(୧୬) — ବଳଦେବଙ୍କ ଛାନ୍ଦ ଚଉତିଶା ଓ ଜଣାଣ — ବଳଦେବ ରଥ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
(୧୬)
ରସିକ ଚଉତିଶାରାଗ-ଶଙ୍କରାଭରଣକୋଉ ରସିକ ସେ ରୋଷେ କରି ଧାତା ନିନ୍ଦା ।କରେ ବରତନୁ ଅନୁଚିନ୍ତା ଏକା ଫନ୍ଦା ।କୃପାନିଧି ରେ, କି ଦଶା ପାଇଲି ।କି ସମ୍ୱାଦି କି ସମୟେ କାହିଁ ହଜାଇଲି ।୧।ଖୁରିପରି ବିଭାବରୀ ସାରି ନାନା ରତେ ।ଖେଳାନ୍ତି ମୁଁ ଉରେ ଯୋଉ ପଦାର୍ଥ ନିରତେ ।ଖଞ୍ଜନାକ୍ଷି ରେ, ଖରାବ ତା କଲି,ଖବର ନପୁଆ ଭଳି ବିପତ୍ତି ଲୋଡ଼ିଲି ।୨।ଗମାର ସାରସାସନ ହରି ମଣିହାର ।ଗଳାଗୋଟି କାଟି କିମ୍ପା ନ ଦେଲା ମୋହର ।ଗୁଣମଣି ରେ, ଗହନୁ କି ହେବ ।ଗଲା ଯେବେ ଛାଡ଼ି ତାକୁ ବସନ୍ତ ଉତ୍ସବ ।୩।ଘଟିବ ନାହିଁ ଚପଳା ଲତିକା ସଙ୍ଗମ ।ଘୋଟି ବନବାହ କି ଦିଶିବ ମନୋରମ ।ଘନକେଶୀ ରେ, ଘେନି ତତେ ଅଙ୍କେ ।ଘଡ଼ିଏ ଖେଳିବା ଭଳି ନୋହିଲି ପଲ୍ୟଙ୍କେ ।୪।ନୋହିଲେ ପହିଲୁ ନୋହିଥିବା କଥା ଭଲ ।ନୂତନ ରତନ ହଜା ଅତି କଲବଲ ।ନତଅଙ୍ଗୀ ରେ, ନାନା ସୁଖ ମାନ ।ନୂଆଁ କଞ୍ଜ ଚରଣକୁ କଲେ ଅନୁଯାନ ।୫।ଚରମେ ନ ଥାଉ ଚାର ଚଉକେ ଚୀବର ।ଚଣ୍ଡାଳ ଦଇବ କରି ତାକୁ ଶଚୀ ବର ।ଚନ୍ଦ୍ରମୁଖୀ ରେ, ଚଖାଇ ପୀୟୁଷ ।ଚାଳିଲା ବେଳେ ରସନା ଫିଙ୍ଗିଲା ପାଉଁଶ ।୬।ଛଇଲା ମଣ୍ଡକମଣି ଆହାରେ ମୋ ସହୀ ।ଛାଡ଼ିଦେଇ ପାଶୋରିବା ସମ୍ପତ୍ତିକି ତୁହି ।ଛବିସିନ୍ଧୁ ରେ, ଛନ୍ଦେ ଚାରି ମୁଖ ।ଛପାଇ ଦେଲା ମୋ ସବୁ ଭାଗ୍ୟ ସବୁ ସୁଖ ।୭।ଜଗତେ ମୂରୁଖ ନାହିଁ ମୋ ତୁଲ୍ୟ ଯୁବାରେଜାଣି ଜାଣି ଜହର ଆହାର କରିବାରେ ।ଜବାଧରା ରେ, ଜୀବନ ଉପାୟ ।ଯେ ଜାଣଇ ନାହିଁ ସେହି ଏକ ପଶୁ ପ୍ରାୟ ।୮।ଝାଡ଼ରୁ ବଳୁଚି ଅଟ୍ଟାଳିକା ମଧ୍ୟ ମତେ ।ଝମଣ୍ଟକ ଯୁଗପରି ହୋଉଚି ପରତେ ।ଝଳିଗୋରି ରେ, ଝସଧ୍ୱଜ ହଟି ।ଝାଡ଼ି ଦେଉଚି ମୋ ମଜ୍ଜା ବଳ ପରିପାଟୀ ।୯।ନବ ମୃଦୁ ଭାରତୀ ସୁଧାରୁ ଏକ ବିନ୍ଦୁ ।ନିଉଡ଼ି ନାହୁଁ ମୋ ଶ୍ରୁତି ନାଳେ ପ୍ରାଣ ବନ୍ଧୁ ।ନିତମ୍ୱିନୀ ରେ, ନିଧୁବନ ରସ ।ନିର୍ଜରମାନଙ୍କ ମାର୍ଗ କୁସୁମ ସଦୃଶ ।୧୦।ଟେକି ଧରି ମୁଖଚନ୍ଦ୍ର ଶୋଭା ଚାହିଁ ଚାହିଁ ।ଟୋପିଏ ଅମୃତ ରଦବାସୁଁ ପିଇ ନାହିଁ ।ଟେକସ୍ତନା ରେ, ଟୋପେ ମତେ ଭରି ।ଟାଣି ଘେନିଗଲା କେ ମୋ କରୁ ଇନ୍ଦ୍ରଶିରୀ ।୧୧।
