(୧୯) — ବଳଦେବଙ୍କ ଛାନ୍ଦ ଚଉତିଶା ଓ ଜଣାଣ — ବଳଦେବ ରଥ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
(୧୯)
ନାୟକ ଅନୁଚିନ୍ତାରାଗ-ଆଷାଢ଼ଶୁକ୍ଳଧନି ! ଅନାଥରେ ଚାହିଁଲା ପରି ଧନୀ ଅନାଁ ଥରେ ।ଜାଣୁ ତୁ ଜୀବେଶ୍ୱରୀ ଆଜନମୁଁ - ତୋ ଚିତ୍ତକେଳି ଜଗୁଆ ଜନ ମୁଁମୋଠାରେ ଏ ଗାଢ଼ ଲାଜ ନ କର - ରହସ୍ୟ ପ୍ରଣୟ ଭାଜନ କର ।୧।ମୁଁ ଚାତକପକ୍ଷୀ ତୁ ଧାରାଧର - ଅଧରେ ସ୍ମିତ ସୁଧା ଧାରା ଧରଆଉଜା ଲୀଳାକୁ ରଚି ବୁକୁରେ - ଗୋଟିଏ ଚୁମ୍ୱ ଘେନି ଚିବୁକରେ ।୨।ମୁଖ କଳାନିଧି ଅଧ ନ କର - ଅଂଶ ମୋର ଦିଅ ଅଧନ କରତୋ ସୀଉକାର ହେଉ ଭାରତୀରେ - ସ୍ମରକୁ ଜିଣିବା ତା ଭାରତୀରେ ।୩।ଅନେକ ଦିନୁ ମୁଁ ତୋ ନଉକରି - ଦୁଃଖୀଧନକୁ ନବ ନଉ କରିତନୁକୁ ତୋର ପରଦା ନ କରେ - ଶକ୍ର ଭୂତିକି ପରଦାନ କରେ ।୪।ଲଜ୍ଜାରେ ନକର ପରମାଦର - ନିଦାନ ହେଉଛି ପରମାଦରକରୁଥାଇ ଯେତେ ଭୋଗ ତରସ - ସେ ସବୁ ହେଉଅଛି ଗତରସ ।୫।ଖେଳାଉ ନାହିଁ ମୁଁ କରଜାଗ୍ର ତ - କରୁ କେତେ କଳେବର ଜାଗ୍ରତଛୁଇଁ ତ ନାହିଁ ତୋର ନୀବି ଡରେ - ଅଧର କିପାଁ ଭିଡ଼ୁ ନିବିଡ଼ରେ ।୬।ଏପରି ଅନୁଚିତ କାଳଯାକ - ବନ୍ଧୁ ମୋ ତନୁ ତତକାଳ ଜାକଏ ଶୋଭା ଚାହିଁ କି ନିବରତିବି - ତୋ ବିନା ଧନ ନିକି ବରତିବି ।୭।ବିରାଜ ସୁରତ ସଦନାଦିରେ - ଧୀରା ଯଶ ରଖ ମଦ ରାଜିରେଝମ୍ପାତାଳେ ବଜାଅ ତ ନୁପୂର - କମ୍ପାଇ ରୁଚିର ଅତନୁପୁର । ୮।ସୁଜାଣୁ ତ ଜାଣୁ ରତି ଶରଣ - ଅତି ଭାର ସଦମ୍ପତି ଶରଣତାରଣ ଧୃତିକି ଖସା ରସରେ - ପୁରି ପ୍ରସାଦ ସୁଖ ସାରସରେ ।୯।ଆରେ କ୍ଷମାଗୁଣ ସରିତ ପତି - ସାରିଦେବ ଗିରୀଶାରି ତପତିଦୟାଳୁ ଗୁଣେ ତୁ ତୁଷାର କର - ମୋ ପ୍ରାଣରକ୍ଷାକୁ ତୁ ସାର କର ।୧୦।ଏ ଯଉବନ ସେହି ତ ଯବନ - ତକ୍ଷଣେ ଘେନିଯିବ ତ ଜୀବନକ୍ଷଣରୁ କ୍ଷଣ ଅନ୍ତର ସମୟ - ହୋଇବ ଅବା ଇତର ସମୟ ।୧୧।କୁଞ୍ଜ କମନୀୟ ନୀପ ବନରେ - କୁଞ୍ଜ ସୁରଭି ଧ୍ୱନି ପବନରେବିହରି ମୋ କୋଳେ ଅନବରତ - ବଲ୍ଲଭୀ ପଲ୍ଲବା ଅନବରତ ।୧୨।ଦର୍ଭ ଗର୍ଭ ତ ଶେଜର ଉପରେ - ତୋ ମନ ମନ୍ତ୍ର ବରଷେ ଜପରେପ୍ରବଣ ହୋଇଛି ମୁଁ ତୋ ସେବାରେ - ମୋ ଅଙ୍ଗେତ ନଭ୍ରମୁ ତୋଷେ ବାରେ ।୧୩।ଅଦୃଶ୍ୟ ହୋଇଲେ ଅମ୍ୱର ମଣି - କୁମୁଦବନେ ରୋଲମ୍ୱରମଣୀପ୍ରିୟ ତୁଲ୍ଲେ କରିବାର ସଙ୍ଗୀତ - ଶୁଣି ନର ସୃଜି ବର ସଙ୍ଗୀତ ।୧୪।ନ ଦେବାରୁ ତୁ ସମ୍ପଦ ନଜର - ହେବାରୁ ଦୁହେଁ ସମଦନ ଜରଅଭିନବ ସୁଖ କଳପତରୁ - ଶୁଖି ଯିବଟି କୋମଳସ ତରୁ ।୧୫।ଶ୍ଳେଷ ଆଶ୍ଳେଷ ରମ୍ୟ ପରିହାସ - ମଦବିକଚ କୁନ୍ଦ ପରି ହାସଏହିଟି ଏ ଭବ ସୁଖ ନିଦାନ - କର ଶୁଭେ ଏବେ ସୁଖେ ନିଦାନ ।୧୬।କରାଇବି ତ ମୁଁ ରାଇକା ଲାଗି - ମୁଖ ପୋତୁ ଲାଜ ପାଇ କା’ ଲାଗିକର ରେ ବିନା ଏହା ଆନ ନରେ - ନ ମଣ୍ଡ ଚେଳାଞ୍ଚଳ ଆନନରେ ।୧୭।
ମଳୟ ବିହାର କରା ମାରୁତ - ସତ୍ରାଣପ୍ରିୟ ପିକ ରାମାରୁତ
ଚନ୍ଦ୍ର ଚନ୍ଦନ ଅପଘନସାର - ହଟେ ଲୁଟିବି ଅପଘନ ସାର ।୧୮।
ହରି ଏପରି ଭାଷି ସୁଆଗରେ - ପ୍ରବଳନ୍ତେ କୁସୁମେ ସୁଆଗରେ
ହସି ବିହରିଲେ ରସିକମନେ - ଅଷ୍ଟଦୁର୍ଗେଶ ଭାଷିଲେକ ଦିନେ ।୧୯।
୧୯। ଧାରାଧର - ମେଘ, ଭାରତୀରେ - କଥାରେ । ଅଧ - ତଳକୁ, ନଉ - ନବେ, ଶକ୍ରଭୂତି - ଇନ୍ଦ୍ର ସମ୍ପଦ, ପରମାଦର - ଶ୍ରେଷ୍ଠ ସ୍ନେହ ଓ ଭୁଲଭ୍ରାନ୍ତିର, ତରସ - ଶୀଘ୍ର, କରଜାଗ୍ର - ହାତନଖର ମୁନ, ଜାନି - ଭିଡ଼, ସାରସ - ଚନ୍ଦ୍ର, ସରିତପତି - ସମୁଦ୍ର, ଗିରୀଶାରି, ତପତି - କନ୍ଦର୍ପ ଜ୍ୱାଳା, ଦର୍ଭ - କଅଁଳ ଘାସ, ରୋଲମ୍ବରମଣୀ - ଭ୍ରମରୀ, ରାରକା - ଲାକ୍ଷା, ରୁତ - କୁହୁ ଧ୍ୱନି ।
(୨୦)
କୁଞ୍ଜ ମିଳନରାଗ-କାମୋଦୀଦିନେ ଦିନେଶସୁତା-ତଟ ମାଧବୀ ଲତାମଣ୍ଡପେ ନବଘନ ଶ୍ୟାମକହନ୍ତି ପଙ୍କେରୁହ-ନେତ୍ରାଙ୍କୁ ଅତି ସ୍ନେହ –ବଶରୁ ତରୁଣୀ ଲଲାମ ରେଦରହାସୀ,ମୋ ଜନ୍ମ କିଶୋରତା ଧନ୍ୟଅସଦୃଶ ମୋ ପୂର୍ବ ପୁଣ୍ୟଜମାଇ ମନେ ମନେ ଦେହେ ଦେହ ନୟନେଯା ଭୋଗ କଲା ଏ ଲାବଣ୍ୟ ରେ ।୧।ଲୋଲୁପ ଭାବେ ଲାଖି ଯେବେ ଜନର ଆଖିତୋ ଶୋଭାମୃତ ଚାଖିଥିବଉର୍ବଶୀ ରମ୍ଭା ରତି ତୁଲ୍ୟ ବୋଲି ଭାରତୀବଦନୁ ନିକି ନିଃସରିବ ରେଦରହାସୀ,ତୋ ଉପମାନ ତୁହି ଏକାତୁହି ତୋ ସଦୃଶ ରସିକାକେତେ ଘେନି ସମ୍ଭାର ହେଲେଣି ଦେବୀ ତୋରରସନା ଅଞ୍ଚଳ ଲାସିକା ରେ ।୨।ଭଲା ତୋ ଅନାଉଁଣି ଯା ଭଙ୍ଗୀକି ଲାଉଣିଦେବାକୁ ନୁହଇ ଖଞ୍ଜନତହିଁ କେ ପୁଣି ରଞ୍ଜିଅଛି ଏ ସରୁ ଲାଞ୍ଜିରେଖିକା ମଞ୍ଜୁଳ ଅଞ୍ଜନ ରେଦରହାସୀ,ଯେ ଜନ୍ତୁ ଦୁଷ୍ଟ ମହାମଲ୍ଲତାହାକୁ ପିଆଇ ଅମଳବାଇ କରାଇ ତାର କରରେ ତରୁଆରଦେଲେ କରଇ ସେ କି ଭଲ ରେ ।୩।ମହାନୟ ବିନୟ ବିରାକ୍ଷି ଅଭିନୟପୀୟୁଷ ରସମୟ ବାଣୀବୀଣା ବାଦ୍ୟ ପ୍ରବୀଣା ପଶ ମୂଲ୍ୟରେ କିଣାତୋର କି ବାଣୀ ଠାକୁରାଣୀ ରେଦରହାସୀ,ନେତ୍ରାନ୍ତ କରି ଚଳାଚଳକମ୍ପାଉ ଉରଜ ଅଚଳନଚାଇ ଦେଇ ଚିର ପଚାଇ ଦେଉ ମୋରପୂରୁବ ତପୋବଲ୍ଲୀ ଫଳ ରେ ।୪।ସସ୍ମିତ ରଦବାସ ପଲ୍ଲବେ ଦେଇ ବାସସଲ୍ଲଜେ ଯାହା କହିଆଣୁସତେକି ରେ ବିବେକୀ ମୋତେ ଦେବାକୁ ନିକିଚନ୍ଦ୍ରମଣ୍ଡକୁ ସୁଧା ଛାଣୁ ରେଦରହାସୀ,ସେ କାଳେ ପଡ଼ିଗଲେ ସ୍ଥାଣୁଭ୍ରୁଭଙ୍ଗୀ ତରବାରେ ହାଣୁଶୃତି ମୁକୁତାଝୁମ୍ପା କରିବା ଦରକମ୍ପାଚମ୍ପା ଗଉରୀ ଏକା ଜାଣୁରେ ।୫।ମଣ୍ଡ ମୋହର ଅଙ୍କ ମରକତ ପର୍ଯ୍ୟଙ୍କକରିବି ବାସନ୍ତୀକ ବେଶତୋ ଅଙ୍ଗ ସଙ୍ଗ ପାଉ କୃତାର୍ଥ ହୋଇଯାଉଫୁଲ ପଲ୍ଲବ-ସୃଷ୍ଟି ଆଶ ରେଦରହାସୀ,ପରିଜନରେ ଏ କି ଲାଜଟେକ ଶ୍ରୀମୁଖ ଦ୍ୱିଜରାଜଲାଜ ସିନ୍ଧୁରେ ପଡ଼ି ରହିଲେ ହେଲେ ବୁଡ଼ିନିବର୍ତ୍ତି କି ପାରିବି ଆଜ ରେ ।୬।କିଶୋରଚନ୍ଦ୍ର ବାଣୀ ଶୁଣି ଶ୍ରୀ ଠାକୁରାଣୀପ୍ରେମ ପ୍ରମୋଦ ଲଜ୍ଜାଜଳେ -ନିମଜ୍ଜି ରହି ମନ୍ଦ ସ୍ଫୁଟ ସୁନ୍ଦର କୁନ୍ଦ -ସ୍ମିତକୁ ବିରଚିବା ବେଳେ ରେଦରହାସୀ,ପରମ ପ୍ରପଦ ଆନନ୍ଦେଚାପି ଶ୍ରୀଚରଣାରବିନ୍ଦେବେଦଯୁଗଳଦୁର୍ଗ ବସୁଧା ମାୟା ସ୍ୱର୍ଗବଳୟ ପୁରନ୍ଦର ବନ୍ଦେ ରେ ।୭।
(୨୦)ଟୀକା - - ଦିନେଶ ସୁତା - ଯମୁନା, ପଙ୍କେରୁହନେତ୍ରା - ପଦ୍ମନୟନା, ଲାସିକା - ନର୍ତ୍ତକୀ, ଲାଉଣି - ଧରିବା, ଅମଳ - ମଦ୍ୟ, ମହାନୟ - ବଡ଼ ବିପଦ, ବିରାକ୍ଷି - ବିଶେଷ ଦୃଷ୍ଟି, ଚିର - ସ୍ତନର ଅଗ୍ରଭାଗ, ରଦବାସ - ଅଧର, ଦ୍ୱିଜରାଜ - ଚନ୍ଦ୍ର, ପ୍ରପଦ - ପାଦର ଅଗ୍ରଭାଗ, ବେଦଯୁଗଳ ଦୁର୍ଗ - ୪ ବେଦର ଦ୍ୱିତ ଅଷ୍ଟଦୁର୍ଗ ।
ବିରହୀ ଚିଟାଉରାଗ-ଚିନ୍ତଦେଶାହକେଉଁ ବିରହୀ ନାଗରବର,ପ୍ରିୟାଠାକୁ ଲେଖଇ ଉତ୍ତରଆରେ ପ୍ରାଣବନ୍ଧୁ, ଏବେ କାମସିନ୍ଧୁ -ମଜ୍ଜିଅଛି ମୁଁ ବିରହେ ତୋର ରେ କିଶୋରି ।୧।ଆରେ ପ୍ରିୟେ, ତୁ ମୋର ପ୍ରାଣଧନ,ତୋତେ ନ ଦେଖି ଯିବ ଜୀବନତୋ ଶିରୀଷତନୁ ପରିରମ୍ଭ ବିନୁ –ମୋତେ ନ ରୁଚେ ଚନ୍ଦ୍ର, ଚନ୍ଦନ ରେ କିଶୋରି ।୨।ଆଜ ଥରେ ହେବୁ ମୋହ ପରି,ବୋଲି କହନ୍ତେ ମୁଁ କର ଧରିଏ କିସ ଗୋ ବୋଲି ମନ୍ଦ ହସିବାରଯିବ କେହି ମୋ ମନୁ ପାଶୋରି ରେ କିଶୋରି ।୩।ମୋତେ ମୋ ଅଙ୍କରେ ବସିଥାଉ,ପ୍ରେମ ରସରେ ଚିତ୍ତ ମଜ୍ଜାଉସ୍ମିତ ଜିତ ବାଣୀ ପଦ ପଦକ ରେ -ବ୍ରହ୍ମପଦ ଦେଇ ଯାଉଥାଉ ରେ କିଶୋରି ।୪।ରସ ସଙ୍ଗୀତରେ ଥାଉ ମଜ୍ଜି,ପଛୁଁ ଧରନ୍ତେ ତୋ ନେତ୍ର ବୁଜିଜାଣିଲି ଯେ ଛାଡ଼ ବୋଲି କହିବାର–ହେଜି ଯାଉଛି ମୋ ଧୃତି ଭାଜି ରେ କିଶୋରି ।୫।ତୋତେ ସ୍ୱହସ୍ତରେ ବେଶକରି,ବସିଥାଇ ମୁଁ ଯେ କୋଳେ ଧରିଆନନ୍ଦ ସମୁଦ୍ରେ ମଜ୍ଜିଧାଏଁ ବନ୍ଧୁ –ବିହି ହରିଲା ସେ ସୁଖଶୀରି ରେ କିଶୋରି ।୬।ବଳେ ଯେବେ ମୁହିଁ ନୀବି ଧରେଁ,ମୋ ବିମନେ ଭାବି ନିଷେଧରେକି ଭଙ୍ଗୀରେ ଧନ, ବଞ୍ଚାଉ ରସାଇମୋର ମନ ଆନ ପ୍ରସଙ୍ଗ ରେ କିଶୋରି ।୭।ଗେଲେ ମାନକରି ବସିଥାଉ,ପଚାରିଲେ ଉତ୍ତର ନ ଦେଉହେଲେ ମୁଁ ତରସ୍ତ ବିଡ଼ୁଥିଲି ଚିତ୍ତ -ବୋଲି ହସି ଅଙ୍ଗେ ମାତିଯାଉ ରେ କିଶୋରି ।୮।ଯେବେ କରଜ ଦିଏଁ ଚଳାଇ,ଅଙ୍ଗେ ରୋମାଞ୍ଚକୁ ଉପୁଜାଇଖେଳାଇ ଡୋଳାକୁ ହସି ଭାଷି ବାଳା–ଭିଡ଼ି ଭରେ ଉରକୁ ଲଗାଉ ରେ କିଶୋରି ।୯।ଦିନ ଦିନକର ଭାବ ଯେତେ,କହି ନ ପାରିବି ତା କିଞ୍ଚିତେମନ ଏକା ଜାଣେ ଏ ଘେନି ଅନ୍ତର -ହେଲେ ହେଲେ ନ ତେଜଇ ତୋତେ ରେ କିଶୋରି ।୧୦।ନବନାଗରୀ ରାମାରତନ,ଜାଣୁ ତୁହି ସିନା ମୋର ମନଶ୍ରବଣ ଇଚ୍ଛେ କରିବାକୁ ଶ୍ରବଣ -ତୋର ବିପରୀତ ସଞ୍ଚ ସ୍ୱନ ରେ କିଶୋରି ।୧୧।ତୋର ମୁଖ ପୂର୍ଣ୍ଣକଳାକରଦେଖି ମୋ ନେତ୍ର ଦ୍ୱୟ ଚକୋରଆନନ୍ଦକୁ ଲଭି ସତେ କି ବଲ୍ଲଭୀ -ବଲ୍ଲଭ କି କରିବ ଅନ୍ତର ରେ କିଶୋର ।୧୨।ଆରେ ନବନୀତ ସୁକୁମାରୀ,ବରଷିବା ରସ ମନୋହାରୀକେବେ ତୋ ଅଧର ବନ୍ଧୁଜୀବ ମଧୁ -ପାନେ ମୁଁ ହେବି ମଧୁପ ପରି ରେ କିଶୋରି ।୧୩।ଭାସୁଅଛି ମୁଁ କାମ ସିନ୍ଧୁରେ,ତୋର ଜାନୁ ଭେଳା କରି ବାରେକୁଚ ଶାତକୁମ୍ଭମୟ କୁମ୍ଭ ଧରି -କେବେ ପାରିହେବି ମୋଦଭରେ ରେ କିଶୋରି ।୧୪।ତୋର ବିରହେ ମଳୟାନିଳ,ଆଭାସଇ ସେ ପ୍ରଳୟାନଳକୋକିଳ କୁଳ କଳରବ ସକଳ -ଧୃତି ସିନା କରାଏ ଆକୁଳ ରେ କିଶୋରି ।୧୫।ତୋର ସନ୍ନିଧି ତେଜିଲା ଦିନୁ,କ୍ଷଣେ ତୁ ନ ଯାଉ ମୋର ମନୁସୁତନୁ ଅତନୁ ମାର୍ଗଣେ ତୋ ବିନୁକରି ହେଲାଣି ମୋ ତନୁ ତନୁ ରେ କିଶୋରି ।୧୬।ନାହିଁ ମୋର ବଞ୍ଚିବା ଭରସା,ତୋର ଦରଶନ ପ୍ରତିଆଶାକେବଳ ରଖିଛି କଷ୍ଟେ ପ୍ରାଣ ଅଙ୍ଗେ -କଷା ନୁହେଁ ନେତ୍ର ନିତି ନିଶା ରେ କିଶୋରି ।୧୭।ନ ଜାଣୁ କି ଜଗଦ୍ଦେବ ଚିତ୍ତ,ବନ୍ଧୁ ନାହିଁ ମୋ ଲେଶ ଆୟତ୍ତସତ ତୋ ବିଜିତ ପୂର୍ଣ୍ଣଚନ୍ଦ୍ର ମୁଖ -କରାଇବ ମୋର ନେତ୍ରଗତ ରେ କିଶୋରି ।୧୮।
(୨୧) ଟୀକା - - ପରିରମ୍ଭ - ଆଲିଙ୍ଗନ, ହେବୁ ମୋହ ପରି - ବିପରୀତ ରତି ଅର୍ଥରେ, କରଜ - ନଖ, ଉର - ଛାତି, ସଞ୍ଚ - ସୁନ୍ଦର, ବନ୍ଧୁଜୀବ - ବଧୂଲି ଫୁଲ, ଶାତକୁମ୍ଭମୟ - ସର୍ଣ୍ଣମୟ, ତନୁ - ଦେହ ଓ କ୍ଷୀଣତା ।
ଖଣ୍ଡିତା ନାୟିକାରାଗ-ଆଷାଢ଼ଶୁକ୍ଳମୁଁ ନ ପାରେଁ ଯାଇ,ମିଛୁରା ମଉଳିକି ସମଝାଇ । ଘୋଷା ।ମଳୟଜ ବସୁନ୍ଧରାଧରରୁ,ମନ୍ଦ ସୁଗନ୍ଧ ମରୁତ ପ୍ରସରୁ ॥
ମିଳିନ୍ଦେ ମଞ୍ଜୁ ଗୁଞ୍ଜନେ ହଟନ୍ତୁ,ମଦ ପରଭୃତମାନେ ରଟନ୍ତୁ ।୧।ମୟୁଖ ମଣ୍ଡଳେ ମଣ୍ଡି ଜଗତୀ,ମନ ହରୁଥାଇ ରଜନୀପତିମାକନ୍ଦ କଳି ତର୍ଜନୀ ହଲାଇ,ମୋ ଧୃତି ମୂଳ ଦେଇ ଦୋହଲାଇ ।୨।ମୋ’ଠାରେ ଦୁଃଖ ରଖି ତୁମ୍ଭେମାନେ,ମୁହଁ ନ ଚାହଁ ପଛେ ପ୍ରୀତମନେମାର ମରମ ମରଦନ ବାଣ,ମୂନରେ ପଛେ ଘେନିଯାଉ ପ୍ରାଣ ।୩।ମାଧବୀ ମଞ୍ଜରୀ ମନ୍ଦିରେ ବସି,ମହୀ ଚୁମ୍ୱିଲା ଶେଫାଳିକା ଖସିମଉଳିଲା ମୋ ଫୁଲ ଆଭରଣ,ମଣିଲି ଭଲ ତାତହୁଁ ମରଣ ।୪।ମୁଦିରୋଦୟକୁ ଚାତକପରି,ମୃଗାଙ୍କକୁ ଯେଉଁପରି ଚକୋରୀମାର୍ଗକୁ ଅନାଇଁ ଅନାଇଁ ତାର,ମୋଦ ସରସୀ ଶୁଖିଗଲା ମୋର ।୫।ମେଘ ତା ପଞ୍ଚତରୁ ନବଦଳ,ମସୀ ଅତସୀ ଅସିତ ଉତ୍ପଳମହେନ୍ଦ୍ରମଣି ସୁଖଦ୍ରବ୍ୟ ଯେତେ,ମେଚକ ବିଷପରି ଲାଗେ ମୋତେ ।୬।ମୋ ମନ ତହିଁ ନିପଟ ନ ଥିଲା,ମଣିମଞ୍ଜରୀ ସିନା ଏହା କଲାମୋରେ ଏହା ଅଛି ନିତି ବିରାଗ,ମାରିବି ଅରବିନ୍ଦେ ଆସୁ ଆଗ ।୭।ମଲ୍ଲୀ ନବମାଳିଦଳ ତଳପ,ମନୋଜ୍ଞ ଜାଈ ଫୁଲ ଚନ୍ଦ୍ରାତପମଣ୍ଡାନ୍ତି କୁଞ୍ଜ ଶୋଭା ହେଲା ବାସି,ମନମଥ ହୋଇଗଲା ସନ୍ୟାସୀ ।୮।ମଧୁର ଗୁଣ ଯହିଁରେ ଯେତିକି,ମାର କୃପଣ ତହିଁରେ ତେତିକିମାନସେ କଲି ମୁଁ ଏ ଅନୁଭବ,ମାନ ସେ ସତ ହେବ କେହି ଜୀବ ।୯।ମତ୍ତ ହୋଇଥାଉଁ ମୋର ଆଶ୍ଳେଷେ,ମନ ଥାଇ ଆଉ ଗୋଟିକ ରସେମାରୁଥାଏ ଆଖି ନଦୀତଟକୁ,ମଙ୍ଗିବି କେହୁ ସେ ବିଟ ଭେଟକୁ ।୧୦।ମୋହନ ସ୍ମିତ ମକର କୁଣ୍ଡଳ,ମୁରଲୀ ମୟୂର ଶିଖଣ୍ଡ ଚୂଳମୋର ନ ପକାଅ ସ୍ମୃତି ପଥରେ,ମରିବିଟି ମାରି ମୁଣ୍ଡ ପଥରେ ।୧୧।ମୁକୁତା ମଣି ରମ୍ୟ ନାସାପୁଟ,ମର୍ମ୍ମଭେଦକ ଭୂରୁବଲ୍ଲୀ ନାଟମଣ୍ଡିଛି ଦେହେ ଯେତେ ଆଭରଣ,ମାରଣବିଦ୍ୟାର ଉପକରଣ ।୧୨।ମୁକୁଟମଣି କିତବଙ୍କର ସେ,ମଇତ୍ରନ ପରି ପାଲଟିଲେ ସେମୁଞ୍ଚ-ଚମ୍ପା ଚୁମ୍ପେ ନିଃସ୍ୱ ପ୍ରସବ,ମଧୁଲିଟପରି ତା ମନୋଭାବ ।୧୩।ମୋଦେ ହସୁଥିବେ ସପତ୍ନୀ ଶ୍ରେଣୀ,ମହତ୍ତ୍ୱ ଗଲେ ଆସିବ କି ପୁଣିମହେନ୍ଦ୍ର ସଦୃଶ ରତନ ଦେଲେ,ମହୀମହେନ୍ଦ୍ର ଜଗଦ୍ଦେବ ବୋଲେ ।୧୪।ନାୟକ ଚାଟୁରାଗ-ବଙ୍ଗଳାଶ୍ରୀଧନ୍ୟରେ ଧରଣୀବଧୂ-ମୂର୍ଦ୍ଧାମଣିଅନ୍ୟରେ ନାହିଁ ନା ତୁଳାମନ ମୋହଦାନ-ପଣ୍ଡିତା ଜୀବନ ଧନ,ମୋ ନେତ୍ର ପିତୁଳାରେ ।୧।ତୋ’ ପରି ପୀରତି ପାଳିବାକୁରତି-ରସକୁ ଜାଣିବା ପଣେନାହିଁ ନାହିଁ କାହିଁ ନ ଥିବ ଜଗତେଜନମ ନୋହିବ ଜଣେ ରେ ।