ଚିତ୍ତବୋଧ ବା ଚିତ୍ତବିନୋଦ (ପ୍ରଥମ ଭାଗ)
ଅଚ୍ୟୁତାନନ୍ଦ ଦାସ · ଭାଗ ୩ / ୧୩
ସମ୍ପୂର୍ଣ୍ଣ ସୂଚୀପତ୍ର
ଶ୍ରୀକୃଷ୍ଣଙ୍କର ରାଧାବେଶ
ଶୁକଙ୍କୁ ପୁଚ୍ଛନ୍ତି ପରୀକ୍ଷିତ ନୃପମଣିକହ ମୁନି କାନନେ କି କଲେ ବେଣୁପାଣି ।ମୁନି ବୋଲନ୍ତି ଶୁଣ ହେ ଅର୍ଜ୍ଜୁନର ନାତିରାଧାର ମୋହନ ରୂପ ଚିନ୍ତି ଶିରୀପତି ।ବିଚାରନ୍ତି ନୀପମୂଳେ ଚାହିଁଛି ସୁନ୍ଦରୀନିଜ ରୂପ ତେଜି ସଖୀ ମୋର ରୂପ ଧରି ।ମୋ ନାମରେ ମୁରଲୀ ହେ ପ୍ରେମେ ବଜାଉଛିମୋତେ ନଦେଖିଲେପ୍ରାଣ ତେଜିବ ମୃଗାକ୍ଷୀ ।କୃଷ୍ଣ ରୂପ ତାଜି ରାଧା ରୂପ ମୁଁ ହୋଇବିମୋହନ ବାଜା ବଜାଇ ନୀପମୂଳେ ଯିବି ।ମୋହନବଂଶୀକୁ ରାଧା ବଜାଏ ମୋ ନାମେମୋହନ ବାଜା ମୁଁ ବଜାଇବି ତାର ନାମେ ।ଏମନ୍ତ ବିଚାରି କୃଷ୍ଣ ଦୂତୀକୁ ସୁମରିବ୍ରଜପୁରେ ଥାଇ ତାହା ଜାଣି ସେ ସୁନ୍ଦରୀ ।ବୃନ୍ଦାବନେ କୃଷ୍ଣ ପାଶେ ହୋଇଲେ ପ୍ରବେଶଶ୍ରୀମୁଖ ଦର୍ଶନ କରି ଲଭିଲେ ସନ୍ତୋଷ ।କୃଷ୍ଣବୋଲନ୍ତି ଗୋ ଦୂତୀ ରାଧା ମୋର ବେଶେମୋହ ନାମେ ବଂଶୀ ବଜାଉଛି ପ୍ରୀତି ଆଶେକଦମ୍ବ ମୂଳରେ ଉଭା ହୋଇଛି ସଜନୀତାର ବଂଶୀ ଶୁଣି ମୋର ହୃଦ ହୁଏ ହାଣି ।ଶୁଣି ଦୂତୀ ବୋଲେ ତୁମ୍ଭେ ଅନ୍ତର୍ଯ୍ୟାମୀ ନାଥତୁମ୍ଭ ମାୟାର କେ କରିପାରେ ଆଦି ଅନ୍ତ ।ଶ୍ରୀକୃଷ୍ଣ ବୋଲନ୍ତି ଶୁଣ ଦୂତୀ ମୋ ବଚନମୋହ ରୂପ ବହି ରାଧା ମୋହେ ତ୍ରିଭୁବନ ।ମୋହନ ମୁରଲୀ ମୋର ନେଲା ସେ ଚୋରାଇମୋ ନାମେ କଦମ୍ବ ମୂଳେ ବଜାଉଛି ରହି ।ମୋ ମୋହନ ବେଶ ମୋତେ ପଞ୍ଚବାଣ ହୋଇମାରୁଅଛି ପାଞ୍ଚଶର ତୁହାଇ ତୁହାଇ ।ଏବେ ମୋତେ ରାଧାବେଶ କର ଗୋ ଦୂତିକାଯେଉଁପରି ମୋତେ ଚିହ୍ନି ନ ପାରେ ରାଧିକା ।ସେହି ପରକାରେ ଦୂତୀ ମୋତେ ବେଶ କରଶ୍ରୀକୃଷ୍ଣ ବଚନେ ଦୂତୀ ଯୋଡ଼ି ବେନି କର ।ବୋଲେ ପ୍ରଭୁ ନୀଳବର୍ଣ୍ଣ ଅଟେ ତୁମ୍ଭ ଦେହକେମନ୍ତେ କାଞ୍ଚନ ବର୍ଣ୍ଣ କରିବି ମୁଁ କହ ।ଦୂତୀର ବଚନେ ନୀଳକାନ୍ତି କରି ଗୋପ୍ୟକାଞ୍ଚନ ବରନ କୃଷ୍ଣ ହୋଇଲେ ପ୍ରତ୍ୟକ୍ଷ ।