ସୁଭଦ୍ରା
ଚିନ୍ତାମଣି ମହାନ୍ତି · ଭାଗ ୫ / ୧୦
ସମ୍ପୂର୍ଣ୍ଣ ସୂଚୀପତ୍ର
ଷଷ୍ଠ ସର୍ଗ
ଭଡ଼ିଯାଇ ପୋଷା ପକ୍ଷୀ ପଞ୍ଜୁରୀରୁ ଯଥାବସେ ତରୁଶାଖେ, ତଥା ଭଦ୍ରାମନ- ପକ୍ଷୀଉଡ଼ିଯାଇ ବସିଲାକ ଅର୍ଜୁନ- ପାଦପେ,ନ ଫେରିଲା ଦେହେ ଆଉ, ଦେଖି ବାଳା ତାରମାନସ ଦେବତା ପାର୍ଥେ, ସେ ଦେବତା ପାଦେଦେଲାକ ସମର୍ପି ନିଜ ଆତ୍ମା, ପ୍ରାଣ, ଚିତ୍ତ,ସେ ତାହାର ପ୍ରତି କାର୍ଯ୍ୟେ ପ୍ରତ୍ୟେକ ଚିନ୍ତାରେପ୍ରତି ପ୍ରାକୃତିକ ଦ୍ରବ୍ୟେ ଦେଖିଲା ଅର୍ଜୁନେ,ସଂସାର ଅର୍ଜୁନମୟ ପ୍ରତେ ହେଲା ତାକୁ ।ଗୁନ୍ଥୁଛି ସୁଭଦ୍ରା ଫୁଲ, ମାତ୍ର ମନ ତାରକଳ୍ପନା-ସ୍ୟନ୍ଦନେ ବସି ବୁଲୁଅଛି ଘୁରିକେବଣ ଅଜ୍ଞାତ ରାଜ୍ୟେ, କେବେ ଅବା ଯାଇଭେଟି ଆସୁଅଛି ପାର୍ଥେ, ପୂର୍ବଦୃଷ୍ଟ ସ୍ଥାନେ ।ବିଭୋର ସେ ଯେହ୍ନେ କିବା ମହାଭାବନାରେ,କି ଏକ ସଂସାରଛଡ଼ା ପଦାର୍ଥ ସକାଶେଚଞ୍ଚଳ ମାନସ ତାର, ଚିନ୍ତାମଗ୍ନ ବାଳା,ଏ ସ୍ୱଚ୍ଛ ଜାହ୍ନବୀ ଜଳେ କାହୁଁ ଆସି ଆହାପଶିଲା ଏ କୃମି, କିମ୍ବା ଦୂରନ୍ତ ବଲ୍ମୀକ-ଭାଗବତ ଗାଦିଗର୍ଭେ, ପବିତ୍ର, ପୂଜିତଚିନ୍ତାରେ ମଳିନ ଚିରହାସ୍ୟମୟ ଆସ୍ୟ,ପଡ଼ିଛି ଝାଉଁଳି କିବା ପ୍ରଫୁଲ୍ଲ ଗୋଲାପସ୍ଥଳାଶତଦଳ, ଦୃଷ୍ଟା କୀଟ ବିଦଂଶନେ ।ଗୁନ୍ଥୁଅଛି ବସି ଫୁଲ ଅଯତ୍ନ ବିନ୍ୟାସେ,ଯାଉଅଛି କେତେ ଫୁଲ ବକ୍ରେ ଗୁନ୍ଥି ହୋଇ,କେହି ବା ଓଲଟା, ନାହିଁ ତହିଁ ପ୍ରତି ନିଘା ।ଗୁନ୍ଥିବା ସମୟେ ଧରି ଚମ୍ପକକଳିକା,କେ ଆଙ୍ଗୁଳି, କେ କଳିକା, ହେଉ ନାହି ବାରି,କି ସୁନ୍ଦର ସେ ଅଙ୍ଗୁଳି, ପୁଷ୍ପରେଣୁ ମଖା,ଚନ୍ଦନେ ଚର୍ଚ୍ଚିତ କିବା ସୂବର୍ଣ୍ଣଶଳାକା ।କି ସୁନ୍ଦର, ଆହା, ବାତା ଚିନ୍ତାଶୀଳା ମୁର୍ତ୍ତି,ଇଷ୍ଟାଧ୍ୟାନରତା ଯଥା ନବୀନା ତାପସୀ,କିମ୍ବା ଫୁଲ ସୂର୍ଯ୍ୟମୁଖୀ- ଅବାତସ୍ପନ୍ଦିତା ।ଭାବୁଛି ଏସନ ବାଳା - ଲାବଣ୍ୟପିତୁଳା-‘‘ଶୁଣୁଥିଲି ଯାହା ପାର୍ଥ ପୂର୍ଣ୍ଣ ନର ବୋଲି,ସତ୍ୟ ସେ ବଚନ, କେଡ଼େ ପ୍ରେକ୍ଷାବାନ ସେହୁକଥାକେ କଥାକେ ଫୁଟି ଉଠୁଥାଏ ତାଙ୍କଗାମ୍ଭୀର୍ଯ୍ୟ, ଔଦାର୍ଯ୍ୟ, ଧୈର୍ଯ୍ୟ, କେଡ଼େ ପ୍ରୀତିମୟପ୍ରେମମୟ ସେ ବଚନ, ସତ୍ୟ- ସୁଧାବୋଳା ।ଉଦାର ସନ୍ନ୍ୟାସୀ ବେଶ- ସ୍ୱପ୍ନ ଶୋଭାମୟ,ଭାଗବତୀ ତନୁ ଢଙ୍କା ଗୈରିକ ବସନେ,କରିଛି ଆବୃତ ଯଥା ପୁଣ୍ୟେ ପବିତ୍ରତା,ସୁବିଶାଳ ବକ୍ଷସ୍ଥଳ- ଭକ୍ତି ପ୍ରସ୍ରବଣ,ପ୍ରେମର ଅନନ୍ତ ଜ୍ୟୋତି ନିଃସରେ ନୟନୁ,ସତ୍ୟ ସେ ଦ୍ୱିତୀୟ କୃଷ୍ଣ, ଅଦ୍ୱିତୀୟ ନର ।