ପ୍ରଣୟ ବଲ୍ଲରୀ — ଗଙ୍ଗାଧର ମେହେର · ସ୍ୱର୍ଣ୍ଣଲିପିଆଶ୍ରମ-କୁଟୀର-ପଥ ।ଆଶ୍ରମ-ମାଧୁରୀ ଦେଖି ଦେଖି ରାଜାଚାଲିଥାନ୍ତି ଧୀରେ ଧୀରେ,ଯେଉଁ ଦିଗେ ଦୃଷ୍ଟି ଯାଏ ସେ ଦିଗରୁନ ପାରେ ଫେରି ଅଚିରେ ।ଯଦି ବଳେ ଫେରେ ଅନ୍ୟ ଦିଗ ପୁଣିକରିନିଏ ଆକର୍ଷଣ,ଆକର୍ଷଣ ନୁହେ, କରୁଥାଏ ସିନାପୀୟୂଷ-ଧାର ବର୍ଷଣ ।ବିଶ୍ୱଜନ ମନେ ପ୍ରୀତି-ପ୍ରସ୍ରବଣଢାଳଇ ଯାହାଙ୍କ ରୂପ,ତପୋବନ ଦୃଶ୍ୟ ଦରଶନେ ମୁଗ୍ଧହୁଅନ୍ତି ଆଳି ସେ ଭୂପ ।ତରୁଛାୟା ସ୍ନେହ ପାଇ ନରନାଥକରନ୍ତି ମନେ ବିଚାର,‘‘ଏ ଶୀତଳ ଶାନ୍ତି- ପ୍ରଦ ଛାୟା ସମନୁହେ ଛତ୍ର-ଛାୟା ଛାର ।ଏଣୁ ପୁତ୍ରହସ୍ତେ ରାଜ୍ୟଭାର ଦେଇରଘୁବଂଶ ନୃପଗଣ,ଶେଷେ ଗମୁଥିଲେ ଶାନ୍ତି ଲଭିବାକୁଶାନ୍ତିମୟ ତପୋବନ ।’’ଦୃଶ୍ୟେ ଭାସୁଥାଏ, ଦୃଷ୍ଟି ନୃପଙ୍କରଭାବେ ଭାସୁଥାଏ ମନ,ଏକାଳେ କର୍ଣ୍ଣରେ ପଡ଼ିଲା ରମଣୀ-ରମଣୀୟ-କଣ୍ଠସ୍ୱନ ।ଚମକି ଚାହିଁଲେ ପାଶେ କେହି ନାହିଁଶବ୍ଦ ଲକ୍ଷ୍ୟକରି ଯାଇ,ଲୂତାଜାଳ ଭେଦି ଦେଖିଲେ ଅଦୂରେପାଦପ ଉଢ଼ାଳେ ଥାଇ ।ଆନନ୍ଦ-ପ୍ରତିମା ପ୍ରାୟେ ମନୋହର-ମୂରତି ଯୁବତୀ ତିନି,ରୂପ-ରଣେ ଦଳି ଦେବେ ଯେହୁ ବାରୁ-ଚରଣେ ସୁର-କାମିନୀ ।ବାମ କକ୍ଷେ ଜଳ- କୁମ୍ଭ ଧରି ଅଙ୍ଗ-ଲତିକା ଦକ୍ଷିଣେ ଢାଳି,ବାମେତର ଭୁଜ ହଲାଇ ହଲାଇଆସନ୍ତି ମନ୍ଥରେ ଚାଲି ।ଚାଲିଥାନ୍ତି କେହି ନୋହି କାହା ଅତିଆଗେ କି ଅତି ପଛରେ,ପ୍ରେମାଳାପ କରି କରି କଉତୁଳେନାନା ମତେ ପରସ୍ପରେ ।କଥାରୁ ତାଙ୍କର ଚିହ୍ନିଲେ ନୃପତିଏକ ନାମ ‘ଶୁକନ୍ତଳା’,ଥିଲେ ‘ଅନସୂୟା’, ‘ପ୍ରିୟମ୍ୱଦା’ ନାମଅନ୍ୟ ଯେ ବେନି ଅବଳା ।ଶକୁନ୍ତଳା କଣ୍ଠ- ଦୁହିତା, ଅପରବେନି ତାର ସହଚରୀ,ଶକୁନ୍ତଳା ଦିଶୁ- ଥିଲା ବେନି ପତ୍ରମଧ୍ୟରେ ପ୍ରସୂନ ପରି ।ତା’ ରୂପ-ମାଧୁରୀ କଲା ଅଧିକାରହୃଦ-ରାଜ୍ୟ ରାଜାଙ୍କର,ଅନ୍ତଃପୁର ନାରୀ- ରୂପ-ସ୍ମୃତି ତାକୁ
ସମ୍ବନ୍ଧିତ ରଚନା
ଅଯୋଧ୍ୟା ଦୃଶ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ରାଧାନାଥ ରାୟ
ଯୋଡ଼ିଲା କର-ପତର ।
ଭାଙ୍ଗିଦେଲା ବନ- ବଲ୍ଲରୀ-ଉଦ୍ୟାନ-
ଲତିକାର ଅଭିମାନ,
ଗୋଲାପ କଣ୍ଟକ- ବନବାସୀ ବୋଲି
ବାସଙ୍ଗ କି ତା’ ସମାନ ?
ସୁନ୍ଦରୀ-ଦର୍ଶନ ଶୁଭ-ଅବସର
ପାଇ ଅବିଳମ୍ୱେ ମନ,
ଆନନ୍ଦ ବିସ୍ମୟ- ଯୁଗ ଯୁଗପତ
କରିନେଲା ଆଲିଙ୍ଗନ ।
ସୁକୁମାରୀ କକ୍ଷ- କଳଶ ସତ୍ୱର
କରାଇଲା ଆମନ୍ତ୍ରଣ,
ଶମ୍ପା-ସହଚର- କୁଳିଶ, ନଳିନୀ-
ନୀଡ଼-କଣ୍ଟକ ସ୍ମରଣ ।
ମୃଦୁ ମନୋହର କଳେବର ଦେଖି
ବଳ୍କଳର ପରିଚ୍ଛଦ,
ବିଚାରିଲେ, ‘ଆହା ରାଜଲକ୍ଷ୍ମୀ ତନୁ
ସମର ଚିନ୍ତା ଆସ୍ପଦ !
