ସୁଭଦ୍ରା
ଚିନ୍ତାମଣି ମହାନ୍ତି · ଭାଗ ୪ / ୧୦
ସମ୍ପୂର୍ଣ୍ଣ ସୂଚୀପତ୍ର
ପଞ୍ଚମ ସର୍ଗ
ଶୋଭାର ନନ୍ଦନବନ ସ୍ୱଭାବ- ସୁନ୍ଦର,ବୁଯେ ତହିଁ ମିଶେ ଯେବେ ବସନ୍ତ ସୁଷମା,କି ଉପମା ତେବେ ତାର ? କି ଅଛି ବା ବିଶ୍ୱେନିରୁପମାର ଉପମା, ନିଜ ଭିନ୍ନ ଆଉ ?ଏବେ ତ ରୈବତ ଗିରି ପ୍ରକୃତିର ଶିଶୁ,(ଅନନ୍ତ ଜୀବନ ତାର, ଅନନ୍ତ ଶିଶୁତ୍ୱ)ପିନ୍ଧାଇଛି ସଦା ସ୍ନେହେ, ଆଦରେ ତାହାକୁବହୁ ରମ୍ୟ ଅଳଙ୍କାର-ତା ପ୍ରକୃତି-ମାତା,ତହିଁ ପରେ ମଣ୍ଡିତ ସେ ଆଜି ନବ ସାଜେନବାଗତ ପାର୍ଥ ଚିତ୍ତ ବିନୋଦନକଲେ,ଯାଇଛି ବରଷି କିବା ଜ୍ୟୋତ୍ସ୍ନାରେ ଅମୃତ !ଶୂନ୍ୟ ହାରାବତୀ ପୁରୀ, ସର୍ବ ନାଗରିକେହୋଇଛନ୍ତି ସମବେତ ରୈବତଶିଖରେ,ନେଇଛି ଛଡ଼ାଇ ଆଜି ହାରକାର ଶିରୀରୈବତକ, ସର୍ବେ ତହିଁ ମତ୍ତ ନବୋତ୍ସବେ,ଦେଖୁଛି ସେ ମହୋତ୍ସବ ମହୋଲ୍ଲାସ ମନେ-ବସି ଗିରିଚୁଡ଼େ ଘନ, ଚିର ଗିରିବନ୍ଧୁ,ବିଜୁଳି ବିକାଶ ଛଳେ ହସି ଥରେ ଥରେ ।ଦେଖୁଛନ୍ତି ତରୁଲତା, ଚାହିଁ ପୁଷ୍ପ- ନେତ୍ରେ,ଦେଖୁଛନ୍ତି ପକ୍ଷିକୁଳ ଶାଖେ ଶାଖେ ବସି,ଦେଖୁଛନ୍ତି ଗିରି- ଦେବୀ, ବନଦେବୀ ସହନରନେତ୍ର ଅନ୍ତରାଳେ ଲୁଚାଇ ଶରୀର ।ପ୍ରତ୍ୟୁଷେ ଶ୍ରୀକୃଷ୍ଣ ମିଳି ଅର୍ଜୁନ ଆବାସେଦେଖିଲେ ସମାପି ପାର୍ଥ ପ୍ରାତଃକୃତ୍ୟ, ପୂଜା,ଉପବିଷ୍ଟ ଇଷ୍ଟଧ୍ୟାନେ, ପାଶେ ବସି ହରିପୁଚ୍ଛିଲେ ସସ୍ମିତେ, ‘‘ସଖେ ! ମଙ୍ଗଳ ତ ସବୁ ?’’ମୁଦୁ ହସି ଧନଞ୍ଜୟ ଉତ୍ତରିଲେ ଧୀରେ‘‘ମଙ୍ଗଳମୟଙ୍କ ଚିର ଚରଣାଶ୍ରିତରକିସ ଅମଙ୍ଗଳ ପ୍ରଭୁ, ତୁମ୍ଭେ ଯାର ସଖା,ତୁମ୍ଭେ ଯାର ଗୁରୁ, ତୁମ୍ଭେ ଯାର ପ୍ରଭୁ, ଡରେଅମଙ୍ଗଳ ତାକୁ, ଆଜି ସୁପ୍ରଭାତ ମୋର,ସୌଭାଗ୍ୟର ଶୁଭଦିନ, ଦେଖିଲି ସେ ପାଦ-ନିଖିଳ- କଳ୍ପଷହାରୀ ପତିତପାବନ,ଧନ୍ୟ ହେଲି, ପୁଣ୍ୟ ହେଲି, ନିସ୍ତରିଲି ପ୍ରଭୋ- ’’ଏକାଳେ ଶୁଭିଲା ଦୂରେ ମଧୁର ଗୁଞ୍ଜନ,ଆସୁଛନ୍ତି ସତ୍ୟଭାମା ରୁକ୍ମିଣୀ ପ୍ରଭୃତିଯଦୁବଧୂ, ଧରି ସ୍ୱର୍ଣ୍ଣ-ଅର୍ଘ୍ୟଥାଳୀ କରେ,ଚାଲିଛି ମଧ୍ୟରେ ଧୀରେ କୁମାରୀ ସୁଭଦ୍ରା,ଚାଲିଛନ୍ତି ସର୍ବେ ମୋଦେ ବଜାଇ ପାହୁଡ଼ ।ସମସ୍ତଙ୍କ ଅଙ୍ଗେ ଶୋଭେ ମଣିମୁକ୍ତାଦିରସୂବିସୃଳ ପରିପାଟୀ, ଦିବ୍ୟ ଆଭାମୟ,ଚାଲିଛି କି ଆହା, ସ୍ୱର୍ଣ୍ଣ ସ୍ଥଳପଦ୍ମବନ,ସକଳର ପରିଧେୟ ବିଭିନ୍ନ ବର୍ଣ୍ଣର,ଫୁଟିଅଛି କିବା ସୌମ୍ୟା ମଧୁମାଳତୀରଏକଇ ସ୍ତବକେ ବହୁ ବର୍ଣ୍ଣର କୁସୁମ ।ପ୍ରବେଶି ସକଳେ ପୁରେ, ସୁଭଦ୍ରା ବ୍ୟତୀତ,କଲେ ଅର୍ଘ୍ୟ ବନ୍ଦାପନା କୃଷ୍ଣ ଧନଞ୍ଜୟେ,ବନ୍ଦାନ୍ତି କି କ୍ଷାତ୍ର ଶକ୍ତି ଶୌର୍ଯ୍ୟ, ପୌରୁଷକୁ ।