ଠଣା ଠୁକି ଉଡ଼ାଇ ମନ୍ମଥ ମଥା ଶିଖା ।
ଠାରି ନାହିଁ ତୋ ପାଦେ ଅଳତା ଚିତ୍ରରେଖା ।
ଠିକହାସି ରେ, ଠୁଳ କରି ଚିତ୍ତେ ।
ଠଉରାଇ ନାହିଁ ତୋ ବିଭ୍ରମ କ୍ରମ ଯେତେ ।୧୨।
ଡେରି ନାହିଁ ଛାତି ଅଭିମାନେ ତତେ ପାଇ ।
ଡାକି ନାହିଁ ଢୋ ଉଚିତ ପ୍ରେମ ପଲ୍ଲବାଇ ।
ଡାକିକଟି ରେ, ଡରି ଡରି ଚାଲି,
ଡୋଳାହୀନ ଚକ୍ଷୁ ଦଶା ଅନୁଭବ କଲି ।୧୩ ।
ଢାଳେ ଊଣା ନୋହି ରହିଥିଲା ରସ କୁମ୍ଭ ।
ଢୋକେ ଢୋକି ନାହିଁ ହେଲା ଏ ଦଣ୍ଡ ଆରମ୍ଭ ।
ଢଳାଗତି ରେ, ଢଳି ନାହିଁ ଲେଶେ
ଢାଙ୍କି ମୋ ନେତ୍ର କେ ଲୁଚାଇଲା ଦୂର ଦେଶେ ।୧୪।
ଅତି ସୁକୁମାର ଅଙ୍ଗେ କର ବସିବାକୁ ।
ଅମ୍ଳାନ ପଙ୍କଜ ପରି ବାସି ଆସିବାକୁ ।
ଅମଳାଙ୍ଗି ରେ, ଅନିଳ ପ୍ରଭାବୁ,
ଅମ୍ୱୁଜିନୀଦଳ ଜଳପରି ହେଲା ସବୁ ।୧୫।
ତନୁକୁ ପୁଲକ ଶିରୀ ପୂରି ଚୁମ୍ୱି ନାହିଂ ।
ତରୁଣୀରତନ ମତେ ଛାଡ଼ି ଗଲୁ କାହିଂ ।
ତାପହାରି ରେ, ତର୍କି ନ ପାରିଲି,
ତପ - ଲବ୍ଧ ଧନ ସିନା ବୋଲି ପଚାରିଲି ।୧୬।
ଥାଉ ଦୂରେ ତୋ ସଙ୍ଗ ସୁରତ ଭାଗ୍ୟୋଦୟ ।
ଥରେ କର ଯୋଡ଼ି ହୋଇ ନାହିଂ ସବିନୟ ।
ଥିରଗତି ରେ, ଥୁଆ ଧନ ଗଡ଼ି,
ଥକିଲା ଅବଟେ କରପୁଆ ସୀମା ଛାଡ଼ି ।୧୭।
ଦେଖି ନାହିଁ ଶ୍ରୀଅଙ୍ଗ ଲାବଣ୍ୟ ଭଲ କରି ।
ଦିଶୁଥିଲା ଥରେ ଥରେ କି କି ଝଲକରି
ଦୁଃଖୀଧନ ରେ, ଦେଇ ଦିବ୍ୟ ଗ୍ରାସ,
ଦରପୂରା କରିବାକୁ କଲି ମୁଁ କି ଦୋଷ ।୧୮।
ଧରାମଣ୍ଡନା ରେ, ଧିକ୍ ଧିକ୍ ମୋ ଲଲାଟ,
ଧଇଲି ବିଶୁଦ୍ଧ ହେମ ହେଲା ଆରକୂଟ ।
ଧୀରାବର ରେ, ଧଇର୍ଯ୍ୟକୁ କେହି,
ଧରି ରହିବଟି ଏଡ଼େ ବଡ଼ ଦାଉ ସହି ।୧୯।
ନମସ୍କାର କରୁଥାଇ ଭୂଦେବମାନଙ୍କୁ ।
ନୂତନା ତୁ ଅନ୍ତର ନୋହିବୁ ବୋଲି ଅଙ୍କୁ ।
ନାରୀମଣି ରେ, ନୋହିଲା ତା ଫଳ,
ନିଶ୍ଚୟ ମୁଁ କଲି ସବୁ କଥା କର୍ମମୂଳ ।୨୦।
ପରିଣତ ଫଳ ବାଢ଼ି ନ ପଡ଼ୁ ପଡ଼ୁଖା ।
ପହିଲୁ ପସରା ଲୁଟି କାହିଁ ନାହିଁ ଦେଖା ।
ପ୍ରିୟମ୍ୱଦା ରେ, ପଛେ ପଛେ ତୋର
ପଳାଇ ନ ଗଲା କିମ୍ପା ପରାଣ ମୋହର ।୨୧।
ଫୁଟିବାର ଥାଉ ନାନାବନ୍ଧ ନିଧୁବନେ ।
ଫରମାସ ପରିପାଳି ନାହିଁ ତୋର ଦିନେ ।
ଫନ୍ଦାଧନରେ, ଫରୁଆରୁ ଆଣି,
ଫିଙ୍ଗି ଦେଲି ଯତ୍ନ ସମ୍ପାଦିବା ଚିନ୍ତାମଣି ।୨୨।
ବିଜେ କଲାବେଳେ ହେଲେ ବୀଣାଜିଣା ବାଣୀ ।
