ହରିବଂଶ (ପ୍ରଥମ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୪ / ୧୧
ସମ୍ପୂର୍ଣ୍ଣ ସୂଚୀପତ୍ର
କଂସର ଜନ୍ମ, ରାଜତ୍ୱ ପ୍ରାପ୍ତି ଓ ଗୋମତ ଋଷିଙ୍କର ଶାପ ଏବଂ ବଳି ବାମନ ଚରିତ
ଶୁକମୁନି ବୋଇଲେ ହେ ପରୀକ୍ଷିତ ରାୟେମନଦେଇ ଶୁଣ ଅଭିମନ୍ୟୁର ତନୟେ ।ସାବଧାନ ହୋଇ ତୁ ହୋ ଶୁଣ ନୃପମଣିମୋତେ ପୁଚ୍ଛାକଲୁ କଂସ ପୂର୍ବଜନ୍ମ ବାଣୀ ।କଂସ ଯେବେ ଉଗ୍ରସେନ ପୁତ୍ର ହୋଇଥାନ୍ତାଯଦୁ ଭୋଜବଂଶକୁ ସେ କିପାଁ ଦଣ୍ଡ ଦ୍ୟନ୍ତା ।ଦୁଷ୍ଟପଣେ ରାଜ୍ୟକରେ ସେହି ଦୁଷ୍ଟମତିକେମନ୍ତେ ଛାଡ଼ିବ ସେହି ଅସୁର ପ୍ରକୃତି ।ଦାନବର ବୀର୍ଯ୍ୟେ ଯହୁଁ ହୋଇଲାକ ଜାତତେଣୁ ସେହି କରୁଅଛି ଅନ୍ୟାୟ ବହୁତ ।ଯଦୁ ରାଜାର ଭାରିଯା ନାମ ତିଳୋତ୍ତମାସାତପୁତ୍ର ଜାତ କଲା ନାହିଁ ତା ଉପମା ।ଭୋଜ ବିଷ୍ଣୁଙ୍କୁ ମାନନ୍ତି ଦେବ ଭଗବାନଚୁହାଣ ଆଦି ସେ ସର୍ବ ବଂଶ ବର୍ଦ୍ଧମାନ ।ଯଦୁ ଆଦି ସାତବଂଶ ହେଲେ ଉତପତ୍ତିମଥୁରା ଦେଶରେ ଉଗ୍ରସେନ ନରପତି ।ଭୋଜ ନାମେ ପୁତ୍ର ଅଟେ ସବୁଠାରୁ ଶ୍ରେଷ୍ଠସମସ୍ତେ ବିଚାରି ତାର ମାଥେ ବାନ୍ଧି ପାଟ ।ଯଦୁ ନାମରେ ଯେବଣ ପୁତ୍ରଗୋଟି ଥିଲାଯାଦବ ବଂଶରେ ସେହି ଅଧିକାରୀ ହେଲା ।ତେଣୁ ସେହି ଉଗ୍ରସେନ ମଥୁରା ନୃପତିଆବର ଯାଦବବଳ ଯେତେକ ଅଛନ୍ତି ।ପାତ୍ର ଅମାତ୍ୟ ପଣରେ ଖଟନ୍ତି ରାଜାଙ୍କୁଉଗ୍ରସେନ ଅତିସୁଖେ ପାଳଇ ରାଜ୍ୟକୁ ।ଅନ୍ଧକ ବଂଶରେ ଜାତ ଶତ୍ରାଜିତ ବୀରବିଷ୍ଣୁ ବଂଶରେ ଯେ ଜାତ ହୋଇଲା ଅକ୍ରୁର ।ଭୋଜ ବଂଶରେ ଜନମ ହୋଇଲା ଉଦ୍ଧବଚୁହାଣ ବଂଶରେ ଜାତ ସାତ୍ୟକି ସମ୍ଭବ ।କୁମୁଦ ବଂଶରେ ଜାତ ଅନାଧୃଷ୍ଟ ବୀରକୁରୁବଂଶେ ବାସୁଦେବ ଧାର୍ମିକ ପ୍ରବର ।ଏହିରୂପେ ସାତବଂଶ ହୋଇଲେ ଯାଦବଶୁଣ ତୁ ହୋ ମହାରାଜା ଏଥିର ପ୍ରସ୍ତାବ ।ଜଗତଜିତା ଯାଦବେ ଛପନ ଯେ କୋଟିଏକେ ଏକେ ଶକତା ସେ ବଳେ ଜଗଜ୍ଜେଠୀ ।ଜଣେ ଜଣେ ପାରନ୍ତି ସେ ଜିଣି ସୁରପତିତାହାଙ୍କୁ ଦେଖିଲେ ଭୟ କଲେ ଜନ୍ତୁପତି ।ରଣରଙ୍କା ଯାଦବେ ଯେ ସମସ୍ତେ ତ ଯୋଦ୍ଧାଛପନ କୋଟି ଯାଦବ ତହିଁରେ ପ୍ରସିଦ୍ଧା ।ପୃଥିବୀର ମହାଭରା ଉଶ୍ୱାସିବା ପାଇଁଯତନେ ଯାଦବଦଳ ବିଧାତା ଭିଆଇ ।ଏହାଙ୍କର ପୁତ୍ରନାତି ଅଟନ୍ତି ଯେ ଜନସଂକ୍ଷେପି ତା କହିବାକୁ କେ ହେବ ଭାଜନ ।ଯୁକତେ ଜାଣ ଯାଦବେ ପ୍ରତ୍ୟକ୍ଷ ଦେବତାଧାର୍ମିକ ବିବେକି ପୁଣି ପୃଥ୍ୱୀରେ ଶକତା ।ସମସ୍ତେ ସୁଜ୍ଞାନୀ ମେଳ ସଦା ସାଧୁସଙ୍ଗେହିଂସା ଅହଂକାର ନାହିଁ କାହାରି ହିଁ ଅଙ୍ଗେ ।ଗୁରୁ ଅତିଥି ଦେବତା ପିତୃ ସେବାକରିବିହରନ୍ତି ଯାଦବେ ଯେ ଧର୍ମକୁ ଆଚରି ।ବିବେକବନ୍ତ ମୃଶୀଳ ସାଧୁ ଗୁଣବନ୍ତବୀର ଶୂର ବଳବନ୍ତା ଅଟନ୍ତି ସମସ୍ତ ।ଦାନେ ସାବଧାନେ ସିଦ୍ଧ ସାଧନାଦି ଯୋଗଚତୁଷ୍ପାଦ ଲକ୍ଷ୍ମୀ ଘେନି ଅଇଶ୍ୱର୍ଯ୍ୟ ଭୋଗ ।ନିଶଃଙ୍କ ଯାଦବେ କିଛି ନାହିଁ ପୁଣି ଚିନ୍ତାବେଦଶାସ୍ତ୍ର ପଢ଼ି ସର୍ବେ ଜ୍ଞାନମାର୍ଗେ ରତା ।କିଛିମାତ୍ର ପାପ ନାହିଁ ସର୍ବେ ପୁଣ୍ୟଦେହୀପରଧନ ପରନାରୀ ନ ହରନ୍ତି କେହି ।ନିଜ ଧର୍ମ ବ୍ୟତ୍ରକେ ସେ ଆନ ନ ଜାଣନ୍ତିସାବିତ୍ରୀ ସମାନ ତାଙ୍କ ନାରୀ ମହାସତୀ ।ନର ନାରୀଏ ସମସ୍ତେ ବିଶୁଦ୍ଧ ଅଟନ୍ତିସୁବର୍ଣ୍ଣ କଳସମାନ ପୀଢ଼ାରେ ବସାନ୍ତି ।ନେତ ପାଟପତନୀ ଯେ ଉଡ଼େ ଫରହରଇନ୍ଦ୍ର ଭୁବନ ତାହାକୁ ନୋହେ ପଟାନ୍ତର ।ସବୁକାଳେ ସେ ଭୁବନେ ବହଇ ବସନ୍ତସେ ରାଜାର ମହିମା କେ କରିପାରେ ଅନ୍ତ ।ଯେତେବେଳେ ଇଚ୍ଛାକରେ ସେହି ଯେଉଁ ଦ୍ରବ୍ୟଅକସ୍ମାତେ ସେ ରାଜାକୁ ମିଳେ ଆସି ସର୍ବ ।ବ୍ରାହ୍ମଣ ବୈଶ୍ୟ କ୍ଷତ୍ରିୟ ଶୂଦ୍ର ଜାତି ଚାରିତାଙ୍କୁ ମୂଳକରି ତହିଁ ସର୍ବେ ଛନ୍ତି ପୂରି ।କୁଳ ଅକୁଳ ସତ୍କୁଳ କୋଟି ଯେ ଛପନଏହାଙ୍କ ମୂଳେ ବସଇ ମଥୁରା ରାଜନ ।ଯେ ଯାହାର ଆଖିରେ ସେ ଥାଆନ୍ତି ସକଳଅନୁକ୍ଷଣେ ଧର୍ମକଥା ବିଚାର ମଙ୍ଗଳ ।ଦଶଲକ୍ଷ ଘର ତହିଁ ବସେ ଜନପ୍ରଜାସୁଚିତ୍ତରେ ପ୍ରଜାପାଳେ ଉଗ୍ରେସେନ ରାଜା ।ରାଜାଙ୍କର ଗଉରବ ପାଇ ତହିଁ ଲୋକେଦେଶ ଘୋର ବରତନ ନ ଘେନନ୍ତି ଥୋକେ ।କେ ରାଉତ କେ ମାହୁନ୍ତ କେବା ମନ୍ତ୍ରୀହୋନ୍ତିକେ ଅଟେ ସାମନ୍ତ କେହି ଅଟେ ମହାରଥୀ ।କେ ଖଟଣୀ କେ ପାହାରୀ କେହି ବା ପଦାତିଡଗରା ହୋଇ ନିଶାରେ କେହି ବା ବୁଲନ୍ତି ।ସାତବଂଶ ଯାଦବ ଯେ ରାଜାଙ୍କ ବିଗ୍ରହଉଗ୍ରସେନ ରାଜା ତାଙ୍କୁ କରୁଥାଇ ସ୍ନେହ ।ଶତ୍ରାଜିତ ଅନାଧୃଷ୍ଟ ଉଦ୍ଧବ ସାତ୍ୟକିବସୁଦେବ କୃତଦେବ ଷଡ଼ଜଣ ଲେଖି ।ରାଜାର ସଙ୍ଗେ ଏମାନେ ରାଜ୍ୟକୁ କାରେଣୀଲଙ୍ଘି ନ ପାରଇ ଉଗ୍ରସେନ ତାଙ୍କ ବାଣୀ ।ହାରି ଗୁହାରି ବିଚାର ଯେତେ ରାଜ୍ୟ ବିଧିରାଜା ସନ୍ନିଧିରେ ଥାଇ କରୁଥାନ୍ତି ସିଦ୍ଧି ।ପରରାଷ୍ଟ୍ର ନିବାରଣେ ସଂଗ୍ରାମେ ଶକତାବିଶ୍ୱାସୀ ଲୋକେ ଜାଣନ୍ତି ହାନିଲାଭ କଥା ।ପ୍ରତାପୀ ଯେ ତେଜୋମୟ ଉଗ୍ରସେନ ରାୟପରମବ୍ରହ୍ମ ପୁରୁଷ ଅଟେ ପୁଣ୍ୟମୟ ।ରାଜ ପାଟବଂଶୀ ଇନ୍ଦୁମତୀ ରାଜଜେମାଅତି ବୁଦ୍ଧିମତୀ ସତୀ ସାଗର ଗାରିମା ।ନଅର ଭିତରେ ଛନ୍ତି ଯେତେକ ରମଣୀସବୁଠାରୁ ଗୁଣ ରୂପବତୀ ସେ ଘରଣୀ ।ସବୁଙ୍କ ସମ ଦେଖଇ ରାଜଚକ୍ରବର୍ତ୍ତୀଲକ୍ଷ ଲକ୍ଷ ତୁରଙ୍ଗମ ମାତଙ୍ଗ ଅଟନ୍ତି ।ସେ ମଣ୍ଡଳେ ପ୍ରଧାନ ସେ ଉଗ୍ରସେନ ରାଜାଅଇରିବଳ କରନ୍ତି ତାର ପାଦପୂଜା ।ଅପୂର୍ବ ସୁନ୍ଦର ସେହି ପୁରଲୋକେ ଜାଣଅପୂର୍ବ ବାଣୀ କହନ୍ତି ପୁରସ୍ତୀରିଗଣ ।ସେ କଟକ ଆୟତନ ଯେ ପାଞ୍ଚ ଯୋଜନଅମର ବିଦ୍ୟାଧରଙ୍କ ପ୍ରାୟ ସର୍ବ ଜନ ।ହାଟ ପାଟଣା ଦାଣ୍ଡ ଯେ ଦିଶଇ ସୁନ୍ଦରଅପୂର୍ବ ମେଢ଼ ମଣ୍ଡପ ଧବଳ ପ୍ରକାର ।