ନମିଲେ କିରୀଟୀ ବେନି କୃଷ୍ଣପ୍ରିୟାପଦେ,ଆଶିଷିଲେ ତହୁଁ ଦେବୀ ରୁକ୍ମିଣୀ ଏସନ‘‘କର ବୀର ! ବୀରକୀର୍ତ୍ତି ସ୍ଥାପନ ଭାରତେଅମ୍ଳାନ ଅକ୍ଷୟ’’, ହସି ସତ୍ୟଭାମା ଦେବୀଭାଷିଲେ, ‘‘ସନ୍ନ୍ୟାସୀ ! ଘେନି ଆଶୀର୍ବାଦ ମୋରଲଭ ଅନ୍ୟ ଚିତ୍ରାଙ୍ଗଦା, ଦ୍ୱିତୀୟ ଉଲୁପୀ । ’’ହସିଲେ ଈଷତ ପାର୍ଥ, ତହୁଁ ସତ୍ୟଭାମାଦେବର ସମ୍ପର୍କ ଧରି ପରିହାସ ଛଳେଭାଷିଲେ ଏସନ ତାଙ୍କୁ -‘‘ଶୁଣିଥିଲି ମୁହିଁ,ଜାଣନ୍ତି ସନ୍ନ୍ୟାସୀମାନେ ବହୁ ମହୌଷଧି,ଅବ୍ୟର୍ଥ ସେ ମହୌଷଧି, ହୁଏ ତାହା ବଳେମଣିର ମଣି ସହ ନାଗମଣି ବଶ ।ସତ୍ୟ କି ହେ ଏ ପ୍ରବାଦ ? ସନ୍ନ୍ୟାସୀ ଗୋସାଇଁଉତ୍ତରିଲେ ପାର୍ଥ- ‘‘ଦେବି ! ତୁମ୍ଭଠାରୁ ବଳିକେ ଅଛି ଜଗତେ ଭଲା ଭୈଷଜ୍ୟନିପୁଣ,ଯେ ଔଷଧ ଗୁଣେ ତୁମ୍ଭେ କରିଅଛ ବଶବିଶ୍ୱର ଅବଶ ଏହି ବିଶ୍ୱପ୍ରାଣାରାମେ,ଅଗୋଚର ସେ ଔଷଧ ଅମରକୁଳର ।’’ନ ସରୁଣୁ ପାର୍ଥ କଥା, ହସି ହସି ସତୀଭାଷିଲେ- ‘‘ଥାଉ ହେ ଥାଉ ହେଲାଣି ଯଥେଷ୍ଟ,ଜାଣିଲୁଣି ପଟୁ ତୁମ୍ଭେ ପ୍ରଶସ୍ତିବିଦ୍ୟାରେ,ପୁରସ୍କାରଯୋଗ୍ୟ ତବ ସେ ଅଭ୍ୟସ୍ତ ବିଦ୍ୟା,ଲଭିବ ହେ ଯୋଗି ! ତୁମ୍ଭେ ଅଦୂର ଭବିଷ୍ୟେସେ ବିଦ୍ୟାର ଉପଯୁକ୍ତ ଉଚ୍ଚ ପୁରସ୍କାର ।ଅନନ୍ତର ଉତ୍ଥାପନି ଅପର ପ୍ରସଙ୍ଗକହିଲେ ଶ୍ରୀକୃଷ୍ଣ, ‘‘କିପାଁ ଆସି ନାହିଁ ଭଦ୍ରା ?’’ଉତ୍ତରିଲେ ମୃଦୁଭାଷେ ମହିଷୀ ରୁକ୍ମିଣୀ -‘‘ନ ଜାଣ କି ପ୍ରଭୁ, ତାର ଲାଜକୁଳୀପଣ,ତୁମ୍ଭେ ଭ୍ରାତା, ତୁମ୍ଭେ ଗୁରୁ, ତୁମ୍ଭ ଆଗେ ସୁଦ୍ଧାଆସିବାକୁ ଏଣିକି ସେ ପ୍ରକାଶେ ସଙ୍କୋଚ,ଆସିଥିଲା ଆମ୍ଭ ସଙ୍ଗେ, ଦୁଆର ସେ ପାଖେରହିଅଛି ଉଭା ହୋଇ, ନ ଆସି ଭିତରେ ।’’ହସି ହସି କୃଷ୍ଣ ତହୁଁ ଡାକିଲେ କୋମଳେ -‘‘ସୁଭଦ୍ରା ! କାହାକୁ ଲଜ୍ଜା କରୁଛୁ ପାଗଳିପାର୍ଥ ମୋର ପ୍ରିୟ ସଖା, ପାର୍ଥ ମୋର ଭ୍ରାତା,କରିଯା ପ୍ରଣାମ ଆସି ତାହାଙ୍କୁ ସତ୍ୱର । ’’ଶୁଣି ଦେବ ଭ୍ରାତାଦେଶେ, ଆସିଲା ସୁଭଦ୍ରା,ଅପରୁପ ରୁପରାଶି, ଦେବୀ ନା ମାନବୀକିଏ ଏ ନବୀନା ବାଳା, ଶୋଭାସୃଷ୍ଟିଭୂଷା,ଆସନ୍ନ ଯୌବନ-ଜ୍ୟୋତି ଖେଳୁଛି ସର୍ବାଙ୍ଗେ,ଯଥା ପ୍ରାତଃରବିକର ସଦ୍ୟସ୍ଫୁଟ ପଦ୍ମେ ।ପ୍ରଥମେ ପ୍ରଣମି କୃଷ୍ଣେ, ତହି ପରେ ଭଦ୍ରାପ୍ରଣମିଲା ପାର୍ଥ- ପଦେ, ଶଶବ୍ୟସ୍ତେ ପାର୍ଥକରେ ଧରି ଶିର ତାର ତୋଳିଲେ ଭୂମିରୁ,ଆହା ସେ କି ଶୋଭା, ଥୁଆ କମଳ ସତ୍ରେ କିସୁବର୍ଣ୍ଣ କମଳ-ସଦ୍ୟ ବିକାଶ-ଉନ୍ମୁଖ !ସେ ପରଶେ ବେନି ତନୁ ହେଲା ଲୋମାଞ୍ଚିତକେବଣ ଅଜ୍ଞାତ ଭାବେ, ବେନି ଧମନୀରେଦେଲାକ ଚଳାଇ ଯେହ୍ନେ କିଏ ଅଲକ୍ଷ୍ୟରେଶୀତଳ ଚନ୍ଦନାସବେ କିମ୍ବା ଜ୍ୟୋତ୍ସ୍ନାଜଳେଅମୃତ ପିଚିକା, ତହୁଁ ହେଲାକ ଆରମ୍ଭବେନିପ୍ରାଣେ ପ୍ରଣୟର ବୈଦ୍ୟୁତିକ କ୍ରିୟା ।ରଙ୍ଗପ୍ରିୟା ସତ୍ୟଭାମା କହିଲେ ଏକାଳେ-‘‘ସୁଭଦ୍ରେ ! ସେ ଦିନ ଶୁଣି ଅର୍ଜୁନ ପ୍ରଶସ୍ତି,ଦେଖିବାକୁ ତାଙ୍କୁ ପରା ହେଉଥିଲୁ ବ୍ୟଗ୍ର ?ଦେଖିଲୁ ତ ? ଚାଲ ଏବେ’’ ଏହା ଭାଷି ଦେବୀଧରି ସୁଭଦ୍ରାର କର, ସପତ୍ନୀ ରହଣେବିଜେ କଲେ କକ୍ଷାନ୍ତରେ ଧୀରସଦକ୍ଷେପେ ।