ରାହାସ ଖଣ୍ଡ
ଅଚ୍ୟୁତାନନ୍ଦ ଦାସ · ଭାଗ ୬ / ୧୦
ସମ୍ପୂର୍ଣ୍ଣ ସୂଚୀପତ୍ର
ଦ୍ୱିତୀୟ ଛାନ୍ଦ
ଶ୍ରୀମତୀ ବୋଲନ୍ତି ଶୁଣ ଲଳିତାପଚାରିବି ମୁହିଂ ପୂର୍ବ ବାରତା ।କହିବ ଗୋ ସହୀ ୟେଥିର ମର୍ମଶୁଣିଣ ସନ୍ତୋଷ ହେବ ମୋ ମନ ।ଲଳିତେଦୂର ହେବ ସଂଶୟବୃନ୍ଦା କାନନର ମହିମା କହ ।।୧।ଦ୍ୱାଦଶ ବନ କାହୁଂ ହେଲା ଜାତଜାଣିଥିଲେ କହ ଏହା ସଙ୍କେତ ।ଶୁଣିଣ ଲଳିତା ବୋଲନ୍ତି ବାଣୀକହିବେ ବୃନ୍ଦା ଏଥିର କାହାଣୀ ।ରାଧେ ଗୋଆମ୍ଭଠାରୁ ୟେ ଶ୍ରେଷ୍ଠଜାଣିଥିବେ ସେହୁ ୟେହା ବୃତାନ୍ତ ।।୨।ଶୁଣି ସର୍ବ ସଖି ଆନନ୍ଦ ହେଲେବୃନ୍ଦା ମୁଖକୁ ଚାହିଂଣ ରହିଲେ ।କହନ୍ତି ବୃନ୍ଦା ପୂର୍ବର ବୃତାନ୍ତଶୁଣିଲେ ସେବିବୁଂ ତୁମ୍ଭ ପାଦନ୍ତ ।ବୃନ୍ଦେ ଗୋକୁହ ହେଳା ନ କରିଶୁଣି ମୁଂ ସର୍ବେ ଅଛୁଂ କର୍ଣ୍ଣ ଡେରି ।।୩।ବୃନ୍ଦାଙ୍କ ସ୍ତବ ମନ୍ତ୍ରଜୟ ତ୍ରିପୁରା ସୁନ୍ଦରୀ ଭଗବତ୍ଦାୟିନୀ ପ୍ରେମଶଯ୍ୟା ନମସ୍ତୁତଂ ।ରମାବୀଜ କ୍ଷରିତଂ କାମାଞ୍ଚନିକାକୁଞ୍ଜେ ଯୋଗ ସ୍ୱରୂପା ମା ତତ୍ୱଂ ।ବାଞ୍ଛାସିଦ୍ଧି କୁରୁତେ କୃପା ହେ ମାତଃ ତ୍ରିପୁରା ।।୪।ଶୁଣିଣ ବୃନ୍ଦା ବୋଲନ୍ତି ବଚନଶୁଣ ସର୍ବେ ତୁମ୍ଭେ ନାରୀ ରତନ ।ନାରଦ ଠାବରୁ ଶୁଣିଛି ମୁହିଂତୁମ୍ଭନ୍ତ ଆଗେ ତାହା କହିବଇଂ ।ସଖି ଗୋଧୀରେ ଶୁଣ ମୋ ବାଣୀକହିବି ଯାହା କର୍ଣ୍ଣେ ଅଛି ଶୁଣି ।।୫।ପୂର୍ବେ ଦଧିଚି ନାମେ ମହାଋଷିତପ ସ୍ୟାଧିଲେ ୟେହିଠାବେ ବସି ।ଅଠର ଲକ୍ଷ ବରଷରେ ପୁଣଦୟାକଲେ ପ୍ରଭୁ ଶ୍ରୀ ନାରାୟେଣସଖି ଗୋଆସି ମିଳିଲେ ହରିଦେଖି ମହର୍ଷି ନମସ୍କାର କରି ।।୬।ହରଷେ ବୋଇଲେ ଶ୍ରୀଦାମୋଦରମାଗ ଦଧିରଚି ଯେ ଇଚ୍ଛା ବର ।ନିଚୟେ ତୋ ବାଞ୍ଛା କରିବି ପୂର୍ଣ୍ଣତୁମ୍ଭ ତପସ୍ୟାରେ ହେଲି ପ୍ରସନ୍ନ ।