ସାରଳା ମହାଭାରତ ମଧ୍ୟପର୍ବ (ଦ୍ୱିତୀୟ ଖଣ୍ଡ)
ସାରଳା ଦାସ · ଭାଗ ୭ / ୧୨
ସମ୍ପୂର୍ଣ୍ଣ ସୂଚୀପତ୍ର
ଧର୍ମ ଯଜ୍ଞର ପ୍ରସ୍ତାବ
ୟେଥୁ ଅନନ୍ତରେ ଯେ ବିଲଂକ ଦେଶ ରାଜାଷଡ଼ ଅର୍ଘ୍ୟ ଦେଇ ପୂଜା କଲେ ଘଟଋଷି ତନୁଜା ।୧।ମୁନିଂକ ଚରଣେ ଯେ ନମସ୍କାର କରିପାୟେ ପଡ଼ି ଶୋଇଲା କରପତ୍ର ଯୋଡ଼ି ।୨।ଦୟା କରି କହୁଛ ମୋତେ ଶ୍ରୀବିଷ୍ଣୁ ପୁରାଣତେଣୁ କରି କୃତାର୍ଥ ହୋଇଲା ମୋହୋର ପଞ୍ଚୁ ପ୍ରାଣ ।୩।ଅସଂଖ୍ୟ ଅସମ୍ଭବ ଶ୍ରୀମହାଭାରଥ ଚରିତପଚାରିବାକୁ ସଖ୍ୟ ମୋହୋର କାହିଂ ତପୋବନ୍ତ ।୪।ନ ପଚାରିଲେ ତ କୃତାର୍ଥ ନୋହିବ ମନୋର ଦେହୀତେଣୁ କରି ପ୍ରାର୍ଥନା ଯେ କରୁଛି ଗୋସାଇଂ ।୫।ଥୋକେ ତ କହିଲ ମୋତେ ଅପୂର୍ବ କଥାମାନନକୁଳ କୋନ୍ତମୁନେ ପୃଥୀ ଧଇଲେ କେସନ ।୬।ୟେହା ମୋତେ ସଞ୍ଚପି କହିବା ମୁନିବରତେବେ ସେ ମନ ମୋହୋର ହୋଇବାକ ସ୍ଥିର ।୭।ୟେହା ଶୁଣି ହସିଲେ କୁମ୍ଭଋଷିର ନନ୍ଦନଅସମ୍ଭବ କଥା ତ ପଚାରିଲୁ ହୋ ରାଜନ ।୮।ୟେମନ୍ତ ବୋଲି ମୁନି ପୁରାଣ ପୋଥି ଫେଇବୋଇଲେ ଶୁଣ ତୁ ହୋ ବିଲଂକ ଦେଶ ନରସାଇଂ ।୯।ବଇଶାଖ କୃଷ୍ଣ ପକ୍ଷ ତୃତୀୟା ଗୁରୁବାରନାରଦ ବିଜେ କଲେ ଆସି ମଞ୍ଚ ମଣ୍ଡଳର ।୧୦।ଦଣ୍ଡ କମଣ୍ଡଳୁ ଧୋତି ଛତା ପିଢା କଷା ବସନକଳି ଧୋକଡ଼ି ମୁଣି ଯେ କାଖରେ ଯାକିଣ ।୧୧।ପ୍ରବେଶ ହୋଇଲେ ଯାଇଂ ହସ୍ତିନା ନବରେଆସ୍ତାନେ କରି ବସି ଅଛନ୍ତି ବସି ଅଛନ୍ତି ଧୃତିରାଷ୍ଟର କୁମରେ ।୧୨।କୁରୁ ସାଗର ସଇନି ଯେ ଅଛନ୍ତି ଚଉପାଶେଅଠର କ୍ଷଉଣୀ ବଳ ଯେ ଅଛନ୍ତି ପାରୁଶେ ।୧୩।ଆବର ଅଛନ୍ତି ଭୀଷ୍ମ ଦ୍ରୋଣ କର୍ଣ୍ଣ ଶଲ୍ୟ ଶକୁନି ସହିତେଧୁଶାସନ ମୂଳେ ଶତେ ଭାଇ ଅଛନ୍ତି ଅଗ୍ରତେ ।୧୪।ଯୁଝେଷ୍ଠି ଭୀମ ଅର୍ଜୁନ ନକୁଳ ସହଦେବ ମୂଳେସାତ କ୍ଷଉଣୀ ବଳ ଘେନି ଅଛନ୍ତି ଆସ୍ତାନ ଉପରେ ।୧୫।କୁରୁ ପାଣ୍ଡବ ବେନି ଅଭେଦ ଆତ୍ମା ହୋଇଯୁଝେଷ୍ଠି ଦ୍ରିଯୋଧନ ପଶା ଖେଳନ୍ତି ତହିଂ ।୧୬।ୟେମନ୍ତର ସମୟେ ନାରଦେ ମିଳିଲେ ତହିଂ ଯାଇଂଆସ୍ତାନ ଉପରକୁ ସେ ଯେ ଗଲେ ବେଗ ହୋଇ ।୧୭।ନାରଦ ମୁନିଂକି ଦେଖି ଯେ ଉଠିଲେ ସମସ୍ତେନମସ୍କାର କଲେ ସର୍ବେ ମୁନିଂକ ପାଦଗତେ ।୧୮।ଭୀଷ୍ମ ଦ୍ରୋଣ ସହିତେ ଯେ ନମସ୍କାର କଲେସ୍ୱସ୍ତି ସ୍ୱସ୍ତି କଲ୍ୟାଣ ଯେ ନାରଦେ ବାଞ୍ଚିଲେ ।୧୯।ଷଡ଼ ଅର୍ଘେ ପୂଜାକଲେ ଗାନ୍ଧାରୀ ତନୟେପାଦାର୍ଘ୍ୟ ଦେଇଣ ବୋଇଲେ ବସ ହୋ ମୁନିୟେ ।୨୦।