ଦେଖି ଦୂତିକା ମନରେ ହୋଇଲା ହରଷକଲା ସେ କୃଷ୍ଣଙ୍କୁ ନିଜେ ଅଳଙ୍କାରେ ବେଶ ।ଅଙ୍ଗରେ କୁଙ୍କୁମ ବୋଳି ଲଲାଟେ ସିନ୍ଦୂରବେନି ନୟନରେ ଦେଲା କଜଳର ଗାର ।ସାଜିଲା ଅଳକା ପାଟୀ ଅତି ଯତ୍ନ କରିଯଥାସ୍ଥାନେ ମଥାମଣି ଖଞ୍ଜିଲା ସୁନ୍ଦରୀ ।କର୍ଣ୍ଣେ କାପ ମଲ୍ଲୀକଢ଼ି ଫିରିଫିରା ଦେଇଯତନେ ମୁକୁତା ମାଳି କଣ୍ଠରେ ଲମ୍ବାଇ ।ବାହୁରେ ବାହୁଟି ବିଦମାଳୀ ସେ ଖଞ୍ଜିଲାଝମକ ଝୁଣ୍ଟିଆ କୃଷ୍ଣ ପ୍ରପଦରେ ଦେଲା ।ବେନି ପୟରେ ଖଞ୍ଜିଲା ବାଜେଣୀ ନୂପୁରକଟିତଟେ କ୍ଷୁଦ୍ର ଘଣ୍ଟି ନାଦ ସୁମଧୁର ।କର ଅଙ୍ଗୁଳିରେ ଦେଲା ରତନ ମୁଦ୍ରିକାମରକତ ଚୁଡ଼ି ଭୁଜେ ପିନ୍ଧାଏ ରସିକା ।ମୁକୁତାର ମାଳି କଣ୍ଠେ ଲମ୍ବାଇଣ ଦେଲାହୃଦୟରେ ତାରା ପ୍ରାୟ ଜ୍ୟୋତି ପ୍ରକାଶିଲା ।ନୀଳମେଘୀ ଝୀନପାଟ ପିନ୍ଧାଇଲା ନେଇକନକର ସ୍ତମ୍ଭେ ଯଥା ତମାଳ ରାଜଇ ।ମୋହିନୀର ବେଶେ କୃଷ୍ଣ ଦିଶନ୍ତି ସୁନ୍ଦରଯେଉଁ ରୂପେ ଭୋଳ ହୋଇଥିଲେଟି ଶଙ୍କରବ୍ରହ୍ମାଣ୍ଡର ନାଥ କୃଷ୍ଣ ହେଲେ ରାଧାରୂପନିଜର ମୂରତି ପ୍ରଭୁ କରିଛନ୍ତି ଗୋପ୍ୟ ।ଏକେ ମାୟାଧର କୃଷ୍ଣ ଯଶୋଦାର ବଳାକିଶୋରୀ ରୂପକୁ ପୁଣି ଶରଧା ବଳିଲା ।ଯେଉଁ ଭୂଷଣରେ କୃଷ୍ଣଙ୍କର ଇଚ୍ଛା ହୁଏଦୂତୀ ସେହି ଭୂଷଣରେ କୃଷ୍ଣଙ୍କୁ ସଜାଏ ।ଅବିକଳ ରାଧାରୂପ କୃଷ୍ଣଙ୍କୁ କରିଲାପୁଣି ମାଳତୀର ମାଳା ହୃଦେ ଲମ୍ବାଇଲା ।ତାମ୍ବୁଳ ଭାଙ୍ଗି କୃଷ୍ଣଙ୍କ ମୁଖରେ ସେ ଦେଲାଦର୍ପଣରେ ଶ୍ରୀକୃଷ୍ଣଙ୍କ ମୁଖ ଦେଖାଇଲା ।ନିଜେ କୃଷ୍ଣ ଦର୍ପଣରେ ମୁଖକୁ ଦେଖିଲେତୋଷ ହୋଇ ଲଳିତାକୁ ବହୁ ପ୍ରଶଂସିଲେ ।ଧନ୍ୟ ଗୋ ଲଳିତା ତୋହ ସମ ନାହିଁ ଜଣେସଫଳ ଜୀବନ ତୋର ଜାତ ସୁଲକ୍ଷଣେ ।ଯେ ରୂପକୁ ବେଦବର ଅଷ୍ଟନେତ୍ର ବହିକଳପି ନ ପାରେ ବସି ଯୁଗେ ଯୁଗେ ଚାହିଁ ।ରୁଦ୍ର ଇନ୍ଦ୍ର କୁବେରାଦି ସର୍ବ ଦେବଗଣଭାବି ନ ପାରନ୍ତି ଯେଉଁ ରୂପ କରି ଧ୍ୟାନ ।ଅବିକଳ ସେହି ରୂପ କଲୁ ତୁ ଘଟନଏବେ ଗୋ ଦୂତିକା ଶୁଣ ମୋହର ବଚନ ।