ରାହାସ ଖଣ୍ଡ
ଅଚ୍ୟୁତାନନ୍ଦ ଦାସ · ଭାଗ ୮ / ୧୦
ସମ୍ପୂର୍ଣ୍ଣ ସୂଚୀପତ୍ର
ପ୍ରଥମ ଅଧ୍ୟାୟ
ଅଚ୍ୟୁତ କହନ୍ତି ବଛ ରାମ ଦାସ ଶୁଣସନାତନ ଧର୍ମ ୟେହା କର ତୁ ଶ୍ରବଣ ।।୧।ପୂର୍ବେ ବ୍ୟାସ ମୁଖୁଂ ମୁହିଂ ଶୁଣିଛି ଯେପରିବର୍ଣ୍ଣନା ମୁଂ କରୁଅଛି ରାମ ସେହିପରି ।।୨।ଅଗ୍ୟାଂନ ଅନ୍ଧାର ନାଶ ହୋଇବଟି ଜାଣସଂସାରକୁ ଗ୍ୟାଂନ ବାଟ ଦେଖାଇବ ପୁଣ ।।୩।ପୂର୍ବେ ଜ୍ୟୋତି ରୂପ ଥିଲା ପ୍ରଳୟ କାଳେଣକୋଟି ସୂର୍ଯ୍ୟ ସମ ପ୍ରଭା ସୃଷ୍ଟିର କାରଣ ।।୪।ଇଚ୍ଛାମୟ ପ୍ରଭୁଙ୍କର ସେ ଜୋତି ସୋରୂପସେହି ଚୋତି ମଧ୍ୟରେଣ ତିନିଲୋକ ଗୋପ୍ୟ ।।୫।ସ୍ୱର୍ଗ ଆଦି ତିନି ପଦ୍ମ ତହିଂର ମଧ୍ୟରେଲୟେ ପ୍ରାପ୍ତ ହୋଉଥାଏ ପ୍ରଳୟ କାଳରେ ।।୬।ତଦୁପରି ନିତ୍ୟଥାନ ବ୍ରହ୍ମାଦି ସେବିତମଣ୍ଡଳାକାର ତ୍ରିକୋଟି ଯୋଜନ ନିଶ୍ଚିତ ।।୭।ରତ୍ନମୟେ ଭୂମି ସେହୁ ତେଜ ରୂପ ଧରେଗମ୍ୟ ଅଟେ ସେହି ଠାବ ବିଷ୍ଣୁ ଭଗତିରେ ।।୮।ଆଦି ବ୍ୟାଧି ଜରା ମୃତ୍ୟୁ ଶୋକ ତହିଂ ନାହିଂନିରାକାର ପ୍ରମଂବ୍ରହ୍ମ ବାସ ଥାନ ସେହି ।।୯।ପ୍ରଳୟେ କାଳରେ ପ୍ରଭୁ ଦେବ ଦେବ ହରିବିଜେ କରିଥାନ୍ତି ତହିଂ ଦିବସ ଶର୍ବରୀ ।।୧୦।ଗୋପ ଗୋପୀ ଆବୋରିଣ ପ୍ରଳେ କୃଷ୍ଣ ଥିତଗୋଲକର ଥିତି ରାମ ଅତୀଅ ଅଦ୍ଭୁତ ।।୧୧।ପଞ୍ଚାଶ କୋଟି ଯୋଜନ ଅଟେ ତାର ଥିତିଦକ୍ଷିଣେ ବୈକୁଣ୍ଠ ବାମେ ଶିବଲୋକ ଖ୍ୟାତି ।।୧୨।ମଣ୍ଡୋଳ ଆକାରେଣ ବଇକୁଣ୍ଠ ଭୂବନବିଥାର ତାହାର ହୋୟେ କୋଟିଏ ଯୋଜନ ।।୧୩।ବଇକୁଣ୍ଠ ସୃଷ୍ଟି ଆଉ ନାଶ ନାହିଂ ଜାଣତହିଂ ପରେ ଆନ କଥା କହୁଛି ତୁ ଶୁଣ ।।୧୪।ସୃଷ୍ଟିକାଳେ ନାରାୟେଣ ଲକ୍ଷ୍ମୀ ସଙ୍ଗତରେବିଜେ କରିଥାନ୍ତି ସୁଖେ ବଇକୁଣ୍ଠ ପୁରେ ।।୧୫।