ଆଜ ମୋହୋର କୃତାର୍ଥ ଯେ ହୋଇଲା ଜୀବନଦୟା କରି ଶଙ୍ଖୋଳି ମୋତେ ଅଇଲ ବ୍ରହ୍ମାଂକ ନନ୍ଦନ ।୨୧।ୟେତେ ବୋଲି ରାଜା ଶୁତିଲା ଚରଣ ଦୁଇ ଧରିନାରଦେ ବୋଇଲେ ଉଠ ଉଠ ହୋ ଦଣ୍ଡଧାରୀ ।୨୨।ତୋହୋର ଠାବରେ ଆମ୍ଭର ଯେ ବହୁତ ବିଶ୍ୱାସତେଣୁ କରି ଶଙ୍ଖୋଳି ଅଇଲୁ ହୋ ଧୃତିରାଷ୍ଟ ଶିଷ ।୨୩।ଆୟୁଷ ବର୍ଦ୍ଧୁତ ହୋଇ ଧନ ଧାନ୍ୟ ହୋଉ ପରାପତବହୁତ କଲ୍ୟାଣ ବାଞ୍ଚାକଲେ ନାରଦ ତପୋବନ୍ତ ।୨୪।ୟେମନ୍ତର ବେଳେ ତହିଂ ଯେ ଆସ୍ତାନ ମଉଳିଲାଦ୍ରିଯୋଧନ ରାଜା ତହୁଂ ମୁନିଂକି ପଚାରିଲା ।୨୫।ବୋଇଲା ଗୋସାଇଂ ହେ ତୁମ୍ଭେ କାହିଂକି ଯେ ଯିବଦୟାଥିଲେ ଆଜକ ଯେ ମୋ ପୁରେ ରହିବ ।୨୬।ନାରଦେ ବୋଇଲେ ଆମ୍ଭେ ୟେକଠାବ ହୋଇଦଣ୍ଡେହେଂ କେଉଣ ଠାରେ ଆମ୍ଭେ ନ ରହୁ ସ୍ଥିର ହୋଇ ।୨୭।ୟେବେ ଯାଉଅଛୁଂ ଆମ୍ଭେ ପାତାଳ ଭୁବନକୁଥରେ ଶଙ୍ଖୋଳି ଆସିବୁ ଆମ୍ଭେ ନାଗ ଦେବତାଂକୁ ।୨୮।ୟେତେ ବୋଲିଣ ମୁନି ତହିଂ ଚଳିଗଲେଯୁଝେଷ୍ଠି ଦେହବ ତାହାଂକ ପଛେ ଗୋଡ଼ାଇଲେ ।୨୯।ସାତ କ୍ଷଉଣୀ ବଳ ଘେନି ପଣ୍ଡୁର କୁମରେପ୍ରବେଶ ହୋଇଲେ ଯାଇଂ ବାରୁଣାବନ୍ତରେ ।୩୦।ନାରଦ ମୁନିଂକି ତହୁଂ ଘେନି ସଂଗତେଣଆସ୍ତାନ କରି ବସିଲେ ପଣ୍ଡୁର ନନ୍ଦନ ।୩୧।ନାରଦେ ଯୁଝେଷ୍ଠିଂକି ବହୁତ ପ୍ରଶଂସିଲେଧର୍ମ କଥା ମାନ ବହୁତ ବୁଝାଇ କହିଲେ ।୩୨।ଷାଠିୟେ ସହସ୍ର ଋଷନ୍ତି ତୁ ହୋ ନିତ୍ୟେ ଦେଉ ଅନ୍ନସତ୍ୟବାଦୀ ପୁରୁଷ ତୁ ଅଟୁ ପଣ୍ଡୁର ନନ୍ଦନ ।୩୩।ନାରଦଂକ ମୁଖରୁ ୟେସନେକ ବାକ୍ୟ ଶୁଣିଦ୍ରହସିତ ହୋଇ ବୋଲନ୍ତି ଧର୍ମ ନୃପମଣି ।୩୪।ୟେକଥା କେବେହେଂ ମୋତେ ନ ବୋଲ ମୁନିବରଅନ୍ନ ଦେଇ ପୋଷୁଛନ୍ତି ମୋତେ ଧୃତିରାଷ୍ଟଂକ କୁମର ।୩୫।ନାରଦେ ବୋଇଲେ ଆମ୍ଭ କଥାୟେ କହିବୁଂଆମ୍ଭର କଥା ତୁ ଯେବେ ଯୁଝେଷ୍ଠି କରିବୁ ।୩୬।ନାରଦଂକ ବଚନେ ସେ ବୋଲନ୍ତି ଧର୍ମରାୟେଯାହା ବୋଲିବ ତାହା କରିବି ଶକ୍ୟ ଥିଲେ ମୁନି ହେ ନିଚୟେ ।୩୭।ମୁନି ବୋଇଲେ ତୁମ୍ଭେ ଯାଗ ଗୋଟିୟେ ଯେ କରଅସଂଖ୍ୟ ଧର୍ମ ତୋହୋର ହୋଇବ ଯୁଝେଷ୍ଠିର ।୩୮।ଯୁଝେଷ୍ଠି ବୋଇଲେ ମୋର ୟେଡ଼େ ଭାଗ୍ୟ କାହିଂଅନ୍ନ ବସ୍ର ଦେଇ ମୋତେ ପୋଷୁଛନ୍ତି କୁରୁସାଇଂ ।୩୯।ନାରଦେ ବୋଇଲେ ତୁ ନ ବିଚାର କିଛିଯାହାକୁ ସାହାପକ୍ଷ ଯେ ଦେବ ଶିରୀବଛି ।୪୦।ତୋତେ କିଛି ଅପୂର୍ବ ନୋହଇ ହୋ ଧନୟେଥକୁ କିଛି ନ କର ହୋ ଧର୍ମର ନନ୍ଦନ ।୪୧।ନାରଦଂକ ମୁଖରୁ ୟେସନେକ ବାକ୍ୟ ଶୁଣିଆନନ୍ଦ ହୋଇଲେ ଯେ ଯୁଝେଷ୍ଠି ନୃପମଣି ।୪୨।