ମଧୁବନରେ ଗୋପାଳଙ୍କ ସହ ରାମ କୃଷ୍ଣଙ୍କ ଗମନ — ଚିତ୍ତବୋଧ ବା ଚିତ୍ତବିନୋଦ (ପ୍ରଥମ ଭାଗ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିଖୁଡ଼ୀ ଜେଠାଉଣୀ ଆଦି କର ଏକାକାର ।
ବୁହା ଭାତ ଖାଇ ତୁମ୍ଭେ ବନେ ରଖି ଗାଈ
ପାପ ପୁଣ୍ୟକୁ ତୁମ୍ଭର ବିଚାର ତ ନାହିଁ ।
ଏ ମଧୁବନେ ତୁମ୍ଭର ଦେଖା ତ ନ ଥିଲା
ରମ୍ୟସ୍ଥାନ ଦେଖି କିବା ମନେ ଲୋଭ ହେଲା ।
ଯେବେ ତୁମ ଜୀବନକୁ ଅଛିରେ ଭରସା
ମଧୁବନ ଛାଡ଼ି ଆନଠାରେ କର ବସା ।
କହନ୍ତି ରକ୍ଷକ ବାକ୍ୟ ଶୁଣି ଭାବଗ୍ରାହୀ
କିମ୍ପା ଗାଳି ଦେଉଛ ରେ ତୋଟାଳିଆ ଭାଇ ।
ଆମ୍ଭର ସୋଦର ମାମୁଁ ଅଟେ ରାଜା କଂସ
ଡକାଇ ଆଣିଛି ସେ ତ କିମ୍ପା କରୁ ରୋଷ ।
ଆମ୍ଭ ପାଇଁ ଧନୁଯାତ୍ରା କରିଛି ରାଜନ
ଆମ୍ଭେ ସିନା କରିବାରେ ଭୋଗ ମଧୁବନ ।
କରିବୁ ପାଳନ ମଧୁପୁର ପ୍ରଜାଜନ
ଆମ୍ଭର ସେବକ ତୁ ରେ ହେବୁ ସିନା ଜାଣ ।
ରାଜା ସୋଦର ଭଣଜା ଆମ୍ଭେ ଅଟୁ ଦୁଇ
ହଂସକ ଡିମ୍ବକ ଆମ ମାମୁଁ ପୁଅ ଭାଇ ।
ଯେବେ ଦ୍ୱନ୍ଦ୍ୱ କରିବୁରେ ତୁହି ଆମ୍ଭ ସଙ୍ଗେ
ପଠାଇବି ଯମପୁର କହି ରାଜା ଆଗେ ।
ତୁମ୍ଭ ରାଜା ଚର ମୋହ ପାଶେ ଯେତେ ଗଲେ
ଶୁଣି ନାହୁଁ ତୁହିକି ରେ ଜଣେ ନ ଫେରିଲେ ।
ମାରିବି ଚାପୁଡ଼େ ମୁଣ୍ଡ ଛିଣ୍ଡାଇଣ ତୋର
ନୋହିଲେ ତୁ କହ ଯାଇ କଂସର ଆଗର ।
କୃଷ୍ଣର କ୍ରୋଧେ ଅକ୍ରୂର ରଥରୁ ଉତୁରି
ମଧୁବନ ରଖୁଆଳି ଡାକି ଧୀରେ କରି ।
ବୋଇଲେରେ ରଖୁଆଳ ଯାଅ ବେଗ ହୋଇ
କଂସକୁ କହ ଅକ୍ରୂର ରାମ କୃଷ୍ଣ ଦୁଇ ।
ଆଣି ମଧୁବନରେ ସେ ବସା କରି ଦେଲା
ମୁଁ ମନା କରନ୍ତେ ମୋର କଥା ନ ମାନିଲା ।
ଅକ୍ରୂର ବଚନ ଶୁଣି ରଖୁଆଳ ଗଲା
ରାଜା ସିଂହଦ୍ୱାରେ ଯାଇ ପ୍ରବେଶ ହୋଇଲା
ଦ୍ୱାରୀକି କହିଲା ଯାଅ କହ ରାଜା ଆଗେ
ଅକ୍ରୂର କହିଲା କଥା କହିବି ମୁଁ ବେଗେ ।
ରଖୁଆଳ ବାର୍ତ୍ତା ଦ୍ୱାରୀ କହେ ମନ୍ତ୍ରୀଠାର
ତକ୍ଷଣେ କହିଲା ମନ୍ତ୍ରୀ କଂସର ଆଗର ।
ମନ୍ତ୍ରୀ ମୁଖୁ ଶୁଣି ରାଜା ବଚନ ବୋଲଇ
ଆଣ ତୋଟାଳିଆକୁ ତୁ ବେଗ କରି ଯାଇ ।
ରାଜା ଆଜ୍ଞାରେ ସେ ମନ୍ତ୍ରୀ ବେଗ ହୋଇ ଗଲା
ତୋଟାଳିଆ ବେଗେ କଂସ ଛାମୁକୁ ଚଳିଲା ।
କଂସରାଜା ଛାମୁରେ ସେ ହୋଇଲା ପ୍ରବେଶ
ପାଦେ ପଡ଼ି ଅକ୍ରୂରର କହଇ ସନ୍ଦେଶ ।
ବୋଲେ ଭୋଦେବ ଶୁଣିମା ହେଉ ନୃପମଣି
ଅକ୍ରୂର ଆଣିଛି ଯାଇ ରାମ କୃଷ୍ଣ ବେନି ।
ବହୁତ ଗୋପାଳ ପୁଅ ଛନ୍ତି ସଙ୍ଗତର
ଭାର ଭାର କରି ଆଣିଛନ୍ତି ଘୃତ ସର ।
ନନ୍ଦ ସଙ୍ଗତରେ ଅଛି ଦେଖିଲି ନୟନେ
ନାଚୁଅଛନ୍ତି ଗଉଡ଼େ ଆନନ୍ଦିତ ମନେ ।
ମଧୁବନରେ ଆସି ସେ କରୁଥିଲେ ବସା
ଦୂରୁ ଦେଖିଣ ମୁଁ ତାଙ୍କୁ କହିଲି କୁଭାଷା ।
ସେ ବୋଇଲେ ଆମ୍ଭଙ୍କୁ ତ ଆଣିଛି ଡକାଇ
ତୁ କିମ୍ପାଇଁ ମନା କରୁ ରଖୁଆଳ ଭାଇ ।
