ରାହାସ ଖଣ୍ଡ
ମହାପୁରୁଷ · ପ୍ରାୟ ୧୪୮୫–୧୫୭୦
- ପଢ଼ିବା ସମୟ
- ୨୮୪ ମିନିଟ୍
- ଶବ୍ଦ
- ୪୫୪୬୨
- ସ୍ଥିତି
- ସାର୍ବଜନୀନ (Public domain)
ନିତ୍ୟ ରାହାସ
ପ୍ରଥମ ଅଧ୍ୟାୟ
ଉଠ ଉଠ ସଖି ବହନ ଯିବାନିତ୍ୟ ରାହାସ ଦର୍ଶନ କରିବା ।ବିଜେ କରିଛନ୍ତି ଜଗତ ସାଇଂନିତ୍ୟ ରାହାସ ଯେ ରଂଚିବା ପାଇଂ ।ସଖି ଗୋ! ଚାଲ ବହନ ଯିବାଗୋପୀମାନଙ୍କ ରର୍ଶନ କରିବା ।।୧।ଯଉଂଠାବେ ରାତ୍ର ଦିବସ ନାହିଂନବୀନ ରୂପେ ଛନ୍ତି ଉଦେ ହୋଇ ।ନୀଳା ନିମନ୍ତେ ଯେ ଅନନ୍ଦ ଖେଳଅଶେଷ ରୂପ ତୁଳନା ସେଠାରସଖି ଗୋ! ରାତ୍ର ଯାଉଛି ପାହିଚାଲ ବହନ ଯିବା ସଜ ହୋଇ ।।୨।ଯଉଂଠାରେ ସ୍ତିରୀ ପୁରୁଷ ନାସ୍ତିଏକାଙ୍ଗ ରୂପ ଯୁଗଳ ମୂରତି ।ଅଶେଷ ରୂପ ତୁଳନା ନୋହଇଲୀଳା ନିମନ୍ତେ ଅଛନ୍ତି ସେଠାଇଂ ।ସଖି ଗୋ! ଯିବା ବହନ ହୋଇଦେଖିଲେ ଜନ୍ମ ଅଛି ଆଉ କାହିଂ ।।୩।କୋଟି କୋଟି ରୂପ ତହିଂରୁ ଜାତଗଧାଠାରେ କୃଷ୍ଣ ତହିଂ ଲମ୍ପଟ ।ସହସ୍ରେ ଫଣା ମଣିବର ଜୋତିନୁହଇଂ ପୁରୁଷ ନୋହେ ଯୁବତୀ ।ସଖି ଗୋ! ଭାଗ୍ୟ କେ କହିପାରୁଂମହାମହିମା ସେ କଳପତରୁ ।।୪।ରାଧା କୁଚ ଯୁଗଳରେ ମୁରାରିବିଜେ କରିଛନ୍ତି ମୁରଲୀ ଧରି ।ଚନ୍ଦ୍ର କୋଟି ତେଜ ଦିଶଇ ଭାନୁତେସନେ ଶୋଭା ଦିଶେ କଳାକାହ୍ନୁ ।ସଖି ଗୋ! ଆଉ ମଠ ନ କରବହନ ହୋଇ ଯିବା ନିତ୍ୟପୁର ।।୫।ବ୍ରହ୍ମ ଗାୟସ୍ତିରୀ ଯହିଂରେ ମେଳଚାରିବେଦ ତହିଂ ସେ ଦ୍ୱାରପାଳ ।ଉପାମା ଦେବାକୁ ଆଉ ସେ ନାହିଂହରେ ରାମକୃଷ୍ଣ ଆଇଟ ଯହିଂ ।ସଖି ଗୋ ! ତାଙ୍କ ଦ୍ରଶନ ପାଇକୋଟି କୋଟି ଜନ୍ମ ସ୍ୱାର୍ଥକ ଯାଇ ।।୬।ଆଦ୍ୟରୁ ଅଣସାଧନା ସେ ଭୂଇଂଅନନ୍ତ ବିଜେ କରିଛନ୍ତି ଯହିଂସହସ୍ରେ ଦଳ କେଶର ତିଷ୍ଠଇଂସେଠାବେଣ ପରାପରଟି ନାହିଂ ।ସଖି ଗୋ ! ଚାଲ ଯିବା ବହନରାଧା କୃଷ୍ଣଙ୍କୁ କରିବା ଦ୍ରଶନ ।।