କୃଷ୍ଣଙ୍କ ବିହୁନେ ରାଧାଙ୍କର ଶୋକ — ଚିତ୍ତବୋଧ ବା ଚିତ୍ତବିନୋଦ (ପ୍ରଥମ ଭାଗ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିଛାଡ଼ି ଯାଉଅଛ ମୋତେ କାହା ପାଶେ ଦେଇ
ମଥୁରାକୁ ଯେବେ ଯିବ ମୋତେ ସଙ୍ଗେ ନିଅ
ନନ୍ଦ ଯଶୋଦାକୁ ଗୋପପୁରୁ ଘେନିଯାଅ ।
ଯାତ୍ରା ଉତ୍ସବ ଦେଖିବ ତୁମେ ଦୁଇଭାଇ
କେଡ଼େ କ୍ଷତି ହେବ ଆମ୍ଭେ ଗଲେ ଗୋପଗୋଈ
ତୁମେ ଯହିଁ ରହିବ ହେ ଆମ୍ଭେ ତହିଁ ଥିବୁ
ତୁ ନାଥ ମଥୁରା ନାରୀ ସଙ୍ଗେ ଯେବେ ଥିବୁ ।
ନ କହିବୁ ଆମ୍ଭେ କିଛି ରହିବୁ ନିଶ୍ଚଳେ
ସେବା କରୁଥିବୁ ଆମ୍ଭେ ତାଙ୍କ ପାଦତଳେ ।
ମଧୁନାରୀ ସଙ୍ଗେ ଆମ୍ଭେ କରିବୁ ବିହାର
ଆନନ୍ଦ ହୋଇବୁ ଦେଖି ନୋହିବୁ ବିକଳ ।
କେବଳ ତୁମ୍ଭର ପାଦତଳେ ସେବୁଥିବୁ
ମଥୁରାନାରୀଙ୍କ ଦାସୀ ହୋଇଣ ରହିବୁ ।
ତାଙ୍କର ପାଲଟା ଲୁଗା ପ୍ରତ୍ୟହ ଧୋଇବୁ
ମନ ଜାଣିକରି ତାଙ୍କ ପାଦ ମଞ୍ଚାଳିବୁ ।
ତାହାଙ୍କ ଉଚ୍ଛିଷ୍ଟ ନିତ୍ୟେ କରିବୁ ଭୋଜନ
ତାହାଙ୍କୁ ଦେଖିବୁ ଆମେ ପ୍ରଭୁର ସମାନ ।
ତୁମ୍ଭେ ଆମ୍ଭ ଠାକୁର ହେ ଆମ୍ଭେ ତୁମ୍ଭ ଦାସୀ
ତୁମ୍ଭ ପଦେ ଖଟୁଥିବୁ ଆମ୍ଭେ ଦିବା ନିଶି
ମଧୁନାରୀ ହୋଇବେ ଆମର ଠାକୁରାଣୀ
ତାଙ୍କ ପାଦ ସେବା ଆମେ କରିବୁ ଗୋପିନୀ ।
ତୁମେ ଆମ ଠାକୁର ହେ ତାଙ୍କ ବଶ ହେବ
ଆମେ ଦାୟୀ ନୋହିଲେ କି ସୁନ୍ଦର ଦିଶିବ ।
ରାଧାନାମ ମୋର ବୋଲି ନ କହିବ ହରି
ଗୋପୀନାଥ ନାମ ତୁମ ଥିବ ଗୋପ୍ୟ କରି ।
ଅକ୍ରୂରକୁ କହିଯାଅ ଆଗୁଁ ଚକ୍ରଧର
ବୁଝାଇ କହିବେ ମଧୁନାରୀଙ୍କ ଆଗର ।
ବୋଲିବେ ଅକ୍ରୂର ଗୋପଙ୍କର ଦାସୀଗଣ
ଯାତ୍ରା ଦେଖି ଆସି ରହିଛନ୍ତି ମଧୁବନ ।
ମନା କରି କୃଷ୍ଣ କେତେ ନ ମାନିଲେ କେହି
ମୋର କଥା ମାନି ମଧ୍ୟ ଆସିଛନ୍ତି ଧାଇଁ ।
ଅକ୍ରୂର କଥାକୁ ସତ କରିବେ ସେ ସିନା
ଦାସୀ ରୂପେ ତାଙ୍କ ପାଶେ ଥିବୁ ଗୋପାଙ୍ଗନା
ହିଂସା ନ କରିବୁ ଆମେ କହୁଅଛୁ ସତ
ତୁମେ ତ ମନ ବେଦନା ଜାଣ ଗୋପୀନାଥ ।
ଥରେ ମୋ ବିନୟ ତୁମ୍ଭେ ରଖ ଦଇତାରୀ
ସଙ୍ଗତରେ ଘେନିଯାଅ ଯେତେ ଗୋପନାରୀ ।
ମୋତେ ନ ନିଅନ୍ତୁ ପଛେ ରହିବି ମୁଁ ଏକା
ଏତେ ବୋଲି ଭୂମି ପରେ ଲୋଟନ୍ତି ରାଧିକା ।
ଅକ୍ରୂରକୁ ଦେଖି ରାଧା କହନ୍ତି ବଚନ
ପିଣ୍ଡ ରଖି କିମ୍ପା ଘେନି ଯାଉଛୁ ଜୀବନ ।
ନାରୀହତ୍ୟା ହେବ ବୋଲି ନ କରୁ ବିଚାର
ନୟନର ତାରା ଖୋଳି ନେଉଛୁ ଆମର ।
ନାରୀଜାତି ଆମ୍ଭ ପ୍ରାଣକୁରେ ନାହିଁ ଭୟ
କ୍ରୋଧ ଉପୁଜିଲେ ଦହିପାରୁ ଆମ୍ଭ ଦେହ ।
ନୟନୁ ଅନଳ ଆମ୍ଭ ହୁଅଇରେ ଜାତ
ଆମ୍ଭ ଅଭିଶାପେ ପୋଡ଼ି ଯାଏରେ ଜଗତ ।
ଆମ୍ଭେ ଯାହାକୁରେ ଯାହା ବୋଲିବୁଁ ଅକ୍ରୂର
ଅନ୍ୟଥା ନୋହିବ ନିଶ୍ଚେ ଜୀବନ ତାହାର ।
ଆମ୍ଭେ ସିନା ପୃଥୀ ଧରିଅଛୁ ହୋ ଅକ୍ରୂର
ମହାଶକ୍ତି ରୂପେ ଜାତ ହୋଇ ଏ ସଂସାର ।
ଆମ୍ଭଠାରୁ ସିନା ଜାତ ହୋଇଛି ସଂସାର
ଆସ୍ତେ କୋପ କଲେ କାହିଁ ହୋଇବ ଏ ଛାର
ଆମ୍ଭଠାରୁ ଜାତ ସିନା ହେଲେ ଦେବଗଣ
ଆମ୍ଭରି ଉଦରୁ ସିନା ଜାତ ନାରାୟଣ ।
ଆମ୍ଭର ବଚନ କେବେ ନୋହିବରେ ଆନ
ଆମ୍ଭ କ୍ରୋଧ ଅନଳେ ତୁ ହୋଇବୁ ଦହନ ।
ରାଜଦୂତ ବୋଲି ତୋତେ ନ କରିବୁ ନାଶ
ଦୂତକୁ ବଧିଲେ ହୁଏ ନରକେ ନିବାସ ।
ଏତେ ବୋଲି ବନମାଳୀ କୃଷ୍ଣ ମୁଖ ଦେଖି
ହା ହା ପ୍ରାଣନାଥ ବୋଲି ପଡ଼େ ଚନ୍ଦ୍ରମୁଖୀ ।
ପୁଣି କୃଷ୍ଣ ମୁଖକୁ ସେ ବିକଳେ ଅନାଇ
ବୋଲେ ଚନ୍ଦ୍ରସେଣା ଘରେ ରଖିବ ତ ନାହିଁ ।
ଜଗତେ ବୋଲିବେ ରାଈ ଅଟେ ଦୋଚାରୁଣୀ
ମୋତେ ଦେଖିଲେ ତ ଢଗ ମେଲନ୍ତି କାମିନୀ ।
ବୋଲିବେ କୃଷ୍ଣଙ୍କୁ ଯାଇଁ କର ଯା ଗୁହାରି
ମୁଁ ଯେବେ କହିବି ମୋତେ ଗୋଡ଼ାଇବେ ମାରି
ବଡ଼ପଣ ଥିଲା ସିନା କୃଷ୍ଣ ଥିବାଯାଏ
ଏବେ ତୋତେ କିମ୍ପା ଭୟ କରିବ ଲୋ କିଏ ।
ଶାଶୁ ନଣନ୍ଦ ମୋହର ମୁଖ ନ ଚାହିଁବେ
ନନ୍ଦ ଯଶୋଦା ହିଁ ମୁଖ ପୋତିଣ ଚାଲିବେ ।
ଗୋପୀ ଗୋପାଳେ ଦେଖିଲେ ଦୂରରୁ ହସିବେ
ସାଧୁସନ୍ଥମାନେ ମୋତେ ଦର୍ଶନ ନ ଦେବେ ।
ବରଜ ଦାଣ୍ଡରେ ମୋତେ ଦେଖି ବ୍ରଜସୁତ
ମୁଖରେ ହସ୍ତ ଦେଇଣ ହସିବେ ସମସ୍ତ ।
ଚଣ୍ଡାଳ ସହିତେ ଯେତେ ହୀନ ଜାତିମାନେ
କହିବେ ସେ ନାନା କଥା ମୋତେ ପ୍ରତିଦିନେ ।
ଦୁର୍ଘଟଣା କଥା ମୁହିଁ କା ଲାଗି ସହିବି
ଗୋପପୁରେ କାହା ମୁଖ ଚାହିଁ ମୁଁ ବଞ୍ଚିବି ।
ରାଈର ବଚନେ କୃଷ୍ଣ ହୋଇଲେ ମଉନ ।
କିଛି ନ କହି ଚାହିଁଲେ ତାହାଙ୍କ ବଦନ ।
କୃଷ୍ଣ ବିରହେ ରାଧା ସନ୍ନ୍ୟାସିନୀ
