ସାରଳା ମହାଭାରତ ମଧ୍ୟପର୍ବ (ପ୍ରଥମ ଖଣ୍ଡ)
ସାରଳା ଦାସ · ଭାଗ ୩ / ୧୮
ସମ୍ପୂର୍ଣ୍ଣ ସୂଚୀପତ୍ର
ଅର୍ଜୁନର ଅକ୍ଷୟତୂଣୀର ଓ ପାଶୁପତ ଅସ୍ତ୍ରଲାଭ
ଶୁଣ ହୋ ଚଇତନ କକଡ଼ା ମାସ କୃଷ୍ଣପକ୍ଷ ଦୁତୀୟା ଯେ ଅଟଇ ଭୃଗୁବାରଶ୍ରବଣା ନକ୍ଷତ୍ର ଅର୍ଜୁନକୁ ଅଟଇ କ୍ଷେମ ତାର ।୧ ।ସେ ଦିନ ଅର୍ଜୁନ ପ୍ରବେଶ କାଶୀନଦୀ ତୀରେପଶିଲା ହର ଉଦ୍ୟାନ ନିର୍ଝର କନ୍ଦରେ ।୨ ।କପିଳାସ କନ୍ଦରୁ ବିଜୟେ ହର ଯେ ପାର୍ବତୀବନ କ୍ରୀଡ଼ା ରଙ୍ଗେ ବିହଡ଼ନ୍ତି ପଶୁପତି ।୩ ।ଶିରଣେ ଶୀତାଶୁଂ ଯେ ଅଙ୍ଗେଣ ଲେପନ ବିଭୂତିପ୍ରତକ୍ଷେ ବିଶ୍ୱନାଥ ତପୋଧନ ବ୍ରତୀ ।୪ ।ପିଙ୍ଗଳ ରୋମାବଳୀ ବିକଟାଳ ଯୁଗତେକଷା କଉପୀନ ସେ ପିନ୍ଧିଛନ୍ତି ଗାତ୍ରେ ।୫ ।କର୍ଣ୍ଣରେ ତମ୍ୱା ମୁଦୁରା ମଜୂର ପୁଚ୍ଛ ବାହୀ ବେନି ହସ୍ତେକଷା ବସନ ଗୋଟିୟେ ପିନ୍ଧିଣ ଅଛନ୍ତି ଜଗତମାତେ ।୬ ।ୟେସନେକ ସରୂପ ଧରିଣ ଦେବ ସ୍ୱାମୀଉମା ମହେଶ୍ୱର ଯେ ଭ୍ରମନ୍ତି ବନଗାମୀ ।୭ ।କାଶୀ ନଦୀ ତୀରେ ବିଜୟେ ଧୃଜଟୀଭାଣ୍ଡୀର ବୃକ୍ଷ ତଳେ ଯାଇଂ ପାଡ଼ିଲେ କର୍ପଟୀ ।୮ ।ପାର୍ବତୀ ଜାନୁରେ ହର ସୀମାସ୍ଥାନ ଦେଇଦକ୍ଷିଣକୁ ଶିର କରି ଶୁତିଲେ ବିଶ୍ୱନାଥ ଗୋସାଇଂ ।୯ ।କେଶ କୁରୁଳି ଦେବୀ ମାରୁଛନ୍ତି କୃମିନିର୍ଭରେ ଶୋଇଲେ ଦେବ ମାଡ଼ିଲାକ ଘୃମି ।୧୦ ।ଗଣ୍ଡା ଗୋଟିୟେ ଦେବ ସଙ୍ଗେତ ଥିଲେ ଆଣିକାଶୀନଦୀ ଭିତରେ ପଶି ସେ ଯେ ପିଉଥିଲା ପାଣି ।୧୧ ।ଅର୍ଜୁନ ବସିଅଛନ୍ତି ଶିଂଶୁପା ବୃକ୍ଷ ତଳେକାଶୀନଦୀ ତୀରେ ପଛିମ ଭାଗ କୂଳେ ।୧୨ ।ଗଣ୍ଡା ପାଣି ପିଅନ୍ତେ ଦେଖିଲା ବୀର ପାଥଅର୍ପୂବ ଜୀବ ଦେଖି ଧନୁ ଧଇଲା ବାମ ହାଥ ।୧୩ ।ଦକ୍ଷିଣ ଭୁଜେ ବୀର ନାରାଜେକ ସନ୍ଧିଗଣ୍ଡାର ଉପରକୁ ସେ କିଞ୍ଚିତ ଭାବେ ବିନ୍ଧି ।