ଏଥୁଅନ୍ତେ ବାସୁଦେବ ପୁଚ୍ଛିଲେ ସାଗ୍ରହେକନିଷ୍ଠ କୌନ୍ତେୟେ, ‘‘ ସଖେ ! ଦଶ ବର୍ଷକାଳଭ୍ରମିଲ ଏ ଭାରତର କେଉଁ କେଉଁ ତୀର୍ଥେ,କହ ତାହା, ଶ୍ରବଣେ ମୋ ବଳିଛି ମାନସ ।’’ଉତ୍ତରିଲେ ଦୀନ ଭାଷେ ପାର୍ଥ-ମହେଶ୍ୱାଷ-କେଉଁ ତୀର୍ଥ ଆଗୋଚର, ପ୍ରଭୋ ! ତୁମ୍ଭର ବା,ସ୍ୱୟଂ ତୀର୍ଥସ୍ରଷ୍ଟା, ପଦ ତବ କୋଟିତୀର୍ଥ,ତେବେ ଯଦି ଭୃତ୍ୟମୁଖୁ ଶୁଣିବାକୁ ହରି,ଇଚ୍ଛା ତବ, ଇଚ୍ଛାମୟ ! ଶୁଣ ତେବେ କହେଁ-ପ୍ରଥମେ ପ୍ରୟାଗ ତୀର୍ଥେ ହେଲି ଉପନୀତ,ଯମୁନା ଜାହ୍ନବୀ ଯୋଗ, ଆହା କି ସୁନ୍ଦର !ଯେହ୍ନେ ହରିହର ମୂର୍ତ୍ତି କିମ୍ବା ଅର୍ଦ୍ଧରାତ୍ରିଅର୍ଦ୍ଧଦିବା, ନତୁ ଅର୍ଦ୍ଧଛାୟା ଅର୍ଦ୍ଧକାୟାଏକତ୍ର ମିଶ୍ରିତ ଅବା ଯଥା ଅସମ୍ପୂର୍ଣ୍ଣସାଧକ ହୃଦୟ-କ୍ଷେତ୍ର, ଅର୍ଦ୍ଧ-ଅନ୍ଧାରିତଅର୍ଦ୍ଧ-ଆଲୋକିତ । ସାନି ସେ ସଙ୍ଗମ ତୀର୍ଥେମଣିଲି ଆତ୍ମାକୁ ଧନ୍ୟ, ପବିତ୍ର, ନିର୍ମଳ ।ହେଲା ତହିଁ ଭେଟ ମୋର ନାଗରାଜଜେମାଫୁଲ୍ଲାଙ୍ଗୀ ଉଲୁପୀ ସହ, ବରିଲା ସେ ମୋତେଇଚ୍ଛାବରେ, ଘେନିଗଲା ପିତୃଗୃହେ ତାର,ଦିନେ ମାତ୍ର ନାଗପୁରେ କରି ଅବସ୍ଥାନ,ଜାମାତୃଗୌରବ ଗ୍ରହି ଆସିଲି ବାହୁଡ଼ି ।ଅନନ୍ତର କଲି ଯାତ୍ରା ହିମାଳୟମୁଖେ,ଅହୋ, କି ବିରାଟ ଗିରି, ଗର୍ବେ ଉଭା ଯଥାଭାରତସୌଭାଗ୍ୟ-ଶସ୍ତ୍ର-ପ୍ରିୟ-ପାଟହାତୀଶ୍ୱେତକାନ୍ତ ଐରାବତ, ଅନନ୍ତ ଗାମ୍ଭୀର୍ଯ୍ୟେ ।ମସ୍ତକେ କାଞ୍ଚନଚୂଡ଼ା, ଶୋଭେ ଆହା ଯଥାକଷିତ କାଞ୍ଚନଚୂଡ଼ା, ନବରତ୍ନଖଚୀ,ସନିର୍ଝର ତନୁ ତାର ବୀରତନୁ ପ୍ରାୟବୀରତ୍ୱେ କର୍କଶ; ମାତ୍ର ଦୟାରେ ସଜଳ,ହୋଇ ଗିରିବର ଚିର ହିମାନୀଆବୃତଦୁରୁ ଦିଶେ ଭସ୍ମବୋଳା ଶଙ୍କରସଙ୍କାଶ ।କେବେ ବା ଗମ୍ଭୀର ଶାନ୍ତ ନଟବର ମୂର୍ତ୍ତିଧରେ ମେଘ ଅନ୍ତରାଳୁ ହୋଇ ବିନିର୍ମୁକ୍ତ ।କରଭ ପରାଏ ଘନ ଖେଳନ୍ତି ତା ଦେହେଳୁଚକାଳି ଖେଳ, ଧାଇଁ ଧାଇଁ କେହିଘନବନ ଉହାଡ଼ରେ ଯାଉଅଛି ଲୁଚି,ଗୋଡ଼ାଇ ପଛରେ କେହି, ପତ୍ରେ ପତ୍ରେ ଗଳିଖୋଜି ବୁଲୁଅଛି ତାକୁ ଅଧୈର୍ଯ୍ୟ ଉଦ୍ବେଗେ,କାହିଁ ପରସ୍ପରେ କରି ପ୍ରେମ- ଆଲିଙ୍ଗନଯାଉଛନ୍ତି ମିଶି ଦୁହେଁ, ଅବାରିତ ଭାବେ ।ହିମାଦ୍ରୀ ଅନନ୍ତ କୋଟି ଜୀବର ବସତି,ଆବର ଅନନ୍ତ କୋଟି ଜୀବ ଭାଗ୍ୟଭୂମି,କର୍ମଭୁମି, ଧର୍ମଭୂମି, ସମନ୍ୱୟ ସ୍ୱର୍ଗ ।ଅନନ୍ତ ମହିମାମୟୀ ଭାରତ-ମାତାରଅନନ୍ତ ଗାମ୍ଭୀର୍ଯ୍ୟ, ତେଜ, ମହତ୍ତ୍ୱ, ଦେବତ୍ତ୍ୱ,ଐଶ୍ୱର୍ଯ୍ୟ ବୀର୍ଯ୍ୟର ଏହା ଅକ୍ଷୟ ଭଣ୍ଡାର,କଳ୍ପତରୁ ଏ ଗିରୀନ୍ଦ-ଭାରତ-ସ୍ୱର୍ଗର ।ଆରୋହିଲି ଶୈଳେ, ଉଠି ବହୁଦୂର ଊଦ୍ଧ୍ୱେପ୍ରବେଶିଲି ଋଷି-ରାଜ୍ୟେ, ଗୁହାମୟ ସ୍ଥାନେ,ଉପବିଷ୍ଟ ଧ୍ୟାନେ ତହିଁ ଗୁମ୍ଫାକେ ଋଷିଏ,ଆଲୋକିତ ଗିରିଗୁହା ଶରୀରପ୍ରଭାରେ,.ତମୋମୟ ଖଣ୍ଡିଗର୍ଭ ମଣିତେଜେ ଯଥା,ବସି ବସି ବହିପାଣେ ଜଟା, ଲୋମାବଳୀଉଜିଛି ପିଙ୍ଗଳ ବର୍ଣ୍ଣ, ଶୂନ୍ୟ ବରବପୁ,ସମ୍ବଳ କେବଳ ମାତ୍ର କାଷ୍ଠର କୌପୀନଶ୍ୱାପଦେ ନିରୀହ ତହିଁ, ତପସ୍ୟା ପ୍ରଭାବେ,ସର୍ବେ ଫଳମୂଳାହାରୀ, ତପୋବ୍ରତ ପ୍ରାୟ ।