିଙ୍ଗିକରି ।୯୪।ଯୁଝେଷ୍ଠି ପଚାରିଲେ ଶୁଣରେ ସହଦେବଅଷ୍ଟବକ୍ର ଋଷିଶାପ କେମନ୍ତେ ହୋଇବ ।୯୫।ମନ୍ତ୍ରୀବୋଇଲେ ଦେବ ଅବଶ୍ୟ ଫଳିବପୂର୍ବର କଲା କର୍ମ କେ ଅନ୍ୟଥା କରିବ ।୯୬।ଭୋ ଦେବ ୟେ ଲୁହା ଘୋରନ୍ତେଣ ଯେ ପଡ଼ିଲାକ ଫେଣତହୁଂ ଉପୁଜିଲା ସନ୍ତରା ନାମେ ବଣ ।୯୭।ତହିଂ ଯାଦବେ ଯେ ହୋଇବେ ମରାମରିସମସ୍ତେ ଛିଡ଼ିବେ ଯେ ତିରଣ ପ୍ରମାଣେ କରି ।୯୮।ତାହାର ଦାଢରେ ସମସ୍ତ ନାଶ ଯିବେବାଳୁତେ ଆଦିକରି ସମସ୍ତେ ମରିବେ କୃଷ୍ଣ ୟେକା ଥିବେ ।୯୯।ଶୁଣିଣ ଯୁଝେଷ୍ଠିଂକ ଯେ ସନ୍ତାପିତ ମନ ହୋୟେକିମ୍ପାଇ ୟେତେ ଶାପ ହରି ପୁଣ ପାୟେ ।୧୦୦।ଶ୍ରୀକୃଷ୍ଣର ଅଭାବେଣ ଆମ୍ଭର କିସରାଜ୍ୟକିସ ଆମ୍ଭର ସୁଖଭୋଗ କିସ ଅଇଶୁର୍ଯ୍ୟ ।୧୦୧।ସହଦେବ ବୋଇଲା ଯେ ଛିଦ୍ର ଖଣ୍ଡିୟେକ ଭୀମ ପକାଇଲା ଫିଙ୍ଗିମହାବଳୀ ଜଳଙ୍ଗ ତା ଗିଳିଲାକ ବେଗି ।୧୦୨।ବେଣ୍ଟପୁର ରାଜା କୁଞ୍ଜରା ନାମେ କଇବ୍ରତତାହାର ସୂତାରେ ମୀନ ଲାଗିଲା ତୁରିତ ।୧୦୩।ଦୃଢକରି ଧରି ଆଣିଲା ଯେ କଇବ୍ରତ ମୀନକୁକୁରାଳୀ ନାମେ ଭାରିଯା ଯେ ରାଇଲା ତାହାକୁ ।୧୦୪।ଆମ୍ଭର ମିତ୍ର ଗୋ ଅଟନ୍ତି ଜାରା ନାମେ ଶବରୟେ ମୀନ ଗୋଟି ନେଇ ଦିଅ ତାହାଂକର ଘର ।୧୦୫।ମତ୍ସ୍ୟଂକର ମଧ୍ୟେ ୟେ ଯେ ବଡ଼ାଇ ଅପୂର୍ବଦେଖିଣ ମଇତ୍ର ବଡ଼ ହରଷ ହୋଇବ ।୧୦୬।ଅପୂର୍ବ ପଦାର୍ଥ ପାଇଲେ ଯେ ମଇତ୍ରଂକୁ ଦିଅଇବଜାରୁ କେଉଟୁଣୀ ତା ଶବରପଲ୍ଲୀକି ନିଅଇ ।୧୦୭।ଯେ ଯାହାର ସନମାନ ଉଚିତ ଯେ କରିମୀନ ଗୋଟି ଥୋଇଲା ଯେ ଦୁଆରେ ତାହାରି ।୧୦୮।ମୀନ ଦେଖି ସାନନ୍ଦ ହୋଇଲା କିରାତମୃଗ ଗୋଟିୟେକ ଧରି ଦିଲାକ ତୁରିତ ।୧୦୯।ଆସି କଇବ୍ରତୀ ନିଜ ମନ୍ଦିରେଣ ମିଳିଲାସେ ଯେଉଂ ମୃଗ ଗୋଟିକି ଦିଲା ନେଇ ପତିକି ସମର୍ପିଲା ।୧୧୦।ୟେଥୁ ଅନନ୍ତରେ ସେ ଶବର ମତ୍ସ୍ୟକୁ ଦେଖିଲାଶବରୁଣୀକଇଂ ହକାରି ସେ ବଚନ ବୋଇଲା ।୧୧୧।ୟେ ମତ୍ସ୍ୟ ବେଗକରି କେଳାଅ ତୁ ନେଇଆମ୍ଭର ମଇତ୍ର ଯେ ଦିଲେକ ପଠିଆଇ ।୧୧୨।ୟେତେକ ବଚନ ଯହୁଂ ଶବରୁଣୀ ଶୁଣିଲାପନିକି ଘେନି କରି ସେ ମୀନକୁ ଚିରିଲା ।୧୧୩।ବେନି ଖଣ୍ଡ କରି ଯେ ଛିନାବନ୍ତେ ତାହାଗର୍ଭର ଭିତରେ ପାଇଲାକ ଛିଦ୍ର ଲୁହା ।୧୧୪।ଦେଖି ଆଶ୍ରିଜ୍ୟ ଯେ ହୋଇଲା ଶବରୁଣୀଲୁହା କରେ ଧରି ତାର ମନେ ମନେ ଗୁଣି ।୧୧୫।ଶବରୁଣୀ ବୋଇଲା ସେ ଶବରକଇଂ ରାଇୟେ ଲୁହା ଖଣ୍ଡି ମୀନଗର୍ଭରେ ଥିଲା ରହି ।୧୧୬।ଲୁହା ଦେଖିଣ ଶବର ଯେ ହରଷ ହୋଇଲାହାଥରେଣ ଘେନି ଲୁହା ମନରେ ବିଚାରିଲା ।୧୧୭।ବଡ ତେଜବନ୍ତ ରୁକ୍ଷ ଅଟଇ ହାଦେ ଲୁହାଚିଆର ପଟେକ ମୁଂ ଗଢାଇବି ୟେହା ।୧୧୮।ଯେଉଂ ଭବିଷ୍ୟ ଅଛି ପୂର୍ବର ଯେ ବାଣୀକେହୁ ଅନ୍ୟଥା ଯେ କରିବ ତାହା ହାଦେ ପୁଣି ।୧୧୯।ସେ ଲୁହା ଖଣ୍ଡିକ ଘେନି କମାର ଶାଳକୁ ୟେ ଗଲାଧନ ଦେଇ ତାହା ନାରାଜେକ ଗଢ଼ାଇଲା ।୧୨୦।ବେନି କାତି କତି ତାର ନବ ନିଶି ହୋୟେବାଣ ଦେଖି ଶବରର ଉଲୁସଇ କାୟେ ।୧୨୧।ନିଜ ମନ୍ଦିରେ ଯାଇଂ ମିଳିଲାକ ଶବରଇସର୍ବଦା ସେ ନାରାଜେ ମୃଗୟା ବିନୋଦ କରଇ ।୧୨୨।କୋଦଣ୍ଡ ଦୁର୍ଦ୍ଦଣ୍ଡ କାଣ୍ଡକରେ ଥାଇ ମୋହିସେ କାଣ୍ଡ ଗୋଟି ଶବର ସ୍ୱକରେ ଘେନିଥାଇ ।୧୨୩।ଅଷ୍ଟବକ୍ର ଋଷି ଦିଲେ ଯେବଣ ଶାପକେ ତାହା ଅନ୍ୟସ୍ଥା ଯେ କରିବାକ ଲୋପ୍ୟ ।୧୨୪।ଯଦ୍ୟ ପିହରି ତ୍ରିଭୁବନ ଆଧିପତିଅଷ୍ଟବକ୍ରଂକର ଶାପ ନୋହିଲାକ ନିବର୍ତ୍ତି ।୧୨୫।ସହଦେବ ବୋଇଲା ଦେବ ସେ ଚିଆର ଘେନିଣ କିରାତତାହା ଘେନି ବିନ୍ଧିବ ସେ ଦେବ ଜଗନ୍ନାଥ ।୧୨୬।ଅଷ୍ଟବକ୍ର ଶାପ ନଯିବ ଦେବ ଗଡ଼ିତେଣେ ସେ ପ୍ରାଣତ୍ୟାଜ ହୋଇବେ ଦେବ ହରି ।୧୨୭।ଯୁଝେଷ୍ଠି ଦେବେ ବୋଇଲେ ସେ କିରାତ ଛାର ମାତ୍ରଶ୍ରୀକୃଷ୍ଣ ନାଶ ଯିବେ କି ତାହାର ଶରଘାତ ।୧୨୮।ସ୍ୱାମୀଂକର ଅଗ୍ରତେ ଯେ କହଇ ସହଦେବସେ ଜାରାଶବର ଅଙ୍ଗଦ ଅଟଇ ହାଦେ ପୂର୍ବ ।୧୨୯।ଶ୍ରୀରାମ ଶ୍ରୀମୁଖ ଘେନି ସେ ଲଂକାଗଡ଼କଇଂ ଗଲାରାବଣ ଶିରୀ ମୁକୁଟ ସେ ହୁଂଛୁଡ଼ି ଆଣିଲା ।୧୩୦।ସୁବର୍ଣ୍ଣର ଚାଳ ଜଗତୀ ମେଢ ମଣ୍ଡୋପ ସହିତେଆଣିଣ ସମର୍ପିଲା ସେ ଶ୍ରୀରାମ ଅଗ୍ରତେ ।୧୩୧।ଭୋଳେଣ ବୋଇଲେ ଦେବ ରଘୁକୁଳ ପତିବର ମାଗ ଅଙ୍ଗଦ ରେ ତ୍ରିବାର ମୋର ସତି ।୧୩୨।ଅଙ୍ଗଦ ବୋଇଲା ତୁ ମୋ ପିତାର ବଇରି ଅଟୁ ଦେବରାଜମୋହୋର ଯେ ହାଥେ ପ୍ରଭୁ ହୋଇବୁ ପ୍ରାଣତ୍ୟାଜ ।୧୩୩।ଦାଶରଥି ବୋଇଲେ ହୋଇଲା ୟେ ମୋହୋର ସତ୍ୟ ସତ୍ୟଦ୍ୱାପରେ କହ୍ନା ଅବତାରେ ମୋତେ କରିବୁ ଶରଘାତ ।୧୩୪।ଯୁଝେଷ୍ଠିଂକ ଅଗ୍ରତେ କହଇଂ ସହଦେବସ୍ୱାମୀ ୟେବେ ଆସି ଘଟିଲା ୟେସନେକ ପୂର୍ବର ପ୍ରସ୍ତାବ ।୧୩୫।ଶୁଣିଣ ଯୁଝେଷ୍ଠି ଦେବ ବିସରନ୍ତି ମନେଆମ୍ଭନ୍ତ ଛାଡ଼ି ଶ୍ରୀକୃଷ୍ଣ ଯିବେଟି କେସନେ ।୧୩୬।ସହଦେବ ବୋଇଲେ ଆଗେ ଯିବେଟି ଶ୍ରୀବତ୍ସଆମ୍ଭେମାନେ ଯିବାଟି ସ୍ୱାମୀ ତାହାଂକ ପଛପଛ ।୧୩୭।ଜୟ ତୁ ଶ୍ରୀହରିଦେବ ଜୟ ତୁ ଶ୍ରୀବତ୍ସକଉତୁକେ ଜାତ ଅନ୍ତ କରୁ ତୁ ପ୍ରତ୍ୟକ୍ଷ ।୧୩୮।ଆପଣେ ମରିଣ ଦେଖାଇବାର ବାଟତେଣୁକରି ସୟଳକୁ ଦେଖାଉ ଯମ ଥାଟ ।୧୩୯।ଯେଉଂ ଦେବ ମାୟାଧର ମାୟାମୋହ ଫାଶିୟେ ମାୟାବନ୍ଧନକୁ ମୋତେ କରିବା ଉଦାସୀ ।୧୪୦।ଜନ୍ମେ ଜନ୍ମେ ସୁଗ୍ୟଂ ଜନେ ଭାବ ଯେ ଶ୍ରୀବତ୍ସିତବ ଲୟେ ଭାବ ମୋତେ ମୁକତି ଗତି ଇଚ୍ଛି ।୧୪୧।ଶ୍ରୀକୃଷ୍ଣ ପଦ୍ମପାଦେ ମୋହୋର ବିନୟେ ଦଇନିମୁକତି ଗତି ଇଚ୍ଛଇ ସାରୋଳଦାସ ମୁନି ।୧୪୨।ଧୃତିରାଷ୍ଟ୍ରଙ୍କର ବନ ଗମନୋଦ୍ଯୋଗୟେଥୁ ଅନନ୍ତରେ ଯେ ବଇବସୁତ ମନୁବଡ଼ାଇ ସାନନ୍ଦ ହୋଇଲି ତୁମ୍ଭର ବଚନୁ ।୧।ପାଣ୍ଡବଂକର ଅନ୍ନ ଯେ ଧୃତିରାଷ୍ଟ ଭୁଞ୍ଜିନିର୍ଲଜ ଆତ୍ମା କିମ୍ପେ ରଖିଲା ମନ ରଞ୍ଜି ।୨।ଯୁଝେଷ୍ଠିଂକର ସମ୍ପ୍ରଧି ଦେଖିଣ ଦୁର୍ବୁଦ୍ଧିଧୃତାରାଷ୍ଟଂକ ମନକି ନୋହିଲା ବିରୋଧି ।୩।ପୁତ୍ରନ୍ତ ଭୀମସେନ ମାଇଲା ଯହୁଂ ଯୁଦ୍ଧେରହିବା ନ ମିଳଇ ଧୃତିରାଷ୍ଟ ପୁତ୍ର ଶୋକେ ତାହାଂକ ସନ୍ନିଧ୍ୟେ ।୪।ଅପାର ଦୁଖ ଯେ ଆପଣେ ସୁମରଇକେସନେକେ ପାଶୋରେ ତାହାର କାୟେ ଯେ ଅଛଇ ।୫।ପୁତ୍ରଂକର ଶତ୍ରୁ ଯେ ଦେଖଇ ଅନୁଦିନେକେହୁଣସି ଦିନ ସେ ସୁଖ ନୋହିଲା ତାର ମନେ ।୬।ରାଜା ବୋଇଲା ମୁନି ହେ ଶୁଣିମା ତଦନ୍ତବ୍ୟାସେ କହିଲେ ଧୃତିରାଷ୍ଟଂକୁ ପରମାର୍ଥ ।୭।ପିତାଉଂ ଦଶ ଗୁଣେ ଅଧିକ ଅଟଇ ମାତାମାତାଉଂ ଦଶ ଗୁଣେ ଯେ ଅଟଇ ବନିତା ।୮।ବାବୁ ଶତେ ପୁତ୍ର ତୋହୋର ବଧ କଲେ ଯେ ପାଣ୍ଡବେଆପଣେ ବାନପ୍ରସ୍ଥ କରିଯା ୟେଥେ ନ ରହ ରାଜଦେବେ ।୯।ଶତେ ପୁତ୍ର ହରାଇ ଜୀବନେ କିସ କାର୍ଯ୍ୟମହାଦୁଖ ପାଇବୁଟି କହିଲୁ ନିଚେ ଆଜ ।୧୦।ତାହାଂକର ବଚନେ ସେ ନଗଲା ପରବୋଧୟେତେ ହୀନିମାନେ ଜୀବନକୁ କିମ୍ପେ କଲା ସଧ ।୧୧।ପାଣ୍ଡବଂକ ଅନ୍ନ ତାକୁ ରୁଚଇ କେମନ୍ତେତାହା ଶୁଣିଣ ରୋମାଞ୍ଚଇ ମୋହୋର ଯେ ଗାତ୍ରେ ।୧୨।ଶୁଣ ହୋ ମହାରାଜା ବଦୟନ୍ତି ଅଗସ୍ତିଶୁଣିମା ଅନରୂପ ତୁ ଅଟୁ ମହାଯତି ।୧୩।ଅନେକ ବିନୟେ ସେ ଧୃତିରାଷ୍ଟେ ହୁଅନ୍ତି ଯୁଝେଷ୍ଠିପଣ୍ଡୁହୁଂ ଅଧିକ ସେବଇ ଧୃତିରାଷ୍ଟି ।୧୪।ୟେ ବିଧିରେ ଗଲା ୟେ ପଞ୍ଚଦଶ ବରଷଆକାଶୁଂ ଗମନ ଯେ କରିଲେ ବେଦବ୍ୟାସ ।୧୫।ଧୃତିରାଷ୍ଟେ କହିଲେ ତୁମ୍ଭେ ନରହ ଅମ୍ୱିକାର ସୁତପୁତ୍ର ବଇରି ଦେଖୁ ତୁ ୟେ କେବଣ ଚରିତ ।୧୬।ପ୍ରୟାଗେ ଝାସ ଯାଅ କୁରୁ ନୃପନାଥଆବର କିମ୍ପାଇ ତୁ ଅଛୁ ପୁଣ ୟେଥ ।୧୭।ସକଳ ହରାଇଲୁ ଆବର ତୋହୋର କିସ ଯେ ଅଛଇୟେଥି ଥିଲେ ତୋତେ ଅପାର ଦୁଖଇ ।୧୮।ପୁତ୍ର ପଉତ୍ର ଧରିତ ନାହିଂ ନାମ ଗ୍ରାମଚତୁର୍ଥ ବୟସେ ତୁମ୍ଭର ଆମ୍ଭର କିସ କାମ ।୧୯।ୟେତେ ବୋଲିଣ ତହୁଂ ଗଲେକ ମହାମୁନିସେ କଥା ଧୃତିରାଷ୍ଟ ମନେ ମନେ ଗୁଣି ।୨୦।ଧୃତିରାଷ୍ଟଂକୁ ନିତ୍ୟେହେଂ ଶଂଖୁଳନ୍ତି ଯୁଝେଷ୍ଠିନିଜ ରାଜ୍ୟ ଭୋଗ ସମର୍ପିଲେ ଧୃତିରାଷ୍ଟି ।୨୧।ଦେବାର୍ଚ୍ଚନେ ଧୃତିରାଷ୍ଟ ଗାନ୍ଧାରୀ ମାତ କୋନ୍ତୀବଚନେ ଭୋଜନେ ସେ କରାନ୍ତି ତ୍ରିପୁତି ।୨୨।ଧୃତିରାଷ୍ଟଂକ ତୁଲେ ଯେ ଗାନ୍ଧାରୀ ମହାସତୀଦ୍ରିଯୋଧନହୁଂ ଅଧିକ ରଞ୍ଜିଲାକ ମତି ।୨୩।