ଆଉ କଥା ଏକ ତୋତେ ପଚାରୁଛି କହରାଧାର ମୁରଲୀ ସ୍ୱନେ କମ୍ପେ ମୋର ଦେହମାଧବୀ ଲତାର ତଳେ ବଂଶୀ ରଖିଥିଲିଭ୍ରମରେ ହୁଡ଼ିଣ ତାହା ଧେନୁ ଘେନି ଗଲି ।ସେହି ବଂଶୀ ରାଧା କରେ ପଡ଼ିଛି ଗୋ ସହୀକଦମ୍ବ ମୂଳରେ ତେଣୁ ମୋର ବେଶ ହୋଇତ୍ରିଭଙ୍ଗୀ ଛନ୍ଦରେ ଉଭା ବଂଶୀ ଧରି କରେବଜାଉଛି ପ୍ରାଣେଶ୍ୱରୀ ମୋହରି ନାମରେ ।ସେ ମୁରଲୀ ଏବେ ମୁହିଁ କେମନ୍ତ ମାଗିବିଚିହ୍ନା ତ ପଡ଼ିବି ନିଶ୍ଚେ କି ବୁଦ୍ଧି କରିବି ।ନ ମାଗିଲେ ବଂଶୀ ଆଉ କାହୁଁ ବା ପାଇବିକେଉଁ ବାଦ୍ୟ ବଜାଇ ମୁଁ ରାଧାକୁ ମୋହିବି ।ରାଧା ପଚାରିଲେ ନାମ କି ବୋଲି କହିବିଯାହା କହିବୁ ଗୋ ଦୂତୀ ସେ କଥା କରିବି ।ଏ କଥାକୁ କହ ମୋତେ ବିଚାରି ମନରଶ୍ରୀକୃଷ୍ଣ ବଚନେ ଦୂତୀ ଯୋଡ଼ି ବେନି କର ।ବୋଇଲା ଭୋ ନାଥ କିସ ଅଗୋଚର ତୋତେକେଉଁ ବୁଦ୍ଧି ବତାଇବି ପଚାରୁଛ ମୋତେ ।ଦିନେ ମୋହନ ବାଜାକୁ ବଜାଇଣ ଗଲଭ୍ରମରେ ତାହା ବି ଛାଡ଼ି ମୋପୁରେ ଆସିଲ ।ସେହି ମୋହନ ବାଜାକୁ ଯତ୍ନେ ଅଛି ଥୋଇଆଜ୍ଞା ଦେଲେ ଏହିକ୍ଷଣି ଆଣିଦେବି ମୁହିଁ ।ସେ ମୋହନ ବାଜା ତୁମେ ବଜାଇବ ଯେବେସ୍ୱର୍ଗ ମର୍ତ୍ତ୍ୟ ପାତାଳ ଯେ ସ୍ଥିର ହେବ ତେବେଦୂତୀର ବଚନ ଶୁଣି ବୋଇଲେ ଅଚ୍ୟୁତଯାଅ ସଖୀ ସେ ବାଜାକୁ ଆଣ ଗୋ ତୁରିତଶ୍ରୀକୃଷ୍ଣ ବଚନେ ଦୂତୀ ଯାଇ ନିଜ ପୁରମୋହନ ବାଜାକୁ ଧରି ଆସିଲା ସତ୍ୱର ।ଅତି ଆନନ୍ଦରେ ତାହା କୃଷ୍ଣ କରେ ଦେଲାରାଧା ପଚାରିଲେ ଏହା କହିବ ବୋଇଲା ।କିସ ନାମ ବୋଲି ଦେବୀ ପଚାରିବ ଯେବେମୋ ନାମ ମାଧୁରୀ ରାଧା କହିବଟି ତେବେ ।ମଧୁ ନଗରେ ଜନମ ହୋଇଅଛୁ ଯହୁଁମୋ ନାମ ମାଧୁରୀ ରାଧା ନାମ ଦେଲେ ତହୁଁଏବେ ମୁଁ କୃଷ୍ଣଙ୍କୁ ଦେଖି ଆସିଛି ଏ ପୁରେଦେଖିଛି ତ କୃଷ୍ଣ ବିଜେ କଦମ୍ବ ମୂଳରେ ।ଏମନ୍ତ କହି ମୋହନ ବାଜା ବଜାଇବବଂଶୀ ଛାଡ଼ି ରାଜା ତେବେ ଅଜ୍ଞାନ ହୋଇବ ।ଏତେ ବୋଲିଣ ଲଳିତା କୃଷ୍ଣ ପାଦେ ପଡ଼ିଉଠି ପୁଣି ଉଭା ହେଲେ ବେନି କର ଯୋଡ଼ି ।ଦୂତୀ ଭାବ ଦେଖି କୃଷ୍ଣ ହୋଇ ତୋଷଭରବୋଇଲେ ଗୋ ସଖି ଯାଅ ଏବେ ଗୋପପୁରଏହି କଥାମାନ ସଖି ନ କହିବୁ କାହିଁମୋହର ଶପଥ ଯାଅ ଯାଅ ବେଗ ହୋଇ ।