ତତ୍ପରେ ଗନ୍ଧର୍ବରାଜ୍ୟ, ଚିର-ମୁଖର ସେଗୀତବାଦ୍ୟେ, କେତେ ନବ ସ୍ୱର ନବ ତାଳକର୍ଣ୍ଣରସାୟନ, ଉଠେ ହରଘଡି ତହୁଁ ।ଗନ୍ଧର୍ବେ ବିଳାସପ୍ରିୟ, ଅଜ୍ଞ ନୃପପ୍ରାୟ,ବିଳାସ- ନିଶାରେ ଭୋଳ ସ୍ତ୍ରୀପୁରୁଷ ବେନି ।କେତେ ରତ୍ନ ଇତସ୍ତତଃ ବିକ୍ଷିପ୍ତ ସେ ସ୍ଥାନେ,କାହିଁ ହୀରା ସ୍ତରେ ସ୍ତରେ ରହିଛି ପର୍ବତେ,କାହିଁ ଅବା ପଦ୍ମରାଗ ମାଣିକ୍ୟ ପ୍ରଭାରେତରୁଲତା ପଶୁପକ୍ଷୀ ଦିଶେ ରକ୍ତବର୍ଣ୍ଣାଅନନ୍ତର ପ୍ରବେଶିଲି ମହୌଷଧି-ରାଜ୍ୟେ,କାହିଁ କ୍ରୋଶକ୍ରୋଶବ୍ୟାପୀ ଚନ୍ଦନ କାନନ,କାହିଁ ଜ୍ୱଳେ ଜ୍ୟୋତିଲତା ସ୍ୱଚ୍ଛାଲୋକେ ତାରକରନ୍ତି ପୁସ୍ତକ ପାଠ ରାତ୍ରେ ବନଦେବୀ ।କି କହିବି ହୃଷୀକେଶ, ଔଷଧମହିମା,ହୁଏ ତହି କ୍ଷୁଧା ତୃଷା ଆଜୀବନ ଦୁର,ବୃଦ୍ଧ ହୁଏ ଯୁବା, ଅଛି ଗୁଲ୍ମ ଏକ ଜାତି,ଯେ ଭକ୍ଷେ ତା ମୂଳ, ହୁଏ ଅଜର ଅମର ।ବୁଡ଼ାଇଲେ ଲୌହ ତାହା ଯନ୍ତ୍ରନିର୍ଯାସରେ,ହୁଏ ଲବେ ପରିଣତ ବିଶୁଦ୍ଧ କାଞ୍ଚନେ,ମୁତ୍ୟୁସଞ୍ଜୀବନୀ ନାମେ ଅଛି ଏକ ଲତା,ଛୁଆଇଁଲେ ଦେହେ ତାହା ଜୀଇ ଉଠେ ମୃତ ।ତହିଁ ପରେ ଜୀବରାଜ୍ୟ, ନାନା ଜାତି ଜୀବବିଚରନ୍ତି ସଦା ତହିଁ, ଅଦ୍ଭୁତଦର୍ଶନ,ଦେଖି ନାହିଁ ,କେଉଁ କାଳେ ନରନେତ୍ର ତାହା,କେହି ଅର୍ଦ୍ଧ ନରାକାର, ଅର୍ଦ୍ଧ ପଶ୍ୱାକାର,କେହି ବା ବାନରାକୃତି, ମାତ୍ର ଭାଷାବନ୍ତ ।କେଉଁ ଅଂଶ ଆମୋଦିତ କସ୍ତୁରୀସୌରଭେ,ଭ୍ରମୁଛନ୍ତି ଦଳେ ଦଳେ କସ୍ତୁରିକା ମୃଗ,କେଉଁ ଅଂଶ ଦଗ୍ଧୀଭୁତ ଭୁଜଗକୁଳରଅଗ୍ନିବର୍ଷୀ-ଆୟୁଶୋଷୀ-ବିଷନିଃଶ୍ୱାସରେ ।କେଉଁ ଖଣ୍ଡେ ଗଜମୁକ୍ତା ବିକ୍ଷିପ୍ତ ଗହଳେ,ପକ୍ୱ କୋଳି ଜ୍ଞାନେ ତହିଁ ଥଣ୍ଟ ମାରି ଶୁକହେଉଅଛି ପ୍ରତାରିତ ବାରମ୍ବାର କେତେ,କମ୍ପୁଅଛି କେଉଁ ଅଂଶ ହରି କରୀ ଯୁଦ୍ଧେ,ମୁମୂର୍ଷୁ ମାତଙ୍ଗ ଉଚ୍ଚ କରୁଣ ଚିତ୍କାରେ-ହର୍ଯ୍ୟକ୍ଷ ଗର୍ଜନେ, ନଭ ପଡ଼ୁଅଛି ଭାଙ୍ଗି,ହେଉଅଛି ଟଳଟଳ ଚିରି, ଫାଟିଯାଏଚୁଡ଼ା, ବନବାସୀ ପଶୁପକ୍ଷୀ ଆଦି ସର୍ବେମହାଭୟେ ଲୁଚୁଛନ୍ତି ପଳାଇ କେ କାହିଁ ।ଅବସ୍ଥିତ ମେଘରାଜ୍ୟ ଜୀବରାଜ୍ୟ ଊର୍ଦ୍ଧେ,ଦୁର୍ବିଷହ ଶୀତ ତହିଁ, ପଶିଲେ ସେ ରାଜ୍ୟେପ୍ରତେ ହୁଏ ବସିଯାଇ ଧମନୀର ରକ୍ତ,ରୁଦ୍ଧ ହୋଇଗଲା ଯେହ୍ନେ ସଞ୍ଚାଳନକ୍ରିୟା ।ଦିବସରେ ସନ୍ଧ୍ୟା ତହି କରେ ରାଜପଣ,ଧବଳିତ ସେ ପ୍ରଦେଶ- ହସ୍ତୀ ସିଂହ ବ୍ୟାଘ୍ରବହୁ ସାମୁଦ୍ରିକ ଜୀବ ଅସ୍ଥି କଙ୍କାଳରେ,ନିବସେ ସେଠାରେ ଗଣ୍ଡଭେରଣ୍ଡ ବିହଙ୍ଗଭିକ୍ଷଣ ବିରାଟକାୟ, ଆଣି ସେ ଉଠାଇନିମ୍ନ ରାଜ୍ୟୁ ଚଞ୍ଚୁନଖେ ବ୍ୟାଘ୍ର ବାରଣାଦିଭୁଞ୍ଜେ ତହିଁ ନିରାପଦେ, ଆନ ଏକ ପକ୍ଷୀ,ନାମ ତାର ତିମିଙ୍ଗିଳ ଭୋଜୀ, ଝାମ୍ପ ମାରିମଧ୍ୟ-ସମୁଦ୍ରରେ, ଧରି ଆଣି ତିମିଙ୍ଗିଳେ,ଭୁଞ୍ଜେ ସୁଖେ ସୁବିଶାଳ ଅଧିତ୍ୟକା ପରେ ।