ରାଜସଭା
୧୭୨୯–୧୭୯୯
- ପଢ଼ିବା ସମୟ
- ୧୬ ମିନିଟ୍
- ଶବ୍ଦ
- ୨୫୨୩
- ସ୍ଥିତି
- ସାର୍ବଜନୀନ (Public domain)
(ରାଗ - ଚୋଖୀ)ଶ୍ରୀପୁରୁଷୋତ୍ତମ କ୍ଷେତ୍ର ତିନି ଭୁବନ ପବିତ୍ରମହିମା ମହା ବିଚିତ୍ର କଥନ ନୋହେସଂପୂର୍ଣ୍ଣ ବ୍ରହ୍ମ ସ୍ୱରୂପ ସାକ୍ଷାତ ପ୍ରକାଶି ରୂପନାଶୁଛନ୍ତି ପାପୀ ପାପ ହୋଇ ଉଦୟେଚତୁର୍ଦିଗହିଁ ସୁଲଭଯେଉଁ ସ୍ଥାନ ଜନମାନେ ସାକ୍ଷାତ ଦେବ ।୧।ଏହୁ କ୍ଷେତ୍ରର ଉତ୍ତରେ ଭୀମ ନଗରୀ ନାମରେଅଛଇ ଏକ ନଗର ସଂସାର ସାରଗଡ଼ ନାମ ଢେଙ୍କାନାଳ ଅଛି ପ୍ରସିଦ୍ଧ ଦେଉଳବିଜେ କରିଛନ୍ତି ବଳଭଦ୍ର ଠାକୁରକଳି କଳ୍ପଦ୍ରୁମ ଗୋସାଇଁଆରତେ ଡ଼ାକିଲେ ନ ଦିଅନ୍ତ ଭସାଇ ।୨।ଯେଉଁ ରାଜ୍ୟେ କପିଳାସ କ୍ଷେତ୍ର ମହିମା ବିଶେଷଶ୍ରୀ ଚନ୍ଦ୍ରଶେଖର ଦାସବତ୍ସଳ ବାନାକେମ୍ପା କଣା କୁଜା କୁଢ଼ି ଅନ୍ଧ ଯେଉଁସ୍ଥାନେ ପଡ଼ିସୁଖୀ ହୋଇଛନ୍ତି ଛାଡ଼ି ନାନା ଯାତନାଏ ପ୍ରଭୁ ନଥିଲେ ସଂସାରେମିଳାଇ ଯାଆନ୍ତେ ନିଶ୍ଚେ ପାତକୀ ନରେ ।୩।ଏ ପ୍ରଭୁ ଅଂଶେ ଜନମ ଏ ରାଜ୍ୟ ନୃପତି ନାମଶ୍ରୀ ତ୍ରିଲୋଚନ ଯେ କାମ ରୂପେ ସାକ୍ଷାତରାଜରାଜ ସିଂହ ଜଏ ଶ୍ରୀଭ୍ରମରବର ରାଏନୃପଗଣ ତାରାକୁ ଏ ଚନ୍ଦ୍ର ଉଦିତକି ବର୍ଣ୍ଣିବା ତାଙ୍କ କୀରତିକହି ବସିଲେ ତ ଆସୁନାହିଁ ଭାରତୀ ।୪।ଯାହାଙ୍କ ବଦନ ଦେଖି ଯୁବତୀ ଧୃତି ଉପେକ୍ଷିବିଚାରନ୍ତି ଅଷ୍ଟଆଖି କି କଲା ଏହାଏ ପୁରୁଷ ଦାସୀ କରି ଜନ୍ମ ଆମ୍ଭଙ୍କୁ ନ କରିବିଅର୍ଥେ କଲା ଏ ନାରୀ ଜନମ ଯାହାକେ ବୋଲଇ କାଶୀରେ ଝାସିଥିଲେ ସିନା ସଖି ତାଙ୍କ ଅଙ୍ଗରେ ବସି ।୫।ଚନ୍ଦ୍ର ଚାହିଁ ଚନ୍ଦ୍ର କାନ୍ତ ମଣି ହୁଅଇ ଯେମନ୍ତତରୁଣୀମାନେ ତେମନ୍ତ ତରଳି ଯାନ୍ତିକେ ବୋଲଇ ଯାଉ ଜାତି ହୋଉ ପଛେ ଅକୀରତିଏ ପୁରୁଷ ରତ୍ନ କତି ରହନ୍ତି ରାତିଏହିରୂପେ ରୂପ ବିଚିତ୍ରେଚିତ୍ରକାର ଚିତ୍ର କରି ନପାରେ ଚିତ୍ରେ ।୬।ବୀର ଶୂରପଣ ଶୁଣି ଜାଣି କେତେ ନୃପମଣିଅସି କରକଶି ପୁଣି ଧଇଲେ ନାହିଁଆସପାଶ ରାଜାମାନେ ହୁକୁମକୁ ସାବଧାନେଜଗିବାରୁ ତୋଷ ମନେ ଭୁଞ୍ଜନ୍ତି ମହୀତରୁଣ ତରଣି କିରଣତେଜ ତୁଚ୍ଛ କରୁଛି ଯା ପ୍ରତାପ ଟାଣ ।୭।ଚାରିଦିଗେ ଯଶରାଶି ଶଶି ପ୍ରକାଶେ ବିଦେଶୀନର ଚକୋର ଉଲ୍ଲସି ଅଛନ୍ତି ଧାଇଁଶତଶତ ମୁଦ୍ରାଦାନ ଛଳରେ ଅମୃତ ପାନକରି ହୋଉଛନ୍ତି ପୀନ ପ୍ରବଳ ଦେହୀପୁଣି କୁମୁଦିନୀ ସଂକୁଳଦେଖି ରସେ ଫୁଲି ଉଠିଛନ୍ତି କେବଳ ।୮।ଶୁଣ ହେ ରସିକ ଜନେ ନୃପମଣି ଏକଦିନେବିଜେ କରିଛନ୍ତି ଖିଲିମତ ଭିତରେଗଜଦନ୍ତ ପଲଙ୍କରେ ରାଏ ସାହେବ ଅଙ୍କରେଚିତ୍ର କି ଶୋଭା ମୃଗାଙ୍କ ଅଙ୍କଗତରେନନ୍ଦ କୋଳେ କେଶବ କିବାଦଶରଥ କୋଳେ ଦାଶରଥି ସେ ଅବା ।୯।କଳ୍ପଲତା କିଏ ଫଳ ଫଳିଲେ ଆଶ୍ରିତକୁଳମନକାମନା ସକଳ କରିବେ ଦାନସାଗର ଭିତରେ ହୀରା ରତନ କି ଦିଶେ ତୋରାଶିବଗଣପତି ପରା ଆଭା ସେ ମନସୁବର୍ଣ୍ଣ ପ୍ରସାଦ ଭିତରେରତ୍ନସମ ଶୋଭା କିବା ହୋଏ ଚିତ୍ତରେ ।