ବିଚକ୍ଷଣ — ବ୍ରଜନାଥ ବଡ଼ଜେନା · ସ୍ୱର୍ଣ୍ଣଲିପିପ୍ରଥମ ଛାନ୍ଦ
ବିମଳାୟୈ ନମଃରାଗ-ମଙ୍ଗଳ ଗୁଜ୍ଜରୀବିମଳାକ୍ଷୀ ବିମଳ କମଳ ଚରଣବିଘ୍ନ ବିନାଶନ ମନ କର ସ୍ମରଣ ।୧।ବିଜେ କରିଛନ୍ତି ମାତ ନୀଳ ନଗରେବିଶାଳ ବାହୁଙ୍କ ନଇରୁତ ଦିଗରେ ।୨।ବିରାଜେ ଚରଣେ ହେମ ପାହୁଡ଼ା ବଳା୧ବିଚିତ୍ର ବର୍ଣ୍ଣରେ ହୃଦେ କୁସୁମ ମାଳା ।୩।ବିଶୁଦ୍ଧ ସୁବର୍ଣ୍ଣେ ଶୋହେ ଶ୍ରୀକରେ ବାହିବିରାଜଇ ବାହେ ତାଡ଼ ମନକୁ ମୋହି ।୪।ବିଭୂଷଣ ଗଣ କେହୁ କହିପାରିବବୀକ୍ଷଣରେ ଈକ୍ଷଣ ତ ସ୍ଥକିତ ହେବ ।୫।ବିଧୁ ସରି ନିକି ସେ ପ୍ରସନ୍ନ ମୁଖକୁବିନାଶ କରନ୍ତି ଯେ ବିଷମ ଦୁଃଖକୁ ।୬।ବିମଳ ସୁବର୍ଣ୍ଣ ଅକ୍ଷିତ୍ରୟ ବିରାଜେବିମ୍ବ ଆଡ଼ମ୍ବର ତାର ଅଧର ଗଞ୍ଜେ ।୭।ବିପୁଳତର ଅଟନ୍ତି ସେ ପୟୋଧରବିବିଧ ବର୍ଣ୍ଣରେ ଲାଗୁଥାନ୍ତି ଅମ୍ବର ।୮।ବିଭାକର ତେଜୁଁ ତେଜ ଅଟେ ଉତ୍କଟବିସ୨ ସମ ବାମକରେ ଅମୃତ ଘଟ ।୯।ବିଷଧର ଆର କରେ ସୁନ୍ଦର ଦିଶେବିକାଶ ସାରସ ବିଷ ସାଦୃଶ ଦିଶେ ।୧୦।ବିତରନ୍ତି ଦକ୍ଷକର କରଜେ ବରବିଗଣିତ ଅକ୍ଷମାଳ ଆରକ କର ।୧୧।୧। ବଳା, ପାହୁଡ଼ା, ତାଡ଼ ଆଦି ଉକଳୀୟ ନାରୀମାନଙ୍କର ଅଳଙ୍କାରଭେଦ ।୨। ବିସ= ମୃଣାଳ ।ବିଧି ହର ଶକ୍ତି ଯାର ନ ଜାଣେ ଲେଶବୁଦ୍ଧିହିଁ ପ୍ରଥମେ ପୁଣି ଯାହାର ବଶ ।୧୨।ବିଚାରିଲେ ସୃଷ୍ଟି ଯାର ହୁଅଇ ଆନବିଭୁତି ସେବିଛି ଯା ନୟନ ଅୟନ ।୧୩।ବିଧିବର ନିକି ତେଡ଼େ ଆହାଲ୍ଲାଦକବିଧାନ କରନ୍ତି ଯେହୁ ବ୍ରହ୍ମାଣ୍ଡ ଯାକ ।୧୪।ବିନା ଆଜ୍ଞାରେ ଯାହାର ନ ଚଳେ ତୃଣବିଚାରି ମୁଁ ତାହାକୁ କରିଛି ଶରଣ ।୧୫।ବିଧିରଚନାରେ ନାହିଁ ମୋପରା ହୀନବିବିଧ ପାପ ବିଧାନେ ମୁଁ ମୋ ସମାନ ।୧୬।ବିମଜ୍ମନ ହୋଇବାରୁ ବହୁ ବିପଦେବିଶ୍ୱାସେ ଶରଣ ଗଲି ତାହାଙ୍କ ପଦେ ।୧୭।ବିନାଶ କରନ୍ତୁ ଅବା କରନ୍ତୁ ତ୍ରାହିବିମଳେ ବିମଳେ ବୋଲୁଥିବି ତ ମୁହିଁ ।୧୮।ବିଶିଷ୍ଠ ଜନେ ଏ ଅନ୍ତେ ଶ୍ରବଣ କରବିଚକ୍ଷଣା ବାଳିକା ବିଳାସ ପ୍ରକାର ।୧୯।ବିଳାସବତୀ ନାମରେ ଏକ ନଗରବୀରବର ନାମେ ତହିଁ ନରଈଶ୍ୱର ।୨୦।ବିନୋଦିନୀ ବୋଲି ତାର ସୁଶ୍ରୀ ବନିତାବିଚକ୍ଷଣା ନାମେ ତାର ଏକ ଦୁହିତା ।୨୧।
ସମ୍ବନ୍ଧିତ ରଚନା
ରାଧାନାଥ ରାୟ
ଚିନ୍ତାମଣି ମହାନ୍ତି
ବିଷମ ଶରର କିସେ ଅଟେ ସ୍ୟନ୍ଦନ
ବୀକ୍ଷଣରେ ମୋହିପାରେ ଈଶ୍ୱର ମନ ।୨୨।
ବିବିଧ ଗୁଣ ଗଣରେ ଅଟେ ନିପୁଣା
ବୀଣାଦି ବାଜଣା ବାଣୀ କରଇ ବଣା ।୨୩।
ବିରଞ୍ଚି ରଚି ନଥିବ ତେଡ଼େ ସୁନ୍ଦର
ବିଧୁ ସେ ଅଟଇ ନର ନେତ୍ର ଚକୋର ।୨୪।
ବୀରବର ଦେଖି ତାର ଯୁବତୀ କାନ୍ତି
ବିଭା କରିବାକୁ ବର ଖୋଜୁଥାଆନ୍ତି ।୨୫।
ବିହି ବିହିଥିମ କାହିଁ ଏହାକୁ କାନ୍ତ
ବିଚାରି ଏ ଚିନ୍ତା କରୁଥାନ୍ତି ଏକାନ୍ତ ।୨୬।
ବିଭାକର ଅବସାନେ ଦିନେ ସେ ବାଳା
ବିଷ୍ଣୁ ଦରଶନ ଆସେ ଗମନ କଲା ।୨୭।
ବିଶ୍ୱାସ ସଖୀ ବିରାମ ଅଛି ତା ସଙ୍ଗେ
ବିଜେ କରେ ବିଚକ୍ଷଣା ବିଚିତ୍ର ରଙ୍ଗେ ।୨୮।
ବୀଣା ଘେନି ଏହିକାଳେ ନାରଦ ମୁନି
ବିବୁଧପୁରରୁ ଆସୁଥିଲେ ଅବନୀ ।୨୯।
ବୀକ୍ଷଣ କରି ସେ ବିଚକ୍ଷଣା ମୂରତି
ବିମୋହିତ ହେଲେ କ୍ଷଣେ ମାତ୍ର ସେ ଯତି ।୩୦।
ବିଚାରନ୍ତି ମର୍ତ୍ତ୍ୟେ ଛନ୍ତି ଏଡ଼େ ସୁନ୍ଦରୀ
ବିହି ଭଲା ବିହିଲା ଏହାକୁ କି କରି ।୩୧।
ବିଦଳିତ କୁନ୍ତଳ କି କଜ୍ଜ୍ୱଳ ସମ
ବିଧୁଖଣ୍ଡ ଗଣ୍ଡସମ ନୋହେ ସୁସମ ।୩୨।
ବିଷମ ବାଣ ଦର୍ପଣ ଜିତ ବଦନ
ବିସ ପ୍ରସୂନ ଚନ୍ଦ୍ର ହିଁ ନୋହେ ସମାନ ।୩୩।
ବିଦ୍ରୁମ ବିମ୍ବ ବିଡ଼ମ୍ବ ଅଧର କାନ୍ତି
ବିମୁଦ୍ରିତ କୁନ୍ଦ ପରି ଦଶନ ପନ୍ତି ।୩୪।
ବିକାଶ କାଶ ବେଶକୁ ହାସ ଦିଶିବ
ବିଧୁକର ଦରକୁ ଏ କଣ୍ଠ ଦୁଶିବ ।୩୫।
ବିଦେହ କେଳି କନ୍ଦୁକ ହେବ ଏ ସ୍ତନ
ବିମଳ କମଳ କଢ଼ି କିଏ ସମାନ ।୩୬।
ବିଲକ୍ଷିତ ନୋହେ କଟି ଗୋଟିକି ତନୁ
ବିପରୀତ ରମ୍ଭା ଯୁଗ ଜିଣିଛି ଜାନୁ ।୩୭।
ବିଷ ବେଶ କିଶ ବୁଝି କରକୁ ତୁଳି
ବିପଲକ ହୋଇ ଚାହିଁ ଯହିଁ ଅଙ୍ଗୁଳି ।୩୮।
ବିପୁଳ ଶ୍ରୋଣି ଜିଣିଛି ଉପମା ଶ୍ରେଣୀ
ବିହିକିହିଁ ପାଦତଳେ ରଖିବ କିଣି ।୩୯।
ବିଦ୍ୟୁତ କେତକୀ କାନ୍ତି କୁନ୍ଦନ ଯେତେ
ବିରୂପ ଦିଶିବେ ତନୁ ତୋରା ସଙ୍ଗତେ ।୪୦।
ବିଭା ହେବାକୁ ଏହାକୁ ବର ଥିବନା
ବିଲୟରେ କରେ ଏହି କଥା ଭାବନା ।୪୧।
ବିଚାରୁ ବିଚାରୁ ହୃଦେ ହେଲା ବ୍ୟକତ
ବିଶିଷ୍ଠ ବଂଶୀ ବସନ୍ତତିଳକ ସୁତ ।୪୨।
ବିଶେଷି ଜାଣିଲେ ନାମ ବ୍ରଜମୋହନ
ବିଦିତ ନଗର ଯାର ବ୍ରଜସଦନ ।୪୩।
ବିଚକ୍ଷଣା ରୂପ ଅନୁରୂପ ସେ ଘେନି
ବିଭା ସଂଘଟନ ଆଶେ ଚଳିଲେ ମୁନି ।୪୪।
ବିମଳାକ୍ଷୀ ବିକଚ ବନଜ ଚରଣ
ବିନା ବ୍ରଜନାଥର ଆଉ କେ ଶରଣ ।୪୫।
ଦ୍ୱିତୀୟ ଛାନ୍ଦ
ରାଗ-ଆହାରୀବରୁଣ ଦିଗରେ ଅଛି ଯେ ନଗରେ ନାମ ତାର ବ୍ରଜସଦନବସୁମତୀ ବର ବରନୀ ଶିରର ଅଟେ ସେ ଯତନ ରତନବଡ଼ିଶ, କିବା ସେ ନୟନ ମୀନରବ୍ରଜଧରପୁର ପରି ପୁରବର ଥିବାରୁ ଆଭାଷେ ମନର ।୧।ବଇକୁଣ୍ଠ ପରି ଲକ୍ଷ୍ମୀ ଚକ୍ରଧାରୀ ଅଛି ସେ ସର୍ବଦା ସମୟେବଳିପୁରି ଅବା ବଳି ଭୋଗିଥିବା ସକାଶରୁ ହୋଏ ହୃଦୟେବସୁଧା, ଯେଣୁ ସେ ନନା ରସଧରବଲ୍ଲକୀ ପ୍ରକାର ସାର ଗୁଣାକର ଛତ୍ରାବଳୀରେ ମନୋହର ।୨।ବସନ୍ତ ସମାନ ସୁବାସେ ସୁମନ ମାନେ ହୋଇବାରୁ ପ୍ରଫୁଲ୍ଲବରଷା ପ୍ରକାର ଜାତୀ କଦମ୍ବର ବିକାଶ ବଢୁଛି ଅତୁଲ୍ୟବହୁତ, ବୋଳି ହୋଇ ଚନ୍ଦ୍ରଚନ୍ଦନବନ ବିହାରରେ ମାତିବାରୁ ନରେ ଗ୍ରୀଷ୍ମହିଁ ହୋଏ ଅନୁମାନ ।୩।ବଳଭଦ୍ର ପରି ଦିଶେ କେଉଁ ପୁରି ସୁଧାବଶୁଁ କରି ଧବଳବସିଛି କଳସ ଯାହା ତା ଶିରୀଶ ଦେଶେ ସେ ସପ୍ତଫଣୀ ଚୂଳବହୁତ, ଦୋପରି ତିପୁରି ଭଦର୧ବଙ୍ଗଳା ମଣ୍ଡପ୧ ଅଟାଳି ଅମାପ ଜଗତିରେ ଅତି ସୁନ୍ଦର ।୪।ବର୍ତ୍ତୁଳ ପ୍ରବାଳ-ଖମ୍ବ୨ ଉନ୍ଦ୍ରନୀଳ ମଣି ଶେଣି୨ କଉଁ ସଦନବସିଛି କାଞ୍ଚନ ଚାରୁ ଉରା୨ ମାନ ରୂଅ୨ ନାନା ଜାତି ରତନବ୍ରଜରେ, ଠେକରା୨ ପିତୁଳ ବନିଛିବଇଡ଼ୁର୍ଯ୍ୟ ଗୋଜ୨ ହୋଇଅଛି ଉଜ ରଜତର ବତା ମାନିଛି ।୫।୧। ଉତ୍କଳରେ ଗୃହନିର୍ମାଣ ପ୍ରଣାଳୀ ଭେଦରେ ନିର୍ମିତ ଗୃହାବଳୀର ପ୍ରକାର ଭେଦ ।୨। ଗୃହ ବ୍ୟବହୃତ ବିଭିନ୍ନ ଅଂଶର ପ୍ରଚଳିତ ନାମ ।ବଳିନାହିଁ ରତି-ମାତ୍ର ପୁରରୀତି ତୋଳିଛନ୍ତି ସୁତା ଧରାଇବରାବରି ଚାଳ ସମତୁଲ ମେଳ କରି କତୁରିଲା ପରାଇବସିଛି, ଦୁଇ ପାରୁଶରେ ନଗରବଡ଼ଦାଣ୍ଡ ପ୍ରାଏ ପ୍ରତିଧରି ପାଏ ଅତିଶୋଭା ମଧ୍ୟଭାଗର ।