ସୁଭଦ୍ରା
ଚିନ୍ତାମଣି ମହାନ୍ତି · ଭାଗ ୯ / ୧୦
ସମ୍ପୂର୍ଣ୍ଣ ସୂଚୀପତ୍ର
ଦଶମ ସର୍ଗ
ପ୍ରଭାତିଲା ତମସ୍ୱିନୀ, ବିଶ୍ୱମ୍ଳାନଶୋଭାହେଲା ପୁଣି ପ୍ରତିଭାତ, ଚାହିଁଲା ପ୍ରକୃତିଏକଚକ୍ଷୁଷ୍ମତୀ, ଫେଡ଼ି ଉଷା ନେତ୍ରପଟପଙ୍କଜ-ପାଟଳ, ନୀଳ ଅମ୍ବରପ୍ରଦେଶେଜଳିଲା ଅନଳଡୋଳା-ରବି ଧକଧକେ ।ବୋଳି ହୋଇ ବିହଙ୍ଗମେ ସ୍ୱର୍ଣ୍ଣ ସୌରକର,ବାଇଲେ ଟଙ୍କାରି ହର୍ଷେ କଣ୍ଠ-ବୀଣାତାରମଧୁରେ, ରୁଚିରେ, ଶ୍ରୁତି-ସୁଖାୟନ ତାନେ,ଭାଙ୍ଗିଗଲା ପ୍ରକୃତିର ବିରାଟ ମୌନତା,ତୁଟିଗଲା ଘୋର ନିଦ୍ରା, ଉଠି ସେ ସତ୍ୱରହେଲା ସଂଧାବିତ-କର୍ମ-ଜୀବନ ମାର୍ଗରେ-ନବପ୍ରାଣେ, ନବଦଳେ, ନବୀନ ଉତ୍ସାହେ ।କର୍ମରୂପୀ ପୁରୋଧାର ପବିତ୍ର ଆହ୍ୱାନେରୁଣ୍ଡ ହୋଇ କର୍ମ ଯୋଗେ ପ୍ରାଣି-ଯଜମାନେ,ଅର୍ପିଲେ ଆହୂତି ସର୍ବେ ଶକ୍ତି ଅନୁରୂପେ,ଉତ୍ଶିଖେ ଜଳିଲା ଅଗ୍ନି କର୍ମଯଜ୍ଞକୁଣ୍ଡେ ।ସାରି ପ୍ରାତଃକୃତ୍ୟ ପାର୍ଥ-ମହାମତିମନ୍ତ,ଉପବିଷ୍ଟ ସ୍ୱର୍ଣ୍ଣାସନେ ବିନୋଦପ୍ରକୋଷ୍ଠେଏକାଳେ ବାହୁଡ଼ି ଦୂତ ଇନ୍ଦ୍ରପ୍ରସ୍ଥପୁରୁଅର୍ପିଲା ଛାମୁରେ ଆଣି ଉତ୍ତର ଚିଟାଉ ।ଦେଖି ପତ୍ରପୃଷ୍ଠେ ବୀର, ଜ୍ୟେଷ୍ଠାଗ୍ରଜଙ୍କରନାମାଙ୍କିତ ମୁଦ୍ରା, ନେଇ ଉଠାଇ ତା ଖରେ,ଲଗାଇ ମସ୍ତକେ ଅଗ୍ରେ, ମୁଦେ ଫେଇ ମୁଦ,ପଢ଼ିଲେ ନିବିଷ୍ଟଚିତ୍ତେ, ପରମ ଆଗ୍ରହେ,ଦେବତା ପ୍ରସାଦ ଫୁଲ ଲଭି ଭକ୍ତ ଯଥା,ଛୁଆଇଁ ମଥାରେ ପଛେ ଦେଖେ ତା ସୌନ୍ଦର୍ଯ୍ୟ ।ଥିଲା ସେହି ପ୍ରତିଲେଖେ ଲିଖିତ ଏସନ-‘‘ପ୍ରାଣାଧିକ ସ୍ନେହାନୁଜ ! ଘେନ ଆଶୀର୍ବାଦ,ଦଶ ବର୍ଷେ ପାଇଁ ତବ କୁଶଳ ସମ୍ବାଦଲଭିଲି ମରମ ପ୍ରୀତି, ହେଲି ମୁଁ ଆଶ୍ୱସ୍ତ ।’’ଏଠାରେ କୁଶଳ ସର୍ବ, ଜାଣିବ ବାସ୍ତବେ,କେବଳ ଦୁଃଖିତ ସର୍ବେ ତୁମ୍ଭ ଅଦର୍ଶନେ ।ତୁମ୍ଭର ସୁଭଦ୍ରାଲାଭ ଶୁଣିବା ସମୟୁକି ପୂଣ୍ୟ ଆନନ୍ଦେ ସିକ୍ତ ହେଉଛି ଏ ଆତ୍ମା,ନାହିଁ ତାହା ବର୍ଣ୍ଣିବାକୁ ଉପଯୁକ୍ତ ଭାଷା,ଏତେକାଳେ ପାଣ୍ଡୁକୁଳେ ମିଳିଲା ସୌଭାଗ୍ୟେଯଥାଯୋଗ୍ୟ ଗୁଣବତୀ, ପୂଣ୍ୟବତୀ ବଧୂ,କରୁଛି ମୁଁ ଆଶୀର୍ବାଦ, ଦମ୍ପତି ବେନିଏହୋଇ ଦୀର୍ଘଜୀବୀ କର ସ୍ୱଧର୍ମ ସାଧନ ।ପଚାରିଛ ମତ, କୃଷ୍ଣମତେ କେ ଅମତ ?ମହାସତୀ ସତ୍ୟଭାମା ପ୍ରକୃତିରୂପିଣୀ,ଶ୍ରୀକୃଷ୍ଣ ପୁରୁଷରୂପି, ପ୍ରକୃତି ପୁରୁଷେନାହିଁ ଭେଦାଭେଦ ଭାଇ, ସେ ଉଭୟେ ଏକ ।ଯାହା ସତ୍ୟଭାମା ଆଜ୍ଞା, ତାହା କୃଷ୍ଣ ଆଜ୍ଞା,କେ ଲଙ୍ଘିବ କୃଷ୍ଣାଦେଶ ବିଶ୍ୱ ଚରାଚରେ,ପ୍ରଦାନନ୍ତି ଯା ଆଦେଶେ ଜ୍ୟୋତିଷ୍କେ ଆଲୋକ,ବିତରେ ଜଗତପ୍ରାଣ ପ୍ରାଣ ଅବିରାମେ,ବେଳାବଦ୍ଧ ମହାବ୍ଧିର ଅଜେୟ କ୍ଷମତା,ସେ ଅନନ୍ତଭୂମା ଦେବ କୃଷ୍ଣଙ୍କ ଆଦେଶସକଳର ଶିରୋଧାର୍ଯ୍ୟ, ମଙ୍ଗଳ ନିଦାନ ।ପାଣ୍ଡବଙ୍କ ଆଶା କୃଷ୍ଣ-ପାଣ୍ଡବଜୀବନ,ତାଙ୍କ ଆଜ୍ଞା ପାଣ୍ଡବଙ୍କ ପକ୍ଷେ ଇଷ୍ଟବର,ନ ହେଜିବ ତାଙ୍କ ଆଜ୍ଞା ଭ୍ରମେ ତୁମ୍ଭେ କେବେ,ଯହିଁ କୃଷ୍ଣ, ତହିଁ ଧର୍ମ, ସତ୍ୟ, ଶୁଭ, ଜୟ,କି ଦ୍ୱିଧା ତାହାର ?-କୃଷ୍ଣ ସହାୟ ଯାହାର,ଯଥା କୃଷ୍ଣ ଆଜ୍ଞା, ତଥା କର ତୁମ୍ଭେ କାର୍ଯ୍ୟ ।କିନ୍ତୁ ଭାଇ, ଏ କାର୍ଯ୍ୟରେ ମୂଷଳୀ ବିପକ୍ଷ,ଘଟିପାରେ ତାଙ୍କ ସହ ସମର ତୁମ୍ଭର,ଥିବ ସଦା ଅବହିତ, ପୁଣ୍ୟ ଯଦୁରକ୍ତେନ ହୁଏ ଯହିଁରେ ତିଳେ ଧରଣୀ ରଞ୍ଜିତ,କରିବ ସେଥିର ତୁମ୍ଭେ ବିହିତ ବ୍ୟବସ୍ଥା ।ବୀର ତୁମ୍ଭେ, ବୀରଶାସ୍ତ୍ର ସୁବିଦିତ ତବ,କି କହିବି ଅଧିକ ମୁଁ ବଳେ କ୍ଷମାମୂଲ୍ୟପ୍ରତିହିଂସାଠାରୁ କୋଟି ଅର୍ବୁଦ ଗୁଣରେ ।କର୍କଶ ବୀରର ହୃଦ-ବହିରାବରଣ,ଅନ୍ତର ସରସ ମାତ୍ର ମଧୁର କୋମଳ,ସୁପକ୍ୱ ମାଲୁର ଯଥା କିମ୍ବା ତାଳମଞ୍ଜି,ରଖିବ ମୋ ଉପଦେଶ ସତତ ସ୍ମରଣ ।ସାଧନ୍ତୁ ମଙ୍ଗଳମୟ ମଙ୍ଗଳ ତୁମ୍ଭର,ଇତି, ଯୁଧିଷ୍ଠିର, ତବ ଚିର ଶୁଭାକାଙ୍କ୍ଷୀ ।’’ପତ୍ର ପାଠ ପରେ ଫୁଲି ଉଠିଲା ପାର୍ଥରବୀରହିଆ, ମହାନନ୍ଦେ, ଫୁଲିଲାକ ବକ୍ଷ-ଶୌର୍ଯ୍ୟର ବିଳାସକ୍ଷେତ୍ର, ବୀରର ସ୍ୱଭାବ-ଶୌର୍ଯ୍ୟ ପ୍ରଦର୍ଶନ ସ୍ଥଳ ଲଭିଲେ ଫୁଲେ ସେ ।ଉତ୍ସାହର ଜ୍ୟୋତିରେଖା ଖେଳିଲା ବଦନେ,ଚିନ୍ତାର ସହସ୍ର ଢେଉ ହେଲା ପ୍ରତିହତହୃଦ-ସିନ୍ଧୁ ତଟେ, ତହୁଁ କିଛିକ୍ଷଣ ପରେକି ଅନନ୍ତ ଅପୂର୍ଣ୍ଣତା ଆଣିଲ ତା ପ୍ରାଣେକି ଅତୃପ୍ତ ମହାତୃଷା, ଉଠି ଖରେ ବୀରସୁନ୍ଦର ମୃଗୟୁ ବେଶେ ହେଲେ ସୁସଜ୍ଜିତ ।ବନପଶୁ ବଧ ଆଶେ ନୁହେଁ ଏ ମୃଗୟା,ପ୍ରେମର ପାରିଧି ଏହା, ବାନ୍ଧି ପ୍ରେମ ପାଶେସୁଭଦ୍ରା ସୁବର୍ଣ୍ଣ ମୃଗୀ ଆଣିବେ ବାସବି ।ଶୋଭିଲା ରଥୀନ୍ଦ୍ର ତନୁ କାଞ୍ଚନ କଞ୍ଚୁକେ,କଟୀରେ କୃପାଣ, ପୃଷ୍ଠେ ସୁଚାରୁ ତୁଣୀର,ଧାତବ ଶିରସ୍ଥେ ଶିର ଦିଶିଲା ଉଜ୍ଜ୍ୱଳ ।ଗୋଧା, ଅଙ୍ଗୁଚିତ୍ର ଆଦି ବୀର ଆଭରଣେହୋଇ ଅଳଙ୍କୃତ ବୀର, ସ୍କନ୍ଧେ ବହି ଧନୁ,ହେଲେ ବହିର୍ଗତ ଧୀରେ ଆବାସ ପ୍ରାସାଦୁ,ରଖିଥିଲା ଦ୍ୱାରେ ରଥ ଦାରୁକ ସାରଥି,ବସି ତହିଁ ବିଜେ କଲେ ରୈବତକ ମୁଖେ,କିଛିକ୍ଷଣେ ଉପସ୍ଥିତ ଦେବୀପୀଠପାଶେ ।