ରାହାସ ଖଣ୍ଡ
ଅଚ୍ୟୁତାନନ୍ଦ ଦାସ · ଭାଗ ୪ / ୧୦
ସମ୍ପୂର୍ଣ୍ଣ ସୂଚୀପତ୍ର
ପ୍ରଥମ ଅଧ୍ୟାୟ
କହନ୍ତି କିଶୋରୀ ଦୂତୀକି ଚାହିଂଖଟାଅ ମନକୁ ଅମନେ ନେଇ ।ଦୂତୀ ଗୋଗିରି ପଛିମ ଦିଗେଘର କରିଅଛି ଗଗନ ମାର୍ଗେ ।।୧।ଅମନ ମନ୍ଦିରେ କରିଛି ବାସଚାରିଖାନି ଲୋକ ତହିଂ ପ୍ରବେଶ ।ଦୂତୀ ଗୋଛଡ଼ଚକ୍ର ଉପରେଜ୍ୟୋତି ଜଳୁଅଛି ଶୂନ୍ୟ ମନ୍ଦିରେ ।।୨।ଝଟକ ବିଜୁଳୀ ପରାଏ ଦେଖନବଘନ ରୂପ ତହିଂ ନିରେଖ ।ଦୂତୀ ଗୋଟାକି ବସ ନିରତେଠୁଳ ଶୂନ୍ୟ ରୂପ ଦେଖିବୁ ନେତ୍ରେ ।।୩।ଡୋଳାକୁ ତୋହୋର ରଖ ଖଞ୍ଜାଇଢାଙ୍କୁଣି ଯେମନ୍ତେ ପାତନା ନୋହି ।ଦୂତୀ ଗୋଅନୁସରିଣ ଥିବୁତରଛ ନ ହୋଇ ଥିର ରଖିବୁ ।।୪।ଥୟେ କରିଥିବୁ ମନ ପବନଦିଉଧା ୟେମନ୍ତେ ନୋହିବ ମନଦୂତୀ ଗୋଧ୍ୟାନ ଟଳିବ ନାହିଂନୟନେ ଦେଖିବୁ କଳା କହ୍ନାଇ ।।୫।ପୀତ ବରନ ପରି ରୂପରାଜିଫୁଲ ମଧ୍ୟରେ କେଶର ବିରାଜି ।ଦୂତୀ ଗୋବଙ୍କୁନାଳ ଉପରେଭୂରୁ ସ୍ଥାନେ ଦୃଷ୍ଟି ରଖ ତୁ ଥିରେ ।।୬।ମାନ ସରୋବରେ ଖେଳୁଛି ହଂସଯତନ କରି ବାନ୍ଧ ପ୍ରେମଫାଶ ।ଦୂତୀ ଗୋରଖିଥିବୁ ମନରେଲହରୀ ଉଜାଣି ବାଇକୁ ଧୀରେ ।।୭।ବହନ୍ତା ନଦୀକୁ କର ବନ୍ଧନଶିଶୁବେଦ ପରେ ତାଙ୍କ ଆସନ ।ଦୂତୀ ଗୋଶୂନ୍ୟେ ଅରୁପାନନ୍ଦଶୂନ୍ୟେ ଉଇଂଅଛି ପୂର୍ଣ୍ଣିମା ଚାନ୍ଦ ।।୮।ହଜ ସହଜ ସମାଧି ଯୋଗରେକ୍ଷିତି ପରି ସବୁ ସହିବୁ ଧୀରେ ।ଦୂତୀ ଗୋକ୍ଷମାନିଧି ପୟେରକ୍ଷୁଦ୍ରମତି ଅଚ୍ୟୁତକୁ ଉଧର ।।୯।ଇତି ଶ୍ରୀ ଠୁଳଶୂନ୍ୟ ରାସ ପ୍ରଥମୋଽଧ୍ୟାୟଃ ।
ଦ୍ୱିତୀୟ ଅଧ୍ୟାୟ
କାଳିନ୍ଦୀ କୂଳେ କଦମ୍ବର ମୂଳେକଳା ପୁରୁଷେକ ଦେଖିଲି ଡୋଳେ ।କ୍ଷୁଦ୍ର ବଛା ପଲ ଘେନି ସଙ୍ଗରଖେଦି ଚରାବନ୍ତି କୁଂଜ ବନର ।ସହୀ ଗୋଗ୍ୟାନ ଚୁମ୍ବିଲେ ଯାଇଗୁପତେ ପରମ ଲୀଳା କରଇ ।।୧।ଘଟ ଦେବତା ଘଟରେ ଗୁପତଘୋଟି ରହିଛନ୍ତି ଜଗତ ଯାକ ।ଉଦୟେ ହୋଇଛି ଦେଖିଲି ସହୀଭଜାଣି ମିଶାଇ ତୋଳିବା ବାଇସହୀ ଗୋଚତୁର ସେ ନାଗରଚତୁରୀମାନଙ୍କ ହୃଦ ମଧ୍ୟର ।।୨।ଛ ଛନ୍ଦେ ଛଡ଼ ଅଇରିରେ ବାସଛନ୍ଦପଦ ପାଦେ ଶରଣ ପଶ ।ଯୋଗେ ଜପ ତପ ଅଟନ୍ତି ସେହିଜାଗି ପାରିଲେ ଜନ୍ମ ମୃତ୍ୟୁ ନାହିଂ ।ସହୀ ଗୋଝରୁଅଛି ଅମୃତଝରି ପଡୁ୍ଅଛି ଈଶ୍ୱର ମାଥ ।।୩।ନିଗମ କଦମ୍ବ ମୂଳରେ ହରିନାଚନ୍ତି ତ୍ରିଭଙ୍ଗେ ମୁରଲୀ ଧରି ।ଟାକି ଶ୍ରୀମୁଖକୁ ଗୋପାଳେ ଚାହିଂଟେକି ବଂଶୀଧ୍ୱନି ସୁମନେ ବାଇ ।ସହୀ ଗୋଠାକୁରଙ୍କ ଚରଣଠିକେ ଅଚ୍ୟୁତ ପଶଇ ଶରଣ ।।୪।ଡ଼ମ୍ବରୁଧର ପରେ ନିରଜଂନଡ଼ୋଳା ଭିତରେ ହୋଇଛନ୍ତି ଲୀନ ।ଢାଙ୍କୁଣି ଫିଟାଇ ତୁ ତୋତେ ଦେଖଢଳ ଢଳ ଦିଶେ ସେ ପଦ୍ମ ମୁଖ ।ସହୀ ଗୋଅଣ ଆୟତ ମନଅଣାକାର ବୋଲି ହେତୁରେ ଘେନ ।।୫।ତରଳି ପାରିଲେ ତୁ ତୋତେ ଧରତିନି ପୁରେ ନାହିଂ ଏଡ଼େ ସୁନ୍ଦର ।ଥକାଅ ମନ ଅନହତେ ନେଇଥକା ଘର ଭାଙ୍ଗିଯିବ ପଳାଇ ।ସହୀ ଗୋଦଶ ଦୁଆର ଭାବଦେବତାୟେ ଜଗି ରହିଛି ଶିବ ।।୬।ଧ୍ରୁବ ଯଉଂ ପଦ୍ମପାଦ ଚିନ୍ତିଲାଧ୍ରୁବ ମଣ୍ଡୋଳ ପରେ ବିହରିଲା ।ନିର୍ମଳ ଯୋଗ ସାଧନହିଂ କରନାମ ଅମୃତ ପାନେ ଅଜ୍ରାମର ।ସହୀ ଗୋପରମ ସେ କାରଣପରାପର ନାହିଂ ସର୍ବ ଘଟେଣ ।।୭।ଫୁରୁଣା ହୋଇ ଫୁଙ୍କାବନ୍ଧେ ପଶଫୁଟିଣ ପଦ୍ମ ପ୍ରକଟଇ ବାସ ।ବାରଣ ଘେନି ସୁମନେ ଚାହିଂଲେବାସନା ଘେନି ଥକାରେ ମିଶିଲେ ।ସହୀ ଗୋଭଙ୍ଗିମା ସେ ଚରଣ ।।୮।ଭୃତ୍ୟ ଅଚ୍ୟୁତି ପଶଇ ଶରଣମନ ସାଥେ ପ୍ରୀତି କର ମିତଣିମନ ଆୟତେ କୃଷ୍ଣ ଗୁଣ ଗୁଣି ।ଜଗତ ଜୀବନ ଯଶୋଦା ସୁତଳୀବ ପରମ କରିଛି ୟେକତ୍ ।ସହୀ ଗୋରାସ ବୃକ୍ଷ ମୂଳରରହିଛି ତ୍ରିଭଙ୍ଗୀ ଛନ୍ଦାପୟର ।।୯।ଲହରୀ ଉଜାଣି ଭିତରେ ପଶଲଏ ଲଗାଇ ୟେକାକାରେ ମିଶ ।ବୁଡ଼ି ଜଳ ଘଟେ ରହିଛି ମୀନବଳ ଆହୁରି ବସିଚି ଗଗନ ।ସହୀ ଗୋଶ୍ରୀୟା ଦେବୀ ଚରଣଶରଣ ପଶି ଯୋଗଭକ୍ତି ଘେନ ।୧୦।ସାମ ବେଦଟି ରତ୍ନ ସିଙ୍ଘାସନସସ୍ର ଦଳରେ ବିଜେ ଭଗବାନ ।ସାମ ଋକ ଯଜୁ ଅଥର୍ବ ଚାରିସିଂଘାସନକୁ ଅଛନ୍ତି ଆବୁରି ।ସହୀ ଗୋହେମ ମଣ୍ଡୋଳଂ ନୀଳହେତୁରେ ଦେଖିଲି ସେ ଜଗହୀଳ ।।୧୧।କ୍ଷିତି ମଧ୍ୟରେ ଦେଖିଲି ସୁନ୍ଦରଛପନ କୋଟି ଜୀବର ଠାକୁର ।ଛାଇ ପ୍ରାଏ ସର୍ବ ଘଟରେ ଥାଇକ୍ଷିତି ମଧ୍ୟରେ ଜନମ ଲଭଇସହୀ ଗୋକ୍ଷମାନିଧି ଚରଣକ୍ଷୁଦ୍ରବୁଦ୍ଧି ଅଚ୍ୟୁତି ଯେ ଶରଣ ।।୧୨।ଇତିଶ୍ରୀ ଠୁଳଶୂନ୍ୟ ରାସ ଦ୍ୱିତୀୟୋଽଧ୍ୟାୟଃ ।
ତୃତୀୟ ଅଧ୍ୟାୟ
କହେ ରାଈ ଦୂତୀ ଶୁଣ ମିତଣିକଦମ୍ବ ମୂଳରେ ମୁରଲୀ ପାଣି ।ଦୂତୀ ଗୋ !କାହ୍ନୁ କେଡେ ସୁନ୍ଦରକୃଷ୍ଣ କଳ୍ପତରୁ ନବ ଅଙ୍କୁର ।।୧।ଖୀନ ନାଳ ପରେ ତ୍ରିଭଙ୍ଗୀ ଠାଣିଖଞ୍ଜନ ନେତ୍ର ତା ବାଙ୍କ ଚାହାଣୀ ।ଦୂତୀ ଗୋ !ଖେଦ ବଳିଲା ମୋରଖରେ ବିନ୍ଧୁଅଛି ମଦନ ଶର ।।୨।ଗୋପୀ ଗୋପାଳ ଗୋବଛା ସହିତେଗୋଲାହାଟ ପରି ଲାଗୁଛି ମୋତେ ।ଦୂତୀ ଗୋଗ୍ୟାଂନ ବଳିଲା ମୋରଗୋବିନ୍ଦଙ୍କୁ ଦେଖି ଚିତ୍ତ ଅଥିର ।।୩।ଘନ ଘନ କରି ବାଆନ୍ତି ବେନୁଘାରି ହୋଇଲାଣି ମୋହୋର ତନୁ ।ଦୂତୀ ଗୋଘରେ ନ ରହେ ଚିତଘନ ଶ୍ୟାମଳିଆ ବାଇ କଲେତ!।୪।ଉଲଟ କଦମ୍ବ ମୂଳେ ବିଜଏଉଚ୍ଚାରି ମୂରଲୀ କି ରଙ୍ଗେ ବାଏ ।ଦୂତୀ ଗୋଅନୁସରୀ ଭାବନାଅନୁପମ ଜଳ ତହିଂ ମିଶାନା ।।୫।ଚିତାକୁ ଦେଖିଣ ଚିତ ଅଥିରଚେତନା ହଜିଲା ସହଜ ଘର ।ଦୂତୀ ଗୋଚିତ୍ର ନେତ୍ର ପ୍ରତିମାଚତୁରୀ ଚିତ୍ତ କୁମୁଦ ଚନ୍ଦ୍ରମା ।।୬।ଛଡ଼ଚକ୍ର ପରେ ଛଇଳବରଛଛନ୍ଦେ ହୋଇଛି ଛାଇ ଆକାର ।ଦୂତୀ ଗୋ!ଛନ୍ଦ ମୂରଲୀ ସିନାଛନ୍ଦ ଭିତରେ ଅବାଡ଼ ପ୍ରତିମା ।।୭।ଜଗତ ଜୀବନ ଯଶୋଦାନନ୍ଦଯୁବା ଯୁବତୀଙ୍କ ମୋହନ ଫାନ୍ଦ ।ଦୂତୀ ଗୋଯିବା ଆସିବା ହେଜଜଗୁ ଜୀବନ ମୋ ପରାଣ ନିଜ ।।୮।ଝର ଶିଖେ ହର ହେଲେ ପ୍ରସନ୍ନଝାସି ସୁଧାସିନ୍ଧୁ କର ଦ୍ରଶନଦୂତୀ ଗୋ!ଝଟ ଝଟ ଶ୍ରୀମୁଖଝାସି ସୁଧାସିନ୍ଧୁ ଲଭିବା ସୁଖ ।।୯।ନବଘନ ତନୁ ଶାମଳ ସାଜେନୀପ ବଟମୂଳେ କରିଛି ବିଜେ ।ଦୁତୀ ଗୋ !ନବ ନବ ମୂରତିନବ ଅନୁରାଗେ ବଳାଅ ମତି ।।୧୦।ଟେକି ବାନ୍ଧିଥାନ୍ତି ମୋହନ ଚୂଳଟାକି ପତିବରତାଏ ବେଭୋଳ ।ଦୂତୀ ଗୋ !ଟାଣ ରହିବ ନାହିଂଟେକି ଟେକି ବାନ୍ଧି ତ୍ରିବେଣୀ ନଈ ।।୧୧।ଠୁଳ ଶୂନ୍ୟ ପରେ ନିତ୍ୟ ରାହାସଠିକେ ରାଧା ଦୁତୀ ସେ ପାଦେ ରସ ।ଦୂତୀ ଗୋ!