୧୦।କିବା ଏ ଦୁଷ୍କାଳ ଚାହିଁ ପ୍ରାଣୀ ଆରତ ନ ସହିକାମଧେନୁ ଦେଲା ବହି ସ୍ୱବଛା କରିଗଜରାଜକୁମ୍ଭ ମୋତି- ବର ଶରଧାରେ ଅତିଘେନି ଖେଳୁଛିକି ମହା ମତ୍ତକେଶରୀପଦ୍ମ କୋଳେ ବାଳଭ୍ରମରମକରନ୍ଦ ପାନେ କି ପରାଗେ ଗଉର ।୧୧।ଏହିକାଳେ ପଢ଼ିଆରୀ ଚୋପଦାର ସେ ଦୁଆରୀଖଟଣି ସାମନ୍ତ ବାରି କହି ଭେଟିଲେଖରଡ଼ ଶପ ମସିଣା ବନାଉତ ନୋହେ ଗଣାଶତରଞ୍ଜରେ ବିଛଣା ବିଛାଇ ଦେଲେଛାମୁ ଅନ୍ତଃପୁରି ଯେ ଲୋକେପହିଲେ ଭେଟିଲେ ନିଯୋଗର ସେବକେ ।୧୨।ହୁକାବରଦାର ଆଣି ହୁକାରେ ପୂରାଇ ପାଣିଚିଲମେ ଗୁଡ଼ାଖୁଭରି ଗୁଳା ଜମାଇସୁନା ସରପୋଷ ଢ଼ାଙ୍କି ଥାଳି ଏଣ୍ଡୁଆରେ ରଖିଜରି ଚେନା ନଳ ଦେଲା ଶ୍ରୀହସ୍ତେ ନେଇବିଡ଼ିଆ ବଡ଼ାକୁ ବ୍ରାହ୍ମଣେଶ୍ରୀକରେ ଦିଅନ୍ତି ଉଭା ହୋଇ ଦକ୍ଷିଣେ ।୧୩।ଅତି ଚତୁର ଦୁଆରୀ ଭୃଭଙ୍ଗୀରୁ ଜାଣିପାରିଯେ ଯେମନ୍ତେ ସେହିପରି ଭେଟାଉଛନ୍ତିପଲଙ୍କ ପାଶକୁ ଲାଗି ବସୁଛନ୍ତି ସିଦ୍ଧ ଯୋଗୀବଇଷ୍ଣବ ଅନ୍ମତ୍ୟାଗୀ ନିର୍ମୋହ ଯତିଯେ ଶ୍ରୀରାମ ଦଣ୍ଡବତକୁକଲ୍ୟାଣ କରନ୍ତି ତୋଳି ବେନି ହସ୍ତକୁ ।୧୪।ଉଭୟ କୁଳ ନିର୍ମଳ ବେଦ ଶାସ୍ତ୍ରରେ କୁଶଳସମୃଦ୍ଧି ବ୍ରାହ୍ମଣକୁଳ ମିଳି ଛାମୁରେନମସ୍କାର ଶୁଣିଲଇଁ ଅଞ୍ଜଳି କର ଲମ୍ବାଇକଲ୍ୟାଣ କରନ୍ତି ଅତି ଗଭୀରସ୍ୱରେଆୟୁଷ ଆରୋଗ୍ୟ ଐଶ୍ୱର୍ଯ୍ୟ-ମାନଙ୍କ ସମୃଦ୍ଧି ପୁଣି ଲଭ ସାମ୍ରାଜ୍ୟ ।୧୫।ନୃପ ଦକ୍ଷ ପାଶେ ଦିବ୍ୟ ଆସନପରେ ଭୂଦେବବସିବାରୁ ଅତି ଶୋଭା ଦିଶିଲା ସଭାଭାଇପୁଅ ରାଜ୍ୟ ପାତ୍ର ଶ୍ରେଷ୍ଠଜନ ମନ୍ତ୍ରୀ ପାତ୍ରଭେଟିକେ ବସନ୍ତି କେବା ହୁଅନ୍ତି ଉଭାଯେ ଯେମନ୍ତ ସେ ସ୍ଥାନେ ରହିତିଳେ ବଳିବାକୁ କାହା କର୍ତ୍ତବ୍ୟ ନାହିଁ ।୧୬।ନରେନ୍ଦ୍ର ସାହେବେ ଆସି ଭେଟ ହେଲେହ ପୂର୍ଣ୍ଣ ଶଶିଆଗେ ବୁଧ ଗ୍ରହ ଯଉଁରୂପେ ସୁନ୍ଦରନରପତିଙ୍କ ମାନସ ଦେଖି ହେଲେ ମହାତୋଷନବୀନ ଚାରୁ ବୟସ ବିବେକୀ ଧୀରକାଶୀ ହରିଚନ୍ଦନ ସିଂହେଏହି ତୋରାରେ ଭେଟିଲେ ରାଜାଙ୍କ ଆଗେ ।୧୭।ପାଟଯୋଶୀ ପହରାଜେ ମୃଲକ ନାନାଦି କାର୍ଯ୍ୟେକହୁଛନ୍ତି ନରପତି ମାନସ ଜାଣିପାଟଯୋଶୀଙ୍କ ଉପରେ ହାସଦୃଷ୍ଟି ଥରେ ଥରେପଡ଼ି ଭଙ୍ଗି କଉତୁକ ଲାଗିଛି ପୁଣିଥରେ ଥରେ ଆଞ୍ଚି ଖଡ଼ଗବାମକର ଅଙ୍ଗୁଳି ନିଶରେ ସଂଯୋଗ ।୧୮।ପାଟ ଜଉତିଷ ଆସି ମଣିମା ମଣିମା ଭାଷିବାର-ତିଥି-ତାରା-ଶଶି-କରଣ ଭଣିଭୂତ ଭବି ବର୍ତ୍ତମାନ କାଳ ଶୁଭାଶୁଭ ମାନରାଜ ଯୁବରାଜ ରାଣୀ କହନ୍ତି ଗଣିଖୁରିପାଳ ଖୁରି ସଜାଡ଼ିଦଣ୍ଡଲିତା ଜ୍ଞାତା କରେ ଘଡ଼ିକି ଘଡ଼ି ।୧୯।ରାଜାଙ୍କ ମେହେର ପାଇ ନାନା ବିଦେଶୀ ସିପାହୀରାଜପୁତ ବଘେଲ ଚୂହାନ ପଠାଣମୁଗଲ ଚନ୍ଦେଲ ଜାଠ ରାଠୋର ତେଲେଙ୍ଗା ଭଟ୍ଟକନାଉଜୀ ମହାରାଷ୍ଟ୍ରୀ ସିପାହୀଗଣମଜୁରା ସେ କରନ୍ତେ ଏଣେଲକିବ ଜଣାଇ ଦିଏ ଜଣକୁ ଜଣେ ।୨୦।