ଯୁଝେଷ୍ଠି ୟେକାନ୍ତେ ରାଇଲେ ଅରଜୁନଦ୍ୱାରିକାକୁ ବାବୁରେ ତୁ ଯିବୁ ୟେହିକ୍ଷଣ ।୪୩।ନାରଦଂକ ସମ୍ପାଦ ବାବୁ ଶ୍ରୀକୃଷ୍ଣଂକୁ କହିଘେନିଆସ ବାବୁ ନାରଦେ ୟେଥେ ଥାନ୍ତୁ ରହି ।୪୪।ଯୁଝେଷ୍ଠିଂକ ମୁଖୁଂ ୟେ,ନେକ ବାକ୍ୟ ଶୁଣିଧନୁ ତ୍ରୋଣ ଘେନି ବାହାର ଫାଲଗୁନି ।୪୫।ଶୁଣ ହୋ ମନୁରାୟେ ବଦୟନ୍ତି ଅଗସ୍ତିସାବଧାନ ହୋଇ ଶୁଣ ମଧ୍ୟପର୍ବ ରୀତି ।୪୬।ତୁ ଯେ ପଚାରିଲୁ ମୋତେ ନକୁଳ କୋନ୍ତ ମୁନେ ପୃଥିବୀ ଧାରଣ ପ୍ରସ୍ତାବୟେକମନେ ଶୁଣ ବାବୁ ମୁଂ କହଇ ତହିଂର ଯେ ଭାବ ।୪୭।ଯୁଝେଷ୍ଠିଂକ ଆଗ୍ୟାଂ ପାଥ ଶିରେଣ ନିବେଶିନମସ୍କାର କରି ବାହାର ହୋଇଲା ଇନ୍ଦ୍ରଂକର ଶିଷି ।୪୮।ତକ୍ଷଣେ ଦ୍ୱାରିକାୟେ ହୋଇଲା ପ୍ରବେଶନିର୍ଭୟେ ଚଳଇ ତହିଂ କୋଇନ୍ତାଂକ ଶିଷ ।୪୯।ଅର୍ଜୁନ ଆସିବାର ଜାଣନ୍ତି ଭାବଗ୍ରାହୀଅନ୍ତର୍ଯ୍ୟାମୀ ନାଥକୁଂ ଉବାର ଅଛି କାହିଂ ।୫୦।ଦେବାର୍ଚ୍ଚନ ଭଜନ ସାରିଣ ନାରାୟଣସତ୍ୟଭାମା ପୁରେ ଯାଇଂ ବିଜୟେ ଭଗବାନ ।୫୧।ଯୂତ ଖେଳନ୍ତି ସତ୍ୟଭାମା ସଙ୍ଗେ ନରହରିବୋଇଲେ ଆମ୍ଭ ପୁରକୁ ଆସୁଛି ଅର୍ଜୁନ ବିଜେ କରି ।୫୨।ୟେମନ୍ତର ସମୟେ ଶ୍ରୀକୃଷ୍ଣ ନଗର ଦ୍ୱାରେ ଅର୍ଜୁନ ମିଳିଲେସପତ ଦ୍ୱାର ଜିଣିଣ ଯେ ଭିତରେ ପଶିଲେ ।୫୩।ରହ ବୋଲିବାକୁ କ୍ଷମ ନାହିଂନା କାହାରିନିର୍ଭୟେଣ ଚଳି ଯାଉଅଛି ମହାବଳୀ ।୫୪।ଯେଉଂଠାରେ ଗୋବିନ୍ଦେ ବିଜୟେ କରିଛନ୍ତିଅର୍ଜୁନ ସେଠାରେ ଯାଇ ମିଳିଲା ଶୀଘ୍ରଗତି ।୫୫।ସତ୍ୟଭାମା ତୁଲେ ପଶା ଖେଳନ୍ତି ଜନାର୍ଦ୍ଦନଅବଲୋକନରେ ଚାହିଂ ଦିଲାକ ଅରଜୁନ ।୫୬।ସତ୍ୟଭାମାଂକୁ ଥିବା ଦେଖି ପଛକୁ ଘୁଞ୍ଚିଗଲାଅଭ୍ୟନ୍ତର ହୋଇ ଖଣ୍ଡେ ଦୂରରେ ରହିଲା ।୫୭।ଅର୍ଜୁନର ମନ ତହିଂ ଜାଣିଲେ ଗୋସାଇଂଆସ୍ତାନୁଂ ତକ୍ଷଣେ ଯେ ଉଠିଲେ ଭାବଗ୍ରହୀ ।୫୮।ଆସ ଆସ ପାର୍ଥ ତୁ ଯେ ମୋହୋର ପଞ୍ଚୁପ୍ରାଣତୋହୋଠାରେ ଅଭିନ୍ନ ମୋର କେବେହେଂ ନାହିଂ ପୁଣ ।୫୯।ଜଗନ୍ନାଥଂକ ମୁଖରୁ ୟେସନ ବାକ୍ୟ ଶୁଣିପାୟେ ପଡ଼ି ଶୁତିଲା ଅର୍ଜୁନ ବୀରମଣି ।୬୦।ଉଠ ଉଠ ବୋଲିଣ ଯେ ବୋଇଲେ ବାସୁଦେବଆଜ ମୋହୋର ଦ୍ୱାରିକା ପୁର ଶୋଭାବନ ଦିଶିବ ।୬୧।ସତ୍ୟଭାମାକୁ ଦେଖି ଅର୍ଜୁନ ନମସ୍କାର କଲେଶକ୍ରାଜିତର ଝିଅ କଲ୍ୟାଣ ବାଞ୍ଚିଲେ ।୬୨।ଶତ୍ରୁ ମାରିଣ ହୁଅସି ପଞ୍ଚୁ କଟକେ ରାଜନପରମ କଲ୍ୟାଣ ବାବୁ ପାଅସି ଅରଜୁନ ।୬୩।ତିନିପୁର ମଧ୍ୟେ ପାଥ ତୁମ୍ଭେ ପାଅ ପୂଜାୟେହା ଶୁଣି ହସିଲେ ଦେବାଧିଦେବ ରାଜା ।