ଶୁଣିଣଋଷି ବୋଇଲେ ବଚନକି ମାଗିବି ପ୍ରଭୁ ଜଗୁ ଜୀବନ ।।୭।ଏତିକି ମାଗୁଛି ହୋ ନାରାୟେଣମୋହୋ ଅଙ୍ଗେ ଲାଗୁ ତୋହୋ ଚରଣ ।ରଙ୍ଗା ଚରଣରେ ନୃତ୍ୟ ରଚିବତେବେ ଦଧିରଚି ଗତି ଲମ୍ବିବ ।ସଖି ଗୋଶୁଣି କହନ୍ତି ହରିମନ ବାସନା ପୂରିବ ତୁମ୍ଭରି ।।୮।ସୁବାହୁ ଦ୍ୱାପରେ ହେବି ମୁଂ ଜାତତୋର ଅଙ୍ଗେ ଋଷି କରିବା ନାଚ ।ଏତେ କହିଣ ହେଲେ ଅନ୍ତର୍ଧାନକିଛୁ ଦିନେ ଋଷି ତେଜିଲେ ପ୍ରାଣ ।ସଖି ଗୋବ୍ରହ୍ମା ଜାଣିଣ ଥିଲେଅସ୍ଥିରେ ଦ୍ୱାଦଶ ବନ ରଞ୍ଚିଲେ ।।୯।ଆହୁରି କହୁଛି ଶୁଣ ଗୋ ସହୀବୃନ୍ଦାବନ ନିତ୍ୟଧାମ ଅଟଇଗୋକୁଳାଖ୍ୟ ଶେତ ଦୀପଟି ପୁଣସଖି ଗୋଯେତେ ବୃଛ ଅଛନ୍ତିସନାତନ ସମ ସେହୁ ଅଟନ୍ତି ।।୧୦।ଆହୁରି କହୁଛି ଶୁଣ ମିତଣିଗୋପରେ ଛନ୍ତି ଯେତେ ଧେନୁ ପ୍ରାଣୀ ।କାମଧେନୁ ସେହୁ ଅଟନ୍ତି ଜାଣଗୋପାଳ ଅଖିଳ ନିଧାନ ସମ ।ସଖି ଗୋଯଉଂ ଧୂଳି ଲଭନେଗୁଳ୍ମ ହେବାକୁ ଧାତା ଚିନ୍ତେ ମନେ ।।୧୧।ଗୋପରେ ଯେତେକ ଗୋପୀ ଅଛନ୍ତିରତି ରମ୍ଭା ଉମା ସମ ନୋହନ୍ତି ।ବ୍ରଜମଣ୍ଡଳ ଯାହାକୁଇ କହିଚଉରାଶି କ୍ରୋଶ ଭୂମି ଅଟଇଂ ।ସଖିଗୋବ୍ରହ୍ମା ନ ପାଏ ଅନ୍ତବ୍ରଜଭୂମି ଅଟେ ଅତି ଗୁପତ ।।୧୨।ଅବ୍ୟକ୍ତ ଭାବେ ଗୋପ୍ୟାନ ରହିଲାନିତ୍ୟ ବୃନ୍ଦାବନେ ପ୍ରକାଶ ହେଲା ।ତ୍ରିଧାମ ନାମ ହୋଇଲା ବାହାରକେବଳ ପ୍ରେମ ଖେଡ଼ଟି ସୁନ୍ଦର ।ସଖିଗୋସେବ ଠୁଳ ଶୂନ୍ୟକୁକିମ୍ପା ପକାଇଛ ଫୁଲମାଳକୁ ।।୧୩।ଶୁଣି ଲିଳତା ବୋଲନ୍ତି ବଚନଭୁଲାଇ କହୁଛ ନାରୀ ରତନ ।ଶୂନ୍ୟକୁ କେହି କି ଧରି ପାରିବଶୁଣିଲା ମାତ୍ରେ ଲାଗେ ଅସମ୍ଭବ ।ବୃନ୍ଦେ ଗୋକିମ୍ପା ଏହା କହିଲଖେଦେ ହୃଦୟ ହେଲା କଲବଲ ।।୧୪।ଶୁଣିଣ ବୃନ୍ଦା ବୋଲେ ରାମାବରଚତୁରୀ ପଣେ ତୁ ଗୋପରେ ସାର ।