(୧୨) — ବଳଦେବଙ୍କ ଛାନ୍ଦ ଚଉତିଶା ଓ ଜଣାଣ — ବଳଦେବ ରଥ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
(୧୨)
ବିରହୀ - ଚଉତିଶାରାଗ-ଆଷାଢ଼ଶୁକ୍ଳକିଶୋରଚନ୍ଦ୍ର କଂସକଟକେ ରହି,କିଶୋରୀଙ୍କ ବିନା ହୋଇ ବିରହୀ ଯେକଲେ ତାହାଙ୍କ ଗୁଣଗଣ ସ୍ମରଣ,କଞ୍ଜ କିଞ୍ଜଳ୍କ – ଦେହା ଧରାଭରଣ ରେ ।୧।ଖୁରି ତୁରୀୟ ଭାଗ କାଳ ମୋ କୋଳେ,ଖେଳି ନଥିଲେ କ୍ଷଣ ଯୁଗର ବଳେ ଯେଖମଣି ଯେମା ବନି ଶିଖରି ଅନ୍ତେ,ଖଞ୍ଜିଲା ଧାତା ବରତିବି କେମନ୍ତେ ରେ ।୨।ଗଳାମଣ୍ଡନ ତୁ ମୋ ରତନ ହାର,ଗମାର ଦଶା କରିଅଛି ବାହାର ଯେଗତି କେ ବଞ୍ଚିବିଟି କେହି ଏଣିକି,ଗୁପତ ଧନ ଫିଙ୍ଗିଅଛି ପାଣିକି ରେ ।୩।ଘନମଣ୍ଡଳି ତୁ ମୁଁ ଚାତକ ବୋଲି,ଘଣ୍ଟା ଘୋଷଣ ମୁଁ ଯେ ଦିଆଉଥିଲି ଯେଘୋର ଜାଙ୍ଗଳ ବିଷ ଖାଇଲା ପରି,ଘାରି ହେଉଛି ଏବେ ବରନାଗରି ରେ ।୪।ନିନ୍ଦିତ ଶରଦିନ୍ଦୁ ସୁନ୍ଦର ମୁଖୀ,ନଟନ ଲୀଳା-ପଟୁ ଖଞ୍ଜରୀଟାକ୍ଷି ଯେନିଦ ନଜାଣେ ଛାମୁ ଛାଡ଼ିଲା ଦିନୁ,ନ ଗଲୁ ନତଦେହା ନିମିଷେ ମନୁ ରେ ।୫।ଚାହିଁଲେ ଚାରି ଦିଗେ ବାହାରେ ଦିଶୁ,ଚକ୍ଷୁ ବୁଜିଲେ ପୁଣି ଚିତ୍ତେ ବିଳସୁ ଯେଚାତୁର୍ଯ୍ୟନିଧି ଜାଣୁ ତୁ କି କୁହୁକ,ଚିତ୍ରରୁ ଚିତ୍ର ଏ ଅଲଉକିକ ରେ ।୬।ଛାତିକି ଲାଗିବାର ହେଉ ବିଦୂର,ଛାଇ ଛୁଆଁ ଉନାହୁଁ ଦେହକୁ ମୋର ଯେଛାମୁ ମୁକୁର ପରି ଯେ ହୋଇଥିଲି,ଛବି ଜଳଧି କେତେ ଅନ୍ତର ହେଲି ରେ ।୭।ଜଙ୍ଗମ ଜମ୍ବୁନଦ ନବ ଲତାଙ୍ଗୀ,ଜଗତୀଜୀବା ତୁ ମୋ ଜୀବନ ସଙ୍ଗୀ ଯେଜାଣୁ ତୁ ଯେତେ ରସ ସସ୍ମିତମୁହୀଁ,ଜମ୍ଭାରି ସୁଖପ୍ରଦା ରମ୍ଭାରେ ନାହିଁ ରେ ।୮।ଝଟକୁଥାଏ କାନ୍ତ କନକଶୀରି,ଝଲକି ପଡ଼ିଥାଏ ଲାବଣ୍ୟଝରୀ ଯେଝମକୁଥାଏ ପଦକଞ୍ଜ ମଣ୍ଡନ,ଝୁଲା କରୀନ୍ଦ୍ର ପରି ଆସୁ ମୋ ଧନରେ ।୯।ନିଜ ସଖୀକି କର ପଇଠଦିଆ,ନେବାର ପୁଣି କାହା କରୁ ବିଡ଼ିଆ ଯେନବ ରତନ ଯୁତ କଠଉ ଲାଗି,ନେତ୍ର ସିନା ସେ ଶୋଭା ବିଭବ ଭାଗୀ ରେ ।୧୦।ଟେକାଇଥାଉ ଚିତ୍ର ଫୁଲ ଆଢ଼ଣି,ଟାପରା କରି ପ୍ରିୟ ଆଳିକି ପୁଣି ଯେଟିପି ଦେବାର କନିଷ୍ଠିକା ଅଞ୍ଚଳେ,ଟିକାୟତ ତୁ ରସବତୀ ମଣ୍ଡଳେ ରେ ।୧୧।ଠଉରାଉ ଦୂରରୁ ପ୍ରବେଶ ମୋର,ଠାରି ଲୋଚନାଞ୍ଚଳ ଚତୁରୀବର ଯେ
