ଚିତ୍ତବୋଧ ବା ଚିତ୍ତବିନୋଦ (ପ୍ରଥମ ଭାଗ)
ଅଚ୍ୟୁତାନନ୍ଦ ଦାସ · ଭାଗ ୮ / ୧୩
ସମ୍ପୂର୍ଣ୍ଣ ସୂଚୀପତ୍ର
ବସ୍ତ୍ର ହରଣ
କାଳିନ୍ଦୀ ଜଳକୁ ଦେଖି ହୋଇଲେ ହରଷକୂଳେ ଥୋଇ ସଖୀମାନେ ଯେ ଯାହାର ବାସଉଲଗ୍ନ ହୋଇ କାଳିନ୍ଦୀ ଜଳରେ ପଶିଲେମନରେ ଆନନ୍ଦ ହୋଇ ଜଳକ୍ରୀଡ଼ା କଲେ ।ମିତ ମୋହର ରାଧିକା ତହିଁ ଥିଲେ ମିଶିଦେଖୁଥିଲୁ ଆମ୍ଭେମାନେ ଲତା ତଳେ ବସି ।କେହି ସଖୀ ବେନିକର ଉର୍ଦ୍ଧ୍ୱେ ଟେକିଧରିକରପଲ୍ଲବ ମୁଦ୍ରିକା ଯେହ୍ନେ ପଦ୍ମକଢ଼ିମୋର ମିତ ରାଧା ବୋଲେ ଦେଖ ଦେଖ ସଖୀମୋର ଊରେ ରହିଛନ୍ତି ଚକ୍ରବାକ ପକ୍ଷୀ ।ଆଜ ଚକ୍ରବାକ ପକ୍ଷୀ ଦିବସରେ ମେଳରାତ୍ରରେ ନ ହୋଇ ମେଳ ହୁଅନ୍ତି ବିକଳ ।ଯଉବନେ ଭରା ସର୍ବେ ଅଟନ୍ତି ଷୋଡ଼ଶୀକେ କାହାର ମୁଖେ ପାଣି ସିଞ୍ଚେ ହସି ହସି ।କେହୁ ଉଠନ୍ତି ଉପରେ ଉର୍ଦ୍ଧ୍ୱମୁଖ ହୋଇଜଳରେ କ୍ରୀଡ଼ା କରନ୍ତି ମନେ ଭୟ ନାହିଁ ।କେ କେଶ ମୁକୁଳା କରି କୁଚପରେ ଥୋଇବୋଲଇ ଦେଖ ସଖୀ ମୋ ଊରେ ଉମାସାଇଁକେ ବୋଲଇ ମୁଁ ଭ୍ରମଇ ଅଛି କୋଳେ ଧରିକେହୁ ଫୁଫୁକାର କରେ ମୁଖେ ଜଳ ଧରି ।କେହୁ ସଖୀ କରେ କର ଛନ୍ଦାଛନ୍ଦି ହୋଇକୁମ୍ଭୀର ପରାୟେ ବୁଡ଼ି ପୟର ଛନ୍ଦଇ ।ମାତ୍ର ମୋର ଊରେ ଯେଉଁ ଚକୋର ଅଛନ୍ତିକେତେବେଳେ କାହାକୁ କେ ଛାଡ଼ି ନପାରନ୍ତିକେହୁ ବୋଲେ ସଖି ବଡ଼ ପାଇଲି କଷଣମୋ ଊରେ ପର୍ବତ ବେନି ବଢ଼େ ଦିନୁଦିନ ।ଐରାବତ ରୂପେ କୃଷ୍ଣ ରଚିଲେ ଏ ଗିରବହିବ ପ୍ରେମଜାହ୍ନବୀ ଏଥୁ ଝର ଝର ।କେ ବୋଲଇ ସଖି ଆଗୋ ଶୁଣ ମୋ ବଚନପାର୍ବତୀପତି ଶଙ୍କର କରି ବିଷପାନ ।ନ ପାରିଲେ ସହି ଯେଣୁ ଶରୀର ଜଳଇମୋର ଊରେ ରହି ତେଣୁ ହେଲେ ଜଳଶାୟୀ ।ଆନନ୍ଦରେ ଗୋପୀଗଣ କରନ୍ତି ବିହାରମତ୍ତଭରେ କେଉଁ କଥା ନକରି ବିଚାର ।ଉଲଗ୍ନ ଜଳରେ ପଶି କାମେ ଭୋଳ ହେଲେଅନ୍ତର୍ଯ୍ୟାମୀ କୃଷ୍ଣ ତାହା ମନରେ ଜାଣିଲେ ।କାଳିନ୍ଦୀର କୂଳେ ଆସି ହୋଇଲେ ପ୍ରବେଶଜଳରେ ଗୋପୀଙ୍କି ଦେଖି ହେଲେ ହସ ହସଦୂରୁ ଦେଖିଲେ ବସନ କୂଳେ ଛନ୍ତି ରଖିଉଲଗ୍ନରେ କାଳିନ୍ଦୀରେ ପଶିଛନ୍ତି ସଖୀ ।ମନରେ ବିଚାରି କୃଷ୍ଣ ମାୟା ଆରମ୍ଭିଲେପବନକୁ ଡାକି ପ୍ରଭୁ ତହୁଁ ଆଜ୍ଞାଦେଲେ ।ବୋଇଲେ ଗୋପୀଙ୍କ ଶାଢ଼ୀ ଉଡ଼ାଇ ତୁ ନେବୁନ ଜାଣିବେ କେହି ନେଇ ଶାଖାରେ ବାନ୍ଧିବୁ ।କୃଷ୍ଣ ମାୟାରେ ତକ୍ଷଣେ କୁହୁଡ଼ି ଘୋଟିଲାମନ୍ଦ ପବନ ଶାଢ଼ୀକି ଉଡ଼ାଇଣ ନେଲା ।