ଇନ୍ଦ୍ର ଅର୍ଜୁନ ଯୁଦ୍ଧ — ସାରଳା ମହାଭାରତ ମଧ୍ୟପର୍ବ (ପ୍ରଥମ ଖଣ୍ଡ) — ସାରଳା ଦାସ · ସ୍ୱର୍ଣ୍ଣଲିପିସର୍ପ ମଣ୍ଡୁକୀ ଇନ୍ଦୁରେ ଯେ ବିମ୍ୱରେ ପଶୁଥିଲେ
ଅର୍ଜୁନ ଶରଘାତେ ଅଗ୍ନିରେଣ ସମସ୍ତେ ଛିଡ଼ିଣ ପଡିଲେ ।୨୨ ।
ଅନିର୍ଯ୍ୟାପ ଶହସ୍ର ମାଇଲେ ପୁରନ୍ଦର
ଅର୍ଜୁନ ବୋଇଲା ତାତ ନ କର ସମର ।୨୩ ।
ପିତା ପୁତ୍ରେ କି ସମର ବେଳେକ ଯାଅ ଘୁଞ୍ଚି
ତୋଟା ଧଂସ ଗଲାନି ଆବର କିସ କାର୍ଯ୍ୟ ଅଛି ।୨୪ ।
ବାସବ ବୋଇଲେ ରେ ତୋତେ ନାଶ କଲେ
ଖାଣ୍ଡବ ବନର ଦୁଖ ପାଶୋରିବି ଭଲେ ।୨୫ ।
ଆକ୍ରେଷିଣ ଧନୁ ଧଇଲେ ମଘବା
ପରଶୁ କୋଠାର ଯେ ମାଇଲେ ଇନ୍ଦ୍ରଦେବା ।୨୬ ।
ଅର୍ଜୁନ ସାକ୍ଷୀ କରଇ ଦଶଦିଗପାଳମାନଙ୍କୁ
ପିତା ବଧ ଦୋଷ ହାଦେ ନ ଲାଗଇଟି ମୁକୁ ।୨୭ ।
ୟେତେକ ବୋଲିଣ ସେ ଯେ ବାସବର ବଳା
ଗାଣ୍ଡୀମ ଧନୁ ଧରିଣ ସେ ତେଜ ଅନର୍ଗଳା ।୨୮ ।
ମୋହନା ଶର ତାକୁ ଦେଇଅଛନ୍ତି ବହନି
ଆକ୍ରେଷି ବିନ୍ଧିଲା ତାହା ସେ ବୀର ଫାଲଗୁନି ।୨୯ ।
ବାସବର ତୁଲେ ଅନେକ ଗର୍ନ୍ଧବ ଯେ ଥିଲେ
ମୋହନା ଶରଘାତେ ସମସ୍ତେ ନିମଜ୍ଜିଲେ ।୩୦ ।
ପଡ଼ିଲେ ଗନ୍ଧର୍ବବଳ ଗଙ୍ଗାକୂଳ ମାଡ଼ି
ତାହା ଦେଖି ବାସବ ଦେବତା ବିନ୍ଧିଲେ ଓପ୍ରୋଧ ଛାଡ଼ି ।୩୧ ।
କୃତାନ୍ତେକ ଶର ଘେନିଣ ଦେବରାୟେ
ମହା ଭୀଷ୍ମ ରୂପେ ଭେଦିଲେ ଯେ ଅର୍ଜୁନର କାୟେ ।୩୨ ।
କାଳମେଘ ପ୍ରାୟେ ଦିଶନ୍ତି ସସ୍ରଯୋନି
ବ୍ରହ୍ମାଣ୍ଡେ ଅନ୍ଧାର ହୋଇଲା ସେ କାଳକୃତାନ୍ତକ ତେଜମୂର୍ତ୍ତି ଘେନି ।୩୩ ।
ଦେଖିଣ ବିଚାର କରଇ ବୀର ଫାଲଗୁନି
ସାଧୁ ମହିମା ତାତ ତୁମ୍ଭର ଅଟଇ ଧନି ଧନି ।୩୪ ।
ସୂର୍ଯ୍ୟାବ୍ରତେକ ଶର ମାଇଲା ସର୍ବସାଚୀ
ବାସବର ଶରୀର ବିକୋତିଲା ବିବତ୍ସି ।୩୫ ।