ଅଛନ୍ତି ଏଭଳି ଭକ୍ତ ଭ୍ରାତୃଦେବଙ୍କର,ଏ ସଂସାରେ, ଏହା ମୋର ନ ଥିଲା ବିଶ୍ୱାସ,ଏହିଭଳି ସ୍ୱାମୀ, ଧର୍ମସାଧନେ ସହାୟଅବକାର, ଧନ୍ୟ କୃଷ୍ଣା-କୃଷ୍ଣପରାୟଣା,କେଉଁ ତପେ ଭାରତର ଏ ଶ୍ରେଷ୍ଠ ରତନେଲମ୍ବାଇଲା ବକ୍ଷେ, ଧନ୍ୟ ତପସ୍ୟା, ତାହାର,ସାର୍ଥକ ତା’ ନାରୀଜନ୍ମ- ସଧର୍ମଣୀ ଆଖ୍ୟା ।ଦିଅନ୍ତା ଶିଖାଇ ଯଦି କେହି ଦୟା ବହିମୋତେ ସେ ତପସ୍ୟା, ହେଉ ଅସାଧ୍ୟ ପଛକେକ୍ଷୟ କରି ପ୍ରାଣ ତାହା କରନ୍ତି ସାଧନ ।ଦାସୀ ହୋଇ ପାର୍ଥପଦେ, ସେ ପଦ ସହାୟେକରନ୍ତି ମୁଁ କୃଷ୍ଣନାମ ଭାରତେ ପ୍ରଚାର,ଧର୍ମର ବିପ୍ଳବକାଳେ ମର୍ତ୍ତ୍ୟେ ବିଧାତୃବିଧାନେ,ଅର୍ଜୁନ ସହାୟେ ନିଶ୍ଚେ ହେବ ଏ ଭାରତେଧର୍ମାରାଜ୍ୟ ସଂସ୍ଥାପିତ ଭ୍ରାତୃଦେବଙ୍କର ।ଅଧର୍ମର ନିପାତନ ଘଟିବ ନିକର,କି ଆର୍ଯ୍ୟ, ଅନାର୍ଯ୍ୟ, ହୋଇ ହାତ ଧରାଧରିହେବେ ଧର୍ମକର୍ମେ ରତ, ବାଜିବ ସଘନେଏ ଭାରତ- ଦେବାଳୟେ ଧର୍ମଘଣ୍ଟାସ୍ୱନ ।ଅହୋ ? ଏ କି ଧର୍ମଗ୍ଳାନି ଏବେ ଏ ଭାରତେ,ସର୍ବେ ସ୍ୱାର୍ଥପର, ପ୍ରତିହିଂସାପରାୟଣ,ହୋଇଅଛି କ୍ଷାତ୍ର ଶକ୍ତି ପ୍ରତୀପମୁଖିନୀ,ନୀତିରେ ଶାସନ ନାହିଁ, ଶାସନ ଅସିରେ ।ଧର୍ମରାଜ୍ୟ- ହାୟ, ଆର୍ଯ୍ୟଧର୍ମରାଜ୍ୟ ଏବେଭୀଷଣ ବିଷାଦମୟ, ଭ୍ରମେ ତହିଁ ଉଗ୍ରଉଚ୍ଛୁଙ୍ଖଳ ଉନ୍ମାଦନା, ନାହିଁ ପାପେ ଭୟ,ନାହିଁ ଆଉ ତ୍ୟାଗେ କିମ୍ବା ସେବାରେ ପୌରୁଷ,ରହିଲାଣି ତାହା ଭୋଗେ, ପରପୀଡ଼ନରେ ।ବିଶ୍ୱବନ୍ଦ୍ୟ ଆର୍ଯ୍ୟଧର୍ମ- ସନାତନ ନୀତି -ଲୋକପ୍ରୀତି, ଲୋକସେବା, ବିସୋରି ଏ ସତ୍ୟ,ରତ ଆର୍ଯ୍ୟେ ଅନାଚାର ଅଧର୍ମାଚରଣେ-ପ୍ରଧାବିତ ଦୁରାକାଙ୍କ୍ଷା- ସ୍ୱର୍ଣ୍ଣମୃଗ ପଛେ ।‘‘ଜ୍ଞାନରାଜ୍ୟେ ସମସ୍ତଙ୍କ ତୁଲ୍ୟ ଅଧିକାର ’’,ନାହିଁ ଏ ଉଦାର ନୀତି, ଏକା ବ୍ରାହ୍ମଣରପୂର୍ଣ୍ଣ ଆଧିପତ୍ୟ ବେଦେ, ଏ କି ଅତ୍ୟାଚାର !ହୋଇପାରେ ନିଷିଦ୍ଧ ତା ଅଯୋଗ୍ୟ ପକ୍ଷରେବର୍ଣ୍ଣନିର୍ବିଶେଷେ, ମାତ୍ର ନୁହେଁ ଯୋଗ୍ୟପକ୍ଷେ,ବ୍ରାହ୍ମଣ ଅଯୋଗ୍ୟ ହେଲେ ତାହା ପ୍ରତି ସୁଦ୍ଧାନିଷିଦ୍ଧ ପଠନ ବେଦ, ସମୀଚୀନ ଏହା,ଯେ ବୁଝିବ, ଯେ ଗଢ଼ିବ, ନ ବୁଝି ପଢ଼ିବାଖାଲି ବିଡ଼ମ୍ବନା ସିନା, ବିଫଳ ଯାତନା ।ବଢ଼ୁଛି ବିରୋଧ ଆର୍ଯ୍ୟେ ଅନାର୍ଯ୍ୟ ମଧ୍ୟରେ,ମଣ୍ଡନ୍ତି ଅସ୍ଫୃଶ୍ୟ ଆର୍ଯ୍ୟ ଅନାର୍ଯ୍ୟ ଜାତିକୁ,ଅନାର୍ଯ୍ୟଙ୍କ ରାଜ୍ୟେ ରହି ଘୃଣା ତାଙ୍କ ପ୍ରତି,ଏହା ଘୋର କୃତଘ୍ନତା ନୁହେଁ କି ଆର୍ଯ୍ୟର ?