ହରିବଂଶ (ପ୍ରଥମ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୧୧ / ୧୧
ସମ୍ପୂର୍ଣ୍ଣ ସୂଚୀପତ୍ର
ଶାରଦାଙ୍କ ପ୍ରସନ୍ନ ଓ ଦେବତାଙ୍କର ବିଷ୍ଣୁ ସ୍ତୁତି
ଏସନକ ସ୍ତୁତି ଯହୁଁ କଲେ ଦେବବୃନ୍ଦଶୁଣିଣ ଶାରଦାଦେବୀ ପରମ ଆନନ୍ଦ ।ସୀମସ୍ଥାନେ ବସି ବୀଣା ଯନ୍ତ୍ର ବାଉଥିଲେଗାନ୍ଧାର ରାଗ ଉଦ୍ଧାରି ବିଷ୍ଣୁଙ୍କୁ ମୋହିଲେ ।ନୟନ ମଳି ତାହାଙ୍କୁ ଚାହିଁ ଦେବରାୟେଉଭା ଛାମୁରେ ତେତିଶକୋଟି ଦେବତାଏ ।ଅଳପ ହସି ଚାହିଁଲେ ତାଙ୍କୁ ନାରାୟଣଶ୍ରୀଚରଣ ତଳେ ପଡ଼ିଗଲେ ଦେବଗଣ ।ଉଠି ଉଭାହୋଇ ପୁଣି ଶିରେ କର ଦେଇପୁଣ ପୁଣ ପାଦତଳେ ପଡ଼ନ୍ତି ବିନୟୀ ।ବୋଇଲେ କୋଟି ଜନ୍ମର ଖଣ୍ଡିଲୁ କଳ୍ମଷଜୟ ଜଗନ୍ନାଥ ସ୍ତୁତି କରନ୍ତି ତ୍ରିଦଶ ।ଭୋ ମଣିମା ପ୍ରଭୁ ଜୟ ଜୟ ଜଗନ୍ନାଥଅସୁର ମାରି ଆମ୍ଭଙ୍କୁ କରନ୍ତୁ କୃତାର୍ଥ ।ଦେବ ଇନ୍ଦ୍ର ସହିତେ ଯେ କରପତ୍ର ଯୋଡ଼ିପୁଣ ପୁଣ ପାଦତଳେ ପଡ଼ି ସ୍ତୁତି ପଢ଼ି ।ସ୍ତୁତି ବଖାଣନ୍ତି ପାଦେ ପଡ଼ି କରଯୋଡ଼ିତୁମ୍ଭେ ନ ରଖିଲେ ଦେବେ ଗଲୁ ଏବେ ସଢ଼ି ।ସ୍ତୁତିମାନ ପଢ଼ି ଆସି ବ୍ରହ୍ମଋଷି ମିଳିହୃଦପଦ୍ମେ ଘୋଷନ୍ତି ହେ ରଖ ବନମାଳି ।କର ଯୋଡ଼ିଣ କରନ୍ତି ଅନେକ ଯେ ସ୍ତୁତିଜୟ ଜୟ ନାରାୟଣ ପରଂବ୍ରହ୍ମ ମୂର୍ତ୍ତି ।ଜୟ ଜୟ ନାରାୟଣ ସଂସାର ରଖନ୍ତାଜୟ ଜୟ ନାରାୟଣ ଅହିଂସା ଅଚିନ୍ତା ।ଜୟ ଜୟ ନାରାୟଣ ଦୈତ୍ୟ ନିସୂଦନଜୟ ଜୟ ନାରାୟଣ ଭକତଙ୍କ ଧନ ।ଜୟ ଜୟ ନାରାୟଣ ଚଉବର୍ଗଦାନୀଜୟ ଜୟ ନାରାୟଣ ଶଙ୍ଖଚକ୍ରପାଣି ।ଜୟ ଜୟ ନାରାୟଣ ଦୀନ ଚିନ୍ତାମଣିଜୟ ଜୟ ନାରାୟଣ ଜଗତର ଜନି ।ଜୟ ଜୟ ନାରାୟଣ ଭକ୍ତ ଉଦ୍ଧାରଣ ।ଜୟ ଜୟ ନାରାୟଣ ସଂସାର କାରଣ ।ଜୟ ଜୟ ନାରାୟଣ ଜନ୍ତୁଙ୍କ ନିବାସଜୟ ନାରାୟଣ ନାମ ଆମ୍ଭର ଅଭ୍ୟାସଜୟ ଜୟ ନାରାୟଣ ବ୍ରହ୍ମାଣ୍ଡ କରତାଜୟ ଜୟ ନାରାୟଣ ଚଉବର୍ଗଦାତା ।ଜୟ ଜୟ ନାରାୟଣ କୃପାଜଳ ସିନ୍ଧୁଜୟ ଜୟ ନାରାୟଣ ଦରିଦ୍ରର ବନ୍ଧୁ ।ଜୟ ଜୟ ନାରାୟଣ ସର୍ବ ଭୂତେଶ୍ୱରଜୟ ନାରାୟଣ ନାହିଁ ଶତ୍ରୁମିତ୍ର ତୋର ।ଜଳେ ଅନଳେ ସଞ୍ଚିଲୁ ତୁହି ବସୁନ୍ଧରୀସ୍ଥାବର କୀଟ ପତଙ୍ଗ ଜଙ୍ଗମ ଏ ଚାରି ।ଦେବ ବୌଦ୍ଧରୂପେ ତୁମ୍ଭେ ଦେବଗଣ ଶାଖାତୁମ୍ଭର ମହିମା ଦେବ ତୁମ୍ଭେ ଜାଣ ଏକା ।ପୃଥ୍ୱୀ ଭାରାଭର ନାଥ ଉଦ୍ଧାରିବା ପାଇଁକପଟେ ଜାତ ମାନବ ଆଦି ଦେହ ବହି ।ଶ୍ରୁତି ଧୃତିପଣ ନାଥ ଅଟଇ ଯାହାରଅନାଦି ନିରଞ୍ଜନ ତୁ ଦେବ ଅଜ୍ରାମର ।ତୁମ୍ଭ କଲ୍ୟାଣରୁ ଚରାଚର ଉତପତ୍ତିତୁମ୍ଭେ ଜନ୍ମହେଲେ ଦୁଷ୍ଟ ଦୈତ୍ୟ ନାଶଯାନ୍ତି ।ନମସ୍ତେ ହେ ଲକ୍ଷ୍ମୀପତି କୃପାଜଳନିଧିନମସ୍ତେ ହେ ବାଞ୍ଛାକଳ୍ପତରୁ ଗୁଣନିଧି ।ଶଙ୍ଖ ଚକ୍ର ଗଦା ପଦ୍ମେ ଶୋହେ ଚତୁର୍ଭୁଜଦୀନଜନ ବାନ୍ଧବ ହେ ଅଶେଷ ତୋ ତେଜ ।ନାରାୟଣ ଚରଣେ ମୋ ଅହର୍ନିଶି ସେବାଅଚ୍ୟୁତ ଦାସକୁ ହରିବଂଶ କହିଦେବା ।ଏସନକ ସ୍ତୁତି ଯହୁଁ କଲେ ଦେବଗଣଲୋଚନ ଟେକି ଚାହିଁଲେ ଦେବ ନାରାୟଣ ।ଦେଖି ପୁଣି ଦେବଗଣେ ଦେଲେ ଶିରେ କରଦେବଙ୍କ ସଙ୍ଗେ ଅଛନ୍ତି ବେଦବର ହର ।କହନ୍ତି ଯେ ବେନି କରଯୋଡ଼ି ବେଦପତିଶ୍ରୀମୁଖକୁ ଚାହିଁ ପୁଣି ଉତ୍ତର ଦିଅନ୍ତି ।ନିଶ୍ଚିନ୍ତ ହୋଇ ପ୍ରଭୁ ହେ ଯୋଗନିଦ୍ରା ଗଲଚରାଚର ନାଶଗଲା ତାହା ନ ବୁଝିଲ ।ପୃଥ୍ୱୀ ଏବେ ନାଶଗଲା ରକ୍ଷାକର ତୋରଦେବଗଣ ଛାଡ଼ିଗଲେ ଡରେ ସ୍ୱର୍ଗପୁର
ବିଷ୍ଣୁଙ୍କ ଛାମୁରେ ବସୁଧାର ଦୁଃଖ ନିବେଦନ
କୃତକୃତ୍ୟ ହୋଇ ପୁଣି ପରୀକ୍ଷ ପୁଚ୍ଛିଲେକରପତ୍ର ଯୋଡ଼ି ଋଷି ପାଦରେ ପଡ଼ିଲେ ।ଭୋ ମୁନି ତୁ ଯୋଗେଶ୍ୱର ପୁରୁଷ ପ୍ରତ୍ୟକ୍ଷଅଜାତଶତ୍ରୁ ସଂସାରେ ହୋଇଅଛୁ ଦକ୍ଷ ।ତେତିଶକୋଟି ଦେବତା କଲେ ଯେ ଗୁହାରିକିସ କିସ ଆଜ୍ଞାଦେଲେ ତାଙ୍କୁ ଦେବହରି ।ଶୁଣୁଛନ୍ତି ପରୀକ୍ଷିତ କହୁଛନ୍ତି ମୁନିଏକମନା ହୋଇ ତୁହୋ ଶୁଣ ନୃପମଣି ।ଆସ୍ଥାନ ତଳେ ତେତିଶକୋଟି ଦେବେ ରହିହାତଠାରି ଆଜ୍ଞା ତାକୁ ଦେଲେ ଭାବଗ୍ରାହୀ ।ବସ ହୋ ଦେବେ ବୋଲି ଶ୍ରୀମୁଖେ ଆଜ୍ଞାଦେଲେଆଜ୍ଞା ପାଇ ଦେବତାଏ ଆସ୍ଥାନେ ବସିଲେ ।ଧାତାଙ୍କୁ ଯେ ମଧ୍ୟପାତ୍ର କରି ବେଢ଼ି ବସିବିଦ୍ୟାଧରୀ ଅପସରୀ ଗନ୍ଧର୍ବ ବିଳାସୀ ।ଆସ୍ଥାନର ତଳେ ସର୍ବେ ବସିଲେକ ଯାଇସମସ୍ୟା ନ କରି ରହି ନିସ୍ତବଧ ହୋଇ ।ନଇର୍ଋତ ମରୁତ ଯେ ଯମ ବୈଶ୍ୱାନରଶଚୀପତି ନିଶାକର ଆଦିତ୍ୟ କୁବେର ।ଶୁକ୍ର ବୃହସ୍ପତି ଶନି ମଙ୍ଗଳ ଯେ ବୁଧଅଷ୍ଟବସୁ ବିଶ୍ୱଦେବା ପୁରୁଷ ଯେ ସିଦ୍ଧ ।ସୁରଭି କପିଳା ଆଦି ଗାୟତ୍ରୀ ଗୋମାତାଅଷ୍ଟ ଅପସରା ମୂଳେ ସକଳ ଦେବତା ।ଦେବଋଷି ବ୍ରହ୍ମଋଷି ନରଋଷି ମୂଳେସନାତନ ସଦାନନ୍ଦ ବସି ଏକମେଳେ ।ଅଷ୍ଟ ଚଣ୍ଡୀମୂଳେ ଭୂତଗଣ ଭଇରବୀଯେତେକ ସ୍ୱର୍ଗଭୁବନେ ଥିଲେ ଦେବଦେବୀ ।ନନ୍ଦୀ ଭ୍ରୂକୁଟୀ ବିକାଳ କାଳ ମହାକାଳଦେବତାମୂଳେ ସକଳ ପାତ୍ର କ୍ଷେତ୍ରପାଳ ।ବ୍ରହ୍ମଗଣ ରୁଦ୍ରଗଣ ଇନ୍ଦ୍ରଗଣ ଯେତେଗୋଟି ଗୋଟି ନାମ ଧରି କହିବି ତା କେତେ ।ଅନନ୍ତ ମହାନାଗ ଯେ କର୍କୋଟକ ଶଙ୍ଖମହାପଦ୍ମ ପଦ୍ମମୂଳେ କୁଳିକ ତକ୍ଷକ ।ପାରିପାତ୍ର ହିମବନ୍ତ ପର୍ବତଙ୍କ ପତିଅଷ୍ଟମନୁ ସହିତରେ ସପ୍ତ ମହାଯତି ।କାର୍ତ୍ତିକ ବହୀନ୍ଦ୍ର ଗଣପତି ନଳନୀଳତାର ଯୋଗ କରଣ ହିଁ ନକ୍ଷତ୍ର ସକଳ ।ଆବର୍ତ୍ତକ ସମ୍ବର୍ତ୍ତକ ଦ୍ରୋଣ ଯେ ପୁଷ୍କରପନ୍ଦର ତିଥି ଆବର ସପତ ଯେ ବାର ।ବିହନ୍ତା ନିହନ୍ତା ମେରୁ ମନ୍ଦର ସହିତେପର୍ବତଙ୍କ ନାମ ଧରି କହିବଇଁ କେତେ ।ଯେଣୁ ସୁପ୍ରସନ୍ନ ମୋତେ ବିଘ୍ନେଶ୍ୱର ରାୟେତେଣୁ ଠିକ ଠିକ କରି କହିଲି ଥୋକାଏ ।ତାଙ୍କ କୃପାରୁ ଭରସା ଆଶା ହେଲା ମୋରଅସଂଖ୍ୟ ଅକଳିତ ଏ ଅପାର ସାଗର ।ସ୍ୱଭାବେ ବିଷ୍ଣୁଭୁବନ ଦିଶେ ପରିମଳଦୀର୍ଘ ପ୍ରତିରେ ବିସ୍ତାର ଲକ୍ଷେ ଯୂଣ ଠୁଳ ।ମଣି ମାଣିକ୍ୟ କସ୍ତୁରୀ ହୀରାରେଖା ଲମ୍ବେରସାଣିଲା ବଇଦୁର୍ଯ୍ୟ ପାବଚ୍ଛ ଆରମ୍ଭେ ।କୋଟିଏ ବିନ୍ଧାଣୀ ଘେନି ସ୍ୱୟଂ ବିଶ୍ୱକର୍ମାଅତି ଯତନେ ନିର୍ମାଣି ଅଛି ପୁରସୀମା ।ରସାଣିଲା ସୁବର୍ଣ୍ଣ ସେ ଘର ରୁଅ ଶେଣିନବରତ୍ନ ଧାଡ଼ି ଧାଡ଼ି ବିଚିତ୍ର ଖଞ୍ଜଣୀ ।ଝୀନ ପତନୀ ନେତର ସିନ୍ଧୁଆ ଗହଳତ୍ରୋଣା ଲମ୍ବାଇ ଅଛନ୍ତି ତହିଁ ମାଳ ମାଳ ।ଇନ୍ଦ୍ର ଗୋବିନ୍ଦ ଚାନ୍ଦୁଆ ସୂଚୀକମ ଟେରାବେଢ଼ାଇ ଅଛନ୍ତି ଖଞ୍ଜାମୂଳେ ଚଉସରା ।ନାଗେଶ୍ୱର ଚମ୍ପା ମଲ୍ଲୀ ବକୁଳ ପାଟେଳିସୁନା ସୂତାରେ କୁସୁମ ଲମ୍ୱେ ମାଳି ମାଳି ।ଗଜମୋତି ମାଣିକ୍ୟର ଝରାକୁ ମିଶାଇଲମ୍ୱାଇ ଅଛନ୍ତି ଚଉପାଶେ ତାହା ନେଇ ।ଖଞ୍ଜାମୂଳେ ଖଞ୍ଜିଛନ୍ତି ତହୁଁ ମାଳେ ମାଳେସିଞ୍ଚ ଅଛନ୍ତି ପନିର ପାଣି ବାସଜଳେ ।ସେଠାରେ ବସିଲେ ବୃଦ୍ଧ ହୋଇ ନବଯୁବାତହିଁ ବା ଆନ ଆଉ କି ପଟାନ୍ତର ଦେବା ।କ୍ଷୁଧା ତୃଷା ନିଦ୍ରା ସର୍ବ ବିବର୍ଜିତ ଯହିଁସ୍ୱଧର୍ମ ବିନା ଅଧର୍ମ ବିଧର୍ମ ହିଁ ନାହିଁ ।ଏସନକ ଶୋଭା ଦେଖି ଦେଖି ସୁରପତିଆସ୍ଥାନେ ବସିଲେ ଯାଇ ଦକ୍ଷ ସ୍ତମ୍ଭକତି ।ବୃହସ୍ପତି ଆଦି ଯେତେ ଦେବଗଣ ଥିଲେସ୍ତମ୍ଭେ ସ୍ତମ୍ଭେ ଆଉଜିଣ ସମସ୍ତେ ବସିଲେ ।ବ୍ରହ୍ମା ଇନ୍ଦ୍ର ରୁଦ୍ର ସବୁ ଦେବଗଣ ଘେନିଯୋଗୀ ସନ୍ନ୍ୟାସୀ ଯେତେକ ସିଦ୍ଧ ସୁରମୁନି ।ଦିବ୍ୟ ବେଶରେ ମିଳିଲେ ସୁରବିଳାସିନୀଚଉଷଠି ଅପସରା ଅପୂର୍ବ କାମିନୀ ।ସ୍ୱର୍ଗସୁଲକ୍ଷଣୀ ସେହି ମହାପୁଣ୍ୟଦେହୀଜଣ ଜଣକେ ପାରନ୍ତି ମୁନିମନ ମୋହି ।ଅଶୀକୋଟି ଗନ୍ଧର୍ବ ଯେ ସର୍ବେ ନବଯୁବାକାମଦେବ ପ୍ରାୟେକ ସେ ଅତି ବଡ଼ ଶୋଭା ।ସମୁଦ୍ର ମନ୍ଥନୁ ହେଲେ ସେ ସମସ୍ତେ ଜାତଜନମ ମରଣ ବାଧା ନ ଲାଗେ ଏହାନ୍ତ ।