ଚିତ୍ତବୋଧ ବା ଚିତ୍ତବିନୋଦ (ପ୍ରଥମ ଭାଗ)
ଅଚ୍ୟୁତାନନ୍ଦ ଦାସ · ଭାଗ ୯ / ୧୩
ସମ୍ପୂର୍ଣ୍ଣ ସୂଚୀପତ୍ର
ରାସଲୀଳା
ଗୋପୀଙ୍କର ମନ ଜାଣି କୃଷ୍ଣ ଦୟା କଲେକୋଟି କାମଜିଣା ଯୁବା ଶରୀର ବହିଲେ ।ମାୟାଧର ପୁରୁଷ ମାୟା ସେ ଆରମ୍ଭିଲେଗୋପୀକେ ଶ୍ରୀକୃଷ୍ଣ ରୂପ ଧାରଣ କରିଲେ ।କଦମ୍ବମୂଳେ ବିହାର କଲେ ଦେବ ହରିନାନାରସେ ଗୋପୀଙ୍କ ହୃଦୟ କଲେ ଚୋରୀ ।ଷୋଳସସ୍ର ଗୋପୀ ଘେନି ରଙ୍ଗେ କଲେ ରାସପ୍ରତ୍ୟେକ ଭାବନ୍ତି ଏକା କୃଷ୍ଣ ମୋର ବଶ ।ଚଉଷଠି ବନ୍ଧେ କୃଷ୍ଣ ଗୋପୀଙ୍କୁ ମୋହିଲେସମସ୍ତଙ୍କ ଚିତ୍ତ ଏକା ପ୍ରାୟେ ତୋଷକଲେ ।ରାସକ୍ରୀଡ଼ା ଅନ୍ତେ ଗୋପୀ କୃଷ୍ଣ ମୁଖ ଚାହିଁଦେଖିଲେ ଅଛନ୍ତି କୃଷ୍ଣ ଏକା ଉଭା ହୋଇ ।କୋଟିଏ କନ୍ଦର୍ପ ଜିଣି ତେଜ ବିରାଜଇଦେଖି ଗୋପୀଙ୍କର ହୃଦେ ମୋହ ଜନମଇ ।ପ୍ରୀତି ସାରି ଆନନ୍ଦେ ବୋଇଲେ ଗୋପୀମାନେଆଜୁ ତୁମ୍ଭର ସେବକ ହେଲୁ ଆମ୍ଭେମାନେ ।ଏମନ୍ତ ଭାବରେ ଗୋପୀ ଆତ୍ମା ସମର୍ପିଲେତାଙ୍କର ଅନ୍ତର କୃଷ୍ଣ ପ୍ରେମେ ମିଶାଇଲେ ।ଆହା କି ଆଶ୍ଚର୍ଯ୍ୟ ସେହୁ ଜଗତକରତାତ୍ରିଭୁବନ ଅଧିପତି ଯେ ବିଶ୍ୱନିୟନ୍ତା ।ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଯେପରିରହିଥାଏ ସମାନରେ ଶୂନ୍ୟରୂପ ଧରି ।ଠୁଳ ଶୂନ୍ୟ ପରେ ବାସ ଅଟଇ ଯାହାରଯାହାର ମାୟା ବ୍ରହ୍ମା ଶିବଙ୍କୁ ଅଗୋଚର ।ରୂପରେଖ ନାହିଁ ଯାର ନାହିଁ ଆଦି ଅନ୍ତମର୍ତ୍ତ୍ୟରେ ଶ୍ରୀକୃଷ୍ଣ ନାମେ ଜନ୍ମିଛନ୍ତି ସେ ତ ।ତାଙ୍କ ସଙ୍ଗେ ପ୍ରେମଭାବ ଆଚରଣ କଲେଧନ୍ୟ ସେ ସୁକୃତ କହି ନୋହିବ ମୁଖରେ ।ସେ କୃଷ୍ଣର ମାୟା ଗୋପୀ ଜାଣିବେ ବା କାହିଁରଙ୍ଗରସେ ମଜ୍ଜିଲେ ତା ନ ହୋଇବ କହି ।ଶ୍ରୀକୃଷ୍ଣ ଗୋପୀମାନଙ୍କୁ କହିଲେ ସତ୍ୱରେଏବେ ତୁମ୍ଭେମାନେ ସର୍ବେ ଯାଅ ଯେଝା ଘରେ ।କୃଷ୍ଣଙ୍କୁ ପ୍ରମାଣ କରି ଗୋପୀଏ ଚଳିଲେନିଜ ନିଜ ଗୃହେ ଯାଇଁ ପ୍ରବେଶ ହୋଇଲେ ।ଶୁକ କହୁଛନ୍ତି ଶୁଣ ପରୀକ୍ଷ ରାଜନଚିତ୍ତବୋଧ ଗୀତ ଏ ଯେ ଅମୃତ ସମାନ ।ଏହା ଶୁଣି ଶୁଣାଇବେ ମର୍ତ୍ତ୍ୟେ ଯେଉଁ ନରତାଠାରୁ ସୁକୃତବନ୍ତ ନାହିଁ ଏ ସଂସାର ।ଯେ ପାଠ କରିବ ଏହି ଚିତ୍ତବୋଧ ଗୀତନିଶ୍ଚୟ କହୁଛି ତାର ତୋଷ ହେବ ଚିତ୍ତ ।ହରିବଂଶ ଭାଗବତ ମଧ୍ୟରେ ବର୍ଣ୍ଣନରାସରେ ଶ୍ରୀରାଧା ନାମ ନାହିଁ କାହିଁ ଜାଣ ।ଏ ଚିତ୍ତବୋଧ ଗୀତରେ ଶ୍ରୀରାସଲୀଳାରେରାଧା ରହିଥିଲେ ବୋଲି ଜାଣି ସୁଜ୍ଞନରେ ।ରାଧାକୃଷ୍ଣ ଚରଣରେ ଦେଇ ଚିତ୍ତବୃତଅଚ୍ୟୁତ ଦାସ ଲିଖନ କଲା ଏହୁ ଗୀତ ।
ଶ୍ରୀକୃଷ୍ଣ ମାଧୁରୀ ରାଧାବେଶ
ଶୁକଦେବ କହନ୍ତି ଶୁଣ ହୋ ପରୀକ୍ଷିତମାଧୁରୀ ରାଧା ଯେ ହୋଇଛନ୍ତି ଗୋପୀନାଥ ।କାଞ୍ଚନ କୃଷ୍ଣଙ୍କୁ ଚାହିଁ ବୋଲନ୍ତି ବଚନମଧୁପୁର ମୁଁ ଯେ ଆସିଥିଲି ସେହି ଦିନ ।ମାତା ସଙ୍ଗେ ଲତା ତଳେ ଯାଇ ଦେଖୁଥିଲିକୃଷ୍ଣ ଗୋପୀ ସେହି ଦିନ କଲେ ରାସକେଳି ।ଆଉଦିନେ ମୋ ମାତା ଆସିଲେ ଗୋପପୁରେଗୋଡ଼ାଇ ମୁଁ ଆସିଥିଲି ତାହାଙ୍କ ସଙ୍ଗରେ ।ବୃଷଭାନୁ ପୁରେ ମାତା ପ୍ରବେଶ ହୋଇଲେଚଞ୍ଚଳପୁରେ ମୋ ମାତା ରାଧାଙ୍କୁ ଦେଖିଲେ ।ମୋତେ ଦେଖି ଚଞ୍ଚଳା ଯେ ଅତି ସ୍ନେହ କଲେସେ ରାଧା ସଙ୍ଗରେ ମୋତେ ମିତ କରାଇଲେ ।ବୋଇଲେ ମୋ ଦୁହିତାର ନାମ ରାଧା ଅଟେତୋ ନାମ ମାଧୁରୀ ରାଧା ବୋଲିତ ପ୍ରକଟେ ।ଏଣୁ ଦୁହେଁ ଆଜିଠାରୁ ମିତ ହେଲ ଜାଣଦ୍ୱନ୍ଦ୍ୱ ନ କରିବ କେବେ ମାନି ମୋ ବଚନ ।ମାୟା ନ ରଖିବ ହୃଦେ ଦୁହିଁଙ୍କରଠାରେଏହି ରୂପେ ଦୁହିଁଙ୍କୁ ଯେ ବୁଝାଇ କହିଲେ ।ସେହି ଦିନୁ ମୋର ସଙ୍ଗେ ଗୋପ ରାଧା ମିତମିଛ ନ କହି ତୁମ୍ଭଙ୍କୁ କହିଲି ମୁଁ ସତ ।ଅନେକ ଦିନରୁ ଦେଖି ନାହିଁ ମୁଁ ମିତକୁଆଜି ଶରଧା ବଳିଲା ଆସିକି ଗୋପକୁ ।ବହୁତ ଦିନ ହୋଇଲା ନ ଚିହ୍ନିବେ ମିତଦେଖିଥିଲି ଷୋଳସସ୍ର ଗୋପୀଙ୍କ ସହିତ ।ମିତକୁ ମୋ ଦେଖିଥିଲି ଥାଇଣ ଦୂରରେଦେଇଥିଲେ ଚିହ୍ନାଇଟି ଜନନୀ ସେଠାରେ ।ତୁମ୍ଭେ ବୋଲ ରାଧା ଆଜ ଦେଖିବଟି ନାହିଁକାଲି ମଥୁରାକୁ ଦଧି ବିକି ଯିବେ ରାଈ ।ଏମନ୍ତ କହିଲେ କି ମୁଁ ଫେରିଯିବି ଆଜଲୋକ ଅପବାଦ ଶୁଣି ପାଇବି ମୁଁ ଲାଜ ।ମାଧୁରୀ ରାଧା ଏମନ୍ତ କହିଲେକ ଯହୁଁକୃଷ୍ଣ ବୋଲି ଚିହ୍ନିଲେ ମୋହନ ରାଧା ତହୁଁ ।ବୋଇଲେ ମାଧୁରୀ ରାଧା ଏବେ ତୁମ୍ଭେ ଶୁଣଯାହା ପଚାରିବି ମିଛ ନ କହିବ ପୁଣ ।ମୋ ଆଗରେ ଯେବେ ମିଛ କହିବ ଗୋ ଜାଣସର୍ପାଘାତେ କ୍ଷତ ହେବ ତୋ ବେନି ଚରଣ ।ଆହୁରି କଥାଏ ସଖି ପଚାରିବି ତୋତେମାୟା ନ କରିଣ ସତ କହିବୁଟି ମୋତେ ।ବୋଇଲୁ ମାତା ସଙ୍ଗତେ ଗୋପେ ଆସିଥିଲିକଦମ୍ବର ମୂଳେ ରାସଲୀଳା ମୁଁ ଦେଖିଲି ।ଗୋପୀ ଗୋଟିକେ ଗୋବିନ୍ଦ ଗୋଟିଏ ହୋଇଲେପ୍ରତ୍ୟକ୍ଷରେ ଦେଖିଲି ମୁଁ ଥାଇ ଲତା ତଳେ ।ଏକଥା ତୋ ମୁଖୁ ଶୁଣି ହୋଇଲି ଚକିତକୃଷ୍ଣ ବା ଷୋଳସହସ୍ର ହୋଇଲେ କେମନ୍ତ ।ମୁହିଁ ତ ସେଦିନ ସଖୀ କାଳିନ୍ଦୀରେ ଥିଲିତୁ ଯାହା କହୁଛୁ ମୁଁ ତ ତାହା ନ ଦେଖିଲି ।ଷୋଳସହସ୍ର ଗୋପିକା ଥିଲେ ନୀପମୂଳେଏକା କୃଷ୍ଣ ତହିଁ ଥିଲେ ଦେଖିଛି ମୁଁ ଡୋଳେ ।ଗୋଟିଏ କୃଷ୍ଣ କେମନ୍ତେ ନାନା ରୂପ ହେଲେମଥୁରା ନାୟିକା ମିଥ୍ୟା କହ ସବୁକାଳେ ।ଶ୍ରବଣେ ମାଧୁରୀ ରାଧା କହୁଛି ବଚନଗୋପାଳେ ନ କହ ସତ ଶୁଣ ଗୋ ମୋହନଆହୁରି କଥା ଏ ତୁମ୍ଭେ ଶୁଣ ମନଦେଇଦଇବ ସର୍ଜନା ଯାହା ଦେବେ ଅଛି କହି ।ନାରୀ ଗୋଟିକୁ ପୁରୁଷ ଏକଗୋଟି ଜାତଏମନ୍ତ କରି ବିଧାତା ସର୍ଜିଲା ଜଗତ ।ତୁମ୍ଭେ ତ କହୁଛ ଗୋପୀ ଷୋଳସସ୍ର ଥିଲେଏକା କୃଷ୍ଣ ତାହାକୁ ବା କେମନ୍ତେ ରମିଲେ ।ଏହି କଥାମାନ ତ ତୁମ୍ଭର ଅଟେ ସତଆମ୍ଭେ ତ ମଥୁରା ନାରୀ ମିଥ୍ୟା କହୁଁ ସତ୍ୟ ।ତୁମ୍ଭର ଗୋପୀମାନେ ଯେ ଯେତେ ଛନ୍ତି ରହିପର ପୁରୁଷର ମୁଖ ନିମିଷେ ନ ଚାହିଁ ।ମଥୁରାପୁରରେ ଥାଇ ଶୁଣ ତାଙ୍କ କଥାକୃଷ୍ଣ ସଙ୍ଗେ ମାତିଥାନ୍ତି ସକଳ ବନିତା ।ଶୁଣ ଏବେ କଥା ଏକ କହୁଅଛି ମୁହିଁସକଳ ଘଟରେ କୃଷ୍ଣ ଅଛନ୍ତିଟି ରହି ।ଯହିଁ କୃଷ୍ଣ ନାହିଁ ତହିଁ ନାହିଁଟି ବିହାରସ୍ଥାବର ଜଙ୍ଗମ କୀଟ ସବୁ କୃଷ୍ଣ ଘର ।ଜନ୍ମଇ ଆପେ ଶ୍ରୀକୃଷ୍ଣ ପୁଣି ଗୋ ମରଇପୁଣିହିଁ ଜନମ କରେ ମାୟାତନୁ ହୋଇ ।ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ କୃଷ୍ଣ ଅଛି ପୁରିଶୂନ୍ୟରେ କୃଷ୍ଣ ଶବଦେ ପଡୁଛି ଉଛୁଳି ।ତୁମ୍ଭ ଦେହେ ମୋର ଦେହେ କୃଷ୍ଣ ଅଛି ରହିପର ବା ଅପର ତାର ଭିନ୍ନାଭିନ୍ନ ନାହିଁ ।ତୁମ୍ଭେ ତ ବୋଇଲ ଏକା କୃଷ୍ଣ ନୁହେଁ ଆନସେ କୃଷ୍ଣର ରୂପରେଖ ନୁହେଁ ଭିନ୍ନାଭିନ୍ନ ।ଯହିଁ କୃଷ୍ଣ ନାହିଁ ତହିଁ ତିଳେ ଠାବ ନାହିଁତୁମ୍ଭେ ତ ବୋଇଲ ଏକା ଗୋପେ ଛନ୍ତି ରହି ।ଷୋଳସହସ୍ର ଗୋପୀଙ୍କ ଷୋଳସସ୍ର ହେଲେତା ନହେଲେ ଗୋପୀଏକା ସଙ୍ଗେ ବିହରିଲେ ।ମାଧୁରୀ ରାଧା ବୋଲନ୍ତି ଶୁଣ ହେ ମୋହନଗୋପୀ ଗୋବିନ୍ଦ ନୁହନ୍ତି କେବେ ଭିନ୍ନାଭିନ୍ନ ।ମାୟା ମୋହନ କହନ୍ତି ମାୟା ରାଧା ଆଗେମୋହନ ମୁରଲୀ ମୁହିଁ ଆଣିଛି ଚୋରାଇବୋଲୁଛି ଗୋପୀ ଗୋବିନ୍ଦ ଭିନ୍ନାଭିନ୍ନ ନାହିଁ ।ଶ୍ରବଣେ ମାଧୁରୀ ରାଧା ବୋଲୁଛନ୍ତି ବାଣୀଯହିଁ ଥାଇ କୃଷ୍ଣ ତହିଁ ଚାହାନ୍ତି ଗୋପିନୀ ।କଦମ୍ବ ମୂଳରେ ତୁମ୍ଭେ ଅଛ ଏକା ହୋଇଗୋପୀ କି ଗୋପାଳ ତୁମ୍ଭ ସଙ୍ଗେ ଜଣେ ନାହିଁ ।ତେଣୁ ସିନା ମନେ ମୋର ହୋଇଲା ସଂଶୟବୋଇଲି ମୁରଲୀ ତୋତେ କିଏ ଦେଲା କହ ।ପୁଣି ବୋଲୁଅଛି କୃଷ୍ଣ ଅଟୁ ଯେବେ ତୁହିକହ ତୁ ମୁରଲୀ ଜନ୍ମ ସଂଶୟ ଫିଟାଇ ।ଏ ବଚନ ଶୁଣି ରାଧା ହେଲେ ନିରୁତ୍ତରକୃଷ୍ଣ ବୋଲନ୍ତି ଏ ବେଶ ଛାଡ଼ ନାରୀବର ।ଏବେ ମାୟା ଛାଡ଼ି ମୋତେ ଦେଖା ନିଜ ତେଜରାଧା ରୂପ ଛାଡ଼ି କିମ୍ପା ଏ ମୋହନ ସଜ ।ମାୟା ମୋହନ ବୋଲନ୍ତି ଶୁଣ ମାୟା ରାଧାତୁମ୍ଭେ କୃଷ୍ଣ ରାଧା ରୂପେ ବଳାଇଛ ଶ୍ରଦ୍ଧା ।କୃଷ୍ଣ ରୂପ ଛାଡ଼ି କିମ୍ପା ରାଧା ରୂପ ହେଲେନାରୀ ପୁଂସେ ଉଭୟରୁ ବାହାର ହୋଇଲେ ।ପୁରୁଷକୁ ନାରୀ ବେଶ ନୁହଇଟି ଭଲପୁରୁଷ ହୋଇ କିମ୍ପାଇ ନାରୀ ବେଶ ହେଲ ।ପୁରୁଷ ହୋଇ ଯେ ନାରୀ ରୂପକୁ ଧରଇନରନାରୀ ରୂପରେ ଯେ ଗଣନା ନୁହଇ ।ନୁହଇ ସେ ନାରୀ ପୁଣି ନୁହଇ ପୁରୁଷତୁମ୍ଭେ ତ ପୁରୁଷ କିମ୍ପା ହେଲ ନାରୀ ବେଶଆମ୍ଭେ ନାରୀଜାତି ଯେବେ ନାନାରୂପ ବହୁନାରୀଠାରୁ ଭିନ୍ନ ବୋଲି ଗଣନୀୟ ନୋହୁ ।ଏବେ ରାଧା ରୂପକୁ ମୁଁ ଦେଖିଲି ତୁମ୍ଭରନିସ୍ତରିଲି ନିସ୍ତରିଲି ବ୍ରହ୍ମାଣ୍ଡ ଠାକୁର ।ସେ ରୂପକୁ ଏବେ ତେଜ ମୋର ବୋଲ କରନିଜ ରୂପ ଧରି ଆସ କରିବା ବିହାର ।ଶ୍ରବଣେ ମାଧୁରୀ ରାଧା ହୋଇଲେ ହରଷବୋଇଲେ ତୋ ପାଇଁ ସିନା ଧରେ ନାନାବେଶତୁ ଯେ ରାଧା ରୂପ ଗୁପ୍ତ କରିଅଛୁ ସହୀଏ ମୋହର ବେଶ ତୋର ମୋହୁଅଛି ମହୀ ।ଏବେ ତୁ ମୋହନ ବେଶ କର ଆଲିଙ୍ଗନହସ ହସ ହୋଇ ରାଧା ବୋଲନ୍ତି ବଚନ ।ରାଧା ରୂପ ତେଜି ତୁମ୍ଭେ କୃଷ୍ଣ ରୂପ ହୁଅରାଧା ରୂପ ଦେଖିବାକୁ କର ଯେବେ ସ୍ନେହ ।ଏବେ ମୋର ନିଜ ରୂପ ଦେଖ ବନମାଳୀଶ୍ରୀକୃଷ୍ଣ ରୂପ ଦେଖିଣ କର ରସକେଳି ।ଶ୍ରୀକୃଷ୍ଣ ବୋଇଲେ ସଖୀ ଏମନ୍ତ ନୁହଇତୁମ୍ଭେ କୃଷ୍ଣ ରୂପେ ଥାଅ ମୁଁ ହୋଇବି ରାଈ ।ତେବେ ସିନା ସୁଖେ ଆଜି ହେବ ରସକେଳିଶୁଣି ମନ୍ଦ ମନ୍ଦ ଯେ ହସନ୍ତି ବନମାଳୀ ।ମନେ ବିଚାରନ୍ତି କୃଷ୍ଣ ରଙ୍ଗିଆ ଅଟନ୍ତିନାନା ରସବନ୍ଧେ ସେହୁ ଜାଣନ୍ତି ସୁରତି ।ନାସ୍ତି କଲେ ମୋ କଥା କି ଘେନିବ କହ୍ନାଇହଟିଆ ନାଗର ବଡ଼ ହଟ ସେ ଜାଣଇ ।ଏମନ୍ତ ଭାବି କୃଷ୍ଣକୁ ଯାଇ କୋଳ କଲେକୃଷ୍ଣରୂପ ହୋଇଣ ଯେ କୃଷ୍ଣଙ୍କୁ ମୋହିଲେ ।କଦମ୍ବ ମୂଳରେ କେଳି କଲେ ମତ୍ତ ହୋଇରତି ରସରେ କାହାର ଦେହେ ଜ୍ଞାନ ନାହିଁ ।ରତି ସାରି ନିଜ ରୂପ ଧଇଲେ କିଶୋରୀକୃଷ୍ଣହିଁ ତକ୍ଷଣେ ନିଜ ରୂପେ ବିଜେ କରି ।କୃଷ୍ଣ କହିଲେ ଗୋ ରାଈ ଯାଅ ଗୋପପୁରେନ କହିବ ଏମାନଟି ଗୋପୀଙ୍କ ଆଗରେ ।ଏକା ହୋଇ ରାଧିକେ ଗୋ କେଭେ ନ ଆସିବକଦମ୍ବ ମୂଳରେ ଭୂତ ଦେହ ପ୍ରବେଶିବ ।ତୁମ୍ଭଙ୍କୁ ଲାଗନ୍ତେ ଭୂତ ମୁଁ କଷ୍ଟ ପାଇଲିକେତେ କଷ୍ଟ କରି ମୁଁ ସେ ତ ଭୂତ ଛଡ଼ାଇଲି ।ଶ୍ରୀକୃଷ୍ଣ ବଚନେ ରାଧା ମନ୍ଦ ମନ୍ଦ ହସିଧୀରେ ଧୀରେ ଗୋପକୁ ଚଳିଲେ ନୀଳକେଶୀ ।