ତାହାଙ୍କ ସେବାରେ ଯଉଂମାନେ ତହିଂ ଥାନ୍ତିଜରା ମୃତ୍ୟୁ ଆଦି କେହି କିଛୁ ନ ଜାଣନ୍ତି ।।୧୬।ବାମ ପାଖେ ଶିବଲୋକ କୋଟିଏ ଯୋଜନବିଥାର ଅଟଇ ରାମ ମନେ ତୁହି ଘେନ ।।୧୭।ଜରା ମୃତ୍ୟୁ ଆଦି କଷ୍ଟ ନାହିଂନା ତହିଂରେବିଜେ କରିଥାନ୍ତି ହର ପାର୍ବତୀ ସଙ୍ଗରେ ।।୧୮।ପ୍ରଳୟେଣ ଶିବଲୋକ ନୋହଇ ଯେ ଲୀନକହିଲି ପ୍ରକୃତ କଥା ରାମ ଦାସ ଘେନ ।।୧୯।ଗୋଲକ ମଧ୍ୟରେ ଜୋତି ଅତି ମନୋହରଆହ୍ଲାଦ ଦାୟେକ ପୁଣ ଆନନ୍ଦ ଅପାର ।।୨୦।ଯୋଗୀଜନେ ଯୋଗାସନେ ସେ ଠାବେ ରହିଣଗ୍ୟାଂନ ନେତ୍ରେ ସେହି ଜୋତି କରନ୍ତି ଦ୍ରଶନ ।।୨୧।ସେହି ଜୋତି ମଧ୍ୟେ ରୂପ ଅତୀଅ ଶୋଭନନବୀନ ନୀରଦ ଶାମ ପଙ୍କଜ ଲୋଚନ ।।୨୨।ଦିଭୁଜ ମୁରଲୀଧାରୀ ମୋହନ ମୂରୁତିପୀତବସ୍ର ପରିଧାନ କରିଣ ଶୋଭନ୍ତି ।।୨୩।ଶ୍ରୀବଛ ଲାଞ୍ଛନ ବକ୍ଷେ କଉସ୍ତୁଭ ଶୋଭିତକୁଙ୍କୁମ କସ୍ତୁରୀ ଅଙ୍ଗେ ଚନ୍ଦନ ଚର୍ଚ୍ଚିତ ।।୨୪।ନାନା ରତନ କିରୀଟି ମୁକୁଟ ଉଜ୍ଜଳଅତୀଅ ଶୋଭା ଦିଶଇ ମସ୍ତକ ଉପର ।।୨୫।ରତ୍ନ ସିଂଘାସନ ଠାବେ ବିଜେ ଦୟାମୟବନମାଳା ରାଜଦେଶେ ଶୋହେ ଅହରହ ।।୨୬।ସେହୁ ଭଗବାନ ପରଂବ୍ରହ୍ମ ସନାତନଇଚ୍ଛାମୟ ସର୍ବ ବୀଜ ସକଳ କାରଣ ।।୨୭।ସର୍ବାଧାର ପରାପ୍ରର ସେହୁ ହୃଷିକେଶକିଶୋର ବୟେସ ଧରିଥାନ୍ତି ଗୋପବେଶ ।।୨୮।ପୂର୍ଣ୍ଣବ୍ରହ୍ମ ସୋରୂପ ନିର୍ମଳ ନିର୍ବିକାରମନବାଞ୍ଛା ପୂର୍ଣ୍ଣ କରାଅନ୍ତି ରାସେଶ୍ୱର ।।୨୯।ମଙ୍ଗଳ ସୋରୂପ ସେହୁ ମଙ୍ଗଳଇଂ ଦାତାପରମାନନ୍ଦ ସେହୁ ସେ ୟେକମାତ୍ରା ଧାତା ।।୩୦।ସର୍ବ ସିଧି ଦାତା ସେହୁ ଅଚ୍ୟୁତ ଅବେୟଶୁଣ ରାମ ସେହି ପ୍ରଭୁ ଅନନ୍ତ ଅକ୍ଷୟ ।।୩୧।ସକଳ ମନମାଞ୍ଛାକୁ ସିଧ୍ୟ କରାବନ୍ତିସିଧ୍ୟ ରୂପ ଧରି ସେହୁ ଠାବେଣ ଅଛନ୍ତି ।।୩୨।ପ୍ରକୃତି ଅତୀତ ସେହୁ ସୋୟଂ ନିରଞ୍ଜନପରମ ଈଶ୍ୱର ତାଙ୍କ ଶ୍ୱରୀର ନିର୍ଗୁଣ ।।