କୁସୁମୀ ପଗଡ଼ି ଶିରେ ଛିଟ ଅଙ୍ଗୀ କା ଅଙ୍ଗରେପାଆଜାମା କଟିରୁଆ ଅତି ଲସରେଚିହିଲି ଜଙ୍ଘିଆ ଲାଇ ବେଢ଼ାଇ ରଙ୍ଗ ଦୁଲାଇଓଢ଼ାଇଛି କେ ଆଦରେ ଖାସା ଚାଦରେକେ ପହରେ କଟାର ଜାମାସରୁତର ବୁଟାଦାର କାହାର ନୀମା ।୨୧।କେହୁ ନିଶ ଯୋଡ଼ି ମୋଡ଼ି ବର୍ଣ୍ଣେ ଦେଇଅଛି ଛାଡ଼ିଛାତିପରେ ପଡ଼ିଅଛି ଦାଢ଼ି କାହାରହାଥୀ ଥୋର ପରି ବାହା କଠିନ ଯେମନ୍ତ ଲୁହାକାହା ଛାତି ବନିଅଛି କମଠାକାରମହାବଳୀ ଯୁଆନମାନେହାଥୀକି ହିଁ ପିଛାଡ଼ିବା ମନ ଗୁମାନେ ।୨୨।ଢେଗା ପକାଇ ଢ଼ାଲରେ କପୁରିଛି ବାମ କରେସାଞ୍ଜୁ କଷିଛି ବେକରେ ଶିଙ୍ଘ ସିପାହୀକେ ପେସ କବଳ ଧରେ କଟାରି କାହାର କରେପେସଢଉଲ କେ ଚକମକି ଚରାଇକାହା କରେ ଖଞ୍ଜର ଛୁରୀଢାଲା ଖଣ୍ଡା ଅଛି ତାର ଚାକର ଧରି ।୨୩।କପୋଳେ ଚନ୍ଦନ କୋରା କାନେ ଚାରୁ ମୋତି ତୋରାଚନ୍ଦନରେ ଗିରା ଗିରା କାହାର ତନୁରାଜଙ୍କ ଇସାରା ପାଇ ବିଛଣା ଉପରେ ଯାଇବସିଲେ ଆଗକୁ ଭିଡ଼ି ଜାନୁକୁ ଜାନୁପରଦେଶ ବରକନ୍ଦାଜେଶିଙ୍ଘ ବେଲାଦାନି ନଳି ଗିଲାପ ସଜେ ।୨୪।ମହାବଳୀ ଫରିକାରେ ଫରି ଝାଡ଼ି ଆଣ୍ଠୁପରେଖଣ୍ଡା ଝଲକାଇ ବନ୍ଧଠାଣିରେ ରହିମଣିମା ମଣିମା ଭଣି ଶିରେ ଟେକି ବେନିପାଣିତାଙ୍କ ବାନାମାନ ଗଣି ହୁଅଇ ନାହିଁବାଘ ଲାଞ୍ଜ ଧଣ୍ଡା ଶିଙ୍କୁଳିଜାନୁ ଘଣ୍ଟ ବାଘ ତୋଟି ଲେଙ୍କୁଡ଼ିମାଳୀ ।୨୫।ଏକ କୁଣ୍ଡଳ ଫତୋଇ ହଳହଳା ଛେଲ ଦୁଇବାହାରେ ବାହୁଟି ଲାଇ କର୍ଣ୍ଣେ ତୋଡ଼ରବଦଉରେ ଗଦା ଠିଆ ମୁନଚିରା ମୁନେ ମୁଆଁଛେଲ ମୁନେ ଗୁଆ ମେଖ ବାନା କାହାରମୁଣ୍ଡେ ଏରା ପକ୍ଷୀ କେରାଏକେ କଜ୍ଜଳ ସେକ ସାଇ କପୋଳେ ଲାଏ ।୨୬।ହାବୋଡ଼େ ପଡ଼ିଲେ ପର ମୁଲକର ଫରିକାରବାଜା ଦେଖି ବାଜ ପରି ଯାଇଁ ପଡ଼ନ୍ତିକରୁଥିବେ ଯେବେ ଫରି ଦେଖୁଥିବ ତାହାଙ୍କରିବଇରୀ କାଳ କୃତାନ୍ତ ରଡ଼ି ଛାଡ଼ନ୍ତିନୃପବର ସ୍ନେହ ବଶରେଜୀବନକୁ ଆଶା ନରଖନ୍ତି ଲେଶରେ ।୨୭।କୀଟଧାରୀ ଢଙ୍କୁଣିଆ କୁନ୍ତ ଓଡ଼ିଆ ବାଣ୍ଠଆତିରନ୍ଦାଜ ସାବେଳିଆ ଚନ୍ତ୍ରୀ ଢଣୁକଟୋପିବାଲା ଗୁଲନ୍ଦାଜ ପାରସୀ ନବିଶ ଗଜ-ମାହୁନ୍ତ ବାଜି ସହିତ ପତି ଚାଳକବେଲଦାର ସୁଆଁସ ଲୋକେଲାଲବନ୍ଦୀ ବୈରୀ ଶୀକାରିଆ ସେବକେ ।୨୮।ବକସୀ ବାରୁଦଘର- ପରୀଛା ପୁଣି ରାଠୋରଚୁହାଣି ଦଳ କରଣ ଜୁହାର ହୋନ୍ତିମଈଁଷି ଗାଈ ପଲର ଅଧିକାରୀ ଖନ୍ଦାଘରଖରଶୋଧା ଭେଟି ଯେଝା କାର୍ଯ୍ୟ ଜଣାନ୍ତିମହାଖୁଡ଼ ପାଟ ଆପଟଛତ୍ର ତାରା ବରଦାର ଚାକର ଭେଟ ।୨୯।ସରଦାର ଗଡ଼ ସାଇଁ ଦଳ ବେହେରା ଦଳାଇପ୍ରତି ଗଡ଼ର ପାଇକେ ଭେଟିଣ ତୋଷଧନେ ଧନଦ ସମାନେ ପ୍ରଧାନ ପଧାନ ମାନେଭେଟନ୍ତି ଚାହାନ୍ତି ସାବଧାନେ ନରେଶଚାରି ତଣ୍ଡକାର ବିଷୋଇଅମାରପତି ଖମାରକାରିଣୀ ଭୋଇ ।୩୦।ବୈଦ୍ୟରାଜ ଧନ୍ୱନ୍ତରୀ ଚିରା ଫୋଡ଼ା ଶିଙ୍ଗାକାରୀକରୀ ଘୋଡ଼ା ବ୍ୟାଧିହାରି ସପି ପାଳକଇନ୍ଦ୍ରଜାଲିକ ବେତାଳ ବାଂଶ ଖେଳା କେଳା କୁଳଡ଼ାକିନୀ ଝାଡ଼ୁଆ ବୀର ଗଣ ଚାଳକଉତୁ ଗରଜନ ବିନ୍ଧାଣୀପାଲଙ୍କୀ ନିର୍ମାଣକାରୀ ଭେଟିଲେ ପୁଣି ।