ସାରଳା ମହାଭାରତ ଆଦିପର୍ବ (ପ୍ରଥମ ଖଣ୍ଡ)
ସାରଳା ଦାସ · ଭାଗ ୧୧ / ୧୪
ସମ୍ପୂର୍ଣ୍ଣ ସୂଚୀପତ୍ର
ଯୁଧିଷ୍ଠିରଙ୍କ ଜନ୍ମ
ପଣ୍ଡୁ ତିଆରିଲେ ଶୁଣିଲଟିକି ପୁରାଣେଦୁତୀ ବ୍ରହ୍ମା କହିଲେ ଶାହାସ୍ର ପରମାଣେ ।୧।କୋଇନ୍ତାୟେ ବୋଇଲେ ଦେବ କହିଲେ ଅଗସ୍ତିତାହାଙ୍କର ବଚନେ ଯେହ୍ନେ ହୋଇବ ଫଳଶ୍ରୁତି ।୨।ପଣ୍ଡୁ ବୋଇଲେ ଆବର ବିଳମ୍ୱ ନକରଦେଖିବି ନନ୍ଦନ ଗୋ ସଂପ୍ରତେ ହୋଇବ ମନର ।୩।କୋଇନ୍ତାୟେ ବୋଇଲେ ଆମ୍ଭେ ବୁଝିବାକ ଭଲତିଥିଇଛାୟେ ଯେବେ କରାଇବା ପୁତ୍ର ଉତପତ୍ତି ।୪।ବିଚାର କରନ୍ତି ଯେ ଶତଶିଂଗ ପର୍ବତେପଣ୍ଡୁ ଅନ୍ଧାରି ବିଜେ କରି ପଶିଲେ ବନସ୍ତେ ।୫।ଯତନେଣ ଭାରିଯାନ୍ତ ଛାଡ଼ଇ ରାତ୍ର କାଳେ ରାୟେଯେମନ୍ତେ ପାରନ୍ତୁ ସେ ଉପୁଜାନ୍ତୁ ତନୟେ ।୬।ୟେମନ୍ତେଣ ମନେ ବିଚାରି ପଣ୍ଡୁ ବୁଲନ୍ତି ଘୋରବନେକରନ୍ତି ବେଣ୍ଟ ମୃଗୟା ସେ ଗହନ ଅରଣ୍ୟେ ।୭।ବଇଶାଖ ଶୁକଳ ପକ୍ଷ ପ୍ରତିପଦା ଚନ୍ଦ୍ରବାରଦ୍ୱିଜା ମେଷ ରାଶିକି ଭୋଗ ସେ ଦିନର ।୮।ତୈତିଲ୍ୟ ନାମେ କରଣ ପ୍ରୀତି ନାମେ ଯୋଗମେଷ ସଂକ୍ରାନ୍ତିକି ଉଣାଇଶ ଦିନ ଭୋଗ ।୯।ସଂପୂର୍ଣ୍ଣ ହୋଇ ଅଛଇ ସାତ ଘଡ଼ି ରାତିମଦନାକୁ ବସାଇ ଭାଳନ୍ତି ଦେବୀ କୋନ୍ତୀ ।୧୦।ଅଗସ୍ତିଙ୍କ ବଚନେ କୁଶ ଶେଜ୍ୟା ଗୋଟିଏ କଲେଝୀନ ବସ୍ର ଗୋଟିୟେ ଉପରେ ଘୋଡ଼ାଇଲେ ।୧୧।ଶଉଚ ଭାବ ହୋଇଣ ଦେବୀ ବେଶ ବେଶନ ହୋଇପୁଷ୍ପ ପାଖୁଡ଼ା ପୁଡ଼ା ଉପରେଣ କର୍ପୂର ଗୁଣ୍ଡିକି ଉଛାଇ ।୧୨।ଦୁର୍ଭାସାଙ୍କ ଜପାମାଳୀ ଘେନିଲେ ଦେବୀ ହସ୍ତେଭୋ ଧର୍ମ ଦେବତା ବୋଲି ସୁମରିଲେ ହୃଦଗତେ ।୧୩।ନିଜ ପତିର ତୁଲେ ଗୋ ନୋହିଲାକ ରତିୟେହା ସେ ଅରଜିଲୁ ଆମ୍ଭେ ହୀନ ଯେ ଯୁବତୀ ।୧୪।ୟେ କଷଣୁ ସ୍ୱାମୀ ଧର୍ମଦେବ କର ପାରିଧର୍ମ ଧର୍ମ ସୁମରଇ ଦେବୀ ଭୋଜର କୁମାରୀ ।୧୫।ଆସନ କମ୍ପିଲା ସ୍ୱାମୀ ନିରଞ୍ଜନ ପୁରୁଷଶୁକ୍ଳାମ୍ୱର ପୁରୁଷ ଆସି ହୋଇଲେ ବେଗେ ଦୃଶ୍ୟ ।୧୬।କୁଶଶଯ୍ୟା ଯୁଗତେ ଆସି ବିଜୟେ ଧର୍ମ ନିରଞ୍ଜନଦେଖିଣ କୋଇନ୍ତାୟେ ବିନୟ ଭଗତିମାନ ।୧୭।ବାବୁ ଦୁର୍ଭାସା ମହଋଷିର ମନ୍ତ୍ର ପରସାଦେକୋଇନ୍ତାକୁ ଦୃଶ୍ୟ ହୋଇଲା ମନୁଷ୍ୟ ପ୍ରାୟେ ହାଦେ ।୧୮।ଅନେକ ପୂଜା କରନ୍ତି ଦେବୀ ଯେ କୋଇନ୍ତାଦେଖିଣ ପରମ ସାନନ୍ଦ ସେ ଧର୍ମଦେବତା ।୧୯।ଦେଖିଣ କୋଇନ୍ତାୟେ ହୋଇଲେ ଧୀର ମତିଶୂନ୍ୟପୁରୁଷ ତୁଲେ ବଢାଇଲେ ଅନେକ ପୀରତି ।୨୦।ଶୃଙ୍ଗାର ପରିତୋଷେ ଅକ୍ଷୟ ନିରଞ୍ଜନତେଜିଲେ ବୀର୍ଯ୍ୟ ସେ ସମ୍ଭର୍ବେ ବିଦ୍ୟମାନ ।୨୧।ଅମୃତ ଯୋଗେ ଅଢାଇ ପ୍ରହର ରାତିସଇନ୍ଦୁ ପୁତ୍ରେକ ଯେ ହୋଇଲା ଉତପତ୍ତି ।୨୨।ଶୁକ୍ଲାମ୍ୱର ଶରୀର ଆଦିତ୍ୟ ତେଜ ଜାଣିନିକଳଙ୍କେ ଉତପତ୍ତି ସେ ଜାଣି ନିଶାମଣି ।୨୩।ଆକାଶ ଭୁବନେ ବିକାଶିଲା ଯେ ଜ୍ୟୋତିପୁତ୍ରକଇ କୋଳେ ଧଇଲେ ଦେବୀ କୋନ୍ତୀ ।୨୪।ସୁନ୍ଦର ନିର୍ମଳ ନିକଳଙ୍କ କାୟେସୁକୁମାର ଶରୀର ଦିଶଇ ଶୁଦ୍ଧ ସଷ୍ଟିକର ପ୍ରାୟେ ।୨୫।ଶ୍ରୀଖଣ୍ଡ କପାଳ ଯେ ଅମୂଲ୍ୟ ରେଖ ପାଟିତିଳ କୁସୁମ ନାସିକା ରକ୍ତ କୁମୁଦ ଦୃଷ୍ଟି ।୨୬।ଲଳିତ ଶ୍ରବଣ ଯେ ପଂକୁ ବିମ୍ୱଓଷ୍ଠବଳିଣ ବେନି ବାହୁ ଗଣ୍ଡସ୍ଥଳ ମୋଟ ।୨୭।କନକ ମୃଣାଳ ବେନି ଯେ ବାହୁଟିସଂପୂର୍ଣ୍ଣ ଚନ୍ଦ୍ରବଦନ କମଳ ମୁଖଗୋଟି ।୨୮।ଅଭୟେ ଆକର୍ଷଣ ବକ୍ଷସ୍ଥଳ ଯେ ବିରାଜିକନକ କଳ୍ପବୃକ୍ଷ ଗଜ ରିପୁ ମଝା ବୁଝି ।୨୯।ପ୍ରଲମ୍ୱ ବାହୁ ଜାନୁ କମଳ ସୁସଞ୍ଚନୋହଇ ସଂକୀର୍ଣ୍ଣ ସେ ନୋହଇ ପ୍ରଲମ୍ୱ ଉଞ୍ଚ ।୩୦।ଆରକ୍ତ କୁସୁମ ଜାଣି ବେନି କର ସ୍ଥଳୀନିକଣ୍ଟେକ ଫୁଟେକ ଚମ୍ପେକ ଜାଣି ଶୋଭିତ ଅଙ୍ଗୁଳୀ ।୩୧।ବିଘଂସିତ ଦଶନହ କୁନ୍ଦ ପାଖୁଡ଼ା ପ୍ରାୟେ ଜାଣିପୃଥୀକି ଅଳଙ୍କାର ପ୍ରାୟେ ଦିଶଇ ଆଜାନୁ ବେନି ପାଣି ।୩୨।ବିକ୍ରମ ସିଂହ ଶୋଭା ଦିଶଇ ବେନି ଜାନୁ ଠାଣିବେନି ପାଦ କାନ୍ତି ରକତ କୁମୁଦ ଜାଣି ।୩୩।ପୋୟେଳା ରେଖ ଯେହ୍ନେ ପାଦ ଦଶ ଅଙ୍ଗୁଷ୍ଠିସେବତୀ ପାଖୁଡ଼ା ଜାଣି ଦଶ ନହ ଫୁଟି ।୩୪।ବେନି ପାଦ ସ୍ଥଳୀ ବିରାଜିତ ପଦ୍ମ ଚିହ୍ନଶଙ୍ଖ ମତ୍ସ ଚିହ୍ନ ବେନି କର ସ୍ଥଳେ ଗୋପ୍ୟାନ ।୩୫।ଶରଦ ଆଦିତ୍ୟ ପ୍ରାୟେ ଘଟଣ ଯାହାର ତନୁଯେ ସେ ମହାତ୍ମା ଭେଦିଲା ଶୂନ୍ୟ ଆସନୁଂ ।୩୬।ମୁକତି ଗତି ପୁରୁଷ ସେ ଦ୍ୱାପର ଯୁଗକୁପ୍ରତକ୍ଷେ ନିରଞ୍ଜନ ଜାତ କଲେ କାଳଦର୍ପ ଧଂସିବାକୁ ।୩୭।