ଠାରେ ଗୁରୁ ରାଧିକାଠିକେ ବଳରାମ ଭାବେ ଦୂତିକା ।।୧୨।ଡାକି ପ୍ରାଣଧନ କହୁଛି ତୋତେଡୋଳାକୁ ଡୋଳା ମଜ୍ଜାଅ ତୁରିତେ ।ଦୂତୀ ଗୋ!ଡୋଳା ମୁରଲୀ ତାରଡେରି ଶ୍ରୁତିପଥ ଶବଦ ବାର ।।୧୩।ଢେଉକୁ ନିଶ୍ଚଳ କର ତୁ ମନଢଳ ଢଳ ଦିଶେ ବଶୀବଦନ ।ଦୂତୀ ଗୋ!ଢାଳେ ମୂରୁଛି ନୋହିବେଢ଼ି କରିଅଛି କଳା କହ୍ନାଇ ।।୧୪।ଅଣସର ଘରେ ଗଙ୍ଗା ଯମୂନାଅନୁପମ ଜଳ ତିଳେ ମିଶେନା ।ଦୂତୀ ଗୋ!ଅନୁସରି ଭାବନାଅପୂର୍ବ ସୁନ୍ଦର ସେ ନନ୍ଦ କହ୍ନା ।।୧୫।ତାଳୁପରେ ଦେଖ ତ୍ରିଭଙ୍ଗ ଚୂଳତରୁଣ ଅରୁଣ ଚରଣ ତଳ ।ଦୂତୀ ଗୋ!ତ୍ରିଭଙ୍ଗୀମା ତା ଠାଣିତରଳ ଦେଖି ସେ ନବ କାମେନୀ ।।୧୬।ଥିରେ ବଂଶୀ ଧୁନି ପାଇଲେ ଭେଟଥମ୍ଭନ ମୋହନ ବଶ୍ୟ ଭଜାଟ ।ଦୂତୀ ଗୋ!ଥୟ ନୁହଇ ଚିତଥୋଇଲା ଧନ ପାଶୋରିଛି ମୁଂତ ।।୧୭।ଦୟା ଧର୍ମ ସତ୍ୟ ଶାନ୍ତିକି ଘେନଦୟାନିଧି ଠାବେ ମଜ୍ଜାଅ ମନ ।ଦୂତୀ ଗୋ !ଦେଖ ଦିବ୍ୟ ମୁରୁତିଦେବଦେବୀ ହର ଶ୍ରୀ କୃଷ୍ଣ ମୁର୍ତ୍ତି ।।୧୮।ଧନ ଯଉବନ ନୁହଇ ଚିରଧରଣୀ ମଧ୍ୟେ କୃଷ୍ଣଭକ୍ତି ସାର ।ଦୂତୀ ଗୋ!ଧ୍ରୁବ ଏ ବାକ୍ୟ ସିନାଧନ୍ୟ ଲୀଳା ଭୁମି ପୂର୍ବ ବାସନା ।।୧୯।ନବଘନ ନୂଆ ପୀରତି ଭାବନବ ପଞ୍ଚ ପୁରେ ଅତି ଦୁର୍ଲଭ ।ଦୂତୀ ଗୋ!ନବ ନବ ମୁରୁତିନବ ଅନୁରାଗେ ବଳାଅ ମତି ।।୨୦।ପରମ ପୀୟୁଷ ଖାଇଣ ଭୋଳାପର ପୀରତିରେ ପରମ ମିଳା ।ଦୂତୀ ଗୋ!ପର ରଜ ବିଚାରପୀରତି କୀରତି ସଂସାରେ ସାର ।।୨୧।ଫୁଲ ଚିହ୍ନି ପ୍ରୀତି କର ଗୋ ସହୀଫୁଲ ମକରନ୍ଦେ ଭ୍ରମର ବାଇ ।ଦୂତୀ ଗୋ!ଫୁଲ ମଧ୍ୟରେ ବାସଫୁଲମାଳିଆ ପାଦେ କର ଆଶ ।।୨୨।ବାର ବାର କରି କହୁଛି ସହୀବାର ବାର ବାରେ ରଖ ତୁ ନେଇ ।ଦୂତୀ ଗୋ!ବାର ସଙ୍ଗତେ ଚାରିବଂଶୀଧରଙ୍କୁ ଭାବେ ବଶ୍ୟ କରି ।।୨୩।ଭାବରେ ବଶ୍ୟ ସେ ଭାବରେ ବାଇଭୃଙ୍ଗ ଯେହ୍ନେକ ମଧୁକୁ ଚୁମ୍ବଇ ।ଦୂତୀ ଗୋ !ଭାବ ନେତ୍ରପଥକୁଭାବେ ଭଜିବାକ ଜୀବ ତାହାକୁ ।।୨୪।ମନେ ମନ କରି ମଜାଅ ମନମନ ପୀରତିରେ ମନ ମୋହନ ।ଦୂତୀ ଗୋ !ମନେ ମନ ମଂଜାଅମନ ମାନସିକେ ସେବା ଲଗାଅ ।।୨୫।ଯମୂନା କୂଳେ ବଂଶୀବଟ ମୂଳେଜାତି କୁସୁମ ନିକୁଞ୍ଜ ଗହଳେ ।ଦୂତୀ ଗୋ!ଜପ ଲୟ ସତ୍ୱରେଜାଗି ଭେଟ ତାକୁ ଜୋତି ଭିତରେ ।।୨୬।ରସେ ରସିକ ରସ ଖାଇ ଭୋଳରସ ଅଟେ ଯୋଗ ମୃଦଙ୍ଗ ତାଳ ।ଦୂତୀ ଗୋ!ରସ କଉତୁକରେରସବତୀ ବେଢ଼ି ଚଉପାଶରେ ।।୨୭।ଲଳିତା ବିଶାଖା ରସି ଆବେଶେଲୟାଙ୍ଗ ଲୀଳାଙ୍ଗ ଭୋଗାଙ୍ଗ ରସେ ।ଦୂତୀ ଗୋ!ଲୀଳା ଲାବଣ୍ୟନିଧିଲୟାଙ୍ଗେ ସାଧିଲେ ଲୀଳାଙ୍ଗେ ସିଧି ।।୨୮।ବ୍ରଜରାଜ ସୁତ ସଙ୍ଗେ ବିଜସିବାମକୁ ତ ବାମା କି ଶୋଭା ଦିଶି ।ଦୂତୀ ଗୋ!ତାଙ୍କ ବଂଶୀ ନାଦରେବାଜୁଛି ଶବଦ ସିଷୁ ବେଦରେ ।।୨୯।ଷୋଳ ସହସ୍ର ଚତୁରାଙ୍ଗ ହୋଇସାର ଚାରିଭାଗେ ଚୈାଷଠୀ ହୋଇ ।ଦୂତୀ ଗୋ!ସବୁ ବଂଶୀ ନାଦରେଶବଦ ଶୁଭଇ ଅନହତରେ ।।୩୦।ଶ୍ୟାମସୁନ୍ଦର ଅଭେଦ ପୀରତିସାତୁକୀ ସେବାରେ ବଳାଅ ମତି ।ଦୂତୀ ଗୋ!ସର୍ବେ ନବ ଅବଳାସମ ସାଧନାରେ ଅତୀଅ ଭୋଳା ।।୩୧।ସକଳ ପ୍ରାଣୀଙ୍କ ହୃଦରେ ଥାଇସୁଗ୍ୟାଂନୀ ନେତ୍ରକୁ ଏକା ଦିଶଇ ।ଦୂତୀ ଗୋ!ସମ ମଣି ସକଳସେବା କରିଥାଅ ସଞ୍ଜ ସକାଳ ।।୩୨।ହରଷରେ ଯେହୁ ଲଗାଏ ଧ୍ୟାନହୃଦ ଦେଶରେ ଲଭଇ ଦ୍ରଶନ ।ଦୂତୀ ଗୋ!ହୋମ ଯଜ୍ଞ ସକଳହୃଦାନନ୍ଦଙ୍କୁ ନ ଚିହ୍ନି ନିଶ୍ଚଳ ।।୩୩।କ୍ଷମାନିଧିଙ୍କ ପାଦେ ଚିତ ତୁଅକ୍ଷମା କରିବେ ସେ ଦେବାଧିରାୟ ।ଦୂତୀ ଗୋ!କ୍ଷଣ ଭାବ ଆଚରକ୍ଷମେ ଅଚ୍ୟୁତି ସେବଇ ପୟର ।।୩୪।ଇତିଶ୍ରୀ ଠୁଳଶୂନ୍ୟ ରାସ ତୃତୀୟୋଽଧ୍ୟାୟଃ ।
ଚତୁର୍ଥ ଅଧ୍ୟାୟ
କୁମାର ପୂର୍ଣ୍ଣମୀ ଶରଦ ଚାନ୍ଦଉଦେ ହୋଇଅଛି ମହା ଆନନ୍ଦ ।କୁମାରୀ ମାନଙ୍କ ଉଛବ ଦିନଷୋଳ କଳା ଚନ୍ଦ୍ର ଉଦେ ଗଗନ ।ଦୂତୀ ଗୋ !ସର୍ବେ ଗୋପର ବାଳୀକୃଷ୍ଣଙ୍କୁ ଲୋଡ଼ନ୍ତି ମନରେ ଭାଳି ।।୧।ସର୍ବ ଗୋପୀମାନେ ମେଳ ହୋଇଣଗଲେ ଶ୍ରୀ ରାଧା ପୁରକୁ ବହନ ।ବୋଲନ୍ତି ଆସ ଗୋ ପୁଚି ଖେଳିବାଚନ୍ଦ୍ରକୁ ଦେଖିଣ ଦୁଖ ହାରିବା ।ରାଧେ ଗୋ!ବେଗ ହୋଇଣ ଆସକୃଷ୍ଣ ନାହାଂନ୍ତି କି ତୁମ୍ଭରି ପାଶ ।।୨।ଏକ ଗୋପୀ ବୋଲେ ସଖିଙ୍କୁ ଚାହିଂନୋହେ ଷୋଳକଳା ଚନ୍ଦ୍ରମାଦେହୀ ।ଏକ କଳା ଗୁପ୍ତେ ୟେହୁ ରଖିଛିକୃଷ୍ଣ ଷୋଳ କଳା କାହିଂ ଲୁଚିଛି ।ଦୂତୀ ଗୋ!ତାଙ୍କୁ ମଣାଇ ଆସକଳା ପୁରୁଷଟି ଢାଳେ ନିରାଶ ।।୩।ଷୋଳକଳାରେ ସେହୁ ପୂର୍ଣ୍ଣଚନ୍ଦ୍ରବତ୍ରିଶ କଳାଟି ଗୋପ ଗୋବିନ୍ଦ ।ଚଉଷଠୀରେ ତ ସେ ପରିପୂର୍ଣ୍ଣଚଉରାଶି ଖେଡ଼ ତାଙ୍କରି ପୁଣ ।ଦୂତୀ ଗୋ!ତାଙ୍କୁ ମଣାଇ ଆସକଳା ପୁରୁଷଟି ଅତି ନିରାଶ ।।୪।ଚନ୍ଦ୍ର ଷୋଳକଳା ନୋହେ ଗୋ ସହୀକଳାଏ ଗୁପତେ ରଖିଛି ୟେହି ।କୃଷ୍ଣ ଷୋଳକଳା ଅଟେ ଆମ୍ଭରତାଙ୍କୁ ଦେଖି ଦୁଖ ଯିବ ପାଶୋର ।ଦୂତୀ ଗୋ!ତାଙ୍କୁ ମଣାଇ ଆସକଳା ପୁରୁଷଟି ଗୋପୀଙ୍କ ବଶ ।।୫।ଚନ୍ଦ୍ର ଅଙ୍ଗୁଚାରି କାଢିଣ ନିଅଦିବାକର ଅଙ୍ଗେ ନେଇ ମିଶାଅ ।ଚନ୍ଦ୍ର ବାର ହେଉ ସୂର୍ଯ୍ୟଟି ଷୋଳଷୋଳ ପୁର ପରେ ଫୁଟେ କମଳ ।ଦୂତୀ ଗୋ !ତାଙ୍କୁ ମଣାଇ ଆସଆମ୍ଭେ ଗୋପନାରୀ ସେ ଆମ୍ଭ ଈଶ ।।୬।କମଳ ବିମଳ ଫୁଟିଲେ ସହୀଘାରି ହେବ ପୁଣ ତାଙ୍କରି ଦେହୀ ।ଘର ଛାଡ଼ି ସହୀ କେଣେ ନ ଯିବଭାବ ବିନୋଦିଆ କମଳେ ଭାବ ।ଦୂତୀ ଗୋ!ତାଙ୍କ ମଣାଇ ଆସକଳା ପୁରୁଷଟି ନୋହୁ ନିରାଶ ।।୭।କଳା ପୁରୁଷ ବେଢ଼ିଛି ବେଢ଼ାରେସତ୍ୟ ଶାନ୍ତି ଦୟା କ୍ଷମା ପାଶରେ ।ତାଙ୍କୁ ଜଗିଥାନ୍ତି କେତେ ଦୁଆରୀଆଣିବ କେ ତାଙ୍କୁ ସଖ୍ୟ କାହାରି ।ରାଧେ ଗୋ!ତୁମ୍ଭେ ତାଙ୍କୁ ଦେଖିଛଜୋତି କଳା ଘେନି ଘୋଡ଼ାଇ ଅଛ ।।୮।ଅର୍ଧ ଚନ୍ଦ୍ରମାୟେ ତୁମ୍ଭେ ଗୋ ସହୀବିନ୍ଦୁ ପ୍ରତିମା ଯେ କୃଷ୍ଣ ବୋଲାଇ ।ଅବାଡ଼ ମୂରତି ତୁମ୍ଭେ ଯହିଂରେକଉଂ ପଥେ ଯିବି ମୁହିଂ ତହିଂରେ ।ରାଧେ ଗୋ !ତୁମ୍ଭେ ସାଖ୍ୟାନ୍ତେ ଦେଖରାଧା କୁଚ ପରେ ନିତ୍ୟ ଗୋଲକ ।।୯।ରାଧା କୁଚ ପରେ କୁଞ୍ଜବେହାରୀବିଜେ କରିଛନ୍ତି ମୁରଲୀ ଧରି ।ଦ୍ୱାଦଶ ପ୍ରକାରେ ବାଜୁଛି ସ୍ୱରସେହି ସ୍ୱରକୁ ସମତୁଲ କର ।ରାଧେ ଗୋ !ତୁମ୍ଭ କୁଚ ଯୁଗଳେଲଚି ରହିଛନ୍ତି ସଦା କାଳରେ ।୧୦।ରାଧିକା କହନ୍ତି ଶୁଣ ମିତଣିମୋ ଅଙ୍ଗେ କାହିଂବା ମୁରଲୀପାଣି ।ଦେଖ ସଖିମାନେ ମୋହ ଶ୍ୱରୀରକଉଂଠାବେ ଅଛି ନବକିଶୋର ।ଦୂତୀ ଗୋ!