ସୁଭଦ୍ରାର ଆଗମନ ପ୍ରତୀକ୍ଷାରେ ତହିଁରହିଲେ ନୀରବ ହର୍ଷେ ଅନ୍ତରାଳେ ଚାହିଁ ।ଚାହିଁଥାଏ ପ୍ରାତେ ଯଥା ପୁଷ୍ପବନ୍ଧୁ ଅଳିପୁଷ୍ପର ଉନ୍ମେଷେ, ବ୍ୟସ୍ତ, ବ୍ୟାକୁଳ ନୟନେଏ ସମୟେ ବିଜେ ହେଲେ ବସୁଦେବଜେମାସଙ୍ଗିନୀଗହଣେ ଦୂରେ, ଦେବୀପୂଜା ଅର୍ଥେ,ସର୍ବେ ପୀତଦୁକୁଳିନୀ, କୁସୁମ ଭୂଷଣା,ଆନିତମ୍ବ ବିଲମ୍ବିତ କୁଞ୍ଚିତ କୁନ୍ତଳ,ଶୋହେ ଅନାବୃତ ଶିରେ କୁସୁମପରିଧି-ଶବଳିତ ଚାରୁକାନ୍ତ କୁସୁମେ ରଚିତ ।ବାହୁରେ କୁସୁମ ତାଡ଼, ବାଜୁ, ବାଜୁବନ୍ଧ,( ହୋଇଛି କୁସୁମକଢ଼ି ରତ୍ନଭଣ୍ଡି ଯାର )ମଣିବନ୍ଧେ କୁସୁମର କଙ୍କଣ, ବଳୟ,ଉର୍ଦ୍ଧ୍ୱେ ତାର ବିଜଡ଼ିତ ଚୂଡ଼ୀ-ପୁଷ୍ପଖରୀ,ପ୍ରତି ଅଙ୍ଗୁଳିରେ ଶୋଭେ ସୁମନମୁଦ୍ରିକା ।ଶ୍ରୁତିଯୁଗେ ଝଟଝଟ କୁସୁମ-ତାଟଙ୍କ,ନାସାରେ କୁସୁମଦଣ୍ଡୀ, କୁସୁମବସଣୀ,ବକ୍ଷରେ କୁସୁମହାର-ଚାରୁକାରୁବନ୍ତ ।ସୂକ୍ଷ୍ମ କଟୀତଟେ ଲମ୍ବ କୁସୁମମେଖଳାପ୍ରକାଶେ ଅତୁଳ ଶୋଭା, ତଥା ପଦଯୁଗେବିରାଜେ କୁସୁମଖଚୀ ପଞ୍ଚମ, ପାହୁଡ଼ ।ଚାଲିଛନ୍ତି ହର୍ଷେ ସର୍ବେ ମୃଦୁପଦକ୍ଷେପେ,ମଧ୍ୟରେ ସୁଭଦ୍ରା, ଯଥା ଅମୃତଆଧାର,ସଚଳ କୁସୁମ-ସିନ୍ଧୁ ମନ୍ଥନସମ୍ଭୁତେ ।ପ୍ରବେଶିଲେ ଯାଇ ସର୍ବେ ଦେବୀଦେବାଳୟେକଲେ ଅବସ୍ଥିତ ଦୂରେ ପ୍ରହରିନିକର,ଉଠିଲା ମଙ୍ଗଳଧ୍ୱନି ମନ୍ଦିର ମଧ୍ୟରୁ,ଶଙ୍ଖ, ଘଣ୍ଟା, ତୁରୀ, ଭେରୀ, ବାଦ୍ୟଚହଳରେଉଠିଲୋକ ପ୍ରତିନାଦି ସେ ଦେବୀଦେଉଳ,ମିଶି ତହିଁ ହୁଳାହୁଳି ସ୍ୱରର ତରଙ୍ଗ,( ଲଳନା-ଲଳିତଜିହ୍ନା କମ୍ପନସଞ୍ଜାତ )କଲା ତାକୁ ମଧୁମୟ, ପ୍ରତେ ହେଲା ଯଥା-ବହୁଛି କି ଶତପାଶେ କୁଳୁକୁଳୁ ସ୍ୱରେମଧୁମୟୀ ମନ୍ଦାକିନୀ, ମଧୁରଗତିରେ ।ଦୟାର ଦଧୀତି ପ୍ରାୟ ଧୂପ, ପୋଡ଼ି ମରିନିଜେ ଆନେ ପ୍ରଦାନିଲା ସୁସ୍ନିଗ୍ଧ ସୁରଭି,ମହୁତର ଚିର ଧର୍ମ-ନିଜେ ସହି କ୍ଳେଶ,ସାଧିଯାନ୍ତି ଅପରର ମହା ଉପକାର ।ପୂଜାଶେଷେ ପୁଷ୍ପାଞ୍ଜଳି ଅର୍ପି ଦେବୀପଦେ,ବାହାରିଲା ଦେବାଳୟୁ ପୂଜିକା ସୁଭଦ୍ରା-ଅସଂଖ୍ୟ ସଜନୀମେତେ, ହେରି ଏହା ପାର୍ଥ,ଓହ୍ଲାଇ ରଥରୁ ଧୀର ଉଦାସଗତିରେରକ୍ଷିବେଷ୍ଟୀ ସଖୀବ୍ୟୁହ ଭେଦି ଅବହେଳେ,ହାତ ଧରି ସୁଭଦ୍ରାର ଘେନିଗଲେ ତହୁଁ,ଘେନିଯାଏ ଯଥା ଉଗ୍ର ତେଜସ୍ୱୀ କେଶରୀସ୍ୱପ୍ରିୟା କେଶରିଣୀକୁ ବାସଗୁମ୍ଫାମୁଖେ,ଭେଦି ଆଖଡ଼କେ * ଅରି କିରାତପରିଧି ।ସଖୀଏ ନିସ୍ତବ୍ଧଭାବେ ରହିଲେ ଅନାଇ-*ଅକ୍ଳେଶରେତ୍ରସ୍ତ କୁରଙ୍ଗୀର ବ୍ୟସ୍ତ ବ୍ୟାକୁଳ ଦୃଷ୍ଟିରେ ।ଉଠିଲେ ସ୍ୟନ୍ଦନେ ପାର୍ଥ ସୁଭଦ୍ରାକୁ ଘେନି,ଆସିଲା ବହୁଳ ହୋଇ ଲଜ୍ଜାପାଣ୍ଡୁରିମାସୁଭଦ୍ରାର ଗଣ୍ଡସ୍ଥଳେ-ଅନ୍ତରେ ଆନନ୍ଦ,ଚାହିଁଲା ସୁଭଦ୍ରା ପାର୍ଥେ, ପାର୍ଥ ପ୍ରିୟା ମୁଖେ ।ଦୃଷ୍ଟିରୁ ଝରିଲା ସୁଧା, ପ୍ରୀତି, ଅନୁରାଗ,କି କହିଲା ପରସ୍ପରେ ଉଭୟର ଚକ୍ଷୁ,ଅନ୍ୟର ଅବୋଧ୍ୟ ତାହା ହେଲେହେଁ ସର୍ବଥା,ବୁଝିଲେ ସେ ବେନି, ବୀର ଭାଷିଲେ ସୋହାଗେ‘‘ଘେନି ତୁମ୍ଭେ ପ୍ରାଣେଶ୍ୱରି, ନିଖିଳ ବିଶ୍ୱରସକଳ ଐଶ୍ୱର୍ଯ୍ୟ, ପୁଣି ସକଳ ସୌନ୍ଦର୍ଯ୍ୟ,ପ୍ରବେଶିଲ ହୃଦେ ମୋର ଆଜିଠାରୁ ଦେବି !ଜୀବନସଙ୍ଗିନୀ ମୋର ତୁମ୍ଭେ ଏ ଜନମେ’’ଉତ୍ତରିଲେ ଭଦ୍ରା-ମୃଦୁ ବିନୟବଚନେ-‘‘ପ୍ରାଣେଶ୍ୱର ! ପତି ଏକା ସତୀର ଏ ଭବେସକଳ ଐଶ୍ୱର୍ଯ୍ୟ, ଶକ୍ତି, ସକଳ ସୌନ୍ଦର୍ଯ୍ୟ,ଜନ୍ମେ ଜନ୍ମେ ଲଭେ ଯେହ୍ନେ ପ୍ରାଣପତିରୂପେତୁମ୍ଭକୁ ହେ ପ୍ରିୟତମ, ଏ ଭିକ୍ଷା ଶ୍ରୀପଦେ,ପଦପ୍ରାନ୍ତେ ଅର୍ପି ଠାବ ଏ ଦାସୀକି ତବ,ପ୍ରକାଶିଲ ଯେ କରୁଣା, ସ୍ୱପ୍ନେ ଆଶାତୀତ,କି ଦେଇ ଶୁଝିବି ତାହା କି ଅଛି ମୋହର,ଯାହା ଥିଲା ଶ୍ରୀଚରଣେ ଅର୍ପିଛି ତା ପୂର୍ବୁ’’ଏ ସମୟେ ପ୍ରହରୀଏ କଲେ କୋଳାହଳଦୂରେ ଥାଇ, ପଶିବାକୁ ନ ଭରସି ପାଶେ,ମିଳିଲା ଅନଳ ସହ ସ୍ୱାହା ତେଜସ୍ୱିନୀବଜ୍ର ସଙ୍ଗେ ବିଦ୍ୟୁଲ୍ଲତା-ଉଗ୍ରପାବକିନୀ,ଶୌର୍ଯ୍ୟରେ ମିଶିଲା ଶକ୍ତି, ଚେଷ୍ଟା ଉତ୍ସାହରେକିଏ ଏଡ଼େ ଦୁଃସାହସୀ ? ପଶିବ ତା ପାଶେ ।କହିଲା ନଗରପାଳେ ଦୂତ ଏ ବେଉରା,ଧାଇଁ ଯାଇ ଉର୍ଦ୍ଧଶ୍ୱାସେ, ତହୁଁ ସେ ସତ୍ୱରସମରସଙ୍କେତ ଭେରୀ ବଜାଇଲା ଘନେ ।ଶୁଣି ସେ ଉନ୍ମାଦ ବାଦ୍ୟ ସର୍ବଯଦୁବୀରେ,ଧାଇଁଲେ ସମରସଭା ଅଭିମୁଖେ ଖରେ,ଧାଏଁ ଗ୍ରାମଦେବୀପୀଠେ କାଳିସୀ ଯେସନଦେବତା ମାଜଣା ବାଦ୍ୟ ଶୁଣି ସ୍ଫୀତଗାତ୍ରେ ।ଥିଲା କେହି ଧନୁର୍ବେଦ ଅଧ୍ୟୟନେ ରତ,କେହି ସ୍ନାନେ, କେହି ଅବା ଦେବତା ଅର୍ଚ୍ଚନେ,କେହି କୃଷିକର୍ମେ, ଶୁଣି ସଙ୍କେତ ଭେରିକାଧାଇଁଲେ ସକଳେ ତେଜି ସକଳ କର୍ତ୍ତବ୍ୟ,ଧରି ଅସ୍ତ୍ର ସୁଶାଣିତ, ସାଜି ବୀର ସାଜେ ।କେରଳ ତୁମ୍ବୁଡ଼ି ଧ୍ୱନି ଶୁଣି ଅହିପତିରହେକି ବଲ୍ମୀକ ହର୍ମ୍ୟେ ସ୍ଥିର ହୋଇ କେବେ,ଦଣ୍ଡକ ମଧ୍ୟରେ ରୁଣ୍ଡ ସର୍ବେ ଯଥାସ୍ଥାନେ ।