କୃଷ୍ଣଙ୍କର ଗୋପୀ ପ୍ରବୋଧ — ଚିତ୍ତବୋଧ ବା ଚିତ୍ତବିନୋଦ (ପ୍ରଥମ ଭାଗ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିଉଠି ବେନିକର ଯୋଡ଼ି ମାଗନ୍ତି ମେଲାଣି ।
କୋଳ କରି ଯଶୋମତୀ ଦିଅନ୍ତି ଚୁମ୍ବନ
ବୋଲନ୍ତି ଯାଉଛି ଛାଡ଼ି ରଙ୍କୁଣୀ ରତନ ।
ଯାତ୍ରା ଦେଖି ଫେରିବୁ ତୁ ନବଦିନ ପର
ସେ ଯାଏ କି ପିଣ୍ଡେ ପ୍ରାଣ ଥିବରେ କୁମର ।
ଶ୍ରୀକୃଷ୍ଣ ବୋଇଲେ ମାତ ନ ହୁଅ କାତର
ଯହିଁ ତହିଁ ଥିଲେ ମୁହିଁ ଯଶୋଦା କୁମର ।
ମାତାଙ୍କୁ ବୋଧ କରିଣ କୃଷ୍ଣ ଶୋକଭରେ
ମେଲାଣି ମାଗନ୍ତି ପଡ଼ି ନନ୍ଦ ପାଦତଳେ ।
କୃଷ୍ଣଙ୍କୁ କୋଳ କରିଣ ନନ୍ଦ କହେ ବାଣୀ
କଥାଏ କହୁଛି ଏବେ ଶୁଣ ନୀଳମଣି ।
ବସୁଦେବ ସଙ୍ଗେ ମିତ ହୋଇଥିଲି ମୁହିଁ
ବହୁଦିନୁ ତାଙ୍କ ସଙ୍ଗେ ମୋର ଦେଖା ନାହିଁ ।
ବହୁତ ଲବଣୀ ସର ଦଧି ମୁହିଁ ଦେବି
କିପରି ତାହାଙ୍କୁ ଥରେ ଦର୍ଶନ କରିବି ।
ନନ୍ଦ ବଚନେ ଶ୍ରୀକୃଷ୍ଣ ବୋଲନ୍ତି ଭୋ ତାତ
ବନ୍ଦୀଘରେ ରହିଛନ୍ତି ମୋର ତାତ ମାତ ।
ବହୁତ ଅସୁର ତାଙ୍କୁ ଜଗାଇ ଅଛଇ
ଚରଣେ ଶାଙ୍କୋଳୀ ଦେଇ କଂସ ନରସାଇଁ ।
କେମନ୍ତ ଦେଖିବ ତୁମ୍ଭେ କହ ଆହେ ତାତ
ଶ୍ରୀକୃଷ୍ଣ ବଚନେ ନନ୍ଦ ବୋଇଲେରେ ସୁତ ।
ତୁ ଯେବେ ମଧୁପୁରକୁ ଯିବୁରେ କହ୍ନାଇ
ନିଶ୍ଚେ ତୋତେ ଦେଖିବାକୁ ଆସିବେରେ ସେହି
ଅବଶ୍ୟ ପାଦୁ ତାଙ୍କର ଶାଙ୍କୋଳି ଫିଟିବ
ତୋତେ ଦେଖି ମନ କଷ୍ଟ ତାଙ୍କର ଘୁଞ୍ଚିବ ।
ସଙ୍ଗେ ଯେବେ ନେବୁ ପୁତ୍ର ଯିବିଟିରେ ମୁହିଁ
କହୁ କହୁ ନୃପବର କାନ୍ଦେ କଇଁ କଇଁ ।
ନନ୍ଦଙ୍କୁ ଦେଖି ଶ୍ରୀକୃଷ୍ଣ ବୋଲନ୍ତି ବଚନ
ଗୋପାଳଙ୍କ ସଙ୍ଗେ ପିତା ଆସ ହୋ ବହନ ।
ପୁଣି ଗୋପାଳଙ୍କୁ କହୁଛନ୍ତି ବେଣୁପାଣି
ନନ୍ଦଙ୍କ ସଙ୍ଗରେ ଆସ ଘେନିଣ ଲବଣୀ ।
ଯାଆରେ ଗୋପାଳେ ଏବେ ଯେ ଯାହାର ଘର
ଦଧି ସର ଲବଣୀକୁ ଯତ୍ନକରି ଧର ।
ପିତାଙ୍କ ସଙ୍ଗରେ ତୁମ୍ଭେ ଆସ ବେଗକରି
ନବଦିନ ଯାତ୍ରା ସାରି ଫେରିବା ଏ ପୁରୀ ।
ଏ ଗୋପୀମାନଙ୍କୁ ସର୍ବେ କହରେ ବୁଝାଇ
ଯାତ୍ରା ପରବେ ନାରୀଏ ସଙ୍ଗରେ ନ ରହି ।
ଏଣୁକରି ରାମ କୃଷ୍ଣ ସଙ୍ଗେ ନେଲେ ନାହିଁ
ଯଶୋଦାଙ୍କ ସଙ୍ଗେ ତୁମ୍ଭେ ଥାଅ ଗୋପେ ରହି