୭।କଳାମେଘେ ଯେହେର୍ଣ୍ଣେ ବିଦୁକାନ୍ତିତେହ୍ନେ ଶୋହା ରାଧା ଶ୍ୱରୀର ଜୋତି ।କୋଟି ଚନ୍ଦ୍ରମା ପ୍ରାଏ ମୁଖ ଶୋଭାକିସ ଉପଲକ୍ଷ ତା ତହିଂ ଦେବା ।ସଖି ଗୋ ! ଧନ୍ୟ ଧନ୍ୟ ଜୀବନଦେଖିଲେ ପାତେକ ହେବ ଦହନ ।।୮।ନୀଳମେଘେ ଯେହ୍ନେ ପୁନିମା ଜହ୍ନଶ୍ରୀକୃଷ୍ଣଙ୍କ ଭାଲେ ଟୋପି ଚନ୍ଦନ ।ସର୍ବ ଗୋପୀଜନ ଅଛନ୍ତି ବେଢ଼ିଅବହେଳରେ ନିତ୍ୟ ବେଳ ପଡ଼ି ।ସଖି ଗୋ ! କଳା ମେଘେ ବିଜୁଳିୟେସନେ ରୂପ ଦିଶୁଥାଇ ଝଳି ।।୯।ୟେମନ୍ତେ ଖେଡ଼ ନିତ୍ୟଠୁଳ ଯହିଂଗଧା ମୁଖେ କୃଷ୍ଣ ଚାତକ ହୋଇ ।ଚୁମ୍ବୁଛନ୍ତି ବିମ୍ବ ଅଧରେ ଜ୍ୟୋତିଧନ୍ୟ ସେ ଶୋହା ଶ୍ରୀକୃଷ୍ଣ ମୂରୁତି ।ସଖି ଗୋ ! ତହିଂ ବାରଣ ନାହିଂଭ୍ରୂଲତା କପୋତ ତଛୁ ସେଠାଇଂ ।।୧୦।ନୀଳକାନ୍ତ ଜ୍ୟୋତି କୃଷ୍ଣଙ୍କ ବର୍ଣ୍ଣଚନ୍ଦ୍ର ଜ୍ୟୋତି ରାଧା ତହିଂ ଗୋପ୍ୟାନ ।ଦ୍ୱାଦଶ ବଇଠି କମଳ ପାଦରାଧା ମୁଖରେ ହୋଇଅଛି ଭେଦ ।ସଖି ଗୋ! ତହିଂ ଭଜନ ନାସ୍ତିନୟନେ ନୟନେ ପଡ଼ିଛି ଗ୍ରନ୍ଥି ।।୧୧।ପାଦରେ ପାଦ ଛନ୍ଦାଛନ୍ଦି ହୋଇଭୁଜେ ଭୁଜ ଛନ୍ଦି ମୁଖ ମିଳାଇ ।କର୍ଣ୍ଣ ନାସା ଚଛୁ ନୋହେ ବାରଣଏକ ରୂପ ଦିଶେ ଅଶେଷ ବର୍ଣ୍ଣ ।ସଖି ଗୋ ! ହ୍ଳୀଂ ଶ୍ଳୀଂ କ୍ଲୀଂ ସେ ଯେଣୁଉପାମା ଦେବା କଉଂ ରୂପ ତେଣୁ ।।୧୨।ବିନ୍ଦୁ ଉର୍ଧରେ ଚନ୍ଦିକା ଗୁପତଚନ୍ଦ୍ରିକା ପରେ ଟୋପି ଅବସ୍ଥିତ ।ଶ୍ଳୀଂକ୍ଷର ବସେ ଚରଣ ତଳତ୍ରିବେନି ଘେନି ଉଦେ ଅଣାକ୍ଷର ।ସଖି ଗୋ ! ହ୍ଳୀଂ ଶ୍ଳୀଂଟି ତହିଂକ୍ଳୀଂପରେ ଦେଖ ଗୁପତ ଭୁଇଂ ।।୧୩।ରୂପରେଖ ବର୍ଣ୍ଣ ସେଠାବେ ନାହିଂସିଂଘାସନ ବିଥାରିଚି ସେଠାଇଂ ।ଚତୁର୍ଧା ମରୁତି ଏକଇ ରୂପଅଣ ସାଧନାରେ ଦେଖ ଅଲେଖ ।ସଖି ଗୋ ! ବଳଭଦ୍ରଙ୍କ ଥାନକୋଟି କୋଟି ରୂପ ତହୁଂ ଜନମ ।।୧୪।