ନିରତେ ଚନ୍ଦ୍ର କି ତହିଁ ହୁଅଇ ଉଦୟତେସନ ଧବଳମୟ ପୁର ଶୋଭାମୟ ।ସୁନ୍ଦର ମଥୁରା ଗଡ଼ ପୁରଦେଶ ଗ୍ରାମତହିଁକି ଅମରପୁର ଅଟେ ଅନୁପମ ।ଗୋବିନ୍ଦ ଜନମ ହେବେ ଆଗହୁଁ ତା ଜାଣିଯତ୍ନେ ତାକୁ ବିଶ୍ୱକର୍ମା ଅଛଇ ନିର୍ମାଣି ।ଅକଣ୍ଟକ ରାଜ୍ୟ କରେ ଉଗ୍ରସେନ ରାୟସୁନାସ କଂସ ଏ ବେନି ତାହାର ତନୟ ।ସୁନାସ ବୋଲି ତାହାର ଯେବଣ ହିଁ ପୁତ୍ରଉଗ୍ରସେନ ବୀର୍ଯ୍ୟେ ଜାତି ଅଛି କୁଳଗୋତ୍ର ।କଂସାସୁର ବୋଲି ଯହୁଁ ପୁତ୍ର ଉପୁଜିଲାକପଟେ ଦୃମିଳାସୁର ତାକୁ ଜୟ କଲା ।ତେଣୁ ସେ ଅସୁରାଧିପ ହେଲା କଂସବୀରଅବିଘ୍ନ ପୃଥ୍ୱୀ ଗୋଟାକୁ ହୋଇଲାତ ଭାର ।ଧନୁ ଶୁକ୍ଲଦଶମୀ ଯେ ବୃହସ୍ପତି ବାରପାକାସ୍ପରଶନ ଇନ୍ଦୁମତୀ ସେ ଦିନର ।କୃତ୍ତିକା ନାମେ ନକ୍ଷତ୍ର ବିଷ୍ଟି ଯେ କରଣଇନ୍ଦୁମତୀ ଯମୁନାରେ କରିବାକୁ ସ୍ନାନ ।ନବଯୁବା ମହାଦେଈ ଅଟେ ଶୁଦ୍ଧଶାଳୀଶୁଦ୍ଧ ସ୍ନାନାର୍ଥେ ଯାଇଣ ପତିପାଶେ ବାଳୀ ।ଆଜ୍ଞା ଦେଲେ ଯିବି ମୁହିଁ ସ୍ନାନ କରିବାରେକର ଯୋଡ଼ି ବାଳୀ କହେ ସ୍ୱାମୀର ଛାମୁରେ ।ରାଜା ବୋଇଲେ ରାଣୀ ଗୋ ଆମ୍ଭେ ପଛେଯିବୁମକର ସ୍ନାନ କାଳିନ୍ଦୀ ହ୍ରଦରେ କରିବୁଁ ।ରାତ୍ର ଥାଉଁ ତୁମ୍ଭେ ଆଗ ସ୍ନାନକର ଯାଇତୁମ୍ଭ ପଛେ ପଛେ ଚାଲ ଯାଉଅଛି ମୁହିଁ ।ଏହା ଶୁଣି ହାନ୍ଦୋଳାରେ ରାଣୀ ବିଜେ କଲେସମଦଣ୍ଡ ଚଳ ବୋଲି ଶ୍ରୀମୁଖେ ବୋଇଲେ ।ନିତ୍ୟକର୍ମ ସାରିବାରୁ ଉଛୁର ଯେ ବେଳସଧୀରେ ଚଳନ୍ତି ମହାଦେଈ ପ୍ରାତଃକାଳ ।ରାଜାଙ୍କର ଯିବାରେ ତ ହୋଇବଟି ହେଳଆମ୍ଭେ ଚାଲ ଆଗ ଯିବା ହୋଇଣ ତତ୍କାଳ ।ହାନ୍ଦୋଳା ଲାଗିହୋଇ ସେ ରାଜାର ବଲ୍ଲଭୀନବରୁ ବାହାର ହେଲେ ରାତ୍ରିଥାଉଁ ଦେବୀ ।ଚାଙ୍ଗଡ଼ା ମୃଦୁସୁଲୀ ଯେ ଧାଈ ପରିବାରୀବାହାର ହେଲେ ପୋଇଲୀ ଟେରାବାଡ଼ ଧରି ।ପଲାଣିଆ ଥାଟ ଚଳେ ଯୋଗାଣିଆ ମୂଳେସଧୀରେ ଚଳନ୍ତି ମହାଦେଈ ପ୍ରାତଃକାଳେ ।ରାତି ଥାଉଁ ମିଳିଲେ ସେ ଯମୁନାର କୂଳେପଡ଼ିହାରୀ ରହିଲେ ଯେ ଖଞ୍ଜାମୁଳେ ମେଳେ ।ନଦୀର କୂଳେ ମିଳିଣ ରଚିଲେ ମଣ୍ଡୁଆଟେରାବାଡ଼ ପକାଇଲେ ଟାଙ୍ଗିଲେ ଚାନ୍ଦୁଆ ।ଯେସନେକ ଶାସ୍ତ୍ରବିଧି ଅଛି ପୂର୍ବମତେସେବକେ ସମ୍ପାଦି ଦେଲେ ଯେ ଯାହା ମତେ ।ବାହ୍ୟକ୍ରିୟା ସାରି ଦେବୀ ଘେନେ ଦାନ୍ତକାଠିତିଳ ଅଏଁଳା ମର୍ଦ୍ଦନ କରେ ଅଙ୍ଗଯାଠି ।ମହାବାକ୍ୟ ଉଚ୍ଚାରିଣ ସ୍ନାନକଲେ ଜଳେସ୍ନାନସାରି ଆସି ଉଭା ହେଲେ ନଦୀକୂଳେ ।ଦେବାଙ୍ଗ ରଙ୍ଗ ବସନ ଲାଗି ହେଲେ ଅଙ୍ଗେକର୍ପୂରଗନ୍ଧ ଚନ୍ଦନ ଲେପି ହେଲେ ବେଗେ ।ନବ ରତନର ହାର ଗଳେ ଲମ୍ୱାଇଲେନାନା ସୁଗନ୍ଧ ଘେନି ଶ୍ରୀଅଙ୍ଗ ଶାମଳିଲେ ।ସୁବାସ କୁସୁମ ଘେନି ଖୋସିଲେ ଯେ ଖୋଷାନିଷ୍କଳଙ୍କ ଚନ୍ଦ୍ରମା କି ତାରାଗଣେ ମିଶା ।ଯୁକତେ ଇନ୍ଦୁମତୀ ଯେ ଅପୂର୍ବ ସୁନ୍ଦରୀରମ୍ଭା ଉର୍ବଶୀ ମେନକା ରତି ନୋହେ ସରି ।କୂଳେ ବେଶଭୂଷା ହୋଇ ସଧୀରେ ଗମଇଗଗନେ ଚନ୍ଦ୍ରମା କିବା ଆସେ ରଦେ ହୋଇ ।ସହସ୍ରେକ ପରବାରୀ ଅଛନ୍ତି ଯେ ଘେରିଧୂପ ଦୀପ ଚାମର କେ ଅଛି କରେ ଧରି ।ଏହି ସମୟେ ପ୍ରବେଶ ଦୃମିଳ ଦାନବସ୍ୱର୍ଗମଣ୍ଡଳର ସେହି ଅଟଇ ଗନ୍ଧର୍ବ ।ନନ୍ଦନବନ ତୋଟାରେ ଥିଲା ଅଧିକାରୀମଞ୍ଚେ ଜନମ ହୋଇଲା ଇନ୍ଦ୍ର ଶାପ ଧରି ।ଯମୁନା କୂଳରେ ଅଛି ଜୟ ନାମେ ଦେଶତହିଁରେ ରାଜ୍ୟ କରଇ ଦୃମିଳ ରାକ୍ଷସ ।ମୃଗୟା ଆସିଲା ସେହିଦିନ ଏକାହୋଇଯମୁନାକୂଳରେ ଇନ୍ଦୁମତୀକି ଭେଟଇ ।କେଶ ବାସ ଅସମ୍ଭାଳେ ଚାହିଁ ଚଉକତିମଦନ ଆରତେ ଛନ୍ନ ଛନ୍ନ ତାର ମତି ।ଇନ୍ଦୁମତୀକି ଦେଖିଲା ଆକାଶରେ ଥାଇନିଶ୍ଚଳ ହୋଇ ରହିଲା ରୂପକୁ ଅନାଇଁ ।କନ୍ୟାର ସୁନ୍ଦର ରୂପ ଦେଖି ମହାବଳୀସ୍ତମ୍ଭୀଭୂତେ ରହିଲା ନ ପାରିଲା ସେ ଚଳି ।ମଦନରେ ଅଶକତ ହୋଇଲା ତା ଅଙ୍ଗଭେଦିଲାକ ପଞ୍ଚଶର ପୀଡ଼ିଲା ଅନଙ୍ଗ ।ଲୋମମୂଳ ଝାଳକଣ୍ଟି ଗଳେ ଅବହେଳେନୟନରୁ ଅଶ୍ରୁଜଳ ବହଇ ବିକଳେ ।ବେଳକୁ ବେଳ ଲାଗିଲା ଅଙ୍ଗେ କାମଜ୍ୱାଳାଇନ୍ଦୁମତୀ ରୂପ ତାର ହେଲା ଜପାମାଳା ।କେବଣ ବାଗେ ଏହାକୁ କରିବି ରମଣଏତେକ ଭାଳି ବିମାନୁ ଉତୁରି ତକ୍ଷଣ ।ଅସୁର କାମରୂପୀ ସେ ଜାଣେ କୂଟମାୟାଧାତିକାରେ ଧଇଲା ସେ ଉଗ୍ରସେନ କାୟା ।ଇନ୍ଦୁମତୀ ଆଗେ ଯାଇ ହୋଇଲାକ ଉଭାକାମଦେବ ପ୍ରାୟ ସେହି ହୋଇ ନବଯୁବା ।ହସ୍ତେ ଖଣ୍ଡା ପଳା ଧରି ମିଳେ ଆଗସରିସକଳ ପରିବାରୀଏ ଗଲେ ଅପସରି ।ଉଗ୍ରସେନ ରାଜା ବୋଲି ଆଡ଼ ହୋଇଗଲେସେ ଅସୁର ମାୟା କେହି ଜାଣି ନ ପାରିଲେ ।ପତିବ୍ରତା ସ୍ତିରୀ ସେହି ଇନ୍ଦୁମତୀ ରାଣୀଏ କଥା କପଟ ବୋଲି ନ ପାରିଲା ଜାଣି ।ପତିପ୍ରାୟ ବୁଝି ସେହି ନିଉଛାଳି କଲାକରପତ୍ର ଯୋଡ଼ି ତାର ଛାମୁରେ ରହିଲା ।ଦୃମିଳ ବୋଇଲା ସଖି ପାଖକୁ ମୋ ଆସତୁହି ମୋର ପଞ୍ଚଭୂତ ଆତ୍ମାର ବିଶ୍ୱାସ ।ତୁମ୍ଭ ବିନା ନାହିଁ ମୋର କାହାକୁ ଯେ ଆଶାପଣ୍ଡୁରେ କାରିଣୀ ମୋର ଅଟୁ ଗୋ ଭରସା ।ଏତେବୋଲି ରାଣୀକି ସେ ବସାଇଣ କାଳେମୁଖରେ ଚୁମ୍ବନ ଦେଲା ବଦନ ବିଭୋଳେ ।ତାହାରି ଆରତ ଦେଖି ରାଣୀବୋଲେ ଗିରଏ କାଳରେ ନୁହଇ ଏ ଉଚିତ ବେଭାର ।ବେଭାରେ ତ ନଦୀକୂଳ ଚଉକତି ଲୋକରଜନୀର ଶେଷକାଳ ଘେନ ମୋର ବାକ୍ୟ ।ଉଚିତ ଚାଲ ହେ ନାଥ ନବରକୁ ଯିବାମୁଁ ତୁମ୍ଭର ଦାସୀ ମୋର ବଚନ ଘେନିବା ।ଶାସ୍ତ୍ରର ନିଷେଧ କଥା କରିବି କେମନ୍ତେବଳ ଆୟୁଷ ତୁଟଇ ରମିଲେ ପ୍ରଭାତେ ।ରାଣୀର ମୁଖୁ ଦାନବ ଏ ବଚନ ଶୁଣିହସି ହସି ଧୀରେ ଧୀରେ କହେ ମୃଦୁବାଣୀ ।ଏ ଅପୂର୍ବ ସ୍ଥାନ ସଖି ପାଇଥାଇ ଆଜଟେରାବାଡ଼ ପଡ଼ିଅଛି ନ ପାଅ ଗୋ ଲାଜ ।