ଉଦୟେ ଚନ୍ଦ୍ର ଯେହ୍ନେ ନିକଳଙ୍କ ସୂର୍ଯ୍ୟମଣିଲଲାଟେ ଶୂନ୍ୟପୁରୁଷ ଖଞ୍ଜିଲେ ତାହା ଆଣି ।୩୮।ହୃଦୟେ ଭୂଷଣ ତାର କଣୟ ପୁଷ୍ପମାଳଶଉଚବନ୍ତ ପୁଷ୍ପ ସ୍ଥାପିଲେ ଗଣ୍ଡସ୍ଥଳ ।୩୯।ସଦୟେ ଶୋଭାବନ ସତ୍ୟ ପଞ୍ଚ ମୁଦ୍ରାପାପ ଆତ୍ମା ଛଡ଼ାଇଲେ ସେ ଅନାଦି ବ୍ରହ୍ମସିଦ୍ଧା ।୪୦।ଭୂତ ଭବିଷ୍ୟ ଜାଣିମା ହୃଦ ଗତେଦିବ୍ୟଚକ୍ଷୁ ପରାପତ କରାଇଲେ ସେ ନିରଞ୍ଜନ ଦଇବତେ ।୪୧।ପୁତ୍ର କୋଳେ ଧରି ବଦୟନ୍ତି କରତାୟେ ମଧ୍ୟଭୁବନେ ହେବୁ ତୁହି ସେ ଧର୍ମଦେବତା ।୪୨।ୟେ ମଞ୍ଚ ସ୍ୱର୍ଗେଣ ଦେବତାୟେ ହୋଉ ଯଦ୍ୟପି ଉତପତ୍ତିସମସ୍ତେହେଂ ତୋହୋର ଦାସ ତୁ ସବୁଙ୍କରି ଆଧିପତି ।୪୩।ନାରାୟଣ ଉତପତ୍ତି ହୋଇବେ ମଞ୍ଚ ପୁରେସେ ହରି ଆରାଧନା କରିବେ ତୋହୋର ପୟରେ ।୪୪।କୋଟି ତାର୍ଥ ସ୍ନାନେଣ ବାବୁ ଯେତେ ଫଳଶ୍ରୁତିତବ ନାମ ସୁମରନ୍ତେ ସଂସାର ଜନେ ପାବନ୍ତୁ ସଦଗତି ।୪୫।ଦ୍ରଶନେ ଲଭନ୍ତୁ କୋଟିୟେ ଅଶ୍ୱମେଧ ଯଗ୍ୟଂ ଫଳୟେ ମଧ୍ୟ ଭୁବନକୁ ବାବୁ ତୁହି ସେ ଧର୍ମ ଦିଗପାଳ ।୪୬।ଅନୁବ୍ରତେ ଧର୍ମବ୍ରତ ଯେ ତୋହୋର ଇଚ୍ଛାୟେବେ ୟେ ସୃଷ୍ଟି ବାବୁ ଧର୍ମେ କର ରକ୍ଷା ।୪୭।ୟେସନେକ ବର ଦେଇ ସ୍ୱାମୀ ନିରଜଂନଶୂନ୍ୟେଣ ମହାତମା ଯେ ହୋଇଲେ ଅନ୍ତର୍ଧାନ ।୪୮।ପୁତ୍ରକୁ କୋଳେ ଧରି ବସିଛନ୍ତି ଦେବୀ କୋନ୍ତାମାଦ୍ରୀ ଆରୋପଣ କଲେ ଅଗ୍ନି ଯେ ଦେବତା ।୪୯।ଧର୍ମ ସୁମରି କରି ପୁତ୍ର ଦିଲା ରାବବିଜୟ କେତନ ପର୍ବତେଥାଇ ଶୁଣିଲେ ପଣ୍ଡୁ ରାଜଦେବ ।୫୦।ଚତୁର୍ଦଶ ଘଡ଼ି ଆସି ହୋଇଅଛି ରାତିଶ୍ରୀହସ୍ତେ ଧନୁ ଧରି ଆସି ମିଳିଲେ ପଣ୍ଡୁ ଯେ ନୃପତି ।୫୧।ପର୍ବତ ତଳେ ବିଜୟେ ଅମ୍ୱାଳିକା ତନୟେଅନ୍ଧାର ଭେଦି ପର୍ବତ ଦିଶୁଅଛି ଦିବସର ପ୍ରାୟେ ।୫୨।ଗିରିବର ଶିଖରେ ଯାଇ ଉଠିଲେ ନୃପମଣିପାଷାଣ ଝଡୁ ଅଛି ପୁତ୍ରର ରାବ ଶୁଣି ।୫୩।ସ୍ୱର୍ଗ ତେଜି ଚନ୍ଦ୍ରଦେବତା କି ପର୍ବତେ ଉଦୟେରାତ୍ରକାଳେ ପର୍ବତ ଦିଶଇ ଶୁକ୍ଲାମ୍ୱର ପ୍ରାୟେ ।୫୪।ହରଷେ ପଣ୍ଡୁରାଜା ବିଜେ କଲେ ସନ୍ନିଧାନେସାନନ୍ଦେ ଅଶ୍ରୁଜଳ ବହଇ ବେନି ଯେ ନୟନେ ।୫୫।ପୁତ୍ରକଇ ଦେଖଇ ରାଜା ଅନେକ ହରଷେମାଦ୍ରୀ ବୋଇଲେ ଦେବ ନୁ ଆସ ପୁତ୍ର ପାଶେ ।୫୬।ଗଣ୍ଡମୂଳ ଦୋଷ ଜାଣିମା ତଥ୍ୟକରିଶୁଣିଣ ହସିଲେ ସେ ପଣ୍ଡୁ ଦଣ୍ଡଧାରୀ ।୫୭।କୁନ୍ତଭୋଜର ନନ୍ଦନୀ ଆଦି ଯେ ଅପର୍ଣ୍ଣାୟେ ଦୋଷରୁ ଉତ୍ତାରିବାକୁ ସେ ପରମ ପଣ୍ଡିତ ସିନା ।୫୮।ବ୍ରାହ୍ମଣ ରୂପ ଧରି ଦେବ ଗୁରୁ ବୃହସ୍ପତିଶ୍ରୀହସ୍ତେ ଧରିଛନ୍ତି ସେ ସପତାଙ୍ଗ ପୋଥି ।୫୯।ବଦୟନ୍ତି ଅଗସ୍ତି ଶୁଣ ବଇବସୁତ ମନୁସୋମବଂଶେଣ ପଣ୍ଡୁରାଜା ଧର୍ମେ ଜାତ ତନୁ ।୬୦।ମେଷମାସ ଶୁକଳପକ୍ଷ ପ୍ରତିପଦାର ତିଥିଚନ୍ଦ୍ରବାର ଭୋଗ ଅଢାଇ ପ୍ରହର ରାତି ।୬୧।ତୈତିଳ ନାମେ କରଣ ପ୍ରୀତି ନାମ ଯୋଗଦ୍ୱିଜା ନକ୍ଷତ୍ରର ସତାଇଶ ଦଣ୍ଡ ଭୋଗ ।୬୨।ମେଷରାଶିକୁ ଯେ ନାହିଂ ପାପ ଗ୍ରହ ଦୋଷମେଷରାଶିରେ ଯେ ସୂର୍ଯ୍ୟ କରିଛନ୍ତି ବାସ ।୬୩।ମଙ୍ଗଳ କ୍ଷେତ୍ରୀ ହୋଇଣ ଉପୁଜିଲା ବଳାମିତ୍ର ଘରେ ରହି ଚନ୍ଦ୍ର ହୋଇଅଛି ମେଳା ।୬୪।ଚଉଧର୍ମ ନାମ କାଳ ଅମୃତ ଘରେଣ ସ୍ଥିତିଶାନ୍ୟେଣ ଯୋଗିନୀ ଯେ ମହାଲକ୍ଷ୍ମୀ ମୂର୍ତ୍ତି ।୬୫।ମାହେନ୍ଦ୍ର ଯୋଗ ଘେନିଣ ସେ ଉତପତ୍ତି ନନ୍ଦନବୃହସ୍ପତିଙ୍କର ବଚନେ ସେ ସାନନ୍ଦ ପଣ୍ଡୁ ରାଜନ ।୬୬।ସୁବର୍ଣ୍ଣ ସ୍ଥାଳୀରେ ପଞ୍ଚୁରତ୍ନ ଘେନି ରାୟେଗୁଆଘୃତ ପୂରୋଇ ଅଷ୍ଟରତ୍ନେ ଦୀପ ଯେ ଗୋଟିଏ ।୬୭।ପଞ୍ଚୁମାଣିକ୍ୟ ଘେନି ଅର୍ଘ୍ୟ ସେ ଯୋଗାଡ଼ିଥିର ଲଗ୍ନେ ପୁତ୍ର ଦେଖିତେ ବିଜୟେ ଦଣ୍ଡଧାରୀ ।୬୮।ବୃହସ୍ପତି ବୋଇଲେ ୟେଥି ପାପଦୋଷ ଗଣ୍ଡଯୋଗ ନାହିଂଲଭସି କୋଟିୟେ ପୁଣ୍ୟ ୟେ ପୁତ୍ର ମୁଖ ଚାହିଂ ।୬୯।ପଣ୍ଡିତଙ୍କର ବଚନେ ସାନନ୍ଦ ମହାରାଜାଜନ୍ମର ମନ୍ଦିରେ ପଶି ଦେଖଇ ଆତ୍ମଜା ।୭୦।ଅର୍ଘ୍ୟ ନେଇଣ ରାଜନ ଜୟେ ଧୁନି ତୋଳିଶୂନ୍ୟେ ଦେବସ୍ତିରୀମାନେ ଦିଅନ୍ତି ହୁଳହୁଳି ।୭୧।ଦେଖିଲେକ ପଣ୍ଡୁରାଜା ପୁତ୍ରର ବଦନଆକାଶରୁ ଅଦଭୁତେ ପୁଷ୍ପ ବୃଷ୍ଟି କଲା ମଘବାନ ।୭୨।ସାଧୁ ସାଧୁ ବୋଲି ଧୁନି ଶୁଭିଲା ଗୋଟିୟେଗଗନୁଂ ପୁଷ୍ପ ବୃଷ୍ଟି କଲେକ ଦେବତାୟେ ।୭୩।ପୁତ୍ରକଇ ଦେଖି ରାୟେ ଅନେକ ଉଷତବୁଡିଲାର ବଂଶ ମୋର ଧର୍ମେଣ ଉଦିତ ।୭୪।ସାଧୁ ସାଧୁ କୋଇନ୍ତାୟେ ଗୋ ଜୀବନ ତୋହୋରଦୁର୍ଭାସାଙ୍କର ମନ୍ତ୍ର ସେ ମୋତେ ହୋଇଲା ଉପଗାର ।୭୫।