ସାରଳା ମହାଭାରତ ମଧ୍ୟପର୍ବ (ପ୍ରଥମ ଖଣ୍ଡ)
ସାରଳା ଦାସ · ଭାଗ ୧୮ / ୧୮
ସମ୍ପୂର୍ଣ୍ଣ ସୂଚୀପତ୍ର
ଚନ୍ଦ୍ରାବତୀ ହରଣ
ବଇବସୁତ ମନୁ ବୋଇଲେ ଶୁଣିମା ଅଗସ୍ତି ହେଅତିଅନ୍ତ ଗୁପତ ଅଛି ଫେଡ଼ିବା ସନ୍ଦେହେ ।୧।ପୃଥୀର ମଧ୍ୟେ ଯେତେକ ରାଜ୍ୟ ସାରସବୁ ନୃପତିଂକ ମୋକ୍ଷପାନ ମାନଗୋବିନ୍ଦ ନବର ।୨।ହସ୍ତିନା ନବର କିମ୍ପା ସିଂଘଦ୍ୱାର ବାଂକୟେଥିର ବଡ଼ପଣେ ପଡ଼ଇ ତିନିପୁରେ ଚମକ ।୩।ୟେଥିର ଚରିତ ମୁଂ ତୁମ୍ଭନ୍ତ କରଇ ପୁଚ୍ଛାଶୁଣନ୍ତେ ପାପ କ୍ଷୟେ ପୂରିବ ମନବାଞ୍ଚ୍ଥା ।୪।ବଦନ୍ତି ଅଗସ୍ତି ଶୁଣ ହୋ ମନୁ ପୁରୁଷମହା ଗୁପତ କଥା ୟେ କରିବା ପ୍ରକାଶ ।୫।ଆହୋ ପଞ୍ଚସ୍ଥଳୀ ରାଜା ଯେ ମାନଚକ୍ରବ୍ରତୀୟେହାର ଭାରିଯା ନାମ ଅଟଇ ଭାନୁବତୀ ।୬।ତାହାର ଗର୍ଭରୁ ଦୋହିତା ଗୋଟିୟେ ଉତପନଅତିଅନ୍ତ ସୁନ୍ଦରୀ ସେ ଅଟଇ ବିତପନ ।୭।ଚନ୍ଦ୍ର କିରଣ ଜାଣି ଯେ ଦିଶଇ ତାର ଜ୍ୟୋତିତେଣୁ କରି ନାମ ତାର ଅଟଇ ଚନ୍ଦ୍ରାବତୀ ।୮।ତ୍ରଇଲୋକ୍ୟ ମଧ୍ୟେ ବର ତାକୁ ନୋହିଲେକ ସମତାହାକୁ ବରପଣେ ପଟାନ୍ତର ହୋଇବଟି କାମ ।୯।ଶକୁନି ମନ୍ତ୍ରୀକି ୟେକାନ୍ତେ ପୁଚ୍ଛଇ କୁରୁପତିବର ନ ମିଳିଲା ମୋର ଦୋହିତା ଚନ୍ଦ୍ରାବତୀ ।୧୦।ଶକୁନି ବୋଇଲା ହୋ ରାଜା ଖୋଜ ୟେ ଭୁବନେସମସ୍ତ ଦେଶେ ଉଦ୍ଦେଶି ପଣ୍ଡିତ ରାଜାମାନେ ।୧୧।ୟେମନ୍ତେ ଦ୍ୱାଦଶ ବରଷ ତହିଂ ଗଲାତ୍ରୟୋଦଶ ବରଷ କନ୍ୟା ଗୋଟିକି ହୋଇଲା ।୧୨।ଭାଳଇ ଦ୍ରିଯୋଧନ ମୁଂ କରିବଇଂ କେମନ୍ତଅବଶ୍ୟ ପରେ ପ୍ରଦାନ କରିବି ମୋହୋର ଦୋହିତ ।୧୩।ଶକୁନି ବୋଇଲା ରାଜା ମୋହୋର ବୋଲକରୟେ ତ୍ରଇଲୋକ୍ୟ ମଧ୍ୟରେ ତୁ ଅଟୁ କ୍ଷତ୍ରୀବର ।୧୪।ଭରସି ରାଜାମାନେ କନ୍ୟା ନ ମାଗନ୍ତି ତୋତେଭୟେ ଭୀତି ତାହାଂକର ରହଇ ହୃଦଗତେ ।୧୫।ଆହୋ ନୃପବର ଆମ୍ଭେ କରିବା ସୟମ୍ୱରସମସ୍ତ ଦେଶରୁ ବରି ଆଣିବା ଦଣ୍ଡଧର ।୧୬।କନ୍ୟାର ହାଥେ ଦେବା ନୀଳା ରତ୍ନମାଳୀଇଚ୍ଛାୟେ ବରିବ ସେ ତୋହୋର ଦୁଲାଳୀ ।୧୭।ନିର୍ମଳ ବଚନ ଗୋଟି ମନକୁ ରୁଚିଲା ନୃପମଣିସୟମ୍ୱର ବିଧାନମାନ କରି ହୋ ବେଗେ ପୁଣି ।୧୮।ରାଜାର ବଚନେ ଚାରି ଭଣ୍ଡାର ଫିଟିଭୀଷ୍ମ ଦ୍ରୋଣ କର୍ଣ୍ଣ ରାଇ ବୋଲଇ ଧୃତିରାଷ୍ଟି ।୧୯।ବାହ୍ଲିକ ଭୂରିସର୍ବା ସୋମଦତ୍ତ କୃପବ୍ରହ୍ମାସଂଜୟେ ଧୃତିରାଷ୍ଟ ବିଦୁର ଅଶସ୍ତମା ।୨୦।ସମସ୍ତେ ବସିଲେ ଯେୟେକଇ ଆସ୍ତାନେଆଗ୍ୟାଂରେ ଚରଚା ଯେ ସୟମ୍ୱର ବିଧାନେ ।୨୧।ଛାୟା ମଣ୍ଡୋପ ହୋଇବ ବେନି ଯୋଜନ ସ୍ଥଳୀଯମୁନା ନଦୀ ତୀରେ ବେଗେ ସମସ୍ତେହେଂ ମିଳି ।୨୨।ଆସ୍ତାନ ହୋଇବ ଯେ ବାରୁଣାବନ୍ତ ଯାୟେସୟମ୍ୱରେ ଆସିବେ ସମସ୍ତ ରାଜାୟେ ।୨୩।ଲାଗିଲେ ବିଶ୍ୱାକର୍ମା ଯେ ଘଟଣ ବିନ୍ଧାଣିସୟମ୍ୱର ସ୍ଥାନେ ମିଳିବେ ନୃପମଣି ।୨୪।ସୁବର୍ଣ୍ଣ ଯୋଗାଡ଼ନ୍ତ ସମସ୍ତ ରାଜାଂକୁଶତେ ଶତେ ଭାର ଚନ୍ଦନ ଲେପନ ହୋଇବାକୁ ।୨୫।ୟେସନେକ ଆଗ୍ୟାଂ ଯେ ଦିଲାକ ଧୃତିରାଷ୍ଟିପରିଛା ମୂଳେ ରାୟେ ଧନ ଦିଲା ବାଣ୍ଟି ।୨୬।ଅଶ୍ୱ ଗଜ ଶାଳ ସେ ଯେ ନିର୍ମାଣ କରନ୍ତିରାଜାମାନନ୍ତ ଚନ୍ଦ୍ରଶାଳା ଭୁବନେ ସୁବର୍ଣ୍ଣ ଜଗତୀ ।୨୭।ଅଷ୍ଟରତ୍ନେ କଳସ ନେତର ପାତାଙ୍ଗଫରହର ଉଡ଼ନ୍ତି ଯେ ଗଗନ ଶିଖା ମାର୍ଗ ।୨୮।ଅନେକ ସମ୍ପଦ ଯେ ହସ୍ତିନା ରାଜ୍ୟପୁରୀସେନାପତିମାନନ୍ତ ରାଇ ନୃପତି ଆଗ୍ୟାଂ ଅବଧାରି ।୨୯।ବୋଇଲା ମାନଗୋବିନ୍ଧ ତୁମ୍ଭେମାନେ ଶୁଣଚାରିଦିଗ ରାଜାମାନନ୍ତ ହୋ ବରଣ କରି ଆଣ ।୩୦।ସଞ୍ଜୟଂକୁ ବୋଇଲେ ତୁମ୍ଭେ ଯିବ ପଛିମ ଦିଗକୁପଂଚାଶ ସହସ୍ର ରାଜା ବରଣ କରିବାକୁ ।୩୧।ଉତ୍ତର ଦିଗକୁ ଯେ ବିଦୁରେ ଅବଧାରିଚାଳିଶ ସହସ୍ର ରାଜା ଆଣିବ ବେଗ କରି ।୩୨।ବିକର୍ଣ୍ଣ ସେନାପତି ଦକ୍ଷିଣ ଦିଗକୁଛଡ଼ ସହସ୍ର ରାଜା ନିମନ୍ତ୍ରି ଆଣିମାକୁ ।୩୩।ପୂର୍ବଦିଗକୁ ଆଗ୍ୟାଂ ହୋଇଲା ଜଦ୍ୟରଥଂକୁଚାରିସହସ୍ର ରାଜା ନିମନ୍ତ୍ରି ଆଣିମାକୁ ।୩୪।ଚାରିଦିଗକୁ ବରିଗଲେ ଦୂତ ଚାରିରାଜାମାନନ୍ତ ଆଣ ହୋ ନିମନ୍ତ୍ରଣ କରି ।୩୫।ଅକ୍ଷତ ପାଦାର୍ଘ୍ୟ ଯୋଗାଡ଼ ଯେ ଗୋଟିୟେ ଗୋଟିୟେମଙ୍ଗଳ ବିଧାନେ ବରିବ ସର୍ବରାୟେ ।୩୬।ରଥ ଗଜ ଅଶ୍ୱମାନ ପାଦାନ୍ତି ସଇନ ଯେତେସମ୍ଭର କରିଣ ଯାହାର ଥିବ ଯେତେ ।୩୭।ଯେ ଅବା ହୋଇବେ ଦୃଷ୍ଟ ସନ୍ତୋଷେ କରିବ ବରଣସମସ୍ତ ରାଜାମାନନ୍ତ ନିମନ୍ତ୍ରିଣ ବେଗେ ଆଣ ।୩୮।ଜଦ୍ୟରଥ ତୁଲେ ଯେ ଦଶ ସହସ୍ର ରଥୀସଞ୍ଜୟର ତୁଲେ ସହସ୍ରେକ ରଥୀ ହାଥୀ ।୩୯।ଦଶ ସହସ୍ର ଯୋଦ୍ଧା ବିକର୍ଣ୍ଣର ତୁଲେନବ ଅହିବ୍ରତ ଯୋଦ୍ଧା ସାମନ୍ତର ମୂଳେ ।୪୦।ଯାତ୍ରା ମଙ୍ଗଳ ଯେ ଉଚ୍ଛବ ବିଧାନେତୁଳ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀର ଦିନେ ।୪୧।ବୃହସ୍ପତି ବାର ସେଦିନ ହସ୍ତା ନକ୍ଷତ୍ରେପ୍ରୀତି ନାମେ ଯୋଗ ଘେନି ଚଳିଲେକ ଦୂତେ ।୪୨।ଟମକ ନିଶାଣ ଯେ ଦାଉଣ୍ଡି ଢୋଲ ବାଜେରାଜାଂକ ନିମନ୍ତ୍ରଣ ଅର୍ଥେ ସେନାପତିୟେ କଲେ ବିଜେ ।୪୩।ହସ୍ତିନା ରାଜ୍ୟ ଆନନ୍ଦ କହିତ କି ପାରିଦେବତା ସମାନେ ସେ ଦିଶନ୍ତି ନରନାରୀ ।୪୪।ରାଜାଂକ ନିମନ୍ତ୍ରଣ ଅର୍ଥେ ସେନାପତିୟେ ବିଜେ କରିରାଜାର ମନ ଆନନ୍ଦ କହିତେ କି ପାରି ।୪୫।ଛତ୍ରଶାଳାମାନ ଯେ ତୋଳନ୍ତି ଗଙ୍ଗାକୂଳେମଙ୍ଗଳ ବିଧିମାନ କଲେ ଯେ ଯାହାର ମୂଳେ ।୪୬।କାଷ୍ଠ ପାଷାଣ ସୁବର୍ଣ୍ଣ ଘଟଣ ଦଶଲକ୍ଷ ବିନ୍ଧାଣିଭୀଷ୍ମେ ଅଧିକାରୀ ଭଣ୍ଡାରୁ ଧନ ଦିଅନ୍ତି ଆଣି ।୪୭।ବିନ୍ଧାଣି ଶାଳେ ଅଧିପତି ଶଲ୍ୟ ମହାରଥୀରୋଷାଇ ଶାଳେ ପାଞ୍ଚଲକ୍ଷ ସୂପକାର ଘେନି ଦ୍ରୋଣ ସେନାପତି ।୪୮।ଛତ୍ରଶାଳେ ଆଧିପତି ଯେ ଭୂରିସର୍ବାୟେୟେହାଂକ ପାରୁଶେ ଖଟିଥାନ୍ତି ପାରିଦଣ୍ଡ ଯେତେ ରାୟେ ।୪୯।ତୁଳ ମାସ ଶୁକ୍ଳ ପକ୍ଷ ଦୁତୀୟାର ଦିନନାରଦେ ବିଜେ କଲେ ହସ୍ତିନା ଭୁବନ ।୫୦।ଦଣ୍ଡ କମଣ୍ଡଳ କଷା କଉପୁନୀକଳି ଧୋକଡ଼ି କାଖେ ଘେନି ମହାମୁନି ।୫୧।ସମ୍ଭର୍ବ ଆସ୍ତାନେ ବିଜେ କଲେ ଆସି ମହଋଷିଦେଖିଣ ଦ୍ରିଯୋଧନ ପୂଜା ବିଧି ସମ୍ଭାଷି ।୫୨।ଭୀଷ୍ମ ଦ୍ରୋଣ କର୍ଣ୍ଣ ଭୁରିସର୍ବା ମହାରଥୀନାରଦଂକ ପାଦ୍ମପାଦେ ପ୍ରଳମ୍ୱ କରନ୍ତି ।୫୩।କନକ ରତ୍ନ ଝରୀ କରେ ଧରି ରାଜା ଦ୍ରିଯୋଧନବ୍ରହ୍ମଋଷି ପାଦେ କରଇ ପୂଜାର ବିଧାନ ।୫୪।ଚରଣ ପଖାଳିଣ ଯେ ପାଦ୍ୟ ଅର୍ଘ ଦେଇଶତେ ପଳ ଚନ୍ଦନ ଚତୁସମ ସର୍ବାଙ୍ଗେ ଲେପଇ ।୫୫।ସୁବର୍ଣ୍ଣର ପଲଂକରେ ନେତର ସୁପାତିତହିଂର ଉପରେ ଯେ ବିଜୟେ ବ୍ରହ୍ମଯତି ।୫୬।ଦ୍ରିଯୋଧନ ବୋଲଇ ତୁମ୍ଭେ ଶୁଣିମା ତପଚାରୀଅନେକ ସୁଲଭ ହେଲା ମୋର ହସ୍ତିନା ନାମେ ପୁରୀ ।୫୭।ଯିସ ଅବା ପାତେକ ମୋର ଉପର ବଂଶେ ଥିଲାୟେ ତୋ ପାଦରଜ ଲାଗି ସମସ୍ତ ଦୂରଗଲା ।୫୮।ନାରଦେ ବୋଇଲେ କୁଶଳେ ଅଛୁ ନା ମହାରାଜାସୁବିଧାନେ ଖଟନ୍ତି ନା ତୋତେ ସମସ୍ତ ଜନ ପ୍ରଜା ।୫୯।ତାହାନ୍ତ ରକ୍ଷା ପାଳନ କରୁଅଛୁ ନା ନୃପତିଯାଗ ଯଗ୍ୟଂ ହୋଉଛି ନା ସମସ୍ତ ଆକୃତି ।୬୦।ଋଷିମାନେ ନିଖର୍ବେ ଅଛନ୍ତି ନା ବ୍ରତିମେଘେ ଅନାବୃଷ୍ଟି ନ କରନ୍ତି ନା ପୃଥୀ ।୬୧।ଅପରାଧିରେ ସାବଧାନ ହୋଉଛୁ ନା ମହାରାୟେଯାଗ ଯାଗ୍ୟଂ ହୋଉଥିଲେ ଖଣ୍ଡଇ ଅପଚୟେ ।୬୨।ପରରାଷ୍ଟ୍ର ଉତପାତ ନାହିଂ ନା ବଇରିୟେ ମହୀ ମଣ୍ଡଳେ ତୋତେ କେହି ନାହିଂ ସମସରି ।୬୩।ମାନଗୋବିନ୍ଦ କହଇ ନାରଦଂକ ଅଗ୍ରତରସକଳ କୁଶଳ ମୁନି ପ୍ରସାଦେ ତୁମ୍ଭର ।୬୪।ନାରଦେ ବୋଇଲେ ବାବୁ ୟେ ତୋହୋର କିସ ଯେ ଉଚ୍ଛବଗତାଗତ ଦେଖିଲା ନାହିଂ ୟେସନ ସମ୍ଭର୍ବ ।୬୫।କେବଣ ଶତ୍ରକୁ ରଣେ ଜିଣିଲୁ ନୃପତିତେଣୁ କରି ରାଜ୍ୟେ ତୋର ଉଚ୍ଛବ ସର୍ବ ରୀତି ।୬୬।ମୁନିଂକର ଅଗ୍ରତେ କହଇ ମହାରାୟେକରପତ୍ର ଯୋଡ଼ିଣ ବହୁତ ବିନୟେ ।୬୭।ମୋହୋର ଦୋହିତା ଗୋଟିୟେ ଯେ ହୋଇଲା ଉତପତିତାହାର ନାମ ମୁନି ଅଟଇ ଚନ୍ଦ୍ରାବତୀ ।୬୮।କନ୍ୟା ଅନରୂପେ ମୁଂ ନ ପାଇଲି ବରତେଣୁ କରି ମୁନି ଯେ କରୁଛି ମୁଂ ସୟମ୍ୱର ।୬୯।ଲକ୍ଷେ ନୃପତିଂକି ମୁନି ଆଣିମି ନିମନ୍ତିତେଣୁ କରି ରାଜ୍ୟେ ମୋର ଉଚ୍ଛବ ମହାଯତି ।୭୦।ନାରଦେ ବୋଇଲେ ରାଜା ମନ୍ଦକୃତ୍ୟ କଲୁଆମ୍ଭନ୍ତ ନ କହି କିମ୍ପେ ୟେଡ଼େ ସୟମ୍ୱର ଭିଆଇଲୁ ।୭୧।ତୋହୋର ପୁରକୁ ଆନ ପାରଇ ଭରସିକେ ତୋହୋର କନ୍ୟା ଗୋଟି ମାଗିବଟି ଆସି ।୭୨।ୟେହିକ୍ଷଣି ଆମ୍ଭେ ଯେ ଦ୍ୱାରିକା ପୁରେ ଥିଲୁଶ୍ରୀକୃଷ୍ଣର ପୁତ୍ରମାନ ସବୁନ୍ତି ଦେଖିଲୁ ।୭୩।ସମସ୍ତେହେଂ ଦିଶନ୍ତି ସେ ମକର କେତନ ଜାଣିତହୁଂ ଗୋଟିୟେ ପୁତ୍ର ଆଣି କିମ୍ପା ପ୍ରଦାନ ନ କଲୁ ନୃପମଣି ।୭୪।ତ୍ରଇଲୋକ୍ୟର ଠାକୁର ଯେ ଅଟନ୍ତି ଶିରୀବଚ୍ଛିଗତକାଳେ ହାଦେ ତୁମ୍ଭର ବନ୍ଧୁପଣ ଅଛି ।୭୫।ଶୁଣି ଉପହାସ କଲେ ମାନଗୋବିନ୍ଦ ରାହୁଭୂତ ଭବିଷ୍ୟ ବର୍ତ୍ତମାନ ଗ୍ୟାଂତା ମୁନି ଅନୀତି କଥା କହୁ ।୭୬।ମୋହୋର କନିଷ୍ଠ ଭାଇ ଫାଲଗୁନିତାହାକୁ ଦେଇଛନ୍ତି ଯେ ରାମକୃଷ୍ଣ ଭଗ୍ନୀ ।୭୭।ମୋହୋର ଭାଇର ଚରଣ ସେ ପଖାଳିଲେ କନ୍ୟାର ବରଣେମୁଂ ୟେବେ ତାର ଚରଣ ପଖାଳିବି କେବଣ କାରଣେ ।୭୮।ମୁହିଂ ସେ ସୋମବଂଶୀ ନିକଳଂକ ମହାକ୍ଷେତ୍ରୀବଂଶେଣ କଳଂକ କୃଷ୍ଣ କାମପାଳ ଅଟନ୍ତି ତି ।୭୯।ୟେ ସଚରାଚର ପୃଥୀକୁ ମୁହିଂ ଯେ ଧାରଣଗୋପାଳ କୁଳେ ଦୋହିତା ଦିଲେ ହୋଇବ ଲାଜ ପୁଣ ।୮୦।ଶୁଣିଣ ଲଜ୍ଜାଭର ହୋଇଲେ ମହାମୁନିଆସ୍ତାନୁଂ ଉଠିଲେ ମୁନି ବୀଣାଦଣ୍ଡ ଘେନି ।୮୧।ବିନୟ ହୋଇଣ ତହୁଂ କହିଲେ କୁରୁରାଜାବସ ବସ ମହାମୁନି କାହିଂକି ତୋର ଲଜ୍ଜା ।୮୨।ସୟମ୍ୱର ମୋର ହୋଇବ ଅଷ୍ଟାଦଶ ବରଷ ପରିଯନ୍ତେପୁଣି ମହାତମା କାହିଂକି ମୁଂ ଲୋଡ଼ିଯିବି ତୋତେ ।୮୩।ବଶିଷ୍ଠ ଦୁର୍ବାସା ବ୍ୟାସ ବାଲମୀକ ଅଗସ୍ତିୟେମାନ ମୁଂ ଆଣିବି ନିମନ୍ତି ।୮୪।ତୋହୋର ନ ଥିଲେ ମୋର ସୟମ୍ୱର କାହିଂସଂସାର ଜନ ମୋକ୍ଷ ହୋଇବେ ଯାହାର ମୁଖ ଚାହିଂ ।୮୫।ରାଜାନ୍ତ ନିମନ୍ତ୍ରିଣ ଗଲେ ଯେ ମୋର ଦୂତେସମସ୍ତେ ପ୍ରବେଶ ହୋଇବେ ଚାତୁର୍ମାସ୍ୟ ଅନ୍ତେ ।୮୬।ବିଛା ଧନୁ ଯିବ ମକର ଶୁକଳେଣଚାତୁର୍ମାସ୍ୟା ସାରିଣ ଆସିବେ ସମସ୍ତ ରାଜାଗଣ ।୮୭।ତୁମ୍ଭେ ଥାଇ ମହାମୁନି ହେ ସୟମ୍ୱର କରିବାଯେ ଯହିଂକି ଭାର୍ଜନ ତହିଂକି ଆଗ୍ୟାଂ ଦେଉଥିବା ।୮୮।ରାଜାର ଆଗ୍ୟାଂରେ ତହିଂ କହିଲେ ତପୋଧନୀୟେବେ ରାଜା ହୋ ଆମ୍ଭେ ଯିବୁଂ ପୁର ସଞ୍ଜୀବନୀ ।୮୯।ସୟମ୍ୱର ସମ୍ଭର୍ବ କାଳେ ଆମ୍ଭେ ଯେ ଅବଶ୍ୟ ଆସିବୁଂତେତେଦିନ ଯାୟେ ଆମ୍ଭେ ରହି ନୁଆରିବୁ ।୯୦।ୟେତେ ବୋଲି ତହୁଂ ବିଜେ କରିଗଲେ ବ୍ରହ୍ମଋଷିଆକାଶ ପଥେ ମହାତମା ବିଜେ କରି ଆସି ।୯୧।ୟେଥୁ ଅନନ୍ତରେ ଦୂତମାନଂକର କଥାରାଜାମାନଂକର ଯେ ଆସିବା ବେବସ୍ତା ।୯୨।ଉତ୍ତର ଦକ୍ଷିଣ ପୂର୍ବ ପଛିମ ଦିଗ ଚାରିଦେଶେ ଦେଶେ ପଶି ରାଜାନ୍ତ ନିମନ୍ତ୍ରଣ କରି ।୯୩।ପୂର୍ବଦିଗ ରାଜାମାନେ ଅକ୍ଷତ ଘେନି ଆସନ୍ତିଶୁଭ ଯୋଗେ ହସ୍ତିନାୟେ ପ୍ରବେଶ ହୋଅନ୍ତି ।୯୪।ରଥ ଗଜ ଅଶ୍ୱ ସଇନି ଅନେକ ପାଦାନ୍ତିସମ୍ଭର୍ବ ହୋଇଣ ସମସ୍ତ ନୃପତି ଆସନ୍ତି ।୯୫।ପଛିମ ଦିଗକଇ ଗଲେ ଯେ ସଞ୍ଜୟେନିମନ୍ତ୍ରଣ କଲେ ଯେ ପଞ୍ଚାଶ ସହସ୍ର ରାୟେ ।୯୬।ଚନ୍ଦ୍ରାବତୀ ସୟମ୍ୱର ବୋଲିଣ ଜଣାଇଂରାଜ୍ୟେ ରାଜ୍ୟେ ପଶି ଅକ୍ଷତ ଗୁଆ ଦେଇ ।୯୭।ବିଶେଷେ ସୟମ୍ୱର ସୋମବଂଶର ଆଗ୍ୟାଂମହୀ ମଣ୍ଡଳେ ନୃପତି ହୋଇ କେ କରିବ ଅବଗ୍ୟାଂ ।୯୮।ୟେକୁ ଆରେକ ଯେ ନୃପତି ବଡ଼ାଇ ସମ୍ଭର୍ବେରଥ ଗଜ ଅଶ୍ୱ ଘେନି ଆସନ୍ତି ସେହୁ ସର୍ବେ ।୯୯।ଉତ୍ତର ଦିଗକଇଂ ଗଲେ ଯେ ବିଦୁରରାଜାମାନନ୍ତ ନିମନ୍ତ୍ରଣ ଯେବଣ ବେଭାର ।୧୦୦।ବଡ଼ ପ୍ରତାପୀ ଅଟନ୍ତି ସେ ଚାଳିଶ ସହସ୍ର ରାଜାବଡ଼ ସମ୍ଭର୍ବେ ଜଣେ ଜଣେ କରନ୍ତି ପୂଜା ।୧୦୧।ସମସ୍ତ ସଇନି ଯେ ସମଦଣ୍ଡ ଥାଠଆସନ୍ତେ ରାଜାଂକ ସଇନି ଚଉଦିଗେ ନ ପାବନ୍ତି ବାଟ ।୧୦୨।ତୁଳ ମାସ କୃଷ୍ଣ ପକ୍ଷ ପଞ୍ଚମୀର ଦିନପାଣ୍ଡବେ ଥିଲେ ଯେ ଯାଇଂ ଜଇନ୍ତା ଭୁବନ ।୧୦୩।ଧୃତିରାଷ୍ଟଂକୁ ଦେଖିବାକୁ ଆସନ୍ତି ପାଞ୍ଚଭାଇହସ୍ତିନା ରାଜ୍ୟେ ଯଏ ପ୍ରବେଶ ହୋଇଲେକ ଯାଇଂ ।୧୦୪।ଧୃତିରାଷ୍ଟଂକ ଚରଣେ ନମସ୍କାର କରନ୍ତିଆସ୍ତାନରେ ବସ ବୋଲି ରାୟେ ଆଗ୍ୟାଂ ଯେ ଦିଅନ୍ତି ।୧୦୫।ସମ୍ଭର୍ବେ ଆସ୍ତାନେ ବସିଛନ୍ତି ଧୃତିରାଷ୍ଟିତହିଂ ଯାଇଂ ପ୍ରବେଶ ହୋଇଲେ ଯୁଝେଷ୍ଠି ।୧୦୬।ଭୀଷ୍ମ ଦ୍ରୋଣଂକ ଚରଣେ ହୁଅନ୍ତି ପରିଣାମିପ୍ରୀତି ଭାବେ ଆସ୍ତାନେ ବିଜେ କଲେ ଦେବସ୍ୱାମୀ ।୧୦୭।ଦେଖିଣ ଦ୍ରିଯୋଧନଂକୁ ବଚନ ପ୍ରକାଶିଯୁଝେଷ୍ଠି କହନ୍ତି ଯେ ଆସ୍ତାନେଣ ବସି ।୧୦୮।ପୃଥୀ ରାଜାମାନଂକେ ତୁ ଅଟୁ ମଉଡ଼ମଣିସୟମ୍ୱର ଉଚ୍ଛବ ଆମ୍ଭେ ନୁଆରିଲୁ ଜାଣି ।୧୦୯।ମାନଗୋବିନ୍ଦ ବୋଇଲା ତୁମ୍ଭେ ବଂଶରେ ଅଟ ଶ୍ରେଷ୍ଠଜାଣି କରି ତୁମ୍ଭେ ହୋଇଲ ତ ତୁଷ୍ଟ ।୧୧୦।ଦୋହିତା ହୋଇ ପିତା ଘରେ ହୋଇଲେ ରଜୋବତୀୟେକାବନ ପୁରୁଷେ ଯେ ନର୍କରେ ପଡ଼ନ୍ତି ।୧୧୧।ଚନ୍ଦ୍ରାବତୀ ନାମେଣ ଯେ ମୋହୋର ଅଟଇ ନନ୍ଦନୀତାହାକୁ ବର ନ କରି କିମ୍ପେ ହୋଇଲ ତୁମ୍ଭେ ତୂନୀ ।୧୧୨।ଯହୁଂ ତାହାର ତୁଲେ ମୁହିଂ ନ ପାଇଲି ବରରାଜାମାନନ୍ତ ଲୋଡ଼ି ଯେ କରଇ ସୟମ୍ୱର ।୧୧୩।ତୁମ୍ଭେ ଜ୍ୟେଷ୍ଠ ଭ୍ରାଥ ହୋଇ ମଉନ ହୋଇଲମୋହୋର ଦୋହିତା ବୋଲି ତୁମ୍ଭେ କଥାୟେ ନ କହିଲ ।୧୧୪।ଯୁଝେଷ୍ଠି ବୋଇଲେ ବାବୁ ଶୁଣ ସହଦେବଚନ୍ଦ୍ରୀବତୀର କେ ଟି ହୋଇବ ବଲ୍ଲଭ ।୧୧୫।ଦକ୍ଷିଣ କରକୁ ଚାହିଂ ବିଚାରଇ ସହଦେବବିନୟ ହୋଇଣ କହଇ ସଦିଭାବ ।୧୧୬।ମନେ ମନେ ଶୁଣି ଭାଳଇ ମଦନା ଦେବୀର ବାଳୟେଡ଼େ ସମ୍ଭର ଗୋଟି ହୋଇବ ନିଷ୍ଫଳ ।୧୧୭।ଯୁଝେଷ୍ଠି ଦେବେ ବୋଇଲେ ସହଦେବକୁ ଚାହିଂମନେ ମନେ ପୁଣି ବାବୁ କିସ ବିଚାର କରୁ ତୁହି ।୧୧୮।ସହଦେବ ବୋଇଲା ଦେବ ବିସରିଲି ୟେଥିକିମାନବ କୁଳେ ବର ନାହିଂ ଚନ୍ଦ୍ରୀବତୀକୁ ।୧୧୯।ସହଦେବ ବୋଇଲା ଦେବ ଲଲାଟ ଘଟଣଦକ୍ଷିଣ ଦିଗରେ ବର ୟେହାକୁ ଅଛି ୟେକ ଜଣ ।୧୨୦।ମଉଦଧି ଉତ୍ତର କୁଳେ ଦ୍ୱାରାବତୀ ନାମବାସୁଦେବର ନନ୍ଦନ ଯେ ନାମ ଅଟଇ ତାର ଶାମ ।୧୨୧।ଶୁଣି ଧର୍ମ ନନ୍ଦନଂକ କମ୍ପିଲା ଲଲାଟ ପାଟିପ୍ରତିବାକ୍ୟ ଦିଅନ୍ତି ଯେ ଧର୍ମରାୟେ ଯୁଝେଷ୍ଠି ।୧୨୨।ମାନଗୋବିନ୍ଦକୁ ବୋଇଲେ ତୁ ଯେ ଆମ୍ଭନ୍ତ ନ କହିଲୁତୋହୋର ଇଚ୍ଛାୟେ ସୟମ୍ୱର ଭିଆଇଲୁ ।୧୨୩।ଆମ୍ଭନ୍ତ ସାହାପକ୍ଷ ଅଟନ୍ତି ରାମକୃଷ୍ଣେତାହାନ୍ତ ଉପେକ୍ଷା ତୁ କଲୁ ଗ୍ୟାନ ଭ୍ରଷ୍ଟେ ।୧୨୪।