ଶୂନ୍ୟକୁ ଧରିବା ଉପାୟ ଇଛିନବୁଝି କିମ୍ପାଇଂ କହୁ ମୃଗାଛି ।ସଖି ଗୋଶୁଣ କହୁଛି ମୁହିଁନିତ୍ୟ ବୃନ୍ଦାବନ ଗୋଲେକ ଭୂଇଂ ।।୧୫।ଷୋଳ କ୍ରୋଶ ଭୂମି ୟେ ଆୟତନସେଥିରେ ବସିଛି ଯେ ଷୋଳ ନାମ ।ସେ ନାମ ଭଜିଲେ ଶୂନ୍ୟକୁ ପାଇଂଆଦ୍ୟ ମଧ୍ୟ ଅନ୍ତ ଦେମା ବୁଝାଇ ।ସଖି ଗୋତହିଂ ଶରଣ ପଶଶୂନ୍ୟକୁ ଶରଣ ଅଚ୍ୟୁତ ଦାସ ।।୧୬।(୨ୟ ଛାନ୍ଦ ସମାପ୍ତ)
ତୃତୀୟ ଛାନ୍ଦ
ଶୁଣିଣ ରାଧିକା କହନ୍ତି ବାଣୀଶୁଣସି ଗୋ ବୃନ୍ଦେ ପ୍ରାଣ ମିତଣୀ ।ଭକ୍ତି ରଙ୍ଗରେ ବୁଝାଇଣ ଦିଅତେବେହିଂ ମନରୁ ତୁଟିବ ମୋହ ।ବୃନ୍ଦେ ଗୋ ତିଳେ ମାୟା ନ କରସୋରୂପ ବଚନ କହ ନିକର ।।୧।ଏହା ଶୁଣି ବୃନ୍ଦା କହନ୍ତି ଧୀରେକହୁଛି ସାର ତୁମ୍ଭରି ଆଗରେ ।ପ୍ରଣବ ବୁଝିଲେ ଭ୍ରମ ତୁଟିବସୋରୂପ ଅରୂପ ଦ୍ରଶନ ହେବ ।ସଖି ଗୋ ସେହି ଭକ୍ତିର ତତ୍ୱନ ବୁଝିଲ ସବୁ ହେବ ବିଅର୍ଥ ।।୨।ତାରକ ଦଣ୍ଡକ କୁଣ୍ଡଳୀ ଜାଣଅର୍ଧମାତ୍ରା ବିନ୍ଦୁ ସଂଗତେ ପୁଣ ।ପଞ୍ଚ ଅଙ୍ଗ ଘେନି ହେଲା ଓଂକାରତହିଂରୁ ପଞ୍ଚ ଜୋତି ଯେ ପ୍ରଚାର ।ସଖି ଗୋ ଧ୍ୟାନ ସୂତ୍ରରେ ଦେଖଶୂନ୍ୟକୁ ପଥ ପଡ଼ିଛି ସଳଖ ।।୩।ଶୁଣି ଲଳିତା କହନ୍ତି ବଚନପାଞ୍ଚ ଥାନକୁ ଦିଅ ଚିହ୍ନାଇଣ ।କହନ୍ତି ବୃନ୍ଦା ଶୁଣ ଗୋ ନାଗରୀକହି ଦେଉଛି ମୁହିଂ ହସ୍ତମାରି ।ସଖିଗୋ ତୋର ସିନ୍ଦୂର ଚିତାସେହୁ ଅଟଇ ପରା ଶୂନ୍ୟମାତ୍ରା ।।୪।କୁଣ୍ଡଳୀ ଯହିଂ କରିଛୁ ଧାରଣସେହି ଅର୍ଧମାତ୍ରା ଅଟନ୍ତି ପୁଣ ।କାଟିଛୁ ଯେ ଠାବେ କଜଳଗାରଦଣ୍ଡକ ସେହିରେ ତରୁଣୀ ସାର ।ବସିଣ ଯେ ଠାବେ ଅଛୁ ଘେନାଇତାରକ ଅଟନ୍ତି ସେ ଥାନେ ସହୀସଖି ଗୋ ଯେହି ତାମ୍ବୋଳ ରଙ୍ଗସେହି ଅଟନ୍ତିଟି କୁଣ୍ଡଳୀ ଅଙ୍ଗ ।।୫।ଦଣ୍ଡକକୁ ନେଇ ତାରକେ ରଖକୁଣ୍ଡଳୀକି ନେଇ ଦୃଢେ ତୁ ଚାପ ।