ବେଭାରେ ମୁଁ ନବଯୁବା ତୋର ରୂପ ଦେଖିକେମନ୍ତେ ଏ ରମ୍ୟସ୍ଥାନ ମରୁଛିବି ସଖି ।ଆଗୋ ସଖି ଲାଗିଅଛି ମୋତେ କାମବାଧାନ ଭାଙ୍ଗ ସୁନ୍ଦରୀ ତୁ ଗୋ ମୋହର ଶରଧା ।ଭାଙ୍ଗିଲେ ଦଶଦଶା ଘୋଟିବ ଗୋ ମୋତେପତିବ୍ରତା ହୋଇ ଏହା କରିବୁ କେମନ୍ତେ ।କପଟ ରାଜାର ବାଣୀ ଶୁଣି ଇନ୍ଦୁମତୀମଉନ ରହିଲା ସ୍ୱାମୀ ମନେକରି ସତୀ ।ଆପଣାର ସ୍ୱାମୀ ଭାଳି ସନମତ କଲାପତିବ୍ରତା ପତି କଥା ଭାଙ୍ଗି ନ ପାରିଲା ।ରାଜା ରାଣୀ ମିଶି ଦୁହେଁ ଏକାନ୍ତ ହୋଇଲେପରିଜନମାନେ ଜାଣି ଦୂର ହୋଇଗଲେ ।ପଡ଼ିଲାକ ଟେରାବାଡ଼ ଦୂର ହେଲେ ଲୋକେପଦ୍ମବନ ଗଜମୁର୍ଖ ଭାଙ୍ଗେ କି ନିଶଃଙ୍କେ ।ରାକ୍ଷସର ସଙ୍ଗେ କାହିଁ ମାନବର ସଙ୍ଗମୂର୍ଚ୍ଛାଗଲା ରାଣୀ ତାର ସର୍ବାଙ୍ଗ ବିଭଙ୍ଗ ।ଘଡ଼ିକର ଅନ୍ତେ ସତୀ ଚେତନା ପାଇଲାଦାନବ ମୁଖକୁ ଆଖି ମେଲିଣ ଚାହିଁଲା ।ଧଡ଼ଧଡ଼ ହୋଇ ଉଠି ବସିଲା ସୁନ୍ଦରୀବୋଇଲା ପାମର ତୁରେ ନୋହୁ ଦଣ୍ଡଧାରୀ ।ଉଗ୍ରସେନ ରାଜା ଚିହ୍ନ ତୋର ଦେହେ ନାହିଁସର୍ବଗୁଣେ ସୁଲକ୍ଷଣ ସେ ରାଜା ଅଟଇ ।ଆରେ ଆରେ ପାମର ତୁ ନୋହୁ ମୋର ନାହାକେବଣ ପାପିଷ୍ଠ କୂଟରୂପେ କଲୁ ଏହା ।ସ୍ୱାମୀର ରୂପ ମୋହର ଧଇଲୁ କପଟେବଳେ ବିଡ଼ମ୍ୱନା ମୋତେ କଲୁ ଜଳଘାଟେ ।ଭୋ ଧର୍ମଦେବତା ପୂର୍ବେ ଏହା ଅର୍ଜିଥିଲିଦଇବ କଷଣ ଯୋଗୁଁ ଜାଣି ନ ପାରିଲି ।ରାଜାର ବଲ୍ଲଭୀ ମୁହିଁ ରାଜାର ଦୁହିତାଜାତିରେ ପଦ୍ମିନୀ ମୁହିଁ ନାରୀ ପତିବ୍ରତା ।ରାଜା ଉଗ୍ରସେନର ମୁଁ ନୟନସଙ୍ଖାଳିପବିତ୍ର ଅଙ୍ଗରେ ମୋର ଲଗାଇଲୁ କାଳି ।ପୂର୍ବେ ଅର୍ଜିଥିଲୁ ତୁହି ସାଧି କେଉଁ ଯୋଗସଂହି ଘରଣୀ ଶୃଗାଳ ହୋଇ କଲୁ ଭୋଗ ।ଆହୋ ଦଶଦିଗପାଳେ ତୁମ୍ଭେ ସବୁ ଜାଣଭୋଜବଂଶୀ ରାଣୀ ହୋଇ ହେଲି ଅକାରଣ ।ଅଜ୍ଞାନ ପାମର ମୂଢ଼ ଏହି ମୂର୍ଖଜାତିଧର୍ମକୁ ଝାଙ୍ଗାସି ମୋତେ ଏତେ ଦେଲା ଶାସ୍ତି ।ଭାଙ୍ଗିଲା ପ୍ରଭୁର ମୋର ପତିବ୍ରତା ସେବାଆଉ ପତିବ୍ରତାପଣ ଥାଇ କି କରିବା ।ମନେ ପରପୁରୁଷକୁ ମୋର ଆଶା ନାହିଁଏଡ଼େ ବଡ଼ ଧର୍ମ ମୋର ନାଶିଲୁ କିପାଇଁ ।ଆରେ ଦୁରାଚାର କହ ତୋ ସ୍ୱରୂପ ମୋତେଏହିକ୍ଷଣି ଭକ୍ଷ୍ମରାଶି କରିବି ମୁଁ ତୋତେ ।କେବଣ କୁଳେ ତୁ ଜାତ ନାମ ତୋର କିସକିପାଇଁ ମୋହର କୁଳଧର୍ମ କଲୁ ନାଶ ।ଉଗ୍ରସେନେ ରାଜାର ମୁଁ ଅଟେ ପାଟରାଣୀମହାପାତକ ସମୁଦ୍ରେ ଭସାଇଲୁ ଆଣି ।ଦେବ କି ଦାନବ ତୁ ରେ ସ୍ୱରୂପ ତା କହଏହିକ୍ଷଣି ଭସ୍ମରାଶି କରିବି ତୋ ଦେହ ।ଏତେ ବୋଲି ମହାଦେଈ କୋପଭର ହୋଇକହନ୍ତି ସେ ଦାନବର ବଦନକୁ ଚାହିଁ ।ନୋହୁ ତୁ ତ ଉଗ୍ରସେନ ରାଜାର ପାମରଗୁପତ ସଙ୍କେତମାନ ନାହିଁ ତୋ ଶରୀର ।କପଟେ ତୁ ମୋର ସତୀପଣ କଲୁ ନାଶନିଶ୍ଚେଁ କୋପାନଳେ ତୋତେ କରିବି ପାଉଁଶ ।କହୁଁ କହୁଁ ବହ୍ନି ତୁଲ୍ୟ ଦିଶିଲା ପ୍ରଚଣ୍ଡଅଧର କମ୍ପାଇ କହେ ବଚନ ବିଖଣ୍ଡ ।ଦେଖିଣ ଦାନବ ମହାଭୟ ଯେ ପାଇଲାକରପତ୍ର ଯୋଡ଼ି ତାର ଛାମୁରେ ରହିଲା ।କାର୍ପଣ୍ୟ ହୋଇଣ ପୁଣି ବୋଲେ ମହାବଳୀସାବଧାନ ହୋଇ ଶୁଣ ଉଗ୍ରେସେନ ନାରୀ ।ସ୍ୱର୍ଗ ବିଦ୍ୟାଧର ମୁଁ ଗୋ ଇନ୍ଦ୍ରବନେ ଥିଲିସୁରପତି ପାଦରେ ମୁଁ ଦୋଷ ଅରଜିଲି ।ବାସବର ଶାପେ ମୁଁ ଗୋ ହୋଇଲି ରାକ୍ଷସରକ୍ଷ ଦାନବର ମୁହିଁ ଅଟଇ ଯେ ଶିଷ୍ୟ ।ଅତି ପରିମଳ ଗୋଟା ଅଟଇ ଏ ଭୂଇଁତିନିଯୁଗ ହେଲା ଏଥେ ରହିଅଛି ମୁହିଁ ।ଏ ତୋହର ଦିବ୍ୟ ରୂପ ଲୋଚନେ ଦେଖିଲିମଦନର ଶରାଘାତ ସହି ନ ପାରିଲି ।କାମରୂପୀ ଅସୁର ମୁଁ ଜାଣେ ନାନା ମାୟାତୋତେ ଭେଟିଲି ମୁଁ ଧରି ଉଗ୍ରେସେନ କାୟା ।ଯୁକତେ ପଦ୍ମିନୀ ଜାତି ଅଟୁ ମହାସତୀସ୍ୱର୍ଗନାୟିକା ତୁମ୍ଭଙ୍କୁ ସମାନ ନୁହନ୍ତି ।ପୁରୁଷ ହୋଇ ଧଇର୍ଯ୍ୟ ଧରି ରହିବ କିପାଷାଣ ହେଲେ ତରଳି ଯିବ ରୂପ ଦେଖି ।ମରୁଛି ନ ପାରି କଲି ଏସନକ ରୀତିସତ୍ୟବଚନ କହିଲି ଆଗୋ ମହାସତୀ ।ସାକ୍ଷାତେ ସାଧବୀ ତୋର ନିଷ୍କଳଙ୍କ କାୟାଦୋଷ ଅପରାଧ କ୍ଷମା କର କରି ଦୟା ।ତୋହର ଗର୍ଭରୁ ଜାତ ହେବ ଯେଉଁ ବଳାସ୍ୱର୍ଗ ମର୍ତ୍ତ୍ୟ ପାତାଳେ ସେ ହେବ ଅନର୍ଗଳା ।ମହାବଳବନ୍ତ ପୁତ୍ର ରହିଲା ତୋ ଗର୍ଭେଅତି ଯତନେ ପାଳିବ ଅସୁର ସ୍ୱଭାବେ ।ସତ୍ୟ ସ୍ୱରୂପ ଅଟଇ ଜାଣ ମୋର ବାଣୀସଚରାବର ଭୂମିକି ହୋଇବ କାରେଣୀ ।କୋଟିଏ ଇନ୍ଦ୍ର ହେଲେ ଗୋ ନ ପାରିବ ଜିଣିତାହାର ପାଦ ଭାଗରେ କମ୍ପିବ ଧରଣୀ ।ଚଉଦ ଭୁବନେ ସେହି କ୍ଷତ୍ରୀ ବୋଲାଇବଡରେ ଆସି ସେବା ତାକୁ କରିବ ବାସବ ।ଭୂଜବଳେ ଅର୍ଜିବ ସେ ଅନେକ ସମ୍ପଦଯୁଦ୍ଧରେ ସରି ନୋହିବେ ତାକୁ ସଦାନନ୍ଦ ।ଜାରକ ତନୟ ବୋଲି ନ କରିବୁ ହେଳବିପୁଳ ସୁଖ ଭୁଞ୍ଜିବୁ ଏହା ପ୍ରତିପାଳ ।ଦାନବର ସୁଖୁ ଶୁଣି ଏସନକ ବାଣୀଗତଆତ୍ମା ପ୍ରାୟ ହେଲା ଇନ୍ଦୁମତୀ ରାଣୀ ।ବିକଳେ ସେ ମହାଦେଈ ଉଚ୍ଚରେ ରୋଦିଲେଆକାଶକୁ ଚାହିଁ ଦେବୀ ଧର୍ମ ସାକ୍ଷୀ କଲେ ।ନୟନରୁ ଅଶ୍ରୁଜଳ ପୋଛଇ ଅଞ୍ଚଳେକ୍ରୋଧଭରେ କ୍ରୋଟ ଅଗ୍ନି ନୟନରେ ଜଳେ ।ଦାନବର ବଦନକୁ ଚାହିଁଣ ନିରେଖିଧର୍ମ ଦେବତାକୁ ସାକ୍ଷୀ କରି ଚନ୍ଦ୍ରମୁଖୀ ।ଆହେ ଦଶଦିଗପାଳେ ଥାଅ ତୁମ୍ଭେ ଜାଣିଏ ଭୋଜବଂଶରେ ମୁହିଁ ଅଟଇ କାରିଣୀ ।ଭୋ ବିହନ୍ତା ପୁରୁଷ ତୁ ହୋଇଥାଅ ସାକ୍ଷୀପଶ୍ଚାତେ ମୋତେ ନ ବୋଲ ଅବିଗୁଣ ବାଛି ।ମନଜ୍ଞାନେ ନାହିଁ ପରପୁରୁଷେ ମୋ ଆଶଏ ହୀନ ପାମର ମୋତେ କଲା ଏ ଭବିଷ୍ୟ ।ଧର୍ମ ବିନେ ମୋର ଆନ ସାକ୍ଷୀ କେହି ନାହିଁକୁଳସ୍ତିରୀ ପଣୁ ଗଲି ନ କହିବା କାହିଁ ।ଇନ୍ଦୁମତୀ ବୋଲେ ଆରେ ଅଜ୍ଞାନ ପାମରଧର୍ମ ଲଙ୍ଘି କିପାଁ ତୁ ରେ କଲୁ ପରଦାର ।