(୧୪) — ବଳଦେବଙ୍କ ଛାନ୍ଦ ଚଉତିଶା ଓ ଜଣାଣ — ବଳଦେବ ରଥ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
(୧୪)
ମୋହନା ଚଉତିଶାରାଗ-ବସନ୍ତକଂସ ନଗରୀରେ ବିହରି ଶ୍ରୀହରି ହଂସଗମନାକୁ ଭାବି ରେକୁସୁମ ବିଶିଖେ ବିଦ୍ଧ ହୋଇ ଦୁଃଖେ ବୋଲନ୍ତି ଆହା ବାନ୍ଧବୀ ରେ,ମୋହନା, କେତେ ଦୂର ଧାତା କଲା ରେ,କି ଛାଡ଼ି ରହିଲି ଯାହାପାଶେ ନେତ୍ର ପିଛାଡ଼ି ହେଉ ନ ଥିଲା ରେ ।୧।ଖମଣି - ନନ୍ଦନା - ତଟ ବନ ସୂନ ନିର୍ମିତ ଜଙ୍ଗମ ଲତାରେଖୁଆ - ମୁହାଁ ନବନୀତେ ତ ନ ଥିବ ତୋ ଶ୍ରୀଅଙ୍ଗ କୋମଳତା ରେମୋହନା, ଖଟପଡ଼ା ହଂସ ତୁଳୀରେଖୁରି ଅର୍ଦ୍ଧକାଳ ବରଜି ମୋ କୋଳ ପହୁଡ଼ିଲେ ପଡ଼ୁ ଲୁଳି ରେ ।୨।ଗଜେନ୍ଦ୍ର ଗରବଗଞ୍ଜନ ଗମନା ଅଞ୍ଜନା ନୀଳକୁନ୍ତଳା ରେଗୁଣରୂପ ରସବତୀମାନଙ୍କର ଗୁରୁ ମୋ ନେତ୍ରପିତୁଳା ରେମୋହନା, ଗିରିତୁଙ୍ଗେତର ସ୍ତନା ରେ,ଗୋରୀ ତୁ ମୋ ଗତି ନିଖିଳ ଜଗତୀ ଶୀରି ତୁଳନା - ବିହୀନା ରେ ।୩।ଘେନାଘେନି ବାଣୀ କୁହାପୋଛା ଠାଣି ଦୀନଜନ ଅନୁକମ୍ପା ରେଘନକେଶା ଅଣୁମଧ୍ୟା ସିନା ଜାଣୁ ଶୃତି ମୋତିଝୁମ୍ପା କମ୍ପା ରେମୋହନା, ଘଡ଼ିଏ ନୁହେଁ ପାଶୋରି ରେଘୃତାଚୀମୁଖ ଲେଖ ବାରବାମାଏ ନୁହନ୍ତି ତ ତୋ ପା’ ସରି ରେ ।୪।ନିରେଖି ମୋର ଛାମୁକୁ ଆସିବାର ଦିନେ ନିତମ୍ୱିନୀବର ରେନିଦ ନ ଥାଇ ନୟନ ବୁଜି ମିଛେ ଆଉଜିଲୁ ଅପସରରେମୋହନା, ନିକଟକୁ ଧୀରେ ଆସି ରେନବ ଜାତୀ ସୂନ ଝରା ଖଞ୍ଜି ମୁଁ ନତନୁ ନଦେ ଗଲି ଭାସି ରେ ।୫।ଚୁମ୍ୱି ଚିବୁକେ ଚଟୁଳ ପୟୋଧର - ଚକ୍ରବାକେ ଦେଲି ପାଣି ରେଚତୁରୀ ସେ ସୁଖ ଭୋଗକଲୁ କିଛି ନ ପାରିଲାପରି ଜାଣି ରେମୋହନା, ଚିରସୁଖ ସ୍ୱାଦ ଅନ୍ତେ ରେଚିହିକି ପଡ଼ିଲା ହୋଇ ଚନ୍ଦ୍ରାନନା ନିବିଡ଼େ ଭିଡ଼ିଲୁ ମୋତେ ରେ ।୬।ଛକେ ଛକେ ତହୁଁ ଛବି ଜଳଧିର ଛନ୍ଦି ପ୍ରତିଅଙ୍ଗ ଅଙ୍ଗେ ରେଛପିଲି ଛ’ ଦଣ୍ଡଯାଏଁ ଫୁଲକାଣ୍ଡ ସମର ରସତରଙ୍ଗେ ରେମୋହନା, ଛିଡ଼ନ୍ତେ ଉନ୍ମାଦ ଫାଶି ରେଛାଡ଼ ଛୂରୀଅନା - ଗଭା ମୋ ରାଣଟି ବୋଲି ଭାଷିଲୁ ଯା’ ହସିରେ ।୭।