ଠାକୁରାଣୀ ଲାଞ୍ଛନ ଛପାଇ ଦେଉ,
ଠାଣି ଜଳଧି ଭିନ୍ନ ଛବି ଦେଖାଉ ରେ ।୧୨।
ଡେରି ନ ରଖି ଛାତି ମୁଖ ନ ଟେକି,
ଡୋଳା ଚପଳା ଲୀଳା ଦେଇ ଅଟକି ଯେ
ଡାକି-କଟୀଟି ଅବା କିଛି ନ ଜାଣୁ,
ଡରିଲା ପରି ରଣରଣ କରଣୁ ରେ ।୧୩।
ଢବା ତନାବିତଳେ କରନ୍ତେ ବିଜେ,
ଢଳି ମୋ ନୟନ ସେ ଶୋଭା ସମାଜେ ଯେ
ଢାଳିବି ବୋଲି ନବ ମାଳି ଚାମର,
ଢୋକେ ଢୋକିବି ବୋଲି ମଧୁରାଧର ରେ ।୧୪ ।
ଉପକଣ୍ଠକୁ ମୋର ଯିବାର ଦେଖି,
ଆହା ସସ୍ମିତ ବ୍ରୀଡ଼ ପ୍ରସାଦମୁଖୀ ଯେ
ଉଠି ତଜିମ ଦେଇ ଯହୁଁ କୁହାରୁ,
ଉଚ୍ଛଳେ ସ୍ମରସିଂହ ମନ ଗୁହାରୁ ରେ ।୧୫।
ତୋତେ ନିବିଡ଼େ ଭିଡ଼ି ଚରଣ ତଳୁ,
ତମାଳ ତୁଲ୍ୟକେଶା ତୁ ହିଁ ଦୟାଳୁ ଯେ
ତୁ ସାରାଂଶକୁ ଚୁମ୍ୱି ଦେବଙ୍କ ପରି,
ତୃଷାର ଶାନ୍ତିକରା ନବ କିଶୋରୀ ରେ ।୧୬।
ଥୋକାଏ ବେଳେ ଚୁମ୍ବରସରେ ମାତି,
ଥାପି କରାଇ କିଛି ଅତନୁପତି ଯେ
ସ୍ଥୂଳ ନିତମ୍ୱେ ସ୍ଥାପି ଦିଅନ୍ତେ ମାର,
ଥରୁ ତୁ କିମଣିଟି ରମଣୀବର ରେ ।୧୭।
ଦମ୍ଭେ ବଞ୍ଚାଇବାକୁ ନିଜାପଘନ,
ଦୁଃଖ ପାଶୋରା କରୁ ନାନା ଯତନ ଯେ
ଦୂତ ଯହିଁରେ ବୀର ମକର ପତ୍ର,
ଦୁଇ ହୃଦୟ ମିଶିବାର କି ଚିତ୍ରରେ ।୧୮।
ଧମିଲ୍ଲ ବ୍ୟସ୍ତ ହେବାଯାଏଁ ଆଗ୍ରହେ,
ଧାତାର ଚିତ୍ତେ ହୋଇ ଲମ୍ପଟ ବୁହେଁ ଯେ
ଧକ ସୁହାତ ବର ବରାରୂହାଟି,
ଧମକାଉ ଯା ଝଷଧ୍ୱଜ କୁହାଟି ରେ ।୧୯।
ନ ଯାଏ ମନୁଁ ଅନୁପମ ତୋ ଲୀଳା,
ନତନୁ ଦେବତନୁମଧ୍ୟା କୁଶଳା ଯେ
ନାହିଁ ତୋ ତୁଳା ତିଳେ ଥିବାର ରାମା,
ନକ୍ଷତ୍ରନାଥମୁଖୀ ତୁ ତୋ ଉପମା ରେ ।୨୦।
ପରମେଶ୍ୱର ପୁଣି ପ୍ରସନ୍ନ ହେବେ,
ପ୍ରୀତିବତ୍ସଳା ତୋତେ ପାଇବି କେବେ ଯେ
ପରତେ ହେଉ ନାହିଁ ମାନସେ ମୋର,
ପାପିଷ୍ଠ ଦଶା ଯହୁଁ କରିଛି ଦୂର ରେ ।୨୧।
ଫୁକାର କରି ଫଗୁ ଖେଳିବା କେଳି,
ଫନ୍ଦାଧନକୁ ଦିନେ କଲି ମୁଁ ଅଳି ଯେ
ଫିଟାଇ ହେଉ ବୋଲି ମୋତେ ନ ଭାଷି,
ଫେରି ଚାହିଁଲୁ ସଖୀ ମୁଖକୁ ହସି ରେ ।୨୨।
ବିଦା ହେଉଛି ବୋଲି ଆର କୁଞ୍ଜକୁ,
ବୋଲାଇ ନେଲୁ ପ୍ରିୟଆଳି ପୁଞ୍ଜକୁ ଯେ
ବନାଇବାକୁ ଋଣପ୍ରବୀର ବେଶ,
ବସୁଧା - ଭୂଷା ତାଙ୍କୁ ଦେଲୁ ନିଦେଶ ରେ ।୨୩।
ଭଙ୍ଗୀଭଙ୍ଗୁର ଆଲବେଲିଆ ଖୋଷା,
ଭଲେ କରାଇ ଦକ୍ଷଅଂଶ ଲହସା ଯେ
