ସାରଳା ମହାଭାରତ ଆଦିପର୍ବ (ପ୍ରଥମ ଖଣ୍ଡ)
ସାରଳା ଦାସ · ଭାଗ ୫ / ୧୪
ସମ୍ପୂର୍ଣ୍ଣ ସୂଚୀପତ୍ର
ଅମ୍ୱିକା ଓ ଅମ୍ୱାଳିକାଙ୍କୁ ସତ୍ୟବତୀଙ୍କର ଉପଦେଶ
ୟେକାନ୍ତେ ବସାଇଲେ ପଦ୍ମନାଭର ବେନି କୁମାରୀପରମ ଅର୍ଥ କହି ସତ୍ୟବତୀ ଯେ ତିୟାରି ।୧।କଥାୟେ ପଚାରିବୁଂ ସତ୍ୟ କର ତୁମ୍ଭେ ବେନିସତ୍ୟକର ତୁମ୍ଭେ ଗୋ ସୋମବଂଶର ଠାକୁରାଣୀ ।୨।ଶୁଣି ଅମ୍ୱିକା ଅମ୍ୱାଳିକା କରନ୍ତି ଦଇନିକେମନ୍ତେ କରିବୁଂ ୟେହା ହୋଇବ ଧର୍ମହାନି ।୩।ମା ଗୋ ତୁମ୍ଭେ ଆମ୍ଭର ଠାକୁରାଣୀ ଆମ୍ଭେ ତୁମ୍ଭର ଦାସୀସ୍ୱାମୀଙ୍କର ବଚନ କାହିଂ ସେବକ ଜନ ନାସ୍ତି ଯେ ପ୍ରକାଶି ।୪।ମା ଗୋ ଗତ ବୁଦ୍ଧିମାନ ହରାଇଲୁ ସମସ୍ତେହେଂରାଜ୍ୟ ଭ୍ରଷ୍ଟ ହୋଇଲା ଚିନ୍ତା ଲାଗିଲା ସନ୍ଦେହେ ।୫।କେବଣ ବାଗେ ୟେବେ ଭସ୍ମ ଯେ ଅଙ୍କୁରିତୁମ୍ଭେ ଯେମନ୍ତେ ଆଗ୍ୟାଂ ଦେବ ପରମ ମାହେଶ୍ୱରୀ ।୬।ସତ୍ୟବତୀ ପ୍ରତିବାଚ ତୁମ୍ଭେ ଦୁହେଂ ମୋହୋର ଦେହ ଛୁଅଂପାପ ବୋଲଇଂ କି ପୁଣ୍ୟ ବୋଲଇଂ ତୁମ୍ଭେ ୟେକ ମନ ହୁଅ ।୭।ଅମ୍ୱିକା ବୋଇଲେ ତୁମ୍ଭେ ପରମ ମାହେଶ୍ୱରୀୟେତେ କାଳ ପରିଯନ୍ତେ ଆଗ୍ୟାଂରେ ବ୍ରତୁଂ ତୁମ୍ଭରି ।୮।ୟେବେ ମରିବା ବେଳକୁ କିଂପା ବଞ୍ଚିବୁ ଗୁରୁ ବାକ୍ୟବିଚାରି କହିବା ଯେଣେ ଆମ୍ଭଙ୍କୁ ହୋୟେ ଶକ୍ୟ ।୯।ମା ଗୋ ଭୀଷ୍ମଙ୍କର ତହିଂ ଗଲି ତୁମ୍ଭନ୍ତ ତିଆରିଦାରା ହେଲେ ସଂଘରିଲା ଭୀଷ୍ମ ନିରାଧାରୀ ।୧୦।ବ୍ୟାସ ଯେ ମୋହୋର ଅଟନ୍ତି ଜ୍ୟେଷ୍ଠପୁତ୍ରତାହାର ତୁଲେ ତୁମ୍ଭେ ହୋଇବ ପ୍ରିୟ ମତ ।୧୧।ମା ଗୋ ଅମୋହ ରେତ ତାହାର ଅକ୍ଷୟେ ଯେ ବୀର୍ଯ୍ୟସଇନ୍ଦୁ ଉତପତ୍ତି ହୋଇବ ଗୋ ବେନି ଯେ ଆତ୍ମଜ ।୧୨।ସତ୍ୟବତୀଙ୍କ ତହୁଂ ୟେସନେକ ବାକ୍ୟ ଶୁଣିମୂର୍ଚ୍ଛାଗତ ହୋଇଲେ ସେ ବେନି ଯେ ବହେଣୀ ।୧୩।ବେନି ଭୁଜେ କୋଳ କରି ସେ ଧଇଲେ ଦୁହିନ୍ତିମୁଖେ ଚୁମ୍ୱନ ଦେଇ ପ୍ରବୋଧନ୍ତି ମହାସତୀ ।୧୪।ମା ଗୋ ବହୁତ ଅନ୍ତର କଥା କହିଲ ନ ବିଚାରିଦେଢଶୁରର କେମନ୍ତେ ହୋଇବୁଂ ମନୋହାରୀ ।୧୫।ନୀତିବନ୍ତ ହୋଇ ମା ଗୋ ଅନୀତି କିଂପାଇଂ କହିଲଜଳ ଅଗ୍ନି କିମ୍ପା ଏକ ଯେ ଯୋଗ କରାଇଲ ।୧୬।ମା ଗୋ ଅଗ୍ନି ଯେ ଅଟନ୍ତି ହାଦେ ଦେବ ବ୍ରହ୍ମାଗଙ୍ଗା ଯେ ସେ ବାମଦେବଙ୍କର ବାମା ।୧୭।ୟେ ନ୍ୟାୟୁଂ ବ୍ରହ୍ମା ଯେ ରୁଦ୍ରଙ୍କ ତହୁଂ ଅଟନ୍ତି ଜ୍ୟେଷ୍ଠଗଙ୍ଗା ଅଗ୍ନି ତ କରାଇଲେ ୟେକ ଭେଟ ।୧୮।ନ ଜାଣି ଜଳ ଅଗ୍ନି ଯେ ଧରନ୍ତି ୟେକ ହସ୍ତେଜ୍ୟେଷ୍ଠ ଶଶୁର ଭ୍ରାଥ ବଧୂ ୟେକ ଯୋଗ ପାପ ଯୁଗତେ ।୧୯।ସେ ପାପେ ଦୂଷିତ ହୁଅନ୍ତି ଯେବଣ ଜନମହାପାପ ଦୋଷ ୟେହୁ ଚିତ୍ରଗୁପତେ ସେ କରନ୍ତି ଲେଖନ ।୨୦।ୟେ କଥା ବିଚାର କିଂପା ନ କର ଗୋ ଶାଶୁୟେତେ ନରକ ଦୋଷରେ ଦେଖୁଂ ଦେଖୁଂ କିଙ୍କେ ପଶୁ ।୨୧।ସତ୍ୟବତୀ ବୋଇଲେ ଗୋ ଉପୁଜିଲେ ସନ୍ତତିସେ ପୁତ୍ରେ ସକଳ ଦୋଷ କରନ୍ତି ନାଶାନ୍ତି ।୨୨।ବ୍ୟାସର ଅଂଶେ ଉପୁଜିବ ଯେବଣ ପୁତ୍ରପାପ କଳଙ୍କ କିଛି ନଥିବ ଆମ୍ଭର ଯେ ଗୋତ୍ର ।୨୩।ଉଠିଣ ମହାତ୍ମାଣୀ ଧଇଲେ ବେନି ହସ୍ତମା ଗୋ ନାସ୍ତି ନ କରିବଟି ମୋହୋର ଶପତ ।୨୪।ଅମ୍ୱିକା ଅମ୍ୱାଳିକାବୋଇଲେ ବସ ଗୋ ତୁମ୍ଭେ ପରମଗୁରୁୟେକେତ ଅପୁତ୍ରିକ ହୋଇଲୁଂ କଟାଳ କେତେ କରୁ ।୨୫।ସତ୍ୟବତୀ ବୋଇଲେ ମା ଗୋ ଶୁଣ ପୂର୍ବର କଥାସନ୍ତାନ ଧର୍ମ କହଇ ଶୁଣ ଗୋ ବାରତା ।୨୬।