୩୧।ବୀଣା ଅମୃତୀ ତମ୍ବୁରା ମାଦଳ ତାର ମନ୍ଦିରାକେ ସ୍ୱର ବଇଁଶୀ ଧରିଛି କେ ଖଞ୍ଜରୀସଂଗୀତ ପ୍ରବୀଣମାନେ ଇଙ୍ଗିତ ହାସ ଈକ୍ଷଣେଭଙ୍ଗିଭରେ ଭେଟୁଛନ୍ତି କରି ଚାତୁରୀତେଲେଙ୍ଗା ବାଦନ ନିକରମଜୁରା କଲେ ନୌବତ ବାଜା ଚାକର ।୩୨।ଖଣ୍ଡ ନବାତ ଶାକର ଚିନି କନ୍ଦ ମିଶ୍ରିବରନାନା ଖଜାକାରୀ ଯୋଗଣିଆ ଭେଟିଲେଅଧାମ ଗୋଟିକା ସର ଦୁଧ ଦଧି ଚହ୍ଲାସାରାନିତି ଖଟଣି ଗୋପାଳେ ମଜୁରା କଲେସୂପକାରମାନେ ହାଜରକାଟବାଛ ଲୋକେ ଯାଇଁ ଭେଟି ସତ୍ୱର ।୩୩।ରତ୍ନବିନ୍ଧାଣୀ ଯତନ ହେମ କମକାରୀ ଜନଲୋହକାରକ ବଦଉ ଟିପା ବିନ୍ଧାଣୀସରକାର ପାସ ପତା ନାଗରଚି ତମ୍ୱୁ ପୋତାଦରଜୀ ମାଳୀ ତାମ୍ୱୁଳୀ ଭେଟିଲେ ପୁଣିକୁତା ଚିତାବାଘ ପାଳକେଓଟଧାରୀ ମୃରାତମା ଧଣ୍ଡା ଚାଳକେ ।୩୪।ସାଥୁଆ ଦାନୀ ତଣିଆ ରୂପ ଚିତ୍ରକାର ଭୟାଅତର ସୁଗନ୍ଧକାରୀ ବଗିଚାପତିଘଟୁଆଳ ଯେ ରଜକ ତୁରି ଭୁଡ଼ଙ୍ଗ ଟମକ-ଦାର ବାହାର ଦଳହିଁ ଦୂରୁଁ ଭେଟନ୍ତିଛାମୁଦ୍ୱାରୀ ମଣିମା ଭଣିଜୁହାରକୁ ସାବଧାନ ଡ଼ାକେ ଏ ବାଣୀ ।୩୫।ରଜତ ଛଡ଼ିକି କରେ ଧରି ଉଭା ଚୋପଦାରେଆଗ ବଢ଼ି କୁହା କହି କି ସେ ଚାହାନ୍ତିସୁଧର୍ମା ପରାଏ ସଭା ପୁରି ଦିଶୁଅଛି ଶୋଭାକି ଉପମା ଦେବା ଅବା ନାହିଁ ଭାରତୀଦେବା ନେବା ଆଣି ରଖିବାକାରଖାନାରେ ଅଛନ୍ତି ଯେ ଯାହା ସେବା ।୩୬।ସୁବାପରଗଣା କୋତି ଭେଟନ୍ତି ଯାମୁସତତୀନବାବ ଖତ ଦିଅନ୍ତି ଡ଼ଗରାମାନେଗଜପତି ଆଜ୍ଞା ଲେଖା କେହି ଦେଇ କଲେ ଦେଖାକେତେ ଶିଠେ ପୁଣି ଅବା ଇତର ସ୍ଥାନେଯେ ଯେମନ୍ତ ତହିଁକି ଭାଷାଶୁଣି ପୁଣି ପାଉଛନ୍ତି ଖରଚ ବସା ।୩୭।ଜାତ ଉପଜାତ ଆୟ ବ୍ୟୟ ଭଣ୍ଡାର ସଞ୍ଚୟନ୍ୟାୟ ଅନ୍ୟାୟକୁ ବୁଝି ମଣ୍ଡି ଦଣ୍ଡିବାଯାହାକୁ ଯେବା ଉତ୍ତର ଲେଖି ଶ୍ରୀହସ୍ତ ପତରପଢ଼ି ବିବେଚନା କରି ଅକ୍ଷରଦେବାମୁଲକ ହିସାବକିତାବପଡ଼ିଆଉଠିଆ ଛାଡ଼ବଡ଼ ଯେ ହେବ ।୩୮।ଛାମୁକରଣ ଜଣାଣେ ସାବଧାନ ଅନୁକ୍ଷଣେରାଗ ରଙ୍ଗ ନାନା ଗୁଣେ ଏଣେ ସହରନବର ଖବର ଘେନି ପ୍ରତିହାରୀ କର୍ଣ୍ଣେ ତୁନିକରି କହନ୍ତେ ପାଉଛି ପ୍ରତିଉତ୍ତରଅଷ୍ଟଅବଧାନୀ ଈଶ୍ୱରସବୁ ବିଷୟକୁ ଆପେ ଖବରଦାର ।୩୯।କେ ପାଏ ସୁନା କଙ୍କଣ ମୁକୁତା ନୋଳି ସଙ୍ଗେଣକେ ସମୁଚା ଶିରୋପା କେ ପତନୀ ଶାଢୀବାଜି ଶିରୋପା କେ ପାଇ କା ବର୍ତ୍ତନ ଚଢା ହୋଇନଗଦ ଭାବେ କେ ଟଙ୍କା ନେଉଛି ଝାଡ଼ିକେ ପାଏ ଗ୍ରାମ କେ କାଟେଣି,ବଣିଆ ଘରୁ କେ ନେଲା କଉଡ଼ି ଗଣି ।୪୦।ପଲଙ୍କ ଚଉକି ମାନେ ଠିଆ ଆଜ୍ଞା ସାବଧାନେକାଠିଆ କୋରଡ଼ାବରଦାର ହାଜରକାହା ପାଦେ ଲାଗେ ବେଡ଼ି କେବା ହରିକାଠେ ପଡ଼ିକୋରଡ଼ାରେ ଯାଏ ଉଡ଼ି ଚମ କାହାରଯୋରି ମେଳିଆକୁ ଏ ଦଣ୍ଡକେବା ଶୁଳେ ଢେଙ୍କୀତଳେ କେ ଖଣ୍ଡ ଖଣ୍ଡ ।୪୧।