୬।ବସତି ପ୍ରାନ୍ତରେ ବନପାରୁଶରେ ଦିବ୍ୟପୁଷ୍କରିଣୀ ଶୋଭନବନ ତା ସ୍ଫଟିକ ଠାରୁ ସ୍ୱଚ୍ଛଟେକ ପ୍ରାସାଦ ପାବଛ ଘଟଣବନଜ, ଲକ୍ଷ ସଂଖ୍ୟା ଫୁଟି ଅଛନ୍ତିବସି ହଂସରାଳୀ ମରାଳମରାଳୀ କୋଳାହଳେ କେଳି କରନ୍ତି ।୭।ବସେ ସେ ନିକଟ ରତ୍ନାକର ହାଟ ମିଳଇ ଉତ୍କଟ ପଦାର୍ଥବଇଶକୁ ଆଦି ବଣିକାରମାନେ ତାହାର ପ୍ରସାଦୁଁ କୃତାର୍ଥବହୁତ, କରି ଏହା କେତେ କହିବାବର ଆୟତ୍ତ ତ ହୋଇଛି ଏ ଗୀତ ସାମାନ୍ୟ ସଂଗ୍ରହ ବିହିବା ।୮।ବସନ୍ତ ତିଳକ ନାମରେ ବିବେକ ଧାର୍ମିକ ଏ ରାଜ୍ୟ ରାଜନବଇରୀନିକର କରି ହରବର ପ୍ରତାପେ ଜ୍ୱଳନ୍ତା ଜ୍ୱଳନବନିତା, ସମ ବରାଙ୍ଗିନୀ ତାହାରବହୁଦିନ ପରେ ଲଭିଲା ସେ ବ୍ରଜ-ମୋହନ ବୋଲିଣ କୁମାର ।୯।ବଡ଼ହୋଇ କାମ ରୂପେଅନୁରୂପ ହେଲେ ହେଁ ତାକୁ ନୋହେ ସରିବସୁଧାଭୂଷଣ ଯେତେକ ଲକ୍ଷଣ ଗଣ ତା’ଠାରେ ଛନ୍ତି ପୂରିବହୁତ, ଗୁଣରେ ଅଟେ ସେ ପୂଜିତବଳବନ୍ତବର ସୁର ନରେଶ୍ୱର ନିକରରେ ଅଟେ ଅର୍ଜିତ ।୧୦।ବଦନକୁ ତାର ତାର ତାରାବର ମଦନ ମୁକୁର ଅସମବସନ୍ତ କୋକିଳ କଳବାଣୀ ମେଳ ବୀଣାରୁ ବାଣୀ ମନୋରମବନଜ, ନୁହଇ ସଦୃଶ ଶଦୁଶବନ୍ଧୁଜୀବ ମୋତି କାଶକୁହିଁ ଜିତି ଯା ଦନ୍ତ ବାସ ଦନ୍ତ ହାସ ।୧୧।ବସନ୍ତକାଳରେ ଏକ ଦିନକରେ ବିହାର ଆଶାରେ କୁମାରବନକୁ ଗମନ କଲେ ତୋଷମନ ହୋଇ ଘେନି ସଖା ନିକରବସିଲେ, ଯାଇଁ ସେ ବିପିନ ଦେଶରେବଡ଼ ସୁଖକର କୋକିଳ ପ୍ରକର କୁହୁକୁହୁ ବାଣୀ ପ୍ରସରେ ।୧୨।ବହଳେ ସୁମନ ମାନ ଫୁଟି ମନ ହରିନେଉଛନ୍ତି ବାସରେବହୁତ ମଧୁପ ହୋଇଣ ଲୋଲୁପ ଉଡ଼ୁଛନ୍ତି ରସ ଆଶରେବଉଳେ, ଶୋଭା ଦିଶେ ଚୂତ ବିଟପୀବସିକରି ତହିଁ ତରଳିବ ନାହିଁ ମହୀରେ ଅଛି କେଉଁ ତପୀ ।୧୩।ବହୁଛି ଶୀତଳ ପବନ ସକଳ ସୁବାସ ବହି ଧୀର ଧୀରବ୍ରଜମୋହନ ଗ-ହନ ବନାନ୍ତରେ ତୋଳନ୍ତେ ସୁମନ ନିକରପଶିଲା, ଆଗେ ଆସି ବର କୋକିଳେବଡ଼ ଉଚ୍ଚସ୍ୱରେ ଭାଷିଲା ମଧୁରେ କୁହୁକୁହୁ ବାଣୀ ମଞ୍ଜୁଳେ ।୧୪।ବ୍ରଜସୂଚି ଦେହେ ପଡ଼ିଲା ପରାଏ ବୁଡ଼ିଲା ଶୁଣି ଚେତା ତାରବସିଲ ଝଟତି ପଶିଲା ଯା ଅତି ମରମେ ମାର ଶର ବାରବ୍ରହ୍ମାଣ୍ଡ, ଯାକ ଅନ୍ଧକାର ଦିଶିଲାବହନ ଗହନ ବିପିନ ଭିତରୁ ସଦନକୁ ଯିବା ଭାଷିଲା ।୧୫।ବଚନୁ ତାହାର ଜାଣି ସଖାବର ନବରକୁ ଘେନି ଅଇଲେବହୁତ ପ୍ରକାରେ ବ୍ରଜମୋହନକୁ ବିବିଧ ଆଶ୍ୱାସନା କଲେବସନ୍ତ-, ତିଳକ ଛାମୁରେ ଏ ରୀତିବଡ଼ ଗୁପତରେ ପ୍ରକାର ଅନ୍ତରେ ଗୋଚର କଲେ ସଖାତତି ।୧୬।ବହି ମନେ ଯଥା ଖୋଜିଲେ ସର୍ବଥା ନ ମିଳିଲା ତା ସମ କାନ୍ତାବଢିଲା ଏ ହେତୁ ଘେନି ବେଳୁଁ ବେଳ ଜନକ ଜନନୀଙ୍କ ଚିନ୍ତାବସୁଧା, ବଳୟ ବୁଲିଲେହେଁ ଚାରେବ୍ରଜମୋହନ ରୂପକୁ ଅନୁରୂପ ବାଳୀ ନ ମିଳିଲା ସଂସାରେ ।୧୭।ବସନ୍ତ ତିଳକ ଏହି ମନେ ଦୁଃଖ ଧରି ଦିନେ ଶୋଇଛନ୍ତିବ୍ରହ୍ମାନନ୍ଦନ ସ୍ୱ-ପନରେ କହିଲେ ବିଚକ୍ଷଣା ରୂପ କାନ୍ତିବହନ, କରି ତୁ ଚାର ପେଷ ରାଜାବଡ଼ ସୁନ୍ଦର ବି-ଳାସବତୀପୁର ନୃପବର ବର ତନୁଜା ।୧୮।ବଚନ ଏତେ କ-ହିଗଲେ ସେ ଯତି ଚେତି ମହୀପତି ଉଠିଲାବରାଙ୍ଗିନୀ ଆଗେ ସ୍ୱପନ ବୃତ୍ତାନ୍ତ ସମସ୍ତ ସଂକ୍ଷେପି କହିଲାବନଜ-, ବନ୍ଧୁହିଁ ଉଦୟ ହୋଇଲେବହିଲା ସାରସ ସୁବାସ ପବନ କାକ କା କା ବାଣୀ କହିଲେ ।୧୯।ବଲ୍ଲଭ ବିହୀନ ବଲ୍ଲଭ ଦହନ ସମାନ ଦିଶିଲେ କୁମୁଦବହୁତ ରୂପେ ଚ-କ୍ରବାକ ଦମ୍ପତ୍ତି ମତ୍ତେ ହୋଇଲା ଅତିମୁଦବଢିଲା, ଚୋରାନିକର କରଦରବସିଲେ କମଳ କୋଳରେ ବୃଷଳ କୁଳ କରି ଅତି ଆଦର ।୨୦।ବସନ୍ତତିଳକ ଅନ୍ତଃପୁରୁ ଆସି ବାହାରେ ହେଲେ ଅବକାଶବଡ଼ ବେଗେ ପୁରୋହିତକୁ ପେଷିଲେ ବିଳାସବତୀ ପତି ପାଶବଚନେ, କହିଲେ ଆଉ କି କହିବାବ୍ରଜମୋହନ ବି-ଭାହେବ ଯେରୂପେ ଆଜହୁଁ ନିଶ୍ଚିନ୍ତ ହୋଇବା ।୨୧।ବଳଭଦ୍ର ନାମ ସୁମରି ସେ ପୁରୋ-ହିତ ବିପ୍ରବର ଚଳିଲେବସି ସୁଖାସନେ ସନ୍ତତ ଗମନେ ବୀରବରପୁରେ ମିଳିଲେବଳରେ, ଯୋଗଲଗ୍ନ ଶୁଭ ବିଚାରିବସନ୍ତତିଳକ ବ୍ରାହ୍ମଣ ବହନ ଭେଟିଲେ ଯାଇଁ ଦଣ୍ଡଧାରୀ ।୨୨।ବଚନ ଚାତୁର୍ଯ୍ୟେ ବିବାହବିଷୟେ କଥାକଥନକୁ ରଚିଲେବହୁତ କାଳ ବି-ଳମ୍ବ କରିବାର ନ ସହଇ ପୁଣି ସୂଚିଲେବ୍ରହ୍ମା ତ, ଏହା ପୂର୍ବଁ ଥିଲା ଭିଆଇବସୁନ୍ଧରୀ ପତି ମତିକି ପାଇଲା ବଡ଼ ସନ୍ତୋଷେ କଲେ ସହି ।୨୩।ବର କନ୍ୟା ରାଶି ମେଳକ ବିଶେଷି ଦେଖିଲେ ସର୍ବ ଶୁଭ ଅଛିବଳେ ଅର୍କଗୁରୁ ବିଶୁଦ୍ଧ ହେବାରୁ ତାରା ଚନ୍ଦ୍ରହିଁ ଶୁଭ ବାଛିବହୁଳ, ଭାର୍ଗବ ଆଦି ଗ୍ରହକୁଳବଳ ସ୍ଥିତି ସ୍ଥାନ ଶୁଭବିଧି ମାନ ଚିନ୍ତି ସାଧିଣ ବିଭାକାଳ ।୨୪।ବସାଘର ଦେଇ ଚରଚା କରାଇ ବହୁ ସ୍ନେହେ ତାକୁ ରଖିଲେବତିଶଦିନରୁ ସେ ଦିନ ଅବଧି ବିଭାତିଥି ଅଛି ଲେଖିଲେବନିତା, ସଙ୍ଗେ କଲେ ବସି ବିଚାରବନ୍ଧୁବାନ୍ଧବଙ୍କୁ ବିଚାରି ବସନ୍ତ-ତିଳକଠାକୁ କଲେ ଚାର ।୨୫।ବ୍ରଜଭୁବନ ବୀ-ରବର ସଦନ ସମ୍ପତ୍ତିରୁ ତୋଷ ହୋଇଲେବତିଶଦିନ ଲେ-ଖନ ଫାଲଗୁନ ଶୁକ୍ଳ ତ୍ରୟୋଦଶୀ ପାଇଲେବସିଲେ, ସମ୍ଭାର ତିଆର କରଣେବଇଠା ଜାଳି ରାତି ରାତି ଭିଆଣ ପତରକୁ କଲେ କରଣେ ।୨୬।ବ୍ରଜମୋହନ ବି-ବାହ ବିଷୟେ ତ ପୂର୍ବୁଁ ତନ୍ମନ ହୋଇଥିଲେବନିତା ସୌନ୍ଦର୍ଯ୍ୟ-ପଣ ଗୁଣ ପୁରୋ-ହିତ କହିବାରୁ ଶୁଣିଲେବଳ ତ, ସହଜେ ମଦନର ଥିଲାବଲ୍ଲଭୀ ସଙ୍ଗ ଆ-କାଙ୍କ୍ଷା ପୁଣି ତାହା ସହସ୍ରଗୁଣେ ବଢାଇଲା ।୨୭।ବଡ଼ ଚିନ୍ତା ପାଇ ବିରହରେ ଶୋଇ-ଛନ୍ତି ପଲଙ୍କ ଅଙ୍କେ ଦିନେବନଜବଦନୀ ବନଦୁର୍ଗା ଆସି ବସିଲେ ତାର ଶିର ସ୍ଥାନେବଚନ, ରଚନ କଲେରେ କୁମାରବଡ଼ ଚନ୍ତାର୍ଥୀ କା-ହିଁକି ହେଉଅଛୁ ନିକଟେ କାର୍ଯ୍ୟ ହେବ ତୋର ।୨୮।ବନିତା ତୋହର ଏହି ହେବ ହର-ଷରେ କର କର ବୀକ୍ଷଣବର ତୁ ଏହାର ବୋଲି ସେ ତାହାର ରୂପ ଦେଖାଇଲେ ତକ୍ଷଣବଦନ, ଚାହିଁ ସେ ଚନ୍ଦ୍ରବଦନାରବହନ ସରାଗେ ଉଚ୍ଛନ୍ନ ହୁଅନ୍ତେ ନିଦ୍ରାନେତ୍ରୁଁ ହେଲା ଅନ୍ତର ।୨୯।ବଡ଼ ବିରହ ବେ-ଳୁଁ ବେଳ ବଳିଲା ବାଲାଠାରେ ହେଲା ଆବେଶବସନ ସୁବେଶ ବିଷଧର ବିଷ ସଦୃଶ ଘେନିଲା ମାନସବଦନ, ନଳିନ ମଳିନ ଦିଶିଲାବଳିନ ସୁବାହୁଁ ଯୁଗ ଚାହୁଁ ଚାହୁଁ କୃଷ୍ଣତର ହୋଇ ଆସିଲା ।୩୦।ବଧୁଲୀ ଅଧର ଦିଶିଲା ନିଷ୍ଠୁର ବସିଲା ପିକଜିତ ସ୍ୱରବକ୍ରିମାବଚନ ରଚନ ହିଁ କଲା ଲୋଚନ ହେଲା ନିରପୁରବଢିଲା, ବେଳକୁବେଳ କାମସିନ୍ଧୁବଳାରାତି ପଦ ମତାଇ ବିପଦ ଭଣାଇ ଏକା ବନ୍ଧୁ ବନ୍ଧୁ ।୩୧।ବନ୍ଧୁର ମଧୁର ମୂରତିକି ଧ୍ୟାୟି ପାଞ୍ଚଇ ନାନା କେଳିମାନବତିଶଦିବସ କେତେ ଅଛି ଶେଷ ଲେଖି ବୋଲଇ ପୁନଃ ପୁନଃବସିବେ, କେଉଁଦିନ କୃଷ୍ଣ ଦୋଳିରେବସାଇବି ଜାନୁ ଦୋଳିରେ ସୁତନୁ ତୋତେ ମୁଁ ଅତନୁ କେଳିରେ ।୩୨।ବଧୂଲୀ ଅଧରୀ ବକ୍ରେ ଚାହିଁ କରି ବଚନ ମୁଦେ ନ କହିଲୁବଦନ ବନଜେ ବସାଇ ନ ଦେଇ ନେତ୍ର କୁରଙ୍ଗ ଦୂର ହେଲୁବଞ୍ଚିବି, କେମନ୍ତରେ ଏବେ କିଶୋରୀବନ୍ଧୁତୋର ଦୋଷ ନୋହେ ମୋତେ ନାଶ କଲା ମୋ ନିଦ୍ରା ସରସରି ।୩୩।ବଞ୍ଚନ୍ତି ଏରୂପେ ବିରହ ସନ୍ତାପେ ବଳିଗଲା କେତେ ଦିବସବସୁମତିକାନ୍ତ ସୁତ ଅଭିମତ ଦିବସ ହୋଇଲା ପ୍ରବେଶବର୍ଣ୍ଣିବା, ଆର ଛାନ୍ଦେ ଏ ଚରିତବ୍ରଜପୁରନାଥ ଚିନ୍ତି ବ୍ରଜନାଥ ଦୀନବର କରେ ରଚିତ ।୩୪।