ଅର୍ଧମାତ୍ରା ଦ୍ୱାରକୁ ହେତୁ କରଶବଦ ଦ୍ୱାଦଶ ଶୁଭଇ ଧୀର ।ସଖି ଗୋ ଶୂନ୍ୟେ ଲାଗିଛି ରାସବୋହି ପଡ଼ୁଅଛି ଅମୃତ ରସ ।।୬।ଉପର ଛାମୁ ଦନ୍ତର ମଧ୍ୟରେମକରନ୍ଦ ଛାମୁ ଦନ୍ତର ମଧ୍ୟରେମକରନ୍ଦ ବହିପଡ଼େ ତହିଂରେ ।ତାହାକୁ କହି ଅବବାହି ଖୀରପାନ କରି ଯୋଗୀ ହୋନ୍ତି ଅମର ।ସଖି ଗୋ ଦନ୍ତେ ପାନ କରିବଏ ଭବ ସାଗରୁଂ ପ୍ରେମେ ତରିବ ।।୭।--- ମନ୍ତ୍ର ---ଓଂ ତାରକୋ ପୃଥିବୀ ବ୍ରହ୍ମ ଦଣ୍ଡକୋ ଆପ ବିଷ୍ଣବେ ।କୁଣ୍ଡଳୀ ତେଜ ରୂଦ୍ରଂ ଚ ଅର୍ଦ୍ଧାଙ୍କ ଯୋଗରୂପିଣୀ ।ବିନ୍ଦୁ ପରଂ ସିଂହାସନଂ ପରମାତ୍ମାଂ ପରାତ୍ମକ.କୁଣ୍ଡଳୀରେ ରୋଦ୍ର ବାସ କରନ୍ତିବ୍ରହ୍ମସ୍ଥାନ ଅଟେ ତାରକ ଜୋତି ।ଦଣ୍ଡକରେ ବିଜୟେ ଜଗନ୍ନାଥଅର୍ଧମାତ୍ରା ଯୋଗମାୟାଙ୍କ ଥିତ ।ସଖି ଗୋବିନ୍ଦୁ ସିଙ୍ଘାସନଟିତହିଂପରେ ବିଜେ ପରଂବ୍ରହ୍ମଟି ।।୮।ନିତ୍ୟସ୍ଥାନ ଗୋଟି ଅଟଇ ସେହିସେହି ଠାବରୁ ଛରିଣ ଆସଇ ।ଏକଇଂ ବିନ୍ଦୁ ହେଲା ବେନି ଫାଳଦେଖ ନାସାରେ ତୁଟିବ ଜଞ୍ଜାଳ ।ରାଧେ ଗୋସେହି ଜୀବ ପରମହଂ କ୍ଷଂ ବେନି ଅକ୍ଷର ଜାଣ ।।୯।ହ ଅକ୍ଷରେ ଯାଇଣ ହେଜିବକ୍ଷ ରେ କ୍ଷମାନିଧିଙ୍କି ଲଭିବ ।ଅକ୍ଷୟ ଅବ୍ୟୟ ଅଟନ୍ତି ସେହିବଂଶୀରେ ତିନି ଭୂବନକୁ ମୋହି ।ସଖି ଗୋସେ ହଟିଆ ନାଗର ।ଗୋପ ତରୁଣୀଙ୍କି କରେ ଅଥିର ।।୧୦।ଅଷ୍ଟସଖି ତୁମ୍ଭେ ସେବାରେ ମଗ୍ନଗୋପାଳ ଘରେ ଜନ୍ମିହେଲା ଭ୍ରମ ।ମାୟାରେ ପଡ଼ିଛି କଳା କହ୍ନାଇଉଭୟ ମାୟାର କଳନା ନାହିଂ ।ସଖି ଗୋମାୟା ମାୟା ଘର୍ଷଣଜଳି ଉଠିବ ଅଗ୍ନି ତତକ୍ଷଣ ।।୧୧।ସେ ଅଗ୍ନିରେ ଛାର ହେବ ଶ୍ୱରୀରମକରନ୍ଦ ପାନେ ମାୟାକୁ ମାର ।ମରମ କଥା ୟେ କହିଲି ସହୀମରି ଜୀଇଂଲେ ପାଇବ ସେ ଭୂଇଂ ।