ସାରଳା ମହାଭାରତ ମଧ୍ୟପର୍ବ (ଦ୍ୱିତୀୟ ଖଣ୍ଡ)
ସାରଳା ଦାସ · ଭାଗ ୧୧ / ୧୨
ସମ୍ପୂର୍ଣ୍ଣ ସୂଚୀପତ୍ର
ଶୋଭାବତୀ ହରଣ
ବନ୍ଦଇ ବାକ୍ୟଦେବୀ ଗୋ ବ୍ରହ୍ମାର ଦୁଲଣୀଯାହାର ନାମ ଗୋଟି ସୁଗ୍ୟଂଜନେ ବଖାଣି ।୧।ସମସ୍ତଙ୍କ କଣ୍ଠରେ ଗୋ ବସିଥାଉ ମାୟେକହିଣ ଦେଉଥାଉ ବସିଣ ହୃଦୟେ ।୨।ତୋହର ସୁଦୟା ମାଗୋ ଯାହାତହିଂ ନାହିଂଜଗତରେ ସେହି ପ୍ରାଣୀ ପୂଜିତ ନୋହଇ ।୩।ତୋହର ଯାହଠାରେ ମାଗୋ ସୁଦୟା ଅଛଇଜଳେ ଥଳେ ଅନଳେ ମହାଭୟ କିଛି ନାହିଂ ।୪।ମୁହିଂ ମାଗୋ ଅରକ୍ଷିତ ମୋତେ ଦୟା କଲୁକଣ୍ଠରେ ବସିଣ ମାହାଭାରଥ ବଖାଣିଲୁ ।୫।ୟେଣିକି ପଦ ଯେ ପଦ ମୋତେ ନୋହୋଛି ଗୋ ଦୃଶ୍ୟଅପଣ୍ଡିତ ଲୋକେ ମୋତେ କରିବେ ଉପହାସ୍ୟ ।୬।ମୂର୍ଖ ଜନମାନନ୍ତ ମୁଂ ବହୁତ ଡରଇସାଧୁ ଜନମାନଂକ ଚରଣେ ଅଛି ଧ୍ୟାୟି ।୭।ଶ୍ରୀ ବାକ୍ୟ ଦେବୀଂକର ଚରଣ କମଳେକବି ସରୋଳା ଦାସ ନମଇଂ ସର୍ବକାଳେ ।୮।ବିଲଂକ ଦେଶର ରାଜା ଯେ ଅଟଇ ମନୁରାୟେଅଗସ୍ତିଙ୍କ ଚରଣରେ ବହୁତ ବିନୟେ ।୯।ଶୁଣିଲି ମାହାଭାରଥ ତୁମ୍ଭର ପରସାଦେନାନା ଦୁର୍ଗତରୁ ମୁହିଂ ତରିବଇଂ ହାଦେ ।୧୦।ନାନାଦି ପାତକ ୟେ ଅଙ୍ଗରୁ ଛଡ଼ାଇଲିଶାମ୍ବ ଚନ୍ଦ୍ରାବତୀଂକର ବିବାହ ଶୁଣିଲି ।୧୧।କୁମ୍ଭକ ଦଇତ ବଧ ଶୁଣିଲି ଶ୍ରବଣେକଥାୟେ ପଚାରିବି ହୋଇବା ସାବଧାନେ ।୧୨।ଶାମ୍ବ କୁମର ଚନ୍ଦ୍ରାବତୀ କି ବିଭା ହେଲେଆବର ପୁତ୍ରମାନେ ପୁଣ କେବଣ କୃତ୍ୟ କଲେ ।୧୩।ଶ୍ରୀକୃଷ୍ଣଂକର ପୁତ୍ରମାନେ ଅଟନ୍ତି ବଳିୟାରତାହାଂକର ଚରିତ ମୋତେ କହ ମୁନିବର ।୧୪।ୟେକା ଭାରିଯାୟେ କି ତାହାଂକର ହୋଇଲାଆଉ କି ୟେହାଂକର ଭାରିଯା ନୋହିଲା ।୧୫।ୟେ କଥାମାନ ମୋତେ କହ ମୁନି ପୁଣିତେବେ ସିନା ପ୍ରତେ ଯିବି ତୁମ୍ଭ ମୁଖୁଂ ଶୁଣି ।୧୬।ରାଜାର ବଚନ ଶୁଣି ହସିଲେ ମୁନିବରଯାହା ପଚାରିଲୁ ତାହା ଶୁଣ ଦଣ୍ଡଧର ।୧୭।କେଉଂ ପୁତ୍ରର ଦୁଇ ଭାରିଯା କାହାର ତିନି ହୋଇକେଉଂ ପୁତ୍ରର ୟେକା ଭାରିଯାକେ ଦିନ ଯାଇ ।୧୮।ୟେମନ୍ତେ ଲକ୍ଷେ ଷାଠି ସହସ୍ର ଅଶିୟେ କୁମରଦ୍ୱାରବତୀରେ ଥାଇଂଣ ବଞ୍ଚନ୍ତି ଯେ କାଳ ।୧୯।ଯେ ଯାହାର ମନ୍ଦିରେ ଯେ ସୁଖେଣ ଥାଅନ୍ତିନାନା କଉତୁକ ରସେ ଦିନ ସେ ହରନ୍ତି ।୨୦।ଶାମ୍ବ କୁମର ବୋଲିଣ ଯେବଣ ନନ୍ଦନଚନ୍ଦ୍ରାବତୀ କି ଘେନିଣ ଅନେକ ଭୋଗ କଲା ଜାଣ ।୨୧।ଚନ୍ଦ୍ରଶାଳା ପୁର ସେ ଯେ ଗୋଟିୟେ ଭିଆଇୟେମନ୍ତେଣ କେତେକାଳ ତହିଂ ଗଲା ବହି ।୨୨।ଦ୍ରଯୋଧନ ରାଜାର ସେ ଅଟଇ ଦୁହିତୀରୂପ ଗୁଣ ସୁନ୍ଦରେ ସେ ଜିଣଇ ପାର୍ବତୀ ।୨୩।ରୂପ ଗୁଣ ଦେଖି ଶାମ୍ବ ନ ଛାଡ଼ଇ କ୍ଷଣେସେ କନ୍ୟାକୁ ମୁରୁଛି ନପାରଇ ୟେକ ଦିନେ ।୨୪।ଶୁଣ ତୁ ମହାରାଜା ବନ୍ଦନ୍ତି ଅଗସ୍ତିୟେମନ୍ତେ ଶୁଣ ତୁ ଦଇବର ଗତି ।୨୫।ୟେକ ଦିନକରେ ପୁଣି ନାରଦ ମହାମୁନିଦ୍ୱାରିକା ପୁରେ ବିଜେ କଲେ ତପୋଧନି ।୨୬।କଷା କଉପୁନୀ ସେ ଯେ ଦିବ୍ୟ ବେଶ ହୋଇଭସ୍ମ ବିଲେପନ ଯେ କାୟାଗୋଟି ସେହି ।୨୭।ବେନିକର୍ଣ୍ଣେ ବିରାଜଇ ତାମ୍ରର କୁଣ୍ଡଳପଦ୍ମ ପତ୍ରେ ନୀର ଯେହ୍ନେ ଦିଶଇ ଢଳ ଢଳ ।୨୮।ଦଣ୍ଡ କମଣ୍ଡଳୁ ମୁନି ହାଥରେ ଧରିଛନ୍ତିକଳି ଧୋକଡ଼ି ମୁଣି କାଖରେ ଯାକିଛନ୍ତି ।୨୯।ସ୍ୱର୍ଗପୁରରୁ ଓଲ୍ଲାଇ ଅଇଲେ ମୁନିବରଭ୍ରମନ୍ତି ତପଶୀଳ ଆସି ମର୍ତ୍ତ୍ୟମଣ୍ଡଳର ।୩୦।ଭମି ଭ୍ରମି ଆସି ସେହୁ ଦ୍ୱାରିକାରେ ହୋଇଲେଉଗ୍ରସେନ ଆସ୍ତାନରେ ଯାଇଣ ମିଳିଲେ ।୩୧।ମୁନିଂକି ଦେଖିଣ ତହିଂ ଉଠିଲେ ସମେସ୍ତନମସ୍କାର କଲେ ଯାଇଂ ଋଷିଂକ ପାଦଗତେ ।୩୨।ଗଙ୍ଗା ଜଳ ଘେନି ତାଂକ ଚରଣ ଧୋଇଲେପାଦ ଊଦକ ନେଇଣ ଗର୍ଭକୁ କ୍ଷେପିଲେ ।୩୩।ପାଦାସନ ଦେଇ ମୁନିଂକି ବସାଇଲେ ଧୀରେକୁଶଳ ବାରତା ପଚାରିଲେ ମୁନିବରେ ।୩୪।ସମସ୍ତ କୁଶଳ ତହିଂ କହିଲେ ଉଗ୍ରସେନକଲ୍ୟାଣ କରିଣ ତହିଂ ଉଠିଲେ ତପୋଧାନ ।୩୫।ରାଜାକୁ ମେଲାଣି ମାଗି ବାହାର ହୋଇଲେବଳରାମଂକ ନବରେ ଯାଇଂ ପ୍ରବେଶ ଯେ ହେଲେ ।୩୬।ତାଂକୁ ଦେଖି ବଳରାମ ଉଠିଲେ ବହନନମସ୍କାର କଲେ ସେହୁ ମୁନିଂକ ଚରଣ ।୩୭।କଲ୍ୟାଣ କରିଣ ତାହନ୍ତ କହନ୍ତି ମହାମୁନିସକଳ କୁଶଳଟିକି ହୋ ତୋହର ହଳପାଣି ।୩୮।ବଳରାମେ ବୋଇଲେ ମୋର ସମସ୍ତ କୁଶଳକାହିଂ ଥିଲ ତୁମ୍ଭେ ମୋତେ କହ ତପଶୀଳ ।୩୯।ୟେହା ଶୁଣି ନାରଦ ଯେ ବୋଲନ୍ତି ବଚନଯହିଂ ଥିଲି ତାହା ତୁ ହୋ ଶୁଣ ବଳରାମ ।୪୦।ମଞ୍ଚ ମଣ୍ଡଳ ରେ ଆମ୍ଭେ ଭ୍ରମଣ କରୁଥିଲୁତୁମ୍ଭନ୍ତ ଯେ ସଙ୍ଗେ ନେବା ନିମନ୍ତେ ୟେଠାକୁ ଅଇଲୁ ।୪୧।ସେଠାରୁ ମେଲାଣି ହୋଇଣ ହୋଇଲେ ବାହରଯାଇଣ ମିଳିଲେ ସେ ଶ୍ରୀକୃଷ୍ଣଂକ ନବର ।୪୨।ଆସ୍ତାନେ କରଣ ଯେ ବସିଅଛନ୍ତ ନରହରିତହିଂ ସେ ଯାଇଣ ପ୍ରବେଶ ହୋଇଲେ ତପଚାରୀ ।୪୩।ନାରଦଂକୁ ଦେଖି ତହୁଂ ଦେବ ଶ୍ରକୃଷ୍ଣ ଉଠିଲେନମସ୍କାର କରିଣ ଯେ ଉଭା ହୋଇଣ ରହିଲେ ।୪୪।ଗଙ୍ଗା ଜଳ ଘେନି ତାଂକ ଚରଣ ଦୋଇଲେପାଦର ଉଦକ ନେଇ ଗର୍ଭ କୁ କ୍ଷେପିଲେ ।୪୫।ପାଦାସନ ଦେଇ ମୁନିଂକି ବସାଇଲେ ଧିରେକୁଶଳ ବାରତା ପଚାରିଲେ ମୁନିବରେ ।୪୬।ସକଳ ବାରତା ତାହାନ୍ତ ପୁଛନ୍ତି ନାରାୟଣମୋତେ ସଙ୍ଖୋଳି ତୁମ୍ଭେ କି ଅଇଲ ବ୍ରହ୍ମମୁନ୍ୟ ।୪୭।ନାରଦେ ବୋଇଲେ ଆମ୍ଭେ ମଞ୍ଚକୁ ଆସିଥିଲୁତୁମ୍ଭନ୍ତ ସଙ୍ଖୋଳିବାକୁ ବୋଲିଣ ଅଇଲୁ ।୪୮।ଯାଉଅଛୁ କ୍ଷଣେ ନ ରହୁ ହୋ ବାବାଶ୍ରକୃଷ୍ଣ ବୋଇଲେ କ୍ଷଣେ ରହ ମୁନିଦେବା ।୪୯।ନାରଦେ ବୋଇଲେ ହରି ନ ଜାଣ କି ଆମ୍ଭର ଚରିତୟେକା ଠାବକରେ ମୁହିଂ ନ ବସେ କଦାଚିତେ ।୫୦।କଳହପ୍ରିୟ ମୁନି କଳି ଘେନି ବୁଲୁଥାଇଂତିନି ଭୁବନ ରେ ଯହିଂ ଯେତେ କଥା ପଡ଼ଇ ।୫୧।ସକଳ ଚରିତ ତହିଂ ଜାଣଇ ପରିମାଣିତେଣୁ କରି କହନ୍ତି ମୋତେ କଳହ ପ୍ରିୟ ମୁନି ।୫୨।ୟେତେ କହି ଶ୍ରୀକୃଷ୍ଣନ୍ତ ମେଲାଣି ମାଗିଲେପଦ୍ମନର ପୁରେ ଯାଇ ପ୍ରବେଶ ହୋଇଲେ ।୫୩।ପଦ୍ମନ ଦେଖି ମୁନିଂକି ନମସ୍କାର କଲାବସିବାକୁ ଦିବ୍ୟ ଆସନେକ ନେଇ ଦିଲା ।୫୪।ସକଳ ଚରିତ ମାନ କୁହାକୁହି ହୋଇଲେତତକ୍ଷଣେ ସେଠାରୁ ବାହାର ହୋଇଗଲେ ।୫୫।ଶାମ୍ବକୁମର ମନ୍ଦିରେ ମିଳିଲେ କ ଯାଇଦେଖହିଲେ ଯେ ପୁରରେ ଜଣେହେଂ କେହି ନାହିଂ ।୫୬।ଭିତରେ ଥାଇଣ ତହିଂ ଜାଣିଲା କୁମରବୋଇଲେ ଆମ୍ଭରପୁରେ ବିଜେ କଲେ ମୁନିବର ।୫୭।ତକ୍ଷଣେ କୁମର ଭିତରୁ ବାହାର ହୋଇମୁନିଂକ ଚରଣେ ତଳେଣ ଲମ୍ବଇ ।୫୮।ନମସ୍କାର କରିଣ କହଇ ବଚନଆମ୍ଭର ବଡ଼ ଭାଗ୍ୟ ଦେଖିଲି ବ୍ରହ୍ମମୁନ୍ୟ ।୫୯।ଭିତରେ ଥାଇ ଚନ୍ଦ୍ରାବତୀ କରଇ ନମସ୍କାରକଲ୍ୟାଣ କର ମୋତେ ବ୍ରହ୍ମାଂକ କୁମର ।୬୦।ନାରଦ ବୋଇଲେ ତୁ ହୁଅସି କଇଲ୍ୟାଣପୁତ୍ର ପଉତ୍ରୀ ତୋର ଯେ ହୁଅନ୍ତୁ ବର୍ଦ୍ଧମାନ ।୬୧।ୟେତେକ କଲ୍ୟାଣ ଯହୁଂ ନାରଦ ମୁନି କଲେଶୁଣି ଚନ୍ଦ୍ରାବତୀ ତହୁଂ ଆନନ୍ଦ ହୋଇଲେ ।୬୨।ନାରଦେ ଗଉରୋବ ପାଇ ବସିଲେ ସେ ଠାବରେକନକର ଚମ୍ପା ଗୋଟିୟେ ଘେନିଥିଲେ କରେ ।୬୩।ଚନ୍ଦ୍ରାବତୀ ହାଥ କୁ ସେ ଫୁଲ ବଢାଇଣ ଦିଲେୟେହି ପୁଷ୍ୟେଗୋଟି ମାୟେ ଘେନ ଗୋ ବୋଇଲେ ।୬୪।ହାଥ ପ୍ରସାରିଣ ପୁଷ୍ୟ ନେଲାକ ଚନ୍ଦ୍ରବତୀପୁଷ୍ୟ ଦେଖି ଆନନ୍ଦ ମାନଗୋବିନ୍ଦ ଦୁହିତୀ ।୬୫।ମୁନିଂକି ବୋଇଲେ ତୁମ୍ଭେ ଶୁଣିମା ଗୋସାଇଂୟେ ପୁଷ୍ୟ ଗୋଟି କାହୁଂ ଆଣିଲ ବ୍ରହ୍ମାଂକ ତନୟି ।୬୬।ନନ୍ଦନ ବନେ ଥାଇ ୟେ ଫୁଲ ନ ଥାଇ ଆନ ଠାରେଆମ୍ଭେ ଯେ ଅଇଲୁ ସେହି ତୋଟାର ବାଟରେ ।୬୭।ଶରଧାୟେ ତହୁଂ ପୁଷ୍ୟ ଗୋଟେୟେ ଆଣିଲୁଶରଧା ଯୁଗତେ ଆମ୍ଭେ ତୋହର ହାଥେ ଦିଲୁ ।୬୮ନାରଦେ ବୋଇଲେ ୟେ ପୁଷ୍ୟର ମହିମା ତୁମ୍ଭେ ଶୁଣଇଶ୍ୱରଂକ ଭାରିଯା ଗଉରୀଂକି ଦେଇ ପୁଜିବ ଯେଉଂଦିନ ।୬୯।ପୁତ୍ରବତୀ ହୋଅଇ ଅହିଓ ସୁଲକ୍ଷଣି ନାରୀସ୍ୱାମୀରେ ସଇଭାଗୀ ହୋଇଣ ସେହୁ ଦିନ ସାରି ।୭୦।