ତୃତୀୟ ଛାନ୍ଦ
ରାଗ-କାମୋଦୀବାଳିକାମାଳା ମିଳି ବାଜଣା ହୁଳ ହୁଳିଉତ୍ସବେ ଆଣି ପାଣି ତୋଳିବାସର ନୋହୁ ଉଷା- କାଳୁ ଆସି ସେ ଯୋଷାବ୍ରଜମୋହନଙ୍କୁ ଶଙ୍ଖୋଳି ସେବାରିରୁହ-, ବାନ୍ଧବ କ୍ରମେ ଉଦେ ହେଲେବାହାରେ ରାଜା ବିଜେ କଲେବାହାର ହୋନ୍ତୁ ଲୋକ ବୋଲି ନଗରଯାକବେଗେ ଟମକ ଦିଆଇଲେ ସେ ।୧।ବାଛିଣ ଶୁଭ ବେଳ ବଳ ସେ ମହୀପାଳବାହାର ହେଲେ ଘେନି ସୈନ୍ୟବାଣୀରେ କେଉଁ କବି ବର୍ଣ୍ଣିବ ବଳ ଛବିଚାହିଁଲେ ବୁଜିବ ନୟନ ସେବାହାରନ୍ତେ, କମ୍ପିତ ହେଲା ବସୁନ୍ଧରୀବାଦ୍ୟରେ ଦିଗ ଗଲା ପୁରିବାଜେ ଅତି ମଧୁର ହୋଇ ମହୁରୀ ବୀରକାହାଳୀ ଶଙ୍ଖ ଭେରୀ ତୁରୀ ସେ ।୨।ବାମଦେଦକୁ ଚିନ୍ତି ବ୍ରଜମୋହନ ହାତୀଉପରେ ଯାଇ କଲେ ବିଜେବାମ ଦେଖିଣ ପଛ ପାଖେ ଆଲଟ ପିଛଚାମର ଛତ୍ର ତ୍ରାସ ସାଜେ ସେବାଜେ ଆଗେ, ମଙ୍ଗଳ ରାଗରେ ମହୁରୀବାନା୧ ହିଁ ଉଡ଼େ କେତେ ପରିବାର ଚନ୍ଦ୍ରମା ତାର ଶୁଦ୍ଧ ଗଣକ ବାରକହନ୍ତି ବାର ବାର କରି ସେ ।୩।୧। ବାନା= ପତାକା ।ବ୍ରାହ୍ମଣମାନେ ଆସି ମଙ୍ଗଳ ସୁରେ ଆଶୀ-ର୍ବାଦ କରନ୍ତି ହରଷରେବାଳିକା ମାଳି ମାଳି ହୋଇଣ ହୁଳହୁଳିଦିଅନ୍ତି ବେନି ପାରୁଶରେବାଢିଛନ୍ତି, ପ୍ରତି ଦୁଆରେ ପୂର୍ଣ୍ଣଘଟବାରାଙ୍ଗନା କରନ୍ତି ନାଟବହୁ ତୋଳି ପ୍ରଷ୍ଫୁଟ ବଚନରେ ଉତ୍କଟକଏବାର୨ କରନ୍ତି ଭାଟ ସେ ।୪।ବାଜିରାଜିକି ସାଜି ସଜେ ସୁଆରେ ଗାଜିପିଠିରେ ବସି ବାହାରିଲେବାଧ କାହାର ମୁନା ବନାଇଛି କେ ମିନାମନ ହରୁଛି ଅନାଇଲେ ସେକାଖରେ କେ, ବନାଉତରେ ବନାଇଛିବାଘ ଚମ କେ ସିଆଇଛିବାଗେ ବାଗେ କେ ବାଗ- ମାନ ତୁରଙ୍ଗ ସଙ୍ଗମାନଙ୍କ ଉପରେ ଶୋହିଛି ।୫।ବାଳ ବଛା କୁରଙ୍ଗ ତରଙ୍ଗକୁ ତୁରଙ୍ଗକାହାର ଜିଣି ବାହାରିଛିବାଗ ସୁତରେ ଭିଡ଼ି ଜିନାଙ୍ଗ ଯୋଡ଼ି ଯୋଡ଼ିଘୋଡ଼ି କେ ଘୋଡ଼ାଇ ନେଉଛି ସେବାହାରିଛି,କେହୁ ପ୍ରଖର ବାଣ ସମବାତ ନ ଛୁଇଁବ କା ଆସୁମବାଳା ନୟନ ଶର ସମାନ କେ ପ୍ରଖରକେଉଁ ତୁରଙ୍ଗ ଅନୁପମ ସେ ।୬।ବାଟ ଯାକରେ ନାଟ କରନ୍ତି କାହା କଣ୍ଠଘଣ୍ଟିଘାଗୁଡ଼ି ଧ୍ୱନିକରେବାଜିଲେ ଲେଡ଼ି ଉଡ଼ି ଯିବ କେବଣ ଘୋଡ଼ୀତଡ଼ିତଜିତ କେ ଗତିରେ ସେବାଛିଲେ ତା, ନୁହନ୍ତି କାହାକୁ କେ କମବାର ସହସ୍ର ବାଜୀ ସମବାରଣ ସେ ତୁରଙ୍ଗ ତାଙ୍କର କେତେ ରଙ୍ଗଜାତି କେ ଜାଣିବ ସେ ନାମ ସେ ।୭।୨। କଏବାର=ସ୍ତୁତିପାଠ, ଯଶୋଗାନ, ଯାହା ଭାଟମାନେ କରନ୍ତି ।ବାଜିଲେ ଦେହେ ତୁଣବାହାର ହୋନ୍ତି ବାଣପରାଏ କେହୁ ଟାଣ ଭରେବାରାନିଧି ପହଁରି ଯାଇ ପାରିବେ ମାରିଦେଲେକ ଲେଡ଼ି ମାତ୍ର ଧୀରେ ସେବାରମ୍ବାର, କାଶୀରେ ଯେହୁ ଝାସିଥିବେବାସରେ ସେ ଅଶ୍ୱ ବାନ୍ଧିବବାସର ମାତ୍ର କରେ କେ ସଂସାରେ ଯା କରେଭ୍ରମଣ କରିଣ ଆସିବ ସେ ।୮।ବାସବ କରୀ ସରି ପରିପାଳିବ କରି-ବାର ତ ଅଛନ୍ତି ତହିଁରେ ।ବାହିଲା ସ୍ରୋତ ତରି ପରି ଟିପିଲେ କରିବହି ସେ ଯାଆନ୍ତି ମହୀରେ ସେବାଙ୍କ ହୋଇ, କାହାର ସୁନ୍ଦର ଦଶନବାହାରି ଦିଶଇ ଶୋଭନବାଜିନାହିଁ ତାଙ୍କର ଶିରେ ଦିନେ ମାତରକର୍କଶ ଅଙ୍କୁଶର ମୁନ ସେ ।୯।ବାନା ବନ୍ଧା ପଦାତି- ତତି ବଛା ଅଛନ୍ତିକେ କେଉଁ ଆୟୁଧେ କୁଶଳବାହା କାହାର ଲୌହ- ସମ କାହାର ଦେହପାଷାଣ ପରା ଅକୋମଳବାଘକୁ ହିଁ , କେ ବଳେ ଧରି ନେବ ପ୍ରାଣବାଣୀ କାହାର ବଜ୍ରୁଁ ଟାଣବାସବକୁ ହିଁ କେହି ବଳରେ ନ ଗଣଇଆଉ କେ ତା ଦୃଷ୍ଟିକି ପୁଣ ସେ ।୧୦।ବାଜିରେ କେ ହରିଣ- ଗଣରୁ ଧପଟିଣବାହୁଟିଆକୁ କେ ଧରଇବାହୁବଳରେ କରି ଧରିଥିଲେ କେ କରୀତା’ଠାରୁ ଯାଇ ନ ପାରଇବାହାପଟେ, କାହା ବାହାରେ ନାହିଁ ରୋମବାଛିଲେ ସେହି ତାହା ସମବାସର ସାରା ନିଶା କସରେ ଇଷି ଭାଷାନ ଭାଷେ କେହୁ ପାଇ ଶ୍ରମ ସେ ।୧୧।ବାଣ କମାଣ ଧରି କେହୁ ଅଛି ବାହାରିକେ ତହିଁ ବହିଛି ବରଛିବାଘ ପେଟ ଲାଙ୍ଗୁଡ଼ କାହା ଦେହକୁ ବଡ଼ଯତନ ଶୋଭା ପାଇଅଛି ସେବାନ୍ଧିଅଛି, ଅଣ୍ଟାରେ କେହୁ ତରବାରିବାଛି ମାରିଛି କେହୁ ଛୁରୀବାଙ୍କୁଟାରୀ କାହା କଟି ଗୋଟିକି ଆହାମହା ସୁନ୍ଦର ଅଛି କରି ସେ ।୧୨।ବାମ କରେ ବଦଉ୩ ଦକ୍ଷିଣକରେ ଦାଉ-ଦାଉ କରଇ କାହା ଖଣ୍ଡାବନା ଲେଙ୍କଡ଼ା କନା କେ ତହିଁ ସୂର୍ଯ୍ୟ ସୈନ୍ୟାମୁଣ୍ଡ ସରିକି ଅଟେ ଲଣ୍ଡା ସେବାବୁରି କେ, ରଖିଛି କରି ଶୋଭାବନବାସ କାହାର କାଳୀବନବାଙ୍ଗର ହେଲେ କେହୁ ଅଙ୍ଗରେ ମୋଟ ଯେହୁଁଦିଶୁଛି ଅତି ସୁଯତନ ସେ ।୧୩।ବାଳ କାହାର ଝୁରୁ- ଝୁରୁ ଉଡ଼ୁଛି ଦୂରୁଦେଖିଲେ ତାକୁ ମାଡ଼େ ଡ଼ରବାଙ୍କେ କେ ଚିରା ମାରି ଆଣ୍ଠୁରେ ଝାଡ଼ି ଫରିହାଣୁଛି ନାନା ପରିସର ସେବାଜୁଅଛି,ଲମ୍ବୁ କା କର୍ଣ୍ଣେ ନିଶ ଯୋଡ଼ିବାଇଶି ଅଙ୍ଗୁଳ କା ଦାଢିବାଟ ଯାକରେ କେହୁ ନାଟ କରିଣ ଉହୁଁଉର୍ଦ୍ଦୁଗୀତ ଗାଉଛି ଝାଡ଼ି ସେ ।୧୪।
୩। ବଦଉ= ଢାଲ ଜାତୀୟ ଏକ ଅସ୍ତ୍ର ଯହିଁରେ ଶତ୍ରୁକୁ ଭୁଷିବା ପାଇଁ ତୀକ୍ଷଣାଗ୍ର ଶଳାକା ପରି ଏକ ଲୌହଫଳକ ଖଞ୍ଜା ହୋଇଥାଏ ।ସମର ତରଙ୍ଗରେ ପ୍ରଦତ୍ତ ଅସ୍ତ୍ରଶସ୍ତ୍ରର ଚିତ୍ରାବଳୀ ଦେଖନ୍ତୁ ।