କେବଣ କ୍ଷଣକେ ଭଗତି ହୋଇ ତୋଷିଲୁ ମହଋଷିତୋହୋର ପ୍ରସନ୍ନେ ଗୋ ମୁଂ ହୋଇଲି ସ୍ୱର୍ଗବାସୀ ।୭୬।ଅନେକ ପୁରସରି ବୋଲନ୍ତି ପଣ୍ଡୁରାୟେତୋହୋର ସେ ପୁଣ୍ୟ ନା ବୋଲନ୍ତି କୋଇନ୍ତାୟେ ।୭୭।ପଣ୍ଡୁ ପ୍ରତିବାଚ ଶୁଣ କୁନ୍ତଭୋଜର ଦୋହିତାପୁତ୍ର ଗୋଟିକର ନାମ ଦେସି ସଂସାର ଜନହିତା ।୭୮।କୋଇନ୍ତାୟେ ନାମ ତୋଳନ୍ତି କରେ ଘେନିଣ ଅର୍ଘ୍ୟଗୋଟିୟେ ପୁତ୍ର ନାମ ମୋର ହୋଇବ ଯୁଝେଷ୍ଠି ।୭୯।ଅନେକ ସାନନ୍ଦ ଯେ ମଙ୍ଗଳ ଧୁନି ତୋଳିଯୁଝେଷ୍ଠି ନାମ ଗୋଟି ସଂସାର ହିତକାରୀ ।୮୦।ପୁତ୍ର ଉଦିତ ଉତ୍ସବ କରାଇଲେ ନୃପମଣିପୂଜନ୍ତି ମଙ୍ଗଳା ଦିଉଛି ଗୋସାମଣୀ ।୮୧।ପୁତ୍ର ପ୍ରତିପାଳିଲେ ପଣ୍ଡୁ ଯେ ନୃପତିଶତଶିଂଗ ପର୍ବତେ ରାଜା ଅନୁବ୍ରତେ ଥାନ୍ତି ।୮୨।ରାତ୍ରେଣ ଭ୍ରମଇ ସେ ପଞ୍ଚୁ କଟକ ପୁରୀଦେଖିଲେ ନାଶ କରଇ ଦୁର୍ଭାର ଦୁଷ୍ଟ ଅଇରି ।୮୩।ଦେଶାଉର ବାରତା କହିଲେ ହସ୍ତିନା ଭୁବନେପଣ୍ଡୁରାଜାର ପୁତ୍ର ଉତପତ୍ତି ଦେବ ହୋଇଲା ବିଦ୍ୟମାନେ ।୮୪।ଶୁଣିଣ ସାନନ୍ଦ ସେ ଅମ୍ୱିକାର ସୁତଉଛବ କରାଇଲା ରାଜା ପଞ୍ଚୁ ଯେ ପ୍ରଶସ୍ତ ।୮୫।ସନ୍ତତି ଉଛବ ବୋଲିଣ ରାଜା ନଗ୍ରେଣ ଘୋଷଣଅନେକ ଦାନ ଦିଅଇ ନୃପତି କୁରୁରାଣ ।୮୬।ସୁବର୍ଣ୍ଣ ରଥେକ ସାଜିଣ ଧୃତରାଷ୍ଟଗାନ୍ଧାରୀର ସହିତେ ବିଜେ କଲେ କୁରୁରାଜ ଶ୍ରେଷ୍ଠ ।୮୭।ଶାୟେଂତନୁ ପାରେଶ୍ୱର ଭୀଷ୍ମ ଭୁରିସର୍ବାବିଦୁର ସମେତେ ଘେନି କୁରୁରାଜ ଦେବା ।୮୮।ପଣ୍ଡୁର ପୁତ୍ର ଜନ୍ମ ଶୁଣି ବ୍ୟାସ ମହଋଷିତୁଲେଣ ଅଛନ୍ତି ତାଙ୍କର ଷାଠିଏ ସହସ୍ର ଶିଷି ।୮୯।ପ୍ରବେଶ ହେଲେ ମହାତମା ଶତଶିଂଗ ପରବତେବଶିଷ୍ଠ ମାରକଣ୍ଡ ଦୁର୍ଭାସା ସମେତେ ।୯୦।ପୌଲସ୍ତି ବିଶର୍ବା ଋଷି ସୁଦେବ ଅଗସ୍ତିଶତଶିଂଗ ପର୍ବତରେ ବିଜୟେ ତତକ୍ଷଣାନ୍ତି ।୯୧।ବିଶ୍ୱାମିତ୍ର ଜନକ ଆବର ସୁମନ୍ତକଦେବଋଷି ବ୍ରହ୍ମଋଷି ରାଜଋଷି ବାଳଖିଲ୍ୟା ଯେ ଶୌନକ ।୯୨।କୁନ୍ତଭୋଜ ରାଜା ସହିତେ ସାଜିଣ ସମଦଣ୍ଡଅନେକ ସମ୍ଭର୍ବେ ବିଜୟେ ଶତଶିଂଗ ମଧ୍ୟ ଖଣ୍ଡ ।୯୩।ଦେଖି ଋଷିଗଣମାନଙ୍କୁ ପଣ୍ଡୁ କଲେ ପାଦ ପୂଜାସମସ୍ତକଇଂ କୃଷ୍ଣାଞ୍ଜନ ଛାଲ ଦିଲେ ମହାରାଜା ।୯୪।ଗଣ୍ଡା ଜୀବ ମାରିଣ କରନ୍ତି ପିତୃକାମ୍ୟ ଶ୍ରାଦ୍ଧପୁତ୍ରକୁ ଆଶିଷ କରାଇ ରାଜାର ବହୁତ ସଧ ।୯୫।ବନ ଫଳ କନ୍ଦମୂଳ ଋଷିଙ୍କି ଭୋଜନୟେସନେକ ସମ୍ଭର୍ବ କରାଇ ରାଜନ ।୯୬।ସମାର୍ଜନା କଲା ରାଜା ସମସ୍ତ ତପନିଷ୍ଠିଧୃତରାଷ୍ଟଙ୍କୁ ପଣ୍ଡୁରାୟେ ଆସଇ ପାଛୋଟି ।୯୭।ଅନୁମାନ ପର୍ବତେ ଭେଟିଲେ ଧୃତରାଷ୍ଟେପଣ୍ଡୁ ପ୍ରଣପତ୍ୟ ଯାଇଂ କୁରୁସାଇଂ ନିକଟେ ।୯୮।ବିଦୁର କହିଲେ ଯେ ଧୃତରାଷ୍ଟ ରାଜାକୁପଣ୍ଡୁରାୟେ ଦ୍ରଶନ ହାଦେ ଆସି କଲେକ ତୁମ୍ଭଙ୍କୁ ।୯୯।ଶୁଣିଣ କଲ୍ୟାଣ ବାଞ୍ଛା କଲେ ମହାରାୟେଯାହା ବାଞ୍ଛା କଲୁ ପ୍ରାପତ ହୋଉ ତୋୟେ ।୧୦୦।ସମଦଣ୍ଡ ଘେନିଣ ସେ ବିଜୟେ କୁରୁପତିପୁତ୍ର ଉଚ୍ଛବ କରାନ୍ତି ମହାତୋଷ ମତି ।୧୦୧।ପୁତ୍ରକୁ କୋଳେ ଧରିଣ ସେ ଦେଖନ୍ତି ଗାନ୍ଧାରୀଧୃତରାଷ୍ଟ କୋଳେ ପୁତ୍ର ଦିଲେ ତୋଳି କରି ।୧୦୨।ପୁତ୍ରକୁ କୋଳେ ଧରି ସାନନ୍ଦ କୁରୁବଇଂଶରୀର ଶୀତଳ ହୋଇଲା ହୃଦରେ ଲଗାଇ ।୧୦୩।ଧନ୍ୟ ଧନ୍ୟ ସାଧବୀ ସେ ଭୋଜର କୁମାରୀବଂଶ ଉଦ୍ଧାରିଲା ୟେ ବୁଦ୍ଧି ଉପାୟେ କରି ।୧୦୪।ସେ କୋନ୍ତଭୋଜ ନୃପତି ଯେ ଘେନିଣ ସଇନିଶତଶିଂଗ ପର୍ବତେ ପ୍ରବେଶ ସମଦଣ୍ଡ ଘେନି ।୧୦୫।ଦୋହିତା ଜାମାତା ନାତି ଦେଖିଣ ସେ ରାଜାଅନେକ ଧନରତ୍ନ ଦେଇ ବହୁତ କଲା ପୂଜା ।୧୦୬।କୋଇନ୍ତାଙ୍କ କୋଳେ ଯେ ପୁତ୍ରକୁ ବସାଇସର୍ବ ଅଳଙ୍କାର ବେଶ ବେଶନ କରାଇ ।୧୦୭।ଖିରି ଉଚ୍ଛବ ବନ୍ଦାପନା କରନ୍ତି ଶୁଭଯୋଗେଜଗତ ଉଷତ ଉଲ୍ଲାସ ମଞ୍ଚ ପୁର ସ୍ୱର୍ଗେ ।୧୦୮।ପାଞ୍ଚ ଦିନ ରହିଲେ ସେ ଶତଶିଂଗ ପର୍ବତେଋଷିମାନେ କଲ୍ୟାଣ କରନ୍ତି ମହାମନ୍ତ୍ରେ ।୧୦୯।ଧର୍ମ ବର୍ଦ୍ଧୁତ ହୋଉରେ ତୋହୋର ଯୁଝେଷ୍ଠିସ୍ୱର୍ଗରେ ବସୁଦିଗପାଳ ମେଳେ ୟେହି ଦେହ ଗୋଟି ।୧୧୦।ୟେସନେକ ବାଞ୍ଛା କଲେକ ସକଳ ମହାଋଷିଶୁଣିଣ ପଣ୍ଡୁ ମହାରାଜା ମନେଣ ମହାତୋଷୀ ।୧୧୧।ପଣ୍ଡୁକୁ କୋଳେ ଧରି ବଦୟନ୍ତି ଧୃତରାଷ୍ଟେରାଜ୍ୟକୁ ଚାଲ ବାବୁ ବନସ୍ତେ ପଡ଼ଇ ନିକି କଷ୍ଟେ ।୧୧୨।ପଣ୍ଡୁ ବୋଲନ୍ତି ଭ୍ରାଥ ଶୁଣିମା ମୋହୋର ବାଣୀୟେ ଶତଶିଂଗ ପର୍ବତ ଅଟଇ ଅମର ଭୁବନ ଜାଣି ।୧୧୩।ୟେହାଉଂ ରାଜ୍ୟ ତୋର ନ ହୋଇ ବଡ ସୁସ୍ଥୟେଥକୁ ନିକଟ ହାଦେ ଅଟଇ ସକଳ ତୀର୍ଥ ।