ହରିବଂଶ (ପ୍ରଥମ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୮ / ୧୧
ସମ୍ପୂର୍ଣ୍ଣ ସୂଚୀପତ୍ର
କଂସର ସସୈନ୍ୟେ ମଗଧ ଦେଶେ ଯାତ୍ରା, କେଶୀ ସହିତ ଜରାନ୍ଧର ଯୁଦ୍ଧ ଓ ବନ୍ଦୀ ଏବଂ ହେତି ପ୍ରହେତି ବିଭା
ଏଥୁ ଅନନ୍ତରେ ତୁ ହୋ ଶୁଣ ଦଣ୍ଡଧାରୀହରଷ ହୋଇଲା କଂସ ଦୃମିଳାକୁ ମାରି ।ସଂଗ୍ରାମେ ଜୟ କରିଣ ତୋଜୋବନ୍ତ ହେଲାରାତ୍ରି ଉଜାଗରେ ସୈନ୍ୟ ସଜାଇ ରଖିଲା ।ପ୍ରଭାତେ ଯମୁନା କୂଳେ ଗଲେ ସମଦଣ୍ଡବୀରତୂର ଶବଦରେ କମ୍ପଇ ବ୍ରହ୍ମାଣ୍ଡ ।ଅନେକ ସମାରୋହରେ ଚଳିଗଲା କଂସଅଷ୍ଟମଲ୍ଲ ସଙ୍ଗତରେ ଘେନି ସାତବଂଶ ।ହସ୍ତି ଘଣ୍ଟାରବ ସୈନ୍ୟ ସୁଖରାବ ଶୁଣିପାତାଳରେ ବାସୁକି ରାଜା ନ ଟେକିଲା ଫେଣୀ ।ଉଦଣ୍ଡ ଲକ୍ଷେ ଆଲମ୍ବ ଲକ୍ଷ ପନ୍ତି ପନ୍ତିବିଳମ୍ବ ଯେ ପାଟଛତ୍ର ଉପରେ ଉଡ଼ନ୍ତି ।ଆନନ୍ଦରେ ସମଦଣ୍ଡ ଚଳିଗଲେ ବେଗେପ୍ରବେଶ ହେଲେ ବିପୁଳ ବନ ପୂର୍ବଭାଗେ ।କଉଶିକୀ ନାମେ ନଦୀ ବହେ ପୁଣ୍ୟ ଜଳଉତ୍ତର ମୁଖେ ବହଇ ଅତି ପରିମଳ ।ମୁକ୍ତେଶ୍ୱର ବୋଲି ଏକ ଲିଙ୍ଗ ତହିଁ ଅଛିଆଦ୍ୟରୁ ପୂଜା କରନ୍ତି ଇନ୍ଦ୍ର ହୋଇ ଶୁଚି ।ସ୍ପଟିକର ପାଦଚ୍ଛ ସେ ନଦୀ ପୂର୍ବଘାଟମଥୁରାକୁ ସେ ଚାରିଶ ଯୋଜନ ଯେ ବାଟ ।ପ୍ରଥମ ଦିବସେ ଥାଟ ରହିଲେକ ଯାଇରାତ୍ରି କାଟିଲେ ବନ୍ଧନ କରି ତହିଁ ଖାଇ ।ରଜନୀ ପ୍ରଭାତୁ ଉଠି ତହୁଁ ଚଳିଗଲେଶକୁନ୍ତଳା ନଦୀପାଶେ ସନ୍ଧ୍ୟାରେ ମିଳିଲେ ।ଗଣ୍ଡୁକୀ ନାମେ ଯେ ନଦୀ ଯାଉଅଛି ବହିରମ୍ଭା ଉରୁବଶୀ ତପ କରୁଥିଲେ ତହିଁ ।ସେ ନଦୀର ତୀରେ ଏକ ପରବତ ଅଛିସେ ଗିରିବର ଅତ୍ୟନ୍ତ ଶୋଭା ପ୍ରକାଶୁଛି ।ଅତି ଉଚ୍ଚ କୁଳାଚଳ ଅଟେ ତାର ନାମବେନି ନଦୀ ବେଢ଼ିଦିଶେ ଶୋଭା ଅନୁପମ ।ଭୂତ ଭବିଷ୍ୟତ ବୋଲି ଅଛି ଲିଙ୍ଗଗୋଟିଚତୁରଙ୍ଗବଳ ଘେନି କଂସ ଯାଇ ଭେଟି ।ମଣିନାଗ ଗିରିତଳେ କଟକାଇ କରିଭୂତ ଭବିଷ୍ୟତ ନାମେ ତହିଁ ଦଣ୍ଡଧାରୀ ।କଂସର ଦିଗ୍ବିଜୟ ବାରତା ପାଇଲାଉପହାର ଘେନି ତାର ଛାମୁରେ ମିଳିଲା ।ସେ ରାଜ୍ୟେ ନୃପତି ମହାଗଉରବ ପାଇଉଷାକାଳେ ତହୁଁ କଲେ ଥାଟ କଟକାଇ ।ଦିନକୁ ଦିନ ଚାଲନ୍ତି ସୈନ୍ୟ ଅତି ଖରେଚାରିଶତ ଯୋଜନ ସେ ଯାନ୍ତି ଦିନକରେ ।ଯେବଣ ବାଟେ ଚଳଇ କଂସ ଅଙ୍ଗବଳଶାଳ ଶିଳ ବନ ଭାଙ୍ଗି ହୁଏ ସମତଳ ।ଚଳଇ ସେ କଂସରାଜା ରାଜଦର୍ପ ଗଞ୍ଜିପରରାଷ୍ଟ୍ର ନଗ୍ର ଗ୍ରାମ ପାଟଣାକୁ ଭାଙ୍ଗି ।ଚଉଦ ଦିନଯାଏ ସେ ସମ୍ଭାରେ ଚଳିଲାଶାଖା ନାମେ କଟକରେ ପ୍ରବେଶ ହୋଇଲା ।ରଣରଙ୍କା ମହାତେଜା ପ୍ରତାପୀ ସେ କଂସବଜ୍ରନାଭ ନାମେ ଅଟେ ତହିଁରେ ନରେଶ ।ରାଜାର ପ୍ରତାପେ ସେହି ଅକଣ୍ଟକ ଦେଶହୀରାର ପାଚେରୀମାନ ବେଢ଼ା ଚଉପାଶ ।ଶାଖାନଗ୍ର ପାଖେ କଂସ ସୈନ୍ୟ ରହିଥିଲେଏ ସମୟେ ଡଗରାଏ ରାଜାକୁ କହିଲେ ।ଭୋ ମଣିମା ସାବଧାନେ ଶୁଣ ରାଜ୍ୟସାଇଁମହାବଳୀ ରାଜା ଏ ତ ଅଇଲାକ କାହିଁ ।ରଥ ଗଜ ପଦାତିକ ବଳ ସଙ୍ଗେ ଘେନିନଗ୍ର ନିକଟରେ ଆସି ରହିଛନ୍ତି ପୁଣି ।ହାଟ ବାଟ ପାଟରା ସେ ସବୁ ଜୁରକରିସାଧୁ ସଜ୍ଜନ ଲୋକଙ୍କ ବିତ୍ତ ନେଲେ ହରି ।ପଚାରିଲେ ବୋଲନ୍ତି ସେ ଭୋଜ ଯଦୁବଂଶରାଜା ଦିଗବିଜେ କରି ଆସିଛନ୍ତି କଂସ ।ଆମ୍ଭଙ୍କୁ ବୋଇଲେ କହ ତୁମ୍ଭ ରାଜା ଆଗେଯୁଦ୍ଧ ନ କଲେ ଶରଣ ପଶୁ ଆସି ବେଗେ ।ଏସନ ବାରତା ଯହୁଁ କହିଲେ ଡଗରେଶୁଣି ବ୍ରଜନାଭ ରାଜା କମ୍ପେ କୋପଭରେ ।ଆସ୍ଥାନୁ ଡେଇଁ ପଡ଼ିଲା ରାଜା ଧାତିକାରେରେ ରେକାର କରି ଧାଇଁଯାଏ ରୋଷଭରେ ।ବୀରତୂର ଗଦା ବାମହସ୍ତରେ ଧଇଲାଆପେ ଆଗଭର ହୋଇ ଥାଟ ପଛ ଗଲା ।ବୋଲେ ଗିରି ବା ପଡ଼ିଲା ମେରୁର ଉପରେମେରୁ ପର୍ବତ ଟାଳଇ କେ ସୂଚୀମୁନରେ ।ପୁଣି ବୋଇଲା କାହାର ଏଡ଼େକ ଭରସାଭୋକିଲା ବ୍ୟାଘ୍ରକୁ କିରେ ଖଣ୍ଡିଆଳି ଶଶା ।ଏ ମୋର ମହିମା ସେ କି ଶୁଣିନାହିଁ କର୍ଣ୍ଣେନ ଜାଣି ପଶିଲା ଆସି ମୋହର ଭୁବନେ ।କୋଟି ଇନ୍ଦ୍ର ଯେବେ ଆସି ଏକରୁଣ୍ଡ ହୋଇନିଶ୍ଚୟ ପ୍ରାଣ ଘେନିବି ଯିବ ଏବେ କାହିଁ ।ଏତେବୋଲି ଧାଇଁଲା ସେ ଦୈତ୍ୟ ଅତିବେଗେଧାତିକାରେ ମିଳେ ଯାଇ କଂସ ରାଜା ଆଗେ ।ଆଗୁଆଣି ଦଣ୍ଡେ ଅଷ୍ଟମଲ୍ଲ ଥିଲେ ରହିତାଙ୍କ ଛାମୁରେ ମିଳିଲା କୋପଭର ହୋଇ ।ବୀରତୂର ଖଡ଼୍ଗ ଗଦା କାଖେ ଥିଲା ଯାକିଅଷ୍ଟମଲ୍ଲେ ତାଳିମାରି ହସିଲେ ତା ଦେଖି ।କେଶୀ ବୋଇଲା କାହିଁକି ଅଇଲୁ ତୁ ଧାଇଁବଜ୍ରନାଭ ଯେ ବୋଇଲା ଯୁଝିବାର ପାଇଁ ।କେଶୀ ବୋଇଲା ତୁ ନୋହୁ ଯୁଝିବାକୁ ସରିମରିବା ପାଇଁ ଆସିଛୁ ସିନା ପୌଢ଼ କରି ।ବାଇପ୍ରାୟ ହୋଇ ତୁ ରେ ଧାଇଅଛୁ ଏକାରଥ ଗଜ ପଦାତିକ ସୈନ୍ୟ ନାହିଁ ଶାଖା ।କେଉଁ ପ୍ରକାରେ ସଂଗ୍ରାମ କରିବୁ ରେ କହଅସ୍ତ୍ର ଶସ୍ତ୍ର ଆଣିନାହୁଁ ରଖିବୁ କି ଦେହ ।ଅଗ୍ନି ମଧ୍ୟେ ପଶୁ ତୁହି ଆଖି ଥାଉ ଅନ୍ଧଦେଖୁ ଦେଖୁ ବଣା ହେଉ କରିବୁ କି ଯୁଦ୍ଧ ।କା ସଙ୍ଗେ ଯୁଝିବୁ ତୁ ରେ ବିଚାରି କହନାକୋଟି ଯୋଦ୍ଧାମଧ୍ୟେ ଯାଇ ବୀରବର ବାନା ।ଯେ ତୋହର ବିଚାରକୁ ଆସେ ବଳକଛତୋର ସମକକ୍ଷ ଜଣେ ବିଚାରିଣ ବାଛ ।ନୋହିଲେ ତୋ ବନ୍ଧୁବଳ ଆବର ସଇନିବାହୁଡ଼ି ଯାଇ ତୁ ସୁସ୍ଥେ ଆସ ସଙ୍ଗେ ଘେନି ।ଯେତେ ସୈନ୍ୟ ଆସି ଉଭା ହୋଇଛନ୍ତି ଆଗେଯେ ତୋତେ ଯୋଗ ଏ ବାଛି ଘେନିଆସ ସଙ୍ଗେ ।ଶୁଣି ବଜ୍ରନାଭ ସ୍ତମ୍ଭୀଭୂତ ଯେ ହୋଇଲାମଥାପୋତି ରହି ମହାଲଜ୍ଜା ସେ ପାଇଲା ।କାଶୀ ବୋଇଲା ଏ ପରା ମହାରାଜା କଂସଉଗ୍ରସେନ ନନ୍ଦନ ଏ ଭୋଜବଂଶ ଶିଷ୍ୟ ।ମଥୁରା ଠାକୁର ଅଟେ ଏହି ବୀରମଣିସପ୍ତଦ୍ୱୀପା ପୃଥିବୀର ଅଟଇ କାରେଣୀ ।ଦିଗବିଜେ କରିବାକୁ ଅଛି ଦଣ୍ଡ ସାଜିଦେବ ଦାନବ ମାନବ ଗଲେ ସର୍ବେ ଭାଜି ।ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଏ ଜିଣି ତ୍ରିଭୁବନଦୁର୍ଦ୍ଦାନ୍ତ ରାଜାଏ ଆସି ପଶିଲେ ଶରଣ ।ଆମ୍ଭେ ଅଷ୍ଟମଲ୍ଲ ଅଟୁ ତାହାଙ୍କର ଦେହତୋ ବିଚାରକୁ କି ଆସେ ସ୍ୱରୂପ ତୁ କହ ।ଯୁଦ୍ଧକୁ ଇଚ୍ଛାକଲେ ତୁ ସୈନ୍ୟ ଘେନିଆସଯୁଦ୍ଧ ନ କଲେ ଶରଣ ଆସି ବେଗେ ପଶ ।ଶୁଣି ବଜ୍ରନାଭ ମନେ ମହାଭୟ କଲାସନ୍ଧାନ ବିଧି ଘେନି ସେ ଛାମୁରେ ମିଳିଲା ।ବିଶାଶତେ ପାଣିଦ୍ରବ୍ୟ ସହସ୍ରେକ ହସ୍ତୀଦଶସହସ୍ର ଚୋଖାର ସିନ୍ଦୁରର ଜ୍ୟୋତି ।ସହସ୍ରେକ କନ୍ୟା ଦିବ୍ୟ ବେଶ କରାଇଲାକଂସରାଜା ପାଦତଳେ ନେଇ ସମର୍ପିଲା ।କରପତ୍ର ଯୋଡ଼ି ଆଗେ ଶୋଏ ଗଡ଼ଘାଲିଶରଣ ପଶିଲି ଦୋଷ ନ ଜାଣି ମୁଁ କଲି ।ସମୁଦ୍ର ଲଙ୍ଘିଲେ କାହୁଁ କୂଳ ହେବା ରକ୍ଷାଦଣ୍ଡମଣ୍ଡ କର ଦେବ ଯେ ତୁମ୍ଭର ଇଚ୍ଛା ।କଂସ ବୋଇଲା ନ ଜାଣି ହେଲୁ ଯେବେ ଦୋଷୀକି ଯଶ ଆମ୍ଭେ ଲଭିବା ଦୋଷୀକି ବିନାଶି ।ତୁହି ଯେବେ ଛାମୁକୁ ରେ ନ ଆସନ୍ତୁ ଆଜନିଶ୍ଟୟ ତୋତେ ମାରି ମୁଁ ଘେନନ୍ତି ତୋ ରାଜ୍ୟ ।ତୋହର ସୁଖେ ତୁ ଏବେ ନିଶ୍ଚିନ୍ତରେ ଥିବୁପରରାଷ୍ଟ୍ର ପଡ଼ିଲେ ମୋ ଆଗେ ଜଣାଇବୁ ।ଯେ ତୋହର ଶତ୍ରୁ ତାକୁ କରିବଇଁ କ୍ଷୟଏତେ ବୋଲି ତହୁଁ ବେଗେ ଚଳେ କଂସରାୟ ।ଚାରି ଦିନରେ ଯମୁନା ନଦୀ ଛାଡ଼ିଗଲେଦଣ୍ଡ ସୈନ୍ୟ ସରସ୍ୱତୀ କୂଳରେ ରହିଲେ ।ଭର୍ଗବ ଦେଶେ ଶରବ୍ୟ ନାମେ ଅଛି ବନସାକେତ ନାମେ ପର୍ବତ ତହିଁ ବିଦ୍ୟମାନ ।ସରସ୍ୱତୀ ନଦୀ ବହେ ପର୍ବତର ତଳନିର୍ମଳ ପାପଦହିନୀ ପବିତ୍ର ତା ଜଳ ।ସମ୍ବତ୍ସର ବୋଲି ଦେଶ ଅଛି ପୂର୍ବଆଡ଼େଧବଳାଙ୍ଗୀ ନାମେ ନଦୀ ବହେ ଅତି ଗାଢ଼େ ।ତହିଁରେ ଯାଇ ପ୍ରବେଶ କଂସରାଜା ସୈନ୍ୟସୁସଞ୍ଚ ରମ୍ୟସ୍ଥାନ କି ଅମୂଲ୍ୟ ରତନ ।ତିନି ଦିବସ ରହିଲା ତହିଁ କଂସରାଜାଅନେକ ନୃପତି ଆସି କଲେ ପାଦପୂଜା ।କେବଣ ରାଜା ଘେନିଣ ଚତୁରଙ୍ଗ ବଳଭୟରେ ଶରଣ ପଶେ କଂସ ପାଦତଳ ।କେବଣ ରାଜାଏ ଦଣ୍ଡ ସିଂହାସନ ଛାଡ଼ିପଳାଇଲେ ଭୟ ପାଇ ଅମଡ଼ା ଯେ ମାଡ଼ି ।କେବଣ ରାଜା ନ ମାନି ସଂଗ୍ରାମେ ଯେ କଲାସକଳ ସମ୍ପଦ ଦେଇ ଆପେ ନାଶଗଲା ।ଯେସନେ ତାରକା ଦିଗବିଜେ କଲା ପୂର୍ବେତହିଁରୁ ଦଶଗୁଣ ଏ କଂସ କଲା ଏବେ ।ଅନେକ ରାଜାମାନଙ୍କୁ ସମରେ ଜିଣିଲାନିଜ ଭୁଜବଳେ ସବୁ ରାଜ୍ୟ ସାଧ୍ୟକଲା ।ସମସ୍ତେ ରାଜାଏ ଡରେ ଦେଲେ ଅଙ୍ଗ ବଳପାଦର ଘାତେ ପୃଥୀବି ହେଲା ଟଳମଳ ।କଂସାସୁର ଭରାପୃଥ୍ୱୀ ନ ପାରିଲା ସହିଦିନକୁ ଦିନ ଉଚ୍ଛନ୍ନ ବସୁମତୀ ଦେହୀ ।ବିକଳେ ରୋଦନ ବସି କରେ ମହାବଳୀମୁଖରୁ ରୁଧିର ତାର ପଡ଼ଇ ନିକିଳି ।ସ୍ୱର୍ଗ ମର୍ତ୍ତ୍ୟ ପାତାଳକୁ କଂସ ହେଲା ଭାରପ୍ରତ୍ୟେକ୍ଷେ କାଳଯମ କି ହେଲା ଅବତାର ।କାମ୍ୟକ ପର୍ବତ ତଳେ କଂସ ଅଛି ବସିଦେଶାଉରେ ଯେ ବାରତା କହିଲେକ ଆସି ।ଭୋ ଦେବ ତୁ ଯଦୁବଂଶେ ଅଟୁ ଯେ କାରେଣୀପରରାଷ୍ଟ୍ରର ବାରତା ଅଇଲୁ ତା ଶୁଣି ।ଭୈରବ ପର୍ବତ ତଳେ ମଗଧ ପାଟଣାନବଖଣ୍ଡ ମେଦିନୀକି ଅଟଇ ଧାରଣା ।ପ୍ରତକ୍ଷେ ଅଳକାପୁର ମଞ୍ଚେ ଅଛି ରହିରବିତଳେ ସରିସମ ପଟାନ୍ତର ନାହିଁ ।ଜରାସନ୍ଧ ନାମେ ରାଜା ତହିଁରେ ଅଛଇଅତି ବଳବନ୍ତ ତାକୁ ଜିଣନ୍ତି କେ ନାହିଁ ।ରାଜାଙ୍କ ଉପରେ ସେହି ଅଟେ ମହାରାଜାଲକ୍ଷେ ନୃପତି କରନ୍ତି ତାର ପାଦପୂଜା ।ଅସଂଖ୍ୟ ବଳ ତାହାର ନ ଯାଇ କଳନାତେଇଶ କ୍ଷଉଣୀ ଅଙ୍ଗବଳ ତା ଗଣନା ।ଧନେ ସୁରବନ୍ତ ରଣେ ଅଟେ ମହାଯୋଧୀରଥ ଗଜ ଅଶ୍ୱ ତାର ଅନେକ ସମୃଦ୍ଧି ।ଦ୍ୱିତୀୟ ଇନ୍ଦ୍ର ବୋଲାଇ ସେହି ରବିତଳେଛୟାଣୋଇ ସସ୍ର ରାଜା ଜିଣି ବାହୁବଳେ ।ବନ୍ଦୀକରି ରଖିଅଛି ରାଜ୍ୟରେ ତାହାରିନରମେଧ ଯାଗ ଶେଷେ ବଳିଦେବ ମାରି ।ଯେବଣ ଦିଗକୁ ସମଦଣ୍ଡ ସେ ସାଜଇ ।ଶାଳ ଶିଳ ବନ ଗିରି ଦେଶ ଉଜାଡ଼ଇ ।ଚାରିପାଦ ଲକ୍ଷ୍ମୀ ଜାଣ ସେହି ଦେଶେ ଅଛିକିଛି ଅବିଗୁଣ ତାର ଦେଶରେ ନ ବାଛି ।ବଳବନ୍ତ ବୁଦ୍ଧିମନ୍ତ ତେଜୋବନ୍ତ ଅଟେନବଖଣ୍ଡ ମେଦିନୀ ଯେ ତାରପାଦେ ଖଟେ ।ଏହା ଶୁଣି କଂସ ରାଜା ନିଶେ ହାତ ଦେଲାଆଜିରେ ଏ କଥା ମୁହିଁ ଶୁଣିଲି ବୋଇଲା ।ଏସନକ ରାଜା ଯେବେ ଅଛି ମହୀଭାଗେଆଗରୁ କିପାଇଁ ରେ ନ କହିଲ ମୋ ଆଗେ ।ନିମିଷକ ମାତ୍ରେ ମୁହିଁ ସଂଗ୍ରାମେ ଜିଣିବିଜୀବନ୍ତା ବନ୍ଦୀ କରିଣ ଏକ୍ଷଣି ଆଣିବି ।ସ୍ୱର୍ଗ ମର୍ତ୍ତ୍ୟ ପାତାଳ ମୁଁ ଜିଣିପାରେ ଧରିମାନବ ରାଜା ସଂଗ୍ରାମେ ମୋତେ କିସ ସରି ।ସାଜରେ ମୋ ସମଦଣ୍ଡ ଏହିକ୍ଷଣି ଯିବାଥୋକାଏ ଦୂର ଯାଈ ରେ ବାଟରେ ରହିବା ।ଆଜ୍ଞାପାଇ ସମଦଣ୍ଡ ବେଗେ ଚଳିଗଲେଉତ୍ତମ ପ୍ରକାରେ ତହିଁ ସଜବାଜ ହେଲେ ।ଯେ ଯାହାର ଯାନମାନ ଆରୋହିଲେ ବଳପ୍ରାତଃ ମଧ୍ୟାହ୍ନେ ଖୋଜିଲେ ଶୁଭ ଅନୁକୂଳ ।ବେଳ ସାତ ଘଡ଼ିଠାରେ ଦଣ୍ଡ କଲେ ସଜପଦାଘାତରେ ଅଦୃଶ୍ୟ ହେଲେ ଗ୍ରହରାଜ ।କାମ୍ୟକ ପର୍ବତରୁ ସେ ଅତି ବେଗେ ଗଲେସରସ୍ୱତୀ ନଦୀତୀରେ ଯାଇଁ ପ୍ରବେଶିଲେ ।ଚିତ୍ରକୂଟ ପର୍ବତରୁ ବିଶାଶେ ଯୋଜନପ୍ରଥମ ଦିନେ ରହିଲେ ମେରୁ ଉହାଡ଼େଣ ।ବୀର ବାହୁକୁ ବୋଲେ ମୋର ସଙ୍ଗେ ଯିବୁ ତୁହିସମଦଣ୍ଡ ସାଜ ସବୁ ଆଗରେ ଚଳାଇ ।ବାଦ୍ୟ ନାଦ ଘାତ ସୈନ୍ୟ ମୁଖରାବ ଗୋଳେଅତ୍ୟନ୍ତ ଉତ୍ସୁକେ ମେରୁ ପର୍ବତ ଉଛୁଳେ ।ଅଷ୍ଟମଲ୍ଲ ପାଦଘାତେ କମ୍ପଇ ମେଦନୀସ୍ୱର୍ଗମଣ୍ଡଳେ କମ୍ପିଲେ ଥାଇ ସସ୍ରଯୋନି ।ଶାଳ ଶିଳ ତରୁ ଧରି ଲତା ହୁଏ ଚୂରସାତବଂଶ ସୈନ୍ୟ ଘେନି ଚଳେ କଂସବୀର ।ଅନେକ ରାଜଗଣଙ୍କୁ ବାଟରେ ଭେଟଇସମଦଣ୍ଡ ଘେନି ସେହୁ ସଙ୍ଗରେ ଗୋଡ଼ାଇ ।ବେଳୁଁ ବେଳ ସୈନ୍ୟ ତହିଁ ହୋଇଲେ ଗହଳଷାଠିଏ ଯୋଜନ ମାଡ଼ି ଚଳେ ତାର ବଳ ।କାମ୍ୟ ବନକୁ ମଗଧ ତିନିଶ ଯୋଜନଅଠର ଦିନେ ମିଳିଲେ ଯାଇ ତାର ସୈନ୍ୟ ।ନଗ୍ର ବାହାରେ ରହିଲେ ଛାଡ଼ି ରାଜଧାନୀସିନ୍ଧୁ ଘୋଷ ଜିଣି ଶୁଭେ ମୁଖରାବ ଧ୍ୱନି ।ଆସ୍ଥାନରେ ବସିଥିଲା ଜରାସନ୍ଧ ବୀରଏ ସମୟେ ବାର୍ତ୍ତାଯାଇ କହିଲା ଡଗର ।ପରରାଷ୍ଟ୍ରର ବାରତା ଅଇଲି ତା ମୁଁ ଘେନିସୈନ୍ୟ ଘେନି ରାଜେ ପଶେ କେଉଁ ନୃପମଣି ।ଅନେକ ବଳ ତାହାର ନ ଯାଇ କଳଣାନଗ୍ର ଉପାନ୍ତେ ଆସି ସେ ଜଗାଇଛି ଠଣା ।ଧର ଧର ମାର ମାର ଶୁଭେ ସିଂହରଡ଼ିରଥ ଗଜ ହୟମାନ ବୀରେ ଛନ୍ତି ଚଢ଼ି ।ସମସ୍ତେ ତ ବୀରବେଶ ଭୟଙ୍କର ମୂର୍ତ୍ତିନିର୍ଧୂମ ଅନଳ ଜିଣି ଦିଶେ ତାଙ୍କ ଜ୍ୟୋତି ।ଅକଳିତ ବଳ ଦେବା କଳି ତ ନ ପାରିପଚାରିଲେ ବୋଲନ୍ତି ସେ ଦିଗବିଜେ କରି ।ସ୍ୱର୍ଗକୁ ଇନ୍ଦ୍ର ଅଇଲା ପ୍ରାୟ ସେ ଦିଶନ୍ତିଏସନକ ତଳ ତେଜେ କେ ଦେଖା ନାହାନ୍ତି ।ଦେଶ ଉଜାଡ଼ି ଭାଙ୍ଗିଣ କରୁଛନ୍ତି ଗୋଳଜନ ପ୍ରଜା ରାଜ୍ୟନାଶ ପାରିଲେ ସମ୍ଭାଳ ।ଶୁଣିକରି ଜରାସନ୍ଧ କୋପଭର ହେଲାବୋଲେ ସମଦଣ୍ଡ କେ ମୋ ରାଜ୍ୟକୁ ବାହିଲା ।ମୋତେ ଜିଣିବାକୁ କ୍ଷତ୍ରୀ ନାହିଁ ରବିତଳେ ।କାହାକୁ ମୁଁ ନ ଜିଣିଛି ବାହୁ ରଣବଳେ ।ଲକ୍ଷେ ରାଜାଙ୍କ ଅଗ୍ରେ ମୁଁ ଶିରୋମଣି ଲେଖାବଡ଼ବା ଅନଳେ କାହିଁ କାଠି ହେବ ଯୋଖା ।ଶରଣ ପଶିବ ବୋଲି ଆସିଅଛି ଅବାଏଥିର ସନ୍ଦେଶ ତାକୁ ପଚାର ରେ ବାବା ।ଏତେ ବୋଲି ଜରାସନ୍ଧ ମଉନେ ରହିଲାଆରେକ ଡଗର ଆସି ଛାମୁରେ କହିଲା ।ଭୋ ଦେବ ରାଜ୍ୟ ତୁମ୍ଭର ହେଲା ଭଗ୍ନବାସସମ୍ପଦ ସରିଲା ଆମ୍ଭେ ସର୍ବେ ଯିବା ନାଶ ।ମଥୁରାର ନୃପତି ଯେ ଉଗ୍ରସେନ ବାଳାବୀରବର ଯୋଦ୍ଧା ସେହି ରଣେ ଅନର୍ଗଳା ।ବଳବନ୍ତ ଅଟଇ ସେ ଭୋଜବୀର କଂସଲୋହିତ ପିଙ୍ଗଳ ମୂର୍ତ୍ତି ପ୍ରତାପ ଅଶେଷ ।ଦିଗବିଜେ କରି ଆସିଅଛି ଦଣ୍ଡ ବାହିତାର ସଙ୍ଗେ ଯୁଝିବାକୁ କା ଶକ୍ତି ଅଛଇ ।କୋଟିଇନ୍ଦ୍ର ହେଲେ ଏକା ନ କରଇ ଶଙ୍କାପାରୁଶେ ଅଛନ୍ତି ଅଷ୍ଟମଲ୍ଲ ରଣରଙ୍କା ।ସୁଦେବ ସାତ୍ୟକି ଅନାଧୃଷ୍ଟ ମହାବୀରଉଦ୍ଧତ ଶକ୍ରାଜିତ ଯେ ଆବର ଅକ୍ରୂର ।ସାତବଂଶ ଯାଦବଙ୍କ ତେଜ ଅନର୍ଗଳାଅଠର ଲକ୍ଷ ଯେ ଯୋଦ୍ଧା ପାରିଦଣ୍ଡ ଭେଳା ।ଆବର ଏହାଙ୍କ ମୂଳେ ଲକ୍ଷେ ଦଣ୍ଡଧାରୀପରଥାଟରେ ପଶନ୍ତି ମହାହନ୍ତକାରୀ ।ଷାଠିଏ ଯୋଜନ ମାଡ଼ି ପୂରିଛନ୍ତି ଥାଟତିଳେମାତ୍ର ପଶିବାକୁ ନାହିଁ ସନ୍ଧିବାଟ ।ନାରାୟଣ ପୂରିଛନ୍ତି ସବୁଙ୍କରି ଘଟେକେମନ୍ତେ ତାହାଙ୍କୁ ଡେଇଁ ଯିବା କେଉଁବାଟେ ।ନବଖଣ୍ଡ ମେଦିନୀରେ ଯେତେ ରାଜା ସୈନ୍ୟଏକାକେ ଆଣିଛି କଂସ ଅସୁର ରାଜନ ।ନଗ୍ରର ଉପାନ୍ତେ ସୈନ୍ୟ ଅଛନ୍ତି ନିକଟେଡରେ ଜନ ପ୍ରଜା ଯାଇ ନ ପାରନ୍ତି ବାଟେ ।ନିଅନ୍ତି ଯେ ହାଟ ବାଟ ଦାଣ୍ଡ ଜୂର କରିଯେ ଧନ ନ ଦିଅନ୍ତି ସେ ତାଙ୍କ ପ୍ରାଣ ହରି ।ଏଡ଼େବଡ଼ ସମ୍ପଦ ତ ହେଳେ ଗଲା ନାଶସ୍ଥିରହୋଇ ବିଚରିଣ କାର୍ଯ୍ୟ କର କିସ ।ଏହାଙ୍କ ସଙ୍ଗେ ସଂଗ୍ରାମ ଆମ୍ଭେ ନ କରିବାରାଜ୍ୟନାଶ ନ କରିବା ସନ୍ଧି ତାଙ୍କୁ ଦେବା ।ଡଗର ମୁଖରୁ ରାୟେ ଏ ବଚନ ଶୁଣିକଟାକ୍ଷେ ଚାହିଁଲା ସେହି ମଗଧ ନୃପମଣି ।ଆସ୍ଥାନ ଉପରୁ ରାଜା ପଡ଼ିଲାକ ଡେଇଁଘୋରନାଦ କରି ଧାଏଁ ଗଦାକୁ ବୁଲାଇ ।ଅଧରେ ଦନ୍ତ ଚାପି ସେ କୋପଭର ହେଲାରଥ ଏକ ଆରୋହିଣ ଆଗଭର ଗଲା ।ସମଦଣ୍ଡ ସାଜି ଆଣ ଜରା ଆଜ୍ଞାଦେଲାତେଇଶି କ୍ଷଉଣି ବଳ ସାଜରେ ବୋଇଲା ।ସାଜିଲେ ମଗଧ ବଳ ଅତିହିଁ ଗହଳମୁଖରାବ ଶବଦରେ ପଡ଼ିଲା ଚହଳ ।ସାଗରେକ ରଥ ବେନି ସାଗରେ ସାରଥିଚାରିସାଗର ଘୋଟକ ଆଠଲକ୍ଷ ହସ୍ତୀ ।ଆମାପ ପଦାତିବଳ ରାଉତ ମାହୁନ୍ତସାଜନ୍ତେ ମଗଧବଳ ପୃଥ୍ୱୀ ଚମକିତ ।ରାଜା ଆଜ୍ଞାପାଇ ସଜହୋଇ ସେ ଅଇଲେରଥୀ ହାତୀ ପଦାତିକ ପଟୋଆର କଲେ ।ବେଳୁଁ ବେଳ ଜରାବଳ ଗହଳ ହୋଇଲାରଥ ଚଢ଼ି ଜରାସନ୍ଧ ଆଗରେର ଧାଇଁଲା ।ଘୋର ଗର୍ଜ୍ଜନ କରଇ ବୀର ମହାରୋଷେଶୁକ୍ର ମହାମନ୍ତ୍ରୀ ଆସି ମିଳିଲେ ତା ପାଶେ ।ଜରାସନ୍ଧ ବୋଇଲା ଯେ ମନ୍ତ୍ରୀ ମୁଖ ଚାହିଁଆମ୍ଭ ରାଜ୍ୟେ ପାଶେ କେଉଁ ରାଜା ସୈନ୍ୟ ବାହି ।ଆମ୍ଭର ଦେଶେ ପଶି ସେ କରୁଅଛି ଡକାକେବଣ ସ୍ଥାନରେ ଶତ୍ରୁ ମୋତେ ନେଇ ଦେଖା ।ତମ୍ବାଚକ୍ର ପ୍ରାୟେ ବୁଲେ ତାର ବେନିଆଖିଆକାଶରେ ଦେବଗଣ ଡରିଲେ ତା ଦେଖି ।ବାମେ ଧନୁ ଦକ୍ଷିଣରେ ନାରାଚ ପୂରାଇରେରେକାର କରି ବାଣ ବିନ୍ଧେ ବେଗ ହୋଇ ।ପଛେ ଗୋଡ଼ାଇ ଅଛନ୍ତି ସଇନି ସକଳଆଗ ହୋଇଅଛି ଜରାସନ୍ଧ ମହୀପାଳ ।ଟମକ ନିଶାଣ ଭେରୀ ତୂରୀ ଘୋରନାଦଛାମୁରେ ବାଜୁ ଅଛଇ ନାନାବିଧ ବାଦ୍ୟ ।କୋଟି ପାଟଛତ୍ର କୋଟି ଉଡ଼େ ବୀରନେତମେଘ ଆଡ଼ମ୍ବର ପାଞ୍ଚଲକ୍ଷ ପାଟଛତ୍ର ।ଆଲମ୍ବ ବିଲମ୍ବ ଲକ୍ଷେ ଉଡ଼ଇ ପତାକାଫରହର ଉଡ଼ଇ ଯେ ନେତ ଚିହ୍ନ ରେଖା ।ଛତ୍ର ଛାଇରେ ଅନ୍ଧାର ଦିଶେ ଦଶଦିଗଅନ୍ଧାରେ ଧାମନ୍ତି ଥାଟ ବାରି ବାଦ୍ୟଘୋଷ ।ବାଦ୍ୟନାଦ ଶବଦରେ ଉଛୁଲଇ ମହୀଅଶ୍ୱ ହସ୍ତୀ ପାଦଭରେ ଚମକଇ ଏହି ।ରଥଚକ ପଦାତିଙ୍କ ମୁଖରାବ ଗୋଳସଂଗ୍ରାମକୁ ଜରାସନ୍ଧ ଧାମଇ ଚଞ୍ଚଳ ।