ବଚନେ କହି ମୋଠାରୁ ହୁଅନ୍ତୁ ମେଲାଣି ।
ବିଦ୍ୟାନିଧି ରେ, ବିଘ୍ନ ଅବା କରି ।
ବୋଲନ୍ତି କାହିଁକି ଯିବୁ ମୋ ଜୀବନେଶ୍ୱରୀ ।୨୩।
ଭାବି ଏବେ ଚିରକାଳକୃତ ମନୋରଥ ।
ଭାସିଲାଇଁ ଦୁହେଁ ଯହିଁ ରିପୁ ମନମଥ ।
ଭାବବତୀ ରେ, ଭ୍ରଷ୍ଟ ହେଲେ ମତି,
ଭ୍ରୁଭଙ୍ଗ* ନ କରି କାଳେ ଲଭି ହେ ବିପତ୍ତି ।୨୪।
ମନ୍ତ୍ରବଳେ ଯେ ନ ପାରନ୍ତି ମନାକରି
ମୁଁ ଅବା ଗହଣେ ଆସି ଥାନ୍ତି ଅନୁସରି ।
ମଦାଜସି ରେ, ମିଶି ପରିରମ୍ଭେ
ମଜ୍ଜାଇ ରଖନ୍ତି ଉର ସ୍ଥଳେ ଅବା ଦମ୍ଭେ ।୨୫।
ଯୁବା ଯୁବତୀଙ୍କି ଦଣ୍ଡ ବିଚ୍ଛେଦରୁଂ ସରେ ।
ଯୁଗ ହୋଏ ଦଣ୍ଡ ଏହି ପାପ ବୟସରେ ।
ଯୋଷାମଣି ରେ, ଯଥାର୍ଥ କହୁଛି,
ଯଶଶୂନ୍ୟ ହେବାକୁ ମୋ ଜୀବନ ରହିଛି ।୨୬।
ରମ୍ଭୋରୁ ରେ ନରଯୁବା ଛାର ଅବା କେତେ
ରଘୁକୁଳଚନ୍ଦ୍ର ଲଭିଛନ୍ତି ଦୁଃଖ ଯେତେ
ରସବତୀ ରେ, ରାମା ବିରହରେ,
ରହଇ ନାହିଁ ଯେ ଲବେ ବିବେକ ଦେହରେ ।୨୭।
ଲତା ବଧୁ ଆଲିଙ୍ଗନୁ ଦ୍ରୁମ* କମନୀୟ ।
ଲଳନା ସଙ୍ଗରୁ ପୁରୁଷଙ୍କ ସୁଖୋଦୟ ।
ଲୀଳାବତୀ ରେ, ଲାଟସାରପଣେ ।
ଲୋଡ଼ିଲେ ଥିବ କି ଆଉ ମୋହ ପରି ଜଣେ ।୨୮।
ବିଦେଶ ମୁଁ କରି ଦୂର ହେଲେ ହେ ତୋ ପାଶୁଁ ।
ବିଚାରନ୍ତି ହୋଉଥାଏ ବିଷୟ ସକାଶୁଁ ।
ବାଳାମଣି ରେ, ବ୍ୟର୍ଥେ ଫଣୀଧରି,
ବିକଳ ହୋଉଛି ଏବେ ବିରାଜ ସୁମରି ।୨୯।
ଶରଦ ରଜନୀନାଥ ମୁଖ ପାଶେ ଦିନେ,
ଶୃଙ୍ଗାର ବିଡ଼ିଆ ଖଟି ନାହିଁ ସାବଧାନେ,
ଶ୍ରଦ୍ଧାବତୀ ରେ, ଶମ୍ଭୁରିପୁ ରଣେ
ଶ୍ରୀଅଙ୍ଗେ ତୋ ସ୍ୱେଦ ଦେଖି ନାହିଁଟି ଈକ୍ଷଣେ ।୩୦।
ସବତ ପକାଇ ଚୁମ୍ୱ ଦେଲା ବେଳେ ଲାଜେ ।
ସୁରତ ପଣ୍ଡିତା ନାହିଁ ବୋଲିବାର ବ୍ୟାଜେ ।
ସୁଲକ୍ଷଣା ରେ, ଶୁଣି ନାହିଁ କାନେ,
ସୁଖ ଦୁହିଁଙ୍କର ଏହିପରି ସେ ବିଧାନେ ।୩୧।
ସଡ଼ୁପାୟ ଭଳି ହୋଇଥାନ୍ତା ଯେବେ କେବେ ।
ସମାଧାନ ମାନସେ କରନ୍ତି ଅବା ଏବେ ।
*ସୁଖଦାତ୍ରି ରେ, ସେହି ହୋଇ ନାହିଁ,
ସ୍ମରଣୀୟ ହୋଇଥିବାର କଥା ଏଥି ନାହିଁ ।୩୨।
ହରପରସାଦ ସତେ ମୋର ଆଉ ହେବ ।
ହଜିବାର ହରିହୟ ବିଭୂତି ମିଳିବ ।
ହୃଦହାରା ରେ, ହସି ନାନା ରସେ,
ହରିବି ସମୟ ବୋଲି ନାହିଁ ମୋ ମାନସେ ।୩୩।
କ୍ଷପା କର ରାତି ଜଗତୀରେ କରି ସ୍ଥାନ ।
କ୍ଷତ କରିବି କି ମାର ବୀର ଅଭିମାନ ।
କ୍ଷମାନିଧି ରେ, କ୍ଷଣେହେ ତୋ ସ୍ନେହେ,