ରାଧା ଯିବା ଦେଖି କୃଷ୍ଣ ବୃନ୍ଦାବନେ ଗଲେନ ଜାଣିଲେ କେହି କୃଷ୍ଣ ଯହୁଁ ମାୟା କଲେ ।ଯହିଁ ଗୋପସୁତେ ଧେନୁ ବତ୍ସାକୁ ଚରାନ୍ତିସେହିଠାରେ ଯାଇଣ ମିଳିଲେ ଯଦୁପତି ।ବୋଲନ୍ତି ବଳରାମଙ୍କୁ ଚାହିଁ ଚକ୍ରଧରଚାଲନ୍ତୁ ଗୋପକୁ ଯିବା ହେଲାଣି ଉଛୁର ।ଏଠାରେ ବହୁତ ତୃଣ ଅଛି ଜାତ ହୋଇକାଲି ଏ ସ୍ଥାନକୁ ଗୋରୁ ଆଣିବା ଚରାଇ ।କୃଷ୍ଣ ବାକ୍ୟେ ଗୋପାଳଙ୍କୁ ଡାକି ହଳଧରବୋଲନ୍ତି ଫେରାଅ ଧେନୁ ଯିବା ଗୋପପୁର ।ଧେନୁ ଘେନି କୃଷ୍ଣଚନ୍ଦ୍ର ଗୋପେ ବାହୁଡ଼ିଲେନାନାରଙ୍ଗେ ଚାଲନ୍ତି ମୁରଲୀ ଧରି କରେ ।ଗୋରଜ ପଡ଼ିଣ ଅଙ୍ଗ ଦିଶଇ ସୁନ୍ଦରବୃନ୍ଦାବନୁ ବାହାର ହୋଇଲେ ବେଣୁଧର ।ଅକ୍ରୂରକୁ ଦେଖି ଗୋପୀଙ୍କର ଭାବନାଶୁକ ମୁନି କହନ୍ତି ପରୀକ୍ଷ ରାଜ ପାଶଗୋପକୁ ବାହୁଡ଼ି ରାଧା ହୋଇଲେ ହରଷ ।ଦୂରୁଁ ଦେଖିଲେ ପଡ଼ଇ ଗୋପେ ହୁଳହୁଳିଗୋପୀଏ ଡାକନ୍ତି ରାଧା ଆସ ବେଗ କରି ।ବୋଲନ୍ତି ମଧୁ ନଗରୁ ଆସିଅଛି ରଥରଥ ଉପରେ ବସିଛି ସଫଳାର ସୁତ ।କେ ବୋଲଇ କଂସଦୂତ ସେହି ତ ଅଟଇରାଜା ଆଜ୍ଞ । ଧରି ରହୁବରେ ଅଛି ରହି ।ଦ୍ୱାରୀକି କହିଲେ ସେତ ଗଲା ଅନ୍ତ ପୁରେକି ଜାଣି କି କହୁଅଛି ନନ୍ଦର ଛାମୁରେ ।କେହୁ ବୋଲେ ରାଧା ଚାଲ ଅନ୍ତଃପୁରେ ଯିବାକି କି କହୁଅଛି ଦ୍ୱାରୀ ତା ମୁଖୁଁ ଶୁଣିବା ।ଏହା ଶୁଣିକରି ରାଧା ତହୁଁ ଚଳିଗଲେଯହିଁ ଥିଲା ରହୁବର ସେଠାରେ ମିଳିଲେ ।ମନେ ବିଚାରଇ ଦେଖି ଅକ୍ରୂରର ତେଜନିଶ୍ଚେ ଗୋପରେ ପ୍ରମାଦ ପଡ଼ିଲାଟି ଆଜ ।ବିଷ୍ଣୁ ତେଜ ପୁରିଅଛି ଅକ୍ରୂର ଶରୀରେଦେଖିକରି ରାଈ ଢଳି ପଡ଼ିଲେ ଧରାରେ ।ହାହାକାର କରି ଗୋପୀ ତୋଳିଣ ଧଇଲେଶୀତଳ ଜଳ ନେଇଣ ମୁଖରେ ସିଞ୍ଚିଲେ ।ଚେତନା ଲଭିଣ ରାଈ ଗୋପୀଙ୍କୁ ଅନାଇବୋଇଲେ ଗୋ ରହୁବର ଆଣିଛି କିମ୍ପାଇ ।ଲେଖା ଧରି ଆସିଛି ସେ କହ କି କି କଥାଦିଶଇ ସାକ୍ଷାତେ ଯଥା ସେ କାଳ ଦେବତା ।କେଉଁ ଦେଶରୁ ଆସିଛି ଅବା କୃଷ୍ଣ ଦେଖିକି ଅବା ଗୋପକୁ କଂସ ଡଗର ପେଶିଛି ।ରାଧାର ମୁଖୁଁ ଏମନ୍ତ ଶୁଣି ଗୋପୀଗଣବୋଲନ୍ତି ଏ କଂସଦୂତ ସଫଳାନନ୍ଦନ ।ଧନୁ ଉତ୍ସବ ଯାତ୍ରା ସେ ଭିଆଇଛି କଂସବରଣ କରିଛି ନାନା ଦେଶର ନରେଶ ।ଗୋପପୁରୁଁ ନେବ ଆଜ କୃଷ୍ଣ ହଳଧରକଂସର ଲେଖା ଧରିଛି ଦେଖ ଗୋ ଅକ୍ରୂର ।ନନ୍ଦ ଆଗରେ କହିଲା ଦ୍ୱାରୀ ବେଗେ ଯାଇଁଶୁଣି ନନ୍ଦ ହତଜ୍ଞାନେ ଅବନୀ ଲୋଟଇ ।ଅନ୍ତଃପୁର ଦାସୀମାନେ ହାହାରାବ କରିବଞ୍ଚେ କି ଯଶୋଦା ଆଉ ନନ୍ଦରାଜା ନାରୀ ।କ୍ଷଣକେ ମଉନ ହୋଇ ରାଧିକା ରହିଲେପୁଣି ଗୋପୀମାନଙ୍କୁ ସେ କହନ୍ତି ବିକଳେ ।ଆଗୋ ସଖୀ କୃଷ୍ଣ ଯେବେ ମଥୁରାକୁ ଯିବେକି କରିବେ ଗୋପପୁରେ ଗୋପୀମାନେ ତେବେ ।କୃଷ୍ଣ ଦେଖୁ ଦେଖୁ ଚାଲ ସର୍ବସଖୀ ଯିବାପ୍ରଚଣ୍ଡ ଅନଳ ଜାଳି ତହିଁରେ ପଶିବା ।ଯେବେ ଅନଳ ଆମ୍ଭଙ୍କୁ ନ କରିବ ନାଶଗଙ୍ଗାସାଗରରେ ତେବେ ସର୍ବେ ଦେବା ଝାସ ।ତେବେ ଝାସିବା ଗୋ ଗଙ୍ଗାସାଗରରେ ଯାଇଁକାମନା କରିବା ଏହା ସର୍ବେ ଗୋପଗୋଈ ।ବୋଲିବା ଗୋ ସୁରେଶ୍ୱରୀ ଏହି ଦୟା କରଜନ୍ମେ ଜନ୍ମେ ପତି ହେବ ନନ୍ଦର କୁମର ।ତାଙ୍କ ପାଦତଳେ ସେବା କରୁଥିବୁ ଆମ୍ଭେକୃଷ୍ଣ ବିନୁ ଅନ୍ୟ ନ ମାଗିବା ତାଙ୍କ ଆଗେ ।ସେହି ଫଳେ ଆର ଜନ୍ମେ କୃଷ୍ଣଙ୍କୁ ପାଇବାପତି ବରି ସଙ୍ଗେ ଘେନି ରଙ୍ଗେ ବିହରିବା ।ଯେ ଯାହା ମନରେ ଭାବି ଗଙ୍ଗାରେ ଝାସଇପରଜନ୍ମେ ନିଶ୍ଚେ ତାର କାମନା ପୁରଇ ।ପୁଣି ଏକ ଗୋପୀ ମନେ ବିଚାରି ବୋଇଲାସେହି ଗଙ୍ଗା ଡରି କୃଷ୍ଣ ପାଦରେ ଲୁଚିଲା ।ସେ ଆମ୍ଭମାନଙ୍କୁ କେଭେ ନ କରିବ ନାଶଚାଲ ସର୍ବେ ରୁଣ୍ଡ ହୋଇ ଯିବା ମଧୁ ଦେଶ ।ଧରିବା ପୁରୁଷ ବେଶ ସର୍ବେ ଗୋପନାରୀକରିବା ସେ ଦେଶେ ପଶି ନାନା ହୁରିଯୁରି ।ଶୁଣି କଂସ କୋପଭରେ ପେଶିବ ରାକ୍ଷସଆମ୍ଭଙ୍କୁ ଭକ୍ଷିଣ ମନ କରିବ ସନ୍ତୋଷ ।ଗୋପୀମାନେ ଏରୂପେ ହୁଅନ୍ତେ କୁହାକୁହିରଥରେ ବସି ଅକ୍ରୂର ସକଳ ଶୁଣଇ ।ମନେ ବିଚାରଇ ଏହାଙ୍କର ଜନ୍ମ ଧନ୍ୟଧନ୍ୟ ୟାଙ୍କ ପିତାମାତା ଧନ୍ୟ ୟାଙ୍କ ପ୍ରାଣ ।କି ପୁଣ୍ୟ ପୂର୍ବେ କରିଣ ଜନମି ଅଛନ୍ତିକୃଷ୍ଣଙ୍କୁ ଛାଡ଼ିବା ପାଇଁ ମନ ନ କରନ୍ତି ।ଆଦିନାଥ ଏଠାରେ ମାନବେ ଅବତରିଖେଳା କରୁଛନ୍ତି ଗୋପୀ ଗୋପାଳଙ୍କୁ ଧରି ।ଧନ୍ୟ ଏହାଙ୍କର ଜନ୍ମ ଏହି ଗୋପକୁଳେଆବର ଧନ୍ୟ ଅଟନ୍ତି ସମସ୍ତ ଗୋପାଳେ ।କୃଷ୍ଣ ପ୍ରେମେ ବାଇ ହୋଇ ଖେଳ ଏ କରନ୍ତିପୂର୍ବ ଜନ୍ମରେ କେତେ ଏ ପୁଣ୍ୟ କରିଛନ୍ତି ।ୟାଙ୍କ ପୁଣ୍ୟ ଅକଳନ କହିତ ନୁହଇଅନୁକ୍ଷଣେ କୃଷ୍ଣ ପ୍ରେମେ ହୋଇଛନ୍ତି ବାଇ ।ବ୍ରହ୍ମା ଇନ୍ଦ୍ରାଦି ସହିତେ ଯେତେ ଦେବଗଣଗୋପୀଙ୍କ ସଙ୍ଗରେ କେହି ନୋହିବେ ସମାନ ।ଯେଉଁ କୃଷ୍ଣ ଅବତାର ଅଟନ୍ତି ଅନନ୍ତବ୍ରହ୍ମାଣ୍ଡ ଯା ଲୋମମୂଳୁଁ ହୋଇଛନ୍ତି ଜାତ ।ଯାର ପାଦପଦ୍ମ ବ୍ରହ୍ମା କରୁଥାଇ ଧ୍ୟାନଅହର୍ନିଶି ଯୋଗରେ ଭାବନ୍ତି ତ୍ରିଲୋଚନ ।ଯାର ପାଦ ନଖ କୋଣେ ଗୁପ୍ତ ସୁରେଶ୍ୱରୀଯାର ପାଦ ଲାଗି ମୋକ୍ଷ ଗଉତମ ନାରୀ ।ଯାର ପାଦପଦ୍ମ ଶୂନ୍ୟ ମଣ୍ଡଳେ ଘୋଟିଲ ।ଯାର ପାଦ ନବଖଣ୍ଡ ମେଦିନୀ ବ୍ୟାପିଲା ।ଯେ ପାଦେ ବଳୀକି ଛନ୍ତି ପାତାଳକୁ ଚାପିଯେ ପାଦପଦ୍ମକୁ ନିତ୍ୟ ଯୋଗୀଜନ ଜପିଯୁଗ ଯୁଗାନ୍ତରେ ବସି ଦେଖି ନ ପାରନ୍ତିତେଣୁ ସେ ଦାରୁଣ ଦୁଃଖସାଗରେ ମଜ୍ଜନ୍ତି ।ସେହି ପାଦୋଦକ ଗୋପୀ କରୁଛନ୍ତି ପାନବଶ କରିଛନ୍ତି ଯେଣୁ ନନ୍ଦର ନନ୍ଦନ ।ସଙ୍ଗେ ଘେନି କୃଷ୍ଣଙ୍କୁ ସେ କରନ୍ତି ବିହାରକୋଳରେ ଘେନି ଭୁଞ୍ଜାନ୍ତି ଦଧି ଦୁଗ୍ଧ ସର ।କୃଷ୍ଣର ଅଧରାମୃତ କରୁଛନ୍ତି ପାନକୃଷ୍ଣ ସଙ୍ଗତେ ପଲଙ୍କେ କରନ୍ତି ଶୟନ ।ନାନା ହାସ ପରିହାସ ଭାବେ ନ୍ୟନ୍ତି ଦିନଧନ୍ୟ ଧନ୍ୟ ଗୋପୀ ଧନ୍ୟ ଏହାଙ୍କ ଜୀବନ ।ଏମନ୍ତ ଭାବେ ଅକ୍ରୂର ବିଚାରଇ ମନେଧନ୍ୟ ମୋର ଜନ୍ମ ୟାଙ୍କୁ ଦେଖିଲି ନୟନେ ।ଭାବେ ରାଧା ରୂପେ ଲକ୍ଷ୍ମୀ ହୋଇଛନ୍ତି ଜାତନାହିଁ ପଟାନ୍ତର ରୂପ ମୋହୁଛି ଜଗତ ।ଗୋପୀଙ୍କ ସଙ୍ଗତେ ଲୀଳା କରୁଛନ୍ତି ହରିକୃଷ୍ଣ ଗମନେ କାତର ହେଉଛନ୍ତି ବାଳୀ ।ରାଧାଙ୍କ ଆକୁଳ ଦେଖି ମନ୍ତ୍ରୀ ମନେ ଗୁଣିକିଅବା କରିବେ କୋପ ମୋତେ କମଳିନୀ ।ଅକାରଣେ ମୋରେ କ୍ରୋଧ କରିବେ କିମ୍ପାଇଯାହାର କ୍ରୋଧ ବିଧାତା ନ ପାରନ୍ତି ସହି ।ଅବଳା ସ୍ୱଭାବେ ଯେବେ ନ କରି ବିଚାରଅଭିଶାପେ ମୋତେ ପଠାଇବେ ଯମପୁର ।କଂସରାଜା ଯେତେ ଚାର ଗୋପକୁ ପେଶିଲାସର୍ବେ ମଲେ ଜଣେ କେହି ଫେରିତ ନ ଗଲା ।ତାଙ୍କ ସଙ୍ଗେ ଗଣା ହେବି ଜଣାଯାଏ ମୋତେପୁଣି ବିଚାରଇ ଏହା ଭାବିବି କେମନ୍ତେ ।ମଥୁରାରେ ଶୁଣିଥିଲି କୃଷ୍ଣ କଥାମାନଏବେ ତାହା ପ୍ରତ୍ୟକ୍ଷରେ କଲି ଦରଶନ ।ଏ ତ ଇକ୍ଷ୍ମୀ ନାରାୟଣ ମାରିବେ ଦଇତଭାରା ଉଶ୍ୱାସିବା ପାଇଁ ମର୍ତ୍ତ୍ୟପୁରେ ଜାତ ।ମୁଁ ଯେ ମୂଢ଼ପଣ କରି ଗୋପକୁ ଅଇଲିରାମ କୃଷ୍ଣ ନଗଲେ ତ କଂସ ହସ୍ତେ ମଲି ।ଏ ଗୋପୀମାନଙ୍କ ଭାବ କୃଷ୍ଣ ନ ତେଜିବେକୃଷ୍ଣ ନ ଦେଖିଲେ ଗୋପୀ ଜୀବନ ହାରିବେ ।ଏତେ ବିଚାରି ଅକ୍ରୂର ଗୋପୀଗଣ ଦେଖେରହୁବର ବେଢ଼ି ରହିଛନ୍ତି ସର୍ବେ ଦୁଃଖେ ।ବିକଳ ହୋଇ ଗୋପୀଏ ବୋଲନ୍ତି ବଚନଅକ୍ରୂର ବାହୁଡ଼ି ଯାଅ ମଥୁରା ଭୁବନ ।କୃଷ୍ଣଙ୍କୁ ନ ଦେଖି କଂସ ଯେବେ କରେ ରୋଷମଧୁପୁର ତେଜି ତୁହୋ ଗୋପପୁରେ ଆସ ।ନନ୍ଦ ପାଦତଳେ ପଡ଼ି କହିବୁ ସକଳେଯେମନ୍ତେ ସେ ତୋତେ ମନ୍ତ୍ରୀ କରେ ଏ ଗୋପରେ ।ଯେବେ ମନ୍ତ୍ରୀ କରି ନନ୍ଦ ନ ରଖିବେ ତୋତେପୁଣି କୃଷ୍ଣଙ୍କୁ କହିବୁ ଆମ୍ଭେ ଗୋପୀ ଯେତେ ।କୃଷ୍ଣ ପାଦତଳେ ଆମେ ତୋ ପାଇଁ ପଡ଼ିବୁନିଶ୍ଚୟେ ଗୋପରେ ତୋତେ ମନ୍ତ୍ରୀ କରାଇବୁ ।ଅବଶ୍ୟ କୃଷ୍ଣ ଆମର ବଚନ ଘେନିବେତାଙ୍କ ପାଦତଳେ ଦାସ କରିଣ ରଖିବେ ।ଆମ୍ଭଠୁ ହୋଇବ ତୁମ୍ଭେ ଅଧିକ ଭକତକୃଷ୍ଣ ଅଙ୍ଗେ ଲୀନ ହେବ କହୁଅଛୁ ସତ ।ତୋତେ ଯେବେ ନରଖିବେ ପାଦରେ ଶରଣତୋହ ଲାଗି ଗୋପୀଗଣ ତେଜିବୁ ଜୀବନ ।କହୁଅଛୁ ସତ୍ୟ ସତ୍ୟ ଶୁଣ ହେ ଅକ୍ରୂରଯେବେ ଆଜି ନ ଯିବୁଟି ଫେରି ମଧୁପୁର ।ଆମ୍ଭେ ସକଳ ଗୋପିନୀ ମରିବୁ ତୋ ନାଁରେନାରୀହତ୍ୟା ଦୋଷ ତୋର ଲାଗିବ ଅଙ୍ଗରେ ।ନାରୀହତ୍ୟା ପାତକରେ ଘାଣ୍ଟି ତୁ ହୋଇବୁତୋ ପୂର୍ବ ପୁରୁଷଙ୍କୁ ନର୍କରେ ମଡ଼ାଇବୁ ।ତୋହ ଲାଗି ପିତୃଗଣ ନରକେ ପଡ଼ିବେପୁତ୍ର ଜନ୍ମ କରିବାର ଫଳ ସେ ଲଭିବେ ।ପୁତ୍ର ଜନ୍ମକରି ପିତୃ ଲଭନ୍ତି ତୃପତିତୋ ଲାଗି ପିତୃଗଣ ଲଭିବେ ଅଧୋଗତି ।ଆହେ ଅକ୍ରୂର ନ କର ଏପରି କରମଧାର୍ମିକ ଜନେ ପାଳନ୍ତି ସିନାଟି ଧରମ ।ଧର୍ମବଳୁ ଧରଣୀ ରହିଛି ସ୍ଥିର ହୋଇଧର୍ମ ନ ଥିଲାର ଭୂଇଁ କେଉଁଠାରେ ନାହିଁ ।ଧର୍ମ ଘେନି ଚନ୍ଦ୍ର ସୂର୍ଯ୍ୟ ହୋନ୍ତି ଆତଯାତଧର୍ମ ଘେନି ପ୍ରକାଶ ପାଉଛି ଦିବା ରାତ୍ର ।ଧର୍ମକୁ ଛାଡ଼ିଲେ କାହିଁ ସ୍ଥାନ ନ ମିଳଇଧର୍ମଚ୍ୟୁତ ବ୍ୟକ୍ତିକି ଧରଣୀ ନ ସହଇ ।ଧର୍ମ ଥିଲେ ସକଳକୁ ସକଳ ମିଳଇଧର୍ମହୀନ ଲୋକକୁ ଯେ ଚାହିଁ ନ ଯୋଗାଇ ।ତୁହି ଅକ୍ରୂର ଅଟୁ ତ ଧର୍ମଜ୍ଞ ବିବେକକୃଷ୍ଣଙ୍କୁ ନେଇ କିମ୍ପାଇଁ ଜନ୍ମାଇବୁ ଦୁଃଖ ।ଧାର୍ମିକ ଜନେ ଅନ୍ୟକୁ କ୍ଳେଶ ନ ଦିଅନ୍ତିନିଜ କର୍ମ କରି ସଦା ସୁଖେ ରହିଥାନ୍ତି ।ତୁହି ତ ଅକ୍ରୂର ପାପ ପୁଣ୍ୟ କଥା ଜାଣୁଆମ୍ଭ ଚିତ୍ତେ ଦୁଃଖ ଦେବୁ କେବଣ କାରଣୁ ।ଏ ପ୍ରକାରେ ଗୋପୀମାନେ ସକଳ କହନ୍ତିଧର୍ମଜ୍ଞାନ ମହତ୍ତ୍ୱରେ ବୁଝାଇ ଦିଅନ୍ତି ।ଗୋପୀଙ୍କ ବଚନ ଶୁଣି ଅକ୍ରୂର ମଉନଅନ୍ତର୍ଗତେ କୃଷ୍ଣଙ୍କୁ ସେ କରୁଛନ୍ତି ଧ୍ୟାନ ।କହି ନ ପାରିଣ କିଛି ଚାହେଁ ଜଳ ଜଳଦେଖେ ଗୋପୀଙ୍କର ନେତ୍ରୁ ବହେ ଅଶ୍ରୂଜଳ ।ଶୁଣି ଏକ ଗୋପୀ ତହୁଁ କ୍ରୋଧେ କହେ ବାଣୀକିମ୍ପାଇଁ ଅକ୍ରୂର ନାମ ଧର ଗୋ ସଜନୀ ।ଯେତେ ଦୂତମାନେ ଗୋପପୁରକୁ ଅଇଲେକେହି ଜଣେ ପ୍ରାଣ ଘେନି ମଥୁରା ନ ଗଲେ ।କୃଷ୍ଣ ସିନା ସମସ୍ତଙ୍କୁ ପ୍ରାଣେ ନାଶ କଲାଆମ୍ଭ ଭାଗ୍ୟେ ଏବେ ଆସି ଅକ୍ରୂର ପଡ଼ିଲା ।ବିଳମ୍ବ ନ କରି ସଖୀ ମାର ଗୋ ଅକ୍ରୂରଖଣ୍ଡ ଖଣ୍ଡ କରି ତାର ଭାଙ୍ଗ ରହୁବର ।କେ ବୋଲେ କେଶକୁ ଧରି ଆଣ ସହଚରୀତଳେ ପକାଇଣ ତାର ବୁକୁ ଦେବା ଚିରି ।ମାରି ତାହାକୁ ଯମୁନା ବାଲିରେ ପୋତିବାକୃଷ୍ଣ ପଚାରିଲେ କେହି କିଛି ନ କହିବା ।କେ ବୋଲଇ ରାଜଦୂତ ନ କର ଗୋ ନାଶଶାଙ୍କୋଳି ପିନ୍ଧାଇ ବାନ୍ଧିନେବ ରାଜା କଂସ ।