ବଳରାମଂକର ଯେ ଅଛନ୍ତି ବେନି ସୁତଆନନ୍ଦ ସାନନ୍ଦ ନାମ ତାହାଂକର ନିୟତ ।୧୨୫।ତାହାଂକଠାରୁ ଆଣନ୍ତାଇଂ ୟେକଇ ପୁତ୍ର ଗୋଟିଚନ୍ଦ୍ରାବତୀକି ପ୍ରଦାନ କରନ୍ତୁ ମନତୁଷ୍ଟି ।୧୨୬।ଯଦି ବରଣ କରି ଆଣିଲୁ ସକଳ ଦେଶର ରାଜଧଂସି ସେ ହୋଇବୁ ନୋହିବ କିଛି କାର୍ଯ୍ୟ ।୧୨୭।ମାନଗୋବିନ୍ଦ ବୋଇଲା ହୋ ବଡ଼ ଯଦ୍ୟପି ବଳଦେବସକଳ କଥା ଯିବ କଳଂକ ନ ଯିବ ।୧୨୮।ମନୁଷ୍ୟରେ ଗଣନା କୃଷ୍ଣଂକୁ କଲୁ ସେବାବଂଶରେ କଳଂକ ଥିଲେ କନ୍ୟା କେମନ୍ତ ଦେବା ।୧୨୯।ଉପରେ ବଂଶରେ ତାର ଯଦୁ ନାମେଣ ଋଷିନିକଳଂକ ନୁହନ୍ତି ନା ଅଷ୍ଟାଦଶ ବଂଶୀ ।୧୩୦।ୟେବେ ଆସି ବଢିଲେ ୟେ ଗୋପାଳଂକ ମେଳେଗ୍ୟାନ ବୁଡ଼ାଇଲେ କାଦମ୍ୱରୀ ମତ୍ତଭୋଳେ ।୧୩୧।ଆବର ବିଶେଷେ ଯେ ହୋଇଲୁ ଆମ୍ଭେ ଶ୍ରେଷ୍ଠପୁଣିହିଂ କେମନ୍ତେ ହୋଇବୁ କନିଷ୍ଠ ।୧୩୨।ୟେହି ଅର୍ଜୁନର ପାଦ ଧୋଇ ଦେଇଅଛି ଭଗ୍ନୀନନ୍ଦ ମହାଖୁଡ଼ ପ୍ରଦାନ କଲେକ ନନ୍ଦନୀ ।୧୩୩।ମୋହୋର ଦୋହିତା ୟେବେ କେମନ୍ତେ ମୁହିଂ ଦେବିସ୍ୱହସ୍ତେ ଗଉଡଂକର ପାଦ ପଖାଳିବି ।୧୩୪।ତୁମ୍ଭେ ଯେ କହିଲା ଅବଶ୍ୟ ଉପୁଜିବ ଦ୍ୱନ୍ଦଆସ୍ତାନେ ବିଜେ କରିଥିବେ ଲକ୍ଷେକ ନରେନ୍ଦ୍ର ।୧୩୫।ଭୀଷ୍ମ ଦ୍ରୋଣେ କର୍ଣ୍ଣ ଅଶସ୍ତମା ଥିବେଯାଦବ ହୋଇ କେ ଆସି ଛାମୁରେ ମିଳିବେ ।୧୩୬।ଆବର ବିଶେଷ ଥିବ ବୀର ଫାଲଗୁନିଯଥାର୍ଥ ସାଂଗ୍ରାମେ କଲେ ଜିଣିମ କେ ପୁଣି ।୧୩୭।ଯୁଝେଷ୍ଠି ବୋଇଲେ ବାବୁ ଯାହା କହିଲୁ ବିଚାରିୟେମାନେ ସମସ୍ତେ ଅଟନ୍ତି ତୋହୋର କୁହୁଡ଼ି ।୧୩୮।ୟେଥକଇଂ କୃଷ୍ଣେ ଯେ ଅଟନ୍ତି ଭାନୁ ଉଦେକୁହୁଡ଼ି ଦ୍ରୋଛନା କେତେବେଳେ ଥାଇଂ ହାଦେ ।୧୩୯।ଶଙ୍ଖ ଚକ୍ର ଧରି ଯହିଂ ଥିବେ ବାସୁଦେବେବ୍ରହ୍ମଲୋକ ସୁରଲୋକ ସମସ୍ତେ ତହିଂ ଥିବେ ।୧୪୦।ତେତିଶ କୋଟି ଦେବେ ଥିବେଟି ପାଖକେକେ ଅବା ରହିବ ବାବୁ ବାସୁଦେବର ଡାକେ ।୧୪୧।ୟେତେ କହି ଆସ୍ତାନୁଂ ଉଠିଲେ ପଞ୍ଚୁବୀରେଚଳିଲେ ପାଣ୍ଡବେ ଯେ ମିଳିଲେ ଜଇନ୍ତା ନବରେ ।୧୪୨।ୟେଥୁ ଅନନ୍ତରେ ଶୁଣ ହୋ ନୃପତିବଦୟନ୍ତି ଧାର୍ମିକ ଯେ ବିବେକ ଅଗସ୍ତି ।୧୪୩।ୟେହା ଶୁଣି କରି ବଇବସୁତ ମନୁ ଯେ ବୋଇଲେରାଜାନ୍ତ ନିମନ୍ତ୍ରି ଯେ ଚାରିଦିଗେ ଦୂତମାନେ ଗଲେ ।୧୪୪।ପୃଥୀ ରାଜାମାନେ ଅଇଲେଟି କି ଦଣ୍ଡ ସଇନ ଘେନିୟେ କଥା ସଞ୍ଚପି କହିବା ମୋତେ ଅଗସ୍ତି ମହାମୁନି ।୧୪୫।ବଦୟନ୍ତି ମୁନିବର ଶୁଣ ମନୁ ପୁଚ୍ଛା କଲୁ ଯାହାପ୍ରସ୍ତାବେ ବାକ୍ୟେ ତୋତେ କହିବଇଂ ମୁହିଂ ତାହା ।୧୪୬।ପୂର୍ବ ଦିଗ ବରଣେ ଯେ ଗଲେ ଜଦ୍ୟରଥଉଦେଗିରି ଦେଶେ ଯାଇଂ ମିଳିଲେ ତୁରିତ ।୧୪୭।ଉଦୟ କେଶରୀ ବୋଲି ତହିଂର ନୃପତିଯୋଦ୍ଧାନ୍ତ ଘେନି ବରଣ କରିବାରେ ଅଇଲା ତତକ୍ଷଣାନ୍ତି ।୧୪୮।ମାନଭଙ୍ଗ ଦେଶର ରାଜା ମାନ ଅରଜୁନସେ ରାଜା ବିଜେ କଲା ଆସି ହସ୍ତିନା ଭୁବନ ।୧୪୯।ସଙ୍ଗରେ ଅଛଇ ତାର ଶତ ଖର୍ବ ସଇନପାର୍ବତ୍ୟ ଦେଶର ରାଜା ଅଟଇ ଚକ୍ରସେନ ।୧୫୦।ମାଧବ ଦେଶର ରାଜା ଚନ୍ଦ୍ରଚୂଡ ନୃପତିହସ୍ତିନା ନବରେ ମିଳିଲା ତଡ଼ତି ସଇନି ଘେତି ।୧୫୧।କାର୍ପଣ ଦେଶର ରାଜା ଅଟଇ କୃତକେଶୀସୟମ୍ୱର ବିଧାନେ ସେ ପ୍ରବେଶ ହେଲା ଆସି ।୧୫୨।ଉପଜଳ ଦେଶର ମନ୍ଦିର ବୋଲି ରାଜାହସ୍ତିନା ପୁରେ ଆସି ଯେ ପାଇଲାକ ପୂଜା ।୧୫୩।ଦକ୍ଷିଣୁଂ ଅଇଲା ଯେ ମଳୟ ନୃପତିବିଶେଷେ ଅଇଲା ଯେ ବଇଡୁର୍ଯ୍ୟ ଚକ୍ରବ୍ରତୀ ।୧୫୪।ଅତିମୁଖେ ବୋଲିଣ କାମପୁର ରାଜାହସ୍ତିନା ପୁରେ ପ୍ରବେଶ ମାନଗୋବିନ୍ଦ କଲା ପୂଜା ।୧୫୫।ନୀଳେନ୍ଦୀ ଦେଶର ରାଜା ନୀଳସେନ ନୃପତିହସ୍ତିନା ଦେଶେ ପ୍ରବେଶ ହୋଇଲା ତତକ୍ଷଣାନ୍ତି ।୧୫୬।ମହୀନ୍ଦ୍ର ଦେଶର ରାଜା ବିପ୍ରକୃଷ୍ଣଂକରହସ୍ତିନା ଭୁବନେ ମିଳିଲା ସୟମ୍ୱର ଥାନର ।୧୫୭।ବଇଡୁର୍ଯ୍ୟ ଦେଶର ଯେ ବୀରଭୋଜ ନୃପତିମଦନ ମହାଦେବ ତୁଲେ ଆସି ମିଳିଲା ତଡ଼ତି ।୧୫୮।ବଇତରଣୀ ଦେଶର ଅନ୍ଧ ଗୋପାଳ ରାଜାହସ୍ତିନା ନବରେ ମାନଗୋବିନ୍ଦ କଲେ ପୂଜା ।୧୫୯।ମଗଧ ଦେଶର ଯେ ନୃପତି ତ୍ରିଗର୍ତ୍ତସୟମ୍ୱର ବିଧାନେ ବିଜେ କରି ଆସଇ ନରନାଥ ।୧୬୦।କନ୍ଦର ଦେଶର ରାଜା କାଳେବର ନୃପତିନିମନ୍ତ୍ରଣ ପାଇଣ ସେ ଅଇଲା ତତକ୍ଷଣାନ୍ତି ।୧୬୧।ମନ୍ଦର ଦେଶର ରାଜା କାଳ ଯେ ନଉମିହସ୍ତିନାରେ ପ୍ରବେଶ ଦ୍ରିଯୋଧନକୁ ପରିଣାମି ।୧୬୨।ମତ୍ସ ଦେଶର ରାଜା ଅଚଇ ବିରାଟସାତ କ୍ଷଉଣୀ ତାର ଅଙ୍ଗବଳ ଥାଠ ।୧୬୩।କଳିଙ୍ଗ ଦେଶର ରାଜା କଳିଙ୍ଗ ସେନ ନୃପତିନବଲକ୍ଷ ଗୁଞ୍ଜର ତାର ପାଞ୍ଚଲକ୍ଷ ପାଦାନ୍ତି ।୧୬୪।ସମଦଣ୍ଡ ଘେନି ରାଜା ଥାଠ ଯେ ଚଳାଇହସ୍ତିନା ନବରେ ପ୍ରବେଶ ହୋଇଲାକ ଯାଇଂ ।୧୬୫।ଋଷ୍ୟଶୃଙ୍ଗ ଦେଶର ରାଜା ଋତୁପନ୍ନସେ ଯାଇଂ ମିଳିଲା ଯେ ହସ୍ତିନା ଭୁବନ ।୧୬୬।ବସନ୍ତ ଦେଶର ରାଜା ସୁବାହୁ ନୃପତିସଇନିବଳ ଘେନି ସେ ମିଳିଲା ତତକ୍ଷଣାନ୍ତି ।୧୬୭।ପଦ୍ମଦଳ ଦେଶର ରାଜା ପଦ୍ମନାଭ ନୃପତିସଙ୍ଗରେ ସଇନି ଘେନି ପ୍ରବେଶ ତଡ଼ତି ।୧୬୮।କାଳିନ୍ଦୀ ଦେଶର ରାଜା ନୀଳସେନ ରାୟେତାହାର ସଇନି ଘେନି ହସ୍ତିନାକୁ ଯାୟେ ।୧୬୯।ଖାଞ୍ଜଣ ଦେଶର ରାଜା ଯେ ଅନନ୍ତସେନହସ୍ତିନାରେ ପ୍ରବେଶ ହୋଇଲା ବହନ ।୧୭୦।ମନ୍ଦର ଦେଶର ରାଜା ଯେ କେଶର ନୃପତିହସ୍ତିନାରେ ପ୍ରବେଶ ମହାର୍ଣ୍ଣବ ଚକ୍ରବ୍ରତୀ ।୧୭୧।ଗଣପତି ବୋଲି ନିର୍ଝର ଦେଶ ରାୟେବଡ଼ ସମ୍ଭର୍ବେ ଆସଇ ଥାଠ ଯେ ଗୋଟିୟେ ।୧୭୨।କରଞ୍ଜ ଦେଶର ନୃପତି ନାମ ଚନ୍ଦ୍ରଧ୍ୱଜତେର ମର୍ଭୁତ ସଇନି ତାହାର ସଙ୍ଗେ ସଜ ।୧୭୩।କାମେରୀ ଦେଶର ରାଜା ନୃପତି କାମେଶ୍ୱରସେ ଆସି ପ୍ରବେଶ ହେଲା ହସ୍ତିନା ନବର ।୧୭୪।ତିଳ ମଣ୍ଡଳର ଯେ ନୃପତି ଧ୍ୱଜ ରାଜାହସ୍ତିନା ନୃପତିଂକି କଲା ପାଦ ପୂଜା ।୧୭୫।ପ୍ରାଗଜ୍ୟୋତିଷ ପୁରେ ଯେ ନୃପତି ନୀଳ ନାମସେ ଯାଇଂ ଦ୍ରିଯୋଧନକୁ କଲା ଦରଶନ ।୧୭୬।ଭଇରବ ଦେଶ ନୃପତି ନାମ ଚକ୍ରଧ୍ୱଜହସ୍ତିନା ନବରେ ଯେ ମିଳିଲା ମହାରାଜ ।୧୭୭।କରମଣ୍ଡଳର ଯେ ରାଜା ମହୀଧରହସ୍ତିନାରେ ଯାଇଂ ମିଲିଲା ନୃପବର ।୧୭୮।ମାଳବ ଦେଶର ଯେ ନୃପତି କୃତବର୍ମାତାହାର ହାଥୀର ନାମ ଅଟଇ ଅଶସ୍ତମା ।୧୭୯।ଅନେଶ୍ୱତ ମର୍ଭୁତ ତୁଲେ ତାର ସଇନପ୍ରବେଶ ହୋଇଲେ ଯାଇଂ ହସ୍ତିନା ଭୁବନ ।୧୮୦।ଯମନିକ ଦେଶର ରାଜା କେତୁମାଳୀସମଦଣ୍ଡ ଘେନିଣ ସେ ହସ୍ତିନା ଆୟେ ଚଳି ।୧୮୧।ମରହଟ୍ଟ ଦେଶର ରାଜା ଦରଦସେନସେହି ବିଜେ କଲା ଆସି ହସ୍ତିନା ଭୁବନ ।୧୮୨।ବଇରାଜ ଦେଶର ରାଜା ଅଟଇ ଯମାଗୋଷ୍ଠହସ୍ତିନା ନଗ୍ରେ ବିଜେ ଅସମ୍ଭବ ଥାଠ ।୧୮୩।ମାଧବ ଦେଶର ନୃପତି କଣୟବିନ୍ଦୁ ରାଜାହସ୍ତିନା ଦେଶର ଆସି ପାଇଲା ଦିବ୍ୟ ପୂଜା ।୧୮୪।ମଳୟ ଦେଶର ନୃପତି ମଳୟସେନ ରାଜାହସ୍ତିନା ନଗ୍ରେ ଯାଇଂ ଦ୍ରିଯୋଧନକୁ କଲା ପାଦ ପୂଜା ।୧୮୫।ଅବିଶ୍ରାମ ନଗ୍ରର ଯେ ପଦ୍ମନାଭ ନୃପତିସେ ମିଳିଲାକ ହସ୍ତିନା ବାରସ୍ୱତୀ ।୧୮୬।ଉତ୍ତର ଦିଗରେ ଯେତେକ ରାଜାମାନେଥାଠ ସଇନି ଘେନି ମିଳିଲେ ହସ୍ତିନା ଭୁବନେ ।୧୮୭।ପଚ୍ଛିମ ଦେଶର ଯେତେକ ନୃପତିସମସ୍ତଂକର ସଇନି ଘେନି ପ୍ରବେଶ ହୁଅନ୍ତି ।୧୮୮।ଉତ୍ତର ଦକ୍ଷିଣ ପୂର୍ବ ଯେ ପଚ୍ଛିମଆସନ୍ତି ରାଜାମାନେ ସବୁରି ସଙ୍ଗେ ସଇନ ।୧୮୯।ହସ୍ତିନା ରାଜ୍ୟେ ଆସି ହୋଇଲେ ପରବେଶଦେଖିଣ ମାନଗୋବିନ୍ଦ ହୋଇଲେ ହରଷ ।୧୯୦।ବ୍ରହ୍ମଛତ୍ରୀ ବଶ୍ୟ ଶୂଦ୍ର ଚାରିଜାତିୟେମନ୍ତେ ସମସ୍ତ ନୃପତି ମିଳନ୍ତି ।୧୯୧।ଦାନବ କୋନ୍ଧ ପିଶାଚ ଆବର ମହ୍ଲାର ଶବରସମସ୍ତେ ମିଳିଲେ ଆସି ହସ୍ତିନା ନବର ।୧୯୨।ୟେମନ୍ତେ ଚାରି ଊଣା ଲକ୍ଷେକ ନୃପତିରଥ ଗଜ ଅଶ୍ୱ ଅସଂଖ୍ୟ ପାଦାନ୍ତି ।୧୯୩।ସମ୍ଭରେ ମିଳିଲେ ସକଳ ଦେଶ ରାଜାଯେ ଯାହା ଅନରୂପେ ନୃପତି ସବୁନ୍ତି କଲା ପୂଜା ।୧୯୪।ସୟମ୍ୱର ଆସ୍ତାନେ ମିଳିଲେ ସମସ୍ତ ନୃପତିବହଇ ଯମୁନା ନଦୀ ଉତ୍ତରାୟେଣ ମୂରତି ।୧୯୫।ତହିଂ ପ୍ରାତ ସ୍ରାହାନ କରନ୍ତି ରାଜାଗଣମାନେନାନା ସୁଗନ୍ଧ ଦ୍ରବ୍ୟ ଲଗାଇ ଅତି ବିତପନେ ।୧୯୬।ଅମୃତ ପାକ ସଞ୍ଚା କରନ୍ତି ସୂପକାରେମୁଣୋହି କରନ୍ତି ରାଜାୟେ ଯେ ଯାହା ଠାବରେ ।୧୯୭।ଅନେକ ଅମୃତ ପଦାର୍ଥ ଯେ ସୁପଂକୁ ଦ୍ରବ୍ୟ ଅନ୍ନଅନେକ ତ୍ରିପୁତି ହୋଇ ତହିଂ ଭୁଞ୍ଜନ୍ତି ରାଜାମାନ ।୧୯୮।ଅପୂର୍ବ ଦିବ୍ୟ ଭୋଜନ କରନ୍ତି ରାଜାମାନେଯେ ଯେତେବେଳେ ଇଚ୍ଛା ଭୁଞ୍ଜନ୍ତି ଅବିଚ୍ଛନ୍ନେ ।୧୯୯।ଆଞ୍ଚୋବନ ସାରନ୍ତି ଯେ ସୁବର୍ଣ୍ଣର ଘଟେଦେବାଙ୍ଗ ବସ୍ର ପରିହଣ କରନ୍ତି ସନ୍ତୋଷ୍ଟେ ।୨୦୦।ଯେ ଯେତେ ମାନ୍ୟକୁ ଭାର୍ଜନ ଦ୍ରିଯୋଧନ ସମାର୍ଜିନାନା ରତ୍ନ ଆଭରଣ ଶ୍ରୀଅଙ୍ଗେ ସମରାଜି ।୨୦୧।ସୁସଞ୍ଚ ପତନୀ ଯେ ଦେବାଙ୍ଗ ବସନରାଜାକେ ଯେତେ ଯେତେ ସବୁ ନବତନ ।୨୦୨।ଭୋକୀ ଶୋଷୀ ଯେତେବେଳେ ଯେ ଯାହା ମାଗିଜାଣିଣ ପ୍ରାପତ ତାହା କରନ୍ତି ନିଯୋଗୀ ।୨୦୩।ଅବିଚ୍ଛନ୍ନେ ଭଣ୍ଡାର ହୋୟେ ଦାନଯେ ଯାହା ମାଗନ୍ତି ତାହା ଦିଅନ୍ତି ଅବିଚ୍ଛନ୍ନେ ।୨୦୪।ଶିବଆଳେ ଦୋହନ ଦ୍ୱାଦଶ ଗୋଷ୍ଠ ଗାଈବିଷ୍ଣୁ ଆଳେ ଅନେକ ବଈଷ୍ଣବ ଗୀତ ଗାଇ ।୨୦୫।ଦେବୀମାନନ୍ତ ଯେ ଅନେକ କଲେ ପୂଜାମେଷ ଛାଗଳ ମାରିଣ ଯେ ଦିଅନ୍ତି ବଳି ଭୋଜା ।୨୦୬।ୟେସନେକ ଉତ୍ସବ ଯେ ହସ୍ତିନା ରାଜ୍ୟ ପୁରୀଦେବା ଦେବୀ ପରାୟେ ଦିଶନ୍ତି ନର ନାରୀ ।୨୦୭।ଷାଠିୟେ ସହସ୍ର ଶିଷ୍ୟ ଘେନିଣ ମୁନି ବ୍ୟାସପ୍ରବେଶ ଅଗସ୍ତି ବାଲମ୍ୱୀକ କଶ୍ୟପ ଲୋମଶ ।୨୦୮।ବଶିଷ୍ଠ ବାମଦେବ ବିଶ୍ୱାମିତ୍ର ମାରକଣ୍ଡସୁଦେବ ସତ୍ୟବ୍ରତ ଯେ ବିଭାଦଣ୍ଡ ସୁଭାଣ୍ଡ ।୨୦୯।ଅଇଲେ ଋଷିଶୃଙ୍ଗ ଦୁର୍ଭାସା ମହାଯତିଅତ୍ରି ପାରେଶ୍ୱର ମୁନିମାନେ ଯେ ମିଳନ୍ତି ।୨୧୦।ଋଷିମାନନ୍ତ ଦେଖି ଦ୍ରିୟୋଧନ ହରଷପୂଜା ବିଧି କଲା ସେହୁ ହୋଇଣ ମନ ତୋଷ ।୨୧୧।ମହା ସମ୍ଭର୍ବ ସୟମ୍ୱର ପାଇଣ ବାରତପ୍ରବେଶ ହୋଇଲେ ଆସି ସକଳ ତପୋବନ୍ତ ।୨୧୨।ଲମ୍ୱିତ ଜଟା ଯେ ତ୍ରିକଚ୍ଛ ବସନଋଷିମାନନ୍ତ ସନମାନ ଯେ କରଇ ଦ୍ରିଯୋଧନ ।୨୧୩।ଚରଣ ପଖାଳି ଯେ କଲେ ପାଦଅର୍ଘ୍ୟ ପୂଜାଗନ୍ଧ ଚନ୍ଦନ ପୁଷ୍ୟ ଦେଇ ଆର୍ଧନା କଲା ରାଜା ।୨୧୪।ବହୁତ ବିନୋୟୀ ହୋଇ କହେ କୁରୁସାଈଂଦେଖିଣ ସାନନ୍ଦ ଯେ ନୃପତିମାନେ ତହିଂ ।୨୧୫।ଜୀବନ ସାଧୁ ସାଧୁ ଯେବଣ ପୁରୁଷାଆକାଶେ ବସିବାକୁ ଯାହାର ମନୀଷା ।୨୧୬।ପୂର୍ବ ଜନ୍ମର ଭାଗ୍ୟ ଜାଣିମା କେମନ୍ତେଭାଗ୍ୟବନ୍ତ ଶୂରବନ୍ତ ଯାହାକୁ ବୋଲନ୍ତି ଜଗତେ ।୨୧୭।ସୁତୀର୍ଥେ ସ୍ରାହାନ ସୁଦେବ ଦରଶନସୁସଙ୍ଗ ସଙ୍ଗେ ଯାର ସଙ୍ଗ ଅନୁକ୍ଷଣ ।୨୧୮।ସୁସ୍ତିରୀ ସଙ୍ଗେ ଯେବଣ ସୁପୁରୁଷ ବିଳସିତାହାନ୍ତ ଜାଣିମା ସେ ନିଚୟେ କପିଳାସ ବାସୀ ।୨୧୯।ଲକ୍ଷେ ରାଜାଂକର ଯେତେକ ଥାଠ ସଇନିମନ ଜାଣି ଅନ୍ନ ଦିଅନ୍ତି ନୃପମଣି ।୨୨୦।ଅଶ୍ୱଗଜଂକୁ ଚରଣି ପିଉଣି ଘାସ ବିରିଡାକିଣ ଦିଅଇ ରାଜା ମହା ସମ୍ଭର୍ବ କରି ।୨୨୧।ନିତ୍ୟେହେଂ ନଡ଼ପ କୁରୁରାଜା ଦିଅଇ ତହିଂ ଲାଗିଭିଆଣ ପ୍ରାମଣେ ରାଜା ଦିଅଇ ନିଯୋଗୀ ।୨୨୨।ମୁନିମାନନ୍ତ ଆସନ କୃଷ୍ଣାଜିନ ଛଉଂରୀଗଣ୍ଡା ମାରି ଆଣି ଭୋଜନ ଦିଅଇ ଦଣ୍ଡଧାରୀ ।୨୨୩।ମୁନିମାନେ ଯେଣେ ଯେ ହୋଅନ୍ତି ତ୍ରିପୁତିମନ ଜାଣି ମାନଗୋବିନ୍ଦ ବିନୟେ ଭଗତି ।୨୨୪।ସମସ୍ତେ ପ୍ରଶଂସା କରନ୍ତି ସୟମ୍ୱର ଚାହିଂଗତ ଆଗତେ ୟେମନ୍ତେ ଦେଖିଲା ତ ନାହିଂ ।୨୨୫।ୟେମନ୍ତର ସମୟେ ରାଜା ମାନଚକ୍ରବ୍ରତୀପାଦଅର୍ଘ୍ୟ ଗୋଟିୟେ କରେ ଘେନିଣ କୁରୁପତି ।୧୨୬।ବରଣମାଳା ଗୋଟିୟେ ଆବର ମୁକୁଟ ଗୋଟିୟେଦୁର୍ବା ଅକ୍ଷତ କରେ ଘେନିଣ କୁରୁରାୟେ ।୧୨୭।ସୁବର୍ଣ୍ଣ ଦୀପେ ଗୁଆ ଘୃତ ନେତର ବଳିତାରାଜାମାନନ୍ତ ବନ୍ଦାପନା ଯୋଗାଡ଼ ଅପ୍ରମିତା ।୨୨୮।ତାଡ଼ଗୁମ୍ଫା ସରଳ ବାହୁଟି ଜଗଦଳାଶିରକୁ ସୀମନ୍ଥିନୀ ହୃଦକୁ ରତ୍ନମାଳା ।୨୨୯।ରତ୍ନ ମଣି ମୁକୁଟ ଯେ ବିରାଜଇ ଶିରେଲଲାଟେ ସୀମନ୍ଥିନୀ ମାଣିକ୍ୟ ନାୟେକରେ ।୨୩୦।ବିଦ ମୁଦି କଂକଣ ବିରାଜେ ବିବିଧ ବାହୁଟିହୃଦରେ ପଦକମାନ ବିରାଜନ୍ତି ପ୍ରକଟ ।୨୩୧।ପୟରେ ନୂପୁର ବାଜନ୍ତି ପଞ୍ଚମ ସ୍ୱର ଜାଣିନାଚନ୍ତି ବନିତାୟେ ଯେ ସୁଭ ବିଳାସୁଣୀ ।୨୩୨।ମର୍ଦ୍ଦଳ ତାଳ କଂସାଳ ବାୟେଂଶୀ ଶବଦେଚଞ୍ଚପୁଟ ଚାଂଚପୁଟ ଘଟିତ ଘଟ ଛନ୍ଦେ ।୨୩୩।ଜଗତ ମୋହିନୀଂକର ପଞ୍ଚମ ସ୍ୱର ନାଟେଦିନ ନ ଅଣ୍ଟଇ ଯେ କଉତୁକ ରସକ୍ରୋଟେ ।୨୩୪।ୟେମନ୍ତେଣ ମଧ୍ୟସଭାରେ କୁରୁସାଈଂସମସ୍ତ ରାଜାମାନନ୍ତ ବୋଲଇ ଶବଦାଇ ।୨୩୫।ମୋହୋର ଯେ ଅଛଇ ୟେକଇ ଦୋହିତୀଅମଳାନ ଚନ୍ଦ୍ର ଜାଣି ଦିଶଇ ତାର ଜ୍ୟୋତି ।୨୩୬।ଶରଧାୟେ ତାର ନାମ ଦିଲଇଂ ଚନ୍ଦ୍ରାବତୀତ୍ରିଭୁବନ ମଧ୍ୟେ ତାକୁ ନ ପାଇଲି ପତି ।୨୩୭।ମାଗନ୍ତା ନୋହିଲ ମୁଂ କାହାକଇଂ ନ ଦେଖଇଂ ଯାଚିସେ ନିମନ୍ତେ ତୁମ୍ଭନ୍ତ ମୁଂ ଆଣିଲାଇଂ ଅର୍ଚ୍ଚି ।୨୩୮।ୟେକ କନ୍ୟାକୁ ତୁମ୍ଭେ ଲକ୍ଷେକ ନୃପତିସେ ଚନ୍ଦ୍ରାବତୀ ଯେ ଅଟଇ ମୋହୋର ଦୁହିତୀ ।୨୩୯।ସମସ୍ତ ନୃପତିୟେ ଶୁଣିମା ମୋର କଥାୟେୟେକମନେ ଶୁଣ ତୁମ୍ଭେ ସମସ୍ତ ମହାରାୟେ ।୨୪୦।ଯାହାକୁ ଇଚ୍ଛା ମନେ ବସିବ ସୁନ୍ଦରୀମାଳା ଦେଇଣ ସେ ଯେ ଯାହାର ହାଥ ଧରି ।୨୪୧।ତାହାର ସେ କନ୍ୟା ଗୋଟି ହୋଇବ ଯୁଗତେଆନ କେ ନ ଲଘିଂ ସତ୍ୟ କହ ମୋତେ ।୨୪୨।ବଳାତ୍କାରେ କରି କେହି ନ କରିବ ଗୋଳୟେହା ବିଚାରି ମୋତେ କହ ସକଳ ମହୀପାଳ ।୨୪୩।ରାଜାମାନେ ବୋଇଲେ ହୋ ତ୍ରିବାର ଆମ୍ଭର ସତ୍ୟ ସତ୍ୟଯାହାକୁ ବରିବ ତୁମ୍ଭର ତୋହିତ ସେହି ତାହାର ହୋଇବପ୍ରାଣନାଥ ।୨୪୪।ଯେବଣ ରାଜା ହାଦେ ୟେହାକୁ ବଳି କରି ଲଘିଂସମସ୍ତେ ହୋଇ ତାକୁ କରିବୁ ପ୍ରାଣତ୍ୟାଗୀ ।୨୪୫।ୟେହୁ କଥା ଆମ୍ଭର ଦୃଢ ବଚନ ସତ୍ୟ ବାଣୀୟେ ସଭାକଇ ଆଣ ହୋ ତୁମ୍ଭର ଦୁଲଣୀ ।୨୪୬।ରାଜାମାନନ୍ତ ନୃପତି ନିବର୍ତ୍ତ କରାଇସୁରେଖା ନାମେ ୟେକ ମୁଦୁସୁଲୀକି ହକରାଇ ।୨୪୭।ଯାଅ ଗୋ ମୁଦୁସୁଲୀ ଭିତର ପୁରକଇବେଶ ବେଶନ କରାଇ ଚନ୍ଦ୍ରାବତୀକି ଆଣ ସଭାକଇ ।୨୪୮।ରାଜାର ବଚନ ଯେ ଚଳିଲା ମୁଦୁସୁଲୀକନ୍ୟାକୁ ସୁବେଶ ଯେ କରାଇଲେ ପୋଇଲୀ ।୨୪୯।ବିଶେଷେ ସୁନ୍ଦରୀ ସେ ଯେ ଆବର ଗୁଣବନ୍ତୀରତ୍ନହୁଂ ଅଧିକ ଦିଶଇ ତାହାର ଜ୍ୟୋତି କାନ୍ତି ।୨୫୦।ଅନେକ ପାଟଛତ୍ର ଯେ ଉହାଡ଼ି ଆଲମ୍ୱବାଜଇ ଶଙ୍ଖ ଧୁନି ବହୁତ ସମ୍ଭର୍ବ ।୨୫୧।ସହସ୍ରେ ଚାମର ଯେ ମଣ୍ଡଣି ଚଉପାଖେଶ୍ୟାମଳ ମେଘେ ଯେହ୍ନେ ଝଟକନ୍ତି ବଳାକେ ।୨୫୨।ତ୍ରଇଲୋକ୍ୟ ମୋହିଲା ସେ ଶରଦ ଚନ୍ଦ୍ରମୁହୀଂରାଜାମାନେ ବଶ ହୋଇଲେ ରୂପକୁ ତାର ଚାହିଂ ।