ତେଇଶି କ୍ଷଉଣି ବଳ ଅଛନ୍ତି ତା ସଙ୍ଗେରେରେକାର ଶବଦ ସେ କରୁଛନ୍ତି ରାଗେ ।କଂସର ଛାମୁରେ ଯାଇ ଗଡ଼ର କହିଲାଜରାସନ୍ଧ ସମଦଣ୍ଡ ଘେନିଣ ବାହିଲାନ ଯାଇ କଳନା ତାର ଅପ୍ରମିତ ଥାଟସିଦ୍ଧଘୋଷ ଜିଣି ମୁଖରାବ ଯେ କୁହାଟ ।ବିକ୍ରମସିଂହ ଜାଣିଣ ଆସୁଛନ୍ତି ମାଡ଼ିଛାଗଳକୁ ଦେଖି ବ୍ୟାଘ୍ର ଯେହ୍ନେ ଦିଏ ରଡ଼ି ।କଂସ ବୋଲେ କେଶୀବୀର ଆଗେ କହ ଯାଇଓଗାଳୁ ସେ ବେଗକରି ଅଷ୍ଟମଲ୍ଲ ନେଇ ।କଂସର ଆଜ୍ଞରେ କୋପେ ଅଷ୍ଟମଲ୍ଲ ଗଲେଜରାସନ୍ଧ ନୃପତିଙ୍କୁ ବାଟ ଓଗାଳିଲେ ।ଷଣ୍ଢାବକା ତୃଣାସୁର ଶକଟା ଅରିଷ୍ଟିକୁବଳୟା କେଶୀ ଅଘା ଚାଣୁର ଯେ ମୁଷ୍ଟି ।ଏକେ ଏକେ ପାରନ୍ତି ସେ ଇନ୍ଦ୍ର ଜୟକରିମନବ ରାଜାଙ୍କୁ ଭୟ ନାହିଁ ତାହାଙ୍କରି ।ସାତବଂଶ ଯାଦବ ଯେ କରେ ଶସ୍ତ୍ର ଘେନିମାର ମାର ବୋଲି ବେଗେ ଧାଇଁଲେ ସଇନି ।ଶତ୍ରାଜିତ ଶତଧନୁ ଉଦ୍ଧବ ଅକ୍ରୁରବସୁଦେବ ସାତ୍ୟକି ଏ ସାତ ମହାବୀର ।ଧାମନ୍ତି ଏ ରାଜା ଆଜ୍ଞାପାଇ ବେଗ ବେଗଏକକୁ ପଛ କରିଣ ହୁଅନ୍ତି ସେ ଆଗ ।ସକଳ ରାଜାମାନଙ୍କ ସମଦଣ୍ଡ ଘେନିପଛିଆଣି ଦଣ୍ଡରେ ଯେ ରାଜା ଉଗ୍ରସେନି ।ହାତୀ ରଥୀ ପଦାତିକ ଅକଳିତ ଥାଟବୀରବର ବାନା ମୁଖଧ୍ୱନି ରଟମଟ ।ଏଥୁଅନ୍ତେ ଆସେ ଜରାସନ୍ଧ ସଇନିପାଞ୍ଚ ଯୋଜନରୁ ଶୁଭେ ମୃଗରାବ ଧ୍ୱନି ।ଟମକ ନିଶାଣ ଢୋଲ ମାଦଳ ମହୁରୀଉଡ଼ଙ୍ଗ କାହାଳୀ ବାଜେ ଶଙ୍ଖ ଭେରୀ ତୁରୀ ।ହସ୍ତୀଙ୍କର ଘଣ୍ଟାରବ ଘୋଡ଼ା ହ୍ରେଷାରବସମୁଦ୍ର ଗର୍ଜ୍ଜନ ପ୍ରାୟ ଶୁଭଇ ଶବଦ ।ଦିଅନ୍ତି ସେ କୋଳାହଳ କରି ଘୋରରଡ଼ିଦେଖୁ ଦେଖୁ ସୈନ୍ୟସବୁ ପଡ଼ୁଛନ୍ତି ମାଡ଼ି ।ରେଣୁଘାତେ ଅଦୃଶ୍ୟ ଯେ ହେଲେ ଦିନକରଗଜ ଜରାସନ୍ଧ ବୀର ଧାଇଁ ତରତର ।ନିକଟରେ ବେନିସୈନ୍ୟ ହେଲେ ଭେଟାଭେଟିମେରୁକୁ ଯାଇ ଯେସନେ ଐରାବତ ଭେଟି ।ସୈନ୍ୟ ଯାଇ ଜରାସନ୍ଧ ସଙ୍ଗେ ମେଳ ବେଗେସୈନ୍ୟ ପଛକରି ରାଜା ଠିଆ ହେଲା ଆଗେ ।ଅଷ୍ଟମଲ୍ଲ ଉପରକୁ ବାଣ ଦେଲା ଛାଡ଼ିଉପହାସ କଲେ ଶୂନ୍ୟଚିରା ଦେଇ ଉଡ଼ି ।ଜରାସନ୍ଧ ବୋଇଲା ଏ ଅପୂର୍ବ ବୃତ୍ତାନ୍ତକେବଣ ବିଧାତା ଆହେ ଗଢ଼ିଲା ଏହାନ୍ତ ।ଏପରି ଲୋକ ଜଣେ ମୋ ଦେଖିବାର ନାହିଁସଂସାରରୁ ଭିନ୍ନରୂପ ବହିଛନ୍ତି ଏହି ।କେମନ୍ତେ ଜାଣିବା ଏବହୁ ଉପୁଜିଲେ କାହିଁଦେଖିବା ଛାଡ଼ି ମୋହର କର୍ଣ୍ଣେ ଶୁଣି ନାହିଁ ।ଅପାର ଦୁଷ୍ଟ ତ ପୂର୍ବେ ହୋଇଥିଲେ ଜାତଦେଖା ଶୁଣା ନାହିଁ କାହିଁ ଏସନ ସଂଜାତ ।ହସ୍ତୀ ଘୋଡ଼ା ଷଣ୍ଢାବୀର ଧେନୁକା ଶକଟାଯାମଳା ବୃକ୍ଷ ଅପୂର୍ବ ଭୟଙ୍କର ଗୋଟା ।ଛପନ କୋଟିଙ୍କ ଛଡ଼ା ଅପୂର୍ବ ଏ ଜୀବକାହିଁ ଜାତ ହୋଇଲା ଏ ରୂପ ଅସମ୍ଭବ ।ନବଖଣ୍ଡ ମହୀରୁ ତ ବାହାରି ଏ କାୟାଈଶ୍ୱର ମାୟା ପ୍ରାୟେ ତ ଲାଗୁଛି ଏ ମାୟା ।ଶାର୍ଦ୍ଦୁଳ ଗୋଟିଏ ଅଛି ଏହାଙ୍କର ପାଖେଶ୍ୱାନମୁଣ୍ଡ ଗୋଟିଏ ତ ଲାଗିଅଛି ମୁଖେ ।ଏହାଙ୍କର ପାଶେ ପୁଣି ପଞ୍ଚବୃକ୍ଷ ଖଞ୍ଜାଏସନ ପ୍ରପଞ୍ଚରୂପେ ନାହିଁ କେହି ପ୍ରଜା ।ଆଠ ଗୋଟି ସେନା ଏ ଯେ ସୈନ୍ୟ ପଛକରିଯୁଦ୍ଧକରି ଆସୁଛନ୍ତି କରେ ଅସ୍ତ୍ର ଧରି ।ଏ ନିଲକ୍ଷଣ ଜୀବ ମୁଁ ସଂଗ୍ରାମେ କି ମାରିକି ପଉରୁଷ ପାଇବି ସଙ୍ଗେ ଯୁଦ୍ଧକରି ।ଏ ଛାର ହୀନ ସଂଗ୍ରାମ କରି ମୋର ତୁଲେପର୍ବତକୁ ଟେକିବେ କି ପିମ୍ପୁଡ଼ି ମିଳିଲେ ।ପ୍ରାଣେ ନ ମାରି ଜୀବନ୍ତା ନେବି ଏହା ଧରିନବରେ ରଖିବି ନେଇ ୟାଙ୍କୁ ଯତ୍ନକରି ।ଦେଖିବାକୁ ଶ୍ରଦ୍ଧା ଜାଣ ଏସନକ ଜୀବରାଜ୍ୟ ଥିଲେ ଲୋଡ଼ା ରୂପ ଅରୁପ ହିଁ ଜୀବ ।ଅଷ୍ଟମଲ୍ଲଙ୍କୁ ସାକ୍ଷାତ କରି ତହୁଁ ଯାଇଉତ୍ତମ ରଥରେ ରାଜା ଆରୋହି ଅଛଇ ।ମନ୍ତ୍ରୀକୁ ବୋଲେ କେମନ୍ତ କରି ଏହା ବୁଝଏ ଛାର ଜୀବଙ୍କ ସଙ୍ଗେ କରିବି କି ଯୁଦ୍ଧ ।ରଜ୍ଜୁରେ ବନ୍ଧନ କରି ନେବା ସବୁ ଧରିଯତ୍ନ କରିଣ ରଖିବା ଯନ୍ତ୍ର ମଧ୍ୟେ ଭରି ।ଜରାସନ୍ଧ କହିଲା ଯେ ଏସନକ ବାଣୀକର ଧରି କହନ୍ତି ଯେ ମନ୍ତ୍ରୀ ଚୂଡ଼ାମଣି ।ଗୁରୁ ବୋଇଲେ ରେ ବାବୁ ଶୁଣ ନରନାହାଏ ବଡ଼ ଗୁପୁତ କେହି ନ ଜାଣନ୍ତି ଏହା ।ବ୍ରହ୍ମାଙ୍କର ଶାପେ ପୂର୍ବେ କାମଦେବ ସ୍ୱାମୀଅର୍ଦ୍ଧାଙ୍ଗ ହୋଇ ଜନ୍ମିଲା ଦୈତ୍ୟ କାଳନେମି ।କାମଦେବର ଭାରିଯା ଅଟେ ରତିଦେବୀବହୁତ ରୋଦନ କଲା ପିତାପାଦ ସେବି ।ଦୁହିତା ବିକଳ ଦେଖି ଧାତା କଲେ ଦୟାଏକା କାମଦେବକୁ ସେ କଲେ ବେନି କାୟା ।ଅନଙ୍ଗ ଅନୁରୂପ ସେ ଅଙ୍ଗୁ ଜାତ କଲେତେଣୁ ବିଧାତା ମକରଧ୍ୱଜ ନାମ ଦେଲେ ।ପ୍ରଥମ ନାମ ତାହାର କାଳନେମି ହେଲାନାରାୟଣ ସଙ୍ଗେ ଯୁଦ୍ଧକରି ସେହୁ ମଲା ।ଦ୍ୱିତୀୟ ଜନ୍ମେ ସେ କଂସରୂପେ ଅବତରିଯଦୁ ଭୋଜବଂଶର ସେ ଅଟେ ଅଧିକାରୀ ।ମଥୁରାର ରାଜା ଉଗ୍ରସେନ ତାର ପିତାକପଟେ ଦୃମିଳ ଦୈତ୍ୟ ହରିଲା ତା ମାତା ।କାମଦେବ ଅବତାର ଯେ ଆୟୁଧ ଥିଲାଦୁଇଭାଗ ଅନୁକ୍ରମେ ପ୍ରାପତ ହୋଇଲା ।ଜାଣିଲେ ସେ କାଳନେମି କଂସରୂପ ହେଲେପ୍ରାଣର ସଖା ହୋଇଣ କଂସକୁ ଖଟିଲେ ।ରଥଚକମାନ ହେଲା ଶକଟା ଅସୁରମହାପ୍ରତାପୀ ଅଟଇ ତୃଣାବର୍ତ୍ତ ବୀର ।ପୁଷ୍ପଧନୁ ହେଲା ବ୍ୟୋମା ଅସୁର ଯେ ତହିଁରଥର ବାଜ ଏଥିରେ କେଶୀ ନାମ ବହି ।ସାରଥି ଯେ ହୋଇଥିଲା ହେଲା ବକାସୁରଯାମଳା ନାମ ବହିଲା ତାର ରହୁବର ।କାମଦେବର ଆସନ ଥିଲା ଯେ ରଥରେସେ ଜାଣ ଅରିଷ୍ଟ ନାମ ଅସୁର ଏଥିରେ ।ହସ୍ତରେ ଥିଲା ତାଙ୍କର ଯେଉଁ ଫୁଲଶରମୁଷ୍ଟିକ ବୀର ନାମ ଯେ ହୋଇଲା ତାହାର ।ଚଞ୍ଚଳ ଅଟେ ତାଙ୍କର ଚାହିଁବାର ଗତିଚାଣୁର ନାମ ତାହର ସଂସାରେ ବିଖ୍ୟାତି ।ଏମନ୍ତ ସେ ଅଷ୍ଟମଲ୍ଲେ କଂସ ପ୍ରାଣସଖାଅଷ୍ଟମଲ୍ଲଙ୍କ ଉପରେ କେଶୀ ଅଗ୍ରଲେଖା ।କାମଦେବ ଜାତ ହେଲା କଂସାସୁର ରୂପେପୂର୍ବସଖା ଅଷ୍ଟମଲ୍ଲ ତାହାର ସମୀପେ ।ସାମାନ୍ୟ ନୁହଇ ସେହି ରଣେ ବଡ଼ ଗାଢ଼ପ୍ରାଣକୁ ତୋ ଆଶା ଥିଲେ କୋପମନୁ ଛାଡ଼ ।ଯେ କାଳନେମି ତ୍ରିଦଶ ଦେବ କରେ ବଶତାତୁଲେ ବାଦ କଲେ ତୁ ପାଇବୁ ଅଯଶ ।ଏହାଙ୍କର ତୁଲେ ଯେବେ ସଂଗ୍ରାମ କରିବୁରାଜ୍ୟ ଘୋର ନାଶଯିବ ଆପଣେ ମରିବୁ ।କୋଟିଏ ଇନ୍ଦ୍ର ଆସିବେ ଯେବେ ଦେହ ବହିଏହାକୁ ଜିଣନ୍ତା ନାହିଁ ଚରାଚର ମହୀ ।ପ୍ରତ୍ୟକ୍ଷ କଥା ଏ ତୁହି ବିଚାରିଣ ବୁଝମନ୍ତ୍ରୀର କହିବା କଥାମାନ ମନେ ହେଜ ।କଂସାସୁର କୋପ କଲେ ସମସ୍ତେ ମରିବାଛାଡ଼ି ଦୁଷ୍ଟ ବୁଦ୍ଧି ଚାଲ ସନ୍ଧାନ କରିବା ।ଜରାସନ୍ଧ ବୋଲେ ଯୁଦ୍ଧ କରିବା ନ ଆଗେଉଦ୍ୟମ କରୁ ଯେବେଟି ଜିଣିପାରେ ଯୋଗେ ।ଶାସ୍ତ୍ରେ ପୁଣି ବୋଲିଛନ୍ତି ଲେଖିଛନ୍ତି ଯାହାଦେବ କି ନ ହେବ ଆଗ ବୁଝିବା ନା ତାହା ।ନ ପାରିଲେ ପଛେ ଆମ୍ଭେ ସନ୍ଧାନ କରିବାବଳବୀର୍ଯ୍ୟେ ଥାଉଁ କିପାଁ ଆଗହୁଁ ଡରିବା ।ଜରା ବୋଲେ ନ କରିବା ଯେବେ ଗଣଦୀକ୍ଷାପରସେବକ ହୋଇ କି ସୁଖମଧ୍ୟେ ଲେଖା ।ରୋଗୀ ହୋଇଣ ଆହାର ନ କଲେ କି ପୃଷ୍ଟିବ୍ରାହ୍ମଣ ହୋଇ ଦାନରେ ନୋହେ ଯେବେ ତଷ୍ଟି ।ମାଗନ୍ତା ଜନ ଯଦ୍ୟପି ଦାନକୁ ନିନ୍ଦଇଥାଉଁ ଥାଉଁ ଯେଉଁ ଲୋକ ଦାନ ନ ଦିଅଇ ।ଆପେ ଅର୍ଜି ଯେବେ ଆପେ କରେ ତାହା ନାଶଇହଲୋକେ ଦୁଃଖୀ ପରଲୋକେ ନର୍କବାସ ।ଏମନ୍ତ କହନ୍ତେ ମନ୍ତ୍ରୀ ମଉନ ହୋଇଲାତୁମ୍ଭ ସୁଖେ ଯାହା ଇଚ୍ଛା କର ହୋ ବୋଇଲା ।ଜରାସନ୍ଧ ବୋଲେ ମୁହିଁ ଜରାଶିରୋମଣିଅଙ୍ଗବଳ ଛନ୍ତି ମୋର ତେଇଶ କ୍ଷଉଣୀ ।ଛୟାଣୋଇ ସସ୍ର ରାଜା ଅଛି ବନ୍ଦୀକରିସବୁଙ୍କୁ ହିଁ ରଖିଅଛି ବନ୍ଦୀଘରେ ଭରି ।ଏଡ଼େ ବଳି ପ୍ରତିଜ୍ଞା ମୋ ବ୍ୟର୍ଥ ହେବ ପୁଣିମୋ ଛାମୁରୁ କେ ବରତି ଯିବ ଦେହ ଘେନି ।ଯେବେ ଦେହ ଘେନି ସାହାହେବେ ତ୍ରିପୁରାରିକୋଟି ଇନ୍ଦ୍ର ହୋଇଲେ ମୁଁ ପକାଇବି ମାରି ।ଏତେ ବୋଲି ଜରାସନ୍ଧ ଉଠିଲା ଗରଜିଡରେଣ ଯାଦବଦଳ ପଳାଇଲେ ଭାଜି ।ସାତ୍ୟକି ଉଦ୍ଧବ ଆଦି ବୀର ହେଲେ ଆଗଧାତିକାରେ ଧାଇଁଲେ ସେ ହୋଇ ବେଗବେଗ ।ବାମରେ ଧନୁ ଡାହାଣେ ତୀକ୍ଷ୍ଣ ଶର ଧରିଆରଣି ଭିତରେ ବାନ୍ଧି ତାହା ବେଗ କରି ।କାଳାନ୍ତକ ରୂପଗୋଟି ଧରି ତିନିଜଣଆଗଭର ହୋଇ ବେଗେ ବିନ୍ଧିଲେ ସେ ବାଣ ।ଦେଖିକରି ଜରାସନ୍ଧ କୋପଭର ହୋଇରଥର ଉପରୁ ବୀର ପଡ଼ିଲାକ ଡେଇଁ ।ଧନୁକୁ ପକାଇ ରଥେ ଗଦା ଧରି କରେନିର୍ଘାତ ଶବଦ କରି ପିଟେ ରୋଷଭରେ ।ଗଦାଘାତ ପଡ଼େ ଯାଇ ସାତ୍ୟକି ଉପରଉଦ୍ଧବ ଅକ୍ରୂର ଦୁହେଁ ଥିଲେ ତା ସଙ୍ଗର ।ପୁଣି ଗଦା ଅନ୍ତରାଳେ ଧରି ବୁଲାଇଲାଉଦ୍ଧବ ଉପରେ ନେଇ ସେ ଗଦା ପିଟିଲା ।ଭୈରବ ମୁରତି ଧରି ଜରା ବେଗେ ଧାଇଁଅକ୍ରୂର ଉପରେ ଗଦା ପିଟିଲାକ ନେଇ ।ଏକା ନିଃଶ୍ୱାସରେ ତିନି ବଳ ସେ ମାଇଲାତିନି ଜଣଙ୍କର ରଥ ମସିଗୁଣ୍ଡା କଲା ।ସେହି ତିନିଜଣ ବୀର ବିରଥୀ ହୋଇଲେସାରଥି ଆବର ତିନିରଥ ସାଜି ଦେଲେ ।ତାହାଙ୍କ ପଛେ ସୁନାସ ବୀର ରହିଥିଲାଗୁଣକୁ ଟଙ୍କାରି ରଥାଗୋଟା ଧୂଆଁଇଲା ।ରେରେକାର କରି ବୀର ରଥକୁ ଟେକିଲାପାଞ୍ଚ ସହସ୍ର ବାଣ ସେ ବେଗେଣ ବିନ୍ଧିଲା ।ଦେଖିଣ ରାଜା ମଗଧପତି ବେଗେ ଧାଇଁଗଦାଘାତେ ଶାସ୍ତ୍ରମାନ ଦେଲାକ ଉଡ଼ାଇ ।ମହାକ୍ରୋଧେ ଜରାସନ୍ଧ ଧାଏଁ ଉଦବେଗେସୁନାସ ବୀରର ଭେଟ ହେଲା ଯାଇ ଆଗେ ।ଆକର୍ଷି ଧଇଲା ତାର ରଥ ଘେନି କରେପିଙ୍ଗିଦେଲା ରଥ ଯାଇ ପଡ଼ିଲାକ ଦୂରେ ।ବେଳୁବେଳ ସଂଗ୍ରାମ ଯେ ହେଲା ରୋଷଭରିପଦାତି ତୁଲେ ପଦାତି ସୈନ୍ୟ ଯୁଦ୍ଧ କରି ।ପରିଘାଇ ଘୋର ଯୁଦ୍ଧ କଲେ ବେନି ବଳଶିର ଛିଣ୍ଡି ମୁଣ୍ଡ କାର ପଡ଼େ ଯାଇ ତଳ ।ଶକତି କୋଦଣ୍ଡ ଦଣ୍ଡ ଗଦା ମୃଦୁଗରକୃପାଣ ଯେ ଅଶୀପତ୍ର ତୀକ୍ଷ୍ଣମୁନା ଶର ।ଯଷ୍ଟି ପ୍ରହାର କରନ୍ତି କୁନ୍ତ ଯେ ସାବେଳିଲୌହ କମାଣ କେବଳ ମାରେ ସେହ୍ନାତୋଳି ।ଅପ୍ରମିତ ଶବଦ ଯେ ଶୁଭେ ଗୁରୁଟାଣବନ୍ଧନ୍ତି ହାବେଳି ଆଉ ତୀକ୍ଷ୍ଣମୁନା ବାଣ ।ଏକକୁ ଆରେକ ଯାନ୍ତି ଅଗଭର ହୋଇନାନାଶାସ୍ତ୍ରମାନ ଧରି ପ୍ରହାରନ୍ତି ନେଇ ।ରଟମଟ ଶବଦ ଯେ ଶୁଭେ ଘୋର ଧ୍ୱନିପାଦଭରେ ଦଲ ଦଲ କମ୍ପନ ମେଦିନୀ ।କକଡ଼ା ମାସରେ ଯେହ୍ନେ ପଡ଼େ ଜଳଧାରତେସନ ସଂଜାତ ହୋଇ ପଡ଼ୁଅଛି ଶର ।ନାରାଚଘାତେ ଉଡ଼ାଇ ଗଗନରେ ରବିରକତେ ପାଦେ କର୍ଦ୍ଦମ ହେଲା ମହୀଦେବୀ ।ଭାଙ୍ଗିଲେକ ରଥ ରାଜପଦାତିକ ଘୋଡ଼ାକୋଟି କୋଟି ହୋଇ ତହିଁ ପଡ଼ିଲେକ ମଡ଼ା ।ମୁଣ୍ଡ ଛିଣ୍ଡିଗଲା କାର ଭାଙ୍ଗିଗଲା ଅଙ୍ଗକାହାର ଚରଣ ଛିଡ଼େ କାର ପାଦଭଙ୍ଗ ।ତୀକ୍ଷ୍ଣମୁନା ଶରେ ଛିଡ଼େ କାହାପାଦ ଚୂନାମୋହ ହୋଇ ପଡ଼ିଛନ୍ତି ରଣେ କେତେ ସେନା ।ଗଦା ପଡ଼ି କେଉଁ ଜନ ଶିର ହୁଏ ଚୂରଗଦାଘାତ ପାଇ ପଡ଼େ କେ ଭୂମି ଉପର ।ହସ୍ତିନାରେ ପ୍ରହାରନ୍ତି କେହି ସେଇ ମୁଷ୍ଟିକୁମ୍ଭସ୍ଥଳ ଫାଟନ୍ତେ କେ ପଡ଼େ ମହୀଲୋଟି ।କୁତୂହଳେ କରନ୍ତି କେ ଯୁଦ୍ଧ ରସକେଳିଚଣ୍ଡୀ ଚାମୁଣ୍ଡା ବାସେଳି ହୋଇ ଏକମେଳି ।ପିଶାଚ ଭୈରବ ଭୂତ ପ୍ରେତଗଣ ମେଳେରକତ ମାଂସ ଭୁଞ୍ଜନ୍ତି ରହି କୁତୂହଳେ ।କବନ୍ଧ ନାଚନ୍ତି କୋଟି କୋଟି ରଣରଙ୍ଗେପଡ଼ିଲେ ଅନେକ ସୈନ୍ୟରଥ ଗଜ ସଙ୍ଗେ ।କାହାର ଗୋଡ଼ ଛିଡ଼ିଛି ହୋଇଛି ଘାଉଆପ୍ରାଣ ଯାଆନ୍ତେ କାହାର ବିଚଳିତ କାୟା ।ଜରାସନ୍ଧ ମହାବଳୀ ଯୁକତେ ଅଟଇଛାୟାଣୋଇ ସସ୍ରରାଜା ପାଦେ ଯା ଖଟଇ ।ଯାଦବ ବଳମାନଙ୍କୁ ଲାଗେ ବଡ଼ ଶଙ୍କାଭାଙ୍ଗିଲେ ବହୁତ ମଲେ ହୋଇଣ ତାଟକା ।କ୍ରାସିଲେ ଯାଦବବଳ ଜରା ପାଦଘାତେକେହି ନିସତ ହୋଇଲେ ଧରି ତୃଣ ଦନ୍ତେ ।କେଶ ବାସ ଅସମ୍ଭାଳ ପଛକୁ ନ ଚାହିଁମାଡ଼ଘାଏ ଘୁମାଇଣ ପଡ଼ୁଛନ୍ତି ତହିଁ ।ନିସତ ହୋଇଲା କେହୁ ପଶନ୍ତି ଶରଣମୁଖେ ହସ୍ତ ଭରି ବୋଲେ ରଖ ମୋର ପ୍ରାଣ ।କୋପେ ଜରାସନ୍ଧ ସୈନ୍ୟ ମାରନ୍ତି ଗୋଡ଼ାଇପ୍ରାଣ ବିକଳେ ଯାଦବେ ଯାଆନ୍ତି ପଳାଇ ।ଅଷ୍ଟମଲ୍ଲେ ଦେଖୁଥିଲେ ରହିଣ ସମରଯାଦବେ ଭାଙ୍ଗନ୍ତେ ଦେଖି ହେଲେ ଆଗୁସାର ।ରହ ରହ ବୋଲି ଉଭା ସଂଗ୍ରାମର ମଧ୍ୟେଜାଗିଣ ସେ ଉଗାଳନ୍ତି ପଶି ଘୋର ଯୁଦ୍ଧେ ।ଛାଗଳ ପଲରେ ବ୍ୟାଘ୍ର ପଶେ ଯେହ୍ନ ପେଲିପବନୁ ବ୍ୟଗ୍ରେ ଧାମନ୍ତି ମାର ମାର ବୋଲି ।ଧାମନ୍ତି ହସ୍ତରେ ଶସ୍ତ୍ର ଧରି ଅଷ୍ଟମଲ୍ଲମଞ୍ଜାରି ଧାମଇଁ ଯେହ୍ନେ ଦେଖି ମୂଷାପଲ ।ମାର ମାର ବୋଲିଣ ସେ ଗଲେ ପରିଘାଇହସ୍ତୀଙ୍କ ଉପରେ ହସ୍ତୀ କଚାଡ଼ନ୍ତି ନେଇ ।ଅଶ୍ୱଙ୍କୁ ଧରି ଅଶ୍ୱଙ୍କ ପରେ କଚାଡ଼ନ୍ତିରଥ ଉପରେ ରଥକୁ କଚାଡ଼ି ଭାଙ୍ଗନ୍ତି ।ଜରାସନ୍ଧ ସୈନ୍ୟ ଯୁଦ୍ଧ କରୁଛନ୍ତି ରହିତିଳେ ନ ଘୁଞ୍ଚନ୍ତି ଶସ୍ତ୍ର ମାରନ୍ତି ନିଠାଇ ।ଦନ୍ତ ଧରିଣ ଫିଙ୍ଗନ୍ତି ଗଜ ମଦଦତ୍ତନିର୍ଦ୍ଦୟ ସେ ଅଷ୍ଟମଲ୍ଲେ ମାରନ୍ତି ବହୁତ ।ଜରାସନ୍ଧର ସୈନ୍ୟଙ୍କୁ ପକାଇଲେ ମନ୍ଥିଗୋଡ଼ାଇ ମାରନ୍ତେ ତାଙ୍କୁ କେହି ନ ରଖନ୍ତି ।ଅଷ୍ଟମଲ୍ଲ ଦେଖି ସୈନ୍ୟ ଭୟେ ପଳାଇଲେଜରାସନ୍ଧ ରାଜାପାଦେ ଶରଣ ପଶିଲେ ।ଗୋଡ଼ାଇ ଅଷ୍ଟମଲ୍ଲେ ମାରନ୍ତି ଛୈଛାଡ଼େଗଦା ମୁଦୁଗର ଧରି ପିଟନ୍ତେ ସେ ଗାଢ଼େ ।ଦେଖି ଜରାସନ୍ଧ ରାଜା ହେଲା କୋପମୂର୍ତ୍ତିନିର୍ଧୂମ ଅନଳ ଜିଣି ନୟନର ଜ୍ୟୋତି ।ଅଷ୍ଟମଲ୍ଲ ମୁଖ ଚାହିଁ ବଚନ ବୋଇଲାନିଶ୍ଚୟ କାଳ ତୁମ୍ଭର ସମାପତ ହେଲା ।ମୋ ମହିମା କି ଶୁଣିଲା ନାହିଁରେ ତୁମ୍ଭରକେଉଁ ଦିଗପାଳ ଜିଣି ନାହିଁ ମୋର କର ।ଅବିଚାରେ ତୁମ୍ଭେ ଆସି ସର୍ବନାଶ କଲଆଜ ନ ବର୍ତ୍ତି ସଂପୁଡ଼େ ନିଶ୍ଚେ ନାଶଗଲ ।ତୁମ୍ଭଙ୍କୁ ମାଇଲେ ମୋର ନାହିଁ କିଛି ଯଶରାଜାମାନେ କରିବେ ନା ଶୁଣି ଉପହାସ ।ସପ୍ତଦ୍ୱୀପ ମଧ୍ୟେ ମୁହିଁ ଅଟଇ କାରେଣୀରାଜାଧିରାଜେଳଶ୍ୱର ମୁଁ ରାଜ ଶିରୋମଣି ।ଅପ୍ରଚ୍ଛନ୍ନ ଜୀବଙ୍କୁ ରେ ମାଇଲେ କି ଯଶଯଶ ପଉରୁଷ ମୋର ଯିବ ସବୁ ନାଶ ।ସମାନ ଶତ୍ରୁଙ୍କ ସଙ୍ଗେ ଯୁଦ୍ଧ ଯେବେ କରିଲାଭହାନି ନାହିଁ ତହିଁ ଯୁଦ୍ଧେ ଯେବେ ହାରି ।କେଶୀ ବୋଇଲା କେତେ ତୁ କହୁ ବଡ଼ପଣଆପେ କହିଲେ ସେ କଥା ହୁଏ ଅକାରଣ ।ଆପଣାର ବଳ ଗୁଣ ଦାନ ଧନ କଥାପରମୁଖେ ଶୁଣିଲେ ଯେ ପଉରୁଷ ଯଥା ।ଇହ ପର ଲୋକ ଜିଣିପାରେ ଭଲେ ତେବେବିଶ୍ୱାସଘାତକ ଲୋକ ବନ୍ଦୀ କରେ ଯେବେ ।ପଳାନ୍ତେ ଲୋକ ଗୋଡ଼ାଇ ମାରି କରୁ ଟାଣଆଜ ଜାଣିମା ତୋହର କେଡ଼େ ବଡ଼ପଣ ।ତୁ ଯେବେ ବଳବନ୍ତ ରେ ଜରାସନ୍ଧ ରାୟେଅକାରଣେ ମରାଉଛୁ ସଇନ ଲୋଚାଏ ।ପ୍ରଥମେ ସମର ତୁ ନ କଲୁ କିସପାଇଁସଂଗ୍ରାମ ମଧ୍ୟେ କରୁଛ କିପାଁ ଶବଦାଇ ।କ୍ଷତ୍ରୀ ହୋଇଣ ସଂଗ୍ରାମେ କରେ ଯେବେ ଛନ୍ଦମନ୍ତ୍ରୀ ହୋଇଣ ରାଜାରେ ଚିନ୍ତେ ଯେବେ ମନ୍ଦ ।ଶୁଚିମନ୍ତ ହୋଇ ଯେବେ ଭୁଞ୍ଜି ମଦ୍ୟ ମାଂସରଉରବ ନରକେ ସେ ପଡ଼ି ଅବଶ୍ୟ ।କେଶୀର ମୁଖରୁ ବାଣୀ ଏସନକ ଶୁଣିକୋପେ କାଳାନଳ ହେଲା ବୀରଶିରୋଣି ।ହୋଇଲା ତୁ କହିଲୁ ଯା ନୁହଇ ମିଛଅପ୍ରଛନ୍ନ ଜୀବମୁଖେ ହେଲା ସବୁ ତୁଚ୍ଛ ।କହିଣ କୋପେ ବିନ୍ଧିଲା ବାଣ କୋଟି କୋଟିଶ୍ରାବଣ ମାସରେ ଯେହ୍ନେ ଜଳଧରା ବୃଷ୍ଟି ।ଗୁଣରେ ବସାଇ ବାଣ ବିନ୍ଧେ ପୁଣ ପୁଣିବରଷି ସେ ପ୍ରଳୟକାଳ ମେଘ ଜିଣି ।ଅନ୍ଧାରେ ଯେସନେ ଜୁଳୁଜୁଳା ପୋକ ଦିଶିତେସନକ ବାଣଗଣ ଆକାଶରୁ ଖସି ।ବାଣ ଆସନ୍ତେ ଦେଖିଲା ଦୂରେ କାଶୀ ଥାଇବୁକୁ ପାତିଲା ସେ ବୀର ଆଗଭର ହୋଇ ।ଜରାସନ୍ଧ ବାଣ ଆସି କେଶୀହୃଦେ ବାଜିମସିଗୁଣ୍ଡା ହୋଇଗଲା ଜରା ହେଲା ଗଞ୍ଜି ।ଦେଖିଣ ଜରାସନ୍ଧକୁ ନ ସ୍ଫୁରଇ କିଛିଭାଳଇ କେଉଁ ଦେବତା ଜାତ ହୋଇଅଛି ।କ୍ଷଣକେ ମୁଁ ସପ୍ତଦ୍ୱୀପା ପୃଥ୍ୱୀ ପାରେ ଜିଣିମହା ମହା ଶସ୍ତ୍ରମାନ ପ୍ରହାରିଲା ଆଣି ।ଏଡ଼େ ବଡ଼ ଶସ୍ତ୍ର ମୋର ହୋଇଲାକ ଭଙ୍ଗବଜ୍ରହୁଁ କଠିନ ଅଟେ ଏହାର ଯେ ଅଙ୍ଗ ।କେଶୀ ବୋଲେ ରାଜା ତୋର ନାମ ଜରାସନ୍ଧଆନ ବାଣ ଥିଲେ ମୋତେ ମନ୍ତ୍ରୀ ବେଗେ ବିନ୍ଧ ।ଏମନ୍ତ ସଂଗ୍ରାମେ କିରେ ମୋତେ ହୋଏ ଜିଣିଦେବଶର ଜାଣିଥିଲେ ପ୍ରହାର ତୁ ଆଣି ।ଜରାସନ୍ଧ ବୋଲେ ଦେବ ପୂଜା ମୋର ନାହିଁପୂର୍ବେ ତପ କରି ନାହିଁ ପାଇବି ମୁଁ କାହିଁ ।ଏକା ମାଲବିନ୍ଧାଣି ମୁଁ କିଛି ଅଛି ଶିଖିକେଶୀ ବୋଲେ ଯେବେ ଜାଣ ବିଳମ୍ବ କାହିଁକି ।ଶୁଣି ଜରାସନ୍ଧ ଧନୁଶରକୁ ଥୋଇଲାବାହାନାଦ କରି କେଶୀ ଛାମୁରେ ମିଳିଲା ।କେଶୀ ବୋଇଲା ଯେ ଆମ୍ଭେ ଉଭା ହୋଇଥିବୁକର ଚରଣହିଁ କିଛି ଆହେ ନ ଚାଳିବୁ ।ତୁମ୍ଭଙ୍କୁ ଇଚ୍ଛା ଯେମନ୍ତେ ପାର ତୁମ୍ଭେ ଲାଗଆମ୍ଭେ ଯେ ତୁମ୍ଭଙ୍କୁ କିଛି ନ ବୋଲିବୁ ଆଗ ।ଏମନ୍ତ ପ୍ରକାରେ ଯେବେ ନ ପାରିବ ଜିଣିକର୍ମ ଆଦରି ରହିବ ବୀର ଶିରୋମଣି ।ଏହା କହି କେଶୀବୀର ତଳେ ହେଲା ଉଭାଅତି ବଡ଼ ତରୁବର ଦିଶେ ଯେହ୍ନେ ଶୋଭା ।