୧୧୪।ରାଜ୍ୟ ହିଂ ରଖିବି ତପୋବନ ହିଂ ରଖିବିତୁମ୍ଭ ଆଗ୍ୟାଂ ଘେନି ୟେହି ପର୍ବତରେ ଥିବି ।୧୧୫।ତୁ କ୍ଷେମ ହୋଇ ସ୍ୱାମୀ ଥାଅସି କୁଶଳେମୁହିଂ ରିପୁ ଧଂସଇ ତୋହୋର ବାହୁବଳେ ।୧୧୬।ସନ୍ତାନକୁ ଇଛା ତୁ କର ନୃପମଣିଗାନ୍ଧାରୀକି ପୁତ୍ର ନାହିଂ ମୁଂ ବଶିଷ୍ଠଙ୍କ ତହୁଂ ଅଛି ଶୁଣି ।୧୧୭।ୟେସନେକ ପ୍ରବୋଧି ସେ ପଣ୍ଡୁ ମହାରାଜାଧୃତରାଷ୍ଟ ନୃପତିକି ସେ କଲେ ପାଦପୂଜା ।୧୧୮।ଅନେକ ସମ୍ଭର୍ବେଣ ଚଳଇ କୁରୁପତିବିଜୟେ ମହାରାଜା କୁଞ୍ଜଗଳ ଦେଶ ଚକ୍ରବର୍ତ୍ତୀ ।୧୧୯।ଥୋକାୟେ ଦୂର ପଣ୍ଡୁ ଅଇଲେ ପାଛୋଟିବ୍ୟାସଙ୍କ ଚରଣେ କରଇ ପ୍ରଣପତ୍ୟ ଶିର ଲୋଟି ।୧୨୦।ବୁଡ଼ନ୍ତେଣ ବଂଶ ସ୍ୱାମୀ ତୁହି ସେ କଲୁ ରକ୍ଷାୟେବେ ଯେମନ୍ତେ ଧୃତରାଷ୍ଟଙ୍କର ସନ୍ତାନହୋଅଇ ସେ କଥା କର ବାଞ୍ଛା ।୧୨୧।ତହୁଂ ଅନ୍ତର୍ଧାନେ ଗଲେ ସମସ୍ତ ମହାଋଷିବାହୁଡ଼ଇ ପଣ୍ଡୁରାଜା ଧୃତରାଷ୍ଟଙ୍କୁ ନିବେଶି ।୧୨୨।ଶତଶିଂଗ ପର୍ବତେ ରାଜା ହୋଇଲେ ପ୍ରବେଶକୁନ୍ତଭୋଜ ନୃପତି ଗଲେ ନିଜ ଦେଶ ।୧୨୩।ରହିଲେ ପଣ୍ଡୁ ଯେ ଭାରିଯାନ୍ତ ଘେନିଧୃତରାଷ୍ଟ ତୁଲେ ହସ୍ତିନାକୁ ଗଲେବ୍ୟାସ ମହାମୁନି ।୧୨୪।
ଦୁର୍ଯ୍ୟୋଧନ ପ୍ରଭୃତିଙ୍କ ଜନ୍ମ
ଅନେକ ବିନୟ ଭାବ ଅମ୍ୱିକାର ସୁତଗାନ୍ଧାରୀ ଧୃତରାଷ୍ଟ ବ୍ୟାସଙ୍କୁ ଅନେକ ଭଗତ ।୧।ପୁତ୍ରଦାନ ଅର୍ଥେ ପ୍ରାର୍ଥନା କରନ୍ତି ନୃପତିଶୁଣି ବିଚାର କରନ୍ତି ପଣ୍ଡିତ ଭିଗ୍ୟଂଯତି ।୨।ଧ୍ୟାୟେ କରି ଜାଣିଲେ ସେ ପଣ୍ଡିତ ବ୍ରହ୍ମବେତ୍ତାଧୃତରାଷ୍ଟ ବୀର୍ଯ୍ୟେ ପୁତ୍ର ନାହିଂ ବିଚାରନ୍ତି ମହାଗ୍ୟାଂତା ।୩।ଶୁଣ ହୋ ମହାରାଜା ବଦୟନ୍ତି ମହାଯତିଗାନ୍ଧାରୀର ଗର୍ଭେ ତୋର ନାହିଂ ପୁତ୍ର ଯେ ସନ୍ତତି ।୪।ଲାଗିଲା ମହାଭୟେ ବ୍ୟାସଙ୍କର ବଚନେବଂଶକୁ କାରଣ ମୋତେ କରିବା ମହାମୁନ୍ୟେ ।୫।ବ୍ୟାସେ ପ୍ରତିବାକ୍ୟ ଶୁଣସି ହୋ ବାବାସନ୍ତାନ ନିମନ୍ତେ ମହାଯଗ୍ୟଂ କରାଇବା ।୬।ଧୃତରାଷ୍ଟ ବୋଇଲେ ମୁଂ ନ ଜାଣଇ ଯଗ୍ୟଂ ତଥ୍ୟତୋହୋର ଆଗ୍ୟାଂ ପ୍ରମାଣେ ମୁଂ ଦେବଇ ସମସ୍ତ ।୭।ବିଛା ମାସ ଶୁକଳ ଚଉଠୀ ଯେ ତିଥି ଗୁରୁବାରଶ୍ରବଣା ନକ୍ଷତ୍ର ଯେ ଅଟଇ ସେ ଦିନର ।୮।ବାଣିଜ୍ୟେ ନାମେ କରଣ ଶୂଳ ନାମେ ଯୋଗବିଛା ସଙ୍କରାନ୍ତିକି ଚଉଦିନ ଭୋଗ ।୯।ୟେସନେକେ ଅନକୂଳ କରନ୍ତି ବ୍ରହ୍ମଯତିଯମୁନା ନଦୀ କୂଳେ ଯଗ୍ୟଂ ଆରୋପନ୍ତି ।୧୦।ହଳ ଘେନି ଭୂମି ଚିରିଲେ ଶୁଭଯୋଗେ ଆରୋପନ୍ତିମାଘି ତିଳ ବୁଣନ୍ତି ଜଳ ଉଦେ ପାଗେ ।୧୧।ମହାରସ ପାଇଣ ସେ ପବିତ୍ର ତିଳ ଉଠିମକର ମାସ ମଧ୍ୟରେ ତିଳ ପଡ଼ଇ ସେ ଫୁଟି ।୧୨।ଯଗ୍ୟଂଶାଳ ତୋଳିଲେ ଶୁଭ ଅନକୂଳେଦିଗପାଳ ମାନନ୍ତ ବରିଲେ ଶୁଭ ଯେ ମଙ୍ଗଳେ ।୧୩।ବଶିଷ୍ଠ ମାରକଣ୍ଡ ବିଶ୍ୱାମିତ୍ର ଅଗସ୍ତିଯଗ୍ୟେଂ ଯାଗନିକ ବରିଲେ ପାରେଶ୍ୱର ସନ୍ତତି ।୧୪।ଉଦ୍ଦାଳେକ ବାମଦେବ ଧୌମ୍ୟ ପୁରୋହିତେବାହାର ବରଣେ ଯାଗନିକ ସୁମନ୍ତେ ।୧୫।ବ୍ରହ୍ମାବରଣ ହୋଇଲେ ଦୁର୍ଭାସା ତପୋବନ୍ତେଯାଗକୁଣ୍ଡ ଖୋଳନ୍ତି ଶାହାସ୍ର ଯୁଗତେ ।୧୬।ଅନେକ ବାଳଖିଲ୍ୟା ମିଳିଲେ ବ୍ରହ୍ମଋଷିଶୁଭଯୋଗ ଘେନିଣ ଦୁର୍ଭାସାୟେ ମହାଯଗ୍ୟେଂ ବସି ।୧୭।ବଦୟନ୍ତି ଅଗସ୍ତି ଶୁଣହୋ ବଇବସୁତ ମନୁପ୍ରଥମ ମହାଯାଗ ଅନକୂଳ କଲେ ମକର ପଞ୍ଚମୀର ଦିନୁ ।୧୮।ଚନ୍ଦ୍ରବାର ନକ୍ଷତ୍ର ସେ ଦିନ ଉତ୍ତରା ଫାଲଗୁନିବାଳବ ନାମେ କରଣ ସଉଭାଗ୍ୟ ଯୋଗ ଘେନି ।୧୯।ବୈଶ୍ୱାନର ବରଣ କଲେ ବିଶ୍ୱାମିତ୍ର ତୁଲେଦ୍ୱାଦଶ ସମିଧ ଯବ ତିଳ କଲେ ।୨୦।ଗୁଆଘୃତ ଲକ୍ଷେକ ଭାର ଅନେକ ଶୀତଳ ଦ୍ରବ୍ୟବାହୁଟିଆ କୃଷ୍ଣାଞ୍ଜନ ଛାଲ ସବୁ ଥିବ ।୨୧।ୟେସନେକ ଆରମ୍ଭେ ଯେ ଯଗ୍ୟଂର ଭିଆଣଚତୁର୍ବେଦୀ ଲକ୍ଷେକ ବ୍ରାହ୍ମଣ ବରଣ ।୨୨।ବିଜୟେ ମହାରାଜା ଧୃତରାଷ୍ଟ ନୃପତିତୁଲେଣ ଛନ୍ତି ଗାନ୍ଧାରୀ ଗାନ୍ଧାରସେନର ଦୋହିତୀ ।୨୩।ସ୍ୱହସ୍ତେ ଘେନିଲା ରାୟେ କନକ ଆଞ୍ଜୁଳିମହାଯଗ୍ୟଂ କୁଣ୍ଡରେ ଅଷ୍ଟଉତ୍ତରଶତ ବେଳ ଦିଅନ୍ତି ତୋଳି ।୨୪।ଅଶ୍ୱମେଧେ ଶତେ ଘୃତ ଆଞ୍ଜୁଳି ଦେଇ ତୋଳିଯବ ତିଳ ବୃଷ୍ଟି ସେ କରନ୍ତି ମହୀଆଳୀ ।୨୫।ପାଖୁଡ଼ା କୁସୁମ ଶତେ ବେଳ ବୃଷ୍ଟିମହାମନ୍ତ୍ର ଆଧ୍ୟାନ କରନ୍ତି ସକଳ ତପନିଷ୍ଠି ।୨୬।ସହସ୍ରେକ ବ୍ରାହ୍ମଣ ଦିଅନ୍ତି ହବିର୍ଭାଗଅନେକ ପଂକୁ ଯେ ଶୀତଳ ସର୍ବଦ୍ରବ୍ୟ ଭୋଗ ।୨୭।ନତ୍ୟକର୍ମ ବିଧାନ ସାରିଲେ ତପୋବନ୍ତେବିଜୟେ ଧୃତରାଷ୍ଟ ଗମନ୍ତି ପଞ୍ଚୁତୀର୍ଥେ ।