ବାନ୍ଧିଲା କଦମ୍ବ ଡାଳେ ଯତ୍ନେ ତାହା ନେଇଦରଶନେ କୃଷ୍ଣଚନ୍ଦ୍ର ପ୍ରମୋଦିତ ହୋଇ ।ନ ଜାଣନ୍ତି ଗୋପୀମାନେ ହୋଇ ମତ୍ତଭୋଳିଉଠିଲେ କଦମ୍ବ ତରୁପରେ ବନମାଳୀ ।ଯହୁଁ ପବନ କୁହୁଡ଼ି ଗଲା ତହୁଁ ଛାଡ଼ିକାଳିନ୍ଦୀ ଜଳରେ ଗାପୀମାନେ ଥିଲେ ବୁଡ଼ି ।ପବନ କୁହୁଡ଼ି ଘାତ ନ ପାରିଲେ ସହିବାତେ ରମ୍ଭାପତ୍ର ପ୍ରାୟେ ଶରୀର କମ୍ପଇ ।ଶୀତ ହେତୁ ଜଳ ମଧ୍ୟେ ରହି ନ ପାରିଲେବେଗହୋଇ କୂଳକୁ ସେ ଉଠିଣ ଆସିଲେ ।ଦେଖିଲେ କାହାରି ଶାଢ଼ୀ ନାହିଁ ସେ ସ୍ଥାନରେକେଣେ ଗଲା ବୋଲି ସର୍ବେ ଭାବିଲେ ମନରେ ।ବୋଲନ୍ତି କେ ନେଲା ସବୁ ଆମ୍ଭ ବସ୍ତ୍ରମାନତ୍ରସ୍ତ ହୋଇ ଚଉଦିଗେ ଚାହିଁ ଗୋପୀଗଣ ।ସକଳେ ଦେଖିଲେ କୂଳେ ବୁଲି ଏଣେତେଣେଶାଢ଼ୀ ନ ଦେଖି ବିକଳ ହେଲେ ସର୍ବେ ମନେକେହୁ ବୋଲଇ ପବନ ନେଲା ଗୋ ଉଡ଼ାଇକେହୁ ବୋଲଇ କଦାଚ ତାହା ହୋଇ ନାହିଁ ।ଯେବେ ଗୋପବନେ ଶାଢ଼ୀ ଯାଇଥାନ୍ତା ଉଡ଼ିଖଣ୍ଡେ ଅଧେ ହେଲେ କୂଳେ ରହିଥାନ୍ତା ପଡ଼ି ।କେହୁ ବୋଲେ ଚୋରାଇ କେ ଆମ୍ଭ ଶାଢ଼ୀ ନେଲାକେ ବୋଲଇ ଚୋର କେଉଁବାଟେ ପଳାଇଲାକେହୁ ବୋଲଇ ଗୋପାଳେ ଆଜି ଆସିଥିଲେଆମ୍ଭର ଉଲଗ୍ନ ଦେଖି କ୍ରୋଧଭର ହେଲେନ କହିଣ ଶାଢ଼ୀମାନ ନେଲେଟି ଗୋପାଳେଗୋପକୁ ଗଲେ ଆମ୍ଭକୁ ଦଣ୍ଡିବେ ସକଳେ ।କେ ବୋଲେ ଶାଶୁନଣନ୍ଦ ଥିଲେ ମୋତେ ଧରିଦେଖା ନ ଦେଇ ଆଣିଲି ଶାଢ଼ୀ ଚୋରିକରି ।କେ ବୋଲଇ ଯିବା ଆସିବାର ଜନମାନେଶାଢ଼ୀମାନ ଘେନି ଅବା ପଳାଇଲେ ବନେ ।କେ ବୋଲଇ ଜଳେ ପଶି ଦେଖିଲି ଯେ ମୁହିଁଏ ବାଟେ ଯିବା ଆସିବା କାହାରି ତ ନାହିଁ ।କେ ବୋଲେ ବାବନାଭୂତ ନେଲା ଗୋ ଉଡ଼ାଇକେ ବୋଲଇ ସେ ତ ଏଠି ଜମା ଦେଖା ନାହିଁକେଜାଣେ ଆମ୍ଭର ଶାଢ଼ୀ କେ କେମନ୍ତେ ନେଲାପ୍ରାଣେ ନ ମାରି ସେ ଯାହା ଲୋକହସା କଲା ।ମନେ ଯାହା ବାଞ୍ଛା ଥିଲା ଦଇବ ତା ଦେଲାହର ଦେବା ବର ଆଜ ସଫଳ ହୋଇଲା ।ଏମନ୍ତ ବିଚାରି ଗୋପୀ କାଳିନ୍ଦୀରୁ ଉଠିଖୋଜନ୍ତି ବସନ ଚଉଦିଗେ ଦେଇ ଦୃଷ୍ଟି ।ନ ଦେଖି ବସନ ଗୋପୀ ହୁଅନ୍ତି ବିକଳଉଚ୍ଚେ ଡାକ ଦିଅନ୍ତି ଯେ ରଖ ଆଦିମୂଳ ।ତୁମେ ନ ରଖିଲେ ଆମ୍ଭ ସରିଲା ମହତଲଜ୍ଜା ନିବାରଣ କର ଅହେ ଗୋପୀନାଥ ।ଶଙ୍ଖ ଚକ୍ର ଗଦା ପଦ୍ମ ଚତୁର୍ଭୁଜେ ଶୋହେଇକ୍ଷ୍ମୀର ବଲ୍ଲଭ ତୁମ୍ଭେ ଅଟ ଦେବରାୟେ ।ନ ଜାଣିଣ ନାରୀଜାତି ଅରଜିଲୁ ଦ୍ରୋହଶିବ ପୂଜିବାରେ ମାଗିଅଛୁ ନନ୍ଦପୁଅ ।