କୋପଭରେ ଜରାସନ୍ଧ ଗୁରୁତାପ ପାଇବଜ୍ରସମ ବିଧାଏକ ମାଇଲା ନିଠାଇ ।ଶରଦକାଳେ ଯେସନେ ମେଘ ଘଡ଼ଘଡ଼ିଗରିବର ଉପରେ କି ଗିରିବର ପଡ଼ି ।ପୁଣି ବଜ୍ର ସମ ବିଧା ମାରେ କୋପଭରେହୁଂକାର ନାଦ କରିଣ ଧରେ ଦୁଇକରେ ।ଅନେକ ଛଳେ ଜାଣଇ ସେହି ମାଲବନ୍ଧଛତିଶ ବନ୍ଧାଣି ପୁଣି ଚଉଷଠି ଭେଦ ।ଅନେକ ସଂଗ୍ରାମ କଲା ଜରା ମହାବଳୀତିଳେ ମାତ୍ର କେଶୀକି ସେ ନ ପାରଇ ଚାଳି ।ବୃକ୍ଷ ଉପରକୁ ଯେହ୍ନେ ଉଠଇ ମର୍କଟଶ୍ରମ ପାଇ ଜରାସନ୍ଧ ସୁଖେ କଣ୍ଠତଟ ।ଶରୀରୁ ତା ଶ୍ରମଝାଳ ବହେ ନିରନ୍ତରମହା ତେଜରେ ନିଃଶ୍ୱାସ ଛାଡ଼ଇ ପ୍ରଖର ।ଅପାର ପ୍ରକାରେ ତାକୁ ନ ପାରିଲା ଜିଣିକରଯୋଡ଼ି କହେ ଜରାସନ୍ଧ ନୃପମଣି ।କେବଣ ଦେବତା ତୁମ୍ଭେ କପଟେ ଅଇଲରାଜାଙ୍କର ଦର୍ପଗଞ୍ଜ ଦିଗବିଜେ କଲ ।ମୋହଭଳି ରାଜା ଜିଣି ନ ପାରିଲି ବଳେଆଉ କିଏ ଜିଣିବ ବା ଏ ମହୀମଣ୍ଡଳେ ।ଏତେ ବୋଲି ତୁନି ହୋଇ ନୃପତି ରହିଲାଆକର୍ଷିଣ କେଶୀ ଜରାସନ୍ଧକୁ ଧଇଲା ।ଯେସନେ ଚୋରକୁ ଶାସ୍ତୀ ଦିଏ କଟୁଆଳକଂସର ଛାମୁକୁ ଘେନିଗଲା ମହାବଳ ।ଖଣ୍ଡେ ଦୂର ଯାଇ ସେହି ରହିଲା ନିକଟେବାମକରେ କେଶ ତାର ଧରିଅଛି ଆଣ୍ଟେ ।ଦେଖି କଂସାସୁର ତାକୁ ନିରେଖି ଚାହିଁଲାଛାମୁକୁ ଆଣ ବୋଲି ଶ୍ରୀମୁଖେ ଆଜ୍ଞାଦେଲା ।କଂସ ବୋଲେ କେଶି ଏହୁଁ କାହିଁର ନରେନ୍ଦ୍ରକେଶୀ ବୋଇଲା ଏ ପରା ରାଜା ଜରାସନ୍ଧ ।ମହାଘୋର ସଂଗ୍ରାମ ଏ ଆମ୍ଭ ସଙ୍ଗେ କଲାପାତ୍ର ଅମାତ୍ୟ ଥାଉଁ ଏ ଆପେଣେ ଯୁଝିଲା ।ଅତି ଦୁର୍ଦ୍ଦଣ୍ଡ ଏ ରାଜା ରାଜାଙ୍କ ବଇରୀଆଜ୍ଞାଦେଲେ ଏହାକୁ ମୁଁ ପକାଇବି ମାରି ।ନୋହିଲେ ଏହାକୁ ଆମ୍ଭ ସଙ୍ଗେ ଯିବା ଘେନିମଥୁରା କଟକେ ବଳିଦେବା କାତ୍ୟାୟିନୀ ।ଏହା ଯୋଗୁଁ ରାଜାଙ୍କର ରାଜ୍ୟ ନାଶକଲାଅନେକ ରାଜାଙ୍କୁ ଏହି କପଟେ ମାଇଲା ।ଯାହା ସେ ଅର୍ଜିଲା ତାହା ପାପେ ଭୋଗକରୁଦ୍ରୋହକର୍ମ କଲା ବନ୍ଦି ପଡ଼ି ଏବେ ମରୁ ।କଂସ ରାଜା ବୋଲେ ୟାକୁ ରଥତଳେ ବାନ୍ଧଆମ୍ଭ ପାଦତଳେ ଥାଉ ଏହି ଜରାସନ୍ଧ ।ଆଜ୍ଞା ପ୍ରମାଣରେ କେଶୀ ଧାତିକାରେ ଗଲାରଥ ତଳେ ନେଇ ଜରାସନ୍ଧକୁ ବାନ୍ଧିଲା ।ମଗଧ ଦେଶର ସୈନ୍ୟ ପଳାଇଲେ ଡରେକଂସ ଆଜ୍ଞାରେ ରହିଲେ ଯାଇଁ ଯେଝାଘରେ ।କେଶୀ ବୋଇଲାରେ ତୁମ୍ଭେ କେଣିକି ନ ଯାଅଆମ୍ଭ ରାଜ୍ୟ ହୋଇଲାରେ ସୁସ୍ଥ ହୋଇଯାଅ ।ଏତେ କହି ସମଦଣ୍ଡ ଦେଲାକ ଚଳାଇଷାଠିଏ ଯୋଜନ ସୈନ୍ୟ ରହିଲେକ ଯାଇ ।ସରସ୍ୱତୀ ତୀରେ ଗନ୍ଧମାଦନ ପର୍ବତଅଷ୍ଟବସୁ ଗନ୍ଧର୍ବେ ଯେ ହେଲେ ତହିଁ ଜାତ ।ସୁଗନ୍ଧ ନାମେ ଯେ ବନ ସେ ପର୍ବତ ତଳେବିଦ୍ୟାଧରମାନଙ୍କର କ୍ରୀଡ଼ା ରାତ୍ରକାଳେ ।ଅପୂର୍ବ ପଦାର୍ଥ ତହିଁ ପଟାନ୍ତର ନାହିଁନାନାଦି ବିଦ୍ୟା ଔଷଧି ଅଛି ତହିଁ ରହି ।ଲୋମଶ ମହାଋଷିଙ୍କ ଅଟଇ ବିଶ୍ରାମଲିଙ୍ଗେକ ଅଛି ଗନ୍ଧର୍ବେଶ୍ୱର ତାଙ୍କ ନାମ ।ପର୍ବତରୁ ଝରି ଶିଖେ ପଡ଼େ ପୁଷ୍ପ ଜଳଅମୃତ ସମାନେ ସ୍ୱାଦୁ ସୁଗନ୍ଧ ଶୀତଳ ।ସେହି ପର୍ବତକୁ କଂସ ବେଗେ ଗଲା ଉଠିନମସ୍କାର କଲା ଋଷିପାଦେ ଦେଇ ଦୃଷ୍ଟି ।ଚରଣ ପଖାଳି ଘେନି ସୁବାସିତ ନୀରନିସ୍ତରିଲି ବୋଲି ଶିରେ ଲଗାଇଲା କର ।ଅଷ୍ଟମଲ୍ଲ ଆଦିକରି ସବୁ ଯଦୁବୀରେମୁନିଙ୍କି ଯେ ନମସ୍କାର କଲେ ଯେ ଯାହାରେ ।ଅନେକ ପୁଚ୍ଛାକଲା ସେ କଂସ ନରପତିମହାମନ୍ତ୍ର ପଢ଼ି ମୁନି କଲ୍ୟାଣ କରନ୍ତି ।କପାଳେ ବିଭୂତି ଦେଲେ ଝୁଲିରୁ ସେ କାଢ଼ିକୃଷ୍ଣାଜିନ ଛାଲ ଦେଲେ ବସିବାକୁ ମାଡ଼ି ।କନ୍ଦମୂଳ ଆଣି ମୁନି ଆଗେ କୁଢ଼ାଇଲେଆଗେ ଉଭାହୋଇ ମୁନି କୃତାଞ୍ଜଳି ହେଲେ ।କଂସ ବୋଲଇ ବସିବା ହେଉ ମୁନି ବେଗେହାନିଲାଭ କଥା ହେଲେ କହ ମୋତେ ତେବେ ।ମୁନି ବୋଇଲେ ରାଜା ହୋ ତୁମ୍ଭର ପ୍ରସାଦେକାହାକୁ ହିଁ ଡରଭୟ ନାହିଁ ମୋର ହାଦେ ।ଆଉ କଥାଏ ମାଗିବୁ ରାଜା ଆମ୍ଭେ ଯାହାସତ୍ୟକରି ଦେବ ତୁମ୍ଭେ ଆମ୍ଭଙ୍କୁ ସେ ତାହା ।କ୍ଷତ୍ରୀଙ୍କର ଧର୍ମ ସିନା ଏସନ ସ୍ୱଭାବହାରିବା ଜିଣିବା ରଣ ପାଇଲେ କରିବ ।ଶରଣ ପଶିବା ଜନ ନ ମାରିବ ରଖିବିପ୍ର ଦାନ ମାଗିଲେ ତା ନ ଦେବ ଉପେକ୍ଷି ।କ୍ଷତ୍ରୀ ହୋଇ ନ କରିବ ଯେବେ ନିଜ କର୍ମଘୋର ନରକେ ପଡ଼ିବ ନାଶଯିବ ଧର୍ମ ।ଆମ୍ଭେ ଋଷିମାନେ ଅଟୁ ବ୍ରହ୍ମା ପୁତ୍ର ନାତିତୋ ବାହୁବଳେ କାହାକୁ ଆମ୍ଭର ଯେ ଭୀତି ।ଯୁଦ୍ଧ କରିବାକୁ ନୋହୁ ଆମ୍ଭେ ଶସ୍ତ୍ରଧାରୀଦାନେକ ମାଗିବୁ ଦେବୁ ତୁ ନାସ୍ତି ନ କରି ।କଂସ ବୋଇଲା ମୁନି ହେ ମାଗ ଧାତିକାରେକେତେ କଟାଳ କରୁଛ ଦେବି ତା ସତ୍ୱରେ ।ଯାହା ମାଗିବ ମୁଁ ତାହା ଦେବି ଏହିକ୍ଷଣିଏ ମୋର ସତ୍ୟ ସତ୍ୟ ନିରାଧାର ବାଣୀ ।ତୁମ୍ଭଭଳି ଋଷି ଯେବେ କଲ ଦାନଇଚ୍ଛାଦେବଇଁ ଅବଶ୍ୟ ପୂର୍ଣ୍ଣ କରି ମନୋବାଞ୍ଛା ।ଯଦ୍ୟପି ହେ ମହାମୁନି ଜୀବନ ମାଗିବୁଅବଶ୍ୟ ଶିର କମଳ ଆଦି ଦେବି ସବୁ ।ମୁନି ବୋଇଲେ ଦେବାକୁ ଅଛି ଯେବେ ଶଧଜରାସନ୍ଧ ନୃପତିକୁ ନ କର ତୁ ବଧ ।ଦୋଷ ଅପରାଧ କ୍ଷମା କରିବୁ ଏହାରବନ୍ଦୀ ମୁକୁଳାଇ ଛାଡ଼ି ଦିଅ ଦଣ୍ଡଧର ।ସବୁ ରାଜାଙ୍କ ଉପରେ ଏ ମଉଡ଼ମଣିନବଖଣ୍ଡ ମହୀରେ କେ ନ ପାରିଲେ ଜିଣି ।ତୁମ୍ଭେ କାଳନେମି ଜାତ ହେଲ ରବିତଳେଜିଣିଲ ଏ ଜରାସନ୍ଧ ରାଜା ଭୁଜବଳେ ।ଏ ନବଖଣ୍ଡ ମହୀରେ ଛନ୍ତି ଯେତେ ରାଜାସମସ୍ତେ କରନ୍ତି ଆସି ଏହା ପାଦପୂଜା ।ଏବେ ତୁମ୍ଭେ ଏହାକୁ ଯେ କିଞ୍ଚିତେ ଜିଣିଲପ୍ରାଣେ ନ ମାରିଲ ବାନ୍ଧି ଏଠାକୁ ଆଣିଲ ।ଏହାର ଯେ ବଡ଼ଭାଗ୍ୟ ଦେଖାହେଲା ମୋରଛାଡ଼ିଦେବୁ ମାଗୁଅଛି ତୋତେ ଏହି ବର ।ଏଡ଼େ ବଡ଼ ରାଜା ଗୋଟା ପାଇଲାଣି ଦୁଃଖତୁମ୍ଭର ହୋଇ ଥାଉ ଏ ସମୟେକ ରଖ ।ଆବର କଥାଏ ଆମ୍ଭେ କହିବୁ ତୋ ଆଗେଅଶ୍ୱ ଗୋଟିଏ ତୁ ଆଗ ମେଲ ମହୀଭାଗେ ।ତାରକାସୁର ଏ ବିଧି ଦିଗବିଜେ କଲାସ୍ୱର୍ଗ ମର୍ତ୍ତ୍ୟ ପାତାଳକୁ ହେଳେଣ ଜିଣିଲା ।ଲଙ୍କ ଅଧିପତି ପୂର୍ବେ ରାବଣ ଦଇତ୍ୟଦିଗ ବିହରଣ କଲା ସେ ବିଶ୍ରବ ସୁତ ।ଡରେ ସକଳ ଦେବତା ହେଲେ ତାର ବଶତେତ୍ରାଯୁଗରେ ଶ୍ରୀରାମବାଣେ ଗଲା ନାଶ ।ଶ୍ରୀରାମର ବ୍ରହ୍ମଶରେ ମଲା ଦଶଶିରେଦିଗବିଜେ କରିବାର ଏମନ୍ତ ବିଚାର ।ତୁମ୍ଭେ ଏ ଦ୍ୱାପରଯୁଗେ ଦିଗବିଜେ କଲଯଥାବିଧି ପୂର୍ବପରି ଅଶ୍ୱ ନ ମେଲିଲ ।ଆଗେ ଅଶ୍ୱ ପଛେ ପଛେ ଥିବ ଯେ ଗୋଡ଼ାଇସେ ଅଶ୍ୱ ଧରିବ ତାକୁ ମାରିବଟି ଯାଇ ।ଶ୍ୱେତବର୍ଣ୍ଣ ସିନ୍ଧୁଜାତ ହୋଇବ ସେ ଘୋଡ଼ାଏମନ୍ତ ଅଶ୍ୱ ଗୋଟିଏ ହେବ ତୁମ୍ଭ ଲୋଡ଼ା ।ମୁକୁଟ ତା ଶିରେ ବାନ୍ଧି ସୁବେଶ କରାଇନବରତ୍ନ କଣ୍ଠୀମାଳା ଗଳାରେ ଲମ୍ବାଇ ।ବିଶ୍ୱାସୀ ସେବକ ତାକୁ ନେଉଥିବ ଆଗେସକଳ ସେବକ ଥିବେ ତାର ସଙ୍ଗେ ସଙ୍ଗେ ।ସେ ଅଶ୍ୱଗୋଟି ଧରିବ ଯେହୁ ବଳ କରିପ୍ରାଣେ ନାଶ ରଖିବ ସେ ତୁମ୍ଭର ବଇରୀ ।ଆଉ କଥାଏ କହିବା ଏବେ ଶୁଣ ତାହାଆମ୍ଭ କଥା ପ୍ରତିପାଳିଥିବୁ ନରନାହା ।ପବିତ୍ର ପାଟବଂଶୀ ଏ ଜରା ନରପତିବେନି ଦୁହିତା ଏହାର ପଦ୍ମିନୀ ଯେ ଜାତି ।ହେତି ପ୍ରହେତି ବୋଲି ସେ ଦୁହିଁଙ୍କର ନାମଅପୂର୍ବ ରୂପବତୀ ସେ ଦୁହେଁ ଅନୁପମ ।ସେ ବେନି କନ୍ୟା କରିବା ତୁମ୍ଭଙ୍କୁ ଯେ ବିଭାଚନ୍ଦ୍ର ରୋହିଣୀ ପରାୟ ଦିଶିବ ନା ଶୋଭା ।କପିଳା ଶୋପେ ଗଉରୀ ଦେବୀ ମହାସତୀମାନବ ଦେହ ଘେନିଣ ମଞ୍ଚେ ଉତପତ୍ତି ।ତେସନ ଏ କାମଦେବ ପ୍ରିୟା ରତି ନାରୀକାଳନେମି ରୂପେ ତୁମ୍ଭେ ଥିଲ ଅବତରି ।ଏବେ କଂସରୂପେ ତୁମ୍ଭେ ଜନମ ହୋଇଲଜରାସନ୍ଧ ଦୁହିତାଙ୍କ ରୂପକୁ ଘଟିଲ ।ତୁମ୍ଭେ ତାଙ୍କ ପତି ବିନୁ ଆନ କେହି ନାହିଁଯତନେ ବିଧାତା ଏହା ଗଢ଼ିଛି ଘଟାଇ ।ଆବର ବିଶେଷେ ଜରାସନ୍ଧ ମହାରାଜାଭୃତ୍ୟପଣେ ଖଟିଥିବ ଦେଇଣ ତନୁଜା ।ଦଇବେ ତ ଶୁଭଯୋଗେ ଆସି ହେଲା ଭେଟଭୋଜବଂଶ ନୃପତି ତ ତୁମ୍ଭେ ଆଦ୍ୟପାଟ ।ଇନ୍ଦୁମତୀ ମହାସତୀ ଅଟେ ତୁମ୍ଭ ମାତାପଦ୍ମକେଶର ରାଜାର ଅଟଇ ଦୁହିତା ।ଉଗ୍ରସେନ ନୃପତିର ତୁମ୍ଭେ ଜ୍ୟେଷ୍ଠ ସୁତମଥୁରା ରାଜ୍ୟେ ଧରାଇଅଛି ପାଟଛତ୍ର ।ତୁମ୍ଭ ଅଜା ଗୁରୁ ଅଟେ ଯଯାତି ଯେ ରାଜାବଂଶିକ ଅତି ପବିତ୍ର ସେହି ପୁଣ୍ୟତେଜା ।ଏ ଜରାସନ୍ଧ କେଶରୀ ବଂଶ ଶିରୋମଣିବିଭା କରାଇବୁ ଆମ୍ଭେ ଥାଇ ତହିଁ ପୁଣି ।ଯତ୍ନେ ମଣାଇ କହିଲେ ନୃପମଣି ଶୁଣକନ୍ୟା ବିଭାହେଲେ ଶୋଭା ଦିଶିବ ଦ୍ୱିଗୁଣ ।ଅନେକ ମତେ କଂସକୁ କହି ମହାମୁନିଅଷ୍ଟମଲ୍ଲ ମୁଖ ଚାହିଁ କଂସ ହେଲା ତୁନି ।ଅଷ୍ଟମଲ୍ଲ ବୋଇଲେ ଭୋ ରାଜନ ଶୁଣିବାଜରାସନ୍ଧ ନୃପତିର ଦୋଷ ଉପେକ୍ଷିବା ।ସତ୍ୟ କରାଇ ମାଗିଲେ ମୁନି ରାଜଦାନଏ କଥା ନ କଲେ ନାଶ ଯିବ ସବୁ ପୁଣ୍ୟ ।ଆବର ବିଶେଷେ ସେହି ଦେବ ଯେବେ କନ୍ୟାଏ ରାଜାର ଦୋଷ ତୁମ୍ଭେ କରିବ ନା କ୍ଷମା ।ଭୋ ଦେବ ନେଇ ମୁନିଙ୍କି ଜରାସନ୍ଧ ଦେବାକନ୍ୟା ବେନି ଆଣି ମୁନି କରାଇବେ ବିଭା ।କଂସ ବୋଲେ କେଶୀ ତୁ ହୋ ଜରାସନ୍ଧ ନିଅରଜ୍ଜୁ ଫିଟାଇ ମୁନିର ପାଶେ ନେଇ ଦିଅ ।କଂସ ଆଜ୍ଞା ପରମାଣେ ଜରା ଅଣାଇଲେଲୋମଶ ମୁନି ଗୋଚରେ ନେଇ ସମର୍ପିଲେ ।ବନ୍ଦୀରୁ ମୁକୁଳହେଲା ଜରାସନ୍ଧ ରାଜାମୁନି ପାଦତଳେ ପଡ଼ି କଲା ପାଦପୂଜା ।କଂସକୁ ଯେ ନମସ୍କାର କରି ଉଭା ଆଗେମୁନି ବୋଲନ୍ତି ଦୁହିତା ରାଜା ଆଣ ବେଗେ ।ଦୂତ ପଠାଇ କନ୍ୟାଙ୍କୁ ଆଣ ନୃପମଣିସୁବେଶ କରି ସଙ୍ଗରେ ମୁଦୁସୁଲୀ ଘେନି ।କନ୍ୟାଙ୍କ ରୂପେ ହାନ୍ଦୋଳା ପାଉଅଛି ଶୋଭାଦେଖି କଂସର ବଢ଼ିଲା କାମଦେବା ପ୍ରଭା ।ମୁନି ବୋଇଲେ ଶୁଣ ତୁ ମଗଧ ନୃପତିପିତୃଦତ୍ତ କନ୍ୟା ପୁଣି ରାଜଦତ୍ତ ପୃଥ୍ୱୀ ।ଗୁରୁଦତ୍ତ ମନ୍ତ୍ର ଜାଣ ଭାଗ୍ୟଦତ୍ତ ଧନପୃଥ୍ୱୀଦତ୍ତ ଶସ୍ୟ ସିନା ଜ୍ଞାନଦତ୍ତ ମନ ।ଯୁକତେ ଦୁହିତା ତୁମ୍ଭେ କରିଛ ଜନମକନ୍ୟାଦାନ କଲେ ହେବ ଯଶ ପୁଣ ଧର୍ମ ।ସୁପାତ୍ରେ ସୁକନ୍ୟା ଦାନ କର ମାନ ତେଜିମୋ କଥାଗୋଟି ଅନ୍ୟଥା ନ କର ତୁ ହେଜି ।ଶୁଣି ଜରାସନ୍ଧ ରାଜା ସନ୍ତୋଷ ହୋଇଲାବିଭାର ଯୋଗାଡ଼ମାନ ସବୁ ଅଣାଇଲା ।ସରସ୍ୱତୀ ନଦୀତୀରେ ରଚିଲେ ମାଣ୍ଡୁଆସୁବର୍ଣ୍ଣ ବେଦୀ ଉପରେ ଟାଙ୍ଗିଲେ ଚାନ୍ଦୁଆ ।ମାଣିକ୍ୟ ମୁକୁତା ଖଞ୍ଜା ବଇଦୁର୍ଯ୍ୟ ଝରାନେତ ପାଟ ସିଦ୍ଧୁଆ ଯେ ଉଡ଼େ କେରା କେରା ।ରଙ୍ଗ ଶୁକଳ କାଳିଆ ଧ୍ୱଜା ପନ୍ତି ପନ୍ତିନୀଳ ମେଘରେ ବିଜୁଳି ପ୍ରାୟ ଝଟକନ୍ତି ।ଜରାସନ୍ଧ ନୃପତିକି ଅପୂର୍ବ କି ଅବାଛାୟାଣୋଇ ସସ୍ର ରାଜା ବସି କଲେ ସଭା ।ଶୁଦ୍ଧ ସୁବର୍ଣ୍ଣ କଳସ ଲକ୍ଷେ ତହିଁ ଝଳିନାନା ରତ୍ନ ପିତୁଳା ଅଛଇ ଭଳି ଭଳି ।ଜରାସନ୍ଧର ତେଇଶ ଅକ୍ଷୌହିଣୀବଳକନ୍ୟା ବିଭାକାଳେ ଆସି ମିଳିଲେ ସକଳ ।ଛାୟାଣୋଇଁ ସସ୍ର ରାଜା ସୈନ୍ୟ ଯେତେ ଥିଲେବିଭାର ସମୟ ଜାଣି ସମସ୍ତେ ଅଇଲେ ।ରଥଗଜ ଅଶ୍ୱ କେତେ କଳନା ନ ଯାଇପଦାତିକ ସୈନ୍ୟବଳ କେ ପାରିବ କହି ।ନିରତେ ରାନ୍ଧୁ ଅଛନ୍ତି ରହି ସୁପକାରେଅନ୍ନ ବ୍ୟଞ୍ଜନ ଦିଅନ୍ତି ଯାଚି ଯେ ଯାହାରେ ।ଭୁଞ୍ଜି ସନ୍ତୋଷ ହୁଅନ୍ତି ତହିଁ ସର୍ବ ଜନଆଚମନ କରି ପୁଣି ବସନ୍ତି ଆସ୍ଥାନ ।ମଙ୍ଗଳ ଉତ୍ସବ ଜରାସନ୍ଧ ଯେ କରଇଢ଼ୋଲ ଦମା ବିଜିଘୋଷ ମହୁରୀ ବଜାଇ ।ଅପ୍ରମିତ ବାଜଣାର ବୀରତୂର ନାଦେଗଗନ ଉଛୁଳୁଅଛି ଘୋରତର ଶବ୍ଦେ ।ବନ୍ଦାପନା କରନ୍ତି ସେ ସାତଦୀପ ଘେନିମଙ୍ଗଳ ଗୀତ ଗାବନ୍ତି ଅହିୟ କାମିନୀ ।ବରକନ୍ୟା ବସାଇଲେ ଦେବୀରେ ସେ ମୁନିଦଶସସ୍ର ବିପ୍ର ଉଚ୍ଚେ କଲେ ଦେବଧ୍ୱନି ।ଉଚ୍ଚାରିଣ ଦେଶକାଳ ବାକ୍ୟ ଦ୍ୱିଜମେଳେଗୋତ୍ର ପାଲଟାଇ ରାଜା ହସ୍ତକୁ ଯୋଡ଼ିଲେ ।ଶଙ୍ଖେ ଭରି ଜଳ ତିଳ ଦେଲେ ଯଉତୁକଦୁଇ କୁଳ ଆନନ୍ଦରେ ହୋଇଲେ ଉତ୍ସୁକ ।କୋଟି ଏକ ଅଶ୍ୱ ଦେଲେ ବେନିକୋଟି ହସ୍ତୀଚାରିକୋଟି ଅଶ୍ୱାରୋହୀ କୋଟିଏ ପଦାତି ।ଲକ୍ଷେ ଶ୍ୱେତଛତ୍ର ପାଟଛତ୍ର ଆଦିକରିକୋଟି ପାଣିଦ୍ରବ୍ୟ ଦେଇ ନିହୁଡ଼ିଲେ ବାରି ।ଦଶସସ୍ର ପରିବାରୀ ହେଲେ ନବଯୁବାଏକ ଏକ କାମିନୀ ଯେ ଏକୁ ଏକ ଶୋଭା ।ଦଣ୍ଡଛତ୍ର ସିଂହାସନେ ଭୂମିଦାନ ମୂଳେଅନେକ ଦ୍ରବ୍ୟ ଯୌତୁକ ଦେଲେ ମହୀପାଳେ ।ଆରେକ ଦୁହିତା ବିଭା ସେ ବେଦୀରେ କରିହେତି ପ୍ରହେତି ସେ ଦୁଇ ପରମା ସୁନ୍ଦରୀ ।ଲାଜା ହୋମ ସାରି ବିଭା ବିଧି ଶେଷ କଲେଉଠି ଜରାସନ୍ଧ କର ଦୁଇକି ଯୋଡ଼ିଲେ ।ଭୋ କଂସରାଜା ତୁ ଯଦୁବଂଶ ଶିରୋମଣିଅନେକ ଦୋଷ କଲି ମୁଁ ନ ଚିହ୍ନି ନ ଜାଣି ।ଜାୟାପିତା ବୋଲିବାକୁ ଭାଜନ ନୁହଇଶରଣ ପଶିଲି ଦୁଇ ଦୁହିତାକୁ ଦେଇ ।ମୋର ସକଳ ସମ୍ପଦ ଅଟଇ ତୁମ୍ଭରଶରଣ ସୋଦର ବାନା ବହୁ କଂସାସୁର ।ବାରେ ଅନୁଗ୍ରହ କର ମୁଁ ସିନା ତୋହରସେବକ ପଣରେ ରଖ ଦୋଷ ମୋ ନ ଧର ।ପୁତ୍ର ଭାରିଯା ସହିତେ କୁଟୁମ୍ବ ମୋ ଯେତେଶରଣ ପଶୁଛି ଘେନି ଦୁହିତା ସହିତେ ।ଶୁଭେ ପ୍ରତିପାଳୁଥିବୁ ମୋର ବେନି ଜେମାତାହାଙ୍କର ଦଶଦୋଷ କରି ତୁ ଯେ କ୍ଷମା ।ଅନେକ ବିନୟ କରି କହେ ନରନାହାଅସମୟରେ ତୁ ବାବୁ ହେବୁ ମୋତେ ସାହା ।ଆଜହୁଁ ଏବେ ହୋଇଲି ମୁଁ ତୁମ୍ଭର ବଶଦ୍ରୋହକର୍ମ କଲେ ମୁହିଁ ନ ଧରିବୁ ଦୋଷ ।କଂସାସୁର ବୋଇଲା ହୋ ବୋଲ ତୁମ୍ଭେ ଯାହାମୋ ପଞ୍ଚଭୂତ ଆତ୍ମାର ହେଲ ଏବେ ସାହା ।ଯେତେ ଦୋଷ କରିଥିଲେ ସବୁ ଉପେକ୍ଷିବୁଦୁହିତା ଦୁଇ ଦେଲାରୁ ଦୋଷ ଗଲା ସବୁ ।ନ ଜାଣିବା ପଣେ ସିନା କଲ ଅମରିଷସେ କଥାକୁ ବିଚାରିଲେ ହେବ ଆଉ କିସ ।କେଶୀ କରଯୋଡ଼ି ବୋଲେ ମଗଧ ଈଶ୍ୱରପୃଥିବୀରେ ଏକମାତ୍ର ଅଟ ତୁମ୍ଭେ ବୀର ।କର୍ମ ଅବଳକୁ ସିନା ରଣେ ଗଲ ହାରିହାରିବା ଜିଣିବା କ୍ଷତ୍ରି ବେଭାର ଏପରି ।ସେ କଥା ମନେ ନ ଧର ତୁ ହୋ ନରପତିଆମ୍ଭ ତୁମ୍ଭ ଆତ୍ମା ଏକ ଅଭିନ୍ନ ପୀରତି ।ଏହା କହି ବେନିଜନ ହେଲେ କୋଳାକୋଳିଅକ୍ରୁର ଉଦ୍ଧବ ଆଦି ଯଦୁବଳ ମିଳି ।ଜରାସନ୍ଧ ନୃପତିକୁ କଲେ ପଉରୁଷଚଉଠି ସପ୍ତମଙ୍ଗଳା ବିଧି କଲେ ଶେଷ ।ଜୟ ତୁ ଜୟ ତୁ ସୃଷ୍ଟି କରତା ବିଧାତାଜୟ ତୁ ଜୟ ତୁ ଦେବ ଚଉବର୍ଗଦାତା ।ଜୟ ତୁ ଜୟ ତୁ ଦେବ ଭିଆଣ ତୋ ଧନ୍ୟଜୟ ତୁ ଜୟ ତୁ ଦେବ ନୁହେଁ ତାହା ଆନ ।ଯାହା ଲିଭିଥିବୁ ତାହା ଅନ୍ୟଥା ନ ହୋଇକାହିଁ ମଥୁରା ମଗଧ ଲୋମଶହିଁ କାହିଁ ।ଘଟାଇଲୁ ଆଣି ଏଣୁ ବିହି ତୋର ନାମଅଚ୍ୟୁତାନନ୍ଦ ଦାସ ମୁଁ ମୋର କର୍ମ ବାମ ।ତେଣୁ ହରିବଂଶ ଗ୍ରନ୍ଥ ଲେଖିବାକୁ ମନସାଗରକୁ ଲଙ୍ଘିବାକୁ ମୁହିଁ କି ଭାଜନ ।ଏଣୁ ଦେବବର କରେ ତବ ପାଦସେବାସରସ୍ୱତୀଙ୍କୁ ପଠାଇ ପଦ କହିଦେବା ।ସୌଦାସ ନୃପତି ଏବଂ ବାଣାସୁରର ପରାଜୟ ସ୍ୱୀକାରଶୁକମୁନି କହୁଛନ୍ତି ପରୀକ୍ଷ ଶୁଣନ୍ତିହରିବଂଶ ପୁରାଣ ଯେ ପବିତ୍ର କୀରତି ।ସରିଲା ବିଭା ସପତମଙ୍ଗଳା ଚଉଠିଆଠଦିନେ ଦିଗବିଜେ କରିବାକୁ ଉଠି ।ଲୋମଶ ବୋଇଲେ ଶୁଣ କଂସାସୁର ରାୟଆଗେ ଅଶ୍ୱଗୋଟା ମେଲି କର ଦିଗ୍ବିଜୟ ।ମୁନିଙ୍କର ଆଜ୍ଞା ମାନି କଂସାସୁର ବୀରଅଶ୍ୱ ଭିତରୁ ଆଣିଲା ବାଛି ହୟବର ।ନୀଳବର୍ଣ୍ଣ ସେ ବିଶୁଦ୍ଧ ଅଶ୍ୱ ସିନ୍ଧୁଜାତିପାଞ୍ଚ ବରଷ ବୟସ ନୀଳରତ୍ନ କାନ୍ତି ।କପାଳେ ଧବଳ ଚାନ୍ଦ ଉଜ୍ଜ୍ୱଳା ତା ପାଦସର୍ବଗୁଣେ ସୁଲକ୍ଷଣ ନାହିଁ ନା ବିରୋଧ ।କଂସ ରାଜାର ଛାମୁରେ ଦେଲେ ଅଶ୍ୱ ନେଇଖଞ୍ଜିଲେ ସେ ଅଶ୍ୱଗୋଟି ନବରତ୍ନେ ଛାଇ ।ମୁକୁଟ ଶିରରେ ମୁଖ ସୁନା କଢ଼ିଆଳକଣ୍ଠେ ଲମ୍ବାଇଲେ ଅଷ୍ଟରତ୍ନ ପଦ୍ମମାଳ ।ଦେବାଙ୍ଗ ଝୀନବସନ ପାଟର ସିନ୍ଧୁଆନୀଳମେଘ ପାଟ ଇନ୍ଦ୍ରଗୋବିନ୍ଦ ଚାନ୍ଦୁଆ ।ବୀରଶୂର ନାଗ ଶ୍ୱେତ ଚାମରେ ସେ ଶୋଭାପ୍ରବାଳ ବୈଦୁର୍ଯ୍ୟ ଜ୍ୟୋତି ଦିନକର ପ୍ରଭା ।ତିନିଶତ ପାଟଛତ୍ର ଚାରିଶ ବିମଳସାତସହସ୍ର ଆଲମ୍ବ ବିଚିତ୍ର କମଳ ।ଷାଠିସହସ୍ର ଛାମୁରେ ବୀରବାଜା ବାଜେପ୍ରଳୟ କାଳରେ ଯେହ୍ନେ ସିନ୍ଧୁ ଗଳଗାଜେ ।ଅଶ୍ୱ ଆଗପଛେ ମଣି ମାଣିକ୍ୟରେ କେରୀଦଶଲକ୍ଷ ପଦାତିକ ସୈନ୍ୟ ପଟୁଆରୀ ।ସୁଲକ୍ଷଣ ସିନ୍ଧୁଜାତି ଅଶ୍ୱ ଚଳାଇଲେବେନିମାସ ଅନ୍ତେ ରାଜା ସଇନି ଚଳିଲେ ।ପାଛୋଟି ସେ ଜରାସନ୍ଧ ରାଜା ଯାଉଥିଲାପାଞ୍ଚ ଯୋଜନରୁ ସେହି ବାହୁଡ଼ି ଅଇଲା ।ଅନେକ ରାଜାଙ୍କ ସୈନ୍ୟ କଂସ ସଙ୍ଗେ ଚଳିନର୍ମଦା ନଦୀର କୂଳେ ସର୍ବେ ଯାଇ ମିଳି ।ବୀରତୂର ଶବ୍ଦେ ତିନି ବ୍ରହ୍ମାଣ୍ଡ କମ୍ପାଇସେ ଘୋର ଶବଦ ରାଜାମାନଙ୍କୁ ଝାମ୍ପଇ ।ଜରାସନ୍ଧ ରାଜାଙ୍କୁ ତ କଂସ କଲା ଜୟଶୁଣି ନୃପତିଙ୍କ ମନେ ଜାତ ହେଲା ଭୟ ।ଧନ ବସ୍ତ୍ର ଅଳଙ୍କାର ଘାସ ଅନ୍ନପାଣିସନ୍ଧାନ ଦେଇ ବାଟରେ ଯୋଗାନ୍ତି ତା ଆଣି ।କାମାକ୍ଷା ଦେଶ ନୃପତି କାମେଶ୍ୱର ରାଜାଦଶକୋଟି ରତ୍ନ ଦେଇ କଲା କଂସ ପୂଜା ।