ନୀଳା କମଳା ବୋଲି ବେନି ଯେ ଭୟେଣୀଦାସ ରାଜାଙ୍କର ସେ ଅଟନ୍ତି ପାଟରାଣୀ ।୨୭।ମା ଗୋ ଦାସରାଜା ରାଜ୍ୟ କଲେ ଦଶସହସ୍ର ବର୍ଷ ପରିଯନ୍ତେସନ୍ତାନ ନୋହିଲା ସେ ଥିଲେ ସତ୍ୟ ବ୍ରତେ ।୨୮।ମା ଗୋ ରାଜାର ବୀର୍ଯରେ ଯହୁଂ ନୋହିଲା ସନ୍ତତିପର ଦାରାୟେଣୀ ସେ ହୋଇଲେ ବେନି ଯୁବତୀ ।୨୯।ଯାହାର ବୀର୍ଯ୍ୟେ ସେ ଉପୁଜଇ ପୁତ୍ରତାହାନ୍ତ ଘେନି ଶୃଙ୍ଗାର କରାଇଲେ ଗୁପତ ।୩୦।ୟେମନ୍ତେ ହେଂ ସନ୍ତାନ ନ ପାଇଲେ ବେନି ଦେବୀକାଳେ ନ ମାନିଲେ ସେ ମାନିତି ଗୁରୁ ଗଉରୋବି ।୩୧।ମଳାଶୁର ଜ୍ୟେଷ୍ଠାଶୁର ଭଗିନୀଜାମାତାୟେଣେହେଂ ରେତ ଯୋଗ କରାଇଲେ ଅପ୍ରମିତା ।୩୨।ୟେମନ୍ତେଣ ରେତ ଯୋଗ କରାଇଲେ ଅନୀତିୟେକା ଦୁହିତାୟେ ମୁଂ ହୋଇଲି ଉତପତ୍ତି ।୩୩।ମାତା ବୋଇଲେ ମୁଂ ଉପୁଜାଇଲି ଅସଦ ବାଟେତୁ ସତ୍ୟବତୀ ଥାଅ ଗୋ ନାଉକା ଜଳଘାଟେ ।୩୪।ଦାସରାଜାର ପୁତ୍ର ନାହିଂ ମୁହିଂ ୟେକଇ ଦୁହିତାଧର୍ମକୁ ଯେ ଆଗତ କରାଇଲେ ମୋହୋର ଯେ ପିତା ।୩୫।ମୁଂ ଦ୍ୱାଦଶ ବରଷ ହୋଇଲି ଯେତେବେଳେପିତା ଥାପିଲେ ମୋତେ ଯେ ଯମୁନା ନଦୀକୂଳେ ।୩୬।ପିତାୟେ ବୋଇଲେ ଗୋ ତୁ ନାବ ବାହୁଥିବୁଦୁଇ କୁଳ ଲୋକଙ୍କୁ ତୁ ପାରି କରି ଦେଉଥିବୁ ।୩୭।ଧନ କଉଡି କିଛି ନ ଘେନିମୁ ଯାଚିଲେସୁଖେଣ ପାରି କରିଦେବୁ ନାବେଣ ବସିଲେ ।୩୮।ପିତାର ଆଗ୍ୟାଂରେ ମୁଂ ରହିଲି ଯମୁନାର ତଟେସୁଖେଣ ପାରିକରି ଦିଅଇ ମୁହିଂ ଜଳଘାଟେ ।୩୯।ମାତାଙ୍କର ଅନୀତି ଅସଦ ପଣ ଦେଖିକରିକେହି ପ୍ରଦାନ ନୋହିଲେ ମୋତେ, ପିତା ହିଂ ବର ନ ବରି ।୪୦।ୟେମନ୍ତେ ରାତ୍ର ଦିବସେ ନଉକାୟେ ମୋର ବସିଥାଇଂକଷଣ ନିମନ୍ତେ ଯେ ଆସଇ ତା ଦିଅଇ ପାରିଆଇ ।୪୧।ୟେମନ୍ତେ ନାବ ମୁଂ ବାହିଲି ବେନି ସମ୍ୱତ୍ସରଦିନେକ ନାବରେ ଆସି ବସିଲେ ପାରେଶ୍ୱର ମୁନିବର ।୪୨।ପାରେଶ୍ୱର ବୋଇଲେ ଆମ୍ଭେ ତପନିଷ୍ଠିଆନ କାହାକଇଂ ନ ବସାଅ ନାବଗୋଟି ।୪୩।ମୁଂ ବୋଇଲି ୟେ ନାବେ ପଞ୍ଚାଶ ଜଣ ବସିୟେକା କେମନ୍ତେଣ ଭଡ଼ାୟେ ହୋଇବ ମହାଋଷି ।୪୪।ପାରେଶ୍ୱର ବୋଇଲେ ଆମ୍ଭେ କିଛିହିଂ ନୋହୁଂ ଗରୁତପୋଧନ ଲୋକ ଆମ୍ଭେ ନାବେ ବସିବାକୁ ଡରୁ ।୪୫।ୟେକା ୟେବେ ଆମ୍ଭନ୍ତ ନିଅ ତୁମ୍ଭେ ପାରିଆଇନୋହିଲେ ନାବରୁ ଆମ୍ଭେ ଯାଉଛୁଂ ଉହ୍ଲାଇ ।୪୬।ବସ ମହାଋଷି ବୋଲି ଲୋକନ୍ତ ବାହାର କଲିପାରେଶ୍ୱରଙ୍କୁ ବସାଇଂ ମୁଂ ନାବନ୍ତ ବାହିଲି ।୪୭।ନଦୀରେ ନାବ ବାହି ବେଗେ ଚଳିଗଲୁଂମଧ୍ୟ ନଦୀରେ ଯାଇ ପ୍ରବେଶ ହୋଇଲୁଂ ।୪୮।ସ୍ତନ ଜଘନ ଅତ୍ୟନ୍ତମାନ ପୃଥୁଳ ସୁନ୍ଦର କାୟାନାବରେ ଦେଖି ମହାତମା ମୋତେ କଲେ ମାୟା ।୪୯।ନ ଚଳଇ ନାବ ମୁଂ ଯେ ବାହି ବାହି ଫୁଟିମଧ୍ୟ ନଦୀରେଣ ହାଦେ ବୁଲଇ ମୋର ନାବ ଗୋଟି ।୫୦।ଘୃମେଣ ତ୍ରିପଣ୍ଡ ହୋଇଲାନି ମୋର କାୟେଦେହରୁ ପଣନ୍ତ ଗୋ ଉଡ଼ିଗଲା ବାୟେ ।୫୧।ଋଷି ଆଗ ମଙ୍ଗେ ମୁହିଂ ଥାଇ ପଛ ମଙ୍ଗେନୟନ ପୂରୋଇ ମୁନି ମୋର ଦେଖନ୍ତି ସ୍ତନ ଜଘେଂ ।୫୨।କାମେଣ ବେଭଳ ସେ ହୋଇଲେ ତପଚାରୀଆରମ୍ଭେ ବୋଲନ୍ତି ଆଲୋ ବେଗେଣ କରୁ କିନା ପାରି ।୫୩।ଋଷି ହେ ଦୁଇ ବରଷ ହେଲା ମୁଂ ବାହୁ ଅଛି ନାବକେଉଂଣିସି ଦିନେ ନାହିଂ ୟେସନେକ ଭାବ ।୫୪।ତୁମ୍ଭର ମାୟା, ନୋହିଲେ ଗଙ୍ଗା କି ଆମ୍ଭକୁ ଲୋଭ କଲାନଦୀରେ ଡେଇଂପଡ଼ ତୁମ୍ଭେ ମୋହୋର କିସ ଗଲା ।୫୫।ପାରେଶ୍ୱରେ ବୋଇଲେ ତୁ ନାବ ବାହି ଯେ ନପାରୁଆମ୍ଭନ୍ତ ଅପଛ୍ୟାତି ଦେଇ କାହିଂ ନଦୀରେ ପକାଇଂ ଲୋଡ଼ି ମାରୁ ।