ବିକ୍ରମାଦିତ୍ୟ
୧୮୬୭–୧୯୪୩
- ପଢ଼ିବା ସମୟ
- ୧୬୪ ମିନିଟ୍
- ଶବ୍ଦ
- ୨୬୨୬୩
- ସ୍ଥିତି
- ସାର୍ବଜନୀନ (Public domain)
ପ୍ରଥମ ସର୍ଗ
ସ୍ୱଗତ- ଅତୀତ- ସ୍ମୃତି ପୁରାବୃତ୍ତମୟି,ସୁଖଦୁଃଖ- ଉନ୍ମେଷିଣି, କହ କୃପା ବହିରାଜର୍ଷି ବିକ୍ରମାଦିତ୍ୟ ପବିତ୍ର ଆଖ୍ୟାନ,ଫେଡ଼ି ତବ ରଙ୍ଗାଳୟ ମହାଯବନିକାଦେଖାଅ ସେ ନାଟକର ପୂର୍ଣ୍ଣ ଅଭିନୟ;ଭାବ- ଯଜ୍ଞବେଦିକାରେ ବସି ଦୁର୍ବାସନେଶିଖାଅ ସେ ଅଭିନୟ କରି ମୋତେ ଚାଟ ।ଅମରା କୌସ୍ତୁଭ-ଭୁଷା ପୁଷ୍ପରମାଳିନୀ *କାମଗତି, ଦୀପ୍ତିମତୀ ଭବେ ଅପ୍ରତିମା,ଜ୍ୟୋତ୍ସ୍ନାସାର ଉପାଦାନେ ହୋଇ ସେ ଗଠିତ,ସୌଦାମିନୀ ପ୍ରଭା-ଜଳେ ଅରିଅଛି ସ୍ନାନ ।*ଇନ୍ଦ୍ରସଭାଦେବ-ପ୍ରତିଭା ସେ କିବା, ସ୍ୱଭାବ-ଭାସ୍କର,ଉପଯୁକ୍ତ ବ୍ୟବହାରେ ଜଳେ ଦାଉ ଦାଉ !ପ୍ରତିଦ୍ୱାରେ ଗବାକ୍ଷରେ ଯାଉଁଳି କବାଟହୀରାଦ୍ୱୀପ୍ତ, ଦିଶେ ତାର ନେତ୍ରପତ୍ର ପ୍ରାୟ,ଉଭା ବହୁ ସ୍ୱର୍ଣ୍ଣସ୍ତମ୍ଭ ହୋଇ ଧାଡ଼ି ଧାଡ଼ିଧରି ରତ୍ନ ମେହେରାବୀଚୟ, ଶବଳିତ,ଝୁଲୁଛି ମାଣିକ୍ୟ ହାଣ୍ଡି, ମାଣିକ୍ୟର ଝାଡ଼,ଥୋପା ଥୋପା ଗଜମୁକ୍ତା ଗୁମ୍ଫିତ ରୁଚିରେ ।ସ୍ୱର୍ଣ୍ଣଦୀ-ଶୀକର-ସିକ୍ତ ଶୀତ-ସମୀରଣଖେଳେ ତହିଁ ମନ୍ଦେ ମନ୍ଦେ, ବିତରି ସତତନନ୍ଦନର ପାରିଜାତ-ପୁଷ୍ପ-ପରିମଳ ।ସେ ମହାସଭାରେ ମେଘ-ମର୍କତ ଆସନ,ବିଦ୍ୟୁ ତହିଁ ବିଜଡ଼ିତ କୁନ୍ଦନ ଲତିକା,ତାରାରାଜି ପ୍ରଜ୍ୱଳିତ ରତ୍ନ-ଦୀପାବଳୀ,ଚନ୍ଦ୍ର ଚନ୍ଦ୍ରଶାଳାଚୂଳେ ହୀରକ କଳସ !ସ୍ୱର୍ଗ ପ୍ରଦର୍ଶନୀରୂପେ ବିରାଜେ ସେ ସଭା,ଧରେ ଯାହା ଗର୍ଭେ, ତାହା ସକଳ ସ୍ୱର୍ଗୀୟ,ବିନଶ୍ୱର ପାର୍ଥିବତା ନାହିଁ ତହିଁ କିଛି;ପବିତ୍ର କୁଷ୍ମାଣ୍ଡେ ମନା ଅଲାବୁ ମିଶ୍ରଣ ।ଏସନ ସଭାରେ ଦିନେ ବିଜେ ବଜ୍ରପାଣିଗଜଦନ୍ତ-ସିଂହାସନେ, ଉପବିଷ୍ଟ ଦେବେମେଘେ-ମଞ୍ଚେ, ଯତବ୍ରତ ଦେବର୍ଷିଙ୍କ ସହ;କରୁଛନ୍ତି ପିକକଣ୍ଠ ଗନ୍ଧର୍ବନିକରପଞ୍ଚମେ ସଙ୍ଗୀତାଳାପ ଝଙ୍କାରି ବଲ୍ଲକୀ,ନୃତ୍ୟେ ରତ ଅପସରୀଏ, ଅଶେଷ ଠାଣିରେ !ସେ ଦୃଶ୍ୟ ମଧୁର ବଡ଼, ପ୍ରାଣ ଉନ୍ମାଦକ,ଯେସନ ଚନ୍ଦ୍ରିକାହାସି-ମଧୁ-ପର୍ବନିଶା !ଆଖ୍ୟାରେ ଗନ୍ଧର୍ବସେନ ଇନ୍ଦ୍ରଙ୍କ କୁମରକଳୁଥିଲେ ନୃତ୍ୟକଳା ସଭା ମଧ୍ୟେ ବସି,ସ୍ୱଭାବତଃ ନାରୀନୃତ୍ୟ ଚାଞ୍ଚଲ୍ୟ-ଉତ୍ପାଦୀ,ଏକେ ସେ ଯୁବକ, ହେଲେ ଚଳଚିତ୍ତ ତହିଁ ।