ମତ୍ତଗର୍ବେ ଆମ୍ଭେ ସର୍ବେ ଭଲଗ୍ନ ହୋଇଲୁପାପ ପୁଣ୍ୟ ନ ବିଚାରି ଜଳରେ ପଶିଲୁ ।ନାରୀଜାତି ଆଗ ପଛ ନ କରୁ ବିଚାରପୁଣ୍ୟକୁ ଛାଡ଼ି ପାପରେ ହେଲୁ ଅଗ୍ରସର ।ବିଶେଷେ ଷୋଡ଼ଶୀ ଆମ୍ଭ ଯଉବନ ଭାରିଯେ ଦିଏ ଆଶ୍ୱାସ ଆମ୍ଭେ ହେଉଛି ତାହାରି ।ଏବେ ଆମ୍ଭ ବସନ କେ ନେଲା ଚୋରି କରିଉଲଗ୍ନେ ଆମ୍ଭେ କେମନ୍ତ ଯିବୁ ଗୃହେ ଫେରି ।ଗୋପାଳେ ଏକ୍ଷଣି ବତ୍ସା ଘେନିଣ ଫେରିବେଆମ୍ଭଙ୍କୁ ଉଲଗ୍ନ ଦେଖି କି ବୋଲି ବୋଲିବେ ।ନନ୍ଦରାଜା ଦେଖିଲେ ଗୋପରୁ ତଡ଼ିଦେବକଂସ ରାଜା ଶୁଣିଲେ ତ ବାନ୍ଧି ଘେନିଯିବ ।କୃଷ୍ଣ ଶୁଣିଲେ କି ଆଉ ଚାହିଁବେ ବଦନଆରତେ ଡାକିଲେ ଗୋପୀ ରଖ ଭଗବାନ ।ଅନ୍ତର୍ଯ୍ୟାମୀ କୃଷ୍ଣ ଗୋପୀଙ୍କର ମନ ଜାଣିକଦମ୍ବ ଡାଳରେ ବସି କଲେ ବଂଶୀ ଧ୍ୱନି ।ଚକିତ ହୋଇଲେ ଗୋପୀ ବଂଶୀ ଧ୍ୱନି ଶୁଣିଚାହିଁଲେ ନୀପମୂଳକୁ ସକଳ କାମିନୀ ।ଦେଖିଲେ ବସନ ସବୁ ଅଛି ବୃକ୍ଷ ଡାଳେଆନନ୍ଦେ ଦୋଳି ଖେଳନ୍ତି ତହିଁ ନନ୍ଦବାଳେ ।ଦେଖି ଗୋପୀମାନେ ଅତି ଲଜ୍ଜାଭର ହୋଇମନ୍ଦ ମନ୍ଦ ହସି ଜଳେ ପଶିଲେ ଯେ ଯାଇଁ ।ଆକଣ୍ଠ ଜଳରେ ରହି ଚାହିଁଲେ ନିରେଖିକଦମ୍ବ ବୃକ୍ଷରେ କୃଷ୍ଣ ଶାଢ଼ୀମାନ ରଖି ।ଆନନ୍ଦ ମନରେ ତହିଁ ବସିଛନ୍ତି ସେହିରୂପକୁ ଯେ ପଟାନ୍ତର ତିନିପୁରେ ନାହିଁ ।କୋଟିଏ କନ୍ଦର୍ପ ଜିଣି ତନୁ ଅଛି ବହିଗୋପାଙ୍ଗନା ଗଣକୁ କି ପକାଇବ ଦହି ।ବିଚାରନ୍ତି ବାଳକ ଏ ଦିଶେ ଯୁବା ରୂପକି ଅବା ଆମ୍ଭରି ଆଜ ହରିବ ଏ ଦର୍ପ ।ଏମନ୍ତ ବିଚାରି କୃଷ୍ଣ ରୂପକୁ ଅନାଇବୋଲନ୍ତିରେ ଶାଢ଼ୀଚୋର ଯିବୁ ଆଜି କାହିଁ ।ଶାଢ଼ୀ ଦିଅ ଆମ୍ଭର ତୁ ନ କର ଗୁମାନବସନ ନ ଦେଲେ ତୋତେ କରିବୁ ବନ୍ଧନ ।ଗୋପରେ ସରଲବଣୀ ଖାଉ ତୁ ଚୋରାଇଏ କଥାକୁ ସେହି ପ୍ରାୟ ମଣିଲୁ କି ତୁହି ।ଆଜି ତୋର ମାତା ଆଗେ କହିବୁରେ ଯାଇଁତୋ ଚାଲାଖିପଣ ସବୁ ଦେବୁଟି ଛଡ଼ାଇ ।ସବୁଦିନେ କରୁ ଚୋରି ତୁ ନନ୍ଦ ନନ୍ଦନତୋହ ଯୋଗେ ଛାଡ଼ିଯିବୁ ଏ ଗୋପ ଭୁବନ ।ଯାଇ ମଧୁପୁରେ କଂସ ରାଜାଙ୍କୁ କହିବୁମାଡ଼ ମରାଇ ବସନେ ତୋତେ ବାନ୍ଧିନେବୁ ।କହୁଛନ୍ତି କୃଷ୍ଣ ଶୁଣି ଗୋପିଙ୍କ ବଚନବିନା ଦୋଷେ ମୋତେ କିମ୍ପା କରିବ ବନ୍ଧନ ।ବୋଇଲେ ତ ମୋତେ ବସନରେ ବାନ୍ଧିନେବଅନେକ ପ୍ରକାରେ ମାଡ଼ ଆଜ ମରାଇବ ।