କେ ବୋଲଇ ସଖୀ ରଥ କେଉଁଠି ରଖିବକେହି ବୋଲେ ବିଳମ୍ବ ନ କରି ଶିରଚ୍ଛେଦ ।କେହୁ ବୋଲେ ଅତି ଉଚ୍ଚ ଅଟେ ରହୁବରଦେଖ ଗୋ ନିର୍ଭୟ ହୋଇ ବସିଛି ଅକ୍ରୂର ।କେମନ୍ତେ ଚଢ଼ି ତାହାକୁ ଆଣିବା ଗୋ ଧରିଧରି ନ ପାରିଲେ ତାକୁ ପାରିବା କି ମାରି ।କେ ବୋଲଇ କଥା ଏକ ମୋତେ ଦିଶୁଅଛିଶୁଖିଲା ପତର ଆଣି ରଥେ ଦେବା କିଛି ।ଅନଳ ଆଣି ତହିଁରେ ଦେବା ଗୋ ଲଗାଇଶୁଖିଲା ପତର ପୁଣି ପକାଇବା ତହିଁ ।ପ୍ରଚଣ୍ଡ ତେଜରେ ଯହୁଁ ଜଳିବ ଅନଳଅନଳର ତାପେ ଖସି ପଡ଼ିବ ସେ ତଳ ।ତେବେ ସିନା ଅକ୍ରୂରର ଶିର ଗୋ କାଟିବାସେ ମଲେ ନିଶ୍ଚିନ୍ତେ ଆମ୍ଭେମାନେଟି ରହିବା ।କେ ବୋଲେ ଉପାୟ ଅଛିଟିରେ ଏକ ସଖୀପଥର ମାରିବା ଆସ ଅକ୍ରୂରକୁ ଲକ୍ଷି ।ଶରୀରେ ବାଜିଲେ ଦେହ ହେବ ଖଣ୍ଡ ଖଣ୍ଡସବୁ ଗୋପୀ ମିଳି ତାର ଭାଙ୍ଗିଦେବା ମୁଣ୍ଡ ।ଷୋଳ ସହସ୍ର ଗୋପିନୀ ଏହି ଏକ ସିନାକେ ଟାଣିବା କେଶ ତାର କେ ଟାଣିବା ଡେଣା ।ପୋଡ଼ିଦେଲେ ରଥକୁ ସେ ଅକ୍ରୂର ମରିବତେବେ ସଖୀ ଗୋପପୁର କଳଙ୍କ ସରିବ ।ପଳାଇ ଯିବଟି ଯେବେ ରାଜାଙ୍କୁ କହିବସେ ଶୁଣିଲେ ପୁଣି ମହାଦ୍ୱନ୍ଦ୍ୱ ଭିଆଇବ ।କେ ବୋଲଇ ସଖୀମାନେ ଭାଳ କିମ୍ପା ଆଉଚଉପାଶେ ବେଢ଼ ସର୍ବେ ଅକ୍ରୂର ନ ଯାଉ ।ଶ୍ରୀକୃଷ୍ଣ ଆସିଲେ ସଖୀ ବୋଲିବେଟି ମନ୍ଦକଂସ ଦୂତର କିମ୍ପାଇଁ ନ କାଟିଲ ମୁଣ୍ଡ ।ବୋଲିବେ ଚ୍ଛେଦନ ଯେବେ ନ ପାରିଲ କରିବୃନ୍ଦାବନେ ଗଲ ନାହିଁ ଗୋପପୁର ନାରୀ ।ମୁହିଁ ଶୁଣିଥିଲେ ଆସି ନେଇଥାନ୍ତି ପ୍ରାଣଗୋପପୁର କିମ୍ପା ସେ କରନ୍ତା ରଣଭଣ ।ଅଧିକେ ଆମ୍ଭଙ୍କୁ ସେ ଗୋ କରିବେ ଧିକ୍କାରବିଳମ୍ବ ନ କରି ସଖୀ ଅକ୍ରୂରକୁ ମାର ।ଗୋପୀମାନେ ଏହିପରି ଭୟ ଦେଖାଇଲେଶୁଣିକରି କଂସଦୂତ ମହାଭୟ କଲେ ।ମନେ ବିଚାରଇ ମୁହିଁ କରିବଇଁ କିସନିଶ୍ଚୟ କରିବେ ଗୋପୀ ମୋର ପ୍ରାଣ ନାଶ ।ପୁଣି ଚଳିଲେ ଅକ୍ରୂର ଗୋପୀଗଣେ ଚାହିଁମନେ ଚିନ୍ତା କରଇ ହେ ରହି ଭାବଗ୍ରାହୀ ।ରାଧାଙ୍କର ଶ୍ରୀମୁଖକୁ ଅନାଇ ଅକ୍ରୂରବିନୟେ କହଇ ମାଗୋ ମୋତେ ରକ୍ଷାକର ।ଗୋପୀଙ୍କ ତର୍ଜନେ ରାଧା ବୋଲନ୍ତି ବଚନରାଜଦୂତ ବଧିବାରେ ନ ବଳାଅ ମନ ।ରାଜାର ଶ୍ରୀମୁଖ ଲେଖା ହସ୍ତେ ଅଛି ଧରିତାହାଙ୍କ ଆଜ୍ଞା ଘେନିଣ ଆସିଛି ଏ ପୁରୀ ।କୃଷ୍ଣଙ୍କୁ ଦେଖିଲେ ଲେଖା ଦେବ ଗୋ ଅକ୍ରୂରରହୁବରେ ବସି ତେଣୁ କରଇ ବିଚାର ।ଯେ ଦୂତ ବଧଇ ତାର ନାହିଁ ପ୍ରତିକାରକିମ୍ପାଇ ବିଚାର କର ମାରିବା ଅକ୍ରୂର ।ଇହପର ଲୋକେ ତାକୁ ଠାବ ନାହିଁ ସହୀଜୀବନ ଶେଷେ ସେ କୁମ୍ଭୀପାକରେ ପଡ଼ଇ ।ବିଷ୍ଣୁପାଦେ ଅପରାଧୀ ପାଏ ଯମଦଣ୍ଡଶୃଗାଳ ଶକୁନି ବେଢ଼ି ଭକ୍ଷନ୍ତି ତା ପିଣ୍ଡ ।ଯେ ଯାହାର ଅନ୍ନ ଖାଏ ସେ ସିନା ତା ଦାସଆସିଛି ରାଜାର ବୋଲେ କିମ୍ପା କର ରୋଷ ।ନିର୍ଦ୍ଦୋଷୀ ବଧିବା କେବେ ନୁହଇ ଉଚିତତୁମ୍ଭେମାନେ ବଧିବ ଗୋ କିମ୍ପା ରାଜଦୂତ ।ଆମ୍ଭମାନଙ୍କୁ ତ ଏହୁ କହୁ ନାହିଁ କିଛିକି କି କହି ଦ୍ୱାରୀ ନନ୍ଦ ପାଶକୁ ପେଶିଛି ।ବାରତା ନ ଶୁଣି ତୁମ୍ଭେ କିମ୍ପା କର ଦ୍ୱନ୍ଦ୍ୱକୃଷ୍ଣ ଶୁଣିଲେ ଆମ୍ଭଙ୍କୁ ବୋଲିବେଟି ମନ୍ଦ ।ଯେତେ ଚାର ଏ ଗୋପକୁ ଆସିଥିଲେ ସହୀଅକ୍ରୂର ପରାୟେ ଜଣେ କେବେ ଆସି ନାହିଁ ।ଯେତେକ ଚାର କଂସର ଗୋପକୁ ଆସିଲେକୃଷ୍ଣ ଯହିଁ ଥିଲେ ତହିଁ ସେ ସମସ୍ତ ମଲେ ।କୃଷ୍ଣ ସେମାନଙ୍କୁ ସହି ପ୍ରାଣେ କଲେ ନାଶଜାଣିଲି ଅକ୍ରୂରେ କୃଷ୍ଣ କରନ୍ତି ବିଶ୍ୱାସ ।ଆଉ ଯେତେ ଚାର ସବୁ କପଟେ ଆସିଲେକୃଷ୍ଣ ଜାଣି ସେମାନଙ୍କୁ ପ୍ରାଣେ ନାଶ କଲେ ।ଯେବେ ଏ ଅକ୍ରୂର ଆସିଥିବ ମାୟା କରିକୃଷ୍ଣ ଜାଣିଲେ ତାହାକୁ ପକାଇବେ ମାରି ।ଏମନ୍ତ ବଚନ ରାଧାଙ୍କର ମୁଖୁଁ ଶୁଣିମଉନେ ରହିଲେ ସର୍ବେ ବରଜ ତରୁଣୀ ।କୃଷ୍ଣଙ୍କୁ ଡାକିବା ପାଇଁ ଖଣ୍ଡେ ଦୂର ଗଲେକୃଷ୍ଣଙ୍କୁ ନ ଦେଖି ସର୍ବେ ବାହୁଡ଼ି ଅଇଲେ ।ପୁଣି ଗୋପୀମାନେ କୃଷ୍ଣ ଫେରିବା ଚାହାନ୍ତିଗୋଧନ ବାହୁଡ଼ା ଦେଖି ନ ପାରି ଫେରନ୍ତି ।କେଉଁ ଗୋପୀ ବୋଲେ କୃଷ୍ଣ ରହିଲେଗୋ କାହିଁଏତେ ଉଛୁର ହୋଇଲା ଫେରିଲେତ ନାହିଁ ।ରାଧା ସଙ୍ଗେ ଗୋପୀମାନେ ହୋଇଛନ୍ତି ଠୁଳକୃଷ୍ଣଙ୍କୁ ନ ଦେଖି ସର୍ବେ ହୁଅନ୍ତି ବିକଳ ।ରାଧା ଗୋପୀଙ୍କର ଉକ୍ତି ଅକ୍ରୂର ଶୁଣିଲାରଥର ଉପରେ ଥାଇ ମନେ ବିଚାରିଲା ।ଧନ୍ୟ ଜୀବନ ଦେଖିଲି ନେତ୍ରେ ଠାକୁରାଣୀସର୍ବ ପାପ ଗଲା ଶୁଣି ଶ୍ରୀମୁଖର ବାଣୀ ।ଗୋପୀମାନେ ମୋହଠାରେ ବହି ମହାରୋଷରାଧା ନ ଥିଲେ ତ କରିଥାନ୍ତେ ପ୍ରାଣେ ନାଶ ।ରାଧା ଗୋପୀଭାବ କୃଷ୍ଣ କେମନ୍ତେ ଛାଡ଼ିବେମଥୁରା ନଗରେ କଂସ କେମନ୍ତେ ମାରିବେ ।ରାଧା କୃଷ୍ଣ ବୋଲି ଜପୁଛନ୍ତି ସୁର ନରକେମନ୍ତ ରାଧାକୁ ଛାଡ଼ିଯିବେ ଦାମୋଦର ।ନ ଗଲେ ଅସୁରମାନେ ନୋହିବେ ନିପାତଅସୁରେ ନ ମଲେ ପୃଥ୍ୱୀ ଭାରା ନୁହେଁ ହତ ।ରଥରେ ଥାଇ ଅକ୍ରୂର ଚିତ୍ତରେ ଭାବଇକୃଷ୍ଣ ଭାବେ ନୟନରୁ ଅଶ୍ରୁ ଯାଏ ବହି ।ଏ ସମୟେ ଗୋଧୂଳିରେ ଲୁଚି ଦିବାକରଧୂମ୍ରମୟ ହେଲା ଶୂନ୍ୟ ଦିଶିଲା ଅନ୍ଧାର ।ରାଧାଙ୍କ ଆଗେ କହନ୍ତି ଯାଇଁ ଗୋପୀଗଣଦେଖ ଗୋ ଉଡ଼ଇ ଧୂଳି ଆସନ୍ତି ମୋହନ ।ଶୁଭୁଅଛି ବେଣୁ ଶିଙ୍ଘନାଦ ଘନ ଘନଧେନୁ ବତ୍ସାମାନଙ୍କର ଶୁଭଇ ଗର୍ଜନ ।ଏହିପରି ଗୋପୀମାନେ ହୋଇ କୁହାକୁହିଖଣ୍ଡେ ଦୂରରୁ ଗୋପକୁ ଦେଖି ହଳସାଇଁ ।ବୋଇଲେକ କୃଷ୍ଣ ଆଜ ଦେଖ ଗୋପପୁରକାହିଁ ପାଇଁ ଦିଶୁଅଛି ଅତି ଭୟଙ୍କର ।କିମ୍ପାଇଁରେ ଗୋପପୁର ଧୂମ୍ରମୟ ଦିଶେଗୃଧ୍ରପକ୍ଷୀମାନେ କିମ୍ପା ଉଡ଼ନ୍ତି ଆକାଶେ ।ଶ୍ୱାନମାନେ ରାବ କରୁଛନ୍ତି ଘନ ଘନଦିବସେ ଶୃଗାଳ କିମ୍ପା କରୁଛନ୍ତି ସ୍ୱନ ।କାଳସର୍ପମାନେ ଦେଖା ଦିଅନ୍ତି ବହୁତଦିବସରେ ଆକାଶେ ଯେ ଦିଶଇ ନକ୍ଷତ୍ର ।ଧୂମ୍ରମୟ ଚଉଦିଗ କିମ୍ପାଇ ଦିଶଇଗୋପରେ ଏପରି ଦିନେ ମୁଁ ତ ଦେଖି ନାହିଁ ।ଗୋପଦାଣ୍ଡେ ରହୁବର ଦିଶଇ କାହାରହୁଳହୁଳି ଶବଦରେ କମ୍ପେ ଗୋପପୁର ।କି ଅବା କଂସ ନୃପତି ଦେଇଅଛି ଧାଡ଼ିଆଜ ମୁଁ ମଥୁରାପୁର ପକାଇବି ତାଡ଼ି ।ସମୁଦ୍ରରେ ମଥୁରାକୁ ନେଇ ପକାଇବିକଂସର ସବଂଶେ ନାଶ ଆଜ ମୁଁ କରିବି ।ଭୀମମୂର୍ତ୍ତି ହୋଇ ରାମ ଧଇଲେ ଲଙ୍ଗଳତାହାଙ୍କ କ୍ରୋଧେ ମେଦିନୀ ହୁଏ ଟଳମଳ ।ଏମନ୍ତ ଦେଖି ଗୋପାଳେ ହୋଇଲେ ସ୍ତବଧବତ୍ସା ଧେନୁମାନଙ୍କର ନ ଚଳଇ ପାଦ ।ରେରେକାର କରି ରାମ ଗରଜି ଉଠିଲେବଳରାମଙ୍କ କ୍ରୋଧକୁ ଦେଖି ଦିଗପାଳେ ।ଥରହର ହେଲେ ସର୍ବେ ମନେ ଭୟକରିଭାବିଲେ କି ରସାତଳ ହେବ ବସୁନ୍ଧରୀ ।ମହାପ୍ରଳୟ କି ଆଜି ହେଲା ଉପସ୍ଥିତକେବଣ କାରଣୁ କିବା ଘଟିବ ଉତ୍ପାତ ।ଶୂନ୍ୟେ ଥାଇ ଦେବଗଣ କରନ୍ତି ବିଚାରବଳରାମ କ୍ରୋଧେ ଆଜି ମରିବ ଅକ୍ରୂର ।ଅକ୍ରୂର ମଲେ ନ ଯିବେ ଦେବ ହୃଷୀକେଶକୃଷ୍ଣ ଯୋଗୁ ନ ଗଲେ ତ ନ ମରିବ କଂସ ।କଂସ ଆଦି ଯେତେକ ଅସୁର ଛନ୍ତି ରହିତାଙ୍କୁ ଯେବେ ନାଶ ନ କରିବେ ଭାବଗ୍ରାହୀ ।ତେବେ ନିଶ୍ଚେ ଧରାର କଷଣ ନ ସରିବଆମ୍ଭ ଦେବଗଣଙ୍କୁ ତ ଠାବ ନ ମିଳିବ ।ଏହିପରି ଦେବଗଣ ମନରେ ଭାବିଲେଇନ୍ଦ୍ର ସହ ଯାଇ ଧାତା ଆଗରେ କହିଲେ ।ଦେବଙ୍କ ବଚନେ ବ୍ରହ୍ମା ହୋଇଲେ ମଉନଧ୍ୟାନେ ଜାଣିଲେ କରନ୍ତି କ୍ରୋଧ ବଳରାମ ।ଦେବତାମାନଙ୍କୁ ଧରି ବ୍ରହ୍ମା ଯେ ଉଠିଲେଗୋପପୁର ନିକଟରେ ଯାଇ ସେ ମିଳିଲେ ।ଶୂନ୍ୟରେ ରହି ଡାକନ୍ତି ଶୁଣ ଭାବଗ୍ରାହୀଅସୁର ବିନାଶିବାକୁ ଜନମିଲ ମହୀ ।ବଳରାମ କ୍ରୋଧେ ଏବେ ମରୁଛି ଅକ୍ରୂରଯାହାର କ୍ରୋଧରେ ନାଶଯିବ ତିନିପୁର ।ଯାହାର କ୍ରୋଧକୁ କାହିଁ ଅକ୍ରୂର ସମର୍ଥନ ଜାଣୁ କି ପ୍ରଭୁ ତୁହି ଆମ୍ଭର ଆରତ ।ଗୋପ ଛାଡ଼ି ଯେବେ ନ ଯିବୁଟି ଭାବଗ୍ରାହୀଆମ୍ଭେ ଦେବତାଏ ସର୍ବେ ନ ପାରିବୁ ରହି ।ସ୍ୱର୍ଗ ମର୍ତ୍ତ୍ୟ ପାତାଳକୁ ଅସୁରେ ନାଶିବେନିର୍ଦ୍ଦୟ ସ୍ୱଭାବେ ସେ ତ ଦୟା ନ କରିବେ ।ଏବେ ବଳରାମ ବେଗେ କ୍ରୋଧ ଶାନ୍ତ କରଅକ୍ରୂର ସଙ୍ଗତେ ରଥେ ଯାଅ ମଧୁପୁର ।ଏସନ ଧାତା ବଚନ ଶୁଣି ଦଇତାରୀବିଷ୍ଣୁ ମାୟା ଲଗାଇଲେ ମନରେ ବିଚାରି ।ବୋଇଲେ ହେ ହଳପାଣି ଶୁଣ ମୋ ବଚନଗୋପରୁ ଗୋପୀଏ ଆସିଥିଲେ ଏହିକ୍ଷଣ ।ଯାହା କହିଗଲେ ତାହା ଶୁଣିଅଛି ମୁହିଁନ ଜାଣି କିମ୍ପାଇ ଦେବ କ୍ରୋଧ କଲୁ ତୁହି ।ଗୋପେ ଯହିଁ ପାଇଁ ଆଜି ଲାଗିଛି ଚହଳକ୍ରୋଧ ନିବାରଣ କରି ଶୁଣ କାମପାଳ ।ମଧୁପୁର ଯଦୁବଂଶୀ ଅକ୍ରୂର ଆସିଛିତବ ଦରଶନ ଇଚ୍ଛି ରଥରେ ବସିଛି ।ଗୋପକୁ ଯାଉଛି ବୋଲି କଂସକୁ କହିଲାପତ୍ର ଖଣ୍ଡେ ଦିଅ ବୋଲି କଂସକୁ ବୋଇଲା ।ଗୋପକୁ ଯେବେ ତୁ ଆଜ ଯିବୁ ହେ ଅକ୍ରୂରନନ୍ଦ ଆଗରେ କହିବୁ ବାରତା ମୋହର ।ବୋଲିବୁ ହୋ ଧନୁଯାତ୍ରା କରୁଛି ରାଜନନାନାଦେଶୁ ରାଜା ଆସିଛନ୍ତି ମଧୁବନ !କରିଛନ୍ତି ରାଜାମାନେ କଂସକୁ ଦର୍ଶନବିଧିମତେ କଂସ ତାଙ୍କୁ ଦିଅଇ ସମ୍ମାନ ।କଂସର କୁଶଳ ରାଜାମାନେ ପଚାରିଲେବୋଇଲେ ଶ୍ରୀଅଙ୍ଗ ତବ ଅଛିଟି କୁଶଳେ ।ପୁତ୍ର ନାତି ଦୁହିତା ଯେ ଅନ୍ତଃପୁର ନାରୀଉଆସ ବାସ ଭଣ୍ଡାର ଯେତେ ପରିବାରୀ ।ଗଜାରୋହୀ ଅଶ୍ୱାରୋହୀ ରଥୀ ପଦାତିକେମଥୁରାର ଜନେ ସୁଖେ ଛନ୍ତିଟି ପ୍ରତ୍ୟେକେ ।ଏମନ୍ତ କୁଶଳ ଯହୁଁ ରାଜାଏ ପୁଚ୍ଛିଲେଶ୍ରବଣେ କଂସ ରାଜନ ଆନନ୍ଦେ କହିଲେ ।ବୋଇଲେ ହେ ରାଜାମାନେ ପଚାରିଲ ଯାହାକୁଶଳେ ଅଛନ୍ତି ଯେଣୁ ତୁମ୍ଭେ ହେଲ ସାହା ।ରାଜାମାନେ ବୋଇଲେଟି ଶୁଣ ହେ ରାଜନସକଳ କୁଶଳ ଯେବେ ଏ ମଧୁ ଭୁବନ ।ତବ ପୁତ୍ର ସୋଦରାଦି ନୟନେ ଦେଖିବୁତୁମ୍ଭର ପିତାମାତାଙ୍କୁ ଦର୍ଶନ କରିବୁ ।ତୁମ୍ଭ ଜ୍ୟେଷ୍ଠ ଭଗିନୀଙ୍କୁ ଦେଖିବୁ ନୟନେଦୁଇ ଭଣଜାଙ୍କୁ ଦେଖିବାକୁ ଇଚ୍ଛୁ ମନେ ।ରାଜାଙ୍କ ବଚନେ କଂସ ଆନନ୍ଦ ବୋଇଲାଭଣଜା ଦେଖିବା କଥା ବିଡ଼ମ୍ବନା ହେଲା ।ସକଳେ ଅଛନ୍ତି ଶୁଭେ ଶୁଣ ନୃପଗଣେକାଲି ତୁମ୍ଭେମାନେ ତାକୁ ଦେଖିବ ନୟନେ ।ଭଣଜା ଏହା ମୋହର ଏ ପୁରେ ନାହାନ୍ତିକିପରି ତାହାଙ୍କୁ ତୁମ୍ଭେ ଦେଖିବ ନୃପତି ।ଶୁଣି ନୃପତି ବୋଇଲେ ହେଁ ରାଜାଧିରାଜଭଣଜା ଦୁହିଁଙ୍କୁ ତୁମେ ଡାକିଆଣ ଆଜ ।ଆନନ୍ଦେ ଧନୁ ଉତ୍ସବ ଯାତ୍ରା ଭିଆଇଲୁକୃଷ୍ଣ ବଳରାମଙ୍କୁ କିମ୍ପାଇ ନ ଆଣିଲୁ ।ବୋଲୁଛି ଅଛନ୍ତି ଦୁଇ ଭଣଜା ମୋହରନ ଆଣିଲୁ ତାଙ୍କୁ ଏ କି ଉଚିତ ବେଭାର ।