ଜଗତୀଭୂଷାର ଜାଣିବାରୁ ସାର ମୁଁ କିଛି ସୁସାର ରୀତିରେଜବର ତ ବର - ଯୋଷା ତୁ ଶବର ସ୍ମର ଆହବରେ ମାତି ରେମୋହନା, ଜାଗରୂକ ଅତି ହେଲୁ ରେଜରଜର କରି ରସେ ମୋ ସନ୍ତାପ - ନଗରୀ ଜୁରାଇ ଦେଲୁ ରେ ।୮।ଝସଧ୍ୱଜ ଗଜକୁମ୍ଭ ତୋ ଉରଜ କଟୀଟି ତ ମାୟା ସରୁ ରେଝାଳବିନ୍ଦୁ ବୃନ୍ଦ ଝରିବା ତନୁରୁ ଝୁଲାଝୁଲି ଆୟାସରୁ ରେମୋହନା, ଝୁମୁଥିଲି ମାରମଦେ ରେଝଲକି ଲାବଣ୍ୟ ନେତ୍ର ମାର୍ଗେ ଆସି ଭରତି ହେଲା ମୋ ହୃଦେ ରେ ।୯।ନିତମ୍ୱ ବିମ୍ୱ ଆଡ଼ମ୍ୱର ଶମ୍ୱର ସପତ୍ନ ଡିଣ୍ଡିମେ କାହିଁ ରେନୟନ କଳୁଷ ନୁହେଁ କି ନିଃଶେଷ ନିଧୁବନ କାଳେ ଚାହିଁ ରେ
ମୋହନା, ନାହିଁ ତୋ’ ପରି ତ୍ରିପୁର ରେ
ନୀବି ନବରସ ଅର୍ଗଳ ଗିରୀଶ ପର ମନ୍ଦିର ଗୋପୁର ରେ ।୧୦।
ଟୋକି ପଞ୍ଚଦଶ ଯାଏଁ ପରିବେଶ ପରା ଥାନ୍ତି କେତେ ଘେରି ରେ
ଟୋପି କସ୍ତୁରୀତିଳକ ଶୋଭିନୀ ତୁ ପଞ୍ଚଦଶ ଶଶୀପରି ରେ
ମୋହନା, ଟେକାଇ କୁସୁମାଲଟ ରେ
ଟିକେ ପରିସରେ ଉଭା ହେଲେ ସରେ ସଂସାର ସୁଷମା ଲଟ ରେ ।୧୧।
ଠଉରିଥିବ ମୋ ଧନ ସଙ୍ଗ କେବେ ନୋହିବ ବୋଲି ଅନ୍ୟଥା ରେ
ଠାକୁରମାନଙ୍କ ପଦପୀଠରେ ମୁଁ ଠକୁଥାଏଁ ନିତି ମଥାରେ
ମୋହନା, ଠକ ପୁରୁଷ ଦଇବ ରେ
ଠୁଳେ ମୋ ତରସ ଭରତି ନ କଲା ଏ ଦେହ କେହି ସହିବ ରେ ।୧୨।
ଡାକି - ମନୋହରମଧ୍ୟାକୁ ତ ଦୂର କରିଛି ନିର୍ଦ୍ଦୟ ହୃଦେ ରେ
ଡାକିବି ମୁଁ ଏବେ କାହାକୁ ଟି ଜୀବେଶ୍ୱରୀ କିରେ ବୋଲି ମୋଦେ ରେ
ମୋହନା, ଡିମ୍ୱ ସାରଙ୍ଗ ଲୋଚନା ରେ
ଡକା କରି ଦିନ ଯିବ ମୋର ପାପ ଦଇବ କଲା ରଚନା ରେ ।୧୩।
ଢୋକେ ତୋ ମଧୁର ସୁବାସ ଅଧର ମଧୁରସ ନ ପାଇଲି ରେ
ଢାଲେ ଫୁଲ - କଙ୍କପତ୍ର ରଣରଙ୍କ ହୋଇ କାଳ ପୁହାଇଲି ରେ
ମୋହନା, ଢଳା ଚପଳ ନେତ୍ରାନ୍ତ ରେ
ଢାଳି ମୋ ବଦନେ ରଚିବାର ସ୍ମିତ ସ୍ୱପ୍ନ ହେଲା ପ୍ରାଣମିତ ରେ ।୧୪।
ଅଙ୍କରେ ପଙ୍କଜନେତ୍ରା ବସି ମୋର ଶରଦର ରାକାନିଶି ରେ
ଇନ୍ଦୁ ଇନ୍ଦିରାକୁ ପ୍ରଶଂସିଲୁ ଧୀରେ ଅଙ୍ଗୁଳିକି ଦେଇ ଘଷି ରେ
ମୋହନା, ଅଳକ କସ୍ତୁରୀ ମସୀରେ
ଏଥିକି କେ ପାରିବ ମୋ ମା’ ବୋଲି ଗଲୁ ହସି ମୋ ତନୁରେ ମିଶି ରେ ।୧୫।
ତନୁରୁ ଅନ୍ତର ହୋଇବାରୁ ମୋର ତିଳେ ତ ସହି ନ ପାରୁ ରେ
ତରୁଣ ତମାଳ ତରୁକୁ ତରୁଣୀମଣି ପରିରମ୍ଭ କରୁ ରେ
ମୋହନା, ତରକି ତୋର ମରଜି ରେ ତପତ ତପନୀୟକୁ ମୀନାକ୍ଷି ଥାଏଁ ମୁଁ ଭଜିରେ ।୧୬।