୬୪।ବୋଇଲେ ସତ୍ୟଭାମାଂକ ହୋଇଲା ସଦୟେଭ୍ରାନ୍ତି ତୁମ୍ଭର ନାହିଂ ହୋ କୋଇନ୍ତାଂକର ତନୟେ ।୬୫।ୟେଥୁ ଅନନ୍ତରେ ମନୁ ରାଜା ଯେ ପଚାରିସନ୍ତୋଷ ମନେ ମୋତେ କହିବା ବିସ୍ତାରି ।୬୬।ଅର୍ଜୁନ ଶ୍ରୀହରିଙ୍କର ହୋଇଲା କି ବିଚାରୟେହା ବିଚାରିଣ ମୋତେ କହିବା ମୁନିବର ।୬୭।ରାଜାର ବଚନ ଶୁଣି କହନ୍ତି ମହାମୁନିୟେକମନେ ଶୁଣ ତୁ ହୋ ବିଲଂକ ଚୂଡ଼ାମଣି ।୬୮।ଶ୍ରୀହରି ବୋଲନ୍ତି ତୁମ୍ଭେ ଶୁଣ ସତ୍ୟଭାମାସୁବର୍ଣ୍ଣ ଝରୀରେ ନୀର ଘେନିଆସ କିନା ।୬୯।ତକ୍ଷଣେ ସତ୍ୟଭାମା ଆଣିଲେ ଗଙ୍ଗାଜଳପାଦ ପଖାଳ ହୋ ତୁମ୍ଭେ ପଣ୍ଡୁର ଦୁଲାକ ।୭୦।ଶୁଣି ଶ୍ରୀଜଗନ୍ନାଥଂକର ଶ୍ରୀମୁଖ ବଚନେପାଦ ପଖାଳିଲେ ତହିଂ କୋଇନ୍ତାଂକର ନନ୍ଦନେ ।୭୧।ପାଦ ପଖାଳି କରି ତହିଂ ବୀର ଅରଜୁନପୟର ପୋଛନ୍ତି ଯେ ଘେନି ସୁଝୀନ ବସନ ।୭୨।ହାଥ ଧରି ଭିତରକୁ ଘେନିଗଲେ ଭଗବାନରତ୍ନ ପଳଂକରେ ବସାଇଲେ ନେଇଣ ବହନ ।୭୩।କୁଶଳ ବାରତା ଯେ ପଚାରନ୍ତି ଚକ୍ରପାଣିଠାକୁରଂକ ସର୍ବଶୁଭ କହ ହୋ ବୀରମଣି ।୭୪।ସମସ୍ତ କୁଶଳ ଯେ କହିଲେ ଅରଜୁନଶୁଣିଣ ସାନନ୍ଦ ଯେ ଦେବ ଜନର୍ଦ୍ଦନ ।୭୫।ପୁଣିହିଂ ଅର୍ଜୁନକୁ ବିନୋୟିଣ ପୁଚ୍ଛିଆମ୍ଭନ୍ତ ଶଙ୍ଖୋଳିବା ନିମନ୍ତେ ଅଇଲ କି ବିବତ୍ସି ।୭୬।ଠାକୁରଂକର ଆଗ୍ୟାଂ କି ତୋହୋର କାର୍ଯ୍ୟ ଅର୍ଥେୟେ କଥା ତୋତେ ଯେ ପଚାରଇ ବୀର ପାଥେ ।୭୭।ଅର୍ଜୁନ ବୋଇଲେ ତୁମ୍ଭେ ଶୁଣିମା ଚକ୍ରଧରଆମ୍ଭର ପୁରେ ବିଜେ କଲେ ନାରଦ ମୁନିବର ।୭୮।ଯୁଝେଷ୍ଠିଂକି କହିଲେ ତୁମ୍ଭେ କଥାୟେ କରିବଆପଣା କାର୍ଯ୍ୟ ଅର୍ଥେ ଧର୍ମଯାଗ ଗୋଟିୟେ ଭିଆଇବ ।୭୯।ନାରଦେ କହନ୍ତେ ଯୁଝେଷ୍ଠି ଠାକୁରେ ହସିଲେଯାଗ କରିବାକୁ ମୋର କିସ ଶକ୍ୟ ଯେ ବୋଇଲେ ।୮୦।ନାରଦେ ବୋଇଲେ ତୁମ୍ଭ ସଖା ଭଗବାନୟେଥଝକୁ କିସ ଚିନ୍ତା ତୁମ୍ଭର ଯେ ମନ ।୮୧।ନାରଦଂକ କାଷ୍ଠା ଯହୁଂ ଯୁଝେଷ୍ଠି ଶୁଣିଲେୟେକାନ୍ତ କରିଣ ମୋତେ ରାଇଣ ଆଣିଲେ ।୮୨।ବୋଇଲେ ଦ୍ୱାରିକାକୁ ତୁ ୟେହିକ୍ଷଣି ଯିବୁଜଗନ୍ନାଥ ପ୍ରଭୁଂକୁ ତୁ ରାଇଣ ଆଣିବୁ ।୮୩।ୟେହା ଶୁଣି ହସିଲେ ମଦନ ଗୋପାଳକିସ ଭିଆଣ କରିଅଛନ୍ତି କଳହ ପ୍ରିୟ ମୁନିବର ।୮୪।ସତ୍ୟଭାମାଂକୁ ଚାହିଂଣ ବୋଲନ୍ତି ହୃଷୀକେଶିବେଗ କରି ରନ୍ଧନ କର ଗୋ ଶକ୍ରାଜିତର ଶିଷି ।୮୫।ଠାକୁରଂକ ଆଗ୍ୟାଂ ପାଇ ଦେବୀ ବେଗେ ଚଳିଗଲେଛଡ଼ରସ ପ୍ରକାରେଣ ମୁଣୋହି ରାନ୍ଧିଲେ ।୮୬।