ଦୁହେଁଯାକ ସନ୍ତାନ ତ ଭାରତମାତାର,ସମ୍ପର୍କରେ ଭାଇ, ତେବେ କିପାଁ ଏ ଲଘୁତା-କିପାଁ ଏ ପ୍ରଭେଦ, କିପାଁ ହୃଦୟହୀନତା !ଅନାର୍ଯ୍ୟ ତ ନର, ପୁଣି ଆର୍ଯ୍ୟ ସୁଦ୍ଧାନର,ଚକ୍ଷୁ, କର୍ଣ୍ଣ, ଅବୟବ ସମାନ ବେନିର,ତେବେ କିପାଁ ଉଚ୍ଚ ନୀଚ ସ୍ୱାର୍ଥପର ନୀତି,ପରଶ୍ରୀକାତର ଭାବ, ହେଲେ ଏହା ଦୂର,ତେବେ ହେବ ଧର୍ମରାଜ୍ୟ ସ୍ଥାପିତ ଭାରତେ ।ହୋଇଛି ଭୀଷଣ କେଡ଼େ ହାୟ ଧର୍ମରାଜ୍ୟ,ଭୀଷଣ ଯେସନ ଦୁଷ୍ଟ ମଦ୍ୟପବନ୍ଧୁତା,ଯଥେଚ୍ଛାଚାରିତାପୂର୍ଣ୍ଣ ପାଠଶାଳା ଯଥା,ଚାଟଙ୍କର ମରାମରି ଗାଳିଗୋଳେ ପୂର୍ଣ୍ଣ-ଶାସୟିତା ଅବଧାନ ଅନୁପସ୍ଥିତିରେ ।ଧର୍ମ ମାନବର ଗୁରୁ, ସେ ଗୁରୁକୁ ଆଣିସଂସ୍ଥାପିବ ଯେ ଅଶାନ୍ତ ବିଶ୍ୱପାଠଶାଳେପୂର୍ଣ୍ଣ ଶାନ୍ତି, ସେ ନିଶ୍ଚୟ ନମସ୍ୟ ବିଶ୍ୱର ।’’ସହସା ଉଠିଲା ସ୍ଫୁରି ଘନେ ବାମନେତ୍ର,ବାମବାହୁ ସୁଭଦ୍ରାର, ମଙ୍ଗଳସୂଚକ,ଏକାଳେ ମିଳନ୍ତେ ତହିଁ ସତ୍ୟଭାମା ଦେବୀ,ନମିଲା ସୁଭଦ୍ରା ତାଙ୍କୁ ଉଠି ସସମ୍ଭ୍ରମେ,ନମେ ସତ୍ୟଭାମା ଫିଙ୍ଗି ଭଦ୍ରାଶିରେ ଫୁଲବିହିଲେ ଏ ଆଶୀର୍ବାଦ, ମୃଦୁହାସ୍ୟମୁଖେ-‘‘ଲଭ ସନ୍ନ୍ୟାସିନୀ, ଯୋଗ୍ୟ ସନ୍ନ୍ୟାସୀ ସତ୍ୱର ।’’ଭାଷିଲା ସୁଭଦ୍ରା, ‘‘ଦେବି, ନୁହେଁ ତ ସାମାନ୍ୟପୁରୋଧାଚାତୁରୀ, କରେ ଆଶୀର୍ବାଦ ସେହୁଯଜମାନସଂଗୃହୀତ ଫୁଲେ ଯଜମାନେ ।’’‘‘ହେବି ଗୋ ପୁରୋଧା ସତ୍ୟ ସେ ଭାବିବିବାହେସେଦିନ ଆସନ୍ନବର୍ତ୍ତୀ’’ - ଉତ୍ତରିଲେ ଦେବି,‘‘ଆଉ ସେ ପ୍ରସଙ୍ଗ, ଆଗେ ବହ ଜେମାଦେଈ,ଭାବୁଥିଲୁ କିସ ବସି ଏ ବିଜନ ସ୍ଥାନେ ?’’ଉତ୍ତରିଲା ଭଦ୍ରା, ଉଠି ଉବ୍ଦେଗେ ଚମକି-‘‘ଭାବି ନାହିଁ କିଛି ଦେବି ! ଗୁନ୍ଥୁଥିଲି ଫୁଲ । ’’‘ନ କହ ପଛକେ ଭଦ୍ରେ !’ ଭାଷିଲେ ଭୈଷ୍ମକୀ‘‘ଚକ୍ଷୁକୋଣେ, ଗୁନ୍ଥାଫୁଲେ ଦେଉଅଛି ଦେଖାମନକଥା ତୋର, ବୁଝା, ସରିଲାଣି ତାହା ।ଆସିଛି ଦେବାକୁ ତୋତେ ମଙ୍ଗଳସମ୍ବାଦ,ଦେବୁ ତୁ କି ପୁରସ୍କାର ? କହ ଭଦ୍ରା ତ୍ୱରା ।’’କହିଲା ସୁଭଦ୍ରା ତହୁଁ ଉଚ୍ଚେ ହସି ହସି-‘‘ଜଗତ ଯାହାର ସୃଷ୍ଟି, ଅର୍ପିବି ମୁଁ ତାକୁକେଉଁଠାରୁ ଆଣି ଅବା କେଉଁ ଉପହାର ?ବାଣୀବିକା ବ୍ୟବସାୟ କେବେ ହେଲା ସତି ?’’ଉତ୍ତରିଲେ ସତ୍ୟଭାମା, ‘‘ଆଉ ପୁରସ୍କାର,ଯଥାକାଳେ ସକୁସୀଦ କରିବି ଆଦାୟ,ଶୁଣ ଏବେ ଶୁଭବାର୍ତ୍ତା, ତବ ଭ୍ରାତୃ ଇଚ୍ଛା-ଅର୍ପିବେ ସେ ପାର୍ଥ କରେ ତୁମ୍ଭଙ୍କୁ ସୁଭଦ୍ରା ।