୨୫୩।ବିଚାରନ୍ତି ରାଜାୟେ ଧନ୍ୟ ଧନ୍ୟ ୟେହୁ ବାଳୀକାମଦେବହିଂ ସେ ୟେହାର ମନର ହିଆଳି ।୨୫୪।ପ୍ରତକ୍ଷେ ରତି ୟେ କି କାମଦେବର ନାରୀଅମର ସାଧବୀ ୟେ ମଞ୍ଚରେ ଅବତରି ।୨୫୫।ରମ୍ଭା ମେନକା ଉର୍ବଶୀ କାମସେଣା ମୋହିନୀୟେହା କିମ୍ପା ଉପେକ୍ଷା କଲାକ ସହସ୍ର ଯୋନି ।୨୫୬।ପୂର୍ବ ପୁଣ୍ୟ କରିଥିଲା ଯେ ୟେ ଆମ୍ଭର ବେନି ଆଖିନିର୍ମଳ ହୋଇଲା ୟେବେ ୟେହାର ରୂପ ଦେଖି ।୨୫୭।ଗତ ଜନ୍ମ ପୁଣ୍ୟ ବକୁ ୟେମନ୍ତ ହୋଇଲାନ ପାଇ ପାଇଲା କିଂବା ନ ଦେଖି ଦେଖିଲା ।୨୫୮।ମୋହେଣ ବଶ ହୋଇ ଯେ ସମସ୍ତେ ନିମଜ୍ଜିୟେମନ୍ତେ ରାଜାୟେ ମନେ ବିଚାରନ୍ତି ହେଜି ।୨୫୯।ପୁଣ ପୁଣ ପରଶଂସି ବୋଲନ୍ତି ସର୍ବ ରାଜାଧନ୍ୟ ଧନ୍ୟ ନୃପତି ହୋ ତୋହୋର ତନୁଜା ।୨୬୦।ପୁଣ ପୁଣ ଉପନେସିଣ ବୋଲନ୍ତି ସର୍ବ ରାଜାମୃତୁ ମଣ୍ଡଳ ଲୋକନ୍ତ ୟେ ନ ଯୋଗାଇ ଭାରିଯା ।୨୬୧।ଦ୍ରିଯୋଧନ ବଚନେ ଅଇଲୁଂ ସର୍ବ ରାଜାୟେତେ ବଡ଼ ସଭାରେ ହେଉଅଛି ଲଜ୍ଜା ।୨୬୨।ୟେତେକ ବିଚାରି ରାଜାୟେ ହୋଇଲେ ମଉନ ବ୍ରତଥମ୍ଭୀଭୂତ ହେଲେ ତହିଂ ସର୍ବ ନରନାଥ ।୨୬୩।ସମସ୍ୟା ଦେଇ ନୁଆରିଲେ କେବଣହିଂ ନୃପମୁଦୁସୁଲୀ ଦେଖାଇଲା ଚନ୍ଦ୍ରାବତୀକି ରାଜାଂକ ସରୂପ ।୨୬୪।ହୃଦଗତେ ଭାଳି ବାଳୀ ରାଜା ବର୍ଣ୍ଣ ଚିହ୍ନକାହାଠରେ ନ ବଳିଲା ଚନ୍ଦ୍ରାବତୀ ମନ ।୨୬୫।ୟେମନ୍ତରେ ମୁଦୁସୁଲୀ ଘେନି ସୁକୁମାରୀସଭାରେ ସେ ଉଭା କରି ନେଲା ଅନ୍ତପୁରୀ ।୨୬୬।ୟେହେନେକ କାଳେ ସଭାୟେଣ ହାଦେବ୍ରହ୍ମାର ନନ୍ଦନ ବିଜେ କଲେକ ନାରଦେ ।୨୭୬।ହାଥରେ ଦଣ୍ଡ କମଣ୍ଡଳୁ ବୀଣାୟେକ ଘେନିକାନ୍ଧରେ କଳି ଧୋକଡ଼ି ଶତେ ସରି ମୁଣି ।୨୬୮।କଳିକାଳ ଉପଗତ କରନ୍ତି ସେହୁ ମୁନିଲାଗୁ ଲାଗୁ ବୋଲି ନୃତ୍ୟ କରନ୍ତି ତପୋଧନୀ ।୨୬୯।ଭାରିଯା ନାମ ଡେଙ୍ଗୁରୀ ପୁଅର ନାମ ଗୁଣ୍ଡେୟବୋହୂ କଳିଜଞ୍ଜାଳି ଆପଣେ କଳହ ପ୍ରିୟ ।୨୭୦।ମାଆ ନାମ ଧୋକଡ଼ି କଳହ ମୁଣିରେ ସମସ୍ତ ରୁଣ୍ଡ କରିବିଜୟେ ନାରଦେ ଯାଇଂ ହସ୍ତିନା ନାମେ ପୁରୀ ।୨୭୧।ନାରଦଂକୁ ଦେଖି କରି ଉଠିଲେ ସର୍ବ ରାଜାମୁନିଂକ ପାଦପଦ୍ମେ କଲେ ଦିବ୍ୟ ପୂଜା ।୨୭୨।ଅନେକ ସାନନ୍ଦ ହୋଇଲେ ସକଳ ନୃପତିପାପ କ୍ଷୟେ ଗଲା ଫିଟିଲା ସକଳ ମନ ଭ୍ରାନ୍ତି ।୨୭୩।ଅଇଲାର ସୁଫଳ ଆମ୍ଭର ୟେତେକଇଂ ହେଟିଦୁତୀବ୍ରହ୍ମ ରୂପ ଦେଖିଲୁ ନାରଦ ତପନିଷ୍ଠି ।୨୭୪।ଅନେକ ପୂଜାବିଧି କଲେ କୁରୁସାଈଂକନେକ ପିଢାରେ ବସାଇଲେ ମୁନିଂକି ନେଇ ।୨୭୫।ଆଜ ଆମ୍ଭେ ଦେଖିଲୁ ବ୍ରହ୍ମଚର୍ଯ୍ୟ ଯୁଗାନ୍ତେକ ଭୋଗୀକଳିକାକ ବଞ୍ଚାଣ ଅଭୟେ ପରମ ଯୋଗୀ ।୨୭୬।କଳିର ଧର୍ମ ସେ କଳି କୁତୂହୋଳେକଲ୍ୟାଣ କରନ୍ତି ମୁନି ନୃପତି ମଣ୍ଡଳେ ।୨୭୭।ଶ୍ରୀବ୍ରହ୍ମଋଷି ଯେ ସେ ନାରଦଂକ ଚରଣେବଦନ୍ତି ସାରୋଳା ଦାସ ପଶନ୍ତି ଶରଣେ ।୨୭୮।ୟେଥୁ ଅନନ୍ତରେ ଯେ କଳହପ୍ରିୟ ଋଷିଆହୋ ମାନଗୋବିନ୍ଦ କଲ୍ୟାଣ ହୁଅସି ।୨୭୯।ଦ୍ରିଯୋଧନ ବୋଇଲା ମୁନି ହେ ରହ ମୋର ପୁରୀସୟମ୍ୱର ମଣ୍ଡଳେ ପୂରିଅଛନ୍ତି ସକଳ ଦଣ୍ଡଧାରୀ ।୨୮୦।ୟେମନ୍ତର ସମୟେ ପାଣ୍ଡବେ ପାଞ୍ଚ ଭାଇନାରଦଂକ ଚରଣେ ପ୍ରଳମ୍ୱିତ ହୋଇ ।୨୮୧।ଯୁଝେଷ୍ଠି ପଚାରିଲେ ହୋ ମୁନି ଦୋହିତାର ନିମନ୍ତେସୟମ୍ୱର କଲା ୟେ ରାଜା କୁରୁନାଥେ ।୨୮୨।ତୁମ୍ଭର ବିଚାରକୁ କିସ ଯୋଗାଇଲା ମୁନିସୟମ୍ୱର କଥା ଦେଖି ମୋ ମନକୁ ସୁଖ ନ ଘେନି ।୨୮୩।ନାରଦେ ବୋଇଲେ ମନ୍ଦକୃତ୍ୟ କଲ ଯୁଝେଷ୍ଠିଦୂଷିତ ପରାୟେ ଲାଗୁଛି ୟେହାପରା କନ୍ୟା ଗୋଟି ।୨୮୪।ଦ୍ୱାରିକା ପୁରେଣ ଅନେକ ବର ଅଛିତହିଂରୁ ଗୋଟିୟେ କିମ୍ପା ରାଜା ନ ଆଣିଲା ବାଛି ।୨୮୫।ରାମ କୃଷ୍ଣ ଦୁହିଂନ୍ତି କିମ୍ପା ନ କହିଲକାହାକୁ ଘେନି ଯେ ୟେ କଥା ଆରମ୍ଭିଲ ।୨୮୬।ହାଥରେ ଘେନିଅଛି ଅର୍ଘ୍ୟ ଯେ ଗୋଟିୟେକୃଷ୍ଣ ନାହାନ୍ତି କାହାକୁ ପୁଣି ଅର୍ଘ୍ୟ ଦେବ ରାୟେ ।୨୮୭।ରାମକୃଷ୍ଣ ଯେଉଂ ସଭାରେ ନ ଥିଲେଅର୍ଘ୍ୟ ଘେନନ୍ତା ନାହିଂ କେହି ବ୍ରହ୍ମା ରୁଦ୍ର ହେଲେ ।୨୮୮।ଯୁଝେଷ୍ଠି ବୋଇଲେ ତୁମ୍ଭେ ଶୁଣ ହୋ ବ୍ରହ୍ମଯତିୟେହା ଶୁଣିଲେ ତୁମ୍ଭନ୍ତ କୋପ କରିବଟି କୁରୁପତି ।୨୮୯।ୟେକାନ୍ତେ ଯୁଧିଷ୍ଠିଂକି ସେ ନାରଦ ତହୁଂ ରାଇକନ୍ୟାକୁ ଆବୋରି ତୁମ୍ଭେ ଥାଅ ପାଞ୍ଚ ଭାଇ ।୨୯୦।ଆଜ କନ୍ୟାକୁ କାହାକଇଂ ନ ଦେବ ଯେ ବରିରାତ୍ରକ ଭିତରେ ବର ଘେନି ଆସିବି ଅନୁସରି ।୨୯୧।ୟେ ରାଜାମାନଂକର ସବୁରି ଦର୍ପ ଧଂସିଭୀଷ୍ମ ଦ୍ରୋଣ କର୍ଣ୍ଣ ଆଦି ସର୍ବ ଦର୍ପ ନାଶି ।୨୯୨।ୟେତେ କହିଣ ମୁନି ଚଳିଲେ ଅନ୍ତର୍ଧାନେଆନନ୍ଦ ହୋଇ ମୁନି ବିଚାରନ୍ତି ମନେ ।୨୯୩।ବଡ଼ ରହସ୍ୟ କଥା ହୋଇବ କୁତୂହୋଳକନ୍ୟାର ମନ କେମନ୍ତେ ବୁଝିବା ପ୍ରବଳ ।୨୯୪।ୟେତେ ବିଚାରି ମୁନି ଚଳିଲେ ତୁରିତେଚନ୍ଦ୍ରାବତୀ ମେଢରେ ପଶିଲେ ବ୍ରହ୍ମସୁତେ ।୨୯୫।ଦେଖିଲେ ଚନ୍ଦ୍ରାବତୀ ବସିଅଛି ତହିଂପରିବାରୀ ମୁଦୁସୁଲୀ ବେଢିଛନ୍ତି ରହି ।୨୯୬।ନାରଦଂକୁ ଦେଖିଣ ଉଠିଲା ଚନ୍ଦ୍ରାବତୀନାରଦଂକ ଚରଣ ତଳେ ପ୍ରଳମ୍ୱ ଯୁବତୀ ।୨୯୭।ବିନୟ ଦେଖି ମୁନି କନ୍ୟାକୁ କଲ୍ୟାଣ କରନ୍ତିଅୟି ସୁଲକ୍ଷଣୀ ହୁଅ ଗୋ ଭାଗ୍ୟବନ୍ତୀ ।୨୯୮।ପତିର ବଲ୍ଲଭା ହୋଇ ବଞ୍ଚ ପ୍ରତିଦିନତୋହୋର ବଲ୍ଲଭ ହୋଉ କୃଷ୍ଣର ନନ୍ଦନ ।୨୯୯।ୟେ ବଚନ ଶୁଣି ବୋଇଲାକ ଚନ୍ଦ୍ରାବଳୀୟେ କଲ୍ୟାଣ କେମନ୍ତେ କଲ ହେ ତପଶାଳୀ ।୩୦୦।ମୋହୋର ପିତା ଖୁଡୁତା ୟେବେ ଦୁଷ୍ଟବୁଦ୍ଧି କରିରାଜାମାନନ୍ତ ଆଣିଲେ ସୟଂବରେ ବରି ।୩୦୧।ୟେଣେ ୟେ ବର ଯେ ମୋର ମନକୁ ନ ଖଟିରାତ୍ର ଦିବସରେ ମୁଂ ହୋଉଅଛି ବଡ଼ କଷ୍ଟି ।୩୦୨।ତୁମ୍ଭେ ଯେ ବ୍ରହ୍ମମୁନି କହିଲ ଦିବ୍ୟ ବାଣୀମୋହୋର ମନ ଆନନ୍ଦ ତୁମ୍ଭର ବାଣୀ ଶୁଣି ।୩୦୩।କୃଷ୍ଣର ନନ୍ଦନ ଅଟଇ ମୋର ପଞ୍ଚୁମନେ ପତିତାୟେ ବିନୁ ମୋହୋର ଆନେ ନ ବଳଇ ମତି ।୩୦୪।ସେ ଯେବେ ଜଗନ୍ନାଥଂକର ଅଟଇ ନନ୍ଦନକେମନ୍ତେ ସୁନ୍ଦର ତାହାଂକର ରୂପକୁ ସମ ନୋହେ ଆନ ।୩୦୫।ୟେ ବଚନ ଶୁଣି ନାରଦ ତପନିଷ୍ଠିକଳି ଧୋକଡ଼ି ମୁଣିରୁ କାଢିଲେ ଚିତ୍ରପଟ ଗୋଟି ।୩୦୬।ଚନ୍ଦ୍ରାବଳୀ ଆଗରେ ଥୋଇଲେ ମହାମୁନିଦେଖ ରେ ସୁନ୍ଦରୀ ୟେ ବରେ କି ତୋ ମନ ମାନି ।୩୦୭।ୟେହିଟି ଶ୍ରୀକୃଷ୍ଣର ନନ୍ଦନ ବୀର ଶାମ୍ଭୟେହାର ସରୂପ ଯେ ସାକ୍ଷାତେ ଅଟଇଟି କାମ ।୩୦୮।ୟେମନ୍ତେ ବର ଯେବେ ମନକୁ ତୋର ବଦିୟେହିକ୍ଷଣି ଭିଆଇ ତୋତେ ଆଣିଦେବି ତଦି ।୩୦୯।ଦେଖିଣ ଚିତ୍ରପଟ ମୋହଗତ ବାଳୀନାରଦଂକ ଚରଣ ଧରିଣ ବିକଳି ।୩୧୦।ଅଶ୍ରୁଜଳ ସଂହରି ମନେଣ ସାନନ୍ଦମୋତେ ୟେ ବର ଭିଆଇଦିଅ ହେ ନାରଦ ।୩୧୧।ମୋହୋର ପିତା ନ ଜାଣି ସୟମ୍ୱର କଲାଲକ୍ଷେ ନୃପତିଂକି ସେ ଯେ ବରିଣ ଆଣିଲା ।୩୧୨।ୟେହାନ୍ତ ବରିତେ ମନ ମୋର ଯେ ନ ବଳଇ ମୁନିଚିତ୍ରପଟ ଦେଖି ଚିତ୍ତ ଦଗଧ ହୋଇଲାନି ।୩୧୩।ୟେହୁ ବର ଗୋଟି ଯେବେ ଆଣିଦେବ ମୋତେତୁମ୍ଭର ଚରଣେ ମୁଂ ହୋଇଥିବି ଭକତେ ।୩୧୪।ଶୁଣି ଅନ୍ତର୍ଧାନେ ଗଲେ ମୁନି ଦ୍ୱାରିକା ଭୁବନେମନଦଣ୍ଡ ପବନଯାନ ଚଢି ଗମିଲେ ମହାମୁନ୍ୟେ ।୩୧୫।ପ୍ରବେଶ ହୋଇଲେ ଯାଇଂ ଭୁବନ ଦ୍ୱାରିକାଦେଖିଲେ ଶାମ୍ୱ କୁମାର ଆସ୍ଥାନେ ଅଛି ୟେକା ।୩୧୬।ସାତବଂଶ ଯାଦବେ ଅଟନ୍ତି ପଟୁଆରୀୟେକାନ୍ତେ ଶାମ୍ୱ କୁମରକୁ କହିଲେ ହକାରି ।୩୧୭।ଜମ୍ୱୁବତୀର ନନ୍ଦନ ସେ ଯେ ତ୍ରଇଲୋକ୍ୟ ମୋହନପ୍ରତକ୍ଷେ କାମଦେବ ପ୍ରାୟେ ଦିଶଇ ତାର ବର୍ଣ୍ଣ ।୩୧୮।କୃଷ୍ଣର ସାଦୃଶେ ସେ ବିକ୍ରମସିଘଂ ପ୍ରାୟେବଳରାମ ସାଦୃଶ୍ୟେ ଦିଶଇ ତେଜମୟେ ।୩୧୯।ପିତାମହଂକ ସାରିକ୍ଷେ ଅଟଇ ଯାର ବୁଦ୍ଧିବଡ଼ିମାପଣକୁ ସେ ପ୍ରତକ୍ଷେ ଜମ୍ଭଭେଦୀ ।୩୨୦।ପଣ୍ଡିତ ପଣକୁ ସେ ବୃହସ୍ପତି ସମାନେବୀରପଣକୁ ସେ ଯେ ପ୍ରତକ୍ଷେ ଦୁତୀ ଯମେ ।୩୨୧।ଚଉରାଶି ଲକ୍ଷଣ ନିରୋପନ୍ତି ମହାମୁନିନାରଦ ବିଚାରନ୍ତି ୟେହାକୁ ଯିବି ଘେନି ।୩୨୨।ୟେତେ ବିଚାରିଣ ଲେଉଟିଲେ ବ୍ରହ୍ମସୁତଶାମ୍ୱ କୁମରକୁ ଚାହିଂ କହନ୍ତି ଗୁପତ ।୩୨୩।ନାରଦେ ବୋଇଲେ ଶୁଣ ବାବୁ ଶାମ୍ୱତୋହୋର ନିମନ୍ତେ ବାବୁ ଆମ୍ଭର ବଡ ଶ୍ରମ ।୩୨୪।ଆମ୍ଭକୁ ବଧାଇ ରେ ଦେବୁ ରତ୍ନଶ୍ରେଷ୍ଠକନ୍ୟା ଗୋଟିୟେ ଠାବ କରି ଅଇଲୁ ରେ ପଦ୍ମନ କନିଷ୍ଠ ।୩୨୫।ଅଭୟେ ବାରସୃତୀ ଭୁବନ ଦ୍ୱାରିକାଅନେକ ସ୍ତିରୀ ଅଛନ୍ତି କେ କରିବ ଲେଖା ।୩୨୬।ପ୍ରଭାବତୀ ହାରାବତୀ ତ୍ରିଭୁବନ ମୋହିନୀକାଳିନ୍ଦୀ ନୀଳେନ୍ଦୀ ମଦନିକା ତ୍ରିଲୋଚନୀ ।୩୨୭।ୟେହାଂକର ରୂପକୁ ପଟାନ୍ତର ନାହିଂ ତିନି ସ୍ୱର୍ଗେକନ୍ୟା ଠାବ କରି ବାବୁ ଆମ୍ଭେ ଅଇଲୁ ୟେବେ ।୩୨୮।ସୋମବଂଶ ରାଜା ଦ୍ରିଯୋଧନ ନୃପତିଅତି ମାନେ ମାନଗୋବିନ୍ଦ ଚକ୍ରବ୍ରତୀ ।୩୨୯।ତାହାର ଦୋହିତା ଯେ ଚନ୍ଦ୍ରାବତୀ ବାଳୀସେ ତୋତେ ରୂପ ଗୁଣକୁ ମନର ହିଆଳୀ ।୩୩୦।ତୁ ସେ ପୁରୁଷରତ୍ନ ସେ ସ୍ତିରୀରତ୍ନ ନାୟେକାତ୍ରିଭୁବନ ମଧ୍ୟେରେ ଯେ ପଟାନ୍ତର ୟେକା ।୩୩୧।ଯେତେକ କନ୍ୟା ତୋର ଦ୍ୱାରିକାରେ ଅଛନ୍ତିତାହାର ସମତୁଲେ କେହି ନ ପଡ଼ନ୍ତି ।୩୩୨।ସୁସଞ୍ଚ ସମାନେ ସୁସଞ୍ଚ ମୃଗାଚ୍ଛୀକେବଣ ଦଇବତ ତାକୁ ନିର୍ବାଣ କରିଅଛି ।୩୩୩।କୁଞ୍ଚି କୁଞ୍ଚିତ କେଶ ଯେ ନୀଳର ଖଞ୍ଜଣୀଅତିରେକ ନୁହଇ ସେ ଅଟଇ ସୁଠାଣୀ ।୩୩୪।ରତ୍ନ ଖଞ୍ଜିଲା ପ୍ରାୟେ ଦିଶଇ ଲଲାଟ ପାଟିତଥି ଉପରେ ଲେଖନ ସୁନ୍ଦର ଟୋପାଟି ।୩୩୫।ନୟନ ଭ୍ରୂଲତା କି କାମଦେବର ଧନୁପୁରୁଷ ମାତ୍ର ଦେଖି ଧରିବ କେ ତନୁ ।୩୩୬।ତହିଂକି ତୀକ୍ଷ ଶର ଯେ ନୟନର ବାଣତଡ଼ିତ ସୁନା ଜାଣି ଦିଶଇ ରସାଣ ।୩୩୭।ଅତି ଅସକତେ ସେ ନ ଚାହଂଇ ଦୃଷ୍ଟିଲୋହ ପାଷାଣ ହୋଇଲେ ଅବଶ୍ୟ ଯିବ ଫୁଟି ।୩୩୮।ଅବଲୋକନେ ସୁନ୍ଦରୀର କିଞ୍ଚିତ ଚାହାଂଣୀଅବହେଳେ ସହସ୍ରେ ସଂସାର ପାରିବାକ ଜିଣି ।୩୩୯।ୟେକା କଥାୟେ ମାତ୍ର କଲା ପ୍ରଜାପତିମାରଇ ତାରଇ ଯେ ଅମୂଲ୍ୟ ରତ୍ନ କାନ୍ତି ।୩୪୦।ନାସା ପଟାନ୍ତର ଯେ ତିଳ ଫୁଲ ପ୍ରଭାନୀଳ ଉତ୍ପଳ ଜାଣି ଦିଶଇ ମୁଖ ଶୋଭା ।୩୪୧।ଅଳପ ଦିନରେ ସେ ଭୂମିରେ ପଡ଼ଇ ଲୋଟିଦେଖିଲେ ଜନମାନେ ଅଧର୍ଯ୍ୟ ହୋଇବେଟି ।୩୪୨।ମଝା ଗଣ୍ଡି କ୍ଷୀଣ ଯେ ଅତିହିଂ ସଂକୀର୍ଣ୍ଣପଟାନ୍ତର ଦେବା କି ମତ୍ତଗଜ ଚାଲି ପୁଣ ।୩୪୩।ଘନ ଘନ ପବନେ ନ ପୁଣ ପଡ଼ଇ ଭାଞ୍ଜିପୁଣ ପୁଣ କାଳକେ ପାରିବ ସିନା ଖଞ୍ଜି ।୩୪୪।ଚାଳନ୍ତେ ସୁନ୍ଦରୀର ନ ବାଜଇ ପାଦଗତିସଂସାର ଜନେ କି ବ୍ରତିବେ ଦେଖି ମୂର୍ତ୍ତି ।୩୪୫।ଜଳେ ଯେସନେକେ ବିହଡ଼ନ୍ତି ହଂସପନ୍ତିତେସନୋକ ଶୋଭାବନ ତାର ଚାଲିବାର ଗତି ।୩୪୬।ନାରଦେ ବୋଇଲେ ତୁମ୍ଭେ ଶୁଣ ଶାମ୍ୱ କୁମାରଚନ୍ଦ୍ରାବତୀ ନାମ ଯେ ଅଟଇ ପୁଣ ତାର ।୩୪୭।ପିତା ଦ୍ରିଯୋଧନ ମାତା ଭାନୁମତୀମାଇକା ଅଜା ତାର ଭୂମନୁ ଚକ୍ରବ୍ରତୀ ।୩୪୮।ପିତାମହ ଧୃତିରାଷ୍ଟ ଅଟଇ ସୋମବଂଶୀବାଛିବାକୁ ଦୁଇକୁଳ ଅଟଇ ନିର୍ଦ୍ଦୋଷୀ ।୩୪୯।ନାରଦଂକ ମୁଖରୁ ୟେ ବଚନ ଶୁଣିକାମେ ଅଚେତନ ହେଲା ସେ କୁମରମଣି ।୩୫୦।ନାରଦ ମୁନିଂକ ପାଦେ ବହୁ ପରିମାଣିୟେ ମହା ସଂକଟୁ ମୋତେ ଉଦ୍ଧର ହେ ସ୍ୱାମୀ ।୩୫୧।କେତେ ଦୂର ୟେହିଠାରୁ ଅଟଇ ହସ୍ତିନାନାରଦ ବୋଇଲେ ପଞ୍ଚଷଠି ଯୂଣ ସିନା ।୩୫୨।ୟେବେ ତିନି ପ୍ରହର ଯେ ଦିନକର ଜ୍ୟୋତିନିଶି ଅର୍ଦ୍ଧମାନେ ଯାଇଂ ଭେଟିବା ଚନ୍ଦ୍ରାବତୀ ।୩୫୩।ଶାମ୍ୱ କୁମର ବୋଲଇ କନ୍ୟା କେତେ ବୟସନାରଦେ ବୋଲନ୍ତି କନ୍ୟା ଷୋଳ ଯେ ବରଷ ।୩୫୪।କୁମର ବୋଲଇ ମୋହଠାରୁ ବଡ଼ ବରଷେକୟେହା ତୁମ୍ଭେ ଭିଆଇଛ ନାରଦ ଅବିବେକ ।୩୫୫।ପୁରୁଷଠାରୁ ସ୍ତିରୀ ବଡ଼ ହେଲେ ନ ଘଟଇପନ୍ଦର ବରଷ ମୋର ବୟସ ଅଟଇ ।୩୫୬।ବଳରାମ ଶ୍ରୀକୃଷ୍ଣଂକୁ ପଚାରିବ ତୁମ୍ଭେସେମାନେ ୟେ ପିଣ୍ଡର ଅଧିକାରୀ ଅଟନ୍ତିଟି ୟେବେ ।୩୫୭।ନାରଦେ ବୋଇଲେ ଆରେ କି ବାଇ କି ବାତୁଳପୁରୁଷର ସ୍ତିରୀ ସିନା ଅଟଇ ସେ ମୂଳ ।୩୫୮।ପିତା ନ ଜାଣିଲା କାହିଂ ବିଭା ଅଛିନାରଦେ ବୋଇଲେ ତୁ ଶୁଣ ଶ୍ରୀକୃଷ୍ଣର ବଚ୍ଛି ।୩୫୯।ପିତା ନ ଜାଣିଣ ବିଭା ଯେ ପଦ୍ମନପିତା ନ ଜାଣିଣ ବିଭା ଚିତ୍ରସେନ ।୩୬୦।ପିତା ନ ଜାଣିଣ ବିଭା ଓଷା କନ୍ୟାପିତା ନ ଜାଣି ଯେ ବିଭା ସୁଲୋଚନା ।୩୬୧।କୁମର ବୋଲଇ ନାରଦେ ଶୁଣ ତୁମ୍ଭେ ଦୃଢପୁରୁଷଠାରୁ ସ୍ତିରୀ କେହୁ ଅଛି ବଡ଼ ।୩୬୨।ନାରଦେ ବୋଲନ୍ତି ଶୁଣ ତୁ ନନ୍ଦନବଳରାମଠାରୁ ରେବତୀ ସହସ୍ର ବରଷେ ବଡ଼ ପୁଣ ।୩୬୩।ଇନ୍ଦ୍ରଠାରୁ ଶଚୀ ଅଟଇ ଯେ ବଡ଼ବ୍ରହ୍ମାଠାରୁ ସାବିତ୍ରୀ ଅଟଇ ଯେ ବଡ଼ ।୩୬୪।ରୁଦ୍ରଠାରୁ ପାର୍ବତୀ ବଡ଼ ସେ ଅଚନ୍ତିକୃଷ୍ଣଠାରୁ ଲକ୍ଷ୍ମୀ ବଡ଼ ଯେ ଘଟନ୍ତି ।୩୬୫।ଶୁଣିଣ କୁମର ଚରଣେ ପଡ଼ଇଚାଲ ଯିବା ନାରଦେ ବୋଲିଣ ବୋଲଇ ।୩୬୬।ଶୁଣି କରି ସାନନ୍ଦ ଜମ୍ୱୋବତୀର ନନ୍ଦନଶ୍ରୀକୃଷ୍ଣର ସମାନେ ଦିଶଇ ତେଜ ବର୍ଣ୍ଣ ।୩୬୭।ପୁଷ୍ୟେକ ଆରୋହି ଯେ ଚଳଇ ଶାମ୍ୱ କୁମରଆଗେ ନାରଦ ମୁନି ଅଛନ୍ତି ସଙ୍ଗତର ।୩୬୮।ଯମୁନା ନଦୀ ତୀରେ ସଉନିଧି ପର୍ବତ ଶୋଭାସେ ପର୍ବତକୁ ଦିଶଇ ହସ୍ତିନା ଆସ୍ତାନର ସଭା ।୩୬୯।ଦିହୁଡ଼ି ତେଜେ ଯେ ଦିଶଇ ଆଲୋମୟେରାତ୍ର ବିକାଶଇ ଯେ ଦିବସ ପରାୟେ ।୩୭୦।ଶାମ୍ୱ ପଚାରଇ ମୁନି ହେ ୟେ କେମନ୍ତ ସଭାକେବଣ ବାଟେ ଯାଇଂ ତହିଂରେ ପଶିବା ।୩୭୧।ଆଗେ ନାରଦ ମୁନି ଯେ ପଛେ ଶାମ୍ୱ କୁମରପ୍ରବେଶ ହୋଇଲେ ଯାଇ ମେଢର ପାଖର ।୩୭୨।ନାରଦ ବୋଇଲେ ତୁ ୟେଠାରେ ଥାଅ ବସିକନ୍ୟାର ତୁଲେ ଆମ୍ଭେ ବଚନ ସମ୍ଭାଷି ।୩୭୩।ୟେତେ ବୋଲି ମୁନି ଯେ ଅନ୍ତରୀକ୍ଷେ ଗଲେକନ୍ୟାର ସନ୍ନିଧ୍ୟେ ଯାଇଂ ପ୍ରବେଶ ହୋଇଲେ ।୩୭୪।ମୁଦୁସୁଲୀ ଯେ କହନ୍ତି ଷୁଣସି ଗୋ ମାୟେତୋହୋର ଆଶେ ଗୋ ଅଇଲେ ସର୍ବରାୟେ ।୩୭୫।ରାଜାମାନଂକର ଗୋ ଦେଖିଲୁ ଗୁଣମାନସମସ୍ୟା ନ ଦିଲୁ ମା ଗୋ କେବଣ ବିଧାନ ।୩୭୬।ଚନ୍ଦ୍ରାବତୀ ବୋଇଲେ ଗୋ ଶୁଣ ମୁଦୁସୁଲୀରାଜାମାନଂକର ମୁଂ ଚିହ୍ନ ବର୍ଣ୍ଣହିଂ ଦେଖିଲି ।୩୭୭।ଯେତେକ ସମ୍ଭର୍ବେ ଅଛନ୍ତି ନୃପବରମୁନିଂକର ସନ୍ଦେଶ ତ ନ ଦେଖିଲି ସଭାର ।୩୭୮।କଉଂଣସି ମତେ ନ ବଳଇ ମୋର ମତିୟେ ସୟମ୍ୱର ମଧ୍ୟେ ନାହିଂନା ମୋର ପତି ।୩୭୯।କେମନ୍ତେ କରିଛନ୍ତି ଅଭୟେ ହିଙ୍ଗୁଳାଇପ୍ରାଣର ବିକଳ ମୋର ସେହି ସେ ଜାଣଇ ।୩୮୦।ଜୟ ଜୟ ଦେବୀ ଗୋ ପ୍ରସନ୍ନ ସାଧବୀଅଭୟ ଅପର୍ଣ୍ଣା ଯେ ସିଦ୍ଧ ସାରାଳା ଚଣ୍ଡୀ ଦେବୀ ।୩୮୧।ଦୁର୍ଗତିରୁ ତରିବି ଗୋ ତୋହୋର ପରସାଦେୟେ ମୋହୋର ବଚନ ନ ଚଳୁ କେବଣ ବାଗେ ।୩୮୨।