ଚିତ୍ତବୋଧ ବା ଚିତ୍ତବିନୋଦ (ପ୍ରଥମ ଭାଗ)
ଅଚ୍ୟୁତାନନ୍ଦ ଦାସ · ଭାଗ ୫ / ୧୩
ସମ୍ପୂର୍ଣ୍ଣ ସୂଚୀପତ୍ର
ମୋହନ ବଂଶୀର ଉତ୍ପତ୍ତି କଥନ
ପ୍ରଭୁଙ୍କ ବଚନେ ଲକ୍ଷ୍ମୀ ବୋଲୁଛନ୍ତି ପୁଣଯେବେ ହୋଇଲା ସୁଦୟା ମୋତେ ଭଗବାନ ।କଥାଏ ପୁଚ୍ଛଇ ଆଉ ତବ ପାଦ ତଳେକେହୁ କଲା ବଂଶୀ ଜାତ ରାଧା କାହୁଁ ହେଲେକେମନ୍ତ ମୁରଲୀ ସ୍ୱନ ଜଗତ ମୋହଇକହ ନାଥ ମୋର ହୃଦୁ ସଂଶୟ ଫିଟାଇ ।ଶୁଣ ପ୍ରାଣପ୍ରିୟା ବୋଲି ବୋଇଲେ ଅଚ୍ୟୁତଯଜ୍ଞ କୁଣ୍ଡରୁ ବାଂଶେକ ହୋଇଥିଲା ଜାତ ।ସେହି ବାଂଶ ଚିହ୍ନି ବ୍ରହ୍ମା ଖଣ୍ଡ ଖଣ୍ଡ କଲେଅଗ୍ରଭାଗ ଖଣ୍ଡକ ଯେ ଯତ୍ନେ ରଖିଥିଲେ ।ମୁଁ ଜାତ ହୋଇଲି ଯହୁଁ ଗୋପେ ନନ୍ଦଘରେବାଳକ୍ରୀଡ଼ା କରିବାକୁ ପାଞ୍ଚିଲି ମନରେ ।ତୁମ୍ଭେ ଥିଲ ରାଧାରୂପେ ଗୋପୀଗଣ ଧରିକେଳି କରିବାକୁ ତୁମ୍ଭ ସଙ୍ଗେ ଶ୍ରଦ୍ଧା କରି ।ନ ଚିହ୍ନିଣ ତୁମ୍ଭେ ମୋତେ କହିଲ ଧିକ୍କାରିତେଣୁ ଜଗିଲି ତୁମ୍ଭଙ୍କୁ ନାନାରୂପ ଧରି ।ତୁମ୍ଭ ପାଇଁ ଜଗେ ବସି ଯମୁନାର ଘାଟନ ମାନି ଦୂତୀ ବଚନ କଲେ ମଧ୍ୟ ହଟ ।ଦଇବେ ପଡ଼ିଲେ ଭେଟ ବାଟ ଭାଙ୍ଗିଯାଉବିନୟେ କହିଲେ ପୁଣି କେତେ ଗାଳିଦେଉ ।ବେନିହସ୍ତ ବେନିପାଦ ଧରି ଜଣାଇଲିବିନୟ କରି ତୁମକୁ ବହୁତ କହିଲି ।ଦିନୁଦିନ ପୀଡ଼ିଲା ମୋ ଅଙ୍ଗେ ପଞ୍ଚଶରସହି ନ ପାରି ମୁଁ ବଳେ ଗଲି ତୋର ପୁର ।ପଦାଘାତ କରି ମୋତେ କ୍ରୋଧଭର ହୋଇସେ ଘାତେ ପଲ୍ୟଙ୍କୁ ଗଡ଼ିପଡ଼ିଲି ଯେ ମୁହିଁ ।ପୁଣି ବିନୟ ହୋଇ ତୋ ପାଦ ମୁଁ ଧରିଲିହସ୍ତେ ଫିଙ୍ଗିଦେଲେ ଯହୁଁ ନିରାଶ ହୋଇଲି ।ନ ରହି ଗୋପେ ମୁଁ ତହୁଁ ବୃନ୍ଦାବନ ଗଲିତୋହର ବିଚ୍ଛେଦେ ସବୁ ବିଷ ମୁଁ ମଣିଲି ।ମନେ ବିଚାରିଲି କିମ୍ପା ଗୋପପୁରେ ଥିବିସକଳ ବରଜି ଘୋର ବନରେ ପଶିବି ।ମୁନି ବ୍ରତ ଧରି ତହିଁ ବଞ୍ଚିବି ମୁଁ ଦିନରାଧାର ପ୍ରେମକୁ ଯେବେ ନୋହିଲ ଭାଜନ ।ବ୍ରହ୍ମା ସିନା ମୋତେ ଏଥି ଜାତ କରାଇଛିଜାଣିଲି ବିବେକ ତାର ହୃଦେ ନାହିଁ କିଛି ।ମୋତେ ସେ କହିଲା ଗୋପଲୀଳା ତୁ କରିବୁଅସୁର ବିନାଶି ଧରା ଭାରା ଉଶ୍ୱାସିବୁ ।ତେବେ ଦେବେ ରହିବୁଟି ସ୍ୱର୍ଗ ସୁଖ ପାଇଧାତାର ବଚନ ସତ୍ୟ ହୋଇଲା ବା କାହିଁ ।ଯାଉଛି ମୁଁ ଯୋଗୀହୋଇ ବିଷ୍ଣୁଙ୍କୁ ଧ୍ୟାୟିବିତାହାଙ୍କୁ ସେବିଲେ ମୁହିଁ ଆନନ୍ଦେ ରହିବି ।ବିଧିର ସଂସାର ଏଥି ମୋର କାର୍ଯ୍ୟ ନାହିଁମୁଁ ଯାଉଛି ଧାତା ଏବେ ପାଳୁ ତାର ମହୀକେମନ୍ତେ ପୃଥିବୀ ଭାରା ହୋଇବ ଉଶ୍ୱାସକେମନ୍ତେ ଦୁଷ୍ଟ ଅସୁରେ ଭଜିବେ ବିନାଶ ।କେହ୍ନେ ନିର୍ଭୟେ ରହିବେ ସ୍ୱର୍ଗେ ଦେବଗଣଦେଖିବି ବିଧାତା ଅଟେ କେଡ଼େ ବିଚକ୍ଷଣ ।ଏମନ୍ତ ବିଚାରି ଯୋଗେ ବସିଲି ଯେ ମୁହିଁଦେଖୁଥିଲେ ନାରଦ ତା ଶୂନ୍ୟମାର୍ଗେ ରହି ।ତକ୍ଷଣେ ସେ ଯାଇ ବ୍ରହ୍ମା ଆଗରେ କହିଲେବେନିକର ଯୋଡ଼ିଣ ସେ ସବୁ ଜଣାଇଲେନାରଦଙ୍କ ମୁଖୁ ଶୁଣି ସକଳ ବୃତ୍ତାନ୍ତମଉନେ ରହିଲେ କ୍ଷଣେ ସାବିତ୍ରୀର ନାଥ ।ଯେଉଁଠାରେ ବସି କରୁଥିଲି ଯୋଗଧ୍ୟାନସେଠାରେ ମିଳିଲେ ଯାଇ ଚତୁର ଆନନ ।ଡାକିଲେ ବିନୟେ ଯୋଗ ରଖ ଦଇତାରିତୁ ହୋଇଲେ ଯୋଗୀ ନାଶ ଯିବ ସ୍ୱର୍ଗପୁରୀ ।କରିବେ ଦୁଷ୍ଟ ଅସୁରେ ତିନିପୁର ନାଶଭାଜିବ ଏ ଖେଳଘର ତୋର ପୀତବାସ ।ସାକ୍ଷାତେ ତୁ ନାରାୟଣ କୃଷ୍ଣରୂପେ ଜାତତୁଁ ଥାଉଁ ସଂସାର ଯେବେ ନାଶିବେ ଦଇତ ।ତୁହି ସିନା ସ୍ୱର୍ଗ ମର୍ତ୍ତ୍ୟ ପାତାଳ ରଚିଲୁଛପନ କୋଟି ଜୀବଙ୍କୁ ତୁହି ଜାତ କଲୁ ।