ସୁଭଦ୍ରା
ଚିନ୍ତାମଣି ମହାନ୍ତି · ଭାଗ ୧୦ / ୧୦
ସମ୍ପୂର୍ଣ୍ଣ ସୂଚୀପତ୍ର
ଏକାଦଶ ସର୍ଗ
ପାର୍ଥ ସୁଭଦ୍ରାର ଆଜି ଶୁଭ-ପରିଣୟ,ପିନ୍ଧିଣ ଉତ୍ସବ ସାଜ ଦ୍ୱାରକା ନଗରୀବିସ୍ତାରିଛି ମଧୁହାସ୍ୟ-ବିପୁଳ ସୁଷମା,ଏକେ ତ ନନ୍ଦନବନ ସ୍ୱଭାବ-ସୁନ୍ଦର,ଦୁଯେ ତହିଁ ବିଜେ ହେଲେ ନବ ଋତୁରାଜ( ପୁଷ୍ପାକର, ପୁଷ୍ପକାନ୍ତ, କିଶଳୟକେତୁ )ଚୌଦିଗେ ଉତୁରି ପଡ଼େ ସୁଷମା-ମାଧୁରୀ ।ବିଚକ୍ଷଣ ବିନ୍ଧାଣିଏ ରଚିଛନ୍ତି ରମ୍ୟବିବାହବେଦିକା-ଛାୟାମଣ୍ଡପ ବିଚିତ୍ର,ନବରତ୍ନଖଚୀ ସ୍ତମ୍ଭ ଉଭା ଧାଡ଼ି ଧାଡ଼ିବିବିଧାକୃତ୍ତିର, ଗାତ୍ରେ ସ୍ଥାନେ ସ୍ଥାନେ ତାରଜଡ଼ିତ ଦର୍ପଣ, ଯେହ୍ନେ ବହୁଚକ୍ଷୁ ଫେଡ଼ିନିର୍ନିମେଷେ ସ୍ତମ୍ଭାବଳୀ ରହିଛି ଅନାଇଁଭଦ୍ରାର୍ଜ୍ଜୁନ-ପରିଣୟ ଦର୍ଶନ ମାନସେ ।ଧରେ ଏକ ପଦାର୍ଥର ବହୁ ପ୍ରତିବିମ୍ବସେ ଦର୍ପଣ, ଗୁଣଗ୍ରାହୀ ଯଥା ଗୁଣିକରଗୋଟିଏ ଗୁଣରେ କରେ କୋଟିଏ ପ୍ରଶଂସା ।ଶୋଭେ ସ୍ତମ୍ଭାବଳୀ ଶିରେ ସ୍ୱର୍ଣ୍ଣପତ୍ରଚ୍ଛଦୀ,କର୍ମରୂପ ବହୁ ବାହୁ ସମୂତ୍ତୋଳି କର୍ମୀ,ଆଣିଛି କି ସ୍ୱର୍ଗରାଜ୍ୟ ମର୍ତ୍ୟକୁ ଓହ୍ଲାଇ ।ମଧ୍ୟରେ ବିବାହବେଦୀ, ପ୍ରତି କୋଣେ ତାରଉଭା ରମ୍ଭା-ରମ୍ଭାପ୍ସରା ତରୁସଂସ୍କରଣ,ସୁନ୍ଦରୀ ଲଳନା ସହ ରମ୍ଭାର ଉପମାଚଳି ଆସୁଥିଲା ଚିର ପରମ୍ପରାକ୍ରମେ,ମାତ୍ର ସେ ପ୍ରାଚୀନ ପ୍ରଥା, ଭଦ୍ରା ଜନ୍ମଦିନୁବିସର୍ଜି କବିଏ, ସେହି ଉପମା ଆସନେବରାରୋହା ସୁଭଦ୍ରାକୁ ଅଛନ୍ତି ବସାଇ;ସେହି କୋପେ ଅବା ରମ୍ଭା, ଧରି ଚତୁମୂର୍ତ୍ତି,ଛକିଛି ଧରିବ ବୋଲି ଖ୍ୟାତି-ଚୋରଣୀକି ।ଦୋଳେ ବେଦୀ ଚଉପାଶେ ମୃଦୁଳେ ମୃଦୁଳେସପୁଷ୍ପ, ସଫଳ-ଚାରୁ ପଲ୍ଲବତୋରଣା,ଶ୍ୱେତରକ୍ତ ପୁଷ୍ପେ ଗୁନ୍ଥା ମାଳାବଳୀ ସହ ।କି ସୁନ୍ଦର ମାଳିକା ସେ, ଝୁଲୁଛି କି ଆହାମୁକୁତା ପ୍ରବାଳ ମିଶା ଝଟକ ଝାଲେରୀ,କିମ୍ବା ସତ୍ତ୍ୱ, ରଜ ଆତ୍ମା ଗୁନ୍ଥା କ୍ରମାନ୍ୱୟେ ।ଉପବିଷ୍ଟ ବେଦୀ ପରେ ପୁତ କୁଶାସନେପୁରୋହିତ କୁଶପାଣି, ବ୍ରହ୍ମା ବରଣୀୟ,ଉଭା ତଳେ ଗ୍ରହବିପ୍ର ପାଞ୍ଜି ଯାକି କାଖେ,ନାପିତମଣ୍ଡଳୀ ରତ ଦ୍ରବ୍ୟ ଆହରଣେ ।ଶୁଭଲଗ୍ନେ ପାର୍ଥ ଆସି ମଣ୍ଡିଲେ ବେଦିକାବରବେଶେ, ଉପସ୍ଥିତ ଜ୍ଞାନଦେବ କିବାପ୍ରତିଭା ବରଣେ କିମ୍ବା ଆସିଲା ପ୍ରଭାତଦିବ୍ୟପ୍ରଭାବନ୍ତ, ପ୍ରଭାବତୀ କାବ୍ୟତାରା-ବିବାହ ମାନସେ, ନତୁ ସମାଗତ ଅବାଉଚ୍ଚଭାବ-ଶୋଭାବତୀ କବିତା ଉଦ୍ଦେଶ୍ୟେ ।