ସାରଳା ମହାଭାରତ ମଧ୍ୟପର୍ବ (ପ୍ରଥମ ଖଣ୍ଡ)
ସାରଳା ଦାସ · ଭାଗ ୧୭ / ୧୮
ସମ୍ପୂର୍ଣ୍ଣ ସୂଚୀପତ୍ର
କୋଦାଳସେନ ବଧ
ବଦୟନ୍ତି ଅଗସ୍ତି ବଇବସୁତ ମନୁ ଶ୍ରୋତାୟେ ସେ ମାହଭାରଥ ମଧ୍ୟପରେବ କଥା ।୧।ବହୁତ ବିନୋୟୀ ହୋଇ ଧର୍ମର ନନ୍ଦନରହିଲେ କିଛୁ ଦିନ ଦ୍ୱାରିକା ଭୁବନ ।୨।ବାରୁଣାବନ୍ତକଇଂ ଆସିବାର ବେଳେଅସୁରେକ ମାଇଲେଟି ମାଦ୍ରୀର ଦୁଲାଳେ ।୩।ଶୁଣିଣ ବଇବସୁତ ମନୁ ପ୍ରଳମ୍ୱ କରି ଉଠିପୁଣି ଅଗସ୍ତିଂକ ଚରଣରେ ସେହୁ ଲୋଟି ।୪।ଭୋ ମହାମୁନି ମୋତେ ଅନୁଗ୍ରହ କରଶ୍ରୀ ମହାଭାରଥ ଶୁଣିତେ ଶରଧା ମୋହୋର ।୫।ତୁମ୍ଭେ ସେ ମାହମୁନି ପରମ ବ୍ରହ୍ମଗ୍ୟାନୀକହିବା ଅସୁର ବଧ ପ୍ରସନ୍ନ ହୋଇ ମୁନି ।୬।ବଦନ୍ତି ଅଗସ୍ତି ବଇବସୁତ ମନୁ ଶ୍ରୋତାସାବଧାନେ ଶୁଣ ମଧ୍ୟପର୍ବର ବାରତା ।୭।କୁଣ୍ଡଳୀଶ୍ୱର ମଲା ଉତ୍ତାରେ ତାର ସୁତକର୍ଣ୍ଣକେଶରୀ ମନ୍ତ୍ରୀକି ପୁଚ୍ଛଇ ବାରତ ।୮।ସତାଇଶ ଦିବସ ହେଲା ନୃପତି ନଇଲେଥାଠ ସଇନ ନାହିଂ ଯେ ୟେକା ହୋଇ ଗଲେ ।୯।ମନ୍ତ୍ରୀ ବୋଇଲା ହୋ ପେଷିବାକ ଚାରତେବେ ସେ ପାଇବାନା ନୃପତି ବିଚାର ।୧୦।ୟେତେ କହି ଶତେକ ଅଣାଇଲେ ଦୂତନୃପତି କେଣେ ଅଛନ୍ତି ଜାଣି ଆସ ତଦନ୍ତ ।୧୧।ଆଗ୍ୟାଂ ପ୍ରମାଣେ ଦୂତେ ଲୋଡ଼ନ୍ତି ବନ ଗହନଆରଡ଼େକ ପରବତେ ଉଠିଲେ ବହନ ।୧୨।ଅସୁର ମାଂୟେସ ଖାଆନ୍ତି କରନ୍ତି ମୁଖରୋଳି ।୧୩।ଡଗରେ ବିଚାରନ୍ତି ୟେ କାହାର ଶବକେବଣ ବାପୁଡ଼ା ୟେଥି ଯେ ନାଶ ହୋଇଥିବ ।୧୪।ୟେତେ ବିଚାରି ସେ ମିଳିଲେ ତାର କତିଦେଖିଲେ ପଡ଼ିଅଛି କୁଣ୍ଡଳୀ ନୃପତି ।୧୫।ଅନେକ ଗିରିବର ହୋଇଅଛି ଚୂନାସମରେ କେ ମାଇଲା ଅସୁର ବୀର ବାନା ।୧୬।ୟେତେ ବିଚାରି ଲୋଡ଼ନ୍ତି ଡଗରେପ୍ରବେଶ ହୋଇଲେ ଯାଇଂ ହସ୍ତିନା ନବରେ ।୧୭।ଗୁପତ ପ୍ରଘଟେ ପାଇଲେ ବାରତାଦ୍ରିଯୋଧନ ନୃପତି ଧୃତିରାଷ୍ଟ ତାର ପିତା ।୧୮।ତାହାର ସାନ ଭାଇ ଯୁଝେଷ୍ଠିଂକ କନିଷ୍ଠନାମ ନକୁଳ ସେ ମାଇଲା ଅସୁର ଗରିଷ୍ଠ ।୧୯।ଶୁଣିଣ ଚାରଗଣେ ଯେ ବାହୁଡ଼ିଲେ ଧାତିକର ଯୋଡ଼ି ବୋଲନ୍ତି ଶୁଣ କୋଦାଳେଶ୍ୱର ନୃପତି ।୨୦।ହସ୍ତିନା ନଗ୍ରେ ଯେ ରାଜା ଦ୍ରିଯୋଧନସେ ତୋହୋର ପିତାକୁ କଲାକ ନିଧନ ।୨୧।ମୃଗୟା ବିନୋଦେ ଯାଇଂଣ ଥିଲାକ ନୃପତିଭ୍ରମନ୍ତେ ଦେଖିଲା ସେ କୁଣ୍ଡଳୀ ବୀରଛତ୍ରୀ ।୨୨।ବେନି ଜନଂକର ଯେ ହୋଇଲା ସମରଦ୍ରିଯୋଧନ ଆଦି ସର୍ବେ ପଡ଼ିଲେ ଧୃତିରାଷ୍ଟ କୁମର ।୨୩।ରଣ ଜୟ କରି ଯେ ଆସନ୍ତେ ରାଜନନକୁଳ ବୋଲି କରି ଯୁଝେଷ୍ଠିଂକର ସାନ ।୨୪।ସେ ଆସି ଓଗାଳି ଯେ ଅନେକ ଅନେକ ସମର କଲାଚଉଦ ଦିନ ଯୁଝି ନୃପତି ଆମ୍ଭର ମଲା ।୨୫।ଶୁଣିଣ କୋଦାଳେଶ୍ୱର ଯେ ବୋଲଇ ମନ୍ତ୍ରୀକିଆମ୍ଭର ଥାଟ ସଜ କର ହୋ ଦେଖିଯିବା ତହିଂକି ।୨୬।ପିତାର ବଇରିକି ମାରି ଯେବେ ପାରିତେବେ ସେ ସାର୍ଥୁକ ମନ୍ତ୍ରୀ ଜୀବନ ମୋହୋରି ।୨୭।ୟେତେ କହି ଅସୁର ଯେ ହୋଇଲାକ ସଜଲୋହାର ରଥକେ ଯେ ବସିଲା ଦନୁଜ ।୨୮।ମନ୍ତ୍ରୀକି ବୋଇଲା ମୋହୋର ସାଜ ହୋ ସଇନିଖାଇବା ମହୁ ମାଂସ ମଦିରା ରସ ଘେନି ।୨୯।ଆଗ୍ୟାଂ ପ୍ରମାଣେ ସାଜିଲା ଚତୁରଙ୍ଗ ସଇନିଧାଇଂଲେ ଅସୁରମାନେ ଯେ ଯାହା ଶସ୍ର ଘେନି ।୩୦।ମହା ପ୍ରତାପୀ ସେ ଯେ କୋଦାଳେଶ୍ୱର ବୀରକୋଦାଳ ଗୋଟିୟେ ସେ ଘେନିଅଛି ହାଥର ।୩୧।ହସ୍ତିନା ନଗରକୁ ବୋଲିଣ ଦଣ୍ଡ ସାଜିଗର୍ଜନ୍ତି କାମରୂପୀ ଆକାଶ ପଡ଼ଇ କି ଭାଜି ।୩୨।ଅସୁର ପାଦଭାରା ନ ସହେ ମେଦିନୀନବ ଯେ କ୍ଷଉଣୀ ଥାଠ ଅଛଇ ପଲାଣି ।୩୩।ଧାମନ୍ତି ଅସୁରେ ଯେ ଗର୍ଜନ୍ତି ଘନ ଘନଅବିଚ୍ଛନ୍ନେ ଚଳଇ ଅସୁରର ସଇନ ।୩୪।ବନ ଗିରି କନ୍ଦର ଅନେକ ଜିଣି ଗଲେଅନେକ ଦେଶର ପରଜା ଭାଞ୍ଜିଲେ ।୩୫।ନୃପତିମାନେ ଶୁଣି ପଳାଇଲେ ଡରେକେହି ରହନ୍ତା ନୋହିଲେ ଅସୁର ଆଗରେ ।୩୬।ଅଜାଗେ ଅସୁର ପଡ଼ଇ ଯେବଣ ରାଜ୍ୟେଗୋରୁ ବ୍ରାହ୍ମଣ ପରଜା ସବୁ କରନ୍ତି ଯେ ଭୋଜ୍ୟେ ।୩୭।ରଜନୀ ଦିବସରେ ଚଳିଗଲେ ଥାଠପ୍ରବେଶଷ ହୋଇଲେ ଯାଇଂ ହସ୍ତିନା କଟକ ନିକଟ ।୩୮।ଚାର ଜଣାଇଲା ଶୁଣିମା କୁରୁରାୟେକୋଦାଳେଶ୍ୱର ବୋଲି ସେ କୁଣ୍ଡଳୀ ଦତ୍ୟ ତନୟେ ।୩୯।କୁଣ୍ଡଳେଶ୍ୱରକୁ ଯେ ନକୁଳ ବଧ କଲେପିତାର ନିଧନ ଶୁଣି ପୁତ୍ର ତାହାର ଅଇଲେ ।୪୦।ଅନେକ ଅସୁର ଯେ ସଙ୍ଗତେ ତାହାରହସ୍ତିନା ନବରକୁ ସେ ବାହଇଅସୁର ।୪୧।ଅନେକ ରାଜ୍ୟ ଭାଞ୍ଜି ପରଜା ଜନ ଖାଇପନ୍ଦର ଯୋଜନେ ଛାଡ଼ି ଅଇଲି ଗୋସାଇଂ ।୪୨।ବଡ ପ୍ରତାପୀ ଅଟଇ ଅସୁର ଗରିଷ୍ଠସ୍ୱର୍ଗର ରହି ଯେ ନ ପାରନ୍ତି ସୁରଶ୍ରେଷ୍ଠ ।୪୩।ସମ୍ଭାଳ ରାଜ୍ୟ ତୋହୋର ଅମାପ ଅସୁର ପଡ଼ିଯମର ଉପରକୁ ସେ ଦିଅଇ ଯମ ଧାଡ଼ି ।୪୪।ଶୁଣିଣ ତିରସ୍ତ ଯେ ହୋଇଲେ କୁରୁ ରାୟେକମ୍ପନ୍ତି ଯୋଦ୍ଧାମାନେ ଅସୁରଂକର ଭୟେ ।୪୫।ଭୀଷ୍ମେ ବୋଇଲେ ଶୁଣ ହୋ ସର୍ବେ କୁରୁବୀରବହନ ସଜ ହୁଅ ମାରିବଇଂ ଅସୁର ।୪୬।ଆମ୍ଭେ ଦଣ୍ଡ ଚଢି ଥୋକାୟେ ଦୂର ଯିବାବାଟରେ ଅସୁରକୁଂ ଓଗାଳି ଯୁଝିବା ।୪୭।ଆମ୍ଭର ରାଜ୍ୟେ ସେ ନ ପଶିବେ ଯେମନ୍ତେପଥରୁ ଗୋଳ କରି ମାରିବା ଦଇତେ ।