ସୁଭଦ୍ରା
ଚିନ୍ତାମଣି ମହାନ୍ତି · ଭାଗ ୩ / ୧୦
ସମ୍ପୂର୍ଣ୍ଣ ସୂଚୀପତ୍ର
ତୃତୀୟ ସର୍ଗ
ମଧ୍ୟାହ୍ନ ସମୟ, ଧରା-ବିରଳଚହଳ,ତେଜସ୍ୱୀ ଭୁପତି ଯଥା, ରଖେ ଉଷ୍ଣକଟୁରାଜନୀତିବଳେ କରି ପ୍ରଜାଙ୍କୁ ଶଙ୍କିତ,ପ୍ରଚଣ୍ଡ ମାର୍ତ୍ତଣ୍ଡକରେ ତଥା ଜୀବକୁଳନୀରବ, ସଶଙ୍କ । ନରେ ବିଶ୍ରାମିଲେ ସୁଖେଗୃହେ, ପଶୁପକ୍ଷିବୃନ୍ଦ-କାନନେ, କୁଲାୟେ,ଶିଥିଳ ଏକାଳେ କର୍ମ-ଗ୍ରନ୍ଥି ସକଳର ।ବିଜେ କୃଷ୍ଣ, ମାଧ୍ୟାହ୍ନିକ ଉପାସନା ପରେ(ଯାଦବ-ଅଦୃଷ୍ଟାକାଶ-ଉଜ୍ଜ୍ୱଳଚନ୍ଦ୍ରମା)ବିଶ୍ରାମ-ମଣ୍ଡପେ, କିବା ଅଦ୍ଭୁତ-ସୁନ୍ଦରସେ ମଣ୍ଡପ, ବହୁବର୍ଣ୍ଣୀ ପ୍ରସ୍ତରେ ନିର୍ମିତ,ମାତ୍ର ସେ ପ୍ରସ୍ତରେ ନାହିଁ ପ୍ରସ୍ତର-ସୁଲଭକଠିନତା, କୋମଳ ସେ, କୋମଳ ଯେସନସୁପାତି ତୂଳକା, ବିଛା ମଣ୍ଡପେ ଖରଡ଼,ପଡ଼ିଅଛି ତା ଉପରେ ମାଣିକ୍ୟ ମୁକ୍ତାରେଚାରୁ ସରୁ କାରୁକମ ଧାଡ଼ି ଧାଡ଼ି ହୋଇ ।ହୀରକର ସ୍ତମ୍ଭଗାତ୍ରେ ମାଡ଼ିଛି ବିରଜେସପୁଷ୍ପା ସୁବର୍ଣ୍ଣଲତା, ପ୍ରବାଳର ରୁଅ,ବନ୍ଧା ତହିଁ ରୌପ୍ୟସୂତ୍ରେ ବୈଦୁର୍ଯ୍ୟର ବତା,ସୁବର୍ଣ୍ଣ ପତ୍ରରେ ଢଙ୍କା ମଣ୍ଡପର ଚାଳ ।ଝୁଲୁଛି ମଣ୍ଡପ କୋଶେ ସୁବର୍ଣ୍ଣ ପଞ୍ଜରୀ,ବସିଣ ସାରିକା ତହିଁ, ଅବସନ୍ନ କଣ୍ଠେ‘‘ନାରାୟଣ ହୁରି’’ ଶବ୍ଦ ଉଚ୍ଚାରୁ ଉଚ୍ଚାରୁପଡ଼ୁଛି ଢୁଳେଇ, ତହୁଁ ଉଚ୍ଚାରିତ ଶବ୍ଦଯାଉଛି ଅସ୍ପଷ୍ଟ ପୁଣି ବିଶୃଙ୍ଖଳ ହୋଇମଦ୍ୟପ ପ୍ରତାପ ଯଥା, କିମ୍ବା ଭୀରୁବାକ୍ୟ;ସ୍ୱଭାବେ ସେ ଲଘୁନିଦ୍ର, ଯାଉଅଛି ଭାଙ୍ଗିକ୍ଷଣ କ୍ଷଣ ନିଦ୍ରା, ତହୁଁ ମଧ୍ୟେ ମଧ୍ୟେ ପକ୍ଷୀଉଠୁଅଛି ଉଚ୍ଚସ୍ୱରେ ହରି ନାମ ଗାଇ ।ସାରିକାର ଅଦ୍ଧସୁପ୍ତି, ଅର୍ଦ୍ଧ ଜାଗରଣଦେଖୁଛନ୍ତି ବସି କୃଷ୍ଣ ନିର୍ନିମେଷେ ଚାହିଁ ।କି ଭକ୍ତିଶୋଷିଣୀ ମୂର୍ତ୍ତି ! ସନ୍ଦର୍ଶନ ମାତ୍ରେହୋଇଯାଏ ଭକ୍ତିଭାଣ୍ଡ ଅଜ୍ଞାତେ ଉଜାଡ଼ି,କି ମୋହନ ବେଶ, କିବା ଚାରୁ ଠାଣି-ମାଣି,କି ସୁନ୍ଦର ଶ୍ୟାମ ତନୁ, ହୋଇଛନ୍ତି ଆହା,ଅରୂପ-ସୁନ୍ଦର, ଏବେ ସରୂପ ସୁନ୍ଦର ।ପ୍ରଶାନ୍ତ ଶରୀର, ଧୀର ଗମ୍ଭୀର ନିଷ୍ପନ୍ଦ,ଯଥା ବାରିଗର୍ଭ ଘନ-ଅବାତବିକ୍ଷୁବ୍ଧ,ମହାଚିନ୍ତାଶୀଳ ମୂର୍ତ୍ତି, ମସ୍ତକେ ଯେସନକି ବିଶାଳ ଚିନ୍ତାଭାର ରହିଅଛି ଚାପା ।କୋଟି ଶଶିପ୍ରଭା ଖେଳେ ବଦନ-ପଙ୍କଜେ,ସ୍ଥିର-ସତ୍ୟପୁତ ଦୃଷ୍ଟି, ନିଃସରେ ତହିଁରୁକରୁଣା-କିରଣଧାରା, ତୃପ୍ତି ପ୍ରୀତି ସହ,ବିଜେ କିବା ଶାନ୍ତି-ଦେବୀ ପୁରୁଷ ମୂର୍ତ୍ତିରେ ।ବାହାରି ଶରୀରୁ ଦିବ୍ୟ ବୈଦ୍ୟୁତିକ ଜ୍ୟୋତିପଡ଼ୁଛି ବିକୀର୍ଣ୍ଣ ହୋଇ ଚୌଦିଗେ ସତତ,ଲାଗିଛି ଜ୍ୟୋତିର କ୍ରୀଡ଼ା, ଜ୍ୟୋତିର ଉତ୍ସବଅଥବା ଜ୍ୟୋତିର ଜ୍ୟୋତି ମୂର୍ତ୍ତିମନ୍ତ ଏଥି ।ଶୋଭେ ଚାରୁ ବନମାଳା ବନମାଳୀ ବକ୍ଷେ,ଘନ ବକ୍ଷେ ଇନ୍ଦ୍ରଧନୁ ଯଥା ବର୍ଷାକାଳେ,ସ୍ୱର୍ଣ୍ଣ ଉପବୀତ, ଯଥା ବିଜୁଳି-ବିଳାସ ।ଏ ସମୟେ ସତ୍ୟଭାମା ହୋଇ ଉପସ୍ଥିତପ୍ରଣମିଲେ ପତିପଦେ, ପ୍ରଣମେ ଯେସନଶେଫାଳିକା ଫୁଲକୁଳ ରାଜରାଜେଶ୍ୱରୀଶରଦ ପୟରେ ପ୍ରାତେ, ହେଲା ମିଶାମିଶିମଣ୍ଡପ ଜ୍ୟୋତିରେ କୃଷ୍ଣ କୃଷ୍ଣପ୍ରିୟା ଜ୍ୟୋତି,ଆହା, ସେ କି ଜ୍ୟୋତିରାଜ୍ୟ, ଲାଗିଅଛି କିବାଜ୍ୟୋତିରେ ଜ୍ୟୋତିରେ ତହିଁ ବିବାହ ଉତ୍ସବ !ଦେବପତି ପଦପ୍ରାନ୍ତେ ବସିଲେ ସେ ଦେବୀ,କି ଶୋଭା ସେ, ବସିଛି କି ସିନ୍ଧୁପଦତଳେବେଳା-ସିନ୍ଧୁରାଣୀ; ଗଲା ମହାଧ୍ୟାନ ଭାଙ୍ଗି,ଭାଷିଲେ ସସ୍ମିତେ କୃଷ୍ଣ ମଧୁର ବଚନେ-‘ଅସମୟେ କିପାଁ ପ୍ରିୟେ ?’ ଉତ୍ତରିଲେ ଦେବୀ‘‘ସେବକୀ ପକ୍ଷରେ ନାହିଁ ସମୟାସମୟ,ସବୁବେଳେ ପ୍ରଭୁସେବା କର୍ମ, ଧର୍ମ ତାର,ନିବସେ କି ଛାୟା କେବେ କାୟା ପାଶୁଁ ଦୂରେ ?’’ଶୁଣି ଏହା ବାସୁଦେବ, କୃଷ୍ଣ ପୀତାମ୍ବର,ଭାଷିଲେ ଆଦରବୋଳା ସ୍ନେହଗିରେ, ‘‘ଦେବି !ତୁମ୍ଭ ମୁଖେ ଏକା ସିନା ସମ୍ଭବ ଏଭଳିଜ୍ଞାନଗର୍ଭ ସତ୍ୟ ବାଣୀ-ଧର୍ମାନୁପ୍ରାଣିତ,ସାରୀ ସିନା ହରିନାମ କରେ ଉଚ୍ଚାରଣ,ସମ୍ଭବିବ କାହୁଁ ତାହା ବାୟସୀ ତୁଣ୍ଡରେ ?ଥାଏ ମୂଲ୍ୟବାନ ମଣି ସର୍ପିଣୀ ମସ୍ତକେ,ନୁହେଁ ମହୀଲତାଶିରେ ।’’ ହସି ହସି ତହୁଁଭାଷିଲେ ପ୍ରଣୟଭାଷେ କେଶବବାସନା-‘‘ତେବେ ମୁଁ ନାଗୁଣୀ, ହେଉ ସତ୍ୟ ତୁମ୍ଭ ବାଣୀ,ହେଲେ ନାଗ ଜାତି, ପ୍ରଭୁ କର ଆଶୀର୍ବାଦ,ହୁଏଁ ଯେହ୍ନେ ବହୁଫଣ ଅନନ୍ତ ନାଗ ମୁଁ,ତାହା ହେଲେ ହେବି ଧନ୍ୟ, ଲଭି ଶ୍ରୀଅଙ୍ଗରପୁଣ୍ୟ ସ୍ପର୍ଶସୁଖାମୃତ, ନିସ୍ତରିବି ନାଥ,କି ସୌଭାଗ୍ୟ ଅଛି ଭଲ ଏଥୁ ବଳି ଭବେ ?ଦେବ, ତବ ପୁଣ୍ୟପଦେ-ଅଭୀଷ୍ଟଦ ପଦେପୁରସ୍କାରପ୍ରାର୍ଥିନୀ ଏ ସେବାଦାସୀ ଆଜି ।’’‘‘କି ପୁରସ୍କାର ସେ ସତ୍ୟ !’’ ପୁଚ୍ଛନ୍ତେ କଂସାରି,‘‘ବୀରତ୍ୱର ପୁରସ୍କାର’’, ଉତ୍ତରିଲେ ଦେବୀ ।ଉଚ୍ଚ ହାସ୍ୟେ କୃଷ୍ଣ ତହୁଁ କହିଲେ କୌତୁକେ,‘‘କି ବୀରତ୍ୱ ସତ୍ୟଭାମା-ଅବଳା ବୀରତ୍ୱ ?କହୁ କହୁ କି ବୀରତ୍ୱ ପ୍ରକାଶି ବା କାହିଁଆଣିଛ ବିଜୟଲକ୍ଷ୍ମୀ ଅଞ୍ଚଳରେ ବାନ୍ଧି,ଶ୍ରବଣେ ମାନସ ମୋର ଉତ୍ସୁକ ସେ କଥା ।’’ଭାଷିଲେ ଭାରତୀରୂପୀ ମହିଷୀ ଭାରତୀ-‘‘ନୁହେଁ ଅବଜ୍ଞାତ ଦେବ, ଅବଳାବୀରତ୍ୱ,ଅସାଧ୍ୟ ଯା ରୁଦ୍ରେନ୍ଦ୍ରାଦି ଅମର ଶକ୍ତିର,ଅବଳା ଶକ୍ତିରେ ତାହା ସୁସାଧ୍ୟ ସର୍ବଥା ।