ସଖି ଗୋମାୟାଧର ମୂରତିନୟନ ଅଗ୍ରତେ ଖେଳୁ ଅଛନ୍ତି ।।୧୨।ଶୁଣିଣ ରାଧା ହୋଅନ୍ତି ବାତୁଳବେନି ନୟନୁଂ ବହେ ଅଶ୍ରୁଜଳ ।ଦେଖୁ ଦେଖୁ ପଡ଼ିଲା ମହିଆଳିଧରି ବସାଇଲେ ସକଳ ବାଳୀ ।ଶ୍ରୀମୁଖେନେଇ ଜଳ ଛିଞ୍ଚିଲେ ।କିଛୁ କ୍ଷଣ ପରେ ଚେତନା ହେଲେ ।।୧୩।କେଣେ ଯାଇଛନ୍ତି ସେ ନନ୍ଦସୁତମୋହୋ ଆଗରେ କରୁଥିଲେ ନୃତ୍ୟ ।ବୃନ୍ଦା କହୁଛନ୍ତି ଶୁଣ ଶ୍ରୀମତୀମୋ ଆଗରେ କୃଷ୍ଣ ବସିଅଛନ୍ତି ।ଲଳିତାକହେ ଧୀର ବଚନମୋ ଆଗେ ନାଚନ୍ତି ନନ୍ଦନନ୍ଦନ ।।୧୪।ସର୍ବେ ବୋଲନ୍ତି ଆମ୍ଭ ଆଗେ ହରିଚନ୍ଦ୍ରବଳୀ ଯେ ନ ପାରିଲେ ଧରି ।ଏମନ୍ତେ କହନ୍ତେ ଗର୍ବ ଆସିଲାସଭିଙ୍କ ଦୃଷ୍ଟିରେ ଅନ୍ତର ହେଲା ।ସଖିଏସର୍ବେ ହେଲେ କାକୁସ୍ତସେ ପାଦେ ଶରଣ ଦୀନ ଅଚ୍ୟୁତ ।।୧୫।
ତୃତୀୟ ଛାନ୍ଦ ସମାପ୍ତ
ଚତୁର୍ଥ ଛାନ୍ଦ
ରାଧାଙ୍କ ବିକଳ ବୃନ୍ଦା ଦେଖିଣକହନ୍ତି ଶୁଣରେ ନାରୀ ରତନ ।ବୃଥାରେ କିମ୍ପା ତୁ ହୋଉଛୁ ଭ୍ରମଧରି ନ ପାରିଣ ନନ୍ଦନନ୍ଦନ ।ସଖି ଗୋ ତୋର ଦେହରେ ଦେଖବସିଛନ୍ତି ସେହି ସେ ପଦ୍ମମୁଖ ।।୧।ସୋରୂପ କଥା କହୁଅଛି ମୁହିଂଦୁଇତଛୁ ଭ୍ରୁଲତା ମଧ୍ୟେ ନେଇ ।ତ୍ରିୟଦଳ କମଳ ସେ ଅଟନ୍ତିନିରଞ୍ଜନ ନୀଳ ବର୍ଣର କାନ୍ତି ।ସଖି ଗୋତହିଂ ପବନ ନାହିଂଜୋତିରାନନ୍ଦ ଯୋଗୀଜନେ କହି ।।୨।ତିନି ଗୋପୀ ତହିଂ ଅଛଇଂ ରହିକହୁଛି ମୁଂ ତାଙ୍କ ନାମ ଶୁଣାଇ ।ଶାମା ସୋରୂପା ଭଦ୍ରା ତିନିଜଣସେବାରେ ପୂଣ ହୋଇଛନ୍ତି ମଗ୍ନ ।ସଖି ଗୋତାହାଙ୍କର ମହିମାନାହିଂ ନ ଥିବା ତ୍ରିପୁରେ ଉପାମା ।।୩।ଦୁଇ ତଛୁ ଦୁଇ କର୍ଣ୍ଣଟି ଜାଣନାସା ଦୁଇ ପୁଡ଼ାୟେ ଯେ ଘେନିଣ ।ଶତ ଦଳ କମଳ ଥିତି ୟେହିଶତ ଗୋଟି ସଖି ସେବାରେ ରହି ।ସଖି ଗୋଲାଗିଅଛି ଯେ ଲୀଳାମୃଣାଳ ସୂତ୍ରରେ ମନକୁ ମିଳା ।।୪।