ଜାଣୁ ଜାଣୁ ଅର୍ଜିଲୁ ରେ କିପାଁ ଏଡ଼େ ପାପଦୋଷ ଅନୁରୂପେ ଘେନ ତୁ ମୋହର ଶାପ ।ତୁହି ଯେଣୁ ପତିବ୍ରତ ଭାଙ୍ଗିଲୁ ମୋହରଯେବଣ ପୁତ୍ର ମୋ ଗର୍ଭେ ରହିଲା ପାମର ।ଏହି ପୁତ୍ର ହସ୍ତେ ତୁହି ଯିବୁ ପ୍ରାଣେ ନାଶଅଳପ ଦିନେ ତୁଟିବ ତୋହର ଆୟୁଷ ।ଶାପ ଦେଇ ଇନ୍ଦୁମତୀ ଧର୍ମ ସାକ୍ଷୀ କଲେହାନ୍ଦୋଳାରେ ବସି ଦେବୀ ନିଜପୁରେ ଗଲେ ।ମୁଦୁସୁଲୀମାନେ ସର୍ବେ ଆଡ଼େ ହୋଇଥିଲେଅସୁରର ମାୟା କିଛି ଜାଣି ନ ପାରିଲେ ।ପ୍ରତ୍ୟକ୍ଷେ ଦେଖିଲେ ଯହୁଁ ଉଗ୍ରସେନ ମୁଖଆଡ଼ ହୋଇ ରହିଥିଲେ ପାଇ ମହାସୁଖ ।ଦୃମିଳ ଦଇତ ଗଲା ବିମାନ ଆରୋହିଆପଣାର ନିଜ ଦେଶେ ପ୍ରବେଶିଲା ଯାଇ ।ସତୀର ଶାପକୁ ସେ ଯେ ବହୁତ ଡରିଲାଦିବାରାତ୍ର ମରଣକୁ ବସିଣ ଝୁରିଲା ।ଏଥୁ ଅନନ୍ତରେ କେତେ ଦିନ ବହିଗଲାଉଗ୍ରସେନ ପାଟରାଣୀ ଗର୍ଭବତୀ ହେଲା ।ଦିନେ ଦିନେ ମହାଭାରା ପାଇଲା ସେ ନାରୀବେଶବସନ ଅଙ୍ଗରେ ନ ରହେ ତାହାରି ।ଚାଲନ୍ତେ ଚରଣ ବେନି ନ ପଡ଼ଇ ତଳେନିରତେ ତାର ଶରୀର ଶ୍ରମଝାଳ ଗଳେ ।ଦିବସେ ଆହାର ନାହିଁ ନିଦ୍ରା ନାହିଁ ରାତ୍ରେକର୍ପୁର ଅଗୁର ଗନ୍ଧ ବିଲେପନ୍ତି ଗାତ୍ରେ ।ସେହୁ କଂସାସୁର ହେବ ମର୍ତ୍ତ୍ୟେ ମହାବଳୀଦେହ ବହି ସହିବ କେ ତାହାର ଆର୍ଦ୍ଦୋଳି ।ପୃଥ୍ୱୀଦେବୀ ଯାହା ଭାର ନ ପାରିବ ସହିବିକଳେ କାନ୍ଦି ଗୁହାରି କରିବ ସେ ଯାଇ ।ପିମ୍ପୁଡ଼ିର ଶକ୍ତି କାହିଁ ପର୍ବତ ବହିବଏହା ଭରା ଇନ୍ଦୁମତୀ କାହୁଁ ଯେ ସହିବ ।ଦିନକୁ ଦିନ ବିକଳ ହୁଅଇ ସେ ବାଳୀପିନ୍ଧିଲା ବସନ ତାର ନ ପାରେ ସମ୍ଭାଳି ।ନୟନ ବୁଜିଣ ରାମ ନିରତେ ଉଚ୍ଚାଟଉଠଇ ବସଇ କ୍ଷଣେ ହୁଏ ଛଟପଟ ।ପ୍ରଥମ ମକର ମାସେ ହେଲା ଗର୍ଭବାସଭାଦ୍ର ପ୍ରବେଶ ହୋଇଲା ତାର ଅଷ୍ଟମାସ ।ସିଂହ ଶୁକଳ ଦଶମୀ ତିଥି ଶୁକ୍ରବାରଉତ୍ତରାଷାଢ଼ା ନକ୍ଷତ୍ର ଅଟେ ସେ ଦିନର ।ବେଳ ପାଞ୍ଚ ଘଡ଼ିରେ ସେ ଶୁଭନାମେ ଯୋଗବାଣିଜ୍ୟ ନାମେ କରଣ ଦଶଦଣ୍ଡ ଭୋଗ ।ସିଂହ ସଂକ୍ରାନ୍ତି ଚବିଶ ତିଥି ରାତିଶେଷେପୁତ୍ର ଏକ ଉପୁଜିଲା ପୂର୍ଣ୍ଣ ଆଠମାସେ ।କୁମର ଜନମ ଦେଖି ରାଜା ଉଗ୍ରସେନଅନେକ ସାନନ୍ଦ ହେଲା ତାର ପଞ୍ଚମନ ।ନଗର ଉତ୍ସବ କରି ଭଣ୍ଡାର ମେଲିଲାହାଟ ବାଟ ଦାଣ୍ଡ ପେଣ୍ଠ ସବୁ ଜୂର କଲା ।ବନ୍ଦୀମାନଙ୍କୁ ବନ୍ଦିରୁ ଦେଲା ମୁକ୍ତ କରିଦରିଦ୍ର ଲୋକଙ୍କୁ ଅନ୍ନ ଦେଲା ଦଣ୍ଡଧାରୀ ।ଯେ ଯାହା ରୂପେ ବସାଣ ଶାଢ଼ୀ ଚିହ୍ନି ନେଲାଲକ୍ଷେକ ପୋରୁହ ବୋଦା ଦେବୀ ଆଗେ ଦେଲାଲକ୍ଷେକ ମାଢ଼ ସୁବର୍ଣ୍ଣ ଶମ୍ଭୁ ଶିରେ ଦେଇଲକ୍ଷେ ବ୍ରାହ୍ମଣ ଭୋଜନ ଗୃହରେ କରାଇ ।ଗୁରୁ ଦ୍ୱିଜ ଦେବଋଷି ସୁଜ୍ଞଜନେ ବରିକଂସର ଦୋଳି ଶୁଆଣୀ ଶୁଭଲଗ୍ନ ଧରି ।ମହାଭୟଙ୍କର ବାଳ କୁମର ମୁରତିଅସୁରଗୁଣ ଘେନି ସେ ହେଲା ଉତପତ୍ତି ।କାଳାନଳ ଜିଣି ତାର ଜ୍ୟୋତି ପ୍ରକାଶଇତାମ୍ରବର୍ଣ୍ଣ ପ୍ରାୟ ତାର ଦେହ ବିରାଜଇ ।ଅସୁର ରେତରେ ଯେଣୁ ପୁତ୍ର ହେଲା ଜାତଅମଳାନ ଭୋଜବଂଶୀ ଇନ୍ଦୁମତୀ ମାତ ।କେତେ ଦିନାନ୍ତରେ ତାର ପୁଣ ପୁତ୍ର ହୋଇସାକ୍ଷାତେ ସେ ଉଗ୍ରସେନ ପରାୟ ଦିଶଇ ।ବେନିପୁତ୍ର ପାଇଲେକ ରାଜା ଉଗ୍ରସେନହରଷେ ଉସତ ତାର ଆନନ୍ଦିତ ମନ ।ଆଗରୁ ତ ଦୁଇଗୋଟି ହୋଇଛି ଦୁହିତଦେବକୀ ଦେବକୀ ଦୁଇ ନାମରେ ସେ ଖ୍ୟାତ ।ସୁନ୍ଦରୀ ସୁକୁମାରୀ ସେ ତ୍ରିପୁର ମୋହିନୀନାହିଁ ପଟାନ୍ତର ତାଙ୍କୁ ସକଳ ମେଦିନୀ ।ବେନିପୁତ୍ର ଦୁହିତାଙ୍କୁ ପାଇ ନରପତିମଥୁରା ଦେଶରେ ରହି ସୁଖେ ବିଳସନ୍ତି ।ନିଶ୍ଚିନ୍ତେ ଇନ୍ଦୁମତୀର କୁମରେ ବଢ଼ିଲେଶସ୍ତ୍ର ଶାସ୍ତ୍ରଆଦି ବିଦ୍ୟା ସକଳ ଶିଖିଲେ ।ସୁନାସ ନାମେ କଂସର ଅଟେ ସାନଭାଇନିରତେ ସେହି କଂସକୁ ସେବା କରୁଥାଇ ।ହାଟ ଦାଣ୍ଡ ପରିମଳ ଆସନ୍ତେ ସେ ଦୁଇପଛରେ ସଇନ୍ୟମାନେ ତାହାର ଗୋଡ଼ାଇ ।ରଥ ଗଜ ଅଶ୍ୱଆଦି ସାଧି ସର୍ବବିଦ୍ୟାପାଞ୍ଚବରଷ ଭିତରେ ହୋଇଲେ ସୁସିଦ୍ଧା ।ପୁତ୍ରଙ୍କୁ ଦେଖିଣ ସେହି ଉଗ୍ରସେନ ରାୟସାନନ୍ଦରେ ଉଲ୍ଲସିତ ବିକସିତ କାୟ ।ପାତ୍ର ମନ୍ତ୍ରୀ ବନ୍ଧୁବର୍ଗ ଅମାତ୍ୟ ବସାଇଗଉରବ କଲା ତାଙ୍କୁ ପାଶେ ହକରାଇ ।ସମସ୍ତଙ୍କୁ ଚାହିଁ ପୁଣି କହେ ମହୀପତିପୁତ୍ର ମୋର ମଥୁରାରେ ହୋଇବ ନୃପତି ।ରାଜ୍ୟର ସେ ଭଲମନ୍ଦ ପରରାଷ୍ଟ୍ର ବିଧିସୁନାସକୁ ଘେନି କଂସ କରୁ ସର୍ବସିଦ୍ଧି ।ସମସ୍ତଙ୍କୁ କହିଲା ସେ ଉଗ୍ରସେନ ରାଜାଯଦୁବୀରେ କରନ୍ତୁ ଯେ ଏହା ପାଦପୂଜା ।ଏମନ୍ତ ବୋଲି ପାଟେକ ବାନ୍ଧିଲା ରାଜନଆନ ବୋଲିବାକୁ କେହି ନାହିଁ ସଭାଜନ ।ରାଜାର ବଚନେ ସର୍ବେ କଲେ ସନମତହେଉ ହେଉ କହି ଟେକିଦେଲେ ବେନିହସ୍ତ ।କଂସକୁ ସେବାକରି ସେ ଥାନ୍ତେ ଅନୁକ୍ଷଣେକେହି ତାହାର ଆଜ୍ଞାକୁ ନ ଭାଙ୍ଗନ୍ତି ଜଣେ ।ତିନି ରଥ ଗଜ ଅଶ୍ୱ ପଦାତିକ ଘେନିମୃଗୟା ବେଣ୍ଟ ବିନୋଦେ ଯାନ୍ତି ଭାଇ ବେନି ।ପ୍ରତାପୀ ତେଜୋବନ୍ତ ସେ ଉଗ୍ରସେନ ବତ୍ସସାତବଂଶ ହନ୍ତକାର ଜାତ କାଳ ଦକ୍ଷ ।ଯୁକତେ ଅସୁର ପରାକ୍ରମେ ସେ ଉଗୁଳିତାହାର କାହାକୁ ଶଙ୍କା ନାହିଁ ମହାବଳୀ ।ଦେବ ଦାନବ ମାନବ କାହାକୁ ନ ଗଣେଯଦୁ ଭୋଜବଂଶକୁ ସେ ତୁଛପ୍ରାୟ ମଣେ ।ସାମାନ୍ୟ ନୁହେ କାହାକୁ ନାହିଁ ତାର ଶଙ୍କାଅନିବାରଣ ଯୋଦ୍ଧା ସେ ଅଟେ ରଣରଙ୍କା ।ଏମନ୍ତ ସେ ସାତବଂଶ ଯାଦବ ସାଧିଲାଏକଦିନେ କଂସକୁ ସେ ସୁନାସ କହିଲା ।ମୃଗୟା ବିନୋଦେ ଚାଲ ଯିବା ଭାଇ ବେନିହରିଣ ବରାହ ମାରି ଆସିବାକ ଘେନି ।ଏହା ଶୁଣି କଂସରାଜା ବେଗେ ଉଠିଗଲାସୈନ୍ୟ ସାଜ ସାଜ ବୋଲି ଡଗରା କହିଲା ।ମୃଗୟା ବିନୋଦେ ଆଜି ଯିବେ ନୃପମଣିସୈନ୍ୟ ପଦାତି ଗହଣ ସଙ୍ଗେ ଯିବେ ଘେନି ।