ଯେ କାଳେ ମହିଷାସୁର, ସୁନ୍ଦ, ଉପସୁନ୍ଦ,ଅମର-ଅବଧ୍ୟ, କଲେ ସ୍ୱର୍ଗେ ଅତ୍ୟାଚାର,ଦୁର୍ଦ୍ଦଣ୍ଡ ପ୍ରତାପେ ତାଙ୍କ କମ୍ପିଲା ତ୍ରିପୁର,କେ ରଖିଲା ସୃଷ୍ଟି, ପ୍ରଭୋ ସେକାଳେ ତୁମ୍ଭର ?ମୃଣାଳ-କୋମଠ, ସତ୍ୟ ଅବଳାର ଭୁଜ,ମାନ ତହିଁ ନ୍ୟସ୍ତ ବଜ୍ରବିଭଞ୍ଜିନୀ ଶକ୍ତି ।’’କହିଲେ ଶ୍ରୀକୃଷ୍ଣ ହସି, ‘‘ସତ ସତ୍ୟଭାମା,ଅବଳା ନିରସ୍ତ୍ର ବୀର, ପାରନ୍ତି ସେ ଭେଦିବିନା ଅସ୍ତ୍ରେ ଲକ୍ଷ୍ୟ । ତୀକ୍ଷ୍ମ ଜିହ୍ୱା, ତୀକ୍ଷ୍ମ ନେତ୍ରଅମୋଘ ବ୍ରହ୍ମାସ୍ତ୍ର ଯାର, କେଉଁ ଲୋଡ଼ା ତାରପ୍ରାକୃତ ଧାତବ ଅସ୍ତ୍ରେ, ଛାର ସେ ତା କତି,ନିଜେ ତ ଅବଳା ଅସ୍ତ୍ର, ତୀକ୍ଷ୍ମ କ୍ଷୁରଧାର,କି ଲୋଡ଼ା ଅସ୍ତ୍ରର ଅସ୍ତ୍ର, ବିଫଳ ଭାର ସେ ?’’‘‘ହୋଇଥିଲେ ସର୍ପ, ଏବେ ଅସ୍ତ୍ର ହେଲି ପୁଣି,’’ଭାଷିଲେ ଲଳିତ ସ୍ୱରେ ଲଳିତଲତାଙ୍ଗୀ-‘‘ହେଲେ ହେବି ସୁଦର୍ଶନ ଅସ୍ତ୍ର-ବିଶ୍ୱଧର୍ଷୀ,ଲାଗିବି କାର୍ଯ୍ୟରେ ତବ, ଲାଗିବି ଆଦେଶେ ।ନାଗ, ଅସ୍ତ୍ର, ଦୁଇଟି ମୋ ନବୀନ ଉପାଧି,ପାହିଥିଲା ଶୁଭ ଯୋଗେ ନିଶି , ଲାଭ ତେଣୁନବୋପାଧି ସ୍ମରଣୀୟ ଶୁଭ ଦିନ ଆଜି ।ନିତ୍ୟ ଯେ ଉପାଧିବନ୍ତ ନବ ଉପାଧିରେ,କୋଟି ବିଶ୍ୱ, କୋଟି ଗ୍ରହ, କୋଟି ଧୂମକେତୁ,ଉପାଧିର ମାଳାରୂପେ ଲମ୍ବିତ ଯା ବକ୍ଷେ,ନିରୁପାଧି ହୋଇ ସୁଦ୍ଧା ଯେ ଉପାଧିବନ୍ତ,ଏ ବ୍ରହ୍ମାଣ୍ଡ ଯାହାଙ୍କର ଅନନ୍ତ ଉପାଧି,କି ସ୍ଥାବର କି ଜଙ୍ଗମ ପ୍ରତ୍ୟେକ ରନ୍ଧ୍ରରେହେଉଛି ଉପାଧି ଯାତ ନୀରବେ ଧ୍ୱନିତ,ଉପାଧିର ଉପାଧି ଯେ, ମହାମହୋପାଧି,ଏଡ଼େ ପ୍ରିୟ ଯାହାଙ୍କର ଉପାଧି ଶୟନେ,ନ ମଣ୍ଡିବେ କିପାଁ ବା ସେ ଉପାଧିରେ ଆନେ ?’’‘‘ପରାସ୍ତ ମୁଁ ପ୍ରିୟେ, ତବ ବାକ୍ୟଚାତୁରୀରେ,କହ ତେବେ କି ବୀରତ୍ୱ ପ୍ରକାଶିଲ କାହିଁ ?’’ଭାଷିଲେ ମହିଷୀ,’’ ନାଥ, କି ବୀରତ୍ୱ ଆଉ,ସ୍ୱାମୀ ପାଶେ ରମଣୀର ଅଳିହିଁ ବୀରତ୍ୱ,ଆସିଛି ଯେ କାର୍ଯ୍ୟେ, ତାର ସଫଳ ଆଦେଶନ ଲଭିବାଯାଏଁ, କେବେ ନ ହେବି ନିରସ୍ତଦାମ୍ପତ୍ୟ-ପ୍ରଣୟ-ରଣେ, କରୁଥିବି ସମେଅବଳାଅଭ୍ୟସ୍ତ ଅସ୍ତ୍ର-ଲୋତକ ପ୍ରୟୋଗ,ଏହାହିଁ ବୀରତ୍ୱ, ପ୍ରଭୋ, ଦୀନା ଅବଳାର,ଶୁଣ ଏବେ ନିବେଦିବି ଅଭୀଷ୍ଟ ଶ୍ରୀପଦେ ।ଦୁଗ୍ଧ ଦେଇ କାକୋଦରେ କଲେ ସମାଦରସେ ଯଥା ଦଂଶନ କରେ ଆଦରକର୍ତ୍ତାକୁ,ତଥା ଯେବେ ପାପମତି ଗୋଶୃଙ୍ଗ ଦାନବବିଶ୍ୱାସଘାତକ, ଆସି ଯଜ୍ଞନିମନ୍ତ୍ରଣେ,ନିକ୍ଷେପି ଅନଳକୁଣ୍ଡେ ସାଗ୍ରଜ ତୁମ୍ଭଙ୍କୁ,(ଯଜ୍ଞରେ ଦୀକ୍ଷିତ ହେତୁ ନିରେଖି ନିରସ୍ତ୍ର)ପଳାଉଣଥିଲା ଦୃଷ୍ଟ ରଥେ ଘେନି ମୋତେ,ସେ ପୋଡ଼ା ଦିନର ନାଥ, ଭୀଷଣ ଦୁଃସ୍ମୃତିନ ଯିବ ପାସୋର ମନୁ, ଆଜୀବନ କେବେ ।ସ୍ୱଳ୍ପାୟୁ ସୁଖର ସ୍ମୃତି, ସ୍ୱଳ୍ପାୟୁ ଯେସନତୁମ୍ଭ ଶତ୍ରୁ, କିମ୍ବା ମରୁସ୍ଥଳେ ବାରିବିନ୍ଦୁ,ମାତ୍ର ଦୁଃଖସ୍ମୃତି, ପ୍ରଭୋ, ଚିର ଅପାସୋରା ।ବ୍ରହ୍ମାଣ୍ଡ ବିଧ୍ୱଂସେ ଦକ୍ଷ ଯଦୁ-ଅନୀକିନୀନ ପାରିଲା ଗତି ରୋଧି ସେ ଉଗ୍ର ଦୈତ୍ୟର,ରୋଧିଲା କେବଳ ପାର୍ଥ, ଶରପୀଡ଼ା କରି,ଶୁଣି ମୋ କ୍ରନ୍ଦନଧ୍ୱନି ବୀରଚୂଡ଼ାମଣି,ଧାଇଁ ଆସି ଶର-ଦୁର୍ଗେ ବନ୍ଦୀ କରି ଦୈତ୍ୟେପ୍ରେରିଲା ଶମନସୁରେ, ଈଷତ ସମରେ ।କି ଅଦ୍ଭୁତ ଶିକ୍ଷା ତାର, ବାନ୍ଧିଲା ଚୌପାଶେଶରରେ ପ୍ରାଚୀର, ଶିର ଲାଗିଲା ତାହାରତୁଙ୍ଗ ଚନ୍ଦ୍ରାଲୋକେ, ଊର୍ଦ୍ଧ୍ୱେ ଚାନ୍ଦୁଆ ଆକାରେରହିଲା ଶୂନ୍ୟରେ ଶର ଲଗାଲଗି ହାଇଊର୍ଦ୍ଧ୍ୱପୁଙ୍ଖ ନିମ୍ନମୁଖ ଭାବେ, ନ ରହିଲାରନ୍ଧ୍ର ତହିଁ, ଥାଉ ଆନ ନ ପାରିଲା ଭେଦିବାୟୁ କି ଆଲାକ ସେହି ଶର-ଚନ୍ଦ୍ରାତପେ ।ହେଲା ଶରଦୁର୍ଗେ ବନ୍ଦୀ, ବନ୍ଦୀ ଯଥା ଟୋପେମତ୍ତ ମାତଙ୍ଗଜ, ବିଧି ଶୃରସିଂହ ତାକୁଉଦ୍ଧାରିଲା ମୋତେ, କଲା ପୁନର୍ଜନ୍ମ ଦାନା ।ନ ପାରିଣ ଶୁଝି ଏହି ମହୋପକାରରମହାଋଣ ଲଜ୍ଜିତ ମୁଁ ଧନଞ୍ଜୟ କତି,ଅର୍ଜ୍ଜୁନ ସହିତ ଦେଇ ଭଦ୍ରାର ବିବାହଶୁଝିବି ସେ ଋଣ, ମାଗେ ଅନୁମତି ଦାସୀ ।’’ଶୁଣି ଏହା ଉଚ୍ଚହାସ୍ୟେ ଭାଷିଲେ କେଶବ-‘‘କାହାର ବିବାହ ସତ୍ୟଭାମା ସୁଭଦ୍ରାର ?ଯେ ଆବାଲ୍ୟ ସନ୍ନ୍ୟାସିନୀ, ଚିର ଉଦାସୀନା,ତାହାର ବିବାହ ! ସେବା, ଆତ୍ମତ୍ୟାଗ ଯାରଜୀବନର ଚିରବ୍ରତ, ଚିର ଅଲେଳ ଯେ,ବୁଝିବକି, ସତ୍ୟଭାମା, ବିବାହ ମୂଲ୍ୟ ସେ ?’’‘କିପାଁ ନ ବୁଝିବ’, ଦେବୀ ଭାଷିଲେ ଉଦ୍ଦେଗେ-‘‘ନୁହେଁ ତ ସାମାନ୍ୟ ନାରୀ ଭଦ୍ରା-ଯଦୁଜେମା,ମହାବଂଶେ ଜନ୍ମ ଯାର, ସ୍ୱୟଂ ନାରାୟଣଯାର ଭ୍ରାତାରୂପୀ ଗୁରୁ, ପଣ୍ଡିତା ସେ ହରି !କିପାଁ ବା ସେ ନ ବୁଝିବ ବିବାହର ମୂଲ୍ୟ ?ବିବାହେ ପୁର୍ଣ୍ଣତା ଲଭେ ନାରୀର ଜୀବନ,ନାରୀଜୀବନର ମହା ସଂସ୍କାର ବିବାହ,ମୁଖ୍ୟ ଲକ୍ଷ୍ୟ ଏକା ସିନା ସେ ମହା ସଂସ୍କାରନାରୀଜୀବନର, ଦେବ, ତୁମ୍ଭ ଶିଷ୍ୟା ଭଦ୍ରା,ନୁହେଁ ଅବିଦିତା ଏହା, ନାରୀଧର୍ମାଭିଜ୍ଞା ।ତପସ୍ୱିନୀ ସତ ଭଦ୍ରା ମାତ୍ର ତା ତପସ୍ୟାବିବାହବିହୀନେ ବୃଥା, ଅସମ୍ପୂର୍ଣ୍ଣ ତାହା,ତପସ୍ୱିନୀକୁଳଟିକା ସୀତା-ଜନକଜା,ଅନସୁୟା, ଅରୁନ୍ଧତୀ, ଆତ୍ରେୟୀ, ଗୌତମୀ,କେ ହୋଇଛି ପରିଣୟେ ବୀତସ୍ପୃହ କାହିଁ ?