ରଟିଲେ କବିତା ଭାଟେ ଉଚ୍ଚାଟ ଭାଷାରେ,ବିପ୍ରେ କଲେ ବେଦ ଧ୍ୱନି, ମିଶିଲା ତହିଁରେଜ୍ୟୋତିଷମଙ୍ଗଳାଷ୍ଟକ ଆବୃତ୍ତି ସଘନେ ।ବାଜିଲା ମଙ୍ଗଳବାଦ୍ୟ, ନିନାଦିଲା କମ୍ବୁଅମ୍ୱୁପତି ସ୍ୱରେ, ବହୁ ତୂରୀ ଭେରୀ ରବେକମ୍ପିଲା ଗଗନ, ହେଲା ଶ୍ରବଣ ବଧିର,ପଡ଼ିଲା ଉଚ୍ଛୁଳି ଉଚ୍ଚ ହୁଳହୁଳି ଶବ୍ଦ,ଅଟ୍ଟାଳୀ ପଟହ୍ୱନାଦେ କଲା ପ୍ରତିଧ୍ୱନି,ବାଜିଲା ଦୁନ୍ଦୁଭୀ ବାଦ୍ୟ ଦୁଲୁକାଇ ମହୀ ।କନକ କଟମ୍ବାସନେ ବସିବୀର ପ୍ରାର୍ଥ,ପଠାଇଲେ ଉପବୀତ ପ୍ରତିନିଧିରୂପେକନ୍ୟା ନିମନ୍ତ୍ରଣେ, ତହୁ ମୁଦୁସୂଲିଗଣସାତଙ୍କାରା ସୁଭଦ୍ରାଙ୍କୁ ଆଣି ଅନ୍ତଃପୁରୁବସାଇଲେ ବର ବାମେ, ଜ୍ୟୋତିର୍ଦେବୀ ପ୍ରାୟଶୋଭିଲେ ସୁଭଦ୍ରା, ରୂପେ ଉଜ୍ଜ୍ୱଳି ଚୌଦିଗ ।କଲେ ପୁରୋହିତ ହୋମ ପୂଣ୍ୟ ବେଦମନ୍ତ୍ରେ,ସାକ୍ଷୀ କରି ବରକନ୍ୟା ଉଭେ ମନେ ମନେସର୍ବଦେବପ୍ରତିନିଧି ଅନଳଦେବଙ୍କୁ,ଅର୍ପି ହେଲେ ପରସ୍ପରେ କାୟମନୋପ୍ରାଣେ ।ବାନ୍ଧିଲେ ପୁରୋଧା କୁଶେ ବରବଧୂ ହସ୍ତ,ଏ ନୁହେଁ ସାମାନ୍ୟ ଗ୍ରନ୍ଥି, ଆଜୀବନ ଏହାନ ଫିଟିବ, ନ ତୁଟିବ, ନ ଯିବ ହୁଗୁଳି,ଏ ବନ୍ଧନ-ଉଭୟର ଧର୍ମର ବନ୍ଧନ,ଏ ଗ୍ରନ୍ଥି-ପ୍ରଣୟଗ୍ରନ୍ଥି-ପ୍ରତିଜ୍ଞାର ଗ୍ରନ୍ଥି,ଆତ୍ମାରେ ଆତ୍ମାରେ ଗଣ୍ଠି, ପ୍ରାଣେ ପ୍ରାଣେ ଗଣ୍ଠି,ଏ ଗଣ୍ଠି, ଦୁଇକୁ ଏକ କରେ ପୁତ ପ୍ରେମେ ।ପରସ୍ପର ସାହାଯ୍ୟରେ ଧର୍ମସଂସାଧନକରିବେ ସଂସାରେ ବେନି, କଲେ ଏ ପ୍ରତିଜ୍ଞାପାତିବେ ପ୍ରାଣେ ଏ ସତ୍ୟ, ସତ୍ୟର ନିମିତ୍ତ ।ବହୁ ଯଉତୁକ ରାମ ଅର୍ପିଲେ ସାନନ୍ଦେଭଗ୍ନୀ, ଭଗ୍ନୀପତି ଉଭେ, ଦେଲେ ବହୁ ରଥ-ସ୍ୱର୍ଣ୍ଣଜରୀକାରୁମୟ ପାଟଛିଟେ ମଣ୍ଡି,ହାଟକ ହାଉଦା ସବୁ ହସ୍ତୀ ଶତ ଶତ,ମଣିମୁକ୍ତାଶୋଭୀ ହୟ, ଦୁଗ୍ଧବତୀ ଗାଭୀ,ଅସଂଖ୍ୟ ମହିଷ, ଉଷ୍ଟ୍ର, କେତେ ପଢ଼ା-ଶୁକ,ସୌଖିନ ପାଳିତ ଜନ୍ତୁ, ବହୁ ଅସ୍ତ୍ରଶସ୍ତ୍ର ।ଅମୂଲ୍ୟ ଦୁର୍ଲ୍ଲଭ ରତ୍ନ ଅର୍ପିଲେ ବିସ୍ତର,ବସନ, ଭୂଷଣ ସଂଖ୍ୟା ହେବ ନାହିଁ କଳି,କେତେ ବଖାଣିବି ଆଉ ଦାନର ମହିମା,ଜଣେ ନୃପତିର ଯାହା ଲୋଡ଼ା ଏ ସଂସାରେ,ତହୁଁ ଶତଗୁଣ ରାମ ଅର୍ପିଲେ ଯୌତୁକ ।କୁବେର ଭଣ୍ଡାର ଦେଇ ନୋହି ସୁଦ୍ଧା ତୃପ୍ତ,ପୁଣି ସମର୍ପିଲେ ନେଇ ଅର୍ଜ୍ଜୁନେ ସ୍ୱକରେସ୍ୱର୍ଣ୍ଣ ଧନୁ, ସ୍ୱର୍ଣ୍ଣ ଆସି, ତୂଣୀର କଞ୍ଚୁକ,ଏହା ସିନା କ୍ଷତ୍ରିୟର ବାଞ୍ଛିତଭୂଷଣ ।