ଅନନ୍ତର ପ୍ରବେଶିଲି ତାରାରାଜ୍ୟେ ଯାଇ,ଭ୍ରମନ୍ତି ଅସଂଖ୍ୟ କୋଟି ଗ୍ରହତାରା ତହିଁବେଢ଼ି ଗିରି ଚଉପାଶେ, ଉଡ଼ନ୍ତି ଯେସନଜ୍ୟୋତିରିଙ୍ଗ ପୁଞ୍ଜ ରାତ୍ରେ, ଘେରି ତୁଙ୍ଗ ବୃକ୍ଷେ ।ଦେଖି ସେ ଲୋଭନ ଦୃଶ୍ୟ, ପ୍ରତେ ହୁଏ ଯେହ୍ନେପିନ୍ଧିଛି ଗଳାରେ ଗିରି ବହୁ ଫେରାଯୁକ୍ତଆଗ୍ନେୟ ଗୋଲକମାଳ- ଅସୂତ୍ରଗ୍ରଥିତ ।ଶେଷ ଚୁଡ଼ା- ସ୍ୱର୍ଗରାଜ୍ୟ, ମିଳିଲି ସେଠାବେ,କି ପବିତ୍ର, କି ଉଦାର, କିବା ଶାନ୍ତିମୟ,ଅମର, କିନ୍ନର, ପକ୍ଷ ଭ୍ରମନ୍ତି ସତତ,ବହେ ତହିଁ ମଧୁମତୀ, ଦୁଗ୍ଧବତୀ ନଦୀପୂର୍ଣ୍ଣ କରି ପୁଣ୍ୟଗର୍ଭ ମଧୁ ଦୁଗ୍ଧ ଧାରେ ।ଧୀରେ ବହେ ସମୀରଣ ଅମତେ ଗାହନି,ନୁହେଁ ଦୁଷ୍ଟ ସେ ସମୀର ପାର୍ଥିବ ନିଃଶ୍ୱାସେ,ଅବିଶ୍ୱାସ-ବିଷବାଷ୍ପ ମିଶି ନାହିଁ ତହିଁ ।କେନ୍ଦ୍ରୀଭୁତ ସେ ଶିଖରେ ବିଶ୍ୱର ସୁଷମା,କେନ୍ଦ୍ରୀଭୁତ ଇତିହାସେ ଯଥା ଅତୀତରସଭ୍ୟତା- ସମ୍ପଦ, ଜାତି କିମ୍ବା ସମାଜର,ପ୍ରକୃତିର ଲୀଳାଖେଳା ପ୍ରଭୃତିରୁ ତହିହେଉଛି ଶୋଭାର ସୃଷ୍ଟି, ଭାଷାସୃଷ୍ଟି ଯଥାମନୋଗତ ଭାବରାଶି ଲୀଳାକ୍ରୀଡ଼ାଦିରୁ ।ଭ୍ରମି ଭ୍ରମି ହିମାଦ୍ରିର ଶିଖରେ ଶିଖରେ,ସ୍ନାନ କରି ବହୁ ତୀର୍ଥେ-ଅମରବାଞ୍ଛିତ,ହେଲି ଉପସ୍ଥିତ ଶେଷେ ମାନସପ୍ରତୀରେ ।ଅଶାନ୍ତ ଉତ୍ସବମୟୀ ସେ ଦେବଦୀର୍ଘିକା-ନାନାଜାତି ପଶୁପକ୍ଷୀ ଦ୍ୱନ୍ଦ୍ୱ କୋଳାହଳେ,କିନ୍ତୁ ପ୍ରୀତିପୂର୍ଣ୍ଣ, ତୃପ୍ତିପୂର୍ଣ୍ଣ ଦୃଶ୍ୟ ତାର,ଅକସ୍ମାତ କାହୁଁ ଆସି ବେଢ଼ିଲେ ମାନସେଅଗାଧ ସାହସ, ଭକ୍ତି, ଅଗାଧ ଆନନ୍ଦ,ବେଢ଼ିଛନ୍ତି ଯଥା ସରେ ରାଜହଂସାବଳୀ ।ହେଲା ଉପଲବ୍ଧ ଯେହ୍ନେ, ସେ ସର ଦର୍ଶନେକି ଏକ ନବୀନ ପୂଣ୍ୟ ସ୍ୱର୍ଗୀୟ ଜୀବନ,ଚତୁର୍ଦ୍ଦିଗେ ଶୁଣିଲି ମୁଁ ମାତୃତ୍ୱ ଆହ୍ୱାନସ୍ନେହ- ସୁଧାବୋଳା, ପ୍ରାଣ ଉଠିଲାକ ପୂରିପରମ ପୁଲକେ, ହେଲା ଆତ୍ମା ସୁଶୀତଳ ।ସନ୍ତରନ୍ତି ସେ କାସାରେ ସୂବର୍ଣ୍ଣ ବିଶାରେ, ୧ଫୁଟିଛି ସୁବର୍ଣ୍ଣ ପଦ, ଉଡ଼ୁଛନ୍ତି ଅଳି,ପ୍ରତ୍ୟହ ପ୍ରଭାତେ ତହିଁ ସ୍ନାନି ସପ୍ତର୍ଷିଏ୧-ମତ୍ସ୍ୟ ।ସତୀ ଅରୁନ୍ଧତୀ ସହ, ତୋଳି ସ୍ୱର୍ଣ୍ଣପଦ୍ମଘେନିଯାନ୍ତି ଧ୍ରୁବଲୋକେ, ବ୍ରହ୍ମପୂଜା ଅର୍ଥେ ।ଜଳେ ପଶି କଲ ସ୍ନାନ, ଖେଳିଲି ଘଡ଼ିଏମାତୃକୋଳେ ଶିଶୁ ପ୍ରାୟ, ସନ୍ତରି, ସନ୍ତରି,କି ଶୀତଳ ସୁଧା-ବାରି, ପାରେ ସେହି ଏକାଉବ- ହୁତାଶନ-ଦଗ୍ଧ ଆତ୍ମାକୁ ଶୀତଳି ।ଅତଃପର ଅଙ୍ଗେ, ବଙ୍ଗେ, ବହୁସ୍ଥାନେ ଭ୍ରମିଦେଖି ବହୁ ତପୋବନ, ସ୍ନାନି ବହୁତୀର୍ଥେ,ମିଳିଲି ଆସି ମୁଁ ପୂର୍ବ ପାରାବାର ତୀରେ ।ମାହେନ୍ଦ୍ର ନଗର ନାମେ ଅଛି ତହିଁ ରାଜ୍ୟ,କରନ୍ତି ପାଳନ ତାହା ଚିତ୍ରଭାନୁ ରାଜା,ମହାଧନୀ, ବୀରଗୁରୁ ପ୍ରବଳପ୍ରତାପ,ତାହାଙ୍କ ଲକ୍ଷିତ ଶର ଅବ୍ୟର୍ଥ ସର୍ବଥା ।ଅପୁତ୍ରକ ସେ ନୃପତି ପରମ ଧାର୍ମିକ,ଅଛି କନ୍ୟାଟିଏ ମାତ୍ର ଚିତ୍ରାଙ୍ଗଦା ନାମେ,ଦେଖି ମୋତେ ଚିତ୍ରଭାନୁ, ଘେନିଯାଇ ଗୃହେ,ବହୁ ସମାରୋହେ କଲେ ଦୁହିତା ପ୍ରଦାନ ।