ଆମ୍ଭେ ସମସ୍ତେ ଗୋପାଳ ନନ୍ଦ ସଙ୍ଗେ ଯିବୁ
କୃଷ୍ଣ ସଙ୍ଗେ ରହି ଧନୁ ଉତ୍ସବ ଦେଖିବୁ ।
ଯେମନ୍ତେ ବୁଝିବେ ଗୋପୀ ତେହ୍ନେ ବୁଝାଇବ
ନନ୍ଦଙ୍କୁ ସଙ୍ଗେ ଧରିଣ ବେଗରେ ଆସିବ ।
ଆମ୍ଭେ ତୁମ୍ଭଙ୍କୁ ବାଟରେ ଚାହିଁଥିବୁ ରହି
ବିଳମ୍ବ ନ କର ବାବୁ ଆସ ବେଗେ ଯାଇ ।
ଏମନ୍ତ କହିଣ କୃଷ୍ଣ ରଥରେ ଚଢ଼ିଲେ
ଗୋପୀମାନଙ୍କ ମନକୁ ମାୟାରେ ମୋହିଲେ ।
କୃଷ୍ଣର ଆଦେଶ ପାଇ ମନ ତୋଷ କରି
ଡାକିଲେ ଗୋପାଳେ ବେଗେ ଆସ ଗୋପନାରୀ
ନନ୍ଦ ଯଶୋଦାଙ୍କ ପାଦେ ଅକ୍ରୂର ପଡ଼ିଲା
ଉଠି ମେଲାଣି ମାଗି ସେ ରଥରେ ବସିଲା ।
ପୁଣି ବୋଇଲ ଗୋପାଳେ ଆସ ଗୋପାଳୁଣୀ
ଶୁଣିଲ ତ କୃଷ୍ଣ ମୁଖୁ କି ଭାବୁଛ ପୁଣି ।
ଦଧି ସର ଲବଣୀ ଗୋ ଦିଅ ବେଗକରି
କୃଷ୍ଣ ଛାଡ଼ିଯିବେ ଆମ୍ଭେ ଯିବୁ ମଧୁପୁରୀ ।
ଅନେକ ଦେଶରୁ ଆସିଛନ୍ତି ରାଜାମାନେ
କଂସ ଆଜ୍ଞାରେ ଥିବେ ଏ ଆଣ୍ଟ କରି ମନେ
ଯୁବନାରୀ ଦେଖିଲେ ସେ ସକଳ ହରିବେ
ଗୁହାରି କଲେ ତ କଂସ କର୍ଣ୍ଣେ ନ ଶୁଣିବେ ।
କୃଷ୍ଣ କହିଲେ ତାହାଙ୍କୁ ଦେବ ଅପମାନ
ମାନହାନି ହେଲେ କୃଷ୍ଣ କରିବେଟି ରଣ ।
ଏଣୁ ଗୋପୀମାନେ ଆମ୍ଭେ କହୁଛୁ ବୁଝାଇ
ନ କର ରୋଦନ ତୁମ୍ଭେ ଥାଅ ଗୋପେ ରହି ।
ଦଶ ଦିନକୁ ଗୋ ବାଟ ଚାହିଁଥିବ ତୁମ୍ଭେ
ଯାତ୍ରା ସାରି କୃଷ୍ଣ ସଙ୍ଗେ ଆସିବୁଟି ଆମ୍ଭେ ।
ତୁମ୍ଭେ ଗୋପୀ ଯଶୋଦାଙ୍କୁ ସେବା କରୁଥିବ
ଶ୍ରୀକୃଷ୍ଣ ଫେରିଲେ ସର୍ବେ ସମ୍ମାନ ପାଇବ ।
ଭଣ୍ଡାରରୁ ଅଳଙ୍କାରମାନ ନେବ ବାଛି
ନ ଆସିବେ କୃଷ୍ଣ ବୋଲି ନ ଭାବିବ କିଛି ।
ତୁମ୍ଭମାନଙ୍କର ପାଇଁ କୃଷ୍ଣଙ୍କୁ କହିବୁ
ମଥୁରା ହାଟରେ ଯାହା ଅପୂର୍ବ ଦେଖିବୁ ।
ଟଙ୍କା ସୁନା ଦେଇ ଆମ୍ଭେ ତା କିଣି ଆଣିବୁ
ଯାହାକୁ ଯାହା ସୁନ୍ଦର ତାହା ଆମ୍ଭେ ଦେବୁ ।
ତୁମ୍ଭଠାରୁ ବଳିବ ଯା ଆନଲୋକ ନେବେ
ହରଷ ହୋଇବେ ସିନା ଗାପୀମାନେ ତେବେ ।
ଗୋପାଳଙ୍କ ମୁଖୁ ଏହା ଶୁଣନ୍ତେ ଗୋପିନୀ
ଯେ ଯାହା ଘରୁ ଗୋରସମାନ ଦେଲେ ଆଣି
ନାନାପ୍ରକାରେ ଗୋପାଳପୁତ୍ରେ ବେଶ ହେଲେ
ବେଣୁ ସିଙ୍ଘା କାହାଳୀ ଯେ ହସ୍ତରେ ଧଇଲେ
ଦଧି ସର ଲବଣୀ ଯେ ଭାର ଭାର କରି
ହସ୍ତରେ କେନ୍ଦୁ ଲଉଡ଼ିମାନ ଛନ୍ତି ଧରି ।