୪୮।ସମରେ ଅବା ଯେବେ ନୁଆରିବା ଜିଣିବନସ୍ତକୁ କଢାଇ ଯେ ଘେନିଯିବା ପୁଣି ।୪୯।ଆନ ଦେଶେ ନେଇଣ ଲଗାଇବା ଯୁଦ୍ଧବନସ୍ତେଣ ବୁଲାଇ ଯେ ଅସୁରଂକୁ କରିବାକ ବଧ୍ୟ ।୫୦।ଭୀଷ୍ମକଂର ବଚନ ସମସ୍ତଂକୁ ଯୋଗାଇଲାଦ୍ରୋଣେ କୃପେ ବୋଇଲେ ୟେ କଥା ଉଚିତ ହୋଇଲା ।୫୧।ସଞ୍ଜୟେ ବିଦୁରଂକୁ ଅଣାଇ କୁରୁରାୟେନଗ୍ର ରଖିବ ହୋ ବାବୁ ତୁମ୍ଭର ଉପାୟେ ।୫୨।ଯୋଦ୍ଧାମାନନ୍ତ ଘେନି ଯାଉଅଛୁଂ ଆଗକୁରାଜ୍ୟ ପ୍ରଜା ଜନମାନ ଲାଗଇ ତୁମ୍ଭଂକୁ ।୫୩।ଆମ୍ଭଂକୁ ବଳିଯାଇ ଅସୁର ଯେବେ ଆସିଜନ ପ୍ରଜା ଘେନିଣ ତୁମ୍ଭେ ବନସ୍ତେ ଥିବ ପଶି ।୫୪।ୟେତେ କହି ନୃପତି ହୋଇଲେ ବାହାରସଙ୍ଗତେ ଶତେ ଭାଇ ଅଛନ୍ତି ତାହାର ।୫୫।ଭୀଷ୍ମ ଦ୍ରୋଣ କର୍ଣ୍ଣ କୃପ ଅଶସ୍ତମାଜଦ୍ୟରଥ ଶକୁନି ଆବର ବାହ୍ଲିକ ମହାତମା ।୫୬।ରଥ ଆରୋହିଣ ଯେ ଚଳନ୍ତି ଯୋଦ୍ଧାମାନେପ୍ରବେଶ ହୋଇଲେ ଯାଇଂ ସେ ଆରଡ଼େକ ବନେ ।୫୭।ବିଚାରନ୍ତି ଆମ୍ଭେ ୟେହି ଠାବରେଣ ଥିବାଅସୁର ଅଇଲେ ଯେ ସମର କରିବା ।୫୮।ୟେସନେକ ବିଚାରନ୍ତେ ଅଶୁର ସଇନ ଦିଶିମହାପ୍ରଳୟେ କାଳ କି ଘୋଟିଲାକ ଆସି ।୫୯।ବହୁତ ଦୂରରୁ ଯେ ଦିଶିଲେ ଅସୁରେଭୟେ ଶହସ୍ର ଧରି ନୁଆରନ୍ତି କୁରୁବୀରେ ।୬୦।ସନ୍ୟଂକ ତରସ୍ତ ଦେଖିଣ ଯୋଦ୍ଧାମାନେଭୀଷ୍ମ ଦ୍ରୋଣ କର୍ଣ୍ଣ ଆଗେ ହୋଇଲେ ବିଦ୍ୟମାନେ ।୬୧।ରେ ରେ କାର କରିଣ କମାୟେଣ ପୂରୋଇଅସୁର ଉପରକୁ ଯେ ଉଠିଲେ ତୁହାଇ ।୬୨।ବଜ୍ରସମ ବାଣ ଯେ ମାଇଲେ ୟେକୁ ୟେକପଡିଲେ ଅସୁର ସଇନ ଅନେକୁ ଅନେକ ।୬୩।ରହିଲେ ଅସୁରବଳ ସହିଲେକ ଯୁଦ୍ଧମାରନ୍ତି ଅସୁରେ ଘେନିଣ ଯେ ଯାହା ଆୟୁଧ ।୬୪।ଶୂଳ ମୁଦୁଗର କୋନ୍ତ ଯେ ପରିଘ ଶକତିମହା ଘୋର ଯୁଦ୍ଧକୁ ସେ ନ କରନ୍ତି ଭୀତି ।୬୫।ଦେଖିଣ କର୍ଣ୍ଣ ବୀର ରଥ ଆଗ କରିବଜ୍ରସମ ଶକତିୟେ ମାଇଲାକ ଧରି ଆଗସରି ।୬୬।ତିନିଶତ ଅସୁରେ ପଡ଼ିଲେ ୟେକା ଘାୟେଦେଖିଣ ଅସୁର ସେନାପତି ଧାୟେଂ ।୬୭।ବଜ୍ରଅଙ୍ଗ ବିଷକର୍ଣ୍ଣ ବେଧା ମହାବୀରକର୍ଣ୍ଣର ତୁଲେ ଆସି କଲେକ ସମର ।୬୮।ୟେକା କର୍ଣ୍ଣକୁ ବେଢିଲେକ ଆସି ତିନି ସେନାଅସୁର ସଇନମାନ ନ ଯାନ୍ତି କଳଣା ।୬୯।ମାରନ୍ତି ବିବିଧ ଶସ୍ର ନ ଘୁଞ୍ଚନ୍ତି ପାୟେୟେକର ପଡ଼ନ୍ତେଣ ଆରେକ ଆଗ ହୋୟେ ।୭୦।କର୍ଣ୍ଣହିଂ ତହିଂକି ଯେ ଅଟଇ ମାହଯୋଧୀନିମିଷକେ କୋଟି କୋଟି କରିଣ ଶର ବିନ୍ଧି ।୭୧।ଅସୁରଂକ ଶରୀର କାଣ୍ଡେ ଅଛି ଛାଇବଜ୍ର ଅଙ୍ଗ ବୀର ଯେ ପରିଘ ଘେନି ଧାଇଂ ।୭୨।କର୍ଣ୍ଣର ଉପରକୁ ସେ ଯେ ମାଇଲା ଅସୁରବେଢରେ ପଡିଅଛି ରାଧେବ କୁମର ।୭୩।ଦ୍ରିଯୋଧନ କହଇ ଭୀଷ୍ମ ଦ୍ରୋଣେ ଚାହିଂସମସ୍ତେ ଉଠି ସମର କର ୟେକା ଘାନ୍ତିୟେ ରହି ।୭୪।ଗୋଳ ଯୁଦ୍ଧ କରିଣ ମାରିବା ଅସୁରଧର୍ମ ଅଧର୍ମ ବେଲି ବିଚାର ନ କର ।୭୫।ଧୁଶାକୁ ବୋଇଲେ କି ଅନାଉ ରେ ଭାଇକର୍ଣ୍ଣକୁ ଅସୁରେ ଯେ ଯୁଝନ୍ତି ପରିଘାଇ ।୭୬।ମାର ହୋ ଅସୁରନ୍ତ ଗଦା ଘେନି ପିଟମରନ୍ତୁ କିନା ୟେ ଅସୁର ଦ୍ରପିଷ୍ଠ ।୭୭।ଶୁଣିଣ କୁମାରମାନେ ଗଦା ଘେନି ଉଠିଅସୁରନ୍ତ ପିଟନ୍ତି କରିଣ କୋପଦୃଷ୍ଟି ।୭୮।ରେ ରେ କାର କରିଣ ଯେ ଧୁଶାସନ ବୀରଅସୁବରଂକ ଉପରେ ଗଦା କଲାକ ପ୍ରହାର ।୭୯।ବାଜନ୍ତେ ଅସୁର ଯେ ପଡ଼ିଲା ଧରଣୀବେଧା ମହାବୀର ଧାଇଂଲାକ ପୁଣି ।୮୦।ଗର୍ଜିଣ ମାଇଲା ସେ ଶକତିୟେ ଘେନିଧୁଶାସନ ଉପରେ ପଡ଼ି ସେ ହୋଇଲା ହାନି ।୮୧।ଗର୍ଜିଣ ଉଠିଲା ଯେ ଧୁଶାସନ ବୀରଅସୁର ଉପରେ ଗଦା କଲାକ ପ୍ରହାର ।୮୨।ବାଜିଲାକ ଗଦାବର ଭାଞ୍ଜିଲା ତାର ମୁଣ୍ଡଗର୍ଜିଲା ଅସୁର ଯେ କମ୍ପିଲା ବ୍ରହ୍ମାଣ୍ଡ ।୮୩।ଘୋର ନାଦ କରି ଦତ୍ୟ ଯହୁଂ ଗଲା ମରିସନ୍ୟର ଉପରକୁ ଧୁଶା ଧାଇଂଲା କୋପ କରି ।୮୪।ଚଉଷଠି ଭାର ଯେବଣହିଂ ଗଦାବାଜନ୍ତେ ଅସୁର ସଇନ ହେଉଛନ୍ତି ପଦା ।୮୫।କର୍ଣ୍ଣର ତୁଲେ ଯେ ବଜ୍ରଅଙ୍ଗ ଯୁଝୁଥିଲାସେହୁ ପୁଣି କର୍ଣ୍ଣର ଶରାଘାତେ ନାଶ ଗଲା ।୮୬।ପଳାଇଲେ ସଇନି ଯେ ସେନାଂକ ନିଧନେଆପଣେ ଦେଖିଲା ତାହା କୋଦାଳେଶ୍ୱର ରାଜନେ ।୮୭।ରଥ ଧୁଆଇଂ ସେ କର୍ଣ୍ଣକୁ ଓଗାଳିକୋଦାଳ ଘେନିଣ ସେ ପିଟିଲା ମହାବଳୀ ।୮୮।କର୍ଣ୍ଣର ରଥ ଭାଞ୍ଜି ହୋଇଲାକ ଚୂନାପୁଣି କୋଦାଳ ଘେନି ଉଠଇ ଅସୁର ଜେନା ।୮୯।ସେ କୋଦାଳ ଘେନି ସେ ମାଇଲା କର୍ଣ୍ଣକୁବାଜିଲା କର୍ଣ୍ଣ ଅଙ୍ଗେ ଭାଞ୍ଜିଲା ତାର ବୁକୁ ।୯୦।ଧୁଶାସନ ଆଗେ ଓଗାଳିଲା ଯାଇଂବେନି ଗଦା ଘେନି ମାଇଲା ନିଠାଇ ।୯୧।ବାବୁ ସେ ଅସୁରର କିଛିହିଂ ନୋହିଲାକରେ କୋଦାଳ ଘେନି ଦତ୍ୟ ଧୁଶାକୁ ଗୋଡ଼ାଇଲା ।୯୨।ଦେଖି ଦ୍ରୋଣ ଗୁରୁ ଓଗାଳିଲେ ଦୂରୁଂକି ଅବା ମେରୁ ଆଗେ ଅଛଇ ଆରେକ ଯେ ମେରୁ ।୯୩।ସମ୍ଭାଳ ରେ ଅସୁର ବେଲି ମାଇଲେ ଲକ୍ଷେ ଶରୟେ ବିଧି ବିନ୍ଧନ୍ତି ଯେ ଗଂଗାଂକ କୁମର ।୯୪।ଶତେକ ଭାଇ ପିଟନ୍ତି ଗଦା ଘେନିବାଜନ୍ତେ ଶହସ୍ରମାନେ ଝଲକନ୍ତି ବହନି ।୯୫।ମୁଣ୍ଡ ପାଡ଼ିଣ ସେ ଯେ ଅଛଇ ଅସୁରଗଦାମାନେ ଭାଜି ଯେ ହେଉଛନ୍ତି ଚୂର ।୯୬।ଶରମାନେ ତାହାର ଶରୀରେ ପଡ଼ନ୍ତିପାଷାଣେ ଯାଇଂ ବାଜିଲେ ଯେସନେ ଉପୁଡ଼ନ୍ତି ।