ବିସ୍ଫାରିତ ହୋଇ ପଡ଼ୁଛି ତଥାପି
ଲଳନା-ଲାବଣ୍ୟ ପ୍ରଭା,
ଯଥା ଶିବ-ଜଟ- ଚନ୍ଦ୍ରକା, ଶୈବାଳ-
ବେଷ୍ଟିତ-ପଦ୍ମିନୀ ଅବା ।
କଳଙ୍କହିଁ ଥାଇ କଳାକର-କୋଳେ
କରଇ ନେତ୍ର-ରଞ୍ଜନ,
ସ୍ୱଭାବ-ସୁନ୍ଦର ଅଙ୍ଗକୁ ଜଗତେ
ନ ହୁଏ କିସ ମଣ୍ଡନ ?’
ଯଉବନ-ପ୍ରଭା- ସମୁଜ୍ଜ୍ୱଳ-ମୁଖ-
ମଣ୍ଡଳର ସ୍ୱେଦକଣ,
ଚାହିଁ ବିଚାରିଲେ, ‘ନବ-ବିକଶିତ-
କମଳେ ହିମ-ପତନ ।
ଏ କଠିନ କର୍ମ ଦେଲେ କୁମାରୀକି
ମୁନି କି ବିଚାରି ମନେ,
ପାଟଦଉଡ଼ିକୁ ଲଗାଇଅଛନ୍ତି
କାନନ-ଗଜ ବନ୍ଧନେ !
ତପୋବଳେ ଏକା ଅସମମ୍ଭବ କଥା
ଜଗତେ ସମ୍ଭବି ପାରେ,
ଶମୀ ତରୁ ଏହା କାଟୁଛନ୍ତି ମୁନି
ନୀଳୋତ୍ପଳ-ଦଳ-ଧାରେ ।’
ସଖୀଦ୍ୱୟ ଆସି ସଲିଳ ଢାଳିଲେ
ବାଳ-ତରୁ-ଆଳବାଳେ,
ଶକୁନ୍ତଳା ଆସି ସହକାର ତଳେ
ଉପଗତ ଏହି କାଳେ ।
କୁମ୍ଭ ତଳେ ଥୋଇ ସୁଢ଼ଳ ଶ୍ରୀଅଙ୍ଗ
ସଳଖାଇ ହେଲେ ଛିଡ଼ା,
ରାଜା ହୃଦେ ରାଜ- ପୁର-ସ୍ୱର୍ଣ୍ଣ-ବଲ୍ଲୀ-
ଛବିର କରାଇ କ୍ରୀଡ଼ା ।
ପାଣି ପଦ୍ମରାଗ- ପଲ୍ଲବ ଯହିଁରେ
ନଖ ହୀରା-ପୁଷ୍ପ କଢ଼ି,
ତାହା ଗଢ଼ା ସ୍ୱର୍ଣ୍ଣ- ଶିଳ୍ପୀ ହସ୍ତେ, ଏହା
ବିଶ୍ୱଶିଳ୍ପୀ’ଛନ୍ତି ଗଢ଼ି ।
ଭାବନ୍ତି ନରେଶ, ‘ଶୋଭିବ କି ନା ଏ
ନର-ଭାଗ୍ୟ-ଉପବନେ,
ଅବା ଚିରଦିନ ଥିବ ତପୋବନ-
ସଉନ୍ଦର୍ଯ୍ୟ ସମ୍ପାଦନେ ।
ଲତା ନୁହେ ବାମା ବିଧାତା-ମାନସ-
ଲତା-ଚୂଡ଼-ଶୋଭୀ ଫୁଲ,
ଭାଗ୍ୟଦେବୀ ଶିର- ଯୋଗ୍ୟ ଏ ଭୂଷଣ
ଫୁଲ ଅମୂଲ୍ୟ ଅତୁଲ୍ୟ ।
ଯାହା ପୂଜା ପାଇଁ ଥାଉ ଏ କୁସୁମ,
ଧନ୍ୟ ମୋ’ ନେତ୍ର-ଭ୍ରମର,
ଭାଗ୍ୟେ ତା’ ମାଧୁରୀ- ସୁଧା ପାନ କଲା
ପାଇ ଶୁଭ ଅବସର ।’’
ସୁନ୍ଦରୀ ଚାହିଁଲା ସହକାର-ସଙ୍ଗୀ
ନିଆଳୀ-ଲତାକୁ ଥରେ,
ତିନି ଦିନ ପରେ ପଡ଼ିଛି ନିଆଳୀ
ସୁନ୍ଦରୀ-ନେତ୍ରପଥରେ ।
ନିଆଳୀ ପ୍ରଶାଖା ମୂଳମାନଙ୍କରେ
ହୋଇଥାଏ ପୁଷ୍ପକଢ଼ି,
କେତେ କଢ଼ି ଗର୍ଭ- ଆବରଣ ତେଜି
ବାହାରକୁ ଥା’ନ୍ତି ବଢ଼ି ।
କେତେ ଅବା ତହୁଁ ରଜପୂର୍ଣ୍ଣ ଅଙ୍ଗେ
ହୋଇଣ ବିକାଶୋନ୍ମୁଖ,
କେବଳ ପ୍ରତୀକ୍ଷା କରୁଥାନ୍ତି ଶୁଭ-
ମୁହୂର୍ତ୍ତ ରଜନୀ ମୁଖ ।
ଦୁଇ ଚାରି ଗୋଟି ବିକଶିତ ହୋଇ
ଲୂତାଜାଳେ ଥା’ନ୍ତି ପଡ଼ି,
ଦୁଇ-ଚାରିଗୋଟି ଭୃଙ୍ଗ ଉପଦ୍ରବେ
ତଳେ ଶୋଇଥାନ୍ତି ଝଡ଼ି ।
ସ୍ୱହସ୍ତ-ବର୍ଦ୍ଧିତ ନିଆଳୀର ଦେଖି
ନବପୁଷ୍ପ-ଉଦ୍ଗମନ,
ଆନନ୍ଦ-ପ୍ରଫୁଲ୍ଲ ହେଲା ଶକୁନ୍ତଳା
ନୟନ ସହିତ ମନ ।