ବାଉଁଶେ ଦେଇ ଗୁଣ ଟଙ୍କାର ଆମଞ୍ଚନଦ୍ରୋଣ କର୍ଣ୍ଣକୁ କେ ହସିଲାବାରହାତର ଏକ ଢଙ୍କୁଣ ଧରି ଏକ-କରକେ ବୀର ପଲାସିଲା୪ ସେବାମକରେ, ଢାଲ କେ ଧରିଛି କପୁରିବାଛି ଧରିଛଇ ତରବାରିବାଇ ପରାଇ ହୋଇ କେହୁ ଗତି କରଇବାନର ପରି ଚିରା ମାରି ସେ ।୧୫।ବାଟଯାକରେ ଏହି କଉତୁକରେ ଯାଇବିଳାସବତୀ ଦେଶେ ହେଲେବାକୀ ନୃପ ଉଆସ ରହିଲା ଅର୍ଦ୍ଧକୋଶସେଠାରେ ଯାଇଁ ବିଶ୍ରାମିଲେ ସେବାସରର, ଶେଷହିଁ ଅଛି ଘଡ଼ି ଦୁଇବାର୍ତ୍ତା ବୀରବରଙ୍କୁ ଦେଇବାଦ୍ୟମାନ ବଜାଇ ବ୍ରଜମୋହନ ଯାଇଁବସିଲେ ବରବେଶ ହୋଇ ସେ ।୧୬।ବାରଣବର ଦନ୍ତ ଚଉକିରେ ଅତ୍ୟନ୍ତତୋଷେ ବିଜୟ ଯାଇଁ କଲେବାସ ସୁବାସ ଦ୍ରବ୍ୟ ଚାଙ୍ଗୁଡ଼ା ଘେନି ସର୍ବଖଟଣି ସେବକେ ଖଟିଲେ ସେବାଢିଦେଲେ, ପୂର୍ଣ୍ଣକଳସ ସାମଗରୀବାଜିଲା ମଙ୍ଗଳ ମହୁରୀବାମନୟନାମାନେ ହୁଳହୁଳି ନିଃସ୍ୱନେକଲେ ମାନସଧନ-ଚୋରି ସେ ।୧୭।୪। ପଲାସିଲା= ଅତି କ୍ଷିପ୍ର ଗତିରେ ଚାଲିଲା ।ବାନ୍ଧି ଶିରେ ମୁକୁଟ ପୃଷ୍ଠଦେଶରେ ପାଟ-ଝୁମ୍ପିକୁ ନେଇ ଲମ୍ବାଇଲେବାମକର୍ଣ୍ଣ ଉପର ଭାଗେ ଅଅଁଳାଇରସୁନ୍ଦର ଖରା ଖଞ୍ଜିଦେଲେସେବାରିଜାକ୍ଷେ, ଅଞ୍ଜନ ରଞ୍ଜନ ବିହିଲେବାର ଦ୍ୱିଭୁବନ ମୋହିଲେବାଳସମ କମରେ ଅଳତା ସୁଷମରେକମଳ ଚରଣେ ଲିହିଲେ ସେ ।୧୮।ବାନ୍ଧିବା ଘେନି ତନୁ- ସ୍ଥିତ କାମ କୃଶାନୁଜ୍ୱଳନ ହେବାକୁ ସେ ନାଶବାଛି ଏଣୁ ଇଷିତ ନାମୁ ହେଲେ ଭୁଷିତସବୁହିଁ ଶୁକ୍ଳ ଫୁଲବାସ ସେବାଣୀରେ କି, ସେ ବେଶ ଶେଷ କରି ହେବବାଛି କେ ଉପମା ଗାଇବବାମାମାନଙ୍କୁ ବାମ- ଦେବ ବଇରୀ ବାମକେବଳ ଆଜି ହିଁ ହୋଇବ ସେ ।୧୯।ବାଣ ଚନ୍ଦ୍ରଦୀପକ ମସାଲ ମାନ ଲୋକମାନଙ୍କଠାରେ ଖଞ୍ଜିଦେଲେବାଟେ ରୂପା କାଞ୍ଚନ ବରାଟକ ବିଞ୍ଚନଅର୍ଥେ କାହାକୁ ନିଯୋଜିଲେ ସେବାଦ୍ୟକାର, ତରବିଡ଼୬ ରେ ରହିଲେ କେବାଜା ମରାମତରେ ଥୋକେବାଟ ଶୋଧାଇ୭ ଧାଈ ବେହେରା୮ଙ୍କର ପାଇଁଧାଇଁଲେ ଆଗ ହୋଇ କେ କେ ସେ ।୨୦।୫। ଅଅଁଳାଇ = ପୁଷ୍ପ ପିଶେଷ୬। ତରବିଡ଼ = ହୁସିଆର, ସାବଧାନ, in readiness.୭। ବାଟ ଶୋଧାଇ = ଯେ ବାଟ ପରିଷ୍କାର ଅଛି କି ନା ଦେଖେ ।୮। ଧାଈ ବେହେରା = ରଜାଘର ପ୍ରଧାନ ଧାଈ – Head nurse .ବାଜିରାଜୀ ସୁଆର ପଦାତି ଦନ୍ତୀ ବାରହୋଇଲେ ତାରତର ବେଶ୯ବାରିବାଲୁକା ଖୁରି୧୦ ବେଳରୁ କରି ବାରିବେଳ କହିଲା ଜଉତିଷ ସେବାହାରିଲେ, ସମସ୍ତେ ହୋଇ ମହା ତୋରା୧୧ବାସବ ନୋହେ ତାଙ୍କ ପରାବାଳବୃଦ୍ଧା ତରୁଣୀ ବର ସୌନ୍ଦର୍ଯ୍ୟ ଶୁଣିଧାଇଁଲେ ହୋଇ ମହା ତୋରା ସେ ।୨୧।ବାମନୟନା କେହି ଚାହିଁ ହୋଇଲା ମୋହିକାମକାଣ୍ଡେ କେ ଗଲା ଝାମ୧୨ବାସ ହେଲା କାହାର ଚାଲୁଣି ପରକାରହେବାରୁ କାମେ ରୋମୋଦ୍ମମ ସେବାଟରୁ କେ,ଅବାଟେ ଗଲା ଜ୍ଞାନ ହାରିବାନ୍ଧେ କେ ନୀବି ଦୃଢ କରିବାଳଯୁବତୀ ଧୃତି ଛାର ବା କେତେ ଏଥିବାଇ ହୋଇଲେ ବୃଦ୍ଧ ନାରୀ ସେ ।୨୨।ବାରିଦକାଳ ପରା ପ୍ରତେ ହେଲା ସେ ତୋରାହାବେଳି ବିଜୁଳି ବିରାଜେବାଦ୍ୟ ବାରଣ ରଡ଼ି ବାରିଦ ଘଡ଼ଘଡ଼ିବାନା ବାସବଚାପ ସାଜେ ସେବାରନାରୀ, ଶିଖୀ ନାଚେ ତା କତାଧରେବାଣୀକି ବିସ୍ତାରୀ ରାଗରେବାଟଯାକ କାଞ୍ଜନ ରୂପା କଉଡ଼ିମାନକରକା କିବା ବୃଷ୍ଟିକରେ ସେ ।୨୩।ବାଳା ପାଣି ଗ୍ରହଣ ହେଲେ ଯାଇଁ ଏ ଦ୍ରୋଣଘନରସକୁ ବରଷିବବାନ୍ଧିଛି ଯେ ବିରହ ଗ୍ରୀଷ୍ମକୁ ମାର ଦେହସ୍ତୋକକୁ ପିଇ ଉଲୁସିବ ସେବାରିବୁଡ଼ା, ବାଣ କେ କୁତୁକେ ମାରନ୍ତିବାଛି କେ ଚଅଁର ଝାରନ୍ତିବାରଣମୁଣ୍ଡା ସ୍ନାନ ଚମ୍ପା କେବଣ ଜନଧରିଣ ସ୍ନାହାନ କରାନ୍ତି ସେ ।୨୪।୯। ତାରତର ବେଶ= ଉପଯୁକ୍ତ, ତେଜିୟାନ ବେଶ – Sprightly dressed.୧୦। ବାରିବାଲୁକା ଖୁରି = ମୁହୂର୍ତ୍ତ ଜାଣିବା ପାଇଁ ବ୍ୟବହୃତ ଜଳଘଟିକା ଆଦି ଉପକରଣ ବିଶେଷ ।୧୧। ତୋରା = ବ୍ୟସ୍ତସମସ୍ତ ତରତର ଉତ୍ସୁକ ।୧୨। ଝାମ ଗଲା= ଅଚେତ ହୋଇଗଲା ।ବାଦ୍ୟ ଶବଦ ବାଣ ବାଜୀ, ଗଜ ଗର୍ଜନଜନବଚନ କୋଳାହଳେବାରି ନୋହିଲା କାନ ପାଖେ ଆଣ୍ଟେ ବଚନକହିଲେ ହେଁ ପହିଲେ ତିଳେ ସେବାଛି ଗଣି, ହେବ ଆଲୋକ ରୋମମୂଳବାଟେ ଅବାଟେ ଜନେ ଠୂଳବାଟ ବରଣ କରି ଖଣ୍ଡେ ଦୂରକୁ ବରିନେଲେ ଭୁପାଳ ଜ୍ୟେଷ୍ଠବାଳ ସେ ।୨୫।ବ୍ରାହ୍ମଣେ ବେଦ ବିଧି ବିଧାନେ ନେଇ ବେଦୀ-ପରେ ବରଙ୍କୁ ବସାଇଲେବାଳ ହରିଣୀ ଦୃଶୀ ବିଚକ୍ଷଣାକୁ ଦାସୀମାନେ କନିଆ ବେଶ କଲେ ସେବାମଦେବ, ବ୍ରହ୍ମା ବାସବ ଯା ଅଧୀନବାସୁଦେବ ଯା ବଶମାନବାସର ନିଶା ସେହି ଜନନୀ ପାଦ ଦୁଇକରଇ ବ୍ରଜନାଥ ଧ୍ୟାନ ସେ ।୨୬।
ଚତୁର୍ଥ ଛାନ୍ଦ
ରାଗ-ବଙ୍ଗଳାଶ୍ରୀ(ବଂ-ଆଦ୍ୟ ନିୟମ)ବଂଶୀଧର ମନେ ସୁମରି ସୁମନେଶୁଣ ବିଚକ୍ଷଣା ବିଭାବଂଶ ଗୋତ୍ର ନାମ ବାକ୍ୟେ ଆଦ୍ୟ କର୍ମଦ୍ୱିଜବରେ କରି ନିର୍ଭା ।୧।ବଂକିମ ଭୁରୁକୁ ତଦନ୍ତେ ଅନାଇକଲେ ଲବଣ ଚଉଁରିବଂଚାଇ କି ଆସେ ଚାହିଁ ଗଲା ହାସେନେଲା କାନ୍ତ ଚିତ୍ତ ହରି ।୨।ବଂଧୁଜୀବାଧରୀ ଗୋରୀକି ଦାସୀଏବେଦିକି ଆଣିଲେ ପୁଣିବଂଶାନୁରୂପରେ କର୍ମ କ୍ରମେ କରିବିପ୍ରେ ଭଣି ବେଦବାଣୀ ।୩।ବଂଶ ବଇସାଲ କାଠି ତ ପୂର୍ବରୁବିଧିମତେ ପୋତିଥିଲେବଂଧନ କୁଶେ ଦୁ- ହିଙ୍କ କର କରିଶିଳା ରୋହଣ ରଚିଲେ ।୪।ବଂଧୁ ପଦକର ଧରି ଫୁଲ କରେଫୁଲୁଛି କୁମାର ଅଙ୍ଗବଂଧ କଉତୁକ ଚିନ୍ତନ୍ତେ କାୟକକାଣ୍ଡେ କାଟୁଛି ଅନଙ୍ଗ ।୫।ବଂଟାଇ ତଣ୍ଡୁଳ ଦେଲେ ବିପ୍ରକୁଳକରେ ଆଶୀର୍ବାଦ ପାଇଁବଂଦାପନା ପୁଣି ସାଧବ ତରୁଣୀକଲେ ହୁଳହୁଳି ଦେଇ ।୬।ବଂଦାଇଲେ ହେମ ରଜତ ଯତନରତନ ବାନ୍ଧବ ଜନେବଂନେ ବନେ ହୟ ବାରଣ ନିଚୟସ୍ନେହେ ଅକଳୁଷ ମନେ ।୭।ବଂଧାଇ ଦିଅନ୍ତି ଧେନୁ ପନ୍ତି ପନ୍ତିଧଳା କଳା ବଛା ତୁଲେବଂଜୁଳା ମଞ୍ଜୁଳ କାମଧେନୁ ତୁଲ୍ୟବଛା ତ ସେ ବଛା କୁଳେ ।୮।ବଂଧ ହେଲା ଜନ ମାନସ ନୟନଦାନ କଲେ ଯା ବନ୍ଦାଣେବଂଦୋବସ୍ତ କରି ନବରକୁ ବରଘେନିଗଲେ ସଖୀମାନେ ।୯।ବଂଧାଇଲେ ଯୁତ- ଖେଳରେ ମୃଣାଳେମହାମତ୍ତ କରି କରବଂଧୁକ ଘେନି ପୁ- ଣ ପଞ୍ଚଗରାସିକଲେ ସେ କୁମାର ବର ।୧୦।ବଂଧା ଘେନି କାନ୍ତ ଚିତ୍ତ ବିତ୍ତ ବାଳୀଆଳୀ ମେଳକୁ ଅଇଲାବଂଚିବ ଯେଉଁ ପୁ- ରେ କାମ କୋପରୁକୁମାର ତହିଁକି ଗଲା ।୧୧।ବଂଧୁ ବାନ୍ଧବଙ୍କୁ ଷଡ଼ ରସେ ନେଇନବରେ ମଣୋହି ଦେଲେବଂଗ କଳିଙ୍ଗ କା- ଶୀ ଦୂର ଦେଶରୁନୃପତି ଯେ ଆସିଥିଲେ ।୧୨।ବଂଟାଇ ତାଙ୍କୁ ବ- ହୁ ବିଧ ସାମଗ୍ରୀବସାକୁ ଦେଲେ ଯତନେବଂଚିଲା ତହି ଉ- ତ୍ତାରୁ ଯେତେ ଦ୍ରବ୍ୟବର୍ଣ୍ଣି ନୋହିବ ବଚନେ ।୧୩।ବଂଟନକୁ ପୁଣି ତାମ୍ବୁଳ ବୀଟିକାବଟା ଗୋଟା ଗୋଟା କଲେବଂଧୁର ଆଦରେ ବନ୍ଧା ହୋଇ ବର-ଜାତିଏ ସୁଖେ ରହିଲେ ।୧୪।ବଂ-ବର୍ଣ୍ଣ ନିୟତ ହେବାରୁ ରଚିତବହୁତ ବର୍ଣ୍ଣି ନୋହିଲାବଂଧନ ଲୋକର କର ପାଦ ପର-କାର ମୋର ଗିର ହେଲା ।୧୫।ବଂଦୁଛି ସଜ୍ମନ ଏ ଦୋଷ ନଘେନତୁମ୍ଭେ ତ ବିନୟ ବଶବଂଦି ହୋଇ ହର- ପର ଗୁଣ ପରବତ ପରା ପରକାଶ ।୧୬।ବଂକାଅ ନିର୍ମଳ ଶୀଳ ଖଳକୁଳମୂଳ ଯେଣୁ ତାଙ୍କ ଗୋଳବଂଧ ଭାଜିଲାକ ବନ୍ଧ ପରି ଏଥିପରେ ପଡ଼ିବେ କେବଳ ।୧୭।ବଂଦନା ତୁମ୍ଭଙ୍କୁ କରୁଛି ତାହାଙ୍କୁଅବଶ୍ୟ ସେ ଅବସରେବଂଧନ କରିବ ଉଚିତ ଜବାବପଥରେ ରହିବେ ସ୍ଥିରେ ।୧୮।ବଂଧା ନିକି ପଶୁ ଦୁଃଖ ଜାଣେ ପଶୁସେ କି ଜାଣନ୍ତି ଏ ଭାବବଂଶାନୁପରଂପ- ରା ଅଛି ତାଙ୍କରଗୁଣୀ ଗୁଣେ ପରାଭବ ।୧୯।ବଂଗଳାଶ୍ରୀ ରାଗେ ହୋଇଲା ଏ ଛାନ୍ଦବର୍ଣ୍ଣନା ବିଂଶତି ପଦବଂଶୀ ବାଦ୍ୟ ବିଶା- ରଦ ପଦପଦକରୁ ବ୍ରଜନାଥ ହୃଦ ।୨୦।