୨।ବାସଗୃହେ ସଜଡ଼ାଇବାସମୟେ ବାସମୟ କବରୀକିବାଜୁଁ ମୋ ବାସନା ସଂଯତ ବସନାହୋଇ ଚାହୁଁ ଶିଙ୍ଘାରୀକି ରେ ।୩।ପୁରୁଷ ହାତୀଙ୍କି କହ ମୋନତିକି ବୋଲି ଧୀରେ ଫରମାସୁହାସକୁ ରଚି ମୋ ପାଶକୁ ପୁନ୍ନାଗଝରାଶିରେ ଖୋସି ଆସୁ ରେ ।୪।ଲୋଚନେ ଲୋଚନ ମଣ୍ଡିବାପ୍ରମୋଦ ବଚନେ କି ଯିବ କୁହାବଳାରାତି ପୁରୁ ବଳି ଯାଉଥାଏବାଳାକୁ ଏ ସର୍ବଂସହାରେ ।୫।କହିବ ଶ୍ରବଣେ କିଛି ବୋଲିପ୍ରାଣେଶ୍ୱରୀ ବିଜେ କରି ଦମ୍ଭେକମ୍ପାଇ କୁଣ୍ଡଳ ମୋ ଗଣ୍ଡମଣ୍ଡଳପୂର୍ଣ୍ଣ କରୁ ସରୁଚୁମ୍ବେ ରେ ।୬।ଭୁଜେ ମୃଦୁ ଭୁଜ ଉରଜେଉରଜ ବଦନେ ଶ୍ରୀମୁଖଶଶୀଉରୁଯୁଗେ ଉରୁ ଲଗାଇବା ସରୁଶ୍ରୀଅଙ୍ଗେ ମୁଁ ଯାଏଁ ମିଶି ରେ ।୭।କାଟୁଛି କି ରେ ମୋ ସଙ୍ଖାଳିବୋଲି ମୁଁ ଚାଟୁ ଚିକ୍କଣେ ପଚାରୁଁଗଳିଯିବ ପରା ଥାଉ ବୋଲିହାରାବଳି ଆଡ଼ିଆଇ ଧରୁ ରେ ।୮।ଅଧର ଚିବୁକ ଚକ୍ଷୁ ଚଞ୍ଚରୀକଗଣ୍ଡେ ତୋ କଲମା ଦୁଇଚରମ ଚୁମ୍ୱି ଚିକୁର ବନ୍ଧଠାରୁଚରଣ ଯାଏ ଲମ୍ୱଇ ରେ ।୯।କି ଭିଡ଼ରେ ଥାଇ ଆନ୍ଧ୍ରଦେଶୀପିନ୍ଧା ନିବିଡ଼ ନିରନ୍ଧ୍ର ନୀବିଅଯତନେ ଖସି ଆସିବାରୁ ହସିକି ଲାଜ ଭଜୁ ବାନ୍ଧବୀରେ ।୧୦।ଝାମ୍ପୁଁ ମୁଁ ନିମଜ୍ଜି ସୁନ୍ଦରମଦନ-ମନ୍ଦିର ଚମ୍ପୂ ରସରେକମ୍ପୁ କନକ କଦଳୀ ଲତାପରିପଞ୍ଚକଳମ୍ୱର ଶରେ ରେ ।୧୧।ଚିକୁଳ ଧରି ଝୁଲାଇ ଦେଲାବେଳେବୁଲାକି ଝୁଲା କି ଦିଶେମୁଲକେ କରିବ ମୂଲ କେ ତାହାରତ୍ରିଲୋକେ ନାହିଁ ଯେ ଲେଶେ ରେ ।୧୨।କର ଜାଗ୍ରତ ତନୁକୁ ବନ୍ଧୁବୋଲି କରଜାଗ୍ରତ ବୁଲାଏଁଫୁଲକୁଣ୍ଡ ଧାଟି ଫୁଟିଦିଶିବାରୁପୁଲକାବଳି ବୋଲାଏଁ ରେ ।୧୩।ଟେକି ସମାନ ନ ଥିବାଉରୁଚେଳ ଗ୍ରହଣାନ୍ତେ, ନାହିଁ ନାହିଁକିସ ମା’ ମୁଁ ନ ପାରଇଁ ବୋଲିବାରବାଣୀତୂଲ୍ୟ ସୁଧା କାହିଁ ରେ ।୧୪।ତଳପକୁ ବିଜେ କରାଇବାକାଳେ ଅଳପ ମାଦକ ହାସେ‘କାହିଁକି ଗୋ’ ବୋଲି ପଚରା-ମାଧୁରୀ ନାହିଁ,ମଧୁର ସାର ସେ ରେ ।୧୫।ଶପଥ ଶତ ପକାଇ ମୁଁ ରଚନ୍ତେସପତତାଳିଆ କେଳିକି ମାନଇଁ ରାଜଲୋକ ସୁରରାଜନୀଳ ନିଭ ଡୋଳା ଖେଳି ରେ ।୧୬।ପାଉଞ୍ଜ ମିଞ୍ଜିର ସିଞ୍ଜିତବର୍ଜିତ କଳାହଂସକଳରୁତପଡ଼ି ସେହି ତାଳେ ପ୍ରସରିବା କାଳେକରେ କି ସୁଖ ସମ୍ଭୂତ ରେ ।୧୭।ତଳପେ ଅଳପ ଚରମ ଦେଇମୁଁ ଅଙ୍ଗୁଳି ଛନ୍ଦରେ ଟାଣିତା’ ମୁଁ ନ ଜାଣେଟି ବୋଲୁଁ ବୋଲୁଁହଟି ହୃଦ ଲଗାଇବା ଆଣି ରେ ।୧୮।ଓଟାରି ଚଞ୍ଜଳେ ମୋ ଦୂକୁଳାଞ୍ଚଳେଶ୍ରୀମୁଖଚନ୍ଦ୍ର ଲୁଚାଉସେହି ତାଳରେ ମୋ ସହୀ ତାଳତୁଲ୍ୟଉରଜେ ହାର ନଚାଉ ରେ ।୧୯।ଆନ ବେଳେ ଆନ ବୋଇଲେହେଁ ପାନ ନକରୁ ମୋ ଓଷ୍ଠ ଲାଜେକୁସୁମ କୋଦଣ୍ଡ ଅମଳୁ ମୋ ଗଣ୍ଡଉରୁ ଚୁମ୍ୱନ ସମାଜେ ରେ ।୨୦।ପୁଣି ଲିଭି ଚେତା ମୁଁ ନ ଜାଣେଏତା ନଖି ନଖି ବୋଲି ହସୁପୁଲକିତ ଗାତ୍ରେ ମୁକୁଳିତନେତ୍ରେ ମଲି ମଲି ଇଷି ଭାଷୁରେ ।୨୧।ବିନ୍ଦୁ ବିନ୍ଦୁ ଝାଳ ସୁନ୍ଦରକପୋଳେ ଶ୍ରୀମୁଖ ମଣ୍ଡଳ ଚାହିଁବ୍ରହ୍ମାନନ୍ଦ ସୁଖ ପ୍ରବାହେ ପଡ଼ି ମୋବିବେକ ରହଇ ନାହିଁ ରେ ।୨୨।ଦେଖି ଅବ-ଶ୍ୱାସ ଶ୍ରୀଅଙ୍ଗ ଆୟାସଜାଣି ପୁଣି ଅବଶ୍ଳେଷେତୋ ପଦ କମଳ ଆଭରଣ ଜାଳସିଞ୍ଚିତ ଶ୍ରବଣେ ରସେ ରେ ।୨୩।ରସୁଥାଏ ଚିତ୍ତ ସୁଚିର ସୁରତରସ ଯେ ବେଳକୁ ବେଳଛଳେ ସରି ସରି ମଲିଟି ଉଚ୍ଚାରିପେଲୁ ମୋ ଉରୁ ଯୁଗଳ ରେ ।୨୪।ଉଠ ରଖ ରଖ ବୋଲି ମୋରଦୁଃଖପାଶୋରା ବିରତି ଲୋଡ଼ୁକମ୍ପାଇ କଟୀକି କିପାଁ ମୋ କଟୀକିଉରୁ ଯୁଗେ ଗାଢ଼େ ଭିଡ଼ୁ ରେ ।୨୫।ବାସ ଲାଗିକାଳ ହାସ, ଦନ୍ତଚେଳଭିଡ଼ା ଶୋଭାକୁ ଅନାଇଁସୁର ଋଷି ହେଲେ ଦୂରରୁ ମୋହିତନିକି ହୋଇଯିବେ ନାହିଁ ରେ ।୨୬।ବିଧୁବଦନା ତୋ ନିଧୂବନଶ୍ରଦ୍ଧା ପୁଣି ଜନ୍ମିବାରୁ ହସିସଖୀମାନେ ମୋତେ ରଖି ନ ଦେବେଯେ ପରିହାସେ ବୋଲି ଭାଷି ରେ ।୨୭।ସାଜିଦେବ କି ଗୋ ଭାଜିଲିଭିଗଲା ଅଳକୁ ତିଳକ ମୋରଏତେ ବୋଲି ମୋର ଉରେଆଉଜନ୍ତେ ହୁଅଇ ନୂଆ ତୟାର ।୨୮।ଆଉ ଥରେ ମନ ଅଛିକି ରେଘନକୁନ୍ତଳା ମୁଁ ଯେବେ ବୋଲେଁଶ୍ରବ ଅବତଂସ ଇନ୍ଦିବରହଂସଗମନା ବଞ୍ଚାଉ ଗେଲେ ।୨୯।ସେ ସମୟ ବ୍ୟାଜ କୋପମିଶାଲାଜ ଚାହାଣୀ ସଖି ମୋ ଆଖିଅଙ୍ଗୁଳି ଅଞ୍ଚଳେ ମୋ ଚରମସ୍ଥଳେହୋଉ ବୋଲି ଦେଉ ଲେଖି ।୩୦।ଦିନ ଦିନକର ଆରେ ପୀନକର –ଭୋରୁ ତୋ ରସ ଲହରୀସିନ୍ଧୁ ସମୁଦୟ ହେଲେ ମୋହୃଦୟ ପାରନ୍ତି ତହିଁ ସମ୍ଭରି ।୩୧।ଯେଡ଼େ ଅବଧାନ ମୋଠାରେଜୀବନ ବନ୍ଧୁ ତା କହିବି କିସଆପଣା ଜୀବନ ମୋର ଅନୁଗତନୋହିଲେ ତା ମଣୁ ବିଷ ।୩୨।ଆଜନ୍ମ ମୁଁ ମହାରାଜନନ୍ଦନାଯେ ତୋ ସେବାକାରିଣୀ ଜନଅସମର ମୋର ହେଲେ ଜାଣିତାର ନ କରୁ ଅବଲୋକନ ।୩୩।ତୋଷ ପରିଚିତ ହୋଇ ଯେନିରତ କରେ ମୋ ଅନୁସରଣତାହାଠାରେ ଅନୁକମ୍ପା ବାରେଘେନୁଥାଏଁ ମୁଁ ତୋ ପ୍ରଭୁପଣ ।୩୪।ହେମଦେହା ରେ ମୁଁ ଯିବିକିବୋଲନ୍ତେ କେ ମନା କରିଛି ବୋଲିମୋ ପିନ୍ଧା ଅଞ୍ଚଳ ଛନ୍ଦିଧରିଥାଉ କଉତୁକ କଲ୍ପବଲ୍ଲୀ ।୩୫।ଶୁଣି ଅଷ୍ଟଦୁର୍ଗନାଥ ବାଣୀସ୍ୱର୍ଗଲଳନା ତୁଳନାବତୀଲଜ୍ଜା ଅନୁରାଗ ଦୁହିଙ୍କ ଆଭୋଗଭରେ ହୋଇଲା ଭରତି ।୩୬।କିଶୋରୀପ୍ରତି ସଖୀରାଗ-ଆଷାଢ଼ଶୁକ୍ଳକିଶୋରୀ ଏ କିସ ରେ,କୋପ ତ ଅଜାଡ଼ି ଦେଲୁ ପୀୟୁଷରେ । ଘୋଷା ।କରିବାରୁ କୋଟି ସଂଖ୍ୟା ଯତନକରଗତ ହେବା ଚିନ୍ତା ରତନ ।କାହିଁକି ଫିଙ୍ଗିଦେଲୁ କହ ସତେକିଞ୍ଚିତ ବିବେକ ନ କରି ଚିତ୍ତେ ।୧।କୋମଳଚରଣ ପରାଣ ହାରକୁଚେ ଲଗାଇବାକୁ ଫେଇ ହାର ।କେହି ସହାୟ ନଥାଇ ସାଥିରେକୁଞ୍ଜକୁ ବିଜେ କରୁ ନିଶିଥରେ ।୨।କରିବାକୁ ଯାହା ଶୋଭା ବୀକ୍ଷଣକୁଟୀମମାନ ଜାଲରେ ଇକ୍ଷଣ ।କଞ୍ଜ ଖଞ୍ଜୁଥାଉ ପରା ତୁ ବସିକି ଦୋଷୁ ତାକୁ ଦୂର କଲୁ ରୁଷି ।୩।କୁପରାଗ କେଳି କାଳୁ ଅଦମ୍ଭେକେବଳ ପ୍ରାଣପ୍ରିୟ ସଖୀ ଆମ୍ଭେ ।କଳେବରକୁ ଛାଇପରି ଭଜିକଳି ନ ପାରିଲୁଁ ତୋର ମରଜି ।୪।କଳା କୁମୁଦ ତମାଳ ଅତସିକସ୍ତୂରୀ ତିଳକ କଜ୍ଜଳ ମସିକମନୀୟ ନୀଳରତନ ଶାଢ଼ୀକଳା ମାତ୍ର ପରା ନପାରୁ ଛାଡ଼ି ।୫।କୃଷ୍ଣ ଭିନ୍ନ ଯେତେ ଦ୍ରବ୍ୟ ନିବହକୃଶ ହେବାରୁ ତହିଁ ତୋର ସ୍ନେହ ।କଳାକର ସିତ ସିତାକୁ ତେଜିକଳାକୂଟକୁ କରୁ ପରା ରାଜି ।୬।କିଛି ହେଲେ ଲାଘବରୁ ନ ଡରିକଳଙ୍କ ଦରିଦ୍ର କୁଳ ପାଶୋରିକରି ଅଭିପ୍ରେତ ଶ୍ୟାମ ପ୍ରୀତିକିକର ଧରି ପରା କହୁ ଦୂତୀକି ।୭।କଳାପି ଚନ୍ଦ୍ରକ ଚାରୁ ମୁକୁଟକିଶୋରବର ଜଗି ଜଳ ଘାଟ ।କର୍କଶ କଲୁ କୁଳିଶରୁ ମନକଲୁ ଯା ନାହିଁ ତୋଳି ଆଲିଙ୍ଗନ ।୮।କନ୍ଦର୍ପ ଦର୍ପ ମଦନ ମୂରତିକିଶୋର ସେ ବିଶ୍ୱନେତ୍ର ସଂପତ୍ତି ।କହିବାର ପଟୁ ଚାଟୁ ନ ଶୁଣିକୋଣ ନୟନେ ନ ଚାହିଁଲୁ ପୁଣି ।୯।କାମ ଜଳେ ପୁଣି ହୋଇ ଜର୍ଜରକଲେ କୁସୁମଝରା ତୋ ନଜର ।କଟାକ୍ଷ ପୁଣି ନଦେଲୁ ତେଣିକିକଳି କଲୁ ତୁ ପ୍ରତିହାରିଣୀକି ।୧୦।କୁହାଉ ଥାଉ ପରା ରସବତୀକୃପାଳୁ ବିବେକିନୀ ମତିମତୀ ।କିଞ୍ଚିତ କରି ଘେନି କୃଷ୍ଣ ସ୍ନେହକେଉଁ ଧଇର୍ଯ୍ୟକୁ ବହିଛୁ କହ ।୧୧।କାହାକୁ ଅବା ସେ କୃଷ୍ଣ କି ଦିଶେକୃଶାଙ୍ଗୀକୁ ମୁଦକଳାନିଧି ସେ ।କୃତାର୍ଥ ନ କଲୁ ଏ ଯଉବନକୋଳକରି ଗଣ୍ଡେ ଦେଇ ଚୁମ୍ବନ ।୧୨।କଳପର ଧୃତ ମୃଦୁ ଗାନରକଳପଦ୍ରୁମ ସେ ସୁଖ ଦାନର ।କୃତାଞ୍ଜଳି ହେଲେ ପୁଣି ପହିଲୁକୃପଣ ପଣକୁ କିପାଁ ବହିଲୁ ।୧୩।କୁନ୍ତଳ ଦେଶ ଜଗତୀ ଦେବୀରକର୍ଣ୍ଣର ଅବତଂଶ ଇନ୍ଦୀବର ।କଜ୍ଜଳ ରେଖା ଲୋଚନ ଦ୍ୱୟରକରି କି ସେହିଠାରେ ଅନାଦର ।୧୪।କରି କର୍କଶ କରବାଳ କେଳିକ୍ରୋଧେ କୁସୁମ ଦଳ ଦେଇ ଦଳି ।କି କୃତ୍ୟ କଲୁ ନିତି କହୁ କହୁକରମ ବଳବତୀକି ତୁ ନୋହୁ ।୧୫।କାଳ ବିପର୍ଯ୍ୟାସ କି ନ କରଇକପର୍ଦୀ ପୂଜୁଥାଉ ଯାହା ପାଇଁ ।କିଶଳୟ କର ଯୋଡ଼ିକି ଯୋଡ଼ିକହିଲେ ଚାଟୁ ଦେଲୁ ମୁହଁ ମୋଡ଼ି ।୧୬।କିଞ୍ଜଳ୍ମଗଉରଦେହା ତୋ ସ୍ନେହେକଟୀରେ ଶ୍ୟାମ ପୀତପଟ ବହେ ।କାନ୍ତ ରତନ ନୀଳବସନା ତୁକାହିଁକି କେଡ଼େ ସ୍ନେହଛାଡ଼ି ମାତୁ ।୧୭।କମଳ ନେତ୍ର ଅଙ୍କସଙ୍ଗ ବିଧିକୁଳକୁ ଲଙ୍ଘିବା ସୁଖ ଜଳଧି ।କର୍ପୂରୁଁ ଜାତ ହେଲା ଅଗ୍ନିକଣକୁମ୍ଭ-ସମ୍ଭବ ହେଲା ତୋ ଦୁର୍ଗଣ ।୧୮।କନକ କେତକୀ ଦଳ ସଦୃଶକାୟ କାନ୍ତିପୁଞ୍ଜ କରି ଅଦୃଶ୍ୟ,କମଳୁଚାଉଛୁ ଅଧର ଦଳେକୁଚକୁ ତିନ୍ତାଉଛୁ ଅଶ୍ରୁ ଜଳେ ।୧୯।କେଶବ କଲେ ଯେବେ ଅନାଚାରକରଜ କୁନ୍ତେ ତାହାଙ୍କୁ ପ୍ରହାର,କି ଦୋଷ କରିଛି ରସାରମ୍ଭୋରୁକରରୁହାଗ୍ରେ ତା ଚରମ ଚିରୁ ।୨୦।କଳ କୋକିଳ ପରଭୃତ ରୁତକଳାକଳାଂଶୁ ଚନ୍ଦନ ମରୁତ,କୁସୁମ ବାସ ଆଜି ଯାଇ ପୀଡ଼ିକାମ ଧନୁର୍ବାଣ ଗଲାଣି ଛାଡ଼ି ।୨୧।କପାଳ ପରମାଦେ ଝୁମେ ଢଳିକଷାୟିତ କରି ନେତ୍ର ଯୁଗଳି,କଦମ୍ବଲତା ମନ୍ଦିରୁ ପ୍ରଭାତେକରିବାର ବିଜେ ନ ରୁଚେ ତୋତେ ।୨୨।କହିବା କଥା ଏବେହେଲେ ଘେନକୁତୁକେ ଚାଲ ଭେଟିବା ମୋହନ,କୁଟୀଳତାକୁ ଧୋଇଦିଅ ସ୍ନେହେକଳାକର ଅଷ୍ଟଦୁର୍ଗଭ କହେ ।୨୩।ମାଳଶ୍ରୀରାଗ-ମାଳଶ୍ରୀମା ଗୋ !ଜୟ ଜୟ ଜଗଜ୍ଜନନୀ ବାଳା,ଜୟ ମଙ୍ଗଳଦାୟିନୀ ମଙ୍ଗଳା,ମହେଶ ମହାସୁରତ ଲମ୍ପଟା,ମନ୍ଦାରମାଳାମଣ୍ଡିତ ମୁକୁଟା,ଚନ୍ଦ୍ର ମାରତଣ୍ଡ ମଣ୍ଡଳ ପ୍ରଚଣ୍ଡଧନଞ୍ଜୟ ବିଲୋଚନା ଗୋ ମା,ଭବନ ଭୟଭାର ବିମୋଚନା ।୧।ମନୋହର କ୍ଷଣପ୍ରଭାରୁଚିରା,ଶଙ୍ଖ ସ୍ୟନ୍ଦନାଙ୍ଗ ତ୍ରିଶୁଳକରାକଳାନିଧି କଳାକୃତଶେଖରା,ସିଂହବାହିନୀ ଧୃତ ନୀଳାମ୍ୱରା,ମହିଷାଦି ସୁରବିପକ୍ଷ ପ୍ରକରବିଦଳନ ବିଚକ୍ଷଣା ଗୋ ମା,ସୁଲକ୍ଷଣା କୃତ ବିଶ୍ୱରକ୍ଷଣା ।୨।ବିଲ୍ୱ ବନିକା-ମଣ୍ଡପ ମଣ୍ଡନା,ଚଣ୍ଡ ଚଣ୍ଡ-ମୁଣ୍ଡ ମୁଣ୍ଡ ଖଣ୍ଡନାମକରନ୍ଦ ମନ୍ଦ-ରସ ପ୍ରମତ୍ତା,ରକତ ପାନେ ଆଶକତଚିତ୍ତା,ମହାଭୟଙ୍କର ପ୍ରବଳ ହୁଙ୍କାରଧ୍ୱନିଧ୍ୱଂସ ମହାମୂରା ଗୋ ମା,କୁସୂମ୍ଭା ଲାଲ ବସନ ଭାସ୍ୱରା ।୩।ମୁଣ୍ଡ ମଣ୍ଡଳି-ମାଳିକା ଭୂଷଣା,କରାଳ କରାଳୀ କାଞ୍ଚୀ ଭୀଷଣାଶବଯୁଗଳୀ କଳିତ କୁଣ୍ଡଳା,ନିତମ୍ୱଚୁମ୍ୱୀ ପ୍ରଳମ୍ୱ କୁନ୍ତଳା,ଖଣ୍ଡା ମୁଣ୍ଡବର ଅଭୟ ସୁନ୍ଦରଚତୁର୍ଭୁଜା ଦିଗମ୍ବରା ଗୋ ମା,ତନୁଜିତ ନବଘନାଡ଼ମ୍ୱରା ।୪।ଅଟ୍ଟାଟ୍ଟହାସ ଜାତ ବାତ ବାଜି,ଉଡ଼ି ଅନ୍ତରୀକ୍ଷେ ଅଚଳରାଜିଫଟାଇ ଦେଲେ ବ୍ରାହ୍ମଣ –କଟାହଲଭିଲେ ଦିଗ-ମତ୍ତଙ୍ଗଜେ ମୋହମହେଶୀ ମହାମହିମ କଳ୍ପଳତାମାତଙ୍ଗଗତି ମାତଙ୍ଗୀ ଗୋ ମା,କ୍ଷୀରେଦ ଲୋଳ କଲୋଳ ଅପାଙ୍ଗୀ ।୫।ଦନ୍ତ ପ୍ରକଟ କଟକଟ ରବଝାଡ଼ିଲା ଗିରିବରୁ ମହାଗ୍ରାବପ୍ରତ୍ୟାଲୀଢ଼ ତୋ ପଦ ଜଳ ତଳକଲା ଯା ଭୂମଣ୍ଡଳ ଟଳମଳ,କମ୍ପିଲେ ମଣ୍ଡୁକନାଥ ରେ ଚଣ୍ଡକାଜନ୍ମିଲା ମହା ଅଦ୍ଭୁତ ଗୋ ମା,ରଣ-ରସିକା ତ୍ରିଜଗତ ମାତ ।୬।କେଉଁ ଦିଗେ ଲହ ଲହ ରସନାକେଉଁ ଦିଗେ ମୂର୍ତ୍ତି ବିଶେଷ ସେହ୍ନାନିନ୍ଦି ନିନ୍ଦି ନବ ଉଦିତ ଇନ୍ଦୁକେଉଁ ଦିଗେ ଦିଶେ ସୁନ୍ଦର ବିନ୍ଦୁ,ଧନୁର୍ବାଣ ଖଣ୍ଡା ଫରିବର ଦରୀଗଦା ଚକ୍ର କାତି ଧରି ଗୋ ମା,ଦଳିଲ ଦନୁଜଙ୍କୁ ବିଶ୍ୱେଶ୍ୱରୀ ।୭।ଦୁର୍ଗା ଦଇତ୍ୟଙ୍କୁ ଦଳିଲା ଘେନିଜନ୍ମିଲା ତହୁଁ ରୁଧିର-ବାହିନୀକୋଟି କୋଟି ରଥ ଗଜ ତୁରଙ୍ଗେପଡ଼ି ଭାସିଲେ ସେ ନଦୀ ତରଙ୍ଗେ,ହର ଆକୁଳ ହେଲେ, ଶିବାକୁଳମାତିଲେ ଗୃଧ୍ର ନିତୟ ଗୋ ମା,ହେଳେ ହେଲେ ଶୁମ୍ଭ ନିଶୁମ୍ଭ କ୍ଷୟ ।୮।ଧୁନ୍ଦୁ ଧୁନ୍ଦୁ ଧୁନ୍ଦୁ ଦୁନ୍ଦୁଭି ରବେପୁଷ୍ପ ବରଷିଲେ ଇନ୍ଦ୍ରାଦି ଦେବେ,ହରିଲ ମହାମାୟା ମହୀଭାରତୁମ୍ଭ ମହିମା କାହାକୁ ଗୋଚର,ଅଷ୍ଟଦୁର୍ଗନାଥ ଯୋଡ଼ି ଦୁଇ ହାତବନ୍ଦି ଜଣାଉଛି ଏତେ ଗୋ ମା,ସମୟେ ସ୍ପୁରୁଥିବ ମୋର ଚିତ୍ତେ ।୯।ଢୁମ୍ପା ଚଉତିଶାକେତେ ଜନ୍ମ ତପ ବିହିକଳା କଳେବର ଚାହିଁକୁଲ ପରିପାଳି ପାରିବି ନାହିଁ, ରେ ନିଆଳିଗଭା,କହ ମୁଁ ପଶିବି କାହିଁ ? ।୧।ଖିଆଲ ବିଚାରି ଥିଲିଖୋସାମତ କେତେ କଲିଖିଲେ ମାତ୍ର ପାନ ଖୁଆଇ ଦେଲି, ରେ ନିଆଳିଗଭା,ଖଟଣିରୁ ବଳି ଗଲି ।୨।ଗୋଟିଏ ଚୁମ୍ୱିଲେ ଗେଲେଗଣ୍ଡ ମୋ ଭରତି କଲେଗାଢ଼େ ବାହୁଯୁଗ ଜମାଇଁ ଦେଲେ, ରେ ନିଆଳିଗଭା,ଗୋଟା ଗଳାଗୁନ୍ଥା କଲେ ।୩।ଘେନିନେଇ ତହୁଁ ମୋତେଘେନାଘେନି କରି କେତେଘଡ଼ିଏ ଯାଏଁ କି କଲେଟି ରତେ, ରେ ନିଆଳିଗଭା,ଘଟେ ଚେତା ନାହିଁ ସତେ ।୪।ନ ସମ୍ଭାଳି ଟାଉଟାଉନୀବି ଫଟାଉ ଫିଟାଉନାହିଁ ବୋଲିବାକୁ ନୋହିଲା ଆଉ, ରେ ନିଆଳିଗଭା,ନୂତନର କେତେ ଦାଉ ।୫।ଚୁମ୍ୱି ପ୍ରତି ଅପଘନଚାଲିବାରୁ ନଖମୂନଚିହିଁକିଲେ ହେଲେ ତହିଁକି ମନ, ରେ ନିଆଳିଗଭା,ଚାଖିବାକୁ ଛନ୍ନ ଛନ୍ନ ।୬।ଛଳକୁ ଛକ ଦୋହରଛନ୍ଦେ ଛନ୍ଦି ରମିବାରଛଣା ସୁଧାରୁ ତ ବଡ଼ ମଧୁର, ରେ ନିଆଳିଗଭା,ଛାଡ଼ିବି କି ସଙ୍ଗ ତାର ।୭।ଜୋଡ଼ାରେ ନ ଥିବ ଭେଦଜମାଇଁ ଲଭି ପ୍ରମୋଦଜକାଜକି ରସ କେଡ଼େ ସୁଆଦ, ରେ ଚନ୍ଦ୍ରବଦନା,ଜାଣଇଁ ତା ନିଜ ହୃଦ ।୮।