ଦେଖିଲି କଳିକାଳ ସଂସାର ଅନିତ୍ୟେଘୋଟିଲା ମାୟେ ମୋହ ସଂସାରେ ଯୁଗତେ ।୩୮୩।କେମନ୍ତେ ପାର ହୋଇବି ଅଗ୍ୟାନ ମୋର ବୁଦ୍ଧିକିଞ୍ଚିତ ଭଗତେ ମୋତେ ପ୍ରସନ୍ନ ହୋଅ ଗୋ ଅନାଦି ।୩୮୪।ମୁହିଂ ଅପଣ୍ଡିତ ମୂର୍ଖ ହୃଦେ ନାହିଂ ମୋ ଗୋଚରପୂର୍ବ ଜନ୍ମେ ଅଭ୍ୟାସ କେବଳ ଅଛଇ ମୋହୋର ।୩୮୫।ପରଲୋକ ତାରିଣୀ ଗୋ ଭଗତ ଜନ ବନ୍ଧୁଦୁଖୀଜନ ଉଦ୍ଧାରିଣୀ ମହିଂମା ତୋର ସାଧୁ ।୩୮୬।ଅବନ୍ଧନେ ବନ୍ଧନ ପଡିଲି ନୋହିଲା ମୋର ଗତିମୋତେ ପ୍ରସନ୍ନ ହୋଅ ଗୋ ଅଭୟେ ଭଗବତୀ ।୩୮୭।ପ୍ରଶୁରାମ ଯାର ଦେଖି ନୁଆରିଲା ବର୍ଣ୍ଣ ଚିହ୍ନବିବର୍ଣ୍ଣ କରି ଦେଖିବାକୁ ନୋହିଲା ଭାଜନ ।୩୮୮।ଅଭୟେ ଅଜୟେ ଅଟଇ ଯାର ଥାନପୂଜିତେ ମନ୍ତ୍ର ନାହିଂ ନ ଦିଶଇ ବର୍ଣ୍ଣ ଚିହ୍ନ ।୩୮୯।ପରମ ନିରାକୁଳୀ ଗୋ ଅବିଚ୍ଛନ୍ନେ ଯାର ମାୟାକ୍ଷଣ କ୍ଷଣକେ ତେଜ ବିଜୁଳୀ ଜାଣି କାୟା ।୩୯୦।ମୁହିଂ ମୂର୍ଖ ଜନ ଅପଣ୍ଡିତ ଜାତିକିଞ୍ଚିତେ ଦୟା ମୋତେ କଲେକ କାଳରାତ୍ରି ।୩୯୧।ଜଙ୍ଖେରପୁର ବାସୀ ଶ୍ରୀ ସିଦ୍ଧ ଯେ ସାରୋଳାସେ ଦେବୀନ୍ତ ଭାବିଲି ବୁଦ୍ଧି ମୋ ଅନର୍ଗଳା ।୩୯୨।ପ୍ରଥମେ ମଙ୍ଗଳା ଜଙ୍ଖେରପୁର ବାସିନୀସୁଜନ ଜନ ବୋଧନୀ ଗୋ ଜଗତ ତାରଣୀ ।୩୯୩।ଯେବଣ ଦେବୀ ଆଗ୍ୟାଂରେ ସେ ଫିଟଇ ଯମଦଣ୍ଡ ଫାଶିକଳିକାଳ ତାରେଣୀ ଗୋ ମୁକତି ଗତି ଦେସି ।୩୯୪।ସେ ସିଦ୍ଧ ସାରୋଳା ଚରଣେ ମୁହିଂ ଦାସବୋଲଇ ସାରୋଳା ଦାସ ଜନ୍ମେ ଜନ୍ମେ ଅଭ୍ୟାସ ।୩୯୫।ଆହୋ ବୁଧଜନେ ତୁମ୍ଭେ ବିଚାର କର ମନେୟେ କଳିକାଳରୁ ତର ସିଦ୍ଧ ସାରୋଳା ପ୍ରସନ୍ନେ ।୩୯୬।ଶ୍ରୀକରେ ଅର୍ଘ୍ୟ ଘେନି ବାଳୀ ଚନ୍ଦ୍ରାବତୀକରଇ ବନ୍ଦାପନା ଅଭୟେ କାଳରାତ୍ରି ।୩୯୭।ଶ୍ରୀ ସର୍ବମଙ୍ଗଳା ଚରଣେ ମୋର ସେବାଆପାଦ ଖଣ୍ଡଣି ମୋତେ ସ୍ୱାମୀ ଦାନ ଦେବା ।୩୯୮।ଆପଣେ ଦେବୀ ମା ଗୋ ପରମ ସାନନ୍ଦେତ୍ରଇଲୋକ୍ୟ ତାରିଣୀ ଗୋ ଖଣ୍ଡସି ଅପାଦେ ।୩୯୯।ପର ଦୁଖ ତାରିଣୀ ମା ଗୋ ତୁ ସର୍ବ ମଙ୍ଗଳେଦ୍ରଶନେ ନିଷ୍ଫଳ ଗୋ ନୋହଇ ସର୍ବକାଳେ ।୪୦୦।ହୃଦୟେ ସାନନ୍ଦେ ମୋର ବିଘଂସିତ ମନସୁମରନ୍ତେ ଫୁରିଲା ବାମ ଯେ ନୟନ ।୪୦୧।ଶୁଭ ଶକୁନି ଦେଖିଲା ଚନ୍ଦ୍ରାବତୀ ବାଳୀବାମ ପାଶେ ଛିଂକିଲା ୟେକଇ ମୁଦୁସୁଲୀ ।୪୦୨।ସୁଲଭ ଦେଖିଣ ସୁନ୍ଦରୀ ଆନନ୍ଦ ପଞ୍ଚୁମନେୟେହି ସମୟେ ବିଜେ କଲେ ନାରଦ ମହାମୁନ୍ୟେ ।୪୦୩।ପୂଜା ସ୍ଥାନୁ ଉଠି ବାଳୀ ନାରଦଂକ ମୁଖ ଦେଖିଶତ ଦଣ୍ଡ ପ୍ରଳମ୍ୱ କଲାକ ଶଶିମୁଖୀ ।୪୦୪।ନାରଦେ ବୋଇଲେ ତୋ ମନବାଞ୍ଚ୍ଥା ସିଦ୍ଧ ହେଉସୁଲଭ ସ୍ୱାମୀ ହେଉ କାମ କ୍ରୋଧ ପାର ଯାଉ ।୪୦୫।ନାରଦେ ବୋଇଲେ ଅଇଲୁ ତୋହୋର ନିମନ୍ତେଯହୁଂ ବର ନ ଦେଖିଲୁ ତୋହୋର ଅନୁମତେ ।୪୦୬।ବିଷ୍ଣୁର ଭୁବନ ଆମ୍ଭେ ଦ୍ୱାରିକାକୁ ଗଲୁପୁରେ ପୁରେ ପଶି ତୋର ବର ଉପନେସିଲୁ ।୪୦୭।ରାମ ଅବତାରେ ଯେ ଜମ୍ୱେବ ମହାମନ୍ତ୍ରୀତାହାର ଦୋହିତୀ ନାମ ଅଟଇ ଜମ୍ୱୁବତୀ ।୪୦୮।ସେ ଜମ୍ୱୁବତୀର ନନ୍ଦନ ପ୍ରତକ୍ଷେ ଅଟଇ କାମତ୍ରିଭୁବନ ମୋହନ ନାମ ତାର ଅଟଇ ଶାମ୍ୱ ।୪୦୯।ସେ କୁମାରକୁ ପ୍ରଦାନ ହୁଅସି ରେ ବାଳୀସେ ତୋତେ ଯୋଗାଇବ ମନର ହିଆଳୀ ।୪୧୦।ତୋହୋର ରୂପ ଗୁଣ କହିଲି ମଣାଇଂଧନ୍ୟ ସେ ରୂପବନ୍ତ ତିନି ଭୁବନେ ସମ ନାହିଂ ।୪୧୧।ଶୁଣି କରି ଚନ୍ଦ୍ରାବତୀ ହୋଇଲା ହରଷବୋଇଲା ମୁନି ହେ ତାଂକୁ ବେଗେ ଘେନି ଆସି ।୪୧୨।ଆସ ରେ ଶାମ୍ୱ ବୋଲି ଡାକିଲେ ତପନିଷ୍ଠିଛାମୁରେ ବିଜେ କଲା ଅନଙ୍ଗ ରୂପ ଗୋଟି ।୪୧୩।ନିକଂଳକ ନିର୍ମଳ ଅଗ୍ନିତେଜ ପ୍ରାୟେୟେକ ବଦନେ ଶତେଚନ୍ଦ୍ର ହୋଇଛି କି ଉଦୟେ ।୪୧୪।ନିଜ ଥାନେ ବାଳୀ ଦେଖିଲା ପୁରୁଷକାମ ମନୋହରେ ବାଳୀ ହୋଇଲା ହରଷ ।୪୧୫।ମୁହିଂ ୟେ କୁମରକୁ ଆଶ କରିବି କେମନ୍ତେୟେ ଅବା ଉପେକ୍ଷା ଯେ କରି ପାରଇ ମୋତେ ।୪୧୬।ୟେତେ ବିଚାରି ବାଳୀ ହୋଇଲାକ ତୁନୀଦ୍ରହସିତ ହୋଇ ବୋଇଲେ ନାରଦ ମହାମୁନି ।୪୧୭।ଗୋବିନ୍ଦର ପୁତ୍ର ୟେ ପ୍ରତକ୍ଷେ ଦ୍ୱାରିକା ମୋକ୍ଷପାନତୁ ୟେବେ ଭାବନା ଭାବ ଭକ୍ତି ଘେନ ।୪୧୮।ତୋହୋର ମନକୁ ଯେବେ ପାଇଲା ୟେ ବରମାଳା ଗୋଟିୟେ ଦେଇ ତୁ ୟେହାକୁ ବରଣ କର ।୪୧୯।ନାରଦଂକ ବଚନେ ମାନଗୋବିନ୍ଦର ଦୁଲାଳୀଶାମ୍ୱ କୁମର କଣ୍ଠେ ଲମ୍ୱାଇଲା ରତ୍ନମାଳୀ ।୪୨୦।ଦେଖି କୁମରମଣି ଧଇଲା ତାକୁ କୋଳେମେଢ ଭିତରେ ସେ ଯେ ମହାନିଶା କାଳେ ।୪୨୧।କୁମର କୁମାରୀ ଭେଟ କରାଇ ମହାମୁନିଚଳନ୍ତି ମୁନିବର ଦଣ୍ଡ କମଣ୍ଡଳ ଘେନି ।୪୨୨।କୁମର ବୋଇଲା ମୋତେ ସଙ୍ଗକେ ଆଣିଲମେଢର ଭିତରେ ଛାଡ଼ି ମୋତେ ଆପଣେ ତ ବିଜେ କଲ ।୪୨୩।ନାରଦ ବୋଇଲେ ତୁ ଥାଅ ୟେଥି ନିଚିନ୍ତ ଯେ ହୋଇଆମ୍ଭେ ନେଇ ୟିବୁଂ କୃଷ୍ଣକର ଆଗେ କହି ।୪୨୪।ୟେତେ କହି ନାରଦେ ଯେ ଗଲେ ଅନ୍ତର୍ଧାନେମେଢର ଭିତରେ ସେ ରହିଲେ ବେନି ଜନେ ।୪୨୫।କୁମର କୁମାରୀ ଯେ ହୋଇଲେ ୟେକ ଯୋଗହୋଇଲା ପୀରତି ଯେ ବଢିଲା ଭାବରଙ୍ଗ ।୪୨୬।ପାଇଲା ସେ ବାଳୀ ସ୍ୱାମୀ ମନର ହିଆଳୀବାଞ୍ଚା ପୂରିଲା ସେ କୁରୁପତିର ଦୁଲାଳୀ ।୪୨୭।ଜମ୍ୱୋବତୀର ନନ୍ଦନ ରତିଶାସ୍ରେ ଜିତାକ୍ରୀଡ଼ା କୁତୂହୋଳେ ମଜ୍ଜିଲା ସେ ବନିତା ।୪୨୮।ବିବସନ କରି ସେ ବସାଇଲେ କୋଳେମୁଖେ ଚୁମ୍ୱନ ଦେଇ ମଦନ ରସ ଭୋଳେ ।୪୨୯।ଶାମ୍ୱ ଅଧଉର୍ଯ୍ୟ ଚନ୍ଦ୍ରାବତୀ ମହାଗ୍ୟାଂତାବେନି ମୁଖେ ମୁଖ ହୋଇଲା ସଙ୍ଗତା ।୪୩୦।ଆବର କଥାୟେ ପ୍ରଥମେ ରସ ଖେଦମୟାଣ ଧାଡ଼ିରେ ସେ ହୋଇଲାକ ଭେଦ ।୪୩୧।କାମେ ଅସାଷ୍ଟମ ହୋଇଲାକ ବାଳୀକରଇ ସୁନ୍ଦରୀ ଯେ ଅନେକ କୁତୂହୋଳି ।୪୩୨।ନିବିଡ଼ ରସରଙ୍ଗେ ପ୍ରସଙ୍ଗ ହୋଇଲା ରାତିତିମିର ବିଦାରେଣ ତାମ୍ରଚୂଡ଼ି ରଡ଼ିଦ୍ୟନ୍ତି ।୪୩୩।ଦେବଆଳେ ଚଉଆଡ଼େ ଶୁଭେ ଶଙ୍ଖ ଧୁନିତିମିରି ବିଦାରଣ ନାଥ ଉଦୟେ ତେଜ ଘେନି ।୪୩୪।ଶାମ୍ୱ କୁମର ବୋଲଇ ସଖୀ ଈଶାନ କୋଣେ ଦେଖଉଦୟେ ଦିନକର ତାମ୍ରଚୂଡ଼େ ଦ୍ୟନ୍ତି ଡାକ ।୪୩୫।ଚନ୍ଦ୍ରବତୀ ବୋଇଲା ସ୍ୱାମୀ ତୁମେ ମୋର ପ୍ରାଣନାହାତୁମର ବିତ୍ରମେ ମୋର ଆନ ନାହିଂ ସାହା ।୪୩୬।ପିଅର ଜନନୀ ମୋର ପଛେ ପାନ୍ତୁ ଲାଜବିଳମ୍ୱ ନ କର ନାଥ ବେଗେ ଯିବା ଆଜ ।୪୩୭।କେବଣ ରାଜ୍ୟେ ନାଥ ଅଟଇ ତୁମ୍ଭେ ପୁରୀଚାଲ ଆମ୍ଭେ ଯିବା ବିବାନେ ବିଜେ କରି ।୪୩୮।ଲକ୍ଷେ ରାଜା ମୂଳେ ଅନେକ ନରେନ୍ଦ୍ରରଜନୀ ପାଇଲେ ହୋଇବ ଅନେକ ଦ୍ୱନ୍ଦ ।୪୩୯।ପିତା ମୋର ନ ସହଇ ପରଦାରା ଚୋରିଦୁଷ୍ଟ ଧୁଶାସନ ଦୁର୍ବିନ୍ଦ ଦୁରାଚାରୀ ।୪୪୦।ଶାମ୍ୱ ବୋଇଲା ମୋତେ କହୁକି ନା ବାଣୀଶରୀର କମ୍ପଇ ମୋର ତୋହୋର କଥା ଶୁଣି ।୪୪୧।ଚଉର୍ଯ୍ୟ ପଣ କରି ତୋତେ ନ ନିଅଇ କୁମାରୀଟସକର ବୃତ୍ତି ହାଦେ ନାହିଂଟି ଆମ୍ଭରି ।୪୪୨।ଚଉର୍ଯ୍ୟ ପଣେ ତୋତେ ନିଅନ୍ତେ ଶୁଭ୍ରକେଶୀଦ୍ୱାରିକା ଭୁବନେ କେହି ନୁଆରନ୍ତି ପଶି ।୪୪୩।ବଳ କରି ହରି କନ୍ୟା ବର ବେଶେ ନେମୁଂତେବେ ସେ ବୋଲଇବୁ ରାମକୃଷ୍ଣଂକର ତନୁ ।୪୪୪।ୟେତେକ ବିଚାରନ୍ତେ ପାହିଲାକ ରାତିଶଙ୍ଖ ଶବଦ ଯେ ଶୁଭଇ ଚଉକତି ।୪୪୫।ଦିବାକର ଜ୍ୟୋତି ଯେ ବିରାଜେ ମଞ୍ଚ ଭୁବନେନିଦ ଭାଜିଲା ସେନାପତି ସମଦଣ୍ଡ ସଇନେ ।୪୪୬।ଯମୁନା ନଦୀର ତୀରେ ସ୍ରାହାନ କରନ୍ତି ସର୍ବରାୟେନିତ୍ୟକର୍ମମାନ ସାରି ରାଜାମାନେ ଆସ୍ତାନେ କରନ୍ତି ବିଜୟେ ।୪୪୭।ପରିବାରୀ ରାଇ ଆଗ୍ୟାଂ ଦିଲେକ ଦଣ୍ଡଧାରୀସଭାକୁ ଘେନି ଆସ ମୋହୋର କୁମାରୀ ।୪୪୮।ଆଗ୍ୟାଂ ପାଇଣ ସେ ଚଳଇ ମୁଦୁସୁଲୀମେଢର ଭିତରେ ଯାଇ ପ୍ରବେଶ ପୋଇଲି ।୪୪୯।ଶାମ୍ୱ କୁମର ଅଛି ଦିବ୍ୟ ବେଶ ଧରିମେଢର ଭିତରେ ଯାଇଂ ଦେଖିଲେ ଚତୁରୀ ।୪୫୦।ପରବାରୀମାନେ ଯେ ବିନୟେ ଯୁଗତେସଭାକୁ ବିଜେ କର ଗୋ ମାୟେ ସୟମ୍ୱର ଅର୍ଥେ ।୪୫୧।ମିଳିଲେ ରାଜାମାନେ ୟେ ତୋହର ଆଶେଲକ୍ଷେ ଭ୍ରମର ଭ୍ରମନ୍ତି ୟେକା ପଦ୍ମ ପୁଷ୍ୟେ ।୪୫୨।ୟେମନ୍ତେଣ ଦାସୀ କହନ୍ତି ଯେ ପୁଣ ପୁଣିରାଜାମାନେ ନିରୋପି ଅଛନ୍ତି ଠାକୁରାଣୀ ।୪୫୩।ଲକ୍ଷେ ରାଜା ତୋତେ କରିଛନ୍ତି ଆଶତୁ ତାଂକର ପ୍ରିୟବତୀ ହୋଇବୁ ପ୍ରୀତି ବଶ ।୪୫୪।ତୋହୋର ନ ଗଲେ ସୟମ୍ୱର ଗୋ ହୋଇବ କାହିଂନୃପତି ଆଗ୍ୟାଂ କଲେ ବିଜେ କରିବାକ ତୁହି ।୪୫୫।ସମସ୍ତ ରାଜାମାନେ ବସିଛନ୍ତି ବରବେଶ ବିଧାନେସଭାରେ ବସିଅଛନ୍ତି ପ୍ରୋଢା ରାଜାମାନେ ।୪୫୬।ଅନେକ ପାଟଛତ୍ରୀ ଶ୍ୱେତ ଯେ ଚାମରଲକ୍ଷେକ ବନିତା ଚାମର ଢାଳନ୍ତି ଆଗର ।୪୫୭।ରାଜାମାନନ୍ତ ବରିଛନ୍ତି ରାଜା ମାନଗୋବିନ୍ଦଆହୋ ଚଇତନ ୟେମନ୍ତ ସମୟେ ଯାଇ ମିଳିଲେ ନାରଦ ।୪୫୮।ନାରଦେ ବୋଇଲେ ହୋ ମାନଚକ୍ରବ୍ରତୀୟେତେ ସୟଂବର ତୋର ହୋଇଲା ବିଅର୍ଥୀ ।୪୫୯।ରକ୍ଷା କରି ନୁଆରିଲୁ ତୋହୋର କୁମାରୀପର ପୁରୁଷ ସଙ୍ଗେ ଯେ ବିପଟ ଭାବ କରି ।୪୬୦।ସତ୍ୟ ବାକ୍ୟ କଥା ଯହୁଂ କହିଲେ ନାରଦେଶୁଣି ବାକ୍ୟ କଥା ଯହୁଂ କହିଲେ ନାରଦେଶୁଣି କରି ବିରସ ରାଜା ମାନ ଯେ ଗୋବିନ୍ଦେ ।୪୬୧।ଦୁଲର୍ଭ କଥାୟେ ତ କହିଲ ମହାମୁନିୟେଥେ ପଶିତେ କେ ଭାର୍ଜନ ମାନବ ତନୁ ଘେନି ।୪୬୨।ବଳବନ୍ତ ପଣେ କେ ପଶିବ ମୋହୋର ପୁରେକାଳସର୍ପ ତୁଲେ ଖଡ଼ିଆଳି କାହାର ପକ୍ଷରେ ।୪୬୩।ମୁଦୁସୁଲୀକି ଭାଇ ଆଗ୍ୟାଂ ଦିଲେ କୁରୁପତିମେଢର ଭିତରେ ପଶି ଗୋ ଦେଖନା ନିଭ୍ରାନ୍ତି ।୪୬୪।ସଂୟବରକୁ କିମ୍ପା ନଇଲା ମୋହୋର ଦୁଲାଳୀସମସ୍ତ ନିଯୋଗୀ ଖଟନ୍ତି ମନର ହିଆଳୀ ।୪୬୫।ରାଜାର ବଚନେ ସେ ଚଳିଲା ବହନବେଗେଣ ମୁଦୁସୁଲୀ ମିଳିଲା ମେଢର ସନ୍ନିଧାନ ।୪୬୬।ଯେମନ୍ତ ଆଗ୍ୟାଂ ଦେଇ ଅଛନ୍ତି କୁରୁପତିଶୀଘ୍ରେ ଚତୁରୀ ମେଢରେ ଧସାଇଂ ପଶନ୍ତି ।୪୬୭।ସୁମେଧା ନାମେ ମୁଦୁସୁଲୀ ପଶିଲା ଭିତରେଚନ୍ଦ୍ରାବତୀ ନିରୋଧ କରଇ ଆସି ଦ୍ୱାରେ ।୪୬୮।କୋପଭରେ ଭିତରେ ପଶିଲେ ଧସାଇ ଚତୁରୀଦେଖିଲେ କୁମର କରେ ଅଛନ୍ତି ଶସ୍ର ଧରି ।୪୬୯।ନିର୍ଧୁମ ଅଗ୍ନି ଜାଣି ବିରାଜଇ ତେଜକରେଣ ଧନୁଶର ବିଷମ ନାରାଜ ।୪୭୦।ବକ୍ରମ ସିଘଂ ଜାଣି ଦିଶଇ ତାର ଜ୍ୟୋତିଗ୍ରହରାଜ ରୂପପ୍ରାୟେ ଦିଶଇ ରୂପକାନ୍ତି ।୪୭୧।ହସ୍ତିନା ପୁରକୁ ସେ ଆକ୍ରେଷିଣ ୟେକାନାରୀଗଣମାନେ ଦେଖି ହୋଇଲେ ତାଟକା ।୪୭୨।କାହୁଂ ଅଇଲୁ ବାବୁ କାହିଂ ତୋର ଦେଶକେ ତୋହୋର ପିତା ମାତା କେବଣ ପୁରେ ବାସ ।୪୭୩।କିମ୍ଭୁତ କାରଣେ ୟେଥେ ପଶିଲୁ ନ ବିଚାରିଯମର ମନ୍ଦିରେ କେହ୍ନେ ହୋଇଲୁ ଶସ୍ରଧାରୀ ।୪୭୪।ଦେଖ ଦେଖ ମାନଗୋବିନ୍ଦ ମହାଛତ୍ରୀଧୁଶାସନ ଦୁର୍ଜୟେ ଶକୁନି ମହାମନ୍ତ୍ରୀ ।୪୭୫।ସମୋଦ୍ର ଲଂଘିଲେ ପୃଥୀ ରହିବାକ କାହିଂଶାମ୍ୱ କୁମର ଆଗେ ମୁଦୁସୁଲୀ ୟେମନ୍ତ ବୋଲି କହି ।୪୭୬।କୁମାର ବୋଇଲା ଶୁଣ ଗୋ ମୁଦୁସୁଲୀଚନ୍ଦ୍ରାବତୀ ହସ୍ତିନାକୁ ନାଶକାରୀ ଜାଣି ୟେମନ୍ତ ବୋଲି ।୪୭୭।ୟେହାର ଯୋଗୁଂ ନାଶ ଯିବେ କଉରୋବେସମସ୍ତ ରାଜାମାନେ ନାଶ ଯିବେ ୟେହାର ଅଭାବେ ।୪୭୮।ମୁଦୁସୁଲୀ ବୋଇଲେ ବାବୁ ତୁ ବଡଲୋକର ବଳାତିରୀଯୋଗେ ନ ମର ତୁ ବହନ ୟେଥୁଂ ପଳା ।୪୭୯।ସୁକୁମାର ସୁନ୍ଦର ତୁ ରୂପେଣ ବଳବନ୍ତାତୋହୋର ବିନୁଂ ଦୁଖ ପାଇବେ ତୋହୋର ମାତା ପିତା ।୪୮୦।ଶାମ୍ୱ କୁମର ବୋଇଲା ମୁଂ ହସ୍ତିନା ଅଇରିତୁ ଯାଇଂ କହ ୟେବେ ଦ୍ରିଯୋଧନ ଦଣ୍ଡଧାରୀ ।୪୮୧।କୁମରର ଯହୁ ଦେଖିଲେ ଦୁଷ୍ଟ ମତିଧୁଶାସନ ଆଗେ ଯାଇଂ ବାରତା କହନ୍ତି ।୪୮୨।ଶୁଣ ହୋ ଦେବ କୁରୁବଂଶ ଶିରୋମଣିମେଢର ବାରତା ଯେ ଅଇଲୁ ଆମ୍ଭେ ଜାଣି ।୪୮୩।ଅଦଭୁତେ ପୁରୁଷେକ ଅଇଲା ଯେ କାହୁଂସେ ତୋର ଦୋହିତାର ହୋଇଲାକ ପ୍ରହୁ ।୪୮୪।ଅଦଭୁତ ବାରତା ପାଇଣ ଧୁଶାସନକରେ ଗଦା ଧଇଲା ଯେ ଗାନ୍ଧାରୀ ନନ୍ଦନ ।୪୮୫।ଚଉଷଠି ଚଉଷଠି ଭାର ଗଦା ଧରିଧାମଇଂ ଧୁଶାସନ ଜାଣି ମତ୍ତକେଶରୀ ।୪୮୬।ସହସ୍ରେକ ରଥ ଦୁଇ ସହସ୍ର ହାଥୀଅଗଣିତା ହୟେ ୟେଗାର କ୍ଷଉଣୀ ପାଦାନ୍ତି ।୪୮୭।ଆହୋ ଚଇତନ ଅନେକ ସମ୍ଭର ହୋଇଣ ରଥ ଚଢିଶତେପୁର କରି ମେଢ ଯାଇ ବେଢି ।୪୮୮।ଧର ଧର ମାର ମାର ଯେ ବିକାଶଇ ବୋବିଦୁନ୍ଦୁଭି ଶବଦେ ସେ କମ୍ପଇ ମହୀ ଦେବୀ ।୪୮୯।ଦ୍ରିଯୋଧନ ଆଗେ ଯାଇ ଚାର କହିଲେ ବାରତମେଢର ଚରିତ ତୁମ୍ଭେ ଶୁଣ ହୋ କୁରୁନାଥ ।୪୯୦।ଅତୁଲାଇତ ପୁରୁଷ ଦେବ ତୁଲାଇ ତ ନାହିଂଚଉର୍ଯ୍ୟ ପଣେ ପଶିଲା ନ ଦେଖିଲା କେହି ।୪୯୧।କନ୍ୟାକୁ ବିଡ଼ମ୍ୱଣ କଲା ଆଜ ରାତିବୁଝି ନ ପାରିଲୁ ଦେବ ସୟଂମ୍ୱର ରୀତି ।୪୯୨।ସୟଂବର କରି ଦେବ ପାଇଲୁ ବଡ଼ଲାଜଧଂସି ହୋଇଲୁ ଦେବ ନୋହିଲା କିଛି କାର୍ଯ୍ୟ ।୪୯୩।ରାଜାମାନେ ଯିବେ ଅପମାନ ପାଇୟେସନେକ ବିଡ଼ମ୍ୱଣ ହୋଇଲା କୁରୁସାଇଂ ।୪୯୪।ୟେହା ଶୁଣି ପ୍ରଚଣ୍ଡ ସେ ମାନଗେବିନ୍ଦ ରାୟେରୋଷେଣ ଗରଜଇ ସେ କାଳସର୍ପ ପ୍ରାୟେ ।୪୯୫।ହାଥରେ ଖଡ଼ଗ ଧରି କୋପେଣ ପରଚଣ୍ଡବୋଲଇ ରତିଚୋରର କାଟିବଇ ଆଜ ମୁଣ୍ଡ ।୪୯୬।ରଥ ଗଜ ଅଶ୍ୱ ଯେ ସଇନି ପାଦାନ୍ତିରାଜାର ଆଗ୍ୟାଂ ପ୍ରମାଣେ ଧଇଂଲେ ପନ୍ତି ପନ୍ତି ।୪୯୭।ଉଚ୍ଚବାଚ ଶୁଣି ବୋଇଲେ ଯୁଝେଷ୍ଠିଆହୋ ଗୁପତର କଥା ହୋଇଲା ବଡ଼ ନଷ୍ଟି ।୪୯୮।ପାପ କଥା ଉଦିତ କରିତ ନ ଯୋଗାଇୟେ ବଂଶେ ଅପଯଶ ଆପଣେ ଲାଜ ପାଇ ।୪୯୯।ଦୋହିତାର ମନ୍ଦପଣ ନ ଜାଣିବେ ଲୋକେଆମ୍ଭନ୍ତ ମନ୍ଦ ବୋଲିବେଟି ଜାଣ ଥୋକେ ।୫୦୦।ଦୁରାକର୍ଣ୍ଣକୁ ରାଇ କହିଲେ ଧର୍ମସୁତନଶନ୍ତ କାଳକୁ ବାବୁ ହୋଇଲା ବିପରୀତ ।୫୦୧।ପ୍ରାଣେ ନ ମାରି ତାକୁ ଧରିଣ ଥୋଇଥିବାସୟଂବର ସରିଲେ ଉନ୍ନେଷି ବୁଝିବା ।୫୦୨।କାହାର ପୁତ୍ର ସେ କେ ତାହାର ପିତାକେବଣ କୁଳ ଗୋତ୍ର କେ ତାହାର ମାତା ।୫୦୩।ୟେମନ୍ତ ବିଚାର କରି କରିବା ଯେବେ କାର୍ଯ୍ୟଲୋକିତ କର୍ମକୁ ୟେହା ଶୁଣିତେ ବଡ଼ ଲାଜ ।୫୦୪।ୟେବେ ପ୍ରାଣେ ନ ମାର ଉପୁଜିବ ବଡ଼ ଗୋଳଲଜ୍ଜା ପାଇବେ ୟେଥେ ସମସ୍ତ ମହୀପାଳ ।୫୦୫।ଯୁଝେଷ୍ଠି ବଚନେ ଗଲା ଦୁରାକର୍ଣ୍ଣତୁଲେ ପାଞ୍ଚଲକ୍ଷ ଘେନିଣ ଥାଠ ସଇନ ।୫୦୬।ମେଢର ଦ୍ୱାରେ ଯାଇଂ ହୋଇଲା ପରବେଶଆରେ ଆରେ ସ୍ତିରୀଚୋର ବହନ ହୋଇ ଆସ ।୫୦୭।ଆହୋ ବିକଳ ହୋଇ ତହିଂ ବୋଲଇ ଚନ୍ଦ୍ରାବତୀୟେଣେ ଥିଲେ କାର୍ଯ୍ୟ ନାହିଂ ଯିବା ଭୁବନ ଦ୍ୱାରାବତୀ ।୫୦୮।ୟେ ଦୁସହ ସଂକଟୁ ନାଥ ତରିବା କେମନ୍ତେଶତେପୁର କରି ଦୁଷ୍ଟେ ବେଢିଲେ ତୁରିତେ ।୫୦୯।ଜୟ ଜୟ ମାତା ଗୋ ଅନାଦି ମହାମାୟେମୋର ସ୍ୱାମୀର ଅପାଦ କେଳେଶ ହୋଉ କ୍ଷୟେ ।୫୧୦।ଜୟ ଜୟ ମାତା ଗୋ ଅପାଦ ଖଣ୍ଡଣିସୁରପୁର ଜନଂକର ଦୁରିତ ନିବାରିଣୀ ।୫୧୧।ଶାମ୍ୱ କୁମର ମୁଖ ଦେଖି ବଡ଼ାଇ ବିକଳଢଳହଳ ନୟନରୁ ବହଇ ଅଶ୍ରୁଜଳ ।