ଏବେ କୃଷ୍ଣ ବଳରାମ ଆଣ ହୋ ଡକାଇଦେଖିବେ ଧନୁ ଉତ୍ସବ ଯାତ୍ରା ଦୁଇଭାଇ ।ଦେବଙ୍କୁ ଦୁର୍ଲଭ ଧନୁ ଉତ୍ସବକୁ କରୁଆମ୍ଭମାନଙ୍କୁ ତ ଡାକି ଆଣିଛ ଦୂରରୁ ।ସେ ବେନି ପୋଏ ଦେଖିବେ ଏ ଧନୁ ଉତ୍ସବକୃଷ୍ଣ ବଳାରାମ ତାଙ୍କୁ ଅନ୍ତର ନ ଭାବ ।ରାଜାମାନଙ୍କର କଥା ଭାଙ୍ଗି ନ ପାରିଲେଆମ୍ଭଙ୍କୁ ନେବାକୁ ଅକ୍ରୂରକୁ ପଠାଇଲେ ।ମାମୁଁଙ୍କର ଶରଧା ଯେ ଅଛି ଆମ୍ଭ ପରେତୁମ୍ଭଙ୍କୁ ଲୋଡ଼ିଲା ତାର ଧନୁ ଉତ୍ସବରେ ।ଅକ୍ରୂରକୁ ବୋଇଲା ନେଇଣ ରହୁବରବହନ ହୋଇଣ ଚଳିଯାଅ ଗୋପପୁର ।ନନ୍ଦକୁ କହିବୁ ମୋର କଥା ତୁ ସକଳକୃଷ୍ଣ ବଳରାମଙ୍କୁ ଆଣିବୁ ସଙ୍ଗତର ।ବୋଲିବୁ ତୁ ଧନୁଯାତ୍ରା କରେ କଂସବୀରନବଦିନ ରହି ତହିଁ ଫେରିବେ ତୋ ପୁର ।ତୁ ହୋ ନନ୍ଦ ମନେ ଆନ କଥା ନ ବିଚାରରାମ କୃଷ୍ଣଙ୍କୁ ପଠାଅ ମୋର ସଙ୍ଗତର ।କଂସର ନିଜ ଭଣଜା ଅଟନ୍ତି ତୋ ପୋଏସେ ନ ଗଲେ ଯାତ୍ରା ଶୋଭା ନ ଦିଶିବ ରାଏ ।ରାଜାମାନେ ଦେଖିବାକୁ ଶ୍ରଦ୍ଧା କରିଛନ୍ତିଭଣଜାକୁ ଦେଖି ମାମୁଁ ଲଭିବେ ତୃପତି ।ଜନ୍ମ ହେଲା ଦିନୁ ତାଙ୍କୁ ନ ଦେଖିଲି ମୁହିଁଆଠ ବରଷ ହେଲାଣି ଗୋପେ ଛନ୍ତି ରହି ।ସୋଦର ଭଣଜା ମୋର କୃଷ୍ଣ ହଳଧରଆଜିଯାଏ ନ ଦେଖିଲି ବଦନ ତାଙ୍କର ।ମୋ ଘରେ ଅଟନ୍ତି ଇଷ୍ଟ ସେହି ବେନି ଭାଇଭଣଜାକୁ ବିଷ୍ଣୁ ବୋଲି ଶାସ୍ତ୍ରେ ଅଛି କହି ।ମୋ ପୁତ୍ର ଭଣଜା ଯେବେ ହେଲେ ବଳୀୟାରବୃଦ୍ଧକାଳେ ବହିବି ମୁଁ କିମ୍ପା ରାଜ୍ୟଭାର ।ବୃଦ୍ଧ ହୋଇଲେ ଯେଣୁ ମୋ ପିତା ଉଗ୍ରସେନମଥୁରାପୁରରେ ମୋତେ କଲେ ସେ ରାଜନ ।ପୁତ୍ର ମୋହର ବାଳକ ଭଣଜା ସମର୍ଥସେ ପାଳିବ ମଥୁରା ମୁଁ ଯିବି ନାନା ତୀର୍ଥଭଣଜାକୁ ଦେଖିଲେ ପବିତ୍ର ହେବ ଆଖିସମ୍ଭାଳିବେ ରାଜ୍ୟଭାର ମୁଁ ହୋଇବି ସୁଖୀ ।ହଂସକ ଡିମ୍ବକ ବେନି କୁମର ମୋହରମଥୁରା ପାଳିବେ ତାଙ୍କୁ ଘେନି ହଳଧର ।କ୍ରୋଧ ଛାଡ଼ି ପ୍ରଭୁ ଚାଲ ଯିବା ମଧୁପୁର ।ଅକ୍ରୂର ମୁଖରୁ ଶୁଣି କରିବା ଗୋଚରତେବେ ସିନା ଆମ୍ଭେ କିଛି କରିବା ବିଚାର ।ଜନନୀ ପିଅରେ ଆମ୍ଭେ ପ୍ରବୋଧ କରିବାଅକ୍ରୂର ମୁଖରୁ ମାମୁଁ କୁଶଳ ଶୁଣିବା ।ଗୋପୀ ଗୋପାଳଙ୍କୁ ଆମ୍ଭେ କହିବା ବୁଝାଇଦେଖିବା ଧନୁ ଉତ୍ସବ ଯାତ୍ରା ଦେଖି ନାହିଁମାମୁଁ ଯେବେ ଶ୍ରଦ୍ଧା କରି ଅଛଇ ଡକାଇ ।ମାୟାରେ ମୋହିତ ହୋଇ ରୋହିଣୀ ନନ୍ଦନକ୍ରୋଧ ଛାଡ଼ି ଗୋପାଳଙ୍କୁ କହନ୍ତି ବଚନ ।ବେଗରେ ଗୋପାଳ ଧେନୁ ବତ୍ସଙ୍କୁ ଅଡ଼ାଅକଂସ ଦୂତ ବୋଲି ଗୋପେ କରୁଥିବେ ଭୟ ।ବଳରାମଙ୍କ ବଚନେ ଗୋପାଳେ ଚଳିଲେତକ୍ଷଣେ ଗୋପରେ ଯାଇ ପ୍ରବେଶ ହୋଇଲେ ।ଦେଖି ରାମକୃଷ୍ଣ ଗୋପୀ ହୋଇଲେ ବିକଳତାଙ୍କୁ ଦୁଃଖେ ଦୁଃଖୀ ହେଲେକୃଷ୍ଣ କାମପାଳ ।ଧେନୁ ଘେନି ରାମକୃଷ୍ଣ ହୋଇଲେ ପ୍ରବେଶଦେଖିଲେ ଗୋପୀ ଗୋପାଳେ ସକଳେ ବିରସ ।ସିଂହଦ୍ୱାରେ ପ୍ରବେଶ ଯେ କଲେ ହଳୀ ହରିରଥ ଉପରୁ ଅକ୍ରୂର ଦେଖେ ନେତ୍ର ଭରି ।ବିଚାରିଲା ଆସିଲେ ତ ଏବେ ଚକ୍ରଧରଆଉ କିମ୍ପା ବସିବି ମୁଁ ଏ ରଥ ଉପର ।ଏତେ ବିଚାରି ରଥରୁ ମନ୍ତ୍ରୀ ଓହ୍ଲାଇଲାବେନିକର ଯୋଡ଼ି ରାମ ପାଦରେ ପଡ଼ିଲା ।ପୁଣି ଯାଇ କୃଷ୍ଣ ପାଦପଦ୍ମରେ ଲୋଟିଲାଶିରେ କର ଦେଇ ଖଣ୍ଡେଦୂରେ ଉଭା ହେଲା ।କୃଷ୍ଣ ବୋଲନ୍ତି ଅକ୍ରୂର ଶୁଣ ସାବଧାନେଯଦୁବଂଶେ ଜାତ ହୋଇ ପଡ଼ୁଛି ଚରଣେ ।ରାଜଦୂତ ସିନା ତୁମ୍ଭେ ବୟସରେ ବଡ଼କ୍ଷୀଣ କରିବାକୁ ଆୟୁ ଆମ୍ଭ ପାଦେ ପଡ଼ ।ଏମନ୍ତ ସମୟେ ନନ୍ଦ ଯଶୋମତୀ ରାଣୀଦୂରୁ ଦେଖିଲେ ଆସନ୍ତି କୃଷ୍ଣ ହଳପାଣି ।ବେଢ଼ି ଦେଖନ୍ତି ସକଳ ଗୋପ ଗୋପୀମାନେପୁରି ରହିଅଛି ଅଶ୍ରୁ ସବୁରି ନୟନେ ।ଧେନୁ ବତ୍ସାମାନେ ମଧ୍ୟ ବିକଳ ହୁଅନ୍ତିନୀରବ ହୋଇଣ ନେତ୍ରୁ ଲୋତକ ମୁଞ୍ଚନ୍ତି ।ଏହା ଦେଖି ଯଶୋମତୀ ହୋଇଲେ ବିକଳଉଚ୍ଚେ ଡାକ ଦିଅନ୍ତିରେ କୃଷ୍ଣ କାମପାଳ ।ଅକ୍ରୂର ଆସିଛି ଧରିନେବ ମଧୁପୁରୀଭୁଞ୍ଜାଇବି ଲବଣୀ ମୁଁ କାହାକୁ ରେ ଧରି ।କେ ଅବା ଗୋପେ ଲବଣୀ କରିବରେ ଚୋରୀକାହା ମୁଖ ଚାହିଁ ମୁଁ ରେ ଥିବି ଗୋପପୁରୀ ।ଗୋରଚନା ଚିତା କାହା କପାଳେ ମୁଁ ଦେବିକାହାକୁ ମୁଁ ନେଇ ରତ୍ନ ଖଟେ ଶୁଆଇବି ।କାହାର ଚିକ୍କଣ କେଶେ ପାରିବି ମୁଁ ବେଣୀକାହା ଅଙ୍ଗ ଧୂଳି ଛାଡ଼ି ଧରିବି ରେ ଆଣି ।କେହୁ ମାଟି ଖାଇ ମୋତେ ଦେଖାଇବ ତୁଣ୍ଡକାହା ଗର୍ଭେ ଦେଖିବି ମୁଁ ଅଶେଷ ବ୍ରହ୍ମାଣ୍ଡ ।କେ ଆକାଶ ଚାନ୍ଦ ଦେଖି କରିବରେ ଅଳିକେ କାଳୀୟ ଦର୍ପ ଧ୍ୱଂସି ଫୁଲ ଦେବ ତୋଳି ।କେ ନାଟୁଆ ବେଶ ହୋଇ କରିବ କୀର୍ତ୍ତନକେହି ଅନ୍ଧ ବ୍ରାହ୍ମଣକୁ ଦେବ ଚକ୍ଷୁଦାନ ।କାହା ଲାଗି ଗୋପପୁରେ ଲାଗିବରେ କଳିକେ ରଖିବ ଅଜଗର ମୁଖୁଁ ବନମାଳୀ ।କାହାକୁ ଯାମଳାର୍ଜ୍ଜୁନେ କରିବି ବନ୍ଧନଯାମଳା ସହିତେ ରକ୍ଷ କେ ନାଶିବ ପୁଣ ।ଅଗ୍ନି ମୁଖରୁ କେ ଅବା ରଖିବ ଗୋପାଳଗୋପୀଙ୍କ ବସ୍ତ୍ର ବାନ୍ଧିବ କେ କଦମ୍ବ ଡାଳ ।କେ କରିବ ଘରେ ଘରେ ପଶି ହୁରି ଜୁରିକା ଘେନି ଗୋପୀଏ ଆସି କରିବେ ଗୁହାରି ।କେହୁ କରିବ ମୋର ସ୍ତନରୁ କ୍ଷୀର ପାନଏମନ୍ତ କହି ଯଶୋଦା କରନ୍ତି ରୋଦନ ।ନୟନ ପିତୁଳା ମୋର ଦୁଃଖିନୀ ରତନତୁ ଗଲେ ମଥୁରା ମୁଁ କି ରଖିବି ଜୀବନ ।ଅନ୍ଧର ଲଉଡ଼ି ମୋର ହୃଦୟ ଚନ୍ଦନବୃଦ୍ଧକାଳେ ଗର୍ଭେ ମୋର ଲଭିଲୁ ଜନମ ।ଏବେ ପୁତ୍ରକଷ୍ଟ ମୋତେ ଦେଉ ଭାବଗ୍ରାହୀମଧୁପୁର ଗଲେ ଆଉ ଫେରିବୁକି ତୁହି ।ତୋ ମୁଖ ନ ଦେଖି ମୋର ପୁରିବଟି କାଳବୃଦ୍ଧକାଳ ଦେଖି ଛାଡ଼ି ଯିବୁରେ ଦୁଲାଳ ।ମୁଖେ ଅଗ୍ନି ଦେବ କେହୁ ମୋ ମରଣ ପରେପୁତ୍ର ଥାଉଁ ଅପୁତ୍ରିକ ବୋଲିବେ ସକଳେ ।ଅପୁତ୍ରିକ ବୋଲି ନ ଚାହିଁବେ ମୋ ବଦନଭୋଗିବି ପୁତ୍ର ଜନମ କରି ଅପମାନ ।ରାମଙ୍କୁ କୋଳ କରିଣ କାନ୍ଦେ ନନ୍ଦରାୟେହା ହା ରାମ ବୋଲି ତଳେ ପଡ଼ି ମୂର୍ଚ୍ଛା ଯାଏଅଧୀର ଭାବରେ ନନ୍ଦ ହୁଏ ଅଚେତନବଳରାମ କରୁଥାନ୍ତି ଯତ୍ନେ ସଚେତନ ।ସୁବାସିତ ଜଳ ନେଇ ମୁଖରେ ସିଞ୍ଚିଲେସଚେତ ହୋଇଣ ନନ୍ଦ ରାମେ କୋଳ କଲେ ।ନନ୍ଦ ଅଚେତନ ଦେଖି ଯଶୋମତୀ ରାଣୀହା ହା କୃଷ୍ଣ ବୋଲି ମୂର୍ଚ୍ଛା ଲୋଟଇ ଧରଣୀଭୂମିରେ ପଡ଼ିଲା ରାଣୀ ହୋଇ ଅଚେତନକୃଷ୍ଣ ଦେଖି ଯଶୋଦାଙ୍କୁ କରନ୍ତି ଚେତନ ।କିଛି କ୍ଷଣେ ଚେତା ପାଇ ଯଶୋଦା ବୋଲଇତୋତେ ନ ଦେଖି ଜୀବନ ହାରିବି ଯେ ମୁହିଁ ।ପୁଣିହିଁ ବୋଲନ୍ତି କୃଷ୍ଣ କହିଅଛି ତୋତେଅକ୍ରୂର ଆସିଛି ତୋତେ ଘେନିଯିବ ରଥେ ।ବଳରାମଙ୍କୁ ତ ସଙ୍ଗେ ନେବୁ ବେଣୁଧରଯିବ ଯେବେ ବେନିଭାଇ ମୁଁ ହେବି କାହାର ।ତୋତେ ଛାଡ଼ି ଗୋପଜନେ କାହାର ହୋଇବେକେମନ୍ତ ପ୍ରକାରେ ତୋତେ ଛାଡ଼ି ସେ ଚଳିବେଧେନୁ ବତ୍ସାମାନେ ସବୁ ହେବେ ନାରଖାରକରଯୋଡ଼ି ମାଗୁଛି ତୁ ନ ଯା ମଧୁପୁର ।ଏମନ୍ତ ବୋଲି ଯଶୋଦା କାନ୍ଦନ୍ତି ବିକଳେବଳରାମଙ୍କୁ ଦେଖିଣ କହନ୍ତି ଆକୁଳେ ।ଦେଖାଅରେ ବାବୁ ଥରେ ତୋ ଚନ୍ଦ୍ରବଦନନିରାଶ କରିଣ ମୋତେ ଯାଉ ମଧୁବନ ।ରାମକୃଷ୍ଣ ବେନିଭାଇ ମଧୁପୁର ଯିବଏ ଗୋପ ଭୁବନ ଆଉ ଶୋଭା ନ ପାଇବ ।କାହାକୁ ଧରିଣ ଆଉ କରିବିରେ ଗେଲଲୀଳା କେ କରିବ ଯାଇ କଦମ୍ବର ତଳ ।କେ ମୋତେ ଡାକିବ ଆଉ ମାତା ମାତା ବୋଲିପୁତ୍ର ଥାଉ ଏଡ଼େ ନାମ ହରାଇ ବସିଲି ।ତୁହି ପରା ରାମ କେଭେ ଅସତ୍ୟ ନ କହୁକୃଷ୍ଣ ଧୂର୍ତ୍ତପଣ ଦେଖି ଆସି ମୋତେ କହୁ ।ତୁହି ପରା ଧନ ଅଟୁ ବଳେ ବଳୀୟାରତୋହର ବୁଦ୍ଧି କି ସମ ନୁହେଁ ବେଣୁଧର ।ଯେହୁ କ୍ରୋଧ କଲେ ବ୍ରହ୍ମା ଶଙ୍କର ଡରନ୍ତିତୋର କ୍ରୋଧ ଦେଖି ଭୟେ କମ୍ପେ ବସୁମତୀ ।କିମ୍ପାଇ ଅକ୍ରୂର ତୋତେ ନ କରଇ ଭୟଭୟ ନାହିଁ ତୋତେ କଂସ ବୋଲେ ନନ୍ଦପୁଅ ।କାଳୀୟ ଦଂଶିଲା ଦିନ ଦେଖିଲା ତୋ କୋପନନ୍ଦ ବୁଡ଼ିଗଲେ ଜଳେ ଦେଖିଲି ପ୍ରତାପ ।ନୟନ ପିତୁଳା ରାମକୃଷ୍ଣ ତୁମ୍ଭେ ଦୁଇଅକ୍ରୂର ଖୋଳି ନେଉଛି ଅନ୍ଧ ହେବି ମୁହିଁ ।ଯଶୋଦା ବିକଳ ଦେଖି ପ୍ରଭୁ ହଳଧରବୋଲନ୍ତି ଜନନୀ ଆଉ ରୋଦନ ନ କର ।ଜନମ କାଳରୁ ଆମ୍ଭେ ଯାତ୍ରା ଦେଖି ନାହୁଁଅକ୍ରୂର ଆସିଛି ଡାକି ତେଣୁ ସିନା ଯାଉ ।କୃଷ୍ଣଙ୍କୁ ବୋଲନ୍ତି ଆସ ଆସ ବେଗକରିନବଦିନ ଯାତ୍ରା ଦେଖି ଫେରିବା ଏ ପୁରୀ ।କରିବେ ଶ୍ରଦ୍ଧା ଆମ୍ଭଙ୍କୁ ମାମୁଁ ମାଈଁମାନେଅଛନ୍ତି ବହୁତ ରାଜା ଦେଖିବା ନୟନେ ।ଜନମ କାଳରୁ ଏହି ଗୋପପୁରେ ରହିଯାତ୍ରା ଉତ୍ସବ କିପରି ଦିନେ ଦେଖା ନାହିଁ ।ତୁହି ଯେବେ ନ ଯିବୁଟି ଗୋପ ସ୍ନେହ ଧରିସତ୍ୟ ମୁଁ କରୁଛି ନିଶ୍ଚେ ଯିବି ମଧୁପୁରୀ ।ବୋଲନ୍ତି ରାମ ବଚନ ଶୁଣି ନାରାୟଣଶୁଣ ଶୁଣ ଅକ୍ରୂର ହେ ମୋହର ବଚନ ।ବଳରାମଙ୍କ ବଚନ ଅନ୍ୟଥା ନୁହଇନିଶ୍ଚେ ଯିବେ ଯାତ୍ରା ଦେଖି ସତ୍ୟ କଲେ ସେହିସେ ଯାହା କହନ୍ତି କେବେ ନୁହଇଟି ଆନମିଥ୍ୟା ନୁହଇ କଦାପି ତାହାଙ୍କ ବଚନ ।ବଳରାମ ଗଲେ ମୁଁ କି ରହିପାରେ ଏଥିଏ କଥାକୁ ମନ ମଧ୍ୟେ ନ କରି ଗୋ ଭ୍ରାନ୍ତି ।କ୍ଷଣେ ମାତ୍ର ବଳରାମ ମୋତେ ନ ଛାଡ଼ନ୍ତିଯହିଁ ଗଲେ ତହିଁ ମୋତେ ସଙ୍ଗେ ନେଇଯାନ୍ତି ।ଗୋପାଳେ ତ ଦଧି ଘୃତ ସର ଘେନି ଯିବେରାଜା ପାଶେ ଭେଟି ଧନୁ ଉତ୍ସବ ଦେଖିବେ ।ନବଦିନ ଯାତ୍ରା ମଧୂପୁରରେ ଦେଖିବୁଗୋପକୁ ଆସିଣ ପୁଣି ବତ୍ସା ଚରାଇବୁ ।ଗୋପୀମାନେ ତ ମୋହର ହୃଦୟର ହାରକେମନ୍ତେ ଛାଡ଼ିବି ତାଙ୍କୁ କହ ମନ୍ତ୍ରୀବର ।ଏ ଗୋପ ନଗର ପିଣ୍ଡ ମୁଁ ତାର ଜୀବନନବଦିନ ହେବ ନବ ଯୁଗର ସମାନ ।ନ ଗଲେଟି ବଳରାମ ସତ୍ୟ ଭଗ୍ନ ହେବେପ୍ରଜ୍ୱଳିତ କୋପାନଳେ ଗୋପକୁ ଦହିବେ ।ପୁଣିହିଁ ବୋଲନ୍ତି ଉଚ୍ଚେ ଡାକି ହଳପାଣିଏ ଗୋପ ନଗରେ ଛନ୍ତି ଯେତେକ କାମିନୀ ।ଆବର ବୃଦ୍ଧ ଗୋପାଳ ରହିଥାନ୍ତୁ ପୁରେଯାତ୍ରା ସ୍ଥାନେ ଗୋଳମାଳ ଲାଗେ ନିରନ୍ତରେ ।ବହୁ ବଳିଷ୍ଠ ଅସୁରେ ତହିଁ ଥିବେ ରହିନାରୀଙ୍କ ମହତ ଯାତ୍ରା ପୂର୍ବେ ନ ରହଇ ।ଅବଳା ଜାତି ଯେ ତାଙ୍କୁ କରେ ବଳାତ୍କାରତା ସଙ୍ଗେ ରହିଣ ସେହୁ କରନ୍ତି ବିହାର ।ନାରୀମାନେ ଯିବା ପାଇଁ ହେବେ ଅଗ୍ରସରନ କରନ୍ତି ଭଲ ମନ୍ଦ କଥାକୁ ବିଚାର ।ଆମ ଗୋପୀମାନେ ସର୍ବେ ବୟସେ ଷୋଡ଼ଶୀମତ୍ତଗର୍ବେ ସବୁକଥା କହୁଥାନ୍ତି ହସି ।କଂସ ନୃପତିର ଆମ୍ଭେ ଅଟୁ ତ ବଇରୀମହତ ସାରିବେ ନିଶ୍ଚେ ନ ଶୁଣି ଗୁହାରି ।