ରାଜା ଆଜ୍ଞାରେ ସଜାଡ଼ି ହେଲେ ଯଦୁବଳସିନ୍ଧୁଘୋଷ ପ୍ରାୟେ ଶୁଭେ ମୁଖର ଚହଳ ।ମାର ମାର ଧର ଧର ଉଚ୍ଚେ ଡାକଦେଇକଂସ ଛାମୁରେ ମିଳିଲେ ଯଦୁବୀର ଯାଇ ।କେ ବୋଲଇ ଆସ ଆହେ ବେଗ ହୋଇଯିବାରାଜା ଛାମୁରେ ଜୀବନ୍ତା ଜୀବ ନେଇ ଦେବା ।ଆଗୁଆଣି ଦଣ୍ଡକୁ ସେ କଂସ ଆଜ୍ଞା ଦେଲେସୈନ୍ୟ ଆଗହୋଇ ଯାଉ ସୁନାସ କହିଲେ ।ଚତୁରଙ୍ଗ ବଳ ରଥ ଗଜ ଯେ ପଦାତିଯମୁନା ନଦୀକୁ ପାରହୋଇ ଦଳ ଯାନ୍ତି ।ନବଖଣ୍ଡ ମେଦିନୀ ଯେ କମ୍ପେ ପାଦଘାତେଧର ଧର ମାର ମାର ଶୁଭେ ଅନୁବ୍ରତେ ।ପାତାଳେ ବାସୁକି ରାଜା ନ ଟେକଇ ଫେଣିପାଦ ରେଣୁରେ ଅଦୃଶ୍ୟ ହେଲେ ଦିନମଣି ।ସମସ୍ତେ ପଶିଲେ ଯାଇ ବନସ୍ତ ଭିତରେଚାରିପାଖେ ବନଜୀବ ଖୋଜନ୍ତି ବନରେ ।ଗୋମତୀକୂଳରେ ଗୋମତ ନାମେ ଅଛି ଗିରିକଂସ ସୁନାସ ଏ ଦୁହେଁ ଗଲେ ମୃଗମାରି ।ଯମୁନା ନଦୀର କୂଳେ ଗୋପପୁର ଲାଗେସୈନ୍ୟ ଘେନି ବେନିଭାଇ ମିଳିଲେକ ବେଗେ ।ଗୋମତ ଋଷିଙ୍କୁ ତହିଁ ଭେଟିଲେ ସେ ଯାଇଦେଖିଲେ ସେ ମହାମୁନି ଯୋଗମାର୍ଗେ ରହି ।ଜଟା କଷା ବାସ ହସ୍ତେ ତ୍ରିଦଣ୍ଡ ବିଭୂତିତମ୍ୱାର କୁଣ୍ଡଳ କର୍ଣ୍ଣେ ସୂର୍ଯ୍ୟପ୍ରାୟ ଜ୍ୟୋତି ।କଟିରେ କାଛଟା ଡୋର କଉପନି ଚିତାରୁଦ୍ରାକ୍ଷମାଳା କନ୍ଧରେ ପଡ଼ିଛି ପଇତା ।କୃଷ୍ଣାଜିନ ଛାଲଗୋଟି ବସିଛନ୍ତି ମାଡ଼ିଛାମୁରେ ତ ଆଶା ବାଡ଼ି ପୋଥି ଶୁଶବିଡ଼ି ।ଶାଳଗ୍ରାମ ଶିଳା ତମ୍ୱା ପାତ୍ରେ ରଖି ଥାପିଚକ୍ଷୁ ବୁଜି ବସିଛନ୍ତି ଋଷି ମନ୍ତ୍ର ଜପି ।ଏମନ୍ତ ବେଳେ ମିଳଇ ଯାଇ କଂସାସୁରକରପତ୍ର ଯୋଡ଼ି ନୃପ କରେ ନମସ୍କାର ।କଲ୍ୟାଣ କଲେ ଗୋମତ ଋଷି କହି ସ୍ୱସ୍ତିବହାର କଲେ ଅଧର ଭିତରୁ ବିଭୂତି ।ମୃଗଛାଲ ଗୋଟି ତାକୁ ବସିବାକୁ ଦେଲେକନ୍ଦମୂଳ ଗୁଡ଼ା ଆଣି ବେଗେ କୁଢ଼ାଇଲେ ।ମୁନିଙ୍କର ଗଉରବ ଦେଖି କଂସ ବୀରପୁଣ ପୁଣ ନମସ୍କାର କରଇ ଛାମୁର ।କଂସ ତୁଲେ ମୁନି କଥା ହୁଅନ୍ତେଣ ରହିମୁନି ଗଣ୍ଡା ଗୋଟି ଆସି ମିଳିଲାକ ତହିଁ ।ବନସ୍ତ ଭିତରେ ଗଣ୍ଡା ଯାଇଥିଲା ଚରିଜନରବ ଶୁଣି ଫେରି ଅଇଲା ସେ ଡରି ।କଂସର ଦୃଷ୍ଟି ପଡ଼ିଲା କୁଟିରେ ପଶିଲାଅପୂର୍ବ ଶୋଭାବନ୍ତ ସେ ସୁନ୍ଦର ଦିଶିଲା ।କଂସରାଜା ବୋଇଲେ ହେ ମୁନି ମୁଖ ଚାହିଁଏ ଗଣ୍ଡାଗୋଟି ପାଇଲ କହ ମୁନି କାହିଁ ।ମୁନି ବୋଇଲେ ଶବରେ ଆଣିଦେଲେ ଧରିବାଳକାଳୁ ପୋଷିଅଛି ଆମ୍ଭେ ଯତ୍ନ କରି ।ଏ ଗଣ୍ଡା ମାରି ପିତୃଙ୍କ ଶ୍ରାଦ୍ଧ ଯେ କରିବୁଏଥିପାଇଁ ଯତ୍ନେ ଆମ୍ଭେ ଏହାକୁ ରଖିବୁ ।କଂସ ବୋଇଲା ମୁନି ଏ ଗଣ୍ଡା ନେବି ମୁହିଁଶୁଦ୍ଧ ପଦାର୍ଥ ନେବାକୁ କହିଲ କିପାଇଁ ।କଂସ ବୋଇଲେ ଯଦ୍ୟପି ମାଗିଲେ ନ ଦେବବଳେ ଘେନିଗଲେ ଋଷି କା ଆଗେ କହିବ ।ଜନନୀ ଯେବେ ପୁତ୍ରକୁ ବିଷ ଖୁଆଇବେରାଜା ହୋଇଣ ପ୍ରଜାର ସର୍ବସ୍ୱ ହରିବେ ।ପିତା ହୋଇଣ ବିକିବ ଯେବେ ପୁତ୍ରଗୋଟିଦେବତା ହୋଇଣ ଯେବେ ନ ପାଳିବେ ସୃଷ୍ଟି ।ଉଦଯୋଗ କରୁ ଯେବେ ହେବ କାର୍ଯ୍ୟହାନିଧର୍ମକୁ କହିବା ସିନା ବୋଇଲେକ ମୁନି ।ଋଷି କହିବା ନ ଶୁଣେ କଂସାସୁର ବୀରଭୋଗବନ୍ତ ହୋଇ ପରଦ୍ରବ୍ୟେ ଲୋଭକର ।ରାଜା ହୋଇ କଲ ତୁମ୍ଭେ ଋଷିଦ୍ରବ୍ୟେ ଆଶଆପଣା ପାଳିଲା ଜନ୍ତୁ ଆପେ କର ନାଶ ।ବିଦ୍ୟାବନ୍ତ ହୋଇ ଯେବେ ଛାଡ଼େ ଧର୍ମ ଆଶକ୍ଷତ୍ରୀ ହୋଇ ସଂଗ୍ରାମକୁ ପାଇ ଯେବେ ତ୍ରାସ ।ଧନବନ୍ତ ହୋଇ ଯେବେ ନୋହିଲା ସେ ସନ୍ଥଏହାଙ୍କୁ ପ୍ରାପତ କାହୁଁ ହେବ ଧର୍ମ ପଥ ।ମାଗନ୍ତା ଲୋକଙ୍କୁ ଯେହୁ କରଇ ବିମୁଖଇହ ପରଲୋକେ ତାଙ୍କୁ ନାହିଁ କେଭେ ସୁଖ ।ତୁମ୍ଭେ ମହାଋଷି ପୁଣ ପୋଷିଅଛ ଯାହାଧର୍ମକୁ ଲଙ୍ଘି କେମନ୍ତେ ମାରିବଟି ତାହା ।କେମନ୍ତେ କରିବ ଜାଣୁ ଜାଣୁ ଜୀବହତ୍ୟାଲୋକେ ଅପକୀର୍ତ୍ତି ଅର୍ଜି ପାଇବ ନା ବ୍ୟଥା ।ଆମ୍ଭେ ଏ ଗଣ୍ଡା ଜୀବକୁ ମଥୁରାକୁ ନେବାଆମ୍ଭ କଟକେ ଏହାକୁ ଯତେନେ ରଖିବା ।ଏମନ୍ତେ କଂସ ଉପ୍ରୋଧ ଛାଡ଼ିଣ କହିଲାଗଣ୍ଡାଜୀବକୁ ମଥୁରା କଟକକୁ ନେଲା ।ମୁନି ବୋଲେ ରାଜା ହୋଇ ଅନୀତି ତ କଲଆମ୍ଭ ଗଣ୍ଡା ଗୋଟି ତୁମ୍ଭେ ବଳାତ୍କାରେ ନେଲ ।ଆମ୍ଭେ କୋପକଲେ ଯିବ ତ୍ରଇଲୋକ୍ୟ ଜଳିଏଡ଼େ କର୍ମ କଲ କିପାଁ ତୁମ୍ଭ ପରା ଭଳି ।କିଞ୍ଚିତ କଥାକୁ କିପାଂ ତୋତେ ଦେବି ଶାପଅବିଚାରରେ ଆମ୍ଭଙ୍କୁ ଲାଗିବ ଯେ ପାପ ।ଦୋଷ ଅନୁରୂପ ତୋତେ ଦେବି ସିନା ଶାସ୍ତିଅସୁର ପ୍ରକୃତି ତୁହି ଅଟୁ ମନ୍ଦ ଜାତି ।ଗୋପକୁ ଆଉ ବେଳେ ତୁ ଆସିଲେ ଲେଉଟିଏ ଭୂମି ମାଡ଼ିଲେ ତୋ ମୁର୍ଦ୍ଧନା ଯିବ ଫାଟି ।ଆମ୍ଭ ଗଣ୍ଡା ତୁହି ଯେଣୁ କଲୁ ରେ ହରଣଏ ଗୋପନଗ୍ର ମାଡ଼ିଲେ ଛାଡ଼ିବ ତୋ ପ୍ରାଣ ।ଏ ଶାପ ଗୋମତ ଋଷିଠାରୁ ସେ ପାଇଲଆଉବେଳେ କଂସ ଗୋପପୁରକୁ ନଇଲା ।ମୃଗୟା ବିନୋଦ ଶେଷ କରି କଂସ ବୀରପ୍ରବେଶ ହୋଇଲା ଯାଇ ମଥୁରା ନଗର ।ପିତା ଆଗରେ କହିଲେ ଯାଇଁ ସବୁ କଥାଶୁଣି ଉଗ୍ରସେନ ମନେ ପାଇଲାକ ବ୍ୟଥା ।ଶୁଣ ହେ ପରିକ୍ଷ ରାଜା କହେ ଶୁକମୁନିଇତିଶ୍ରୀ ପୁରାଣ ହରିବଂଶ ପୁଣ୍ୟଧ୍ୱନି ।ଏକମନା ହୋଇ ଯେହୁ ଶୁଣେ ମହାରାୟେଧର୍ମ ଅର୍ଥ କାମ ମୋକ୍ଷ ଚଉବର୍ଗ ପାଏ ।ନୀଳଗିରି ଜଗନ୍ନାଥ ଚରଣେ ମୋ ସେବାଅଚ୍ୟୁତ ଦାସ ମୁଁ ମୋତେ ଗତିମୁକ୍ତି ଦେବା ।ତୁମ୍ଭେ ବାମନ ଅନନ୍ତ ତୁମ୍ଭେ ବିଶ୍ୱମୁର୍ତ୍ତିବାଉନ ଅଙ୍ଗୁଳ ତୁମ୍ଭ କଳେବର ପ୍ରତି ।ଧବଳଜ୍ୟୋତି କାଖେ ତୋ ପୋଥି ଛତାପୀଢ଼ଦକ୍ଷ ଅଙ୍ଗୁଷ୍ଠିରେ ବଟୁବାମେ କୁଶବିଡ଼ା ।ଦୋହରା ଛତା ଭସ୍ମ ତୋ ଅଙ୍ଗେ ଦିଶେଫୁଟିସ୍ୱାହାପ୍ରୋକ୍ଷଣୀ ତୋ ବାମେ ତମ୍ୱାପାତ୍ରି ଗୋଟି ।