୯୭।ସାଷ୍ଟମ ହୋଇଣ ସେ ରାଧେବୀର ସୁତସମର କରଇ ସେ ଯେ ଚଢିଣ ଆନ ରଥ ।୯୮।କୋଟିୟେ ପର୍ବତା ଶର ବିନ୍ଧିଲାକ କର୍ଣ୍ଣଅସୁର ଦେହେ ବାଜି ହୋଇଲାକ ଚୂର୍ଣ୍ଣ ।୯୯।ମର୍ଭୁତେକ ଚକ୍ର ପେଷିଲା ରାଧେବମୁଣ୍ଡ ପାତିଣ ତାହା ସହିଲା ଦାନେବ ।୧୦୦।ଅଗ୍ନିଶର ବିନ୍ଧିଲା ଯେ ବୀରବର କର୍ଣ୍ଣୟେହିକ୍ଷଣି ଜଗତ କି ହୋଇବ ଦହନ ।୧୦୧।ପ୍ରଳୟ କାଳ ଜାଣି ଅଗ୍ନିଂକର ତେଜପାଟି ବିସ୍ତାରିଣ ତାହା ଗିଳିଲା ଦନୁଜ ।୧୦୨।ବଜ୍ର ଶକତି କର୍ଣ୍ଣ ଅସୁରକୁ ମାରିତେହେହେଂ ଦାନବ ଯେ ନୋହିଲା ସଂହରି ।୧୦୩।ଗଙ୍ଗାର ନନ୍ଦନ ବିନ୍ଧିଲେ ଶର ଯେତେସମସ୍ତ ଭାଞ୍ଜି ଚୂର୍ଣ୍ଣ ହେଲା ଅସୁରର ଗାତ୍ରେ ।୧୦୪।ଦ୍ରୋଣଂକର ଶର ସବୁ ବିଅର୍ଥ ହୋଇଲାମୁଣ୍ଡ ପାତିଣ ତାହା ଅସୁର ସଂହରିଲା ।୧୦୫।ଧୁଶାସନ ଗଦା ଯେ ନ କାଟଇ ଦେହେଭୂରିସର୍ବା ଜଦ୍ୟରଥ ଶକୁନିରେ କିସ ହୋୟେ ।୧୦୬।ଧୃତିରାଷ୍ଟ ତନୟେ ଯେ ସମରେ ବିମୁଖସଇନି ଉପରକୁ ଶର ମାରନ୍ତି ଲକ୍ଷ ଲକ୍ଷ ।୧୦୭।ପାଞ୍ଚ କ୍ଷଉଣୀ ବଳ ଅସୁରର ପଡ଼ିଲାଚାରି କ୍ଷଉଣୀ ବଳ ଘେନିଣ ଅସୁର ଗୋଡ଼ାଇଲା ।୧୦୮।କୋଦାଳ ବୁଲାଇ ସେ ମାଇଲା ଅତି ବେଗେକେହି ନ ରହନ୍ତି ସେ ଅସୁରର ଆଗେ ।୧୦୯।ଭୀଷ୍ମ ଦ୍ରୋଣ କର୍ଣ୍ଣ ଯେ ପଛଘୁଞ୍ଚା ଦେଇକୋଦାଳ ଘେନି ଅସୁର ଅଛଇ ଗୋଡ଼ାଇ ।୧୧୦।ପଳାବନ୍ତି କୁରୁସାଗର ନ ରହନ୍ତି କ୍ଷଣେଭୀଷ୍ମଂକୁ ଚାହିଂଣ କହୁଛନ୍ତି ଦ୍ରୋଣେ ।୧୧୧।ଛତ୍ରୀ ହୋଇ କରି ଯେବେ ପଳାଇଣ ଯିବାକେତେ ଦୂରେ ଯାଇଂଣ କାହିଂ ବା ରହିବା ।୧୧୨।ହାରିବା ଜିଣିବା ଯୁଦ୍ଧର ୟେସନେକ ରୀତିକେତେକାଳେ ବ୍ରତିବା ହୋ ଅସୁରଂକୁ କରି ଭୀତି ।୧୧୩।ରହିଣ ଯୁଝିବା ସମସ୍ତେହେଂ ଆସଅସୁରଂକୁ ଅବା କରି ପାରିବା ନାଶ ।୧୧୪।ଭୀଷ୍ମେ ବୋଇଲେ ହୋ ରହ ରହ କର୍ଣ୍ଣ ବୀରଅସୁର ତୁଲେ ଦ୍ରୋଣ କରିବେ ସମର ।୧୧୫।ଭୀଷ୍ମଂକର ବଚନେ କର୍ଣ୍ଣହିଂ ରହିଲାକରେ ଧନୁ ଧରିଣ ସେ ଶର ବୃଷ୍ଟି କଲା ।୧୧୬।ଦ୍ରୋଣ ଭୀଷ୍ମ ଦୁହେଂ ଯେ ବିନ୍ଧନ୍ତି ଅବିଚ୍ଛନ୍ନଆକାଶେ ଅଦୃଶ୍ୟ ହୋଇଲେ କଶ୍ୟପ ନନ୍ଦନ ।୧୧୭।ଦ୍ରିଯୋଧନ ପଚାରଇ ମନ୍ତ୍ରୀ ଶକୁନିକିଦିବସ ଷୋଳ ଘଡ଼ି ହୋଇଅଛିଟି କି ।୧୧୮।ଆଦିତ୍ୟ ଅସ୍ତ ଗଲା ରଜନୀ ପ୍ରାୟେ ଦିଶିମୁଂ ୟେମନ୍ତ ମଣଇଂ ଅବା ପ୍ରବେଶ ହୋଇଲାକ ନିଶି ।୧୧୯।ଶକୁନି ବୋଇଲା ଆହୋ ରହି କରି ଦେଖଅସୁର ସଙ୍ଗେ ଯୁଧ୍ୟ ଭୀଷ୍ମ ଦ୍ରୋଣ କର୍ଣ୍ଣ ହାକ ।୧୨୦।ବରଷଣ ପ୍ରାୟେ ଯେ ବିନ୍ଧୁଛନ୍ତି ଶରତେଣୁ କରି ଅଦୃଶ୍ୟ ହୋଇଲେ ଦିନକର ।୧୨୧।ମନ୍ତ୍ରୀର ବଚନେ ରହିଲା କୁରୁସାଇଂଅସୁର ଯୁଧ୍ୟ ଦେଖି ନୟନ ବୁଜଇ ଭୟେ ପାଇଂ ।୧୨୨।କର୍ଣ୍ଣ ଯେ ମାଇଲା ବଜ୍ରାବଳୀ ମୁଦୁଗରସେ ଶହସ୍ର ବାଜିଲା ଯାଇଂ ଅସୁର ଉପର ।୧୨୩।ତେଡ଼େ ଶଶହସ୍ର ଗୋଟା ଉପୁଡ଼ି ପଡିଲାଲେଉଟି ତରକି ଦକ୍ଷିଣ ଭାଗେ ଗଲା ।୧୨୪।ଶତେକ ଅସୁର ବାଜି କରି ମରିସାଧୁରେ କର୍ଣ୍ଣ ବୋଲି ଅସୁରେ ପ୍ରଶଂସା କରି ।୧୨୫।କେଦଳା ବୁଲାଇ ଅସୁର ମାଇଲା ନିଠିଆଇଭାଞ୍ଜିଲା କର୍ଣ୍ଣ ରଥ ଭୂମିରେ ଅଛି ରହି ।୧୨୬।ଗଦାୟେ ଘେନିଲା ନାମ ତାର ଧୃମଖେତଅସୁର ଉପରକୁ ମାଇଲା ଯେ ରାଧେବର ସୁତ ।୧୨୭।ଗଦାବର ପଡ଼ନ୍ତେ ଅସୁର ହାଥ ପାତିଉଛୁଡ଼ି ଘେନିଲା ତାହା କୁଣ୍ଡଳୀର ସନ୍ତିତି ।୧୨୮।ବାହୁଡ଼ି ଗଦା ଘେନି ମାଇଲା କର୍ଣ୍ଣକୁପଡ଼ିଲା ଉପରେ କିଛି ନୋହିଲା ତାର ବୁକୁ ।୧୨୯।ଧନ୍ୟ ସେ କର୍ଣ୍ଣ ବୀର କିଛିହିଂ ନୋହିଲାପୁଣିହିଂ ପରିଘ ଘେନି ବୁଲାଇ ମାଇଲା ।୧୩୦।ଅସୁର ଉପରେ ଯାଇ ପଡ଼ିଲା ଅସ୍ରବରଟହ ଟହ ହୋଇଣ ଯେ ହସିଲା ଅସୁର ।୧୩୧।ବୋଇଲା ପାମର ରେ ଅଟ ଆମ୍ଭର ଭକ୍ଷଆମ୍ଭନ୍ତ ମାରିବ ବୋଲି ଆସିଛ ପ୍ରତକ୍ଷ ।୧୩୨।ଜାଣିଲି ଅଗ୍ୟାନ ରେ ସମସ୍ତେହେଂ ଅଟଘରକୁ ଯିବ କି ଆଉ ପଡ଼ିଲ ମୋର ଭେଟ ।୧୩୩।କର୍ଣ୍ଣ ବୋଇଲା ଶୁଣସି ରେ ତୁ ଅସୁରବାପ ମଲା ତୋର ଆମ୍ଭରି ହାଥର ।୧୩୪।ତୋହୋର ବେଳେ କି ଆମ୍ଭେ ସଙ୍ଗତେ କଳି କରୁବିଧାତା କଢାଇ ଆଣିଅଛି ଆମ୍ଭରି ହାଥେ ମରୁ ।୧୩୫।ଯାହାର ବାପ ସମରେ ହାରିଗଲାତାହାର ପୁତ୍ର ୟେବେ ଧାରଣା ପଡ଼ିଲା ।୧୩୬।ୟେ କଥା ଶଣିମାକୁ ଅଟଇ ଆଚମ୍ୱିତବାପ ନିଧନ ହେଲେ ବ୍ରତଇ କି ତାର ସୁତ ।୧୩୭।ଅସୁର ବୋଇଲା ହୋ ଜାଣିଅଛି ମୁହିଂବାପକୁ ମାରିଛ ୟେବେ ପଳାଅ କାହିଂ ପାଇଂ ।୧୩୮।ପାଞ୍ଚ ଯୋଜନ ଯାୟେ କେହି ନ ରହି ଅଇଲକାହାର ବୋଲ କରି ସମର ଆରମ୍ଭିଲ ।୧୩୯।ୟେତେ ବୋଲି ଅସୁର ଯେ ବିଧାୟେ ପ୍ରହାରିଲାଜାଣିଣ ବୀର କର୍ଣ୍ଣ ଆଡ଼େ ହୋଇଗଲା ।୧୪୦।ଦ୍ରୋଣ ମହାରଥୀ ଯେମିଳିଲେ ତାର ଆଗପାଞ୍ଚଶତ ନାରାଜ ବିନ୍ଧିଲେ ବେଗୁଂ ବେଗ ।୧୪୧।ଅସୁର ଦେହେ ବାଜି ଭାଞ୍ଜିଲାକ ଶରପୁଣି କୋଟିୟେ ବାଣ କରନ୍ତି ପ୍ରହାର ।୧୪୨।ନିଶ୍ୱାସକେ ନାରାଜ ବିନ୍ଧନ୍ତି ଲକ୍ଷେ ଘାନ୍ତିଅସୁର ମହାବଳୀ ଅଛଇ ମଥା ପାତି ।୧୪୩।ସୂର୍ଯ୍ୟାବ୍ରତେକ ଶର ପେଷିଲେକ ଗୁରୁଜଗତ ଛନ୍ନ ଛନ୍ନ ଭାଜି ପଡ଼ିଲାକ ମେରୁ ।୧୪୪।