ବୁଝି ପାରି ବଜ୍ରୀ ତାହା ଆକାର ଇଙ୍ଗିତୁଉଠିଲେ ପ୍ରଜ୍ଜ୍ୱଳି ଖରେ ରୋଷେ ଘୃଣାଭରେ,ବଳିଗଲା ତାଙ୍କ କ୍ରୋଧ ଦୂର୍ବାସା କ୍ରୋଧକୁ,ଭାଷିଲେ ତନୁଜେ ଚାହିଁ ଆରକ୍ତି ନୟନେ,-‘‘ବର୍ବର, ନୋହୁ ତୁ ଯୋଗ୍ୟ ବସିବାକୁ ଏଥି,ଅପବିତ୍ର କଲୁ ଆଜି ପୁଣ୍ୟ-ଦେବସଭା,ହୋଇ ତୁ କାମାନ୍ଧ ମୂଢ଼, ପ୍ରାକୃତ ପ୍ରକାରେପାପ-ପଦେ ଦେବ- ଧର୍ମେ ଦେଲୁ ପୁଷ୍ପାଞ୍ଜଳୀ,କେଡ଼େ ଅକରଣୀ ତୋର, ଅହୋ କି ଅଦ୍ଭୁତ !ହେଲା ନାହିଁ ଲଜ୍ଜା ତିଳେ ସୁରଗଣ ପ୍ରତି,କିମ୍ୱା ଭୀତ ମୋହେ ପ୍ରତି, ଧିକ୍ କୁଳାଙ୍ଗାର !ସହେ ନାହିଁ ପାପଭାର ପବିତ୍ରା ଅମରା,ଅତଏବ ଆରେ ଦୁଷ୍ଟ ପାଶବ-ଆଚାରି,ଏହି ମୁହୂର୍ତ୍ତରେ ତୁହି ହୋଇ ସ୍ୱର୍ଗଚ୍ୟୁତ,ରହ ଯାଇ ମର୍ତ୍ତପୁରେ ଖର ରୂପ ଧରି ।’’ଶୁଣି ଏ କଠୋର ଶାପ ପୁରନ୍ଦରସୂନୁ,ଭୟେ କମ୍ପି ଥରହର, କୃତାଞ୍ଜଳିପୁଟେନିବେଦିଲେ ପିତୃପଦେ କରୁଣେ କାତରେ,-‘‘ଅଜ୍ଞାନ ବାଳୁତ ମୁହିଁ, ପିତଃ, ଦୁରାଚାର,ମାତ୍ର ତୁମ୍ଭେ କ୍ଷମାମୟ ପିତା, ପୁତ୍ର ପ୍ରତିପିତୃସ୍ନେହେ ନୈସର୍ଗିକ ବିଧି, ପିତାପାଶେକ୍ଷମଣୀୟ ଆତ୍ମଜର କୋଟି ଅପରାଧ !ଘଟେ ସୁଦ୍ଧା ଅତିବଡ଼ ଧୀମାନ ଜନରସ୍ଖଳନ ଏ ଭବେ ପଦ, କି ଚାରା ବା ଏଥିମୋ ଭଳି ତରଳମତି ଅଜ୍ଞ ବାଳକର ?ଜାଣୁ ଜାଣୁ ଏହା କଲ ସିନା ଦଗ୍ଧ ମୋତେତୀବ୍ର *ଦୁରୀଷଣାନଳେ, ଅହୋ କି ଯନ୍ତ୍ରଣା !ବରଂ ଏହାଠାରୁ ଶ୍ରେୟ ଶିରେ ବଜ୍ରାଘାତ,ସଦ୍ୟ ପ୍ରାୟଶ୍ଚିତ୍ତ ତାହା ମୋହୋ ଦୁଷ୍କୃତିର ।*ଅଭିସମ୍ପାତାଗ୍ନିରେପିତୃଦେବ, ଶୁଣିଛି ମୁଁ ମର୍ତ୍ତ୍ୟର ବେଭାରନିର୍ମମ, ନିଷ୍ଠୁର, ନାହିଁ ତହିଁ ମୈତ୍ରୀ, ପ୍ରୀତିଅନାବିଳା, ଜଳେ ଖରେ ସ୍ୱାର୍ଥ-ହୁତାଶନ,ପୁଣି ତାହା ବିସର୍ପିତ ଦ୍ୱେଷ-ହିଂସା-ବିଷେ;ଯେହୁ ଧର୍ମ ଅପଳାପ ଭୂମି, ନାହିଁ ଯହିଁସାମ୍ୟ-ସୁଧା, ଝରେ ନାହିଁ ସ୍ନେହ-ମନ୍ଦାକିନୀ,ଫୁଟେ ନାହିଁ ପୁଣି ଆହା ଶାନ୍ତି-ପାରିଜାତ,ସେ ଅସ୍ୱର୍ଗରାଜ୍ୟେ ପିତଃ, ଯିବାକୁ ସର୍ବଥାନ ବଳେ ମାନସ, ହୁଏ ମହାଭୟ ଜାତ,ମାଗୁଛି ଏ ଭିକ୍ଷା ତେଣୁ, ପ୍ରକାଶି କରୁଣାକର ଶାପମୁକ୍ତ ଏହି ହତଭାଗ୍ୟ ସୁତେ !’’ଶୋକବୋଳା କାତରୋକ୍ତି ଶୁଣି ସୁନାସୀରଗନ୍ଧର୍ବସେନର, ହେଲେ ଦୟାର୍ଦ୍ର ହୃଦୟ,ଝିମିଟେ *ମିଲାଇଗଲା ସେ ଦୁର୍ବାର କୋଧ,ଅଳ୍ପକ୍ଷଣସ୍ଥାୟୀ ସିନା ମହତର କୋପ,ଜଳର ଉଷ୍ଣତା ପ୍ରାୟ, କୋପ ନୁହେ ତାହା,+ମୁହୂର୍ତ୍ତକରେକେବଳ କୋପର ଛଳ, ଅବ୍ୟଥ ବର ସେଦୁର୍ନୀତି ଦମନ ପକ୍ଷେ, ଅତ୍ୟୁକ୍ତି ଏ ନୁହେ ।