କୃଷ୍ଣର ଆଦେଶେ ଦୁତୀ ରହିଲେ ମନ୍ଦିରେଏଥୁଅନ୍ତେ କୃଷ୍ଣ ଚଳିଗଲେ ଧୀରେ ଧୀରେ ।ମୋହନ ବାଜା ବଜାଇ ନାଚନ୍ତି ଶ୍ରୀହରିମୋହନ ରୂପରେ ଯହିଁ ଅଛନ୍ତି କିଶୋରୀ ।ସେଠାରେ ଶ୍ରୀକୃଷ୍ଣ ବିଜେ ରାଧା ରୂପ ଧରିବଜାଇ ମୋହନ ବାଜା କୃଷ୍ଣ କୃଷ୍ଣ ବୋଲି ।ଶୁଣ ରାଧାର ମୁରଲୀ ବାଜେ ଘନ ଘନରାଧା ରାଧା ରାଧା ବୋଲି ଶୁଭୁଅଛି ସ୍ୱନ ।କଦମ୍ବ ମୂଳରେ ରାଧା କୃଷ୍ଣ ହେଲେ ଭେଟଶ୍ରୀକୃଷ୍ଣ ମୋହନ ବାଦ୍ୟେ ହୋଇଲେ ଉଚ୍ଚାଟତାଙ୍କ ବଂଶୀସ୍ୱନେ କୃଷ୍ଣ ହୋଇଲେ ଅଜ୍ଞାନଯେଉଁ ବଂଶୀ ବେଦବର କରିଛି ଭିଆଣ ।ସେ ମୋହନ ବଂଶୀ ଧରି ବଜାନ୍ତି କିଶୋରୀପଞ୍ଚମ ରନ୍ଧ୍ରେ ଶ୍ରୀକୃଷ୍ଣ ନାମକୁ ଉଚ୍ଚାରି ।ମୁରଲୀ ବଜାନ୍ତି ରାଈ ହତଜ୍ଞାନ ହୋଇମୋହନ ବାଦ୍ୟ ବଜାଇ ନାଚନ୍ତି କହ୍ନାଇ ।ରାଧାକୃଷ୍ଣ ନୃତ୍ୟରଙ୍ଗେ ଧରା ଟଳମଳମୋହନ ବାଦ୍ୟେ କମ୍ପିଲେ ଦଶଦିଗପାଳ ।ସ୍ୱର୍ଗେ ଦେବଗଣ କମ୍ପି ହତଜ୍ଞାନ ହୋଇସୁରପତି ଆଗରେ ସେ କହିଲେକ ଯାଇ ।ଶୁଣିକରି ଦେବରାଜ ଦେବଗଣ ଘେନିବେଦବର ନିକଟକୁ ଗଲେ ସେହିକ୍ଷଣି ।ବୋଇଲେ ଭୋ ତାତ ବାଦ୍ୟନାଦ ଶୁଣି ଡରଲାଗୁଅଛି ଧାଡ଼ି କିବା ଦିଏ କଂସାସୁର ।ଦେବଙ୍କ ବଚନେ ଧାତା ଧ୍ୟାନରେ ଜାଣିଲେରାଧାକୃଷ୍ଣ ଳୀଳା ହୁଏ କଦମ୍ବ ମୂଳରେ ।କୃଷ୍ଣ ରୂପ ହୋଇ ରାଧା ବଜାନ୍ତି ମୁରଲୀରାଧା ରୂପେ ନୃତ୍ୟ କରୁଛନ୍ତି ବନମାଳୀ ।ମୋହିନୀ ବାଦ୍ୟକୁ କୃଷ୍ଣ ବଜାଉ ଅଛନ୍ତିସେ ବାଦ୍ୟନାଦେ ତ୍ରିପୁର ଉଛୁଳଇ ଅତି ।କ୍ଷଣେ ମାତ୍ର ବ୍ରହ୍ମା ସ୍ତମ୍ଭୀଭୂତ ଯେ ହୋଇଲେକଦମ୍ବ ମୂଳକୁ ଯୋଗଧ୍ୟାନରେ ଦେଖିଲେ ।ତାଣ୍ଡବ କରନ୍ତି ଯେହ୍ନେ ଦେବ ତ୍ରିଲୋଚନକଦମ୍ବ ମୂଳେ ତେସନ ରାଧା ଭଗବାନ ।ଦେଖନ୍ତେ ବ୍ରହ୍ମା ମନରୁ ଛାଡ଼ିଲେ ସଂଶୟବୋଇଲେ ହେ ଦେବଗଣ ଛାଡ଼ ମନୁ ଭୟ ।ମର୍ତ୍ତ୍ୟପୁରେ ରାଧାକୃଷ୍ଣ କରନ୍ତି ବିହାରରାଧାର ରୂପକୁ ଧରିଛନ୍ତି ଚକ୍ରଧର ।