ଏକାଳେ ମିଳନ୍ତେ ରାମ, ନିବେଦିଲା ଦୂତଯୁକ୍ତକରେ, ସବିନୟେ,ଚଞ୍ଚଳ ଭାଷାରେ-‘‘ଘେନିଗଲା ପାର୍ଥ, ଦେବ ! ସୁଭଦ୍ରାଦେବୀଙ୍କିଦେବୀଦେବାଳୟ ପାଶୁ ।’’ ଶୁଣି ଏହା ରାମରୁଷିଲେ ପ୍ରଚଣ୍ଡେ, କ୍ରୋଧେ ଥରିଲା ଶରୀର,ଦୃଷ୍ଟିରୁ ଝରିଲା ବିଷ ଆବର ନିଃଶ୍ୱାସୁ,ଭାଷିଲେ କଠୋର ସ୍ୱରେ ବୀର ଏ ଭାରତୀ-‘‘ଏଡ଼େ ଦର୍ପ ପାଣ୍ଡବାର ! ଭେକ ହୋଇ ଦୁଷ୍ଟ,ବହିଛି ଭୁଜଙ୍ଗଶିରେ ନୃତ୍ୟ ଦୁରାକାଙ୍କ୍ଷା,କି ବୀର ପାଷଣ୍ଡ ପାର୍ଥ ଜାଣୁ ଜାଣୁ ନିଜେଅର୍ପିଲା ନିଜକୁ ଶାପ, ଜୀବନ୍ତ ସର୍ପର( ତୀବ୍ରବିଷାକର ) ଛାଇ ଉତ୍ତାରିବା ଚେଷ୍ଟା,ନୁହେଁ ତ ସାମାନ୍ୟ କଥା, ସାମାନ୍ୟ ସାହାସ !ହେଲେ ସୁଦ୍ଧା କୋଟିପ୍ରାଣ ନାହିଁ ତା ନିସ୍ତାର,ଯାଅ ଯଦୁବୀରେ ତ୍ୱରା, ଯାଅ ହେ ସାତ୍ୟକି,ଯାଅ ବସ୍ତ୍ର ଶାମ୍ବ, ଯାଅ ସାରଣ, ପ୍ରଦ୍ୟୁମ୍ନ,ଅ-ଶିର କର ହେ ପାର୍ଥେ ଅସିର ଆଘାତେ ।’’ସଭା ମଧ୍ୟୁ ଉଠିଲା ଏ ଉତ୍ତର ପୃଥୁଳେ-ପୂର୍ଣ୍ଣ ମହାରଥୀ ପାର୍ଥ ରଥୀନ୍ଦ୍ର ଗୌରବ,କୌଶଳେ, ଚାତୁର୍ଯ୍ୟେ, ବୀର୍ଯ୍ୟେ ଅଛି କିଏ ଭଲାବିଶ୍ୱେ ତାର ସମକକ୍ଷ, ଅପରାଜିତ ସେ,ଆସନ ତାହାର କେଉଁ ଊର୍ଦ୍ଧ୍ୱ ଧ୍ରୁବଲୋକେବୀର-ତ୍ରିଦିବର, ତାହା ନ ଜାଣନ୍ତି କେହି,ତା ସହ ବରିବା ଯୁଦ୍ଧ ଅସାଧ୍ୟ ସର୍ବଥା ।ଏକେ ତ ଅନଳଶଯେ ରାମଙ୍କର ଆତ୍ମାହେଉଥିଲା ଦଗ୍ଧ, ଦୁଜେ ଶୁଣି ଏ ଉତ୍ତରଭାଷିଲେ ଏସନ, ଦନ୍ତେ ସଂଘର୍ଷିଣ ଦନ୍ତ-‘‘ଅସାଧ୍ୟ, ଏ ଶବ୍ଦ ନାହିଁ ବୀର ଅଭିଧାନେ,ନୁହେଁ ଏହା ବିଶ୍ୱରକ୍ଷୀ କ୍ଷତ୍ରିୟର ବାଣୀ,ଅତସର ଭାଷା ଏହା କିମ୍ବା ଅଧମରଆତ୍ମପ୍ରବୋଧନା, ତୁମ୍ଭେ ଉଚ୍ଚାରି ସେ ଶବ୍ଦ,କଲ ସିନା କଳଙ୍କିତ ନିଜ ଜିହ୍ୱା ସହପୂର୍ବପୁରୁଷର ଯଶ, ପ୍ରଧାନ୍ୟ, ଗୌରବ ।ଯେଉଁ ଯଦୁବାହୁ ସଦା ଅଜେୟ ଜଗତେ,ସତେ କି ସେ ବାହୁ ହାୟ, ଅଷାଢ଼ ହେ ଏବେ ?ଇଚ୍ଛ କି ହେ ବୀରେ ତୁମ୍ଭେ, କାଟିବ କପାଳେଅରି-ପଦରଜେ ଚିତା-ଦାସତ୍ୱ ବ୍ୟଞ୍ଜିକା,କରିବ ଅଶ୍ରୁରେ ଶୋକ, ମାତ୍ର ବୀରଶୋକହୁଏ କି ଅଶ୍ରୁରେ ଶାନ୍ତ,ଶମେ ସେ ଅସିରେ,ବୀରପକ୍ଷେ ମୃତ୍ୟୁ ନୁହେଁ ଦୁଃଖାବହ କେବେ,ବଞ୍ଚିବା ହିଁ ଦୁଃଖାବହ ମୁଣ୍ଡାଇ ଲାଞ୍ଛନା ।ବୀରରକ୍ତ ସ୍ୱଜାତିର ଉପାଦେୟ ସାର,କରେ ସେ ଜାତୀୟ କ୍ଷେତ୍ର ପବିତ୍ର, ଉର୍ବର,ବୀରମାତା ଦୁଗ୍ଧପାନ କରି ଯେଉଁ ବୀରସମରବିମୁଖ, ଘୃଣ୍ୟ ଆସନ ତାହାରରମଣୀ ପଶ୍ଚାତେ, ଆପେ ରମଣୀ ସେ ନିଶ୍ଚେ,ରମଣୀ ଭୂଷଣ ତାର ବୀରପ୍ରହରଣ ।ତୁମ୍ଭର ଏ ଭୀରୁତାର ପୂତି ଦୁର୍ଗନ୍ଧରେସଙ୍କୋଚିବେ ନାସା ତବ ଭାବୀ ବଂଶଧରେ,କିପାଁ ବହୁ ଶରାଶନ ମହେଷ୍ୱାସରୂପେ,ପ୍ରାବୃଟେ ଇନ୍ଧନ ପାଇଁ ରଖ ତା ସାଇତିଘରେ ସଙ୍ଗା ମଧ୍ୟେ ନେଇ, ଅଥବା ଭାଡ଼ିରେ ।ଲୁଚ ଯାଇ ତେବେ ସର୍ବେ ଗମ୍ଭୀରୀ କୋଣରେ,ଏକାକୀ କରିବି ରଣ, ବଧିବି ଅର୍ଜ୍ଜୁନେ,ହୁଏ ଯଦି ତ୍ରିଜଗତ ସହାୟ ତାହାର,ତଥାପି କେହି ତା ଶିର ନ ପାରିବେ ରଖି,ଅରାମ ବା ଅପାର୍ଥ ଏ ଧରା ହେବ ଆଜି,ସତ୍ୟ ଏ ପ୍ରତିଜ୍ଞା ମୋର, ପାଇବି ନିଶ୍ଚୟ ।’’ରାମଙ୍କର ବଜ୍ରଦାହୀ ଏ କଟୂ ଭର୍ତ୍ସନାନ ପାରିଣ ଜୀର୍ଣ୍ଣ କରି ଯଦୂବୀର ସର୍ବେ,ବାହାରିଲେ ଯୁଝିବାକୁ ଅସ୍ତ୍ରଶସ୍ତ୍ର ଧରି ।ଧାଇଁଲା ଅସଂଖ୍ୟ ରଥ ଘର୍ଘର ନିର୍ଘୋଷେ,ସମୁଦ୍ୱାରି କାଳାନଳ, ଧାଇଁଲେ ବାରଣେଦୀର୍ଘଦନ୍ତ, ଆସ୍ଫାଳନି ସୁପ୍ରଚଣ୍ଡ ଶୁଣ୍ଢ,ଧାଇଁଲେ ସଦର୍ପେ ବାଜିରାଜି ଦ୍ରୁତପଦେ,ଧାଇଁଲେ ପାଇକେ ଧରି ଛେଲ, ଚକ୍ର, କୁନ୍ତ,ଧୂଳିପଟଳରେ ହେଲା ଅଦୃଶ୍ୟ ଆକାଶ ।ବିଜେ ମହାରଥିବୃନ୍ଦ ରଥେ, ଅଶ୍ୱେ, ଗଜେ-ଅଦ୍ୱିତୀୟ ଅତିରଥ ପାର୍ଥେ ବିଜୟାର୍ଥେ,ଧାଇଁଲା ସାତ୍ୟକି ଖରେ, ଅରାତିଘାତକୀ,ଗର୍ଜି ମହାରୋଷେ, ମୁହୁଃ ଟଙ୍କାରି କାର୍ମୁକ ।ଧାଇଁଲା ଅକ୍ରୁର, କ୍ରୁର ଅରି ପ୍ରତି ସଦା,ଧାଇଁଲା ମନ୍ମଥ ବୀର-ବିପକ୍ଷପ୍ରମଥୀ,ରୁଷିଲା ସୁବୀର ଶାମ୍ବ-ଜାମ୍ବବତୀସୂତ,( ପାଇଲେ ସମର ଯାର ପରମ ଆନନ୍ଦ )ଧାଇଁଲା କୁଞ୍ଜରପୃଷ୍ଠେ ସେ ବୀରକୁଞ୍ଜର,କଲା ସେ ପ୍ରତିଜ୍ଞା ବହୁ, କହିଲା ଗରଜି,କେ ହରିବ ଯଦୁ-ଯଶ, ଥାଉଁ ଶ୍ୱାସ ପ୍ରାଣେ,ମୂହୁର୍ତ୍ତେ ତା ଭାଗ୍ୟଲିପି ଦେବି ବଦଳାଇ ।ହେଲେ ସଂଧାବିତ ଶେଷେ ନାରାୟଣୀ ସେନା,ଲକ୍ଷ ଲକ୍ଷ କୋଟି, ରଣେ ଦୁର୍ବାର ସର୍ବଥାପାରନ୍ତି ସେ ବଜ୍ରେ ଗିଳି, ଦ୍ୟୁଲୋକେ ଆକର୍ଷି,ଜଣେ ଏକା ଇଚ୍ଛା କଲେ ଜିଣିବ ବ୍ରହ୍ମାଣ୍ଡ ।ଦେଖି ପାର୍ଥ ଯଦୁସୈନ୍ୟ ପଶ୍ଚାତ୍ପ୍ରଧାବିତ;କହିଲେ ଦାରୁକେ, ‘‘ରଥ ଫେରାଅ ସତ୍ୱର,’’ନିବେଦିଲା ଯୁକ୍ତକରେ କେଶବ ସାରଥି-‘‘ବୀରବର, ପ୍ରତ୍ୟାହାର କର ଏ ଆଦେଶ,କୃଷ୍ଣରଥେ ବସି ତୁମ୍ଭେ କରିବ ସମରମୋ ପ୍ରଭୁଙ୍କ ପୁତ୍ର, ପୌତ୍ର, ଜାତିଗଣ ସହ,ଏ କାର୍ଯ୍ୟ ସାରଥ୍ୟ ତବ ନ ପାରିବି କରି । ’’ଭାଷିଲେ ଅର୍ଜ୍ଜୁନ ହସି, ଛାଡ଼ି ଅଶ୍ୱରଜ୍ଜୁ,‘‘ପଦେ ଧରି ଖଳୀନ ମୁଁ ପ୍ରବେଶିବି ରଣେ ।’’