ମଜ୍ଜିବାକୁ ଇଚ୍ଛା ପରା ଥିଲା ପାର୍ଥ-ତୀର୍ଥେ,ମଜ୍ଜି ଏବେ ଆଜୀବନ, ଆକଣ୍ଠ, ଆଶିର,କିନ୍ତୁ ପାରିବୁ ତ ସଖି, ପ୍ରତିଯୋଗିତାରେ-ଦ୍ରୂପଦନନ୍ଦିନୀସହ- ସାପତ୍ନ୍ୟ ସମରେ ?’’ଏହା ଭାଷି ସତ୍ୟଭାମା- ରଙ୍ଗରସମୟୀ,ପ୍ରତ୍ୟୁତ୍ତର ଅବକାଶ ନ ଦେଇ ଭଦ୍ରାକୁଚାଲିଗଲେ ଅନ୍ୟ କାର୍ଯ୍ୟେ ହସି ହସି ଧୀରେ ।ଶୁଣି ଏ ସମ୍ବାଦ ଭଦ୍ରା ହେଲା ଆତ୍ମହରା,ଆତ୍ମହରା ଯଥା ସୀତା- ବିଦେହ- କମଳା,ହେଲା ତନୁ ରୋମାଞ୍ଚିତ, ବହିଲା ଶିରାରେପ୍ରତିରୋମେ ରକ୍ତଧାରା, ବିପୁଳ ପୁଲକେ,ଭାବିଲା ଏସନ ବାଳା, ‘‘ଅହୋ, କି ସୌଭାଗ୍ୟଚିନ୍ତାମାତ୍ରେ କାର୍ଯ୍ୟ ସିଦ୍ଧ, ସ୍ୱପ୍ନ ହେଲା ସତ୍ୟ !ଦୀନର କଳ୍ପନା ମାତ୍ରେ ହେଲା ହସ୍ତଗତଅକସ୍ମାତ ରତ୍ନନିଧି, ନ ରୋପୁଣୁ ବୀଜ,ହେଲା ପକ୍ୱଫଳ ଲାଭ, ସରସ ମଧୁର,କି ଲୀଳା ଏ ନିୟତିର, ଅଦ୍ଭୁତ, ଆଶ୍ରୁତ,ଜାଣିଲି, ସଦିଚ୍ଛା ନୁହେଁ ବ୍ୟର୍ଥ କଦଚନ ।ଭାତା ମୋର ଅନ୍ତର୍ଯ୍ୟାମୀ ଜାଣି ମୋ ଅନ୍ତରବିହିଲେ ସୌଭାଗ୍ୟେ ଏହି ମଙ୍ଗଳ ବିଧାନ,ଏତେ ଦୟା, ଦୟାମୟ ! ଦୀନା ଭଗ୍ନୀ ପ୍ରତି,ମଙ୍ଗଳମୟ ହେ, ତୁମ୍ଭ ମଙ୍ଗଳ ଆକାଙ୍କ୍ଷାପୂର୍ଣ୍ଣ ହେଉ ମଙ୍ଗଳରେ, ଗାଇ ତବ ନାମତୁଣ୍ଡେ ସଦା, ପ୍ରଚାରି ସେ ପୂଣ୍ୟ ନାମ ଭବେ,ହେଉ ଏ ଜୀବନ ସାର୍ଥ, ଏତିକି ମାଗୁଣି,କର ଆଶୀର୍ବାଦ ଯେହ୍ନେ ପୁରୁ ମନୋରଥ ।’’ଭାବି ଏହିପରି ଭଦ୍ରା, ଆନନ୍ଦ- ଅଧୀରେ,ଧରି କରେ ପୁସ୍ପପୂର୍ଣ୍ଣ ସୁବର୍ଣ୍ଣଚାଙ୍ଗୁଡିନାରାୟଣ ପୂଜା ଅର୍ଥେ ଉଠିଗଲା ତହୁ ।ସୁଭଦ୍ରା ଦର୍ଶନ ବେଳୁ ଏଣେ ପାର୍ଥ ଚିତ୍ତଉଠିଲା ଚଞ୍ଚଳ ହୋଇ ପ୍ରଣୟ- ହିଲ୍ଲୋଳେ,ଭାଳିଲା ଏସନ ବୀର, ‘‘ଏ କି ମହିମିତା-ନାରୀ, ଅବା ଦେବୀମୂର୍ତ୍ତି କିମ୍ବା ତତୋଽଧିକ ।କି ଲାବଣ୍ୟ ସୁଭଦ୍ରାର, ତେଜେ ଢଳଢ ଳ,ସେ ଶୋଭା-ଗଙ୍ଗାରେ ବାଳା କରାଇଣ ଗଲାସ୍ନାନ ମୋ ମାନସ, ଫୁଟାଇ ସେ ପୁଣିଆଶାର - କାସାରେ ମୋର ଶତ ଶତଦଳ ।କେତେ ଶକ୍ତି ବାଜିକାର, କି ନିଷ୍କାମ ଭକ୍ତି,କି ମହିମା କି ଯୋଗ୍ୟତା, କି ଦିବ୍ୟ ସୁଷମା,କୋଟି ଗୁଣେ ବଳେ ତହୁଁ ଅନ୍ତର ସୁଷମା,ଯେହ୍ନେ ସ୍ୱପ୍ନ, ସୁଷମାର ବରଣେ ଆବୃତ ।ସଂଯମେ ବୈରାଗ୍ୟେ, ତ୍ୟାଗେ ଏରୁପ ଅବଳାଅନେକ ମଧ୍ୟରେ ଏକ ଦୁର୍ଲଭ ଏକାନ୍ତ,ବହେ ହୃଦେ ବିଶ୍ୱପ୍ରେମ- ପବିତ୍ରପ୍ରବାହ,ରୁପ, ଗୁଣ ଏକାଧାରେ ଅଭାବ ସଂସାରେ,କିନ୍ତୁ ବାଳା ଏ ଉକ୍ତିର ପ୍ରତୀପ ଦୃଷ୍ଟାନ୍ତ ।