ରାଧା ଚୁମ୍ବୁଛନ୍ତି କୃଷ୍ଣ ଚରଣସୁଧା ସ୍ରବୁଅଛି ସେଠାବୁଂ ପୁଣ ।ତିନିଧାର ନଦୀ ବହୁଛି ତହିଂସେହି ଜଳେ ସ୍ନାନ କରିବା ଯାଇ ।ସଖି ଗୋ ! ଗଙ୍ଗା ଯମୂନା ଧାରହୃଦପଦୁଅଂ ନାଭିରୁ ବାହାର ।।୧୫।ଚାଲ ସେ ଜଳେ ସ୍ରାହାନ କରିବାନିତ୍ୟ ରାହାସ ଦେଖିଣ ତରିବା ।ବତ୍ରିଶ ନାୟେକା ଅଛନ୍ତି ବେଢ଼ି ।ଅଷ୍ଟ ସଖିଗଣ ଯହିଂରେ କଢି ।ସଖି ଗୋ ଦୁଆଦଶ ଗୋପାଳଅନନ୍ତଙ୍କୁ ବେଢ଼ି ଖେଡ଼ନ୍ତି ଖେଳ ।।୧୬।ଷୋଳ ଚରି ଚଉବିଂଶ ପଚାଶଚଉଷଠୀ କଳା ଯହିଂ ପ୍ରକାଶ ।ଚଉରାଶି ଭେଟ ହୋଇଣ ଭେଦିତହିଂ ଅନନ୍ତ ଗୋପାଳଙ୍କ ବେଦି ।ସଖି ଗୋ ! ବେଦ ନୁହଇଂ ଗମିଅଭେଦ ଅଗମ୍ୟ ସେହି ସେ ଭୁମି ।।୧୭।ଚଉଷଠି ସସ୍ର ନାୟେକା ଘେନିନବୀନ ଗୋପାଳ ଶ୍ୟାମ ମୁର୍ଧୁନି ।ଅନନ୍ତ ଅଛନ୍ତି ବଟ ପୁଟରେବେଢ଼ି ରହିଛନ୍ତି ଶଶି ଆକାରେ ।ସଖି ଗୋ ! ସୁଦ୍ରଶେନ ଢାଙ୍କୁଣିବିବର୍ଣ୍ଣ ପ୍ରଣବ ଅନନ୍ତ ଫଣୀ ।।୧୮।କୋଟି ମୁକୁତା କୋଟି ଚନ୍ଦ୍ରଧୁନିହୀରା ନୀଳା ଯେ ପୋଏଳାକୁ ଘେନି ।ଅଷ୍ଟନିଧି ଯହିଂ ପ୍ରକାଶ ହୋଇଉପାମା ଦେବା ଆଉ କିସ ତହିଂ ।ସଖି ଗୋ ! ଚାଲ ଯିବା ବହନରାଧା କୃଷ୍ଣଙ୍କୁ କରିବା ଦ୍ରଶନ ।।୧୯।ଅଶେଷ ପାତେକ ହୋଇବ ଧଂସିନୟନେ ଦେଖିବା ତାହାକୁ ବସି ।ବେଦ ଯାହାକୁ ଗମି ନ ପାରଇବକତା ହୋଇ ପାରିବ କେ କହି ।ସଖି ଗୋ ! ରାଧା କୃଷ୍ଣ ଚରଣପାମର ଅଚ୍ୟୁତି ପଶେ ଶରଣ ।।୨୦।ଇତି ଶ୍ରୀ ନିତ୍ୟରାସ ପ୍ରଥମୋଽଧ୍ୟାୟଃ ।
ଦ୍ୱିତୀୟ ଅଧ୍ୟାୟ
ଲୀଳା ଭଦେ କୁଞ୍ଜ କରିବା ଧ୍ୟାନଯହିଂ ନ ପଶଇଟି ରାତ୍ର ଦିନ ।ଯିବା ବହନ ସଖି ହୁଅ ସଜହରେ ରାମ କୃଷ୍ଣ ଯହିଂରେ ବୀଜ ।ସଖି ଗୋ ! ଚାଲ ନିତ୍ୟ ଦେଖିବାନୀଳାଦ୍ରୀ ରୂପ ଦର୍ଶନ କରିବା ।।୧।ଚାରି ପାରୁଶେ ଚାରି ସେରୋବରଚାରି ବେଦଙ୍କର ତହିଂରେ ଘରଚାରି ଦ୍ୱାର ମିଶିଣ ଏକ ଦ୍ୱାର ।