ମଧ୍ୟାହ୍ନ ସୁର୍ଯ୍ୟଙ୍କୁ ଦେଖି ଠଅରି ପାରିବ ଆଖିନରପତିଙ୍କି ନିରେଖି ସେକାଳେ କୋହେସେ ଶ୍ରୀମୁଖ ପୂର୍ଣ୍ଣ ଶଶି ପରାଏ ଶୀତଳ ଦିଶିଜନମନେ ହୋଏ ବାପ ଜନନୀ କି ଏକଳନା ହୋଇବ ସାଗରଏ ପ୍ରଭୁ ଏନ୍ତଃକରଣ ନୋହେ ଗୋଚର ।୪୨।ସଂସ୍କ ତ ତରଳ ଗୀର ସରଳ ବିରଳ ସ୍ୱରକେଉଁ ବିପ୍ର ଅଗ୍ରସର ହୋଇ ବଦତିହେ ନ୍ୟାୟନିପୁଣ ରାଜ ଅନ୍ୟାୟ ଅନ୍ଧାର ରାଜଅନ୍ୟାବଧାନ ନୁହ ମୋ ମ୍ତୁତିରେ ଅତିସାବଧାନ ନୃପତି ଶଶିଚିରାୟୁ ଭବ ବୋଲେ ଏ ଚୂର୍ଣ୍ଣକ ଭାଷି ।୪୩।ଏତେ ଭାଷି ଦ୍ୱିଜବର ଶାସ୍ତ୍ରସହ ଅଳଙ୍କାରଲଗାଇ ବ୍ୟୁପୃତ୍ତି ବଳେ କରେ ସେ ଅର୍ଥ,ସଂସ୍କୃତ ମର୍ଯ୍ୟାଦା ଭଙ୍ଗୀ ଯେମନ୍ତ ଗଙ୍ଗାତରଙ୍ଗୀମୁଖଁ ଉଚ୍ଚାରେ ଅକ୍ଷର ନୋହି ବିଅର୍ଥନୃପବର ସନ୍ତୋଷ ହେଲେଶାଲ ବୀରବଲ୍ଲୀ ଶାଢୀ ସତ୍ୱରେ ଦେଲେ ।୪୪।ବୃଦ୍ଧ ଜ୍ଞାନ ବ୍ରହ୍ମଚାରୀ ଶଦ୍ଦ ଦନ୍ତେ ହରିହରିଛାମୁକୁ ନେଲା ଦୁଆରୀ କରି ଗୋଚରରାଜା ନମସ୍କାର ହେଲେ ଆସନେ ସେହୁ ବସିଲେଆଗ୍ୟାଁ କଲେ କୃଷ୍ଣ କଥା କିଛୁ ଉଚ୍ଚାରଗୋସାଇଁ ବୋଇଲେ ହେ ବାବୁଆମ୍ଭେ ତ ଆଗ୍ୟାଁନୀ ଜୀବ କିସ କହିବୁଁ ।୪୫।ତଥାପି କହିବା କିଛି ରାଜା ତୋର ଶ୍ରଦ୍ଧା ଅଛିଏ ସଂସାର ପ୍ରବର୍ତ୍ତିଛି କି ଚମତ୍କାରଆଜିକାଲି ପରି ନର ଯାଉଛନ୍ତି ଯମପୁରଥିବା ଲୋକର ବିଚାର ଆମ୍ଭେ ଅମରସର୍ବକାଳେ ଈଶ୍ୱର ନିତ୍ୟଆଉ ସବୁ ଜୀବ ଦ୍ରବ୍ୟ ହୋନ୍ତି ଅନିତ୍ୟସତ୍ୱ ରଜ ତମ ଗୁଣ ଘେନି ଯେତେ ପ୍ରାଣୀମାନଜନ୍ମି ଯେ ଯେମନ୍ତ ଆଚରଣ କରନ୍ତିକେ ଧାର୍ମିକ କେ ବିବେକ କେ ପାପୀ ଅଧର୍ମୀ ଲୋକଗୁଣବଳେ ବନ୍ଦୀହୋଇ ପ୍ରବର୍ତ୍ତିଛନ୍ତିନିର୍ଗୁଣ କେବଳ ଈଶ୍ୱରଏଣୁଟି ନାହିଁ ତାଙ୍କର ପର ଅପର ।୪୭।କଳିଯୁଗେ ଯେତେ ଜନ ଆୟୁଷ ପ୍ରାକର୍ମହୀନଇନ୍ଦ୍ରିୟଙ୍କ ବଶ ଯେଣୁ ଚଞ୍ଚଳ ବୁଦ୍ଧିମନହିଁ ତାଙ୍କ ଅବଶ ନାନା ରସରେ ଆବେଶକର୍ମ ଯୋଗ ଯାଗ ମାର୍ଗ ନୁହଇ ସିଦ୍ଧିହୋଇବାରୁ ନାନା କାମନାଜପତପହିଁ ସଫଳ ନୁହଇ ସିନା ।୪୮।କୃଷ୍ଣ ଅଂଶେ ଅବତରି ଚୈତନ୍ୟ ଠାକୁର କରିଯାଉଛନ୍ତି ପନ୍ଥା ହରି ହରି ବୋଲିବାନାହିଁ ତହିଁ ବେଳକାଳ ନ ଲାଗେ ଧନ ସମ୍ୱଳନାହିଁ ଶୁଦ୍ଧାଶୁଦ୍ଧ କିଛି ଦେବା କି ନେବାମୁଁ ଅଧମ ଏହା ବିଚାରିକାହିଁକି ନ ପାରି ବୋଲେ ହେ ହରିହରି ।୪୯।ଏମନ୍ତ କହନ୍ତେ ରାଜା ଆନନ୍ଦେ ମଜ୍ମାଇ ମଜ୍ମାତାଙ୍କ ପାଶେ ବହୁ ପୁଜା କଲେ ହରଷେନିର୍ଲୋଭୀ ସେ ତ ଗୋସାଇଁ ଜନ ନ୍ତ୍ରାଣେ ଭ୍ରମୁଥାଇକଲ୍ୟାଣ କରି ଚଳିଲେ ଭ୍ରମଣ ଆଶେନୃପବର ନିର୍ମଳ ଚିତ୍ତେଏହିରୂପେ ସାଧୁମାନେ ମିଳନ୍ତି କେତେ ।୫୦।ଦକ୍ଷିଣଦିଗ ନାଚୁଣୀ କ୍ଷୀଣ ଅଙ୍ଗୀ ସ୍ଥୂଳ ଶ୍ରୋଣୀଅକ୍ଷୀଣକୁନ୍ତଳା ଏଣୀଈକ୍ଷଣୀ ବାଳାସୁରତରେ ସୁରତରୁ ଯା ନେତ୍ରଗତାଗତିରୁହର ଗ୍ୟାଁନ ହାରିଯିବେ କାମେ ତରଳିତିଳଫୁଲ ନାସା ଫୁଲାଇକହିବା ଚାହିଁବା ଭଙ୍ଗୀ ନୋହେ ମୂଲାଇ ।୫୧।