କ୍ଷିତିପତି ରାମଚନ୍ଦ୍ର ଛୋଟରାୟ କହେ ।୩୪।
୧୬। ବରତନୁ - ବରାଙ୍ଗୀ, ଖୁରି - ଅଳ୍ପକାଳ, ନପୁଆ - ନ ମିଳିବା, ଗମାର - ଓଲୁ, ସାରସାସନ - ବିଧାତା, ଗହନ - ବନ, ବନବାହ - ମେଘ, ନୂଆ - କଅଁଳ, ଅନୁଯାନ - ଅନୁସରଣ, ଚରମ - ପଛଭାଗ, ଚୀବର - କୌପୀନ, ଛଇଳା - ସୁନ୍ଦରୀ, ଛନ୍ଦ - କପଟ, ଚାରିମୁଖ - ବିଧାତା, ଝମଣ୍ଟ - କ୍ଷଣକାଳ, ଝସଧ୍ୱଜ ହଟି - ମଦନ ହଟ କରି, ନିର୍ଜର - ଦେବତା, ନିର୍ଜର... ସଦୃଶ - ଆକାଶକୁସୁମ ଭଳି, ରଦ ବାସ - ଓଠ, ଟୋପ - ବନ୍ଦୀ ଗୃହ, ଠୁକି - ଆଘାତ କରି, ଡାକି - ଡମରୁ, ତକି - ତରକି, ପୂର୍ବରୁ ସାବଧାନ ହୋଇ, ଅବଟ - କୂପ, ଗାତ, କି କି - କିପରି ବା, ଆରକୂଟ - ପିତ୍ତଳ, କେହି - କିମିତି, ପରିଣତ ଫଳ - ପାଚିଲା ଫଳ, ସଦ୍ୟ ଖାଦ୍ୟ ଫଳ; ପଡ଼ୁଖା - ବିକ୍ରେତାର ପ୍ରଥମ ବିକ୍ରୟ, ଆଦ୍ୟ ବିକ୍ରୟରୁ ପ୍ରାପ୍ତ ଧନ, ଫୁଟିବା - ହାଲିଆ ହେବା, ନିଧୁବନ - ରତିକ୍ରିୟା, ରଘୁକୁଳଚନ୍ଦ୍ର - ରାମଚନ୍ଦ୍ର, ଲାଟ - ବିଦଗ୍ଧ ବ୍ୟକ୍ତି, ବିଷୟ - ଧନସମ୍ପତ୍ତି, ବିରାଜ - ଗାରିଡ଼ିଆଙ୍କ ଦେବତା ? ସବତ - ରାଣ, ସବୁପାୟ - ସୁବିଧା, ହରିହୟ - ଇନ୍ଦ୍ର, କ୍ଷପାକର - ଚନ୍ଦ୍ର ।
*ପାଠାନ୍ତର - ଭୃଭଙ୍ଗ ।*ପାଠାନ୍ତର - ଦୃମ ।*ପାଠାନ୍ତର - ଷୁଖଦାତ୍ତ୍ରି ।
(୧୭)
ବସନ୍ତ ବର୍ଣ୍ଣନାରାଗ-ଆଷାଢ଼ଶୁକ୍ଳପ୍ରବେଶ ହୋଇଲେ ଋତୁରାଜନକରାଇଲା କାମେ ଆତୁରା ଜନ,ହେଲେ ସବୁରି ବଲ୍ଲଭା ଜୀବନପଡ଼ିଲା ଫୁଲ ତରୁ ଭାଜି ବନ ।ଭୃଙ୍ଗ ଗରଜନ, ଶୁଣି ମତ୍ତ ହେଲେ ନାଗରଜନ ।୧।ବହିଲା ମନ୍ଦ ମନ୍ଦ ନଭସୂତକୁହୁଡ଼ି ହୀନ ହେଲା ନବସୂତ,ନ ହରିଲେ ଅବା ରବିକଶିତହୋଇଲେ ପଦ୍ମମାନେ ବିକଶିତ ।ସେ କାମିନୀ ରତ, ଇଚ୍ଛାକଲେ ମନେ କାମୀ ନିରତ ।୨।ହୋଇଲେ ବିରାଜମାନ ବକୁଳପାଇଲେ ପ୍ରମୋଦ ମାନବକୁଳ,ଅତି ସେ ବଢ଼ିଲା ଦର୍ପକ ବଳକଲା ସେ ବିରହୀ ଦର୍ପ କବଳ ।କହେ କବି କଳ, - କଣ୍ଠୀ ସୁମରି ପଥିକ ବିକଳ ।୩।ଦିଗେ ଦିଗେ ଭୃଙ୍ଗ ସଂଘ ଉଡ଼ିଲେପାନ୍ଥକୁ ପ୍ରିୟାଠାକୁ ଘଉଡ଼ିଲେ,ମଦନଶର ଦେହେ ହାବୁଡ଼ିଲେଏଣୁ ରସରେ ସୁଦେହା ବୁଡ଼ିଲେ ।ଭୋଗୀ ପହୁଡ଼ିଲେ, ନାରୀ ଘେନି କାମ ତାପ ହୁଡ଼ିଲେ ।୪।ମୋହିଲା ମହୀ କନ୍ଦରପ ତୀରେକଲେ ଅବଳା ଆଦର ପତିରେ,ରସିକଜନ ରଟି ପୀରତିରେମାତିଲେ ବଶହୋଇ ପୀରତିରେ ।