ଭରମ ଜରିପଚା ଗୁଚ୍ଛ ତକିଆ,
ଭ୍ରୂ ମଧ୍ୟେ ଯତି ଧୃତିଖିଆ ଆଖିଆ ରେ ।୨୪।
ମଧ୍ୟକୁ ଅଳିକର ବିନ୍ଦୁ ସିନ୍ଦୂର,
ମାନିଲା ନବୋଦିତ ଇନ୍ଦୁ ସୁନ୍ଦର ଯେ
ମଣ୍ଡଳ ଅତି ମନୋରମ ଭାଲରେ,
ମଣ୍ଡନ କଲେ ଦିବ୍ୟ ମୋତି ଝାଲରେ ।୨୫।
ଯତ୍ନେ କୁସୁମାରାଗ ରଞ୍ଜିତ ଶାଢ଼ୀ,
ଯୋଷାଏ ଲାଗି କରାଇଲେ ନିବାଡ଼ି ଯେ
ଯମୁନା ଜଳ ନୀଳ କଞ୍ଚୁକେ ଭଲେ,
ଯାମକ ମେରୁ ଚାରୁ ସ୍ତନ ମଣ୍ଡିଲେ ରେ ।୨୬।
ରମା ମୋ ସ୍ମର ଜ୍ୱର ଜୀର୍ଣ୍ଣ ବଟିକା,
ରଖିଲୁ କଳପୁରା ବାସବୀଟିକା ଯେ
ରଙ୍ଗ ପରାଗମୁଷ୍ଟି କରୁ ଖସିଲା,
ରକ୍ତିମା ଝଲକିଲା ପରି ଦିଶିଲା ରେ ।୨୭।
ଲମ୍ୱି ଜାନୁକୁ ମୋତିଝୁମ୍ପା ଅଞ୍ଚଳ,
ଲିଭାଇ ଦେଲା ସୃଷ୍ଟି ସୁଷମା ବଳ ଯେ
ଲହଙ୍ଗା - ଲାଗି ଶୋଭା ସମ୍ଭାର ଦେଖି,
ଲଭିଛି ସୁଖ ଯେଉଁ ଆକ୍ଷି ସେ ସାକ୍ଷୀରେ ।୨୮।
ବାଜେଣୀ ଭୂଷାପୁଞ୍ଜ ସିଞ୍ଜିତ ବାଜା,
ବଜାଇ ବିଜେ କଲୁ ରସିକାରାଜା ଯେ
ବିଜେ ମଣିମା ଡାକ ଦିଅନ୍ତେ ଦାସୀ
ବଳକ୍ଷ ଫୁଲଛତୀ ଯିବାରୁ ଦିଶିରେ ।୨୯।
ଶାମ୍ୱରୀ ସଖୀ ବେଶେ ଛାମୁରେ ଭେଟି,
ଶର୍ମଦାୟିନୀ ତୁଲେ ଖେଳିଲି ହଟି ଯେ
ଶେଷ ହେବ କି ସେ ସମୟର ଭାବ,
ଶେଷ କହିଲେ ଅବଶେଷ ରହିବ ରେ ।୩୦।
ଷୋଡ଼ଶ ବୟସୀରେ ସଦୟ ହେବେ,
ଷଡ଼ାସ୍ୟ – ତାତ ଦେବ ମୋ’ଠାରେ କେବେ ଯେ
ଷାଠିଏ ଦଣ୍ଡଯାକ ପୁଷ୍ପିତ କୁଞ୍ଜେ,
ଷଡ଼ଙ୍ଘ୍ରି ହେବିକି ତୋ ଶ୍ରୀମୁଖକଞ୍ଜେ ରେ ।୩୧।
ସନ୍ତତ ହୃଦୟରେ କରିବି ହାର,
ସୁବର୍ଣ୍ଣ ସଉଧରେ କରି ବିହାର ଯେ
ସଡ଼ାଇ ସ୍ମରବୀର ବଡ଼ାଇ ଧୃତି,
ସମୟ ବଞ୍ଚାଇବି କେବେ ସୁଦତି ରେ ।୩୨।
ହଜାରେ ନୃପ ଦେଲେ ହେଲେ ନିଦେଶ,
ହିରଣ୍ୟଗୋରୀ ନ କରିବି ବିଦେଶ ଯେ
ହରଷେ ତୋହ ରସସୁଧାରେ ଭାସି,
ହରିବି କାଳ କଳମଧୁରଭାଷୀ ରେ ।୩୩।
କ୍ଷପାରମଣକର କଳିକା କେଳି,
କ୍ଷତ ତିମିର ରମ୍ୟ ପୁଳିନେ ମିଳି ଯେ
କ୍ଷୀବ ହେବିକି ସତେ ଅନଙ୍ଗରଣେ,
କ୍ଷିତି ମହେନ୍ଦ୍ର ହରିଚନ୍ଦନ ଭଣେ ରେ ।୩୪।