ସୋଦର ଭଣଜା ଆମ୍ଭେ ଅଟୁ ଯେ ରାଜାର
କାଲି ତ ମାମୁଁ ଆମକୁ ଦେବେ ମଧୁପୁର ।
ମାମୁଁ କାଲି ଦିଗ୍ବିଜୟେ କରି ସ୍ୱର୍ଗ ଯିବେ
ସଙ୍ଗତରେ ସୁଦାମା ଭାଇଙ୍କୁ ଘେନିଯିବେ ।
କୁବଳୟା ଚାଣୁର ମୁଷ୍ଟିକ ମାଲ ବେନି
ସ୍ୱର୍ଗେ ନେଇ ଯିବେ ବୋଲି ତୁମ ନୃପମଣି ।
କିଛିଦିନ ହଂସକ ଡିମ୍ବକ ଥିବେ ରହି
ପଛରେ ମାମୁଁ ତାହାଙ୍କୁ ନେବେରେ ଡକାଇ ।
ପିତା ପୁତ୍ର ସୁଖେ ସ୍ୱର୍ଗ ଭୋଗରେ ରହିବେ
ମଥୁରାର ଭାର ମୋତେ ମାମୁଁ ଦେଇଯିବେ ।
ମାମୁଁଙ୍କୁ ଦେଖିଣ ଦେବଗଣ ହେବେ ସୁଖୀ
କାଲି ମାମୁଁ ମୁକ୍ତ ହେବେ ମୋର ମୁଖ ଦେଖି ।
ଧନୁଯାତ୍ରା ଆମ୍ଭେମାନେ ଦେଖିବୁ ନୟନେ
ଆମ୍ଭଙ୍କୁ ଦେଖିଲେ ମାମୁଁ ନ ରହିବେ କ୍ଷଣେ ।
ନନ୍ଦପୁଏ ବୋଇଲେ ଏମନ୍ତ କରି ମୋତେ
କହିଲେ ଅକ୍ରୂର ଆସି ବୁଝାଇଣ କେତେ ।
ତେଣୁ ସିନା ଛାମୁଙ୍କୁ ଆସିଲି କହିବାକୁ
ତାହା ଶୁଣି ଦମ ଦମ ହେଲା କଂସ ବୁକୁ ।
ବୋଇଲାରେ ରଖୁଆଳ ସତ କହ ତୁହି
ଦେଖି ଆସିଛୁକି ରାମ କୃଷ୍ଣ ବେନିଭାଇ ।
କିବା ଅକ୍ରୂର କହିଲା ଶୁଣିଲୁ କର୍ଣ୍ଣରେ
ସତ କହ ରଖୁଆଳ ମୋହର ଆଗରେ ।
କହଇ କଂସ ବଚନ ଶୁଣି ରଖୁଆଳ
ପ୍ରତ୍ୟକ୍ଷେ ମୁଁ ଦେଖି ଆସିଅଛି ନନ୍ଦବାଳ ।
ରାମ କୃଷ୍ଣ ନନ୍ଦନଙ୍କୁ ମୁଁ ନୟନେ ଦେଖିଲି
ଅକ୍ରୂର କହିଲା ଯେଣୁ ମୁଁ ତାହା ବୁଝିଲି ।
ନୋହିଲେ ରାମ କୃଷ୍ଣଙ୍କୁ କରିଥାନ୍ତି ନାଶ
ତେଣୁ ତୁମ୍ଭର ଆଦେଶ ନାହିଁ ନରଈଶ ।
ଅକ୍ରୂର ମନା କଲାରୁ ନ କଲି ମୁଁ ରଣ
ତାହାର ବୋଲେ ଆସିଲି ସତ୍ୟ ମୋ ବଚନ
ଚାର ମୁଖୁ ଶୁଣି କଂସ ମନେ ଭୟ କଲା
ଶାଢ଼ୀ ଦେଇଣ ତାହାକୁ ଯାଅରେ ବୋଇଲା ।
ରାମ କୃଷ୍ଣ ଗୋପାଳେ ସେ ମଧୁବନେ ଥିଲେ
ନ କହିବୁ କିଛି ସ୍ୱେଚ୍ଛାମତେ ବିହରିଲେ ।
ଯାହା ବୋଲିବ ଅକ୍ରୂର ତା କଥା ମାନିବୁ
କଂସ ମୁଖୁ ଶୁଣି ଚାର ବିଚାରେ ମନର
ନିଶ୍ଚୟ କଂସର ବୁଦ୍ଧି ବଳ ହେଲା ଦୂର ।
ଶ୍ରୀକୃଷ୍ଣଙ୍କୁ ମାରିବାକୁ ମନେ ବିଚାରଇ
ଗୋପକୁ ସେ ନିତି ନିତି ଚାର ପେଶୁଥାଇ ।
ସେ ଶ୍ରୀକୃଷ୍ଣ ଆଜି ମଧୁପୁରକୁ ଆସିଲା
ଦ୍ୱନ୍ଦ୍ୱ ନ କରିବୁ ବୋଲି ମୋତେ ଆଜ୍ଞା ଦେଲା ।
ଏମନ୍ତ ବିଚାରି ମନେ ଚାର ତହୁଁ ଗଲା
ଅକ୍ରୂର ପାଶରେ କଂସ ବାରତା କହିଲା ।
ଚାର ମୁଖରୁ ଅକ୍ରୂର ଶୁଣି କୃଷ୍ଣେ ଚାହିଁ
ମଧୁବନେ ବସା କର ରାଜା ଅଛି କହି ।
ଅକ୍ରୂର ବଚନେ କୃଷ୍ଣ ରଥରୁ ଉତୁରି
ବୋଇଲେ ହେ ମନ୍ତ୍ରୀମଣି ଯାଅ ମଧୁପୁରୀ ।
ମାମୁଁଙ୍କୁ କହ ଆସିଲେ କୃଷ୍ଣ ହଳଧର
ନନ୍ଦ ଗୋପାଳ ଅଛନ୍ତି ତାଙ୍କ ସଙ୍ଗତର ।
ମଧୁବନେ ବସା କରିଛନ୍ତି ବେନିଭାଇ
କାଲି ଦର୍ଶନ କରିବେ ତୋତେ ଭୋଜସାଇଁ ।
ତୋ ମୁଖୁ ଶୁଣିଲେ ରାଜା ଯିବ ହୋ ପରତେ
କୃଷ୍ଣଙ୍କୁ ଆଣିଲୁ ବୋଲି ଶାଢ଼ୀ ଦେବ ତୋତେ ।
ଆମ୍ଭେ ମାମୁଁଙ୍କୁ ଦର୍ଶନ କାଲି ହେ କରିବୁ