ଅନ୍ତେଣ ବସଇ ସେହୁ ବଇକୁଣ୍ଠ ପୁରପ୍ରସନ୍ନେ ବର ଦିଅନ୍ତି ଗଉରୀ ଶଂକର ।୭୧।ମୁନିଂକର ଶ୍ରୀମୁଖରୁ ୟେସନେକ ଶୁଣିପୁଣି ପଚାରଇ ଦ୍ରିଯୋଧନ ରାଜାର ଦୁଲଣୀ ।୭୨।ବୋଲଇ ଗୋସାଂଇ ତୁମ୍ଭେ ସାବଧାନେ ଶୁଣୟେହି ପୁଷ୍ୟରେ ପୂଜିବି କି ଆଉ ଅଛି ବିଧାନ ।୭୩।ନାରଦେ ବୋଇଲେ ଅଛି ଯେ ଅଷ୍ଟ ପରକାରକହିବା ତୋହର ଆଗେ ଶୁଣ ୟେଥିରେ ବିଚାର ।୭୪।କନକର ଚମ୍ପା ଅଷ୍ଟ ଗୋଟି ଯେ ଘେନିମସୁବର୍ଣ୍ଣର ଅଷ୍ଟଗୋଟି ଚାଉଳ ହୋଇବ ।୭୫।ସୁବର୍ଣ୍ଣର ଅଷ୍ଟକେରୀ ଦୁବ ଯେ କରିବନାନା ଜାତିରୁ ଫଳ ଅଷ୍ଟଗୋଟି ହୋଇବ ।୭୬।ନଟୀକାଳ ଫଳ ଯେ ହୋଇବ ଅଷ୍ଟଗୋଟିରମ୍ଭାତରୁ ଫଳ ପୁଣ ହୋଇବ ଆଠଗୋଟି ।୭୭।ଟଭା ନାରଙ୍ଗ ଘେନି ଅଷ୍ଟଗୋଟି ଲେଖାୟେଂକମଳା ପଣସରୁ ଯେ ଆଠ ଆଠ ହୋୟେ ।୭୮।ଲେମ୍ବାଉ ଫଳରୁ ଯେ ଅଷ୍ଟଗୋଟି ଭିଆଇବଆବର ଚୂତ ଫଳରୁ ଅଷ୍ଟଗୋଟି ହୋଇବ ।୭୯।ୟେମନ୍ତେ ଅଷ୍ଟଫଳ କରିବ ଭିଆଣଶ୍ୱେତ ବସ୍ର ଗୋଟିୟେ କରିବାକ ଆସନ ।୮୦।ଶ୍ୱେତ ଶାକର ଅଷ୍ଟଗୋଟି ହୋଇବଶ୍ୱେତଖଣ୍ଡ ମଣ୍ଡା ଅଷ୍ଟଗୋଟି ହୋଇଥିବ ।୮୧।ଗୁଆଫଳ ପେଣ୍ଡିୟେ ତହିଂରେ ରଖିବତୁଳସୀ ଜଳ ଦେଇ ଗଉରୀଂକି ପୂଜିବ ।୮୨।ତେବେ ସେ ପ୍ରସନ୍ନ ହୋଇବେ ଶାକମ୍ଭରୀପ୍ରସନ୍ନ ହୋଇଣ ବର ଦେବେଟି ମାହେଶ୍ୱରୀ ।୮୩।ଯେଂଉ ସ୍ତିରୀ ୟେହା ପୂଜିତେ କରଇ ଇଚ୍ଛାସମ୍ପୂର୍ଣ୍ଣ ହୋଅଇ ଯେ ତାହାର ମନବାଞ୍ଛା ।୮୪।ୟେକବର୍ଣ୍ଣ ଗାଈର କ୍ଷୀର ୟେକବର୍ଣ୍ଣ ଧାନର ତଣ୍ଡୁଳତରଣ କରି ତାହା କ୍ଷେପିବ ଗର୍ଭର ଭିତର ।୮୫।ଆରଦିନ ସ୍ରାହାନ କରି କରିବାକୁ ପୂଜାପ୍ରସନ୍ନ ହୋଇଣ ବର ଦେବେ ଯେ ଗିରିଜା ।୮୬।ଯାହା ମନେ ବାଞ୍ଛାକରିଥିବ ଟି ତାହାରପ୍ରସନ୍ନ ରେ ହେମବନ୍ତୀ ଦେବେ ତତପର ।୮୭।ଚନ୍ଦ୍ରାବତୀ ବୋଇଲେ ୟେହୁ ଓଷା ପୂଜା ହୋଇବ କେଉଂ ମାସ କେଉଂ ଦିନୟେହା ମୋତେ ସଞ୍ଚପି କହିବା ମହାମୁନ୍ୟ ।୮୮।ନାରଦେ ବୋଇଲେ ବରଷେ ମଧ୍ୟେ ଯେ ଚଇତ ମାସ ଶୁକ୍ଳପକ୍ଷମଙ୍ଗଳବାର ଦିନ ଯେ ପୂଜିବ ପ୍ରତକ୍ଷ ।୮୯।ଚନ୍ଦ୍ରାବତୀ ବୋଇଲେ ମୁଂ ଓଷା ପୂଜିବଇଂସେ ପୂଜା କରାଅ ମତେ ଅନୁଗ୍ରହ ବହି ।୯୦।ଆପଣ ଥାଇଂ ତୁମ୍ଭେ ୟେ ଓଷା ପୂଜାଇବତେବେ ସିନା ମୋହର ପୂର୍ବ ଭାଗ୍ୟ ଦିଶିବ ।୯୧।ତୁମ୍ଭର ଯେବେ ମୋତେ ସୁଦୟା ଭାବ ଥିବଆପନେ ଥାଇଂ ସେ ଓଷା ନିର୍ଭା କରାଇବ ।୯୨।ନାରଦେ ବୋଇଲେ ତୋତେ ସମସ୍ତ ପଦାର୍ଥ ମିଳିବକନକ ଚମ୍ପାତୋତେ କେହୁ ଆଣିଦେବ ।୯୩।ସ୍ୱରଗର ପୁଷ୍ୟ ଅଟଇ ସେ ଦେବତାନ୍ତ ଭୋଗ୍ୟତୋହର ଯେବେ ଥିବଟି ପରମ ସଉଭାଗ୍ୟ ।୯୪।ଅବଶ୍ୟ ସେ ପୁଷ୍ୟ ତୋହା ଭାଗ୍ୟ ରେ ମିଳିବୟେଥକୁ ଚିନ୍ତା ତୁ ଗୋ ନ କର ସଦିଭାବ ।୯୫।ସେ କନକ ଚମ୍ପା ଅଛି ନନ୍ଦନ ବନରଆଣି ପାରିଲେ ଭାଗ୍ୟ ଦିଶିବ ତୋହର ।୯୬।ନାରଦେ ବୋଇଲେ ମୁହିଂ ଆସିବି ଅବଶ୍ୟଶାମ୍ବ କୁମର ଭିଆଇ ଆଣିବ ୟେହୁ ପୁଷ୍ୟ ।୯୭।ୟେତେ କହି ନାରଦେ ତହୁଂ ଅନ୍ତର୍ଦ୍ଧାନେ ଗଲେସ୍ୱର୍ଗ ପୁରେ ଯାଇଣ ସେ ପ୍ରବେଶ ହୋଇଲେ ।୯୮।ୟେମନ୍ତେଣ ଥୋକାୟେକ ଦିନ ବହିଗଲାଶାମ୍ବ ଚନ୍ଦ୍ରାବତୀଂକ ପୀରତି ଗାଢ ବଢିଲା ।୯୯।ଦିନେ ଶାମ୍ବ କୁମରକୁ ଚାହିଂ ଚନ୍ଦ୍ରାବତୀ ବୋଲଇଢାଳେ ପାସୋରିଲ ଯାହା ମୁନିଗଲେ କହି ।୧୦୦।ଶାମ୍ବ କୁମର ବୋଇଲା ମୋ ମନ ରେ ନଥିଲାଭଲା ଚେତୁଆଇ ତୁମ୍ଭେ ଦିଲ ଗୋ ଅବଳା ।୧୦୧।ଚଇତ୍ର ମାସ ତ ଆସି ହୋଇଲା ପରବେଶଭିଆଇବ ପଦାର୍ଥ ଯାହା କହିଲେ ବ୍ରହ୍ମଶିଷ ।୧୦୨।ସମସ୍ତ ପଦାର୍ଥମାନ ଗୋ ଲୋଡ଼ିଲେ ପାଇବାକନକର ଚମ୍ପା ଗୋ ଆମ୍ଭେ କେମନ୍ତେ ଆଣିବା ।୧୦୩।ଇନ୍ଦ୍ର ରୂପିଲା ତୋଟା ଅଟଇ ନନ୍ଦନ ବନସେ ତୋଟା ଜଗିୟା ଗର୍ନ୍ଧବ ସହସ୍ରଗଣ ।୧୦୪।ତହୁଂ କେମନ୍ତେ ମୁଂ ପୁଷ୍ୟ ଆଣିମଇଂନିତି ପ୍ରତି ଇନ୍ଦ୍ର ଦେବତା ତୋଟା ବୁଲିଣ ଦେଖଇ ।୧୦୫।ୟେହା ଶୁଣିଣ ବୋଲଇ ତହିଂ ଚନ୍ଦ୍ରାବତୀ କୁମାରୀକେମନ୍ତ ପୁଜିଣ ମନାଇବି ମୁ ଶଂକର ଗଉରୀ ।୧୦୬।କୁମର ବୋଇଲା ମୁହିଂ ଯିବି ନନ୍ଦନ ବନ ତୋଟା ପାୟେଯେମନ୍ତେ ପାଇବଇଂ ଆଣିମି ପୁଷ୍ୟ ଗୁଡ଼ାୟେ ।୧୦୭।ୟେମନ୍ତ ବିଚାର ତହିଂ ସେ କରିଣ କୁମରଦବ୍ୟଅଳଂକାର ମାନ ଲାଇଲା ଶରୀର ।୧୦୮।ଶୁକଳର ପାଗ ଯେ ଶୁକଳର ତଡପଶୁକଳ ପାଛୋଡା ଯେ ଅଙ୍ଗେ ପରିଧାପ ।୧୦୯।ଦିବ୍ୟ ବେଶ ଗୋଟିୟେ ସେ ହୋଇଣ କୁମରଦାରୁକକୁ ଆଗ୍ୟାଂ ଦେଇ କହଇ ଉତ୍ତର ।୧୧୦।ଦିବ୍ୟ ରଥ ଗୋଟିୟେ ତୁ ସଜ କରି ଆଣଦିଗ ବିଜେ କରି ଯାଇଂ ଆସିବା ବହନ ।୧୧୧।ଆଗ୍ୟାଂ ପରମାଣେ ତହୁଂ ଦାରୁକ ଚଳିଗଲାରଥ ସଜ କରିଣ ସେ ଛାମୁରେ ମିଳିଲା ।୧୧୨।ଧନୁ କମାୟେଣ ସେ ଯେ ଘେନିଣ କୁମରରଥର ଉପରେ ଯାଇଂ ବସିଲା ଧାତିକାର ।୧୧୩।ଦ୍ୱାରିକାରୁ ଦକ୍ଷିଣ ମୁଖ ହୋଇ ବାହାର ହୋଇଗଲେତହୁଂ ପୁଣ ପୂର୍ବମୁଖ ହୋଇଣ ଗମିଲେ ।୧୧୪।ରଥ ରୁହାଇଣ ତହୁଂ ଗଲେ ଖର ହୋଇନନ୍ଦନ ବନ ତୋଟାରେ ବୀର ପଶିଲେକ ଯାଇଂ ।୧୧୫।ତୋଟାଳମାନ ତାହାନ୍ତ ନ ଦେଖିଲେ ଯହୁଂଗୁପତେ ତୋଟାର ମଧ୍ୟେ ପଶିଲେକ ତହୁଂ ।୧୧୬।ଦଇବର କୃତ୍ୟ ପୁଣ କେ କରିବ ଆନଯାହା ଭିଆଇଣ ଅଛନ୍ତି ପ୍ରଭୁ ଭଗବାନ ।୧୧୭।ସେହିଦିନ ସୁରସେନ ଗର୍ନ୍ଧବ ଦୋହିତାଯଉବନ ଭାରେ ଚାଲିବାକୁ ଅସକତା ।୧୧୮।ସଖୀଗଣ ସଙ୍ଗେ ଘେନି ତୋଟାକୁ ଗମଇଂଚାଲିବାର ଗତି ତାର ହାଥୀ କି ନିନ୍ଦଇ ।୧୧୯।ତାହାର ନାମ ଗୋଟି ଯେ ଶୋଭାବତୀ ଅଟଇରତି ସମାନେ ତାହାର ପଟାନ୍ତର ନାହିଂ ।୧୨୦।ଅବିଭାଇ ହୋଇ ସେ ପିତା ଘରେ ଅଛିତାହାର ସମାନେଣ ବର ଯେ ନୋହିଲା ସେ ବିଭା ନୋହିଛି ।୧୨୧।ୟେକେ ଯୁବାକାଳ ସେ ଯେ ଗନ୍ଧର୍ବ ଦୁହିତାଯଉବନ ଭାରରେ ଚାଲି ନୁଆରଇ ସେ ବନିତା ।୧୨୨।ସଖୀଗଣମାନନ୍ତ ସେ ସଙ୍ଗତେ ଘେନିଲାଆକାଶ ଗଙ୍ଗାକଇଂ ସେ ସ୍ରାନ କରି ଅଇଲା ।୧୨୩।ଗଙ୍ଗାରେ ସ୍ରାହାନ ଯେ ନିତ୍ୟକର୍ମ ସାରିନାନା ଅଳଂକାରମାନ ଅଙ୍ଗରେଣ ଭରି ।୧୨୪।ଦେବାଙ୍ଗ ପାଟେକ ସେହୁ ଉପରାଣ କଲାଅମଳାନ ବସ୍ରଗୋଟି ଅଙ୍ଗରେ ପିନ୍ଧିଲା ।୧୨୫।କପାଳେ କସ୍ତୁରୀ ଚିତା ଯତନେ ଘେନିଲାତଥି ଉପରେ ଚନ୍ଦନ ବିନ୍ଦୁୟେକ ଦେଲା ।୧୨୬।ରିତିକି ସମାନ ତାହାର ରୂପ ଯେ ଦିଶଇଚାଲିବାର ଗତି ଯେହ୍ନେ ମତ୍ତଗଜ ଚାଲଇ ।୧୨୭।ସିଂଘର ମଝା ପ୍ରାୟେ ତାହାର କଟି ଗୋଟି ଦିଶଇକୁରଙ୍ଗୀ ଲୋଚନେ ତାର ଚାହିଂବା ଛଟକଇ ।୧୨୮।ବିମ୍ବ ଫଳ ପ୍ରୟେ ତାର ଅଧର ଦିଶଇହସି କଥା କହିଲେ ଅମୃତ ବରଷଇ ।୧୨୯।ତାହାର ରୂପକୁ ଆଉ ନୁହଇ ବର୍ଣ୍ଣିତଧୀରେ ଧୀରେ ଆସଇ ସେ ସଖୀଂକ ସଙ୍ଗତ ।୧୩୦।ଦଇବର ଭବିଷ୍ୟ କେ କରିବ ଯେ ଆନସ୍ରାହାନ ସାରି ସୁନ୍ଦରୀ ବିଚାରଇ ମନ ।୧୩୧।ସଖୀମାନଂକ ମୁଖ ଚାହିଂଣ ପଚାରଇୟେ କିସ ତୋଟା ଗୋଟି ଗୋ ଦିଶୁଣ ଅଛଇ ।୧୩୨।ସଖୀମାନେ କହିଲେ ସେ ଅଟଇ ନନ୍ଦନ ବନଇନ୍ଦ୍ର ରାଜାୟେ ୟେଠିକି ଆସଇ ପ୍ରତିଦିନ ।୧୩୩।ୟେକେ ମଧୁମାସ ଅଟଇ ବସନ୍ତର କାଳବୃକ୍ଷର ଶିଖର ଗୋ ଦିଶଇ ସୁନ୍ଦର ।୧୩୪।ତୋଟା ଦେଖିତେ ତାର ହୋଇଲା ଶରଧା ମନଅବଶ୍ୟ ତୋଟା ଗୋ ଦେଖିବା ନନ୍ଦନ ବନ ।୧୩୫।କେମନ୍ତ ପ୍ରକାର ସେ ତୋଟାର ବିଧାନକି କି ପଦାର୍ଥ ଅଛଇ ଦେଖିବା ଭ୍ରମଣ ।୧୩୭।ସଖୀଗଣ କହନ୍ତି ତୁ ଶୁଣ ଗୋ ସୁନ୍ଦରୀସେ ତୋଟାକୁ ସମାନ ଯେ ନାହିଂ ତିନିପୁରୀ ।୧୩୮।ଅମର ମଉଷଧି ଥମ୍ଭନ ମୋହନ ବଶ ଉଚ୍ଚାଟନଗୁଟିକା ଅଞ୍ଜନ ସହିତେଯାହା ତୁ ଲୋଡ଼ିବୁ ତାହା ଗୋ ମିଳିବ ସଂଘାତେ ।୧୩୯।ସେ ତୋଟା ଦେଖିଲେ ତୁ ମୋହମାନ ହୋଇବୁଘରକୁ ଯିବାର କଥା ଗୋ ମନରେ ନ ଧରିବୁ ।୧୪୦।ସେ ତୋଟାରେ ପଶିଲେ କ୍ଷୁଧା ତୃଷା ନ ଲାଗଇମଳୟ ପବନ ଗୋ ତହିଂ ସଧିରେ ବହୁଥାଇ ।୧୪୧।ସର୍ବଦା ବସନ୍ତ ତହିଂ ଥାୟେ ଆଗୋ ସଖୀପିକ ଆଦି ତହିଂ ଥାନ୍ତି ନାନା ବର୍ଣ୍ଣେ ପଛୀ ।୧୪୨।ପଛୀ ଜନ୍ତୁମାନେ ତହିଂ ନିରନ୍ତରେ ମୟେମତ୍ତନାନାରଙ୍ଗେ କ୍ରୀଡ଼ା ତହିଂ କରୁଥାନ୍ତି ଅନବ୍ରତ ।