୩୩।ବଇଷ୍ଟମ୍ବ ସଙ୍ଗେ ହୋୟେ ବଷ୍ପମ୍ବ ବିଖ୍ୟାତସାଧୁସଙ୍ଗେ ସଦଜ୍ଞାନ ହୋଅଇ ପ୍ରାପତ ।।୩୪।ଶ୍ରୀକୃଷ୍ଣ ନାମହିଂ ସର୍ବ ପୂରାଣରେ ସାରନାମ ନ ଚିହ୍ନିଲା ଜନ ଜୀବ ନାରଖାର ।।୩୫।ନାମର ମହିଂମା ରାମ ଶୁଣ ମନଦେଇନାମ ନ ଚିହ୍ନିଲା ଜନ ଅଗ୍ୟାଂନ ବୋଲାଇ ।।୩୬।ଗୋଲକ ଧାମରେ କୃଷ୍ଣ ବ୍ରହ୍ମାଙ୍କୁ କହିଲେପୁଷ୍କର ତୀର୍ଥରେ ବ୍ରହ୍ମା ଧର୍ମଙ୍କୁ କହିଲେ ।।୩୭।ପ୍ରୀତି ମନେ ଧର୍ମ ଦେଲେ ପୁଣ ନାରାୟଣେନାରାୟେଣ ପୁଣ ଦେଲେ ନାରଦ ଯତନେ ।।୩୮।ଗଙ୍ଗାର ତୀରେଣ ଶେଷେ ନାରଦ ଆଦରିବ୍ୟାସ ମୁନି ଗ୍ୟାଂନ ନେଲେ ତତ୍ୱଂ ହେତୁକରି ।।୩୯।ଅଠରହ ସସ୍ର ଶ୍ଳୋକେ ବ୍ୟାସ ତପୋଧନରଂଚିଲେ ୟେକାନ୍ତେ ଏହୁ ପୁରାଣ ପ୍ରାମାଣ ।।୪୦।ଶ୍ରୀକୃଷ୍ଣ କୃପାରୁ ଏହା ତୋ ଆଗେ କହିଲିପାମର ଅଚ୍ୟୁତ ସଦା ପ୍ରଭୁ ପାଦ ଭାଳି ।।୪୧।ଗୋଲକରେ ଯେହୁ ଲୀଳା ରାସ ରସମାନମର୍ତ୍ତ୍ୟ ବୃନ୍ଦାବନେ ତାହା ଅତୀଅ ଗହନ ।।୪୨।ଶ୍ରୀକୃଷ୍ଣ ଚରଣେ ସଦା କର ଧ୍ୟାନ ତୁହିଅନନ୍ତ ରାହାସ ଦୀନ ଅଚ୍ୟୁତ କହଇ ।।୪୩।ଇତିଶ୍ରୀ ଗୋଲକେ ଅନନ୍ତ ରାସ ବର୍ଣ୍ଣନେନାମ ପ୍ରଥମ ଅଧ୍ୟାୟଃ
ଦ୍ୱିତୀୟ ଅଧ୍ୟାୟ
ବୃନ୍ଦାବନେ ସେହି ରାସ ମଣ୍ଡୋଳ ଯେପରିଗୋପୀଙ୍କ ବେହାର ହୋୟେ ଶୁଣ ହେତୁକରି ।।୧।ଶ୍ରୀହରିର ରାସଲୀଳା ବେଦେ ଅଗୋଚରକୃଷ୍ଣ ଲୀଳା ପୃଥିବୀରେ ସୁଖ ପାରାବାର ।।୨।ୟେକ ଦିନେ ରାତ୍ରେ କୃଷ୍ଣ ଗଲେ ବୃନ୍ଦାବନେଶୁକ୍ଳପକ୍ଷ ତ୍ରୟୋଦଶୀ ପୂର୍ଣ୍ଣେନ୍ଦୁ ଗଗନେ ।।୩।ଯୁଥିକା ମାଳତୀ କୁନ୍ଦ ମାଧବୀର ଫୁଲସୁବାସରେ ମହକିତ ବୃନ୍ଦାବନ ଥଳ ।।୪।ନବ ପଲ୍ଲବେଣ ବସି ଗବଇଂ କୋକିଳଅତୀଅ ଆନନ୍ଦ ସେହୁ ଦେଖି ରାସ ଥଳ ।।୫।ଚନ୍ଦନ ଅଗୁରୁ ଆଉ କୁଙ୍କୁମ ରଚିତତାମ୍ବୋଳ ଭୋଗର ଦ୍ରବ୍ୟ କର୍ପୁର ସହିତ ।।