ଏଭଳି ସମ୍ପୂର୍ଣ୍ଣ ନାରୀ ଯୋଗ୍ୟ ଏକା ସିନାସଧର୍ମିଣୀ ଅଭିଖ୍ୟIର, ପୁରୁଷକୁଳରଧର୍ମସଂସାଧନେ ନାରୀ ଉତ୍ତରସାଧିକା,କରେ ସମୃଜ୍ଜୃତ ସିନା ଦ୍ୟୁଲୋକ ଭୁଲୋକଚନ୍ଦ୍ର, ଚନ୍ଦ୍ରପାଟରାଣୀ- ଚନ୍ଦ୍ରିକା ସହାୟେ,କୋଟି କୋଟି ତାରା ଖାଲି ଆକାଶର ଶୋଭାବାଷ୍ପୀଭୁତ ଜଳକଣା ଘେନି ସମୀରଣସୃଜେ ନଭେ ମେଘ, କରେ ସୃଷ୍ଟି ପାଳନ ସେସୁଭଦ୍ରା ରମଣୀରତ୍ନ, ଚରିତ୍ରର ଦେବୀ,ଏ ରତ୍ନ ନିକଟେ ତୁଚ୍ଛ- ତୁଚ୍ଛା ଦପିତୁଚ୍ଛକୋଟି ସୌର ଜଗତର ଅଧିକାରଲାଭ,ମଣ୍ଡିବ ଯେ ଗୃହ ଭଦ୍ରା,ବଳିବ ସେ ସ୍ୱର୍ଗ ।ନିରେଖିଲା ବେଳୁ ତାକୁ ହୃଦୟ ମୋହରହେଉଛି ଅଜ୍ଞାତ ଭାବେ ବ୍ୟାକୁଳ, ଅଥୟ,କି ମୁଗ୍ଧ ମାଦକତା ସେ ଦେଇଗଲା ପ୍ରାଣେ,କି ଏକ ଅଶାନ୍ତ ତୁଷ୍ଣା ଅର୍ପିଲା ଆତ୍ମାରେ,ସେ ତୁଷ୍ଣାର ସେହି ଏକା ଉପଯୁକ୍ତ ବାରି,ନ ମେଣ୍ଟିବ ତାହା ଆନ ତୁଷାରକଣାରେ,ଔଷଧ କେବଳ ସେ ମୋ ପୀଡ଼ିତ ଚିତ୍ତର ।ଏହିପରି ଚିନ୍ତାମଗ୍ନ ନିର୍ଜନେ ଅର୍ଜୁନ,ମିଳିଲେ ଏକାଳେ ଆସି ସେଠାବେ ଶ୍ରୀକୃଷ୍ଣ ।ନମିଲେ ଉଠିଣ ତହୁଁ ପାର୍ଥ ଶଶବ୍ୟସ୍ତେକୃଷ୍ଣପଦେ, ବାସୁଦେବ ଉଠାଇ ତାହାଙ୍କୁଆଲିଙ୍ଗିଲେ ସମାଦରେ, ବେନି କୃଷ୍ଣ ମିଳିହେଲେ ଏକମୂର୍ତ୍ତି, ଆହା, ଅପରୁପ ରୁପ,ମିଶିଗଲେ ପ୍ରେମଭୋଳେ ଭକ୍ତ, ଭଗବାନ,ମିଶିଲା ଅରୁପ ରୂପେ କିଅବା ସ୍ୱରୂପ,ଅଥବା ତନ୍ମୟ ମିଶି ସିନ୍ଧୁ ବ୍ରହ୍ମପୁତ୍ର ।ଅନନ୍ତର ବେନି ସଖା ବସିଲେ ଆସନେ,ଭାଷିଲେ ଶ୍ରୀହରି, ଚିରହାସ୍ୟୋଜ୍ୱଳ ମୁଖେ -‘‘ଆସିଲି ମୁଁ ଏବେ ସଖେ ! ସତ୍ୟଭାମାଙ୍କରଦୌତ୍ୟ କାର୍ଯ୍ୟେ, ଦେବୀଙ୍କର ଇଚ୍ଛା, ତୁମ୍ଭ କରେସମର୍ପିବେ ସୁଭଦ୍ରାକୁ ଧର୍ମପତ୍ନୀରୁପେ,ଉଦ୍ଧାରି ତାହାଙ୍କୁ ତୁମ୍ଭେ ଗୋଶୃଙ୍ଗକବଳୁସାଧିରୁ ଯେ ଉପକାର, ତାହାର ହି ଏହାଉପଯୁକ୍ତ ପୁରସ୍କାର, ’’ ନୀରବିଲେ କୃଷ୍ଣ ।ଉତ୍ତରିଲେ ପାର୍ଥ, ‘‘ସଖେ ! ତୁମ୍ଭେ ମୋର ପ୍ରଭୁ,ପ୍ରଭୁପତ୍ନୀ ଦେବୀ, ନିତ୍ୟ ଆରାଧ୍ୟା, ନମସ୍ୟା,ଅତୁଳ ତାଙ୍କର ଦୟା ଏ ସେବକ ପ୍ରତି,ତାଙ୍କ ଦତ୍ତ କୈବଲ୍ୟଟି ଗ୍ରହିବି ମସ୍ତକେ,କେ ଲଙ୍ଘିବ ଆଜ୍ଞା ତାଙ୍କ ବିଶ୍ୱ ଚରାଚରେ,କିନ୍ତୁ ସଖେ, ଯଥାର୍ଥ ମୁଁ କହୁଛି ନିକର,ସୁଭଦ୍ରାର ଯୋଗ୍ୟବର ନୁହେଁ ଏ ଅଧମ ।’’‘‘ଯୋଗ୍ୟବର ସୁଭଦ୍ରାର ତୁମ୍ଭେ ପ୍ରିୟବର ’’ଭାଷିଲେ ଶ୍ରୀକୃଷ୍ଣ, ତୁମ୍ଭେ ଆଦର୍ଶ ମାନବ,ଆଦର୍ଶ ମାନବୀ ଭଦ୍ରା, ଉଭୟ ମିଳନସ୍ୱର୍ଣ୍ଣେ ମଣିଯୋଗ ପ୍ରାୟ, ରାଜଯୋଟକ ସେ,ସେ ମିଳନ ପୂଣ୍ୟ ସହ ପ୍ରେମର ମିଳନ ।