ଅସୁର ଶରୀରେ ଯେ ବାଜିଲାକ ଯାଇକିଛିହିଂ ନୋହିଲା ଅସୁର ଅଛି ଉଭା ହୋଇ ।୧୪୫।ପୁଣି ପବନା ବାଣ ଯେ ମାଇଲେ ଗୁରୁ ଦ୍ରୋଣଯାଇଣ ପଡ଼ିଲା ତାହା ଅସୁର କଣ୍ଠେଣ ।୧୪୬।ପଞ୍ଚ ପହଣ୍ଡ ସେ ଯେ ପଛକୁ ଘୁଞ୍ଚିଗଲାଅସୁର ଦେହେ ବାଣ ବାଜି ଉପୁଡ଼ି ପଡ଼ିଲା ।୧୪୭।ପୁଣ ଦ୍ରୋଣେ ପେଷିଲେ ଯେ ଅଧାଚନ୍ଦ୍ର ଶରଅସୁର ଦେହେ ପଡ଼ି ହୋଇଲାକ ଚୂର ।୧୪୮।ନଇରତ ପରିଘ ଯମର କାଳ ଫାଶିଅଗ୍ନିର ମୁଦୁଗର ଉପୁଡ଼ି ପଡ଼ଇ ଯେ ଆସି ।୧୪୯।ଦ୍ରୋଣଂକର ପାରୁଶେ ଭୀଷ୍ମ ମହାରଥୀବିନ୍ଧନ୍ତି ନାରାଜମାନେ ଅତି କୋପ ମୂର୍ତ୍ତି ।୧୫୦।ଆର ପାଖରେ ଯେ କର୍ଣ୍ଣ ରଥ ଆରୋହିଦତ୍ୟକୁ ବିନ୍ଧୁଛନ୍ତି ଯେ କୋପଭର ହୋଇ ।୧୫୧।ଦ୍ରିଯୋଧନ ଶତେ ଭାଇ ଗଦାମାନ ଘେନିଅବିଚ୍ଛନ୍ନେ ମାରନ୍ତି ଅସୁର ସଇନି ।୧୫୨।ପଡ଼ନ୍ତି ଅସୁରେ ଯେ ଲୋଟନ୍ତି ଧରଣୀଗଗନ ପୂରୁଅଛି ମୁଖରାବ ଧୁନି ।୧୫୩।କେ ବୋଲଇ ଧର ଧର କେ ବୋଲଇ ମାରକେ ବୋଲଇ ଆଜ ଯେ ମରିବ ଅସୁର ।୧୫୪।ୟେକର ପଡ଼ନ୍ତେଣ ଯେ ଆରେକ ଗଳଗାଜିଅସୁର ସଇନମାନେ ପଳାଇଲେ ଭାଞ୍ଜି ।୧୫୫।ଗୋଡ଼ାନ୍ତି କଉରୋବେ ମାରନ୍ତି ହାଥ ସୁଖେଜଦ୍ୟରଥ ଭୂରିସର୍ବା ଶକୁନି ସୋମଦତ୍ତେ ।୧୫୬।ୟେକମୁଖ ହୋଇ ବିନ୍ଧୁଛନ୍ତି ଶରଧୃତିରାଷ୍ଠ କମରେ ମାରନ୍ତି ଗଦାବର ।୧୫୭।ଅନିର୍ଯ୍ୟାପ ସମର ହୋଇଲାକ ଯହୁଂଅନେକ ଅସୁର ସଇନି ପଡ଼ିଲେକ ତହୁଂ ।୧୫୮।ଦେଖିଣ କୋଦାଳେଶ୍ୱର ବିଚାରଇ ମନେମୋହୋର ସଇନ ନାଶ କଲେକ ୟେମାନେ ।୧୫୯।ୟେତେ ବୋଲି ବୀର ଯେ ଉଠିଲା ମୁଣ୍ଡିଆଇଜଣକର ରଥ ଧଇଲାକ ବେଗେ ଯାଇଂ ।୧୬୦।ବୁଲାଇ ଫିଙ୍ଗନ୍ତେ ଯେ ବହୁତ ଦୂର ଗଲାରଣେ ସାରଥି ଅଶ୍ୱ ମଲେ ରଥୀ ମୋହ ଗଲା ।୧୬୧।ଭୀଷ୍ମଂକର ରଥରେ ଯେ ମାଇଲା ବାହାଦଣ୍ଡଭାଜିଲାକ ରଥ ହୋଇଲା ଯେ ଖଣ୍ଡ ଖଣ୍ଡ ।୧୬୨।ଭୀଷ୍ମେ ପଳାଇଲେ ବହୁତ ଭୟ ପାଇକର୍ଣ୍ଣକୁ କୋଦାଳ ଘେନି ପିଟିଲା ନିଠିଆଇ ।୧୬୩।ରଥୀ ରଥ ସାରଥି ସମସ୍ତେହେଂ ମଲେଧୁଶାସନକୁ ଦେଖିଣ ଅସୁରେ ଗୋଡ଼ାଇଲେ ।୧୬୪।କୋଦାଳ ବୁଲାଇ ଯେ ପିଟନ୍ତେ ଅସୁରଧୁଶାସନ ଆଡ଼ିଲା ଯେ ପାତିଣ ଗଦାବର ।୧୬୫।ଅସୁର କାଦାଳ ପଡ଼ି ଗଲା ଭାଞ୍ଜିଉଠଇ ଅସୁର ଯେ ପିଟଇ ଗଳଗାଜି ।୧୬୬।ୟେକ ପ୍ରହରକେ ଦଶ ବିଂଶ ମାରିଦ୍ରିଯୋଧନ ଭ୍ରାଥମାନେ ହୋଇଲେ ସଂହାରି ।୧୬୭।ଦେଖିଣ ଦ୍ରିଯୋଧନ ଓଗାଳିଲା ବଳେଦ୍ରିଯୋଧନ ରଥରେ ଅସୁର ଅଛି ତଳେ ।୧୬୮।ମହା ପ୍ରତାପୀ ସେ ଯେ ଅଟଇ ଦନୁଜକରଇ ସମର ସେ ଯେ ସାକ୍ଷ ଚନ୍ଦ୍ର ସୂର୍ଯ୍ୟ ।୧୬୯।ଆପଣା ସଇନକୁ ଚାହିଂଣ କୁରୁପତିପଳାଅ ଯେ ଯାହାରେ ଲୁଚ ହୋ ତଡ଼ତି ।୧୭୦।ଶୁଣିଣ ସଇନମାନେ ଯାନ ବାହାନ ଛାଡ଼ିବନସ୍ତେ ଲୁଚିଲେ ଯେ ଅନେକ କଷ୍ଟ ପଡ଼ି ।୧୭୧।ଦ୍ରିଯୋଧନ ଅସୁର ଯେ କରନ୍ତେଣ ରମଅବିଚ୍ଛନ୍ନେ ନାରାଜ ଯେ ବିନ୍ଧଇ କୁରୁରାମ ।୧୭୨।ଲକ୍ଷ ଲକ୍ଷ କରି ବିନ୍ଧୁଅଛି ଶରକୋଟି କୋଟି କରି ଯେ ମାରଇ ମୁଦୁଗର ।୧୭୩।ଅବିଚ୍ଛନ୍ନେ ନାରାଜ ବିନ୍ଧଇ ଛଟକେଦ୍ରିଯୋଧନ ଯୁଦ୍ଧକୁ ସାକ୍ଷ ଦେବଲୋକେ ।୧୭୪।ୟେମନ୍ତ ସମର ଯେ ହୋଇଲା ବେନି କୁଳଗଗନେ ଅଦୃଶ୍ୟ ହୋଇଲେ କଶ୍ୟପର ବାଳ ।୧୭୫।କୁମ୍ଭ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିଚନ୍ଦ୍ର ବାର ବିଶାଖା ତୁଳ ପାଞ୍ଚଦଣ୍ଡ ଘେତି ।୧୭୬।ସେ ଦିନ ସମର ଯେ ହୋଇଲା ଅନେକଦ୍ରିଯୋଧନର ତୁଲେ ଯେ ଅସୁର ନାୟକ ।୧୭୭।ମହାଘୋର ନିଶା ନ ଦିସଇ କିଛିଦ୍ରିଯୋଧନ ଅସୁର ସମର ବାଜିଅଛି ।୧୭୮।କୋପେଣ କୋଦାଳେଶ୍ୱର ମାଇଲା ବଜ୍ର ମୁଷ୍ଟିରଥ ସାରଥି ପଡ଼ିଲେ ଗୁଣ୍ଡା ଉଠି ।୧୭୯।ପାଦଗତି ହୋଇଣ ସେ ମାନଗୋବିନ୍ଦ ବୀରଅସୁର ତୁଲେଣ ଯେ କରଇ ସମର ।୧୮୦।ଗଦା ଘେନି ମାରଇ ଯେ ମାନଗୋବିନ୍ଦ ରାୟେପଡ଼ିଲା ଗଦାବର ଯେ ଅସୁରର କାୟେ ।୧୮୧।ମେରୁ ଚୂର ହୋଇ ଥାଇ ଯେବେଣ ଗଦା ବାଜିଅସୁର ଦେହେ ବାଜି ସେ ଗଦା ଗଲା ଭାଞ୍ଜି ।୧୮୨।ପୁଣ ଆରେକ ଗଦା ବୁଲାଇ ମାନଚକ୍ରବ୍ରତୀଅସୁର ଉପରେ ନେଇ ପିଟିଲାକ ଧାତି ।୧୮୩।ଗର୍ଜି ଉଠିଲା ଯେ ଅସୁର କୁଳ ବୀରକୋଦାଳ ଘେନି ମାଇଲା ମାନଗୋବିନ୍ଦ ଉପର ।୧୮୪।ଘାୟେଣ ଘୁମାଇଲା ମାନଚକ୍ରବ୍ରତୀଧାତିକାରେ ଉଠି ବୀର ଧଇଲା ସାଉଂଟି ।୧୮୫।ରଥରେ ରାଜାକୁ ପକାଇ ଯେ ବିଚାରଇ ଅସୁରହସ୍ତିନା ରାଜ୍ୟର ୟେହୁ ଅଟଇ ନୃପବର ।୧୮୬।ୟେହାର ମାୟେଂସରେ ଅନେକ ସ୍ୱାଦୁ ଅଛିୟେହାର ସଙ୍ଗେ ଯୁଦ୍ଧ କରି ପିତା ମୋ ମରିଅଛି ।୧୮୭।ୟେତେକ ବିଚାରିଣ ସେ ଅସୁର କୁଳସାଇଂରନ୍ଧନ କରି ୟେହାକୁ ଖାଇବଇଂ ମୁହିଂ ।୧୮୮।ରଜନୀ ପାହିଲେ ୟେହାର ରାଜ୍ୟକୁ ମୁଂ ଯିବିଆଜ ୟେହି ଠାବରେ ମୁଂ ରଜନୀ ବଞ୍ଚିବି ।୧୮୯।ୟେମନ୍ତ ଅସୁର ଯେ ରହିଲାକ ତହିଂମନରେ ବିଚାରନ୍ତେ ରଜନୀ ଗଲା ପାହି ।୧୯୦।ଅରୁଣ ଉଦୟ ଯେ ପୂର୍ବ ଦିଗେ ଦିଶିହସ୍ତିନାକୁ ବାହାର ରଥରେଣ ବସି ।୧୯୧।ଅସୁର କୋଦାଳେ ଯେ କର୍ଣ୍ଣ ମୋହ ଯାଇଥିଲାକର୍ଣ୍ଣର ଅମୃତ କୁଣ୍ଡଳୁଂ ସୂର୍ଯ୍ୟ କିରଣେ ଅମୃତ ସ୍ରବିଲା ।୧୯୨।ମୁଖେଣ ପଶନ୍ତେ ସେ ପାଇଲାକ ଗ୍ୟାନକରେ ଶହସ୍ର ଘେନି ବୀର ଉଠିଲା ବହନ ।