ପୁତ୍ରନ୍ତ ପାଶୋରିଲା ଯୁଝେଷ୍ଠି ଭଗତେୟେକା ଯୁଝେଷ୍ଠି ହୋଇଲେ ତାହାଂକୁ ଶତେ ପୁତ୍ରେ ।୨୪।ୟେସନେକ ଜାଣି ଭୀମସେନ ଯେ କୋପଇପୁଣିହିଂ ଅନ୍ଧକଇଂ ଯୁଝେଷ୍ଠି ରାଜ୍ୟ ସମର୍ପଇ ।୨୫।ବନ୍ଧୁ ସହୋଦ୍ର ମରାଇ ଆମ୍ଭେ ପାଇଲୁ ଯେ କାର୍ଯ୍ୟଯୁଝେଷ୍ଠି ଦୟାୟେଣ ନିକି ସମର୍ପଇ ପୁଣ ରାଜ୍ୟ ।୨୬।କେତେ କେତେ ଦୁଖ ଆମ୍ଭେ ପାଇଲୁ ଭ୍ରମି ବନେତେବେହେଂ ଧୃତିରାଷ୍ଟର ଦୟା ନବସିଲା ମନେ ।୨୭।ରାଜାର ଆଗ୍ୟାଂ ଭ୍ରଷ୍ଟ କରିତ ନୁଆରିଆପଣାର ଶିରୀ ଦେଇ ପୋଷଇ ବଇରି ।୨୮।ୟେକା ଧୃତିରାଷ୍ଟକୁ କେମନ୍ତେ ଦେଖିବିଯେମନ୍ତେ ରାଜ୍ୟ ଛାଡ଼ିବ ତେମନ୍ତ ଉପାୟେ କରିବି ।୨୯।ୟେମନ୍ତେ ବିଚାରନ୍ତେ ଗଲାକ କେତେଦିନୟେକ ଦିନେ ଆସ୍ତାନେ ବିଜୟେ ଧୃତିରାଷ୍ଟ ରାଜନ ।୩୦।ସଞ୍ଜୟେ ବିଦୁରେ ଯେ ପାରୁଶେ ଅଛନ୍ତିୟେସନେକ ସମୟେ ଯାଇ ବିଜୟେ ମାରୁତି ।୩୧।ବାହା ମରଦିଣ ବୀର ପ୍ରତଗ୍ୟାଂ କରଇୟେହି ଭୁଜେ ମାଇଲି ମୁଂ କୀଞ୍ଚେକ ଶତେ ଭାଇ ।୩୨।ଧୁଶାସନ ଭୁଜ ଉପାଡ଼ିଲି ୟେହି ବାହେଦ୍ରିଯୋଧନ ମୁକୁଟ ମର୍ଦ୍ଦିଲି ୟେହି ପାୟେ ।୩୩।ୟେହି ଭୁଜେ ଦ୍ରିଯୋଧନ ଜାନୁ ଭଗ୍ନ କଲିକଳିଙ୍ଗସେନର ଶତେଭାଇ ୟେହି ଭୁଜେ ମାଇଲି ।୩୪।ପୁଣ ପୁଣ ପ୍ରତଗ୍ୟାଂ ଯେ କରଇ ମହାରୋଷଶୁଣିଣ ଧୃତିରାଷ୍ଟ ପାଇଲା ମନେ ପ୍ରାସ ।୩୫।ଭୀମ ଝିଂଘାସ ବଚନ ଅଗ୍ନି ହୃଦୟେ ପଶନ୍ତେଶରୀର ଧରି ତ ନୁଆରଇ ଧୃତିରାଷ୍ଟ ଆତ୍ମାର ଦହନ୍ତେ ।୩୬।ଦେହ ଧରି ନୁଆରି ଆସ୍ତାନୁ ଗଲା ଉଠିଗାନ୍ଧାରୀର ସଙ୍ଗତେ ୟେକାନ୍ତେଣ ଗୋଷ୍ଠୀ ।୩୭।ଦଦୟନ୍ତି ଧୃତିରାଷ୍ଟ ଶୁଣ ଗୋ ଗାନ୍ଧାରୀଯେତେକ ପ୍ରତଗ୍ୟାଂ ଭୀମସେନ ସଭାରେ ଆଦ କରି ।୩୮।ସଭାରେ ଭୀମସେନ ଆଜ ବୋଇଲା ଉତକଟୟେହି ଭୁଜେଣ ମାଇଲି ଗାନ୍ଧାରୀ ଶତେ ଚାଟ ।୩୯।ଭୀମସେନ କୂଟବଚନ ହୃଦେ ମୋର ଭେଦିହେ ପ୍ରିୟେ ୟେବେ କିସ କରିବାକ କହ ମୋତେ ବୁଦ୍ଧି ।୪୦।ପ୍ରାଣ ଛାଡ଼ିବାକୁ ମୁଂ ଖାଇତେ ଲୋଡ଼ଇ ବିଷଆଦିହୁଂ ୟେକଥା କହିଲେ ମୁନି ବ୍ୟାସ ।୪୧।ପୁତ୍ରନ୍ତ ମାଇଲା ଯେ ଘେନିଲାକ ମହୀନିଲ୍ଲଜ ଆତ୍ମା ଘେନି ତାହାଂକ ମୁଖ ଚାହିଂ ।୪୨।ଶତ୍ରୁକୁ ନୁଆରି କରି ରହିଲୁ ଯେ ଦମ୍ଭେପଶୁ ବଧ ନ ଜାଣି ପଡ଼ିଲୁ ଆଧାର ଲୋଭେ ।୪୩।ୟେବେ ଚାଲ ୟିବା ନାଥ ବାନ ପ୍ରଶସ୍ତେନାନା ତୀର୍ଥ କରିବା ଆତ୍ମା ଥାଇ ଯେତେକାଳ ପରିଯନ୍ତେ ।୪୪।ଶତ୍ରୁ ଅନ୍ନ ଖାଇ ଯାହା ଧରିଥାଇ ପ୍ରାଣୟେହାଠାରୁ ବଳି ଆଉ ଅଛି କି କଷଣ ।୪୫।ୟେବେ ଚାଲ ଦୁହେଂଯାକ ବନସ୍ତକୁ ଯିବାତୀର୍ଥ ଦେଖିକରି ନିଜ ଶରୀର ଦାହିବା ।୪୬।ବୋଲଇ ଧୃତିରାଷ୍ଟ ଯୁଝେଷ୍ଠିଂକି ମୁହିଂ ବଶକି ବୋଲି ବୋଲିବି ମୁଂ ଯିବଇଂ ବନବାସ ।୪୭।ବିନୟ ଭାବେ ଚିତ୍ତ ରଞ୍ଜିଲାକ ମୋତେକହିତ ନୁଆରଇ ସେ ଯିବଇଂ କେମନ୍ତେ ।୪୮।ତେଣୁ ଯୁଝେଷ୍ଠିଂକି ମୋହୋର ବହୁତ ଚିନ୍ତାଶତେ ପୁତ୍ରହୁଂ ମୋତେ ସେ ବଡାଇ ଭଗତା ।୪୯।ବୋଲଇ ଗାନ୍ଧାରୀ ଯୁଝେଷ୍ଠିଂକି ଉପ୍ରୋଧ ଯେବେ ୟେତେଆନ ଉପାୟେକ କରହୋ କୁରୁନାଥେ ।୫୦।ପୁତ୍ରବନ୍ଧୁମାନେ ମୋର ମଲେ ଯେ ସମସ୍ତେଗୟାରେ ଶ୍ରାଦ୍ଧକଲେ ସେ ହୋଇବେ ମୁକତେ ।୫୧।ଶ୍ରାଦ୍ଧ କରିବା ଧନ ମାଗ ହୋ କୁନ୍ତୀସୁତୟେହିପ୍ରକାରେ ଆମ୍ଭେ ଯିବାକ ସନମତ ।୫୨।ଭାରିଜା ବଚନ ଶୁଣିଣ ମହୀପତିବିଦୁର ମହାତମାକୁ ସେ ହକାରିଲେ କତି ।୫୩।ଯାଅସି ମହାତମା ହୋ ଯୁଝେଷ୍ଠିଂକି ବୋଲବନ୍ଧୁ ମଇତ୍ର ରଣେ ପଡ଼ିଲେ ସକଳ ।୫୪।ବାହ୍ଲିକ ଭୂରିସର୍ବା ଯେ ଅଟନ୍ତି ଆମ୍ଭ ଅଜାଭୀଷ୍ମେ ଜ୍ୟେଷ୍ଠ ପିତା ଶାୟନ୍ତନୁର ଆତ୍ମଜା ।୫୫।ହିଡିମ୍ୱୀ ତନୟ ଅଭିମନ୍ୟୁ ଦ୍ରୋପତୀର ପଞ୍ଚ ପୋୟେବିଶେଷେ ମୋହୋର ପୁତ୍ର ଦ୍ରିଯୋଧନ ଭାଇ ଶୟେ ।୫୬।ୟେହାକଇଂ ଶ୍ରାଦ୍ଧ ଦେବାକୁ ମୋହୋର ଇଚ୍ଛାଧନେଣ କାର୍ଯ୍ୟ ୟେ ହୋଇବାକ ମନ ବାଞ୍ଛା ।୫୭।କୋଇନ୍ତା ଦେବୀଂକର ପଞ୍ଚପୁତ୍ରନ୍ତ ବସାଇଶ୍ରାଦ୍ଧକଇଂ ବିଦୁର ଧନ କିଛୁ ମାଗ ହୋ ଯାଇଂ ।୫୮।ଶ୍ରାଦ୍ଧର ଉତ୍ତାରେ ଯିବଇଂ ପ୍ରୟାଗ ତୀର୍ଥେୟେହା ଯାଇଂ କହିବ ଯୁଝେଷ୍ଠିଂକର ଅଗ୍ରତେ ।୫୯।ୟେ କଥା ମିଳଇ ବୋଲି ବିଦୁର କହଇ ବ୍ୟବସ୍ଥାୟେଥେଂ ରହିବା ଆମ୍ଭର ନୁହଂଇ ସର୍ବଥା ।୬୦।ମୋହୋର ବଚନ କଲ କୃତଯୋଗକୃଷି ଉପୁଜାଇ କରି ନୁଆରଇ ଫଳଭୋଗ ।୬୧।ଭୋ ରାଜନ ଧୃତିରାଷ୍ଟଂକ ବଚନେ ସୁମତିଯାଇଣ ଭେଟିଲା ସେ ଯୁଝେଷ୍ଠିଂକ କତି ।୬୨।ପାଣ୍ଡବେ ବିଦୁରଂକୁ ପ୍ରଣମିତ କୟେକୋଳେ ଧରି ବିଦୁର ଯୁଝେଷ୍ଠିଂକ ମୁଖେ ଚୁମ୍ୱ ଦିୟେ ।୬୩।ବିଦୁର ବୋଇଲେ ତୁମ୍ଭେ ଶୁଣ ପଞ୍ଚଭ୍ରାଥଧୃତିରାଷ୍ଟ ଆଗ୍ୟାଂ ତୁମ୍ଭେ ଶୁଣସି ଉଚିତ ।୬୪।ଭୀଷ୍ମ ଦ୍ରୋଣ କର୍ଣ୍ଣ ଶକୁନି ଶଲ୍ୟ ସମାପତ ହୋଇଲେଭୂରିସର୍ବା ବାଲ୍ହୀକ ସୋମଦତ୍ତ ନାଶ ଗଲେ ।୬୫।ଗାନ୍ଧାରୀ ଶତେପୁତ୍ର ସହିତେ ତୁମ୍ଭର ପୁତ୍ରମାନେୟେତେକ ପଡ଼ିଲେ ଯେ ରଣ ଯଗ୍ୟଂ ଥାନେ ।୬୬।ୟେହାଂକର ନିମନ୍ତେ କରି ଅମ୍ୱିକାର ସୁତଶ୍ରାଦ୍ଧକର୍ମେଣ ସେ ଯିବେ ପଞ୍ଚୁ ତୀର୍ଥ ।୬୭।ସେ କାରଣେ ଧନ କିଛି ମାଗେ କୁରୁପତିନ ଦିଲେ ତୁମ୍ଭର କି ଅଛଇ ସଦଗତି ।୬୮।କାର୍ତ୍ତିକ ମାସ ଶୁକଳ ପକ୍ଷ ଗୁରୁବାରକୃତ୍ତିକା ଅନ୍ତେ ରୋହେଣୀ ଭୋଗ ଦଣ୍ଡ ତେର ।୬୯।ବାଳବ ନାମେ କରଣ ଶିବ ନାମେ ଯୋଗତିରିଶ ଦିନ ଯେ ତୁଳା ସଂକ୍ରାନ୍ତିକି ଭୋଗ ।୭୦।ବେଳ ଚାରିଦଣ୍ଡ ଯାୟେ ବୃହସ୍ପତି ବେଳାବାନପ୍ରସ୍ଥକୁ ଗମିଲା ଅମ୍ୱିକାର ବଳା ।୭୧।ତୁ ବାବୁ ଧନବନ୍ତ ଅଟୁ ଧର୍ମ ଶିଷିପିତୃ ଲୋକ କାରଣେ ତୁ ଧନ କିଛୁ ଦେସି ।୭୨।ଧୃତିରାଷ୍ଟ ରାଜା ମୋତେ ପେଷିଲେ ତୁମ୍ଭ ପାଶବୋଇଲେ ଯୁଝେଷ୍ଠିଂକି କହି କିଛି ଧନ ମାଗି ଘେନିଆସ ।୭୩।ତେଣୁକରି ମୁହିଂ ଯେ ଅଇଲଇଂ ୟେଥେତୁମ୍ଭର ବିଚାରକୁ ୟେହା ଯୋଗାଇ କେମନ୍ତେ ।୭୪।ଯୁଝେଷ୍ଠି ବୋଇଲେ ଯେବେ କରିବେ ନାନା ତୀର୍ଥସେ ଆମ୍ଭର ପିତା ଆମ୍ଭେ ତାହାଂକର ପୁତ୍ର ।୭୫।ୟେହୁ ପଞ୍ଚ କଟକଇଂ ସେ ଅଟନ୍ତି କାରେଣୀଯେତେ ଧନ ଭଣ୍ଡାରେ ଅଛଇ ସେ ତାହାଂକର ସର୍ବ ପୁଣି ।୭୬।ଶ୍ରାଦ୍ଧ ଯେବେ କରିବେ ମୃତୁଲୋକ ମାନଂକୁନିଅନ୍ତୁ ଧନ ଭଣ୍ଡାର ବହି ସମର୍ପିଲି ତାଂକୁ ।୭୭।ଯୁଝେଷ୍ଠିଂକ ବଚନ ଶୁଣି ବୀର ଭୀମସେନକୋପଭର ହୋଇଣ ସେ ବୋଲଇ ବଚନ ।୭୮।ଭୀମସେନ ବୋଇଲା ୟେ କେବଣ ବେଭାରଶତ୍ରୁକୁ ଧନ ଦେବାର ନ ମିଳଇ ବିଚାର ।୭୯।ଜୀବନ୍ତେ ବନ୍ଧୁ ସୋଦର ବୋଲି ଯେ ନ ବୋଇଲେ ଆମ୍ଭଂକୁମରି କିଂ କେ ସହୋଦ୍ର ହୋଇଲେ ତୁମ୍ଭଂକୁ ।୮୦।କେବଣ ହିଂ କୃତ ସେ ପଶାଖେଳେରାଜ୍ୟଭାର ଧନ ଭଣ୍ଡାର ସେ ଘେନିଲେ ସଂପୋଡ଼େ ।୮୧।ପାଞ୍ଚଭାଇନ୍ତ ବସାଇଲେ ଭୃତ୍ୟପଣେ ସଭାତଳେକାହିଂ ତୁମ୍ଭ ତାହାର ପ୍ରୀତି ଥିଲାଟି ସେକାଳେ ।୮୨।ଯେମନ୍ତେ କଉରୋବେ ହୋଅନ୍ତି ଅମୋକ୍ଷତେବେ ସିନା ପାଶୋର ଯିବନା ଆମ୍ଭର ଦୁଖ ।୮୩।ଯେମନ୍ତେ ଦ୍ରିଯୋଧନ ପଡ଼ଇ ନର୍କଗତିତାହା ଚିନ୍ତିବାର ସେ ମିଳଇ ମୋର ମତି ।୮୪।ମଲେଣ କେହି ଯେ କାହାର ନୁହନ୍ତିକିଂପାଇଂ ଧନଭଣ୍ଡାର କରିବାକ କ୍ଷତି ।୮୫।ଭୀଷ୍ମ ଦ୍ରୋଣେ ଯେ ଆମ୍ଭର ଅଟନ୍ତି କୁଳ ଶ୍ରେଷ୍ଠକିମ୍ପାଇଂ ସାଂଗ୍ରାମେ ପଡ଼ି ହୋଇଲେ ପ୍ରାଣେହତ ।୮୬।ଆମ୍ଭନ୍ତ ମାରିବେ ବୋଲି କଲେକ ସମରମଲା ଉତ୍ତାରେ କିସ ଉପ୍ରୋଧ ଆମ୍ଭର ।୮୭।ଯୁଗତେ ଶ୍ରାଦ୍ଧ ଯେବେ ହୋଇବ ମୃତୁଲୋକଂକୁଆମ୍ଭେ କିଂ କେ ଶ୍ରାଦ୍ଧ ନଦେବାଟି ତାହାଂକୁ ।୮୮।ଭୀଷ୍ମ ଦ୍ରୋ ଣଭୂରିସର୍ବା ଆବର ସୋମଦତ୍ତବିରାଟ ଦ୍ରୋପଦ ଆମ୍ଭର ଯେତେ ପୁତ୍ର ।୮୯।କୋନ୍ତଭୋଜ ଶ୍ୱେତ ଉତ୍ତର ସହିତେଆବର ଆମ୍ଭନ୍ତ ଯେତେକ ଆଶ୍ରିତେ ।୯୦।ୟେହାକଇଂ ଶ୍ରାଦ୍ଧ ନମିଳଇ ଆମ୍ଭର ପୁଣଦେବାଦ୍ରୋଣଂକର ଶ୍ରାଦ୍ଧ ଅଶସ୍ତମା ହାଥେ କରାଇବା ।୯୧।କର୍ଣ୍ଣକଇଂ ଶ୍ରାଦ୍ଧ ଦେଉ ତାହାର ଯେ ମାତାଧୃତିରାଷ୍ଟେ କରନ୍ତୁ ସେ ନିଜ ପୁତ୍ର ଚିନ୍ତା ।୯୨।ଆମ୍ଭର ଧନେଣ ସେ କିସ ଯେ ସ୍ୱଭାଗୀଆମ୍ଭ ହେତୁ ଯୁଗତେ ତାହାକଇଂ ଶ୍ରାଦ୍ଧ ଲାଗି ।୯୩।ଯୁଝେଷ୍ଠି ବୋଇଲେ ଭୀମ ନ ବୋଲନି ମୁହେଂ ତ ୟେହାପଣ୍ଡୁର ଜ୍ୟେଷ୍ଠଭ୍ରାଥ ସେ ଅଟନ୍ତି କୁରୁନାହା ।