ଦୁଇ ତଛୁ ଦୁଇ କର୍ଣ୍ଣ ମଳାଇନାସା ପୁଡ଼ା ତିନି ସପ୍ତମ କହି ।ୟେକଇ ମୁଖ ତା ସଙ୍ଗେ ମିଶିଲାଚାରିରୁ ଆଠ ସେହି ବୋଲାଇଲା ।ସଖି ଗୋଆଠ ସଖି ଅଛନ୍ତିମଧ୍ୟରେ ବିଜୟେ ଜଗତଜୋତି ।।୫।ତଳପାଟି ଷୋଳ ଦାନ୍ତ ଯେ ଜାଣଓପର ଷୋଳ ତହିଂରେ ମିଶିଣଏମନ୍ତେ ହୋଇଲା ବତ୍ରିଶ ଦଳଚିହ୍ନିଲେ ତୁଟିବ ସର୍ବ ଜଞ୍ଜାଳ ।ସଖି ଗୋତହିଂ ବତ୍ରିଶ ଗୋପୀସେବାରେ ସକଳେ ଛନ୍ତି ନିରୋପି ।।୬।ଦେହ ଗୋଟିକ ଚଉଷଠୀ ଦଳଚଉଷଠୀ ସଖି ତହିଂରେ ମେଳ ।ତହିଂ ଚତୁଷ୍ପଦା ଗାୟତ୍ରୀ ହେଲାହୃଦୟ ମଧ୍ୟେ ଥିର କର ଭଲା ।ସଖି ଗୋକାଟି ମାୟା ଜଞ୍ଜାଳଦ୍ରଶନ ପାଇବ ନନ୍ଦ ଦୁଲାଳ ।।୭।ଆହୁରି କହୁଛି ଶୁଣ ଶ୍ରୀମତୀତୋହେ ସକଳ ବୁଝାଇ କହୁଛି ।ତ୍ରିୟ ଦଳଟି ଅଟେ ସିଂଘାସନମଣୋହି ସ୍ଥାନଟି ଚତୁର୍ଦଳେନ ।ସଖି ଗୋଅଷ୍ଟ ଦଳଟି ଜାଣଚନ୍ଦନ ଅର୍ଗଳି ଅଟଇ ପୁଣ ।।୮।ଷୋଳ ଦଳ ଜଗମୋହନ ଘରଭିତର କଥା ଶୁଣ ନାରୀବର ।ଦେବତା ଘେନିଣ ବତିଶ ଦଳଚଉଷଠୀ ଦଳେ ବେଢ଼ା ଦେଉଳ ।ସଖି ଗୋବିଜେ ଶ୍ରୀ ଦାରୁବ୍ରହ୍ମହୃଦୟ ମଧ୍ୟରେ ଏହାଙ୍କୁ ଚିହ୍ନ ।।୯।କଣ୍ଠଟି ଅଠର ନଳା ତୋହୋରମୁଖଟି ଅଟଇ ସିଂଘଦୁଆର ।ନାସାପୁଡ଼ା ଜୟ ବିଜୟ ଦୁଇଦନ୍ତ ବାଇଶି ପାବଛ ବୋଲାଇ ।ସଖି ଗୋଗଣ୍ଡ ସ୍ଥାନ ମୁଦ୍ରାଟିବଡ଼ଦାଣ୍ଡ ଗୋଟି ଅଟଇଂ ସେଟି ।।୧୦।ଜିଭାକୁ ଜଗମୋହନଟି କହିମନ ପବନ ଗରୁଡ଼ ଖମ୍ବହିଂ ।ନାସାର ଡାହାଣ ପୁଡ଼ାଟି ଜାଣଗରୁଡ଼ ଡାହାଣ ଡେଣା ପ୍ରମାଣସଖି ଗୋବାମ ପୁଡ଼ାଟି ଯେହିବାମ ଡେଣା ବୋଲି ପ୍ରମାଣ ତହିଂ ।।୧୧।ନାସାଟି ଅଟଇ କଳପବଟବାଞ୍ଛାବଟ ମୁଖ ମଣ୍ଡକେ ଭେଟ ।ଦେବନାଶନ ବଟ ଅଟେ କାନନିକୁମ୍ଭିଲା ବଟ ଅଟେ ନୟେନ ।ରାଧେ ଗୋଶୂନ୍ୟେ ବଂଶୀବଟଟିସ୍ୱନ କରୁଛନ୍ତି ନନ୍ଦଚାଟଟି ।।୧୨।ଦ୍ୱାଦଶ ଶବଦ ଶୂନ୍ୟୁ ଶୁଭୁଛିବାରିଲେ ଭବୁଂ ତରିବୁ ମୃଗାଛି ।ଅକ୍ଷୟେ ଅଙ୍ଗ ହୋଇବଟି ଜାଣତୋର ଦେହେ ଅଛି ଅମୂଲ୍ୟ ଧନ ।ସଖି ଗୋତାଙ୍କୁ ତିଳେ ନ ହଜାଅଚ୍ୟୁତି ଦାସର ଲାଗଛି ଖୋଜା ।।୧୩।(୪ର୍ଥ ଛାନ୍ଦ ସମ୍ପୁର୍ଣ୍ଣ)