ମନ ଥିର କରିଣକଳା ପୁରୁଷକୁ ଆଣ ବହନ ।।୧୧।ମୁଂ ନବଯୁବତୀ ସେ ପୁଣ ନୂଆତାହା ଠାରେ ନାହିଂ ମୋର ସ୍ପୁରେହା ।ମୁଁ ତାଙ୍କୁ ଦେଖିଲେ ରହନ୍ତି ତେଣେକିମ୍ପା ମୁଁ ଆସନ୍ତି ଏ ମାୟା ବଣେ ।ଦୂତୀ ଗୋ !ତାଙ୍କୁ ମଣାଇ ଆସକଳା ପୁରୁଷଟି ଗୋପୀଙ୍କ ବଶ ।।୧୨।ସେ ନନ୍ଦମନ୍ଦିରେ ମୁଁ ତୁମ୍ଭ ମେଳେନାଚି ଖେଳୁଅଛି ଏ ନିଶାକାଳେ ।ମୋର କଉଂ ଅଙ୍ଗେ ଲୁଚି ରହିଛିଅସମ୍ଭବ କଥା କହ ଗୋ ବାଛି ।ଦୂତୀ ଗୋ!ତାଙ୍କୁ ମଣାଇ ଆସକଳା ପୁରୁଷଟି ହେଲେ ନିରାଶ ।।୧୩।ସେ ରମା ନାରୀଙ୍କ ସଙ୍ଗତେ ମେଳପ୍ରେମା ନାରୀମାନେ ଦୁଆରପାଳ ।କାମ ପ୍ରତିମା କି ଉଦେ ହୋଇଛିରାଧା କୁଚ ପରେ ସେହୁ ଲୁଚିଛି ।ଦୂତୀ ଗୋ!ମିଛ କହୁଛ ସହୀଏକ୍ଷଣୀ ଆସିବେ ନନ୍ଦତନୟୀ ।।୧୪।ମୁଂ ତାର ମାଇଂ ସେ ଭଣଜା ମୋରସେ କିମ୍ପା ରହିବ ମୋର ଶ୍ୱରୀର ।ସେ ଅଟେ ସୁରତି ମୁଂ ଅଟେ ରତିଦୂତୀ ଲଳିତା ଯେ ବିଶାଖା ପ୍ରୀତି ।ଦୂତୀ ଗୋ!ତୁମ୍ଭେ ଆଣ ତାହାଙ୍କୁନବ କିଶୋର ସେ ଚଉବାହାଙ୍କୁ ।।୧୫।ରାଧିକା ବୋଲନ୍ତି ଶୁଣ ଗୋ ସହୀମୁଂ ରାଜଜେମା ସେ ନୃପତନୟୀ ।ସେ କିମ୍ପା ମୋ ଦେହେ ଲୁଚି ରହିବସବୁ ଗୋପୀଙ୍କର ତାଠାବେ ଭାବ ।ଦୂତୀ ଗୋ!ମୁହିଂ କଳଙ୍କୀ ଚିହ୍ନତାଙ୍କ ବିନୁ ମୁହିଂ ନ ଜାଣେ ଆନ ।।୧୬।ୟେସନ ବାକ୍ୟକୁ ଶୁଣିଣ ଦୂତୀମନ୍ଦ ମନ୍ଦ ହସେ ନବ ଯୁବତୀ ।ଲଳିତେ ବୋଲନ୍ତି ଶୁଣ ଗୋ ସହୀଏ କ୍ଷଣି ଆସିବେ ନନ୍ଦତନୟୀ ।ରାଧେ ଗୋ !ତୁମ୍ଭ ଅଙ୍ଗୁ ବାହାରିବଂଶୀ ବାଇବେ ଶ୍ରମୁଖେ ଶ୍ରୀ ହରି ।।୧୭।ପୁଚିଖେଳ ସାରି କେଣିକି ଯିବୟେବେ ସେ ଆସିବେ ନୀଳମାଧେବ ।ଦୂତିକା ତୁମ୍ଭେ ବିଳମ୍ବ ନ କରବହନ ଆଣ ଯା ମୁରଲୀଧର ।ଦୂତୀ ଗୋ !ତାଙ୍କୁ ମଣାଇ ଆସକଳାପୁରୁଷ ଯେ ରାଧାଙ୍କ ବଶ ।।୧୮।ୟେମନ୍ତ ସମୟେ ଦୂତୀ ମିତଣୀମନ ନିବେଶିଲା ମୁରଲୀପାଣି ।ରାଧାଙ୍କ ଭଉଂରୀ ଖେଳ ବେଳରେଆସି ଉଭା ହେଲେ ମୁରଲୀଧରେ ।ରାଧା ଗୋ!କଉଂଠାରେ ୟେ ଥିଲେତୁମ୍ଭ ପାଣତରୁ ବାହାରି ହେଲେ ।।୧୯।ସଖିଙ୍କ ମେଳରେ ଆପଣେ ହରିପୁଚି ଖେଳିଲେ ସେ ଚନ୍ଦ୍ରଙ୍କୁ ଠାରି ।ସର୍ବ ସଖିମାନେ ଶ୍ରମରେ ପାଶଖେଳିଲେ ନାହିଂ ସେ ହୋଇଣ ତୋଷ ।ରାଧେ ଗୋ!ତୁମ୍ଭେ ଖେଳା ତାହାରେକେ ଜିତେ କେ ହାରେ ଦେଖୁଂ ଆଖିରେ ।।୨୦।ବେନି ଜନେ ମିଳି ଖେଡ଼ନ୍ତି ତହିଂନନ୍ଦନନ୍ଦନ ସେ ରାଧିକା ମାଇଂ ।ୟେମନ୍ତ ସୁନ୍ଦର ଦିଶଇ ମହୀକଳାମେଘେ ଯେହ୍ନେ ଚନ୍ଦ୍ରମା ଉଇଂ ।ଲଳିତେ!ଚାରୁ ଚନ୍ଦ୍ର ମୂରୁତିକିଶୋର କିଶୋରୀ ପୁଚି ଖେଳନ୍ତି ।।୨୧।ଦୁଇ ଘଡ଼ି ଯହୁଂ ହୋଇଲା ଖେଳଶ୍ରୀ କୃଷ୍ଣ ରାଧାଙ୍କୁ ଦେଲେ ଉତ୍ତର ।ମୁହିଂ ହାରିଲି ଗୋ ତୁମ୍ଭର ଜିତାମନରୁ ଛାଡ଼ ଗୋ ସକଳ ଚିନ୍ତା ।ରାଧେ ଗୋ!ଚାଲ ପଦ୍ମ କାନନବ୍ରହ୍ମ ଯାମିନୀ ହେଲାଣି ପ୍ରସନ୍ନ ।।୨୨।ଲଳିତା ବିଶାଖା ଚନ୍ଦ୍ରମା ଜ୍ୟୋତିଚମ୍ପକଲତା ଯେ ସେ ମଧୂବତୀ ।ସବିହେଂ ନିକୁଞ୍ଜ ବନକୁ ଚାଲଆଜ ନିତ୍ୟ ରାସ ହେବ ସଫଳରାଧେ ଗୋ!ଯିବା ଚାଲ ବହନମଣି ମଣ୍ଡପରେ ମୁରଲୀ ସ୍ୱନ ।।୨୩।ଏସନ ବଚନ ରାଧାଙ୍କୁ ହରିମୁରଲୀ ସ୍ୱନରେ ଦେଲେ ହକାରି ।ସର୍ବ ଗୋପୀମାନେ ମେଳ ହୋଇଣମଣିମଣ୍ଡପକୁ ଗଲେ ବହନ ।ଦୂତୀ ଗୋ!କେହୁ ଧରେ ବିଞ୍ଚଣୀକେହୁ ସିଞ୍ଚୁଥାଏ ଚନ୍ଦନ ପାଣି ।।୨୪।କେହୁ ତାଳ ବାଏ ମୃଦଙ୍ଗ କିଏବଜାଇ ନାଚନ୍ତି ସର୍ବ ଗୋପୀଏ ।ଚଉଷଠୀ ଗୋପୀ ଏକ ଭଙ୍ଗୀରେଚାମର ବ୍ୟଞ୍ଜନ ଚାଳନ୍ତି ଧୀରେ ।ଦୂତୀ ଗୋ!ଉଜାଗର ପୂର୍ଣ୍ଣିମାରସରାଜକୁ ଏ ନିଶି ଉତ୍ତମା ।।୨୫।ସ୍ୱର୍ଗ ନାରୀମାନେ ପଦ୍ମ କାନନେଆସି ସେବନ୍ତି ଶ୍ରୀକୃଷ୍ଣ ଚରଣେ ।ହୁଳହୁଳିମାନ ସୁଖରେ ଦେଇମୁଖରିତ ଧ୍ୱନି ସ୍ୱର୍ଗେ ଶୁଭଇ ।ଦୂତୀ ଗୋ!ଋଷିକନ୍ୟାଏ ଥିଲେକର୍ପୂର କସ୍ତୁରୀ ଅଙ୍ଗେ ଲେପିଲେ ।।୨୬।ଗୋପ ନାରୀମାନେ ଭୋଳ ହୋଇଣପୁଷ୍ୟ ଆରତି କରନ୍ତି ତତ୍କ୍ଷଣ ।ସୁବର୍ଣ୍ଣ ପ୍ରଦୀପ ସାତ ମୁଖରଜାଳନ୍ତି ଗୋପୀଏ ଜ୍ୟୋତି ପ୍ରଖର ।ଦୂତୀ ଗୋ!ରାଧାକୃଷ୍ଣ ବନ୍ଦାନ୍ତିବନ୍ଦାଇ ଗୋପୀଏ ଲଭନ୍ତି ଶାନ୍ତି ।।୨୭।ଦ୍ୱାଦଶ ଗୋପାଳ ନାଚନ୍ତି ଧିରେପଦ୍ମ କାନନ ମଣି ମଣ୍ଡପରେ ।ହୁଳହୁଳି ହରିବୋଲର ଗୋଳଶୁଣି ଭୟେ ପାଇ ଅଛଇ କାଳ ।ଦୂତୀ ଗୋ!ପୁଚି ଖେଳର ଲୀଳାସାକ୍ଷାନ୍ତେ ଦେଖିଣ ଅଚ୍ୟୁତି ଭୋଳା ।।୨୮।ଇତିଶ୍ରୀ ଠୁଳଶୂନ୍ୟ ରାସ ସମ୍ପର୍ଣ୍ଣ ।ରାଧା ରାସରାଧା ରାସ ଲେଖ୍ନଶ୍ରୀ ଜଗନ୍ନାଧ ଚରଣେ ଶରଣପ୍ରଥମ ଗୁଜ୍ଜରୀବନ୍ଦଇ ଶ୍ରୀ ଶଙ୍ଖନାଭି ଗୋଲକ ପାଟଣାମହୋଦଧି ବେଢ଼ିଅଛି କଳ୍ପବଟ ସୀମା ।।୧।ଚାରିପାଶେ ଚାରି ମଠ ମଧ୍ୟରେ ତ୍ରିକୂଟଅବିନାଶୀ ବ୍ରହ୍ମ ତହିଂ କଇବଲ୍ୟ ହାଟ ।।୨।ନୀଳଚକ୍ର ପରେ ଉଡ଼େ ପତିତପାବନରତ୍ନ ସିଂଘାସନେ ବିଜେ ଚତୁର୍ଧା ରୂପେଣ ।।୩।ଲକ୍ଷ୍ମୀ ସରସ୍ୱତୀ ଘେନି ବିମ୍ବଳା ମଙ୍ଗଳାଯଉଂଠାରେ ଭେଟ ଦଶଦିଗପାଳ ମେଳା ।।୪।ଚାରି ଯୁଗ ଭକ୍ତ ମିଶି କରୁଛନ୍ତି ସ୍ତବଯଉଂ ଠାବେ ବଣା ହେଲେ ବ୍ରହ୍ମା ମହାଦେବ ।।୫।କୋଟି କୋଟି ତୀର୍ଥ ଯଉଂ ଚକ୍ରରୁ ଉଦିତଯେ ପାଦରୁ ନାମବ୍ରହ୍ମ ହୋଇଲାକ ଜାତ ।।୬।ମହାନିତ୍ୟ ଲୀଳା ରାସ କରୁଛନ୍ତି ବସିସକଳ ଅମରେ ବେଢ଼ିଛନ୍ତି ଶିବକାଶୀ ।।୭।ନିତ୍ୟରାସ ଠାବେ ରାଜା ଅଟନ୍ତି ଶ୍ରୀ ମତୀସକଳ ଗୋପୀ ପରଜା କର ଦେଉଛନ୍ତି ।।୮।କେମନ୍ତେ କହିବା ରାଧା ନିତ୍ୟ ରାହାସକୁମୋହ ରାଣ ଦେଲି ତାକୁ ନ କହ କାହାକୁ ।।୯।ସେହି ନିତ୍ୟ ରାସ ଲୀଳା ଠାବେ ମୋ ଜନମନିତ୍ୟ ରାସ ଭାବି କହେ ଅଚ୍ୟୁତ ଅଧମ ।।୧୦।ଇତି ଶ୍ରୀ ରାଧା ରାସ ପ୍ରଥମ ଗୁଜ୍ଜରୀ ।ଦ୍ୱିତୀୟ ଗୁଜ୍ଜରୀରାମଚନ୍ଦ୍ର ଦାସ ଗୁରୁଙ୍କୁ ଚାହିଂରାହାସ ଚରିତ କହ ବୁଝାଇ ।।୧।ଏ ମହାନିତ୍ୟ ଗୁଜ୍ଜରୀ ରାହାସକାର୍ତ୍ତିକ ପୁର୍ଣ୍ଣମୀ କଉଂ ରାହାସ ।।୨।କେମନ୍ତ ଶ୍ରୀକୃଷ୍ଣ ଗୋପୀ ନିତ୍ୟରେରାହାସ ରଚିଲେ ବୃନ୍ଦାବନରେ ।।୩।ମନ ତାପ ଆମ୍ଭ ଦହ ଗୋସାଇଁପାପାଦିପାପ ଯେ ଯାଭ ପକାଇ ।।୪।ଶିଷ୍ୟ ଭଗତି ଅଚ୍ୟୁତ ଦେଖିଣବୋଲନ୍ତି ଶୁଣରେ ବ୍ରଜନନ୍ଦନ ।।୫।ଦେବେ ଅଗୋଚର ଯେବଣ କଥାକେମନ୍ତେ ତୋ ଆଗେ କହିବି ପୁତା ।।୬।ଶୂନ୍ୟ ସମାଧିରେ ବସିଲେ ପୁଣଅଭୟ ପାଦରେ ଲଗାଇ ଧ୍ୟାନ ।।୭।କହନ୍ତି ଅଚ୍ୟୁତ ଶୁଣରେ ପୋଏମହାନିତ୍ୟ ରାସ ଯେମନ୍ତ ହୋଏ ।।