୫୬।ଗଙ୍ଗା ଯେବେ କଷଣ କଲାଟି ମହାଋଷିମୁହିଂ ୟେ ନଦୀ ଭିତରେ ପଡୁଅଛି ଝାସି ।୫୭।ଭୋ ଜାହ୍ନବି ଗୋ କର ମୋତେ ଭୋଗ୍ୟରାଜକୁମାରୀ ମୁଂ ୟେଥକୁ ନୋହିଲିଟି ଯୋଗ୍ୟ ।୫୮।ୟେତେ ବୋଲି ଜଳେ ପଡ଼ନ୍ତେଣ ଝାସିକୋଳକରି ମୋତେ ଧଇଲେ ପାରେଶ୍ୱର ମହଋଷି ।୫୯।କୋଳେ ଧରିଣ ମୁନି ଜାନୁରେ ବସାଇଲେମଦନ ଆରତେ ମୁନି ମୁଖେ ଚୁମ୍ୱ ଦେଲେ ।୬୦।କାମ ଅସାଷ୍ଟମେ ମୁନି ରମଣ କଲେ ବାଞ୍ଛାବଦନ୍ତି ମହାଋଷି ଆମ୍ଭର ତୋତେ ଇଛା ।୬୧।ଆପଣେ ବଧୂଙ୍କ ଅଗ୍ରତେ କହନ୍ତି ସତ୍ୟବତୀଆମ୍ଭର ଚରିତମାନ ମା ଗୋ ଶୁଣ ୟେସନେକ ରୀତି ।୬୨।ପାରେଶ୍ୱର ବୋଇଲେ ମାୟା କଲୁ ତୁକୁତୁ ଗୋ ସତ୍ୟବତୀ ୟେବେ ରମଣ ଦିଅ ମୁକୁ ।୬୩।ମୁହିଂ ବୋଇଲି ମୁନିହେ ଛାଡ଼ ଛାଡ଼ ମୁକୁଲଜ୍ଜା କିଂ କେ ନପାଇଲ ମୋତେ ଶୃଙ୍ଗାର ମାଗିବାକୁ ।୬୪।ମୁହିଂ ବାଳସ୍ତିରୀ ପୁଣ ଅବିଭାଇତ ଅରଜବତୀଆମିଷେ ବଢିଲୁ ଆମ୍ଭେ ଅଟୁ କଇବ୍ରତୀ ।୬୫।ପରସ୍ତିରୀ ବ୍ରହ୍ମସ୍ତିରୀ ଆବର ଗୁରୁଙ୍କ ପତନୀହରିଲେ କେବଣ ଦୋଷ କହ ଆହେ ମହାମୁନି ।୬୬।ଅଗ୍ୟାନ ଲୋକମାନଙ୍କୁ ମୁନି ହେ ତୁମ୍ଭେ ଗ୍ୟାନଦାତାତୁମ୍ଭର ଅନୀତି ଆଚାର ଲୋଭ ଅପ୍ରମିତା ।୬୭।ଅଗ୍ୟାନୀ ପ୍ରାଣୀଙ୍କି ତ କିଛି ଦୋଷନାହିଂପଣ୍ଡିତ ହୋଇ ପାପ କଲେ ତାଙ୍କୁ ମୁକତି ଅଛି କାହିଂ ।୬୮।ଗଣ୍ଡୁଷ କର ବୋଲି ମୁନି ମନ୍ତ୍ରିଣ ଦେଲେ ଚଳୁହୋଇବୁ ତୁ ରଜବତୀ ଭବରସ ତୋହୋର ଯେ ଗଳୁ ।୬୯।କମଣ୍ଡଳୁ ଜଳ ଘେନି ମୁନି କରାଇଲେ ସ୍ନାହାନକସ୍ତୂରୀ ଗନ୍ଧ ଆମୋଦଇ ୟେକଇ ଯୋଜନ ।୭୦।ଗନ୍ଧ ସମୀର ବହିଲା ୟେକ ଯୁଣ ପରିଯନ୍ତେପାରେଶ୍ୱର ଯୋଜନଗନ୍ଧା ନାମ ଦେଲେଟି ଯେ ମୋତେ ।୭୧।ଯେବଣ ଜଳେ ତୁହି ଋତୁସ୍ନାହନ କରୁଥିବୁକର୍ପୂର ଚନ୍ଦନ ଗନ୍ଧ ଘେନି ଯୋଜନେ ବହିବୁ ।୭୨।ଆଲୋ ବ୍ରହ୍ମଋଷି ଆମ୍ଭେ ତୋତେ କଲୁ ଶ୍ରଦ୍ଧାଆଜହୁଂ ନାମ ତୋର ହୋଉ ଯୋଜନ ଯେ ଗନ୍ଧା ।୭୩।ସତ୍ୟବତୀ ବୋଇଲେ ତୁମ୍ଭେ ଶୁଣ ପାରେଶ୍ୱରଆକାଶେଣ ଉଦିତ ହାଦେ ଦେଖ କରତାର ।୭୪।ଦିବସେ ଶୃଙ୍ଗାର କରନ୍ତେ ବଡ଼ ଦୋଷଶିରଚ୍ଛେଦ ଦୋଷ ଶାପ ଦିଅଇଟି ଜନ୍ତୁନାଶ ।୭୫।ପାରେଶ୍ୱର ବୋଇଲେ ନ ଦେଖୁ କରତାରଧୋତି ଅନ୍ତରୀକ୍ଷେ ରୁହାଇଲେ ନଦିଶିଲେ କରତାର ।୭୬।ଦିବସ ଶୃଙ୍ଗାରେ ଯେ ବନିତା ରହିଲାମେଷମାସ ଶୁକ୍ଲପକ୍ଷ ତିଥି ତୃତୀୟା ହୋଇଥିଲା ।୭୭।ଦିବସେ ଶୃଙ୍ଗାର କଲେ ଆୟୁଷ ହୋଇ କ୍ଷୟେସନ୍ତାନ ଉତପତ୍ତି ହୋଇଲେ ଦୁଷ୍ଟ ହୋଅଇ ତନୟେ ।୭୮।ଦୁହିତା ହୋଇଲେ ସେ ହୋଅଇ ମହାରୋଗୀହତବୀର୍ଯ୍ୟ ହତଆଷ୍ୟ ହୋଇ ନାଶଯାଇ ବେଗି ।୭୯।ଦିବସ ଶୃଙ୍ଗାର ମୁନି ହୋୟେ ୟେସନେକ ଅବସ୍ତାତୁମ୍ଭେ ବ୍ରହ୍ମଋଷି ତୁମ୍ଭ ତହୁଂ ନିକି ମୁହିଂ ଗ୍ୟାଂତା ।୮୦।ଲୋକେ ପୂରିଅଛନ୍ତି ଯେ ବେନି କୂଳାଣ୍ଟରେରାଜକୁମାରୀ ହୋଇ କେସନେ ପଶିବି ଅବାଟରେ ।୮୧।ତତକ୍ଷଣେ ମାୟା ଯେ କଲେକ ବ୍ରହ୍ମଚାରୀବଇଶାଖ ମାସେ ଯେ ଆଚ୍ଛାଦିଲା କୁହୁଡି ।୮୨।ଋଷିଙ୍କର ମନ୍ତ୍ରବଳେ ନାବ ରହିଲା ମଧ୍ୟ ନଦୀବେନି କୂଳାଣ୍ଟେ ନ ଲାଗଇ ଋଷି ଅଟେ ମନ୍ତ୍ରବାଦୀ ।୮୩।ମୁନି ହେ ଧର୍ମ ନାଉକାୟେ ଅଗାଦ ଜଳ ଭିତରେପାପକୁ ଭୟେ କେମନ୍ତେ ନ କର ପାରେଶ୍ୱରେ ।୮୪।କାମଦେବ ବୋଲି ଯେବଣ ମହାତମାମେଣ୍ଟି ନୁଆରି କୋପେ ଶାପ ଦେଲେ ବ୍ରହ୍ମା ।୮୫।ଧର୍ମ ଛାଡ଼ି କନ୍ୟାକୁ କୋଳେ ଧଇଲେ ବ୍ରହ୍ମଋଷିଯୋଜନଗନ୍ଧାର ତୁଲେ ଶୃଙ୍ଗାର ରସେ ପଶି ।