କଲେ ରାମ ଧନଞ୍ଜୟେ ସ୍ନେହେ ବିପ୍ଳାବିତ,ଦେଖି ଏହା ଧନ୍ୟ ଧନ୍ୟ ଉଚ୍ଚାରିଲେ ସର୍ବେ,ଶତ୍ରୁର ଯେ ସୁଦ୍ଧା ଗୁଣ କରନ୍ତି ଗ୍ରହଣ,ଆପନ୍ତି ଗୁଣାନୁ ରୂପ ପୁରସ୍କାର ପୁଣି,ସେହି ଏକା ଗୁଣଗ୍ରାହୀ, ବୀର, ମତିମାନ,ଯୋଗ୍ୟ ଅଳଙ୍କାର ସେହି କ୍ଷତ୍ରିୟକୁଳର ।ଏ ଅନ୍ତେ ଉଦ୍ବାହ କ୍ରିୟା ସମାପି ବ୍ରାହ୍ମଣେ,ନିହି ଦୂର୍ବାକ୍ଷତ ନବଦମ୍ପତି ମସ୍ତକେକଲେ ଆଶୀର୍ବାଦ-ହୁଅ ଦୀର୍ଘଜୀବୀ ଉଭେ,ହେଉ ଚିର ସମୁଜ୍ଜ୍ୱଳ ଭବିଷ୍ୟ ତୁମ୍ଭର,ଜଗତର ହିତ ସହ କର ତୁମ୍ଭେ ସଦାସ୍ୱାର୍ଥ ବିନିମୟ, ସ୍ୱାର୍ଥ ହେଉ ପରହିତ,ଦାମ୍ପତ୍ୟ ଜୀବନ ତବ ନୋହୁ ବ୍ୟକ୍ତିଗତହେଉ ତାହା ଭାରତର ଜାତୀୟ ଜୀବନ-ଆଦର୍ଶ ଜୀବନ, ନବ ଜାଗ୍ରତ ଜୀବନ,ଘୋଷୁ ଏ ଭାରତ, ତବେ ଖ୍ୟାତି ଯୁଗେ ଯୁଗେ ।ଏ ସମୟେ ମିଳି ତହିଁ ରେବତୀ, ରୁକ୍ମିଣୀ,ସତ୍ୟଭାମା ଆଦି ଯଦୁବଧୂ, କନ୍ୟାବରେକରି ବନ୍ଦାପନା, ଗଲେ ଅନ୍ତଃପୁରେ ଘେନି,ଖେଳାଇଲେ ଜୁତ ତହିଁ ସ୍ୱର୍ଣ୍ଣ କପର୍ଦକେ ।କେତେ ହାସ ପରିହାସ ଚଳିଲା କୌତୁକେ,କେ କହିଲା ଏଡ଼େ ବଡ଼ ମହାରଥୀ ପାର୍ଥହାରିଗଲେ ଜୁତରଣେ, କି ବିଷମ ଲଜ୍ଜା,କେ ବୋଲେ ହେଲେହେଁ ଭୃଙ୍ଗ ଦାରୁଭେଦେ ଦକ୍ଷପାରେ କି ଫିଟାଇ କେବେ କମଳିନୀ ମୂଦ,କେ ବୋଲେ ଦୁର୍ଜୟ ସିନା ଆନର ହର୍ଯ୍ୟକ୍ଷ,ମାତ୍ର ଦୁର୍ଯ୍ୟକ୍ଷିଣୀ ପାଶେ ମୂଷିକ ନିଶ୍ଚୟ ।ଏହିପରି ନାନା ହାସ୍ୟ କଉତୁକ ପରେବିଜେ କଲେ ଧନଞ୍ଜୟ ବହିଃସ୍ଥ ମନ୍ଦିରେନିତି ବଢ଼ାଇବା ଆଶେ, ସୁଭଦ୍ରା ଶ୍ରଦ୍ଧାନ୍ତେ ।ଏଣେ ବଳରାମ ଏହି ବିବାହୋପଲକ୍ଷେସୁଜିଲେ ବିରାଟ ଦାନସାଗର ସାଟୋପେ,ଅନ୍ନ, ବସ୍ତ୍ର, ଧନ ଦାନେ ଦୀନେ କଲେ ଧନୀ,ଯେତେ ବ୍ୟୟ କଲେ ସୁଦ୍ଧା ହେଲା ନାହିଁ ଶୂନ୍ୟଦାନର ଭଣ୍ଡାର, କୂପ ଯଥା ଯହିଁ ଶୁଣଉଠେ ତହିଁ ନିଅ ନିଅ ଖାଅ ଖାଅ ସ୍ୱର,ମାତ୍ର ଦିଅ ଦିଅ ଶବ୍ଦ ନାହିଁ କେଉଁ ଠାରେ ।ବିବାହର ଶୁଭସ୍ମୃତି ଚିହ୍ନରୂପେ ରାମସ୍ଥାପିଲେ ନଗରେ ଏକ ନାରୀବିଦ୍ୟାଳୟ,ଅନ୍ୟଥା ବିଧବାଙ୍କର ସୁବୃତ୍ତି ଶିକ୍ଷାର,ହେଲା ତହିଁ ସୁବ୍ୟବସ୍ଥା ସୁଶିକ୍ଷକ ହସ୍ତେ,ବହିଲା ସେ ‘‘ଭଦ୍ରାର୍ଜ୍ଜୁନ ଶିକ୍ଷାଗାର’’ ଆଖ୍ୟା ।ଉତ୍ସବ ଆନନ୍ଦନୀରେ ମଗ୍ନ ନାଗରିକେ,ନ ପାଇଲେ ଅବସର ବଳିବାକୁ ବେଳେ,ଦିନକ ମଣିଲେ ସର୍ବେ ଓଳିଏ ସମାନ,ସ୍ୱଳ୍ପାୟୁ ସୁଖର ଦିନ, ଚାଲିଯାଏ ଖରେ,ମାତ୍ର ଦୁଃଖଦିନ ଦୀର୍ଘ, ମନ୍ଥର ତା ଗତି,ଦିନକ ପ୍ରତ୍ୟୟ ହୁଏ ସାତଦିନ ସରି ।