ଉଡ଼ଙ୍ଗ ଦେଶ ନୃପତି ବୀର ବେଲାଉଳପଞ୍ଚସସ୍ର ଅଶ୍ୱ ଦେଇ ସେବେ ପାଦତଳ ।ବେଳାଳ ଦେଶରେ ହରି ତୁରଙ୍ଗ ଯେ ରାଜାଦଶସସ୍ର ସଞ୍ଜା ଘେନି କଲା କଂସ ପୂଜା ।କନାଉଜ ଦେଶ ରାଜା କଳିଙ୍ଗ ନୃପତିକଂସକୁ ଦେଲା ସୁନ୍ଦରୀ ଲକ୍ଷେକ ଯୁବତୀ ।ସହସ୍ରେକ ରଥ ପାଞ୍ଚସହସ୍ର ସାରଥିଆଦର ଦେଲା ପଦାତି ଅଶ୍ୱ ମତ୍ତହସ୍ତୀ ।ବହୁମୂଳ ପର୍ବତରେ ରାଜା ସନ୍ନ୍ୟାସୀଏଦଶସସ୍ର ଅଶ୍ୱ ଘେନି ସେବେ କଂସ ପାଏ ।ମରହଟ୍ଟ ଦେଶରେ ଯେ ପ୍ରଚଣ୍ଡ ନୃପତିଶତଶୃଙ୍ଗେ ବିଜେ ଘେନି ଶତସସ୍ର ହସ୍ତୀ ।କଂସ ବିଜେ ବାରତା ସେ ଚାର ମୁଖୁ ଶୁଣିଦଶସସ୍ର ହସ୍ତୀ ଦେଲା ଛାମୁରେ ସେ ଆଣି ।ଚାରିଦିଗରେ ଅନେକ ନୃପତି ଅଛନ୍ତିଛୟାଣୋଇ ସସ୍ର ତହିଁ ବିଖ୍ୟାତ ନୃପତି ।ଜମ୍ବୁଦ୍ୱୀପରେ ଅଛନ୍ତି ଯେତେକ ରାଜନଜରାସନ୍ଧକୁ ଖଟନ୍ତି କର ଦେଇ ଧନ ।ହାରି ଜରାସନ୍ଧ ଦେଲା ଦୁହିତାକୁ ବିଭାପୁଣି ଧନ ଥୋଇ କଂସ ଆଗେ ହେଲା ଉଭା ।ମଣ୍ଡଣି ଅଶ୍ୱକୁ କଂସ ଆଗରେ ଚଳାଇସକଳ ସଇନ୍ୟ ପଛେ ଅଛନ୍ତି ଗୋଡ଼ାଇ ।ଅତିବେଗେ ସେହି ଅଶ୍ୱ ଗୋଟି ଚଳିଗଲାସୌଦସ ନୃପତି ଗଡ଼ ନିକଟେ ମିଳିଲା ।ପ୍ରତାପୀ ସେ ମହାରାଜା ଅଟଇ ନିର୍ଭୟବ୍ରହ୍ମା ରୁଦ୍ର ଇନ୍ଦ୍ରଙ୍କୁ ଯେ ନାହିଁ ତାର ଭୟ ।ବାରତା ପାଇ ସୌଦାସ ନୃପତି ଭାଳଇଏମନ୍ତ ସମୟେ ଯାଇ ମନ୍ତ୍ରୀ ତା ଜାଣଇ ।ମଥୁରା ନୃପତି କଂସ ଦିଗବିଜେ କଲାସବୁ ରାଜା ସାଧି ଜରାସନ୍ଧକୁ ଜିଣିଲା ।ଜରାସନ୍ଧ ଆଦି ଯେତେ ବଳବନ୍ତ ରାଜାସମରେ ହାରି ସକଳେ କଲେ କଂସ ପୂଜା ।ଲକ୍ଷ୍ମଣବନ୍ତ ଅଶ୍ୱେକ ଆଗରେ ଚଳାଇପଛେ ପଛେ ଅଛନ୍ତି ସେ ସମସ୍ତେ ଗୋଡ଼ାଇ ।ପୃଥ୍ୱୀର ଭିତରେ ଯେତେ ରାଜାଙ୍କର ସୈନ୍ୟସମାରୋହେ ଆସିଛନ୍ତି ସଙ୍ଗେ ଘେନି ଧନ ।ଚୌରାଶୀ ସହସ୍ର ଯୂଣ ମାଡ଼ିଆସେ ଜଳଧୂଳିଘାତେ ନ ଦିଶଇ ରବିଙ୍କ ମଣ୍ଡଳ ।ସଙ୍ଗତେ ତା ଅଷ୍ଟମଲ୍ଲ ହୋଇଛନ୍ତି ସଖାକି ଜାଣି ସେ ଦିଶୁଅଛି ଅନଳର ଶିଖା ।କୋଟି ଇନ୍ଦ୍ର ହେଲେ ତାଙ୍କୁ ନ ପାରିବେ ଜିଣିଶୁଣି ରାଜା ମନ୍ତ୍ରୀବାଣୀ ମନେ ମନେ ଗୁଣି ।ତୁ ଅଟୁ ମୋହର ମନ୍ତ୍ରୀ ରାଜ୍ୟକୁ କାରଣବିଚାରି ବୁଝି କହିବୁ ସିନା ଏହିକ୍ଷଣ ।ମନ୍ତ୍ରୀ ବୋଇଲେ ଭୋଦେବ ଦ୍ୱନ୍ଦ୍ୱେ ତୋର ଇଚ୍ଛାସନ୍ଧି କରିବା ତା ସଙ୍ଗେ ରାଜ୍ୟ ହେଉ ରକ୍ଷା ।କଂସାସୁର ସଙ୍ଗେ ବାଦ କଲେ ନାହିଁ ଯଶଏଡ଼େ ସମ୍ପଦ ଅଳପେ ଯିବ ସିନା ନାଶ ।ମନ୍ତ୍ରୀର ବଚନ ଯେଉଁ ରାଜା କରେ ହେଳନିଶ୍ଚୟ ଜାଣିବ ତାକୁ ଘୋଟେ ଆସି କାଳ ।ରାଜାଙ୍କୁ ମନ୍ତ୍ରୀ ଯେବେ ନ କହଇ ସୁବୁଦ୍ଧିନିଶ୍ଚେଁ ନାଶଯାଇ ତାର ଅର୍ଜିଲା ସମୃଦ୍ଧି ।ମନ୍ତ୍ରୀ ବୋଲ ରାଜା ମାନି କଲେ ପ୍ରୀତିଯୋଗଅଚଳାଚଳ ଲକ୍ଷ୍ମୀକି ଘେନି କରେ ଭୋଗ ।ଶୁଣିଣ ରାଜାର ମନ ସନ୍ତୋଷ ହୋଇଲାସନ୍ଧାନ ଘେନି କଂସର ପଛେ ଗୋଡ଼ାଇଲା ।ରାଜାର ବିଳମ୍ବ ଦେଖି କଂସର ସଇନ୍ୟସମସ୍ତେ ଏକ ହୋଇଣ ଚଲାଇଲେ ପୁଣ ।ସଉଦାସ ପାଣି ଦ୍ରବ୍ୟ ଲକ୍ଷେ ଭାର ସାଜିସଙ୍ଗେ ଘେନି ଚଳେ ଦଶସସ୍ର ଚୋଖାବାଜୀ ।ତିନି ସସ୍ର ମତ୍ତହସ୍ତୀ ଅଳଙ୍କାରେ ରଞ୍ଜିକରୀକୁମ୍ଭମାନଙ୍କରେ ସ୍ୱର୍ଣ୍ଣ ଅଛି ଖଞ୍ଜି ।ନେତ ପାଟଇ କାଛେଣି ସବୁଯାକ ନୂଆମଢ଼ିଆଳ ନ୍ୟନ୍ତି ଷାଠିସସ୍ର ଭାବ ବୁହା ।ଅନେକ ଯେ ଉପହାର ସଙ୍ଗେ ଘେନି ରାୟେଅଧବାଟେ ପୂଜାକଲେ ଯାଇ କଂସପାୟେ ।ଗଣ୍ଡୁକୀର କୂଳେ ମଣିକୁଣ୍ଡଳୀ ପର୍ବତମଣିଭଦ୍ର ହସ୍ତୀ ତହୁଁ ହୋଇଅଛି ଜାତ ।ସେହି ପର୍ବତର ତଳେ ସଉଦାସ ରାଜାଅଧବାଟେ ଉପହାର ଦେଇ କଲା ପୂଜା ।ବେଳ ପାଞ୍ଚଘଡ଼ିମାନେ କଂସ ଭେଟ ପାଇଦେଖି କଂସରାଜା ଚିତ୍ତ ଆନନ୍ଦିତ ହୋଇ ।ସଉଦାସ ସଙ୍ଗେ କଂସ ହୋଇଲା ମଇତ୍ରମିତ୍ରପଣେ ବସିଲେ ସେ ହୋଇ ଏକଚିତ୍ତ ।ଦେଶକାଳ ବାକ୍ୟ ପଢ଼ି ନଦୀରେ ପଶିଲେବେନିଜନେ କୋଳାକୋଳି ସମ୍ଭାଷଣ ହେଲେ ।ପ୍ରାଣେ ପ୍ରାଣେ ମଜ୍ଜି ଏକ ଆତ୍ମା ସେହି କଲେଆହାର ସାର ସେ ଏକ ପଲ୍ୟଙ୍କେ ଶୁତିଲେ ।ପାଞ୍ଚ ରାତ୍ର ରହି ତହିଁ କଂସାସୁର ଯାଇଶ୍ରୋଣିତ ନାମ ପର୍ବତେ ପ୍ରବେଶ ହୁଅଇ ।ବଣାସୁର ନାମେ ତହିଁ ଅସୁର ରାଜନସହସ୍ରେକ ଭୁଜ ଏକ ତନୁ ବଳବାନ ।ଅଠାଣୋଇ ଅକ୍ଷୌହିଣୀ ବଳ ତା ଅଟଇସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ଜିଣନ୍ତା କେ ନାହିଁ ।ତାର ଦେହେ ଅଗ୍ନି ପାଣି ଶସ୍ତ୍ର ନ କାଟଇକୁଭାଣ୍ଡକ ନାମେ ମନ୍ତ୍ରୀ ତାହାକୁ ଖଟଇ ।ଭୂତ ଭବିଷ୍ୟତ ବର୍ତ୍ତମାନ ସେ ଜାଣଇଏ ଘେନି ମନେ କାହକୁ ସେହୁ ନ ଗଣଇ ।କଂସ ଦିଗବିଜେ ରାଜା ବାରତା ପାଇଲାବାଟରୁ ତା ପାଟଅଶ୍ୱ ବାନ୍ଧି ଘେନି ଗଲା ।ଚାରେ ଆସି ଜଣାଇଲେ କଂସର ଛାମୁରତୋର ଦିଗବିଜେ ଅଶ୍ୱ ନେଲା ବାଣାସୁର ।ଅଶ୍ୱର ସଙ୍ଗେ ଭୋଦେବ ଯେତେ ସୈନ୍ୟଥିଲେଥୋକାଏ ମାରି ଥୋକାଏ ଧରି ଘେନିଗଲେ ।ଶୁଣି କଂସାସୁର ରାଜା କୋପଭର ହୋଇକାଳସର୍ପ ଜିଣିଣସେ ଗର୍ଜିଣ ଉଠଇ ।ଅଧର ପୃଷ୍ଠ କରିଣ ଛାଡ଼େ ସିଂହରଡ଼ିବିନ୍ଧ୍ୟଗିରି ପର୍ବତ କି ପଡ଼ୁଅଛି ଝଡ଼ି ।କଂସାସୁର ବୋଇଲା ରେ ପୂରିଲା ତୋ କାଳସଂଯମନୀପୁରକୁ ସେ କଲା ଅନୂକୂଳ ।ଏ ମୋହର ମହିମା କି ଶୁଣ ନାହିଁ କର୍ଣ୍ଣେକେଉଁ ବାପୁଡ଼ ଗରବ ବହିଲା ତା ମନେ ।ତାର ରାଜ୍ୟଯାକ ସବୁ କରିବଇଁ ଧ୍ୱଂସତିଳ ପ୍ରମାଣ କରିଣ କାଟିବି ତା ମାଂସ ।ଅଷ୍ଟମଲ୍ଲେ କହ କିପାଁ ତୁନି ହୋଇଅଛଡଗର କହିଲା ଯାହା ପ୍ରତ୍ୟକ୍ଷ ଶୁଣୁଛ ।ତ ରାଜ୍ୟ ଉଜାଡ଼ି ଗଡ଼ ବେଢ଼ ବେଗହୋଇତିଳେ ଉପ୍ରୋଧ ନ କରି ଭଙ୍ଗ ସବୁ ଯାଇ ।ରଥ ଗଜ ଅଶ୍ୱ ଯାହା ପଡ଼ିବରେ ଆଗେକ୍ଷଣେ ନ ରଖି ମାରିବ ଧରି ତୁମ୍ଭେ ବେଗେ ।ଯେତେକ ଯୋଦ୍ଧା ଦେଖିବ ତାହାଙ୍କୁ ମାରିବଦୟା ଉପ୍ରୋଧ କାହାକୁ ତିଳେ ନ କରିବ ।ଆଜ୍ଞା ପ୍ରମାଣେ ତାହାର ଅଷ୍ଟମଲ୍ଲେ ଗଲେଶତେପୁର କରି ତାର କଟକ ବେଢ଼ିଲେ ।ଅଟଳ ମହାରାଜ୍ୟ ସେ ବହୁତ ପାଟଣାମଞ୍ଚ ଭୁବନକୁ ସେହି ପୁର ଜଗଜ୍ଜିଣା ।ସେ ନଗ୍ର ଭିତରେ ଯେତେ ଲୋକ ପୂରିଛନ୍ତିକାମଦେବ ପ୍ରାୟେ ସେହି ସମସ୍ତେ ଦିଶନ୍ତି ।ନିଶ୍ଚିନ୍ତରେ ଅଛନ୍ତି ସେ ଦିବ୍ୟସ୍ଥାନ ପାଇରାଜ୍ୟ ଭିତରେ ତାଙ୍କର ଆନ ଭୟ ନାହିଁ ।କଟକର ଦୀର୍ଘ ପ୍ରତି ନ ମିଳଇ ଅନ୍ତଆପେ ଭିଆଇ ଅଛନ୍ତି ତାହା ଉମାକାନ୍ତ ।ଅଷ୍ଟାଦଶ ଯୋଜନ ତା ପୁର ଆୟତନଏତେକ ବେଢ଼ି ରହିଲେ କଂସରାଜା ସୈନ୍ୟ ।ଦ୍ୱାର ନିରୋଧନ୍ତେ ଥାଟ ପଶିଲେ ଭିତରେତିଳେ ଛଡ଼ା ନାହିଁ ଥାଟ ରହିଲେ ନିର୍ଭରେ ।ଏଡ଼େ ପୁର ଶତେପୁର କରିଣ ବେଢ଼ିଲେଦେହେ ଦେହ ଲଗାଲଗି ହୋଇ ନ ଛାଡ଼ିଲେ ।ସୁଯୋଗ ବାହାରେ ଯେତେ ସୈନ୍ୟ ରହିଥିଲେସେଠାରେ ଜୀବନ୍ତା ଧରି ତାଙ୍କୁ ଶୂଳୀ ଦେଲେ ।କଟକେ ପଶିଲେ ଯାଇ ଯଦୁବଳ ବଳେହାଟ ବାଟ ଜୂର କରି ଅନ୍ନ ବସ୍ତ୍ର ନେଲେ ।କଂସାସୁର ପ୍ରସାଦେ ସେ ଅଟନ୍ତି ନିଃଶଙ୍କାଘରେ ଘରେ ପଶି ସବୁ କରାଇଲେ ଡକା ।କେହୁ ଅନ୍ୟୋଅନି ହୋଇ ବାଟ ଜଗିଥାନ୍ତିବାହାର ଗଡ଼ଦ୍ୱାର ସେ ପକାଇଲେ ମନ୍ଥି ।ତାର ରାଜ୍ୟଯାକ ସବୁ ହେଲା ହାଲହୋଳିକଟକଯାକ ସବୁରି ପଡ଼ିଲା ବୋବାଳି ।ବାଣାସୁର ଆଗେ ଯାଇ ଚାଣ ଜଣାଇଲାତୋହର ରାଜ୍ୟ ତୁ ଏବେ ସମ୍ଭାଳ ବୋଇଲା ।ମଥୁରା ଦେଶ ନୃପତି ଉଗ୍ରସେନ ବତ୍ସକଂସ ନାମ ତାର ତାକୁ ନାହିଁ ସମକଚ୍ଛ ।ଅକଳିତ ଯୋଦ୍ଧା ସେହୁ ରଣେ ରଣରଙ୍କାବ୍ରହ୍ମା ରୁଦ୍ର ଇନ୍ଦ୍ରକୁ ହିଁ ନାହିଁ ତାର ଶଙ୍କା ।ଦିଗବିଜେ କରୁଛି ସେ ସମଦଣ୍ଡ ବାହିଦବଖଣ୍ଡ ମେଦିନୀରେ ଜିଣନ୍ତା କେ ନାହିଁ ।ଅଷ୍ଟମଲ୍ଲ ଆଦି କରି ଯେତେକ ସଇନିଅନେକ ରାଜାଙ୍କ ସୈନ୍ୟ ସଙ୍ଗତରେ ଘେନି ।ସହସ୍ରେ ପୁର କରି ତୋ କଟକ ବେଢ଼ିଲେଘର ଦ୍ୱାର ଭାଙ୍ଗିସବୁ ରାଜ୍ୟ ଉଜାଡ଼ିଲେ ।ଏହି ସଙ୍କଟୁ କିପରି ଆମ୍ଭେ ହେବୁ ରକ୍ଷାକହିଲୁ ଛାମୁରେ କର ଯେ ତୁମ୍ଭର ଇଚ୍ଛା ।ଶୁଣି ବାଣାସୁର ରାଜା ପ୍ରଜ୍ଜ୍ୱଳିତ ରାଗେମୋହର ସୈନ୍ୟ ସାଜରେ ବୋଇଲାକ ବେଗେ ।ରଥ ଗଜ ପଦାତିକ ଅଛନ୍ତି ମୋ ଯେତେସମସ୍ତେ ସଜ ହୁଅନ୍ତୁ ଯେ ଯାହାର ମତେ ।ପାର୍ବତୀର କାନ୍ତ ମୋତେ ବର ଦେଇଛନ୍ତିକେବଣ ଶତ୍ରୁକୁ ମୋର ଅଛଇରେ ଭୀତି ।ହର ପାର୍ବତୀ ଯେ ଦୁହେଁ ମୋତେ ବରଦେଲେକରେ ଧନୁ ଦେଇ ପୁତ୍ର ବୋଲିଣ ବୋଇଲେ ।ଅଲୌକିକ ବର ମୋତେ ଦେଲେ ଦେବରାଜଏକ ଶରୀରେ ମୋ ହେଲା ସହସ୍ରକେ ଭୁଜ ।ପୁତ୍ର ନାତି କୁଟୁମ୍ବହିଁ ଅଛନ୍ତି ମୋ ଯେତେଅସଂଖ୍ୟ ଆଗୋଚର ତା କହିବଇଁ କେତେ ।ମନ୍ତ୍ରୀ ବୋଇଲା ଭୋ ଦେବ ମୋର ବୋଲଶୁଣଶିବ ବର ଦେଲେ ତୋତେ ଏ କଥା ପ୍ରମାଣନ ବିଚାରି କିପାଁ ତୁମ୍ଭେ କର ଏଡ଼େ ରୋଷଅବିଚାର ଯୁଦ୍ଧ କଲେ ନାହିଁ ତହିଁ ଯଶ ।କଂସାସୁର ସଙ୍ଗେ ଯେବେ କରିବୁ ତୁ ଯୁଦ୍ଧଜିଣି ପାରିବୁ କି ରାଜା ଭଲ କରି ବୁଝ ।ଯେ କାଳନେମି ବ୍ରହ୍ମାଙ୍କୁ କଲା ଦିନେ ମାୟାସେ ଜନ୍ମ ହୋଇଛି ଧରି କଂସାସୁର କାୟା ।ସବୁ ଦେଶରେ ହେଲାଣି ସେହି ଅଧିକାରୀବିଷ୍ଣୁ ବିନା ଆନ କେହି ନ ପାରିବେ ମାରି ।ତୁମ୍ଭଙ୍କୁ ବର ଦେଇଛି ଯେଉଁ ଶୂଳପାଣିତାହାଙ୍କ ବରେ କି କଂସ ନୃପତିକି ଜିଣି ।ପୁଣ ଅଷ୍ଟମଲ୍ଲେ ତାର ହୋଇଛନ୍ତି ସଖାକୋଟିଇନ୍ଦ୍ର ହେଲେ ଜିଣିପାରିବେ ସେ ଏକା ।ସ୍ୱର୍ଗପୁରେ ସୁରପତି ପାତାଳେ ବାସୁକିକାହାରି ହସ୍ତରେ କଂସ କେବେ ମରଇ କି ।ଅଟନ୍ତି ଯେବଣ ଅଷ୍ଟମଲ୍ଲେ ରଣରଙ୍କାଚନ୍ଦ୍ର ସୂର୍ଯ୍ୟ ରୁଦ୍ର ଇନ୍ଦ୍ର ରଣରେ ନିଶଙ୍କା ।ସାତବଂଶ ଯାଦବହିଁ ଅଛନ୍ତି ତା ସଙ୍ଗେଇନ୍ଦ୍ର ବଜ୍ର ନ କାଟଇ ସେମାନଙ୍କ ଅଙ୍ଗେ ।ନବଦ୍ୱୀପ ମଧ୍ୟେ ଯେତେ ରାଜାଙ୍କ ସଇନ୍ୟସଂଗ୍ରାମେ ଜୟ କଲାଣି ସେ କଂସ ରାଜନ ।ରଥ ଗଜ ଅଶ୍ୱ ଘେନି ସଙ୍ଗେ ସବୁ ରାୟେଭୋ ଦେବ ତୁମ୍ଭ ବଳେ କି ତାକୁ କରି ଜୟେ ।ହୁତାଶନ ମଧ୍ୟେ ତୁମ୍ଭେ ପଶି କିସ ପାଇଁସମାଧି କରିବା କିପାଁ ସଇନି ମରାଇ ।ନିଶ୍ଟୟ କହୁଛି ମୁଁ ଯା ଜାଣିଥା ଗୋସାଇଁମୋ କଥା ନ କଲେ ଯଶ ତୁମ୍ଭର ଯେ ନାହିଁ ।ମୋ ବୋଲ ତୁମ୍ଭଙ୍କୁ ଯେବେ ନ ପାଇ ଭୋନାଥଲୋକମୁଖେ ଲଜ୍ଜା ନିଶ୍ଚେ ପାଇବ ପଶ୍ଚାତ ।ବାଣା ବୋଲଇ ଈଶ୍ୱର ଦେଇଛନ୍ତି ବରସଦାଶିବ ପରସାଦେ କାହାକୁ ମୋ ଡର ।ପାର୍ବତୀଙ୍କଠାରୁ ମୁହିଁ କ୍ଷୀର ପାନ କଲିତେଣୁ ଯେ ମୁଁ ଅଜର ଅମର ହୋଇଲି ।ବିଶ୍ୱନାଥ ମହାପ୍ରଭୁ ଆଜ୍ଞା ଦେଇଛନ୍ତିମୋର ଅଙ୍ଗେ ଶସ୍ତ୍ରମାନ ନ ଭେଦିବ କ୍ରାନ୍ତି ।ମନ୍ତ୍ରୀ ବୋଇଲା ଭୋ ଦେବ କହିଲ ଯେ କଥାସମର ଭୂମିରେ କାଳେ ହୁଅଇ ଅନ୍ୟଥା ।ଅସଦମାର୍ଗେ କି ଦେଖୁ ଦେଖୁ ପ୍ରାଣ ଯିବଆଜ୍ଞା ଅବଜ୍ଞା ହେଲେ କି ଦେବଙ୍କୁ କହିବ ।ତୁମ୍ଭେ ଯେ ବୋଇଲ ନୋହେ ସମରେ ମୁଁ ବଧଈଶ୍ୱର ବରେ ଏ କଥା ହୁଅଇ କି ସାଧ୍ୟ ।ଅଛନ୍ତି ଯେ ତୁମ୍ଭ ପୁତ୍ର ନାତି ପ୍ରାଣସଖାଏମାନେ ମଲେ ତୁମ୍ଭଙ୍କୁ କେ କରିବ ରକ୍ଷା ।ରଥ ଗଜ ପଦାତିକ ହେଲେ ନିସୂଦନଏକ ଜଣେ ଥାଇ କିସ କରିବ ରାଜନ ।ଆବର କଥାଏ ରାଜା କହିବା ମଣାଇକେ କେ ନାଶ ଯାଇଛନ୍ତି ଶିବ ବର ପାଇ ।ପୂର୍ବେ ଲବଣ ଈଶ୍ୱର ବର ପାଇଥିଲାଶତ୍ରୁଘ୍ନ ରୂପେ ତାହାକୁ ଶ୍ରୀହରି ମାଇଲା ।ଅନ୍ୟଥା ହୋଇଲା ତେଡ଼େ ବଡ଼ ବର ପୁଣିବାଳକରୂପେ ମାଇଲେ ତାକୁ ଚକ୍ରପାଣି ।ତାରକାସୁରକୁ ବର ଦେଲେକ ଈଶ୍ୱରସେ ବର ଅନ୍ୟଥା କଲା କାର୍ତ୍ତିକ କୁମାର ।ସଦାଶିବ ବର ଦେଲେ ଶମ୍ଭୁ ନିଶମ୍ଭୁଙ୍କୁବିନାଯୁଦ୍ଧରେ ଶ୍ରୀହରି ମାଇଲେ ତାହାଙ୍କୁ ।ମହିଷାସୁରକୁ ବର ଦେଲେ ତ୍ରିପୁରାରିତାହାକୁ ମାଇଲେ ଦୁର୍ଗା ଘୋର ଯୁଦ୍ଧ କରି ।ବଇଲୋଚନକୁ ବର ଦେଲେ କାଶୀବାସୀମାଇଲେ ମାଳତୀ କନ୍ୟାରୂପେ ବ୍ରହ୍ମାରାଶି ।ବିଶ୍ରବା ଋଷିର ପୁତ୍ର ରାବଣ ଅସୁରଈଶ୍ୱର ସେବି ପାଇଲା ଅଭୟ ଯେ ବର ।ଛପନ ଗଣ୍ଡା ଯୁଗକୁ ବର ଦେଲେ ଧାତାରାଜରାଜେଶ୍ୱର ହୋଇଥିଲା ଦଶମଥା ।ଏଡ଼େବଡ଼ ବର ଗଲା ଅଳପକେ ନାଶମଧ୍ୟରେ ଗଡ଼ ସମୁଦ୍ର ଖାଇ ଚଉପାଶ ।ଲଙ୍କା ବିଧ୍ୱଂସି ମାଇଲେ ତାକୁ ରାମରାୟେଛପନ ଗଣ୍ଡା ଯୁଗର ଆୟୁ ଗଲା କ୍ଷୟେ ।ଅତି ଉଗ୍ର ହୁଅନ୍ତେ ସେ ଧର୍ମ ନ ସହିଲାବିଷ୍ଣୁଦେବତା ତାହାକୁ ଅଖଡ଼େ ମାଇଲା ।ନମ୍ରତା ଗୁଣ ଥିଲେଟି ନାହିଁ କେଭେ ନାଶଇହ ପରଲୋକେ ଯଶ ଅନ୍ତେ ସ୍ୱର୍ଗବାସ ।ଧନବନ୍ତ ପ୍ରାଣୀ ଯେବେ ନମ୍ରତା ହୁଅଇଅଚଳାଚଳ ଲକ୍ଷ୍ମୀ ସେ ସୁଲଭେ ଭୁଞ୍ଜଇ ।ଇହଲୋକେ ତୃପ୍ତିତାର ପରେ କ୍ଷୟ ନାହିଁଜୀବ ଥିବା ଯାକେ ତାର ଅଇଶ୍ୱର୍ଯ୍ୟ ଥାଇ ।କେହି ରିପୁ ବିନାଶ ନ କରଇ ତା ଦେହଭୋ ଦେବ ତୁ ପୁଣ୍ୟବନ୍ତ ବାରେ ଏହା ସହ ।ଆପଣାର ଅନ୍ତର୍ଗତେ ବିଚାର ତୁ ଏହାଦୀନବନ୍ଧୁଙ୍କର ଥାଏ ତାଠାରେ ସୁଦୟା ।ନ ବୁଝି କାର୍ଯ୍ୟ କଲେଟି ହେବ ସର୍ବନାଶତୁମ୍ଭର ତ ମହାଭାଗ୍ୟ ଅଟେ ହେ ନରେଶ ।କଂସ ଅଶ୍ୱ ସନ୍ନିଧିକୁ ଅଣାଅ ଆବରଅଷ୍ଟରତ୍ନ ଅଶ୍ୱ ହସ୍ତୀ ଦିଅ ଉପହାର ।ପଣ୍ଡିତ ହୋଇ ଆମ୍ଭେ ଯେ ନ୍ୟାୟପଥେ ଥିବଅନ୍ୟାୟ କରି ସମ୍ପଦ କିପାଁ ହରାଇବ ।ବାଣାସୁର ବୋଇଲା ମୁଁ କରିଅଛି ଦୋଷଛାମୁକୁ ଗଲେ କରିବ ନିକି ମୋତେ ରୋଷ ।ଦିଗବିଜେ ପାଟଘୋଡ଼ା ଅଣାଇଲି ଧରିଅଶ୍ୱଶାଳେ ବନ୍ଧାଇଲି ଅତି ଯତ୍ନ କରି ।ତାଙ୍କ ପାଖକୁ ଯିବାକୁ ମୋର ମୁହଁ ନାହିଁଧନ ରତ୍ନ ଅଶ୍ୱ ନେଇ ସନ୍ଧି କର ଯାଇ ।ମନ୍ତ୍ରୀଶିରୋମଣି ତୁ ଯେ ଅଟୁ ପୂଣ୍ୟମୟତୋର ବୁଦ୍ଧିବଳେ ମୋର ରାଜ୍ୟ ଯେ ଅଜେୟ ।ଅଇଶ୍ୱର୍ଯ୍ୟ ଭୋଗକରି ଥିବଇଁ ନିଶ୍ଚିନ୍ତେରାଜ୍ୟ ହାନି ଲାଭ ଭାର ଦେଇ ତୋର ହସ୍ତେ ।ରାଜାହୋଇ ଯେବେ ମନ୍ତ୍ରୀ କଥାକୁ ନ ଶୁଣିମନ୍ତ୍ରୀ ହୋଇଣ ଭାଙ୍ଗଇ ଯେବେ ରାଜବାଣୀ ।ଧନବନ୍ତ ହୋଇ ଯେବେ ବାଦେ କରେଇଚ୍ଛାସେବକ ହୋଇ ଭାଙ୍ଗଇ ଯେବେ ସ୍ୱାମୀ ଶିକ୍ଷା ।ଅହନ୍ତାଭାବେ ପରକୁ କରଇ ଯେ ନାଶକୋଟି କୋଟି ଲକ୍ଷ୍ମୀ ଥିଲେ ଅଳପକେ ଧ୍ୱଂସ ।ତୁହି ମହାମନ୍ତ୍ରୀ ମୋର ରାଜ୍ୟର କରତାତୋତେ ନ ପଚାରି ମୋର ଅଛି କେଉଁକଥା ।ତୋହର ମନକୁ ଯାହା ଆସଇ ତା କରସେ କଥାରେ ବିରୋଧ ଯେ ନାହିଁଟି ମୋହର ।ରାଜାର ବଚନେ ସେହି ମନ୍ତ୍ରୀ ଯେ କୁଭାଣ୍ଡପ୍ରବୋଧ କରି ରଖାଇ ନିଜ ସମଦଣ୍ଡ ।ଅନେକ ହାତୀ ରଥୀଙ୍କି ଘେନି ସଙ୍ଗତରଦିବ୍ୟ ଯୁବତୀରତନ ଧନ ଶତେଭାରଦଣ୍ଡ ସିଂହାସନ ଦେବଅଙ୍ଗ ବସ୍ତ୍ର ଘେନିଉପହାର କରି ନେଲେ ଅର୍ବୁଦେ ସଇନି ।ଧନ ରତ୍ନ ଘେନି ଚଳିଯାଏ ମନ୍ତ୍ରୀ ବେଗେବାଗ ଧରି ଅଶ୍ୱକୁ ସେ ଚଳାଇଲା ଆଗେ ।କଂସର ଛାମୁରେ ନେଇ ସବୁ ଦ୍ରବ୍ୟ ଦେଲାବିନୟ ହୋଇ ତା ପ୍ରାୟେ ପଡ଼ିଣ ଶୋଇଲା ।କୃତାଞ୍ଜଳି ହୋଇ ପୁଣି ବିନୟରେ କହିବାଣାସୁରକୁ ଶରଣ ରଖ ନରସାଇଁ ।ଗୁଣବନ୍ତ ମନ୍ତ୍ରୀ ଏହି ବଚନ ବୋଇଲାମନ୍ତ୍ରୀର ବଚନେ କଂସ ପ୍ରବୋଧ ହୋଇଲା ।କଂସ ବୋଇଲା କେବଣ ରାଜ୍ୟ ରାଜା ଏହିକେଶୀ ବୋଲେ ବାଣାସୁର ମନ୍ତ୍ରୀ ଏ ଅଟଇ ।ବାଣାସୁର ରାଜା ଜାଣି ଦୋରେହା ହୋଇଲାତେଣୁ ସେ ତୁମ୍ଭେ ଛାମୁକୁ ଡରେ ନ ଅଇଲା ।ମନ୍ତ୍ରୀକି ବରଗିଲା ସେ ସମାଧାନ ପାଇଁଆଜ୍ଞା ଦେବା ଆମ୍ଭେ ଏବେ ଆସୁ ନରସାଇଁ ।କଂସାସୁର ବୋଲେ ଯେବେ ମନ୍ତ୍ରୀଯୋଗ୍ୟ ଥିବସେ ରାଜ୍ୟକୁ କାହିଁକି ଯେ ପ୍ରମାଦ ପଡ଼ିବ ।ମନ୍ତ୍ରୀର ବଚନେ ଆମ୍ଭେ ଛାଡ଼ିଲୁ ପ୍ରମାଦସୁଖେ ଥାଉ ବାଣାସୁର ନ ପାଉ ବିଶାଦ ।ଏତେକ ବୋଲି ଅଶ୍ୱକୁ ଦେଲାକ ମଲାଇଧାତିକାରେ କଂସ ଦେଲା ଦଣ୍ଡକୁ ଚଳାଇ ।ଜୟ ଦିନକର ଜୟ ଗଗନର ଲିଙ୍ଗଜୟ ତୁ ଦେବ ସହସ୍ର କିରଣ ତୋ ଅଙ୍ଗ ।ସପ୍ତାଂଶୁ ମୁକୁଟ ତୋର ଉଠେ ସପ୍ତଶିଖାଅନନ୍ତ ବ୍ରହ୍ମାଣ୍ଡ ମଧ୍ୟେ ପୂରିଅଛି ରେଖା ।ଅଲେଖ ଅବ୍ୟାହତ ତୁ ବ୍ରହ୍ମାଣ୍ଡର ସ୍ୱାମୀକୀଟୁଁବ୍ରହ୍ମ ପରିଯନ୍ତେ ତୁ ଅନ୍ତର୍ଯ୍ୟାମୀ ।ନବକୋଟି ପାଖୁଡ଼ାରେ ଶୋଭା ପଦ୍ମଦଣ୍ଡନିମିଷକେ ବୁଲୁ ନାଥ କୋଟିଏ ବ୍ରହ୍ମାଣ୍ଡ ।ସକଳ ଜୀବର ତୁହି ଅଟୁ ଚକ୍ଷୁଦାନୀବିହନ୍ତା ପୁରୁଷ ତୁହି କରୁ ଲାଭହାନି ।କାଳାନ୍ତକ ଯୁଗନ୍ତକ ପ୍ରଳୟ ଗୋ କର୍ମତୋର କର ନାଥ ବେଦ ମନ୍ତ୍ର ଧ୍ୟାନ ଧର୍ମ ।ଏକ ଏକ ରଥ ଚାଲି ଶେଭା ନବସୃଷ୍ଟିତୋହର ଆହ୍ଲାଦେ ଥାନ୍ତି ଜୀବ କୋଟି କୋଟି ।ସମୁଦ୍ର ମନ୍ଥନୁ ସପ୍ତ ଅଶ୍ୱ ଉପୁଜିଲେତୋର ରଥେ ଥାଇ ସପ୍ତ ବ୍ରହ୍ମାଣ୍ଡେ ଭ୍ରମିଲେ ।ଛାୟା ମାୟା କାନ୍ତ ନାଥ ତୁ ଅତି ନିର୍ମଳତୋର ବଳବନ୍ତ ତେଜ ଶଶାଙ୍କ ମଣ୍ଡଳ ।ପ୍ରଚଣ୍ଡ ଚଣ୍ଡ ତୋ ଜ୍ୟୋତି ଅତ୍ୟନ୍ତ ଚପଳକ୍ଷଣକରେ ଭ୍ରମିପାରୁ ତୁ ମେରୁ ମେଖଳ ।ସେ ସପତ ଅଶ୍ୱ ତୋର ରଥେ ଥାଉ ଯୋଚିଜନମ ମରଣ ବାଧା ନ ଜାଣନ୍ତି କିଛି ।