ପିତାମାତାଙ୍କ ଚରଣୁ ଶାଙ୍କୋଳି ଫେଡ଼ିବୁ ।
କରିବୁ ଉଗ୍ରସେନକୁ ରାଜା ମଧୁପୁରେ
କାହାକୁ କିଛି ନକହି ଥିବ ମଉନରେ ।
ଆଜିକ ମାତ୍ର ସମ୍ଭାଳି ଥାଅ ହେ ଅକ୍ରୂର
କାଲି କଂସକୁ ପେଶିବୁ ଆମେ ଯମପୁର ।
କୃଷ୍ଣ ବଚନେ ଅକ୍ରୂର ଶୁଣି ତୁଷ୍ଟ ହୋଇ
ପାଦପଦ୍ମେ ପଡ଼ି ରଥେ ବସିଲା ସେ ଯାଇଁ ।
ବାହିଲା ମଧୁପୁରକୁ ରଥ ଘନ ଘନ
କୃଷ୍ଣ ବିଜୟ ଆନନ୍ଦେ ପୂର୍ଣ୍ଣ ତାର ମନ ।
ରାଧାଙ୍କ ନାମର ଚରିତ
ଏଥୁଅନ୍ତେ ପରୀକ୍ଷିତ ନୃପକୁଳ ମଣିଶୁକମୁନି ପାଦତଳେ ନମି ପୁଣି ପୁଣି ।ବୋଇଲେ ହେ ମୁନିବର ମୁଁ ଭାଗବତରେରାଧା ବେନି କର୍ଣ୍ଣ କଥା ନ ଶୁଣେ କର୍ଣ୍ଣରେ ।ମନରେ ବହୁ ସଂଶୟ ଜନ୍ମିଛି ମୋହରଏବେ ସେହି କଥା କୁହ ଭ୍ରାନ୍ତି ହେଉ ଦୂର ।ନ ଶୁଣିଲା ଚିତ୍ତ ମୋର ଅବୋଧ ହୋଇଲାରାଧା ନାମ ଶୁଣିବାକୁ ଉତ୍କଣ୍ଠିତ ହେଲା ।ମୁନି କହନ୍ତି ହୋ ରାଜା ଶୁଣ ଦେଇ ମନଆରାଧନ ଶବ୍ଦୁ ରାଧା ନାମ ହେଲା ଜନ୍ମ ।ନିତ୍ୟର ସୁନ୍ଦରୀ ବିଷ୍ଣୁଙ୍କର ଅର୍ଦ୍ଧପ୍ରାଣସେହି ଠାକୁରାଣୀ ମର୍ତ୍ତ୍ୟେ ହେଲେ ଆସି ଜନ୍ମଗୋପୀଙ୍କ ସହିତ ସେହି ହୋଇଲେ ମିଳିତଗୋପ ଭାବେ ଆରାଧନା କଲେ ସେ ସତତତେଣୁ ଭାଗବତେ ରାଧା ନାମ ଯେ ନ ରହିଗୋପୀ ଭାବ ଭକ୍ତିରସେ ଗ୍ରନ୍ଥ ହୋଇଛଇଁ ।ଚିତ୍ତବୋଧ ଗ୍ରନ୍ଥ ଏହା କର୍ଣ୍ଣେ ଯେ ଶୁଣଇବନ୍ଦୀରୁ ପାର କରନ୍ତି ତାକୁ ଭାବଗ୍ରାହୀ ।ଅନ୍ଧକୁ ଦିଅନ୍ତି ଚକ୍ଷୁଦାନ ରାଧାକାନ୍ତରାଧା ନାମ ସ୍ମରି ବୋଧ ହୁଅନ୍ତି ଭକତ ।ବନ୍ଦୀ ହୋଇ ଯେବେ ଚିତ୍ତବୋଧ ଯେ ଶୁଣଇସଙ୍ଗେ ସଙ୍ଗେ ବନ୍ଧନରୁ ମୁକତି ଲଭଇ ।ଏ ଗ୍ରନ୍ଥର କଥା ଯାହା କର୍ଣ୍ଣରେ ବାଜିବସକଳ ପାତକ ତାର ଅଙ୍ଗରୁ ନାଶିବ ।ଅଚ୍ୟୁତ ଦାସ ମୁଁ ରାଧା ନାମ ଭାବି ଭାବିତାହାଙ୍କ ପ୍ରସନ୍ନ ଚିତ୍ତବୋଧ ମୁଁ କରିବି ।ଶ୍ରୀରାଧାଙ୍କ ନାମ ପ୍ରେମ ଅମୃତ ଅଟଇପାପୀ ଜନଙ୍କୁ ଯେ ବିଷ୍ଣୁ ପ୍ରାୟ ଜଣା ହୋଇ ।
ରାଧା ମନ୍ତ୍ର
ରାଧା ମନ୍ତ୍ର ଯେହୁ ଜପ କରେ ପ୍ରତିଦିନକି ଅବା ମନ ମଧ୍ୟରେ କରିବ ସ୍ମରଣ ।ତାହାର ସବୁ ଦୂରିତ ହୋଇଯାଏ କ୍ଷୟଅନ୍ତେ ରାଧା ଅଙ୍ଗେ ଲୀନ ହୁଅଇ ନିଶ୍ଚୟ ।ରା କାରରୁ ଯାଇଁ ନାମ ରୂପେ ପ୍ରବେଶିଲାତେଣୁକରି ନାମ ରାଧା ପ୍ରକାଶ ପାଇଲା ।ରାଧା ନାମାମୃତ ପାନ କର ସୁଜ୍ଞନରନିଶ୍ଚେ ଭବ ଜଳଧିରୁ ହୋଇଯିବ ପାର ।ରାଧା ମନ୍ତ୍ର ଏବେ ସୁଜ୍ଞ ଶୁଣ ମନଦେଇଉପଚାର ବିଧି ଏବେ କହିବା ବୁଝାଇ ।ରାଧା ମନ୍ତ୍ରଓଁ ଶ୍ଳା ଶ୍ଳୀଂ ଶ୍ଳୀ ରାଧା ନମଃ ସ୍ୱାହା ହରେହରେଏହି ମନ୍ତ୍ର ପ୍ରତିଦିନ ହୃଦୟ ମଧ୍ୟରେଏକଶତ ଆଠବାର ଜପି ନିଶ୍ଚଳରେ ।ରାଧା ରୂପେ ଧ୍ୟାନ କରି ଚଳିବ ଯେ ଜନଏ ଦେହ ଅନ୍ତରେ ନାହିଁ ଜନମ ମରଣ ।ଭବବନ୍ଧନରେ ସେହୁ କେବେ ନ ପଡ଼ଇନିତ୍ୟଧାମେ ଶ୍ରୀରାଧାଙ୍କ ଅଙ୍ଗେ ଲୀନ ହୋଇ ।ରାଧା ମନ୍ତ୍ରର ମହିମା ଅଟଇ ଅପାରଶୁଣିଲ ତ ରାଧାଭାବ ସାଧୁସୁଜ୍ଞନର ।ଅଚ୍ୟୁତ ଦାସ କହଇ ତାକୁ ଅନୁସରିଭବାବ୍ଧି ଜଳରୁ ହୋଇଯିବା ପାଇଁ ପାରି ।