ବାସବ ଦେବତାକୁ ତ୍ରାସ ଲାଗିଲା ତାହା ଦେଖି
ପୃଥୀଭେଦି ଶର ମାଇଲା ବାସବ ଓପ୍ରୋଧ ଉପେଖି ।୩୬ ।
ୟେକା ଶହସ୍ର ଭେଦିଲା ଶୂନ୍ୟ ଭୁବନଯାକେ
ଅର୍ଜୁନହିଂ ସାମରଥ ରହିବାକୁ ୟେକେ ।୩୭ ।
କୋପେଣ ନାରାଜ ଯେ ବିନ୍ଧଇ ଅର୍ଜୁନ
ପଶୁପତ୍ର ଶର ପାଥ କଲାକ ସନ୍ଧାନ ।୩୮ ।
ଉଡ଼ଇ ନାରାଜ ଯେ ବିଜୁଳି ତେଜ ଜାଣି
ବାସବର ଶରମାନ ଛେଦଇ ବୀର ମଣି ।୩୯ ।
ଦେଖିଣ ପ୍ରଜ୍ୱଳିତ ହୋଇଲେ ମଘବା
ନିର୍ଘାତ ବାଣ ମାଇଲେ ସୁରରାଜ ଦେବା ।୪୦ ।
କ୍ଷଣେକ ବିଶ୍ରାମ ନାହିଂ ହୋଇଲା ସମର
ପିତା ପୁତ୍ର ସମର ଯେ ହୋଇଲା ମହାଘୋର ।୪୧ ।
ବାସବ ଦେବତା ଯହୁଂ ଦୋଖିଲେ ସମର ଅବିଶ୍ରାମ
ତ୍ରିପଣ୍ଡ ଗଳିତ ଯେ ବହଇ ମହାଘୃମ ।୪୨ ।
ପିତାର ଶ୍ରମ ଦେଖିଣ ଅଙ୍ଗାରପନ୍ନଙ୍ଗ
ଶତସହସ୍ରବଳ ଧନୁ ଧରି ଉଭା ଅର୍ଜୁନର ଆଗ ।୪୩ ।
ଆରେ ରେ ପାଣ୍ଡବା ବୋଲି ଉଚ୍ଚସ୍ୱରେ ଡାକି
ଅର୍ଜୁନର ପ୍ରାଣତ୍ୟାଜ ହେଉଅଛି ତୁମ୍ଭେ ଦିଗପାଳମାନେ
ହୋଇଥାଅ ସାଖି ।୪୪ ।
ସହସ୍ରେ ନାରାଜ ପୂରୋଇ ତେଜ ଅନର୍ଗଳ ଜାଣି
ଅର୍ଜୁନକୁ ନିରୋଧିଲା ବାସବ କୁମରମଣି ।୪୫ ।
ନାରାଜ ପୂରାବନ୍ତେଣ ତହିଂ ଦେଖଇ ସର୍ବସାଚୀ
ଆକାଶ ସମ୍ପ୍ରଧି ସରିବ ମୋତେ ତ୍ରଇଲୋକ୍ୟେ ହୋଇବ ବାଚି ।୪୬ ।
ପଶୁପତ୍ର ଶର ଈଶ୍ୱରଙ୍କର ଦିଲା
ଯେବଣ ଶର ଘେନି ଦେବ ଅନ୍ଧକେ ବିଧଂସିଲା ।୪୭ ।
ସେ ଶର ଘେନିଣ ପେଷଇ ଫାଲଗୁନି
ଅଙ୍ଗାରପନ୍ନଙ୍ଗ ପଡିଲା ଅସାଷ୍ଟମ କାୟ ଘେନି ।୪୮ ।
ଅଙ୍ଗାରପନ୍ନଙ୍ଗ ହତ ଶୁଭିଲା ସ୍ୱର୍ଗେ ବାଣୀ
ମହାନାଗ ଆରୋହି ବିଜେ କଲେ ବଜ୍ରପାଣି ।୪୯ ।
ଅର୍ଜୁନକୁ ଶହସ୍ର ବିନ୍ଧିଲେ ମଘବାନ
କରପତ୍ର ଯୋଡ଼ି ବୋଲଇ କୁମର ଜୟସେନ ।୫୦ ।