୧୪ ।ପାଣି ଖାଇ କରି ଗଣ୍ଡା ଯାଆନ୍ତେଣ ଲେଉଟିପଡ଼ିଣ ନାରାଜ ଗଣ୍ଡାର ବାମ ଅଙ୍ଗ ଫୁଟି ।୧୫ ।ଶରଘାତ ହୋଇଣ ଯେ ପଳାଇଲା ଗଣ୍ଡା ଜୀବଶର ବିଘାତେଣ ସେ ଛାଡ଼ିଲା ଘୋର ରାବ ।୧୬ ।ସଦାଶିବ ଛାମୁରେ ପଡ଼ି ହୋଇଲା ପ୍ରାଣତ୍ୟାଗଉମା ବୋଇଲେ ସ୍ୱାମୀ ତୁମ୍ଭେ ଉଠ ବେଗ ବେଗ ।୧୭ ।କିୟେଟି ହାଦେ ମାଇଲା ମୋହୋର ଗଣ୍ଡା ଗୋଟିପ୍ରାଣତ୍ୟାଜ ହୋଇଲା ଦେବ ନାରାଜ ଅଛି ଫୁଟି ।୧୮ ।ଧାତିକାରେ ଉଠିଲେ ତହୁଂ ବିଶ୍ୱନାଥେଗଣ୍ଡାର ହତ ଦେଖିଣ ଦେବ ଡାକନ୍ତି କୋପଚିତ୍ତେ ।୧୯ ।କେ ରେ ମୋହୋର ପୋଷିଲା ଗଣ୍ଡା ଗୋଟି ପ୍ରାଣତ୍ୟାଜ କଲାଶିର ସମ୍ପଦ ଆଷ୍ୟ ତା’ ର ଆଜହୁଂ ସରିଲା ।୨୦ ।ଯଦ୍ୟପି ଆଜ ତାକୁ ମୁଂ ଦେଖିବି ନୟନେମାରି ବିଶାବଳି ଦେବି ଆଜ ୟେହି ସ୍ଥାନେ ।୨୧ ।ଗଣ୍ଡାକୁ ମାରିଣ ଯେ ଅର୍ଜୁନ ଆସଇ ଧାଇଂଈଶ୍ୱର କୋପ କଲେ ଅର୍ଜୁନ ମୁଖ ଚାହିଂ ।୨୨ ।ଆରେ ଆରେ ଶବରା ବୋଲି ଡାକିଲେ ସଦାଶିବଅନମିତେ ମୋହୋର କିମୌ ନାଶିଲୁ ଗଣ୍ଡାଜୀବ ।୨୩ ।ବିପରୀତ ବୁଦ୍ଧି ତୋର ନାଶଯିବା ବେଳେପ୍ରତଗ୍ୟାଂ କରି ଅର୍ଜୁନକୁ କଟାଳିଲେ ସୁଢଳେ ।୨୪ ।ବୃକ୍ଷରୁ ଡାଳକେ ଭାଞ୍ଜିଣ ସେ ଯେ ଅନ୍ତରୀଛେ ବୁଲାଇଅର୍ଜୁନର ଉପରକୁ ହର ଆସୁଛନ୍ତି ଧାଇଂ ।୨୫ ।ନାସା ଅଗ୍ରେ କର ଦେଇଣ ବୀର ଅର୍ଜ୍ଜୁନ ହସିଅକାରଣେ ବାଇ ତୋତେ କେ କଲା ରେ ତପୁସୀ ।୨୬ ।ମରିବାର ପାଇଂ ଲୋଡୁ ତୁ କିମ୍ପା ରେ ତପଧନୀପଳା ଯା’ ୟେ ବନସ୍ତରୁ ଭାରିଯା ଗୋଟି ଘେନି ।୨୭ ।ଯେତେ ଘଞ୍ଚାଳ ମୋତେ କଲୁନି ରେ ଅଭାବମରଣକୁ ଇଚ୍ଛାକଲୁ ଲୋଡ଼ିଲୁ ନିଜ ଠାବ ।୨୮ ।ତୋହୋର ମରନ୍ତେଣ କିଛୁ କାର୍ଯ୍ୟ ନେହିବୟା ପ୍ରାୟେ ସୁନ୍ଦରୀ ଭାରିଯା ଗୋଟି ବିଧବା ହୋଇବ ।୨୯ ।