ଅନେକ ଦେଶରୁ ଆସିଥିବେ ରାଜାମାନେଗୋପୀମାନଙ୍କୁ ଦେଖିଲେ ହସିବେ ସେମାନେନ ଯାନ୍ତୁ ସେମାନେ ନିଜ ପୁରେ ଥାନ୍ତୁ ରହିକହିଲେ କୃଷ୍ଣଙ୍କୁ ଏହା ଯହୁଁ ହଳସାଇଁ ।ରାମ କୃଷ୍ଣଙ୍କ ବଚନ ଶୁଣି ଯଶୋବନ୍ତୀବିଚାରଇ ରାମ ସତ୍ୟ ଆଜି କରିଛନ୍ତି ।ମଧୁପୁରେ ଯିବେ ନିଶ୍ଚେ କୃଷ୍ଣ ସଙ୍ଗେ ଧରିକାହା ମୁଖ ଅନାଇ ମୁଁ ଥିବି ଗୋପପୁରୀ ।ହା ହା ରାମକୃଷ୍ଣ ବୋଲି ଢଳିଣ ପଡ଼ିଲେତାହା ଦେଖି ନନ୍ଦ ଢଳି ପଡ଼ିଲେ ଭୂତଳେ ।ଅଚେତ ହୋଇ ପଡ଼ିଲେ ରାଜାରାଣୀ ଦୁଇଦେଖି ଗୋପୀମାନେ ଆହା ଆହା କରି ଧାଇଁ ।କୃଷ୍ଣ ଦେଖି ମନେ ମନେ କରନ୍ତି ଭାଳେଣିନନ୍ଦ ଯଶୋଦା ଯେ ଲୋଟୁଅଛନ୍ତି ଧରଣୀ ।ହା ହା ମାତା ବୋଲି ଯେ କାନ୍ଦନ୍ତି ଉଚ୍ଚସ୍ୱରେନ ଶୁଣଇ ରାଣୀ ପଡ଼ିଅଛି ଅଜ୍ଞାନରେ ।ଦେଖି ଗୋପୀମାନେ ସବୁ ହୁଅନ୍ତି ବିକଳଗୋପୀନାଥ ନାମ ପରା ବହୁ ନନ୍ଦବାଳ ।ଗୋପୀଙ୍କି ମାରି ଅର୍ଜିବୁ ଅବା କେଉଁ ଦୋଷସ୍ତିରୀ ହତ୍ୟାକୁ କି ଭୟ ନାହିଁ ପୀତବାସ ।ଗୋପୀଏକ ଥାଇ ତହିଁ ବୋଲେ କ୍ରୋଧଭରେକୃଷ୍ଣ ବଡ଼ ନିର୍ଭୟ ଗୋ ଦେଖିଲି ନେତ୍ରରେ ।ଅନ୍ତୁଡ଼ିଶାଳେ ପୂତନା ରାକ୍ଷସୀ ମାଇଲାନାରୀହତ୍ୟା ତାହାକୁ ଗୋ କେଉଁଠି ଲାଗିଲା ।ପୁଣି ଗୋପୀଏ କ୍ରୋଧରେ କହୁଅଛି ବାଣୀକୃଷ୍ଣ କଥାମାନ କେହି ନ କୁହ ଗୋପିନୀ ।ଗୋଷ୍ଠରେ କଚାଡ଼ି ଦେଲା ସେ ଷଣ୍ଢ ଗୋଟାଏଗୋରୁହତ୍ୟା ଦୋଷକୁ ସେ ନ କରିଲା ଭୟେତୁମ୍ଭେମାନେ ମଲେ ଏବେ କିସ ଯିବ ତାରମାତ୍ର କଥା ଏକ ମୋତେ ଦିଶୁଛି ବିଚାର ।ଆମ୍ଭେ ଯେତେ ଗୋପୀ କୃଷ୍ଣ ପାଦରେ ପଡ଼ିବାବିନୟ ଭାବରେ ତାର ଆଗେ ଜଣାଇବା ।ବୋଲିବା ହେ କୃଷ୍ଣ ତୁମ୍ଭେ ନ ଯା ମଧୁପୁରବାହୁଡ଼ାଇ ଅକ୍ରୂର ଯେ ନେଉ ରହୁବର ।ଆମ୍ଭର ବିନୟ ଭାବ ନ ଘେନିଲେ ହରିଅକ୍ରୂରକୁ ମାରିବା ଗୋ ବେଢ଼ି ଗୋପନାରୀ ।ଅକ୍ରୂର ନିମନ୍ତେ ଯେବେ କରିବେ ସେ ରୋଷଯେତେ ଗୋପୀ ଖାଇଗୋ ମରିବା ସର୍ବେ ବିଷଆମ୍ଭେ ମଲେ ମରିବ ସେ ରାଣୀ ଯଶୋମତୀସେ ମଲେ ମରିବ ନନ୍ଦ ସରିବ ସମ୍ପତ୍ତି ।ଶୂନ୍ୟ ହୋଇବ ଏ ଗୋପ ମରିବେ ସକଳେଅପମୃତ୍ୟୁ ଘୋଟିବ ଗୋ ମରିବେ ଗୋପାଳେନାରୀ ନିଃଶ୍ୱାସ ଆମ୍ଭର ଅଟେ ବଳୀୟାରପୋଡ଼ିଯିବ ତହିଁ ବୃନ୍ଦାବନ ଗୋପପୁର ।ଯମୁନା କାଳିନ୍ଦୀ ସବୁ କ୍ଷଣେ ଯିବ ନାଶକଦମ୍ବ ତରୁ ଜଳିଣ ହୋଇବ ପାଉଁଶ ।ଶୂନ୍ୟ ଦେହେ ଗୋପେ କୃଷ୍ଣ ରହିଥିବେ ଏକାରୋହିଣୀନନ୍ଦନ ହଳୀ ହୋଇଥିବେ ସଖା ।ଛାରଖାର ହୋଇଯିବ ଏ ଗୋପ ଭୁବନକୃଷ୍ଣ ଗଲେ ସର୍ବେ ନିଶ୍ଚେ ହାରିବେ ଜୀବନ ।ନୋହିଲେ ଅନ୍ଧୁଣୀ ହୋଇ ବସିବାକ ବୋଲେଅନ୍ୟ ବୋଲେ ଚକ୍ଷୁ ଫୁଟିଯିବଟି ଗୋ ବଳେ ।ଗୋପୀଏ ଏପରି ନାନା ପ୍ରକାରେ ଭାବନ୍ତିଏକକୁ ଆରେକ ଚାହିଁ କୁହାକୁହି ହୋନ୍ତି ।ଜାଣିଲେ ଗୋପୀଙ୍କ ମନ ଦେବ ଜନାର୍ଦ୍ଦନନେତ୍ରରେ ଦେଖିଲେ ଗୋପୀମାନଙ୍କ କଷଣଘଡ଼ିଘଡ଼ି ନନ୍ଦ ଯଶୋଦାଙ୍କ ମୂର୍ଚ୍ଛା ଦେଖିବିଚାରିଲେ ଗୋପଜନେ ନିଶ୍ଚେ ହେଲେ ଦୁଃଖୀକଟାଳ କରି ଗୋପୀଏ ଯେବେ ନ ଛାଡ଼ିବେମୁଁ ନ ଗଲେ ମଧୁପୁରେ ରକ୍ଷେ ନ ମରିବେ ।ମାୟାଧର କୃଷ ମାୟା ଜାଣନ୍ତି ବହୁତବିଷ୍ଣୁମାୟାରେ ଗୋପୀଙ୍କି କଲେ ସେ ମୋହିତ ।ନନ୍ଦ ଯଶୋଦାଙ୍କ ସ୍ନେହ ଦେଖିଲେ ଅକ୍ରୂରଗୋପୀଙ୍କର ଭାବ ଦେଖି କରନ୍ତି ବିଚାର ।କେମନ୍ତ ଉପାୟେ କୃଷ୍ଣ ଯିବେ ମଧୁପୁରକୃଷ୍ଣ ନ ଦେଖିଲେ କଂସ ଛେଦିବ ମୋ ଶିର ।ମୂର୍ଖ ଅଟେ ବିଚାର ତା ତିଳେମାତ୍ର ନାହିଁଚିହ୍ନି ନ ପାରି କୃଷ୍ଣଙ୍କୁ ମାରିବ ବୋଲଇ ।ସାକ୍ଷାତେ ବ୍ରହ୍ମା ଅଟନ୍ତି ଯେଉଁ ଗୋପୀନାଥଅସୁର ମାରିବା ପାଇଁ ହୋଇଛନ୍ତି ଜାତ ।ଗୋପାଳୁଣୀ ନୁହନ୍ତି ଏ ଗୋପକନ୍ୟାମାନେନାନାରୂପେ କମଳିନୀ ଜାତ କି ଏ ସ୍ଥାନେ ।ତେଣୁକରି ପ୍ରଭୁଙ୍କୁ ସେ କରନ୍ତି ବନ୍ଧନନନ୍ଦ ଯଶୋଦା ପ୍ରଭୁଙ୍କ ତାତ ମାତ ପୁଣ ।ପୂର୍ବେ ବିଷ୍ଣୁ ଚରଣେ ସେ କରିଥିଲେ ତପତେଣୁ ସାକ୍ଷାତେ ଧଇଲେ କୋଳେ ବ୍ରହ୍ମରୂପଗୋପୀଙ୍କର ଭାବ ଦେଖିଣ ବୁଦ୍ଧି ନ ଦିଶଇଗୋପୀଙ୍କ ଭାବରେ ବସିଛନ୍ତି ଭାବଗ୍ରାହୀ ।ଏମନ୍ତ ଭାବି ଅକ୍ରୂର କୃଷ୍ଣ ମୁଖ ଚାହିଁକୃଷ୍ଣ ଭାବି ଭାବି ନେତ୍ରୁ ଅଶ୍ରୁ ବରଷଇ ।ପଞ୍ଚମନ ତାର କୃଷ୍ଣ ପାଦପଦ୍ମ ଦେଇମନେ ମନେ ନାନା କଥା ବିଚାର କରଇ ।ଗୋପୀମାନେ ଦେଖିଲେ ଯେ ଅକ୍ରୂର ବଦନକେ ବୋଲେ ଅକ୍ରୂର ଦେଖ କରଇ ରୋଦନ ।ଆମ୍ଭମାନଙ୍କ ବିଚାର ଜାଣିଲା ବା କାହୁଁମାରିବେ ଗୋପୀଏ ବୋଲି କାନ୍ଦୁଅଛି ସେହୁ ।ଦେଖ ରାମକୃଷ୍ଣ କରୁ ନାହାନ୍ତି ପ୍ରବୋଧମନେ ହେଉଛି ପରତେ ହେବ ସେ କି ବୋଧଏମନ୍ତ ସମୟେ କୃଷ୍ଣ ନନ୍ଦ ପାଶେ ଗଲେପିତା ମାତା ପାଦ ତଳେ ଯାଇଣ ପଡ଼ିଲେ ।ମାୟାରେ ମୋହିତ ନନ୍ଦ ଯଶୋଦାଙ୍କୁ କରିଯାହାର ମାୟାରେ ଭ୍ରମି ହୋନ୍ତି ଶୂଳଧାରୀ ।ନର ଦେହ ବହି କାହୁଁ ସେ ମାୟା ଜାଣିବେବ୍ରହ୍ମା ରୁଦ୍ର ଯା ମାୟାକୁ ନ ଜାଣନ୍ତି ଲବେ ।ନନ୍ଦ ଯଶୋଦା ଯେ ସେ ମାୟାରେ ବଶ ହେଲେଭଲମନ୍ଦ କିଛିମାତ୍ର ଜାଣି ନ ପାରିଲେ ।କୃଷ୍ଣ ବୋଲନ୍ତି ହେ ତାତ ଶୁଣ ମୋ ବଚନଅକ୍ରୂର ଆଣିଛି କଂସ ରାଜାର ଲିଖନ ।ଭିତର ପୁରକୁ ନେଇ ଗୌରବ କରିବାନାନା ଦ୍ରବ୍ୟ ଉପହାରେ ତା ସେବା କରିବା ।ଭୋଜନ କରି ଅକ୍ରୂର ତୋଷୁ ପଞ୍ଚମନରାଜାର ଶ୍ରୀମୁଖ ବାକ୍ୟ କରିବା ପଠନ ।ଏକାନ୍ତ ସ୍ଥାନରେ ତାକୁ ବିନୟେ କହିବାବହୁତ ଧନ ରତନ ତାକୁ ଲାଞ୍ଚ ଦେବା ।ତହିଁରେ ତାହାର ମନ ହୋଇବ ସନ୍ତୋଷଧନ ପାଇ ଦୂତମାନେ ହୁଅନ୍ତିଟି ବଶ ।ବିଶ୍ୱାସ କରାଇ ତାକୁ ସବୁ ପଚାରିବାତାଠାରୁ ଶୁଣିଲେ ସିନା ଉପାୟ କରିବା ।ଲାଞ୍ଚ ପାଇ ଅକ୍ରୂର ଯେ ଯେବେ ବାହୁଡ଼ିବରାଜାକୁ ମନାଇ ତେବେ ସକଳ କହିବ ।ଅକ୍ରୂର କଥାକୁ ରାଜା କରି ଅବିଶ୍ୱାସପୁଣି କହେ ନ ଆସିବେ ଆଉ ଗୋପଦେଶ ।ଗୋମତ ଋଷିର ଶାପ ଅଛିଟି ତାହାକୁତେଣୁକରି କଂସରାଜା ନ ଆସେ ଗୋପକୁ ।ଋଷିଙ୍କ ଶାପ ନମାନି ଯେବେ ନ ଆସିବମୁର୍ଦ୍ଧନୀ ଫାଟିଣ ତାର ଜୀବନ ଯେ ଯିବ ।ସେ ମହାଋଷିଙ୍କ ଅଭିଶାପ ନୁହେଁ ଆନସେ କଥା ନିଶ୍ଚୟ ଥିବ କଂସରାଜା ମନ ।ଆହୁରି କଥାଏ ଶୁଣ କହୁଅଛି ତାତସେ କଂସ ବ୍ରହ୍ମାଙ୍କୁ ତପେ କରିଲା ମୋହିତ ।ଅମର ହୋଇବ ବୋଲି ବର ସେ ମାଗିଲାସନ୍ତୁଷ୍ଟ ହୋଇଣ ବ୍ରହ୍ମା ତାକୁ ବର ଦେଲା ।ବୋଇଲା ଅମର ତୁରେ ହୋଇଲୁଟି କଂସଏକା ତୋ ଭଣଜା ହସ୍ତେ ତୁହି ହେବୁ ନାଶ ।ସେହି କଥା କଂସ ହୃଦ ପକାଉଛି ହାଣିବନ୍ଦୀକରି ରଖିଛି ସେ ଭିଣୋଇ ଭଉଣୀ ।ସେ ଭଉଣୀ ଗର୍ଭୁ ଯେତେ ହେଉଛନ୍ତି ଜାତସେମାନଙ୍କୁ କଂସରାଜା କରୁଛି ନିପାତ ।ଏବେ ଶୁଣିଅଛି କୃଷ୍ଣ ଗୋପେ ହେଲେ ଜାତତେଣୁ ସିନା ଗୋପକୁ ସେ ପେଶୁଅଛି ଦୂତ ।ନବୁଝି କରିବା କିମ୍ପା ତା ସଙ୍ଗରେ ଦ୍ୱନ୍ଦ୍ୱକୃଷ୍ଣର ବଚନ ଶୁଣି ଶାନ୍ତ ହେଲେ ନନ୍ଦ ।କୃଷ୍ଣ ଯେତେ କହିଲେ ତା ଶୁଣିଲା ଅକ୍ରୂରମନେ ବିଚାରିଲା ଏ ସାକ୍ଷାତେ ଚକ୍ରଧର ।କହିଲେ କଂସର ମୃତ୍ୟୁ କଥା ନନ୍ଦ ଆଗେଜାଣିଲେ ନିଶ୍ଚୟ କୃଷ୍ଣ କଂସକୁ ମାରିବେ ।ମାତା ପିତାଙ୍କର ପାଦ ତଳେ କୃଷ୍ଣ ପଡ଼ିଉଭା ହୋଇଛନ୍ତି ତହିଁ କରପତ୍ର ଯୋଡ଼ି ।ସାକ୍ଷାତେ ଅଟନ୍ତି ବ୍ରହ୍ମା ସେହି ବନମାଳୀନନ୍ଦ ନର ହୋଇଥିଲେ ଯାଇଥାନ୍ତା ଜଳି ।ମନୁଷ୍ୟ ନୁହଇ ଏହୁ ମନେ ବିଚାରିଲାକୃଷ୍ଣର ମୁଖକୁ ପୁଣି ନିରେଖି ଚାହିଁଲା ।ମନେ ମନେ ପ୍ରଶଂସା ଯେ କରଇ ଅକ୍ରୂରବୋଲେ ଧନ୍ୟ ଯଶୋମତୀ ନନ୍ଦ ନରେଶ୍ୱର ।ଯାର ପୁତ୍ର ରାମକୃଷ୍ଣ ସେ କି ମର୍ତ୍ତ୍ୟ ନରଧନ୍ୟ ଗୋପୀମାନେ ତୁମ୍ଭେ ଧନ୍ୟ ଏ ନଗର ।ଧନ୍ୟ ତୁମ୍ଭେ ଏ ପୁରୀରେ ଜନ୍ମିଅଛ ଯେତେସାକ୍ଷାତେ ଦେଖିଲ ତୁମ୍ଭେ ବ୍ରହ୍ମ ଚର୍ମ ନେତ୍ରେଏମନ୍ତ ବୋଲି ଅକ୍ରୂର ନନ୍ଦ ପାଦଧୂଳିନିସ୍ତରିଲି ବୋଲି ଅଙ୍ଗେ ହୋଇଲା ସେ ବୋଳିଭାବ ଦେଖି ତାକୁ ନନ୍ଦ କୋଳାଗ୍ରତ କଲେହସ୍ତ ଧରି ଅନ୍ତଃପୁର ଭିତରକୁ ନେଲେ ।ରାମକୃଷ୍ଣ ବେନିଭାଇ ଅଛନ୍ତି ଗୋଡ଼ାଇତାହାଙ୍କ ପଛେ ଗୋପାଳେ କାନ୍ଦି କାନ୍ଦି ଧାଇଁତହିଁ ପଛେ ଗୋପପୁର ଯେତେ ନରନାରୀଠେଲାଠେଲି ହୋଇ ସର୍ବେ ଗଲେ ନନ୍ଦପୁରୀ ।ନନ୍ଦ ସଙ୍ଗେ ଅକ୍ରୂର ଯେ ଅନ୍ତଃପୁର ଗଲାପୁର ଶୋଭାଦେଖି ମନ୍ତ୍ରୀ ମୋହିତ ହୋଇଲା ।ଦ୍ୱିତୀୟ ବୈକୁଣ୍ଠ ପ୍ରାୟେ ଦିଶେ ନନ୍ଦପୁରଯହିଁ ନାରାୟଣ ନିତ୍ୟ କରନ୍ତି ବିହାର ।ଯେଉଁ ପୁରେ ମହାଲକ୍ଷ୍ମୀ ଲୀଳା ଯେ କରନ୍ତିସେ ପୁରେ ଯମ କିଙ୍କର ପାଦ ନ ପକାନ୍ତି ।ସେ ପୁର ଦେଖି ଅକ୍ରୂର ମନରେ ଚକିତବିଚାରେ ପବିତ୍ର ଆଜି ହୋଇଲା ମୋ ନେତ୍ର ।ଯେ ପୁର ବ୍ରହ୍ମା ଇନ୍ଦ୍ରାଦି ଦେବେ ଅଗୋଚରସେ ପୁର ଦେଖିଲି ନେତ୍ରେ କେଡ଼େ ଭାଗ୍ୟ ମୋରକୋଟି ଜନ୍ମ ପାପ ଗଲା ହୋଇଲି ମୁକତଯହୁଁ ଦୟା କଲେ ମୋତେ ଦେବକୀର ସୁତ ।ଏମନ୍ତ ଭାବି ଅକ୍ରୂର ଭାବେ ଗଦଗଦପୁଣି ଆନନ୍ଦେ ଧରଇ ନନ୍ଦରାଜା ପାଦ ।ଦେଖି ନନ୍ଦ ହସ୍ତ ଧରି ଅକ୍ରୂରେ ଉଠାଇଅନ୍ତଃପୁରେ ନେଇ ରତ୍ନ ପଲ୍ୟଙ୍କେ ବସାଇ ।ରାମକୃଷ୍ଣ ନନ୍ଦ ଆଉ ଅକ୍ରୂରେ ଅନାଇଯଶୋଦା ବୋଲନ୍ତି ବାବୁ ଶୁଣରେ କହ୍ନାଇଁ ।ଅନେକ ବେଳୁ ଅକ୍ରୂର ଆସିଅଛି ରହିଧଉତ କରାଅ ପାଦ ଅନ୍ନ ଭୁଞ୍ଜ ଯାଇ ।ତୁମ୍ଭେ ମଧ୍ୟ ବନୁ ଆସିଅଛରେ କୁମରନନ୍ଦ ମଧ୍ୟ କିଛି କରି ନାହାନ୍ତି ଆହାର ।ଏବେ ତୁ ଅକ୍ରୂର ରାମ ନନ୍ଦ ସଙ୍ଗ ଧରିଭୋଜନ କରିବା ପାଇଁ ଚାଲ ଦଇତ୍ୟାରୀ ।ମାତାଙ୍କ ବଚନେ କୃଷ୍ଣ କରନ୍ତି ଉତ୍ତରକଂସ ନୃପତିର ମନ୍ତ୍ରୀ ଅଟଇ ଅକ୍ରୂର ।ଯଦୁବଂଶେ ଜାତ ବହୁ ଲୋକରେ ଗଣିତାଆମ ଘରେ ଅନ୍ନ କିମ୍ପା ଭୁଞ୍ଜାଇବ ମାତା ।ଗଉଡ଼ ବାଉଡ଼ ଆମ୍ଭେ ବଡ଼ ହୀନ ଜାତିଆମ ଘରେ ଅନ୍ନ କି ଭୁଞ୍ଜିବ ରାଜା ମନ୍ତ୍ରୀ ।କଂସ ଶୁଣି ଅକ୍ରୂରକୁ କରିବ ଧିକ୍କାରକୁଳରୁ ଯେ ଅକ୍ରୂରକୁ କରିବ ବାହାର ।ମାତା ପିତା ବନ୍ଧୁଜନେ ଧିକ୍କାରି କହିବେଗଉଡ଼ ଘରେ କେମନ୍ତେ ଖାଇଲୁ ବୋଲିବେ ।ଆମ୍ଭ ଘରେ ବେଳେ ଖାଇ ନେବ ଅପମାନଜାଣୁ ଜାଣୁ ଆମ୍ଭେ କିମ୍ପା ଭୁଞ୍ଜାଇବା ଅନ୍ନ ।କୃଷ୍ଣ ବଚନେ ଯଶୋଦା ହୋଇଲେ ସ୍ତବଧହୃଦେ ଭାବ ଜନମିଲା ସ୍ମରିଲେ ଗୋବିନ୍ଦ ।ଭାବରେ ଯହୁଁ ଦେବୀ ଗୋବିନ୍ଦ ସୁମରିଲେଅଜ୍ଞାନ ଯିବାରୁ ଜ୍ଞାନମାର୍ଗରେ ଭାଷିଲେ ।ବିଷ୍ଣୁମାୟା ଛାଡ଼ିଲା ସେ ଗୋବିନ୍ଦ ସୁମରିସୁଜ୍ଞାନ ପବନ ହୃଦେ ବହିଲା ସଞ୍ଚରି ।ବୋଲଇ ଗୋବିନ୍ଦ ଏବେ କହୁଅଛି ଶୁଣସଂଶୟ ଜନ୍ମିଲା ମନେ ଶୁଣି ତୋ ବଚନ ।