୯୪।ତାହାଂକର ଥାଆନ୍ତେ ଯେ ଆମ୍ଭର କରିବା ନୁହଇ ଧର୍ମକୁଳର ଶ୍ରେଷ୍ଠ ସେ କରନ୍ତୁ ନିଜ କର୍ମ ।୯୫।ତୁ ଯାହା ବୋଇଲୁ ୟେଥେ ଧୃତିରାଷ୍ଟର ନାହିଂ ଦୋଷଦଇବର କୃତ୍ୟେ ସେ ହୋଇଲା ଭବିଷ ।୯୬।ବାବୁ ଶତେକ ଯୋଜନେ ଯେ ଆମିଷ ଦେଖଇ ପକ୍ଷୀଫାଶୀ ବନ୍ଧନ ଅଛି ଯେ ତାହାକଇଂ ନ ଦେଖି ।୯୭।ପ୍ରେତ କର୍ମଣ ନ କଲେ ପୁତ୍ରନ୍ତ ହୋଅଇ ଲଜ୍ଜାବାହୁଡ଼ି ଦ୍ରିଯୋଧନ କି ୟେଥେ ହୋଇବାକ ରାଜା ।୯୮।କାଠ ପାଷାଣ ଜାଣି ଭୀମ ତୋହୋର ଯେ କାୟାମନୁଷ୍ୟ ଶରୀର ବହୁ ତୁ ଉପେକ୍ଷୁ କିମ୍ପେ ଦୟା ।୯୯।ପିତୃ ଅଭଗତେ ବନ୍ଧୁଜନ ଯେ ନ ପୋଷଇଧର୍ମ କୀର୍ତ୍ତି ତାହାର ସକଳ ନାଶଯାଇଂ ।୧୦୦।ସୋଦର ଜନନ୍ତ ଯେ ଭଲେଣ ପାଳଇସେ ମହାତ୍ମା ହୋ ଅଟଇ ଗୁଣଗ୍ରାହୀ ।୧୦୧।ଦ୍ରୋଣକଂର କଳାର କେବଣ ଗୁଣ ନାହିଂବିଦ୍ୟା ପାରେକ ଯେ ହୋଇଲୁ ତୁ କାହିଂ ।୧୦୨।ଯେବଣ ବ୍ରାହ୍ମଣ ଶହସ୍ରେ ତ୍ରଇଲୋକ୍ୟ ପାରଇ ଦହିପୁତ୍ରକଇଂ ପଛ କରି ଅର୍ଜୁନେ ଶିଖାଇ ।୧୦୩।ଆଚମ୍ୱିତ ବିଦ୍ୟା ଯେ ଅଦୃଷ୍ଟି ଅଶ୍ରୁତିଦୁଷ୍ଟିଭେଦୀ ଶୂନ୍ୟଭେଦୀ ଶବଦ ଭେଦଗତି ।୧୦୪।ପିତା ଅଭାବ ବୋଲି ନଜାଣିଲୁ ବାଳ କାଳେପ୍ରାଣହୁଂ ଅଧିକ ବଢ଼ିଲୁ ଭୀଷ୍ମଂକର କୋଳେ ।୧୦୫।ଆମ୍ଭର ଅର୍ଥେ ଭୀଷ୍ମେ କଲେକ ଶରଶେଯ୍ୟାମୃତୁ ଭେଦ କହି ସେ କଲେକ ପ୍ରାଣତେଜ୍ୟା ।୧୦୬।ଚାଲୁଣୀର ପ୍ରାୟେ ତୁ ହୋଇଲୁରେ ଭୀମସେନଗୁଣ ପକାଇଣ ସେ ଅବିଗୁଣ ଘେନ ।୧୦୭।ଅନେକ ବନ୍ଧୁଜନ ମଲେ ଆମ୍ଭର କାର୍ଯ୍ୟ ଅର୍ଥେସବୁଂକୁହିଂ ଶ୍ରାଦ୍ଧର ଆମ୍ଭର ଲାଗଇ ଯୁଗତେ ।୧୦୮।ଅଳପ ଅଳପ କରି ଧନ ଆମ୍ଭେ ଦେବାଇହଲୋକ ଜିଣିମା ପରଲୋକନ୍ତ ତାରିବା ।୧୦୯।ଧୃତିରାଷ୍ଟ ଶତେପୁତ୍ର ସମରେ ତୁ ମାରିତେବେ ସେ ଶାନ୍ତି ଚିତ୍ତ ନୋହିଲା ତୋହୋରି ।୧୧୦।ଭୀମସେନ ବୋଇଲା ୟେମନ୍ତେ କିମ୍ପେ କହୁଂମୋହୋର ସନମତ ନକଲେ ତାକୁ ଧନ ଦେବ କେହୁ ।୧୧୧।ଅର୍ଜୁନ ବୋଇଲା ଦେବ ଶୁଣିମା ଯୁଝେଷ୍ଠିନଦେଉ ଭୀମା ଧନ ନକରୁ ଅରିଷ୍ଟି ।୧୧୨।ଭଣ୍ଡାର ଧନ ଯେବେ ଦେବାର ହୋଇଲା ବାଦୀଆମ୍ଭର ଯିସ ଅଙ୍ଗ ଧନ ଅଛି ଦେବାର ମିଳଇ ୟେ ବିଧି ।୧୧୩।ନିଅସି ବିଦୁର ପିତାର ୟେହେନେକ ଧନ ଇଚ୍ଛାଯେଣେ ପିତୃକାର୍ଯ୍ୟ ହେବ ମନୋବାଞ୍ଛା ।୧୧୪।ସୁବର୍ଣ୍ଣର ତଣ୍ଡୁଳ ଅଜା ମେଷ ମୃଗବସ୍ର ଅଳଂକାର ହାଦେ ନାନା ରତ୍ନେ ଯୋଗ ।୧୧୫।ଧୃତିରାଷ୍ଟକଇଂ ବିଦୁର ଦିଅ ହାଦେ ୟେହା ନେଇମୁହିଂ ଯାହା ବୋଇଲି କହିବ ସବୁ ଯାଇଂ ।୧୧୬।କାର୍ତ୍ତିକ ପୂର୍ଣ୍ଣିମୀ ଆଜକୁ ଆବର ଦିନା ଦଶଦଶଗୁଣେ ଶ୍ରାଦ୍ଧକରି ପିତୃଲୋକେ ତୋଷ ।୧୧୭।ଯୁଝେଷ୍ଠି ଦେବେ ବୋଇଲେ ବିଦୁରର ଆଗେଭୀମର ଦୁର୍ବୁଦ୍ଧି ନ କହିବଟି ପିତା ଆଗେ ।୧୧୮।ଶୁଣିଣ ବ୍ୟଥା ଯେ ପାଇବ ଧୃତିରାଷ୍ଟଦୁଗୁଣ ପିତାର ମୋର ହୋଇବ ପୁତ୍ରକଷ୍ଟ ।୧୧୯।ଧନ ଘେନି ବିଦୁର ତକ୍ଷଣେ ଚଳିଗଲାଧୃତିରାଷ୍ଟ ଅଗ୍ରତେ ବେଗେଣ ମିଳିଲା ।୧୨୦।ତୁମ୍ଭର ଆଗ୍ୟାଂୟେ ଆଣିଲାଇଂ ଧନଦେବାକଇଂ ସନମତି ନବୋଲଇ ଭୀମସେନ ।୧୨୧।ବହୁତ ଝିଂଘାସି ସେ କହିଲାକ ବଢିପୂର୍ବର ହିଂସା ଯେ ନଗଲା ତାହାର ଛାଡ଼ି ।୧୨୨।ଯୁଝେଷ୍ଠି ଅର୍ଜୁନର ଯେତେକ ଅଙ୍ଗଧନତାହା ଆଣି ଦିଲେ ତୁ ୟେବେ ବେଗେ ଘେନ ।୧୨୩।ପୁଣି ପୁଣି ଯୁଝେଷ୍ଠିୟେ ବୋଇଲେ ଗୋଡ଼ାଇଭୀମର ଦୁର୍ବୁଦ୍ଧି ପଣ ତୁ ନକହିବୁ ପିତାକଇଂ ।୧୨୪।ଶୁଣିଲେ ବ୍ୟଥା ଯେ ପାଇବ ଜ୍ୟେଷ୍ଠପିତାମୁହିଂ ସର୍ବଦା ତାହାକଇଂ ବିନୟେ ଭଗତା ।୧୨୫।ୟେସନେକ ବୋଲି ବୋଇଲେ ଯୁଝେଷ୍ଠି ରାଜନଭୀମସେନ ବୋଲକଇଂ ନ କର ଖେଦ ମନ ।୧୨୬।ପୃଥୀରେ ଯେତେକ କ୍ଷତ୍ରୀ ହୋଇଲାକ ଶ୍ରେଷ୍ଠସକଳ କ୍ଷେତ୍ରୀଂକରେ ଭୀମସେନ ଜ୍ୟେଷ୍ଠ ।୧୨୭।କ୍ଷତ୍ରୀ ବୃତ୍ତି ଦୂଷଣ ଯେ ଅଛଇ ତାର ତହିଂଭୀମସେନେ ସନ୍ଥପଣ ପାଇବୁ ତୁ କାହିଂ ।୧୨୮।ବିଦୁର ବୋଇଲେ ନଦୀ ବଢିଲେ ଥିର ହୋଇ ନ ରହଇବ୍ରାହ୍ମଣର ଆତ୍ମା ଯେ କ୍ଷଣକେ କୋପହୋଇ ।୧୨୯।କ୍ଷେତ୍ରୀଂକର ତେଜ ଯେ ଶରୀରେ ପ୍ରାଣ ଥାନ୍ତେଶରୀରୁ କୋପ ଯେ ନଯାଇଂ କଦାଶ୍ଚିତେ ।୧୩୦।ଅଗ୍ନି ଯେସନେକେ ଲିଭିଲେ ତା ତେଜ ସରଇତେଜ ଥାଆନ୍ତେ ସେ ସକଳ ଦ୍ରବ୍ୟନ୍ତ ଦହଇ ।୧୩୧।କ୍ଷେତ୍ରୀ ବୃତ୍ତି ଯେବେ ବୋଲିବ ସଂସାରେଭୀମସେନଉଂ ଆନ ନାହିଂନା ବିଚାରେ ।୧୩୨।ବିଦୁର ବୋଇଲେ ହୋ ଭୀମସେନର କିସ ଦୋଷଆପଣାର ମନ୍ଦ ପଣ ତାହାକୁ ବୋଲିବାଟି କିସ ।୧୩୩।କେବଣ ଛଳ ତୁମେ ନକଲ ଭୀମାକୁବିଷଲଡୁ ଖୁଣାଇ ବାନ୍ଧି ମେଲିଲ ଜଳକୁ ।୧୩୪।ନାଗୁଣୀ ଖାଉ ବୋଲି ଭାବିଲ ତୁମ୍ଭ ତୁମ୍ଭ ହୃଦେଜଦୁର ଘରେ ନକଲ କେବଣ ପରମାଦେ ।୧୩୫।କପଟ ପାଶ କରି ହରିଲ ସମ୍ପ୍ରଧିପଞ୍ଚାଳୀ କେଶ ଧରି ବିବସନ କଲ ମନ୍ଦବୁଦ୍ଧି ।୧୩୬।କୂଟେଣ ବେଢି ଯେ ମାଇଲ କୁମାର ଅଭିମନ୍ୟୁକିଂପାଇ ପାସୋରିବେ ସେ ତୁମର ଗୁଣ ମନୁ ।୧୩୭।ବିଦୁରେ ବୋଲନ୍ତି ଯାହା ଅର୍ଜି ତାହା ସିନା ଭୁଞ୍ଜିମୁଖ ନଦିଶଇ ଦର୍ପଣ କିଂପେ ଭାଞ୍ଜି ।୧୩୮।ବିଦୁର ମୁଖରୁ ୟେସନେକ ବାକ୍ୟ ଶୁଣିଆପଣାର ଲଲାଟେ ତାଡ଼ଇ ବେନିପାଣି ।୧୩୯।ଶ୍ରାଦ୍ଧ ସଂକଳ୍ପ ଯେ କଲେ ୟେକାଦଶ ଦିନଇପ୍ରୋହିତ ମୁଖେ ଯଥା ବାକ୍ୟ ବିଧି ଅଭ୍ୟାସଇ ।୧୪୦।ଯୁଝେଷ୍ଠି ସହ ଆସ୍ତାନେ ବିଜୟେ କୁରୁସାଇଂମନ୍ତ୍ରୀ ଅମନାତ୍ୟ ସର୍ବ ବ୍ରାହ୍ମଣ ବସାଇ ।୧୪୧।ବୋଲନ୍ତି ଧୃତିରାଷ୍ଟ ତୁମ୍ଭେ ଶୁଣିମା ସମସ୍ତେମନ ଉଦବେଗ ମୁଂ ଯିବଇଂ ବାନପ୍ରସ୍ଥେ ।୧୪୨।ଯେ ଯାହାର ସଦଭାବେ କର ସେବାସ୍ୱାମୀର ବଇଗୁଣ କେହି ମନେ ନଧରିବା ।୧୪୩।ଶୀତ ବାତ ଖରା ବୃଷ୍ଟି ଯେ ସହଇତାହାକଇଂ ରାଜା ସଦୟ ଚିତ୍ତ ହୋଇ ।୧୪୪।ଭୋଗର ଭାଜନ ସେ ହୋଅନ୍ତିଟି ରାଜାମନ୍ତ୍ରୀ ସେ ସକଳ ପାଳଇ ଜନପ୍ରଜା ।୧୪୫।ରାଜକାର୍ଯ୍ୟ ଯହିଂ ହୋଇବାକ ନଷ୍ଟତାହାକଇଂ ଜାଣିମା ସେ ମନ୍ତ୍ରୀ ବୁଦ୍ଧି ଭ୍ରଷ୍ଟ ।୧୪୬।ପ୍ରଶୁଧାର ପ୍ରାୟେକ ରାଜାର ଯେ ଆଗ୍ୟାଂଯାହା ସେ ବୋଲିବେ ତାହା ନକରିବ ଅବଗ୍ୟାଂ ।୧୪୭।ସ୍ତିରୀଂକି ଭ୍ରଥା ଯେ ପୁତ୍ରନ୍ତ ମାତାପିତାଭୃତ୍ୟକଇଂ ସ୍ୱାମୀ ୟେ ତିନିହେଂ ସେ ଦେବତା ।୧୪୮।ଇନ୍ଦ୍ର ଯେଉଂପରି ପାଳେ କରିଣ ସୁବୃଷ୍ଟିରାଜା ସେହିପରି ଯେ ପାଳଇ ନିଜ ସୃଷ୍ଟି ।୧୪୯।ଅଗ୍ୟାନେ ନୃପତି ଯେବେ ଦଣ୍ଡହିଂ ବିହିବମନେ ନରଖି ତାହା ଉପେକ୍ଷା କରିବ ।୧୫୦।ସତ୍ୟ ଆଚରଣ ଯେ ପରଜାନ୍ତ ପାଳିବମୃଗୟା ବିନୋଦେ ରାଜା ନିତ୍ୟାପ୍ରତି ଯିବ ।୧୫୧।ଶତ୍ରୁ ଉପଗତେ କଟକାଇ କରିବ ନିଜବୃତ୍ତିଧାରାତୀର୍ଥୁଂ ଆନ ନାହିଂନା ସଦଗତି ।୧୫୨।ଧର୍ମ କାର୍ଯ୍ୟେ ନିତି ପ୍ରତି ରଖିଥିବ ମତିନିତି ଅଭ୍ୟାସ କରିବ ବ୍ରହ୍ମଜ୍ଞାନ ପୋଥି ।୧୫୩।ଯେସନେକ ଇନ୍ଦ୍ର ପାଳଇ ନବସୃଷ୍ଟିଜନ ଜନ୍ତୁକଇଂ କରଇ ସୁଖାର୍ଥୀ ।୧୫୪।ଯେବେ ସେ ରାଜ୍ୟର ରାଜା ପ୍ରଜା ପାଳିତେ ଇଚ୍ଛାୟେହାଜାଣି ଉଚିତ କରିବାନା ପଣ୍ଡିତ ଜନେ ପୁଚ୍ଛା ।୧୫୫।ତୁ ହୋ ଯୁଝେଷ୍ଠି ପାଳିବୁନା ରାଜଧର୍ମେଯେଣେଟି ଭୃତ୍ୟେ ସେବନ୍ତି ସଦକର୍ମେ ।୧୫୬।ଧୃତିରାଷ୍ଟ ବୋଇଲେ ବାବୁ ସବୁତ କୁଶଳଆଉମାନଂକୁ ୟେକତ କରି ପ୍ରଜା ପ୍ରତିପାଳ ।୧୫୭।ରାଜପଦକୁ ବାବୁ ମୂଳ ଅଟଇଟି ପ୍ରଜାତାହାନ୍ତ ପାଳିଲେ ଧନସମ୍ପଦ ଚିର ଆଷ୍ୟ ହୋଇ ରାଜା ।୧୫୮।ପ୍ରଜାର ମୁଖେ ଯେବେ ଶୁଭଇ ସାଧୁ ଧୁନିସେ ରାଜା ସ୍ୱର୍ଗେ ବସଇ ନିଜଦେହ ଘେନି ।୧୫୯।ପୁରୁରବା ଜାନୁଘଣ୍ଟ ପ୍ରଶୁରାମ ବଳୀ ବେଣୁ ମାନଧାତାପରଜାର ଯଶ ବୋଲନ୍ତେ କଳ୍ପେ ଜୀବନ୍ତା ।୧୬୦।ବାବୁ ପ୍ରଜାହିଂ ପାଳିଲେ ଭୋଗ୍ୟ କରଇ ରାଜ୍ୟପ୍ରଜାଂକ କଲ୍ୟାଣ ରାଜାର ହୋଅଇ ଅଇଶୁର୍ଯ୍ୟ ।୧୬୧।ତଣ୍ଡୁଳ ଗୁଡାୟେ ଘେନି କର ଯା ପିତୃଶ୍ରାଦ୍ଧ ପିଣ୍ଡଦାନଦେବତା ବ୍ରାହ୍ମଣ ଅତିଥି ଅଗ୍ନି ପରଜାରେ ଅନ୍ନ ।୧୬୨।କୃଷିକର୍ମଣ ଲାଗି ୟେ ପରଜାୟେ ବଡ ଦୁଖୀରାଜାର ପାଳନ୍ତେ ସେ ପ୍ରଜା ହୋନ୍ତି ସୁଖୀ ।୧୬୩।ଧୃତିରାଷ୍ଟ ବୋଇଲେ ତୁ ସୁବୁଦ୍ଧି ପୁତ୍ର ଗୋଟିମୁହିଂ କିସ ତୋତେ ଅବା ତିଆରିବି ଯୁଝେଷ୍ଠି ।୧୬୪।ଶୁଣିଣ ହରଷ ଯେ ଧର୍ମ ନୃପମଣିଭୀମସେନ କୋପ କଲା ଧୃତିରାଷ୍ଟ ବଚନ ଶୁଣି ।