ଉତ୍ତରିଲା ରଥବାହୁ, ‘‘ଥିଲେ ମୁଁ ଏଭାବେହେବ ବୀରମଣୀ, ମୋର ଦୁର୍ନାମ ରଟନା,ଜାଣ ତ ରାମଙ୍କ କଥା, କହିବେ ସେ ନିଶ୍ଚେ-ଏ କାର୍ଯ୍ୟରେ ଦାରୁକର ଅଛି ସହାୟତା,ଆଗେ ମୋତେ ରଥସ୍ତମ୍ଭେ କରିଣ ବନ୍ଧନପଛେ କର ରଣ, ମୋର ନାହିଁକି ଆପତ୍ତି ।’’ଭାଷିଲେ କିରାଟୀ, ‘‘ତୁମ୍ଭେ କୃଷ୍ଣଙ୍କ ସାରଥି,ସର୍ବଥା ସଂପୂଜ୍ୟ ମୋର, ନ ପାରିବି ପାଳିତବ ଏହି ଅନୁରୋଧ, କ୍ଷମିବ ଏ ଦୀନେ ।’’କହିଲା ଦାରୁକ, ‘‘ବୀର, କି ଦୋଷ ତୁମ୍ଭର,ସ୍ୱେଚ୍ଛାରେ ଲଭୁଛି ମୁହିଁ ଏ ବ୍ୟାଜବନ୍ଧନ,ହେବ ତୁମ୍ଭେ ଉପଲକ୍ଷ, ଏତିକି ମାଗୁଣି ।’’ଶୁଣି ଏହା ପାର୍ଥ, ବାନ୍ଧି ଦାରୁକେ ପାଶାସ୍ତ୍ରେରଥସ୍ତମ୍ଭେ, ଧରି ପଦେ ଅଶ୍ୱକଡ଼ିଆଳି,ଚଳାଇଲେ ରହୁବର ପ୍ରଭଞ୍ଜନ ବେଗେ ।ଡାକିଲେ ପଛରୁ ପାର୍ଥେ ଯଦୁସୈନ୍ୟେ ଉଚ୍ଚେ-ନ ପଳାଅ ବୀରବର, ଚୋରବର ପଦେକିମ୍ପା ଏଡ଼େ ଶ୍ରଦ୍ଧା ତବ, ବାହୁଡ଼ି ସତ୍ୱର,ମରଣ ମୁହୂର୍ତ୍ତ ତବ ସନ୍ନିକଟବର୍ତ୍ତୀ ।ଏହି ପରା ଦୀକ୍ଷା ତବ, ସନ୍ନ୍ୟାସୀକଳଙ୍କ,ଯେଉଁ ପାତ୍ରେ ଭୁଞ୍ଜ ଅନ୍ନ, ଭାଙ୍ଗ ସେହି ପାତ୍ର,ଧିକ ତୋ ସାଧୁତାଭାନ, ପାମର, ବର୍ବର,ଭାଙ୍ଗିଯିବ ଆଜି ତୋର ଭଣ୍ଡତା, ଚାତୁରୀ ।ମର୍ମହଣା ବ୍ୟଙ୍ଗ ବାଣୀ ଶୁଣି ଧନଞ୍ଜୟଗର୍ଜିଲେ ପ୍ରଚଣ୍ଡ କ୍ରୋଧେ, ଗରଜେ ଯେସନନବୀନ ନୀରଦବର ପ୍ରଥମ ଆଷାଢ଼େ,ବଜ୍ରନାଦେ ସିଂହ ସିନା ଅର୍ପେ ପ୍ରତିନାଦ;ମାତ୍ର ଲୁଚେ ଭୀରୁ ଫେରୁ ସଭୟେ ଗହ୍ୱରେ ।ଟଙ୍କାରିଲେ ଧନୁ ବୀର, ଫେରାଇଲେ ରଥପ୍ରତି ଧମନୀରେ ବୀର୍ଯ୍ୟ ଉଠିଲା ଉଛୁଳି,ବଢ଼ିଗଲା ବହୁଗୁଣ ପରାକ୍ରମ ଖରେ,ଗର୍ଜିଲେ ପର୍ଜନ୍ୟ ଯଥା ସେ ଶୁରଶାର୍ଦ୍ଦୂଳ,ଗର୍ଜିଲା ସେ ମହାଧନୁ, ଘନ ଆକର୍ଷଣେ,ଗର୍ଜିଲା ସ୍ୟନ୍ଦନବର ବିଭୀଷଣ ଶବ୍ଦେ,ଏକକାଳେ ହେଲା ଯେହ୍ନେ କୋଟିବଜ୍ରନାଦ ।ପତିଙ୍କି ସାରଥୀ, ରଥୀ, ବେନିକାର୍ଯ୍ୟେ ରତନିରେଖି ସୁଭଦ୍ରା, ଜାଣି ଅସୁବିଧା ତାଙ୍କ,ଉଠି ଖରେ ଅଶ୍ୱରଜ୍ଜୁ ଧରି ପୁଷ୍ପକରେ,ବସି ପତି-ପଦପ୍ରାନ୍ତେ ସାରଥୀ ଆସନେ-ତୁଳସୀମଞ୍ଜରୀ ଯଥା ଦେବ ପଦତଳେ,ଚଳାଇଲେ ଚକ୍ରପାଦେ ଅପୂର୍ବ କୌଶଳେ ।ବଜାଇଲେ ଶଙ୍ଖ ପାର୍ଥ ଗମ୍ଭୀରେ, ସଘନେ,ଶୁଣି ସେହି ଶକ୍ତିଶୋଷୀ ରୁଦ୍ର ଶଙ୍ଖସ୍ୱନଗଲା ଅଧେ ବଳ ତ୍ରୁଟି ଅରାତିଶରୀରୁ ।କହିଲେ ହୁଙ୍କାରି ବୀର,‘‘କେଉଁ ଫଳଲାଭବାତୁଳ-ବାଚାଲ୍ୟବ୍ୟଞ୍ଜୀ ବାକ୍ୟ ଆସ୍ଫାଳନେ,ଅଛି ଯାର ଶକ୍ତି, ବେଗେ ହୁଅ ଅଗ୍ରସରଗମନେ କାହାର ଇଚ୍ଛା ଶମନ ଭବନେ,ଆସ ତ୍ୱରା, ଆସ ଆସ, ନ ସହେ ବିଳମ୍ବ,ଶାରଦ-ନୀରଦ ପ୍ରାୟ ଶୂନ୍ୟାୟିତ ଗର୍ଭକିମ୍ପା ମର ବ୍ୟର୍ଥ ଦର୍ପେ, ଗର୍ଜନେ, ତର୍ଜନେ !’’ଲାଗିଲା ତୁମୁଳ ଯୁଦ୍ଧ, ବରଷିଲେ ବାଣଶ୍ରାବଣର ବୃଷ୍ଟିଧାରା ପ୍ରାୟ ଯଦୂବୀରେଅର୍ଜ୍ଜୁନ ଉପରେ, ତହୁଁ ସେ ପରମେଷ୍ୱାସବାଟି ଅସ୍ତ୍ର ପ୍ରତି ଅସ୍ତ୍ରେ, ଖଣ୍ଡ ଖଣ୍ଡ କରି,ପେଷିଲେ ବିପକ୍ଷ ପକ୍ଷେ ସଂଖ୍ୟାତୀତ ଶର,ଧାଇଁଲା ସେ ବାଣାବଳୀ ବହ୍ନି ଫଣୀ ପ୍ରାୟମନୋବେଗେ, ଧାଏଁ ଯଥା ଆମ୍ଭର ପ୍ରଦେଶେହାବେଳୀଆବଳୀ, ଅଗ୍ନି ସଂଯୋଗ ସମୟେବାଜି ବୃକ୍ଷେ, ସନସନ ନିସ୍ୱନେ ଗରଜି ।କାହାର କାଟିରେ ଶର, ଶରାସନ କାର,ଧାତୁମୟ ବା ଉଷ୍ଣୀଷେ ଯାନ୍ତେ ଶର ଗଳିଛଇଛାଡ଼େ, ଗଲା ତାହା ଚୂର୍ଣ୍ଣୀଭୂତ ହୋଇଛିନ୍ନ ହେଲା କା ତୁଣୀର ଶାରପୁଙ୍ଖ ସହ ।ଅହି ବିଷଦନ୍ତେ ଅହି ତୁଣ୍ଡିକ ଯେସନଭାଙ୍ଗି ତାକୁ କରେ ବଳହୀନ, ଦର୍ପହୀନ,କେସନ ଅର୍ଜ୍ଜୁନ କରି ନିରସ୍ତ୍ର ସେନିକେ,କଲେ ତାଙ୍କ ବଳ କ୍ଷୟ, ଗୁରୁ ଗର୍ବ ଧ୍ୱଂସ ।ନିରସ୍ତ୍ର, ନିତୁଣ ସର୍ବେ, ନ ପଳାଇ ରଣୁରହିଲେ ସ୍ତମ୍ଭିତ ହୋଇ, କି ଅଦ୍ଭୁତ ଶିକ୍ଷା,ଅସ୍ତ୍ର, ବସ୍ତ୍ର, ଆଭରଣ, କଟା ହେଲା ସବୁ;ମାତ୍ରା ନ ଭେଦିଲା କାହା ଶରୀରେ ବିଶିଖ,ହେଲା ନାହିଁ ବିନ୍ଦୁମାତ୍ର ରକ୍ତପାତ ସୁଦ୍ଧା ।ହେରି ଏ ଅଶ୍ରୁତପର୍ବ ଅରକ୍ତ ସମର,ହେଲେ ସର୍ବେ ସ୍ତବ୍ଧ, ମୁଗ୍ଧ, ତାଟଙ୍କା-ଅବଶ ।କୃପାଜଳଧର ପାର୍ଥ, ମୁଖରେ ହୁଙ୍କାର,ଅନ୍ତର କରୁଣା ପୂର୍ଣ୍ଣ-ଅମୃତ ଆଧାରଅସ୍ତ୍ରହୀନ ଜନେ ବୀର କ୍ଷମିଲେ ସ୍ୱଗୁଣେ,କ୍ଷମାରେ ବୀରତ୍ୱ ସିନା ହୁଏ ଅଳଙ୍କୃତ ।ପଦାତିକ ପରାଜୟ ହେରି ସିନିସୂତହେଲା ଅଗ୍ରସର ରଣେ, ପ୍ରଥମେ ବାଗ୍ଯୁଦ୍ଧ,ଦ୍ୱିତୀୟେ ଆରମ୍ଭ ହେଲା ବିଷମ ସମର,ପ୍ରହାରିଲା ଅଗ୍ନିଅସ୍ତ୍ର ରଥୀନ୍ଦ୍ର ସାତ୍ୟକି,ଗରୁଡ଼ବାଣେ ତା ପାର୍ଥ କଲେକ ସଂହାର,ତହୁଁ ରୋଷେ ପର୍ବତାସ୍ତ୍ର ବିନ୍ଧିଲା ଯାଦବ,ବଜ୍ରବାଣେ ଖଣ୍ଡ ଖଣ୍ଡ କଲେ ତା ପାଣ୍ଡବ ।ଭୀତିପ୍ରଦର୍ଶନ ଆଶେ ଅନନ୍ତର ପାର୍ଥପେଷିଲେ କୌତୁକ ବଶେ ଅବ୍ୟର୍ଥ ବିଶିଖ,ଧାଇଁଲା ସେ ମହାଅସ୍ତ୍ର ଉଜ୍ଜ୍ୱଳି ଗଗନଭୀମପୁଚ୍ଛ ଉଲ୍କାପ୍ରାୟ, ଅମଙ୍ଗଳ ଶଂସୀ,ଜଳିଲା ସେ ଶରମୁଖେ ରୁଦ୍ର କାଳାନଳ,ସତେ ଯେହ୍ନେ ମୁହୂର୍ତ୍ତକେ ଦହିବ ଜଗତପଡ଼ି ତହିଁ ପୋଡ଼ିଗଲା ସାତ୍ୟକିର ବାଣ ।