କୋଟି କୋଟି ଇନ୍ଦ୍ର ହେବେ ସ୍ୱର୍ଗପୁର କ୍ଷୟେଜନ୍ମ ମୃତ୍ୟୁ ବାଧା ନାହିଁ ଏହାଙ୍କର କାୟେ ।କୋଟିଇନ୍ଦ୍ର ଯେବେ ଯିବେ ସ୍ୱର୍ଗପୁରୁ ନାଶକେତେବେଳେ ସେ ମହିମା ନୁହଇ ବିନାଶ ।ଯାହାକୁ ଯେବେ ଦିଅନ୍ତି ଇନ୍ଦ୍ରପଦ ହରିବିଦ୍ୟାଧରୀ ଅପସରୀ ତାର ସେବା କରି ।ସ୍ୱର୍ଗମଣ୍ଡଳେ ଏମାନେ ସବୁକାଳେ ଥାନ୍ତିଯେ ଜନ ଇନ୍ଦ୍ର ହୁଅଇ ତାହାକୁ ଖଟନ୍ତି ।ବିଷ୍ଣୁର କୋଠଲୋକ ଏ ଥାନ୍ତି ସ୍ୱର୍ଗପୁରେସେବା କରୁଥାନ୍ତି ରହି ଇନ୍ଦ୍ର ଅଧିକାରେ ।ସ୍ୱର୍ଗପୁର ବିଦ୍ୟାଧରୀ ବେଶଭୂଷା ହୋଇସୁରପତିର ଛାମୁରେ ମିଳିଲେ ସେ ଯାଇଁ ।ତାଳ କଂସାଳ ଝଞ୍ଜାଳ ଅଳାବେଣୀ ବୀଣାଅପାଙ୍ଗ ଅଧା ମୃଦଙ୍ଗ ଯନ୍ତ୍ର ତନ୍ତ୍ରୀ ଜିଣା ।ଚିତ୍ରସେନ ଗନ୍ଧର୍ବ ଯେ ତାଳ ଧରି ଗାଇବିଶ୍ୱାବସୁ ଗନ୍ଧର୍ବ ଯେ ମୃଦଙ୍ଗ ଧରଇ ।ତୁମ୍ୱରୁ ଗନ୍ଧର୍ବ ଧରି ତୁମ୍ୱରୁ ମର୍ଦ୍ଦଳଅନଙ୍ଗସେନ ଗନ୍ଧର୍ବ କରେ କରତାଳ ।ସୁରସେନ ଗନ୍ଧର୍ବ ଯେ କରେ ବେଣୁ ନାଦଜୟସେନ ଗନ୍ଧର୍ବର ଅଳାବେଶୀ ବାଦ୍ୟ ।ବିଦ୍ୟାଧରୀମାନେ ତାଙ୍ଗ ସଙ୍ଗତେ ଆବୋରିମଣ୍ଡଳି ହୋଇଅଛନ୍ତି ଗୀତକୁ ଉଙ୍କାରି ।ସା ରି ଗା ମା ପା ଦା ନି ସା ସପ୍ତ ସ୍ୱର ରାଗଚଞ୍ଚୁପୁଟ ଚାଞ୍ଚୁପୁଟ ଭେଦ ମୁଦ୍ରା ସଙ୍ଗ ।ଛତିଶ ପଦ ଯେ ଭେଦ ଚଉଷଠି ଗତିଛୟାଣୋଇ ଚକ୍ରନୃତ୍ୟ ଚଉବାନେ ମାତି ।ଚୌସ୍ତରୀ ଚାହଣୀ ଅଙ୍ଗଢାଳ ବୟାଳିଶୀଅଠାଣୋଇ ଭଙ୍ଗଭଙ୍ଗୀ ମୁଦ୍ରା ଚୌରାଅଶୀ ।ବତିଶକଳା ମୂରତି ଧାତୁ ଯେ ପଚିଶଛୟାଣୋଇ ତତ୍ତ୍ୱ ଗତ ମୂର୍ଚ୍ଛା ଏକୋଇଶ ।ଚୌଷଠି କାଛେଣୀ ତାଳ ବାଟ ଯେ ବତିଶିଚଉଷଠି ବସାଣ ଯେ ତାନ ବୟାଅଶୀ ।ଏଥି ବାହାରେ ଭରହ ବ୍ୟାପୀ ତହିଁ ବିଦ୍ୟାନବଶତ ପଞ୍ଚତ୍ରିଂଶ ଅଟଇ ପ୍ରସିଦ୍ଧା ।ଅତି ଗହନ ବିଦ୍ୟା ଏ ନ ଜାଣନ୍ତି କେହିନ ଜାଣନ୍ତି ଦିଗପାଳ ଆଦି ଦେହବହି ।ଏକା ଜାଣନ୍ତି ତାଣ୍ଡବ ନୃତ୍ୟକାରୀ ହରବ୍ରହ୍ମା ମର୍ଦ୍ଦଳ ବଜାନ୍ତି ବିଷ୍ଣୁ ତାଳଧର ।ପବନ ଫୁକାରେ ବାୟ ବରୁଣ ବଇଁଶୀଯମ କାହାଳୀ ଯେ ବୀଣା ନାରଦ ଦେବର୍ଷି ।ଆନ କେହି ଭାଜନ ଯେ ନୁହଇ ଏଥିକିଏ ବିଦ୍ୟମାନ ଗନ୍ଧର୍ବ ଅପସରା ଶିଖି ।ଏମାନେ ଇନ୍ଦ୍ରକୁ ନିତ୍ୟ କରୁଥାନ୍ତି ସେବାତେଣୁ ତାହାଙ୍କୁ ସୁଦୟା କରନ୍ତି ମଘବା ।ଗୀତ ବାଦ୍ୟ ନୃତ୍ୟ ରସ ନାନା ପରିବନ୍ଧେଗନ୍ଧର୍ବ ବିଦ୍ୟାଧରୀଏ ଖଟି ନାନା ଛନ୍ଦେ ।ଦଇବର ବିପରୀତ ଦେଖ ମହୀପତିଏହି ସମୟେ ମିଳିଲେ ଆସି ବସୁମତୀ ।କେଶ ବାସ ଅସମ୍ଭାଳ ହେଲା ବସୁନ୍ଧରୀନବଦ୍ୱାରରୁ ରୁଧିର ପଡ଼ଇ ବାହାରି ।ନିମଗ୍ନ ହୋଇ ଦେବୀର ଅଚେଷ୍ଟିତ ମନଚିନ୍ତାଭରେ ହୁଅନ୍ତି ସେ ଦେବୀ ଛନ୍ନ ଛନ୍ନ ।ହେଠମାତ ହୋଇ ବସି କରନ୍ତି ରୋଦନଅଶ୍ରୁଜଳ ନୟନରୁ ବହେ ଘନ ଘନ ।ଅନାଥା ନାରୀ ପରାୟେ କାନ୍ଦନ୍ତି କ୍ରୋଧରେଉଚ୍ଚସ୍ୱରେ ବାହୁନନ୍ତି ସଭାର ମଧ୍ୟରେ ।ଶୋକଭର ହୋଇଣ ସେ ଲୋଟନ୍ତି ଧରଣୀଉଚ୍ଚସ୍ୱରେ ଡାକନ୍ତି ହେ ରଖ ଚକ୍ରପାଣି ।ତ୍ରାହି ତ୍ରାହି ବୋଲି ଉଚ୍ଚେ ଛାଡ଼ନ୍ତି ବୋବାଳିଅନାଥ ହେଲି ଭୋ ପ୍ରଭୁ ନାରାୟଣ ବୋଲି ।କ୍ଷଣେ ଅସାଷ୍ଟମ କ୍ଷଣେ ସଚେତ ତା ମତିଉଚ୍ଚସ୍ୱରେ ଡାକେ ମୋତେ ରଖ ଲକ୍ଷ୍ମୀପତି ।ନିଃଶ୍ୱାସମାତ୍ର କେବଳ ଶରୀରେ ମୋ ଅଛିରୋଦନ କରେ କେମନ୍ତେ ରଖ ହେ ଶ୍ରୀବତ୍ସି ।ଅନାଥର ବାନ୍ଧବ ତୁ ଶରଣ ତାରଣନ ରଖିଲେ ନାଶ ହେଲି ତୁମ୍ଭେ ଏହା ଜାଣ ।ରଖ ନାରାୟଣ ବୋଲି ମୁହିଁ ଯେ ଡାକୁଛିବଳବୀର୍ଯ୍ୟ ଧଇର୍ଯ୍ୟ ତ ନାହିଁ ମୋର କିଛି ।ବିଷ୍ଣୁଙ୍କ ଆସନ ତଳେ ପ୍ରବେଶ ହୋଇଲାଚକ୍ରକୂଟ ନାରାୟଣ ରଖସି ବୋଇଲା ।ତ୍ରାହିକର ନାରାୟଣ ହୋଇଲି ଅନାଥଏ ଅନାଥ ରକ୍ଷା ହେଲେ ନାମ ହେବ ଖ୍ୟାତ ।ଆତଙ୍କେ ବୋଲଇ ମୋତେ ରଖ ହେ ଶ୍ରୀପତିବହୁତ ବିକଳ ହୋଇ କାନ୍ଦେ ବସୁମତୀ ।ଭୋ ନାରାୟଣ ସମ୍ଭାଳ ତୁମ୍ଭର ଏ ମହୀକଂସର ଭାରାଭର ମୁଁ ନ ପାରଇ ସହି ।ଭୋ ଦେବ ନାରାୟଣ ହେ ଦେଖ ମୋ ଅବସ୍ଥାତୁମ୍ଭେ ନିଶ୍ଚିନ୍ତେ ରହିଲ ପାଇଲି ମୁଁ ବ୍ୟଥା ।କଂସର ଭାରାରେ ମୁହିଁ ହୋଇଲଇଁ କଷ୍ଟିଭୋ ଦେବ ନାରାୟଣ ତୁ ଫେଡ଼ ମୋ ଅରିଷ୍ଟି ।ଏଡ଼େ ବଡ଼ ମହାଭାରା ବହିଛି ମୁଁ ଶିରେସମସ୍ତେ ନିଶ୍ଚିନ୍ତ ହୋଇ ଅଛ ଯେ ଯାହାରେ ।ମୋହର ଅଭାବେ ସୃଷ୍ଟି ହୋଇବଟି ନାଶଏ କଥା ପ୍ରମାଣ ନିଶ୍ଚେଁ ବୁଝ ହୃଷୀକେଶ ।ମୁହିଁ ଯେବେ ନ କରିବି ଶସ୍ୟ ଫଳ ଜାତଅନ୍ନ ବିନା ପ୍ରାଣୀମାନେ ହେବେ ସବୁ ହତ ।ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଏ ଚାରିମୋହ ଉପରେ ସଞ୍ଚିଲ ତୁମ୍ଭେ ଦେବ ହରି ।ଏବେଳେ ରକ୍ଷା ନ କର ଯେବେ ପୀତବାସମୁହିଁ ମଲେ ନାଶ ସିନା ଯିବଟି ତ୍ରିଦଶ ।ଏକଥା ଯେବେ ତୁମ୍ଭେ ନ କର ଚକ୍ରପାଣିମୁହିଁ ନାଶଗଲେ ଦେବ କାହାକୁ ଧରଣୀ ।ଏତେକ ବୋଲି ସେ ଦେବୀ ଢଳିଣ ପଡ଼ିଲାନାରାୟଣ ସ୍ୱାମୀ ମୋତେ ଉଦ୍ଧର ବୋଇଲା ।ଚେତନା ପାଇ ବୋଲଇ ଶୁଣ ଦେବରାଜରସାଗତ ପୃଥ୍ୱୀ ମୋର କିଛି ନାହିଁ କାର୍ଯ୍ୟ ।ବ୍ରହ୍ମଲୋକ ଆଦି କୀଟ ପତଙ୍ଗ ଜଗତନ ବହିଲେ ରସାତଳେ ପଡ଼ିବ ଜଗତ ।ଚଉରାଶୀ କୋଟି ଜୀବଜନ୍ତୁ ଏ ଯେ ସଂଖ୍ୟାଗତାଗତକୁ ମୋହର କେ କରୁଛି ଲେଖା ।ହବିର୍ହୋମ ଯାଗ ଯଜ୍ଞ ଶ୍ରାଦ୍ଧ ସବୁ କଲାତୁମ୍ଭେ ନ ରଖିଲେ ପୃଥୀ ଅକାରଣ ହେଲା ।ବନ କନ୍ଦର ପର୍ବତ ମେରୁ ଅଷ୍ଟଗିରିସାତଦ୍ୱୀପ ସାତସିନ୍ଧୁ ଅଛି ମୁହିଁ ଧରି ।ଅନୀତି ନୀତି ଏମାନେ କରନ୍ତି ସଂସାରେସବୁ ଭାରା ଦେଇଅଛ ମୋହର ଉପରେ ।ପ୍ରଭୁ ଦେବଗଣ ତୋର ସଂସାର କାରେଣୀମୋହର ନ ଥିଲେ କିସ କରିବେ ସେ ପୁଣି ।ଛାଡ଼ୁଛି ଧରା ଭାର ହେ ପଡ଼ୁ ରସାତଳଏହା ନ ବିଚାରି କିପାଁ କରୁଅଛ ହେଳ ।ଏମନ୍ତ ବୋଲି ଦେବୀ ଯେ କ୍ରୋଧଭର ହୋଇକାନ୍ଦନ୍ତି ସେ ନାରାୟଣ ମୁଖକୁ ଅନାଇ ।ବୋଲନ୍ତି ପୃଥୀ ବିକଳ ଦେଖି ନାରାୟଣଦେବେ ତୋତେ ନ ରଖିଲେ ଏ ଅଟେ କି ଗୁଣତୁମ୍ଭ ହିତପାଇଁ ଜନ୍ମ ଲଭିଥିଲି ପୂର୍ବେବ୍ରହ୍ମଘାତୀ କହି ମୁଖ ନ ଚାହିଁଲେ ଦେବେ ।ତ୍ରେତାଯୁଗେ ଦେଖିଛ ଗୋ ପୌଲସ୍ତିର ନାତିରାବଣ ନାମେ ଅସୁର ଲଙ୍କା ଅଧିପତି ।ଅନେକ ବାର ଯେ ସ୍ୱର୍ଗପୁର ଧାଡ଼ିଦେଲାଲଙ୍କାକୁ ବୋଲି ଦେବଙ୍କୁ ବାନ୍ଧି ଘେନିଗଲା ।ଆସ୍ଥାନତଳେ ଦେବଙ୍କୁ ବସାଇଲା ନେଇରାବଣ ବୋଇଲା ଏହି ଦେବଙ୍କୁ ଅନାଇ ।ଆରେରେ ତ୍ରିଦଶେ ମୋତେ ସେବା କରୁଥିବଯେତେବେଳେ ଯେଉଁ କଥା ଆସି ଜଣାଇବ ।ଡରେ ଦେବଲୋକେ ତାହା ସନମତ କଲେସେ କଥା କରିବୁ ବୋଲି ଛାମୁରେ କହିଲେ ।ମର୍ଦ୍ଦଳ ଧରି ଏ ବ୍ରହ୍ମା ବାଇ ଚଞ୍ଚୁପୁଟଏକାଦଶ ରୁଦ୍ର ଘେନି କରୁଥାନ୍ତି ନାଟ ।ଆଧି ଉପାଧି ଯେ କଥା ଯହିଁ ହୁଏ ଯେତେକରଣ ହୋଇ କହନ୍ତି ଏ ଚିତ୍ର ଗୁପତେ ।ଯେବଣ କୁବେର ଦେବ ସପ୍ତନିଧିପତିରାବଣକୁ ବେଶ ଲାଗି କରାଏ ସେ ନିତି ।ଏ ଦ୍ୱାଦଶ ବିଶ୍ୱଦେବା ପାବଚ୍ଛ ହୋଇଣପଡ଼ିଥାନ୍ତି ତହିଁ ପରେ ଉଠଇ ରାବଣ ।ଏ ବିଧିରେ ଦେବଗଣ ଖଟି ଲଙ୍କାପୁରେକେତେ ଦୁଃଖ ନ ପାଇଲେ ରାବଣ ହେତୁରେ ।ଅମର ଭୁବନେ କେହି ନ ପାରିଲେ ରହିକେତେ କେତେ ଅବସ୍ଥା ଏ ନ ପାଇଲେ ତହିଁ ।ରାବଣକୁ ଯେତେବେଳେ କଲି ମୁଁ ବିନାଶତହିଁକି ଏ ଦେଲେ ମୋତେ ବ୍ରହ୍ମହତ୍ୟା ଦୋଷ ।ସେ ମୋହର ଭାରିଯାକୁ ବଳେ ନେଲା ହରିତେଣୁକରି ତାହାକୁ ମୁଁ ପକାଇଲି ମାରି ।ଗୋ ବ୍ରାହ୍ମଣ ଖାଇ ଯେହୁ କରେ ସୁରାପାନଏମାନେ ବୋଇଲେ ସେହୁ ଅଟଇ ବ୍ରାହ୍ମଣ ।ବ୍ରହ୍ମକର୍ମ ତାହାଠାରେ କେଉଁଗୁଣେ ଅଛିସେ କଥା ବିଚାରି ଏବେ କହକିନା ବାଛି ।