ବୋଇଲୁ ଅକ୍ରୂର ଅଟେ ଜାତିରେଟି ବଡ଼ଅନ୍ନ ନ ଖାଇବ ତୁ ଯେ ଜାତିରେ ଗଉଡ଼ ।ଏକଥା ଶୁଣି ତୋର ମୁଁ ହୋଇଲି ଚକିତଗୋପପୁରେ ଯାହା କଲୁ ଅତି ଆଚମ୍ବିତ ।କୃଷ୍ଣଙ୍କ ବ୍ରାହ୍ମଣୀ ଦତ୍ତ ଅନ୍ନ ଭୋଜନଦେବେ ଅଗୋଚର ତାହା ନର ଭେଦେ କାହୁଁବିଷ୍ଣୁ ମାୟାଧର ତୁହୋ ନାନାକଥା କହୁ ।ଗୋପସୁତ ସଙ୍ଗେ ଦିନେ ରଖିଗଲୁ ଗାଈବନରେ ହଜିଲେ ଧେନୁ ନ ପାଇଲେ କେହି ।ଖୋଜି ଖୋଜି ବନେ ଗୋରୁ ଯେଣୁ ନ ପାଇଲଗୋପାଳଙ୍କୁ ଘେନି ବେନିଭାଇ ବଣା ହେଲ ।ବାଟ ନ ପାଇ ଗୋପାଳେ ଆକୁଳ ହୋଇଲେକ୍ଷୁଧା ତୃଷା ଲାଗି ଆଉ ଚରଣ ନ ଚଳେ ।ଭୋଜରାଜ ବ୍ରାହ୍ମଣ ଶାସନେ ପ୍ରବେଶିଲେବୃନ୍ଦାବନ ଗୋବର୍ଦ୍ଧନ ଚିହ୍ନି ନ ପାରିଲେ ।ଗୋପାଳେ ଡାକିଲେ କୃଷ୍ଣ ଶୁଣ ଦେଇ ମନକ୍ଷୁଧାରେ ଆକୁଳ ହେଲୁ ନ ଚଳେ ଚରଣ ।ଧେନୁବତ୍ସା ହଜିଲେ ତ ଖୋଜି ନ ପାଇଲୁଏବେ କ୍ଷୁଧା ତୃଷାରେଟି ଜୀବନ ହାରିଲୁ ।ପୁଣି ତୁହି ଡାକିନେଇ ପାଶକୁ ଗୋପାଳବୋଇଲୁ ଶୁଭଇ କାହିଁ ମାନବ ଚହଳ ।ଶୁଭୁଅଛି ବେଦଧ୍ୱନି ବ୍ରାହ୍ମଣ ବଚନଜଣାଯାଏ ଅଛି ଏଥି ବ୍ରାହ୍ମଣ ଶାସନ ।ଯାଅରେ ଗୋପାଳେ ତାଙ୍କ ପାଖେ ପ୍ରବେଶିବବିନୟ ଭାବରେ ସର୍ବେ ବଚନ କହିବ ।ବ୍ରାହ୍ମଣ ଦେଖିବ ଯେବେ ଅପସରି ଯିବବ୍ରାହ୍ମଣୀମାନଙ୍କୁ ଏକା ଦେଖିଲେ କହିବ ।ବୋଲିବ ଶ୍ରୀକୃଷ୍ଣ ଆଜି ବଣାହୋଇ ବନେଗୋଧନ ହରାଇ ବୁଲୁଛନ୍ତି ଏଣେ ତେଣେ ।ଖୋଜି ଖୋଜି ବତ୍ସା ଧେନୁ ଯହୁଁ ନପାଇଲେକ୍ଷୁଧା ତୃଷା ହେତୁ ବଡ଼ ଆକୁଳ ହୋଇଲେ ।ଆମ୍ଭଙ୍କୁ ଅଛନ୍ତି ପେଶି ତୁମ୍ଭ ସନ୍ନିଧାନତୁମ୍ଭ ଅନ୍ନ ଖାଇ କୃଷ୍ଠ ତୋଷିବେ ଜୀବନ ।ବହୁତ ଧର୍ମ ତୁମ୍ଭର ହୋଇବ ଗୋ ନାରୀବିନୟ ଭାବରେ ଅନ୍ନ ମାଗୁଛନ୍ତି ହରି ।ତୁମ୍ଭ ଅନ୍ନ ଖାଇ ଶାନ୍ତି କରିବେ ପରାଣଗୋରୁଙ୍କୁ ଖୋଜିଣ ସେହ କରିବେ ଦୋହନ ।ତୁମ୍ଭ ପାଇଁ ବହୁ କ୍ଷୀର ଦେବେ ପଠିଆଇଧେନୁ ଘେନି ଗୋପକୁ ଯେ ଯିବେ ବେନିଭାଇନନ୍ଦ ଯଶୋଦାଙ୍କ ଆଗେ କହିବ ସେ ଯାଇତୁମ୍ଭ କଥାମାନ ଆଦ୍ୟ ପ୍ରାନ୍ତ ସେ ବୁଝାଇ ।ଶୁଣି ରାଜନ ତୁମ୍ଭଙ୍କୁ ବହୁ ଧନ ଦେବେବୋହିଆଣି ତୁମ୍ଭ ଘରେ ଦେଇଯିବୁ ସର୍ବେ ।ଏମନ୍ତ ପ୍ରକାରେ ସର୍ବେ କହିବ ବୁଝାଇଉପହାସ କଥା ନ କହିବ କେହି ତହିଁ ।ମନ୍ଦ କଥା ନ କହିବ କିଛିରେ ଗୋପାଳବ୍ରାହ୍ମଣେ ଶୁଣିଲେ ତାହା କରିବେଟି ଗୋଳ ।ବ୍ରାହ୍ମଣେ ଯଦ୍ୟପି ଥିବେ କିଛି ନ କହିବହେଲେ ହେଉ କ୍ଷୁଧା ତୃଷା ବାହୁଡ଼ି ଆସିବ ।ବ୍ରାହ୍ମଣ କୋପକୁ ସଦାକାଳେ ମୁଁ ଡରଇବ୍ରାହ୍ମଣର ଅଭିଶାପେ ସର୍ବନାଶ ହୋଇ ।ଯାଅରେ ଗୋପାଳେ ଆଉ ବିଳମ୍ବ ନକରଶୁଣି ଗୋପ କୁମରେ ଚଳିଲେ ତତକାଳ ।ଭୋଜପୁର ଶାସନରେ ପ୍ରବେଶ ହୋଇଲେବ୍ରାହ୍ମଣମାନଙ୍କ ଗୃହ ଯାଇଣ ଦେଖିଲେ ।ନାହାନ୍ତି ବ୍ରାହ୍ମଣମାନେ ଅଛନ୍ତି ବ୍ରାହ୍ମଣୀତାହାଙ୍କୁ ଦେଖି କହନ୍ତି ଗୋପପୁଏ ବାଣୀ ।ଆଗୋ ବିପ୍ରନାରୀ ସର୍ବେ ମନଦେଇ ଶୁଣଗୋପରେ ଜନମ ଲଭିଛନ୍ତି ଭଗବାନ ।କ୍ଷୁଧାରେ ଆକୁଳ ହୋଇ ନନ୍ଦର ନନ୍ଦନହଜାଇଣ ଧେନୁ ବତ୍ସା ବୁଲି ବନ ବନ ।ନ ପାଇଣ ଧେନୁ ବତ୍ସା ଆକୁଳ ହୋଇଲେତୁମ୍ଭ ନିକଟକୁ ଆମ୍ଭମାନଙ୍କୁ ପେଶିଲେ ।ଦିଅ ଗୋ ବ୍ରାହ୍ମଣୀମାନେ ଅନ୍ନ ବେଗ ହୋଇତୁମ୍ଭ ଅନ୍ନ ଖାଇ ତୁଷ୍ଟ ହେବେ ଭାବଗ୍ରାହୀ ।ଆମ୍ଭେ ଗୋପପୁଏ ଖାଇ ରଖିବୁ ଜୀବନକାହୁଁ ନ ପାଇଲେ ଅନ୍ନ ଗଲା ଆମ୍ଭ ପ୍ରାଣ ।ଗୋପାଳ ବାଳ ପୁଅଙ୍କୁ ଦେଖି ବିପ୍ରନାରୀବିଚାରନ୍ତି ଏମାନେ କି ଦେବ ମୂର୍ତ୍ତିଧାରୀ ।କିପରି ଏହାଙ୍କୁ ମୁରୁଛିଲେ ପିତାମାତାବନେ ପଠାଇ ଦେଲେ ନ କରିଣ ଚିନ୍ତା ।ସୁନ୍ଦର ଦିଶନ୍ତି କେଡ଼େ ଏ ଗୋପ ନନ୍ଦନତ୍ରିପୁରେ ଏହାଙ୍କ ସଙ୍ଗେ କେ ଅଛି ସମାନ ।ମନେ ମନେ ଏହିପରି ଭାବିଲେ ବ୍ରାହ୍ମଣୀଏକକୁ ଆରେକ କୁହାକୁହି ହୋନ୍ତି ପୁଣି ।ଯେ ଯାହା ଅପୂର୍ବ ଦ୍ରବ୍ୟ ଗୃହେ ଅଛ ରଖିବେଗକରି ଆଣ ସର୍ବେ ଯିବା କୃଷ୍ଣ ଦେଖି ।ଶୁଣିଥିଲେ ରାମକୃଷ୍ଣ ଗୋପେ ହେଲେ ଜାତସୁନ୍ଦରପଣରେ ମୋହୁଅଛନ୍ତି ଜଗତ ।ଗୋପୀଗଣ ଘେନି ବୃନ୍ଦାବନେ ବିହରନ୍ତିକଦମ୍ବ ମୂଳରେ ନିତି ରାସ ସେ କରନ୍ତି ।ଶୁଣିଥିଲେ ଯାହା ତାହା ନୟନେ ଦେଖିବାବିଳମ୍ବ ନକରି ସଖୀ ଚାଲ ବେଗେ ଯିବା ।ଏତେ ବୋଲି ବ୍ରାହ୍ମଣୀଏ ସଜାଡ଼ିଲେ ଅନ୍ନବୋଲନ୍ତି ଗୋପାଳ ପୁଏ ଶୁଣରେ ବଚନ ।ତୁମ୍ଭେ ସବୁ ବସି ଏହିଠାରେ ଭୁଞ୍ଜି ଅନ୍ନଉଦର ପୁରାଇ ଖାଅ ଯେତେ ଯାର ମନ ।କଳା ପଡ଼ିଛି ବଦନ ଯାଇଅଛି ଶୁଖିଜନ୍ମ ସୁକୁମାର ପୁତ୍ର ହୋଇଲରେ ଦୁଃଖୀ ।ଯେବେ ଆମ୍ଭ ଗର୍ଭେ ତୁମେ ହୋଇଥାନ୍ତ ଜାତକରିଥାନ୍ତୁ ଗଳାହାର ତୁମ୍ଭଙ୍କୁରେ ସୁତ ।ବ୍ରାହ୍ମଣୀ ବାକ୍ୟେ ବୋଲନ୍ତି ସେ ଗୋପାଳପୁଏବିଧି ତ ଗଉଡ଼ ଘରେ ଜନ୍ମ ଦେଲା ମାଏ ।ବାଳୁତ କାଳରୁ ଗାଈ ବାଛୁରୀ ଚରାଉଁବନ ପର୍ବତରେ ବୁଲି ବୁଲି ଭାତ ଖାଉ ।ବଡ଼ ନିଷ୍ଣୁର ଗଉଡ଼େ ଦୟା ନ ବହନ୍ତିନ ଜାଣନ୍ତି ଧର୍ମ କର୍ମ ପାଠ ନ ପଢ଼ନ୍ତି ।କହନ୍ତି କଟୁବଚନ କରୁଥାନ୍ତି ଆଣ୍ଟଦୁଧଭାତ ଖାଇ ପେଟ କରୁଥାନ୍ତି ମୋଟ ।ବଳବନ୍ତ ପଣେ ଆଗ ପଛ ନ ବିଚାରିନ ବୁଝି କଥାର ସାର ଧାଉଁଥାନ୍ତି ମାରି ।କରୁଥାନ୍ତି ପର ସଙ୍ଗେ ଦ୍ୱନ୍ଦ୍ୱ ନିରନ୍ତରକଂସକୁ ଯାହାଙ୍କ ମନେ ତିଳେ ନାହିଁ ଡର ।ବାଳକ ବୋଲି ଆମ୍ଭଙ୍କୁ ଦୟା କି କରିବେଆମ୍ଭେ ନ କଲେ ସେ ରାଜାକର କାହୁଁ ଦେବେଆବର କଥାଏ ତୁମ୍ଭେ ଶୁଣ ଗୋ ଆମରରାମକୃଷ୍ଣ ଛାଡ଼ି ଆମ୍ଭେ ନ କରୁ ଆହାର ।କେଭେ ନ ଖାଇବୁ ଏଥେ ଶୁଣ ଗୋ ଜନନୀଦୟାକରି ଯେବେ ଦିଅ ସଙ୍ଗେ ଯିବୁ ଘେନି ।କୃଷ୍ଣ ସଙ୍ଗେ ବସି ଆମ୍ଭେ କରିବୁ ଆହାରକ୍ଷୁଧାରେ ତ ରାମକୃଷ୍ଣ ହେବେଣି କାତରଆମ୍ଭର ବାଟକୁ ଚାହିଁଥିବେ ଅନୁକ୍ଷଣେସଖାମାନେ ଅନ୍ନ ଆଣୁଥିବେ ଭାବି ମନେ ।ବିଳମ୍ବ ନ କରି ଅନ୍ନ ଦିଅ ଗୋ ସତ୍ୱରେବ୍ରାହ୍ମଣୀ ବୋଇଲେ କ୍ଷଣେ ରହରେ କୁମରେ ।ବାଳୁତ କୁମର ତୁମ୍ଭେ ନ ପାରିବ ବହିଆମ୍ଭେ ଯିବୁଟି ତୁମ୍ଭର ସଙ୍ଗେ ଅନ୍ନ ନେଇ ।ଦେଖିବୁ ରାମକୃଷ୍ଣଙ୍କୁ ଶ୍ରଦ୍ଧା ଅଛୁ କରିବାଳକେ କଢ଼ାଅ ବାଟ କିଛି ନ ବିଚାରି ।ଏମନ୍ତ ବେଳେ ବ୍ରାହ୍ମଣ ହୋଇଲେ ପ୍ରବେଶଗୋପାଳ ପୁଅକୁ ଦେଖି ମନେ କଲେ ରୋଷ ।ବୋଇଲେ ଗଉଡ଼େ ତୁମ୍ଭେ ଆସିଛ କିମ୍ପାଇଶୁଣି ବ୍ରାହ୍ମଣୀ କହିଲେ ଆଗଭର ହୋଇ ।ଶୁଣ ହେ ବ୍ରାହ୍ମଣମାନେ ଆମ୍ଭର ଏ ବାଣୀଗୋପପୁରେ ଜାତ ରାମକୃଷ୍ଣ ଭାଇ ବେନି ।ବନେ ଆଜି ଗାଈ ଆଣି ପଥବଣା ହେଲେବୁଲି ବୁଲି କ୍ଷୁଧାରେ ସେ ଅସ୍ଥିର ହୋଇଲେ ।ଏ ବାଳକମାନଙ୍କୁ ସେ ଅଛନ୍ତି ପଠାଇବ୍ରାହ୍ମଣଙ୍କ ଘରୁ ଅନ୍ନ ମାଗିଆଣ ଯାଇ ।ତାଙ୍କ ବଚନେ ବାଳକେ ଆସିଛନ୍ତି ଧାଇଁଯାଚିଲୁ ଏଠାରେ ଅନ୍ନ ନ ଖାଇଲେ କେହି ।ବୋଇଲେ ଏ ରାମକୃଷ୍ଣ ନ କଲେ ଭୋଜନକେମନ୍ତେ ଭୁଞ୍ଜିବୁ ଆମ୍ଭେ ତୁମ୍ଭ ଘରେ ଅନ୍ନ ।ବାଳକ ନନ୍ଦନ ଦେଖ ଏହାଙ୍କ ବିଚାରଏଣୁ ଅନ୍ନ ନେଇଯିବୁ ଏହାଙ୍କ ସଙ୍ଗର ।ଅନ୍ନ ଦେଇଣ କୃଷ୍ଣଙ୍କୁ ଦେଖିବୁ ନୟନେ ।ଭୁବନ ମୋହନ ସେହି ଯଶୋଦାନନ୍ଦନେ ।ଗୋପକୁ ତ କେବେ ତୁମେ ନ ଛାଡ଼ିବ ନାଥକାହୁଁ ଦେଖିବୁଟି ଆମ୍ଭେ ଯଶୋଦାଙ୍କ ସୁତ ।ଦେବଯୋଗେ ବଣାହୋଇ ସେ ଦୁଇ ସୋଦରକ୍ଷୁଧାରେ ଅନ୍ନ ମଗାଇଛନ୍ତି ଆମ୍ଭ ଘର ।ବ୍ରାହ୍ମଣ ବୋଲି ଆମ୍ଭଙ୍କୁ ଅନ୍ନ ସେ ମାଗନ୍ତିଆମ ଅନ୍ନ ଖାଇ ମନ କରିବେ ତୃପତି ।ଏ ବାଳକ ପୋଏ ଅନ୍ନ ବୋହି ନ ପାରିବେଅନ୍ନ ନେଲେ ଶ୍ରୀକୃଷ୍ଣଙ୍କୁ ଦେଖିବୁଟି ଆମ୍ଭେ ।ବ୍ରାହ୍ମଣୀଙ୍କ ବଚନକୁ ବ୍ରାହ୍ମଣେ ଶୁଣିଲେକ୍ରୋଧଭରେ ଗୋପାଳଙ୍କୁ ନାନା ଗାଳିଦେଲେଆରେ ଗୋପାଳେ ତୁମ୍ଭଙ୍କୁ ତିଳେ ଭୟ ନାହିଁଜଳନ୍ତା ଅନଳେ ଆସି ପଶିଲ ଝସାଇ ।ଜାତିରେ ବ୍ରାହ୍ମଣ ଆମେ ସବୁ ବର୍ଣ୍ଣେ ରାଜାକରନ୍ତି ସକଳ ଜନେ ଆମ୍ଭ ପାଦ ପୂଜା ।ଦେବତାମାନେ ଆମ୍ଭର ପୂଜାରେ ତୃପତିନ ହୁଅନ୍ତି ତୃପ୍ତ ଯେବେ ପୂଜେ ଅନ୍ୟ ଜାତି ।ଆମ୍ଭେ ଦେଲେ ସେମାନେ ଯେ କରିବେ ଭୋଜନନ ଭୁଞ୍ଜନ୍ତି ଆନ ଜାତି ଦେଲେ ନାରାୟଣ ।ଆମ୍ଭ ଅନ୍ନ ନିତି ବିଷ୍ଣୁ କରନ୍ତି ଭକ୍ଷଣଆମ୍ଭ କ୍ରୋଧକୁ ଡରନ୍ତି ସୁର ନରଗଣ ।ଜାତିରେ ଗଉଡ଼ ତୁମ୍ଭେ ବୁଦ୍ଧି ତୁମ ହୀନବୋଲୁଛ ଯେ ରାମକୃଷ୍ଣ ଅଟେ ବଡ଼ଜନ ।ଆମ୍ଭ ନାରୀମାନଙ୍କୁ ରେ କହ ଭଣ୍ଡକରିଆମ୍ଭର କ୍ରୋଧରେ ତୁମ୍ଭେ ଯିବ ଯମପୁରୀ ।ଶୁଣିଛୁ କୃଷ୍ଣର ଆମେ ବାଳକାଳ କୀର୍ତ୍ତିଅନ୍ତୁଡ଼ିଶାଳେ ମାଇଲା ପୁତନା ଯୁବତୀ ।ନାରୀହତ୍ୟା ହେବ ବୋଲି ବିଚାରିଲା ନାହିଁପୁଣି ଶୁଣିଛୁ ଷଣ୍ଢେକ ମାରିଥିଲା ସେହି ।ଗୋପରେ ଜ୍ଞାତିବାନ୍ଧବମାନଙ୍କ ଘରଣୀବଳେ ହରଣ କରିଛି ତାହା ଅଛୁ ଶୁଣି ।କଂସ ଯେତେ ଦୈତ୍ୟକୁ ପେଶିଲା ଗୋପପୁରଶୁଣିଲୁ ମାଇଲା ସବୁ ନନ୍ଦର କୁମର ।ଏବେ ବନେ ବଣା ହୋଇ ମଗାଇଛି ଭାତଆମ୍ଭ ନାରୀମାନଙ୍କର ନେବ ସେ ମହତ ।ସୁନ୍ଦରପଣ ଶୁଣି ସେ ତୁମ୍ଭଙ୍କୁ ପେଶିଛିଆମ ନାରୀଏ ସୁନ୍ଦରୀ ବୟସେ ଷୋଡ଼ଶୀ ।କେ କହିଲା ତାକୁ ଆମ୍ଭ ନାରୀ କଥାମାନକୂଟେ ପେଶିଛି ତୁମ୍ଭଙ୍କୁ ନନ୍ଦର ନନ୍ଦନ ।ଦେଖ ଆମ୍ଭ ନାରୀଙ୍କର ଶୋଭାକୁରେ ପୋଏଉପମା ଦେବାକୁ ଗୋପେ ନ ଥିବେ ଗୋଟିଏ ।ସୁନ୍ଦରପଣକୁ ଲୋଭ କରି ନନ୍ଦସୁତଆମ ଲାଗି କଂସ ହସ୍ତେ ହୋଇବ ସେ ହତ ।ଗୋପପୁର ଭାବିକି ଆସିଛ ଗୋପପୁଅଏ ଭୋଜପୁର ଶାସନ ନାହିଁ ତୁମ୍ଭ ଭୟ ।ଭୋଜ ନବରର ଏହି ଆସନ ଅଟଇଏଠାରେ କାହାର ଆଜ୍ଞା ପାଳିତ ନୁହଇ ।ଏ ଶାସନ ସୀମାକୁ ଯେ ନ ପେଶଇ ଦୂତବଂଶରେ ତାହାର ଯେତେ ହୋଇବେଟି ଜାତକେହି ଏ ଶାସନେ ଜଳ ନ କରନ୍ତି ପାନଶାସନ ପଦାର୍ଥ ତାକୁ ଗରଳ ସମାନ ।ତୁମ କୃଷ୍ଣ କିମ୍ପା ରାଜଧର୍ମ କରେ ନାଶବ୍ରାହ୍ମଣ ଶାପରେ ନିଶ୍ଚେ ବଂଶ ଯିବ ନାଶ ।ବ୍ରହ୍ମ ପତ୍ନୀ ହରିବାକୁ ଆଶା ବଳାଇଲାଯହିଁ ନାଶଯିବ ସେହି ବୁଦ୍ଧିକି ପାଞ୍ଚିଲା ।ପଳାଅ ଗୋପାଳେ ଏଥୁ ନ ରହରେ କ୍ଷଣେନିଷ୍ଠୁର ବଚନ ଯହୁଁ କହିଲେ ବ୍ରାହ୍ମଣେ ।ଗୋପାଳେ ଶୁଣିଣ ତାହା ବୋଇଲେ ଉତ୍ତରବ୍ରାହ୍ମଣ ବୋଲି ଆସିଲୁ ସିନା ତୁମ ଘର ।ମାଗି ଖାଇଲେ କିମ୍ପାଇ ଦୋଷ ହେ ଲାଗିବଚୋରୀ ନାରୀ କଲେ ସିନା କଳଙ୍କ ରଟିବ ।ଶୁଣ ହୋ ବ୍ରାହ୍ମଣଗଣେ ଶୁଣିଛ ପୁରାଣେଦାନ ପ୍ରତିଗ୍ରହ କରୁଥାନ୍ତି ଯେ ବ୍ରାହ୍ମଣେ ।