ସେ ଦିବା ରାତିରେ, ସର୍ବେ ମତ୍ତହେଲେ ଶିବାରାତିରେ ।୫।ରମିଲେ ପୁଷ୍ପମାନଙ୍କେ ଭ୍ରମରେନକଲେ ନାରୀମାନଙ୍କେ ଭ୍ରମ ରେ,ପୂର୍ଣ୍ଣ ହେଲା କର୍ଣ୍ଣ ପିକ ରବରେହେଲେ ନାରୀଙ୍କର କିଙ୍କର ବରେ ।ନାରୀ ସ୍ୱଭାବରେ, ଭୁଲାଇଲେ ରତି ରସ ଭାବରେ ।୬।ଏକାଳେ ତେଜିଲି ଜୀବସଙ୍ଗିନୀଶୁଖି ତା ମୁଖରାଜୀବ ଯିବନି,ନଥିବ ପୂର୍ବପରି ଦେହ ବନିଘୋର ଚିନ୍ତା ଆସି ହୃଦେ ହେବନି ।ଆହା ହା ସଜନୀ, ହୋଇ ନଥିବ ମୁଖେ ହାସ ଜନି ।୭।ତେଜି ନିଃଶ୍ୱାସ ପରାଣ ଦୁଃଖରେଚିରୁଥିବ ପରା ଧରା ନଖରେ,ମଣ୍ଡିଥିବ ଏକାନ୍ତ ରଜ ନୀରେନିଦ୍ରା ନଥିବ ଆଉ ରଜନୀରେ ।ମାର-ବୀର ଶରେ, ଗଣା ହେବଣି ବନ୍ଧୁ ବିରସ ରେ ।୮।ଆହାରେ ସୁରତ କଳପତରୁନତୁ ତ କୋମଳ ତଳପ ତରୁ,ଭ୍ରମେ ନିକି ମୋତେ ତୁ ହୀନ କରୁତୋ ମୁଖ ସୁନ୍ଦର ତୁହିନ କରୁ ।ଏ ମଦ-ଜ୍ୱରରୁ, ଅସ୍ତ ତ ହେବଣି ପ୍ରମଦନରୁ ।୯।ମଣ୍ଡୁଥାଉ ମହୀ ଆଗମନରେକେବେ ନ ଘେନୁ ତୁ ଆଗ ମନରେକି ଶୋଭା ଦିଶଇ ବାସବ ପୁରେସେପରି ନ ଥିବ ବାସବ ପୁରେ ।ତମାଳକେଶୀ ରେ, ମୋ ବିନୁ ଖଞ୍ଜିବ ମାଳ କେ ଶିରେ ।୧୦।ତୋ ଦୁଃଖ ଦେଖି ଗୋ ନବ ରସିକେଯାଉଥିବେ ଅଶ୍ରୁ ନ ବରଷି କେ,ବୋଲୁଥିବୁ ମୁଁ ତ ଶର ସାୟକେକେହି ବଞ୍ଚିବି ଏ ସ୍ମରଶାୟକେ ।ଆହେ ବିନାୟକେ, କୃପାକଲେ ସଙ୍ଗ ହେବି ନାୟକେ ।୧୧।ନ ଲଭି ହରବାଦି ନବରସହେବନି ତୋର ବାଦି ନବରସ,ମଣ୍ଡୁ ନଥିବୁ ହାର ମଣି ପାଶସତେ କି ଯିବି ହାରାମଣି ପାଶ ।ତୋତେ ନୂଆ ବେଶ, - କରି ଭାଙ୍ଗିବି ଅତନୁ ଆବେଶ ।୧୨।ଥିବ କି ମନେ ଏକ ଦିନକରଅସ୍ତାଚଳକୁ ଗଲେ ଦିନକର,ବୋଇଲି ବନ୍ଧୁ ମୁଁ ତୋ ପରିକରମାଗୁଅଛି ରତେ ତୋ ପରିକର ।ମୁଁ କହିଲି କର, - ଧଇଲି ରେ ଧନ ମୋହିନୀ କର ।୧୩।କରିବାକୁ ରାମାବର ମୁଁ ରତିକଲି ତୋତେ ଦିଗମ୍ୱର ମୂରତି,ଆନନ୍ଦରେ ନ ଦିଶିଲା ଜଗତୀରହିଲା ନାହିଁ ଆଉ ଲାଜ ଗତି ।ଏହି ବସୁମତୀ, ମଧ୍ୟେ କେ ତା ଦେବ ଭୋଗ ସୁମତି ।୧୪।ଲୁଚାଇ ମୋ ନେତ୍ର ଲଳନା, କରେଲୁଚାଇଲୁ ମୋତିଫଳ ନାକରେଖେଳାଇଲୁ ବେଣୀ ପିଠି ଆଡ଼ରେପଳାଇଲା କାମ ଶଠିଆ ଡରେମୋ ରାମା ନଖରେ - ସରଜିଲୁ ଯେ ଅଙ୍ଗମାନ ଖରେ ।୧୫।ନିଶବଦ ହୋଇଲା ତ ନୂପୁରନଚାଇଲୁ ଯେ ତୁ ଅତନୁ ପୁରଝାଳ ହେଲା ଅଙ୍ଗୁ ଗଳି ବାହାରଛିଡ଼ିଗଲା ଦୋଳି ଖେଳିବା ହାରଯୁବତୀ ଶେଖର - ନଚାଇଲୁ କଟି ଅତି ସେ ଖର ।