ବ୍ରାହ୍ମଣ ହୋଇଣ ଯେବେ କରେ ସୁରାପାନଧନବନ୍ତ ହୋଇ ଯେବେ ନ ଦିଅଇ ଦାନ ।ଯେ ଅବା କ୍ଷତ୍ରିୟ ହୋଇ ଯୁଦ୍ଧକୁ ଡରଇଭର୍ତ୍ତା ଥାଇ ସ୍ତିରୀ ଯେବେ ଆନକୁ ଭଜଇ ।ଚିକିତ୍ସକ ହୋଇ ଯେବେ ନୁହଇ ବକତାମନ୍ତ୍ରୀ ହୋଇ ଯେ ନ କହେ ରାଜା ହିତକଥା ।ପୁତ୍ର ହୋଇ ପିତାର ଯେ ଲଙ୍ଘଇ ବଚନସେବକ ହୋଇ ସ୍ୱାମୀର ଯେ ନ ଜାଣେ ମନ ।ସୁପଣ୍ଡିତ ହୋଇ ଯେବେ କରେ ପରିତାପଏମାନଙ୍କୁ ଝିଙ୍ଗାସିଲେ ନାହିଁ କିଛି ପାପ ।ବ୍ରହ୍ମକୁଳେ ରାବଣର ଯେବେ ଉତ୍ତପତ୍ତିତଥାପି ରାକ୍ଷସ ସେହୁ ସୁମାଳୀର ନାତିନିକଷାର ଗର୍ଭରୁ ସେ ହେଲା ଅବତାରଆବର ସେ କଲା ପୁଣି ନାନା ଅତ୍ୟାଚାର ।ସ୍ୱର୍ଗପୁର ଭାଙ୍ଗି ଧ୍ୱଂସ କଲା ବାହୁବଳେଗୋ ବ୍ରାହ୍ମଣ ବଧିଲା ସେ ଅବନୀମଣ୍ଡଳେ ।ଅନ୍ୟାୟରେ ତ୍ରିଭୁବନ କଲା ସେହୁ ନାଶତାକୁ ପ୍ରାଣେ ବଧ କଲେ ଅଛି କେଉଁ ଦୋଷ ।ଏଡ଼େ ଉପକାର ମୋର ନ ଘେନିଲେ ଦେବେବ୍ରହ୍ମହତ୍ୟା ଦୋଷ ମୋତେ ଲଗାଇଲେ ସର୍ବେ ।ଯାହାଙ୍କ ସକାଶେ ମୁହିଁ ବଧିଲି ରାବଣମୁଖ ନ ଚାହିଁଲେ ମୋର ସେହି ଦେବଗଣ ।ଆସ୍ଥାନରେ ବସିଥିଲେ ମୁଁ ଯିବାରୁ ତହିଁବ୍ରହ୍ମଘାତୀ ବୋଲି ମୁଖ ନ ଚାହିଁଲେ କେହି ।ଏବେ ମୋତେ ଲୋଡ଼ୁଅଛ କିପାଁ ସୁରରାଜଦେବଙ୍କ ସଙ୍ଗରେ ମୋର ଅଛି କିସ କାର୍ଯ୍ୟ ।ଏମନ୍ତ କହିଣ ମୈାନ ହେଲେ ଚକ୍ରଧରକରଯୋଡ଼ି ଜଣାଇଲେ ତାଙ୍କୁ ବେଦବର ।ସାବଧାନେ ଶୁଣ ଆହେ ଦେବ ଅନ୍ତର୍ଯ୍ୟାମୀରାମ ଅବତାରେ ଦୁଃଖ ପାଇଅଛ ସ୍ୱାମୀ ।ସେହି ଦୁଃଖମାନ ମନୁ ପାସୋରିବା ପାଇଁରଙ୍ଗାବତାର ହୋଇବ ଗୋପେ ବଢ଼ିଯାଇ ।ବାଳଲୀଳା କଉତୁକ କରି ତୋଷମନେବିହରିବ ଗୋପାଙ୍ଗନା ଘେନି କୁଞ୍ଜବନେ ।ଗୋପନଗ୍ରେ ଛନ୍ତି ନବଲକ୍ଷ ଗୋପାଳୁଣୀଚୌଷଠି ବନ୍ଧେ ରମଣ କର ତାଙ୍କୁ ଘେନି ।ରଖିବ ବାଛୁରୀ ଗାଈ ଗୋପସୁତ ମେଳେସୁଖେ ବିହରିବ ସ୍ୱାମୀ ନୀପତରୁ ମୁଳେ ।ଭକ୍ତିଭାବେ ସୁର ସିଦ୍ଧତପୀ ବ୍ରହ୍ମଚାରୀତୋତେ ଚାହିଁ ରହିଛନ୍ତି ଗୋପେ ଅବତରି ।ଲାଗନ୍ତେ ତୋ ପଦ୍ମକର ଗୋପୀଙ୍କର ଅଙ୍ଗେବସିବେ ମୁକତ ହୋଇ ସିଦ୍ଧଗଣ ସଙ୍ଗେ ।ଯୁକତେ ଦ୍ୱାପର ଯୁଗ ହେଉଅଛି ଶେଷକଳିଯୁଗ ଆସି ଏବେ ହୋଇଲା ପ୍ରବେଶ ।ମର୍ତ୍ତ୍ୟପୁରେ ଜନ୍ମିଛନ୍ତି ବହୁତ ଦାନବେଭାରତ ଯୁଦ୍ଧରେ ସର୍ବେ ମୁକତି ଲଭିବେ ।ତୋହର ଛାମୁରେ ପ୍ରଭୁ ହୋଇବ ସମରଆପେ ଥାଇ ନିବାରିବୁ ଧରଣୀର ଭାର ।ନବକୋଟି କବନ୍ଧ ଯେ ନାଚିବେ ସେକାଳେପଡ଼ିବେ ସକଳ ବୀରେ ମହାରଣ ଗୋଳେ ।ଗୋମତି ତୀରରେ ପୂର୍ବେ ଚୈାଦଲକ୍ଷ ମୁନିବାଲୁକା ଲିଙ୍ଗ ପୂଜିଣ କଲେ ବେଦଧ୍ୱନି ।ଗନ୍ଧପୁଷ୍ପ ଧୁପଦୀପ ନଇବେଦ୍ୟ ଦେଇପୂଜିଲେ ଏକାଗ୍ର ଚିତ୍ତେ ଶଙ୍କରଙ୍କୁ ତହିଁ ।ବକଳ ପିନ୍ଧିଣ ଖାଇ ଫଳମୁଳ ବାରିପଞ୍ଚାକ୍ଷର ଜପକଲେ ଏକଧ୍ୟାନ କରି ।ବତିଶ ସହସ୍ର ବର୍ଷ ଘୋରତପ କଲେତା ଦେଖି ଈଶ୍ୱର ତାଙ୍କୁ ପ୍ରସନ୍ନ ହୋଇଲେ ।ଡମ୍ବରୁ ତ୍ରିଶୁଳ କରେ ବୃଷପୃଷ୍ଠେ ବସିସେ ମୁନିଙ୍କ ଆଗେ ଶିବ ବିଜେ କଲେ ଆସି ।ଈଶ୍ୱରଙ୍କ ଆଗମନ ମୁନିମାନେ ଦେଖିଶିରେ କର ଦେଲେ ସର୍ବେ ଆସନ ଉପେକ୍ଷି ।କୃପାମୟ ସଦାଶିବ ପଚାରିଲେ ତାଙ୍କୁକି କାରଣେ ଏତେ ସେବା କରୁଛ ଆମ୍ଭଙ୍କୁ ।ମୁନିଏ ବୋଇଲେ ତୁମ୍ଭେ ଅଟ ବିଶ୍ୱପତିଆମ୍ଭଙ୍କୁ ସଦୟ ହୋଇ ଦିଅ ଦିବ୍ୟଗତି ।ଯୋନିଦ୍ୱାରେ ଆମ୍ଭେ ଆଉ ନ ହୋଇବୁ ଜାତଏ ବର ଆମ୍ଭଙ୍କୁ ତୋଷେ ଦିଅ ବିଶ୍ୱନାଥ ।ଈଶାନ କହିଲେ ତାଙ୍କୁ ଏ ବଚନ ଶୁଣିମୁକ୍ତିର ପଥକୁ ଆମ୍ଭେ ନୋହୁତ କାରେଣି ।ଧର୍ମ ଅର୍ଥ କାମ ଏହି ତିନି ଦେଇପାରୁମୁକ୍ତି ହେବାପାଇଁ ବର ଦେଇ ତ ନ ପାରୁ ।ବ୍ରହ୍ମା ବିଷ୍ଣୁ ଶିବ ଆମ୍ଭେ ତିନି ଏକଦେହୀସୃଜନ କରିବା ଭାର ବହିଛନ୍ତି ବିହି ।ପାଳନ କରନ୍ତି ବିଷ୍ଣୁ ଆମ୍ଭେ କରୁ କ୍ଷୟଏକାରଣେ ତିନି ମୂର୍ତ୍ତି ହେଲୁ ଏକଦେହ ।ଧର୍ମ ଅର୍ଥ କାମ ତିନି ଆମ୍ଭଠାରେ ଅଛିସାଯୁଜ୍ୟ ମୁକତିଦାତା ଅଟନ୍ତି ଶ୍ରୀବତ୍ସି ।ତୁମ୍ଭଙ୍କୁ କହିବା ଏବେ ଶୁଣ ସଦବୁଦ୍ଧିଯେଉଁପରି ମୁକ୍ତିମାର୍ଗ ଲାଭ ହେବ ସିଦ୍ଧି ।ଦ୍ୱାପର ଶେଷକୁ ବିଷ୍ଣୁ ମଥୁରା ନଗରେକୃଷ୍ଣରୂପେ ଜନ୍ମହେବେ ବସୁଦେବ ଘରେ ।ମଥୁରାରେ ଜନ୍ମ ହୋଇ ଗୋପରେ ବଢ଼ିବେଗୋପୀ ଗୋପାଳଙ୍କ ସଙ୍ଗେ ବିହାର କରିବେ ।ବାଳ ଗୋପାଳ ସ୍ୱରୂପ ଧରି ବନମାଳୀକୁଞ୍ଜବନେ କରିବେ ସେ ନାନା ରଙ୍ଗେ କେଳି ।ତୁମ୍ଭେମାନେ ଜନ୍ମିଥିବ ଗୋପିକା ସ୍ୱରୂପେନାରାୟଣ ଅଙ୍ଗସଙ୍ଗ ହେବ ପୂର୍ବତପେ ।ତୁମ୍ଭଙ୍କୁ ଘେନିଣ କ୍ରୀଡ଼ା କରିବେ ଶ୍ରୀପତିସେକାଳେ ପାଇବ ସର୍ବେ ସାଯୁଜ୍ୟ ମୁକତି ।ସୁଲକ୍ଷଣୀ ନାରୀରୂପ ଘେନି ଜନ୍ମିଥିବକୃଷ୍ଣ ବିନା ଆନ ଆଉ କିଛି ନ ଜାଣିବ ।ଚଉଷଠି ବନ୍ଧେ କ୍ରୀଡ଼ା କୃଷ୍ଣ ସଙ୍ଗେ କରିସ୍ୱାମୀ ଅଙ୍ଗସଙ୍ଗ ପାଇ ସର୍ବେ ଯିବ ତରି ।ଏତେକହି ଅନ୍ତର୍ଦ୍ଧାନ ହେଲେ ଦେବକାଶୀସେ ଋଷିଏ ଗୋପପୁରେ ଜନ୍ମିଛନ୍ତି ଆସି ।ଥୋକେ ମୁନି ହୋଇଛନ୍ତି ଯୁବତୀ ସ୍ୱରୂପଥୋକାଏ ଗୋପାଳ ଥୋକେ ଅଟନ୍ତି ପାଦପ ।ଥୋକେ ଋଷି ଗୋରୁରୁପ ଧରି ବୃନ୍ଦାବନେସର୍ବେ ଚାହିଁ ରହିଛନ୍ତି ଗୋବିନ୍ଦ ଦର୍ଶନେ ।ମୁଁ କିସ କହିବି ପ୍ରଭୁ ତୁମ୍ଭେ ସବୁ ଜାଣରଙ୍ଗାବତାରରେ ଭୋଗ ଭୁଞ୍ଜିବେ ଆପଣ ।ବିଶ୍ୱକର୍ମା ସଙ୍ଗେ ଘେନି କୋଟିଏ ବିନ୍ଧାଣିସଜାଇ ରଖିଛି ଗୋପନବର ନିର୍ମାଣି ।ଯମୁନା ତଟିନୀ ତଟ ନୀପତରୁ ତଳେସ୍ୱର୍ଗରୁ କୋଟିଏ ଗୁଣ ସୁଖ ତହିଁ ମିଳେ ।ଗୋପିଗଣ ସଙ୍ଗେ ତହିଁ ବିହରିବୁ ସ୍ୱାମୀତେବେ ଶୋଭା ପାଇବ ଏ ଚରାଚର ଭୂମି ।ଅମର ଭୂବନ ତେଜି ଦେବତା ମଣ୍ଡଳତୋତେ ସେବା କରିବାକୁ ହୋଇବୁ ଗୋପାଳ ।ସ୍ୱର୍ଗର ନାୟିକାଗଣ ଗୋପିକା ସ୍ୱରୂପେତୋ ମନ ରଞ୍ଜିବା ପାଇଁ ଜାତ ହେବେ ଗୋପେନନ୍ଦନ ବନରେ ଯେତେ ସ୍ୱାଦୁ ଫଳ ଅଛିକୁଞ୍ଜବନେ ଈନ୍ଦ୍ର ତାହା ଥୋଇଲାଣି ବାଛି ।ପାରିଜାତ ଆଦିକରି ନାନା ପୁଷ୍ପମାନରୋପିବାରୁ ପରିମଳ ଦିଶେ କୁଞ୍ଜବନ ।ଶୀତଳ ସୁସ୍ୱାଦୁ ସ୍ୱଛ ଜମୁନାର ନୀରକଦମ୍ୱ ମୁଳରେ ବହେ ବସନ୍ତ ସମୀର ।ଶୁକ ପିକ ମୟୁରଙ୍କ ସୁମଧୁର ଧ୍ୱନିସବୁବେଳେ ଶୁଣୁଥିବ ତୋ ଶ୍ରବଣ ବେନି ।ଯେତେବେଳେ ଯାହାଇଚ୍ଛା ହେଉଥିବ ମନେଚାହିଁଦେବା ମାତ୍ରେ ଆସି ମିଳିବ ସେ ସ୍ଥାନେ ।ଦେବଗଣେ ପରିଚାର ତୋର ଚକ୍ରପାଣିତୁ ଯହିଁ ରଖିବୁ ସବୁ ଯୋଗାଇବେ ଆଣି ।ରାମ ଅବତାରେ ସ୍ୱାମୀ ପାଇଅଛୁ ଦୁଃଖରଙ୍ଗା ଅବତାରେ ଏବେ ଭୋଗକର ସୁଖ ।ଏତେକହି ପଛଘୁଞ୍ଚା ଦେଲେ ବେଦପତିକରପତ୍ର ଯୋଡ଼ି ଉଭା ହେଲେ ବସୁମତୀ ।ନବଦ୍ୱାରରୁ ରୁଧିର ପଡ଼ୁଅଛି ଗଳିଗତାତ୍ମା ପ୍ରାୟେକ ଦେବୀ ନ ପାରଇ ଚଳି ।କେଶବାସ ଅସମ୍ଭାଳ ଅଧୋମୁଖୀ ହୋଇକାନ୍ଦି ଜଣାଇଲା ବିଷ୍ଣୁ ଶ୍ରୀମୁଖକୁ ଚାହିଁ ।ଭୋ ଦେବ ତୁ ନିରଞ୍ଜନ ଦେବଙ୍କ ଉତ୍ତମାପୁରାଣ ପୁରୁଷ ସ୍ୱାମୀ ଅଟୁ ମହାତମା ।ସାବଧାନ ହୋଇ ଦେବ ଦେଖ ମୋର କଷ୍ଟଅସୁରଙ୍କ ପାଦଭରେ ହେଉଅଛି ନଷ୍ଟ ।କେବଳ ଶରୀରେ ମୋର ପ୍ରାଣଅଛି ରହିଅସମ୍ଭାଳ ହେଲା ଭାରା ଛାଡ଼ିଦେବି ମୁହିଁ ।ତୁ ଯଦ୍ୟପି ରକ୍ଷା ନ କରିବୁ ଏତେବେଳେନିଶ୍ଚୟ ଛାଡ଼ିବି ପୃଥୀ ପଡ଼ୁ ରସାତଳେ ।ବହୁ କଷ୍ଟ ପାଇଲିଣି ଆହେ ଦୀନବନ୍ଧୁପ୍ରତିକାର କର ମୋତେ କୃପାଜଳସିନ୍ଧୁ ।ତୁ ଯଦ୍ୟପି ଅନୁଗ୍ରହ ଛାଡ଼ିଲୁ ସନ୍ଦେହଫିଟାଇ ସେ କଥା ପ୍ରଭୁ ମୋ ଆଗରେ କହ ।ଦେବସଭା ମଧ୍ୟେ ଯାଇ କହିଲି ମୋ କଥାଦେଖ ସର୍ବେ ସୁରଗଣେ ମୋହର ଅବସ୍ଥା ।ଏ ମୋର ବିକଳ ଦେଖ ସର୍ବ ଦେବତାଏଅସୁରଙ୍କ ପାଦଘାତେ ମୁଖୁ ରକ୍ତ ବୋହେ ।ସେମାନେ ତ ରକ୍ଷାକରି ନ ପାରିଲେ କେହିତେଣୁ ସର୍ବେ ଆସିଅଛୁ ତୋ ଛାମୁରେ କହି ।