୧୬୫।ଭୀମସେନ ବୋଇଲା ତାତ ତୁହି ସମସ୍ତ ବୁଦ୍ଧି ଜାଣୁତୋହୋର ପୁତ୍ରଂକ ଆଗେ କିଂପେ ନ ବଖାଣୁ ।୧୬୬।ପରକଇଂ ବଦ୍ୟ ଆପଣେ ହୋଇ ରୋଗୀଦାରାୟେ ପ୍ରମତ୍ତ ହୋଇ କିସ ବୋଲାଉଛୁ ଯୋଗୀ ।୧୬୭।ଯୁଝେଷ୍ଠି ଦେବେତ ସକଳ ରାଜା ବିଧିରେ ଗଣନାକେଉଂଣ ଠାବରେ ତୁ ଦେଖିଲୁସି ଉଣା ।୧୬୮।ମନ୍ତ୍ରୀ ସହଦେବ ତ କହଇ ସମସ୍ତଭୂତ ବର୍ତ୍ତମାନ ଭବିଷ ଗତ ଯେ ଆଗତ ।୧୬୯।ବୃହସ୍ପତି ସମାନେଣ ଯାହାର ମହିମାଂଧରଣୀ ସମାନେ ଯାହାର ହାଦେ ଗୁଣ କ୍ଷମା ।୧୭୦।ଭୀମ ଅର୍ଜୁନ ସେ ଅଟନ୍ତି ଯାହାର ଭାଇତେଣୁ ସମାନ କାହାକଇଂ କରିବାକ ମହୀ ।୧୭୧।ତୋହୋର ବନଗବନ ସେ ନିତିବଦରାଜାଂକ ବିଧି କିସ ତିଆରିଣ ସିଧ ।୧୭୨।ୟେହାଶୁଣି ଧୃତିରାଷ୍ଟ ହୋଇଲାକ ତୂନୀହୃଦୟ ବ୍ୟାକୁଳ ଯେ କି ଦହଇ ବହନି ।୧୭୩।ଶୁଣ ହୋ ରାଜନ ଧୃତିରାଷ୍ଟ କଇଲାଣ ଯୁଝେଷ୍ଠିଚିର ଆଷ୍ୟ ହୋଇଥାଅ ବୋଲି ସେ ଉଠି ।୧୭୪।କରେ ରୁଦ୍ରାକ୍ଷମାଳା କାଖେ ମୃଗଚର୍ମ ଛଉଂରୀକର୍ଣ୍ଣେ ତମ୍ୱା କୁଣ୍ଡଳ ଅଙ୍ଗ ଭସ୍ମ ଲେପନ କରି ।୧୭୫।ହାଥେ କମଣ୍ଡଳ କଷା ବସନ ପୀଢା ଯେ ଶୋହଇତପୋଧନ ବେଶ ହୋଇଣ ଜଗୁଜନ ମୋହୋଇ ।୧୭୬।ଭୀମସେନ ବୋଲଇ ତାତ ବୃଦ୍ଧହଂସ ପ୍ରାୟେବଂଶବର୍ଗ ଭକ୍ଷିଣ ତପୋଧନ ବେଶ ହୋୟେ ।୧୭୭।ଧୃତିରାଷ୍ଟ ଗାନ୍ଧାରୀ ତପୋଧନ ବେଶେ ଦେଖିଯୁଝେଷ୍ଠିଂକି କୋଇନ୍ତାୟେ ବଚନ ଉପେକ୍ଷି ।୧୭୮।ବାବୁ କୋଇନ୍ତା ଗାନ୍ଧାରୀ ମାଦ୍ରୀ ଆମ୍ଭେ ତିନିମାଦ୍ରୀ ସ୍ୱାମୀ କାର୍ଯ୍ୟକଲା ସେ ପୁଣ୍ୟ ମାନି ।୧୭୯।ଗାନ୍ଧାରୀ ୟେବେ ବାନପ୍ରସ୍ଥେ ଯାଉଅଛି ଭ୍ରଥା ସେବିମୁହିଂ ୟେଥି ଥାଇଂ ଆଉ କିସ ଯେ କରିବି ।୧୮୦।ବାଳ କାଳହୁଂ ଆମ୍ଭେ ଦୁହେଂ ଅଟୁ ପ୍ରାଣସଖୀୟେ ଯେବେ ବନେ ଦୁଖୀ ମୁହିଂ କିସ ସୁଖୀ ।୧୮୧।ମୋତେ ନବାର ବାବୁ ମୁଂ ଯିବଇଂ ଅବଶ୍ୟଗାନ୍ଧାରୀର ତୁଲେ ୟେ ମୋହୋର ବନବାସ ।୧୮୨।ତୁମ୍ଭେ ମୋର ବିଚକ୍ଷଣ ସୁନ୍ଦର ସମସ୍ତେ ସାମରଥତୁମ୍ଭଂକୁ ତିଆରିବାକୁ ମୁଂ କିସ କ୍ଷମାପାତ୍ର ।୧୮୩।ତୋହୋର ଶରୀରେ ଯେତେ କାଳ ଜୀବ ଥାୟେସହଦେବ ଗୋଟିକି ମୋର କରିଥିବୁ ସଦୟେ ।୧୮୪।ବ୍ୟାକୁଳ ପାଣ୍ଡବେ ଯେ କୋଇନ୍ତାଂକ ସଜ ଦେଖିପଞ୍ଚପାଣ୍ଡବଂକ ଅଶ୍ରୁ ଜଳ ବହଇୟେ ଆଖି ।୧୮୫।ଆମ୍ଭନ୍ତ ଘେନିଣ ଯେ ବନରେ ବୁଲିଲୁକନ୍ଦମୂଳ ଫଳଖାଇ ଦୁଖେ ଦିନ ନେଲୁ ।୧୮୬।ସେକାଳେ ଗାନ୍ଧାରୀ କଲେ ଅନେକ ସୁଖଭୋଗତୁମ୍ଭର ଦୁଖ ଦେଖିତ ସେ ନକଲା ଶୋଗ ।୧୮୭।କୋଇନ୍ତାୟେ ବୋଇଲେ ବାବୁ ନିର୍ଦ୍ଦୟା ହୋଇଲେଶତେପୁତ୍ର ଉପଜାଇ ଅପୁତ୍ରିକା ହୋଇଲେ ।୧୮୮।ବିନୟେ ଯୁଗତି ଯେ ବୋଲନ୍ତି କୁନ୍ତୀ ସୁତଆମ୍ଭନ୍ତ ଛାଡ଼ି କେଣେ ଯିବସି ଗୋ ମାତ ।୧୮୯।ବିପତ୍ତି କାଳେ ମା ଗୋ ଆମ୍ଭନ୍ତ ଯେ ଦେଖୁଭୋଗକାଳେ କିମ୍ପେ ମାତା ଗୋ ଆମ୍ଭନ୍ତ ଉପେଖୁ ।୧୯୦।ତୋହୋର ସେ ଗୁଣ ନ ସୁଝାଇଲୁ ଋଣପୁତ୍ରରେ ଲେଖାଉ ଆମ୍ଭନ୍ତ କଲୁ ମନ୍ଦପଣ ।୧୯୧।ଭିକ୍ଷା ଅନ୍ନେଣ ଆମ୍ଭନ୍ତ ପୋଷିଲୁସି ମାତା ଯାହାସମ୍ପ୍ରଧି କାଳେ ଗୋ ତ୍ୟାଗ କଲୁ ତାହା ।୧୯୨।ବାଳକାଳେ ଆମ୍ଭର ତାତ ହୋଇଲେକ ଭ୍ରଷ୍ଟତୋହୋର ପ୍ରସାଦେ ଗୋ ଆମ୍ଭେ ନପାଇଲୁ କିଛି କଷ୍ଟ ।୧୯୩।କେ ଆମ୍ଭନ୍ତ ନିରୋପି କରିବ ପୁତ୍ରଚିନ୍ତାକାହାର ଆଗେ ଦୁଖ ଗୋ ପ୍ରକାଶିବୁ ମାତା ।୧୯୪।କାହୁଂ ତୋର ଆନ ମନ ନେଲୁ କାଢ଼ିଆତ୍ମା କେସନେକେ ଧରିବୁ ସହଦେବଂକୁ ଛାଡି ।୧୯୫।କୋଇନ୍ତାୟେ ବୋଇଲେ ଶୁଣ ହୋ ଯୁଝେଷ୍ଠି ମୁଂ ତୋତେକହଇ ୟେକାନ୍ତେଅନ୍ଧଅନ୍ଧୁଣୀ ଦୁହେଂ ଚାଲିବେ କେମନ୍ତେ ।୧୯୬।କଷ୍ଟ ପାଇଂଣ ତୋତେ ଦେଉଥିବେ ଶାପ୍ୟକେତେ ବଞ୍ଚାଇବୁ ତୁ ଗୁରୁଜନଂକର କୋପ ।୧୯୭।ମୁଂ ୟେହାଂକର ତୁଲେଣ ବାବୁ ଥିଲେପଥକଢାଇଣ ମୁଂ ନେଉଥିବି ଭଲେ ।୧୯୮।ଯେତେବେଳେ ୟେମାନେ ଲୋଡ଼ିବେ ଅନ୍ନପାଣିମୁହିଂ ଲୋଡ଼ିଆଣି କରି ଅନ୍ନ ଦେଉଥିବି ମନ ଜାଣି ।୧୯୯।କୋଇନ୍ତାୟେ ମଣାଇଲେ ଯହୁଂ ରାୟେ ଯୁଝେଷ୍ଠିଛାଡ଼ିଲେ ମନବ୍ୟାଥା ହୋଇଲେ ସର୍ବେତୁଷ୍ଟି ।୨୦୦।କଷା ବସନ ତମ୍ୱାର କୁଣ୍ଡଳ ଉତ୍ତୁରୀମାଥେଣ ଜଟା ପରିହରଣ ମୃଗଚର୍ମର ଛଉଂରୀ ।୨୦୧।ଧୃତିରାଷ୍ଟ ଗାନ୍ଧାରୀ ତୁଲେ କୋଇନ୍ତା ବନମାଗୀକଲ୍ୟାଣ କରି ଚଳନ୍ତି କୁରୁରାଜ ସ୍ୱାମୀ ।୨୦୨।ଗାନ୍ଧାରୀ କୋଳ କରିଣ ଧଇଲେ କୋଇନ୍ତାଂକୁସୁଖର କାଳେ କିମ୍ପେ ଛାଡିଯିବୁ ପୁଅଂକୁ ।୨୦୩।କୋଇନ୍ତାୟେ ବୋଇଲେ ମୁହିଂ ଅଟଇ ବଡ ଦୁଖୀପୁଅଂକର କଷ୍ଟ ଗୋ ମୁଂ ନୁଆରଇ ଦେଖି ।୨୦୪।କୁମାରୀ କାଳେ ମୁଂ ଗୋ କର୍ଣ୍ଣକୁ ଜାତକଲିଲଜ୍ଜା ନିମନ୍ତେଣ ମୁଂ ଜଳରେ ମେଲିଦେଲି ।୨୦୫।ଧନ୍ୟ ହୋଇଲି ମା ଗୋ ରାଧାର ପ୍ରସାଦେମୋହୋର ପୁତ୍ରକୁ ସେ ପାଳିଲା ଅନୁରାଗେ ।୨୦୬।ପ୍ରଶୁରାମ ସାରିକ୍ଷେ ସେ ନିର୍ଜିତ ଶହସ୍ରେବିଜେକଲେ ଧନ୍ୟ ଧନ୍ୟ ରାଧେବ କରନ୍ତି ଜଗତେ ।୨୦୭।ଅର୍ଜୁନକଇଂ କର୍ଣ୍ଣ ସମାନେଣ ଲେଖିହୃଦପଦ୍ମ ମୋହୋର ବିକାଶଇ ଦେଖି ସଖି ।୨୦୮।ବଜ୍ରଛଉଂରୀ ଅଭେଦ କପଛ ଅମୃତ କୁଣ୍ଡଳପ୍ରତକ୍ଷେ ମାଗିନେଲେ ଆସି ଦେବ ଆଖଣ୍ଡଳ ।୨୦୯।ଯେତେ ସତ୍ୟବନ୍ତ ମୋର ଅଟଇ ଯେବଣ ବଳାଅଗାଦ ସମୁଦ୍ରେ ସେ ବୁଡ଼ାଇଲା ମୋର ଭେଳା ।୨୧୦।ପୃଥୀଗତେ ବସିଲା ଯେ ତାହାର ରଥ ଗୋଟିତାହାକଇଂ ସାଂଗ୍ରାମେ ମାଇଲା ପାପିଷ୍ଠ କିରୀଟୀ ।୨୧୧।ପୁତ୍ର ଅପମାନେ ମୁଂ ଶୁଣିଲି ଯେତେକସୁମରିଣ ଶୋକ ମୁଂ ସମ୍ଭାଳିବି କେତେକ ।୧୧୨।ୟେ ଦୁଖଭାରା ମୁଂ କେସନେକେ ଉପେକ୍ଷଇଅହନିଶି କର୍ଣ୍ଣକଇଂ ମୁଂ ସପନ ଦେଖଇ ।୨୧୩।ପୂର୍ଣ୍ଣମୀ ଚନ୍ଦ୍ରମା ଜାଣି ଦିଶଇ ପୁତ୍ର ମୁଖଗୋଟିବନ୍ଦି ଯେହ୍ନେ ଅଭ୍ୟାସେ ପୁରାଇବ ଅରିଷ୍ଟି ।୨୧୪।ହିଡିମ୍ୱିକୀର ନନ୍ଦନ ଘଟୁକା ମୋହୋର ମଲାପାଞ୍ଚାଳକୁମାର ଅଭିମନ୍ୟୁ ମୋହୋର ନାଶଗଲା ।୨୧୫।ଭୋଜକୋନ୍ତ ନନ୍ଦନ ପଡ଼ିଲେ ମୋହୋର ପିତାଭାଇୟେହାଂକ ପାଇଂ ତୀର୍ଥେ ସ୍ରାନ କରିବଇଂ ମୁହିଂ ।୨୧୬।ଯୁଝେଷ୍ଠି ବୋଇଲେ ମାତା ଗୋ ୟେହାଂକ ପାଇଂ କଲୁ ବ୍ୟଥାବେଳହୁଂ ଅନୀତି ଗୋ ହେଉଛି ତୋହୋର କଥା ।୨୧୭।କୃଷ୍ଣ ମଧ୍ୟପାତ୍ର ଗଣେ ଆସିବାର ବେଳେବିଦୁର ଘରେ ଯେ ସେ ରହିଲେ ନିଶାକାଳେ ।୨୧୮।କୃଷ୍ଣକଇଂ ଆପଣେ ତୁ ଛୁଆଂଇଲୁ ଦେହସନ୍ଧି କଲେ ବାସୁଦେବ ତୁ ମୋତେ କରୁଦ୍ରୋହ ।୨୧୯।ଆପଣେ ଭିଆଇ ମା ଗୋ ପରକଇଂ ଦେଉ ଦୋଷଶେଷ କାଳେ ମାତା ଗୋ ବୋଲିବା ତୋତେ କିସ ।୨୨୦।କୋଇନ୍ତାୟେ ବୋଇଲେ ବାବୁ ଛାଡ଼ ତୁ ସେମାନଗତକଥା ଶୋଚନା କଲେ ଶରୀର ହୋୟେ କ୍ଷୀନ୍ନ ।୨୨୧।ବାବୁ ମାତା ପିତା କି ସର୍ବଦା ଦିନେ ଥାଇକଦଳୀ ବୃତ୍ତାନ୍ତଟି ୟେ ମନୁଷ୍ୟର ଦେହୀ ।୨୨୨।ମୁହିଂ ତୁମ୍ଭର ଜନନୀ ପୋଷନ୍ତ ଅବା ଯାହାବଚନେଣ ମାଗିବି ତୁ ପାଳିବୁନା ତାହା ।୨୨୩।ବାବୁ ୟେ ଯେ ଦ୍ରୋପତୀ ଅଟଇ ତୁମ୍ଭର ଯୁବତୀଛାଇ ପ୍ରାୟେ ଜାଣିୟେ ଖଟଇ ଦିବା ରାତି ।୨୨୪।ଅନେକ ଦୁଖ ସେ ଯେ ପଡ଼ିଲାକ ବନପାଞ୍ଚଗୋଟି ପୁତ୍ର ୟେହାର ହୋଇଲା ନିଧନ ।୨୨୫।ଯେମନ୍ତେ ପୁତ୍ର କଥାୟେ ନଧରଇ ମନେତେସନେ କରି ୟେହା ପାଳିବ ପଞ୍ଚୁଜନେ ।୨୨୬।ପିତା ପୁତ୍ର ଭ୍ରାଥ ୟେହାର ପଡ଼ିଲେ ସମସ୍ତଦୋଷକଲେ ୟେହାରେ କୋପ ନକରିବ କଦାଚିତ ।୨୨୭।ପୁତ୍ରନ୍ତ ତିଆରି ସେ କୋନ୍ତଭୋଜର ନନ୍ଦିନୀଦ୍ରୋପତୀଂକି ତିଆରନ୍ତି ଅନେକ ସନମାନ ଘେନି ।୨୨୮।ତୁ ଗୋ ମାତା ମୋହୋର ମନେ ନକରିବୁ ଚିନ୍ତାୟେକାଙ୍ଗ ରାଣୀ ତୁ ଗୋ କେହି ନାହିଂ ଅହନ୍ତା ।୧୨୯।ପଞ୍ଚଭ୍ରଥା ତୋହୋର ଦିଗପାଳ ସମହିଂସଂପୂର୍ଣ୍ଣ ଶିରୀ ଭୁଞ୍ଜ ତୁମ୍ଭଂକୁ କିସ ଦୁଖଇ ।୨୩୦।ପୃଥୀକି ରାଜ୍ୟଭୋଗ ଯୁଝେଷ୍ଠି ରାଜଋଷିତାହାର ପାଟରାଣୀ ତୁ ଅଟୁ ଗୁରୁହଂସୀ ।୨୩୧।ଯେତେକ ଅପଛାତି ତୁ ବହିଲୁ ସ୍ତିରୀଜନ୍ମେଯେତେକ ମହିମାଂକେ ପାରି ନାରୀଧର୍ମେ ।୨୩୨।ପୁତ୍ର ଅର୍ଥେ କ୍ରୋଧ ଗୋ ନକରିବୁ କୁଳବଧୂଦଇବତ ଭୋଗ୍ୟ କେ ପାରୁ ୟେହା ଛେଦୁ ।୨୩୩।ଭ୍ରଥାଂକର ମନୁ ଯେ ହାରିବୁ ବିଷାଦକେସନେକେ ନମଣିବୁ ପ୍ରୀତି ଦୁଖପଦ ।୨୩୪।ଆରେକ ବଚନ ମା ଗୋ ପ୍ରକାଶଇ ତୋତେନପୁଣ ସହଦେବ ସୁମରଇ ମୋତେ ।