ୟେହାର ବିକଳେ ମୁହିଂରେ ନ ମାରଇଂ ତୋତେଯେତେକ ଝିଂଘାସ ଗାଳି ଦେଲୁଣି ତୁ ମୋତେ ।୩୦ ।ଅର୍ଜ୍ଜୁନ ପ୍ରତଗ୍ୟାଂ ଅପାର ଦର୍ପ ଶୁଣିସନ୍ନିଧ୍ୟେ କଟାଳିଲେ ଦେବ ଶୂଳପାଣି ।୩୧ ।ହତ୍ୟା ନ ଘେନିମା ନିମନ୍ତେ ଯେ ବିଚାରଇ ଅର୍ଜ୍ଜୁନସାମାନ୍ୟ ଲୋକକୁ କେସନେ ସମରେ କରିବି ନିଧନ ।୩୨ ।ତପଧନ ହୋଇ ଯେ ତୁ ଅଟୁ ନିରିମାକ୍ଷୀତୋତେ ମାରନ୍ତେ ଆନ ନୋହନ୍ତା କେହୁ ରଖି ।୩୩ ।ସଦାଶିବଙ୍କର କଟାଳ ଦେଖି ବାସବର ତନୁଈଶ୍ୱରଙ୍କ ଗଳାରେ ଲାଇଲା ନେଇ ଧନୁ ।୩୪ ।ଦକ୍ଷିଣ ଭୁଜଣେ ଧରି ଅନ୍ତରୀଛେ ତୋଳିଧନୁ ହୁଳ ଗଳାରେ ଲଗାଇ ଅନ୍ତରୀକ୍ଷେ ବୁଲାଇଲା କପାଳୀ ।୩୫ ।ଯେସନେକ କୁରାଳ ବୁଲାଇ ଚକ୍ର ଧରିସଦାଶିବ ନାଥଙ୍କୁ ଯେ ବୁଲାଇ ସେହିମତି କରି ।୩୬ ।ମୁଖରୁ ରୁଧିର ଯେ ବହଇ ବିଶ୍ୱନାଥପରମ ଯୋଗେଶ୍ୱର ପୁରୁଷ ଛାଡ଼ିଲେ କୋପ ଚିତ୍ତ ।୩୭ ।ବର ମାଗ କିରାତ ରେ ହୋଇଲୁ ତ୍ରିପୁତିଆଶ୍ରିଯ ହୋଇ ଅର୍ଜୁନ ରୁହାଇଲା ତତକ୍ଷଣାନ୍ତି ।୩୮ ।ଗଳାରୁ ଧନୁ କାଢ଼ିଣ ପକାଇଲା ଭୂମିବର ମାଗ ବର ମାଗ ବୋଲନ୍ତି ଦେବସ୍ୱାମୀ ।୩୯ ।କରତାଳି ମାରିଣ ଯେ ହସିଲେ ପାର୍ବତୀସ୍ୱାମୀ ୟେସନେକ ବିପରୀତ ତୁମ୍ଭେ ଅଟ ହୋ ପଶୁପତି ।୪୦ ।ସାଂଗ୍ରାମେ ହାରିଣ ଦେବ ହୋଇଲ ଅପରାଧିମାଡ଼ ଖାଇ କେବଣ ଦେବତା ବର ଯେ ପ୍ରାସାଦି ।୪୧ ।ଈଶ୍ୱରେ ବୋଇଲେ ସାଧୁ ସାଧୁରେ ଶବରମୋତେ ଜିଣିମାକୁ କ୍ଷେମ ପ୍ରତଗ୍ୟାଂ ତୋହୋର ।୪୨ ।ଯାହା ମାଗିବୁ ତାହା ଦେବଇଂ ଅବଶ୍ୟଶତ୍ରୁତା ପଣେ ଜିଣି ତୁ ପାଇଲୁ ବଡ ଯଶ ।୪୩ ।ପୁଣ ପୁଣ ବର ସେ ଯେ ଯାଚନ୍ତି ଦେବରାଜଶୁଣିଣ ବାସେବି ଯେ ହୋଇଲା ଆଶ୍ରିଯ ।୪୪ ।ତୁମେ କେବଣ ପୁରୁଷ ମୁହିଂ ବର ମାଗିବି କେମନ୍ତେସରୂପ ବର୍ଣ୍ଣ ଚିହ୍ନ ଦେଖାଇବ ମୋତେ ।୪୫ ।