୮୬।ବିଶେଷେ ମହାତମା ରତିଶାସ୍ତ୍ରେ ଜିତାଅନେକ ରସେ ଶୃଙ୍ଗାର ସହିଲା ବନିତା ।୮୭।ମେଷମାସ ଶୁକଳ ପକ୍ଷ ତିଥି ଯେ ତୃତୀୟାସେ ଦିନ ଋଷିଙ୍କର ଶୃଙ୍ଗାର ସତଶ୍ରିୟା ।୮୮।ତୈତିଳ କରଣ ଭୃଗୁବାର ଶୁଭଯୋଗମେଷ ସଂକରାନ୍ତିର ଯେ ସାତଦିନ ଭୋଗ ।୮୯।ନବମ ଘରେ ଚନ୍ଦ୍ର ବୃହସ୍ପତି ୟେକାଦଶେବାମେ ଯୋଗିନୀ ଅମୃତ ବେଳା କାଳ ବଶେ ।୯୦।ମାହେନ୍ଦ୍ର ଯୋଗେ ଉତପତ୍ତି ହୋଇଲାକ ବଳାଅତି ସୁନ୍ଦର ସେ କୃଷ୍ଣବର୍ଣ୍ଣ କଳା ।୯୧।ସଇନ୍ଦୁ ନନ୍ଦନ ଯେ ହୋଇଲା ଉତପତ୍ତିଦେଖିଣ ପରମ ସାନନ୍ଦ ହୋଇଲେ ସତ୍ୟବତୀ ।୯୨।ପୁତ୍ରକଇଂ କୋଳକଲେ ପାରେଶ୍ୱର ମହାଋଷିମାହେନ୍ଦ୍ର ଯୋଗେଣ ହୋଇଲା ରୋହିଣୀ ବୃଷରାଶି ।୯୩।ପୁତ୍ରକଇଂ କୋଳେ ଧଇଲେ ପାରେଶ୍ୱରବ୍ୟାଲ୍ଲୋଳ ରୂପ ଦେଖି ନାମ ଦେଲେ ବ୍ୟାସ ମୁନିବର ।୯୪।ପୁତ୍ରକଇଂ କୋଳେ ଧରିଅଛନ୍ତି ମହାମୁନିରୋଦନ ସରୂପେ ପୁତ୍ର ଶବଦ କରଇ ବେଦଧୁନି ।୯୫।ଦେଖିଣ ମହାତମାର ନ ଫୁରଇ କିଛିମହାବ୍ରହ୍ମ ଭେଦିଲା ସେ ଅଜପା ଲୟେ ବଚ୍ଛି ।୯୬।ମହାଗ୍ୟାନୀ ପୁତ୍ର ଦେଖି ଗଙ୍ଗା ଲୋଭ କଲାଭଡ଼ ଭଡ଼ କରି ଗଙ୍ଗା ନାବ ବୁଡ଼ାଇଲା ।୯୭।ବୁଡ଼ନ୍ତେଣ ନାଉକା ଭାସିଲେ ବ୍ରହ୍ମଯତିନଦୀ ଭିତରକୁ ପୁତ୍ର ପକାଇଲେ ଝାତି ।୯୮।ଆଗୋ ଅଗାଦ ଜଳରେ ପଡ଼ିଲା ବାଳ ଶିଷିଅନାଦି ତୋୟା ସମ୍ଭାଳିଲେ ମୁନି ବେଦବ୍ୟାସି ।୯୯।ଗଙ୍ଗାକୁ ଲାଗିଲା ମହାତେଜ ଜାଳାତ୍ରାସେଣ ଛାଡିଲା ସେ ଅନାଦି ଚଞ୍ଚଳା ।୧୦୦।ଅଗାଦ ଗଭୀରେ ପଡ଼ିଲା ବାଳଶିଷିଅନନ୍ତ କୋଟି ବ୍ରହ୍ମାଣ୍ଡ ଭେଦି ପାତାଳ ବୈକୁଣ୍ଠେ ଯାଇ ବସି ।୧୦୧।ମହାବ୍ରହ୍ମ ଭେଦିଲା ସେ ବାଳୁତ ତନୟେଅଣାକାର ବିଷ୍ଣୁ ଦେଖିଲା ସେ ଅନନ୍ତ ଯୋଗ ଲୟେ ।୧୦୨।ଦେଖିଣ କୋଳେ ଧଇଲେ ସ୍ୱାମୀ ଯେ ପୁରୁଷ ଅଣାକାରସାନନ୍ଦେଣ ଗୋପ୍ୟ କଲେ ସେ ଉଦର ଭିତର ।୧୦୩।ଶୂନ୍ୟପୁରୁଷର ସେ ଦେଖିଲା ବର୍ଣ୍ଣଚିହ୍ନକୋଟି କୋଟି ଅବତାର ସେ ହୋଇଲେ ପ୍ରସନ୍ନ ।୧୦୪।ସମସ୍ତ କୁତୋହଳେ ଦେଖିଲା ଅନାଦିଶୂନ୍ୟପୁରୁଷ ଗର୍ଭେ ପଶିଲା ମହାବ୍ରହ୍ମ ସାଧି ।୧୦୫।ଶୂନ୍ୟକୁ ଶୂନ୍ୟ ସେ କଲାକ ଲେଖନଅକାଳେ ଭିଆଇଲେ ଭୂତ ଭବିଷ୍ୟ ବର୍ତ୍ତମାନ ।୧୦୬।ବାଞ୍ଛିଣ ବ୍ରହ୍ମା ଯେ କହିଲେ ଅନୁବ୍ରତେଆଗ୍ୟାଂ ହୋଇଲା ୟେହା ତୁ ବିସ୍ତାର କର ଜଗତେ ।୧୦୭।ଅଘଟଣ ଅକାରଣ ଅଲୟ ଭୁବନୟେଥକୁ ଶୁଣନ୍ତା ନାହିଂ ତୋହୋ ଅର୍ଥମାନ ।୧୦୮।ଶୁଣ ଗୋ ବଧୂମାନେ ବୋଲନ୍ତି ସତ୍ୟବତୀୟେତେ ବାଗେ ହାଦେ ସନ୍ତତି ଉତପତ୍ତି ।୧୦୯।ଆଗୋ ବାରତା ପାଇଣ ଅଇଲା ଦାସରାୟେପାରେଶ୍ୱରଙ୍କୁ ଆଣିଣ ମୋତେ ପ୍ରଦାନ ଯେ କୟେ ।୧୧୦।ଆମ୍ଭ ଆଦିଜନ୍ମ ଗୋ ଅଟଇ କଇବ୍ରତୀବ୍ୟାସ ବଞ୍ଚାଇଲା ହାଦେ ଅଜାତି ଅଗତି ।୧୧୧।ମହାବ୍ରହ୍ମ ଘେନିଣ ସମସ୍ତ ୟେକତ୍ୱ କଲାସେ ବେଦବ୍ୟାସ ଅନେକ ପୁରୁଷ ଉଦ୍ଧରିଲା ।୧୧୨।ମା ଗୋ ବ୍ୟାସଙ୍କର ବୀର୍ଯ୍ୟେ ଉପୁଜିବ ଯେବଣ ପୁତ୍ରବଳବନ୍ତ ଧାର୍ମିକ ହୋଇବ ବୀର୍ଯ୍ୟବନ୍ତ ।୧୧୩।ତୁମ୍ଭେ ଆନ କିଛି ନ ଧର ଗୋ ମନେପରମ ଗତିଲଭ ଗୋ ବ୍ୟାସର ପରସନ୍ନେ ।୧୧୪।ଅମ୍ୱିକା ବୋଇଲେ ଗୋ ଶୁଣ ସତ୍ୟବତୀସ୍ତିରୀଜନ୍ମ ପୋଡ଼ୁ ପୋଡ଼ୁ ଆମ୍ଭେ ଗୋ ଅଟୁ ମନ୍ଦଜାତି ।୧୧୫।ସଦାୟେଣ ଅଶଉଚ ଅନୀତି ଅକ୍ରିୟାସମସ୍ତ ବିଧଂସିଲୁ ନାମ ସତଶ୍ରିୟା ।୧୧୬।ମଦିରା ଖାଇ ଯେହ୍ନେ ହୁଅଇ ହେଠମାଥ ଅସମ୍ଭାଳିପୁରୁଷ ସୁନ୍ଦର ଦେଖିଲେ ଆମ୍ଭେ ହୋଉ ମତ୍ତଭୋଳୀ ।