ଅର୍ଥମେ ହେ, ରୂପମୋହେ ହୁଏ ଯେ ବିବାହ,ବିରୋଧ ମିଳନ ତାହା, ଶଶୀ ରାହୁ ଯୋଗ,ପବିତ୍ର ଉଦ୍ବାହ ନୀତି, ନୁହେଁ ତା ଉଦ୍ଦେଶ୍ୟଭୋଗ କ୍ରୀଡ଼ା ବିଳାସାଦି ବ୍ୟସନ ସାଧନ,ଧର୍ମପାଇଁ ପ୍ରୟୋଜନ ସଧର୍ମିଣୀ ଭବେ ।ପତିର ଦ୍ୱିତୀୟ ଶକ୍ତି ନାରୀ ଏ ସଂସାରେ,ପତି ଅର୍ଦ୍ଧ, ପତ୍ନୀ ଅର୍ଦ୍ଧ, ଦୁହେଁ ମିଶି ଏକ,ସାଧନେ ସଂସାର ଧର୍ମ ଲୋଡ଼ା ବେନି ଶକ୍ତି ।ଜୀବନ ମରଣ ମଧ୍ୟେ ସିନା, ପ୍ରିୟବର,ସୁକ୍ର ସୂକ୍ଷ୍ମ ବ୍ୟବଧାନ, ଜୀବନ ସ୍ଫୁଲିଙ୍ଗଏହି ଅଛି, ଏହି ନାହିଁ, କି ଭରସା ତାକୁ,ଅଛି ତାର ଚିର ଗତି, ମାତ୍ର ନାହିଁ ସ୍ଥିତି ।କ୍ଷଣସ୍ଥାୟୀ ଦେହ, ସେହି କ୍ଷଣକ ମଧ୍ୟରେହେବ ସାଧିବାକୁ ଭବେ ମହତ ଉଦ୍ଦେଶ୍ୟ,ଧର୍ମର ଉନ୍ନତି ପାଇଁ ପ୍ରେରିତ ମାନବ,ମାନବଜନ୍ମର ଲକ୍ଷ୍ୟ ଧର୍ମ ହିଁ କେବଳ ।ଧର୍ମର ଉନ୍ନତିକଳ୍ପେ ପ୍ରତି ମାନବରଅଛି ଅଧିକାର, ମାତ୍ର ଜଟିଳ ତା ପଥ,ଯୋଗ୍ୟ ସାହା ସେ ପଥରେ ନାରୀ ମାନବର,କିନ୍ତୁ ଯୋଗ୍ୟ ସମ୍ମିଳନ ବାଞ୍ଛିତ ସର୍ବଥା,ନତୁବା କୋକିଳା ସହ ଯୋଖିଲେ ବାୟସେ,କିମ୍ବା ବକ ସଙ୍ଗେ ହଂସୀ ଫଳେ ବିପରୀତ ।ମିଶେ ନାହିଁ ବେନି ମନ, ଜଳ, ତୈଳ ପ୍ରାୟ,ହୁଏ ସେ ଦମ୍ପତିପତି ପଶୁତ୍ୱ ପାତାଳେ ।ମନମୂଳେ ଏ ଜଗତ, ନ ମିଶିଲେ ତାହା,ସ୍ୱଭାବେ ସ୍ୱତନ୍ତ୍ରମୁଖୀ ହେବ ସେ ଦମ୍ପତି,ଗୃହ ହେବ କାରାଗାର, ସ୍ୱର୍ଗ ହେବ ନର୍କ,ଏ ଦାରୁଣ ଅଧୋଗତି ନିଜର ଯାହାର,ସେ କାହିଁ ନିରତ ହେବ ପରର ଉଦ୍ଧାରେ ?ଦେଖ ସଖେ, କି ଅଧର୍ମ ଗ୍ରାସୁଛି ଭାରତେ,ନାହିଁ ଆର୍ଯ୍ୟ ଉଦାରତା, ବିଶ୍ୱବିବନ୍ଦିତ,ଲଙ୍ଘି କ୍ଷତ୍ରେ କ୍ଷାତ୍ରଧର୍ମ, ମଜ୍ଜ୍ଳି ପାପେ ଆପେ,ମଜ୍ମାନ୍ତି ଅପରେ ପୁଣି ପ୍ରଦାନି ପ୍ରଶ୍ରୟ ।କୁଟୁଣୀ ହାତୁଣୀ ଯଥା ନିଜେ ପିନ୍ଧି ବେଢ଼ି,ସେହି ବେଢ଼ି ବାନ୍ଧେ ନେଇ ଅନ୍ୟର ପାଦରେ ।ଜରାସନ୍ଧ, ଶିଶୁପାଳ- ନୃପକୁଳକାଳୀ,କି ଭୀଷଣ ଅତ୍ୟାଚାରେ ପ୍ରମତ୍ତ ଉଭୟେ,ପ୍ରଥମ ପାମର କରି ରାଜବୃନ୍ଦେ ବନ୍ଦୀ,ମାନସିଛି ଆରମ୍ଭିବ ରାଜମେଧ ଯଜ୍ଞ,ଦ୍ୱିତୀୟ ପାମର ତହିଁ ସହାୟ ତାହାର ।ଏଣେ ଦେଖ ପ୍ରାତସ୍ତୁତ ଭରଦ୍ୱାଜ ସୁତଦ୍ରୋଣେ, ପରିହରି ଋଷିଧର୍ମ, ପିତୃଧର୍ମ-ବ୍ରହ୍ମପୁଜା ଆଦି ପୁଣ୍ୟ ସାତ୍ତ୍ୱିକ ବିଧାନେ,ଧନୁ ର୍ବେଦ ବ୍ୟବସାୟେ ନିରତ ସପୁତ୍ର,କି ଲଜ୍ଜା ଏ ସବ୍ୟସାଚି ! କି ବିଷମ କ୍ଷୋଭ,ମରିବ ଲଜ୍ଜାରେ ଲଜ୍ଜା, ଶୁଣିଲେ ଏ କଥା,ଝାସି ଅଗ୍ନିକୁଣ୍ଡେ, କିସ ଅସମ୍ଭବ ସଖେ,ଧର୍ମର ବିପ୍ଳବ କାଳେ, ପୁଣି ଭୀଷ୍ମଦେବ,ଅମର