ସତ୍ୟ ତ୍ରେତୟା ଦ୍ୱାପର କଳି ଭିଆଇଲୁସ୍ୱର୍ଗରେ ଦେବଗଣଙ୍କୁ ତୁହି ଯେ ସ୍ଥାପିଲୁ ।ରଖ ଏବେ ସେହି ଯୋଗ ଆହେ ଦାମୋଦରଅସୁର ମାରି ମର୍ତ୍ତ୍ୟରେ କରିବ ବିହାର ।ଏମନ୍ତେ ବ୍ରହ୍ମାର ବାକ୍ୟ ଶୁଣି ଭାବଗ୍ରାହୀଯୋଗାସନ ତ୍ୟାଗ କରି ବ୍ରହ୍ମା ମୁଖ ଚାହିଁ ।ବୋଇଲି ହେ ପିତାମହ ଶୁଣ ମୋ ବଚନଭାରା ଉଶ୍ୱାସିବା ପାଇଁ ହୋଇଲି ଜନମ ।ରାଧାଙ୍କୁ କେବେ ମୁଁ କରି ନ ପାରିଲି ବଶକେମନ୍ତେ ରାକ୍ଷସକୁଳ କରିବି ବିନାଶ ।ରାଧାକୁ ଯେବେ ମୁଁ ବଶ ନ ପାରିବି କରିମର୍ତ୍ତ୍ୟପୁରେ କାହିଁକି ମୁଁ ଥିବି ଦେହ ଧରି ।ତୁମ୍ଭେ କହୁଥିଲ ମୋତେ ଗୋପେ କୃଷ୍ଣ ହୋଇବିଳସିବୁ ଷୋଳସସ୍ର ଗୋପୀଙ୍କି ମନାଇ ।ରୁକ୍ମିଣୀ ଯେ ସତ୍ୟଭାମା ଜାମ୍ବବତୀ ନାରୀଅଷ୍ଟପାଟବଂଶୀ ତୋର ହେବେ ମନୋହାରୀଆବର ହୋଇବେ ଷାଠିଏ କୋଟି କୁମରଆମ୍ଭେ ଦେବେ ରହିବୁ ଯେ ଆଜ୍ଞାରେ ତୋହର ।ପାଣ୍ଡବଙ୍କୁ ଘେନି କୁରୁବଳ ବିନାଶିବୁମେଦିନୀର ଭାରା ନାଶି ନିଜ ଧାମେ ଯିବୁ ।ସେହି କଥାମାନ ତୋର ମିଥ୍ୟା ତ ଅଟଇମନରେ ବିଚାର ଦେଖି ସାବିତ୍ରୀର ସାଇଁ ।ଆଜି ରାଧା ନିକଟକୁ ଦୂତୀକି ପେଶିଲିବୁଝାଇ କହିଲା ଯେତେ ନ ବୁଝିଲା ବାଳୀ ।ସହି ନ ପାରି ମୁଁ ଗଲି ତାହାର ମନ୍ଦିରେଦେଖିଲି ପଲ୍ୟଙ୍କେ ବାଳୀ ଅଜ୍ଞାନ ନିଦ୍ରାରେ ।ରୂପ ଦେଖି ହୃଦୟକୁ ମୋର ପଞ୍ଚଶରପ୍ରଚଣ୍ଡରେ ପ୍ରହାରିଣ କଲା ଜରଜର ।ବହୁତ ଚାଟୁବଚନ ତାହାକୁ କହିଲିବେନିହସ୍ତେ ତୋଳି ତାଙ୍କୁ ଅଙ୍ଗରେ ଧରିଲି ।ଯେତେ ଚାଟୁ କଲି ପଦେ ନ ଦେଲା ଉତ୍ତରପାଷାଣେ ଗଠିତ କିବା ହୃଦୟ ତାହାର ।ଉଠି କର ଯୋଡ଼ି ପୁଣି ବିନୟରେ ମୁହିଁଯେତେ ବୁଝାଇଲି ତାହା ନ ଶୁଣିଲା ସେହି ।ନିରାଶ ହୋଇ ବାହୁଡ଼ି ଅଇଲି ମୁଁ ଯହୁଁବିଚାରିଲି କିମ୍ପା ଗୋପପୁରେ ଥିବି ଆଉ ।ବୃନ୍ଦାବନେ ଯାଇଁ ଯୋଗ ସାଧିବି ମୁଁ ବସିଏହା ଭାବି ଯୋଗ ସାଧୁଅଛି ଅହର୍ନିଶି ।ତୁ ଆଜି ଜଞ୍ଜାଳ କିମ୍ପା କରୁ କୁଶପାଣିନିଜ ଧାମ ଯିବି ନିଶ୍ଚେ ପାଳ ତୋ ମେଦିନୀ ।ଶୁଣି ବେଦବର ନମି ବିନୟେ କହଇତ୍ରିପୁରେ ତୋର ମାୟା କେ ଜାଣି ନ ପାରଇ ।ମାୟା କରି ଦେବ ସିନା ଭୁଲାଉଛୁ ମୋତେଯେ ରାଧା ସେ କୃଷ୍ଣ ବୋଲି ଜାଣେ ମୁଁ ଯୁକତେଏକା ଅଙ୍ଗ ରାଧାକୃଷ୍ଣ ନୁହେଁ ଭିନ୍ନାଭିନ୍ନମୋଠାରେ କିମ୍ପାଇ ମାୟା କରୁ ନାରାୟଣ ।ଏବେ ମୁଁ କହୁଛି ତୋତେ ଶୁଣ କମ୍ବୁପାଣିଯେମନ୍ତେ ତୋଠାରେ ବଶ ହେବେ କମଳିନୀ ।ଯଜ୍ଞକୁଣ୍ଡରୁ ବାଂଶେକ ସମ୍ଭୂତ ହୋଇଲାତାର ଅଗ୍ରଖଣ୍ଡ ରଖିଅଛି ନନ୍ଦବଳା ।କେତେକାଳୁ ଯତ୍ନକରି ତାହାକୁ ଥୋଇଛିତୋତେ ଦେବାପାଇଁ ସେହି ବଂଶୀ ଭିଆଇଛିପ୍ରଥମ ରନ୍ଧ୍ରେ ଫୁଙ୍କିଲେ କରେ ଉଚ୍ଚାଟନଦ୍ୱିତୀୟ ରନ୍ଧ୍ରେ ଫୁଙ୍କିଲେ କରାଏ ସ୍ତମ୍ଭନତୃତୀୟ ରନ୍ଧ୍ରେ ଫୁଙ୍କିଲେ ଜଗତ ସେ ମୋହେକଳ୍ପଋଷି ହେଲେ ମଧ୍ୟ ବିଚଳିତ ହୁଏ ।ଚତୁର୍ଥ ରନ୍ଧ୍ରରେ ମର ଅମର ପାଗଳପାଷାଣ ସହିତେ ଶୁଣି ହୁଅନ୍ତି ତରଳ ।ପଞ୍ଚମ ରନ୍ଧ୍ରରେ ଯେବେ ବାଜିବ ମୁରଲୀଯା ନାମେ ବାଜିବ ତାର ଧୈର୍ଯ୍ୟ ଯାଏ ଟଳି ।ମାତା ପୁତ୍ର ପତି ପିତା ସକଳ ସେବିବଅବହେଳେ ଗୁରୁଜନ ବଚନ ଲଙ୍ଘିବ ।ଯା ନାମେ ଏ ବଂଶୀ ଧରି ବଜାଇବୁ ହରିଆସିଲେ ତୋ ପାଶେ ଗୃହେ ରହି ସେ ନପାରିକୃଷ୍ଣ ହସ୍ତେ ବଂଶୀ ଦେଇ ଅନ୍ତର୍ଦ୍ଧାନ ହେଲେସେ ମୁରଲୀ ଧରି କୃଷ୍ଣ ରାସଲୀଳା କଲେ ।ଆଜି ସେ ବଂଶୀକୁ ଧରି ବୃନ୍ଦାବନେ ହରିଗୋପାଳଙ୍କ ସଙ୍ଗେ ଗଲେ ଚରାଇ ବାଛୁରୀ ।