ସୁଭଦ୍ରା
ଚିନ୍ତାମଣି ମହାନ୍ତି · ଭାଗ ୬ / ୧୦
ସମ୍ପୂର୍ଣ୍ଣ ସୂଚୀପତ୍ର
ସପ୍ତମ ସର୍ଗ
ଆସ ହେ ଅତୀତ, ବାରେ ଫେରି ବର୍ତ୍ତମାନେ,ଫେଡ଼ ଦ୍ୱାର, ବଦ୍ଧ ଯାହା ବିସ୍ମୃତି-ତାଲକେ,ଦେଖାଅ ଦ୍ୱାରକା ରାଜସଭା, ଥିଲା ଯେହୁକେନ୍ଦ୍ରତୀର୍ଥ-ଧର୍ମ, ନ୍ୟାୟ, ଜ୍ଞାନ, ବିଜ୍ଞାନରବିଶ୍ୱର ଆଦର୍ଶ ଏହି ପ୍ରାଚୀନ ଭାରତେ ।ଉଦ୍ଭବି ଯା ପୁଣ୍ୟଗର୍ଭୁ ନବ ରାଜନୀତି-ଉଦାର ସମାଜନୀତି, ଧର୍ମନୀତିସାର,ବଢ଼ାଇଲା କୋଟିଗଣେ ଆର୍ଯ୍ୟର ଗୌରବ,ସେ ଗୌରବେ ପ୍ରାଣବତୀ, ପୁଣି ଶକ୍ତିମତୀରହିଛି ଅବଧି, ପୂଜ୍ୟା ଭାରତଜନନୀ ।ବିଶାଳ, ବିସ୍ତୃତ ସଭା ବିଶାଳ ଯେସନମାନବର କର୍ମକ୍ଷେତ୍ର ବିଶ୍ୱଚରାଚରେକିମ୍ବା ଯଥା ଭୂପହୃଦ, ପୁଣ୍ୟ-ସତ୍ୟ-ପୁତ,ନିର୍ମିତ ଦ୍ୱିରଦରଦେ ସେ ସୁନ୍ଦରୀ ସଭା,କି ଛାର ସେ ସଭା କବି ଇନ୍ଦ୍ରର ସୁଧର୍ମା,(ଅମରାଗୌରବ ଯାହା, ଅମରାବିଭୂତି)ଶୋଭେ ସ୍ୱର୍ଣ୍ଣଚ୍ଛଦି ବହୁ ଉଚ୍ଚ ସ୍ତମ୍ଭଶିରେ,ପ୍ରତିଷ୍ଠିତ କିବା ସୃଷ୍ଟି ଧର୍ମ ନ୍ୟାୟ ସତ୍ୟ-ଭିତ୍ତି ଶିରେ, ପ୍ରତି ସ୍ତମ୍ଭେ ହୋଇଛି ଲିଖିତନୀତିଶ୍ଳୋକାବଳୀ ଦୀପ୍ତ ସୁବର୍ଣ୍ଣ ଅକ୍ଷରେ ।ତଳେ ବିଛା ସବଳିତ ମସୃଣ ଗାଲିଚା,ତହିଁ ପରେ ରକ୍ତ ପୀତ ଶ୍ୱେତ ଚନ୍ଦନରକାଷ୍ଠାସନ, ତୁଳାଭରା ଗଦିରେ କୋମଳ,କାହିଁ ସ୍ଥିତ ବେତ୍ରାସନ-ଡମ୍ବରୁ ଆକୃତି,ବିଛା ତହିଁ ଚଉତନା *ଜରୀ-କାରୁ-ଚାରୁ ।ବହୁଦ୍ୱାରମୁଖୀ ସଭା, ଗବାକ୍ଷନୟନା,ପ୍ରତି ଦ୍ୱାରେ ଦୌବାରିକ, ରତ ପହରାରେ,ବିଶାଳ ଉଷ୍ଣୀଷ ଶିରେ, ବଦନେ ଦୃଢ଼ତା,ସାରସନେ କରବାଳ ଲମ୍ବିତ କଟିରେ,ହସ୍ତେ ଶର, ଶରାସନ, ଆମଞ୍ଚତ, ଗୁଣେ ।ମଧ୍ୟରେ ମର୍ମରନିର୍ମୀ ମଞ୍ଜୁଳ ମଣ୍ଡପ,ବିରାଳେ ତା ମଧ୍ୟସ୍ଥଳେ ରତ୍ନସିଂହାସନେ,ଯେସନ କେଶରକୁଣ୍ଡ ପୁଷ୍ପଦଳ ମଧ୍ୟେ,ଉପବିଷ୍ଟ ବୃଦ୍ଧ ରାଜା ଉଗ୍ରସେନ ତହିଁ,ପ୍ରଶାନ୍ତ ଗମ୍ଭୀର ମୂର୍ତ୍ତି, ଆବୃତ ସୁତନୁଶୁକ୍ଳ ପରିଚ୍ଛଦେ, ଶିରେ ଶୁକ୍ଳ ଜଟାଜୁଟ,ବନ୍ଧା ଯଥା କାରୁହୀନ ହୀରକକିରୀଟ ।ଘନ ଲମ୍ବ ଶୁକ୍ଳ ଶ୍ମଶ୍ରୁ ଆବକ୍ଷଲମ୍ବିତ,ଶିରେ ଟେକା ଶୁକ୍ଳ ଛତ୍ର, ମୁକ୍ତାଝାଲରିତ,ଉଭା ହୋଇ ବେନି ପାର୍ଶ୍ୱେ ବେନି ପରିକରଢାଳନ୍ତି ସୁଧୀରେ ଶୁକ୍ଳ ଚାମର ସତତ ।ରାଜାଙ୍କ ଦ୍ୱିପାଶେ ରାମକୃଷ୍ଣଙ୍କ ଆସନ,ଉପବିଷ୍ଟ ଉଭେ, ଜଣେ ତୁଷାରଶୀତଳ,ଆନ ଭୀମ ଉଦ୍ଦୀପନା-ଆଗ୍ନେ୍ୟପର୍ବତ,ଏକ ମୂର୍ତ୍ତି ଶାନ୍ତ ତୁଷ୍ଟ, ଆନ ଦର୍ପଦୃପ୍ତ,ଆଲୋକିତ ରାଜସଭା ବେନିଙ୍କ ଜ୍ୟୋତିରେ ।