୬।ରତନ ପ୍ରଦୀପ ଧୂପ ଅତି ଗନ୍ଧଯୁତନାନା ପୂଷ୍ୟେ ସୁସଜ୍ଜିତ ଯହିଂ ରାସକ୍ଷେତ୍ର ।।୭।ନାନା ପୁଷ୍ୟ ତହିଂ ସରୋବର ଶୋଭା କରେରାଜହଂସୀ ପନ୍ତି ପନ୍ତି ଖେଡ଼ନ୍ତି ତହିଂରେ ।।୮।ଶୁଧ୍ୟ ସ୍ଫୋଟିକ ପରାୟେ ବାରି ନିରିମଳଅମୃତ ସମାନ ପାନେ ପରମ ଶୀତଳ ।୯।।୯।ନାନା ଦ୍ରବ୍ୟେ ସୁସଜ୍ଜିତ ରାହାସ ମଣ୍ଡୋଳିଦଧି ଦୁଗଧ ଶୁକ୍ଳ ଧାନ୍ୟ ଲିଆ ଯେ କଦଳୀ ।।୧୦।ଶୋଭିତ ମଙ୍ଗଳ ଘଟ ସିନ୍ଦୁର ଚନ୍ଦନନୂତନ ଆମ୍ର ପତର ବସ୍ର ଆଚ୍ଛାଦନ ।।୧୧।ମାଳତୀ ମାଳ ସଂଯୁତ ନାରିକେଳ ଫଳୟେପରି ମଙ୍ଗଳ କୁମ୍ଭ ଶୋହେ ନାନା ସ୍ଥଳ ।।୧୨।ମଙ୍ଗଳ ଧୂନି ହୋଅଇ ଶଙ୍ଖ ବାଦନରେସେ ଧୁନି ନାଦ ବାଜଇ ଯାଇ ତିନି ପୁରେ ।।୧୩।ପଞ୍ଚ ମୁରୁଜରେ ପଦ୍ମ ଅଷ୍ଟଦଳ ହୋଇରାସ ବେଦ୍ରିକା ସୁନ୍ଦର କେ ପାରିବ କହି ।।୧୪।ପାଟବସ୍ର ଘେରା ତହିଂ ପାଟର ଚାନ୍ଦୁଆନାନାରଙ୍ଗ ବସ୍ରମାନ ବେଦ୍ରିକାରେ ଥୁଆ ।।୧୫।ଦେଖିଣ ଆନନ୍ଦ ହରି ବିବିଧ ବିଭବହସିକରି କଲେ ତହୁଂ ମୁରଲୀର ରବ ।।୧୬।ବିରହିଣୀ ଗୋପିକାୟେ ହେଲେ ଉଚ୍ଚାଟନମୁରାରି ବାଇଲେ ଯହୁଂ ମୁରଲୀରେ ସ୍ୱନ ।।୧୭।ଶୁଣିଣ ରାଧିକା ହେଲେ କାମେ ମୋହମାନଥାଣୁ ପ୍ରାୟେ ରହିଲେ ସେ କୃଷ୍ଣ ଚିନ୍ତି ମନ ।।୧୮।କ୍ଷଣେ ଚେତା ପାନ୍ତି କ୍ଷଣେ ପୁଣ ଅଚେତନହୋଇଲେ ସେ ବ୍ରଜେଶ୍ୱରୀ ଉଚ୍ଚାଟନ ମନ ।।୧୯।ଧିଆନ କଲେ ଶ୍ରୀକୃଷ୍ଣ କମଳ ଚରଣନାନା ରତ୍ନ ଅଳଙ୍କାରେ ଅଙ୍ଗ ଶୋଭାବନ ।।୨୦।ବାହାର ହୋଇଲେ ରାଧା ଚେତନ ରହିତାକୂଳଧର୍ମ ଶଙ୍କା ତେଜି କଲେ କୃଷ୍ଣ ଚିନ୍ତା ।।୨୧।ସୁଶୀଳାକୁ ସାଥି କରି ତେତ୍ରିଶ ଗୋପିକାଗୋପୀଙ୍କ ପ୍ରଧାନ ସେହୁ ଶ୍ରୀମତୀ ରାଧିକା ।।୨୨।ସୁଶୀଳା ଶଶିକଳା ଯେ ଚନ୍ଦ୍ରମୁଖୀ ଆରଷୋହଳ ହଜାର ସଖି ଶୋଭା ଯେ ଅପାର ।।