ଉଚ୍ଚ କୁଚକୁ କାଞ୍ଚଲା କୁଞ୍ଚିତ ଓଢଣୀ ଭଲାମୁଖକୁ ତ ମାନିଥିଲା ରସବତୀରନାସାରେ ସୁନ୍ଦର ନୋଥ ଦେଖି ଯୁବା ହେବେ ଲୋଥଛାଇଦେବାରୁ ମନ୍ମଥ ଅମାପ ଶରନାଚ ସଜମଣ୍ଡଳୀ ଘେନିପ୍ରବେଶ ହେଲା ସେ ମୁନିମନମୋହିନୀ ।୫୨।ପଢିହାରୀ ଆଗ୍ୟାଁ ପାଇ ଛଡ଼ି ଘେନି ବାଡ଼ି ଦେଇଧାଡ଼ି କରି ରଖିଦେଲା ଲୋକ ଦ୍ୱିପାଶେରଙ୍ଗରଙ୍ଗିନୀ ଏ କାଳେ ଜୁହାରି ନେତ୍ର ତରଳେନାଟ ଭଙ୍ଗୀ ଧରି ଉଭା ଈଷିତ ହାସେମାଦଳିଆ ମାଦଳ ନେଇସ୍ୱରଦେଇ ତା ଧା ଧ୍ରିମି ଉକୁଟ ବାଇ ।୫୩।ନର ନେତ୍ର ମନୋହାରୀ ଅଳପ ଆଳାପ କରିତାଥେଇ ବୋଲି ଭଉଁରି ମାରି ଅଇଲାବୁଲିଯିବାରୁ ସେ ରୀତି ଭୁଲିଗଲା ଯତି ମତିଫୁଲିଉଠି ରତିପତି ଧନୁ ଧଇଁଲାନାଟରାଗ ଆଦି ତାଳରେଚାଟୁଉକ୍ତି ଗୀତ ପକାଇଲେ ମେଳରେ ।୫୪।କଳା ଧଳା କରି ଡ଼ୋଳା ଖେଳାଇ ଚାହେଁ ଅବଳାନାଚନ୍ତେ ନୂପୁର ବଳା କରଇ ଧ୍ୱନିଉଚ୍ଚ କୁଚ ଡ଼େରି ଗୋରୀ ହସ୍ତକ ଦେଖାଇ କରିମସ୍ତକ ଭାଳେ ଯା ଥରି ଉଠିବେ ମୁନିସରୁ କଟି ଗରୁ ଉରଜେଡ଼ରୁଛି କେ ନିକି ନାଟ ଭରୁଁ ଏ ଭାଜେ ।୫୫।ତକଟ ତାକଟ ଥେଇ ଧୀଧୀଙ୍ଗନ ଧେଇ ଧେଇଧ୍ରୀମିକି ଧ୍ରୀମି ଧେ ଧେଇ-ମାଦଳ ସ୍ୱନପ୍ରକଟ ଉକୁଟ କରି ନାଚି ନାଚି ପୁର ସରିମାନ ମୁଣ୍ଡେ ଦେଇ କରି ରଖଇ ତାନପୁଣି ଗୀତ ଲୟକୁ ଘେନିହସ୍ତକ ଲୟ କରଇ ଘନଜଘନୀ ।୫୬।ଦଶତାଳ ଅନ୍ତର୍ଭୁକ୍ତ ଉପତାଳ ଏକ ଶତଗୋଟିକେ ଗୋଟିକେ ଗୀତ ଗାଇ ନାଚିଲାବେଳୁଁ ବେଳ ବାଳା ବଳ ବଢିଲା ଅତି ପ୍ରବଳସବୁରି ଦେହରେ ସୁଧାରସ ସିଞ୍ଚିଲାତାର ଲୀଳା ଶୋଭା ବିଚିନ୍ତ୍ରେପଲକ ରହିଲା ନାହିଁ କାହାରି ନେନ୍ତ୍ରେ ।୫୭।ବାଳା ନୃତ୍ୟ ଗୀତ ସ୍ୱର ନାଗେଶ୍ୱରେ ନରେଶ୍ୱରଧୀର ମନ ନାଗେଶ୍ୱର ଚଞ୍ଚଳତରଗୀତ ମନ୍ତ୍ରେ ବଶ ହେଲା ହୃଦ ବିଳୁଁ ବାହାରିଲାରୂପ ପେଟୀରେ ପଡ଼ିଲା ବନ୍ଦି ସତ୍ୱରଇନାମ ଯେ ହେଲା ଅଶେଷସୁନା ମରକତେ ମୋତି ଶାଲ ସୁବାସ ॥୫୮।ଏହିକାଳ ହସିହସି ଭାଣ୍ଡ ପୁଣ୍ଡରିକା ଆସିଲୋକ ପେଲି ଗଲା ପଶି ଛାମୁକୁ ବୋଲିମହାରାଜ ମହାରାଜ ଚନ୍ତ୍ରବର୍ତ୍ତୀ ବଡ଼େ ମଜାହାସମୁଖା ପୁଣ୍ଡରିକ ପ୍ରବେଶ ହେଲିଶୁଣି ରାଜା ଅଳପ ହସିବୋଇଲେ ତୁ କାହୁଁ ଅଇଲୁ ହୋ ବିଦେଶୀ ।୫୯।ଭଣ୍ଡ ପୁଣ୍ଡରିକ ଶୁଣି ବୋଇଲା ଭୋ ନୃପମଣିଆମ୍ଭ ଦେଶ ନାମ ପୁଣି ଅନିଳପେଟାମଙ୍ଗଳକଣ୍ଟକ ଗଡ଼େ ଲୋକଙ୍କର ଗୋଡ଼େ ଗୋଡ଼େଶଗଡ଼େ ପଡ଼ି ଚଳନ୍ତି ଗୋଟାକୁ ଗୋଟାରାଜା ନାମ କାଳକୁଣ୍ଡଳିରାଣୀ ନାମ କାଳନେତ୍ରୀ ମର୍କଟବାଳୀ ।୬୦।ଶୁକ୍ଳକେଶ ଦେଲେ ଫେଇ କଣ୍ଠକୁ ବୋଲି ପଡ଼ଇଓଷ୍ଠକୁ ତ ଜମ୍ୱୁଫଳ ଦିଶେ ନିଊନରସକୁ ପଡ଼େ ନି ଆଖି କାମଭୟ କରେ ଦେଖିକସ୍ତୁରିକଳା ବାଟୁଳି ବର୍ତ୍ତୁଳ ସ୍ତନଗଣପତି ପରା ଉଦରମର୍କତ ଛଡ଼ି ପରାଏ ଉରୁ ସୁନ୍ଦର ।୬୧।ଅଶ୍ୱଗତି କରି ସଖୀ ଆସୁଥିଲେ ରାଜା ଦେଖିଦରାଣ୍ଡିହୁଅନ୍ତି ଆଖି ପଡ଼ନ୍ତେ ବୁଜିବଜ୍ର ଅଙ୍ଗୀ ଏହିକାଳେ ପତିପରେ କାମ ଭୋଳେପଡ଼ଇ ତୁରଙ୍ଗୀ ପରେ ଯେମନ୍ତ ବାଜିଅବକାଶ ହୋଇଲେ ରାଜାବୋଲି ବାହାରେ ବାଜଇ ବିବିଧ ବାଜା ।