୧୧୭।ତେଣୁଟି ପ୍ରମଦା ନାମ ଯେ ଅଟଇ ଆମ୍ଭରଅନୁବ୍ରତେ ଇଚ୍ଛା କରୁଂ ପୁରୁଷ ସୁନ୍ଦର ।୧୧୮।ଆମ୍ଭେ ଅବା ବାଞ୍ଛା କଲୁ ଅନିର୍ଯାପିସେ କିମ୍ପା ଲଘିଂବେ ବ୍ୟାସ ପଣ୍ଡିତ ମହାତପୀ ।୧୧୯।ସତ୍ୟବତୀ ବୋଇଲେ ଗୋ ତୁମ୍ଭର ଇଚ୍ଛାକଲେୟେହିକ୍ଷଣି ଅଣାଇବି ତୁମ୍ଭର ବୋଇଲେ ।୧୨୦।ବଦୟନ୍ତି ବଧୂମାନେ ୟେଥି ଯେତେ ପାତକ ହୋଇସେ ପାତକରେ କାରେଣୀ କେ ହୋଇବ ଗୋସାଇଂ ।୧୨୧।ସତ୍ୟବତୀ ବୋଇଲେ ମୁଂ ଯେ ଭେଟାଉଛି ତୁମ୍ଭଙ୍କୁୟେ ପାପମାନ ଗୋ ଲାଗିବଇଂ ମୁକୁ ।୧୨୨।ଯଦ୍ୟପି ବଧୂମାନେ ପଶନ୍ତି ଅନ୍ୟବାଟେଗୁରୁପତ୍ନୀମାନେ ତାହା ରଖନ୍ତି ଆକଟେ ।୧୨୩।ତୁମ୍ଭେ ଯେବେ ମା ଗୋ ଭିଆଇଲ ୟେମନ୍ତତୁମ୍ଭର ବଚନେ ଆମ୍ଭେ କଲୁ ସନମତ ।୧୨୪।ବ୍ୟାସଙ୍କ ଔରସରେ ଅମ୍ୱିକାଙ୍କ ଗର୍ଭରୁଧୃତରାଷ୍ଟ୍ରଙ୍କ ଜନ୍ମ ଓ ଅମ୍ୱିକାଙ୍କ ମୃତ୍ୟୁଆହୋ ବଧୂନ୍ତ ତିଆରି ଚଳିଲେ ସତ୍ୟବତୀବ୍ୟାସଙ୍କୁ ତହୁଂ ଘେନି ସେ ଯେ ଅଇଲେ ନିଶାରାତି ।୧।ଅମ୍ୱିକାର ଭୁବନେ ଯାଇଂ ହୋଇଲେ ପରବେଶସତ୍ୟବତୀ ତିଆରି ପେଷିଲେ ବେଦବ୍ୟାସ ।୨।ଶୁତିଲେ ସୁନ୍ଦରୀ ସେ ଦିବ୍ୟ ଯେ ପଲଙ୍କେରତ୍ନମୟ ମନ୍ଦିରେ ପ୍ରବେଶ ମୁନି ୟେକେ ।୩।ବ୍ୟାସକଇ ଦେଖିଣ ଅନେକ ସଲଜ୍ଜ ଭୟମତିହେଠମାଥ ହୋଇ ଶଯ୍ୟାରେ ଶୁତିଲା ମହାସତୀ ।୪।ବ୍ୟାସେ ବିଜେକଲେ ଯାଇ ପଲଙ୍କ ଉପରେଅଭ୍ରମ ପୁରୁଷଙ୍କୁ ଆକ୍ରେଷିଲା କାମ ଶରେ ।୫।ପରମ ପୁରୁଷ ଦେଖି ଦେବୀ କଲେ ମହାଭୟେଶରୀର କମ୍ପଇ ତାର କଦଳୀପତ୍ର ପ୍ରାୟେ ।୬।ମହା ସଲଜ୍ଜିତ ସେ ବ୍ୟାସଦେବ ତପନିଷ୍ଠିକାମେଣ ବିଭଳିତ ହୋଇଲେ ଗ୍ୟାନଭ୍ରଷ୍ଟି ।୭।ଅମ୍ୱିକାର ମେଳେ ବ୍ୟାସ ମହାଋଷିକୋଳକରି ମହାତମା ଧଇଲେ ଆକ୍ରେଷି ।୮।ଆରେ ପରମ ବଧୂ ଉଠରେ ମାନିନିବିନୟେ ଉତ୍ତର ଦ୍ୟନ୍ତି ବ୍ୟାସ ମହାମୁନି ।୯।ଯୋଗ ତେଜି ମହାତମା ମଦନ ବେଭଳେଅମ୍ୱିକା କନ୍ୟାକୁ ଘେନିଲେ ମୁନି କୋଳେ ।୧୦।ସଲଜ୍ଜିତ ସଂକୋଚିତ ମାନିନୀ ମାନବତୀହେଠ ବଦନ ହୋଇ ସେ ବସିଲା ମନେ ମହାଭ୍ରାନ୍ତି ।୧୧।ଅନେକ ଚାଟୁ ପଟଳ କହନ୍ତି ମୁନିବ୍ୟାସେନ ଦିଅଇ ସମାସ୍ୟା ନ କହଇ ହରଷେ ।୧୨।ଦ୍ୱାରେ ଲାଗିଣ ଯେ ଅଛଇଂ ସତ୍ୟବତୀଭୋ ଧର୍ମଦେବତା କର ବଧୂର ପୀରତି ।୧୩।କାମଦେବତାଙ୍କୁ ସୁମରଣା କଲେକ ମନେ ଧ୍ୟାନେଶ୍ରୀଜଗମୋହନ ପୁରୁଷକୁ ଯେ ଦେବୀ ସୁମରନ୍ତି ପଞ୍ଚୁ ମନେ ।୧୪।କମଳାର ନନ୍ଦନ ଜୟ ତୁ ଅନଙ୍ଗଯୋଗ ନିର୍ଜିତ ତଲ୍ଲୟେ ଶଙ୍କର ଦର୍ପ ଭଙ୍ଗ ।୧୫।ଭୁବନ ସୁନ୍ଦର ତୁ ମୁନିମାନଙ୍କର ତପ ଭାଞ୍ଜୁସ୍ତିରୀ ପୁରୁଷଙ୍କର ତୁ ସମସ୍ତ ଦର୍ପ ଗଞ୍ଜୁ ।୧୬।ଜୟ ତୁ ଜୟ ସୁନ୍ଦର ଅନଙ୍ଗ ପୁଷ୍ପଧନୁମହାପଦ୍ମ ନ ତୁ ମାଧବ ନାରାୟଣଙ୍କର ତନୁ ।୧୭।ଶ୍ରୀହସ୍ତେ ଶୋଭାବନ ପୁଷ୍ପ ପଞ୍ଚୁବାଣଯୁବାଜନ ଦର୍ପ ମର୍ଦ୍ଦନ୍ତା ମୟାଣ ।୧୮।ରତି ଦେବୀଙ୍କର ବଲ୍ଲଭ ଚରଣେ ନମସ୍ତେବିଜେକର କାମ ତୁ ଅମ୍ୱିକାର ଗାତ୍ରେ ।୧୯।ଜୟତୁ ଜୟତୁ ଦେବ ସୟଳ ସଂସାର ହିତକାରୀଛଡ ଋତୁ ଭୋଗ କରନ୍ତା ତୁ ପୁଷ୍ପ ଚାପଧାରୀ ।୨୦।ମାଦନ ମୋହନ ଶୋଷଣ ତାପନ ସ୍ତମ୍ଭନ ପଞ୍ଚୁଶରତପ ଭଗ୍ନ କଲୁଟି ତ୍ରିପୁରାରି ଶିବଙ୍କର ।୨୧।କୁମାର ସମ୍ଭବ ହୋଇଲାକ ତୋହରେତାରକା ବଧ କଲା ସେ କାର୍ତ୍ତିକ ଛଡ଼ଶିରେ ।୨୨।ତାରଣ କାରଣ ତୁ ଉଦ୍ଧାରଣ ଦଇବତତରୁଣ ନାରାୟଣ ତୁ ସକଳ ଜନ ବର୍ଦ୍ଧୁତ ।୨୩।