ବୃନ୍ଦା ସଖୀର ଭାବନା ଓ ମୋହ
ଏବେ ଶୁଣ ବୃନ୍ଦା ସଖୀ ଭାବି ସୁଜ୍ଞନରେଶୁଣିଲେ ହରଷ ଜନମିବ ଯେ ହୃଦରେ ।ଅକ୍ରୂର ସଙ୍ଗରେ କୃଷ୍ଣ ମଧୁପୁର ଗଲେକୃଷ୍ଣ ଯିବାରୁ ଅମରେ ସ୍ୱପୁରେ ଚଳିଲେ ।ମଳୟ ନ ବହି ଶିରୀ ତୁଟିଲା ଗୋପରଚାହୁଁ ଚାହୁଁ ଗୋପପୁର ହେଲା ଅସୁନ୍ଦର ।ଗୋପୀମାନେ ନ କରନ୍ତି ଅଙ୍ଗ ସମାର୍ଜନରାତ୍ରଦିନେ କୃଷ୍ଣ ନାମେ କରନ୍ତି ରୋଦନ ।କୃଷ୍ଣ ଗୁଣ ଗୁଣି କ୍ଷୀଣ ହେଲେ ଯଶୋମତୀକୃଷ୍ଣ ଚିନ୍ତାକରି ବାଇ ହୋଇଲେ ଶ୍ରୀମତୀ ।ଆସନ ବସନମାନ ତେଜିଲେ ସକଳଯାହାଙ୍କ ଭାବରେ ବଶ ହେଲେ ନନ୍ଦବାଳ ।ବୃନ୍ଦାବତୀ ବୃନ୍ଦାବନେ ଫୁଲ ତୋଳୁଥିଲାକୃଷ୍ଣ ମଥୁରା ଗଲେ ସେ ଜାଣି ନ ପାରିଲା ।ବୃନ୍ଦାବନରୁ ସୁବାସ ଫୁଲମାନ ତୋଳିଅଞ୍ଚଳେ ଧରି କାଳିନ୍ଦୀ ଜଳରେ ପ୍ରକ୍ଷାଳି ।ଅଙ୍ଗରେ କୁଙ୍କୁମ ବୋଳି ଜଳରେ ବୁଡ଼ିଲାଯତ୍ନରେ ପ୍ରକ୍ଷାଳି ଫୁଲ କୂଳରେ ଥୋଇଲା ।ଘନ ଘନ ତା ଦକ୍ଷିଣ ନୟନ ସ୍ଫୁରଇକୂଳରେ ଉଭା ହୋଇ ସେ ମନେ ବିଚାରଇ ।ବାମେତର ନେତ୍ର କିମ୍ପା ସ୍ଫୁରେ ଘନ ଘନନ ଜାଣେ କି ଦୁଃଖ ଆଜି ଦେବ ଭଗବାନ ।ପୁଣି ବୃନ୍ଦାବତୀ ଲଳିତାର ପାଶେ ଗଲାକିମ୍ପାଇଁ କାନ୍ଦୁଛୁ ସଖୀ ବୋଲି ପଚାରିଲା ।ନନ୍ଦ ଯଶୋଦା କି ଦେଖି କରିଛନ୍ତି ରୋଷକି ଅବା ଶ୍ରୀକୃଷ୍ଣ ତୋତେ ନ ଡାକିଲେ ପାଶ ।କହ ଗୋ କିମ୍ପାଇ କାନ୍ଦୁଅଛୁ ତୁ ଲଳିତାତୋ କାନ୍ଦଣା ଶୁଣି ମୋର ବୁଡ଼ିଲାଣି ଚେତାଶୁଣିଣ ଲଳିତା ବୃନ୍ଦାବତୀର ବଚନକହେ ନ ଥିଲୁ କି ତୁହି ଏ ଗୋପ ଭୁବନ ।ଗରବ ପଣରେ ମୋତେ ପରିହାସେ କହୁଦହିଲା ଉପରେ ମୋତେ ତୁ ଗୋ କିମ୍ପା ଦହୁପରିହାସ କରି ମୋତେ କହୁଅଛୁ କେତେଏବେ ଝୁରି ମରିବୁ ତୁ କୃଷ୍ଣ ଭାବି ଚିତ୍ତେ ।କୃଷ୍ଣଙ୍କୁ ଆଜହୁଁ ସଖୀ ଦେଖିବୁ ଗୋ କାହୁଁଯହିଁର କୃଷ୍ଣ ତହିଁର ଭାଳେଣି ଆଜହୁଁ ।ଆଜି ଗୋ ଅକ୍ରୂର ମଧୁପୁରୁ ଆସିଥିଲାକଂସ ଆଜ୍ଞା ଲେଖା ନନ୍ଦ ଛାମୁରେ ସେ ଦେଲାବୋଇଲା ସେ ଧନୁଯାତ୍ରା କରିଛି ରାଜନଡକାଇଛି ଛାଡ଼ିଦିଅ ତୋ ବେନି ନନ୍ଦନ ।ରାମ କୃଷ୍ଣ ମଥୁରାକୁ ଯିବେ ଦିନ ଚାରିଆସିବେ ସେ ଧନୁଯାତ୍ରା ଶେଷେ ଗୋପପୁରୀ ।କେତେ ପରକାରେ ନନ୍ଦ ଯଶୋଦା କହିଲେଆମ୍ଭେ ଗୋପୀମାନେ କେତେ କହିଲୁ ବିକଳେକାହାର କଥା ଅକ୍ରୂର ମାନିଲା ଗୋ ନାହିଁମଧୁପୁରେ ନେଲା ରାମ କୃଷ୍ଣ ବେନି ଭାଇ ।ଯହୁଁ ରାମକୃଷ୍ଣ ଦୁହେଁ ଗଲେ ମଧୁପୁରନନ୍ଦ ଗୋପାଳଙ୍କୁ ଘେନିଗଲେ ସଙ୍ଗତର ।ଲଳିତା ମୁଖରୁ ବୃନ୍ଦା ଏ ବଚନ ଶୁଣିହା ହା କୃଷ୍ଣ ବୋଲି ଢଳି ପଡ଼ିଲା ଅବନୀ ।