ମୋହନ ବାଦ୍ୟ ବଜାଉଛନ୍ତି ଆନନ୍ଦରେସେହି ବାଦ୍ୟ ଘୋଷ ଶୁଭୁଅଛି ତିନିପୁରେ ।ଜଗତର କର୍ତ୍ତା ଯେହୁ ସେ ଲୀଳା କରନ୍ତିସେ ବାଦ୍ୟ ଶବଦେ ଉଛୁଳଇ ବସୁମତୀ ।କୃଷ୍ଣ ରୂପେ ରାଧା ତହିଁ ଛନ୍ତି ଉଭା ହୋଇମୋହନ ବଂଶୀକୁ ନେଇ ଅଛନ୍ତି ଚୋରାଇ ।ସେହି ମୋହନ ମୂରଲୀ ବାଜେ ଘନ ଘନରାଧାର ମୂରଲୀ ସ୍ୱନେ କମ୍ପେ ତ୍ରିଭୁବନ ।ଆନନ୍ଦେ କଦମ୍ବ ମୂଳେ କରୁଛନ୍ତି ଲୀଳାଯାଅ ଦେବଗଣ ଏବେ ତୁମ୍ଭ ଭୟ ଗଲା ।ବିଧାତାଙ୍କ ବାଦ୍ୟ ଶୁଣି ବୋଲନ୍ତି ଅମରେଚାଲ ଚାଲ ତାତ ଆମ୍ଭେ ଯିବା ମର୍ତ୍ତ୍ୟପୁରେ ।ରାଧାକୃଷ୍ଣ ଲୀଳା ତହିଁ ଦେଖିବୁ ନୟନେକୋଟିଯୁଗ ଗତ ହେଲା ଦେଖି ନାହୁଁ ଦିନେ ।ଆମ୍ଭେ ତୁମ୍ଭର ଦୟାରୁ ଦେଖିବୁ ନୟନେକୋଟିକୋଟି ପାପ ଆମ୍ଭେ କାଟିବୁ ଦର୍ଶନେ ।ଦେବତାଙ୍କ ବାକ୍ୟ ଶୁଣି ବୋଲନ୍ତି ବିଧାତନୁହଇ ତୁମ୍ଭର ଏହା ବିଚାର ଉଚିତ ।ବ୍ରହ୍ମାଣ୍ଡ ଠାକୁର କୃଷ୍ଣ ଜଗତର କର୍ତ୍ତାତେଣୁକରି ସେ ବୋଲାଇଛି ଜଗତ ପିତା ।ଜଗତର ମାତା ରାଧା ରୂପେ ଅବତାରଯେଣୁ ମାତା ପିତା ସେହି ତ୍ରିଲୋକ ମଧ୍ୟର ।ମାତା ପିତା ରସକେଳି ଦେଖିବା ନୟନେଅବେଭାର କଥା ତୁମ୍ଭେ କହୁଛ କେସନେ ।ବ୍ରହ୍ମାର ବଚନେ ଦେବେ ହୋଇଲେ ସ୍ତବଧବୋଇଲେ ହେ ବେଦପତି କଲୁ ଅପରାଧ ।ଆହୁରି କଥାଏ ଆମେ ପଚାରୁଛୁ ଏବେକୃଷ୍ଣ ଯେବେ ଲୀଳା କରି ନିଶ୍ଚିନ୍ତ ହୋଇବେ ।ଗୋପୀମାନଙ୍କର ଭାବ ଛାଡ଼ି ନ ପାରିବେତାଙ୍କ ପ୍ରେମେ ବଶ ହୋଇ ଗୋପରେ ରହିବେ ।ଗୋପୀମାନଙ୍କର ଭାବ ମୁଖେ ନୁହେଁ କହିଭାବେ ବଶ ହେବାରୁ ଯେ ନାମ ଭାବଗ୍ରାହୀ ।କେମନ୍ତେ ଅସୁର ବଳ ବିନାଶିବେ ହରିକିପରି ରହିବୁ ସୁସ୍ଥେ ଆମ୍ଭେ ସ୍ୱର୍ଗପୁରୀ ।ଦେବଙ୍କ ଏସନ ବାକ୍ୟ ଶୁଣି କୁଶପାଣିବୋଲନ୍ତି ଅମରେ ଆଉ ନ କର ଭାଳେଣି ।ଆଜି ସିନା କୃଷ୍ଣଚନ୍ଦ୍ର ମଧୁପୁର ଯିବେନିଶ୍ଚୟ କଂସାସୁରକୁ ବିନାଶ କରିବେ ।ମଧୁପୁର ଭାର ଉଗ୍ରସେନକୁ ଯେ ଦେବେଉଗ୍ରସେନ ମୁଣ୍ଡେ ରାଜପାଟ ବନ୍ଧାଇବେ ।ଜରାସନ୍ଧ ଶୁଣି କଂସ ମରଣ ଖବରକୃଷ୍ଣଙ୍କୁ ମାରିବା ପାଇଁ ପାଞ୍ଚିବ ମନର ।