୬୨।ମାହାଳିଆ ଆଗ୍ୟାଁ ପାଇ ବେତାଳିଆ ଦୂତେ ଧାଇଁଦେବାଳୟମାନେ ଯାଇଁ ମୁଦି ଅଇଲେରାଜାରାଣୀ ସଙ୍ଗ ହେଲେ ଶ୍ରୀନନ୍ଦନ ଜନମିଲେଦେବତାମାନେ ମଣୋହି ହେବେ ବୋଇଲେବ୍ରାହ୍ମଣଙ୍କ ଲୁଗା ଛଡ଼ାଇଗେଣ୍ଡାସ୍ତବ ଗୁଣ ବୋଲି ଗଣ୍ଡେ ବୁଡ଼ାଇ ।୬୩।ହେବାରୁ ଏ ଧର୍ମବଳ ଜନମିଛ ମହାକାଳବୋଲି ନୃପତିର ବାଳ ଅନ୍ଧାର ରାଶିସାତ ବରଷ ବାଳକ ମଣୋହି ନାହିଁ ବେଳକଅଜମେଷ ଗୁହାଳକ ବଢ଼ିଲେ ଆସିଶ୍ରୀଅଙ୍ଗତ ନୋହିଲା ମୋଟଶ୍ରୀଭୁଜ ସରୁ ସୁନ୍ଦର ଟମକ ପେଟ ।୬୪।ଏତେ ଭାଷି ହସିହସି କପୋଳରେ ନେତ୍ର ଖୋସିଅଳପ ମାତ୍ର ପ୍ରକାଶି ବିପୁଳ ଦନ୍ତଆହା ଆହା ବୋଲି ମହା- କୁତୁକେ ଚାହିଁଲା ଯାହାହସିହସି ଲୋଚା ହେଲା ସବୁରି ଅନ୍ତନୃପବର ଅଳ୍ପ ହସିଲେବେନିବାସ ଦଶଟଙ୍କା ହୁକୁମ କଲେ ।୬୫।ବହୁ ଦୂରଦେଶୀ ଭାଟ ସିଂହଦ୍ୱାରରେ ପ୍ରକଟପିଙ୍ଗଳକବିତ୍ୱ ପାଠ ମଙ୍ଗଳବରେହାଙ୍କମାରି ପଡ଼ିବାରେ ଇସାରା ନୃପ ଦେବାରେଡ଼ାକି ଦୁଆରୀ ଭେଟାଇ ଦେଲା ଛାମୁରେଜଏ ଭାଷି ଆଶିଷ ଦେଇଆପଣା କୃତ କବିତ୍ୱ-ବନ୍ଧ ପଢ଼ଇ ।୬୬।କବିତ୍ୱ“ରାଜାସିଂହ ଭ୍ରମରବର ରାଏ ତବ ଦାନପରମୁଲକକେ ବିଚ ମୁନାଓ ଫେରାଅଜବ ଅଶୁଆର ପର ଫୌଜମୁନିକସକରଆପ ମଜବୁତ ତରଓ୍ୱାର ମାରାକାମ ଅଭିରାମ ତବ ନାମଗୁଣ କୀରତସବହାଁସ ମୁନିଆଏ ଅବ ଚିତ୍ତ ତୋରାତାଜି ନକି ବାଜୀବର ଆଜ ବକ୍ସିସ କରରାଜି ତବ ଯାହି କର ଦିଲ ମେରାଖୁସୁଭଏଁ ନୃପ ଦିଲସେ ପଏସା ନଗଦ ହଜାରଐସି ଘୋଡ଼ା ବକସିସ କିଏ ଲାଖବାଜିନମୁ ସାର ।“ଏ ସମୟେ ବ୍ରଜନାଥ ବଡ଼ଜେନା ମନୋରଥକରି ଛାମୁଦ୍ୱାରେ ଯାଇଁ ହେଲା ପ୍ରବେଶଛାମୁଦ୍ୱାରୀ କି ଜଣାଇ ଆସହେ ବୋଲନ୍ତେ ଯାଇଁଗ୍ୟାତା କରି ଡ଼ାକେ ବଡ଼ଜେନାଏ ଆସସଭା ଶୋଭା କିବା କହିବାଆଭାସିଲା ସ୍ୱର୍ଗ ଛିଡ଼ିପଡ଼ିଲା ଅବା ।୬୭।ପ୍ରତେ ହେଲା ଏ ରାଜନ ନିଶ୍ଚେ କୁବେର ସମାନରାଜରାଜ ବରୁଣ ଏ ରସ ସଦଏଇନ୍ଦ୍ର ଏ ବଜ୍ରମଣ୍ଡନ ନେକ ନେତ୍ର ଶୋଭନପବନ ଦେବତା ପରତାପ ଗଞ୍ଜନରାମଚନ୍ଦ୍ର ଲକ୍ଷ୍ମଣ ଯୁତରାଜଶିରୋମଣି ଯେଣୁ ଶିବ ସାକ୍ଷାତ ।୬୮।ଏହିପରି ଭାବନାରେ ଯାଇ ପ୍ରବେଶ ଛାମୁରେଦୁଇ କର ଯୋଡ଼ି ଶିରେ ମଜୁରା ଦେଇବୋଇଲି ଭୋ ମହାରାଜା ପ୍ରତାପୀ ପ୍ରଚଣ୍ଡ ତେଜାସାବଧାନ ହେବା ମୁଁ ଯା ଗ୍ୟାଁତା କରଇକୋଠ ଖାଇଜାଦ ଲୋକ ମୁଁଆନ ନଜୀଣଇ ଏକା ଜାଣନ୍ତି ଛାମୁ ।୬୯।ବଡ଼ପିତା ପିତା କ୍ରମେ ସେବାକରି ମହାଶ୍ରମେଭୁଞ୍ଜୁଥିଲେ ଅନରୂପ କରି ସମ୍ପତ୍ତିଛାମୁ ଅନଗୃହ ପାଇ ମୁନିବି ଖିଜିବତ ହିଁକରିଥିଲେ ସମର୍ଯ୍ୟାଦ ହୋଇଣ ଅତିବଡ଼ଭାଇ ସରିକି ଏହି-ରୂପେ ଲୋକ ହେଲେ ଛାମୁ ନିଯୁକ୍ତ ହୋଇ ।୭୦।ଆରଭାଇ ମୁହିଁ ଅବା ବିସେପତି ଅତ ସେବାକରିବାରେ ଚରିତାର୍ଥ ଚାଲୁ ଯେ ଥାଉଁଏବେ ସେ ଗଲା ସବୁହିଁ ଆଉ କିଛି ଲକ୍ଷ ନାହିଁଆନ୍ତର୍ଯ୍ୟାମୀ ପ୍ରଭୁ କିବା ନଜାଣ ଆଉକୁଟୁମ୍ୱ ପଞ୍ଚିଶ ପରାଣୀକି ପୋଷିବି ଏଥି ପର ରାଜ୍ୟରୁ ଆଣି ।