ନ ଫୁଟି ଫୁଟିଲା ପରି ହୋଇଗଲା
ପ୍ରସନ୍ନ-ବଦନେ ହାସ,
ରହି ନ ପାରିଲେ ନ କରି ସେ କଥା
ସଖୀଙ୍କଠାରେ ପ୍ରକାଶ ।
ଆନନ୍ଦ ଗଦ୍ଗଦେ ବୋଇଲେ ସଖୀଙ୍କି
‘‘ଆସ ଆସ ବେଗେ ମିତ,
ଦେଖ ମୋ ନିଆଳୀ ହୋଇଯାଇଅଛି
ଆଜ ନବକୁସୁମିତ ।’’
ଅସ୍ଫୁଟ ମଧୁର ହାସ ମିଶିଥାଏ
ବରବର୍ଣ୍ଣନୀ ବଚନେ,
ଲକ୍ଷୁରସ ମଧ୍ୟେ ନ ଫୁଟି ଯେସନ
ଶର୍କରା ଥାଏ ଗୋପନେ ।
ବାମା ଆମନ୍ତ୍ରଣେ ‘କାହିଁ କାହିଁ’ ବୋଲି
ଆସି ସହଚରୀଦ୍ୱୟ,
ଦେଖି ଆରମ୍ଭିଲେ ଚଉକତି ବୁଲି
ନିଆଳୀ ପ୍ରଶାଖାଚୟ ।
କେ ବୋଇଲା ଦେଖି, ‘‘ଏ କଢ଼ଟି ଆଜ
ଫୁଟିବ ସତେ ସଜନି,’’
ଅପର ବୋଇଲା, ‘‘ଏହି କୁସୁମଟି
ଫୁଟିଛି ଗତ ରଜନୀ ।’’
ପ୍ରିୟମ୍ୱଦା ତହିଁ ବୋଇଲା, ‘‘ସଙ୍ଗାତ,
ହୋଇଛି ଶୁଭସମୟ,
ସହକାର ସଙ୍ଗେ ବନ-ତୋଷିଣୀର
କରିଦିଅ ପରିଣୟ ।’’
ଶକୁନ୍ତଳା ହସି ବୋଇଲେ, ‘‘ବିବାହ
ରୀତି ମୋତେ ଜଣା ନାହିଁ,
ଜାଣିଥିଲେ ତୁମ୍ଭେ ପୁରୋହିତ ହୋଇ
ସେ ବିଧି ଦିଅ ବତାଇ ।’’
ପ୍ରିୟମ୍ୱଦା ତହିଁ ବୋଇଲା, ‘‘କୁମାରି,
କରିଥାଅ ତେବେ ସତ୍ୟ,
ତୁମ୍ଭ ପରିଣୟ- ପୁରୋଧା ହେବାକୁ
ଅକ୍ଷୁର୍ଣ୍ଣ ଥିବ ମୋ’ ସ୍ୱତ୍ୱ ।’’
ସଲଜ୍ଜବଦନେ ବୋଇଲେ ଶ୍ରୀମତୀ,
‘‘କେତେ କଥା ତୁମ୍ଭେ ଜାଣ,
ଉପସ୍ଥିତ କାର୍ଯ୍ୟ ନ କରି ପ୍ରଥମେ
ଭବିଷ୍ୟତ କଥା ଆଣ ।’’
ଏହା ଶୁଣି ବାଳା- ପରିଣୟ-ଆଶା
ଅଙ୍କୁରିଲା ନୃପ ମନେ,
ସେ ଆଶା-ବଲ୍ଲରୀ ପଲ୍ଲବିତ ହେଲା
ଦକ୍ଷିଣ ବାହୁ ସ୍ପନ୍ଦନେ ।
ମନ ପ୍ରତି ରାଜା ବିବେକ ବୋଇଲା
ସସ୍ନେହ-ମିଷ୍ଟ-ଭର୍ତ୍ସନେ,
ନବ ସ୍ୱାଧୀନତା ଏ କି ଆଜ ତୋର
ପରଦ୍ରବ୍ୟ ପ୍ରଲୋଭନେ ?
ମନ ବୋଲେ, ଏ ତ ଆକର-ଗରଭ-
ଅନଧିକୃତ-ରତନ,
ରାଜତ୍ୟଜ୍ୟ ନୁହେ ହେଲାଠାରେ ତହିଁ
ପ୍ରଥମ-ଦୃଷ୍ଟି-ପତନ ।
ବିବେକ ବୋଲଇ, ‘‘ଋଷିନନ୍ଦିନୀ ଏ
କୂପ-ପ୍ରତିବିମ୍ୱ-ତାରା,
ଖନି-ମଣିଜ୍ଞାନେ ଲୁବ୍ଧ-ମୁଗ୍ଧ-ଜନ
ଝସାଇଲେ ଯିବ ମାରା ।’’
ପ୍ରିୟମ୍ୱଦା ତେଣେ ବୋଇଲା,‘‘ସୁନ୍ଦରି,
ଏଡ଼ି ରାଜ-ପୁରୋହିତ,
ସ୍ମରିବ କି ମତେ ରାଜବର-ପ୍ରେମ-
ଲୋଲୁପ ତୋ’ ଚଳ-ଚିତ୍ତ ?’’
ଭାବିଲେ ନରେଶ, ‘‘ଗଗନ-ବିହାରୀ
ଉଲ୍କା ମଣୁଥିଲି ଯାହା,
ସ୍ୱର୍ଗ-ଚ୍ୟୁତ-ମୃଦୁ- ଜ୍ୟୋତି-ପୁଣ୍ୟରାଶି
ପରି ଦିଶିଲାଣି ତାହା ।
ରାଜକୁଳ-ସିନ୍ଧୁ- ସମ୍ଭୂତ ରମା ଏ
କଥାରୁ ଯାଉଛି ଜଣା,
କିନ୍ତୁ ନ ଜାଣିଲି ବନ-ବିନୋଦିନୀ
କି କାରଣେ ବରାନନା ?