ଜୟସେନ ବୋଇଲା ସ୍ୱାମୀ ସାଂଗ୍ରାମେ ଆସି ପଡ଼ିଲା ସନ୍ଦେହ
ଅଗ୍ନିଙ୍କର ନିମନ୍ତେ ଅର୍ଜୁନ ଛାଡ଼ିଲାକ ମୋହ ।୫୧ ।
କ୍ଷଣେକ ସାଂଗ୍ରାମ ଦେବ କରିବାକ ଘୁଞ୍ଚି
ଜୟସେନ ସାଂଗ୍ରାମ ଆବୋରିଲା ସର୍ବସାଚୀ ।୫୨ ।
ୟେଣେ ବଶ୍ୟାନର ହାକ ଦିଅନ୍ତି ଶୁଣ ହୋ ଫାଲଗୁନି
ମଣିନାଗ ପଳାଉଛି ତାହାର ବଂଶଯାକ ଘେନି ।୫୩ ।
ଣୁଣିକରି ନାରାଜ ବିନ୍ଧିଲା ବୀର ପାଥ
ଅଗ୍ନିରେ ଛେଦି ପକାଇଲେ ସେ ନାଗମାନନ୍ତ ।୫୪ ।
କଦ୍ରୂର ନନ୍ଦନ ଜାଣ ଅଟଇ ଉଡ଼ଙ୍ଗ
ଉଡ଼ଙ୍ଗର ନନ୍ଦନ ଯେ ଅଟଇ ମଣିନାଗ ।୫୫ ।
ୟେହାର ନନ୍ଦନ ଯେ ସାଦ୍ରୋଳ ଉଡ଼ଙ୍ଗ
ସାଦ୍ରୋଳ ନନ୍ଦନ ନିରାଳ ମହାନାଗ ।୫୬ ।
ବିରାଳର ନନ୍ଦନ ଯେ ସର୍ପ କୁରାଳାଙ୍ଗ
କୁରାଳାଙ୍ଗର ନନ୍ଦନ ଅଟଇ ମଳଙ୍ଗ ।୫୭ ।
ୟେହାର ନନ୍ଦନ ସର୍ପ କୁଳାକ୍ଷ
କୁଳାକ୍ଷର ନନ୍ଦନ ଅଟଇ ବିଡ଼ାଳାକ୍ଷ ।୫୮ ।
ୟେହାର ନନ୍ଦନ ଯେ ସର୍ପ ଆର୍ଦ୍ରାବଳୀ
ମହାପ୍ରତାପୀ ସେ ଆର୍ଦ୍ରାବଳୀ କୁଣ୍ଡଳୀ ।୫୯ ।
ୟେହାର ନନ୍ଦନ ଯେ ତକ୍ଷକ ନାମେ ଅହି
ତକ୍ଷକର ନନ୍ଦନ ଯେ କମଳାଉର ଅଟଇ ।୬୦ ।
ତାହାର ନନ୍ଦନ ଯେ କୃତାନ୍ତେକ କାଳୀ
କୁଳୀକ ନନ୍ଦନ ଶୋଷକ ନାମେ ବଳୀ ।୬୧ ।
ଉଡ଼ଙ୍ଗ ବଂଶ ଗରୁଡ଼ ଭୟେ ପଳାଇଲେ
ଖାଣ୍ଡବ ବନେ ବାସବଙ୍କୁ ଆଶ୍ରେ କରି ରହିଲେ ।୬୨ ।
ଅନେକ କାଳ ସେ ବନ ଆଶ୍ରେ କରି
ରହିଲେ ମହାସର୍ପେ ବନନ୍ତ ଆବୋରି ।୬୩ ।
ଖାଣ୍ଡବ ବନ ଦହନ୍ତେ ପଳାଉଥିଲେ ଉଡ଼ି
ଅର୍ଜୁନର ଶରାଘାତେ ସମସ୍ତେ ପଡିଲେ ଛିଡ଼ି ।୬୪ ।
ଶୋଷକ ନାମେ କାଳସର୍ପ ଯେ କୁଳୀକର ପୁତ୍ରେ
ଗଗନେ ଉଡ଼ିଲା ସେ ଅର୍ଜୁନ ଶରାଘାତେ ।୬୫ ।
ଆବର ସର୍ପମାନେ ପଡ଼ିଲେ ସର୍ବେ ଛିଡ଼ି
ଶର ପବନଘାୟେ ଶୋଷକ ଗଲା ଉଡ଼ି ।୬୬ ।