ମାଧବୀର ତଳେ ତାକୁ ରଖି ବନମାଳୀଆନନ୍ଦେ ଚରାନ୍ତି ଧେନୁ ବନେ ବନେ ବୁଲି ।ଗୋପାଳଙ୍କ ସଙ୍ଗେ ମାତି ବଂଶୀ ପାଶୋରିଲେଏହି ସମୟେ ସ୍ନାନକୁ ରାଧା ବାହାରିଲେ ।ସୁବର୍ଣ୍ଣ ଝରୀକ ଥୋଇ କଦମ୍ବ ମୂଳରେମାଧବୀ ଲତାକୁ ଦେବୀ ନିରେଖି ଚାହିଁଲେ ।ଦେଖି ତହୁଁ ପୁଷ୍ପରାଜି ହୋଇଲେ ଆନନ୍ଦଚହଟି ଉଠଇ ଚାରିଆଡ଼େ ତା ଆମୋଦ ।ବିଚାରିଲେ ଏହି ଫୁଲ ତୋଳିନେବି ଆଜକରାଇବି ମୋ ପୁରକୁ ବିଜେ ଦେବରାଜ ।ଏମନ୍ତ ବିଚାରି ରାଧା ଲତା ତଳେ ମିଳିଫୁଲ ତୋଳୁ ତୋଳୁ ତହିଁ ଦେଖିଲେ ମୁରଲୀ ।ଚଉଦିଗେ ଚାହିଁ ଦେଖି ହୋଇଲେ ଚକିତକେମନ୍ତେ ମୁରଲୀ ଛାଡ଼ି ଗଲେ ଗୋପୀନାଥକିବା ଲୁଚିଛନ୍ତି ମାୟା କରି ଦେବ ହରିବୃନ୍ଦାକୁ ଏହି ବନରେ କଲେ ଯେଉଁପରି ।ମୋତେ ନିକି କୃଷ୍ଣଚନ୍ଦ୍ର କରିବେ ତେମନ୍ତବିଚାରୁ ଏମନ୍ତ ଛନ୍ନ ଛନ୍ନ ହେଲା ଚିତ୍ତ ।ପୁଣି ବିଚାରିଲେ ସେ ତ କପଟିଆ ହରିବାଳକାଳୁ ନାନା ହଟ କଲେ ବଂଶୀଧାରୀ ।ଦିନେକ ପାଲଟା ବାସ ଆମ୍ଭର ଚୋରାଇବାନ୍ଧିଲେ କଦମ୍ବ ଡାଳେ ନ ଦେଖିଲୁ କେହିଆଜି ତ ମୋହନ ବଂଶୀ ଅଛି ଏହା ତଳେକେମନ୍ତେ ବୁଝିବି କୃଷ୍ଣ ନାହାନ୍ତି ଏଠାରେ ।କ୍ଷଣେ ନ ଛାଡ଼ନ୍ତି କରୁ ମୋହନ ମୁରଲୀକେମନ୍ତେ ପାଶୋରି ଆଜ ଦେଲେ ବନମାଳୀଏମନ୍ତ ବିଚାରି ରାଧା ହସି ମନ୍ଦ ମନ୍ଦଡାକନ୍ତି ଲୁଚିଛ କାହିଁ ଆସ ହେ ଗୋବିନ୍ଦ ।ପୁଣିହିଁ ଡାକ ଦିଅନ୍ତି ଆସ ହେ ଶ୍ରୀପତିଆସ କୃଷ୍ଣଚନ୍ଦ୍ର ଆସ ଆସ ଯଦୁପତି ।ନାହାନ୍ତି ତ ତହିଁ କୃଷ୍ଣଚନ୍ଦ୍ର କେ ଶୁଣିବପୁଣିହିଁ ଡାକିଲେ ରାଧା ଆସ ହେ ମାଧବ ।ବାରବାର ଚଉଦିଗେ ଚାହାନ୍ତି ନିରେଖିକାହିଁ ଦେଖି ନ ପାରିଲେ ଯହୁଁ ପଦ୍ମଆଖି ।ମୁରଲୀ କି କରେ ଧରି ନୀପମୂଳେ ଗଲେସେଠାରେ ମଧ୍ୟ କୃଷ୍ଣଙ୍କୁ ବହୁତ ଖୋଜିଲେ ।ଆଜି ମୁଁ ଏ ରୂପ ତେଜି କୃଷ୍ଣରୂପ ହେବିମୋହନ ମୁରଲୀ ନାଦେ କୃଷ୍ଣଙ୍କୁ ମୋହିବି ।ଏମନ୍ତ ବିଚାରି ନିଜ ରୂପ ଗୋପ୍ୟ କରିକପଟେ ଶ୍ରୀକୃଷ୍ଣ ରୂପ ଧଇଲେ କିଶୋରୀ ।ତ୍ରିଭଙ୍ଗୀ ଛନ୍ଦରେ ଉଭା ହୋଇ ବଂଶୀସ୍ୱନେଡାକନ୍ତି ହେ କୃଷ୍ଣଚନ୍ଦ୍ର ଆସ ବୃନ୍ଦାବନେ ।ନିଜ ନାମେ ଘନଘନ ବାଜଇ ମୁରଲୀବୃନ୍ଦାବନେ ଥାଇ ତାହା ଜାଣି ବନମାଳୀ ।ମାୟାକରି ଗୋପାଳଙ୍କ ମନ ଭୁଲାଇଲେଧୀରେ ଧୀରେ ନୀପମୂଳ ଆଡ଼କୁ ଆସିଲେ ।କାଳିନ୍ଦୀ କୂଳରେ ଉଭା ହୋଇ ଶିରୀପତିଦେଖିଲେ କଦମ୍ବ ମୂଳେ ବିଚିତ୍ର ମୂରତି ।ନିଜ ରୂପ ତେଜି ରାଧା କୃଷ୍ଣରୂପ ହୋଇଡାକନ୍ତି ମୁରଲୀ ସ୍ୱନେ ଆସରେ କହ୍ନାଇ ।କୃଷ୍ଣଚନ୍ଦ୍ର ଆସିବାର ନିମନ୍ତରେ ରାଈଘନଘନ କରି ବଂଶୀ ଅଛନ୍ତି ସେ ବାଈ ।ଏମନ୍ତ ଦେଖିଣ କୃଷ୍ଣ ହରଷ ମନରେଭାବିଲେ ଏ ରୂପେ ବଶ ରାଧା ଏତେବେଳେସେହି ରାଈ ରୂପ ହୋଇ ତାଙ୍କ ପାଶେ ଯିବିଭଲ ମନ୍ଦ ଭାବ ତହିଁ ଯାଇଣ ବୁଝିବି ।କେମନ୍ତେ ଚିହ୍ନିବ ମୋତେ ସେ ରାଈକିଶୋରୀଏମନ୍ତେ ବିଚାରି ରାଧାରୂପ ହୋଇ ହରି ।ମୋହନ ବାଜା ବଜାଇ ଧୀରେ ଧୀରେ ଗଲେକଦମ୍ବ ମୂଳରେ ଯାଇ ପ୍ରବେଶ ହୋଇଲେ ।ଦେଖି ମୋହନ ମୁରଲୀ ବଜାନ୍ତି କିଶୋରୀଆନନ୍ଦରେ ତାଳେ ତାଳେ ନାଚନ୍ତି ଶ୍ରୀହରି ।କୃଷ୍ଣଙ୍କ ମୋହନ ବାଦ୍ୟ ରାଧାଙ୍କ ମୁରଲୀଶବଦରେ ତିନିପୁର ଯାଉଛି ଉଛୁଳି ।ରାଧାଙ୍କୁ କହିଲେ କୃଷ୍ଣ ହରଷ ମନରେତୁମ୍ଭଯୋଗେ କେତେ କଷ୍ଟ ଲଭିଲି ଅଙ୍ଗରେ ।ସେ ମୋହନ ବାଦ୍ୟ ଶୁଣି ତୁମ୍ଭେ ଭୟ କଲଯୋଗନିଦ୍ରା ଭାଙ୍ଗି ମୋର ମୋତେ ପଚାରିଲଏବେ ତୁମ୍ଭ ମନୁ ଚିନ୍ତା ତେଜ ଗୋ ସଜନୀନରନାରାୟଣ କ୍ରୀଡ଼ା କରନ୍ତି ମେଦିନୀ ।