ପାତ୍ର, ମିତ୍ର, ସେନାପତି, ସାନ୍ଧିବିଗ୍ରହିକ,ପାଞ୍ଜିଆ, ନଗରପାଳ, ଧର୍ମଧୀଶ ଆଦିକର୍ମଚାରୀ ଉପବିଷ୍ଟ ନିଜ ନିଜ ସ୍ଥାନେ,ବସିଛନ୍ତି ବସୁଦେବ, ଅକ୍ରୁର, ଉଦ୍ଧବ,ସାତ୍ୟକି ପ୍ରଭୃତି ବହୁ ମାନ୍ୟଗଣ୍ୟ ଜନେରାଜାଙ୍କ ସମ୍ମୁଖାସନେ, ନିର୍ଦ୍ଦିଷ୍ଟ ବିଧାନେ ।ରାଜାସନେ ସ୍ଥିତ ରାଜା, ମାତ୍ର ରାଜକାର୍ଯ୍ୟସମ୍ପରିଚାଳନ-ଭାର ନ୍ୟସ୍ତ କୃଷ୍ଣ ପ୍ରତି,ଉପବିଷ୍ଟ କୃଷ୍ଣଚନ୍ଦ୍ର ଦୃଢ ବୀରବସୁସୁଗଠିତ, ସୁରୁଚିର, ଉନ୍ନତ ନାସିକା,ଝରିପଡ଼େ ଦିବ୍ୟଜ୍ୟୋତି ଶ୍ରଅଙ୍ଗୁ ତାଙ୍କର,ଝରେ ଯଥା ଶୁଭାଲୋକ ପ୍ରଭାତଶରୀରୁ ।କି ମହାକାର୍ଯ୍ୟ ଭାବୀ ମହାଭାବନାରେକୁଞ୍ଚିତ ଲଲାଟ, ନେତ୍ର ସ୍ଥିର, ଅଚଞ୍ଚଳ ।ପ୍ରଥମେ ଆରବ୍ଧ ହେଲା ପ୍ରଜାଙ୍କର ଭେଟି,କୃଷିଜାତ, ଶିଳ୍ପଜାତ ଉତ୍କୃଷ୍ଟ ପଦାର୍ଥଅର୍ପି ଭେଟି ରାଜପଦେ, ଲଭି ଯୋଗ୍ୟୋତ୍ସାହସହ ଯୋଗ୍ୟ ପୁରସ୍କାର, ବାହୁଡିଲେ ପ୍ରଜା ।ଅନନ୍ତର ଉପସ୍ଥିତ ହୋଇ ଯନ୍ତ୍ରୀ ଜଣେ,ଥୋଇ ପିତ୍ତଳର ଯନ୍ତ୍ର ଶ୍ରୀକୃଷ୍ଣ ଛାମୁରେ,ପ୍ରଣମି ନୃପତି-ପଦେ, ଭାଷିଲା ଏସନଉଭା ହୋଇ ଯୁକ୍ତକରେ-ଏ ଯନ୍ତ୍ରର ନାମ‘‘କାଳଘୋଷୀ’’, ଆଘାତିଲେ ଅଙ୍ଗୁଳି ଏଥିରେକହିଦେବ ଯନ୍ତ୍ର ଦଣ୍ଡ, ଲିତା ବିଲିତାଦିମାନବ-ବାଣୀରେ, ହେଉ ପରୀକ୍ଷା ସାକ୍ଷାତେ ।ସକୌତୁକେ କୃଷ୍ଣ ତହିଁ କରନ୍ତେ ଆଘାତ,ବାହାରିଲା ଶବ୍ଦ- ‘‘ସାତ ଦଣ୍ଡ ପାଞ୍ଚ ଲିତା,’’କହିଲା କେ ଯେହ୍ନେ ଏହା ଅନ୍ତରାଳେ ରହିବୀଣାଜିଣା ମଧୁଗର୍ଭ ସୁକୋମଳ କଣ୍ଠେ ।ଉଠିଲା ସଭାରୁ ଉଚ୍ଚେ ଧନ୍ୟ ଧନ୍ୟ ସ୍ୱରବିପୁଳ ସଭାରୁ ଶିଳ୍ପୀ ଉଦ୍ଦେଶ୍ୟରେ,ଲଭି ସେ ଆଶାତିରିକ୍ତ ଗୁଣପୁରସ୍କାର-କୁଣ୍ଡଳ, କଟକ, ପଟ୍ଟ, ସୁବର୍ଣ୍ଣପଦକ,ବାହୁଡିଲା ମହାନନ୍ଦେ ପ୍ରଣମି ସଂସଦେ ।ଅନନ୍ତର ଅନ୍ୟ ଶିଳ୍ପୀ ଆଣି କାଷ୍ଠାଧାରଦେଖାଇଲା ସଭାମଧ୍ୟେ, ବିବରି ଏସନ-ଏ ଅଦ୍ଭୁତ ଛାୟାଯନ୍ତ୍ର ମୋର ଉଦ୍ଭାବିତ,ଅନ୍ଧକାରମୟ କକ୍ଷେ ରଖିଲେ ଏହାକୁ,ଯେ ପଶିବ ସେ ପ୍ରକୋଷ୍ଠେ, ହେଉ ସେ ପଛକେଯେଡ଼େ ଛଦ୍ମବେଶୀ, ତାର ପ୍ରକୃତ ସ୍ୱରୁପହୋଇଯିବ ଅବିକଳ ଏ ଯନ୍ତ୍ରେ ଅଙ୍କିତ ।ଆଉ ଏ ଗୁଣ ପୁଣି ଅଛି ଏ ଯନ୍ତ୍ରର,ମୋଡିଲେ ଏହାର ପେଞ୍ଚ ଗାଇବ ସଙ୍ଗୀତ ।ଏହା କହି ମୋଡ଼ନ୍ତେ ସେ ପେଞ୍ଚ ଅଳ୍ପମାତ୍ର,ବର୍ଷିଲା ସଙ୍ଗୀତସୁଧା, ଉଡିଲା ମୁର୍ଚ୍ଛନା,ସତେ ଯେହେ ଅପ୍ସରୀଏ ରହି ତା ମଧ୍ୟରେକରନ୍ତି ସଙ୍ଗୀତାଳାପ-କର୍ଣ୍ଣରସାୟନ ।ଦେଖି କୃଷ୍ଣ ହୋଇ ତୁଷ୍ଟ ଦେଲେ ପୁରସ୍କାରବହୁ ସ୍ୱର୍ଣ୍ଣମୁଦ୍ରା ସହ ବସନ ଭୁଷଣ,ଘେନି ତାହା ହୁଷ୍ଟଚିତ୍ତେ ଫେରିଲା ବିନ୍ଧାଣୀ ।