ଅର୍ଜ୍ଜୁନ କହନ୍ତେ ତାହା ପାର୍ବତୀ ଶୁଣିଲେଯୋଗବଳେ ଦେବୀ ପୁଣ ମନରେ ଜାଣିଲେ ।୪୬ ।କିରାତ ନୋହଇ ୟେ ଅଟଇ ପାଣ୍ଡବ ଫାଲଗୁନିମନେ ମନେ ଉଷତ ହୋଇଲା ଗୋସାମଣୀ ।୪୭ ।ପାର୍ବତୀ ବୋଇଲେ ରେ ତୁ ଶୁଣ ଧନୁର୍ଜୟେସରୂପେ ଭେଟିଲୁ ତୁ ବିଶ୍ୱନାଥ ଦେବରାୟେ ।୪୮ ।ବନକ୍ରୀଡ଼ା କରି ଆମ୍ଭେ ଅଇଲୁ ହର ଯେ ପାର୍ବତୀସୁକ୍ଷଣେ ଭେଟିଲୁ ତୁ ଦେବ ପଶୁପତି ।୪୯ ।ୟେହା ଶୁଣି ଅର୍ଜୁନ ଶହସ୍ର ପକାଇସଦାଶିବ ଚରଣେ ସୁତିଲା ଦଣ୍ଡଲାଇ ।୫୦ ।ସ୍ୱାମୀ ଅଗ୍ୟାନେ ହୋଇଲି ମୁଂ ତୋହୋରେ ଦୋରେହୋଅପରାଧି ହୋଇଲଇଂ ବର ମାଗିବଇଂ ମୁଂ କାହା ।୫୧ ।ପାର୍ବତୀ ବୋଇଲେ ତୁ ନ ଭାଳ ୟେମନ୍ତଶତ୍ରୁତା ପଣେ ତୁ ଯେ ତୋଷିଲୁ ବିଶ୍ୱନାଥ ।୫୨ ।ଆରେ ସାଂଗ୍ରାମେ ମଛଳ ୟେ ଭଗତିମଛଳଶରଣମଛଳ ୟେ ଯେ ସଦାମତି ଭୋଳ ।୫୩ ।ଶୁଣ ହୋ ଧନୁର୍ଜୟେ ବୋଲନ୍ତି ଜଗତମାତାତୋତେ କହିବା ୟେ ସ୍ୱାମୀର ଅପୂର୍ବ ରସକଥା ।୫୪ ।ବାବୁ ବଇତରଣୀ ନଦୀ ତୀରେ ଶିବ ନାମେ ନଗ୍ରୀଶିବଦାସ ବୋଲି ବ୍ରାହ୍ମଣେକ କୃଷିକାରୀ ।୫୫ ।ନିର୍ମଳ ବୋଲି କରି ତାର ପୁତ୍ର ଯେ ଗୋଟିଏବାଳ କାଳେ ରଖଇ ସେ ଗୋଧନ ପଲିୟେ ।୫୬ ।ବାବୁ ସେ ନଦୀ କୂଳେ ଅଛଇ ମଣ୍ଡଳେଶ୍ୱର ନାମେ ଲିଙ୍ଗଅଭୋଗ ଦେବତା ତାଙ୍କୁ ନାହିଂ ଭୋଗ ରାଗ ।୫୭ ।ସେ ପୁତ୍ର ଗୋଟି ତହିଂ ଗୋରୁ ରଖଇ ୟେକାସେ ଲିଙ୍ଗ ଉପରେ ନେଇ ନିତ୍ୟେ ଲଦଇ ଶତେଟେକା ।୫୮ ।ୟେହିମତି ପ୍ରତିଦିନ ମାରଇ ସେ ଲିଙ୍ଗର ଉପରେଭ୍ରାନ୍ତି ନ କରଇ ସେ ହୋଇଲାନି ସମ୍ୱତ୍ସରେ ।୫୯ ।କୁମ୍ଭମାସ କୃଷ୍ଣପକ୍ଷ ଅମାବଇ ଚନ୍ଦ୍ରବାରଶତଭିଷା ନକ୍ଷତ୍ର ଯେ ଅଟଇ ସେ ଦିନର ।୬୦ ।ନାଗ ନାମେ କରଣ ଯେ ଶିବ ନାମେ ଯୋଗକୁମ୍ଭ ସଙ୍କରାନ୍ତିକି ଯେ ଚାରିଦିନ ଭୋଗ ।୬୧ ।