ଶୋଷକ କାଳସର୍ପ ଯମୁନା ଧାରେ ଧାରେ ଗଲା
ହସ୍ତିନା ନଗ୍ରେ ଯାଇଂ ବାରୁଣାବନ୍ତେ ରହିଲା ।୬୭ ।୧୧୦୬ ।
ଶୋଷକ ଶରଣ
ମନୁ ପୁଚ୍ଛ କଲେ ଶୁଣିମା ଅଗସ୍ତିୟେୟେଠାରେ ଲାଗିଲା ମୋତେ ବଡ଼ାଇ ସନ୍ଦେହ ।୧ ।ଶୋଷକ କାଳସର୍ପେ ଗଲାକ ପଳାଇଂବଂଶ ନାଶ ଗଲା ସେ ୟେକା ରହିଲା କାହିଂ ପାଇଂ ।୨ ।ବଦୟନ୍ତି ଅଗସ୍ତିୟେ ଶୁଣିମା ସୁଗ୍ୟାନୀ ପଣ୍ଡିତେଦିନକେ ଅଇଲେ କର୍ଣ୍ଣ ଗିରି ବାରୁଣାବନ୍ତେ ।୩ ।ଭ୍ରମଣ କରିଣ ସେ ଯେ ଯାଉଅଛି ତୋଷ ଚିତ୍ତେ ।୪ ।ଗୁପତେଣ ତହିଂ ଲୁଚିଥିଲା ଶୋଷକ କାଳସର୍ପନୟନେ ଦେଖିଲା ସେ ଯେ କର୍ଣ୍ଣର ତେଜ ଦର୍ପ ।୫ ।ବିଚାରିଲା ମୁହିଂ ୟେହାର ଶରଣ ପଶିଲେଅର୍ଜୁନର ଭୟରୁଂ ଉତୁରିବି ଭଲେ ।୬ ।ୟେତେକ ବିଚାର ସେ କରିଣ ଯେ ମନେଲୁଚିବା ଠାବରୁ ବାହାର ହୋଇଲା ବହନେ ।୭ ।ଅନ୍ତରାଳ ହୋଇଣ କର୍ଣ୍ଣରେ ଶରଣ ପଶିଲାଭୋ ରାଧେବ ନନ୍ଦନ ମୋତେ ରକ୍ଷା କରସି ବୋଇଲା ।୮ ।ଅଗ୍ନି ଦହନ କରୁଅଛନ୍ତି ଖାଣ୍ଡବ ନାମେ ବନଅର୍ଜୁନ ମାରି ପକାଉଅଛି ସର୍ବ ଜୀବମାନ ।୯ ।ମୋହୋର ବଂଶଯାକ ପଡ଼ିଲେ ବହନିରେମୁହିଂ ଶସ୍ର ପବନ ଘାତେ ଉଡ଼ି ଅଇଲି ୟେତେ ଦୂରେ ।୧୦ ।ନ ପୁଣ ଜାଣଇଂ ମୋତେ ସେହି ବଶ୍ୟାନର ଅଗ୍ନିୟେହିକ୍ଷଣି ନାରାଚ ମୋତେ ବିନ୍ଧିବ ଫାଲଗୁନି ।୧୧ ।ପାରିଲେ ରାଧବେ ମୋତେ ତୁହି ରକ୍ଷା କରଦାନେ ଶୂରବନ୍ତ ଶୁଣି ଶରଣ ପଶିଲି ତୋହୋର ।୧୨ ।ମୋହୋର ମାତାର ଭଗ୍ନୀ ଅଟନ୍ତି ବସୁମତୀଶତେ ଭାର ସୁବର୍ଣ୍ଣ ଦିଅଇ ସେ ନିତି ।୧୩ ।ତେଣୁ କରି ତୋତେ ଭରସା କଲି ରେ ବାବୁନାଗଙ୍କର ବଂଶ ଥିଲେ ତୁ ସୁବର୍ଣ୍ଣ ପାଉଥିବୁ ।୧୪ ।କର୍ଣ୍ଣ ବୋଇଲା ସେ ଅର୍ଜୁନ ଅଟଇ ମୋହୋର ସାନ ଭ୍ରାଥଆସ ଆସ କାଳସର୍ପ ବସ ମୋହୋର ରଥ ।