ଝିଙ୍କାଝିଙ୍କି କରି ଭିଡ଼ିଝାଳେ ଯାଉଥିବ ବୁଡ଼ିଝଳିଗଲା ପରି ଥିଲେ ପହୁଡ଼ି, ରେ ନବନବୀନା,ଝସଧ୍ୱଜ ଯାଏ ଝଡ଼ି ।୯।ନବନୀତ ମୋ ମାନସନ ସହେ ତପତି ଲେଶ,ନବଘନ ଶ୍ୟାମ ପ୍ରେମ ହୁତାଶ, ରେ ଜୀବର ଧନ,ନଜିକ ହୋଇଲା ଝାସ ।୧୦।ଟେକି ଦେଲେ ହେଲେ କାଖଟିପିଟିପି ଦେଲେ ନଖଟୋପିଟୋପି ହୋଇ ସ୍ରବଇ ସୁଖ ରେ, ମୋ ଜାଇଫୁଲ,ଟେକି ଲାଜେ ରଖେ ମୁଖ ।୧୧।ଠକ ପଣ ତାର କେତେଠଉରାଇଲୁ କି ଚିତ୍ତେଠୋକାଠୁକି ହେବା ପାଇଁ ଏକାନ୍ତେ, ରେ ଜୀବଜୀବନ,ଠାରିଦେଲେ ନୟନାନ୍ତେ ।୧୨।ଡର ଛାଡ଼ି ଡେରି ଛାତିଡିଣ୍ଡିମ ବଜାଇ ନିତି,ଡାକି ଶ୍ୟାମ ତୁଲେ କଲେ ପୀରତି, ରେ ଜୀବନପ୍ରଭୁ,ଡୁବିଯାଏ ସତେ ଜାତି ।୧୩।ଢୁଳାଇଲା ପରି ହୋଇଢୋକେ ଢୋକେ ଓଷ୍ଠ ପିଇଢମ କହିଲା ତୁ ବୋଲିବୁ ନାହିଁ, ମୋ ବାଇଆଣିଢୋକାଇ ଜାଣଇଁ ସେହି ।୧୪।ଅତି ମୃଦୁଳ ଦେହ ସେଅତସି ଫୁଲକୁ ହସେଅନିଳ ଅତର ପରାଏ ମିଶେ, ଜାଇଫୁଲ ରେ,ଆଲିଙ୍ଗନେ ଯେବେ ରସେ ।୧୫।ତପତି ମଦନେ ହେବା,ତଟିନୀ ତଟେ ପଡ଼ିବାତରୁଣୀ ତନୁ ସଫଳ କରିବା, ରେ ମୋ ରସବତୀ,ତମାଳ ତଳକୁ ଯିବା ।୧୬।ଥାଏ ମନେ ମୋ ଏ ଭାବଥାପି ବେଳ ବୁଝିଯିବଥରେ ଯେବେ ଓଷ୍ଠ ଚଖାଇ ଦେବ, ରେ ରୁଚିକସ୍ତନା,ଥୁ ଥୁ କରି ଫିଙ୍ଗି ନେବ ।୧୭।ଦରହାସ କି ସୁନ୍ଦରଦୁଇଅର୍ଥ ଚାଟୁଣୀର,ଦେଖୁଥିଲେ ଦୁଃଖ ଯାଏ ପାଶୋର, ରେ ସେବତୀଝରା,ଦୁଃଖ ସଙ୍ଖାଳି ସେ ମୋର ।୧୮।ଧରାଧର ଦୁଇଗୋଟି,ଧରାଧରି କଲେ ହଟିଧଇଁସଇଁ ସେ କି ହୁଏ ମୁଁ ଫୁଟି, ରେ ନବଅବଳା,ଧକସୁହା ମୋ ଧନୁଟି ।୧୯।ନବୀନ ବୟସୀ ଚାରୁ--ନଖ ମୁନ ମାରୁ ମାରୁ,ନିଶ୍ଚୟ ତୋ ଦେହ ଶିଳା କି ଦାରୁ, ରେ ନୂଆ ନିଆଳି,କେତେ ନାହିଁ ନାହିଁ କରୁ ।୨୦।ପିଲାଦିନୁ ପିତା ଯେତେପିଇଥାଇ ଧାଈ ହାତେପହିଲି ପାହାରୁ ନରଖେ ଚିତ୍ତେ, ରେ ଚନ୍ଦ୍ରବଦନା,ପୁରୁଷ ମାଧୁର୍ଯ୍ୟ ସତେ ।୨୧।ଫେରାଇ ନୟନ ଚାହିଁଫନ୍ଦାଇ ବିନୟ କହିଫୁଟିବା ଯାଏ ତ ରଖିଲା ନାହିଁ, ରେ ମୀନନୟନା,ଫାଙ୍କିବାକୁ ବେଳ କାହିଁ ? ।୨୨।ବିଟପୀ ନୋହିବି ବୋଲିବଡ଼ ଧଇର୍ଯ୍ୟରେ ଥିଲିବନମାଳ ବାସ ତହିଁ ପାଇଲି, ରେ ନବଛଇଳୀ,ବାଳିଶାରୁ ବଳିଗଲି ।୨୩।ଭଲ ଦିଶୁ କି ନ ଦିଶୁଭର୍ତ୍ସନା କରନ୍ତୁ ଶାଶୁ,ଊରୁ ଭଙ୍ଗ ନାହିଁ ଭଗାରି ହସୁ, ରେ ନୂଆ ଖିଆଲୀ,ଭ୍ରମେ ନୀଳମଣି ବସୁ ।୨୪।ମଞ୍ଚେ ହୋଇଥାଇ ଜାତକରିବା କଥା ତ ସତମଦନମୋହନ ଶ୍ୟାମ ଅମୃତ, ରେ ନୂଆରଙ୍ଗିଲା,ମଜ୍ଜିଥିବି ଅନାରତ ।୨୫।ଯତ୍ନେ ହେଳା ନ କରିବାଯମୁନାକୁ ଯାଉଥିବା,ଯଦୁନାଥଙ୍କୁ ଯେବେ ନ ପାଇବା, ରେ କଳସସ୍ତନା,ଯୋଗୀ ହୋଇ ସତେ ଯିବା ।୨୬।ରସରେ ରସ କେବଳରସବଶଟି ମଣ୍ଡଳ,ରଖ ରମଣୀର ଜନମଫଳ, ରେ କୁନ୍ଦରଦନା,ରସିକକୁ କରି କୋଳ ।୨୭।ଲତା ଲତା ଦଳି ଦଳିଲୁଚି ଲୁଚି ବୁଲିବୁଲିଲାବଣ୍ୟ ପୁଞ୍ଜକୁ ଲତାଇ ଦେଲି, ରେ କୁନ୍ଦରଦନା,ଲମ୍ପଟିଟା ବୋଲାଇଲି ।୨୮।ବସାଉ ବସାଉ ବଳେବସନ୍ତେ ମୁଁ ଶ୍ୟାମ କୋଳେବଡ଼ ସୁଖ ଦେଇ ନିତମ୍ୱ ତଳେ, ରେ ମନମୋହନା,ବାଇପରି କିସ ଖେଳେ ।୨୯।ଶମନ ଭଗିନୀ ବଣେଶପଥ ପକାଇ ପଣେଶିଖଣ୍ଡ ଲଗାଇ ମୋର ଚରଣେ, ରେ ଜୀବର ସଙ୍ଗୀ,ଶରଣ ବୋଲନ୍ତି କେଣେ ।୩୦।ସ୍ନେହକୁ ମୁକୁତା ହାରସମାନ ଘେନି ତାହାରସମର୍ପି ଦେଇଛି ଶରୀର ମୋର, ରେ ଛଇଳାମଣି,ସୁନ୍ଦରକୁ ଅଗୋଚର ।୩୧।ଷଟପଦ ଯୁବା ପରିସନ୍ତୋଷେ ବନେ ବିହରି,ସହସ୍ରେ ସର୍ଜିବି ହୋଇ ଥାଉ ହରି, ଛଇଳାମଣି,ସବୁରି ନେତ୍ରର ଗିରି ।୩୨।ହରି ହରି ହରି ହରିହରି ହରି ହରି ହରିହରିବେ ଯେ ଦୁଃଖ ଭବଲହରି, ରେ ପୃଥୁଳସ୍ତନା,ହସି ହସି ଯିବା ତରି ।୩୩।କ୍ଷୀରୋଦ-ନନ୍ଦନା-ପତିକ୍ଷିତି ଆଦି ଲୋକଗତିକ୍ଷମାନାଥ ଜଗଦ୍ଦେବ ଭାରତୀ, ରେ ଜୀବନପ୍ରଭୁ,କ୍ଷଣେ ହେଁ ନିଅନ୍ତୁ ସ୍ତୁତି ।୩୪।
ବାଳିଶା - ନିର୍ବୋଧ ସ୍ତ୍ରୀ, ଅନାରତ - ଦୁଃଖହୀନ, ବାଇ - ପାଗଳ, ଶମନ ଭଗିନୀ - ଯମୁନା, ଷଟପଦ ଯୁବା - ତରୁଣ ଭ୍ରମର, ସବୁରି ନେତ୍ରର ଗିରି - ସମସ୍ତଙ୍କ ଆଖିରେ ବଡ଼, କ୍ଷିରୋଦନନ୍ଦନା-ପତି - ବିଷ୍ଣୁ ।
ଫଳ ମନାସର ଉତ୍ତରରାଗ-ଘଣ୍ଟାରବଚଳସପଂରୀ ଈକ୍ଷଣା - ନିଧୁବନ ବିଚକ୍ଷଣାକବିତା ପଣ୍ଡିତା ମନାସିଲୁସୀତାଫଳ ହେଲା ମୋତେ ଜଣା ।୧।କେଳତୀ ରମ୍ଭା ସଦୃଶୀ - ଯୁବ କଳକଣ୍ଠ ଭାଷୀଘନ ସରି ନୀଳକୁନ୍ତଳାମାନସେ ପଣସ ଅଛୁ ମନାସୀ ।୨।ପସାଗଞ୍ଜପା ଲାଳସା - ମସାର ସଦୃଶ କେଶାରସଳସା ନିଶ୍ଚେଁ ରସାଳବିଚାର ତୋ ଚିତ୍ତେ କରିଛି ବସା ।୩।କମ୍ୱୁକଣ୍ଠୀ ବରାରୁହା - ଜମ୍ବୁନଦ ଗୋରା ଦେହାଜମ୍ବୁଫଳ ତୋର ଚିତ୍ତରଭିତର ମଣ୍ଡିଛି ଜାଣିଲି ଏହା ।୪।ଶାରଦା ସଙ୍ଗୀତ ସଭା - ନୟନ ରଞ୍ଜନ ପ୍ରଭାମହୀ ମହିଳାର ମଉଳିଚମ୍ପକଗଭା ତୁ ବାଛିଚୁ ଚଭା ।୫।ରମଣୀ ମଣ୍ଡନ ଶୀରି - ରମଣୀୟ ହେମଗୋରୀନିତି ସ୍ନେହ ଘେନା ମାନସରେସିନା କମଳା ଅଛୁ ବିଚାରି ।୬।କୁମ୍ଭିରାଜ କୁମ୍ଭସ୍ତନା - ଗମ୍ଭୀର ସରସ ମନାଜମ୍ୱିଳକୁ ଚିତ୍ତେ ଚିନ୍ତିଛୁତୁ ମୋତେ ଗେଲେ ଲୁଚାଉଛୁ ସିନା ।୭।ମଦଲୀଳା ଗଜଗତେ - ବିଦଳିତ କୁନ୍ଦସ୍ମିତେକଦଳୀ ତ ଚିତ୍ତେ ଚିନ୍ତିଛୁନାହିଁ କି କହି ଦେଉ ନାହୁଁ ମୋତେ ।୮।ଅମ୍ୱରୁହ ବାସବତୀ - ଅମ୍ୱୁଦ କେଶୀ ସୁଦନ୍ତୀଲେମ୍ୱୁ ଫଳ ସିନାସରସହସନା ତୋ ମନେ କରିଛି ସ୍ଥିତି ।୯।ମଧ୍ୟ ବିଜିତ କେଶରୀ - ପରିଣତ ବିମ୍ୱାଧରୀବାରି ଖେଳ ରସରସିକା ତୋ ହୃଦେ ନାରୀକେଳ ଥିଲା ପରି ।୧୦।ନାଗରାଜଗତି ଧନ-ନାଗରୀ ଶିର ରତନସାଗର ତନୟା ଲୀଳାବସତୀତୁ ନାଗରଙ୍ଗେ ଦେଲୁ ମନ ।୧୧।ପରିଣତ ଚନ୍ଦ୍ରମୁହୀଁ - ମାଳତୀ ଦେହା ମୋ ସହୀତାଳ ତୋ ହୃଦରେ ଅଛି ବୋଲିଅତି ବାଳକେ ତ ଦେବେ କହି ।୧୨।ମଜ୍ଜାରେ ରଖି ଗୋ ସ୍ନେହ - ଲଜ୍ଜାରୁ ଛାଡ଼ି ଆଗ୍ରହଅରୁଣାଧରା ତୋ ହୃଦୟସ୍ଥଳରେ କରୁଣା ନାହିଁ କି କହ ।୧୩।ସ୍ନେହ ଜରଜର ଚିତ୍ତେ - ଅକପଟେ କହ ମୋତେବିମ୍ୱାଅଧରା ଡାଳିମ୍ୱ ତୁ ମାନସେମନାସିଅଛୁ କି ସତେ ।୧୪।ଲାଜ କାହିଁକି ବନ୍ଧୁଆ-ମୋ ସନ୍ଦେହ ପଙ୍କ ଧୁଆଦଶବରଷୁଁ ତ ରସମୟହୃଦେ ଗୁଆ ହୋଇଥିବ ଥୁଆ ।୧୫।ମଦନପ୍ରିୟ ବସନା-କୁନ୍ଦସୁନ୍ଦର ଦଶନାଜୂଇ ଠଉର ନ ପଡ଼ିରହିଲା କି କଇଁଠ ଚିନ୍ତିଛୁ ସିନା ।୧୬।ତୋ ହୃଦରେ ଥିବା ବେଲ - ମୋ ହୃଦେ ଲଦିଲେ ଭଲଦୂରରୁ ମର୍ମ୍ମ ଯା ବିଦାରେବେଲ ସେ ନୁହଇ ବିଚିତ୍ର ଛେଲ ।୧୭।ପବିତ୍ର ପୀଠରେ ଥାଇ - ସ୍ତବ କବଚାଦି ଗାଇଜପ ସହସ୍ର ମୁଁ କରିଛିତୋ ହୃଦ ଫପସ ମାରିଶ ପାଇଁ ।୧୮।ଅଙ୍କାରଙ୍କାର ମୋ ଧନ - ଲଙ୍କା ଜାମରେ ତୋ ମନଖେଳୁଛି ପ୍ରବୀଣା ହୋଇଲାଯେ ଜଣା କି ବେଗେ କହିଲି ଘେନ ।୧୯।ହର-ମନୋହର ବେଶା-ପରମ ରସିକା ଭୂଷାକରମଙ୍ଗା ମନେବିଚାରିଛୁ ତୁହି କହିଲାଣି ମନ୍ଦହସା ।୨୦।ଶୃଙ୍ଗାର ଆଖେଟ ମହୀ - ଭୃଙ୍ଗାଳିକେଶା ମୋ ସହୀସପୂରୀ ତ ପୂରି ଅଛିତୋ ମାନସେ ହଉ ବୋଲି ଦିଅ କହି ।୨୧।ଯାମିନୀନାଥ ବଦନା - କାମିନୀ ମଣ୍ଡଳ ସୁନାଜାମି ନିଳୟ ତୋ ମନହେଲା ହଂସଗମନୀ ନ କହୁ ସିନା ।୨୨।ଅଳପ ଯାହା ହସିଲୁ - ମୋ ସନ୍ଦେହ ବିନାଶିଲୁକର-କୋକନଦ ଶୋଭିନୀମନେ ତୁ ବରକୋଳି ବିଚାରିଲୁ ।୨୩।ଦକ୍ଷା ତପନୀୟ ଗୋରୀ - ପ୍ରଖ୍ୟାତ ଲାବଣ୍ୟଶୀରିସାକ୍ଷାତ ରତିମୂରତୀତୁ ଚିତ୍ତରେ ଦ୍ରାକ୍ଷା ତ ଅଛୁ ବିଚାରି ।୨୪।ଜଣାଉଛି ସନ୍ନିଧାନେ - ବନ୍ଧୁ ଶୁଣ ସାବଧାନେମଞ୍ଜୁଳ ମଞ୍ଜିର ଚରଣତାଙ୍କର ବିଚାରିଅଛୁ ତା ମନେ ।୨୫।ଦର୍ପକ ଦର୍ପଣମୁହୀଁ - ମୋ ଠାରୁ ନାହିଁ ତୋ ସ୍ନେହୀଅନୃତ ନ କହ ଅମୃତଭଣ୍ଡାତୁ ମନାସି ଅଛୁ କି ନାହିଁ ।୨୬।କାମଫଳଦାତ୍ରୀ ଧନ - ରାମଫଳେ ତୋର ମନକମ ଫଳକ କମନୀୟନିତମ୍ୱା କହିଲି କି ନାହିଁ ଘେନ ।୨୭।ବିଚାରିଛୁ କ୍ଷୀରକୋଳି - କହିଲି କିଛି ନ ଭାଳିମୋହପରି କହିପାରିବୁରେ ସହି କର ମୋହପରି କେଳି ।୨୮।ସୁଲାବଣ୍ୟ ମଣି ଖଣି - ଗୋଲାପ ଜାମୁକୁ ଘେନିଖେଳେ ଚିତ୍ତ ତୋରଘେନ ପ୍ରାଣମିତ ମୁଁ କେମନ୍ତ ଅନୁମାନୀ ।୨୯।ବର୍ଜିତ ଦୁର୍ଗୁଣ ଶ୍ରେଣୀ - ନିର୍ଜିତ ସୁରରମଣୀଅର୍ଜୁନାମ୍ୱୁଜ ସୁବାସିନୀମନେ ଖର୍ଜୁର କି ଅଛୁ ଆଣି ।୩୦।ମୋ ହୃଦୟ ମୃଗପାଶି - ବିଶ୍ୱମୋହନ ବିଳାସୀହାରରାଜି ରାଜି ସ୍ତନମଣ୍ଡଳା ତୁ ନାରଙ୍ଗ ଅଛୁ ମନାସି ।୩୧।ସଦା ମଧୁରାଙ୍ଗୀ ବାଳା - ସଦା-ମସ୍ତକ ମଣ୍ଡଳାବାଦାମ୍ୱ ଫଳରେ ମଦାଳସାତୋର ମାନସ ରଚିଛି ଖେଳା ।୩୨।ବସୁଦୁର୍ଗ ଧରଣୀଶ - ବସୁଧା ମଣ୍ଡନ ଯଶଚଞ୍ଚଳ ମଞ୍ଜୁଳ-ନେତ୍ରାଘେନାକଲେ ଫଳ ମନାସର ରସ ।୩୩।ଫୁଲ ମନାସ ଉତ୍ତରରାଗ-ସାରଙ୍ଗଜାଣିଲି ରେ ସୁଦଶନା,ଜବା ତୁ ମନାସିଛୁ ମନେ ସିନା ରେ,ଜନ୍ମୁ ତ ନାହିଁ ବାସନା, ମୋ ବନ୍ଧୁ ରେ ।୧।ବିବିଧ ବିକାଶ ଶୋଭା,ଜୁଇ କୁସୁମେ କି ବଳିବ ଗଭା ରେ,ବିଶେଷେ ହେବ ଅଶୋଭା, ମୋ ବନ୍ଧୁରେ ।୨।କେଳିକଉତୁକବତୀ,କୋମଳ ବାସ ମାନସରେ ଚିନ୍ତି,କନିଅରେ କଲୁ ମତି, ମୋ ବନ୍ଧୁ ରେ ।୩।ରତିରସ ତରଙ୍ଗିଣୀ,ସାମନ୍ତାଣୀଗଣ, ସୀମନ୍ତଗଣି,ମନାସିଅଛୁ ରଙ୍ଗଣି, ମୋ ବନ୍ଧୁ ରେ ।୪।ମଧୁର ସରସଭାଷୀ,ମଧୁଲିଟନୀଳ କୁଞ୍ଚିତକେଶି,ବଧୁଲିରେ ଅଛୁ ରସି, ମୋ ବନ୍ଧୁ ରେ ।୫।କଳାବତୀକୁଳ ବର,କର୍ଣ୍ଣାବତଂସକୁ ହେବ ସୁନ୍ଦର,କଳପିଛୁ କରବିର, ମୋ ବନ୍ଧୁରେ ।୬।କଳାହକ ଉପମାନ,କଳାଇଟଳାରେ ଜୀବନ ଧନ,ବଳାଇ ଅଛୁ କି ମନ, ମୋ ବନ୍ଧୁରେ ।୭।କରି ବିପରୀତେ ରାଜି,ଦରବିକଶିତହାସୀରେ ଆଜି,ଅରବିନ୍ଦେ ଦେବି ସାଜି, ମୋ ବନ୍ଧୁ ରେ ।୮।ପରିଣତ ଚନ୍ଦ୍ରାନନା,କେଳିବନ ଦିଗେ ଅଳପ ଅନାଁ,ପୂରିଅଛି ଛୁରିଅନା, ମୋ ବନ୍ଧୁରେ ।୯।ତୁ ମନେ ବାଞ୍ଛିବା ଜାଇ,ମୋ ଉରେ ଉରୋଜ ଦେଲେ ମଜ୍ଜାଇ,ଏବେ ଆଣି ଦେବି ଯାଇ, ମୋ ବନ୍ଧୁରେ ।୧୦।ବିଚାରିଛୁ ସିନା ମଲ୍ଲୀ,ଏବେ ଅଣାଇବି ଲୋକରୁ ବୋଲି,କରୁଣା କଳପବଲ୍ଲୀ, ମୋ ବନ୍ଧୁରେ ।୧୧।ଚଞ୍ଚଳ ନୟନାଞ୍ଚଳା,କଞ୍ଚନେ ତୋ ଚିତ୍ତ ରହିଛି ଖେଳା,ଅଣାଇଁବି ଛାଡ଼ି ହେଳା, ମୋ ବନ୍ଧୁରେ ।୧୨।ଭଲା ରଙ୍ଗ ତା’ର ଭାବି,ଅଲାର ବିଚାରିଅଛୁ ବାନ୍ଧବୀ,ମଲାରୁ ଅଣାଇଁ ଦେବି, ମୋ ବନ୍ଧୁରେ ।୧୩।ମଗାଇବି ଫରମାସି,ତୁ ଲାବଣ୍ୟଗୁଣ ରସ-ସରସୀ,ଗୋଲାପ ଅଛୁ ମନାସି, ମୋ ବନ୍ଧୁରେ ।୧୪।ତାଳତୁଲ୍ୟ ପୟୋଧରା,ପାଳତୀ ବସି ଅଣାଇବେ ପରା,ମାଳତୀ ମାଳିକା ଝରା, ମୋ ବନ୍ଧୁରେ ।୧୫।ଇନ୍ଦୀବର ବରମୁଖୀ,ଇନ୍ଦୀବର ଅଛୁ ମାନସେ ରଖି,ନିନ୍ଦିବ ତାକୁ ତୋ ଆଖି, ମୋ ବନ୍ଧୁରେ ।୧୬।ନଗରଯାକ ତଲାସୀ,ଡଗରଙ୍କୁ ଅଛି ପେଷି, ମୋ ବନ୍ଧୁରେ ।୧୭।ଛଣାପୀୟୁଷ ବଚନା,ଜଣାଗଲାଣି ତୋ ଆଲୋଚନା,ଅଣାଇଁବି କୁନ୍ଦ ସିନା, ମୋ ବନ୍ଧୁରେ ।୧୮।ବଉଳେ ଅଛି ତୋ ଚିତ୍ତ,ମଉଳେ ଯେବେ ଅତି ସୁବାସିତ,ଚଉକିତ ବଡ଼ ହିତ, ମୋ ବନ୍ଧୁରେ ।୧୯।ସନୀର ନୀରଦ କେଶୀ,ପନିର ଫୁଲେ ଧନି, ଅଛୁ ରସି,ବନିରୁ ତୋଳନ୍ତୁ ଦାସୀ, ମୋ ବନ୍ଧୁରେ ।୨୦।ଆରେ ତ୍ରିଜଗତୀଶୋଭା,ନିଆଳୀରେ ହୋଇଅଛୁ ସଲୋଭା,କି ଆଳି ରଚିବେ ଗଭା, ମୋ ବନ୍ଧୁରେ ।୨୧।ଚମ୍ପକକୁ ଅଛୁ ହଟି,ଅଣାଇଁ ଦେବି ଏବେ କୁଶ-କଟୀ,ଚୁମ୍ୱେ ପାଲଟା ଦେବୁଟି, ମୋ ବନ୍ଧୁରେ ।୨୨।ପଚାରେଁ ଚାନ୍ଦମୁହିୀକି,ପୁନାଗତ ମୁଁ, ମୋ କୋଳେ ବସିବା,ଆଉ ପୁନ୍ନାଗ କାହିଁକି ? ମୋ ବନ୍ଧୁରେ ।୨୩।କି ଆରେ ଜୀବ ଜୀବନ,ତିଆରି ନାହିଁ କି ମୁଁ ଗତଦିନ,କିଆରେ ଜାଣି ତୋ ମନ, ମୋ ବନ୍ଧୁରେ ।୨୪।ତନୁଦ୍ୟୁତି ଜିତି ସମ୍ପା,ଥିବ କି ତୋର ଏହି ଅନୁକମ୍ପା,ଅଣାଇବି ଦିବ୍ୟ ଚମ୍ପା, ମୋ ବନ୍ଧୁରେ ।୨୫।ରେ ବତିଶାର୍ଦ୍ଧ ବୟସୀ,ସେବତୀକି ମନେ ଅଛୁ ମନାସି,ସେ ବନିବ ଶେଜ ନିଶି, ମୋ ବନ୍ଧୁରେ ।୨୬।କଳାବତୀଙ୍କ ରତନ,ଅଁଳା କୁସୁମରେ ଅବଶ୍ୟ ମନ,ବଳାଇଛୁଁ ତୁ ତ ଧନ, ମୋ ବନ୍ଧୁରେ ।୨୭।ସ୍ୱର୍ଣ୍ଣସବର୍ଣ୍ଣ ବରନା,କର୍ଣ୍ଣିକାରକୁ ବିଚାରିଛୁ ସିନି,କେ କଲା ତହିଁକି ମନା, ମୋ ବନ୍ଧୁରେ ।୨୮।ବିରାଟ ପରି ସେ ଦିଶେ,ତରାଟ ସେ ସିନା ଅଛି ମାନସେ,ଧରା ତ ଅଛି ବିଶେଷେ, ମୋ ବନ୍ଧୁରେ ।୨୯।ମହୀ-ମହେନ୍ଦ୍ର-ନନ୍ଦନାମନେ ଯେ ମନାସି ଅଛୁ ନନ୍ଦନା,ଉପବନେ ଅଛି ସିନା, ମୋ ବନ୍ଧୁରେ ।୩୦।ରଙ୍ଗ ମଧୁର-ଅଧରା,ଗଙ୍ଗସିମୁଳୀ ବିଚାରିଛୁ ପରା,ପ୍ରଭାତେ ଦେବି ତା ଝରା, ମୋ ବନ୍ଧୁରେ ।୩୧।ତୋ ମନେ କରିଛି ଖେଳା,ନୀପରେ କି ପୀରତି ବତ୍ସଳା,ଥିବାରୁ ପୁଲକ ତୁଳା, ମୋ ବନ୍ଧୁରେ ।୩୨।ବସୁଦୁର୍ଗଧରାଧୀଶ,ରସନିଧିକି ପୂରାଇ ହରଷ,ରଚିଲେ ଫୁଲ ମନାସ, ମୋ ବନ୍ଧୁରେ ।୩୩।ଅଳଙ୍କାର ମନାସ ଉତ୍ତରରାଗ--କେଦାର - କାମୋଦିଜଣାଗଲା ଯେ ଆରେ ତମାଳକେଶୀ,କନକ ଦୁବଝରା ଅଛୁ ମନାସି ରେ ।୧ ।