୧୯୩।ଦେଖିଲା ଆପଣାର ପାଶେ କେହି ଯେ ନାହାନ୍ତିମନେ ବିଚାରନ୍ତି ୟେ କେଣିକି ଗୋଡ଼ାଇ ଅଛନ୍ତି ।୧୯୪।କାହାରି ତହିଂ ସେ ନ ପାଇ ସନ୍ଦେଶକି ଅବା ସମରେ ଯେ ମାଇଲା ରାକ୍ଷସ ।୧୯୫।ୟେସନେକ ବିଚାରି ସେ ହସ୍ତିନାକୁ ଯାଇଦେଖିଲା ଅସୁର ରଥ ଅଛଇ ଆରୋହୀ ।୧୯୬।ଅସୁର ସଇନ ତାର ସମସ୍ତ ଲାଗିଥିଲାଦେଖିଣ କର୍ଣ୍ଣ ବୀର ମହା କୋପ କଲା ।୧୯୭।ଖୃପରୁ କାଢିଲା ଖଗୟା ନାରାଜମନ୍ତ୍ରି ଛାଡ଼ିଲା ଯେ ରାଧାର ଆତ୍ମଜ ।୧୯୮।ହାଥରୁ ଫିଟନ୍ତେ ହେଇଲା ନବ କ୍ଷଉଣୀ ଶରନବ କ୍ଷଉଣୀ ମୁଣ୍ଡ କାଟିଲା ରାଧେବ କୁମର ।୧୯୯।ପବନ ଘାତେ ଯେହ୍ନେ କଦଳୀ ବନ ଲୋଟିୟେସନେକ ପ୍ରାୟେ ଦଇତେ ପଡ଼ିଲେ ମହୀ ଲୋଟି ।୨୦୦।ଦେଖିଣ ଦଇତ ମହାରାଗୀ ହେଲାହସ୍ତିନା ରାଜ୍ୟ ନ ରଖିବି ବୋଇଲା ।୨୦୧।କର୍ଣ୍ଣକୁ ବୋଇଲା ତୁ ଅଟୁ ରେ ନିର୍ଲଜମରଣରୁ ବ୍ରତି ଅଇଲୁ କରିବୁ ସମର ଆଜ ।୨୦୨।କର୍ଣ୍ଣକୁ ପଛକରି ଅସୁର ଯେ ଗଲାୟେକା ହୋଇ ଅସୁର ହସ୍ତିନାକୁ ବାହିଲା ।୨୦୩।ଦ୍ରିଯୋଧନକୁ ଅଛି ରଥରେ ପକାଇଆସଇ ଅସୁର ମହା କୋପଭର ହୋଇ ।୨୦୪।ପଛରେ କର୍ଣ୍ଣ ଡାକଇ ଆରେ ରେ ପାମରକର୍ଣ୍ଣ ଡାକ ନ ଶୁଣଇ କୋଦାଳ ଅସୁର ।୨୦୫।ଦେଖିଣ କର୍ଣ୍ଣ ଆଗେ ଓଗାଳିଲା ଯାଇବୋଇଲା ରେ ଅସୁର କେଣିକି ଯାଉ ତୁହି ।୨୦୬।ସଇନ ସମସ୍ତ ପଡ଼ିବାର ଚିନ୍ତା ହୋଇଛି ଅସୁରତୁହି ସେ ନାଶ କଲୁ ରେ ସଇନକୁ ମୋହୋର ।୨୦୭।ଦଇତ କହୁଂ କହୁଂ କର୍ଣ୍ଣ ବିନ୍ଧିଲା ସହସ୍ରେ ନାରାଜଗର୍ଜିଣ ଆସନ୍ତି ସହସ୍ରେ ସୂର୍ଯ୍ୟଂକର ଯେହ୍ନେ ତେଜ ।୨୦୮।ବାଜନ୍ତେ ଅସୁରର ଦେହରେ ନ ଭେଦିଲାପୁଣିହିଂ କୋଟିୟେ ବାଣ କର୍ଣ୍ଣ ବୃଷ୍ଟି କଲା ।୨୦୯।ଅପ୍ରମିତ ବାଣ ସେ ପେଷଇ ମନ ସରିହାଥର ଛଟକମାନ କହିତ କି ପାରି ।୨୧୦।ଆଖି ନ ପିଛାଡୁ ସତେକ ବେଳ ପେଷିପ୍ରଳୟ ମେଘ କି ଜାଣି ନାରାଜ ବରଷି ।୨୧୧।କେବଣ ଶର ପଛ କେବଣ ଶର ଆଗକେବଣ ବାଣ ବାଜନ୍ତେ କମ୍ପଇ ଦଶ ଦିଗ ।୨୧୨।କେ ପବନୁଂ ବେଗ କେ ମନରୁ ବେଗ ଯାଇଂବାଣରେ ଅସୁର ଦେହ ହୋଇଅଛି ଛାଇ ।୨୧୩।ଦ୍ରିଯୋଧନ ନିଧନେ କର୍ଣ୍ଣ ବଇରାଗୀଅବିଚ୍ଛନ୍ନେ ନାରାଜ ପେଷଇ ବେଗୁ ବେଗି ।୨୧୪।ଅସଂଖ୍ୟ ନାରାଜ ଯେ ପେଷଇ ନିମିଷକେସ୍ୱର୍ଗେ ଥାଇଂଣ ତାହା ଦେଖନ୍ତି ବୃନ୍ଦାଅର୍କେ ।୨୧୫।ଅପୂର୍ବ ସାଂଗ୍ରାମ ସେ କହିତ କି ପାରିଅସୁର ଦେହ ଶରେ ହୋଇଲା ବିଦାରି ।୨୧୬।ଅତିହିଂ ବିମୁଖ ସେ ଅସୁର କୁଳ ଷଣ୍ଢରଡ଼ିୟେକ ଛାଡ଼ିଲା ଯେ କମ୍ପିଲା ବ୍ରହ୍ମାଣ୍ଡ ।୨୧୭।କୋଦାଳ ଘେନି ଦତ୍ୟ ମୁଣ୍ଡିଆଇ ପଶିକର୍ଣ୍ଣର ଉପରେ ଯେ ପିଟିଲା ନିରାଶି ।୨୧୮।ଆଡ଼େ ହୋଇଲାକ ସେ ଯେ ରାଧେବ ବଳାକୋପେଣ ଗର୍ଜଇ ସେ ଅସୁର ଅଚାର୍ଗଳା ।୨୧୯।ତମ୍ୱା ପାତ୍ର ପ୍ରାୟେ କରି ବୁଲାଇ ବେନି ଡୋଲାକୁଦାଳ ଘେନି କରି ସେ କର୍ଣ୍ଣକୁ ଗୋଡ଼ାଇଲା ।୨୨୦।ନ ରହଇ କର୍ଣ୍ଣ ଯେ ଯାଉଛି ପଳାଇପଛରେ ଅସୁର ଯେ ଅଛଇ ଗୋଡ଼ାଇ ।୨୨୧।କେତେହେଂକ ଦୂରେ ଦେଖିଲାକ କର୍ଣ୍ଣଦ୍ୱାରିକାରୁ ଆସୁଛନ୍ତି ଯୁଝେଷ୍ଠି ଭୀମ ଅରଜୁନ ।୨୨୨।ନକୁଳ ସହଦେବ ଯେ ସଙ୍ଗତେ ଅଛନ୍ତିଯୁଝେଷ୍ଠି ଦେଖିଲେ କର୍ଣ୍ଣପଳାନ୍ତି ଦିଗାନ୍ତି ।୨୨୩।ଅସୁର ଯେ ଗୋଡ଼ାଇ ଅଛଇ ପଛ କତିପଛକୁ ନ ଚାହିଂ କର୍ଣ୍ଣ ମନେ ବଡ଼ ଭ୍ରାନ୍ତି ।୨୨୪।କୋଦାଳ ଗୋଟାୟେ ସେ ଅଛଇ ହାଥେ ଘେତିଧାମଇଂ କୋହାନଳେ ଅସୁର ନୃପତି ।୨୨୫।ଯୁଝେଷ୍ଠି ବୋଇଲେ ସେ ଭୀମସେନକୁ ଚାହିଂକର୍ଣ୍ଣ ତ ପଳାଇ ଅସୁର ଅଛଇ ଗୋଡ଼ାଇ ।୨୨୬।ଭୀମସେନ ବୋଇଲା ଦେବ ସହଦେବକୁ ପଚାରକର୍ଣ୍ଣକୁ ଗୋଡ଼ାଇ ଅଛି କେବଣ ଅସୁର ।୨୨୭।କାହାର ହାଥରେ ତାର ହୋଇବ ମରଣସେହି ସିନା ଅସୁର ସଙ୍ଗରେ କରିବାକ ରଣ ।୨୨୮।ଆନର ଯୁଧ୍ୟ କଲେ ହୋଇବାକ ହାନିକେବଣ ଶରେ ଅଛଇ ଅସୁର ମୃତୁ ଘେନି ।୨୨୯।ଭୀମସେନ ବଚନେ ସ୍ୱାମୀ ସହଦେବଂକୁ ଚାହିଂକହ ତୁ ମନ୍ତ୍ରୀବର ୟେ ଅସୁର କେମନ୍ତେ ମରଇ ।୨୩୦।ସହଦେବ ବୋଇଲେ ଦେବ ୟେ କୁଣ୍ଡଳୀର ସୁତନକୁଳ ଠାକୁର ଦେବ ଯାହାକୁ କଲେ ପ୍ରାଣେ ହତ ।୨୩୧।ପିତାର ନିଧନ ଜାଣି ସେ ହସ୍ତିନାକୁ ଅଇଲାନବ କ୍ଷଉଣୀ ବଳ ତାର ସଙ୍ଗତରେ ଥିଲା ।୨୩୨।ଜାଣିହିଂ ଦ୍ରିଯୋଧନ ଅସୁର ସଙ୍ଗେ ଯୁଦ୍ଧନବ କ୍ଷଉଣୀ ବଳ ହୋଇଲେ ତାର ବଧ୍ୟ ।୨୩୩।ସଇନ ନାଶ ଦେଖି ସେ ଆପଣେ ଯୁଦ୍ଧ କଲାକୋଦାଳ ବୁଲାଇ ସେ କର୍ଣ୍ଣକୁ ମାଇଲା ।୨୩୪।ଦ୍ରୋଣଂକର ରଥ ଧରି ରଥକୁ ଦିଲା ଫୋପଡ଼ାଇତିନି ଯୋଜନ ମଧ୍ୟେ ଦ୍ରୋଣ ଅଛନ୍ତି ମୋହ ଯାଇ ।୨୩୫।ବାହାଦଣ୍ଡ ଘେନିଣ ଭୀଷ୍ମଂକର ରଥ ଭାଙ୍ଗିଭୟ ପାଇଣ ଆଡ଼େ ହୋଇଲେ ଗାଙ୍ଗି ।୨୩୬।ଧୁଶାସନ ସଙ୍ଗତେ ଯେ ଶତେ ଭାଇ ଥିଲେଅସୁର ହାଥରେ ସେ ସମସ୍ତ ନାଶ ଗଲେ ।୨୩୭।ଦେଖିଣ ଦ୍ରିଯୋଧନ ଭଆଇଂକ ନିଧନଆପଣେ ଯୁଧ୍ୟ କଲେ ଦ୍ରିଯୋଧନ ରାଣ ।୨୩୮।ଅନେକ ଯୁଦ୍ଧ କଲେ ଅସୁର ସଙ୍ଗରରାତ୍ର ହୋଇଅଛି ଅଢାଇ ପ୍ରହର ।୨୩୯।କୋପେଣ ଦ୍ରିଯୋଧନକୁ କୋଦାଳ ଘେନି ପିଟିବାଜନ୍ତେଣ ମାନଗୋବିନ୍ଦ ଭୂମିରେଣ ଲୋଟି ।୨୪୦।