ଗୋପପୁରରୁ ଏକ୍ଷଣି ଆସିଲି ଗୋ ସଖୀମୋ ପିତା କି ମାତା ନାହାନ୍ତି ଗୋ ମୋତେ ଦେଖିତୁମ୍ଭ କହିଲା କଥାକୁ ସେ ଯିବେ କି ପରତେଏକ୍ଷଣି ଆସିଲି ମୁହିଁ ଅଛନ୍ତି ସମସ୍ତେ ।ନିତି ଆସି ମୁଁ କଦମ୍ବ ଶାଖାରେ ବସଇକେ ରଖିଲା ଶାଢ଼ୀ ଏଥେ ମୁଁ ତ ଦେଖି ନାହିଁ ।କଂସ ରାଜା ଆଗେ ତୁମ୍ଭେ ଯେବେ ଗୋ କହିବତୁମ କଥା ସତକରି ସେ କି ଧରିନେବ ।ସୋଦର ଭଣଜା ତାର ଅଟଇ ଯେ ମୁହିଁଜନମ ଦିନରୁ ମାମୁଁ ମୋ ଚିନ୍ତା କରଇ ।ଦେଖିଛଟିକି ସେଦିନ ନୟନେ ତୁମ୍ଭରଯହୁଁ ଶୁଣିଲାଟି ମାମୁଁ ଜନମ ମୋହର ।ମାଉସୀ ପୁତନାକୁ ସେ ଦେଲା ପଠିଆଇଅନ୍ତୁଡ଼ିଶାଳରେ ମୋତେ ଦେଖିବାର ପାଇଁ ।କୋଳେ ଧରି ମୋତେ କ୍ଷୀରପାନ କରାଇଲାକ୍ଷୀର ପିଉ ପିଉ ମୋର ମାଉସୀଟି ମଲା ।ଶୁଣିଲା ମରଣ ତାର ଯହୁଁ ମାମୁଁ ମୋରମୋତେ ଦେଖିବାକୁ ପୁଣି ପଠାଇଲା ଚାର ।ଶଣ୍ଢା ଶକଟା ଯେ ବକା ଅଘା ଆଦି ଯେତେସର୍ପ ଅଜଗର ତୃଣା ଯାମଳା ସହିତେ ।ଦେଖିଲ ସେମାନେ ଆସି ମଲେଟି ଜୀବନେଏକଥାମାନ କି ପଡ଼ି ନଥିବ ତା କର୍ଣ୍ଣେ ।ତୁମ୍ଭ କଥାକୁ ସେ ସତ କରିବେ କିମ୍ପାଇଁମୁଁ ତ ଗଲେ ମୋତେ ସୁଦ୍ଧା ଧରିନେବ ନାହିଁ ।ଗୋଟିଏ ମାତ୍ର ଭଣଜା ମୁଁ ତାର ଅଟଇମୋହଠାରୁ ମାମୁଁ ସ୍ନେହ ଛାଡ଼ିବେ ଗୋ ନାହିଁ ।ବୋଲିବି ହେ ମାମୁଁ ଗୋପୀ ଅନାଚାର କଲେଉଲଗ୍ନ ହୋଇ କାଳିନ୍ଦୀ ଜଳରେ ପଶିଲେ ।ମୋତେ ବୋଲନ୍ତି ଚୋରାଇ ନେଲୁ ଶାଢ଼ୀ ତୁହିକେମନ୍ତେ ଗୋପୀ ପାଲଟା ବୋହିଲଇ ମୁହିଁଏହିରୂପେ କହିବି ମୁଁ ମାମୁଁର ଆଗରେତା ଶୁଣି ତୁମ୍ଭଙ୍କୁ ସେ କି ରଖିବେ ଏ ପୁରେ ।ଶାଢ଼ୀ ନେଇ କେ କଦମ୍ବ ଡାଳରେ ବାନ୍ଧିଲାନ ଦେଖିଲ କେହି ତୁମ୍ଭେ ସେ କେଣିକି ଗଲା ।ମୋତେ କଦମ୍ବ ବୃକ୍ଷରେ ଦେଖିଲ ନୟନେଭଲା ଶାଢ଼ୀଚୋର ବୋଲୁଅଛ ତୁମ୍ଭେମାନେ ।ଯାଉଛି ମୁଁ ମାମୁଁ ଆଗେ ଏମନ୍ତ କହିବିଗୋପାଳଙ୍କୁ କହି ବହୁ ମାଡ଼ ମରାଇବି ।କୃଷ୍ଣର ମୁଖୁଁ ଏମନ୍ତ ଶୁଣି ଗୋପୀମାନେଜଳର ମଧ୍ୟରେ ଥାଇ ବିଚାରନ୍ତି ମନେ ।କଥା କହିବାରୁ କୃଷ୍ଣ ମନେ ହେଲେ ରୁଷ୍ଟବାଳୁତ ନନ୍ଦନ ସିନା ଅଟେ ବଡ଼ ଦୁଷ୍ଟ ।ଏ ସମୟେ ଚନ୍ଦ୍ରରେଖା ନାମେ ଏକ ଗୋଈକୃଷ୍ଣ ମନ ମୋହିବାକୁ ଚାଟୁବାକ୍ୟ କହି ।ବୋଇଲା ହେ କୃଷ୍ଣ ଦେଲେ ଆମ୍ଭରି ବସନକାଖକରି ନେବୁ ତୋତେ ଆମ୍ଭରି ସଦନ ।ଆଦରେ ତୋତେ ଲବଣୀ ଦଧି ଭୁଞ୍ଜାଇବୁରତନ ପଲଙ୍କେ ଧରି ଶୟନ କରିବୁ ।ଏମାନ କିଛି ଯଶୋଦା ଆଗେ ନ କହିବୁତୁ ଯାହା ମାଗିବୁ ତୋତେ ତାହା ଆଣିଦେବୁ ।