୧୬।ଶୁଣି ତୋ କିଙ୍କିଣି ବରଗ ରବନିବର୍ତ୍ତିଲା ରତିପତି ଗରବସେ ଭାବ ଆଉ ତୋ ବିନା କେ’ ଦେବଆଉ ନ ଥିବେ ଯାହା ନାକେ ଦେବମୋ ଏ କାମ ଯିବ-ବେଗେ ମୋର ସେ ରସିକା ମଜ୍ଜିବ ।୧୭।ଶିବଙ୍କୁ ଭାବି ବୋଲେ ବଳଦେବଏହି ବର ମୋତେ କେବଳ ଦେବନେଉଅଛି ମୋର ଏ କାମ ଜୀବବେଗେ ମୋ ରସେ ରସିକା ମଜ୍ଜିବଆହେ ଉମାଧବ, ଭେଟିବି ପ୍ରିୟା ନ ଯାଉ ମାଧବ ।୧୮।
୧୭। ଭୃଙ୍ଗ - ଭ୍ରମର, ନଭସୂତ - ପବନ, ନବସୂତ - ସକାଳର ସୂର୍ଯ୍ୟ, ଦର୍ପକ - କନ୍ଦର୍ପ, ଶିବାରାତି - କନ୍ଦର୍ପ, ଜନି - ଉତ୍ପତ୍ତି, ରଜନୀରେ - ଅଙ୍ଗରାଗ ମିଶା ପାଣିରେ । ତୁହିନକର - ଚନ୍ଦ୍ରକିରଣ, ଶରଶାୟକ - ସାମାନ୍ୟ ତୃଣ, ହରବାଦି - କନ୍ଦର୍ପ, ପରିକର - ଆତ୍ମୀୟ ଓ ଅନୁଚର, ଦିଗମ୍ବର - ବସ୍ତ୍ରହୀନ, ଶଠିଆ - ଧୂର୍ତ୍ତ, ବରଗ - ସମୂହ, ନାକେ - ସ୍ୱର୍ଗରେ, ମାଧବ - ବସନ୍ତ ।
(୧୮)
ବର୍ଷା ବର୍ଣ୍ଣନାରାଗ-ବସନ୍ତଆବିର୍ଭୂତ ହେଲା ଆସି ବରଷାମାଳତୀ ବିକାଶୁଁ ବାସିବ ରସାଜମ୍ୱାଳ ହୋଇଯିବ ଭୂପରାଗତରୁଣେ ଲୋଡ଼ି ସ୍ମରଭୂପ ରାଗସୁଖେ ବିହରିବେ,ନବ ନିତମ୍ୱିନୀ ନୀବି ହରିବେ ।୧।ହୋଇବ ପରଦାର ଅଙ୍ଗୀକାରଗତି ନୋହିବ ମୃଦୁ ଅନ୍ଧକାରବିକଶିତ ହେବ ବହୁତ କିଆପରସ୍ପର ଭୁଜବଲ୍ଲି ତକିଆହେବ ଉପଧାନ,କେଦାରେ ହେବ ନାନା ରୂପ ଧାନ ।୨।ଶୁଣି ଭୀଷଣ ଘନ ଗରଜନଚମକିବେ ଭୀରୁ ନଗରଜନ,ଅନ୍ଧକାର ହେବ ଦିନ ନିଶାରେଖ-ମଣି ଲୁଚିବେ ନଭୋମଣ୍ଡଳେ,ଖେଳିବ ଚପଳା, -ବୋଲି ପ୍ରବାସୀ ଧୃତି ନୀଚ ପଳା ।୩।ଧଇଲେ ଏବେ ଯେ କର କା କରମୁଞ୍ଚିବେ ସେ ଘନେ କରକା କରନାଚିବେ ପ୍ରମୋଦ ଭଜି ବରହୀବିଯୋଗୀ ଜୀବ ନିକି ଯିବ ରହି,ଫୁଟିବ ଗଣିକା,ସନ୍ତତ ରଣୁଁ ଫୁଟିବ ଗଣିକା ।୪।ସମ୍ୱନ୍ଧ ହୋଇବ କୋନିରାଶାରେସଢ଼ିବେ ବଧୂଜନେ ନିରାଶାରେ,ସଂଯୋଗୀଜନେ ହୋଇ ପରବଳଦଳିବେ ଚନ୍ଦ୍ରଚୂଳ-ପର ବଳ,ଭେକ କଳବଳ,କରିବ ପାନ୍ଥ ଧୃତି କଳବଳ ।୫।ବିବେକ ଦ୍ରୁମର କ୍ଷିପ୍ର ଭଞ୍ଜନପ୍ରସରିବ ଯେ ଝଞ୍ଜା ପ୍ରଭଞ୍ଜନଝିଙ୍କାରି ଝଙ୍କାର ପରବଳିବମୃଗୟାରେ ରତି ବର ବଳିବଦାତ୍ୟୂହ କୂଜନ,ଶୁଣି କମ୍ପାଇବେ ଦେହକୁ ଜନ ।୬।ଉତ୍ପଳ ବୁଡ଼ିଯିବ କବନ୍ଧରେଯୁବା ମାତିବେ ଅନେକ ବନ୍ଧରେପ୍ରସଙ୍ଗେ କହିବେ ଅଭିସାରିକାସଙ୍କେତସ୍ଥଳକୁ ଅଭିସାରିକାତୀର ତିନ୍ତି ଆପେ,ଯିବେ ସୁରତ ଚିତ୍ତେ ଚିନ୍ତି ଆପେ ।