ଜଳ ସ୍ଥଳ ଅନଳର ନାଥ ତୁ କାରେଣିନିରାଧାର ପୁରୁଷତୁ ଦେବ ଅନ୍ତର୍ଯ୍ୟାମୀ ।ବିନତାନନ୍ଦନ ବୀର ସାରଥି ତୋ ରଥେନିମିଷକେ ଭ୍ରମୁ ନାଥ ତୁ ଯେ ଶୂନ୍ୟପଥେ ।ତୁହି ଯେବେ ନାଥ ଉଦେ ନୋହିବୁ ଗଗନବ୍ରହ୍ମାର ସୃଷ୍ଟି ସରିବ ନ ପାଇ ଜୀବନ ।ତୁମ୍ଭେ ଯେବେ ଗଗନରେ ଉଦେ ନ ହୁଅନ୍ତରାତି ବିନା ଦିନ ଆଉ ହୁଅନ୍ତା କେମନ୍ତ ।ତୁ ଉଦେ ନୋହିଲେ ଦେବ ସଂସାର ଅନ୍ଧାରନିରଞ୍ଜନ ଦେବତା ତୁ ନିତ୍ୟ ନିରାକାର ।ଦେବଙ୍କ ଉପରେ ଅଟୁ ତୁହି ଦେବ ସ୍ୱାମୀତୋର ମହିମା ଅଜଣା ତୁହି ଅନ୍ତର୍ଯ୍ୟାମୀ ।ଅକାରଣ କାରଣ ତୁ ଅନାଥର ନାଥପବନହୁଁ ବ୍ୟଗ୍ର ତୋର ଏକଚକ୍ର ରଥ ।ତୋ ଅଶ୍ୱକୁ ଏକଭେଡ଼ା ଷାଠିସସ୍ର ଯୂଣପ୍ରଥମରେ ଅଷ୍ଟକୋଟି ଉଦେ ତୋ କିରଣ ।ସେ କିରଣ ଜ୍ୱାଳା ଦେବେ ନ ପାରିଲେ ସହିଚତୁର୍ଦ୍ଦଶ ବ୍ରହ୍ମାଣ୍ଡର ଲୋକେ ହେଲେ ଦହି ।ଜୀବଜନ୍ତୁମାନେ ଯେତେ ସବୁ ଗଲେ କ୍ଷୟସପତ ସମୁଦ୍ରଯାକ ହେଲା ଅଗ୍ନି ମୟ ।ବ୍ରହ୍ମା ବିଷ୍ଣୁ ଈଶ୍ୱର ଯେ କଲେ ତୋତେ ସ୍ତୁତିପ୍ରସନ୍ନ ହୋଇଲୁ ତୁହି ଧରି ଶାନ୍ତମୂର୍ତ୍ତି ।ସଂସାର ରଖିବା ପାଇଁ କଲୁ ତୁହି ଦୟାତୁହି ଯେ ଛେଦନ କଲୁ ଆପଣାର କାୟା ।କୁନ୍ଦରେ ବସି କିରଣମାନ କଟାଇଲୁସକଳ ଜୀବଜନ୍ତୁଙ୍କୁ ସ୍ୱାମୀ ତୁ ରଖିଲୁ ।ସହସ୍ରେ ହରିଣ ଷଡ଼ଭାଗ କରି ବାଣ୍ଟିଷଡ଼ଋତୁ ଆତଯାତ କରି ନବସୃଷ୍ଟି ।ବସନ୍ତ ଶରତ ଶୀତ ହିମ ଗ୍ରୀଷ୍ମ ବର୍ଷାଏ ଷଡ଼ ଋତୁରେ ସବୁ କିରଣ ତୋ ମିଶା ।ଶରତ ଋତୁରେ ଦୁଇଶତ ତୋ କିରଣହିମଋତୁରେ ଯେ ଶତେ ବାଆସ୍ତରି ଜାଣ ।ଶିଶିରେ ତୋ କିରଣ ଶତ ପଞ୍ଚବିଂଶବସନ୍ତେ କିରଣ ତୋର ବିଶାଶେ ପ୍ରକାଶ ।ଗ୍ରୀଷ୍ମେ ଦୁଇଶ ସତୁରି କିରଣ ହୁଅଇବରଷାରେ ଦୁଇଶତ ଦଶ ବିକାଶଇ ।ଏମନ୍ତେ ଏ ଷଡ଼ଋତୁ କିରଣ ବିଭାଗଦିବସେ ଭ୍ରମଣି ତୋର ମୁହୁର୍ତ୍ତେକ ରାଗ ।ଅଶେଷ ମହିମା ନାଥ କହନ୍ତେ ନ ସରେସୁଧାରସଭୋଗୀ ତୁହି ନିରନ୍ତେ ସଂସାରେ ।ଅନ୍ଧକୁଷ୍ଠ ଦରିଦ୍ର ଯେ ତୁହି ଧ୍ୱଂସିପାରୁଉତ୍ପତ୍ତି ଧାରଣ ତୁହି ବାଞ୍ଛା କଳ୍ପତରୁ ।ତିଳ ତଣ୍ଡୁଳ ଦେଇ ଯେ କରେ ତୋର ପୂଜାସପ୍ତଦ୍ୱୀପା ପୃଥିବୀରେ ହୁଅଇ ସେ ରାଜା ।ମନବାକ୍ୟେ ସ୍ମରଣ ଯେ କରେ ତୋର ନାମଧନ ପୁତ୍ର ଲଭଇ ସେ ପୁରାଉ ତା କାମ ।ସ୍ତୁତି କରୁଅଛି ଉଭାହୋଇ ତୋ ଛାମୁରେଦୟିନୀ ହେଉଛି ରଖ ଛାୟାସାଇଁ ବାରେ ।ମୋହର ନାମ ଅଚ୍ୟୁତ ମୁଁ ଅତି ପାମରକେବଳ ଭରସା କରିଅଛି ତୋ ପୟର ।କଂସର ଦକ୍ଷିଣ ଦିଗବିଜୟ ନାରକାସୁରକୁ ପରାସ୍ତଇଦଂ ପ୍ରତିବାକ୍ୟ ଶୁକ ଯତି ଯେ କହନ୍ତିଶୁଣ ତୁମ୍ଭେ ସାବଧାନେ ଅର୍ଜ୍ଜୁନର ନାତି ।ବାଣାସୁର ମନ୍ତ୍ରୀଠାରୁ ସମାଧାନ ଘେନିମନରେ ଆନନ୍ଦ ଅତି ହେଲା ଉଗ୍ରସେନି ।ଣୋଣିତପୁର ଛାଡ଼ିଣ ସଇନି ଚଳିଲେବାରୁଣା ପର୍ବତେ ଯାଇ ପ୍ରବେଶ ହୋଇଲେ ।ବାରୁଣା ପର୍ବତେ ସର୍ବେ ରହିଲେକ ଯାଇବାରୁଣା ଋଷି ଯେ ତପ କରୁଥିଲେ ତହିଁ ।ଉତ୍ତରବାହିନୀ ହୋଇ ନର୍ମଦା ବହଇଗଙ୍ଗାର ସମାନ ନଦୀ ନିର୍ମଳା ଅଟଇ ।ପବିତ୍ର ସ୍ଥାନ ଦେଖିଣ ଦିନେ ତହିଁ ରହିପ୍ରଭାତ ସମୟେ ସମଦଣ୍ଡ ପୁଣି ବାହି ।ଦକ୍ଷିଣ ମୂରତି ହୋଇ ଗଲେ ତହୁଁ ଦଣ୍ଡବୀରତୂର ଶବଦରେ କମ୍ପଇ ବ୍ରହ୍ମାଣ୍ଡ ।ବଡ଼ ସମାରୋହେ ଚଳିଯାଏ ସମଦଣ୍ଡପାଦଭାଗରେ ମେଦିନୀ ହୁଏ ଖଣ୍ଡ ଖଣ୍ଡ ।କଂସ ଦିଗବିଜେ ଶୁଣି ରାଜାଗଣମାନେଯେ ଯାହାରେ ତୋଷକଲେ ଭେଟିଦ୍ରବ ଧନେଦିବ୍ୟରତ୍ନମାନ ଦିବ୍ୟରମଣୀ ରତନହାତୀ ରଥୀ ଦେଇ ଦିବ୍ୟ ଉପହାରମାନ ।କଂସ ଦିଗବିଜେ ଶୁଣି ଯେତେ ମହାରାଜାସମସ୍ତେ ଡରେ କରିଲେ ଆସି ପାଦପୂଜା ।ଅମାନିଆ ହୁଅନ୍ତି ତ ଯେବଣ ନୃପତିତା ରାଜ୍ୟ ଉଜାଡ଼ି ଧନ ଭଣ୍ଡାର ନିଅନ୍ତି ।ନୀଳ ପରବତ ତଳେ ବେଲାଳ ନଗରୀଗୋସିଂହ ନାମେ ଦଇତ ତହିଁ ଦଣ୍ଡଧାରୀ ।କଂସର ଦିଗବିଜୟ ବାରତା ପାଇଲାଗୁପତେ ରଥ ଚଢ଼ିଣ ସୈନ୍ୟ ଦେଖିଗଲା ।ଆକାଶମାର୍ଗେ ସାରଥି ରଥ ନେଲା ବାହିକାତର ହେଲା ସେ କଂସାସୁର ସୈନ୍ୟ ଚାହିଁ ।ଅଠର ଲକ୍ଷ ରାଉତ ରଣଯୋଦ୍ଧା ବଳେଛପନକୋଟି ଯାଦବ ଏହାଙ୍କର ମୂଳେ ।ଏମାନେ ଅଟନ୍ତି ଜଣେ ଜଣେ ରଣଣଙ୍କାଦେବ ଦାନବ ମାନବେ ନାହିଁ କିଛି ଶଙ୍କା ।ଯେତେକ ରାଜା ସମସ୍ତେ କଂସ ଅଙ୍ଗବଳକଂସ ସଙ୍ଗରେ ଗୋଡ଼ାଇ ଅଛନ୍ତି ସକଳ ।ସମୁଦ୍ର ପରି ଦିଶନ୍ତି ଅସୁର ସଇନ୍ୟମୁଖରାବ ଶବଦରେ କମ୍ପେ ତ୍ରିଭୁବନ ।ନବକୋଶ ମାନି ସୈନ୍ୟ ଆସୁଛନ୍ତି ଘୋଟିମଞ୍ଚରେ ପାଦ ଆକାଶେ ଥାଇ ମଥାଗୋଟି ।ପାଦଭରେ ଦଲଦଲ ହେଉଛି ମେଦିନୀନ ସହି ବସୁନ୍ଧରାର ଫାଟଇ ମୁର୍ଦ୍ଧନି ।ଥାଟକୁ ଦେଖି ଗୋସିଂହ ତରସ୍ତ ହୋଇଲାସୈନ୍ୟଙ୍କ ବିଶ୍ୱମୁରତି ଦେଖି ଭୟ କଲା ।ସାରଥିକୁ ବୋଲେ ଦେଖ ଅଗୋଚର ଥାଟଏ ସୈନ୍ୟଙ୍କୁ ଦେଖି ମୋତେ ନ ଦିଶଇ ବାଟ ।ଧାତିକାରେ ରଥଗୋଟା ଲେଉଟାଇ ନେଲାମନ୍ତ୍ରୀଙ୍କୁ ଘେନିଣ ରାୟେ ବସି ବିଚାରିଲା ।ଅନେକ ପାଣିଦ୍ରବ୍ୟ ସେ ରଥରେ ପୂରାଇସହସ୍ରେକ ମତ୍ତହସ୍ତୀ ଅଙ୍କୁଶ ଲଗାଇ ।ଚାରି ସହସ୍ରେକ ଅଶ୍ୱ ସହସ୍ରେ ତରୁଣୀକଂସାସୁର ଛାମୁରେ ସେ ସମର୍ପିଲା ଆଣି ।ସନ୍ଧି କରିବାକୁ କଂସ ଛାମୁରେ ମିଳିଲାକୃତାଞ୍ଜଳି ହୋ ତାର ଆଗେ ଉଭାହେଲା ।ଅନେକ ପୁରଃସରି ସେ କହଇ ବଚନଛାମୁକୁ ଅଇଲି ଦିଗବିଜୟ ଶୁଣିଣ ।ଏହା କହିଣ କଂସକୁ କଲା ବହୁ ପୂଜାଆନନ୍ଦ ହୋଇ ବାହୁଡ଼େ କଂସାସୁର ରାଜା ।ଗୋସିଂହ ରାଜାର ସୈନ୍ୟ ଚଳିଲେ ତା ସଙ୍ଗେମିଳିଲେ ଯାଇ ଗାନ୍ଧାରସେନ ରାଜ୍ୟ ଲାଗେ ।ଗାନ୍ଧାରସେନ କଂସର ବାରତା ପାଇଲାଶତେଭାର ଦ୍ରବ୍ୟ ଘେନି କଂସକୁ ପୂଜିଲା ।ସନ୍ଧାନ ଘେନି ଛାମୁରେ ଯାଇ ଉଭା ହୋଇକର ଯୋଡ଼ିଣ କହଇ ହୋଇଣ ବିନୟୀ ।ଶତେକ ମତ୍ତହସ୍ତୀ ଯେ ବେନିଶତ ନାରୀଛାମୁରେ ଦେଇ କହଇ ବହୁ ପୁରଃସରି ।ତହୁଁ କଂସାସୁର ସମଦଣ୍ଡ ଚଳାଇଲାସିଂହନାଦ ପର୍ବତରେ ପ୍ରବେଶ ହୋଇଲା ।ସିଂହନାଦ ନାମେ ତହିଁ ଅଛଇ ନୃପତିକଂସକୁ ସେ ଆଣି ଦେଲା ତିନିଶତ ହସ୍ତୀ ।ତହୁଁ କଂସରାଜା ଚଳି ଯାଇ ଅତି ବେଗେସମ୍ଭ୍ରମେ ମିଳିଲା ଯାଇ ସଉରାଷ୍ଟ୍ର ଆଗେ ।ତ୍ରିଗର୍ତ୍ତେଶ୍ୱର ବୋଲି ଯେ ତହିଁର ନୃପତିସେ ନେଇ କଂସକୁ ଦେଲା ଚାରିଶତ ହସ୍ତୀସନ୍ଧାନମାନ ତ୍ରିଗର୍ତ୍ତେରଠାରୁ ଘେନିପଞ୍ଚବନ ପରବତେ ପ୍ରବେଶିଲା ପୁଣି ।ତହିଁର ନୃପ ନାରାକାସୁର ମହାରାୟଅତିବଡ଼ ରାଜା ସେହି ପୃଥିରେ ଅଜେୟ ।ଅପ୍ରମିତ ବଳ ତାର ନ ଯାଏ କଳଣାଚବିଶ କ୍ଷଉଣୀ ବଳ ଅଟେ ଅକଳଣା ।ଗର୍ନ୍ଧବ ରାକ୍ଷସ ଆଦି ତାର ଭୟ ନାହିଁବଧିଲା ଅନେକ ରାଜାଗଣ ନରସାଇଁ ।ରାଜାମାନଙ୍କ ଦୁହିତା ବଳାତ୍କାରେ ନେଲାଆପଣାର ନବରେ ସେ ସବୁ ଠୁଳ କଲା ।ଅଟନ୍ତି ରାଜାମାନଙ୍କ ଜେମା ନବଯୁବାଏକାବେଳେ ଆଉ ଆଣି ସବୁ ହେବ ବିଭା ।ସଂକଳ୍ପ କରିଛି ଏକଦିନେ କରି ସଭାଲକ୍ଷେକ ରାଣୀ ଆଣିଲେ ହୋଇବ ସେ ବିଭାତେଣୁକରି ରାଜଜେମା ସବୁଠାରୁ ଆଣିଅନ୍ତଃପୁରେ ରଖିଅଛି ଯତ୍ନେ ନୃପମଣି ।ଅତି ବଳବନ୍ତା ଅଟେ ସେ ଅସୁରରାୟଦେବ ଦାନବ ମାନବେ ନାହିଁ ତାର ଭୟ ।ସେ ରାଜା ରାଜ୍ୟେ ମିଳିଲା ଯାଇ କଂସାସୁରଅନ୍ତଃପୁରେ ସେ ନାରକା ଶୁଣି ବୀରତୂର ।ବାହାରେ ଆସି ମନ୍ତ୍ରୀକି ବୋଲେ ନୃପସାଇଁକାହିଁର ବୀରତୂର ତୁ ପଚାର ହୋ ଯାଇ ।ଏଡ଼େ ଭରସା ରସାରେ କାହାର ହୋଇଲାମୋହର ରାଜ୍ୟେ କେ ବୀରତୂର ବଜାଇଲା ।ମନ୍ତ୍ରୀ ବୋଇଲା ଭୋ ଦେବ ଅପୂର୍ବ କଥାଏଯେବଣ ଦେଶର ସେହି ଅଟେ ମହାରାୟେ ।ସାବଧାନେ ଶୁଣ ଦେବ ବୁଝିଅଛି ଯାହାଉଗ୍ରସେନ ରାଜା ପୁତ୍ର କଂସ ନରନାହା ।ମହାବଳୀ ଅଷ୍ଟମଲ୍ଲ ଅଛନ୍ତି ତା ସଙ୍ଗେଜଣକେ ଜିଣିପାରନ୍ତି ପୃଥ୍ୱୀ ରଣରଙ୍ଗେ ।ଛପନକୋଟି ଯାଦବ ସର୍ବେ ରଣରଙ୍କାମହାଘୋର ସଂଗ୍ରାମକୁ ନ କରନ୍ତି ଶଙ୍କା ।ଦାସଦମନ ଯେ ବାଣ ଜରା ନୃପମଣିବଜ୍ରନାଭ ଆଦି କେହି ନ ପାରିଲେ ଜିଣି ।ସମସରି ରାଜାମାନେ ରଣେ ଗଲେ ହାରିସହସ୍ର ରାଜା ଅଛନ୍ତି ତାର ସେବାକରି ।ପ୍ରତାପୀ ମହାରାଜା ସେ ଅତି ବଳବନ୍ତାଏ ତିନିପୁରେ ତାହାକୁ ନାହିଁ ନା ଜିଣନ୍ତା ।ଯଦ୍ୟପି ଆପେ ଆସିବେ ଦେବ ତ୍ରିପୁରାରିକଂସ ସଙ୍ଗେ ସଂଗ୍ରାମରେ ନିଶ୍ଚେଁ ଯିବେ ହାରିମନ୍ତ୍ରୀର ବଚନ ଶୁଣି ନାରକା ବୋଇଲାଏ କଥାରେ ମୋତେ ମନ୍ତ୍ରୀ ସନ୍ଦେହ ଲାଗିଲା ।କଂସାସୁରରାୟେ ବୋଲି କହିଲ ମୋ ଆଗେଏଡେ଼ ବଳବୀର୍ଯ୍ୟ ତାର ହେଲା କେଉଁ ବାଗେକେବଣ ଦେବତା ତାକୁ ହୋଇଅଛି ସାହାମାନବେ କେ ଏଡ଼େ ଯୋଦ୍ଧା ଶୁଣିନାହିଁ ଏହା ।ମୋହଭଳି ଲୋକ ସଙ୍ଗେ ଯୁଝି ଆସିଅଛିନିଶ୍ଚୟ ଜାଣିଲି ସେହୁ ନ ଜାଣଇ କିଛି ।ଯମଭୁବନ ପ୍ରାର୍ଥନା କରୁଅଛି ଆସିଆପଣା ଗଳେ ଲଗାଉଅଛି କାଳଫାଶି ।ଦେହ ବହୀ ଜୀବନକୁ ଛାଡ଼େ କିପାଁ ଆଶନିଶ୍ଚୟ ଜାଣ ସେ ମୂଢ଼ ଏଥେ ଯିବ ନାଶ ।କୋଟିଇନ୍ଦ୍ର ସମ ହେଲେ ଜିଣିବି ମୁଁ ଧରିମାନବ ମାତ୍ର ସିନା ସେ କାହୁଁ ମୋତେ ସରି ।ଆଚମ୍ବିତ ହୋଇ ରାଜା କୋପେ ପ୍ରଜ୍ଜ୍ୱଳିଲାମନ୍ତ୍ରୀର ବଚନ ଶୁଣି ଆସନୁ ଉଠିଲା ।ଏକ୍ଷଣି ତାକୁ ଜୀବନ୍ତା ଆଣିବଇଁ ଧରିଯାଦବବଳ ସହିତେ ଅଷ୍ଟମଲ୍ଲ ମାରି ।ମହାରାଜା ଆଜ୍ଞା ଦେଲା ସୈନ୍ୟ ବେଗେ ସାଜଶୁଣି ମାହୁନ୍ତେ ସାଜିଲେ ଅସଂଖ୍ୟ ଯେ ଗଜ ।ସତୁରି ସସ୍ର ତୁରଗ ଆଣିଲେକ ବାଛିଆଠଲକ୍ଷ ମାହୁନ୍ତଙ୍କ କରେ କୁନ୍ତ ଅଛି ।ନବଲକ୍ଷ ରଥ ମଣ୍ଡିଅଛି ଅତି ରାଗେ ।ସମଦଣ୍ଡ ସଜ କରି ଚଳିଗଲେ ବେଗେ ।ଆପେ ଯାଏ ମହାରାଜା ଦିବ୍ୟବେଶ ହୋଇସମରେ ସେ ବିଜେକଲା ରଥେକ ଆରୋହି ।ବେନିକୋଟି ରଥ ସାଜେ ତିନିକୋଟି ଗଜଅସଂଖ୍ୟ ପଦାତି ରଣେ ହୋଇଲେକ ସଜ ।ଶବଦରେ କମ୍ପୁଅଛି ବ୍ରହ୍ମାଣ୍ଡ ସପତଆକାଶେ ଅଦୃଶ୍ୟ ହେଲେ ଛାୟାଦେବୀ କାନ୍ତହାତୀ ରଥୀ ପଦାତିକ ବୀର ରଣଯୋଧୀସାଜିଲେ ସଂଗ୍ରାମେ ସମଦଣ୍ଡର ଯେ ବିଧି ।ପୁତ୍ର ଭଗଦତ୍ତ ଆମେ ହସ୍ତୀଏ ଆରୋହିଆଗୁଆଣି ଦଣ୍ଡେ ସେହି ଗଲାକ ଚଳାଇ ।ଆଲମ୍ବ ଲକ୍ଷେକ ମେଘ ଡମ୍ବରୁ ଯେ ଛତାଉଦଣ୍ଡ ଲକ୍ଷେ ଉଡ଼ାଇ ଯାଏ ବଳବନ୍ତା ।ନାରକାସୁର ଅନେକ ସମାରୋହେ ଗଲାନଗର ବାହାରେ ଥାଟ ପଟୁଆର କଲା ।ବିଜିଘୋଷ ବୀରତୂର ବାଜେ ଗରୁ ଟାଣଶଙ୍ଖ ମହୁରୀ ଘୁମୁରା ବାଜେ ଅପ୍ରମାଣ ।କଂସାସୁର ଆଗେ ଯାଇ ଡଗର କହିଲାସମଦଣ୍ଡ ଘେନି ବୀର ନାରକା ଅଇଲା ।ବଳ ଅପ୍ରମିତ ତାର ଚତୁରଙ୍ଗ ସୈନ୍ୟଯାହାର ବାହାନ୍ତେ କମ୍ପେ ଏ ତିନି ଭୁବନ ।ଭଗଦତ୍ତ ବୋଲି ପୁତ୍ର ଅଟେ ରଣରଙ୍କାଆଗୁଆଣି ଦଣ୍ଡେ ଅଛି ନାହିଁ ତାର ଶଙ୍କା ।ଆମ୍ଭଙ୍କୁ ଦେଖିଣ ବେଗେ ଧାଇଁଲା ସେ ରାଗେବେନିଥାଟ ଅହୋମୁଖେ ଗୁରୁକ୍ରୁଦ୍ଧ ଲାଗେ ।ଡଗରମୁଖୁ ଏସନ ବାରତା ପାଇଲାଅଷ୍ଟମଲ୍ଲଙ୍କୁ ପାଶକୁ ଡକାଇ କହିଲା ।ଶୁଣ କେଶୀ ବୀର ଚାର କହେ ଯାହାଯାହାସାବଧାନ ହୋଇ ତୁମ୍ଭେ ଶୁଣିଛ କି ତାହା ।ନାରକାସୁର ଯେ ଆଜ କରିବ ଆରେଣିକାହା ବିଚାରକୁ କିସ ଆସେ ବୀରମଣି ।ବଳବନ୍ତ ଯୋଦ୍ଧା ଅଟେ ସେ ଅସୁର ରାୟଦିଗପାଳମାନେ ତାକୁ କରନ୍ତି ଯେ ଭୟ ।ଯୁକତେ ପୃଥିବୀ ଦେବୀ ଜାତ କଲା ତାକୁମଞ୍ଚରେ ସମାନ ଯୋଦ୍ଧା ଅଛି କେ ଏହାକୁ ।ରାଜା ଯେ କହିଲା ତାଙ୍କୁ ଏସନକ ବାଣୀଦର୍ହସିତ ହେଲେ ଅଷ୍ଟମଲ୍ଲେ ତାହା ଶୁଣି ।କେଶୀ ବୋଲଇ ଆମ୍ଭର ଅଛି କିଏ ଭାଗ୍ୟକଥାଏ ମାଗିବୁ ଯେବେ ନ କରିବ ରାଗ ।ସବୁ ରାଜାଙ୍କ ସଙ୍ଗତେ ଆପେ ଆପେ ଯୁଝିଆଜର ସଂଗ୍ରାମେ ଆମ୍ଭେ ବଳବୀର୍ଯ୍ୟ ବୁଝି ।ଏ କଥାରେ ସନମତ କଲେ ବୀରମଣିଆମ୍ଭ ସଂଗ୍ରାମେ ତାହାକୁ ଧରିନେବୁ ଆଣି ।ଆଜର ସଂଗ୍ରାମେ ତୁମ୍ଭେ ଶସ୍ତ୍ର ନ ଧରିବଆମ୍ଭେ ନ ପାରିଲେ ପଛେ ତୁମ୍ଭେ ଆବୋରିବକଂସ ବୋଇଲା ହୋ ଆମ୍ଭେ ସନମତ କଲୁନାରକାସୁର ସମର ଗୋଟା ସମର୍ପିଲୁ ।ନାରକା ସଂଗ୍ରାମେ ତୁମ୍ଭେ ସମସ୍ତେ ହୋ ରହନ ପାରିଲେ ଆସି ପଛେ ମୋ ଆଗରେ କହ ।ଯାଦବଙ୍କୁ ରାଇ ଆଜ୍ଞା ଦେଲା କଂସଦେବସୈନ୍ୟ ଘେନି ତୁମ୍ଭେ ଅଷ୍ଟମଲ୍ଲ ସଙ୍ଗେ ଥିବ ।କଂସ ମୁଖରୁ ଏସନ ଦୃଢ଼ବାକ୍ୟ ଶୁଣିମହା ମହା ବୀରମାନେ ଉଠିଲେ ତକ୍ଷଣି ।ରେରେକାର କରି ଥାଟ ପଡ଼ିଲେକ ମାଡ଼ିହୁକାର ଧ୍ୱନି କରିଣ ଛାଡ଼ି ସିଂହରଡ଼ି ।ଏକକୁ ଆରେକ ତହିଁ ଉପ୍ରୋଧ ଛାଡ଼ିଲେଗଦା ମୃଦୁଗର ଛେଲ କୁନ୍ତ ପହୁଡ଼ିଲେ ।ମାରନ୍ତି ଅଧରେ ଦନ୍ତ ଚାପି ବଜ୍ରମୁଷ୍ଟିଏକ ଉପରେ ଆରେକ ପହୁଡ଼ିଲେ ଯଷ୍ଟି ।ରଥ ଗଜ ଅଶ୍ୱ ଚଢ଼ି ହେଲେ ଆଗୁଁ ସରିକୋଟି କୋଟି ନାରାଚ ସେ ରୋଷଭରେ ମାରିରକତରେ କରମଦ ହେଲା ମହୀସ୍ଥଳୀମେଦ ମାଂସକୁ ଭୁଞ୍ଜନ୍ତି ଦେବୀମାନେ ମିଳି ।କିଳିକିଳା ନାଦ କରି ଧାମନ୍ତି ସେ ରଙ୍ଗେରକତ ବିଲୋପନ ସେ ଭଇରବୀ ଅଙ୍ଗେ ।ଶୂଳ ପାଶ ଅଙ୍କୁଶ ଯେ କରେଣ ତ୍ରିଦଣ୍ଡୀରଣ ରଙ୍ଗେ ବିହରନ୍ତି ପିଶାଚୁଣୀ ଚଣ୍ଡୀ ।ଗଡ଼ନ୍ତି ପଡ଼ନ୍ତି ବୀରେକରି ରଣରଙ୍ଗଖଣ୍ଡା ଶାବଳ ଯେ କୁନ୍ତ ଲାଗିଅଛି ଅଙ୍ଗ ।ଆପାର ଘୋର ସଂଗ୍ରାମ କଲାକ ନାରକାଦେଖିଣ ଯାଦବ ବଳ ହୋଇଲେ ତାଟକା ।ରଣଭଙ୍ଗ ହୋଇ ବୀରେ ପଳାଇଲେ ଡରେପଳାନ୍ତେ ନାରାଚମାନ ପଡ଼ଇ ପିଠିରେ ।ମହାଘୋର ସଂଗ୍ରାମ ଯେ ହେଲା ଅନ୍ୟୋଅନିପର କେ ଆପଣା ବୋଲି ନ ପାରିଲେ ଚିହ୍ନି ।ଏକର ହସ୍ତରୁ ନିଏ ଆରେକ ଉଛୁଡ଼ିତରସ୍ତେ ଯାଦବବଳ ଘୋର ରଣ ଛାଡ଼ି ।ଧାଇଁଗଲେ ଅଷ୍ଟମଲ୍ଲେ ହୋଇ ଆଗବଢ଼ିନାରକାସୁରର ଚାରିପାଖ ଘେରି ବଢ଼ି ।ଅଖ ଚକ ଫଳି ଝରାଡ଼ିହମାନ ମାରିକଚାଡ଼ନ୍ତି ବଳେ କାର ବେନିପାଦ ଧରି ।ହାତୀ ରଥୀ ପଦାତିକ ଅଶ୍ୱଙ୍କ ଉପରେପର୍ବତ ପରାୟେ ମାଡ଼ି ପଡ଼ନ୍ତି ସତ୍ୱରେ ।କାହାର ବେକରେ ନେଇ ପ୍ରହାରନ୍ତି ଖଣ୍ଡାହସ୍ତୀଙ୍କ ମସ୍ତକପରେ କଚାଡ଼ନ୍ତି ଦଣ୍ଡା ।ଅଖ ଚକ ସହିତରେ ରଥ ଭାଙ୍ଗିପଡ଼ିଶବଦ ଶୁଭଇ ଯେହ୍ନେ ମେଘ ଘଡ଼ଘଡ଼ି ।ଉଠି ପଡ଼ଇ ବେଗେ ଉପରକୁ ଡେଇଁକାହାକୁ ଧରିଣ କାହା ଉପରେ ଛେଚଇ ।ମାଡ଼ିଯାନ୍ତେ ଶତ୍ରୁଙ୍କର ଅଙ୍ଗ ହୁଏ ଧୂଳିଏମନ୍ତେ ଶକଟାସୁର କଲା ରଣକେଳି ।ଶଗଡ଼ର ନିକଟରେ ଷଣ୍ଢାସୁର ଥିଲାଖାରି ମାରି କୋପଭର ହୋଇ ସେ ଧାଇଲା ।କାହାକୁ ପାଦରେ ମର୍ଦ୍ଦିଧାମେ ପରଚଣ୍ଡଶିଙ୍ଗ ମାରି କାହା ଦେହ କଲା ଖଣ୍ଡ ଖଣ୍ଡ ।କାହାକୁ ଲାଙ୍ଗୁଡ଼େ ଛନ୍ଦି କଚାଡ଼ିଲା ଆଣିଖୂରିଘାତେ କାହା ମୁଣ୍ଡ ପକାଇଲା ହାଣି ।ରଥକୁ ରଥୀକି ଧରି କଚାଡ଼ିଲା ରାଗେଆଣ୍ଠୁଭରା ଦେଇ କେହୁ ପଳାବନ୍ତି ବେଗେ ।ମାଡ଼ିପଡ଼ି ଚୂର୍ଣ୍ଣକଲା କେତେ ଯୋଦ୍ଧାପିଣ୍ଡକାହାକୁ ଫିଙ୍ଗିଲା ଦୂରେ ପ୍ରହାରିଣ ତୁଣ୍ଡ ।କାମରୂପୀ ଷଣ୍ଢାସୁର କରେ ରଣରଙ୍ଗମନ୍ଦର ପର୍ବତ ପ୍ରାୟ ଦିଶଇ ତା ଅଙ୍ଗ ।ଶରଦ କାଳରେ ଯେହ୍ନେ ଦିଶେ ମେଘମାଳଦେଖୁ ଦେଖୁ ତେମନ୍ତେ ସେ ଦିଶିଲା କରାଳ ।ସୈନ୍ୟର ଉପରେ ଷଣ୍ଢା ଆକ୍ରୋଶି ଉଡ଼ଇହାତୀ ରଥୀ ଘୋଡ଼ା ମଲେ କୁଢ଼ କୁଢ଼ ହୋଇ ।ଏମନ୍ତ ସମୟେ ବକା ଧେନୁକା ଏ ବେନିଶତ୍ରୁ ସୈନ୍ୟ ସଂହାରିଲେ କରେ ଶସ୍ତ୍ର ଘେନି ।ଭୟଙ୍କର ରୂପେ ଦୁହେଁ ବଢ଼ାଇଲେ ଓଜତା ଦେଖି ଧାଇଁଲେ କୋପେ କୁବଳୟା ଗଜ ।ରୋଷଭରେ ଗରଜନ କରି ସେ ଧାମନ୍ତେପୃଥ୍ୱୀ ତୁଲେ ବନଗିରି କମ୍ପିଲା ତରସ୍ତେ ।ଥୋର ହସ୍ତେ ଦରାଣ୍ଡିଣ ଧରି ଅତି ବେଗେରଥର ଉପରେ ରଥ କଚାଡ଼ିଲା ରାଗେ ।ନିର୍ଘାତ ପଡ଼ିଲା ପ୍ରାୟ କଲା ଘୋରନାଦପୃଥ୍ୱୀ ଫାଟିଗଲା ପ୍ରାୟ ଶୁଭଇ ଶବଦ ।ଉଡ଼ନ୍ତା ପର୍ବତ ଯେହ୍ନେ ଆସୁଥାଇ ଘୋଟିଚାରିପାଦେ ସୈନ୍ୟ ତେହ୍ନେ ମାରଇ ଚହଟି ।କାହାକୁ ଲାଞ୍ଜରେ ବାନ୍ଧି ମାରଇ କଚାଡ଼ିନିଃଶ୍ୱାସ ପବନଘାତେ କେତେ ଯାନ୍ତି ଉଡ଼ି ।କୁରାଳଚକ୍ର ପରାୟେ ଧାମେ ଚଉକତିନିଧୂମ ଅନଳ ଜିଣି ବିରାଜଇ ଜ୍ୟୋତି ।ଅନେକ ସମର କୋପେ କରେ କୁବଳୟାଯୁକତେ ସେ ଗଜମୂର୍ଖ ଜୀବେ ନାହିଁ ଦୟା ।କୁବଳୟା ରଣ ଦେଖି ଧାଇଁଲା ଯାମଳାଆକାଶରୁ ଖସିଲା କି ପରବତ ମାଳା ।ଭୟଙ୍କର ବୃକ୍ଷ ବେନି ଗଗନରୁ ପଡ଼ିଅନ୍ତରାଳ କରି ସୈନ୍ୟ ମାରନ୍ତି କଚାଡ଼ି ।ଯେବଣ ଠାବରେ ମାଡ଼ିପଡ଼େ ବୃକ୍ଷମୂଳରଥ ଅଶ୍ୱ ହାତୀ ନାଶ କରନ୍ତି ସକଳ ।ଯାମଳା ଅର୍ଜ୍ଜୁନ ବୃକ୍ଷ ସୈନ୍ୟଯାକ ଘୋଟିକ୍ଷଣକେ ପଡ଼ଇ ତଳେ ପୁଣି ଯାଏ ଉଠି ।ଅରିଷ୍ଟି ପୂତନା କେଶୀ ପଛେ ଥିଲେ ରହିଘୋଟିଲେ ଗର୍ଜ୍ଜନ କରି ଏକାମୁଖ ହୋଇ ।ଭୟଙ୍କର ତିନିମୂର୍ତ୍ତି ଧରି ରଣମଧ୍ୟେଯେ ଆଗେ ପଡ଼ଇ ତାକୁ ପ୍ରହାରନ୍ତି କ୍ରୋଧେ ।କାହାକୁ ପାଦରେ ମର୍ଦ୍ଦିଫିଙ୍ଗି ଦ୍ୟନ୍ତି ଦୂରେପିଟନ୍ତି ଏକକୁ ଧରି ଆରେକ ଉପରେ ।ମତ୍ତହସ୍ତୀ ମସ୍ତକରେ ବସନ୍ତି କେ ଡେଇଁମୁଣ୍ଡ ମୋଡ଼ି ମାହୁନ୍ତକୁ ଦ୍ୟନ୍ତି ଫୋପଡ଼ାଇ ।