ମୁନି କହିଛନ୍ତି, ଆଶ୍ରମେ ଅଛନ୍ତି
ମୁନି-ସୁତା ଶକୁନ୍ତଳା,
ସଖୀ-ବାକ୍ୟ କହେ, ରାଜବରଣୀୟା
ସୁକୁମାରୀ ସୁକୁନ୍ତଳା ।’’
କୌତୁହଳ-ରଥ ଚଢ଼େ ରାଜା ମନ
ଏ ରହୋବ୍ୟୂହ ଭେଦନେ,
କିନ୍ତୁ ରହିଯାଏ କୌତୁଳ ଦର୍ଶନ
ପ୍ରଲୋଭର ନିବେଦନେ ।
ଭାବେ,‘ଭାଗ୍ୟେ ଯଦି ନାହିଁ ଏହି ସୁଖ
ସ୍ପର୍ଶମଣି-ରୂପ-ନିଧି,
ଝୁରାଇ ମାରିବା- ପାଇଁ ଆଜୀବନ
ଦେଖାଇଲା ଆଜି ବିଧି ।
ଦେଖୁଅଛି ଯାହା ସତ୍ୟ ନା ସ୍ୱପନ
ଯିବ କି ସହସା ଭାଙ୍ଗି,
ସୁଖ-ସୁପ୍ତି ଆଉ ଦେଖି ନ ପାରିବ
ଦେବ-ଦୁର୍ଲଭ-ଶୁଭାଙ୍ଗୀ ।
ଦୃଷ୍ଟି- ସିଂହାସନ ତେଜି ଯିବ ଯେବେ
ଏ ମୋ’ ହୃଦ-ରାଜ୍ୟ-ରାଣୀ,
ଦୁଷ୍ଟ ସ୍ମୃତି ପ୍ରାଣ- ପ୍ରଜାକୁ ସହଜେ
ବିପ୍ଳାବିବ ଆଣି ।’
ଅନସୂୟା ତେଣେ ବୋଲେ ‘‘ପ୍ରିୟମ୍ୱଦେ,
ଏଥି ତୋ’ ପୁରୋଧାପଣ,
ନ ପାରିବ ରହି, ଅଛନ୍ତି ନିଆଳୀ-
ସମାଜର ଦ୍ୱିଜଗଣ ।
ତାରା-ବିଖଚିତ- ତାରୁ-ଚନ୍ଦ୍ରାତପ
ଲମ୍ୱିତ ହେବ ଉପରେ,
ମହୀଧରଗଣ ଚୌଦିଗେ ରହିବେ
ପ୍ରଦୀପ୍ତ-ଦିହୁଡ଼ି-କରେ ।
ଫୁଟୁଥିବ ବାଣ ବଂଶ-ବନେ ଉଠୁ-
ଥିବ ଉଲ୍କା ରୂପେ ନଭେ,
ହୁଳହୁଳି ପଡ଼ୁ- ଥିବ ମଲ୍ଲୀବନେ
ମଧୁପ-ମଧୁର-ରବେ ।
ଚକୋର ଟେଣ୍ଟୋଇ କରୁଥିବେ ମୋତେ
ମଙ୍ଗଳ-ମଙ୍ଗୀତ ଗାନ,
ସେକାଳେ ନିଆଳୀ- କର ଚୂତ-କରେ
ସମର୍ପିବେ ପବମାନ ।’’
ଅନସୂୟା ବାକ୍ୟେ ହସି ଶକୁନ୍ତଳା
ବୋଇଲେ, ‘‘କହିଲ ସତ,’’
ହସାହସି ହୋଇ ସଖୀଦ୍ୱୟ ଗଲେ
କାର୍ଯ୍ୟେ ଚାଳି ମନୋରଥ ।
ଶକୁନ୍ତଳା ଜଳ ସିଞ୍ଚି ଆରମ୍ଭିଲେ
ନବମାଳିକାର ମୂଳେ,
ମଧୁକର ଏକ ଉଡ଼ିଲା ଏକାଳେ
ଯେ ଥିଲା ନିଆଳୀ ଫୁଲେ ।
ଉଡ଼ି ପୁଣି ବସି ବସେ ବାରମ୍ୱାର
ସୁନ୍ଦରୀ-ମୁଖ-ମଣ୍ଡଳେ,
ବିତାଡ଼ିତ ହେଲେ ଉଡ଼ୁଥାଏ ପୁଣି
ମୁହୁର୍ମୁହୁଃ ଉର୍ଦ୍ଧ୍ୱେ ତଳେ ।
ଦୀର୍ଘ ଗୁଣୁସ୍ୱରେ କେତେବେଳେ ଥରେ
କରିନିଏ ପ୍ରଦକ୍ଷିଣ,
ଯହିଁ ଯାଏ ତହିଁ ଥାଏ ଚପଳାର
ନୟନ ପଲକହୀନ ।
କର ଚାଳି ଲଇଁ ଉଠି ବୁଲି ବକ୍ଷ
ଡେରି, କଟି, ଗ୍ରୀବା ଭାଙ୍ଗି,
ଅଳି ତଡ଼ି ତଡ଼ି ନର୍ତ୍ତକୀ ଭଙ୍ଗିରେ
ପଡ଼ିଥାଏ ଚଳାପାଙ୍ଗୀ ।
ଏ ନୃତ୍ୟଦର୍ଶନ- ଭାଗ୍ୟ ଲଭିବାକୁ
କେହି ତ ନ ଥିଲେ କତି,
ସୁରାଙ୍ଗନା ନୃତ୍ୟ ନୀରସ ମଣନ୍ତେ
ଦେଖିଥିଲେ ସୁରପତି ।
ଲଜ୍ଜା-ବିରହିତ ସ୍ୱାର୍ଥ-ବିଜଡ଼ିତ
ତ୍ରିଦଶ-ବନିତା-ନାଟ,
ସାରଲ୍ୟ-ଶୋଭିତ ଲାସ୍ୟ କେବେ କାହିଁ
ଦେଖିଥାନ୍ତି ସୁରରାଟ ?
ନ ପାରିଲେ ଦେଖି ଅଶ୍ୱିନୀ-ପ୍ରଣୟ-
ଚଳଚିତ୍ତ ବିବସ୍ୱାନ,
ଘନ-ପଲ୍ଲବିତ- ତରୁ-ଅନ୍ତରାଳ
ରକ୍ଷାକଲା ତାଙ୍କ ମାନ ।
କେବଳ ହସ୍ତିନା- ସାର୍ବଭୌମ ଚାହିଁ
ହୋଇଗଲେ ସ୍ତମ୍ଭୀଭୂତ,
ଦ୍ରବି ନ ଯାଇ ଯା’ ପବି କଲେ ହୃଦ
ଏ କଥା ଏକା ଅଭୂତ ।
ଅଧୀରେ ସୁନ୍ଦରୀ ସଖୀଙ୍କି ଡାକିଲା
‘‘ଆସ ଆସ ପ୍ରାଣମିତ,’’
ସେ ଗମ୍ଭୀର ବାଣୀ ହୋଇଗଲା ସେହି
ଲାସ୍ୟ-ସହଚର-ଗୀତ ।
ବନୁ ପ୍ରତିଧ୍ୱନି ଉଠି ହେଲା ସେହି
ରମ୍ୟ-ସ୍ୱର-ସହଚରୀ,
ଚନ୍ଦ୍ରଚ୍ୟୁତ ସୁଧା- ମୋହନ ମନ୍ତ୍ରେ କି
ମନ୍ତ୍ରି ଦେଲା ହର-ଅରି ?