ଘୃତଖଣ୍ଡ କ୍ଷିରୀ ସର ନାନାବର୍ଣ୍ଣେ ପିଠାମାନତତକ୍ଷଣେ ନିର୍ଭାଇଲେ ରାନ୍ଧଣା ବିଧାନ ।୮୭।ଅର୍ଜୁନକୁ ସ୍ରାହାନ କରାଇଲେ ଭଗବାନପିନ୍ଧିବାକୁ ଦିଲେ ଆଣି ବିଚିତ୍ର ବସନ ।୮୮।ପଖାଳ କରିଆ ଘେନି ଅର୍ଜୁନ ମଥା ପୋଛିଲେଅଙ୍ଗେ ଗନ୍ଧ ଚନ୍ଦନ ଯେ ଚତୁସମ ଲେପିଲେ ।୮୯।ଶ୍ରୀଖଣ୍ଡି ଚନ୍ଦନ ନେଇ ଅଙ୍ଗେ ଲଗାଇଲେନାନା ବର୍ଣ୍ଣେ ପୁଷ୍ପ ଶିର ଗଭାରେ ଖଞ୍ଜିଲେ ।୯୦।ନାନା ଅଳକାଂରକ ଯେ ଅର୍ଜୁନ ଅଙ୍ଗେ ଖଞ୍ଜିବୀରବେଶ କରିଣ ଯେ ଅର୍ଜୁନକୁ ସାଜି ।୯୧।ମୁଣହି ଠାବକୁ ୟେ ଅର୍ଜୁନ ବିଜେ କଲେବିଚିତ୍ର ଆସନ ଯେ ସଜାଡ଼ିଛନ୍ତି ଭଲେ ।୯୨।ସୁବର୍ଣ୍ଣର ପିଢା ସେ ଯେ ବସିବାକୁ ଦେଇତହିଂରେ ଅର୍ଜୁନକୁ ବସାଇଲେ ନେଇ ।୯୩।ସୁବର୍ଣ୍ଣର ପଲମରେ ଅମୃତ ରସପାକସତ୍ୟଭାମା ପରଶନ୍ତି ହୋଇଣ ଉତ୍ସୁକ ।୯୪।ସନ୍ତୋଷେ ଭୋଜନ ତହିଂ କରନ୍ତି ଅରଜୁନନାନା ବିଧ ରସ ପାକ ଅମୃତ ରସ ମାନ ।୯୫।ନାନାବର୍ଣ୍ଣେ ପିଠା ସେ ତହିଂ ପରଶନ୍ତି ଆଣିସନ୍ତୋଷେ ଭୋଜନ ତହିଂ କରଇ ବୀରମଣି ।୯୬।ମୁଣୋହି ସାରି ସେ ଉଠିଲେ ତତକ୍ଷଣିଆଞ୍ଚୋବନ ନିମନ୍ତେ ଆଣିଦିଲେ ବାସପାଣି ।୯୭।ଆଞ୍ଚୋବନ ସାରି ସେ ବୀରବର କିରୀଟୀଭୋଜନ ଶେଷେ ବୀର ନୁଆରିଲେ ଉଠି ।୯୮।ରତ୍ନ ପଲ୍ୟଂକରେ ହସିଲେ ଶ୍ରୀକୃଷ୍ଣ ଫାଲଗୁନିକର୍ପୁର ବିଡ଼ିଆ ଲାଗି କରାନ୍ତି ଚକ୍ରପାଣି ।୯୯।ତମ୍ୱୋଳ ଭୋଜନ ଯେ ସାରିଣ ଅର୍ଜୁନବୋଇଲେ ସାବଧାନେ ଶୁଣିମା ଭଗବାନ ।୧୦୦।ଠାକୁରଂକ ଆଗ୍ୟାଂ ଯିବା ହସ୍ତିନା ପୁରକୁଆଗ୍ୟାଂ ଦେଇଛନ୍ତି ବହନ ହୋଇଣ ଯିବାକୁ ।୧୦୧।ଅର୍ଜୁନର ମୁଖରୁ ୟେସନେକ ବାକ୍ୟ ଶୁଣିସଜ ହୋଇଲେକ ତହୁଂ ଦେବ ଚକ୍ରପାଣି ।୧୦୨।ଖଗବରକୁ ଦେବ ଯେ ସୁମରଣା କଲେରମ୍ୟେକ ଦୀପରେଣ ଖଗେଶ୍ୱର ଥିଲେ ।୧୦୩।ନାରାୟଣ ଚିନ୍ତିବା ସେ ମନରେ ଜାଣିଲେତତକ୍ଷଣେ ଆସି ଦ୍ୱାରିକାରେ ମିଳିଲେ ।୧୦୪।ନାରାୟଣଂକୁ ଦେଖି ସେ କଲା ନମସ୍କାରକିସ ଅର୍ଥେ ଚିନ୍ତାକଲ ବୋଇଲା ଖଗବର ।୧୦୫।ନାରାୟଣେ ବୋଇଲେ ବରୁଣାବନ୍ତ ଯାୟେୟେହିକ୍ଷଣି ଯିବା ଆମ୍ଭେ ଶୁଣ ପଚ୍ଛୀରାୟେ ।୧୦୬।ଅର୍ଜୁନ ଆସିଅଛି ଯେ ଆମ୍ଭନ୍ତ ନେମାପାଇଂନାରଦେ କିସ ଚରିତ ତହିଂ ଅଛନ୍ତି ଭିଆଇ ।୧୦୭।ନାରଦେ ଅଛନ୍ତି ଟିକି ମୋତେ ବାଟ ଚାହିଂଆମ୍ଭେ ଗଲେ ସ୍ୱର୍ଗକୁ ସେ ଯିବେକ ମୁନିସାଇଂ ।୧୦୮।ୟେମନ୍ତ ସମ୍ପାଦମାନ ଗରୁଡ଼କୁ କହିଅର୍ଜୁନକୁ ଘେନିଣ ବଇନେତ୍ର ପିଠିରେ ବିଜୟେ ଭାବଗ୍ରାହୀ ।୧୦୯।