୨୮।ପଞ୍ଚୁକଟକ ବେଢି ଅଛନ୍ତି ପଞ୍ଚୁତୀର୍ଥସ୍ନାହାନ ସାରି ଆସଇ ଅମ୍ୱିକାର ସୁତ ।୨୯।ଅନେକ ଘୃତ ସେ ବରଷନ୍ତି ଆହୂତିଅଜପା ମନ୍ତ୍ରେ ବରଣ ମାରକଣ୍ଡ ଯତି ।୩୦।ପଞ୍ଚ ଦିବସ ଆହୂତି ଦିଅନ୍ତି ତପୋବନ୍ତେଅନୁବ୍ରତେ ଅଗ୍ନି ବୁଲଇ ବାମାବର୍ତ୍ତେ ।୩୧।ବ୍ୟାସେ ବୋଇଲେ ୟେଥେ ଦିଅନ୍ତେ ଆହୂତିଦୋହିତା ମାତ୍ର ତୋହୋର ହୋଇବ ଉତପତ୍ତି ।୩୨।ଧୃତରାଷ୍ଟ ବୋଇଲେ ମୁନି ହେ ତେତେଣ ପ୍ରିୟୋଜନ କିସପୁତ୍ର ସନ୍ତାନ ଉତପତ୍ତି ହୋଇଲେଟି ରକ୍ଷା ହେବ ବଂଶ ।୩୩।ପୁଣି ଅଗ୍ନିକି ଯେ କରନ୍ତି ବହୁତ ସ୍ତୁତିମହାମନ୍ତ୍ର ବାକ୍ୟେ ହାଦେ ଦିଅନ୍ତି ଆହୂତି ।୩୪।ଯହୁଂ କଷ୍ଠୋର କଲେ ବ୍ୟାସ ମହାମୁନିଡାହାଣାବର୍ତ୍ତେକ ହୋଇଣ ବୁଲଇ ବହନି ।୩୫।କନକ ରସାଣ ଭାଣ୍ଡ ବସାଇଲେ କୁଣ୍ଡର ଭିତରେଘୃତ ଦେଇ ତଣ୍ଡୁଳ ମେଲିଲେ ବ୍ୟାସ ମୁନିବରେ ।୩୬।ଫୁଟାଇ ତଣ୍ଡୁଳ କାଢିଲେ ବ୍ୟାସ ତପନିଷ୍ଠିକୁଶଳେ ବସାଇଲେ ପରିମଳ ଅନ୍ନ ଫୁଟି ।୩୭।ମାରକଣ୍ଡେ ବୋଇଲେ ହୋ ଶୁଣ କୁରୁବୀରସ୍ନାହାନ କରି ଆସୁ ଗାନ୍ଧାରୀ ଭାରିଯା ତୋହୋର ।୩୮।(ୟେହାଶୁଣି) ନିତ୍ୟକର୍ମ ସାରି ଅଇଲେ ଗାନ୍ଧାରସେନ ଦୁଲଣୀବିଷ୍ଣୁବାକ୍ୟ କରନ୍ତି ଅମୃତ ଯୋଗଜାଣି ।୩୯।ଦେଖିଲେ ଅନ୍ନ ଯେ ଫୁଟିଅଛି ଶତେଗୋଟିବାଛିଣ କାଢିଲେ ତାହା ମାରକଣ୍ଡ ତପନିଷ୍ଠି ।୪୦।ବଦୟନ୍ତି ମହାତ୍ମାୟେ ମା ଗୋ ଆସ ଆୟି ମାଗବରୟେ ମନ ବାଞ୍ଛା ଯେ ସିଦ୍ଧହୋଉ ଗୋ ତୋହୋର ।୪୧।ଯେହ୍ନେ କଳପଣା ହୁଅଇ ମିଳଇ ତୋର ବାଞ୍ଛାହରଷ ହୋଇ ଆୟି ମାଗ ବର ଇଛା ।୪୨।ଶତ ସହସ୍ର ଦଣ୍ଡ ହୋଇଣ ପ୍ରଳମ୍ୱିତପୁଣ ପୁଣ ବିନୟେ ବହୁତ ଭଗତ ।୪୩।ତୁମ୍ଭେ ବ୍ରହ୍ମଋଷି ମୋତେ ସଦୟେ କରିବାଯେବେ ଅନଗୃହ ମୋତେ ଶତେ ପୁତ୍ର ଦେବା ।୪୪।ଗାନ୍ଧାରୀ ବଚନ ଶୁଣିଣ ସନ୍ତୋଷ ତପୋଧନରତ୍ନ ଭାଣ୍ଡେ ପାଇଲେ ସେ ଶତ ଗୋଟି ଅନ୍ନ ।୪୫।ଗାନ୍ଧାରୀକି ବୋଇଲେ ଆୟି ପ୍ରାଶନ ଏହା କରବାଞ୍ଛା ପ୍ରାପତ ଯେ ହୋଇବ ତୋହୋର ।୪୬।ଯେହ୍ନେ ସିଦ୍ଧ ବାଞ୍ଛା ପ୍ରାପତ ହୋଇଲାତିନିପୋଷେ ତଣ୍ଡୁଳ ମା ଗୋ ଶତେ ଗୋଟି ଫୁଟିଲା ।୪୭।ୟେହାକୁ ଗ୍ରାସ ଆୟି କର ମହାସତୀଅରଜିଲୁ ଅନେକ ପୁଣ୍ୟ ତୁ ହୋଇଲୁ ପୁତ୍ରବନ୍ତୀ ।୪୮।ଋଷିଙ୍କର ବଚନେ ଗ୍ରାସ କଲା ଅନ୍ନଯାଗ ସମାପତ ସେ କଲେ ମହାମୁନ୍ୟ ।୪୯।ଅନେକ ଦାନ ଦକ୍ଷିଣା ଦେଲେ ଧୃତରାଷ୍ଟଋଷିମାନେ କଲ୍ୟାଣ କଲେ ମହାତୁଷ୍ଟ ।୫୦।ଅନେକ କାଳକୁ ଗୋ ରହୁ ଦେବୀ କଥାଉପୁଜୁ ଶତେ ପୁତ୍ର ଗୋ ହୁଅନ୍ତୁ ଭାଗ୍ୟ ବଳବନ୍ତା ।୫୧।ୟେସନେକ ବର ଦିଲେ ସମସ୍ତ ତପୋଧନିହରଷେ ଧୃତରାଷ୍ଟ ଋଷିଙ୍କର କଲ୍ୟାଣ ଘେନି ।୫୨।ଋଷିଙ୍କି ସନ୍ତୋଷ ରାଜା କଲା ଭଗତି ଭାବେଚଳିଲେ ମୁନିମାନେ ଯେ ଯାହାର ଠାବେ ।୫୩।ରାଜାଗଣମାନେ ଗଲେ ଯେ ଯାହର ଭୁବନେଲଭଇ ଧୃତରାଷ୍ଟ ଅନେକ ପୁଣ୍ୟମାନେ ।୫୪।ଦାନେଣ ଅତି ପୁଣ୍ୟବନ୍ତ ଯେ ହୋଇଲେ ନୃପବରଅନୁବ୍ରତେ ଧର୍ମରାଜା ସଦୟା ଶରୀର ।୫୫।ଶୁଣଇ ଧର୍ମ ପୁରାଣ ରାଜା ଭାରିଯା ସହିତେଦେବମନ୍ତ୍ରେ ବରଣ ଯେ କରଇ ଅନୁବ୍ରତେ ।୫୬।ଅନେକ ଉତ୍ସବ ରାଜ୍ୟେ କରାଇ ହରଷେସାନନ୍ଦ ଚିତ୍ତେ ରାଜା ପିତୃ ଦେବତା ପୋଷେ ।୫୭।ଋଷିଙ୍କର ମହାମନ୍ତ୍ର କେହୁ ଆନ କରିମହାମନ୍ତ୍ରେ ଗାନ୍ଧାରୀ ଯେ ହୋଇଲା ଗର୍ଭ ଭାରି ।୫୮।ପ୍ରକୃତି ଅନ୍ତରେ ସେ ଅନୁଆନେ ଇଚ୍ଛାଯାହା ମାଗଇ ନୃପତି ଦିଅଇ ମନବାଞ୍ଛା ।୫୯।ନିଦାଘ କାଳେ ଯେ ବଇଶାଖ ମାସଇଗଙ୍ଗାସ୍ନାହାନେ ଗାନ୍ଧାରୀ ବିମାନ ଚଢି ଆସଇ ।୬୦।ବିମାନୁଂ ଓହ୍ଳାଇ ଦେବୀ ବସଇ ଗଙ୍ଗାକୂଳେଚଳି ନ ପାରଇ ସେ ଗର୍ଭର ବିକଳେ ।୬୧।ଶତେ ପୁତ୍ର ଗର୍ଭରେ ଯେ ହୋଇଲା ମହାଭାରିସମ୍ଭାଳି ନ ପାରି ସେ ପକାଇଲା ଉଦୁଗାରି ।୬୨।ଋଷିଙ୍କ ଅନ୍ନ ଯେ ଅତୁଟ ହୋଇଥିଲାପକାଇ ଗାନ୍ଧାରୀ ଯେ ମୂର୍ଚ୍ଛାଗତ ଗଲା ।୬୩।ଋଷିଙ୍କ ସଂଚିତ ଯେ ଅମଳାନ ଚରୁଅନ୍ନଜଳେ ପଡ଼ି ଦିଶଇ ସେ କନକର ବର୍ଣ୍ଣ ।୬୪।ଗାନ୍ଧାରୀ ପଡ଼ିଛି ଯେ ଗତ ଆତ୍ମା ହୋଇଗଙ୍ଗା ସ୍ରାହାନ କରି ଯାନ୍ତେ ବ୍ୟାସେ ଭେଟିଲେକ ଯାଇଂ ।୬୫।ଦେଖିଲେ ମୂର୍ଚ୍ଛାଗତେ ପଡିଛି ଗାନ୍ଧାରୀକମଣ୍ଡଳୁ ପାଣି ଛିଞ୍ଚିଲେ ବ୍ୟାସେ ବ୍ରହ୍ମଚାରୀ ।୬୬।ମହାମନ୍ତ୍ର ପାଇ ସେ ଦେବୀ ହୋଇଲେ ସଚେତନଦେଖିଣ ବିରସ ହୋଇଲେ ପାରେଶ୍ୱରଙ୍କ ନନ୍ଦନ ।୬୭।ଦୁଖେଣ ଅରଜିଲୁ ଯେବଣ ଆହୂତିୟେହେନେକ ବିପାକ କର୍ମ ନୋହିଲାକ ସନ୍ତତି ।