୨୩୫।ଭୋ ରାଜନ ପୁତ୍ରକଇଂ ଚୁମ୍ୱନ ଦେଇଣ ପଣ୍ଡୁରାଣୀଦ୍ରୋପତୀଂକି ଆଲିଙ୍ଗନ କରଇ ପୁଣ ପୁଣି ।୨୩୬।ଧୃତିରାଷ୍ଟ ଗାନ୍ଧାରୀ କୋଇନ୍ତା ବିଦୁର ସଞ୍ଜୟେରାଜ୍ୟ ଛାଡ଼ି ପାଞ୍ଚହେଂ ବନକୁ ଗମନ କୟେ ।୨୩୭।ସଞ୍ଜୟେ ବିଦୁର ଆଗେ ପଥେ କୋଇନ୍ତା ଯେ ମାତକୋଇନ୍ତା କାନ୍ଧେ ଯେ ଗାନ୍ଧାରୀଂକ ହାଥ ।୨୩୮।ରାଜ୍ୟଭାର ତେଜିଣ ସେ ପଶିଲେ ବନମାର୍ଗେପୁରଜନମାନେ ଦେଖିତେ ଅଇଲେ ଅତିବେଗେ ।୨୩୯।ହା ହା କାର କରନ୍ତି ଥୋକେ ଅଶ୍ରୁଜଳ ଆଖିଧଇର୍ଯ୍ୟ ଧରି ତନୁ ନୁଆରନ୍ତି ଦେଖି ।୨୪୦।ଗାନ୍ଧାରୀର ମୁଖେ ଅଛଇ ଅନ୍ଧ ଯେ ପଟଳସର୍ବଦା ଚକ୍ଷୁ ଦିଶଇ ଧୃତିରାଷ୍ଟ ମହୀପାଳ ।୨୪୧।ଫଳ ମୂଳ ଜଳ ୟେ ବନେ ପାଇବେଟି କାହିଂକୋଇନ୍ତା ବୃଦ୍ଧ ଆତ୍ମା ୟେହାଂକର ବଳ ନାହିଂ ।୨୪୨।ୟେଥି ଯେ ଥିଲେ ଦିବ୍ୟ ପଲଂକର ଯୋଗେଭୂମିରେ ଶଯ୍ୟା କେସନେକେ କରିବେ ୟେ ୟେବେ ।୨୪୩।ଖଣା ଖାଲ ଡିଙ୍ଗର ୟେ ନଜାଣନ୍ତି କିଛିପୁଣ ସେ ବିଦୁର ନୁଆରଇ ମନ ମୃଚ୍ଛି ।୨୪୪।କେସନେକେ ଧୃତିରାଷ୍ଟ ବନେ ଦୁଖ ସହୁଦୁଶୀଳା କନ୍ୟାର ୟେଥେ କେସନେକେ ଦିନ ଯାଉ ।୨୪୫।ୟେତେକ କହିଣ ତହୁଂ ବାହୁଡ଼ିଲେ ଲୋକେପୁରୁଂ ଅଦୃଶ୍ୟ ସେ ହୋଇଗଲେ ୟେକେ ୟେକେ ।୨୪୬।ଜୟ ତୁ କେଶବ ରୂପୀ ଜୟ ନାରାୟଣସର୍ବ ଭୂତନାଥ ତୁମ୍ଭେ କରସି କାରଣ ।୨୪୭।ସତତ ପ୍ରଣମିତ ମୋହୋର ଶ୍ରୀହରିର ପାଦତଳେଯେବଣ ସ୍ୱାମୀ ବଳୀକି ଚାପିଲେ ପାତାଳେ ।୨୪୮।ବିକଚ ନୀଳକମଳ ରୁଚିର ଯାହାର ତନୁବର୍ଣ୍ଣତହିଂମଧ୍ୟେ ମନ ମୋର ହେଉ ସଦା ଲୀନ ।୨୪୯।ଅକଳିତ ସାଗରେ ପଶିଲଇଂ ନଜାଣିୟେ ମହା ଦୁସ୍ତରୁ ମୋତେ ଉଦ୍ଧର ଚକ୍ରପାଣି ।୨୫୦।ସ୍ରାହାନ ଭୋଜନ ଯେ ଶୟନ ଅନୁବ୍ରତେହରି ବିନୁଂ ଅନ୍ୟ ନ ଭାବୁଂ ହୃଦଗତେ ।୨୫୧।ବୁଝିଲୁ ୟେ ସଂସାର ଚିତ୍ରପଟ ପ୍ରାୟେଜଳବିନ୍ଦୁ ଜାଣିଣ ଯେ ମନୁଷ୍ୟର କାୟେ ।୨୫୨।କୃଷ୍ଣର ପାଦପଦ୍ମେ ଲୟେ ରହୁ ନିରବଧିଶୂଦ୍ରମୁନି ସାରୋଳାଦାସ ବଦୟନ୍ତି ଗୁଣନିଧି ।୨୫୩।କୁନ୍ତୀ, ଗାନ୍ଧାରୀ ସହ ଧୃତିରାଷ୍ଟ୍ର, ସଞ୍ଜୟ ଓ ବିଦୁରର ବାନପ୍ରସ୍ଥାଶ୍ରମେ ଗମନ ଓ ତୀର୍ଥଯାତ୍ରା ବର୍ଣ୍ଣନାଅଗସ୍ତିଂକି ପୁଚ୍ଛାକଲେ ବଇବସୁତ ମନୁଧୃତିରାଷ୍ଟ ଗାନ୍ଧାରୀ ମିଳିଲେ କେବଣ ବନୁଂ ।୧।କଥୟନ୍ତି ମୁନି ପଣ୍ଡିତ ବାଳଖିଳାଶୁଣ ମହାରାଜା ଧାର୍ମିକ ମତିଭୋଳା ।୨।କାର୍ତ୍ତିକମାସ ଶୁକଳପକ୍ଷ ଗୁରୁବାରକୃତ୍ତିକା ଅନ୍ତେ ରୋହିଣୀ ଭୋଗ ଦଣ୍ଡ ତେର ।୩।ବାଳକ ନାମେ କରଣ ଶିବ ନାମେ ଯୋଗତିରିଶ ଦିନ ଯେ ତୁଳା ସଂକ୍ରାନ୍ତିକି ଭୋଗ ।୪।ବେଳ ଚାରିଦଣ୍ଡ ଯାୟେ ବୃହସ୍ପତି ବେଳାବାନପ୍ରସ୍ଥକୁ ଗମିଲା ଅମ୍ୱିକାର ବଳା ।୫।ଶୁଣ ହୋ ରାଜନ, ଅନ୍ଧ ଅନ୍ଧୁଣୀ ଯେ ନ ଚିହ୍ନନ୍ତି କିଛିଯେବଣ ବୃକ୍ଷ ଶରୀରେ ଲାଗଇ ତାହାର ପତ୍ର ଭକ୍ଷି ।୬।ଆହୋ ଚଇତନ ଯେବଣ ଫଳ ଲାଗି ତିହିଂ ଫଳଭୋଗୀଦାରକ୍ଷ ଫଳଭୋଗୀ ହୋଇ କୋଚିଲା ଫଳଟି ନଲାଗି ।୭।ଆପଣେ ଯାହା ଅରଜି ଭୁଞ୍ଜିବ ଅବଶ୍ୟକଲା କୃତ୍ୟ ଭୁଞ୍ଜି ସିନା ଆନର କିସ ଦୋଷ ।୮।ଧୃତିରାଷ୍ଟର ଗ୍ୟାନୁକରି ଯୁଝେଷ୍ଠି ଯାନ୍ତି ବନଅନ୍ତକାଳକୁ ନଗଲାଟି ଯେ ଯାହା ଅର୍ଜନ ।୯।ତପସ୍ୱୀ ଶରୀର ଧରିଣ ରାଜ୍ୟରୁ ବାହାର ହୋଇଲେତମସା ନଦୀ ଉତ୍ତର କୂଳେ ଗଲେଅନେକ ଦେଶ ଗିରି କନ୍ଦରେ ବୁଲିଲେ ।୧୦।କନ୍ଦମୂଳ କୋମଳ ପତ୍ର ଭକ୍ଷି ନିଅନ୍ତି ଯେ ଦିନଦିବସେ ପବନ କରନ୍ତି ରାତ୍ରେ କୋମଳ ପତ୍ରେ କରନ୍ତି ଶୟନ ।୧୧।ୟେମନ୍ତେ ପାଞ୍ଚମାସ ପାଞ୍ଚଦିବସ ଗଲେ ଚାଲିପ୍ରବେଶ ହୋଇଲେ ଯାଇଂ ଗୟାତୀର୍ଥ ବୋଲି ।୧୨।ବହଇ ଶୋଣଭଦ୍ରା ପାତାଳ ବାହିନୀତହିଂ ସ୍ରାହାନ ସାରି ଫଲୁକୀ ବିଜୟେ ଘେନି ।୧୩।ବ୍ରହ୍ମାର ନନ୍ଦିନୀ ଫଲୁକୀ ତହିଂ ସାକ୍ଷୀବନ୍ଧୁ ସହୋଦ୍ର କୁଟୁମ୍ୱ ଯାଇ ତହିଂ ଦେଖି ।୧୪।ସେ ତୀର୍ଥର ଦେବତାଂକୁ କଲେ ଦରଶନବ୍ରାହ୍ମଣଂକ ହାଥରେ ଥୋକାୟେ ଦିଲେ ଦାନ ।୧୫।ଯେ ମହାତୀର୍ଥେ ଯେ ରାମଘାଟ କୁଣ୍ଡସୋମ ଗୋତ୍ର ନିମନ୍ତେ ଦିଲେକ ବାଲିପିଣ୍ଡ ।୧୬।ଭୀଷ୍ମ ଭୂରିସର୍ବା ବାଲହୀଂକ ସୋମଦତ୍ତେଶଲ୍ୟ କର୍ଣ୍ଣ ଶକୁନି ମମ ଶତପୁତ୍ର ସହିତେ ।୧୭।ବିରାଟ ଦ୍ରୋପତ ଅଭିମନ୍ୟୁ କୋନ୍ତଭୋଜୟେମାନଂକ ମୂଳ ଯେତେ ସୋଦର ବନ୍ଧୁ ଯେ ଆତ୍ମଜ ।୧୮।ଉଭୟ ବଳେ ପଡ଼ିଲେ ଯେତେକ ସଇନିସବୁନ୍ତି ହିଂ ଧୃତିରାଷ୍ଟ ଦିଲେ ବାଲିପିଣ୍ଡ ଘେନି ।୧୯।ଧୃତିରାଷ୍ଟ ଦିଅନ୍ତେଣ ପାତିଲେ କରସ୍ଥଳବାଲିପିଣ୍ଡ ଭକ୍ଷି ମୋକ୍ଷ ହୋଇଲେ ସକଳ ।୨୦।ଗୟାରେ ଶ୍ରାଦ୍ଧକଲେ ଉପରେ ବଂଶେ ଯେତେଲୋକସମସ୍ତେ ମୋକ୍ଷଗତି ପାଇ ମୁକତି ହୋଇଲେକ ।୨୧।କଲେ ପିତୃକାର୍ଯ୍ୟ ତହିଂ ବିଦୁର ସଞ୍ଜୟେଗାନ୍ଧାରୀ ସହିତେ ଶ୍ରାଦ୍ଧକରନ୍ତି କୋଇନ୍ତାୟେ ।୨୨।ସତ୍ୟବାକ୍ୟ ଉଚ୍ଚାରି ଗଦାଧର ପରସନେତିନିଦିନ ରହିଲେ ପୂରକ ତୀର୍ଥସ୍ଥାନେ ।୨୩।ବିଛା ଧନୁ ବେନିମାସ ପୁଣ ତହିଂ ଯାନ୍ତେପ୍ରାଗତୀର୍ଥେ ପ୍ରବେଶ ହୋଇଲେ ଗମନ୍ତେ ।୨୪।ଗଙ୍ଗା ଯମୁନା ସରସ୍ୱତୀ ବହଇ ତିନି ଧାରସ୍ରାହାନ କଲେ ଯାଇଂ ସେ ସଙ୍ଗମ ତୀର୍ଥର ।୨୫।ତହିଂରେ ଯଥାବିଧି ପିଣ୍ଡଦାନ ଦିଲେମାଧବ ଦ୍ରଶନେ ମକର ମାସକ ବଞ୍ଚିଲେ ।୨୬।କଳପି ରାଜାୟେ ତହିଂ ବୋଇଲାକ ଆସିଆହୋ ଧୃତିରାଷ୍ଟ ରାଜା ତୁ ଅଟ ପୁଣ୍ୟରାଶି ।୨୭।ୟେ କାୟା ମୃତୁପିଣ୍ଡ ସେ ଅଟଇ ନକର ୟେହା ଇଚ୍ଛାତୀର୍ଥସେବା ୟେବେ ତୁମ୍ଭେ କର ମନବାଞ୍ଛା ।୨୮।ପୂର୍ବେ ବଇବସୁତ ମନୁ ରାଜାୟେ ହୋଇଥିଲାରାଜଭୋଗ ଛାଡ଼ିଣ ତୀର୍ଥ ସେବା କଲା ।୨୯।ଭାରଥ ଭାଗୀରଥୀ ପୁରରବା ଯଯାତି ନୃପତିତୀର୍ଥ ସେବା କରିଣ ଆସି ସମସ୍ତେ ହୋଇଲେ ତ୍ରିପୁତି ।୩୦।ରାଜଭୋଗ କଲେ ନାନା ପାତ କଆପ ଦଅଛଇଅଇଶୁର୍ଯ୍ୟ ପଣେ ବାବୁ ଧର୍ମ ନ ଗଚ୍ଛଇ ।୩୧।ତୀର୍ଥଯାତ୍ରୀ ବିନା ସେ ପାପକୁ ଆନ ଧର୍ମ ନାହିଂତୀର୍ଥ ଦ୍ରଶନେ କୃତାର୍ଥ କର ନିଜ ଦେହୀ ।୩୨।ତହୁଂ ଧୃତିରାଷ୍ଟ ଯେ ଆନ ବନେ ଗଲେନାରଦ ମୁନିଂକି ନାରଦ ପର୍ବତେ ଦେଖିଲେ ।୩୩।ଧୃତିରାଷ୍ଟ ଗାନ୍ଧାରୀ ଯେ ପାଣ୍ଡବ ଜନନୀସଞ୍ଜୟ ବିଦୁର କଲେ ନାରଦ ଚରଣେ ଦଇନି ।୩୪।ଅନେକ କଲ୍ୟାଣ କଲେକ ମହଋଷିଧୃତିରାଷ୍ଟ ରାଜାଂକୁ ବହୁତ ପ୍ରଶଂସି ।୩୫।ନାରଦେ ବୋଇଲେ ଭଲକୃତ୍ୟ ହିଂ ସେ କଲୁତୁ ଯେ ଧୃତିରାଷ୍ଟ ତପେଣ ବନକୁ ଅଇଲୁ ।୩୬।ସ୍ୱର୍ଗେ ପଣ୍ଡୁକୁ ଦେଖିଲୁ ତୋହୋର ଭାଇତୋହୋର ଯିବାକୁ ସେ ଅଛି ବାଟ ଚାହିଂ ।୩୭।ଅଶଉଚ କର୍ମେ ସ୍ୱର୍ଗେ ଠାବ ନାହିଂଦିଲା ଅଛଇ ଅର୍ଗଳି ସ୍ୱର୍ଗେ ପଶିତେ କ୍ଷମ ନାହିଂ ।୩୮।ପୁତ୍ର ପଉତ୍ର ଭାରିଜା ନୋହଇଟି କାହାରିଦେଖଂ ଦେଖୁଂ ତୋହୋର ସମସ୍ତ ଅପହରି ।୩୯।ୟେ ମୃତୁମଣ୍ଡଳେ ତୁ କିସ ଭୋଗକଲୁଲୋଭ ମୋହ ଶୋକେଣ ପଡ଼ି ବୁଡ଼ିମଲୁ ।୪୦।ପଞ୍ଚଇନ୍ଦ୍ରିୟ ଅଟଇ ଭୋଗକାରୀୟେଣେ ସେ ସଂସାରେ ଅଗ୍ୟାନେ ଅପହାରି ।୪୧।ମନେକରି ଯେବେ ହାଦେ ୟେହା ନିବାରିତେବେ ସେ ମୋହ ଜଳୁଂ ହୋଇବାକ ପାରି ।୪୨।ଅନେକ ଗ୍ୟାନ ଯେ କହିଲେ ହାଦେ ଦେବଋଷିୟେମନ୍ତେଣ ବ୍ୟାସେ ପ୍ରବେଶ ହୋଇଲେକ ଆସି ।୪୩।ବ୍ୟାସଂକୁ ଦେଖିଣ ପ୍ରଣପତ୍ୟ ଧୃତିରାଷ୍ଟଭୋ ପିତା ତୋହୋର ଥାଆନ୍ତେ ମୋହୋର ୟେତେ କଷ୍ଟ ।୪୪।ବ୍ୟାସେ ବୋଇଲେ ବାବୁ ତୁ ଭଲ କୃତ୍ୟ କଲୁଗୃହବାସ ତେଜି ବନ ବାସକୁ ଅଇଲୁ ।୪୫।କ୍ଷତ୍ରୀଂକର ସାଂଗ୍ରାମେ ମୃତୁହିଂ ସେ ଗତିଅନ୍ୟେ ମୃତୁ ଲଭିଲେ ପାଆନ୍ତି ନର୍କ ଗତି ।୪୬।ଜନ୍ମହୁଂ ଯେଣୁଟି ତୋହୋର ଚଛୁ ନାହିଂତୁହୋ ରଣ ଯଗ୍ୟଂ ପାଇବୁ ଆର କାହିଂ ।୪୭।ଚିନ୍ତା ଉପେକ୍ଷି ୟେବେ ଥାଅ ବନବାସେୟେବେ କହିଂଣ ତହୁଂ ଯେ ଗଲେ ବେଦବ୍ୟାସେ ।୪୮।ନାରଦ ପୂର୍ବତୁଂ ଯେ ଗଲେ ପଞ୍ଚୁଜଣେଗଙ୍ଗାକୂଳେ ଯାଇଂ ରହିଲେ ଗହନ ବିପୁନେ ।୪୯।ନାନା ବିପିନେ ତହିଂ ଅଛି ତରୁମାଳହାନ୍ଦୋଳନ୍ତି ପବନେ ଲତା ପଂକୁ ଫଳ ।୫୦।ବକୁଳ ମାଧବୀ ନାଗେଶ୍ୱର ଯୋଗରଜନୀୟେ ଭ୍ରସଳେ ଚୁମ୍ୱନ୍ତି ପରାଗ ।୫୧।ରାବନ୍ତି କୋକିଳେ ଯେ ବସନ୍ତର ବାଣୀଶୁଣନ୍ତେ ଶୋକଯେ ଉପେକ୍ଷିଲେ ପଞ୍ଚୁପ୍ରାଣୀ ।୫୨।