୫୧୨।ପୋଇସୂତରୁ ମୁକୁତା ଛିଡିଲେ ୟେହେନେ ପଡ଼ଇ ବସୁନ୍ଧରୀନୟନରୁ ଲୋତକ ତେସନମତେ ପଡ଼ି ।୫୧୩।ଭୋ ପ୍ରାଣନାଥ ମୁଂ ତୋହୋର ଘେନଇ ଅପାଦଯେସନେକ ସ୍ୱାମୀକି ମୋର ନ ପଡ଼ଇ ପରମାଦ ।୫୧୪।ନ ରୋଦ ସୁନ୍ଦରୀ ଗୋ ବୋଲନ୍ତି ଶ୍ରୀକୃଷ୍ଣର ବାଳକରେ ଧରି ମୁଖୁଂ ଅଞ୍ଚଳେ ପୋଛଇ ଅଶ୍ରୁଜଳ ।୫୧୫।ଥିର ହୋ ଗୋ ସଖୀ ବୋଲଇ ବୀର ଶାମ୍ୱତୁ ସଖୀ ନ ଜାଣୁ ଗୋ ମୋହୋର ପରାକ୍ରମ ।୫୧୬।ଯୋଦ୍ଧାଂକର ଡାକନ୍ତେ ଜମ୍ୱୁବତୀର ବଳାହାଥରେ କୁମରମଣି ଘେନିଲା ଖଡ଼ଗ ଫଳା ।୫୧୭।ମେଢରୁ ବାହାର ହୋଇଲା ବିକ୍ରମ ସିଘଂ ମୂର୍ତ୍ତିତକ୍ଷଣେ ହାଣି ପକାଇଲା ବେନି ସେନାପତି ।୫୧୮।ପୁଣ ପୁଣ ପ୍ରହାର କରନ୍ତେଣ ରାଗେବେନି ଯୋଦ୍ଧା ପଡ଼ନ୍ତେ ଦୁରାକର୍ଣ୍ଣ ପଳାୟେ ଯେ ବେଗେ ।୫୧୯।ଦୂରେ ଥାଇଂ ତାହା ବେଗେ ଦେଖିଲା ଧୁଶାସନପବନହୁଂ ବେଗେ ଯେ ଧାଇଂଲା ବହନ ।୫୨୦।ହାଥରେ ଗଦାୟେକ ସେ ଘେନିଣ କୁମରମଣିମେଢ ଉପରକୁ ଉଠିଲା ବିକ୍ରମ ସିଂଘ ଜାଣି ।୫୨୧।ଚନ୍ଦ୍ରାବତୀ ବୋଇଲା ତୁ ସ୍ୱାମୀ ୟେକା ବଳବନ୍ତାଚାଣ୍ଡାଳ ଧୁଶାସନ ୟେ ମୋହୋର ଖୁଡୁତା ।୫୨୨।ପୃଥୀ ଚମକଇ ଯାର ବୀରଡାକ ନାଦେମଉଡ଼ମଣି ଯୋଦ୍ଧାମାନେ ଧାମନ୍ତି ଅତି ବେଗେ ।୫୨୩।ୟେହାନ୍ତ ସାଂଗ୍ରାମେ ନୋହନ୍ତି କେହୁ ସରିମୋତେ ଛାଡ଼ି ବେଗେ ଯାଅ ଯା ଅପସରି ।୫୨୪।ଶାମ୍ୱ କୁମର ବୋଇଲା ତୁ ନ ଜାଣୁ ପ୍ରିୟବତୀସିଘଂର ଛାମୁରେ ଗଜର କିସ ଜ୍ୟୋତି ।୫୨୫।ମୁହିଂ ସିଘଂ ସଖୀ ୟେମାନେ ସର୍ବେ ଅଟନ୍ତି ଯେ ଗଜସମସ୍ତଂକୁ ୟେହିକ୍ଷଣି କରିବି ପ୍ରାଣତ୍ୟାଜ ।୫୨୬।ବିଚାରୁଂ ବିଚାରୁଂ ଧୁଶାସନ ଅତି ବେଗେମେଢର ଦୁଆରେ ଯାଇ ମିଳିଲା ଅତି ରାଗେ ।୫୨୭।କୋପେ ପ୍ରଜ୍ୱଳିତ ଯେ ଯଦୁକୁଳ ଷଣ୍ଢାହାଥେ ଧରିଛଇଂ ଦୁର୍ଦ୍ଦଣ୍ଡ ନାମ ଖଣ୍ଡା ।୫୨୮।ଦେଖି ବିସରିଲା ଗାନ୍ଧାରୀର ବଳାବଳୀୟାର ଚୋରର ତେଜ ଅନର୍ଗଳା ।୫୨୯।ମେଢର ଭିତରେ ପଶି ହରିଲୁ କୁମାରୀଆହୁରି ଆସିଅଛୁ ମୋହୋର ଛାମୁକୁ ଶହସ୍ର ଧରି ।୫୩୦।ଧୁଶାସନେ ସଙ୍ଗେ ଥିଲେ ଯେ ଚଉବିଂଶ ଯୋଧୀବୋଇଲେ ରତିଚୋରକୁ ଘେନିଯିବା ବାନ୍ଧି ।୫୩୧।କେହୁ ବୋଲଇ ମୁଣ଼୍ଡ କାଟି ଘେନିବା ୟେହାର ପ୍ରାଣିକେ ବୋଲେ ନ ମାର ଯୁଝେଷ୍ଠିଂକ ରାଣ ।୫୩୨।ବଳାତ୍କାରେ ଧାଇଂଲେ ସର୍ବେ ଶହସ୍ର ବୁଲାଇମେଢରୁ ଶାମ୍ୱ କୁମର ଆସଇ ବେଗେ ଧାଇଂ ।୫୩୩।ହାଥରେ ଖଣ୍ଡା ଧରି ମହାତେଜ ପ୍ରାୟେୟେକା ପ୍ରହାରକେ ମାରଇ ଅନେକ ଯୋଦ୍ଧାୟେ ।୫୩୪।ବେଢି ଧରିବାକୁ ବୀରେ କରିଛନ୍ତି ବୁଦ୍ଧିପଞ୍ଚବିଂଶ ଯୋଦ୍ଧାନ୍ତ କୁମର ପକାଇଲା ଛେଦି ।୫୩୫।ଧୁଶାସନ ଆଗେ କହନ୍ତି ବେଗେ ଯାଇଂପଳାଇଲେ ସଇନମାନେ ଶହସ୍ରମାନନ୍ତ ପକାଇ ।୫୩୬।ଶାମ୍ୱ ପଞ୍ଚବିଂଶ ଯୋଦ୍ଧା କଲାକ ନିପାତମେରୁକୁ ତୁଲ୍ୟ ଯେ ତାହାର ଶହସ୍ର ଘାତ ।୫୩୭।ପ୍ରତକ୍ଷେ ପ୍ରଶୁରାମ ତେଜ ପ୍ରାୟେ ଦିଶିକାର୍ତ୍ତିକେଶ୍ୱର ପ୍ରାୟେ ପ୍ରତକ୍ଷେଣ ତ୍ରାସି ।୫୩୮।କ୍ଷତ୍ରିୟ କୁଳକୁ ଦେବ ବଡ଼ାଇ ମହିମାଯୋଦ୍ଧାଂକର ମଧ୍ୟେ ସେ ଅତିହିଂ ଉତ୍ତମା ।୫୩୯।ବଦୟନ୍ତି ଅଗସ୍ତି ଶୁଣ ହୋ ବଇବସୁତ ମନୁବିଜେକଲା ମାନଗୋବିନ୍ଦ ସୟଂବର ଥାନୁଂ ।୫୪୦।ନିର୍ଝର ଦେଶର ଯେ ରାଜା ଗଣପତିସେ କହିଲା ସୟଂବର ଥାନକୁ ଆଣ ତୋ ଦୋହିତୀ ।୫୪୧।ଦ୍ରିଯୋଧନ ସମସ୍ୟା ଦିଲା ସେ ରାଜାଂକୁୟେହିକ୍ଷଣି ଦୋହିତା ଆଣିମି ସଭାକୁ ।୫୪୨।ଆଗ୍ୟାଂ ଦିଲା ରାଜା ମୁଦୁସୁଲୀମାନନ୍ତ ରାଇଚନ୍ଦ୍ରାବତୀକି ଆଣ ଲୋ ବେଶ ବେଶନ କରାଇ ।୫୪୩।କରପତ୍ର ଯୋଡ଼ିଣ କହନ୍ତି ମୁଦୁସୁଲୀଦୁଲଭ ଚରିତ୍ର ଦେବ ଅଗୋଚର ଦେଖିଲି ।୫୪୪।ତିରିଶ ଯୋଦ୍ଧା ଦେବ ପଡ଼ିଲେଣି ରଣେଥାଠ ମନ୍ଥନ କରୁଛି ଦେବ କେବଣହିଂ ଜଣେ ।୫୪୫।ଶୁଣି ବିରସ ମନେ ରାଜା ମାନଗୋବିନ୍ଦାଇଧୁଶାସନ ଦୁର୍ଜୟେ ଯେ ମୋର ଗଲେ କାହିଂ ।୫୪୬।ୟେତେ କହି ରାଜା ମହା କୋପଭରେକର୍ମକୁ ସନ୍ତାପ କରି ବସିଲା ସଭାରେ ।୫୪୭।ୟେଥୁଅନ୍ତରେ ଯେ ମେଢ ଥାନର କଥାଶୁଣ ହୋ ମନୁରାୟେ ଯେବଣ ବାରତା ।୫୪୮।ସାଂଗ୍ରାମେ ଅଭିମାନ ପାଇଣ ଧୁଶାସନଚାରିଶତ ପାରିଦଣ୍ଡ ଘେନିଣ ସଙ୍ଗେ ସଇନ ।୫୪୯।ପାଞ୍ଚ ଅହିବ୍ରତ ପାଦାନ୍ତି ସଇନିମେଢ ବେଢିଲା ଧୁସା ରାଜାମାନନ୍ତ ଘେନି ।୫୫୦।ଦେଖିଣ ବଇକୁଲ୍ୟ ହୋଇଲା ଚନ୍ଦ୍ରାବତୀନ ଜାଣି ପାମେରୀ ମୁଂ ବଢାଇଲି ପ୍ରୀତି ।୫୫୧।ସ୍ୱାମୀ ମରାଇଲି ତଦନ୍ତ ନ ଜାଣିଲିୟେ କୁଳେ ସେ କୁଳେ ମୁଂ କାହିଂରେ ନୋହିଲି ।୫୫୨।ଅଗ୍ୟାନ ବାଳ ସ୍ତିରୀ ମୁଂ ନ ଜାଣିଲି କଥାୟେକା ଜଣକ କି ବୋଲାଇବ ଶକତା ।୫୫୩।ମୁହିଂ ଅପାଦ ତୋର ଘେନିଯାଇ ନାହାବିବାନେ ବସି ତୋର ପୁରକୁ ବୋଲି ଯାଆ ଯାଆ ।୫୫୪।ଶାମ୍ୱ କୁମର ବୋଇଲା ତୁ ଶୁଣସି ଗୋ ପ୍ରାଣସଖୀୟେମାନେ ଶ୍ରିକାଳ ଗୋ ମୁହିଂ ସିଂଘ ଲେଖି ।୫୫୫।ୟେକେ ଅନେକେ ମାରି ପାରିବି ମୁଂ ଯୁଦ୍ଧେଦେଖ ଦେଖ ମୋହୋର ମହିଂମା କଉତୁକ ରଣ ମଧ୍ୟେ ।୫୫୬।ୟେତେ ବୋଲି ବୀର ବିକ୍ରମ ସିଂଘ ମୂର୍ତ୍ତିମେଢ ଭିତରୁ ବାହାର ବୀର ତତକ୍ଷଣାନ୍ତି ।୫୫୭।ଭାଜିଲେ ଯୋଦ୍ଧାମାନେ ସାଂଗ୍ରାମେ ତାର ଦେଖିଶ୍ୟାମଳ ଦେଖି ଯେହ୍ନେ ପଳାବଇ ବକ ପକ୍ଷୀ ।୫୫୮।ମେଢର ଉପରୁ ବୀର ପଡିଲାକଂ ଡେଇଂକରଇ ରଣଭଙ୍ଗ ସେ ଖଡଗ ବୁଲାଇ ।୫୫୯।ବଜ୍ରମୁଷ୍ଟି କରି ଅସିପତ୍ର ଧରି ଝୁଣିଅନେକ ପାଦାନ୍ତି ବଳ ସେ ପକାଇଲା ହାଣିୀ ।୫୬୦।ରାଜ ପବନ ଘାତେ ଯେହ୍ନେ ପଡଇ ପଂକୁ ପଂଳଭାଜିଲେ ଯୋଦ୍ଧାମାନେ ପଡିଲେ ସକଳ ।୫୬୧।ସଇନ ପଛ କରି ଧାମଇଂ ଧୁଶାସନଦୁର୍ଜୟେ ଦୁରାନ୍ତ ଦୁର୍ଣ୍ଣୟ ଦୁସହ ଦୁରାକର୍ଣ୍ଣ ।୫୬୨।ୟେହାଂକର ସଙ୍ଗତରେ ଅନେକ ଯୋଦ୍ଧାଗଣଧନୁରେ ନାରାଜ ପୁରୋଇ ବିନ୍ଧନ୍ତି ପୁଣ ପୁଣ ।୫୬୩।ସହସ୍ରେକ ଯୋଦ୍ଧା ୟେକମୁଖ ହୋଇଶାମ୍ୱ କୁମରକୁ ନାରାଜ ମାରନ୍ତି ତୁହାଇ ।୫୬୪।ସମରେ ଅଭୟେ ଯେ ଜମ୍ୱୁବତୀର ବଳାବିଚିତ୍ର ଗତି ଜାଣି ତେଜି ଅନର୍ଗଳା ।୫୬୫।ଯେସନେକେ ମତ୍ତଗଜ ଭାଙ୍ଗଇ କଦଳୀ ବନମାରି ଚୂର କଲା ସେ କଉରୋବ ସଇନ ।୫୬୬।ୟେକା ପ୍ରହରକେ ଦଶ ବିଂଶ ପଞ୍ଚିଶପଳାବନ୍ତି ସଇନି ଯେ ନ ରହନ୍ତି ପାଶ ।୫୬୭।ଯେସନେକ ବିଜୁଳି ଗୋପ୍ୟ ନୀଳ ମେଘେକଉଣସି ଯୋଦ୍ଧା ରହି ନୁଆରିଲେ ଆଗେ ।୫୬୮।ସମରେ ସୋହଡ ଯେ କଇଚ୍ଛା ଜଗଜ୍ଜେଠୀମେଲା ମତ୍ତଗଜ ଯେହ୍ନେ ୟେକସରେ ଉଠି ।୫୬୯।ପୁଣ ପୁଣ ପ୍ରହାର କରଇ ବୀର ୟେକାଅଜା ଯୁଦ୍ଧେ ବ୍ୟାଘ୍ର ଯେସନେକେ ନିଶଂକା ।୫୭୦।ଧୁଶାସନ ଦେଖିଲା ଯେ ପଡିଲେ ସର୍ବ ଥାଠମେଢର ଉପରକୁ ଯେ ନ ପାବନ୍ତି ବାଟ ।୫୭୧।ବିଷମ ସମର ଶାମ୍ୱ କୁମରର ଦେଖିଧୁଶାସନ ପଚାରଇ ଧର୍ମରାଜା ଯୁଝେଷ୍ଠିଂକି ।୫୭୨।ସ୍ୱାମୀ ତୁମେ ଯେ ବୋଇଲେ ରତିଚୋରାକୁ ଧରଗୁପତେ ଥୋଇଥିବ ଗୋଳ ହୋ ନ କର ।୫୭୩।ଦେଖ ଅନେକ ସଇନି ଦେବ ପକାଇଲା ମାରିତୋହୋର ଆଗ୍ୟାଂ ଦେବ ଲଘିଂତ ନୁଆରି ।୫୭୪।ଯୁଝେଷ୍ଠି ବୋଇଲେ ହୋ ତୁମ୍ଭେ ମରୁଛ ଅକାରଣସାମାନ୍ୟ ନୁହଇ ସେ ଅଟଇ ବଡ ଜଣ ।୫୭୫।ବାସବର ନନ୍ଦନ ଅବା ଅଟଇ ଜୟସେନକି ଅବା ନକୁଳବର ପଶିଲା ଅଗ୍ୟାନ ।୫୭୬।କି ଅବା କାର୍ତ୍ତିକେଶ୍ୱର ପାର୍ବତୀର ବଳାବରୁଣ ନନ୍ଦନ ସେ ତେଜେ ଅନର୍ଗଳା ।୫୭୭।ୟେ କଥା ତଦନ୍ତ କରିଣ ତୁମ୍ଭେ ଜାଣତଥ୍ୟ କରି ନିଚୟ ୟେ କଥା ପରିମାଣ ।୫୭୮।ଦେବେଣ ବିବାଦୀ ହୋଇଲେ ନ ବ୍ରତିୟେଡେ ବଡ ସୟଂବର ହୋଇଲା ନିଷ୍ଫଳ ଗତି ।୫୭୯।ଆହୋ ଚଇତନ ଦିନକର ଦେବତା ଅବସାନ ହୋଇଲାରାଜାଗଣ ମଧ୍ୟେ ଯେ ଗୋଳ ଉପୁଜିଲା ।୫୮୦।ବୋଲନ୍ତି ରାଜାୟେ ୟେକାଦିନେ ମାତ୍ର ସଭାକୁ ଆଣିଲୁ କୁମାରୀୟେବେ ଗୋପ୍ୟ କଲୁ କି ନିମନ୍ତେ ଜାଣି ତ ନୁଆରି ।୫୮୧।ଆସ୍ତାନୁ ଉଠିଲା ଯେ କାମେଶ୍ୱର ମହୀପାଳମାନଗୋବିନ୍ଦ ଆଗେ କହଇ ଅଚାର୍ଗଳ ।୫୮୨।ୟେ ତୁମ୍ଭର କଥା ଯେ କେବଣ ବିଧାନେକନ୍ୟାକୁ ଆନବର ବରିଅଛୁଂ ତେଣେ ।୫୮୩।ରାଜାମାନନ୍ତ କିମ୍ପେ ଆଣିଲୁ ନିମନ୍ତିଶୁଣି ବିରସ ମନ ଯେ ମାନଚକ୍ରବ୍ରତୀ ।୫୮୪।ଜୋକ ମୁଖେ ଯେସନେକେ ପଡଇ ଲବଣସୂର୍ଯ୍ୟର ତେଜେ ଯେହ୍ନେ କୁମୁଦିନୀ ବଣ ।୫୮୫।ମାନଗୋବିନ୍ଦ ବୋଇଲା ତୁ ୟେ କଥା କହିଲୁ ନ ଜାଣିପୂର୍ବ ଛାତି ପଚ୍ଛିମେ ଯେବେ ଉଦେ ହେବେ ଦିନମଣି ।୫୮୬।ଲକ୍ଷେ ରାଜା ବରିଲି ମୁଂ ଦୋହିତା ନିମନ୍ତେୟେଡେ ବଡ ଦୂଷଣ କଥା ଉପୁଜିା ମୋତେ ।୫୮୭।ପୁଣ ପୁଣ ବୋଲଇ ଯେ କାମେଶ୍ୱର ନୃପତିକନ୍ୟାକୁ ଆଣ ତୋର ବୁଝାବା ସଂଗତି ।୫୮୮।ମାନଗୋବିନ୍ଦ ବୋଇଲା ୟେହିକ୍ଷଣି ଆଣିମି କୁମାରୀଯେ ତୁମ୍ଭର ଆଗ୍ୟାଂ କହିଲା ଦଣ୍ଡଧାରୀ ।୫୮୯।କାମେଶ୍ୱର ରାଜା ଯାଇଂ ସଭାରେ ବସିଲେୟେମନ୍ତ ସମୟେ ଯାଇଂ ନାରଦେ ମିଳିଲେ ।୫୯୦।ନାରଦେ ବୋଇଲେ ତୁମ୍ଭେ ଶୁଣ ଲକ୍ଷେକ ନୃପତିଦ୍ୱାରିକାରୁ କୃଷ୍ଣ ବିଜେ କରି ନାହାନ୍ତି ତ ୟେଥି ।୫୯୧।ଚନ୍ଦ୍ର ନ ଥିଲେ ନିଶି ନିର୍ମଳ ଆକାଶ କାହିଂତୁମ୍ଭେ ଅଛ ୟେଥି ଯେତେ ଚନ୍ଦ୍ରାବତୀକି ସମ ନାହିଂ କେହି ।୫୯୨।ୟେହା ଶୁଣି ବୋଲଇ ନନ୍ଦଭୋପାଳ ନୃପତିୟେତେ ଲକ୍ଷଣବନ୍ତ କାହିଂ ଦେଖିଲ ୟେଥେ ବ୍ରହ୍ମପତି ।୫୯୩।ତ୍ରିଦଣ୍ଡ ବୁଲାଇ ନୃତ୍ୟ କରନ୍ତି ବ୍ରହ୍ମଚାରୀପରେ ବିକାର ତେଣେ ହୋଇଲାନି କୁମାରୀ ।୫୯୪।ଅଦଭୁତେ କୁମାରେକ ପଶିଲା ତାର ମେଢେକୁମର କୁମାରୀ ସେ ଯେ ପୀରତି ଅତି ଗାଢେ ।୫୯୫।ଯୁବତୀର ସଙ୍ଗେ ସେ ବହୁତ ପୀରତିତୁମ୍ଭମାନନ୍ତ ବିଅର୍ଥେ ଯେ ଆଣିଲା ନିମନ୍ତି ।୫୯୬।ଭୋ ରାଜାମାନେ ଯେ ଯାହା ଭୁବନକୁ ବିଜେ କରି ଯାଅଯାବତ କାଳକୁ ତୁମ୍ଭେ ଲଜ୍ଜା ଯେ ନ ପାଅ ।୫୯୭।ନାରଦଂକ ବଦନୁ ୟେମନ୍ତ ବାକ୍ୟ ଶୁଣିରାଜାମାନେ ସବିହେଂ ଉଠିଲେ ଶିର ଝୁଣି ।୫୯୮।ୟେଡେ ବଡ ଦର୍ପ କାହାର ହୋଇଲା ମଧ୍ୟସ୍ୱର୍ଗେକନ୍ୟା ଘେନି ୟେଥୁଂ ଯିବ କେବଣହିଂ ବାଗେ ।୫୯୯।ରାଜାମାନଂକର ଯେ ଉଚ୍ଚବାଚ ଶୁଣିଯୁଝେଷ୍ଠି ହକାରିଲେ ମନ୍ତ୍ରୀ ଚୂଡାମଣି ।୬୦୦।ବାବୁ ମେଢର ବାରତା ମୁଂ ପୁଚ୍ଛଇ ସହଦେବକେ ଅବା ତାହାକୁ ବୁଝିବା ସଦିଭାବ ।୬୦୧।ସହଦେବ କହଇ ଯୁଝେଷ୍ଠିଂକ କର୍ଣ୍ଣକୃଷ୍ଣ ପୁତ୍ର ବିତ୍ରକେ କେ ପଶିତେ ଭାର୍ଜନ ।୬୦୨।ଲକ୍ଷେ ଷାଠିୟେ ସହସ୍ର ଅଶିୟେକ ନନ୍ଦନପୋୟେକ ୟଥକୁ ଅବଶ୍ୟ କରିଅଛଇ ଆଗମନ ।୬୦୩।ଆବର ୟେଥକୁ ନାରଦ ବଡ ଶ୍ରାଗିମାନଗୋବିନ୍ଦ ନ ଜାଣି ହେଉଛନ୍ତି ରାଗି ।୬୦୪।ଆନର କୃତ୍ୟ ନୋହଇ ୟେ ନାରଦଂକ ଭିୟାଣକୃଷ୍ଣ ପୁତ୍ର ବିତ୍ରକେ ଆନ ନୋହଇ ତ ଜାଣ ।୬୦୫।ଆହୋ ଚଇତନ ସମସ୍ତ ଦେଶର ରାଜାମାନେ ଆସିଦ୍ରିଯୋଧନ ଆଗରେ ଯେ ବଚନ ପ୍ରକାଶି ।୬୦୬।ୟେ ତୁମ୍ଭର ଚରିତ୍ର ହାଦେ କେବଣ ପ୍ରକାରକନ୍ୟାପରେ ବିକାର ହୋଇଲାନି ତୋହୋର ।୬୦୭।ମାନଗୋବିନ୍ଦ ବୋଇଲା ମୋର ନ ଭାବଇ ବୁଦ୍ଧିଯାହାର ନାମ ଧରନ୍ତେ କମ୍ପଇ ଜମ୍ୱୋଭେଦୀ ।୬୦୮।ୟେ ଭୁବନେ ପଶିବାକୁ କାହାର ଭରସାଯମର ଭୁବନକୁ ବଳାଇଲା ମନୀଷା ।୬୦୯।ଆଜର ମଧ୍ୟେ ସଭାକୁ ଆଣିମି କୁମାରୀୟେବେ ନିକସ୍ଥାନେ ତୁମ୍ଭେ ରହ ବିଜେ କରି ।୬୧୦।ଦ୍ରିଯୋଧନ ବଚନେ ଗଲେ ସର୍ବରାୟେଯେ ଯାହାର ଆସ୍ତାନେ କଲେକ ବିଜୟେ ।୬୧୧।ସ୍ରାହାନ ଭୋଜନ ଯେ ସାରିଣ ନୃପତିଆଚୋଂବନ ସାରି ଦିବ୍ୟ ବେଶ ଯେ ହୁଅନ୍ତି ।୬୧୨।ୟେମନ୍ତେ ଯୁଝେଷ୍ଠି ଦେବ ଚଳିଗଲେ ବେଗେପ୍ରବେଶ ହୋଇଲେ ଯାଇଂ କୁରୁପତିର ଆଗେ ।୬୧୩।ଯୁଝେଷ୍ଠି ବୋଇଲେ ଦ୍ରିଯୋଧନ ମୁଖ ଚାହିଂଭୀଷ୍ମ ଦ୍ରୋଣ ଭୁରିସର୍ବା ବିଜେ କଲେ ଯାଇଂ ।୬୧୪।ଯୁଝେଷ୍ଠି ବୋଇଲେ ଶୁଣ ଗଙ୍ଗାଦେବୀ ସୁତସୟମ୍ୱର ଚରିତ ଯେ ହୋଇଲା କେମନ୍ତ ।୬୧୫।ନାହିଂ ନ ଦେଖିଲା ତ ୟେତେ ବିଡମ୍ୱଣୟେଡେ ବଡ କାର୍ଯ୍ୟ ଗୋଟା ହେଲା ଅକାରଣ ।୬୧୬।କେମନ୍ତେ କୁମାରୀ ପୁରେ ପଶିଲା ୟେକ ଚୋରରଥ ଗଜ ଅଶ୍ୱ ଯୋଦ୍ଧା ନାହିଂ ସଙ୍ଗତର ।୬୧୭।ସହଦେବ କେସନେକ ନ ଜାଣିଲା ୟେସନେକ ବାଣୀଶକୁନିକି ଗ୍ୟାଂତା ନୋହିଲା ସେ ତ ମନ୍ତ୍ରୀ ଚୂଡାମଣି ।୬୧୮।ଧଂସି ହୋଇଲାନି ୟେ ମାନଗୋବିନ୍ଦ ରାଜାହସ୍ତିନା ପୁରକୁ ୟେତ ହୋଇଲା ବଡ ଲଜ୍ଜା ।୬୧୯।ଯୋଦ୍ଧାୟେ ନ ଯୁଝନ୍ତି ମନ୍ତ୍ରୀୟେ ନ କହନ୍ତିସଭାରେ ଗୋଳ ହୋଇବ ବଡ ଅପଖ୍ୟାତି ।୬୨୦।ଭୀଷ୍ମେ ବୋଇଲେ ସହଦେବ ତୂନୀ ହୋଇଲୁ କିସ ଅର୍ଥେଭୂତ ଭବିଷ୍ୟ କଥାମାନ ଦିଶଇ ଯେ ତୋତେ ।୬୨୧।ସହଦେବ ବୋଇଲେ ଦେବ ସାବଧାନେ ଶୁଣିମାନଶନ୍ତ କାଳକୁ ବିପରୀତ ବୁଦ୍ଧି ସିନା ।୬୨୨।ନିକଳଂକ ରାଜ ୟେହୁ ମାନଗୋବିନ୍ଦ ଚକ୍ରବ୍ରତୀଦୋହିତାର ଯୋଗୁଂ ଧଂସି ହୋଇଲାକ ୟେଥି ।୬୨୩।ସମସ୍ତେ ବୋଇଲେ ୟେହା ବିଚାର କରିବାଯଦୁବଂଶରୁ ଗୋଟିୟେ ବର ଆଣି ପ୍ରଦାନ କରିବା ।୬୨୪।ମାନଗୋବିନ୍ଦ ବିମରଷ ବହିଲା ତାହା ଶୁଣିମୋହୋର ସାନ ଭାଇକି ସେ ଦେଇଛି ଭୟେଣୀ ।୬୨୫।ମୁଂ ତାହାର ପାଦ ପଖାଳିବି କି ଲେଉଟିଯାଦବ କୁଳକୁ ନିନ୍ଦା କଲାକ ଧୃତିରାଷ୍ଟି ।୬୨୬।ୟେହିଠାରୁ ଉପୁଜିଲା ବିପରୀତ କୃତ୍ୟନାରଦେ ପାଇଲେ ଲଜ୍ଜା ତହୁଂ ଅପ୍ରମିତ ।୬୨୭।ଅନ୍ତରୀକ୍ଷେ ମାର୍ଗେ ଚଳିଲେ ମୁନି ଉତ୍ତମରାମକୃଷ୍ଣ ନ ଜାଣନ୍ତି ଆଣିଲେ ପୁତ୍ର ଶାମ ।୬୨୮।ଯୁଝେଷ୍ଠି ବୋଇଲେ ତୁମ୍ଭେ ଶୁଣ ହୋ ଭୀଷ୍ମ ଦ୍ରୋଣଚନ୍ଦ୍ରାବତୀ ବାଳୀକି ହରିଲା ଶାମ୍ୱ କୁମର ଜାଣ ।୬୨୯।ସେ କନ୍ୟାକୁ ପାଇଣ କୁମର ମନେ ଶାନ୍ତିତେଣୁ କରି ବରିଲା କୁମାରୀ ଚନ୍ଦ୍ରାବତୀ ।୬୩୦।ଦ୍ରିଯୋଧନ ବୋଇଲା ୟେବେ ହୋଇଲା ଅନର୍ଥଆହୋ ସହଦେବ ତୁ ଯାଅସି ତୁରିତ ।୬୩୧।ଶାମ୍ୱ କୁମରକୁ ବୋଲ ସେ ଚନ୍ଦ୍ରାବତୀକି ଛାଡ଼ିଦେଉସୟମ୍ୱର ସ୍ଥାନକୁ ଆମ୍ଭେ ବେଶ କରି ନେଉ ।୬୩୨।ରାଜାମାନନ୍ତ ପଛେ ନ ବରୁ କୁମାରୀଶାମ୍ୱ କୁମରକୁ ନେଉ ପଛେ ସୟମ୍ୱର ବରି ।୬୩୩।ଉଭୟ କୁଳ ରକ୍ଷା ହେଉ ନ ଉପୁଜୁ ଲଜ୍ଜାତହୁଂ ନେଲେ ହୋଅଇ ଯେ ତାହାର ଭାରିଯା ।୬୩୪।ଯୁଝେଷ୍ଠି ବୋଇଲେ ବାବୁ ପିତାଂକ ବୋଲ କରଆମ୍ଭ ଆଗ୍ୟାଂ ବୋଲି କହ ଶାମ୍ୱ କୁମର ଆଗର ।୬୩୫।ଆଗ୍ୟାଂ ପାଇ ସହଦେବ ବେଗେ ଚଳିଗଲାମେଢର ଦୁଆରେ ଯାଇଂ ପ୍ରବେଶ ହୋଇଲା ।୬୩୬।ଧୁଶାସନ ଆଦି ଯେ ଧାଇଂଲେ ବହୁ ଯୋଧୀସହଦେବକୁ ଆସିଣ ପଥ ସେ ନିରୋଧୀ ।୬୩୭।କାହିଂକି ପଶିବୁ ତୁହି ମେଢର ଭିତରେତୁମ୍ଭ ବୋଲେ କିରେ କଥା ସନ୍ଧି ହୋଇପାରେ ।୬୩୮।ଛେଦିବଇଂ ମୁହିଂ ଆଜ ରତିଚୋର ଶିରସହଦେବକୁ ପଶିଣ ନ ଦିଲେ ଭିତର ।୬୩୯।ହାଥେ ଗଦା ବୁଲାଇଣ ସେ ଗାନ୍ଧାରୀର ବଳାମେଢ ଆବୋରି ରହିଲା ତେଜ ଅନର୍ଗଳା ।୬୪୦।