୧୪୩।ଭ୍ରମରମାନେ ତହିଂରେ ଗୋ ମତ୍ତଭର ହୋଇପୁଷ୍ୟମାନେ ଚୁମ୍ବୁଥାନ୍ତି ଅତି ସୁଖ ପାଇ ।୧୪୪।ଆମ୍ବ ପନସ ଅଖୁ କଦଳୀ ଗୁଆ ନଟୀକାଳଲେମ୍ବାଉ ଟଭା ଜେଉଟ କରମଙ୍ଗା ଜମ୍ବିଳ ।୧୪୫।ଫଳମାନ ପାଚିଣ ଯେ ପଡ଼ଇ ଭୂମିରନେମାକୁ ଶକ୍ୟ ଯେ ତହିଂ ଅଛଇ କାହାର ।୧୪୬।ଇନ୍ଦ୍ରର ତୋଟା ସେ ତହିଂ କେ ପଶି ନୁଆରଇସହସ୍ରେ ଗନ୍ଧର୍ବ ଯେ ତୋଟାଗୋଟି ରଖଇ ।୧୪୭।ଇତର ଜନ ତହିଂ ପଶିତେ ନୋହେ କ୍ଷମଇନ୍ଦ୍ର ସେ ପଶିବାକୁ ତହିଂ ଅଟଇ ଭାରଜନ ।୧୪୮।ଆଠ ଦିନେ ୟେ ତୋଟା ସେ ଦେଖିଣ ଆସଇଶାଢୀ ପ୍ରସାଦ ଯେ ତୋଟାଳମାନନ୍ତ ଦେଇ ।୧୪୯।ଗଙ୍ଗାର ଜଳ ଆଣି ବୃକ୍ଷ ମୂଳକୁ ବିଳାନ୍ତିଖତ କରି କସ୍ତୁରୀ ଗୁଣ୍ଡାକୁ ବୃକ୍ଷ ମୂଳରେ ଦିଅନ୍ତି ।୧୫୦।ଆବର କଥାୟେ ତୁ ଶୁଣ ଗୋ ସଙ୍ଘାତପଛୀ ଜନ୍ତୁ ମାନେ ମଳମୂତ୍ର ତହିଁ ନ କରନ୍ତି କଦାଚିତ୍ତ ।୧୫୧।ଶୁଖିଲା ପତ୍ର ଯେତେ ତଳରେ ଝଡ଼ିଣ ପଡ଼ଇପବନର ଘାତେ ତାହେ ସବୁ ଉଡ଼ିଯାଇ ।୧୫୨।ଶୁଣିଣ ସୁନ୍ଦରୀର ମନକୁ ରୁଚିଲାୟେକେ ଗନ୍ଧର୍ବର ଝିଅ ଗର୍ବିତା ହୋଇଲା ।୧୫୩।ମତ୍ତଗଜ ଗବନୀ ସେ ଧୀରେ ଧୀରେ ଚାଲଇସତେ କି ଯଉବନ ଭାରେ ଭାଞ୍ଜିଣ ପଡ଼ଇ ।୧୫୪।ଡାଳିମ୍ବ ମଞ୍ଜି ପ୍ରାୟେ ତାର ଦନ୍ତ ପନ୍ତିତିଳ ପୁଷ୍ୟ ଜାଣି ତାର ନାଶିକା ଦିଶନ୍ତି ।୧୫୫।ମୃଣାଲର ନାଡ଼ ପ୍ରାୟେ ଦିଶଇ ଭୁଜ ଶୋଭାବନଉଲଟ ରମ୍ଭା ପ୍ରାୟେକ ଦିଶଇ ଜଘନ ।୧୫୬।ଅଙ୍ଗୁଷ୍ଠିମାନ ଦିଶଇ ଚମ୍ପାକଢି ପ୍ରାୟେକପାଳର ଚିତା କିବା ଅରୁଣ ଉଦୟେ ।୧୫୭।ତା ଚନ୍ଦ୍ରମା ବଦନ କୁ ପଟାନ୍ତର ନାହିଂକୁରଙ୍ଗୀ ଲୋଚନକୁ କଜ୍ଜଳ ଶୋଭାପାଇ ।୧୫୮।ପଦ୍ମଦଳ ପ୍ରାୟେ ଦିଶେ ଦିଶେ ତଳିପାର କାନ୍ତିପଦ୍ମଫୁଲ ପ୍ରାୟେ ତାର ହାତ ଶୋଭାପାନ୍ତି ।୧୫୯।ତହାର ଯେ ରୂପ ଗୁଣ କିୟେ ବାଉନି କହିବକେତେ କାଳ ବସି ତାକୁ ଗଢିଲା ଦଇବ ।୧୬୦।ସଖୀଗଣ ଘେନି ସଙ୍ଗରେ ଆସଇ ଚଳାଇତୋଟାର ଭିତେରେ ସେ ଯେ ପଶିଲେକ ଯାଇଂ ।୧୬୧।ତୋଟା ଦେଖିଣ ମୋହି ହୋଇଲା ସୁନ୍ଦରୀମଦନର ପଞ୍ଚୁବାଣ ଅଙ୍ଗରେ ତାର ଘାରି ।୧୬୨।ୟେକେ ମଧୁମାସ ଅଟେ ବସନ୍ତର କାଳନାନା ଜୀବଜନ୍ତୁ ତହିଂ ମଦନରେ ଭୋଳ ।୧୬୩।ସେ ତୋଟା ରେ ବୃଦ୍ଧଜନ ଯେବେଟି ପଶଇନବଯୁବା ପ୍ରାୟେ ତାର ଶରୀର ଦିଶଇ ।୧୬୪।ସଖୀଗଣ ଘେନି ସେହୁ ତୋଟା ରେ ଭ୍ରମୁଛିଭ୍ରମରମାନେ ତହିଁ ମଦନେ ବିଭୋକ୍ଷି ।୧୬୫।କ୍ରୀଡ଼ା ରସରଙ୍ଗେ ନାନା ପୁଷ୍ୟରେ ବସନ୍ତିୟେ ପୁଷ୍ୟରୁ ଉଡ଼ିଯଇ ସେ ପୁଷ୍ୟ ଚୁମ୍ବନ୍ତି ।୧୬୬।ନୟନରେ ସୁନ୍ଦରୀ ଯେ ୟେମାନ ଦେଖିଲାମଦନ ପଞ୍ଚୁବାଣ ତା ଅଙ୍ଗରେ ପୀଡ଼ିଲା ।୧୬୭।ବିଚାରଇ ମୁହିଂ ଯେବେ ବିଭା ହୋଇଥାନ୍ତିବଲ୍ଲଭ ଘେନି ୟେ ରୂପେ କ୍ରୀଡ଼ା କରୁଥାନ୍ତି ।୧୬୮।ନାନା କଉତୁକ ମୁହିଂ ହରନ୍ତି ଯେ ଦିନବିଧାତା ପୁରୁଷ ମୋତେ କଲା ହୀନିମାନ ।୧୬୯।ୟେ ଛାର ଜନ୍ତୁ ମାନେ ଯେ ବଲ୍ଲବନ୍ତ ଘେନିଣନାନା କଉତୁକେ ୟେହୁ କରନ୍ତି ରମଣ ।୧୭୦।ୟେତେ ବିଚାରି ସୁନ୍ଦରୀ ବିମୁଖ ହୋଇଲାତାହାର ପଞ୍ଚୁମନରେ ବଲ୍ଲଭ ଚିନ୍ତାକଲା ।୧୭୧।ଚୂତବୃକ୍ଷ ପରେ ବସି କୋକିଳ ଭାସନ୍ତିଡାଳିମ୍ବ ବନରେ ଶାରୀ ଶୁଆ ରାବ ଦ୍ୟନ୍ତି ।୧୭୨।ଆମ୍ବଫଳ ମାନ ବୃକ୍ଷେ ଲେନ୍ତି ଲେନ୍ତି ହୋଇପଚିଣ ସେ ସୁରଙ୍ଗ ଦିଶନ୍ତି ପୁଣି ତହିଂ ।୧୭୩।ରମ୍ଭା ବୃକ୍ଷମାନେ ଯେ ପନ୍ତି ପନ୍ତି ହୋଇଗୁଆ ବୃକ୍ଷମାନଂକରେ ସାନ୍ନିଧ୍ୟରେ ଥାଇ ।୧୭୪।ବୁଲିଣ ସୁନ୍ଦରୀ ତୋଟା ଯାକ ଯେ ଦେଖିଲାଚମ୍ପା ବୃକ୍ଷତଳେ ଯାଇଣ ବିସ୍ମୟେ ବସିଲା ।୧୭୫।ଜାଈ ପୁଷ୍ୟରୁ ସେ ଯେ ଗୁଡ଼ାୟେ ଘେନିଲାତହିଂରେ ମଲ୍ଲିଫୁଲ ଗୁଡ଼ାୟେ ବସାଇଲା ।୧୭୬।ଶରଧା ନିମନ୍ତେ ତାହା ଧରିଛି ହାତରେଅଳପ ଅଳପ ବାସ ଘେନଇ ସଧିରେ ।୧୭୭।ଶୁଣ ହୋ ମନୁରାୟେ ଯେଥି ଉତ୍ତାରୁ ଚରିତରଥ ଘେନି ଶାମ୍ବ ତହିଂ ମିଳିଲା ତୁରିତ ।୧୭୮।କନକ ଚମ୍ପାର ଯେ ବୃକ୍ଷର ନିକଟଯାଇଣ ମିଳିଲା ତହିଂ ଶ୍ରୀକୃଷ୍ଣଂକ ଚାଟ ।୧୭୯।ଶରଧାରେ ପୁଷ୍ୟ ତହୁଂ ଗୁଡ଼ାୟେ ତୋଳିଲେରଥ ଉପରେ ତହୁଂ ନେଇଣ ଥୋଇଲେ ।୧୮୦।ନାନା ଫଳ ପୁଲ ମାନ ସେ ତୋଳଇ ବହନରଥର ଉପରେ ଥାୟେ କୃଷ୍ଣର ନନ୍ଦନ ।୧୮୧।ଦଇବର ଭବିଷ୍ୟ ମେଣ୍ଟଣ କି କରୁସୁନ୍ଦରୀର ନୟନ ଯେ ପଡ଼ିଲା ଖଣ୍ଡେ ଦୂରୁ ।୧୮୨।ଦେଖିଲା କୁମାରୀ ଶାମ୍ବ କୁମର ର ବଦନସତେ କିବା ପଞ୍ଚୁବାଣ ଆସି ପଡ଼ିଲା ଅଙ୍ଗେଣ ।୧୮୩।ଶ୍ରୀକୃଷ୍ଣର ନନ୍ଦନ ସେ ଜାମ୍ବୁବତୀର ବାଳାଜନ୍ମ ଲଭିଅଛି ସେହୁ ଘେନି କୃଷ୍ଣ କଳା ।୧୮୪।ସୁନ୍ଦର ପଣ ରେ ତାକୁ ପଟାନ୍ତର ନାହିଂଯୁବା ସ୍ତିରୀମାନଂକର ସେ ଗରବ ଗଞ୍ଜଇ ।୧୮୫।ସତେକି ମଦନ ଫାଶ ଧରିଅଛି କରେଯୁବା ସ୍ତିରୀଂକର ମନ ବାନ୍ଧଇ ତାହାରେ ।୧୮୬।କୁମାରୀ ନୟନ ଯହୁଂ ପଡ଼ିଲାକ ଯାଇଂମଦନ ଅନଳେ ସେ ହୋଇଲାକ ଦହି ।୧୮୭।ଗୁପତ ଭାବରେ ସେହୁ ଅନାଉଣ ଥିଲାସଖିଗଣ ଚହିଂଣ ସେ ବଚନ ଭାଷିଲା ।୧୮୮।ଶୋଭାବତୀ ବୋଇଲା ସଖୀଗଣଂକ ମୁଖ ଚାହିଂଦେଖ ଗୋ ଅନଙ୍ଗ ପୁରୁଷ ତୋଟାରେ ବୁଲଇ ।୧୮୯।ଶରଧାରେ ପୁଷ୍ୟ ଗୋ ତୋଳୁଣ ଅଛନ୍ତିଚାହିଂବାର ଛଟକେ ଯୁବା ସ୍ତିରୀଂକର ଗରବ ଗଞ୍ଜନ୍ତି ।୧୯୦।ୟେହାଇକ ରୂପେ ଦେଖି ମୁହିଂ ମଦନ ବଶ ଗଲିଯଉବନ ଭାବରେ ମୁଂ ଗଞ୍ଜିତ ହୋଇଲି ।୧୯୧।କୁମାରର ରୂପ ଗୋ ବାଉନିବା କିସକାମଦେବ ଅବା ଘେନିଅଛି ଅନଙ୍ଗ ପାଶ ।୧୯୨।ୟେସନେକ ବିଚାର କରନ୍ତି ସର୍ବବାଳିୟେକ ସଖୀୟେ ତହିଂ ବୋଇଲା ବିଚାରି ।୧୯୩।କାହିଂର ପୁରୁଷ ସେହୁ କାହୁଂ ଆସିଅଛିତାହାକୁ ଦେଖି କିଂକି ମଦନେ ହୋଉ ଦୁଖୀ ।୧୯୪।ୟେକେ ସଖୀୟେ ଯେ ବୋଇଲା ବିଚାରିଣପଚାରି ଜାଣିମା ସେହୁ କାହାର ନନ୍ଦନ ।୧୯୫।କାହାର କୁଳରେ ସେହି ହୋଇଅଛି ଜାତପଚାରି ଜାଣିମା ଆମ୍ଭେ ତାହାର କୁଳଗୋତ୍ର ।୧୯୬।ସ୍ୱର୍ଗର ଗନ୍ଧର୍ବ କିବା ମଞ୍ଚରୁ ଆସିଅଛିକି ବୋଲଇ ବାରତା ପଚାରିବା ଦେଖି ।୧୯୭।ୟେତେକଇ ବିଚାରିଣ ସମସ୍ତ କୁମାରୀୟେଶୋଭାବତୀ କି ବୋଧ କରନ୍ତି ଥୋକାୟେ ।୧୯୮।ୟେମନ୍ତର ସମୟେ ତହିଂ କୃଷ୍ଣର କୁମରପୁଷ୍ୟଫଳ ତୋଳିଣ ଯେ ବିଚାରଇ ମନର ।୧୯୯।ଗନ୍ଧର୍ବେ ନ ଜାଣନ୍ତୁ ୟେଥୁଂ ଯିବା ବେଗ ହୋଇଜାଣିଲେ ଅନର୍ଥ ଉପୁଜିବ ୟେହିଠାଇଂ ।୨୦୦।ଦେଖିଲେ ଗୋଳ ଅନର୍ଥ ୟେଥିରେ ହୋଇବ ଅପାରକେହୁ ନ ଜାଣନ୍ତୁ ୟେଥୁ ଯିବା ତତପର ।୨୦୧।ୟେମନ୍ତ ବିଚାରିଣ ସେ ରଥରେ ବସିଲାକନ୍ୟାର ଉପରେ ତାର ନୟନ ପଡ଼ିଲା ।୨୦୨।ଶୋଭାବତୀର ମୁଖକୁ ଚହିଂଲା ଯେତେବେଳେମଦନ ଅନଳ ତାର ଜଳିଲା ଶରୀରେ ।୨୦୩।ରଥର ଉପରୁ ସେହୁ ଉଲ୍ଲାଇ ପଡ଼ିଲାଶୋଭାବତୀ ସନ୍ନିଧରେ ଜାଇଣ ମିଳିଲା ।୨୦୪।ଯତନେଣ କୁମାରୀ ଯେ ଲୋଡୁଥିଲା ଯାହାଦଇବ ଘଟାଇଣ ଯେ ଦିଲା ନେଇ ତାହା ।୨୦୫।କୁମରକୁ ଦେଖି ତହୁ ଶୋଭାବତୀ ବାଳୀସଲଜ୍ଜିତେ ମୁଖ ପୋତି ବସିଲା ଦୁଲାଳି ।୨୦୬।ସଖୀଗଣ ମାନେ ଯେ ଶୋଭାବତୀ ପାଶେ ଥିଲେକୁମରକୁ ଚାହିଂଣ ସେହୁ ବଚନ ଭାଷିଲେ ।୨୦୭।ବୋଇଲେ କେଉଣ ଠାରୁ ଅସିଅଛ ଆପଣେଇନ୍ଦ୍ରର ନନ୍ଦନ ବନ ୟେଥେଂ ପଶିଲ କେସନେ ।୨୦୮।ବନ୍ଧର୍ବେ ଜାଣିଲେ ନିଚେଂ କୋପ ଯେ କରିବେନାନା ପରକାରେ ସେହୁ ଦ୍ୱନ୍ଦ ଆରମ୍ଭିବେ ।୨୦୯।କୁମର ବୋଇଲା ଆମ୍ଭେ ଆସିଅଛୁ ଯହୁଂୟେକମନ ହୋଇ ଶୁଣ କହଇ ମୁଂ ତହୁଂ ।୨୧୦।ଦ୍ୱାରାବତୀ ପୁରେ ଯେ ଅଟଇ ଆମ୍ଭ ଘରଆମ୍ଭର ପିଅର ଯେ ଅଟନ୍ତି ଚକ୍ରଧର ।୨୧୧।ଆମ୍ଭର ମାତାଂକର ନାମ ଜାମ୍ବବତୀ ଯେ ଅଟଇଆମ୍ଭର ପିଅର ଅଜା ଉଗ୍ରସେନ ସାଇଂ ।୨୧୨।ସୁନ୍ଦରୀୟେ ବୋଇଲେ କିମ୍ପା ୟେଥକୁ ଅଇଲକି ନେମ ବୋଲି ୟେଥେ ପ୍ରବେଶ ହୋଇଲ ।୨୧୩।କୁମର ବୋଇଲା ଯେ କନକ ଚମ୍ପା ନେମା ପାଇଂୟେକସରେ ମୁଂ ଯେ ୟେଥକୁ ଅଇଲଇଂ ।୨୧୪।