୬୮।ଶାହାସ୍ର ନିନ୍ଦିତ ଯେ ହୋଉଛି ଯୁଗତେସମସ୍ତ ଅନ୍ନ ୟେକରୁଣ୍ଡ କରି ଘେନିଲେ ତପୋବନ୍ତେ ।୬୯।କମଣ୍ଡଳୁ ପାଣି ଛିଞ୍ଚି ମୁନି ଜୀବନ୍ୟାସ କଲେଅମୃତ ଦୃଷ୍ଟିରେ ଚାହିଂ ଉଠ ଉଠରେ ବୋଇଲେ ।୭୦।ପ୍ରତ୍ୟକ୍ଷେ ନାରାୟଣ ସେ ଯେବଣ ମହାମୁନିଶତେ ପୁତ୍ର ଜନ୍ମ ହୋଇଲେ ମହାବୀର୍ଯ୍ୟ ଘେନି ।୭୧।ଅତ୍ୟନ୍ତ ସୁନ୍ଦର ସେ ମକରଧ୍ୱଜ ପ୍ରାୟେତିନି ଭୁବନ ମୋହନ୍ତି ସେ ବାଳୁତ ତନୟେ ।୭୨।ଦେଖିଣ ଗାନ୍ଧାରୀ ଯେ ସେ ପରମ ସାନନ୍ଦେବ୍ୟାସେ ବୋଇଲେ ଆୟି ପୁତ୍ର ସମ୍ଭାଳ ତୋ ହାଦେ ।୭୩।ଶତେ ପୁତ୍ର ବିମାନେ ଶୁଆଇ ଗାନ୍ଧାରୀସେହିଠାରେ ଅନ୍ତର୍ଧାନ ହୋଇଲେ ବ୍ୟାସ ବ୍ରହ୍ମଚାରୀ ।୭୪।ପୁତ୍ରନ୍ତ ଘେନି ଦେବୀ ବିଜୟେ ନିଜପୁରେବିଦୁର କହିଲେ ଧୃତରାଷ୍ଟଙ୍କ ଆଗରେ ।୭୫।ସାବଧାନ ହୋଇ ଶୁଣିମା ଦଣ୍ଡଧାରୀଶତେପୁତ୍ର ଘେନିଣ ହାଦେ ବିଜୟେ ଗାନ୍ଧାରୀ ।୭୬।ଅନେକ ହରଷ ହୋଇଲେ ଶୁଣି ଅନ୍ଧ ରାୟେଆଣି କୋଳେ ଦେସି ମୁଂ ଧରଇ ତନୟେ ।୭୭।ପ୍ରଥମ ପୁତ୍ରକୁ ଘେନିଣ ବିଦୁରକୁମରଙ୍କୁ ଦିଲେ ନେଇ ଧୃତରାଷ୍ଟଙ୍କ କୋଳର ।୭୮।ପ୍ରଥମ ପୁତ୍ରକୁ କୋଳେ ଘେନିଣ କୁରୁପତିହୃଦୟରେ ଚକ୍ଷୁ ଘେନି ସେ ବାରଇ ତୋଷମତି ।୭୯।ଅନ୍ଧ ବୋଇଲା ବିଦୁର ୟେ ପୁତ୍ର କେବଣ ଲକ୍ଷଣବନ୍ତବିଦୁରେ ବୋଇଲେ ୟେ ପନ୍ନଗାନାରାୟଣ ସଂଜାତ ।୮୦।ଦୁଇ ପାଦରେ ୟେହାର ଅଛଇ ପଦ୍ମଚିହ୍ନଶଙ୍ଖ ପଦ୍ମ ନିଧି ବେନି କରତଳେ ଶୋହାବନ ।୮୧।ଯବ ମତ୍ସ୍ୟ ଆରୋପଣ ୟେହାର ଦକ୍ଷିଣକର ସ୍ଥଳୀଉଭୟ ପଦ୍ମ ବିଦ୍ୟମାନ ଶୋହାବନ ଅଙ୍ଗୁଳି ।୮୨।ଚଉରାଶି ଲକ୍ଷଣ ଚଉଷଠୀ ଗୁଣବନ୍ତାଆକର୍ଷଣ ମୂରତି ତାତ ୟେ ମହା ବଳବନ୍ତା ।୮୩।ୟେହେର୍ଣ୍ଣକ ଲକ୍ଷଣବନ୍ତ ସ୍ୱାମୀ ତୋହୋର ପ୍ରଥମ ପୁତ୍ରଗୋଟିଜଗୁ ଜନମୋହନ ପନ୍ନଗାନାରାୟଣ ସେ ଟି ।୮୪।ପୃଥିକି ଧାରଣା ୟେ ହୋଇବ ୟେକା ଜଣେଲକ୍ଷେ ରାଜା ଖଟିଥିବେ ୟେହାର ଚରଣେ ।୮୫।ଜମ୍ୱୁଦୀପ ମଧ୍ୟରେ ହୋଇବ ୟେକଛତ୍ର ରାଜାୟେହାର ପ୍ରସାଦେ ପାଇବୁ ଅନେକ ତୁ ପୂଜା ।୮୬।ଗୁଣକଇଂ କାରଣ ୟେ ତୋର ହୋଇଲା ତନୟେସମ୍ପଦ ହିଂ ଅରଜିବ ନାଥ ୟେ ଅଳପ ସମୟେ ।୮୭।ତ୍ରୈଲୋକ୍ୟ ସାଧ୍ୟ ୟେ କରିବ ସର୍ବ ନୃପେମାନଗୋବିନ୍ଦ ବୀରଧୂ ୟେ ବୋଲାଇବ ପ୍ରତାପେ ।୮୮।ଗୁଣବନ୍ତ ବିବେକ ଧାର୍ମିକ ବିଧ୍ୱଂସପୁଣ ୟେ ପୁତ୍ର ପ୍ରମାଦେ ନାଶ ଯିବ ତୋର ବଂଶ ।୮୯।ଦୁଷ୍ଟ ପ୍ରକୃତି ଅସଂଖ୍ୟ ସେ କଳହ ପ୍ରିୟାକୋଟିପାଦେ ଅନୁବ୍ରତେ କନ୍ଧରେ ଥିବେ ଶ୍ରିୟା ।୯୦।କୁଳ କ୍ଷୟାନ୍ତକ ୟେହୁ ହୋଇବ ତୋର ପୁତ୍ରମହାମାନୀ ମଧୁ ପିଙ୍ଗଳ ଅଶାନ୍ତି ପ୍ରକୃତି ନ ସହିବ ଜଗତ ।୯୧।ଅପଖ୍ୟାତି ଅପକୀର୍ତ୍ତି ଅର୍ଜିବ ବହୁତ ଜଗତେକଳି ଅଂଶେ ଜାତ ହୋଇଲା ୟେ ତୋହୋର ଜ୍ୟେଷ୍ଠ ପୁତ୍ରେ ।୯୨।ୟେତେକାଳ ପରିଯନ୍ତେ ତୋହୋର ପୁତ୍ର ଯେ ନଥିଲାଦୁର୍ଭାସାଙ୍କର ମହାମନ୍ତ୍ରେ ତୋର ଶତେକ ପୁତ୍ର ଉପୁଜିଲା ।୯୩।ୟେକ ପୁତ୍ରକୁ ଯେବେ ମୂର୍ଚ୍ଚି ପାରିବୁ ଦଣ୍ଡଧାରୀଆଗ୍ୟାଂ ଦେବୁ ୟେହାକୁ କି ପକାଇବି ମାରି ।୯୪।ୟେକ ପୁତ୍ର ନାଶଗଲେ ତୋର ଅନେଶ୍ୱତ ପୁତ୍ର ଭଲେ ଥିବେଚିରାନ୍ତନ ପୃଥୀ ଭୋଗ କରିବୁ ତୋତେ ଧର୍ମ ନ ଛାଡ଼ିବେ ।୯୫।ଧୃତରାଷ୍ଟ ପଚାରିଲେ ଶୁଣସି ହୋ ବିଦୁରଆରେ ବାବୁ ଅନେଶ୍ୱତ ପୁତ୍ରକଇଂ କହନି ବିଚାର ।୯୬।ଆରେକ ପୁତ୍ର ପୁଣି ଦିଲାକ କୋଳରବୋଇଲେ ବିଦୁର ୟେ ପୁତ୍ର ନିଅସି ଦଣ୍ଡଧର ।୯୭।ଦୁଜପୁତ୍ର କୋଳରେ ଧଇଲେ ଧୃତରାଷ୍ଟପର୍ବତ ସମାନେ ଗରୁ ସେ ମହା ମହା ବଳିଷ୍ଠ ।୯୮।କରପତ୍ର ଯୋଡ଼ିଣ ସେ ବୋଲଇ ବିଦୁରୟେ ମହା ଦର୍ପିଷ୍ଠ ସ୍ୱାମୀ ଦୁଷ୍ଟ ଯେ ଦୃଭାର ।୯୯।ଗୋଟି ଗୋଟି କରି ଲକ୍ଷଣ ବିଚାରଇ ବିଦୁର ମହାତମାୟେକୁଂ ୟେକ ଦୁଷ୍ଟ ଯେ ଅଟନ୍ତି ଅପ୍ରତିମା ।୧୦୦।ଅପ୍ରୀତି ଲକ୍ଷଣ ୟେ ସମସ୍ତେ ମହାଦୁଷ୍ଟୟେବେ ଆନନ୍ଦ ହୋଉଂଛୁ ପଛନ୍ତେ ପାଇବୁ ଦାରୁଣ କଷ୍ଟ ।୧୦୧।ଗୁଣବନ୍ତ ଉପୁଜାଇ ଯେବେ ନାଶଗଲେ ହାଦେ ବଳାସେହି ସେ ମହାକଷ୍ଟ ବୋଲି ବିଦୁର ବୋଇଲା ।୧୦୨।ଧୃତରାଷ୍ଟ ବୋଇଲେ ବାବୁ ୟେହା ସେ କହିଲୁପୁତ୍ରେକ ମୂର୍ଚ୍ଛିବାକୁ ବୋଇଲୁ ପୁଣି ସବୁନ୍ତି ବାଛିଲୁ ।୧୦୩।ପୁଣି ସବୁନ୍ତି ଯେ ବୋଇଲୁ ଦୋଷକାରୀକର୍ମେ ଯାହା ଫଳିବ ତାହା କେହୁ ଆନକରି ।୧୦୪।ଭାଗ୍ୟେ ଯେ ପ୍ରାପତ ତାହା ମୂର୍ଚ୍ଛିବା କେମନ୍ତେଲୟେ କରି ଧୃତରାଷ୍ଟ ଚିନ୍ତିଲା ବ୍ୟାସ ତପୋବନ୍ତେ ।