ମହାବୀର ଅଷ୍ଟମଲ୍ଲେ ସଂଗ୍ରାମେ ଶକତାସ୍ୱର୍ଗ ମର୍ତ୍ତ୍ୟ ପାତାଳରେ କେ ନାହିଁ ଜିଣନ୍ତା ।ପାଦଘାତେ ଥରହର କମ୍ପେ ବସୁମତୀନାମ ଶୁଣି ଭୟକରେ ସ୍ୱର୍ଗେ ସୁରପତି ।ପରିଘାଇ ସମର ସେ କରେ ଅଙ୍ଗଛଳେମର୍ଦ୍ଦିଲେ ନାରକାସୁର ସୈନ୍ୟ ଅନ୍ତରାଳେ ।ରଥୀ ମହରଥୀ ସେନା ପଡ଼ିଲେକ ଲୋଟିଚରଣ ଭାଙ୍ଗିଲା କାର ପିଠି ଗଲା ଫାଟି ।ଛିଡ଼ିଲା କାହାର ମୁଣ୍ଡ ଭାଙ୍ଗିଲା କା ଅଙ୍ଗଶସ୍ତ୍ର ଆଘାତରେ କାର ଜାନୁ ହେଲା ଭଙ୍ଗ ।ଅଧାପ୍ରାଣ ହୋଇ କେତେ ଲୋଟିଲେ ଧରଣୀକାଠଖଣ୍ଡା ଶାବେଳିରେ କେ ହୋଇଲେ ହାଣିପଡ଼ିଲେ ଅନେକ ରଥୀ ହାତୀ ଯୋଦ୍ଧା ଘୋଡ଼ାବେନିତାଳ ଉଚ୍ଚମାନେ ପୂର୍ଣ୍ଣ ହେଲା ମଡ଼ା ।ଶୁଷ୍କ କାଷ୍ଠପ୍ରାୟେ ମଡ଼ାମାନଙ୍କୁ ଭସାଇବହିଲା ରକତନଦୀ ଖରତର ହୋଇ ।ବାୟସ ଜମ୍ବୁକ ଗୃଦ୍ର ମିଳି ରଣସ୍ଥାନେମାଂସ ଖାଇ ରକ୍ତପାନ କଲେ ତୋଷମନେ ।ପଡ଼ିଲେ ନାରକାସୁର ସୈନ୍ୟ ଅପ୍ରମିତରଣ ଛାଡ଼ି ପଳାଇଲେ କେ ହୋଇ ତରସ୍ତ ।କରପତ୍ର ଯୋଡ଼ି କେତେ ପଶିଲେ ଶରଣକେ ମୁଖେ ଅଙ୍ଗୁଳି ଭରେ ଦନ୍ତରେ ତିରଣ ।ତ୍ରାହି କର ବୋଲି କେତେ ପଡ଼ିଲେକ ପାଏମଡ଼ାଙ୍କ ଭିତରେ ପଶି କେ ଲୁଚଇ ଭୟେ ।କେଶବାସ ଅସମ୍ଭାଳେ ଶସ୍ତ୍ରମାନ ଛାଡ଼ିପଳାଇଲେ କେତେ ସେନା ବିକଳେ ଦଉଡ଼ି ।ଏମନ୍ତେ ନାରକାସୁର ସୈନ୍ୟ ଭାଜିଯାନ୍ତେଗୋଡ଼ାଇଲେ ଅଷ୍ଟମଲ୍ଲ ତାଙ୍କର ପାଶ୍ଚାତେ ।ତାହା ଦେଖି କଂସାସୁର କରତାଳି ଦେଇହସିଲା ଆନନ୍ଦ ମନେ ଖଣ୍ଡଦୂରେ ଥାଇ ।ବିଚାରି ବୋଇଲେ ମୋର ଅଷ୍ଟମଲ୍ଲେ ଧନ୍ୟକ୍ଷଣକରେ ଭଗ୍ନ କଲେ ଏଡ଼େ ବଡ଼ ସୈନ୍ୟ ।ଯେବଣ ନାରକାସୁର ଇନ୍ଦ୍ରକୁ ନ ଡରେତା ସୈନ୍ୟକୁ ଜୟ କଲେ କିଞ୍ଚିତ ସମରେ ।ଆକାଶ ମାର୍ଗରେ ଥାଇ ଦେଖନ୍ତି ବିବୁଧଅଷ୍ଟଭଲ୍ଲେ କରୁଛନ୍ତି ଭୟଙ୍କର ଯୁଦ୍ଧ ।ଭାଜିଲେ ନାରକାସୁର ସେନା ରଣ ଛାଡ଼ିଗୋଡ଼ାଇଲେ ଅଷ୍ଟମଲ୍ଲେ ପଛେ ପଛେ ବେଢ଼ିତା ଦେଖି ନାରକାସୁର ସୁତ ଭଗବତ୍ତଗରଜନ କରି କୋପେ ଧାଇଁଲା ତ୍ୱରିତ ।ଅୟୁତେ ମର୍ବୁଦ ଗଜ ସଙ୍ଗରେ ଚଳଇରହ ରହ ବୋଲି ଡାକେ ଅଧର କିମ୍ପାଇ ।ବିନ୍ଧ୍ୟ ପର୍ବତର ଚଉପାଶେ ଗିରିମାଳବେଢ଼ି ଦିଶୁଥାନ୍ତି ଯେହ୍ନେ ଅତ୍ୟନ୍ତ ଗହଳ ।ତେସନକ ଶୋଭାପାଏ ଭଗଦତ୍ତ ବୀରଚଉପାଶେ ବେଢ଼ିଛନ୍ତି ଅସଂଖ୍ୟ କୁଞ୍ଜର ।ଅଷ୍ଟମଲ୍ଲମାନଙ୍କୁ ସେ ଦେଖି ବିଚାରଇଏସନକ ଜନ୍ତୁମାନେ ଜନ୍ମ ହେଲେ କାହିଁ ।ଧେନୁ ହସ୍ତା ଯୁବତୀ ଯେ ଷଣ୍ଢାବୃଷ ମୋଡ଼ାମାନବ ଶରୀର ପୁଣି ମୁଖ ଅଟେ ଘୋଡ଼ା ।ଏମାନେ ତ ମହାଯୋଦ୍ଧା ଏକୁ ଏକ ଟାଣଶୁଣିବାକୁ ଅସମ୍ଭବ ରୂପ ବିଡ଼ମ୍ବନ ।କେମନ୍ତ ପ୍ରକାରେ କାହୁଁ ହୋଇଛନ୍ତି ଜାତଦେଖିଲା ଶୁଣିଲା ନାହିଁ ଏସନ ସଂଜାତ ।ଏତେ ଚିନ୍ତି ଭଗଦତ୍ତ ଚଳାଇଣ ହସ୍ତୀଗରଜି ଧାଇଁଲା ଅଷ୍ଟମଲ୍ଲଙ୍କର କତି ।ଶକଟା ଷଣ୍ଢା ଏ ଦୁହେଁ ଆଗେ ଥିଲେ ରହିହସ୍ତୀ ଦଣ୍ଡ ଦେଖି ଗଲେ ସିଂହପ୍ରାୟ ଧାଇଁ ।ଗରଜନେ ପୂରାଇଲେ ଆକାଶମଣ୍ଡଳଦୁରୁ ଡେଇଁ ବିଦାରନ୍ତି ହସ୍ତୀ ଗଣ୍ଡସ୍ଥଳ ।ଏକକୁ ଆରେକ ପରେ ଟେକି କଚାଡ଼ନ୍ତିକେବଣ ହସ୍ତୀର ଦନ୍ତ ଭିଡ଼ି ଉପାଡ଼ନ୍ତି ।ବ୍ରଜ ସମ ମୁଷ୍ଟି ମାରି କେତେ ହସ୍ତୀଙ୍କରହାତ ଗୋଡ଼ ସହିତରେ ଭାଙ୍ଗି କଲେ ଚୂର ।କେତେମାରି କେତେ ଦୂରେ ଫୋପଡ଼ାଇ ଦେଲେଲାଞ୍ଜ ଧରି କେତେ ଗଜ ପିଟି ବଧ କଲେ ।ଏହିରୂପେ ଅଷ୍ଟମଲ୍ଲେ କରି ମହାରଣଭଗଦତ୍ତ ହସ୍ତୀସେନା କଲେ ରଣଭଣ ।ତାହା ଦେଖି ଭଗଦତ୍ତ କରେ ଧନୁ ଧରିକୋପେ ଶର ବୃଷ୍ଟି କଲା ଦ୍ରୋଣମେଘ ପରି ।ଶୂଳ ଶକ୍ତି ପରଶ୍ୱଧ ପରିଘ ମୂଷଳପ୍ରହାରିଣ ଆଚ୍ଛାଦିଲା ଗଗନମଣ୍ଡଳ ।ଅଷ୍ଟମଲ୍ଲ ଅଙ୍ଗରେ ସେ ଶସ୍ତ୍ରମାନ ବାଜିଭେଦି ନ ପାରିଣ ତଳେ ପଡ଼ିଗଲେ ଭାଜି ।ଯୁକତରେ ବଳବନ୍ତ ଅଟନ୍ତି ସେ ମଲ୍ଲେଆଠଗୋଟା ଗିରି ପ୍ରାୟ କାୟା ବଢ଼ାଇଲେ ।ହସ୍ତୀସେନା ଉପରକୁ ଆସିଲେ ଗରଜିପର୍ବତ ଉପରେ ମେଘ ପଡ଼ିଲା କି ଭାଜି ।ଦରାଣ୍ଡି ମାରନ୍ତେ ଅଷ୍ଟମଲ୍ଲେ ମହାରୋଷେକେତେ ଗଜ ମଲେ କେତେ ପଳାଇଲେ ତ୍ରାସେ ।ସୈନ୍ୟର ଭାଙ୍ଗୁଡ଼ି ଦେଖି ଭୟେ ଭଗଦତ୍ତପିତାର ଛାମୁରେ ଯାଇ ମିଳିଲେ ତ୍ୱରିତ ।ନିଜ ସୈନ୍ୟ ହତ ହେବା ଦେଖି ନୟନରେକମ୍ପଇ ନାରକାସୁର ଅତି କୋପଭରେ ।ସାରଥିର ମୁଖ ଚାହିଁ ବୋଲେ ରଥ ବାହାଭାଜିଲେ ସଇନ ମୋର ନ ପାଇଣ ସାହା ।ଏହିକ୍ଷଣି ଶତ୍ରୁବଳ ପକାଇବି ମନ୍ଥିପ୍ରାଣ ଘେନି ମୋ ଆଗରୁ ନ ଯିବେ ବରତି ।ଏତେ ବୋଲି କରେ ଧରି ମହତ କୋଦଣ୍ଡବିନ୍ଧିଲା ସେ ଏକାବେଳେ ତିନିସସ୍ର କାଣ୍ଡ ।ପୁଣି ସହସ୍ରେକ ବାଣ ବିନ୍ଧିଲାକ ରୋଷେପକ୍ଷୀପରି ଶରମାନେ ଗମିଲେ ଆକାଶେ ।ପଞ୍ଚାଶ ସହସ୍ର ବାଣ ବିନ୍ଧିଲା ସେ ପୁଣିବାହାନାଦ କରି ଗୁଣ ଝିଙ୍କି ବୀରମଣି ।ନିମିଷମାତ୍ରକେ ଶର ବିନ୍ଧେ କୋଟି କୋଟିପୂରିଲେ ସେ ବାଣମାନ ଦଶଦିଗ ଘୋଟି ।ନ ପଡ଼ିଲା ଦିନକର ତେଜ ମହୀତଳେଅନ୍ଧାର ଘୋଟିଲା ଭୟେ କମ୍ପିଲେ ସକଳେ ।ନୀଳମେଘେ ଚହଟଇ ଯେସନେ ବିଜୁଳିଆକାଶମଣ୍ଡଳେ ତେହ୍ନେ ଦିଶେ ବାଣ ଝଳି ।କୋଟି ବଜ୍ର ସମ ଧ୍ୱନି ଶୁଭେ ପରଚଣ୍ଡବ୍ରହ୍ମାଣ୍ଡ ପୂରିଲା ଏକା ନାରକାର କାଣ୍ଡ ।ନାରାଚ ଆସନ୍ତେ ଦୂରୁ ଦେଖି ଅଷ୍ଟମଲ୍ଲେନିର୍ଭୟରେ ଯେ ଯାହାର ଅଙ୍ଗ ପାତିଦେଲେ ।ନ ଭେଦିଲା ତାଙ୍କ ଦେହେ ବାଣଗଣ ପଡ଼ିନିଃଶ୍ୱାସଘାତରେ ଥୋକେ ପଳାଇଲେ ଉଡ଼ି ।ନାରକା ବିନ୍ଧିଲା ପୁଣି ବଜ୍ରବାଣ ଶତେନାରାଚ ଆସନ୍ତେ କେଶୀ ଧରେ ବାମହସ୍ତେ ।କତୁରି ନାରାଚ ପୁଣି ମାଇଲା ପ୍ରଚଣ୍ଡଦେଖିଲା ମାତ୍ରକେ କେଶୀ ପାତିଦେଲା ମୁଣ୍ଡ ।କେଶୀ ମୁଣ୍ଡେ ପଡ଼ି ବାଣ ଶତେ ଖଣ୍ଡ ହେଲାତାହା ଦେଖି ଷଣ୍ଢାସୁର କୁହାଟି ହସିଲା ।ଆବର ଶତେକ ବାଣ ବିନ୍ଧିଲା ନାରକାକେଶୀ ତାହା ଗିଳିଦେଲା ନ କରିଣ ଶଙ୍କା ।ବାୟବ୍ୟାସ୍ତ ପବନାସ୍ତ୍ର ମେଘାଶର ଯେତେନାରକା ବିନ୍ଧଇ କେଶୀ ନିବାରେ କିଞ୍ଚିତେ ।ବେଳୁବେଳ ଦୈତରାଜା କୋପଭର ହୋଇଅନେକ ପ୍ରକାର ବାଣ ବିନ୍ଧିଲା ତୁହାଇ ।କୌଣସି ପ୍ରକାରେ କେଶୀଅଙ୍ଗେ ନ ଭେଦିଲାତା ଦେଖି ନାରକାସୁର ବିଷାଦ ଲଭିଲା ।ଧନୁ ଅସ୍ତ୍ର ଛାଡ଼ି ବୀର ରଥର ଉପରେନିଃଶ୍ୱାସ ଫାନ୍ଦିଣ ଫୁଟି ରହିଲା ନିର୍ଭରେ ।କେଶୀ ସିଂହନାଦ କରି ବୋଲେ ତାକୁ ଚାହିଁବୀର ବୋଲି ଅହଙ୍କାରେ ଆସିଥିଲୁ ଧାଇଁ ।ସମସ୍ତେ ବୋଲନ୍ତି ତୋତେ ମହାବଳୀୟାରଆପେ ବାଣ ବିନ୍ଧୁ ବିନ୍ଧୁ ହୋଇଲୁ କାତର ।ତୁ ପରା ଈଶ୍ୱରପାଦେ କରିଥିଲୁ ସେବାତୋଷେ ବର ଦେଇଥିଲେ ତୋତେ ମହାଦେବା ।ସାମାନ୍ୟ ସମର ପାଇଁ ନାହିଁ ତୋର ବଳଆମ୍ଭ ଯୁଦ୍ଧ ଦେଖିକରି ଏ ଘାନ୍ତି ସମ୍ଭାଳ ।ତୋ ଦେହ ସମ୍ଭାଳି ଏବେ ରଖ ତୁ ଯତ୍ନରେନୋହିଲେ ଏକ୍ଷଣି ଯିବୁ ସଂଯମନୀପୁରେ ।ଏତେ ବୋଲି ତା ରଥରେ ଉଠି ବୀର କେଶୀବାମକରେ କେଶପାଶ ଧଇଲା ଆକ୍ରୋଶି ।ସକଳ ସଇନମାନେ ଦେଖନ୍ତି ପ୍ରତ୍ୟକ୍ଷେକଂସର ଛାମୁକୁ ବୋହି ନେଲା ଅନ୍ତରୀକ୍ଷେ ।ବାମକରେ କେଶପାଶ ଧରିଅଛି ଟାଣିକଂସକୁ ବୋଇଲା ୟାକୁ ପକାଇବି ହାଣି ।କଂସ ପୁଣି ବୋଲେ ଆରେ ନାରକା ପାମରଶରଣ ପଶିବା ଛାଡ଼ି କଲୁତୁ ସମର ।ଜ୍ୱଳନ୍ତା ଅନଳେ କିପାଁ ଆସି ଦେଲୁ ଝାସଏକ୍ଷଣି ସଗୋତ୍ରେ ତୋତେ କରନ୍ତି ବିନାଶ ।କିନ୍ତୁ ତୋତେ ବଧକଲେ ପଉରୁଷ ନାହିଁତୋର ଏତେ ସୈନ୍ୟନାଶ ହୋଇଲେ କିପାଇଁଯମଦେବ ସଙ୍ଗେରେ ତୁ ବିବାଦୀ ହୋଇଲୁଆପଣାର ଗଳେ ଆପେ କାଳଫାଶ ଦେଲୁ ।କଂସମୁଖୁ ଏହା ଯହୁଁ ନାରକା ଶୁଣିଲାମସ୍ତକରେ କରଯୋଡ଼ି ବିନୟେ କହିଲା ।କିଙ୍କର ପ୍ରାୟେକ ହୋଇ ବୋଲେ ଆହେ ଦେବହାରିବା ଜିଣିବା ଅଟେ କ୍ଷତ୍ରିଙ୍କ ସ୍ୱଭାବ ।ନ ଜାଣି ଦୁର୍ବୁଦ୍ଧି ପଣେ କଲି ମୁହିଁ ଦୋଷବାରେ କ୍ଷମାକର ତୁମ୍ଭେ ଧାର୍ମିକ ପୁରୁଷ ।ଯମ ଧର୍ମ ବିଚାରରେ ପ୍ରଭୁ ଅଟୁ ତୁହିତୁ କୋପିଲେ ମୋତେ ରକ୍ଷା କରନ୍ତା କେ ନାହିଁ ।ଯଦୁ ଭୋଜବଂଶକୁ ତୁ ଅଟୁ ଯେ କାରେଣିସ୍ୱର୍ଗ ମର୍ତ୍ତ୍ୟ ଆଦି ତିନି ଭୁବନେ ବରଣି ।ବାହୁବଳେ ସମସ୍ତଙ୍କୁ ପାରିବୁ ତୁ ସାଧିମୁଁ ଛାର ନ ଜାଣି ହେଲି ତୋ ସଙ୍ଗେ ବିବାଦୀ ।ଯେତେ ଦୋଷ କଲି ତାହା ବାରେ କ୍ଷମାକରଜୀବ ଥିବାଯାକ ହୋଇଥିବି ମୁଁ ତୋହର ।ଏହାଶୁଣି କେଶୀମୁଖ ଚାହିଁ କଂସ ବୋଲେଅନେକ ସଇନ୍ୟ ମୋର ଏହା ଯୋଗୁଁ ମଲେ ।ସେ କଥା ବିଚାର କଲେ ଅଛି ଆଉ କିସଶରଣ ପଶିବାଠାରୁ ଗଲା ସବୁ ଦୋଷ ।ପୁରୁଣା ନୃପତିଟାଏ ନ ମାରିବା ଥାଉଛାଡ଼ିଦିଅ ୟାର କେଶ ପ୍ରାଣ ଘେନି ଯାଉ ।କଂସକଥା ମାନି କେଶୀ କେଶ ଦେଲା ଛାଡ଼ିତା ରାଜ୍ୟରେ ତିନିଦିନ ବସିଲେକ ମାଡ଼ି ।ନାରକା ମୁକୁଳିଯାନ୍ତେ ମନେ ପାଇ ଲଜ୍ଜାପୁତ୍ରଭାର୍ଯ୍ୟା ଘେନି କଲା କଂସପାଦେ ପୂଜା ।ପୂର୍ବରୁ ଅରଜି ଯେତେ ଦ୍ରବ୍ୟ ରଖିଥିଲାଭଣ୍ଡାରରୁ ବାଛି ଆଣି କଂସକୁ ତା ଦେଲା ।ରଥ ଗଜ ତୁରଙ୍ଗମ ଚତୁରଙ୍ଗ ସେନାଦାସଦାସୀ ସହିତରେ ଦେଲା ଅକଳନା ।ନାନାବିଧ ଅଳଙ୍କାର ରତ୍ନ ବସ୍ତ୍ର ଦେଇବିନୟେ ନାରକା ବୋଲେ କୃତାଞ୍ଜଳି ହୋଇ ।ନ ଜାଣିବା ପଣେ ମୁହିଁ ଅରଜିଛି ଦୋଷନ ପୁଣ ମୋଠାରେ ସ୍ୱାମୀ କରିବାକ ରୋଷ ।କଂସ ବୋଲେ ସୁଖେ ରାଜ୍ୟ ପାଳିଣ ତୁ ଥିବୁବାର୍ଷିକ ବସାଣ ନେଇ ଆମ୍ଭପାଶେ ଦେବୁ ।ଏତେ ବୋଲି ବୀରତୂର ବାଜଣା ବଜାଇବାୟବ୍ୟ କୋଣକୁ ଗଲା ସମଦଣ୍ଡ ବାହି ।ସର୍ବାଲକ୍ଷ ପର୍ବତର ଦକ୍ଷିଣ ଭାଗରେଚାଲିଯାଇ ପହଞ୍ଚିଲେ ଗଣ୍ଡୁକୀର ତୀରେ ।କୁଞ୍ଜଗଳ ଦେଶ ଯାଇ ମିଳିଲେ ତା ସୈନ୍ୟହସ୍ତିଙ୍କର ଘଣ୍ଟାରବ ପଦାତି ଗର୍ଜ୍ଜନ ।ରଥଙ୍କର ଚକ୍ରଘୋଷ ଅଶ୍ୱ ହ୍ରେଷାରବଓଟଙ୍କର ଘୋରଧ୍ୱନି ଶୁଭେ ଅସମ୍ଭବ ।ପାଦଘାତେ ଭାଙ୍ଗି ଚୂନା ହୋଏ ଶାଳ ଶିଳମୁଖରବ ଶବ୍ଦ ଯେହ୍ନେ ସିନ୍ଧୁର ଚହଳ ।ଏକ ଚଳନ୍ତେ ଆରେକ ରଥଯାଏ ଜିଣିବିବିଧ ଛନ୍ଦେ ବାଜଇ ବାଦ୍ୟ ଘୋର ଧ୍ୱନି ।ଗଣ୍ଡୁକୀ ନଦୀର କୂଳୁ ତିନି ଯୂଣ ଗଲେଖଣ୍ଡଗିରି ତଳେ ସମଦଣ୍ଡ ଯେ ରହିଲେ ।ବିଶାଶଏ ଯୋଜନ ସେ ପର୍ବତର ଉଚ୍ଚବତିଶ କୋଷ ଓସାର ଅଟଇ ସୁସଞ୍ଚ ।ପର୍ବତ ତଳ ଉପର ନୀଳବର୍ଣ୍ଣ ଜ୍ୟୋତିମୁକୁତେଶ୍ୱର ଲିଙ୍ଗ ଯେ ତହିଁ ଏକମୂର୍ତ୍ତି ।କୋଳାହଳ ନାମେ ବନ ପର୍ବତର ତଳେଶାଳଗ୍ରାମ ଉପୁଜି ତହୁଁ କାଳେ କାଳେ ।ତିନିକ୍ରୋଶ ଉତ୍ସର୍ଗ ଯେ ପର୍ବତର ତଳିବଜ୍ର କୀଟମାନେ ତହିଁ କରୁଥାନ୍ତି କେଳି ।ସେ ସ୍ଥାନେ ପ୍ରବେଶ ହେଲା କଂସ ନରପତିବହୁତ ପୋକ ଚରନ୍ତି ତହିଁ ଦିବାରାତି ।ଦିଶନ୍ତି ଯେ ଗୋଟି ଗୋଟି କୀଟ ନାନାବର୍ଣ୍ଣକର ଚରଣ ଅଙ୍ଗୁଳି ଦିଶେ ଭିନ୍ନ ଭିନ୍ନ ।କି ଅବା କହିବା ସେହି ପୋକଙ୍କ ମହିମାଆପେ ନିର୍ମାଣ ହୁଅନ୍ତି ବିଷ୍ଣୁ ମହତମା ।ପ୍ରତ୍ୟକ୍ଷେ ବିଷ୍ଣୁ ମୁରତି ଅଟେ କୀଟ ଗୋଟିହରିହର ବ୍ରହ୍ମା ରୂପେ କୀଟ କୋଟି କୋଟି ।ଚାରିମୁଣ୍ଡ ଆଠ ଆଖି ଅଠଚାଳିଶ ଗୋଡ଼ଛୟାଣୋଇ ବର୍ଣ୍ଣ ଯବ ଅଙ୍ଗୁଳି ପ୍ରଗାଡ଼ ।ଦନ୍ତ ହୀରାପରି ଟାଣ ଓଠ ହେମକାନ୍ତିପିଠି ରଙ୍ଗ ବର୍ଣ୍ଣ ପେଟ ଶୁକ୍ଳବର୍ଣ୍ଣ ଜ୍ୟୋତି ।ନାସିକା ଯେ ନୀଳବର୍ଣ୍ଣ ଚକ୍ଷୁ ସୂର୍ଯ୍ୟପରିଊର୍ଣ୍ଣନାଭି ସୂତ୍ରକୁ ଯେ ନାନାଅଗ୍ର ସରି ।ନଖ ଗୋକ୍ଷୀର ବର୍ଣ୍ଣ ଯେ ତାମ୍ରବର୍ଣ୍ଣ ମୁଣ୍ଡକପୋଳ କାଚବର୍ଣ୍ଣ ଯେ ଅଗ୍ନି କର୍ଣ୍ଣ ତୁଣ୍ଡ ।ଯବେକ ପ୍ରମାଣେ ପୋକ ବ୍ରଜ ଆଣ୍ଟ କାୟାଶେଷ ଦେବର ସେ ରୂପ ବିଷ୍ଣୁ କୂଟ ମାୟା ।ଶସ୍ତ୍ର କାଣ୍ଡ ଖଣ୍ଡାମାନ ନ କାଟଇ ଦେହୀପଞ୍ଚଭୂତ ପଞ୍ଚଆତ୍ମା ତାର ମାୟାମୟୀ ।ଅଗ୍ନିର ଭିତରେ ପଡ଼ି ନ ପୋଡ଼େ ତା ଅଙ୍ଗକେତେବେଳେ ସେହି ଜୀବ ନୁହି ବିହଙ୍ଗ ।କାଳାନ୍ତକ ଯୁଗାନ୍ତକ ଯେ ପ୍ରଳୟାନ୍ତକତେସନ ମୂରତି ଦିଶେ ସେହି ବଜ୍ରପୋକ ।ସହସ୍ରେ ବରଷେ ଏକ ଶିଳା ଯେ କାଟଇକାଟି ଶିଳାଗୋଟି ଚିହ୍ନମାନ ଭେଦ ଦେଇ ।ଶଙ୍ଖ ଚକ୍ର ଅଙ୍କିତ ଯେ ନାରାୟଣ ମୂର୍ତ୍ତିମତ୍ସ କୂର୍ମ ବରାହ ନୃସିଂହ ହଳପତି ।ବାମନ ପରଶୁରାମ ରାମ ଅବତାରହଳରାମ ବଳରାମ ଯଶୋଦା କୁମର ।ବଉଦ୍ଧ କଳକି ଦଶ ଅବତାର ମୂଳେବଜ୍ରକୀଟେ ଯେ କାଟନ୍ତି ଏହା କରି ଠୁଳେ ।ଦାମୋଦର ମୂର୍ତ୍ତି ଆଦି ଶିଳା କୋଟି କୋଟିବିଷ୍ଣୁ ଅବତାରମାନ କରି ପରିପାଟୀ ।ବର୍ତ୍ତୁଳକରି ପର୍ବତୁ ପଥରକୁ କାଟିଏସନକ ପ୍ରକାରେ ସେ ବଜ୍ରକୀଟ ଗୋଟି ।ବିଶୁଦ୍ଧ ପବିତ୍ର ଶାଳଗ୍ରାମ ପୁଣ୍ୟମୟପାଦୋଦକ ପାନେ ଗୋରୁ ବ୍ରହ୍ମହତ୍ୟା କ୍ଷୟ ।ଖଣ୍ଡଗିରି ପର୍ବତ ଯେ ନାଗେଶ୍ୱର ପୋକଗଣ୍ଡୁକୀ ନଦୀର ପାଣି ଏ ତିନିହେଁ ଏକ ।ଖଣ୍ଡଗିରି ପର୍ବତରୁ ସସ୍ରେ ବରଷରେଶାଳଗ୍ରାମ ଉପୁଜଇ ଗଣ୍ଡୁକୀର ତୀରେ ।ଖଣ୍ଡଗିରି ପାହାଡ଼ରୁ ସୋହତୀରେ ଆସିଶାଳଗ୍ରାମ ଦେଶେ ଲାଗି ଜାଲେ ପଡ଼ି ଖସି ।ଜାଲ ପାତିଣ ତାହାଙ୍କୁ ଧରନ୍ତି ସେ ଯହୁଁଶାଳଗ୍ରାମ ଦେଶ ବୋଲି ବୋଲାଇଲା ତହୁଁ ।ପ୍ରତ୍ୟକ୍ଷେ ବିଷ୍ଣୁ ଅଟନ୍ତି ସେହୁ ପୁଣ୍ୟଦେହାସୁର ସିଦ୍ଧ ମୁନି ପୂଜା କରନ୍ତିଟି ଯାହା ।ସେ ନଦୀକୂଳେ ରହିଲେ କଂସାସୁର ସୈନ୍ୟଅନେକ ରାଜା ଭେଟିଲେ ଘେନି ସୈନ୍ୟ ଧନକେବଣ ରାଜା ହସ୍ତୀ କେ ଘେନିଣ ଯୁବତୀକେହି ସିଂହାସନେ ଦଣ୍ଡଛତ୍ର କେ ଦିଅନ୍ତି ।କେବଣ ରାଜା ଦିଅନ୍ତି ରତନ ଭଣ୍ଡାରକେବଣ ରାଜା କରନ୍ତି ଆସି ନମସ୍କାର ।ଦର୍ପିଷ୍ଠ ଦାନବ ସେହି ଉଗ୍ରସେନ ବଳାଅନିବାର ଯୋଦ୍ଧା ଯୁଦ୍ଧକାଳେ ଅନର୍ଗଳା ।ବ୍ରହ୍ମା ଇନ୍ଦ୍ର ରୁଦ୍ରଙ୍କୁ ଯେ ନାହିଁ ତାର ଭୀତିଆକ୍ରୋଶି ଚାଲନ୍ତେ ଭୟେ କମ୍ପେ ବସୁମତୀ ।କଂସ ଭାରା ସହି ନ ପାରଇ ପୃଥ୍ୱୀଟଳମଳ ହୋଇ କରେ ସେ ରୁଧିର ବାନ୍ତି ।ଦିନୁଦିନ କ୍ଷୀଣ ଚିନ୍ତାଭର ମହୀଦେବୀନିଶିଦିବସ ରୋଦନ କରଇ ପୃଥିବୀ ।ରୁଧୀର ତା ନବଦ୍ୱାରେ ବହେ ଖଳ ଖଳସହି ନ ପାରିଣ ଦେବୀ ହୁଅନ୍ତି ବିକଳ ।ଉଭାହୋଇ ସେ ଯେଣିକି ଦିଏ କୋପ ଦୃଷ୍ଟିକାଳାନଳ ଅଗ୍ନି ସେହି ଦିଶେ ଜଳି ଉଠି ।ନିରତେ ରୋଦନ କରେ ବସୁମତୀ ବସିଦିବସରେ କ୍ଷୁଧା ନାହିଁ ନିଦ୍ରା ନାହିଁ ନିଶି ।ଅନେକ ଭାଗ ସେ କଂସ ପୃଥ୍ୱିୀକି ଦେଇଛିଇନ୍ଦ୍ର ଆଦି ଦେବତାଙ୍କୁ ଭୟ ନାହିଁ କିଛି ।ଦୁରାନ୍ତକ କାଳନେମି କଂସ ଅବତାରଅତିବଳେ ବଳବନ୍ତା ମହାବଳୀ ବୀର ।ସେହି କାଳନେମି ଦୈତ୍ୟ କଂସ ରୂପ ହେଲାଭୋଜବଂଶେ ଉଗ୍ରସେନ ପୁତ୍ର ବୋଲାଇଲା ।ଏଣୁ ଏହାକୁ ତ୍ରିଦଶେ କରନ୍ତି ଯେ ଭୟମହା ପ୍ରତାପୀ ଅସୁର କଂସାସୁର ରାୟ ।ଜୟ ଦୁର୍ଗା ମାଗୋ ତ୍ରିଭୁବନ ନିବାସିନୀଅନାଦି ହିଙ୍ଗୁଳା ମାଗୋ ଦାରିଦ୍ର୍ୟ ଧ୍ୱଂସିନୀ ।ଚରାଚର ଜୀବ ମାଗୋ ତୁହି କରୁ ଜାତଦେବଲୋକ ନର ନାଗ ଲୋକରେ ପୂଜିତ ।ଅଯୋନିସମ୍ଭୂତା ମାଗୋ ହୋଇଲା ତୋ ଦେହୀଆଗ ଜାତ ହେଲୁ ଜାତ କେହି କରି ନାହିଁ ।ଚତୁର୍ବେଦ ଜାତ ମାଗୋ ହୋଇଛି ତୋକାୟେବ୍ରହ୍ମା ବିଷ୍ଣୁ ମହେଶଙ୍କୁ ଅଗୋଚର ହୁଏ ।ଅଭୟା ଅପର୍ଣ୍ଣା ମାଗୋ ତିନିକାଳ ଜ୍ଞାତାମୁକ୍ତି ଗତିଦାୟିନୀ ମା ପ୍ରଳୟ ରଖନ୍ତା ।ଖଡ଼୍ଗ କୃପାଣ ତ୍ରିଶୂଳ ଡମ୍ବରୁ ଶକତିପାଶ ଅଙ୍କୁଶ ପିନାକ ଧନୁ ସୂର୍ଯ୍ୟଜ୍ୟୋତି ।କୋଟିଏ ଆୟୁଧେ ଶୋଭାପାଏ ଭୁଜଦଣ୍ଡମଧ୍ୟାହ୍ନ ଆଦିତ୍ୟ ଜ୍ୱଳାବଳୀ ଯେ ପ୍ରଚଣ୍ଡ ।ଶୁମ୍ଭ ନିଶୁମ୍ଭ ମହିଷାସୁର ମହାବୀରରକ୍ତବୀର୍ଯ୍ୟ ଚଣ୍ଡମୁଣ୍ଡ ଆଦି ଯେ ଅସୁର ।ବୀରଘଣ୍ଟ ଯମଘଣ୍ଟ ଚାମର ଦେମାଳେଋଣରଙ୍ଗ କରି ବଧ କଲୁ କୁତୂହଳେ ।ଅନନ୍ତ କୋଟି ବ୍ରହ୍ମାଣ୍ଡେ ଅଛୁ ତୁ ଗୋ ବ୍ୟାପିସଚରାଚର ବ୍ରହ୍ମାଣ୍ଡ ତୁହି ସିନା ସ୍ଥାପି ।ଖାଙ୍କର କେଶ ବିକଟ ତୋର ଦନ୍ତପତିକାଳାନକ ପ୍ରାୟେ ଦିଶେ ନୟନର ଜ୍ୟୋତି ।ରୁଧିର ବିଲେପନ ତୋ ଭୟଙ୍କର ଅଙ୍ଗସିନ୍ଦୂରବର୍ଣ୍ଣ ବିଚିତ୍ର ତୋର ତନୁ ରଙ୍ଗ ।ରଙ୍ଗ ଝୀନବାସ ତୋର ହସ୍ତେ ରଙ୍ଗ ରହିକପାଳକୁ ତୋର ରଙ୍ଗ ଚିତା ଶୋଭାପାଇ ।ରଙ୍ଗ ଅଳତା ତୋହର ମାଗୋ ରଙ୍ଗପାୟେରଙ୍ଗକାଚ ରଙ୍ଗପାଟ ଓଡ଼ିଆଣୀ ଶୋହେ ।ରଙ୍ଗ ଧନୁ ରଙ୍ଗ ଶର ଖରେ ଯେ କାତିନୀଳମେଘରେ ବିଜୁଳି ଯେହ୍ନେ ଝଟକନ୍ତି ।ହୀରାମଣି ମାଣିକ୍ୟ ଯେ କଣ୍ଠେ ରତ୍ନହାରଲୋହିତ ପିଙ୍ଗଳ ଦିଶେ ସୁବର୍ଣ୍ଣ ଆକାର ।ଅଷ୍ଟରତନ ଜଡ଼ିତ ବର୍ଣ୍ଣେ ଶୋହେ କାପଦେଖିବା ମାତ୍ରେ ହରଇ ସୁର ନର ଦର୍ପ ।ନିଶାରେ ଉଦୟ ଯେହ୍ନେ ଚନ୍ଦ୍ରମା ମଣ୍ଡଳଶ୍ରୀମୁଖମଣ୍ଡଳ ସୁଧକର ହୁଁ ଉଜ୍ଜ୍ୱଳ ।ମଙ୍ଗଳଦାୟିନୀ ମାଗୋ ତୁ ଅଟୁ ଭବାନିହିମବନ୍ତ ନନ୍ଦିନୀ ତୁ ଆଦି ଠାକୁରାଣୀ ।ପୃଥିବୀର ଭାରାଭର ତୁହି ଉଦ୍ଧାରନ୍ତାସବୁକାଳେ ଜଗତର କରୁ ହିତ ଚିନ୍ତା ।