ଅସ୍ତହେଲେ ବିଶ୍ୱଚକ୍ଷୁ ଦେବ ଦିବାକର,ଆସିଲା ରଜନୀଦୂତୀ ସନ୍ଧ୍ୟା, ଧରଣୀକିଦେବାକୁ ସମ୍ବାଦ, ପିନ୍ଧି ଆସିଚ ଦୁକୂଳ,ତାହା ପଛେ ବିଜେ ରାତ୍ରି, କୋଟିତାରାନେତ୍ରୀ ।ଏ ସମୟେ ବରକନ୍ୟା କଲେ ଶୋଭାଯାତ୍ରା,ବାଜିଲା ବିବିଧ ବାଦ୍ୟ, ଚାଲିଲା ଅସଂଖ୍ୟଆଢ଼ୋଣୀ, ତରାସ, ଛତ୍ର ଧ୍ୱଜ, ଫୁଲଝାଡ଼,ଉଡ଼ିଲା ସଧୀରେ ବହୁ ପ୍ରଦୀପ-ପଞ୍ଜରୀଚଳତାରା ପ୍ରାୟ, ଦୀପି ଅନମ୍ବରଗର୍ଭ,ଫୁଟିଲା ବହଳେ ବାଣ, ଖଇଭାଡ଼ି ପ୍ରାୟେ,କ୍ଷଣେ ମାତ୍ର ଉଇଁ ହୁଇ ନବ ତାରାରୂପେ,ଯାଉଛି ମିଳାଇ ନଭେ, ମିଳାଏ ଯେସନସାଧୁର ସଦୁପଦେଶ ପାଷଣ୍ଡ ହୃଦୟେ;ଅଥବା ମିଳାଏ ଯେହ୍ନେ ଦୀନ ମନୋରଥଜନ୍ମର ଅବ୍ୟବଧାନେ, ନିରାଶ ନିଃଶ୍ୱାସେ ।ଚନ୍ଦ୍ର-ଉଦିଆର ସ୍ନିଗ୍ଧ ଶୁଭ ସ୍ୱଚ୍ଛାଲୋକେପ୍ରତି ଦିନ ପ୍ରାୟ ରାତି, ମାତ୍ର ତା ନିୟତିଶୋଷିନେଲା ପ୍ରାଣ ତାର ମୁହୂର୍ତ୍ତ ମଧ୍ୟରେ,ଶୋଷେ ଜଳଧାରା ଯଥା ସୈକତ ପ୍ରଦେଶ ।ମହାଟୋପେ ପଟୁଆର ଚାଲିଲା ଦାଣ୍ଡରେସୁସଜ୍ଜିତ ରଥ, ଗଜ, ବାଜିରାଜି ସହ,ମଧ୍ୟରେ ଚୌଦୋଳେ ବିଜେ ସୁଭଦ୍ରାଅର୍ଜ୍ଜୁନ ।ନାଚି ନାଚି ଚାଲୁଛନ୍ତି ଅଗ୍ରତେ ନର୍ତ୍ତକ,ନାଚି ଚାଲେ ଆଶାପନ୍ତି ମନ ଆଗେ ଯଥା,ଗାଉଛନ୍ତି ସୁଗାୟକେ ମଧୁ ତାନେ, ସ୍ୱରେ ।ବସି ଅଟ୍ଟାଳିକାଚୂଳେ କୁଳବାଳାକୁଳଦେଖୁଛନ୍ତି ଶୋଭାଯାତ୍ରା, ବଜାଏ କେ ଶଙ୍ଖ,କେ ଦେଉଛି ହୁଳହୁଳି, କେହି କେହି ଅବାକରୁଛନ୍ତି ପୁଷ୍ପବୃଷ୍ଟି ବରକନ୍ୟା ଶିରେ ।ଶେଷ ହେଲା ଅର୍ଦ୍ଧରାତ୍ରେ ନଗରଭ୍ରମଣ,ବାହୁଡ଼ିଲେ ବରକନ୍ୟା ବସୁଦେବପୁରେ ।ଅନନ୍ତର ଯୋଗଣାନ୍ତେ କନିଷ୍ଠ କୌନ୍ତେୟବିଜେ ହେଲେ ସୁସଜ୍ଜିତ ମଧୁଶଯ୍ୟାଗୃହେ,କିଛିକ୍ଷଣ ପରେ ତହିଁ ମେଳିଲେ ଆସିଣସୁଭଦ୍ରାଙ୍କୁ ସଙ୍ଗେ ଘେନି ସଙ୍ଗିନାନୀକର ।ଦେହଳୀ ବଳାଇ ଦେଇ ସୁଭଦ୍ରାକୁ ସର୍ବେ,ଗୃହର କବାଟ ଖରେ ଆଣି ଆଉଜାଇହୋଇଗଲେ ଅନ୍ତର୍ହିତ, ତହୁଁ ଧନଞ୍ଜୟ,ସୁଭଦ୍ରାର ହସ୍ତ ଧରି ବସାଇଲେ ନେଇଗଜଦନ୍ତ ପଲ୍ୟଙ୍କରେ, ବସିଲେ ଆପଣେ ।ଲଜ୍ଜାରେ ନୀରବ ଭଦ୍ରା, ଫେଡ଼ି କେଶପାଶକେତକୀପାଖୁଡ଼ା, ତହିଁ ଲେଖିଲେ ଏ ଲିପି-ଶେଫାଳିକାବୃନ୍ତରସେ, ଗୁଳିକାଠିମୁନେ-‘‘ତୁମ୍ଭେ ମୋର ଦିବସରେ ସୂର୍ଯ୍ୟ, ରାତ୍ରେ ଚନ୍ଦ୍ର,ଅନ୍ଧର ନୟନ, ଗୁପ୍ତଧନ ହୃଦୟର ।’’