୧୨। କଞ୍ଜ - ପଦ୍ମ, କିଞ୍ଜଳ୍କ - କେଶର, ତୁରୀୟ ଭାଗ - ୪ର୍ଥ ଭାଗ, ଖମଣି ଜେମା - ଯମୁନା ନଦୀ । ଗମାର - ମୂର୍ଖ, ଜଙ୍ଗମ - ଗତିଶୀଳ, ଜମ୍ୱୁନଦ - ସୁନା, ଜମ୍ଭାରି - ଇନ୍ଦ୍ର, ଡାକି - ଡମରୁ, ଢବା - ଆଟୁଘର, ତନାବି - ଝରକା, ତାଜିମ - ଝରକା, ଧମିଲ୍ଲ - ସଜ୍ଜିତ କବରୀ, ଧକ - ଭୟ, ବରାରୁହା - ଶ୍ରେଷ୍ଠା ନାୟିକା, ନତନୁ - କନ୍ଦର୍ପ, ନକ୍ଷତ୍ରନାଥମୁଖି - ଚାନ୍ଦମୁହୀଁ, ଆଲବେଲିଆ - ଇତସ୍ତତଃ ବିକ୍ଷିପ୍ତ । କଞ୍ଚୁକ - କାଞ୍ଚଲା, ବୀଟିକା - ଖିଲିପାନ, ଲହଙ୍ଗା - କୁଞ୍ଚକରା ଘାଗରା, ବଳକ୍ଷ - ଧଳା, ଶାମ୍ୱରୀ - ମାୟା, ଶର୍ମଦାୟିନୀ - ସୁଖ ଦେଉଥିବା, ଷଡ଼ାସ୍ୟତାତ - କାର୍ତ୍ତିକଙ୍କ ପିତା ଶିବ, ଷଡ଼ଙ୍ଘ୍ରି - ଭ୍ରମର, ସୁଦତି - ଉତ୍ତମ ଦାନ୍ତଥିବା, କ୍ଷପାରମଣ - ଚନ୍ଦ୍ର, କ୍ଷୀବ - ମତ୍ତ ।
(୧୩)
ମଞ୍ଜୁଳା ଚଉତିଶାରାଗ-ବସନ୍ତକିଶୋରୀବରଙ୍କ ବଦନ ନିରଙ୍କ ଚନ୍ଦ୍ରରେ ଗୁମାନ ଦେଖି ରେକଳାପୀ କଳାପ କିରୀଟ ମଣ୍ଡନ କହନ୍ତି ଆଜନ୍ମସୁଖୀ ରେମଞ୍ଜୁଳା, କିଛି ଦୋଷ ନାହିଁ ମୋର ରେକାହିଁକି ଶୁଖିଲା ଛବିକି ଶିଖିଲା ତୋ ଶ୍ରୀମୁଖ କଳାକର ରେ ।୧।ଖଟିଅଛି ନିତି ଖଟର ପଞ୍ଚମ ଖୁରାପରି ଜଗି ବସି ରେଖସି ପଡ଼ୁଥିବା ନିତମ୍ବ ଅମ୍ବର ଖଞ୍ଜୁ ଅଛି ପ୍ରତିନିଶୀରେ ।ମଞ୍ଜୁଳା, ଖେଳା ଖଞ୍ଜରୀଟଦୃଶା ରେଖଳଜନ ଖଚ ବଚନକୁ ସତ୍ୟ ମଣି ଆଚରି କିଦୃଶାରେ ।୨।ଗଣ୍ଠି ନିଶା - ଗର୍ଭ ଗରବ ଗଞ୍ଜନ ଗଉର ବିଗ୍ରହବତୀ ରେଗଣ୍ଠି ଗୁପ୍ତଧନ କଣ୍ଠୀରବମଧ୍ୟମଧ୍ୟା ତୁ ମୋର ସୁଦତୀ ରେମଞ୍ଜୁଳା, ଗିରୀଶ ସପତ୍ନ ଶରରେଗୁନ୍ଥାଇ ନ ଦିଅ ଗୁଣ ରୂପ ରସସିନ୍ଧୁ ମୋବନ୍ଧୁ ରୋଷରେ ରେ ।୩।ଘଡ଼ିଏ ଅନ୍ତର ନୋହିବାର ତୋର ଛାମୁରୁ ଚିରେ ନାହିଁକି ରେଘୋଷା ଘୋଷାକର ଯୋଷାମାନଙ୍କର ଭୂଷାକରିଛୁ କାହିଁକି ରେମଞ୍ଜୁଳା, ଘେନିଲେ ହେଲାନି ଯୁଗରେଘନଜଘନା ତୋ ମୁଖଚନ୍ଦ୍ରେ ଦେଖି ସ୍ମିତକ୍ରୀଡ଼ା ବିପ୍ରଯୋଗ ରେ ।୪।ନଖରାଜି ମାଜି ନବୀନ ନଳୀନ ବିକାଶ ଚରଣେ ତୋର ରେନିନ୍ଦ୍ୟ ନୋହିବାର ଅଲକତ ସାର ବୋଳି ବଡ଼ପଣ ମୋର ରେମଞ୍ଜୁଳା, ନ ଥିଲେ ତୋ ନଉକରିରେନ ଲୋଡ଼େଁ ମୁଁ ମୋର ଭାଗ୍ୟ ବଡ଼ି ଚଢ଼ିବାର ଚତୁର୍ଦ୍ଦନ୍ତ କରୀରେ ।୫।ଚନ୍ଦ୍ରିକା ତୁ ଚିରତୃଷିତ ଚକୋର ଚଞ୍ଚୁପୁଟ ମୋ ଲପନ ରେଚୁମ୍ବେ ଚମତ୍କାର ରବ ନ କରଇ ସବ୍ରୀଡ଼ ଜାଣି ତୋ ମନ ରେମଞ୍ଜୁଳା, ଚିହିଙ୍କିବୁ ବୋଲି ଡରେ ରେଚେତି ପହୁଡ଼ିବା ବେଳେ ଏକା ନଖ ଶିଖର ଚାଳନ କରେ ରେ ।