ତହିଁପରେ ଆସି ପୂର୍ତ୍ତବିଭାଗୀୟ କାର୍ଯ୍ୟ,ଦେଖାଇ ପିଙ୍ଗଳବର୍ଣ୍ଣ ମୃର୍ତ୍ତିକାର ଚୂର୍ଣ୍ଣ,ନିବେଦିଲା ସବିନୟେ, ଦେବ, ଏ ମୂର୍ତ୍ତିକାବାହାରିଛି ନବଖାତ କୂପଗର୍ଭୁ ଏକପ୍ରତେ ହୁଏ ସଂମିଶ୍ରିତ ସ୍ୱର୍ଣ୍ଣରେଣୁ ଏଥି,ହୁଏ ଯଦି କିଙ୍କରର ସତ୍ୟ ଅନୁମାନ,ନିଶ୍ଚେ ତେବେ ଆବିଷ୍କୃତ ସୁବର୍ଣ୍ଣର ଖଣି ।ଘେନି ସେ ମୃର୍ତ୍ତିକା କୃଷ୍ଣ, ଦେଖି ଅବହିତେ,ଆଦେଶିଲେ ପ୍ରେରଣେ ତା ପରୀକ୍ଷା-ଆଗାରେ ।ଏ ଅନ୍ତେ ନଗରପାଳ କଲା ଆଣି ପାଠଦୈନିକ ଟିପ୍ପଣୀପତ୍ର ଉଚ୍ଚେ ନଗରର,ଜ୍ଞାତ କରି ସଭାକୁ ସେ ସ୍ୱାସ୍ଥ୍ୟସୁଖାଦିରତାବତୀୟ ବିବରଣ, ଘେନିଲା ବିଦାୟ ।ବନବିଭାଗୀୟ କର୍ତ୍ତା ବିଜ୍ଞାପିଲା ଆସି-ନାହିଁ ବନେ ଉପଦ୍ରବ ଶ୍ୱାପଦକୁଳର,ସାଧନ୍ତି ଯୋଗୀଏ ଯୋଗ ନିଃଶଙ୍ଗେ, କୁଶଳେ,ବାଞ୍ଛନ୍ତି କଲ୍ୟାଣ ସଦା ରାମକୃଷ୍ଣଙ୍କର,ନାହିଁ କଷ୍ଟ ବନଚାରୀ ଅନାର୍ଯ୍ୟ ଜାତିର,ଫଳଭାରେ ଅବନତ ବନ-ଗିରିଦ୍ରୁମେ,ସ୍ୱଚ୍ଛ ନୀରେ ଚିରନୀରା ପାର୍ବତୀ-ତଟିନୀ ।ଆସି ଆର୍ଯ୍ୟ ସଂସ୍ରବରେ ଅସଭ୍ୟ ଅନାର୍ଯ୍ୟେହେଉଛନ୍ତି କ୍ରମେ ଆର୍ଯ୍ୟଭାବାନୁ ପ୍ରାଣିତ,ବିଶେଷେ ସୁଭଦ୍ରାଙ୍କର ପୁଣ୍ୟ ସାମ୍ୟ ଦୀକ୍ଷାଆଣିଅଛି ତାହାଙ୍କର ଅନୁର୍ବର ପ୍ରାଣେଅଦ୍ଭୁତ ପରିବର୍ତ୍ତନ, ଅଦମ୍ୟ ପ୍ରେରଣା ।ରାଜନନ୍ଦିନୀଙ୍କ ଧର୍ମ-ଉପଦେଶାବଳୀପତିତପାବନୀ ପୁଣ୍ୟ ଗଙ୍ଗାଧାରା ପ୍ରାୟଧୋଉଅଛି ସେମାନଙ୍କ ଚିତ୍ତ ଆବିଳତା,ମତ୍ତ ସର୍ବେ ହରିନାମେ, ଆବାଳ ସ୍ଥବିର ।କି ଆନନ୍ଦ ନବସ୍ୱର୍ଗ ସୃଜିଛନ୍ତି ଜେମା,କି ମହାନ, କି ଉଦାର ନବଧର୍ମରାଜ୍ୟକରିଛନ୍ତି ସଂସ୍ଥାପନ ଅଗମ୍ୟ କାନ୍ତାରେ,କି କହିବି ତାହା, ଦେବ, ଦେବଦୁର୍ଲଭ ସେ,କି ଅନନ୍ତ ସ୍ନେହ, ପ୍ରେମ ଖେଳୁଛି ସେ ରାଜ୍ୟେ,ପଶିଲେ ସେ ପୁଣ୍ୟରାଜ୍ୟେ ନ ବଳେ ମାନସଫେରିବାକୁ ଆଉ ଦଗ୍ଧ ଦାରୁଣ ସଂସାରେ ।ଏ ଅନ୍ତେ ମଗଧ ରାଜ୍ୟୁ ପ୍ରତ୍ୟାଗତ ଦୂତଉଭା ହେଲା ଆସି ଅଗ୍ରେ ପ୍ରଣମି ଶ୍ରୀକୃଷ୍ଣେ,ଯୋଗ୍ୟାସନେ ବସିବାକୁ ଅର୍ପି ଅନୁମତିପଚାରିଲେ କୃଷ୍ଣ ତାଙ୍କୁ, କହ ଦୂତବର !ମଗଧର ସମାଚାର, କି ଦେଖିଲ ତହିଁ ?ଉତ୍ତରିଲା ଦୂତ, ଦେବ ! ଅତୀବ ଦୁର୍ଦ୍ଦମଜରାସନ୍ଧ ଗିରିଦୁର୍ଗ, ଚୌପାଶେ ତାହାରଅଭ୍ରଭେଦୀ ବଜ୍ରଦୃଢ଼ ମହୀଧରମାଳାରହିଛି ଆବୃତ ଲୌହପ୍ରାଚୀର ପରାୟେ,ଅଭେଦ୍ୟ ସେ ବୈରୀବଳେ, ସ୍ୱଭାବେ ଅଜେୟଚାରି ଦିଗେ ଚାରୀ ଘାଟୀ, ପ୍ରଥମ ଗୋଟିକଦୁର୍ଗର ପ୍ରବେଶ-ପଥ, ସତର୍କରକ୍ଷିତ,ଗିରିଗାତ୍ରେ ଲାଗି ଲାଗି ସଜ୍ଜିତ କମାଣ,କାହିଁ ଭୀମକାନ୍ତ ଅସ୍ତ୍ରୀ, ଭୀଷଣ ପ୍ରହରୀ ** ଭୀମକାନ୍ତ ଅସ୍ତ୍ରୀ-ଭୟାନକ ଅସ୍ତ୍ରଧାରୀ ।