ଲେଖିସାରି ଲେଖ ନେଇ ଛୁଆଇଁ ମସ୍ତକେ,ଥୋଇଦେଲେ ଭକ୍ତିଭରେ ପାର୍ଥ ପଦତଳେ ।ସତ୍ୱର ଉଠାଇ ତାହା, ପଢ଼ି ଧନଞ୍ଜୟ,କହିଲେ, ‘‘ପ୍ରେୟସି, ତୁମ୍ଭେ ତତୋଽଧିକ ମୋର,ନ କହି ବଚନ କିପାଁ ପତ୍ର ବ୍ୟବହାର ?’’ଉତ୍ତରିଲେ ଭଦ୍ରା, ‘‘ନାଥ ଆସିବା ସମୟେକହିଥିଲେ ଭ୍ରାତୃଜାୟା ସତ୍ୟଭାମା ଦେବୀ-ନ କହିବୁ ଜେମାମଣି, କାନ୍ତେ ଆଗେ କଥା,କହିଲେ ପହିଲେ ନାରୀ ମଧୁଶଯ୍ୟା ରାତ୍ରେକାନ୍ତେ କଥା, ଆଜୀବନ ହୁଏ ସେ ଦୁର୍ଭାଗୀ ।’’ଶୁଣି ପାର୍ଥ ହସି ହସି ପୁଚ୍ଛିଲେ ଆବରକିପା ତେବେ ପ୍ରିୟେ, ନେତ୍ରେ ଅଶ୍ରୁଧାରା ତବ ?‘‘ଆନନ୍ଦରେ’’ ଉତ୍ତରିଲେ ସୁଭଦ୍ରା ସୁନ୍ଦରୀ ।ତହୁଁ ପାର୍ଥ ଉତ୍ତରୀୟେ ପୋଛି ଦେଲେ ଅଶ୍ରୁ,ମାତ୍ର ସେ ଅବାଧ୍ୟ ଅଶ୍ରୁ, ହେଲା ନାହିଁ ରୁଦ୍ଧ,ଦୁଃଖେ ହେଉ, ସୁଖେ ହେଉ, ଫିଟିଗଲେ ଥରେଅଶ୍ରୁଝର, ହୁଏ ନାହିଁ ସହଜେ ସମ୍ଭାଳି,ଭାଙ୍ଗିଗଲେ ନଦୀବନ୍ଧ ସ୍ରୋତବେଗ ଯଥା ।ଇଷ୍ଟସମ୍ଭାଷଣ ପରେ ସେ ନବଦମ୍ପତିରତ ପ୍ରେମ-ପରିହାସେ-ଦାମ୍ପତ୍ୟ ସୁଲଭ ।ଏଥୁଅନ୍ତେ ପ୍ରାଣକାନ୍ତେ କହିଲେ ସୁଭଦ୍ରାବିନୟ ମଧୁର ଗୀରେ, ଯାତଞାବ୍ୟଞ୍ଜକ-‘‘ମାଗିବି ଗୋଟିଏ ଭିକ୍ଷା ଆଜି ପ୍ରାଣେଶ୍ୱର,କରିବ ମୋ ମନୋରଥ ପୂର୍ଣ୍ଣ ଦୟା ବହି ।’’ପୁଚ୍ଛିଲେ ମାଘବି, ‘‘ଦେବି, କି ଭିକ୍ଷା ତୁମ୍ଭର ?ଭିକ୍ଷା ନୁହେଁ-ଆଦେଶ ତା କରିବି ପାଳନ,ଯାହା ଲୋଡ଼ା ଆଣିଦେବି ତ୍ରିଭୁବନେ ଖୋଜି ।’’ଭାଷିଲେ ସୁଭଦ୍ରା,‘‘କିବା ଲୋଡ଼ା ଆନଦ୍ରବ୍ୟେ,ମୋ ବାଞ୍ଛିତ ଦ୍ରବ୍ୟ ଏକା ପାଦପଦ୍ମ ତବ,ପୋଷିଛି ଆବାଲ୍ୟ ଆଶା, କରିବି ପ୍ରଚାରସମାଜେ ନିଷ୍କାମ ଧର୍ମ, ଦେଖୁଛ ତ ନାଥ,ଧର୍ମର ବିପ୍ଳବ, ଧର୍ମନାମେ ଅନାଚାର-ଧର୍ମ ନାମେ ଜୀବହିଂସା, ହତ୍ୟା, ଭେଦନୀତି;ଦେଖି ଦେଖି ସଦା ଦୁଃଖେ ଫାଟିଯାଏ ହିଆ ।ଦେଖୁଛନ୍ତି ଅନାର୍ଯ୍ୟଙ୍କୁ ଆର୍ଯ୍ୟେ ଘୃଣାନେତ୍ରେ,ତାଙ୍କ ପ୍ରତି ଶାସ୍ତ୍ରପାଠ ନିଷିଦ୍ଧ ଛଳରେହୋଇଛି ନିଷିଦ୍ଧ ଧର୍ମଚର୍ଚ୍ଚା, ପୁଣି ଆର୍ଯ୍ୟଛୁଇଁଲେ ଅନାର୍ଯ୍ୟ ଛାଇ, ହେବ ଅପବିତ୍ର,ପଶୁଛାୟା ଆର୍ଯ୍ୟଙ୍କର ନୁହେଁ ତେ ଅସ୍ପୃଶ୍ୟ,ତେବେ କି ଅନାର୍ଯ୍ୟ, ହାୟ, ପଶୁଠାରୁ ହୀନଏହା ଯଦି ଧର୍ମ, ତେବେ ଅଧର୍ମ କେ ଆଉ !ଏହା ସିନା ଧର୍ବନାମେ ଧର୍ମର ଅବଜ୍ଞା-ଧର୍ମର ଦାରୁଣ ଗ୍ଳାନି, ଧର୍ମଖ୍ୟାତ ପାପ ।