ତେବେ ହୁଏ କୁମୁଦିନୀ ବିଧୁପ୍ରୟାସିନୀ,ଥାଏ ନାହିଁ ଚିତ୍ତେ ତାର ନକ୍ଷତ୍ରପ୍ରୟାସ,ମିଳେ ଯଦି ଯୋଗ୍ୟ, ପତି କିପାଁ ତେବେ ଭଦ୍ରାପ୍ରକାଶିବ ଅସମ୍ମତି ମଙ୍ଗଳ ଉଦାହେ ?ମୋ ବିଚାରେ ଯୋଗ୍ୟ ସ୍ୱାମୀ ଅର୍ଜ୍ଜୁନ ତାହାରଦୁହେଁ ଦୁହିଙ୍କର ଯୋଗ୍ୟ, ପାର୍ଥ-ବ୍ରହ୍ମଚାରୀ,ବ୍ରହ୍ମଚାରିଣୀ-ସୁଭଦ୍ରା, ପାର୍ଥ-ଆତ୍ମଞ୍ଜୟ,ସୁଭଦ୍ରା-ଗୌରବ ଚିତ୍ର ତ୍ୟାଗ ମହିମାର,ବିଷ୍ଣୁ ତବ ପ୍ରିୟ ଶିଷ୍ୟ, ଭଦ୍ରା ପ୍ରିୟ ଶିଷ୍ୟା,ସବ୍ୟସାଚୀ-ପୂର୍ଣ୍ଣନର, ପୂର୍ଣ୍ଣନାରୀ ଭଦ୍ରା,ସେ ବେନି ମିଳନ, ରାଜଯୋଟକ ନିଶ୍ଚୟା ।’’ନୀରବନ୍ତେ ସତ୍ୟଭାମା ଭାଷିଲେ ଭବେଶ-‘‘ସତ୍ୟ ସତ୍ୟ ! ଯା କହିଲ ଉପଯୁକ୍ତ ବରସୁଭଦ୍ରାର ବାସବେୟ, ମହା ଉପକାରୀ,ଆବର ପରମାତ୍ମୀୟ ଯଦୁକୁଳର ସେ,ଅର୍ଜ୍ଜୁନ ଆଦର୍ଶ ନର ହୋଇ କାଳାଧୀନରଖିଛି ଅଧୀନ କରି ବାଳକୁ ସ୍ୱଗୁଣେ,ପ୍ରଚଣ୍ଡ ଭାସ୍କର ପାର୍ଥ, ଅତିରଅକୁଳେ,ଭଦ୍ରା ଫୁଲ୍ଲପଙ୍କଜିନୀ-ସୁଷମା ସାମ୍ରାଜ୍ୟେ,ସର୍ବାଂଶରେ ଉପଯୁକ୍ତ ବେନିଙ୍କ ମିଳନ ।କିନ୍ତୁ ସତ୍ୟ ! ଅଛି ଦୃଢ଼ ଅନ୍ତରାୟ ତହିଁହେବେ କି ସମ୍ମତ ଆର୍ଯ୍ୟ ବଳରାମ ଏଥି ?ପାଣ୍ଡବଙ୍କ ପ୍ରତି ସେ ତ ବୀତଶ୍ରଦ୍ଧ ସଦା ।’’‘ଜାଣେ ମୁହିଁ ଦେବ’, ଦେବୀ ଭାଷିଲେ ଚଞ୍ଚଳେ‘‘ବଡ଼ ଏକବୁଝା ବଡ଼ ଠାକୁର ସତତ,ଛାଡ଼ିଯା ରେ ପାପ ଜ୍ୱିହ୍ୱା, କଲୁ ଗୁରୁନିନ୍ଦା,ମାତ୍ର ଯଥା କ୍ଷଣରୁଷ୍ଟ, ଆଶୁତୁଷ୍ଟ ତଥା,ପୁଣି ମହାଗୁଣଗ୍ରାହୀ, କରି ଯେ ଉଦ୍ଧାରଭ୍ରାତୁ ବଧୂକୁ ତାଙ୍କର, ଦାନବ କବଳୁରକ୍ଷାକଲା କୁଳ ମାନ ମୋହର ବିଶ୍ୱାସକରିବେ ସେ ନିଶ୍ଚେ ତାର ସଦ୍ଗୁଣ ଗ୍ରହଣ-ବୀରତ୍ୱର ଯୋଗ୍ୟ ପୂଜା, ଅର୍ପି ପୁରସ୍କାର,ବୀର ନେତ୍ରେ ବୀରବୀର୍ଯ୍ୟ ମହାମୂଲ୍ୟବାନ,ବୀରର ଗୌରବ ତୀର୍ଥ ବୀର ହୃଦ ଏକା ।ବଡ଼ ଠାକୁରଙ୍କ ସ୍ନେହ ମୋ ପ୍ରତି ଅତୁଳ,ମଣନ୍ତି ସେ ମୋତେ ସଦା ଅନୁଜା ସମାନପ୍ରକାଶନ୍ତି ତେଣୁ ଦେବ, ମଧୁର ବାତ୍ସଲ୍ୟ,ତାଙ୍କରି କରୁଣାମୃତ ଲଭି ସତ୍ୟଭାମାସତତ ଗର୍ବିତା ସିନା, ଜାଣିଲେ ସେ ମୋରଏହି ଶୁଭ ଅଭିଳାଷ, ଦେବେ ନାହିଁ ବାଧା ।ଅଭାଗୀର ଭାଗ୍ୟଦୋଷେ ତଥାପି ଯଦ୍ୟପିନ ହେବେ ସସ୍ମତ, ତେବେ ମଣାଇବ ତୁମ୍ଭେ,ରହିବ ଅଟଳ ଯହିଁ ଏ ସେବକୀପଣକର ସେ ଉପାୟ, ପ୍ରଭୁ, ଏତିକି ମାଗୁଣି ।କହୁ ନାହିଁ ଗର୍ବ କରି କହୁଛି କେବଳତୁମ୍ଭ ବଳେ, ତୁମ୍ଭ ଦୟା ଉପରେ ନିର୍ଭରି,ଟଳିବ ପଛକେ ଗିରି, ଆକାଶ, ପାତାଳ,ମାତ୍ର ନ ଟଳିବ, ପ୍ରଭୋ, ସତ୍ୟଭାମା ପଣ ।ସାଧିବ ତୁମ୍ଭରିଦ୍ୱାରା ଏ କାର୍ଯ୍ୟ ନିଶ୍ଚୟ ।ଜାଣେ ପ୍ରଭୁ, ଭବେ ତୁମ୍ଭେ ଜ୍ଞାନର ଅସାଧ୍ୟ,ଧ୍ୟାନର ଅସାଧ୍ୟ, ପୁଣି ଧାରଣା-ଅସାଧ୍ୟ,ମାତ୍ର ନୁହେଁ, ହେ ସଦୟ ! ଅସାଧ୍ୟ ଭକ୍ତିର;କାୟମନୋବାକ୍ୟେ ଯେବେ ଥିବ ଏ ଦାସୀରସେ ଅପାପବିଦ୍ଧ ପଦେ ଭକ୍ତି ଐକାନ୍ତିକୀ,ଆଣି ଦେବ ତେବେ ସେହି ଭକ୍ତି ମୋର ମୋତେସମ୍ପୂର୍ଣ୍ଣ ସାଫଲ୍ୟ, ଧ୍ରୁବ ଏ ଧାରଣା ମୋର ।ତୁମ୍ଭେ ମୋ ସର୍ବସ୍ୱ, ନାଥ, ତୁମ୍ଭ ଯୋଗେ ସିନାସତ୍ୟଭାମା ମାନ୍ୟ, ଗଣ୍ୟ, ଧନ୍ୟ ଏ ମହୀରେ,କାମନା, ବାସନା, ଇଚ୍ଛା, ସବୁ ତୁମ୍ଭେ ମୋର,ଅନେକ ଅଛନ୍ତି, ଦେବ, ମୋ ପରି ତୁମ୍ଭର,ମାତ୍ର ତୁମ୍ଭ ପରି ମୋର ନାହିଁ କେହି ଆନ ।’’ଏହା ଭାଷି ଦେବୀ କଲେ ନେତ୍ର ଛଳଛଳ,ଶଶବ୍ୟସ୍ତେ ତହୁଁ କୃଷ୍ଣ ଦେବୀଙ୍କ ନୟନୁପୋଛି ଦେଇ ସେ ପ୍ରେମାଶ୍ରୁ (ପୋଛିଦିଏ ଯଥାପଙ୍କଜିନୀ ନେତ୍ରୁ ରବି ହିମାଶ୍ରୁ କଣିକାଦିବସ ଶୈଶବ କାଳେ, ସ୍ୱର୍ଣ୍ଣକର-କରେ)ଭାଷିଲେ ସସ୍ନେହ ଗିରେ-‘‘ସ୍ଥିର ହୁଏ ସତ୍ୟ !କର ଧୈର୍ଯ୍ୟାବଲମ୍ବନ, ତେଜ ବୃଥା ଚିନ୍ତା,ଯଥାକାଳେ ହେବ କାର୍ଯ୍ୟ, ନ ହୁଅ ଚଞ୍ଚଳ ।ଯାଉଥାନ୍ତା ହୋଇ ଯେବେ ଚିନ୍ତା ମାତ୍ରେ କାର୍ଯ୍ୟ,ତେବେ ତ ବିଫଳ ଆଦୌ ନୁହନ୍ତା ଗୋଟିଏଭବେ ନର ଜୀବନର ଅନନ୍ତ କଳ୍ପନା ।ସମ୍ପ୍ରତି ପ୍ରଭାସ ତୀର୍ଥେ ଅଛନ୍ତି ବାସବି,ଅଦ୍ୟ ଯାଇ ଆଣିବ ମୁଁ ଆମନ୍ତ୍ରି ତାହାଙ୍କୁ,ଆସୁ ପାର୍ଥ, କାଲି ହେବ ବିବାହପ୍ରସ୍ତାବଯଦୁରାଜସଭା ମଧ୍ୟେ, ନ କର ଭାବନା,ହେବ ନିଶ୍ଚେ ପ୍ରିୟେ, ତବ ବାସନା ସଫଳ ।ସ୍ୟନ୍ଦନସଙ୍କେତ ଶବ୍ଦ ଶୁଭନ୍ତେ ଏକାଳେସିଂହଦ୍ୱାରେ ଘନଘନ, ଭାଷିଲେ ଶ୍ରୀକୃଷ୍ଣ-‘‘ଶୁଣ ଦେବି ! ଶୁଣ ଏହି ଶୁଭୁଛି ଶବଦ,ଆଣିଲାଣି ରଥ ମୋର ସାରଥି ଦାରୁକ,ଯିବି ମୁଁ ପ୍ରଭାସେ, ତୁମ୍ଭେ ଯାଅ ଅନ୍ତଃପୁରେ ।’’ଏହା ଭାଷି ଯଦୁନାହା, ମନ୍ଦ ମନ୍ଦ ହସିଉଠିଲେ ଆସନୁ, ତହୁଁ ଦେବୀ ସତ୍ୟଭାମାକରି ସେହି ହାସ୍ୟ-ସୁଧା ନେତ୍ର-ତୁଣ୍ଡେ ପାନ,ନମି ପଢ଼ିପଦେ, ଗଲେ ଶୁଦ୍ଧାନ୍ତାଭିମୁଖେ ।
ଚତୁର୍ଥ ସର୍ଗ