ଦେଖି ରାଈ ତାହାଙ୍କର ମନେ ବିଚାରିଲେନିଶ୍ଚେ କୃଷ୍ଣ ମୋହଠାରେ ଦୟା ବରଜିଲେ ।ଗୋପେ କାର୍ଯ୍ୟ ନାହିଁ ମୋର ଯିବି ଘୋରବନେସନ୍ନ୍ୟାସିନୀ ହୋଇବି ମୁଁ କୃଷ୍ଣ ଧ୍ୟାୟି ମନେ ।ଏମନ୍ତ ବିଚାରି ରାଈ ନିଜ ପୁରେ ଗଲେଆଳଙ୍କାରମାନ ନିଜ ଦେହରୁ କାଢ଼ିଲେ ।ସର୍ବାଙ୍ଗରେ ବିଭୂତି ସେ କରିଲେ ଲେପନନାସାର ବସଣୀ ମୋହୁଅଛି ତ୍ରିଭୁବନ ।କର୍ଣ୍ଣରୁ କାଢ଼ିଲେ କାପ ତକ୍ଷଣେ ସୁନ୍ଦରୀଖଞ୍ଜିଲେ ତାମ୍ର କୁଣ୍ଡଳ ତହିଁ ଯତ୍ନ କରି ।ବେନି ହସ୍ତେ ପଟେ ପଟେ କରିଣ ରାଜଇନିକାଞ୍ଚନ ହେବ ବୋଲି ରଖିଲେ ତା ରାଈ ।ସୁନ୍ଦର ଶାଙ୍କୋଳୀ ବେନି ପୟରୁ କାଢ଼ିଲେତାଡ଼ ବିଦ ମୁଦି ଆଦି ଭୁଜରୁ ଥୋଇଲେ ।ଯେଉଁ କଟି ପରେ ସୁନା ସୂତା ଝଲମଲକଷାବାସ ବାଛି ରାଈ ପିନ୍ଧିଲେ ତା ପର ।ଉରଜରୁ ଜାନୁ ଯାଏ କଷା ବାସ ଭିଡ଼ିଯହିଁରେ ମାଳତୀ ଫୁଲମାଳା ଥାଏ ପଡ଼ି ।ଲଲାଟେ ସିନ୍ଦୂର ଟୋପି ଦେଲେ ସେ କାମିନୀମେରୁଗିରି ପରେ ଯଥା ବିଜେ ଦିନମଣି ।ପାଦରେ ରତ୍ନପାଦୁକା ହସ୍ତେ ଆଶାବାଡ଼ିକୃଷ୍ଣ ନାମେ ପଦକ ଯେ ବକ୍ଷେ ଅଛି ପଡ଼ି ।ଦଶନ ଡାଳିମ୍ବବୀଜ ପରାୟେ ଦିଶଇତାମ୍ବୁଳରାଗେ ଅଧର ଶୋଭା ବିରାଜଇ ।ଲୋହିତ ବର୍ଣ୍ଣ ନୟନ ମୋହୁଛି ଜଗତକୃଷ୍ଣର ବିଚ୍ଛେଦେ ହୋଇ ଲୋତକ ପୂରିତ ।ଗୋଳି କର୍ପୂର କସ୍ତୁରୀ ଅଗୁରୁ ଚନ୍ଦନବୋଳିହେଲେ ଶ୍ରୀହସ୍ତରେ ଶ୍ରୀଅଙ୍ଗେ ତକ୍ଷଣ ।ତପ୍ତ କାଞ୍ଚନ ବରଣ ଧବଳ ଦିଶିଲାଚନ୍ଦନ ଲାଗି ଶ୍ରୀଭୁଜ ମଳିନ ପଡ଼ିଲା ।ପୂର୍ଣ୍ଣିମା ଶଶୀଙ୍କ ପ୍ରାୟେ ରାଧା ଅଙ୍ଗ ଦିଶିକୃଷ୍ଣ ଗୁଣ ଗୁଣେ ମନେ ନବୀନା ସନ୍ନ୍ୟାସୀ ।ମାଳତୀ ମାଳାକୁ ଗଳେ ଲମ୍ବାଇଲେ ନେଇସନ୍ନ୍ୟାସିନୀ ରୂପେ ରାଧା ଜଗତ ମୋହଇ ।ଧୀରେ ଧୀରେ ରାଧା ତହୁଁ ହୋଇଲେ ବାହାରଦେଖି ଗୋପପୁର ଜନେ ହେଲେ ଚମତ୍କାର ।କେ ବୋଲେ ସନ୍ନ୍ୟାସୀ ଦେଖ କାହୁଁ ଏ ଅଇଲାଜନମ କାଳରୁ କେବେ ଦେଖା ତ ନ ଥିଲା ।କେହୁ ବୋଲେ ଆସିଅଛି ଏକା କାହିଁ ପାଇଁକୃଷ୍ଣ ଗମନ ଶୁଣି ଆସିଛି କି ଧାଇଁ ।ଥୋକାଏ ବୋଇଲେ ସଖୀ ରାଧା ଗଲେ କାହିଁବହୁତ କାଳରୁ ତାଙ୍କ ରୂପ ଦେଖା ନାହିଁ ।ଏମନ୍ତ ବୋଲିଣ ଗୋପୀ ମନରେ ଭାଳିଲେଜଳକା ପରାୟେ ସନ୍ନ୍ୟାସିନୀଙ୍କି ଚାହିଁଲେ ।ଚାହୁଁ ଚାହୁଁ ସନ୍ନ୍ୟାସିନୀ କୃଷ୍ଣ ପାଶେ ଯାଇତାହାଙ୍କ ପଛରେ ପୁଏ ଅଛନ୍ତି ଗୋଡ଼ାଇ ।କୃଷ୍ଣ ଦେଖି ସନ୍ନ୍ୟାସିନୀ ବିଚାରିଲେ ମନେଏ କୃଷ୍ଣ ନିଶ୍ଚୟ ଯିବେ ମଥୁରା ଭୁବନେ ।କୃଷ୍ଣ ଥିବାଯାଏ ମୁଁ ଏଠାରେ ଥିବି ରହିକୃଷ୍ଣ ମଧୁପୁର ଗଲେ ବନେ ଯିବି ମୁହିଁ ।ଏମନ୍ତ ବିଚାରି ରାଈ କୃଷ୍ଣ ପାଦ ଚିନ୍ତିରାଧାକୁ ନ ଚିହ୍ନି ସର୍ବେ ସନ୍ନ୍ୟାସୀ ବୋଲନ୍ତି ।କୃଷ୍ଣ ଯହିଁ ଥିଲେ ରାଈ ସେ ସ୍ଥାନେ ରହିଲେକୃଷ୍ଣଙ୍କୁ ଦେଖିଣ ହୃଦୁ ଜ୍ଞାନ ହଜାଇଲେ ।କୃଷ୍ଣ ଭାବେ ଶ୍ରୀଅଙ୍ଗରେ ନାହିଁ କିଛି ଜ୍ଞାନବିହ୍ୱଳିତ ହୋଇ ରାଈ କହଇ ବଚନ ।କେବଳ ସେ କୃଷ୍ଣ ଗୁଣ ମନେ ଚିନ୍ତି ରାଈଧାର ଧାର ହୋଇ ନେତ୍ରୁ ଅଶ୍ରୁ ପଡ଼େ ବହି ।ବୁଜିଛନ୍ତି ବେନି ନେତ୍ର ଦେହେ ଜ୍ଞାନ ନାହିଁକୃଷ୍ଣ ପାଦପଦ୍ମ ମୁକ୍ତଭାବେ ହୃଦେ ଧ୍ୟାୟି ।ସନ୍ନ୍ୟାସିନୀ ଦେଖି ଜ୍ଞାନ ହାରି ଦାମୋଦରବେନି ନେତ୍ରୁ ଅଶ୍ରୁ ବହି ପଡ଼େ ଧାର ଧାର ।ଅନ୍ତର୍ଯ୍ୟାମୀ ନାଥ ରାଧା ମନକୁ ଜାଣିଲେମୋହ ଲାଗି ରାଧା ଏବେ ସନ୍ନ୍ୟାସିନୀ ହେଲେ ।ରାଈଭାବେ କୃଷ୍ଣଚନ୍ଦ୍ର ହେଲେ ହତଜ୍ଞାନଭାବି ପୂର୍ବ ସ୍ନେହମାନ ବୁଜିଲେ ନୟନ ।ବୋଇଲେ ଗୋ ସନ୍ନ୍ୟାସିନୀ ରାଧା କାହିଁ ଗଲେସନ୍ନ୍ୟାସିନୀ ରୂପେ ମୋତେ ଭଣ୍ଡୁଛ ବୋଇଲେ ।ହା ହା ରାଧେ ତୁ ମୋହର ଜୀବର ଜୀବନମଥୁରା ନ ଯିବି ତେଜ ଏ ବେଶ ବହନ ।ତୋ ରୂପ ଦେଖି ମୋହର ହୃଦ ଯାଏ ଜଳିଛାଡ଼ ଛାଡ଼ ଏ ରୂପକୁ ଲାବଣ୍ୟ ପିତୁଳି ।ମୋହ ଲାଗି ସଖୀ ନିତି ଗୋପେ ଗାଳି ଖାଉମୋତେ ଦେଖିଲେ ଦୂରରୁ ଆଡ଼ ହୋଇଯାଉ ।ମୋ ଲାଗି ଦିଅନ୍ତି ଲଜ୍ଜା ତୋତେ ଗୋପନାରୀସେଦିନୁ ସନ୍ନ୍ୟାସୀ କିମ୍ପା ନ ହେଲୁ ସୁନ୍ଦରୀ ।ମୋ ବିରହେ ସନ୍ନ୍ୟାସିନୀ ହୋଇଥିଲୁ ଦିନେସେ ବେଶ କି ଆଜି ତୋର ପଡ଼ିଲାଗୋ ମନେଭାବେ ଗଦଗଦ ରାଧା ନ କହନ୍ତି ବାଣୀକେବଳ ଶ୍ରୀକୃଷ୍ଣ ଭାବ ହୃଦ ମଧ୍ୟେ ଗୁଣି ।ମଉନେ ବିହ୍ୱଳ ହୋଇ ହେଲେ ଅଚେତନନ ଫିଟେ ନୟନୁ ଅଶ୍ରୁ ବହେ ଘନ ଘନ ।ଭାବରେ ହୋଇଲେ ବଶ ନନ୍ଦର ନନ୍ଦନରାଧାର ଭାବରେ ଆଉ ନ ଚଳେ ଚରଣ ।ନ ଚଳେ ଚରଣ ପ୍ରଭୁ ହୋଇଣ ସ୍ତବଧଭାବାବେଶେ ତନମୟ ହୋଇ ଗଦ ଗଦ ।ଜୀବନ ନ ଥିଲା ପ୍ରାୟ ଦେହ ହେଲା ଶୂନ୍ୟଶୁଖିଲା ପାଦପ ପ୍ରାୟ ହେଲେ ଭଗବାନ ।କେବଳ ଲୋତକ ଧାରା ନୟନୁ ଗଳଇଶ୍ରୀମତୀର ରୂପ ମାତ୍ର ତା ଆଗେ ଝୁଲଇ ।