ଯୋଦ୍ଧାମାନେ ଆଗେ ରହି ବିନ୍ଧୁଛନ୍ତି ଶରକକଡ଼ା ବୃଷ୍ଟି ଜାଣି ବରଷଇ ନୀର ।୬୪୧।ଅବିଚ୍ଛନ୍ନେ ନାରାଜ ତୁଷାର ବୃଷ୍ଟି ଜାଣିନିର୍ଭୟେ ନିରାକୁଳ ସେ କୁମର ଚୂଡ଼ାମଣି ।୬୪୨।ୟେସନେକ ଗୋଳ ଯହୁଂ କଲେ ଦ୍ୱାରେ ରହିମେଢର ବାହାର ଶାମ୍ୱ ଖଡ଼ଗ ବୁଲାଇ ।୬୪୩।ଗଜ ଯୂଥ ମଧ୍ୟେ ଯେହ୍ନେ କେଶରୀ ପହିଜ କରଇବିକ୍ରମ ସିଘଂ ଦେଖି କଉରୋବ ବଳ ଭାଜଇ ।୬୪୪।ଖଣ୍ଡାର ବିଘାତେ ଛିଡ଼ି ପଡନ୍ତି ସଇନିଦେଖିଣ ନୃତ୍ୟ କଲେ ନାରଦ ମହାମୁନି ।୬୪୫।ଦୁସହ ସମର ହେଲା କହଣା ନ ଯାଇମୁଖରାବ ଶବଦରେ ଶୂନ୍ୟ ଚମକଇ ।୬୪୬।ମେଢର ଦୁଆରେ ବହିଲା ରକତର ନଈଦ୍ରିଯୋଧନ ଅଗ୍ରତେ କହିଲେ ଚାର ଯାଇଂ ।୬୪୭।ଅନେକ ଯୋଦ୍ଧା ପଡ଼ିଲେ ମେଢ ରଣେମେରୁ ସମ ବଡ଼ିମା ଅଟଇ ୟେକଜଣେ ।୬୪୮।ପ୍ରତକ୍ଷରେ ପ୍ରଶୁରାମ ପରାୟେ ଦିଶଇକାର୍ତ୍ତିକ ଈଶ୍ୱର ଜାଣି ତେଜ ବିକାଶଇ ।୬୪୯।କ୍ଷତ୍ରିୟ କୁଳକୁ ସେହୁ ବଡ଼ାଇ ମହିଂମାବୀରକଂର ମଧ୍ୟରେ ସେ ଅଟଇ ଉତ୍ତମା ।୬୫୦।କହନ୍ତି ଅଗସ୍ତି ମୁନି ଶୁଣ ହୋ ରାଜନେଦ୍ରିଯୋଧନ ବିଜେକଲା ସୟମ୍ୱର ସ୍ଥାନେ ।୬୫୧।ନିର୍ଝର ଦେଶର ରାଜା ନାମ ଗଣପତିସେ ବୋଇଲା ସୟମ୍ୱରେ ଆଣ ତୋ ଦୋହିତୀ ।୬୫୨।ଦ୍ରିଯୋଧନ ପ୍ରବୋଧଇ ସେ ରାଜାମାନଂକୁୟେହିକ୍ଷଣି ଦୁହିତା ମୁଂ ଆଣିମି ସଭାକୁ ।୬୫୩।ନିର୍ଝର ଦେଶର ରାଜା ଗଣପତି ଦୂତସେ ଆସି ରାଜା ଛାମୁରେ କହିଲା ବାରତ ।୬୫୪।ଶୁଣ ସାବଧାନେ ହୋ ନିର୍ଝର ଆଧିପତିସୟମ୍ୱର କନ୍ୟାର ଯେ ୟେସନେକ ରୀତି ।୬୫୫।ମେଢ ଭିତରେ ପୁରୁଷେ ଅଛି ତାର କତିବିଡ଼ମ୍ୱଣ ହୋଇଲାନି ସେହି ଯେ ଯୁବତୀ ।୬୫୬।ଅନେକ ସଇନି ଛନ୍ତି ମେଢ ଦ୍ୱାରେ ପୂରିରତିଚୋରକୁ ଯେ କେହି ନୁଆରନ୍ତି ଧରି ।୬୫୭।ୟେମନ୍ତ ବାରତା ଯହୁଂ କହିଲା ଡଗରକୋପେଣ ଧାଇଂଲେ ଯେ ସକଳ ନୃପବଳ ।୬୫୮।ରାଜାମାନେ ସମସ୍ତେ ଯେ ପାଇଲେ ବାରତାରତିଚୋର କଥା ସବୁହୁଂ ବଳବନ୍ତା ।୬୫୯।ରତିଚୋର ମାର ବୋଲି ଶୁଭିଲାକ ଧୁନିରାଜାମାନେ ଉଠିଲେ ଯେ କରେ ଶସ୍ର ଘେନି ।୬୬୦।ବଳବନ୍ତା ରାଜାମାନେ ଆରୋହିଲେ ରଥକେ ଅଶ୍ୱ ଚଢିଲେ କେ ଆରୋହିଲେ ମୟେମତ୍ତ ।୬୬୧।ସୟମ୍ୱର ଥାଠ ଛାଡି ଧାଇଂ ପଡ଼ିଲେ ସଇନିଉଚ୍ଚବାଚ୍ଚ ଥାଠ ଯେ ହୋଇଲେ ଅନ୍ୟାଅନ୍ୟି ।୬୬୨।ଦରଦ ଯମାଗୋଷ୍ଠ ନୃପତି ମୃଗସେନୟେହାଂକର ତୁଲେ ଅନେକ ସନ୍ୟବଳ ଗହନ ।୬୬୩।ଗୁଣ ଟାଂକାର ଶବଦେ କମ୍ପିଲା ମେଦିନୀମାର ମାର ଧର ଧର ବୋଲି ଶୁଭିଲାକ ଘୋର ଧୁନି ।୬୬୪।ପ୍ରଳୟ କାଳେ ଯେହ୍ନେ ସମୋଦ୍ର ବିଶ୍ୱ ମୂରତିପାଦ ଭାରା ଘାତେଣ ଯେ କମ୍ପଇ ବସୁମତୀ ।୬୬୫।ୟେକ କୁମରକୁ ଯେ ଲକ୍ଷେକ ନୃପମଣିଦେଖି ବଇକୁଲ୍ୟ ମାନଗୋବିନ୍ଦ ଦୁଲଣୀ ।୬୬୬।ବେନି ଲୋଚନରୁ ବାଳୀର ବହଇ ଅଶ୍ରୁଜଳସୂତାରୁ ଛିଡ଼ି ମୁକୁତା ଯେହ୍ନେ ପଡଇ ଭୂମିତଳ ।୬୬୭।ହେ ନାଥ ତୁମ୍ଭର ମୁହିଂ ଯାଇ କିନା ନିଉଛାଣିଅଳପ କଥାକୁ ହେଲା ବହୁତ ବୋଲଣା ପୁଣି ।୬୬୮।କେବଣ ଭୁବନୁଂ ଆସି ପ୍ରବେଶ ହୋଇଲୁକହାର ନନ୍ଦନ ତୁ ମୋତେ ନ କହିଲୁ ।୬୬୯।ଆଶାୟୀ ହୋଇ ଆସି ହୋଇଲୁ କଳହ ପ୍ରିୟମୁହିଂ ତୋହୋର ଅପାଦ ଯେ ଘେନି ଯାଇଂ ନାହ ।୬୭୦।ବିବାନେ ବସି ଚାଲ ୟେଥୁ ଯିବା ଅପସରିଅନ୍ତରୀକ୍ଷେ ଯିବା ୟେଥୁଂ ମେଢ ଛାଡ଼ି କରି ।୬୭୧।ଶାମ୍ୱ କୁମର ବୋଇଲା ସଖୀ ମୋତେ ନ ବୋଲ ୟେ ବାଣୀଶରୀର କମ୍ପଇ ମୋର ତୋହୋର କଥା ଶୁଣି ।୬୭୨।ତୁ ଯେ ସଖୀ ବୋଇଲୁ ଗୋ ବେଢିଛନ୍ତି ରାୟେୟେମାନେ ଦିଶନ୍ତି ଦିଶନ୍ତି ମୋତେ ଅଜା ଯୂଥ ପ୍ରାୟେ ।୬୭୩।ୟେ ସମସ୍ତେ ଗଜ ଯୂଥ ମୁଂ ଅଟଇ ବିକ୍ରମ କେଶରୀୟେ ଇନ୍ଦୁର ପଲ ମୁହିଂ ଯେ ଅଟଇ ମଞ୍ଜାରୀ ।୬୭୪।ୟେମାନେ ଅଟନ୍ତି ସଖୀ ମଣ୍ଡୁକୀ ପଲ ପ୍ରାୟେମୁହିଂ ସଖୀ ୟେଥକୁ ଯେ କାଳସର୍ପ ଗୋଟାୟେ ।୬୭୫।ୟେଥକୁ ବିଳାପ ତୁ ନ କର ସଂଘାତୁଣୀମୁଂ ହୀନବୀର୍ଯ୍ୟ ହୋଅଇ କି ତୋହୋର ବାକ୍ୟ ଶୁଣି ।୬୭୬।ଯଦ୍ୟପି ଗଜଯୂଥ ୟେ ସକଳ ଦଣ୍ଡଧାରୀୟେହାଂକ ଉପରକୁ ମୁଂ ଅଟଇ ବିକ୍ରମ କେଶରୀ ।୬୭୭।କହୁଂ କହୁଂ କୋପିତ ଯେ ବାସୁଦେବଂକର ସୁତରାଜାଂକର କୋପ ଯହୁଂ ହୋଇଲା ଅପ୍ରମିତ ।୬୭୮।ହାଥକେ ସାୟେକ ହାଥକେ ଖଡ଼ଗ ଯେ ଫଳାମେଢରୁ ବାହାର ହୋଇଲା ଯେ ଶ୍ରୀକୃଷ୍ଣର ବଳା ।୬୭୯।ଦେଖ ହୋ ରତିଚୋର ବୋଲନ୍ତି ସର୍ବ ରାୟେସାମାନ୍ୟ ଜନର ୟେ ନୋହଇ ତନୟେ ।୬୮୦।କେବଣ ଦିଗପାଳର ଅଟଇ ୟେ ବଳାମୃତୁପୁର ଲୋକଂକର ତ ନୁହଇ ୟେ କଳା ।୬୮୧।ରାଜାୟେ ବୋଇଲେ ଆମ୍ଭେ ଅନମିତେ ହୋଇଲୁଣି ଦ୍ୱନ୍ଦୀୟେ କନ୍ୟାର ନିମନ୍ତେ ଆମ୍ଭେ ସମସ୍ତେ ହୋଇଲୁଣି ବନ୍ଦୀ ।୬୮୨।ପଣ୍ଡିତ ରାଜାମାନେ ଗଲେ ଅପସରିଦୁଷ୍ଟ ରାଜାମାନେ ତହୁଂ ଧାଇଂଲେ କରେ ଶସ୍ର ଧରି ।୬୮୩।ଶୁଣ ହୋ ବଇବସୁତ ମନୁ ବଦନ୍ତି ଅଗସ୍ତିଦେବ ଦାନବ ମାନବେ ତାହାର କାହାକୁ ନାହିଂ ଭୀତି ।୬୮୪।ଦେବକଳା ଘେନିଣ ଥାଇଂ ଯେତେକଟି ଲୋକସେ ଲୋକେ ସେ ହାଦେ କହନ୍ତି ଦୃଢବାକ୍ୟ ।୬୮୫।ବିଷ୍ଣୁକଳାରେ ଯେ ଶଂକିଲେ ସର୍ବଜନବିଷ୍ଣୁର ପୁତ୍ର ବୋଲି ଭୟେ ଭାଜିଲେ ରାଜାମାନେ ।୬୮୬।ଅସୁର କୁଳରେ ଜାତ ଯେତେକ ଦଣ୍ଡଧାରୀସେମାନେ ଅଟନ୍ତି ଯେ ବିଷ୍ଣୁର ବଇରି ।୬୮୭।ସେମାନେ ରହିଣ ସମର କଲେ ଇଚ୍ଛାବିଷ୍ଣୁର ହାଥେ ମରିବାକୁ କରିଣ ଅଛନ୍ତି ବାଞ୍ଚ୍ଥା ।୬୮୮।ଜନ୍ମେ ଜନ୍ମେ ଅଭାବ ଯେ ତହିଂର ନିମନ୍ତେବିଷ୍ଣୁର ନନ୍ଦନକୁ ଯେ ପାଇଲୁ ଯୁଗତେ ।୬୮୯।ସବୁକୁହିଂ ଦିଶଇ ଶଙ୍ଖ ଚକ୍ର ଚିହ୍ନସହଦେବ ଭୀଷ୍ମଂକୁ ଯେ କହିଲେ ବଚନ ।୬୯୦।ଭୋ ସ୍ୱାମୀ ତୁମ୍ଭର ଆଗ୍ୟାଂ ପ୍ରାମାଣେ ୟେଠାରୁ ମୁହିଂ ଗଲିଧୁଶାସନ ଡରେ ମେଢ ଭିତରକୁ ମୁଂ ପଶି ନୁଆରିଲି ।୬୯୧।କ୍ଷଣ ମାତ୍ରକେ ଉପୁଜିଲା ବହୁତ ଯେ ଗୋଳଲକ୍ଷେ ରାଜା ମିଳିଣ ଯେ କଲେକ ଚହଳ ।୬୯୨।ଭୀଷ୍ମ ଦ୍ରୋଣ ଶୁଣ କରି ତହୁଂ ଗଲେ ଉଠିଆସ୍ତାନେ ବିଜୟେ କରିଅଛନ୍ତି ଧୃତିରାଷ୍ଟି ।୬୯୩।ଭୀଷ୍ମ ଦ୍ରୋଣେ ବୋଇଲେ ବାବୁ ନୁଆରିଲୁ ଜାଣିଯାବତ କାଳକୁ କଥା ରହିଲା ଧରଣୀ ।୬୯୪।ଶୁଣିଣ ଦ୍ରିଯୋଧନ କୋପେଣ ପ୍ରଚଣ୍ଡଆଜି ସେ ରତିଚୋରର କାଟିବଇଂ ମୁଣ୍ଡ ।୬୯୫।ଯେବେ ପରିଘାଇ ଆସିବ ବଜ୍ରନାହାତ୍ରଇଲୋକ୍ୟ ମଧ୍ୟରେ ଆଜ କେ ରଖିବାକ ତାହା ।୬୯୬।ମାନଗୋବିନ୍ଦର ସଜ ଦେଖି ମହାରାଜାମାନେଭୀଷ୍ମ ଦ୍ରୋଣ ଭୂରିସର୍ବା ଅଶସ୍ତମା ଶଲ୍ୟ କୃପ କର୍ଣ୍ଣେ ।୬୯୭।ରଥମାନନ୍ତ ଆରୋହି ରହିଲେ ସର୍ବ ରଥୀପାରିଦଣ୍ଡ ରାଜାମାନେ ଚଢିଲେ ମତ୍ତହାଥୀ ।୬୯୮।ପଞ୍ଚାଶ କୋଟି ଯୋଦ୍ଧା ଯେ ରଥ ଗଜ ତୁଲେଆଗିଆଣି ଥାଠରେ ଧୁଶାସନ ଦୁର୍ଜୟେ ବିଜେ କଲେ ।୬୯୯।ସମର ଗୁରୁତର ନୋହୋଇ ଗୋଚରତେର ସହସ୍ର ପାରିଦଣ୍ଡ ରାଜା ଘେନିଣ ସଙ୍ଗତର ।୭୦୦।ମେଢ ବେଢିଲେ ଅଷ୍ଟାଦଶ ଅକ୍ଷୋହିଣୀ ସଇନିୟେକା କୁମର ଅଛି ଖଡ଼ଗ ଫଳା ଘେନି ।୭୦୧।ନାରଦେ ବିଜେ କଲେ ସାଂଗ୍ରାମ ମଧ୍ୟସ୍ଥାନେଲାଗୁ ଲାଗୁ ବୋଲି ରଙ୍ଗେ ନାଚନ୍ତି ମହାମୁନ୍ୟେ ।୭୦୨।ଆରେ ଆରେ ସଇନିମାନେ ଆସ ବେଗ ହୋଇକଉତୁକେ ସାଂଗ୍ରାମ କରନ୍ତି ଚନ୍ଦ୍ରାବତୀର ସାଈଂ ।୭୦୩।ଲାଗୁ ଲାଗୁ ବୋଲି ନାରଦେ କଲେ ବାଟ ଯେ ଗୋଟାୟେକଳି ଧୋକଡ଼ିରୁ ଫିଙ୍ଗି ଲେ ଧୂଳି ଯେ ମୁଠାୟେ ।୭୦୪।ବ୍ରହ୍ମାର ନନ୍ଦନ ଭିଆଇଲେ କଉତୁକ ରସ କଥାୟେ ତ୍ରଇଲେକ୍ୟ ମଧ୍ୟେ କେ ଅଛଇ ତାହାଂକୁ କହନ୍ତା ।୭୦୫।ଆହୋ ଚଇତନ ଦୁସହ ସାଂଗ୍ରମେ ପଶିଲା ବୀର ଶାମ୍ୱପଞ୍ଚାଶ କୋଟି ଯୋଦ୍ଧାକୁ ୟେ କଉତୁକ କର୍ମ ।୭୦୬।ୟେକା ଅସିପତ୍ର ଗୋଟାୟେକ ଅଛି କରେ ଧରିଧାଇଂଣ ସାଂଗ୍ରାମ କରଇ ଯେହ୍ନେ ବିକ୍ରମ କେଶରୀ ।୭୦୭।କ୍ଷତ୍ରୀଂକର ଶହସ୍ରମାନନ୍ତ ସମସ୍ତ ଚ୍ଛେଦନ୍ତିଅଶ୍ୱ ଗଜ ସହିତେଣ ଯେ ବେନି ଖଣ୍ଡ ହ୍ୱନ୍ତି ।୭୦୮।ବଜ୍ର ଶହସ୍ର ଘେନି କାଟଇ ବଜ୍ରସେହ୍ନାୟେକା କୁମରମଣି କାହାକଇଂ ନ କରଇ ଗଣନା ।୭୦୯।ପାଦଗତି ହୋଇଣ ବୀର ଅନିର୍ଯାପ ସମର କରଇବିଚିତ୍ର ଗତି କ୍ଷତ୍ରୀଂକର ଶହସ୍ରନ୍ତ ବଞ୍ଚାଇ ।୭୧୦।ସାଂଗ୍ରାମେ କରଇ ସେ ଯେ ଶ୍ରୀକୃଷ୍ଣଂକ ନନ୍ଦନଦୂରେ ଥାଇ ଦେଖଇ ତାହା ପାଣ୍ଡବ ଅରଜୁନ ।୭୧୧।ବିଚିତ୍ର ଗତି ତାର ଦେଖି ବିଚାରଇ ସୋହୋଦ୍ରାର ପତିୟେତ ଅଟଇ ଆମ୍ଭ ଶାମ୍ୱ କୁମର ପାଦଗତି ।୭୧୨।ଭୀମ ଅର୍ଜୁନ ଯେ ନକୁଳ ସହଦେବଯୁଝେଷ୍ଠିଂକ ଅଗ୍ରତେ କହନ୍ତି ଚାରି ଯେ ପାଣ୍ଡବ ।୭୧୩।ସ୍ୱାମୀ ଜମ୍ୱୁବତୀର ନନ୍ଦନ ୟେ ଅଟଇ ଶାମ୍ୱ କୁମରଯୁଝେଷ୍ଠି ବୋଇଲେ ବାବୁ ଯେମନ୍ତେ ପାର ରକ୍ଷା କର ।୭୧୪।ଦେଖନ୍ତି କୁମର ଯେ ପଲାଶଇ ବିକ୍ରମ ସିଘଂ ଜାଣିବରଷେ ଆନନ୍ଦେ ଯେ ସମର ଗତି ଠାଣି ।୭୧୫।ୟେକା ଘାନ୍ତିକେ ଦଶବିଂଶ ତିରିଶ ପ୍ରହାର କରଇରଣେ କଉରୋବନ୍ତ କାହାକୁ ତିଳେ ନ ଗଣଇ ।୭୧୬।ଲକ୍ଷେକ ରଥ ଯେ ଦୁଇ ଲକ୍ଷ ହାଥୀଚାରି ଲକ୍ଷ ଅଶ୍ୱ ପାଞ୍ଚ ଲକ୍ଷ ଯେ ପାଦାନ୍ତି ।୭୧୭।ରକତେ କର୍ଦ୍ଦନ ଯେ ହୋଇଲା ମହୀତଳେଅଦଭୁତେ ଗର୍ଜଇ ସେ ସମର କୁତୋହଳେ ।୭୧୮।ମାନଗୋବିନ୍ଦ ବୋଇଲା ମୁଂ ତ ଅନେକ ସଇନି ମରାଇଲିକେବଣ ରାଜାର ପୁତ୍ର ମୁଂ ତ ଜାଣି ନୁଆରିଲି ।୭୧୯।ଅଦଭୁତେ କାହୁଂ ଅଇଲା ୟେ ତ ନୋହିଲା ଜାଣନ୍ତାୟେହାର ପିଅର ଅଟଇ କେବଣ ଦେବତା ।୭୨୦।ଦ୍ରିଯୋଧନ ସନ୍ତାପ ଦେଖି ଦୁର୍ଜୟେ ଧୁଶାସନସମଦଣ୍ଡେ ଉଠିଲେ ପାରିଦଣ୍ଡ ସହସ୍ର ରାଜନ ।୭୨୧।ୟେକା ଯାଦବକେ ଧଂସିଲା ସର୍ବ ଥାଠଲକ୍ଷେ ରାଜାଂକର ମୁଖେ ସେ କରଇ ମୁରାଟ ।୭୨୨।ପୁଣ ଆଗ୍ୟାଂ ଦିଲା ରାଜା ୟାକୁ ମାର ବେଗ ହୋଇମତ୍ତ ବ୍ୟାଘ୍ର ଜାଣି ଯେ ଧରି ନୁଆରିଲେ କେହି ।୭୨୩।କୋପେ ଧୁଶାସନ ଗଦାବର ନେଇ ଉଭାରିଶାମ୍ୱ କୁମର ଉପରେ ନେଇଣ ପ୍ରହାରି ।୭୨୪।ଶୂନ୍ୟ ଅଙ୍ଗ ସେହୁ ତାର ଦେହେ ନାହିଂ ସେହ୍ନାଗଦାବର ପିଟନ୍ତେଣ ଖଣ୍ଡା ହେଲା ଚୂନା ।୭୨୫।ଶୂନ୍ୟ ହାଥ ହେଲା ଯହୁଂ ଜମ୍ୱୁବତୀର ବଳାକରରେ ତାହାର ଆଉ ନାହିଂ ଖଡ଼ଗ ଫଳା ।୭୨୬।ଆରେ ଆରେ ବୋଲି ଧୁଶାସନ ମହାବଳଆକର୍ଷିଣ ଧଇଲା ଶାମ୍ୱ କୁମରର ବାଳ ।୭୨୭।ଜୟ ଜୟ ଶବଦ ଶୁଭିଲାକ ବାଣୀଯୁଝେଷ୍ଠି ଦେବ ମନେ ବିରସ ହେଲେ ତାହା ଶୁଣି ।୭୨୮।ଅର୍ଜୁନ ବୋଇଲେ ଦେବ ପଡ଼ିଲା ପରମାଦଶାମ୍ୱ କିମରକୁ ନ ପୁଣ କରନ୍ତି ଶିରଚ୍ଛେଦ ।୭୨୯।ଦ୍ରିଯୋଧନର ଛାମୁରେ ଚାରେ କହିଲେ ବାରତାସ୍ୱାମୀ ରତିଚୋରକି ବନ୍ଧନ କଲେ ଧୁଶାସନ ମହାରଥା ।୭୩୦।ଦ୍ରିଯୋଧନ ବୋଇଲା ରେ ତାକୁ ନିଅ ଶମଶାନେଶିର ଚ୍ଛେଦନ କର ଦେଖନ୍ତୁ ରାଜାମାନେ ।୭୩୧।ରାଜାର ବଚନେ ଦୁର୍ଜୟେ ଧୁଶାସନଶାମ୍ୱ କୁମରକୁ ବାଳ ଧରି ନେଲେକ ବହନ ।୭୩୨।ଯୁଝେଷ୍ଠି ବୋଇଲେ ଭୀମ ଅର୍ଜୁନକୁ ରାଇଶାମ୍ୱ କୁମରକୁ ବେଗେ ରକ୍ଷା କର ତୁମ୍ଭେ ଯାଇଂ ।୭୩୩।ଅର୍ଜୁନ ବୋଇଲେ ଦେବ ଧୁଶାସନ ବଡ଼ ମନ୍ଦଭୀମସେନ ଠାକୁରଂଇ ତୁଲେ କରିବ ସେ ବଡ଼ ଦ୍ୱନ୍ଦ ।୭୩୪।ଯୁଝେଷ୍ଠି ବୋଇଲେ ବାବୁ ଦିଅ ଯା ଛଡ଼ାଇଦ୍ରିଯୋଧନ କୋପକୁ ମୋର ଭୟେ ନାହିଂ ।୭୩୫।କୁମର ନିମନ୍ତେ ଯେବେ ହୋଇଲା ପରମାଦପାଣ୍ଡବେ କଉରବେ ୟେବେ ହୋଉଅଛି ଦ୍ୱନ୍ଦ ।୭୩୬।କିଞ୍ଚିତ ଆଗ୍ୟାଂ ପ୍ରମାଣେ ଧାଇଂଲେ ପାର୍ଥ ଯେ ମାରୁତିଶଶ୍ମାନ ଭୂମିରେ ଯାଇଂ ମିଳିଲେ ତଡ଼ତି ।୭୩୭।ଶାମ୍ୱ କୁମରକୁ ନେଇ ଶଶ୍ମାନେ ଅଛନ୍ତି ବସାଇଦୁର୍ଜୟେ ଦୁର୍ବିନ୍ଦ ଅଛନ୍ତି ଖଡ଼ଗେ ଉଞ୍ଚାଇ ।୭୩୮।ସୁମର ରେ ଟସ୍କର ତୋହୋର ଇଷ୍ଟ ଦେବତାସୁମର ରେ ରତିଚୋର ତୋହୋର ପିତା ମାତା ।୭୩୯।ଖଡ଼ଗ ଧରି କରି ମାରିବାର ସମୟେକୋଳ କରି ଧଇଲେ ଯେ ପାଣ୍ଡବ ଧନୁର୍ଜୟେ ।୭୪୦।ଭୁଜଗତେ ଭିଡ଼ିଣ ଯେ ହୃଦରେ ଲଗାଇୟେମନ୍ତର ସମୟେ ଭୀମସେନ ପ୍ରବେଶ ହେଲା ଯାଇଂ ।୭୪୧।ଦୁର୍ଜୟେ ବୋଇଲା ତୁ ହୋ ଛାଡ଼ ସର୍ବସାଚୀବଂଶର କଳଂକ ୟେହୁ କିମ୍ପେ ୟାକୁ ରଖି ।୭୪୨।ସିଘଂ ହୋଇ ଶ୍ରିକାଳ ହୋଇଲେ ୟେହାର ପ୍ରସାଦେଲକ୍ଷେ ରାଜା ଲୋଡ଼ାଇଲୁ ଅନେକ ପ୍ରାମାଦେ ।୭୪୩।ଅର୍ଜୁନ ବୋଇଲା ହୋ ରହ ରହ ରେ ଦୁର୍ଜୟେପରିମାଣି ବୁଝିବା ୟେ କାହାର ତନୟେ ।୭୪୪।ଦୁର୍ଜୟକୁ ବୋଇଲା ବୀରବର ମାରୁତିକିଂକେ ହାଣୁଅଛୁ କଥା ନ ଜାଣିଣ ରୀତି ।୭୪୫।ଦୁର୍ଜୟେ ବୋଇଲା ରେ ପାଣ୍ଡବେ ଜାର ଜାତତୁମ୍ଭର ପରା କିରେ ବୁଝିଲ ସମସ୍ତ ।୭୪୬।ମାତା ତୁମ୍ଭର ପରେ ସୁରତି କରାଇଲାଅପାର ଅନାଚାରେ ତୁମ୍ଭନ୍ତ ଜାତ କଲା ।୭୪୭।ଗୋଳକୁଣ୍ଡା ଜାରଜାତକା ରେ ତୁମ୍ଭର ପ୍ରକୃତିତୁମ୍ଭର ପରା କିରେ ଆମ୍ଭର ବଂଶ ରୀତି ।୭୪୮।ୟେଡ଼େ ବଡ଼ ଦୋଷୀ କିଂକେ ନ ମାରିବୁଂ ରଣେଲାଘବ ଚାଟୁ କଥା କହ କେଉଂଣ କାରଣେ ।୭୪୯।ତୁମ୍ଭର ବୋଲେ କିରେ ରତିଚୋର ରକ୍ଷା ହୋଇମାନଗୋବିନ୍ଦର ଭାଇ ୟେସନେକ କଥା କହି ।୭୫୦।ଅର୍ଜୁନକୁ ପେଲି ଦିଲା ଯହୁଂ ଧୁଶାସନପୁଣ ଆବୋରିଲା ଯାଇଂ ପବନ ନନ୍ଦନ ।୭୫୧।ଚାପୋଡ଼େ ମାଇଲା କୋପେ ସେ ଧୁଶାସନକୁଭୂମିରେ ପଡ଼ିଲା ବୀର ଛାଡ଼ିଣ ଶାମ୍ୱକୁ ।୭୫୨।ଭୀମ ବିଘାତେ ଛାଡ଼ିଲା ଗାନ୍ଧାରୀର ବଳାଦୁର୍ଜୟେ ବୋଇଲା ଭୀମ ଶୀଘ୍ର ହୋଇ ପଳା ।୭୫୩।ଧୁଶାସନ ପଡ଼ିଥିଲା ଅଚେତନ ହୋଇଉଠି ଭୀମେ ପିଟିଲା ସେ ଗଦାକୁ ବୁଲାଇ ।୭୫୪।ରହ ରହ ବୋଲି ଭୀମ ପାତେ ବାମ ଅଙ୍ଗଭାଜିଣ ସେ ଗଦାବର ହୋଇଲାକ ଭଙ୍ଗ ।୭୫୫।ଦୁର୍ଜୟେ କହିଲା ମାନଗୋବିନ୍ଦ ଅଗ୍ରତେପାଣ୍ଡବେ ଆବୋରିଲେ ରତିଚୋରକୁ ମାରନ୍ତେ ।୭୫୬।ଧୁଶାସନ ଭୀମସେନ ହୋଇଲେ ବାରୁଆଳିୟେହିକ୍ଷଣି ପିଟାପିଟି ହୋଇବେ ବେନି ବଳୀ ।୭୫୭।ଶୁଣି ମାନଗୋବିନ୍ଦ ଯେ କୋପଭର ହୋଇରାଗେଣ ଉଠିଲା ସେ ଗଦାବର ବୁଲାଇ ।୭୫୮।ତୁମ୍ଭେ ଭୀଷ୍ମ ଦ୍ରୋଣେ ହୋ ହୋଇଥାଅ ସାକ୍ଷୀମୋହର ଶତ୍ରୁକୁ ସେ ପାଣ୍ଡବେ କିମ୍ପେ ରଖି ।୭୫୯।ଯାହାରେ ଦୂଷଣ କଲେ ମୋତେ ଲକ୍ଷେ ରାଜାୟେ ପଞ୍ଚୁ ରାଜ୍ୟକୁ ମୋତେ ହୋଇଲା ବଡ଼ ଲଜ୍ଜା ।୭୬୦।ପଞ୍ଚୁ ଅହିବ୍ରତ ସେ ଯେ ମାଇଲା ସଇନିତାହାକୁ ଅହିବ୍ରତ ସେ ଯେ ମାଇଲା ସଇନିତାହାକୁ ରଖୁଛନ୍ତି ସେ ପାଣ୍ଡବେ ଅଗ୍ୟାନୀ ।୭୬୧।ୟେହାଂକର ମୁଣ୍ଡ ମୁଂ କାଟିବି ପ୍ରତକ୍ଷେକେ ରକ୍ଷା କରିବଟି ଦେବତା ତ୍ରିଦଶେ ।୭୬୨।କହୁଂ କହୁଂ ମାନଗୋବିନ୍ଦ ହୋଇଲାକ ଅତି ରାଗୀଖଡ଼ଗ ବୁଲାଇ ଆସ୍ତାନୁଂ ଉଠିଲାକ ବେଗି ।୭୬୩।ଯୁଝେଷ୍ଠି ବୋଇଲେ ମାନଗୋବିନ୍ଦ ରହ ରହପରିମାଣି ବୁଝାବା ଆଜ ମାତ୍ରକ ସହ ।୭୬୪।କାହାର ନନ୍ଦନ ସେହୁ କାହାର କୁଳେ ଜାତୟେକା ଜଣେ ମାଇଲେ କି ହେବ ପୁରୁଷାର୍ଥ ।୭୬୫।ଯାଦବ ଜୀବେ କି ଥୋଇବା ତାର ବଂଶମନ୍ତ୍ରୀ ଅମନାତ୍ୟ ଆଦି ସମସ୍ତେ ଯିବେ ନାଶ ।୭୬୬।