୨୩।ରସକ୍ରୀଡ଼ା ଲାଗି ଗଲେ ଆନନ୍ଦିତ ମନେଉଲୁସିତ ହୋଇଗଲେ ସର୍ବ ଗୋପୀଜନେ ।।୨୪।ମଧୁମତୀ ସଖି ଚମ୍ପା ଶାମଳାକୁ ଘେତିୟେକାନ୍ତ ସୁନ୍ଦେରୀ ସର୍ବେ ତ୍ରିଭୁବନ ଜିତି ।।୨୫।ଷୋହଳ ସହସ୍ର ସଖି ସଙ୍ଗତରେ ନେଇଚଳିଲେ ସେ କୃଷ୍ଣପ୍ରିୟା ରାସ ଲୀଳା ଭୁଇଁ ।।୨୬।ସର୍ବ ସଖିଜନ ଯହୁଂ ୟେକ ମନ ହେଲେକୃଷ୍ଣ ଦରଶନେ ତହୁଂ ସୁସଜ୍ଜିତେ ଗଲେ ।।୨୭।କାହା ହାଥେ ପୁଷ୍ୟମାଳା କା ହାଥେ ଚନ୍ଦନକରରେ କରିଛି କେହୁ ଚାମର ଧାରଣ ।।୨୮।କସ୍ତୁରୀ ତାମ୍ବୋଳ ଘେନି କଉଂ ଗୋପୀଜନକେହୁ ବା ଘେନିଣ ହାଥେ ବିଚିତ୍ର ବସନ ।।୨୯।କେହୁ ବା ସୁଗନ୍ଧି ଜଳ ଧରିଅଛି କରେବେଣାଚେର ବିଞ୍ଚଣୀ କେ ଧରିଛି ହାଥରେ ।।୩୦।ରାଧିକା ସୁବେଶ ଦେଖି ଗୋପୀଗଣ ବେଶସବିଂହେ ସଜାଇ ହେଲେ ବିଶେଷୁଂ ବିଶେଷ ।।୩୧।ଜୟ ଜୟ ଧୁନି କରି ସଖିମାନେ ଗଲେମଳିଲେକ ବୃନ୍ଦାବନ ଶ୍ରୀରାସ ମଣ୍ଡଳେ ।।୩୨।ସ୍ୱର୍ଗ ତହୁଂ ବଳି ଶୋଭା ସେ ଥଳ ଦିଶଇୟେମନ୍ତ ଶୋଭାକୁ ବ୍ରହ୍ମା ବର୍ଣ୍ଣି ନ ପାରଇ ।।୩୩।କୁସୁମ ସୁବାସେ ବାଇ ଅତୀଅ ନିର୍ଜନମୁନିଜନମାନ ମନ ମୋହନ କାରଣ ।।୩୪।ଶୁଣିଲେକ ବ୍ରଜାଙ୍ଗନା ଯହୁଂ କୁହୁ ସ୍ୱରଅତି ସୂକ୍ଷ୍ମ ଭ୍ରମରାର ରବ ମନୋହର ।।୩୫।ସେ ସମୟେ ରାଧା ରାସେ ହେଲେ ଉପରାତପୁଷ୍ୟ ମଧୁପାନେ ତହିଂ ଭ୍ରମରା ଉନୁମତ ।।୩୬।ସର୍ବ ସଖିଗଣ ସଙ୍ଗେ କୃଷ୍ଣ ପଦ ଧ୍ୟାନଭକ୍ତିକରେ କରୁଛନ୍ତି ବୁଜିଣ ନୟେନ ।।୩୭।ଦିବ୍ୟ ବସ୍ର ପରିଧାନ ମୁଖେ ମନ୍ଦହାସକି ଅବା ହୋଉଛି ତହିଂ ଚପଳା ପ୍ରକାଶ ।।୩୮।ରାଜେନ୍ଦ୍ର ଗାମିନୀ ମୁନି ମାନସ ମୋହିନୀଜାନୁ ଯଉବନ ସର୍ବେ ତ୍ରିଭୁବନ ଜିଣି ।।୩୯।ଶରଦ ଚନ୍ଦ୍ରମା ମୁଖ ଲାବଣ୍ୟ ବିରାଜେକବେରୀରେ ମାଳତୀର ମାଳ ମାନ ସାଜେ ।।