ନନ୍ଦ ସିଂହଦ୍ୱାରେ ସର୍ବେ ହୋଇଲେ ପ୍ରବେଶ
ଅନ୍ତପୁରେ ପଶି ନନ୍ଦ ହେଲେ ଦିବ୍ୟବେଶ ।
ନାନା ଜାତିର ବାଜଣାମାନ ସେ ବଜାଇ
ଅନ୍ତପୁରୁ ବାହାରିଲେ ନନ୍ଦ ନରସାଇଁ ।
ଯହୁଁ ସେ ବାଜଣାମାନ କର୍ଣ୍ଣରେ ଶୁଣିଲେ
ଗୋପାଳେ ଗୋପୀମାନଙ୍କୁ କହି ବାହାରିଲେ ।
ଅକ୍ରୂର ରାମ-କୃଷ୍ଣଙ୍କୁ ରଥରେ ନେଇ ମଧୁପୁର ଗମନ କାଳରେ
ଶ୍ରୀକୃଷ୍ଣଙ୍କୁ ସ୍ନାନ ବେଳେ ଦେଖି ଚିନ୍ତିତ
ଗୋପୀ ଗୋପାଳଙ୍କୁ ବୋଧ କରି ଗୋପୀନାଥଠାରିଦେଲେ ଅକ୍ରୂରକୁ ବାହ ବେଗେ ରଥ ।ଶ୍ରୀକୃଷ୍ଣଙ୍କ ଆଜ୍ଞା ଯହୁଁ ପାଇଲା ଅକ୍ରୂରବାଗଧରି ଅଶ୍ୱେ କଲା ଛାଟେଣୀ ପ୍ରହାର ।ଚଳିଲା ସ୍ୟନ୍ଦନ ଘୋର ଗରଜନ କରିକାଳିନ୍ଦୀ କୂଳେ ପ୍ରବେଶ ହେଲେ ରାମ ହରି ।ଦେଖି ସେ ନଦୀ ଅକ୍ରୂର ବିଚାରେ ମନରଆସିବି ନାହିଁ କେଜାଣି ମୁହିଁ ଏହି ପୁର ।ଏ କାଳିନ୍ଦୀ ଅଟେ କୃଷ୍ଣ ଜଳକ୍ରୀଡ଼ା ସ୍ଥାନଏଥି ସ୍ନାନ କଲେ ପାପ ହୋଇବ ଖଣ୍ଡନ ।ଗଲାବେଳେ କାଳିନ୍ଦୀରେ ପଶି ମୁଁ ପାଞ୍ଚିଲିମୋ ସଙ୍ଗେ ଆସିବେ ମଧୁପୁରେ ବନମାଳୀ ।ଦେଖିଲେ ଶ୍ରୀକୃଷ୍ଣ ମୋତେ ସୁଦୟା କରିବେମୋ ସଙ୍ଗେ ଆସିବେ ମଧୁପୁରକୁ ଆସିବେ ।ପୁଣି ବିଚାରିଲି ମାତା ତୁ ଗୋ ଦୟାକରମାରନ୍ତୁ ମଧୁନଗରେ କୃଷ୍ଣ କଂସାସୁର ।ଏହିପରି କଥାମାନ ମନରେ ପାଞ୍ଚିଲିଏହାଙ୍କ ଦୟାରୁ ଏବେ କୃଷ୍ଣଙ୍କୁ ଆଣିଲି ।ଧନ୍ୟ ଗୋ କାଳିନ୍ଦୀ ତୋର ଚରଣେ ଶରଣତୋର ଦୟାରୁ କୃଷ୍ଣଙ୍କୁ କଲି ଦରଶନ ।ତୋ ଦୟାରୁ କୃତାର୍ଥ ମୁଁ ହୋଇଲି ଗୋ ମାତତୋ ଦୟାରୁ ପବିତ୍ର ମୋ ହେଲା ବେନି ନେତ୍ର ।ଏମନ୍ତ ବେଳେ ଅକ୍ରୂର ମନେ ବିଚାରିଲାବେନି କର ଯୋଡ଼ିଣ ସେ କୃଷ୍ଣଙ୍କୁ କହିଲା ।ଭୋ ପ୍ରଭୁ ଏ କାଳିନ୍ଦୀରେ ସ୍ନାନ ମୁଁ କରିବିସକଳ ପାପରୁ ମୁହିଁ ଆଜ ନିସ୍ତରିବି ।କ୍ଷଣେ ମାତ୍ର ରହୁବରେ ବିଜେ କରିଥାଅକାଳିନ୍ଦୀ ସ୍ନାନେ ପବିତ୍ର ହୋଇବ ମୋ ଦେହ ।ବୋଲନ୍ତି ଅକ୍ରୂର ବାକ୍ୟ ଶୁଣି ଦାମୋଦରଅକ୍ରୂର ତୁ କାଳିନ୍ଦୀରେ ପଶି ସ୍ନାନ କର ।ଆମ୍ଭେ ରହୁବର ପରେ ବସିଅଛୁ ରହିସ୍ନାନ ସାରିଣ ଅକ୍ରୂର ଆସ ବେଗ ହୋଇ ।କୃଷ୍ଣ ବଚନେ ଅକ୍ରୂର ରଥୁ ଉତୁରିଲାକାଳିନ୍ଦୀ ଜଳେ ପଶି ସେ ମନେ ବିଚାରିଲା ।