ପୂର୍ଣ୍ଣ ସମ୍ବତ୍ସର ପରେ ଘେନିଣ ବିଦାୟନବ ବୈବାହିକ ପାଶୁଁ, କେତେ ଦିନ ଅନ୍ତେହେଲି ଉପସ୍ଥିତ ଗଙ୍ଗାସାଗର ସଙ୍ଗମେ ।କି ଭୈରବ ମହୋତ୍ସବ, କି ରୁଦ୍ର ତାଣ୍ଡବସୁଜିଛି ବାରୀନ୍ଦ୍ରବର, ଧାବିତ ସବେଗେଅନନ୍ତ ତରଙ୍ଗାବଳୀ, ଅନୁଦୃଷ୍ଟି ହୀନ, ୨ତରୀ, ତୁଣ,କାଷ୍ଠଆଦି ଯାହା ପାଏ ଆଗେ,୨- ପଶ୍ଚାତ୍ଦୃଷ୍ଟିହୀନ ।ସାନ ବଡ଼ ନିର୍ବିଶେଷେ, ଆଲିଙ୍ଗି ତାହାକୁଚାଲିଯାଏ ବେଳାମୁଖେ, ସେ ପ୍ରେମ ଆଶ୍ଳେଷେକିଏ ସୁଖୀ, କେ ଅସୁଖୀ, ନ ଦେଖେ ସେ ତାହାଲେଉଟି ପଛକୁ ଚାହିଁ, ଧାଏଁ ଏକଲକ୍ଷ୍ୟେ ।ସିନ୍ଧୁ ଭାଗୀରଥୀ ଯୋଗ, କରାଳ ସୁନ୍ଦର,କରି ସିନ୍ଧୁ ଜାହ୍ନବୀର କର ବିମର୍ଦନଯାଉଛି ପାଛୋଟି ଘେନି, କିଛି ଦୂର ଯାଇରତ ପରସ୍ପରେ ପ୍ରେମପୁତ ଆଲିଙ୍ଗନେ,ତହିଁ ପରେ ଦୁହେଁ ମିଶି ଭଜିଲେ ଏକତ୍ୱ,ସେ ମହାମିଳନ ଦେଖି, ମଜ୍ଜି ସେ ସଙ୍ଗମେ,ସାର୍ଥ କଲି ନେତ୍ର, କଲି ନରତନୁ ଶୁଦ୍ଧ ।ତହୁଁ ଯାଇ ପ୍ରବେଶିଲି ଉତ୍କଳମଣ୍ଡଳେ,କି ଅଜ୍ଞାତ ଭାବାବେଗେ ଉଠିଲାକ ହୋଇସହସା ବିଭାର ପ୍ରାଶ, ଯେହ୍ନେ ଅଲକ୍ଷ୍ୟରେମାଜିଦେଲା କିଏ ମୋର ବିକୃତ ନୟନପୃଣ୍ୟର ଶୀତଳ ସ୍ନିଗ୍ଧ ଅମୃତ ଅଞ୍ଜନେ ।ଢାଳିଦେଲା ଆନନ୍ଦର ସଞ୍ଜୀବନୀ ସୁଧାଅନ୍ତରର ଅନ୍ତସ୍ଥଳେ, ଆନନ୍ଦ ସାଗରେଉଠିଲା ଜୁଆର ଯେହ୍ନେ, ଉଦ୍ବେଳ ପ୍ଳାବନେ ।ଗିରିଗଭାମୟୀ ଭୁମି-ବାନନ-କୁନ୍ତଳା,କିବା ସେ ସଂକ୍ଷିପ୍ତସାର ଭାରତମାତାର,କେତେ ତୀର୍ଥ ତହିଁ, ପ୍ରତି ଲୋମକୁପେ ତାରରାଜେ ତୀର୍ଥ-ମହାତୀର୍ଥ, କୋଟି ତୀର୍ଥବତୀ ।ବହେ ତହିଁ ହୈମବତୀ ମହାନଦୀ ନାମେ,ବିପୁଳ ବିସ୍ତାରମୟୀ, ସ୍ନାନ କଲେ ତହିଁଶରୀରୁ, ମାନସୁ ହୁଏ କଳ୍ମଷ ବିଧୌତ ।ଛୁଇଁଲେ ସେ ପୁଣ୍ୟସ୍ଥଳୀ ହୁଏ ଦୁରୀଭୁତଇତର ପ୍ରାକୃତ ଭାବ, ପୂର୍ଣ୍ଣ ହୁଏ ମନଧର୍ମଭାବେ, ରେଣୁ ତାର କୈବଲ୍ୟକଣିକା,ମର୍ତ୍ତ୍ୟର ବୈକୁଣ୍ଠଧାମ ନିଶ୍ଚେ ସେ ନଗରୀ ।କରନ୍ତି ନିବାସ ତହିଁ ଏକଜାତି ବୀର,ଅଦ୍ଭୁତ, ଅଶ୍ରୁତ ତାଙ୍କ ବୀରତ୍ୱ ମହିମା,ପାରନ୍ତି ପକାଇ ଗଣ୍ଠି ଉତ୍କଳୀୟ ଶୁରେଅବହେଳେ ସ୍ଥୁଳ ଲୌହ ଶାବଳ ମଧ୍ୟରେଦୃଢ଼ ମୁଷ୍ଟି ନିସ୍ପେଷଣେ କରନ୍ତି ବାହାରତୈଳ ତିଳସର୍ଷପରୁ, ମାରି ବାହାସ୍ଫୋଟପକାନ୍ତି ଉପାଡ଼ି ତାଳ, ଶାଳ ତରୁଚୟେ ।ସେ ଦେଶର ଭବିଷ୍ୟତ ଅତୀବ ଉଜ୍ଜ୍ୱଳ,ପ୍ରତେ ହୁଏ ଏହା, ତାର ବର୍ତ୍ତମାନ ଦେଖି ।ପ୍ରସ୍ତର, ମୃତ୍ତିକା, କାଷ୍ଠ, ଧାତୁ ଆଦି ଶିଳ୍ପେକୁଶଳ ଉତ୍କଳବାସୀ, ଶିଳ୍ପରେ ଉତ୍କଳରଖିଛି,ରଖିବ ସଦା ଭାରତ-ଗୌରବ,ସଙ୍ଗୀତେ, ସାହିତ୍ୟେ ତାର ଟେକ ନୁହେଁ ଊଣା ।ନୀଳାଦ୍ରି ମଣ୍ଡଳ ନାମେ ଅଛି ଏକ ସ୍ଥଳୀମହୋଦଧି ଦାଢ଼େ, ସଖେ ! ବୁଲେ ତହିଁ ଖେଳିକି ଏକ ଉଦ୍ଦୀପନାର ଜୀବନ୍ତ ମହିମା,ହେଲେ କେହି ମହାକବି ନ ପାରିବ ବର୍ଣ୍ଣିସେ ମହିମା, ଯିବ ତୁଣ୍ଡ ଖନି ମାରି ତାର,ଦେଖିଲି ସାଗର ତୀରେ ରହିଛି ସଜ୍ଜିତପଣ ପଣ ପଣ୍ୟତରୀ, ପ୍ରତେ ହେଲା ଯେହ୍ନେକମଳାଭଣ୍ଡାର ସ୍ଥିତ ରତ୍ନାକର ଗର୍ଭେ ।