ଚଇତନ କହନ୍ତି ତୁମ୍ଭେ ଶୁଣ ହୋ ମନୁରାୟେମହାଭାରଥ ଚରିତୟେ ଅମୃତ ରସମୟେ ।୧୧୦।ବନ୍ଦଇ ଶ୍ରୀ ନାରାୟଣ କମଳା ରମଣସଂସାରଜନନ୍ତ ତୋର ନାମଟି କରଣ ।୧୧୧।ନୀଳ କନ୍ଦରେ ବିଜୟେ ଅପୂର୍ବ ମୂରତିଚତୁର୍ଦ୍ଧା ମୂରତି ରତ୍ନ ସିଂଘାସନେ ବିଜୟେ ଶ୍ରୀପତି ।୧୧୨।କମଳା ବିମଳା ବାକ୍ୟ ଦେବୀଂକ ସହିତେସେବାୟେ ଖଟିଛନ୍ତି ଯାହାର ପାଦଗତେ ।୧୧୩।ଦକ୍ଷିଣେ ମଉଦଧି କଳପବଟ ଅଛିକୋଟିୟେ ତୀର୍ଥ ଘେନି ତହିଂ ବିଜୟେ ଶ୍ରୀବଚ୍ଛି ।୧୧୪।ସଂସାର ଜନମାନନ୍ତ ଯେ ତାରିବା ନିମନ୍ତେବଉଧ ରୂପେ ବିଜୟ କରିଛନ୍ତି ଜଗନ୍ନାଥେ ।୧୧୫।ସେ ରୂପ ଚିନ୍ତିବାକୁ କାହାର ଶକ୍ୟ ଅଛିମୁର୍ଖ ଅପଣ୍ଡିତ ମୁହିଂ ନ ଜାଣଇ କିଛି ।୧୧୬।ତୁଳୁସାର ବଲ୍ଲଭ ଚରଣୁ ମୋର ଆନ ନାହିଂମୁର୍ଖ ସାରୋଳ ଦାସକୁ ରଖ ହେ ଭାବଗ୍ରାହୀ ।୧୧୭।ୟେଥୁ ଅନନ୍ତରେ ଯେ ଶୁଣ ବିଂଲକ ରାଜନୟେ ମଧ୍ୟପର୍ବ ଚରିତ ଯେ ବିଚିତ୍ର କଥନ ।୧୧୮।ତକ୍ଷଣେ ଗରୁଡ଼ ଯେ କାୟା ବିସ୍ତାରିଲାସହସ୍ରେ ଯୋଜନ ଉପରକୁ ଉଡ଼ି ଗଲା ।୧୧୯।ତିନି ନିଶ୍ୱାସେ ଗରୁଡ଼ ବିକ୍ରମିଣ ଗଲାବରୁଣାବନ୍ତରେ ଯାଇଂ ପ୍ରବେଶ ହୋଇଲା ।୧୨୦।ଗରୁଡ଼ ପିଠିରୁ ଉତୁରିଲେ ହରି ଅରଜୁନଆସ୍ତାନ ତଳରେ ଯାଇଂ ମିଳିଲେ ବହନ ।୧୨୧।ଗରୁଡ଼ହିଂ ଅଛଇ ନାରାୟଣଂକ ସଙ୍ଗତେଣଆସ୍ତାନର ତଳେ ଯେ ମିଳିଲେ ତିନିଜଣ ।୧୨୨।ଯୁଝେଷ୍ଠିଂକି ଦେଖିଣ ପାୟେ ପଡ଼ି ଶୁତିଲେଉଠ ଉଠ ବୋଲିଣ ଯୁଝେଷ୍ଠି ଆଗ୍ୟାଂ ଦିଲେ ।୧୨୩।ତକ୍ଷଣେ ଉଠିଣ ମାଦ୍ରୀର ତନୟେଶ୍ରୀକୃଷ୍ଣର ଛାମୁରେ ସେ ଯାଇଂଣ ଉଭା ହୋୟେ ।୧୨୪।ଶ୍ରୀକୃଷ୍ଣଂକୁ ନମସ୍କାର କରିଣ ତୋଳିଲାପଛେହେଂ ଅର୍ଜୁନକୁ ସେ ନମସ୍କାର କଲା ।୧୨୫।ପୁଣ କର ପ୍ରସାରିଣ ଧର୍ମର ନନ୍ଦନକଲ୍ୟାଣ ବାଞ୍ଛା ସେ ଯେ କରନ୍ତି ଆପଣ ।୧୨୬।ଶ୍ରୀକୃଷ୍ଣଂକୁ ଦେଖି ତହିଂ ଭୀମସେନ ପରିଣାମିଉଠ ଉଠ ହୋ ବ୍ରିକୋଦର ବୋଲନ୍ତି ଦେବସ୍ୱାମୀ ।୧୨୭।ଭୀମସେନକୁ ତହୁଂ ଅର୍ଜୁନ ଓଳଗିଲେସହଦେବ ଅର୍ଜୁନକୁ ପ୍ରଣପତ୍ୟ କଲେ ।୧୨୮।ଯେ ଯାହାର ମାନ୍ୟଧର୍ମ ସକଳ ଯେ ସାରିଆସ୍ତାନ ଉପରକୁ ଉଠିଲେ ଦେବହରି ।୧୨୯।ଦେଖିଲେ ନାରଦଂକୁ ଯୁଝେଷ୍ଠିଂକ ଆଗରେବସିଅଛନ୍ତି ସେ ବୀଣାଯନ୍ତ୍ର ଧରି କରେ ।୧୩୦।ମୁନିଂକି ଦେଖି ହରି ଅର୍ଜୁନ ନମସ୍କାର କଲେନାରଦେ କଲ୍ୟାଣ ତହୁଂ ଅନେକ ବାଞ୍ଛିଲେ ।୧୩୧।ନାରାୟଣଂକ ମୁଖ ଚାହିଂ ଯୁଝେଷ୍ଠି ବୋଇଲେଆସ୍ତାନେ ବସ ବୋଲି ଶ୍ରୀମୁଖେ ଆଗ୍ୟାଂ ଦିଲେ ।୧୩୨।