ପର୍ବୋତ୍ସବ ଉପଲକ୍ଷେ ଧନୀ-ଗୃହଲକ୍ଷ୍ମୀ,ପିନ୍ଧି ଯାଥା ବହୁମୂଲ୍ୟ ପାଟ, ପୀତାମ୍ବର,ମଣ୍ଡିହୁଏ ଅଳଙ୍କାରେ-ଥାଏ ରହେ ଯେତେ,ଶୁନ୍ୟ କରି ମଣିରତ୍ନ ଭୂଷଣ-ମଞ୍ଜୁଷା,ତଥା ଆଜି ଦ୍ୱାରାବତୀ ହୋଇ ସୂସଜ୍ଜିତ,ମହେଷ୍ୱାସ ଅର୍ଜୁନଙ୍କ ଅଭ୍ୟର୍ଥନା ଆଶେଉବ୍ଦେଗ ପ୍ରତୀକ୍ଷା ନେତ୍ରେ ରହିଅଛି ଚାହିଁ ।ପ୍ରତିଦ୍ୱାରେ ପୂର୍ଣ୍ଣକୁମ୍ଭ, ଥୁଆ ତହିଁପରେରସାଳ ପଲ୍ଲବ ସହ ପୂଗ, ପୟଃପେଟୀ,ହୋଇଛି ରୋପିତ ପ୍ରତିଦ୍ୱାର ଦୁଇ ପାଶେଫଳବାନ ରମ୍ଭାତରୁ, ଟଙ୍କା ହାର ଊର୍ଦ୍ଧ୍ୱେସପଲ୍ଲବ ସୁକୁସୁମ ସୁନ୍ଦର ତୋରଣା ।ଦେହଳୀ, ଅଳିନ୍ଦ-ପୂର୍ଣ୍ଣ ମଙ୍ଗଳ ଝୁଟିରେ,ବିନା ବକ୍ଷ ବଲ୍ଲରୀରେ ଫୁଟିଛି କି ଆହାଭୂମିରେ ବିବିଧ ଫୁଲ, ଅଥବା ଅଙ୍କିତଶୁକ୍ଳାକ୍ଷରେ ନଗରୀର ପବିତ୍ର ହୃଦୟେସମୁଦାର ଭାବରାଶି-ବନ୍ଧୁ ମିଳନର ।ବାହାରୁଛି ପ୍ରତିଘରୁ ଧୂପ ପୁଷ୍ପ ଗନ୍ଧ,ଅବଗାହି ସେ ସୁଗନ୍ଧ-ଅମୃତ-ସାଗରେଗନ୍ଧବହୁ, ରାଜପଥେ କରୁଛି ପ୍ରଚାର-ସଜ୍ମନି ସଙ୍ଗରେ ଦିବ୍ୟ ଅଦ୍ଭୁତ ମହିମା ।ପଥ ଘାଟ ପରିଷ୍କୃତ, ଶିଶୁହୃଦ ଯଥା,ଝୁଲେ ପଥ ବେନି ପାର୍ଶ୍ୱେ ଚାରୁ ଓରମାଳପୁଷ୍ପମାଳ ସହୁ, କେତେ ବିଶାଳ ତୋରଣହୋଇଛି ନିର୍ମିତ ପଥେ ପ୍ରତିଶୃଙ୍ଗାଟକେ,ସ୍ତମ୍ଭ ତାର ବହୁବର୍ଣ୍ଣୀ ବସନେ ମଣ୍ଡିତ,ସଳଖାଇ ଇନ୍ଦ୍ରଧନୁ ଯନ୍ତ୍ରକୌଶଳରେତହିଁ ବା ତୋରଣ ସ୍ତମ୍ଭ ହାଇଛି ରଚିତ ।କେବଣ ତୋରଣେ ଲେଖା ସୁବର୍ଣ୍ଣ ଅକ୍ଷରେଅର୍ଜୁନର ନାମାବଳୀ, କାହିଁରେ ଅଙ୍କିତ-‘‘ସ୍ୱାଗତ ଭାରତରତ୍ନ ପାର୍ଥ ଯଦୁବନ୍ଧୁ,ବୀରତ୍ୱ-ଗୌରବ-ଗିରି-ଊଜସ୍ୱଳ ଚୂଡ଼ା’’କାହିଁବା ଲିଖିତ-‘‘ଜୟ ଧନଞ୍ଜୟ ଜୟ ।’’ଉଠୁଅଛି ବାଦ୍ୟରୋଳ ସିନ୍ଧୁନାଦ ପ୍ରାୟ ,ହେଉଛି ତା ରୌବତକ କନ୍ଦରେ କନ୍ଦରେସୁପ୍ରତିଧ୍ୱନିତ, ଯେହ୍ନେ ରସିକ ରୌବତକରୁଛି କୌତୁକେ ବ୍ୟଙ୍ଗ ବିଦ୍ରୂପ ସେ ଶବ୍ଦେ ।ମହାପ୍ରାଣ, ମହାବୀର ପାର୍ଥଦର୍ଶନାଶେବହୁଅଛି ଜନସ୍ରୋତ ସହସ୍ରମୁଖରେ,ପଥ, ଘାଟ ଗୃହପିଣ୍ଡ, ପ୍ରାଙ୍ଗଣ, ପ୍ରାନ୍ତରପରିପୂର୍ଣ୍ଣ ଜନବଗେ, ବହୁ ରଥ, ଗଜସନ୍ତରି ସେ ଜନ-ସିନ୍ଧୁ କରେ ଯାତାୟାତ ।ମଣି-ମାଣିକିତ ରଥ, ସୁବର୍ଣ୍ଣ ଅମାରି,ଦିଶେ ଯଥା ଚଳସୌଧ ରତ୍ନପତାକିତ ।ଲାଗିଅଛି ସ୍ଥାନେ ସ୍ଥାନେ ଆମୋଦ କୌତୁକ,କାହିଁ ନୃତ୍ୟ, କାହିଁ ବାଦ୍ୟ, କାହିଁବା ସଙ୍ଗୀତ,କାହିଁ ଅବା ଏକାଧାରେ ତିନିଙ୍କ ମିଳନ,କାହିଁ ମଲ୍ଲକ୍ରୀଡ଼ା କାହିଁ ଅବା ବାଣପୋଡ଼ାଲାଗିଛି ସାଟୋପେ ଅହୋ କି ଅଦ୍ଭୁତ ଦୃଶ୍ୟଅଗ୍ନିଚୂର୍ଣ୍ଣ * ମହାକ୍ରୀଡ଼ା, କେଡ଼େ କମନୀୟ,* ବାରୁଦବିସ୍ମୟେ ସ୍ତମ୍ଭିତ ହେରି ଦର୍ଶକନିକର ।ଦିବସରେ ବାଣକ୍ରୀଡ଼ା ଚମତ୍କାରପ୍ରଦ,ବିଜ୍ଞ ଇନ୍ଦ୍ର ଜାଲକାର ପ୍ରାୟ ବାଣକାରଦେଖାଉଛି ନବ ନବ ଇନ୍ଦ୍ରାଜାଲ ନଭେ,ପ୍ରଥମେ ମୟୁର ବାଣେ ଲଗାଲଗି ଅଗ୍ନି,ଉଠିଯାଇ ଶୂନ୍ୟେବାଣ ହାବେଳୀ ଆକାରେଗଲା ଫାଟି, ମୁହୂର୍ତ୍ତକେ ଲକ୍ଷ ଲକ୍ଷ ତହୁଁବାହାରି ସୁବର୍ଣ୍ଣ ଶିଖୀ, ଉଡ଼ିଲେ ବିସ୍ତାରିଉଜ୍ଜ୍ୱଳ ଆଗ୍ନେୟ ପକ୍ଷ, ମୁହୂର୍ତ୍ତକେ ପୁଣିଗଲେ ସେ ଉଭେଇ କାହିଁ । ଆଉ ଏକ ବାଣେଦେଖାଗଲା ଶୂନ୍ୟ ମତ୍ତ ମତଙ୍ଗଜଦ୍ୱୟରତ ଘୋରଯୁଦ୍ଧେ, ଦନ୍ତେ ଦନ୍ତେ ଶୁଣ୍ଢେ ଶୁଣ୍ଢେମୁଣ୍ଡେ ମୁଣ୍ଡେ ହୋଇ ଦୃଢ଼େ ଜଡ଼ାଜଡି କ୍ରୋଧେ,କରୁ କରୁ ଯୁଦ୍ଧ ଦୁହେଁ ଗଲେ ଖରେ ପୋଡ଼ି ।ଅନ୍ୟ ବାଣେ କୋଟି କୋଟି ଜନ୍ମି ନୀଜ ନାଗ,ଗର୍ଜି ସଇଁ ସଇଁ ସ୍ୱରେ, ତୋଳି ରୁଦ୍ର ଫଣାଖେଳିଲେ ଆକାଶେ, ବ୍ୟଗ୍ରେ ବିଶୃଙ୍ଖଳଭାବେ,ଉଲ୍କାପିଣ୍ଡ ପ୍ରାୟ, ତହୁ ଉଠିଲା ସଘନେଦର୍ଶକମଣ୍ଡଳୀ ମଧ୍ୟୁ ହର୍ଷ କରତାଳି,କ୍ଷଣକ ଉତ୍ତାରେ ହେଲା ଅନ୍ତର ସେ ଦୃଶ୍ୟ ।ଅନନ୍ତର ଅନ୍ୟ ବାଣେ ହେଲା ଅକସ୍ମାତଶୂନ୍ୟେ ଉପବନ ସୃଷ୍ଟ, ସ୍ୱର୍ଣ୍ଣ ବୃକ୍ଷେ ତହିଁଫୁଟିଅଛି ଫଳିଅଛି ସ୍ୱର୍ଣ୍ଣ ଫୁଲଫଳ,ଦେଖୁ ଦେଖୁ ତାହା ପୁଣି ଗଲାକ ଉଭେଇ ।ଦିଶିଲା ଅପର ବାଣେ ଗଗନେ ଏସନ-ଐରାବତ ପୃଷ୍ଠେ ବିଜେ ଇନ୍ଦ୍ର ସୁନାସୀର,ସୁନାର ମୁକୁଟ ଶିରେ, କରେ ସ୍ୱର୍ଣ୍ଣ ବଜ୍ର,ଚତୁର୍ଦ୍ଦନ୍ତ ଐରାବତ-ଅନଳ ଉଜ୍ଜ୍ୱଳ,ସତେ ଯେହ୍ନେ ଦେବରାଜ ଆରୋହି ବାରଣେଆସୁଛନ୍ତି ମର୍ତ୍ତ୍ୟେ ଖସି ଭୀଷଣ ଗତିରେ,ମାତ୍ର ଆସି ଖଣ୍ଡେ ଦୂର ଗଲେ ସେ ମିଳାଇ ।କାହିଁ ବା ଉଡ଼ାନ୍ତି ଜନେ ପ୍ରଦୀପପଞ୍ଜରୀହସ୍ତୀ, ଅଶ୍ୱ, ବ୍ୟାଘ୍ର, ସିଂହ ବିବିଧାକୃତିର,ହୁଡ଼ ମାରି ଯେହ୍ନେ ଏହି ପ୍ରବଳ ପଶୁଏବିନା ପକ୍ଷେ ଉଡ଼ୁଛନ୍ତି ଅଦ୍ଭୁତ କୌଶଳେ ।ଆଶାରାଜ୍ୟେ ପଥଭ୍ରାନ୍ତ ପଥିକ ସମାନବୁଲି ବୁଲି ବହୁସ୍ଥାନେ ଦର୍ଶକମଣ୍ଡଳୀଦେଖୁଛନ୍ତି ହର୍ଷେ ଏହି ଲୋଭନୀୟ ଦୃଶ୍ୟ ।ଦିଶିଲା ଅଦୂରେ ନଭେ ଗରୁଡ଼-କେତନ,ଶୁଭିଲା ଘର୍ଘର ଶବ୍ଦ ସ୍ୟନ୍ଦନପାଦର,କୃଷ୍ଣାର୍ଜୁନ ବିଜେ ଜାଣି ଧାଇଁଲେ ସକଳେ,ଦିଶିଲା କ୍ରମଶଃ ରଥ, ସାରଥି, ତୁରଙ୍ଗ,ଚୋବାଇ ମୁଖସ ଅଶ୍ୱେ, ଗ୍ରୀବା ଭାଙ୍ଗି ଗର୍ବେ,ଚାଲିଛନ୍ତି ମୃଦୁ ମନ୍ଦ ନର୍ତ୍ତନ ଗତିରେ ** କଦମଚାଲିଛନ୍ତି ରହୁବରେ ଘେରିଣ ଯାତ୍ରିକେ,ତିମିଶିଶୁବୃନ୍ଦ ଯଥା ତିମି ଚଉପାଶେ ।କୃଷ୍ଣାର୍ଜୁନ ବିଜେ ରଥେ, ଦେଖିଣ ବନ୍ଦୀଏଗାଇଲେ ମଧୁରେ ସ୍ତୁତି, ଉଠିଲା ଉଛୁଳିକୁଳବାକାକୁଳ-ଶଙ୍ଖ ହୁଳହୁଳୀ ଧ୍ୱନି,ଚୌପାଶୁ କୁସୁମବୃଷ୍ଟି ହେଲା ରଥ ପରେସେ କୁସୁମ ରଥ, ପଥ ହେଲା ପରିପୂର୍ଣ୍ଣ ।ଦୁଇ କୃଷ୍ଣ କିବା ଆଜି ବିଜେ ଏକାସନେ,କିବା ଦୁଇ ଚନ୍ଦ୍ର ଉଦେ ଏକଇ ମଣ୍ଡଳେ,ଦେହପ୍ରଭା ରଥ ପୂରି ପଡ଼ୁଛି ଉଛୁଳି,ଉତ୍ତରଳ ଦୁଗ୍ଧ ଯଥା ପାତ୍ର ଚଉପାଶେ ।ଯେହ୍ନେ ଏକ ମୂର୍ତ୍ତି, ଆନ ପ୍ରତିବିମ୍ବ ତାର,କିମ୍ବା ଯଥା ଏକ ଛାଞ୍ଚେ ଢଳା ଦୁଇ ମୂର୍ତ୍ତି,ନ ଥିଲେ ଗୈରିକ ବାସ-ସନ୍ନ୍ୟାସସଙ୍କେତଧନଞ୍ଜୟ କଳେବରେ, ବୀରେଶ-ଗୌରବ,କିଏ କୃଷ୍ଣ, କିଏ ପାର୍ଥ, ନ ହୁଅନ୍ତା ଚିହ୍ନି ।