ଆମ୍ଭ ଯଉବନ ତୁମ୍ଭେ ସୁଖେ ଭୋଗକରଆଜୁ ଗୋପୀମାନେ ହେଲୁ ତୋହର କିଙ୍କର ।ଯଉବନ ମଦେ ମତ୍ତ ସକଳେ ହୋଇଲୁଉଲଗ୍ନ ହୋଇ କାଳିନ୍ଦୀ ଜଳରେ ପଶିଲୁ ।ନାରୀଜାତି ଆମ୍ଭେ ପାପ ପୁଣ୍ୟ ନ ବିଚାରୁମତ୍ତଗର୍ବେ ମାତି କୁଳଧର୍ମ ତ୍ୟାଗ କରୁ ।ପତିପୁତ୍ର ଛାଡ଼ି ଆମେ ପର ପ୍ରେମେ ପଡ଼ିଅବଶେଷେ କଳଙ୍କ ସାଗରେ ମରୁ ବୁଡ଼ି ।ତୁ ଯଶୋଦା ସୁତ ଆମ୍ଭେ ଗୋପାଳ ଘରଣୀତୋତେ ତ ଦେଖି ନ ଛୁଉଁ ଆମ୍ଭେ ଅନ୍ନପାଣି ।ଜୀବନ ପରାୟେ ତୋତେ ମଣୁ ଗୋପୀମାନେଚିନ୍ତି ତୋର ରୂପ ରାତ୍ରେ ଦେଖୁଟି ସ୍ୱପନେ ।ଏବେ ଆମ୍ଭ ଯଉବନ ଭୋଗକର ତୁହିତୋ ପାଇଁ ଜାତ ହୋଇଚୁ ଆମ୍ଭେ ଗୋପଗୋଈ ।ଆଜି ଗୋପୀମାନେ ହର ଗଉରୀ ସେବିଲୁସେ ପ୍ରସନ୍ନେ ଦେଲେ ବର ତୁମ୍ଭଙ୍କୁ ପାଇଲୁ ।ନ ଟଳିଲା ଶିବ ଉମା ବର ଦେଲେ ଯାହାପ୍ରତ୍ୟକ୍ଷେ ଆମ୍ଭଙ୍କୁ ଲାଭ ହୋଇଲାକ ତାହା ।ଆମ୍ଭର ମହତ୍ତ୍ୱ ଆଜି ରଖ ପୀତବାସନିଶ୍ଚୟ ମରିବୁ ଯେବେ ନ ଦେବଟି ବାସ ।ଲଜ୍ଜାଭରେ ମୁଖ ପୋତି ରାଧିକା କହନ୍ତିମନ୍ଦେ ହସି କୃଷ୍ଣ ମୁଖ ଚାହିଁ କୁନ୍ଦଦନ୍ତି ।ଗୋପୀକୁଳେ ମାରି ତୁମ୍ଭେ ଅର୍ଜ୍ଜିବ କି ଯଶଜୀବନ ଧରି କି ଆଉ ଯିବୁ ନିଜ ବାସ ।ଗୋପାଳେ ଏକ୍ଷଣି ବତ୍ସା ଘେନିଣ ଫେରିବେଆମ୍ଭମାନଙ୍କୁ ଦେଖିଲେ କି ବୋଲି ବୋଲିବେ ।ହେ ନନ୍ଦ କହ୍ନାଇ କିମ୍ପା କର ବିଡ଼ମ୍ବନାଗୋପୀମାନେ ନେଲୁ ତୁମ୍ଭ ଚରଣେ ଶରଣ ।ଦିଅ ଦିଅ ଆମ୍ଭ ଶାଢ଼ୀ ଆହେ ବନମାଳୀପଦ୍ମ କଣ୍ଟା ଲାଗି ଦେହ ଯାଉଅଛି ଜଳି ।ଆମ୍ଭ ଜାନୁ ଯଉବନ ହେଲା ଛିନ୍ନଭିନ୍ନକୂଳକୁ ଗଲେ ଆପଣ ଦେଖିବେ ନୟନ ।କୋମଳତା ହେତୁ ମତ୍ସ୍ୟ କଚ୍ଛପ ଭକ୍ଷନ୍ତିଲାଜ ଭୟେ କୂଳେ ଉଠି ନ ଯାଉ ଯୁବତୀ ।କେତେ ଦୁଃଖ ଆଉ ଆମ୍ଭେ ଜଳରେ ସହିବୁନ ଦେଲେ ଶାଢ଼ୀ ଆମ୍ଭର ନିଶ୍ଚୟ ମରିବୁ ।ଦନ୍ତେ ତୃଣ ଧରି କହୁଅଛୁ ଗୋପଗୋଈଯାହା ମାଗିବ ଆମ୍ଭଙ୍କୁ ତା ଦେବୁ କହ୍ନାଇ ।ଆମ୍ଭର ମାଗୁଣି ତୁମ୍ଭେ ଘେନ ନନ୍ଦବଳାନ ଦେଲେ ଶାଢ଼ୀ ଆମ୍ଭର ମହତ୍ତ୍ୱ ସରିଲା ।ଶାଢ଼ୀ ଦିଅ ଆମ୍ଭର ହେ ବିଳମ୍ବ ନ କରହସନ୍ତି ରାଧା ବଚନ ଶୁଣି ଦାମୋଦର ।ବୋଇଲେ ରାଧିକା ତୁମ୍ଭେ ପଦ୍ମବନୁ ଜାତପଦ୍ମକଣ୍ଟା ତୁମ୍ଭଙ୍କୁ କେମନ୍ତେ କରେ ହତ ।କନ୍ୟାକୁ କେମନ୍ତେ ମାତା କରିବ ଗୋ ନାଶଏମନ୍ତ କହି ଶ୍ରୀକୃଷ୍ଣ ହେଲେ ହସ ହସ ।ପୁଣି ରାଧା ମୁଖ ଚାହିଁ କହନ୍ତି କହ୍ନାଇକଥାଏ କହିବି ତୁମ୍ଭେ ଶୁଣ ଆଗ ଗୋଈ ।