ଥରି ମନ୍ମଥରେ ଡରି ଥରେ ଥରେ ସରି ଯାଉଥାଏଁ ମୁହିଁ ରେ
ଥାପି କରିଦେଉ କି ଭାବରେ ପୂର୍ଣ୍ଣ ବିଭାବରୀବର ମୁହୀଁ ରେ
ମୋହନା, ଥିଲେ ତୋ ଛାମୁରେ ବସି ରେ
ଥାଟପରି ମାଡ଼ି ଆସୁଥିଲେ ଛାଡ଼ିଯାଏ ସ୍ମରତାପ ରାଶି ରେ ।୧୭।
ଦିନେ ଦିନେ ଦିନ ଦିଧୀତି - ଦୁହିତା ତଟ ଅଟବୀରେ ପଶି ରେ
ଦୁହେଁ ମିଶି ଫୁଲ ତୋଳିବା କାଳରେ କି ରସ ଯାଏ ବରଷି ରେ
ମୋହନା, ଦୁରାପ ସେ ଦେବତାଙ୍କୁ ରେ
ଦିବ୍ୟ ଦ୍ରବ୍ୟମାନ ମିଳୁ ତୋ ସମାନ ରସିକା କେ ଦେବ ତାଙ୍କୁ ରେ ।୧୮।
ଧରାଅ ପୁନ୍ନାଗ ଝରାକୁ ମୋ ଶିରେ ବୋଲି ତାହାକୁ ମୁଁ ଭାବି ରେ
ଧନ ମୋ କୋଡ଼ରେ ଥାଇ ମୋ ଗୋଡ଼ରେ ତୋଡ଼ର କରୁ ମାଧବୀ ରେ
ମୋହନା, ଧାର୍ମିକ ପଣକୁ ଜାଣିରେ
ଧରି ପ୍ରପଦରୁ ମଥାଯାଏଁ ଲକ୍ଷେ ଚୁମ୍ୱଇଁ ମୁଁ ଗଣିଗଣି ରେ ।୧୯।
ନକ୍ଷତ୍ରମଣ୍ଡଳ ଚୁମ୍ୱ ଚାରୁ ଚେଳ ବଲ୍ଲରୀ ବଡ଼ଭୀତଳେ ରେ
ନିସ୍ତନ୍ଦ୍ର ଚନ୍ଦ୍ର ସୁନ୍ଦରମୁଖୀ ସଖୀବୃତ ଗାଦି ମଧ୍ୟସ୍ଥଳେ ରେ
ମୋହନା, ନିଶାମୁଖେ ବିଜେକରି ରେ
ନିର୍ଜରାଧିନାଥ ନିତମ୍ୱିନୀ ପରି ବିପଞ୍ଚୀକି ଅଙ୍କେ ଧରି ରେ ।୨୦।
ପ୍ରଶଂସାରେ ମୋର ପୂରି ରହିବାର ଚଷକ ରସ କବିତାରେ
ପଞ୍ଚମେ ପକାଇଥିଲୁ ମାଳବରେ ମାଳବର ବିଭୂଷିତା ରେ
ମୋହନା, ପହିଲୁଁ ତ ଦିନଶେଷେ ରେ
ପୃଥୁ ଅପସର ପଛେ ଥିଲି ତୋର ପ୍ରିୟ ସହଚରୀ ବେଶେ ରେ ।୨୧।
ଫୁଲାଇ ପୁଲକ ମୁକୁଳେ ପ୍ରତୀକ ଗୋଟିଯାକ ମୋଦ ବଳେ ରେ
ଫଣୀ ପଶୁ ଶିଶୁ ଶ୍ରବଣ ପ୍ରବଣ ସଙ୍ଗୀତେ ରସିବା ବେଳେ ରେ
ମୋହନା, ଫାଟିଲା ମୋ ଧୃତି ଘଟି ରେ
ଫୁଲ କୁଞ୍ଜମୁଖେ ଚୁମ୍ୱିଲି ପଛରୁ ଭିଡ଼ିଧରି ଶତଗୋଟି ରେ ।୨୨।
ବେହେଲା ସୀତାର ତମ୍ୱୁରା ଅମୃତ ପିନାକୀ ଚନ୍ଦ୍ର ମର୍ଦ୍ଦନୀ ରେ
ବଂଶୀମୁଖ ଚଙ୍ଗ ଖଞ୍ଜରୀ ସାରଙ୍ଗ କିଙ୍କିଣି ମର୍ଦ୍ଦଳ ଗିନି ରେ
ମୋହନା, ବଜାଉଥିଲେ ଯେ ସଖୀ ରେ
ବ୍ରୀଡ଼ାଭରନତ ବଦନରେ ସ୍ମିତ ଧରି ପଳାଇଲେ ଦେଖି ରେ ।୨୩।
ଭରତ ବନ୍ଧୁର କଳା ଚାଳନାଦି କଉତୁକ ମହୋତ୍ସବେ ରେ
ଭରତି କଲାଇଁ ସେ ରାତି ଶିବଙ୍କ ଅରାତି ପ୍ରବୀରାହବେ ରେ
ମୋହନା, ଭାଗ୍ୟହୀନ ଦଶା ଏବେ ରେ