ଶ୍ରୀବଚ୍ଛ ଲକ୍ଷଣ ନନ୍ଦନ ଚରଣେ ନମୋସ୍ତୁତେବିନୟ ଶୂଦ୍ର ମୁନି ସାରୋଳା ଦାସ ନିତ୍ୟେଂ ।୨୪।ବଦନ୍ତି ଅଗସ୍ତି ଶୁଣ ବଇବସୁତ ମନୁଯାହା ପୁଚ୍ଛା କଲୁ ଶତ ମନୁ ତନୁ ।୨୫।ଅନେକ ସ୍ତୁତି ଯହୁଂ କଲାକ ଯୋଜନଗନ୍ଧାଶୁଣିଣ ପରମ ସାନନ୍ଦ ସେ ଭେଟିଲା ପଞ୍ଚୁଶର ଯୋଦ୍ଧା ।୨୬।ଅମ୍ୱିକାର ଅଙ୍ଗେ ପଡ଼ିଲା ସେ ଅନଙ୍ଗ ସୁନ୍ଦରଭେଦିଲା ମୟାଣ ବାଣ ପଞ୍ଚୁଶର ।୨୭।କାମ ଅସାଷ୍ଟମେଣ ପଡ଼ିଲା ଯୁବତୀବ୍ୟାସଙ୍କର ତୁଲେ ସେ ଇଚ୍ଛିଲାକ ରତି ।୨୮।ଆହୋ ସେହୁ ମାହେସ୍ୱରୀ, ୟେକେ ବ୍ୟାସ ମହାମୁନିନିର୍ଜନ ମନ୍ଦିରେ ସେ ଶୃଙ୍ଗାର କଲେକ ଯେ ବେନି ।୨୯।ଅକ୍ଷୟେ ମହାତମା ସେ ଅଜୟେ ଅବୟେନ ଚଳଇ ମହାରସ ସେ ପାଷାଣର ପ୍ରାୟେ ।୩୦।ବଢିଲାକ ଶୃଙ୍ଗାର ସେ ପ୍ରାକ୍ରମେ ବଳବନ୍ତାଚଳଇ ମହାରସ ସେ ପ୍ରତିଗ୍ୟାଂ ଶକତା ।୩୧।ପ୍ରାଣ ଅପାନ ବ୍ୟାନ ଉଦାନ ସମାନ ପଞ୍ଚୁଆତ୍ମାୟେହାକୁ ଦୃଢ କରିଣ ଇଚ୍ଛିଲା ମହାତମା ।୩୨।ଯଦ୍ୟପି ଶୃଙ୍ଗାର ହୋଇଲା ବେନି ରଙ୍ଗେଲଜ୍ଜାଭରେ ସୁନ୍ଦରୀ ନଛାଡ଼ିଲା ତାହାର ଅଙ୍ଗେ ।୩୩।ମିଥୁନ ଅର୍କବାସର କୃଷ୍ଣ ତିରୋଦଶୀଅମ୍ୱିକାର ତୁଲେ ଶୃଙ୍ଗାର କଲେ ବ୍ୟାସ ମହାଋଷି ।୩୪।ୟେସନେକ ଶୃଙ୍ଗାର ଯେ ରାତ୍ର ଅଷ୍ଟାଦଶ ଦଣ୍ଡଛାଡିଲେ କାମଦେବ ଚନ୍ଦ୍ର ଅର୍ଦ୍ଧଖଣ୍ଡ ।୩୫।ଢଳିଲାକ ମହାରେତ ଯେ ପ୍ରସର ହେଲା ବିନ୍ଦୁଅସାଷ୍ଟମ ହୋଇଲା ସୁନ୍ଦରୀ ଦର୍ପଇନ୍ଦୁ ।୩୬।ମହାବ୍ରହ୍ମ ଭେଦିଣ ଛାଡିଲେ ମୁନିବୀର୍ଯ୍ୟଅମୋହ ରେତ ପଡ଼ନ୍ତେଣ ସୁନ୍ଦରୀ ଆତ୍ମା ହୋଇଲା ବିସର୍ଜ ।୩୭।ପ୍ରାଣ ତେଜ୍ୟା ହୋଇଣ ସେ ପଡ଼ିଲା ଯୁବତୀକୋଳ କରି ଧଇଲେ ସେ ପଣ୍ଡିତ ଭିଗ୍ୟଂ ଯତି ।୩୮।ଅସାଷ୍ଟମେ ସୁନ୍ଦରୀ ଯେ ନୁଆରିଲା ଚେତିସଇନ୍ଦୁ ପୁତ୍ରେକ ଯେ ହୋଇଲା ଉତପତ୍ତି ।୩୯।ପୃଥିବୀର ମଧ୍ୟେ ୟେ ଯେ ପଡ଼ିଲାକ ବାଳପାଦଘାତେ ମେଦନୀ କମ୍ପିଲା ମେରୁ ଟଳମଳ ।୪୦।ପୁତ୍ର ପ୍ରସବିଣ ଅମ୍ୱିକା ନାଶଗଲାକୋଳ କରି ମହାତମା ସେ ପୁତ୍ରକୁ ଧଇଲା ।୪୧।ପୁତ୍ର ଘେନି ହିଆରେ ଲଗାଇଲେ ମୁନିବରତୋଷେଣ ବୋଇଲେ ବଜ୍ର ହୋଉ ତୋହୋର ଶରୀର ।୪୨।ଧାତିକାରେ ସତ୍ୟବତୀ ପଶିଲେ ଭିତରକୁପୁତ୍ର ଗୋଟିକୁ ବ୍ୟାସେ ସମର୍ପିଲେ ମାତାଙ୍କୁ ।୪୩।ପୁତ୍ର କୋଳେ ଦେଇ ସେ ମୁନିବର ଉତ୍ତମାଶୂନ୍ୟେଣ ଅନ୍ତର୍ଦ୍ଧାନ ସେ ଗଲେ ମହାତମା ।୪୪।ପୁତ୍ର ଗୋଟି କୋଳେ ଧରି ବିଚାରନ୍ତି ସତ୍ୟବତୀବତିଶ ଗୁଣେ ସୁନ୍ଦର ସେ ଅନଙ୍ଗ ମୂରତି ।୪୫।ରୂପ ଗୁଣ ବିସରି ଦେବୀ ନିରୋପନ୍ତି ପୁତ୍ରକୁତଦନ୍ତ କରି ଚାହିଂଲେ ମାୟେ ବେନି ଲୋଚନକୁ ।୪୬।ସୁଢଳ ସୁନ୍ଦର ସୋହଡ଼ ସାର୍ଥୁକ ମହାବଳାଦେଖିଲେ ଚକ୍ଷୁରେ ସେ ନାହିଂ ବେନି ଡୋଳା ।୪୭।ପୁଣ ପୁଣ ନିରୋପନ୍ତି ଅତିଅନ୍ତ ଶରଧେବିଷାଦ ହୋଇଲେ ଦେବୀ ଦେଖିଣ ବେନୁ ଚକ୍ଷୁ ଅନ୍ଧେ ।୪୮।ହରଷ ଛାଡ଼ି ଦେବୀ ବିରସ ମହାକଷ୍ଟସେ ପୁତ୍ର ନାମ ଯେ ଦେଲେ ଧୃତିରାଷ୍ଟ ।୪୯।ଅମ୍ୱିକା ପଡ଼ିଅଛି ମୃତ୍ୟୁ ଶବ ହୋଇଶାୟେଂତନୁ ଭୀଷ୍ମ ଭୂରିଶ୍ରବା ପ୍ରବେଶ ହୋଇଲେ ଯାଇଂ ।ଯ୫୦।ପୁତ୍ର ଜାତ ଶୁଣି ଅନେକ ଉତ୍ସବ ସାନନ୍ଦନୟନ ଅନ୍ଧ ଦେଖି ହୋଇଲେ ବିଷାଦ ।୫୧।ଅନେକ ଦାନ ସେ ଦେଲେ ବିପ୍ର ଯୋଗେଅମ୍ୱିକା ଦେବୀଙ୍କି ସେ କଢାଇ ନେଲେ ବେଗେ ।୫୨।ଚିତା ଆରୋପଣ କଲେ ଶମଶାନେପ୍ରେତ କାର୍ଯ୍ୟ କରାଇଲେ ଶାହାସ୍ର ବିଧାନେ ।୫୩।