ଯୁଝେଷ୍ଠିଂକ ଆଗ୍ୟାଂ ସେ ଶିରରେ ନିବେଶିଣଆସ୍ତାନରେ ବିଜେ କଲେ ଦେବ ଜନାର୍ଦ୍ଦନ ।୧୩୩।ବୋଲନ୍ତି ନାରଦଂକ ମୁଖ ଚାହିଂ ଯଦୁସାଇଂକଳହପ୍ରିୟ ମୁନି କିସ ଅଛ ହେ ଭିଆଇ ।୧୩୪।ଗୋବିନ୍ଦଂକ ବଚନେ ସେ କହନ୍ତି ମହାମୁନିଅପୂର୍ବ କଥାୟେ ଭିଆଇଛୁ ଶୁଣ ଚକ୍ରପାଣି ।୧୩୫।ଧର୍ମଯୋଗ ବୋଲି ଅଛି ଯାଗ ଯେ ଗୋଟିୟେଭିଆଣ କରିଛୁ ତାହା ଶୁଣ ହୋ ଦେବରାୟେ ।୧୩୬।ଧନ ଧାନ୍ୟ ଲକ୍ଷ୍ମୀ ଯେ ହୋଇବ ପରାପତସ୍ୱର୍ଗପୁରେ ବସିବେ ଯେ ସପ୍ତ ପୁରୁଷ ଲୋକେ ତ ।୧୩୭।ଦେବତା ମାନେ ଯେ ଖାଇବେ ଘୃତରସମୁନିମାନେ ଯାଗ ଦେଖି ହୋଇବେ ସନ୍ତୋଷ ।୧୩୮।ରାଜଋଷି ବ୍ରହ୍ମଋଷି ଦେବଋଷିମାନେ ଆସିବେଘୃତ ଯବ ତିଳ ସମିଧ ଅଗ୍ନିରେ ଦେଉଥିବେ ।୧୩୯।ରାଜାଗଣ ମାନେ ରୁଣ୍ଡ ହୋଇବେ ସମସ୍ତେଅମୃତ ଯୋଗାଡ଼ ଛତ୍ରଶାଳେ ଭୁଞ୍ଜୁଥିବେ ନିତ୍ୟପ୍ରତ୍ୟ ।୧୪୦।ଯାଗନିକମାନେ ସର୍ବେ ଯୋଗେ ରୁଣ୍ଡ ହୋଇଘୃତ ଦେଉଥିବେ ସେ ଯେ କ୍ଷଣେ ନ ବିଶୋଇଂ ।୧୪୧।ମାଗନ୍ତା ଲୋକନ୍ତ ଯେ ଦେଉଥିବ ଧନନିରାଶ ନ କରିବ ଦୁଖୀ ଦରିଦ୍ର ଜନମାନ ।୧୪୨।ନାରଦଂକ ମୁଖରୁ ୟେସନେକ ବାକ୍ୟ ଶୁଣିହସିଣ ବୋଲୁଛନ୍ତି ଯେ ଦେବ ଚକ୍ରପାଣି ।୧୪୩।ୟେତେ ସମ୍ପଦକୁ ଧନ କାହିଂ ଅଛି ଯୁଝେଷ୍ଠି ଦେବଂକରୟେ କଥା କିମ୍ପାଇ ତୁମ୍ଭେ କହିଲ ମୁନିବର ।୧୪୪।ମୋହୋର ମନକୁ ୟେ ସର୍ବଥା ନ ଆସଇତୁମ୍ଭ ପରା ମୁନି ୟେହା ପ୍ରବର୍ତ୍ତାଇଲେ କିଲ ପାଇଂ ।୧୪୫।ରାଜା ବରଣକୁ ୟେହାଂକର ଶକ୍ୟ ଅଛି କାହିଂଦୁଷ୍ଟ ରାଜାମାନେ ଯେ ମହୀରେ ଛନ୍ତି ରହି ।୧୪୬।ରାଜାୟେ ନ ଅଇଲେ ତ ଯାଗ ଧର୍ମ ନ ପାଇବାୟେହା ବିଚାରିଣ ତୁମ୍ଭେ କୁହ ମୁନି ଦେବା ।୧୪୭।ଗୋବିନ୍ଦଂକ ମୁଖରୁ ନାରଦ ୟେସନ ନିଷ୍ଠୁର ବଚନ ଶୁଣିପୁଣି ବଚନ ସେ କହନ୍ତି ନାରଦ ମହାମୁନି ।୧୪୮।ୟେ କଥା ଯୁଝେଷ୍ଠିଂକୁ ଯେ ନ କହ କେବେହେଂଯାହାର ପ୍ରାଣ ସଖା ଦେବାଧିଦେବ ରାୟେ ।୧୪୯।ପୂର୍ବେତ ଶୁଣିଅଛ ଦେବ ନାରାୟଣଖାଣ୍ଡବ ବନ ଦହନେ ଅଗ୍ନିକୁ ଉପକାର କରିଣ ଇଛନ୍ତି ଅର୍ଜୁନ ।୧୫୦।ଲୁଦୁବୁଦୁ ବ୍ୟାଧି ହୋଇ ସେ ତିନିଯୁଗ ଯାୟେ ଥିଲେଅର୍ଜୁନ ମଉଷଧି ଦିଅନ୍ତେ ସେ ନିସ୍ତରିଲେ ।୧୫୧।ମନ୍ଦାଅଗ୍ନି ହୋଇଣ ସେ ଆହାର ନ ଭକ୍ଷିଲେମଉଷଧି ଭକ୍ଷନ୍ତେ ସେ ନିବ୍ୟାଧି ହୋଇଲେ ।୧୫୨।ଅର୍ଜୁନକୁ ପ୍ରସନ୍ନ ହୋଇଣ ସେ ବୋଇଲେ ବଚନଘୃତ ଭୋଜନ ମୋତେ ଦେବୁଟି ପଣ୍ଡୁର ନନ୍ଦନ ।୧୫୩।ଯାଗ କରିଣ ତୁହି ମୋତେ ଘୃତ ତିଳ ଦେବୁତେବେ ସେ କ୍ଷୁଧା ମୋର ନିବାର କରିବୁ ।