ଦେଉଛି ପହରା, କାହିଁ ମତ୍ତ ଦନ୍ତାବଳଉଭା ଦ୍ୱାରରକ୍ଷିରୁପେ, ଗର୍ବେ ବକ୍ରଗ୍ରୀବ,କାହିଁ ବା ବିକଟଦନ୍ତ ରକ୍ତାକ୍ଷ ଦ୍ୱର୍ଯ୍ୟକ୍ଷନିରେଖି ଅନଳ-ନେତ୍ରେ ଟହୁଲୁଛି ଦ୍ୱାରେ ।ଅନ୍ୟ ଘାଟୀତ୍ରୟ ଉଠି ତିର୍ଯ୍ୟକେ ଉପରେଯାଇଛି ଆକାଶେ ମିଶି, ଅତି ପିଚ୍ଛିଳ ସେ,ରଖିଲେ ତା ଶିରେ ଲୋଷ୍ଟ, ଗଡି ଆସି ତାହାନ ଛୁଇଁ ପର୍ବତପଦ ହେବ ନାହିଁ ସ୍ଥିର ।ଭୀଷଣ ଅରଣ୍ୟମୟ ସେ ଗିରିସଙ୍କଟ,କଣ୍ଟକପାଦପ ଛଡା ନାହିଁ ସେ ଅରଣ୍ୟେଆନ ତରୁ, ସେ କଣ୍ଟକ ଲୌହଶୂଳ ପ୍ରାୟଦୃଢ଼, ତୀକ୍ଷଣ, ଭୟେ ତହିଁ ନ ପାରନ୍ତି ପଶିପଶୁପକ୍ଷିକୁଳ, ଚିର ତମସ୍ୱିନୀବାସ ।ସ୍ୱଭାବେ ସେ ଘାଟୀତ୍ରୟ ଶତ୍ରୁ ଅନାରୋହ,ତଥାପି ତା ପ୍ରତି ଅଛି ରାଜଦୃଷ୍ଟି ସଦା,ମହାବୈଜ୍ଞାନିକ ରାଜା ଜରାସନ୍ଧ ବୀର,କରିଛି ସୁରକ୍ଷା ଘାଟୀ ବିଜ୍ଞାନକୌଶଳେ,ପ୍ରଥମ ଘାଟୀରେ ଭେରୀ, ଦ୍ୱିତୀୟେ ହୁନ୍ଦଭିତୃତୀୟେ ସ୍ଥାପିତ ଅଛି ଧାତବ ଗର୍ଦ୍ଦଭ,କି ଗୁପ୍ତ କୌଶଳେ ତାହା ହୋଇଛି ସଂଯୁକ୍ତସୂକ୍ଷ୍ମ ବୈଦ୍ୟୁତିକ ତାରେ, ଉଠିଲେ ସେ ପଥକେହି, ଉଠିବ ସେ ଭେରୀ ଭୈରବେ ଗରଜି,ବାଜିବ ହୁନ୍ଦଭି କର୍ଣ୍ଣଶୂଳ କୋଳାହଳେ,ଛାଡିବ ଗର୍ଦ୍ଦଭ ରଡି, ଘଡଘଡି ପ୍ରାୟ,ସୂଚିବ ସେ ତ୍ରିସଙ୍କେତ ଶତ୍ରୂ-ଆଗମନ ।ମିଶି ବିଭାଯାତ୍ରିଦଳେ ପଶିଲି ନବରେ,କି ବର୍ଣ୍ଣିବି ମଗଧର ଐଶ୍ୱର୍ଯ୍ୟ ମହିମା,ଅଳକାପୂର ସେ, ମାତ୍ର ନାଗରିକ ଜନେରତ ସଦା ଗ୍ରାମ୍ୟସୁଖେ, ଇତର କୁତ୍ସିତ,ଯଥା ରାଜା, ତଥା ପ୍ରଜା ଅଧର୍ମସର୍ବସ୍ୱ,ସେ ଦୃଶ୍ୟ ମନ୍ଥିଲା ନେତ୍ର ବ୍ୟଥାରେ ସର୍ବଥା ।ପରରାଜ୍ୟ ଆକ୍ରମଣ, ପରସ୍ୱ ଲୁଣ୍ଠନ,ରାଜା ପ୍ରଜା ଉଭୟର ସ୍ୱଭାବଜ ଧର୍ମ,କ୍ଷାତ୍ରଗ୍ଲାନି ଜରାସନ୍ଧ, ନାରକୀ ପିଶାଚ,ବିସର୍ଜି ନୃପତିଧର୍ମ, ପଶୁଧର୍ମେ ରତ,କୃପାତେଜି କୃପାଣକୁ କରିଚି ଆଶ୍ରୟ ।ସଜୀବ ଶୋଷଣନୀତି, ନିର୍ଜୀବ ପୋଷଣ ।କି ପ୍ରଖର ଦୁରାକାଂକ୍ଷା ଦୁର୍ବାର ଜିଗୀଷା,ମିଶ୍ରିତ ସେ ଦୁଷ୍ଟ ସହ ଦୁଷ୍ଟ ଶିଶୁପାଳଶିଶୁ-ପଶୁପତି, ହୀନ, ମିଶିଛି ଅନଳତେଜସ୍ୱୀ ବାରୁଦେ, ତାର ଦୁଷ୍ଟ ପ୍ରରୋଚନେସାର୍ବଭୌମ ପଦଲାଭ ଇଚ୍ଛେ ଜରାସନ୍ଧ ।ରଖିଛି ସେ ବନ୍ଦୀ କରି ବହୁ ନରବରେ,ମନାସିଛି ପାପୀ, ତାଙ୍କ ଶିର ଶତଦଳେବିଜୟ-କମଳା ପଦ ପୂଜିବି ସତ୍ୱର,କି ଭୀଷଣ ଅତ୍ୟାଚାର, ଭାବି ବୁଝ ପ୍ରଭୋ !ଏହା ଭାଷି ବାର୍ତ୍ତାହର, ଅର୍ପି କୃଷ୍ଣକରେମଗଧର ବିବରଣ ବର୍ଣ୍ଣନାପତ୍ରିକାସୂକ୍ଷ୍ମ ଭୁର୍ଜପତ୍ରାଙ୍କିତ ହୋଇ ପୁରସ୍କୃତ,ଗମିଲା ମେଲାଣି ମାଗି ଶ୍ରୀକୃଷ୍ଣ ଛାମୁରୁ ।