ପଛିମ ଦ୍ୱାରୁଂ ଝରୁଅଛି ନୀର ।ସଖି ଗୋ ! ନିତ୍ୟ ରାହାସ ସ୍ଥଳୁନିତ୍ୟ ରୂପ ଦେଖିବାଟି ସେଠାରୁ ।।୨।ପୁରୁଷ ଅଙ୍ଗ ତହିଂ ଦେଖା ନାହିଂଗୋପିକା ଅଙ୍ଗ ଗୋପାଳଙ୍କ ଦେହୀ ।ଚଉଷଠୀ ସସ୍ର ନାୟେକା ୟେଟିତ୍ରିପୁରା ଯେ ଜଗି ଅଛନ୍ତି ଘାଟୀ ।ସଖି ଗୋ ତହିଂ ମଧ୍ୟରେ ବାଟଯୋଗ ମାୟାଙ୍କର ଓଲଟ ଘାଟ ।।୩।ଶେଷଦେବଙ୍କର ମଉଳି ତହିଂଅଶେଷ ନୀଳା ଯେ ଭଦେ ସେଠାଇଂ ।କୋଟି କୋଟି ବିଷ୍ଣୁ ଯହିଂରୁ ଜାତସହସ୍ରେ ଫଣୀ ମଉଳୀ ପ୍ରକଟ ।ସଖି ଗୋ ! ନାହିଂଟି ରାତ୍ର ଦିନଚାଲ ତାହାଙ୍କୁ କରିବା ଦର୍ଶନ ।।୪।ବ୍ରହ୍ମ ଗାୟତିରୀ ପାବଚ୍ଛ ହୋଇବେଦ ଜଣାଣ କରୁଅଛି ଯହିଂ ।ବେଦ ନାଶନ ବଟ ସେହି ଠାବେବେଦ ଉତୁପତି ପ୍ରଳୟ ଭବେ ।ସଖି ଗୋ ଅଣ ଉଦୟ ତହିଂଅହର୍ନିଶି ବଂଶୀ ଧୂନି ଶୁଭଇ ।।୫।ଅଷ୍ଟ ସାଧନା ଅଷ୍ଟାଙ୍ଗର ଜ୍ୟୋତିଅଷ୍ଟ ଭେଦରେ ଅଷ୍ଟ ସଖି ଥିତି ।ତାହା ତହିଂରେ ଅଛି ସିଂହାସନବତିଶ ଲୀଳା ଯଉଂଠାରୁ ଜନ୍ମ ।ସଖି ଗୋ ! ଲୟେ କରିଣ ଦେଖଦୃଶ୍ୟ ହୋଇଲେ ନାହିଂ ଦୁଃଖ ସୁଖ ।।୬।ଦ୍ୱାଦଶ ଅକ୍ଷର ଜାତ ସେଠାଇଂରାଧାକୃଷ୍ଣଙ୍କର ଲୀଳାର ଭୁଇଂ ।ତ୍ରିୟ ରାଧାକୁ ପଞ୍ଚ କୃଷ୍ଣ ମେଳଚାରି ଯୁଗ ତହିଂ ହୋଇଛି ଠୁଳ ।ସଖି ଗୋ ! ଲକ୍ଷ୍ୟ ଦେବାକୁ ନାହିଂଅଶେଷ ଲୀଳାର ଗୋଲୋକ ଭୁଇଂ ।।୭।ପ୍ରଥମ ଦଳ ଉପମାଟି ଯେତେଦୁତୀଅ ଦଳ ତହିଂର ସଙ୍ଗତେ ।ତୃତୀୟ ଦଳ ତ୍ରିବିଧ ବୀଜଟିହରେ ରାମକୃଷ୍ଣ ଯୋଗ ସିଦ୍ଧିଟି ।ସଖି ଗୋ ! ହ୍ଳୀ ବୋଲିଣ ଯେହୁହରାଦି ଅକ୍ଷରେ ଅଟଇ ସେହୁ ।।୮।ପ୍ରଥମ ତ୍ରିବିଧ ରୂପ କମଳଚତୁରାଙ୍ଗ ଧୁନି ତହିଂ ଉପର ।ସେହି ଦ୍ୱାରେ ରାଧା ବୋଲିଣ ରହିକୋଟି ଚନ୍ଦ୍ରରୂପ ସମ ନୋହଇ ।ସଖି ଗୋ ! ତ୍ରିୟରୂପ ସେଠାରେତ୍ରିଭଙ୍ଗୀ ଭଙ୍ଗିମା ଯୋଗ ପୀଠରେ ।।୯।