ରାମ କୃଷ୍ଣ ଯେବେ ଏଥୁ ଗୋପକୁ ଫେରିବେମଥୁରା ନାରୀଏ ମୋତେ ଦେଖିଣ ହସିବେ ।ପ୍ରତିଜ୍ଞା କରିଣ ରାଜା ଆଗେ ସେ କହିଲାକୃଷ୍ଣଙ୍କୁ ଡରି ଜୀବନ ଘେନି ବାହୁଡ଼ିଲା ।ପୁଣି ବିଚାରଇ କୃଷ୍ଣ ନ ଯିବେ ପଳାଇମୋ ଆଗରେ ସତ୍ୟ କହିଛନ୍ତି ହଳସାଇଁ ।ସେଇ ରାମ ସତ୍ୟ ଭିନ୍ନ ନ କହନ୍ତି ମିଛଯାହା ଦେଖି ଯିବା ପାଇଁ କରିଛନ୍ତି ସତ୍ୟ ।ପୁଣି ବିଚାରେ ଅଟନ୍ତି କୃଷ୍ଣ ମାୟାଧରମୋତେ ମାୟା କରି ଯେବେ ଯିବେ ଗୋପପୁରସଂଶୟ ମନେ ଅକ୍ରୂର ବୁଡ଼େ କାଳିନ୍ଦୀରେଜାଣିଲେ ତା ଅନ୍ତର୍ଯ୍ୟାମୀ କୃଷ୍ଣ ରହୁବରେ ।ଛନ ଛନ ମନ ହୋଇ ଜଳେ ସେ ବୁଡ଼ିଲାବୁଡ଼ି ଯଦୁବୀର ତହିଁ ନୟନେ ଦେଖିଲା ।ଦେଖିଲା ସାକ୍ଷାତେ କୃଷ୍ଣ ହଳଧର ଦୁଇଜଳର ମଧ୍ୟେ ଯେ ରହିଛନ୍ତି ଉଭା ହୋଇ ।ବିଚାରେ ଜଳରେ ରାମ କୃଷ୍ଣ ବେନି ଭାଇରଥର ଉପରେ ରହିଛନ୍ତି ଉଭା ହୋଇ ।ବିଚାରେ ଜଳରେ ରାମ କୃଷ୍ଣଙ୍କୁ ଦେଖିଲିରଥରେ ଛନ୍ତି କୂଳରେ ପୁଣି ତ ଦେଖିଲି ।କି ଅବା ମୋ ମନେ ଭ୍ରମ ହୋଇଅଛି ଜାତସ୍ଥଳକୁ ଜଳ ଭାବନା କରେ ଅନ୍ତର୍ଗତ ।ନୟନ ଝଲସି କିବା ଯାଉଛି ମୋହରରଥରେ ସେ ଦେଖିଛି ଯେ କୃଷ୍ଣ ହଳଧର ।କିଂଭୂତ କଥାଏ ବୋଲି ବିଚାରେ ମନରେଦେଖିବି ମୁଁ ଆଉ ଥରେ ପୁଣି ପଶି ଜଳେ ।ଏମନ୍ତ ଭାବିଣ ପୁଣି ଜଳରେ ବୁଡ଼ିଲାପୁଣି ପୂର୍ବ ପରକାରେ କୃଷ୍ଣଙ୍କୁ ଦେଖିଲା ।ରାମ କୃଷ୍ଣ ଦୁହେଁ ବିଜେ ସିଂହାସନ ପରେପୁଣି ଦେଖଇ ନିରୋପି ନୟନେ ନିଶ୍ଚଳେ ।ରାମ କୃଷ୍ଣ ଦୁଇ ଭାଇ ଜଳର ଭିତରେଗୋପିମାନେ ତାଙ୍କୁ ବେଢ଼ି କାନ୍ଦନ୍ତି ବିକଳେଯଶୋଦା କାନ୍ଦନ୍ତି କାନ୍ଦେ ରାଈ ବିନୋଦିନୀସେହି ବିନୋଦିନୀ ହୋଇଛନ୍ତି ସନ୍ନ୍ୟାସିନୀ ।ଅଛନ୍ତି ରାମ ଅକ୍ରୂର ହୋଇ ହତଜ୍ଞାନଗୋପପୁରେ ଯେତେଜନ କରନ୍ତି ରୋଦନ ।ରାଧା କର ଧରି ଦୂତୀ କହନ୍ତି ବଚନକାଳିନ୍ଦୀ ମଧ୍ୟେ ଅକ୍ରୂର ଦେଖି ଛନ ଛନ ।ମନରେ ବିଚାରେ ଏତ ଅଦଭୂତ କଥାବିସ୍ମୟ ଭଜି ଅକ୍ରୂର ମନେ କରେ ଚିନ୍ତା ।ପୁଣି କାଳିନ୍ଦୀ କୂଳକୁ ଅନାଇ ଦେଖିଲାରାମ କୃଷ୍ଣଙ୍କୁ ଦେଖିଣ ବୁଦ୍ଧି ହରାଇଲା ।ଜଳେ ଦେଖେ ହରି ପୁଣି ସ୍ଥଳେ ଦେଖେ ହରିଯେଣେ ଚାହେଁ ତେଣ ଦେଖେ କୃଷ୍ଣ ହଳଧାରୀ ।