ପଞ୍ଚମ ଛାନ୍ଦ
ରାଗ-ରାମକେରୀ(ବେ-ଆଦ୍ୟ ନିୟମ)ବେଳେ ଶୁଣ ଜନେ ସୁଜେନ ମଧୁ ଶଯ୍ୟା ଚରିତବେଶ କଲେ ନବବାଳୀକି ମିଳି ଆଳୀ ସମସ୍ତ ।୧।ବେଗ କରି ଚିରି କୁନ୍ତଳ କୁଳ ପାରିଲେ ଜୁଡ଼ାବେଢାଇ ଖଞ୍ଜିଲେ ତହିଁରେ ନାନାଫୁଲ ପାଖୁଡ଼ା ।୨।ବେକରେ ଦେଇ ରତ୍ନମାଳୀ କର୍ଣ୍ଣେ କର୍ଣ୍ଣ ଭୁଷଣବେଶର ଗୁଣାକୁ ନୋଥକୁ ନାକେ ଦେଲେ ତକ୍ଷଣ ।୩।ବେଷ୍ଟିତ କଲେ କରେ ଚୁଡ଼ି ବାହେ ତାଡ଼କୁ ଦେଇବେଶୀ-ସଖୀ୧ ଦେଲେ ପାହୁଡ଼ବଳା ପଦେ ଲଗାଇ ।୪।ବେଳ ଜାଣିକରି ମକରୀପତ୍ରାବଳୀ ରଖିଲେବେପାର ସେ ଏକା ତାଙ୍କର କେ ପାରଇ ଶିଖିଲେ ।୫।ବେନି ନୟନରେ ଅଞ୍ଜନ ରଞ୍ଜି ଲାଞ୍ଜି ବିହିଲେବେପଥୁ ହୋଇବ ଲଲାଟ- ପଟ ଚିତା ଦେଖିଲେ ।୬।ବେଶ ରଚି ସାରି ମୁକୁର ବାଳା ଆଗେ ଦେଖାଇବେଲିରେ୨ କହନ୍ତି ଶ୍ରୀମୁଖ ଦେଖ ବାରେ ଅନାଇ ।୭।ବେଶ ଅରୁଚି କି ରୁଚିର ବର ରଚନା ଗିରବେଳେ ଶୁଣାଇବୁ ମାଗୁଣି ଧନ ଏହି ଆମ୍ଭର ।୮।ବେଶାନ୍ତରେ ଦିବ୍ୟ ବିଡ଼ିଆ ବାମା ଯୋଗାଣ କଲାବେନି କରେ ଧରି ସୁବାସ ଭାଙ୍ଗି ବାସ କେ ଦେଲା ।୯।ବେଶୀସଖୀ ବୋଲେ ବଂଧୁରେ ଦୃଢ଼େ ପିନ୍ଧିଥିବୁଟିବେଗରେ ବର ନ ଫିଟାଇ ଯଥା ରହିବେ ଫୁଟି ।୧୦।୧। ବେଶୀ-ସଖୀ = ରଜା ଘରେ ଯେଉଁ ସଖୀ ଜେମାକୁ ବେଶ କରିଦିଏ ।୨। ବେଲିରେ = ରହସ୍ୟରେ ।ବେଣୁଧର ନାମ ସୁମରି ମାର କେଳୀପୁରକୁବେଳ ବାରିକରି ବାହାର କଲେ ରାମାବରକୁ ।୧୧।ବେଭାରରୁ ବାଳୀ ନ ଚଳେ ତିଳେ ଚଞ୍ଚଳ ହୋଇବେଢାଇଛି ଚେଳ ଅଞ୍ଚଳେ ମୁଖ ଚନ୍ଦ୍ରମାମୁହୀଁ ।୧୨।ବେଶୀ ହସି ବୋଲେ ବନ୍ଧୁରେ ଯା ଯା କାନ୍ତ କୋଳକୁବେଳ ଉଦୟକୁ ଆସିବୁ ସିନା ଆମ୍ଭ ମେଳକୁ ।୧୩।ବେଶୀ ବୋଲେ ରାତି ପାହିବା ଯାଏ କି କରୁଥିବବେଳକ ସୁରତେ କୋମଳା- ବାଳାକୁ ତ ବାଧିବ ।୧୪।ବେଗ କେଳୀପୁର ଦ୍ୱାରକୁ ସଖୀ ବାଳୀକି ନେଲେବେଶୀ ବେଢୀ ଅଳ୍ପ ପେଲି ଦେ- ହଳୀ ବଳାଇ ଦେଲେ ।୧୫।ବେନିଚକ୍ଷୁ ଅନ୍ଧ ପାଇଲା ପରି କୁମାର ବରବେଗେ କୋଳ କରି ନେଇଣ ବସାଇଲେ କୋଳର ।୧୬।ବେଢାଇ ମଣ୍ଡିଲା ଗଣ୍ଡରେ ଚାରି ସରୁ ଚୂମ୍ବନବେଳ ଜାଣି ଶର ଉପରେ ଶର ବିନ୍ଧେ ମଦନ ।୧୭।ବେପଥୁକୁ ପାଇ ଭୟରେ ଛନ୍ନ କୁନ୍ଦନଅଙ୍ଗୀବେଢା ଜାଲରେ କି ଆସି ପ- ଡ଼ିଲା ବଣ କୁରଙ୍ଗୀ ।୧୮।ବେଗ ବେଗ ହୋଇ ବାହାରେ ଖରତର ନିଶ୍ୱାସବେନି କର ଛନ୍ଦି ନ ଦିଏ ସ୍ତନୁ ଖସାଇ ବାସ ।୧୯।ବେକ ଏଣେ ତେଣେ କରଇ ଦେଲା ବେଳେ ଚୂମ୍ବନବେଶ୍ମଯାକ ପୂରି ଉଠୁଛି ବାଳା ବଳୟ ସ୍ୱନ ।୨୦।ବେଦପତି ମୋତେ ବହୁତ ତପେ ଦେଇଛି ତୋତେବେଳାହୋମ କାମସିନ୍ଧୁକୁ କାନ୍ତ କହେ ବିନୀତେ ।୨୧।ବେଦୀରୁ ଚାକର ହୋଇଛି ଧରି ତୋର ପୟରବେତନ ତୁ ରତିରତନ ଦେବୁ କି ନା ମୋହର ।୨୨।ବେଳୁଁ ବେଳ କରି ରଚିତ ଚିତ୍ତହର ଭାରତୀବେଗେ ଚାଳିଦେଲା ଚନ୍ଦ୍ରକୁ ତୀକ୍ଷ ନଖରେ କ୍ଷତି ।୨୩।ବେନି କର୍ଣ୍ଣେ ଚାଳି ରସନା ବାସ କଲା ଅନ୍ତରବେଗେ ଭାଙ୍ଗିଦେଲା ଛଇଳା ଲାଜ ଭୟ ପ୍ରକର ।୨୪।ବେନି ଜନଙ୍କର ମାନସ ରତେ ହେଲା ହରଷବେଦାଭିଧାନରେ ନଥିବ ତେତେ ଶୃଙ୍ଗାର ରସ ।୨୫।ବେଗାର ପରାଏ ଅପାର ସରୁ ଚୁମ୍ବନ ଦେଲେବେନି ଏକ ଅର୍ଦ୍ଧ ପ୍ରହର ରାତି ଏପରି ନେଲେ ।୨୬।ବେଭାର ଲାଜକୁ ପାଇଣ ବାଳୀ ଆକୁଳ ମନବେଗହୋଇ ଯିବା ପାଇଁକି ଉଠେ ରାମାରତନ ।୨୭।ବେନିକରେ ଭିଡ଼ି ନାୟକ ଚୁମ୍ବି ମେଲାଣି ଦେଲାବେଳ ଉଦେ ହେବା ଚାହିଁଣ ରାମା ବାହାରିଗଲା ।୨୮।ବେଦନ୍ତୀ ବ୍ରାହ୍ମଣେ ପ୍ରଭାତ ଦେଖି ସ୍ନାନକୁ ଗଲେବେଷ୍ଟିତ ରବି ରଙ୍ଗ କରେ ପୂର୍ବ ଦିଗକୁ କଲେ ।୨୯।ବେଶ୍ୟାମାନଙ୍କର ପୁରରୁ ଗଲେ ଜାର ପୁରୁଷବେହରଣ କଲେ ବାହାରେ ନବରରୁ ନରେଶ ।୩୦।ବେଢୀ ବିଚକ୍ଷଣା ବାଳୀକି ନେଲେ ସକଳ ଆଳୀବେଶ ତ ବିଭଙ୍ଗ ଦିଶୁଛି କେହୁ କରେ ଢ଼ମାଳୀ ।୩୧।ବେକ ତ ଟେକି ପାରୁ ନାହୁଁ ଏ କି କରିରେ ଧନବେଢାଇ ଦେଇତ ଆସିଛୁ ଏହିକ୍ଷଣି ବସନ ।୩୨।ବେଢୀ ସଖୀ ଆଦି ମାଜଣା ବିଧି ବଢ଼ାଇ ଦେଲେବେଗେ ମାଜଣା ବଢୁ ସଖା କୁମାରଙ୍କୁ ବୋଇଲେ ।୩୩।ବେଣୁଧର ଘନ ସୁନ୍ଦର ଅରବିନ୍ଦ ଚରଣବେଗର ଆନ ଆଉ ନାହିଁ ବ୍ରଜନାଥ ଶରଣ ।୩୪।
ଷଷ୍ଠ ଛାନ୍ଦ
ରାଗ-ଚୋଖୀ(ବୁ-ଆଦ୍ୟ ନିୟମ)ବୁଦ୍ଧଜନ ମାନେ ଶୁଣବ୍ରଜସଦନ ବ୍ରାହ୍ମଣନୃପାଦେଶେ କହେ ବୀରବର ଆଗେଣବୁଝା ହୋଇଅଛି ବେଳବାହାର ହୋଇବେ ବଳନଗରରୁ ଆସ ତୁଲ ଗତି ଗହଣବୃଷକାଳେ ମଠ ନକରବୁଝିବାକୁ ଏହା ନୃପ ଗଲେ ଭିତର ।୧।ବୁଡ଼ିଲାଯେ ଶୋକ ପାଣିଭିତରେ ସେ ରାଣୀ ଶୁଣିନୃପମଣିଠାରୁ ଜେମାମଣି ଯିବାରବୁଦ୍ଧି ନ ଦିଶଇ ଆନ ବିଚକ୍ଷଣାକୁ ଧରିଣକାନ୍ଦୁଛନ୍ତି ଯେତେଜନ ଅନ୍ତଃପୁରରବୃଦ୍ଧମାନେ ପ୍ରବେଶ ହେଲେବୃଷକାଳେ ବିଚକ୍ଷଣା ପ୍ରୟାଣ କଲେ ।୨।ବୁଡ଼ିଲା ଚେତା ସବୁରିକାନ୍ଦୁଛନ୍ତି ନରନାରୀଯେତେବେଳେ ହାନ୍ଦୋଳାରେ ବାଳୀ ବସିଲାବୁକୁରେ କୋଡ଼ନ୍ତି କରନୃପତି ହୋଇ ଅସ୍ଥିରକାନ୍ଦିବାରେ ଅନ୍ତଃପୁର ଉଛୁଳିଗଲାବୁଜି ହୋଏ ଦେଖି ନୟନବୁହାଇ ଯେତେ ସାମଗ୍ରୀ ଦେଲେ ରାଜନ ।୩।ବୃତ୍ରାରି ପୁରେ ନ ଥିବଯଉତୁକେ ଯଉଁ ଦ୍ରବ୍ୟଦେଲେ ଦେଇ ହେଲେନାହିଁ ତେବେ ତୃପତବୃହଦନ୍ୱରେ କହିଲେକି ଦେଇ ପାରିବୁ ଭଲେସୁତା ଦେଇ ହେଲୁ ଆମ୍ଭେ ଶରଣାଗତବୁଦ୍ଧଜନମାନଙ୍କ ଆଗେବୃଥାକଥା କହିବାର ବହୁତ ବାଗେ ।୪।ବୁଜି କର୍ଣ୍ଣେ ବେନି କରବ୍ରଜନଗର ଈଶ୍ୱରସଂଭ୍ରମେ ବୋଇଲେ ଏହା କିମ୍ପା କହିଲବୁଝିଲେ ଆମ୍ଭଙ୍କୁ କ୍ରୀତକଲ ଦେଇ ସୁତା ବିତ୍ତବ୍ରଜମୋହନକୁ ସୁତ କରି ପାଇଲବୃନ୍ଦାବନ ଚନ୍ଦ୍ରଙ୍କୁ ଚିନ୍ତିବୃଷଲଗ୍ନେ ବାହାର ହୋଇଲେ ନୃପତି ।