ତୁମ୍ଭେ ସର୍ବ ଗୋପବାଳା ଅଧର୍ମ ଗୋ କଲଉଲଗ୍ନ ହୋଇ କାଳିନ୍ଦୀ ମଧ୍ୟରେ ପଶିଲ ।ଏ କାଳିନ୍ଦୀ ଅଟେ ସର୍ବ ତୀର୍ଥ ମଧ୍ୟେ ସାରଏହାର ଜଳେ ଶ୍ରୀବିଷ୍ଣୁ କରନ୍ତି ବିହାର ।ଉଲଗ୍ନ ପଶିଲେ ଯହୁଁ ତୀର୍ଥ ଗଲା ନାଶଉଲଗ୍ନ ପଶିଲେ ଜଳେ ଲାଗେ ବହୁ ଦୋଷ ।ତେଣୁକରି ପାପ ହେଲା ତୁମ୍ଭର ବହୁତଏ ପାପରୁ ହେବ ତୁମ୍ଭେ ସର୍ପକୁଳେ ଜାତ ।ଅଧର୍ମ କଲେ ଶମନ ଦଣ୍ଡିବରେ ସହୀପାରିବ ଯେବେ କଥାଏ କର ସର୍ବ ଗୋଈ ।ଏକାବେଳେ ହୁଅ ସର୍ବେ ଜଳରୁ ବାହାରବେନିକର ଯୋଡ଼ି ଧର୍ମେ କର ନମସ୍କାର ।ତେଣୁ ତୁମେମାନେ ସିନା ପାପୁ ହେବ ପାରିଏହାଠାରୁ ବଳି ପାପ ନାହିଁ ଗୋ ସୁନ୍ଦରୀ ।ମୁଁ ଯାହା ଆସିଲି ଏଥେ ମୂଢ଼ପଣ କଲିତୁମ୍ଭ ପାପ କର୍ମ ସବୁ ନୟନେ ଦେଖିଲି ।ତୁମ୍ଭ ଯୋଗୁ ଆଜି ପାପୀ ହୋଇଲି ଗୋ ମୁହିଁମୁଁ କହିବା କଥା ତୁମ୍ଭେ କର ଗୋପ ଗୋଈ ।ଶାଢ଼ୀ ଦେବି ମାନିଲେ ଗୋ ବଚନ ମୋହରନତୁବା ଜଳରେ ଥାଅ ଦୋଷ ନାହିଁ ମୋର ।ନ ଜାଣେ ଶାଢ଼ୀ କେମନ୍ତେ ଅଛି ବନ୍ଧାହୋଇପାଲଟା ବସନ କିମ୍ପା ଛୁଇଁବି ଗୋ ମୁହିଁ ।ଗୋପପୁର ନାରୀମାନେ ଯେବେଗୋ ଶୁଣିବେତୁମ୍ଭମାନଙ୍କୁ ବହୁତ ଭର୍ତ୍ସନା କରିବେ ।ଏ ବଚନ କୃଷ୍ଣ ମୁଖୁ ଗୋପୀମାନେ ଶୁଣିବଜ୍ରପାତ ହେଲା ପ୍ରାୟ ମଣିଲେ ତରୁଣୀ ।କ୍ଷଣକେ ଚକିତ ହୋଇ ଭାବନ୍ତି ମନରଦେଖିଲେ ଶ୍ରୀକୃଷ୍ଣ ଆମ ମଦନ ଭଣ୍ଡାର ।ନିଶ୍ଚୟ ମରଣ ହେଲା ଆମ୍ଭଙ୍କୁ ଗୋ ସହୀତାଙ୍କ କଥା ନ କଲେ ତ ଶାଢ଼ୀ ଦେବେ ନାହିଁ ।ପୁଣ ଗୋପୀ ଏକ ତହିଁ ବୋଇଲା ଗୋ ଶୁଣକିମ୍ପାଇ ଡରୁଛ ଶୁଣି ଶ୍ରୀକୃଷ୍ଣ ବଚନ ।ଆଜି ଗୋ ବର ଆମ୍ଭଙ୍କୁ ଦେଲେ ଉମାସାଇଁସେ କଥା ବିଧାତା ଆଣି ଦେଲାକ ଘଟାଇ ।ଏମନ୍ତ ବିଚାର କରି ନବାଙ୍ଗନାଗଣମୁଖ ପୋତି କାଳିନ୍ଦୀରୁ ବାହାର ତକ୍ଷଣ ।ମନ୍ଦ ମନ୍ଦ ହସି ବାଙ୍କେ କୃଷ୍ଣଙ୍କୁ ଅନାଇକଦମ୍ବ ତରୁର ତଳେ ଉଭାହେଲେ ଗୋଈ ।ବାମକରେ ଆଚ୍ଛାଦିଲେ ମଦନ ଭଣ୍ଡାରଦକ୍ଷିଣ ହସ୍ତକୁ ନେଇ ଦେଲେ ମସ୍ତକର ।ବୋଲନ୍ତି ହେ କୃଷ୍ଣଚନ୍ଦ୍ର ଆମ୍ଭ ଶାଢ଼ୀ ଦିଅଜଳରେ ବୁଡ଼ି ଆମ୍ଭର କମ୍ପୁଅଛି ଦେହ ।ଶ୍ରୀକୃଷ୍ଣ ବୋଲନ୍ତି ସଖୀ ହୋଇଲ କି ବାଇବେନିକର ନ ଯୋଡ଼ିଲେ ପ୍ରଣାମ ନୁହଇ ।ପ୍ରଣାମ ନ କଲେ ପାପ ନ ଛାଡ଼ିବ କେବେବୁଝାଇ କହିଲେ କିମ୍ପା ନ ବୁଝ ଗୋ ତୁମ୍ଭେ ।