ସନ୍ନ୍ୟାସିନୀ ରୂପେ ରାଧା ତହିଁ ଛନ୍ତି ରହିକେବଳ ହୃଦରେ କୃଷ୍ଣ ପାଦ ପରେ ଧ୍ୟାୟି ।ରାଧାକୃଷ୍ଣ ରୂପ ଦେଖି ବିଚାରନ୍ତି ହଳୀଯାତ୍ରା ଦେଖିବାକୁ ବାହାରିଲା ବନମାଳୀ ।ରାଧା ଭାବ ଦେଖି ତାର ପାଦ ନ ଚଳଇସନ୍ନ୍ୟାସିନୀ ହେଲେ କୃଷ୍ଣ ଯିବା ଦେଖି ରାଈରାଧା ସନ୍ନ୍ୟାସିନୀ ବେଶେ ଜଗତ ମୋହନ୍ତିକେବେହେଁ ରାଧାକୁ ଛାଡ଼ି ନ ଯିବେ ଶ୍ରୀବତ୍ସୀରାଧା କୃଷ୍ଣ ନୟନରୁ ବହେ ଅଶ୍ରୁଧାରସ୍ତମ୍ଭୀଭୂତ ଭାବେ ରଖିଅଛନ୍ତି ଶରୀର ।ନ କହନ୍ତି ବାଣୀ କର ନ ଚଳେ ଚରଣକାହାରି ହୃଦରେ ନାହିଁ ଚେତା ଚଇତନ ।ଶ୍ରୀକୃଷ୍ଣ ହୋଇ ଅଛନ୍ତି ରାଧା ଭାବେ ବଶବେଢ଼ି ରହିଛନ୍ତି ଗୋପୀ ତାଙ୍କୁ ଚଉପାଶ ।ଦୁହିଁଙ୍କର ଭାବେ ଦୁହେଁ ହତଜ୍ଞାନ ହୋଇନ ଚିହ୍ନନ୍ତି କାହାକୁ ସେ ମଉନରେ ରହି ।ମୁଁ କିମ୍ପା ରହିବି ଏବେ ଯିବି ମଧୁପୁରଦେଖିବି ଧନୁ ଉତ୍ସବ ଯାତ୍ରା ମାମୁଁଙ୍କର ।ମୋତେ ଏକା ଦେଖି ଦ୍ୱନ୍ଦ୍ୱ କରିଲେ ଅସୁରଲଙ୍ଗଳେ ତାଡ଼ି ଭାଙ୍ଗିବି ନିଶ୍ଚେ ମଧୁପୁର ।ଭାଙ୍ଗିବି ଧନୁ ଉତ୍ସବ ମରିବେ ସକଳେକଂସ ମରିବ ପୃଥିବୀ ଯିବ ରସାତଳେ ।ମୋର ତହୁଁ ବଳବନ୍ତ ନୁହଇ କହ୍ନାଇମୋହର ସିନା ଅଟଇ ସେହୁ ସାନଭାଇ ।ଏକା ମୋର ଦେହେ ଛନ୍ଦ କୂଟ ନାହିଁ କିଛିମିଥ୍ୟା ନ କହଇ ମୁଁ ଯେ ସତ୍ୟରେ ରହିଛି ।ମାୟା ନ ଜାଣଇ ମୋର ନାହିଁ ଅହଙ୍କାରପରନାରୀ ଦେଖି ଦୂରୁ ଥରେ ମୋ ଶରୀର ।କୃଷ୍ଣ ମାୟାଧର ମାୟା ଜାଣଇ ବହୁତକୂଟ ଛନ୍ଦ ମାୟା ତାର ହୃଦୁ ହୁଏ ଜାତ ।ପୁଣିହିଁ ସେ ବଳରାମ ମନରେ ବିଚାରିକେମନ୍ତେ କୃଷ୍ଣଙ୍କୁ ଛାଡ଼ି ଯିବି ମଧୁପୁରୀ ।ଅଜ୍ଞାନ ସମୟେ ତାକୁ କେହ୍ନେ ଛାଡ଼ିଯିବିଏକା ହୋଇଣ ଯାତ୍ରା ମୁଁ କେମନ୍ତେ ଦେଖିବି ।ଛାଡ଼ି ନ ଯିବି କୃଷ୍ଣଙ୍କୁ କେବେ ମଧୁପୁରନୋହୁ ପଛେ ଧନୁଯାତ୍ରା ଦେଖିବା ମୋହର ।ପିଲା ଭାଇ କୃଷ୍ଣ ମୋର ତାକୁ ଯିବି ଛାଡ଼ିଏକାକୀ ଦେଖି ଅସୁରେ ପଡ଼ିବେ ଯେ ମାଡ଼ି ।ଏହି କୃଷ୍ଣ ଶୂନ୍ୟ ଦେହେ ଅଛି ଉଭା ହୋଇଚେତା ଚଇତନ୍ୟ ତାର କିଛି ଦେଖା ନାହିଁ ।ଧନ୍ୟ ସେ ରାଧିକା ଭାବେ ଅଛି ବଶ କରିଯାହା ଚରଣକୁ ଯୋଗୀଜନେ ଧ୍ୟାନ କରି ।ସେ ଚରଣ ରେଣୁ ରାଈ ଅଙ୍ଗେ ଅଛି ବୋଳିସନ୍ନ୍ୟାସିନୀ ବେଶ ବହିଅଛି ବନମାଳୀ ।ଅଙ୍ଗୁ ବାସ କାଢ଼ି ଲଜ୍ଜା କରିଅଛି ଦୂରଫୁଟିଣ ଦିଶୁଅଛି ଯେ ଯୌବନ ତାହାର ।ବହଇ ବେନି ନୟନୁ ଅଶ୍ରୁ ଧାର ଧାରନ ଚଳଇ ପାଦ ତାର କମ୍ପେ ଥରହର ।କୃଷ୍ଣ ବଶ କଲୁ ରାଈ ଧନ୍ୟ ତୋର ଭାବତୋର ସନ୍ନ୍ୟାସିନୀ ବେଶ ଦେବଙ୍କୁ ଦୁର୍ଲ୍ଲଭ ।ଧନ୍ୟ ସନ୍ନ୍ୟାସିନୀ ବେଶ ରଖିଥିଲୁ କାହିଁଗୋପରେ ରହି ମୁଁ ଦିନେ ତୋତେ ଦେଖି ନାହିଁ ।ଏବେ କୃଷ୍ଣ ମଧୁପୁରେ ଯିବାର ତୁ ଦେଖିସନ୍ନ୍ୟାସିନୀ ବେଶ ଦେଖାଇଲୁ ଚନ୍ଦ୍ରମୁଖୀ ।ଶାଶୁ ନଣନ୍ଦ ଜନକ ଜନନୀ ତେଜିଲୁଚନ୍ଦ୍ରସେଣା ମାତୁଳରୁ ସ୍ନେହ ବରଜିଲୁ ।ପର ସିନା କୃଷ୍ଣ ତାର ସଙ୍ଗେ କଲୁ ପ୍ରୀତିତୋର ପ୍ରୀତିଭାବେ ବଶ ହୋଇଲେ ଶ୍ରୀପତି ।ପର ପ୍ରୀତି କରି ମନେ ଆନ ନ ଧରିଲୁସକଳ ବରଜି ଏବେ ସନ୍ନ୍ୟାସିନୀ ହେଲୁ ।କୃଷ୍ଣ ଲାଗି ଏବେ ସିନା ତେଜିବୁ ଜୀବନତୋର ସ୍ନେହ ଭାବି ସେ ଯେ ହୋଇଛି ଅଜ୍ଞାନଏତେ ବୋଲି ବଳରାମ କୃଷ୍ଣ ପାଶେ ଯାଇକୃଷ୍ଣ କୃଷ୍ଣ ବୋଲି ଡାକ ଦେଲେ ହଳସାଇଁ ।କାହୁଁ ବା ଶୁଣିବେ କୃଷ୍ଣ ଦେହେ ନାହିଁ ଜ୍ଞାନରାଧା ଭାବେ ଅଚେତନ ନ ଶୁଭଇ କର୍ଣ୍ଣ ।ପୁନଃ ପୁନଃ ଡାକ ଦ୍ୟନ୍ତି ଉଚ୍ଚେ ହଳଧରକୃଷ୍ଣ ନ ଶୁଣନ୍ତେ ଦେଖି ହୋଇଲେ କାତର ।ହା ହା କୃଷ୍ଣ ବୋଲି ରାମ କାନ୍ଦନ୍ତି ଉଚ୍ଚରେମୋ ଡାକ କିପାଇଁ ଭାଇ ନ ଶୁଣ କର୍ଣ୍ଣରେ ।ଅଜ୍ଞାନ ହୋଇଲୁ ଆଜ କିମ୍ପାଇ ରେ ତୁହିବିପତ୍ତି କାଳେ ତୋ ମୁଖେ ବିରସ ନ ଥାଇ ।ଅସୁରେ ଯେ ଧାଡ଼ି ଦେଲେ ଅଇଲା ପୁତନାବତ୍ସ ବାଳ ନେଲା ବ୍ରହ୍ମା ନ କଲୁ ଶୋଚନା ।ବିବାଦ କରିଣ ଇନ୍ଦ୍ର ବଜ୍ର ବରଷିଲାପର୍ବତ ବହିଲୁ କରେ ଲଜ୍ଜା ସେ ପାଇଲା ।ନନ୍ଦ ବୁଡ଼ି ମଲେ ଜଳୁ ଆଣିଲୁ ବଞ୍ଚାଇଅନ୍ଧକୁ ନୟନ ଦାନ ଦେଲୁ ରେ କହ୍ନାଇ ।କାଳୀ ବିଷରେ ତୁ ଏକା ହୋଇଲୁ ଅଜ୍ଞାନସେ ଦିନ ଦେଖିଥିଲୁ ତୋ ବିରସ ବଦନ ।ଆଜି ଦେଖିଲି ରେ ତୋର ଦେହେ ଜ୍ଞାନ ନାହିଁରାଧା ସନ୍ନ୍ୟାସିନୀ ଦେଖିଗଲୁ ମୋହ ହୋଇ ।କହୁଁ କହୁଁ ରାମ ହୃଦେ ହେଲା କୋହ ଜାତବେନି ନୟନୁ ତାଙ୍କର ହୁଏ ଅଶ୍ରୁପାତ ।ବଳରାମ ଶୋକ ଦେଖି କାନ୍ଦେ ନନ୍ଦରାଣୀହା ହା ପୁତ୍ର ବୋଲି ଢଳି ପଡ଼ିଲେ ଅବନୀ ।ଦେଖି ଗୋପୀମାନେ ଉଚ୍ଚେ କରନ୍ତି ରୋଦନହା ହା ରବେ ଉଛୁଳଇ ବରଜ ଭୁବନ ।