ଅଷ୍ଟାଦଶ ବାର ସେହୁ ଧାଡ଼ି ନିଶ୍ଚେ ଦେବଅତ୍ୟନ୍ତ ପ୍ରଚଣ୍ଡ ପଣ ସେହୁ ଯେ ବହିବ ।ତାହାର ପ୍ରତାପ ସହି ନ ପାରିଣ ଜାଣସମୁଦ୍ର ମଧ୍ୟେ କରିବେ ଦ୍ୱାରାକାଭୁବନ ।ଦ୍ୱାରାକାପୁରରେ କୃଷ୍ଣ ରାମ ଯେ ରହିବେଗୋଟି ଗୋଟି କରି ଅସୁରଙ୍କୁ ସେ ନାଶିବେ ।ପାଣ୍ଡବଙ୍କ ସାହାପକ୍ଷ ଶ୍ରୀକୃଷ୍ଣ ହୋଇବେଦୁର୍ଯ୍ୟୋଧନ ପକ୍ଷ ହେବେ ସ୍ୱୟଂ ବଳଦେବେ ।କୁରୁ-ପାଣ୍ଡବଙ୍କ ଯୁଦ୍ଧ ହେବ ଘୋରତରକୌରବଙ୍କୁ ନାଶି ଉଶ୍ୱାସିବେ ମହୀଭାର ।ଯଦୁକୁଳଙ୍କ ଉତ୍ପାତପଣ ସେ ଦେଖିବେତାହାଙ୍କୁ ସଂହାର କରି ବୈକୁଣ୍ଠେ ଆସିବେ ।ଶ୍ରୀରାଧାଙ୍କୁ ମଧ୍ୟ ସଙ୍ଗତରେ ସେ ଆଣିବେଏହିପରି ନାନା କଥା ହେବ ଶୁଣ ଦେବେ ।ବ୍ରହ୍ମାଙ୍କ ମୁଖୁ ଏମନ୍ତ ଶୁଣି ଦେବଗଣଆନନ୍ଦେ ଚଳିଲେ ସର୍ବେ ଯେ ଯାହା ଭୁବନ ।ମୋହନ ବାଦ୍ୟେ କମ୍ପିଲା ପାତାଳ ଭୁବନମୋହନ ମୁରଲୀ ସ୍ୱନେ ଛନ୍ନ ପ୍ରାଣିଗଣ ।ମୋହନ ମୁରଲୀ ସ୍ୱନେ ବ୍ରହ୍ମାଣ୍ଡ କମ୍ପିଲାଭୟକରି ଜଳପତି ପଳାଇଣ ଗଲା ।ବଳି କି ଯେ ସ୍ଥାନେ ପ୍ରଭୁ ଅଛନ୍ତି ରଖାଇସ୍ୱୟଂ ନାରାୟଣ ବିଜେ ଚକ୍ରଧାରୀ ଯହିଁ ।ସେଠାରେ ପ୍ରବେଶ ଯାଇଁ ହୋଇଲା ବରୁଣମୁରଲୀ ନାଦ ଶୁଣିଣ ମନେ ମହାଚ୍ଛନ୍ନ ।ମହା ତେଜୋମୟ ମୂର୍ତ୍ତି ପ୍ରଭୁଙ୍କର ଚାହିଁକରଯୋଡ଼ି ଉଭାହେଲେ ବରୁଣ ଯେ ତହିଁ ।ବରୁଣକୁ ଏମନ୍ତ ଦେଖିଣ ନାରାୟଣଶାନ୍ତ ହୋଇ ପଚାରିଲେ ସକଳ କାରଣ ।କାହାକୁ ଭୟ କରିଣ ଯାଉଛୁ ପଳାଇକା’କୁ ଜଳପତି ଭୟ ନ କର ହେ ତୁହି ।ବରୁଣ ଶୁଣି ପ୍ରଭୁଙ୍କ ପାଦପଦ୍ମେ ପଡ଼ିଭୟେ ଥରହର ହୋଇ କହେ କରଯୋଡ଼ି ।ଶୁଣନ୍ତୁ ପାତାଳେ ଘୋଷ ଶୁଭଇ କାହାରଯୁଝି ଆସନ୍ତି ଅସୁରେ କରିବେ ସମର ।ବରୁଣ ବଚନ ଶୁଣି ବୋଲନ୍ତି ଶ୍ରୀହରିଭୟ ନ କରି ବରୁଣ ଯାଅ ନିଜପୁରୀ ।ରାଧାକୃଷ୍ଣ ଲୀଳା କରୁଛନ୍ତି ବୃନ୍ଦାବନେବ୍ରଜନାରୀ ମର୍ତ୍ତ୍ୟପୁରେ ଯମୁନା ପୁଳିନେ ।ବଜାନ୍ତି ମୋହନ ବାଜା ମୋହନ ମୁରଲୀଦୁହେଁ ଦୁହିଁଙ୍କର ବେଶ ପାଲଟାଇ କରି ।ସେ ଶବଦେ ତିନିପୁର ଯାଉଛି ଉଛୁଳିଅସୁର ମାରିବା ପାଇଁ ଛନ୍ତି ଅବତରି ।