ଏହାଶୁଣି କୃଷ୍ଣପାଦେ ପଡ଼ି କମଳିନୀବୋଲନ୍ତି ସୁଦୟା ଯେବେ ହେବ ଚକ୍ରପାଣି ।ଆବର କଥାଏ ପ୍ରଭୁ ପଚାରଇ ତୋତେମାୟା ନ କରି ହୃଦୟେ କହିବଟି ମୋତେ ।କିପରି ବା କୃଷ୍ଣ ଅଙ୍ଗେ ରାଧା ହେଲେ ଲୀନକେଉଁପରି ନାରୀଅଙ୍ଗ ହେଲେ ଭଗବାନ ।କେଉଁରୂପେ ପୃଥିବୀରେ ରାଧା ହେଲେ ଜାତଏକଥା ସଂକ୍ଷେପି ମୋତେ କହ ଜଗନ୍ନାଥ ।କରଯୋଡ଼ି ବୋଲେ ପୁଣି ରାଜା ପରୀକ୍ଷିତରାଧା କୃଷ୍ଣଙ୍କର ଲୀଳା କହ ବ୍ୟାସସୁତ ।ଚିତ୍ତବୋଧ ଗୀତ ଏ ଯେ ସୁଧାମୟ ବାଣୀଅଚ୍ୟୁତ ଦାସକୁ ରଖ ଆହେ ଚକ୍ରପାଣି ।
ଶ୍ରୀରାଧାଙ୍କ ଜନ୍ମ ବୃତ୍ତାନ୍ତ
ଲକ୍ଷ୍ମୀ ବଚନେ କହନ୍ତି ପ୍ରଭୁ ପଦ୍ମପାଣିବାଛି ବାଛି ଗଣ୍ଠି କଥା ପଚାରୁ ସଜନୀ ।ନର ନାରାୟଣ ଲୀଳା ଶୁଣିବୁ କର୍ଣ୍ଣରକହିବା ସଂଶୟ ତୋର ଯେହ୍ନେ ହେବ ଦୂର ।ଶୁଣ ଆଗେ କମଳିନୀ ହୋଇ ଏକ ଚିତ୍ତମାନବ ବିଷ୍ଣୁର ଲୀଳା ଅଟଇ ଯେମନ୍ତ ।ଗୋଲୋକ ମଣ୍ଡଳେ ସଖୀ ଅଛନ୍ତି ଯେ ହରିତାହାଙ୍କର ଆଦିଅନ୍ତ ନାହିଁଟି ସୁନ୍ଦରୀ ।ସେହି ବିଷ୍ଣୁ ଲୋମମୂଳୁ ସର୍ବେ ହେଲେ ଜାତଗୋଲୋକ ମଣ୍ଡଳ ସେ ଯେ ରହିଥାନ୍ତି ନିତ୍ୟ ।ଦେବେ ସେ ଗୋଲୋକ ଧାମେ ନପାରନ୍ତି ଯାଇବହୁ ପ୍ରଳୟରେ ଯାର ବିନାଶ ନୁହଇ ।ଯହିଁ ମୋହ ମାୟା କ୍ଷୁଧା ତୃଷା ନାହିଁ କିଛିବ୍ରହ୍ମରେ ଜୀବ ପରମ ଯହିଁ ମିଶିଅଛି ।ଯହିଁ ଜଳ ସ୍ଥଳ ନାହିଁ ନାହିଁ ଯେ ଆକାଶଯହିଁ ଲାଗିଅଛି ସଦା କଉତୁକ ରାସ ।ତହିଁରେ ସର୍ବଦା ନିଦ୍ରା ବିଷ୍ଣୁ ଛନ୍ତି ରହିତିନିପୁରେ ସେହି ଲୀଳା କରନ୍ତିଟି ଯାଇ ।ଛପନ କୋଟି ପ୍ରାଣୀଙ୍କୁ ସେହି କଲେ ଜାତବ୍ରହ୍ମା ବିଷ୍ଣୁ ମହେଶ୍ୱର ସେ କଲେ ସଂଭୂତ ।ଯେଉଁ ମହୀପରେ ମୁନି କରୁଛନ୍ତି ଧ୍ୟାନଯହିଁ ମାନବେ କରନ୍ତି ବିଷ୍ଣୁର କୀର୍ତ୍ତନ ।ଯହିଁ ବିହାର କରନ୍ତି ନିତ୍ୟ ଦେବଗଣେନାନା ଦ୍ରବ୍ୟ ଭୋଗ ଇଚ୍ଛା ବିଚାରିଣ ମନେ ।ଏମନ୍ତ ପୁରେ ଅସୁର ହେଲେ ଯହୁଁ ଜାତସ୍ୱର୍ଗ ମର୍ତ୍ତ୍ୟ ପାତାଳକୁ କଲେ ଅସ୍ତବ୍ୟସ୍ତ ।ଅସୁରଙ୍କ ଉପଦ୍ରବ ବାରମ୍ବାର ସହିସ୍ୱର୍ଗରେ ଦେବତାମାନେ ନ ପାରିଲେ ରହି ।ଆତଙ୍କେ ବିଷ୍ଣୁଙ୍କ ପାଦପଦ୍ମେ ଧ୍ୟାନ କଲେଗୋଲୋକରେ ନିଦ୍ରାବିଷ୍ଣୁ ମନରେ ଜାଣିଲେସେହି ରାହାସ ମଣ୍ଡଳ ଷୋଳକଳା ହରିଚାରିଭାଗ ମର୍ତ୍ତ୍ୟେ ହୋଇ ପେଶିଲେ ମୁରାରୀ ।ବୋଇଲେ ମନରେ ହୁଅ ତୁମ୍ଭେ ଅବତାରଦୁଷ୍ଟ ଦାନବକୁ ମାରି ମହୀ ଭାର ହର ।ବିଷ୍ଣୁଙ୍କ କଳାରୁ କୃଷ୍ଣ ଅବତାର ହେଲେସେହି କୃଷ୍ଣ ଗୋପମଣ୍ଡଳରେ ରାସ କଲେ ।ଯହୁଁ ମର୍ତ୍ତ୍ୟପୁରେ କୃଷ୍ଣ ହୋଇଲେ ସମ୍ଭୂତପୁତନାଦି ଅଷ୍ଟମଲ୍ଲ ପ୍ରାଣ କଲେ ହତ ।ତେଣୁ ବିଚାରିଲେ ପାପ କଲି ମୁଁ ବହୁତବିଷ୍ଣୁଙ୍କ ଦର୍ଶନେ ପାପୁ ହୋଇବି ମୁକତ ।ନିଶ୍ଚେ ଆଜ ଯିବି ମୁହିଁ ଗୋଲୋକ ଭୁବନଏମନ୍ତ ବିଚାରି ମନେ ଯଶୋଦାନନ୍ଦନ ।ଯହିଁ ନିତ୍ୟ ହୁଏ ରାସ ନୃତ୍ୟଗୀତ ବାଦ୍ୟଯହିଁ ନିତ୍ୟ ଶୁଭେ ତ୍ରାହି ତ୍ରାହି ବିଷ୍ଣୁନାଦ ।ସେହିଠାରେ କୃଷ୍ଣ ଯାଇ ପ୍ରବେଶ ହୋଇଲେଶବଦ ଶୁଣନ୍ତେ ଦ୍ୱାରେ ଚକିତେ ରହିଲେ ।ଗୋଲୋକରେ ଥାଇ ତାହା ତ୍ରିପୁରା ଜାଣିଲାନର ବା ମାନବ ବିଷ୍ଣୁ ଆସିଛି ଭାବିଲା ।ବିଷ୍ଣୁଙ୍କୁ ଦର୍ଶନ କରି ଯିବେ ମର୍ତ୍ତ୍ୟପୁରୀବିଷ୍ଣୁ ଅଂଶରୁ ଏ କୃଷ୍ଣ ଅଛି ଅବତରି ।ତେଣୁକରି ଗୋଲୋକକୁ ଆସି ସେ ପାରିଲେଭୟେ ନ ଆସି ଭିତର ଦ୍ୱାରେ ସେ ରହିଲେଏତେ ବିଚାରି ତ୍ରିପୁରା ହୋଇ ହସ ହସକୃଷ୍ଣ ଯହିଁ ଥିଲେ ତହିଁ ହୋଇଲେ ପ୍ରବେଶବୋଇଲେ କାହୁଁ ଅଇଲୁ ନାମ ତୋର କିସଜ୍ୱଳନ୍ତା ଅନଳେ କିମ୍ପା ଆସି ଦେଲୁ ଝାସ ।