୧୫ ।ଅର୍ଜୁନର କୋପକୁ ଆମ୍ଭେ କରିବାକ ଶାନ୍ତରହିଥା ରଥରେ ମୋହୋର ନ କର ତୁ ଭୀତି ।୧୬ ।ଯେବେ ଅର୍ଜୁନ ଆମ୍ଭର ବୋଲ ନ ମାନିବଆମ୍ଭର ନାରାଚ ପେଷନ୍ତେ ତାର ପ୍ରାଣ ନ ରହିବ ।୧୭ ।ନିଶ୍ଚିନ୍ତ ହୋଇଣ କର୍ଣ୍ଣର ରଥେ ରହିଲା ଶୋଷକଛାଡ଼ିଦିଲା ସେହି କାଳସର୍ପକୁ ପାବକ ।୧୮ ।ହସ୍ତିନାକଇଂ କର୍ଣ୍ଣ ଯାଇଂ ଦ୍ରିଯୋଧନର ଆଗେକହିଲା ମଇତ୍ର ଶୁଣ ହୁତାଶନ ରାଗେ ।୧୯ ।କପଟ ବାକ୍ୟ କହିଣ ଅର୍ଜୁନକୁ କରାଇଲା ସତ୍ୟଲୁଦୁବୁଦୁ ବ୍ୟାଧି ନାଶ ହୋଇବ ନିମିତ୍ତ ।୨୦ ।ଇନ୍ଦ୍ରର ଖାଣ୍ଡବ ବନ ଯେ ମାଗିଲା ପାଥକୁପାଥ ସେହି ବନ ଦିଲା ଖାଇବାକୁ ତାକୁ ।୨୧ ।ରାଗରେ ଖାଣ୍ଡବ ବନକୁ ପୋଡ଼ଇ ଅନଳପୂର୍ବେ ଦେଇ ନଥିବାରୁ ଦେବ ଆଖଣ୍ଡଳ ।୨୨ ।ଯେତେ ଜୀବଜନ୍ତୁମାନେ ରହିଥିଲେ ସେହି ବନେଅର୍ଜୁନ ସେମାନଙ୍କୁ ଛେଦି ପକାଉଛି ବାଣେ ।୨୩ ।ଜଣେହେଂ ନ ଛାଡ଼ଇ ସର୍ବେ ପଡ଼ନ୍ତି ଅନଳେଦେବତା ଗର୍ନ୍ଧବ ଯକ୍ଷ ନାଗ ଅଶ୍ରବଳେ ।୨୪ ।ରଥ ଧନୁ ଶସ୍ର ସବୁ ଆଣି ହୁତାଶନଦେଇଛନ୍ତି ଅର୍ଜୁନକୁ ହେ କୁରୁ ରାଜନ ।୨୫ ।ମଘବା ସଙ୍ଗେ ସମର ଘୋର ଅର୍ଜୁନରପଳାଇ ଆସି ୟେ ସର୍ପ ସମସ୍ତ କହେ ମୋ ଆଗର ।୨୬ ।ଭୟେଣ ସେ ଶରଣ ଆସି ମାଗିଲାକ ମୋତେମୁଂ ତାହାକଇଂ ରଖିଅଛି ଦେଖ ମୋହୋର ରଥେ ।୨୭ ।ଶୁଣିଣ ବିରସ ଯେ ରାଜା ଦ୍ରିଯୋଧନବୋଲନ୍ତି ଅଗସ୍ତି ତୁମ୍ଭେ ଶୁଣ ହେ ମନୁରାଜନ ।୨୮ ।ଯେତେବେଳେ ଫାଲଗୁନି ମାଇଲାକ ଶରକାଟି ପକାଇଲା ସବୁ ସର୍ପଙ୍କର ଶିର ।୨୯ ।ପବନର ଶର ତାହାଙ୍କୁ ଆଣଇ ଉଡ଼ାଇଅନଳ ମଧ୍ୟରେ ନେଇ ଦିଅଇ ପକାଇ ।୩୦ ।ସେହି ଶସ୍ର ପବନର ଘାୟେଣ ୟେ ଶୋଷକଉଡ଼ିଲା ଭଉଂରୀ ଦେଇ ଶୂନ୍ୟପୁର ଯାକ ।