ଭଗାରି ହସାଇ ଦେଉଛି ଭସାଇ ତୋ ବିଚ୍ଛେଦ ମହାର୍ଣ୍ଣବେ ରେ ।୨୪।
ମାନସେ ମୋହର ନ ଥିଲା ମଦନ କେଳି ବିଦ୍ୟା କଳ୍ପବଲ୍ଲୀ ରେ
ମଧୁରାଧରାମୃତ ପାନ ଏପରି ଅଧୀରା ହୋଇବ ବୋଲି ରେ
ମୋହନା, ମନ୍ଦମତି ଚାରିମୁଖ ରେ
ମାରି ନ ପକାଇ ମରିବି ପକାଇ ଦେଲା ମୋର ମୂଳ ସୁଖରେ ।୨୫।
ଯତ୍ନ ଶତଶତ କଲେ ହେଲେ ଶିତସ୍ମିତା ଯା ନଦେଉ ଧରା ରେ
ଯନ୍ତ୍ର ଧୁରନ୍ଧର ସ୍ମରଶୈଳୁଁ ଶର ମାୟାବିଦ୍ୟା ତୁହି ପରା ରେ
ମୋହନା, ଯଶହୀନ ମୋ କରମ ରେ
ଯାତ ଯାମ କରି ଦେଉଛି ମକରୀ - ମଣ୍ଡନା ତୋ ସଙ୍ଗୋଦ୍ୟମ ରେ ।୨୬।
ରତି ରସାଞ୍ଚଳ ସମୟେ ଚଞ୍ଚଳଭାବ ନୟନେ ନ ଥାଇ ରେ
ରଣକୃତ - ଶର - ବ୍ରଣତନୁ ଶୂର ପରି ଅଳପ ବ୍ୟଥାଇ ରେ
ମୋହନା, ରୁଷିଲାପରି ଶ୍ରୀମୁଖ ରେ
ରଖି ତାରକା ମନ୍ଥର ନେତ୍ରାନ୍ତରେ ସସ୍ମିତେ ଦେଉ କି ସୁଖ ରେ ।୨୭।
ଲକ୍ଷ ଲଡ଼ୁ ଲମ୍ୱୋଦରଙ୍କ ଅଧରେ ଲାଗି କରାଇବା ଫଳରେ
ଲୋକା - ଲୋକ ଶୀରି ସିନା ଚୋରିକରି ମଣ୍ଡିଛି ତୋ ବକ୍ଷସ୍ଥଳ ରେ
ମୋହନା, ଲୋକ ବୋଲେ ପୟୋଧର ରେ
ଲାଗେ ଅତି ଭାରି ଘେନି ମେରୁପରି ହେବାରୁ ସମୁକ୍ତା - ହାର ରେ ।୨୮।
ବଉଳବଲ୍ଲୀ ବାସରେ ଦିନେ ହୋଇ ବିଶ୍ୱକେତୁ ରସାତୁରା ରେ
ବସିଥିଲୁ ମୋର ଉତ୍ସଙ୍ଗରେ ରସି ବଶୀକରଣ ଚତୁରା ରେ
ମୋହନା, ବିମ୍ୱାଧରୁ ଦେଇ ମଧୁ ରେ
ବିଦେଶ ପରି ଏ ସୁଆଦ ହେବ କି ବୋଲି ଯେ ସୁନବବଧୂ ରେ ।୨୯।
ଶଚୀ ଶତମୁଖ ଦୁହେଁ ଯେଉଁ ସୁଖ ନ ଲଭନ୍ତି ଅଭିଳାଷ ରେ
ଶଶୀ ସକଳ ଶିରଭୁଷା ପ୍ରସାଦୁଁ ହୋଇଥିଲା ଆମ୍ଭ ବଶ ରେ
ମୋହନା, ଶାତଘାତିନୀ ଏ ଦଶାରେ
ଶମ୍ଭୁ ପ୍ରସାଦକୁ କରିନେଲା ଶଶ ବିଷାଣ ସଦୃଶ ମୃଷା ରେ ।୩୦।
ଷଟପଦ ଯୁବାପରି ଆଚରିବା ଚରିତ ମୋର କୁହନା ରେ
ଷୋଡ଼ଶରୁ ଉଣା ବୟସୀ ରେ ! କିଣା ତୋହରି ଏ ପ୍ରାଣ ସିନା ରେ
ମୋହନା, ଷଡ଼ଙ୍ଘ୍ରିଂ ନୀଳ କୁନ୍ତଳା ରେ
ଷଡ଼ାସ୍ୟ ଜନକ ବିପକ୍ଷ ତଟିନୀ ତରିବାକୁ ତୁ ମୋ ଭେଳାରେ ।୩୧।
ସରସିଜ ସୂନୁ ସରଜିବ ନାହିଁ ସରସ ହେବା ସଂସାର ରେ
ସର୍ଜିଲେ ସର୍ବଥା ସଞ୍ଚିତ କରିବ ନାହିଁ ତହିଁ ସ୍ନେହ ସାର ରେ
ମୋହନା, ସ୍ନେହକୁ ଯେବେ ସର୍ଜିବ ରେ
ସ୍ନେହୀ ବିରହରେ ସେହିକ୍ଷଣେ ସରିଯିବାକୁ ଉପାୟ ଥିବ ରେ ।୩୨।