ଆହୂତି ଘୃତ ପାରଣା କଲେ ୟେକାଦଶେପୁତ୍ରକଇଂ ପ୍ରତିପାଳନ୍ତି ହରଷ ବିରସେ ।୫୪।ପୁତ୍ରକୁ କୋଳେ ଧରିଣ ଭାଳନ୍ତି ସତ୍ୟବତୀୟେତେ ଅବସ୍ଥାୟେ, କରାଇଲା ୟେତେ ପୀରତି ।୫୫।କାଳେଣ ନନ୍ଦନ ରାଜାପଣକୁ ନୋହିଲାକ ଯୋଗ୍ୟକାହିଂର ଫଳୁ ସୋମବଂଶ ୟେସନେ ପରିତ୍ୟାଗ ।୫୬।ପଣ୍ଡିତଙ୍କ ମୁଖୁଂ ଶୁଣିଲେ ତଥ୍ୟବାଣୀଜାତ ଅନକୂଳ ଯୋଗ ବେଳଜାଣି ।୫୭।ପୁତ୍ରର ହୋଇଲା କୃତ୍ତିକା ବୃଷରାଶିଶୁକ୍ର କ୍ଷେତ୍ରେ ବ୍ରହ୍ମରାକ୍ଷସ ଜନ୍ମ ଆସି ।୫୮।ଶୁଣ ହୋ ଯୁଗମନୁ ବଦନ୍ତି ଅଗସ୍ତିଅନ୍ଧପୁତ୍ର ଦେଖି ବିଷାଦ ସତ୍ୟବତୀ ।୫୯।ରାଜାକୁ ଯୋଗ୍ୟତ ନୋହିଲା କୁମରଭୋ ଦଇବ ପୁରୁଷ ତୁ କର ପ୍ରତିକାର ।୬୦।ସତ୍ୟବତୀଙ୍କ ଦ୍ୱାରା ବ୍ୟାସଙ୍କ ଆଗମନ ଓଅମ୍ୱାଳିକା ଗର୍ଭରୁ ପାଣ୍ଡୁଙ୍କ ଜନ୍ମପୁଣି ବ୍ୟାସକଇଂ ସୁମରିଲେ ଦେବୀ ଧ୍ୟାନେମାତାଙ୍କର ପାଶେ ପ୍ରବେଶ ହୋଇଲେ ମହାମୁନ୍ୟେ ।୧।ପୁତ୍ର ଗୋଟିକି କୋଳେ ଧରି ଦାସରାଜାର କୁମାରୀବ୍ୟାସଙ୍କର କୋଳେ ନେଇ ଦେଲେକ ଯୋଜନଗନ୍ଧା ନାରୀ ।୨।ବାବୁ ୟେତେ କଷ୍ଟେ ଉପୁଜାଇଲୁ ସନ୍ତତିନୟନ ଭ୍ରଷ୍ଟ ହୋଇଲା ସେ ରାଜ୍ୟକୁ ଅଗତି ।୩।ବାବୁ ଶରୀରକୁ ସାର ହାଦେ ଅଟଇ ବେନି ଚଛୁସେ ନୟନ ଭ୍ରଷ୍ଟ ହୋଇଲା ତାକୁ ମନରେ କିସ ବାଞ୍ଛୁ ।୪।ୟେଡ଼େକ ପାତେକ ତୁ ଯେ କଲୁ ବ୍ରହ୍ମଋଷିଅନ୍ଧେଣ ସେ ଯେ ବଂଶ ତ ହୋଇଲା ଉଦାସୀ ।୫।କ୍ରୋଧ କରିଣ ସତ୍ୟବତୀ କହନ୍ତି ବ୍ୟାସଙ୍କୁପୁଣ ୟେବେ ବିଜେକର ବାବୁ ଅମ୍ୱାଳିକା ପୁରକୁ ।୬।ତାହାର ତୁଲେ ପୁତ୍ର ତୁ ବଢାଅ ପୀରତିପୁତ୍ର ଜାତ ହୋଉ ବାବୁ ରାଜ୍ୟଧର ମୂରତି ।୭।ଶୁଣିଣ ବିଷାଦ ହୋଇଲେ ତପୀ ଭଗବନ୍ତକେତେ କରାଉ ମା ଗୋ ଅଲୋକିତ ପାତକନ୍ତ ।୮।ସତ୍ୟବତୀ ବୋଇଲେ ବାବୁ ଯେବେ ସେ ହରିଲୁଆବର ପାତକକୁ ବାବୁରେ କିଂପେ ଭୟେ କଲୁ ।୯।ବାବୁ ମୋହୋର ଶପତ ତୋତେ ନ ଧର ମନେ ଆନପାତକ ଦୂର କରି ଉପୁଜାଅ ସନ୍ତାନ ।୧୦।ବ୍ୟାସକୁ ସନମତ କରାଇଲେ ଯୋଗେଶ୍ୱରୀପ୍ରବେଶ ହୋଇଲେ ଦେବୀ ଅମ୍ୱାଳିକା ପୁରୀ ।୧୧।ତିଆରନ୍ତି ସତ୍ୟବତୀ ଅମ୍ୱାଳିକାର ସମେତେଅନେକ ଭଗତି ଅମ୍ୱାଳିକା ହୋଇଲା ପ୍ରଣପତ୍ୟେ ।୧୨।ସତ୍ୟବତୀ ବୋଇଲେ ମା ଗୋ ଶୁଣ ଅମ୍ୱାଳିକାତୁ ମୋହୋର କୁଳ ମଣ୍ଡଣୀ ଅଟୁ ଗୋ ୟେକା ।୧୩।ଅମ୍ୱିକାର ହୋଇଲା ପୁତ୍ର ଯେ ଗୋଟିୟେତୁ କିଂପେ ତୁଷ୍ଟ ହୋଇଲୁ ନ କଲୁ ଉପାୟେ ।୧୪।ଯେମନ୍ତେ ପୁତ୍ର ଗୋଟିୟେ ହୁଅଇ ତୋର ଜାତତହିଂକି ଉପାୟ ବୁଦ୍ଧି କରସି ଗୋ ମାତ ।୧୫।ଅମ୍ୱାଳିକା ବୋଇଲା ଗୋ ଛାଡିବା କେହ୍ନେ ଧର୍ମନୋହଇ କିନା ପୁତ୍ର ଲିଖିତ ଯେହ୍ନେ ମୋର କର୍ମ ।୧୬।ସତ୍ୟବତୀ ବୋଇଲେ ବୁଦ୍ଧି ଉପାୟେ ଗୋ ଥିଲେବଂଶ ରକ୍ଷାକର ଗୋ ଯେ ଯାହାର ବୁଦ୍ଧିବଳେ ।୧୭।ଦୁଇ ଭୟେଣୀ ଯେବେ ଥାଆନ୍ତ ସେହିମତେତାହାର ସଂପଦ ତୁ ମୂର୍ଚ୍ଛିବୁ କେମନ୍ତେ ।୧୮।ୟେବେ ବ୍ୟାସ ଆସିବେଟି ତୋହୋର ଭୁବନକୁଭାବେଣ ଭଗତି ତୁ ହୋଇବୁ ତାହାକୁ ।୧୯।ୟେକ ମନେ ୟେକ ଯୋଗେ ବଢାଅ ପୀରତିରାଜ୍ୟଧର କୁମରେକ ହୋଉ ଉତପତ୍ତି ।୨୦।ଶୃଙ୍ଗାର କାଳେ ଅମ୍ୱିକା ଅସାଷ୍ଟମ ହୋଇଲାନୟନ ବୁଜିଲାକୁ ପୁତ୍ର ଅନ୍ଧ ଯେ ହୋଇଲା ।୨୧।ବ୍ୟାସକଇଂ ଆନନ୍ଦେଣ ଦିଅସି ଶୃଙ୍ଗାରତୋହୋର ପୁତ୍ର ଗୋଟି ଗୋ ହୋଉ ରାଜ୍ୟଧର ।୨୨।ୟେହା ଶୁଣି ବିଷାଦ ଛାଡ଼ିଲା ମାନବତୀଅମ୍ୱାଳିକାକୁ ବେଶନ କରାଇଲେ ସତ୍ୟବତୀ ।୨୩।