୮।ଭଲା କଥାରେ ତୋ ବଳିଲା ମନଯାହା ଶୁଣିଲେ ପାତେକ ନାଶନ ।।୯।ଗୋପାଳ ଗୋବଚ୍ଛା କୃଷ୍ଣ ଯେ ବନେଦୂତିକା ରାଧିକା ନିଜ ସଦନେ ।।୧୦।ଗୋପୀ କୃଷ୍ଣ ଦିବ୍ୟ ବିରହ କଥାବସି ନେତ୍ରେ ଦେଖେ ଦୀନ ଅଚ୍ୟୁତା ।।୧୧।ଇତିଶ୍ରୀ ରାଧା ରାସ ଦ୍ୱିତୀୟ ଗୁଜ୍ଜରୀ ।ତୃତୀୟ ଗୁଜ୍ଜରୀଦୂତୀ ମୁଖ ଚାହିଂ ରାଧା ବୋଲନ୍ତି ବଚନକି କରିବା କହ ସଖି ନଗଲା ଜୀବନ ।।୧।ଗୋପପୂରେ ଗୁରୁଜନେ ଅପବାଦ ହେଲାଶାଶୁ ନଣନ୍ଦର ଯେତେ ଗଞ୍ଜଣା ହୋଇଲା ।।୨।ବିରହ ବଇଂଶୀ ସଖି ଦହୁଛି ଜୀବନନଟୁଚୋରି ନାବକେଳି ବସ୍ତ୍ର ଯେ ହରଣ ।।୩।ଭୂତ ହେବା ଗୁଣୀ ହୋଇ କଳଙ୍କ ଛଡ଼ାଇକାଳୀଦର୍ପ ନାଶି ବିଷ ଅମୃତ କରାଇ ।।୪।ଯାମଳା ଭାଞ୍ଜିଲା ସଖି ଲବଣୀ ଯେ ଚୋରିବକା ଅଘା ଷଣ୍ଡାସୁର ଧେନୁକାକୁ ମାରି ।।୫।ତୃଣାବର୍ତ୍ତ ପୂତନାର ପ୍ରାଣକୁ ହରିଲେଏତେ କଥା କୃଷ୍ଣ କାହାପାଇଁ କରୁଥିଲେ ।।୬।ବିଷ ଖାଇ ହେବି ନାଶ ଏ ପାପ ଶ୍ୱରୀରସେ କୃଷ୍ଣ ଚନ୍ଦ୍ରମା ଏବେ ହୋଇଲା ଅନ୍ତର ।।୭।ଦୂତିକା ବୋଲନ୍ତି ଏବେ ଶୁଣ ପ୍ରାଣସହୀକହିବା ଶ୍ରୀକୃଷ୍ଣ ପାଶେ ସଙ୍କେତକୁ ଦେଇ ।।୮।ନ କର ଭାବନ ତୁମ୍ଭେ ବୃଷଭାନୁ ଝିଅତୋହଠାରେ ତାହାଙ୍କର ଲାଗିଥାଏ ସ୍ନେହ ।।୯।ଯିବି ଏହିଲାଗେ ମୁଁ ଯେ କହିବି ଛାମୁରେକହନ୍ତ ଅଚ୍ୟୁତ କ୍ରୋଧ ତେଜ ତୁ ମନରେ ।।୧୦।ଇତିଶ୍ରୀ ରାଧା ରାସ ତୃତୀୟ ଗୁଜ୍ଜରୀଚତୁର୍ଥ ଗୁଜ୍ଜରୀକି କରିବି ଦୂତୀ ବୁଦ୍ଧି ନ ଦିଶେଜୀବନ କାଳ ହେଲା ନନ୍ଦ ଶିଷେ ।।୧।କରେ ବଇଂଶୀ ତା ମଧୁର ଧ୍ୱନିକନ୍ଦର୍ପ ମୂରୁତି ରସିକ ପୁଣି ।।୨।କଳାପୁରୁଷକୁ ପରତେ ନାହିଂକୂଟ କପଟ ମାୟାଟି ଜାଣଇ ।।୩।କେମନ୍ତେ ଦେଖିବି ମୋ ପ୍ରାଣଧନପିଣ୍ଡ ରଖି କି ଘେନିଗଲା ପ୍ରାଣ ।।୪।ସତେ କି ଆଣିବୁ ଦୂତୀ ଗୋ ତୁହିନୟନେ ଦେଖିବି କଳାକହ୍ନାଇ ।।୫।ଲଳାଟ ଶୋଭା ତା ସୁନ୍ଦର ଦିଶେକର୍ଣ୍ଣେ କୁଣ୍ଡଳ ଶିଖୀପୁଚ୍ଛ କେଶେ ।।୬।ଜାମୁଡ଼ାଳିଆ ସେ କାଇଂଚ ମାଳିଗଳେ ବନମାଳେ ନାଚନ୍ତି ଢଳି ।।୭।ଜାନୁ ବୃଷାଳ ଅତିଅନ୍ତ ଶୋଭାରଙ୍ଗ ଅଧରକୁ ଚନ୍ଦ୍ରମା ଲୋଭା ।।୮।ସିଂହକଟି କିଣି କଟି ତା ଶୋଭାମଦନ ଅଳସ କନ୍ଦର୍ପ ପ୍ରଭା ।।୯।କରେ ତାଙ୍କର ମୋହନ ବଇଂଶୀନାଭି ଗଭୀର ମୃଦୁ ମୃଦୁ ହସି ।।୧୦।ତ୍ରିଭଙ୍ଗୀ ଛନ୍ଦରେ ଛନ୍ଦଣି ପାଦକେତେ ତପସ୍ୟା ସେ କରିଛି ନନ୍ଦ ।।୧୧।ଅତି କ୍ରୋଧେ ରାଇ ସନ୍ତାପ ଶୁଣିଦୂତିକା ବାହାର ହୋଇଲେ ପୁଣି ।।୧୨।ଧୀର ଧୀର ହୋଇ ଗମନ କଲାବୃନ୍ଦାବନରେ ଶ୍ରୀକୃଷ୍ଣ ଭେଟିଲା ।।୧୩।ନିରୋଳେ ଚାହିଂଲା ପାଶେ କେ ନାହିଂଶ୍ରୀକୃଷ୍ଣ ପାରୁଶେ ଉଭା ହୋଅଇ ।।୧୪।ହସ ହସ ହୋଇ ନନ୍ଦର ବଛିକି କରୁଥିଲେ ଶ୍ରୀମତି ଗୋ ଦୂତୀ ।।୧୫।ଶୁଭେ ଅଛନ୍ତିଟି ତୁମ୍ଭର ସଖିତାଙ୍କ ଯୋଗେ ହୋଇଅଛି ମୁଂ ଦୁଖୀ ।।୧୬।ଶୁଣି କରଯୋଡ଼ି ପଡ଼ିଲା ଦୂତୀନେତ୍ରେ ଦେଖି କହେ ଦୀନ ଅଚ୍ୟୁତି ।।୧୭।ଇତିଶ୍ରୀ ରାଧା ରାସ ଚତୁର୍ଥ ଗୁଜ୍ଜରୀ ।ପଞ୍ଚମ ଗୁଜ୍ଜରୀଦୂତୀ କହେ ଶୁଣ ନାଗର ବରସର୍ବେ ଶୁଭେଛନ୍ତି ରାଧା ଆମ୍ଭର ।।୧।ତୁମ୍ଭଙ୍କୁ ନ ଦେଖି ହୃଦ ବ୍ୟଥାରେବସିଛନ୍ତି ସଖି ତୁମ୍ଭ ଚିନ୍ତାରେ ।।୨।କର ଚରଣ ତା ଚଳଇ ନାହିଂବକ ପ୍ରାୟେ ପଥ ଅଛଇ ଚାହିଂ ।।୩।ବେନି ନେତ୍ରକୁ ଯେ ସମ ରଖିଛିଯେ ଯେତେ କହିଲେ ନ ଶୁଣେ କିଛି ।।୪।ଦେଖିବା କଥା ପାଶୋରଇ ମନତୁମ୍ଭ ପାଦକୁ ଅଛି ଅନାଇଂଣ ।।୫।ଯନ୍ତ୍ର ନାସ୍ତି ମନ୍ତ୍ର ନାସ୍ତି ସକଳଜଗି ବସିଛନ୍ତି ନେତ୍ର ପ୍ରାନ୍ତର ।।୬।ନାରୀ ଅବଳା ସେ ଆମ୍ଭ ଜନମନ ଜାଣୁ ତପସ୍ୟା ଯୋଗ କରମ ।।୭।ଭାବ ବିନୋଦିଆ ସିନା ତୋ ନାମଜଗତ ହିତରେ ଭାବ ଜନମ ।।୮।ବ୍ରଜବେହାରୀ କିମ୍ପା ବୋଲାଇଛବ୍ରଜ ତାରିବାକୁ ଜନମି ଅଛ ।।୯।ନରହରି କିଂପା ତୁ ବେଶ ଧରୁନାରୀ ନରକରୁ ଉଦ୍ଧାର କରୁଂ ।।୧୦।ଗୋପୀନାଥ କିମ୍ପା ତୋ ନାମ ହେଲାଗୋପାଳ ଗୋପୀ ତାରିବାରୁ ଭଲା ।।୧୧।ଗିରି ତୋଳିଥିଲୁ କାହାର ପାଇଁସେ ଯେବେ ମରିବେ ବିଷକୁ ଖାଇ ।।୧୨।ସତ୍ୟ କରି ମୋତେ କହିଛି ନାଥମରିବା କଥା ଅଟଇ ନିୟତ ।।୧୩।ଯେବେ ନ ଯିବ ହୋ ପ୍ରାଣ ମାଧୋଇନାରୀହତ୍ୟା ଦୋଷ ନିଶ୍ଚୟେ ବହି ।।୧୪।ସଂଶୟେ ଫେଡ଼ି କହ ନଟବରକେତେବେଳେ ବିଜେ ହେବ ନାଗର ।।୧୫।ଶ୍ରୀ ହରି ବୋଇଲେ ଶୁଣ ଲୋ ଦୂତୀନିଶି ପାଞ୍ଚ ଘଡ଼ି କହ ଶ୍ରୀମତି ।।୧୬।ଗୋପେ ପହଡ଼ଟି ପଡ଼ିଲେ ଯାଇସଧୀରେ ଚଳିବି ସଙ୍କେତ ଦେଇ ।।୧୭।ସାକ୍ଷୀ ମୋ ମୁରଲୀ ରହିଲା ଦୂତୀବୁଝାଇ କହିବୁ ଯାଇଂ ଶ୍ରୀମତି ।।୧୮।ନିଶି ପାଞ୍ଚଘଡ଼ି ସଙ୍କେତ ଏହିବାସ ମଣ୍ଡେଇବ ସୁବାସ ଦେଇ ।।୧୯।ଶୁଣି ଦୂତୀ ତରବରେ ଚଳିଲାଶ୍ରୀମତୀ ଆଗେ ସମସ୍ତ କହିଲା ।।୨୦।ପ୍ରଦୀପ ଗୋଟିକ ଲଗାଇଥିବୁଶ୍ରୀକୃଷ୍ଣଙ୍କୁ ପଥ ଚାହିଂ ବସିବୁ ।।୨୧।ଯେତେ କହି ଦୂତୀ ହେଲେ ଅନ୍ତରଜାଣନ୍ତେ ଶ୍ରୀମତୀ ହେଲେ ଅଧୀର ।।୨୨।ଏମନ୍ତେ ଦିବସ ଶେଷ ହୋଇଲାରାତ୍ର ତିନି ଘଡ଼ି ଭୋଗ ସରିଲା ।।୨୩।ଅତି ହରଷରେ ସେ ଛନ ଛନଦୀନ ଅଚ୍ୟୁତି ଦେଖୁଛି ନୟନ ।।୨୪।ଇତିଶ୍ରୀ ରାଧା ରାସ ପଞ୍ଚମ ଗୁଜ୍ଜରୀ ।ଷଷ୍ଠ ଗୁଜ୍ଜରୀହରଷ ହୋଇଣ ଶ୍ରୀ ମତୀ ରାସ ମଣ୍ଡନ କଲେ ।ଏବେ ରାମ ଦାସ ଶୁଣ ହୋ ରାସ ଅଚ୍ୟୁତ ବୋଲେ ।।୧।ନାନାଦି ପ୍ରକାରେ ମଣ୍ଡଣି ଶଯ୍ୟା ପରେ ସୁପାତି ।ରତନ ଦୀପ ଲଗାଇଣ ପଥ ଚାହିଂ ଶ୍ରୀମତୀ ।।୨।ନିଶି ପାଞ୍ଚଘଡ଼ି ହୋଇଲା କୃଷ୍ଣ ନ ଆସେ ପୁର ।ଛନ ଛନ ମନ ହୃଦରେ ବିରହ ସତାଂପର ।।୩।କିମ୍ପା ନାରୀ କରି ବିଧାତା ମଞ୍ଚେ କଲୁ ଜନମପର ପୁରୁଷରେ ବାମାକୁ କିମ୍ପା ଖଞ୍ଜିଲୁ ପୁଣ ।।୪।ଦୂତୀକି ଡକାଇ ପାଶକୁ ବୋଲୁଛନ୍ତି ଶ୍ରୀମତୀ ।କୂଟ କପଟ ଆଚରିଲା ଗର୍ବ ଭାଙ୍ଗି ଏ ମତି ।।୫।ଏବେ କି ଉପାୟ ଥିଲେ ଗୋ ସଖି କହ ତୁ ମୋତେ ।ହା କୃଷ୍ଣ ବୋଲି ସେ ଢଳିଣ ପଡ଼ିଲେ ମୋହଗତେ ।।୬।ଚେତା କରାଇଣ ଦୂତୀ ଯେ ବୋଲେ ଯାହାକୁ ମୁନିଅଷ୍ଟାଙ୍ଗରେ ବସି ଅଛନ୍ତି ଯୋଗ ପଦକୁ ଚିହ୍ନି ।।୭।କି ଯୋଗ କରିବା ଆମ୍ଭେ ଗୋ ଅବଳାଇଂ ଜନମ ।ଯନ୍ତ୍ର ମନ୍ତ୍ର ତନ୍ତ୍ର ଗୀତାଇଂ ନୋହେ ଦେବେ ଅଗମ୍ୟ ।।୮।ଭାବି ଭବରୁ ଯେ ତରିବା ଉପାୟେଟିଏ କର ।ବସ ତୁ ସହଜ ସୂତ୍ରରେ ହେତୁ ତତ୍ୱରେ ଧର ।।୯।