ଦେଖିଣ ଅସୁର ଯେ ରଥରେ ପକାଇଆପଣା ରାଜ୍ୟେ ତାହା ଖାଇବ ବୋଲି ନେଇ ।୨୪୧।ରଜନୀ ପ୍ରଭାତେ ହସ୍ତିନାକୁ ଦିଲା ଧାଡ଼ିଅସୁର କୋଦାଳ ବାଜି ଯେ କର୍ଣ୍ଣ ଥିଲା ପଡ଼ି ।୨୪୨।ସୂର୍ଯ୍ୟ କିରଣ ଲାଗିଲାକ ଯହୁଂଅମୃତ କୁଣ୍ଡଳୁଂ ଅମୃତ ଝରିଲାକ ତହୁଂ ।୨୪୩।ତୁଣ୍ଡରେ ପଶନ୍ତେ କର୍ଣ୍ଣ ପାଇଲା ଚେତନକରେ ଶହସ୍ର ଘେନି ସେ ଗୋଡ଼ାଇ ବହନ ।୨୪୪।ଅସୁରକୁ ଓଗାଳି ସେ ଅନେକ ଯୁଦ୍ଧ କଲାକେବେହେଂ ସେ ଅସୁରକୁ ଜିଣି ନୁଆରିଲା ।୨୪୫।ଅସୁର ମାରନ୍ତେ ସେ ପଳାଇଲେ ଭୟେୟେହାଂକର ହାଥରେ ଯେ ଅସୁର ନୋହେ କ୍ଷୟେ ।୨୪୬।ଯୁଝେଷ୍ଠି ବୋଇଲେ ବାବୁ ସହଦେବ ଶୁଣକାହାର ହାଥରେ ଅଛଇ ଅସୁର ମରଣ ।୨୪୭।କାହାର ବର ପାଇ ସେ ୟେତେକ ଦର୍ପପଣମରିବ କି ନ ମରିବ ୟେ ଅସୁର ରାଜନ ।୨୪୮।ସହଦେବ ବୋଇଲେ ସ୍ୱାମୀ ଶୁଣିମା ଧର୍ମରାୟେବଡାଇ ପ୍ରତାପୀ ସେ କୋଦାଳେଶ୍ୱର ରାୟେ ।୨୪୯।କାଳିକାକୁ ସେବା କରି ସେ କୋଦାଳେଶ୍ୱର ବୀରଆପଣା ଇଷ୍ଟଦେବତା କରି ରଖିଲା ନିଜ ପୁର ।୨୫୦।ଭୋଗରାଗ ଦେଇ ଯେ ସେବା କରୁଥିଲାଯହୁଂ କାଳିକା ତାକୁ ପ୍ରସନ୍ନ ହୋଇଲା ।୨୫୧।ଦିନେକ କୋଦାଳେଶ୍ୱର ନିଶି ଭ୍ରମି ଆସିମଣ୍ଡୋପରେ ପ୍ରବେଶ ବହୁତ ନାହିଂ ନିଶି ।୨୫୨।କାଳିକା ଭ୍ରମି ଯାଇଥିଲେ କେତେ ଦୂରସେହି ପ୍ରବେଶ ହୋଇଲେ ଆସି ମଣ୍ଡୋପ ଉପର ।୨୫୩।ଅସୁର ବିଚାରଇ ୟେ କେବଣ ସେ ମୂର୍ତ୍ତିକାହାର ଘରକୁ ଯିବ ୟେ କାହାର ଯୁବତୀ ।୨୫୪।ସଭାବେ ବାଳୁତ ବୟସ ନ ଜାଣଇ କିଛିଦେଉଳ ଦୁଆରେ ତ ଆବୋରି ରହିଅଛି ।୨୫୫।କାଳିକା ବୋଇଲେ ତୁ ଉଠ ରେ ପାମରକି ନିମନ୍ତେ ବସିଅଛୁ ମୋହୋର ଦୁଆର ।୨୫୬।ଶୁଣିଣ କୁମର ରାଗେ ଖଡ଼ଗ ବୁଲାଇକାଳିକା ଉପରକୁ ପଡ଼ିଲାକ ଧାଇଂ ।୨୫୭।ବୋଇଲା ସେ ପାମେରୀ ଲୋ କାହିଂର ତୁ ଛାରମିଛହେଂ ବୋଲୁଛୁ ତୁ ଲୋ ମୋହୋର ଦୁଆର ।୨୫୮।ୟେତେ ବୋଲି ଧଇଲା ସେ କାଳିକାର ବାଳଝୁଣଇ ଅତି କୋପେ ହୋଇଣ ଅନ୍ତରାଳ ।୨୫୯।ଭୟେଣ କାଳିକା ଯେ ବୋଲନ୍ତି ବଚନୟେ ଭଲ ନୋହଇ ଛାଡ଼ ବାଳୁତ ନନ୍ଦନ ।୨୬୦।ମୋହୋର ପ୍ରସାଦେ ତୁମ୍ଭେ ଜଗତେ ଅଜୟେମୋତେ ୟେମନ୍ତ କରୁ ତୁ ରେ ଅସୁର ତନୟେ ।୨୬୧।ମୋତେ ଯେ ପ୍ରାଭବ କଲୁ ରେ ଦୁଷ୍ଟମତିତୁହି ନାଶ ଯିବୁ ମୂଢା ହୋଇଣ ୟେହି ଗତି ।୨୬୨।ଶୁଣିଣ ଅସୁର ବହୁତ ଭୟେ କଲାକେଶ ଛାଡ଼ନ୍ତେଣ ଦେବୀ ଅନ୍ତର୍ଦ୍ଧାନେ ଗଲା ।୨୬୩।ୟେସନ ଚରିତ ଯେ ଜାଣନ୍ତେ ତାର ପିତାବହୁତ ବିନୋୟୀ ହୋଇ ପୂଜଇ କାଳିକା ଦେବତା ।୨୬୪।ଅନେକ ଧୁର ଦୀପ ସେ ବଳି ଭୋଜା ଦେଇଜାଣିଣ କାଳିକା ସେ ପ୍ରସନ୍ନ ଆସି ହୋଇ ।୨୬୫।କୁଣ୍ଡଳୀ ବୋଇଲା ଶୁଣ ଗୋ ଆଦିମାତାପୁତ୍ରକୁ ତୋର କିମ୍ପେ ୟେଡ଼େକ ଅହନ୍ତା ।୨୬୬।ତୋହୋର ପ୍ରସନ୍ନେ ସେ ଯେ ହୋଇଅଛି ଜାତସେ ତୋହୋର ପୁତ୍ର ତୁ ତାହାର ଯେ ମାତ ।୨୬୭।ପୁତ୍ର ହୋଇଣ ସେ ଯେବେ ଅପରାଧ କଲାମାତା ହୋଇ ତାହା କିମ୍ପେ ନ ସହିଲ ଭଲା ।୨୬୮।ଶାପ ଯେବେ ଦିଲ ୟେବେ କରସି କାରଣୟେତେ ବୋଲି କୁଣ୍ଡଳୀ ପଡ଼ିଲା କାଳିକା ପାଦେଣ ।୨୬୯।ବହୁତ ବିନୋୟୀ ହୋଇ ଯହୁଂ ହୋଇଲା ବିକଳପୁଣ ପୁଣ ପଡ଼ଇ ସେ ଦେବୀର ପାଦତଳ ।୨୭୦।କାଳିକା ବୋଇଲେ ତୁ ଶୁଣ ରେ ଅସୁରବଜ୍ର ଅଙ୍ଗ ହୋଇଲା ତୋହୋର କୁମର ।୨୭୧।ତୋହୋର ପରାୟେ ସେ ହୋଇବ ଅଜୟେଶହସ୍ର ବିଘାତ ଯେ ନୋହିବ ତାର କାୟେ ।୨୭୨।ଦେବେଣ ଅଜୟ ସେ ମାନୁଷ୍ୟେ ନ ମରିଦେବ ମାନୁଷ୍ୟେ ଯେହୁ ଥିବ ସେ ଅବତରି ।୨୭୩।ସେ ପୁଣି ସାଂଗ୍ରାମେ ଯେ ନୁଆରିବ ଜିଣିଦେବ ମାନବ ହୋଇଣ ସେ ଆଗତ ଭବିଷ ବଖାଣି ।୨୭୪।ମୋତେ ଅନମିତେ ମୂଢା କେଶ ଧରି ଝୁଣିଲାସେହିରୂପେ ନାଶ ଯିବ ଆନ ନୋହିବଟି ଭଲା ।୨୭୫।ତାହାର କେଶ ଯେହୁ ଧରି ବୁଲାଇବତେବେ ସେ ଦଇତ ପ୍ରାଣ ବିସର୍ଜିବ ।୨୭୬।ତେଣୁ କରି ଅସୁର ଅଟଇ ବଳୀୟାରଯୁଝେଷ୍ଠି ବୋଇଲେ ୟେ ମରିବ ତୋହୋର ହାଥର ।୨୭୭।ବାବୁ ସୋଦର ନିଧନ କଲା ଅସୁର ଗରିଷ୍ଠବେଗ କରି ସହଦେବ ମାର ୟେ ପାପିଷ୍ଠ ।୨୭୮।ଶୁଣିଣ ମାଦ୍ରୀସୁତ ଯୁଦ୍ଧକୁ ଅଇଲେ ବେଗକର୍ଣ୍ଣହିଂ ମିଳିଲା ଯାଇଂ ଯୁଝେଷ୍ଠିଂକ ଆଗ ।୨୭୯।ଅସୁର ଗୋଡ଼ାଇଣ ଅଛି ପଛକତିସହଦେବ ଦେଖି ତାକୁ ଓଗାଳିଲେ ଝାତି ।୨୮୦।ଅସୁର ବୋଇଲା ତୁମ୍ଭେ ଆଡ଼ ହୋଅ ଭାଇମୋହୋର ଶତ୍ରୁକୁ ମୁଂ ଅଛଇ ଗୋଡ଼ାଇ ।୨୮୧।ମରଣକୁ ଭୟେ କି ନାହିଂ ହୋ ତୁମ୍ଭରମୋତେ ଯୁଝିବୁ କିରେ ତୁ ଛାର ପାମର ।୨୮୨।ସହଦେବ ବୋଇଲେ ଶୁଣ ରେ ଦନୁଜପଳାଇଲା ଲୋକକୁ ଗୋଡ଼ାଉ ୟେ କେବଣ ତୋର କାର୍ଯ୍ୟ ।୨୮୩।ପଳାଇଲା ଶତ୍ରୁକୁ ଗୋଡ଼ାଇ ଯେବେ ମାରିବିଧାତା ତାହାକୁ ନର୍କରେ କୃମି ଜାତ କରି ।୨୮୪।ଶୁଣିଣ ଅସୁର ଯେ କୋଦାଳ ଘେନି ପିଟିଭାଙ୍ଗି ପାକାଇଲା ସେ ସହଦେବ ରଥ ଗୋଟି ।୨୮୫।ମାଦ୍ରୀସୁତ ପାଦଗତି ହୋଇଣ ବିନ୍ଧଇଅସୁର ଦେହେ ବାଜିଣ ଶହସ୍ର ଭାଞ୍ଜଇ ।୨୮୬।କାଳିକା ଶାପ ପଡ଼ିଲାକ ତାକୁବପୁ ଖିନ୍ନ ହୋଇଲା ସେ ସହଦେବ ଦେଖୁ ଦେଖୁ ।୨୮୭।କୋଦାଳ ଘେନିଣ ମାଇଲା ଦନୁଜସହଦେବ ବିନ୍ଧେ ବାଣ କୋଟି ସୂର୍ଯ୍ୟ ତେଜ ।୨୮୮।