ଶୁଣି କୁମାରୀମାନେ ପୁଣି କହନ୍ତି ବଚନୟେ ପୁଷ୍ୟକୁ କିମ୍ପେ ହୋ ବଳିଛି ତୁମ୍ଭ ମନ ।୨୧୫।ଶାମ୍ବ କୁମର ଯେ ତହୁଂ ବୋଇଲା କ ହସିୟେକଦିନେ ଆମ୍ଭ ପୁରେ ଗଲେ ନାରଦ ମହାଋଷି ।୨୧୬।କନକ ଚମ୍ପା ଗୋଟିୟେ ହାଥରେ ଘେନିଥିଲେଶରଧା ନିମନ୍ତେ ଆମ୍ଭ ଭାବିନୀକି ଦେଲେ ।୨୧୭।ସେହିତ ରାଜକୁମାରୀ ବୟସେ ଗର୍ବିତୀଶରଧା ରେ ସୁନ୍ଦରୀର ବଳିଲାକ ମତି ।୨୧୮।ଚନ୍ଦ୍ରବତୀ ବୋଲି ଯେ ଅଟଇ ତାର ନାମରତି ସଙ୍ଗରେ ସେହୁ ଅଟଇ ଯେ ସମ ।୨୧୯।ନାରଦେ ବୋଇଲେ ଓଷା ଗୋଟିୟେକ କରୟେ ପୁଷ୍ୟ ଦେଇଣ ପୂଜ ଗଉରୀ ଶଂକର ।୨୨୦।ତେଣୁ କରି ଶରଧା ଯେ ହୋଇଲା ତାହାରିତେଣୁ ପୁଷ୍ୟ ନେମାକୁ ରେ ଆସିଛି ସୁନ୍ଦରୀ ।୨୨୧।ତୁମ୍ଭେମାନେ କିମ୍ପେ ହୋ ଆସିଛ ୟେଥକୁୟେ କନ୍ୟାର ନାମ କିସ କହ କିନା ମୁକୁ ।୨୨୨।କୁମାରୀୟେ ବୋଇଲେ ୟେହାର ନାମ ଅଟେ ଶୋଭାବତୀସୁରସେନ ଗନ୍ଧର୍ବର ଯେ ଅଟଇ ଦୋହିତି ।୨୨୩।ବିଭା ନୋହିଅଛି ୟେ ଅଛି ଅବିଭାଇୟେହାର ସମାନେ ବର ନ ମିଳିଲା କହିଂ ।୨୨୪।ଶରଧାରେ ସ୍ରାହାନ ନିମନ୍ତେ ଗଙ୍ଗାକୁ ଅଇଲାତୋଟା ଦେଖିବାକୁ ତାର ମନ ଯେ ବଳିଲା ।୨୨୫।ତୋଟା ଦେଖିଲୁନି ୟେବେ ଯିବୁଂ ନିଜ ପୁରତୁମ୍ଭେ ୟେ ଠାବରୁ ବେଗ ଯାଅ ହୋ କୁମର ।୨୨୬।କୁମର ବୋଇଲା ମୁଂ କହାକୁ ନ ଡରଇସହସ୍ରେକ ଇନ୍ଦ୍ର ହୋଇଲେଣ ମୋହର କିସ ହୋଇ ।୨୨୭।ତିନିପୁରେ ମୁହିଂ ଯେ କାହକୁ ନ ଡରଇଂମୋହର ପିତା ପୁଣ ଅଟନ୍ତ ଭାବଗ୍ରାହୀ ।୨୨୮।ଡରେ କିମ୍ପେ ମୁହିଂ ଗୋ ହୋଇବି ବାହାରପୁଷ୍ୟ ଘେନିଣ ୟେଥୁ ମୁହିଂ ଯିବି ଧୀର ଧୀର ।୨୨୯।କୁମର ମୁଖରୁ ୟେସନେକ ଗାଢ ବକ୍ୟ ଶୁଣିବିଚାର କରିଣ ତହୁଂ ଜାଣିଲେ ତରୁଣିୀ ।୨୩୦।ନିଚେଂ ବଡ଼ କୁଳରେ ୟେହୁ ହୋଇଅଛି ଜାତତେଣୁ କରି କଥା ୟେହୁ କହଇ ସୋମରଥ ।୨୩୧।ଶୋଭାବତୀ କି ଚାହିଂଣ ପଚାରନ୍ତି ବାଳୀୟେ ବର ତୋର ମନକୁ କି ରୁଚିଲା ସୁନ୍ଦରୀ ।୨୩୨।ୟେହା ଶୁଣିଣ ଶୋଭାବତୀ ବୋଲଇ ବଚନଭାଲପାଟେ ଦଇବ କି କରିଛି ଲେଖନ ।୨୩୩।ୟେହି ଥିଲା କାହିଂ ଗୋ ଆମ୍ଭେ ଥିଲାଇଂ ତ କାହିଂଦଇବ ପୁରୁଷ ଯାହା ଅଛଇ ଘଟଇ ।୨୩୪।କେମନ୍ତ ପ୍ରକାରେ ମୁଂ ଗୋ ୟେହାକୁ ବରିବିୟେହାଂକର ମନ ମୁଂ ଯେ କେମନ୍ତେ ଯାଣିବି ।୨୩୫।ଖଣ୍ଡେ ଦୂରେ ଥାଇଣ ତା କୁମର ଜାଣିଲାକୁମାରୀ ମନ ଯେ ମୋହ ଠାବରେ ବଳିଲା ।୨୩୬।ସଖୀଗଣନ୍ତ ଚହିଂଣ ପଚାରଇ କୁମରଶୋଭାବତୀ ଚତ୍ତ କି ବଳାଇଲା ମୋହଠାର ।୨୩୭।ଇଚ୍ଛାଥିଲେ ମୋତେ ଯେ ବରଣ କରୁ ବାଳୀତେବେ ସେ ହୋଇବ ମୋର ମନର ହିଆଳି ।୨୩୮।କୁମରର ମୁଖରୁଂ ଯେ କୁମାରୀ ଶୁଣିଲାକୁମରର ମନ ସେ ଉପଲେଶି ଜାଣିଲା ।୨୩୯।ଜାଇ ଫୁଲର ମାଳ ଯେ ଗୋଟିୟେକ ଘେନିଥିଲାକୁମର କଣ୍ଠରେ ତା ନେଇଣ ଲମ୍ବାଇଲା ।୨୪୦।ବେନି ଜନଂକର ମନ ଯହୁଂ ହୋଇଲା ୟେକତ୍ୱହାଥ ଧରି ନେଇଣ ଯେ ବସାଇଲା ରଥ ।୨୪୧।କୁମାରୀକୁ କୋଳରେ ଯେ ଘେନିଲା କୁମରଜାନୁରେ ବସାଇଣ ଯେ କହଇ ଉତ୍ତର ।୨୪୨।କୋଳାଗ୍ରତ କରି ମୁଖରେ ଚୁମ୍ବନ ଯେ ଦିଲାପ୍ରେମ ଆଲିଙ୍ଗନ କରି ପୀରତି ବଢାଇଲା ।୨୪୩।ବିରୂପା ନାମେଣ ଯେ ୟେକଇ କୁମାରୀଶୋଭାବତୀର ଚର ସେ ସଘାଂତୁଣୀ ବାଳୀ ।୨୪୪।ଶୋଭାବତୀ ତାହାକୁ ଯେ ସ୍ନେହ କରୁଥାଇଯେଣେ ଯିବ ତେଣେ ତାକୁ ସଙ୍ଗେ ଘେନିଯାଇ ।୨୪୫।ତାହାନ୍ତ ଆଶ୍ୱାସିଣ ଯେ ପାଶକୁ ରାଇଲାହାତ ଧରି ନେଇନ ଯେ ରଥ ରେ ବସାଇଲା ।୨୪୬।କୁମରକୁ ଚାହିଣ ଯେ ବୋଲଇ କୁମାରୀରଥ ବାହ ଚାଲ ଯିବା ଦ୍ୱାରାବତୀ ପୁରୀ ।୨୪୭।କୁମର ଆଗ୍ୟାଂ ଦିଲା ଦାରୁକକୁ ଚାହିଂରଥ ବାହ କିନା ହୋ ଯିବା ବେଗ ହୋଇ ।୨୪୮।ତଡ଼ ବେଗେ ରଥ ଯେ ତହୁଂ ଦାରୁକ ବାହିଲାସଙ୍ଗ ସଖୀମାନନ୍ତ ଶୋଭାବତୀ ମେଲାଣି ଯେ ଦିଲା ।୨୪୯।କୁମାରୀକି ଘେନିଣ ତହୁଂ ଯେ କୁମର ଚଳିଗଲେଗନ୍ଧର୍ବ ଦୁହିତା ମାନେ ବାହୁଡ଼ି ଅଇଲେ ।୨୫୦।ବିରସ ମତି ହୋଇଣ ତହୁଂ ଚଳିଯାଇଂସେ ତୋଟାରେ ଗନ୍ଧର୍ବନ୍ତ କହିଲେ ମଣାଇ ।୨୫୧।ବୋଇଲେ ୟେକ ପୁରୁଷେକ ରଥ ଚଢି ଆସିତୋଟାର ଭିତରେ କେତେବେଳୁ ଥିଲା ପଶି ।୨୫୨।ଶୋଭାବତୀ ଘେନି ଆମ୍ଭେ ତୋଟା ବୁଲୁଥିଲୁଂୟେମନ୍ତେ ସମୟେ ଆମ୍ଭେ ସେହି ପୁରୁଷକୁ ଦେଖିଲୁଂ ।୨୫୩।ଅନଙ୍ଗ ପ୍ରାୟେକ ଲହୁ ଦିଶଇ ଶୋଭାବନତାହାକଇଂ ପଟାନ୍ତର ନାହିଂୟେ ତିନି ଭୁବନ ।୨୫୪।କନକ ଚମ୍ପା ପୁଷ୍ୟ ତୋଳୁଣ ସେ ଥିଲାୟେମନ୍ତର ସମୟେ ତାକୁ ଶୋଭାବତୀ ଦେଖିଲା ।୨୫୫।ମଦନ ଶରଣେ ସେ ହୋଇଲା ବିକଳୀମାଳା ଦେଇଣ ତାହାକୁ ବରିଲାକ ବାଳୀ ।୨୫୬।ହାଥ ଧରି କୁମର ତାକୁ ରଥରେ ବସାଇଲାଆବର ବିରୂପା କନ୍ୟାକୁ ଯେ ସଙ୍ଗେ ଘେନିଗଲା ।୨୫୭।ପଚାରିଲା କୁ ବୋଇଲା ଆମ୍ଭର ଘର ଦ୍ୱାରାବତୀ ପୁରଆମ୍ଭର ପିଅର ଯେ ଅଟନ୍ତି ପ୍ରଭୁ ଚକ୍ରଧର ।୨୫୮।କନ୍ୟା ଘେନିଣ ସେହୁ ଗଲାଟି ୟେହିକ୍ଷଣିଆମ୍ଭମାନନ୍ତ ସେହୁ ଦେଇଗଲା ଯେ ମେଲାଣି ।୨୫୯।ଗନ୍ଧର୍ବ ବୋଇଲେ ସେହୁ କେତେବେଳୁ ଗଲାନିକନ୍ୟାୟେ ବୋଇଲେ ସେହୁ ଗଲା ୟେହିକ୍ଷଣି ।୨୬୦।ବହୁତ ଦୂର ସେ ଯାଇ ନାହିଂ ବେଗେଗୋଡ଼ାଇଲେ ତମ୍ଭେ ଭେଟ ପାଇବ ୟେହିଲାଗେ ।୨୬୧।ଶୁଣିଣ ଗନ୍ଧର୍ବ ଯେ ଯାହା ଶହସ୍ର ଧଇଲେମାର ମାର ବୋଲିଣ ଯେ ଶବଦାଇ ଡାକ ଦିଲେ ।୨୬୨।ଧର ଧର ବୋଲି ଯେ ଉଚ୍ଚେ ଡାକଦେଇକନ୍ୟା ଚୋର କାହିଂ ଗଲା ବୋଲି ଅଛନ୍ତି ଗୋଡ଼ାଇ ।୨୬୩।ୟେମନ୍ତେ ଖଣ୍ଡେଦୂର ପର୍ଯ୍ୟନ୍ତେ ଗୋଡ଼ାଇଲେଥୋକାୟେକ ଦୂର ଯାଇ ରଥେକ ଦେଖିଲେ ।୨୬୪।ରୁହ ରୁହ ବୋଲିଣ ଯେ ଡାକିଲେ ନିଠିଆଇବୟୁବେଗେ ରଥ ସେ ଯେ ଯାଉଅଛି ବାହି ।୨୬୫।କୁମରେ ଚହିଂଣ ଯେ କୁମାରୀ ବୋଇଲାଗନ୍ଧର୍ବ ବଳ ବେଢିଲେ ୟେବେ ପ୍ରମାଦ ପଡ଼ିଲା ।୨୬୬।କୁମର ବୋଇଲେ ଶତେ ଇନ୍ଦୁର ଯେବେ ହୋଇମଞ୍ଜାରୀ ଦାଢରୁ ସେ ଯିବେକି ବଞ୍ଚାଇ ।୨୬୭।ସହସ୍ରେକ ଛେଳି ଯେବେ ହୋଇଥିବେ ଆଗଛାମୁରେ ପଡିଲେ କି ଘୁଞ୍ଛଇ ମତ୍ତବ୍ରାଘ ।୨୬୮।ମୁହିଂ ମତ୍ତବ୍ରାଘ ଗୋ ସମସ୍ତେହିଂ ଛେଳିୟେଥକୁ ଚିନ୍ତା ତୁ ଗୋ ନ କରସି ବାଳୀ ।୨୬୯।ଗନ୍ଧର୍ବ ଡାକକୁ ସେ ଶୁଣିଣ କୁମରତତକ୍ଷଣେ ଧନୁଶର ଧଇଲାକ କର ।୨୭୦।ବକ୍ରମ ମୂରତି ସେ ଧରିଣ ପାଲଟିଲାଦାରୁକ ବେଗେ ତହିଂ ରଥ ଲେଉଟାଇଲା ।୨୭୧।ସହସ୍ରେ ଗନ୍ଧର୍ବ ଯେ ବେଢିଗଲେ ତାକୁ ଯାଇଂଯେ ଯାହାର ଶହସ୍ର ମାନ ମାରିଲେ ନିଠାଇ ।୨୭୨।ବେଳୁଂ ବେଳ ସମର ଯେ ହୋଇଲା ଆଗୋଚରଭାଲ ଶକତି କୋନ୍ତ ଯେ ମାରନ୍ତି ମୁଦୁଗର ।୨୭୩।ଶହସ୍ରକୁ ଶହସ୍ର ବାଜିଣ ଉଠଇ ଜୁଇସବୁ ଶହସ୍ରମାନ ୟେକା କୁମାରେକ ନାଶଇ ।୨୭୪।କୁମର ଶହସ୍ର ଯେ ବିନ୍ଧଇ ଗନ୍ଧର୍ବଂକୁଦଶ ବିଂଶ ପଞ୍ଚିଂଶ ପଡ଼ନ୍ତି ୟେକୁ ୟେକୁ ।୨୭୫।ଶାମ୍ବକୁମର ନାରଜେ ଅନେକ ଗନ୍ଧର୍ବ ଯେ ମଲେଥୋକୟେ ଗନ୍ଧର୍ବ ତହୁଂ ପଳାଇଣ ଗଲେ ।୨୭୬।ଥୋକାୟେ ଗନ୍ଧର୍ବ ଯେ କୁମରକୁ ଗୋଡ଼ାଇ ଯୁଝନ୍ତିଥୋକାୟେ ପଳାଇ ତହୁଂ ଗଲେ କ ତଡ଼ତି ।୨୭୭।ଆସ୍ତାନ କରିଣ ବସିଅଛଇ ସୁରରାୟେସକଳ ଦେବତାୟେ ବସିଅଛନ୍ତି ସଭାୟେ ।୨୭୮।ଗଣଗନ୍ଧର୍ବ ଦେବତାୟେ ବସିଣ ଅଛନ୍ତିବ୍ରହ୍ମା ଶଂକର ବସିଛନ୍ତି ଆବର ବୃହଷ୍ପତି ।୨୭୯।ଚତ୍ରସେନ ଶୂରସେନ ଅଙ୍ଗାର ପନ୍ନଙ୍ଗଚଉଷଠି କୋଟି ଯେ ଅଛନ୍ତି ଗନ୍ଧର୍ବ ।୨୮୦।ପବନ ବରୁଣ ଯେ ଆଉର କୁବେରଯେ ଯାହାର ମତେ ବସିଅଛନ୍ତି ଆସ୍ଥାନର ।୨୮୧।ଯମ ବାସୁକି ତହିଂ ଆବର ବଇଶ୍ୟାନରଆସ୍ତାନକରି ବସିାଚନ୍ତି ସଭାର ।୨୮୨।ଅପକ୍ଷରୀ ମାନେ ତହିଂ ନୃତ୍ୟ ଯେ ଭିଆଇରମ୍ଭା ମେନକା ଗଉରୀ ତିଳୋତ୍ତମା ନାଚଇ ।୨୮୩।ସେ ନୃତ୍ୟକୁ ଅବଧାନ କରିଣ ସହସ୍ରାକ୍ଷିଆନନ୍ଦେଣ ନାଟ ଯେ ଦେଖୁଛନ୍ତି ବସି ।୨୮୪।ୟେମନ୍ତର ସମୟେ ଗନ୍ଧର୍ବେ ମିଳିଲେକ ଯାଇଂଦେବସଭା ତଳରେ ଯେ ପାୟେ ପଡ଼ି ଶୋଇ ।୨୮୫।ବୋଇଲେ ଗୋସାଇଂ ଅବଧାନେ ହୋ ଶୁଣଅପୂର୍ବ ଚରିତ ସେହୁ ଆଜର ବିଧାନ ।