ନ ପାରି ନିବାରି ତାହା ନିରସ୍ତ୍ର ସାତ୍ୟକିଗଣିଲା ଅକାଳମୃତ୍ୟୁ ଅସନ୍ଦେହ ସତ୍ୟେ;କିନ୍ତୁ କି ଅଦ୍ଭୁତ କାଣ୍ଡ, ଅଦ୍ଭୁତ କୌତୁକ,ପଡ଼ୁ ପଡ଼ୁ ଲକ୍ଷ୍ୟ ବକ୍ଷେ ଶର, ତ୍ୱରା କରେନେଲେ ଲେଉଟାଇ ପାର୍ଥ ପେଷି ପ୍ରତିଶର ।ଆଶୁ ମୃତ୍ୟୁକବଳରୁ ଉଦ୍ଧରି ସାତ୍ୟକି,ଅସମ୍ଭାଳ ମହାନନ୍ଦେ, ହରାଇ ଚେତନାପଡ଼ିଗଲା ରଥେ, ପଡ଼େ ତରୁ ଯଥା ତଳେଯୁଝି ପ୍ରଭଞ୍ଜନ ସହ, ହୋଇ ଛିନ୍ନପତ୍ର-ଭଗ୍ନଶାଖା ପ୍ରତେ ହୁଏ ଯୁଦ୍ଧ ନୁହେଁ ତାହା,ଦେଖାଉଛି ସତେ ଯେହ୍ନେ ଇନ୍ଦ୍ରଜାଲ କ୍ରୀଡ଼ାଦକ୍ଷ ଇନ୍ଦ୍ରଜାଲକର, ରଣାଙ୍ଗନ ଆଜିମାୟାରାଜ୍ୟେ ପରିଣତ କିବା ଆଚମ୍ବିତେ ।ସାତ୍ୟକି ଦୁର୍ଗତି ଦେଖି ଶୁରେଶ ଦର୍ପକହେଲା ରଣେ ଅଗ୍ରଗାମୀ ଗୁରୁଦର୍ପଭରେ,ମାତ୍ର ନ ଚଢ଼ାଉ ଗୁଣ, କାଟିଲେ ତା ଧନୁଧନଞ୍ଜୟ-ରଥୀଞ୍ଜୟ ଦ୍ୱୈରଥ ସମରେ,ହୋଇ ଅପ୍ରତିଭ ମାର, ନେଲା ଅନ୍ୟ ଧନୁ,ସେ ଧନୁ ଛେଦିଲେ ପାର୍ଥ ହସି ହସି ହାଦେ ।ଏହିରୂପେ ଯେତେ ଧନୁ ଧରିଲା ପ୍ରଦ୍ୟୁମ୍ନ,କାଟିଲେ ସକଳ ପାର୍ଥ-ଶୁରେନ୍ଦ୍ରଶାତନ ।ଭାଷିଲେ ଏସନ ବୀର କୁମାର ମନ୍ମଥେ‘‘କିମ୍ପା ରଣଗୋଳ ବତ୍ସ ! ତେଜି ଧୂଳିଖେଳେ,ସ୍ୱଭାବେ ବାଳକ ତୁମ୍ଭେ, ଶିକ୍ଷାରେ ଅପକ୍ୱ,ହୋଇ ନାହିଁ ଲକ୍ଷ୍ୟ ସ୍ଥିର-ମୁଷ୍ଟି ଶିଥିଳିତ,ଶିକ୍ଷାଳୟ ତେଜି ବତ୍ସ, କିମ୍ପା ରଣସ୍ଥଳେ,ଏ ଯେ ଯମାଳୟ, ଯାଅ ଗୃହେ ଫେରି ଏବେ ।’’ଶୁଣି ଏହି ପରିହାସ ମଧୁର ଧିକ୍କାର,ଲଜ୍ଜାବେଶେ ମଥା ପୋତି ରହିଲା ମଦନମୌନେ, ନ ପାଇଲା ଭାଷା କହିବାକୁ କିଛି ।କୁମାରଙ୍କ ଅପମାନେ ସଂସପ୍ତକ ବୀରେଘେରିଲେ ଅର୍ଜ୍ଜୁନରଥ ସହସ୍ର ବେଷ୍ଟନେ,ବେଢ଼ନ୍ତି ଶରଦେ ଯେହ୍ନେ ବହୁ ପରିଧିରେଜଟିଆ ଶଇଳେ ହଂସେ ଚିଲିକାଗରଭେ ।ସଂଖ୍ୟାତୀତ ସଂସପ୍ତକ, ଏକା ପାର୍ଥବୀର,ଲାଗିଲା ଭୀଷଣ ଯୁଦ୍ଧ, ଧାଇଁଲା ଚୌଦିଗୁପାର୍ଥ ପ୍ରତି କୋଟି କୋଟି ଜ୍ୱାଳାବଳୀକାଶ,ଚଳାଇଲେ ରଥ ଭଦ୍ରା ବିବିଧ ଛନ୍ଦରେ,ଗର୍ଜି ଉଠି ମହାରଥ ଧାଇଁଲା ଘର୍ଘରେ,କେବେ ତଳେ, ମଧ୍ୟାକାଶେ, କେବେ ମହାଶୂନ୍ୟେ,କେବେ ବକ୍ର, କେବେ ଋଜୁ, ତୀର୍ଯ୍ୟକ ଗତିରେ,କେବେ ପଶି ମେଘରନ୍ଧ୍ରେ ଖେଳେ ଲୁଚକାଳି,ଏହିପରି ଘୁରି, ଫେରି, ବିଦ୍ୟୁତ ଗତିରେ,କଲାବ୍ୟର୍ଥ ଶରଲକ୍ଷ୍ୟ ବିପକ୍ଷକୁଳର ।ଉଡ଼ୁଥାଏ ରଥବେଗେ ସୁଭଦ୍ରାର କେଶନିଷ୍କମ୍ପ ବିଜୟକେତୁପ୍ରାୟ, ପୃଷ୍ଠ ତେଜି ।ଏଣେ ପାର୍ଥ ମୁହୁର୍ମୁହୁଃ ବଜ୍ରପାତ ପ୍ରାୟଝଙ୍କାରି କାର୍ମୂକ, ବାଣ ବର୍ଷିଲେ ଅସଂଖ୍ୟ,ଛେଦିଲେ ନିମେଷମାତ୍ରେ ସଂସପ୍ତକ ଅସ୍ତ୍ର ।ଶଙ୍ଖନାଦେ, ବୀରନାଦେ ଧନୁକ ଟଙ୍କାରେ,ବାରଣ ଗର୍ଜନେ ପୁଣି ଆସହେ ସରବେ,କମ୍ପିଲା ଗଗନ, ଯେହ୍ନେ ଯିବ ତରା ଫାଟି,ବୀରପଦକ୍ଷେପେ ଧରା ଥରିଲା ଅର୍ଥରେ ।ଦିଶିଲା ମଣ୍ଡଳାକାର ପାର୍ଥଧନୁ ସଦା,ମାତ୍ର କେବେ ଆକର୍ଷନ୍ତି, ଯୋଖନ୍ତି ବା ତୀର,ନ ଦିଶିଲା କିଛି, ରୁଦ୍ଧ ହେଲା ଦେବମାର୍ଗପାର୍ଥ-କ୍ଷିପ୍ତ ବାଣେ, ପ୍ରତି ସଂସପ୍ତକେ ବୀରବନ୍ଦୀ କଲେ ଖରଶାଣ ବାଣ-କାରାଗାରେ,କି ଅପୂର୍ବ ଧନୁର୍ବିଦ୍ୟା, କି ଦେବକୌଶଳ ।ସଂସପ୍ତକ ବୀରଙ୍କର ପ୍ରତି ଲୋମକୂପେଯୋଖି ତୀକ୍ଷ୍ଣମୁନ ବାଣ, ରହିଲା ଶୂନ୍ୟରେ,ମାତ୍ର ନ ଫୁଟିଲା ଦେହେ, ଦେଲା ନାହିଁ ପୀଡ଼ା,କେବଳ କଲାକ ବନ୍ଦୀ, ସୃଜି କାରାଗାର ।ଯେ ସଂକୀର୍ଣ୍ଣ କାରା ମଧ୍ୟେ ଶତ୍ରୁ ସୈନ୍ୟଙ୍କରନ ଚଳିଲା ହସ୍ତପଦ, ରହିଲେ ଦର୍ପୀଏଅଚଳ, ଅସାଢ଼ ହୋଇ, ସର୍ବେ ଅନାୟରେ,ନିଦାରୁଣ ଲଜ୍ଜାବଶେ ଉଡ଼ିଲେ ମୌନିମା ।ଅପର ସୈନ୍ୟଙ୍କ ରଣେ ହେଲା ନାହିଁ ଲୋଡ଼ା,ପାର୍ଥଙ୍କର ଅସ୍ତ୍ରଶସ୍ତ୍ର ଆସ୍ଫାଳି ଫଳକନିବାରିଲେ ସମସ୍ତଙ୍କ ବାଣାବଳୀ ହାଦେ,ନ ଭେଦିଲେ କାହା ଶର ଅର୍ଜ୍ଜୁନଶରୀରେ,ଦେଖି ଏହା ସ୍ତବ୍ଧ ହୋଇ ଭାବିଲେ ଅରାତିବିଶିଖବାରେଣୀ ମନ୍ତ୍ର ଜାଣେ ଏ ଅର୍ଜ୍ଜୁନ,ପଳାଇଲେ ତ୍ରାସେ ସର୍ବେ ଛତ୍ରଭଙ୍ଗ ହୋଇ ।ଯଥା ତଟତରୁପନ୍ତି ଯୁଝି ସ୍ରୋତ ସହଶେଷେ ତହୁଁ ଢ଼ାଳିଦେଇ ଉନ୍ମୂଳିତ ତନୁଭାସିଯାଏ କେଉଁଆଡ଼େ ନିରୁଦ୍ଦେଶ୍ୟ ଭାବେ ।ନବର୍ତ୍ତିଲା ରଣ, ପାର୍ଥ ଦିଶିଲେ ପ୍ରୋଜ୍ଜ୍ୱଳ,ଝଟିକା ବିକ୍ଷୁବ୍ଧ, ଭୀମ, ମଧ୍ୟାହ୍ନ ଉତ୍ତାରେଫୁଟିଉଠେ ଶାନ୍ତ ସୂର୍ଯ୍ୟ ହସି ହସି ଯଥା ।ଦେଖି ଏହି ଅମାନୂଷୀ ବିଦ୍ୟାର ପ୍ରକାଶଦିବୁ ଦେବେ ସାଧୁ, ସାଧୁ, ଉଚ୍ଚାରି ସାନନ୍ଦେ,ଆଶୀର୍ବାଦ ପୁଷ୍ପବୃଷ୍ଟି କଲେ ପାର୍ଥଶିରେ,ଉଠିଲା ବିପକ୍ଷ ପକ୍ଷୁ କୋଟି ଧନ୍ୟବାଦ ।ସାରଥି ଆସନୁ ଉଠି ଭଦ୍ରା-ବୀରବାଳା,କହିଲେ ପ୍ରଣମି ପାର୍ଥେ ଅଧୀର ହରଷେ-‘‘ମୂର୍ତ୍ତିମନ୍ତ ଧନୁର୍ବେଦ ଦେଖି ପ୍ରଭୁ ଆଜିଯାଅ କଲି ଚର୍ମଚକ୍ଷୁ, ହେଲି ଧନ୍ୟବତୀ ।’’ଉତ୍ତରିଲେ ହସି ହସି ପାର୍ଥ-ବୀରମଣି-‘‘ମୁଁ ମଧ୍ୟ ଦେଖିଛି ଆଜି, ଅୟି ପ୍ରାଣେଶ୍ୱରି,ମୂର୍ତ୍ତିମତୀ କ୍ଷାତ୍ରଶକ୍ତି ଏତେ ବାଜ ପରେ,ଜାଣିଲି ମୁଁ ଏତେକାଳେ କିମ୍ପା ଏ ଭାରତପୂଜତି, ନମସ୍ୟ ବିଶ୍ୱେ, ନିହିଛି ବିଧାତାଭାରତଲଳନାଦେହେ ଯେ ଅମର ଶକ୍ତି,ସେ ଶକ୍ତିରେ ଶକ୍ତିମତୀ ଏ ଭାରତମାତା,ଚିରକାଳ ରହିବ ତା ପ୍ରାଧାନ୍ୟ ମହୀରେ ।