ସଜାଇଥିଲା ବା ବୀଣା କାମ-ବଧୂ
ବଜାଇ ଦେଲା ଝଙ୍କାର,
ହଜାଇଲେ ରାଜା ଧଇର୍ଯ୍ୟ, ମଣି ତା’
କୁସୁମ-ଧନୁ-ଟଙ୍କାର ।
ପୁଣି ଡାକ ଦେଲା, ‘‘ଆସ ସଖି ଥରେ,
ଦୁରାସଦ ମଧୁବ୍ରତ,
ନିଆଳୀରୁ ଆସି ବାରଣ ନ ମାନି
କରୁଛି ମୋତେ ବିବ୍ରତ ।’’
ଜାଣି ନ ଜାଣିଲା- ପରି ପ୍ରିୟମ୍ୱଦା
କହିଲା କରି ବ୍ୟଞ୍ଜନା,
ପୁରୁରାଜ୍ୟେ ପୁଣି ତପୋବନ ମଧ୍ୟେ
ମଧୁବ୍ରତର(୧) ଗଞ୍ଜନା !
ସଜନୀକି ଆମ୍ଭ ନିଆଳୀ ମଣିଛି
ଆଳୀଏ ଥାଉଁ ଗହଣେ,
କେଉଁ ଦୁର୍ଜନ ସେ, ଦୁଷ୍ମନ୍ତ-ପ୍ରତାପ
ପଡ଼ିନାହିଁ କି ତା’ କର୍ଣ୍ଣେ ?
ପାଇ ଅବସର ନୃପତି ସତ୍ୱର
ଯାଇ ଶକୁନ୍ତଳା ପାଶ,
ବୋଇଲେ,‘‘କି ହେଲା, କି ହେଲା ସୁଶୀଳେ,
କେଉଁ ଖଳ ଦିଏ ତ୍ରାସ ?
ଭୟ ନାହିଁ, ଭୟ ନାହିଁ ଚାରୁଶୀଳେ,
ପୌରବ ଭୂପତି ଥିଲେ,
ଅବଳା ଅରକ୍ଷ- ଉପଦ୍ରବ କେହି
କାହିଁକି ସହିବ ତିଳେ ?’’
ଦେଖିଲା ସୁନ୍ଦରୀ ସମ୍ମୁଖେ ଅପୂର୍ବ-
ସୁନ୍ଦର ଯୁବକ-ବର,
ଅଙ୍ଗବନ୍ତ କି ସେ ଅନଙ୍ଗ ଅଥବା
ନରରୂପୀ ସୁଧାକର ?
ବଦନ-ଦୀଧିତି ଥରେ ଚାହିଁ ତାଙ୍କ
ମୁଖ କଲା ଅବନତ,
ଲାଜକୁଳୀ ଲତା- ଅଙ୍ଗେ କି ସହସା
ଲାଗିଗଲା କାହା ହସ୍ତ ?
କି କହିବ କିସ କରିବ କିଛିହିଁ
ଭାବି ନ ପାରିଲା ମନେ,
ବିସ୍ମୟ-ଜୀମୂତ ବ୍ୟାପିଗଲା ତାର
ସହସା ହୃଦ-ଗଗନେ ।
ଲଜ୍ଜା-ସହଚରୀ ସଜାଡ଼ିଲେ ବାଳା-
ଶରୀର-ବ୍ୟସ୍ତ-ବଲ୍କଳ,
ନୟନଯୁଗଳ ରହିଲା ନୃପତି-
ଚରଣ-ଦୃଶ୍ୟେ କେବଳ ।
ମଣିଲା ବିଲୋକି ତଳେ ରଙ୍ଗ-ପାଦ
ସମୁଜ୍ଜ୍ୱଳ ନଖପଂକ୍ତି,
ମୁଦେ ସ୍ମିତମୁଖୀ ବନ୍ଧୁଜୀବାଧରା-
କୁନ୍ଦ-ଦନ୍ତୀ-ବସୁମତୀ ।
ନୀରବେ ନିଶ୍ଚଳେ ଠିଆହେଉଁ କ୍ଷଣେ
ସଖୀଏ ପଡ଼ିଲେ ମନେ,
ତାଙ୍କ ପ୍ରତି ଚାହୁଁ ନ ଚାହୁଁ ସେ ଦୁହେଁ
ଉପଗତ ତତକ୍ଷଣେ ।
ସଖୀଦ୍ୱୟ ଦେଖି ଯୁବା-ମୂର୍ତ୍ତି ଶାନ୍ତ
ଗମ୍ଭୀର ପ୍ରତିଭାନ୍ୱିତ,
‘‘ସତେ କି ଦୁଷ୍ମନ୍ତ ?’’ ବୋଲି ଭାବ ମନେ
ମନେ ହେଲେ ଆଚମ୍ୱିତ ।
ମଧୁରେ ବୋଇଲେ, ‘‘ତପୋବନେ ଆମ୍ୱ
ନାହିଁ ଅନ୍ୟ କିଛି ଡର,
କରୁଥିଲା ଆମ୍ୱ ପ୍ରିୟସଖୀ ପ୍ରତି
ଉପଦ୍ରବ ମଧୁକର ।’’
ସମ୍ଭ୍ରମେ ବିନୟ- ବାକ୍ୟେ ପ୍ରିୟମ୍ୱଦା
ଡାକି ତାଙ୍କୁ ତରୁତଳ,