୧୦୫।ପାରେଶ୍ୱରଙ୍କର ନନ୍ଦନ ସତ୍ୟବତୀଙ୍କର ସୁତବ୍ୟାସେ ବିଜେକଲେ ଆସି କୁରୁନାଥର ଅଗ୍ରତ ।୧୦୬।ସଞ୍ଜୟେ ବୋଇଲେ ଶୁଣ ଧୃତରାଷ୍ଟ ମହାଛତ୍ରୀପାରେଶ୍ୱର ନନ୍ଦନ ଯେ ବିଜେ କଲେ ଧାତି ।୧୦୭।ଆସ୍ତାନ ତେଜି ଉଠିଲେ ଯେ କୁରୁବଇ ସ୍ୱାମୀବ୍ୟାସ ଚରଣେ ଶତ ସହସ୍ର ଦଣ୍ଡ ପରିଣାମି ।୧୦୮।ସମସ୍ତ ପୁତ୍ରଙ୍କୁ ଧୃତରାଷ୍ଟ ବ୍ୟାସଙ୍କ ସନ୍ନିଧ୍ୟେ ଦିଲେ ନେଇୟେକା ପଲଙ୍କ ଗୋଟିକରେ ସବୁ ପୁତ୍ରମାନଙ୍କୁ ଶୁଆଇ ।୧୦୯।ଭୋ ବ୍ୟାସେ ତୋହୋର ପରସାଦେ ମୋହୋର ଶତେ ତନୁପୁତ୍ରନ୍ତ ତୋହୋର କୋଳେ ଧରି କଲ୍ୟାଣ କର ଅବଧାନୁ ।୧୧୦।ପ୍ରଥମ ପୁତ୍ର ଗୋଟି ନେଇ ବିଦୁର ବ୍ୟାସଙ୍କର କୋଳେ ଦିଲାବଡ଼ ବିଚକ୍ଷଣ ବୋଲି ମହାମୁନି ବୋଇଲା ।୧୧୧।ଶରୀର ଆଉଂଶି ବୋଇଲେ ତୋହୋର ଶରୀର ବଜ୍ର ହୋଉଆମ୍ଭର ସର୍ଜନ ୟେହାର ତହିଂ କଥାୟେ ଥାଉ ।୧୧୨।ବାଳୁତ ବେନି ଜାନୁ ୟେକ ଠାରେ ଲାଗିଥିଲାତହିଂରେ ହସ୍ତ ନ ଲାଗିଲା ଛିଦ୍ର ଯେ ରହିଲା ।୧୧୩।ଅଇବ୍ରତେକ ସିଂହର ତୋହୋର ହୋଉ ପରାକର୍ମଜଗଜିଣା ହୋଅ ତୋତେ କେହୁ ଜିଣନ୍ତା ନୋହୁ ସାଂଗ୍ରାମ ।୧୧୪।ୟେସନେକ ବର ଯହୁଂ ଦିଲେ ତପୋବନ୍ତେକାନ୍ଦନ୍ତେ ଦକ୍ଷିଣ ଚରଣ ବାଜିଲା ବ୍ୟାସଙ୍କ ହୃଦଗତେ ।୧୧୫।ଅସାଷ୍ଟମ ହୋଇ ଯେ ପଡ଼ିଲେ ବ୍ରହ୍ମଯତିନାସିକା ବାଟେ ଶ୍ରୋଣିତ ବହଇ ଅପ୍ରମିତି ।୧୧୬।ସାଷ୍ଟାମ ହୋଇଲେ ତହିଂ ବସିଲେ ବ୍ରହ୍ମବେତ୍ତାୟେହି କ୍ଷଣି ବର ଦିଲୁ ରେ ୟେଡ଼େକ ବଳବନ୍ତା ।୧୧୭।କଳ୍ପ ଆତ୍ମା ମୋ ତୁଟିଲା ତୋହୋର ଚରଣ ବାଜୁଂସାଂଗ୍ରାମ କାଳେ ତୋହୋର ୟେହି ଚରଣ ଭାଞ୍ଜୁ ।୧୧୮।ଅଇବ୍ରତେକ ସିଂହର ପ୍ରାକର୍ମ ତୋହୋରୟେକା ସିଂହର ପ୍ରାକର୍ମେ ତୁ ହୋଅ ଅପହାର ।୧୧୯।ପ୍ରଥମେ ଦୁର୍ବୁଦ୍ଧି ଯେ ଚିନ୍ତା କରାଇଲୁ ମନୟେ ତୋହୋର ପୁତ୍ର ନାମ ହୋଉ ଦ୍ରିଯୋଧନ ।୧୨୦।ଧୃତରାଷ୍ଟଙ୍କ ଅଗ୍ରତେ ୟେହା ସଞ୍ଜୟେ କହିଲାନିକଳଙ୍କ ପୁତ୍ରକୁ ହାଦେ କଳଙ୍କ ଲାଗିଲା ।୧୨୧।ଶୁଣିଣ ବିରସ ଯେ ହୋଇଲା ନୃପତି କୁରୁବୀରତଲୟେ କରି ଚିନ୍ତିଲେ ସେ ଦୁର୍ଭାସା ମୁନିବର ।୧୨୨।ଦଣ୍ଡ କମଣ୍ଡଳ କଷା କଉପୁନିପ୍ରବେଶ ହୋଇଲେ ମହାତ୍ମା କୁରୁନାଥର ସନ୍ନିଧାନି ।୧୨୩ସଞ୍ଜୟ କହିଲେ ହୋ ଶୁଣ କୁରୁପତିବିଜେ କଲେ ମହାତ୍ମା ଦୁର୍ଭାସା ମହାଯତି ।୧୨୪।ଆସ୍ତାନ ତେଜିଣ ସେ ଉଠିଲା କୁରୁରାୟେମୁନିଙ୍କ ପଦ୍ମପାଦେ ଅର୍ଘ୍ୟ ପୂଜାକୟେ ।୧୨୫।ଦୁର୍ଭାସା ମୁନି ହୋ ମୋର ପୁତ୍ରନ୍ତ ତୁ ଚାହାଂତୋହୋର ପ୍ରସାଦେ ଯେ ପାଇଲି ମୁଂ ୟେହା ।୧୨୬।ଦୁର୍ଭାସାୟେ ବୋଇଲେ ଶୁଣ ହେ ମୁନି ବ୍ୟାସେପୁତ୍ରଙ୍କର ନାମ କିସ କିସ ଦେଲଟି ସନ୍ତୋଷେ ।୧୨୭।ବୋଲନ୍ତି ବ୍ୟାସେ ୟେ ଜ୍ୟେଷ୍ଠ ପୁତ୍ରକୁଦୁଷ୍ଟ ବୁଦ୍ଧି ଜାଣି ଦ୍ରିଯୋଧନ ନାମ ହାଦେ ଦିଲଇଂ ୟେହାକୁ ।୧୨୮।ଦୁଜ ପୁତ୍ର ଗୋଟିକ ଦୁର୍ଭାସା ଧଇଲେକ କୋଳେମୁଖେ ଚୁମ୍ୱନ ଦେଇ ଲଗାଇଲେ ବକ୍ଷ ସ୍ଥଳେ ।୧୨୯।ପୁଣି ବିଚାରୁଛନ୍ତି ଦୁର୍ଭାସା ତପୋବନ୍ତେକୋଳେ ଧରି ବୋଇଲେ ଶତେ ସିଂଘ ପ୍ରାକର୍ମ ହୋଉ ତୋତେ ।୧୩୦।ହସ୍ତ ଗୋଟି ମୁଷ୍ଟି କରି କାନ୍ଦନ୍ତେଣ ବାଳସେ ମୁଷ୍ଟି ବାଜିଲା ଦୁର୍ଭାସାଙ୍କ ବକ୍ଷ ସ୍ଥଳ ।୧୩୧।ଉତ୍ତାନଶାହୀ ହୋଇ ପଡିଲେ ମହାମୁନିଘଡ଼ିକେ ଚେତନ ପାଇଲେ ସାଷ୍ଟମ ଯେ ଘେନି ।୧୩୨।ମୁଷ୍ଟି ବାଜନ୍ତେଣ ମୁନି ଅସାଷ୍ଟମ ହୋଇଲେସେ ଦୁସହ ଘାତ ପାଇ ତାହାକଇ ଦୁଶାସନ ନାମ ଦିଲେ ।୧୩୩।ଆପଣାର ସର୍ଜନା ବୋଲି ଇଚ୍ଛାୟେ ଯେବେ ଅନଗୃହ କଲେରାଗ ସହି ନ ପାରି ଶାପ ତାକୁ ମୁନି ଯେ ବିହିଲେ ।୧୩୪।ଆରେ ଦକ୍ଷିଣ ଭୁଜେ ପ୍ରହାର କଲୁ ମୋତେ ମୁଥେଆତ୍ମା ବିସର୍ଜନ ହୋଇଲା ତୋହୋର ମୁଥ ଘାତେ ।୧୩୫।ମୋହୋର ଶାପ ତୋତେ ନ ଯାଉରେ ଗଡ଼ିସୋଦର ଶାସ୍ତି ଦେଉ ତୋତେ ଦକ୍ଷିଣ ଭୁଜ ଉପାଡ଼ି ।୧୩୬।ୟେସନେକ ଶାପ ଦିଲେ ଦୁର୍ଭାସା ମହଋଷିଶାପ କଥା ଶୁଣି ବ୍ୟାସେ ମନେ ମନେ ହସି ।୧୩୭।ସଞ୍ଜୟ ବୋଇଲେ ହୋ ଶୁଣ ଧୃତରାଷ୍ଟଋଷିମାନଙ୍କରେ ତୋତେ ହୋଉଛି ପୁତ୍ର କଷ୍ଟ ।୧୩୮।ଜାତ ହିଂ କଲେ ବର ହିଂ ହାଦେ ଦିଲେରାଗ ସହି ନୁଆରି ଶାପ ହିଂ ପ୍ରାଭବିଲେ ।୧୩୯।ଯେହ୍ନେ ସେ କର୍ମେଣ ପ୍ରାପତ ହୋଇଲା ତୁକୁପୁତ୍ରନ୍ତ କୋଳେ ନ ଦିଅ ଋଷିମାନଙ୍କୁ ।୧୪୦।ବ୍ୟାସେ ବୋଇଲେ ଯେ ଦୁର୍ଭାସାଙ୍କର ମହାମନ୍ତ୍ରେଶତେ ପୁତ୍ର ପ୍ରାପତ ହୋଇଲାକରାଜା ତୋତେ ।