୨୮୬।ମର୍ତ୍ତ୍ୟପୁରୁଂ ରଥେକ ଚଢି ପରୁଷେ ଅଇଲାଆମ୍ଭେ ନ ଜାଣୁଂ ସେ କେଉଂବାଟେ ତୋଟାରେ ପଶିଲା ।୨୮୭।କନକ ଚମ୍ପା ପୁଷ୍ୟ ନେଲା ରଥରେ ପୂରୋଇତୋଟାରେ ଭିତରେଣ ସେ ଥିଲା ଉଭାହୋଇ ।୨୮୮।ଶୂରସେନ ଗନ୍ଧର୍ବର ଦୋହିତା ଶୋଭାବତୀଗଙ୍ଗା ସ୍ରାହାନକୁ ଯାଇଥିଲା କନ୍ୟାମାନ ସଙ୍ଗେ ଘେତି ।୨୮୯।ସ୍ରାହାନ ସାରିଣ ଆସି ତୋଟା ମଧ୍ୟେ ବୁଲୁଥିଲାୟେ ସମୟେ ଶୋଭାବତୀ ତାହାକୁ ଦେଖିଲା ।୨୯୦।ଅନଙ୍ଗ ପ୍ରାୟେକ ରୂପ ପଟାନ୍ତର ନାହିଂତାହାକୁ ବରିଲା କନ୍ୟା ପୁଷ୍ୟମାଳା ଦେଇ ।୨୯୧।ହାଥ ଧରି ନେଇ ତାକୁ ରଥରେ ବସାଇଲାବିରୂପା କୁମାରୀକୁ ସଙ୍ଗରେ ଘେନିଗଲା ।୨୯୨।ଆଉ କନ୍ୟାମାନନ୍ତ ସେ ମେଲାଣି ମାଗିଲେସେହି କନ୍ୟାମାନେ ଆସି ଆମ୍ଭନ୍ତ ବାରତା କହିଲେ ।୨୯୩।ବାରତା ପାଇଣ ଆମ୍ଭେ ଉଗାଳିଲୁଂ ଯାଇଂଅନେକ ନାରାଜ ଯେ ବିନ୍ଧିଲୁ ରୋଷ ବହି ।୨୯୪।ରୋମେହେଂ ତାହାର ଯେ କିଛିହିଂ ନୋହିଲାତାହାର ନାରାଜେ ଯେ ଅନେକ ଗନ୍ଧର୍ବ ନାଶ ଗଲା ।୨୯୫।ୟେକା ଜଣକେ ସେ ଯେ ୟେଡ଼େକ ସାମରଥକେତେ ଗନ୍ଧର୍ବ ମାଇଲା ନ ଯାଇ ତଦନ୍ତ ।୨୯୬।ୟେହା ଶୁଣି ଇନ୍ଦ୍ରରାୟେ ବ୍ରହ୍ମାକଇଂ ଚାହିଂକିମ୍ଭୂତ କାରଣ ୟେହୁ ବୋଲିଣ ପଚାରଇ ।୨୯୭।ବ୍ରହ୍ମାୟେ ବୋଇଲେ ତାହା ଜାଣିବା କେମନ୍ତେଧରି ଘେନି ଆସ ତାକୁ ବୁଝିବା ତଦନ୍ତେ ।୨୯୮।ଚିତ୍ରସେନ ଗନ୍ଧର୍ବ ରାଇନ ଶକ୍ରରାୟେବୋଇଲେ ବେଗେ ତୁହି ଯାଅରେ ତନୟେ ।୨୯୯।ଶୋଭାବତୀ କି କେହୁ ନେଉଅଛି ଧରିବେଗେ ଘେନି ଆସ ତାକୁ ପ୍ରାଣରେ ନ ମାରି ।୩୦୦।କୁଳ ଗୋତ୍ର ପୁଚ୍ଛି ପଛେ କରିବା ପ୍ରାଣନାଶକାହାର କୁମର ସେ ଜାଣିବା ସମନ୍ଦେଶ ।୩୦୧।ଆଗ୍ୟାଂ ପ୍ରମାଣେ ଚିତ୍ରସେନ ଯେ ଧାଇଂଲାଅନେକ ସନ୍ୟ ତାର ସଙ୍ଗତେ ଘେନିଗଲା ।୩୦୨।ବାୟୁ ବେଗେ କୁମରକୁ କଣ୍ଟିଲାକ ଯାଇଂଶ୍ୟାମଳ ପଚ୍ଛୀ ଯେହ୍ନେ ବକକୁ ବେଢଇ ।୩୦୩।ସଂପୂର୍ଣ୍ଣ ଚନ୍ଦ୍ରମାକୁ କି ଘୋଟିଲାକ ରାହୁତେହ୍ନେ ପ୍ରାୟ କୁମରକୁ ଘୋଟିଲା କହୁ କହୁ ।୩୦୪।ମାର ମାର ଶବଦରେ କୁରୁମ ଉଛୁଳିଲାକି ବୁଦ୍ଧି କରିବା ୟେବେ ଅନର୍ଥ ହୋଇଲା ।୩୦୫।ଦଇବ ପୁରୁଷ କି ବିପକ୍ଷ ବିଚାରିଲାକେହୁ ୟେମାନନ୍ତ ଯଇଂ ବାରତା ନେଇ ଦିଲା ।୩୦୬।କୁମର ବୋଇଲା ୟେମନ୍ତ ତୁ ନ ଭାଳ ଗୋ ସଖୀୟେହିକ୍ଷଣି କଥା ଯେ ବୁଝିବା ଉପଲେଖି ।୩୦୭।କହୁଂ କହୁଂ ଗନ୍ଧର୍ବେ ଯେ କୁମରକୁ ବେଢିଜୀବନ୍ତା ଧରିବେଟି ପ୍ରାଣରେ ନମାରି ।୩୦୮।ଅନେକ ନାରାଜ ମାନେ ଗନ୍ଧର୍ବେ ବିନ୍ଧିଲେକାଣ୍ଡ ମାରିଣ କୁମର ରଥ ଲୁଚାଇଲେ ।୩୦୯।କୁମରହିଂ ଅନେକେ ଯେ ନାରାଜ ବିନ୍ଧିଲାଅନେକ ଗନ୍ଧର୍ବ ବଳ ମାରି ପକାଇଲା ।୩୧୦।ଦେଖିଣ ଚିତ୍ରସେନ ବିଚାରଇ ମନଧନ୍ୟ ରେ ମାନବା ତୋର ମାତା ପିତା ଧନ୍ୟ ।୩୧୧।ମାନବ ହୋଇ ତୁ ଦେବତାଂକ ସଙ୍ଗେ ଯୁଝୁଇତର ଲୋକ ପ୍ରାୟେ କି ଆମ୍ଭନ୍ତ ତୁ ବୁଝୁ ।୩୧୨।ଭୟ ନ କରିଣ କନ୍ୟା ନେଉଅଛୁ ଧରିୟେକାୟେ ଗନ୍ଧର୍ବ ବଳ ପକାଇଲୁ ମାରି ।୩୧୩।କହୁଂ କହୁଂ ଅନେକ ସେ ନାରଜ ବିନ୍ଧିଲାଖଣ୍ଡେ ଦୂରୁଂ ତାହାକୁ କୁମର ନିବାରିଲା ।୩୧୪।ଦେଖିଣ ଚିତ୍ରସେନ ମହାକୋପ କରିତୀକ୍ଷ ଭାଲ କୋନ୍ତ ଯେ ମାରଇ ରୋଷଭରି ।୩୧୫।କୁମରର ଅଙ୍ଗେ ନାରାଜ ପଡିଲାକ ଯାଇଂବଡ଼ ବାଆ ବହିଲେ ଯେହ୍ନେ ମେରୁ ନ ଟଳଇ ।୩୧୬।କୋପେଣ କୁମର ଯେ ବିନ୍ଧିଲା ତୀକ୍ଷ ଶରେଅନେକ ଗନ୍ଧର୍ବ ବଳ ଲୋଟିଲେ ଭୂମିରେ ।୩୧୭।ୟେମନ୍ତେ ଦୁଇ ପ୍ରହର ହୋଇଲାକ ସମରଦୁହେଂ ମହାଛତ୍ରୀ କେହି ନୁହନ୍ତି ଦୁର୍ବଳ ।୩୧୮।ୟେକା ଜନକୁ ଯେ ସହସ୍ରେ ଜଣ ବେଢିଲେଅନେକ ଗୋଳ ଧନ୍ଦୋଳମାନ କଲେ ।୩୧୯।ବେଳୁଂବେଳ ସମର ତହିଂ ହୋଇଲା ଆଗୋଚରଦେବ ଦାନବରେ କହିତେ ଶଖ୍ୟ ନାହିଂ କାହାର ।୩୨୦।ୟେକା କୁମାରେକ କେତେବେଳେ ସେ ଯୁଝିବବଳେ ବଳିୟାର ସେ ଯେ ଚିତ୍ରସେନ ଗନ୍ଧର୍ବ ।୩୨୧।ଅନେକ ଗନ୍ଧର୍ବ ସେହୁ ଘେନିଣ ଧାଇଂଲାକୁମରର ନାରଜ କୁ ଭୟେ ସେ ନ କଲା ।୩୨୨।ରଥ ଉପରକୁ ଘେନି ଉକୁସିଣ ଧାଇଂକୁମର ହାଥରୁ ଧନୁ ଆଣିଲା ଛଡ଼ାଇ ।୩୨୩।ବିଶହସ୍ର ହୋଇଲେ ଯହୁଂ ସେ କୁମରଧାଇଂ ଧଇଲା ଚିତ୍ରସେନ କୁମରର ବାଳ ।୩୨୪।ରଥର ଉପରୁ ଯେ ତଳକୁ ଖସାଇପାଟଡୋର ଘେନି ତାକୁ ନିର୍ଭରେ ବାନ୍ଧଇ ।୩୨୫।କୁମରକୁ ଘେନି ସେହି ରଥରେ ବସାଇଲାଶୋଭାବତୀକି ଚାହିଂଣ ଅନେକ ଝିଙ୍ଗାସିଲା ।୩୨୬।କୁମାରୀ ବୋଇଲେ ତୁମ୍ଭେ ମନ୍ଦ କୃତ୍ୟ କଲଯୁବାକନ୍ୟା ମୋତେ କିମ୍ପେ ବିଭା ଯେ ନ କଲ ।୩୨୭।ମୋହର ଇଛାୟେ ମୁଂ ଯେ ବରିଲଇଂ ବରୟେଥ କୁ କୋପ ତୁମ୍ଭେ କରୁଛ ଅପାର ।୩୨୮।କୁମର ବନ୍ଧନ ଦେଖି ବିକଳୀ ହୁଅଇମନେ ମନେ ଧର୍ମ ଦେବତାନ୍ତ ସୁମରଇ ।୩୨୯।ଶ୍ରୀଜଗନ୍ନାଥ ଦେବଂକୁ ବାଳୀ କରଇ ଗୁହାରିବୋଲଇ ଜଗତରନାଥ ତୁମ୍ଭେ ଅଟଇ ମୁରାରି ।୩୩୦।ମୁହିଂ ଅଟେ ଅରକ୍ଷିତ ସ୍ତିରୀ ମାତ୍ର ସିନାତୁମ୍ଭେତ ଜଗତ ତାତ ଅଟବଜ୍ର ସେହ୍ନା ।୩୩୧।ୟେ ଘୋର ଆତଙ୍ଗରୁ କର ମୋତେ ତ୍ରାହିଯେମନ୍ତ କୁମରକୁ ବିରୋଧ ନ ପଡଇ ।୩୩୨।ପୁଣ ପୁଣ ସୁମରଇ ଦେବୀ କମଳିଣୀତୁହି ଜଗତର ମାତ ଅଟ ଠାକୁରାଣୀ ।୩୩୩।ସ୍ତିରୀଂକର ବେଦନା ତୁ ଜାଣୁ ଗୋସାମଣିୟେ ମହାଭୟରୁ ମୋତେ ଉଦ୍ଧରି ଧର ପୁଣି ।୩୩୪।ଅନେକ ବିକଳ ହୋଇ କନ୍ୟା ଯେ କନ୍ଦଇକୁରଙ୍ଗୀ ଲୋଚନରୁ ଲୋତକ ବୁହଇ ।୩୩୫।ପୁଇଂସୂତାରୁ କି ମୁକୁତା ଝରି ପଡ଼ଇତଳେତେହ୍ନେ ହୋଇ ଲୋତକ ନୟନରୁ ପଡ଼ଇ ମହୀରେ ।୩୩୬।କୁମରକୁ ବାନ୍ଧି ରଥେ ଘେନି ଚତ୍ରସେନଦାରୁକକୁ ବୋଇଲା ରଥ ବାହରେ ବହନ ।୩୩୭।କୁମରର ମୁଖ ଚାହିଂ ବିଚାରଇ ଚିତ୍ରସେନ ଗନ୍ଧର୍ବକୃଷ୍ଣର କୁମର ପରାୟେ ଦିଶଇ ସଦିଭାବ ।୩୩୮।ୟେତେ ବିଚାରିଣ ସୁଧର୍ମା ସଭାକୁ ବୋଲି ନେଲାସଭାର ତଳରେ ନେଇ କୁମରକୁ ପରବେଶ କଲା ।୩୩୯।ଦେଖି ଇନ୍ଦ୍ରରାୟେ ତହିଂ ବୋଲଇ ବଚନବାନ୍ଧି ଥୋଇଥାଅ ୟେହୁ କାହାର ନନ୍ଦନ ।୩୪୦।ସଭାର ମଧ୍ୟେ ନାରଦ ଥିଲେ ଉଭା ହୋଇକୁମର ମୁଖକୁ ସେ ଦିଲେ କ ଅନାଇଂ ।୩୪୧।ବୋଇଲେ ୟେହୁତ ଅଟଇ ଶାମ୍ବବୀରକନକଚମ୍ପା ନିନ୍ତେ ଆସିଥିଲା ତୋଟାର ।୩୪୨।ଶୋଭାବତୀ କନ୍ୟାକୁ ଯେ ବଳେ ନେଉଥିଲାମୋତେ କିମ୍ପାଇଂ ୟେହୁ ଗୁପତେ ନ କହିଲା ।୩୪୩।କିଛି ନ କହିଣ ମୁନି ତୁନି ହୋଇ ରହିଲେସୁଧର୍ମା ସଭାରୁ ସେ ଯେ ବେଗେଣ ଖସିଲେ ।୩୪୪।ମନଦଣ୍ଡ ଚଢି ତହୁଂ ହୋଇଲେ ବାହରଯାଇଣ ମିଳିଲେ ସେହୁ ଦ୍ୱାରାବତୀ ପୁର ।୩୪୫।ସଭାକରିଣ ବସିଛନ୍ତି ତହିଂ ନାରାୟଣସେଠାରେ ମିଳିଲେ ଯାଇଂ ପୁଣ ମହାମୁନ୍ୟ ।୩୪୬।କୃଷ୍ଣର କୁମର ମାନେ ସମସ୍ତେ ଛନ୍ତି ବସିସମସ୍ତେ ଯାଇ ନାରଦଂକ ଚରଣେ ନିବେଶି ।୩୪୭।ପାଦ ଅର୍ଘ୍ୟ ଦେଇଣ ଯେ ମୁନିଂକି ପୂଜିଲେଅନେକ ପ୍ରକାରେ ତାଂକୁ ବିନୋୟୀ ହୋଇଲେ ।୩୪୮।ଶ୍ରୀକୃଷ୍ଣ ପଚାରନ୍ତି ମୁନିୟେ ଥିଲେ କାହିଂକି କି ଉପାଧି ବାରତା ଆଣିଛ କହ ମୁନି ବୁଝାଇ ।୩୪୯।ନାରଦେ ବୋଇଲେ ଉପାଧି ବାରତା ଶୁଣ ସାବଧାନେକନକଚମ୍ପା ନିମନ୍ତେ ଶାମ୍ବ ଯାଇଥିଲା ନନ୍ଦନ ବନେ ।୩୫୦।ଶୁରସେନ ଗନ୍ଧର୍ବର ଦୁହିତା ଶୋଭାବତୀତାହାକୁ ହରି ଆଣୁଥିଲା ତୋର କୁମର ମହାଛତ୍ରୀ ।୩୫୧।ଗନ୍ଧର୍ବ ଜାଣି ତାହା ଅନେକ ଯୁଦ୍ଧ କାଲେଶାମ୍ବକୁମର ହାଥେ ଅନେକ ଗାନ୍ଧର୍ବେ କ୍ଷୟେ ଗଲେ ।୩୫୨।ଇନ୍ଦ୍ର ବାରତା ପାଇ ଚିତ୍ରସେନ ପେଷି ଦିଲାସେ ଅସି ଘୋର ସଂଗ୍ରାମ କୁମର ସଙ୍ଗେ କଲା ।୩୫୩।ବଳେ ଧରି କୁମରକୁ ବାନ୍ଧିଣ ସେହୁ ନେଲେଅନେକ ପ୍ରକାର ମାଡ଼ ମାରିଣ ରଖିଲେ ।୩୫୪।ତାହା ଦେଖି ଆମ୍ଭେ ବଡ଼ ବିକଳ ହୋଇଲୁଂତୋତେ ବାରତା କହିତେ ୟେଥକୁ ଅଇଲୁ ।୩୫୫।ପାରିଲେ କୁମରକୁ ଆଣ ଯା ଛଡ଼ାଇତାହା ଶୁଣି କୋପ କଲେ ଯେ କମଳାଇ ସାଇଂ ।୩୫୬।