ପ୍ରସାରିତ କର- ଯୁଗେ ଦେଖାଇଲା
ଆସନ ଚିକ୍କଣୋପଳ ।
ବସନ୍ତେ ନରେଶ ପାଦ୍ୟ ଅର୍ଘ୍ୟ ପାଇଁ
ସଖୀଙ୍କି କଲା ଇଙ୍ଗିତ,
ଜାଣି ତା’ ନୃପତି ବୋଇଲେ, ‘‘ଅତିଥି
ହୋଇଅଛି ସୁସେବିତ ।
ମଧୁମୟ ପ୍ରିୟ ବ୍ୟବହାର ତୁମ୍ଭ
କରିଅଛି ଆପ୍ୟାୟିତ,
କ୍ଷଣେ ତୁମେ ସ୍ଥିରେ ବସିଲେ ହେବ ମୋ’
ଆନନ୍ଦ ଶତଗୁଣତ ।’’
ଅତିଥିତୋଷଣ ଉପରୋଧ ଛଳେ
ତୋଷେ ତରୁଣୀଏ ରହି,
‘‘ତୁ ବସ, ତୁ ବସ’’ ବୋଲି ଇଙ୍ଗିତରେ
ହେଲେ ଥରେ କହାକହି ।
ବସିଲେ ତିନିହେଁ ପରସ୍ପରେ ହସ୍ତ
ଚାପି ଚାପବଳ ଛଳେ,
ଏ ରହସ୍ୟ ହେଉ- ଥାଏ ଯେହ୍ନେ ନୃପ
ଅଲକ୍ଷ୍ୟରେ କଉଶଳେ ।
ନୃପ ହିଁ କୌତୁକ ଦେଖୁଥାନ୍ତି ଜାଣି
ନ ଜାଣିଲା ପରି ବସି,
ତରୁଣ-ସୁଲଭ- ଅସ୍ଫୁଟ-ମଧୁର-
ଚାପଲ୍ୟରେ ତାଙ୍କ ରସି ।
ମୁନିକୁମାରୀଙ୍କି କୁଶଳ ବାରତା
ପଚାରନ୍ତେ ନୃପବର,
‘‘ଭବଦୀୟ କୃପା- ବଳେ ସର୍ବଶୁଭ’’
ସଖୀଏ ଦେଲେ ଉତ୍ତର ।
ନରେଶ ବୋଇଲେ, ‘‘ତୁମ୍ଭମାନଙ୍କର
ବଦନର ପ୍ରଫୁଲ୍ଲତା,
କହିଦେଉଅଛି ପ୍ରଥମରେ ତପୋ-
ବନର ଶୁଭବାରତା ।
ପୁଣି ତିନିଙ୍କର ସମ ରୂପ ବୟଃ
ଅମାୟିକ ବ୍ୟବହାର,
କରିଅଛି ଏହି ପବିତ୍ର ବନକୁ
ମୁଦମୟ ପ୍ରେମାଗାର ।’’
ପଚାରିବା ପାଇଁ ମନୋହର-ବପୁ
ଅତିଥିଙ୍କ ପରିଚୟ,
ସିନ୍ଧୁ-ବୀଚି ପରି ଉଠି ପଡ଼ୁଥାଏ
ବାଳାଙ୍କ ରଜୁ ହୃଦୟ ।
ଅନସୂୟା ସଙ୍ଗେ ପ୍ରିୟମ୍ୱଦାଙ୍କର
ଲାଗିଥାଏ ଠରାଠରି,
ବିଳମ୍ୱ ନ ସହି ପ୍ରିୟମ୍ୱଦା ତହିଁ
ପୁଚ୍ଛିଲା ଆଗ୍ରହ ଭରି-
‘‘ଧୀରମଣି, କେଉଁ ବଂଶ-ଭୂଷା, କେଉଁ
ରାଜ୍ୟ କରି ଅସୁନ୍ଦର,
ଏଡ଼େ ଅନୁଗ୍ରହେ କଲେ ସୁଶୋଭିତ
ଏ ବନେ ଅର୍ପି ପୟର ?’’
ବାଳା-ବାକ୍ୟେ ନୃପ ପ୍ରତିବାଣୀ ଦେଲେ
ପୁରୁବଂଶେ ମୋର ଜନ୍ମ,
ଦୁର୍ଦ୍ଦମ-ଦମନ ପରଜା-ରଞ୍ଜନ
ଚିରାଗତ କୁଳ-କର୍ମ ।
ମୃଗୟାବିହାର ମଧ୍ୟେ ତପୋବନ
ଦରଶନେ ହେଲା ମନ,
ତପୋବନେ ଭ୍ରମୁଁ ରାଜ-ନାମ ଶୁଣି
କରିଅଛିଁ ଆଗମନ ।
ଦେଖୁଅଛିଁ ସଖୀ- ତ୍ରୟ ତୁମ୍ଭେ ଏହି
ତପୋବନ-ଅଳଙ୍କାର,
ତପସ୍ୟାର ଫଳ- ରୂପିଣୀଙ୍କ ପୁଣି
ତପସ୍ୱିନୀ ବ୍ୟବହାର ।
ବିସ୍ମୟ ସହିତ କୌତୂହଳ ଆସି
ଜାତ ହେଉଛି ମୋ ମନେ,
ଚିର ବ୍ରହ୍ମଚାରୀ କଣ୍ୱ ମହାଋଷି
ପୁତ୍ରୀ ପାଇଲେ କେସନେ ?’’