ଭୀଷ୍ମ ଦ୍ରୋଣେ ବୋଇଲେ ହୋ ଶୁଣ ମାନଗୋବିନ୍ଦାଇବାବୁ ଯୁଝେଷ୍ଠି ଯାହା ବୋଇଲେ ଶୁଣ ସାବଧାନ ହୋଇ ।୭୬୭।ୟେ ଯଦି ବୋଲୁଛନ୍ତି ନ ମାର ୟେହାଂକୁସଭାବେ ବଡ଼ଲୋକର ପୁତ୍ର ପ୍ରାୟେ ତ ଲାଗୁଛି ଆମ୍ଭଂକୁ ।୭୬୮।ବାବୁ ନ ଜାଣି ମାଇଲେ ଦ୍ୱନ୍ଦ ଅଛିଟି ବହୁତଆମ୍ଭେହେଂ କହୁଅଛୁଂ ନ ନାଶ କୁରୁନାଥ ।୭୬୯।ଜଗିଆ କରି ରଖ ଯେ ନିଆଳ ପିନ୍ଧାଇବୁଝିବା ହାନି ଲାଭ ୟେଥିରେ କିସ ଯେ ଅଛଇ ।୭୭୦।ଭୀଷ୍ମ ଦିରୋଣଂକ ବଚନ ଶୁଣି ଗାନ୍ଧାରୀ ନନ୍ଦନବେନି ଗୋଡ଼େ ସାଂକୋଳି ତାର ଲଗାଇଲେ ବହନ ।୭୭୧।ସହସ୍ରେକ ରଥୀ ଯେ ଜଗିଆ ରଖାଇଲାରାତ୍ରେଣ ଜଗିଆ ସହସ୍ରେ ରାଉତ ବରଗିଲା ।୭୭୨।ଯୁଝେଷ୍ଠି ବୋଇଲେ ଆମ୍ଭର ତହିଂ ଥାଉ ୟେ ନନ୍ଦନଦ୍ରିଯୋଧନ ଅଗ୍ରତେ କହିଲା ଧୁଶାସନ ।୭୭୩।ସ୍ୱାମୀ ରତିଚୋରକୁ ଆମ୍ଭେ ଯେ ନିଆଳରେ ବାନ୍ଧିଯୁଝେଷ୍ଠି ବୋଇଲେ ଆମ୍ଭେ ଗୋଚରେ ଥାଉ ବନ୍ଦୀ ।୭୭୪।ଶକୁନି ବୋଇଲେ ଥଆଉ ପାଣ୍ଡବଂକ ତହିଂଯେବେ ସେ ପଳାଇବ ତହିଂକି ପାଲଟ ଭୀମ ଅରଜୁନ ଦୁଇ ।୭୭୫।ମାନଗୋବିନ୍ଦ ବୋଇଲା କେମନ୍ତେ ରକ୍ଷା କରିଅବଶ୍ୟ ମୁଣ୍ଡ ମୁହିଂ କାଟିବି ତାହାରି ।୭୭୬।ତୁମ୍ଭେ ଯେ ପାଣ୍ଡବେ ରେ ହସ୍ତିନା ଦୋରେହାଦୋହିତା ହରଣେ ରେ ତୁମ୍ଭେ ରକ୍ଷା କର ୟେହା ।୭୭୭।ଯେ ମୋହୋର ବଇରି ଜାଣ ସେ ପାଣ୍ଡବଂକ ମିତ୍ରଆହୋ ଭୀଷ୍ମ ଦ୍ରୋଣେ ତୁମ୍ଭେ ବୁଝିଲ କେମନ୍ତ ।୭୭୮।ୟେହା ଶୁଣି ବୋଇଲେ ସେ ଗଙ୍ଗାର ତନୟେବାବୁ ବେଳେକ ଦେଖ କିନା ଯାହା ବୋଇଲେ ଧର୍ମରାୟେ ।୭୭୯।ଶୁଣି ମାନଗୋବିନ୍ଦ ସନ୍ତୋଷ କଲା ମନଶାନ୍ତି ଚିତ୍ତେ ଘେନିଲା ସେ ଭୀଷ୍ମଂକ ବଚନ ।୭୮୦।ଯୁଝେଷ୍ଠି ଭୀମ ଅର୍ଜୁନ ନକୁଳ ସହଦେବ ପାଞ୍ଚ ଭାଇଜଗି ବସିଲେ ରାତ୍ରେ ଯୁଧା ତୃଷା ନିଦ୍ରା ନାହିଂ ।୭୮୧।ପାଦେ କୁମର ନିଆଳ ପିନ୍ଧିଛି ଦୁଇଗୋଟିକୋଳେ ଲାଇ ବସିଛନ୍ତି ଧର୍ମରାୟେ ଯୁଝେଷ୍ଠି ।୭୮୨।ଧୁଶାସନ ଜଗିଅଛି ସହସ୍ରେ ଯୋଦ୍ଧା ଘେନିବଳେ ଧରି ମାରିବାକୁ ମନେ ମାନି ।୭୮୩।ବାସବର ନନ୍ଦନ ଗାଣ୍ଡିବ ଧନୁ ଧରି କରେବାଉନ ବାଉନ ଭାର ଗଦା ଭୀମସେନର ହାଥରେ ।୭୮୪।ନକୁଳ ହାଥେ ଶୋହେ ନବନିଶି କୋନ୍ତଖଡ଼ଗ କରେ ଧରିଅଛି ସହଦେବ ସାନ ଭ୍ରାଥ ।୭୮୫।ୟେହାଂକର ପଛେ ଶ୍ରୀଖଣ୍ଡୀ ଯେ ଧୃଷ୍ଟଦ୍ୟୁମନବେନି କ୍ଷଉଣୀ ସଇନି ସଙ୍ଗେ ଅଛି ଦ୍ରୁପଦର ନନ୍ଦନ ।୭୮୬।ନିର୍ବନ୍ଦେ ଜଗିଛନ୍ତି ଲକ୍ଷେ ପୁର କରିବଳେ ରତିଚୋରକୁ ମାରିବା ବିଚାରି ।୭୮୭।କାଉଂରୀ ଦେଶର ରାଜା କାମପାଳସେ ଆସି ପ୍ରବେଶ ଯେ ହୋଇଲା ତତକାଳେ ।୭୮୮।କାଳୀପୁର ରାଜା କାମେଶ୍ୱର ନରପତିମାଳବର ମାଳବର ରାଜା ଯେ ନିର୍ଝର ଗଣପତି ।୭୮୯।ୟେହାନ୍ତ ସଙ୍ଗେ ଘେନି ପାଣ୍ଡବ ପାଞ୍ଚ ଭାଇରାତ୍ରପାଳ ଉଜାଗରେ ଜଗିଛନ୍ତି ରହି ।୭୯୦।ଅନେକ ଯୋଦ୍ଧା ଥିଲେ ଦ୍ରିଯୋଧନର କତିଗଦାବର ବୁଲାଇ ଉଠିଲେ କୋପମୂର୍ତ୍ତି ।୭୯୧।ଧୁଶାସନ ଉଠିଲା ଯେ କୋପଭର ହୋଇଭୀମସେନ ବୋଇଲା ତୁ ଶୁଣ ଆରେ ଭାଇ ।୭୯୨।ସୋଦରେ ସୋଦରେ କିମ୍ପେ ଆମ୍ଭେ ହୋଇବା ଅନ୍ୟୋଅନ୍ୟିକୁରୁ ପାଣ୍ଡବରେ କଳି ହେଲେ ହେବ ହାଦେ ହାନି ।୭୯୩।କାହାରି ବଚନ ଧୁଶାସନ ନ ମାନିଲାବେନି ଗଦା କରେ ଘେନି ବହନ ଉଠିଲା ।୭୯୪।ତାହା ଦେଖି କୋପଭର ହୋଇ ଭୀମସେନହାଥେ ବେନି ଗଦା ଧରି ସେ ଯେ ଧାଇଂଲା ବହନ ।୭୯୫।କୋନ୍ତ କରେ ଘେନିଣ ତହିଂ ନକୁଳ ମହାବଳୀଶାମ୍ୱ କୁମର ଚରଣୁଂ ଫେଂଡ଼ିଲା ଶାଂକୁଳି ।୭୯୬।ଧୁଶାସନ ଦୁର୍ଜୟେ ଦେଖିଲେ ଥାଇଂ ଦୂରେପାଣ୍ଡବେ ମାର ବୋଲି ଧୁନି ଶୁଭିଲା ଉଚ୍ଚସ୍ୱରେ ।୭୯୭।ଦ୍ରଯୋଧନ ଧାଇଂଲା ସଙ୍ଗେ ଘେନି ଶତାଣୋଇ ଭାଇରଥ ଗଜ ଅନେକ ଅଛନ୍ତି ସଜ ହୋଇ ।୭୯୮।ଶ୍ରୀଭୁଜେ ଗଦା ଘେନି ବୀରବର ପାବେନିଧୁଶାସନ ଆଗରେ ମିଳିଲା ବେନି ଗଦା ଘେନି ।୭୯୯।ଆରେ ଆରେ ବୋଲି ଉଚ୍ଛେ କଉରୋବେ ଉଠିଅର୍ଜୁନ ନକୁଳ ସହଦେବନ୍ତ ଯେ ଯୁଦ୍ଧେ ଭେଟି ।୮୦୦।ସମ୍ପୂର୍ଣ୍ଣରେ ଅର୍ଦ୍ଧ ହୋଇଅଛଇ ରୟେଣୀକୁରୁ ପାଣ୍ଡବ ଦୁହେଂ ତହିଂ ହୋଇଲେ ଅନ୍ୟୋନ୍ୟି ।୮୦୧।ରଥେ ରଥେ ଚଢ଼ି ତହିଂ ଶକୁନି ଯେ କର୍ଣ୍ଣୟେମାନନ୍ତ ଦେଖି ଶୀଘ୍ରେ ଯାଇଂ ଅବୋରିଲେ ଅର୍ଜୁନ ।୮୦୨।କରେ ଧନୁ ଧରି ତହିଂ ମହାବଳୀ କର୍ଣ୍ଣନାରାଜ ପୂରୋଇଣ ସେ ଯେ ବିନ୍ଧିଲା ବହନ ।୮୦୩।ଦେଖି କରି ପାଣ୍ଡେବେ ହୋଇଲେ ତହୁଂ ଆଗକର୍ଣ୍ଣ ଡାକ ଦିଲା ଯେ ପୂର୍ବର କଥା ଛାଡ଼ ବେଗ ।୮୦୪।ଡାକିଣ ପାଞ୍ଚ ବାଣ ବିନ୍ଧିଲେ ରାଧେବଅର୍ଜୁନ ଡାକିଲେ ସାକ୍ଷୀ ଥାଅ ହେ ଗାଙ୍ଗେବ ।୮୦୫।ପଛେ ଆମ୍ଭନ୍ତ ତୁମ୍ଭେ ଅପଛାତି ନ ଦେବାୟେ ପଞ୍ଚୁଶର ବାଣ ଆମ୍ଭେ କେତେହେଂ ସହିବା ।୮୦୬।ଦ୍ରୋଣେ ବୋଇଲେ ତୁ ସହିବୁ ଫାଲଗୁନିସେମାନେ ସମସ୍ତେ ମୂର୍ଖ ତୁ ଅଟୁ ମହାଗ୍ୟାନୀ ।୮୦୭।ଅର୍ଜୁନ ବୋଇଲେ ଗୁରୁ ହେ ସହି ତ ନୁଆରିକହିଣ ବାଣ ଯେ ବିନ୍ଧିଲା ଖର କରି ।୮୦୮।କର୍ଣ୍ଣବୀର ଉପରକୁ ଯେ କଲାକ ଆଧାନଲାଗିଲା ଉଭୟ ବଳ ସାଂଗ୍ରାମ ବିଦ୍ୟମାନ ।୮୦୯।ଦକ୍ଷିଣେ ପାଣ୍ଡବେ ଉତ୍ତରେ କଉରୋବେମହାଗୋଳ ଉପୁଜିଲା ସମର ସମ୍ଭର୍ବେ ।୮୧୦।ବିଶେଷ ଅନ୍ଧତକାର ମହାନିଶା ଅଟଇଗଜମୂର୍ଖ ଯୋଦ୍ଧା କଉରବେ ପାଣ୍ଡବେ ବଳିଷ୍ଠଇଂ ।୮୧୧।ବିକ୍ରୋଦର ମୂରତିକି ଦେଖିଲେ ଯେତେବେଳେକେହି ଆବୋରନ୍ତା ନୋହିଲା ନିଶାକାଳେ ।୮୧୨।ପରାପର ପାଣ୍ଡବ ଦୟାଭାବ ନ କରଇଭାବ ଅଭାବ ବୋଲି କିଛିହିଂ ନ ଜାଣଇଂ ।୮୧୩।ନିର୍ଦ୍ଦୟା ନିରାକୁଳ ନିରାପକ୍ଷ ଯୋଧୀପ୍ରୀତି ଅପ୍ରୀତି ନାହିଂ ପକାଇ ସବୁ ଚ୍ଛେଦି ।୮୧୪।ସାଂଗ୍ରାମେ ପଶିଲା ଯାଇ ବୀରବର ବ୍ରିକୋଦରଦୁଇ କରେ ଦୁଇ ଗଦା ବାଉନ ବାଉନ ଭାର ।୮୧୫।ସେ ଗଦା ବୁଲାଇ ହାଥରେ ଧରନ୍ତେ ଦିଶଇ ଯେହ୍ନେ ଯମକେ ତାହା ଛାମୁରେ ଯେ ହୋଇବ ରହମାନ ।୮୧୬।ତାମ୍ରଗିରି ଜାଣି ଯେ ଦିଶଇ ତାର କାୟେଦୁଇ ଚକ୍ଷୁ ବିରାଜଇ ତାର କାଳଚକ୍ର ପ୍ରାୟେ ।୮୧୭।ହାକ ଡାକ ଶବଦେ ଯେ ବ୍ରିକୋଦର ଉଠଇଗଦାବର ବୁଲାଇ ରାଜାମାନଂକ ଉପରେ ପିଟଇ ।୮୧୮।ବୀରତୂର ଟମକ ଯେ ବାଜଇ ବୀର ଢୋଲସାଂଗ୍ରାମ ଦେଖି ବ୍ରିକୋଦର ଦେହ ଉତସଲ ।୮୧୯।ଅନେକ ସଇନି ବଳ ମାଇଲା ବାର ରୋଷେହୃଦେ ରାଗ କରିଣ ଅଛଇ ଗତ ଦୋଷେ ।୮୨୦।ରଥ ଗଜ ଅଶ୍ୱ ଆବର ମହାରଥାସାଂଗ୍ରାମ ମଣ୍ଡଳେ କେହି ନୋହିଲେ ରହନ୍ତା ।୮୨୧।ଗୁଣଘୋଷ ଶୁଣିଲେ ଯେ ଦେହ ରୋମାଞ୍ଚଇତାହା ତହୁଂ ବଡ ସେ ଯେ କାହାକଇଂ ନ ଦେଖଇ ।୮୨୨।ମନ ବଚନ କର୍ତ୍ତବ୍ୟ ପ୍ରତଗ୍ୟାଂ ଯାର ସାରରଣରଙ୍ଗ ଓହୋମୁଖେ କେ ମିଳିବ ତା ଛାମୁର ।୮୨୩।ଯେସନେକେ କଦଳୀ ବନ ଭାଞ୍ଜଇ ବାତଘାତେନାରଖାର ଦିଶିଲା ଯେ ଅଶ୍ୱ ଗଜ ରଥେ ।୮୨୪।ୟେଡେ ବଡ଼ ଥାଟ ମାରି କଲା ସର୍ବ ଚୂନାରଣଗୋଳ ଧନ୍ଦୋଳ ଯେ କରଇ ବାର ଭୀମା ।୮୨୫।ବଦନ୍ତି ଅଗସ୍ତି ଶୁଣ ହୋ ମନପ ନୃପତିଶୁଣ ସାବଧାନେ ଭୀମସେନର ତେଜ ମୂରତି ।୮୨୬।ଆରେ ଆରେ ବୋଲି ଯେ ଧାଇଂଲା ବୀର ଭୀମସେନପଶି ରଣରଙ୍ଗେ ଥାଠ କରଇ ମନ୍ଥନ ।୮୨୭।ବାଉନ ବାଉନ ଭାର ଗଦା କରେ ଅଛି ଘେନିଘୋଟିଲା ବ୍ରିକୋଦର କଉରୋବ ସଇନି ।୮୨୮।ରଡ଼ି ଘାୟେଣ କମ୍ପିଲେ ଦଶ ଦିଗପାଳେନିର୍ଘାତ ଶବଦ ଶୁଭଇ ଗଗନ ମଣ୍ଡଳେ ।୮୨୯।ରଥେ ରଥୀ ଅଶ୍ୱ ମାହୁନ୍ତ ମତ୍ତଗଜଆଠ ସହସ୍ର ରାଜା ଘେନି ମାନଗୋବିନ୍ଦ ସଜ ।୮୩୦।ଆହୋ ଚଇତନ ଦ୍ରିଯୋଧନ ସଙ୍ଗତେ ତେଇଶି କ୍ଷଉଣୀ ବଳମାର ମାର ବୋଲି ଯେ ଉଠି କଲେ ଗୋଳ ।୮୩୧।ଧୁଶାସନ ସଙ୍ଗତରେ ତେର ସହସ୍ର ରଥୀମାନଗୋବିନ୍ଦ ପ୍ରତଗ୍ୟାଂ ଅଟଇ ଅପ୍ରମିତ ।୮୩୨।ବାଜିଲା ରଣଝଣ କୁରୁ ପାଣ୍ଡବ ଗୋଳଯେ ଯାହାର ବାହାନେ ଚଢି ଧାମନ୍ତି ସକଳ ।୮୩୩।ମତ୍ତହାଥୀମାନନ୍ତ ଅଂକୁଶରେ ବିନ୍ଧିହାଥୀଂକ ଉରେ ବସି ବିବିଧ ଶର ସନ୍ଦି ।୮୩୪।ହାଥରେ ଲାଂକିୟା ଯା ଶାବେଳୀ କରବାଳବୁଲାନ୍ତେ ଗଗନେ ଯେହ୍ନେ ଝଲକଇ ବିଦ୍ୟୁମାଳ ।୮୩୫।ଦଡ଼ବଡ଼ ଶବଦେ କମ୍ପଇ କରୀବରଦଲ ଦଲ ପୃଥୀ ଯେ କମ୍ପନ୍ତି ଥରହର ।୮୩୬।ଦେଖିଣ ସାନନ୍ଦ ଯେ ବୀରବର ପାବେନିକୁରାଳଚକ୍ର ଜାଣି ବୁଲାଇ ଚକ୍ଷୁ ବେନି ।୮୩୭।ବାଉନ ବାଉନ ଭାର ଗଦା ବୁଲାଇ ଅନ୍ତରାଳଧାମଂଇ ରୋଷଭରେ ପବନ ଦୁଲାଳ ।୮୩୮।ହିରଣ ବିଦାରଣ କାଳେ ଯେହ୍ନେ ନରସିଂଘେମତ୍ତକେଶରୀ ସମାନେ ଦିଶଇ ରଣରଙ୍ଗେ ।୮୩୯।ୟେମନ୍ତ ପ୍ରକାରେ ଭ୍ରମଇ ବୀର ଭୀମକଉରୋବ ସଇନେ ପଶି କଲାକ ସାଂଗ୍ରାମ ।୮୪୦।ରଥେ ରଥ ଗଜେ ଗଜ ପ୍ରହର କରଇ ତୋଳିଅନେକ ସଇନି ମାରି ଭୀମ କଲାକ ଯେ ଧୂଳି ।୮୪୧।ଶାମ୍ୱ କୁମର ଲାଗି ଯୁଦ୍ଧ କଲେ କୋପଭରେଶତାଣୋଇ ଭାଇ ଘେନି ଧୁଶାସନ ଧାଇଂଲା ରୋଷଭରେ ।୮୪୨।ଲକ୍ଷେ ସଇନି ଘେନି ଯେ ଅଳମ୍ୱୁଷ ରାକ୍ଷସସମସ୍ତେ ବ୍ରାଘ୍ର ବାହନ ଖାଂକର ଉର୍ଦ୍ଧ୍ୱକେଶ ।୮୪୩।ବ୍ରାଘ ଚର୍ମ ପରିହରଣ ଟୋପର କାଛେଟିବାମ କରେ ମୂଷଳ ଡାହାଣ କରେ ଝାଠି ।୮୪୪।ବେନି ଅହିବ୍ରତ ଯୋଦ୍ଧା ଘେନିଣ ଧୁଶାସନଭୀମର ସନ୍ନିଧେ କୋପେ ମିଳିଲା ବହନ ।୮୪୫।ଧୁଶାସନ ପ୍ରତଗ୍ୟାଂ କରଇ ଧନ୍ୟ ଆଜ ଦିନରତିଚୋର ନିମନ୍ତେ ଆଜ ପାଣ୍ଡବା ରେ ହୋଇବ ନିଧନ ।୮୪୬।କହୁଂ କହୁଂ ଧୁଶାସନ କୋପେଣ ପରଜଳିବଜ୍ର ସମାନେ ଗଦା ବୁଲାବଇଂ ତୋଳି ।୮୪୭।ରେ ରେ କାର କରିଣ ଧୁଶାସନ ଆସଇ ଗଳଗାଜିଗାନ୍ଧାରୀ ନନ୍ଦନ ସେ ଯେ ଉଠିଲା ବଳ ସାଜି ।୮୪୮।ସମରେ ଧୁଶାସନ ପ୍ରତଗ୍ୟାଂ ଗରୁରୋଷେଭୀମର ରଡ଼ି ଶୁଣି ସଇନି ଭାଞ୍ଜିଲେ ଦଶ ଦିଶେ ।୮୪୯।କୁରୁବଳନ୍ତ ପ୍ରହାର କଲାକ ପାବେନିଅଳମ୍ୱୁଷ ଓଗାଳିଲା ସାତ ସହସ୍ର ରଥୀ ଘେନି ।୮୫୦।ୟେକା ଯୋଦ୍ଧା ଭୀମ କି ୟେ ଦିଶଇ ମନ୍ଦର ଅଚଳଅତି କୋହେ ଧୁଶାସନ ଆଳମ୍ୱୁଷ କରନ୍ତି ସମର ।୮୫୧।ଦେଖି କରି ସାନନ୍ଦଯେ ପାଣ୍ଡବ ବ୍ରିକୋଦରଧାଇଂ ପିଟିଲା ନେଇ ଅଳମ୍ୱୁଷ ଉପର ।୮୫୨।ଗଦା ବିଘାତେ ରହୁବର ଚୂର୍ଣ୍ଣ ହୋୟେମହାଘୋର ସମରେ ଭୀମସେନ ଅଭୟେ ।୮୫୩।କଣୟ ଗିରି ସମାନ ବିକାଶଇ କାୟେଚନ୍ଦ୍ରକିରଣ ଜାଣି ଯେ ବଦନ ଶୋଭା ପାୟେ ।୮୫୪।ବକ ଦେଖିଣ ଯେହ୍ନେ ଧାମଇଂ ଶାମଳ ପକ୍ଷୀଧାମଇଂ ବ୍ରିକୋଦର ଅଳମ୍ୱୁଷ ଥାଠ ଦେଖି ।୮୫୫।ଭୀମକଇଂ ଦେଖିଣ ରାକ୍ଷସବଳ ଥାଠଶତେ ପୁର କରିଣ ଯେ ବେଢିଲେ ମୁରାଟ ।୮୫୬।ୟେହାର ଗଦା ଯେ ଶତେ ଶତେ ଭାର ହାଥେଗିରିବର ସାଦୃଶେ ଦିଶନ୍ତି ଦୁରାନ୍ତେ ।୮୫୭।ୟେକା ପାଣ୍ଡବକୁ ଯେ ବେଢିଲେ ସର୍ବ ଯୋଧୀସମସ୍ତେ ନାରାଜ ୟେକମୁଖ ହୋଇ ବିନ୍ଧି ।୮୫୮।କକଡ଼ା ମାସେ ଯେହ୍ନେ କରଇ ଜଳ ବୃଷ୍ଟିପୃଥୀ ଉତପାତ ପ୍ରାୟେ ଦିଶିଲାକ ସୃଷ୍ଟି ।୮୫୯।ସଇନ ପଳାଇବାର ଦେଖିଣ ବୀର ଭୀମବେଳକୁ ବେଳ ପ୍ରତଗ୍ୟାଂ କରଇ ମାରୁତି ଗରୁ ତମ ।୮୬୦।ଗଦା ମୁଦୁଗର ଛେଲ ଅସିପତ୍ର ପିଟିଆରେ ଆରେ ବୋଲିଣ ଅସୁର ବୀର ସଇନ ଉଠି ।୮୬୧।ୟେକା ଭୀମସେନକୁ ଅହିବ୍ରତେ କୋନ୍ତକାରବ୍ରିକୋଦର ଉପରେ ନେଇ କଲେକ ପ୍ରହାର ।୮୬୨।ଦେଖି କରି ମାରୁତି ଯେ ବାମ ଅଙ୍ଗ ପାତିପଡ଼ି ଅଙ୍ଗେ ଚୂର ହୋଇଲା ସବୁରି କୋନ୍ତ ଯେ ଶକତି ।୮୬୩।ଅସିପତ୍ର ନାରାଜ ଛେଲ ଚକ୍ର ମୁଦୁଗରପଡ଼ି ଚୂର ହେଲା ସବୁ ଭୀମସେନର ଉପର ।୮୬୪।ଗର୍ଜିଣ ଯୋଦ୍ଧାୟେ ମାରନ୍ତି କୋନ୍ତ ଜାଠିଉପୁଡ଼ି ପଡଇ ଅସ୍ତ୍ର ଅଙ୍ଗରେ ନ କାଟି ।୮୬୫।ଲେଉଟି ଧାଇଂ କରି ପାଣ୍ଡବ ସୁନ୍ଦରଗଦା ପ୍ରହାର କଲା ନେଇ ସଇନି ଉପର ।୮୬୬।ୟେକା ପ୍ରହାରକେ କେହି ନୁଆରନ୍ତି ମେଣ୍ଟିରଥୀ ଯୋଦ୍ଧା ରାଉତେ ମାହୁନ୍ତ ସମସ୍ତେ ଗୁଣ୍ଡା ଉଠି ।୮୬୭।ରକତେ ବିଲେପନ ଭୀମସେନର ଅଙ୍ଗହିରଣ୍ୟ ବିଦାରଣ କାଳେ ଯେହ୍ନେ ଦିଶନ୍ତି ନରସିଘଂ ।୮୬୮।ଦେବତାୟେ ତ୍ରାସିଲେ ଭୀମସେନର କୃତାନ୍ତକ ରୂପ ଦେଖିପଳାବନ୍ତି ରାକ୍ଷସେ ଯେ ସମର ଉପେଖି ।୮୬୯।ରଥ ଗଜ ଅଶ୍ୱ ପାଦାନ୍ତି ପଳାନ୍ତି ଅସମ୍ଭାଳେଭୀମସେନ ଛାମୁରେ ରହି ନୁଆରିଲେ ମହୀପାଳ ।୮୭୦।ପଳାବନ୍ତି ସଇନି ଯେ ନ ଚାହାନ୍ତି ଲେଉଟିକାଳଦଣ୍ଡ ଗଦା ଘେନି ଭୀମ ଆସୁଅଛି ପିଟି ।୮୭୧।ପଳାଇଲେ ରାକ୍ଷସ ଯେ ଛିନ୍ନଛତ୍ର ହୋଇଥାଠ ଭଗ୍ନ ଦେଖିଣ ମାନଗୋବିନ୍ଦ ଉଠଇ ।୮୭୨।ଜାରାସନ୍ଧ ମୂଳେ ଅଛନ୍ତି ଯେତେ ଯୋଧୀଆରେ ଆରେ ବୋଲିଣ ଆକ୍ରେଷି ଶର ବିନ୍ଧି ।୮୭୩।ଜାରାସନ୍ଧ ନୃପତିକି ଦେଖି ବୀର ପାଥହାବୁଡ଼ା ଶରେକ ଯେ ମାଇଲା ବଳବନ୍ତ ।୮୭୪।ହାଥୀ ଚିତାରେ ପଡ଼ି ଛଇଛାଡେ ଗଲା ଗଳିଘାୟେଣ ମତ୍ତଗଜ ପଡ଼ିଲାକ ଢଳି ।୮୭୫।ପାଦଗତି ଧାଇଂଲା ମଘ ଦେଶର ନୃପବରଲୁହାର ଧନୁ ୟେକ ଧରିଅଛି ନିଜ କର ।୮୭୬।ପୁଣି ଅର୍ଜୁନର ହାବୋଡ଼ା ଶରଘାତେପଡ଼ିଲେ ସଇନିମାନେ ଯେ ଅଶ୍ୱ ଗଜ ରଥେ ।୮୭୭।ନକୁଳ କୋନ୍ତଘାତେ ପଡ଼ିଲେ ସଇନି ଲୋଟିସହଦେବ ଶରଘାତେ ଅନେକ ଯୋଦ୍ଧା କାଟି ।୮୭୮।ସମରେ ପଡ଼ିଲେନି ଅନେକ ସଇନିଭୀମସେନ କୋପଭରେ କମ୍ପଇ ମେଦିନୀ ।୮୭୯।ଆରେ ଆରେ ବୋଲି ଉଠିଲା ପବନ କୁମାରୟେମନ୍ତର ସମୟେ ଧୁଶାସନ ପିଟିଲା ଗଦାବର ।୮୮୦।ଦେଖିଣ ପାବେନି ଯେ ଦିଲା ବାମଅଙ୍ଗ ପାତିପଡ଼ିଣ ଗଦାବର ଚୂର୍ଣ୍ଣ ଯେ ହୁଅନ୍ତି ।୮୮୧।ଲେଉଟି ଭୀମସେନ ପ୍ରହାର କଲା ଗଦା ଘେନିଅସମ୍ଭାଳେ ତହୁଂ ପଳାଇଲେ ସଇନି ।୮୮୨।ପଳାଇଲେ ରାଜାମାନେ ଛିନ୍ନଛତ୍ର ହୋଇମାନଗୋବିନ୍ଦ ବୋଇଲା ରେ ଆଜ ଯୁଦ୍ଧ ନ କର କେହି ।୮୮୩।ରାଜାମାନଂକର ଯେ ରେ ରେ କାର ଧୁନିହାବୋଡ଼ା ହାବୁଡ଼ି ଘାତେ କମ୍ପିଲା ମେଦିନୀ ।୮୮୪।ରାଜାଂକ ମୁଖ ଦେଖି ଭୀମ ପ୍ରତଗ୍ୟାଂବନ୍ତ ହୋଇବାଉନ ବାଉନ ଭାର ଗଦା ବେନି କରେ ବୁଲାଇ ।୮୮୫।ନିରାକୁଳ ନିରାପକ୍ଷ ନିର୍ଦ୍ଦୟାବନ୍ତ ଯୋଧୀସମର ଦୟା ନାହିଂ ପଡିଳେଣ ଛେଦି ।୮୮୬।ସମର ମଧ୍ୟେ ଡାକ ଦିଲା ବୀର ବ୍ରିକୋଦରଦୁଇ ଭୁଜେ ଦୁଇ ଗଦା ବାଉନ ଭାର ।୮୮୭।ସମର ଗୁରୁତର ଯେ ନ ଯାଇ କଳନାଇହଲୋକେ ଅଜେୟ ପାଣ୍ଡବ କୁଳ ରଣା ।୮୮୮।ଚାଳିଶି ସହସ୍ର ରାଜା ମାନଗୋବିନ୍ଦ କତିଦଶ ସହସ୍ର ଯୋଦ୍ଧା ପଡିଲେ ଯେ ରଥୀ ।୮୮୯।ରତିଭାନୁ ବୋଲି ସେ ଦ୍ରିଯୋଧନର ଶଳାଦକ୍ଷିଣ ଦିଗର ନୃପତି ଚନ୍ଦ୍ରାବତୀର ମଉଳା ।୮୯୦।ସାଂଗ୍ରାମ ଗୁରୁତର ନ ଯାଇଂ କଳନାଦକ୍ଷିଣ ଦିଗରେ ଅଛି ଅଳମ୍ୱୁଷ ରଣା ।୮୯୧।ୟେ ଦୁହେଂ ପଡ଼ିଲେ ସମର ରଣରଙ୍ଗେତିନି ସହସ୍ର ରାଜା ପଡ଼ିଲେ ତାହାକଂର ସଙ୍ଗେ ।୮୯୨।ବିଷାଦ ମାନଗୋବିନ୍ଦ ସଇନି ହତ କଷ୍ଟ ଦେଖିତହୁଂ ରାଜାମାନେ ଗଲେ ସମର ଉପେକ୍ଷି ।୮୯୩।ଶୁଣ ହୋ ବଇବସୁତ ମନୁ ବଦୟନ୍ତି ଅଗସ୍ତିସମରେ ମୃତୁପିଣ୍ଡ ପଡ଼ିଅଛନ୍ତି ଅପ୍ରମିତି ।୮୯୪।