ବେଳେବେଳେ ମୋତେ ତୁହି କରାଉ ଅଚିନ୍ତାତୋର ଅଭାବରେ ନାହିଁ କେ ମୋତେ ରଖନ୍ତା ।ହିରଣ୍ୟାକ୍ଷ ନାମେ ଦୈତ୍ୟ ନେଲା ମୋତେ ହରିତୁହି ଉଦ୍ଧାରିଲୁ ଆପେ କୁର୍ମରୁପ ଧରି ।ଅଶେଷ କୋଟି ବ୍ରହ୍ମାଣ୍ଡ ଧରଣୀର ଭାରତୋ ପୃଷ୍ଠେ ରହିଲା ପ୍ରଭୁ ତିଳ ପରକାର ।ପାତାଳ ସୁତଳ ତଳ ରସାତଳ ମୁଳେଲୁଚିଲା ଏ ସପ୍ତଲୋକ ତୋର ପାଦତଳେ ।ପଞ୍ଚାଣୋଇ ସସ୍ର ଯୁଣ ହିରଣ୍ୟର ଦେହୀକିଞ୍ଚିତ ସଂଗ୍ରାମେ ତାକୁ ବଧିଲୁ ମୋ ପାଇଁ ।ହିରଣ୍ୟନନ୍ଦନ ହିରଣାକ୍ଷ ଯେ ହୋଇଲାସପ୍ତଦ୍ୱୀପା ପୃଥୀ ଏକା ମୁଷ୍ଟିକେ ରଖିଲା ।ବଳାତ୍କାରେ ଯାଉଥିଲା ଦୈତ୍ୟ ମୋତେ ଘେନିତାହା ଦେଖି ଭୟ କଲେ ସୁରସିଦ୍ଧ ମୁନି ।ଦୁର୍ଜ୍ଜୟ ଅସୁର ସେହୁ ଅଟେ ରଣରଙ୍କାବ୍ରହ୍ମା ରୁଦ୍ର ବାସବଙ୍କୁ ନ କରଇ ଶଙ୍କା ।ଅଠାଣୋଇ ସସ୍ର ଯୁଣ ସେ ଦୈତ୍ୟର ଅଙ୍ଗତାହାର ସଙ୍ଗତେ ସ୍ୱାମୀ କଲୁ ରଣରଙ୍ଗ ।ଷାଠିଏ ସହସ୍ର ବର୍ଷ ବଢ଼ିଲା ଆରେଣିବାହୁଯୁଦ୍ଧେ ନାଥ ତାକୁ ନ ପାଇଲୁ ଜିଣି ।ବରାହ ସ୍ୱରୁପ ପୁଣି ଧରି ମମ ହିତେସେ ଦୈତ୍ୟକୁ ବଧକରି ରକ୍ଷାକଲୁ ମୋତେ ।ହିରଣ୍ୟକଶିପୁ ବୋଲି ହିରଣ୍ୟାକ୍ଷ ଭ୍ରାତମହାବଳେ ପ୍ରଚଣ୍ଡ ସେ ଦୁର୍ବାର ଦଇତ୍ୟ ।ଚୌରାଶୀ ଯୋଜନ ଦୀର୍ଘ ଅଟେ ତାର କାୟାବଳେ ବଳବାନ ପୁଣି ଜାଣେ ବହୁ ମାୟା ।ସଂଗ୍ରାମରେ ଶକତା ସେ କରେ କୁଟଛନ୍ଦସର୍ବଦା ସେ ମୁଢ଼େ ପାଞ୍ଚୁଥାଏ ତୋର ମନ୍ଦ ।ନାଗ ନର ଅମରଙ୍କୁ ନ ଦିଏ ରଖାଇତା ପାଦର ଭାରା ମୁଁ ଯେ ନ ପାରିଲି ସହି ।ତା ନାମରେ ଭୟ କଲେ ତିନିପୁର ପ୍ରାଣୀସ୍ୱର୍ଗ ଛାଡ଼ି ପଳାଇଲା ଡରେ ବଜ୍ରପାଣି ।ଆକାଶରେ ଚନ୍ଦ୍ର ସୂର୍ଯ୍ୟ ଉଦୟ ନୋହିଲେଦେବଗଣ ସ୍ୱର୍ଗ ଛାଡ଼ି ଗହ୍ୱରେ ଲୁଚିଲେ ।ସକଳ ଦେବଙ୍କୁ ଦୈତ୍ୟ ଜିଣି ବାହୁବଳେଏକ କ୍ଷତ୍ରୀ ଜଣେ ହେଲା ଏ ତିନି ମଣ୍ଡଳେ ।ସ୍ତମ୍ଭୁ ଅବତରି ନାଥ ନରସିଂହ ରୂପେଜାନୁରେ ପକାଇ ତାକୁ ବିଦାରିଲୁ କୋପେ ।ତାର ଏକ ପୁତ୍ର ଥିଲା ପ୍ରହଲାଦ ବୀରସେ ଅଟଇ ତୋର ଭକ୍ତ ଧାର୍ମିକ ପ୍ରବର ।ବୈରୋଚନ ନାମେ ହେଲା ପ୍ରହଲାଦ ସୁତଅଗୋଚର ତା ମହିମା ନ ମିଳଇ ଅନ୍ତ ।ଅଗ୍ନି ପାଣି ଖଡ଼ଗରେ ସେହୁ ନ ମରଇବଜ୍ର ଆଦି ଶସ୍ତ୍ର ତାର ଅଙ୍ଗେ ନ କାଟଇ ।ପୁରୁଷ ହସ୍ତରେ ମୃତ୍ୟୁ ନୁହଇ ତାହାରଏମନ୍ତ ସେ ତପ କରି ପାଇଥିଲା ବର ।ସ୍ତିରି ବ୍ୟତିରେକ ତାକୁ ନ ହୁଅଇ ଜିଣିତା ଜାଣି ମାଳତୀ କନ୍ୟା ହେଲୁ ଚକ୍ରପାଣି ।ଅଶେଷ କୋଟି ବ୍ରହ୍ମାଣ୍ଡ ଠାକୁର ତୁ ହୋଇସୁଲକ୍ଷଣୀ ନାରୀରୂପ ଧଇଲୁ ଗୋସାଇଁ ।ରୁପେ ମନ ମୋହି ତାକୁ କରିଲୁ ବିନାଶସେ ଦୁଷ୍ଟ ମରନ୍ତେ ମୁଁ ଯେ ହୋଇଲି ଉଶ୍ୱାସ ।ବୈରୋଚନ ପୁତ୍ର ଥିଲା ବଳି ବଳବନ୍ତାତ୍ରିଭୂବନେ କେହି ତାକୁ ନୋହିଲେ ଜିଣନ୍ତା ।ସଂଗ୍ରାମେ ଦୁର୍ଜ୍ଜୟ ସେହୁ ଦାନେ ଶୂରବନ୍ତବେଦମନ୍ତ୍ର ବିଦ୍ୟାଦିରେ ଅଟଇ ପଣ୍ଡିତ ।କିଞ୍ଚିତରେ ତ୍ରିଭୂବନ ଜିଣି ବାହୁବଳେଦେବତାଙ୍କୁ ଖଟାଇଲା ନିଜ ପାଦତଳେ ।ତା ଦେଖି ବାମନ ରୂପ ଧଇଲୁ ତୁ ସ୍ୱାମୀଦାନ ଛଳେ ମାଗିତାକୁ ତିନି ପାଦ ଭୂମି ।ଦାନ ଦେବାମାତ୍ରେ ତୁ ଯେ ହେଲୁ ବିଶ୍ୱରୁପପାତାଳେ ଚାପିଲୁ ତାକୁ କରି ଉଗ୍ରକୋପ ।ଭୋନାଥ ତୋ ବିନେ ମୋର ନାହିଁ ଅନ୍ୟସାହାସଂପ୍ରତି ସୁଦୟା ମୋତେ କର ଚଉବାହା ।କଂସ ପାଦଭାରା ମୁଁ ଯେ ନ ପାରଇ ସହିଏଘୋର ବିପଦୁ ରକ୍ଷା କର ଭାବଗ୍ରାହୀ ।ବେଳେବେଳେ ଆପଦ ଯେ ଆସିପଡ଼େ ମୋତେଏକ ଏକ କରି ତାହା କହିବଇଁ କେତେ ।ମହାଭୟ ମାନଙ୍କରୁ ଉଦ୍ଧାରିଛୁ ପୂର୍ବେକିଞ୍ଚିତ ଦୋଷରେ ସ୍ୱାମୀ ଛାଡ଼ୁକିପାଁ ଏବେ ।ଯଦ୍ୟପି ଦେବଙ୍କୁ କୋପ କରିବୁ ତୁ ଚିତ୍ତେଏ ତୋହର କୋପେ ନାଶ ହୋଇବୁଁ ସମସ୍ତେ ।ଦେବଗଣ ଜାଣକଲୁ ନିଜେ ଶ୍ରୀଅଙ୍ଗରୁଭାବ ଉପୁଜାଇ କିପାଁ ଅଭାବ ଯେ କରୁ ।ତୁ ଯେବେ ଦେବଙ୍କ ପ୍ରତି ହେବୁ କୋପମନତୋହର କୋପିଲେ ରକ୍ଷା କରିବ କେ ଆନ ।କୀଟୁ ବ୍ରହ୍ମ ପରିଯନ୍ତେ ସମସ୍ତଙ୍କ ଆତ୍ମାପବିତ୍ର ପୁରାଣ ତୁ ଯେ ପୁରୁଷ ମହାତ୍ମା ।ତୁ ପ୍ରଭୁ ଅଚିନ୍ତ୍ୟ ଚିନ୍ତାମଣି ଜଗନ୍ମୟତୋ ଗର୍ଭରୁ ଚରାଚର ହୁଅଇ ଉଦୟ ।ତୁ ଦେବ ଅନାଦି ଆଦି ଅନ୍ତ ମଧ୍ୟ ତିନିପଞ୍ଚଭୂତ ଆତ୍ମା ଜାତ ତୋର ତେଜ ଘେନି ।ତୁହି ଅଟୁ ଠୁଳ ଶୂନ୍ୟ ତୁହି ଆଦିମୂଳତୁହି ଦେବ ନିରଞ୍ଜନ ଅକୂଳର କୂଳ ।ଘଟ କୂଟ ବୀର୍ଯ୍ୟସ୍ତମ୍ଭ ଘଟାଦି ଏ ପଞ୍ଚଆପେ ଆପେ ଘଟଣାକୁ ହୋଇଲ ସୁସଞ୍ଚ ।ଲିଙ୍ଗଭୂତ ଯାତନା ଏ ସ୍ୱାମୀ ତୋର ମାୟାଚାରିଖାନି ଚାରିଖାନି ସବୁ ତୋର କାୟା ।ତୋର ସୃଷ୍ଟି ନାଶଗଲା ରଖ ଜଗନ୍ନାଥତୁ ରକ୍ଷା ନ କଲେ ଦେବ ହୋଇଲେ ଅନାଥ ।ଏମନ୍ତ ବିନୟେ ଯହୁଁ କହିଲା ଧରିତ୍ରୀବିମ୍ବାଧରେ ମନ୍ଦହାସ କଲେ ଶିରୀପତି ।ଜାଣିଲେ ଦେବଙ୍କ ହୃଦେ ନାହିଁ କିଛି ମାୟାତେଣୁ ତାଙ୍କ ବିଷୟରେ ଉପୁଜିଲା ଦୟା ।ବଦନ୍ତି ଯେ ଇଦଂ ପ୍ରତିବାକ୍ୟ ଆଦିମୂଳକାହିଁପାଇଁ ଦେବଗଣେ ହେଉଛ ବିକଳ ।ଉଠ ଉଠ ତୁମ୍ଭଠାରେ ନାହିଁ ଆମ୍ଭ କୋପଅଳ୍ପକାଳେ ନାଶଯିବ ଅସୁରଙ୍କ ଦର୍ପ ।ଏତେକହି ଶେଷଶଯ୍ୟା ତେଜି ଦାମୋଦରଆସ୍ଥାନରେ ବିଜେକଲେ କରୁଣାସାଗର ।ପଦ୍ମନେତ୍ରେ ଦେବତାଙ୍କୁ ଚାହିଁ ପୀତବାସଆଜ୍ଞାଦେଲେ ସର୍ବେ ଆସି ସନ୍ନିଧିରେ ବସ ।ଏସନକ ଆଜ୍ଞା ଦେବେ ଶ୍ରୀମୁଖରୁ ପାଇନିକଟରେ ଉଭାହେଲେ ଶିରେ କର ଦେଇ ।ଏକମୁଖ ହୋଇ ସର୍ବେ ଜୟଧ୍ୱନି କଲେତାହାଦେଖି ଜଗନ୍ନାଥ ସଦୟ ହୋଇଲେ ।ବିଧାତାମୁଖକୁ ଚାହିଁ ପ୍ରଭୁ ନିରାକାରବୋଲନ୍ତି କହିବା ତଥ୍ୟ ଶୁଣ ବେଦବର ।ସଂସାର ଦୁଃଖରେ ଆମ୍ଭେ ସବୁକାଳେ ଦୁଃଖୀତେଣୁ ନରଦେହ ଧରୁଁ ବୈକୁଣ୍ଠ ଉପେକ୍ଷି ।ଅଦେହ ଅନାଦି ଆମ୍ଭେ ଆଶ୍ରେ କରି ମାୟାତୁମ୍ଭ ନିମନ୍ତେ ବହିଲୁଁ ରକ୍ତମାଂସ କାୟା ।ନିଜ କଳ୍ପନାରୁ ଆମ୍ଭେ ସୃଷ୍ଟି ଜାତ କଲୁଁବ୍ରହ୍ମାର ବଚନେ ତାହା ପାଳିବୁଁ କହିଲୁଁ ।ନିଜ କଲା କୃତ୍ୟ କେହ୍ନେ କରିବୁଁ ଲଙ୍ଘନଆମ୍ଭେ ନ ପାଳିଲେ ରକ୍ଷା ନୁହେଁ ତ୍ରିଭୂବନ ।ନରଦେହେ ଜାତ ହେବୁ ପାଇଅଛୁଁ ଶାପଆମ୍ଭେ ଜନ୍ମ ହେଲେ ଯିବ ଧରଣୀର ତାପ ।ଶ୍ରୀମୁଖେ ଏସନ ଆଜ୍ଞା ଦେଲେ ନାରାୟଣତାହା ଶୁଣି ଅତି ହୃଷ୍ଟ ହେଲେ ଦେବଗଣ ।ଶୁଣ ଆହେ ସୁଜ୍ଞଜନେ ଯେତେ ଦେହବନ୍ତାମୋହଜଳେ ବୁଡ଼ି ସର୍ବେ ପାଇଥାଇ ବ୍ୟଥା ।ସଂସାର ଭିତରେ ଛନ୍ତି ଯେତେ ଦେହଧାରୀଯେ ଯାହାର କଲାକର୍ମ କେ ଲଙ୍ଘି ନ ପାରି ।ପାପ ପୁଣ୍ୟ ଦୁହେଁ ଛନ୍ତି ଦେହି ଦେହେ ଜଡ଼ିଏହା ଜାଣି ପୁଣ୍ୟ କର ପାପ ଯାଉ ଛାଡ଼ି ।ପୁଣ୍ୟ ଅଟେ ଦୃଢ଼ ନାବ ପାପ ସିନ୍ଧୁ ଜଳେପୁଣ୍ୟରୁ ଅଧିକ ସଖା ନାହିଁ ଅନ୍ତଃକାଳେ ।ପୁଣ୍ୟକାଳେ ପୁଣ୍ୟ ଆତ୍ମା ପ୍ରାଣୀ ଅଟେ ଯେହୁଇହ ପର ଦୁଇଲୋକେ ଧନ୍ୟ ଜାଣ ସେହୁ ।ପୁଣ୍ୟ କଲେ ଇହଲୋକେ ଭୁଞ୍ଜଇ ସମ୍ପଦପୁଣ୍ୟବଳେ ପରଲୋକେ ମିଳେ ମୋକ୍ଷ ପଦ ।ମୋହଜଳେ ବୁଡ଼ି ଯେତେ ମୁହାଁସ କରିବାପ୍ରାଣ ଗଲାବେଳେ ଆମ୍ଭେ କିସ ବହିନେବା ।ଧନ ଜନ ଯଉବନ ବିଦ୍ୟା ଆଦିକରିଏମାନେ ଅନ୍ତିମକାଳେ ନୁହନ୍ତି କାହାରି ।ପ୍ରାଣ ଯିବା ସମୟରେ କଫ, ବାତ୍ତ, ପିତ୍ତେକଣ୍ଠରୋଧ କରିଦ୍ୟନ୍ତି ଆଶି ଅଦଭୂତେ ।ବନ୍ଧୁ ସହୋଦର ଯେତେ ପାଶେ ବସିଥାନ୍ତିଜୀବ ଯିବା ସମୟରେ କେହି ନ ରଖନ୍ତି ।ଏକାହୋଇ ଆସିଥାଏ ଏକାହୋଇ ଯାଏପଥିକ ପରାୟେ ସଙ୍ଗେ କାହାକୁ ନ ନିଏ ।ଗୃହ ସମ୍ପଦରେ ନୋହିଥାଏ ସେ କାରେଣୀଶରୀରରୁ ଜୀବ ଗଲେ ନୁହଇ ବରଣୀ ।ଦଣ୍ଡେ ନ ରଖିଣ ଘରୁ କରନ୍ତି ବାହାରଶୋଇବା ସ୍ଥାନରେ ପୁଣି ଲିପନ୍ତି ଗୋବର ।