ଶୁଣି ପ୍ରିୟମ୍ୱଦା କହିଲା, ‘‘ଏକଦା
କଉଶିକ ତପୋଧନ,
କଠୋର ତପସ୍ୟା କରିବାର ଦେଖି
ଶଙ୍କିଲେ ମେଘ-ବାହନ ।
ତପୋଧନଙ୍କର ତପୋଧନ ହରି-
ନେବା ପାଇଁ କଉଶଳେ,
ମଘବା-ପ୍ରେରଣେ ମେନକା ସୁନ୍ଦରୀ
ଆସିଲେ ଅବନୀତଳେ ।
ତାଙ୍କ କ୍ଷେତ୍ରେ କଲେ ରାଜର୍ଷିପ୍ରବର
ଅମୋଘ ତେଜଃକ୍ଷେପଣ,
ଶକୁନ୍ତଳା ନବ- ରମଣୀୟ ରତ୍ନ-
ଲତା ତହୁଁ ଉତପନ୍ନ ।
ତାତ କଣ୍ୱଙ୍କର ଯତନେ ଏ ବନେ
ହୋଇଅଛି ପ୍ରବର୍ଦ୍ଧିତ,
ମହର୍ଷି ଦେଖିଲେ ଅନୁରୂପ ପାତ୍ରେ
ବାଳା ହେବ ସମର୍ପିତ ।’’
ସେ ବାଣୀ-ବସନ୍ତେ ନୃପ ଆଶା-ତରୁ
ହୋଇଗଲା କୁସୁମିତ,
ଭାବିଲେ ରତ୍ନ ସେ ହେଉଥିଲା ଯାହା
ଅନଳ-ଖଣ୍ଡ ପ୍ରତୀତ ।
ସ୍ୱର୍ଗୀୟ ଲତାର ନବ କୁସୁମ ଏ
ସ୍ୱର୍ଗୀୟ ସୁଷମାନ୍ୱିତ,
ସ୍ୱର୍ଗୀୟ ସୌରଭ ସ୍ୱର୍ଗୀୟ ମାର୍ଦ୍ଦବ
ଅନାଘ୍ରାତ ଅଚୁମ୍ୱତ ।
ନୃପ-ମୁଖେ ଦିଏ କଟାକ୍ଷ ତରୁଣୀ
ନୃପ-ଦୃଷ୍ଟି ଥିଲେ ଆନେ,
ଆବର୍ତ୍ତିଲେ ନୃପ- ଚକ୍ଷୁ ତାର ଦିଗେ
ବେଗେ ଅପସାରି ଆଣେ ।
ଲଜ୍ଜାବଶେ ଉଠି- ଗଲେ ହେବ ବୋଲି,
ଅତିଥିଙ୍କ ଅବମାନ,
ଗମନ ଉନ୍ମୁଖୀ ପ୍ରାୟ ବସିଥାଏ
ଯେହ୍ନେ ମନ କରି ଆନ ।
ସପ୍ତପର୍ଣ୍ଣ-ପତ୍ର ଶିରା ଗଣି ଗଣି
ନତ କରିଥାଏ ମୁଖ,
ମଧ୍ୟେ ଥରେ ଥରେ ନୃପଙ୍କୁ ଅପାଙ୍ଗେ
ଚାହିଁ ଲଭୁଥାଏ ସୁଖ ।
ନୃପ ଦେଖୁଥାନ୍ତି ପୁନଃ ପୁନଃ ତାର
ଦିବ୍ୟ-ପ୍ରଭା-ପୂର୍ଣ୍ଣ-ମୁଖ,
ଗୌଣ କରିଥାନ୍ତି ଆଳାପନ ତହିଁ
ବଦନ-ଦର୍ଶନ ମୁଖ୍ୟ ।
ଅଯତ୍ନ-ଅଳକ- ମଣ୍ଡିତ ଲଲାଟ
ସୀମନ୍ତରେଖା ସରଳ,
କଳି ଅଳି ଚୁମ୍ୱି- ଶୋଭିତ ବୀମାର
ଗଣ୍ଡ ଶତଦଳଦଳ ।
ସୁନୀଳ ନିବିଡ଼ ଭୂଲତା ପରଶି
କପାଳ କପୋଳ-ସୀମା,
ପକ୍ଷ୍ମବିଶୋଭିତ ନୟନ ସହିତ
ଦଇର୍ଘ୍ୟେ ରଖେ ବଡ଼ିମା ।
ସୁଗଠିତ ନାସା ବର୍ତ୍ତୁଳ ଚିବୁକ
ମନୋହର ଓଷ୍ଠାଧର,
ଜିଗୀଷା-ମୋହନେ ସୁଷମା ବିବାଦେ
ଲାଗିଥାନ୍ତି ପରସ୍ପର ।
ଶ୍ରବଣଯୁଗଳ ମୁଖ-ଶୋଭା-ରାଜ୍ୟେ
କରିବାକୁ ରାଜପଣ,
ସୀମା ପ୍ରାନ୍ତେ ଥାଇ ଉଭୟ ଦିଗରୁ
କରୁଥାନ୍ତି ଆକ୍ରମଣ ।
ନୃପତି-ନୟନ- ଅତିଥିକି କଲେ
ଶୋଭାରାଶି ଟଣାଟଣି,
ନୃପ-ନେତ୍ର ହେଲା ସେ ଶୋଭା-ସାଗର-
ତରଙ୍ଗେ କ୍ଷୁଦ୍ର ତରଣୀ ।
ଥରେ ଥରେ ମିଶା- ମିଶି ହୋଇଯାଏ
ବେନିଙ୍କର ଚାରି ନେତ୍ର,
ଆଲୋକିତ କରେ ଚମକାଇ ପ୍ରେମ-
ସୌଦାମିନୀ-ହୃଦ-କ୍ଷେତ୍ର ।
ଦେଖିବାକୁ ଅଙ୍ଗ- ଲାବଣ୍ୟ ନୃପଙ୍କୁ
ନ ମିଳଇ ଅବସର,
କିନ୍ତୁ ନତମୁଖୀ ବାମା ଦେଖୁଥାଏ
ତାହାଙ୍କ ଚାରୁ ପୟର ।
ଲାଗିଥାଏ ଯାହା ପାଦରେ ଆଶ୍ରମ-
ପଦର ପଦବୀ ଧୂଳି,
ଧୋଇଦେଇ ପୋଛି- ଦେବା ପାଞ୍ଚ କରୁ-
ଥାଏ ତରୁଣୀ-ମଉଳି ।
ଶ୍ରଦ୍ଧା କଲା ମନେ ମସ୍ତକେ ତିଳକ
ଦେଇ ଅତିଥିସତ୍କାର
କରନ୍ତା, କରନ୍ତେ ସଖୀମାନେ ଯଦି
ତହିଁ ପାଇଁ ବଳାତ୍କାର ।
ଏକାଳେ ସହସା ବନଗଜ-ଭୟ
ଚହଳ ପଡ଼ିଲା ବନେ,
ଉଠିଲେ ବାମାଏ ଅନାଇ ସତୃଷ୍ଣ-
ଭୟ-ଚଞ୍ଚଳ-ନୟନେ ।
ପୁଣି କେ କହିଲା, ‘‘ଦୁଷ୍ମନ୍ତ ନରେଶ
ମୃଗୟାବିହାରେ ଆସି,
ତପୋବନ ମଧ୍ୟେ ବିଜେ କରିଛନ୍ତି,
ସାବଧାନ ବନବାସି !