୩୧ ।ଉଡ଼ି ଉଡ଼ି ପଡିଲା ଯାଇଂ ସେ ସମୋଦ୍ର ମଧ୍ୟରେପୁତ୍ରକଇଂ କୁଳିକ ନାଗ ଯାଇଂ ଧଇଲା କୋଳରେ ।୩୨ ।ପଚାରିଲା ସେ ପୁତ୍ରକୁ ସଚେତ କରାଇଆରେ ଆରେ ପୁତ୍ର, ୟେଥେଂ ଆସି ପଡ଼ିଲୁ କିସ ପାଇଂ ।୩୩ ।ଶୋଷକ କହିଲା ତାତ ତୋର ବଂଶ ଯାକଅର୍ଜୁନର ବାଣେ ମଲେ ବକ୍ଷିଲା ପାବକ ।୩୪ ।ମୁହିଂ ଶର ପବନେଣ ଉଡ଼ି ଉଡ଼ି ଆସିପଡ଼ିଲି ସମୋଦ୍ର ମଧ୍ୟେ ଆମ୍ଭେ ନୋହୁଂ ଦୋଷୀ ।୩୫ ।ଚଉଦ ବ୍ରହ୍ମାଣ୍ଡ କ୍ଷେପିଣ ବୁଲଇ ଅର୍ଜୁନର ଶରକେମନ୍ତେ ରହିବ ପରାଣ କୁହ ହେ ପିଅର ।୩୬ ।ସର୍ବଗ୍ୟଂ ପୁରୁଷ ଅଗ୍ନି କହିଦେବ ତାକୁୟେହିକ୍ଷଣି ବାଣେ ନେଇଣ ଦେବ ଅନଳକୁ ।୩୭ ।କୁଳିକ ବୋଲଇ ପୁତ୍ର ନ ହୁଅ କାତରପୂର୍ବରୁ ଅନଳ ଯେ ମିତ୍ର ଅଟଇ ମୋହୋର ।୩୮ ।ଖଗବର ଭୟରୁ ସେ ରଖିଥିଲା ମୋତେତୁ ମୋହୋର ପୁତ୍ର ବୋଲି ସେ ଜାଣଇ ହାଦେ ତୋତେ ।୩୯ ।କଦାପି ସେ ନ କହିବ ପାଥର ଆଗରେପଶ ତୁ ଶରଣ ଯାଇଂ କର୍ଣ୍ଣର ପୟରେ ।୪୦ ।ଅର୍ଜୁନ ମୋହୋର ବଂଶ କଲାକ ନିପାତକର୍ଣ୍ଣର ପାଶକୁ ପୁତ୍ର ତୁ ଯାଆସି ତୁରିତ ।୪୧ ।ଭାରଥ ଯୁଦ୍ଧରେ ତୁହି ଶର ରୂପେଣ ଯିବୁନନ୍ଦିଘୋଷ ରଥ ସହ ପାଥକୁ ଗିଳିବୁ ।୪୨ ।ତେବେହେଂ ନାଗ ବଂଶ ବାବୁରେ କରିବୁ ଉଦ୍ଧାରକର୍ଣ୍ଣ ସଙ୍ଗେ ଅର୍ଜୁନର ହୋଇବ ସମର ।୪୩ ।ମହା ବଳବନ୍ତ କର୍ଣ୍ଣ ପେଷିବ ସେ କାଳେତୁହି ବଳବନ୍ତ ହେବୁ ତାହାର ମନ୍ତ୍ରବଳେ ।୪୪ ।ପିତାର ବାକ୍ୟେ ଶୋଷକ ସମୋଦ୍ରୁଂ ଅଇଲାଯମୁନା ନଦୀର କୂଳେ ଯାଇଣ ଉତୁରିଲା ।୪୫ ।କର୍ଣ୍ଣର ପାଦ ତଳେ ଯାଇଂ ପଶିଲା ଶରଣୟେ କାରଣୁଂ ଛାଡ଼ିଦିଲା ତାକୁ ହୁତାଶନ ।୪୬ ।ଜୟ ତୁ ଜୟ ତୁ ମାଗୋ ଶ୍ରୀଚଣ୍ଡୀ ସାରୋଳାତୁହି ଯାହାକୁ ପ୍ରସନ୍ନ ହେଉ ଗୋ ହିଙ୍ଗୁଳା ।୪୭ ।ତାହାର ଦୁଖମାନ କ୍ଷଣକେ ହୋଇଯାୟେ ଦୂରଶୂଦ୍ରମୁନି ସାରୋଳା ଦାସ ତୋ ଅଟଇ କୋୟର ।୪୮ ।୧୧୫୪ ।