ଆୟେ ଆସ୍ତା ଅରଜିଣ ରଖିଥାଏ ଯାହାଥେଣ୍ଟମାନେ ବସି ଭୋଗ କରନ୍ତି ଯେ ତାହା ।ଶ୍ମଶାନ ଅନଳେ ତାର ଥୋଇ ମୃତପିଣ୍ଡକରନ୍ତି ଗୁଞ୍ଜଣା ନଳ ଗେଞ୍ଜି ଖଣ୍ଡ ଖଣ୍ଡ ।ସମସ୍ତ ହିଁ ଶରୀରରେ ଏତେ କଷ୍ଟ ଅଛିଯେ ସୁଜ୍ଞାନୀ ହୁଏ ତାହା ଘେନଇ ସେ ବାଛି ।ଆସିଥିବା ବେଳେ ଏକା ଯିବାବେଳେ ଏକାକଲା ପାପ ପୁଣ୍ୟ ମାତ୍ର ସଙ୍ଗେ ଥାଏ ସଖା ।କହୁଁ କହୁଁ ଜୀବ କ୍ଷଣ କ୍ଷଣକରେ ମାୟାସଂସାରେ କାହାରି ବଶ ନୁହଇ ଏ କାୟା ।ଜଳେ ବିକାଶଇ ଯେହ୍ନେ ଜଳବିମ୍ୱ ଫୁଟିତେସନ ସଞ୍ଜାତ ପଞ୍ଚଭୂତ ଆତ୍ମାଗୋଟି ।ଦର୍ପଣ ଭିତରେ ଛାୟା ପ୍ରସରଇ ଯେହ୍ନେଶରୀର ଭିତରେ ଜୀବ ରହିଥାଏ ତେହ୍ନେ ।କେହି କାହାର ନୁହନ୍ତି ସର୍ବେ ଭିନ୍ନ ଭିନ୍ନଜୀବ ଆତ୍ମା ଗୋଟିକ ଯେ ଏସନକ ବର୍ଣ୍ଣ ।ସଂସାର ମଧ୍ୟରେ ଜୀବ ରହିଥାଏ ଏକାକେବଳ ଶ୍ରୀହରି ନାମ ଅନ୍ତଃକାଳେ ସଖା ।ଆହେ ସାଧୁଜନେ ଏହା କରିଣ ବିଚାରହୃଦୟକୁ ଦୃଢ଼କରି ହରିନାମ ସ୍ମର ।ଜୀବରେ ସୁଦୟା କୃଷ୍ଣ ନାମରେ ଭକତିସାଧୁସଙ୍ଗ ସଦବୁଦ୍ଧି ବାଞ୍ଛା କର ନିତି ।ବିଷ୍ଣୁଙ୍କ ମହିମା ଏହି ଭାଗବତ ବାଣୀଦିବାନିଶି ହୃଦୟରେ ରଖିଥିବ ଗୁଣି ।ସଂସାରସାଗରୁ ଯେତେ ତରିବ ନିଶ୍ଚୟଲୋଭ ମୋହ ଛାଡ଼ିକରି କୃଷ୍ଣପାଦେ ଲୟ ।ହରିନାମ ନାବେ ବସି ବୋଲ ହରି ହରିସେ ପ୍ରଭୁ କରିବେ ନିଶ୍ଚେଁ ଭବସିନ୍ଧୁ ପାରି ।ହରି ନାମ ବାହରଇ ଯାହାର ମୁଖରୁସେ ଲଭେ ବିପୁଳ ଲକ୍ଷ୍ମୀ ତରଙ୍ଗ ସଂସାରୁ ।ହରିନାମେ ଧ୍ୱଂସ ହୁଏ କଳି କଳମଷସବୁଛାଡ଼ି ଏକଲୟେ ହରି ହରି ଘୋଷ ।ହରିନାମ ଗୋଟି ବେଦବେଦାନ୍ତରେ ସାରହରି ନାମ ସୁମରିଲେ ଭବୁ ହେବ ପାର ।ମହୋଦଧି ନୀର ନୀଳ କନ୍ଦର ଉପରେବିଜେ କରିଛନ୍ତି ପ୍ରଭୁ ଚତୁର୍ଦ୍ଧାରୂପରେ ।ସୁଦର୍ଶନ ବଳଭଦ୍ର ଶୀହରି ସୁଭଦ୍ରାଚତୁର୍ଦ୍ଧାମୂରତି ଆପେ ହେଲେ ଯୋଗମୁଦ୍ରା ।ଅଷ୍ଟାଙ୍ଗଯୋଗେ ସମ୍ଭୁତ ପରଂଜ୍ଞାନମୟଯହିଁରେ କୈବଲ୍ୟ ମୁକ୍ତି ହୋଇଛି ଉଦୟ ।ସେ ପ୍ରଭୁଙ୍କ ପାଦପଦ୍ମେ ଦରଶନ କରିଅଚ୍ୟୁତ କହଇ ଭଜ ରାମ କୃଷ୍ଣ ହରି ।ମହାବିଷ୍ଣୁଙ୍କର ଦେବଗଣଙ୍କ କୃଷ୍ଣ ଶୁକ୍ଳ ରୋମ ପ୍ରଦାନଏଥୁ ଅନନ୍ତରେ ପୁଣି ଶୁକ ବ୍ରହ୍ମା କହିଶୁଣ ହୋ ପରୀକ୍ଷ ରାଜା ମନ କର୍ଣ୍ଣ ଦେଇ ।ସେହି ନିଦାବିଷ୍ଣୁ ପାଶେ ବ୍ରହ୍ମାଙ୍କୁ ହକାରିଚତୁର୍ଦ୍ଦଶ ବ୍ରହ୍ମାଣ୍ଡରେ କଲେ ଅଧିକାରୀ ।ପୁଣି ଆଜ୍ଞାଦେଲେ ଦେବଗଣଙ୍କୁ ସେ ଚାହିଁଯେଝା ପଦ ଘେନି ଥାଅ ନିଶ୍ଚିନ୍ତରେ ଯାଇ ।ସାଧୁ ପ୍ରତିପାଳି ଦୁଷ୍ଟ କରିବି ମୁଁ କ୍ଷୟଯେସନେ ସକଳ ପ୍ରାଣୀ ହେବେ ପୁଣ୍ୟମୟ ।ଏବେ ହୋ ଦେବତାମାନେ କର ଏହି ଚିନ୍ତାସଂସାର ଧର୍ମରେ ଅଛି ଯେବଣ ବ୍ୟବସ୍ଥା ।ବିପ୍ରଙ୍କର ବେଦମନ୍ତ୍ର ତପିଙ୍କର ସିଦ୍ଧିଦେବ ପିତୃ ଗୁରୁସେବା ହୁଏ ଯଥାବିଧି ।ଧର୍ମେ ଥାଇ ପରଜାଙ୍କୁ ନୃପ ଯେହ୍ନେ ପାଳେପୃଥ୍ୱୀଦେବୀ ଯେଉଁରୂପେ ନାନା ଶସ୍ୟ ଫଳେ ।ଆବର୍ତ୍ତ ସମ୍ୱର୍ତ୍ତ ତ୍ରୋଣ ପୁଷ୍କର ଏ ଚାରିଯେ ଯାହାର ଯଥାକାଳେ ହେବ ଜଳଧାରୀ ।ମରୁତମାନେ ବହିବେ ବେଳକାଳ ଜାଣିଯଥାକାଳେ ମେଘମାନେ ବରଷିବେ ପାଣି ।ଯଜନ ଯାଜନ ପାଠ ଅଧ୍ୟାପନା ବିଧିବ୍ରାହ୍ମଣଙ୍କ ଷଟକର୍ମ ଯୋଗୀଙ୍କ ସମାଧି ।ସ୍ୱାମୀଙ୍କୁ ରମଣୀମାନେ କରିବେ ଭକତିମାତାପିତା ପାଦେ ପୁତ୍ରେ ହୋଇବେ ପ୍ରଣତି ।ବୈଶ୍ୟମାନେ ହେବେ ନିଜ ବେପାରେ ଶକତପଣ୍ଡିତେ ହୋଇବେ ଯେଝା ବିଦ୍ୟାରେ ନିରତ ।ଋଣ ଦେଇ ପରିତାପ ନ କରିବେ ସାଧୁଶାଶୁ ଶ୍ୱଶୁରଙ୍କୁ ସେବା କରୁଥିବେ ବଧୂ ।ସତ୍ୟାଚାର ପ୍ରାଣୀମାନେ ହୋଇବେ କୁଶଳଯୁବତୀଏ କାମଭୋଳେ ନୋହିବେ ଚପଳ ।ତୀର୍ଥ ଜଳେ ସ୍ନାନକଲେ ଖଣ୍ଡିବ ପାତକଅଙ୍ଗେ ତେଜପୁଞ୍ଜ ବହି ଜଳିବ ପାବକ ।କ୍ଷତ୍ରିଗଣ ଦାନ ଯୁଦ୍ଧେ ନୋହିବେ କାତରଶୂଦ୍ରେ ସେବା କରୁଥିବେ ତିନିବର୍ଣ୍ଣଙ୍କର ।ତରୁମାନେ ଫଳ ଫଳି ଲୋଟିବେ ମହୀରେସବୁ ପ୍ରାଣୀମାନେ ଥିବେ ଯେ ଯାହା ଧର୍ମରେ ।ଯେ ଯାହା ନିଯୋଗେ ତୁମ୍ଭେ ପାଳିବ ଧରଣୀଆନନ୍ଦରେ ବିହରିବେ ଜୀବଜନ୍ତୁ ପ୍ରାଣୀ ।ଦୁଷ୍ଟ କଂସ ଦର୍ପେ ଭୟ ପାଇ ସର୍ବଦେବେଆମ୍ଭର ଛାମୁରେ ଆସି ଜଣାଇଲେ ଯେବେ ।ସବୁ ଉପଦ୍ରବ ଆମ୍ଭେ କରିବୁଁ ବିନାଶଅଳ୍ପଦିନେ ପୃଥ୍ୱୀଦେବୀ ହୋଇବେ ଉଶ୍ୱାସ ।ଅନେକ ଦାନବ ଆମ୍ଭେ ରଣେ କରି ହତମହାଭାରା ସଂହାରିଣ ରଖିବୁ ଜଗତ ।ଏସନକ ଆଜ୍ଞା ଦେଇ ପ୍ରଭୁ ଶିରୀବତ୍ସିକୃଷ୍ଣ ଶୁକ୍ଳ ବେନି ରୋମ ଦେଲେ ତାଙ୍କୁ ଯାଚି ।ବ୍ରହ୍ମାଙ୍କୁ ଏମନ୍ତ କହି ଦେଲେ ବେନି ରୋମଦେବକୀ ଗର୍ଭରେ ନେଇ କରାଇବ ଜନ୍ମ ।ଅପୂର୍ବ ଏ ବେନି ରୋମ ଦେଖ କୁଶଧରନୀଳ ଧବଳ ବୋଲିଣ ନାମ ଏହାଙ୍କର ।ପରମ ନିରଞ୍ଜନ ଏ ରୋମ ବିଶ୍ୱମୂର୍ତ୍ତିଏ ଦୁଇରୁ ରାମ କୃଷ୍ଣ ହେବେ ଉତପତ୍ତି ।ସେ ଫେଡ଼ିବେ ତୁମ୍ଭ କଷ୍ଟ ଅସୁରଙ୍କୁ ନାଶିତେବେ ସେ ନିଶ୍ଚିନ୍ତେ ହେବେ ସ୍ୱର୍ଗପୁରବାସୀ ।ଏ ବେନି ରୋମଙ୍କୁ ଘେନିଯାଅ ବେଦପତିଗଗନ କରୁଛୁ ଆମ୍ଭେ ତୁମ୍ଭ ପଛକତି ।ଏ ରୋମ ଭିତରୁ ଆମ୍ଭେ ଧରି ଦିବ୍ୟରୂପଖଣ୍ଡିବୁ ପୃଥିବୀ ଭାର ହରିବୁଁ ସନ୍ତାପ ।ଏହି ରୋମ ବେନି ଯେ ଆମ୍ଭର ଦିବ୍ୟ ଚିହ୍ନଆମ୍ଭର ଦେହରୁ ଏ ଯେ ନୁହେଁ ପରା ଭିନ୍ନ ।ଅପାର କାଳରୁ ଏହା ଯତ୍ନେ ଥିଲୁଁ ଥୋଇତୁମ୍ଭେମାନେ ଆମ୍ଭଠାକୁ ଆସିବାର ପାଇଁ ।ଏ ବେନି ରୋମକୁ ଘେନି ଏଥୁ ଶୀଘ୍ର ଯାଅଦେବକୀ ଦେବୀର ଗର୍ଭେ ଜନମ କରାଅ ।ଏତେବୋଲି ବେନିରୋମ ଦେଲେ ବ୍ରହ୍ମାହସ୍ତେକୃତାଞ୍ଜଳି ହୋଇ ବ୍ରହ୍ମା ଧଇଲେକ ମାଥେ ।ନୀଳ ଧବଳ ବରନ ରୋମ ଦିବ୍ୟ ଜ୍ୟୋତିଦେଖି ମନମଧ୍ୟେ ବିଚାରଇ ବେଦପତି ।ଅନେକ କାଳରୁ ଯାହା ବାଞ୍ଛା କରିଥିଲିଧନ୍ୟ ମୋହର ଜୀବନ ଆଜି ନିସ୍ତରଲି ।ଯାହା ବାଞ୍ଛା କରିଥିଲି ତା ପାଇଲି ଢାଳେଏ ରୋମ ପ୍ରାପତ ମୋତେ ହେଲା ଏତେକାଳେପୁନଃ ପୁନଃ ମସ୍ତକରେ ଧରି ରୋମ ବେନିମଙ୍ଗଳ ଉଚ୍ଚାରି ବ୍ରହ୍ମା କଲେ ବେଦଧ୍ୱନି ।ସକଳ ଦେବଙ୍କୁ ଘେନି ବାହୁଡ଼ି ସମ୍ଭାରେପାତାଳ ଭୂବନୁଁ ଆସି ମିଳିଲେ ମର୍ତ୍ତ୍ୟରେ ।ଯେ ଯାହା ଯାନ ବାହନ ଆରୋହିଣ ବେଗେଏକମୁଖେ ଚଳିଲେକ ଅନ୍ତରୀକ୍ଷ ମାର୍ଗେ ।ତେଇଶ କୋଟି ଦେବତା ଏକରୁଣ୍ଡ ହୋଇସୁମେରୁ ପର୍ବତ ଶିରେ ବିଜେ କଲେ ଯାଇ ।ଦେବତାଙ୍କ ଆଗମନ ଦେଖି ବିଶ୍ୱକର୍ମାତକ୍ଷଣେ ନିର୍ମାଣ କଲା ସଭା ଯେ ସୁଧର୍ମା ।ତେଇଶ କୋଟି ଦେବଙ୍କୁ ଭିନ୍ନାସନ କଲାଯେ ଯାହାର ଅନୁରୂପେ ଖମ୍ୱେ ଖମ୍ୱେ ଦେଲା ।ମୁଁ କିସ କହିବି ଅବା ସେ ସଭାର ଗୁଣଯେ ଯାହା ବାଞ୍ଛଇ ତାହା ମିଳଇ ତକ୍ଷଣ ।ସମୁଦ୍ର ମନ୍ଥନୁ ହେଲା ସେ ସଭା ଉତ୍ପନ୍ନକ୍ଷଣ କ୍ଷଣକେ ସେ ଧରେ ଆନ ଆନବର୍ଣ୍ଣ ।ପ୍ରତ୍ୟକ୍ଷରେ କାମଧେନୁ ସେ ସୁଧର୍ମା ସଭାଯହିଁରେ ବସିଲେ ବୃଦ୍ଧ ହୁଏ ନବଯୁବା ।ଅବସନ୍ତେ ବସନ୍ତ ଯେ ବହେ ଘନ ଘନଯା ତୁଲେ ତୁଳନା ନୁହେଁ ଚଇତ୍ର କାନନ ।କ୍ଷୁଧା ତୃଷ୍ଣ ନିଦ୍ରା ତିନି ନ ପଶନ୍ତି ତହିଁଯହିଁରେ ସୁଧର୍ମ ବିନା ଅନ୍ୟ କଥା ନାହିଁ ।ଯେତେ ଲୋକ ବସିଥାନ୍ତି ସେ ସଭା ଉପରେକେଭେ ମିଥ୍ୟା ନ ଆସଇ ତାଙ୍କ ବଦନରେ ।ଚାରିଶ ଯୋଜନ ଅଟେ ସେ ସଭାର ସ୍ଥଳୀକାମରୂପ ଧରଇ ସେ ନୁହେଁ ପରିକଳି ।ବାରସ୍ୱତୀ ମଣ୍ଡପ ସେ ଅଟେ ଶୁଦ୍ଧ ଜାତିଯେତେ ବିଚାରିଲେ ତେତେ ବଢ଼େ ଦୀର୍ଘପ୍ରତି ।ଚତୁର୍ଦ୍ଦଶ ଭୁବନରେ ଯେତେ ପ୍ରାଣୀ ଛନ୍ତିତହିଁରେ ବସିବା ପାଇଁ ତପ କରୁଛନ୍ତି ।ସୁଧର୍ମା ସଭାରେ ଅଛି ଏସନକ ବିଧିବସିବା ମାତ୍ରକେ ମିଳେ ସବୁ ସିଦ୍ଧି ବୁଦ୍ଧି ।ଯେତେକ ଜୀବଜନ୍ତୁ ସେ ସଭାରେ ବସନ୍ତିଯେ ଯାହାର ଅନୁରୂପେ ସର୍ବେ ସ୍ଥାନ ପାନ୍ତି ।