ବିଜେ ଯଥା ଏକାସନେ ସାହସ ବିକ୍ରମ,କିମ୍ବା କର୍ମ ଅପବର୍ଗ, ନତୁ ପ୍ରାଣ ଆତ୍ମା ।ନିଖିଳ ପ୍ରତିଭା-ଢେଉ ଖେଳେ ଏକମୁଖେ,ଆନ-ମୁଖେ-ମାଧ୍ୟନ୍ଦିନ ରବିରଶ୍ମି ସହଖେଳୁଛି ଶାରଦ-ପର୍ବଜ୍ୟୋସ୍ନାମଧୁରିମା,କରିଅଛି ଆଲିଙ୍ଗନ ରୌଦ୍ରେ ଜ୍ୟୋସ୍ନା । ଯଥା ।ଅର୍ଜୁନ ପୁରୁଷ ମୂର୍ତ୍ତି-କ୍ଷତ୍ରିୟ ଶକ୍ତିର,ଶାନ୍ତିର ମୋହନ ମୂର୍ତ୍ତି ଦୈବକୀ-ନନ୍ଦନ,ଭାବ-ଉତ୍ସ ଉପତ୍ୟକା-ଜଣଙ୍କର ବକ୍ଷ,ଶୌର୍ଯ୍ୟର ବିଳାସ-କ୍ଷେତ୍ର-ବକ୍ଷ ଅପରର,କର୍ମେ ଦୁହେ ସୁଖୀ, ସଦା ସୁଖ-ଶ୍ରମ-ଶ୍ରାନ୍ତ,ଅଧିକନ୍ତୁ ବେନିଙ୍କର ପ୍ରସନ୍ନ ନୟନୁବହେ ସଦା ବିଶ୍ୱପ୍ରେମ-ସଞ୍ଜୀବନୀ ସୁଧା ।ଏକେତ ଦ୍ୱାରକା ପୁରୀ ଦେବଲୋଭନୀୟ,ଦୁଯେ ତହିଁ ଫୁଟିଅଛି ଉତ୍ସବ ଲାବଣ୍ୟ,ସ୍ୱଭାବସୁନ୍ଦର ଫୁଲ, ହୁଏ ସେ ଯଦ୍ୟପିଜ୍ୟୋସ୍ନାମୃତେ ସଂମାର୍ଜିତ, କି ଲକ୍ଷ୍ୟ ତାହାକୁ !ଦେଖିଲେ ସେ ପୁରୀ ପାର୍ଥ ନିର୍ନିମେଷ ନେତ୍ରେଚାଲିଛି ରଥ୍ୟାରେ ରଥ, ଅ ଖରଗତିରେ,ପ୍ରଶସ୍ତ ସେ ରମ୍ୟ ପଥ, ପ୍ରଶସ୍ତ ଯେସନଉଦାରନୈତିକ ହୃଦ, ଆବର ସୁଦୃଢ଼ମୃଢ଼ର ବିଶ୍ୱାସ ଯଥା, ନିର୍ଗତ ସେ ପଥରାଜପୁରୀ ପଦ ମୁଳୁ, ଦେଖି ତାହା ଦୂରୁପ୍ରତେ ହୁଏ ଦର୍ଶକର ମାନସେ ଏସନକରୁଛି କି ଦଣ୍ଡବତ ବ୍ୟବସ୍ଥାପୟରେନୀତି, କିମ୍ବା ତରଙ୍ଗିଣୀ ଚାରୁ ବୋଳାପଦେ ।ଦୁଇ ପାର୍ଶ୍ୱେ ହର୍ମ୍ୟାବଳୀ ତୁଙ୍ଗ ସୂଚଟୁଳ,ହସେ ଚାହିଁ ପରସ୍ପରେ, ପ୍ରତି ସୌଧ ଆଗେରାଜେ ରମ୍ୟ ଉପବନ-ପୃଷ୍ଠ-ତାରକିତ,ସମ୍ମୁଖେ ଅଟ୍ଟାଳୀ ଯେହ୍ନେ ଥୋଇ କି ଚିଟାଉପଡ଼ୁଛି ତନ୍ମୟେ, ନୀଳ କାକତଖଣ୍ଡରେଲିଖିତ ସେ ବିଶୃଙ୍ଖଳ କୁସୁମ-ଅକ୍ଷରେ ।ଯାଉଁ ଯାଉଁ ଏକ ସ୍ଥାନେ ଦେଖିଲେ ଅର୍ଜୁନଶଙ୍ଖ ସୌଧ, ଲାଗିଅଛି ଆରୋହିଣୀ ୧ ତହିଁଲୋହିତ ମର୍ମରେ, ଶିରେ ସୁବର୍ଣ୍ଣ କଳସ‘ବସୁଦେବ ଗ୍ରନ୍ଥାଗାର’ ଲିଖିତ ତହିଁରେ ।ଭିତ୍ତିରେ ପୁରାଣ ଚିତ୍ର ଅଙ୍କିତ ତାହାର,କାହିଁ ଚଣ୍ଡୀଯୁଦ୍ଧ କାହିଁ ରାମାୟଣ-ଋଣ,କାହି ବୃତ୍ର ବାସବର ଅଦ୍ଭୁତ ସମର,ଏହିପରି କେତେ ଛବି ଅଙ୍କା କେତେ ସ୍ଥାନେ,ସତେ ଯେହ୍ନେ ସେ ସୌଧଟି ଜୀବିତ ମୂରତି-ଇତିହାସ, ପୁରାଣର, ଧରି ଉଭା ସେହୁଅତୀତର ସତ୍ୟରାଶି, ଉଠୁଅଛି ଫୁଟିପ୍ରତି ଚିତ୍ରୁ ସୁଶିଳ୍ପୀର ଅନନ୍ତ ପ୍ରତିଭା ।ନିରେଖି ସେ ସୌମ୍ୟ ହର୍ମ୍ୟ, ଜିଜ୍ଞାସୁ ନୟନେଚାହାଁନ୍ତେ ଶ୍ରୀକୃଷ୍ଣ ମୁଖ ତୃତୀୟ କୌନ୍ତେୟ,ଭାଷିଲେ କଂସାରି, ‘‘ସଖେ, ଏ ଗ୍ରନ୍ଥଭଣ୍ଡାରସ୍ଥାପିତ ପବିତ୍ର ନାମେ ପିତୃଦେବଙ୍କର,ସଭ୍ୟତାର ଆଦିପୀଠ ଏ ପୁଣ୍ୟ ଭାରତେ-ଜ୍ଞାନର ବୌକୁଣ୍ଠଧାମ ବିରାଟ ଭାରତେ,ଅଛି ଯେତେ କାବ୍ୟ, ଶାସ୍ତ୍ର, ପୁରାଣ, ନାଟକ,ଜ୍ୟୋତିର୍ବେଦ, ଆୟୁର୍ବେଦ, ଧନୁର୍ବେଦ ଆଦି,ସକଳ ରକ୍ଷିତ ଏଥି, ସ୍ଥୂଳତଃ ଏଥିରେନାହିଁ ଯାହା, ନାହିଁ ତାହା ନିଖିଳ ଭାରତେ ।କେତେ ଗ୍ରନ୍ଥ ତାଳପତ୍ରେ ଲେଖନ ଲିଖିତ,କେତେ ଭୁର୍ଜପତ୍ରେ ଲେଖା-ଅଳକ୍ତକଜଳେ,ଗ୍ରନ୍ଥର ଅନନ୍ତ ସିନ୍ଧୁ ଏହି ଗ୍ରନ୍ଥାଗାର,ଅଛି ଏଥି ଯେତେ ଗ୍ରନ୍ଥ, ନାହିଁ ସଂଜ୍ଞା ତାରସଂଖ୍ୟାଶାସ୍ତ୍ରେ, ପ୍ରତିଦିନ ନାଗରିକେ ଏଥିକରନ୍ତି ପୁସ୍ତକ ପାଠ ସମବେତ ହୋଇ ।ଏଣେ ଦେଖ, ‘ଉଗ୍ରସେନ ପ୍ରଦର୍ଶନୀ’ ଏହି,କପର୍ଦ୍ଦକେ ବିନିର୍ମିତ ଆପାଦମସ୍ତକ,ଅନନ୍ତ ସମୃଦ୍ଧିପୂର୍ଣ୍ଣ, ଏ ହର୍ମ୍ୟ ସମ୍ପଦଭାରତ ସୀମାରେ ନୁହେଁ ଆବଦ୍ଧ କେବଳ,ଆସମୁଦ୍ର ମହୀ ମଧ୍ୟେ ମିଳେ ଯାହା ଯହିଁକୃଷିଜାତ, ଶିଳ୍ପଜାତ ଉତ୍କୃଷ୍ଟ ପଦାର୍ଥ,ସଂଗୃହୀତ ଏଥି ସର୍ବ, ପ୍ରତିଦ୍ରବ୍ୟ ସହରହିଛି ଲିଖିତ ତାର ପ୍ରସ୍ତୁତପ୍ରଣାଳୀ ।ଚିର ଅବାରିତ ଏହି ପ୍ରଦର୍ଶନୀଦ୍ୱାର,ପ୍ରଜାଏ ଆଦର୍ଶ ଦେଖି କରନ୍ତି ତାହାରଅନୁକୃତି, ଧନାଗମ ଶୁଭ ପନ୍ଥା ଏହା ।ନୁହେ ଯେଉଁ ରାଜ୍ୟ, ସଖେ ସକ୍ଷମ ସର୍ବଥାନିତ୍ୟ ନବ ଉତ୍ପାଦନେ, ଶ୍ରୀବୃଦ୍ଧିହୀନ ସେ,ନ ପଡ଼େ ତା ନାମେ ଗାର ଉନ୍ନତି-ଖାତାରେ ।ଏହି ଯେ ଦିଶୁଛି ସୌଧ କୌମୁଦୀଧବତ,‘ସାନ୍ଦୀପନି ୨ ଆଶ୍ରମ’ ସେ, ଗଜଦନ୍ତେ ଗଢ଼ା,ଆମ୍ଭେ ବେନି ସୋଦରଙ୍କ ଶିକ୍ଷାଗୁରୁ ଋଷି,୧-ନିଶୁଣୀ । ୨-କୃଷ୍ଣ, ବଳରାମଙ୍କର ଗୁରୁ ।(ନିୟତ ନିର୍ବେଦମଗ୍ନ ଚିର ତପଃପ୍ରାଣ)ତାଙ୍କ ସ୍ମୃତିରକ୍ଷାକଳ୍ପେ ନିର୍ମିତ ଏ ହର୍ମ୍ୟ ।ହୁଅନ୍ତି ପାଳିତ ପୁଣି ଶିକ୍ଷିତ ଦୀକ୍ଷିତଅନାଥ ବାଳକେ ଏଥି ଅନ୍ତ୍ୟଜଜାତୀୟ,କରିଦିଏ ଏ ପାବନ ଆଶ୍ରମ ତାଙ୍କରଜୀବନ ଗଠନ, ଗମ୍ୟ ସରଣୀ ସରଳ,ଗଢ଼ିଦିଏ ଭାବୀ ଭାଗ୍ୟ ସୁନ୍ଦର ଗଠନେ ।ତହିଁ ପାଶେ ତିମିଙ୍ଗିଳ କଙ୍କାଳେ ନିର୍ମିତତୁଙ୍ଗ ହୁର୍ମ୍ୟରାଜି, ଯାର ପୃଥୁ ସ୍ତମ୍ଭାବତୀସଂଗଠିତ ସାମୁଦ୍ରିକ ଚିତ୍ର ଶୁକ୍ତିକାରେ,ସମ୍ମୁଖ ତୋରଣ ଶିରେ ଶୋହେ କୁଞ୍ଜଲତାସୁବର୍ଣ୍ଣଖଡିକା ମଞ୍ଚେ, ପୁଞ୍ଜ ପୁଞ୍ଜ ଫୁଲେ,କି ସୁନ୍ଦର ରକ୍ତପୁଷ୍ପ, ନୀଳ ଲତାକୁଞ୍ଜେ,ଫୁଟିଛି କି ରଜୋଭାବ ତାମସ ହୃଦୟେ ।ଅନ୍ନଛତ୍ର ସେ ଅଟ୍ଟାଳୀ ମାତୃଦେବୀଙ୍କର,ଚିହ୍ନିତ ‘ଦୈବକୀ ଛତ୍ର’ ଅଭିଧାରେ ସେହୁ ।ଲକ୍ଷ ଲକ୍ଷ ଦୀନଦୁଃଖୀ ନିରାଶ୍ରୟ ଜନେବିତରିତ ହୁଏ ତହି ଅନ୍ନ ପ୍ରତିଦିନ ।