ବୋଇଲେ ସ୍ୱର୍ଗପୁର ଆଜ କରିବଇଂ ନାଶନୂଆ ଇନ୍ଦ୍ର ଗୋଟାୟେ ବସାଇବି ସ୍ୱର୍ଗବାସ ।୩୫୭।ୟେତକ ବଚନ ଯହୁଂ ଗୋବିନ୍ଦ କହିଲେକଳହପ୍ରୟ ମୁନି ହସିଣ ବୋଇଲେ ।୩୫୮।ବୋଇଲେ ଇନ୍ଦ୍ରର ତୁଲେ ତୁମ୍ଭେ ନୁଆର ସମର କରିତୋତେ କିମ୍ପଇଂ ସେ ହୋ ଡରିବ ବଜ୍ରଧାରୀ ।୩୫୯।ନାରଦଂକ ବଚନେ ଯେ ଶ୍ରୀହରି ଉଠିଲେଧାତିକାରେ ବଳରାମଂକ ଛାମୁରେ ଯାଇଂଣ ମିଳିଲେ ।୩୬୦।ନମସ୍କାର କରିଣ ଯେ କହନ୍ତି ବଚନନାରଦେ ଯାହା କହନ୍ତି କରନ୍ତୁ ଅବଧାନ ।୩୬୧।ଶାମ୍ବକୁମର ଯାଂଥିଲା ନନ୍ଦନ ବନ ତୋଟା କୁକନକଚମ୍ପା ଘେନି ଅସୁଥିଲା ନବରକୁ ।୩୬୨।ଦଇବର ବସେ ଯେ ସୁରସେନ ଗନ୍ଧର୍ବର ଝିଅବଳେ ଘେନି ଅସୁଥିଲା ତକୁ ଆମ୍ଭ ପୁଅ ।୩୬୩।ଗନ୍ଧର୍ବ ବଳେ ଆସି ତାହା ତାହାକୁ ବେଢିଲେଅନେକ ଯୁଦ୍ଧକରି କୁମରକୁ ଧରିନେଲେ ।୩୬୪।ଅନେକ ମାଡ଼ ମାରି ଧରିନେଇ ତାକୁ ବାନ୍ଧି ରଖିଛନ୍ତିୟେଥକୁ କି ଆଗ୍ୟାଂ ହେବ ହେ ହଳପତି ।୩୬୫।ଶୁଣି ବଳରାମେ ତହୁଂ ବୋଲନ୍ତି ବଚନଅନ୍ୟାୟେ କଲା ଯେ ବାବୁ ତୋହର ନନ୍ଦନ ।୩୬୬।ପରର ଝିଅକୁ ସେ କିମ୍ପେ ଆଣିଲା ଚୋରାଇକେତେ କଳିଦ୍ୱନ୍ଦ ହେ କରିବା କାହାଠାବଇଂ ।୩୬୭।ୟେହା କହି ବଳରାମ କୋପଭର ହୋଇଲେବାତଘାତେ କଦଳୀପତ୍ରେ ପ୍ରାୟେ ଶରୀର କମ୍ପାଇଲେ ।୩୬୮।ବୋଇଲେ ଅମରପୁର କରିବି ଭସ୍ମୀଭୂତଦେବତାଗଣନ୍ତ ଆଜି କରିବଇଂ ନିପାତ ।୩୬୯।ସ୍ୱର୍ଗେ ଦେବତାଗଣେ ଆଜ ନ ରଖିବି କାହିଂକୋପେ ଥର ହର ହୋଇ କମ୍ପନ୍ତି ହଳସାଇଂ ।୩୭୦।ସଉନନ୍ଦ ମୂଷଳ ସେ ଯେ ହାଥରେ ଧଇଲେବାମକରେ ସେହୁ ଯେ ଲଙ୍ଗଳ ତୋଳିଲେ ।୩୭୧।ଇନ୍ଦ୍ର ଦେବତାଂକୁ ପେଷିବି ଯମ ପୁରେସେହୁ ବାନ୍ଧି ରଖିଅଛି ମୋହର କୁମର ।୩୭୨।ବଳରାମଂକର କୋପ ଜାଣିଲେ ନାରଦବୋଇଲେ ୟେଥିରେ ହେବ ବହୁତ ପରମାଦ ।୩୭୩।ଦ୍ୱନ୍ଦ କଳି ୟେଥେ ଯେ ଅନେକ ହୋଇବକଳି କୁତୂହଳ ଆଜ ଦେଖିବଇଂ ଯବ ।୩୭୪।ୟେତେକ ବିଚାରିଣ ଯେ ନାରଦ ମହାମୁନିବୋଲନ୍ତି ସାବଧାନେ ହେ ଶୁଣ ହଳପାଣି ।୩୭୫।ଥାଠ ସଜକର ତୁମ୍ଭେ ଯିବା ବେଗ ହୋଇକୁମରକୁ ଯାଇଂ ଆମ୍ଭେ ଆଣିବା ବହନ ଛଡ଼ାଇ ।୩୭୬।ଗୋବିନ୍ଦ ଉଦ୍ଧବକୁ ହକାରଇ ଆଣିଲେଉଗ୍ରସେନକୁ କହ ଥାଠ ସଜକରୁ ବେଗ ଭଲେ ।୩୭୭।ଆଗ୍ୟାଂ ପାଇଣ ଉଦ୍ଧବ ବେଗେ ଚଳିଗଲାଉଗ୍ରସେନଂକ ସଭାରେ ଯାଇଣ ମିଳିଲା ।୩୭୮।ନମସ୍କାର କରିଣ ସେ କହନ୍ତି ବଚନସାବଧାନେ ହୋଇ ଶୁଣିମା ମଥୁରା ରାଜନ ।୩୭୯।ଠାକୁରେ ବୋଇଲେ ବେଗେ ଥାଠ ସଜ କରଇନ୍ଦ୍ର ଦେବତା ସଙ୍ଗେ ଆଜ ହୋଇବ ସମର ।୩୮୦।ଶାମ୍ବକୁମର ଯେ ଗଲା ନନ୍ଦନ ତୋଟାୟେକନକ ଚମ୍ପା ଯେ ଆଣିବା ଉପାୟେ ।୩୮୧।ସେଦିନ ଇନ୍ଦ୍ରର ନାତୁଣୀ ସେ ଶୋଭାବତୀ କନ୍ୟାନନ୍ଦନ ବନକୁ ଆସିଥିଲା ବରାଙ୍ଗନା ।୩୮୨।ସେ ସଂଯୋଗରେ ଶୋଭାବତୀକି ଦେଖିଲେକୁମରକୁ ଦେଖି କନ୍ୟା ବିଭଳିତ ହେଲେ ।୩୮୩।ମାଳା ଗୋଟିୟେକ ବାଳୀ ହାଥରେ ଥିଲା ଘେନିକୁମରର କଣ୍ଠେ ତାହା ଲମ୍ବାଇଲା ପୁଣି ।୩୮୪।କୁମର କୁମାରୀ ତହିଂ ୟେକ ସଂଯୋଗ ହୋଇକୁମାରୀ ହାଥ ଧରି କୁମର ରଥରେ ବସାଇ ।୩୮୫।ଘେନିଣ ଆସଇ ସେ ସଧିରେ ସଧିରେସଙ୍ଗର କୁମାରୀ ଯାଇ ଜଣାଇଲେ ଇନ୍ଦ୍ରର ଛାମୁରେ ।୩୮୬।ବାରତା ପାଇଣ ଇନ୍ଦ୍ର ଧରାଇ ଘେନିଗଲାବନ୍ଦୀ ପ୍ରକାରେଣ ସେ ଯେ ଧରାଇ ରଖିଲା ।୩୮୭।ନାରଦ ଆସିଣ ଯହୁଂ ବାରତା କହିଲେୟେଣୁ ଶ୍ରୀକୃଷ୍ଣ ହଳୀ ଯେ ଅନେକ କହିଲେ ।୩୮୮।ବୋଇଲେ ଇନ୍ଦ୍ର ସଙ୍ଗେ ଆଜ କରିବି ସମରସ୍ୱର୍ଗପୁର ଭାଙ୍ଗି ଆଜ କରିବେ ନାରଖାର ।୩୮୯।ମୋତେ ରାଇଣ ଯେ ଆଗ୍ୟାଂ ଦିଲେକ ନାରାୟଣରାଜାଂକ ଛାମୁରେ ଯାଇଂ କହ ତୁ ୟେସନ ବିଧାନ ।୩୯୦।ୟେହା ଶୁଣି ଉଗ୍ରସେନ ରାଜା ବହୁତ କୋପ କଲେପଢିହାରୀ ସେବକନ୍ତ ରାଇଣ ଆଗ୍ୟାଂ ଦିଲେ ।୩୯୧।ସାତ ବଂଶ ଯାଦବ ଯେ ସଜ ହୁଅ ବେଗେଯେ ଯାହାର ଶହସ୍ର ଯାବବାହନ ଘେନେ ହାଦେ ।୩୯୨।ଯେ ଯାହାର ଶହସ୍ର ଯାନ ଘେନି ସଙ୍ଗତେଣସାତୁକି ଅନାଧୃଷ୍ଟ ଅକୃର ସହିତେଣ ।୩୯୩।ସମସ୍ତେ ସଜ ହୋଇ ମିଳ ମୋହର ଅଗ୍ରତେଆଗ୍ୟାଂ ପରମାଣେ ଦୂତେ ଚଳିଲେ ତୂରିତେ ।୩୯୪।ଦାଣ୍ଡରେ ଯାଇଂଣ ସେହୁ ବେଗେ ଘୋଷଣ ଦିଆଇଲେସନ୍ୟ ସଜହୋଇ ଆସ ବୋଲିଣ ବୋଇଲେ ।୩୯୫।ବାରତା ପାଇଣ ସାତବଂଶ ଯେ ଯାଦବେସଜ ହୋଇଣ ଉଭା ହେଲେ ଦାଣ୍ଡରେ ସମ୍ଭର୍ବେ ।୩୯୬।ଆପଣେ ଉଗ୍ରସେନ ଦିବ୍ୟ ବେଶ ହୋଇଅକୃର ରଥ ୟେକ ସାଜିଣ ଆଣଇ ।୩୯୭।ସେ ରଥରେ ଉଗ୍ରସେନ ରାଜା ବିଜେ ଯାଇ କଲେଧବଳ ଛତ୍ର ଗୋଟିୟେ ଶିରରେ ଉଡ଼ାଇଲେ ।୩୯୮।ଉଦଣ୍ଡ ପାଟଛତ୍ର ଯେ ଉଡ଼ଇ ଆଗରେଶଙ୍ଖ ମହୁରୀ ତୂରୀ ଯେ ବାଜଇ ଉଚ୍ଚେ ଧିରେ ଧିରେ ।୩୯୯।ବାଦ୍ୟନାଦ ଶବଦେ ଯେ କୁରୁମ ଉଛୁଳିଦଲ ଦଲ ହୋଇଣ ଯେ କମ୍ପଇ ମହୀଅଳି ।୪୦୦।ଅନେକ ସନ୍ୟ ସଜ ହୋଇଲେ ଦାଣ୍ଡରେମାର ମାର ଶବଦ ଯେ ଫୁକାରନ୍ତି ତୁଣ୍ଡରେ ।୪୦୧।ଶୁଣ ହୋ ମନୁ ରାୟେ ଅଗସ୍ତି କହନ୍ତିୟେ ସେ ମହାଭାରଥ ଅମୃତ ରସ ମତି ।୪୦୨।ହରି ବଳରାମ ଦୁହେଂ ପୁଣ ତେଣେ ସଜ ହୋଇରଥେ ରଥେ ଚଢି ଦାଣ୍ଡେ ଉଭା ହୋଇଲେକ ଯାଇ ।୪୦୩।କୃଷ୍ଣ ର ପୁତ୍ର ମାନେ ବେଗେ ସଜ ହୋଇଲେବଳରାମ ଦୁଇ ପୁତ୍ର ବେଗେ ସଜହୋଇ ଅଇଲେ ।୪୦୪।ଯେ ଯାହାର ଶହସ୍ର ମାନ କରେ ଧରିଛନ୍ତିଆପଣେ ଦିବ୍ୟ ସଜ ହୋଇ ଅଇଲେ ଶ୍ରୀପତି ।୪୦୫।ବୋଇଲେ ଅମର ପୁରେ ଭସ୍ମୀଭୂତ କରିବିଦେବଗଣ ମାନନ୍ତ ଗୋଟିୟେ ନ ରଖିବି ।୪୦୬।ବିନତା ନନ୍ଦନ ଗରୁଡ଼କୁ ହରି ସୁମରିଲେରମ୍ୟେକ ଦୀପରୁ ଖବର ଯେ ଅଇଲେ ।୪୦୭।ଦ୍ୱାରାବତୀ ପୁରେ ସେ ଯେ ମିଳିଲେକ ଆସିଗୋବିନ୍ଦଂକୁ ଦେଖିଣ ଯେ ଶିରେ କର ନିବେଶି ।୪୦୮।ସମସ୍ତ ଚରିତ ଯେ କହିଲେ ନାରାୟଣବୋଇଲେ ଇନ୍ଦ୍ରଦେବତାର ଗୁଣ ଶୁଣ ହୋ ଖଗରାଣ ।୪୦୯।ମୋହର କୁମରକୁ ସେ ବାନ୍ଧି ରଖିଅଛିମୋହର କୁମର ବୋଲି କହିଲେ ନାରଦେ ଉପଲେଚ୍ଛି ।୪୧୦।ୟେହା ଶୁଣି ଖଗବର ଯେ କହିଲେ କରଯୋଡ଼ିହରି ତୋହର ସଞ୍ଚିଲା ସିନା ଅଟଇ ସ୍ୱର୍ଗପୁରୀ ।୪୧୧।ସଞ୍ଚିଲା ଦାସକୁ ଯେ ୟେଡ଼େ କୋପ କରୁଆପଣା ମହିମା ତୁ ଆପଣେ ନ ବିଚାରୁ ।୪୧୨।ନାରାୟଣ ବୋଇଲା ସେ ବଡ଼ ଗରିଷ୍ଠ ହୋଇଲାଆପଣାର ଇଚ୍ଛାୟେ ସେ ସମ୍ପଦ ବୁଡ଼ାଇଲା ।୪୧୩।ଆଜ ତାହାର ସମ୍ପଦ ଯେ କରିବଇଂ ନାଶଆନ ଇନ୍ଦ୍ର କରି ବସାଇବି ସ୍ୱର୍ଗ ବାସ ।୪୧୪।ଶଙ୍ଖ ଚକ୍ର ଗଦା ସାରଙ୍ଗ କରେ ଧରିଆପଣେ ଦିବ୍ୟ ସଜ ହୋଇଲେ ଦଇତାରି ।୪୧୫।ଗରୁଡ଼ ପିଠିରେ ସେ ଯାଇଣ ବସିଲେବଳରାମେ ତାଳଧ୍ୱଜ ରଥ ଆରୋହିଲେ ।୪୧୬।ବହୁତର ସନ୍ୟ ଘେନିଣ ଉଗ୍ରସେନ ରାୟେଆଗ ହୋଇଣ ସେହୁ ବାହାର ହଇଆୟେ ।୪୧୭।ଉଦଣ୍ଡ ୟେକ ଲକ୍ଷୀ ଉଡ଼ଇ ଦାଣ୍ଡରେପ୍ରଚଣ୍ଡ ହୋଇଣ ବାଦ୍ୟ ବାଜଇ ଘନ ଘୋରେ ।୪୧୮।କୃଷ୍ଣର କୁମରମାନ ଘେନିଣ ବଳରାମଆପଣେ ବାହର ଦେବ ହେଲେ ତତକ୍ଷଣ ।୪୧୯।ଥାଠ ସନ୍ୟ ଘେନିଣ ସମସ୍ତେ ଚଳାଇଣ ଗଲେପଛକୁ ରହିଲେ ଯେ ଦେବ ଦାମୋଦରେ ।୪୨୦।ଗରୁଡ଼କୁ ୟେକାନ୍ତେ ଯେ କହନ୍ତି ଭଗବାନବଳରାମଂକ କୋପେ ନାଶ ଯିବ ୟେ ସ୍ୱର୍ଗ ଭୁବନ ।୪୨୧।ସାତବଂଶ ଯାଦବେ ତହୁଂ ଗଲେ ବାହର ହୋଇସନ୍ୟ ବଳ ଦେଖିଣ ନାରଦେ ବିଚାରଇ ।୪୨୨।ହରି ସହସ୍ରାକ୍ଷଂକର ଆଜ ହୋଇବ ସମରକଳି କୁତୂହୋଳ ଦେଖିଲେ ପେଟ ପୂରିବ ଆମ୍ଭର ।୪୨୩।ଯତନେ ଯାହା ମୁହିଂ ମନରେ ଲୋଡୁଥାଇଦଇବ ପୁରୁଷ ମତେ ଦିଅଇ ଭେଟାଇ ।୪୨୪।ୟେତେ ବୋଲି ନାରଦେ ଆନନ୍ଦେ ନାଚନ୍ତିବୀଣାଧୁନି କରିଣ ସେହୁ ଶୂନ୍ୟରେ ଚଳନ୍ତି ।୪୨୫।କଳି ଧୋକଡ଼ି ମୁଣିକି କାଖରେ ଯାକିଣତହିଂରୁ ମୁଠିୟେ ବାହାର କଲେ ବ୍ରହ୍ମମୁନ୍ୟ ।୪୨୬।ଲାଗୁ ଲାଗୁ ବୋଲିଣ ପୁଣ ବୁଣିଣ ସେ ଦିଲେଲାଗୁ ଲାଗୁ ବୋଲିଣ ସେ ଗୀତ ଯେ ଗାଇଲେ ।୪୨୭।ମାନଦଣ୍ଡ ଚଢିଣ ସେ ଧାମନ୍ତି ତତପରେଯାଇଂଣ ମିଳିଲେ ସେହୁ ଅମର ପୁରରେ ।୩୨୮।ଇନ୍ଦ୍ର ଦେବତା ବୋଇଲେ କାହିଂ ଥିଲ ମୁନିନାରଦେ କହନ୍ତି ତୁମ୍ଭେ ଶୁଣ ସୁରମୁନି ।