ଭାରତର ବେନି ବାହୁ-ଆର୍ଯ୍ୟ, ଆଯ୍ୟେତର,ନ କଲେ ସାହାଯ୍ୟ ଦାନ ଏକ ଅପରକୁ,ନ ମିଶିଲେ ଏକ ଶକ୍ତି ଅପର ଶକ୍ତିରେ,ହେବ ନାହିଁ କର୍ମକ୍ଷମ ତାହା କେଉଁ କାଳେ ।ଏହି ଭେଦନୀତିଫଳେ ବହୁ ଉପଧର୍ମସୃଷ୍ଟ ହୋଇ ସମାଜକୁ କରୁଛି ଦୁର୍ବଳ,ଏହି ଭେଦନୀତି କାଟ ଗୋଟି ଗୋଟି ଶାଖାସମାଜ ବୃକ୍ଷର, ତାକୁ କରୁଅଛି ସ୍ଥାଣୁ ।ସ୍ୱାର୍ଥରେ ଚାଳିତ ସର୍ବେ, ନାହି ଧର୍ମଭୟ,ଊଣା ହେଲା ଧର୍ବବଳ, ଟେକିଲା ମସ୍ତକପାପ, ସୁପ୍ତ ହେଲେ ସିଂହ ମାତନ୍ତି ଫେରବେ,ନତୁବା କି ଶିଶୁପାଳ, ଜରାସନ୍ଧ ଆଦିହୁଡ଼ି ପୁତ କ୍ଷାତ୍ରବୃତ୍ତି, ହୁଅନ୍ତେ ନିରତଅତ୍ୟାଚାରେ, ଖଣ୍ଟବୃତ୍ତି-ଲୁଣ୍ଠନେ, ଶୋଷଣେ !ବଂଶୀୟ ସୁଖ୍ୟାତିବଳେ ମହାଦର୍ପଭରେବୋଲାଉଅଛି ବା କେହି ଆପଣାକୁ ବଡ଼,ଚଢ଼ିଲେ ଅପର ସ୍କନ୍ଧେ, ଦିଶନ୍ତି ସକଳେବଡ଼, ଏହା ସ୍ୱତଃସିଦ୍ଧ, ମାତ୍ର ନାହିଁ ତହିଁଆପଣାର ବ୍ୟକ୍ତିଗତ ପ୍ରତିଭା ପ୍ରଭାବ,ନ ବୁଝନ୍ତି ଏହା ମୂଢ଼େ, ଅହମିକାମଦେ ।ଭାରତର ଏକମାତ୍ର ଯୁଦ୍ଧବୀର ତୁମ୍ଭେ,ଶୁଣିଥିଲି ଏହା, ନାଥ, ପୂର୍ବେ ଜନରବେ,ଚାକ୍ଷୁଷ ପ୍ରମାଣ ତାର ଲଭିଲି ମୁଁ କାଲି,ସବୁଯୁଦ୍ଧେ, କିନ୍ତୁ ପ୍ରଭୁ, ଏକା ଯୁଦ୍ଧବୀରେ,ହେବ ନାହିଁ କର୍ମୋଦ୍ଧାର, ଧର୍ମବୀର ବିନା,ହୋଇ ଏବେ ଧର୍ମବୀର, ହେ ମହିମାଧର,ହୁଅ ପ୍ରଚାରକ-ସତ୍ୟ ନିଷ୍କାମ ଧର୍ମର,ହୁଅ ମୋର ଅନୁଷ୍ଠିତ ବ୍ରତର ସହାୟ,ଏହି ଭିକ୍ଷା ଏ ଦାସୀର ତବ ପଦେ ଦେବ !’’ସୁଭଦ୍ରା-ବିନୟବାଣୀ ଶୁଣି ସବ୍ୟସାଚୀ,ଉତ୍ତରିଲେ ସ୍ମିତହାସ୍ୟେ ବିସ୍ମୟପୁଲକେ-‘‘ଭିକ୍ଷା ନୁହେଁ ପ୍ରାଣେଶ୍ୱରି, ମହାଶିକ୍ଷା ଏହା,ଭ୍ରାତା ଯାର ବିଶ୍ୱଗୁରୁ, ତାଙ୍କ ଭଗିନୀରଏଭଳି ସୁଗୁଣ ସିନା ବାସ୍ତବ ସମ୍ଭବ,କରିଦେଲ ତୁମ୍ଭେ ମୋର ଭାବୀ ଜୀବନରକର୍ତ୍ତବ୍ୟ ନିର୍ଦ୍ଦେଶ ଆଜି, ଏତେଦିନ ପରେଲଭିଲି ମୁଁ ମାନବର ଉପଯୁକ୍ତ ଶିକ୍ଷା,ସତୀ ନାରୀ ପୁରୁଷର ଗୁରୁ ସତ୍ୟ ଏହା,ପୁରୁଷ ସଂସାରେ ସଦା ବିଶୃଙ୍ଖଳମତି,ରମଣୀ ଶୃଙ୍ଖଳା ତାର, ଏହା ମହାସତ୍ୟ ।ବହୁ ଭାଗ୍ୟଫଳେ ପ୍ରିୟେ, ମିଳେ ପାରତ୍ରିକ-ପଥପ୍ରଦର୍ଶିକା ନାରୀ, ସୌଭାଗ୍ୟ ମୋହରନ ପାରିଣ କଳି ଆଜି ଆତ୍ମବିସ୍ମୃତ ମୁଁ ।ଆଜିଠାରୁ ହେବ ମୋର ଜୀବନର ବ୍ରତଋଗ୍ଣସେବା-ଜାତିଧର୍ମ ଶତ୍ରୁନିର୍ବିଶେଷେ ।