ହିଣ୍ଡିର ହାର ହୀରକ ହିମଚୟ କୁମୁଦ କର୍ପୂର ହାସୀ ରେ
ହଇରାଣ ବଡ଼ ହେଲି ତୋତେ ଦୂରେ ହରାଇ ହୋଇ ପ୍ରବାସୀ ରେ
ମୋହନା, ହେବ ହରକୃପା ଲବେ ରେ
ହେମସାର ଗୋରା ମୃଦୁ ତନୁଟି କି ଏ ମସାର ଯୁତ ହେବ ରେ ।୩୩।
କ୍ଷମଦା ରତିବାନ୍ଧବୀ ସୁଖୀ କର ବିରହୁଁ ବ୍ରଜେନ୍ଦ୍ରସୁତ ରେ
କ୍ଷଣାର୍ଦ୍ଧକୁ ଯୁଗଠାରୁ ଅତୀ ଦୀର୍ଘ ଘେନି ହୋଇ ସନ୍ତପତ ରେ
ମୋହନା, କ୍ଷମ ନୋହି ବିରହଣ ରେ
କ୍ଷୀଣାନନ୍ଦ ହେଲେ ଜଗଦ୍ଦେବ ହରିଚନ୍ଦନ ଭୂପତି ଭଣେ ରେ ।୩୪।
୧୪। ପିଛାଡ଼ି - ପଲକ ପଡ଼ିବା, ଖମଣିନନ୍ଦନା – ତଟ - ଯମୁନାତଟ, ସୂନ - ଫୁଲ, ଲୁଳି - ଝାଉଁଳି, ଅଣୁମଧ୍ୟା - କ୍ଷୀଣକଟୀ, ଘୃତାଚୀ - ଅପ୍ସରା, ଅପସର - ତକିଆ, ନତନୁ - କନ୍ଦର୍ପ, ଜଳଧି - ସମୁଦ୍ର, ଛପିଲି - ବୁଡ଼ିଗଲି । ସ୍ମରଆହବ - ରତିକ୍ରୀଡ଼ା, ସୁସାର - ଶୋଭା, ଜୁରାଇଲୁ - ଲୁଟି କରାଇଲୁ, ଝସଧ୍ୱଜ ଗଜକୁମ୍ଭ - କନ୍ଦର୍ପ ହାତୀର କୁମ୍ଭ, ଝୁମୁଥିଲୁ - ନିଶା ଭୋଳରେ ଝୁଲୁଥିଲୁ, ଶମ୍ବର - ମୃଗ, ଗିରୀଶପୁର - କନ୍ଦର୍ପ, ଗୋପୁର - ଦ୍ୱାର, କୁସୁମାଲଟ - ଫୁଲର ପଙ୍ଖା, ତରସ - ମାଂସ, ଡିମ୍ଭ - ସାନ, କଙ୍କପତ୍ର - ଶର । ରାକାନିଶି - ପୂର୍ଣ୍ଣିମା ରାତ୍ରୀ, ପରିରମ୍ଭ - ଆଲିଙ୍ଗନ, ତପନୀୟ - ସୁନା, ବିଭାବରୀବରମୁହୀଁ - ଚନ୍ଦ୍ରମୁଖୀ, ଦୁରାପ - ଦୃଷ୍ପ୍ରାପ୍ୟ, ତୋଡ଼ର - ଭୂଷଣ, ପ୍ରପଦ - ପାଦ, ବଲ୍ଲରୀ - ଲତା, ବଡ଼ଭୀ - ଚନ୍ଦ୍ରଶାଳା ପୁର, ନିସ୍ତନ୍ଦ୍ର - ତନ୍ଦ୍ରାହୀନ, ନିର୍ଜରାଧିନାଥ - ଇନ୍ଦ୍ର, ବିପଞ୍ଚୀ - ବୀଣା, ଚଷକ - ପାନପାତ୍ର, ମାଳବ - ରାଗବିଶେଷ, ମାଳବର - ଶ୍ରେଷ୍ଠ ମାଳ, ପୃଥୁ ଅପସର - ମୋଟା ତକିଆ । ଚଙ୍ଗ ଖଞ୍ଜରୀ - ସୁନ୍ଦର ଖଞ୍ଜଣୀ, ଭରତବନ୍ଧୁ - କନ୍ଦର୍ପ, ଚାରିମୁଖ - ବିଧାତା, ମରବି - ବନ୍ଧ, ଯାତ ଯାମ - ସଂଯମହୀନ, ବ୍ରଣତନୁ ଶୂର - ବିକ୍ଷତ ବୀର, ଲମ୍ବୋଦର - ଗଣେଶ, ଲୋକାଲୋକ - ପର୍ବତ, ବିଶ୍ୱକେତୁ - କନ୍ଦର୍ପ, ଉତ୍ସଙ୍ଗରେ - କୋଳରେ । ଶତମୁଖ - ଇନ୍ଦ୍ର, ଶାତଘାତିନୀ - ହର୍ଷନାଶକାରୀ, ଶଶବିଷାଣ - ଠେକୁଆଇ ଶଂଘ ପରି ଅଳୀକ, ମୃଷା - ମିଥ୍ୟା, ଷଟପଦ - ଭ୍ରମର, ଷଡ଼ଙ୍ଘ୍ରି - ଭ୍ରମର, ଷଡ଼ାସ୍ୟଜନକବିପକ୍ଷ - କନ୍ଦର୍ପ, ସରସିଜ ସୂନୁ - ବ୍ରହ୍ମା, ହିଣ୍ଡିର - ଫେଣ, ହେମସାର - ଭଲ ସୁନା, ମସାର - ଇନ୍ଦ୍ର ନୀଳମଣି, କ୍ଷମଦା - କ୍ଷମାଦାୟିନୀ, ବିହରଣ-ହରଣକାରୀ ।