ଅଭୟା ହିଙ୍ଗୁଳା ମାଗୋ ଅଟୁ ହରପ୍ରିୟାନିରାକାର ସଂଭୂତା ତୁ ହେଲୁ ମାହାମାୟା ।ଶତ ମୁକ୍ତି ବିଧାୟିନୀ ଅନ୍ନପୂର୍ଣ୍ଣା ଚଣ୍ଡୀତୋତେ ଆଶ୍ରାକଲେ ଯମ ନ ପାରଇ ଦଣ୍ଡି ।ଯୋଗବଳେ ଚରାଚର ସୃଷ୍ଟି କଲୁ ଜାତସନ୍ତୋଷେ ପ୍ରସନ୍ନ ମୋତେ ହୁଅ ଜଗନ୍ନାଥ ।ରକ୍ଷଣୀ ଭକ୍ଷଣୀ ତୋର ନାମ ଭଦ୍ରକାଳୀଚାମୁଣ୍ଡା ଯେ ଚଣ୍ଡୀରୂପୀ ଭୈରବୀ ବାସେଳୀ ।ଅନନ୍ତକୋଟି ଯୋଗିନୀ ତୋ ଶରୀରୁ ଜାତତୋ ଆଜ୍ଞାକୁ ମାନି ସର୍ବେ ହୋନ୍ତି ଆତଯାତ ।କାହାଳୀ ମର୍ଦ୍ଦଳ ବଂଶୀ ତାଳ ଅଳାବେଣୀବଜାଇ ଖଟନ୍ତି ତୋତେ ସ୍ୱର୍ଗ ବିଳାସିନୀ ।ଖେଚରୀ ଭୂଚରୀଗଣ ଭୈରବୀଙ୍କ ସଙ୍ଗେସେବନ୍ତି ସର୍ବଦା ତୋତେ ନୃତ୍ୟକରି ରଙ୍ଗେ ।କିଳିକିଳା କୁହୁ କୁହୁ ଭୟଙ୍କର ନାଦଟହ ଟହ ଅଟ୍ଟହାସେ ପୂରିତ ଶବଦ ।ମେଦମେଦା ମାଂସେ ମାଗୋ ସଦା ତୋର ପ୍ରୀତିଶ୍ମଶାନରେ ନିରନ୍ତର ବୁଲୁ ନିଶାରାତି ।ମହାବଳୀ ସିଂହ ତୋର ବାହନ ଅଟଇଏହା ନିଃଶ୍ୱାସେ କୋଟି ବ୍ରହ୍ମାଣ୍ଡ ଘୋଟଇ ।ଅଷ୍ଟାଙ୍ଗ ଯୋଗରେ ପୂର୍ଣ୍ଣ ଅଟେ ତୋର କାୟାନ ଜାଣନ୍ତି ବ୍ରହ୍ମା ବିଷ୍ଣୁ ଶଙ୍କର ତୋ ମାୟା ।ଅଷ୍ଟାଦଶ ବିଦ୍ୟା ନବ ନାଟକ ଯେ ବିଧିକିଞ୍ଚିତ ଦୟାରେ ମାତ କରୁ ସର୍ବ ସିଦ୍ଧି ।ଦେବତାଙ୍କ ଉପରେ ତୁ ଅଟ ଅଗ୍ରଲେଖାଅଶେଷ ମହିମା ତୋର କେ କରିବ ସଂଖ୍ୟା ।ତୁହି ସେ ଜାଣୁ ଗୋ ମାତା ତୋହର ମହିମାଶଙ୍କର ଘରଣୀ ବାରେ ତ୍ରାହିକର ଉମା ।ମାନବ ଜନ୍ମରେ ପଡ଼ି ପାଉଛି କଷଣତୋ ବିନା ଜଗତେ ମୋର ନାହିଁ ପରିତ୍ରାଣ ।କିଞ୍ଚିତେ ସୁଦୟା ମୋତେ କର ଜଗଦ୍ଧାତ୍ରୀଖଣ୍ଡିବି ପୂର୍ବର ଦୋଷ ପାଇବି ସଦ୍ଗତି ।ମାଗୋ ସେବା କରିବାକୁ ମୁଁ ନୋହେ ଭାଜନସ୍ମରଣ କରୁଛି ମାତ୍ର ଚିତ୍ତେ ତୋର ନାମ ।ଗିରିରାଜସୁତା ବାରେ କର ମୋତେ ଦୟାକଳିକାଳ କଳମଷ ନ ପଶୁ ମୋ କାୟା ।ଅଭୟ ଚରଣେ ତୋର କରୁଛି ବିନୟେସନ୍ତୋଷରେ ଅନୁଗ୍ରହ କରସି ଗୋ ମାଏ ।ଜନ୍ମଜନ୍ମାନ୍ତରେ ମୋର ତୋ ଚରଣେ ସେବାହରିବଂଶ କହିବଇଁ ଆଜ୍ଞା ମୋତେ ଦେବା ।ଏତିକି ସୁଦୟା ମୋତେ କର ଠାକୁରାଣୀମୋ କଣ୍ଠରେ ଆଭରଣ ହୁଅ ଗୋସାମଣି ।ଶ୍ରୀଦୁର୍ଗା ଅଭୟ ପାଦେ ଅହର୍ନିଶି ସେବିମୁଁ ଦୀନ ଅଚ୍ୟୁତ ଦାସ ବୋଲାଉଛି କବି ।କଂସର ସ୍ୱର୍ଗପୁର ଆକ୍ରମଣ ଓ ଦେବାତାମାନଙ୍କର ସରସ୍ୱତୀ ସ୍ତୁତିଶୁଣ ଆହେ ମୁନିବର କହେ ନରନାହାବିସ୍ତାରି କହିବା ମୋତେ ମାଗୁଅଛି ଏହା ।କଂସ ଦିଗବିଜେ ମୋତେ କହିବଟି ଯାହାତୁମ୍ଭ ମୁଖରୁ ଶୁଣିଣ ନିସ୍ତରିଲି ତାହା ।ପବିତ୍ର ପୁରାଣ ହରିବଂଶ ୟା ଉପାଧିଏଥି ଉତ୍ତାରୁ ସେ କଂସ କଲା କେଉଁ ବିଧି ।ପୁରାଣେ ଅତି ପବିତ୍ର ଏହି ହରିବଂଶସଂକ୍ଷେପି କହିବା ମୋତେ ବ୍ୟାସଦେବ ଶିଷ୍ୟ ।ଏତେ ବୋଲିଣ ସେ ରାଜା କରପତ୍ର ଯୋଡ଼ିପ୍ରଣାମ କରି ଶୋଇଲା ମୁନିପାୟେ ପଡ଼ି ।ରାଜାର ନିର୍ମଳ ଭକ୍ତିଭାବ ମୁନି ଦେଖିପ୍ରସନ୍ନେ କରନ୍ତି ଧ୍ୟାନ ଧାରଣାକୁ ରଖି ।କହନ୍ତି ଯେ ଶୁକଯତି ଶୁଣ ତୁ ହୋ ରାୟହରିବଂଶ ଶୁଣି ତୁମ୍ଭେ ପାପ କର କ୍ଷୟ ।ରହିଲା ଗଣ୍ଡୁକୀ ନଦୀଜଳେ କଂସରାଜାଅନେକ ନୃପତି ତାକୁ କଲେ ପାଦପୂଜା ।ରାଜ୍ୟଭାର ସିଂହାସନ ଦଣ୍ଡଛତ୍ର ମୂଳେସନ୍ଧାନ ଦେଇଣ ପୂଜା କରନ୍ତି ସକଳେ ।ନଉଯୂଣ ମାଡ଼ି ରହିଅଛନ୍ତି ଯେ ଥାଟମୁଖରାବ ଧ୍ୱନି ଭାଙ୍ଗେ ସିନ୍ଧୁର ମୁରାଟ ।ବେଳୁଁ ବେଳ ଥାଟ ତାର ହୋଇଲେ ଗହଳକଳନା ନ ଯାଇ ତାର ଅକଳିତ ବଳ ।ଖଣ୍ଡଗିରି ତଳେ ସୈନ୍ୟ ଅଛନ୍ତି ଯେ ରହିନାରଦ ଋଷି ସେଠାରେ ପ୍ରବେଶିଲେ ଯାଇ ।ସୁବର୍ଣ୍ଣ ବର୍ଣ୍ଣ ପରାୟେ ବିରାଜଇ ଜ୍ୟୋତିବିଭୂତି ଲେପନ ତନୁ ନିନ୍ଦେ ଚନ୍ଦ୍ରକାନ୍ତି ।କାଖରେ କଳି ଧୁକୁଡ଼ି ହସ୍ତେ ତମ୍ବାପାତ୍ରୀବ୍ରହ୍ମାଙ୍କ ସମାନ ମୁନି ବିରାଜଇ ମୂର୍ତ୍ତି ।ବୃହତ ସାମ ଗାୟନ କରନ୍ତି ସେ ମୁନିସୈନ୍ୟ ମଧ୍ୟେ ପ୍ରବେଶିଲେ କରି ହରିଧ୍ୱନି ।ନାରଦ ଆସନ୍ତେ କଂସ ଦୂରହୁଁ ଦେଖିଲାଉଠିଆସି ପାଛୋଟି ସେ ନମସ୍କାର କଲା ।ସୁବର୍ଣ୍ଣର ପାତ୍ରେ ଗଙ୍ଗାଜଳକୁ ପୁରାଇମୁନିଙ୍କ ଚରଣ ବେଗେ ପଖାଳିଲା ନେଇ ।ପରମ ସାନନ୍ଦ ହୋଇ କଂସାସୁର ବୀରପାଦୋଦକ ନିହୁଡ଼ାଇ ଆପଣାର ଶିର ।ଗର୍ଭକୁ କ୍ଷେପିଲା କିଛି ଆପଣାର କରେ ।ଆସନ ଦେଇ ବୋଲଇ ବ୍ରହ୍ମାଙ୍କ କୁମରେ ।ଦୁର୍ବା ତଣ୍ଡୁଳ ଆସନ ପାଦାସନ ଦେଇକରପତ୍ର ଯୋଡ଼ି ପୁଣି ମୁନିଙ୍କି ବୋଲଇ ।କାହିଁଥିଲ ମୁନି ତୁମ୍ଭେ ଅଇଲ ଯେ ଏଥେସିଦ୍ଧ ବାରତା ମୁନି ହେ କହିବାକୁ ମୋତେ ।କୃତାର୍ଥ ହେଲି ତୁମ୍ଭଙ୍କୁ ଦେଖି ମୁହିଁ ଆଜଲଭିଲି ପରମଗତି ସଫଳ ମୋ କାର୍ଯ୍ୟ ।ନାରଦ ବୋଇଲେ ଥିଲୁ ଅମର ଭୁବନେଦିଗବିଜେ ବାର୍ତ୍ତା ପାଇ ଅଇଲୁ ଏ ସ୍ଥାନେ ।କଂସ ବୋଲେ ଦିଗବିଜେ କରି ମୁଁ ଅଇଲିପୃଥିବୀ ରାଜାମାନଙ୍କୁ ସମରେ ଜିଣିଲି ।ଏଥକୁ ଜଗତେ ମୋତେ ବୋଲୁଛନ୍ତି କିସଏଥିର ସମସ୍ୟା ମୋତେ କହ ବ୍ରହ୍ମାଶିଷ୍ୟ ।ମେରୁ ପ୍ରଦକ୍ଷିଣେ ମୋର ଅଛି ମନଇଚ୍ଛାସବୁ ରାଜାଙ୍କୁ ଜିଣିବି ଦିଅ ମୋତେ ଦୀକ୍ଷା ।ନାରଦ ବୋଇଲେ ତୁହି ଶୁଣ କଂସରାୟସଂଗ୍ରାମେ ସକଳ ରାଜା କଲୁ ଏବେ ଜୟ ।ଏକ ରାଜା ମଞ୍ଚପୁରେ ଅଛି ବଡ଼ ଦୁଷ୍ଟବିଚକ୍ଷଣ ଅଟେ ତାର ନାମ ଜମାଗୋଷ୍ଠ ।ତାହାକୁ ଛାଡ଼ିଣ ଏକା ସମସ୍ତ ଜିଣିବୁଏସନକ ବାରତା ମୁଁ କହିଲି ରେ ବାବୁ ।କଂସର ଆଗେ ନାରଦ ବୋଇଲେ ଏ ବାଣୀବଡ଼ ବିଷାଦ ପାଇଲା ବୀର କଂସ ଶୁଣି ।ନୋହୁ ଦିଗବିଜେ ପଛେ ଉଠିବି ଏକ୍ଷଣିକହ ମହାମୁନି ତାକୁ କେମନ୍ତେ ମୁଁ ଜିଣି ।ନାରଦ ବୋଇଲେ ଯେବେ କୃପାବ୍ରହ୍ମା ଆଣିତାହାବଳେ ଜମାଗୋଷ୍ଠ ରାଜା ପାରୁ ଜିଣି ।ସେ କୃପବ୍ରହ୍ମାକୁ ଆଣ ଗଉରବ କରିଅମରପୁରେ ମାନ୍ତ୍ରୀକ ନାହିଁ ତାକୁ ସରି ।ଗଉରବ କରନ୍ତି ସେ ତାକୁ ବଜ୍ରପାଣିକଂସ ନୃପତି ହରଷ ହୋଇଲା ତା ଶୁଣି ।ଗୁପତେ ପୁଣି ନାରଦ କଂସକୁ କହିଲେଆହୁରି କଥାଏ ଆମ୍ଭେ ଜାଣିଅଛୁ ଭଲେ ।ତୁହି ଆମ୍ଭଙ୍କୁ କରିଛୁ ଯେଣୁ ବହୁ ସେବାଏଡ଼େ ଉପାୟ ବାରତା କେହ୍ନ ନ କହିବା ।କଂସ ବୋଇଲା ମୁନି ହେ ଥାଇ ତୁମ୍ଭ ଦୟାତେଣୁ ମୁଁ ଜାଣେ ତୁମ୍ଭର ନାହିଁ ମୋତେମାୟା ।ଏମନ୍ତ ଶୁଣିଣ ମୁନି ହସ ହସ ହେଲେଦରହସତି ବଦନେ କଂସକୁ କହିଲେ ।ତୁ ହୋ କଂସରାୟେ ହାନି ଲାଭ ତ ନ ଜାଣୁଏହି ନିର୍ଦ୍ଧନୀ ନୃପତିମାନଙ୍କୁ ତୁ ଜିଣୁ ।ଏହାଙ୍କୁ ଜିଣିଲେ ଯଶ ପଉରୁଷ ନାହିଁଏପରି ଦୃଢ଼ବାକ୍ୟ ଯେ ନାରଦ କହଇ ।ତୁହି କଂସରାଜା ସବୁ ସ୍ଥାନେ ମହାରଥାବେଦପୁରାଣେ ରହିଣ ଥିବ ତୋର କଥା ।ମଞ୍ଚ ରାଜାମାନେ ସାଧ୍ୟ ହେଲେ ତୋତେ ସିନାଏହି ବେଶେ ସ୍ୱର୍ଗକୁ ତୁ ରଥ ବାହୁ କି ନା ।ଆଣିବୁ ଅନେକ ଧନ ଜିଣି ସୂରପତିଶୁଣି ସନ୍ତୋଷ ହୋଇଲା କଂସ ନରପତି ।ଯେଉଁଦିନ ଦିଗବିଜେ କଲୁ ଭୋଜସାଇଁମାତଳି ବାରତା କହେ ଇନ୍ଦ୍ର ଆଗେ ଯାଇଁ ।ଅମରପୁରେ ତୋ କଥା ପଡ଼ିଥାଇ ବାବୁବୃହସ୍ପତିଙ୍କି ପୁଚ୍ଛିଲେ ଦେବଗଣ ସବୁ ।ବୃହସ୍ପତି କହିଲେକ ପାଞ୍ଜିଗୋଟା ଫେଡ଼ିବୋଇଲେ ସ୍ୱର୍ଗକୁ କଂସରାଜା ଦେବ ଧାଡ଼ି ।ଅନେକ ଉପଦ୍ରବ ସେ ନିକଟେ କରିବସଂଗ୍ରାମ କରି ଲୋଡ଼ିଲେ ଅବଶ୍ୟ ମରିବ ।ସୁଧର୍ମା ସଭାରେ ଆମ୍ଭେ ଏତେକ ଶୁଣିଲୁସେ କଥା ଗୋଟି ଆସି ତୋ ଆଗେ କହିଲୁ ।ତୁହି ନ ଯାଉଁ ସ୍ୱର୍ଗରେ ଲାଗେ ବଡ଼ ଭୟେଅଷ୍ଟମଲ୍ଲ ଘେନିଯାଅ ତହି ତହିଁ ଯାଏ ।ଏତେ କହିଣ ନାରଦ ଅନ୍ତର୍ଦ୍ଧାନେ ଗଲେତହିଁ କଂସାସୁର ରାୟ ମନେ ମନେ ଭାଳେ ।ନାରଦ ବଚନ କଂସ ହେତୁ କଲା ମନଦୂତକୁ ଡାକି କହିଲା ଶୁଣ ମୋ ବଚନ ।ଏହିକ୍ଷଣି ଯିବୁ ତୁହି ଅମର ପୁରକୁଗୌରବ କରି ଆଣିବୁ ସେ କୃପବ୍ରହ୍ମାକୁ ।ମନ୍ତ୍ର ବିଧାନରେ ସେହି ପୂଜାବିଧି କଲେସମର କରିବା ସିନା ଜମାଗୋଷ୍ଠ ତୁଲେ ।କଂସ ଆଜ୍ଞାରେ ଅମରପୁରେ ଗଲା ଦୂତକୃପବ୍ରହ୍ମାର ମନ୍ଦିରେ ମିଳିଲା ତୁରିତ ।କଂସ ନୃପତିର ଆଜ୍ଞା କହିଲା ବୁଝାଇକଂସଦୂତଠାରୁ ସେହି ଗଉରବ ପାଇ ।ମନେ ବିଚାରଇ ମୁହିଁ ନ ଯିବଇଁ ଯେବେଅସୁର ଆସିଣ ବଳେ ଧରି ଘେନିଯିବେ ।ଆପଣାର ମାନ ଆପେ କିପାଁ ହରାଇବିଏହାର ସଙ୍ଗତେ ଯାଇ କଂସକୁ ଭେଟିବି ।ଏମନ୍ତ ଭାଳି ସେ ଦୂତ ସଙ୍ଗତେ ଅଇଲାକଂସ ନୃପତି ଦେଖିଣ ଗଉରବ କଲା ।ଆସନ ପଦାସନ ସେ ଦେଇ କଲା ପୂଜାଗ୍ରାମପାଟଣା ଦେଇଣ ଦେଇଣ କଲା ତାକୁ ରାଜା ।ପରୀକ୍ଷଆଗେ କହିଲେ ଶୁକ ମହାଯତିଏଥୁଅନନ୍ତରେ କଥା ଶୁଣି ଦିବ୍ୟ ରୀତି ।ଅଷ୍ଟମଲ୍ଲଙ୍କୁ ରାଇଣ କଂସ ନରସାଇଁଗତାଗତ କଥାଯାକ ବୁଝାଇ କହଇ ।ଜମାଗୋଷ୍ଠ ଉପରକୁ ସୈନ୍ୟ ଏବେ ସାଜତାର ରାଜ୍ୟ ଭାଙ୍ଗି ଆମ୍ଭେ ଉପାଡ଼ିବା ଆଜ ।ଯାହାର ନାମ ଲେଖି ସେ ପକାଇବ ପୋଛିହରିହର ବ୍ରହ୍ମା ତାକୁ ନ ପାରନ୍ତି ରଖି ।ମନ୍ତ୍ରବଳେ କୃପବ୍ରହ୍ମା ରଖିପାରେ ଏକାଏଣୁ ଆମ୍ଭର ମନରେ ନାହିଁ କିଛି ଦକା ।ଏପରି ଆଜ୍ଞା ଯହୁଁ ସେ ଦେଲାକ ନରେଶଶୁଣିଣ କେଶୀ ବୀର ଯେ ହୋଇଲା ହରଷ ।ଏ ସମୟେ ଜମାଗୋଷ୍ଠ ଡଗର ଯେ ଥିଲାକଂସର ବିଚାରଯାକ ସବୁ ସେ ଜାଣିଲା ।ବେଗେ ଯାଇ ଜଣାଇଲା ନୃପତି ଛାମୁରେସାବଧାନ ହୋଇ ତୁମ୍ଭେ ଶୁଣ ନୃପବରେ ।କଂସବୀର ରହିଥିଲା ଗଣ୍ଡୁକୀର ତୀରେନାରଦ ମୁନି ମିଳିଲେ ଆସିଣ ସେଠାରେ ।ନାରଦଙ୍କୁ ଦେଖି କଂସ ପୂଜାବିଧି କଲାସବୁ ରାଜାମାନଙ୍କର ବୃତ୍ତାନ୍ତ କହିଲା ।ନାରଦ ବୋଇଲେ ଶୁଣ କଂସାସୁର ରାୟଏକ ରାଜା ଅଛି ମହାଦୁର୍ବାର ଅଜେୟ ।ସମସ୍ତ ରାଜା ହୋଇଲେ ତୋର ବଶବର୍ତ୍ତୀଜିଣି ନ ପାରିବୁ ଜମାଗୋଷ୍ଠ ନରପତି ।ଏସନ ବାରତା ଯହୁଁ ନାରଦ କହିଲେମୁନିଙ୍କର ମୁଖ ଚାହିଁ କଂସ ନୃପ ବୋଲେ ।ଜମାଗୋଷ୍ଠ ରାଜା ଯେବେ ଜିଣି ନ ପାରିଲିକେମନ୍ତେ ମୁଁ ଦିଗବିଜେ ବାନା ଉଡ଼ାଇଲି ।ଏମନ୍ତ ଶୁଣି ନାରଦ ବୋଇଲେ ବଚନତାହାକୁ ଯେ ଜିଣିବାକୁ ଅଛି ଏକଜଣ ।କୃପବ୍ରହ୍ମାକୁ ସ୍ୱର୍ଗରୁ ବେଗେ ଘେନି ଆସତାର ମନ୍ତ୍ରେ ଜମାଗୋଷ୍ଠ ଦର୍ପ ହେବ ଧ୍ୱଂସ ।ତାହା ଶୁଣି କଂସାସୁର ଆନନ୍ଦ ହୋଇଲାଅମର ଭୁବନୁ କୃପବ୍ରହ୍ମା ଅଣାଇଲା ।ଆମ୍ଭ ପଛେ ପଛେ ଦଣ୍ଡ ଆସୁଅଛି ଲାଗିଭୋ ଦେବ ଉଦ୍ୟମ କର ହୋଇ ବେଗି ବେଗି ।ଡଗର ମୁଖରୁ ବାର୍ତ୍ତା ଏସନକ ପାଇମନ୍ତ୍ରୀମୁଖକୁ ଚାହିଁଲା ଭାଳି ନୃପସାଇଁ ।ବୁଝିଲ କି ମନ୍ତ୍ରୀ ଆହୋ ଚାରଗଣ ବାର୍ତ୍ତାଫେଡ଼ିକରି କହ ମୋତେ ଏ ବିଷମ କଥା ।ରାଜା ବଚନେ ହୋଇଲା ମନ୍ତ୍ରୀ ଚୂଡ଼ାମଣିସାବଧାନେ ଶୁଣ ତୁ ହୋ ନୃପ ଶିରୋମଣି ।ସନ୍ଧାନ ଦେଇ ତୋଷିବା ଆମ୍ଭେ କଂସରାୟେନୋହିଲେ ଆମ୍ଭେ ଏଥିରେ ପାଇବା ଅଜୟେ ।ଅବଶ୍ୟ ଆସିବ ଏଥେ ସମଦଣ୍ଡ ସାଜିକୃପବ୍ରହ୍ମା ହସ୍ତେ ତୋତେ ମାରିବନା ଗଞ୍ଜି ।ନାରଦ ମହାମୁନି ତ କହିଦେଲେ ତାକୁନୋହିଲେ କେବା ସମରେ ଜିଣନ୍ତା ତୁମ୍ଭଙ୍କୁ ।ମନ୍ତ୍ରୀର ବଚନେ ରାଜା ସନମତ କଲାତୋର ବିଚାରକୁ ମନ୍ତ୍ରୀ ଯେମନ୍ତେ ଆସିଲା ।ରାଜାର ବଚନେ ସେହି ମନ୍ତ୍ରୀ ଚୂଡ଼ାମଣିରାଜ୍ୟୁ ବାହାର ହୋଇଲା ଥାଟ ସଙ୍ଗେ ଘେନି ।ଶ୍ୱେତ ରଥେ ପୂରାଇଲା ଦେଖା ଦରଶନୀଶତେକ ନବଯୁବତୀ ବେଶକରି ଘେନି ।ସହସ୍ରେ ଅଶ୍ୱ ଚୋଖାର ବେଗେ ମହାତେଜଏତେକ ଘେନି ସଙ୍ଗତେ ଚଳେ ମନ୍ତ୍ରୀରାଜ ।ଦର୍ଶନ କଲାକ ଯାଇ କଂସର ଛାମୁରଭେଟାଇଲା ଦରଶନୀ ସ୍ତିରୀରତ୍ନ ସାର ।ଦେଖିଣ କଂସ ରାଜନ ସୁପ୍ରସନ୍ନ ହୋଇବୋଇଲା ସେ କେଶୀ ଦୈତ୍ୟ ମୁଖକୁ ଅନାଇ ।ଦର୍ଶନ କଲା ଏ କେଉଁ ଦେଶ ରାଜା ଆସିକରପତ୍ର ଯୋଡ଼ି ଆଗେ ଜଣାଇଲା କେଶୀ ।ଭୋ ଦେବ ଏ ଜମାଗୋଷ୍ଠ ନୃପତିର ମନ୍ତ୍ରୀଶୁଣି କଂସାସୁର ହେଲା ପରମ ଯେ ଶାନ୍ତି ।ଆହୋ ମନ୍ତ୍ରୀବର ତୋତେ ଦେଖିଲି ସୁବୁଦ୍ଧିଯେଣୁ ଦରଶନ କଲୁ ମେତେ ଦେଇ ନିଧି ।ଏତେବୋଲି କଂସ ଅଷ୍ଟମଲ୍ଲଙ୍କୁ ଚାହିଁଲାଯାବତ କଥାମାନ ସେ ମଣାଇ କହିଲା ।ଏବେ ହୋ ଯିବା ସ୍ୱର୍ଗକୁ ରଥ ଗଜ ସାଜଆଣିମା ଅନେକ ଧନ ଜିଣି ସୁରରାଜ ।ଆବର ବୋଇଲା ସମଦଣ୍ଡ ଏଥି ଥାଉଆମ୍ଭ ସଙ୍ଗେ ହାତୀ ରଥୀ ଗୋଟିଏ ନ ଯାଉ ।ଏତେକ ବୋଲି ଆସ୍ଥାନେ ଯାଇ ବିଜେକଲାସକଳ ସୈନ୍ୟ ଛାମୁକୁ ଡକାଇ ଆଣିଲା ।ଏକକୁ ଆରେକ ତହିଁ ହେଲେ ସର୍ବେ ସଜମଣ୍ଡିଲେ ରଥ ଆବର ସେନା ଅଶ୍ୱଗଜ ।ରଣରାଜ ପୁତ୍ରେ ଦେଲେ ଅଶ୍ୱ ସଜକରିନାନାଦି ଶସ୍ତ୍ର ସେ ଦେଲେ ଆଗସରି ।କୋଦଣ୍ଡ କାଣ୍ଡ ଧରିଛି କେହି ଖଡ଼୍ଗଫଳାଧାମନ୍ତି କେ ବୀରମୁର୍ତ୍ତି ହୋଇ ଅନର୍ଗଳା ।ଅଗାଧ ସଇନ୍ୟ ତାର କେ କରେ କଳନାମଧ୍ୟାହ୍ନ ଆଦିତ୍ୟ ପ୍ରାୟ ରଥ ଜଗଜ୍ଜିଣା ।ସ୍ୱର୍ଣ୍ଣ କଳସ ପତାକା ନେତ ମାଳ ମାଳବିଜୁଳି ତେଜେ ଯେସନ ଦିଶେ ନିଶାକାଳ ।ପୋହଳା ମାଣିକ୍ୟ ହୀରା ନୀଳା ମୋତି ଗୁନ୍ଥାମରକତ ବଇଦୁର୍ଯ୍ୟ ମାରାଗ ମୁକୁତା ।ବର୍ତ୍ତୁଳ ମୋତିମାଳ ଯେ ରଙ୍ଗପାଟ ଗୁନ୍ଥିଗଜଦନ୍ତର ପିତୁଳାମାନ ପନ୍ତି ପନ୍ତି ।ଝଲକେ ହୀରାପଗଡ଼ି ପାତିଆର କମକଣକାଣ୍ଡର ଉପରେ ଖଞ୍ଜା ଶୁଦ୍ଧ ହେମ ।ନବରତନରେ ସ୍ତମ୍ଭ ପାବଚ୍ଛ ବଇଠୀହୀରାପାତିଆ ଝଲକି ଦିଶେ ପରିପାଟୀ ।ଏମନ୍ତେ ଅପୂର୍ବ ରଥ ସାଜିଲେ ସାରଥିରଥ ଆବୋରି ଆସିଲେ ତା ଉପରେ ରଥୀ ।ଅଶ୍ୱମାନଙ୍କୁ ଯୋଚିଲେ କରେ ଧରି ବାଗରଥକୁ ଧରି ସାରଥି ବାହେ ବେଗ ବେଗ ।ଦୁନ୍ଦୁଭି ଆଦି ଯେ ବାଦ୍ୟ ରଥୀଆଗେ ବାଜେଆଲମ୍ବ ମେଘାଡ଼ମ୍ବରୁ ପାଟେ ଲକ୍ଷ ସାଜେ ।କେବଣ ରଥରେ ବ୍ୟାଘ୍ର କେଉଁ ରଥେ ସିଂହକେଉଁ ରଥେ ବାହୁଟିଆ କେଉଁ ରଥେ ଖଗ ।ଶୁଭ ମଙ୍ଗଳବେଳାରେ ଦିବ୍ୟବେଶ ହେଲେକଂସ ସମଦଣ୍ଡ ଶୁଭ ଅନୁକୂଳ କଲେ ।ଆକାଶ ମାର୍ଗରେ ରଥ ଉର୍ଦ୍ଧ୍ୱରେ ଚଳଇବୀର ତୂରଘାତେ ସ୍ୱର୍ଗପୁର ଉଚ୍ଛୁଳଇ ।ପବନଘାତେ ଟଳିଲା ମେରୁର ମଣ୍ଡଳଅନିବାର ଯୋଦ୍ଧା ତାର ଚତୁରଙ୍ଗ ବଳ ।ନାରଦ ବଚନ କଂସ ହୃଦମଧ୍ୟେ ଘେନିଆନନ୍ଦେ ଥାଟକୁ ଘେନି ଚଳେ ଉଗ୍ରସେନି ।ମାର ମାର ଧର ଧର ଶବଦ ତରାସେନବଖଣ୍ଡ ମେଦିନୀ ଯେ କମ୍ପେ ମହାରୋଷେ ।ମେରୁର ବାୟବ୍ୟକୋଣୁ ଦକ୍ଷିଣ ମୁଖରେମହାକ୍ରୋଧେ କଂସ ଯାଏ ସୈନ୍ୟ ସଙ୍ଗତରେ ।ସମାରୋହେ କଂସାସୁର ବାହିଲା ସ୍ୱର୍ଗକୁରଥମାନ ଉଠି ଉଠି ଯାଏ ଉପରକୁ ।ଅର୍ଦ୍ଧ ଆକାଶେ ଗନ୍ଧର୍ବମାନେ ରହିଥିଲେକଂସ ସ୍ୱର୍ଗ ଆସିବାର ବାରତା ପାଇଲେ ।କଂସ ଯିବାର ବାଟରେ ଗନ୍ଧର୍ବେ ଭେଟିଲେଲେଉଟି ଯାଇ ବାସବ ଛାମୁରେ କହିଲେ ।ସୁଧର୍ମା ସଭାରେ ଯାଇ ମାତଳି କହିଲାକଂସ ଦିବବିଜେ କରି ସ୍ୱର୍ଗକୁ ବାହିଲା ।ମଞ୍ଚପୁର ନୃପତିଙ୍କୁ ବଳେ ବନ୍ଦୀ କଲାଗଣ୍ଡୁକୀ ନଦୀର କୂଳେ ଥାଟକୁ ରଖିଲା ।ବଳବନ୍ତ ଅସୁରଙ୍କୁ ଘେନି ଆସେ ବାହିପବନହୁଁ ବେଗେ ସେହି ଆସୁଛନ୍ତି ଧାଇଁ ।ଏହିକ୍ଷଣି ଘୋଟିବେ ସେ ଆସି ସ୍ୱର୍ଗପୁରନିକଟ ହେଲେଣି ଏବେ ସମ୍ଭାଳ ତୋ ପୁର ।ପୃଥ୍ୱୀ ନ ଦିଶଇ ତାର ଅକଳିତ ସୈନ୍ୟଦୁର୍ବାର ଅଷ୍ଟମଲ୍ଲଙ୍କୁ ଘେନି ସଙ୍ଗତେଣ ।ଜଣେ ଜଣେ ସ୍ୱର୍ଗ କରି ପାରନ୍ତି ସେ ଜୟନିଶ୍ଚୟ ଦେବ ତାହାଙ୍କୁ ହେଲା ପ୍ରାଣେ ଭୟ ।ଏ କଥା ବିଚାର ବେଗେ କର ଦେବରାଜନିଶ୍ଚୟ ଅମରପୁର ନାଶ ଯିବ ଆଜ ।ଏତେ କହିଣ ମାତଳି ହୋଇଲାକ ତୁନିବୃହସ୍ପତିଙ୍କୁ ଅନାଇ ପୁଚ୍ଛେ ସସ୍ରଯୋନି ।ଭୋ ଗୁରୁ ତୁମ୍ଭେ ତ ଭୂତ ଭବିଷ୍ୟଜ୍ଞାତାଗତାଗତ ହାନିଲାଭ ଜାଣ ସବୁକଥା ।ତୁମ୍ଭର ମନ୍ତ୍ରଣାବଳେ ସବୁ କାର୍ଯ୍ୟସିଦ୍ଧିସ୍ୱର୍ଗରକ୍ଷା କରିବାକୁ ଅଛିଟି କି ବୁଦ୍ଧି ।ବୃହସ୍ପତି ବୋଇଲେ ହୋ ଶୁଣ ସୁରପତିଏ କଥା ଶୁଣିଣ ଆମ୍ଭେ କଲୁ ବଡ଼ ଭୀତି ।ବିଧାତା ଶାପେ କନ୍ଦର୍ପ କାଳନେମି ହେଲାଏ ଜନ୍ମରେ ଆସି କଂସାସୁର ବୋଲାଇଲା ।ଉଗ୍ରସେନର ନନ୍ଦନ ପ୍ରତାପୀ ସେ ବୀରପୃଥ୍ୱୀଦେବୀ ନ ସହଇ ତାର ପାଦଭାର ।କ୍ରୋଧଲୋଚନେ ଯେଣିକି ଦିଅଇ ସେ ଦୃଷ୍ଟିଦଲ ଦଲ ହୋଇ କମ୍ପେ ନବଖଣ୍ଡ ସୃଷ୍ଟି ।ବ୍ରହ୍ମା ରୁଦ୍ର ଆଦିକରି ଆପେ ବଜ୍ର ଧାରିକାହାରି ହସ୍ତରେ ସେହି କଂସ ଯେ ନ ମରି ।କାଳନେମି ରୂପ ହୋଇଥିଲା ଯେତେବେଳେପାଦ ତାର ନ ତିନ୍ତିଲା ପ୍ରଳୟର ଜଳେ ।ପାତାଳପୁରଠାରୁ ଏ ସ୍ୱର୍ଗପୁର ଯାଏସଚରାଚର ପୂରିଲା ତାର ମହାକାୟେ ।ଡରେ ଚନ୍ଦ୍ର ସୂର୍ଯ୍ୟ ଉଦେ ଅସ୍ତ ଯେ ନୋହିଲେପାତାଳ ବୈକୁଣ୍ଠ ପୁରେ ବିଷ୍ଣୁଙ୍କୁ କହିଲେ ।ସୁରଙ୍କ ବଚନେ ଧାଇଁ ଅଇଲେକ ସ୍ୱାମୀଅଶୀସସ୍ର ବର୍ଷ ଯୁଦ୍ଧ କଲା କାଳନେମି ।ସେ କାଳନେମି ଧଇଲା ଏବେ କଂସଦେହୀତାର ମହାଭାରା କାହିଁ ଆନ ବଳେ ସହି ।ବୋଇଲେକ ବୃହସ୍ପତି ଶୁଣ ସୁରରାୟବିଷ୍ଣୁ ବ୍ୟତିରେକେ କଂସ ଆନେ ନୁହେ କ୍ଷୟ ।ତୋହର ପ୍ରାୟେ କୋଟିଏ ଇନ୍ଦ୍ରଯେବେ ହେବତଥାପି ସେହି କଂସକୁ ଜିଣି ନ ପାରିବ ।