୩୨୯।ଯାହା ପଚାରିଲୁ ତାହା ଶୁଣ ସାବଧାନେଆମ୍ଭେ ଯାଇଥିଲୁ ଆଜି ମଞ୍ଚ ଯେ ଭୁବନେ ।୪୩୦।ଦ୍ୱାରାବତୀ ପୁରେ ଆମ୍ଭେ ୟେହିକ୍ଷଣି ଥିଲୁତହିଂ ପୁଣ ଅପୂର୍ବ ଯେ କଥାୟେ ଦେଖିଲୁ ।୪୩୧।କୃଷ୍ଣର କୁମର ସେହି ଶାମ୍ବ କୁମରକୁନ ଜାଣିଣ ଶକ୍ରରାୟେ ରଖିଲୁ ତାହାଂକୁ ।୪୩୨।ସେ ବାରତା ପାଇଣ ଯେ ହରି ବଳରାମଥାଠ ଘେନି ଆସୁଛନ୍ତି ତୋହ ସାଙ୍ଗେ କରିବେ ସଂଗ୍ରାମ ।୪୩୩।ବହୁତ କୋପ କଲେ ଯେ ଦେବ ହଳଧରବୋଇଲେ ଇନ୍ଦ୍ରକୁ ଆଜି ପେଷିବି ଯମପୁର ।୪୩୪।ଅମରପୁର କରିବି ଆଜ ଭସ୍ମରାଶିଗଣ ଗନ୍ଧର୍ବ ଦେବତାନ୍ତ ଆଜ ପକାଇବି ନାଶି ।୪୩୫।ବହୁତ ପ୍ରତଗ୍ୟାଂ ଆଜ କଲେ ହଲଧରଥାଠ ସନ୍ୟ ଘେନି ଆପଣେ ହୋଇଲେ ବାହାର ।୪୩୬।ଗରୁଡ଼ ପୁଷ୍ଠେ ଚଢିଣ ଦେବ ନାରାୟଣସେହୁ ବଡ଼ ଗାଢେ ଯେ କହିଲେ ବଚନ ।୪୩୭।ଉଗ୍ରସେନ ରାଜା ପ୍ରତଗ୍ୟାଂ କହିଲେ ନ ସରଇସାତବଂଶ ଯାଦବନ୍ତ ଘେନିଣ ସେ ଆସନ୍ତ ଧୁଆଇଂ ।୪୩୮।ସଙ୍ଗେ ସନ୍ୟ ତାର ଯେ ଅଛଇ ଅନେକୟେକ ଆରକେ ପ୍ରତଗ୍ୟାଂ କରଇ ବହୁତ ।୪୩୯।ସମସ୍ତ ସଇନମାନନ୍ତ ପେଷିଣ ଆଗେ ନାରାୟଣପଛରେ ଗରୁଡ଼ ଚଢି କରନ୍ତ ପ୍ରୟାଣ ।୪୪୦।ଅନେକ ଗୋଳ ଯେ ୟେଥି କରିବେ ଦାମୋଦରୟେହା ଦେଖି ଆମ୍ଭେ ଗୋ ଅଇଲୁ ନୟନର ।୪୪୧।ଶୁଣିଣ ଶକ୍ରରାୟେ କମ୍ପଇ ଥର ହରବଜ୍ର ଝମକାଇଣ କୋପେ କହଇ ଉତ୍ତର ।୪୪୨।ବୋଇଲା ଗୋ ମୁନି ତୁମ୍ଭେ କହ ତଥ୍ୟ କରିସତେ ଗଉଡ଼େ ଆସୁଛନ୍ତି ସମର ଆରମ୍ଭ କରି ।୪୪୩।ମଞ୍ଚ ରାଜା ପ୍ରାୟେ କି ସେ ମଣିଛନ୍ତି ମୋତେରାଜାମାନଂକର ଝିଅ ନିଅନ୍ତି ୟେହିମତେ ।୪୪୪।ତେହ୍ନେ ପ୍ରାୟେ କରି କି ସେ ମଣିଛନ୍ତି ମୋତେସନ୍ୟବଳ ଘେନି କରି ଆସୁଛନ୍ତି ୟେଥେଂ ।୪୪୫।ଆଜ ଯେବେ ସମର ସେ କରିବ ମୋର ତୁଲେଗଉଡଂକର ପ୍ରତଗ୍ୟାଂ ଜାଣିମା ଆଜ ଭଲେ ।୪୪୬।ଗଉଡ଼ ବାଉଡ଼ ହାଉଡ଼ ତିନି ଜାତି ନାମଗାଢେ ପ୍ରତଗ୍ୟାଂ ଯାହା କରୁଛନ୍ତି ନ ଜାଣିମା ପଣ ।୪୪୭।ବ୍ରହ୍ମାଂକୁ ଚାହିଂଣ ଯେ କହନ୍ତି ଶକ୍ରରାୟେଗଉଡ଼ଂକ ପ୍ରତଗ୍ୟାଂ ତୁ ଶୁଣ ଦେବରାୟେ ।୪୪୮।ସ୍ୱର୍ଗେପଶି କନ୍ୟାକୁ ବଳେ ନେଉଅଛେ ହରିୟେକଥା ବିଚାର କିମ୍ପେ ନ କର କୁଶ ଧାରୀ ।୪୪୯।ବ୍ରହ୍ମାୟେ ବୋଇଲେ ତୁ ହୋ ଶୁଣ ସୁରରାଣକଥାୟେ କହିବା ତୁମ୍ଭେ ସାବଧାନ ଶୁଣ ।୪୫୦।ଆଗହୁଂ ପ୍ରତଗ୍ୟାଂ ହୋ ନ କର ତୁ ଗାଢେଦେଖିଣ ଜାଣିମା କେତେ ବଳବନ୍ତ ଗଉଡ଼େ ।୪୫୧।ଆମ୍ଭର ଦେବଗଣ ହୋ ବହନ ସଜକରଗଉଡଂକ ସଙ୍ଗେ ଆଜ କରିବା ସମର ।୪୫୨।ସାତବଂଶ ଯାଦବନ୍ତ କରିବା ଆମ୍ଭେ ନାଶୟେଥକୁ ଚିନ୍ତା ତୁହୋ ନ କର ସହସ୍ରାକ୍ଷ ।୪୫୩।ବ୍ରହ୍ମାଂକ ବଚନ ଶୁଣିଣ ଶକ୍ରରାୟେବେଗେ ସଜ ତୁମ୍ଭେ ହୁଅ ହୋ ଦେବତାୟେ ।୪୫୪।ଇନ୍ଦ୍ର ଆଗ୍ୟାଂ ପାଇ ଗଣ ଗନ୍ଧର୍ବ ଦେବତାସନ୍ୟ ସଜ ହୋଇଲେ ଯେ ତହିଂ ଅପ୍ରମିତା ।୪୫୫।ସୁରସେନ ଚିତ୍ରସେନ ଅଙ୍ଗାରପନ୍ନଙ୍ଗ ମୂଳେଚଉଷଠୀ ଗନ୍ଧର୍ବ ଯେ ଇନ୍ଦ୍ରଂକ କୁମରେ ।୪୫୬।ଅଷ୍ଟବସୁୟେ ଯେ ସଜ ହୋଇଣ ଅଇଲେଅଶ୍ୱିନୀ କୁମାର ଯେ ଧାଇଂଲେକ ଖରେ ।୪୫୭।ଶହସ୍ରମାନ କରେ ଧରି ବେଗେ ଝମକାନ୍ତିୟେକୁଂ ଆରେକ ତହିଂ ଯେ ବହୁତ ପ୍ରତଗ୍ୟାଂ କରନ୍ତି ।୪୫୮।ବାୟୁ ବରୁଣ ଯେ ଚନ୍ଦ୍ର ସୂର୍ଯ୍ୟ ମେଳେଯମଦେବତା ସଜ ହୋଇଲେ ତତପରେ ।୪୫୯।ବାରତା ପାଇଣ ଯେ ବାସୁକି ନାଗରାୟେଥାଠ ସନ୍ୟ ଘେନି ସେହି ଆସି ହୋୟେ ।୪୬୦।ନବଗ୍ରହଂକୁ ଚହିଂ ବୋଲଇ ସୁରପତିବଜ୍ରସୂଚୀ ଗୋଟାୟେ ହାଥରେ ଘେନିଛନ୍ତି ।୧୬୧।କପିଳାଇ କନ୍ଦରୁଂ ଅଇଲେ ଶୂଳଧରସଙ୍ଗରେ ଅଛନ୍ତି ଶିବଗଣ ଯେ ଅପାର ।୪୬୨।କାର୍ତ୍ତିକେଶ୍ୱର ଗଣେଶ୍ୱର ନନ୍ଦୀ ଭ୍ରୂକୁଟିର ମେଳେୟେହୁ ଅଇଲେ ଯେ ଇଶ୍ୱରଂକର ତୁଲେ ।୪୬୩।କଳ୍ପାନ୍ତକ ବୃଷଭ ଯେ ଚଢିଣ ମହାଦେବସେହି ଆସି ମିଳିଲେ ଅମର ସଭା ଠାବ ।୪୬୪।ଆବର ତେତିଶ କୋଟି ଦେବତା ଗଣ ଗନ୍ଧର୍ବ ମେଳେସଜ ହୋଇ ଉଭା ହୋଇଲେ ଆସ୍ତାନର ତଳେ ।୪୬୫।ଇଶ୍ୱରଂକୁ ଚହିଂଣ ଯେ ବୋଇଲେ ସୁରପତିସାବଧାନେ ହୋଇଶୁଣ ମୋହର ଭକତି ।୪୬୬।କୃଷ୍ଣର ନନ୍ଦନ ଯେ ଶାମ୍ବ କୁମରକନକ ଚମ୍ପା ପାଇଂ ଅଇଲା ବନର ।୪୬୭।ଶୂରସେନ ଝିଅ ଶୋଭାବତୀ ତାର ନାମଭ୍ରମିବାକୁ ସେ ଆସିଥିଲା ନନ୍ଦନ କାନନ ।୪୬୮।ଚମ୍ପାପୁଷ୍ୟ ଘେନି ସେହି ବାହୁଡ଼ିବା ବେଳେଶୋଭାବତୀ କନ୍ୟାକୁ ସେ ଦେଖିଲାକ ଡୋଳେ ।୪୬୯।ରଥେ ବସାଇଣ ତାକୁ ହରି ଘେନିଗଲାଗନ୍ଧର୍ବଂକ ସଙ୍ଗତେ ବହୁତ ଯୁଦ୍ଧ କଲା ।୪୭୦।ଚିତ୍ରସେନ ଯାଇଣ ଆଣିଲା ବାନ୍ଧିକରିଶୁଣି କୋପ କରିଣ ଆସନ୍ତି ହଳୀ ହରି ।୪୭୧।ଉଗ୍ରସେନ ସାତବଂଶ ଯାଦବ ସହିତେଯୁଦ୍ଧ କରିବାକୁ ଆସନ୍ତି ସେ ମୋହର ସଙ୍ଗତେ ।୪୭୨।ତାହା ଶୁଣି ବୋଲନ୍ତି ଯେ ଦେବ ଶୂଳପାଣିୟେହିମତେ ଆମ୍ଭସଙ୍ଗେ ଯୁଝିଲେ ନ ଜାଣି ।୪୭୩।ନୀଳେନ୍ଦୀ ନାମରେ ଥିଲା ବରୁଣ ଦୁହିତାଆମ୍ଭ ପୁତ୍ର କାର୍ତ୍ତିକକୁ ବରିଥିଲା ତାହାର ଯେ ମାତ ।୪୭୪।ତହିଂର ଯେତକ ଅନର୍ଥ ପଡ଼ିଲାତେବେହେଂ ଗଉଡ଼କୁ ଲାଜ ନ ମାଡ଼ିଲା ।୪୭୫।ବ୍ରହ୍ମାୟେ ଥାଇଣ ସେ ଯେ ଯାହା ବିଚାରିଲେତେଡେ ବଡ଼ କଳି ଗୋଟା କ୍ଷଣକେ ନିର୍ଭାଇଲେ ।୪୭୬।କେତେ କେତେ ଲୋକ ମାନ ଅଇଲେ ପରିଘାଇକେତେ ଅନର୍ଥ ହୋଇଲା କହି ତ ନୋହଇ ।୪୭୭।ସର୍ବ ଶୁଭେ ଥାଆନ୍ତୁ ୟେକା ନାରଦ ମହାମୁନି ।୪୭୮।ଈଶ୍ୱର କହନ୍ତେ ତହିଂ ଇନ୍ଦ୍ରରାୟେ ହସିଲେଖଣ୍ଡେଦୂରେ ଥାଇ ତାହା ନାରଦେ ଶୁଣିଲେ ।୪୭୯।ବୋଇଲେ ଆମ୍ଭନ୍ତ ନିନ୍ଦା କଲ ହୋ ବିଶ୍ୱନାଥେମୋହୋର କିସ ଦୋଷ ହୋଇଲାକ ୟେଥେ ।୪୮୦।ଦେଖିଲାର କଥା ଆମ୍ଭେ କହିଲୁ ସିନା ଆସିୟେଥକୁ ନିନ୍ଦା ତୁମ୍ଭେ କଲ ହୋ ବିଶ୍ୱବାସୀ ।୪୮୧।ଈଶ୍ୱର କହନ୍ତେ ଯେ ନାରଦେ ଉଠିଲେମନଦଣ୍ଡ ଚଢ଼ି ଶ୍ରୀକୃଷ୍ଣ ଛାମୁରେ ମିଳିଲେ ।୪୮୨।ନାରଦଂକୁ ଦେଖିଣ ଯେ ପ୍ରଭୁ ନାରାୟଣନମସ୍କାର କଲ ଯାଇଂ ନାରଦଂକ ଚରଣ ।୪୮୩।ବୋଇଲେ କିସ ଭିଆଇ ଆଇଲ ବ୍ରହ୍ମମୁନିକଥାର ତଦନ୍ତ ବୁଝିବା ନା ଲାଭ ହାନି ।୪୮୪।ନାରଦେ ବୋଇଲେ ଇନ୍ଦ୍ର ଯୁଝିବ ତୋର ତୁଲେଇଶ୍ୱରେ ପହିଜ କଲେ ତହିଂ ଗାଢତ୍ୱରେ ।୪୮୫।ଇଶ୍ୱରଂକ କଥା ଶୁଣି ଆମ୍ଭେ ଖଙ୍ଖ ଯେ ପାଇଲୁତୋତେ କହିବାକୁ ଆମ୍ଭେ ଅଇଲୁ ।୪୮୬।ନୀଳେନ୍ଦୀ ହରଣେ ହୋ ଯେତେକ ଚରିତତାହା ସୁମରିଣ କୋପ କଲ ଶୂଳହସ୍ତ ।୪୮୭।ନାରଦଂକ ମୁଖୁ ଯହୁଂ ୟେସନ ଶୁଣିଲେକ୍ରୋଧଭର ହୋଇଣ ଯେ ଗୋବିନ୍ଦ ବୋଇଲେ ।୪୮୮।ଇଶ୍ୱରଂକର ଆଜ ହୋ ଆମ୍ଭେ ଜାଣିମା ବଡ଼ପଣକେତେ ଗାଢରେ ଆଜ କରିବେ ସେ ରଣ ।୪୮୯।ୟେତେକ ବିଚାରିଣ ପ୍ରଭୁ ନାରାୟଣଅକ୍ରୁରକୁ ଚାହିଂ କହନ୍ତି ଗୁପତ ବଚନ ।୪୯୦।ତୁହି ୟେହିକ୍ଷଣି ହୋ ବାରୁଣାବନ୍ତେ ଯିବୁଯୁଧିଷ୍ଠିଂକ ଛାମୁରେ ବାରତା କହିବୁ ।୪୯୧।ସାତକ୍ଷଉଣୀ ବଳ ଘେନି ଆସିବେ ସଜହୋଇଗୁପତେଣ ୟେ କଥା ଅର୍ଜୁନକୁ କହିବୁ ବୁଝାଇ ।୪୯୨।ନାରାୟଣଂକର ଆଗ୍ୟାଂ ଅକ୍ରୂର ଶିରେ ନିବେଶିଲାବରୁଣାବନ୍ତକଲ ସେ ଯେ ବେଗହୋଇ ଗଲା ।୪୯୩।ତତକ୍ଷଣେ ବରୁଣାବନ୍ତ ରେ ଯାଇଂଣ ମିଳଇଆସ୍ଥାନ କରି ବସିଛନ୍ତି ଯୁଝେଷ୍ଠି ନରସାଇଂ ।୪୯୪।ୟେମନ୍ତର ସମୟ ଯାଇ ଅକ୍ରୂରେ ମିଳିଲାଯୁଝେଷ୍ଠିକି ଦୋଖିଣ ଶିରେଣ କର ନିବେଶିଲା ।୪୯୫।ଭୀମ ଅରଜୁନନ୍ତ ସେହୁ ଆଲିଙ୍ଗନ ଦେଇନକୁଳ ସହଦେବ ଅକ୍ରୂର ଚରଣେ ନମଇ ।୪୯୬।ଯୁଝେଷ୍ଠି ଦେବ ବୋଇଲେ ରହ ରହ ବୀରପରମ ଭାଗ୍ୟ ହୋ ଆଜ ଦିଶିଲା ଆମ୍ଭର ।୪୯୭।ମୋତେ ଶଙ୍ଖୋଳିବାକୁ କି ଆସିଅଛ ହାଦେଆବର କି ପଠିଆଇଛନ୍ତି ବାସୁଦେବେ ।୪୯୮।ଅକ୍ରୁର ବୋଇଲେ ହୋ ସାବଧାନେ ଶୁଣମୋତେ ପଠିଆଇ ଅଛନ୍ତି ପ୍ରଭୁ ନାରାୟଣ ।୪୯୯।ଇନ୍ଦ୍ର ଗୋବିନ୍ଦର ଆଜ ହୋଇବ ସମରୟେହି କଥା କହି ମୋତେ ପଠିଆଇଲେ ଦାମୋଦର ।୫୦୦।