୭୧।ବର୍ତ୍ତମାନ ଯେତେ ଗୁଣ କରିଛି ଗୋସାଇଁ ଶୁଣସଂସ୍କୃତ ପ୍ରାକୃତ ହିନ୍ଦୁସ୍ଥାନୀ ବଙ୍ଗଳାତେଲଙ୍ଗୀ ଭାଷାରୁ କିଛି ଏ ରୂପେ ଗୀତ କରିଛିଚଉପଦୀ ଚଉତିଶା ବିବିଧ ଲୀଳାଛାନ୍ଦବୋଲି ପୋଇ ପ୍ରବନ୍ଧଦଣ୍ଡକ ଚୂର୍ଣ୍ଣକ ଆଦି ସିକାରବନ୍ଧ ।୭୨।ଅ-ଅକ୍ଷର ନିୟମ ଅମ୍ୱି କାବିଳାସ ନାମକୁମାର ଚରିତ ଶିବ ଉମା ବିବାହଛାନ୍ଦ ଶ୍ଳେଷ ଅନୁପ୍ରାସ ଅକ୍ଷର ଅବନା ନ୍ୟାସଶୃଙ୍ଗାର କୁତୁକ ରସ ସନ୍ଦର୍ଭ ଊହଅଳଙ୍କାର କାବ୍ୟ ଲକ୍ଷଣପ୍ରଶ୍ନୋତ୍ତର ଭଙ୍ଗୀ ଅର୍ଥ ବହୁ ଭାଷଣ ।୭୩।ଅଦ୍ଭୁତ ଆଭାଷଣ ବିରୋଧ ନିନ୍ଦାରୁ ପୁଣମହିମା ପ୍ରତାପ ଯଶ ପୁଣ୍ୟ ବୈରାଗ୍ୟଋତୁକାଳ ଚିନ୍ତ୍ରୋପମା ଉଦାହରଣ ସୁଷମାଦୃଷ୍ଟାନ୍ତର ସ୍ୱର ମିନ୍ତ୍ରାକ୍ଷର ସଂଯୋଗବାଲ୍ୟଯୁବା ବୟସ ସନ୍ଧିରତି ରତାନ୍ତ ସୁଷମା ବେଶ ଯେ ବିଧି ।୭୪।ଗରବ କରି ମୁଁ ଏହା କହୁନାହିଁ ମାତ୍ର ମହା-ରାଜ ମୋ କର୍ତ୍ତବ୍ୟ ଅନୁସାରେ କରିଛିନାମ ଶ୍ୟାମରାସୋତ୍ସବ ବାରଛାନ୍ଦ ଏ ତାଲବ୍ୟଶକାରେ ବୋଲିଛି ରାସଲୀଳାକୁ ଇଚ୍ଛିବିଚକ୍ଷଣା ପନ୍ଦର ଛାନ୍ଦବ ବା ବି ବୁ ବେ ବୈ ବୋ ବୌ କ୍ରମେ ପ୍ରବନ୍ଧ ।୭୫।ଏ ଉତ୍ତାରୁଁ ପଟ ଲେଖା ଗୁଣ ତ ଛାମୁରେ ଦେଖାକରି ଦେଇଅଛି ଥିବ ଦିବ୍ୟାବଧାନେକାକଜ ତାଳ ପଲ୍ଲବ ବାଂଶ କଚକଡ଼ା ଆଭବଉଳ ବୀଜରେ ଲେଖିଅଛି ଯତନେଲୁହା ବାଂଶ ଚିତ୍ର କଲମତିନିଠାରେ ଶକ୍ତି ଜାଣି କରିଛି ଶ୍ରମ ।୭୬।କି ହେବ ଏ ଗୁଣ ଥାଇ ଛାମୁରୁ ତ ଦୟା ନାହିଁପରପୁରୁଷେ କି ଯାଇ ଯୁବତୀ କାଳଶଅ ଶଅ ଟଙ୍କା ମୋତେ କଉଁ ରାଜା ଦେବେ କେତେପ୍ରଭୁ ଥାଉଁ ବିଟପୀ ହେଲିଟି କେବଳଛାମୁଙ୍କୁ ତ ହୋଏ ଏ ଶୋଭାକି ଗ୍ୟାଁତା କରିବି ଦିବ୍ୟ ଚିତ୍ତେ ଘେନିବା ।୭୭।ଜାତି ତ ମୋର କରଣ ଆପଣାର ନିଜ ଗୁଣଜମାଖର୍ଚ୍ଚ କୁହି ପାଞ୍ଚ ପଛେ ପାରଇପାଠ ଭେଜି ଆଜ୍ଞା ହେଲେ ତହିଁକି ହି ଅଛି ଭଲେଉଦ୍ବାର୍ଯ୍ୟ କାର୍ଯ୍ୟକୁ ମାତ୍ର ଭଏ କରଇସରକାରୁ ମୁଁ ଯା ପାଆନ୍ତିତୁଛାକଥାରେ କି ବସି ତାହା ଖାଆନ୍ତି ।୭୮।କରି ପିତୁଳା ପ୍ରବନ୍ଧ ଲେଖିଲେ ଗୀତଗୋବିନ୍ଦଶହେଟଙ୍କା ସେ ପସନ୍ଦ ମୂଲ୍ୟ ହୋଇବସରକାରେ ଏ ରୂପେ ତ ପୋଥି ଥିବାର ଉଚିତଛଅଶ କାହାଣ ପ୍ରଭୁ ବର୍ତ୍ତନ ହେବଛାମୁ ନାଏଁ ଛାନ୍ଦ ବୋଲନ୍ତିକାଳକାଳକୁ ତ ରହିଥାନ୍ତା କୀରତି ।୭୯।ସଭାରେ ଏ ସଭାଗୀତ ପଢନ୍ତେଣ ନରନାଥଆବର ଜନ ସମସ୍ତ ଆନନ୍ଦ ହେଲେହୁକୁମ ଦେଲେ ଏଥର ଯେତେକ ଖର୍ଚ୍ଚ ତୁମ୍ଭରଦିଆଯିବ ଖଞ୍ଜାପର ଜଣାଣ ବେଳେଶହେଟଙ୍କା ନଗଦ ଦେଲେବ୍ରଜନାଥ ବଡ଼ଜେନା ଏସଭା ବୋଲେ ।୮୦।
ସମ୍ବନ୍ଧିତ ରଚନା
ଚିଲିକା
ରାଧାନାଥ ରାୟ
ସୁଭଦ୍ରା
ଚିନ୍ତାମଣି ମହାନ୍ତି
ବୈଦେହୀଶ ବିଳାସ (ଚତୁର୍ଥ ଭାଗ)
ଉପେନ୍ଦ୍ର ଭଞ୍ଜ
ବୈଦେହୀଶ ବିଳାସ (ତୃତୀୟ ଖଣ୍ଡ)
ଉପେନ୍ଦ୍ର ଭଞ୍ଜ