କ୍ଷଣକେ ସଚେତ ହୋଇ ପୁଣି ପଚାରିଲାକୃଷ୍ଣଙ୍କୁ ଅକ୍ରୂର କି ଗୋ ସତେ ଘେନିଗଲା ।ଏବେ କି ଗୋ ଗୋପୀନାଥ ଗଲେ ମଧୁପୁରସତ୍ୟ କହ ସଖୀ ତୋତେ ଶପଥ ମୋହର ।ଶୁଣିଣ ଲଳିତା ବୃନ୍ଦାବତୀ କୋଳ କଲେସତେ ଗୋ ସଜନୀ କୃଷ୍ଣ ମଥୁରାକୁ ଗଲେ ।ତବ ପାଦ ଛୁଇଁଣ ମୁଁ ନିୟମ କରୁଛିସତ୍ୟ ଗୋ କୃଷ ଆମଙ୍କୁ ଗଲେଣି ମୁରୁଛି ।ଶୁଣି ବୃନ୍ଦାବତୀ ଏହା ଢଳିଣ ପଡ଼ିଲାଆଉ ମୁଁ କୃଷ୍ଣଙ୍କୁ କାହିଁ ଦେଖିବି ବୋଇଲା ।କେଉଁ କଥା ମୋତେ କୃଷ୍ଣ କହିଛନ୍ତି ସଖୀଗଲାବେଳେ ଶ୍ରୀମୁଖ ମୁଁ ନ ପାରିଲି ଦେଖି ।ନିରାଶ କରିଣ ମୋତେ ଗଲା ଭାବଗ୍ରାହୀଗୋପପୁରେ କାହା ମୁଖ ଦେଖିବି ଗୋ ମୁହିଁକାହା ସଙ୍ଗେ ରତିରସ କ୍ରୀଡ଼ା ମୁଁ କରିବିକୁଞ୍ଜବନେ ଆନନ୍ଦେ କା ସଙ୍ଗେ ବିହରିବି ।କିଏ ଆଉ ମୋହଠାରେ କରିବ ବିଶ୍ୱାସକିଏ ଖଣ୍ଡେ ଦୂରୁ ଦେଖି ହେବ ହସ ହସ ।କାହାକୁ ମୁଁ ଭୁଞ୍ଜାଇବି ଦଧି ଦୁଗ୍ଧ ସରକେ ଲୁଚି ଅନ୍ନ ବ୍ୟଞ୍ଜନ ଭୁଞ୍ଜିବ ମୋ ପୁର ।କା ମୁଖ ଅଧରାମୃତ ପାନ ମୁଁ କରିବିକାହା ମୁଖ ଶ୍ରମ ଝାଳ ଅଞ୍ଚଳେ ପୋଛିବି ।କିଏ ମୋତେ ଗୋପୀଙ୍କର ମଧ୍ୟୁ ଠାରି ନେବଫୁଲ ତୋଳି ଯିବ ବୋଲି କାନ୍ଧେ ବସାଇବକେହୁ ମୋତେ କୁଞ୍ଜବନେ ଦେବ ଗୋ କଚାଡ଼ିକାହାକୁ ମୁଁ ନ ଦେଖିଣ ପକାଇବି ରଡ଼ି ।କେ କରିବ ଚାନ୍ଦ ଦେଖି ମତେ ବିବସନଚଉଷଠି ବନ୍ଧରେ କେ ତୋଷିବ ମୋ ମନ ।ଆଲିଙ୍ଗନ କରି ମୋତେ ଦେବ କେ ଚୁମ୍ବନକେହୁ ଖଣ୍ଡେ ଦୂରୁ ଦେଖି ଠାରିବ ନୟନ ।କାହାକୁ ଦେଖିଣ କରିବି ଗୋ ଆଉ ମାନକେ ବିନୟ ହୋଇ ମୋତେ କହିବ ବଚନ ।କାହାକୁ ରୁଷି ବସିବି ମୋତେ ମାନ କରିକେହୁ ଚାଟୁ ଭାଷି ମୋତେ ନେବ କର ଧରି ।ପଲଙ୍କ ଉପରେ ମୁହିଁ ହୋଇଲେ ମୋହିତକେ ପାହାନ୍ତି ହେଲେ ମୋତେ କରିବ ସଚେତ ।କିପାଇଁ ଲଳିତା ଯିବି ମୁଁ ଗୋପ ଭୁବନକୃଷ୍ଣ ଥିବା ସ୍ଥାନମାନ ହୋଇଥିବ ଶୂନ୍ୟ ।ଯହିଁ ଯଶୋଦା କୃଷ୍ଣଙ୍କୁ କାଖରେ ବୁଲାନ୍ତିରତ୍ନ ଖଟ ଦୋଳିପରେ ଝୁଲାଇ ଖେଳାନ୍ତି ।ସେହି ସ୍ଥାନମାନ ହୋଇଥିବ ନାରଖାରକୃଷ୍ଣ ବିନା ଶୂନ୍ୟ ହୋଇଥିବ ଗୋପପୁର ।କୃଷ୍ଣ କଥାମାନ ମୋର ହୃଦୟ ଦହିଲାଏକାନ୍ତ ପ୍ରୀତି କିମ୍ପାଇଁ କୃଷ୍ଣ ମୋର କଲା ।ଗୁପତ ପ୍ରୀତି ତାର ମୋ ହୃଦୟ ଦହୁଛିକା ଆଗେ କହିବି ତାହା ମୋ ମନ ଜାଣୁଛି ।କାଲି ମୋ ପୁରକୁ କରିଥିଲେ ଗୋ ଗମନବୋଇଲା ଲୋ ବୃନ୍ଦାବତୀ ଯିବୁ ବୃନ୍ଦାବନ ।ସୁବାସ କୁସୁମମାନ ତୋଳି ଗୋ ଆଣିବୁନ ଜାଣିବେ ଗୋପୀ ତୋର ପୁରେ ରଖିଥିବୁ ।ତାଙ୍କ କଥା ନ ମାନି ତୋ ଆଗରେ କହିଲିବିଶାଖା ସଙ୍ଗରେ ଥିଲୁ ପ୍ରକାଶ ମୁଁ କଲି ।ମଧୁପୁରେ ଯିବା କଥା ଆଗୁ ଜାଣିଥିଲେତେଣୁକରି ମୋତେ ବୃନ୍ଦା ବିପିନେ ପେଶିଲେ ।ଦର୍ଶନ ପାଇଲ ତୁମ୍ଭେ ଗୋପୀଗଣ ଯେତେକପଟରେ ବୃନ୍ଦାବନେ ପଠାଇଲେ ମୋତେ ।