ସେଦିନ ସେ ବାଳୁତ ଥିଲା କୃଷି ଖେତେଭୁଞ୍ଜି ବସିଲା ସେ ଚଷାଙ୍କ ସଙ୍ଗତେ ।୬୨ ।ଥୋକାୟେ ଅନ୍ନ ସେ ଭୁଞ୍ଜିଲା ବାଳୁତମନରେ ପଡିଲା ସେ ଛାଡ଼ିଲା ଭୁଞ୍ଜିଲାର ଭାତ ।୬୩ ।ଟେକା ଗୁଡାୟେ ଯେ ଅଣ୍ଟିରେ ପୂରୋଇଉତିଷ୍ଟ ହାଥେ ସେ ଆସୁଅଛି ଧାଇଂ ।୬୪ ।ଅପୂଜା ଲିଙ୍ଗର ସନ୍ନିଧ୍ୟେ ସେ ହେଇଲା ପରବେଶଟେକାମାନ ନେଇ ଲଦଇ ବାଳଶିଷ ।୬୫ ।ଈଶ୍ୱର ଚରିତ ହୋ ଶୁଣ ବୀର ପାଥସେ ଲିଙ୍ଗରେ ବିଜୟେ କଲେ ୟେହି ବିଶ୍ୱନାଥ ।୬୬ ।ପଞ୍ଚଇ ବଦନ ତାଙ୍କର ଯେ ପଞ୍ଚଦଶ ନୟନତୋଷେଣ ବାଳୁତକୁ ପ୍ରସନ୍ନ ହୋଇଲେ ତ୍ରିଲୋଚନ ।୬୭ ।ବର ମାଗ ବୋଲି ଯେ ବୋଇଲେ ପଶୁପତିତଲୟ ଭାବ ଘେନି ମୋତେ କଲୁରେ ତ୍ରିପୁତି ।୬୮ ।ଦେଖିଣ କୁମର ମଣି ପ୍ରଳମ୍ୱିତ କଲାଉଠି କରଯୋଡ଼ି ବଚନ ବୋଇଲା ।୬୯ ।ବାଳୁତ ବୋଲଇ ଭୋ ବିଶ୍ୱନାଥ ମୋତେ ପ୍ରସନ୍ନ ହୋଇବାୟେ ଭରଥ ଖଣ୍ଡେ ମୋତେ ଚାଷ ବୃତ୍ତି ଦେବା ।୭୦ ।ସେ ବାଳୁତ ନନ୍ଦନ କିଛିହିଂ ନ ଜାଣଇଂ ଆନସଦିଭାବେ ମାଗିଲା ସେ କୃଷି ଚଷାଙ୍କର ବିଧାନ ।୭୧ ।ଶୁଣ ହୋ ଅର୍ଜୁନ ବଦୟନ୍ତି ଦେବୀ ଉମାସେ ଯାହା ମାଗିଲାଟି ତାକୁ ପ୍ରସନ୍ନ ହୋଇଲା ୟେହି ମହାତମା ।୭୨ ।ସେ ବାଳୁତ ନନ୍ଦନ ଯାହା ମାଗିଲା କର ପ୍ରସାରିତେଣୁ ସେ ବ୍ରାହ୍ମଣେ ଯେ ହୋଇଲେ କୃଷିକାରୀ ।୭୩ ।ସେ ବ୍ରାହ୍ମଣର ହୋଇଲା ଶତେକ ସନ୍ତତିବେଦମନ୍ତ୍ର ଅପ୍ରାପତ ସେ ହୋଇଲେ ଚାଷ କର୍ମେ ବ୍ରତି ।୭୪ ।ପାର୍ବତୀ ବୋଇଲେ ବାବୁ ଶୁଣ ତୁ ଅର୍ଜୁନଟେକା ଲଦି ସେ ବୃତ୍ତି ଅର୍ଜିଲାଟି ଅଣ୍ଡିରା ବ୍ରାହ୍ମଣ ।୭୫ ।ୟେମନ୍ତେ ହୋଇ ପ୍ରସନ୍ନ ହୋଇଲେଟି ୟେହି ମହାତମାଭଗତ ମଚ୍ଛଳଟି ୟେ ପୁରୁଷଙ୍କ ଉତ୍ତମା ।୭୬ ।ମନେଣ ବିରସ ତୁ ନୋହ ଫାଲଗୁନ୍ୟଅନେକ ସାନନ୍ଦେ ବର ତୋତେ ଯାଚନ୍ତି ତ୍ରିଲୋଚନ ।