ବିପନ୍ନର ସହାୟତା, ସତ୍ୟର ପାଳନ,ଶାସ୍ତ୍ର ଉପଦେଶଦାନ, ସର୍ବଜୀବେ ଦୟା,ସ୍ନେହ, ସାମ୍ୟ, ପ୍ରୀତି, ମୈତ୍ରୀ, ନିରଭିମାନିତାଏହାହିଁ ତ ସତ୍ୟଧର୍ମ, ପାଳିକି ନିକର ।ପ୍ରଚାରିବି କୃଷ୍ଣନାମ-କଳି-ମୁକ୍ତି-ମନ୍ତ୍ର,ଏକାର୍ଯ୍ୟେ ମୋ ହେବେ ସାହା ଭାତୃଦେବ ତବ,ସତତ ସେ ସାଧୁକାର୍ଯ୍ୟେ ପରମ ସହାୟ,ସ୍ଥାପିବେ ସେ ଧରା ସ୍ୱର୍ଗ ଏ ପୂଣ୍ୟ ଭାରତେଧର୍ମରାଜ୍ୟ, ସତ୍ୟରାଜ୍ୟ, ଶାନ୍ତିରାଜ୍ୟ ନିଜେ,ସନାତନ ଆର୍ଯ୍ୟଧର୍ମ ହେବ ସମୁଜ୍ଜ୍ୱଳ,ଧର୍ମର ରକ୍ଷକ ଯେହୁ, ରଖିବେ ସେ ଧର୍ମେମୁଁ କେବଳେ ଉପଲକ୍ଷ ହେବି ସେ କାର୍ଯ୍ୟର ।ପ୍ରଚାରିବ କରୁପୁରେ ମହିଳା-ସମାଜେପବିତ୍ର ନିଷ୍କାମ ଧର୍ମ ତୁମ୍ଭେ ବରାନନେ,ରହିଲା ମୋ ଭାଗେ ସଦା ପୁରୁଷସମାଜ,ପ୍ରଥମତଃ କୁରୁପୁର ହେବ କର୍ମକେନ୍ଦ୍ର,ଉଠି ତହୁଁ ଢେଉ କ୍ରମେ ବ୍ୟାପିବ ଭାରତେ,ଉଠି ଯଥା ସରଗଭେ ଲୋଷ୍ଟ୍ର କ୍ଷେପେ ବୀଚି;କ୍ରମଶଃ ବିସ୍ତୃତ ହୋଇ ସ୍ପର୍ଶେ ସରସୀମା ।’’ଏହିପରି ଧର୍ମନୀତି କଥା ପ୍ରସଙ୍ଗରେପାହିଲା ରଜନୀ, ତହୁଁ ସୁଭଦ୍ରା, ଅର୍ଜ୍ଜୁନଉଠିଗଲେ ପ୍ରାତଃକୃତ୍ୟ ସମାପନ ଆଶେ ।ଘେନୁଛି ମେଲାଣି ଏବେ ତାପସୀ ସୁଭଦ୍ରେ,ଚିତ୍ରିବି କି ଶକ୍ତି ମୋର, ତବ ପୂଣ୍ୟଚିତ୍ର,ଭବିଷ୍ୟ କରଣୀ ତବ ଅତୁଳ, ଅଦ୍ଭୁତ,ଯାଇ କୁରୁପୁରେ ତୁମ୍ଭେ କଲି ସମସ୍ତଙ୍କୁଗୁଣେ ବଶ, କରିନେଲ ସକଳେ ନିଜର,ରାଜଯୋଚୀ ଯୁଧିଷ୍ଠିର, ସର୍ବଗୁଣଧର,ହୋଇ ତବ ଗୁଣେ ମୁଗ୍ଧ, କିବା ରାଜନୀତି,ଗୃହନୀତି, ବ୍ୟବହାରନୀତି, ସର୍ବକାର୍ଯ୍ୟେନ ଜିଜ୍ଞାସି ମତ ତବ, ନ କରନ୍ତି କିଛି ।ପତି-ବନବାସ କାଳେ ନିବସିଲ ଆସିପିତୃଗୃହେ, ଉଦାସୀନୀ-ସନ୍ନ୍ୟାସିନୀ ବେଶେହେଲା କର୍ତ୍ତବ୍ୟ ତୁମ୍ଭର, ଦେବି ! ନାରାୟଣ-ପୂଜା,ଶସ୍ତ୍ର ଶାସ୍ତ୍ର ଶିକ୍ଷାଦାନ କୁମାରଗଣର ।ଥିବାରୁ ସୁଶିକ୍ଷା ଲଭି ତୁମ୍ଭଠାରୁ ସିନାଅତିରଥ ଅଭିମନ୍ୟୁ, ଦ୍ୱିତୀୟ ଅର୍ଜ୍ଜୁନ,ହୋଇଥିଲା କ୍ଷମଦୃଢ଼ ଚକ୍ରବ୍ୟୁହଭେଦେଯକ୍ଷ ରକ୍ଷ ଅଭେଦ୍ୟ ଯେ, ସୁରନରତ୍ରାସ ।କୁରୁକ୍ଷେତ୍ର ଯୁଦ୍ଧେ ଯେବେ ମଲେ ବହୁ ସୈନ୍ୟ,ପୂର୍ଣ୍ଣ ହେଲା ରଣକ୍ଷେତ୍ର ମୃତ, ମୁମୂର୍ଷରେ;ସେକାଳେ ସୁଭଦ୍ରେ ତୁମ୍ଭେ ଭ୍ରମି ଦିବାରାତ୍ରକଲ ଆହତର ସେବା କ୍ଷୁଧାତୃଷା ଭୁଲି,ସ୍ନେହମୟୀ, କୃପାମୟୀ ମାତୃମୂର୍ତ୍ତିଧରି ।ପ୍ରକାଶିଲ ଯେ କରୁଣା, ବାଳାରୁଣାଧରି !ନାହିଁ ତାର ସମକକ୍ଷ ତୁଳନା ମହୀରେ ।