ମୁଁ ଅଭାଗିନୀ କୃଷ୍ଣଙ୍କୁ ଦେଖି ନ ପାରିଲିତାଙ୍କ ବୋଲ ମାନିଣ ମୁଁ ଫୁଲ ତୋଳିଗଲି ।ଯାଇ ନ ଥିଲେ ମୁଁ ତାଙ୍କୁ ନିଶ୍ଚେ ଦେଖିଥାନ୍ତିମନର ବେଦନା ସବୁ ଜଣାଇ ଥାଆନ୍ତି ।କହ ଗୋ ଲଳିତା କୃଷ୍ଣ ଗଲେ ଯେତେବେଳେକାହାକୁ କି କଥାମାନ କହିଗଲେ ଭଲେ ।ରାଧାକୁ ସଙ୍ଗେ ନେଲେ କି ପୁରେ ଛନ୍ତି ବାଳୀମୋ କଥା କି କିଛି କହିଛନ୍ତି ବନମାଳୀ ।ବୃନ୍ଦାବତୀ ବଚନରେ ଲଳିତା କହଇଯେ ଘର ପୋଡ଼ଇ ସେ କି ଦିଅଇ ତୋଳାଇ ।ଯହୁଁ ଅକ୍ରୂରକୁ କୃଷ୍ଣ ଦେଖିଲେ ଗୋ ସଖୀଆମ୍ଭମାନଙ୍କୁ ଗୋ ଆଉ ନୟନେ ନ ଦେଖି ।ରାଧା ସନ୍ନ୍ୟାସିନୀ ହୋଇ ଯିବାକୁ ବସିଲେତେବେ ସେ ହୃଦରେ ତିଳେ ଦୟା ନ କରିଲେକିମ୍ପାଇଁ ମନରେ ତୁ ଗୋ ପଡ଼ିଥାନ୍ତୁ ସହୀଆମ୍ଭେ ତ ପାଶରେ ଥିଲୁ କଥା ପଦେ ନାହିଁ ।ଲଳିତା ବଚନେ ବୃନ୍ଦା କହେ ଶୋକ କରିକେତେ ଦିନ କଣ୍ଟକରି ଗଲେ ଚକ୍ରଧାରୀ ।ଏ ଜନ୍ମରେ ଆଉ କାହିଁ ଦେଖିବି ତା ମୁଖକରିଥିଲେ ସୁଖୀ ଏବେ ଦେଇଗଲେ ଦୁଃଖ ।ସ୍ୱପନେ କୃଷ୍ଣଙ୍କୁ ସୁଦ୍ଧା ଦେଖିବି ଗୋ କାହୁଁପିଣ୍ଡରୁ ପରାଣ ଗଲେ ନ ଆସଇ ଆଉ ।ଏତେ ବୋଲି ଲଳିତାକୁ ବୃନ୍ଦା କୋଳ କରିକୃଷ୍ଣ କୃଷ୍ଣ ବୋଲି ମୁଖେ ପଡ଼ିଲେ ସେ ଢଳିହା ହା ପ୍ରାଣନାଥ ବୋଲି ହେଲେ ହତଜ୍ଞାନପିଣ୍ଡରୁ ତାଙ୍କର କିବା ଛାଡ଼ିଲା ଜୀବନ ।ବୃନ୍ଦାର ଅବସ୍ଥା ଦେଖି ଲଳିତା ବିକଳେବୋଲେ ଉଠ ସଖୀ କିବା ପଡ଼ି ମହୀତଳେ ।ବିଧାତା ଆମ୍ଭର ଭାଲେ ଦୁଃଖ ଅଛି ଲିହିଲୋଡ଼ିଲେ କୃଷ୍ଣଙ୍କୁ ଆଉ ପାଇବା ଗୋ କାହିଁଏମନ୍ତ କହି ଲଳିତା ବୃନ୍ଦାକୁ ଯେ ଧରିକୋଳ କରି ବସାଇଲେ ନ ବସେ ସୁନ୍ଦରୀ ।ଶରୀରେ ତ ଜ୍ଞାନ ନାହିଁ ବସିବ ସେ କାହୁଁକୃଷ୍ଣଙ୍କୁ ସୁମରି ହତଜ୍ଞାନ ହେଲା ଯହୁଁ ।ବୃନ୍ଦାର ଏ ହତଜ୍ଞାନ ଲଳିତା ଦେଖିଲାହା ହା ପ୍ରିୟସଖୀ ବୋଲି ଭୁମିରେ ଲୋଟିଲା ।ଉଠି ଯମୁନାର ଜଳ ଆଣିଲା ଲଳିତାବୃନ୍ଦାର ମୁଖେ ମାରିଣ କରାଏ ସଚେତା ।ବାମକର୍ଣ୍ଣେ ଫୁଙ୍କିଣ ଯେ ଅଞ୍ଚଳେ ବିଞ୍ଚିଲାଉଠ ଉଠ ବୋଲି ଆଗୋ ବୃନ୍ଦେ ବସାଇଲା ।ଶରୀରେ ତ ଜ୍ଞାନ ନାହିଁ ବସିବ ସେ କାହୁଁହତାଶ ହୋଇ ଲଳିତା ଶୋକ କଲା ତହୁଁ ।ବୃନ୍ଦାବନୁ ସୁକୋମଳ ପଲ୍ଲବ ଆଣିଲାତହିଁ ପରେ ବୃନ୍ଦାକୁ ଯେ ଶୁଆଇଣ ଦେଲା ।ତାହାର ଅଞ୍ଚଳ ତାର ମୁଖେ ଘୋଡ଼ାଇଲାକୋମଳ ଜମ୍ବୁ ପଲ୍ଲବ ତହିଁରେ ଢାଙ୍କିଲା ।ବୃନ୍ଦାକୁ ଛାଡ଼ି ଲଳିତା ଚଳେ ଗୋପପୁରବେନି ନୟନରୁ ଅଶ୍ରୁ ଗଳେ ଧାର ଧାର ।କାନ୍ଦି କାନ୍ଦି ଲଳିତା ଯେ ଗୋପକୁ ଆସଇବାଟରେ ଭେଟିଲେ ସର୍ବ ଗୋପୀ ସହ ରାଈ ।କୃଷ୍ଣ ଗୁଣମାନ ସବୁ କାନ୍ଦନ୍ତି ବାହୁନିବାତୁଳ ପରାଏ ହୋଇ ଆସନ୍ତି ଗୋପିନୀ ।ଦୂରୁ ଦେଖି ଲଳିତା ଯେ ଅଧିକ କାନ୍ଦଇକୃଷ୍ଣ ଚିନ୍ତା ବୃନ୍ଦାବନୁ ଫେରି ସେ ଆସଇ ।