୫।ବୁଣି ହୋଇଗଲେ ସୈନ୍ୟବାଜୀ ରାଜି ଅକଥନକରୀ କରିବା ଲେଖନ କି କରି ତହିଁବୃଦ୍ଧମାନେ କୁହା କୁହିହେଲେ ଏ ସମ୍ପତ୍ତି କାହିଁଦେଖି ନଥିଲାଇଁ କେହି ଦେଖିବ ନାହିଁବୃଷା ଶଚି ହେଲେ କି ବିଭାବୃନ୍ଦାରକ ବୃନ୍ଦବର ଜାତି ଏ ଅବା ।୬।ବୁଲାଇ ବର ବରଛିକେ ସିପାହୀ ଧରିଅଛିକେ ଶୁଆର ଅଛି କିଛି ପିଠିକି ନେଇବୁକୁ ପାଖେ ବାଗ କରଖାଞ୍ଚି ଧରି କେ ଶୁଆରତାଜି ବାଜୀ ଯୋଡ଼ାଇ ଜୋଡ଼ାଇ ନିଅଇବୁଡ଼ି ମଦଜଳରେ କରୀବୁଲି ଯାଆନ୍ତି ସୁଖରେ ପଲାଶି କରି ।୭।ବୁଡ଼ିଲେ କ୍ରମଶେ ହଂସସନ୍ଧ୍ୟା ହେଲା ପରବେଶରଙ୍ଗରେ ବାରୁଣୀ ଦିଶ ଦିଶିଲା ତୋରାବୁଜି ଆସନ୍ତି କମଳକୁଳ ଦିଶନ୍ତି ମଞ୍ଜୁଳରତାନ୍ତ ବେଶ ନବୀନା ନୟନ ପରାବୁକୁ ଥରେ ଚକ୍ରବାକରବୃଷ୍ଟିକରେ ବିରହିଣୀ ନୟନ ନୀର ।୮।ବୁକୁରେ ମାଣିକ୍ୟ ମାଳାନ ଦେଖି କେବଣ ବାଳାକାହିଁ ହଜାଇଲି ବୋଲି ମନେ ଗୁଣଇବୁଜେ ଅତି ଛନ୍ନେ ଆଖିହଂସ ତା ପଦ ନଦେଖିପୁଣି ଗତି କରି ଅତି ଚିତ୍ର ମଣଇବୃଷାଳ ବାହୁଙ୍କ ଛାମୁରେବୃହବିଧି ବନ୍ଦାପନା ହେଲା ସତ୍ୱରେ ।୯।ବୁଧ ତାତ କ୍ରମଶରେଉଦେ ହେଲେ ଆକାଶରେଦୁଧେ ଧୋଇଲା ଆସରେ ଦିଶିଲା ଧରାବୁଜି ଆନନ୍ଦେ ନୟନଚକୋରେ ଚନ୍ଦ୍ରିକା ପାନକଲେ ହେଲେ ଚୌରେ ଦିନ ପେଚକ ପରାବୃଷଧ୍ୱଜ ଅଙ୍କରେ ଥିଲେବୁଝି ନପାରି ଗଉରୀ ବିରହ ହେଲେ ।୧୦।ବୃହ ବିଧାନ କରାଇପଶିଲେ କଟକେ ଯାଇବଡ଼ ତୋଷ ହେଲେ ଚାହିଁ ସକଳ ଜନବୃହସ୍ପତି ବେଳା ବାରିନଗରକୁ ଗଲେ ବାରି-ରୁହ ନୟନାକୁ ଧରି ବ୍ରଜମୋହନବୃଷାଳ ସୁଶ୍ରୋଣୀ ଅଙ୍ଗନା-ବୃନ୍ଦ ବନ୍ଦାପନା କଲେ ହୋଇ ସୁମନା ।୧୧।ବୃତ୍ତ ଶଶିମୁଖୀ ମୁଖଦେଖି ଶ୍ୱଶ୍ରୁ ଆଦି ସୁଖ-ସାଗରେ ବୁଡ଼ିଲେ ଦୁଃଖ ଦୂରେ ପକାଇବୃଦ୍ଧଶ୍ରବା କାମ ବାମାସମାନ ନୋହେ ଉପମାରମା ତିଳୋତ୍ତମା ସମାନ କେ କହଇବୃନ୍ଦାରକ ବୃନ୍ଦିଷ୍ଟ ଏହିବୃନ୍ଦା ବୃନ୍ଦାବନବିଧୁ ବତାଏ ଦୁଇ ।୧୨।ବୃଦ୍ଧି ହୋଇଲା ହରସସିତପକ୍ଷ ଋକ୍ଷଈଶପରାଏ ସର୍ବ ମାନସ କୁମୁଦବନବୁହା ହେଲା ଧନ ରତ୍ନଚରଚିଲେ ଅତି ଯତ୍ନନିଦ୍ରା ଆଛନ୍ନେ ବିଷନ୍ନ ସକଳ ଜନବୃତ୍ତି ଏକା ବ୍ରଜନାଥରବୃଜିନ ନାଶନ ନାମ ସଦା କାଳର ।୧୩।
ସପ୍ତମ ଛାନ୍ଦ
ରାଗ-କୁମ୍ଭକାମୋଦୀ(ବୈ-ଆଦ୍ୟ ନିୟମ)ବୈଗୁଣ୍ୟ ନବହିଶୁଣ ଜନେ ତହିଁଉତ୍ତାରୁ ଯେ ହେଲାବୈଧି ରୀତିରେ ଯେଚତୁର୍ଥୀ ସପତ-ମଙ୍ଗଳା ବଢ଼ିଲା ।୧।ବୈଚିତ୍ର ରସରେରଜନୀ ବାସରେରସି ସେ ଦମ୍ପତିବୈଶ୍ରବଣ ପଦବାସବ ସମ୍ପଦମଣନ୍ତି ବିପତ୍ତି ।୨।ବୈରାଗୀ ଦେହ ହିଁବିକାର ବହଇସେ ଫୁଲ ସମୟବୈଦେଶିଲା କରବିଦାରିଲା ମାରଶରରେ ହୃଦୟ ।୩।ବୈକଲ୍ୟ କୋକିଳକଲେ ଯୋଗୀକୁଳକଳବାଣୀ କହିବୈଶ୍ୱାନର ବତମନ୍ଦ ଶୀତ ବାତମଣିଲେ ବିରହୀ ।୪।ବୈରୋଚନ ବତଦୁହେଁ ଦାତା ସେ ତଚୁମ୍ବନ ଆଶ୍ଲେଷେବୈଶ୍ୟ ବାଣିଜ୍ୟ ବି-ତ୍ତ ପରି ପୀରତିବଢାନ୍ତି ସର୍ବାଂଶେ ।୫।ବୈପରୀତ୍ୟ ରସ-ରେ ଯେ ବିଶାରଦବିଶେଷରେ ସେତବୈଲକ୍ଷ୍ୟ ଅନ୍ତରେବସନ୍ତେ ବିହରିହୋନ୍ତି ଉଲ୍ଲସିତ ।୬।ବୈଦେହୀ ଶ୍ରୀରାମରାମ ଅଭିରାମସେ ସବୁ ଉପରେବୈକୁଣ୍ଠ ପଦ ହିଁତାଙ୍କୁ ନରୁଚଇରସ ଲୋଲୁପରେ ।୭।ବୈଷମ୍ୟ ନକରେକେହି କାହାଠାରେନିମିଷେ ମାତରବୈରୀ ମଦନ ନପାଏ ଅବସରସନ୍ଧିବାକୁ ଶର ।୮।ବୈଦଗ୍ଧହିଁ ସେହିଜାଣନ୍ତି ବିବିଧଜାତିରେ ପ୍ରୀତିରେବୈଦ୍ୟ ହୋଇଥାନ୍ତିଦୁହେଁ ରତିପତିବେଦନା ଭିତରେ ।୯।ବୈଲକ୍ଷଣ୍ୟ ରତିଶାସ୍ତ୍ରେ ସେ ନୃପତିସୁତ ରତ ଥିଲାବୈଚକ୍ଷଣୀୟ ଭା-ବ ଅନୁଭବରୁଅଧିକ ସେ ହେଲା ।୧୦।ବୈଣିକ ବୀଣା ବା-ଣୀ ସଙ୍ଗେ ରସି ସେରସିକ ଉତ୍ତମବୈଶାଖହିଁ ଶେଷକଲେ ପରବେଶହୋଇଲା ଗ୍ରୀଷମ ।୧୧।ବୈରୋଚନ କରପରଶେ ଶରୀରସନ୍ତାପିତ ହେଲାବୈକ୍ଷିପ୍ତ ଚିତ୍ତ ତୃ-ଷା ବଶରେ କେଉଁପଥୁକି ବହିଲା ।୧୨।ବୈରାଗୀ ହୋଇଲେଶୃଙ୍ଗାର ଭୋଗରେଲୋଡ଼ିଲେ ପବନବୈକଲ୍ୟରେ ଚନ୍ଦ୍ରଚନ୍ଦନ ଅଙ୍ଗରେକରନ୍ତି ଲେପନ ।୧୩।ବୈଶ୍ୱାନର ବନପରବତ ମାନଦହେ ଅନିଶରେବୈଧବ୍ୟ କିରଣଲୋଡ଼ିଲା କରଣସନ୍ତାପ ବସରେ ।୧୪ବୈରତାକୁ ତେଜିବ୍ୟାଘ୍ର ମୃଗ ରାଜିମିଶାମିଶି ହେଲେବୈନତେୟ ଭକ୍ଷ୍ୟ-ମାନେ ଶିଖୀପୁଛଛାଇରେ ରହିଲେ ।୧୫।ବୈଦୁର୍ଯ୍ୟ ଆଦିରତନ ପୁରେ ଥିଲେସେ ବ୍ରଜମୋହନବୈଠକ କରି ସୁଧା ପୁରେ ବଞ୍ଚିଲେବାଳା ସଙ୍ଗେ ଦିନ ।୧୬।ବୈଷୟିକ କବି-ମାନେ ଚିତ୍ତେ ଭାବିଘେନ ଏ କଷଣବୈଶେଷ୍ୟ ଛାନ୍ଦରନୋହିବାର ବରନିୟମ କାରଣ ।୧୭।ବୈତଣ୍ଡା କରିବାନକର ବିନତିଘେନ ହେ ସଜ୍ଜନେବୈନାଶିକ ନରମାନଙ୍କୁ ମୋହରଡରନାହିଁ ମନେ ।୧୮।ବୈରୋଚନ ବତସହଜେ ତୁମ୍ଭରସୁନିର୍ମଳ ଭାବବୈର ଅବରୁଦ୍ଧବିବାଦ କଳ୍ମଷକୁଳ ନାଶ ଯିବ ।୧୯।ବୈନତେୟ ଧ୍ୱଜଚରଣ ସରୋଜକରିଣ ଶରଣବୈଭବ ହୀନ ବ-ରଜ ନାଥ ଦୀନକରଇ ରଚନ ।୨୦।ଅଷ୍ଟମ ଛାନ୍ଦରାଗ-ବଙ୍ଗଳାଶ୍ରୀ(ବୋ-ଆଦ୍ୟ ନିୟମ)ବୋଧ କରି ମନଶୁଣ ଯେ ସଜ୍ଜନମାନେ ଏଥୁଅନ୍ତେ ରସବୋଲୁଁ ବୋଲୁଁ ଗଲାଗ୍ରୀଷ୍ମ ଋତୁ ହେଲାବରଷା ଋତୁ ପ୍ରବେଶ ।୧।ବୋବାଳି ବନଦ-ବୃନ୍ଦ ବିଷ୍ଣୁପଦ୧ବ୍ୟାପି ବିହିଲେ ବିଷମବୋହିଲା ସରିତବଢି ଅବିରତଝଞ୍ଜା ଝଡ଼ି ଘୋରତମ ।୨।ବ୍ୟୋମେ ବକ ଧାଡ଼ି-ଧାଡ଼ି ହୋଇ ଉଡ଼ିରଡ଼ି ଛାଡ଼ି ବିହରିଲେବୋଡ଼ା କୂଳେ ବିଳବାହାରେ ବାହରନୋହି ଭିତରେ ରହିଲେ ।୩।ବୋହିଛି ଯେ ବାରିତା କୋଳେ ବିଜୁଳିଝଟକେ ଝଟକ ଅତିବୋଲଇ ଚାହିଁ କେଏକାଳେ ଏକା କେବଞ୍ଚିବ କେହ୍ନେ କେ ରାତି ।୪।ବୋବାଇଲେ ଭେକସାମୁକ ଡ଼ାହୁକମତ୍ତେ ନିଶି ଦିବସରେବୋଲଣା ମାରକିଦୋଷୀ ବିରହୀକିକରେ ସେ ଡ଼ାକ ମିଶରେ ।୫।ବୋଲେ କେକୀ କେକାଛଳେ ନୁହ ଏକାଏକାଳେ କାନ୍ତା ଯୁବତୀବୋଧ ହେଲା ସ୍ତୋକଦେଖି ଜଳ ମୁକନବୀନ ଚାରୁ ସମ୍ପତ୍ତି ।୬।୧। ବିଷ୍ଣୁ ପଦ= ଆକାଶ ।ବୋହେ ନୟନୁ କା ନୀର ନିରନ୍ତରକାନ୍ତା ପରିବେଶ ଚିନ୍ତିବୋକା ହୋଇ କେହୁବସିଲା ଦକାରେସ୍ୱେଦେ ବାସ ଗଲା ତିନ୍ତି ।୭।ବୋଲଇ ବାଳା କେଦେଖି ପଥିକକୁପଥରେ ମୃଦୁ ବଚନବୋଧ କର ମନପ୍ରିୟା ସୁଶୋଭନନୋହେ କି ତୁମ୍ଭ ସମାନ ।୮।ବୋଧ କରି ଚିତ୍ତପାନ୍ଥ ବୋଲେ ମିତବାସକୁ ମୁଁ ତ ଯାଉଛିବୋଲିବାକୁ ବେଳହେଲା ଅସ୍ତକାଳବାରି ବରଷି ଆସୁଛି ।୯।ବୋଲଇ ରସିକାମୁଁ ତ ଅଛି ଏକାଆସ ରହ ମୋ ବାସରେବୋବାଇଲେ କାକପ୍ରଭାତୁଁ ପଥିକଚଳିବ ବେଗ ବାସରେ ।୧୦।