ଖ୍ୟାତ ଯୁଗେ ଯୁଗେ ପ୍ରିୟେ, ନଳଙ୍କ ସାରଥ୍ୟ,ମାତ୍ର ସେହି ଖ୍ୟାତି ଆସି ପଶିଛି ଦ୍ୱାପରେଶରଣବତ୍ସଳେ, ତବ ଚରଣେ ଶରଣ,ଗଣ୍ୟ ମୁହିଁ ଭାଗ୍ୟଧରେ ତବ ସ୍ୱାମୀ ବୋଲି ।’’ଏଣେ ବଳଭଦ୍ର ବସି ବିଷର୍ଣ୍ଣ ବଦନେ,ଚିନ୍ତାରେ ଚକିତଚକ୍ଷୁ, ଭାବୁଛନ୍ତି ବୀର-ନ ଆସିଲା ରଣଦ୍ରୂତ, ଏତେବେଳଯାଏଁଘେନି ରଣବାର୍ତ୍ତା, ବିଶ୍ୱେ ଦୁର୍ଜୟ ଅର୍ଜ୍ଜୁନ,ନାହିଁ ତାର ସମକକ୍ଷ ଯୋଦ୍ଧା ଶିବ ବିନା,ଜାଣି ସୁଦ୍ଧା ଏହା, ଯାହା ପେଷିଲି ସମରେତରୁଣ କୁମାର ବର୍ଗେ-ଉଚ୍ଛୃଙ୍ଖଳମତି,ନ ଯାଇ ମୁଁ ନିଜେ, ଏହା ମହାଭ୍ରାନ୍ତି ମୋର ।ଏହିକାଳେ ତହିଁ କୃଷ୍ଣ ପ୍ରବେଶନ୍ତେ ଆସି,କ୍ରୋଧେ କମ୍ପି କାମପାଳ କହିଲେ କର୍କଶେ-‘‘ଦେଖ ଦେଖ କୃଷ୍ଣ, ତବ ପ୍ରିୟ ସଖାରୂପୀକାଳଭୁଜଙ୍ଗର କାର୍ଯ୍ୟ, ତା ତୀବ୍ର ଗରଜେଜର୍ଜରିତ ଯଦୁକୁଳ, ହରିଲା କୃତଘ୍ନଯଦୁକୁଳଭାଗ୍ୟଲକ୍ଷ୍ମୀ-ଭଗ୍ନୀଧନ ସହମାନ, ଯୋଗ୍ୟ ପ୍ରତିଫଳ ନ ଦେଇ ସେ ଚୋରେବହିବ କି ଶିରେ ଏହି କଳଙ୍କପସରା ?ଭକ୍ତିର କାଙ୍ଗାଳୀ ତୁମ୍ଭେ, ଅତି ଭକ୍ତିରଙ୍କ,ଭକ୍ତିଭାବେ ପଦେ କଥା କହେ ଯେ ତୁମ୍ଭଙ୍କୁ,ମଣ ତାକୁ ଆପଣାର ସରଳବିଶ୍ୱାସେ,ସେ ବିଶ୍ୱାସ-ବିଷଫଳ ଭୁଞ୍ଜି ଏବେ ତୁମ୍ଭେଭୁଞ୍ଜାଇଲ ଯଦୁକୁଳେ, ଅହୋ କି ଲଜ୍ଜାଏ !ହେଲା ତ ହେ ପୂର୍ଣ୍ଣ ଏବେ ମନୋରଥ ତବ ?’’‘‘କିମ୍ପା ଆର୍ଯ୍ୟ, ଏତେ କ୍ରୋଧ ?’’ କହିଲେ କେଶବ‘‘ମନ୍ମନା, ମଚ୍ଚିନ୍ତ, ପୁଣି ମତ୍ପରାୟଣ ଯେ,ସେହି ଭକ୍ତ ପ୍ରାଣୋପମ ଏ ସଂସାରେ ମୋର,ବୀରକୁଳେ ସାର୍ବଭୌମ ପାର୍ଥ, ପୁଣ୍ୟଶ୍ଳୋକ,ଅଦ୍ୱିତୀୟ ହିତାକାଂଙ୍କ୍ଷୀ ଯଦୁବଂଶର ସେ,କି ଦୋଷ ତାହାର, କିମ୍ପା ଆକ୍ରୋଶ ତା ପ୍ରତି ?ବଳେ ମନୋମତ କନ୍ୟା ହରିନେବା ଯଦିଦୋଷାବହ, ତେବେ ନିଶ୍ଚେ ସେ ଦୋଷ ତାହାର,ଯେ ସୃଜିଲା ଏ ଅବଧି, ଚିରକାଳ ଯାହାଆସୁଛି ଅବାଧେ ଚଳି କ୍ଷତ୍ରିୟ ସମାଜେ,ଅର୍ଜ୍ଜୁନ ବେଳକୁ ତାହା କିମ୍ପା ଦୋଷାକର,ଏହା ଭଲା କେଉଁ ନ୍ୟାୟଶାସ୍ତ୍ରର ବିଚାର ?’’ଏକାଳେ ସାତ୍ୟକି ଆସି କହିଲା ସଲଜ୍ଜେ,‘‘ହେଲା ରଣସ୍ଥଳୀ ଆଜି ଯାଦବ ଶୌର୍ଯ୍ୟରଭୀଷଣ ସମାଧିକ୍ଷେତ୍ର, କି ଅଦ୍ଭୁତ ରଣ,କି ବିସ୍ମୟକରୀ ଶିକ୍ଷା, ଅତି ଅମାନୁଷୀ,ବୀରଚାରୁ ଅର୍ଜ୍ଜୁନର, ଅବେଦବିଦିତ ।କଲାକି ଅଦ୍ଭୁତ ରଣ, ନଶୁଖିଲା କିଛିଧନୁକଗର୍ଜନ ବିନା, ତୀକ୍ଷ୍ମ ବାଣାବଳୀଗଗନେ ସ୍ପନ୍ଦିତ କରି ଧାଇଁଲା ପ୍ରଚଣ୍ଡେ,କେତେ ଯେ ବର୍ଷିଲା ବାଣ କି କହିବି ତାହା,ବରଷିବ ନାହିଁ ତେତେ ଜଳଧାରା ଘନ,ଯାଦବେ ନିରସ୍ତ୍ର କରି ଜିଣିଲା ସେ ରଣ,ବଳାଉଛି ଜୟଶଙ୍ଖ ରଥେ ବସି ମୋଦେ ।’’ପୃଚ୍ଛିଲେ ମୂଷଳୀ କ୍ରୋଧ-କମ୍ପିତ ବଚନେ-‘କାହୁଁ ସେ ପାଇଲା ରଥ ? କହିଲା ସାତ୍ୟକି-‘‘କୃଷ୍ଣ ରଥେ ବସି ବୀର ନିରତ ଆହବେ ।’’ସ୍ୱଭାବେ ପ୍ରଚଣ୍ଡ ଅଗ୍ନି, ପାଇଲେ ଆହୁତିଜ୍ୱଳେ ସେ ଦ୍ୱିଗୁଣ, ତଥା ସତ୍ୟକି ବଚନେମହାକ୍ରୋଧେ ଜଳି ରାମ କହିଲେ ଏସନ-‘‘ତେବେ ଏଥି ଶ୍ରୀକୃଷ୍ଣର ଅଛି ପରାମର୍ଶ,ରଥ ଦେଇ ସହାୟତା କରିଛି ସଖାର,କରିବାକୁ ମୋର ଇଚ୍ଛା ବିଫଳ ସର୍ବଥା,ଏ କୌଶଳ ପରା କୃଷ୍ଣ କରିଛୁ ଭିଆଣ ?’’କହିଲେ ଶ୍ରୀହରି ହସି, ‘‘କେ ସମର୍ଥ ଦେବ,କରିବ ବିଫଳ ଇଚ୍ଛା ତବ, ଏ ଜଗତେ,ପ୍ରାଣାଧିକ ପ୍ରିୟସଖା ଧନଞ୍ଜୟ ମୋର,ବିହରେ ମୋ ରଥେ ସଦା, ସେଥିପାଇଁ ତାରହୁଏ ନାହିଁ ଲୋଡ଼ା ମୋର ଆଦେଶ ଗ୍ରହଣ ।କହ କହ ହେ ସାତ୍ୟକି, କହିଛି ଦାରୁକ ?’’କହିଲା ସିନିଜ, ‘‘ଦେବ, ସାରଥି ତୁମ୍ଭରଅବସ୍ଥିତ ରଥସ୍ତମ୍ଭେ ବନ୍ଧନଦଶାରେ,ରତ ରଥସଞ୍ଚାଳନେ ଭଗିନୀ ତୁମ୍ଭର ।’’ଶୁଣି ଏହା ବାସୁଦେବ କହିଲେ ଅଗ୍ରଜେ-‘‘ଶୁଣିଲେ ତ ଆର୍ଯ୍ୟ, ଥିଲେ ସମ୍ମତି ମୋହରଦାରୁକ ବନ୍ଧନଦଶା ଲଭନ୍ତା କାହିଁକି ?ସୁଭଦ୍ରା ବାହୁଛି ରଥ, କି ବୁଝିଲେ ଏଥୁ,କି ଦୋଷ ବା ସୁଭଦ୍ରାର, ବରିଛି ସେ ସ୍ୱୀୟଯୋଗ୍ୟପାତ୍ରେ, ଶୂରେଶ୍ୱର ଅର୍ଜ୍ଜୁନ ବ୍ୟତୀତକିଏ ଭଲା ଯୋଗ୍ୟ ବର ସୁଭଦ୍ରାର ଭବେ ?ରବି ବିନା ଯୋଗ୍ୟପାତ୍ର କିଏ ପଦ୍ମିନୀର ?କହ ହେ ସାତ୍ୟକି ପୁଣି ଯୁଦ୍ଧ ସମାଚାର ।’’ଭାଷିଲା ସାତ୍ୟକି, ‘‘ଦେବ, କି ବର୍ଣ୍ଣିବି ତାହା,ନ ଦେଖିଲେ ସମକ୍ଷେ ତାକେ କରିବ ପ୍ରତେ,କପୋଳକଳ୍ପିତ ଉକ୍ତି ମଣିବେ ଅନେକେ,ସମର ନୁହେଁ ସେ, ଯେହ୍ନେ ସ୍ୱପ୍ନକ୍ରୀଡ଼ାରଙ୍ଗ,ଲାଗିଲା ସମର ଘୋର, ଯଦୁପକ୍ଷ ବୀରେପ୍ରାଣପଣେ ନିକ୍ଷେପିଲେ ସଂଖ୍ୟାତୀତ ଅସ୍ତ୍ର,ସେ ସକଳ କାଟି ପାର୍ଥ ହେଳେ ଲଘୁ ହସ୍ତେ,ନିକ୍ଷେପିଲେ ବାଣରାଶି ବିପକ୍ଷ ଉଦ୍ଦେଶ୍ୟେ,କି ତ୍ୱରା ନିକ୍ଷେପ, ଅହୋ, ବାଣ ପରେ ବାଣ,ତହିଁପରେ ବାଣ ଗୁନ୍ଥିଦେଲା କୁନ୍ତୀ-ସୁତ,ନିମେଷକେ କୋଟି କୋଟି କ୍ଷୁରଧାର ଶର ।