(୧୫)
ସଖୀ ଚଉତିଶା : ଶ୍ରୀରାଧାଙ୍କ ଉକ୍ତିରାଗ–ପୂରବୀ - ଏକତାଳିକଞ୍ଜନୟନ ସେ କେ ଗୋ କହ - ଅଞ୍ଜନପୁଞ୍ଜ ମଞ୍ଜୁଳ ଦେହ,ଖଞ୍ଜନନେତ୍ର ସେ ସତୀ ମଦଗଜ - ଗଞ୍ଜନ ଗୁଞ୍ଜ କନ୍ଦର ସିଂହ ।୧।ଖଣ୍ଡ ଦୂରୁ ଦୃଷ୍ଟି ପଡ଼ିଗଲା - ଖ’ ମଣ୍ଡଳେ ଧୃତି ଉଡ଼ିଗଲା,ଖସି ମତି ଲତିକାରୁ ସାରସାର ବିବେଚନା ଫଳ ଝଡ଼ିଗଲା ।୨।ଗଭୀର ତା’ର ଲାବଣ୍ୟବନ - ଗୋଟିଯାକ ବୁଡ଼ିଗଲା ବନ,ଗଲା ତହିଁ ରହି ଆସିପାରୁ ନାହିଁ ଏ ଘେନି ହୋଇଲି ତା ଅଧୀନ ।୩।ଘାଣ୍ଟି ହେଉଅଛି ହୃଦାନ୍ତର - ଘରେ ମନ ରହୁ ନାହିଁ ମୋର,ଘରମ ଉଦକ ଶ୍ରବି ହେଉଅଛି ଭରମୁ ମୋ ଦେହ ଥର ଥର ।୪।ନିର୍ମ୍ମଳ କସ୍ତୁରୀ ବିନ୍ଦୁ ଥିଲା - ନତନୁର ଶିର ବନ୍ଦୁଥିଲା,ନୂଆ ନୀଳୋତ୍ପଳ ହେଲେ ନବଲକ୍ଷ ନକ୍ଷତ୍ରନାଥକୁ ନିନ୍ଦୁଥିଲା ।୫।ଚଞ୍ଚଳ ଚନ୍ଦ୍ରକ ଚାରୁଚୂଳ - ଚିଲିବଲ୍ଲୀ ନାଟ କି ମଞ୍ଜୁଳ,ଚରଣତଳେ ତାହାର ଚୁମ୍ୱିଥିଲେ ଚକ୍ରବର୍ତ୍ତୀ ହୋଇ କେଉଁ ଫଳ ।୬।ଛାଡ଼ି ମନୁ ଭୟ କୁତୂହଳେ, ଛପନ୍ତି କଦମ୍ୱ କୁଞ୍ଜ ତଳେ,ଛାଇ ହେଲେ ତାର ଛାତିକି ଛୁଆଇଁ ଛତି ଟେକାନ୍ତି ଅବଳାକୁଳେ ।୭।ଯେବେ ତା କୃପା ନୋହିବ କିଛି - ଜାଣିଥାଅ ଜଣା କରୁଅଛି,ଜରା ନୋହିବାର ଜାଙ୍ଗଳଜହର ଗିଳିବି, ଜୀବ କି ହେଉ ଛି ଛି ।୮।ଝଲକ ମାନସେ ଖେଳିଲାଣି - ଝିମିଟକୁ ଯୁଗୁଁ ବଳିଲାଣି,ଝିଙ୍କିବାରୁ ଝସଧ୍ୱଜ ପୀଡ଼ାଝାଞ୍ଜି, ଚେତା ଲତିକାଟି ଲୁଳିଲାଣି । ୯।ନ ଲୋଡ଼ି ସୁଖୋପଚୟନକୁ - ନିଶ୍ଚିତ ହେଲେ ହେଁ ଶୟନକୁ,ନିଦ ନ ଛୁଅଁଇ ନୟନ ଯୁଗକୁ ନିରେଖି ନିକୁଞ୍ଜ ଅୟନକୁ ।୧୦।ଟିକିଏ କରୁଣା ବହି ଚିତ୍ତେ - ଟାକି କାଳ କହ ତା ପୁରତେ,ଟମକ ବଜାଇ ତ୍ରିଜଗତେ ତାର ଟୋକି କରି ପଛେ ରଖୁ ମୋତେ ।୧୧।ଠିକ୍ କେଡ଼େ ତା ରଦନ ବାସ - ଠଣ ସୁନ୍ଦର ମୋହନ ଦାସ,ଠାକୁର କହନ୍ତେ ବିଡ଼ିଆ ଖଟନ୍ତି ଠଉରାଇ ତାର ଅବକାଶ ।୧୨।ଡାକି ଦେଇଥିଲେ ନୟନାନ୍ତେ - ଡରନ୍ତି ନାହିଁ କାହାକୁ ଚିତ୍ତେ,ଡେଇଁ ପଡ଼ନ୍ତି ତା ସଙ୍ଗ ତଟିନୀକି, ଡାକିହାକି କହୁଅଛି ତୋତେ ।