ଧେନୁ ବତ୍ସାମାନେ ଶୁଣି ଉଚ୍ଚେ ରାବ ଦେଲେକୀଟ ପତଙ୍ଗ ଯେତେକ ସକଳେ କାନ୍ଦିଲେ ।ପଲ୍ଲବ ପାଦପମାନେ ମଳିନ ଦିଶିଲେଗୋବର୍ଦ୍ଧନ ଗିରି ଶିଖୁଁ ପାଷାଣ ଖସିଲେ ।ଗୋପପୁର ଶୋକ ଶୁଣି ଯମୁନା ଶୁଖିଲାକାଳିନ୍ଦୀ ଶୁଖି କଦମ୍ବ ପଲ୍ଲବ ଝଡ଼ିଲା ।ମୂଷାକୁ ଦେଖି ମଞ୍ଜାରୀ ଶୋକେ ବୋକ ଦେଇମଣ୍ଡୁକ ସର୍ପ ସଙ୍ଗରେ ଆକୁଳେ ଲୋଟଇ ।ଜଳ ତେଜି ମୀନକୁଳ କୂଳରେ ପଡ଼ନ୍ତିଏ ଭାବେ ସକଳ ପ୍ରାଣୀ ଅଜ୍ଞାନେ ଲୋଟନ୍ତି ।ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଯେ କମ୍ପେ ଥରହରଦେଖି ଶୂନ୍ୟରେ ସ୍ଥକିତେ ରହେ ଦିବାକର ।ସୁରପତି ଆକୁଳରେ ବ୍ରହ୍ମା ପାଶେ ଯାଇବୋଇଲେ ହୋ ତାତ ଗୋପେ ଚହଳ ଶୁଭଇବ୍ରହ୍ମା ତାଙ୍କ ଧ୍ୟାନ ବଳେ ଜାଣିଲେ ସକଳବୋଇଲେ ହେ ଇନ୍ଦ୍ର ଶୁଣ କାରଣ ତହିଁରମଥୁରା ଯିବାକୁ କୃଷ୍ଣ ଅକ୍ରୂର ଆସିଛିକୃଷ୍ଣ ଯିବା ଦେଖି ରାଧା ସନ୍ନ୍ୟାସୀ ହୋଇଛି ।ତେଣୁକରି ଗୋପ ଲୋକେ ଛାଡ଼ନ୍ତି ବୋବାଳିସନ୍ନ୍ୟାସିନୀ ରାଧା ଦେଖି ମୋହ ବନମାଳୀ ।ବ୍ରହ୍ମାର ବଚନେ ଇନ୍ଦ୍ର କରକୁ ଯୋଡ଼ିଲାଦେଖିବା ଚାଲନ୍ତୁ ତାର ଆଜ ଗୋପଲୀଳା ।ସନ୍ନ୍ୟାସିନୀ ବେଶ ରାଧା କେହ୍ନେ ଛନ୍ତି ଧରିଏ କଥା ଶୁଣି ସଂଶୟ ମୋର କୁଶଧାରୀ ।ଦେବଙ୍କୁ ଘେନିଣ ବ୍ରହ୍ମା ଗୋପପୁରେ ଗଲେଶୂନ୍ୟେ ଥାଇଣ ରାଧାର ସନ୍ନ୍ୟାସ ଦେଖିଲେଦେଖିଲେ ରାଧିକା ହୋଇଛନ୍ତି ସନ୍ନ୍ୟାସିନୀସେ ରୂପେ ମୋହିତ ହୋଇଛନ୍ତି ପୁର ତିନି ।ତ୍ରିଭୁବନ ମୋହିନୀ ସେ ରାଧା ଅବତାରକୃଷ୍ଣ ଭାବ ଜନେ ଚିନ୍ତି ହୋଇଛନ୍ତି ଭୋଳ ।ଗୋପୀମାନଙ୍କର ମଧ୍ୟେ ହୋଇଛନ୍ତି ଉଭାତାରା ମଧ୍ୟେ ଯେଉଁପରି ଦିଶେ ଚନ୍ଦ୍ର ଶୋଭା ।ବିଜୁଳି ଯେସନେ ନୀଳମେଘେ ଝଟକଇତେସନେ ଶ୍ରୀକୃଷ୍ଣ ପାଶେ ଶୋଭା ଦିଶେ ରାଈ ।ରାଈ ସନ୍ନ୍ୟାସିନୀ ବେଶ ବିଶ୍ୱକର୍ମା ଦେଖିବିଚାରଇ ଭାଲପଟେ ନ ପାରିଲି ଲେଖି ।ପୁଣି ବିଚାରଇ ଏ ସାକ୍ଷାତେ ଠାକୁରାଣୀଏ ରାଧା ଆତ୍ମାକୁ କାହୁଁ ପାରିବି ମୁଁ ଜାଣି ।ଏହାକୁ ସନ୍ନ୍ୟାସୀ ବେଶ କିଞ୍ଚିତ ଅଟଇଯାର ଲୋମମୂଳୁ ଜାତ ହୋଇଅଛି ମହୀ ।ସନ୍ନ୍ୟାସିନୀ ରାଧାଦେଖି ଗୋପ ଗୋପୀମାନେଭାବଭରେ ଗୋପେ ପଡ଼ିଅଛନ୍ତି ଅଜ୍ଞାନେ ।ପୁଣି ଗୋପୀ ମାୟାରେ ସେ ଗୋପୀନାଥ ପଡ଼ିମଥୁରା ନ ଯିବେ କୃଷ୍ଣ ଗୋପୀଗଣ ଛାଡ଼ି ।ମାତା ପିତା ସ୍ନେହ ଆଉ ଛାଡ଼ି ନ ପାରିବେଏ ଗୋପପୁରରୁ ଯେବେ ଶ୍ରୀକୃଷ୍ଣ ନ ଯିବେ ।ରାଧା ଭାବ ତେଜି ଯେବେ ଯାଇ ନ ପାରିବେକେମନ୍ତେ ଅସୁରକୁଳ ନିପାତ ହୋଇବେ ।ଏ ତିନିପୁରେ ଅସୁରେ ହୋଇଲେ ପ୍ରବଳଶ୍ରୀକୃଷ୍ଣ ଯେବେ ଗୋପରେ କଟାଇବେ କାଳଏତେ ବିଚାରି କୃଷ୍ଣଙ୍କୁ ବ୍ରହ୍ମା କଲେ ଧ୍ୟାନଶୂନ୍ୟେ ଡାକେ ପ୍ରଭୁ ଯାଅ ମଥୁରାଭୁବନ ।ମଥୁରା ନ ଗଲେ ପ୍ରଭୁ ହୋଇଲୁ ଅନାଥଭାରା ନାଶିବାକୁ ତୁମ୍ଭେ ହୋଇଅଛ ଜାତ ।ଅସୁରେ ପ୍ରବଳ ହେଲେ ମେଦିନୀରେ ରହିସ୍ୱର୍ଗପୁରଟିକୁ ଧାଡ଼ି ଦେଉଛନ୍ତି ସେହି ।ଅମର ଭଣ୍ଡାରପୁର ହରନ୍ତି ସେ ବଳେଭୟରେ ପଳାଇ ଆମ୍ଭେ ଲୁଚୁ ଯେ ପାତାଳେ ।କରନ୍ତି ପାତାଳେ ପଶି ପୁଣି ନାରଖାରରାକ୍ଷସଙ୍କ ପାଦାଘାତେ କମ୍ପେ ତିନିପୁର ।ଏବେ ଋଷି ବଂଶ ଧ୍ୱଂସ କରିବାର ପାଇଁଦେବତାଙ୍କ ହିତେ ନର ରୂପେ ଜାତ ତୁହି ।ତୋର ଖେଳଘର ସିନା ଜଗତ ଅଟଇଏବେ ତା ରାକ୍ଷସମାନେ ଦେଉଛନ୍ତି ଦହି ।ରାଧା ପରମ ଲକ୍ଷ୍ମୀ ତୁ ଅଟୁ ନାରାୟଣସନ୍ନ୍ୟାସିନୀ ଦେଖି ତାଙ୍କୁ କଲୁ ମନଭ୍ରମ ।କେବେ ଦେଖି ନଥିଲେ ଏ ରୂପ ଦେବଗଣେଏହା ନେତ୍ର ଦେଖି ତୋଷ ଭଜିଲେ ସେମାନେରାଧାକୁ ସନ୍ନ୍ୟାସୀ ଦେଖି ନ ଚଳେ ଚରଣକେବେ ତ ଏ ରୂପ ଦେଖି ନଥିଲା ନୟନ ।ସନ୍ନ୍ୟାସିନୀ ଦେଖି ଆମ୍ଭେ ରହିଛୁ ମଉନେସ୍ଥକିତ ଭାବେ ସକଳେ ଅଛୁ ଶୂନ୍ୟସ୍ଥାନେ ।ଏବେ ହେ ପ୍ରଭୁ ଆମ୍ଭର ଶୁଣନ୍ତୁ ଗୁହାରିମୌନଭାବ ତେଜି ବୋଧକର ଗୋପନାରୀ ।ବ୍ରହ୍ମାଙ୍କ ବଚନ ଶୁଣି ଅନ୍ତର୍ଯ୍ୟାମୀ ନାଥବିଚାରିଲେ ଧ୍ୟାନ କରି ଜଗତର ତାତ ।ନ ଶୁଣି ବ୍ରହ୍ମ ବଚନ ରାଧାଭାବେ ହରିପୂର୍ବର ସକଳ କଥା ହୃଦପଦ୍ମେ ସ୍ମରି ।ବିହ୍ୱଳ ଭାବେ ଡାକନ୍ତି ଆଗୋ ରାଈ ରାଈଦେଖା ତୋ ଚନ୍ଦ୍ରବଦନ ଲୁଚାଇଛୁ କାହିଁ ।ତୋ ମୁଖ ନ ଦେଖି ସଖୀ ଆକୁଳ ମୋ ମନଦେଖାଅ ଦେଖାଅ ଧନ ତୋ ଚନ୍ଦ୍ରବଦନ ।କି ଗୋ ସନ୍ନ୍ୟାସିନୀ ତୁହି ଆସିଛୁ କିମ୍ପାଇକେଣେ ଅଛି ରାଧା ମୋର ଦେଖିଛୁ କି ତୁହି ।କିଗୋ ଗୋପୀମାନେ ତୁମ୍ଭେ କାନ୍ଦୁଛ କିମ୍ପାଇଁସକଳେ ତ ଅଛ ଏଥି ରାଧା କିମ୍ପା ନାହିଁ ।କହ ହୋ ଗୋପାଳେ ତୁମ୍ଭ ରାଧା ଗଲେ କାହିଁକି ହୋ ଚନ୍ଦ୍ରସେଣା ରାଧା ଅଛକି ଲୁଚାଇ ।