୧୪୧।ଦୁ ଅକ୍ଷରେ ହାଦେ ସବୁଙ୍କରି ନାମପ୍ରଥମ ପୁତ୍ର ନାମ ଯେ ହୋଇଲା ଦୁର୍ଯୋଧନ ।୧୪୨।ଦୁଜେଣ କୁମାର ହୋଇଲା ଦୁଶାସନଶତେକ ପୁତ୍ର ନାମଟି ଦେବାକ ଅନୁମାନ ।୧୪୩।ତିଜ କୁମାର ନାମ ଦିଲେ ଯେ ଦୁର୍ମନଚତୁର୍ଥ କୁମାର ଯେ ଦୁର୍ବାଳ ବୋଲି ନାମ ।୧୪୪।ଦୁର୍ଜନ ନାମେ ପୁ ତ୍ରହୋଇଲା ପଞ୍ଚମେଦୁର୍ବୀର ନାମ ଯେ ହୋଇଲା ଷଷ୍ଠମେ ।୧୪୫।ଦୁରାନ୍ତକ ନାମ ଯେ ହୋଇଲା ସପ୍ତମେଦୁର୍ବିନ୍ଦ ନାମ ଯେ ହୋଇଲା ଅଷ୍ଟମେ ।୧୪୬।ଦୁରନ୍ତ ନାମ ହୋଇଲା ନବମେଦୁସହ ନାମ ଯେ ହୋଇଲା ଦଶମେ ।୧୪୭।ୟେକାଦଶ ନାମ ହୋଇଲା ଦୁରାମ ।୧୪୮।ଦୁସମ ନାମ ଯେ ହୋଇଲା ଦ୍ୱାଦଶମେତ୍ରୟୋଦଶମେ ନାମ ହୋଇଲା ଦୁଷ୍କାମେ ।୧୪୯।ଚତୁର୍ଦ୍ଦଶମେ ନାମ ଦୁର୍ମାଳୀ ହୋଇଲାପଞ୍ଚୁଦଶ ନାମ ଦୁକୁଳ ଯେ ହେଲା ।୧୫୦।ଦୁକର୍ଣ୍ଣ ନାମଟି ଅଟେ ଆର ଭାଇଦୁର୍ହଣ ନାମେ ଯେ ସପ୍ତଦଶ କୁମାର ହୋଇ ।୧୫୧।ଦୁର୍ଦକ୍ଷ ନାମ ଯେ ଆରେକ ପୁତ୍ର ଗୋଟିଦୁର୍ଗମ ନାମ ଆରେକ ବଳିଷ୍ଠି ।୧୫୨।ଦୁରାଷ୍ଟ ନାମେ ହୋଇଲା ବିଂଶ ବାଳୟେକବିଂଶ ନାମ ହୋଇଲା ଦୁର୍ବଳ ।୧୫୩।ଦୁଷକ ବୋଲି ବାଇଶି ପୁତ୍ର ନାମଦୁର୍ଭାରବୋଲି ଆରେକ ପୁତ୍ର ନାମ ।୧୫୪।ଚତୁର୍ବିଂଶ ନାମ ଦିଲେ ଦୁର୍ଭୀମପଞ୍ଚବିଂଶ ନାମ ହୋଇଲା ଦୁର୍ନାମ ।୧୫୫।ଦୁରାଣ ନାମ କୁମର ଷଷ୍ଠବିଂଶସପ୍ତବିଂଶ ପୁତ୍ର ନାମ ଦିଲେକ ଦୁର୍ଦ୍ଧଂସ ।୧୫୬।ତହିଂର କନିଷ୍ଠ ନାମ ଦିଲେ ଦୁସନଊନତ୍ରିଂଶ ଦୂଷଣ ନାମ ଅନୁଜ ବିଦ୍ୟମାନ ।୧୫୭।ତ୍ରିଂଶ ପୁତ୍ର ନାମ ହୋଇଲା ଯେ ଦୁଷ୍ଟୟେକତ୍ରିଂଶ ଦୁରାନ୍ତନ ହୋଇଲା ବଳିଷ୍ଠ ।୧୫୮।ଦୁର୍ଦଣ୍ଡ ବୋଲି ତାହାର ସାନୁଜତାହାର ସାନ ନାମ ଦିଲେ ଯେ ଦୁରାଜ ।୧୫୯।ଚଉତ୍ରିଂଶ ପୁତ୍ରର ନାମ ହୋଇଲା ଦୁର୍ଦାନତହୁଂ ଜାତ ହେଲେ ଦୁର୍ଭାନୁ ଦୁରାକ୍ଷ ଦୁରାଶନ ।୧୬୦।ଦୁଶୟ ଦୁସନ୍ତେକ ଦୁସ୍ତର ଦୁର୍ବହଣଦୁର୍ମାଳ ଦୁରାନନ୍ଦ ଦୁର୍ହରି ଦୁର୍ମର୍ଷଣ ।୧୬୧।ଦୁରାପଦ ଦୂରକ ଦୁର୍ଦାସ ଦୁକାଳ ଦୁରାୟଦୁରାନନ ଦୁର୍ଗତ ଦୁଷ୍ପାପ ଦୁରାଳୟ ।୧୬୨।ଦୁର୍ମତି ଦୁରଙ୍ଗ ଦୁର୍ଜୟ ଦୁର୍ନିଧି ଦୁର୍ଦ୍ଧାରଦୁରାକର୍ଣ୍ଣ ଦୁର୍ଭାଷ ଦୁର୍ଭାବ ଦୁଷ୍କର ।୧୬୩।ଦୁଶିବ ଦୁର୍ମୋହ ଦୁର୍ଭଗ ଦୁର୍ଲୟ ଦୁର୍ଭୟ ଦୁରାମୟଦୁକେତୁ ଦୁରାୟନ ଦୁସିଦ୍ଧି ଦୁତନୁ ଦୁସିଂହ ଦୁରାଶୟ ।୧୬୪।ଦୁର୍ବାହ ଦୁର୍ନିରୀକ୍ଷ ଦୁର୍ବହ ଦୁର୍ମଦଦୁରାତ୍ମା ଦୁରାଚାର ଦୁସ୍ତେଜ ଦୁରାସଦ ।୧୬୫।ଦୁର୍ମୋକ ଦୁର୍ମୁଖ ଦୁର୍ଦ୍ଦାନ୍ତ ଦୁଶଳ ଦୁର୍ବାକଦୁର୍ବିଗାହ ଦୁର୍ବିନୀତ ଦୁରାଧ ଦୁରକ୍ଷକ ।୧୬୬।ଦୁରଭିସନ୍ଧି ଦୁର୍ଣ୍ଣୟ ଦୁରୂହ ଦୁର୍ମେଧ୍ୟଦୁର୍ଦ୍ଦର୍ଷ ଦୁର୍ବିମୋଚନ ଦୁର୍ଭେଦ୍ୟ ଦୁସାଧ୍ୟ ।୧୬୭।ଦୁର୍ଭାସା ବୋଇଲେ ଶୁଣ ହୋ ଧୃତରାଷ୍ଟୟେକୁଂୟେକ ପୁତ୍ର ତୋର ମହା ଯେ ବଳିଷ୍ଠ ।୧୬୮।ଶୂରବନ୍ଥ ପୁତ୍ରନ୍ତ ତୁ ଘେନି କୁରୁବଇଂସୁଖେଣ ତୁ ରାଜ୍ୟ କର ନରବଇ ।୧୬୯।ପଣ୍ଡୁର ପ୍ରସାଦେ ତୋତେ ନାହିଂ ନା ଅନୀତିଆପଣେ କଷ୍ଟେ ସେ ତୋତେ ଶୁଭ ଚିନ୍ତି ।୧୭୦।ତିଆରିଣ ତୀର୍ଥକଇ ଗଲେକ ଦୁର୍ଭାସାବ୍ୟାସେ ବିଜେକଲେ ଯାଇଂ ଶତଶିଂଗ ବସା ।୧୭୧।ପଣ୍ଡୁରାୟ ପ୍ରଳମ୍ୱିତ ବ୍ୟାସଙ୍କର ପଦ୍ମ ପାଦେଅନେକ ସମ୍ପଦ ସ୍ୱାମୀ ହେ ତୁମ୍ଭର ପରସାଦେ ।୧୭୨।କେଉଂଣ ଭୁବନେ ତୁମ୍ଭେ ଥିଲ ପିତାମହହସ୍ତିନାର କୁଶଳ ବାରତା ମୋତେ କହ ।୧୭୩।ବ୍ୟାସେ ବୋଇଲେ ହୋ ଦୁର୍ଭାସାଙ୍କର ମନ୍ତ୍ର ବଳେଶତେ ପୁତ୍ର ଉପୁଜିଲା ଗାନ୍ଧାରୀର କୋଳେ ।୧୭୪।ମହା ଆରମ୍ଭେ କୁମରେ ବଡ଼ାଇ ବଳବନ୍ତାଦୁଷ୍ଟ ପ୍ରକୃତି ସେ ହୋଇବେ ଜଗୁ ଜିତା ।୧୭୫।ତିଆରସି ପଣ୍ଡୁ ହୋ ତୋହୋର ଭାରିଯାକୁଗାନ୍ଧାରୀ ପୁତ୍ର ରାଜ୍ୟ ନୋହିବଟି ତୁକୁ ।୧୭୬।ଦେବତାଙ୍କର ମଧ୍ୟେ ବଳବନ୍ତ ମରୁତସେ ପବନର ବୀର୍ଯ୍ୟେ ଉପୁଜିଲା ହନୁମନ୍ତ ।୧୭୭।ତ୍ରେତା ଯୁଗରେ ସେ ହୋଇଲା ମହାଛତ୍ରୀପର୍ବତେ ସେତୁ ବାନ୍ଧିଲା ୟେକ ଘାନ୍ତି ।୧୭୮।ଶ୍ରୀରାମ ପ୍ରସନ୍ନେ ସେ ହୋଇଲା ତ୍ରିଜୀବୀପବନର ବୀର୍ଯ୍ୟେ ପୁତ୍ର ଗୋଟିୟେ କରସି ଗୋ ଦେବି ।୧୭୯।ଅମରାଧିନାଥ ଗୋ ସେ ଇନ୍ଦ୍ର ଯେ ଦେବତାତେଣେ ହେଂ ପୁତ୍ର ଗୋଟିୟେ ଜାତ କରା ଗୋ ମାତା ।୧୮୦।ୟେତେକ କାର୍ଯ୍ୟ ଗୋ ହୋଅଇଟି ସିନା ତୋହୋରତୁ ମହାଭିଗ୍ୟଂ ଗୋ ବିଚାରି କାର୍ଯ୍ୟ କର ।୧୮୧।କହିଣ ବ୍ୟାସେ ଗଲେ ଶୂନ୍ୟ ଭୁବନେଅନ୍ତରୀକ୍ଷ ହୋଇଣ ଚଳିଲେ ଗଗନେ ।୧୮୨।