କୋଟି ଗଙ୍ଗା ସିନ୍ଧୁସାର ଲହଡ଼ିନୀଳା ନିଗମ ସେ ଅଛଇ ବେଢ଼ିଚତୁର୍ଧା ରୂପ ୟେକ ଶ୍ୱରୀ ତହିଂଅଧେ ଅଣ୍ଡିର ସେ ଅର୍ଧେକ ମାଇ ।ସଖି ଗୋ ! ନିତ୍ୟ ରତି ସେଠାରେରାଧା ଉଦେ ହୋଇଅଛି କମଳେ ।।୧୦।ନିତ୍ୟ ରାଧିକା ବୋଲି ତାର ନାମକୋଟି କୋଟି ରୂପ ନୋହଇ କ୍ଷେମ ।ସେହି ରାଧା ଅଙ୍ଗୁ ସକଳ ଜାତବିଷ୍ଣୁ ମହିମା ଅତି ଗୁଢ଼ତତ୍ତ୍ୱ ।ସଖି ଗୋ ! ଲକ୍ଷ୍ୟ ଦେବାକୁ ନାହିଂଅରୂପାନନ୍ଦ ରାଧା ଅଙ୍ଗ ସେହି ।।୧୧।ସେହି ରାଧାଟି ସେ ସଚରାଚରଉଦେ ହୋଇଅଛି ଯୋଗ ସଙ୍ଗର ।ସେହି କଳାଟି ଦେବୀ ଦେବ ହରକୋଟି କୋଟି ଦେବ ତହୁଂ ବାହାର ।ସଖି ଗୋ ! କିରଣ ରୂପା ଚୁଡ଼ିହରି ହର ପାରବତୀଙ୍କି ବେଢ଼ି ।।୧୨।ସ୍ନେହ ଅଭାବୁଂ ଦୁର୍ଗାଙ୍କ ଜନମପାର୍ବତୀ ବୋଲି ତାର ହେଲା ନାମ ।ତହିଂରୁ ଅନେକ ହୋଇଲେ ଜାତଅଷ୍ଟଚଣ୍ଡୀ ଅଷ୍ଟାଙ୍ଗରୁ ସଂଦ୍ଭୁତସଖି ଗୋ ! ନିତ୍ୟ ରାଧିକା ସେହିବହନ ଯିବା ଚାଲ ପ୍ରାଣସହୀ ।।୧୩।ରାଧା କୃଷ୍ଣଙ୍କର ଲମ୍ପଟ ଭୂଇଂତା ତହୁଂ ଆଭା ଖସିଣ ପଡ଼ଇ ।ସେହି ଆଭାଟି ଗୋଲକ ମଣ୍ଡଳୀଦ୍ୱିତୀୟେ ରାଧା କୃଷ୍ଣଙ୍କର କେଳି ।ସଖି ଗୋ ! ତହିଂ ବିଘ୍ନଟି ନାହିଂଅବିଦ୍ୟାରୁ ଜାତ ହୋଇଲାକ ସେହି ।।୧୪।ରାଧା କୃଷ୍ଣଙ୍କର ନିତ୍ୟ ବସାଣକୋଟି କୋଟି ବିଷ୍ଣୁ ଯହିଂ ଆଶ୍ରମ ।ଶେଷ ଦେବଙ୍କର ମଉଳି ପରବିଜେ କରିଛନ୍ତି ଅଶେଷ ହର ।ସଖି ଗୋ ! ବଳଭଦ୍ର ମୂରତିପ୍ରେମରୂପା ଅଙ୍ଗ ଅପୂର୍ବ ଜୋତି ।।୧୫।ଲଳିତା ବିଶାଖା ଚନ୍ଦ୍ରମା ସଖିଆଦି ମହିମା ଚତୁରଙ୍ଗ ରୂପୀ ।ମୁଖ ପଙ୍କଜରୁ ରସ ଗଳିଲାପ୍ରେମରୂପା ବୋଲି ନାମ ବହିଲା ।ସଖି ଗୋ ! ସେହି ରସଟି କ୍ଷୀରମନ୍ଥିବାରୁ ଲକ୍ଷ୍ମୀ ହେଲେ ବାହାର ।।୧୬।ସେ ପୁଣି ଅବତାରକୁ ଧଇଲେବିଷ୍ଣୁଙ୍କୁ ସେହି ଆଦି ସ୍ଥାନ କଲେ ।ଚାରି ଦିଗରେ ଚାରି ନାମ ତାରବତିଶ ମାତ୍ରା ହୋଇଲା ବାହାର ।