ପଟାନ୍ତରହୀନ- ସିନ୍ଧୁ ଚିତ୍ତହର ଦୃଶ୍ୟ,କେଡ଼େ ଉନ୍ମତ୍ତତା, କେଡ଼େ, ଗଭୀର ଗର୍ଜନ,ଉଠୁଛି କି କୋଟି ବଜ୍ର ଏକକାଳେ ଅବାଭୈରବେ ହୁଙ୍କାରି, କିନ୍ତୁ ସେ ଉନ୍ମାଦ ଦୃଶ୍ୟସଙ୍କୀର୍ଣ୍ଣତା, ଦୁର୍ବଳତା ହରି ନରଚିତ୍ତ,ଘେନିଯାଏ ଉଦାରତା ବିଶାଳତା ଆଡ଼େ,ମୁହୁର୍ତ୍ତେ ସେ ହରିନିଏ ଅସ୍ମିତା ନରର ।ଅନନ୍ତର ଅବଗାହି ଋଷିକୁଲ୍ୟା ତୀର୍ଥେ,ପଶିଲି ଦେବେନ୍ଦ୍ରାବାସ ମହେନ୍ଦ୍ର କାନ୍ତାରେ,ମହେନ୍ଦ୍ର ନାମରେ ଗିରି ଅବସ୍ଥିତ ତହିଁ,ପର୍ଶୁ ରାମସ୍ପର୍ଶପୁତ, ଝରେ ତା ଶରୀରୁମହେନ୍ଦ୍ରତନୟା ନାମେ ପୁଣ୍ୟ ତରଙ୍ଗିଣୀ,ସ୍ନାନ କରି ହର୍ଷେ ତହିଁ, ବିହିଲି ତର୍ପଣଦେବ, ପିତୃଗଣଙ୍କର, ଭ୍ରମିଲି ପର୍ବତେ ।ସହସା ଘଟିଲା ଏକ ବିଷମ ସଙ୍କଟ,ଗଣ୍ଡା ଭ୍ରମେ କଲି ହାୟ, ଗୋବଧ ଅଜ୍ଞାନେ,କି କରିବି ନ ଦିଶିଲା ବୁଦ୍ଧି ବାଟ କିଛି,ହୋଇଗଲା ଯେହ୍ନେ ଅହୋ, ସତ୍ୱର ରହିତହୃତପିଣ୍ଡର କ୍ରିୟା, ହେଲି ଅନୁତାପେ ଘାରି,ଭାବିଲି ବିସର୍ଜ ପ୍ରାଣ ଯୋଗ୍ୟ ପ୍ରାୟଶ୍ଚିତ୍ତବିହିବି ମୁଁ ଏ ପାପର, ଏମନ୍ତ ସମୟେହେଲା ଅଶରୀରୀ ବାଣୀ ଶୂନ୍ୟମଣ୍ଡଳରୁ-‘‘ପକାଅ ଅର୍ଜୁନ, ନେଇ ଏ ମୃତ ଗୋଧନେମହେନ୍ଦ୍ରତନୟା ସିନ୍ଧୁ ପବିତ୍ର ସଙ୍ଗମେ,କର ତହିଁ ସ୍ନାନ, ହେବ ପାପମୁକ୍ତ ।’’ ଶୁଣିଏ ଆଦେଶ, ହେଲି ସଖେ, ଆଶ୍ୱସ୍ତ, ସଜୀବ,ପାଳିଲି ତକ୍ଷଣେ ତାହା ଯଥାତଥରୁପେ ।ନେବାବେଳେ ଧନୁ ହୁଳେ ସେ ଦୁଷିତ ଶବେ,ପଡ଼ିଲା ପଥରେ ଛିଡ଼ି କାନ ପୁଣ୍ଟି ତାର,ସବଳେ ଫିଙ୍ଗିଲା କାଳେ ସେ ସଙ୍ଗମ ତୀର୍ଥେ,ବରଷିଲା କୋଟି କୋଟି ରୁଧିରକଣିକା,ସଂସ୍ଥାପି ସେ ତିନି ସ୍ଥାନେ ତିନି ଶିବଲିଙ୍ଗ-ପ୍ରଥମେ ଗୋକର୍ଣ୍ଣେଶ୍ୱର, ଦୁଯେ ପୁଟେଶ୍ୱର,କୋଟିଲିଙ୍ଗେଶ୍ୱର ନାମେ ତୃତୀୟ ସ୍ଥାନରେ,ଦକ୍ଷିଣ ସାଗରମୁଖେ କଲି ତହୁ ଯାତ୍ରା ।ଲଙ୍ଘି ପଥେ ଗୋଦାବରୀ, କୃଷ୍ଣା-କୃଷ୍ଣବେଣୀ,ବହୁ ଗିରି, ବହୁ ଗ୍ରାମ, କାନ୍ତାର, ପ୍ରାନ୍ତାର,ହେଲି ଉପସ୍ଥିତ ଶେଷେ ରାମେଶ୍ୱରଧାମେ,ଦେଖିଲି ଶ୍ରୀରାମକୃତ ଦୀର୍ଘ ଶିଳାସେତୁବିରାଜେ ବାରିଧିବକ୍ଷେ, ବହି ତେତାସ୍ମୃତି ।ପୁଜି ରାମେଶ୍ୱର ଶିବେ ଭକ୍ତି ଉପଚାରେ,ପିଇଣ ଚରଣାମୃତ- ଦୁଃଖ, ତାପହର,ବାହାରିଲି ତହୁଁ ମୁହିଁ ପଶ୍ଚିମାଭିମୁଖେ,କେତେ ଦିନେ ଉପସ୍ଥିତ ପ୍ରଭାସ ତୀର୍ଥରେ,ସୌଭାଗ୍ୟତଃ ହେଲା ତହିଁ ତୁମ୍ଭ ସହ ଭେଟ । ’’ନୀରବନ୍ତେ ପାଥ ହସି ଭାଷିଲେ କେଶବ-‘‘ଭାଗ୍ୟବାନ ଭାଇ ତୁମ୍ଭେ, ଭ୍ରମି ବହୁ ତୀର୍ଥେଅର୍ଜିଲ ଅକ୍ଷୟ ପୁଣ୍ୟ ଅକ୍ଷୟ ପୌରୁଷ ।’’ଉତ୍ତରିଲେ କୃଷ୍ଣସଖା, ବିନୟେ ମଧୁରେ-‘‘ସତ୍ୟ ସଖେ, ସତ୍ୟ ସତ୍ୟ ଭାଗ୍ୟଧର ମୁହିଁ,ଦର୍ଶନେ ଶ୍ରୀପଦ ଯାଙ୍କ ମିଳେ ଅବହେଳେକୋଟି ତୀର୍ଥ ଦର୍ଶନର କୋଟିଗୁଣ ଫଳ,କିଏ ଭାଗ୍ୟବାନ ତାଙ୍କ ଭୃତ୍ୟଠାରୁ ବଳି ?’’