ବ୍ରହ୍ମର୍ଷିଙ୍କୁ ଅଗୋଚର ଅଟେ ଏହି ପୁରକେ ତୋତେ ଆଣିଲା କହ କାହିଁ ତୋର ଘରତ୍ରିପୁରା ବଚନେ କୃଷ୍ଣ ହୋଇଣ କାତରଭୟରେ କହନ୍ତି ତୁମ୍ଭେ ଶୁଣ ମୋ ଉତ୍ତର ।ମଞ୍ଚପୁରେ ବିଷ୍ଣୁକଳା ଘେନି ହେଲି ଜାତଅଳପ ଦିନରେ ପାପ କରି ମୁଁ ବହୁତ ।ସେ ପାପୁ ପାରି ହେବାକୁ କରିବି ଦର୍ଶନସେଥିପାଇଁ ଆସିଅଛି ଗୋଲୋକ ଭୁବନ ।ମୋତେ ଦୟା ଯେବେ ତୁହି କରିବୁରେ ସଖୀବିଷ୍ଣୁଙ୍କୁ ଦର୍ଶନ କରି ଶୁଦ୍ଧ ହେବ ଆଖି ।ସମସ୍ତ ପାତକ ଯିବ ବିଷ୍ଣୁଙ୍କ ଦର୍ଶନେଦେଖାଅ ଶରଣ ଗଲି ସଖୀ ତୋ ଚରଣେ ।କର ମୋତେ ସୁଦୟା ଗୋ କହେ କରଯୋଡ଼ିବିନୟ ହୋଇ ତ୍ରିପୁରା ପାଦେ କୃଷ୍ଣ ପଡ଼ି ।ତ୍ରିପୁରା କହଇ ଦେଖି ଶ୍ରୀକୃଷ୍ଣ ଆକୁଳବିଷ୍ଣୁ ଦରଶନ ନିଶ୍ଚେ ହୋଇବ ତୁମ୍ଭର ।ଗୋଲୋକ ରାସ ଦେଖିବ ପୁରା ନେତ୍ରଯୁଗେକରିବ ବିଷ୍ଣୁ ଆଜ୍ଞାରେ ଲୀଳା ଭୂମିଭାଗେ ।କୃଷ୍ଣଙ୍କୁ ତ୍ରିପୁରା ଏତେ କହି ଗୁପ୍ତ ହେଲେସଖୀରୂପ କରିଣ ସେ ଗୋଲୋକକୁ ନେଲେ ।ଶ୍ରୀକୃଷ୍ଣ ଗୋଲୋକ ଦେଖି ହେଲେ କୃତ୍ୟକୃତ୍ୟଦେଖିଲେ କରନ୍ତି ବିଷ୍ଣୁ ସଖୀସଙ୍ଗେ ନୃତ୍ୟ ।ମନେ ବିଚାରିଲେ ଧନ୍ୟ ଜୀବନ ମୋହରଦେଖିଲି ଗୋଲୋକ ରାସ ଆଜି ମୁଁ ବିଷ୍ଣୁର ।ଧନ୍ୟ ଗୋ ତ୍ରିପୁରା ମୋତେ କଲୁ ପ୍ରତିକାରତୋର ଦୟାରୁ ଦେଖିଲି ବିଷ୍ଣୁଙ୍କ ପୟର ।ସଖୀରୂପ କରି ମୋତେ ଗୋଲୋକେ ଆଣିଲୁନର ନାରାୟଣ ବୋଲି ଭୟ ତୁ ନ କଲୁ ।ଲକ୍ଷ୍ମୀଆଦି ଜାତ ତୁମ୍ଭେ ଯେତେ ସଖୀଗଣଲକ୍ଷ୍ମୀଠାରୁ ରୂପବତୀ ଅଟୁ ତୁ ଦ୍ୱିଗୁଣ ।ଧନ୍ୟ ତ୍ରିପୁରା ତୋ ଋଣ ଶୁଝି ନ ପାରିବିତୋର ପାଦତଳେ ମୁହିଁ କିଙ୍କର ହୋଇବି ।ତୋହର ନାମକୁ ନିତ୍ୟ କରି ଜପାମାଳିତୋର ନାମ ହେବ ମୋର ଜୀବନ ସଙ୍ଖାଳି ।ତୋହର ସଙ୍ଗରେ ମୁହିଁ କେହ୍ନେ ବିହରିବିତୋର ନାମ ଯୁଗେ ଯୁଗେ କେମନ୍ତେ ରଖିବିଆଗେ ତୋ ନାମ ବିଖ୍ୟାତ କରି ତିନିପୁରେମୋ ନାମକୁ ରଖିବି ତୋ ନାମର ପଛରେ ।ତୁ ଯେବେ ସଜନୀ ମୋର କଲୁ ଉପକାରତୋ ପ୍ରସାଦେ ଦେଖିଲି ମୁଁ ବିଷ୍ଣୁର ପୟର ।ଏମନ୍ତ ଭାବି ବିଷ୍ଣୁଙ୍କୁ କୃଷ୍ଣ କଲେ ଧ୍ୟାନଅନ୍ତର୍ଯ୍ୟାମୀ ନାଥ ବିଷ୍ଣୁ ଜାଣି କୃଷ୍ଣ ମନ ।କହନ୍ତି ବଚନ ସଖୀଗଣ ମଧ୍ୟେ ଥାଇମର୍ତ୍ତ୍ୟରୁ ସେ ସଖୀ ଆସି ଏଥେ ଅଛି ରହି ।ମାନବ ଶରୀର ତୋର ଅଛି ଗୁପ୍ତ କରିଭୟ ନ କରିଣ ମୋତେ କହ ସତ୍ୟ କରି ।କହ କେଉଁ ସଖୀ ଆସିଅଛି କି ନିମନ୍ତେସତ୍ୟ କଥା ଗୋଟି କହ ନ ରଖି ଗୁପତେ ।କିମ୍ପା ନିଜ ରୂପ ତୁମ୍ଭେ ଗୋପନ କରିଲସଖୀ ଅଙ୍ଗ ବହି କେହ୍ନେ ଗୋପନେ ଆସିଲ ।ବିଷ୍ଣୁଙ୍କ ବଚନ ଶୁଣି କୃଷ୍ଣପାଦେ ପଡ଼ିବିନୟ ଭାବେ କହନ୍ତି ବେନିକର ଯୋଡ଼ି ।ବୋଲନ୍ତି ଭୋ ପ୍ରଭୁ ଦୋଷ କ୍ଷମାକର ମୋରତବ ଅଂଶୁ ଜନ୍ମି ମୁହିଁ ଗଲି ମର୍ତ୍ତ୍ୟପୁର ।ମର୍ତ୍ତ୍ୟରେ ପାତକ ଯହୁଁ ବହୁତ ହୋଇଲାସେ ପାପ ବହୁତ ପୀଡ଼ା ଆସି ମୋତେ ଦେଲାତେଣୁ ତବ ଦର୍ଶନକୁ ମୁହିଁ ଯେ ଆସିଲିମର୍ତ୍ତ୍ୟପୁରେ ପାପ ହେତୁ ଚଳି ନ ପାରିଲି ।ଜାଣି ତ୍ରିପୁରା ହୋଇଲେ ଦ୍ୱାରେ ପରବେଶଶୁଣିଲେ ମୋଠାରୁ ସେହି ସକଳ ରହସ୍ୟ ।ଯେଉଁ ତ୍ରିପୁରା ଅଟନ୍ତି ସତ ରଜ ତମଯେଉଁ ତ୍ରିପୁରା ପରମ ଜୀବ କରେ ଜନ୍ମ ।ସେ ତ୍ରିପୁରା ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଅଟଇତ୍ରିପୁରା ନ ଥାଇ ସ୍ଥାନ ଆଉ କାହିଁ ନାହିଁ ।ସେହି ତ୍ରିପୁରାଙ୍କୁ ଯହୁଁ ଦ୍ୱାରେ ମୁଁ ଦେଖିଲିବିନୟ ଭାବେ ସକଳ ଦୁଃଖ ଜଣାଇଲି ।