୬।ଛ’ନବ ବୟସୀ ଛଣାମୃତ ଭାଷୀ ଛୁଆ ମଦଗଜ ଗତି ରେଛତି ଟେକାଇ ମୁଁ ତୋର ଭୃତ୍ୟ ବୋଲି ପ୍ରସରୁଅଛି ଜଗତୀରେମଞ୍ଜୁଳା, ଛେଦନା’ ଉନ୍ନତି ମୋର ରେଛେଚି ହେବି ଛେଲ ମାରିହେବି ଅବା ସିନା ଶ୍ରୀଛାମୁରେ ତୋର ରେ ।୭।ଯେବେ ଶମ୍ବରାରି ଜମ୍ବୁନଦ ଜରିତମ୍ବୁ ବରୋରୁହା ସ୍ତନାରେଜାଣିଥିବି ଜମ୍ଭାରାତି ଭାଗ୍ୟ ରମ୍ଭା ତୁଲ୍ୟ ନାରୀ ଉପାସନା ରେମଞ୍ଜୁଳା, ଯାହା ତୁ ଫରମାସିବୁ ରେଜବାବ ନ ଦେଇ ଯୋଡ଼କର ହୋଇ ସେ ଦଣ୍ଡ ସହିବି ସବୁ ରେ ।୮।ଝଳି ଝଲମଲ ଝଟକ ହାଟକ ନ ସଞ୍ଚ କେଉଁ ଦୁର୍ମତି ରେପାଇ ମନକୁ ଲୋଭରେ ମୋହରେ ବଳାଏ ବଳାଏ ରତିରେମଞ୍ଜୁଳା, ଝୁଣ୍ଟି ମରିବ କେ ଘେନ ରେଝୁମ୍ପା ଝାଲରିଆ ଅମ୍ଭାରିରୁ ଖସି ଝଗଡ଼ି ଝଗଡ଼ା ବନରେ ।୯।ନନ୍ଦନ ବନ ତୁନ୍ଦ ହରିଚନ୍ଦନ ତରୁତଳ ବାସ ଥିବ ରେନିର୍ଗନ୍ଧନ ମେରୁ ବନକୁ ଧନକୁ ପଚାରୁଛି କେଉଁ ଜୀବ ରେମଞ୍ଜୁଳା, ନିର୍ଝର ନଦୀ ତେଜିବ ରେନୀଚ ପଶୁଜନ ସ୍ନାନ ପାନ ମ୍ଳାନ ଜଳଗର୍ଭକୁ କେ ଯିବ ରେ ।୧୦।ଟିକିଏ ଦୁର୍ଘଟ ନୋହି ସୁଧାଘଟ ଥିବ ଯା ରସନା ପାଶରେଟାକର ନ ଫରମାସିବ ସେ ନିକି କରା କିରାତ ନିର୍ଯାସ ରେମଞ୍ଜୁଳା, ଟୋକିଟା କେ ଟାକି ଥିଲା ରେଟେକାଟେକି କରି ଛାମୁରେ କିସଟି ଟୁପୁ କରି ଟିପି ଦେଲା ରେ ।୧୧।ଠାକୁରଙ୍କୁ ସାକ୍ଷୀ କରି ଖଞ୍ଜନାକ୍ଷି ଯଥାର୍ଥ ଜଣାଉଅଛି ରେଠକ ଆଚରଣ ମୋର ତୋ ଚରଣ ସେବାରେ ନାହିଁଟି କିଛି ରେମଞ୍ଜୁଳା, ଠୋ’କରି ହଣାଇ ଦେ’ନା ରେଠ ଅକ୍ଷର ପରି ଜଗତୀରେ ଫେରିବାର ଦୟାଳୁତା ବାନା ରେ ।୧୨।ଡିହାପଣ ପଲେ ହେଲେ ମୁଁ ରୋଷକୁ କ୍ଷମାଗୁଣେ କରି ମନା ରେଡିମ୍ଭ କୁରଙ୍ଗ - ନୟନ - ଜିଣା ନେତ୍ର ଅଞ୍ଚଳରେ ଥରେ ଅନା ରେମଞ୍ଜୁଳା, ଡାକ ମୋତେ ପର୍ଯ୍ୟଙ୍କକୁ ରେଡେଇଁ ପଡ଼ିବିଟି ତୋ ଅଙ୍ଗେ ଅର୍ଯ୍ୟମା ଜେମା ଜୀବନ ଅଙ୍କକୁ ରେ ।୧୩।ଢାଳ ମୋରେ ଅନୁକମ୍ପା ଚମ୍ପା ଶମ୍ପା ସମ୍ପତ୍ତି - କମ୍ପଦ ମୂର୍ତ୍ତି ରେଢୋକାଇ ଅଧରୁ ଢୋକେ ସୁଧାଧାରା ଧବଳିତ କର କୀର୍ତ୍ତିରେମଞ୍ଜୁଳା, ଢଳୁଛି ମୋ ମୋଦ ଶାଖୀ ରେଢାଳେ ଧୃତଜଳ ପିଆଇ ତା ମୂଳ ଦ୍ରଢ଼ିମାକୁ ଦିଅ ରଖି ରେ ।୧୪।