ପ୍ରତିଜ୍ଞା ଯାଙ୍କ କୁଳିଶୁ କଠିନ,ଅଦ୍ୱିତୀୟ ଧର୍ମବୀର, ଚିର ଧର୍ମପ୍ରାଣ,ଗ୍ରହିଲେ ସେ ଦୁରାଚାରୀ ଦୁର୍ଯ୍ୟୋଧନପକ୍ଷ,ସେ ବେନିଙ୍କ ସାହସରେ ଦପୀ କୁରୁଗ୍ଳାନିମଣୁଛି ଧରାକୁ ସରା, ସିନ୍ଧୁକୁହିଁ ବିନ୍ଦ୍ର । ’’ଉତ୍ତରିଲେ ଧନଞ୍ଜୟ ସଙ୍କୋଚେ ଅନୁତେ-‘‘କି ଚାରା ତାଙ୍କର ଦେବ, ପାଳିତ ଉଭୟେଦୁର୍ଯ୍ୟୋଧନ ଅନ୍ନେ, ଅତଃ ସହାୟ ତାହାର ।’’ଶୁଣି ଅର୍ଜୁନର ଏହି ଗୁରୁଭକ୍ତି ବାଣୀ,ଆଶ୍ଚର୍ଯ୍ୟମିଶ୍ରିତ ସ୍ୱରେ ଭାଷିଲେ କେଶବ-‘‘ପେଟପାଇଁ ଦେବ କି ହେ ପାପରେ ପ୍ରଶ୍ରୟ !ହାୟ, ଛାର ପେଟପାଇଁ ଏଡ଼େ କ୍ଳୀବବୃତ୍ତି !ଜଳାଞ୍ଜଳି ବିଧିଦତ୍ତ ମନୁଷ୍ୟତା ପଦେ,ଯେଉଁ ଭୀଷ୍ମ ପିତୃଦୁଃଖେ ଦୟାର ଦଧୀଚିସୁନ୍ଦର କି ତାଙ୍କ ପକ୍ଷେ ଏ ଘୃଣ୍ୟ ହୀନତା !ରହିଛି ବିସ୍ତୃତ ଅଗ୍ରେ ବିଶାଳ ପ୍ରକୃତି,ସୁବିଶାଳ କର୍ମକ୍ଷେତ୍ର ମାନବ ମାତ୍ରର,ରହିଛି ବିକ୍ଷିପ୍ତ ତାହା ଅନନ୍ତ ବକ୍ଷରେଅନନ୍ତ ମାଣିକ୍ୟ ମୁକ୍ତା ସ୍ୱର୍ଣ୍ଣହୀରକାଦି,(ନାହିଁ ଯାହା କୁରୁନାହା- କୁବେର ଭଣ୍ଡାରେ)ନ ସଂଗ୍ରହି ତାହା ଛାର ଦଗ୍ଧୋଦରବଶେବିସର୍ଜିବା ଉଚିତ କି ନୈତିକ ସାହସ ?ଏଣେ ଆର୍ଯ୍ୟ ଅନାର୍ଯ୍ୟର ଭୀଷଣ ବୈରତା,କରି ପ୍ରଧୁମିତ ସେହି ଅନଳେ ଦୁର୍ବାସା,ହୋଇଅଛି ଅନାର୍ଯ୍ୟର ଆରାଧ୍ୟ ଦେବତା ।ଅହୋ ! କେଡ଼େ ତୀବ୍ର କ୍ରୋଧୀ, ଖଳ ସ୍ୱାର୍ଥପର,ମୂର୍ତ୍ତି ଯଥା, ରୂପବନ୍ତ ଉଗ୍ର ଅଭିଶାପ,ଅନଳ ଦୃଷ୍ଟିରେ ତାର ହେବେ ଭସ୍ମୀଭୁତସ୍ୱୟଂ ହୁତାଶନ ଦେବ ବିଶ୍ୱଭସ୍ମକାରୀ,ଜଳିଯିବ ବିଷାକର ବିଷନିଃଶ୍ୱାସରେ ।ଧର୍ମରାଜ୍ୟ ଛାରଖାର ଘୃଣା-ଈର୍ଷାନଜେ,ମଣନ୍ତି ଅନାର୍ଯ୍ୟେ ଆର୍ଯ୍ୟ ପଶୁଠାରୁ ହୀନ,ରଖିଛନ୍ତି କରି ଧର୍ମସାଧନୁ ବଞ୍ଚିତ,ଅପବିତ୍ର ଅନାର୍ଯ୍ୟଙ୍କ ସ୍ପୃଷ୍ଟ ଦୃଷ୍ଟ ଦ୍ରବ୍ୟ,ଅସ୍ଫୃଶ୍ୟ ଅନାର୍ଯ୍ୟେ, ଥାଉ ଆନ କଥା ସଖେ,ମାଡ଼ିଲେ ଅନାର୍ଯ୍ୟଛାୟା ଗାଧୋଇବେ ଆର୍ଯ୍ୟ !ମାନବସମାଜ ମଧ୍ୟେ ଏହି ଭେଦନୀତିଉପାଡି ସମୂଳେ, ହେବ ରୋପିବାକୁ ତହିଁସମୁଦାର ସାମ୍ୟନୀତି, ଏହି ନବଧର୍ମପ୍ରଚାରିବ ତୁମ୍ଭେ ସଖେ, ସ୍ଥାପିବ ଭାରତେନବ ଧର୍ମରାଜ୍ୟ, ତୁମ୍ଭେ ଭାଜନ ତହିଁକି,ସୁଭଦା ସେ କାର୍ଯ୍ୟେ ତବ ଉଦ୍ଦୀପନା ଶକ୍ତି ।ନୀରବନ୍ତେ ବାସୁଦେବ, ଭାଷିଲେ କିରିଟୀ-କେଉଁ କାର୍ଯ୍ୟ ଇଚ୍ଛାମୟ ! ଅସାଧ୍ୟ ତୁମ୍ଭର ?