ଲମ୍ୱିତ ଜୂଡ଼ା ପଇତା ପଡ଼ିଅଛି କନ୍ଧେକଷାବସ୍ତ୍ର ପରିଧାନ ଧୋତି ଛନ୍ଦବନ୍ଧେ ।ତମ୍ୱାର କୁଣ୍ଡଳ ବେନିକର୍ଣ୍ଣେ ପାଏ ଶୋଭାନୀଳେନ୍ଦିବର ସୁନ୍ଦର ରୂପ ଜ୍ୟୋତି ପ୍ରଭା ।ଅପୂର୍ବ ରୂପ ସ୍ୱାମୀର ଦିଶଇ ସୁସଞ୍ଚମାପନ୍ତେ ହେଲା ବାଉନ ଅଙ୍ଗୁଳ ଯେ ଉଚ୍ଚ ।ଏସନକ ରୂପେ ସ୍ୱାମୀ ଦିବ୍ୟ ବେଶ ହୋଇବଳିରାଜା ସିଂହ ଦ୍ୱାରେ ମିଳିଲେ ଗୋସାଇଁ ।ଭିକ୍ଷୁରୂପେ ସ୍ୱାମୀ କରେ ତମ୍ୱାପାତ୍ରି ଘେନିଦ୍ୱାରେ ଉଭା ହୋଇ ଧୀରେ କରେ ବେଦଧ୍ୱନି ।ଋକ ଯଜୁ ସାମବେଦ ଅଥର୍ବ ଏ ଚାରିପଢ଼ନ୍ତି ପଞ୍ଚମସ୍ୱରେ ତାଳ ମାନ ଧରି ।ଝିଙ୍କାରି କୋକିଳ ପ୍ରାୟ ସୁସ୍ୱର ମଧୁରଶୁଭଇ ସେହି ସେ ବ୍ରହ୍ମବିଦ୍ୟାର ହୁଙ୍କାର ।ଅତ୍ୟନ୍ତ ସୁନ୍ଦର ଧ୍ୱନି କର୍ଣ୍ଣକୁ ସୁସଞ୍ଚପୁରିଲା ସପ୍ତ ପାତାଳ ପୁର ସ୍ୱର୍ଗ ମଞ୍ଚ ।ଯୁକତେ ବ୍ରାହ୍ମଣ ପୁଣି ପୃଥୁଳ ମୁରତିବାଉନ ଅଙ୍ଗୁଳ ଉଚ୍ଚ ଦିବ୍ୟରୂପ କାନ୍ତି ।ଏସନ ଅପୂର୍ବ ରୂପ ଦେଖି ନର ନାରୀବେଢ଼ିଲେ ସହସ୍ରେ ପୁର କରି ପାଖ ଚାରି ।ମହାମନ୍ତ୍ର ଶୁଣି ସର୍ବେ ହୋଇଲେ ଉଚ୍ଚାଟଧାମନ୍ତେ ପୁରିଲା ରାଜଦାଣ୍ଡ ଘାଟବାଟ ।ସମସ୍ତଙ୍କ ସଙ୍ଗେ ସ୍ୱାମୀ ଲଗାଇଲେ ମୋହଅପୂର୍ବ ପ୍ରାୟ ଦେଖିଲେ ବାମନର ଦେହ ।କେହି ଜନେ ବୋଲନ୍ତି ଏ ଆଗୋଚର ମାୟାସଂସାର ଜନକୁ ସିନା ଅଭିନବ କାୟା ।ଯେତେ ଜନ ଏ ସଂସାରେ ଛନ୍ତି ଜାତହୋଇଏ ଅପୂର୍ବ ରୂପଗୋଟି କାହିଁ ଦେଖା ନାହିଁ ।ଆଣ୍ଠୁ ଗଣ୍ଠି ପାଦ କର ହୃଦ କନ୍ଧ ମୁଣ୍ଡଶରୀରଯାକ ସବୁ ତ ଦିଶେ ଏକଖଣ୍ଡ ।ବେଗେ ଚାଲନ୍ତେ ଚଉକେ ମାତ୍ର ପଡ଼େଭେଡ଼ାକାନ୍ଧରୁ କଟିରଯାଏ ପାଏ ହସ୍ତ ଯୋଡ଼ା ।କେ ବୋଇଲେ ଦିବ୍ୟା ଗୁଣ ଏହାଙ୍କର ଯେତେବୟସ ଅଳପ ଆମ୍ଭେ ଦେଖୁଛି ତ ନେତ୍ରେ ।କେବଣ ଗୁରୁ ଏହାକୁ ପଢ଼ାଇଲା ପାଠସଂପୂର୍ଣ୍ଣ ରୂପେ ଜାଣଇ ବେଦମନ୍ତ୍ର ବାଟ ।କେ ବୋଲେ ପୂର୍ବ ଅଭ୍ୟାସ ବଳରୁ ଏ କଥାକେ ବୋଇଲେ ଏହାକୁ ହୋ ପ୍ରସନ୍ନ ଦେବତା ।ଅନନ୍ତ କୋଟି ବିଦ୍ୟା ଏ ବଖାଣନ୍ତି ମୁଖେକହି ଶୁଣି ବଢ଼ିବାକୁ ନାହିଁ ତ୍ରଇଲୋକ୍ୟେ ।ଝକମକ ପଥରରେ ଲୁଚିଥିବା ବହ୍ନିଦଣ୍ଡେକେ ଦହି ପାରଇ ସକଳ ମେଦିନୀ ।ଅଶ୍ରୁତ ଅମୃତ କଥା କହୁଛନ୍ତି ପୁଣିଦେବ ମାନବଙ୍କୁ ଏହା ଅଗୋଚର ଶୁଣି ।କେ ବୋଲେ ରାଜାଛାମୁକୁ ଏହାଙ୍କୁ ହୋନେବାଛାମୁରେ କହିଣ ଧନ ବସ୍ତ୍ର ଦିଆଇବା ।କେ ବୋଲେ ଏହାଙ୍କର ବେଦମନ୍ତ୍ର ଶୁଣିଆପଣା ଇଚ୍ଛାରେ ଶାଢ଼ୀଦେବେ ନୃପମଣି ।କେ ବୋଲେ ଛାମୁକୁ ଆମ୍ଭେ ଘେନି ଯିବା ନାହିଁଠାକୁରେ ଜାଣିଲେ ନେବେ ଲୋକ ବରଗାଇ ।ଯଦ୍ୟପି ଏହାର ଗୁଣ ଜାଣିବେଟି ରାଏଏହାର ବଂଶ ଦରିଦ୍ର ବାଧା ଯିବ କ୍ଷୟେ ।ତ୍ରୈଲୋକ୍ୟର ଦାନୀ ଏକା ବଳି ମହାରାଜାଏହାକୁ ଦେଖି କରିବ କୋଟି ପାଦପୂଜା ।ଏ ବିପ୍ରର ଦୁଃଖ ଆଜୁ ଗଲା ନିଶ୍ଚେଁ ନାଶଥୋକେ ବୋଇଲେ ରାଜାକୁ ଜଣାଇବା ଆସ ।ଏସନକ ନଗ୍ରଲୋକେ କରନ୍ତେ ବିଚାରଉଚ୍ଚସ୍ୱରେ ସାମଗାନ କଲେ ବିପ୍ରବର ।ସାମ ଯଦୁ ଅଥର୍ବ ଯେ ଋକବେଦ ବାଣୀପଢ଼ନ୍ତି ହୁଙ୍କାର ଧ୍ୱନି କରି ଚକ୍ରପାଣି ।ମହାଯଜ୍ଞଶାଳେ ବଳିରାଜ ବସିଥିଲାବାମନର ବେଦଧ୍ୱନି ଶୁଣି ମୋହଗଲା ।ବେଳକୁବେଳ ରାଜାର ଆତ୍ମାକୁ ଆକର୍ଷିଯଜ୍ଞଶାଳେ ମହାରାଜା ନ ପାରିଲେ ବସି ।ମନକୁ ଯହୁଁ ଉଚ୍ଚାଟ ଲାଗିଲା ତାହାରଧାତିକାରେ ମିଳିଲା ସେ ବାମନ ଛାମୁର ।ରୂପକୁ ଦେଖି ସନ୍ତୋଷ ହେଲେ ନୃପବରଦେଖି ଚମତ୍କାର ହେଲେ ବାମନ ଶରୀର ।ଏ କଥା ଗୋଟିକ ମୋତେ ଲାଗେ ଆନୁ ଆନଏମନ୍ତ ରୂପ ତ ଦେଖି ନାହିଁ ମୋୟନ ।ବେଦଶାସ୍ତ୍ର ପୁରାଣ ଏ ପଢ଼ୁଅଛି ଯେତେକାହିଁଥାଇ ଏତେ ବିଦ୍ୟା ଶିଖିଲେ କେମନ୍ତେ ।କେବଣ ପୁରୁଷଠାରୁ ଶିଖିଲେ ଏ ପାଠମୋହଭଳି ଲୋକକୁ ଏ କଲାକ ଉଚ୍ଚାଟ ।ବାମନକୁ ଚାହିଁ ବଳି ବୋଇଲେ ବଚନକାହୁଁ ଏଠାକୁ ଅଇଲ ତୁମ୍ଭେ ବିଦ୍ୱଜ୍ଜନ ।ଅପୂର୍ବ ପରାୟ ମୁହିଁ ମଣୁଅଛି ତୋତେଦୁର୍ବାଦଳ ଶ୍ୟାମଲତା ରୂପ ଦିଶେ ମୋତେ ।ଦରହସିତ ବଦନ ହୋଇ ନୃପସାଇଁବୋଇଲେ ଏଦେହେ ଏତେ ଗୁଣେ ହୋ ଗୋସାଇଁବଳିରାଜାର ବଚନେ ବାମନ ବୋଇଲେଦେହ ସାନବୋଲି ସାନ ବିଦ୍ୟା କି ଦେଖିଲେ ।ନିର୍ବଳ ହେଉ ପଛକେ ଗୁଣିକ ପୁରୁଷଜାଣୁ ଜାଣୁ ବ୍ରହ୍ମନିନ୍ଦା କଲୁ ତୁ ନରେଶ ।ବହ୍ନି ଦେବତା ବ୍ରାହ୍ମଣ ଆଦି ସର୍ପ ନୃପଦେହେ ସାନହେଲେ ହରି ପାରନ୍ତି ଏ ଦର୍ପ ।ଏମାନଙ୍କୁ ସାନବୋଲି ନ ବୋଲିବ କେହିଯମରାଜା ଧର୍ମ ଆଦି ଦେବାତାଙ୍କ ଦେହୀ ।ଏମାନେ କୋପିଲେ ଯାଇ ଏ ସଂସାର ନାଶଅଗ୍ନି ଜାଣ ସାନ ହେଲେ ଦହେ ଦଶଦିଶ ।ବୈଶ୍ୱାନର ଦେବତାକୁ ବିପ୍ର ପାରେ ମୋହିଆମ୍ଭଙ୍କୁ ସାନ କିପାଇଁ ବୋଲ ପୁଣ୍ୟଦେହି ।ରାଜା ସାନ ହୋଇଲେ ତା ଆଜ୍ଞା ଅପ୍ରମାଣସର୍ପ ସାନ ହେଲେ ତାର ବିଷ ଯମ ଜାଣ ।ସାନ ଦେବତା ପ୍ରସନ୍ନ ହେଲେ ଯାଇ କରିସାନ ବିଦ୍ୟା ବ୍ରାହ୍ମଣକୁ କେହି ନୁହେଁ ସରି ।ବଳି ବୋଇଲେ ପଣ୍ଡା ହେ ବିଦ୍ୟାବନ୍ତ ଏଡ଼େଶରୀର କିପାଁ ତୁମ୍ଭର ଖର୍ବ ଯେ ନ ବଢ଼େ ।ଏହା ନ ବିଚାରି ମନେ ପାଅ ଅମରଷବିନୟ ଭକତି ଘେନି ନ ଧରିବା ଦୋଷ ।ବାଳକରୂପ ପରାୟ ଦିଶେ ତୁମ୍ଭ ଦେହିକେତେଦିନ ବିଦ୍ୟା ତୁମ୍ଭେ ଶିଖିଲ ହୋ କାହିଁ ।ବଳିର ବଚନ ପୁଣି ବାମନ ବୋଇଲେଅକସ୍ମାତେ ବିଦ୍ୟା ମୋତେ ପ୍ରାପତ ହୋଇଲେ ।ମୋର ପରା ପୁରୁଷକୁ ଶିଖା ଏବେ ପାଠମୁହିଁ ଯେ ମୋହର ଗୁରୁ ମୁହିଁ ମୋର ଚାଟ ।ପୁଣି ଯେ ବଳି ବୋଇଲା ବାମନକୁ ଚାହିଁକେଉଁ କୁଳେ ଜାତ ତୁମ୍ଭ ପିତାମାତା କେହି ।ବାମନ ବୋଲେ ମୁଁ ବେଳୁଁ ଛେଉଣ୍ଡ ହୋଇଲିକେ ଆମ୍ଭର ପିତାମାତା ଜାଣି ନ ପାରିଲି ।