ନିଶ୍ଚୟ କଲି ବନ୍ଧୁ ମୁଁ ଅନୁମାନେ,ଖେଳୁଚି ପେଣ୍ଡା ଆମ୍ବ କସି ତୋ ମନେ ରେ ।୨ ।ଆଶ୍ରିତ ଜନ ନେତ୍ର ସୁଖଦାତ୍ରୀ କି,ଓହ୍ଲାଉଅଛୁ ସିନା କିଆପତ୍ରିକି ରେ ।୩ ।ଯହିଁରେ ବସେ ନାନା ରତନ ଖଣ୍ଡି,ଚିନ୍ତିବୁ ସହି, ସେହି ଚଉଁରୀମୁଣ୍ଡି ରେ । ୪ ।ଆରେ ନିର୍ଜିତ ଚମ୍ପାକଳିକାଙ୍ଗାଳି,ଚନ୍ଦ୍ର ସୂର୍ଯ୍ୟ କରନ୍ତି ତୋ ମନେ କେଳି ରେ । ୫ ।ବିଚାରିଅଛୁ ସିନା ସେ ମୁକ୍ତାଜାଲି,ଛାମୁରେ ଯା ନଜର କରିଛି କାଲି ରେ । ୬ ।ସୀତା ମଧୁର ମୃଦୁ ସରସଭାଷୀ,ଚିତାକୁ ସିନା ମନେ ଅଛୁ ମନାସି ରେ ।୭ ।ସତ କହ ରେ ନବରତ୍ନ ସ୍ନେହାଟି,ବିଚାରି ଅଛୁ କି ନା ଅଳକାପାଟିରେ । ୮ ।ବଳି କମନୀୟାଙ୍ଗା ହାଟକ ଗୋରୀ,ମଲ୍ଲୀ କଢ଼ିକି ଅଛୁ ସିନା ବିଚାରି ରେ । ୯ ।ତୋ ଚିତ୍ତେ କଉତୁକ ଅଛି ବଢ଼ି କିବିଚାରି ଅଛୁ ଚନ୍ଦ୍ରମଲକଢ଼ିକି ରେ ।୧୦ ।ଗୁଚ୍ଛ ଝଲକା ମନେ ଅଛୁ ବିଚାରିଚାରୁହାସୀ ମୋ ହୃଦେ ହେଲା ଏପରି ରେ ।୧୧ ।କଥାରମ୍ଭେ ଯା ପ୍ରମୋଦରେ ପୁଲକୁ,ମୋ ଧନ ମନାସିଛୁ କାନଫୁଲକୁ ରେ ।୧୨ ।ଖେଳୁଛି ଜଣାହେଲା ମୋ ଅନୁମାନେ,ତାଟଙ୍କ ପଙ୍କେରୁହ-ନେତ୍ରା ତୋ ମନେ ।୧୩ ।ମୁଁ ମନେ ମନାସିଛି ତୋ ଅନୁକମ୍ପାତୁ ମନେ ମନାସିଛୁ ମୁକୁତାଝମ୍ପା ।୧୪ ।ବନ୍ଦିମନ୍ଦିର କାନ ଯୋଗ୍ୟ ବନ୍ଦିଆ,ତୋ ମନେ ରହିଲାଣି ଜୀବବନ୍ଧୁଆ ।୧୫ ।ନ କହୁ ଦିଶିଯିବ ବୋଲି ହାଲକା,ବିଚାରିଅଛୁ ସିନା ପ୍ରତି ଝଲକା ।୧୬ ।ତୋ ନାସାଦଣ୍ଡ ଅଛି ଯାହାକୁ ମଣ୍ଡି,ସହି ତୁ ବିଚାରିଛୁ ସେ ହୀରା ଦଣ୍ଡି ।୧୭ ।ସୁଆଗ ବିଶାରଦା ଆରେ ସୁକେଶୀ,ଶୁଆ ଗୁଣା କି ଅଛୁ ଚିତ୍ତେ ମନାସି ।୧୮ ।ଯେ ମନମଥର ତୋ କିଙ୍କିଣି ତାଳେ,ନାଚେ ସେ ନଥ ଅଛି ତୋ ହୃଦସ୍ଥଳେ ।୧୯ ।ଜଣାଉଁଅଛି ରତି-ବିଚକ୍ଷଣାକୁ,ବାଞ୍ଚିଛୁ ନୀଳମଣି ନାକଚଣାକୁ ।୨୦ ।ତାପସ ଜନ ମନମୋହନ ବେଶା,ଚାପସରିରେ କଲା ତୋ ଚିତ୍ତ ବସା ।୨୧ ।କଣ୍ଠାକୁ କଣ୍ଠୀରବମଧ୍ୟା ତୋ ମନ,ମନାସିଅଛୁ ଏଥି ନ ହୋଇ ଆନ ।୨୨ ।ନାଗପୁଙ୍ଗବ ଗତି ଘାଗଡ଼ାମାଳେ,ତୋ ଚିତ୍ତ ଅଛି ମାତ୍ର ନ କହୁ ଛଳେ ।୨୩ ।ସୋରିଷାର ସଦୃଶା ସୋରିଷା ମାଳି,ଧରି ସାକ୍ଷାତ ପୁଣି ଅଛୁ ତା ଭାଳି ।୨୪ ।ବିଚାରିଅଛୁ ଗୁଜୁରାତି ମାଳିକି,କହ, ଯେ ଦେଲି କହି ମନେ ଭାଳିକି ।୨୫ ।ଛେଚାକଣ୍ଠିରେ ମନ ଅଛି ପ୍ରବଳି,କେ ଚାତୁର୍ଯ୍ୟକୁ ତୋର ପାରିବ କଳି ।୨୬ ।ଠଉରାଇଲି ଆରେ ତରୁଣୀବର,ଡଉଁରାମାଳି ଅଛି ମାନସେ ତୋର ।୨୭ ।ବୀର ପିତୁଳି ମାଳି ଅଛି ତୋ ମନେ,ହୀରକ ଦନ୍ତି କହେଁ ମୁଁ ଅନୁମାନେ ।୨୮ ।ପଙ୍କଜଦୃଶା ଦଶାବତାର ମାଳି,ଜାଣିଲି ମାନସରେ ଅଛୁ ତୁ ଭାଳି ।୨୯ ।ଜାଣି ଜଣାଉଁ ଅଛି ଧନମାଳିକି,ଆଣିଛୁ ହୃଦୟକୁ ଧାନ ମାଳିକି ।୩୦ ।କେଶ ନୀଳିମା ବଳି ଛିତ କାଳିକା,ବିଚାରିଅଛୁ ଚମ୍ପାକଢ଼ି ମାଳିକା ।୩୧ ।ଜାଣି ପାରୁଛି ନିଶ୍ଚେଁ କରୁଛି କେଳି,ମନମୋହନା ମନେ ମୋହନମାଳି ।୩୨ ।କହ ନ କହ ଜାଇଦଳ କୋମଳାଜାଣିଲି ତୋ ମାନସେ ନକ୍ଷତ୍ରମାଳା ।୩୩ ।କହେଁ ମୋ ନେତ୍ର ମନ ବନ୍ଦିକାରାକୁବିଚାରିଅଛୁ ଚାରୁଚାନ୍ଦ୍ରହାରାକୁ ।୩୪ ।ଧରିବି ମନଭାବ କରିଛି କେଳି,କରିଗମନା ମନେ ହରଡ଼ମାଳି ।୩୫ ।ନ ଶୁଣ ଅବା ଘେନ ନ ଘେନ କିଛି,ରସୁଣିଆ ମାଳ ତୋ ମାନସେ ଅଛି ।୩୬ ।ମଦ କାଦମ୍ୱଗତି ମୋ ଜୀବଧନ,ପଦକମାଳାରେ ତୋ ବଳିଛି ମନ ।୩୭ ।ଜାଣିଲି ଆରେ ନବନୀତ କୋମଳା,ମୋ ବନ୍ଧୁ ବିଚାରିଛୁ ମୁକୁତାମାଳା ।୩୮।ଛାଡ଼ କପଟ, ସତ୍ୟ କହ ନବୀନା,ତାଡ଼ ତୁ ମନାସିଛୁ ମାନସେ ସିନା ।୩୯ ।ଯାହା ବାନ୍ଧବୀ ଅଛୁ ମନାସି ଚିତ୍ତେ,ବାଜୁବନ୍ଧ ସେ ହେଲା ମୋତେ ପରତେ । ୪୦ ।କହୁଛି ରଖିଥିବୁ ତୁ କୃପାଟି କି,ବିଚାରି ଅଛୁ ସତ ହସ୍ତ ପାଟିକି । ୪୧ ।କୁଞ୍ଜର ମଦହରଗମନା ଚିତ୍ତେଗୁଞ୍ଜର ବିଚାରିଲୁ ନାହିଁକି ସତେ । ୪୨ ।ସ୍ମରଗରବ ବିନାଶିନୀ ମୋ ଧନୀ,ଗରଗଡ଼ିଆ ମନେ ଅଛୁ କି ଘେନି । ୪୩ ।ବିଚାରି ଅଛୁ ଖଞ୍ଜା ଖଡ଼ିଆଳିକି,ମତେ ନ କହ ପଛେ କହ ଆଳିକି । ୪୪ ।ଖଟା ନ ରଖି ମନେ କହ ନାଗରୀ,ଗୋଟା କାଚ କି ମନେ ଅଛୁ ବିଚାରି । ୪୫ ।ମୁକୁତା କଙ୍କଣ ତ ବାଛିଛୁ ମନେ,କାହିଁକି କହୁନାହୁଁ ଗଜକମନେ । ୪୬ ।କଟାକ୍ଷ ଚାହାଣିରୁ ଗଲାଣି ଜଣା,ପଟା କାଚକୁ ମନାସିନ୍ଧୁ ପ୍ରବୀଣା । ୪୭ ।ନିର୍ମ୍ମଳ ନୀଳମଣି ଲହରୀଚୁଡ଼ି,ଚତୁରୀ ଚିତ୍ତଜଳେ ରହିଛି ବୁଡ଼ି । ୪୮ ।ବ୍ରହ୍ମଜାତିଆ ହୀରାବଟୁ ମୁଦ୍ରିକା,ମନେ ମନାସି ଅଛୁ ନବରସିକା । ୪୯ ।ତର୍ଜନୀ ନବଗ୍ରହ ଅଙ୍ଗୁଳି ଏକେ,ଅଛି ତୋ ଚିତ୍ତ ଜଣା ପଡ଼ିଲା ସ୍ତୋକେ । ୫୦ ।ଶାଖା ମୋହନ ମୁଦି ଅଛି ତୋ ଚିତ୍ତେ,ହରିଣେକ୍ଷଣା ଜଣା ପଡ଼ିଲା ମୋତେ । ୫୧ ।ଜଣାଗଲା ରେ ଆରେ ପ୍ରାଣ ବାନ୍ଧବୀ,ରତନ ଅଙ୍ଗୁଷ୍ଠିକା ଅଛୁ ତୁ ଭାବି । ୫୨ ।ସେବତୀ ପହିଞ୍ଚିରେ ତୋ ମନ ଅଛି,ଏଥିରେ ନାହିଁ ମୋର ସନ୍ଦେହ କିଛି । ୫୩ ।ନଚାଉଅଛୁ ପଦା ପହିଞ୍ଚି ମନେ,ନିଶ୍ଚୟ କଲି ଏହା ମୁଁ ଅନୁମାନେ । ୫୪ ।ନବନୀତାଙ୍ଗୀ ନବରତ୍ନ ପହିଞ୍ଚି,ଅବଶ୍ୟ ତୋ ମନକୁ ଅଛି ପହଞ୍ଚି । ୫୫ ।କିପରି ମାନିବ ଟି ତୋତେ ବନ୍ଧାଇ,ହୁକୁମ ହେଲେ ଥରେ ଦେବି ପିନ୍ଧାଇ । ୫୬ ।ଆରେ ଭାରତୀ-ବିନିର୍ଜିତ ବିପଞ୍ଚି,ପ୍ରତୀତ ହେଲା ମୋତେ ପାଞ୍ଚିଛୁ କାଞ୍ଚି । ୫୭ ।କହିଲି କି ଚିତ୍ର ରେ ସ୍ନେହ ବତ୍ସଳା,ଲାଗରେ ପଡ଼ିଅଛି ଦେଖ ମେଖଳା । ୫୮ ।ରୁଚି ନିନ୍ଦିତକୁନ୍ଦମନ୍ଦହସନା,ତୁ ତ ମାନସେ ମନାସିଛୁ ରସନା । ୫୯ ।ଲାଗିରେ ନ ଥିବାର ନଥିବ ଦିନ,ନୂପୁରକୁ ପୁରତେ ଦେଖିୁଛୁ ଧନ । ୬୦ ।କ୍ଷମା କରିବୁ ମାତ୍ର ହେବ ଯା ହୁଡ଼,ଅବଶ୍ୟ ଧନ ମନାସିନ୍ଧୁ ପାହୁଡ଼ । ୬୧ ।ମୋଠାରେ ପ୍ରଂଶସାକୁ ଅବଳାବଳା,ବିଚାରି ଅଛୁ ବର ଅବଳାବଳା । ୬୨ ।ଖୁଣ୍ଟିଆ କରି ଡାକେ ଯେ ବିଜେବେଳେଝୁଣ୍ଟିଆ ବିଚାରିଛୁ ହୃଦକମଳେ । ୬୩ ।କଥାରେ କରୁନାହୁଁ ସିନା ବ୍ୟକତ,ମଥାମଣିରେ ତୋର ବଳିଛି ଚିତ୍ତ । ୬୪ ।ଶ୍ରୀବାଲୁକେଶ ଅଷ୍ଟଦୁର୍ଗନରେଶ,ରସେ ରଚିଲେ ଅଳଙ୍କାର ମନାସ । ୬୫ ।‘ବଡ଼ଗଡ଼’ ରାଜଦରବାରରେକବିଙ୍କ ଉକ୍ତିବନାତ ଫରଦା – ତଳେ ବିଶାରଦା !ଅନା ତ ଥରେ ନିରେଖି,ଆହା ଧନ୍ୟ ଧନ୍ୟ ! ଏ ଯୁବାଲାବଣ୍ୟ ଦେଖି ଥିବା ଆଖି ‘ଆଖି’ ରେସଙ୍ଗାତ, ସେହିଟି କିଏ ? କହଟିଯାହାଙ୍କର ଯଶ-ବାସ ଦଶଦିଶଯାକେ ଯାଉଚି ଚହଟି ।୧ ।ପଦ ନଳିନର ନିଉଁଛାଳି ଭଳି ମଦନ-ମୁକୁଟ ନୁହେ,ମାନବରୁ ଏଥୁଁ ଆନ ବରେ ଯୋଷା-ମାନଙ୍କମନକୁ ମୋହେ ରେ ସଙ୍ଗାତ,କଟାକ୍ଷ ଖେଳକୁ ଦେଖ,ଏ ଟି ନାଗରୀଙ୍କ ଧୃତିକି ଅରିଙ୍କଗୁମାନ ମଜ୍ଜାକୁ ମେଖ ରେ ! ।୧ ।ଶ୍ରୀମୁଖର କଳା ଗୋଟିକର ତୁଳାନାହିଁ ରୋହିଣୀ ରମଣେ,ଆହା! କି ସୁନ୍ଦର ମନ୍ଦ ହାସ ତା’ରକେଉଁ ଉନ୍ମାଦକ ଗୁଣେ ରେ ସଙ୍ଗାତ,ବାହୁ ଯୁଗଳର ଛବିକନକ ବେତଣ୍ଡ ଗଜ ଶୁଣ୍ଡାଦଣ୍ଡଗରବ ଗିରିକି ପବି ରେ ! ।୩।ସରସ ଶେଷ ଗମ୍ଭୀର ଗିରତୁଲେ ଯାହା । ନାଚୁଅଛି ଭୂରୁତା’ ସିନା ଜାଣନ୍ତି କିଛି କିଛି ଚିନ୍ତା‘କାଶୀନାଥ ରାଜଗୁରୁ’ ରେ ସଙ୍ଗାତ,କି ପୂଣ୍ୟ ଏ କରିଥିଲେ !!ଏ ନୃପ ସଭାରେ ବସୁ ବସୁ ‘ବସୁଗଣେ’ଗଣନୀୟ ହେଲେ ରେ । ୪ ।ନବୀନ ଜବନ ଭବନ କବନଦଶନ ବସନା ! ଅନାଏ ‘ଥୁ’ ପାନ ବୋଳ ଯାହା ଗଣ୍ଡସ୍ଥଳ ଲଭିବ,ସେ ବରାଙ୍ଗନାରେ ସଙ୍ଗୀତ,ନାରୀରେ କି ଯିବ ଲେଖା ?ଅମରୀଙ୍କ ମଧ୍ୟେ ଚମରୀନେତ୍ରୀ ତ ସେଭାଗ୍ୟେ ନ ଯିବ ଦେଖା ରେ । ୫ ।ଗିରୀନ୍ଦ୍ର ନନ୍ଦନା ମୋଦରେ ବନ୍ଦନାକରି କର ନିବେଦନ,ମୃକଣ୍ଡୁ ତନୟଙ୍କର ଆୟୁର୍ଦାୟଲଭନ୍ତୁ ଏ ଦୁଃଖୀଧନ ରେ ସଙ୍ଗାତ,ଏହି ଯଉବନ ଥାଉଏଥୁ ଅଲଗଡ଼ ପାଞ୍ଚିବ ଯେ ଗଡ଼ଚଣ୍ଡୀତାକୁ ମୋଡ଼ି ଖାଉ ରେ ! । ୬ ।କବି ଜନଙ୍କର ‘ରାୟଗୁରୁ’ ଗିରତ୍ରିକାଳେ ନୋହୁ ଅନ୍ୟଥାତାଟକା ହେଲାନି ‘ହାଟକାଦ୍ରି’ ଘେନିଆପଣା ଅନିତ୍ୟ କଥା ରେ ସଙ୍ଗୀତ !ଖଡ଼ଗ ଖେଳ ନ କରବଡ଼ ଗଡ଼ କରି ଦାନଦିଅନ୍ତୁ ଏ ବଡ଼ଗଡ଼ ପୁରନ୍ଦର ।୭ ।ମନସିଜୋଲ୍ଲାସରାଗ-ବରାଡ଼ୀଅନଙ୍ଗସଙ୍ଗର ଶେଷ ସୁଖବ୍ରହ୍ମାନନ୍ଦରସ ପ୍ରବାହରେ ପଡ଼ି ଯୁବରାଜ ।କିଶୋରୀକି ଧରି କୋଳେ ଚେଳାଞ୍ଚଳବିଞ୍ଚାବେଳେ କହେ ଚୁମ୍ୱି ମୁଖଦ୍ୱିରାଜ ହେ । ଜୀବବନ୍ଧୁ ।ମୋ ରାଣଟି ପଚାରୁଛି କହ ।କି ପଦାର୍ଥ ତୁ ମୋର ପ୍ରାଣପଞ୍ଚକକି ବରବରନା କି ତୁ ଜଗତୀମୋହ ରେ ।୧ ।ମୋର ପୂର୍ବ ତପୋବଳ କଳପବଳ୍ଲରୀଫଳତୁହି କି ରେ ମହୀସ୍ଥଳୀଭୂଷା ।କି ମୋ ସାମ୍ରାଜ୍ୟବିଭୂତି ହୋଇଅଛି ମୂର୍ତ୍ତିମତୀତୋ ସ୍ନେହ ମୋ ହୃଦପଦ ପୂଷାରେ । ଜୀବବନ୍ଧୁ ।ମୁଁ ବକ୍ଷ ତୁହି କି ମୋତିମାଳା ।ମୁଁ କୁସୁମ ତୁ ବାସନା କି ରେ ହୀରକଦଶନାମୁଁ ଆକାଶ ତୁ କି ଚନ୍ଦ୍ରକଳାରେ ।୨।ପଟୁ ନଟ ଖଞ୍ଜରୀଟ ଘଟଣନେତ୍ରାମୁଁ କି ଘଟ ତୁହି ଜୀବନ କି କହ କହ ।ତୁ ପରିଣତଚନ୍ଦ୍ରମା ଚକୋର ମୁଁ କି ରେରାମା ମୁଁ ଚାତକ ତୁ କି ବାରିବାହ ରେ । ଜୀବବନ୍ଧୁ ।ମୁଁ କି ବନ ତୁ ବସନ୍ତଶିରୀ ।ବିକଶିତ ଅରବିନ୍ଦ ତୁ କି ମୁଁ ଭୋଖୀ ମିଳିନ୍ଦମୁଁ ମୀନ ତୁ କି ଗଭୀର ବାରି ରେ ।୩ ।ମୁଁ କାବ୍ୟ ବନ୍ଧ ତୁ ରସ, ରସ ମୁଁ ତାହା ବିଶେଷସ୍ୱାଦୁ ଗୁଣ କି ରେ ଗୁଣନିଧି ।ତୁ ପ୍ରଭୁ ମୁଁ ପରିଜନ ଏଥି ନାହିଁ ଅନୁମାନ ମୁଁମନ୍ତ୍ର ଜପ କି ତୁ ତା ସିଦ୍ଧି ରେ । ଜୀବବନ୍ଧୁ ।ମୁଁ ମନ୍ଦିର ତୁ କି ଦୀପଶିଖା ।କି ବୋଲି ତୋ ସମ୍ୱୋଧନ କରିବି ରେ ପ୍ରାଣଧନସକରୁଣ ଚିତ୍ତେ ମୋତେ ଶିଖାରେ । ୪ ।ମୁଁ ଦେହ ତୁ ଅଳଙ୍କୃତି କି ରେ କେଳିକଳାବତୀସହଜେ ମୁଁ ନୃପ ତୁ କି ନୀତି ।ମୁଁ ଶାଖୀ ତୁ ବନଲତା ମୁଁ ଜଳ ତୁ ନିର୍ମଳତାମୁଁ ରଜନୀ ତୁହି କି ମୋ ଗତି ରେ । ଜୀବବନ୍ଧୁ ।ଅଳକା ମୁଁ ତୁ କି ମୋ ସମ୍ପଦ ।ମୁଁ କି ପ୍ରସିଦ୍ଧ ପ୍ରାସାଦ ସ୍ୱାଦୁମୃଦୁତରନାଦକଣ୍ଠିକି ତୁ ମହୋତ୍ସବ ଭେଦ ରେ । ୫।ମୁଁ କି ବାଳକାଳ ଅନ୍ଧ ଆରେବିବିଧପ୍ରବନ୍ଧପଣ୍ଡିତା ତୁ ନେତ୍ରଲାଭ ମୋର ।ମୋ ମାନସ ସେ ସରସୀ ତୁ କି କେଳିକଳହଂସୀମୁଁ ସୁରତ ତୁ କି ଅନ୍ତଃସାର ରେ । ଜୀବବନ୍ଧୁ ।ମୁଁ ମୁକୁର ତୁ କି ତାହା ଝଳି ।ମୁଁ କନକ ତୁ ନୂତନ ରତନ ମୁଁ କି ରତନତୁ କି କରକଳିକାଆବଳୀ ରେ । ୬ ।ମୋ ଧନଟି କାହିଁ କହ ବୋଲି ଯେ ଏତେଆଗ୍ରହ କରୁଅଛି କହିଲୁ ତ ନାହିଁ ।ବଞ୍ଚାଉ ଯେ ଲକ୍ଷେ ରାଣ ଭଲ କି ଗଲେ ମୋ ପ୍ରାଣସ୍ନେହ ଥିବା ଜଣାଗଲା କେହି ରେ । ଜୀବବନ୍ଧୁ ।ମାତେ ପଚାରିଲେ କି ପଚାର ।ନ କହିଲେ ମୁଁ ଛଦ୍ମରେ ଘେନି ହୃଦୟପଦ୍ମରେ ତହିଁକି ବିଚାର ଉପଚାର ରେ ।୭।ଛାଇ ପରି ଅନୁସରି ଥିବା ଲୋକେ ଏତେସରି ଲାଜେ ତୁ ଯେ ରଖିଅଛୁ ଟାକ ।ନଖ ଶିଖଠାରୁ କେଶଯାଏ ମନ ଜାଣି ବେଶକେ କରିବ ପୁଣି କାଳଯାକ ରେ । ଜୀବବନ୍ଧୁ ।ମୋ ତୁଲ୍ୟ ତ ନୋହେ ଲାଗି ଶାଢ଼ୀ ।ତାହାକୁ ରଖିବି ଦୂରେ ରସଲମ୍ପଟୀ ମୋଉରେ ରହିବୁ ନିବିଡ଼େ ପରା ଜଡ଼ି ରେ । ୮ ।ସବ୍ରୀଡ଼ ନେତ୍ରଯୁଗଳୀ ନୀଳଘନ ପକ୍ଷ୍ମପାଳୀଟେକି ମୋ ମୁଖକୁ ହସି ଚାହିଁ ।ଅନଙ୍ଗ କଳାନିଧି ରେ କହ କହ‘‘ମୃଦୁଗିରେ ମୋରବନ୍ଧୁଆଟି କାହିଁ କାହିଁ ରେ’’ । ଜୀବବନ୍ଧୁ ।ମୁଁ ବୋଲିବା କଥା ଯେବେ ଲାଜ ।ଏ ରୁଚିରାଙ୍ଗୁଳୀ କଳୀ ଅଗ୍ରେ ଉରୋଜଯୁଗଳୀମଧ୍ୟ ଛୁଇଁ ବଢ଼ାଅ ମୋ ଓଜ ରେ । ୯ ।ଏତେ ବିନତିରେ ଏହି କଥାରେ ନିର୍ବାହନାହିଁ କରି ତତେ ସକଳ ସମ୍ପତ୍ତି ।କରିଛି ଯେ ଅନଳପ ସଉଭାଗ୍ୟ ସଂକଳପକେମନ୍ତେ ସେ ହୋଇବ ଭରତି ରେ । ଜୀବବନ୍ଧୁ ।ତୁହି କି ମୋ ସକଳ ସଙ୍ଖାଳି ।ବଚନେ ପଛେ ନ କହ ନେତ୍ରନୀଳଜଳରୁହଥରେ ଉରୋଜରେ ଦିଅ ଢ଼ାଳି ରେ ।୧୦ ।ତ୍ରିଲୋକଯାକ ଲାବଣ୍ୟ କରିଥିଲା କେତେପୁଣ୍ୟ ଏ ମୁଖଚନ୍ଦ୍ରରେ କଲା କେଳି ।ତହୁଁ କେତେ ଗୁଣେ ବଳି ମୋର ଏ ନେତ୍ରଯୁଗଳୀକରିଥିଲା ତପ ନୋହେ କଳି ରେ । ଜୀବବନ୍ଧୁ ।ଏଡ଼େ ଲାଗେ ଭୋଗ କରେ ଚାହିଁ ।ପୁଲୋମାପୁତ୍ରୀ କାମୁକ ନୟନ ସହସ୍ରଯାକଏ ଶିରୀ ତ ଦେଖି ପାରି ନାହିଁ ରେ ।୧୧।କି ଭାଗ୍ୟବନ୍ତ ମୋ କର ଦ୍ୱିଜେ ହିରଣ୍ୟଭୂଧରକେତେବାର ଦେଇଥିଲା ଦାନ ।ଫିଟାଇ ରାଇକାହୁଣ୍ଡି ବୋଳି ସୁଧାକରଗୁଣ୍ଡିଭୋଗ କଲା ଏ ସୁନ୍ଦର ସ୍ତନ ରେ । ଜୀବବନ୍ଧୁ ।କି ମଧୁର ଏ ତୋ ଦନ୍ତଚେଳ ।ସୁଧା ରସେ ମୁଧାମତି ଦ୍ରାକ୍ଷାରେ କ୍ଷାର ପ୍ରତୀତିହୁଏ ଅନ୍ୟ କେ ଏହାର ତୁଳ ରେ ।୧୨ ।ରସମୟ ଏ ସମୟ ସମୁଚିତ ହୃଦାଶୟନିଜ ଅନୁଭବେ ଜାଣି ଜାଣି ।କୁସୁମବିଶିଖସଖା ଋତୁ କିଶଳୟ ଲେଖାଜିଣାକରେ କିପାଁ ଦେଲୁ ପାଣି ରେ । ଜୀବବନ୍ଧୁ ।ଏହିଟି ବୋଲାଏ ଭକ୍ଷଧୂଳି ।ପଲକ ଅର୍ଦ୍ଧକେ ସାତ ଯେତେ ଧ୍ୱସ୍ତ ହୋଏସେତ ଶତଜନ୍ମେ ନ ପାରିବ ମିଳି ରେ ।