ତହିଁ ପରେ ଆସି ଚେଦିପ୍ରତ୍ୟାବୃତ୍ତ ଦୁତନିବେଦିଲା ସାନୁନୟେ ସଭାକୁ ଅନାଇ-ଚେଦିପୁରେ ବହୁ ଦିନ ଭ୍ରମି ଭ୍ରମି ମୁହିଁଅର୍ଜିଛି ଯେ ଅଭିଜ୍ଞତା ସେ ରାଜ୍ୟ ସମ୍ବନ୍ଧେ,କହୁଛି ସଂକ୍ଷେପେ ତାହା ଶୁଣନ୍ତୁ ସକଳେ-କମଳାଙ୍କ ରତ୍ନଦେବୀ ଚେଦି, ମହାମାନୀଶିଶୁପାଳ, ଶାସେ ତାହା ଦୁର୍ଜୟ ପ୍ରତାପେ ।ପରଞ୍ଜୟ ଚେଦିପତି, ଅତୁଳ ବୀର୍ଯ୍ୟାଳୁ,କ୍ରୋଧିତ ଦୂର୍ଯ୍ୟକ୍ଷଦନ୍ତ ପାରେ ସେ ଉପାଡିରିକ୍ତ ହସ୍ତେ, ନୁହେଁ ଖାଲି ବୀର୍ଯ୍ୟେ ବୀର ସେହୁ,ମହାବଳ, ମହାବୀର-ଆଭିଜାତ୍ୟେ ସୁଦ୍ଧାମଣେ ସେ କ୍ଷତ୍ରିୟମାନେ କ୍ଷତିରୁ ପୃଥୁଳ ।ବହୁ ଦୁଷ୍ଟ ରାଜାଙ୍କର ନେତା ଶିଶୁପାଳକରନ୍ତି ଆଶ୍ରୟ ଯଥା ଦୂଷିତ ବାସରେବହୁ ବିଷକୀଟ, ପୁଣି ବିଷାକ୍ତ ଶୈବାଳ,ତଥା ଚେଦୀଶ୍ୱରାଶ୍ରିତ ଦୁଷ୍ଟ ନରପାଳେ ।ସାଜିଛି ସେ ମନ୍ତ୍ରଗୁରୁ ସମଧର୍ମୀ ମଧ୍ୟେ,ମଦ୍ୟପର ମନ୍ତ୍ରଗୁରୁ ମଦ୍ୟପ ଯେସନ,ମଣୁଛି ଧରାକୁ ସରା, ସିନ୍ଧୁକୁ ବି ବିନ୍ଦୁରହିଛି ମୃତ୍ୟୁକୁ ଭୁଲି ବ୍ୟର୍ଥ ଦର୍ପ ମୋହେ,ଭୁଲିଛି ଧର୍ମକୁ ତଥା ଐଶ୍ୱର୍ଯ୍ୟ-ଅମତେ ।ସବୁବେଳେ କୃଷ୍ଣ ନିନ୍ଦା କେତେ ଉପହାସ,କରେ କେତେ ଅଭିନୟ ବନ୍ଧୁଗଣ ଆଗେ,କେବେ ଧରି ବଂଶୀଟାଏ, ଫୁତ୍କାରି ରନ୍ଧ୍ରରେକହେ ମୁଁ ଗୋପାଳଚନ୍ଦ୍ର, ବିଷ୍ଣୁ-ଅବତାର,କର ମୋତେ ପୂଜା, ଯେବେ ଇଚ୍ଛ ଚତୁବର୍ଗ ।କେବେ ବା ବିଦଳି ପଦେ କୃତ୍ରିମ ଭୁଜଙ୍ଗେକରେ ବ୍ୟଙ୍ଗ ଅଭିନୟ କାଳିୟଦଳନ,ହସି ହସି ଗଡିଯାନ୍ତି ଦୁଷ୍ଟ ମିତ୍ରେ ତାର ।ବାଧା ଦେଇ ବନମାଳୀ ଭାଷିଲେ ସଭାସ୍ୟେ-ଥାଉ ଦୁତ, ସେ କଥାରେ କେଉଁ ପ୍ରୟୋଜନ,କି କ୍ଷତି ନିନ୍ଦାରେ ତାର, ପରନିନ୍ଦାବାଦେହୁଏ ଜିହ୍ୱା କଳୁଷିତ, ନ ଜାଣେ ଯେ ଏହା,ସେ ପରମ ଅଜ୍ଞ-କ୍ଷମା-କରୁଣା-ଭାଜନ ।ସର୍ପମୁଖୁ କି ସମ୍ଭବ ଚୁଳାଚୁଳ ଭିନ୍ନ୍ ?ନିନ୍ଦେ ଯେହୁ ସେ ନିନ୍ଦୁକ, ଏହି ଉପାଧିଟିତାହା ଶିରେ କଳଙ୍କର ମୃତିକା ମୁକୁଟ,ଚିହ୍ନାଏ ସେ ତାକୁ ଲୋକେ, ଅଙ୍ଗୁଳି ନିର୍ଦ୍ଦେଶି ।ବିଫଳ ପୋଷିବା କ୍ରୋଧ-ନିନ୍ଦୁକ ନିନ୍ଦାରେ,ନିଜର ଅନିଷ୍ଟ ତହିଁ, ମହାଶତ୍ରୁ କ୍ରୋଧ,ଚୋର ଉପଦ୍ରବୁ, ଦୂତ, ତ୍ରାହିଳାଭ ଆଶେବାନ୍ଧିବ କି ଦ୍ୱାରେ ଆଣି ମହାବଳ ବ୍ୟାଘ୍ରେ,ଅଥବା ମୂଷିକ ଭୟେ ପୋଷିବ ଭୁଜଙ୍ଗେ,ନିଜେ ନିକି ପଡିବ ତା କବଳେ ଦଂଶନେ ?ଛାଡ଼ ନିନ୍ଦୁକର ନିନ୍ଦା, ଅଶ୍ରାବ୍ୟ ସେ କଥା,କର କିଛି ଆୟୋଜନ ଦେଖିଛ କି ତହିଁ ?