ଇଚ୍ଛା କଲେ ମୁହୁର୍ତ୍ତକେ ଦମିପାର ପ୍ରଭୋ,ଧର୍ମର ବିପ୍ଳବ, ପୁଣି ଇଚ୍ଛାମାତ୍ରେ ତବହୋଇପାରେ ସଂସ୍ଥାପିତ କୋଟି ଧର୍ମରାଜ୍ୟ,ସତ୍ୟରାଜ୍ୟ, ଶାନ୍ତିରାଜ୍ୟ, ସର୍ବକର୍ତ୍ତା ତୁମ୍ଭେ,କରି ଉପଲକ୍ଷେ ମୋତେ ପ୍ରଦାନିବ ଯଶ,ମୁଁ ପରା ତୁମ୍ଭର, ହରି ? ଯାହା କିଛି ମୋର,ତାହା ତ ତୁମ୍ଭର, ତେବେ ତବଦତ୍ତ ଯଶନୁହେଁ କି ତୁମ୍ଭର, ତାହା ପ୍ରାପ୍ତ ହେବ ତୁମ୍ଭେ,ନିଜକୁ ନିଜର ଦାନ ସୁନ୍ଦର ରହସ୍ୟ !ନ ସରୁଣୁ ପାର୍ଥ କଥା କହିଲେ କଂସାରି-ବଡ଼ ଦୁଃଖ ହୁଏ ମନେ, ସଖେ ! ଦେଖି ଦେଖିସଂସାର ବେଭାର, ଦେଖ ଏହି ରତ୍ନାକର,ଅନନ୍ତ ଭୁମାଙ୍କ ଶକ୍ତି, ଅନନ୍ତ, ଅକଳ,ଇଚ୍ଛିଲେ ବୁଡ଼ାଇ ପାରେ ଲବେ ସେ ସଂସାରେ,ଇଚ୍ଛିଲେ ଘୋଡ଼ାଇ ପାରେ ମହାରତ୍ନେ ସୃଷ୍ଟି,ପୁଣି ଦେଖ ରୈବତକେ, ପ୍ରକୃତିଭଣ୍ଡାର,ପାଳିଛି ଅନନ୍ତ କୋଟି ପ୍ରାଣୀଙ୍କୁ ସ୍ୱଦେହେ,ପ୍ରଦାନୁଛି ମହୌଷଧି ଧ୍ୱନନ୍ତରି ପ୍ରାୟ,ଥାଉଁ ଥାଉଁ ଏ ପ୍ରତ୍ୟକ୍ଷ ମହାଶକ୍ତି ଅଗ୍ରେ,ନ ପୂଜି ଏହାକୁ ଜନେ, କିପାଁ ବା ଧାବିତଅପ୍ରତ୍ୟକ୍ଷ ଶକ୍ତି ଆଶେ, ଅନିର୍ଦ୍ଦିଷ୍ଟ ପଥେ !ବିସର୍ଜି ସରଳ ରାହା, ଆସକ୍ତ ଜଟିଳେ ।ଏହିପରି ନାନା କଥା କହି ଯଦୁନାଥ,ତୋଷି ପାର୍ଥଚିତ୍ତ ଧର୍ମ, ନୀତି ଉପଦେଶେ,ବାହୁଡିଲେ ଅନ୍ତଃପୁରେ, ଯଥାସମୟରେ ।ଏକାକୀ ଅର୍ଜୁନ ବସି ନିର୍ଜନ କକ୍ଷରେଭାବୁଛନ୍ତି କେତେ କଥା, ଆଙ୍କୁଛନ୍ତି କେତେଭାବୀ ସୌଭାଗ୍ୟର ଚିତ୍ର, କଳ୍ପ-ଚିତ୍ରପଟେ,ଉଛୁଳୁଛି ହର୍ଷେ ହୃଦ, ମଣିଲେ ସେ ଯେତେକେବଣ ଆନନ୍ଦ-ସ୍ୱର୍ଗେ କରିଛି ପ୍ରବେଶ ।ଭାବିଲେ ଏସନ-ଶୁଭ ସୁପ୍ରଭାତ ଆଜି,କେଡ଼େ ଚାଣ୍ଡେ ଆଶା-ବନେ ଉଠିଲାକ ଫୁଟିମନୋମତ ଆଶା-ଫୁଲ, କିବା ଶୁଭଯୋଗେଆସିଥିଲି ମୁକ୍ତିତୀର୍ଥ ଏ ଦ୍ୱାରକାପୁରେ-ଶୁଭମୟ ଅଦୃଷ୍ଟିର ଅବ୍ୟର୍ଥ ଆହ୍ୱାନେ ।ମୋ ଭାଗ୍ୟେ ସୁଭଦ୍ରାଲାଭ, ଅନ୍ଧଭାଗ୍ୟେ ନେତ୍ର,ହେବି ତା ସଂସର୍ଗେ ମୁହିଁ ପବିତ୍ର, ଉଜ୍ଜ୍ୱଳ,ଭଦ୍ରା କୃଷ୍ଣଶିଷ୍ୟା, ନୁହେଁ ସାମାନ୍ୟ ବନିତା,ଶୁଣି ତା ପବିତ୍ର ମୁଖୁ ସତ୍ୟଧର୍ମ ବ୍ୟାଖ୍ୟାମୁକ୍ତ ହେବ ବଦ୍ଧ ଆତ୍ମା, ଯୋଗ୍ୟ ସଙ୍ଗିନୀ ସେ ।ଏହିରୁପେ ଜୀବନର ସୁଖପ୍ରତିବିମ୍ବଦେଖୁଛନ୍ତି ପାର୍ଥ ବସି ଭବିଷ୍ୟ ଦର୍ପଣେ,ଏ ସମୟେ ଉପସ୍ଥିତ ହୋଇ ଦୌବାରିକ,ନିବେଦିଲା ଯୁକ୍ତକରେ ବିନୟ ବଚନେ-ବିଜେ କର ବୀରମଣି, ଅଛନ୍ତି ଅଚ୍ୟୁତଅପେକ୍ଷାରେ ତବ, ଆର୍ଯ୍ୟ ବଳରାମ ସହ,ଗଲେ ତୁମ୍ଭେ ଏକତ୍ରରେ ବଢ଼ିବ ମଣୋହି ।ଶୁଣି ବୀର ଏ ବଚନ, ଉଠିଣ ଆସନୁ,ବିଜେ କଲେ ଅନ୍ତଃପୁରେ ପ୍ରତିହାରୀ ସହ ।