୭୭ ।ଗଉରା ବଚନେ ଅର୍ଜୁନ ଅନେକ ପରିଣାମିବହୁତ ଅପ୍ରାଧି ମୁଂ ମୋତେ କ୍ଷମା କରିବା ଦେବସ୍ୱାମୀ ।୭୮ ।ପାର୍ବତୀ ବୋଇଲେ ସ୍ୱାମୀ ଯେବେ ଦେବ ବରଅଶଉଚେ ବର ଦିଲେ ପ୍ରାପତ ନୋହଇ ଦେବ ହର ।୭୯ ।ନଦୀରେ ସ୍ନାହାନ କରି ଆସ ଦେବ କାଶୀଶଉଚବନ୍ତ ହୋଇ ଅର୍ଜୁନକୁ ବର ଯେ ଦେଅସି ।୮୦ ।ପାର୍ବତୀଙ୍କ ବଚନେ ହର ସ୍ନାହାନ କରି ଗଲେଅର୍ଜୁନଙ୍କୁ ରାଇ ଦେବୀ ଗଉରା ପଚାରିଲେ ।୮୧ ।କହ ବାବୁ କିସ ବର ମାଗିବୁ ସଦାନନ୍ଦ ଦେବଙ୍କୁସରୂପ ବଚନ ତୁ କହନି ଆମ୍ଭଙ୍କୁ ।୮୨ ।ଅର୍ଜୁନ ବୋଇଲେ ମା ଗୋ ମୁଂ ତ ଅଜ୍ଞାନମାଗିତ ସଙ୍କୋଚ କରଇ ଭଗତି ବିହୀନ ।୮୩ ।ପାର୍ବତୀ ବୋଇଲେ ସେ ଭୋଳାନାଥ ବିଶ୍ୱେଶ୍ୱରବାବୁ ଯେହିକ୍ଷଣି ଦେବେ ତୋତେ ଅଲୋକିତ ବର ।୮୪ ।ବାବୁ ତ୍ରିପୁରହିଂ ଧ୍ୱଂସ କଲେ ଯେବଣହିଂ କାଳେଶହସ୍ରେ ଭେଦ ନୋହିଲା ଷାଠି ସହସ୍ର ବରଷ ରୋଳେ ।୮୫ ।ହରିହର ପବନ ବଶ୍ୟାନର ବହନିନାରାଜ ଗୋଟିୟେ ହୋଇଲେ ଦିଗପାଳମାନନ୍ତ ଘେନି ।୮୬ ।ସେ ଶହସ୍ର ଘେନି ହର ନାଶିଲେ ତ୍ରିପୁରସଦାଶିବ ନାଥଙ୍କୁ ମାଗ ତୁ ରେ ସେ ପାଶୁପତ୍ର ଶର ।୮୭ ।ସେ ଶହସ୍ର ବାବୁରେ ଯେବେ ଥିବ ତୋହୋର ହସ୍ତେସାଂଗ୍ରାମେ ସରି ତୋତେ ବ୍ରହ୍ମା ମହେଶ୍ୱର ଶଚୀପତେ ।୮୮ ।ସ୍ନାହାନ ସାରି ଆସି ବିଜୟେ ଶୂଳପାଣିବୋଇଲେ ବର ମାଗ ତୁହିରେ ପାଣ୍ଡବ ବୀରମଣି ।୮୯ ।ବାସେବି ବୋଇଲା ଯେ ପରସ୍ତାବ ବାକ୍ୟେମୁଂ ଯାହା ମାଗିବି ଦେବ ଦୁସହ ଅଶକ୍ୟେ ।୯୦ ।ଈଶ୍ୱରେ ବୋଇଲେ ମାଗ ଯେ ତୋହୋର ଇଚ୍ଛାପ୍ରସନ୍ନ ହୋଇଲି ଯେ ପୂରୁ ତୋର ମନବାଞ୍ଛା ।୯୧ ।ଅର୍ଜୁନ ବୋଇଲେ ଦେବ ଯେବଣ ଶରେ ନାଶିଲ ତ୍ରିପୁରସେହି ଶହସ୍ର ଗୋଟି ମୋତେ ଦେବାକ ବିଶ୍ୱେଶ୍ୱର ।୯୨ ।