ହୋଇ ଅପ୍ରତିଭ ଦୂତ, ଲଜ୍ଜା ନମ୍ର ମୁଖେକହିଲା-ହଁ, ଆୟୋଜନ ଲାଗିଛି ବିପୁଳ,ହେଉଛି ଅସଂଖ୍ୟ ରଥ, ଶକଟନିର୍ମିତ,କର୍ମିଗଣ ଗଢ଼ୁଛନ୍ତି ବାଣ ଦିବାନିଶି,ଘନ ଘନ ନେବି ନାଥ ଧାବିତ ମଗଧେ,ବହୁଛି ନଗରେ ଏକ ଜୀବନ୍ତ ଚାଞ୍ଚଲ୍ୟଧାରା, ପ୍ରତେ ହୁଏ ଦେବ, ଦେଖି ଆୟୋଜନ,ପଡିଛି ଲୋଲୁପ ଦୃଷ୍ଟି କେଉଁ ରାଜ୍ୟ ପ୍ରତି ।ଏହା ଭାଷି ଚାର, ଲଭି ନୃପତିପ୍ରସାଦ,ଗଲା ଚାଲି ଅନ୍ୟ କାର୍ଯ୍ୟେ, ପ୍ରଣତି କେଶବେ ।ଏହିରୁପେ ରାଜକାର୍ଯ୍ୟ ପ୍ରତ୍ୟେକ ବିଭାଗକରି ସୂକ୍ଷ୍ମ ଆଲୋଚନା, ସାଙ୍ଗ କରି କୃଷ୍ଣସେଦିନର କାର୍ଯ୍ୟ, ଉଭା ହୋଇ ସଭାମୁଖେକହିଲେ ଏସନ, ସପ୍ତ ଯଦୁବଂଶୀ ବୀରେମଣ୍ଡିତ ଏ ରାଜସଭା, ଅଛନ୍ତି ଜନକ,ଅଛନ୍ତି ପିତୃବ୍ୟ, ବିଜେ ସ୍ୱୟଂ ଉଗ୍ରସେନ-ଯଦୁକୁଳ-ନରମଣି, ପୂଜ୍ୟ ମାତାମହ,ସକଳ ସମକ୍ଷେ ମୁହିଁ କରୁଛି ପ୍ରସ୍ତାବ-ବିବାହର ଉପଯୁକ୍ତା ଭଗିନୀ ସୁଭଦ୍ରା,ଆଶୁ ତାକୁ ଯୋଗ୍ୟ ପାତ୍ରେ ଅର୍ପିବା ବିହିତ ।ଭାଗ୍ୟକ୍ରମେ ଉପସ୍ଥିତ ଦ୍ୱାରକାରେ ପାର୍ଥ,ଅର୍ଜୁନ ଯୌବନେ ଯୋଗୀ, ଯୌବନେ ଯୋଗିନୀଭଦ୍ରା, ନରାଦର୍ଶ ପାର୍ଥ, ସୁଭଦ୍ରା ଆଦର୍ଶନାରୀ, ଉଭୟର ବ୍ରତ- ନିନ୍ଦା ସ୍ତୁତି ପ୍ରତିସମାନ ଉପେକ୍ଷା, ଯେହ୍ନେ ଉଭୟେ ପ୍ରେରିତମୃତବତ ଆର୍ଯ୍ୟପ୍ରାଣେ- ଆର୍ଯ୍ୟଧର୍ମପ୍ରାଣେସଞ୍ଜୀବନୀ ନବଶକ୍ତି ସଞ୍ଚାରଣ ଅର୍ଥେ,ମୋ ବିଚାରେ ବୀରଗୁରୁ ଅର୍ଜୁନ ସର୍ବାଂଶେସୁଭଦ୍ରାର ଉପଯୁକ୍ତ, ମହାତ୍ମା କିରୀଟାବରତ୍ୱେ, ବିନୟେ, ତ୍ୟାଗେ,ସୌଜନ୍ୟେ, ସ୍ୱଧର୍ମେ,ଦୟାଗୁଣେ, କ୍ଷମାଗୁଣେ, ଭକ୍ତିସାଧନାରେଭାରତ ଅତୁଳନୀୟ, କ୍ଷତ୍ରୀୟକୁଳରେ ।ଏହା ଭାଷି ନୀରବନ୍ତେ କୃଷ୍ଣ କୃଷ୍ଣ-ରବି,କହିଲେ ଅକ୍ରୁର, ବତ୍ସ ! ସୁପ୍ରସ୍ତାବ ତବକାହାର ଅଗ୍ରାହ୍ୟ ? ପାର୍ଥ ଯୋଗ୍ୟପାତ୍ର ସତ,ହେଲେ ସଂସାଧିତ ତବ ମଙ୍ଗଳ ସଙ୍କଳ୍ପ,ହେବ ଦୁଇ ମହାବଂଶେ ସଖ୍ୟତା ସ୍ଥାପନ,ହେବ ତହିଁ ଦୁଇ ମହାଶକ୍ତିର ସଂଯୋଗ,ଏ ସୁଯୋଗ ଉପେକ୍ଷିତ ନୁହେଁ ମୋ ବିଚାରେ ।ଯଥାର୍ଥ ପିତୃବ୍ୟ ଦେବ ଭାଷିଲେ ଶ୍ରୀକୃଷ୍ଣ,ପଞ୍ଚ ପାଣ୍ଡବ ଏ ମଞ୍ଚେ ପଞ୍ଚ ରତ୍ନଦୀପ,ତାଙ୍କ ତେଜେ ଆଲୋକିତ ହେବ ଏ ଭାରତ,ପାଣ୍ଡବଙ୍କ ସମୁଜ୍ଜ୍ୱଳ ସୁଯଶ ପ୍ରଭାରେନିଷ୍ପ୍ରଭ ରାଜନ୍ୟବୃନ୍ଦ ଭାରତମଣ୍ଡଳେ,ନିଷ୍ପ୍ରଭ ଯେସନ ଦୀପ ଖର ସୌରକରେ ।ଅତଃପର ଉଭା ହୋଇ କହିଲେ ସାତ୍ୟକି-ମହାବୀରେ ଅଦ୍ୱିତୀୟ ତୃତୀୟ ପାଣ୍ଡବ,ନିଖିଳ ସଦଗୁଣାଧାର, ହେଲେ ସେ ଜାମାତା,ବଢ଼ିବ ଗୌରବ ନିଶ୍ଚେ ଏ ଯଦୁବଂଶର ।ଶୁଣୁଥିଲେ ବଳଭଦ୍ର ସଭାମଧ୍ୟେ ବସି,ଉଦାସ ନୟନେ ଚାହିଁ ଅନ୍ୟମନା ପ୍ରାୟ,କି ନବଚିନ୍ତାରେ ଯେହ୍ନେ ନିମଗ୍ନ ସେ ଏବେ,ସାତ୍ୟକିର ଶେଷ କଥା ଶୁଣି କାମପାଳଚାହିଁଲେ ଆଶଙ୍କାବହ ଦୁର୍ବୋଧ୍ୟ ଦୃଷ୍ଟିରେ,ଯେହ୍ନେ ତାଙ୍କ ଶରୀରର ପ୍ରତି ରକ୍ତବିନ୍ଦୁଉଠୁଅଛି ସମସ୍ୱରେ କରି ପ୍ରତିବାଦ ।