ପଞ୍ଚମ ଛାନ୍ଦ
ଶୁଣି ଚନ୍ଦ୍ରାବଳୀ ଥକିତ ହୋଇବୃନ୍ଦା ସଖିକୁ ପୁଣ ପଚାରଇ ।କାହାକୁ ଗୁରୁ ତୁ କଲୁ ନାଗରୀଜାଣିଲୁ ତୁ ୟେତେ କଥା କିପରି ।ବୃନ୍ଦେ ଗୋତାହା ସୋରୂପ କହମଠ ଗୁରୁଙ୍କୁ ଯେ ଚିହ୍ନାଇ ଦିଅ ।।୧।ବୃନ୍ଦା କହନ୍ତି ଶୁଣ ଗୋ ମିତଣୀକହିବା ତୋ ଆଗେ ମଠ କାହାଣୀ ।ଦିନେ ନନ୍ଦ ମଠେ ମିଳିଲି ଯାଇଶ୍ରୀକଣ୍ଠ ମଣ୍ଡଳ ସେହି ମଠଇଂ ।ସଖି ଗୋଯାହା ଦେଖିଲି ତହିଂପାର୍ବତୀ ଶଙ୍କର ଅଛନ୍ତି ରହି ।।୨।ତାଙ୍କଠାରୁ କଲି ଦୀକ୍ଷା ଗ୍ରହଣସୋରୂପ ମଠରେ ମିଲିଲି ପୁଣ ।ସୋରୂପ ମଠଟି ନାସାକୁ କହିରାଧାକୃଷ୍ଣ ଲୀଳା କରନ୍ତି ରହି ।ସଖି ଗୋଦେଖି ସୁଦୟା କଲେଗୋପୀ ଦଶାକ୍ଷର ସେହୁଟି ଦେଲେ ।।୩।ତହୁଁ ସେ ଠାବରୁ ଚଳିଲି ସହୀଚୈତନ୍ୟ ମଠରେ ମିଳିଲି ଯାଇଯାହା ଶୁଣିଲି କହି ଯେ ନୁହଂଇକର୍ଣ୍ଣ ସଂପୁଟରେ ଭଜନ ତହିଂ ।ସଖି ଗୋଆଦିଶକ୍ତିଙ୍କ ଥାନସର୍ବଦା ହୋୟେ ଉଦଧି ଗର୍ଜନ ।।୪।ତହୁଂ ସେଠାବୁ ଚଳିଲି ବହନପ୍ରକାଶ ମଠରେ ମିଳିଲି ପୁଣ ।ପ୍ରକାଶ ମଠ ନୟେନ ଅଟନ୍ତିକାମବୀଜେ ପ୍ରଭୁ ଜଗତଜୋତି ।ସଖି ଗୋମୋତେ କୃପା ସେ କଲେପଦାମୃତ ନିଜ ପାଦରୁ ଦେଲେ ।।୫।ଚାରି ଗୁମ୍ପା ସଖି ଅଟଇ ଏହିଶୁଣ ତୋ ଆଗେ ଦେଉଅଛି କହି ।ନୀଳୋତ୍ପଳ ଗୁମ୍ଫା ଅଟଇ ମୁଖଭ୍ରମର ଗୁମ୍ଫା ନାସିକା ପ୍ରତ୍ୟକ୍ଷ ।ପରମ ଶୂନ୍ୟ ଗୁମ୍ଫା ଚଛୁ ଦେଶଅନାହତ ଗୁମ୍ଫା କର୍ଣ୍ଣେ ପ୍ରକାଶ ।ସଖି ଗୋଶୂନ୍ୟ ଗୁମ୍ଫା ଅଛଇସେ ଥାନେ ପଶ ପବନ ହଜାଇ ।।୬।