ଶୁଣିଣ ବରୁଣ ମନେ ହୋଇ ମହା ତୋଷବୋଲି ଅନ୍ୟ ମଞ୍ଚେ ଜାତ ଯେତେକ ମନୁଷ୍ୟରାଧାକୃଷ୍ଣଙ୍କର ଲୀଳା ଦେଖିବେ ନୟନେଶ୍ରୀକୃଷ୍ଣ ନାମ କୀର୍ତ୍ତନ ଶୁଣିବ ଶ୍ରବଣେ ।ତୁଣ୍ଡରେ ଶ୍ରୀକୃଷ୍ଣ ନାମ କରିବେ ଗାୟନଯା ରୂପକୁ ନ ଦେଖନ୍ତି ଧ୍ୟାନେ ମୁନିଗଣ ।ଯାହାକୁ ଚିନ୍ତନ୍ତି ସୁରଗଣେ ନିରନ୍ତରେମଞ୍ଚପୁର ଜନେ ବିହରନ୍ତି ତା ସଙ୍ଗରେ ।ଏମନ୍ତ ଭାବି ବରୁଣ ସ୍ୱପୁରେ ଫେରିଲାନିରାକାରଙ୍କ କଥାରେ ଭୟ ଦୂର କଲା ।ନିର୍ଭୟ ମନରେ କଲା ମଞ୍ଚରେ ପ୍ରବେଶବାଦ୍ୟନାଦ ଶୁଣି ମନେ ଲଭି ମହା ତୋଷ ।ପୁଣି ବାସୁକି ମୋହନ ବାଦ୍ୟ କର୍ଣ୍ଣେ ଶୁଣିମନେ ବିଚାରେ ଅସୁରେ ଆସିବେ ଏକ୍ଷଣି ।ଏମନ୍ତ ଭାବି ବାସୁକି ଅନନ୍ତଙ୍କ ତଳେଯାହାଙ୍କର ପାଦ ଲକ୍ଷ୍ମୀ ଚାପୁଛନ୍ତି ଭୋଳେ ।ସେହି ପାଦପଦ୍ମ ତଳେ ରହେ ଭୟ ପାଇମୋହନ ବାଦ୍ୟ ନାଦକୁ ଶ୍ରୁତି ଡେରିଥାଇ ।ଚକିତ ହୋଇଲେ ଲକ୍ଷ୍ମୀ ଛାଡ଼ି ପଦ୍ମପାଦବିଚାରିଲେ ଶୁଭୁଅଛି ଏ କେଉଁ ଶବଦ ।ରାକ୍ଷସେ କି ଯୋଗନିଦ୍ରା ଭାଙ୍ଗିବେ ପ୍ରଭୁରଏମନ୍ତ ବିଚାରି ଲକ୍ଷ୍ମୀ ଭୟେ ଥରହର ।ଲକ୍ଷ୍ମୀଙ୍କର ଭୟ ଦେଖି ବାସୁକି ଥରିଲାନିଦ୍ରା ଭାଜିଯିବ ବୋଲି ଫଣା ନ ଚାଳିଲା ।ମନେ ମହାଭୟ କରି ସ୍ଥିର ଭାବେ ରହିମନେ ମନେ ନାନା କଥା ବିଚାର କରଇକ୍ଷୀରାବ୍ଧିରେ କରିଛନ୍ତି ଅନନ୍ତଶୟନବହୁଦିନୁ ଦେବେ କରି ନାହାନ୍ତି ଦର୍ଶନ ।ଦରଶନ ଇଚ୍ଛା କିବା ମନେ କଲେ ସେହିତେଣୁ ଆସୁଅଛନ୍ତି ବା ଏ ବାଜା ବଜାଇ ।କି ଅବା ଦୁଷ୍ଟ ରାକ୍ଷସ ଏଠାକୁ ଆସିଣପ୍ରଭୁଙ୍କ ସଙ୍ଗେ ଯୁଝିବେ ନିଦ୍ରା ଭଙ୍ଗାଇଣ ।ଏତେ ବିଚାରି ବାସୁକି ହେଲା ସ୍ତମ୍ଭୀଭୂତଲକ୍ଷ୍ମୀ ସରସ୍ୱତୀ ମଧ୍ୟ ହୋଇଲେ ଚକିତ ।ଲକ୍ଷ୍ମୀ ବୋଇଲେ ଯେ ତୁମ୍ଭେ ସରସ୍ୱତୀ ଶୁଣଗାନ୍ଧର୍ବୀୟ ରାଗେ ଗୀତ ଗାଅ ହେ ବହନ ।ଗୀତ ଗାଇ ସଖି ତୁମ୍ଭେ ବଜାଅ ଗୋ ବୀଣାସକଳ କଥା ତେବେଟି ହୋଇବ ଗୋ ଜଣାନିଦ୍ରା ଭାଙ୍ଗିଯିବ ପ୍ରଭୁଙ୍କରଟି ନିଶ୍ଚୟସଚେତ ହେଲେ ଠାକୁରେ ନାହିଁ କିଛି ଭୟ ।