ନମସ୍କାର ନ କଲେ ମୁଁ ନ ଦେବି ବସନକେମନ୍ତେ ମୁଁ ତୁମ୍ଭ ପାପ କରିବି ଗୋପନ ।ଏ କଥା ଯେବେ ତୁମ୍ଭର କହିବି ମୁଁ ଆନେକୁଳରୁ ବାହାର ତୁମ୍ଭେ ହେବ ଗୋପୀମାନେ ।ପାପୀଠାରୁ ପାପ କଥା ଯେ ଶୁଣେ କର୍ଣ୍ଣରେସେ ପାପ ସେ ନିଜେ ଭୋଗ କରଇ ଶରୀରେଏଣୁକରି ନ ଦେଖିବ ପାପକୁ ନୟନେପାପ କଥାମାନ କେବେ ନ ଶୁଣିବ କର୍ଣ୍ଣେ ।ଦୂରୁ ଶୁଣିଲେ ଧର୍ମକୁ ମନେ ସୁମରିବତେବେ ସିନା ସେ ପାପରୁ ନିସ୍ତାର ପାଇବ ।ଅବୁଝା ଜାତି ତ ତୁମ୍ଭେ ସହଜେ ଅବଳାଯାହା କଲେ ଯାନ୍ତା ପାପ ତହିଁ କର ହେଳା ।କୃଷ୍ଣର ବଚନେ ଗୋପୀ ହେଲେ କୁହାକୁହିଏତ ଅବୁଝା କହିଲେ କେଭେ ନ ଶୁଣଇ ।ଜାଣିଲୁ ଗୋପିନୀ କୁଳ ନାଶିବାର ପାଇଁକୃଷ୍ଣ ରୂପେ ଜନମ ଲଭିଲା ଗୋପେ ଏହି ।ଏଥିରୁ ଅଧିକ ଆଉ ଅଛି କି ମହତହଟିଆ ନାଗର ହଟ ଜାଣଇ ବହୁତ ।ଦେଖୁ ଏବେ ଯଉବନ ମଦନ ଭଣ୍ଡାରସନ୍ତୋଷ ମନରେ ଏବେ ଭୋଗ କରୁ ତାର ।ଯେତେହେଲେ ଗୋପୀଗଣ ଅଟଇ ତାହାରଏଥିକି ମନରେ କିଛି ନ କର ବିଚାର ।ଯେଉଁ କୃଷ୍ଣ ପାଇଁ ଚିନ୍ତା ରଜନୀ ଦିବସଦିନେ ନ ଦେଖିଲେ ସବୁକଥା ମଣୁ ବିଷ ।ଶାଶୁ ନଣନ୍ଦ ମୁଖରୁ କଟୁ ଭାଷା ସହୁଅପକୀରତି ବାଜଣା ଦାଣ୍ଡରେ ବଜାଉ ।ଗୋପାଳେ କରନ୍ତି ପ୍ରତିଦିନ ବଡ଼ ଗୋଳସେ ଦୂଷଣ ଭାଷା ଆଜି ହୋଇଛି ସଫଳ ।ଏମନ୍ତ ବିଚାରି ଗୋପୀ ଚାହିଁ କୃଷ୍ଣ ମୁଖଡାକନ୍ତି ଆମ୍ଭ ମହତ ରଖ ପଦ୍ମ ମୁଖ ।ଧର୍ମାଧର୍ମ ପାପ ପୁଣ୍ୟ ଆମ୍ଭେ ଯେ ନ ଜାଣୁମାତା ପିତା ପତି ପୁତ୍ର ବୋଲି ତୋତେ ମଣୁ ।ନ ଜାଣୁ ଗୁରୁଗୌରବ ଦେବତା ବ୍ରାହ୍ମଣଯେ ଦିନୁ ତୋ ପାଦେ ଆମ୍ଭେ ପଶିଲୁ ଶରଣଏତେ ବୋଲି ବେନିକର ମସ୍ତକରେ ଦେଲେକଦମ୍ବ ବୃକ୍ଷରେ ଥାଇ କୃଷ୍ଣ ତା ଦେଖିଲେମନ୍ଦ ମନ୍ଦ ହସି କୃଷ୍ଣ ବୋଲନ୍ତି ବଚନଆସ ଗୋପୀମାନେ ନିଅ ଯେ ଯାହା ବସନଧନ୍ୟ ଧନ୍ୟ ଅଟନ୍ତି ସେ ବରଜ ତରୁଣୀବ୍ରହ୍ମାଣ୍ଡ ନାଥଙ୍କୁ ବଶ କଲେ ପ୍ରେମେ ଜିଣି ।ଯାର ପାଦପଦ୍ମ ଚିହ୍ନ ନ ପାଏ ତ୍ରିଶୂଳୀତାହାକୁ ପ୍ରେମେ ବନ୍ଧନ କଲେ ଗୋପବାଳୀ ।ଇଙ୍ଗିତ ମାତ୍ରକେ ଯେହୁ ବ୍ରହ୍ମାଣ୍ଡ ସୃଜିଲେସେ ପୁଣି ଗୋପୀ ପାଲଟା ହସ୍ତେ ଫିଟାଇଲେ ।କୃଷ୍ଣ ବୋଲନ୍ତି ଗୋ ବେଗେ ନିଅ ଶାଢ଼ୀ ଚିହ୍ନିଜାଣିଲି ନିଷ୍ପାପ ତୁମ୍ଭେ ଅଟ ଗୋ ଗୋପିନୀ ।ଏ ବଚନ ଶୁଣି ଗୋପୀ ନୀପମୂଳେ ଗଲେଲଜ୍ଜାଭରେ କୃଷ୍ଣମୁଖ ଚାହିଁ ନ ପାରିଲେ ।ମୁଖପୋତି ହସନ୍ତି ସେ ବଜ୍ରଙ୍ଗନାଗଣକଟାକ୍ଷେ ଚାହାନ୍ତେ କୃଷ୍ଣ ହୋଇଲେ ଅଜ୍ଞାନ ।