ତୁମ୍ଭ ଶୁଶ୍ରୂଷାରେ ଭୀଷ୍ମ-ଶରଶଯ୍ୟାଶାୟୀ,ଭୁଲିଥିଲେ ଶରପୀଡ଼ା, ଢାଳି ତୁମ୍ଭେ ପତି !ଗୀତାମୃତ ତାଙ୍କ କର୍ଣ୍ଣେ, ମୁକ୍ତିମାର୍ଗଦର୍ଶୀରଖିଥିଲ କରି ତାଙ୍କୁ ଭାବରେ ବିଭୋର,ତେଣୁ ବୀର ମୃତ୍ୟୁକଷ୍ଟ ନ ପାରିଲେ ଜାଣି ।ଦୁଃଖେ ସୁଖେ ସ୍ଥିର ତୁମ୍ଭେ ଗିରିଚୂଡ଼ା ସମ,ପ୍ରାଣପୁତ୍ର ଅଭିମନ୍ୟୁ ମୃତ୍ୟୁସମ୍ବାଦରେନ ହୋଇ ଅଧୀର, ଶୋକ ନ ପାରିଲା ଟାଳିପ୍ରଭଞ୍ଜନ ସମ ବଳେ ତୁମ୍ଭଙ୍କୁ ଯାଦବି !ବୀରପତ୍ନୀ, ବୀରମାତା, ବୀରବାଳା ତୁମ୍ଭେ,ମନବଳେ ବଳୀ, ଶୋକ କି କରିବ ତବ,ମନର ବଳକୁ ଦେବି, ପାରେ ନାହିଁ କେବେକୋଟି ମତ୍ତ ଐରାବତ ପ୍ରତିହତ କରି ।ପ୍ରଚାର ଭଗବଦ୍ମୀଚା ଆହତ ଆବାସେ,ରଣକ୍ଷେତ୍ର ମଧ୍ୟେ, କୋଟି ମୁମୂର୍ଷୁ ପ୍ରାଣରେସମର୍ପିଲ ଶାନ୍ତି, କୋଟି ମୁମୂର୍ଷୁ ଆତ୍ମାରକରିଦେଲ ଗତି, ସୁଖେ ଗଲେ ସେ ତ୍ରିଦିବେ ।କୁରୁକ୍ଷେତ୍ର ସମରାନ୍ତେ ସୁଧୀ ଧର୍ମରାଜହେଲେ ରାଜଚକ୍ରବର୍ତ୍ତୀ ଭାରତମଣ୍ଡଳେ,ମାତ୍ର ସେ ଶୋଣିତପ୍ଳାବୀ ଶୋକ-ସିଂହାସନନ ଲାଗିଲା ସୁଖ ତାଙ୍କୁ, ତହୁଁ ପରୀକ୍ଷିତେସମର୍ପି ସାମ୍ରାଜ୍ୟ-ଭାର, ଶୈଶବେ ତାଙ୍କରନିୟୋଗି ତୁମ୍ଭଙ୍କୁ ଭଦ୍ରେ, ପ୍ରତିନିଧିରୂପେ,ଆଚରିଲେ ବାନପ୍ରସ୍ଥ ଭ୍ରାତୃ, ପତ୍ନୀ ସହ ।ପାଳିଲ ପ୍ରକୃତି ତୁମ୍ଭେ ପୁତ୍ରନିର୍ବିଶେଷେଅଦ୍ଭୁତ ଯୋଗ୍ୟତା ସହ, ତବ ସୁପାଳନବଳିଗଲା ଯୁଧିଷ୍ଠିର ସୁପାଳନୁ ସତି !ଯଥାକାଳେ ପୌତ୍ରକରେ ଅର୍ପି ଏ ଭାରତେଗଲ ଚାଲି ସ୍ୱର୍ଗଧାମେ, ପୁଣ୍ୟ ରଥେ ବସି ।ଗଲ ତୁମ୍ଭେ ଦେଖାଇ ଯେ ନାରୀଜୀବନରଅପୂର୍ବ ଆଦର୍ଶ ଚିତ୍ର, ଦୁର୍ଲଭ ତା ଏବେ,ଏ ଭାରତଖଣି ଏବେ ପ୍ରସବୁ ତ ନାହିତୁମ୍ଭ ଭଳି ହାୟ ଦେବି, ଦିବ୍ୟ ଜ୍ୟୋତିର୍ମୟ-ରମଣୀ-ଭୂଷଣ-ମଣି, ଯାଇଛ ପ୍ରତିଷ୍ଠିଆଦର୍ଶ ରମଣୀରାଜ୍ୟେ ତୁମ୍ଭେ ଗୁଣବତୀଯେଉଁ ସ୍ୱର୍ଣ୍ଣସିଂହାସନ, ବସିବାକୁ ତହିଁଉପଯୁକ୍ତ ପାତ୍ରୀ ଏବେ ଏକାନ୍ତ ଦୁର୍ଲଭ ।ଏକାଳ ରମଣୀଙ୍କର ନାହିଁ ଉଚ୍ଚ ହୃଦ,ଉଚ୍ଚ ଦୀକ୍ଷା, ଉଚ୍ଚ ଚିନ୍ତା,- ଅଛି ଏକା ଖାଲିଆଜୀବନ ନୀଚ ଚିନ୍ତା-ସ୍ୱଭାବଗ୍ରାସିଣୀ,ନ ପଡ଼ିବ କାହା ନାମେ ଭାବୀ ଇତିହାସେବିସୂକ୍ଷ୍ମ ମଳିନ ରେଖା, କର ଆଶୀର୍ବାଦଘୁଞ୍ଚିଯାଉ ଏ ଦୁର୍ଗତି ଆର୍ଯ୍ୟବାଳାଙ୍କର,ହେଉନ୍ତୁ ସେ, ଦେବୀ ! ତବ ସଦ୍ଗୁଣଦାୟାଦ ।ସୌଭାଗ୍ୟର ସୁପ୍ରଭାତ ଅଭାଗୀକୂଳରହେଉ ସନ୍ନିକଟବର୍ତ୍ତୀ, ହେଉନ୍ତୁ ସେ ଗଣ୍ୟ ।