ଇନ୍ଦ୍ର ଅର୍ଜୁନ ଯୁଦ୍ଧ ଓ ଇନ୍ଦ୍ରଙ୍କର ପରାଜୟ
ୟେଥୁ ଅନନ୍ତରେ ବଇବସୁତ ମନୁ ଅଗସ୍ତିଙ୍କି କଲେ ପୂଜାପିତା ପୁତ୍ରଙ୍କର ସମର କେମନ୍ତେ ହୋଇଲା ମୋତେ କହିବା ବ୍ରହ୍ମାର ତନୁଜା ।୧ ।ତ୍ରଇଲୋକ୍ୟେ ଶୁଣିତେ ୟେହା ବଡ଼ାଇ ଦୁଲ୍ଲଭକହିବାକୁ ହେଉ ମୋତେ ୟେଥିରେ ପ୍ରସ୍ତାବ ।୨ ।ଶୁଣ ବଇବସୁତ ମନୁ ବଦୟନ୍ତି ଅଗସ୍ତିମହାଭାରଥ ମଧ୍ୟପର୍ବ କହିବା ଦିବ୍ୟରୀତି ।୩ ।ଶୁଣନ୍ତେ ଅତି ସୁସ୍ୱାଦ ଅମୃତ ପାନ ଜାଣିତୃଷାରେ ରୁଚଇ ଯେହ୍ନେ ଅମିୟ ରସ ପାଣି ।୪ ।ନିର୍ଘାତ ବାଣ ଯେ ମାଇଲେ ବଜ୍ରପାଣିତିନି ଭୁବନେ କଂପିଲା ନିର୍ଘାତ ଶବଦ ଶୁଣି ।୫ ।ଅଗ୍ନି ଦେବତାୟେ ବୋଇଲେ ତୁ ନ କର ମନେ ଭ୍ରାନ୍ତିବଜ୍ର ପରଶୁ ଘେନି ଛେଦ ହୋ ସୁତ କୋନ୍ତୀ ।୬ ।ହେମଶର ପେଷ ବାବୁ ନିର୍ଘାତ ଉପରେଅଗ୍ନିଙ୍କ ବାକ୍ୟେ ମାଇଲେ ପାଥ ହେମଶରେ ।୭ ।ହେମଶର ପଡ଼ନ୍ତେ ଯେ ନିର୍ଘାତ ଶର ନାଶ ଗଲାସାଧୁ ସାଧୁ ଅର୍ଜୁନ ବୋଲି ଧୁନିୟେ ଶୁଭିଲା ।୮ ।ରାଗଣେ ଦେବ ଯେ ମାଇଲେ ବଜ୍ରସୂଚୀବଜ୍ର ପରଶୁ ଘେନିଣ ତାହା ନାଶିଲା ସର୍ବସାଚୀ ।୯ ।ଇନ୍ଦ୍ର ପ୍ରହର କଲେକ ବଜ୍ର ଶକତିଅମୋହ ଶକତି ଘେନି ଅର୍ଜୁନ ନିପାତି ।୧୦ ।ପର୍ବତା ଶରେକ ଯେ ପେଷିଲେ ଜମ୍ଭୋଭେଦୀବଜ୍ରାବଳୀ ଶହସ୍ର ଘେନି ଅର୍ଜୁନ ତାହା ଛେଦି ।୧୧ ।ସାଂଗ୍ରାମେଣ ବିମୁଖ ପାଇଣ ବୀରବର ପାଥମନଭେଦୀ ନାରାଚ ଯେ ଧଇଲେକ ହାଥ ।୧୨ ।ଗୁଣରେ ବସାଇ ତିଆରଇ ତାକୁ ଧନୁର୍ଜୟେୟେ ମୋହୋର ପିଅର ଯେ ଅଟନ୍ତି ଦେବରାୟେ ।୧୩ ।