ଅପୂର୍ବ ମହିମା ତାର ନୁହଇ କଳନାଅଧିକ ନୁହଇ କେବେ ନ ହୁଅଇ ଊଣା ।ଧବଳ ନୀଳ ସୁରଙ୍ଗ ଅପୂର୍ବ ଚାନ୍ଦୁଆଇନ୍ଦ୍ର ଗୋବିନ୍ଦ ପାଟ ଯେ ସୂଚିକମ ନୂଆ ।କେକୀକଣ୍ଠ ସଦୃଶରେ ବିଚିତ୍ର ବସନଊର୍ଦ୍ଧ୍ୱଭାଗେ ଖଞ୍ଜାହୋଇ ଦିଶେ ଅନୁଆନ ।ନେତ ପତନୀ ଚିରାଳ ଉଡ଼େ ନିରନ୍ତରେଉଭା ତ୍ରୋଣମାନ ଲମ୍ୱିଥାଏ ପୁରେ ପୁରେ ।ଶୁକଳ ଚାମର ପାଟ ଝୁମ୍ପାର ଖଞ୍ଜଣିକେରା କେରା ହୋଇ ଲମ୍ୱେ ଇନ୍ଦ୍ର ନୀଳମଣି ।ତାରାବଳୀ ମୁକୁତା ଯେ ଚଉକତି ଗୁନ୍ଥାମଝିରେ ଖଞ୍ଜିଲେ ମଣି ମାଣିକ୍ୟ ସୀମନ୍ଥା ।ସୁବର୍ଣ୍ଣ ନିର୍ମିତ ଘଣ୍ଟି ଘାଗୁଡ଼ିର ମାଳମଧ୍ୟେ ପାଟଝୁମ୍ପାମାନ ଦିଶେ ଝଲମଲ ।ଜାଈ ଯୂଈ କନିଅର ବକୁଳ ମାଳତୀଅଶୋକ କୁମୁଦ କୁନ୍ଦ ଚମ୍ପକ ସେବତୀ ।ପାରିଜାତ ଆଦି କରି ନାନ ପୁଷ୍ପହାରଖଞ୍ଜାମୂଳେ ବନ୍ଧା ହୋଇ ଦିଶେ ମନୋହର ।ରସାଣିଲା ସୁବର୍ଣ୍ଣର ପାନପତ୍ର ଝଳିମଧ୍ୟରେ ଖଞ୍ଜିଲା ନେଇ ମରକତ ମାଳୀ ।ହୀରାର ପଗଡ଼ି ଘଣ୍ଟି କଲଶରେ କମକାନ୍ଥରେ ପିତୁଳାମାନ ଦିଶନ୍ତି ସୁଷମ ।ଧାଡ଼ି ଧାଡ଼ି ରେଖ ରେଖ ବଖରା ଜଗତିଆଡ଼ ଓହଡ଼ ବଙ୍କିମ କେହି ନ ଦିଶନ୍ତି ।ଫୁଟାଇଛି ପଦ୍ମମାନ ରତ୍ନରେ ସଜାଇସୂର୍ଯ୍ୟ ପ୍ରାୟ ଦିଶନ୍ତି ଯେ ଖମ୍ୱେ ଖମ୍ୱେ ରହି ।ହୀରା ନୀଳା ଆଦି ଅଷ୍ଟ ରତ୍ନରେ ଜଡ଼ିତହେବାରୁ ସେ ମହାସଭା ଦିଶଇ ଶୋଭିତ ।ବିଶ୍ୱକର୍ମା ଗଢ଼ି ଅଛି ବହୁମୂର୍ତ୍ତି ଧରିବଖରା ପିତୁଳି କମ ଭିନ୍ନ ଭିନ୍ନ କର ।ରତ୍ନମୟ ସିଂହାସନ ସ୍ଫଟିକର ପୀଢ଼ରୂପିଲା ମର୍କତ ସ୍ତମ୍ଭ ଆଉଜାଣି ବାଢ଼ ।ବସନ୍ତି ଦେବତାମାନେ ଯେ ଯାହାର ସ୍ଥାନେଏକକୁ ଆରେକ ତହିଁ ନ ଦେଖେ ନୟନେ ।ସେ ସଭାକୁ ଅନ୍ୟ ଜନ ନ ପାରଇ ଚାହିଁଶବଦ ମାତ୍ରକ ଶୁଭେ ନ ଦିଶନ୍ତି କେହି ।ରେଖ ରୂପ ବର୍ଣ୍ଣ ଚିହ୍ନ ସବୁଠାରେ ଅଛିଦୃଷ୍ଟି ପ୍ରସରିବା ଯାଏ ନ ଦିଶଇ କିଛି ।ତପବଳେ ପ୍ରାଣୀ ଯାଇ ସେ ସଭାରେ ବସେପାପୀନୟନକୁ ତାହା କେବେହେଁ ନ ଦିଶେ ।ଚାରିତ୍ରୋଶ ଯାଏ ଉଚ୍ଚ ଅଟେ ତାର ପୀଢ଼ଅଠାଣୋଇ ପାବଚ୍ଛରେ ହୋଇଛି ନିବାଡ଼ ।ଚନ୍ଦ୍ରକାନ୍ତ ପାଷାଣରେ ସୋପାନ ଗଢ଼ିଛିଅମୂଲ୍ୟ ରତନମାନ ତହିଁ ଖଞ୍ଜାଅଛି ।ସ୍ତମ୍ଭର ଉପରେ ପୀଢ଼ ତିନି ଯୂଣ ଉଭାତଥିପରେ ଶୋଭାବନ ଦିଶେ ସ୍ୱର୍ଗସଭା ।ଚନ୍ଦ୍ରମା କିରଣ ଜିଣି ଦିଶଇ ଧବଳଗଗନରେ ଆର୍ଦ୍ରାବଳୀ ଯେସନେ ଉଜ୍ଜ୍ୱଳ ।ସୁବର୍ଣ୍ଣ କଳଶ ପରେ ବିତପନ ଉଡ଼େନୀଳ ମେଘରୁ ବିଜୁଳି ଯେହ୍ନେ ଖସିପଡ଼େ ।ସମୁଦ୍ର ଲହରୀ ପ୍ରାୟ ଉଡ଼ଇ ଚିରାଳସମୁଦ୍ର କଶଲ ଜ୍ୟୋତି ଦିଶେ ଝଲମଲ ।ଆବର୍ତ୍ତକ ସମ୍ୱର୍ତ୍ତକ ଦ୍ରୋଣ ଯେ ପୁଷ୍କରଚାରି ମେଘ ଚାରିପୀଢ଼ ସୁଧର୍ମା ସଭାର ।ସତ୍ୟ ଆଦି ଚାରି ଯୁଗେ ମୂର୍ତ୍ତିବନ୍ତ ହୋଇସେ ସଭାର ଚାରିକୋଣ ହୋଇଛନ୍ତି ରହି ।ପବନ ବରୁଣ ଅଗ୍ନି ଆବର ପ୍ରଚଣ୍ଡଏ ଚାରିହେଁ ହୋଇଛନ୍ତି ଚାରିକୋଣ କାଣ୍ଡ ।ପୃଥ୍ୱୀ ଆଜ ତେଜ ବାୟୁ ଆକାଶ ଯେ ପୁଣିସୁଧର୍ମା ସଭାରେ ଏ ଯେ ହୋଇଛନ୍ତି ଶେଶୀ ।ବାସବଙ୍କୁ ଆଦି ଯେତେ ତ୍ରୟତ୍ରିଂଶ କୋଟିନିଜ ଅଂଶେ ହୋଇଛନ୍ତି କତା ରୁଅ ଗଣ୍ଠି ।ଅବିଚ୍ଛନ୍ନେ ଚନ୍ଦ୍ର ସୂର୍ଯ୍ୟ ରହିଛନ୍ତି ତହିଁସନ୍ତତରେ ଜ୍ୟୋତିର୍ମୟ ଦିବାରାତ୍ର ନାହିଁ ।ଅନନ୍ତ ନାଗ ବାସୁକୀ ଅନନ୍ତ ଆରମ୍ଭସୁଧର୍ମା ସଭାରେ ସେହୁ ହୋଇଛନ୍ତି ଖମ୍ୱ ।ଲକ୍ଷେ ଶୃଙ୍ଗ ଘେନି ପୀଢ଼ ସୁମେରୁ ପର୍ବତବାଡ଼ ହୋଇ ରହିଛନ୍ତି ଅଣଚାଶ ବାତ ।ପାଞ୍ଚ ପାଞ୍ଚ ନଳ ଦୀର୍ଘ ଆୟତନ ଖମ୍ୱହୀରା ମଣି ମାଣିକ୍ୟରେ ଦିଶଇ ଆରମ୍ଭ ।ଯତନରେ ବିଶ୍ୱକର୍ମା ଗଢ଼ିଛି ସେ ସଭାତିଳେ ମାତ୍ର ବକ୍ର ନାହିଁ ଦିଶେ ଦିବ୍ୟଶୋଭା ।ଏସନକ ବିଶ୍ୱକର୍ମା ଅଛି ଖମ୍ୱ ଗଢ଼ିଅଣଚାଶ ବାୟୁ ତାକୁ ରହିଛନ୍ତି ବେଢ଼ି ।ଆକ୍ରୋଶି ଖମ୍ୱକୁ କୋଳ କରନ୍ତେଣ ଯାଇରେଖ ରୂପ ବର୍ଣ୍ଣ ଚିହ୍ନ କିଛି ନ ମିଳଇ ।ଛଦ୍ମ ରୂପ ଧରିଣ ସେ ସଭାରେ ଯେ ଉଠେସେହିକ୍ଷଣି ଅକସ୍ମାତେ ମୂର୍ଦ୍ଧା ତାର ଫାଟେ ।ଯଦି ସେ ସଭାରେ ବସି ଦେବଗଣ ମାୟାଆଚରନ୍ତି ଚାହୁଁ ଚାହୁଁ କ୍ଷୀଣ ହୁଏ କାୟା ।ଏକ ଖମ୍ୱ ଉହାଡ଼ରେ ଲୁଚିଣ ରହିଲେଲକ୍ଷେ ଖମ୍ୱ ଲୁଚେ ଏକ ଖମ୍ୱକୁ ଚାହିଁଲେ ।ବାଡ଼େ ବାଡ଼େ ସୁନିର୍ମଳ ଜ୍ୟୋତି ବିରାଜଇଟୋପି ଟୋପି ହୋଇ ପୁଣି ସର୍ବଦା ପଡ଼ଇ ।ବେଶ ହୋଇ ବିଦ୍ୟାଧରୀ ଅପସରା ବୃନ୍ଦେସଭାତଳେ ନୃତ୍ୟ ଗୀତ କରନ୍ତି ଆନନ୍ଦେ ।ଉପାଙ୍ଗ ଅଧାଟି ବୀଣାଯନ୍ତ୍ର ଅଳାବେଣୀବଜାଇ ସୁସ୍ୱରେ ଗୀତ ଗାବନ୍ତି ତରୁଣୀ ।ଦମାଲୁ କଂସାଳ ତାଳ ଦୁନ୍ଦୁଭି ମର୍ଦ୍ଦଳମତ୍ତଭର ହୋଇ ଧ୍ୱନି କରନ୍ତି ଭ୍ରସଳ ।ହିମ ଗ୍ରୀଷ୍ମ ବାଧା ତହିଁ ନୁହଇ ସଂଯୋଗରାତ୍ର ଦିବା ଧାତୁ ମାତୁ ଗଳେ ସର୍ବ ଅଙ୍ଗ ।ଶୁକ ବୋଲନ୍ତି ଯେ ଶୁଣ ପରୀକ୍ଷ ନୃମଣିକହନ୍ତେ ନ ସରେ ଦେବ ସଭାର କାହାଣୀ ।ଅମରଙ୍କ ଆଶ୍ରମ ସେ ମନୋହର ଭୂମିପ୍ରତ୍ୟକ୍ଷେ ବିଜୟ ତହିଁ ପୁରନ୍ଦର ସ୍ୱାମୀ ।ଆପେ ବିଶ୍ୱକର୍ମା ଯାହା ନିର୍ମାଣ କରିଛିକେ କହିପାରିବ ତାର ଅବିଗୁଣ ବାଛି ।ଦେବତାଙ୍କୁ ଦୁଲ୍ଲଭ ସେ ଶ୍ରୁତି ଆଗୋଚରପ୍ରଳୟ କାଳରେ ଯାଇ ନୁହଇ ସଂହାର ।ସେ ସଭାର ଶୋଭା ବାବୁ କହିଲେ ନ ସରେସଂକ୍ଷେପି କହିବୁ ମାତ୍ର ଥୋକେ ତୋ ଆଗରେ ।ଦେବସଭା ଚରିତ ଏ ପବିତ୍ର କାହାଣୀଶତ ଜନ୍ମ ପାପ କ୍ଷୟ ହୁଏ ଏହା ଶୁଣି ।ଧନ ଧାନ୍ୟ ରାଜଲକ୍ଷ୍ମୀ ମିଳଇ ବହୁତବାଞ୍ଛା ସିଦ୍ଧି କର ଶୁଣି ଅଭିମନ୍ୟୁ ସୁତ ।ଅନନ୍ତ ମୂରତି ସେହୁ ସଭା ମଣ୍ଡପଟିଉତ୍ପତ୍ତି ପ୍ରଳୟ ଯହିଁ ହୁଏ ନବସୃଷ୍ଟି ।ସୁମେରୁ ପର୍ବତ ଶିରେ ଅଛଇ ସେ ସଭାସ୍ୱର୍ଗପୁରେ ଅଦ୍ୱିତୀୟ ଅଟେ ତାର ପ୍ରଭା ।ସେ ସଭାର ଆୟତନ ଚାରିଶତ ଯୂଣଇନ୍ଦ୍ର ବ୍ରହ୍ମା ଆଦି ତହିଁ ମିଳି ଦେବଗଣ ।କଳା ଶୁକ୍ଳ ବେନି ରୋମ ଥୋଇ ସିଂହାସନେବସିଲେ ଦେବତାମାନେ ଯେ ଯାହା ଆସନେ ।ବଦନ୍ତି ଶ୍ରୀଶୁକ ଯତି ଶୁଣ ମହାରଥାଇତି ଶିରୀ ଭାଗବତ ମେରୁ ପୂର୍ବକଥା ।ମେରୁ ପ୍ରଥମ ଚକଡ଼ା ପାତିଅଛି ସଞ୍ଚଲକ୍ଷେ ଚୌରାଣୀ ଯୋଜନ ଅଟେ ତାର ଉଚ୍ଚ ।ବେନି ଲକ୍ଷ ଯୋଜନ ତା ଉପର ଓସାରଶୁଦ୍ଧ ସ୍ୱର୍ଣ୍ଣଗିରି ସେହୁ ବୃଷାଳ ସୁନ୍ଦର ।ସୁଖେ ତହିଁ ଦେବଗଣେ କରିଥାନ୍ତି ବାସବ୍ରହ୍ମାଙ୍କୁ ଦିବସ ହେଲେ ପୁଣି ଯାନ୍ତି ନାଶ ।ସ୍ୱର୍ଗପୁରେ ଯେତେ ଦେବ ସର୍ବେ ପୁଣ୍ୟବନ୍ତଅକାଳ ମରଣ ତାଙ୍କୁ ନୁହଇ ପ୍ରାପତ ।ରୋଗ ଶୋକ ଭୟ ବାଧା କିଛି ନ ଲାଗଇନିଶ୍ଚିନ୍ତରେ ସ୍ୱର୍ଗଭୋଗ କରୁଥାନ୍ତି ରହି ।ଦେବେ ଭୋଗ କରିବାକୁ ସ୍ୱର୍ଗ ଅନୁପମଦିବିଷଦ ବୋଲି ତେଣୁ ଅଟେ ତାଙ୍କ ନାମ ।ଚତୁର୍ଦ୍ଦିଗ ପାବଚ୍ଛ ଯେ ମେରୁ ଅଷ୍ଟବର୍ଗଚୌଦ କୋଟି ଚୌଦଲକ୍ଷ ଯୋଜନ ଉତ୍ସର୍ଗ ।ପ୍ରଥମ ପାବଚ୍ଛେ ଅଛି ସ୍ୱର୍ଗଲୋକ ସଞ୍ଚଏକଲକ୍ଷ ଚୌରାଅଶୀ ଯୂଣ ଅଟେ ଉଚ୍ଚ ।ଦେବଗଣେ ସେହି ସ୍ୱର୍ଗଭୁବନେ ବସନ୍ତିବ୍ରହ୍ମାଙ୍କୁ ଦିବସେ ହେଲେ ସର୍ବେ ନାଶଯାନ୍ତି ।ଦ୍ୱିତୀୟରେ କରିଛନ୍ତି ବସୁଲୋକେ ବାସବ୍ରାହ୍ମାଙ୍କୁ ଅଠରଦିନେ ହୁଅନ୍ତି ସେ ନାଶ ।ମେରୁ ପର୍ବତର ଯେଉଁ ତୃତୀୟ ପାବଚ୍ଛଦକ୍ଷଲୋକ ବୋଲି ନାମ ଅଟଇ ସୁସଞ୍ଚ ।ସେ ପୁରେ ପଞ୍ଚାଶ କୋଟି ଲୋକ ପୁଣ୍ୟମୟବ୍ରାହ୍ମାଙ୍କୁ ପଚିଶ ଦିନେ ଲଭନ୍ତି ସେ କ୍ଷୟ ।ତପ ନାମେ ଲୋକ ଅଛି ପୁଣି ଚତୁର୍ଥରେଶତେ କୋଟି ପ୍ରାଣୀ ବାସ କରନ୍ତି ତହିଁରେ ।ଯେତେବେଳେ ବ୍ରହ୍ମାଙ୍କର ପୂରିଯାଏ ମାସସେ କାଳରେ ସେ ଭୁବନ ହୁଅଇ ବିନାଶ ।ମେରୁ ପଞ୍ଚମ ପାବଚ୍ଛେ ପୁର ଅନୁପମଶିବଲୋକ ବୋଲିଣ ଯେ ଅଟେ ତାର ନାମ ।ଅସଂଖ୍ୟକ ପ୍ରାଣୀ ତହିଁ ବାସ କରିଥାନ୍ତିବ୍ରହ୍ମାଙ୍କୁ ବରଷେ ହେଲେ ସେ କ୍ଷୟ ଲଭନ୍ତି ।