୧୩ ।ନ ପାରି ପାଳି ମୋ କଥା ହସି ଯେ ନୁଆଉଁମଥା ହଜି ଯାଉଅଛି ମୋର ବୁଦ୍ଧି ।ଭଲେ ଭରଜି ମରଜି ଯେବେ ପ୍ରଭୁ ପାଶେଭଜି ଥାଇ କରାଳେ ନୋହି ଅପରାଧୀ ରେ । ଜଗବନ୍ଧୁ ।କିପରି ଜାଣିବି ତୋର ମନ ।କେଉଁ ସେବା କେତେବେଳେ ଚାଳିବୟସ୍ୟାମଣ୍ଡଳେ ସମ୍ପାଦିବି ଦିବ୍ୟ ଅବଧାନ ରେ ।୧୪ ।ଚନ୍ଦ୍ରହାରା ପ୍ରିୟସଖି କରି କିରେ ଚନ୍ଦ୍ରମୁଖିବହିବି ହୃଦୟ ସ୍ଥଳେ ତୋତୋ ।ମଉଳିମଣ୍ଡନଚମ୍ପା ଗଭା କଲେ ଅନୁକମ୍ପାପାତ୍ର କରି ଘେନିବୁ କି ଚିତ୍ତେ ରେ । ଜୀବବନ୍ଧୁ ।ପ୍ରେମପଟତନ୍ତୁ ଗୁନ୍ଥା କରି ।ହୋଇ ପ୍ରମୋଦେ ମଗନ କୁତୁକେଧରି ଲପନ କରିବି କି କଣ୍ଠଲଗ୍ନ ସରି ରେ ।୧୫ ।ତୁ ମୋତେ କିପରି ପରିପାଳିବୁ ରେ କୃଶୋଦରିଜଣାକର ମୋ ଭରସା ପାଉ ।ହେବି ପଦଶତପତ୍ରତଳେ କି ଅଳତା ଚିତ୍ରଅବା ମଣିମଣ୍ଡିତକଠାଉ ରେ । ଜୀବବନ୍ଧୁ ।ହେବି କି ପାହାଡ଼ାବିଜେ ବେଳେ ।ପାହୁଡ଼ ବାଜଣି ବଳା ପଉଞ୍ଜି ମଞ୍ଜୁ ଶିକୁଳାତୁଲେ ମିଶିବି କି କୁତୂହଳେ ରେ ।୧୬ ।ଅଦୃଶ୍ୟ ସୁନ୍ଦର କଟୀତଟୀ କାଞ୍ଚୀକ୍ଷୁଦ୍ରଘଣ୍ଟିପଟଳୀରେ କରିବୁ କି ଏକ ।ତୋ ଲାଗି ଦୁକୂଳ ଭାଗ୍ୟ ପରମ୍ପରା ଭୋଗଯୋଗ୍ୟ ହେବି କି ରଜନୀଦିବାଯାକ ରେ । ଜୀବବନ୍ଧୁ ।ହେବି କି କାଞ୍ଚୁଲା ପୟୋଧରେ ।ଧାରାଧରମାଳାଲୀଳା ଧରିବି କି ରେ କୋମଳାଧରାଧରାଧିରାଜ ମୂର୍ଦ୍ଧରେ ।୧୭ ।ମହିଳାମଣ୍ଡଳୀ ମଥାମଣି କି ଆହୁରି କଥାଗୋଟିଏ ପଚାରୁଅଛି ଭାଷ ।ନବନୀତ ପିତୁଳାକୁ ଆଣି ନୁହଇ ତୁଳାକୁଏପରି ତ ତୋ ଶ୍ରୀଅଙ୍ଗଦେଶ ରେ । ଜୀବବନ୍ଧୁ ।ଛବି ଏଡ଼େ ଅବିବେକ ମାର ।ତାହା ଅମଳ ଅଜ୍ଞାନ ବଶେ କଲେ ଆଲିଙ୍ଗନସରିଯିବ ସିନା ମୋ ସଂସାର ରେ ।୧୮ ।କିଞ୍ଚିତମଧ୍ୟା ଗଭୀର ରୁଚିର ଚିବୁକେ ତୋରମୃଗମଦପଙ୍କଚିତ୍ର ଭୃଙ୍ଗୀ ।ହେଲେ ସେ ଅବା ମୋ ଗୁରୁ ଶିଖାଇବ ପ୍ରସୂନରୁନିର୍ବାଧ ମରନ୍ଦଭୋଗଭଙ୍ଗୀ ରେ । ଜୀବବନ୍ଧୁ ।ତୋ ସହଜ ପଙ୍କଜବାସକୁ ।ଗଣୁଥିଲେ ସଚେତନେ ତୋ ଅସ୍ତସଙ୍ଗ ଯତନେକରନ୍ତି ତାଠାରୁ ଅଭ୍ୟାସକୁ ରେ ।୧୯ ।ମୁଁ କାମଜାଠର ଶିଖୀ ସକାଶୁଁ ହେବାରୁ ଭୋଖୀଦେଖି ଏ ଲାବଣ୍ୟ ନବାମୃତ ।ଆଖିରେ ଅଳପ ଚାଖି ଦେଲେ ତୁ ମନ୍ଦାକ୍ଷେ ଲାଖିରହି କୋଳେ ମୁଖ କରୁ ନତରେ । ଜୀବବନ୍ଧୁ ।ଜର ଜର ଗୋଟିଯାକ ରସେ ।ସ୍ମରଜ୍ୱର କମ୍ପମାନ ଶମ୍ପାର ତ ତୁ ସମାନକରଜର ମୃଦୁଳ ସ୍ପରଶେ ରେ ।୨୦ ।କନକ ପାରଦ ରସମୟ କରି କି ଲୋକେଶଶରୀର ନିର୍ବାହ କଲା ତୋର ।ବିରାଜିଲେ ହେଲେ କୋଳେ ସମୟ ବାଞ୍ଛିତସ୍ଥଳେ ସ୍ଥିର ହେଉ ନାହିଁ ମୋର କର ରେ । ଜୀବବନ୍ଧୁ ।କେଉଁ ଅଙ୍ଗେ ନ ଦେଲେ ଚୁମ୍ୱନ ।ଚୁମ୍ୱ ବିନା କେତେବେଳେ ରହିବ ଜୀବନିଶ୍ଚଳେ କେତେ ଯୁଗେ ତୁଷ୍ଟ ହେବ ମନ ରେ ।୨୧।ଘନଜଘନା ରେ ଘେନ ତେଡ଼େ ଧୀର ଚିରନ୍ତନଶତପତ୍ର ପୁତ୍ର ଆଚରଣ ।କୃତବୀର୍ଯ୍ୟ ସୁତ ଶେଷ ଶକ୍ର ଏ ତିନିଙ୍କ ବେଶ ଦେଇନୋହିଲା ଯା ମୋ ଶରଣ ରେ । ଜୀବବନ୍ଧୁ ।ତୋ ଆଶ୍ଳେଷ ଚୁମ୍ୱ ଦରଶନେ ।ଦ୍ୱିବାହୁ ଏକ ବଦନ ଦ୍ୱିଲୋଚନବନ୍ତଜନ ପ୍ରସାଦ ଲଭିବ କେହି ମନେ ରେ ।୨୨ ।ଜଳଜଜିତ୍ୱର ପାଣି ଧରି ଜଣାଉଛି ପୁଣିପ୍ରବଳିତ ଅନଙ୍ଗ ଆହବେ ।ମୋ ଶରୀରଭର ବୁହା ମର୍ଦନ ପୀଡ଼ନ ସୁହା ଭଳିବଳ ନ ପାଇବ ଯେବେ ରେ । ଜୀବବନ୍ଧୁ ।ଖେଳିବୁ ମୋ ଉରସ୍ଥଳେ ରହି ।ତୋ ନଖାଗ୍ର ଦନ୍ତପୀଡ଼ା ଶ୍ରୀଭୁଜ ନିବିଡ଼ଭିଡ଼ାବୁଝିବା ମୁଁ ସହିବି କି ନାହିଁ ରେ ।୨୩।ନ କରି ଲାଜେ ଖାତର କ୍ଷଣେ କ୍ଷଣେ ତୁମାତର ହରୁଥିବୁ ହୋଇ ରସଲୋଭା ।ମଦମତ୍ତ ଭୃଙ୍ଗଜାତ ସ୍ୱପକ୍ଷ ସଂଘାତଜାତ ବାତପ୍ରକମ୍ପିତ ଗଭାଶୋଭା ରେ । ଜୀବବନ୍ଧୁ ।ପୂରିବ ଉଭୟ ମନୋରଥ ।ନଥ ନରତନ ମନମଥ ନରମ ବିଧାନବଢ଼ାଇବ ସୁଖ ସ୍ୱର୍ଗପଥ ରେ ।୨୪ ।ତଳୁ ମୁଁ କରେ ମୁକୁର ଦେଖାଇ ଦକ୍ଷିଣକର ଅଗ୍ରେ ସ୍ତନଅଗ୍ରେ ଦଳୁଥିବି ।ଦେଖିବୁ ସେକାଳେ ସାତ ପୁଲକାଳି କଣ୍ଟକିତକପୋଳ ଦର୍ପଣଖଣ୍ଡ ଛବି ରେ । ଜୀବବନ୍ଧୁ ।ଚାହିଁବୁ ସଲଜ୍ଜ ମନ୍ଦହସା ।ଅଯତ୍ନ ନୟନ ଖୋସା ଖୋସାର ଦୂରଲହସାଶୋଭା ହୋଇଥିବ ତହିଁ ମିଶା ରେ ।୨୫ ।ଏଥିରେ ତୁ ଯେବେ ଶାନ୍ତ ହେବୁ ରେକୁମୁଦକାନ୍ତମଣ୍ଡଳମଦଖଣ୍ଡନମୁଖି ।ମୋ ବକ୍ଷମୁକୁତାହାର ବଲ୍ଲରୀ କରି ବାହାରରହ ତୁ ଉରୋଜ ଉରେ ଯୋଖି ରେ । ଜୀବବନ୍ଧୁ ।ନ ପହୁଡ଼ ପଛେ ମୋର ଅଙ୍କେ ।ପର୍ଯ୍ୟଙ୍କବନ୍ଧରେ ବସି ଅନାୟାସେହସି ହସି ସ୍ମରବଳ ଦଳିବା ନିଃଶଙ୍କେ ରେ ।୨୬ ।ଜାଣ ମୋ ପ୍ରାଣମିତରେ ତୋ ମରଜିରୁଇତରେ ସଂଚରିବା ସେବକ ମୁଁ ନୋହେ ।ସୁଗୁଣ ଗ୍ରାହକଚିତ୍ତେ ବିଚାରି ସେବାରେ ମୋତେରଖିଛୁ କେମନ୍ତେ ଅନୁଗ୍ରହେ ରେ । ଜୀବବନ୍ଧୁ ।ପ୍ରଭୁ ତୁହି ତତେ ଜଣା ତାହା ।ସମୟମାନ ସେବାର ଜାଣି ସେବା କରିବାରବିନା ମୁଁ ନ ଜାଣେ ଆନ ରାହା ରେ ।୨୭ ।ମଣ୍ଡି ତୋ ନିତମ୍ୱେ ଅଙ୍କ ଅତର ପଙ୍କିଳକଙ୍କପତ୍ରରେ କୁରୁଳି କେଶପାଶ ।ଷଟ ପଞ୍ଚାଶତ ଦେଶପ୍ରଥିତ ପେଶଳ ବେଶସମୁଚିତ୍ତ ମଣ୍ଡନ ବିନ୍ୟାସରେ । ଜୀବବନ୍ଧୁ ।ଜାଣଇ ନ ହୁଡ଼ି ଅଣୁମାତ୍ର ।କୁସୁମୀ ଥାନି ଆଖିଆ ମକ୍ଷିକା ମକରୀ ଛୁଆମୃଗମଦପତ୍ରଭଙ୍ଗ ଚିତ୍ରରେ ।୨୮ ।ବିବିଧ ଜାତି ପ୍ରସୂନ ବିଚିତ୍ର ମଣ୍ଡନମାନସଜାଡ଼ି ଜାଣଇ ଋତୁଭେଦେ ।ବହଳ ଅଳତାଦ୍ରବବଲ୍ଲରୀ ଚିତ୍ରପାଟବ ଦେଖାଇବିଏ ସୁନ୍ଦର ପଦେ ରେ । ଜୀବବନ୍ଧୁ ।ଉରୋଜ ଉଲ୍ଲାସ କ୍ରମ ଜାଣି ।ସୁନୁଲୀ କସିଦାପଡ଼ା ରାଇକସିହା ସଜଡ଼ାବିଧି ଜାଣିମାରେ ମୁଁ ବିନ୍ଧାଣି ରେ ।୨୯ ।କନକଦଳ ସୋଦର ବିଡ଼ିଆ ନାନା ପ୍ରକାରଭାଙ୍ଗିବା ଭଙ୍ଗିରେ ମୋ ଗୁମାନ ।ଦୁହେଁ କଳପିବା ଗୀତ ପ୍ରବନ୍ଧ ରସ ବିଚିତ୍ରଲେଖିବି ଯେ ନ ଥିବ ମାନସ ରେ । ଜୀବବନ୍ଧୁ ।ସଙ୍ଗୀତ ସଙ୍ଗୀ ତ ହେବି ମୁହିଁ ।ଅମରପାମର ଦୁଇ ଘେନି ଘେନାଇ ପାରଇପ୍ରଭୁ ତୁ ବଡ଼ାଇ କରୁ ନାହିଁ ରେ ।୩୦ ।ପଛ ଢଳା ସମ ସମ ମଉଳି ଘନସୁଷମ ବରତୁଳ ଠାଣି ପାଣିବନ୍ତ ।ପୃଥୁରୋମବୀଜ ରୋପି ମୃଗେନ୍ଦ୍ର ଜାଲିଆଲିପି ପ୍ରଚଳିବ ଯହିଁ ତୋର ସ୍ୱାନ୍ତ ରେ । ଜୀବବନ୍ଧୁ ।କେତେକ କେତକୀ ଚମ୍ପା ଆଦି ।ଯେଉଁ ପୁଷ୍ପ ଦଳେ ଫରମାସିବୁ ରମଣୀବରଲେଖୁଥିବି ପ୍ରଶଂସିବ ବାଦୀ ରେ ।୩୧ ।କ୍ଷଣେ ରହ ଅକମ୍ପନେ ଏ ସୁନ୍ଦରେନ୍ଦୁ ଲପନେଚୁମ୍ୱଇ ମୁଁ ଲକ୍ଷେ ଗଣି ଗଣି ।ସୁଧାରୁ ଲାଗେ ମଧୁର ପୂରଇ ନାହିଁ ଉଦରଏ କି ସୂତ୍ର ଖଞ୍ଜିଅଛୁ ପୁରି ରେ । ଜୀବବନ୍ଧୁ ।ଯାହା ହେଉଅଛି ମନ ଏଣୁ ।ମନସିଜୋଲ୍ଲାସ ନାମ ଏ ଛାନ୍ଦ ରସିକା ଶ୍ୟାମଇନ୍ଦିବରନେତ୍ରା ତୁ ତୁ ଜାଣୁ ରେ ।୩୨ ।ବନମାଳା ବିରାଜିତ ବୃଷଭାନୁଭବାୟତ୍ତଚନ୍ଦ୍ରକଲାବଣ୍ୟବେଶଶାଳୀ ।ଭବଭୟ-ନିବାରଣ ଧରିତ୍ରୀଧରଧାରଣ ପ୍ରଭୋସଦାଶିବ ବନମାଳୀ ହେ । ଜୀବବନ୍ଧୁ ।ଦୁହିଁଙ୍କର ଚାରି ଶ୍ରୀଚରଣ ।ଜଳନ୍ତର ହରିହୟ ରାମଚନ୍ଦ୍ର ଛୋଟରାୟଦେବର ହୋଇବେ କି ଶରଣ ହେ ।୩୩ ।ନାୟକର ବିଦେଶରୁ ପତ୍ରଲିଖନରାଗ-କୃଷ୍ଣକଳାଚିର ପ୍ରବାସରେ ରହିବାରୁ ନାଗରିକ ।ତୀରପ୍ରହାରେ ମଦନ ହରିଲା ବିବେକ ।ଦିନୁ ଦିନୁ ତନୁ ହୋଇଥିବାରୁ ଅତି କ୍ଷୀଣ ।ତନୂଦରୀ ଶ୍ରୀଛାମୁକୁ ଲେଖି ଜଣାଣ ।୧ ।ଚିବୁକ ଚୁମ୍ବନ ଗାଢ଼ ଆଶ୍ଳେଷ ସଂଖୋଳା ।ଦିବ୍ୟ ଅବଧାନକୁ ଆସିବ ପ୍ରେମଶୀଳା ।ଅରଜିବା ପାଇଁ ନାନା ଦୁଃସହ ବେଦନା ।ବରଜିଲି ତୋତେ ଯେଉଁ ଦିନୁ ଚୁନ୍ଦ୍ରାନନା ।୨ ।ଲଭିବାର ଦୁଃଖରାଶି ଡରି ନ ଲେଖିଲି ।କିଶୋରୀ ତୁ ପଡ଼ି ଶୋକେ ସଡ଼ିଯିବୁ ବୋଲି ।ତୁ ସାର ହୋଇ ନ ଥିବା ସକାଶୁଁ ମୋ ପାଖେ ।ପୂଷାରଠାରୁ ମୋ ଭୀତି ତୁଷାରମୟୁଖେ ।୩ ।ମାରୁଚି ନ ବୋଲି ତା କରକୁ ବଡ଼ଲୋକେ ।ମରୀଚି ବୋଲନ୍ତି ସତେ କେଡ଼େ ଅବିବେକେ ।ସ୍ୟନ୍ଦନଚରଣ ଚାରୁ ନିତମ୍ୱବତି ରେ ।ଚନ୍ଦନର ବନ୍ଦନ ମୁଁ ନ କଲି ଭୀତିରେ । ୪ ।କାଳପାଶ ଘେନି ହୋଏ ମରୁତ ତ କାଳ ।କେହି ନ ବୋଲେ ଏ ମନ୍ଦ ମରୁ ତତକାଳ ।ସ୍ତବକିତ ମଞ୍ଜରୀରେ ନବ କିଶଳୟ ।ନେବ କି ପରାଣ ପରି ଜାତ କରେ ଭୟ । ୫ ।ତୋ ଗିର ସ୍ମରଣୁଁ ସ୍ନେହ ନାହିଁ କୀରବରେ ।କର୍ଣ୍ଣେ ବଜ୍ରବୁଦ୍ଧି ହୋଏ ଶୁଣି ପିକବରେ ।ମନୁ ନାଶ ନୋହିବାରୁ ଅନିଷ୍ଟଶଙ୍କାର ।ଭ୍ରମରୀତି ହେତୁ ହେଲା ଭ୍ରମରୀଝଙ୍କାର । ୬ ।ଆହାରେ ରୁଚିରଦେହା ଡାକ ବିନା କେବେ ।ଆହାରେ ରୁଚି ଥିବାର ନ ଜାଣଇ ଲବେ ।ମଜ୍ଜାସାର ତ ଅସାର ହେଲାନି ବିକଳେ ।ସରସ କଞ୍ଜହିଁ ବହି ନୋହେ ହୃଦସ୍ଥଳେ ।୭ ।ଜୀବ ଯିବ ବୋଲି ଚିନ୍ତା ନାହିଁ ଚିତ୍ତେ ମୋର ।ଜୀବଂଜୀବ ମୋ ନେତ୍ର ତୋ ମୁଖ କଳାକାର ।ତାହା ଦରଶନ ବିନା ମାରିବାକୁ ମୋତେ ।ଯାହା ଦରପଣ ମାର ଦେଖାଇ ନିରତେ । ୮ ।ବିଷାଇ ତୋ ମାର୍ଦବ ଶ୍ରୀଅଙ୍ଗସ୍ରୁତ ଗରେ ।ସାରି ଦେଲାନାଟି କୋଟି ଶରପ୍ରୟୋଗରେ ।ବଞ୍ଚିବିଟି କେହି ରେ ବିପଞ୍ଚୀଜିଣାବାଣୀ ।ସଞ୍ଚି ରୋଷ ବିରଞ୍ଚି କି ଦଣ୍ଡ ଦେଲା ଆଣି । ୯ ।ନିରତେ ମୋ ହୃଦ ରଙ୍ଗସ୍ଥଳୀ ମଧ୍ୟେ ରହି ।ନାଚିବାରୁ ପାଚିବା ରୁଚକସ୍ତନା ତୁହି ।ତୋ ଲାବଣ୍ୟ ବିନା ଆଉ ଇତର ନ ଦିଶେ ।କି ମୋହନମନ୍ତ୍ର ସିନ୍ଧୁ ଭିତରେ ନ ଦିଶେ ।୧୦ ।ନୟନ ବୁଜିଲେ ଦିଶୁ ମୋ ଅନ୍ତଃକରଣ ।ଚାହିଁଲେ ଚିତ୍ରିତ ଦିଶୁ ହରିତବରଣେ ।ପ୍ରିୟ ଆଳୀ ଜଣେ ମାତ୍ର ସମୀପେ ରୁହାଇ ।ଯାଇ ଜାଲି ଯବନିକାପାଶେ ଉଭା ହୋଇ ।୧୧।କୁସୁମମଣ୍ଡପେ ମୁଁ ଏକାନ୍ତେ ଥିବା ଜାଣି ।ନ ଜାଣିଲା ହୋଇ କହିବାର ରସ ବାଣୀ ।ରସାଇ ସଖୀକି କରିବାର ପରିହାସ ।ମିଶାଇ ତହିଁରେ ମୁଁ ଶୁଣିବାଭଳି ହାସ ।୧୨ ।ମଞ୍ଜୁଆତି ବିନ୍ଦୁ ରାଗମଞ୍ଜୁଳ ଅଙ୍ଗୁଳି ।ଗଳାଇ ପରଦା ରନ୍ଧ୍ରେ କରାଇବା କେଳି ।କେଡ଼େ ଉଚ୍ଚସ୍ୱରେ କହୁଚି ମା କଥା ବୋଲି ।ଜାଲିମାର୍ଗେ ଅନାଇଁ ନଚାଇ ଚାରୁ ଚିଲ୍ଲୀ ।୧୩ ।ଫିଙ୍ଗି ମୋ ବଦନେ ନେତ୍ର ଇନ୍ଦୀବରବର ।ଅମନ୍ଦ କନ୍ଦର୍ପ ମନ୍ଦସ୍ମିତ ବିହିବାର ।କହ କହ ସଖି କେହି ନାହାନ୍ତି ତ ବୋଲି ।ସଖୀକି ଦେବାର ଶାଢ଼ୀବାଡ଼ଦିଗେ ପେଲି ।୧୪ ।ପୁଣି ସବୁ ସଖୀଙ୍କି ଡକାଇ କରି ସଭା ।କରକଞ୍ଜ ଖଞ୍ଜି ଜନମାଇ ବୀଣାଶୋଭା ।ଝରାଇ ସୁବର୍ଣ୍ଣ କର୍ଣ୍ଣସୁଧା ଝରିବାର ।କିନ୍ନରୀ ଗାରିମା ଶିରୀ ଚୋରି କରିବାର ।୧୫ ।ମୁଁ ମିଳୁ ମନ୍ଦାକ୍ଷେ ହସି ରସନା କାମୋଡ଼ି ।ରସନା ବଜାଇ ତଳ୍ପେ ବିପଞ୍ଚୀ କଚାଡ଼ି ।ପଳାଇ ଯିବାର ମଦ କଳହଂସ ପରି ।ଦେଲା ପରି ମୋ ନୟନେ ଘନସାର ଚୂରି ।୧୬ ।ନେତ୍ରାଞ୍ଚଳେ ଚାହିଁ ପରକାଶି ଦର ସ୍ମିତ ।ଏ ଜୀବ ଥିବାରେ କି ପାସୋରି ପାରେ ଚିତ୍ତ ।ଚରମାଦ୍ରି ଚୂଳକୁ ଚୁମ୍ୱନ୍ତେ କରମାଳୀ ।ପେଷି ବିଚକିଳକଳିକୁଳେ କରମାଳି ।୧୭ ।ତୁଙ୍ଗ ଝରାରେ ମିଶାଇ ପୁଷ୍ପଚୟ ତୋଷି ।ହେଲି ବାରି ନ ଘେନିବେ ବୋଲି ଆଉ ଭାଷି ।ସେ ଇଙ୍ଗିତ ଭଙ୍ଗି ଶୁଭାଙ୍ଗୀର ତରକଇ ।ଅଧ ଉର୍ଦ୍ଧ୍ୱେ ସାତଗୋଟି ପଙ୍କଜ ରଖଇ ।୧୮ ।ତଳକୁ ରହଇ ତହିଁ ଯେଉଁ ଦୁଇ ଗୋଟି ।ଗୋଟି ଗୋଟି କରେ ଚୁମ୍ୱ ଦିଏ କୋଟି କୋଟି ।ଦିନେ ଦିନେ ଦିନାନ୍ତରେ ଆଜନମସୁଖୀ ।ପରିଜନ ବିନା ମୁଁ ଏକାନ୍ତେ ଥିବା ଦେଖି ।୧୯ ।ସ୍ନେହସ୍ରୋତେ ଭାସିବା ମାନସ ନ ସମ୍ଭାଳି ।କରାଇ ଅଧରେ ଜ୍ଞାନହଜା ହାସ କେଳି ।କମ୍ପାଇ ତାଟଙ୍କ ମୋତିଝୁମ୍ପା ଅପ୍ରକଟେ ।ଝମ୍ପାଇ ଶ୍ରୁତିକି ଲୋଳ ନେତ୍ରଖଞ୍ଜରୀଟେ ।୨୦ ।ଶ୍ରବଣେ କିଛି କହିବା କପଟରେ ଆସୁ ।ସ୍ନେହରେ ମୋ ଗଣ୍ଡେ ଚୁମ୍ୱକଦମ୍ୱ ବରଷୁ ।ଧନ ତୋ ଏ ଅବଧାନ ଭାବିଲା ଉତ୍ତାରୁ ।ନ ଫାଟେ ଯା ଛାତି ଏ ନିରାଟ ବଜ୍ରଠାରୁ ।୨୧।ଇନ୍ଦ୍ରହିଁ ହେଲେ ଏହାକୁ ନିଜାସ୍ତ୍ର ନ କରେ ।ଶଚିର ଚିରବିରହ ସହିବା ଭୟରେ ।ପୂର୍ବ ଶୁଦ୍ଧାନ୍ତ ପ୍ରାସାଦେ କୁହୁନିଶାନନେ ।ଉଭା ହୋଇଥିଲୁ ନୀଳ ଚୋଳ ପିନ୍ଧି ଦିନେ ।୨୨ ।ମସାଲ ପ୍ରଦୀପ କିଛି ନ ଥିଲା ହାଜର ।ମୁଁ ମଧ୍ୟ ମଣ୍ଡପେ ଥିଲି ପଡ଼ିଲା ନଜର ।ତୋ ମୁଖମଣ୍ଡଳ ବୋଲି ନୋହିଲା ବିବେକ ।ସେ ନିଶାରେ କଲି ରାଜା ବ୍ୟବହାର ଯାକ ।୨୩ ।ତମମୁଖ ଉଚ୍ଛିଷ୍ଟ ସମାନ କଲେ ଘେନି ।ବିମ୍ୱପ୍ରତି ବିମ୍ୱାଧରା ହୋଇଲୁ ମାନିନୀ ।ଗରି ମାଡ଼ିପଡ଼ି ନାଡ଼ି ଛାଡ଼ି ଗଲା ପରି ।ଗିରିଜେମାବରପର ଶରେ ଗଲି ସରି ।୨୪ ।ଜଣାଇଲି ଚିବୁକରେ କରନ୍ୟାସ କରି ।ତୁ ମୋ ଧନୀ ପରା ସୁନାଗୋରି ସୁକୁମାରି ।ଦାସୀମାନଙ୍କରେ ଜଣେ ମୁଁ ପରା ତୋହର ।ଭାସିଯିବି ସିନା ହେଲେ କରୁଣାନ୍ତ ହର ।୨୫ ।ମୁଁ ତୋ ପଦକଞ୍ଜ ଅଲକତ ଚିତ୍ରକରା ।ତୁ ମୋ ମଉଳି ଭୂଷଣ ଚମ୍ପାଝରା ପରା ।ତଳକୁ ଅନାଇ ନ ଚାହୁଁଛୁ ଯାହା ମୋତେ ।ନୀଳକୁନ୍ତଳା ମୋ ଭାଗ୍ୟମୂଳ କେ ଜଗତେ ।୨୬ ।ଶୁଣି ଗୁଣବତୀ ଗେଲେ ଗୁମାନ ଛାଡ଼ିଲୁ ।