ଭାଷିଲେ ସହସ୍ରାମ୍ୱକ କୋମଳ ବଚନେ-‘‘ବତ୍ସ, ଆସେ ନାହିଁ ଫେରି କାହିଁ କେଉଁ କାଳେକହିଗଲା କଥା, ତଥା ବହିଗଲା ପାଣି,ହସ୍ତଚ୍ୟୁତ ତୀର ଆଉ ନ ଆସେ ହସ୍ତକୁ;ହେବ ନାହିଁ ପଣ୍ଡ ବାବୁ, ବଚନ ମୋହର,ଫଳିବ ନିକର * ତାହା ଏକା ଜଗତ୍ପିତା*ନିଶ୍ଚୟକୁକର୍ମର ଦଣ୍ଡଦାତା, କହିଲେ ସେ ତୋତେମୋହଦ୍ୱାରା ଶାସ୍ତି, ମୁହିଁ ନିମିତ୍ତ ମାତର !ହେବ ନାହିଁ ଭୋଗିବାକୁ ଏ ଅଭିସମ୍ପାତଚିରଦିନ ତୋତେ, ରାତ୍ରେ ହେବୁ ତୁ ମାନବ,ଦିବସେ ଗର୍ଦଭ ରୂପ ଧରିବୁ ଆବର ।କିଛିକାଳ ଏହିପରି ରହିବୁ ମର୍ତ୍ତ୍ୟରେ,ଧାରା ନଗରୀର ରାଜା ପରମ ଧାର୍ମିକ,ଧରନ୍ତି ସେ ଧାର ନାମ, କରିବେ ସେ ଯେବେଭସ୍ମୀଭୁତ ତୋର ଏହି ଗର୍ଦଭ ଶରୀର,ଶାପମୁକ୍ତ ହୋଇ ତେବେ ଆସିବୁ ମୋ ପାଶେ ।ସହିବାକୁ ଦୁଃଖ କେବେ ନ ହେବୁ ବିମୁଖ,ନାହିଁ ତ ସୁଖର ସାଧ୍ୟ ସୁଖ ଉତ୍ପାଦନେ,ଦୁଃଖର ତା ସାଧ୍ୟ, ଦୁଃଖସୁଖଠାରୁ ଶ୍ରେୟ,କରେ ଦୁଃଖ ଚରିତ୍ରକୁ ବିଶୁଦ୍ଧ ନିର୍ମଳ,ଦୂଷିତ ଆବିଳ ଜଳେ ସ୍ଫଟିକାରୀ *ଯଥା ।କ୍ଳେଶ ଏକା ଜୀବନର ପ୍ରବୀଣ ବିନ୍ଧାଣୀ,*ପ୍ରଚଳିତ ନାମ ଫିଟିକିରୀ ।ଭାଙ୍ଗିଦେଇ ଜୀବନର ଗମନସୋପାନ,ଗଢ଼ିଦିଏ କରି ତାକୁ ଅନିନ୍ଦ୍ୟ ସୁନ୍ଦର !’’ନୀରବନ୍ତେ ଆଖଣ୍ଡକ, ସେହି ମୁହୂର୍ତ୍ତରେଖସି ଅଭିଶପ୍ତ ସ୍ୱର୍ଗୁ, କ୍ଷୀଣପୁଣ୍ୟ ଯଥା,ପୃଥିବୀ ପରଶେ ହେଲେ ପ୍ରାପ୍ତ ଖରବେର ।ତହୁଁ ଯାଇ ଧାରାରାଜ୍ୟେ ହୋଇ ଉପସ୍ଥିତ,ରହିଲେ ବିରସ ମନେ ଜୀବନ୍ମୃତ ପ୍ରାୟ,ନିବସନ୍ତି ରାତ୍ରେ ନିତ୍ୟ ନରରୂପେ ଗ୍ରାମେ,ଦିବସେ ଗଦର୍ଭରୂପେ ଏକ ସରୋବରେ ।ଅଶୁଭ ସମୟ ଆସେ ତୁରଙ୍ଗ ଗତିରେ,ମାତ୍ର ଯାଏ ମଠେ ଅତି, କର୍ମଠ ଯେସନ,ଅଟେ ଏହା ପ୍ରକୃତିର ଶାଶ୍ୱତ ନିୟମ !ଏହିରୂପେ କିଛିକାଳ ହୋଇଗଲା ଗତ,ଭାବୁଥାନ୍ତି ଅନୁକ୍ଷଣ ବିପନ୍ନ ବାସବି,‘‘କେମନ୍ତେ ଭେଟିବି ଯାଇ ଧାରା-ନଗରୀଶେ,କେତେ ଦିନେ ହେବ ଅବା ଦୁର୍ଗତି ମୋଚନ,ହୋଇ ଦେବରାଜସୁତ, କୃତକର୍ମ ଦୋଷେ,ହରାଇ ବସିଲି ହାୟ ! କେଡ଼େ ବଡ଼ପଣ,ଜନ୍ମି ଦେବ ଔରସରୁ, ଦେବ ଦେହ ବହିଲଭିଲି ପଶୁତ୍ୱ ଏବେ, ଧିକ ମୋ କରଣି ।ଅହୋ ! କି ଭୀଷଣ ଶତ୍ରୁ ଦୁଗନ୍ତ ଯୌବନ,କରେ ନିତ୍ୟ ଆୟୁଃ ପାନ ଚରିତ୍ର ସହିତ ।ଯଦ୍ୟପି ଆକୃତିବନ୍ତ ହୋଇଥାନ୍ତା ସେହୁ,ଦିଅନ୍ତି ସମ୍ପ୍ରତି ତାକୁ ଅନଳେ ନିକ୍ଷେପି !’’ଏହିପରି ଭାବୁ ଭାବୁ କେତେ କାଳ ପରେନିୟତି ଘଟାଇଦେଲା ଶୁଭଯୋଗ ଆଣି;କରେ ଆନୟନ ଯଥା ଜୀବନେ ସେ ଦୁଃଖ,ତଥା ସୁଖ-ସୁଧା ସୁଦ୍ଧା ଦାତବ୍ୟ ତାହାରି ।