ବିମାତାଙ୍କ ସଂସ୍ଥାପିତ ଦେଖ ତହିଁ ପାଶେ-‘ରୋହିଣୀ ଚିକିତ୍ସାଳୟ’ ପରିଚାଳିତ ସେବହୁ ସୂପ୍ରବୀଣ ଶିଷ୍ଟ ଚିକିତ୍ସକ-ରତ୍ନେ,ପ୍ରତି କକ୍ଷେ ଟଙ୍ଗା ସିକା, ଥୁଆ ତହିଁ ପରେମୃତ୍ପାତ୍ରେ ବିବିଧ ଘୃତ, ତୈଳ, ଚୂର୍ଣ୍ଣ, ବଟୀ,ମୋଦକ, ଆସବ, ଲେହ, ବର୍ତ୍ତିକା, ଅରିଷ୍ଟ,ଅବଲେପ, ରସାୟନ, ବାଜୀକରଣାଦିକେତେ ମହୌଷଧ, ପାତ୍ର ପଲମେ ଆବୃତ ।ଅଛନ୍ତି ସହସ୍ରେ ଧାତ୍ରୀ, ରୋଗୀଚର୍ଯ୍ୟା ପାଇଁପଥ୍ୟ ପ୍ରସ୍ତୁତାର୍ଥେ ଛନ୍ତି ପାଚକ୍ନିଯୁକ୍ତ,ବହୁ ଦୂରବର୍ତ୍ତୀ ରାଜ୍ୟୁ ଯାତ୍ରିଦଳ ପ୍ରାୟଆସିଣ ହତାଶ ରୋଗୀ, ଅନାଥ, ଅକ୍ଷମ,ହୁଅନ୍ତି ସାଦରେ ରୋଗୀ ଏଥି ନିତ୍ୟ ଚିକିତ୍ସିତ ।ପୀତବର୍ଣ୍ଣ ହୁର୍ମ୍ୟରାଜି ଦିଶୁଛି ଯେ ଏଣେ,ପାନ୍ଥ-ନିବାସ ସେ, ପୀତ ମର୍ମରେ ନିର୍ମିତ ।ପାର୍ଶ୍ୱେ ତାର ରଙ୍ଗାଳୟ, ହୁଏ ଅଭିନୀତନିତ୍ୟ ନବ ନାଟ୍ୟ ତହିଁ, ଲାଗିଛି ତାହାକୁସଙ୍ଗୀତ-ମନ୍ଦିର, ବହୁ ସ୍ୱରଶିଳ୍ପୀ ଆସିଭାରତ ବିଭିନ୍ନ କେନ୍ଦ୍ରୁ ଉଚ୍ଚପ୍ରଶସ୍ତିତ,ନିଯୁକ୍ତ ସଙ୍ଗୀତବିଦ୍ୟା ଉନ୍ନତିରେ ଏଥି ।ଶୋଭେ ଯାହା ଶିରେ ଚାରୁ ପ୍ରବାଳ କଳସ,ଚିତ୍ରଶାଳା ସେହୁ, ହୁଏ ଅଙ୍କିତ ସେଠାରେସୂରୁଚିସଙ୍ଗତ ଚିତ୍ରପଟ, ବିନା ଯନ୍ତ୍ରେ-ସାମାନ୍ୟ ତୁଳିକା, ପୁଣି ହସ୍ତସାହାଯ୍ୟରେ ।ରାଜକୀୟ କାର୍ଯ୍ୟାଳୟ ଦେଖାଏ ପାଖରେ,ସାଧାରଣ ସଭା, ଏହି ଭିତ୍ତିହୀନ ଗୃହ,ଉଭା ବହୁ ସ୍ତମ୍ଭ-ପାଦେ, ବାମଭାଗେ ତାରବ୍ୟବସ୍ଥାମଣ୍ଡପ, ହୁଏ ପ୍ରଣୟନ ଏଥିସମୁନ୍ନିତ ରାଜକୀୟ ବିଧିବ୍ୟବସ୍ଥାଦି ।ଦକ୍ଷିଣେ ମନ୍ତ୍ରଣାଗାର, ପ୍ରଣଧି-ଆବାସ,ମାନଚିତ୍ରଗୃହ, ଅଛି ଏ ଭାରତେ ଯେତେରାଜ୍ୟ, ଉପରାଜ୍ୟ, ତାର ମାନଚିତ୍ରାବଳୀରକ୍ଷିତ ଏ ଗୃହେ, ତହିଁ ପରେ ଚତୁଷ୍ପାଠୀ,ଉଚ୍ଚ ଶିକ୍ଷାଳୟ, ଶିଳ୍ପଶାଳା, ଶସ୍ୟଗାର,ସୈନ୍ୟାବାସ, ବନ୍ଦିବାସ, ଶାନ୍ତିରକ୍ଷାଗାର,ନଗରପାଳଙ୍କ ନିତ୍ୟ ବିଚାର-ଆଳୟ,ରାଜାଧିକରଣ, ତହିଁ ପରେ ଅସ୍ତ୍ରାଗାରକୁମାରଗଣର । ଚାଲ ଅନ୍ୟ ପଥେ ଏବେ,ଦେଖ ଏ ବିପଣିମାଳା, ବହୁ ଦେଶୁ ଆସିବହୁ ପଣ୍ୟକାର, ଏଥି କରନ୍ତି ସର୍ବଦାପଣ୍ୟ ବିନିମୟ, କ୍ରୟ, ଆବର ବିକ୍ରୟ ।ନାନା ମଣି ମାଣିକ୍ୟରେ ଉଜ୍ଜଳ ବିପଣି,ନିରେଖି ତା ସବ୍ୟସାଚୀ ଲଭିଲେ ସଂପ୍ରୀତି,କାହିଁ ବନ୍ଧା ମନ୍ଦୁରାରେ ନାନା ଜାତି ଦ୍ୱୟ,ବାରୀରେ * ବାରଣଯୁଥ, ଶାଳେ ଦାସେରକ,* ହସ୍ତିଶାଳାକାହିଁ ରଥଶାଳେ ଶୋଭେ ବିଚିତ୍ର ସ୍ୟନ୍ଦନ ।ଅନନ୍ତର ଦେଖି ପାର୍ଥ ବିଶାଳ ଭୂଖଣ୍ଡବିରାଟ ପ୍ରାଚୀରାବୃତ, ପୁଛିଲେ କେଶବେ-‘‘ସଖେ, ଏ କେବଣ ସ୍ଥଳୀ’’ ଉତ୍ତରିଲେ କୃଷ୍ଣ-‘‘ବିଶ୍ୱକୃଷିଶାଳା ଏହୁ, ଭାରତେ ଆଦର୍ଶ,ସୃଷ୍ଟ ଯାହା ଏ ଅବଧି ଉଦ୍ଭିଦଜଗତେ,ଅଛି ସବୁ ତାହା ଏଥି, ଏ ଆଦର୍ଶ କ୍ଷେତ୍ରଉଗ୍ରସେନ ରାଜାଙ୍କର ପ୍ରିୟ ଦ୍ରବ୍ୟ ଅତି ।’’କୃଷ୍ଣଙ୍କ ଆଦେଶ ଲଭି ଦାରୁକ ସାରଥିଚଳାଇଲା ଅନ୍ୟ ପଥେ ରଥ, ଧୀରେ ଧୀରେ,ପ୍ରଥମେ ଦେଖିଲେ ଜିଷ୍ଣୁ ଉନ୍ନତ ମନ୍ଦିରନାରାୟଣ ଦେବଙ୍କର, ଖୋଦିତ ତା ଗାତ୍ରେଧର୍ମଭାବ-ଉଦ୍ଦୀପକ ବିବିଧ ସୂଚିତ୍ର ।ମିଳି ତହିଁ ଭକ୍ତଦଳେ-ଭକ୍ତିସମାପ୍ଳୁତ,ମତ୍ତ ବିଭୁପ୍ରେମେ, କରେ ସ୍ତବ ପାଠ କେହି,କେହି ବା ସହସ୍ର ନାମ କରୁଛି ଆବୃତ୍ତି,ଲାଗିଅଛି ସଂକୀର୍ତ୍ତନ ସାଟୋପେ, ତନ୍ମୟେକାହିଁ ବା ଲାଗିଛି ପୂତ ପ୍ରସାଦ ବଣ୍ଟନ ।ସମ୍ଭୋଧି ଅର୍ଜ୍ଜୁନେ କୃଷ୍ଣ ଭାଷିଲେ ସଶ୍ରଦ୍ଧେ-‘‘ଦେଖ ଭାଇ, ଦିଶୁଅଛି ରାଜପୁରୀ ଦୁରେ,ମଠେ, ଦେବାଳୟେ ହୋଇ ନୀରନ୍ଧ୍ରେବେଷ୍ଟିତ,ଉଜ୍ଜ୍ୱଳ ପରିଧି ମଧ୍ୟେ ଶୋଭେ ଯେହ୍ନେ ଶଶୀ ।ଲାଗି ନାହିଁ ପ୍ରିୟବର, ସେ ପୁରୀ ନିର୍ମାଣେଚନ୍ଦନ ବ୍ୟତୀତ, ଅନ୍ୟ କାଷ୍ଠ, ଅନ୍ୟ ଧାତୁସୁବର୍ଣ୍ଣ ବ୍ୟତୀତ, ତାହା ଦେଖିବେ ପାଶ୍ଚାତେ ।ଚାଲିଲା ସ୍ୟନ୍ଦନ, ସିନ୍ଧୁ ତୀରେ ତୀରେ ଏବେ,ଭାସୁଛି ଆନ୍ଦୋଳି କେତେ ପଣ୍ୟତରୀ ସହରଣତରୀ ସିନ୍ଧୁ ମଧ୍ୟେ, ଲଙ୍ଘି କେତେ ତରୀଅନନ୍ତ ବାରିଧି ବକ୍ଷ, ରୁଦ୍ର ତରଙ୍ଗିତ,ଲାଗୁଛି କୂଳରେ, ଯଥା ଭାଗ୍ୟବାନ ଭକ୍ତ,କାମନା-ତରଙ୍ଗକ୍ଷୁବ୍ଧ ଭବସିନ୍ଧୁ ଲଙ୍ଘିଲଭେ ପ୍ରାଣାରାମ ପଦ ଅବଶେଷେ ଆସି ।କେତେ ପୋତ କୂଳ ଛାଡି ଯାଉଛି କ୍ରମଶଃଅଗାଧୁ ଅଗାଧୁ ତଳେ, ପୂର୍ଣ୍ଣ କରି ଗର୍ଭବହୁ ପଣ୍ୟଦ୍ରବ୍ୟେ, ଯଥା ପ୍ରଥମ ପ୍ରବେଶୀବରଜି ଆଶ୍ରୟ ସ୍ଥଳ-ବିଭୁପାଦପଦ୍ମ,ଘେନିଣ ବାସନା-ପଣ୍ୟ, ଭାସେ ଭବାର୍ଣ୍ଣବେଅନ୍ତରର ନାନା ପଥେ, ନାନା ଉପପଥେବୁଲି ବୁଲି ରହୁବର ମିଳିଲା ଆସିଣପରିଶେଷେ ସୁଭଦ୍ରାର ସେବାଶ୍ରମ ପାଶେ ।ଭାଷିଲେ ଦ୍ୱାରକାନାଥ ବୃକୋଦରାନୁଜେ-‘‘ଦେଖ ସଖେ ! ସେବାଶ୍ରମ ଭଗ୍ନୀ ସୁଭଦ୍ରାର,ବାଳିକା ସୁଭଦ୍ରା, ମାତ୍ର ଜ୍ଞାନେ ବର୍ଷୀୟସି,ଆବିର୍ଭୂତା ଯଦୁକୁଳ-ଭାଗ୍ୟଲକ୍ଷ୍ମୀରୂପେ ।ହୃଦୟ ତାହାର ଯଥା ଦେବୀର ହୃଦୟ,ନାହିଁ ସେ ହୃଦୟେ କ୍ରୋଧ, ଦ୍ୱେଷ, ହିଂସାକିଛି,ଅଛି ଖାଲି ସ୍ନେହ, ପ୍ରେମ କରୁଣା, ଦାକ୍ଷିଣ୍ୟ,ପରଦୁଃଖକାତରତା, ଆତ୍ମତ୍ୟାଗିନୀ ସେ,କି କହିବି ପ୍ରିୟବର, ଅଧିକ ତା କଥା,ଆଦର୍ଶ ସଂଯମବତୀ ବ୍ରହ୍ମଚାରିଣୀ ସେ ।କି ଦୟା ! କି ସେବା ! ପଶୁପକ୍ଷୀ ସୁଦ୍ଧା ଆହା,ନୁହନ୍ତି ବଞ୍ଚିତ ତହୁଁ, ଏ ଆଶ୍ରମ ତାର,ଚାଲ ସଖେ ସୁବ୍ୟବସ୍ଥା ଦେଖିବେ ତାହାର ।’’