ୟେସନ ବଚନ ଦୂତୀଙ୍କ ଠାରୁ ଶୁଣିଣ ରାଧା ।ଭେଟ କି ପାଇବି ଶ୍ରୀକୃଷ୍ଣ ମନେ କଲେ ଶରଧା ।।୧୦।ପଦ୍ମାସନରେ ସେ ବସିଲେ ମେରୁଦଣ୍ଡ ସଳଖି ।ବେନି ନୟନକୁ ସମତା ଦୃଷ୍ଟି ଭାବରେ ରଖି ।।୧୧।ପଞ୍ଚୁ ମନକୁ ଏକଠାବେ ଥିର କଲେ ଯେ ନେଇ ।ଧୀର ସମୀର ଫେରାଇଲେ ଅଣଚାଶ ଯେ ବାଇ ।।୧୨।ନାସା ଠିକ୍ ବଳ ପରାଏ ଚାହିଂ ବସି ତରୁଣୀ ।ଦେଖିଲା କଥା ନ ଦେଖିଲା କର୍ଣ୍ଣେ ଶୁଣେ ନ ଶୁଣି ।।୧୩।ଶ୍ୱେତ ପୀତ ନୀଳ ଲୋହିତ କୁଙ୍କୁମଇଂ ଦିଶିଲାଯୁଗଳ ଚକ୍ର ଆଡ଼ ହୋଇ ଅଗ୍ନି ଜଳି ଉଠିଲା ।।୧୪।ଝଟକି ଅଟକି ରହିଲା ନେତ୍ର ଆଗରେ ପୁଣ ।ସେ ରୂପକୁ ଚାହିଂ ରାଧିକା ରୂପ ଦିଶେ ମଳିନ ।।୧୫।ଡାକି ରାଧା କହେ ପତିତ ଜନେ ତାର ଏଣିକିଧନ ଯଉବନ ଜୀବନ ସର୍ବ ଯାଉ କେଣିକି ।।୧୬।ନର୍କକୁଣ୍ଡରୁ ତାରିବାକୁ ନାମ ତୋ ନରହରି ।କଳଙ୍କ ଭଞ୍ଜନ କୁଳଟା ଅପବାଦରୁ ତାରି ।।୧୭।ହେ ନନ୍ଦନନ୍ଦନ ନୟନାନନ୍ଦ ଆସ କହ୍ନାଇହେ ଜଗୁଜୀବନ ଆସ ତୁ ଗୁରୁ ଶୂନ୍ୟ ମୋଧୋଇ ।।୧୮।ହେ ଆଦି ଅଚ୍ୟୁତ ଅନାଥ ଯୁବତୀକୁ ତାରିଲୁଜୋତିରାନନ୍ଦ ନିରଞ୍ଜନ ଜୋତି ରୂପ ଧଇଲୁ ।।୧୯।ଧରିବାକୁ ଫନ୍ଦା ପାତିଣ ଧରା ନ ଦେଇ ଗଲୁତ୍ରିଗୁଣ ତ୍ରିତାପ ମୋହନୀ ଜାଲେ ଛନ୍ଦି ମାଇଲୁ ।।୨୦।ହେ କାହ୍ନୁ କେଶବ ଶ୍ରୀକୃଷ୍ଣ ସୁଦରେଶନ ପୁଣିମୁକୁନ୍ଦ ମାଧବ ଗୋପାଳ ବାଳଲୀଳାରେ ଭଣି ।।୨୧।ହେ ଜୀବଜୀବନ ମାଇଲୁ ଗୋପେ ଗୋପତରୁଣୀକନ୍ଦର୍ପ ମୂରତି ଧଇଲୁ କେଳିସଦନେ ପୁଣି ।।୨୨।ଗୋପୀଙ୍କ ଜୀବନ ହେ କୃଷ୍ଣ ପ୍ରଭୁ ଉଧାର କରଶ୍ରୀ ମୁଖ ପଙ୍କଜେ ଦିଶୁଣ ଥାଉ ମୋ ଦୁଃଖଭାର ।।୨୩।କହୁ କହୁ ସର୍ବେ ଥକିତ ଅଚେତନ ହୋଇଲେଚିନ୍ତାମଣି ଚିଦାନନ୍ଦ ସେ ଅରୂପକୁ ଭେଟିଲେ ।।୨୪।କଥାଏ ମାଗୁଚି ତୁମ୍ଭଙ୍କୁ ଆହେ ଦେବାଧିଦେବଯେତେବେଳେ ଯାହା ଚିନ୍ତିବି ଏହି ଶ୍ୱରୀରେ ହେବ ।।୨୫।ହେଉ ବୋଲିଣ ଯେ ଅନ୍ତର ହେଲେ ବିନ୍ଦୁ ମୂରତିନେତ୍ରେ ବସି ରାସ ଦେଖୁଛି ତହିଂ ଦୀନ ଅଚ୍ୟୁତି ।।୨୬।ଇତିଶ୍ରୀ ରାଧା ରାସ ଷଷ୍ଠ ଗୁଜ୍ଜରୀ ।ସପ୍ତମ ଗୁଜ୍ଜରୀଆଗ୍ୟାଂ ପାଇ ରାଧା ହରଷ ମନଦୂତୀଙ୍କି ବୋଇଲେ ସଖିଙ୍କୁ ଆଣ ।।୧।ବୃନ୍ଦାବନକୁ ଯେ ସମସ୍ତେ ଯିବାଆମ୍ଭେ କୁଞ୍ଜବନେ ରାଜା ହୋଇବା ।।୨।ଆଗ୍ୟାଂ ପାଇ ଦୁତୀ ବହନ ଗଲାସଖିମାନ ନାମ ଧରି ଡାକିଲା ।।୩।ଲଳିତା ବିଶାଖା ସେ ପ୍ରେମରୂପାବୃନ୍ଦାବତୀ ଦୂତୀ ସେ ଚିତ୍ରରେଖା ।।୪।ଗୋପିକା ଆଦି ଯେ ସେ କଳାବତୀଅଷ୍ଟସଖି ଘେନି ଚଳିଲା ଦୂତୀ ।।୫।ସର୍ବ ଗୋପୀଙ୍କୁ ସେ ଡାକି ଆଣିଲାଶ୍ରୀମତୀ ପାଶେ ପରବେଶ ହେଲା ।।୬।ତୁମ୍ଭେ ସର୍ବ ସଖି ମୋ ବାକ୍ୟ ଶୁଣଯେତେ କଥା କଲା ନନ୍ଦନନ୍ଦନ ।।୭।ସେ କଥା କହିଲେ କି ହେବ ସହୀହୃଦ ବିଦାରୁଛି ତନୁ କିମ୍ପାଇଂ ।।୮।ଆସ ବୃନ୍ଦାବନ ସବିହେଂ ଯିବାପୂର୍ଣ୍ଣିମା ନିତ୍ୟ ରାହାସ କରିବା ।।୯।ଶ୍ରୀକୃଷ୍ଣ ସଙ୍ଗରେ ବ୍ରଜ ଗୋପାଳନୃତ୍ୟ କରନ୍ତି ସେ ଯମୂନା କୂଳ ।।୧୦।ସେ ଯେହ୍ନେ ରାହାସେ ହୋଇଲେ ବାଇଦାମ ସୁଦାମ ଯେ ସୁବଳ ଥାଇ ।।୧୧।ଶ୍ରୀବନ୍ଥ ଆଦି ଯେ ସେ ପାଞ୍ଚଜଣଗୋପାଳ ଗୋବଚ୍ଛା ସଙ୍ଗେ ଘେନିଣ ।।୧୨।ସକଳ ବାଳେକ ଘେନି ସଙ୍ଗତେଢଳି ନାଚୁଛନ୍ତି କୃଷ୍ଣ ସହିତେ ।।୧୩।ତୁମ୍ଭେ ସବୈହେଂ ସେହିମତି ହେବକରତାଳି ଦେଇ ତହିଂ ନାଚିବ ।।୧୪।ଆମ୍ଭେ ବୃନ୍ଦାବନେ ହୋଇବୁ ରଜାସର୍ବ ସଖାଏ ହୋଇବ ପରଜା ।।୧୫।ୟେସନ ବଚନ ଦୂତିକା ଶୁଣିପୁରୁଷ ନୁହଂ ଗୋ ତୁମ୍ଭେ ତରୁଣୀ ।।୧୬।ଅଙ୍ଗେ ଭାରି ତୁମ୍ଭ ଜାନୁ ଯୈାବନବଇଂଶୀ ତୋ ହାଥେ ନାହିଂଟି ପୁଣ ।।୧୭।ପୀତବସ୍ତ୍ର ନାହିଂ ଶାଢୀ ଗେରୁଆସ୍ତିରୀ ଅଙ୍ଗ ପୁଂସ ନୁହଂନ୍ତି ଯାହା ।।୧୮।କେମନ୍ତେ ପାଲଟି ଯିବ ୟେ ଅଙ୍ଗଏଥିକି ଉପାୟେ କିସ କରିବ ।।୧୯।ରାଧିକା ବୋଇଲେ ଶୁଣ ଗୋ ଦୂତୀଆଗ୍ୟାଂ ମୋହ ଗୁରୁ ଦେଇ ଅଛନ୍ତି ।।୨୦।ସ୍ତିରୀ ଅଙ୍ଗ ଯାଇ ପୁରୁଷ ହେବକୃଷ୍ଣ ଲକ୍ଷଣଟି ସବୁ ଦୃଶିବ ।।୨୧।ଏଥକୁ ଉପାୟେ ଶୁଣ ଗୋ ଦୂତୀବେନି ନାସାରନ୍ଧ୍ର ବଇଂଶୀ ସେତି ।।୨୨।ତୁମ୍ଭେ ସର୍ବ ସଖି ବେଢ଼ି ରହିବକରତାଳି ମାରି ନୃତ୍ୟ କରିବ ।।୨୩।ରାମ ଦାସ ଶୁଣି ଆନନ୍ଦ ହୋଏଅଚ୍ୟୁତ ଦାସ ବସି ଭାବୁଥାଏ ।।୨୪।ଇତିଶ୍ରୀ ରାଧା ରାସ ସପ୍ତମ ଗୁଜରୀ ।ଅଷ୍ଟମ ଗୁଜ୍ଜରୀଶ୍ରୀମତୀ ବୋଲନ୍ତି ଦୂତୀ ଗୋ ଶୁଣ ମୋର ବଚନସିଂହାସନ ୟେଥେ ସଖି ଗୋ କରିବା ନିରିମାଣ ।।୧।ମୃତିକା ଉପରେ ଥାପିଲେ ଉଂକାରକୁ ନେଇଣଦିଜିହ୍ନା ଅର୍ଧମାତ୍ରା ପରେ ବିନ୍ଦୁକୁ ବସାଇଣ ।।୨।ବାମରେ ଏକାର ମାତ୍ରା ଯେ ଅନନ୍ତଙ୍କୁ ଢାଙ୍କିଲେଡାହାଣେ ରକାର ତା ପାଶେ ଓଂକାରକୁ ଥୋଇଲେ ।।୩।ଅର୍ଧେକ କୁଣ୍ଡଳୀ ରଖିଣ ବୀଜମାନ ବସାଇହ୍ଲୀଂ ଶ୍ଲୀଂ କ୍ଲୀଂ ଧ୍ଲୀଂ ଯେ ପ୍ଲୀଂ ଥାପିଲେ ନେଇ ।।୪।ସପ୍ତ ପଞ୍ଚାତ୍ମିକ ଓଂକାର ମୂଳେ ଦେଲେକ ନେଇବ୍ରହ୍ମ ଯନ୍ତ୍ରକୁ ସେ ଥାପିଲେ ଆଦୈା ଗୁରୁଙ୍କୁ ଧ୍ୟାଇ ।।୫।ସିଂହାସନକୁ ବେଢ଼ାଇଣ ଦେଲେ ଯନ୍ତ୍ର କୁଣ୍ଡଳୀଅରେହ ରେହକୁ ଥୋଇଲେ ଆଚମ୍ବିତକୁ ଭାଳି ।।୬।ବାର ମାତ୍ରା ବେଢ଼ି ତାହାକୁ ପଦ୍ମ ପ୍ରକାଶ ହେଲାଶ୍ୱେତ ପୀତ ନୀଳ ଲୋହିତ କୁଙ୍କୁମ ଯେ ଦିଶିଲା ।।୭।ଷୋଳ ନାମକୁ ଯେ ବତ୍ରିଶାକ୍ଷର ପାବଚ୍ଛ କଲାବ୍ରହ୍ମ ଗାୟତରୀ ଥାପିଣ ସିଂହାସନ ହୋଇଲା ।।୮।ଦଶ ପ୍ରଣବକୁ ଥୋଇଣ ଚଉବନ ଅକ୍ଷରଆହୋ ସୁଗ୍ୟଂଜନେ ବିବେକ ହୃଦେ ବିଚାର କର ।।୯।ଚଉରାଶି କ୍ରୋଶ ଦୀରିଘ ତା ପ୍ରତି ଯେ ଆୟତନବୃନ୍ଦାବନକୁ ଯେ ଯମୁନା ବେଢ଼ି କାଳେନ୍ଦୀ ପୁଣ ।।୧୦।ଅକାର ମାତ୍ରା ରାଧାକୁଣ୍ଡ ହୋଇଲା ନିରିମାଣ ।ଆକାରଟି ଶ୍ୟାମକୁଣ୍ଡ ସୁଗ୍ୟଂ ରାମ ଆରେ ଶୁଣ ।।୧୧।ବାଆସ୍ତରୀ ନାଳ ଶୋଭା ଯେ କୁଣ୍ଡଳୀଟି ବୋଲାଇଅଗମ୍ୟ ବଚନ ୟେ ରାମ ତୋତେ କହିଲି ଫେଇ ।।୧୨।ଦେବକୁ ଅଗମ୍ୟ ଅଟଇ ରାହାସର ଯେ କଥାଯଉଂ ଠାବେ ବେଦବ୍ରହ୍ମାଟି ପାତି ରହିଛି ମଥା ।।୧୩।ଗୋପାଳ ମନ୍ତ୍ର ଅଷ୍ଟାଦଶାକ୍ଷରେ ମଣ୍ଡଣ କଲେଗୋପୀ ଷୋଡ଼ଶୀ ମନ୍ତ୍ରରେଣ ମାରଜନା ହୋଇଲେ ।।୧୪।ବୃନ୍ଦାବନକଚ ଯେ ମଥୁରା ଛଡ଼ା ବାର ଯୁଣରେ ।କ୍ରୋଧେ କଂସ ରାଜା ମରୁଚି ରଙ୍ଗସଭା ମଧ୍ୟରେ ।।୧୫।ଗୋପ ବାର ଯୁଣ ଅନ୍ତର ରାଜା ନନ୍ଦ ଅଟଇଦୀର୍ଘ – ପ୍ରତି ଆୟେତନରେ ମନ୍ତ୍ରମାନ ବସାଇ ।।