ସାଂଗ୍ରାମେ ମାଇଲା ସେ ବୀରବର ପାବେନିଅନେକ ରଥ ଗଜ ଅନେକ ସଇନି ।୮୯୫।କାଳିନ୍ଦୀ ଦେଶର ରାଜା କାଳ ଯେ ନଉମିତାହା ସଙ୍ଗେ ପଡ଼ିଲେ ନବ ସହସ୍ର ସଇନି ।୮୯୬।ଚକ୍ରପୁର ଦେଶର ରାଜା ବିରାଳେଶ୍ୱର ରାୟେତାହାଂକୁ ସାଂଗ୍ରାମେ ମାଇଲା ବୀର ଧନୁର୍ଜୟେ ।୮୯୭।ତାହାର ତୁଲେ ଯେ ପଡ଼ିଲେ ବହୁତ ରଥୀଦୁଇ ସହସ୍ର ରଥୀ ଯେ ଚାରି ସହସ୍ର ପାଦାନ୍ତି ।୮୯୮।କାଉଂରୀ ଦେଶର ରାଜା କାମପାଳ ରାୟେଦୁଇ ସହସ୍ର ଯୋଦ୍ଧା ପଡ଼ିଲେ ନକୁଳ କୋନ୍ତ ଘାୟେ ।୮୯୯।ରଜନୀ ପ୍ରଭାତେ ଯେ ଭୀଷ୍ମ ଦ୍ରୋଣ ଭୂରିସର୍ବାଶଲ୍ୟ ବାହ୍ଲିକେ ମିଳି ସର୍ବେ ବସି କରୁଛନ୍ତି ସଭା ।୯୦୦।ଭଗ୍ନବଳ ଘେନି ତହୁଂ ଗଲା ବୀର କର୍ଣ୍ଣଆଦିତ୍ୟ ଦେବତା ଯହୁଂ ହୋଇଲେ ଉଦୟମାନ ।୯୦୧।ଦ୍ରିଯୋଧନ ବୋଇଲା ଭୀଷ୍ମ ଦ୍ରୋଣଂକ ମୁଖ ଚାହିଂମହାଭାରଥ ଯୁଦ୍ଧ ତ ଆସି ହୋଇଲା ୟେହିଠାଇଂ ।୯୦୨।ଧନୁ ଶହସ୍ରମାନ ସଞ୍ଚିତ ଯେତେକ ଭାରଥ ଯୁଦ୍ଧକୁଗାନ୍ଧାରୀର ଶତେ ପୁତ୍ର ହୋଇଲେ ୟେକା ଭୀମସେନ କୋପକୁ ।୯୦୩।ସମର ଦୁର୍ଭାର ଦେଖି ନ ପଶିଲ ତୁମ୍ଭେ ରଣେଆବର ଜୀବନ ଥିବ ମୋର କେଉଂଣ କାରଣେ ।୯୦୪।ସାଜରେ ସମଦଣ୍ଡ ରଥ ଗଜ ସଇନିଦ୍ରୋଣ ଗୁରୁ ସାଜିଲେ ଆପଣେ ନିଜ ରଥି ।୯୦୫।ରାଜାର ସଜ ଦେଖି ଭାରଦ୍ୱାଦଶଂକର ସୁତଦ୍ରୋଣ ଗୁରୁ ସାଜିଲେ ଆପଣେ ନିଜ ରଥ ।୯୦୬।ଅଶସ୍ତାମା କୃପ ଯେ ଦ୍ରୋଣଂକର ସାଖାୟେ ତିନିହେଂ ୟେକ ହୋଇଲେ କାହାକଇଂ ନ କରନ୍ତି ଶଂକା ।୯୦୭।ଯକ୍ଷ ଗନ୍ଧର୍ବ କିନ୍ନର କେ ଅବା ତାଂକୁ ସରିଇନ୍ଦ୍ର କୋବେର ହୋଇଲେ ଯିବେ ଅପସରି ।୯୦୮।କୃପ ଅଶସ୍ତମା ଯେ ବେନି ମଉଳା ଭଣଞ୍ଜାବେନି ରଥେ ଚଢି ଆସି କରନ୍ତି ପରିଜା ।୯୦୯।ଭୀଷ୍ମ ଭୂରିସର୍ବା ସୋମଦତ୍ତ ଶଲ୍ୟଭାରଥ ଯୁଦ୍ଧକୁ ୟେ ଚାରିହେଂ ମହାମଲ୍ଲ ।୯୧୦।କର୍ଣ୍ଣ ଶକୁନି ଆବର ଦୁର୍ଜୟ ଧୁଶାସନସଙ୍ଗେ ପାରିଦଣ୍ଡ ସମସ୍ତ ରାଜାମାନ ।୯୧୧।ୟେମାନଂକ ସଙ୍ଗେ ଅନେକ ଥାଠ ସଇନିପାଣ୍ଡବନ୍ତ ମାର ବୋଲି ଥାଠେ ଶୁଭିଲା ଗୋଳଧୁନି ।୯୧୨।ମିଳିଲେ ସମର ମଣ୍ଡଳେ ହୋଇଣ ସମ୍ଭର୍ବୟେକ ଆରକେଣ ଧାମନ୍ତି ମତ୍ତଗର୍ବ ।୯୧୩।ଦେଖିଣ ମନେ ବିଷାଦ କଲେକ ନାରଦମନେ ମନେ ବିଚାରନ୍ତି ନାଶ ଯିବ ଶାମ୍ୱ ତ ।୯୧୪।ମନ ପବନ ଦଣ୍ଡ ଚଢିଣ ଆକାଶ ମାର୍ଗେଦ୍ୱାରିକା ଭୁବନକୁ ଚଳିଲେ ମୁନି ବେଗେ ।୯୧୫।ମନୁ ପୁଚ୍ଛାକଲେ ଶୁଣ ହୋ ମୁନି ମହାଗ୍ୟାଂତାଶାମ୍ୱ କୁମର ବନ୍ଧନ ପାଇଲେଟି କି ବାରତା ।୯୧୬।ଶୁଣ ହୋ ମନୁରାୟେ ବଦନ୍ତି ଅଗସ୍ତିଦ୍ୱାରିକା ଭୁବନେ ଯାତ୍ରା ଉଚ୍ଛବ ସଂଗତି ।୯୧୭।ବଇଶାଖ ଶୁକଳ ପଞ୍ଚମୀର ଦିନପଣ୍ଡିତ ବାର ଯେ ରେବତୀ ନକ୍ଷତ୍ର ବିଦ୍ୟମାନ ।୯୧୮।ଶୁଭ ନାମେ ଯୋଗ ଯେ କରଣ ନାମେ ବବଦ୍ୱାରିକା ଭୁବନରେ ସବୁରି ଉଚ୍ଛବ ।୯୧୯।ସାତବଂଶ ରାଜା ଘେନିଣ ସେ ରାଜାଧିରାଜ ଦେବଅନେକ ରଥ ଗଜ ସଇନି ସମ୍ଭର୍ବ ।୯୨୦।ଯଦୁବଂଶ ଭୋଜବଂଶ ଆବର ବୃଷ୍ଣିବଂଶହଇହୟବଂଶ ଆଦି ଯେତେକ ସାତବଂଶ ।୯୨୧।ଲକ୍ଷେ ଷାଠିୟେ ସହସ୍ର ଅଶିୟେକ ନନ୍ଦନସମସ୍ତେ ହୋଇଛନ୍ତି ବୀର ବେଶ ବିଧଆନ ।୯୨୨।ଜଣେ ଜଣେ ନିରୋପି ଚାହାନ୍ତି ହୃଷୀକେଶିବତିଶ ସହସ୍ର କନ୍ୟା ଅଷ୍ଟ ପାଟବଂଶୀ ।୯୨୩।ଶ୍ରୀକୃଷ୍ଣ ବିଚାରନ୍ତି ରାଜାକଇଂ ଚାହିଂସଭା ତ ନ ଶୋହଇ ମୋହୋର କେଉଣ ପୁତ୍ର ନାହିଂ ।୯୨୪।ସାତୁକୀ ବୋଲନ୍ତି ସ୍ୱାମୀ ଶୁଣିମା ବଳରାମସମସ୍ତେ ଅଛନ୍ତି ସଭାରେ ନାହିଂ ୟେକା ବୀର ଶାମ ।୯୨୫।ଜଣେ ଜଣେ ଦ୍ୱାରିକା ଭୁବନ ଉପନେସିଶାମ୍ୱ କୁମରକୁ ଦେଖିଲ କି ପୁରେ ପୁରେ ପଶି ।୯୨୬।ବୋଲନ୍ତି ଯାଦବେ ନାହିଂ ଆମର ଶାମ୍ୱକୁ ଦେଖିଲାଆଜକୁ ନାହିଂ ଶାମ୍ୱ ସାତ ଦିନ ହେଲା ।୯୨୭।ଚାରି ଲକ୍ଷ ଘର ବତିଶ ସହସ୍ର ସାହିଲୋଡ଼ି ନ ପାଇଲେ ଶାମ୍ୱ କାହାରି ପୁରେ ନାହିଂ ।୯୨୮।ଆପଣେ ବିଜୟେ କଲେ ଦେବ ଚକ୍ରଧାରୀରୁକ୍ମିଣୀ ସତ୍ୟଭାମା ପୁରେ ଲୋଡ଼ନ୍ତି କାନ୍ଦି କରି ।୯୨୯।ଅପୂର୍ବ ନାୟେକା ଯେ ଅଷ୍ଟି ବାଟବଂଶୀତାହାଂକ ପୁରେ ପଶି ଲୋଡ଼ନ୍ତି ହୃଷୀକେଶି ।୯୩୦।ବତିଶ ସହସ୍ର କନ୍ୟା ଅଶିୟେକ ଉଗୁଳିତାହାଂକ ପୁରେ ପଶି ଲୋଡ଼ନ୍ତି ବନମାଳୀ ।୯୩୧।କନ୍ୟାଂକର ପୁରେ ନ ଦେଖିଲେ କୁମରଦେବକୀ ବସୁଦେବଂକ ଛାମୁରେ ମିଳିଲେ ଯାଇ ଖର ।୯୩୨।ଶ୍ରୀକୃଷ୍ଣ ପଚାରନ୍ତି କ୍ରୋଧ ଅବସ୍ଥା ଯେ ହୋଇଶାମ୍ୱ କୁମର କେଣେ ଗଲା ନ ଦେଖିଲା କେହି ।୯୩୩।ଯହୁଂ ବିରସ ହୋଇ ଲୋଡ଼ନ୍ତି ବନମାଳୀଦ୍ୱାରିକା ପୁରେଣ ଯେ ପଡ଼ିଲା ବୋବାଳି ।୯୩୪।ଧାମନ୍ତି ଯାଦବେ ଲୋଡ଼ନ୍ତି ଡଉକତିକିୟେ ହରି ନେଲା ମୋର ଦ୍ୱାରିକା ସମ୍ପତ୍ତି ।୯୩୫।ଲୋଡ଼ି ନ ପାଇଲେ ହରି ଦ୍ୱାରିକା ଭୁବନେକ୍ରୋଧଭରେ ମିଳିଲେ ହରି ବଳରାମଂକର ସନ୍ନିଧାନେ ।୯୩୬।ସ୍ୱାମୀ ଶାମ୍ୱ କୁମର ନାହିଂ ଦ୍ୱାରିକା ଭୁବନ ଚଉକତିପୁରେ ପୁରେ ଘରେ ଘରେ ପଶିଣ ଲୋଡ଼ନ୍ତି ।୯୩୭।ଶ୍ରୀକୃଷ୍ଣଂକ ବଦନୁଂ ୟେସନେକ ବାକ୍ୟ ଶୁଣିମୋହଗତେ ପଡ଼ିଲେ ଯେ ଦେବ ହଳପାଣି ।୯୩୮।ପଦ୍ମନକଇ କଓଳ କରି ଧଇଲେ ଜଗନ୍ନାଥେବୋଇଲେ ବାବୁ ତୋହୋର ସଖା ସଙ୍ଗେ ଥାଇ ଅନୁବ୍ରତେ ।୯୩୯।ଦଣ୍ଡେ ଛଡ଼ାଛଡ଼ି ତୁମ୍ଭେ ଯେ ନୋହ ବେନି ଭାଇତୁହି ତ ଅଛୁ ଶାମ୍ୱ କୁମର ମୋର ଗଲା କାହିଂ ।୯୪୦।କରପତ୍ର ଯୋଡ଼ିଣ ସେ କହଇ ପଦ୍ମନଆଜଯାୟେ ଶାମ୍ୱକୁ ମୁହିଂ ନ ଦେଖିଲି ହେଲା ସାତ ଦିନ ।୯୪୧।ବଳରାମେ କୃଷ୍ଣଂକୁ କୋଳେ ଧରିଛନ୍ତିନନ୍ଦ ବସୁଦେବ ସହିତେ ସମାଜନ୍ତି ।୯୪୨।କହନ୍ତି ଦଇବତୀ ଯଶୋବନ୍ତୀ ରୁକ୍ମିଣୀ ଜାମ୍ୱୋବତୀପୁତ୍ର ନାହିଂ ବୋଲିଣ ଯେ ମୋହେଣ ପଡ଼ନ୍ତି ।୯୪୩।ଦ୍ୱାରିକାପୁର ଆକୁଳ କହିତ କି ପାରିକ୍ରୋଧେ ଅସମ୍ଭାଳ ସକଳ ନର ନାରୀ ।୯୪୪।ଆରେ ବାବୁ ଶାମ୍ୱ ବୋଲିଣ ଯେ ଉଚ୍ଚେ ଦ୍ୟନ୍ତି ଡାକୟେକା ଶାମ୍ୱ ନାମ ଗୋଟି ସବୁଂକରି ମୁଖ ।୯୪୫।ଶ୍ରୀକୃଷ୍ଣ ବୋଇଲେ ଯେ ଅଦଭୁତ ବାଣୀନିର୍ଘାତ ବଣେ କେ ମୋତେ ପକାଇଲା ହାଣି ।୯୪୬।ଉଲୁକାପାତ ଜାଣି ଶାମ୍ୱ କୁମର କେଣେ ଗଲାୟେ କଥା ମୋତେ ତ ଗୋଚର ନୋହିଲା ।୯୪୭।ୟେସନେକ ଫଳଶ୍ରୂତି ହୋଇଲା ମୋତେ କାହିଂସମସ୍ତେ ଅଛନ୍ତି ମୋର ଶାମ୍ୱ କୁମର ତ ନାହିଂ ।୯୪୮।ଦ୍ୱାରିକାପୁର ଜନେ ଯେ ସମସ୍ତେ ବିଷାଦୟେସନେକ ସମୟେ ଆସି ମିଳିଲେ ନାରଦ ।୯୪୯।ଦଣ୍ଡ କମଣ୍ଡଳକୁ କରେ କଷା କଉପୁନିସଭାର ମଧ୍ୟେ ଯାଇଂ ମିଳିଲେ ନାରଦ ମହାମୁନି ।୯୫୦।ନାରଦଂକୁ ଦେଖି ରାମକୃଷ୍ଣ ବେନି ଭାଇମୃଚ୍ଛାଗତ ହୋଇ ଦୁହେଂ ପଡିଲେକ ମହୀ ।୯୫୧।ଅନେକ ଅବସ୍ଥା ହୋଇଣ ବେନି ଭଆଇରୋଦନ କରନ୍ତେଣ ବଦନୁ ବଚନ ନୁଆସଇ ।୯୫୨।ନାରଦେ ବୋଇଲେ ହୋ ରାଜା ଶୁଣ ଉଗ୍ରସେନନିର୍ଭୟେ ଅଟଇ ୟେ ଦ୍ୱାରିକା ଭୁବନ ।୯୫୩।ଯେବଣହିଂ ପୁରେ ପଶି ନୁଆରଇ ଯମ ଯେ ଦେବତାଅରୋଗୀ ଅଦୋଷୀ ସମସ୍ତେ ପୁଣ୍ୟବନ୍ତା ।୯୫୪।ତୁ ଯେ ନାରାୟଣ ଦାନବଂକ ବଇରିମାୟା କୂଟେ ପୁତ୍ରକୁ ଅବା ତୋର କେ ପକାଇଲା ମାରି ।୯୫୫।ନାରଦଂକ ବଚନେ କହନ୍ତି ବଳରାମଦ୍ୱାରିକା ପୁର ସୁନ୍ଦର ପୁତ୍ର ଗୋଟି ଶାମ୍ୱ ।୯୫୬।ୟେତେ ବୋଲି ଅସାଷ୍ଟମ ହୋଇଲେ ଦେବ ହଳୀମୃଚ୍ଛାଗତ ଯାଇ ପଡ଼ିଲେ ବନମାଳୀ ।୯୫୭।ୟେକ ଆରେକ କେହି ନ ଦିଅନ୍ତି ସମ୍ପାଦୟେକା ଶାମ୍ୱ ନାହିଂ ବୋଲି ସମସ୍ତେ ହୋଅନ୍ତି କ୍ରୋଧ ।୯୫୮।ନାରଦେ ବୋଇଲେ ବାବୁ ଶୁଣ ପଦ୍ମନାଭଦ୍ୱାରିକା ଭୁବନ ତୋର ଦେବଂକୁ ଦୁର୍ଲଭ ।୯୫୯।ଅନନ୍ତ କୋଟି ବ୍ରହ୍ମଣ୍ଡରେ ଦେବ ତୋହୋର ମହିମାନାଶକର ଦଣ୍ଡ ନ ଲାଗଇ ଯେଉଂଣ ସୀମା ।୫୬୦।କାଳ କାମ ଯମ ଯହିଂ ନୁଆରନ୍ତି ପଶିପୁତ୍ର ଗୋଟି ତୋହୋର ଯେ ହୋଇଲା କେଉଣ ଦୋଷୀ ।୫୬୧।ଅବିଶ୍ରାମେ ସୁଦର୍ଶନ ଚକ୍ର ଯହିଂ ବୁଲଇ ପ୍ରଚଣ୍ଡମାଛି ତିରଣ ପଡିଲେ ଯେ ହୁଅଇ ଶତେ ଖଣ୍ଡ ।୯୬୨।ଆନର ପଶିବାକୁ ତ ନୁହଇ ଭରସାତୁ ଯେ ଜଗତ ଜନଂକର ପୂରାଉ ମନୀଷା ।୯୬୩।ପୁତ୍ରଂକର ମଧ୍ୟେ ସେ ଯେ ଅଟଇ ଉତ୍ତମପଦ୍ମନର ତହୁଂ ଉତ୍ତମ ଅଟଇ ଶାମ୍ୱ ।୯୬୪।ସାତ ଦିନ ଗଲା ସେ ନାହିଂ ଯେ ଦ୍ୱାରିକାସମସ୍ତେ ଅଛନ୍ତି ସେ କେଣେ ଗଲା ୟେକା ।୯୬୫।ଆଦ୍ୟହୁଂ ଶାମ୍ୱ ଯେ ଅଟଇ ମନ୍ଦ ପ୍ରକୃତିଗୁପତେ ହରି ଲୋଡ଼ିଲା ଅବା କାହାର ଦୋହିତୀ ।୯୬୬।ୟେଣୁ କରି ନାଶ କଲା ଅବା କେଉଂଣ ଜନୟେସନେକ କୃତ୍ୟ ହରି ଭାବଇ ମୋର ମନ ।୯୬୭।ଗୋବିନ୍ଦ ବୋଇଲେ ନାରଦ କହିଲ ଯେବଣ ବୃତ୍ତାନ୍ତଆଦ୍ୟହୁଂ ଅନ୍ତର ୟେ କଥା ନୋହଇ କଦାଚିତ ।୯୬୮।ନିଚୟେ ପୁତ୍ରକୁ ମୋର କେ ମାଇଲା ଗୁପତେଶୁଣିଣ କୋପଭର ହୋଇଲେ ହଳହସ୍ତେ ।୯୬୯।ନିଚୟେ କୂଟେ ଯେବେ ମାଇଲେ ମୋର ପୋୟେମାରିବି ଆଜ ସାତବଂଶ ଯାଦବ ସମୂହେ ।୯୭୦।ବଳରାମ କୋପ ଦେଖି ହସିଲେ ତୁପନିଷ୍ଠିୟେହିକ୍ଷଣି ଦ୍ୱାରିକାୟେ ଉପୁଜିବ ଅରିଷ୍ଟି ।୯୭୧।ନାରଦେ ବୋଇଲେ ରହ ରହ ବଳରାମନଆମ୍ଭର ମନକୁ ପ୍ରତେ ଆସଇ ଯହିଂ ଅଛି ଶାମ ।୯୭୨।ୟେହା ଶୁଣି ବଳଦେବ ବୋଲନ୍ତି ଉତ୍ତରଆଗହୁଂ କିମ୍ପେ ନ କହିଲ ଆହେ ମୁନିବର ।୯୭୩।ନାରଦେ ବୋଲନ୍ତି ଶୁଣ ବେନି ଭଆଇ ତୁମ୍ଭେ ଆମ୍ଭର ବଚନହସ୍ତିନା ପୁରେ ଅଟଇ ଯେ ଦ୍ରିଯୋଧନ ରାଜନ ।୯୭୪।ଦ୍ରିଯୋଧନ ନନ୍ଦିନୀ ଯେ ନାମ ଚନ୍ଦ୍ରାବତୀ ବାଳୀସେ ତୋହୋର କୁମରକୁ ବରିଲା ମନର ହିଆଳୀ ।୯୭୫।ଚନ୍ଦ୍ରାବତୀର ନିମନ୍ତେ ରାଜା କୁରୁବୀରଲକ୍ଷେ ରାଜା ଅଣାଇ ସେ କଲା ସୟମ୍ୱର ।୯୭୬।ମୁଦୁସୁଲୀ ନେଇ ରାଜାମାନେ ଦେଖାଇଲାଚନ୍ଦ୍ରାବତୀ କାହାକୁ ଯେ ତହିଂ ନ ବରିଲା ।୯୭୭।ବିରସ ହୋଇଣ ତହୁଂ ଗଲା ବେଗେ ଚଳିନିଜ ମନ୍ଦିରରେ ଯାଇ ରହିଲାକ ବାଳୀ ।୯୭୮।ଅନ୍ଦାରି ବିଜେ କରି ଶାମ୍ୱ କୁମର ଯାଆନ୍ତେମେଢରେ ଥାଇଂ କନ୍ୟା ଦେଖିଲା ତୁରିତେ ।୯୭୯।ରାଜାମାନନ୍ତେ ଛାଡ଼ି ଶାମ୍ୱ କୁମରକଇଂ ବରିଲା କୁମାରୀକଣ୍ଠେ ଲମ୍ୱାଇଲା ନୀଳା ରତ୍ନମାଳୀ ।୯୮୦।କନ୍ୟାର ତୁଲେ ରତିରଙ୍ଗ କରନ୍ତେ ହରଷେକୁମାରୀ ତୁଲେ କୁମାର ବଢିଲା ରତିରସେ ।୯୮୧।କନ୍ୟାକୁ ଘେନି ରହିଲା ନଇଲା ଦ୍ୱାରିକାଜାଣନ୍ତା ହେଲା ଯହୁଂ ସାଂଗ୍ରାମ କଲା ୟେକା ।୯୮୨।ସଇନି ବଳ ଘେନିଣ ଯେ ଦୁର୍ଜୟେ ବେଢିଲାଧୁଶାସନ ତହିଂ ଅନେକ ଯୁଦ୍ଧ କଲା ।୯୮୩।ୟେକା କୁମରକୁ ଯେ ଦଶ ସହସ୍ର ଯୋଧୀକୂଟ କପଟ କରି ପୁଅକୁ ତୋର ବାନ୍ଧି ।୯୮୪।ଦ୍ରିଯୋଧନ ଛାମୁରେ ଶାମ୍ୱକୁ ତୋର ନେଇ ଦିଲେଶ୍ମଶାନେ ମୁଣ୍ଡ କାଟ ବୋଲି ରାଜା ଆଗ୍ୟାଂ କଲେ ।୯୮୫।ୟେସନେକ ସମୟେ ଆମ୍ଭେ ହସ୍ତିନାରେ ଥିଲୁୟେହୁ ସନ୍ଦେଶ ପାଣ୍ଡବଂକ ଆଗରେ କହିଲୁ ।୯୮୬।ଶୁଣିଣ କୋପ କଲେ ଭୀମ ଅରଜୁନଧାତିକାରେ ଆବୋରିଲେ ଯାଇଂ ତୋହୋର ନନ୍ଦନ ।୯୮୭।ବଡ କଟାଳ କରିଥିଲେ ଶାମ୍ୱକୁ ହାଣିବାକୁଧାଇଂଣ ଅର୍ଜୁନ ଯେ କୋଳ କଲା ତାକୁ ।୯୮୮।ବନ୍ଧନୁଂ ଫେଡ଼ି ଆଣିଲେ ସେ ତୋହୋର ବାଳଅର୍ଜୁନକୁ ଗଦା ଘେନି ପିଟିଲା ଧୁଶାସନ ଚାଣ୍ଡାଳ ।୯୮୯।ୟେମନ୍ତେ ଧୁଶାସନକୁ ଗଦା ଘେନି ପିଟିଲାକ ଭୀମସେନପାଣ୍ଡବେ କଉରୋବେ ଯେ ହୋଇଲେ ଅନ୍ୟୋଅନ୍ୟ ।୯୯୦।ସୟମ୍ୱର ଭଗ୍ନ କରି ପଳାଇଲେ ରାଜାଗଣମାନେଧୁଶାସନକୁ ଗଦା ମାଇଲା ଭୀମ କୋପ ମନେ ।୯୯୧।ଯୁଝେଷ୍ଠି ଭୀମ ଅର୍ଜୁନ ନକୁଳ ସହଦେବଶାମ୍ୱ କୁମରକୁ ଆବୋରିଲେ ପଞ୍ଚୁ ଯେ ପାଣ୍ଡବ ।୯୯୨।ଭୀଷ୍ମ ଦ୍ରୋଣ କର୍ଣ୍ଣ ଦ୍ରିଯୋଧନେ ଛନ୍ତି ବେଢିୟେସନେକ ଚରିତ ଆମ୍ଭେ ଅଇଂଲୁ ଦେଖି କରି ।୯୯୩।ଶୁଣିଣ ବଳରାମେ ବୋଇଲେ ବଡ କୋପୀହଳ ମୂଷଳ ବୁଲାଇ ରାମ ବଡାଇ ପ୍ରତାପୀ ।୯୯୪।ମହା ପ୍ରତଗ୍ୟାଂ ଯେ କରିଣ କାମପାଳଆଜ ଯେ ବିଧ୍ୱଂସିବି ମିୁଂ ଯେ କଉରୋବବଳ ।୯୯୫।ସାଧୁ ରେ ପାଣ୍ଡବେ ଜୀବନ ତୁମ୍ଭର ଧନିମୋହୋର ପୁତ୍ର ନିମନ୍ତେ ସୋଦରେ ସୋଦରେ ହୋଇଲ ଅନ୍ୟୋଅନ୍ୟି ।୯୯୬।ଧୃତିରାଷ୍ଟ ପୁତ୍ରନ୍ତ ଯାବତ ମାରିବିଭୀଷ୍ମ ଦ୍ରୋଣ ଆଦି କରି କିଛି ନ ଥୋଇବି ।୯୯୭।ଯୁଝେଷ୍ଠିଂକି ପଞ୍ଚୁ କଟକେ କରାଇବି ରାଜାଅଭିଷେକ କରାଇବି ପଣ୍ଡୁର ତନୁଜା ।୯୯୮।ଶଙ୍ଖ ଚକ୍ର ଗଦା ଯେ ଶାରଙ୍ଗ ଧନୁ କରେ ଧରିଆସ୍ତାନୁ ଡେଇଂ ପଡ଼ିଲେ ଦେବ ଚକ୍ରଧାରୀ ।୯୯୯।ଶ୍ରୀମୁଖେ ଆଗ୍ୟାଂ ଦିଲେ ଦେବ ଯେ ଅଚ୍ୟୁତସଜ କରି ଆଣ ହୋ ନନ୍ଦିଘୋଷ ରଥ ।୧୦୦୦।ଦାରୁକକୁ ରାଇ ଆଗ୍ୟାଂ ଦିଲେ ହଳପତିତାଳଧ୍ୱଜ ରଥ ମୋର ସଜ କର ହୋ ତଡ଼ତି ।୧୦୦୧।ଯଦୁବଂଶ ରାଜା ଯେ ଅଟଇ ବୀର ଉଗ୍ରସେନରଥ ସାଜି ବାହାର ହୋଇଲା କୁମର ପଦ୍ମନ ।୧୦୦୨।ସାତବଂଶ ଯଦବନ୍ତ ଘେନଇଣ ଚକ୍ରଧାରୀନନ୍ଦିଘୋଷ ରଥରେ ବିଜୟେ ଦେବ ହରି ।୧୦୦୩।ବାମେ ସଉନନ୍ଦ ଦକ୍ଷିଣେ ବଜ୍ର ଯେ ଲାଙ୍ଗଳତାଳଧ୍ୱଜ ରଥେ ବିଜୟେ କାମପାଳ ।୧୦୦୪।ବାଜଇ ଦୁନ୍ଦୁଭି ସମୁଦ୍ର ଘୋଷ ଜାଣିସାତବଂଶ ଯୋଦ୍ଧା ଘେନି ହୋଇଲେ ଆଗିଆଣି ।୧୦୦୫।ୟେକକୁ ଆରେକ ଯେ ପ୍ରତଗ୍ୟାଂ କରନ୍ତି ଆସିହସ୍ତିନା ରାଜ୍ୟକୁ ସମଦଣ୍ଡ ଘେନି ପଶି ।୧୦୦୬।ଛପନ କୋଟି ଯାଦବ ଘେନିଣ ଉଗ୍ରସେନଦ୍ୱାରିକାଉଂ ବାହାର ହୋଇଲେ ସମସ୍ତ ଯଦୁ ସଇନ ।୧୦୦୭।ଯାତ୍ରା ଅନକୂଳେ ସର୍ବ ଶୁଭ ଯେ ମଙ୍ଗଳଚଳନ୍ତି ସମଦଣ୍ଡେ କୃଷ୍ଣ କାମପାଳ ।୧୦୦୮।ଆକାଶ କମ୍ପିଲା ବଳରାମଂକ ଦୀର୍ଘ ରଡ଼ିମେରୁ ଗିରି କନ୍ଦର କି ପଡିଲାକ ଝଡ଼ି ।୧୦୦୯।ପ୍ରଳୟ କାଳେ ଯେସନେ ସପତ ସିନ୍ଧୁ ଗର୍ଜଇଆଦିତ୍ୟ ଦେବତା ହୋଇଲେ ହୀନ ତେଜଇଂ ।୧୦୧୦।ନାରଦେ ଦେଖିଲେ ଯେ ଦ୍ୱାରିକାର ସଇନିଦୁତୀ ସମୋଦ୍ର ପ୍ରାୟେକ ଘୋଟିଲେ ମେଦିନୀ ।୧୦୧୧।ଦେବଂକୁ ଦୁର୍ଲଭ ବଳରାମଂକ ମହିମାଦେଖିଣ ତ୍ରାସିବେ ଯେ ଦେବେ ସୁର ବ୍ରହ୍ମା ।୧୦୧୨।କୋଟିୟେ ସିଘଂର ଯାହାର ପରାକ୍ରମଦେବାଧିଦେବ ରାଜାଂକ ଉପରେ ଉତ୍ତମ ।୧୦୧୩।ଅତିବଳେ ବଳରାମ ଯାହାର ନାମ ଗୋଟିତାହାର କୋପ କଲେ କି ରହିବାକ ନବସୃଷ୍ଟି ।୧୦୧୪।ସଉନନ୍ଦ ମୂଷଳ ସମର୍ଥକ ହଳ କରେବୃନ୍ଦାଅର୍କେ ତ୍ରାସିଲେ ବଳରାମଂକ କୋପଭରେ ।୧୦୧୫।ଆକାଶ ଭୁବନକୁ ଯେ ଲାଗିଲା ମହାଭୟେଆସ୍ତାନେ ଥାଇଣ କମ୍ପିଲା ଦେବରାୟେ ।୧୦୧୬।ଜୟ ତୁ ବଳରାମ ଅନାଦି ସିଦ୍ଧ ଦେବତାଅନନ୍ତ କୋଟି ବ୍ରହ୍ମାଣ୍ଡ ଯାର ରୋମ ମୂଳେ ବସନ୍ତା ।୧୦୧୭।ଅନନ୍ତ ମହିମା ଯାର ବଚନେ ନୁଆସଇ କହିୟେକବିଂଶ ବ୍ରହ୍ମାଣ୍ଡ ଯାହାର ଶରୀରେ ପ୍ରକାଶଇ ।୧୦୧୮।ପୃଥୀ ଆପ ତେଜ ବାୟବ୍ୟ ଆକାଶପଞ୍ଚୁ ଧାତୁ ମଧ୍ୟେ ତୁ ଯେ ବିହନ୍ତା ପୁରୁଷ ।୧୦୧୯।ଶ୍ରୀ ବଳରାମ ଦେବଂକ ଶ୍ରୀଚରଣେ ଶରଣବଦୟନ୍ତି ସାରୋଳ ଦାସ ମୋତେ ଉଦ୍ଧରି ଧର ହେ ପ୍ରଭୁ ନାରାୟଣ ।୧୦୨୦।୭୪୧୪।-ପ୍ରଥମ ଭାଗ ସମାପ୍ତ-