ସଖି ଗୋ । ନିରାକାର ଭିଆଣସେହି ରସହୁଂ ହୋଏ ଆଦିସ୍ଥାନ ।।୧୭।ତା ତହୁଂ ପୁଣି ଯୋଗ ନିଦ୍ରା ହେଲେଚାରି ମୁରତି ଏକାଙ୍ଗ ହୋଇଲେ ।ବତିଶ ଲୀଳା ଅବତାର ଘେନିରାଧା କୃଷ୍ଣ ହୋଇଲେକ ମୁର୍ଧୁନି ।ସଖି ଗୋ ! ଷୋଳ କଳାରୁ ଏକଦ୍ୱାପରେ ହୋଇଲେ ଜଗୁ ନାୟେକ ।।୧୮।ଶଇଳ ପଦ୍ମ ଅଭିଳାଷ ଘେନିରାଧା କୃଷ୍ଣ ରୂପ ହୋଇଲେ ପୁଣି ।ସେହି ରୂପ ଗୋଟି ସଚରାଚରହରେ ରାମକୃଷ୍ଣ ବୃନ୍ଦାବନର ।ସଖି ଗୋ ! ଖେଡ଼ି ଲାଗନ୍ତି ଦେଖଦାସ ଅଚ୍ୟୁତର ତହିଂରେ ସୁଖ ।।୧୯।ଇତି ଶ୍ରୀ ନିତ୍ୟରାସ ଦ୍ୱିତୀୟ ଅଧ୍ୟାୟଃ ।
ତୃତୀୟ ଅଧ୍ୟାୟ
ଗୋଲାହାଟ ଓଲଟ କୁଞ୍ଜ ଯହିଂଓଲଟ ପାଲଟ ଯୁଗଳ ଦେହୀ ।ଷୋଳକଳାରେ ହୋଇ ପରିପୂର୍ଣ୍ଣରାଧା ଅଙ୍ଗରେ ଶ୍ରୀ କୃଷ୍ଣ ଚରଣ ।ସଖି ଗୋ! ବେନି ମୂରତି ୟେକଶବଦ ଫେରୁ ଅଛି ଅତିରେକ ।।୧।ରାଧା କଟି ପରେ କୃଷ୍ଣ ବସିଛିଅଷ୍ଟାଦଶ ଚିହ୍ନ ତହିଂ ଲୁଚିଛି ।ଚନ୍ଦ୍ରିକା ଗୋପ୍ୟାନ ହୋଇଛି ତହିଂଅବନା ଅକ୍ଷର ବୋଲିଟି ସେହି ।ସଖି ଗୋ! ଷୋଳ ଡ଼ମ୍ବରୁଠାରେଶ୍ରୀ କୃଷ୍ଣ ଚରଣ ରାଧା ମୁଖରେ ।।୨।କଳାମେଘେ ଭାନୁ ପ୍ରାୟେକ ଦିଶିଜଳ ଭିତରେ କି ଲୁଚିଛି ଶଶି ।କୋଟି କୋଟି ରୂପ ନୋହେ ତୁଳନାବିସ୍ମରିଣ ଦିବା ନିଶି ଭାବନା ।ସଖି ଗୋ! ବାରି ନ ପାରେ କେହୁନିତ୍ୟଗୋଲକ ରୂପେ ଥିତ ସେହୁ ।।୩।ରାଧା ଅଙ୍ଗରେ ଶ୍ରୀକୃଷ୍ଣ ମିଶିଛିଶ୍ରୀଅଙ୍ଗ କଳାରୁ ରସ ଗଳୁଛି ।ସେହୁ ରସେ ରସିତ ଗୋପୀଜନସୁଧାନିଧି ମକରନ୍ଦ ତା ନାମ ।ସଖି ଗୋ ! ସେହି ରସେ ରସିବାପୁନରପି ଏ ଦେହ ନ ପାଇବା ।।୪।ପଞ୍ଚମ ଅଙ୍ଗ ଯେ ପଞ୍ଚମ ଧ୍ୱନିଛଡ଼ ଚକ୍ର ଛଡ଼ ଦ୍ୱାରକୁ ଘେନି ।ସହସ୍ର ପାଖୁଡ଼ା ପଦ୍ମରେ ଥିତିଦୁଇ ପାଖୁଡ଼ାରେ କଉଂ ମୁରତି ।ସଖି ଗୋ! ଭେଦି ପଶିବା ଚାଲନିତ୍ୟ ରାଧାଙ୍କର ଯହିଂରେ ଖେଳ ।।