ମହାପାତକୀ ହୁଅନ୍ତି ସେ ଏହୁ ଜଗତେଦରିଦ୍ରରେ ଲେଖା ହୁଅନ୍ତି ସେ ଜନ୍ମ ସାତେ ।ତୁମେ ତ ବ୍ରାହ୍ମଣ ଆଗ ପଛ ନ ବିଚାରଯେ ଦାନ ଦିଅଇ ବଳେ ନିଅ ତୁମ ଘର ।ଆମେ ଭାତ ମାଗିବାରୁ କୁହ କ୍ରୋଧକରିନ ଦିଅ ପଛକେ ଭାତ ଯାଉଅଛୁ ଫେରି ।ବଣା ହୋଇ କୃଷ୍ଣ ହେଲେ କ୍ଷୁଧାରେ ଆରତତେଣୁ ତୁମ ଘରକୁ ସେ ମଗାଇଲେ ଭାତ ।ଏଥିକି କିମ୍ପାଇ ଏତେ କରୁଅଛ ରୋଷଥାଉ ତୁମ ଅନ୍ନ ଯାଉଅଛୁ କୃଷ୍ଣ ପାଶ ।କୃଷ୍ଣ କଥା କହୁଅଛ ପରିହାସ କରିଜାତିରେ ବ୍ରାହ୍ମଣ ତୁମେ ଜନମ ଭିକାରୀ ।ଯେତେହେଲେ ତୁମର ତ ଶାନ୍ତି ନୁହେଁ ମନଜଗତେ ବୋଲନ୍ତି ବିପ୍ରେ ଅଟନ୍ତି ଦୁର୍ଜନ ।ଫେରି ଯାଉଅଛୁ ବିପ୍ରେ କ୍ରୋଧ ଯେ ନ କରଏମନ୍ତ ବୋଲି ଗୋପାଳେ ହୋଇଲେ ବାହାର ।ପୁଅଙ୍କ ଫେରିବା ଦେଖି ବ୍ରାହ୍ମଣୀ ଡାକିଲେଫେରି ନ ଯାଅରେ ପୁଅ ବ୍ରାହ୍ମଣଙ୍କ ବୋଲେ ।ଶୁଣିଣ ଗୋପାଳ ପୁଅ ସ୍ଥକିତ ରହିଲେବ୍ରାହ୍ମଣୀଙ୍କ ଭାବ ଦେଖି ଚଳି ନ ପାରିଲେ ।ପୁଣି ବୋଇଲେରେ ତୁମ୍ଭେ ଫେରିଲେ ନନ୍ଦନକୃଷ୍ଣଦ୍ରୋହୀ ହେବ ନିଶ୍ଚେ ତୁମ୍ଭେମାନେ ଜାଣ ।ପଡ଼ିଲେ ବ୍ରାହ୍ମଣଙ୍କର ପାଦେ ବ୍ରାହ୍ମଣୀଏକରପତ୍ର ଯୋଡ଼ିଣ ସେ କହନ୍ତି ବିନୟେ ।ବାଟବଣା ହୋଇବାରୁ ଆସିଲେ କୁମରଅନ୍ନ ଦେବୁ ବୋଲି ତାଙ୍କୁ ରଖାଇଛୁ ଘର ।ନିରାଶ ହୋଇ ସେ ଯେବେ ଆମ୍ଭ ଦ୍ୱାରୁଯିବେଆମ ଉପରେ ନିଃଶ୍ୱାସ ପଡ଼ିବଟି ତେବେ ।ଅନ୍ନପାଣି ନ ଦିଏ ଯେ ଦେଖି ଭୋକୀଶୋଷୀତା ପରି ଜଗତେ କାହିଁ ଅଛି ଆଉ ଦୋଷୀ ।ଧନ ଅଛି ତୁମ୍ଭ ଘରେ ବ୍ରାହ୍ମଣ ବହୁତକିମ୍ପା ଭୋକୀ ଶୋଷୀଙ୍କର ତୋଷୁ ନାହଁ ଚିତ୍ତ ।ବ୍ରାହ୍ମଣ ଅନ୍ନକୁ ସିନା ସବୁଙ୍କର ଆଶଘରେ ଥାଉ ଥାଉ ତୁମେ କରୁଛ ନିରାଶ ।ଏକଥାରେ ପାଇବ ହେ ତୁମେ ବଡ଼ ଦୋଷନ ଥିବା ଲୋକର କିଛି ହୁଏ ନାହିଁ ଦୋଷ ।ତୁମେ ଆମକୁ ନ ବାର ଯିବୁ ବନ ଘୋରଦେଖି ଯେ ରାମ କୃଷ୍ଣଙ୍କୁ ଫେରିବୁଟି ଘର ।ବ୍ରାହ୍ମଣୀଙ୍କ ବଚନରେ ବ୍ରାହ୍ମଣେ ଅଜ୍ଞାନବୋଇଲେ ତୁମ୍ଭେମାନେଲୋ ଅଟ ଅଲକ୍ଷଣ ।ନବୀନ ବୟସୀ ତୁମେ କୁଳ ଭୁଆସୁଣୀଘରୁ ବାହାରିବା ନୁହେ କହୁଛ କି ବାଣୀ ।କହନ୍ତି ଶାଶୁ ନଣନ୍ଦ ହୋଇ ଆଗଭରକୃଷ୍ଣ ଦେଖିବାକୁ ତୁମେ ହେଉଛ ଆତୁର ।ଶୁଣିଲେ କରିବେ ସିନା ଲୋକେ ଜାତିହୀନଯହିଁ ଗଲେ ପାଇବଟି ତହିଁ ଅପମାନ ।ତୁମ ଯୋଗୁ ଆମ୍ଭେମାନେ ହୋଇବୁ ଲୋ ନଷ୍ଟଜାତିରେ ବ୍ରାହ୍ମଣ ଆମେ ସବୁଠାରୁ ଶ୍ରେଷ୍ଠ ।ଶୁଣିଲେ ବୋଲିବେ ଲୋକେ ବ୍ରାହ୍ମଣ ଯୁବତୀଗଉଡ଼ଙ୍କ ସଙ୍ଗେ ପ୍ରେମ କରିଲେ ସେ ମାତି ।ଦୋଚାରି ବ୍ରାହ୍ମଣୀ ବୋଲି ଶୁଭିବ ଜଗତେତୁମେ କହିଲେ ତ କେହି ନ ଯିବେ ପରତେ ।ବ୍ରାହ୍ମଣମାନେ ବୋଲନ୍ତି କ୍ରୋଧଭର ହୋଇଆଜି କିଲୋ ଗଉଡ଼ଙ୍କୁ ଦେଖି ହୋଇ ବାଇ ।ତୁମେ ଯେବେ କୃଷ୍ଣ ଆଶା ଅଛଲୋ ବଢ଼ାଇତେବେ ଆମ ଘରୁ ନିଶ୍ଚେ ଦେବୁ ଘଉଡ଼ାଇ ।ଗଉଡ଼ଙ୍କ ସଙ୍ଗେ ପଡ଼ି ଜାତିଭ୍ରଷ୍ଟା ହେଲବ୍ରାହ୍ମଣ କୁଳରେ ତୁମେ କାଳି ଲଗାଇଲ ।ବ୍ୟଭିଚାରିଣୀ ହୋଇଲ ଆମକୁ ଛାଡ଼ିଣଆମ ଘରେ ଆଉ ତୁମେ ନ ପଶିବ ଜାଣ ।ଘରକୁ ଗଲେ ସେଠାରୁ ଦେବୁଁ ଘଉଡ଼ାଇତୁମ ମୁଖ ଏବେ ଆଉ ଚାହିଁ ନ ଯୋଗାଇ ।ନାନା ପ୍ରକାର କଷଣ ନିଶ୍ଚୟ ଭୋଗିବଧିକ ଏ କୁଳରେ ଜାତ କରିଲା ଦଇବ ।ମୁଣ୍ଡରୁ ସିନ୍ଦୂର କେଶ ନିର୍ମୂଳ କରିବୁଆବର ଅସ୍ତ୍ରରେ ନାସା ଶ୍ରବଣ ଛେଦିବୁ ।ତୁମ ମୁଖେ ଚୂନକଳା ଦେଇ ତତପରଘଉଡ଼ାଇ ଦେବୁ ଶୀଘ୍ର ପୁରରୁ ଆମର ।ଗଉଡ଼ଙ୍କୁ ନେଇ ଯେବେ ଦେବଟି ଆହାରତେବେ ଖାଇବ ଠେଙ୍ଗାରେ ଅସଂଖ୍ୟ ପାହାର ।ପୁଣି କଂସ ରାଜା ଆଗେ କହିବୁ ଲୋ ଯାଇନିଶ୍ଚେ ଆମ ଗୁହାରିକୁ ଶୁଣିବେଟି ସେହି ।କଂସର ଅଟୁ ଲୋ ଆମେ ଦାନୁଆଁ ବ୍ରାହ୍ମଣଶାସନେ ରଖି ଆମକୁ କରିଛି ପାଳନ ।ଆମମାନଙ୍କର କଥା ନ ଟାଳିବ ସେହିତୁମ୍ଭଙ୍କୁ ମାରିଣ ରାଜ୍ୟୁ ଦେବ ଘଉଡ଼ାଇ ।ପିତାମାତା ତୁମର ଯେ ମୁଖ ନ ଚାହିଁବେଦେଖିଲେ ମୁଖରେ ବାସ ଦେଇଣ ହସିବେ ।ନାରୀରେ ଜନ୍ମି କଳଙ୍କ ରଖିଲ କୁଳରଆଗପଛ ଭଲମନ୍ଦ ବିଚାର ନ କଲ ।ପର ପୀରତିରେ ମନ କରି ଛନ୍ନ ଛନ୍ନନିଜ ପତି ଛାଡ଼ି ଅନ୍ୟେ ଦିଅ ଯଉବନ ।ଏ କଥା ଶୁଣିଲେ କଂସ କରିବଟି ରୋଷତୁମ ଯୋଗେ ଗୋପପୁର ନିଶ୍ଚେ ହେବ ନାଶ ।ରାମ କୃଷ୍ଣ ଦୁହେଁ ସିନା ବଇରୀ ରାଜାରତେଣୁ ସେ ଦୁହିଁଙ୍କୁ କେବେ ଜୀବନେ ନ ମାରକଂସ ନୃପବର ଜାଣ କେଡ଼େକ ପ୍ରତାପୀନିଶ୍ଚେ ଦଣ୍ଡ ଭୋଗିବଟି ଏ ଗଉଡ଼ ପାପୀ ।ଏହାଙ୍କର କଥା ଯେବେ ଶୁଣିବ ନରେଶସମସ୍ତଙ୍କୁ ବାନ୍ଧିନେଇ କରିବଟି ନାଶ ।ଗୋପପୁର ରକ୍ଷକକୁ ବଳେ ଧରି ନେବକଏଦୀ ଗୃହରେ ନେଇ ବାନ୍ଧିଣ ରଖିବ ।ଗୋପୀ ଗୋପାଳଙ୍କୁ ନାନାରୂପେ ଦଣ୍ଡ ଦେବତେଣୁକରି ଗୋପପୁର ନଷ୍ଟଭ୍ରଷ୍ଟ ହେବ ।କଦାପି ନ କର ତୁମ୍ଭେ ଏମନ୍ତ ବିଚାରଅନ୍ନ ଘେନି ଫେରିଆସ ଗୃହକୁ ଆମ୍ଭର ।ବ୍ରାହ୍ମଣଙ୍କଠାରୁ ଯହୁଁ ଏମନ୍ତ ଶୁଣିଲେବ୍ରାହ୍ମଣୀମାନେ ଯେ ବହୁ ବିକଳ ହୋଇଲେ ।ମନ ମଧ୍ୟେ ଚିନ୍ତିଲେ ରଖ ହେ ନନ୍ଦବାଳକି ବୁଦ୍ଧି କରିବୁ ନାହିଁ ଉପାୟ ଆମ୍ଭର ।ତୁମର ଶ୍ରୀମୁଖ ଆଜି ନ ଦେଖିବୁ ଯେବେଜୀବନ ହାରିବୁ ସତ୍ୟ କହୁଅଛୁ ଆମ୍ଭେ ।ଦୁର୍ଜ୍ଜନ ବ୍ରାହ୍ମଣ ଏ ଯେ ଅଟନ୍ତି ଭିକାରୀବୁଝାଇ କହିଲେ କ୍ରୋଧ ଲୋଡୁଛନ୍ତି ମାରି ।ସକଳ ବ୍ରାହ୍ମଣୀ ନାରୀ ଆମ୍ଭେ ଶୁଣୁଅଛୁପାପ ପୁଣ୍ୟ ଭଲମନ୍ଦ ବିଚାରି ବୁଝିଛୁ ।ଶୁକମୁନି କହନ୍ତି ଶୁଣ ହୋ ପରୀକ୍ଷିତବ୍ରାହ୍ମଣୀମାନେ ପୂର୍ବରୁ କୃଷ୍ଣ ନାମେ ରତ ।ବ୍ରାହ୍ମଣେ ତ ଚାରିବେଦ ନିତ୍ୟେ ଉଚ୍ଚାରନ୍ତିବ୍ରାହ୍ମଣୀମାନେ ତ ବସି ସବୁ ଶୁଣିଛନ୍ତି ।ଶ୍ରୀକୃଷ୍ଣଙ୍କ କଥା ସବୁ ଅଛନ୍ତି ସେ ଶୁଣିତେଣୁ ଅତି ଜ୍ଞାନବତୀ ଅଟନ୍ତି ବ୍ରାହ୍ମଣୀ ।ଅନ୍ତର୍ଗତେ କୃଷ୍ଣପାଦ କଲେ ସେ ଭାବନାକୃଷ୍ଣଭାବେ ମଜ୍ଜି ସର୍ବେ ହାରିଲେ ଚେତନା ।ପୁଣି କ୍ଷଣେ ଚେତା ଲଭି ଧ୍ୟାନ ଲଗାଇଲେହେ ନନ୍ଦ କୁମର ରକ୍ଷା କରନ୍ତୁ ବୋଇଲେ ।ଆହେ ଚକ୍ରଧର ଦୟାନିଧି ଦୟାକରକାରୁଣ୍ୟ ସାଗରୁ କୃପା ନାବରେ ଉଦ୍ଧାର ।ତୁମ୍ଭେ ନ ରଖିଲେ ଆମ୍ଭେମାନେ ଭାସିଗଲୁରଖ ବା ନ ରଖ ପାଦେ ଶରଣ ପଶିଲୁ ।ତ୍ରେତାଯୁଗେ ହୋଇଥିଲ ଦଶରଥ ସୁତଏବେ ଦ୍ୱାପରେ ହୋଇଛ ତୁମ୍ଭେ ନନ୍ଦସୁତ ।ମନ୍ଦୋଦରୀ ରାଣୀକି ଯେ ମହାସତୀ କଲତାରାକୁ କରିଣ ସତୀ କୀରତି ରଖିଲ ।ଅହଲ୍ୟା ମୁକତ ହେଲା ଲାଗି ତୁମ୍ଭ ପାଦକୁନ୍ତୀକି କରିଛ ମହାସତୀ ହେ ଗୋବିନ୍ଦ ।ଭାରା ନିବାରଣ କରିବାକୁ ଗୋପୀନାଥଏବେ ଦେବକୀ ଗର୍ଭରୁ ହୋଇଅଛ ଜାତ ।ହେ ପ୍ରଭୁ ଯଶୋଦା ସୁତ ନ କର ନିରେଖମରିବୁ କହୁଛୁ ସତ୍ୟ ନ ଦେଖି ତୋ ମୁଖ ।ଏମନ୍ତ ବୋଲି ବ୍ରାହ୍ମଣୀ ହୋଇଲେ ବିକଳଚିତ୍ତ ନିବେଶିଲେ ନେଇ କୃଷ୍ଣ ପାଦତଳ ।ଅନ୍ତର୍ଯ୍ୟାମୀ ନାଥ ବ୍ରାହ୍ମଣୀଙ୍କ ମନ ଜାଣିମାୟା ପ୍ରକାଶିଲେ ତହୁଁ ଦେବ ଚକ୍ରପାଣି ।ଯାହାର ମାୟାରେ ବଶ ହୋନ୍ତି ତିନିଲୋକଧାତା ତ୍ରିଲୋଚନ ଯହିଁ ଭ୍ରମନ୍ତି ପ୍ରତ୍ୟକ୍ଷ ।ଇନ୍ଦ୍ର ଚନ୍ଦ୍ର ସୂର୍ଯ୍ୟ ଆଦି ସେ ମାୟା ଅଧୀନନାଗ ନରେ ଏଡ଼ିବାକୁ କି ଅବା ଭାଜନ ।ସେ ମାୟାରେ ବିପ୍ରଙ୍କର ଚିତ୍ତକୁ ମୋହିଲେତେଣୁ ସକଳ ବ୍ରାହ୍ମଣ ମୋହରେ ବୁଡ଼ିଲେ ।ଦନ୍ତ ନ ଥିଲାର ସର୍ପ ଯେପରି ଅଟଇନଖହୀନ ବ୍ୟାଘ୍ର ପରି ନିସ୍ତେଜତା ହୋଇ ।କିଛି ନ କହିଣ ତୁନି ହୋଇ ସେ ରହିଲେବ୍ରାହ୍ମଣୀଗଣ ତାହାଙ୍କୁ ପୁଣିହିଁ କହିଲେ ।ସର୍ବେ ବୋଲୁଛନ୍ତି ତୁମ୍ଭେ ଶୁଣ ହେ ବ୍ରାହ୍ମଣପାପ କଥାକୁ ଭାବୁଛ କିମ୍ପା ତୁମ ମନ ।ସାକ୍ଷାତେ ଅଟନ୍ତି କୃଷ୍ଣ ସ୍ୱୟଂ ଭଗବାନମହୀଭାରା ଉଶ୍ୱାସିବା ପାଇଁ ତାଙ୍କ ଜନ୍ମ ।କର୍ଣ୍ଣରେ ନହଁକି ଶୁଣି ତାହାଙ୍କର ଗୁଣକହିଲେ ପରତେ ଯିବ ନାହିଁ ତୁମ୍ଭ ମନ ।ଶୁଣି ନାହଁ କଂସଭଗ୍ନୀ ପୁତନା ରାକ୍ଷସୀସ୍ତନରେ ବିଷ ଭରିଣ ଥିଲା ସେହୁ ଆସି ।ଅନ୍ତୁଡ଼ିଶାଳାରେ ଯାଇ କୃଷ୍ଣଙ୍କୁ ଧଇଲାବଳେ ଶ୍ରୀକୃଷ୍ଣଙ୍କୁ କ୍ଷୀର ପାନ କରାଇଲା ।କ୍ଷୀର ସଙ୍ଗେ ତା ପ୍ରାଣକୁ ଶୋଷିଲେ କହ୍ନାଇପୁତନା ସେଠାରେ ମଲା ନ ଜାଣ କି କେହି ।ସେ ରାକ୍ଷସୀ ଭାବିଥିଲା କୃଷ୍ଣଙ୍କୁ ମାରିବତାଙ୍କୁ ଯେ ମାରିବ ସେହି ସ୍ୱୟଂ ବାସୁଦେବ ।ଦିନେ ଗୋଗୋଷ୍ଠେ ଅସୁର ବତ୍ସା ରୂପ ହେଲାଧେନୁଙ୍କ ସଙ୍ଗରେ ମିଶିକରି ସେ ରହିଲା ।କୃଷ୍ଣ ତାକୁ ଚିହ୍ନି ନାଶ କଲେ କ୍ଷଣିକରେକି ଆଶ୍ଚର୍ଯ୍ୟ କଥା ଏହା ନ ଭାବ ମନରେ ।ଦିନେ ବ୍ରହ୍ମା ହରିନେଲା ବତ୍ସା ବାଳମାନଜାଣି ନିଜ ଅଙ୍ଗୁ ଜାତ କଲେ ସେ ବହନ ।ସପତ ଦିବସ ଇନ୍ଦ୍ର ଘୋର ବୃଷ୍ଟି କଲାଗୋବର୍ଦ୍ଧନ ଟେକି କୃଷ୍ଣ ଗୋପକୁ ରଖିଲା ।ଏକ ରାକ୍ଷସ ମାୟାରେ ଗୋପକୁ ଆସିଲାଅଜଗର ରୂପେ ବୃନ୍ଦାବନରେ ରହିଲା ।ରାମକୃଷ୍ଣ ବତ୍ସା ବାଳକାଦିଙ୍କୁ ଗିଳିଲାତା ଗର୍ଭରୁ ବାହାରନ୍ତେ ତାର ପ୍ରାଣଗଲା ।ଏ କଥା ତ କର୍ଣ୍ଣେ ଶୁଣିଅଛ ତୁମ୍ଭେମାନେଆବର କହୁଛୁ ସର୍ବେ ଶୁଣ ଏକମନେ ।ବତ୍ସାସୁରକୁ ଚିହ୍ନିଣ ମାଇଲେ ଶ୍ରୀହରିବକାସୁର ବେନି ପାଟି ପକାଇଲେ ଚିରି ।କାଳୀ ସର୍ପ ଫଣାରେ ଶ୍ରୀକୃଷ୍ଣ ନୃତ୍ୟ କଲେଶୁଣିଛ ବ୍ରାହ୍ମଣ ଥୋକେ ଦେଖିଛନ୍ତି ଡୋଳେ ।ଯାମଳାର୍ଜ୍ଜୁନ ବୃକ୍ଷରେ ଅସୁରେକ ଥିଲାଶ୍ରୀକୃଷ୍ଣ ମାରିଲେ ତାକୁ ଯାଇ ନ ପାରିଲା ।ନନ୍ଦ ବୁଡ଼ି ଯାଇଥିଲା କୃଷ୍ଣ ବଞ୍ଚାଇଲେଶକଟାସୁରକୁ ଚିହ୍ନି ସେ କୃଷ୍ଣ ମାଇଲେ ।ଅନ୍ଧ ପୁଅକୁ ଶ୍ରୀକୃଷ୍ଣ ଧୂଳି ଖେଳେ ମାରିକୃଷ୍ଣଙ୍କୁ ସେ ଅନ୍ଧ ପୁଅ ଦେଲା ନାନା ଗାଳି ।ତାର ଅପରାଧ ସବୁ ଶ୍ରୀକୃଷ୍ଣ ଖଣ୍ଡିଲେଦେବତାର ପୁଅ ମୋତେ ମାରିଲା ବୋଇଲେ ।ଏ ରୂପେ ନନ୍ଦ ଆଗରେ ଅନ୍ଧ ଜଣାଇଲାକୃଷ୍ଣଙ୍କୁ ଡାକିଣ ନନ୍ଦ ଆକଟି ବୋଇଲା ।ଆଉ ଦିନେ ଏପରି ନ କରିବୁ ଯେ ତୁହିଶୁଣିକରି କୃଷ୍ଣ ଗଲେ ହସ ହସ ହୋଇ ।ଅନ୍ଧ ପରେ ଦୟା କଲେ ପ୍ରଭୁ ଦଇତାରିନବରଙ୍ଗେ ପଚାରିଲେ ନାନା ଭଙ୍ଗୀ କରି ।କେମନ୍ତେ ଦେଖିଲୁ ତୋର ପୁତ୍ରକୁ ମାଇଲିଅନ୍ଧ ବୋଲେ ଚକ୍ଷୁହୀନ ଦେଖିବି କିପରି ।ଅନ୍ଧ ବୋଇଲାରେ କୃଷ୍ଣ ହୋଇଲୁ କି ବାଇବେନି ଆଖି ନାହିଁ ମୋର ଦେଖିବିରେ କାହିଁ ।ପୁଅକୁ ମାରି ଟାପରା କରୁଅଛୁ ମୋତେଆଖି ଥିଲେ ଆଜ କିରେ ଛାଡ଼ିଦ୍ୟନ୍ତି ତୋତେ ।ପିତା ମାତାଙ୍କର ତୁହି ଏକ ପୁତ୍ର ହୋଇଗେହ୍ଳାପଣେ ବଢ଼ିଅଛୁ ମୁଖେ ଲାଜ ନାହିଁ ।