୧୩।ଢାଳେ ନୋହି ବୁକୁ ଦୁକୁଦୁକୁ - ଢଳିଯିବ ସତେ ମୁଁ କେବକୁ,ଢୋଳାଇ ଢୋଳାଇ ତା ଅଧର ସୁଧା, ଢୋକେ ଢୋକେ କରି ଢୋକୁଢୋକୁ ।୧୪।ଓଟାରି ନେବାକୁ ମନ ମୋର - ଏହିଠାରେ କଳା ବେଦବର,ଅତସି ତମାଳ ଅଞ୍ଜନ ଉତ୍ପଳ, ଅଭିନବୋଦୟ ଅମ୍ୱୁଧର ।୧୫।ତା କଟି ତଟରେ କି ଅମ୍ୱର, ତ୍ରିଲୋକେ ନାହିଁ ତା ଆଡ଼ମ୍ୱର,ତପନୀୟକୁ ତା ତୁଲେ ମୁଁ ତୁଳିଲେ, ତାଳିମାରି ଉଡ଼ାଇବେ ନର ।୧୬।ଥାପିରେ ତା ସ୍ନେହ ଜଣାଯାଉ, ଥୋକାଏ ବିବେକ ଥାଉଥାଉ,ଥରେ ମୋ ଅଧର ପିଆଇବି, ରୋଷେ ଥୁ ଥୁ କରି ପଛେ ଫିଙ୍ଗିଦେଉ ।୧୭।ଦଇବ ଦୟା ବିହିଲେ ମୋରେ, ଦୁଃଖକୁ ଦବାଇ ଦେଇ ଦୂରେ,ଦୁର୍ବାଦଳ ଶ୍ୟାମ ସଙ୍ଗତ ଲଭିବି, ଦୁର୍ବାଦ ଲକ୍ଷେ ଦିଅନ୍ତୁ ନରେ ।୧୮।ଧୂର୍ତ୍ତପଣ ପଛେ ହେଉ ଖ୍ୟାତି, ଧ୍ରୁବ ଯାଏ ଯାଉ ଅକୀରତି,ଧକ୍କାମାରି ଘଉଡ଼ାଇ ଦେବାଯାଏଁ, ଧନ କରିବି ମୁଁ ତାହା ପ୍ରୀତି ।୧୯।ନାହାନ୍ତି କେତେ କିଶୋରବର, ନୀପ ତରୁତଳ ଅଳଙ୍କାର,ନଳିନ ଚରଣ ନଖକାନ୍ତି କଣ, ନେତ୍ରେ ନ ଦେଖଇ ମୁଁ କାହାର ।୨୦।ପ୍ରାଣୁ ଅଧିକ ମୁଁ ତୋର ବୋଲି, ପ୍ରୀତି ଭଙ୍ଗ ଭୟୁଁ ପଚାରିଲି,ପଚାରି ପିଇବା ପୀୟୁଷ ନୁହେଁ ସେ ପକାଇ ଦେଉ ପଶିବି ପେଲି ।୨୧।ଫୁଟିଲା ଫୁଲରୁ ଗିରିବନେ, ଫୁଟି ତାହା ସଙ୍ଗ ନିଧୁବନେଫନ୍ଦାକରି ତାର ପ୍ରୀତିରତନକୁ ଫୁଲିବି କି ମୋଦେ ମନେମନେ ।୨୨।ବିଷାଇବା ବଜ୍ର ମନୁ ଜିଣି, ବିଷମ କେଡ଼େ ତା ଅନାଉଁଣି,ବାଜିଲେ ଭାଜିବ ଶୀରି ତ ରାଜୀବ, -ନୟନାର ଜୀବ କେତେ ପୁଣି ।୨୩।ଭୁଲାଇବାର ତ ଗୁଣ ଏଡ଼େ, ଭଲା ବୁଝିବ ସୁରସ କେଡ଼େ,ଭିତରେ କୁଞ୍ଜର ଆଗୁ ଜଗି ଭାବେଁ, ଭିଡ଼ିଦେବି ଲୁଚି ପଛଆଡ଼େ ।୨୪।ମନୋଜ ମକର କୁଣ୍ଡଳକୁ, ମୁଖଜିତ ବିଧୂମଣ୍ଡଳକୁ,ମଜ୍ଜାଇବ ରସ ଯେ ବାମା ବରଷେ, ମାନିବ କି ସେ ଆଖଣ୍ଡଳକୁ ।୨୫।ଯଶ ନେବ କି ମୋ କର୍ମ୍ମ ଦିନେ, ଜାତ ହୋଇ ଯମୁନାର ବନେ,ଯଦୁମଣି ଜଳେ ପଶିଲେ ଜାକିବି, ଜଳକ ଚରଣ ମୋ ଜଘନେ ।୨୬।ରମାରମଣ ରଥାଙ୍ଗପାଣି, ରଙ୍ଗକୁ ରତନ ଦେବେ ପୁଣି,ରଖି ଉରଜେ ରାଇକା ପିନ୍ଧୁଥିବି, ରମୁଥିବି ରତିକାଳ ଜାଣି ।୨୭।