ପୁଣି ହସି ସ୍ତନଯୁଗେ ଜଡ଼ାଇ ଭିଡ଼ିଲୁ ।ପ୍ରସାଦ ମୋ ଦିବସ ମନକୁ ରିଝାଇଲୁ ।ପ୍ରାସାଦେ ମୁଁ ସିନା ଥିଲି ବୋଲି ବୁଝାଇଲୁ ।୨୭ ।ବଡ଼ ସାର ବଡ଼ଭୀରେ ବରଷାର କାଳେ ।ବସିଥିଲୁ ଗବାକ୍ଷ ସମୀପେ ମୋର କୋଳେ ।ପରିବୃଦ୍ଧ ସରିତଲହରୀ ଦୂରେ ଚାହିଁ ।ଏମନ୍ତ ଭାଷିଲୁ ପରିଣତ ଚାନ୍ଦମୁହୀଁ ।୨୮ ।ତୀରତରୁମାନଙ୍କର ସାର ନେବ ଧନୀ ।ମୁଁ ବୋଇଲି ଅନ୍ତରୁ ତୁ ଫେରାଅ ଭାବିନି ।ଚତୁରୀ ତହିଁକି ହସି କହିବା ଭାରତୀ ।କତୁରି ପକାଉଛି ମୋ ଅନାରତେ ଧୃତି ।୨୯ ।ଦିନେ ସ୍ମରବଶେ କରକଞ୍ଜ ଯା ଧଇଲି ।ଥରେ ମୋହପରି ହେବୁ ଛଇଳା ବୋଇଲି ।ତହିଁକି ଭାଷିଲୁ ହସି ଉରେ କର ତାଡ଼ି ।ଦଶନାନ୍ତେ ରସନା ପଲ୍ଲବାଞ୍ଚଳେ ଭିଡ଼ି ।୩୦ ।ମେଧାରେ ଧିଷଣ ବଳେ ବାଳି ରୂପେ କାମ ।ସଙ୍ଗୀତେ ଗନ୍ଧର୍ବ କ୍ଷମାଗୁଣେ କ୍ଷମୋପମ ।ମୋ ଛାର କିଶୋରୀ ତୁମ୍ଭପରି କେହି ହେବି ।ଏତେ କହି ଖେଳିଲୁ ମୋ ଛାତିରେ ବାନ୍ଧବି ।୩୧।ହୋଇଗଲା ବିରତ ମଞ୍ଜୀର ମଞ୍ଜୁରବ ।ମେଖଳା କିଙ୍କିଣୀ କଲା ଶ୍ରବଣ ଉତ୍ସବ ।ମେରୁଯୁଗ କମ୍ପିଲା ତଳକୁ କରି ଚୂଳ ।ବିଷ୍ଣୁପଦେ ଲମ୍ୱି ମନ୍ଦାକିନୀ ହେଲା ଲୋଳ ।୩୨ ।ଶଙ୍ଖଶିଖେ ଶଶୀ ଶଶୀଦଇ ପାଖେ ରହି ।କମ୍ପିଲେ ଭାର୍ଗବ କବି ତରଳତା ବହି ।ଝଲକା ମୋତିରେ କରି ଲବଳୀ ବିଶ୍ୱାସ ।ଝାମ୍ପି ଫେରିଲା ଖଞ୍ଜନ ଆଗେ ଚାହିଁ ପାଶ ।୩୩ ।ଚାମୀକର କର ଚଞ୍ଚୁପୁଟରେ ଲବଳୀ ।ଧରି ପ୍ରମୋଦରେ ତାକୁ ଖେଳାଇଲା ଦୋଳି ।ଝାମ୍ପି ନ ପାରିଲା ପକ୍ୱବିମ୍ୱ ତାହା ତଳୁ ।ଛାଡ଼ି ନ ପାରିଲା ଆଶା ଲବଳୀ କବଳୁ ।୩୪ ।ବିପରୀତ କାଳ ହୋଇବାରୁ ପରବେଶ ।ବିପରୀତ ରୀତିଯାକ ହୋଇଲା ପ୍ରକାଶ ।ଆରମ୍ଭିଲା ନରତନ କି ଯତନ କରି ।କନକ କେତକୀ ଦଳେ କଳା ନାଗ ପରି ।୩୫ ।ସେ ସମୟ ମିଶି ରସ ବରଷା ସଙ୍ଗରେ ।ପୂରିଗଲା ଚନ୍ଦନ ମାରୁତ ତରଙ୍ଗରେ ।ନିଦାଘରେ ଲୁଳି କେଳି କନକମଞ୍ଜରୀ ।ଜମିଗଲା ଗାଢ଼େ ଦ୍ରୁମେ ଅବଲମ୍ୱ କରି ।୩୬ ।ସେ ସୁଭାଗ୍ୟ ସୁଖସ୍ୱର୍ଗ ସମ୍ପତ୍ତି ସ୍ମରଣୁ ।ନ ଦିଶଇ ମୋତେ ଆନ ଉପାୟ ମରଣୁ ।କରିବି କି ବୁଦ୍ଧିରେ ସୁବୁଦ୍ଧି ରାମାବର ।ବରଷ ଶତ ହେଲାନି ତ୍ରୁଟିକ ମାତର ।୩୭ ।ତରଳି ଗଲାନି ଭୟେ ମଜ୍ଜାନବନୀତ ।ନିତମ୍ବନୀମଣି ପରା ତୁହି ମୋ ଜୀବିତ ।ବିତରଣ କରି ଦନ୍ତଚେଳୁଁ ସୁଧାରସ ।ରସନାକୁ ଯେବେ ମୋର କରିବୁ ସନ୍ତୋଷ ।୩୮ ।ତୋ ସକାଶୁଁ ସିନା ମୁଁ ତରୁଣ ପୁରନ୍ଦର ।ଦରକଣ୍ଠି ନୋହୁ ତୁ ମୋ ପରାଣୁ ବାହାର ।ହାର ମଧ୍ୟ ତରଳ ମୁଁ କେହି ତୋତେ କରି ।କରଗତ ହେବି କେଳିବିପିନବିହାରୀ ।୩୯ ।ହାରି ଜୁହାରିବ ଦୂରୁ ପ୍ରସୂନପ୍ରହର ।ହର ପ୍ରସାଦୁଁ ଏ ଭାଗ୍ୟ କେବେ ହେବ ମୋର ।ତୋ ଶ୍ରୀହସ୍ତ ପ୍ରତିଲେଖ ଦରଶନାବଧି ।ରଖିଅଛି ଜାଣ ପ୍ରାଣ ଲାବଣ୍ୟବାରିଧି । ୪୦ ।ତୁ ତ ଗୁଣଗଣମଣି ମଞ୍ଜୁଷ ମୋ ବନ୍ଧୁ ।ବିଶେଷ ଅରଜି କିସ ଦେବି ରସସିନ୍ଧୁ ।ଶୁଣ ହେ ରସିକବରେ ହୋଇ ପୂର୍ଣ୍ଣମୋଦ ।ଜଳନ୍ତର ବସୁନ୍ଧରାକପଟକ୍ଷୀରୋଦ ।୪୧ ।ତହିଁ ଚିତ୍ରସୁଧାକର ରାମଚନ୍ଦ୍ର ଦେବ ।କଳପନା କଲେ ଏ ଶ୍ରବଣ ମହୋତ୍ସବ ।ହେବ ଏ ନିଖିଳ ତୃଷାଭୟନିବାରିଣୀ ।ଦୁଃଖ ନିବେଦନ ରସାମୃତତରଙ୍ଗିଣୀ । ୪୨ ।
।୧ । ତନୂଦରୀ - କ୍ଷୀଣୋଦରୀ ।୩ । ତୁ ସାର ହୋଇ ନ ଥିବା ସକାଶୁଁ - ତୁ ସ୍ଥିର ହୋଇ ମୋ ସାଙ୍ଗରେ ନ ଥିବାରୁ । ପୂଷା - ସୂର୍ଯ୍ୟ, ତୁଷାରମୟୁଖେ - ଚନ୍ଦ୍ରଠାରେ । ୪ । ମାରୁଚି - ମାରୁଅଛି ବା ମାରଣା, କର - କିରଣ, ମରୀଚି - କିରଣ, ସ୍ୟନ୍ଦନଚରଣ ଚାରୁ ନିତମ୍ବବତିରେ - ହେ ରଥଚକ୍ରପରି । ମନୋହର ନିତମ୍ବଯୁକ୍ତା । ୫ । କାଳପାଶ - ପ୍ରାଣବିନାଶକ ପାଶ, ମରୁତ ତ କାଳ - ପବନ ପ୍ରତ୍ୟକ୍ଷ ଯମ ପରି, କେହି ... କେହି କହେ ନାହିଁ, “ଏ ମନ୍ଦ ତତ୍କାଳ (ସାଙ୍ଗେ ସାଙ୍ଗେ) ମରୁ ।” ସ୍ତବକିତ ମଞ୍ଜରୀ - ପେନ୍ଥା ପେନ୍ଥା ହୋଇଥିବା ଫୁଲକଢ଼, କିଶଳୟ - ନୂଆପତ୍ର । ୬ । କୀରବରେ - ଶ୍ରେଷ୍ଠ ଶୁକଠାରେ, ପିକବରେ - କୋକିଳଠାରେ । ଭ୍ରମରୀତି ହେତୁ - ଭ୍ରାନ୍ତିପୂର୍ଣ୍ଣ ଧାରଣାର କାରଣ ।୭ । ରୁଚିରଦେହା - ସୁନ୍ଦରୀ, ଆହାରେ ରୁଚି - ଖାଦ୍ୟରେ ଅଭିଳାଷ, ମଜ୍ଜାସାର - ଅନ୍ତଃକରଣଶକ୍ତି, ଅସାର - ଦୁର୍ବଳ, କଞ୍ଜପଦ୍ମ । ୮ । ଜୀବଂଜୀବ - ଚକୋର, କଳାକର - ଚନ୍ଦ୍ର, ଦରପଣ - ଭୟ, ମାର - କନ୍ଦର୍ପ । ୯ । ବିଷାଇ - ବିଷଲିପ୍ତ କରାଇ, ମାର୍ଦବ ଶ୍ରୀଅଙ୍ଗସ୍ରୁତ ଗରେ - କୋମଳତାପୂର୍ଣ୍ଣ ସୁନ୍ଦର ଅଙ୍ଗରୁ ଗଳିତ ବିଷରେ । ବିପଞ୍ଚୀଜିଣାବାଣୀ - ବୀଣାଜିଣାବଚନା, ବିରଞ୍ଚି - ବ୍ରହା ।୧୦ । ପାଚିବା ରୁଜକସ୍ତନା - ପାଚିଲା ଟଭାଫଳ ପରି ସ୍ତନ ଯାହାର ।୧୧ । ଜାଲି ଯବନିକା - ଝାଲର ପରଦା ।୧୨ । ରସବାଣୀ - ରସପୂର୍ଣ୍ଣ କଥା ।୧୩ । ଚାରୁଚିଲ୍ଲୀ - ସୁନ୍ଦର ଭୁଲତା ।୧୪ । ନେତ୍ରଇନ୍ଦୀବରବର - ସୁନ୍ଦର ନେତ୍ରରୂପ ନୀଳପଦ୍ମ । ଶାଢ଼ୀବାଡ଼ ଦିଗେ - ପରଦା ଆଡ଼କୁ ।୧୫ । କରଞ୍ଜଖଞ୍ଜି ଜନମାଇ ବୀଣାଶୋଭା - ହସ୍ତପଦ୍ମରେ ବୀଣା ଧରି ।୧୬ । ମନ୍ଦାକ୍ଷେ - ଲଜାରେ, ରସନା - ଜିହ୍ୱା ଓ କଟିଭୂଷଣ କାଞ୍ଚୀଦାମ, ତଳ୍ପେ - ବିଛଣାରେ । ବିପଞ୍ଜୀ - ବୀଣା, ଘନସାର - କର୍ପୂର ।୧୭ । ଚରମାଦ୍ରିଚୂଳକୁ - ଅସ୍ତପର୍ବତ ଶିଖରକୁ, କରମାଳୀ ସୂର୍ଯ୍ୟ ଓ ହାତରେ ଧରିଥିବା ମାଳା, ବିଚକିଳକଳିକୁଳେ - ମଲ୍ଲୀଫୁଲ କଢ଼ିମାନଙ୍କରେ ।୧୮ । ତୁଙ୍ଗଝରା - ବଡ଼ ବଡ଼ ଫୁଲତୋଡ଼ା, ହେଲି ବାରି ନ ଘେନିବେ - -ମୁଁ (ଚାରିଦିନ) ପୃଥକ୍ ହେଲି, ସାତଗୋଟି ପଙ୍କଜ - ଏକ ମୁଖ, ଦୁଇ କର, ପାଦ ଓ ସ୍ତନ ସଦୃଶ ।୧୯ । ପରିଜନ - ଭୃତ୍ୟାଦି ଅନୁଚର ।୨୧ । ଚୁମ୍ବକଦମ୍ବ - ଚୁମ୍ବନସମୃହ, ନିରାଟ - ନିଷ୍ଠୁର, କର୍କଶ ।୨୨ । ଏହାକୁ - (ଏଠାରେ ହୃଦୟକୁ) ପୂର୍ବଶୁଦ୍ଧାନ୍ତ ପ୍ରାସାଦେ - ପୁରୁଣା ଅନ୍ତଃପୁର କୋଠାରେ, କୁହୁନିଶାନନେ - ଅମାବାସ୍ୟାର ସଞ୍ଜବେଳେ, ନୀଳଚୋଳ - ନେଳିଆ ଲୁଗା ।୨୩ । ରାକାପୂର୍ଣ୍ଣିମା ରାତି, ତୋ ମୁଖ ଚନ୍ଦ୍ରପରି ହୋଇ ଅମାବାସ୍ୟା ଅନ୍ଧକାର ଦୂରକରି ଦେବାରୁ ।୨୪ । ତମମୁଖ ଉଚ୍ଛିଷ୍ଟ - ରାହୁ ମୁହଁର ଅଇଁଠା - ଚନ୍ଦ୍ର; ଗିରିଜେମାବରପର - ଶିବଶତ୍ରୁ କନ୍ଦର୍ପ ।୨୫ । କରୁଣାନ୍ତ ହର - ନିର୍ଦ୍ଦୟତା ଦୂର କର ।୨୭ । ପ୍ରସାଦୁଁ - ଅନୁଗ୍ରହ କରି, ରିଝାଇଲୁ - ରଞ୍ଜାଇଲୁ, ପ୍ରାସାଦେ - କୋଠାରେ ।୨୮ । ବଡ଼ସାର ବଡ଼ଭୀରେ - ଅତ୍ୟୁନ୍ନତ କୋଠାରେ, ଗବାକ୍ଷ - ଝରକା, ପରିବୃଦ୍ଧସରିତଲହରୀ - ବଢ଼ିଥିବା ନଈର ଢେଉ ।୨୯ । ଧୁନୀ - ନଦୀ, ଭାବିନି - ହେ ରମଣି, ବୋଇଲି - ତୋ କହିବା ଧାଡ଼ିଟିକୁ ଶେଷ ଆଡ଼ୁ ପଢ଼ ‘ନିଧୁବନେରସ', ଥରେ ମୋହ ପରି ହେବୁ - ପୁରୁଷାୟିତ ରତି ପ୍ରଦାନ କରିବୁ, ଦଶନାନ୍ତେ ... ଦାନ୍ତରେ ଓ୦ କାମୁଡ଼ି ।୩୧ । ମେଧାରେ - ବୁଦ୍ଧିରେ, ଧିଷଣ - ବୃହସ୍ପତି, ବାଳୀ - ମର୍କଟରାଜ, ରୂପେ କାମ - ସୌନ୍ଦର୍ଯ୍ୟରେ କନ୍ଦର୍ପପରି, କ୍ଷମୋପମ - ପୃଥିବୀ ପରି ।୩୨ । ମଞ୍ଜୀର - ନୂପୁର, ମଞ୍ଜୁରବ - ମନୋହର ଧ୍ୱନି, ମେଖଳାକିଙ୍କିଣୀ - କଟୀ ଅଳଙ୍କାରର ଘୁଙ୍ଗୁଡ଼, ବିଷ୍ଣୁପଦ - ଆକାଶ, ଶୂନ୍ୟ ମନ୍ଦାକିନି - ସ୍ୱର୍ଗଗଙ୍ଗା ଓ ହାର, ଲୋଳ - ଚଞ୍ଚଳ ।୩୩ । ଶଙ୍ଖଶିଖେ ଶଶୀ - ଗ୍ରୀବାରୂପ ଶଙ୍ଖ (କମ୍ଭୁ) ଉପରେ, ମୁଖରୂପ ଶଶୀ (ଚନ୍ଦ୍ର), ଶଶୀ ଦୁଇ ପାଖରେ (ମୁଖ ଦୁଇ ପାଖରେ ) ( ଭାର୍ଗବ କବି-ଶୁକ୍ର ସୂର୍ଯ୍ୟ ରୂପୀ କର୍ଣ୍ଣଭୂଷଣ) ତରଳତା ବହି ଚଞ୍ଚଳ ହୋଇ କମ୍ପିଲେ । ଝଲକା ମୋତିରେ - କାନଫୁଲରେ ଲାଗିଥିବା ମୁକ୍ତାରେ, ଲବଳୀ - ନରକୋଳି, ଖଞ୍ଜନ - ନୟନରୂପ ଖଞ୍ଜନ ପକ୍ଷୀ, ପାଶ - (ଏଠାରେ) ପର୍ଣ୍ଣରୂପ ।୩୪ । ଚାମୀକରକର ଚଞ୍ଚୁପୁଟରେ - ସୁବର୍ଣ୍ଣ ତେଜୋମୟ ଥଣ୍ଟରେ (ନାସିକାଦଣ୍ଡି ରୂପ), ପକ୍ୱବିମ୍ବ - ପାଚିଲା ବିମ୍ବଫଳ (ଅଧରରୂପ), ଲବଳୀକବଳୁ - ନରକୋଳିଫଳ ଭକ୍ଷଣରୁ ।୩୫ । କନକକେତକୀଦଳେ କଳାନାଗପରି - ସୁନାରଙ୍ଗର କେତକୀ ପତ୍ରରେ କଳାନାଗ ପରି ପୃଷ୍ଠଦେଶରେ ବେଣୀ ନୃତ୍ୟ କଲା ।୩୬ । ରସବରଷାସଙ୍ଗରେ - ଜଳବୃଷ୍ଟି ସହିତରେ ଅଥଚ ଶୃଙ୍ଗାରରସମୟ ଯୁଦ୍ଧରେ, ଲୁଳି - କ୍ଲିନ୍ନ ହୋଇ, କନକ ମଞ୍ଜରୀ - ସ୍ୱର୍ଣ୍ଣବର୍ଣ୍ଣ କଳିକା ଅର୍ଥାତ୍ ତତ୍ସଦୃଶୀ କିଶୋରୀ, ଦୁମ - ବୃକ୍ଷ ଅଥଚ ଦ୍ରୁମରୂପୀ ପୁରୁଷ ।୩୭ । ତୃଟି - କ୍ଷଣକାଳ, ମଜ୍ଜାନବନୀତ - ଅନ୍ତଃକରଣ-ରୂପ ଲହୁଣୀ, ନିତମ୍ବିନୀମଣି - ରମଣୀମଣି, ଦନ୍ତଚେ - ଅଧରରୁ ।୩୯ । ତରୁଣପୁରନ୍ଦର - ଯୁବକଶ୍ରେଷ୍ଠ, ଦରକଣ୍ଠି ! ହେ କୁମ୍ଭକଣ୍ଠି ତରଳ - ହାରମଧ୍ୟ ମଣି । ୪୦ । ପ୍ରସୂନପ୍ରହର - କନ୍ଦର୍ପ । ୪୧। ଅରଜି-ଅର୍ଜି, ପ୍ରାର୍ଥନାପତ୍ର; କମ୍ବୁକଣ୍ଠ କପଟକ୍ଷୀରୋଦ - କପଟ କ୍ଷୀରସମୁଦ୍ର । ୪୨ । ଚିତ୍ରସୁଧାକର - ବିଚିତ୍ର ଚନ୍ଦ୍ରମା, ରସାମୃତତରଙ୍ଗିଣୀ - ଶୃଙ୍ଗାରରସରୂପ ଜଳପୂର୍ଣ୍ଣ ନଦୀ ।
ସଂଭୋଗ ଚାଟୁରାଗ-ସମ୍ଭୋଗ ଭୂପାଳକେଉଁ ରସିକ ବାଳାକୁ କୋଳେ ଧରି ।କହେ ଚିବୁକେ କର ବିନ୍ୟାସ କରସ ।୧ ।ଶିରୀଷାଙ୍ଗୀ ପ୍ରାଣେଶ୍ୱରୀ ତୁହି ପରା ।ପରାଣବନ୍ଧୁଆ ମୋ ହୃଦୟ ହାରା ।୨ ।ଚାରୁ ମୋତିଜିତଦନ୍ତୀ ବିମ୍ୱାଧରୀ ।ଧରିତ୍ରୀମଣ୍ଡନା ମୋ ଲୋଚନଶିରୀ ।୩ ।ଝଳିଗୋରୀ ସୁନୟନା ସୁକୁମାରୀ ।ବାଳାମଣି ମୋ ଶିରଭୂଷଣଶିରୀ । ୪ ।ମୁହିଁ ତୋ ଚରଣସେବା ନଉକର ।ତୁ ମୋ ପ୍ରଭୁ ସିନା ନିତମ୍ୱିନୀବର । ୫ ।ବାଳାବଳୟମଉଳି ଅଳଙ୍କାର ।ରମା ସମାନ ନୋହେ ଶୋଭାକୁ ତୋର । ୬ ।ଯୋଗୀଯୋଗଧ୍ୱଂସିନୀ ରେ ଜୀବବନ୍ଧୁ ।ବନ୍ଧୁଜୀବଅଧରା କରୁଣାସିନ୍ଧୁ ।୭ ।କେଶ ସମ ନୋହିବାରୁ ନବଘନ ।ନୀରଛଳେ ମୁଞ୍ଚେ ଅଶ୍ରୁ ଘନ ଘନ । ୮ ।ମନମୋହନା ନବୀନା ମଦାଳସୀ ।ତୋର ବଦନ ସଦୃଶ ନୋହେ ଶଶୀ । ୯ ।ନାସା ଶୋଭାକୁ କାହାକୁ ଲକ୍ଷି ପାରି ।ତିଳତିଳକ ତିଳକେ ନୋହେ ସରି ।୧୦ ।ନେତ୍ର ତୁଲ୍ୟ ନୋହିବାରୁ ଇନ୍ଦୀବର ।ଭୟେ ପଳାଇ ବନରେ କଲା ଘର ।୧୧ ।ଭୂରୁଧନୁ କଜ୍ଜଳ ଗୁଣରେ ରାଜେ ।ଚାହିଁ ଯତୀନ୍ଦ୍ର ତପଗରବ ଭାଜେ ।୧୨ ।ଦିବ୍ୟ ଝଳିମନ୍ତ ତୋର ଗଣ୍ଡସ୍ଥଳୀ ।ମାରମୁକୁର ଛାର କି ଏହା ଭଳି ।୧୩ ।ନବପଲ୍ଲବେ ତୁଲ୍ୟ କି ତୋ ଅଧର ।ଏକା ମଧୁମାସେ ସିନା ସେ ମଧୁର ।୧୪ ।ଶ୍ରୁତି ଘଟନା ପାଟଳୀ ନୋହେ ସରି ।ସ୍ୱର୍ଣ୍ଣତୁଲେ ଗୁଞ୍ଜକୁ ତୁଳିଲା ପରି ।୧୫ ।କମ୍ୱୁକଣ୍ଠତୁଲେ ତୁଲ୍ୟ ହେବା ପାଇଁ ।ଶମ୍ଭୁଠାବରେ ସେବାରେ ନିତି ଯାଇ ।୧୬ ।ସେ କି ଶିବ ସେବି ସମ ହୋଇପାରେ ।ଯାହା ଉପମା ନାହିଁ ତ୍ରିପିଷ୍ଟପରେ ।ମଧୁଜିଣାବାଣୀ ଆରେ ଧୀରାବର ।ସୁଧାଝରୀରୁ ତ ସ୍ୱାଦୁ ଗିର ତୋର ।୧୮ ।ଉଚ୍ଚସ୍ତନା ସୁବରନା ଦିବ୍ୟ ବେଶୀ ।ଦାସ ସ୍ନେହବତ୍ସଳାରେ ନୀଳକେଶି ।୧୯ ।ପୁର୍ବକାଳ କାଶୀବାସୀ ସେବିବାର ।ଫଳ ଫଳିଲା କି ଏତେକାଳେ ମୋର ।୨୦ ।ଧରି ଚରଣକଞ୍ଜ ଅଳତା ଦେଲି ।ଶକ୍ରପଦ ପଦତଳେ ରଖାଇଲି ।୨୧ ।ଗଙ୍ଗାସାଗରେ ମୁଁ ଝାସିଥିବା ଘେନି ।ମୋର ଅଙ୍କ ଅଳଙ୍କାର ହେଲୁ ଧନି ।୨୨ ।କାମକଳାନିଧି ଆରେ କୃଶୋଦରୀ ।ଦରିଦ୍ର ମୁଁ ବନ୍ଧୁ କଳ୍ପଲତା ପରି ।୨୩ ।ପରିଣତ କରଜ ସୁବୀଜଦନ୍ତି ।ଦନ୍ତିରାଜଗମନା ତୁ ମୋ ସମ୍ପତ୍ତି ।୨୪ ।କରିଅରିଜିଣାମଧ୍ୟା ସୁଲକ୍ଷଣା ।ଚମ୍ପାଦେହା ଚଞ୍ଚଳାକ୍ଷି ବିଚକ୍ଷଣା ।୨୫ ।କଞ୍ଚଚାରୁ ଚରଣାରେ ଚନ୍ଦ୍ରାନନା ।ରମ୍ଭା ଉରୁବଶୀରେ କି ତୋ ଗଣନା ।୨୬ ।ରସନିଧି ତୁ ମୋ ଗଳାମାଳା ସିନା ।ଗୁଣଜଳଧିରେ ତୁ ମୋ ଗଣ୍ଠି ସୁନା ।୨୭ ।ପଣ୍ଠିତାମଣି ରମଣୀ ଏଣୀଦୃଶୀ ।ଉମାପତିମୋହିନୀ ରେ କୁନ୍ଦହାସି ।୨୮ ।ନବମାଳୀକରଜା ସୁନ୍ଦରୀରଜା ।ତୋ ଲାଗିବାସ ଭଳି ମୁଁ ସୁଉରଜା ।୨୯ ।ରସାଳସା ବରଯୋଷା ସୁନୟନା ।ମୋ ସମସ୍ତ ସଉଭାଗ୍ୟ ତୁହି ସିନା ।୩୦ ।ମୋର ମାଗୁଣି ଗୁଣମଣିକି ଏତେ ।ସ୍ନେହ କିଣା ନ କରିବୁ କଦାଚିତେ ।୩୧ ।ଏହି ସୁଖେ ମୁଁ ସମୟ ହରୁଥିବି ।ଚନ୍ଦ୍ରହାରା ପରି ହୃଦେ କରୁଥିବି ।୩୨ ।କ୍ଷଣେ କ୍ଷଣେ କରି ଆନ ଆନ ବେଶ ।ବ୍ରହ୍ମାନନ୍ଦରେ କରିବି ପରିହାସ ।୩୩ ।ମଣି କଠାଉ ଅଳତା ପରି ଅବା ।ଲାଗି ପଦତଳେ କରୁଥିବି ସେବା ।୩୪ ।ମୋତେ ଦେଉଥିବୁ ଚୁମ୍ୱ ବରତନ ।ମୋର ସେହିଟି ସଙ୍ଖାଳି ସୁରତନ ।୩୫ ।ଜଳନ୍ତରଧରାନାଥ ରସବାଣୀ ।ବୀଣାବିଶାରଦା ମୋଦେ ଶୁଣି ଶୁଣି ।୩୬।ଲାଜମିଶ୍ରିତ ଧଇର୍ଯ୍ୟଧରା ହାସେ ।ମଣ୍ଡି ଦେଲା କଣ୍ଠକୁ ଶ୍ରୀଭୁଜ ପାଶେ ।୩୭ ।ରାଧାଜନକନନ୍ଦନା ପ୍ରାଣନାଥ ।ଦୁଇ ପ୍ରଭୁ ପୂର କର ମନୋରଥ ।୩୮ ।