ଜାଣେ ମୁଁ ତ୍ରିପୁରା ଦେବୀ ଅଟେ ଆଦ୍ୟାଶକ୍ତିତେଣୁ ତାଙ୍କ ପାଦେ କଲି ବହୁତ ବିନତି ।ମୋତେ ଦେଖନ୍ତେ ତ୍ରିପୁରାଦେବୀ ଦୟା କଲେସଖୀ ଅଙ୍ଗ ଦେଇକରି ଏଠାକୁ ଆଣିଲେ ।ତାଙ୍କ ଯୋଗୁଁ ତବ ପାଦ ଦର୍ଶନ ପାଇଲିମର୍ତ୍ତ୍ୟର ସକଳ ପାପ ଏବେ ମୁଁ ନାଶିଲି ।ନ ରହିବି ମର୍ତ୍ତ୍ୟପୁରେ କରୁଛି ଦୟିନୀଏମନ୍ତେ ବୋଲି ପଡ଼ିଲେ ପାଦେ ଚକ୍ରପାଣି ।ବୋଲୁଛନ୍ତି ନଦ୍ରାବିଷ୍ଣୁ ଶୁଣ ନରହରିଯାଅ ଆସିବ ମର୍ତ୍ତ୍ୟରୁ ଭାରା ନାଶ କରି ।କ୍ଷଣେ ନ ରହିଣ ତୁମ୍ଭେ ଯାଅ ମର୍ତ୍ତ୍ୟପୁରଦୁଷ୍ଟ ଦାନବମାନଙ୍କୁ ଶୀଘ୍ର ନାଶ କର ।ଅଛନ୍ତି ବହୁତ ଭକ୍ତ ତହିଁ ଶାପ ପାଇଉଦ୍ଧାର କର ତାହାଙ୍କୁ ମୋକ୍ଷ ବାଟ କହି ।ଯହୁଁ ରସେ ମାତି ଉଜାଡ଼ିଲେ ତ୍ରିଭୁବନଭୟରେ ମୋ ଆଶ୍ରା ନେଲେ ଆସି ଦେବଗଣପୃଥ୍ୱୀଭାରା ନାଶିବାକୁ ଚାରି ଭାଗ ହେଲିକୃଷ୍ଣରୂପେ ସିନା ମୁହିଁ ମର୍ତ୍ତ୍ୟରେ ରହିଲି ।ଆବର ଭାଗେ ସକଳ ଘଟେ ଅଛି ପୁରିଭାଗେ ଗୋଲୋକେ ରହିଛି ବିଷ୍ଣୁରୂପ ଧରି ।ପାତାଳେ ଅନନ୍ତ ରୂପେ ନିରାକାର ମୁହିଁଲକ୍ଷ୍ମୀ ସରସ୍ୱତୀ ବେନି ଯୋଗନିଦ୍ରା ଯାଇ ।ଏହିପରି ଷୋଳକଳା ହୋଇଛି ପ୍ରକାଶଏକା ନିରାକାର ତହିଁ ଷୋଳକଳା ବାସ ।ବିଷ୍ଣୁଙ୍କ ମୁଖରୁ ଯହୁଁ ଏମନ୍ତ ଶୁଣିଲେଆନନ୍ଦ ମନରେ ତାଙ୍କ ଚରଣେ ଲୋଟିଲେ ।ପୁଣିହିଁ ଡାକିଲେ ବିଷ୍ଣୁ ଆସ ଗୋ ତ୍ରିପୁରାମାନବ ବିଷ୍ଣୁରେ ତୋର ଶରଧା ବଳିଲା ।ବିଷ୍ଣୁଙ୍କ ମାୟା ତ୍ରିପୁରା ନ ପାରିଲେ ଜାଣିଭୁଲିଗଲେ ସେହି ହୋଇ ତ୍ରିପୁର ଜନନୀ ।ବୋଇଲେ ତ୍ରିପୁରା ତୁହି କୃଷ୍ଣଙ୍କୁ ଆଣିଲୁସଖୀବେଶ କରାଇ ତୁ ରାସ ଦେଖାଇଲୁ ।ଯେବେ ସଖାରୂପେ ତାଙ୍କୁ ଆଣିଲୁ ଗୋ ତୁହିତାଙ୍କଠାରେ କଲୁ ଭାବ ଆମ୍ଭଙ୍କୁ ଲୁଚାଇ ।ମର୍ତ୍ତ୍ୟପୁରେ କରି ଭୋଗ ବହୁ ତୋର ଶ୍ରଦ୍ଧାସେହି ମଞ୍ଚପୁରେ ଯାଆ ନାମ ହେଉ ରାଧା ।ରହିବୁ ଶ୍ରୀକୃଷ୍ଣ ସଙ୍ଗେ ସଖୀଅଙ୍ଗ ବହିସଖୀ କଲୁ ତାହାକୁ ସେ ତୋତେ ଥାଉ ବହି ।ରହିବୁ ରାଧିକା ନାମ ବହି ଗୋପପୁରଏ ମାନବ ବିଷ୍ଣୁ ମୋର ଦେହୁଁ ଅବତାର ।ତୋତେ ସତ୍ୟ କହିଲି ମୁଁ ଯାଅ ବେଗହୋଇନ ରହ ଆଉ ଏଠାରେ ଦଣ୍ଡେ ମାତ୍ର ତୁହି ।ରାଧା କୃଷ୍ଣ ନାମ କେଭେ ନୁହେଁ ଭିନ୍ନାଭିନ୍ନକୃଷ୍ଣ ନାମ ନରମାନେ କରିବେ କୀର୍ତ୍ତନ ।ରାଧା କୃଷ୍ଣ ନାମ ନିତି ବୋଲିବେ ଯେ ମୁଖେଭବଜଳଧିରୁ ସେହୁ ତରିଯିବେ ସୁଖେ ।ସ୍ତ୍ରୀହତ୍ୟା ଗୋହତ୍ୟା ବ୍ରହ୍ମହତ୍ୟା ପାପମାନବିଶ୍ୱାସଘାତକ ମିତ୍ରଦ୍ରୋହୀ ଆଚରଣ ।ବ୍ରହ୍ମପତ୍ନୀ ଗୁରୁପତ୍ନୀ ରାଜପତ୍ନୀମାନଚାଣ୍ଡାଳୁଣୀ ସଙ୍ଗେ ସେ ବା କରଇ ରମଣ ।ଶୋଭା ଦେଖି ପରନାରୀ ହରେ ବଳାତ୍କାରେକାମେ ମତ୍ତ ହୋଇ ଜାତିକୁଳ ନ ବିଚାରେ ।ପରର ବିତ୍ତକୁ ଯେହୁ କରନ୍ତି ହରଣନିଜର ଦୋଷକୁ ଯେ ଲୁଚାନ୍ତି ଅନୁକ୍ଷଣ ।କପଟୀ ଲମ୍ପଟୀ ଅବା ପର ନିନ୍ଦାକାରୀଯେଉଁମାନେ ବଡ଼ପଣେ ଗର୍ବ ମନେ ଧରି ।ପ୍ରାଣୀ ହିଂସା କରନ୍ତି ଧର୍ମକୁ ନ ମାନନ୍ତିମିଛକହି ପରଘର ଭାଙ୍ଗି ଯେ ଦିଅନ୍ତି ।ସେମାନେଟି କୁମ୍ଭୀପାକେ ପଡ଼ନ୍ତି ନିଶ୍ଚୟଆୟୁଶେଷ ନାନାଦୁଃଖ ଲଭେ ତାଙ୍କ କାୟ ।ସେମାନେ ଯେବେ କଥାଏ ପାରିବେଟି କରିକୃଷ୍ଣର ନାମକୁ ଦୃଢ଼େ ହୃଦେ ଥିବେ ଧରି ।ଜ୍ଞାନେ ବା ଅଜ୍ଞାନେ ଯେତେ ପାପ କରିଥିବେରାଧାକୃଷ୍ଣ ବୋଲି ଯେବେ ଅନ୍ତରେ ଭାବିବେନିଶ୍ଚୟ ତ୍ରିପୁରା ସେ ମୋ ଅଙ୍ଗେ ଲୀନହେବସତ୍ୟ ସତ୍ୟ ଏହି କଥା ଅଟଇଟି ଧ୍ରୁବ ।