କି ହୋ ବଳଦେବ କିମ୍ପା ହେଉଛ ବିମୁଖଅଶ୍ରୁଜଳେ ସିକ୍ତ କିମ୍ପା ତବ ପଦ୍ମମୁଖ ।ମାତା ଯଶୋମତୀ କିମ୍ପା ପଡ଼ୁଛ ଗୋ ଢଳିକିପାଇଁ ନ କହ କାହିଁ ଗଲେ ରାଧାବାଳୀ ।କି ହୋ ତାତ କାହିଁ ପାଇଁ ହେଲ ହତଜ୍ଞାନସତ କୁହ ରାଧା ରହିଛନ୍ତି କେଉଁ ସ୍ଥାନ ।କି ହେ ଅକ୍ରୂର ତୁ ଆସିଅଛୁ କାହିଁ ପାଇଁରଥ ମଧ୍ୟେ ରାଧିକାକୁ ଅଛୁ କି ଲୁଚାଇ ।ଆହେ ସୁଦାମା ସୁବଳ ଶୁଣ ମୋ ବଚନରାଧା ଲୁଚିଅଛନ୍ତି କି ନିକୁଞ୍ଜ କାନନ ।ସକଳେ ତ ଅଛ ରାଧା କେଣେ ଗଲେ ମୋରନ ଦେଖି ରାଧାକୁ ଦଶଦିଗ ମୋ ଅନ୍ଧାର ।ପୁଣିହିଁ ସନ୍ନ୍ୟାସିନୀକି କହୁଛନ୍ତି ଯାଇକି ଗୋ ସନ୍ନ୍ୟାସିନୀ କଥା ନ କହ କିମ୍ପାଇଁ ।ଯୋଗୀ ସନ୍ନ୍ୟାସିନୀ ମିଥ୍ୟା କେବେହେଁ ନ କହଆମ୍ଭେମାନେ ସିନା ଅଟୁ ତୁମ୍ଭ ଶିକ୍ଷାପୁଅ ।କିମ୍ପାଇଁ ମଉନବ୍ରତ ତୁମ୍ଭେ ଅଛ କରିକେଉଁ ଦିନୁ ସନ୍ନ୍ୟାସିନୀ ବେଶ ଅଛ ଧରି ।ବିହ୍ୱଳିତ ଭାବେ କୃଷ୍ଣ ବୋଲୁଛନ୍ତି ବାଣୀସତ୍ୟକରି କୁହ ମୋତେ ତୁମ୍ଭେ ସନ୍ନ୍ୟାସିନୀ ।ମୋଠାରେ ତୁମ୍ଭେ କରିବ ନାହିଁଟି କପଟମୁହିଁ ସିନା ତୁମ୍ଭର ଗୋ ଅଟେ ବଡ଼ ଚାଟ ।ନିଜ ଗଳାରୁ ତୁଳସୀମାଳ କୃଷ୍ଣ ଫେଇସନ୍ନ୍ୟାସିନୀ ଗଳାରେ ସେ ଲମ୍ବାଇଲେ ନେଇ ।ଦେଖି ସନ୍ନ୍ୟାସିନୀ ରୂପ ହୋଇଲେ ସେ ଭୋଳଯହୁଁ ନିଜ ଅଙ୍ଗୁ ଦେଲେ ତୁଳସୀର ମାଳ ।ବିହ୍ୱଳିତଚିତ୍ତ ପ୍ରଭୁ ହୃଦେ ଚେତା ନାହିଁରାଧାଭାବେ ରହିଛନ୍ତି ସେ ଅଜ୍ଞାନ ହୋଇ ।କାନ୍ଦି ସନ୍ନ୍ୟାସିନୀ ପାଦେ ପଡ଼ିଲେ ସେ ଯାଇଁବୋଇଲେ ଗୋ ସନ୍ନ୍ୟାସିନୀ ରାଧା ଗଲେ କାହିଁ ।ଚରଣ ଧରି ବୋଲନ୍ତି ଦେବ ଦାମୋଦରସନ୍ନ୍ୟାସିନୀ ତୁମ୍ଭେ ଭବିଷ୍ୟତ ବାର୍ତ୍ତା ଜାଣ ।ରାଧା ଗଲେ କାହିଁ କହ ଘେନି ମୋ ବଚନ ।ଗୋପପୁର ଶିରୋମଣି ସେହି ଯେ ଅଟଇସମସ୍ତେ ଅଛନ୍ତି ଏକା ରାଧା କିମ୍ପା ନାହିଁ ।ସତ୍ୟକରି କୁହ ତୁମ୍ଭେ ଏ କଥାକୁ ମୋରତୁମ ପାଦେ ଶରଣ ମୁଁ କୋଟି କୋଟି ବାର ।ଏତେ କହି ସନ୍ନ୍ୟାସିନୀ ଚରଣ ତଳରେଶ୍ରୀକୃଷ୍ଣ ପଡ଼ିଲେ ଯାଇ ଅତ୍ୟନ୍ତ ବେଗରେ ।ପଡ଼ିଲେ ରାଧା ଚରଣେ ଯହୁଁ ଭାବଗ୍ରାହୀଅକ୍ରୂର ଦେଖି ମନରେ ଆଶ୍ଚର୍ଯ୍ୟ ହୁଅଇ ।କୃଷ୍ଣର ବିନୟ ଦେଖି ସୁରେନ୍ଦ୍ର ଆରତପଚାରଇ ବ୍ରହ୍ମାଙ୍କୁ ସେ ଯୋଡ଼ି ବେନି ହସ୍ତ ।ବୋଲଇ ହେ ବେଦବର ଦେଖ ଏ ଅନୀତିସନ୍ନ୍ୟାସିନୀ ବେଶ ଧରି ଅଛନ୍ତି ଶ୍ରୀମତୀ ।ଏ ସ୍ୱୟଂ ବ୍ରହ୍ମାଣ୍ଡ ନାଥ ନର ଅବତାରଭାରା ନିବାରିବା ପାଇଁ ଜନମ ଏହାର ।ପୂର୍ଣ୍ଣାନନ୍ଦ ମୂରତି ଏ ନନ୍ଦ ଗୃହେ ସ୍ଥିତଆର୍ତ୍ତତ୍ରାଣ ଦୀନବନ୍ଧୁ ଦେବକୀର ସୁତ ।ଶ୍ରୀମଧୁସୂଦନ ଗୋପୀମାନଙ୍କର ଧନକେଡ଼େ ନୀଚକର୍ମ କଲେ କି ଭାବିଣ ମନ ।ରାଧାଙ୍କର ପାଦତଳେ ପଡ଼ିଛନ୍ତି ହରିଅଟନ୍ତି ଯେ ଶ୍ରୀକୃଷ୍ଣର ରାଧା ମନୋହାରୀ ।ଅନ୍ତର୍ଯ୍ୟାମୀ ନାଥ କୃଷ୍ଣ ବୋଲନ୍ତି ଜଗତେରାଧାଙ୍କୁ ଚିହ୍ନୁ ନାହାନ୍ତି କିମ୍ପା ଜଗନ୍ନାଥେ ।ଏ କେଡ଼େ ଅନୀତି କଥା ଅଟେ ବେଦବରଶୁଣି ସେ କହନ୍ତି ଏବେ ଶୁଣ ସୁରେଶ୍ୱର ।ସନ୍ନ୍ୟାସୀ ଦୀକ୍ଷାର କଥା ତୋ ଆଗେ କହଇସନ୍ନ୍ୟାସ ଆଚରେ ଯେହୁ ଶୁଣ ଶଚୀସାଇଁ ।ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଚାରିଜାତିଛତିଶ ବର୍ଣ୍ଣର ଜାତି ତହିଁ ରହିଛନ୍ତି ।ପତିତ ଚଣ୍ଡାଳ ଆଦି ଅଛନ୍ତି ବହୁତନିଜ କର୍ମ ଛାଡ଼ି ଯେହୁ ଯୋଗେ ଉପଗତ ।ଏ ସନ୍ନ୍ୟାସ ଦୀକ୍ଷାକୁ ଯେ ଆଚରନ୍ତି ନରସକଳ ମାନବେ ତାର ପଡ଼ନ୍ତି ପୟର ।ସନ୍ନ୍ୟାସ ଦୀକ୍ଷା ସକଳ ଦୀକ୍ଷାଠାରୁ ଶ୍ରେଷ୍ଠସେ ସନ୍ନ୍ୟାସ ଦୀକ୍ଷା ସର୍ବ କର୍ମ କରେ ନଷ୍ଟ ।ଅହଙ୍କାର କ୍ରୋଧ ତମ ଲୋଭ ଦୂର କରେନାରୀ ବା ପୁରୁଷ ଯେହୁ ସନ୍ନ୍ୟାସ ଆଚରେ ।ଜାତି କୁଳ ଗୋତ୍ର ମାୟା ମୋହ ଛାଡ଼ି ତେବେସନ୍ନ୍ୟାସ ଦୀକ୍ଷାକୁ ଆଶ୍ରା କରିଥାଇ ଯେବେ ।ଯେ ଯାହା ଦିଅଇ ତାହା କରଇ ଭୋଜନ ।ନ କରଇ ଜାତି ଗୋତ୍ର କୁଳ ସେ ବାରଣ ।ବ୍ରାହ୍ମଣ କ୍ଷତ୍ରିୟ ଶୂଦ୍ର ଯେ ତାହାକୁ ଦେବେମାୟା ନ ରଖି ସକଳ ଘରେ ସେ ଭୁଞ୍ଜିବେ ।ନାନା ଜାତି କୁସୁମରେ ସେ ହେବେ ମଣ୍ଡନସିନ୍ଦୂର କଜ୍ଜଳ କଷାବାସ ପରିଧାନ ।ନିରନ୍ତରେ ତୀର୍ଥାଟନ ସେମାନେ କରିବେସାଧୁସନ୍ଥ ସଙ୍ଗେ ରହି ଧୂନି ଲଗାଇବେ ।ନାରୀକୁ ଦେଖିଲେ ମାତା ସମାନ ମଣିବେଧେନୁ ଦେଖିଲେ ତାଙ୍କର ଚରଣେ ନମିବେ ।ଭକତଙ୍କ ପାଦଧୂଳି ଅଙ୍ଗେ ହେବେ ବୋଳିଯହିଁ କୃଷ୍ଣ ନାମ ଶୁଣେ ତହିଁ ଯାଏ ମିଳି ।ଖରା ବର୍ଷା ଶୀତ ସବୁ ତାହାର ସମାନନିଜ ଜୀବ ପରି ମଣେ ସକଳ ଜୀବନ ।କୃଷ୍ଣ ପାଦେ ଚିତ୍ତ ରଖିଥାଇ ନିରନ୍ତରେଅହର୍ନିଶି ରହିଥାଏ ପର ଉପକାରେ ।