। ୪ । ଝଳିଗୋରୀ - ସମୁଜ୍ଜଳ ଗୌରବର୍ଣ୍ଣା । ୫ । ନଉକର - ଚାକର । ୬ । ବାଳାବଳୟମଉଳି - ଅଳଙ୍କାର-ଯୁବତୀସମୂହର ମସ୍ତକଭୂଷଣରୂପା, ରମା - ଲକ୍ଷ୍ମୀ ।୭ । ବନ୍ଧୁଜୀବଅଧରା - ବଧୁଲିଫୁଲ ପରି ରକ୍ତବର୍ଣ୍ଣ ଅଧର ଯାହାର । ୮ । ନବଘନ - ନୂତନ ମେଘ ।୧୦ । ନାସାଶୋଭାକୁ ... ନାସିକା ଶୋଭାକୁ କାହା ସଙ୍ଗେ ତୁଳନା କରିବ ? ତିଳତିଳକ - ଉକୃଷ୍ଟ ରାଶିଫୁଲ, ତିଳକେ - ଅଳ୍ପମାତ୍ରାରେ ସୁଦ୍ଧା ।୧୧ । ଇନ୍ଦୀବର - ନୀଳକଇଁ, ବନରେ - ଜଳରେ ।୧୨ । ଭ୍ରୂଲତାରୂପ ଧନୁ କଜ୍ଜ୍ୱଳରେଖାରୂପ ଗୁଣରେ ଶୋଭାପାଏ ।୧୩ । ଝଳିମନ୍ତ - - କାନ୍ତିଯୁକ୍ତ, ମାରମୁକୁର - କନ୍ଦର୍ପର ଦର୍ପଣ ।୧୪ । ମଧୁମାସ - ବସନ୍ତ ଋତୁ ।୧୫ । ପାଟଳୀ ଫୁଲ ( କର୍ଣ୍ଣ ସଙ୍ଗେ ଉପମିତ ହୁଏ), ଗୁଞ୍ଜ - କାଇଁଚ ।୧୬ । କମ୍ଭୁ - ଶଙ୍ଖ ।୧୭ । ତ୍ରିପିଷ୍ଟପରେ - ତ୍ରିଭୁବନରେ ।୨୦ । କାଶୀବାସୀ - ବିଶ୍ୱେଶ୍ୱର ଶିବ ।୨୧ । ଶକ୍ରପଦ - ଇନ୍ଦ୍ରପଦ ।୨୪ । ପାଚିଲା ଡାଳିମ୍ବ ବୀଜ ପରି ଦନ୍ତ ଯାହାର, ଦନ୍ତରାଜଗମନା - ମତ୍ତହସ୍ତୀର ଗତିପରି ଗତି ଯାହାର ।୨୫ । କରିଅରିଜିଣାମଧ୍ୟା - ସିଂହ କଟିକୁ ଯାହାର କଟି ଜିଣିଅଛି ।୨୮ । ଉମାପତିମୋହିନୀ - ଶିବମୋହିନୀ, କୁନ୍ଦହାସୀ - କୁନ୍ଦଫୁଲ ପରି ହାସ ଯାହାର ।୨୯ । ନବମାଳୀକରଜା - ନିଆଳୀଫୁଲ ପରି କରଜ (ନଖ) ଯାହାର, ଲାଗିବାସ - ପିନ୍ଧାଲୁଗା ! ୩୩ । ବ୍ରହ୍ମାନନ୍ଦରେ କରିବି ପରିହାସ - ବ୍ରହ୍ମ ପ୍ରାପ୍ତିଜନିତ ଦିବ୍ୟ ଆନନ୍ଦକୁ ଉପହାସ କରିବି ।୩୫ । ବରତନ ବେତନ ।
ନାୟକର ଚିଟାଉ(ରାଗ-କେଦାର କାମୋଦୀ)କରି କମଳ ପାଦ ମନରେ ଗୁଣି,ଧରି କଲମ ଦିବ୍ୟ କାଗଜ ପୁଣି ଯେ ।୧ ।ଅଳପ ରସେ କେଉଁ ନାଗର ବର,ଜଳଜ-ନେତ୍ରା ଠାକୁ ଲେଖେ ଉତ୍ତର ଯେ ।୨ ।ଶଙ୍ଖ କଣ୍ଠୀରେ ସୁନା କେତକୀ ଦେହା,ସଙ୍ଖୁଳାଉଛି ଚିତ୍ତେ ଘେନି ମୁଁ ଏହା ରେ ।୩ ।ଘନଜଘନା ଆରେ ଚାନ୍ଦମୁହିଁଟି,ମନରୁ ତତେ ମୁଁ ପାସୋରି ନାହିଁଟି ରେ । ୪ ।ଦେହରୁ ଯେଉଁ ରୂପେ ଜନ୍ମଇ ସ୍ୱେଦ,ସ୍ନେହରୁ ଜାତ ହେଉଥାଇ ବିଚ୍ଛେଦ ରେ । ୫ ।ଟେକସ୍ତନାରେ ଝଳି-ଝଲକ-ମୁହିଁ,ଏ କଥାଟାକୁ ଚିନ୍ତା କରିବୁ ନାହିଁ ରେ । ୬ ।ପ୍ରେମ ଲମ୍ପଟ ଆରେ ରସିକା ସାର,ଏମନ୍ତ ଚଳୁଅଛି ପାପ ସଂସାର ରେ ।୭ ।ଅସିତକେଶା ଯାଏ ଜନନୀ ପାଶ,ରସିକ ହେଲେ କରେ ବିଦେଶେ ବାସ ରେ । ୮ ।ଦେହ ମାତ୍ରକ ସିନା ବୋଲାଏ ଭିନ୍ନେ,ସ୍ନେହ ତ ପୂରିଥାଏ ଦୁହିଙ୍କ ମନେ ରେ । ୯ ।ଦୂରେ ତୁ ଥିଲେ ହେଲେ ପ୍ରାଣ ସଜନୀ,ଉରେ ଖେଳିଲାପରି ମୁଁ ମନେ ଘେନି ରେ ।୧୦ ।ତୋର ସୁନ୍ଦର ଚନ୍ଦ୍ର ଲେପନ ଠାରୁ,ଚରଣ ଠାରୁ ଚୁମ୍ୱୁଅଛି ରମ୍ୱୋରୁ ରେ ।୧୧ ।ମଜ୍ଜାଇ ମୋର ଦରଶନରେ ମନ,ବଜାଇ ଝୁମୁ ଝୁମୁ ପଦ ମଣ୍ଡନ ରେ ।୧୨।ଝୁଲାଇ ବେନି କର୍ଣ୍ଣ ଝଲକା ଭୂଷା,ଫୁଲାଇ ତିଳଫୁଲ ସଦୃଶ ନାସା ରେ ।୧୩ ।ଅୟନ ମଣ୍ଡୁଥାଏ ଚେଳ ଅଞ୍ଚଳ,ନୟନ ବେନିକରି ଖେଳ ଚଞ୍ଚଳ ରେ ।୧୪ ।ବିଳସୁଥାଏ ମନ୍ଦସ୍ମିତ ଅଧରେ,ନୀଳ ସୁନ୍ଦର କେଶା ଆସି ସଧୀରେ ଯେ ।୧୫ ।ଯାହାରେ ଧନ ମୋତେ ଗେଲେ ଜୁହାରୁ,ବାହାରେ ସ୍ମର ସିଂହ ମନଗୁହାରୁ ରେ ।୧୬ ।ଢାଳି ଆଳବେଲିଆ କୁସୁମ ଗଭା,ଆଳି ଚରମେ ଢଳି ହେବାର ଉଭା ରେ ।୧୭।ଅନୁସରଣେ ବଶ କରିବା ଭଙ୍ଗୀ,ତନୁ ମଧ୍ୟମା ଏକା ଜାଣୁ ମୋ ସଙ୍ଗୀ ରେ ।୧୮ ।ତଳ ତଳପେ ବସୁ ମୋ ଆଜ୍ଞା ଘେନି,ଜଳପୁ କି ମଧୁରେ ଗଢ଼ଗାମିନୀ ରେ ।୧୯।ମନ ମୋହନା କଉତୁକେ ମୋ କୋଳେ,ଅନଙ୍ଗ ରଙ୍ଗରସେ ଖେଳିବା କାଳେ ରେ ।୨୦ ।ନିବିଡ଼ ରସମୟ ସରୁ ଚୁମ୍ୱନ,କି ଭିଡ଼ ଆଲିଙ୍ଗନ କି ସୁଖ ଦାନ ରେ ।୨୧ ।ପଦ ମଧ୍ୟମ କରି ବାଜିଣୀ ଭୂଷା,ନାଦ କି ସୁଖ ଦିଏ ଚମରି ଦୃଶା ରେ ।୨୨ ।କିଙ୍କିଣୀ ନାଦ ପୂରି ମନୋରଥକୁ,ଝିଙ୍କି ନିଅଇ ସୁଖ ସ୍ୱର୍ଗ ପଥକୁ ରେ ।୨୩ ।ଇତର ସୁଖ ଯେତେ ଜନ୍ମରେ ସଖୀ,ଚିତ୍ତ ତହିଁକି ତୋର ମୋହର ସାକ୍ଷୀ ରେ ।୨୪ ।ପାସୋରି ପାରିବ କେ ଏ ରସ ମାନ,କିଶୋରୀ ବର ତୁହି ତୋର ସମାନ ରେ ।୨୫ ।ନିକଟେ ଲଭିବି ମୁଁ ସକଳ ସୁଖ,ପିକ ବରନା ମନେ ଦୁଃଖ ନ ରଖ ରେ ।୨୬ ।ନିଜ ଆଶ୍ରିତେ ଆଜ୍ଞା ଅନ୍ୟଥା ନୁହେଁ,ଶ୍ରୀ ଜଗଦ୍ଦେବ ମହୀମହେନ୍ଦ୍ର କହେ ରେ ।୨୭ ।ନାଟକର ଚିଟାଉ(ରାଗ-କେଦାର କାମୋଦୀ)ସକଳ ଜଳଦର ଦୁରିତ ହାରୀ,ବ୍ରଜବନ୍ଧୁ ଚରଣ ଶରଣ କରି ରେ ।୧ ।ଏକ ରସିକ ଲଭି ବିରହ ଦୁଃଖ,ଟେକସ୍ତନା ଛାମୁକୁ ଲେଖଇ ଲେଖ ରେ ।୨ ।ଆରେ ରମଣୀ ମଣି ମୁକୁଟ ମୋତେ,ବାରେ ନ ପକାଇଲୁ ତୁ ଦିବ୍ୟ ଚିତ୍ତେ ରେ ।୩ ।ଭରେ ଖେଳୁଥାଉ ରେ ଲାବଣ୍ୟନିଧି,ଦୂରେ ରଖିଲା ତୋତେ ଦାରୁଣ ବିଧି ରେ । ୪ ।ଛାଡ଼ି ରହିବା ଦିନୁ ଛାମୁରୁ ତୋର,ନାଡ଼ି ମାତ୍ରକ ଲାଗୁଛି ସିନା ମୋହର ରେ । ୫ ।ଈସି ନ ବୋଇଲେ ଉଠି ହେଉ ନାହିଁ,ନିଶି ଦିନ ନ ଜାଣେ ରେ ଚାନ୍ଦମୁହିଁ ରେ । ୬ ।ବସି ପାରିବା ବଳ ନାହିଁ ରେ ଗୋରୀ,ଶଶୀ ଦିଶୁଛି ପ୍ରଳୟ ଅନଳ ପରି ରେ ।୭ ।ବହି ଚନ୍ଦନ ଶିଖରୀ ପ୍ରଭଞ୍ଜନ,ଦହି ପକାଉଅଛି ମୋ ଅପଘନ ରେ । ୮ ।ନୂଆ ପଲ୍ଲବଚୟକୁ ଅତି ଦୂରୁ,ମୁଁ ଆଖିରେ ଦେଖି ପାରୁ ନାହିଁ ଡରୁ ରେ । ୯ ।ଯମ ରସନା ପରି ସେ ଦିଶୁଅଛି,ସମରଥପଣ ରଖୁ ନାହିଁ କିଛି ରେ ।୧୦ ।ପିକ ରବ ଯେବେ କାନେ ପଡ଼ୁଅଛି,କି କରିବଟି ବୋଲି ମୁଁ ସଡ଼ୁଅଛି ରେ ।୧୧ ।ଭୃଙ୍ଗନାଦ ଚୁମ୍ୱିଦେଲେ ଶୃତିପଥ,ଶୃଙ୍ଗଭଙ୍ଗ ଭୟେ ସୁଖ ମନୋରଥ ରେ ।୧୨ ।କେହି ନଜର କଲେ କୁସୁମ ମାଳା,ସହି ହୁଏ ମୋ ତାପ ଅନଳ ଜ୍ୱାଳା ରେ, ।୧୩ ।ଦଣ୍ଡେ ପାଶୋରିଲି ନାହିଁ ତୋତେ,ଗଣ୍ଡେ କେବେ ଚୁମ୍ୱିବି ରେ ବନ୍ଧୁ ସତେ ରେ ।୧୪ ।ଦିଗେ ଦିଗେ ଦିଶୁଛି ଶ୍ରୀମୁଖ ତୋର,ନିଶେ କର ପକାଉଛି ହର ପର ରେ ।୧୫ ।ମନମଥ ମଦ ଜାତ ମନ୍ଦହାସଧନ ଚୋରି କରିଛଟି ମୋ ମାନସ ରେ ।୧୬ ।ବକ୍ର ନୀଳଚପଳ ଚାହାଣୀ ଭଙ୍ଗୀଶକ୍ର ନ ଦେଖିଥିବେ ରେ ଜୀବସଙ୍ଗୀ ରେ ।୧୭ ।ବନ୍ଧୁମଣି ନିଧୁବନ କାଳ ଖେଳମଧୁ ରସରୁ ମଧୁର ଦନ୍ତଚେଳ ରେ ।୧୮ ।ସ୍ତନ କନକ କଳସ ଆଉଜାଣିଜନ ଜନ୍ମକେ ପାରିବ ଆଉ ଆଣି ରେ ।୧୯ ।ଦେବେ ଦୁର୍ଲଭ ତୋର ସଙ୍ଗମ ସୁଖକେବେ ମିଳିବ ଏଥି ଉତ୍ତର ଲେଖ ରେ ।୨୦ ।ଲେଖା ବି ନିର୍ମିତ ବର୍ଣ୍ଣଧାଟି ତୋରଦେଖା ଯାଏଟି ଜୀବ ଅବଧି ମୋର ରେ ।୨୧ ।କଷ୍ଟ ସରିତ ତରିବି ତା ଦେଖିଲେ,ଅଷ୍ଟଦୁର୍ଗପୁରନ୍ଦର ବିରଚିଲେ ରେ ।୨୨ ।ନାୟକର ଚିଟାଉ(ରାଗ-କେଦାର କାମୋଦୀ)କାଗଜ ଦଳ ଅପସରରେ ରଖି,ଆଗ ଜଗଦ୍ଦୀଶ୍ୱର ଶରଣ ଲେଖି ରେ ।୧ ।ରସିକ-ବର କମ୍ପି ଫୁଲ ବିଶିଖେ,ଅସିତକେଶା ନାମେ ଚିଟାଉ ଲେଖେ ରେ ।୨ ।ପଙ୍କଜ ନୟନାରେ ଖେଳିବୁ ଚିତ୍ତେ,ସଙ୍ଖୁଳୁ ଅଛି ଟି ମୁଁ ଅନୁବରତେ ରେ ।୩ ।ଜୁହାର ଘେନି ତୋହଠାରୁ ମଜୁରା,ମୁଁ ହାର ଆଡ଼ିଆଇ ଭିଡ଼ୁଛି ଧୀରା ରେ । ୪ ।ବସାଇ ହଂସ ତୁଳୀ ବହଳ ଶେଯେ,ରସାଇ ଚୁମ୍ୱୁଛି ତୋ ବଦନାମ୍ୱୁଜେରେ । ୫ ।ଭୂରୁ-ନର୍ତ୍ତିକା ନାଟ ପଣ୍ଡିତା ତୋରଉରୁ ମୂଳରେ ଖେଳାଉଛି ନଖର ରେ । ୬ ।ହାତୀ ଗମନା ଆରେ ମୋ ଜୀବଧନ,ଛାତିରେ ତୋତେ ଆଉଜାଉଛି ଘେନ ରେ ।୭ ।ପୀୟୁଷ ସମ ସ୍ୱାଦୁ ଅଧର ତୋର,ପିଉଛି ସୁଧାନିଧି ମୁଁ ନିରନ୍ତର ରେ । ୮ ।ଧନ ରେ ମୋ ପାଶରୁ ହୋଇଲେ ଦୂର,ମନରେ ମୋର କରିଅଛୁ ମନ୍ଦିର ରେ । ୯ ।ସ୍ମରଉନ୍ମାଦ ଚାଲି ଚାଳି ଚାହାଣୀ,ସ୍ମରଣାକରି ହୃଦ ହେଉଛି ହାଣିରେ ।୧୦ ।ସଲଜ୍ଜ ରସ ସ୍ୱାଦ ମୃଦୁ ଭାଷରୁ,ଝଲକ ବରନା ମୋ ବିବେକ ସାରୁ ରେ ।୧୧ ।ରତି-ସମୟ ସୁଖ ପୁଆଉ ଯେତେ,ଅତିଶୟରେ ଖେଳୁଅଛି ମୋ ଚିତ୍ତେ ରେ ।୧୨ ।ବାଜିବା ଭୂଷା ପ୍ରତି ପ୍ରସରୁ ଥାଏ,ରାଜୀବାକ୍ଷି ମୋ ଶ୍ରୁତି କି ସୁଖ ପାଏ ରେ ।୧୩ ।ମିଶି ତହିଁରେ ଆ ନା ମଲିଟି ରଖ,ଇଷି ଏ ଭାଷା ଜାତ କରେ କି ସୁଖ ରେ ।୧୪ ।ବିମ୍ୱଅଧରା ଆରେ ଛଇଳା ମଣି,ଚୁମ୍ୱସମ୍ଭବ ରବ ତହିଁରେ ପୁଣି ରେ ।୧୫ ।କି ସୁଖ ଦେଉଥାଏ କର୍ଣ୍ଣ ବେନିକି,ଦିସୁ ନ ନିଏ ତ୍ରିଦିବକୁ ଘେନିକି ରେ ।୧୬ ।ଇନ୍ଦୁରୁ ସୁଧା ପରି ଅତି ନିର୍ମଳ,ବିନ୍ଦୁ ବିନ୍ଦୁ ଜନମେ ବଦନୁ ଝାଳ ରେ ।୧୭ ।ତିଳକ ଅଧେ ଲିଭି ଅଧେ ପ୍ରକାଶେ,ଅଳକ ଲୁଳି କେଡ଼େ ସୁନ୍ଦର ଦିଶେ ରେ ।୧୮ ।ଲହସି ଯାଏ ଖୋସା ଖସଇ ଗଭା,ନ ହସି ରହି ନୋହେ ଚାହିଁ ସେ ଶୋଭା ରେ ।୧୯ ।ନାୟିକାବର ଧରୁଥାଉ ତୁ ଭିଡ଼ି,ରାଇକା ଶିଥିଳାଏ ମୁଁ କରେ ପୀଡ଼ି ରେ ।୨୦ ।ନିତମ୍ୱ ଜଘନକୁ ବିବାସ ଦେଖି,ମିତ ମୋ ବୁଜିଦେଉ କି ଲାଜେ ଆଖିରେ ।୨୧ ।ଗଳାମଣ୍ଡଳା ତୁଟି ପଡ଼ନ୍ତେ ଶେଯେ,କଳା ଚଳାନ୍ତେ ଜ୍ଞାନ ହଜାଉ ଲାଜେ ରେ ।୨୨ ।ତ୍ରପାରେ ବାମକର ନବ ପଲ୍ଲବେ,ଛପାଇ ମନମଥ ମନ୍ଦିର ଜବେ ରେ ।୨୩ ।ଟେକଉରଜା ତୋଳି ସଜରୁ ହାର,ଏକ ହସ୍ତରେ କରେ ଶହେ ଜୁହାର ରେ ।୨୪ ।ଆଜ ନଉକରିରେ ଏତିକି ମୁହିଁ,ହାଜର ହୋଉଅଛି ବୋଲି ଜଣାଇ ରେ ।୨୫ ।ଦଶନେ ତୃଣଧରା ଠାରି ସତ୍ତ୍ୱରେ,ବସନ ପିନ୍ଧିବାର ଭାବେ ଚିତ୍ତରେ ରେ ।୨୬ ।କୁସୁମ ଆଲଟେ ମୋ ସ୍ୱେଦ ନିବାରି,କି ସୁଖେ ପହୁଡ଼ାଇ ବର ନାଗରୀ ରେ ।୨୭ ।ଟେକା ଶିଖଣ୍ଡକେଶା ରେ ବରତନୁ,ଏ କି ପାଶୋର ଯାଏ ରସିକ ମନୁ ରେ ।୨୮ ।ଅଳପ ଦିନରେ ମୋ ଜୀବ ଜୀବନ,ତଳପ ତଳର ମୋ ହେବୁ ମଣ୍ଡନ ରେ ।୨୯ ।କାନ୍ତ ସୀମନ୍ତମଣି ତୁ ମନେ ଲବେ,ଚିନ୍ତା କରିବୁ ନାହିଁ ତୁ ନିରାଶ ଭାବେ ରେ ।୩୦ ।ମାନସେ କରିଅଛୁ ଯେଉଁ କାମନା,ଧାନ ସମାନ ହେବ ନାହିଁ ତା ମନାରେ ।୩୧ ।ଉଦୟାଚଳ ହେଳେ ପଶ୍ଚିମ ଧର,ମୁଁ ଦୟା ନ ଛାଡ଼ଇ ତରୁଣୀ ବର ରେ ।୩୨ ।ବିହରିବୁ ଅବଶ୍ୟ ମୋ ପାଶେ ଗଲେ,ଶ୍ରୀ ହରିଚନ୍ଦନ ଭୂ-ମହେନ୍ଦ୍ର ବୋଲେ ରେ ।୩୩ ।ନାୟିକାର ଚିଟାଉ(ରାଗ-କେଦାର କାମୋଦୀ)ଦଇବ ଯୋଗୁଁ କେଉଁ ରସିକାବର,ହୋଇ ବଲ୍ଲଭଜନ ପାଶୁ ଅନ୍ତର ରେ ।୧ ।ଭାଜି ଦେବାରୁ ତନୁ ବିରହ ଝାସ,ରାଜୀବ ତଳ ଶେଯେ କରି ନିବେଶ ଯେ ।୨ ।କାଗଜ ଧରି ତହିଁ କଲମ ଯୋଖି,ଆଗ ଜଗଦୀଶ୍ୱର ଶରଣ ଲେଖି ରେ ।୩ ।ଦେଖିଲା ଅନ୍ୟ କେହି ନିକଟେ ନାହିଁ,ଲେଖିଲା ଲେଖ ଚାରୁ ଚନ୍ଦ୍ରମାମୁହିଁ ରେ । ୪ ।ତରୁଣୀଜନ ସ୍ତନ ଚନ୍ଦନ କର,ଧରଣୀ ପୁରନ୍ଦର ଚନ୍ଦନ କର ଯେ । ୫ ।କଉସ ତଳେ କୋଟି ପ୍ରଣାମ କରି,ଜଣାଣ ଯୋଗାଉଛି ତୁମ୍ଭ କିଙ୍କରୀ ଯେ । ୬ ।ମୁଁ ଦୂରହୋଇ ଦିନ ଅନେକ ହେଲା,ଶ୍ରୀହସ୍ତଲେଖା ହେଲେ ଦେଖା ନହେଲା ହେ ।୭ ।ଯେଡ଼େ ସରସ ତେଡ଼େ ସଦୟ ମନ,ମୋର କି ଅପରାଧ ହେଲା କଠିନ ହେ । ୮ ।କରିବାବେଳେ ପରିରମ୍ଭ ଯାହାର,ଉରରୁ ମୁକ୍ତାହାର କର ବାହାର ରେ । ୯ ।ବହଳ ଅବା କେଡ଼େ ଚନ୍ଦନଲେପ,କରପଙ୍କଜ ତଳେ ତା କରି ଲୋପ ରେ ।୧୦ ।ଅନ୍ତରଠାରୁ କରି ଅତି ନିବିଡ଼,ରାତି ଗୋଟିକ ଯାକ ଛାତିରେ ଭିଡ଼ ହେ ।୧୧।ଭିଡ଼ିଲାବେଳେ କାଟୁଛି କି ରେ ବାଳି,ବୋଲି ପଚାର ସ୍ନେହ ପୀୟୁଷ ଢାଳି ହେ ।୧୨ ।ଏବେ କି ଦୋଷୁ ହେଲି ଏଡ଼େ ଅନ୍ତର,ନବନୀତ କି ବନିଗଲା ପଥର ଯେ ।୧୩ ।ଫୁଲ ପରାଗ ବନ ବିହାର କାଳେ,ଝାଡ଼ ମୋ ଅଙ୍ଗୁ ପରା ଦୁକୂଳାଞ୍ଚଳେ ରେ ।୧୪ ।ରୋମ ରୋମକେ ଏବେ ମାରେ ଯେ ମାର,ସଙ୍ଖଳୁ ନାହିଁ ଥରେ ସଙ୍ଖାଳି ମୋର ଯେ ।୧୫ ।ଅଧର ପାନ କାଳେ ରଦନ ଶେଷେ,ନଥର ଭିଡ଼ି ବ୍ରଣ ଦିଶିବା ତ୍ରାସେ ରେ ।୧୬ ।ଦଳି ନ ଦେଇ ଧୀରେ ପିଅ ପୀୟୁଷ,ଅଳି ପିଇଲା ପରି କୁସୁମ ରସ ରେ ।୧୭ ।ଆନତ କରି କେବେ ମୁଖ ବିମ୍ୱକୁ,ମାନତ କରି ନ ଜାଣଇ ତୁମ୍ଭଙ୍କୁ ହେ ।୧୮ ।ନ ଥିବ ଅବା ଦିବ୍ୟ ଚିତ୍ତରେ ଏବେ,ଦିନେ ଯେ ବ୍ରଣ ହେଲା ଓଷ୍ଠପଲ୍ଲବେ ଯେ ।୧୯ ।କଲା ମା ଭଙ୍ଗା ବେଳେ ଚାହିଁ ସେପରି,କଲେ ମା ମୋତେ କିସ ବିଚାରି ଯେ ।୨୦ ।ମଜ୍ଜାରୁ ଜନମିଲା ପ୍ରଣୟ ରୋଷ,ଲଜ୍ଜାରୁ ହୋଇଥିବାରୁ ଅତି ବିଶେଷ ଯେ ।୨୧ ।ଆଡ଼ରୁଷା ମୁଁ ଯହୁଁ ଦେଲି ଅଳପ,ତାଡ଼ରୁ ତୁମ୍ଭ ତୁଷ୍ଟି ହେଲା କଳାପ ଯେ ।୨୨ ।ଏପରି ଯାହାଠାରେ କରୁଣା ଥିଲା,ଏପରି ଭବଭଳି କେହି ସେ ହେଲା ହେ ।୨୩ ।ବରଜି ଚାପ ରୋପ କେଳତି ପତି,ତୁମ୍ଭ ନଗରେ କି ହୋଇଗଲାଣି ଯତି ଯେ ।୨୪ ।ଚଳି ଆସିଲା ଦିନୁ ତୁମ୍ଭ ପାଶରୁ,ବଳିଲାଣି ଟି ସୁଧାରସ ବିଷରୁ ଯେ ।୨୫ ।ତୁମ୍ଭର ସୁଖ ଲାଭ ଅଭିଳାଷରେ,ସିନା ମୁଁ ମନ ଦେଉଥାଇ ବେଶରେ ଯେ ।୨୬ ।ଶ୍ରୀ ହସ୍ତେ ସାଜିବାର କୁନ୍ତଳ ବେଶ,ଫିଟି ନାହିଁ ଆଉ ମୋର ଜୀବେଶ ରେ ।୨୭ ।ଡେଇଁ ପଡ଼ିବା ମନ ହୁଏ କାସାରେ,କୁସୁମ ବାସ ବାଜି ଗଲେ ନାସାରେ ହେ ।୨୮ ।ଭୃଙ୍ଗ ସଙ୍ଗୀତ ହରି ନେଉଛି ଜ୍ଞାନ,ନିମ୍ୱ ଦଳରୁ ପିତା ଲାଗୁଛି ପାନ ଯେ ।