ଦୈବେ ଦିନେ ବିପ୍ର ଜଣେ ବାସର-ଶୈଶବେ **ପ୍ରାତଃକାଳରେପ୍ରବେଶି ମଘବାସୂନୁ-ନିବାସତଡ଼ାଗେ,ସ୍ନାନ ତର୍ପଣାଦି ଶେଷେ ବାହୁଡ଼ିବାବେଳେସମ୍ୱୋଧି ତାହାଙ୍କୁ ଐନ୍ଦ୍ରି, ଜଳଗର୍ଭେ ଥାଇଭାଷିଲେ ଏସନ ନମ୍ରେ- ‘‘ମର୍ତ୍ତ୍ୟଦେବ, ହେଉମଙ୍ଗଳ ତୁମ୍ଭର, କର କିଛି ଉପକାରମୋର, ପର ଉପକାରେ ମିଳେ ଯେ ସୁଫଳସୁଧାମୟ, ଥିବ ତୁମ୍ଭେ ତାହା ସୁବିଦିତ,କି କହିବି ଅଧିକ ମୁଁ, ସେହି ତ ତ୍ରିଦିବ !ଧନ୍ୟ ସେ, ଝରେ ଯା ନେତ୍ରୁ ଅଶ୍ରୁ ପରଦୁଃଖେ,ସେହି ଅଶ୍ରୁ ନିଶ୍ଚେ ସ୍ୱର୍ଗ ମନ୍ଦାକିନୀ-ଧାରା !କହ ଯାଇ ଧାରେଶ୍ୱରେ ବହି ଅନୁଗ୍ରହ,ମୋହର ଏ ବାର୍ତ୍ତା- ମୁହିଁ ଦେବରାଜ-ସୁତ,ନାମ ମୋ ଗନ୍ଧର୍ବସେନ, ପିତୃ ଅଭିଶାପେରହିଛି ମୁଁ ତାଙ୍କ ରାଜ୍ୟେ ଆସି ବହୁଦିନୁଏହି ସରୋବର ମଧ୍ୟେ, ସ୍ୱୀୟ କନ୍ୟାଦାନେକରନ୍ତୁ ସେ ଯଥାଯୋଗ୍ୟ ସମ୍ମାନିତ ମୋତେ ।’’ତଥାସ୍ତୁ ଉଚ୍ଚାରି ଦ୍ୱିଜ, ଯାଇ ଯଥାକାଳେନିବେଦିଲେ ଏ ବୃତ୍ତାନ୍ତ ନରବର ଧାରେ ।ଶୁଣି ରାଏ ଏ ଅଦ୍ଭୁତ ଅଶ୍ରୁତ ସମ୍ୱାଦ,ହେଲେ ହେଁ ଆଶ୍ଚର୍ଯ୍ୟ, କଲେ ନାହିଁ ଅବିଶ୍ୱାସ,ଜାଣନ୍ତି ସେ ଏ ଦୁର୍ଜ୍ଞେୟ ବିଷମ ସଂସାରେନୁହେଁ କିଛି ଅସମ୍ଭବ, ଏ ତ ରହସ୍ୟରରଙ୍ଗଭୂମି, ନାହିଁ ଏଥି କେଉଁ ଅଭିନୟ ?ବାର୍ତ୍ତାବହୁ ବିପ୍ରେ ଘେନି ତହୁଁ ଧାରାଧୀଶ,ହେଲେ ଉପସ୍ଥିତ ସେହି ପୁଷ୍କରିଣୀତୀରେ ।ଅନନ୍ତର ଉଚ୍ଚକଣ୍ଠେ କହିଲେ ବ୍ରାହ୍ମଣ-‘‘ହେ ଗନ୍ଧର୍ବସେନ, ବିଜେ ନୃପମଣି ଏଥି,ଅଛି ଯା ବକ୍ତବ୍ୟ ତବ ବଖାଣ ସତ୍ୱର ।’’ଉଠିଲାକ ପରକ୍ଷଣେ ଜଳରାଶି ଭେଦିଏସନ ଭାରତୀ- ‘‘ନୃପ, ଇନ୍ଦ୍ରସୂତ ମୁହିଁ,ନିବେଦିଛି ମୋ ଅଭୀଷ୍ଟ ପୂର୍ବରୁ ଛାମୁରେଏହି ଦ୍ୱିଜଦ୍ୱାରା, ହୁଏ ଯଦି ମନୋନୀତତାହା, ତେବେ କର ସେହି ଶୁଭମହୋତ୍ସବ ।’’ଉତ୍ତରିଲେ ଭୂପ- ‘‘ଯିବି କିରୂପେ ବିଶ୍ୱାସତୁମ୍ଭେ ଇନ୍ଦ୍ରପୁତ୍ର ବୋଲି, ଗଢ଼ି ଦେବ ଯେବେଆଜି ରାତ୍ରି ମଧ୍ୟେ ଏକ ଲୌହମୟ ଗଡ଼ଏହି ସ୍ଥାନେ, ଦୀର୍ଘେ ଦଶ କ୍ରୋଶ, ପ୍ରସ୍ଥେ ତଥା,ଉତ୍ସର୍ଗରେ ତିନି କ୍ରୋଶ, ସପରିଖ, ତେବେବୁଝିବି ଯଥାର୍ଥା ତୁମ୍ଭେ ମହେନ୍ଦ୍ର-ତନୟ ।’’ବୋଇଲେ ବଜ୍ରିଜ ତହୁଁ, ‘‘ହେଉ ତେବେ ରାଏ,ଯାଅ ଆଜି, କାଲି ଆସି ଦେଖିବ ପ୍ରଭାତେ ।’’ଶୁଣି ଏହା ନରନାହା ବାହୁଡ଼ି ନଗରେ,ପରଦିନ ପ୍ରତ୍ୟୁଷରେ ଆସି ପୁନରପିହେରିଲେ ଅଦ୍ଭୁତ ଦୃଶ୍ୟ, ହୋଇଛି ନିର୍ମିତଦୁର୍ଗ ସ୍ୱନିର୍ଦ୍ଦେଶମତେ, ଅଧିକନ୍ତୁ ତାହାବିମଣ୍ଡିତ ରାଜୋଚିତ ଭାବେ । ଆୟସୀ ଭିତ୍ତିକାପିହିତ *ପୁରଟ-ପତ୍ରେ ଟଙ୍ଗା ତହିଁ କେତେଚିତ୍ର, -ପ୍ରକୃତିର ଦିବ୍ୟ ସାମୟିକ ରୂପ,*ସ୍ୱର୍ଣ୍ଣ ପତ୍ରରେଚାରିଦିଗେ ରାଜେ ଚାରୁ ସୁବିଶାଳ ଦ୍ୱାର,ଖୋଦିତ ଊର୍ଦ୍ଧ୍ୱରେ ତାର ଦଶ ଅବତାର,ଚଣ୍ଡିଯୁଦ୍ଧ, ରାମାୟଣ, ଭାରତ ଘଟନା,ଭୂତଳେ ଅତୁଳ ସେହି ଆଲେଖ୍ୟ ମହିମା,କୃତ୍ରିମ ସେ, ମାତ୍ର ଦିଶେ ନୈସର୍ଗିକ ପ୍ରାୟ ।