ଜୀବ ହିଂସାରେ ତାହାର ନ ବଳଇ ଚିତ୍ତପର ହିଂସା ନ କରଇ ନ କହେ ଅସତ ।କେବଳ ନିରତେ ହରିଧ୍ୱନି କରୁଥିବେହରି ନାମାମୃତ ପାନେ ପ୍ରମୋଦିତ ହେବେ ।ଏ ରାଧା ଶ୍ରୀହରି ନାମେ ହୋଇଅଛି ଭୋଳଶୁଣିଲ ତ ସୁରପତି କହେ ବେଦବର ।ଦେଖ ସନ୍ନ୍ୟାସିନୀ ବେଶ ହୋଇଛନ୍ତି ରାଈମନକୁ କେବଳ କୃଷ୍ଣ ପାଦପଦ୍ମେ ଦେଇ ।ସନ୍ନ୍ୟାସିନୀ ହୋଇଅଛି ଯେଣୁଟି ସୁନ୍ଦରୀତେଣୁ ତାର ପାଦତଳେ ପଡ଼ିଛନ୍ତି ହରି ।ଆବର କଥାଏ ତୁହୋ ଶୁଣ ସୁରପତିଗଳାମାଳା ଦେଲେ କୃଷ୍ଣ ପିନ୍ଧିଲେ ଶ୍ରୀମତୀ ।ତୁଳସୀ ମାଳାକୁ ତେଣୁ ରାଈ ଗଳେ ଦେଲେତେଣୁକରି ରାଧା ପାଦତଳରେ ପଡ଼ିଲେ ।ଆବର କଥାଏ ତୁହୋ ଶୁଣ ଶଚୀସାଇଁରାଧାକୃଷ୍ଣ ବେନି ଅଙ୍ଗ ବିଭିନ୍ନ ନୁହଇ ।ଭିନ୍ନ ଭିନ୍ନ ନୁହଇ ସେ ରାଧାକୃଷ୍ଣ ବେନିଯେ ରାଧା ସେ ଅଟେ କୃଷ୍ଣ ଶୁଣ ସୁରମଣି ।ଜୀବ ପରମ ଯେ ବେନି ଅଟନ୍ତି ସେ ଦୁଇଭୋଗ କରନ୍ତି ସର୍ବଦା ଏକା ସଙ୍ଗେ ରହି ।ଜୀବ ନ ଥିବ ପରମ ରହିବଟି କାହୁଁଜୀବ ରାଧା ପୁଣି ପରମଟି ମହାବାହୁ ।ତେଣୁକରି ରାଧା ପାଦେ ପଡ଼ିଛନ୍ତି ହରିସକଳ ଘଟରେ ସେହି ରହିବେଟି ପୁରି ।ବ୍ରହ୍ମାବାକ୍ୟେ ସୁରପତି ଭଜିଲେ ଆନନ୍ଦପୁଣିହିଁ ଦେଖନ୍ତି ଯହିଁ ଅଛନ୍ତି ଗୋବିନ୍ଦ ।ପଚାରଇ ଧନ୍ୟ ବ୍ରହ୍ମା ସଙ୍ଗେ ମୁଁ ଆସିଲିରାଧା କୃଷ୍ଣ ଏକ ଆତ୍ମା ତା ମୁହିଁ ଶୁଣିଲି ।ପୁଣି ସେ ଅକ୍ରୂର ତାଙ୍କୁ ନିରେଖି ଚାହିଁଲାରାଧା ପାଦେ କୃଷ୍ଣ ପଡ଼ିଅଛନ୍ତି ଦେଖିଲା ।ବିଚାରେ ଏ କୃଷ୍ଣ ବ୍ରହ୍ମ କେମନ୍ତେ ହୋଇଲାରାଧିକା କିପରି ଲକ୍ଷ୍ମୀମତେ ପ୍ରକାଶିଲା ।ଲକ୍ଷ୍ମୀ ନାରାୟଣ ବୋଲି ବୋଲନ୍ତି ଜଗତେଲକ୍ଷ୍ମୀ ପାଦେ ଶ୍ରୀକୃଷ୍ଣ ପଡ଼ିଅଛନ୍ତି ଏଥେ ।ପୁଣି ବିଚାରଇ ରାଧା କୃଷ୍ଣ ଭିନ୍ନ ନୋହିଯେହୁ ରାଧା ସେହୁ ସିନା ଅଟେ ଭାବଗ୍ରାହୀ ।ଲକ୍ଷ୍ମୀଙ୍କି କୋଳରେ ଧରିଛନ୍ତି ନାରାୟଣସେହି ଲକ୍ଷ୍ମୀ ନାରାୟଣ ନୁହେ ଭିନ୍ନାଭିନ୍ନ ।ପ୍ରତ୍ୟକ୍ଷେ ଶୁଣିଲି ଆଜ ଆକାଶର ବାଣୀରାଧା ରୂପ ବହିଛନ୍ତି ଲକ୍ଷ୍ମୀ ଠାକୁରାଣୀ ।ବ୍ରହ୍ମାଣ୍ଡର ନାଥ କୃଷ୍ଣ ଅବତାର ଜାତଶୂନ୍ୟରୁ ଶୁଭିଲା ବାଣୀ ମାରିବେ ଦଇତ ।ଅକ୍ରୂର ଶୁଣି ବିଚାର କରଇ ମନରନ ପାରିବେ ଛାଡ଼ି ଗୋପୀ ସ୍ନେହ ଦାମୋଦରକୃଷ୍ଣ ନ ଦେଖି କଂସ ହୋଇବ ମୋତେ ରୋଷଏମନ୍ତ ଭାଳି ଅକ୍ରୂର ହୋଇଲା ବିରସ ।କୃଷ୍ଣଙ୍କୁ ଦେଖି ମନରେ କରଇ ଭାବନାରାମଙ୍କୁ ଦେଖିଲା ଦେହେ ନାହିଁକି ଚେତନା ।ମୂର୍ଚ୍ଛା ଯାଇ ଯଶୋଦା ଯେ ପଡ଼ିଛି ଭୂମିରମୋହ ଭଜିଛନ୍ତି ମଧ୍ୟ ନନ୍ଦ ନରବର ।ହା କୃଷ୍ଣ ବୋଲି ଗୋପରେ ପଡ଼ିଛି ଚହଳଘରେ ଘରେ ଶୋକ ଧ୍ୱନି ଉଠଇ ପ୍ରବଳ ।ଯାହାକୁ ଅନାଏ ସେହୁ ବୋଲେ କୃଷ୍ଣ ରହସକଳେ କୃଷ୍ଣର ଭାବେ ହୋଇ ଜଡ଼ ମୋହ ।ଦେଖିଣ ଅକ୍ରୂର ନିଜ ମନେ ବିଚାରଇଗୋପ ଗୋପୀଙ୍କର ଭାବକାହିଁ ଦେଖା ନାହିଁ ।ଏବେ ମୁଁ ଦେଖିଲି ଯାହା ଗୋପପୁର ଭାବଯୋଗୀ ଋଷିଙ୍କର ପକ୍ଷେ ସେ ଅଟେ ଦୁର୍ଲ୍ଲଭ ।କହୁଁ କହୁଁ ଅକ୍ରୂର ଯେ ଭାବେ ହେଲା ଭୋଳବେନି ନୟନରୁ ତାର ବହେ ଅଶ୍ରୁଜଳ ।ହା ହା କୃଷ୍ଣ ବୋଲିଣ ସେ ଲୋଟିଲା ମହୀରେରାମ ପାଦପଦ୍ମ ଧରି କାନ୍ଦଇ ବିକଳେ ।ହା ହା ହଳଧର ବୋଲି ଲୋଟେ ମହୀତଳେଯହୁଁ ବଳଦେବ ତାର ରୋଦନ ଶୁଣିଲେ ।ଭାଜିଲା ମୋହ ତାଙ୍କର ବସିଲେ ନିରୋଳେକୃଷ୍ଣ ପଡ଼ିଛନ୍ତି ସନ୍ନ୍ୟାସିନୀ ପାଦତଳେ ।ବିଷ୍ଣୁ ମାୟାରେ ମୋହିତ ହୋଇ ହଳସାଇଁପଚାରନ୍ତି ସନ୍ନ୍ୟାସିନୀ କାହିଁର ଅଟଇ ।କୃଷ୍ଣ ତାର ପାଦପଦ୍ମ କରଇ ଦର୍ଶନକହୁ ପ୍ରଭୁ ରାମ ତହିଁ ହେଲେ ହତଜ୍ଞାନ ।ବଳରାମ ମୂର୍ଚ୍ଛା ଦେଖି ଅକ୍ରୂର କାନ୍ଦଇବୋଇଲେ ହେ ରାମ ତୋର ବୁଦ୍ଧି ଗଲା କାହିଁବୁଦ୍ଧି ଭ୍ରମ ହେଉ ହେଉ କହୁ ଆନ ଆନଦେଖିଲୁ କୃଷ୍ଣ ଶରୀରେ ନାହିଁ ଚଇତନ୍ୟ ।କେ ରାଧା କେ କୃଷ୍ଣ ବୋଲି ନପାରିଲୁ ଚିହ୍ନିପଚାରୁ ମୋତେ ଆସିଛି କାହିଁ ସନ୍ନ୍ୟାସିନୀ ।ବହୁତ ବେଳରୁ କୃଷ୍ଣ ହୋଇଛନ୍ତି ଭୋଳତାହାଙ୍କୁ ଚେତନା ଏବେ କର କାମପାଳ ।ଅକ୍ରୂର ବଚନେ ରାମ ନୟନ ଫେଡ଼ିଲେମତି ଭ୍ରମ ହୋଇ ନାନା କଥା ସେ କହିଲେ ।ଅକ୍ରୂରକୁ କୋଳକରି ବୋଲେ ହଳଧରତୁହି ପରା ଭାଇ କୃଷ୍ଣ ସୋଦର ମୋହର ।କିମ୍ପାଇଁରେ ଭାଇ ତୁହି କାନ୍ଦୁଛୁ ବୋଇଲେଆଜି ନନ୍ଦ ଯଶୋଦା କି ଜୀବନ ହାରିଲେ ।ବୃଦ୍ଧକାଳ ଆସି ହୋଇଥିଲା ରେ ତାଙ୍କରଚାଲ କୃଷ୍ଣ ଅକ୍ରୂର ହୋ କରିବା ସଂସ୍କାର ।କାନ୍ଦୁଅଛୁ କିମ୍ପା କୃଷ୍ଣ ବ୍ୟାକୁଳିତ ହୋଇପିତାମାତା ସଙ୍ଗ କେବେ ଚିର ତ ନୁହଇ ।