ପୁଣିହିଁ ବୀର ଅକ୍ରୂର ମନେ ବିଚାରିଲାଆଉ ଥରେ କାଳିନ୍ଦୀରେ ବୁଡ଼ିବି ବୋଇଲା ।ପୁଣି ବୁଡ଼ି ତହିଁ ମନ୍ତ୍ରୀ ଦେଖିଲା ନେତ୍ରରେକୃଷ୍ଣ ସଙ୍ଗେ ବଳରାମ ଅଛନ୍ତି ରଥରେ ।ରଥର ଉପରେ ବିଜେ କରି ରାମ ହରିଡାକନ୍ତି ଅକ୍ରୂର ଆସ ଯିବା ମଧୁପୁରୀ ।ବହୁତ ବାଟ ରହିଛି ବେଗେ ସ୍ନାନ କରକେତେ ତୁହି ଜଳେ ବୁଡୁଅଛୁ ହୋ ଅକ୍ରୂର ।କୃଷ୍ଣ ଡାକ ଜଳ ମଧ୍ୟେ ଅକ୍ରୂର ଶୁଣିଲାକାଳିନ୍ଦୀ ଭିତରେ ଥାଇ କୂଳକୁ ଚାହିଁଲା ।କୂଳରେ ଦେଖିଲା ରାମ କୃଷ୍ଣ ବେନି ଭାଇଡାକନ୍ତି ହୋ ମନ୍ତ୍ରୀମଣି ଆସ ବେଗ ହୋଇ ।ମଥୁରା ଯିବାକୁ ଆଉ ଉଛୁର ନ କରକୃଷ୍ଣ ଡାକ କର୍ଣ୍ଣେ ଯହୁଁ ଶୁଣିଲା ଅକ୍ରୂର ।କୃଷ୍ଣ ପାଦେ ଦ୍ରୋହ ମୁହିଁ ଚିନ୍ତିଲି ବୋଇଲାତେଣୁ କରି ପ୍ରଭୁ ମୋତେ ଜଳେ ଦେଖାଦେଲା ।ଅନ୍ତର୍ଯ୍ୟାମୀ ଭଗବାନ ଜାଣିଲେ ମୋ ଚିତ୍ତକ୍ରୋଧ ନିତି କରିବେ ସେ ମୋତେ ନନ୍ଦସୁତ ।ମୁଁ ମୂଢ଼ ଅଧମ ମନ୍ଦ ଚିନ୍ତିଲି ଯା ମନେମାୟାକରି ଫେରିଯିବେ ସେ ଗୋପଭୁବନେ ।ମାୟାଧର କୃଷ୍ଣ ମାୟା ଜାଣନ୍ତି ବହୁତଯାହାର ମାୟାରେ ବନ୍ଧା ହୋଇଛି ଜଗତ ।ଜାଣିଲେ ମୋହର ମନ ଅନ୍ତର୍ଯ୍ୟାମୀ ଯହୁଁକାଳିନ୍ଦୀ ଜଳରେ ମୋତେ ଦେଖାଦେଲେ ତହୁଁ ।କୂଳରେ ଚାହିଁଲି ରଥପରେ ଛନ୍ତି ରହିଜଳରେ ଦେଖିଲି ରହିଛନ୍ତି ବେନିଭାଇ ।ଏତେ ବିଚାରି ଅକ୍ରୂର କୃଷ୍ଣ ପାଶେ ମିଳିଭାବେ ବେନି ନୟନରୁ ଅଶ୍ରୁ ଯାଏ ଗଳି ।କୃଷ୍ଣ ପାଦପଦ୍ମ ତଳେ ପଡ଼ିଲା ସେ ଯାଇଁବୋଲେ କ୍ଷମାକର ଦେବ ବ୍ରହ୍ମାଣ୍ଡ ଗୋସାଇଁତା ପାଦପଦ୍ମେ ଶରଣ ପଶିଲି ଯେ ମୁହିଁଶରଣ ପଞ୍ଜର ବାନା ଯେଣୁ ଅଟୁ ତୁହି ।ତୋର ପାଦେ ଅପରାଧ କଲି ଦଇତାରୀମୁଁ ତୋର ଭୃତ୍ୟର ଭୃତ୍ୟ ସଙ୍ଗେ ନୁହେଁ ସରି ।ଭାଷନ୍ତି ଶ୍ରୀ ହରି ଶୁଣି ଅକ୍ରୂରେ ବଚନଧର୍ମର ତୁ ତାତ ଅଟୁ ସଫଳାନନ୍ଦନ ।ଛାଡ଼ ତୁ ମନରୁ ଚିନ୍ତା ବାହା ରହୁବରମଥୁରା ଯିବାକୁ ବେଳ ହେଉଛି ଉଛୁର ।ଧନୁଯାତ୍ରା ଉତ୍ସବ ଯେ ହେଉଛି ସେଠାରେସତ୍ୱରେ ଗଲେ ଦେଖିବୁ ନୟନ ଯୁଗଳେ ।ଭଲ କାର୍ଯ୍ୟେ ଆଗମନ ଯେବେଟି କରିବପଥ ମଧ୍ୟରେ କଦାପି କାହିଁ ନ ରହିବ ।ଏହା ଶୁଣି ଅକ୍ରୂର ଯେ ତର ତର ହୋଇକରଯୋଡ଼ି ରଥ ପରେ ବସିଲା ସେ ଯାଇ ।ବିଳମ୍ବ ନ କରି ତହିଁ ହରଷେ ଅକ୍ରୂରଧୀର ଧୀର କରିଣ ବାହିଲା ରହୁବର ।ଚାଲଇ ଅଚ୍ୟୁତ ଦାସ କବି ଧୀର ଧୀରରହୁବର ପଛେ ଚିନ୍ତି ହୃଦେ ଦାମୋଦର ।