ରୋମେକେ ନାରାଚ ଯେ ପଡ଼ିବୁ ଇନ୍ଦ୍ର ଦେହେପ୍ରାଣେ ନ ମାରିବୁ ସେ ପଡ଼ିବ ହାଦେ ମୋହେ ।୧୪ ।ଅର୍ଜୁନର ଆଗ୍ୟାଂରେ ସେ ନାରାଚ ମନଭେଦୀଇନ୍ଦ୍ର ଦେବତାଙ୍କର ଶରୀରେ ଯାଇଣ ସଂପାଦି ।୧୫ ।ଯେସନେକ ସର୍ପେ ପଶନ୍ତି ବିମ୍ୱରେସେହି ସାଦ୍ରିଶେ ଭେଦିଲେ ନାରାଚ ଯେ ବାସବ ଶରୀରେ ।୧୬ ।ରୋଧିରେ ଜର ଜର ବାସବର କାୟେଘାୟେଣ ଅସାଷ୍ଟମେ ପଡ଼ିଲେ ଇନ୍ଦ୍ର ଦେବରାୟେ ।୧୭ ।ମଉଷଧି ବୃକ୍ଷର ଗନ୍ଧ ପବନ ଯେ ଲାଗିସାଷ୍ଟାମ ପାଇ ଦେବ ବସିଲେକ ବେଗି ।୧୮ ।ପିତା ପୁତ୍ର ଦୁହିଙ୍କର ଯୁଦ୍ଧ କଥା ଶୁଣିପୁଷ୍ୟେକ ବିମାନ ଆରୋହି ଅଇଲେ ଶଚୀ ଗୋସାମଣି ।୧୯ ।ଦେଖିଲେକ ସୁରନାଥ ବିଭୋଳିତ କାୟେକୋଳ କରି ଶଚୀଦେବୀ କରନ୍ତି ବିନୟେ ।୨୦ ।ସ୍ୱାମୀ ଅର୍ଜୁନକଇଂ କୋପ କିପେଂ କରୁ ସୁରରାୟେଅଗ୍ନି ଦେବତା ଭିଆଇଲେ ୟେସନେକ ଉପାୟେ ।୨୧ ।ସତ୍ୟ କରାଇ ସେ ମାଗିଲେ ଧନୁର୍ଜୟେକିଂପେ ନ ଭକ୍ଷିବେ ଅନଳ ଦେବତାୟେ ।୨୨ ।ସାଂଗ୍ରାମେ ଅପଚୟେ ହୋଇଲା ଦେବ ତୁକୁଭଲେ ପ୍ରମାଦ ତୁମ୍ଭେ କଲଟି ଅର୍ଜୁନକୁ ।୨୩ ।ପୁଷ୍ୟେକ ବିମାନେ ବସାଇ ଶଚୀ ମହାସତୀଇନ୍ଦ୍ର ଦେବତାଙ୍କୁ ଘେନି ବିଜୟେ ଅମର ବାରସ୍ୱତୀ ।୨୪ ।ଜଗତୀ ଉପରେ ଯେ ବିଜୟେ ଫାଲଗୁନିସୁଖେଣ ଖାଣ୍ଡବ ବନ ଦହଇ ସେ ଅଗ୍ନି ।୨୫ ।ସହସ୍ରେ ନବ ଶତ ଯୋଜନ ଖାଣ୍ଡବ ନାମେ ବନତିନି ଦିବସ ତିନି ରାତ୍ର ଅଗ୍ନି କରନ୍ତି ଦହନ ।୨୬ ।ଖାଣ୍ଡବ ବନ ଯାକ ଯେ ଦହନ ହୋଇଲାଶୋଷକ କାଳସର୍ପ ପଳାଇ ଉବୁରିଲା ।୨୭ ।ତାରାକ୍ଷୀ ପକ୍ଷୀ ବୋଲିଣ ଚଢ଼େଇ ଗୋଟିୟେଗର୍ଭବାସ ହୋଇଣ ସେ ଅର୍ଜୁନରେ ଶରଣ ସମ୍ଭାୟେ ।୨୮ ।ସାରଙ୍ଗ ପକ୍ଷୀ ଯେ ଚାରି ପୁତ୍ରନ୍ତ ଘେନିସେହି ରକ୍ଷା ହୋଇଲା ନ ଦହିଲା ବହନି ।୨୯ ।୧୧୮୩ ।