୫।ଚକ୍ର ଆକାରେ ସେ ପଦ୍ମର ବର୍ଣ୍ଣନୀଳ ମେଘରେଟି ବିଦୁ ଯେସନ ।ଦ୍ୱାଦଶ ଅଙ୍ଗୁଳ ଖେତ କମଳଶ୍ରୀକୃଷ୍ଣ କଣ୍ଠରେ ତାହାର ଥଳ ।ସଖି ଗୋ! ରାଧା ହୃଦେ ଲାଗିଛିଶ୍ୱେତ ଗଙ୍ଗାଧର ବହି ପଡୁଛି ।।୬।ପାଦ ବୋଲି କରି ଯାହାକୁ କହିଅନନ୍ତ ବୋଲି ଅନ୍ତ ନାହିଂ ତହିଂ ।ଅଣ ଅକ୍ଷର ଆଦି ଶକ୍ତି ହୋଇସେହି ସ୍ଥାନରୁ ଏମାନ ହୁଅଇ ।ସଖି ଗୋ! ଅଣ ଉଦିଅ ସ୍ଥାନସହସ୍ରଧାର ବୋଲି ସୁଦ୍ରଶେନ ।।୭।ଢାଙ୍କି ରହିଅଛି ବେଦ ଉପରେରାଧା ମୁଖ କୃଷ୍ଣ ପାଦ ପଦ୍ମରେ ।କୋଟି କୋଟି ଯୁଗ ପଲକ ଯହିଂରାତ୍ର ଦିବା ତହିଂ ବାରଣ ନାହିଂ ।ସଖି ଗୋ! ସେହି ରସେ ବୁଡ଼ିବାଉଠ ପ୍ରାଣସଖି ବହନ ଯିବା ।।୮।ଦେହ ନୋହଇ ଅଦେହଟି ଜାଣମକରନ୍ଦ ଜଣାଉଛି ପ୍ରଣାମ ।ଶୁକ ସନକାଦି ସକଳ ମୁନିଧ୍ୟାନ କରିଣ ବସିଛନ୍ତିପୁଣି ।ସଖି ଗୋ! ଧୁନି ଜାଳିଣ ଦେଖଅପୂର୍ବ ସୋରୂପ ଜଗୁନାଏକ ।।୯।ଷୋଳ ଅକ୍ଷର ବସିଅଛି ତହିଂବତିଶ ଅକ୍ଷର କମଳ ହୋଇ ।ପଚାଶ ଅକ୍ଷର ଲୀଳାର ସ୍ଥାନଚଉଷଠୀରେ ରାଧାଙ୍କ ବିଶ୍ରାମ ।ସଖି ଗୋ । ତହିଂ ପଦ୍ମ ଫୁଟିଛିପାଖୁଡ଼ାରୁ ରସ ଗଳି ପଡୁଛି ।।୧୦।ସହସ୍ର ଦଳ ପଦ୍ମ ତାକୁ କହିସେହି ପଦ୍ମରେ ଖେଳୁ ଅଛି ରହି ।ଛଡ଼ଚକ୍ର ସହ ପଦ୍ମ ବେହାରଦ୍ୱାଦଶ ଚକା ମଣ୍ଡଳ ଆକାର ।ସଖି ଗୋ ! ବୟାଳୋଇରେ ଦେଖଲେଖା ନୁହଇ ପୁରୁଷ ଅଲେଖ ।।୧୧।ଅରୁଣ ବର୍ଣ୍ଣ କିଶୋରୀ ସେ ଜାଣରାଧା ଶରୀର ସେ ଅଟେ ପ୍ରମାଣ ।ନୀଳବର୍ଣ୍ଣ ୟେକ ତହିଂ ମିଶିଛିନବୀନ କିଶୋର ରୂପ ସାଜିଛି ।ସଖି ଗୋ ! ନବ ଯୁବା ସେ ତରୁନବୀନା ରାଧା ଉଦୟ ମଣ୍ଡଳୁ ।।୧୨।ଚାଲ ବହନ ହୋଇ କରିଯିବାୟେହେର୍ଣ୍ଣେ ରୂପ ଦ୍ରଶନ କରିବା ।ଭେଦି ପାଖୁଡ଼ା ଦେଖିବା ଗୋ ସହୀଦୀନ ଅଚ୍ୟୁତ ଆଶା ସେହିଠାଇଂ ।