ଅଶ୍ୱ-ଗଜ-ଦଳ- ବଳ ଅଗଣିତ
ବନେ ଆସିଲେଣି ମାଡ଼ି,
ଭୟେ ଜୀବଗଣ ଇତସ୍ତତଃ ହେଉ-
ଛନ୍ତି ଚରିବାର ଛାଡ଼ି ।
ଅଶ୍ୱଖଚରୋତ୍ଥିତ ଧୂଳିପଟଳରେ
ଆଚ୍ଛାନ୍ନ ହେଲାଣି ବନ,
ସେ ଧୂଳିପଟଳ ବନ ତରୁ ଗ୍ରାସି
ଉଠୁଛି ଭେଦି ଗଗନ ।’’
ଦେଖୁଁ ଦେଖୁଁ ଏକ କୁରଙ୍ଗ-ଶାବକ
ଦଉଡ଼ି ଆସି ଚଞ୍ଚଳେ,
ଠିଆହୋଇଗଲା ଶକୁନ୍ତଳାଙ୍କର
କମ୍ୱିତ ବଳ୍କଳାଞ୍ଚଳେ ।
ପୁଣି ଶୁଣାଗଲା, ‘‘ପ୍ରକାଣ୍ଡ ମାତଙ୍ଗ
ହେଉଅଛି ଭୟପ୍ରଦ,
ପ୍ରକାଣ୍ଡ ପାଦପ- ଶାଖା ଭାଙ୍ଗୁ ଭାଙ୍ଗୁ
ଭାଙ୍ଗିଗଲାଣି ତା’ ରଦ ।’’
ସସମ୍ଭ୍ରମେ ନୃପ ଗାତ୍ରୋତ୍ଥାନ କରି
ଉଦ୍ୟତ ହେଲେ ଗମନେ,
କିନ୍ତୁ ତରୁଣୀଙ୍କ ସଙ୍ଗ ଛାଡ଼ିବାକୁ,
ଖେଦ ହେଉଥାଏ ମନେ ।
ସଖୀଙ୍କି ବୋଇଲେ, ‘‘ଯାଉଛି ଦେଖିବି
କିରୂପେ ଆସି ବାରଣ,
ତପୋବନେ ପଶି ଉପଦ୍ରବ କରେ
କରିବି ତା’ ନିବାରଣ ।
ଧୃଷ୍ଟତା ମୋ’ ମନେ ନ ଧରିବ ବୋଲି
ଭରସା କରେ ମୋ’ ମନ,
ତଥାପି ଅଚିରେ ଆସି ପୁଣି ତାହା
କରାଇନେବି ମାର୍ଜନ ।’’
ସଖୀଏ ବୋଇଲେ, ‘‘ଅତିଥିସତ୍କାର
ନ କରି ହେଉଛୁଁ କ୍ଷୁଣ୍ଣ,
ପୁନର୍ଦରଶନ ନ ଦେଲେ ଆର୍ଯ୍ୟ ହେ !
ହୃଦ ହେବ ଦୁଃଖପୂର୍ଣ୍ଣ ।’’
ନୃପତି ବୋଇଲେ, ‘‘ଏପରି କଥାକୁ
ନ କହ ନ କହ ଆଉ,
ତୁମ୍ଭ ପ୍ରୀତିପୂର୍ଣ୍ଣ ବ୍ୟବହାର ଭୁଲି
ନ ପାରିବି ଜୀବ ଥାଉଁ ।
ଘେନି ଯାଉଅଛିଁ ମୁନି-ତନୟାଙ୍କ
ନିକଟରୁ ପ୍ରୀତି-ଋଣ
ବନ୍ଧକ ନ ଦେଲେ କିରୂପେ ବିଶ୍ୱାସ
କରିବ କି ଦେଖି ଗୁଣ ?’’
ଏହା କହି ହେମ- ଅଙ୍ଗୁରୀୟ କାଢ଼ି
ଅଙ୍ଗୁଳିରୁ ତରତରେ,
ଶକୁନ୍ତଳା କର ଧରି ଅଙ୍ଗୁଳିରେ
ମଣ୍ଡିଦେଲେ ପ୍ରେମଭରେ ।
ଚଳିଲେ ନୃପତି ତରତର କିନ୍ତୁ
ପଛକୁ ଘୁଞ୍ଚଇ ମନ,
ପ୍ରଧାବିତ ରଥ- ପଛକୁ ଉଡ଼ଇ
ଦୁକୂଳ-ଧ୍ୱଜ ଯେସନ ।
କର-ସ୍ପରଶର ସୁଖରେ ପରାଣ
ହେଉଥାଏ ପୁଲକିତ,
ପୁଲକ ବଳରେ ବଳହିଁ ତାଙ୍କର
ହୋଇଗଲା କବଳିତ ।
ସଖୀଯୁଗ ଧରି ଶକୁନ୍ତଳା କର
ମୁଦ୍ରିକା କଲେ ଦର୍ଶନ,
‘ଦୁଷ୍ମନ୍ତ’ ତ୍ରିବର୍ଣ୍ଣ ଧରିଅଛି ସେହି
ନବ-ପ୍ରେମ-ନିଦର୍ଶନ ।
ପରସ୍ପର ମୁଖ ଚୁହାଁଚୁହିଁ ହେଲେ
ତିନିହେଁ ହୋଇ ଚକିତ,
ଶକୁନ୍ତଳା ପ୍ରାଣ ଅଛି କି ନା ଦେହେ
ନ ହେଲା ତାଙ୍କୁ ବିଦିତ ।
କି ଏକ ନବୀନ ଭାବ-ସ୍ରୋତ-ବେଗେ
ଭାସିଗଲା ତାର ପ୍ରାଣ,
ହସି ହସି ‘‘ଯାଉଁ କୁଟୀରକୁ’’ ବୋଲି
ସଖୀଏ କଲେ ପ୍ରୟାଣ ।
ସଖୀଙ୍କ ସଙ୍ଗରେ ଚାଲିବାକୁ ବାଳା-
ପାଦରେ ନ ହେଲା ଶକ୍ତି,
ଚାଲୁଁ ଚାଲୁଁ ଦୃଷ୍ଟି ଆକର୍ଷିତ ହେଲା
ପୁନଶ୍ଚ ନୃପତି ପ୍ରତି ।
‘‘କୁରୁବକ କଣ୍ଟା ଲାଗିଗଲା’’ ବୋଲି
ସଖୀଙ୍କି କହିଲା ଛଳି,
ପ୍ରିୟମ୍ୱଦା ବୋଲେ, ‘‘ପରୁବକ ଥଣ୍ଟ
ମୀନାକ୍ଷି ଗଲା କି ଗଳି ?’’
ନ ଦିଶିଲେ ରାଜା ବାଳା ନେତ୍ରେ କିନ୍ତୁ
ହୃଦରୁ ନ ହେଲେ ଦୂର,
ଜନ୍ମିଗଲା ବଳେ ଅବଳା ଜୀବନେ
ନବୀନ ପ୍ରଣୟାଙ୍କୁର ।
ବୈଦେହୀଶ ବିଳାସ (ଚତୁର୍ଥ ଭାଗ)ଉପେନ୍ଦ୍ର ଭଞ୍ଜ ଉପେନ୍ଦ୍ର ଭଞ୍ଜ