ପଞ୍ଚଶରେ ଗୋପୀ ଅଙ୍ଗ ହୋଇଲା ପୀଡ଼ିତଭାଷିଲା କୋକିଳ ସ୍ୱନ ହେଲେ ଉତ୍କଣ୍ଠିତ ।ଲୋହିତ ବର୍ଣ୍ଣ ନୟନ ନ ପାରନ୍ତି ଚାହିଁରମ୍ଭାତରୁ ପ୍ରାୟ ଜାନୁ ଯୁଗଳ କମ୍ପଇ ।ନ ଚଳେ ଚରଣ ବେନି ଅଙ୍ଗ ସ୍ତମ୍ଭୀଭୂତଚାହୁଁ ଚାହୁଁ ରୋମାବଳୀ ହେଲେ ପୁଲକିତ ।ଗୋପୀମାନଙ୍କର ମନ ଶ୍ରୀକୃଷ୍ଣ ଜାଣିଲେଶ୍ରୀହସ୍ତେ ଗୋପୀ ପାଲଟାବାସ ଫିଟାଇଲେ ।ବ୍ରହ୍ମାଣ୍ଡ ହୁଅଇ ଚଳାଚଳ ଯା ଇଚ୍ଛାରେସେ କୃଷ୍ଣ ବଶ ହୋଇଲେ ଗୋପୀଙ୍କ ପ୍ରେମରେ ।ନିଜେ ସେ ପାଲଟା ଶାଢ଼ୀ ହସ୍ତେ ଫିଟାଇଲେଯେ ଯାହାର ଶାଢ଼ୀ ଚିହ୍ନି ନିଅ ଗୋ ବୋଇଲେ ।ଜଣେ ଜଣେ ନାମଧରି ଗୋପୀଙ୍କି ଡାକିଲେକୃଷ୍ଣ ଡାକ ଶୁଣି ଗୋପୀ ଆନନ୍ଦେ ଧାଇଁଲେ ।ଶ୍ରୀକୃଷ୍ଣ ଡାକିଲେ ଯହୁଁ ଗୋପୀନାମ ଧରିତହୁଁ ଗୋପୀମାନେ ଲାଜ ଭୟ ଦୂର କରି ।ଯେଉଁ ଡାଳେ ଥିଲେ କୃଷ୍ଣ ଶାଢ଼ୀ ଧରି କରେଆସିଣ ମିଳିଲେ ଗୋପୀ ସେ ଡାଳ ତଳରେଏକାବେଳେ ଡାକ ଯେ ଡାକିଲେ ଗୋପୀଗଣଦିଅ ଦିଅ ଆମ୍ଭ ଶାଢ଼ୀ ହେ ନନ୍ଦନନ୍ଦନ ।ବେନି ହସ୍ତ ଟେକି ଗୋପୀ ଶାଢ଼ୀ ଯେ ମାଗନ୍ତିକାମଶରେ ତ୍ରସ୍ତ ହୋଇ କିଛି ନ ଜାଣନ୍ତି ।ହସ୍ତଟେକି ଗୋପୀ ଯହୁଁ ମାଗିଲେ ବସନଆନନ୍ଦିତ ହେଲେ କୃଷ୍ଣ ଦେଖି ଯଉବନ ।କୃଷ୍ଣ ମାୟା କଲେ ଗୋପୀ ଜାଣି ନ ପାରିଲେଏକାବେଳେ ସମସ୍ତଙ୍କ ହସ୍ତେ ଶାଢ଼ୀ ଦେଲେ ।ଯେ ଯାହା ଶାଢ଼ୀ ସବୁରି ହସ୍ତରେ ପଡ଼ିଲାଖଣ୍ଡିଏ ଶାଢ଼ୀ କାହାର ବଦଳ ନ ହେଲା ।ଷୋଳ ସହସ୍ର ଗୋପିନୀ ହୋଇଥିଲେ ମେଳଏକାବେଳେ ଶାଢ଼ୀ ତାଙ୍କୁଦେଲେ ନନ୍ଦବାଳ ।ଆନନ୍ଦେ ଯେଯାହା ଶାଢ଼ୀ ପିନ୍ଧିଲେ ଗୋପିନୀବୋଲେ ଲୀଳାବତୀ ଏବେ ଶୁଣଗୋ ସଜନୀ ।ଲୀଳା କରିବା କଦମ୍ବମୂଳେ ଆମ୍ଭେ ଆଜନାହିଁଟି ଆମ୍ଭର ଆଉ ଗୋପୁପୁରେ କାର୍ଯ୍ୟ ।ଯାହା ଥିଲା ମନେ ତାହା ଦଇବ ଗୋ କଲାଶିବ ଯେଉଁ ବର ଦେଲେ ତାହା ଗୋ ହୋଇଲା ।କାମଜ୍ୱରେ ଗୋପୀମାନେ ହୋଇଲେ ଆତୁରଡାକନ୍ତି ହେ କୃଷ୍ଣ ଏହି ତାପୁଁ ପାରି କର ।ତୁମ୍ଭେ ନ ରଖିଲେ ଭାସିଗଲୁ କାମଜଳେଶରଣ ପଶିଲୁ ଗୋପୀ ତବ ପାଦଦଳେ ।ଗୋପୀଗଣ ତବ ଦାସୀ ଜନ୍ମେ ଜନ୍ମେ ସିନାନ ଜାଣୁ କି ନାଥ ଆମ୍ଭ ମନର ବେଦନା ।ଯେବେ ଆମ୍ଭ ଯଉବନ ଭୋଗ ନ କରିବୁନିଶ୍ଚେ ନାରୀହତ୍ୟା ଦୋଷ ଆଜି ତୁ ପାଇବୁ ।ଏମନ୍ତ ବୋଲି ଶ୍ରୀକୃଷ୍ଣ ପାଦତଳେ ପଡ଼ିବିନୟ ଭାବେ ଗୋପିନୀ ବେନି କରଯୋଡ଼ି ।