ମଥୁରାକୁ ରଥ ବାହିବା
କରଯୋଡ଼ି ପଚାରେ ପରୀକ୍ଷ ନରମଣିକହନ୍ତି ଏ ଭାଗବତ ଗ୍ରନ୍ଥ ଶୁକମୁନି ।ଗୋପରୁ ନନ୍ଦଗୋପାଳେ ହୋଇଲେ ବାହାରଯେଉଁ ପଥେ ରାମ ହରି ନେଉଛି ଅକ୍ରୂର ।ଗୋପାଳେ ସୁମରି କୃଷ୍ଣ ଚଳନ୍ତି ଆନନ୍ଦେକାନ୍ଦନ୍ତି ସକଳ ଗୋପୀ ଦେଖି ଗଦଗଦେ ।ପୁଣି ସେ ଲେଉଟି ଚାହିଁ ବରଜ ଭୁବନଗୋପୀଙ୍କି ପ୍ରବୋଧ ଦେଇ ଚାଲନ୍ତି ବହନ ।ଚାଲନ୍ତି ଚକ୍ର ଚିହ୍ନକୁ ଦେଖି ଗୋପସୁତେତାହାଙ୍କ ସଙ୍ଗରେ ନନ୍ଦ ଚାଲନ୍ତି ସୁଚିତ୍ତେ ।ଯେଉଁ ପଥେ କୃଷ୍ଣ ଘେନିଯାଉଛି ଅକ୍ରୂରସେ ପଥେ ଗୋପାଳସଙ୍ଗେଚଳେ ବ୍ରଜେଶ୍ୱର ।ନନ୍ଦ ଗୋପାଳଙ୍କୁ ଦୂରୁ ଦେଖି ଦାମୋଦରବୋଲନ୍ତି ଅକ୍ରୂର କ୍ଷଣେ ରଖ ରହୁବର ।ଅକ୍ରୂରକୁ ଯହୁଁ ଆଜ୍ଞା ଦେଲେ ଚକ୍ରଧରବଳରାମ ବୋଲୁଛନ୍ତି ଶୁଣ ହେ ଅକ୍ରୂର ।ଆମ୍ଭ ତାତ ନନ୍ଦ ପାଦେ କରିବେ ଗମନଆମେ କେଉଁପରି ଚଢ଼ି ଯାଉଥିବୁ ଯାନ ।ଚାଲ ଆଗ ହୋଇ ଆମ୍ଭେ ମଥୁରାକୁ ଯିବାମଧୁନଗ୍ର ଉପକଣ୍ଠେ ଅପେକ୍ଷା କରିବା ।ରାମ ବଚନେ ଶ୍ରୀକୃଷ୍ଣ ବୋଲନ୍ତି ଉତ୍ତରବେଗ ବେଗ ରହୁବର ବାହା ହୋ ଅକ୍ରୂର ।ଯା କହିଲେ ଭାଇ ତାହା ଉଚିତ ଅଟଇନନ୍ଦ ଚାଲିବେ ପାଦରେ ଆମ୍ଭେ ରଥାରୋହୀ ।କଦାଚ ଏ କଥା ବାବୁ ନୁହଇଁ ଶୋଭନବେଗ ବେଗ କରି ତୁମ୍ଭେ ବାହିଯାଅ ଯାନ ।କୃଷ୍ଣ ବଚନେ ଅକ୍ରୂର ରହୁବର ନେଇପ୍ରବେଶ କଲା ମଥୁରା ଉପକଣ୍ଠେ ଯାଇ ।ଖଣ୍ଡେ ଦୂରୁଁ ମଥୁରାକୁ ଦେଖି ଭାବଗ୍ରାହୀବୋଲନ୍ତି ବୈକୁଣ୍ଠ ଏହା ସଙ୍ଗେ ସମ ନୋହିପୁଣି ବୋଲନ୍ତି ମୋ ବାକ୍ୟ ଶୁଣ ହୋ ଅକ୍ରୂରନଗର ବାହାରେ ନେଇ ରଖ ବହୁବର ।ସୁନ୍ଦର ଉଦ୍ୟାନ ଯହିଁ ଅଛି ରମ୍ୟସ୍ଥାନସେହିଠାରେ ରହି ଆମ୍ଭେ ତୋଷିବୁ ହେ ମନ ।ଚାହିଁ ଚାହିଁ ନନ୍ଦ ସହ ଗୋପାଳେ ମିଳିଲେଉତ୍ତମ ସ୍ଥାନକୁ ରଥ ନିଅ ହେ ବୋଇଲେ ।କୃଷ୍ଣ ଆଦେଶେ ଅକ୍ରୂର କହେ ଯୋଡ଼ିକରମଧୁବନ ତୋଟା ମଧ୍ୟେ ଆଜି ବସା କର ।ଏତେ କହି ମଧୁବନେ ନେଲ ବହୁବରରଖିଣ ଅକ୍ରୂର ବୋଲେ ଶୁଣ ଚକ୍ରଧର ।