ଦ୍ୱାରେ ଦ୍ୱାରେ ଲମ୍ୱମାନ ଜାଲି-ଯବନିକା,ଝଟକେ ତହିଁରେ ଥୋପା ଥୋପା ହୀରା-ନୀଳା-ମୋତି-ମାଣିକ୍ୟାଦି ରତ୍ନରାଜି, ଝଟକେ କିପ୍ରାତେ ହିମକଣିକିତ ଲୂତାତନ୍ତୁ ଜାଲି,ବାଳାରୁଣ ରକ୍ତ ପୀତ ମିଶ୍ରିତ କିରଣେ ।ବିସ୍ତୀର୍ଣ୍ଣ ପରିଖା ପୂର୍ଣ୍ଣ ନିର୍ମଳ ସଲିଳେ,ଉଠି କ୍ଷୁଦ୍ର କ୍ଷୁଦ୍ର ବୀଚି ମନ୍ଦ ଗନ୍ଧବହେଦେଉଅଛି ଶିର ପିଟି ଦୁର୍ଗ ପାଦତଳେ ।ଅବଲୋକି ପ୍ରଜାପାଳ ଏସନ ନବରଅପୂର୍ବ, ଭାବିଲେ ଅହୋ, କେଡ଼େ ଅମାନୁଷୀକଳ୍ପନା-ଅତୀତ କ୍ରିୟା ହେଲା ଆଜି ମୋରପ୍ରତ୍ୟକ୍ଷେ ଗୋଚର, ଯାର କ୍ଷମତା ଏ ଭଳିଅଲୌକିକ, ନୁହେ ସେହୁ ଦୁର୍ବଳ ମାନବ ।ପ୍ରକାଶ୍ୟେ ଆହ୍ୱାନ ତହୁଁ ଭାଷିଲେ ମଧୁରେ-‘‘ହେ ଗନ୍ଧର୍ବସେନ, ତୁମ୍ଭେ ମହେନ୍ଦ୍ରତନୁଜ,ଅନୁକୂଳ ସାକ୍ଷ ତାର ତବ ଏ କରଣୀ ।ତୁଟିଲା ସନ୍ଦେହ ମୋର, ହେଲି କୃତସତ୍ୟ,ବରିବି ଜାମାତୃପଦେ ତୁମ୍ଭଙ୍କୁ ନିଶ୍ଚୟ;ହେଉଛି ବିଦାୟ ଆଜି, ଶୁଭଲଗ୍ନ ବୁଝିବିବାହ ସମ୍ଭାର ସହ ଆସିବି ସତ୍ୱର ।’’ଅନନ୍ତର ନିରୁପିତ ବିବାହ ଦିବସେଭିଆଇ ଉତ୍ସବ, ରାଏ ପାତ୍ରମିତ୍ର ସହବିଜେ ହେଲେ ପଟୁଆରେ, ପୁରନାରୀବ୍ରାତଚଳିଲେ ଜେମାଙ୍କୁ ଘେନି ଶିବିକା ଆରୋହି ।ବାଜିଲା ମଙ୍ଗଳ ବାଦ୍ୟ, ଉଡ଼ିଲା ନିଶାଣ,କୃତ୍ରିମ ଉଦ୍ୟାନଶ୍ରେଣୀ ମୋହନ ମାଧୁରୀରାଜିଲା ଦ୍ୱିପାଶେ, ମଧ୍ୟେ ଧାରା ନରପାଳଚଳିଲେ ମଣ୍ଡଣିମନ୍ତ ବାରଣେ ଆରୋହି ।ଚାଲିଲା ପୁରତେ ଛତ୍ର, ତରାସ, ଆଢ଼େଣୀମଣିମୟ; ସ୍ୱର୍ଣ୍ଣମୟ ରାଜଦଣ୍ଡ ଟେକିଚାଲିଲା ଖୁଣ୍ଟିଆ, ଘୋଷି ଉଚ୍ଚେ ଘନ ଘନ‘‘ରାଜ ବିଜେ, ରାଜ ବିଜେ’’ ଦୋଳିଲା ଚାମରକୁଟିଳ-କୁଞ୍ଚିତ ଖଦି, ମଧୁରେ ସଧୀରେ ।ମିଳିଲେ ସକଳେ ଯାଇ ପୁଷ୍ପରିଣୀ ତୀରେ ।ସେହି ହିରଣ୍ମତୀ ପୁରୀ ମଧ୍ୟେ, ହେରି ତାରସୁଧାବୋଳା ମଧୁରିମା, ଅଦୃଷ୍ଟପୂରବ,ମଣିଲେ ବିସ୍ମୟମିଶା ଆନନ୍ଦ ଅନ୍ତରେନିଶ୍ଚୟ ଏ ସ୍ୱପ୍ନ-ସ୍ୱର୍ଗ ! ଅଙ୍କିତ ତହିଁରେହେମଦୀପ୍ତ ବର୍ଣ୍ଣଚୟେ ଶୁଭଶ୍ଳୋକାବଳୀ,ଅଙ୍କିତ ଦୟାର୍ଦ୍ର ହୃଦେ ପରଦୁଃଖ ଯଥା ।ନୁହେଁ ମାନବର ସାଧ୍ୟ ଏ ପୁରୀନିର୍ମାଣ,ଏ ଉପ-ଅମରାପୁରୀ ନିର୍ମାଣ ଯଦ୍ୟପିହୋଇଥାନ୍ତା ସାଧ୍ୟାୟତ୍ତ ନରର, ତେବେ ସେଲଭିଥାନ୍ତା ଦେବଲୋକ ଊର୍ଦ୍ଧ୍ୱରେ ଆସନ !