ବହୁତ ବନଜୀବ କ୍ରୀଡ଼ନ୍ତି ସେ ବନେକରିବର ମୃଗ ହୟେ ବାଉଟିଆ ଜୀବମାନେ ।୫୩।ବିବିଧ କାନନୁଂ ପାଇଣ ସେ ବନପୂଜାଆଶ୍ରମ ସୁଲଭେ ରହିଲେ କୁରୁରାଜା ।୫୪।ଗଙ୍ଗାର ପନ୍ତାରେ ସେ ପର୍ଣ୍ଣକୁଟୀ କଲେଫଳମୂଳ କନ୍ଦ ଆହାରେ ଦିନ ନେଲେ ।୫୫।ସ୍ରାହାନେ ତର୍ପଣ ନିତ୍ୟକର୍ମ ପୂଜା ସାରିତହୁଂ ଉତ୍ତାରେ ଯେ ଆହାର ସଞ୍ଚାକରି ।୫୬।ନାରଦ ପର୍ବତୁଂ ଯେ ଗଲେ ବ୍ୟାସଋଷିଇନ୍ଦ୍ରପ୍ରଶସ୍ତରେ ପ୍ରବେଶ ହୋଇଲେକ ଆସି ।୫୭।ଆସ୍ତାନେ ଦେଖିଲେ ଯୁଝେଷ୍ଠି ପୂରିତ ଗହଳବ୍ୟାସଂକୁ ଦେଖିଣ ଯେ ଉଠିଲେ ସକଳ ।୫୮।ସମସ୍ତ କୁଟୁମ୍ୱ ଘେନିଣ ଯୁଝେଷ୍ଠି ଦେବରାଜାବ୍ୟାସଂକର ପଦ୍ମପାଦେ କଲେ ଦିବ୍ୟପୂଜା ।୫୯।ବ୍ୟାସେ ବୋଇଲେ ବାବୁ ଶୁଣ ରାୟେ ଯୁଝେଷ୍ଠିଗଙ୍ଗାକୂଳେ ଦେଖିଲୁ ତୋହୋର ଦେଢୁତା ଧୃତିରାଷ୍ଟି ।୬୦।ଗାନ୍ଧାରୀ କୋଇନ୍ତା ବିଦୁର ଗାଲବ୍ୟର ସୁତଯୁଝେଷ୍ଠି ବୋଇଲେ ମୋତେ ତାଂ କୁଦେଖା ନେଇତାତ ।୬୧।୩୧୪।ଯୁଝିଷ୍ଠରଙ୍କର ସସୈନ୍ୟେ ଧୃତିରାଷ୍ଟଙ୍କ ନିକଟକୁଗମନ ଓ ବିଧବା ନାରୀମାନଙ୍କ ସ୍ୱର୍ଗପ୍ରାପ୍ତିବ୍ୟାସେ ବୋଇଲେ ହୋ ଚାଲ ଯିବା ବନେଅନେକ ସଇନି ତୁଲେ ପାଣ୍ଡବ ପଞ୍ଚୁଜଣେ ।୧।ଶତେ ଭାଇଂକର ଯେତକ ଯୁବତୀସମସ୍ତ ନାରୀମାନେ ଗୋଡାଇଲେ ପଛ କତି ।୨।ଚଳନ୍ତେ ପ୍ରବେଶ ଯେ ହୋଇଲେ ଗଙ୍ଗାକୂଳେବିଦୁରେ ବୋଇଲେ ଧୃତିରାଷ୍ଟଂକ ଆଗେ ଅଇଲେ ସକଳେ ।୩।ଧୃତିରାଷ୍ଟ ବୋଇଲେ ଯେବେ ଅଇଲେ ଯୁଝେଷ୍ଠି ସହିତେଆହୋ ବିଦୁର ଆସୁଛନ୍ତି ଆମ୍ଭନ୍ତ ନେମାର ନିମନ୍ତେ ।୪।ଗଙ୍ଗାକୂଳେ ଆସି ଦେଖିଲେ ପର୍ଣ୍ଣକୂଟୀହା ହା ନାଥ ବୋଲି ପଡ଼ିଲେ ଭୂମିରେଣ ଲୋଟି ।୫।ଦୃଶିଳା ଗାନ୍ଧାରୀର ପାଦ ଦୁଇଧରିଉଚ୍ଚ ସ୍ୱରେ କାନ୍ଦିଲା ଯେ ଯଦ୍ୟରଥ ସୁମରି ।୬।ଭାନୁମତୀ ସହିତେଣ ଯେତେକ ଯୁବତୀଶାଶୁକୁ ଦେଖିଣ ଶୋକ କରନ୍ତି ଅପ୍ରମିତି ।୭।କରେ ଶିର ତାଡ଼ି ପୁତ୍ର ସୁମରିଣ ମନେକି ଜାଣି ସମସ୍ତେହେଂ ମଲେ ସେହିଦିନେ ।୮।ଅଶ୍ରୁଜଳେ ସମସ୍ତଂକ ବକ୍ଷ ହୋଇଲାକ ଧୋଇଧଉର୍ଯ୍ୟବନ୍ତ ହୋଇ କେହି ୟେକ ସ୍ତିରୀ ନାହିଂ ।୯।କେବଣ ନାରୀକି ଅବା ହୋଇନାହିଂ ବ୍ୟଥାତାହାକଇଂ ପ୍ରବୋଧ କରିକେ କହିବାକ କଥା ।୧୦।ଷୋଳ ବରଷ ହେଲା ଯେ ଥିଲେକ ଉପେକ୍ଷିକ୍ରୋଧ ବଢିଲା ଧୃତିରାଷ୍ଟ ଗାନ୍ଧାରୀଂକି ଦେଖି ।୧୧।ଅଧର କମ୍ପାଇଣ ସେ କହନ୍ତି ବଚନବ୍ୟାସଂକର ମୁଖଚାହିଂ ସୁନ୍ଦରୀୟେ କାନ୍ଦନ୍ତି ଘନ ଘନ ।୧୨।ବୋଲନ୍ତି ଗୋ ବ୍ୟାସେ ୟେବେ କରିବା ପ୍ରତିକାରେତୁମ୍ଭେ ଆସି ମିଳିଲ ସୁଫଳ ହୋଇଲା ଆମ୍ଭରେ ।୧୩।ବ୍ୟାସେ ବୋଇଲେ ଉଭାତା ଦେଖି ଅଇଲୁଂ ଧୃତିରାଷ୍ଟସୁଖ ନୋହିଲାତ ହୋଇଲା ବଡକଷ୍ଟ ।୧୪।ବ୍ୟାସେ ବୋଇଲେ ଧୃତିରାଷ୍ଟ ତୋତେ ଦେଖି ରୋବନ୍ତି ବିକଳେତୁ ସେ ସମ୍ୱୋଧୁବୁନା ବଧୂର ସକଳେ ।୧୫।ଧୃତିରାଷ୍ଟକଇଂ ବ୍ୟାସେ ସମ୍ୱୋଧନା କରି ଆସିବଧୂଜନମାନନ୍ତ ଯେ ବୋଲନ୍ତି ଆଶ୍ୱାସି ।୧୬।ବ୍ୟାସେ ବୋଇଲେ ଆଈଗୋ କ୍ରୋଧ ଶାନ୍ତି କରଭ୍ରଥାୟେ ମୃତୁପଥେ ନାହାନ୍ତିନା ତୁମ୍ଭର ।୧୭।ତୁମ୍ଭେ ଯେ ଅପ୍ରତେ ଅବା ଗଲ ସର୍ବନାରୀୟେହିକ୍ଷଣି ଦେଖାଇବା କି ଭ୍ରଥାନ୍ତ ତୁମ୍ଭରି ।୧୮।ମୁଖେଣ ଅଙ୍ଗୁଷ୍ଠି କେ ଦନ୍ତେଣ ତିରଣ ଧରିକେ କରେ କାର୍ପୁଣ୍ୟ କେ ପାଦତଳେ ପଡ଼ି ।୧୯।କେଶ ବାସ ଆସମ୍ଭାଳ କାନ୍ଦନ୍ତି ଭୂମିଲୋଟିକେ ବୋଲନ୍ତି ଜନ୍ମେ ଜନ୍ମେ ହୋଇଥିବୁ ତୁମ୍ଭର କନ୍ୟା ଯେ ଆମ୍ଭେଟି ।୨୦।ତୁମ୍ଭର ଅନୁଗ୍ରହେ ସ୍ୱାମୀଂକି ଯେବେ ପାଉଦୁଖ ମହାଘୋର ତାପ ଯେ ମନୁ ଯାଉ ।୨୧।ଷୋଳବରଷ ହୋଇଲା ସ୍ୱାମୀଂକି ନ ଦେଖିଲୁ ନୟନେୟେ କଷ୍ଟ ପାରଯିବ ବ୍ୟାସଦେବଂକ ପରସନ୍ନେ ।୨୨।ସପନ ଫଳ ପ୍ରାୟେ ତ କହିଲ ନଜାଣିଆତ୍ମା ଦହିଜ ହୋଇଲା ତୁମ୍ଭର ବୋଲଶୁଣି ।୨୩।ଆଶା ଦେଖାଇ ଯେ ମୁନି କରନ୍ତି ନିରାଶଆପଣତ ଜାଣନ୍ତି ୟେ ୟେଥିରେ କେତେ ଦୋଷ ।୨୪।ଦେଖିଣ ରୋମାଞ୍ଚଇ ଶରୀର ଉତସଲ୍ୟଆରେକ ବେଳେ ତ ୟେହି କଥା ବୋଲ ।୨୫।କାକୁସ୍ଥ ବଚନ ଶୁଣିକରି ସତ୍ୟବତୀର ନନ୍ଦନଗଙ୍ଗାଜଳେ ପଶି ମୁନି କଲେକ ସ୍ରାହାନ ।୨୬।ମନ୍ତ୍ର ଅଭ୍ୟାସିଣ ସେ ଚିନ୍ତିଲେକ ଋଷିଦିବ୍ୟ ଅବତାର ହୋଇ ମିଳିଲେ ଭୀଷ୍ମେ ଆସି ।୨୭।ପୁଣିହିଂ ଚିନ୍ତାକଲେ ମିଳିଲେକ ଦ୍ରୋଣେଭୂରିସର୍ବା ବାଲ୍ହିକ ଯେ ସୋମଦତ୍ତ ରାଣେ ।୨୮।ପୁଣି ଧ୍ୟାନେ ଚିନ୍ତନ୍ତି ସତ୍ୟବତୀର ସନ୍ତତିକର୍ଣ୍ଣ ମିଳିଲା ଆସି କୋଇନ୍ତାଂକର କତି ।୨୯।ଦ୍ରିଯୋଧନ ଅଇଲା ଶତେ ଭାଇର ତୁଲେଲକ୍ଷ୍ମଣକୁମାର ଅଇଲା ତୁଲେ ଶକୁନି ଶଇଲ୍ୟେ ।୩୦।ବିରାଟ ଦ୍ରୁପଦ ଶ୍ରୀଖଣ୍ଡୀ ଧୃଷ୍ଟ ଯେ ଦ୍ୟୁମନଅଭିମନ୍ୟୁର ତୁଲେ ବିରାଟ ପୁତ୍ରମାନ ।୩୧।ଅଇଲେ ଜଦ୍ୟରଥ ପାଞ୍ଚାଳ କୁମରେଅଳମ୍ୱୁଷ ଘଟଉତ୍କଚ ଯେ ଅଇଲେ ସର୍ବ ବୀରେ ।୩୨।ଅଷ୍ଟାଦଶ ଦିବସେ ପଡ଼ିଥିଲେ ଯେତକସଞ୍ଚପି କହନ୍ତେଣ ଲେଖିବା କେତେକ ।୩୩।ସେହିକାଳେ ଯେହ୍ନେକ ଥିଲେ ଯଥା ରୂପେଅନେକ ଅଳଂକାର ଯେ ଆଭରଣ ସରୂପେ ।୩୪।ବେଦବ୍ୟାସେ ବୋଇଲେ ଗୋ ଶୁଣସି ସର୍ବବାମାଯେ ଯାହାର ସ୍ୱାମୀକି ଗୋ ଚିହ୍ନିଣ ୟେଥୁ ନେମା ।୩୫।ରାତ୍ରେକ ଦିବସେକ ଆଜ ତୁମ୍ଭକୁ କ୍ଷଣେକ ଅଟଇକର ରତିଭୋଗ ତୁମ୍ଭର ଯେତେକ ମନ ଶାନ୍ତି ହୋଇ ।୩୬।ଉଜାଗରେ ଆଜ ତୁମ୍ଭେ ନିଶି ପୁହାଇବପ୍ରଭାତେ ନୋହିବ ସିନା ରତି ରସ ଭାବ ।୩୭।ୟେତେକ ଶୁଣନ୍ତେ ସେ ଧାମନ୍ତି ସର୍ବନାରୀସଭାରୁ ଭ୍ରଥାନ୍ତ ସେ ଯେ ଆଣନ୍ତି କୋଳକରି ।୩୮।ପୁଣ ଆରୋପଣ ଯେ କଲେକ ମହଋଷିସୁବର୍ଣ୍ଣର ଶତେ ପୁର ମାୟାରେ ମିଳିଲାକ ଆସି ।୩୯।ଦିନକର ଅନ୍ତେ ଯେ ହୋଇଲାକ ନିଶିଯେ ଯାହାର ଠାବେଣ ବିଜେକଲେ ଆସି ।୪୦।ନବକୋଟି ଯୋଦ୍ଧାନ୍ତ ଯେ ନବକୋଟି ଘରସୁଖେ ପହୁଡ଼ିଲେ ଯାଇ ସୁପାତି ଶେଯ୍ୟାର ।୪୧।ହଂସୁଲି ତୁଳି ପାତି ଜାଳନ୍ତି ମାଣିକ୍ୟର ଦୀପଲମ୍ୱନ୍ତି ଚଉସରା ଯେ ଉପରେ ଚନ୍ଦ୍ରାତପ ।୪୨।ଜଳଧାରା ପାଇଲାକି ଚାତକ ନାମେ ପକ୍ଷୀସ୍ୱାମୀପାଇ ସର୍ବକଷ୍ଟ ପାସୋରିଲେ ମୃଗାକ୍ଷୀ ।୪୩।ଗାଢେଣ ଆଲିଙ୍ଗନ କରନ୍ତି ବନିତାଅଧର ଚୁମ୍ୱିଣ ଯେ ଉପେକ୍ଷିଲେ ଚିନ୍ତା ।୪୪।କେବଣ ନାରୀ କାନ୍ଦି କହଇ ସ୍ୱାମୀଆଗେୟେତେ ଅବସ୍ଥା ମୁଂ ହୋଇଲି ତୁମ୍ଭର ଅଭାବେ ।୪୫।କେ ନେଇ ସ୍ୱାମୀର ହୃଦେ କୁଚ ଲଗାଇ ପେଲିପ୍ରେମ କୁତୋହଳେ ଚାଟୁ ପଟଳକେ ବୋଲି ।୪୬।କେବଣ ନାରୀ ଋଷନ୍ତି ବେଉଷନ୍ତି ପୁରୁଷେକେ ପ୍ରେମ ରସେଣ ଯେ ପିଠିଦେଇ ବସେ ।୪୭।କେ ବୋଲଇ ତୋହୋର ଅପାଦ ପଡ଼ି ମୋହୋର ମାଥାଭ୍ରଥାର ଅଭାବେ ଆବର କଷ୍ଟ କେବଣ କଥା ।୪୮।କେବଣ ବାମା ଶୃଙ୍ଗାରେ ନାହିଂତ ବିଶ୍ରାମକେ ସ୍ତନ ଜାନୁ ଛିନାଇ ଉକୁଟାଇ କାମ ।୪୯।କେବଣ ନାରୀ ଭ୍ରଥାକୁ ହୃଦରେ ଶୁଆଇକେବଣ ନାରୀ ଭ୍ରଥାର ଚରଣ ଘଷଇ ।୫୦କେ ଭୁଜେ ଭିଡ଼ି ମୁଖେ ଦିଅନ୍ତି ଚୁମ୍ୱନେକବଦନ ନିରୋପି କେ ପ୍ରେମେ କରନ୍ତି ଶୋକହାହା ସ୍ୱାମୀ ମୋହୋର ଗଳାର ମାଣିକ ।୫୧।କେ ଋଷଇ କେ ହସଇ କେ ବସଇ ୟାଇଂ ଦୂରେକେବଣ ନାରୀ ବିଳପଇ କାନ୍ଦଇ ଉଚ୍ଚସ୍ୱରେ ।୫୨।ବିବିଧ ସମ୍ଭର୍ବେ ବନ୍ଧେଣ ସର୍ବ ରତିଲୋଚନ ଉନ୍ନିଦ୍ରେ ଯେ ବଞ୍ଚିଲେ ନିଶାରାତି ।୫୩।ମଦନ ପଞ୍ଚୁଶର ହୃଦେଣ ଗଲା ଫୁଟିପ୍ରକୃତି ନ ସରଇ ନ ପୂରଇ ଅଭୀଷ୍ଟି ।୫୪।ୟେସନେକେ ଯୁବା ସ୍ତିରୀ ଯୁବା ଯେ ପୁରୁଷକ୍ଷଣେକ ପ୍ରାୟେ ମଣିଲେ ରାତ୍ର ତାଂକୁ କିସ ।୫୫।ଅରୁଣ ପ୍ରକାଶେଣ ପାଇଲାକ ନିଶିସମସ୍ତ ପୁରୁଷେ ଯେ ହେଲେ ଶୂନ୍ୟବାସୀ ।୫୬।ଅଗ୍ନି ଅଶାନ୍ତି ଯେହ୍ନେ ତିରଣ କାଠ ଘୃତ ପାଇପୁରୁଷ ଯୋଗ ସ୍ତିରୀଂକର କେବେହେଂ ଶାନ୍ତି ନାହିଂ ।୫୭।ମଦନ ଜ୍ୱରେ ଜଳଇ ତାହାଂକର ଅଙ୍ଗତେବେ ସେ ରମଣୀୟେ ନ ଛାଡ଼ନ୍ତି ଅଙ୍ଗସଙ୍ଗ ।୫୮।ଭୁଜେଣ ଆକ୍ରେଷି ଧରି ଲୋଡନ୍ତି ଯୁବତୀକୋଳହିଂ ସେ ଅଛି ପୁରୁଷେ ନାହାନ୍ତି କତି ।୫୯।ଦୁଗୁଣ ବଇକୁଲ୍ୟ ହୋଇଲେ ସର୍ବବାଳୀଆକାଶକଇଂ ଦୃଷ୍ଟି କରି ପାଡ଼ିଲେ ବୋବାଳି ।୬୦।ହାହାନାଥ ଆମ୍ଭନ୍ତ ଛାଡ଼ିଣ କେଣେ ଗଲଶରୀର ଥୋଇ ଆମ୍ଭନ୍ତ ଜୀବନ କାଢିନେଲ ।୬୧।ଅଧର ଅମୃତ ମୁଖେ ପାନଦେଇଆମ୍ଭନ୍ତ ଛାଡ଼ିଣ କେଣେ ଗଲ ହୋ ପଳାଇ ।