ଏ ଯେ ମଧୁବନ ତୋଟା ଅଟେ ଭାବଗ୍ରାହୀଏହି ବନେ କଂସ ରାଜା ବିହାର କରଇ ।ଦେବଙ୍କୁ ଦୁର୍ଲଭ ଅଟେ ଏହି ମଧୁବନଏହା ସଙ୍ଗେ ସମ ଏକା ହେବ ବୃନ୍ଦାବନ ।ଏହିଠାରେ ରାମ ସଙ୍ଗେ ରହ ହେ ଗୋବିନ୍ଦପୁଣି ବୋଲଇ ଅକ୍ରୂର ଧରି କୃଷ୍ଣ ପାଦ ।ବୋଲଇ ମୋର ପୁରକୁ ବିଜେ କର ହରିସୁଦୟା କର ହେ ମୋତେ ଯେବେ ମୁଁ ତୁମରିସେଠାରୁ ରାଜଭବନ ଅଟେ ଖଣ୍ଡେ ଦୂରନିକଟ ଅଟେ ତହିଁକି ମଧ୍ୟ ଧନୁଘର ।ମଥୁରା ହାଟ ତହିଁକି ନିକଟ ଅଟଇବାମ୍ଫୀ କୂପ ତଡ଼ାଗାଦି ତହିଁ ଅଛି ରହି ।ରାଜା ଅନ୍ତଃପୁରେ ଯିବା ପାଇଁ ଅଛି ବାଟମାଈଁମାନଙ୍କର ସଙ୍ଗେ ନିତି ହେବ ଭେଟ ।ଯେତେକ ମୋ ନାରୀ ତବ ପାଦେ ଖଟିଥିବେତୋହର କହିଲା କଥା କେଭେ ନ ଭାଙ୍ଗିବେଦଧି ସର ଲବଣୀ ଯେ ଦିବ୍ୟଶାଳି ଅନ୍ନପ୍ରଭାତୁ ନନ୍ଦରାଜାଙ୍କୁ ଦେବେ ସେ ଭୋଜନ ।ବସୁଦେବ ବନ୍ଦୀଘର ରହିଛି ତା ପାଶହରି ଦେଖିଣ ଦେବକୀ ହୋଇବେ ହରଷ ।ମୋ ଗୃହକୁ ବିଜେ କର ଆହେ ଭାବଗ୍ରାହୀରାମାନନ୍ଦ ଗୋପାଳକୁ ସଙ୍ଗତରେ ନେଇ ।ସକଳ ଆନନ୍ଦ ହୋଇ ରହିବେ ମୋ ଘରେଯାହାକୁ ଯେପରି ସ୍ଥାନ ଅଛି ମୋ ମନ୍ଦିରେ ।ସେ ସ୍ଥାନେ ରହିଲେ ଗୋପ ମୂର୍ଚ୍ଛିବ କୁମରତବ ପାଦ ପଡ଼ିବ ହେ ଭାଗ୍ୟ ଥିଲେ ମୋର ।ବିଜୟ କର ଯେ ପ୍ରଭୁ ମୋ ପୁରକୁ ତୁହିମୁଁ ଯେବେ ତୋହର ଭୃତ୍ୟ ଅଟଇ ଗୋସାଇଁ ।ଶୁଣି ବଳରାମ ତହୁଁ ବୋଲନ୍ତି ବଚନଆସ ହୋ ଗୋପାଳ ସୁତେ ଯିବା ସେହି ସ୍ଥାନ ।ଏମନ୍ତ ସମୟେ ସବୁ ଗୋପାଳେ ମିଳିଲେରାମ କୃଷ୍ଣ ଦେଖି କୃଷ୍ଣ ପୁଚ୍ଛେ ଗୋପ କଥାକହରେ ଗୋପାଳେଏବେ ଗୋପୀଙ୍କ ବ୍ୟବସ୍ଥାଭଲେ ଛନ୍ତିଟିକି ଗୋପେ ସର୍ବ ନରନାରୀଭଲେ ଛନ୍ତିଟି ଯଶୋଦା ମୋର ଗର୍ଭଧାରୀ ।ଶୁଣି ଗୋପାଳେ କହନ୍ତି ଆନନ୍ଦିତ ମନେତୁମ୍ଭଙ୍କୁ ନ ଦେଖି କାନ୍ଦୁଛନ୍ତି ଗୋପୀମାନେ ।ଯଶୋଦା ଶୋକ କେ ପ୍ରଭୁ ଦେଖିବ ନୟନେମାନବ ଦେହ ବହି କେ ଶୁଣିବ ତା କର୍ଣ୍ଣେ ।ଗୋପାଳଙ୍କ ମୁଖୁ କୃଷ୍ଣ ଶୁଣି ଏ ବଚନବୋଲନ୍ତି ଗୋପାଳେ ତୁମ୍ଭେ ମୋର କଥା ଶୁଣମଧୁପୁରେ ଥିବାଯାକ ଗୋପୀଙ୍କର ଭାବନ କହିବ କହିଲେ ମୋ ଜୀବନଟି ଯିବ ।ଯେତେବେଳେ ଗୋପୀଭାବ ମୋ ମନେ ପଡ଼ଇନ କହେ କାହାକୁ ସିନା ହୃଦରେ ପଡ଼ଇ ।