ବସିଲା ବିବାହ-ସଭା ମଣ୍ଡିତ ମଣ୍ଡପେ,ଉପବିଷ୍ଟ ନୃପ ସହ ବିବାହ ଯାତ୍ରୀଏଯଥାଯୋଗ୍ୟ ସ୍ଥାନେ, ଘେରି ରତ୍ନମୟ ବେଦୀବସିଗଲେ କୁଶାସନେ ବ୍ରହ୍ମା ପୁରୋହିତେ,ଆବର ବରଣୀ ବିପ୍ରେ କୁଶବଟୁ କରେ,କେହି ଅବା ଶ୍ରୁବ, ସ୍ରୁଚ, ପାଠପୋଥି ଧରି ।ବାଜିଲା ମଙ୍ଗଳ ବାଦ୍ୟ, ଘୋଷେ କମ୍ୱୁପଙ୍କ୍ତିଅମ୍ୱୁପତି ଯଥା- ସ୍ଥୂଳ ଅବିଚ୍ଛିନ୍ନ ସ୍ୱରେ,ମୁହୁର୍ମୁହୁ ହୁଳାହୁଳି, ସେ ଶବଦ-ସାଗରେସୃଜିଲା ଲହରୀମାଳ, ଉଛୁଳିଲା ଦିଗ ।ଜଣାଇଲା ପାଟଯୋଷୀ * ଗଣି ଶୁଭବେଳାନୃପତି ଛାମୁରେ, ତହୁଁ ରାଏ ଆଦେଶିଲେପୁରୋହିତେ, ଆନୟନେ ଦେବେନ୍ଦ୍ର-କୁମାରେ ।*ପଟ୍ଟଜ୍ୟୋତିଷ ଶ୍ରୀଦଜମିଳି ସରୋବରତୀରେ ସତ୍ୱର ପୁରୋଧାକହିଲେ ସମ୍ୱୋଧି ଉଚ୍ଚେ- ‘‘ହେ ଗନ୍ଧର୍ବସେନ,ଉପସ୍ଥିତ ଲଗ୍ନ, ଆସ ବିବାହ-ମଣ୍ଡପେ ।’’ଅନନ୍ତର ଉଠି ସରୁଁ ବୀଭତ୍ସ ଗର୍ଦଭଜଳାର୍ଦ୍ର ଶରୀରେ ହେଲା ଉପସ୍ଥିତ ଖରେସଭା ମଧ୍ୟେ, ଦେଖି ତହିଁ ତୌର୍ଯ୍ୟତ୍ରିକ ଲୀଳା,ନିହି ଅଂସେ + ମୁଖ, କଲା କର୍କ ଆରାବେସଂଦୁର୍ବୋଧ୍ୟ ସ୍ଫୁର୍ତ୍ତିସୂଚୀ ସଙ୍ଗୀତ ଆଳାପ ।+ସ୍କନ୍ଧରେଅବଲୋକି ଏ ଅଦ୍ଭୁତ ଅଶ୍ରୁତ ଘଟଣାଗଣିଲେ ତାଟଙ୍କା ସର୍ବେ, ନୃପ, ସଭାଜନେ,ନୀରବ ନିଷ୍ପନ୍ଦ ଭାବ ଭଜିଲାକ ସଭା ।କିଛିକ୍ଷଣ ପରେ ସେହି ନୀରବତା କ୍ରୋଡ଼େଉଚ୍ଛୃଙ୍ଖଳ ହାସ୍ୟରାଶି ଉଠିଲା ଉଦ୍ଭାସି,ପୋତିଲେ ତଳକୁ ମଥା ଲଜ୍ଜାବଶେ ରାଏ ।ନ କହିଲେ ପ୍ରତ୍ୟକ୍ଷରେ କେହି କିଛି ଭୟେ,ମାତ୍ର କଲେ ବହୁ ବ୍ୟଙ୍ଗ ଲଘୁତମ ସ୍ୱରେ,କେ କହିଲା, ‘‘ବିଜେ ଦେଖ ଇନ୍ଦ୍ରଙ୍କ ତନୁଜବରବେଶେ, କି ଶୋଭାରେ ଆହା ଏ ରୂପର !ଦେଖି ଚାହିଁ ବରିଛନ୍ତି ରାଜା ଏ ଜାମାତା,ଶଙ୍ଖୁଆଙ୍କ ଦାନାବୁଡ଼ା ।’’ କେ ବୋଲେ, ଏ ବରକରୁଚି- ରୁଚିର କିମ୍ୱା ସୁନିନ୍ଦ୍ୟ ସୁନ୍ଦର,ବିବାହେ ଏ ଯୁଗ୍ମକର୍ମୀ-ବର, ବାଦ୍ୟକାର;ଅଶ୍ୱିନୀକୁମାର-ଜୀର୍ଣ୍ଣ ସୁନ୍ଦର ସଂସାରେ,ଏ ତା’ ନବ ସଂସ୍କରଣ-ଗର୍ଦଭୀ-କୁମାର ।’’ବସିଥିଲେ ସଭାଗୃହେ ପୁରନାରୀବ୍ରାତଲୋକଚକ୍ଷୁ ଅନ୍ତରାଳେ, ଦେଖି ସେ ଗର୍ଦଭେଉଠିଲେ ଚମକି, ଚାହିଁ ପରସ୍ପର ମୁଖେସବିସ୍ମୟେ, ଏହି କଥା ହେଲେ କହା କହି-‘‘ଅହୋ, କି ଅଶୁଭ, କିପାଁ ବିବାହ କାଳରେଉପସ୍ଥିତ ଅମଙ୍ଗଳ-ଧୂମକେତୁ ଖର ?ସତେ କି ଏ ଶୋଭା-ସ୍ୱପ୍ନ-ପ୍ରତିମାକୁ, ହାୟ,ଛନ୍ଦିବେ ଗର୍ଦଭ ପଦେ ଆମ୍ଭ ନରବର !ସୃଜିଲା କି ବିହି, ଶୋଭା-ରାଜ୍ୟ-ପାଟରାଣୀଫୁଲେ ତୁଚ୍ଛ କୀଟ ପାଇଁ, ଅବା ମଳୟଜେ(ଦେବଭୋଗ୍ୟ) ଖଳ କାଳ ହୁଳାହୁଳୀ ଲାଗି ?ହା ବିଧାତଃ ! ତବ ପକ୍ଷେ କିବା ଅସମ୍ଭବ ?ଜେମାଭାଗ୍ୟେ ଏ ଲଜ୍ଜା- ଏ ତୀବ୍ର ଉପହାସକେଉଁ ପାପେ ଅବା ଶାପେ ? ହାୟ କି ବିପାକ !