ନ ପାରି ସେ ସହି, ଉଠି କହିଲେ ଗରଜି-କି କହିଲ, କି କହିଲ, କହ ହେ ସାତ୍ୟକି,ଆଉ ଥରେ, ତୁମ୍ଭ ଗୁରୁ ପାର୍ଥ ଲାଗି ପରାବଢ଼ିବ ଗୌରବ ନିଶ୍ଚେ ଏ ଯଦୁକୁଳର ?କି ଦୁର୍ଭାଗ୍ୟ ହାୟ ଯଦୁ ପବିତ୍ରବଂଶର,ତୁମ୍ଭ ମୁଖେ ଏ କାକୁତି, ଚୂଡ଼ାନ୍ତ ଦୁର୍ଭାଗ୍ୟ !ଏଡ଼େ କି ହେ ହୀନ ଯଦୁକୁଳ, ଆନ ସ୍ପର୍ଶେହେବ ଗୌରବିତ ? ଧନ୍ୟ ଗୁରୁଭକ୍ତି ତବ !ଧନଞ୍ଜୟ ବୀରବର, ସ୍ୱୀକାର୍ଯ୍ୟ ସର୍ବଥା,ମାତ୍ର ସେ ଯେ ଯଦୁବଂଶ-ଗୌରବ-ବର୍ଦ୍ଧକ,ମଲେ ସୁଦ୍ଧା କେ କରିବ ବିଶ୍ୱାସ ଏ କଥା,ହେ ପଛେ ପାର୍ଥ ଗୁଣୀ, ମାତ୍ର ନୁହେଁ ରାଜା,ରାଜା ଭିନ୍ନ ଅଧିକାର ନାହିଁ ଅନ୍ୟ କାରବିଶ୍ୱସ୍ତୁତ ଯଦୁବଂଶେ ଜାମାତୁ ପଦର ।ନୁହେଁ ପାର୍ଥ ଯୋଗ୍ୟପାତ୍ର ସ୍ୱସା ସୁଭଦ୍ରାରଯୋଗ୍ୟପାତ୍ର ଦୁର୍ଯ୍ୟାଧନ, ରାଜଚକ୍ରବର୍ତ୍ତୀଭୁବନବିସ୍ମୃତ-କୀର୍ତ୍ତି, କୁରୁକୁଳମଣି,ଗଦାଯୁଦ୍ଧେ ଅଦ୍ୱିତୀୟ, ତଥା ଦାନେ, ମାନେଭାରତରାଜନ୍ୟବୃନ୍ଦ ମୁକୁଟମଣିରେସମୁଜ୍ଜ୍ୱଳ ପାଦ ତାର, ବସି ତାର ବାମେଭାରତସମ୍ରାଜ୍ଞୀରୁପେ ଶୋଭିବ ସୁଭଦ୍ରା ।ନ ଦେଉଣୁ ଯଥୋତ୍ତର ସାତ୍ୟକି ଏହାର,କହିଲେ ଶ୍ରୀକୃଷ୍ଣ, ପାର୍ଥ ନୋହୁ ପଛେ ରାଜା,ମାତ୍ର ବଡ଼ ରାଜାଠାରୁ, ମଣ୍ଡିତ ସେ ସଦାଭକ୍ତି, ପ୍ରୀତି, ସତ୍ୟ, ତ୍ୟାଗ, ବୀରତ୍ୱ, ସଞ୍ଜମ,ବିନୟ, ସୌଜନ୍ୟ, ଦୟା କ୍ଷମା- ମହାରତ୍ନେ,ଏତେ ଅପାର୍ଥିବ ରତ୍ନ, ଏତେ ରାଜଭୁଷାଅଛି କେଉଁ ନୃପତିର-ଅମରଦୁର୍ଲଭ ।କିଏ ଆର୍ଯ୍ୟ, ଉପଯୁକ୍ତ ବର ସୁଭଦ୍ରାର ?କରେ ନାହିଁ ପ୍ରଣାମ ଯେ ପିତୃମାତୃ-ପଦେଅନ୍ଧ ହୋଇ ଅଭିମାନେ, ସେହି ନରାଧମ-ସେହି ଦର୍ପୀ ଗଜମୁର୍ଖ, ଯୋଗ୍ୟ କି ଭଦ୍ରାର ?ଭାଇ କି ଯେ ବିଷ ଦେଇ କରୁଥିଲା ହତ୍ୟା,ସେହି ପାପୀ ପିଶାଚ କି ଉପଯୁକ୍ତ ବରଦେବୀ ସୁଭଦ୍ରାର ? ପୁଣି ଦହି ଚତୁଗୃହୁ,ଇଚ୍ଛି ଥିଲା ନାଶିବାକୁ ପିତୃବ୍ୟପତ୍ନୀକିପିତୃବ୍ୟପୁତ୍ରଙ୍କ ସହ, ସେହି ଆତତାୟୀତପସ୍ୱିନୀ ସୁଭଦ୍ରାର ନୁହେଁ ଯୋଗ୍ୟ ପତି,ଶୋଭା ବଢ଼େ ଚନ୍ଦ୍ରକଳା ଚନ୍ଦ୍ରମୌଳି ଶିରେ,ନୁହେଁ ସ୍ଥାଣୁ ଶିରେ ଦେବ, କି ଅଜ୍ଞାତ ତବ ।ଶଶୀ ଲାଗି ସୃଷ୍ଟ ଶଶିରାଣୀ କୁମୁଦିନୀ,ନୁହେଁ ଜ୍ୟୋତିଲିଙ୍ଗ ପାଇଁ, କ୍ଷୀଣଜ୍ୟୋତିପୂଚ୍ଛ ।ତପଃକ୍ଷେତ୍ର, କ୍ରୀଡ଼ାକ୍ଷେତ୍ର-ରଣକ୍ଷେତ୍ର ଯାର,ଜିଣିଲା ଯେ ଲକ୍ଷ ରାଜା ଲକ୍ଷ୍ୟଭେଦ ପଣେ,କେଉଁ ରାଜା ସରି ତାକୁ ? ରାଜାର ରାଜା ସେ ।