ଶୁଣିଣ ସଦାଶିବ ବିରସ କଲେ ମତିପ୍ରସନ୍ନ ହୋଇଂଣ ମହା ଶହସ୍ର ଦିଲକେ ପଶୁପତି ।୯୩ ।ଈଶ୍ୱରେ ବୋଇଲେ ଗିରିଜା ମୁଖ ଚାହିଂତୁମ୍ଭେ ନ କହିଲେ ଅର୍ଜୁନର ୟେଡ଼େ ଜ୍ଞାନ କାହିଂ ।୯୪ ।ପାର୍ବତୀ ବୋଇଲେ ସେ ଅଟଇ ମହାଭିଗ୍ୟଂନାରାୟଣର ଦୁତୀ ଆତ୍ମା ସେ ଅଟଇ ସର୍ବଗ୍ୟଂ ।୯୫ ।ଈଶ୍ୱର ବିଚାରିଲେ ପାର୍ବତୀ ଅପ୍ରାଂଜୟେ କଲାକ ମୁକୁପାର୍ବତୀର ଶହସ୍ରମାନ ଦିଆଇବି ଅର୍ଜୁନକୁ ।୯୬ ।ଈଶ୍ୱରେ ବୋଇଲେ ତୁମ୍ଭେ ଶୁଣ ଦେବୀ ଉମାଅର୍ଜୁନ ଆମ୍ଭର ପୁତ୍ର ହୋଇଲାଟି ରେ ବାମା ।୯୭ ।ତୁମ୍ଭେ ଗୋ ପ୍ରସନ୍ନ ହୋଇବ ନା ଅର୍ଜୁନକୁକିଛୁ ବର ଦେବୀ ଦିଅ ଗୋ ୟେହାକୁ ।୯୮ ।ପାର୍ବତୀ ବୋଇଲେ ବର ମାଗ ହୋ ଫାଲଗୁନିସଦାଶିବ ବୋଇଲେ ଗୋ ହେମବନ୍ତର ନନ୍ଦିନୀ ।୯୯ ।ତୁମ୍ଭେ ସ୍ନାହାନ କରି ଆସସି ନଦୀରଶଉଚବନ୍ତ ହୋଇ ଅର୍ଜୁନକୁ ଦିଅ ବର ।୧୦୦ ।ଶୁଣିଣ ପାର୍ବତୀ ଗଲେ ସ୍ନାହାନ କରିଅର୍ଜୁନକୁ ଚାହିଂଣ ସଦାନନ୍ଦ ତିଆରି ।୧୦୧ ।କିସ ବର ମାଗିବୁ ତୁ କହସି ଅରଜୁନଅର୍ଜୁନ ବୋଇଲା ସ୍ୱାମୀ ମୁଂ ଯେ ଅଟଇ ଅଗ୍ୟାନ ।୧୦୨ ।ସଦାଶିବ ବୋଇଲେ ଶୁଣସି ଧନୁର୍ଜୟେସତ୍ୟଯୁଗେ ଅବତାର ହୋଇଲେ ଦୁର୍ଗା ରୂପେ ମହାମାୟେ ।୧୦୩ ।ସହସ୍ର ଭୁଜେ ପାଞ୍ଚଶତ ଧନୁ ଘେନିଅବିକ୍ଷଣେ ବିନ୍ଧିଲେ ସେ ଦିବା ଯେ ରୟେଣୀ ।୧୦୪ ।ଅକ୍ଷୟେ ତ୍ରୋଣ ଦେବୀ ଶରୀରୁ କଲେ ଜାତରାତ୍ର ଦିବସ ବିନ୍ଧିଲେ ନ ସରଇ ଶହସ୍ରନ୍ତ ।୧୦୫ ।ଚଉବିଂଶ ବରଷ ପରିଯନ୍ତେ ମୟେଂଷାର ସଙ୍ଗତେ ଯୁଦ୍ଧ ଯେ ହୋଇଲାସେହି ତ୍ରୋଣୁଂ ନାରାଜ ଗୋଟିୟେ ନ ସରିଲା ।୧୦୬ ।ଈଶ୍ୱରେ କହିଲେ ଯେ ଅର୍ଜୁନର ଆଗପାର୍ବତୀ ଦେବୀଙ୍କୁ ତୁ ଅକ୍ଷୟ ତ୍ରୋଣ ମାଗ ।୧୦୭ ।ୟେସନେକ କହି କରି ଅର୍ଜୁନକୁ ତିଆରିସ୍ନାହାନ କରି ଆସି ବିଜୟେ ଶାକାମ୍ୱରୀ ।୧୦୮ ।