ଲଳିତା ରୋଦନ ଦେଖି ରାଧିକା କାନ୍ଦିଲେଲଳିତାକୁ ହା ହା କୃଷ୍ଣ ବୋଲି କୋଳ କଲେ ।ଲଳିତା ବୋଇଲେ ବୃନ୍ଦା ତପ କରିଥିଲାକୃଷ୍ଣ ଗୁଣ ଗୁଣି ମୁଖେ ଜୀବନ ତେଜିଲା ।ଫୁଲ ଆଣ ବୋଲି କୃଷ୍ଣ ବୃନ୍ଦାକୁ କହିଲେନ କହି ଅକ୍ରୂର ସଙ୍ଗେ ମଥୁରାକୁ ଗଲେ ।ବୃନ୍ଦାବତୀ ବୃନ୍ଦାବନେ ଫୁଲ ତୋଳୁଥିଲାକୃଷ୍ଣ ଗଲେ ମଥୁରା ସେ ଜାଣି ନ ପାରିଲା ।ଯାଇଥିଲି ଯମୁନାକୁ ଆଜି ମୁଁ ଗାଧୋଇସୁମରି କୃଷ୍ଣର ଗୁଣ କାନ୍ଦୁଥିଲି ମୁହିଁ ।ବୃନ୍ଦାବତୀ ବୃନ୍ଦାବନୁ ଫେରି ଆସୁଥିଲାମୋ କାନ୍ଦଣା ଶୁଣିଣ ସେ ମୋତେ ପଚାରିଲାକୃଷ୍ଣ ମଥୁରାକୁ ଯିବା କଥା ମୁଁ କହିଲିଜୀବ ଗଲା ଛାଡ଼ି ତାର ହା ହା କୃଷ୍ଣ ବୋଲି ।ସଚେତ କରାନ୍ତେ କେବେ ନୁହଇ ସଚେତନିଶ୍ଚେ ବୃନ୍ଦା ଗଲା ମୁଁ ଗୋ କହୁଅଛି ସତ୍ୟ ।ଲଳିତା ବଚନେ ବୋଲେ ରାଧା ଚନ୍ଦ୍ରମୁଖୀଯହିଁ ବୃନ୍ଦା ଅଛି ମୋତେ ତହିଁ ନିଅ ସଖୀ ।ଆଗରେ ଚଳେ ଲଳିତା ପଛେ ଗୋପୀଗଣବୃନ୍ଦା ସୁମରି ବିକଳ ରାଈ ପଞ୍ଚପ୍ରାଣ ।ଦେଖିଣ ଶୋକେ ବୃନ୍ଦାକୁ ରାଈ କୋଳ କରିହା ହା ବୃନ୍ଦାବତୀ ମୋତେ ଗଲୁ ଏକା କରି ।ତୁହି ସିନା କୃଷ୍ଣର ଗୋ ଅଟୁ ପ୍ରିୟବତୀରତି ସାରି ତୋର ପୀତବାସ ଯେ ପିନ୍ଧନ୍ତି ।ପାଲଟା ହେଲା ବୋଲି ସେ ନ ପାରନ୍ତି ଜାଣିତୋ ଅଙ୍ଗ କୁଙ୍କୁମ କୃଷ୍ଣ ଅଙ୍ଗେ ଲାଗେ ପୁଣି ।ମୋ ପୁରେ ପ୍ରବେଶ କଲେ ମୁଁ କରେ ଝିଙ୍ଗାସହସି କୃଷ୍ଣ ବୋଲନ୍ତି ଏ ବୃନ୍ଦାର ଗୋ ବାସ ।ତୁହି ସିନା କୃଷ୍ଣର ଅନ୍ତର ଆଗୋ ସହୀସେ ତ ଗଲେ ତୁ ବା ଏଥି ରହନ୍ତୁ କିମ୍ପାଇ ।ତୁ କିମ୍ପା ଛାଡ଼ିଣ ମୋତେ ଜୀବନ ତେଜିଲୁଏତେ ସ୍ନେହ ଲଗାଇ ତୁ ଏବେ ଛାଡ଼ିଗଲୁ ।କରିଛି ତୋ ପରି ଭାଗ୍ୟ କିଏ ବୃନ୍ଦାବତୀମୋ ପରି ଦୁଃଖିନୀ କିଏ ନ ଥିବ ଧରିତ୍ରୀ ।ତୁ ଏବେ ଗୋ ବୃନ୍ଦାବତୀ ଜୀବନ ତେଜିଲୁପୂର୍ବରେ ତୁ ସଖୀ ବହୁ ତପ କରିଥିଲୁ ।କୃଷ୍ଣ ଯିବା ଶୁଣି ତୁ ଗୋ ତେଜିଲୁ ଜୀବନଧନ୍ୟ ଧନ୍ୟ ବୃନ୍ଦାବତୀ ଧନ୍ୟ ତୋର ମନ ।କୃଷ୍ଣ ସଙ୍ଗେ ପ୍ରୀତି କରି ଦିନ ମୋ ନ ଗଲାଗୋପେ ହଟହଟା କରି ଏବେ ଛାଡ଼ିଗଲା ।ଯାହା ଲାଗି ଭୋଗିଲି ମୁଁ ନାନା ଅପବାଦସେ ଦୁଷ୍ଟ ମଥୁରା ଗଲେ ହୋଇଣ ବିଷାଦ ।ଯା ଲାଗି ଶାଶୁ ନଣନ୍ଦ ସଙ୍ଗେ ଲାଗେ କଳିଯା ଲାଗି ଯଶୋଦା ନିତ୍ୟ ଦିଅନ୍ତି ଗୋ ଗାଳି ।ଚନ୍ଦ୍ରସେଣା ଯାହା ଲାଗି ନିତ୍ୟ ବୋଲୁଥାଇକୃଷ୍ଣ ସଙ୍ଗେ ପଡ଼ି ରାଧା ହୋଇଲୁ ଗୋ ବାଇଏବେ ବୃନ୍ଦାବତୀ ମୋତେ କଲୁ ଗୋ ନିରାଶତୁ ଯେବେ ମଲୁ ଗୋ ମୋତେ ନିଅ ତୋର ପାଶତୋର ନାମ ବୃନ୍ଦାବତୀ ମୋ ନାମ ଶ୍ରୀମତୀଏକା ହୋଇଗଲୁ ଯାହା କଲୁ ତୁ ଅନୀତି ।କୃଷ୍ଣଙ୍କୁ ନ ଦେଖି ତୁ ଗୋ ଜୀବନ ହାରିଲୁଏ ଗୋପପୁରରେ ମୋତେ ଏକା ଛାଡ଼ିଗଲୁ ।ଏମନ୍ତ ବୋଲି ରାଧିକା ହୃଦେ କର ମାରିହା ହା ବୃନ୍ଦାବତୀ ବୋଲି ପକାଇଲେ ରଡ଼ି ।