୧୫୪।ୟେତେକ ବଚନ ଯହୁଂ ଅଗ୍ନି ଦେବତା କହିଲେସନ୍ତୋଷ ହୋଇ ଅର୍ଜୁନ ସତ୍ୟବାକ୍ୟ ଦିଲେ ।୧୫୫।ହେଉ ବୋଲିଣ ଯେ ଅର୍ଜୁନ କରିଅଛି ସତ୍ୟକେମନ୍ତ କରି ଅର୍ଜୁନ ଅଗ୍ନିକୁ ନ ଦେବଟି ଘୃତ ।୧୫୬।ଅର୍ଜୁନକୁ ଚାହିଂ ତହୁଂ ପଚାରନ୍ତି ହରିସତ୍ୟ ବଚନ ଯେବେ କରିଅଛୁ ବୋଲ ମହାବଳୀ ।୧୫୭।ଅର୍ଜୁନ ବୋଇଲେ ମୁଂ ସତ୍ୟ କରିଅଛି ପୂର୍ବେୟେବେ କେମନ୍ତେ ନାସ୍ତି ମୁଂ କରିବି ବାସୁଦେବେ ।୧୫୮।ୟେହା ଶୁଣି ହସିଲେ ଯେ ଦେବ ଚକ୍ରଧାରୀବୋଇଲେ ଅଗ୍ନି ଦେବତାୟେ ଅଟନ୍ତି ବଡ଼ ଉପୁଗାରୀ ।୧୫୯।ସମସ୍ତ ଦେବତାମାନଂକ ଠାରୁ ଶହସ୍ରମାନ ଆଣିତୋଷେ ତୋତେ ଦେଇଅଛନ୍ତି ଶୁଣ ହୋ ଗାଣ୍ଡିମ ପାଣି ।୧୬୦।ତୁମ୍ଭେ ଯୋଗ କରିବା ତ ଅଟଇ ବିହିତୟେଥକୁ କିସ ବିଚାର କରିବା ବୀର ପାଥ ।୧୬୧।ନାରଦଂକୁ ଚାହିଂଣ ବୋଲନ୍ତି ଦେବ ଜନାର୍ଦ୍ଦନଶୁଣ ହୋ ମହାମୁନି ବ୍ରହ୍ମାଂକ ନନ୍ଦନ ।୧୬୨।ଲକ୍ଷେ ରାଜା ବରଣକୁ ତ କାଳ ସମୟ ନାହିଂଯାଗଶାଳାମାନନ୍ତ ନିର୍ଭା କରିବ କେହୁ ।୧୬୩।ଧନ ଦ୍ରବ୍ୟମାନ ଯେ କାହୁଂ ଭିଆଇବାବହୁତ ସଂଦେହ ମୋତେ ଲାଗିଲା ମୁନିଦେବା ।୧୬୪।ନାରଦେ ବୋଇଲେ ତୁମ୍ଭେ ଯୁଝେଷ୍ଠିଂକି ଯେ ପଚାରକହିବାର କଥା ସିନା ଆମ୍ଭେ ଜାଣୁ ହୋ ଦାମୋଦର ।୧୬୫।ଯୁଝେଷ୍ଠିଂକ ମୁଖକୁ ତହୁଂ ଗୋବିନ୍ଦେ ଚାହିଂଲେକିସ ବିଚାର କରିବା ଆଗ୍ୟାଂ ହୋଉ ଯେ ବୋଇଲେ ।୧୬୬।ଯୁଝେଷ୍ଠି ବୋଇଲେ ଯେ କିସ ମୋହର ଶକ୍ୟଅନ୍ନ ଦେଇ ପୋଷୁଛି ତ ମୋତେ ଅମ୍ବିକାର ବଚ୍ଛ ।୧୬୭।ମୋହୋରେ ୟେ କଥା ଯେ କେବେହେଂ ନୋହଇନାରଦଂକୁ ନିବର୍ତ୍ତାଇ ରଖ ହୋ ଭାବଗ୍ରାହୀ ।୧୬୮।ୟେତେ କହି ଯୁଝେଷ୍ଠି ଯେ ହୋଇଲେ ମଉନତହୁଂ ହୃଦଗତେ ଚିନ୍ତା କରନ୍ତି ଦେବ ଭଗବାନ ।୧୬୯।ଜଗନ୍ନାଥଂକ ବିମନ ତହୁଂ ନାରଦେ ଜାଣିଲେୟେକାନ୍ତେ ଗୋବିନ୍ଦଂକୁ ରାଇଣ ବୋଇଲେ ।୧୭୦।ନିଚୟ ୟାଗ ଗୋଟିୟେ କରାଅ ଭଗବାନବହୁତ ଧର୍ମ ଉଦିତ ହୋଇବ ଧନ ଧାନ୍ୟ ।୧୭୧।ନାରଦ ବୋଇଲେ ହୋ ଶୁଣ ଭାବଗ୍ରାହୀସ୍ୱର୍ଗକୁ ଯାଉଅଛୁଂ ବିଳମ୍ବ ନ ସହଇ ।୧୭୨।ଗୋବିନ୍ଦେ ବୋଇଲେ ହୋ ଶୁଣ ମହାମୁନିତୁମ୍ଭର ଆଗ୍ୟାଂୟୋ କରିବେ ଯୁଝେଷ୍ଠି ନୃପମଣି ।୧୭୩।ଶ୍ରୀକୃଷ୍ଣାଂକ ମୁଖରୁ ନିର୍ଣ୍ଣୟ କଥା ପାଇବୀଣାଯନ୍ତ୍ର ବାଇ ନାରଦେ ଗଲେ ତୋଷ ହୋଇ । ୧୭୪।ସ୍ୱର୍ଗପୁରେ ଯାଇଂ ମୁନି ହୋଇଲେ ପରବେଶନାରଦଂକ ଚରଣେ ଶରଣ କବି ସାରୋଳା ଦସ ।୧୭୫।୯୭୬୫।