ଅମ୍ବୁଦ ଅଭିନବ ଦଳ ତମାଳତରୁ ଅତସୀ ଅଞ୍ଜନ ରେଏତାମଦ ନୀଳଚେଳ ଏତେ ଦ୍ରବ୍ୟ ମୋ ସ୍ନେହୁ ରସେ ତୋ ମନ ରେମଞ୍ଜୁଳା, ଆପେ ମୁଁ ହାଜର ଅଛି ରେଅତି କରୁଣାଦ୍ର ମନୁଟି ତ ତୋର ଅନୁକମ୍ପୁ ନାହିଁ କିଛି ରେ ।୧୫।ତରୁଣୀ ତିଳକୀକୃତ ତାମସ ଚରଣ ପରାଗାବଳି ରେତପନ ତନୟା ତଟିନୀ ତଟକୁ ତୋଷ ରଚି ରାସ କେଳି ରେମଞ୍ଜୁଳା, ତଳକୁ ନ କର ମୁଖରେତାଳକୁତୁକ ପୂର୍ଣ୍ଣସ୍ତନା ଗୁମାନେ କାଳକୁ କଥା ନ ରଖ ରେ ।୧୬।ଥରେ ତୋ ଶ୍ରୀମୁଖ ତୁଷାର ମୟୂଖ ଶୁଖିଲା ଦେଖିଲା ନାହିଁ ରେଥରେ ଏହି ଭୟବଶୁଁ ମୋ ହୃଦୟ ଅପୂର୍ବ ସୁଷମା ଚାହିଁ ରେମଞ୍ଜୁଳା, ଥାପିହେଉ କ୍ରୋଧଭର ରେଥାଳ ତୁ, ମୁଁ ଯୋଗୀ ହେଲେ ବିପ୍ର ଯୋଗୀ ତୋତେ ସିନା ଅସୁନ୍ଦର ରେ ।୧୭।ଦୟା - ଦରିଦ୍ର ସେ ଦୁରନ୍ତ ଦଇବ ଦେଉଛି ମୋତେ ଏ ଦଣ୍ଡ ରେଦଳି ପକାଉଛି ଦାରୁଣ ନାରାଚ ଦମ୍ଭ ଦମ୍ଭୋଳି ମୋ ପିଣ୍ଡରେମଞ୍ଜୁଳା, ଦେଲେ ହେଲେ ତୁ ଘଉଡ଼ି ରେଦୁଃଖିଧନ, ତୋର କରିବି କି ଦୂର କୁଞ୍ଜ ମନ୍ଦିର ଦେହୁଡ଼ି ରେ ।୧୮।ଧୀରା ଯୁବତୀଙ୍କ ହୀରା ରଖ କ୍ଷିତି ଚିରା ମାଗୁଛି ଏତେକ ରେଧନ, ମୁଁ ମୀନଜୀବନ ତୁ ନବୀନ ଘନ ତ ମୁଁ ଯେ ଚାତକ ରେମଞ୍ଜୁଳା, ଧ୍ୱଂସ କରିବ ମୋ ଓଜ ରେଧଗଦ୍ଧଗଦ୍ଧାଟି ହେଉଛି ଧୂର୍ଜଟୀ - ରିପୁ ଧୁର୍ତ୍ତ ଧୂମଧ୍ୱଜ ରେ ।୧୯।ନିପଟ ନିସର୍ଗ ହୃଦୟ ଯେ ଭର୍ଗ ପରିପନ୍ଥି ପ୍ରେତବର ରେନ ଦଣ୍ଡ୍ୟ ଅପରଚଣ୍ଡ କରେ ଆପେ ଦଣ୍ଡକରେ ସାଧ୍ୟକର ରେମଞ୍ଜୁଳା, ନିଶ୍ଚିତ ହେଲେ ମୋ ଦୋଷ ରେନଖର ପ୍ରଖର ପ୍ରାନ୍ତର କୁନ୍ତରେ ମୋତେ ଭୂମିଭୂଷା ଭୂଷ ରେ ।୨୦।ପକାଇ ଉତ୍ତାନ କରି ତଳେ ମୋତେ ପଥର ନଦିଲାପରି ରେପୀନ ପୟୋଧର ପରବତ ମୋର ଉରେ ଲଦିଦିଅ ଚୂରି ରେମଞ୍ଜୁଳା, ପୀଡ଼ି ଦନ୍ତେ ଦନ୍ତାମ୍ବର ରେପୂତନାର ସୁଚୁଚୁକଦ୍ୱାରେ ପୂରି ପିଇଦିଅ ପ୍ରାଣ ମୋର ରେ ।୨୧।ଫାଟିଯିବା ଭଳି ମୋ ବାହାଯୁଗଳ ଭିଡ଼ି ବନ୍ଧୁ କୁନ୍ଦହାସୀ ରେଫିଟାଇ ଦେବାକୁ ହୁକୁମ ନ ଥାଇ ବାନ୍ଧି ବାହୁ ଦୃଢ଼ପାଶି ରେମଞ୍ଜୁଳା, ଫରମାସିବୁ ତୁ ଯାହା ରେଫନ୍ଦା କରି ତାକୁ ଫୁଲପରି ଶିରେ ବହି ସହିବି ସୁସ୍ନେହା ରେ ।୨୨।