ଲୋକରୁ ଲବେ ନ ଥାଇ ଡର, ଲପନ ଚୁମ୍ୱିବା ଦିନ ତାର,ଲକ୍ଷ ଲଡ଼ୁ ଲମ୍ୱୋରଦରଙ୍କ ଅଧରେ, ଲାଗିହେବା ସଂକଳପ ମୋର ।୨୮।ବେଗେ ଘଟାଅ ମୋ ବାଞ୍ଛାଫଳ, ବିଚାରିବାକୁ ଯେ ନାହିଁ କାଳ,ବିଳମ୍ୱ ବିହିଲେ ବଞ୍ଚି ପାରିବି କି, ବାଧିଲାକି ବଡ଼ ନାହିଁ ବଳ ।୨୯।ଶରୀର ରହୁ ତୋ ସ୍ନେହ ବଶୁଁ, ଶଶୀଖଣ୍ଡଧର - ପର ତ୍ରାଶୁ ।ଶରଣ ହେଉ ସେ ମଦନମୋହନ, ସେ ଶିଖଣ୍ଡଚୂଳଧର ଶିଶୁ ।୩୦।ଷଡ଼ାଶ୍ୟଜନକ - ରିପୁ ରସେ, ଷଟ୍ପଦ ଧ୍ୱନି ମଧୁର ଦେଶେ,ଷୋଡ଼ଶକୁ ଚାରି ଗୁଣରେ ବିଚାରି, ମାତିବି ତା ତୁଲେ କେବେ ତୋଷେ ।୩୧।ସତ୍ୱର ହୋଇ ତୁ ଯାଅ ଯା’ରେ, ସନ୍ଦେଶ ମୋର ବଜାଅ ଜାରେ,ସହି ନ ପାରଇ ଆଉ ପଡ଼ିବଟି, ଏ ବଜାରେ ଯାଇ ରବିଜାରେ ।୩୨।ହରଷେ ମୋ ମନକୁ ମଜ୍ଜାଇ, ହଜାରେ କହ ତୁ ସମଝାଇ,ହଟି ମୋ ହୃଦୟ ବୁଡ଼ି ବହିଲାଣି ହରିହୟମଣି ଶ୍ୟାମେ ଯାଇ ।୩୩।କ୍ଷଣେ ହେଲେ ତାକୁ ଭୋଗ କରି, କ୍ଷିତିକି ମଣି ତ୍ରିଦିବ ସରି,କ୍ଷମାନାଥ ହରିଚନ୍ଦନ କହଇ, କ୍ଷୟ ହେଲେ ହେଉ ଅବ୍ଜପରି ।୩୪।
୧୫। ଅଞ୍ଜନପୁଞ୍ଜ - ଘନ କଳା, ଗୁଞ୍ଜ କନ୍ଦର - ଘଞ୍ଚ ପର୍ବତଗୁହା, ଖ-ମଣ୍ଡଳ - ଆକାଶ, ଘରମଉଦକ - ଝାଳ, ନତନୁ - କନ୍ଦର୍ପ, ଚନ୍ଦ୍ରକ - ମୟୂରପୁଚ୍ଛ, ଚିଲିବଲ୍ଲୀ - ଲତା ଆକୃତିର ଅଳଙ୍କାର, ଜରା - ଶୋଧିତ, ଜାଙ୍ଗଳ ଜହର - ବନ୍ୟ ବିଷ, ଝିମିଟ - କ୍ଷଣକାଳ, ଝସଧ୍ୱଜ - କନ୍ଦର୍ପ, ଲୁଳି - ମଉଳି, ଠଣ - ଦେହ ଗଢ଼ଣ, ବେଦବର - ବ୍ରହ୍ମା, ଅମ୍ବୁଧର - ମେଘ । ଅମ୍ବର - ବସ୍ତ୍ର, ତପନୀୟ - ସୁନା, ଦୁର୍ବାଦ - ନିନ୍ଦା, ନଳିନଚରଣ - ପଦ୍ମପାଦ, ନିଧୁବନେ - ରତିକ୍ରୀଡ଼ାରେ, ଆଖଣ୍ଡଳ - ଇନ୍ଦ୍ର, ଜଳଜ - ପଦ୍ମ, ରଥାଙ୍ଗପାଣି - ଶ୍ରୀକୃଷ୍ଣ, ରାଇକା - ରକ୍ଷାବନ୍ଧନ ସୂତ୍ର, ଲମ୍ବୋଦର - ଗଣେଶ, ଶଶୀଖଣ୍ଡଧର - ପର ତ୍ରାଶୁ - କନ୍ଦର୍ପ ଭୟରୁ, ଷଡ଼ାସ୍ୟଜନକ ରିପୁ - ମହାଦେବଙ୍କ ଶତ୍ରୁ କନ୍ଦର୍ପ, ଷଟ୍ପଦ ଧ୍ୱନି - ଭ୍ରମର ଶବ୍ଦ, ଷୋଡ଼ଶକୁ ଚାରିଗୁଣରେ ବିଚାରି - ୬୪ ରତି ବନ୍ଧରେ, ଜାରେ - ଉପପତି, ଶ୍ରୀକୃଷ୍ଣ ଅର୍ଥରେ, ରବିଜାରେ - ଯମୁନା ନଦୀରେ, ହରିହୟ ମଣି - ଇନ୍ଦ୍ର ନୀଳମଣି, ତ୍ରିଦିବ - ସ୍ୱର୍ଗ, ଅବ୍ଜ - ପଦ୍ମ ।