ଅକାରଣେ ଗଞ୍ଜି ନୁହ ସନ୍ଧି ବେଗେ ଦେବାଚାର ପଠାଇ ବିଷ୍ଣୁଙ୍କୁ ପଛେ ଅଣାଇବା ।ବିଷ୍ଣୁ ଯେ ଅନନ୍ତକୋଟି ବ୍ରହ୍ମାଣ୍ଡ କାରେଣିତାହାଙ୍କୁ ଜଣାଇଲେ ସେ ବିଚାରିବେ ପୁଣି ।ସବୁକାଳେ ମଞ୍ଚେ ଆସି ହୁଅନ୍ତି ସେ ଜାତସମୟେ ସମୟେ ହୁଏ ସ୍ୱର୍ଗେ ଉତପାତ ।ଏଥିକି ଆମ୍ଭେମାନେ ଯେ କରିଥିବା ଭୟଅବଶ୍ୟ କରି ପାରନ୍ତି ହରି ତାକୁ ଜୟ ।ଇନ୍ଦ୍ର ବୋଇଲେ ଗୁରୁ ହେ ବିଷ୍ଣୁଛନ୍ତି କାହିଁସମସ୍ତେ ରୁଣ୍ଡ ହୋଇଣ କହିବାକ ଯାଇ ।ଆହୋ ଦେବ ଇନ୍ଦ୍ର କିପାଁ ବାଇ ପ୍ରାୟ କହୁଅଗ୍ନି ପାଖରେ ତରଳି ଯାଏ ଯେହ୍ନେ ଜଉ ।କଂସର ତୋହର ପୁଣି ଦେଖା ଦେଖି ନାହିଁଆଗରୁ ଏଡ଼େ ଆରତ ଦେଉଛୁ କିପାଇଁ ।ଯେତେବେଳେ ଇନ୍ଦ୍ର ତୁହି ଦୁଃଖହେବୁ କଷ୍ଟୀତେବେ ବିଷ୍ଣୁଠାକୁ ନେବା ବୋଇଲେ ଗୁରୁଟି ।ଏବେ ସ୍ଥିର ହୋଇ କିଛିକାଳ ରହିଥିବୁକଂସର ଉପଦ୍ରବ ତୁ ସମେୟ ସହିବୁ ।ମହାକଟାଳ ଯେବେ ସେ କରିବ ଅବଧିଧର୍ମକୁ ଜିଣିଲେ ସିନା ହେବ କାର୍ଯ୍ୟସିଦ୍ଧି ।ଆପଣା ବୁଦ୍ଧିରେ ଯେବେ ସିଦ୍ଧ ହେବ କାର୍ଯ୍ୟପଣ୍ଡିତଜନ ବେଭାର ଶୁଣ ଦେବରାଜ ।ଦେବଗୁରୁ ବଚନରେ ଇନ୍ଦ୍ର ହେଲେ ତୋଷସୁଧର୍ମା ସଭାରେ ବସି କଶ୍ୟପଙ୍କ ଶିଷ୍ୟ ।ବରୁଣ ପବନ ଚନ୍ଦ୍ର ସୂର୍ଯ୍ୟ ସାତବାରଅଷ୍ଟବସୁ ମୂଳେ ଯମ ନୈର୍ଋତ କୁବେର ।ବୈଶ୍ୱାନର ନାମେ ଯେଉଁ ଅଗ୍ନି ଦଇବତନକ୍ଷତ୍ର କରଣ ଯୋଗ ତିଥି ସର୍ବେ ସ୍ଥିତ ।ଆବର୍ତ୍ତ ସମ୍ବର୍ତ୍ତ ଦ୍ରୋଣ ପୁଷ୍କର ଯେ ମେଘବିଷକୁମ୍ଭ ଶିବମୂଳେ ସତାଇଶ ଯୋଗ ।କାଳ ଯେ ବିକାଳ ଚିତ୍ରଗୁପତ କରଣବ୍ରହ୍ମଋଷି ଦେବଋଷି ରାଜଋଷିଗଣ ।ଯକ୍ଷ ରକ୍ଷ ଗନ୍ଧର୍ବ ଯେ ବିଦ୍ୟାଧର ବଳନୃତ୍ୟରଙ୍ଗ କରନ୍ତି ସେ ଆସ୍ଥାନର ତଳ ।ଅନେକ ସମ୍ଭାର ଘେନି ବିଜେ ସୁରସାଇଁନିକଟେ ଦେଖିଲେ କଂସ ଆସୁଅଛି ବାହି ।ଆଦିତ୍ୟର ତେଜ ଜିଣି ଦିଶଇ ତା ରଥମେଘ ଯେସନେ ଆବୋରି ଥାନ୍ତି ଶୂନ୍ୟପଥ ।ରଥଙ୍କ ଉପରେ ନେତ ପତାକା ଉଡ଼ନ୍ତିନୀଳ ମେଘରେ ବିଜୁଳି ଯେହ୍ନେ ଛଟକନ୍ତି ।ବୀରତୂର ଶବ୍ଦ ବିଜିଘୋଷ ମହାଘୋରଶୁଣିଣ ଦେବ ଲୋକେ ଯେ ହୋଇଲେ କାତର ।ବୃହସ୍ପତି ବୋଇଲେ ତୁ ଶୁଣ ଶଚୀସାଇଁକଂସ ସନ୍ଧାନ ନ ଦେଲେ ପରିତ୍ରାଣ ନାହିଁ ।ପ୍ରଚଣ୍ଡରେ ମହାତେଜ ଦିଶେ କଂସ ରାଜାଖଣ୍ଡେ ଦୂର ଯାଇ ତାକୁ କରିବା ନା ପୂଜା ।ଯେବେ ତୁମ୍ଭେମାନେ ବଳେ ଯିବ ତାର ପାଶତୁମ୍ଭେ ସକଳ ଦେବତା ଯିବ ପ୍ରାଣେ ନାଶ ।ସାମାନ୍ୟ ଜନ ପ୍ରାୟେ କି ତାକୁ ମଣିଅଛଏହିକ୍ଷଣି ତାରକଥା ବୁଝିବ ପ୍ରତ୍ୟକ୍ଷ ।ତୁମ୍ଭେମାନେ କଂସକୁ ଯେ ସାମାନ୍ୟ ନ ମଣବିଚାରିଲେ ତୁମ୍ଭଠାରୁ ବଡ଼ ବୋଲି ଜାଣ ।ପୂର୍ବେ କାମଦେବ କାଳନେମି ହୋଇଥିଲାଯଦୁ ଭୋଜବଂଶେ ଏବେ କଂସ ବୋଲାଇଲା ।କାମଦେବ ଅବତାର ଜାଣ ଦେବରାଜାଆସ୍ଥାନେ ବସାଇ ତାକୁ କର ପାଦ ପୂଜା ।ଅସୁର ଜନମ ପାଇ ପାସୋରିଲା ତାହାଗତକଥା ତାର କି ନ ଜାଣୁ ଶଚୀନାହା ।ଯୁକତେ ଏ କାମଦେବ ତୋର ପୁତ୍ର ପୂର୍ବେଅସୁର ସ୍ୱଭାବେ ତାହା ପାସୋରିଲା ଏବେ ।ଆବର ବିଶେଷ ସେହି ଭାଗ୍ୟବନ୍ତ ରାଜାଲକ୍ଷେ ନୃପତି କରନ୍ତି ତାର ପାଦ ପୂଜା ।ଏବେ ସେ ଆସି ହୋଇଲା ମଞ୍ଚପୁରେ ଜନ୍ମଆଗହୁ ଏ କଥା ଆମ୍ଭେ ଜାଣିଅଛୁ ପୁଣ ।ତାହାକୁ ଯେ ନ ମାନିଲେ ଭଲଗତି ନାହିଁକଂସ କୋପ କଲେ ଆମ୍ଭେ ବର୍ତ୍ତିବା କି ନାହିଁ ।ଏହା ନ ବିଚାରି ଯେବେ କରିବାକ ରଣଜିଣି ନ ପାରିବା ସବୁ ଯିବ ଅକାରଣ ।କେବଳ ଅରିଷ୍ଟି ମେଣ୍ଟି ଜିବା ବୃଦ୍ଧି ଯୋଗେସମ୍ଭାଳି ହେଲେ କହିବା ପଛେ ବିଷ୍ଣୁ ଆଗେ ।ଏମନ୍ତ ବିଚାର କରୁ କରୁ ଦେବେ ସ୍ୱର୍ଗେକହୁ କହୁ କଂସ ଆସି ମିଳିଲାକ ଆଗେ ।କଂସ ଦେଖି ଦେବଲୋକେ ଆସନୁ ଓହ୍ଲାଇବେହରଣ ଛାଡ଼ି ଉଭା ହେଲେ ତଳେ ଯାଇ ।ବୃହସ୍ପତି ଆଦିକରି ଚନ୍ଦ୍ର ସୂର୍ଯ୍ୟ ମେଳେଡରେଣ ଉଭା ହୋଇଲେ ଆସ୍ଥାନର ତଳେ ।ଦେଖିଣ କଂସ ରାଜନ ରଥରୁ ଓହ୍ଲାଇଇନ୍ଦ୍ର ସିଂହାସନ ମାଡ଼ି ବସିଲାକ ଯାଇ ।ଦେବତାମାନେ ପାଖରେ କେହି ନ ବସିଲେକଂସର ତେଜ ଦେଖିଣ ଭୟେ ଓହ୍ଲାଇଲେ ।ଉପରକୁ ଉଠିବାକୁ ନାହିଁ କାର କ୍ଷମପ୍ରଚଣ୍ଡ ତେଜେ ଉଗୁଳି ଅଇଲା କି ଯମ ।ନିର୍ଧୂମ ଅଗ୍ନିକି ଜିଣି ବିରାଜଇ ତେଜଲୋହିତ ପିଙ୍ଗଳ ବର୍ଣ୍ଣ ଦିଶଇ ଦନୁଜ ।ପିନାକ ସମାନ ଧନୁ ଧରିଅଛି କରେଛାମୁରେ ଦେବତାମାନେ ନ ରହିଲେ ଡରେ ।ସାତ୍ୟକି ଅକ୍ରୁର ଅନାଧୃତି ଯେ ଉଦ୍ଧବବସୁଦେବ ଶକ୍ରାଜିତ ସକଳ ଯାଦବ ।ଅରିଷ୍ଟ ଯେ ଜପାସୁର ଯାମଳା ଶକଟଷଣ୍ଢା ଧେନୁକା କୁବଳ ଅର୍ଘା ଆଦି ଆଠ ।ଷଡ଼ ମନ୍ତ୍ରୀ ଅଷ୍ଟମଲ୍ଲେ କଂସ ଆଜ୍ଞା ପାଇଆସ୍ଥାନ ଉପରେ ଉଠି ବସିଲେକ ଯାଇ ।ଚଉଦସେନାଙ୍କୁ ଘେନି ବସିଲା ଆସ୍ଥାନେତଳେ ଉଭା ହେଲେ ଇନ୍ଦ୍ର ଆଦି ସୁରଗଣେ ।ଉପରେ କଂସରାଜନ କରିଅଛି ସଭାଛାମୁରେଣ ଦେବଗଣ ହୋଇଛନ୍ତି ଉଭା ।ଇନ୍ଦ୍ର ବଦନକୁ ଚାହିଁ କହେ କଂସରାଜାଏ ସ୍ୱର୍ଗମଣ୍ଡଳେ ଆମ୍ଭେ ହେଲୁ ସୁରରାଜା ।ନହୁଷ ପିତାମହର ଅଟଇ ଏ ବୃତ୍ତିସମୟେ ଭୋଗକଲୁ ତୁ ଆସି ଆମ୍ଭ ପୃଥ୍ୱୀ ।ଜୀବନେ ଆଶା ଥିଲେ ତୁ ସ୍ୱର୍ଗ ଛାଡ଼ ବେଗେନୋହିଲେ ପ୍ରାଣ ତୋହର ଘେନିବି ଖଡ଼ଗେ ।ଆହେ ଦେବେ ତୁମ୍ଭେ ଯେବେ ନ ଛାଡ଼ ଆକାଶଦେବଗୋତ୍ର ମାତ୍ରେ ସବୁ ଯିବ ପ୍ରାଣେ ନାଶ ।ଯମ ନୈର୍ଋତ କୁବେର ଗ୍ରହ ତାରାଗଣଏ ସ୍ୱର୍ଗମଣ୍ଡଳେ ତୁମ୍ଭେ ଅଛ ଯେତେ ଜଣ ।ଏ ଅମରପୁରୁ ଆଜି ଏହିକ୍ଷଣି ଯିବଏ କଥା ନ କଲେ କେହି ପ୍ରାଣ ନ ପାଇବ ।ଯେବେ ଛାଡ଼ି ନ ଯିବ ତା ଉପାୟ କହୁଛିସମରେ କର ମୋ ସଙ୍ଗେ ନ ବିଚାର କିଛି ।ସମରେ ଜିଣିଲେ ପଛେ ସ୍ୱର୍ଗଭୋଗ କରଜିଣି ନ ପାରିଲେ ରଣଯଜ୍ଞ କରି ମର ।ଏତେକ ବୋଲି ସୁଧର୍ମା ସଭା ବସେ ମାଡ଼ିଅଷ୍ଟମଲ୍ଲଙ୍କୁ ବୋଇଲା କିପାଁ ଯିବ ଛାଡ଼ି ।ଆଜହୁଁ ଆମ୍ଭେ ଏ ସ୍ୱର୍ଗେ ହେଲୁ ସୁରସାଇଁଅଷ୍ଟଦିଗପାଳ ତୁମ୍ଭେ ଆଠେ ହୁଅ ଯାଇ ।ଯେଉଁ ଦେବତା ନ ଦେବ ତାର ଅଧିକାରଆମ୍ଭ ଆଜ୍ଞା ଘେନି ତାକୁ ସେହିଠାରେ ମାର ।ଏସନକ ଆଜ୍ଞା ଯହୁ ଦେଲା କଂସରାୟଗୁଣିଣ ଡରେ କମ୍ପିଲା ଦେବତାଙ୍କ କାୟ ।ଆସ୍ଥାନ ତଳେ ସମସ୍ତ ଛନ୍ତି ଉଭା ହୋଇକଂସକଥା ଶୁଣି ଜ୍ଞାନ କାହାର ଯେ ନାହିଁ ।ଏକୁ ଆରେକ ଭାଳନ୍ତି କାନେ କାନେ ଲାଗିକେଉଁ ଦେବତା ବୋଲନ୍ତି ହେବା ପ୍ରାଣତ୍ୟାଗୀ ।ଧର୍ମକୁ ସୁମରି ଦେବଗଣ ଯେ ସକଳସେ ଯାହା ମତେ ହୁଅନ୍ତି ଅତ୍ୟନ୍ତ ବିକଳ ।ଏ ବେଳେ ସେ ଇନ୍ଦ୍ର ବୃହସ୍ପତିଙ୍କୁ ରାଇଲେଧୀରେ ଧୀରେ କରିଣ ସେ କାନରେ କହିଲେ ।ଏ କଥା ମୋରେ ସନ୍ଦେହ ଲାଗିଲା ତ ଆସିନିଶ୍ଚେ ସ୍ୱର୍ଗ ଛାଡ଼ି ଯିବା ସିନା ସ୍ୱର୍ଗବାସୀ ।ଏଡ଼େ ସଙ୍କଟରୁ ପାରି ହୋଇବା କେମନ୍ତେଏଥିରୁ କି ପ୍ରତିକାର କହ ଗୁରୁ ମୋତେ ।କଂସର ବଚନେ ମୋର ସରିଲାକ ବୁଦ୍ଧିତ୍ରିଦଶ ଦେବଙ୍କ କାର୍ଯ୍ୟ ନୋହିବାକ ସିଦ୍ଧି ।ବଳେ ଆସି ସ୍ୱର୍ଗ ମାଡ଼ି ବସିଲାଣି କଂସବାରସ୍ୱତୀ ଭୁବନ ମୋ କ୍ଷଣେ ଗଲା ନାଶ ।ତୁମ୍ଭର ବୁଦ୍ଧିବଳରେ ପାର ଯେବେ ରଖିନୋହିଲେ ସକଳ ଦେବେ ହେଲୁ ବଡ଼ଦୁଃଖି ।ବୃହସ୍ପତି ବୋଇଲେ ତୁ ଶୁଣ ଶଚୀନାହାଆଗହୁଁ ତୋହର ଆଗେ କହିଅଛୁ ଯାହା ।ଏହି ସେହି କାଳନେମି କଂସ ରୂପଧାରୀପୂର୍ବ ବଳ ବୀର୍ଯ୍ୟ ଘେନି ଅଛି ଅବତରି ।କେମନ୍ତ ପ୍ରକାରେ ଆମ୍ଭେ ଏଥୁ ରକ୍ଷାହୋଇଅନନ୍ତ ଶେଯେ ବିଷ୍ଣୁଙ୍କୁ ପଚାରିବା ଯାଇ ।ସେ ବିଷ୍ଣୁଦେବ ଆମ୍ଭଙ୍କୁ ଦେବେ ଯେଉଁ ବୁଦ୍ଧିନିଶ୍ଚୟ ଆମ୍ଭର କାର୍ଯ୍ୟ ତେଣେ ହେବ ସିଦ୍ଧି ।ଇନ୍ଦ୍ର ବୋଇଲେ ଗୁରୁ ହେ ପଛେ ଜଣାଇବାଏ ଉପଦ୍ରବ କେମନ୍ତ କହି ମେଣ୍ଟାଇବା ।ଅମର ସମ୍ପଦ ଘେନିଯିବ ନାନାରଙ୍ଗେରହ ବୋଲିବା ଭାଜନ ନାହିଁ କେହି ସଙ୍ଗେ ।କାଷ୍ଠ ପାଷାଣ ହେଲାଣି ସବୁଙ୍କର ଦେହୀଅରକ୍ଷ ହେଲୁ କାହାକୁ କହିବୁ ଯେ ଯାଇ ।ଦିଗପାଳମାନେ କେତେ ଥିବେ ଦୁଃଖ ସହିଏ ଦୁଃଖ ଏବେ କାହାକୁ କହିବା ନା ଯାଇ ।ନିଶ୍ଚୟ ନାଶଗଲା ଏ ଅମର ମଣ୍ଡଳଦେବଙ୍କର ହେଲା ଆସି ମରଣର କାଳ ।କାହାରି ବଳେ ଏ ସ୍ୱର୍ଗପୁର ନୁହେ ରଖିଧର୍ମଦେବତା କେବଳ ଏଥକୁ ଯେ ସାକ୍ଷୀ ।ଭୋ ଧର୍ମଦେବତା ମୋତେ ପ୍ରତିକାର କରଏହା ନ ବୁଝିଲେ ଠାବ ନାହିଁ ଯେ ଆମ୍ଭର ।ବ୍ରହ୍ମା ବିଷ୍ଣୁ ମହେଶ୍ୱର ଦେବଙ୍କ ଦେବତାସଙ୍କଟ ପଡ଼ିଲା ନାଥ ଛାଡ଼ ମନୋବ୍ୟଥା ।ଆମ୍ଭଙ୍କୁ ଯେ ଜାତକଲ ଭାରାଭର ଅର୍ଥେଆମ୍ଭେ ନାଶଗଲେ ଭାରା ରହିବ କେମନ୍ତେ ।ଆମ୍ଭେ ଜନ୍ମିଅଛୁ ଦୁଷ୍ଟ ନିବାରିବା ପାଇଁଆମ୍ଭେ ଗଲେ ଏ ସଂସାର ରହିବ ବା କାହିଁ ।କଂସ କଣ୍ଠେ ସରସ୍ୱତୀ ଦେବୀ ଗୋ ବସିବତେବେ ଦେବଙ୍କର ଶୁଭାଶୁଭ ଯେ ଦିଶିବ ।ଏତେ ବୋଲି ଦେବେ ସରସ୍ୱତୀଙ୍କୁ ସୁମରିପାୟେ ପଡ଼ି ଶୋଇ ସ୍ତୁତି ଅନେକ ଯେ କରି ।ଜୟ ତୁ ସାରଦା ମାଗୋ ବିଷ୍ଣୁର ବଲ୍ଲଭୀମହାଯଜ୍ଞୁ ଜାତ କଲେ ବ୍ରହ୍ମା ଏହି ଭୁବି ।ଅଯୋନି ସମ୍ଭୁତା ମାଗୋ ଅଟେ ତୋର ଦେହୀଆଦି ଅନ୍ତ ମଧ୍ୟ ତୋର ନ ଜାଣନ୍ତି କେହି ।ଧବଳ ଅଙ୍ଗ ସ୍ପଟିକ ଜିଣି ତୋର କାନ୍ତିଜଗଜ୍ଜନ ମୋହିଲୁ ଅପାଙ୍ଗେ ଯୋଗ ଚିନ୍ତି ।ଅଷ୍ଟରତ୍ନେ ନିର୍ମାଣ ତୋ ଶିରେ ସପ୍ତଶିଖାହୀରାକୁଣ୍ଡଳ ଶୋଭିତ ଜିଣି ପଦ୍ମରେଖା ।ମଣି ମାଣିକ୍ୟ ମର୍କତ ଏହି ତିନି ହେମଉପମା ନୋହି ତୁମ୍ଭର ରୂପ ଅନୁପମ ।କଣ୍ଠେ ତୁମ୍ଭର ଗୋ ନବରତ୍ନ ଦ୍ୱାର ଶୋହିପରମ ମାହେଶ୍ୱରୀ ଗୋ ବିଷ୍ଣୁ ମନମୋହି ।ସପତସ୍ୱର ଧ୍ୱନି ତୋ କରେ ବ୍ରହ୍ମବୀଣାକୁତୁହଳେ କିଣିକିଣି ବାଜେ ଜଗଜ୍ଜିଣା ।ଗାନ୍ଧାର ରାଗରେ ମାଗୋ ସପ୍ତସ୍ୱର ବାଇଯୋଗନିଦ୍ରା ଗଲେ ବିଷ୍ଣୁ ଜାନୁ ଶିରେ ଦେଇ ।ଅଳିଆଳି ବେଣୀ ତୋର କୁଣ୍ଡଳୀ ଭୁଜଙ୍ଗସର୍ବଦା କୁଶଳ ତୋର ଅଟଇ ସର୍ବାଙ୍ଗ ।ଦେବାଙ୍ଗ ଝୀନବାସରେ ଶୋଭିତ ତୋକାୟେମୁନିମାନଙ୍କୁ ତୋ ମାୟା ଅଗୋଚର ହୋଏ ।କାଶୀଦେଶେ ମାଗୋ ଦକ୍ଷପାଳ ନରପତିତୁମ୍ଭ ପାଦପଦ୍ମେ କରୁଥିବାରୁ ଭକତି ।ଜୀବନ୍ତେ ବିପୁଳ ଲକ୍ଷ୍ମୀ ସେ ସୁଖେ ଭୁଞ୍ଜିବଅନ୍ତଃକାଳେ ଯାଇଁ ବିଷ୍ଣୁ ବୈକୁଣ୍ଠେ ବସିବ ।ସକଳ ଜନ ଜନ୍ତୁକୁ କଲ ତୁମ୍ଭେ ବରଦେବମତେ ତୁମ୍ଭ ବଶ ସକଳ ତ୍ରିଦଶ ।ତୁମ୍ଭ ଯୋଗୁ ଏ ସକଳ ଲୋକେ ଜ୍ଞାନ ପାଇଜୀବ ପ୍ରସବଇ ମାଗୋ ତୁମ୍ଭ ପାଦ ଧ୍ୟାୟୀ ।ଦେବମନ୍ତ୍ର ଧର୍ମ ତତ୍ତ୍ୱ ଆଦି ଉଦ୍ଧାରିଲକୀଟୁଁ ବ୍ରହ୍ମ ପରିଯନ୍ତେ ତୁମ୍ଭେ ଭିଆଇଲ ।ସକଳ ଘଟରେ ଥାଅ ତୁମ୍ଭେ ଗୋ ଭାରତିଛପନ କୋଟି ଜୀବ ତୁ କଲୁ ଉତପତ୍ତି ।ତୁମ୍ଭ ବାକ୍ୟ ପ୍ରମାଣରେ ସ୍ଫୁରେ ସର୍ବତତ୍ତ୍ୱତେଣୁ ତୁ ବୋଲାଉ ବାକ୍ୟଦେବୀ ଆଗୋମାତ ।ତେତେ ସେବାକଲେ ମାଗୋ ସ୍ଫୁରଇ ସୁବୁଦ୍ଧିଯଥା ବୁଦ୍ଧି ତଥା ସିନା ବଖାଣନ୍ତି ସିଦ୍ଧି ।ମମ କଣ୍ଠ ଆଭରଣ ହୁଅ ମହାମାୟେତୁମ୍ଭ ପ୍ରସାଦେ ଫିଟିବ ଏ ସଂସାର ଭୟେ ।ହରିବଂଶ ଗ୍ରନ୍ଥ ମାଗୋ କହ ଦେବୀ ମୋତେଅନେକ ଭକତି ମାଗୋ କରୁଅଛି ତୋତେ ।ତୁହି ଯେବେ ସୁପ୍ରସନ୍ନ ହେବୁ ମହାମାୟେକହିବି ଏ ହରିବଂଶ ଅତି ପୂଣ୍ୟମୟେ ।ସାରଦାଙ୍କ ପାଦପଦ୍ମେ ଥାଉ ମୋର ସେବାଅଚ୍ୟୁତ ଦାସ ମୁଁ ମୋତେ ଗତିମୁକ୍ତି ଦେବା ।ଏମନ୍ତେ ସ୍ତୁତି ଅନେକ କଲେ ଦେବବୃନ୍ଦଶୁଣିଣ ସେ ମହାମାୟା ହୋଇଲେ ଆନନ୍ଦ ।ବିଷ୍ଣୁ ସୀମସ୍ଥାନେ ବୀଣା ବଜାଉଣ ଥିଲେବିଧାତାଙ୍କ ସ୍ତୁତି ଯୋଗବଳେ ସେ ଜାଣିଲେ ।ଧାତିକାରେ ସୁପ୍ରସନ୍ନ ହେଲେ ଯୋଗମାୟାଶୁନ୍ୟେ ଥାଇ ଦେଖାଇଲେ ଆପଣାର କାୟା ।ଦରହସିତ ବଦନେ କହନ୍ତି ଯେ ବାଣୀକଂସର କଣ୍ଠେ ପ୍ରବେଶ ହେବି ଏହିକ୍ଷଣି ।ଯେମନ୍ତେ ସେ ଦୁଷ୍ଟକଂସ ଛାଡ଼ିବ ଦୁର୍ବୁଦ୍ଧିତେସନ ଉପାୟ କଲେ ହେବ କାର୍ଯ୍ୟସିଦ୍ଧି ।ଏ କେବଳ ତାର ଧାଡ଼ି ବଞ୍ଚାଇବି ଯୋଗେପୁଣି ଉପଦ୍ରବ କଲେ କହ ବିଷ୍ଣୁ ଆଗେ ।ଏତେବୋଲି ଧାତିକାରେ ଦେବୀ ବିଜେକଲେକଂସରାଜା କଣ୍ଠତଟେ ଯାଇଣ ବସିଲେ ।ତତକ୍ଷଣେ ସେ ଦାନବ ଦାନବ ହୋଇଲା ବିମୋହକୋପ ତାର ଶାନ୍ତ ହେଲା ଉପୁଜିଲା ସ୍ନେହ ।ସୁବୁଦ୍ଧି ଯେ ପ୍ରସାରିଲା ସଦାମାର୍ଗ ବାଣୀଦୟା ବହି ଧୀରେ କଥା କହେ ନୃପମଣି ।ଦେବେ ଉଭା ହୋଇଥିଲେ ଆସ୍ଥାନରୁ ତଳେଦରହସିତ ବଦନେ କଂସ ମନେ ଭାଳେ ।କଂସ ଚାହାଣିକୁ ଦିଗପାଳେ ଡରୁଥିଲେମହାଭୟ ପାଇ ପଛଘୁଞ୍ଚା ଦେଉଥିଲେ ।ଭୟେ କମ୍ପମାନ ଦେବଗଣଙ୍କର ଦେହୀକାତର ହୋଇ ସେ କଥା ନ ପାରନ୍ତି କହି ।ମାର୍ଜ୍ଜାରୀ ଦେଖି ଇନ୍ଦୁର କରେ ଯେହ୍ନେ ଭୀତିତେସନ ଜାଣ ଦେବତା କଂସ ନରପତି ।ଦେବଙ୍କର ଭୟ କଂସ ନୟନେ ଦେଖିଲାକୋପ ଛାଡ଼ି କଂସ ଚିତ୍ତେ ଦୟା ଯେ ବସିଲା ।ଆସ୍ଥାନର ଉପରକୁ ଡାକି ବୃହସ୍ପତିକହିଲା ଏ ଦେବଗଣ ବସନ୍ତୁ ମୋ କତି ।କଂସର ଆଜ୍ଞାରେ ବୃହସ୍ପତି ଗଲେ ବେଗେକୃତାଞ୍ଜଳୀ ହୋଇ ଉଭା କଂସାସୁର ଆଗେ ।ଦେବଗୁରୁ ବୋଲି କଂସ ନମସ୍କାର କଲାଆଶ୍ୱାସନା କରି ଆଣି ପାଶେ ବସାଇଲା ।କଂସ ବୋଇଲା ଗୁରୁ ହେ କର ମୋର ବୋଲସ୍ୱର୍ଗେ ସୁଖେ ବସିବାକୁ ଖୋଜ ଦିନ ଭଲ ।ପାଞ୍ଜି ଧରି ଗୁରୁ ଖୋଜି ସପତାଙ୍ଗେ ଏହାକେଉଁଦିନେ ସ୍ୱର୍ଗେ ଆମ୍ଭେ ହେବା ସୁରନାହା ।ଆଣିଣ ସେ ବୃହସ୍ପତି ପେଡ଼ି ପାଞ୍ଜି ମୁଠିଦେବଘେନି ଦେଲେ ତହିଁ କୋଷ୍ଠି ଗୋଟାକାଟି ।ତିଥି ବାର ଋଷ ଯୋଗ କରଣ ମିଶାଇସପତାଙ୍ଗ ଗଣି ନବଗ୍ରହଙ୍କୁ ବସାଇ ।ଖୋଜିଲେକ ବୃହସ୍ପତି ଶୁଭ ଅନୁକୂଳଏଗାର ବରଷ ଯାଏ ନାହିଁ କିଛି ଭଲ ।ସନ୍ଧି ଘେନି ସମୟେତ ଯାଇ ରହିଥିବଶୁଭଯୋଗବେଳେ ଇନ୍ଦ୍ର ପଦରେ ବସିବ ।ବେଦଶାସ୍ତ୍ରମତେ ବୁଝ ଏମନ୍ତ ବିଚାରମନକୁ ନ ଯୋଗାଇଲେ ଯାହା ଇଚ୍ଛା କର ।ଶୁଭବେଳେ କାର୍ଯ୍ୟ କଲେ ହୁଅଇଟି ଭଲଏଗାର ବରଷ ଯାଏ ନାହିଁ ଅନୁକୁଳ ।ବେଦଶାସ୍ତ୍ର ପ୍ରମାଣେ ଯା କହିଲୁ ସେ ଭଲସ୍ୱର୍ଗ ମଞ୍ଚ ପାତାଳେ ନ ହେବ ଅମଙ୍ଗଳ ।ଶୁଭଯୋଗେ ଯେବେ ତୁମ୍ଭେ ହେବ ସୁରପତିନିଶ୍ଚିନ୍ତେ ଭୋଗ କରିବ ପୁର ବାରସ୍ୱତୀ ।ଏତେ କହି ଦେବଗୁରୁ ହୋଇଲେ ମଉନଆପଣାର ହୃଦମଧ୍ୟେ ବିଚାରେ ଭାଜନ ।ଯୁକତେ ତ ସରସ୍ୱତୀ କଣ୍ଠେ ଛନ୍ତି ରହିଆବର ବିଶେଷେ ଗୁରୁ କହିଲେ ମନାଇ ।ଆପଣା ମନେ ବିଚାରି ହେଲା ସେ ସନ୍ତୋଷମନ୍ଦବେଳେ ବସିଲେ ଯେ ହେବ ସର୍ବ ଧ୍ୱଂସ ।ଏକାଦଶ ବରଷ ତ କହୁଁ କହୁଁ ଯିବସେ କାଳଯାଏ ଏ ଇନ୍ଦ୍ର ଆମ୍ଭର ହୋଇବ ।ବରଷେ ବରଷେ ମୋତେ ସନ୍ଧି ଦେଉଥିବମଥୁରା କଟକେ ଦେଖା ଦରଶନୀ ଦେବ ।ବିଯୋଗେ ନହୁଷ ରାଜା ହେଲା ସୁରପତିକିଞ୍ଚିତରେ ନାଶଗଲା ଏଡ଼େକ ସମ୍ପତ୍ତି ।ଋଷିଙ୍କୁ ଭାର ବୁହାଇ ହେଲା ସର୍ପଦେହୀଜାଣି ହୁଡ଼ିଲା ତାହାକୁ ରଖନ୍ତା କେ ନାହିଁ ।ଅଷ୍ଟମଲ୍ଲଙ୍କୁ ବୋଇଲା ତୁମ୍ଭେ କିସ ମଣସେମାନେ ବୋଇଲେ କଥା ଅଟଇ ପ୍ରମାଣ ।ଧାର୍ମିକ ବିବେକୀ ତୁମ୍ଭେ ଅଟ ଗୁଣନିଧିତୁମ୍ଭେ ଯାହା ଆଜ୍ଞା ଦେଲ ଆମ୍ଭର ସେ ସିଦ୍ଧି ।ଯୁକତେ ଆମ୍ଭର ଇନ୍ଦ୍ରପଦ ହେଲା କିନାସନ୍ଧିଦେବ ଆସ୍ଥାନରେ ଇନ୍ଦ୍ରବସେ ସିନା ।ସମସ୍ତେ ପଛେ ଆସିବା ପୁଣି ଦଣ୍ଡ ଭିଡ଼ିଏକାବେଳେ ଇନ୍ଦ୍ର ପଦ ବସିବାନା ମାଡ଼ି ।ଏତେକ ବଚନେ କଂସ ହୋଇଲା ସନ୍ତୋଷବିଚାରି ବୋଲେ ବାହୁଡ଼ି ଯିବା ଏଥେ ଆସ ।ଦେବଙ୍କୁ ବୋଲେ ଛାମୁକୁ ମୋର ଯାଉଥିବାଉପହାର ଦେଇ ମୋର ସଭାରେ ବସିବା ।ଏମନ୍ତ ବଚନ ଯହୁଁ ବୋଲେ କଂସାସୁରସବୁ ଦେବତାଙ୍କ ମନ ହୋଇଲା ସୁସ୍ଥିର ।ସରସ୍ୱତୀଙ୍କୁ ପ୍ରଶଂସା କଲେ ସୁରରାୟେତୋର ପ୍ରସାଦେ ଖଣ୍ଡିଲୁ ସିନା ଅପଚୟେ ।ଧାତିକାରେ ସୁରପତି ଭଣ୍ଡାରେ ପଶିଲେଅନେକ ଯେ ଧନରତ୍ନ ଆଣି ସମର୍ପିଲେ ।ନବଶାଖା ମୁକୁଟ ଯେ ଗୁଣଭୂଷା ମଣିଶ୍ରୀକରେ କଂସକୁ ଇନ୍ଦ୍ର ଦେବ ଦେଲେ ଆଣି ।ଶୂରାସେନ ନାମେ ହୟ ସୁନାସ ଯେ ଗଜକଂସର ଛାମୁରେ ଆଣିଦେଲେ ସୁରରାଜ ।ନାନାଦି ନାମା ନିଧିରୁ ଆଠଲକ୍ଷ ଆଣିକଂସର କରେ ସମର୍ପି ଦେଲେ ବଜ୍ରପାଣି ।ବାତଗତି ଯାନ କଳ୍ପତରୁ ସିଂହାସନପାଞ୍ଚଲକ୍ଷ ଆଣିଦେଲେ ଅମ୍ଳାନ ବସନ ।ମୋତିଝରା ଲାଗିଥିବା ଅଷ୍ଟରତ୍ନ ବେଦୀକଂସର ଛାମୁରେ ଆଣିଦେଲା ଜମ୍ଭଭେଦୀ ।କୁବେର ବରୁଣ ଚନ୍ଦ୍ର ସୂର୍ଯ୍ୟ ବୃହସ୍ପତିନଇର୍ଋତ ମରୁତ ଯେ ଯମ ବେଦପତି ।ଯକ୍ଷ ଗନ୍ଧର୍ବର ମୂଳେ ଦେବଗଣ ଯେତେଜଣେ ଜଣେ ଆସି ସନ୍ଧି ଦେଲେ ଯେଝାମତେ ।ସ୍ୱର୍ଗମଣ୍ଡଳେ କଂସକୁ ଦେବେ କଲେ ପୂଜାବୃହସ୍ପତିର ବଚନେ ତୋଷ କଂସରାଜା ।ପବିତ୍ର ଗଙ୍ଗାଜଳ ଏ ଗ୍ରନ୍ଥ ପୁଣ୍ୟମୟଶୁଣନ୍ତେ ଲଭଇ ପ୍ରାଣୀ ସବୁଠାରେ ଜୟ ।ଦୀନହୀନ ଅଚ୍ୟୁତ ମୁଁ ଶ୍ରୀହରିଙ୍କ ଦାସସାଧୁଜନ ହିତେ କଲି ଏ ଗ୍ରନ୍ଥ ପ୍ରକାଶ ।