ସଗବାକ୍ଷ କକ୍ଷେ ବସି ପୁରଲକ୍ଷ୍ମୀକୁଳଶୁଣୁଥିଲେ ପାର୍ଥ ଉକ୍ତ ଭ୍ରମଣ କାହାଣୀ,ଶୁଣୁଥିଲା ଭଦ୍ରା ବସି ଉତ୍କର୍ଣ୍ଣେ ଉଦ୍ବେଗେ,ଚାହୁଁଥିଲା ଥରେ ଥରେ ଚୋରା ଚାହାଣୀରେପାର୍ଥ ମୁଖେ, ପାର୍ଥ ସୁଦ୍ଧା ଆଗ୍ରହ କଟାକ୍ଷେଶୁଝି ଦେଉଥିଲେ ସେହି ଋଣି ବାରମ୍ବାର ।ନିକ୍ଷେପି ଉଭୟ ପ୍ରତି ଉଭୟେ ସେକାଳେହୃଦୟଉଜୁଡ଼ା ଦୃଷ୍ଟି, ଲୁଟିଲେ ଅଲକ୍ଷ୍ୟେପରସ୍ପର ହୃଦ, ଦୁହେଁ ଦୁହିଁଙ୍କ ମଧ୍ୟରେଚିତ୍ତଲଖା ନୂତନତ୍ୱ ଦେଖି ପ୍ରତିଥରକଲେ ଆତ୍ମା ବିନିମୟ ନୟନେ ନୟନେ ।ଅଲକ୍ଷ୍ୟେ ଆରବ୍ଧ ହେଲା ପ୍ରଣୟର କାର୍ଯ୍ୟ ।ଶୁଣି ବୀରବାଳା ପାର୍ଥ ବୀରତ୍ୱ କାହାଣୀଦୈନ୍ୟଉକ୍ତିବୋଳା, ହୋଇ ଉଠିଲା ଉତ୍ଫୁଲ୍ଲ,ମିଶିଲା ଶୋଣିତେ ଯେହ୍ନେ କେବଣ ଅଦ୍ଭୁତବୈଦ୍ୟୁତିକ ଶକ୍ତି,ମୁଖ ଦିଶିଲା ଉଜ୍ଜ୍ୱଳମଧ୍ୟାହ୍ନ କମଳ ପ୍ରାୟ, ଫୁଲକୁଳେଶ୍ୱରୀ ।ସେ କାଳର ଭାବ ବାଳା ରଖିଲା ଘୋଡ଼ାଇଗୁଢ଼ ଆବରଣେ, ଏକା ସତ୍ୟଭାମା ବିନାନ ପାରିଲେ ଆନ କେହି ଲକ୍ଷ୍ୟ କରି ତାହା ।ରତ ହେଲେ କୃଷ୍ନାର୍ଜୁନ ଅନ୍ୟ ପ୍ରସଙ୍ଗରେ,ବାହୁଡ଼ିଲେ ମହିଷୀଏ ଶୁଦ୍ଧାନ୍ତାଭିମୁଖେ,ଉଠିଗଲା ଭଦ୍ରା, ମାତ୍ର ଅର୍ଜୁନ ହୃଦୟେରଖିଗଲା ପ୍ରତିବିମ୍ବ, ଦେଇ ଗଲା ପୁଣିକି ଏକ ଅଜ୍ଞାତ ତୃଷା, ଅନୀରନିବୃତ୍ତ ।ପାର୍ଥହୃଦ- ମୃର୍ତ୍ତିଯନ୍ତ୍ର ୧, ରହିଗଲା ତହିସୁଭଦ୍ରା ପ୍ରତିମା ଦୃଢ଼େ ହୋଇ ସମାଙ୍କିତ,ତଥା ପୁଣି ଭଦ୍ରାହୃଦ, ଘେନିଗଲା ସେହୁ୧-ଫଟୋବ୍ରାଯ ।ପାର୍ଥମୁର୍ତ୍ତି, ରଙ୍କଜନ ଗଣ୍ଠିରତ୍ନ ପ୍ରାୟ ।ବାରମ୍ବାର ଚାହିଁ ଚାହିଁ ପଛକୁ ସୁଭଦ୍ରାଯାଉଁ ଯାଉଁ ଖଣ୍ଡେ ଦୁରେ ରହିଗଲେ ପଛେ,ଡାକଦେଲେ ସତ୍ୟଭାମା, ‘‘ଆସ ଜେମାମଣି,ରହିଲାଣି ଏତେ ପଛେ, ବୃଦ୍ଧା ନାରୀ ପ୍ରାୟ,ନାହିଁ କି ଗୋ ପାଦେ ବଳ, କେ ହରିଲା ତାହା !’’ଭାଷିଲେ ସୁଭଦ୍ରା ତହୁଁ ହୋଇ ଅପ୍ରତିଭ-‘‘ଯାଉଛି ଯାଉଛି ଦେବି ! ଝୁଣ୍ଟିଲି ପଥରେ ।’’‘‘ଜାଣିଥିଲି ଝୁଣ୍ଟିବୁତୁ ଝୁଣ୍ଟିଆଶୋଭିନି, ’’ପ୍ରତିବାକ୍ୟେ ସତ୍ୟଭାମା ବୋଇଲେ ସହାସ୍ୟେ,‘‘ପ୍ରଥମେ ପ୍ରଣୟ ପଥେ ଝୁଣ୍ଟିବା ମଙ୍ଗଳ,କିନ୍ତୁ ହୋଇ ନାହିଁ ତ ଗୋ କ୍ଷତ ଜେମା ମଣି,ପାଦେ କିମ୍ବା ହୃଦେ, ଯଦି ହୋଇଥାଏ ପାଦେଶୁଖିଯିବ ତେବେ ତାହା ବଳେ ବଳେ ଆପେ,ମାତ୍ର ହୃଦକ୍ଷତ, ସଖି, ହେବ ନାହିଁ ଶୁଷ୍କନ ଲଭିଲେ ଜରୋଷଧୀ ଅର୍ଜୁନ ରସ ସେ । ’’ ୨୨- ଅର୍ଜୁନଗଛର ଛାଲ ଚୂର୍ଣ୍ଣ କରି ପ୍ରୟୋଗ କଲେ କ୍ଷତ ଆରୋଗ୍ୟ ହୁଏ ।ଶୁଣି ଏ ଛଳୋକ୍ତି ଭଦ୍ରା, ସାହିତ୍ୟପ୍ରବୀଣା,ନ ଦେଲା ଉତ୍ତର କିଛି, ରହିଲା ମଉନେ,ରୋଧଦେଲା କଣ୍ଠ ତାର ସ୍ତ୍ରୀସୁଲଭ ଲଜ୍ଜ୍ୱା ।ପ୍ରାଣ ମଧ୍ୟେ ବହି ଏକ ନୁତନ ଅଭାବ,ଅପୂର୍ଣ୍ଣ ଆକାଙ୍କ୍ଷା, ବାଳା ପ୍ରବେଶିଲା ଯାଇଭ୍ରାତୃଜାୟା ଗହଣରେ ଅନ୍ତଃପୁର ମଧ୍ୟେ ।