ବୃନ୍ଦାର ମୁଖରେ ଚାଲ ଜଳ ଆମ୍ଭେ ଦେବାକର୍ଣ୍ଣ ପୁଙ୍କି ବୃନ୍ଦାଙ୍କୁ ଗୋ ସଚେତ କରିବା ।ରାଧାର ବଚନେ ବୃନ୍ଦା ମୁଖେ ଜଳ ଦେଲେବେନି କର୍ଣ୍ଣ ଫୁଙ୍କି ତାଙ୍କୁ ବହୁ ଯତ୍ନ କଲେ ।ଉଠ ଉଠ ବୃନ୍ଦା ବୋଲି କାନ୍ଦନ୍ତି ସକଳେଗୁଣକୁ ବାହୁନି ରାଈ କାନ୍ଦନ୍ତି ବିକଳେ ।ଦେଖିଲେ ବୃନ୍ଦା ଦେହରେ ନାହିଁଟି ଚେତନକୃଷ୍ଣ ଗୁଣ ଗୁଣି ସେ ହୋଇଛି ହତଜ୍ଞାନ ।ରାଧା ବୋଇଲେ ଗୋ ଗୋପୀ କି ବୃଦ୍ଧି କରିବାଗୋପାଳେ ନାହାନ୍ତି ଗୋପେ କା ଆଗେ କହିବା ।ଯେବେ ଗୋ ବୃନ୍ଦାବତୀ କି ଛାଡ଼ିଯିବା ଆଜକୁଳକୁ ହୋଇବ ନିନ୍ଦା ପାଇବା ଗୋ ଲାଜ ।ଗୋପାଳେ ଶୁଣିଲେ ନନ୍ଦ ଆମ୍ଭଙ୍କୁ କହିବେକୃଷ୍ଣ ଶୁଣିଲେ ଆମ୍ଭର ମୁଖ ନ ଚାହିଁବେ ।ବୃନ୍ଦାବତୀକି ଦହନ ଯେବେ ନ କରିବାଗୋପପୁରେ ଆମ୍ଭେ ଆଜି ଯଶ ନ ପାଇବା ।ଏହାକୁ ଧରି ଯମୁନା ବାଲିକି ଗୋ ନେବାବୃନ୍ଦାବନୁ କାଷ୍ଠ ଆଣି ଦହନ କରିବା ।ଦେଖ ଗୋ ସଖୀ ହୋଇଲା କି ବିପତ୍ତିପାତମଥୁରା ଗଲେ ଶ୍ରୀକୃଷ୍ଣ ବୃନ୍ଦା ହେଲେ ହତ ।ଏତେ ବୋଲି ହରି ଧ୍ୱନି କରି ସେ ବୃନ୍ଦାକୁକନ୍ଧେ ବହି ଘେନିଗଲେ ଯମୁନା କୂଳକୁ ।ବାଲିକୁଦେ ଥୋଇଣ ଯେ କରି ହରି ଧ୍ୱନିଥୋକାଏ ବୃନ୍ଦାବନକୁ ଗଲେ କାଷ୍ଠ ଆଣି ।ବୃନ୍ଦାବନୁ ଚନ୍ଦନର କାଷ୍ଠମାନ ଖୋଜିବହି ଆଣନ୍ତି ଗୋପୀଏ ବୃନ୍ଦା ନାମ ହେଜି ।ହା ହା ବୃନ୍ଦାବତୀ ବୋଲି ରାଧା କୋଳ କରେଅଜ୍ଞାନ ହୋଇଣ ଢଳିପଡ଼ିଲେ ଭୂମିରେ ।କ୍ଷଣେ ଅଚେତନ ହୋଇ ପୁଣି ସେ ଉଠିଲେବୃନ୍ଦାକୁ କୋଳ କରିଣ ଉଚ୍ଚେ ଶୋକ କଲେ ।ଥୋକାଏ ଗୋପୀ ଚନ୍ଦନକାଷ୍ଠ ବହିଆଣିରାଈଙ୍କ କ୍ରନ୍ଦନ ଶୁଣି କାନ୍ଦିଲେ ବାହୁନି ।ବସିଲେ ବୃନ୍ଦାକୁ ମଧ୍ୟେ ରଖି ଚଉପାଶତହିଁ ବେନି ସଖୀ ବାହାରିଲେ ବୃନ୍ଦା ପାଶ ।ନବୀନ ପଟ୍ଟବସନ ରତ୍ନ ଅଳଙ୍କାରଯେଉଁ ଅଳଙ୍କାର ବୃନ୍ଦା ଦେହକୁ ସୁନ୍ଦର ।ରତ୍ନଚୂଡ଼ୀ ଗବ୍ୟଘୃତ ଚନ୍ଦନକୁ ଧରିତକ୍ଷଣେ ଆସିଲେ ଯହିଁ ଛନ୍ତି ସର୍ବନାରୀ ।ଖଣ୍ଡେ ଦୂରୁ ଡାକିଲେ ସେ ଶୁଣ ଆଗୋ ସହୀସଚେତନ ହେଲେ କି ବୃନ୍ଦା କହ ଆଗୋ ସହୀଏହା ଶୁଣି ରାଈ ବୋଲେ ନ ଶୁଣଇ ସହୀଗୋପକୁ ଯାଇ ସପନ ଦେଖିଲୁ କି ତୁହି ।ପିଣ୍ଡୁ ପ୍ରାଣ ଗଲେ ଆଉ ଆସିବ ଗୋ କାହୁଁବାଇ କି ହୋଇଲୁ ସଖୀ କିମ୍ପା ଏହା କହୁ ।ଏମନ୍ତ ବୋଲି ସକଳ ଗୋପୀ ଠୁଳ ହୋଇବୃନ୍ଦାବତୀକୁ ସୁବେଶ ନିଜେ କଲେ ରାଈ ।ଅଚେତନ ହୋଇଣ ସେ ଛନ୍ତି ବୃନ୍ଦାବତୀରାଈ ଆଦି ସେହି କଥା ନ ଜାଣି ଭ୍ରମନ୍ତି ।ଏଥୁ ଅନ୍ତରେ ଚରିତ ଦ୍ୱିତୀୟ ଖଣ୍ଡରେବର୍ଣ୍ଣନା ହୋଇଛି ଶୁଣିବ ହେ ସନ୍ଥ ନରେ ।ସାଧୁ ସୁଜ୍ଞଜନମାନେ ମୋ ଦୋଷ ନ ଧରଅଚ୍ୟୁତ ଦାସ ଶ୍ରୀପଦେ କରେ ନମସ୍କାର ।ଅଲେଖ ପୁରୁଷ ଗୋଲୋକ ବୈକୁଣ୍ଠ ସ୍ୱାମୀସେହି ମୋର ଗୁରୁଦେବ ତାଙ୍କ ଭାବେ ଭ୍ରମି ।