ସଖି ଗୋ ପଦ୍ମ ପ୍ରକାଶେ ଜୋତିହ୍ଲୀଂ ଶ୍ଲୀଂ କ୍ଲୀଂ ବର୍ଣ୍ଣରେ ଥିତି ।।୧୩।ତହିଂପରେ ଥିତି ପ୍ରଥମ ଦଳଦୃଶଇଟି ତାର ବର୍ଣ୍ଣ ଶୁକଳ ।ଓଂ କାର ଅକ୍ଷର ବସିଛି ତହିଂନିତ୍ୟ ରାହାସର ଗୋଲୋକ ଭୁଇଂ ।ସଖି ଗୋ ! ସେହି ବର୍ଣ୍ଣୁଂ ଛରୁଛିସହସ୍ରେ ଚନ୍ଦ୍ର କି ଉଦେ ହୋଇଛି ।।୧୪।ଆନ ପାଖୁଡ଼ା ନୀଳ ବର୍ଣ୍ଣ ଦ୍ୱଶେଶ୍ଲୀଂ ଅକ୍ଷର ତଥିପରେ ବସେ ।ହରେ ରାମ କୃଷ୍ଣ ଭଜନ ତହିଂହରି ହର ଧୁନି ତହିଂ ଶୁଭଇ ।ସଖି ଗୋ ! ତାର ଉପାମା ନାହିଂଦଶ ଅବତାର ଶରଣ ଯହିଂ ।।୧୫।ତ୍ରିୟ ପାଖୁଡ଼ାରେ ରୂପ ତିନି ହିଂବ୍ରହ୍ମା ବିଷ୍ଣୁ ରୁପ ଏକତ୍ୱ ତହିଂ ।ହ୍ଲୀଂ କ୍ଲୀଂ ଅକ୍ଷର ସୋରୁପ ସେଅଲେଖ ଲେଖି ନୋହଇଟି ଲେଶେ ।ସଖି ଗୋ! ଭେଦି ରହିଛି ସେହୁକୋଟ କୋଟି ଧୁନି ଉଦିଏ ତହୁଂ ।।୧୬।ଚାରି ପାଖୁଡ଼ା ଚତୁରଙ୍ଗ ଧ୍ୱନିଋକ ସାମ ଯକୁ ଅଥର୍ବ ଘେନି ।ତହିଂ ମଝାରେଣ ଯେ ସିଂଘାସନସିଦ୍ଧିରସ୍ତୁ ଚାରି ଅକ୍ଷର ନାମ ।ସଖି ଗୋ! ନୀଳା ଲାଗିଛି ତହିଂ ।।୧୭।ପଞ୍ଚମ ପାଖୁଡ଼ା ଶିଶୁ ବେଦରଅଠର ଅକ୍ଷର ତହିଂ ବସଇ ।ଆରକ୍ତ ବର୍ଣ୍ଣ ସେ ପାଖୁଡ଼ା ଜାଣସେଠାବେ ଖେଳା କରେ ସୁଦ୍ରଶେନ ।ସଖି ଗୋ! ସୁଧା ବହି ପଡୁଛିରାଧା ଶରୀରେ କହ୍ନାଇ ଲୁଚିଛି ।।୧୮।ପ୍ରେମସିନ୍ଧୁ ଉଛକଇ ସେଠାଇଂଭଗତଙ୍କର ସେ ଧନ ଅଟଇ ।ସେହି କଳାରୁ ହିଂ ସକଳ ଜାତଦୀନ ଅଚ୍ୟୁତ ସେହିଠାରେ ଭୃତ୍ୟ ।ସଖି ଗୋ ! ଚାଲ ଲୀଳା ଦେଖିବାନିତ୍ୟ ରାହାସ ଦ୍ରଶନ କରିବା ।।୧୯।ଇତିଶୀ ନିତ୍ୟରାସ ତୃତୀୟ ଅଧ୍ୟାୟଃ ।
ସମ୍ବନ୍ଧିତ ରଚନା
ହରିବଂଶ (ତୃତୀୟ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ
ହରିବଂଶ (ପଞ୍ଚମ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ
ଚିଲିକା
ରାଧାନାଥ ରାୟ
ସୁଭଦ୍ରା
ଚିନ୍ତାମଣି ମହାନ୍ତି