୬୨।ପୂର୍ବ ଅନରୂପେ କିସ ଦେଖିଲ ଅନ୍ତରତେଣେ ସ୍ୱାମୀର ନୋହିଲୁ ମନର ଭିତର ।୬୩।ଛାଡ଼ି ଯେବେ ଯିବ ସ୍ୱର୍ଗୁ କିମ୍ପେ ଆସଦୃଢ଼ପଣ ଆମ୍ଭର ଧଉର୍ଯ୍ୟପଣ ନାଶ ।୬୪।ସ୍ୱାମୀ ଆଶା ତେଜିଥିଲୁ ୟେବେ କଲ ଯେ କୃତାର୍ଥୟେବେ ତୁମ୍ଭ ଯୋଗୁଂ ପ୍ରାଣ ତେଜିବୁଂ ଯଥାର୍ଥ ।୬୫।ନଖ ଦନ୍ତ ମୁଖ ଘାତ କଲ କୁଚେ ଚିହ୍ନୟେତେକ କିମ୍ପାଇଂ ଯେ କଲ ବିଡ଼ମ୍ୱନ ।୬୬।ଗଲାର କଥା ହୋ କିମ୍ପେ ଦିଲ ହେତୁୟେସନେକ ପ୍ରପଞ୍ଚେ ନାଥ କେବଣ ନାରୀ ବ୍ରତୁଂ ।୬୭।ବଥାୟିତ ପଣ ନାଥ କଲେକ ନଜାଣିତନୁର ପ୍ରାଣ ମୋର ଘେନିଗଲ ପୁଣି ।୬୮।ନାନା ଆଲିଙ୍ଗନ ଯେ କଲ ନିଶାକାଳେବିଶ୍ୱାସ ଘାତକତା କଲ ଯିବାବେଳେ ।୬୯।ବିଳାପ ଶବଦ ଯହୁଂ ଶୁଭିଲାକ ବାଣୀପାଣ୍ଡବେ ମଉନବ୍ରତ ଅପମାନ ଶୁଣି ।୭୦।ସ୍ୱାମୀ ସ୍ୱାମୀ ବୋଲି ଯେ ରୋବନ୍ତି ସର୍ବନାରୀହାଥ ବଢ଼ାବନ୍ତି ସେ ଗଗନକୁ ପ୍ରସାରି ।୭୧।ଭୋ ନାଥ ଆମ୍ଭନ୍ତ ନିଅ ବୋଲି ବୋଲନ୍ତି କେବଣ ନାରୀକିସ ଅବା ଅରଜିବ ଘରଣୀକି ମାରି ।୭୨।ଯେସନେକେ ପଂକଜ ବିଘଂସଇ ଦେଖି ଅର୍କଅନ୍ତରୀକ୍ଷେ ଥାଇ ନାଥ ଆମ୍ଭନ୍ତ ଦିଅ ବାକ୍ୟ ।୭୩।ଅନେକ ଶୋକ କରି ହସ୍ତିନାପୁର ସର୍ବନାରୀବ୍ୟାସ ମହଋଷିଂକ ଚରଣେ ଯାଇଂ ପଡ଼ି ।୭୪।ଦନ୍ତେଣ ତିରଣ ଧରି ଯେ ସକଳ ଯୁବତୀବ୍ୟାସ ମହଋଷିକଇଂ କଲେ ବହୁତ ତୁସ୍ତି ।୭୫।ଆମ୍ଭନ୍ତ ସ୍ୱାମୀଦାନ ଦିଅସି ମହଋଷିଶୁଣିଣ ବ୍ୟାସ ଦେବ ବୋଇଲେକ ହସି ।୭୬।ସ୍ୱାମୀଂକର ତୁଲେଯାଇତେ କି ଲୋଡ଼ପତିଂ ଦେହି ପତିଂ ଦେହି ବୋଲି ଯେ କଲେକ ସଂକୋଡ଼ ।୭୭।ବୋଇଲେ ତୋହୋର ଦୟାକଲେ ହେଂ ସିନା ତରିମର୍ତ୍ତ୍ୟପୁରୀ ତେଜି ଭୋଗିବୁ ଯେ ସ୍ୱର୍ଗପୁରୀ ।୭୮।ଷୋଳ ବରଷ ହୋଇଲା ନ ଦେଖିଲୁ ନୟନେୟେ କଷ୍ଟ ପାସୋରିବୁଂ ବ୍ୟାସଂକ ପରସନ୍ନେ ।୭୯।କୃଷ୍ଣଂକର ଦୁତୀ ଆତ୍ମା ଋଷି କୁଳେଜାତଆଷ୍ୟ ଅଇଶର୍ଯ୍ୟ ଯେ ଗ୍ୟାନ ବୁଦ୍ଧିବନ୍ତ ।୮୦।ପାର୍ଥନା ଶାହୀ ନାଥ ସଦୟେ ଭାବକ୍ଷମାସକଳ ବ୍ରହ୍ମାଣ୍ଡ ମଧ୍ୟେ ଯେବଣ ଋଷିର ମହିମାଂ ।୮୧।କାର୍ପଣ୍ୟ କାରଣ କରନ୍ତା ଯେବଣ ମୁନିବ୍ୟାସମୁହିଂ ତାହାର ସୁବୁଦ୍ଧି ପଣକୁ କଲାଇଂ ଆଶ ।୮୨।ନିର୍ଭୀତ ନିରାପଦ ନିର୍ଭିନ୍ନ ନମାମିମହାମନ୍ତ୍ର ବଳେ ୟେହୁ ସେ ଶୂନ୍ୟଗାମୀ ।୮୩।ଅଗାଦି ସାଗରେ ମୁହିଂ ଅଛଇ ଯେ ପଶିକିଞ୍ଚିତ ଅପ୍ରାଧେ ମୁଂ ହୋଇଲି ମହାଦୋଷୀ ।୮୪।ବେନି ମୃତ୍ତି ନିମନ୍ତେ ଯେ ମୁହିଂ ଶାପ ଘେନିଜନ୍ମିଲି ମୃତୁମଣ୍ଡଳେ ମନୁଷ୍ୟର ଯୋନି ।୮୫।ଯଦ୍ୟପି ମନୁଷ୍ୟେ ମୁହିଂ ହୋଇବଟି ଜାୟେସଦଜନ୍ମ ମୋହୋର ହରିରେ ବିନୟେ ।୮୬।ଆଷ୍ୟ ବୁଦ୍ଧି ଆରୋଗ୍ୟ ଯେବଣ ଋଷି ଦ୍ୟନ୍ତାସୃଷ୍ଟିକରତା ପୁରୁଷେ କରିବା ୟେବେ ଚିନ୍ତା ।୮୭।କଇବ୍ରତୀର ନନ୍ଦନ ପାରେଶ୍ୱର ଗୋତ୍ରୀଷାଠିୟେ ଲକ୍ଷ ପୁରାଣ ଗ୍ରନ୍ଥ ଯାହାରେ ନିଭ୍ରାନ୍ତି ।୮୮।ଶତେ ସହସ୍ର ଦଣ୍ଡ ପ୍ରଳମ୍ୱ ବ୍ୟାସଂକ ପଦ୍ମପାଦେଶୂଦ୍ରମୁନି ସାରୋଳାଦାସ ଭାବନ୍ତି ସଦାହୃଦେ ।୮୯।ଭୋ ରାଜନ କନ୍ୟାଂକର ବଇକୁଲ୍ୟେ ଚିନ୍ତିଲେ ମହଋଷିସେହି ମୃତୁପୁରୁଷେ ତହୁଂ ବିଜେକଲେ ଆସି ।୯୦।ବ୍ୟାସେ ବୋଇଲେ ନିଅ ଯେ ଯାହାର ଭାରିଜାମତ୍ତଗର୍ବ କରିଣ ୟେ ଉପେକ୍ଷିଲେ ସର୍ବେ ଲଜ୍ଜା ।୯୧।ଶୁଣିଣ ପୁରୁଷେ କନ୍ୟାଂକର ହାତଧରିପିତୃଲୋକେ ବସିଲେ ଯାଇଂ ନୁଆଇଲେ ସ୍ୱର୍ଗପୁରୀ ।୯୨।୪୦୬।ବିଦୁରଙ୍କର ଯୁଧିଷ୍ଠିରଙ୍କ ଦେହେ ପ୍ରବେଶ ଓଦେହ ସଂସ୍କାରବଦୟନ୍ତି ଅଗସ୍ତି ଶୁଣ ମନୁ ନରନାଥବଇକୁଣ୍ଠେ ବସନ୍ତେ ଯେବେ ନ ନିଅନ୍ତେ ଭାରିଜାନ୍ତ ।୧।କିଞ୍ଚିତ କୃଷ୍ଣଂକୁ ଯେଣୁ ଚିନ୍ତିଲେକ ଦ୍ରୋହକୃତାନ୍ତକ ବୋଇଲେ ତୁମ୍ଭେ ପିତୃଲୋକେ ରହ ।୨।ଦେଖିଣ ପରମ ସନ୍ତୋଷ ଅଂଧ ବିଦୁର ସଞ୍ଜୟେପାଣ୍ଡବେ ସହିତେ ଯେ ଆଶ୍ରିତ ସଭିୟେଂ ।୩।ଉଦବେଗ ଚକିତେ କେହି ନ କହନ୍ତି କଥାମନୁଷ୍ୟେ ଅସମ୍ଭବ ଦେଖିବାକୁ ଅବସ୍ଥା ।୪।ବ୍ୟାସଂକ ପଦ୍ମପାଦେ ପ୍ରଣପତ୍ୟ ତୁଷ୍ଟ ମନେମୃତୁପାତକ ତେଜିଲେ ବ୍ୟାସଂକ ପରସନ୍ନେ ।୫।ଯୁଝେଷ୍ଠି ବୋଇଲେ ଯେବଣ କର୍ମ ଶାହାସ୍ରେ ନ ଶୁଣିଲାତୋହୋର ମହିମାଂରେ ୟେବେ ଚଛୁରେ ଦେଖିଲା ।୬।ଦୁଖର ଅଶେଷ ଜିଣିଲାଉଂ ୟେବେୟେ ସଂସାର ସାଗରୁ ତରିବାକ ତୋହର ଭାବେ ।୭।ଧୃତିରାଷ୍ଟ ବୋଇଲେ ଯୁଝେଷ୍ଠିଂକ ଆଗତୋହୋର ବିଳମ୍ୱ ନ ସହଇ ଯୋଜନ ପରଜା ଉଦବେଗ ।୮।ବାବୁ ସୁଚିତ୍ତେ ପରଜାନ୍ତ ପାଳି ଥାଅସି ଭଲେସମସ୍ତେ ଅନ୍ଧପଟଳଟି ତୋହୋର ନଗରେ ।୯।ଧୃତିରାଷ୍ଟଂକ ତିଆରନ୍ତେ ଚଳନ୍ତି ପାଣ୍ଡବେପ୍ରବେଶ ହୋଇଲେ ଯାଇଂ ଜଇନ୍ତା ନିଜ ଠାବେ ।୧୦।ଅନୁଦିନେ ଯାଇ ହସ୍ତିନାୟେ ପରବେଶଯେ ଯାହାର ଭୁବନେ ଯାଇଂ ପଶିଲେ ନିଜବାସ ।୧୧।ଅଗସ୍ତିଂକ ପାଶେ ବଇବସୁତ ମନୁ ବୋଇଲାବନସ୍ତେ ଧୃତିରାଷ୍ଟ ଅଟନ୍ତି ସତ୍ୟବାଦୀମିଛ ବାକ୍ୟ କହିଲେ ହୁଅନ୍ତି ଅପରାଧୀ ।୧୩।ଠାବେ ଠାବେ କରିଣ ସେ ଚଳିଗଲେ ଚାରକାହାତୁଣ୍ଡେ ମିଥ୍ୟାବାକ୍ୟ ନୋହିବ ବାହାର ।୧୪।ପରଜାର ଅରିଷ୍ଟି ନ ଧରିବାକୁ ମନକୃଷି ଉପୁଜାଇ ହରଷେ ନ୍ୟନ୍ତି ଦିନ ।୧୫।ପରଜାଂକର ଭୁବନ ନିର୍ବାଣ କଣୟ ଢାଂକୁଣିସୁବର୍ଣ୍ଣର କଳସ ଘରେ ଘରେ ମଣ୍ଡଣି ।୧୬।ପୁତ୍ରେ ମାତା ପିତାକଇଂ ହୋଇଥିକେ ବଶଇନ୍ଦ୍ର ଜାଣିଣ ବୃଷ୍ଟି କରିବ ଯେ ଉପୁଜିବ ଶସ୍ୟ ।୧୭।ବିସ୍ତର ଆହୂତି ଯେ ପିବନ୍ତି ବହନିସକଳ ବ୍ରାହ୍ମଣଂକ ମୁଖେ ଶୁଭଇ ବେଦ ଧୁନି ।୧୮।ଜରା ଅବସ୍ଥା ନାହିଂ ସର୍ବେ ଦିଶନ୍ତି କନ୍ଦର୍ପ ପରାଫଳ ପତ୍ର ବୃଷାଳ ପାଦପେ ଶୋଭିତ ଯେ ଧରା ।୧୯।ଆବର ବିହରିଣ କୋଳାହଳ ସଙ୍ଗପବନ ଗତି ଜାଣି ଚଳନ୍ତି ବାଜୀ ଯେ ମାତଙ୍ଗ ।୨୦।ବିବିଧ ପଦ୍ମାକରେ ବିବିଧ ମରୁଳ ଚକ୍ରକେଳିସରୋଳ ଉତ୍ପଳେ ଯେ ଚୁମ୍ୱନ୍ତି ଭୃଙ୍ଗମାଳି ।୨୧।ପିକଜନ୍ତୁ ଭାଷନ୍ତି ଶୁକସାରୀ ନାଦେତେଜନ୍ତି ସଭିହେଂ ଯେ ପବନ ଉନ୍ନାଦେ ।୨୨।ବ୍ରତ ଉପବାସ କରନ୍ତି ଦେବ ସେବାମୃଦୁ ତିରଣ ଗ୍ରାସେ ପୟସାବନ୍ତୀ ପିବା (ପୃଥୁଳା) ।୨୩।ଆରୋଗ୍ୟ ଅପାଦେ ବଞ୍ଚନ୍ତି ଯେ ଜନସର୍ବ ଘରେ ସଞ୍ଚିତ ପଢ଼ନ୍ତି ଯେ ବିଷ୍ଣୁପୁରାଣ ।୨୪।କାମ ଅର୍ଥେ ବଶ ନୋହନ୍ତି ଯେ ମୋହୀଅପାରଗ ଜନ ସେ ସ୍ଥାନେ ନାହି କେହି ।୨୫।ଯେ ଯାହାର ଅଧିକାରେ ବଞ୍ଚନ୍ତି ପୁରୁଷେତଣ୍ଡ ଅପତଣ୍ଡ ନାହିଂ ଧନ ଲୋଭ ଆଶେ ।୨୬।ଗୁରୁଜନେ ଭଗତି ସର୍ବେ ନାହିଂ ପରଦାରାଦୁଖୀ ଟସକର ନାହିଂ ପରଧନ ହରା ।୨୭।ଗ୍ରାମେ ଅକାରଣେ ବୃଷ୍ଟି ନକରନ୍ତି ମେଘେକୃଷି ଉପୁଜାଇ ଭୂମି ପାଳୁଥାନ୍ତି ଇନ୍ଦ୍ର ଦେବେ ।୨୮।ଇନ୍ଦ୍ରିୟରେ କେହୁ ଯେ ନୁହନ୍ତି ଉନମତାଶ୍ରବଣେ ନଶୁଣନ୍ତି ପରାପର ଚିନ୍ତା ।୨୯।ପାପକର୍ମ କଥାରେ ନକରନ୍ତି ଲୟେସମସ୍ତେ ଦିଶନ୍ତି ଯେ ରାଜକୁମାର ପରାୟେ ।୩୦।ଯମର ଅନୀତି ଯେ ନ ଶୁଣନ୍ତି ଶ୍ରବଣେମଙ୍ଗଳ ଧୁନି ଶୁଭଇ ସକଳ କାମିନୀଗଣେ ।୩୧।ୟେ ବିଧିରେ ଯୁଝେଷ୍ଠିଂକର ରାଜ୍ୟ ଯେ ସମ୍ପଦଧୃତିରାଷ୍ଟ ତହିଂକି ଯିବାକଇଂ ମନଖେଦ ।୩୨।ଭାଇ ଅମନାତ୍ୟ ସଇନି ସଂଗତେ ଗଲେ ଘେନିଧୃତିରାଷ୍ଟ ସନ୍ନିଧ୍ୟେ ଯାଇଂ ମିଳିଲେ ନୃପମଣି ।୩୩।କୋଇନ୍ତା ଗାନ୍ଧାରୀ ଧୃତିରାଷ୍ଟ ଅନ୍ଧରାଜାସବୁଂକୁଇଂ ଯୁଝେଷ୍ଠି ଯେ କରନ୍ତି ପାଦପୂଜା ।୩୪।ଯୁଝେଷ୍ଠି ପୁଚ୍ଛିଲେ ତାତ ବିଦୁର ତ ନାହିଂଧୃତିରାଷ୍ଟ ବୋଇଲେ ସେ ଉତ୍ତରାଂକୁରେ ଅଛି ରହି ।୩୫।ପ୍ରାଣ ସୋଦର ସେ ବିଦୁରେ ମୋତେ ସାହାୟେବେ ମାସ ଦୁଇହେଲା ମୁଂ ନଦେଖଇ ତାହା ।୩୬।ଅନୁଦିନ ବିଦୁରକଇଂ ଦେଖିତ ମୋର ନାହିଂମରଣ କାଳ ଜାଣି ମୋତେ କେହିତ ନଗଛଇ ।୩୭।ପ୍ରାଣହୀନେ ମୁହିଂ ସେ ଅଟଇ ଅଶକତାତୋହୋର ଜନନୀ ସେ ମୋତେ କରନ୍ତି ଚିନ୍ତା ।୩୮।ମୋହୋର ସଙ୍ଗେଣ ଯେବେ ନଥାନ୍ତା ତୋହୋର ମାୟେକେତେଦିନୁ ଲୋଟନ୍ତାନା ଆମ୍ଭର ୟେ କାୟେ ।୩୯।ୟେତେକ କହନ୍ତେଣ ମିଳିଲା ବିଦୁରକେହି ନ ଦେଖିଲେ ୟେକା ଦେଖନ୍ତି ଯୁଝେଷ୍ଠିର ।୪୦।ନିକଟେଣ ଆସି ଯୁଝେଷ୍ଠିର ମୁଖ ଚାହିଂପୁଣ ବାହୁଡ଼ିଣ ଗଲା ଚକ୍ଷୁ ଠାରିଦେଇ ।୪୧।ଯୁଝେଷ୍ଠି ଉଠିଲେ ରାଇଲା ପ୍ରାୟେ ବୁଝିପଛେ ପଛେ ଗୋଡ଼ାଇଲେ ଧର୍ମେ ବନ ମଝି ।