ରଖିଛ ତ ତୁମ୍ଭେ ଆହା ଶୋଭାଙ୍ଗୀ କମଳେକଦର୍ଯ୍ୟ ଦୁର୍ଗନ୍ଧମୟ ପଙ୍କସହବାସେ,-ମିଶାଇ ମାଟିରେ ରତ୍ନେ-ମୋତି ଶୁକ୍ତିକାରେ;ନିହିଛି ତ ପୁଣି ରଙ୍ଗା ପାପହା ସଲିଳେସର୍ପ, ଭେକ, ମତ୍ସ୍ୟ, କୂର୍ମ, କୁମ୍ଭୀର, ମକରେ;କି ବୈଚିତ୍ର୍ୟ ଉପସ୍ଥିତ ଅଘଟନେ ଅବା !’’ଭାଷିଲା ଜରତୀ ଜଣେ, ‘‘କିପାଁ ନିନ୍ଦ ବିହି ?ଅଛି ଏଥି କିଛି ଗୁପ୍ତ ରହସ୍ୟ ନିହିତ,ଏହିକ୍ଷଣି ଅବଶ୍ୟ ତା’ ହେବ ଉଦ୍ଘାଟିତ;ଆସେ ଯାହା ଅମଙ୍ଗଳରୂପେ, ହୁଏ ତାହାମଙ୍ଗଳ ନିଦାନ ଶେଷେ, ଥାଏ ପୂର୍ଣ୍ଣ ସିନାକଷି ଆମ୍ରେ ଅମ୍ଳ କଷାରସ, ମାତ୍ର ସେହିରସ ହୁଏ ପରିମାଣେ ଅମୃତ ସମାନ !’’ଏ ଉତ୍ତାରେ ଉପବିଷ୍ଟ ପଣ୍ଡିତମଣ୍ଡଳୀକହିଲେ ସମ୍ୱୋଧୀ ନୃପେ, ‘‘ଧାରାରାଜ, ଏ କିଇନ୍ଦ୍ରପୁତ୍ର ? ପତ୍ରେ ହୁଏ ପ୍ରତାରଣା ପରି;ଦେଖା ନାହିଁ କାହିଁ କେବେ ଏରୂପ ବିବାହ,ଶୁଣା ଅଛି ମାତ୍ର ପୂର୍ବେ ଉପକଥା ଏକ-ବିବାହ ଗର୍ଦଭ ଉଷ୍ଟ୍ରୋ, ଦେଖି ସେ ବିବାହେଗର୍ଦଭ ଉଷ୍ଟ୍ରର ରୂପ, ହୋଇ ବିମୋହିତ,ବୋଇଲା ‘ଆହାରେ କିବା ଅପରୂପ ରୂପ !’ତଥା ଉଷ୍ଟ୍ର ସୁଦ୍ଧା ଶୁଣି ଗର୍ଦଭ ଆରାବ,କହିଲା, ‘କି ସୁଧା ସ୍ୱର-କର୍ଣ୍ଣ ରସାୟନ !’କିନ୍ତୁ ସେ ବିବାହ ଥିଲା ସବର୍ଣ୍ଣ ବିବାହପଶୁ ପଶୁ ମଧ୍ୟେ, ନୁହେଁ ଏ ତାହା ସମାନ,ନର ପଶୁ ପରିଣୟ କିମାଶ୍ଚର୍ଯ୍ୟ ଅହୋ !ଦେବ କି ହେ ସତେ ଟେକି ଜାଣୁ ଜାଣୁ ରାଏ;ସୁଧାପୂର୍ଣ୍ଣ ସ୍ୱର୍ଣ୍ଣକୁମ୍ଭ ଦାନବ ହସ୍ତରେ ?ଅଦ୍ୟକାର ଏ ଘଟଣା ହେବ ବିଘୋଷିତବହୁକାଳ କାଳ-କଣ୍ଠେ, ଆଜିର ଏ ଦିନନୋହିବ ପର୍ଯ୍ୟବସିତ ଷଷ୍ଟିତମ ପଳେ,**ଷାଠିଏ ବର୍ଣ୍ଣ ।ବହୁଯୁଗ ବ୍ୟାପିବ ତା’ ଦୀର୍ଘ ପରମାୟୁ,ଅନନ୍ତ ସମୟ ସ୍ରୋତେ ଖେଳିବ ଯାବତଅତ୍ୟଦ୍ଭୁତ ଏ ଘଟଣା, ଦେଶକାଳାତୀତ,ସ୍ମରଣୀୟ ଆଜ ଦିନ ଅନସ୍ତ ତାବତ !’’ଗର୍ଦଭ ସ୍ୱରୂପୀ ଐନ୍ଦ୍ରି ଶୁଣି ଏ ବଚନ,ହେରି ପୁଣି ନୃପତିଙ୍କ ମୌନ ଭାବ, ହେଲେହତାଶ, ନ ହେଲେ ମାତ୍ର ହତାକାଙ୍କ୍ଷ କଦା,ମରିଯାଏ ଆଶା, କିନ୍ତୁ ଆକାଙ୍କ୍ଷା ଅମର ।ହୋଇ ସେ ଦୀକ୍ଷିତ ସେହି ଆକାଙ୍କ୍ଷା ମନ୍ତ୍ରରେକହିଲେ ସମ୍ୱୋଧି ତହୁଁ ଭାବି ବୈବାହିକେ *ବିନୟ ତରଳ-କଣ୍ଠେ, ସଂସ୍କୃତ ଭାଷାରେ-‘‘ନରପତେ, କୃତସତ୍ୟ ନ କର ଅନ୍ୟଥା,*ଶ୍ୱଶୁରକ୍ଷତ୍ରିୟ ନୃପତି ତୁମ୍ଭେ, ସତ୍ୟ ଅବତାର,ନ ଭୁଲ ନ ଭୁଲ ରାଏ, ସତ୍ୟର ମହିମା;ଅନ୍ଧାର-ଦିହୁଡ଼ି ସତ୍ୟ, ଜଗତ-ନୟନରବି ଶଶୀ ବିତରନ୍ତି ଯେ ମହା ଆଲୋକ,ସତ୍ୟର ଆଲୋକ ତାହା, ସ୍ନିଗ୍ଧ ସୁଧାମୟ !