୪୦।ରାଧା ଦେଖି କୃଷ୍ଣ ରୂପ ଅତି ମନୋହରନବୀନ କିଶୋର ମୁର୍ତି ଶାମଳ ସୁନ୍ଦର ।।୪୧।ନବ ଯଉବନ ପୂର୍ଣ୍ଣ ରତ୍ନ ଆଭରଣକୋଟି କନ୍ଦର୍ପ ଲାବଣ୍ୟ ଭୁବନ ମୋହନ ।।୪୨।ବଙ୍କିମ ନୟନେ ଦେଖି ରାଧିକା ସୋରୁପପରମ ଅଦ୍ଭୁତ ବିଶ୍ୱ ଭୁବନେ ଅନୁପ ।।୪୩।ଛରିଲା ରସର ଧାରା ନୟନୁଂ ନୟନେପୂରିଲା ସର୍ବ ଭୁବନ ମଧୁର ନିସ୍ୱନେ ।।୪୪।ଲଜ୍ଜାରେ ଢାଙ୍କିଲେ ରାଧା ବଦନେ ବସନଅଳପେ ଅଳପେ ଚାହିଂ ଶ୍ରୀକୃଷ୍ଣ ଆନନ ।।୪୫।ସଧୀରେ ଆସିଲେ ପାଶେ ମଦନମୋହନରାଧାଙ୍କର କର ଧରି ଦେଲେ ଆଲିଙ୍ଗନ ।।୪୬।କୃଷ୍ଣ ଅଙ୍ଗ ସଙ୍ଗେ ରାଧା ପାଇଲେ ଚେତନପ୍ରାଣାଧିକ ପ୍ରାଣକାନ୍ତ କଲେ ଆକର୍ଷଣ ।।୪୭।ବଚନେ ହରିଲେ କୃଷ୍ଣ ମାନସ ରାଧାରମିଶିଲେ ଅଭେଦେ ଯେହ୍ନେ ନୀର ସଙ୍ଗେ କ୍ଷୀର ।।୪୮।କପୂର ତାମ୍ବୋଳ ଭୋଗ ଦ୍ରବ୍ୟ ସୁସଜ୍ଜିତବସିଣ ରାଧାଙ୍କ ସଙ୍ଗେ କୃଷ୍ଣ ଆନନ୍ଦିତ ।।୪୯।ସକଳ ଘଟରେ ରତି କରନ୍ତି ଶ୍ରୀ ହରିରାସକ୍ରୀଡ଼ା କରୁଛନ୍ତି ସକଳ କିଶୋରୀ ।।୫୦।ରାସ ରସରେ ବିହରି ସର୍ବ ଗୋପୀଗଣପୁଲକିତ ହୋଇଲାକ ସକଳ ପରାଣ ।।୫୧।ଷୋଳ ସହସ୍ର ଗୋପୀରେ ରାହାସ ମଣ୍ଡୋଳଅନ୍ତରଙ୍ଗା ଗୋପୀକାଙ୍କ ବିହାର ସେ ସ୍ଥଳ ।।୫୨।ନାନା ଭାବେ କ୍ରୀଡ଼ାକରି ସର୍ବେ କୁତୂହଳେତହିଂ ପରେ କ୍ରୀଡ଼ନ୍ତି ସେ ଯମୁନାର ଜଳେ ।।୫୩।ଜଳଖେଡ଼ା କରି ପରିଶ୍ରାନ୍ତ ସର୍ବଜନଉଠି ପରିଧାନ କଲେ ଆପଣା ବସନ ।।୫୪।ଦ୍ରହସିତ ମନେ ମୁଖ କରି ନିରୀକ୍ଷଣଶ୍ୱରୀରେ ଲେପନ କଲେ ଅଗୁରୁ ଚନ୍ଦନ ।।୫୫।ନାନା କୁସୁମର ମାଳା ଦେଲେ ସର୍ବେ ଗଳେକପୂର ତାମ୍ବୋଳ ସର୍ବେ ଭଖ୍ୟଣ କରିଲେ ।।୫୬।ୟେହୁ ରାସ କ୍ଷେତ୍ରେ ସେବା ଅଚ୍ୟୁତ କରଇଦୂତିକା ନୋହିଲେ ରାଧା ସ୍ନେହ ନ ଲଭଇ ।।