ଅସୁର ଆୟୁଧ ଯେ ହୋଇଲା ଭଗନସ୍ତକୋଦାଳ ଭାଞ୍ଜନ୍ତେ ସେ ଅସୁର ଶୂନ୍ୟ ହାଥ ।୨୮୯।ପର୍ବତେକ ଉପାଡ଼ି ବୁଲାଇ ଫିଙ୍ଗି ଦିଲାବଜ୍ରବାଣେ ତାହା ସହଦେବ ନିବାରିଲା ।୨୯୦।କୋପେଣ ଅସୁର ଯେ ଆସଇ ବେଗ ହୋଇଧନୁ ଶହସ୍ର ହାଥୁଂ ସେ ନେଲାକ ଛଡ଼ାଇ ।୨୯୧।ଶୂନ୍ୟ ହାଥ ହୋଇଣ ସେ ମାଦ୍ରୀର କୁମରମାଲ ଯୁଦ୍ଧ ଆରମ୍ଭଇ ଅସୁର ସଙ୍ଗର ।୨୯୨।ରେ ରେ କାର କରିଣ ଅସୁର ମହାବୀରବଜ୍ରମୁଥେ ମାଇଲା ସହଦେବ ଅଙ୍ଗର ।୨୩୯।ମୁଥ ପଡ଼ନ୍ତେଣ ଧଇଲେ ତାର ହାଥଛାଟି ପକାଇଲେ ମାଦ୍ରୀଦେବୀର ସୁତ ।୨୯୪।ସମ୍ଭାଳି ନୁଆରି ଅସୁର ମୁହଂମାଡ଼ି ପଡ଼ିଉପରେ ସହଦେବ ବସିଲାକ ମାଡ଼ି ।୨୯୫।ଦଇବେ ବିଧାତା ଯାହାକୁ ବାମ ହୋୟେବୃଦ୍ଧି ବଳ ବୀର୍ଯ୍ୟ ବପୁ ସମସ୍ତ ନାଶ ଯାୟେ ।୨୯୬।ଯେତେବେଳେ ଯାହାକୁ ସୁଦଶା ପରାପତଦୂରର ପଦାର୍ଥ ମିଳଇ ତାର ହାଥ ।୨୯୭।ବସିବା ଠାବରେ ସମସ୍ତ ସିଦ୍ଧ ହୋଇବିଧାତା ବଶକୁ ସଂସାରେ ଆନ ନୋହି କହି ।୨୯୮।ଯେତେବେଳେ ଯାୟେ ସୁଦଶା ତାର ଥିଲାଭୀଷ୍ମ ଦ୍ରୋଣ ଘୁଞ୍ଚିଲେ ଦ୍ରିଯୋଧନ ଆଦି ମଲା ।୨୯୯।କର୍ଣ୍ଣ ପଳାଇଲା ସେ ପଳାଇଲା ତାର ଆଗବିଧାତା ନିର୍ଭାଇଛି ତାକୁ ୟେସନେକ ଯୋଗ ।୩୦୦।ସହଦେବ ହାଥେ ମରଣ ନେଇ କଲାକାଳିକାର ଶାପ ଯେ ପ୍ରତକ୍ଷେ ଫଳିଲା ।୩୦୧।ସହଦେବ ବିନ୍ଧନ୍ତେ ଭାଜିଲା କୋଦାଳଯହୁଂ ସେ ଅସୁରକୁ ଘୋଟିଲା ଆସି କାଳ ।୩୦୨।ମୂଥ ମାରନ୍ତେ ସହଦେବ ଧଇଲା ତାର ହାଥଛାଟନ୍ତେଣ ତଳେ ଯା ପଡ଼ିଲା ଦଇତ ।୩୦୩।ଉପରେ ମାଡ଼ି ବସିଲା ମାଦ୍ରୀଦେବୀ ସୁତଅସୁର କେଶ ସହଦେବ ଧଇଲେ ବାମ ହାଥ ।୩୦୪।ନିଠାଇ ଝୁଣନ୍ତେ ଅସୁର ପ୍ରାଣ ଗଲାକାଳିକା ଶାପରେ ଅସୁର ନାଶ ଗଲା ।୩୦୫।ତିନି ଯୋଜନା ସେ ଯେ ପଡ଼ିଲାକ ମାଡ଼ିମଲା ଅସୁର ସେ ଯେ ତାର ପ୍ରାଣ ଗଲା ଛାଡି ।୩୦୬।ଦେଖିଣ ଦେବତାୟେ ଆନନ୍ଦ ହୋଇଲେସହଦେବର ଶିରେ କୁସୁମ ବରଷିଲେ ।୩୦୭।ଅସୁରକୁ ମାରିଣ ସେ ମନ୍ତ୍ରୀ ବୀରବରଯୁଝେଷ୍ଠିଂକ ପାଦ ତଳେ କରଇ ନମସ୍କାର ।୩୦୮।ଭୀମ ଅର୍ଜୁନ ନକୁଳନ୍ତ ମାନ୍ୟ କଲାକର୍ଣ୍ଣଂକୁ ବହୁତ ସେ ଯେ ବିନୋୟୀ ଶୁତିଲା ।୩୦୯।କୋଳ କରି ଧରନ୍ତି ସେ ରାଧେବୀର ସୁତକଲ୍ୟାଣ କରନ୍ତି ସେ ଯେ ଶିରେ ଦେଇ ହାଥ ।୩୧୦।ମୁଖେ ଚୁମ୍ୱନ ଦେଇ ଆଉଂଷନ୍ତି ଦେହଦ୍ରିଯୋଧନ ମଲା ବୋଲି କର୍ଣ୍ଣ କରନ୍ତି କୋହ ।୩୧୧।ବାବୁ ସହଦେବ ରେ ମହିମା ତୋର ଧନିସର୍ବଗ୍ୟଂ ପୁରୁଷ ତୁ ଅଟୁ ଅନ୍ତର୍ଯ୍ୟାମୀ ।୩୧୨।ବାବୁ ଭୀଷ୍ମେ ପଳାଇଲେ ଦ୍ରୋଣେ ହେଲେ ହତଆବର ପଡ଼ିଲେ ମାନଗୋବିନ୍ଦ ଶତେ ଭ୍ରାଥ ।୩୧୩।ବାବୁ ରେ ତିନିବେଳ ମୋର ରଥ ଭାଞ୍ଜି ପକଇଲାକୋଦାଳ ବାଜି ମୋର ଗ୍ୟାନ ହତ ହେଲା ।୩୧୪।ବାବୁ ଭୟେଣ ପଳାଇ ମୁଂ ଅଇଲଇଂ ୟେକାଥାଠ ସଇନ କେଣେ ଗଲେ ନ ପାଇଲି ଦେଖା ।୩୧୫।ଅଶସ୍ତମା ବାହ୍ଲିକ କୃପ ଜଦ୍ୟରଥଶକୁନି ପଳାଇଗଲା ଛାଡ଼ି କରି ରଥ ।୩୧୬।ବାବୁ ୟେଡ଼େ ବଡ଼ ଦ୍ରପିଷ୍ଠ ଅସୁର ତୋହୋର ହାଥେ ମଲାଦ୍ରିଯୋଧନକୁ ନ ଦେଖି କର୍ଣ୍ଣ ଅନେକ ଚିନ୍ତା କଲା ।୩୧୭।ଧର୍ମର ନନ୍ଦନ ଯେ ଯୁଝେଷ୍ଠି ଦେବରାୟେଦ୍ରିଯୋଧନକଇଂ ନ ଦେଖି ଅନେକ ଶୋକ କୟେ ।୩୧୮।ଆହା ରେ ଭାଇ ମୋର ମାନଚକ୍ରବ୍ରତୀପଞ୍ଚୁ କଟକରେ ତୁ ଯେ ଅଟୁ ଆଧିପତି ।୩୧୯।ତୋହୋର ହତ ଦେଖି ନ ସହଇ ଦେହଅର୍ଜୁନକୁ ଚାହିଂ ଦେବ ପଡ଼ିଲେକ ମୋହ ।୩୨୦।ଭୂମିରେ ପଡ଼ିଲେ ଦେବ ମୃତୁ ପିଣ୍ଡ ଜାଣିକୋଳ ଧରି ଅର୍ଜୁନ ଧଇଲେକ ଆଣି ।୩୨୧।ଶୀତଳ ଜଳ ଆଣି ନକୁଳ ମୁଖେ ସିଞ୍ଚିଆଲଟ ଘେନିଣ ଯେ ସହଦେବ ବିଞ୍ଚି ।୩୨୨।ଚରଣ ଚାପଇ ସେ ଯେ ପବନ କୁମରଚେତନା କରାଇଲେ ଯେ କୋଇନ୍ତା କୁମର ।୩୨୩।ଯୁଝେଷ୍ଠି ବୋଇଲେ ଶୁଣ ରେ ମୋର ଭାଇଦ୍ରିଯୋଧନ ଅଭାବେ ମୁହିଂ ବ୍ରତିବଇଂ କାହିଂ ।୩୨୪।ଅନ୍ଧର ସୁତ ହତ ମୁଂ କି ବୁଦ୍ଧି କରିବିଧୃତିରାଷ୍ଟଂକର କଷ୍ଟ ଦେଖିଲେ ମରିବି ।୩୨୫।ଚାଣ୍ଡାଳ ଅସୁର ୟେବେ ନ ମଲା କି ଅବାସୋଦର ନିଧନେ ବାବୁ କେମନ୍ତେ ବ୍ରତିବା ।୩୨୬।ଅର୍ଜୁନ ବୋଇଲେ ଦେବ କ୍ରୋଧ କର ଥିରଅମର ମଉଷଧି ସ୍ୱାମୀ ଅଛଇ ମୋହୋର ।୩୨୭।ଯେବେ ଆଗ୍ୟାଂ ହୋଇବ ଦେବ ବ୍ରତିବେ କୁରୁରାୟେଖାଣ୍ଡବ ବନ ଦହନେ ଅଗ୍ନିଂକ ଉପାୟେ ।୩୨୮।ଅମର ମଉଷଧି ଅଛଇଂ ଭସ୍ମସାରବଶ୍ୟାନର ଦେବତା ଦେଇଛନ୍ତି ମୋର କର ।୩୨୯।ସେ ଭସ୍ମ ପଡିଲେ ଯେ ମୃତୁ ଲୋକେ ବ୍ରତିମନ୍ତ୍ରେକ କହିଅଛନ୍ତି ଦେବ ଯେ ବହତି ।୩୩୦।ଯୁଝେଷ୍ଠି ବୋଇଲେ ଶୁଣ ହୋ ଅର୍ଜୁନସମସ୍ତେ ବ୍ରତିବେ କି ଗାନ୍ଧାରୀ ନନ୍ଦନ ।୩୩୧।ମନ ଶୁଦ୍ଧ କରି ବଶ୍ୟାନର ଦେଇଛନ୍ତି ବିଭୂତିଜୀବନ୍ୟାସ ଶର ତାହା ବସାଇଲେ ଧାତି ।୩୩୨।ମନ୍ତ୍ର ସୁମରିଣ ଯେ ବିନ୍ଧିଲେକ ଶରବୋଇଲେ ପଡ଼ିଛନ୍ତି ଯେତେ ମୋହୋର ସୋଦର ।୩୩୩।ସମସ୍ତେ ବ୍ରତିବେଟି ନ ରହିବେ ଜଣେପ୍ରସନ୍ନ ହୋଇ ଯେବେ ବର ଦେଇଛନ୍ତି ଆପଣେ ।୩୩୪।ୟେତେ କହି ପାଥ ମନ୍ତ୍ର ସୁମରିଣ ପେଷିସବୁରି ଅଙ୍ଗେ ଶର ପଡ଼ିଲାକ ଆସି ।୩୩୫।ନିଦ୍ରାରୁ ଉଠିଲା ପ୍ରାୟେ ହୋଇଣ କଉରୋବେକରେ ଶହସ୍ର ଘେନିଣ ଧାମନ୍ତି ଅତି ବେଗେ ।