ଅବତରି ଦୁହେଁ ରଥୁ ପଶିଲେ ଆଶ୍ରମେ,ଦେଖି ତାଙ୍କୁ ଧାଇଁ ଆସି ଆଶ୍ରମ ମଧ୍ୟରୁସପ୍ତମବର୍ଷୀୟ ଶିଶୁ ବାଳିକା ଗୋଟିଏ,ଆନନ୍ଦେ ପିନ୍ଧାଇ ଦେଇ କୃଷ୍ଣାର୍ଜୁନଗତେସୁରଭି କୁସୁମମାଳା, ପ୍ରଣମି ଭୂମିରେଘେନିଗଲା ଆଶ୍ରମକୁ ଅଭ୍ୟର୍ଥନା କରି ।ପଥେ ଦେଖି ସୁପ୍ତା ସିଂହୀ, କହିଲା ବାଳିକା-‘‘ସୂକାନ୍ତି ! ଘୁଞ୍ଚିଯା ପଥୁ’’, ତହୁଁ କେଶରିଣୀ,ଉଠି ବସି ହାଇ ମାରି, ଆଳସ୍ୟ ଗତିରେଘୁଞ୍ଚି ଯାଇ ଦ୍ୱିପହଣ୍ଡ ନିଦ୍ରା ଗଲା ସୁଖେ ।ଦେଖି ଏ ଅଦ୍ଭୁତ ଦୃଶ୍ୟ ପୁଚ୍ଛିଲେ ବାସବି-‘‘କିଏ ଏ ବାଳିକା, ସଖେ ? କୁସୁମଭୁଷଣା,କୋମଳ କୁସୁମେ ଗଢ଼ା, ସିଂହୀ ବଶ ଯାର !’’ଉତ୍ତରିଲେ ଚକ୍ରଧର ମଧୁରେ ସସ୍ମିତେ-‘‘ସଖେ, ଏ ଅରଣ୍ୟଫୁଲ, ନ ଫୁଟେ ଏ ଫୁଲନଗର- ଉଦ୍ୟାନ ମଧ୍ୟେ- ସଯତ୍ନପାଳିତ,ଅନାର୍ଯ୍ୟା ବାଳିକା ଏଟି, ଏକାନ୍ତ ଅନାଥାଶାର୍ବ୍ଦୁଳ କବଳେ ପଡ଼ି ପିତାମାତା ତାରତେଜିଲେ ସଂସାର, ଭୟେ ବନ ମଧ୍ୟେ ହାୟପଡ଼ିଥିଲା ବାଳିକାଟି ମୁର୍ଚ୍ଛିତାବସ୍ଥାରେ,ଯାଇଥିଲେ ସତ୍ୟଭାମା ଦଇବେ ସେଦିନକାନନ ଭ୍ରମଣେ ରଥେ, ରଥୀ- ସତ୍ୟଭାମା,ସାରଥି- ସୁଭଦ୍ରା, ଭ୍ରମୁ ଭମୁ ସେ ବେନିଏଦେଖିଲେ ଶିଶୁକୁ, ତହିଁ ଦୟାବତୀ ଭଦ୍ରା,ତୋଳି ଧରି କୋଳେ ତାକୁ, ଆଣି ଏ ଆଶ୍ରମେକରିଅଛି ସଯତନେ ଲାଳନପାଳନ,ଅର୍ପିଅଛି ତାକୁ ମଧ୍ୟ ଶିକ୍ଷା ନାନାବିଧ,ଶିକ୍ଷାରେ ଅସଭ୍ୟ ଶିଶୁ ହୋଇଛି ସୁସଭ୍ୟ ।ଶୁଣ ଏବେ ଏ ସୁଶୀଳା ସିଂହୀ ବିବରଣଜନ୍ମ କରି ଅଭାଗୀକୁ ଜନନୀ ଏହାରଦାରୁଣ ପ୍ରସବ କଷ୍ଟେ ଲଭିଲା ପଞ୍ଚତ୍ୱ,ଦୁରନ୍ତ ବାୟୁସକୁଳ ଘେରି ଚଉପାଶୁହାଣୁଥାନ୍ତି ଥଣ୍ଟ ସଦ୍ୟ ଶାବକ ଶରୀରେ,ଏହି କାଳେ ଦେଖି ତାକୁ ଭଗିନୀ ସୁଭଦ୍ରା,ପାଳିଛି ଅଗାଧ ସ୍ନେହେ ଆଣି ଏ ଆଶ୍ରମେ,ସୂଆଗେ ସୂକାନ୍ତି ନାମ ରଖିଛି ତାହାର ।ସୁଭଦ୍ରାର ସ୍ନେହ, ସେବା, ସହବାସ ଗୁଣେହିଂସ୍ର ପଶୁ ସୁଦ୍ଧା ସଖେ ଭୁଲିଅଛି ହିଂସା,ଏଣେ ଦେଖ ବାଛୁରୀକି ଚାଟୁଛି ମୃଗୁଣୀଅପୂର୍ବ ବାତ୍ସଲ୍ୟସ୍ନେହେ, ଦେଖ ଦେଖ ପୁଣିପିଉଛି ଗାଭୀର ଦୁଗ୍ଧ ଶାର୍ଦ୍ଦୁଳଶାବକ ।’’ଏହିପରି ନାନା କଥା କହି ପରସ୍ପରେଭ୍ରମୁଛନ୍ତି ଆଶ୍ରମରେ, ନବ ଦୃଶ୍ୟ ଦେଖି ।କି ପାବନ ସେବାଶ୍ରମ, ପୁଣ୍ୟସୁରଭିତ,ପୂର୍ଣ୍ଣ ସଦା ମାତୃରବେ - ପୂର୍ଣ୍ଣ ହରିନାମେ,ଚିର ଶାନ୍ତିମୟ ତାହା ନବ ଶାନ୍ତିସ୍ୱର୍ଗ,ବହେ ତହିଁ ଶାନ୍ତି ପ୍ରୀତି ଆବର ମୈତ୍ରୀରତରଳ ତ୍ରିବେଣୀ ଧାରା, ଉତପ୍ଳୁତ ଗତିରେ,ବିରଳ ସେ ମହାଧାରା ମହର୍ଷି ଆଶ୍ରମେ ।ଶୋଭେ ନାନା ଜାତି ତରୁ ଚିର ଫଳବାନ,ବହୁ ଶ୍ୟାମଳାଙ୍ଗୀ ଲତା - ଚିର ପୁଷ୍ପବତୀ,ପ୍ରତି ପତ୍ରୁ, ପ୍ରତି ପୁଷ୍ପୁ, ବିହଙ୍ଗମ କଣ୍ଠୁଝରିପଡ଼େ କି ଅମୃତ ମାଦକତାମୟ,ତରୁଡାଳେ ବସି ପକ୍ଷୀ ଗାଉଛନ୍ତି ହର୍ଷେ‘‘ନାରାୟଣ ହରି’’ ଶବ୍ଦ, ଭୁଲି ନିଜ ବୋଲି,ଅବିରତ ଶୁଣି ଶୁଣି ସେ ପରମ ଶବ୍ଦ-ସବୁବେଳେ ସେହି ଶବ୍ଦ ଉଚ୍ଚାରି ଉଚ୍ଚାରିହୋଇଛନ୍ତି ଖଗେ ତହି ଆସକ୍ତ, ଅଭ୍ୟସ୍ତ,ଯାଇଛି ପ୍ରକୃତି ହୋଇ ଅଭ୍ୟାସ ତାଙ୍କର ।କେତେ ଅନ୍ଧ, କେତେ ଖଞ୍ଜ, ଆତୁର, ଅନାଥଲଭିଛନ୍ତି ସେବାଶ୍ରମେ ଅନ୍ତିମ ଆଶ୍ରୟ,ଗୁନ୍ଥୁଅଛି କେହି ଫୁଲ, କେ କରେ ଭଜନ,କେହି ରତ ଶାସ୍ତ୍ରପାଠେ, କେହି ଅଧ୍ୟୟନେ,ଲାଗିଅଛି କାହିଁ ରୋଗିସେବା, ଧାତ୍ରୀଗଣଘେନି ପଥୌଷଧ, ବୁଲି ବୁଲି ରୋଗିବୃନ୍ଦେକରାନ୍ତି ସେବନ, କରି ଆଦର ବିଶେଷ ।ଲାଗିଅଛି ଅଭ୍ୟାଗତ ପଙ୍ଗତ କାହିଁବା,ଚର୍ବ୍ୟ, ଚୁଷ୍ୟ, ଲେହ୍ୟ, ପେୟ ଚତୁର୍ବିଧ ଖାଦ୍ୟଦର୍ବୀରେ ପରଶୁଛନ୍ତି ପ୍ରବୀଣ ପାଚକେ ।ଦେଖି ପାର୍ଥ ଏହିପରି ନାନା ଅନୁଷ୍ଠାନ ।ନାନା ସ୍ଥାନେ, ଲଭି ବୀର ପୁଲକ ବିସ୍ମୟ,କହିଲେ ସମ୍ଭୋଧି କୃଷ୍ଣେ - ‘’ବୟସ୍ୟପ୍ରବର !କି ଆନନ୍ଦ - ସ୍ୱର୍ଗ ଭଦ୍ରା କରିଛି ସୃଜନ,ଆଣିଛି ଓହ୍ଲାଇ ସଖେ, ଭୁତଳେ ସେ ଏକାତ୍ରିଦିବ ପୁଣ୍ୟର ଜ୍ୟୋତି, ଆଣିଛି ଆବରଅନନ୍ତ ପ୍ରେମର ଉତ୍ସ, ଭକ୍ତି- ମନ୍ଦାକିନୀ ।ଆହା, କି ଅପୂର୍ବ ଶୋଭା-ମୋହ-ମାଦକିନୀ,ଯା ଦେଖି ପୀଡ଼ିତ ନୁହେଁ ଦର୍ଶକ ଅନ୍ତର,ପ୍ରତ୍ୟୁତ ପୀଡ଼ିତ ଚିତ୍ତ ହୁଏ ସ୍ୱାସ୍ଥ୍ୟବନ୍ତ,ସେହି ଶୋଭା ସିନା ଏକା ଶୋଭାବରଭୂଷା ।ଏତେ ଗୁଣ ବାଳିକାର ! ନୋହିବ ବା କିପାଁ,ଭ୍ରାତା ଯାର ପ୍ରତିବିମ୍ବ ବିଶ୍ୱ ସଦ୍ଗୁଣର,କିପାଁ ସେ ସୌଭାଗ୍ୟବତୀ ନ ହେବ ହେ ଭଲାଜଗତରେ ଗୁଣଧନ୍ୟା, କାହି ସେ ସୁଭଦ୍ରା ?’’ଭାଷିଲେ ଶ୍ରୀକୃଷ୍ଣ, ‘‘ସଖେ ! ଚଞ୍ଚଳା ସୁଭଦ୍ରା,କେତେବେଳେ କାହିଁଥାଏ କେ କହିବ ତାହା,ଦେଖିବ ଯେଠାବେ ଆର୍ତ୍ତଆତୁର କ୍ରନ୍ଦନ,ସୁଭଦ୍ରା ସେଠାରେ, ଯହି ଦୀନ ବିପନ୍ନରବହେ ତୀବ୍ର ତପ୍ତଶ୍ୱାସ, ସୁଭଦ୍ରା ସେଠାରେ,ଯେଉଠାରେ ପୀଡ଼ିତର କରୁଣ ଚିତ୍କାର,ସୁଭଦ୍ରା ସେଠାରେ, ନାହି ଭେଦଭାବ ତାର,କି ଆର୍ଯ୍ୟ, ଅନାର୍ଯ୍ୟ ଅବା ବିଧର୍ମୀ, ସ୍ୱଧର୍ମୀ,ସମସ୍ତେ ସମାନ, ସର୍ବେ ସମାନ ଭାବରେନିବସନ୍ତି ନିର୍ବିକାରେ ତାହା ସେବାଶ୍ରମେ,ତା ଆଶ୍ରମେ ନାନା ଫୁଲ ଏକସୂତ୍ରେ ଗୁନ୍ଥା ।