ଭଦ୍ରାର୍ଜୁନ ପରିଣୟ ବିଧାତା ନିର୍ବନ୍ଧ,ବେନିଙ୍କ ସକାଶେ ସୃଷ୍ଟ ବେନିଏ କେବଳଉତ୍ତରିଲେ ହୁଳପାଣି କମ୍ପିତ ଅଧରେ-କି ଅଦ୍ଭୁତ ରୀତି, କୃଷ୍ଣ, ତୁମ୍ଭର ଏ ଭଲା,କଲା ଯେହୁ ସଗୌରବେ ଦୁହିତା-ପ୍ରଦାନତବ ପୁତ୍ର ଶାମ୍ବେ, ସେହି ନବୀନ ବାନ୍ଧବଦୁର୍ଯ୍ୟୋଧନ ପ୍ରତି ତିଳେ ନ ହୁଏ ମମତା !ହେଉ ପଛେ ପାର୍ଥ ରାଜା କିମ୍ବା ମହାରାଜା,କିବା ଲାଭ କିବା କ୍ଷତି ଆମ୍ଭର ତହିଁରେ,ମାତ୍ର କାହିଁ ଅଛି ଭଲା କହ ପାର୍ଥବନ୍ଧୁ,ଏକପତ୍ନୀ ପଞ୍ଚପତି, ସୃଷ୍ଟିଛଡା ନୀତି ?ଏରୁପ ଜଘନ୍ୟାଚାରୀ ସହ ବନ୍ଧୁପଣେନଷ୍ଟ ହେବ ମାନ, କୁଳେ ଘୋଟିବ କଳଙ୍କ,ବିଶେଷେ ମରିବ ଭଦ୍ରା ଦାରୁଣ ଲଜ୍ଜାରେ ।କହିଲେ ଶ୍ରୀକୃଷ୍ଣ ଆର୍ଯ୍ୟ କେଉଁ ଫଳ ଭଲାମହତ ନିନ୍ଦାରେ ? ହୁଏ କଳୁଷିତ ତହିଁବକ୍ତାଜିହ୍ୱା, ଶ୍ରୋତାକର୍ଣ୍ଣ, ନିନ୍ଦାବାଦସ୍ଥାନ,ଯାଉ, ବୃଥା ସେ କଥାରେ କେଉଁ ପ୍ରୟୋଜନ,ଉପସ୍ଥିତ ପ୍ରସ୍ତାବର ହେଉ ସମାଧାନ ।କ୍ରମଶଃ ପ୍ରସଙ୍ଗ ହେଲା ଜଟିଳ, ପୃଥୁଳ ।ଦେଖି ଏହା ବସୁଦେବ ଭାଷିଲେ ଏସନ-ପଣ୍ଡିତ କଳହପ୍ରାୟ ହେଲା ଏ ଘଟଣା;ସନ୍ଧିସୂତ୍ର ଘେନି ହୁଏ ବିଚାର ପ୍ରଥମେ,କ୍ରମେ ଉଠେ ଯୁକ୍ତି ବେଦବେଦାନ୍ତ ପର୍ଯ୍ୟନ୍ତ,ତେବେ ସୁଦ୍ଧା ହୁଏ ନାହିଁ ଚୂଡାନ୍ତ ମୀମାଂସାକେବଳ ବିତଣ୍ଡା, କ୍ରୋଧ ହୁଏ ମାତ୍ର ସାର ।କାହିଁ ସୁଭଦ୍ରାର ଶୁଭବିବାହ ପ୍ରସଙ୍ଗ,କାହିଁ ମହତର ନିନ୍ଦା, ଶାସ୍ତ୍ରର ବିଚାର,ବୃଥା କଳହରେ ବତ୍ସ ! କେଉଁ ପ୍ରୟୋଜନ,ହେଉ ସ୍ୱୟମ୍ବର-ସଭା ଆସୁ ଧନଞ୍ଜୟ,ଆସୁ ଦୁର୍ଯ୍ୟାଧନ, ପୁଣି ଆସନ୍ତୁ ସତ୍ୱରକ୍ଷତ୍ରିୟରାଜନ୍ୟବୃନ୍ଦ ସମଗ୍ର ଭାରତୁ,ବାଛି ନେବ ଭଦ୍ରା ତାର ମନୋମତ ପାତ୍ର ।ଶୁଣି ଏହା ବଳଭଦ୍ର କହିଲେ ତକ୍ଷଣେ-କ୍ଷମନ୍ତୁ ଧୃଷ୍ଟତା, ଦେବ, ଏ ଆଜ୍ଞାଧୀନର,ଅଛି ମୁହିଁ ସତ୍ୟବଦ୍ଧ, ପିତଃ, ଏ ବିଷୟେପ୍ରିୟ ଶିଷ୍ୟ, କୁରୁଶ୍ରେଷ୍ଠ ଦୁର୍ଯ୍ୟାଧନ ପାଶେ,କେମନ୍ତେ ଲଙ୍ଘିବି ସତ୍ୟ, ଛେଦିବି କେମନ୍ତେନିଜ କରେ ନିଜ ଶିର, ଯାଇ ଏହିକ୍ଷଣି,ପେଷି ଶୀଘ୍ରଗାମୀ ଦୁତେ ହସ୍ତିନା ନଗରେ,ଆଣିବି ଆମନ୍ତ୍ରି କଲା ଦୂର୍ଯ୍ୟାଧନ ନୃପେ,ପ୍ରଦାନି ତା କରେ ଭଦ୍ରା, ଲଭିବି ଆଶ୍ୱାସ ।’’ଏହା କହି ପ୍ରତିବାକ୍ୟେ ନ କରି ପ୍ରତୀକ୍ଷା,ଉଠିଗଲେ ସଭାମଧ୍ୟୁ ତ୍ୱରିତ ଗମନେ ।ଦେଖି ସଭାସଦେ, ହେଲେ ବିସ୍ମୟେ ସ୍ତବଧ,ମାତ୍ର କେହି ନ କହିଲେ ଭଲ ମନ୍ଦ କିଛି,କେବଳ ଗଣିଲେ ସର୍ବେ ଭବିଷ୍ୟ ଆଶଙ୍କା,ଯଥାକାଳେ ସଭା ଭାଙ୍ଗି ରାଜା ଉଗ୍ରସେନ,ଉଠିଗଲେ ସଭ୍ୟବୃନ୍ଦେ ପ୍ରଦାନି ମେଲାଣି ।