ଏହା ଶୁଣି ସରସ୍ୱତୀ ଗୀତ ଆରମ୍ଭିଲେଉଠ ଉଠ ପ୍ରଭୁ ବୋଲି ଲକ୍ଷ୍ମୀ ଡାକ ଦେଲେ ।ସରିଲା ଏ ପୁର ଦୈତ୍ୟଗଣେ ଦେଲେ ଧାଡ଼ିକର୍ଣ୍ଣ ଡେରି ଶୁଣ ନାଥ ଶୁଭେ ଘୋର ରଡ଼ି ।ନିଦ୍ରା ନ ଭାଜିଲେ ତୁମ୍ଭ ସରିଲା ଜଗତଉଠ ଉଠ ଯୋଗନିଦ୍ରା ତେଜି ପ୍ରାଣନାଥ ।ସପ୍ତସ୍ୱରେ ଧରି ବାଣୀ ବୀଣା ବଜାଇଲେକୋକିଳ ସୁସ୍ୱରେ ଯହୁଁ ଗାନ ଆରମ୍ଭିଲେ ।ଭୟେ ବେନି ସଖୀ ଯହୁଁ ହୋଇଲେ ଆକୁଳଜାଣିଲେ ଯୋଗନିଦ୍ରାରେ ଥାଇ ଆଦିମୂଳ ।ନିଦ୍ରା ତେଜି ନାରାୟଣ ଲକ୍ଷ୍ମୀଙ୍କି ଚାହିଁଲେପଦ୍ମାଳୟା ମୁଖପଦ୍ମ ଶୁଖିଛି ଦେଖିଲେ ।ବୋଇଲେ କିମ୍ପାଇଁ ସଖୀ ମନେ ଭୟ କଲନିଜେ କଲା କଥା ସବୁ ପାସୋରି କି ଦେଲ ।ଅସୁର ହୋଇଲେ ଯହୁଁ ମହୀରେ ପ୍ରବଳମୋର ଅଂଶେ କୃଷ୍ଣ ହେଲେ ମଞ୍ଚେ ଅବତାରଜନମିଲେ ମଧୁପୁରେ ଦେବକୀ ଉଦରେବଢ଼ିଲେ ଅଷ୍ଟ ବରଷ ରହି ଗୋପପୁରେ ।ତୁମ୍ଭ ଅଂଶ ଘେନି ରାଧା ଅଛି ଜାତ ହୋଇଗୋପେ ବୃଷଭାନୁ ଘରେ ବଢ଼ିଥିଲା ରହି ।ସେହି ରାଧାକୃଷ୍ଣ ଏବେ କ୍ରୀଡ଼ା କରୁଛନ୍ତିଗୋପପୁରେ ବୃନ୍ଦାବନେ ପ୍ରେମରସେ ମାତି ।ବଜାନ୍ତି ମୋହନ ବାଜା ମୋହନ ମୁରଲୀସେହି ଘୋଷେ ଆଜି କମ୍ପୁଅଛି ନିଜ ପୁରୀ ।ଏଥୁ ଅନନ୍ତରେ ପରୀକ୍ଷିତ ମହାରାଜାଶୁକମୁନି ଚରଣରେ କରି ଦିବ୍ୟପୂଜା ।ବୋଇଲେ ଭୋ ମୁନି ଯେବେ ପ୍ରସନ୍ନ ହୋଇଲଗୁପତ କରିଣ କିମ୍ପା କଥାକୁ ରଖିଲ ।କିମ୍ପାଇ ଗୋପାଳ ଘରେ ଶ୍ରୀକୃଷ୍ଣ ରହିଲେଜଗତଜନନୀ କିମ୍ପା ଗୋପେ ଜନମିଲେ ।ଏହା ମୋତେ ଫେଡ଼ି କରି କହ ମହାମୁନିଦୂର ହେଉ ମୋ ସଂଶୟ ତବ ମୁଖୁ ଶୁଣି ।ସକଳ ଶାସ୍ତ୍ରର ଜ୍ଞାତା ଅଟନ୍ତି ଆପଣକୃପା କରି କହ ମୋତେ ବ୍ୟାସଙ୍କ ନନ୍ଦନ ।ମୁନି ବୋଲନ୍ତି ହେ ରାଜା ଶୁଣ ମନଦେଇବୋଇଲେ ଅଚ୍ୟୁତାନନ୍ଦ ହରିପାଦ ଧ୍ୟାୟି ।ଲକ୍ଷ୍ମୀ ଆଗେ କହିଲେ ଯା ବ୍ରହ୍ମାଣ୍ଡ ଗୋସାଇଁଭାଗବତେ ରାଧା ନାମ ଦେଖିଲି ତ ନାହିଁ ।ତେଣୁ ହରିବଂଶ ଖୋଜି କଲି ମୁଁ ବାହାରସନ୍ଥ ଭକ୍ତଜନେ ମୋର ଦୋଷ କ୍ଷମା କର ।