କେତେ ପାପ କରିଥିଲୁ ଆମ୍ଭେ ବେନି ଭାଇବାଳକାଳୁ ଛେଉଣ୍ଡ ତ କଲା ତେଣୁ ବିହି ।ଏମନ୍ତ ବିକଳ ହୋଇ କାନ୍ଦେ ହଳଧରକୃଷ୍ଣ ବୋଲି ଅକ୍ରୂରକୁ କରିଛନ୍ତି କୋଳ ।ରାମଙ୍କର ଚିତ୍ତ ଭ୍ରମ ଦେଖି ସେ ଅକ୍ରୂରବିଚାରଇ ଏତ ଅଟେ ବଡ଼ ଚମତ୍କାର ।ଯାହାର ଅଙ୍ଗରେ କାମ କ୍ରୋଧ କିଛି ନାହିଁଯାହାକୁ ବିଷ୍ଣୁର ମାୟା ନ ପାରଇ ଛୁଇଁ ।ଯେଉଁ ରାମ କୋପ କଲେ ଅଗ୍ନି ହୁଏ ଜାତଯେଉଁ ରାମର କ୍ରୋଧରେ ଦହଇ ଜଗତ ।ସେ ବଳରାମଙ୍କୁ କୃଷ୍ଣ ମାୟା ଲଗାଇଲେବିଷ୍ଣୁ ମାୟାରେ ପଡ଼ି ସେ ଭ୍ରମଯୁକ୍ତ ହେଲେ ।ବିକଳରେ କାନ୍ଦୁଛନ୍ତି ଦେହେ ନାହିଁ ଜ୍ଞାନକୃଷ୍ଣ ବୋଲି କରୁଛନ୍ତି ମୋତେ ଆଲିଙ୍ଗନ ।ଧନ୍ୟ କୃଷ୍ଣ ତୋର ମାୟା ଘୋଟିଛି ଜଗତରାମ ନନ୍ଦ ଯଶୋଦା ଯେ ମାୟାରେ ମୋହିତ ।ଗୋପୀ ଗୋପାଳ ଯେତେକ ଛନ୍ତି ଗୋପପୁରେହୋଇଛନ୍ତି ତୋ ମାୟାରେ ମୋହିତ ସକଳେତୋର ମାୟା ତୋତେ ଭ୍ରାନ୍ତ କରିଅଛି ହରିଚିତ୍ତ ଭ୍ରମେ ରାଧା ପଦ କରେ ଅଛୁ ଧରି ।ତୋ ମାୟାରେ ହତଜ୍ଞାନ ହେଲେ ତ୍ରିଲୋଚନତୋର ମାୟାରେ କରିଛୁ ଜଗତ ବନ୍ଧନ ।ଏମନ୍ତ କହି ଅକ୍ରୂର ରାମେ କୋଳକରିକିମ୍ପାଇ ଅଜ୍ଞାନ ହେଉଅଛୁ ହଳଧାରୀ ।ତୁ ଯେବେ ଅଜ୍ଞାନ ହେବୁ ଦେବ ହଳଧାରୀନାଶ ଯିବ ସ୍ୱର୍ଗ ମର୍ତ୍ତ୍ୟ ଆଦି ତିନିପୁରୀ ।ଅକ୍ରୂର ବଚନ ଶୁଣି ରାମ ହେଲେ ସ୍ତବ୍ଧଦେଖିଲେ ସକଳ ମୁଖେ ପୁରିଛି ବିଷାଦ ।ଶୁକ କହୁଛନ୍ତି ଶୁଣ ପରୀକ୍ଷ ନୃପତିଗୋପିନୀ ମଧ୍ୟେ ଅଚେତ ହୋଇଥିଲେ ଦୂତୀ ।କେତେବେଳେ ସେ ଦୂତିକା ଚେତନା ପାଇଲାଚକିତ ହୋଇଣ କୃଷ୍ଣ ମୁଖକୁ ଚାହିଁଲା ।କୃଷ୍ଣ ହତଜ୍ଞାନ ଦେଖି ନ ଚଳଇ ପାଦଦେଖି ନନ୍ଦ ନନ୍ଦରାଣୀ ଲଭିଲେ ବିଷାଦ ।ଦେଖନ୍ତି ସେ ଗୋପୀମାନେ କାନ୍ଦନ୍ତି ବିକଳେପଡ଼ିଛନ୍ତି କୃଷ୍ଣ ସନ୍ନ୍ୟାସିନୀ ପାଦତଳେ ।ବିଚାରନ୍ତି ସନ୍ନ୍ୟାସିନୀ ହୋଇଛନ୍ତି ରାଈଚିତ୍ତଭ୍ରମେ ତାଙ୍କ ପାଦେ ପଡ଼ନ୍ତି କହ୍ନାଇ ।କୃଷ୍ଣ ଯିବା ଦେଖି ରାଧା ହେଲେ ହତଜ୍ଞାନରାଧା ସନ୍ନ୍ୟାସିନୀ ଦେଖି କୃଷ୍ଣ ହତଜ୍ଞାନ ।ମୁଁ ଏବେ ରାଧାକୃଷ୍ଣଙ୍କ ପାଦରେ ପଡ଼ିବିବିନୟେ କହି ଚେତନା ତାଙ୍କୁ କରାଇବି ।ଏମନ୍ତ ବିଚାରି ଦୂତୀ କୃଷ୍ଣ ପାଶେ ଗଲେସନ୍ନ୍ୟାସିନୀ ତେଜେ ତହିଁ ରହି ନ ପାରିଲେ ।ବେନି ପାଦ ଘୁଞ୍ଚିଯାଇ ବିଚାରିଲେ ମନରାଧା ସନ୍ନ୍ୟାସିନୀ ବେଶେ ହରାଇଛି ଜ୍ଞାନ ।ଶ୍ରୀକୃଷ୍ଣଙ୍କ ପାଦପଦ୍ମ ମନରେ ଚିନ୍ତିଲେପୁଣି ଶ୍ରୀକୃଷ୍ଣଙ୍କ ପାଶେ ଯାଇ ଉଭାହେଲେ ।ପୁଣି ସନ୍ନ୍ୟାସିନୀ ତେଜେ ହେଲେ ହତଜ୍ଞାନଯାହା ତେଜେ ହୋଇଛନ୍ତି କୃଷ୍ଣ ଅଚେତନ ।ରହି ନ ପାରିଣ ଦୂତୀ ପୁଣି ହିଁ ଘୁଞ୍ଚିଲାମନେ ମନେ କୃଷ୍ଣ ପାଦପଦ୍ମ ଲୟ କଲା ।ବେନିକର ଯୋଡ଼ି କୃଷ୍ଣ ପାଦରେ ପଡ଼ିଲାସନ୍ନ୍ୟାସୀ ତେଜେ ରାଧାଙ୍କୁ ଚାହିଁ ନ ପାରିଲା ।ଡାକିଲା ହେ ଦାମୋଦର ନୁହଁ ହତଜ୍ଞାନସନ୍ନ୍ୟାସିନୀ ବେଶେ ରାଈ ହୋଇଛି ମଉନ ।ଉଠ ଚକ୍ରଧର ରାଧା ପାଇଲେ ଚେତନାନୁହଇ ସେ ସନ୍ନ୍ୟାସିନୀ ରାଧା ଅଟେ ସିନା ।ଉଠ ହେ ଶ୍ରୀକୃଷ୍ଣ ଦେଖ ରାଧାର ବଦନସନ୍ନ୍ୟାସିନୀ ଭ୍ରମେ ପଡ଼ିଅଛ ତା ଚରଣ ।ଦୂତୀର ବଚନ କୃଷ୍ଣ କର୍ଣ୍ଣରେ ବାଜିଲାସ୍ୱପନ ପରାୟେ ତାହା ମଣି ନନ୍ଦବଳା ।ନ ଶୁଣି ଦୂତୀର ଡାକ ହୋଇଛନ୍ତି ଭୋଳରାଈଭାବେ ନୟନରୁ ବହେ ଅଶ୍ରୁଜଳ ।ପୁଣି ଡାକଇ ସେ ଦୂତୀ ଉଠ ହେ କହ୍ନାଇକାନ୍ଦନ୍ତି ଯଶୋଦା ନନ୍ଦ ବ୍ରଜ ନରସାଇଁ ।ବଳରାମ ହୋଇଛନ୍ତି ହତଜ୍ଞାନ ଦେଖଗୋପୀଙ୍କି ଦେଖ ବିଷାଦେ ପୁରିଅଛି ମୁଖ ।ନ ଶୁଣନ୍ତି କୃଷ୍ଣଚନ୍ଦ୍ର ଦୂତିକା ବଚନପୁଣି ଡାକଇ ଦୂତିକା ଉଠ ଭଗବାନ ।ବୋଲଇ ସେ ରାଧା ମୁହିଁ ଉଠ ମୋତେ ରଖକିମ୍ପାଇଁ ନ କହ କଥା ନ ଚାହିଁ ମୋ ମୁଖ ।ଉଠ ଉଠ ବନ୍ଧୁ ଯିବା କଦମ୍ବର ମୂଳବୃନ୍ଦାବନେ ବିହରିବା ଉଠ ନନ୍ଦବାଳ ।ଦୂତୀର ବଚନେ ଶୋକଭରେ ଉଠି ହରିରାଧାର ଚରଣ ବେନି ଛାଡ଼ି ଦଇତ୍ୟାରି ।ବୋଲନ୍ତି ଗୋ ଦୂତୀ ରାଧା ସନ୍ନ୍ୟାସିନୀ ହେଲେକା ସଙ୍ଗେ ମୁଁ ବିହରିବି ରହି ଗୋପପୁରେ ।ନ ଯିବି ମୁଁ ମଧୁପୁର ଗୋପେ ନ ରହିବିଏକା ସେ କିଶୋରୀ ଲାଗି ଜୀବନ ତେଜିବି ।ସେ ରାଧାକୁ ନ ଦେଖିଲେ ଗଙ୍ଗାରେ ଝାସିବିତା ବିହୁନେ ସଖୀ ମୁହିଁ ଅନଳେ ପଶିବି ।ତୁହି ସିନା ଦୂତିକା ଗୋ ସବୁ କଥା ଜାଣୁରାଧାର କହିବା କଥା ମୋ ପାଶେ ବଖାଣୁ ।ଦେଖ ଗୋ ଦୂତିକା ରାଈ ସନ୍ନ୍ୟାସିନୀ ହେଲାନିଷ୍ଠୁର ହୃଦୟ ତାର ମୋତେ ମୁରୁଛିଲା ।ପାଦେ ପଡ଼ିଣ ବିନୟ ଭାବରେ କହିଲିନ କହିଣ କଥା ଉଭା ହୋଇଅଛି ବାଳୀ ।ଏବେ ଗୋ ଦୂତିକା ଯାଇ ତାକୁ ଚେତା କରଯାହା ସେ କହିବ ତାହା କରିବ ନିକର ।