୧୬।ଅଷ୍ଟ ସଖିଏ ଆଠକଳା ଥାପି ଅଷ୍ଟକୋଣରେତ୍ରିୟ କୋଣ ମନ୍ତ୍ର ମଧ୍ୟରେ ରାଧା ବିଜୟେ କଲେ ।।୧୭।ସିଂଘାସନେ ବସି ଚିନ୍ତିଲେ ସେ ଅଭୟ ଚରଣସ୍ତିରୀ ଅଙ୍ଗ ଗୋଟି ପାଲଟି ହେଲେ ପୁରୁଷ ଜାଣ ।।୧୮।କୃଷ୍ଣ ମୁର୍ତ୍ତି ଗୋଟି ଧଇଲେ ଦେଖୁ ଅଛନ୍ତି ସଖିହା କୃଷ୍ଣ ବୋଲି ଯେ ଲୋଟିଣ ଗଲେ ସେ ନିରିମାଖୀ ।।୧୯।ଦୂତୀ ମୁଖ ଚାହିଂ ଶ୍ରୀମତୀ ବୋଲେ ଶୁଣ ଗୋ ସହୀଗଡ଼ କରି ବେଢ଼ି ବସ ଗୋ ସର୍ବ ସଖିନ୍ତ ରାଇ ।।୨୦।ତୁମ୍ଭେ ଦୂତୀ ବୃନ୍ଦାବତୀକି ଘେନି ଦ୍ୱାର ଜଗିବନନ୍ଦନନ୍ଦନକୁ ମୋ ପୁରେ କେବେଂ ଛାଡ଼ି ନ ଦେବ ।।୨୧।ସର୍ବନାଶୀ ଗର୍ବ ନାଶିବି ଗେଲ ଛାଡ଼ି ତାଙ୍କରଯେତେ କଥା କଲା ସଖି ଗୋ ମନେ ତା ହେତୁକର ।।୨୨।ଦ୍ୱାର ଜଗି ବସି ରହିଲେ ଆଗ୍ୟାଂ ପାଇଣ ଦୂତୀପ୍ରେମ ଆନନ୍ଦେ ତ୍ରିଭଙ୍ଗୀମା ଛନ୍ଦେ ଗୋପୀ ନାଚନ୍ତି ।।୨୩।କେହୁ ବୋଲେ ହରେ ରାମ ଗୋ କୃଷ୍ଣ ରଖ ପରାଣକେହୁ ଶାମ ଦାମ ବୋଲନ୍ତି ରଖ ନନ୍ଦନନ୍ଦନ ।।୨୪।ଦୀନ ଧର୍ମ ସାକ୍ଷୀ ହୁଅ ହେ କନ୍ଦର୍ପର ମୂରୁତିସାଧୁ ସୁନ୍ଦର ମଧୁବାଣୀ ଯେହ୍ନେ କୋକିଳ ପନ୍ତି ।।୨୫।ନାଦବିନ୍ଦୁ ଆଶ୍ରେ କରିଣ ନାମବ୍ରହ୍ମ ଚିନ୍ତିଲେରୋମାବଳୀ ଝଙ୍କୁରିଣ ଯେ ପ୍ରେମଭୋଳେ ଭାଷିଲେ ।।୨୬।ତ୍ରିଭଙ୍ଗୀ ଛନ୍ଦରେ ଉଭାରି ନାଚି ବଜାନ୍ତି ତାଳିଆହା ପ୍ରାଣଧନ ମରିଲୁ ସର୍ବ ବରଜବାଳୀ ।।୨୭।ଦୃଢ଼ ସମାଧିରେ ରାଧା ଯେ ହୃଦେ ଜାଗି କମଳେନେତ୍ରେ ଥନ ଥନ ଲୁଅ ସେ ଅତିଅନ୍ତ ବିକଳେ ।।୨୮।ଛାର ମୋହ ମାୟା କ୍ରୋଧଟି ସର୍ବ ଅନ୍ତର କଲାଶୂନ୍ୟ ସମାଧିରେ ଶୂନ୍ୟରୁ ମନ ନିଚଳ ହେଲା ।।୨୯।ନାସାରନ୍ଧ୍ରେ ବଂଶୀ ବାଜଇ ଶୁଭୁଥାଇ ଯେ କାନଚେତା ଚଇତନ ଜାଗିଲା ହୁଡ଼ି ପ୍ରକୃତିମାନ ।।୩୦।ଥକିତ ଲହରୀ ହୋଇଣ ଶୂଭେ ବଂଶୀ ଶବଦସୁସ୍ୱରେ ସେଠାବେ ବାଜିଲା ବାରଗୋଟି ବାଇଦ ।।୩୧।ଅକର୍ମ ଅବିଦ୍ୟା ଅସୂତ୍ରେ ଅବିନାଶୀକୁ ଆଶକର୍ମବନ୍ଧନ ତୁଟିଗଲା ଗଳୁଂ ଫିଟିଲା ଫାଶ ।।୩୨।କୁକୁଟ ଶବଦ ମୟର ପାଗ ଝିଙ୍କାରୀ ବଂଶୀପଞ୍ଚୁ ସ୍ୱର ୟେକ ମିଶାଇ ନାମ ଶୁଣିଲେ ବସି ।।୩୩।ଏକାବେଳେ ସର୍ବ ଗୋପୀଏ କୃଷ୍ଣ କୃଷ୍ଣ ବୋଲିଣଆହା ପ୍ରାଣଧନ ନୟନାନନ୍ଦ ଆସ ଆପଣ ।।୩୪।କାଳେନ୍ଦୀ କୂଳରେ କଦମ୍ବ ମୂଳେ ନୟନାନନ୍ଦଆସନ କମ୍ପିଲା ତାଙ୍କର ଶୁଣି ବଂଶୀ ନିନାଦ ।।୩୫।ବିଷାକ୍ତ ମନ କାରୁଣ୍ୟରେ କୃଷ୍ଣ ବୃକ୍ଷୁ ଓହ୍ଲାଇଅତି ଶୋକଭରେ ଚଳିଲେ ଦୀନ ଅଚ୍ୟୁତ କହି ।।୩୬।ଇତିଶ୍ରୀ ରାଧା ରାସ ଅଷ୍ଟମ ଗୁଜ୍ଜରୀ ।ନବମ ଗୁଜ୍ଜରୀବଇଂଶୀ ଶବଦ ଶୁଣିଣ କୃଷ୍ଣ ବିଷାଦ ହେଲେମୋ ପଦ କେ ବଳେ ହରିଲା ବୋଲି ମନେ ପାଞ୍ଚିଲେ ।।୧।ଘନଘନ ନାଦ ଶୁଭୁଛି କମ୍ପେ ଶ୍ରୀବୃନ୍ଦାବନନିଶି ଅର୍ଧମାନେ ଚଳିଲେ ସଙ୍ଗେ ସଖା ଘେନିଣ ।।୨।କେତେକ ଦୂରରେ ଦେଖିଲେ ଗଡ଼ ବାନ୍ଧି ଯୁବତୀଦ୍ୱାର ଜଗିଛନ୍ତି ବୃନ୍ଦା ଯେ ସଙ୍ଗେ ଘେନିଣ ଦୂତୀ ।।୩।ଦ୍ୱାର ପାଶେ ଉଭା ହୋଇଣ ଲୋଡୁଛନ୍ତି କହ୍ନାଇଶୁଣ ଆଗୋ ସହଚରଏ ରାଧା ଅଛନ୍ତି କାହିଂ ।।୪।ଦୂତିକା ବୋଲନ୍ତି ନାଗର ତୁହି କିମ୍ପା ଅଇଲୁଂନୟନାନନ୍ଦ ଶ୍ରୀକୃଷ୍ଣଙ୍କୁ ଘେନି ରାହାସ କଲୁଂ ।।୫।ଫେରିଯାଅ ଆରେ କହ୍ନାଇ ଆମ୍ଭ ସଖିଟି ନାହିଂଚୋର ବୋଲି ତୋତେ ବାନ୍ଧିବେ ଏଥୁ ଯା ଯା ପଳାଇ ।।୬।ଚୋର ଆମ୍ଭେ ନିଶ୍ଚେ ଦୂତୀ ଗୋ କହ ତୋ ସଖି ପାଶସେ ଯେବେ ତୁମ୍ଭଙ୍କୁ କହିବେ ଭେଟା ତାହାଙ୍କ ପାଶ ।।୭।ଶୁଣି ଦୂତୀ ବେଗେ ଚଳିଲେ ଯହିଂ ଶ୍ରୀମତୀ ଛନ୍ତିକରଯୋଡ଼ି ଦୂତୀ କହନ୍ତି ଦ୍ୱାରେ ଉଭା ଶ୍ରୀ ପତି ।।୮।ତୁମ୍ଭର ବଚନେ ଆଣିମୁଂ ସେହି କଳା କହ୍ନାଇଦୂତୀଠାରୁ ଶୁଣି ଶ୍ରୀମତୀ କହେ ଓଷ୍ଠ କମ୍ପାଇ ।।୯।ଶୁଣ ଦୂତୀ ୟେବେ ତୋହୋରେ କହୁଅଛି ବଚନନ ଚାହିଂବି ତାଙ୍କ ଶ୍ରୀମୁଖ ସଖି ତୁମ୍ଭେ ଗୋ ଶୁଣ ।।୧୦।ଗରବଖିଆ ଗରବକୁ ଆଜି ବାନ୍ଧିବି ସହିକେତେ କେତେ କୂଟ କପଟ କଲା ନନ୍ଦ କହ୍ନାଇ ।।୧୧।ଦୂତୀ ବୋଇଲେ ଗୋ ଶ୍ରୀମତୀ ଶୁଣ ଆମ୍ଭ ବଚନଭିତରେ ଅଇଲେ ବାନ୍ଧିବା ଧରି ନନ୍ଦନନ୍ଦନ ।।୧୨।ଶ୍ରୀ ମତି ବୋଲିଲେ ପଣନ୍ତେ ବାନ୍ଧି ଆଣିମ ତାଙ୍କୁଚୋର ଖଣ୍ଟ ପ୍ରାୟେ କରିଣ ଦଣ୍ଡଦେବା ତାହାଙ୍କୁ ।।୧୩।ଆଗ୍ୟାଂ ପାଇ ଦୂତୀ ଶ୍ରୀକୃଷ୍ଣ ପାଶେ ଯାଇଂ ଭେଟିଲେଚୋର ପ୍ରାୟେ ବାନ୍ଧିକରିଣ ଘେନ ରାଜା ବୋଇଲେ ।।୧୪।ଶ୍ରୀ ହରି ବୋଇଲେ ଆମ୍ଭଙ୍କୁ ସଖି ବାନ୍ଧ ଗୋ ପୁଣିରାଜା ଆଗ୍ୟାଂ ତବ ଅବଗ୍ୟାଂ ନୋହିବରେ ତରୁଣୀ ।।୧୫।କୃଷ୍ଣ ମନ ଜାଣି ପଣନ୍ତେ ଦୂତୀ ବାନ୍ଧିଣ ନେଲାସିଂହାସନ ପାରୁଶରେ ସେ ଯାଇଂ ଉଭା ହୋଇଲା ।।୧୬।ତେବେ ସେ ହରଷ ଦିଶିଲା ରାଜା ଶ୍ରୀମୁଖ ପୁଣତ୍ରାହି ଗୁରୁ ଅଙ୍ଗ ତୁମ୍ଭେ ଯେ ମୁହିଂ ଗଲି ଶରଣ ।।୧୭।ଏତେ କହି କର ଯୋଡ଼ିଣ କୃଷ୍ଣ ଅବନୀପରେସର୍ବ ଦୋଷ କ୍ଷମା କରିଣ ରଖ ଶରଣ ମୋରେ ।।୧୮।ବ୍ରହ୍ମାଣ୍ଡକରତା ଯେ ପ୍ରଭୁ ପଡ଼େ ରାଧା ପୟରେକି କହିବି ତାଙ୍କ ଦୁଖ ଯା ନାରୀ ଦେଲେ କୃଷ୍ଣରେ ।।୧୯।ଦାସ ଦୋଷ କ୍ଷମା ହେବ ଗୋ ଗୁରୁଦେବ ଆପଣତୁମ୍ଭ ଅଙ୍ଗୁ ଆମ୍ଭେ ଛରିଲୁ ତୁମ୍ଭେ ଅରୂପ ଜାଣ ।।୨୦।ମୋର ଦୋଷ କ୍ଷମା କରିଣ ସୁଧା ବରଷ ତୁହିକୋଟି ତୀର୍ଥ ଶ୍ୱରୀର ଅଙ୍ଗ ପଖାଳେ ମୁହିଂ ।।୨୧।ମହା ବ୍ୟାକୁଳରେ ଶ୍ରୀକୃଷ୍ଣ ରାଧା ପାଦ ବନ୍ଦିଲେହାସ ପରିହାସ ଅମୃତ ସୁଧା ଭାବ ବର୍ଷିଲେ ।।୨୨।କିଣି ରଖ ପ୍ରାଣ ବୋଲି ସେ ପଡ଼ି ଅବନୀ ପରେକାରୁଣ୍ୟ କରିଣ ଅଚ୍ୟୁତ ଗଡ଼ୁଅଛି ପୟରେ ।।୨୩।ଇତିଶ୍ରୀ ରାଧା ରସ ନବମ ଗୁଜ୍ଜରୀ ।ଦଶମ ଗୁଜ୍ଜରୀଶ୍ରୀକୃଷ୍ଣ ବିକଳ ଦେଖି ଶ୍ରୀମତୀକହେ କେଡ଼େ ମାୟା କଲ ଶ୍ରୀପତି ।।୧।ଗୋପ ଗଉଡ଼ୁଣୀ ବୋଲି ମଣିଲନିଶା ରାତ୍ରେ ଘେନି ବନେ ବୁଲିଲ ।।୨।ନଟୁଚୋରୀ ନୁହେଁ ବସ୍ତ୍ରହରଣନାବକେଳି ନୁହେଁ ଘାଟ ସାଧନ ।।୩।ଏକଥା ନ ଜାଣି ସବୁ ତେଜିଲୁଜାନୁଯୈାବନ ତୋତେ ଆମ୍ଭେ ଦେଲୁ ।।୪।ପତିବ୍ରତ ପୁତ୍ର ବନ୍ଧୁ ଯେ ଗୁରୁବଧିବ୍ରତ ଛାଡ଼ି କଳପତରୁ ।।୫।ଜାଣିଥିଲୁଟିକି ଏହା କରିବପିଣ୍ଡ ରଖି ଆମ୍ଭ ପରାଣ ନେବ ।।୬।ହେ କୃଷ୍ଣ ତୋ ମୁଖ ନ ଚାହୁଂ ଆଉଏଡେ ଅଲାଜୁକ କିମ୍ପା ବୋଲାଉ ।।୭।ଯେସନ ବଚନ ଶୁଣି ଶ୍ରୀପତିପୁତ୍ର ଦୋଷ କି ସେ ମାତା ଘେନନ୍ତି ।।