ଜାତହେଲା ଦିନୁ ମୁହିଁ ନିରନ୍ତର ଦୁଃଖୀପିଅର ଜନନୀ ମୋର ନୟନେ ନ ଦେଖି ।ମୋର ପିତାମାତା ମୋତେ ଜାତ କରି ମଲେଆବାଲ୍ୟକାଳୁ ମୋତେ ସେ ମୂର୍ଚ୍ଛିକରି ଗଲେ ।ବାମନର ଏ ବଚନେ ବୋଲେ ବଳିରାଜାପଣ୍ଡାଏ ବିଭା ହେଲେଣି ଅଛି ନା ଭାରିଯା ।ବାମନ ବୋଇଲେ ମୋର ପତ୍ନୀ ଅଟେ ବାଇଚଣ୍ଡାଳୁ ବ୍ରାହ୍ମଣ ଯାଏ ଦ୍ୱାରେ ଦ୍ୱାରେ ଥାଇ ।ତେଣୁ ତାର ନାମ ଅଟେ ଚଞ୍ଚଳା ଭାର୍ଗବୀମୋ ବିନୁ ଆନେ ଚିତ୍ତ ନ ବଳାଏ ବଲ୍ଲଭୀ ।ସତୀମାନଙ୍କ ଉପରେ ଅଟେ ମହାସତୀଶୁଣ ତୁ ହୋ ବଳିରାଜା ଏ ମୋହର ଗତି ।ସେହି ମହା ସତୀର ଯେ ପରାପର ନାହିଁଇନ୍ଦ୍ରପଦ ଆଦି କରି ପାରଇ ସେ ଦେଇ ।ସବୁଦ୍ୱାରେ ବୁଲେ ଘରେ ନ ରହଇ ଦଣ୍ଡେଅନୁକ୍ଷଣେ ବୁଲୁଥାଏ ସପତ ବ୍ରହ୍ମାଣ୍ଡେ ।ବଳି ବୋଲେ ପଣ୍ଡା ଗୃହେ ଏ ଘରଣୀ ଥିଲେକେତେବେଳେ ତୁମ୍ଭ ଗୃହେ ନ ଯିବଟି ଭଲେ ।ଆଉ କଥାଏ ତୁମ୍ଭଙ୍କୁ କହିବା ବିଶ୍ୱାସବୟସ କେତେ ତୁମ୍ଭର ନାମ ଅଟେ କିସ ।ବାମନ ବୋଲେ ଯେବେଳେ ହୋଇଲି ଜନମଏହି ଚରାଚର ଭୂମି ହୋଇଥିଲା ଶୂନ୍ୟ ।ଜନ୍ମରୁ ମୋହର ଜାଣ ପିତାମାତା ନାହିଁଆପେ ଆପେ ନିର୍ମାଣ ମୋ ହୋଇଲା ଏ ଦେହୀତେଣୁକରି ନାମ ମୋର ଅଟେ ଅନାହତଯାହା ପୁଚ୍ଛାକଲ ତୁମ୍ଭେ ଶୁଣ ଦୈତ୍ୟନାଥ ।ବଳି ବୋଇଲା ସ୍ୱରୂପ କହ ପଣ୍ଡା ମୋତେପୁତ୍ର ଦୁହିତା କୁଟୁମ୍ୱ ଘରବାଡ଼ି କେତେ ।ବାମନ ବୋଇଲେ ମୋର ପୁତ୍ର ଅଗଣିତାଅପାର ଲୋକଙ୍କର ଯେ ଅଟଇ ମୁଁ ପିତା ।ସମସ୍ତଙ୍କୁ ଅନ୍ନବସ୍ତ୍ର ଦେଉଥାଏ ବାଣ୍ଟିଯେ ଯାହାର ଅନୁରୂପେ ଯାକୁ ଯେତେ ଅଣ୍ଟି ।କେବଳ ଜାଣ ସାଧନା ଅଟେ ମୋ ନିଜରଆମ୍ଭପୂଜା ପଞ୍ଚାଶତ ବର୍ଣ୍ଣ ଭେଦ ସାର ।ଏହା କହି ଦେଶକାଳ ବାକ୍ୟ ଗୋଟି ପଢ଼ିବଳି ଛାମୁରେ ବସିଲେ ପ୍ରଭୁ ପୀଢ଼ା ମାଡ଼ି ।ମହାବାକ୍ୟ ଉଚ୍ଚାରିଲେ ବଳିମୁଖ ଚାହିଁଧର୍ମକୁ ଯେ ସାକ୍ଷୀଦେଲେ ଊର୍ଦ୍ଧ୍ୱମୁଖ ହୋଇ ।ଚନ୍ଦ୍ର ସୂର୍ଯ୍ୟ ଦିଗପାଳେ ତୁମ୍ଭେ ଥାଅ ସାକ୍ଷୀସତ୍ୟେ ବଳିରାଜା ମୋତେ ଦାନ ଦେଉଅଛି ।ତଳହସ୍ତ, କରିଣ ମୁଁ ମାଗୁଅଛି ଯାହାଉପର ହସ୍ତରେ ବଳି ଦେଉ କିନା ତାହା ।ବଳି ବୋଲେ ଆହେ ଦ୍ୱିଜ କେତେ ମୋତେ କହକୁଟୁମ୍ୱ ସହିତେ ବିକ୍ରି ହେଲା ମୋର ଦେହ ।ଦୃଢ଼ ମୋତେ କହେ ଯହୁଁ ଏସନକ ବାଣୀଶୁକ୍ର ମନ୍ତ୍ରୀ ଯେ ନିଷେଧ କଲା ଏହା ଶୁଣି ।ମନ୍ତ୍ରୀ ବୋଲେ ମହାରାଜା ଜ୍ଞାନଧ୍ୱଂସୀ ହେଲୁମାୟାବୀ ଦ୍ୱିଜକୁ ଦାନଦେବା ସତ୍ୟକଲୁ ।ତୁମ୍ଭେ ପରା ଜ୍ଞାନବନ୍ତ ଅଟ ନରନାହାସ୍ୱରୂପ ଦେଖିକି ପାଇଁ ରାଜା କଲୁ ଏହା ।ଏହି ସତ୍ୟରେ ସମ୍ପଦ ନାଶିବେ ତୁମ୍ଭରଗୁପତରେ ଆସିଛନ୍ତି କମଳାର ବର ।ବାହୁଡ଼ିଣ ଯାଉ ଏହି ମାୟା ଦ୍ୱିଜଗୋଟିପାଣି ଶଙ୍ଖ ତଳେ ରଖ ବିପ୍ରଯାଉ ଉଠି ।ଏତେ ବୋଲି ଶୁକ୍ରମନ୍ତ୍ରୀ ଧରେ ବଳିହସ୍ତଧାତିକାରେ ଉଠି ଆସ ତୁମ୍ଭେ ନରନାଥ ।ବଳି ବୋଲେ ଗୁରୁ ତୁମ୍ଭେ ପିଣ୍ଡ ବୋଲାଇତୁମ୍ଭ ପରା ମନ୍ତ୍ରୀ ଏହା କହିଲ କିପାଇଁ ।ପୁରୁଷଙ୍କ ବଚନ ଯେ ପାଷାଣର ରେଖାପୁତ୍ର ଭାରିଯା ଏ ଧନ ସମ୍ପଦ ଅଲେଖା ।କହୁ କହୁ ଏ ପିଣ୍ଡରୁ ପ୍ରାଣ ଛାଡ଼ିଗଲେରାଜ୍ୟଭୋଗ କରିବ କେ ଆପେ ନାଶଗଲେ ।ଜୀବ ଥିବାଯାଏ ଆପେ ଦେଉଥିବି ଯାହାଅବସାନ ବେଳେ ଲୋଡ଼ି ପାଇବି କି ତାହା ।ଏ ଜନମେ ହାତେ ବାକ୍ୟେ ଯାହାଯାହା ଦେବଏ ଦେହ ଛାଡ଼ିଲେ ସୁଖେ ସ୍ୱର୍ଗରେ ବସିବି ।ଯେବେ ବୋଲେ ନାରାୟଣ ଏରୂପେ ଅଇଲାସତେ ହିଁ କି ମୋର ପୁଣ୍ୟ ପୂର୍ବର ଦିଶିଲା ।ଯାବତ ଯାଗ ଯଜ୍ଞାଦି ବ୍ରତ ତାର୍ଥ କର୍ମବିଷ୍ଣୁଙ୍କୁ ଯେ ସମର୍ପିଲେ ଶ୍ରେଷ୍ଠ ସର୍ବ ଧର୍ମ ।ସେ ଯେବେ ସ୍ୱହସ୍ତେ ନେବେ ମୋ ହସ୍ତରୁ ଦାନପୂର୍ବଜନ୍ମେ ତେବେ ମୁହିଁ କରିଥିବି ପୁଣ୍ୟ ।ଯୋଗିଜନେ ଯାକୁ ଧ୍ୟାନେ କରୁଥାନ୍ତି ଲୟେମୋର ପୂର୍ବ ପୁଣ୍ୟ ଥିଲେ ଦେଖିବି ଏ କାୟେ ।ଶୁକ୍ର ବୋଇଲେ ଗୋ ରାଜା ଏ ବ୍ରାହ୍ମଣଗୋଟିପ୍ରତ୍ୟକ୍ଷେ ଏ ନାରାୟଣ ତ୍ରିଇଲୋକ୍ୟ ଘୋଟି ।ବଳି ବୋଇଲା ଏ କଥା ସତ୍ୟ ହେବ ଯେବେଏଥୁ ଆଉ ବଡ଼ ପୁଣ୍ୟ ଅରଜିବି କେବେ ।ବିପ୍ର ହେଉ ବିଷ୍ଣୁ ହେଉ ଦେବି ନିଶ୍ଚେ ଦାନଅନ୍ତଃକାଳେ ପାଇବଇଁ ବଇକୁଣ୍ଠେ ସ୍ଥାନ ।ଏ କଥା ବିରୋଧ ଗୁରୁ ନ କର ହୋ ତୁମ୍ଭେସତ୍ୟଭଗ୍ନ ନୋହିବ ହେ ପ୍ରାଣଦେବୁ ଆମ୍ଭେ ।ଏ କଥାରେ ବିରୋଧ ତୁ ନର ଯେ ଆଉସତ୍ୟ ନ ଲଙ୍ଘିବି ମୋର ପ୍ରାଣ ପଛେ ଯାଉ ।ବଳି ବୋଇଲା ପଣ୍ଡାଏ ଘେନ ଘେନ ଦାନଶିରକମଳ ଦେବଇଁ ସତ୍ୟ ଏ ବଚନ ।ଅନେକ ପ୍ରକାରେ ଶୁକ୍ର କହେ ନାସ୍ତିବାଣୀତହିଁରେ ସନମତ ନ କଲା ନୃପମଣି ।ବାମନର ହସ୍ତେ ବଳି ଦ୍ୟନ୍ତେ ଶଙ୍ଖଜଳଗୁପତେ ଶୁକ୍ର ପଶିଲେ ଯାଇ ଶଙ୍ଖନାଳ ।ବଳି ଢାଳନ୍ତେ ସେ ପାଣି ନ ପଡ଼ିଲା ବେଗେକୁଶବଟୁରେ ବାମନ ଖେଞ୍ଚି ଦେଲେ ରାଗେ ।ସେ କୁଶମୂଳ ବାଜିଲା ଶୁକ୍ର ଚକ୍ଷୁରେଟିତତକ୍ଷଣେ ଶୁକ୍ରଙ୍କର ଚକ୍ଷୁ ଗଲା ଫୁଟି ।ବଳିରାଜା ନ ଜାଣଇ ଶୁକ୍ର ହେଲେ କାଣବାମନ ଦେଖି ରାଜାର ହରଷିତ ମନ ।ଡାହାଣାବର୍ତ୍ତକ ଶଙ୍ଖେ ଜଳତିଳ ଭରିମହାବାକ୍ୟ କରାନ୍ତି ସେ ତ୍ରୈଲୋକ୍ୟ ବିହାରି ।ଦକ୍ଷିଣ ହସ୍ତ ପାତିଲେ ତଳପଟେ ପୁଣିଉପର ହସ୍ତରେ ବଳି ଦେଲା ମନ୍ତ୍ରପାଣି ।ବଳି ବୋଇଲା ଶୁଣ ହେ ତୁମ୍ଭେ ବିପ୍ରବରଯାହା ମାଗିବ ତା ଦେବୁଁ ସତ୍ୟ ଏ ଆମ୍ଭର ।ବାମନ ବୋଇଲେ ମୋର ଆନେ କାର୍ଯ୍ୟ ନାହିଁଭୂମି ତିନି ପାଦ ମୋତେ ଦେବୁ ନରସାଇଁ ।ଏ ମୋର ତିନି ପାଦରେ ପାଇଲେ ମେଦିନୀଘରକରି ରହିବି ମୁଁ କୁଟୁମ୍ୱଙ୍କୁ ଘେନି ।ଶୁଣି ବଳି ଊର୍ଦ୍ଧ୍ୱମୁଖେ ଧର୍ମକୁ ଚାହିଁଲାନିଶ୍ଚେ ବ୍ରାହ୍ମଣ ବାଳୁତ ଭାବକୁ ବହିଲା ।