୨୯ ।ଫୁଲ ଲଲାମ କେହି କଲେ ନଜର,ସେକାଳେ ସାକ୍ଷୀ ମୀନକେତନ ଜ୍ୱର ଯେ ।୩୦ ।କଳନା କର ଦିବ୍ୟ ଚିତ୍ତେ ହେ ଧନ,ଲଳନାଙ୍କର ଲାଜ ସିନା ମଣ୍ଡନ ହେ ।୩୧ ।ବରଜି ତାକୁ ଲେଖିଲି ଏ ଜଣାଣ,ମୋର ଜୀବନବନ୍ଧୁ ଏତିକି ଜାଣ ଯେ ।୩୨।ଦିଶୁଛି ଦିଶେ ଦିଶେ ସେଇ ଶ୍ରୀମୁଖ,ଶରଦୁଦିତ ପୂର୍ଣ୍ଣ ସୁଧାମୟୁଖ ହେ ।୩୩ ।ନୟନାଞ୍ଚଳ ଖେଳ ମୋହନ ସ୍ମିତ,ସରସ ଶ୍ଳେଷ ମୃଦୁ ସ୍ନେହ ଭାଷିତ ଯେ ।୩୪ ।ଚକାପର୍ଯ୍ୟଙ୍କ ଛାଇ ପାଇ ଆଡ଼ୁଖା,ପକାଇଲାଇଁ ଯେଉଁଦିନ ପଡ଼ୁଖା ଯେ ।୩୫ ।ମଞ୍ଜରୀ ନାଦ ଶୁଣି ଖଞ୍ଜନ ଟେକି,ମାଳିକି ମାଳି କି ସେ ଆଣିଲା ଡାକି ଯେ ।୩୬ ।ଦିବା ଦେଖିଲେ ଦୁହେଁ ବିବାସ ବେଶ,ଲଜ୍ଜା ମଜ୍ଜିଗଲା ପରା ମାନସ ରେ ।୩୭ ।ଏ କିସ ଗୋ ମା ବୋଲି ପଡ଼ି ଚମକି,ପଳାଇ ଯାଉଥିଲେ ସେ ଦୁଇ ଟୋକୀ ଯେ ।୩୮ ।କରି କଟୀରେ ଚେଳ ଅତି ଚପଳେ,ଧରି ଆଣିଲେ ଚେଟୀ ଦୁହିଁଙ୍କି ବଳେ ଯେ ।୩୯ ।ଧରି ଦୁହିଁଙ୍କ କର ଚିବୁକ ଦରେ,କାଞ୍ଚନ ଭୂଷା ଦେଇ ଲାଞ୍ଚ ଆଦରେ ଯେ । ୪୦ ।କେହିଟି କରି କି ଭଙ୍ଗୀରେ ବିନତି,ସେହି ଦୁହିଙ୍କି କଲ ରହସ୍ୟଦ୍ଦୁତି ହେ । ୪୧ ।ପ୍ରସୂନ ସକର୍ପୁର ଚନ୍ଦନ ଚୁଆ,ଦଶନ ଚିହ୍ନ ବସା ବାସ ବିଡ଼ିଆ ହେ । ୪୨ ।ଦେହ କୁଙ୍କୁମାରୁଣ ସ୍ନେହ ପତ୍ରିକା,ଗୋଳି ଦିଅନ୍ତି ସେହି ବାମାଏ ଏକା ଯେ । ୪୩ ।ନିଆଳି ନାଗେଶ୍ୱର ଚମ୍ପା ଚେମ୍ୱଲି,ବଉଳ ଆମ୍ବ କସି ମରୁଆ ବୋଲି ଯେ । ୪୪ ।ହେବାର ଡକାଡକି ଆହା କି ସୁଖ,ଦେବାର ଟିପି କକ୍ଷତଳରେ ନଖ ଯେ । ୪୫ ।ଏ ଭାଗ୍ୟ ନାହିଁ ମନୋରଥ ପଥରେ,ଶ୍ରୀ ହସ୍ତାକ୍ଷର ହେଲେ ଦେଖାଅ ଥରେ ହେ । ୪୬ ।ତହିଁରେ ଚୁମ୍ୱି ପୟୋଧରେ ଲଗାଇ,ରହିବି ପ୍ରାଣ ତୁମ୍ଭ ସୁଗୁଣ ଗାଇ ଯେ । ୪୭ ।ହୋଇବ ଅପରାଧ କ୍ଷମା ମୋହର,ଦଇବ ବଶୁଟି ମୁଁ ହୋଇଲି ଦୂର ହେ । ୪୮ ।ଘେନ ମୁଁ ଖଟୁଥିବା ପରି ପା-ତଳ,ଧନ ମୋ ଠାରେ ସ୍ନେହ ନୋହୁଁ ପାତଳ ହେ । ୪୯ ।ଅଚିରେ ଜାଣି ନୂଆ ଛଇଳା ମନ,ରଚିଲେ ଅଷ୍ଟଦୁର୍ଗ ନାକ ଜୀବନ ହେ । ୫୦ ।ଚଉବନ ପଦିଆନାୟକର ଚାଟୁ ଭକ୍ତି(ରାଗ-କୁମ୍ଭ କାମୋଦୀ)ଆସ ରେ ଆସ ମୋ ଅଙ୍କକୁ ରଙ୍କକୁ ଚିନ୍ତାମଣି ମିଳୁପାଶରେ ଏପରି ଲଜ୍ଜାକୁ କାହିଁକି କୃପାଳୁ ତୁ ପାଳୁ ।୧ ।ତୁ ହାର କାହାର କହଟି ନ ହଟି ତନୁ ସଙ୍କୋଚରେଜୁହାର ପଛକୁ ଆଉ ଦିଅ ଆଗ ଜମାଇ କୁଚରେ ।୨ ।କାଇଁଚ ମୁଖି ମୁଖ ପୀୟୁଷ-ମୟୁଖ-ମଣ୍ଡଳର ଶିରୀଚାହିଁ ମୋର ନେତ୍ର ଯୁଗଳ ପବିତ୍ର ହେଉ ରେ କିଶୋରୀ ।୩ ।ନବୀନ ଅନଳ ଛବି ନୟନରେ ଅଳପ ନିରେଖିଧନ ମୋର ପୂର୍ବ ପୁଣ୍ୟ ପୁଞ୍ଜ ବୋଲି ଦେବି ପରା । ୪ ।ରତୀଶ ଦର୍ପଣ ଦ୍ୟୁତି ସମର୍ପଣ ହେବାର ଲଳିତଝଳି ଝଲମଲ ମାଂସଳ ମୃଦୁଳ ତୋ ଗଣ୍ଡ ସ୍ଥଳିତ । ୫ ।ନବ ଇନ୍ଦିବର ଯା ଶୋଭା ଲବର ନୁହଁଇ ଲାଭଣୀଆରେ ଚାରୁଶୀଳା ପ୍ରସରୁ ସେହି ନାଳେ କମଳ ଅନାଉଁଣୀ । ୬ ।ମୁଁ ପାଏ ଟୋପାଏ ତା ସ୍ୱାଦୁ ତ୍ରପାରେ ଛପାଇ ନଧରବିଦ୍ରୁମ ଦ୍ରୁମର ନବ କିଶଳୟ ସଦୃଶ ଅଧର ।୭ ।ଏ କିସ ଗୋ ! ମୁଖ ଟେକି ସମନାଅ ଆହା କି ସୁନ୍ଦରଏ କି ନୁହେଁ ଦରହସ ସହୋଦର କି ବାସ କୁନ୍ଦର । ୮ ।ସୁନାଶୀର ଗଞ୍ଜେ ସଞ୍ଜକୁ ଚାରୁ ଚିବୁକଟିଖିରି ଯୁଗଳ କି ତୁ କେ ରେ ପଚାରୁ ଚିବୁକଟି । ୯ ।ଟାଣିଛି କି ଜରି ଯାଉଁଳି ତମ୍ବୁଟି ସ୍ମର ଭୂପତି ସେତା ଜୟ ଡିଣ୍ଡିମ ପରି ନିତମ୍ୱଟି ବିପରୀତେ ଦିଶେ ।୧୦ ।ମଧ୍ୟ ତ ସରୁଆ ଏସନ ଗରୁଆ ଲଲାଟେ ତତେଦରୋଟି ହାସି ଡମ୍ୱରୁଟି ନିପଟ ନାହିଁକିରେ ସତେ ।୧୧ ।ନବନୀତ ତହୁଁ ଅବନୀ ତଳେ ତ ନାହିଁ ସୁକୁମାରତୋ ତନୁରୁ କରକଶ ପରି ତାକୁ ଘେନେ ମନ ମୋର ।୧୨।ଭଲା ନିରିମାଣ କଲା ନାରୀଜନ୍ମ ସମ୍ଭବ ତୋହରକରପଦକୁ ଇତର ପରିପନ୍ଥୀ ପ୍ରଥମ ସହର ।୧୩ ।କିଞ୍ଚିତ କୁଞ୍ଚିତ ଶ୍ୟାମଳ ଚାମର ସଦୃଶ ତୋ କେଶସଜାଡ଼ି ଅଜାଡ଼ି ଦେଲା ଷଡ଼ରସେ ଧନୁ ସେ ଲୋକେଶ ।୧୪ ।ଯେ ଶରଣ କଲା ତୋତେ ମୁଁ ବଳେ ଏ ବେଶ ରଜନୀକିତୋ ତୁଲେ ତଳପେ ହୁଅଇ ପ୍ରବେଶ ରଜନୀକି ।୧୫ ।ନ କର ମୋ କେରି ନିଷେଧ ମୋ ପରାଣଧନରେଆଜକ ଲାଜ କୁଶଳରେ ଦେଇ ବୋଲି ଘେନ ମନରେ ।୧୬ ।ସୁଆଦ ନିରଙ୍କ ବରବର୍ଣ୍ଣିନୀଙ୍କର ଦାମ୍ୱର ମାତ୍ରପୀୟୁଷ ନିର୍ଝର ପୂରିଛି ତୋର ଗୋଟିକ ଯାକ ଗାତ୍ର ।୧୭ ।ମଦିରାକ୍ଷୀ ମୋର ମଦୀରାକ୍ଷୀର ମୁଁ ନ ଘେନିବି ଦୋଷତୋ ୟେ ସମୟକୁ ମୋ ସମୟ ମନା ସାକ୍ଷୀ ତୋ ମାନସ ।୧୮ ।ରଦ ବାଜିଲେ ହେଁ ନ ଦବାଇବୁଟି ଶ୍ରୀହସ୍ତ ଧରୁଛିଛାଡ଼ି ଯିବାଯାଏଁ ମୋର ଫୁଲଶର ଜ୍ୱରଜ-ଅରୁଚି ।୧୯ ।ବୁଡ଼ି ବୁଡ଼ି ଜାଡ଼ ମୋ ଦେହେ ନିବାଡ଼ ଭିଡ଼ିଦେ ଡର ନାପ୍ରବାତ କଦଳୀ ଲତା ପରି ଅଳି କୁନ୍ତଳା ଥର ନା ।୨୦ ।ମୋ ରାଣଟି ତତେ ମୋ ପରାଣବନ୍ଧୁରେ ମୋ ରଦ ବସନପୀଡ଼ି ଦିଅ ଗାଢ଼େ ବୁଡ଼ିବସୁ କୁନ୍ଦ ଶିଖର ଦଶନ ।୨୧ ।କାଟୁଥିବ ବୋଲି ନାଟୁଆ ଖଞ୍ଜନ ନେତ୍ରା କି ଡରୁଛୁମରି ଟି ଗଲିଣି ସରି ଶିରୀଷାଙ୍ଗୀ, ଶ୍ମଥ ଯେ କରୁଛୁ ।୨୨ ।ପଡ଼ୁଛି ଚରଣେ ମନମଥରଣେ ମାନସ ମଜ୍ଜାଅଶିଖ ଶିଖ ନଖ ଶିଖ କେଳି ସୁଖ ମତେ ସମଜାଅ ।୨୩ ।ନିବିଡ଼ ଛୁଆଇଁ ଦେଉନାହିଁ କେହି ଜୀବିତ ରହିବିମୋତେ ଦିଗମ୍ୱର କର ଧନ ମୋର ଅବଶ୍ୟ ସହିବି ।୨୪ ।ବୁଜୁଛୁ ଯେ ନେତ୍ର ତୋର ଚିର ଗାତ୍ର ମୁଁ ଦେଖୁ ନାହିଁ କିଏ କାଳରେ ଚାରି ଡୋଳାମେଳଖେଳା ବରଜୁ କାହିଁକି ।୨୫ ।କେଉଁ ତାଳେ ପଡ଼ି ବାଜୁଛି ତୋ କର ଚରଣ ମଣ୍ଡନକହ ମତି ଗତି ହେଉ ମୋର ଶ୍ରୁତି କଦନ ଖଣ୍ଡନ ।୨୬ ।କି ଲାଗୁଛି ରସ-ମୟ ମୋ ମାନସ ମୋହନା କହଟିକ୍ରମରେ ଶ୍ରମର ଶ୍ରମ ଭରୁ ମାର ଯିବଟି କହଟି ।୨୭ ।ଜାଣିଲୁଣି ବାଣୀ ବିପଞ୍ଚି ପଞ୍ଚମ ନିନାଦ ବଚନାକରିବୁ କି ମୋହ ପରି ଅବିଗ୍ରହ ମହ ବିରଚନା ।୨୮ ।ଚରମରେ ବେଣୀଲତା ନୀଳ ଫଣୀ ରମଣୀ ଖେଳିବମୁକୁତା ରତନ ନଥ ନରତନ ଛବି ପ୍ରଚଳିବ ।୨୯ ।ତଳକୁ ଶିଖର କରି ସୁରଧର ଯୁଗଳି ରହିବଦୋଳା ଲୀଳା ଘେନି ହାର ମନ୍ଦାକିନୀ ଧୀର କି ବହିବ ।୩୦।କଟି ମେଖଳାରେ ରଟିବ କିଙ୍କିଣୀ ବିଜୟ ଡିଣ୍ଡିମତୋ କର ଚରଣ କଞ୍ଜ ମଉ ରଣ ହେବ ବାଞ୍ଛୁ ଯମ ।୩୧ ।ଫିଟି ଗୋଟି ଗୋଟି ତୁଟି ତଳପରେ ବିରାଜିବ ହାରଇନ୍ଦୁ ବଦନରୁ ବିନ୍ଦୁ ବିନ୍ଦୁ ଝାଳ ହୋଇବ ବାହାର ।୩୨ ।ଅରବିନ୍ଦ ବାସ ବହି ଖରଶ୍ୱାସ ଯହୁଁ ପ୍ରସରିବସ୍ମର ବୀର ମାନ ସହିତେ ତୋ ମନ ସନ୍ଦେହ ସରିବ ।୩୩ ।ସେ ସମୟେ କିସ ହେବ ତହୁଁ ଲେଶ ଜାଣି ନ ପାରିବାଚେତି ପୁଣି ଦୁହେଁ ଦୁହିଙ୍କି କି ହେଲା ବୋଲି ପଚାରିବା ।୩୪ ।ସସ୍ମିତ ମନ୍ଦାକ୍ଷ ଅନାଉଣ ଲକ୍ଷ ହେବ ଦୁଇ ମୁଖଶଚିବର ଦୀନ ପରି ଆଭାସିବେ ଶଚି ଶତମୁଖ ।୩୫।ଘରମ ଉରରୁ ନବନୀତ ପରି ମୋ ଉରେ ଲୋଳିବୁମନ ନିକିତିରେ ସ୍ୱର୍ଗକୁ କ୍ଷିତିରେ ମିଶାଇ ତୁଳିବୁ ।୩୬ ।ଶାଢ଼ୀଲାଗି ତ୍ୱରା ଗଡ଼ିଲା ପରି ମୁଁ ଉପାୟ କରିବିପନୀରକୁ ସିଞ୍ଚି ଚେଳାଞ୍ଚଳେ ବିଞ୍ଚି ଉତ୍ସଙ୍ଗେ ଧରିବି ।୩୭ ।ଛଇଳା ଆଳିଙ୍କ ଛାଉଳି ଭାରତୀ ଭଙ୍ଗୀରୁ ଡରିବୁସୁସାରି ଦେବାକୁ ଭୂଷା ରୀତି ଅତି ଆଗ୍ରହ କରିବୁ ।୩୮ ।ଭାଜିବା ଅଳକ ଲିଭିବା ତିଳକ ଲୁଳିବା ଚିକୁରସଜାଡ଼ି ଦେଇ ମୁଁ ଦେଖାଇବି ତୋର ଛାମୁରେ ମୁକୁର ।୩୯ ।ପରଶଂସିବୁ ମୋହର ଚାତୁରୀ କି ଧନ ପୁନରପିବୋଲିବୁ ତୁମ୍ଭରେ ମନ ମୁଁ ଦେହ ତ ଅଛି ସମରପି ।୪୦ ।ନିଜ ଅଭିଳାଷେ ପୁନରପି ମନସିଜର ସେବାରେବନଜାନନା ତୋ ମନ ଜାଣି ହେବି ହାଜର ସେବାରେ । ୪୧।ମଞ୍ଜୀର ବାଜଣା ହେବ ମାତ୍ର ଜଣା ନ ଯିବ ତନୁକୁଫଜିତ କରିବ ଅଜିତ ଗୁମାନୀ ପ୍ରସୂନ ଧନୁକୁ । ୪୨ ।ଆଜଠାରୁ ଲାଜ ବରଜରେ ରାଜଚକ୍ରଙ୍କ ଗମନାଲଜ୍ଜାଟି ତୋହର କରୁଥାଏ ମୋର ସବୁଭୋଗ ମନା ।୪୩ ।ଏଡ଼େ ସ୍ନେହଶୀଳ ତୁ କଳା କୁଶବା ବୋଲାଇବୁ ନାହିଁହର ପରବଳ ପରବଳିବରେ ଶରଦିନ୍ଦୁ ମୁହିଁ । ୪୪ ।ଦମତିର ନିରନ୍ତର ସଂଗତିରୁ ସଂପତ୍ତି ସରଇଭରି ଦିଗନ୍ତର ସୁରଭି-ତରୁର ଯଶ ପ୍ରସରଇ । ୪୫ ।ସମ୍ୱେଶ ଅଶନ ଆଦି କି ବସନ ସଦୃଶ ବରଜିଝଳି ଥିବ ଶଂକେ ତରୁଣୀତରୁଣ ଦୁହିଙ୍କ ମରଜି । ୪୬ ।ଇତିର ମୋହରେ ପଡ଼ି ଯେ ଓହରେ ଏ ରଶୁକି ଚିତ୍ତପ୍ରାଣ ବଲ୍ଲଭାରେ ଜାଣ ସେହି ଜନ ଦଇବ ବଞ୍ଚିତ । ୪୭ ।ଦେଖୁଥିଲେ ଦେଖୁଥିବ ପରସ୍ପରେ ବଦନ ଦ୍ୟୁତିକିଲେଖୁଥିଲେ ଲେଖୁଥିବ ପଟପଟେ ସେହି ସୁରତିକି । ୪୮ ।ସହୁଥିଲେ ସହୁଥିବ ନଖଦନ୍ତ ଘାତ ପୀଡ଼ନକୁକହୁଥିଲେ କହୁଥିବ ଗତନିଶା ପ୍ରସଙ୍ଗମାନଙ୍କୁ । ୪୯ ।ପାନ କରୁଥିଲେ କରୁଥିବ ଦନ୍ତ-ଦୁକୁଳାମୃତରଗାନ କରୁଥିଲେ କରୁଥିବ ସେହି ଚରିତ ଗୀତର ।୫୦ ।ଏପରି ରତୀଶରଶର ଶେଷ ସେ ଭାରତୀ ରାଜିରଶ୍ରବଣୁଁ ଅବସ୍ଥା ଜଡ଼ପରି ହେଲା ସେ ଶିରୀଷାଙ୍ଗୀର । ୫୧ ।ବାସଲାଗି ତ୍ୱରା ହାସଲାଜ ମୋଦ ଯେଡ଼େ ଅପ୍ରମାଣେଅଷ୍ଟଦୁର୍ଗଧରା ବଳୟ ଅମରାବତୀ ନାଥ ଜାଣେ । ୫୨ ।ରସାମୃତ ନମେ ପ୍ରକଟ ହେବ ଏ ସବୁ ଜନପଦେଏ ଗୀତ ନିର୍ମିତ ହେଲା ଶୁଭଦିନେ ଚଉବନ ପଦେ । ୫୩ ।ତମାଳସୁନ୍ଦର ବ୍ରଜପୁରନ୍ଦର ସୁତ ଏହି ମନେଜମାହେବା ଦୋଷ କ୍ଷମନ୍ତୁ, ଏଗୀତ ପ୍ରସରୁ ଭୂବନେ । ୫୪ ।ପଞ୍ଚତିରିଶ ପଦିଆନାୟିକାର ବିରହାନୁଚିନ୍ତା(ରାଗ-କେଦାର କାମୋଦୀ)କେଉଁ ରସିକାବର ଦଇବ ବଶୁହେଉଁ ଅନ୍ତର ନୂଆ ନାଗର ପାଶୁଁ ରେ ।୧ ।ସହି ନ ପାରି ଘୋର ବିରହ ତାପକହିଲା ସହୀ ଆଗେ ବିହି ବିଳାପରେ ।୨ ।ସଙ୍ଗାତ ମୋତେ ମନ୍ଦ ବିଧି ପାଞ୍ଚିଲାଶୃଙ୍ଗାର ମୂର୍ତ୍ତିସଙ୍ଗ ଦେଇ ଭାଙ୍ଗିଲା ରେ ।୩ ।ଧନ ମୋ ବିନା କେହି ବଞ୍ଚିବେ କାଳଅନବରତ ସହି ମାୟା ଜଞ୍ଜାଳ ଯେ । ୪ ।ସୁମରୁଛନ୍ତି ସେ ଯେ ଦିବସରାତିଚମରୁଦୃଶାଟିରେ ବୋଲି ଡାକନ୍ତି ଯେ । ୫ ।ଅଧର ନ ପିଇଲେ ଏକ ନିମିଷଧନରେ ଯାହାଙ୍କର ମନ ବିରସ ରେ । ୬ ।ଠଉରିବି ଯେ ଏବେ କି ରୂପେ କହଗଉରୀବର କଲେ କେଡ଼େ ନିଗ୍ରହ ଯେ ।୭ ।ମୁଁ କେହି ବଞ୍ଚିବିଟି ତାହାଙ୍କୁ ଛାଡ଼ିଛାଡ଼ି ନ ଯିବ ନିକି ନିକଟେ ନାଡ଼ି ଯେ । ୮ ।କଞ୍ଜରମ୍ୟ ବଦନ ଦେଖିବି ବୋଲିପଞ୍ଜର ଯାଏଁ ଯାଉଥାଏ ମୁଁ ପେଲି ଯେ । ୯ ।ସୁଯୋଗ ଯେବେ ଚାରିନୟନ ମିଶେଏ ମର୍ତ୍ତ୍ୟ ସ୍ୱର୍ଗଠାରୁ ବଳି ଆଭାସେ ଯେ ।୧୦।ଅନେକ ରସମିଶା ହସ ଚାହାଣିମନେ କଲେ ମୋ ହୃଦ ହୁଅଇ ହାଣି ରେ ।୧୧ ।ଅତର, ଫୁଲ, ଦନ୍ତୀ ଦନ୍ତପାନିଆଁବିଡ଼ିଆ ଧରା ଗଭା ମାଳାମାନିଆ ରେ ।୧୨ ।କେତକୀ ଦଳ ଲେଖା ସରସପଦପେଷନ୍ତି ମୋତେ ସୁରେଶ୍ୱର ସଂପଦ ରେ ।୧୩ ।ମୁଁ ପୋଷୁଥାଏଁ ଚିତ୍ର କୁସୁମ ଗଭାଦେଖିବା ଆଶେ ଲାଗି ସମୟ ଶୋଭା ଯେ ।୧୪ ।ନଜିକେ ଖଟିଗଲେ ମୁଁ କେବେ କେବେମଜ୍ଜି କେବଳ ମହାମଦ ଅର୍ଣ୍ଣବେ ଯେ ।୧୫ ।ଦିଅନ୍ତି ଅଙ୍ଗେ ଅଙ୍ଗ ଜମାଇଁ ଭିଡ଼ିପିଅନ୍ତି ପତି ଅଙ୍ଗ ଦଶନେ ପୀଡ଼ି ରେ ।୧୬।ନରମ ଅଭିଳାଷ ସରସ ଚିତ୍ତେଚରମ ଆଡ଼ୁ ଆସି ଅତରକିତେ ରେ ।୧୭।ଜାଣି ଜଘନ ତଳ ସ୍ଥଳ ନିକଟପାଣିଜ ଶିଖଖେଳ କରି ପ୍ରକଟ ଯେ ।୧୮ ।ଚମକି ହସି ପକାଇବା ମୋ ସୁଖଶଚିଙ୍କି ଦେଇଥିବେ କି ଶତମୁଖ ରେ ।୧୯ ।ତିନିଦିନିଆଁ ଯେବେ ହୁଏ ବିଚ୍ଛେଦଘେନି ତା ତହୁଁ ଭଲ ସ୍ୱଶିରଚ୍ଛେଦ ରେ ।୨୦ ।ମଦନ ବାଣ ଦାଉ ସହି ନ ପାରିମୋ ଧନ ଆସି ପଛୁ ପକାନ୍ତି ଧରି ଯେ ।୨୧ ।କିଛି ବିବେକ ନାହିଁ କି ଦିବ୍ୟଚିତ୍ତେଛି ଛି ଛୁଇଁଲ କାହିଁପାଇଁକି ମୋତେ ଯେ ।୨୨ ।ଏପରି ନିଷେଧ ମୁଁ ହୋଇଲେ ତଳିଚାଳି ଦିଅନ୍ତି ସବୁ ବିଧି ପ୍ରବଳି ରେ ।୨୩ ।ମୁଁ ପବନକୁ ଲୋଡ଼ି ନିଦାଘ କାଳେଉପବନକୁ ଗଲି ସୁକୁତୂହଳେ ରେ ।୨୪ ।ମୋ ସାଥେ ଥିବା ଟୋକୀ ଦୂରକୁ ଚଳିଖୋଷାରେ ତାର ଖଞ୍ଜୁଥିଲା ନିଆଳି ରେ ।୨୫ ।ଏକାଳେ ମୋ ପରାଣବନ୍ଧୁ ସେ କେହିଏକାକୀ ହୋଇକରି ମିଳିଲେ ତହିଁ ରେ ।୨୬।ଚାହିଁ ମୁଁ ଦନ୍ତେ ଭିଡ଼ି ରସନାଞ୍ଚଳପଳାଇବାକୁ ଯହୁଁ ହେଲି ଚଞ୍ଚଳ ରେ ।୨୭ ।କେହିଁ ନାହିଁ ରେ ଏଥି ବରବରନାମୋ ରାଣ ଅଛିଟି ତୁ କିଛି ଡରନା ରେ ।୨୮ ।ଏମନ୍ତ ବୋଲି ମୋତେ ନିବିଡ଼େ ଭିଡ଼ିଦଶନାଞ୍ଚଳ ମୋର ଦେଲେ କାମୋଡ଼ି ଯେ ।୨୯ ।ବୋଇଲେ ମୋ ମଥାରେ ଲଲାମ ଖଞ୍ଜଜନ ନାହାନ୍ତି କେହି ହେଲାଣି ସଞ୍ଜରେ ।୩୦ ।ଗଭାରେ ଖଞ୍ଜି ଦେଉ ଦେଉ କୁସୁମଉଭାରେ ବଢ଼ିଗଲା ସକଳ କ୍ରମ ଯେ ।୩୧ ।ସେ ସୁଖ ଆଉ ଏ ଜନମରେ ମୋତେମିଳିବ ନାହିଁ କଲି ନିଶ୍ଚୟ ଚିତ୍ତେ ରେ ।୩୨ ।ପର ପୀରତି କରି ତେଜିବ ଯେବେଗର ପିଇବ ବୋଲି ଯୁବତୀ ଜବେ ରେ ।୩୩ ।ମୋ ଭାଲପଟେ ଥିଲା ଏ ଦୁଷ୍ଟଲେଖାଏ ଦେହେ ଆଉ କେବେ ନୋହିବ ଦେଖା ରେ ।୩୪।ଲଭିଲେ କଷ୍ଟ ଯିବ ଜୀବନ କେତେରଚିଲେ ଅଷ୍ଟଦୁର୍ଗ ନାୟକ ଗୀତେ ରେ ।୩୫ ।