ବିଶ୍ୱାସ ଉଚିତ ନଉକରି ଚିତ୍ତ ଦୂର ହେଲେ କରି ଦୂର ରେବସନ ଫିଟାଇ ବନ୍ଧନ ଫିଟାଇବାର ବୋଲି ଅସୁନ୍ଦର ରେମଞ୍ଜୁଳା, ବିଚାରିବୁ ନାହିଁ ମନେ ରେବରଜି କରୁଣା ଏଥୁଁ ବଡ଼ଦଣ୍ଡ ଦେଇଅଛୁ ଦିନେ ଦିନେ ରେ ।୨୩।ଭୃତ୍ୟ କଲେ ଦୋଷ ପ୍ରଭୁ ବହି ରୋଷ ନ ଦଣ୍ଡିଲେ କେ ଦଣ୍ଡଇ ରେଭରଜି ଦାସର ଦାସ୍ୟରେ ବିଶ୍ୱାସ ନ ମଣ୍ଡିଲେ କେ ମଣ୍ଡଇ ରେମଞ୍ଜୁଳା, ଭର୍ତ୍ତାକୁ ଯେଟି ଭଣ୍ଡଇ ରେଭରଣ ନ କରି ପ୍ରଭୁ ତାର ଅଙ୍ଗ ନ ଖଣ୍ଡିଲେ କେ ଖଣ୍ଡଇ ରେ ।୨୪।ମୋହିଲା ପଦାର୍ଥ ତୁ ସିନା କିଶୋରୀ ମହୀ ଲାୟକ ଯେ ନୋହୁ ରେମହୀ ଲାଘଗୁଁ ମୁକ୍ତ ହେଲା ବହିଲା ଏ ବିଧି ଏତିକି ରହୁ ରେମଞ୍ଜୁଳା, ମଦାଳସା ବ୍ରଜରାଜରେମଲ୍ଲୀଦଳକୃତ ବହଳ ବିଛଣା ମଧ୍ୟରେ ଥରେ ବିରାଜ ରେ ।୨୫।ଯମସ୍ୱସାଜଳେ ଯୁବତୀଙ୍କ ମେଳେ କରୁଥିଲୁ ଅବଗାହ ରେଯାଦୁପରି ଦୂରୁଁ ବୁଡ଼ିଆସି ଭିଡ଼ି ଢୋକିଲି ପଦାମ୍ଭାରୁହ ରେମଞ୍ଜୁଳା, ଯଥୋଚିତେ ଚାଳି ନଖ ରେଯତ୍ନେ ନଟବେଶ ଦେଖାଦେଲି ହାସେ ସଖାମାନେ ଥିବା ସୁଖରେ ।୨୬।ରମଣୀୟ - ଶୀଳ ରମଣୀମଣ୍ଡଳ ରମଣୀ ତୁ ତ ବିଦୁଷୀ ରେରଖି ମନେ ଏହି କଥାକୁ କି ମଥା ନୁଆଇଁ ବସନ୍ତୁ ରୁଷି ରେମଞ୍ଜୁଳା, ରହସ୍ୟ ଲୋକାନ୍ତ ଭେଦ ରେରମ୍ୟଗୁଣ ତୋର ରଖଇ କି ପଛେ ଜନ୍ମଇ ସିନା ନିର୍ବେଦରେ ।୨୭।ଲଦିଛି ମଙ୍ଗଳାଙ୍କୁ ମୁଁ ଏକ ଊଣା ଲକ୍ଷେ ମନ୍ଦାର ମୁକୁଳ ରେଲଗଡ଼ ବିଚାରି ଏକ ନଉକରି ସ୍ୱଗୋତ୍ରେ କରି ମୁଁ କୁଳ ରେମଞ୍ଜୁଳା, ଲଗାଇଲେ ପ୍ରେମଧାରାରେଲଳନାମଣି ରେ ନ ପାଳିବାକୁ ସେ ଆଜ୍ଞାକୁ କାହାରି ଚାରା ରେ ।୨୮।ବିଶ୍ୱ ବିଶ୍ୱମ୍ଭରା ଧୂଳି ପରମ୍ପରା ଲେଖିବାକୁ ବିଦ୍ୟା ଥିବ ରେବିଶ୍ୱାସୀ ଚାକର ଦୋଷର ଆକର ତା' ଦୋଷ ଗଣା ନ ଯିବ ରେମଞ୍ଜୁଳା, ବିବେକୀ ପ୍ରଭୁ ତୋ ପରି ରେବଞ୍ଚାଇ ନେଉଥାଏ କ୍ଷମାଗୁଣରୁ ଗର୍ହିତ ଭାବ ନ ଧରି ରେ ।୨୯।ଶେଫାଳିକା ବାସ ଭାରବୁହାଳସ ପ୍ରସରଣୁ ହୋଇ ଚାରୁ ରେଶତପତ୍ର ବନବିଳାସୀ ପବନ ବହିଲାଣି ଯମୁନାରୁ ରେଭମଞ୍ଜୁଳା, ଶିଶିର ହେଲା ନୀହାର ରେଶୀତଳ ନୋହିଲା ଏତେ ବିନୟେ ତୋ ଚିତ୍ତ ଏ କି ଚମତ୍କାର ରେ ।୩୦।ଷଡ଼ାନନ ପିତା ପ୍ରାସାଦମାନଙ୍କେ ବିକଶୁଛି ଶଙ୍ଖ ନାଦ ରେଷଡ଼ଙ୍ଘ୍ରିମାନେ କୁସୁମକଳି ଚୁମ୍ବି ତା’ ତୁଲେ କଲେଣି ବାଦ ରେମଞ୍ଜୁଳା, ଷଡ଼ୁପାୟ ଶେଷ ହେଲା ରେଷୋଡ଼ଷୁଁ ନ୍ୟୂନ ବୟସୀ ଅକାରଣେ ତୋ ରୋଷ ଶେଷ ନୋହିଲା ରେ ।