ମେରୁ ଷଷ୍ଠ ପାବଚ୍ଛରେ ପୁରେକ ବିସ୍ତାରସତ୍ୟଲୋକ ବୋଲି ନାମ ଅଟଇ ତାହାର ।ଷାଠିଏ କୋଟି ଲୋକ ସେ ପୁରେ ପୁଣ୍ୟମୟବ୍ରହ୍ମାଙ୍କୁ ବେନି ବରଷେ ହୁଅନ୍ତି ସେ କ୍ଷୟ ।ସେ ମେରୁର ସପତମ ପାବଚ୍ଛ ଉପରମେରୁଲୋକ ବୋଲି ତହିଁ ଅଛି ଏକ ପୁର ।ସେଠାରେ ସତୁରି କୋଟି ପ୍ରାଣୀ ରହିଥାନ୍ତିବ୍ରହ୍ମାଙ୍କର ପାଞ୍ଚବର୍ଷେ ମରଣ ଲଭନ୍ତି ।ଅଷ୍ଟମ ପାବଚ୍ଛେ ପୁଣି ପୁର ଅନୁପମଗଗନ ଲୋକ ବୋଲିଣ ସେ ପୁରର ନାମ ।ଲକ୍ଷେ ଅଶୀ କୋଟି ପ୍ରାଣୀ ବସିଥାନ୍ତି ତହିଁବ୍ରହ୍ମାଙ୍କର ଦଶବର୍ଷେ କ୍ଷୟ ଯାନ୍ତି ସେହି ।ନବମ ପାବଚ୍ଛେ ପୁଣି ମେରୁ ପର୍ବତରସତ୍ୟଲୋକ ନାମେ ଅଛି ପୁରେକ ବିସ୍ତାର ।ଶତେ ଅଶୀ କୋଟି ଲୋକ ତହିଁରେ ବସନ୍ତିବ୍ରହ୍ମାଙ୍କୁ ପନ୍ଦର ବର୍ଷେ ସେହୁ ନାଶ ଯାନ୍ତି ।ପୁଣି ମେରୁ ପର୍ବତର ପାବଚ୍ଛ ଦଶମେନିରଞ୍ଜନ ଲୋକ ବୋଲି ଅଛି ଏକ ଗ୍ରାମେ ।ଶତେ ନଉକୋଟି ଲୋକଙ୍କର ତହିଁ ସ୍ଥାନବ୍ରହ୍ମାଙ୍କ ପଚିଶ ବର୍ଷେ ହୁଅନ୍ତି ସେ ଲୀନ ।ଏକାଦଶ ପାବଚ୍ଛରେ ପୁଣି ଏହି ରୀତିନିରାକାର ବୋଲି ପୁରେ ଅଛି ଦିବ୍ୟ ଜ୍ୟୋତିଧ୍ରୁବ ଆଦିକରି ଯେତେ ମହାତ୍ମା ପୁରୁଷବେନିଶତ ସଂଖ୍ୟା ତହିଁ କରିଛନ୍ତି ବାସ ।ବ୍ରହ୍ମାଙ୍କୁ ପଚାଶବର୍ଷ ପୂର୍ଣ୍ଣ ହୋଇଯାଏମୃତ୍ୟୁବାଧା ନ ଲାଗଇ ଏହାଙ୍କର କାୟେ ।ଦ୍ୱାଦଶ ପାବଚ୍ଛେ ପୁଣି ପୁର ପରିମଳମୁକତ ଲୋକମାନେ ବସନ୍ତି ଦିଗପାଳ ।ଆବର ପଞ୍ଚାଶ କୋଟି ଲୋକ ପୁଣ୍ୟଦେହୀଯୋଗଧାରଣ କରିର ରହିଥାନ୍ତି ତହିଁ ।ବ୍ରହ୍ମାଙ୍କର ସମ୍ୱତ୍ସରେ ଅଶୀବର୍ଷ ଯାଏମୃତ୍ୟୁବାଧା ନ ଲାଗଇ ଏହାଙ୍କର କାୟେ ।ତ୍ରୟୋଦଶ ପାବଚ୍ଛରେ ଅଛି ଦିବ୍ୟପୁରବ୍ରହ୍ମଲୋକ ବୋଲିଣ ଯେ ନାମ ଅଟେ ତାର ।ସହସ୍ରେ କୋଟି ଲୋକ ସେ ପୁରେ ଦେହଧାରୀସଭିଏଁ ଥାଆନ୍ତି ବ୍ରହ୍ମାପାଦେ ସେବାକରି ।ଯୋଗାଧି ପୁରୁଷ ସର୍ବେ ଅଜ୍ରାମର ତନୁମୃତ୍ୟୁବାଧା ନ ଲାଗଇ କୋଟି କୋଟି ମନୁ ।ବ୍ରହ୍ମାଙ୍କର ଶତେ ବର୍ଷ ପୂର୍ଣ୍ଣ ହେବାଯାଏଦେହ ଧରି ରହିଥାନ୍ତି ସକଳେ ନିର୍ଭୟେ ।ପୁରକ କୁମ୍ଭକ ତୁଲେ ଆବର ରେଚକଏ ତିନି କର୍ମରୁ ଜାତ ହେଲେ ନିଃଶ୍ୱାସେକ ।ଷଡ଼ ନିଃଶ୍ୱାସରେ ହୁଏ ଲିତାଏ ପ୍ରମାଣଏ ବିଧି ଷାଠିଏ ଲିତା ହେଲେ ଦଣ୍ଡ ଘେନ ।ବେନି ଦଣ୍ଡେ ଏକ ଘଡ଼ି ଚାରି ପ୍ରହରେକଏ ବିଧି ଅଷ୍ଟପ୍ରହରେ ରାତ୍ର ଦିବସେକ ।ତିରିଶ ଦିବସ ହାଦେ ଲେଖନ୍ତେଣ ମାସେଏକ ଏକ ଋତୁ ଭୋଗ ବେନି ବେନି ମାସେ ।ତିନୋଟି ଋତୁରେ ହୁଏ ଗୋଟିଏ ଅୟନବେନି ଅନୟରେ ଏଖ ସମ୍ୱତ୍ସର ଜାଣ ।ସତ୍ୟ ତ୍ରେତୟା ଦ୍ୱାପର କଳି ଚାରିଯୁଗଏ ବିଧିରେ ଚାରିଯୁଗେ ଏକଗଣ୍ଡା ଭୋଗ ।ସପ୍ତଦଶ ଲକ୍ଷ ଅଷ୍ଟାବିଂଶ ସସ୍ର ବର୍ଷଭୋଗକରି ସତ୍ୟଯୁଗ ହୋଇଯାଏ ଶେଷ ।ବାରଲକ୍ଷ ଛୟାଣୋଇ ସହସ୍ର ବତ୍ସରତ୍ରେତାଯୁଗ ଭୋଗକରେ ତଦନ୍ତେ ଦ୍ୱାପର ।ଆଠ ଲକ୍ଷ ଚଉଷଠି ସହସ୍ର ବରଷଭୋଗ କଲାପରେ କଳି ହୁଅଇ ପ୍ରବେଶ ।କଳିଯୁଗ ଚାରିଲକ୍ଷ ବତିଶ ହଜାରଭୋଗ ହୁଏ କ୍ରମାଗତେ ମିଳି ସମ୍ୱତ୍ସର ।ଏ ବିଧି ଚାରିଯୁଗରେ ଏକଗଣ୍ଡା ଜାଣଏକସ୍ତରି ଗଣ୍ଡା ହେଲେ ମନୁଏ ବଖାଣ ।ଅଷ୍ଟାଦଶ ମନୁ ଯେବେ ହୁଅନ୍ତି ବିୟୋଗସେ କାଳକୁ ହୋଇଥାଏ ଏକ କଳ୍ପ ଭୋଗ ।ଏକସ୍ତରି କଳପକୁ ମନ୍ୱନ୍ତର ବୋଲେଏକସ୍ତରି ମନ୍ୱନ୍ତରେ ଏକ ଘଡ଼ି କଲେ ।ଏ ପ୍ରକାରେ ଷୋଳଘଡ଼ି ଅନ୍ତେ ପରିମାଣବେଦାନ୍ତେ ଦେବବ୍ରହ୍ମାଙ୍କୁ ଦିବସେକ ଜାଣ ।ତିରିଶ ଦିନରେ ପୁଣି ହୁଏ ଏକମାସବାରମାସ ପୂର୍ଣ୍ଣ ହେଲେ ବୋଲାଏ ବରଷ ।ଏହିପରି ଶତେବର୍ଷ ପୂର୍ଣ୍ଣ ହୋଇଯାନ୍ତେବ୍ରହ୍ମା ନାଶ ଯାଏ ଲେଖି ଗଣ ହେ ପଣ୍ଡିତେ ।ବ୍ରହ୍ମା ନାଶଗଲେ ମହୀ ପ୍ରଳୟ ହୁଅଇମେରୁ ତେଜ ପାବଚ୍ଛକୁ ସଲିଳ ଘୋଟଇ ।ଚତୁର୍ଦ୍ଦଶ ପାବଚ୍ଛ ଯେ ପୁଣ୍ୟମୟ ଭୂମିତହିଁ ବିଜେ କରିଛନ୍ତି ନାରାୟଣ ସ୍ୱାମୀ ।କୋଟି କୋଟି ଲୋକ ବାସ କରନ୍ତି ସେ ପୁରେଜନ୍ମ ମୃତ୍ୟୁ ବାଧା ଦେଖା ନ ଯାଏ ସେଠାରେ ।ଶତେ ବ୍ରହ୍ମା ଯେଉଁକାଳେ ହୁଅନ୍ତି ବିନାଶସେ ବିଷ୍ଣୁ ଲୋକରେ ହୁଏ ଏକଇ ନିମିଷ ।ସେ ପୁରର ମହିମାକୁ ପଟାନ୍ତର ନାହିଁଅନାଦି ପୁରୁଷ ବିଜେ କରିଛନ୍ତି ତହିଁ ।ଏ ବିଧି ଚଉଦ ପାବଚ୍ଛରେ ମେରୁଗିରିଚତୁର୍ଦ୍ଦଶ ଭୁବନକୁ ରଖିଅଛି ଧରି ।ଉପରେ ଚଉଦଲୋକ ତଳେ ଲୋକ ସାତଏହିମତେ ଏକବିଂଶ ଲୋକ ଆତଯାତ ।ଶୁଣ ହେ ପରୀକ୍ଷ ରାଜା କହନ୍ତି ସେ ଶୁକଏପରି ବହିଛି ମେରୁ ଏକବିଂଶ ଲୋକ ।ମେରୁ ପର୍ବତକୁ ବେଢ଼ିଅଛି ଅଷ୍ଟଗିରିପବନ ଦେବତା ତହିଁ ରହିଛି ଆବୋରି ।ମେରୁ ପୂର୍ବଭାଗେ ଅଛି ଗିରି ହିମବନ୍ତଈଶ୍ୱରଙ୍କ ଶ୍ୱଶୁର ସେ ପାର୍ବତୀଙ୍କ ତାତ ।ବିଶୁଦ୍ଧ ସ୍ଫଟିକ ପରି ସେ ଗିରି ଧବଳତହିଁରେ ବସନ୍ତି ଇନ୍ଦ୍ର ପୂର୍ବ ଦିଗପାଳ ।ସତୁରି ଯୋଜନ ଉଚ୍ଚ ଅଟେ ସେ ପର୍ବତଦେବଗଣେ ତାକୁ ପୂଜା କରନ୍ତି ସତତ ।ମେରୁର ଈଶାନ କୋଣେ ଶୁଭ ନାମେ ଗିରିକୁବେର ଅଛନ୍ତି ସପ୍ତନିଧିଙ୍କୁ ଆବୋରି ।ଉଚ୍ଚରେ ସେ ଗିରିବର ବାସ୍ତରି ଯୋଜନନୟନରୁ ଦେଖାଯାଏ ଅତି ଶୁସୋଭନ ।ମେରୁର ବାୟବ୍ୟ କୋଣେ ଶୁଦ୍ଧନାମେ ଗିରିପବନ ଦେବତା ତହିଁ ଛନ୍ତି ବିଜେ କରି ।ଅଣଚାଶ କୋଟି ବାୟୁ ଘେନି ନିଜ ସଙ୍ଗେଅଣଚାଶ ମୂର୍ତ୍ତି ଧରି ବିହରଇ ରଙ୍ଗେ ।ଛୟାଶୀ ଯୋଜନ ଉଚ୍ଚ ଅଟେ ସେ ପର୍ବତଶୁଦ୍ଧ ନୀଳମଣି ପାଷାଣରେ ସୁଶୋଭିତ ।ମେରୁର ପଶ୍ଚିମ ଭାଗେ ନୀଳ ନାମେ ଶୈଳସେ ପର୍ବତ ଗୋଟି ଅଟେ ବରୁଣଙ୍କ ଆଳ ।ଉଚ୍ଚରେ ସେ ଛୟାଣୋଇ ସହସ୍ର ଯୋଜନମଣିମାଣିକ୍ୟ ଗୈରିକେ ଦିଶେ ରଙ୍ଗବର୍ଣ୍ଣ ।ମେରୁ ନୈର୍ଋତ କୋଣରେ ଇନ୍ଦ୍ରନାମେ ଗିରିନୈର୍ଋତ ଦେବତା ତହିଁ ଛନ୍ତି ବାସକରି ।ଚୌଷଠି ଯୋଜନ ଉଚ୍ଚ ସେ ପର୍ବତସ୍ଥଳୀନିରନ୍ତର ଧାତୁରସ ତହୁଁ ଆସେ ଗଳି ।କୁମ୍ଭ ନାମ ଦଇତର ଅଟଇ ସେ ସୀମାଘୋର ଯୁଦ୍ଧକରି ଯାକୁ ବଧ କଲେ ଉମା ।ମେରୁ ଦକ୍ଷିଣରେ ଅଛି ମନ୍ଦର ପର୍ବତଦଶସସ୍ର ଯୋଜନ ସେ ଉଚ୍ଚରେ ବିଖ୍ୟାତ ।ସେ ପର୍ବତେ ବଇଡୁର୍ଯ୍ୟ ମଣି ଉପୁଜଇସହସ୍ରେ ପର୍ବତେ ତାକୁ ଅଛନ୍ତି ବେଢ଼ାଇ ।ସେ ମନ୍ଦର ଗିରି କଥା ଶୁଣ ନରାଧିପମେରୁ ହେବ ବୋଲି ପୂର୍ବେ କରୁଥିଲା ତପ ।ତାହା ଜାଣି ଦେବଗଣେ କୂଟ ଆଚରିଲେଅଗସ୍ତ୍ୟମୁନିଙ୍କୁ ପେଷି ତପ ବିଘ୍ନ କଲେ ।ଦେବତାଙ୍କ ବଚନରେ ତା ପାଶେ ଅଗସ୍ତ୍ୟମିଳିଲେ ସେ ଗିରିବର କଲା ଦଣ୍ଡବତ ।ତାଠାରେ ଅଗସ୍ତ୍ୟ ମୁନି ନିର୍ଦ୍ଦୟ ହୋଇଲେଏତିକିରେ ଥାଅ ବୋଲି କହି ଚାଲିଗଲେ ।ସେ ମହାମୁନିଙ୍କ ବାକ୍ୟ ନୋହିଲା ଅନ୍ୟଥାଅଦ୍ୟାପି ମନ୍ଦର ଗିରି ପୋତିଅଛି ମଥା ।ମେରୁ ଅଗ୍ନି କୋଣେ ଅଛି ଗିରି ସୁପୁରୁଷସେ ପର୍ବତେ ଅଗ୍ନିଦେବ କରିଛନ୍ତି ବାସ ।ଉଚ୍ଚରେ ସେ ଗିରିବର ସହସ୍ରେ ଯୋଜନଆଦିତ୍ୟ କିରଣ ଜିଣି ଦିଶଇ ବରନ ।ଏ ବିଧିରେ ଅଷ୍ଟଗିରି ମେରୁ ଚଉପାଶେଘେରି ରହିଛନ୍ତି ଚାରିକୋଣ ଚାରିଦିଶେ ।ଏମାନଙ୍କ ପାଶେ ଆଉ ଯେତେ ଗିରି ଅଛିଏକ ଏକ କରି କେତେ କହିବା ତା ବାଛି ।ମେରୁ ପର୍ବତରୁ ଯେତେ ନଦୀ ବହି ଆସେସେ କଥା କହିବା ନୃପ ଶୁଣ ମନତୋଷେ ।ପୂର୍ବଆଦି ଚାରିଦିଗ ଚାରିକୋଣ ଘୋଟିଯେ ଯାହାରେ ନଦୀମାନେ ବହୁଛନ୍ତି ଫୁଟି ।ସ୍ୱର୍ଗରୁ ସମୁଦ୍ର ଯାଏ ଆସୁଛନ୍ତି ଭେଦିସ୍ନାନକଲା ପ୍ରାଣୀଙ୍କର ପାପ ହୁଏ ଛେଦି ।ଗୋଦାବରୀ ଗନ୍ଧବତୀ ଗନ୍ଧା ତିନିଧାରମେରୁ ଅଇଶାନ କୋଣୁ ଏ ତିନି ବାହାର ।ଅସଂଖ୍ୟକ ଧାରମାନ ଏଥୁ ଅଛି ଫୁଟିଶୁଭ ନାମ ଗିରିତଳେ ବହିଯାନ୍ତି ଘୋଟି ।