ତୁମ୍ଭଠାରୁ ବଳି ମୋତେ କରିଥାନ୍ତି ସ୍ନେହମୋଠାରେ ତାଙ୍କର ତିଳେ ନାହିଁ ମାୟା ମୋହ ।ପର ପ୍ରୀତି ପ୍ରଥମରେ ଦିଏ ବଡ଼ ସୁଖଏ ପୁଣି ପଛକୁ ନାନା ରୂପେ ଦିଏ ଦୁଃଖ ।ଶୁଣରେ ଗୋପାଳେ ମୁହିଁ ମନ୍ଦକୃତ୍ୟ କଲିଗୋପୀଙ୍କର ସଙ୍ଗେ ଯାହା ସ୍ନେହ ବଢ଼ାଇଲି ।ଏବେ ତାଙ୍କ ସ୍ନେହ ମୋତେ କରେ ନାରଖାରକୃଷ୍ଣ ମୁଖରୁ ଏସନ ଶୁଣି ହଳଧର ।ବୋଲନ୍ତି ଅକ୍ରୂର ତୁହୋ ମୋ ବଚନ ଶୁଣବେଗେ ନିଅ ରହୁବର ତୋହର ଭୁବନ ।ତୋ ଘର ଆମ୍ଭର ସିନା ଅଟଇ ଅକ୍ରୂରତୋ ଘରେ ଆମ୍ଭଙ୍କୁ ନିଶ୍ଚେ ମିଳିବ ଆହାର ।ନନ୍ଦଘର ବୃଦ୍ଧକାଳେ ନ ପାଇବେ କଷ୍ଟତୋ ଅନ୍ନ ଖାଇ ଗୋପାଳେ ହୋଇବେଟି ତୁଷ୍ଟତୋର ଘରେ ରହି ରାଜଦର୍ଶନ କରିବୁତୋର ଘରେ ରହି ଧନୁ ଉତ୍ସବ ଦେଖିବୁ ।ଚାଲ ଚାଲ ତୋ ଘରକୁ ଯିବା ବେଗକରିରାମଙ୍କ ବଚନ ଶୁଣି କହନ୍ତି ଅଘାରି ।ଶୁଣ ହୋ ଅକ୍ରୂର ଆଜି ତୋ ଘରେ ନ ଯିବୁମଧୁବନେ ଥାଇ ମାମୁଁ ଦର୍ଶନ କରିବୁ ।ମାମୁଁ ସିନା ଅଣାଇଛି ଆମ୍ଭଙ୍କୁ ଡକାଇସେ ଯହିଁ ରଖିବ ଆମ୍ଭେ ରହିବୁ ଗୋ ତହିଁ ।ସେ ଦେଲାର ସଞ୍ଚା ଆମ୍ଭେ କରିବୁ ଭୋଜନଧନୁଯାତ୍ରା ସାରି ଆମ୍ଭେ ଯିବୁ ତୋ ଭୁବନ ।ଆଗ ହୋଇ ନ ଯିବୁ ହୋ ତୋହର ଭୁବନଆଗ କରି ନ କରିବୁ ତୋ ଅନ୍ନ ଭୋଜନ ।ତୋ ଘରେ ରହିଲେ ରାଜା କରିବେଟି ରୋଷଆମ୍ଭ ଲାଗି କାହିଁକି ତୁ ନେବୁ ଅପଯଶ ।କଂସ ବୋଲଇ ଅକ୍ରୂର କୃଷ୍ଣଙ୍କୁ ଆଣିଲାଆପଣାର ଘରେ ରଖି କି କି ଶିଖାଇଲା ।ବାଳକାଳୁ ଯେତେ ଦୂତ ଗୋପକୁ ପେଶିଲିମାଇଲା ସବୁ ତାହାଙ୍କୁ ଫେରି ନ ଦେଖିଲି ।ଏବେ ଅକ୍ରୂର ତାହାଙ୍କୁ କି କି କଥା କହିଗୋପରୁ ଆଣି ତ ଘରେ ରଖାଇଛି ନେଇ ।ଏମନ୍ତ ଭାବି ମନରେ ଅକ୍ରୋଶ ରହିବଆମ୍ଭ ଲାଗି ତୁମ୍ଭଙ୍କୁ ହେ ବହୁ ଝିଙ୍ଗାସିବ ।ମହାଦୁଷ୍ଟ କଂସରାଜା ନାହିଁ ତ ବିଚାରଯେ ଭଲ କହଇ ସେହୁ ମନ୍ଦ ପାଞ୍ଚେ ତାର ।ସେ ଅଜ୍ଞାନ ତାର ଚେତା ଚଇତନ୍ୟ ନାହିଁମାରିବା ନିମନ୍ତେ ମୋତେ ଆଣିଛି ଡକାଇ ।କହ ଆରେ ରାମ ଭାଇ କି କଥା କରିବାଯିବା କି ଅକ୍ରୂର ଘରେ ମଧୁବନେ ଥିବା ।କୃଷ୍ଣ ବାକ୍ୟେ କହନ୍ତି ସେ ଦେବ ନୀଳାମ୍ବରମଧୁବନକୁ ଅକ୍ରୂର ବାହା ରହୁବର ।