ବ୍ୟାସନ୍ତ ଘେନି ପ୍ରବେଶ ହୋଇଲେ ଅନ୍ତେଶ୍ୱର ପୁରେବିଜେ କରାଇଲେ ନେଇ ଚନ୍ଦ୍ରଶାଳା ମନ୍ଦିରେ ।୨୪।ଅନେକ ବେଶ ବେଶନ କରାଇଲେ ଅମ୍ୱାଳିକାବ୍ୟାସକଇଂ ଭେଟ କରାଇଲେ ଶଉନିକା ।୨୫।ପାରେଶ୍ୱର ନନ୍ଦନ ହୋଇଲେ ଆନ ବେଶପାଣ୍ଡୁର ବର୍ଣ୍ଣ ମୁନିଙ୍କର ଶରୀର ପରକାଶ ।୨୬।ଚନ୍ଦନ ଅଗର ଚଉସମ କର୍ପୂର କସ୍ତୁରୀନାନା ସୁଗନ୍ଧ ଯେ ଶରୀରେ ଲେପନ କରି ।୨୭।ଅନେକ ଆଭରଣ ଅଳଙ୍କାର କାୟେଋଷି ରୂପ ଛାଡ଼ି ଦିଶିଲେ ରାଜ୍ୟଧର ପ୍ରାୟେ ।୨୮।ଜଗବନ୍ଦନ ପୁରୁଷ ଅଟଇ ମହାବ୍ରହ୍ମଅନଙ୍ଗ ସୁନ୍ଦର ସେ ପୁରୁଷଙ୍କ ଉତ୍ତମ ।୨୯।ଦୀକ୍ଷାଗୁରୁ ଗ୍ୟାନଗୁରୁ ଶିକ୍ଷାଗୁରୁ ମହାଭିଗ୍ୟଂପରମଗୁରୁ ସାଧକ ପୁରୁଷ ଅନାଦି ସର୍ବଗ୍ୟଂ ।୩୦।ଦ୍ୱୈପାୟନ ନାରାୟଣ ଯେ ପ୍ରଳୟ କାଳ ବଞ୍ଚାଷାଠିୟେ ଲକ୍ଷ ମହାଭାରତ ଯେହୁ କଲେ ସଞ୍ଚା ।୩୧।ମଦନ ଭାବିନୀ ସେ ଅଟଇ ଅମ୍ୱାଳିକାପରମ ଯୋଗେଶ୍ୱରୀ ସେ କାମ ରସ ଶିଖା ।୩୨।ମଦନ ମନ ପବନ ତିନିହିଁ ନିରୋଧିଘୋଟିଲା ମୟାଣ ଭେଟିଲା କାମ ଯୋଧୀ ।୩୩।ରତି ଖେଦ ଘେନିଣ ବିଜୟେ ମୁନିୟେକେଅମ୍ୱାଳିକା ପ୍ରିୟଭାବ କଲା ଯେପଲଙ୍କେ ।୩୪।ଧର୍ମ ଧର୍ମ ସୁମରନ୍ତି ଦାସରାଜାର କୁମାରୀଭୋ ଧର୍ମପୁରୁଷ ସୋମବଂଶ ହୋଉ ଯେ ଉଦ୍ଧାରି ।୩୫।ମଦନ ଶର ଘାୟେ ଭେଟିଲେ ମହାଋଷିଅମ୍ୱାଳିକାକୁ କୋଳ କରି ଧଇଲେ ଆକ୍ରେଷି ।୩୬।ଧର୍ମ ଧର୍ମ ସୁମରନ୍ତି ଯେ ପଦ୍ମନାଭର ବାଳୀଭୁଜେ ଭୁଜେ ଭିଡ଼ି ମହାତମା ବିନୟେ ହିଆଳି ।୩୭।ହୃଦୟରେ ହୃଦଭିଡ଼ି ମୁଖରେ ଚୁମ୍ୱନକାମର ଆତୁରେଣ ମୁନି ହୋଇଲେ ବିବସନ ।୩୮।ବିବସନ କରିଣ କୋଳେ ଧଇଲେ ମହାମୁନ୍ୟେହାସ୍ୟ ଲାସ୍ୟ ପ୍ରେମ କୁତୋହଳେ ଅଧର ପାନେ ।୩୯।ଚନ୍ଦ୍ରକଳା ଭେଦିଲା ସେ ରତି ଶାସ୍ତ୍ର ଯୋଗେଧାତୁ ମାତୁ ବାମାର ଚଳିଲାକ ବେଗେ ।୪୦।ରସ ଖଳିତ ଯହୁଂ ହୋଇଲା ପରମଦାଭାବେଣ ଭାବିନୀ ଆକର୍ଷଇ ବ୍ରହ୍ମସିଦ୍ଧା ।୪୧।ମୁଖେ ଚୁମ୍ୱନ ଦେଇ ଭିଡ଼ଇ ବେନି ଭୁଜଗତେଅମ୍ୱାଳିକା ବୋଇଲା ମୋହୋର ପ୍ରାଣ ରଖ ତପୋବନ୍ତେ ।୪୨।ଶୃଙ୍ଗାର ମାଗଇ ବାଳୀ କାମର ଉଚ୍ଚାଟେଯାମଳା ତରୁ ଯେହ୍ନେ ଜଡ଼ିତ ୟେକ ଭେଟେ ।୪୩।ଅଭୟେ ବିଭଙ୍ଗ ତ ମୁନି ରତିରଙ୍ଗେ ଇଚ୍ଛାଛାଡିଲା ଲାଜ ଭୟ ପୂରୋଇଲା ମନ ବାଞ୍ଛା ।୪୪।ଭାବେଣ ବୁଡିଲା ସେ ପଚିଶ ପ୍ରକୃତିହେଠମାଥ ଶୃଙ୍ଗାରେ ଅଶାନ୍ତି ଅତ୍ରିପୁତି ।୪୫।ମଗୁଶୀର କୃଷ୍ଣ ଚତୁର୍ଥୀ ଯେ ଅର୍କବାରରୋହିଣୀ ନକ୍ଷତ୍ର ବୃଷ ଚନ୍ଦ୍ର ସେ ଦିନର ।୪୬।ବିଛା ସଂକ୍ରାନ୍ତିର ଦିନ ପଚିଶ ଯେ ଭୋଗବାଳବ ନାମେ କରଣ ଶିବ ନାମେ ଯୋଗ ।୪୭।ରୋହିଣୀ ବୃଷ ରାଶି ଜାତ ଶୁକ୍ର କ୍ଷେତ୍ରୀସପତମ ଘରେ ଶୁକ୍ର ନବମେ ବୃହସ୍ପତି ।୪୮।ୟେସନେକ ସମୟେ ଉତପତ୍ତି ହୋଇଲାକ ବଳାରାତ୍ର ଘଡ଼ିୟେକଠାରେ ପୂର୍ଣ୍ଣଚନ୍ଦ୍ର କଳା ।୪୯।ମରକତ ରସାଣିଲା ପ୍ରାୟେ ଦିଶଇ ଦେହ ବର୍ଣ୍ଣଶିଖୀ ସିଦ୍ଧ କପାଳ ଯେ ଘଟିତ ଲେଖନ ।୫୦।ଆରକତ ପଦ୍ମ ଜିଣି ଦିଶଇ ବେନି ଚଛୁଗଜ ରିପୁ ବକ୍ଷସ୍ଥଳ ମଝା ସମକଛୁ ।୫୧।ଆକର୍ଷଣ ବାହୁ ବିଜେ ମକରକେତନ ସରୂପଚଉଷଠି ଗୁଣ ଲକ୍ଷଣ ଅନଙ୍ଗ ସମଧାପ ।୫୨।ଅନେକ ଲକ୍ଷଣେ ଉତପତ୍ତି ହୋଇଲାକ ସୁତଦିବି ଭୁବି ପାତାଳ ତ୍ରୈଲୋକ୍ୟେ ବିଦିତ ।୫୩।ଅମୃତ ବେନି କୁଣ୍ଡଳ ଶୋଭିତ ବେନି କର୍ଣ୍ଣେଶୁଦ୍ଧ ପଦକ ମଣି ଶୋଭିତ ସନ୍ନିଧାନେ ।୫୪।ପୁତ୍ର ଦେଖି ଉଷତ ସେ ହୋଇଲେ ସତ୍ୟବତୀଦିଗପାଳମାନଙ୍କୁ କରନ୍ତି ଅନେକ ଯେ ସ୍ତୁତି ।୫୫।