ଆହୋ ବ୍ରାହ୍ମଣ ତୁମ୍ଭେତ ବାଳୁତ ଯୁକତେଭୂମି ତିନିପାଦ କିପାଁ ମାଗ ଅନିମିତ୍ତେ ।କ୍ଷୀର ସମୁଦ୍ରେ ପଶି ନ ତିନ୍ତିଲା ଚରଣସପତନିଧି ଆବୋରି ହେଲ ଅକାରଣ ।ଏତେ ବିଦ୍ୟା ପଢ଼ି ତୁମ୍ଭେ ଲକ୍ଷ୍ମୀଠାରେ ଦୋଷୀପୁତ୍ର ଭାରିଯା କୁଟୁମ୍ୱ ପାରିବ କି ପୋଷି ।କେଡ଼େ ହୀନ ଦ୍ରବ୍ୟ ମୋତେ ମାଗ ଦ୍ୱିଜବରବିଚାରିଥିଲି ମାଗିବ ମୋତେ ରାଜ୍ୟଭାର ।ଶିର କମଳ ମୁଁ ଦେବି ଭାବିଥିଲି ଚିତ୍ତେମହାଦାନୀପଣେ କାଳି ଦେଲୁ ସିନା ଏତେ ।ଯେତେ ଅନ୍ନ ବସ୍ତ୍ର ତୁମ୍ଭ କୁଟୁମ୍ୱେ ଲାଗିବଭଲ ଭଲ ଗ୍ରାମ କିପାଁ ନ ମାଗିଲ ଦେବ ।ସ୍ୱର୍ଗ ମଞ୍ଚ ପାତାଳ ମୁଁ ଦେଇପାରେ ତୋତେକୁବେର ଭଣ୍ଡାର ଆଦି ଅଛି ମୋର ହାତେ ।ବାମନ ବୋଇଲେ ତୁମ୍ଭେ ଶୁଣ ଦଣ୍ଡଧାରୀସତ୍ୟେ ତିନିପାଦ ଭୂମି ଦିଅ ଦୟାକରି ।ଦାତା ଗ୍ରହୀତା ଏ ଦୁହେଁ ନୋହିଲେ ସୁଚିତ୍ତସପ୍ତଦ୍ୱୀପା ପୃଥୀ ହେଲେ ନୁହଇ ପ୍ରାପତ ।ତୁମ୍ଭେ ମହାରାଜ ମନେ ନ ବିଚାର କିଛିତିନିପାଦ ଭୂମିରେ ଯେ ଆମ୍ଭ କାର୍ଯ୍ୟ ଅଛି ।ତୋଷେ ଏକଦେଲେ ରାଜା ହୁଅଇ ସେ ଲକ୍ଷେଅସନ୍ତୋଷେ ଲକ୍ଷେ ଦେଲେ ହୁଅଇ ସେ ଏତେ ।ଲୋଭେ ବହୁତ ଘେନିବା ତୁମ୍ଭଠାରୁ ଦାନପରିଗ୍ରହ କରିବାକୁ ନୁହେଁ ମୁଁ ରାଜନ ।ଆହେ ମହାରାଜ ତିନିପାଦ ଭୂମିଦିଅବେଳୁ ବେଳ ସ୍ୱାମୀଙ୍କର ବଢ଼ିଲାକ କୋହ ।ବଳି ବୋଇଲା ହେ ତୁମ୍ଭେ ଶୁଣ ବିପ୍ରଜନଗଙ୍ଗା କୂଳୁଁ ତିନିପାଦ ଦେଲି ଭୂମିଦାନ ।ଧାତିକାରେ ତହିଁ ସ୍ୱାମୀ ରଚିଲେକ ମାୟାମନ ସଂଯୋଗେ ପ୍ରକୃତି ବଢ଼ିଲାକ କାୟା ।ଆକାଶ ମଣ୍ଡଳେ ଶିର ଲାଗିଲାକ ଯାଇବଳି ନୃପତି ଆଶ୍ଚର୍ଯ୍ୟ ହେଲା ତାହା ଚାହିଁ ।ଶଙ୍ଖ ଚକ୍ର ଗଦା ପଦ୍ମ ଘେନି ଚତୁର୍ଭୁଜସପତଶିଖା ମୁକୁଟ ବିରାଜଇ ତେଜ ।ହୃଦରେ ମଣିର ହାର କର୍ଣ୍ଣରେ କୁଣ୍ଡଳଯେସନେ ମଧ୍ୟାହ୍ନେ ଦିଶେ ଆଦିତ୍ୟ ମଣ୍ଡଳ ।ଶ୍ରୀବତ୍ସଲଞ୍ଚ୍ଥନ ହୃଦେ ନବରତ୍ନ ହାରହୀରା ଜଡ଼ିତ ସୁବର୍ଣ୍ଣ ବଳୟ ହସ୍ତର ।ଭୂମଣ୍ଡଳଠାରୁ ଧ୍ରୁବମଣ୍ଡଳ ପର୍ଯନ୍ତେଘୋଟିଛନ୍ତି ଚରାଚର ପୃଥିବୀ କିଞ୍ଚିତେ ।ଜଳ ସ୍ଥଳ କନ୍ଦର ସେ ସପତ ପାତାଳସପତ ବ୍ରାହ୍ମାଣ୍ଡ ଅଛି ପାଦପଦ୍ମ ତଳ ।ସେ ପାଦଗୋଟି ବଢ଼ାଇ ଦେଲେ ବନମାଳୀଅଛିଦ୍ର ହୋଇ ଢାଙ୍କିଲା ଛାର ମହୀସ୍ଥଳୀ ।ନାରାୟଣ ଆଜ୍ଞାଦେଲେ ବଳିମୁଖ ଚାହିଁଆଉ ବେନି ପାଦକୁ ତେ ଭୂମି ଅଛି କାହିଁ ।ସତ୍ୟ ମନାଇଲା ବେଳେ ବୋଲିଅଛୁ ଯାହାଦେବୁ କି ନ ଦେବୁ ଆହୋ କହ ଦୈତ୍ୟନାହା ।ବଳି ଯେ ବୋଇଲା ଶୁଣ ବାମନର ବାଣୀଆର ପାଦକୁ ମୋ ସ୍ୱର୍ଗ ଅଛି ଦ୍ୱିଜମଣି ।ମୁହିଁ ମହାଦାନୀ ମୋର ନାହିଁ କିଛି ଡରପିଣ୍ଡେ ପ୍ରାଣ ଥିଲେ ଦେବି ସତ୍ୟ ଏ ମୋହର ।ମହତଜନ ବଚନ ନୋହ କେଭେ ଆନଦେଲି ଆର ପାଦକୁ ତୋ ସ୍ୱର୍ଗପୁର ଘେନ ।ବଳିରାଜଠାରୁ ବିପ୍ର ଏ ବଚନ ଶୁଣିସ୍ୱର୍ଗକୁ ବଢ଼ାଇ ଦେଲେ ପାଦ ଚକ୍ରପାଣି ।ବ୍ରହ୍ମଲୋକ ପରିଯନ୍ତେ ବଢ଼ିଲା ପୟରସତ୍ୟଲୋକେ ଜାଣିଲେ ତା ଥାଇ ଦେବବର ।ଚଉରାଶୀ କାଠି ଗଙ୍ଗା ଗଙ୍ଗା କମଣ୍ଡଳେ ଥୋଇସ୍ୱାମୀଙ୍କ ଚରଣ ବେଗେ ପଖାଳିଲେ ନେଇ ।ଚଉରାଶୀ କାଠି ଗଙ୍ଗା ନଖକୋଣେ ପଶିହସ୍ତ ପ୍ରସାରିଣ ବ୍ରହ୍ମା ତଳେ ଛନ୍ତି ବସି ।ପାଦୋଦକ ନ ପଡ଼ିଲା ବ୍ରହ୍ମା ଯେ ନିରାଶନଖକୋଣେ ରହେ ଗଙ୍ଗା ନ ପାଇଁଣ ଲେଶ ।ବାମନ ବୋଇଲେ ରାଜା ଆଉ ପାଦେ ଦିଅଦେଇ ନ ପାରିବୁ ଯେବେ ତାହା ମୋତେ କହ ।ତା ସତ୍ୟ ବୁଝିବା ପାଇଁ ବୋଇଲେକ ସ୍ୱାମୀସ୍ୱର୍ଗ ମର୍ତ୍ତ୍ୟ ନେଇ ରାଜା ସରିଲା ତ ଭୂମି ।ବଳି ବୋଲେ କାହିଁ ଦେବ ଭୁଲାଇବୁ ମୋତେମୁଁ ଯାହା ବାଞ୍ଛିଲି ତାହା ମିଳେ ଅନିମିତ୍ତେ ।ଏ ତୁମ୍ଭର ବିଶ୍ୱରୂପ ଦେଖିଲଇଁ ଆଜମୁହିଁ ଯାହା କହୁଅଛି ଶୁଣ ଆହୋ ଦ୍ୱିଜ ।ଆରେକ ପାଦକୁ ମୋର ଠାବ ଅଛି ରହିତୁମ୍ଭର ଆରେକ ପାଦ କାହିଁ ହେ ଗୋସାଇଁ ।ଆରେକ ପାଦ ନାଭିରୁ କାଢ଼ିଲେ ଶ୍ରୀଧରମୁଖେ ବୋଲନ୍ତି ଯେ ଦାନ ଦିଅ ନୃପବର ।ବିରୋଚନ ପୁତ୍ର ବୋଲି ଶୁଣ ଜଗନ୍ନାଥଏ ପାଦ ଗୋଟିକି ଭୂମି ଅଛି ମୋର ମାଥ ।ଏତେ ବୋଲି ଶିର ପାତିଦେଲେ ରାଜା ନେଇପାତାଳକୁ ଚାପିଲେ ଯେ ବ୍ରହ୍ମାଣ୍ଡ ଗୋସାଇଁ ।ପାତାଳପୁର ସୁତଳପୁର ମହାତଳବିତଳ ଅତଳ ରସାତଳ ତଳାତଳ ।ଏହିପରି ତଳକୁ ଯେ ସାତତାଳ ପୁରଚାପନ୍ତେ ବଳିରାଜନ ପଶଇ ଭିତର ।ପାତାଳ ବୈକୁଣ୍ଠେ ବଳି ରହେ ପାଦ ଧ୍ୟାୟିଏ ଦେହେ ଭୋଗ କରିବ ଇନ୍ଦ୍ରପଦ ପାଇ ।ବଳିରାଜା ତୁଲେ ଥିଲେ ପ୍ରଚଣ୍ଡ ହେ ମାଲବାଉନ କୋଟି ଯେ ଏକୁଁ ଏକ ଅନର୍ଗଳ ।ବଳିରାଜାକୁ ପାତାଳେ ଚାପିବାର ବେଳେରହିଲେ ବାଉନ କୋଟି ମାଲ ପାଦତଳେ ।ଚରଣ ଚାଳି ଯେ ରୋମ ଦେଲେ ଟାଙ୍କୁରାଇଅନେକ ଦୂରେ ପଡ଼ିଲେ ବୀରେ ଉଡ଼ିଯାଇ ।ନବହସ୍ତୀ ବଳ ଏକ ଏକ ମାଲ ଧରେସେ ମାଲ ପଡ଼ିଲେ ଯାଇ ସାଗର ଭିତରେ ।ଏମନ୍ତ ସ୍ୱରୂପ ଦେଖି ସୁରପୁରବାସୀକର ଯୋଡ଼ି ଉଭା ହେଲେ ଛାମୁରେ ସେ ଆସି ।ଗନ୍ଧର୍ବଗଣ ଆଦି ଯେ ସୁର ସିଦ୍ଧ ମୁନିବ୍ରହ୍ମା ସହିତରେ ଆସି କଲେ ବେଦଧ୍ୱନି ।ନମସ୍ତେ ମାଧବ ଆହେ କମଳାର ବରଜୟ ଜୟ ବାମନ ହେ ଜୟ ବିଶ୍ୱମ୍ଭର ।ନମସ୍ତେ ବାମନ ଜୀବ ସକଳର ଆତ୍ମାନମସ୍ତେ ବାମନ ନିରଞ୍ଜନ ମହାତମା ।ଜୟ ବାମନ ଯୋଗୀଙ୍କ ଯୋଗା ରୂଢ଼ ନିଧିନମସ୍ତେ ବାମନ ଅଷ୍ଟ ଅଇଶ୍ୱର୍ଯ୍ୟ ସିଦ୍ଧି ।ନମସ୍ତେ ବାମନ ତୁ ଯେ ପାପତମ ଧ୍ୱଂସୀନମସ୍ତେ ବାମନ ତୁ ଯେ କୃପାଜଳ ରାଶି ।ନମସ୍ତେ ବାମନ ମନବାଞ୍ଛା କରୁ ସିଦ୍ଧିଧ୍ୟାନକୁ ଧାରଣା ତୁହି ମନକୁ ଯେ ବୁଦ୍ଧି ।ସେହି ବାମନ ପାଦରେ ମୋର ଅଟେ ସେବାଅଚ୍ୟୁତ ଦାସ କବିକି ଗତି ମୁକ୍ତି ଦେବା ।