ଯାଅ କୃଷ୍ଣ ସଙ୍ଗେ ତୁହି ମଞ୍ଚେ ବିହରିବୁସେ ପୁରେ ରାଧା ରୂପରେ ଜନମ ହୋଇବୁ ।ସାକ୍ଷାତରେ ଲକ୍ଷ୍ମୀ ତୁହି ଅଟୁ ଗୋ ତ୍ରିପୁରାଅଯୋନି ସମ୍ଭୂତେ ଜାତ ହୁଅ ବସୁନ୍ଧରା ।ଦେବକାର୍ଯ୍ୟେ ଯେଣୁ ନାରୀ ରୂପେ ହେବୁ ଜାତସର୍ବଦା ଗୋ ଲକ୍ଷ୍ମୀ ତୁହି ଅଯୋନି ସମ୍ଭୂତ ।ଯେଣୁଟି କୃଷ୍ଣର ତୁମ୍ଭେ ଅର୍ଦ୍ଧଅଙ୍ଗ ହେବତେଣୁଟି ପୁତ୍ର ଦୁହିତା ଜନ୍ମ ନ କରିବ ।ଯାଅଗୋ ତ୍ରିପୁରା ତୁମ୍ଭେ ନ ଥା ଗୋଲୋକରେବିଷ୍ଣୁ ଆଜ୍ଞାରେ ତ୍ରିପୁରା ଚଳେ ଧୀରେ ଧୀରେଗୋଲୋକୁ ଚଳେ ତ୍ରିପୁରା ଅତି ତୋଷ ମନେଗୋପେ ଆସି ଭେଟିଲା କାଳିନ୍ଦୀ ପଦ୍ମବନେଦେଖି ପଦ୍ମବନ ମନେ ହରଷ ହୋଇଲାନିଜ ଅଙ୍ଗ ଗୋପ୍ୟ କରି କ୍ଷୁଦ୍ର ଅଙ୍ଗ ହେଲା ।ଯବେକ ପ୍ରମାଣେ ମୂର୍ତ୍ତି ଧରିଣ ତ୍ରିପୁରାପଦ୍ମକେଶର ମଧ୍ୟରେ ରହି କରେ ଲୀଳା ।ପୂର୍ବଦିଗେ ଦିନମଣି ପ୍ରକାଶିଲେ ଯହୁଁପଦ୍ମବନେ ପ୍ରଫୁଲ୍ଲିତ ହୋଇଲାକ ତହୁଁ ।ପଦ୍ମକେଶରରୁ ରାଧା ହୋଇଲେ ଉଦିତବିଷ୍ଣୁ ଆଜ୍ଞାରେ ସେ ରାଧା ନାମେ ହେଲେ ଖ୍ୟାତଯହୁଁ ପଦ୍ମବନୁ ରାଧା ହୋଇଲେ ଉତ୍ପନ୍ନପ୍ରଫୁଲ୍ଲିତ ପଦ୍ମବନ ଦିଶଇ ଶୋଭନ ।ରାଧାରୂପେ ଲକ୍ଷ୍ମୀ ଗୋପେ କଲେ ଯହିଁ ବିଜେଦ୍ୱିତୀୟ ବୈକୁଣ୍ଠ ପ୍ରାୟେ ଗୋପପୁର ରାଜେ ।କାଳିନ୍ଦୀକୁ ବୃଷଭାନୁ ସ୍ନାନ କରି ଗଲାପଦ୍ମଫୁଲ ଦେଖି ମନେ ଆନନ୍ଦ ହୋଇଲା ।ବିଷ୍ଣୁଠାରେ ପଦ୍ମଫୁଲ ଆଜି ଚଢ଼ାଇବିଫୁଟିଛି ସୁନ୍ଦର ପଦ୍ମ କାଳିନ୍ଦୀରୁ ନେବି ।ଏ ଫୁଲେ ସନ୍ତୁଷ୍ଟ ନିଶ୍ଚେ ହେବେ ଭଗବାନକେମନ୍ତେ ତୋଳିବି ବୋଲି ବିଚାରଇ ମନ ।ପୁଣି ବିଚାରଇ ଏଥେ କାଳୀୟର ବାସପ୍ରବେଶିଲେ ନିଶ୍ଚେ କାଳେ ପ୍ରାଣେ ହେବି ନାଶପୁଣିହିଁ ଭାବଇ ମନେ ଆଜି ସତ୍ୟ କଲିନଦେଲେ ଫୁଲ ମୁଁ ସତ୍ୟଭଗ୍ନେ ଦୋଷୀ ହେଲିଚିତ୍ତେ କଳ୍ପିଲି ବିଷ୍ଣୁଙ୍କୁ ଦେବି ପଦ୍ମ ତୋଳିପଦ୍ମବଦନ ସୁନ୍ଦର ଦିଶିବ ଏ ବୋଲି ।ସେ କଳ୍ପନା ମୋର ଏବେ ବିଫଳ ହୋଇବକାଳୀୟ ଦଂଶିଲେ ନିଶ୍ଚେ ମୋର ପ୍ରାଣ ଯିବଯେ ଦ୍ରବ୍ୟ ବିଷ୍ଣୁଙ୍କୁ ଦେବି ବୋଲି କଳପିଲାସେ ଦ୍ରବ୍ୟ କେମନ୍ତେ ମୂଢ଼ ବିଷ୍ଣୁଙ୍କୁ ନ ଦେଲାଏମନ୍ତେ ଦିଅନ୍ତି ନାନା ଶାସ୍ତି ଯମଦୂତେକଳ୍ପିଲି ବିଷ୍ଣୁଙ୍କୁ ପଦ୍ମଫୁଲ ଦେବି ଚିତ୍ତେ ।ଏମନ୍ତ ବିଚାରି ବୃଷଭାନୁ ମନେ ଭାଳିକେମନ୍ତେ ଆଣିବି ପଦ୍ମଫୁଲ ମୁହିଁ ତୋଳି ।କାଳୀ ପଛେ ଦଂଶୁ ପଦ୍ମଫୁଲ ମୁଁ ତୋଳିବିନିଶ୍ଚୟ ବିଷ୍ଣୁର ପଦ୍ମପାଦେ ସମର୍ପିବି ।ଫୁଲ ତୋଳୁ ତୋଳୁ ଯେବେ କାଳୀ କରେ ନାଶଅବଶ୍ୟ ସନ୍ତୁଷ୍ଟ ମୋତେ ହେବେ ପୀତବାସ ।ଏମନ୍ତ ବିଚାରି ମନେ ହ୍ରଦରେ ପଶିଲାପଞ୍ଚମନ ବିଷ୍ଣୁପାଦେ ସମର୍ପଣ କଲା ।ଛାଡ଼ିଲା କାଳୀୟ ଭୟ ପଶିଲା ଝସାଇତୋଳଇ ପଦ୍ମକୁସୁମ ମନେ ଭୟ ନାହିଁ ।ଯେ ପଦ୍ମଫୁଲେ ଶୟନ ରାଧା ଥିଲେ କରିସେ ଫୁଲି ଆଣିଲା ବୃଷଭାନୁ ହସ୍ତେ ତୋଳି ।ଫୁଲକୁ ଆଣନ୍ତେ ପଦ୍ମକେଶର ଦେଖିଲାଅନାଇ ନ ପାରି ବେନି ନୟନ ବୁଜିଲା ।ପୁଣିହିଁ ପଦ୍ମ କେଶରେ ନୟନେ ଅନାଇଦେଖିଲା ଯବ ପ୍ରମାଣ ଲକ୍ଷ୍ମୀ ଛନ୍ତି ଶୋଇ ।ଦେଖି ବୃଷଭାନୁ ମନେ ଆଶ୍ଚର୍ଯ୍ୟ ହୋଇଲାଚକିତ ଚିତ୍ତରେ ଚଉଦିଗକୁ ଚାହିଁଲା ।ନୟନେ ଦେଖଇ ତାର ମୁଖ ନ ଫିଟାଇସୁନ୍ଦର ପଣେ ଉପମା ତିନିପୁରେ ନାହିଁ ।ରକ୍ତପଦ୍ମ ପ୍ରାୟେ କରପଲ୍ଲବ ଦିଶଇବେନିପାଦ ରକ୍ତବର୍ଣ୍ଣ ଶୋଭା ଅଛି ବହି ।ପ୍ରଫୁଲ୍ଲ ଅମ୍ବୁଜ ଜିଣି ଶ୍ରୀମୁଖ ବିରାଜେଚପଳା ଚମ୍ପକ ଜିଣି ଅଙ୍ଗ ଜ୍ୟୋତି ରାଜେ ।