୩୩୬।ଅସୁରକୁ ନ ଦେଖିଣ ସେ ବହୁତ ଖୋଜିଲେଲୁଚିଲାର ଲୋକନ୍ତ ଯାଇଣ ଦେଖିଲେ ।୩୩୭।ଦ୍ରୋଣେ ବ୍ରତିଲେ ଯେ ମଉଷଧି ଉପାୟେଗାଙ୍ଗେବ ଲୁଚିଥିଲେ ଯେ ଅସୁରର ଭୟେ ।୩୩୮।ସମସ୍ତେ ରୁଣ୍ଡ ହୋଇଲେ ୟେକ ମେଳଲୁଚିଲାର ସଇନ ଯେ ମିଳିଲେ ସକଳ ।୩୩୯।ଦ୍ରିଯୋଧନ କର୍ଣ୍ଣକୁ ନ ଦେଖିଣ ଭାଳିହସ୍ତିନା ନଗରେ ଯାଇଂ ମନ ଦୁଖେ ମିଳି ।୩୪୦।ଦେଖିଲେ ନଗ୍ରରେ ଯେ ଗୋଟିୟେ ଜନ ନାହିଂବନସ୍ତରେ ଲୁଚିଛନ୍ତି ମହା ଭୟ ପାଇ ।୩୪୧।ଅର୍ଜୁନ ମଉଷଧି ପାଇଣ କୁରୁପତିଚେତିଣ ବସିଲା ସେ ମନରେ ବଡ ଭୀତି ।୩୪୨।ଦେଖିଲା ଯୁଝେଷ୍ଠି କର୍ଣ୍ଣ ଭୀମ ଅରଜୁନୟେହାନ୍ତ ଦେଖି ପୁଚ୍ଛଇ ସେ ହସ୍ତିନା ରାଜନ ।୩୪୩।ଅସୁର ସମର ଯେ କଲା ମୋର ତୁଲେଧୁଶାସନ ମୂଳେଶତେ ଭାଇ ମଲେ ।୩୪୪।ଭୀଷ୍ମେ ଘୁଞ୍ଚିଗଲେ ଦ୍ରୋଣେ ପଡ଼ିଲେକ କାହିଂସଇନି ଲୁଚିଲେ ଯାଇଂ ବନସ୍ତେ ପଳାଇ ।୩୪୫।ତୁମ୍ଭେ ଯେ ମିତ୍ର ମୋହ ଯାଇଂ ପଡ଼ିଥିଲକେବଣ ପ୍ରକାରେ ତୁମ୍ଭେ ହୋଇଲକ ଭଲ ।୩୪୬।ଅସୁରକୁ ମାଇଲ କେବଣହିଂ ମତେସମରେ ହାରିଲୁ ଆମ୍ଭେ ନ ଜାଣୁ ତଦନ୍ତେ ।୩୪୭।କର୍ଣ୍ଣ ବୋଇଲେ ତୁମ୍ଭେ ଶୁଣସି ନୃପତିବଡ଼ ପ୍ରତାପୀ ସେ ଅସୁର କୁଳଛତ୍ରୀ ।୩୪୮।ତୁମ୍ଭନ୍ତ ମାରିଣ ସେ ରଥରେ ପକାଇହସ୍ତିନା ନବରକୁ ଆସଇ ବୀର ଧାଇଂ ।୩୪୯।ରଜନୀ ପ୍ରଭାତରେ ଦେଖିଲାକ ମୁହିଂଅସୁର ସଙ୍ଗତରେ ଯୁଦ୍ଧ କଲୁ ଆମ୍ଭେ ଯାଇଂ ।୩୫୦।ବହୁତ ସମର କରି ଜିଣି ନୁଆରିଲୁଭୟେ କରି ତହୁଂ ଯେ ୟେଣିକି ଅଇଲୁ ।୩୫୧।ୟେହାନ୍ତ ଦେଖିଲୁ ଦ୍ୱାରିକାରୁ ଆସୁଥିଲେଅସୁର ସଙ୍ଗତେ ସହଦେବ ଯୁଦ୍ଧ କଲେ ।୩୫୨।ମରଣ ଜାଣଇ ତାର ସହଦେବ ମନ୍ତ୍ରୀଅସୁରର ସଙ୍ଗେ ସେହୁ ଯୁଦ୍ଧ ଯେ କରନ୍ତି ।୩୫୩।କେଶ ଝୁଣନ୍ତେଣ ଅସୁର ପ୍ରାଣ ଦିଲାପୂର୍ବେ ଶାପ ତାକୁ କାଳିକା ଦେଇଥିଲା ।୩୫୪।ଅସୁର ନିଧନେ ଯେ ଯୁଝେଷ୍ଠି କହିଲେଅର୍ଜୁନ ଶର ପେଷନ୍ତେ ସକଳେ ବ୍ରତିଲେ ।୩୫୫।ତୁମ୍ଭନ୍ତ ରଥରେ ପକାଇ ଅସୁର ନିଅନ୍ତାସ୍ୱାଦ ମାୟେଂସ ବୋଲି ସେ ଅବଶ୍ୟ ଭକ୍ଷନ୍ତା ।୩୫୬।ୟେଥୁ ଅନନ୍ତରେ ସେ ପାଣ୍ଡବ ଚାରି ଭାଇକର୍ଣ୍ଣ ଦ୍ରିଯୋଧନକୁ ଚାହିଂ ସେ ପ୍ରଳମ୍ୱିତ ହୋଇ ।୩୫୭।କଲ୍ୟାଣ କରିଣ ସେ ଧୃତିରାଷ୍ଟ ସୁତସହଦେବକୁ ସେ ଯେ କଲେକ କୋଳାଗ୍ରତ ।୩୫୮।ଅର୍ଜୁନକୁ ଆଶ୍ୱାସି ଶିରେ ଚୁମ୍ୱ ଦିଲେଯୁଝେଷ୍ଠି ଭୀମ ଅର୍ଜୁନ ନକୁଳକୁ ଗଉରୋବ କଲେ ।୩୫୯।ଆନନ୍ଦେ ବେନି କୁଳ ହୋଇଣ ୟେକସଙ୍ଗଉଚ୍ଛବ କରି ରଥରେ ବାନ୍ଧିଲେ ପାତାଙ୍ଗ ।୩୬୦।ହସ୍ତିନା ନବରେ ସେ ହୋଇଲେ ପରବେଶଭୀଷ୍ମ ଦ୍ରୋଣ ଶକୁନି ଜଦ୍ୟରଥ ମିଳିଲେ ଆସି ପାଶ ।୩୬୧।ବହୁତ ପ୍ରଶଂସା ଯେ କରନ୍ତି ଭୀଷ୍ମ ଦ୍ରୋଣକର୍ଣ୍ଣ ତହୁଂ ଶୁଣିଲେ ଅସୁର ମରଣ ।୩୬୨।ନୃପତି ବୋଇଲେ ହୋ ରାଜ୍ୟେ ଘୋଷଣ ଦେଆଅଅସୁରକୁ ମାଇଲେ ସେ ମାଦ୍ରୀଦେବୀର ପୁଅ ।୩୬୩।ଯେହୁ ଯେଣେ ଅଛ ହୋ ସମସ୍ତେହେଂ ଆସତୁମ୍ଭର ଶତ୍ରୁକୁ ସହଦେବ କଲେ ନାଶ ।୩୬୪।ଘୋଷଣ ଶୁଣିଣ ଯେ ସମସ୍ତ ଜନ ମିଳିଆସ୍ତାନେ ବସି ଦ୍ରିଯୋଧନ ଭୀଷ୍ମ, ଦ୍ରୋଣ, କର୍ଣ୍ଣ ଘେନି ଭାଳି ।୩୬୫।ଅସୁର ଭୟରୁ ଯେ ରଖିଲେ ପାଣ୍ଡବରାଜ୍ୟରେ ହୋଇବ ଆମ୍ଭର ପାଣ୍ଡବ ଉଚ୍ଛବ ।୩୬୬।କୋଟିୟେ ସୁବର୍ଣ୍ଣ ଦେବ ସହଦେବଂକର ଶିରେଆପଣେ ଦ୍ରିଯୋଧନ ଯେ ଅଭିଷେକ କରେ ।୩୬୭।ଶିରେ ମୁକୁଟ କର୍ଣ୍ଣେ କର୍ଣ୍ଣାଞ୍ଚଳ କଣ୍ଠକଇଂ ହାରକରେଣ କଂକଣ ଯେ ପୟରେ ନୂପୁର ।୩୬୮।ଚତୃସମ ଲେପିଣ ସୁଗନ୍ଧ ପୁଷ୍ୟ ଦେଇଅନେକ ସମ୍ଭରେ ରାଜା ରାଜ୍ୟରେ ବୁଲାଇ ।୩୬୯।ଅନେକ ପୁରଷାର୍ଥ ଯେ କଲେକ ନୃପତିକୋଟିୟେକ ଅଶ୍ୱ ଯେ କୋଟିୟେକ ହାଥୀ ।୩୭୦।ସହସ୍ରେକ ରଥରେ ଯେ ପାଣିଦ୍ରବ୍ୟନ୍ତ ପୂରୋଇଯୁଝେଷ୍ଠି ଦେବଂକ ଛାମୁରେ ବହୁତ ବିନୋୟୀ ହୋଇ ।୩୭୧।ମର୍ଦନ ମାଜଣା କରାଇଣ କୁରୁପତିଅମୃତ ମୁଣୋହିଂ ସାରିଣ ସେ ଯେ ବ୍ରତିଲେକ ରାତି ।୩୭୨।ରାଜ୍ୟରେ ଉଚ୍ଛବ ଯେ ପ୍ରଜାୟେ ହରଷହସ୍ତିନାୟେ ପାଣ୍ଡବେ ରହିଲେ ଦିନା ଦଶ ।୩୭୩।ଧୃତିରାଷ୍ଟଂକ ଚରଣେ ବହୁତ ବିନୋୟୀ ସେ ହୋଇବାରୁଣାନଗ୍ରକୁ ବିଜୟେ ପାଣ୍ଡବ ପାଞ୍ଚ ଭାଇ ।୩୭୪।ବାଜଇ ବୀରତୂର ଶଙ୍ଖ ମହୁରୀ ଭେରୀଆଲମ୍ୱ ପାଟଛତ୍ର ଚିରାଳ ଅଛନ୍ତି ଉଭାରି ।୩୭୫।ବାଟକୁ ଗୋଡ଼ାଇ ଆସନ୍ତି ସେ ଶତେଭାଇଅନେକ ଉଚ୍ଛବ ଯେ କହଣା ନା ଯାଇ ।୩୭୬।ବାରୁଣାବନ୍ତରେ ଯାଇଂ ପାଣ୍ଡବେ ହୋଇଲେ ପ୍ରବେଶରଜନୀ ବଞ୍ଚିଲେ ତହିଂ କଉତୁକ ରସ ।୩୭୭।ପ୍ରଭାତେ ହସ୍ତିନାକୁ ଆସନ୍ତି ପାଞ୍ଚଭାଇଧୃତିରାଷ୍ଟଂକ ଚରଣେ ବହୁତ ବିନୋୟୀ ହୋଇ ।୩୭୮।ଆସ୍ତାନେ ବସନ୍ତି ଅନେକ ହରଷେଦ୍ରିଯୋଧନ ସଙ୍ଗତେ ଆବର ବହୁତ ବିଶ୍ୱାସେ ।୩୭୯।ୟେମନ୍ତେ କେତେହେଂକ ଦିନର ଅନ୍ତରେଯୁଝେଷ୍ଠି ଭୀମ ଅର୍ଜୁନ ନକୁଳ ସହଦେବ ବୀରେ ।୩୮୦।ଶ୍ରୀକୃଷ୍ଣଂକର ଚରଣେ କରନ୍ତି ବିନୟେଅନୁବ୍ରତେ ରାମ କୃଷ୍ଣ ଚରଣେ କରିଥାନ୍ତି ଧ୍ୟାୟେ ।୩୮୧।ଶ୍ରୀକୃଷ୍ଣ ଚରଣେ ମନ ଚିତ୍ତ ନିବେଶିଶୂଦ୍ରମୁନି ସାରୋଳା ଦାସ ଜନ୍ମେ ଜନ୍ମେ ଅଭ୍ୟାସି ।୩୮୨।୬୩୯୪।