ଯେହ୍ନେ ଏକା ନୁହେଁ ପାର୍ଥ, କୋଟି ପାର୍ଥ ଅବାଗୋଟିକେ କୋଟିଏ କରେ ବର୍ଷୁଛନ୍ତି ବାଣ,ନିରସ୍ତ୍ର, ନିତୁଣ କରି ସକଳ ସୈନିକେକଲା ତାଙ୍କ ଶକ୍ତି କ୍ଷୟ, କାହାକୁ ବା କଲାଶର-କାରାଗାରେ ବନ୍ଦୀ, ସର୍ବ ଯଦୁବୀରେରହିଛନ୍ତି ଲଜ୍ଜାବେଶେ ହେଠବଦନରେ ।ରହିଛନ୍ତି ଶକ୍ତିହୀନ, ମାତ୍ର କାହା ଦେହୁହୋଇ ନାହିଁ ରକ୍ତପାତ ଅର୍ଦ୍ଧବିନ୍ଦୁ ସୁଦ୍ଧା,ଅଲୌକିକ ଦେବ, ସେହି ଅରକ୍ତ ସମରଧନଞ୍ଜୟ ଉଦ୍ଭାବିତ, ନାହିଁ ଧନୁର୍ବେଦେ ।ଆଉ ଏକ ମହାଶ୍ଚର୍ଯ୍ୟ-ସ୍ୟନ୍ଦନଚାଳନସୁଭଦ୍ରା ଦେବୀଙ୍କ ଅହୋ, କି ନବ କୌଶଳ,ପଲକେ ଭୂତଳେ ରଥ, ପଲକେ ଶୂନ୍ୟରେ,କି ପ୍ରଖର ଗତି, ଯେହ୍ନେ ଯନ୍ତ୍ର ଶକ୍ତିବଳେଚଳୁଛି ସ୍ୟନ୍ଦନ ବେଗେ ଅଲକ୍ଷିତ ଭାବେ,କିମ୍ବା ଚଳେ ମନ୍ତ୍ର ବଳେ ଦକ୍ଷ ମାନ୍ତ୍ର କର ।’’ଶୁଣି ଏହି ବୀରବାଣୀ, ବୀର ରାମଙ୍କରଉଠିଲାକ ଫୁଲି ବୀରହୃଦ ମହୋଲ୍ଲାସେ,ଗୁଣରେ ମୋହିତ ହୋଇ ତହୁଁ ଗୁଣତାହାବିସୋରିଲେ କୋପ, ଶାନ୍ତି ଲଭିଲେ ଅନ୍ତରେ ।ଧରିଲେ ଶୀତଳ ମୂର୍ତ୍ତି, ଯଥା ତସ୍ତ ସ୍ୱର୍ଣ୍ଣସଲିଳ ପରଶେ, ବୀର କହିଲେ ଗଦ୍ଗଦେ-‘‘ସତ୍ୟ କି ସାତ୍ୟକି ଏହା ? ସୁଭଦ୍ରା ମୋହରଧରେ ଏତେ ଗୁଣ, ଧନ୍ୟ ଯଦୁବଂଶ ଆଜିସୁଭଦ୍ରା ସୁଯଶେ, ଧନ୍ୟ ବୁଦ୍ଧିମତୀ ସେହୁ,କରିଛି ସେ ଯୋଗ୍ୟ ପାତ୍ରେ ଆତ୍ମବିନିମୟ ।କି ଅଦ୍ଭୁତ, କଲା ପାର୍ଥ ଅରକ୍ତ ସମର,ନ ପ୍ରହାର ଅଙ୍ଗେ ବାଣ, ନିସ୍ତେଜିଲା ସୈନ୍ୟେ,ଏତେ ସ୍ନେହ, ଏତେ ଦୟା, ଏତେ ଉଦାରତାସମ୍ଭବେ କେବଳ ସିନା ଅମର ହୃଦୟେ,ଜାଣିଲି ସେ ଯାଦବଙ୍କ ହିତାକାଙ୍କ୍ଷୀ ନିଶ୍ଚେ,ଉପଯୁକ୍ତ ଜାମାତା ସେ ଯାଦବବଂଶର ।କୃଷ୍ଣ, ନାହିଁ ଅନ୍ତରାୟ ଇଚ୍ଛାରେ ତୁମ୍ଭର,ଜାଣି ସୁଦ୍ଧା ଏ କଥା ମୁଁ ପଡ଼ିଥିଲି ଭ୍ରମେ,ନ ବହିବ ଦୁଃଖ ଭାଇ, ତହିଁ ପାଇ ମନେଯାହା ତବ ସାଧୁ ଇଚ୍ଛା କର ପୂର୍ଣ୍ଣ ତାହା ।ଯାଅ ହେ ସାତ୍ୟକି, ଖରେ ଆଣ ଭଦ୍ରାର୍ଜୁନେ,ପ୍ରବୋଧି ଉଭୟେ, ଯଥା ସାନ୍ତ୍ୱନା ବଚନେଆଶୀର୍ବାଦ-ଆଲିଙ୍ଗନ ଅର୍ପିବ ଅର୍ଜ୍ଜୁନେ ।’’ଏଣେ ଶୁଣି ଦୂତମୂଖେ ସୁଭଦ୍ରା ହରଣ,ହେଲା ମାନଗୋବିନ୍ଦର ହୃତ୍କମ୍ପ ସଘନେକଲା ରେଖାପାତ ତାହା ରଦନମଣ୍ଡଳେବିଷାଦ-ବାଳିମାଛାୟା, ମରିଗଲା ଆଶା,ମରିଯାଏ ଯଥା ନବପଲ୍ଲବିତା ଲତାବଲ୍ମୀକଦଂଶନେ, ଗଲା ଚିନ୍ତା-ସୁତ୍ର ଚିତ ।ସ୍ୱପ୍ନ-ସ୍ମିଗ୍ଧ, ମନୋମୁଗ୍ଧ-ଶତକଳ୍ପନାରେନପାରିଲା ମନକୁ ସେ ପ୍ରଦାନ ସାନ୍ତ୍ୱନା,ଆଭଷିଣ ବୀରକେଶ ଭାଷିଲା ସରୋଷେ-‘‘ଅହୋ, କି ଆଶ୍ଚର୍ଯ୍ୟ, ଏଡ଼େ ସାହାସ ପାର୍ଥର,ନାରକୀ, ବର୍ବର, ଆଜି ଲଭିବ ନିଶ୍ଚୟସ୍ୱକୃତ କର୍ମର ଦୁଷ୍ଟ କୋଟି ପ୍ରତିଫଳ ।ଡାକ ପିତାମହ ଭୀଷ୍ମେ, ଡାକ ଦ୍ରୋଣାଚାର୍ଯ୍ୟେ,ଡାକ ଶୀଘ୍ର ଦୁଃଶାସନେ, ଅଶ୍ୱତ୍ଥାମା ଶୁରେ,ଖର୍ବିବି ନିଶ୍ଚୟ ଆଜି ଗର୍ବ ପାଣ୍ଡବାର,ନ ହେବ ପ୍ରତିଜ୍ଞା ମମ ଅନ୍ୟଥା କଦାପି ।’’ଏହା କହି ଦୁର୍ଯ୍ୟୋଧନ, ତେଜି ବରବେଶ,ହେଲା ସୁସଜ୍ଜିତ ବେଗେ ସମରସାକରେ,ଆଜ୍ଞାମାତ୍ରେ ଉପସ୍ଥିତ ରାଜପାରିଷଦେ,ଆସିଲେ ସ୍ଥବୀର ଭୀଷ୍ମ, ଶସ୍ତ୍ରଗୁରୁ କୃପ,ଆସିଲା ଶକୁନି, ସୁଃଶା, ଜୟଦ୍ରଥ ରଥୀ,ସର୍ବଶେଷ ଉପସ୍ଥିତ ଆଚାର୍ଯ୍ୟତିଳକ ।ଉପବେଶି ଯୋଗ୍ୟାଶନେ ଦ୍ରୋଣ-କୁରୁଗୁରୁପଚାରିଲେ ଦୁର୍ଯ୍ୟୋଧନେ ଆଶ୍ଚର୍ଯ୍ୟଭାବରେ-‘‘କିପାଁ ବତ୍ସ, ବୀରବେଶ ତେଜି ବରବେଶ ?’’ଉତ୍ତରିଲା ଦୂର୍ଯ୍ୟୋଧନ କମ୍ପିତବଚନେ-‘‘ଦେଖନ୍ତୁ ଆଚାର୍ଯ୍ୟ ଦେବ, ପାର୍ଥ ଅତ୍ୟାଚାର,ଏଡ଼େ ଦୂରକାଙ୍କ୍ଷା ତାର, ହରିଲା ସୁଭଦ୍ରା-ମୋର ବରଣୀୟ କନ୍ୟା, ଲେପି ମୋର ଗଣ୍ଡେଚୁନ କାଳି, ବୀର ହିଆ ସହିବ କି ଏହା ?କି ଦାରୁଣ ଲଜ୍ଜା, କେଡ଼େ ତୀବ୍ର ଅପମାନ,କରିକି ମୁଁ ଆଜି ତାହା ସଦ୍ୟ ପ୍ରତିଶୋଧବିଚ୍ଛେଦି ଅର୍ଜ୍ଜୁନ ଶିର, ଏହା ମୋ ପ୍ରତିଜ୍ଞାକରନ୍ତି ଆପଣ ସଦା ପାଣ୍ଡବେ ପ୍ରଶଂସା,ଧରନ୍ତି ମୋହର ଦୋଷ ସର୍ବକାର୍ଯ୍ୟେ ପରା ?ଦେଖନ୍ତୁ କାହାରୀ ଦୋଷ, କରନ୍ତୁ ବିଚାର,ସାଧିଲେ ଯେ ମହାନିଷ୍ଟ, ତା ପ୍ରତି ଆଚାର୍ଯ୍ୟ,ଯୋଗ୍ୟ ପ୍ରତିଫଳ ଦାନେ କି ଦୋଷ ମୋହର ?’’ରୋଷମିଶା ହାସ୍ୟେ ତହୁଁ ଉତ୍ତରିଲେ ଦ୍ରୋଣ‘‘କି ଦୋଷ ତୁମ୍ଭର ବତ୍ସ, ଦୋଷ ତ ତାହାରଯେ ସୁଜିଲା କ୍ଷତ୍ରଜାତି ମାନବ ସମାଜେ,ଏଡ଼େ କ୍ରୋଧୀ, ଏଡ଼େ ବଡ଼ ଅଭିମାନୀ ଜାତି,ଅଛି କି ଦ୍ୱୀତୀୟ ଆଉ ବିଶ୍ୱ ବ୍ରହ୍ମାଣ୍ଡରେ !କଥାକେ କଥାକେ କ୍ରୋଧ, ଅସ୍ତ୍ରପଦର୍ଶନ,ଇଛନ୍ତି ସେ ସର୍ବକାର୍ଯ୍ୟ ସୁସାଧ୍ୟ ଅସିରେ ।ଆସ୍ଥାହୀନ ଶାସ୍ତ୍ରେ, ମାତ୍ର ଶସ୍ତ୍ରେ ଆସ୍ଥାବାନ ।ଶୁଣିଲେ ଯେପରି ପାର୍ଥ ହରିଲା ସୁଭଦ୍ରା,ଧରିଲ ସେପରି ତୁମ୍ଭେ ଖରଧାର ଅସି,ପିନ୍ଧିଲ ଶରୀରେ ସାଞ୍ଜୁ, ବାହାରିଲ ଯୁଦ୍ଧେ,ଏହା ହିଁ କି ଲୋକରକ୍ଷୀ କ୍ଷତ୍ରିୟର ଧର୍ମ ?କି ଦୋଷ ବା ଅର୍ଜ୍ଜୁନର ଧର୍ମପତ୍ନୀକି ସେଘେନିଗଲା ସଙ୍ଗେ, ଏଥି ସମ୍ଭବେ କି ଦୋଷ ?’’ପୃଚ୍ଛିଲା ବିସ୍ମୟେ ବ୍ୟଗ୍ରେ ରାଜା ଦୁର୍ଯ୍ୟୋଧନ-‘‘ଧର୍ମପତ୍ନୀ ଗୁରୁଦେବ ?’’ ‘‘ଧର୍ମପତ୍ନୀ ବତ୍ସ-’’ଉତ୍ତରିଲେ ଦ୍ରୋଣାଚର୍ଯ୍ୟ-‘‘ବୀରଧର୍ମୀ ଦ୍ୱିଜ,ପାର୍ଥ ସହ ସୁଭଦ୍ରାର ଗାନ୍ଧର୍ବବିବାହହୋଇ ଯାଇଅଛି ବତ୍ସ, କେତେ ଦିନ ପୂର୍ବେକନ୍ୟାଦାନକର୍ତ୍ତୀ ସ୍ୱୟଂ ସତ୍ୟଭାମା ଦେବୀ ।ଏଥିରେ ସମ୍ମତ ସର୍ବେ-ଯଦୁ ନରନାରୀ,ଅସମ୍ମତ ଏକା ରାମ, ଯାଙ୍କ ନିମନ୍ତ୍ରଣେଉପସ୍ଥିତ ତୁମ୍ଭେ ଏଥି ବିବାହ ମାନସେ,ବୀରତୁଲ୍ୟ ବଳରାମ, ଦେବକଳାବନ୍ତ,ମାତ୍ର ସେ ଏକାକୀ କେବେ ନୁହନ୍ତି ଅଗ୍ରଣୀଯାଦବକୁଳର, ଏହା ନବିଚାରି ତୁମ୍ଭେଆସିଲ କିମ୍ପାଇ ବତ୍ସ, ବରନିମନ୍ତ୍ରଣେ ?ଏକା ରାମ ମତ, ନୁହେଁ ଯଦୁକୁଳ ମତ ।’’ଶୁଣି ଏହା କୁରୁନାହା କହିଲେ ଆଚାର୍ଯ୍ୟେ-‘‘ବିଜିତ ଆପଣ ଯେବେ ଏ ଗୂଢ଼ ରହସ୍ୟ,ନକଲେ ବାରଣ ତେବେ କହି ତା କିମ୍ପାଇ,ଉତ୍ତରିଲେ ଭରଦ୍ୱାଜ ସଜୀବ ବଚନେ-କିଏ ନିବାରିବ ବତ୍ସ, କେହେବ ନିବୃତ୍ତ ?’’‘‘କିଏ କେବେ ଲୋଡ଼ିଥିଲା କାହା ପରାମର୍ଶ ?ବଳେ ପଶି କଥା କହି ସୁମତି ବିଦୂରଲଭିଲେ ଯେ ପରାଭବ ଦୁଃଶାସନ କୁଣ୍ଡେ,ନଜାଣ କି ତାହା ତୁମ୍ଭେ, ଦେଇଥିଲେ ପରାନିଜେ ଯୋଗ ସେ ଘୃଣିତ ବ୍ୟଙ୍ଗ ବିଦ୍ରୂପରେ ?ଏଥିରେ କେ କହିବାକୁ ହେବ ବା ସାହସୀ !ବିଶେଷତଃ କହ ତୁମ୍ଭେ ଖୁଣ୍ଟା ଦେଇ ସଦା-ଭୀଷ୍ମ, ଦ୍ରୋଣ ଆଦି ସର୍ବେ କୁରୁ ଅନ୍ନ ଭୁଞ୍ଜିପାଣ୍ଡବଙ୍କ ହିତାକାଙ୍କ୍ଷା କରନ୍ତି ସତତ,ଦେଲେ ହିତଉପଦେଶ, ନିକି ସେହି କଥାକରନ୍ତି ଆବୃତ୍ତି ପୁଣି, ସେହି ଏକା ଭୟ ।ତୁମ୍ଭେ ତ କୁମନ୍ତ୍ରୀପ୍ରିୟ, ବଳ ତାଙ୍କମତେ,ଯଥା କ୍ରୀଡ଼ାପୁତ୍ତଳିକା କ୍ରୀଡ଼କ ହସ୍ତରେ,କେଦେବ ସଦୁପଦେଶ ବୃଥାରେ କାହିଁକି ?କିମ୍ପାଇ ଢାଳିବ କିଏ ଭସ୍ମସ୍ତୁପେ ଘୃତ !କିମ୍ପା ବା ଅର୍ଜ୍ଜୁନେ କ୍ରୋଧ, କି କରିବ ତାର ?ଦର୍ପ ପରା ତବ-କୁରୁ ସାଗର ସକାଶେ,ଅର୍ଜ୍ଜୁନ ଅଗସ୍ତ୍ୟ କିନ୍ତୁ, ସାଗରବିଶୋଷୀ,କିମ୍ପା ଚରାଇବ ପ୍ରାଣ ଯୁଝି ତାହା ସହ,ତୁମ୍ଭ ବିବାହିତା କନ୍ୟା ହରି ନାହିଁ ପାର୍ଥ,ପ୍ରତ୍ୟୁତ ଆସିଛ ତୁମ୍ଭେ ତା ଜାୟା ଲାଭାଶେ,ପରିହରି ସେ ଦୂରାଶା ଫେରି ଚାଲ ଏବେ ।ଏଥିରେ ତୁମ୍ଭର ମାନ ହେବ ନାହିଁ ଖର୍ବ,ବରଞ୍ଚ ବଢ଼ିବ ମାନ ଉଦାରତା ହେତୁ,ହିଂସାରେ ନମିଳେ ମାନ, ମିଳେ ତା ଔଦାର୍ଯ୍ୟେଶୁଣି ଏହି ହିତବାଣୀ ରାଜା ଦୁର୍ଯ୍ୟୋଧନ,ହୋଇ ପ୍ରକୃତିସ୍ଥ, ଗଲା ଅଭିମାନେ ଫେରିହସ୍ତିନାନଗଲେ, ସ୍ୱୀୟ ଦଳବଳ ସହ,ନୀରବେ ଆନତ ଶିରେ ଆରୋହି ସ୍ୟନ୍ଦନ ।ଅନନ୍ତର ସଙ୍ଗେ ଘେନି ସୁଭଦ୍ରା ଅର୍ଜ୍ଜୁନେଉପସ୍ଥିତ ସିନିସୁନ, ଦୂରୁ ଦେଖି ରାମେଭଦ୍ରାର୍ଜ୍ଜୁନ, ସସମ୍ଭ୍ରମେ ଓହ୍ଳାଇ ସ୍ୟନ୍ଦନୁହେଲେ ଅଗ୍ରସର ଧୀରେ, ନମ୍ରେ, ପଦବ୍ରଜେ ।ବିହରେ କି ଘନରାଜ, ସ୍ୱପଟ୍ଟମହିଷୀବିଦ୍ୟୁଲ୍ଲତା ସହ ମର୍ତ୍ତ୍ୟେ, ତେଜି ଅନମ୍ବର ।ଏ ସମୟେ ସତ୍ୟଭାମା ଆସି ଅକସ୍ମାତବିପୁଳ-ରତ୍ନାଳଙ୍କାର-ପରିପାଟୀ-ବେଶେସଙ୍ଗିନୀସଙ୍ଗମେ, ଧରି ସୁଭଦ୍ରାର ହାତଘେନିଗଲେ ଅନ୍ତଃପୁରେ ପଥମଧ୍ୟୁ ତ୍ୱରା ।ପ୍ରଣମିଲେ ପାର୍ଥ ଆସି ରାମ-ପଦତଳେ,ଉଠାଇ ସାଗ୍ରହେ ତାଙ୍କୁ ରେବତୀବଲ୍ଲଭ,ଆଲିଙ୍ଗି ସପ୍ରେମେ, କଲେ ବହୁ ଆଶୀର୍ବାଦ ।ଆନନ୍ଦ ଗଦ୍ବଦ କଣ୍ଠେ ଭାଷିଲେ ମୂଷଳୀ-‘‘ଆସ ଭାଇ, ବକ୍ଷେ ଆସ ହୃଦ-ସିଂହାସନେ,ଶୁଣି ମୁଁ ତୁମ୍ଭର ଭାଇ, ଅଦ୍ଭୁତ ବୀରତ୍ୱ,ହୋଇଛି ବିମୁଗ୍ଧ ସ୍ତବ୍ଧ, ମଣିଛି ଆବରଆପଣାକୁ ଧନ୍ୟ-ଲଭି ତୁମ୍ଭକୁ ହେ ବୀର,ଉପଯୁକ୍ତ ଭଗ୍ନୀପତିରୂପେ, ଭଦ୍ରା ପରିଗୁଣବତୀ ଭଗ୍ନୀ, ତୁମ୍ଭ ପରି ଭଗ୍ନୀପତି,ମୋହୋ ଭାଗ୍ୟେ ବିଧାତାଙ୍କ କରୁଣାର ଦାନ ।କରିଛି ଘୋଷଣା ମୁହିଁ ତୁମ୍ଭ ବିରୁଦ୍ଧରେଯୁଦ୍ଧ, ତାହା ମୋର ଭ୍ରମ, ସେ ଲାଗି ମୁଁ ଏବେଅନୁତପ୍ତା ସ୍ନେହ-ସ୍ନିଗ୍ଧ କୋଟି ସାନ୍ତ୍ୱନାରେତୁମ୍ଭଙ୍କୁ ପ୍ରବୋଧଦାନେ ଅକ୍ଷମ ମୁଁ ଭାଇ !ତୁମ୍ଭେ ଏ ଭାରତେ ବୀରକାଞ୍ଚନ ନିଶ୍ଚୟ,ସୁଭଦ୍ରା ସୁଷମାମଣି, ଉଭୟ ସଂଯୋଗେଗଢ଼ିବି ମୁଁ ଅଳଙ୍କାର, ବଳିଛି ଶରଧା,ଶୋଭିବ ସେ ଅଳଙ୍କାର ଭାରତମାତାରକାନ୍ତକଣ୍ଠେ ଯୁଗେ ଯୁଗେ, ଅମର ଜ୍ୟୋତିରେ ।ରହିବ ଅନନ୍ତକାଳ ପୂତକୀର୍ତ୍ତି ତବକାଳ-ଇତିବୃତ୍ତପୃଷ୍ଠେ, ଅଙ୍କିତ ଉଜ୍ଜ୍ୱଳେ,ସେ ଅକ୍ଷୟ ମହାକୀର୍ତ୍ତି ଉଜ୍ଜ୍ୱଳିବ ପୁଣିଉଜ୍ଜ୍ୱଳ ନକ୍ଷତ୍ରରୂପେ ଅନନ୍ତ ଗଗନେ,ଗାଇବ ସେ କୀର୍ତ୍ତିଗୀତ ଭବିଷ୍ୟ ପୁରାଣ ।କି ଅମୃତମୟ, ମହା ଶୁଭଦିନ ଆଜି,ସଲିଳ, ଅନିଳ, ନଭ, ଧରଣୀ ପ୍ରଭୃତିସକଳ ଅମୃତବୋଳା ଅମର ଏ ଦିନ,ଆୟୁଷ ଅନନ୍ତ କୋଟି ଯୁଗ ଏ ଦିନର ।ଘେନିଯାଅ କୃଷ୍ଣ, ତୁମ୍ଭ ସଖାଙ୍କୁ ନବରେ,କରନ୍ତୁ ବିଶ୍ରାମ ତହିଁ, ସମରକ୍ଳାନ୍ତି ସେ ।’’ଅଗ୍ରଜେ ଆଦେଶେ କୃଷ୍ଣ ଧରି ପାର୍ଥ କର,ଘେନିଗଲେ ସ୍ୱମନ୍ଦିରେ ପ୍ରହୃଷ୍ଟ ଅନ୍ତରେ,ମିଶିଯାଏ ଯଥା ସୌମ୍ୟ ଛୁରୀଅନାଫୁଲେସମରୁପି, ସମଗନ୍ଧ-ପୁନ୍ନାଗପ୍ରସୂନ ।**ପୁନ୍ନାଗ ଏବଂ ଛୁରୀଅନା ଫୁଲ ଏକତ୍ର କଲେ କିଏ ପୁନ୍ନାଗ, କିଏ ଛୁରୀଅନା ସହଜରେ ବାରି ହୁଏ ନାହିଁ