୫୭।ଦୀନ ହୀନ ଅଚ୍ୟୁତ ମୁଂ ସେବେ କାଳେ କାଳେଶ୍ରୀକୃଷ୍ଣ ଆଗ୍ୟାଂରେ ଜନ୍ମ ନେଲି ନୀଳାଚଳେ ।।୫୮।କଳି କାଳକୁ ରାହାସ କରିଲି ପ୍ରଚାରଆଗ୍ୟାଂ ଦେଇଥିଲେ ମୋତେ ଶରୀରଙ୍ଗାଧର ।।୫୯।ରାସକୁ ଶୁଣନ୍ତି ଯେହୁ ଭକ୍ତି ଚିତ୍ତକରିଅନ୍ତେ ରାସେଶ୍ୱର ତାକୁ ନିଅନ୍ତି ଉଧରି ।।୬୦।ଗୋଲକର ରାସ ବୃନ୍ଦାବନେ ପରକାଶତରିଗଲେ ଗୋପୀଗଣ ପିଇ ସୁଧାରସ ।।୬୧।କଳିକାଳ ଧଂସନରେ ଚୈତନ୍ୟ ରୂପରେବିଜୟେ କରିଲେ ଆସି ନୀଳାଚଳ ଠାରେ ।।୬୨।ପଞ୍ଚସଖା ସଙ୍ଗ ହୋଇ ଆରମ୍ଭିଲୁଂ ରାସପୁର ନଗ୍ର ମାନଙ୍କରେ କରିଲୁଂ ପ୍ରକାଶ ।।୬୩।ଶ୍ରୀକୃଷ୍ଣ ପ୍ରେମ ମାଧୁରୀ ଭକ୍ତି ଚିତ୍ତେ ଧରିଅନନ୍ତ ରାସ ଅଚ୍ୟୁତ କହେ ହୃଦେ ସ୍ମରି ।।୬୪।ଇତି ଶ୍ରୀ ବୃନ୍ଦାବନେ ଅନନ୍ତ ରାସ କଥନେନାମ ଦ୍ୱିତୀୟ ଅଧ୍ୟାୟ
ତୃତୀୟ ଅଧ୍ୟାୟ
ଶୁଣ ବାବୁ ରାମଚନ୍ଦ୍ର ୟେକ ଚିତ ହୋଇଅନନ୍ତ ରାହାସ ଲୀଳା କହିବା ବୁଝାଇ ।।୧।ନିତ୍ୟ ଲୀଳା ୟେହୁ ଦେବଗଣେ ଅବ୍ୟଗତଭଗତି ଭାବରୁ ଯାହା ହୋଅଇ ପ୍ରାପତ ।।୨।ରାମ ରସେ ମତ୍ତ ହୋଇ ଗୋପୀଏ ବେଭୋଳାନାନା ରଙ୍ଗେ କୃଷ୍ଣ ସଙ୍ଗେ କଲେ ଖେଳାନୀଳା ।।୩।ରାହାସ ଶେଷରେ ଯହୁଂ ପରାଣ ତ୍ରିପୁତିରାହାସ ବନ୍ଦାଣ କରି ଘେନାଇଲା ମତି ।।୪।ସାଜି ହେଲେ ଗୋପୀଗଣ ନବୀନ କିଶୋରୀଶ୍ରୀକୃଷ୍ଣ ପରମ ପ୍ରୀତି ହୃଦରେ ସୁମୁରି ।।୫।ପୀତାମ୍ବର ଶାଢ଼ୀ ପିନ୍ଧି ଉପରାଣ ଦେଇକାଞ୍ଚଲା ଉପରେ ଚଂପା ବଉଳ ଚଢାଇ ।।୬।କେବଣ ବାଜେଣି ସେ ଯେ ନେପୁର କିଙ୍କିଣୀନାସାରେ ବସଣୀ ଶୋହେ ସିନ୍ଧୁଫଳ ଜିଣି ।।୭।ଗଳାରେ ଶୋଭଇ ହାର ବଉଳ ମାଳତୀଅର୍ଘ୍ୟ ଥାଳୀମାନ ସର୍ବେ ହାଥେ ଘେନିଛନ୍ତି ।।୮।ସର୍ବ ଗୋପୀ ୟେକମୁଖ ହୋଇଣ ଉଠିଲେସିନ୍ଧୁ ଘୋଷ ନାଦ ଜିଣି ହୁଳହୁଳି ଦେଲେ ।।୯।