ପାର୍ବତୀ ବୋଇଲେ ବର ମାଗରେ ଅର୍ଜୁନଯେ ତୋହୋର ମନବାଞ୍ଛା ପ୍ରାପତ ହୋଉ ପୁଣ ।୧୦୯ ।କରପତ୍ର ଯୋଡ଼ି ଯେ ବୋଲଇ ଫାଲଗୁନିପ୍ରସନ୍ନ ହୋଇ ମୋତେ ଦେବା ଅକ୍ଷୟେ ତ୍ରୋଣ ବେନି ।୧୧୦ ।ପାର୍ବତୀ ବିଚାରିଲେ ଅର୍ଜୁନ ବଚନ ଶୁଣିଅର୍ଜୁନର ଜ୍ଞାନ କାହିଂ ତୁମ୍ଭେ କହିଲ ଶୂଳପାଣି ।୧୧୧ ।ବାମଦେବ ବୋଇଲେ ସେ ଅଟଇ ମହାଗ୍ୟାଂତାସମସ୍ତ ଜାଣଇଂ ସେ କ୍ଷତ୍ରିୟ ମହାବଳବନ୍ତା ।୧୧୨ ।ମୁହିଂ ନ କହିଲି ଯେ ମୋହୋର ଦୋଷତୁମ୍ଭେ ଅନମିତେ କିମ୍ପେ ଆମ୍ଭଙ୍କୁ କର ରୋଷ ।୧୧୩ ।ପାର୍ବତୀ ବୋଇଲେ ଦେବ ତୁମ୍ଭେ ମନ୍ଦ କୃତ୍ୟ କଲଆପଣାର ଛତ୍ରୀବୃତ୍ତ ପରକୁ ଦିଆଇଲ ।୧୧୪ ।ଅର୍ଜୁନକଇଂ ନ କହିଲ ବୋଲି ଯେ ବୋଲଇ ତ୍ରିପୁରାରିଶତେ ଈଶ୍ୱର ହୋଇଲେ ଅର୍ଜୁନକୁ ନୋହିବେ ସମସରି ।୧୧୫ ।ଅକ୍ଷୟ ତ୍ରୋଣ ବେନି ଯେ ଘେନିଣ ଜଗତମାତସାନନ୍ଦେ ନେଇ ଦିଲେ ଦେବୀ ଅର୍ଜୁନର ହାଥ ।୧୧୬ ।ବାବୁ ସବୁ ଦେବତାଙ୍କର ଶହସ୍ରମାନ ଅଛି ୟେଥିୟେ ତିନି ଜଗତେ ଜଗତଜିଣନ୍ତା ତୁ ହୋଇଲୁ ସୁତକୋନ୍ତୀ ।୧୧୭ ।ଅର୍ଜୁନ ବୋଇଲା ଭୋ ମାତ ୟେ ଶହସ୍ରନ୍ତ ସମ୍ଭାଳିବିୟେ ଶହସ୍ରକୁ ଯେ ନିନ୍ଦିବ ତାହାକୁ ପ୍ରାଣେ ନାଶ କରିବି ।୧୧୮ ।ଯଦ୍ୟପି ପ୍ରାଣେ ତାକୁ ନ ପାରିବି ମାରିଅଗ୍ନି ଜାଳି ମରିବି ସତ୍ୟ ସତ୍ୟ ମୋହୋରି ।୧୧୯ ।ମୃତୁ ସଞ୍ଜୀବନୀ ମନ୍ତ୍ରେ ଗଣ୍ଡାକୁ ଜୀଆଇଂଲେତୁ ଆମ୍ଭର ପୁତ୍ର ହେଲୁ ବୋଲି ସର୍ବସାଚୀ ନାମ ଦିଲେ ।୧୨୦ ।ୟେସନେକ ବର ଦେଇଣ ଦେବ ତ୍ରିଲୋଚନଶଙ୍କର ଗିରିଜା ତହୁଂ ହୋଇଲେ ଅନ୍ତର୍ଦ୍ଧାନ ।୧୨୧ ।ବିଜୟେ ସଦାଶିବ କପିଳାସ ଭୁବନେବାସବର ନନ୍ଦନ ବିହଡ଼ଇ ଘୋର ବନେ ।୧୨୨ ।ଶ୍ରୀ ଜଗନ୍ନାଥଙ୍କର ପଦ୍ମପାଦେ ସେବିବଦୟନ୍ତି ଗ୍ରନ୍ଥ ଯେ ସାରୋଳ ଦାସ କବି ।୧୨୩ ।