ଏ ଗୋପ ନଗରେ ତୁରେ ଷଣ୍ଢ ହୋଇଅଛୁଘରେ ଘରେ ପଶି ଦଧି ଲବଣୀ ଖାଉଛୁ ।ବାଟେ ଗୋପୀ ତୋହ ଲାଗି ଚାଲି ନ ପାରନ୍ତିହଟହଟା ନିତି ଗୋପୀ ତୋ ଲାଗି ହୁଅନ୍ତି ।କେ ତୋହର ଭଉଣୀ କେ ଅବା ମଉଳାଣୀକେ ତୋର ଭାଉଜ କେହୁ ତୋର ଖୁଡ଼ୀ ପୁଣି ।ତାହାକୁ ତୁ ପରିହାସ କରୁ ନିରନ୍ତରଗଉଡ଼ ଜାତି ତୁମର ନାହିଁରେ ବିଚାର ।ବୃଦ୍ଧକାଳେ ଯଶୋଦାର ଗୁର୍ଭୁ ହେଲୁ ଜାତତେଣୁ ଅତି ଗେହ୍ଲାଇ ତୁ ହେଲୁ ନନ୍ଦ ସୁତ ।ତୋର ପିତା ମାତାଙ୍କୁ ତୁ ଅଟୁ ସିନା ବଡ଼ମୋ ପୁଅକୁ କାହିଁ ପାଇଁ ମାଇଲୁ ଗଉଡ଼ ।ବୟସ ଗଲାଣି ମୋର ବୃଦ୍ଧ ହେଲି ମୁହିଁଏକା ଏହା ଭିନ୍ନ ମୋର ଅନ୍ୟ ସଖା ନାହିଁ ।ଜାତିରେ ବ୍ରାହ୍ମଣ ଆମେ ଆନ ସ୍ତ୍ରୀ ନ ହରୁପୁତ୍ର କାହିଁ ପାଇବି ତୁ ମୋ ପୁତ୍ରକୁ ମାରୁ ।ଆରେରେ ଦୁର୍ଜନ ମୋର ପୁଅ ମୋତେ ବଡ଼ତୋତେ ଆଜି ବାନ୍ଧି ମାଡ଼ ଦେବିରେ ଗଉଡ଼ ।ମୋତେ ପଛେ ଗୋପୁ ନନ୍ଦ କରନ୍ତା ବାହାରଆନ ଦେଶେ ଭିକ୍ଷା ମାଗି ପୋଷନ୍ତି ଉଦର ।ଦରିଦ୍ର ମୁଁ ଅଟେ ମୋତେ ନ ମିଳଇ ଅନ୍ନଭିକ୍ଷା ମାଗି ଆଣିଲେ ମୁଁ କରଇ ଭୋଜନ ।ତେଣୁ ମୋର ପୁତ୍ର ସିନା ଦୁର୍ବଳ ଅଟଇଦୁଧଭାତ ଖାଇ ମୋଟା ହୋଇଅଛୁ ତୁହି ।ତୋହ ଲାଗି ଦୁଃଖୀଲୋକ ଗୋପେ ନ ରହିବେଯେ ତୋର ମାଡ଼ ସହିବେ ଗୋପେ ସେ ରହିବେ ।ବୋଲନ୍ତି ଅନ୍ଧ ବଚନ ଶୁଣି ବନମାଳୀନ ବୁଝି ଦେଉଛ ଅନ୍ଧ କିମ୍ପା ମୋତେ ଗାଳି ।ସମସ୍ତ ନନ୍ଦନ ବସି ଖେଳୁଥିଲୁ ଧୂଳିତୋ ପୁଅ ମାଇଲା ମୋତେ ଲଗାଇଣ କଳି ।ପଚାର ପିଲାଙ୍କୁ ଆରେ କେ ମାଇଲା ଆଜଭଲକରି ଏମାନଙ୍କଠାରୁ ତୁମେ ବୁଝ ।କାହାର ନୁହନ୍ତି ଏଇ ବାଳୁତ ନନ୍ଦନଏହାଙ୍କ ପାଖରୁ ତୁମ୍ଭେ ବୁଝ ହେ ବ୍ରାହ୍ମଣ ।ତୋ ପୁଅ ଚାପୋଡ଼ା ଚିହ୍ନ ମୋର ଅଙ୍ଗଦେଖଅନ୍ଧକୁ ଏପରି ବୋଲୁଛନ୍ତି ପଦ୍ମମୁଖ ।ଦେଖ ଦେଖ ବୋଲନ୍ତେଣ ନୟନ ଫିଟିଲାଜନ୍ମ ଅନ୍ଧ ତାଙ୍କ ଯୋଗେ ନୟନ ପାଇଲା ।ଏ କଥା ତ ତୁମ୍ଭେମାନେ କର୍ଣ୍ଣେ ଅଛ ଶୁଣିଜାଣିଶୁଣି କୃଷ୍ଣେ ନିନ୍ଦାକର କିମ୍ପା ପୁଣି ।ଦିନେ ମାଟି ଖାଉଥିଲେ କୃଷ୍ଣ ଦାଣ୍ଡେ ବସିକହିଲେ ଯଶୋଦା ଆଗେ ରାମ ଦେଖି ଆସି ।ବୋଇଲେ ଗୋ ମାତା ମାଟି ଖାଉଛି କହ୍ନାଇମନା କଲାରୁ ମୋ କଥା ମାନିଲା ସେ ନାହିଁ ।ଶୁଣନ୍ତେ ଯଶୋଦା ଘରୁ ହୋଇଲେ ବାହାରକୃଷ୍ଣଙ୍କର ଧଇଲେ ସେ ଯାଇ ବେନି କର ।ନିତି ମାଟି ଖାଉ ତୁ ତ କହିଲେ ନ ମାନୁଛାଟେ ପିଟି ଖଣ୍ଡ ଖଣ୍ଡ କରିବି ତୋ ତନୁ ।ଏମନ୍ତ ଭାବେ ଡରାଇ ଯଶୋଦା କହିଲେଅନ୍ତରେ ସେନେହ ଏତେ କହିଲେ ମୁଖରେ ।ରାମ କହିଲେ ଗୋ ମାତ ଧର ତାର ତଣ୍ଟିଦେଖାଉ ସେ ତୁଣ୍ଡ ପରା ଖାଇ ନାହିଁ ମାଟି ।କାନ୍ଦ କାନ୍ଦ ହୋଇ କୃଷ୍ଣ ବୋଲନ୍ତି ମା ଶୁଣମାଟି ଖାଇ ନାହିଁ ମିଛ କହୁଛନ୍ତି ରାମ ।ଦେଖ ଦେଖ ମାତା ମୋର ତୁଣ୍ଡେ ନାହିଁ ମାଟିଏମନ୍ତ ବୋଲିଣ କୃଷ୍ଣ ମେଲା କଲେ ପାଟି ।କୃଷ୍ଣର ଗର୍ଭକୁ ରାଣୀ ଅନାଇ ଦେଖିଲେସ୍ୱର୍ଗ ମର୍ତ୍ତ୍ୟ ପାତାଳାଦି ରହିଛି ତହିଁରେ ।ଗ୍ରହ ନକ୍ଷତ୍ରାଦି ହେଉଛନ୍ତି ଯାତାୟାତଦର୍ଶନେ ଯଶୋଦାରାଣୀ ହେଲେ ଆଚମ୍ବିତ ।ପୁଣି କୃଷ୍ଣ ଗର୍ଭକୁ ସେ ଧୀରେ ଦେଲେ ଚାହିଁଦେଖିଲେ ଯଶୋଦା ରାମକୃଷ୍ଣ ଛନ୍ତି ରହି ।ପୁଣିହିଁ ଦେଖିଲେ ତହିଁ କଂସାସୁର ବଧରକ୍ତବୀର୍ଯ୍ୟ ବଧ ଦେଖି ଭୟେ କମ୍ପେ ହୃଦ ।କିଛି ନ କହିଣ ରାଣୀ ହୋଇଲେ ମଉନମନେ ବିଚାରିଲେ ଏତ ନୁହେଁ ମୋ ନନ୍ଦନ ।ସାକ୍ଷାତରେ ବ୍ରହ୍ମ ଏତ ନୁହଇ ମନୁଷ୍ୟଦେଖିଲେ ଗର୍ଭେ ଏହାର ବ୍ରହ୍ମାଣ୍ଡ ଅଶେଷ ।କୃଷ୍ଣଙ୍କୁ ଅଭାଗିନୀ ମୁଁ ଚିହ୍ନି ନ ପାରିଲିବ୍ରହ୍ମକୁ ମୁଁ ପୁତ୍ର ପ୍ରାୟ ମଣି ଗାଳିଦେଲି ।ନୁହଇ ମୋ ପୁତ୍ର ସେହୁ ଅଟେ ନାରାୟଣଦୁଷ୍ଟଙ୍କୁ ନାଶିବ ଏ ଯେ ପାଳି ସାଧୁଜନ ।ଆଜିଠାରୁ ତର୍ଜନା ମୁଁ କେବେ ନ କରିବିଏ କୃଷ୍ଣ ପାଦ ତଳେ ମୁଁ ନିରତେ ଖଟିବି ।ଏମନ୍ତ ଭାବୁ ରାଣୀର ଜନମିଲା ଜ୍ଞାନମନକଥା ତାହାର ଜାଣିଲେ ଭଗବାନ ।ତେଣୁ ଯଶୋଦାଙ୍କୁ କୃଷ୍ଣ ମାୟା ଲଗାଇଲେମାୟାରେ ପଡ଼ନ୍ତେ ଦେବୀ ସବୁ ପାଶୋରିଲେ ।କୃଷ୍ଣଙ୍କୁ କୋଳରେ ଧରି ନିଜ ପୁରେ ଗଲେପୁତ୍ର ପ୍ରାୟ ମଣି ପୁତ୍ର ସ୍ନେହ ଲଗାଇଲେ ।ଶୁଣୁଛ ବିପ୍ରେ ଏମନ୍ତ ତୁମ୍ଭେ କୃଷ୍ଣଲୀଳାକିପରି ବୋଲୁଛ କୃଷ୍ଣ ଧୂର୍ତ୍ତପଣ କଲା ।ବ୍ରାହ୍ମଣ ପତ୍ନୀକି କିମ୍ପା ସେ କୃଷ୍ଣ ହରିବେଦୂରୁ ଦେଖି ଆମ ପାଦତଳେ ସେ ପଡ଼ିବେ ।ବ୍ରହ୍ମପତ୍ନୀ ତାହାଙ୍କର ଯଶୋଦା ସମାନେପାପୀରେ ଭାଗୀ ହୋଇଲୁ କହିଣ ବଦନେ ।ତୁମ୍ଭମାନଙ୍କୁ କହୁଛୁ ଏବେ କରଯୋଡ଼ିଗୋପାଳ ପୁଅଙ୍କ ସଙ୍ଗେ ଯିବୁ ଦିଅ ଛାଡ଼ି ।କୃଷ୍ଣଙ୍କୁ ଅନ୍ନ ଦେଇଣ ସକଳେ ଫେରିବୁତୁମ୍ଭ ପାଦତଳେ ସେବା କରିଣ ବଞ୍ଚିବୁ ।ତୁମ୍ଭ ପାଦ ଛୁଇଁ ଆମେ ନିୟମ କରୁଛୁକଦାଚ ନୋହିବୁ ଭ୍ରଷ୍ଟ ସତ୍ୟ କରୁଅଛୁ ।ବିନୟ ନ ଘେନି ଯେବେ କରିବଟି ରୋଷନ ମାନିବୁ ତୁମ କଥା ଯିବୁ ଅନ୍ୟ ଦେଶ ।ନ କହ ଆମ୍ଭଙ୍କୁ ତୁମ୍ଭେ ନିଷ୍ଠୁର ବଚନକୃଷ୍ଣଙ୍କୁ ଦେଖିବା ପାଇଁ କରିଅଛୁ ମନ ।ଏଥିକି ଆଣିବ ତୁମ୍ଭେ ଯେବେ ଆନ ନାରୀକର ପଛେ ତାହା ଆମେ ଦେଖିଯିବୁ ହରି ।ଯାହାଙ୍କୁ ଆଣିବ ତୁମ୍ଭେ ତା ପାଶେ ଖଟିବୁସତ୍ୟ କହୁଅଛୁ ନିଶ୍ଚେ କୃଷ୍ଣ ଦେଖିଯିବୁ ।ଜାତି କୁଳରୁ ପଛକେ କରିବ ବାହାରରାଜାର ଦଣ୍ଡକୁ ଆମେ କଲୁ ସୀଉକାର ।ଶାଙ୍କୋଳୀ ପିନ୍ଧାଇ ଯେବେ ଆମ୍ଭଙ୍କୁ ରଖିବଫାଶି ଲଗାଇ ମରିବୁ ସ୍ତିରୀହତ୍ୟା ହେବ ।ନାରୀଙ୍କ ବଚନେ ବିପ୍ରେ ହୋଇଲେ ମଉନବିଷ୍ଣୁ ମାୟାକୁ କେମନ୍ତେ କାଣିବେ ବ୍ରାହ୍ମଣ ।ବିପ୍ରେ ବୋଇଲେ ଗୋପାଳ ବାଳମାନେ ଶୁଣଏମାନେ କଦାପି ଦେଖି ନାହାନ୍ତିଟି ବନ ।ଯେତେ ରୂପେ ଆମ୍ଭେମାନେ କହିଲୁ ବୁଝାଇକେବେହେଁ ଆମ୍ଭର କଥା ଶୁଣିଲେ ସେ ନାହିଁ ।ଡରାଇ କହିଲାକ୍ଷଣି ବୋଇଲେ ମରିବୁକୃଷ୍ଣଙ୍କୁ ନ ଦେଖିଲେ ତ ଗରଳ ଖାଇବୁ ।ଅବୁଝା ଅବଳା ଜାତି କଥା ନ ମାନନ୍ତିବୁଝାଇ କହିଲେ ଯେତେ କେଭେ ନ ଶୁଣନ୍ତି ।ଶ୍ରଦ୍ଧା କଲେ ରାମକୃଷ୍ଣ ଦରଶନ ପାଇଁବିଳମ୍ବ ନ କରି ବେଗେ ଯିବ ଛାଡ଼ିଦେଇ ।ଏକା ହୋଇ ଆସିଲେ ସେ ନ ପାଇବେ ବାଟସୁନ୍ଦରୀ ଦେଖିଣ କାଳେ ଘେନିଯିବ ଖଣ୍ଟ ।ସଂସାରେ ରମଣୀମାନେ ନୁହନ୍ତି କାହାରିଯେ ଡାକେ ବିଶ୍ୱାସେ ତାକୁ ବୋଲନ୍ତି ମୋହରିମିଛ ସତ କରି ପରପୁରୁଷ ରମନ୍ତିନିଜ ପତି ପୁତ୍ର ତେଜି ଅନ୍ୟକୁ ଭଜନ୍ତି ।ଏ ନାରୀ ଜାତି ଯେମନ୍ତେ ହୋନ୍ତି ମତ୍ତଭୋଳଜାତି ପତି କୁଳ ଧର୍ମ ନାଶନ୍ତି ସକଳ ।ନରଖନ୍ତି କୁଳ ମାନ ନାଶଯାଏ କୁଳକାହାରି ନୁହନ୍ତି ଏହୁ ଶୁଣରେ ଗୋପାଳ ।ଏମନ୍ତ ଶୁଣି ଗୋପାଳେ କହନ୍ତି ବଚନତୁମ୍ଭେ ତ ବ୍ରାହ୍ମଣମାନେ ବେଦଶାସ୍ତ୍ର ଜାଣ ।ବ୍ରହ୍ମପତ୍ନୀ କୃଷ୍ଣଙ୍କର ଗର୍ଭଧାରୀ ମାତାକୃଷ୍ଣ ଥିଲେ ତାହାଙ୍କର ନାହିଁ କିଛି ଚିନ୍ତା ।ସେ କୃଷ୍ଣର କଥାମାନ ଶୁଣୁଥିବ କର୍ଣ୍ଣେସର୍ବଜ୍ଞ ହୋଇ କୃଷ୍ଣଙ୍କୁ ପାପ ଚିନ୍ତ ମନେ ।ଗଜମୂର୍ଖ ଦ୍ୱିଜ ମୂର୍ଖ ବୋଲନ୍ତି ସଂସାରେଦ୍ୱିଜ ମୂର୍ଖ ଆମେ ଏକା ଦେଖିଲୁ ଏଠାରେ ।ବ୍ରାହ୍ମଣଙ୍କ ପାଦେ ନିତି ସେବା କରେ ନନ୍ଦବ୍ରାହ୍ମଣ ଦେଖିଲେ ଦୂରୁ ପ୍ରଣମେ ଗୋବିନ୍ଦ ।ସେହି କୃଷ୍ଣ ବଣା ହୋଇ ମଗାଇଲେ ଭାତକାନନରେ ରହି ହେଉଥିବେ ସେ ଆରତ ।ନ ନେବୁ ତୁମ୍ଭର ଅନ୍ନ ଯିବୁ ଆମେ ଫେରିକୃଷ୍ଣଙ୍କୁ ଜଣାଇ ଘେନିଯିବୁ ଗୋପପୁରୀ ।ପୁତ୍ରଙ୍କ ବାକ୍ୟେ ବ୍ରାହ୍ମଣୀ ହୋଇଲେ ତଟସ୍ଥବୋଇଲେ ବାଳକୁମର ନ କହ ଏମନ୍ତ ।ଅନ୍ନ ଘେନିଯିବୁ ଆମେ କୃଷ୍ଣଙ୍କୁ ଦେଖିବୁସଙ୍ଗରେ ନ ନେଲେ ନିଶ୍ଚେ ଜୀବନ ହାରିବୁ ।ଯା କହିଲେ ବିପ୍ରମାନେ ଶୁଣିଲ ତ କର୍ଣ୍ଣେଯାଅ କୃଷ୍ଣ ଦେଖ ବୋଲି ବୋଇଲେ ସେମାନେ ।ଏବେ ତୁମ୍ଭେ ଆନ କଥା ମନେ ନ ବିଚାରଆମ୍ଭେ ମଲେ କେଉଁ ଯଶ ଅର୍ଜିବ କୁମର ।ଏ ଖବର ପାଇ କୃଷ୍ଣ କରିବେଟି ରୋଷବୋଲିବେ ବ୍ରାହ୍ମଣୀ କିମ୍ପା ପ୍ରାଣେ କଲ ନାଶ ।କାହିଁ ପାଇଁ ନ ଆଣିଲ ହାରିଲ ଜୀବନଏହା କହି ନ ଚାହିଁବେ ତୁମ୍ଭର ବଦନ ।ବୋଲିବେରେ ନାରୀହତ୍ୟା କଲ କିମ୍ପା ପୁଏଚକ୍ଷୁ ଥାଉଁ ଥାଉଁ ଅନ୍ଧ ହୋଇଲ ସଭିଏଁ ।କାହାରି ବିବେକ ତିଳେ ଆସିଲାରେ ନାହିଁସେମାନଙ୍କୁ ସଙ୍ଗରେ ନ ଆଣିଲ କିମ୍ପାଇଁ ।ଏମନ୍ତ ଶୁଣି ଗୋପାଳେ ବୋଲନ୍ତି ବଚନଅନ୍ନ ଘେନି ଆସ ସର୍ବେ ଯିବା ଗୋ ବହନ ।ଫେରିବ ସକଳେ କରି କୃଷ୍ଣ ଦରଶନଆମ୍ଭେ ଛାଡ଼ିଦେଇ ଯିବୁ ଅଣ୍ଟିବ କି ଦାନ ।କ୍ଷୁଧାରେ ଆରତ କୃଷ୍ଣ ହେଉଥିବେ ତେଣେବିଳମ୍ବରେ ଏଣେ ରୋଷ ବହିବେ ବ୍ରାହ୍ମଣେ ।ଶୁଣିଣ ବ୍ରାହ୍ମଣୀମାନେ ବେଗ ହୋଇଗଲେଯେ ଯାହାର ଘରୁ ଅନ୍ନ ବହି ସେ ଆଣିଲେ ।ଅପୂର୍ବ ପଦାର୍ଥମାନ ଘେନିଲେ ଶ୍ରଦ୍ଧାରେବୋଲନ୍ତି ପୁତ୍ର ସକଳେ ଚାଲରେ ଆଗରେ ।ଆଦେଶ ପାଇ ଗୋପାଳେ ଆଗରେ ଚଳିଲେବ୍ରାହ୍ମଣୀମାନେ ଗମନ୍ତି ତାହାଙ୍କ ପଛରେ ।କୃଷ୍ଣ ଥିବା ସ୍ଥାନେ ଯାଇ ପ୍ରବେଶ ହୋଇଲେଦୂରରୁ ଶ୍ରୀକୃଷ୍ଣ ଦେଖି ଆନନ୍ଦ ହୋଇଲେ ।ଭାବିଲେ ବ୍ରାହ୍ମଣୀଗଣ ଅନ୍ନ ଆଣୁଛନ୍ତିମୋ ଯୋଗେ ଏମାନେ କଷ୍ଟ ଲଭିଣ ଆସନ୍ତି ।ଉଠି ଶ୍ରୀକୃଷ୍ଣ ପଡ଼ିଲେ ବ୍ରାହ୍ମଣୀଙ୍କ ପାଏବୋଲନ୍ତି ମୋ ଲାଗି ଦୁଃଖ ଲଭିଲ ଗୋ ମାଏଏ କଣ୍ଟାବଣ ବାଟରେ ଅନ୍ନଭାଣ୍ଡ ବହିକି ଦେବି ତୁମ୍ଭଙ୍କୁ ମୁହିଁ ଆସିଲ ଗୋ ଧାଇଁ ।ଏତେ ବୋଲି ଅନ୍ନଭାଣ୍ଡ ଧରିଣ ଶ୍ରୀକରେଓହ୍ଲାଇଲେ ବ୍ରାହ୍ମଣୀଙ୍କ ମସ୍ତକରୁ ଧୀରେ ।ମହାନନ୍ଦେ ବ୍ରାହ୍ମଣୀଏ ଅନ୍ନଭାଣ୍ଡ ରଖିଅପଲକ ନେତ୍ରେ କୃଷ୍ଣ ରୂପକୁ ନିରେଖି ।ଭାବେ ନୟନୁ ତାଙ୍କର ବହେ ଅଶ୍ରୁଧାରବିଚାର କରନ୍ତି ହେଲା ଜୀବନ ସଫଳ ।କର୍ଣ୍ଣେ ଶୁଣିଥିଲୁ ଏବେ ଦେଖିଲୁ ନୟନେସାକ୍ଷାତରେ ବ୍ରହ୍ମା ଜାତ ଏ ଗୋପ ଭୁବନେ ।ମାନବ ନୁହନ୍ତି ଏହୁ ସ୍ୱୟଂ ନାରାୟଣଏ ନିଶ୍ଚେ ଅସୁରକୁଳ କରିବେ ନିଧନ ।ଆନ କେହି କଂସକୁରେ ପାରନ୍ତେ କି ମାରିଦେଖ କୃଷ୍ଣ ମୋହୁଛି ରୂପେ ଏ ତିନିପୁରୀ ।ନାରୀଜାତି ଆମ୍ଭେ ତାଙ୍କୁ ଚିହ୍ନିବା ଗୋ କାହୁଁଦର୍ଶନ ମିଳିଲା ତାଙ୍କ ଦୟା ହେଲା ଯହୁଁ ।ନ ଯିବା ଘରକୁ ଆଉ କୃଷ୍ଣଙ୍କୁ ସେବିବାତେବେ ସିନା ନାରୀ ଜନ୍ମୁ ଉଦ୍ଧାର ପାଇବା ।ଭାବଭରେ କୃଷ୍ଣ ପାଦେ କରିଲେ ସେ ଧ୍ୟାନଅନ୍ତର୍ଯ୍ୟାମୀ କୃଷ୍ଣ ଜାଣି ତାହାଙ୍କର ମନ ।