ବୋଲାବୋଲି ହୋଇହରଷରେ ଯାଇରସିଲେ ଉଭୟ ଜନବୋଧ କଲେ ମନନିଶି ଉଜାଗରେନାହିଁ ଅଶନ ଶୟନ ।୧୧।ବୋବାନ୍ତେ କୁକୁଟଲାଗିଲା ଉଚ୍ଚାଟଝଟତି ବାସ ପିନ୍ଧିଲେବୋଝ ପରି ନିଦ୍ରାନେତ୍ରେ ହେଲା ଗଦାଚୂମ୍ବନାଲିଙ୍ଗନେ ଗଲେ ।୧୨।୨ । ଦୁର୍ଦ୍ଦିନ=ମେଘାଛନ୍ନ ଦିବସବୋଲେ କେଉଁ ବାମାବଲ୍ଲଭରେ ପ୍ରେମା-ତୁରେ ସୁସ୍ନେହ ବଚନବୋଲୁଛିଟି ଧନ ନୋହିବ ଦୁର୍ଦ୍ଦିନ୨ଯାକ କେଭେ ଦଣ୍ଡେ ଭିନ୍ନବୋଳି ହେଲା ପରିକଜ୍ଜ୍ୱଳରେ ଗିରିପ୍ରଖର ଶୋଭା ଦିଶିଲେବୋଳା ହୋଇକରିଏକାଳର ଶେଷେଦମ୍ପତି ସୁଖେ ରସିଲେ ।୧୪।ବୋଲା ବୋଲି କେତେହୁଅନ୍ତି ନିରତେଇଙ୍ଗିତ ବାଦ ବଚନବୋଲି ନଥାଉଁ ସେଦିଅନ୍ତି ଆବେଶେପରସ୍ପରେ ଚୁମ୍ବମାନ ।୧୫।ବୋବାଇଲେ ଯାଇଁକୁକ୍କୁଟ ରହଇସୁରତି ରୀତି କୁତୁକବୋହିତ ସଂକ୍ରାନ୍ତପରାଏ ସେ କାନ୍ତକାନ୍ତା ଅନ୍ୟାନ୍ୟ ଗତିକ ।୧୬।ବୋଳି ସେ ଚନ୍ଦନହେଲେ ଉର ସ୍ତନଦେଶେ ନରହେ ଆଶ୍ଳେଷେବୋଳ ତାମ୍ବୁଳରନରହେ ସୁନ୍ଦରଅଧର ଚୁମ୍ବ ବିଶେଷେ ।୧୭।ବୋଧ ନୁହନ୍ତି ଷା-ଠିଏ ଦଣ୍ଡରସା-ର୍ଣ୍ଣବରେ ରସି ବୁଡ଼ିଲେବୋଲନ୍ତି ବିଧିକିବାଧି ବିଲୋକନେପଲକ ଯୋଗେ ପଡ଼ିଲେ ।୧୮।ବୋରା ମଣନ୍ତି ସେନିବିଡ଼ ଆଶ୍ଳେଷେତନୁ ପୁଲକ ହେବାରବୋଝ ପରକାରଯାବତ ବେଭାରମଣନ୍ତି ସେ ମହା ଭାର ।୧୯।ବୋଲିବାକୁ କ୍ଷମନୋହିଲା ଏ ପ୍ରେମବହୁଳତର ରୀତିରେବୋଧାଏ ଜାଣିମତୁମ୍ଭେ ତ ନିୟମଶ୍ରମ ଯେ ଅଛି ଏଥିରେ ।୨୦।ବୋଡ଼ିକ ବରାଟ-କରେ ଯେ ଉତ୍କଟରତନ କିଣି ଆଣିବବୋ-ବର୍ଣ୍ଣ ନିୟମରଖି ସେ ଉତ୍ତମକରିବା ବର୍ଣ୍ଣି ଜାଣିବ ।୨୧।ବୋହିତର ସ୍ଥିତ-ରେ ହେଁ କଦାଚିତଯେଉଁ ପଦାର୍ଥ ନ ଚଳେବୋଝ କେ ଯେ ନେବଏଥି ସେ ବର୍ଣ୍ଣିବଏ ରସ ବଡ଼ ବହୁଳେ ।୨୨।ବୋଧ କର ଚିତ୍ତତୁମ୍ଭ ନାମାମୃତପାନରେ ରହୁ ମୋ ମନବୋଲେ ବ୍ରଜନାଥଆହେ ବ୍ରଜନାଥଥାଉଁ ଥାଉଁ ଏ ଜୀବନ ।୨୩।
ନବମ ଛାନ୍ଦ
ରାଗ-ପାହାଡ଼ିଆ କେଦାର(ବ-ଆଦ୍ୟ ନିୟମ)ବଡ଼ ସୁମନେ ଶୁଣ ହେ ଜନେସେହି ବରଷା ସମୟେ ଦିନେବସିଅଛନ୍ତି ସେ ବେନି ଜନେକେଳି ସଦନେ ହେବନଦ ଅତି ପ୍ରକଟେ ରଟିପୂର୍ବ ଦିଗରୁ ଅଇଲା ଘୋଟିବେଗେ ବିଜୁଳି-ବଲ୍ଲୀ ଚହଟିଖେଳେ ଗଗନେ ଯେବରଷାରୁ ଆଶା ହିଁ ବାରି ନୋହିଲା ଯେବନ ସବୁଆଡ଼ରେ ପୁରି ରହିଲା ଯେବଂଶୀ ବଦନ ହୃଦୟେ ହାରପରି ନୀରଦେ ବକ ନିକରଦିଶିଲେ ବଡ଼ ରୁଚିର ନରମନ ମୋହିଲା ଯେ ।୧।ବହିଲା ପ୍ରଭଞ୍ଜନ ପ୍ରଖରେକହିଲା କେକୀ ଟେକି ଶିଖରେସଇଲା କାମ ପଞ୍ଚଶିଖରେବିରହୀ ପଦ ଯେବଲ୍ଲଭୀପାଶୁଁ ବଲ୍ଲଭ ଭିନ୍ନନୁହ୍ ନିମିଷେ ବଚନ ମାନଗଣ୍ଡୁ ବଦନ ସ୍ତନରୁ ଭିନ୍ନ ନକରି ହୃଦ ଯେବଳିଗଲେ ଦେହଳି ହେବଟି ଦଣ୍ଡ ହେ ।ବରଷିବ ମଦନ ପ୍ରଚଣ୍ଡ କାଣ୍ଡ ହେ ।ବନିତାମାନେ ମାନ ନକରବାନ୍ଧବ କୋଳୁ ନୋହି ଅନ୍ତରସ୍ନେହ ମଧୁର ସ୍ମିତରେ ଗିରଅଧର ମଣ୍ଡ ହେ ॥୨।ବଢିଲା ଦର ଚକୋରଙ୍କରଚାହିଁ ମୁଦିର ଚାରି ପ୍ରକାରଚାତକବାର ପିଇଲେ ନୀରହୋଇ ନିର୍ଭର ଯେ ।ବସୁଧାଧର ଶୃଙ୍ଗପ୍ରକରହେଲା ପ୍ରଚୁର ପବି ଭିଦୁରଥରକୁଥର କୁଆପଥରବରଷେ ଘୋର ଯେବଜଧର କାର୍ମୁକ ଦିଶେ ରୁଚିର ଯେବଢିଗଲେ ସରିତ ଅତି ଅଚିର ଯେ ।ବସି କେ ଦୂର ଦେଶରେ ଦର-ହାସୀ ମୁଦର କଣ୍ଠି ସୁନ୍ଦରକଟି ମନ୍ଦର ସ୍ତନ ପ୍ରକାରକରେ ହୃଦର ଯେ ।୩।ବଣିଜାରକୁ ବାଟରେ ଚାହିଁସହୀକି କେହି କହେ ଦେଖାଇବଲ୍ଲଭ ମୋର ରହିଲେ କାହିଁଜାଣିଲି ନାହିଁ ଗୋବରଷା ଘୋର ବିଷମତରଏଥିରେ କଲା ଅତନୁ ଜ୍ୱରବୈଦ୍ୟ ନାଗର ଆଦିରସ ଯେଦେଲା ବତାଇ ଗୋବସିଛନ୍ତି ଉରଜ ନଗରେ ସହୀ ଗୋବନ୍ଧୁନାଗର ଏଥି ମିଳିଲେ ନାହିଁ ଗୋ ।ବକ୍ର ବଚନେ ବିଦେଶୀ କହିକାହିଁପାଇଁକି ପାଇବ ନାହିଁଆଜି ମିଳଇ ସିନା ତୁମ୍ଭରମନ୍ଦିର କାହିଁ ଗୋ ।୪।ବକ୍ରେ ବଞ୍ଚାଇ ଭୁରୁ ନଚାଇକଉଁ ନବୀନା ପାନ୍ଥକୁ କହିବେଳ ତ ନାହିଁ ଘନ ଘୋଟଇଯାଉଛ କାହିଁ ହେବଇଦେଶିକ ବୋଇଲା ଚାହିଁବଡ଼ ବେଗରେ ଯାଉଥିଲଇଁତଥାପି ବର୍ଷା ହେବ କି ସହୀଯାଆନ୍ତି ରହି ଗୋବଡ଼ ପ୍ରଭାତୁଁ ପଛେ ହୋନ୍ତି ବାହାର ଗୋବର୍ଷୁଥିବ କି ଏକା ଏ ପୟୋଧର ଗୋ ।ବନଦତ୍ରାସେ ବସା କରି ସେରହନ୍ତି ତୋଷେ ବର ପ୍ରବାସେଛନ୍ତି ମୁଁ ମାସେ ହେଲା ଆସିଛି ଏହା ବିଚାର ହେ ।୫।ବଇଦ୍ୟ ବେଶେ ବାଳିକା ପାଶେକେ ପାନ୍ଥ ମିଳି କାମ ଆବେଶେବୋଲେ ମୁଁ ବଦ୍ୟ ସୁଦୁର ଦେଶେମୋର ନିବାସ ଗୋବରାଙ୍ଗୀ ବୋଲେ ବାତ ବିକାରେଥରୁଛି ମୋର ତନୁ ବେଦରେମୁଁ ପୁଣି ଗୁରୁସ୍ତନୀ ତ ଭୀରୁଅଛି କି ରସ ହେବଦ୍ୟ ଶୁଣି ଏ ବାଣୀ ବଚନ ଭାଷେ ଯେବଢୁଅଛି ଏ ବ୍ୟାଧି ବରଷାବଶେ ଯେ ।ବତାଅ ଆସ ତୁମ୍ଭର ବାସଆଜି ବାତରେ ଦେବା ଗୋ ରସଶୃଙ୍ଗାର ରସ ଦେଖି କରିବାପୁଣି ବିଶେଷ ଯେ ।୬।ବହୁଳତର ଘୋର ଅନ୍ଧାରଘୋଟି ଅଦୂର ନୋହେ ଗୋଚରକେବଳ ଜାର ସଙ୍କେତ ଠାରତରୁ ତଳର ଯେବସି କେ ବର-ବରଣା ସ୍ମର-ଶରେ କାତର ହୋଇ ପ୍ରଖରଶ୍ୱାସନିକର ତେଜଇ ନୀରମଣ୍ଡି ନେତ୍ରର ଯେବଳ ହେଲା ଅପାର ତସ୍କରଙ୍କର ଯେବହିନେଲେ କାହାର କାଟି ଅଗାର ଯେ ।ବଳାରାତିର ପଦହିଁ ଛାରକଲେ କେ ହର-ପର ସଙ୍ଗରରଙ୍ଗେ କେ ଉର-ଜରୁ ବାହାରନ କଲେ ଉର ଯେ ।୭।ବ୍ରଜମୋହନ ଚାହିଁ ଏ ଘନଶୋଭା ମଦନ ମତ୍ତେ ଉଛନ୍ନହୋଇ ସୁଘନ ଜଘନା ମନକରି ପ୍ରସନ୍ନ ଯେବର୍ତ୍ତୁଳ ପୀନ ସ୍ତନ ମର୍ଦ୍ଦନଚନ୍ଦ୍ରବଦନ କରି ଚୁମ୍ବନକହନ୍ତି ମନ -ମୋହନ ଘନ-କେଶୀକି ପୁନଃ ଯେବନ୍ଧୁମାନ ମୁଁତୋର କିଣିଲା ଜନରେବଳିଆନ କି ମୋତେ କରିଛି ପୁଣ୍ୟରେ ।ବସୁଛୁ ମୀନ ଖେଳାଖଞ୍ଜନନୀଳ ନଳିନ ନୟନ ଧନକୋଳେ ମୋ ଦିନ ନିଶିରେ ଘେନ ଏ କି ସାମାନ୍ୟ ରେ ।୮।ବଇଁଶି କର ବିପଞ୍ଚୀ ଗିରଅମୃତ ସ୍ୱର ସୁଧା ମଧୁରଧଇର୍ଯ୍ୟ ହର ସ୍ନେହ କନ୍ଦରମୋ ସୁଖକରରେବସନ୍ତବର ବନ ପ୍ରିୟରବଳ ଗମ୍ଭୀର ସୁସ୍ୱର ପରଶ୍ରୁତି ଚକୋର ଚନ୍ଦ୍ର ତୋ ଗିରସୁଲଭ ମୋର ରେବଡ଼ ଅମରପୁର ବୋଲନ୍ତି ନର ରେବଳେ ସୁଖ ମୋହର ତାଙ୍କୁ ଅପାର ରେ ।ବଧୂଲୀ ବର ବିମ୍ବ ମନ୍ଦାର ଓଷ୍ଠ ତୋହର ସୁଧା ମଧୁରପିଅନ୍ତେ ମୋର ମାନସ ଛାରକରେ କୁବେର ରେ ।୯।ବକ୍ର ଚାହାଣୀ ଇଙ୍ଗିତ ବାଣୀଚାତୁରୀ ଶ୍ରେଣୀ ତୋ ଠିଆ ଠାଣିଚାଲିବା ଆଣି୧ ପାରିବ-ଜାଣିକେଉଁ ରମଣୀ ରେବ୍ରହ୍ମା କି ପୁଣି ଥିବ ନିର୍ମାଣିତୋ ସଙ୍ଗେ ଗଣିବାକୁ ତରୁଣୀତୋ ଗୁଣ ଗୁଣି ହେବ କି ଗଣିଦିବା ରୟଣୀ ରେବସୁମତୀ ଶିରର ମଣ୍ଡନ ମଣିରେବଶୀକରଣ ଜାଣୁ ତୁ ପାଶୁ ମଣିରେ ।