୭।ଛପିବେ କୁମୁଦ-ବନ୍ଧୁ ତରଣିଖେଳାଇବେ ସବୁ ସିନ୍ଧୁ ତରଣୀହଂସ ବିହରିବେ ମାନସେ ଯାଇକଦୁଷ୍ଣ ତଳପମାନ ପକାଇଭୋଗୀ ପହୁଡ଼ିବେ,ଯୋଗୀ ରାମନାମ ଜପ ହୁଡ଼ିବେ ।୮।ମାର୍ଗେ ଏକାଳେ ଆସିବ ସଜନୀମୁହଁରୁ କେହି ଆଶୀବିଷ ଜନିଶୁଣିବାକୁ ଆଳୀକୁଳ ଟାପରାମାନସେ ଚିନ୍ତି ମଣିବାକୁ ପରାକୀଚକ କଦମ୍ୱ,ମଣ୍ଡିବ ଦମ୍ପତ୍ତି କୁଚ କଦମ୍ୱ ।୯।ଖ-ମଣ୍ଡଳେ ଅତି ବିଦ୍ୟୁତମାନେପ୍ରକଟିତ ହେବେ ଖଦ୍ୟୋତ ମାନେଅନଙ୍ଗାନଳ ପରି ଆଭାସିବଜଳରେ ଧରି ଗରିଆ ଭାସିବପହଁରିବା ନର,ନେବେ ନାନାଫଳ ହରି ବାନର ।୧୦।ମାର୍ଦବ ମର୍ଦ୍ଦିବ ନବନୀତାକୁଏକାଳେ ଛାଡ଼ିଲି ସେ ବନିତାକୁପୀୟୂଷ ବିଷ ହୋଇବନି ତାକୁନ କଲି ସ୍ମରଣ ଅବନିତାକୁଆହା ବନିତାକୁ,ପୁରକୁ ମନେ ନେବ ବନି ତାକୁ ।୧୧।ଛାଡ଼ି ସ୍ନେହ ସେ ପୁର ମଣ୍ଡନରେବୋଲୁ ନଥିବ ପୁର ମଣ୍ଡନରେବରଜି ମୋ ଜୀବ ସଙ୍ଗୀତ ରସପାଶୋରି ଦେବନି ସଙ୍ଗୀତ ରସଆହା ରସନିଧି,ଦେଖୁ ନ ଥିବ ଆହାର ସନ୍ନିଧି ।୧୨।ଆଚରି ନାନା ପ୍ରକାର ବିଳାପକରି ବିଜିତ ଯାଗ ସଙ୍କଳପଭାବିବାରୁ କଞ୍ଜଦଳ ତଳପଆଳୀ ବୋଧିଲେ ହିଁ କୋଟି ତଳପନ ଘେନି ଅଳପ,କରୁ ନଥିବ ସଧୃତି ଜଳପ ।୧୩।ସହଜେ ତ ବରତନୁ ଅବଳାଉରୁ ଠାରିବ ଫେରିନି ତା ବଳାନାସାପାଶେ କେ ସମରପି ତୁଳାନିରେଖୁଥିବ ତା ଡୋଳା ପିତୁଳାଜଳପି ବଗଳା,କେ ଆପଣାର ଚିପୁଥିବ ଗଳା ।୧୪।କେ ସଖୀ ଧମନୀକି ପରକ୍ଷିବଅନ୍ଧାରି ଦେଇ କେ ଦୀପ ରଖିବଛାମୁରେ କେହି ବିଶ୍ୱାସ ବସିବଶ୍ରବଣରେ କେ ଶୁଣାଇବ ଶିବଯେ ଟି ଭରସିବ,ଅମ୍ୱୁ ଶିଖର ମୁଖେ ବରଷିବ ।୧୫।ମେରୁ ଗରୁଆ ହୋଇବ ନିବାସଥିବ କି ନଥିବ ଯିବନି ବାସପ୍ରାଣେ ବାଜିଲେ ବୃନ୍ଦାବନୀ ବାସବୋଲୁଥିବ ଆହେ ଜଗନ୍ନିବାସକି ସଂଭୋଗ ରାସ,ଛାଡ଼ି ହେଲି ସ୍ମର ସର୍ପଗରାସ ।୧୬।ପାଳଇ ମୋ ସ୍ନେହକୁ ସେ ସରସାଶିରେ ବୋହିଲାପରି ଶେଷ ରସା ।ଜାଣଇଁ କେତେ ଜାତି ରସମାନଚାଲଇକି ସେ ହାତୀର ସମାନସୁଧାପରି ଭାଷା,ସେହି ଶୃଙ୍ଗାର ଶାସ୍ତ୍ର ପରିଭାଷା ।୧୭।ଟିପି ଦେଲେ କକ୍ଷସ୍ଥଳୀ ନଖରେଆଡ଼ ପଞ୍ଚଶିଖ ନଳିନଖରେଚାଲ ମା, ଏ ନାହିଁ, ଏ କି ଟା ପରାକରନାହିଁ ବୃଥା ଏତେ ଟାପରାହସି ଏତେ ଭାଷି, -ଯାଏ ମୋ ଶରୀର ସରିତେ ଭାସି ।୧୮।