ସନ୍ତାନ ବୃଛ ଅଛଇ ମୁଖରେହରିଚନ୍ଦନ ବୃକ୍ଷଟି ନାସାରେ ।ମନ୍ଦାର ଗଛଟି ତଛୁ ଅଟଇପାରିଜାତକ କର୍ଣ୍ଣରେ ଦିଶଇ ।ସଖି ଗୋଶୂନ୍ୟେ କେଳି କଦମ୍ବରାଧାକୃଷ୍ଣଙ୍କର ସେଠାରେ ଭାବ ।।୭।ଗୋପୀ ଦଶାକ୍ଷର ତୋତେ କହିବାପ୍ରଛିନ୍ନ କରି ବୁଝାଇଣ ଦେବା ।ଗୋପୀ ବେନି ଯେ ନାସାରେ ପ୍ରମାଣଜନ ଦୁଇ ଅଟେ ମୁଖରେ ପୂଣ ।ବଲ୍ଲଭାୟ ଚାରି ଚକ୍ଷୁଦେଶରେସ୍ୱାହା ରହିଥାଇ କର୍ଣ୍ଣ ବେନିରେ ।ସଖି ଗୋସାହା ଶୂନ୍ୟେ ରହିଛିଦଶାକ୍ଷର ସଖି କହିଲି ବାଛି ।।୮।ପଞ୍ଚକୁଣ୍ଡ ତୋତେ ଦେବା ବୁଝାଇବିଷ୍ଣୁ କୁଣ୍ଡ ଗୋଟି ମୁଖକୁ କହି ।କୃଷ୍ଣକୁଣ୍ଡ ନାସା ଅଟେ ପ୍ରମାଣରୁଦ୍ରକୁଣ୍ଡ ଅଟେ ତୋର ନୟନ ।ସଖି ଗୋରାଧାକୁଣ୍ଡ କର୍ଣ୍ଣରେଶୂନ୍ୟକୁଣ୍ଡ ଅଛି ସିଷୁମୁନାରେ ।।୯।ସତ୍ୟ ଯୁଗ ତୋର ତଛୁ ଅଟଇସ୍ୱୟଂ ଜଗନ୍ନାଥ ବିଜୟେ ତହିଂତ୍ରିତୟା ଯୁଗ ଅଟେ ତୋର ମୁଖବଳଭଦ୍ର ରହିଛନ୍ତି ପ୍ରତଖ୍ୟ ।ଦ୍ୱାପରଯୁଗ ସେ ନାସା ଅଟଇସୋଭଦ୍ରା ସେ ଥାନେ ଅଛନ୍ତି ରହି ।।୧୦।କର୍ଣ୍ଣ କଳି ଯୁଗ ଅଟଇ ପୁଣସେଠାବେ ବିଜୟେ ସେ ସୁଦ୍ରଶେନ ।ଚାରି ଯୁଗରୁଇଂ ଅଟେ ବାହାରରହିଛି ଦେଖ ଭ୍ରୁଲତା ଉପର ।ସଖି ଗୋଅବିନାଶୀହିଂ ସେହିଜନ୍ମ ମୃତ୍ୟୁ ଭୟ ସେଠାବେ ନାହିଂ ।।୧୧।ଆହୁରି କହୁଛିରେ ପ୍ରାଣ ମିତସତ୍ୟ ଶାନ୍ତି ଦୟା କ୍ଷମା ଚାରି ତ ।ନିତ୍ୟର ପ୍ରିୟସଖି ଏ ଅଟନ୍ତିଚାରିଦ୍ୱାରେ ଜାଗି ରହି ଅଛନ୍ତି ।ରାଧେ ଗୋତାଙ୍କ ସଙ୍ଗତେ ଗଲେଯୁଗଳ ରୂପକୁ ଦେଖିବା ଭଲେ ।।୧୨।ବୃନ୍ଦାଙ୍କ ଯୋଗ ଉପଦେଶ ବାଣୀପୁଷ୍ୟ ଧରିଲେ ସକଳ ତରୁଣୀ ।ବୃନ୍ଦାଙ୍କ ଅଙ୍ଗେ ନେଇଣ ବିଞ୍ଚିଲେକେବଣ ସଖି ବ୍ୟଜନ ଚାଲିଲେ ।କେ ଗୋପୀ ପକାଉଛି ଚାମରଅଚ୍ୟୁତ ଦାସ ସେବଇଂ ପୟର ।।୧୩।(୫ମ ଛାନ୍ଦ ସମାପ୍ତ)