ସତ୍ୟ ସ୍ୱର୍ଗ, ସତ୍ୟ ମୋକ୍ଷ, ଦେବତ୍ୱ ସତ୍ୟ ହିଁ,ପୁଣି ସତ୍ୟ ସୃଷ୍ଟିସତ୍ତା, ସତ୍ୟ ସଂପାଳନମାନବର ଅବିଚ୍ଛିନ୍ନ ନିତ୍ୟ ଧର୍ମ-ବ୍ରତ ।ସତ୍ୟ ଦୃଢ଼ ସେତୁବନ୍ଧ ଭବ ପାରାବାରେଶୋକ-ତାପ-ପାପ-ଦୁଃଖ-ବୀଚି ବିଭୀଷଣ,ସତ୍ୟ ସତ୍ୟବାନ ଦେହେ ସୁରକ୍ଷା-କବଚ ।ଥିଲେ ପରିଜ୍ଞାତ ସତ୍ୟ-ଗୌରବ-ଗରିମାସାଧୁ- ଯୁଧିଷ୍ଠିର, ଧର୍ମରାଜ, ସତ୍ୟରାଜ,ସନିର୍ବନ୍ଧ ଅନୁରୋଧେ ସୁଦ୍ଧା କୃଷ୍ଣଙ୍କର,ସ୍ୱୟଂ କୃଷ୍ଣଗତପ୍ରାଣ, କୃଷ୍ଣଭକ୍ତବର,ନ ତେଜିଲେ ସତ୍ୟ କେବେ, ‘‘ଆଶତ୍ଥାମା ହତ’’କହି, ଶେଷେ କହିଥିଲେ ‘‘ନରେ ବା ଗୁଞ୍ଜରେ’’କିଳି ଦେଲେ ମିଥ୍ୟାବେକ ସତ୍ୟ-ଅନର୍ଗଳରେ,ସଶରୀରେ ସ୍ୱର୍ଗେ ସେହୁ ଗଲେ ସତ୍ୟ ହେତୁ ।ପରିଧେୟ ବସ୍ତ୍ର ଜୀବ-କଳେବର,ହୁଏ ଜୀବ ମାନ୍ୟାମାନ୍ୟ ଗୁଣାଗୁଣ ହେତୁ-ବସ୍ତ୍ରହେତୁ ନୁହେ, ଅତଃ ଉଚ୍ଚନୀଚ ନ୍ୟାୟନୁହେଁ ସୁସଙ୍ଗତ କେବେ ଦେହ ସମ୍ପର୍କରେ ।ନୀଚକୁ ବା କିପାଁ ଘୃଣା, ନୀଚର ମହିମାନୁହେଁ ତ ସାମାନ୍ୟ, ତାହା ଅଗାଧ ଅସୀମ,ରଖେ ସିନା ବୃଷ୍ଟିବାରି ସଞ୍ଚି ନୀଚଭୂମି !ମୋର ଏ ରାସଭତନୁ ପିତୃ ଅଭିଶାପୁଁ,ହେବି ରାତ୍ରି ହେଲେ ନର, ନ କର ସନ୍ଦେହ ।’’ସଭାସ୍ଥ ସକଳ ଜନେ ଶୁଣି ଏ ଭାରତୀଉଚ୍ଚାରିଲେ ସମସ୍ୱରେ ନିଶ୍ଚେଁ ଏ ବାସବିଛଦ୍ମରୂପୀ, ନୁହେ କେବେ ପ୍ରକୃତି ଗର୍ଦଭ,ସମ୍ଭବେ କି ପଶୁମୁଖେ ଶୁଦ୍ଧ ଦେବଭାଷା ?କର କନ୍ୟାଦାନ ରାଏ, ପରିହରି ଦ୍ୱିଧା ।ବିଷମ ଦୁଃସହ ଖେଦେ ନୃପତିଙ୍କ ମତିଯାଇଥିଲା କାହିଁ ଉଡ଼ି, ନ ଜାଣନ୍ତି ସେହି,ମାତ୍ର ଏହି ଖରରୂପୀ ମାଘବେୟ ବାଣୀଆଣିଲା ଓହ୍ଲାଇ ତାକୁ ପ୍ରକୃତି ରାଜ୍ୟକୁ;ନିଦାଘ-ସଂଦଗ୍ଧ ମହୀ ଶୁଣିଲା କି ଆହାବର୍ଷାନ୍ମୁଖୀ ନବ ମେଘ ସାନ୍ତ୍ୱନା-ନିସ୍ୱନ !ପଡ଼ିଲା ବିଷାଦ-ବକ୍ଷେ ଆଶାଲୋକ ରେଖା,କ୍ଷୀଣ ତାରାଲୋକ ଯଥା ଉଆଁସ ଅନ୍ଧାରେ;ବାଜିଲା ଆଶାର ବଂଶୀ ପ୍ରାଣ-ବୃନ୍ଦାବନେ,ମଧୁରେ ମଧୁରେ, ଆହା, ସୁଧାସିକ୍ତ ତାନେ ।ନୈରାଶ୍ୟର ମହାଧ୍ୟାନ ତୁଟିଯାନ୍ତେ ଖରେଶୋଭିଲା ନୃପତି ନେତ୍ରେ ତୃପ୍ତିର ମୟୂଖ,ଆନନ୍ଦ-ଅମୃତବୀଚି ଖେଳିଲା ବଦନେ;ଆଶା ଆଶ୍ୱାସିନୀ ଶକ୍ତି ତଡ଼ିଲା କ୍ଷଣକେମନୁ ଶୋକବୋଳାସ୍ମୃତି, ତହୁଁ ନବୋତ୍ସାହେସମାପି ଉଦ୍ବାହ କ୍ରିୟା ରାଏ ଯଥାବିଧି,ରତ ହେଲେ ମହୋଲ୍ଲାସେ ଧନ-ବିତରଣେ ।
ସମ୍ବନ୍ଧିତ ରଚନା
ସୁଭଦ୍ରା
ଚିନ୍ତାମଣି ମହାନ୍ତି
ସୁରଙ୍ଗୀ କାବ୍ୟ
ଚିନ୍ତାମଣି ମହାନ୍ତି
ପ୍ରଣୟ-ଚିଟାଉ
ଚିନ୍ତାମଣି ମହାନ୍ତି
ଶେଷବ୍ରତ
ଚିନ୍ତାମଣି ମହାନ୍ତି