ଉପାମା ଦେବାକୁ ଆଉ ତିନିପୁରେ କାହିଂବାହାର ହୋଇଲେ ସର୍ବ ଦିବ୍ୟ ସଜହୋଇ ।।୧୦।ରାଧାଙ୍କୁ ବେଢ଼ି ଅଛନ୍ତି ସକଳ ତରୁଣୀପଦ୍ମବନ ମଧ୍ୟେ କିବା ଶୋହେ ଭୃଙ୍ଗଶ୍ରେଣୀ ।।୧୧।ସର୍ବ ଗୋପୀ ମେଳ ହୋଇ ରାଧାଙ୍କୁ ବେଢ଼ିଲେଶ୍ରୀକୃଷ୍ଣଙ୍କୁ ବନ୍ଦାଇବା ଆସ ଗୋ ବୋଇଲେ ।।୧୨।ନବୀନ ସେ ଗୋପୀଜନ ନବୀନ ବସନରାହାସ କୁଞ୍ଜକୁ ବିଜେ କଲେ ସେ ବହନ ।।୧୩।ନବୀନା କିଶୋରୀ ଗୋପୀ ଭରା ଯଉବନମଧୁର ବସନ୍ତ ବାଇ ବହେ ଘନଘନ ।।୧୪।ରାହାସ କୁଞ୍ଜରେ ବେଣୁ ବାଇଛନ୍ତି ଏକାଦେଖି ଗୋପନାରୀ ପ୍ରାଣେ ଉଭାରିଲା ଦକା ।।୧୫।ଥନ ଥନ ନୟନରୁ ବହୁଅଛି ପାଣିଥୟ ନୋହନ୍ତି ଗୋପୀଏ ବଂଶୀଧୁନି ଶୁଣି ।।୧୬।ତ୍ରିଭଙ୍ଗୀ ଛନ୍ଦରେ ଉଭା ହେଲେ ବନମାଳୀଦେଖିକରି ଗୋପୀମାନେ ଦେଲେ ହୁଳହୁଳି ।।୧୭।ସୁଦାମ ସୁବଳ ସେ ଯେ ଦ୍ୱାଦଶ ଗୋପାଳବତ୍ରିଶ ନାୟେକା ସର୍ବେ ଅଛନ୍ତି ସଙ୍ଗର ।।୧୮।ନିତ୍ୟ କୁଞ୍ଜରେ ବିଜୟେ ହୋଇଲେକ ହରିଆସ ଆସ ବୋଲି ପ୍ରଭୁ ଦେଲେ ହାଥ ଠାରି ।।୧୯।ସୋଅର୍ଣ୍ଣ କଟରାମାନ ହାଥରେ ଧରିଣକର୍ପୂର ଚନ୍ଦନ ମାନ ତହିଂରେ ଭରିଣ ।।୨୦।ବନ୍ଦାଇଲେ ଗୋପୀମାନେ ହୋଇ ଅତି ଭୋଳରନ୍ଦନ କର୍ପୂର ଗନ୍ଧ ଗଳେ ପୁଷ୍ୟମାଳ ।।୨୧।ନାନା ଜାତି ପୁଷ୍ୟ ତୋଳି କଲେ ୟେକ ମେଳହାର ଗୁନ୍ଥି ଶ୍ରୀକୃଷ୍ଣଙ୍କୁ ବନ୍ଦାନ୍ତି ସକଳ ।।୨୨।ନନା ଗନ୍ଧ ଦ୍ରବ୍ୟ କୃଷ୍ଣ ଅଙ୍ଗରେ ବୋଳିଲେଭୋଳହୋଇ ଗୋପୀମାନେ ତ୍ରିପୁତି ହୋଇଲେ ।।୨୩।ଉଛୁଳିଲା ପ୍ରେମ ସିନ୍ଧୁ ସୁଧା ରସ ସାରପ୍ରେମେ ଗୋପୀମାନେ ଯାଇଂ କଲେ ତାଙ୍କୁ କୋଳ ।।୨୪।ନିତ୍ୟର ମହିଂମା ୟେହୁ ଅପ୍ରକାଶ୍ୟ ଅତିଭାବରେ ଭଣିଲା ଦୀନ ପାମର ଅଚ୍ୟୁତି ।।୨୫।ଇତିଶ୍ରୀ ନିତ୍ୟଧାମ ଅନନ୍ତ ରାସ ବର୍ଣ୍ଣନେନାମ ତୃତୀୟ ଅଧ୍ୟାୟ