୮।ଭୃତ୍ୟ ଦୋଷ କି ସାମନ୍ତ ଘେନଇପ୍ରଜା ଦୋଷ କି ରାଜା ନ ଶୁଣଇ ।।୯।ଅବଳା ନାରୀ ଯେ ଆମ୍ଭେ ଯୁବତୀକେଡେ ମାୟା କରି କହୁ ଶ୍ରୀପତି ।।୧୦।ଦଦରା ନାବେ ବସାଇଲୁ ପୁଣବାଲୁକା ପୂଜନ୍ତେ ବସ୍ତ୍ର ହରଣ ।।୧୧।ନିୟମ କରିଲୁ ମୁରଲୀ ଛୁଇଁତୁମ୍ଭ ଯୋଗେ କେତେ କଷଣ ସହି ।।୧୨।ମୁଂ ରାଧା ନୁହଇ ଗୋପର ନାରୀମୁରଲୀ ବାଇ ଡାକିବୁ ଶ୍ରୀହରି ।।୧୩।ତୁମ୍ଭେ ଯେବେ ଆମ୍ଭ ଭଣଜା ହୋଇଆମ୍ଭେ ଯେବେ ତୁମ୍ଭ ସୋଦର ମାଇଂ ।।୧୪।ଏତେ ଦିନେ ଭେଟ ହେଲା ତୋହରସର୍ବ ସଙ୍କେତ କହିବୁ ଆଗର ।।୧୫।ମୋହିଲୁ ମୋ ହସ୍ତେ ମୁରଲୀ ଦେଇଅଲାଜୁକ ପଣେ ଯାଅ ପଳାଇ ।।୧୬।ପଚାରୁଛି ଯାହା କହିବ ଫେଇଦୀନ ଅଚ୍ୟୁତ ଯେ ପଛରେ ଥାଇ ।।୧୭।ଇତିଶ୍ରୀ ରାଧା ରାସ ଦଶମ ଗୁଜ୍ଜରୀ ।ଏକାଦଶ ଗୁଜ୍ଜରୀପଚାରିବି ଯେତେ ଶୁଣ କହ୍ନାଇପଞ୍ଚମାତ୍ରା ବୋଲି କି ମାତ୍ରା କହି ।।୧।ସପ୍ତ ପଞ୍ଚତ୍ମିକା ଆଦି ସହିତେସପ୍ତ ବାର ସ୍ତିରୀ ପୁରୁଷ କେତେ ।।୨।ସପ୍ତାଙ୍ଗ ଅଷ୍ଟାଙ୍ଗ ଆଦିଟି ପୁଣପକ୍ଷକ କେମନ୍ତ ପନ୍ଦର ଦିନ ।।୩।ପୃଥ୍ୱୀ ଆପ ତେଜ ବାୟୁ ଆକାଶକେ କଉଂ ଘରେ କରିଛନ୍ତି ବାସ ।।୪।କାହାର କେବଣ ବର୍ଣ୍ଣ ହୋଅଇକେ କଉଂ ମାତ୍ରାରେ ପୁଣି ଚଳଇ ।।୫।ପଞ୍ଚ ବୀଜର କେ ଅଟଇ ଗୁରୁକେବଣ ଅଙ୍ଗ ସେ କାହା ଅଙ୍ଗରୁ ।।୬।ଚାରିଦ୍ୱାର ଚାରି ବେଦ ଅଟଇକଉଂ ଦ୍ୱାରେ କଉଂ ବେଦ ଅଛଇ ।।୭।ସତ୍ୟ ତ୍ରିତୟା କେ ଦ୍ୱାପର କଳିକଉଂ ବେଦ କଉଂ ଯୁଗଟି ବୋଲି ।।୮।ଦିବସ ଗୋଟିକ ଚାରି ପ୍ରହରକଉଂ ପ୍ରହରେ କଉଂ ବେଦ ସାର ।।୯।ଚାରିଗୋଟି ମାତ୍ରା ପୁଣ କହିଲାବାରଗୋଟି ବାଦ୍ୟ ବାଜୁଛି ଭଲା ।।୧୦।ଆବର କଥାଏ ଶୁଣ କହ୍ନାଇକେତେବେଳେ ପଞ୍ଚଭୂତଟି ନାହିଂ ।।୧୧।ତେତେବେଳେ ଥିଲା କଉଂ ପୁରୁଷକେମନ୍ତେ ସେ କାହିଂ କରିଲା ବାସ ।।୧୨।ତୁମ୍ଭ ଆମ୍ଭ ଦୁହେଂ କା ଦେହୁଂ ଜନ୍ମମାତା ପିତାଙ୍କର କେବଣ ନାମ ।।୧୩।ଆଗେ କି ପୁରୁଷ କି ଅବା ସ୍ତିରୀକାର କେତେ କଳା ଆସିଲା ଛରି ।।୧୪।ଏ ଦେହ ମାତ୍ରାଟି କେତେକ ପୁଣପଞ୍ଚାକ୍ଷରରେ ଛଡ଼ଚକ୍ର ପୁଣ ।।୧୫।ଏ ଦେହ ମାତ୍ରାଟି କେତେକ ଦୂରମଞ୍ଚକୁ ପାତାଳ କେତେ ଅନ୍ତର ।।୧୬।ଛଡ଼ଚକ୍ର କହ କାହିଂ ସେ ମେଳକେମନ୍ତେ ପାଦେ ଫୁଟିଛି କମଳ ।।୧୭।ରଜବୀର୍ଯ୍ୟ ଯେବେ ୟେକତ୍ୱ ହେଲାୟତନେ କେ କେତେ ମିଶାଇଦେଲା ।।୧୮।ଠିକ୍ ଠିକ୍ କରି ପଚାରେ ତୋତେବାର ବାଦ୍ୟ କଥା କହିବା ମୋତେ ।।୧୯।ଖଞ୍ଜଣି ମନ୍ଦିରା ସେ କରତାଳିମୃଦଙ୍ଗ ବୀଣା ଯେ ପୁଣି କଂସାଳି ।।୨୦।ଢୋଲ ତୁମ୍ବା ପଖାଉଜ ନିନାଦଘଣ୍ଟ ଘଣ୍ଟା ଏହି ବାର ବାଇଦ ।।୨୧।ସେ କଉଂ ମାତ୍ରାରେ ବାଜୁଛି ପୁଣିଫେଡ଼ି କହିଦେବା ହୋ ଚକ୍ରପାଣି ।।୨୨।ଆବର କଥାଏ ହୋ ନନ୍ଦସୁତଘେନିଛ ବିରହ ବଇଂଶୀ ହାଥ ।।୨୩।କାହିଂରୁ ଜନମ ସେ ବଂଶୀ ଗୋଟିକେବଣ ମାତ୍ରା ଯେ ଯାଗ କୁଣ୍ଡଟି ।।୨୪।ସପତ ରନ୍ଧ୍ରଟି କିମ୍ପା ହୋଇଲାକଉଂ ରନ୍ଧ୍ରଗୋଟି ଗୋପୀ ମୋହିଲା ।।୨୫।କଉଂ ରନ୍ଧ୍ର କଉଂ ନାମ ବହଇଆଦି ଅନ୍ତ ସବୁ କହ ବୁଝାଇ ।।୨୬।ସଦଗୁରୁ ରାଣ ଅଛି ତୁମ୍ଭଙ୍କୁପଦପଦ କରି କହ ଆମ୍ଭଙ୍କୁ ।।୨୭।ଆବର କଥାଏ ଶୁଣ ହୋ ଭଲାଆଠକୁଞ୍ଜ ଲୀଳା କେ ସବୁ ଦିଲା ।।୨୮।ଲଳିତା ବିଶାଖା ଯେ ସଖି ଦୁଇକଉଂ ମାତ୍ରା କାହା ଅଙ୍ଗରେ ହୋଇ ।।୨୯।ବୃନ୍ଦା ତ୍ରିପୁରାଟି ସେହି ଦୁତିକାପ୍ରେମରୂପା ଘେନି ସେ ଚିତ୍ରରେଖା ।।୩୦।ରମା ଗୋପୀ ଘେନି ସେ ଆଠଜଣକହ କାହିଂରୁ ହୋଇଲେ ଜନମ ।।୩୧।କେବଣ ମାତ୍ରା କି କି ବୀଜ କହିସେବାରେ କେ କିସ ଘେନି ଅଛଇ ।।୩୨।କାର ଦାଣ୍ଡେ କିବା ବାଦ୍ୟ ବାଜୁଛିକିଏ ବସି ତହିଂ ଯନ୍ତ୍ର ଚାଳୁଛି ।।୩୩।ରତ୍ନ ସିଂଘାସନ କେମନ୍ତେ ହୋଇପ୍ରଥମେ କି ଯନ୍ତ୍ର ଥାପନା ତହିଂ ।।୩୪।ସେ ଯନ୍ତ୍ର କାହୁଂ ବା ଅଇଲା ପୂଣକେବା ବସି ତାକୁ କଲା ଥାପନ ।।୩୫।ଚଉଷଠୀ ବନ୍ଧ ସ୍ତିରୀ ପୁରୁଷକହ କେତେ ସ୍ତିରୀ କେତେ ପୁରୁଷ ।।୩୬।ତୁମ୍ଭ ଆମ୍ଭ ତେବେ ମିଳନ ହେବକୁଞ୍ଜବନରେ ରାହାସ ରହିବ ।।୩୭।ନୋହିଲେ ତୁମ୍ଭର ଯନ୍ତ୍ରକୁ ଦିଅଚୋର ପ୍ରାୟେ ହୋଇ ପଳାଇ ଯାଅ ।।୩୮।ତେବେ ସିନା ଯନ୍ତ୍ର ବାଜିବ ପୁଣନୋହିଲେ ଯନ୍ତ୍ରକୁ ଦିଅ ଆପଣ ।।୩୯।ପଦ ପଦ କରି ଦିଅ ବୁଝାଇକହେ ଅଚ୍ୟୁତ ଶ୍ରୀମତୀ ପୁଚ୍ଛଇ ।।୪୦।ଇତିଶ୍ରୀ ରାଧା ରାସ ଏକାଦଶ ଗୁଜ୍ଜରୀ ।ଦ୍ୱାଦଶ ଗୁଜ୍ଜରୀଶ୍ରୀକୃଷ୍ଣ କହନ୍ତି ଶ୍ରୀମତୀ ଶୁଣପ୍ରଶ୍ନ କଥା କହିଦେବା ଫେଡ଼ିଣ ।।୧।ପ୍ରଥମ ଯନ୍ତ୍ରଟି ଅରେହ ପୁରଅରେହରୁ ରେହ ହେଲା ଜନମ ।।୨।ୟେ ବେନିରୁ ବିନ୍ଦୁ ଧଇଲା ସହୀବିନ୍ଦୁ ଅର୍ଧମାତ୍ରା ସେହୁ ବୋଲାଇ ।।୩।ଅକାରଟି ସେହି ସଖି ଗୋ ଶୁଣତହିଂରୁ ଜନ୍ମିଲା ଆକାର ପୁଣ ।।୪।ଅକାରୁଂ ଆକାର ଇକାର ହେଲାଇକାରୁ ଉକାର ଏକାର ହେଲା ।।୫।ୟେମନ୍ତେ ଏ ପଞ୍ଚୁ ମାତ୍ରାଟି ହୋଇଅକାରହିଂ ପ୍ଲୀଂ ରାଧା ବୋଲାଇ ।।୬।ଆକାରହିଂ ହ୍ଲୀଂ କରେ ପ୍ରମାଣଇକାରଟି ଧ୍ଲୀଂ ଶ୍ୟାମ ବୋଲିଣ ।।୭।ଏକାରହିଂ କ୍ଲୀଂ କୃଷ୍ଣଙ୍କୁ ଜାଣଉକାର ଶ୍ଳୀଂ ଯୋଗମାୟା ରାମ ।।୮।ପଞ୍ଚମାତ୍ରା ବୀଜ କହିଲି ସହୀଅର୍ଧମାତ୍ରା ପିତୃ ବୀଜଇଂ କହି ।।୯।ଆମ୍ଭେ ବେନି ଜନ୍ମୁ ଯା ଦେହୁ ସେହିତେଣୁ ଆମ୍ଭେ ଦୁଇ ଭଏଣୀ ଭାଇ ।।୧୦।ବେଦମତେ ସ୍ତିରୀ ପୁରୁଷ ଦୁଇତୋ ଅଙ୍ଗୁ ମୁଂ ଜନ୍ମ ତୁ ମାତା କହି ।।୧୧।ସପ୍ତାଙ୍ଗ ଅଷ୍ଟାଙ୍ଗ ସେ ସାତ ବାରଶନି ରବି ଘେନି ମଙ୍ଗଳବାର ।।୧୨।ୟେ ତିନି ବାରଟି ପୁରୁଷ କହିସୋମ ବୁଧ ଗୁରୁ ଶୁକ୍ର ବୋଲାଇ ।।୧୩।ୟେ ଚାରି ବାରଟି ସ୍ତିରୀ ପ୍ରମାଣସପ୍ତାଙ୍ଗ ଯୋଗଟିଏ ଏ ସାତ ଜଣ ।।୧୪।ଆବର ପୁଚ୍ଛିଲ ଭୋ ସଖି ଶୁଣଯବ ପ୍ରମାଣରେ ପୁରୁଷ ଜାଣ ।।୧୫।ତାଙ୍କୁ ଲୁଚାଇ ଅନନ୍ତ ଧଇଲାସପତ ଫଣି ଯେ ଘୋଡ଼ାଇଥିଲା ।।୧୬।ତାଙ୍କ ହାସ୍ୟରୁହିଂ ସୁଧା ଗଳିଲାସେ ସୁଧାହୁଂ ଆଦି ଓଂକାର ହେଲା ।।୧୭।ଦୁଇ ସୁଧା ଏକ ଠାବ ହୋଇଣମଝାଭାଗ ରୁହିଂ ତୁ ସଖି ଜନ୍ମ ।।୧୮।ତୋ ପାଦପଦ୍ମରୁ ଶ୍ରୀକୃଷ୍ଣ ମୁହିଂମୋ ପାଦରୁ ଗୋପୀ ଜନମ ହୋଇ ।।୧୯।ସେ ସପ୍ତ ଅଙ୍ଗରୁ ସପ୍ତାଙ୍ଗ ଆଠୟେମନ୍ତେ ପନ୍ଦର ଦିବସ ମୋଟ ।।୨୦।ପୃଥ୍ୱୀ ଆପ ତେଜ ବାୟୁ ଆକାଶବାୟୁର ଘରଟି ନାଭି ପ୍ରକାଶ ।।