୪୨।ଅନ୍ତର ଅନ୍ତର ହୋଇଣ ବିଦୁର ଯାଉଅଛିକେତେହେଂ ଦୂରେ ଯାଇ ବିଶ୍ରାମ କରିଅଛି ।୪୩।ଲିମ୍ୱ ତଳେ ଯାଇଂ ବସିଲା ଶୂଦ୍ରଯୋନିଯୁଝେଷ୍ଠିଂକର ମୁଖ ନିରୋପଇ ବେନିନେତ୍ର ଘେନି ।୪୪।କୃଷ୍ଣକୃଷ୍ଣ ବୋଲିଣ ହୃଦୟେଣ ପଡ଼ିଉର୍ଦ୍ଧ୍ୱଂମୁଖେ ତାହାର ପ୍ରାଣ ଗଲା ଛାଡ଼ି ।୪୫।ଯୁଝେଷ୍ଠିଂକ ଆତ୍ମାୟେ ବେଗେ ପଶିଲା ତାର ପ୍ରାଣରାଜାବୋଇଲା ମୋହୋର ତେଜ ତ ଦୁଗୁଣ ।୪୬।ଜାଣିଲି ବିଦୁର ଯେ ପଶିଲେ ମୋହୋର ଗର୍ଭେକିମ୍ଭୂତ ଶରୀର ମୋହୋର ବଡ଼ିମାଗୁଣ ୟେବେ ।୪୭।ୟେତେକ ଚିନ୍ତିଣ ସେ ସନ୍ନିଧ୍ୟେ ମହୀପାଳବିଦୁର କାୟା ଯେ ଭୁଜେ ତୋଳି ଧରି କଲେ କୋଳ ।୪୮।ଦେଖିଲେ ଆତ୍ମା ଶରୀରେ ତାର ନାହିଂମୋହିତ ଧର୍ମରାଜା ବିଦୁର କୋଳେ ଲାଇ ।୪୯।ଅଶ୍ରୁଜଳେ ବିଦୁରକଇଂ କରାଇଲେ ସ୍ରାହାନଆଜ ସେ ପ୍ରାଣତ୍ୟାଗ ହୋଇଲେ ପଣ୍ଡୁ ଯେ ରାଜନ ।୫୦।ହିତ ପ୍ରୀତି ଗୁଣ ବୋଲି ବୋଲିବାକ ଯାହାଆଜ ସେ ତୁଟିଲାକ ମୋହୋର ଡାହାଣ ଯେ ବାହା ।୫୧।ସଂକଟକାଳେ ୟେ ମୋହୋର ସନ୍ନିଧ୍ୟେଣ ଥିଲାୟେତେଦିନ ପିତାମାତା ପୁତ୍ରବନ୍ଧୁ ସମସ୍ତ ପଡ଼ିଲା ।୫୨।ବିଦୁର ବେନିକର ଧରିଣ ଯୁଝେଷ୍ଠି ମହାରାଜାଆଲିଙ୍ଗନ ଯୁଗତେ କଲେକ ଭୂମିଶଯ୍ୟା ।୫୩।ବନକୁ ଅଇଲି ତାତ ତୋତେ ଦେଖିବାର ପାଇଂକିସ ବୋଲି କହିବଇଂ ପୁରେ ମୁହିଂ ଯାଇଂ ।୫୪।କଉରୋବ ମଧ୍ୟେ ମୋତେ ତୁମ୍ଭେ ସେ ସଦୟେକେ ମୁକୁ ପରମାଦୁଂ କରିବାକ ଜୟେ ।୫୫।ଧୃତିରାଷ୍ଟ ଶୁଣିଲେ ହୃଦୟେ କେହ୍ନେ ଧରିକୋଇନ୍ତା ଗାନ୍ଧାରୀ କେମନ୍ତେଣ ତରି ।୫୬।ୟେତେ ବୋଲି ଯୁଝେଷ୍ଠି ମୃତୁପିଣ୍ଡ ଛାଡ଼ିଲେସଂସ୍କାର କରିବାକୁ ଅଗ୍ନି ଆରୋପିଲେ ।୫୭।ଅଗ୍ନିରେ ନେଇ ସଂଜାଳିଲେ ମୃତୁଶବରୋମେକ ନ ପୋଡ଼ିଲା କାୟ ଅଛି ସର୍ବ ।୫୮।ଆକାଶୁଂ ବାଣୀ ଯେ ପଡ଼ିଲା ଉର୍ଦ୍ଧ୍ୱଗତିବିଦୁରକଇଂ ଦହନ ନ କରାଅ ଭୂଅପତି ।୫୯।ବ୍ରହ୍ମଗ୍ୟାନ ଉପଦେଶ ଅଛଇ ସେ ପାଇଗ୍ୟାନବନ୍ତ କାୟା ତୁ ଦହିବୁ କିସ ପାଇଂ ।୬୦।ବ୍ରହ୍ମଗ୍ୟାନୀ ସେ ଅଟଇ ଦିଅସି ମୃତ୍ତିକାତୁ ୟେଥି ବିଳମ୍ୱ ନ କରନି ୟେକା ।୬୧।ଆକାଶର ବାଣୀ ଶୁଣିଲା ରାୟେ ଉଚ୍ଚେଭୂମି ଖୋଳିଲା ରାୟେ ଘେନିଣ କାଠ ଖୋଞ୍ଚେ ।୬୨।ତହିଂ ଗମ୍ଭୀରେ ବିଦୁରକଇଂ ପୋତିଲା ନିଠିଆଇତହୁଂଣ ଅଇଲା ରାୟେ ବିମୁଖ ମନହୋଇ ।୬୩।ଧୃତିରାଷ୍ଟ ଅଗ୍ରତେ ମିଳିଲେକ ଯାଇଂ ନୃପବ୍ୟାସେ କହିଲେ ସେ ବିଦୁର ସରୂପ ।୬୪।ଶୁଣି ଧୃତିରାଷ୍ଟ ଯୁଝେଷ୍ଠିଂକି ଦିଲେ ଶିକ୍ଷାତୁ ଯାଅ ଯା ବାବୁ ଯୁଝେଷ୍ଠି ରାଜ୍ୟ କର ରକ୍ଷା ।୬୫।ଆଉ ବାବୁ ଆମ୍ଭରେ ପିରୋଜନ କିସଆମ୍ଭନ୍ତ ମହାତ୍ମା ଆଉ ନକର ତୁ ଆଶ ।୬୬।ମୋହୋର ଜୀବନ୍ତେ ଯେବେ ବିଦୁର ବଧ ଶୁଣିଲିଆମ୍ଭର କିସ ଗଣିତା ବାବୁ ଆମ୍ଭେ ଆଜିକାଲି ।୬୭।ବିମୋହ କରି ଯହୁଂ ବୋଇଲେ ଧୃତିରାଷ୍ଟତହୁଂ ବାହୁଡ଼ିଲେ ରାୟେ ପାଇଣ ମହାକଷ୍ଟ ।୬୮।ହସ୍ତିନାପୁରେ ଯାଇ ହୋଇଲେ ପ୍ରବେଶବିଦୁର ଅମଙ୍ଗଳ କହିଲେ ଭାଇଂକର ପାଶ ।୬୯।ଶୁଣିଣ ବିକଳ ଯେ ହୋଇଲେ ଚାରିଭାଇଅନେକ ଶୋକ କଲେ ଗୁଣମାନ ଦେଖାଇ ।୭୦।ୟେଥୁ ଅନନ୍ତରେ ରାଜା ପାଳିଲାକ ମହୀଦୁଖ-ସୁଖ ଆତ୍ମା-ଗୁଣ ନାହିଂ କହି ।୭୧।୪୭୭।ସଞ୍ଜୟର ପଳାୟନ, ଧୃତିରାଷ୍ଟ୍ର, ଗାନ୍ଧାରୀ ଓକୁନ୍ତୀ ବନଦାହେ ଦହନଓ ଅନ୍ତ୍ୟେଷ୍ଟିକ୍ରିୟାଶୁଣ ହୋ ବଇବସୁତ ମନୁ ବଦୟନ୍ତି ଅଗସ୍ତିବିଦୁର ମଲାର ହୋଇଲା ବରଷକ ସଂଗତି ।୧।ଜ୍ୟେଷ୍ଠ ନକ୍ଷତ୍ର ଯେ ଅଟଇ ସେ ଦିନର ।୨।ନାଗ ନାମରେ କରଣ ଅତିଗଣ୍ଡ ଯୋଗଗଂଗା କୂଳେ ପର୍ବତ ଯା ଅଟେ ମଧ୍ୟସ୍ୱର୍ଗ ।୩।ସେ ପର୍ବତ ଉପର ବୃକ୍ଷେ ଡାଳେ ଡାଳେ ଘଷିଅଗ୍ନି ବାହାର ହୋଇଲା ତେଜ ପରକାଶି ।୪।ଆକାଶେ ବିକାଶିଲା ବନାନଳ ତେଜ ମୃତ୍ତିପୋଡ଼ିଲା ବନସ୍ତ ଯେ ଲାଗିଲା ଗଗନ ଗତି ।୫।ଦେଖିଣ ସଂଜୟ ଯେ ଧାମଇ ଅତିବେଗେଧାଇଂଯାଇ କହିଲା ସେ ଧୃତିରାଷ୍ଟ ଆଗେ ।୬।ଭୋ ସ୍ୱାମୀ ଦହିଜ ଯେ ହୋଇଲାକ ବନପିଠିରେ ବସ ମୋହୋର ପଳାଇବା ବହନ ।୭।ୟେକେ ୟେକେ ତୁମ୍ଭନ୍ତ ଥୋଇବି ନିରୋଳ ବନେନକର ଆଉ ଭରସା ପଳାଇବା ବହନେ ।୮।ଧୃତିରାଷ୍ଟ ବୋଇଲା ହୋ ବଳ ପ୍ରାଣ ନାହିଂଶୀଘ୍ର ଗତି ଯାଇ ଅବା ପାରିବଇଂ କାହିଂ ।୯।ଅଛି ଚର୍ମପିଣ୍ଡର ଯେ ମହା ଘୋର ଦୁଖଜୀବନ୍ତେ ଆଶା ନାହିଂ ଅଗ୍ନି କରୁ ଭକ୍ଷ ।୧୦।ଅନୀତି ଶରୀର ୟେ କିମ୍ପାଇ ଘେନିଥିବାଅବଶ୍ୟ ଜନ୍ମକଇଂ ବେଳେ ମୃତୁ ଯେ ଲଭିବା ।୧୧।ଧୃତିରାଷ୍ଟ ବୋଇଲେ ଲାଗିଲା ନି ତବତକେତେ ଦୂରେ ହୋ ଘେନି ଯିବୁସି ଆମ୍ଭନ୍ତ ।୧୨।ଶରୀର ଅଶକତ ନୁଆରଇ ଚରଣ କାଢ଼ିଯାଅ ଯା ସଂଜୟ ତୁ ଆମ୍ଭନ୍ତ ୟେଥେଂ ଛାଡ଼ି ।୧୩।ଦେଖ ଦେଖ ବହତି ଯେ ପଡୁ ଅଛି ଧାଇଂଭୟେଣ ସଂଜୟେ ତହୁଂ ଗଲେକ ପଳାଇ ।୧୪।ଧାତିକାରେ ଆସି ଲାଗିଲା ପର୍ଣ୍ଣକୂଟୀଦହନ ହୋଇଲେ ତହିଂ ଗାନ୍ଧାରୀ ଧୃତିରାଷ୍ଟି ।୧୫।ଦଇବ ଦଇବ ବୋଲି ସୁମରିଣ କୋନ୍ତୀତାହାଂକ ଉପରେ ଅଗ୍ନି ପଡ଼ିଲା ତଡତି ।୧୬।ଜ୍ୟେଷ୍ଠ କୃଷ୍ଣ ଅମାବଇ ଗାନ୍ଧାରୀର ଜନ୍ମସେହୁ ଦିବସେଣ ସେହୁ ହୋଇଲେ ଦହନ ।୧୭।ଶୁଣ ହୋ ରାଜନ ହସ୍ତିନାୟେ ନାରଦ କଲେକ ବିଜୟେଦେଖିଣ ପୂଜାକଲେ ଧର୍ମର ତନୟେ ।୧୮।ନାରଦ ବୋଇଲେ ତୁ କାହିଂକି କରୁ ପୂଜାମୃତ୍ତିକା ଯୋଗ ତ ହୋଇଲା ମହାରାଜା ।୧୯।ଜ୍ୟେଷ୍ଠକୃଷ୍ଣ ଅମାବଇ ଅର୍କବାର ଦିନଧୃତିରାଷ୍ଟ ଗାନ୍ଧାରୀ କୋନ୍ତୀ ହୋଇଲେନି ଦହନ ।୨୦।ବନ ପୋଡ଼ନ୍ତେଣ ଦହିଜ ହୋଇଲାକ କାୟେଶୁଣିଣ ମୃକ୍ଷାଗତ ହୋଇଲେ ଧର୍ମରାୟେ ।୨୧।ଅପାର କ୍ରୋଧଯେ କଲେକ ପାଞ୍ଚଭାଇଯୁଝେଷ୍ଠି କୋପକଲେ ଅଗ୍ନି ଦେବତାକଇଂ ।୨୨।ଯେ ସେ ଅଟଇ ମହାବ୍ରହ୍ମ ବହନିସ୍ତିରୀଲିଙ୍ଗ କେମନ୍ତେ ଦହିଲା ମୋହୋର ଜନନୀ ।୨୩।ନାରଦେ ବୋଇଲେ ତୁ ଶୁଣ ନୃପବରକିଛି ଦୋଷ ନାହିଂ ଅଗ୍ନି ଦେବତାଂକର ।୨୪।ଧୃତିରାଷ୍ଟ ଗାନ୍ଧାରୀର ଯେତେବେଳେ ଦହିଲା ଶରୀରତହୁଂ ମାତା ତୋହୋର ଥିଲା ଅନ୍ତର ଧୂର ।୨୫।ତିରଣନ୍ତ ଆଦିକରି ପବନ ପକାଇତହୁଂ ସେ ଦୋହରା ଯେ ଅଗ୍ନି ତେଜ ହୋଇ ।୨୬।ବେନି ଅଗ୍ନି ଯୋଗେ ମଲା ପଣ୍ଡୁରାଣୀବିଚାରିଣ ଶାପ ଦେବୁ ତୁ ନୃପମଣି ।୨୭।ଅଗ୍ନିକି ଭୃଗୁ ମହଋଷି ଅଛନ୍ତି ଶାପ ଦେଇସର୍ବ ଭକ୍ଷନ୍ତେଣ ତାହାକଇଂ କିଛିହିଂ ଦୋଷ ହାଦେ ନାହିଂ ।୨୮।ସେ ମୃତୁ ମଣ୍ଡଳେ ଅମର କାହିଂ ଦେଖୁମୋହୋର ଜନନୀ ବୋଲି ମୋହ ଜଳ ରଖୁ ।୨୯।ୟେତେ ବୋଲି ପରମେଷ୍ଠି ପୁତ୍ର ଗଲେ ଶୂନ୍ୟେଧଉମ୍ୟ ପ୍ରୋହିତଂକୁ ଯୁଝେଷ୍ଠି ପଠିଆଇଲେ ବହନେ ।୩୦।କ୍ରିୟା ପ୍ରେତ କାର୍ଯ୍ୟ କରାଅ ଯାଇଂ ଯଥାଯମନ୍ତେ ପରମଗତି ପାବନ୍ତି ପିତାମାତା ।୩୧।ୟେକା ବସ୍ରକେ ଯେ ଗଲେ ପାଣ୍ଡବମାନେଦଶ ଦିବସେ ପ୍ରବେଶ ଧୃତିରାଷ୍ଟ ମୃତୁଥାନେ ।୩୨।ଦେଖିଲେ ଦହନସ୍ଥାନେ ନାହିଂ ଚର୍ମ ଅସ୍ଥିଗଙ୍ଗା କୂଳେ ରହି ପିତୃକାର୍ୟ୍ୟ ସେ କରନ୍ତି ।୩୩।ଗଜ ତୁରଙ୍ଗମ ଗୋଧନ ପୃଥୀ ଦାନଭୋଜନ ସମ୍ଭର୍ବେ ଯେ ଦିଅନ୍ତି ଅବିକ୍ଷଣେ ଅନ୍ନଦାନ ।୩୪।ଗଙ୍ଗା କୂଳରେ ଯେ ସମସ୍ତ କାର୍ଯ୍ୟସାରିବିଜୟେ ଧର୍ମନନ୍ଦନ ଦଇତ ସୁମରି ।୩୫।ଅନୁଦିନେ ହସ୍ତିନାପୁରେ ପରବେଶୟେଥୁ ଅନନ୍ତରେ ହୋଇଲା ଆଶ୍ରମ ବାସଶେଷ ।୩୬।ବିଷମ ସନ୍ଦେହ ଯେ ନ ପାବନ୍ତି ଲୋକୟେହା ଶୁଣନ୍ତେଣ ନରେ ଉପେକ୍ଷିଲେ ଦୁଖ ।୩୭।ଶ୍ରୀକୃଷ୍ଣର ମହିଂମା ଯେ ଶ୍ରବଣେଣ ଶୁଣିୟେ ସଂସାର ସାଗରୁ ଯେ ଡରିବାକ ପ୍ରାଣୀ ।୩୮।ଶ୍ରୀକୃଷ୍ଣର ପଞ୍ଚୁଆତ୍ମା ଅଟନ୍ତି ପଞ୍ଚୁଭ୍ରାଥେଯେହୁ କୃଷ୍ଣ ସେହୁ ପାଣ୍ଡବେ ଯଥାର୍ଥେ ।୩୯।ଅନେକ କଉତୁକ ନସରନ୍ତି କହନ୍ତେଶ୍ରୀକୃଷ୍ଣ ଅନୁରାଗେ କିଛୁ ବାକ୍ୟ ମୋତେ ।୪୦।ଶ୍ରୀବାସୁଦେବଂକ ପାଦପଂକଜ ମୋହୋର ଶିରେବଦୟନ୍ତି ସାରୋଳାଦାସ ଶ୍ରୀମହାଭାରଥରେ ।୪୧।୫୧୮।
ସମ୍ବନ୍ଧିତ ରଚନା
ସାରଳା ମହାଭାରତ ଆଦିପର୍ବ (ପ୍ରଥମ ଖଣ୍ଡ)
ସାରଳା ଦାସ
ସାରଳା ମହାଭାରତ ବନପର୍ବ ( ପ୍ରଥମ ଖଣ୍ଡ )
ସାରଳା ଦାସ
ସାରଳା ମହାଭାରତ ବିରାଟପର୍ବ
ସାରଳା ଦାସ
ସାରଳା ମହାଭାରତ ମଧ୍ୟପର୍ବ (ପ୍ରଥମ ଖଣ୍ଡ)
ସାରଳା ଦାସ