ବଣା ହରିଣୀ ଜିଣା ଈକ୍ଷଣୀପୃଥୁଳ ଶ୍ରୋଣି ଚାହିଁଲାକ୍ଷଣିମୋ ଦମ୍ଭ ହାଣି ମନକୁ କିଣିନେଉ ସୁବେଣୀରେ ।୧୦।୧। ଆଣି= ଟେକ, ମର୍ଯ୍ୟାଦା, ଢଙ୍ଗ, ଢାଞ୍ଚା ।ବନଦ କୋଳେ ଚାହିଁ ଚପଳେ ଚପଳା ଖେଳେ ଚିତ୍ତ ତରଳେଚିତ୍ତଜ ଭୋଳେ କମ୍ପୁଛି କଳେ- ବର ଏ କାଳେ ରେବଡ଼ ଆକୁଳେ ବିରହୀ କୁଳେବଞ୍ଚିବେ କୋଳେ ନାହିଁ କମଳେ-କ୍ଷଣା ଜଞ୍ଜାଳେ ପଡ଼ି ସେ ଫଳେମନେ ନିଷ୍ଫଳେ ରେବଞ୍ଚୁ ଛାଇଁ ଯୁଗଳେ କି କୁତୁହଳେ ରେବସିଅଛୁ ତୁକୋଳେ କନ୍ଦର୍ପ ଭୋଳେ ରେ ।ବସୁଧା ତଳେ ସ୍ୱର୍ଗେ ପାତାଳେ ମୋଭାଗ୍ୟବଳେ ଥିବ କେ ତିଳେତୁ କାହା ମେଳେ ଥିବୁ ମହିଳେସୁରତ ଖେଳେ ରେ ।୧୧।ବହୁତମତେ ଚାଟୁ ଭାଷିତେତୋଷି ଉନ୍ମତ୍ତେ ମାତିଲେ ରତେଚିରିଲେ ଯେତେ ରୀତି ତା କେତେକହିବା ଗୀତେ ଯେବସିଲେ କେତେ ଗାତ୍ରରେ କ୍ଷତେନଖ ଭୁଷିତେ ଦନ୍ତ ଆଘାତେସେହି କିଞ୍ଚିତେ କାହିଲା ଚିତ୍ତେକାମ ଉଦ୍ଧତେ ଯେବତିଶକୁ ଦ୍ୱିଗୁଣ କଲେ ସୁରତେ ଯେବନ୍ଧ ବିଧାନ କହି ନଇଲା ମୋତେ ଯେବଦନାୟତେ କୋଟି ପ୍ରମିତେଚୁମ୍ବନ ମିଥେ ଦେଲେ ପ୍ରମତ୍ତେମଣ୍ଡିଲେ ଗାତ୍ରେ ରୋମକେ ସତେସତେ ସେ ଶତେ ହେ ।୧୨।ବଳିଲା ବଳ ବେଳକୁ ବେଳବିଶ୍ରାମ କାଳ ନ କରି କେଳ-ତୀଶ ସକଳ ଶାୟକକୁଳକଲା ସଫଳ ଯେବହିଲା ଝାଳ ଶ୍ରମ ପ୍ରବଳହେବାରୁ ବାଳ ଅର୍କପ୍ରବାଳଅଧରୁ ମୂଳ କଲେ କେବଳସୁଧା କେବଳ ଯେବଳାତ୍କାରେ ବାଜୁଛି ବଳୟକୁଳ ଯେବଳା ବାଜେ ବାଜେଣୀ ମଲ୍ଲର ମେଳ ଯେବକ୍ର କମଳ ନେତ୍ର ଭସଳଚୁମ୍ୱୁତ ଥିଲେ ଅନେକ କାଳଅଲଭ୍ୟ ଫଳ ପାଇଲେ ଚେଳବିହୀନେ ମୂଳ ଯେ ।୧୩।ବହୁତ ରଣ ହେବାରୁ ରଣରଣହାରିଣ କଲା ପ୍ରୟାଣପୁଷ୍ପମାର୍ଗଣ ଜିଣି କେ ଜିଣ-ନ୍ତା କି ଦିଜଣ ଯେବସ୍ତ୍ର ତକ୍ଷଣ ପିନ୍ଧି ସେ ଗୁଣ-ମଣି ରମଣ କୋଳ ଭୁଷଣହୋଇ ଭଷଣ କରଇ ପୁଣଇଶି ଶ୍ରମେଣ ଯେବସନାଞ୍ଚଳେ ବିଞ୍ଚିଦେଇ ରମଣ ଯେବସାଇଲେ ହୃଦରେ ଆଉଜାଇଣ ଯେ ।ବଞ୍ଚନ୍ତି ଏହି-ରୂପେ ସେ ଜାଣବର୍ଣ୍ଣି ନୋହିଲା ଦିନକ କ୍ଷଣଏହିରୂପରେ ସହସ୍ରେ ଗୁଣତାର ପ୍ରମାଣ ଯେ ।୧୪।ବରଷାଯାକେ ଏହି କୌତୁକେମାତି ନିଦକେ୨ ବଞ୍ଚିଲେ ଥୋକେପୁଣି ହାଲକେ ପଡ଼ିଲେ ଡ଼ାକେଜୀମୂତ ଟେକେ ଯେବରଷେ ନାହିଁ ଟୋପାଏ ହୋଇଚଞ୍ଚୁ ଫିଟାଇ ଚାତକ ଚାହିଁବସିଲେ କାହିଁ ପଡ଼ଇ ନାହିଁବିନ୍ଦୁ ମାତ୍ରକେ ଯେବଡ଼ କୁହା କୃପଣ ଦ୍ୱାର ଯାଚକେ ହେ ।ବସି ଏପରି ମରନ୍ତିଟି ବିପାକେ ହେ ।ବଳି ସୁଶୀଳ ମହା ଭୂପାଳମାର୍ଗଣ ଫଳ ହେବାକୁ କୁଳଚକୋରକୁଳ ପାଇ ଚଞ୍ଚଳହେଲେ ଉତ୍ସୁକ ହେ ।୧୫।ବଳିଗଲେ ସେ ବୃଷ ମିଥୁନହେଲା ସେକାଳେ ବୃଷ ମିଥୁନଜଳମୁକର ନାହିଁ ଜୀବନକରେ ଗର୍ଜନ ହେବଡ଼ ବିଚିତ୍ର ମନରେ ଘେନଅଗସ୍ତୀ ବିଟପୀରେ ସୁମନଫୁଟିଲେ ଶୀର୍ଣ୍ଣ ହୋଇ ସରିତହେଲେ ଶୋଭନ ଯେବନମାନେ ହୋଇଲେ ଆବିଳ ଶୂନ୍ୟ ଯେବଣିଜାରର ଗଲା ବାଟ ପତନ ଯେ ।ବଡ଼ ସୁକଳ ହେଲା ଅବନୀକାଳାକରର କରକୁ ଘେନିଏବଂଭୂତ ଏ ଶରତକାଳଚିତ୍ର ବିଧାନ ଯେ ।୧୬।ବସରେ ମନ ହୋଇ ତୋଷରେବାଳାକୁ ଘେନି ଅଙ୍କଦେଶରେକେତେ ଆଶରେ ମାତନ୍ତି ସ୍ମରେ କେଳି ବାସରେ ଯେବସନ୍ତି କଦା ଚନ୍ଦ୍ରମା କରେଚୂନଚତ୍ୱରେ୩ ପଲଙ୍କପରେବଞ୍ଚନ୍ତି କଦା ଦୋପୁରୀପୁରେଅବା ଭଦରେ ଯେବୋଲୁଥାନ୍ତି ମିଥରେ ପରିହାସରେ ଯେବକ୍ର ଉକ୍ତି ବିରୁଦ୍ଧ-ଛଳ-ଶ୍ଳେଷରେ ଯେ ।ବରନାଗର ନାଗରୀ ଦୁହେଁକେହି କାହାକୁ ନିଊନ ନୁହେବିବିଧ ଖେଳ ସଙ୍ଗୀତ ସାହି-ତ୍ୟାଦି ରସରେ ଯେ ।୧୭।୨। ନିଦକେ= ନିର୍ଭୟରେ ।୩। ଚୂନ ଚତ୍ୱରେ= ଚୂନ ଚାନ୍ଦିନୀରେ ।ବଞ୍ଚନ୍ତି ଦିନ ଦିନକେ ଆନଆନ କୁତୁକେ ସେ ବେନି ଜନକହିବାକୁ ତ ନାହିଁ ବଚନତାଙ୍କ ସେ ପ୍ରେମେ ଯେବଣିଜ ଘନ ପ୍ରେମାଲିଙ୍ଗନ ସରୁ ଚୁମ୍ବନ ଭୁରୁ ନର୍ତ୍ତନନେତ୍ର ଖେଳନ ଚନ୍ଦ୍ର ଚାଳନନାହିଁ ବିଶ୍ରାମ ଯେବହି ସ୍ୱେଦ ଶେଯହିଁ ହୋଏ କର୍ଦ୍ଦମ ଯେବହେନାହିଁ ତାଙ୍କର ଚିତ୍ତ ସେ ଶ୍ରମ ଯେବଳିଲା ସବୁ ପ୍ରକାରେ ମାର-ଶାସ୍ତ୍ରରୁ ତାଙ୍କ ପ୍ରେମ ନିକରକହିବସିଲେ ଏହା କେ ଗିରକାହୁଁ ଆଣିମ ଯେ ।୧୮।ବସତି ସ୍ଥଳ ସେ ଢେଙ୍କାନାଳକରି କେବଳ ଥାଇଁ ନିଶ୍ଚଳହୋଇ ଶ୍ରୀବଳ-ଭଦ୍ର ଗୋପାଳ ମୋହର ବଳ ଯେବଡ଼ବାପାଏ ଶାରଙ୍ଗଧରବାପାଙ୍କ ନାମ ବାଲୁଙ୍କେଶ୍ୱରପଟ୍ଟନାୟକ ପଦ ତାଙ୍କରକୁଳର ମୂଳ ଯେବ୍ରଜନାଥ ସ୍ୱନାମ ଅଟଇ ମୋର ହେବଡ଼ଜେନା ପଦ ତ ଦତ୍ତ ନୃପର ଯେବହୁତ ଶ୍ରମେ ରଚିତ କ୍ରମେବର୍ଣ୍ଣ ନିୟମେ ମାତ୍ରା ସଂଯମେରସ ଉତ୍ତମେ କଲି ବର୍ଣ୍ଣନଏ ଛାନ୍ଦ ବର ଯେ ।୧୯।ବ୍ରଜମଣ୍ଡଳ ବନିତା କୁଳବଦନୋଜ୍ୱଳ ଯାତ ଭ୍ରସଳବର୍ତ୍ତୁଳୋଜ୍ୱଳ ମୁକୁତାଫଳମାଳ ମଞ୍ଜୁଳ ଯେବକ୍ର ଗହଳ ନୀଳକୁନ୍ତଳବିରହୀଚୂଳ ବଂଶୀ ତରଳବାଦନଶୀଳ ବାଳଗୋପାଳ ମେଳ ବତ୍ସଳ ହେବନମାଳ ସଂକୁଳ ହୃଦୟସ୍ଥଳ ହେବକା ଅଘା ଶକଟା ଧେନୁକା କାଳ ହେ ।ବନଜନୀଳ ପଦ୍ମଯୁଗଳବାହାରେ ବଳ ନାହିଁ କେବଳଦୀନ ମଣ୍ଡଳୀ ମଣ୍ଡନ ମଳବ୍ରଜନାଥର ଯେ ।୨୦।
ଦଶମ ଛାନ୍ଦ
ରାଗ-କେଦାର କାମୋଦୀ(ବ-ଆଦ୍ୟ ନିୟମ)ବଡ଼ କୁତୁକେ ଶୁଣ ରସିକମାନେବଞ୍ଚନ୍ତେ ଶରଦରେ ସେ ବେନିଜନେ ହେବ୍ରହ୍ମା ଯେ ଲେଖିଥିଲା ବିଚ୍ଛେଦ ପୁଣବଳାତ୍କାରେ ସେ ଯଥା ହେଲା ତା ଶୁଣ ହେ ।୧।ବଇଷ୍ଣବାନନ୍ଦ ଯେ ସେ ରାଜଗୁରୁବଇଷ୍ଣବମାନଙ୍କେ ସତ ସେ ଗୁରୁ ଯେବଂଶୀଧରରୁ ଆନ ସେ ନ ଜାଣନ୍ତିବଡ଼ ଉତ୍ସବେ ରାସ ଯାତ୍ରା କରନ୍ତି ଯେ ।୨।ବହୁତ ମତେ କରି ରାସ ସମ୍ଭାରବଇଷ୍ଣବଙ୍କୁ ଆଜ୍ଞା ଦେଲେ ସତ୍ୱର ଯେବସନ୍ତ ତିଳକକୁ ଯାଇ ଆଣିବବ୍ରଜମୋହନଙ୍କୁ ହିଁ ଘେନି ଆସିବ ଯେ ।୩।ବତିଶ ଅର୍ଦ୍ଧ କୋଶ ସେଠାକୁ ଦୂରବ୍ରଜସଦନ ବାଟ ବେନି ଦିନର ଯେବଇଷ୍ଣବ ଗୋସାଇଁ ଆଦେଶେ ଗଲେବସୁଧାପାଳଠାରେ ଆଜ୍ଞା ବହିଲେ ଯେ ।୪।ବସୁଧାପତି ଶୁଣି ସନ୍ତୋଷ ହେଲେବ୍ରଜମୋହନଙ୍କୁ ହିଁ ତା ବଖାଣିଲେ ଯେବଳଦେବ ମହାପ୍ରଭୁଙ୍କ ଦେଉଳେବସା ଦେଇ ବଇଷ୍ଣବଙ୍କୁ ରଖିଲେ ଯେ ।୫।ବଡ଼ ସନମାନରେ ଚରଚା ବିହିବଟା ବିଜୟା ଭାଙ୍ଗ ବିଟିକା ଦେଇ ଯେବହୁ ରସ ସଂଯୋଗେ ସୁମିଷ୍ଟ ପଣାବନାଇ ଆଣିଦେଲେ ପିଷ୍ଟକ ନାନା ଯେ ।୬।ବ୍ୟଞ୍ଜନ କେତେ ମତେ କରି ରନ୍ଧନବଢା କଲେ ଶୁଆରେ ଅବଢ଼ା ଅନ୍ନ ଯେ ।
ବୈଦେହୀଶ ବିଳାସ (ଚତୁର୍ଥ ଭାଗ)ଉପେନ୍ଦ୍ର ଭଞ୍ଜ ବୈଦେହୀଶ ବିଳାସ (ତୃତୀୟ ଖଣ୍ଡ)ଉପେନ୍ଦ୍ର ଭଞ୍ଜ ଉପେନ୍ଦ୍ର ଭଞ୍ଜ