ଯହିଁ ବସାଇବ ମୁହିଁ ତହିଁରେ ବସିବିମୁଁ ଯହିଁକି ଯିବି ତହିଁ ତାକୁ ସଙ୍ଗେ ନେବି ।ଯାହା ଦେବ ତାହା ମୁହିଁ କରିବି ଭୋଜନଏମାନ କହିଲେ ଯହୁଁ ନନ୍ଦର ନନ୍ଦନ ।ଦୂତୀ ଯାଇ ରାଧା ପାଶେ ପ୍ରବେଶ ହୋଇଲାସନ୍ନ୍ୟାସିନୀ ତେଜେ ପାଶେ ରହି ନ ପାରିଲା ।ଦିଶିଲା ସକଳ ଦିଗ ତାକୁ ଅନ୍ଧକାରହୃଦେ ସୁମରିଲା ଦୂତୀ ରଖ ଚକ୍ରଧର ।ଏମନ୍ତ ବୋଲି ଦୂତିକା ଯାଇ ରାଧା ପାଶବୋଲଇ ଗୋ ସଖୀ କିମ୍ପା ହେଲୁ ତୁ ସନ୍ନ୍ୟାସତୁହି ରାଜକନ୍ୟା କିମ୍ପା ହେବୁ ସନ୍ନ୍ୟାସିନୀକିପରି ମୂର୍ଚ୍ଛିବୁ ଆମ୍ଭେ ତୋତେ ବିନୋଦିନୀ ।ଦେଖ ଏଣେ ରାମ ନନ୍ଦ ଯଶୋମତୀ ରାଣୀଗୋପପୁରେ ଯେତେକ ଗୋପାଳ ଗୋପାଳୁଣୀନଗ୍ର ନରନାରୀମାନେ ହୋଇଛନ୍ତି ଠୁଳଲଜ୍ଜାହୀନ ହୋଇ ତୁହି ତେଜିଲୁ ସକଳ ।ତୋର ନବ ଯଉବନ କେମନ୍ତେ ରଖିବୁକେମନ୍ତେ ନିଗମ ବନ ପର୍ବତ ଭ୍ରମିବୁ ।କେମନ୍ତେ ବନରେ ବନଚର ସଙ୍ଗୀ ହେବୁତୃଣ ଶଯ୍ୟାରେ କେମନ୍ତେ ନିଦ୍ରା ତୁହି ଯିବୁ ।ଝୀନବସନକୁ ତେଜି ସକଳ ପିନ୍ଧିବୁକଜ୍ଜ୍ୱଳ ସିନ୍ଦୁରମାନ ଆଉ ନ ଘେନିବୁ ।ତଇଳ ଲଗାଇ ଖୋସା ଖୋସିବୁ ତ ନାହିଁନ ଘେନିବୁ କୁଙ୍କୁମ ତୁ ଦେଶେ ଯିବୁ ନାହିଁ ।ଲୋଡ଼ିଲେ କୃଷ୍ଣ ବଦନ ଆଉ ନ ଦେଖିବୁଗୋପୀମାନଙ୍କ ସଙ୍ଗକୁ ସ୍ୱପ୍ନେ ନ ପାଇବୁ ।ବାଇ କଲା କେହୁ ତୋତେ ଶୁଣ ଆରେ ସହୀକାହା ବୋଲେ ସନ୍ନ୍ୟାସିନୀ ହୋଇଲୁ ଗୋ ତୁହିଏମନ୍ତ କହି ଡାକଇ ଦୂତୀ ଉଚ୍ଚସ୍ୱରେନ ଶୁଣଇ ରାଈ ତାହା ବାଜଇ କର୍ଣ୍ଣରେ ।ମନରେ ଶ୍ରୀକୃଷ୍ଣ ପାଦେ ଅଛି ଧ୍ୟାନ ଦେଇଯେତେ ଡାକିଲେ ହେଁ ଦୂତୀ କର୍ଣ୍ଣେ ନ ଶୁଣଇଦେଖି ଦୂତିକା ମନରେ ବିଚାର କରଇକୃଷ୍ଣଭାବେ ରାଧା ଅଛି ଅଚେତନ ହୋଇ ।ରାଧା ରାଧା ବୋଲି ଦୂତୀ ଉଚ୍ଚରେ ଡାକିଲାବେନି ଭୁଜେ ରାଈକି ସେ ଯାଇ କୋଳ କଲା ।ଯେତେ ମୁଁ ଡାକିଲି ଏତ ନ ଦିଏ ଉତ୍ତରଏମନ୍ତ ବିଚାରି ଦୂତୀ ରାଧିକା କର୍ଣ୍ଣର ।ଡାକେ ହରେକୃଷ୍ଣ ହରେକୃଷ୍ଣ କର୍ଣ୍ଣ ପାଶେକୃଷ୍ଣ କୃଷ୍ଣ ହରେ ହରେ ବୋଲଇ ହରଷେ ।ରାଈ କର୍ଣ୍ଣେ ଯହୁଁ ଦୂତୀ ମହାମନ୍ତ୍ର ଦେଲାସେ ମନ୍ତ୍ର ପ୍ରସାଦେ ରାଈ ସଚେତ ହୋଇଲା ।କୃଷ୍ଣ ଭାବେ କାତରେ ଯେ କମ୍ପଇ ଶରୀରବଦନୁ ନ ସ୍ଫୁରେ ଆଉ ବଚନ ତାହାର ।ଉତ୍କଣ୍ଠିତେ ଶୁଷ୍କ କଣ୍ଠ ଚୌଦିଗ ଅନ୍ଧାରକୃଷ୍ଣ ଗୁଣ ଗୁଣି ତାର ନ ଚଳେ ପୟର ।କାନ୍ଦି କାନ୍ଦି ଲଳିତାର ମୁଖକୁ ଅନାଇବେନି ନୟନରୁ ଅଶ୍ରୁ ଯାଉଅଛି ବହି ।ବୋଲନ୍ତି ଗୋ ଦୂତୀ ଦେଖ ଶ୍ରୀକୃଷ୍ଣ ବଦନକେଡ଼େ ହରଷରେ ଯାଉଛନ୍ତି ମଧୁବନ ।କାହିଁ ପାଇଁ ଆମ୍ଭଠାରେ ସ୍ନେହ ଲଗାଇଲେଆଶା ଦେଇଣ ନିରାଶା କିମ୍ପାଇଁ ଗୋ କଲେ ।ନ ରହିବି ଗୋପେ ମୁଁ ଗୋ ଯିବି ବୃନ୍ଦାବନବଞ୍ଚିବି ମୁଁ ସନ୍ନ୍ୟାସିନୀ ହୋଇ ନିଶିଦିନ ।ଦୂତୀକି ଏମନ୍ତ କହି କୃଷ୍ଣ ପାଶେ ଗଲେବେନିକର ଯୋଡ଼ି ଶୋକେ ପାଦରେ ପଡ଼ିଲେ ।ବୋଲନ୍ତି ରାଧା କାତର ଦେଖି ବନମାଳୀକା ସଙ୍ଗେ ନିକୁଞ୍ଜ ବନେ କରିବି ମୁଁ କେଳି ।କାହାକୁ ମୁଁ ସଙ୍ଗେ ଧରି ଯିବି ବୃନ୍ଦାବନେପ୍ରଦକ୍ଷିଣ କରିବି କା ସଙ୍ଗେ ଗୋବର୍ଦ୍ଧନେ ।ଏମନ୍ତେ ରାଧା ମୁଖରୁ ଶୁଣି ଚକ୍ରପାଣିବୋଇଲେ ଶୁଣ ଗୋ ବୃଷଭାନୁର ନନ୍ଦିନୀ ।ରାମ ନାମ ଏ ପୃଥ୍ୱୀରେ ଥିବ ଯେତେ କାଳଯେତେ କାଳ ଥିବ ଜଳ ପବନ ଅନଳ ।ବୃନ୍ଦାବନ ନ ତେଜିବି କଦାଚ ଗୋ ମୁହିଁତବ ସଙ୍ଗେ ନିତି ଲୀଳା କରିବି ଗୋ ସହୀ ।ନିତି ରାସକ୍ରୀଡ଼ା ବୃନ୍ଦାବନେ କରୁଥିବିଯେ ମୋର ଭକତ ତାକୁ ସିନା ଦେଖାଯିବି ।ନିତି ବଂଶୀ ସ୍ୱନ ବୃନ୍ଦାବନେ ହେଉଥିବମୋହର ଭକତ ସିନା କର୍ଣ୍ଣରେ ଶୁଣିବ ।ତୋତେ ଧରି ରାଧା ମୁଁ ଗୋ ଥିବି ବୃନ୍ଦାବନସତ୍ୟ କହୁଅଛି ମୁଁ ଗୋ ସାକ୍ଷୀ ବଂଶୀସ୍ୱନ ।ଯହିଁ ଥିବ ରାଧା ଆଗେ ତହିଁ ଥିବି ମୁହିଁରାଧାକୃଷ୍ଣ ଭିନ୍ନାଭିନ୍ନ କେବେହେଁ ନୁହଇ ।ଶରୀର ଥାଏଟି ଯହିଁ ଛାୟା ଥାଏ ତହିଁଶରୀର ନ ଥିଲେ ଛାୟା ରହିବ ଗୋ କାହିଁ ।ତୁ ଅଟୁ ଲବଣୀ ସର ମୁଁ ମୀନ ଅଟଇଜଳ ତେଜି ମୀନ କାହିଁ ବଞ୍ଚିଛି ଗୋ ସହୀ ।ତୋତେ ଛାଡ଼ି ରହିପାରେ ମୁଁ କି ମଧୁପୁରଛାଡ଼ ସନ୍ନ୍ୟାସିନୀ ବେଶ ନିଜ ରୂପ ଧର ।ଏମନ୍ତ ବୋଇଲେ ଯହୁଁ ଦେବ ଚକ୍ରଧରଶୁଣି ଚନ୍ଦ୍ରମୁଖୀ ରାଈ ନ ଦେଲେ ଉତ୍ତର ।କୃଷ୍ଣ ମାୟା କଲେ ଯହୁଁ ଚିତ୍ତଭ୍ରମ ଗଲାସବୁରି ହୃଦରେ ବିଷ୍ଣୁମାୟା ପ୍ରକଟିଲା ।ଛାଡ଼ିଲେ ସନ୍ନ୍ୟାସୀବେଶ ରାଈ ଶୋକ ତେଜିନିଜରୂପ ପ୍ରକାଶି ସେ କୃଷ୍ଣପାଦ ଭଜି ।ଦୁହିତାକୁ ଚାହିଁ କୃଷ୍ଣ ବୋଲନ୍ତି ବଚନନିତି ରାଧା ସଙ୍ଗେ ଘେନି ଯିବୁ ବୃନ୍ଦାବନ ।