୨୧।ଆକାଶର ଦ୍ୱାରେ ବ୍ରହ୍ମରନ୍ଧ୍ରରେବଇଂଶୀର ଦ୍ୱାର ନାସାରନ୍ଧ୍ରରେ ।।୨୨।ତେଜର ଦୁଆର ଚକ୍ଷୁରେ ପୁଣଅପର ଦୁଆର ଇନ୍ଦ୍ରି ପ୍ରମାଣ ।।୨୩।ପୃଥ୍ୱୀର ଦୁଆର ତୁଣ୍ଡକୁ କହିକୃଷ୍ଣବର୍ଣ୍ଣ ଗୋଟି ଆକାଶ ହୋଇ ।।୨୪।ବାୟୁର ନୀଳ ବର୍ଣ୍ଣହିଂ ଯେ ଶୁଣତେଜର ଅଟଇ ଶୋଣିତ ବର୍ଣ୍ଣ ।।୨୫।ଆବର ଅଗ୍ନି ବର୍ଣ୍ଣଇ ପ୍ରକାଶପୃଥ୍ୱୀର ପିଙ୍ଗଳ ବର୍ଣ୍ଣହିଂ ଦୃଶ୍ୟ ।।୨୬।ଆକାଶ ସମ୍ଭାଇ ଶବ୍ଦରେ ପୁଣବାୟୁ ସମ୍ଭାଇ ନାସିକା ପ୍ରମାଣ ।।୨୭।ଆପ ସମ୍ଭାଇଲା ଯାଇଂ ହୃଦରେତେଜ ସମ୍ଭାଇ ଯେ ଥନ ମଧ୍ୟରେ ।।୨୮।ସକଳ ସମ୍ଭାଇ ଶୂନ୍ୟ ଆକାଶେସଦା ଧାମଇ ସେ ବାୟୁ ପୁରୁଷେ ।।୨୯।ଦେଖଇ ତେଜ ଦର୍ପଇଟି ଆପୟେହୁ ପାଞ୍ଚରୁ ଅନେକ ସୋରୂପ ।।୩୦।ଯଜୁବେଦ ଗୋଟି ପୂର୍ବ ଦୁଆରସାମ ବେଦ ଗୋଟି ଦକ୍ଷିଣ ଦ୍ୱାର ।।୩୧।ଅଥର୍ବ ବେଦ ଉତ୍ତରେ ରହିଛିଋକବେଦ ଗୋଟି ପଛିମେ ଅଛି ।।୩୨।ଉର୍ମ ଧୂର୍ମ ଜୋତି ଜ୍ୱାଳା ଯେ କହିଉର୍ମ ମୁଖ ଧୁର୍ମ ନାସିକା କହି ।।୩୩।ଜୋତି ତଛୁ ଜ୍ୱାଳା କର୍ଣ୍ଣଟି ଶୁଣଚାରିବେଦ ଚାରି ପ୍ରହର ଜାଣ ।।୩୪।ପ୍ରଥମ ପ୍ରହର ରୂକ ଯେ ବେଦଦ୍ୱିତୀୟ ପ୍ରହର ଯଜୁ ଯେ ବେଦ ।।୩୫।ତୃତୀୟ ପ୍ରହର ଯେ ସାମ ବେଦଚତୁର୍ଥ ପ୍ରହର ଅଥର୍ବ ବେଦ ।।୩୬।ଋକ ବେଦ ସତ୍ୟଯୁଗ ଯେ ମୁଖଯଜୁବେଦ ନାସା ତ୍ରିତୟା ଦେଖ ।।୩୭।ଦ୍ୱାପର ସାମବେଦ ଅଟେ ତଛୁକଳିଯୁଗ କର୍ଣ୍ଣ ଅଥର୍ବ ଲେଖୁଂ ।।୩୮।ଘଣ୍ଟା ଘଣ୍ଟାରେ ବାଏ ତିନି ଜାଣକଳା ମାତ୍ରାଠାରୁ ଏ ହୋୟେ ଜନ୍ମ ।।୩୯।ବୀଣା ପଖାଉଜ ମନ୍ଦିରା ଗିନିକିକୀ କୁକୂ ବୋଲି ଏ ଧୂନି ଜନ୍ମି ।।୪୦।ଢୋଲ ରାମତାଳି ଆଦି ଖଞ୍ଜଣିକେ କୈ କୋ ମାତ୍ରାଠାରୁ ଜନ୍ମି ।।୪୧।ମୃଦଙ୍ଗ କଂସାଳ ତୁମ୍ବାଇଂ ପୁଣକୈା କଂ କାଃ ଠାରୁ ୟେ ତିନି ଜନ୍ମ ।।୪୨।ବାର ମାତ୍ରାରୁ ଯେ ବାରଟି ବାଦ୍ୟଯେ ଯଉଂ ମାତ୍ରାରୁ ଜନ୍ମ ଶବଦ ।।୪୩।କ ଠାରୁ ଘଣ୍ଟ କା ଠାରୁ ଘଣ୍ଟାରେବା ବୋଲିକରି ମାତ୍ରା ଯେ ଗୋଟା ।।୪୪।କି ଠାରୁ ପଖଜ କୀ ଠାବୁଂ ବୀଣାକୁରୁ ମନ୍ଦିରା କୂ ଗିନି ସିନା ।।୪୫।କେ ବୋଲି ଢୋଲ କୈ ରାମତାଳକୋ ଠାବୁଂ ଖଞ୍ଜଣି ଶୁଣରେ ବାଳୀ ।।୪୬।କୈା ଠାରୁ ମୃଦଙ୍ଗ କଂ କଂସାଳକଃ ଠାରୁ ଜନମ ତୁମ୍ବାର ତାଳ ।।୪୭।ଶୂନ୍ୟ ଘର କଥା ଅଟଇ ଏହିବିନା ଯନ୍ତ୍ରେ ମାତ୍ରା ଶବ୍ଦ କରଇ ।।୪୮।ୟେ କଥାମାନ ଯେ ଭେଦ କରଇମୃଦଙ୍ଗ ମୃତ୍ତିକା କୁମ୍ଭାର ଭେଇ ।।୪୯।ଢୋଲ ଖଞ୍ଜଣି ପଖଜ ତୁମ୍ବାରାକାଷ୍ଠେ ଅନନ୍ତ ଗଢ଼ିଛନ୍ତି ପରା ।।୫୦।ଘଣ୍ଟ ଘଣ୍ଟା ବୀଣା ଗିନି ମନ୍ଦିରାଈଶ୍ୱର ବିନ୍ଧାଣି ରୂପେ ଗଢ଼ିଲା ।।୫୧।କହିଲି ସୁମୁଖୀ ଏ ବାଦ୍ୟ ଦିଅବଜାନ୍ତୁ ଗୋପୀଏ ହୋଇ ସିନିହ ।।୫୨।ଆବର ମୋ ବଂଶୀ ନେଇଛୁ ସହୀକହୁଅଛି ଶୁଣ ତୁ ମନଦେଇ ।।୫୩।ବିନ୍ଦୁଟି ମୋ ଶୂନ୍ୟ ରହିଛି ଜାଣଅର୍ଧମାତ୍ରା ତାକୁଂ ବେଢ଼ିଛି ପୁଣ ।।୫୪।ଅର୍ଧମାତ୍ରା ଠାବୁଂ ହେଲା ଓଂକାରଓଂକାରୁ ଉତୁପତି ବଂଶୀ ସ୍ୱର ।।୫୫।ମହାନିତ୍ୟରେହିଂ ଏ ମନ୍ତ୍ର ଥିଲାଓଂକାର ଥାପି ବ୍ରହ୍ମା ଯଗ୍ୟଂ କଲା ।।୫୬।ଓଂକାରୁ ଜନ୍ମିଲା ବଇଂଶୀ ଯେଣୁସପ୍ତବାର ମାତ୍ରା ଭ୍ୟାଇଲା ତେଣୁ ।।୫୭।ଗାଣ୍ଡୀବ କୋଦଣ୍ଡ ପିନାକ କହିଶିବ ଶରାସନ ଗଢ଼ିଲା ବିହି ।।୫୮।ନଳ ଆଦି ପୁଣ ବେଣୁ ହିଂ କଲାଅଗ ଖଣ୍ଡି ମୋହୋ ବଇଂଶୀ ହେଲା ।।୫୯।ତାକୁ ସାଇତି ବ୍ରହ୍ମା ରଖିଥାଇଦ୍ୱାପର ଯୁଗରେ ଜନ୍ମିଲି ମୁହିଂ ।।୬୦।ବଛା ହରଣରେ ବଂଇଶୀ ଦିଲାଯଉଂ ରନ୍ଧ୍ରେ ଯଉଂ ଶବ୍ଦ ରହିଲା ।।୬୧।ଅର୍ଧମାତ୍ରା ଆଦି ବଂଇଶୀ କହିରନ୍ଧ୍ରେ କେ ତିନିପୁରକୁ ମୋହର ।।୬୨।ସପ୍ତ ରନ୍ଧ୍ରକେ ଏକୋଇଶ ପୁରସେ ସ୍ୱର ବଇଂଶୀ ଗର୍ଭୁ ବାହାର ।।୬୩।ବଇଂଶୀ ରନ୍ଧ୍ରରେ ସ୍ୱର ପଶିଲାସପ୍ତ ପଞ୍ଚାତ୍ମକ ଧୁନି ଶୁଭିଲା ।।୬୪।ମନ୍ତ୍ରଙ୍କ ମଧ୍ୟେ ଓଂକାରଟି ଥାଇନାମ ଧରି ବେଣୁ ବାଇଲି ମୁହିଂ ।।୬୫।ସେ ସ୍ୱର ଗୋପୀ ହୃଦରେ ପଶିଲାଧନ ଜନ ଜୀବ ତେଜ୍ୟା କରିଲା ।।୬୬।ପ୍ରଥମ ରନ୍ଧ୍ରଟି ହକାର କହିଦୂତୀଅ ରନ୍ଧ୍ର ଆକାର ବୋଲାଇ ।।୬୭।ତୃତୀଅ ମକାର ଶବଦ କରେଚତୁର୍ଥରେ ଶାମ ଦାମ ଭଙ୍ଗରେ ।।୬୮।ପଞ୍ଚମେ ନୟନାନନ୍ଦ ମୋହିଲାଛଡ଼ରେ ନାଦ ବିନ୍ଦୁକୁ ଧଇଲା ।।୬୯।ସପ୍ତମେ ରହିଲା ସେ ନାମ ବ୍ରହ୍ମତେଣୁ ଗୋପିକା ଶୁଣି ମୋହମାନ ।।୭୦।ୟେବେ ମୋ ବଇଂଶୀ ଦିଅରେ ସହୀମୋହ ପଦ କିମ୍ପା ଧରୁଛୁ ତୁହି ।।୭୧।ଆଠକଳା ଅଟେ ଆଠ ସଖିଟିଅ ଠାରୁ ର ପରିଯନ୍ତେ ସେହିଟି ।।୭୨।ମାହାନିତ୍ୟ ସଖି ସତ୍ୟ ପ୍ରକାଶବୀଜ ଘେନି ଦେହ ହୋଇଲା ଦୃଶ୍ୟ ।।୭୩।ହ୍ଲୀଂ ଶ୍ଲୀଂ କ୍ଲୀଂ ଧ୍ଲୀଂ ବୋଲାଇୟେ ଚାରି ବୀଜରୁ ଆଠଟି ସହୀ ।।୭୪।ସିଂହାସନ କରି ବସିଛି ପୁଣଗୋପୀଜନ ଚାରି ବୀଜ ମଧ୍ୟେଣ ।।୭୫।ଚାରିଗୋଟି ବାଦ୍ୟ ତୋହରି ଠାଇଂଢୋଲ ବୀଣା ବଂଶୀ କଂସାଳ ସେହି ।।୭୬।ଆଗେ ସ୍ତିରୀ ହେଲା ପଛେ ପୁରୁଷରଜ ତିନି କଳା କଳାଏ ପୁଂସ ।।୭୭।ଛଡ଼ଚକ୍ର ମେଳ ଓଂମତିଠାରେବସି ଦେଖ ସଖି ତୋହ ନେତ୍ରରେ ।।୭୮।ଓଂମତି ଠାବକୁ ଅନାଇ ଥାଅପାଦ କମଳକୁ ଥୟେ କରାଅ ।।୭୯।ଆଠ ସଖି ଆଠ ବାଦ୍ୟ ବଜାଇବାଦ୍ୟ ନାମ ତୋତେ କହୁଛି ସହୀ ।।୮୦।ମଞ୍ଚକୁ ଆକାଶ ଛଡ଼ା ଗୋ ସହୀପଦ ପଦ କରି ଦେଲୁ ବୁଝାଇ ।।୮୧।ହେବା ନ ହେବା ଯେ କହ ତୁରିତେଆଉ କି ସଂଶୟ ତୁମ୍ଭରି ଚିତେ ।।୮୨।ଶୁଣି ଶ୍ରୀମତି ଯେ ଆନନ୍ଦ ମନବୋଇଲେ ଆସ ହୋ ମୋ ପ୍ରାଣଧନ ।।୮୩।ଶ୍ରୀକୃଷ୍ଣ ଶୁଣିଣ ହରଷ ହେଲେରାଧା ବାମଭାଗେ ଯାଇ ବସିଲେ ।।୮୪।ତ୍ରିକୋଣ ଯନ୍ତ୍ର ସେ ଶୂନ୍ୟ ସମାଧିଶୂନ୍ୟ ମହାଶୂନ୍ୟ ଯାହାର ଗାଦି ।।୮୫।ସକଳ ଗୋପୀ ଯେ ଆନନ୍ଦ ମନଦେହ ଜୀବ ଅଙ୍ଗେ ନିବେଶି ପୁଣ ।।୮୬।ଚନ୍ଦ୍ର ସୂର୍ଯ୍ୟ ମିଳି ତେଜ ପ୍ରକାଶସର୍ବ ଗୋପୀ ମିଳି ହୋଇଲେ ତୋଷ ।।୮୭।ରାମ ଦାସ ଶୁଣି ହରଷ ମନକହେ ଅଚ୍ୟୁତ ଯେ ମୂଢ଼ ଅଗ୍ୟାଂନ ।।୮୮।ଇତିଶ୍ରୀ ରାଧା ରାସ ଦ୍ୱାଦଶ ଗୁଜ୍ଜରୀ ।ତ୍ରୟୋଦଶ ଗୁଜ୍ଜରୀକର ଯୋଡ଼ି କହେ ରାମ ଗୁରୁଦେବ ଶୁଣକହିବା ଦ୍ୱାଦଶ ଛାନ୍ଦ ଯେମନ୍ତେ ବିଧାନ ।।୧।ପଚାରିଣ ଥିଲେ ରାଧା ବକ୍ତା ଭଗବାନତଦଅନ୍ତେ କିସ ଲୀଳା କଲେ ବେନି ଜନ ।।୨।କହନ୍ତି ଅଚ୍ୟୁତ ବାବୁ ଶୁଣ ବ୍ରଜମଣି