କରୁଣାର ସମୁତ୍କୁଳା ତରଙ୍ଗିଣୀ ପ୍ରାୟଘୁରିବୁଲେ ସେବାଶ୍ରମେ ସତତ ସୁଭଦ୍ରା,ନାହିଁ ତିଳେ ଅଭିମାନ ରାଜକନ୍ୟା ବୋଲି,ଦେବପୂଜା, ଗୁରୁସେବା, ଗୋମାତାର ସେବା,ଅତିଥିସତ୍କାର, ରୋଗିଚର୍ଯ୍ୟା, ଶାସ୍ତ୍ରପାଠନିତ୍ୟକର୍ମ ତାର, ସଖେ, କି କହିବି ଆଉ,ପୀଡ଼ିତା ଦାସୀର ସେବା କରେ ସୁଦ୍ଧା ଭଦ୍ରା ।କେତେ ଅଶ୍ରୁ ଅଛି ତାର ବାଳିକାନୟନେ,ଦେଖିଲା ଯଦ୍ୟପି ରୋଗୀ ଅଥବା ଭିକ୍ଷୁକ,ଉଠିଲା ତକ୍ଷଣେ ଭାସି ଅଶ୍ରୁ- ମୁକ୍ତା ନେତ୍ରେ,ବ୍ରତ ତାର- ସେବା, ଦାନ, ଅଶ୍ରୁ ଏକା ତାରଜୀବନସମ୍ବଳ, ଚିର ଉଦାସୀନା ଭଦ୍ରା ।ପିନ୍ଧେ ନାହିଁ ଅଳଙ୍କାର, ବଳତ୍କାରେ ଯେବେଦିଅନ୍ତି ପିନ୍ଧାଇ କେବେ ଭାତୃଜାୟାଗଣ,ଦଣ୍ଡକେ ଦେଖିବ ଶୂନ୍ୟ, ବିତରି ସେ ସର୍ବଦୀନ ଦୁଃଖିଗଣେ, ଗୃହେ ଆସିବ ବାହୁଡ଼ି,ପୁଚ୍ଛିଲେ ଉତ୍ତର ନାହିଁ, ଖାଲି ଦୀନ ଦୃଷ୍ଟି ।ସଦା କର୍ମରତା ଭଦ୍ରା, ଯାଇ ରୋଗୀଗୃହେଖୁଆଇ ଦେଉଛି କେବେ ରୋଗୀକୁ ଔଷଧ,କେବେ ଦେଉଅଛି ବାନ୍ଧି ସ୍ୱହସ୍ତରେ ପଟିପଶୁପକ୍ଷୀ ଭଗ୍ନପଦେ, କେବେ ଅବା ବସିକରୁଅଛି ଶାସ୍ତ୍ରପାଠ ସେବାଶ୍ରମ ମଧ୍ୟେ,ଚାଟୁଛି ପଛରୁ ତାକୁ ମୃଗଶିଶୁଟିଏ,ଉଡ଼ି ଆସି ପକ୍ଷୀଟିଏ ବସି ତା ହାତରେଆତୁର ପ୍ରାର୍ଥନା ନେତ୍ରେ ଚାହିଁଲା ବଦନେ,ଶାସ୍ତ୍ରପାଠ ଛାଡି ଭଦ୍ରା, ଉଠିଯାଇ ଖରେଖୁଆଇଲା ତାକୁ ସର ଲବଣୀ ଆଦରେ,କି ସ୍ୱର୍ଗୀୟ ଦୃଶ୍ୟ ତାହା, ଯେ ଦେଖେ ସେ ଧନ୍ୟ,କେବଳ ଏତିକି ନୁହେଁ, ସାହିତ୍ୟ, ସଙ୍ଗୀତ,ଚାରୁକଳା, ଧନୁର୍ବେଦ ଆଦି ବହୁଶାସ୍ତ୍ରେସୁପ୍ରବୀଣା ଭଦ୍ରା; ଦେଖି ଦକ୍ଷତା ତାହାରଆର୍ଯ୍ୟ ବଳଭଦ୍ର ଶସ୍ତ୍ରେ, ଶାସ୍ତ୍ରେ କରିଛନ୍ତିନ୍ୟସ୍ତ ତାହା କରେ ସର୍ବ କୁମାରଗଣରଧନୁର୍ବେଦ ଶିକ୍ଷା ସହ ନୀତିଶିକ୍ଷା ଭାର ।ଦ୍ୱାରକା ପ୍ରବେଶଦ୍ୱାର- ରୈବତକ ଘାଟୀ,ହୋଇଛି ସେ ସୁରକ୍ଷିତ ଅପୂର୍ବ କୌଶଳେ,ଏକାକିନୀ ଭଦ୍ରା ତହିଁ ଧନୁର୍ବାଣ ଧରିକରିପାରେ କୋଟି ଶତ୍ରୁ ଆକ୍ରମଣ ବ୍ୟର୍ଥ ।ଅସାମାନ୍ୟ ଶକ୍ତିମତୀ, ବୁଦ୍ଧିମତୀ ଭଦ୍ରା,ଗୁରୁ କାର୍ଯ୍ୟେ ସଦା ମୋର ପରାମର୍ଶଦାତ୍ରୀ ।ଚାଲ ଯିବା ରୈବତକେ, ବୁଡ଼ିଲାଣି ବେଳ,ଥିବାଯାଏ ଦ୍ୱାରକାରେ ଦେଖିବ ସକଳ ।’’ଅନନ୍ତର ରଥେ ବସି ଉଭୟ ବୟସ୍ୟଗମିଲେ ରୈବତମୁଖେ, ଦେଖି ଦେଖି ପାର୍ଥଦ୍ୱାରକା ନଗରୀ ସଜ୍ଜା, ଭାଷିଲେ ଏସନ-‘‘ସମୁଜ୍ଜ୍ୱଳ ପ୍ରତିକୃତି ଏ ମହାନଗରୀଉଚ୍ଚ ସଭ୍ୟତାର, ପୁଣି ଧର୍ମମହିମାର,ଜ୍ଞାନର ଅନନ୍ତ ଜ୍ୟୋତି କେନ୍ଦ୍ରୀଭୁତ ଏଥି ।ଏ ମିଳନ ପୂଜ୍ୟପୀଠ, ଅନନ୍ତ ଜ୍ଞାନରଅବା ପାରିଜାତ ଫୁଲ-ବିଶ୍ୱ ପ୍ରତିଭାରକିମ୍ବା ଏ ନଗରୀ-ଧର୍ମ-ହୋମ ପୁଣ୍ୟଚରୁଅଥବା ସରଳ ବ୍ୟାଖ୍ୟା ସୁନୀତି-ଶ୍ଳୋକର,ଉଡ଼ୁଛି ଏଠାରେ ଯେଉଁ କୈବଲ୍ୟନିଶାଣ-ଜ୍ଞାନ କର୍ମ ପ୍ରେମ ପୁଣି ନିଷ୍କାମ ଭକ୍ତିର,ଦେଖାଇବ ଭାରତକୁ ନିତ୍ୟ ସୁପଥ ସେ ।ଭାଗ୍ୟବାନ ଏ ରାଜ୍ୟର ତପଧନ୍ୟ ପ୍ରଜା,କରନ୍ତି ଗାହନ ସର୍ବେ ପବିତ୍ର ସତ୍ୟରନିର୍ମଳ ଜାହ୍ନବୀ ଜଳେ, ଇନ୍ଦ୍ରର ଇନ୍ଦ୍ରତ୍ୱନ ଖଟେ ଉପରେ ତାଙ୍କ, ଆଦର୍ଶ ସକଳେତେଜସ୍ୱିତା, ମନସ୍ୱିତା, ଯଶସ୍ୱିତା ଆଦିମାନବଦୁର୍ଲଭ ଗୁଣେ, ଅମର- ସୁଲଭ,ସଦେହେ ଅମର୍ତ୍ତ୍ୟ ସୁଧା ଭୁଞ୍ଜନ୍ତି ମର୍ତ୍ତ୍ୟରେ ।ସ୍ୱୟଂ ବିଶୁସ୍ରଷ୍ଟାଙ୍କର ସୃଷ୍ଟ ଯେ ନଗରୀ,ସ୍ୱର୍ଗ ତାହା ପାଶେ ତୁଚ୍ଛ, ତୁଚ୍ଛାଦପୀ ତୁଚ୍ଛ l’’କହିଲେ ଶ୍ରୀକୃଷ୍ଣ ହସି, ‘‘କ୍ଷୁଦ୍ର ନର ମୁହି,କୀଟାଣୁ ମୁଁ ଏ ଅନନ୍ତ ବିଶ୍ୱ ତୁଳନାରେ ।’’ଭାଷିଲେ ଅର୍ଜୁନ ଶୁଣି, ଭାବଗଦଗଦେ,‘‘ସତ୍ୟ ପ୍ରଭୋ ! ସତ୍ୟ ସତ୍ୟ କୀଟାଣୁ ଆପଣ,କିନ୍ତୁ ଏହି କୀଟାଣୁରୁ ଜାତ ଏ ଅନନ୍ତ,ମହାମହୀରୂହ ଯଥା କ୍ଷୁଦ୍ର ବଟବୀଜୁ ।ନର ତୁମ୍ଭେ ! କିମ୍ପା ପ୍ରଭୁ, ଏ ଆତ୍ମତାଚ୍ଛଲ୍ୟ ।ନର ଯଦି ତୁମ୍ଭେ ହରି, ତେବେ ନର ନିଶ୍ଚେଦେବତାଙ୍କ ଗୁରୁ ପୁଣି ଦେବତାଙ୍କ ସ୍ରଷ୍ଟା -ନର ନିଶ୍ଚେ ଚରାଚର କତ୍ତା ଭର୍ତ୍ତା ହର୍ତ୍ତା । ’’ହେଉଁ ହେଉଁ ଏହିପରି କଥୋପକଥନଭକ୍ତ ଉଗବାନ ମଧ୍ୟେ, ଉପସ୍ଥିତ ରଥରୈବତକ ପଦମୁଳେ, ତହୁ କୃଷ୍ଣାର୍ଜୁନଓହ୍ଳାଇଲେ ପଦ ନିହି ସ୍ଫଟିକ ପାବଚ୍ଛେ ।ଯଦୁ ବୃଷ୍ଣୀ ଭୋଜବଂଶୀ ବୀରଗଣ ତହିଁଥିଲେ ଉପସ୍ଥିତ, ପାର୍ଥ ଅଭ୍ୟର୍ଥନା ପାଇଁ,ଦେଖି କୃଷ୍ଣାର୍ଜ୍ଜୁନେ ସର୍ବେ ମହାମହୋଲ୍ଲାସେଉଚ୍ଚାରିଲେ ଉଚ୍ଚେ, ‘‘ଜୟ ବିଷ୍ଣୁ ଜିଷ୍ଣୁ ଜୟ ।’’ଫୁଟିଲା ବହଳେ ବାଣ ଖଇଭାଡି ପ୍ରାୟ,ଫରୀ ଖଣ୍ଡା ଚହଟାଇ ଆରଣ୍ୟ ପାଇକେକରି ବୀରନୃତ୍ୟ ତାଳେ ତାଳେ ପ୍ରଦର୍ଶିଲେକୃଷ୍ଣାର୍ଜ୍ଜୁନେ, ବୀରପୂଜା ଶ୍ରେଷ୍ଠ ଉପାଦାନ ।ଲାଗିଗଲା ମୁହୂର୍ତ୍ତକେ ମାନ୍ୟ ଶିଷ୍ଟାଚାର-ଆଲିଙ୍ଗନ, ନମସ୍କାର, ଭୁମିଷ୍ଠ ପ୍ରଣାମ,ଆଶୀର୍ବାଦ ଆଦି, ପାର୍ଥ ପ୍ରଣମି ସତ୍ୱରେଉଗ୍ରସେନ, ବସୁଦେବ, ବଳଭଦ୍ର ଆଦିଗୁରୁଜନେ, ବନ୍ଧୁଗଣେ କଲେ ନମସ୍କାର,ବିହିଲେ କୁମାରବୃନ୍ଦେ ସ୍ନେହ ଆଶୀର୍ବାଦ ।ଯାଇଛି ଆଚ୍ଛାଦି ଆଜି ରୈବତକପୃଷ୍ଠେସ୍ୱଭାବ ଅରଣ୍ୟଶ୍ରେଣୀ ଘନ ଜନାରଣ୍ୟେ,ହୋଇଛି ଅନ୍ଧାର ଆଜି କାହିଁ ନିର୍ବାସିତବିଜନତା ସହ, ତେଜି ଚିର ପ୍ରିୟାବାସରୈବତ କନ୍ଦର, ଆହା, ରୈବତକ ଆଜିଧରିଅଛି ରଜନୀରେ ଦିବସର ଛବି ।କରି ସମସ୍ତଙ୍କ ସହ ଶିଷ୍ଟ ସମ୍ଭାଷଣବହୁ ବେଳଯାଏ ପାର୍ଥ ସନ୍ତୋଷି ସକଳେ,ବିଜେ କଲେ କୃଷ୍ଣ ସଙ୍ଗେ ପ୍ରମୋଦଭବନେ ।