ଏହି ତିନିଧାରେ ଯେବେ କରିବ ସ୍ନାହାନତକ୍ଷଣେ ଲାଗଇ ଆସି ପୁଷ୍ପକ ବିମାନ ।ଯେତେ ଜଳରାଶି ଏଥୁ ଆସୁଅଛି ବହିଦଧିନାମେ ସମୁଦ୍ରରେ ମିଶଇ ଯେ ଯାଇ ।ହରିଦ୍ରା ହରିପ୍ରିୟା ହିଁ ସକାନ୍ତି ତ୍ରିଧାରମେରୁ ଉତ୍ତର ଭାଗରୁ ହୋଇଛି ବାହାର ।ତିନିସସ୍ର ଧାରରୂପେ ଧରଣୀରେ ବହିଇକ୍ଷୁନାମେ ସମୁଦ୍ରରେ ସମ୍ଭାଉଛି ଯାଇ ।ସମ୍ଭବା ସାରଦା ସତ୍ୟବତୀ ତିନିଧାରବାୟବ୍ୟ କୋଣରୁ ଆସେ ମେରୁ ପର୍ବତର ।ଅଠାଶୀ ସହସ୍ର ଧାର ଏଥିରୁ ବାହାରିକନ୍ଦର ପର୍ବତ ତଳେ ଆସୁଛନ୍ତି ଘେରି ।ଏ ନଦୀରେ ଯେହୁ ସ୍ନାନକରେ ଏକବେଳଗନ୍ଧର୍ବ ଶରୀର ପାଇ ବସେ ସ୍ୱର୍ଗଆଳ ।ଏଥିରୁ ଯେତେକ ଜଳ ବହି ଆସୁଅଛିକ୍ଷୀର ନାମେ ସମୁଦ୍ରରେ ପଶି ସମ୍ଭାଉଛି ।ଚାମୁଣ୍ଡା ଚଣ୍ଡିକା ଚଣ୍ଡଘଣ୍ଟା ତିନିଧାରମେରୁର ଦକ୍ଷିଣଭାଗୁଁ ହୋଇଛି ବାହାର ।ବିନ୍ଧ୍ୟମାନେ ପର୍ବତରୁ ଏ ପଡ଼ନ୍ତି ଗଳିଅତ୍ୟନ୍ତ ପ୍ରଖର ବେଗ ନୁହେଁ ପରିକଳି ।ଏ ନଦୀରେ ସ୍ନାନ ଯେହୁ କରେ ଅବହେଳେବୈକୁଣ୍ଠ ଭୁବନେ ବସେ ବିଷ୍ଣୁଲୋକ ମେଳେ ।ନବତି ସହସ୍ର ଧାର ଏଥୁ କ୍ଷୁଦ୍ର ନଦୀସୁଗନ୍ଧ ଅମୋଦ ଘେନି ବହେ ଶୂନ୍ୟଭେଦି ।ଏ ନଦୀରେ ସ୍ନାନ କରୁଥାନ୍ତି ଦେବୀମାନେତେଣୁ ଏ ସୁଗନ୍ଧ ଜଳ ବହେ ଅବିଚ୍ଛିନ୍ନେ ।ଯେତେ ଜଳ ଏ ନଦୀରେ ସ୍ରୋତେ ବହିଯାଏଘୃତନାମେ ସମୁଦ୍ରରେ ସେସବୁ ସମ୍ଭାଏ ।କପାଳୀ କୁନ୍ତଳା କାଳରାତ୍ରି ତିନିଧାରମେରୁ ଅଇଶାନ୍ୟ କୋଣୁ ହୋଇଛି ବାହାର ।ବିଶ୍ୱାମିତ୍ର ମୁନି ଏହି ନଦୀକୂଳେ ବସିକଠୋର ତପସ୍ୟା କରି ହେଲେ ବ୍ରହ୍ମଋଷି ।ଅସୁରନାଶିନୀ ଏହି ନଦୀ ସ୍ୱରାସୁରୀମହେନ୍ଦ୍ର ପର୍ବତ ତଳେ ଆସୁଅଛି ଘେରି ।କଣୟ ନାମେ ପର୍ବତ ଏ ନଦୀର ପାଶେବସନ୍ତ ପବନ ଏଥେ ବହେ ବାରମାସେ ।ଏକାଣୋଇ ସସ୍ରଧାର ଏଥିରୁ ବହଇବିଶ୍ୱାମିତ୍ର ପ୍ରଭାତରୁ ପବିତ୍ର ଅଟଇ ।ଗଣ୍ଡୁଷେକ ମାତ୍ର ଜଳ ତହିଁରୁ ଯେ ପିଏନିଜ ଦେହ ଘେନି ଶୂନ୍ୟେ ବିଷ୍ଣୁଲୋକ ଯାଏ ।କହନ୍ତେଣ ନ ସରଇ ଏ ନଦୀ ମହିମାପୂର୍ବକାଳେ ଏଥି ତପ କଲେ ବେଦବ୍ରହ୍ମା ।ଗୋହତ୍ୟା ଖଣ୍ଡନ କରି ମୁକତ ହୋଇଲେବ୍ରହ୍ମପଦ ପାଇ ବ୍ରହ୍ମଲୋକେ ବାସ କଲେ ।ଏଥିରୁ ଯେତେକ ନଦୀ ହୋଇଛି ବାହାରସେ ସବୁ ମିଳନ୍ତେ ଘୃତସମୁଦ୍ର ଭିତର ।ବ୍ରହ୍ମବୀଣା ବିଜୟା ଯେ ବ୍ରହ୍ମା ତିନିନଦୀମେରୁର ଅନଳ କୋଣୁ ବାହାରନ୍ତି ଭେଦି ।ମନ୍ଦର ନାମ ପର୍ବତ ଉପରେ ଯେ ପଡ଼ିପବନହୁଁ ବେଗେ ଆସି ପଡ଼ିଅଛି ଗଡ଼ି ।ତେୟାନବେ ସସ୍ରେଧାର ଖଟି ତାଙ୍କ କତିଧବଳ ନୀଳ ପିଙ୍ଗଳ ହରିତାଳ ଜ୍ୟୋତି ।ଗଣ୍ଡୁଷ ପ୍ରମାଣେ ଏଥୁ ପବନ୍ତି ଯେ ଜଳସହସ୍ର କଳପ ଯାଏ ପାନ୍ତି ଯୁବାବଳ ।ମଧୁବନ ବସନ୍ତ ବହଇ ଘନ ଘନନବସାଜେ ବିଭୂଷିତ ଗହନ କାନନ ।ଝିଙ୍କାରି ଶୁକ ପିକ କରନ୍ତି କୋଳାହଳସୁସ୍ୱାଦୁ ତଟିନୀ ତହିଁ ବହେ ପୁଣ୍ୟ ଜଳ ।ଶଙ୍ଖ ଧ୍ୱନି କରିନ୍ତି ମୋହନ୍ତି ସୁରମୁନିଶୁଷ୍କତରୁ ପଲ୍ଲବି ଉଠଇ ବାଣୀ ଶୁଣି ।ଅଗୁରୁ ଚନ୍ଦନ ମହା ସୁରନ୍ଧିତ ବାସସୁଗନ୍ଧ ପରିମଳ କରନ୍ତି ଚଉପାଶ ।ଆମ୍ୱ ପଣସ ଗୁଆ ହଳଦୀ ନଟିକାଳଦ୍ରାକ୍ଷା ମଧୁକେନ୍ଦୁ ବିଲ୍ୱ ବଦରିକା ଫଳ ।କଞ୍ଚନ ମାଧବୀ ଯେ ଚାରୁ ଲବଙ୍ଗଲତାଜାତୀ ପୃଥ୍ୱୀ ମଲ୍ଲୀ ମାଳତୀ କେତେକ ଲତା ।ସୁବାସିତ କୁସୁମିତ ତରୁ ଗନ୍ଧଭରଚଉପାଶେ ଉଡ଼ନ୍ତି ଯେ ଲୁବ୍ଧ ମଧୁକର ।ହରିଣ ବରାହ ପୁଣି ସିଂହ ବ୍ୟାଘ୍ର ହସ୍ତୀକୃଷ୍ଣାଜିନ ବାର୍ହା ଗଣ୍ଡା ଆଉ ନାନାପକ୍ଷୀ ।ଶଶକ ନେପାଳୀମୂଷା ନେଉଳ ପନିଦଜୀବଜନ୍ତୁ ଯେତେ ବିହରନ୍ତି ବହି ମୋଦ ।ନାନାତରୁ ଶୋଭା ପୁଣି ଜୀବଜନ୍ତୁ ମେଳଦେଖି ହୁଏ ମନ ସଦା ଆନନ୍ଦ ଉଲ୍ଲୋଳ ।ଏ ବନ ମହିମା ବ୍ରହ୍ମା ବର୍ଣ୍ଣି ତ ନ ପାରିଆନକଥା କିସ ଅବା କାହିଁକି ପଚାରି ।ମନ୍ଦର ପର୍ବତ ଶିରେ ତହୁଁ ଆସି ପଡ଼ିପବନହୁଁ ବେଗହୋଇ ତଳେ ଯାନ୍ତି ଗଡ଼ି ।ତେୟାଣୋଇ ସସ୍ରଧାର ଏଥୁ ବାହାରନ୍ତିଧବଳ ପିଙ୍ଗଳ ନୀଳ ହରିତାଳ ଜ୍ୟୋତି ।ଏ ନଦୀଜଳରେ ସ୍ନାନ ପାନ ଯେ କରନ୍ତିସହସ୍ରେ କଳପ ଯାଏ ସ୍ୱର୍ଗରେ ବସନ୍ତି ।ଏଥିରୁ ଯେତେକ ଜଳ ଆସୁଅଛି ବହିଜଳ ସମୁଦ୍ରରେ ତାହା ସମ୍ଭାଉଛି ଯାଇ ।ପିଙ୍ଗଳା ପବିତ୍ରା ପୂର୍ଣ୍ଣଭାଗା ତିନିଧାରମେରୁର ଈଶାନ କୋଣୁ ହୋଇଛି ବାହାର ।ପଚାଶ ସହସ୍ର ଧାର ଏ ତିନିରୁ ଫୁଟିନିସର୍ଗ ପର୍ବତ ତଳେ ଆସୁଛନ୍ତି ଘୋଟି ।ଏ ନଦୀମାନଙ୍କେ ସ୍ନାନ ଯେ କରଇ ବାରେକୁବେର ସମାନେ ଧନ ପାଏ ଇହ ପରେ ।ଏ ନଦୀରୁ ଜଳରାଶି ବହି ଖରସ୍ରୋତେସୁରନାମେ ସମୁଦ୍ରରେ ମିଳଇ ତ୍ୱରିତେ ।ଗଙ୍ଗା ଯମୁନା ଯେ ସରସ୍ୱତୀ ତିନିଧାରମେରୁ ଫୁଟି ପୂର୍ବଦିଗେ ହୁଅନ୍ତି ବାହାର ।ପୁଣି ହିମବନ୍ତ ଆଦି କେତେ ଗିରି ଫୁଟିବହନ୍ତି ଏ ତିନିନଦୀ ଜମ୍ୱୁଦ୍ୱୀପ ଘୋଟି ।ପତିତପାବନୀ ନାମ ଅଟଇ ଯାହାରକେ ବର୍ଣ୍ଣ କହିବ ଅବା ମହିମା ତାହାର ।କୁଶାଗ୍ରତେ ଗଙ୍ଗାଜଳ ସ୍ପର୍ଶ ହେଲେ ଶିରେଚନ୍ଦ୍ର ସୂର୍ଯ୍ୟ ଥିବାତକ ବସାଇ ସ୍ୱର୍ଗରେ ।ଗଙ୍ଗାଜଳେ ସ୍ନାନ ଦାନ ଯେବା କରେ ଯାଇବିଷ୍ଣୁଲୋକେ ବସଇ ସେ ଅଜ୍ରାମର ହୋଇ ।କହନ୍ତେ ନ ସରେ ଗଙ୍ଗାନଦୀର ମହୀମାସ୍ନାନ ଦାନେ ପୁଣ୍ୟଫଳ କେ କହିବ ସୀମା ।ବିଷ୍ଣୁପାଦୋଦକ ତୁଲ୍ୟ ଅଟେ ସେହି ଜଳଯେ ତହିଁରେ ସ୍ନାନ କରେ ତା ଜନ୍ମ ସଫଳ ।ଏ ତିନି ନଦୀରୁ ଯେତେ ଜଳ ବହିଯାଏଲବଣ ସମୁଦ୍ରେ ପଡ଼ି ପାତାଳକୁ ବହେ ।ଏ ବିଧିରେ ଚାରିଦିଗେ ଚାରିକୋଣ ଘୋଟିଆସୁଛନ୍ତି ନଦୀମାନେ ମେରୁଗିରି ଫୁଟି ।ଏକକୁ ଆରେକ ନଦୀ ସର୍ବେ ପୁଣ୍ୟମୟସ୍ନାନ କଲେ ପାପରାଶି ହୋଇଥାଏ କ୍ଷୟ ।କହନ୍ତି ପରୀକ୍ଷ ଆଗେ ଶୁକ ମହାତମାଅସଂଖ୍ୟ ଅଟଇ ମେରୁ ପର୍ବତ ମହିମା ।ସ୍ୱର୍ଗମର୍ତ୍ତ୍ୟ ପାତାଳକୁ ଧାରଣ ସେ ଗିରିଭୁର୍ଭୂବଃ ସ୍ୱଃ ଅନ୍ତରୀକ୍ଷ ଲୋକ ଆଦିକରି ।ସକଳ ବ୍ରହ୍ମାଣ୍ଡ ତହିଁ ଖଟାଇଛ ନେଇଅଷ୍ଟଦିଗେ ଅଷ୍ଟଗିରି ରହିଛି ବେଢ଼ାଇ ।ସେ ଅଷ୍ଟଗିରିଙ୍କ ଶିରେ ଅଷ୍ଟଦିଗପାଳବସିଣ ପାଳନ୍ତି ସୁଖେ ବ୍ରହ୍ମାଣ୍ଡ ସକଳ ।ଅନେକ କନ୍ଦର ବନ ଗିରି ମହାଗିରିଚାରି ପାରୁଷରେ ଛନ୍ତି ମେରୁକୁ ଆବୋରି ।ପରୀକ୍ଷ ନୃପତି ଆଗେ ଶୁକ ତପିମଣିବିସ୍ତାରି କହିଲେ ମେରୁ ପର୍ବତ କାହାଣୀ ।ହରିବଂଶ ଆଦ୍ୟଖଣ୍ଡ ଏଥେ ହେଲା ଶେଷନ ଘେନିବ ସାଧୁଜନେ ଥିଲେ ମୋର ଦୋଷ ।ଅଗ୍ୟମ ଏ ଭାଗବତ ଯେହ୍ନେ ସିନ୍ଧୁଜଳଅନ୍ତକରି କହିବାକୁ ନାହିଁ ସ୍ଥଳ କୂଳ ।ଶତେ ବରଷରେ ବ୍ରହ୍ମା ନ ପାରିବେ କହିମୁଁ ତାହା ଜାଣିବି କାହୁଁ ନରଦେବ ବହି ।ବେଦବର ନନ୍ଦିନୀ ସାଦରା ଅନୁରାଗେଠିକ ଠିକ କରି କହିଗଲି ଶାସ୍ତ୍ର ଯୋଗେ ।ପଣ୍ଡିତଜନମାନଙ୍କ ଦାସର ମୁଁ ଦାସଲେଖିଅଛି ମାତ୍ର ମୋର ନାହିଁ ଜ୍ଞାନ ଲେଶ ।ପ୍ରସନ୍ନେ ସାରଦା ମୋତେ କହିଦ୍ୟନ୍ତି ଯାହାଲେଖନ ପତ୍ର ଧରିଣ ଲେଖଇ ମୁଁ ତାହା ।ପଢ଼ିନାହିଁ ପାଠଶାସ୍ତ୍ର ନାହିଁ ମୋର ଗୁଣକେବଳ ପୂର୍ବର ହେତୁ ହୋଇଲା ସ୍ମରଣ ।ପ୍ରାଣୀଙ୍କର ପାପକ୍ଷୟ ହୋଇବା ନିମନ୍ତେପୁରାଣ ଶ୍ରୀ ଭାଗବତ ଲେଖୁଅଛି ଗୀତେ ।ପୁଣ୍ୟବନ୍ତ ପ୍ରାଣୀମାନେ ମନ କରି ଥୟଭାଗବତ ଶୁଣି କର ସର୍ବପାପ କ୍ଷୟ ।ନିର୍ଦ୍ଧନ ଶୁଣିଲେ ହେବ ବହୁ ଧନବନ୍ତାଅପୁତ୍ରକ ଅଙ୍ଗୁ ଛାଡ଼ିଯିବ ପୁତ୍ରଚିନ୍ତା ।ପଢ଼ନ୍ତେ ଶୁଣନ୍ତେ ନର ହୋଇବ ମୁକତଭକ୍ତି ମୁକ୍ତି ଦାୟକ ଏ ଶିରୀ ଭାଗବତ ।ଶୁଣିବା ମାତ୍ରକେ ପାପ ହୋଇବ ଦହନଦାବାନଳ ଲାଗି ଯେହ୍ନେ ଦଗ୍ଧ ହୁଏ ବନ ।ଇତି ହରିବଂଶ ଆଦ୍ୟପର୍ବର ଚରିତକଂସ ଦିଗବିଜେ ନାମ ପୁଣ୍ୟମୟ ଗୀତ ।କହଇ ଅଚ୍ୟୁତଦାସ ଶ୍ରୀହରି ସୁମରିପଢ଼ି ଶୁଣି ସାଧୁଜନେ ଭବୁ ହୁଅ ପାରି ।