ପୂର୍ବଦିଗେ ଅରୁଣ କି ହୋଇଛି ଉଦୟପଦ୍ମ ମଧ୍ୟେ ରାଧାଦେବୀ ତେସନେ ବିଜୟ ।ନ ଫିଟେ ତାହାଙ୍କ ମୁଖ ନେତ୍ରେ ନ ଚାହାନ୍ତିପୟର ନୂପୁର ଆଦି କିଛି ନ ହଲାନ୍ତି ।ନାସାଦ୍ୱାରେ ମାତ୍ର ବାୟୁ ବହେ ଘନଘନଏମନ୍ତ ରୂପରେ କରିଅଛନ୍ତି ଶୟନ ।ପୁଣି ସେହି ରୂପେ ଦେଖି ନୟନ ବୁଜିଲାଲକ୍ଷ୍ମୀକି ଘେନିଣ ନିଜ ମନ୍ଦିରେ ମିଳିଲା ।ଡାକିଲା ଚଞ୍ଚଳା ଆଗେ ବେଗ ହୋଇ ଆସଅପୂର୍ବ ପଦାର୍ଥ ନିଅ ମନ କରି ତୋଷଏହାକୁ ଲୁଚାଇ ଧାତା ଧନ୍ୟ ରଖିଥିଲାମୋର ମନ ଜାଣି ମୋତେ ସମର୍ପିଣ ଦେଲାଏହାକୁ ପ୍ରତିପାଳନ ନେଇ ସଖୀ କରପୁତ୍ର ଦୁହିତା କିଛିହିଁ ନାହିଁ ତ ଆମ୍ଭର ।ବୃଷଭାନୁ ଡାକ ଶୁଣି ଚଞ୍ଚଳା ଯେ ଆସିଦେଖିଲା ଧରିଛି ବୃଷଭାନୁ ଶୁଭ୍ରକେଶୀ ।ଆନନ୍ଦେ ଚଞ୍ଚଳା ବୃଷଭାନୁ ହସ୍ତ ତୋଳିରାଧାଙ୍କୁ ଧରି ସୁନ୍ଦରୀ ମନେ ମନେ ଭାଳି ।ବୋଇଲେ ରାଜନ ଦେଖ ଦେଖ ଏ ଦୁହିତାନ ଚାହେଁ ନୟନେ କିମ୍ବା ନ କହଇ କଥା ।ଅତି କୋମଳ ସୁନ୍ଦର ଅଙ୍ଗ ତ ଏହାରଉପମା ଦେବାକୁ କାହିଁ ନ ଥିବେ ତ୍ରିପୁର ।ଶଚୀ ଯେ ସାବିତ୍ରୀ ଆଦି ଯେତେ କନ୍ୟାମାନେଏହାର ସଙ୍ଗେ ସମାନ ନୋହିବେ ସେମାନେପାର୍ବତୀହିଁ ସଙ୍ଗେ ୟାର ନୋହିବେ ସମାନକିମ୍ପାଇଁ ନ ଚାହେଁ ଏହୁ ନକରେ ରୋଦନ ।ଚଞ୍ଚଳାର ବାକ୍ୟ ଶୁଣ ବୃଷଭାନୁ କହିଆଜି କାଳିନ୍ଦୀକି ଯାଉଥିଲି ମୁଁ ଗାଧୋଇ ।ପଦ୍ମଫୁଲ ଦେଖି ମୋର ଶରଧା ବଳିଲାସ୍ନେହେ ତୋଳିଲି ପଙ୍କଜ ତହିଁରେ ଏ ଥିଲା ।ମନେ ବିଚାରିଲି ପଦ୍ମଫୁଲ ମୁଁ ତୋଳିବିନେଇଣ ତାହାକୁ ବିଷ୍ଣୁ ପାଦେ ଚଢ଼ାଇବି ।ବିଷ୍ଣୁ ନାମ ଧରି ଯହୁଁ ହ୍ରଦେ ମୁଁ ପଶିଲିଆଣିଲି କୁସୁମ ତୋଳି ନ ଦଂଶିଲା କାଳୀ ।ଶୁଣରେ ସଖୀ ତୁ ଏବେ ଏ ଦୁହିତା ନେଇଗମ୍ଭୀରା ଭିତରେ ରତ୍ନ ପଲଙ୍କ ବିଛାଇ ।ତହିଁରେ ଏହାକୁ ନେଇ ଶୟନ କରାଅଅତି ଯତନ କରି ତୁ ଏହାକୁ ରଖାଅ ।ବୃଷଭାନୁର ବଚନେ ରାଧାଙ୍କୁ ସେ ଧରିଗମ୍ଭିରୀ ଘରେ ପଶିଲା ତକ୍ଷଣେ ସୁନ୍ଦରୀ ।ଗଜଦନ୍ତ ପଲ୍ୟଙ୍କକୁ ଯତନେ ବିଛାଇତଥିପରେ ରାଧାକୁ ସେ ଶୁଆଇଲା ନେଇ ।ଦେଖିଲା ଦିଶିଲା ଗୃହ ତା ତେଜେ ଉଜ୍ଜ୍ୱଳନିଶାକାଳେ ଚନ୍ଦ୍ର ତେଜେ ଯଥା ଧରାତଳ ।ନୟନେ ଦେଖନ୍ତି ତହିଁ ନ ଫିଟେ ବଦନଖେଳନ୍ତି ପଲ୍ୟଙ୍କେ ଚାଳି ଅବୟବମାନ ।କ୍ଷୁଧା ତୃଷା ନିଦ୍ରା ନାହିଁ ତାହାଙ୍କ ଶରୀରେଦେଖି ଚଞ୍ଚଳା ବିଷାଦ ଭରିଲା ମନରେ ।କବାଟ ଦେଇ ବାହାର ତହୁଁ ରାଜାରାଣୀପଲ୍ୟଙ୍କେ ଶୟନ କରିଛନ୍ତି ଠାକୁରାଣୀ ।ଏ ତ ରାଧା ଜନ୍ମ କଥା ଶୁଣିଲୁ ଗୋ ସହୀଯେଣୁ ପଚାରିଲୁ ତାହା କହିଦେଲି ମୁହିଁ ।ରାଧା ଜନ୍ମିଥିଲା ଯହୁଁ କହିଲେ ଅନନ୍ତପୁଣି ପଚାରିଲେ ଲକ୍ଷ୍ମୀ ଯୋଡ଼ି ବେନି ହସ୍ତ ।ତୁମ୍ଭେ ତ କହିଲ ରାଧା ଜନମ ହୋଇଲେକିମ୍ପା ନ ଫିଟେ ନୟନ କଥା ନ କହିଲେ ।ଏ କଥା ସଂକ୍ଷେପି ମୋତେ କହ ଭାବଗ୍ରାହୀତବ ମୁଖୁଁ ଶୁଣିବାକୁ କୌତୁକ ଜନ୍ମଇ ।ନ ହୋଇଲା କ୍ଷୁଧା ତୃଷା ତାହାକୁ କିମ୍ପାଇକହନ୍ତୁ ଏ କଥା ନାଥ ଦାସୀକୁ ଫିଟାଇ ।ଲକ୍ଷ୍ମୀଙ୍କ ଆଗରେ ଯାହା ନାରାୟଣ ଭଣିପରୀକ୍ଷିତ ଆଗେ ତାହା କହେ ଶୁକମୁନି ।ଏଥି ଉତ୍ତାରେ କହନ୍ତି ଦେବ ନାରାୟଣଯାହା ପଚାରିଲୁ ସଖୀ ମନଦେଇ ଶୁଣ ।ଯେ ଦିନ ଜନ୍ମିଲେ ଲକ୍ଷ୍ମୀ ରାଧା ରୂପ ଧରିସେଦିନ ନଥିଲେ କୃଷ୍ଣ ମର୍ତ୍ତ୍ୟେ ଅବତରି ।ତେଣୁ ଗୋ ରାଧିକା ତାଙ୍କ ମନ ଦୁଃଖ କଲେକୃଷ୍ଣ ଜନମିବା ଯାଏ ମଉନେ ରହିଲେ ।ନ କହି ବଚନ କିମ୍ବା ନ ଦେଖି ନୟନେକୃଷ୍ଣର ଚରଣ ଭାବୁଅଛନ୍ତି ଶୟନେ ।