୩୧।ସହି ବାରକ ମୋ ଅପରାଧ ଏବେ କହିବାର କଥା ଘେନ ରେସଙ୍ଖାଳି ସରସ ନେତ୍ରାନ୍ତେ ମୋହର ସମ୍ଭାଳି ରଖ ଜୀବନ ରେମଞ୍ଜୁଳା, ସରିଲିଟି ଚାହୁଁ ଚାହୁଁ ରେସୁଧା ସାର ସାର ସଦୃଶ ବଚନେ ଥରେ ଆହା ବୋଲୁ ନାହୁଁ ରେ ।୩୨।ହିମ ହରିତାଳ ତାଳ ସୁବର୍ତ୍ତୁଳ ସ୍ତନ ଲଗାଇ ମୋ ଛାତିରେହର - ପରିପନ୍ଥୀ ଶର ଜ୍ୱର ମନ୍ଥି ପକାଅ ମନ୍ଥରଗତି ରେମଞ୍ଜୁଳା, ହାର ଏକା ସବୁ ମୋର ରେହେଳା ଏଣିକି ମୁଁ ଯେବେ ଆଚରିବି ହଣାଇ ଦିଅ ମୋ ଶିରରେ ।୩୩।କ୍ଷଣଦା - ମୟୁଖମୁଖୀ ଶ୍ୟାମମୁଖ ବାଣୀ ଶୁଣି ହୋଇ ସୁଖୀ ରେକ୍ଷୀରବିନ୍ଦୁ କୁନ୍ଦଅବଦାତ ମନ୍ଦ ସ୍ତିତ ରଦାମ୍ବରେ ରଖି ରେମଞ୍ଜୁଳା, କ୍ଷିତି ପ୍ରସାଦେ ମଣ୍ଡିଲେ ରେକ୍ଷମା ସଂକ୍ରନ୍ଦନ ଶ୍ରୀହରିଚନ୍ଦନ ଜଗଦ୍ଦେବ ବିଚରିଲେ ରେ ।୩୪।
୧୩। ନିରଙ୍କ - କଳଙ୍କହୀନ, ଅମ୍ବର - ଶାଢ଼ୀ, ସୁଦତୀ - ଭଲ ଦାନ୍ତ ଥିବା । ଅଲକତ - ଅଳତା, ଛେଲ - ଅସ୍ତ୍ର, ଶମ୍ବରାରି - କନ୍ଦର୍ପ, ଜମ୍ବୁନଦ - ସୁନା, ବରୋରୁହା - ଘନଜଘନ, ଜମ୍ଭାରାତି - ଇନ୍ଦ୍ର, ଅମାରି - ଭାଡ଼ି, ତୁନ୍ଦ - ବୃହତ, କିରାତନିର୍ଯ୍ୟାସ - ନିମ୍ବରସ । ଡିହାପଣ - ଗାଲୁଆପଣ, ଡିମ୍ଭକୁରଙ୍ଗ - ସାନ ହରିଣ, ପର୍ଯ୍ୟଙ୍କ - ପଲଙ୍କ, ଅର୍ଯ୍ୟମାଜେମା - ଯମୁନା, ଶାଖୀ - ଗଛ, ଦ୍ରଢ଼ିମା-ଦୃଢ଼ତା, ଏତାମଦ - ବହୁପ୍ରକାର, ତାମରସ - ପଦ୍ମ, ଦୁରନ୍ତ - ପ୍ରଚଣ୍ଡ, ଦମ୍ଭୋଳି - ବଜ୍ର, ଦେହୁଡ଼ି - ଦ୍ୱାରଦେଶ, ଚିରା - ସାମାନ୍ୟ, ଓଜ - ତେଜ, ଧଗଦ୍ଧଗଦ୍ଧା - ଠେଲାପେଲା, ଧୂମଧ୍ୱଜ - ଅଗ୍ନି । ଭର୍ଗ - ଶିବ, ଦନ୍ତାମ୍ବର - ଓଠ, ଭରଜି - ମନାଇ, ଲାୟକ - ଯୋଗ୍ୟ, ଯମସ୍ୱସା - ଯମ ଭଗିନୀ ଯମୁନା, ପଦାମ୍ଭରୁହ - ପାଦପଦ୍ମ । ନିର୍ବେଦ - ଖେଦ, ଲଗଡ଼ - ଶୋଭନୀୟ, ବିଶ୍ୱମ୍ଭରା - ଜଗତପାଳିକା, ଶତପତ୍ର - ପଦ୍ମ, ନୀହାର - ବରଫ, ଷଡ଼ାନନ, ପିତା - ପ୍ରାସାଦ - ଶିବମନ୍ଦିର, ଷଡ଼ଙ୍ଘ୍ରି - ଭ୍ରମର, ଷଡ଼ୁପାୟ - ସ୍ତମ୍ଭନ ମୋହନାଦି ୬ଟି ତାନ୍ତ୍ରିକ ଉପାୟ, ହରିତାଳ - ପୀତବର୍ଣ୍ଣ, କ୍ଷଣଦା - ରାତି, ସଂକ୍ରନ୍ଦନ - ଇନ୍ଦ୍ର ।