ମୋପରି ବେଶ ଦେଖିବା ତରସେଦିନେ ହଟିଲି ବିପରୀତ ରସେଚତୁରୀ ତ ବଡ଼ ଅମିତ ରସେଜବାବ ଦେଲା ନ କରି ତର ସେହୁଏ କେ କା ପରି,କରଟ କି ରଟଇ କେକା ପରି ।୧୯।ବୁଡ଼ିବାରୁ ମୁହିଁ ତାପୀ ରତିରେନ ରସଇ ଗୋ ଅନ୍ୟ ପୀରତିରେସେ ଚମ୍ପାକଳୀ ଜିଣା ସୁନା ସାରଶ୍ରୀଅଙ୍ଗ ସୁକୁମାର ସୁ-ନାସାରମୁଁ ମସାରମଣି,ମାନେ ମୋତେ ସେହୁ ଭୂଷାରମଣି ।୨୦।ଘେନାଇଁ ନଜର ମୁକୁତାହାରମୁଁ ଯେବେ ଯାଏ ଛାମୁକୁ ତାହାରସଦରହାସ ଲାଜ ତାଜିମରେଚଳି ମଦନରାଜ ପାଜି ମରେମେରୁ ରଚି ବୁକ,ଧରି ଧରେ ତା ରୁଚିର ଚିବୁକ ।୨୧।ଶୃଙ୍ଗାର ଯେମନ୍ତ ସୁଆଦ ରସଗୋଧନଟି ତାର ସୁଆଦରଶଜଗତେ ଅଛି କି ତା’ ହାସମାନଚନ୍ଦ୍ରିକାରହରେ ତାହା ସମାନସେ ବରତରୁଣୀ,ବୋଲୁଥାଏ ଟି ହେବ ରତ ଋଣୀ ।୨୨।କୃପାକୁ କଲେ ଅନାବିଳ ଶିବମୋ କୋଳେ ପୀନସ୍ତନା ବିଳସିବପରତେ ହେଉ ନାହିଁ ମାନସରେତା ସ୍ନେହଠାରୁ ମୋ ଗୁମାନ ସରେସେ ସାର ରମଣୀ,ମୋ ହୃଦୟ ମଧ୍ୟ ହାରର ମଣି ।୨୩।କେବେ ପାଟବ ହେବ ମୋ ଦଶାରମିଳିବ ତା ସଙ୍ଗତି ମୋଦ ସାରମଦନ ମୁଖେ କାଳି ଲଗାଇବିଧନ ତୁଲେ ‘ଜାଈଫୁଲ’ ଗାଇବିବଞ୍ଚିବି ସୁଖରେ,ଲଭି ତା ସୁଖ, କାଟି ବିସୁଖରେ ।୨୪।କହେ ଅଷ୍ଟଦୁର୍ଗେଶ୍ୱର ସଭାରକବିରବି ନେଇ ଏ ରସ ଭାରଦେଲେ କଦମ୍ୱମୂଳିଆ ଚରଣେଅର୍ଜିବା ପାପ କଳି ଆଚରଣେସେ ନଟ ନାଶିବେ,ହେଲେ କିଶୋରୀଙ୍କ ଘଟ ନାଶିବେ ।୨୫।
୧୮। ରସା - ମାଟି ବା ପୃଥିବୀ, ଜମ୍ବାଳ - ପଙ୍କ, ଭୂପରାଗ - ଧୂଳି, ଉପଧାନ - ବାଳୁଙ୍ଗା ବା ଘାସ, ଖମଣି - ସୂର୍ଯ୍ୟ, କରକା - କୁଆପଥର, ରଣିକା - ଯୂଈଫୁଲ ଓ ବେଶ୍ୟା, ଚନ୍ଦ୍ରଚୂଳ-ପର - କନ୍ଦର୍ପ, ବାତ୍ୟୂହ - ଡାହୁକ, କବନ୍ଧ - ଜଳ, ତରଣି - ସୂର୍ଯ୍ୟ, କଦୁଷ୍ଣ - ଅଳ୍ପ ଗରମ, ଆଶୀବିଷ - ସାପ ବିଷ, କୀଚକ - ବାଉଁଶ, କଦମ୍ବ - ଦ୍ୱୟ, ଖମଣ୍ଡଳେ - ଆକାଶରେ, ଗରିଆ - ପାତ୍ର, ମାର୍ଦ୍ଦବ - କୋମଳତା, ଅବନିତା - ବିନୀତା, କଞ୍ଚଦଳ - ପଦ୍ମପତ୍ର, ବଗଳା - ଦେବୀ, ଗରୁଆ - ଭାରି, ଶେଷ - ବାସୁକୀ, ରସା - ପୃଥିବୀ, ତରସେ - ଶୀଘ୍ର, କରଟ - କୁଆ, କେକା - ମୟୂର ଡାକ, ମସାରମଣି - ଇନ୍ଦ୍ରନୀଳମଣି, ତାଜିମରେ - ବିସ୍ମୟରେ । ଚନ୍ଦ୍ରିକାରହରେ - ଚନ୍ଦ୍ରିକା କ୍ରୀଡ଼ାରେ, ପାଟବ - ପୂର୍ଣ୍ଣାଙ୍ଗ, କଦମ୍ବମୂଳିଆ - ଶ୍ରୀକୃଷ୍ଣ ।