ଯୁଝେଷ୍ଠି ବୋଇଲେ ଇନ୍ଦ୍ର ଗୋବିନ୍ଦ୍ରର କିମର୍ଥେ ଯେ କଳିୟେହା ମୋତେ ସଞ୍ଚପି ହୋ କହିବା ମହାବଳୀ ।୫୦୧।ଅକ୍ରୂର ବୋଇଲେ ତୁମ୍ଭେ ଶୁଣିମା ସାବଧାନନନ୍ଦନବନକୁ ଯାଇଥିଲେ ଜମ୍ବୁବତୀର ନନ୍ଦନ ।୫୦୨।କନକ ଚମ୍ଫା ପୁଷ୍ୟ ଆଣିମାକ ସମୟରେକନ୍ୟାୟେକ ଆସି ମେଳ ହୋଇଲା ସେଠାରେ ।୫୦୩।ଶୂରସେନ ଗନ୍ଧର୍ବର ସେ ଅଟଇ ଦୁହିତୀନାମ ଗୋଟି ତାହାର ପୁଣି ଅଟଇ ଶୋଭାବତୀ ।୫୦୪।ସେ କନ୍ୟା ବଳେ କୁମରକୁ ଯେ ବରିଲାରୂପ ଗୁଣ ଦେଖି ସେ ଯେ ମଦନେ ବଶଗଲା ।୫୦୫।ଦୁହେଁ ୟେକମନ ତହିଂ ହୋଇଲେକ ଯହୁଂକନ୍ୟା ଘେନି କୁମର ଯେ ଅଇଲାକ ତହୁଂ ।୫୦୬।ବାରତା ପାଇଣ ଗନ୍ଧର୍ବେ ଆସି ଓଗାଳିଲେଘୋର ଯୁଦ୍ଧ କରି କୁମରକୁ ଧରିନେଲେ ।୫୦୭।ବନ୍ଦୀ ପ୍ରକାଣେ ତହିଂ ଅଛନ୍ତି ରଖାଇସେ ବାରତା ପାଇଣ କୋପ କଲେ ଭାବଗ୍ରାହୀ ।୫୦୮।ନାରଦେ ଆସି ଯହୁଂ ବାରତା କହିଲେଅନେକ ସନ୍ୟଘେନି ଉଗ୍ରସେନ ଆଗେ ଯେ ଧାଇଂଲେ ।୫୦୯।ହରି ବଳରାମ ତହିଂ ତାଂକ ପୁତ୍ରମାନନ୍ତ ଘେନି ।ଯୁଦ୍ଧକୁ ଆଗମନ କରନ୍ତି ଭାଇ ବେନି ।୫୧୦।ଗଲେନି ବାହାର ହୋଇ ସମସ୍ତେ ରୁଣ୍ଡହୋଇଆଗ ଥାଠରେ ଉଗ୍ରସେନ ଯେ ଚଳଇ ।୫୧୧।ପଛ ପଟୋଆରେ ଅଛନ୍ତି ଦେବ ଦାମୋଦରେବାରତା ପାଇଣଂ ତେଣେ ବାହିଲା ବଜ୍ରଧର ।୫୧୨।ମୋତେ ରାଇ ଆଗ୍ୟାଂ ଦିଲେ ଦେବ ନାରାୟଣବେଗେ ଘେନିଆସ ଯାଇଂ ପାଣ୍ଡବ ପଞ୍ଚାଣ ।୫୧୩।ସାତକ୍ଷଉଣୀ ବଳ ଘେନି ଆସନ୍ତୁ ବେଗ ହୋଇଆବର ଆସନ୍ତୁ ଦ୍ରିଧୋଧନ ଶତେ ଭାଇ ।୫୧୪।ବେଗେ ସଜହୁଅ ତୁମ୍ଭେ ଯିବାକ ବହନଘୋର ସାଂଗ୍ରାମ ତେଣେ ହୋଇବନି ଜାଣ ।୫୧୫।ୟେହା ଶୁଣି ଯୁଝେଷ୍ଠି ଯେ ଡଗରାୟେ ହକରାଇହସ୍ତିନାରୁ ଦ୍ରିଯୋଧନକୁ ଆଣ ବେଗେ ଯାଇଂ ।୫୧୬।ବଳରାମଂକର ତାଂକୁ କହିବୁ ଆଦେଶୟେଗାର କ୍ଷଉଣୀ ବଳ ଘେନି ବେଗ ହୋଇ ଆସ ।୫୧୭।ତକ୍ଷଣେ ଡଗରା ଯାଇଂ ହସ୍ତିନାରେ ମିଳିଲାବଳରାମଂକର ଆଦେଶ ବୋଲିଣ କହିଲା ।୫୧୮।ୟେଗାର କ୍ଷଉଣୀ ଥାଠ ସନ୍ୟବଳ ଘେନିବେଗ ହୋଇ ଆସିବ କହି ଅଛନ୍ତି ହଳପାଣି ।୫୧୯।ଶୁଣିଣ ଦ୍ରିଯୋଧନ ଯେ ଆନନ୍ଦ ହୋଇଲାଆଗହୁଂ ବାରତା ଗୋଟି ସେହୁ ପାଇଥିଲା ।୫୨୦।ଡଗର କହନ୍ତେ ଭଲ କରି ଜାଣିଲେୟେଗାର କ୍ଷଉଣୀ ବଳ ତକ୍ଷଣେ ସାଜିଲେ ।୫୨୧।ଟମକ ନିଶାଣ ଯେ ବାଜେ ବୀର ତୂରଶଙ୍ଖ ମହୁରୀ ଭେରୀ ଯେ ବାଜଇ ଧୀର ଧୀର ।୫୨୨।ଭୀଷ୍ମ ଦ୍ରୋଣ କର୍ଣ୍ଣ ଭୂରିସର୍ବାୟେ ସହିତେଜଦ୍ୟରଥ ଶକୁନି ସଜ ହୋଇଲେ ସମସ୍ତେ ତୁରିତେ ।୫୨୩।ଜୟେ ଶଙ୍ଖ ବଜାଇଣ ହୋଇଲେ ବାହାରସନ୍ୟଂକର ଚାଲନ୍ତେ ଯେ କମ୍ପଇ ମଞ୍ଚପୁର ।୫୨୪।ମାର ମାର ଧୁନିରେ ଯେ କୁରୁମ ଉଛୁଳିଲାୟେହିମତେ ବାରୁଣାବନ୍ତୁଂ ଥାଠ ବାହାରିଲା ।୫୨୫।ସାତକ୍ଷଉଣୀ ବଳ ଘେନି ପାଣ୍ଡବ ପାଞ୍ଚଭାଇବୀର ତୂର ବଜାଇ ସେ ବାହାର ଯେ ହୋଇ ।୫୨୬।ଉଦଣ୍ଡ ପାଟଛତ୍ର ଉଡ଼ଇ ନିରନ୍ତରମୁଖରାବ ଶବଦରେ ପୃଥିବୀ ଦଲ ଦଲ ।୫୨୭।ଜୟମଙ୍ଗଳ ଅନକୂଳେ ବାହାର ହୋଇଲେଯେ ଯାହାର ମତେ ଯେ ସର୍ବ ସଇନି ଧାଇଂଲେ ।୫୨୮।ବାଉ ବେଗେ ରଥ ଚଳାଇଣ ଯାଇଂବାଟରେ ଭେଟିଲେ ଯାଇଂ କମଳାର ସାଇଂ ।୫୨୯।ଯୁଝେଷ୍ଠିଂକି ଦେଖିଣ ଯେ ଦେବ ନାରାୟଣନମସ୍କାର କଲେ ଯାଇଂ ତାହାଂକ ଚରଣ ।୫୩୦।ଭୀମ ଅରଜୁନ ମୂଳେ ଯେ ଚାରିଭାଇଗୋବିନ୍ଦଂକ ପାଦତଳେ ପ୍ରଳମ୍ବିଲେ ଯାଇଂ ।୫୩୧।କରପତ୍ର ଯୋଡ଼ିଣ ସେ ଉଭା ହୋଇ ରହିଲେଆଶ୍ୱାସିଣ ଗୋବିନ୍ଦ ଯେ କୋଳାଗ୍ରତ କଲେ ।୫୩୨।ଯୁଝେଷ୍ଠି ବୋଇଲେ ହୋ କିସ ୟେ ଚରିତକିମ୍ପାଇଂ ୟେଡେ ଦ୍ୱନ୍ଦ କଲେ ପୁରୁହୁତ ।୫୩୩।ଦ୍ରିଯୋଧନ ଯାଇଂ ବଳରାମଂକ ଛାମୁରେ ମିଳଇବଳରାମେ କହନ୍ତି ତୁ ଶୁଣହୋ କୁରୁସାଇଂ ।୫୩୪।ଇନ୍ଦ୍ରର ଚରିତ ତୁମ୍ଭେ ଶୁଣିଲଟି ସର୍ବନିରନ୍ତରେ ମୋହୋର ସଙ୍ଗେ ଆରମ୍ଭିଛି ବାଦ ।୫୩୫।ଆଜ ବଂଶ ତାର ମୁଂ ଯେ ନ ଥୋଇବି କାହିଂଦେବ ଦାନବରେ ତାରେ ରଖନ୍ତା କେ ନାହିଂ ।୫୩୬।ଦ୍ରିଯୋଧନ ଶୁଣିଣ ଯେ ବଡ଼ କୋପକଲାଗଦାବର ବୁଲାଇଣ ଝମକାଇଣ ଉଠିଲା ।୫୩୭।ଯୁଝେଷ୍ଠି ନାରାୟଣେ କରନ୍ତି ବିଚାରଆକାଶରେ ତୁନ୍ଦୁଭି ଶବଦ ଶୁଭେ ବିକଟାଳ ।୫୩୮।ମାର ମାର ଶବଦରେ କୁରୁମ ଚମକଇଯେ ଯାହାର ଶସ୍ର କରେ ଘେନି କରି ଧାଇଂ ।୫୩୯।ଆଗଭର ଥାଠରେ ଯେ ଯଦୁବଳ ଥିଲେଉଚ୍ଚବାଚ କରିଣ ସେଠାରେ କଳି ଭିଆଇଲେ ।୫୪୦।ଯେ ଯାହାର ଶସ୍ର କରେ ଘେନି ହେଲେ ମରା ମରିଅଙ୍ଗେ ନ ବାଜୁଂ ଯେ ତାହା ଆଗହୁଂ ନିବାରି ।୫୪୧।ତୀକ୍ଷ ଲାଭ ଶକତି କୋନ୍ତ ଯେ ନିଠାଇ ମାରନ୍ତିଶହସ୍ର ପଡ଼ିତାଳେ ଯେ ଅଗ୍ନି ଝଲକନ୍ତି ।୫୪୨।ଦେବ ମାନବେ ଯେ ତହିଂ ୟେକମୁଖ ହୋଇଅନେକ ଘୋର ସାଂଗ୍ରାମ କଲେକ ତୁହାଇ ।୫୪୩।ଦେବତାଂକ ଶହସ୍ର ବାଜଇ ମାନବଂକ ଅଙ୍ଗରେବାଜନ୍ତେ ରୁଧିର ଦେହୁ ବହଇ ଖଳ ଖଳେ ।୫୪୪।ରକତରେ କର୍ଦ୍ଦନ ତହିଂ ହୋଇଲ ମହୀଆଳିକୁଢ କୁଢ଼ ହୋଇଣ ଯେ ଯଦୁବଳେ ପଡ଼ି ।୫୪୫।ଦେଖିଣ ଉଗ୍ରସେନ ଯେ ମହାକୋପ କଲାବାଉ ବେଗେ ରଥ ଯେ ଚଳାଇ ଧାଇଂଲା ।୫୪୬।ଉଗ୍ରସେନର ଧାଇଂବା ଦେଖିଣ ଚିତ୍ରସେନଧାଇଂ ଆସି ଆଗେ ଉଗାଳିଲାକ ବହନ ।୫୪୭।ଚିତ୍ରସେନ ସଙ୍ଗତରେ ବହୁତ ସଇନ ଥିଲେଅନେକ ନାରାଜ ଉଗ୍ରସେନକୁ ବିନ୍ଧିଲେ ।୫୪୮।ଅଙ୍ଗରେ ବାଜନ୍ତେଣ ରାଜା ବହୁ କୋପକଲାମନ୍ତ୍ରିଣ ନାରାଜ ଯେ ଅନେକ ବିନ୍ଧିଲା ।୫୪୯।ଦେବଗଣଂକର ଅଙ୍ଗେ ବାଣ ବାଜିଲାକ ଯାଇଂକୁଢ କୁଢ ହୋଇଣ ଦେବେ ପଡ଼ିଲେକ ଶୋଇ ।୫୫୦।ୟେମନ୍ତେଣ ପ୍ରହରେକ ହୋଇଲା ସମରରକତ ନଦୀ ଗୋଟାୟେ ବହିଲା ସେଠାର ।୫୫୧।ଚିତ୍ରସେନ ବେଗ କରି ନାରାଜ ବିନ୍ଧଇତାହାସବୁ ଉଗ୍ରସେନ ବେଗେଣ ଛେଦଇ ।୫୫୨।ଚିତ୍ରସେନ ଉଗ୍ରସେନ ଅନେକ ଯୁଦ୍ଧ କଲେଦୁଇ ମହାଛତ୍ରୀ କେହି କାହାକଇ ଜିଣନ୍ତା ନୋହିଲେ ।୫୫୩।କୋପଣ ତୀକ୍ଷ ଯେ ପେଷିଲା ଉଗ୍ରସେନଚିତ୍ରସେନ ଅଙ୍ଗେ ଯାଇ ବାଜିଲା ତତକ୍ଷଣ ।୫୫୪।ନାରାଜ ପଡ଼ନ୍ତେ ଚିତ୍ରସେନ ଘୁମାଇଲାମୋହଗତ ହୋଇଣ ସେ ଭୂମିରେ ପଡ଼ିଲା ।୫୫୫।ଚିତ୍ରସେନ ପଡ଼ିବାର ଦେଖିଣ ଉଗ୍ରସେନକୋପେଣ ନାରଜ ପେଷି ସେହୁ ବିନ୍ଧିଲେ ବହନ ।୫୫୬।ଅଗ୍ନିକଣିକା ଜାଣିଣ ପଡ଼ଇ ଯେହ୍ନେ ଶରପ୍ରଳୟ ଅଗ୍ନି କି ଜିଳିଲା ସେଠାବର ।୫୫୭।ଶୂରସେନ ନାରାଜ ତହିଂ ଅନେକ ବିନ୍ଧିଲାଉଗ୍ରସେନ ଅଙ୍ଗରେ ଯେ ନାରାଜ ବିଦାରିଲା ।୫୫୮।ନାରାଜ ପଡ଼ନ୍ତେ ଯେ ରୁଧିର ଗଳଇତାହା ଦେଖି ଉଗ୍ରସେନ ବଡ଼ କୋପ କରଇ ।୫୫୯।କୋପଭରେ କୁନ୍ତ ନାରାଜ ଗୋଟାୟେ ବିନ୍ଧିଲାଶୂରସେନ ଉପରକୁ ନିଠାଇ ମାଇଲା ।୫୬୦।ନାରାଜ ପଡ଼ନ୍ତେ ଶୂରସେନ ଗନ୍ଧର୍ବ ମୋହଯାଇରଥର ଉପରେ ଗ୍ୟାନ ହାରିଣ ଶୁଅଇ ।୫୬୧।ଶୂରସେନ ପଡ଼ିବାର ଦେଖିଲା ଅଙ୍ଗାରପନ୍ନଙ୍ଗରଥ ଧୁଆଂଇ ମିଳିଲା ଉଗ୍ରସେନ ଆଗ ।୫୬୨।ତୀକ୍ଷ ନାରାଜ ସେହୁ ବସାଇ ଗୁଣରେଉଗ୍ରସେନ ଉପରକୁ ବିନ୍ଧିଲାକ ଖରେ ।୫୬୩।ଗର୍ଜିଣ ଆସଇ ଶର କରି ମହାତେଜଦୂରରୁ ଛେଦିଲା ତାହା ଉଗ୍ରସେନ ରାଜ ।୫୬୪।ତାହା ଦେଖି କୋପକଲା ଅଙ୍ଗାରପନ୍ନଙ୍ଗପଞ୍ଚଧାରା ଶକତି ସେ ମାଇଲାକ ବେଗ ।୫୬୫।ଶବଦ ଶୁଭିଲା ଯେହ୍ନେ ମେଘ ଘଡ଼ଘଡ଼ିବଜ୍ରସମ ଜାଣି ଉଗ୍ରସେନ ଦେହେ ପଡ଼ି ।୫୬୬।ହତଗ୍ୟାଂନ ହୋଇଣ ପଡ଼ିଲା ମହାରାୟେଶରୀରେ ଚେତନା ନାହିଂ ପଡ଼ିଲାକ ମୋହେ ।୫୬୭।ଉଗ୍ରସେନକୁ ମାରିଣ ଅଙ୍ଗାରପନ୍ନଙ୍ଗମନରେ ବହୁତ ସେ କରଇ ବଇରାଗ ।୫୬୮।ବୋଇଲା ମାନେବାଂକର ୟେତେକ ଭରସାଦେବତାଂକ ସଙ୍ଗେ ଯୁଝିବାକୁ ବଳାଇଲେ ମନୀଷା ।୫୬୯।ୟେତେକ ବିଚାରିଣ ସେ କୋପେ ଥରହରରଥ ଚମକାଇଣ ସେ ଆସେ ଖରତର ।୫୭୦।ଛାମୁରେ ଯେତେକ ଯେ ପଡ଼ିଲେ ସଇନବଳମାରି ପଦାକଲେ ତାହା ବାସବର ବାଳ ।୫୭୧।ଉଦ୍ଧବ ଅକ୍ରୂର ଯେ ସାତୁକି ସହିତେଘୋର ସାଂଗ୍ରାମ କର ପଡ଼ିଲେ ସମସ୍ତେ ।୫୭୨।ୟେହାଂକର ପଡ଼ିବାର ଦେଖିଣ ବଳରାମକ୍ରୋଧଭରେ ମୁଖ ସେ ଯେ କଲେ ତମ ତମ ।୫୭୩।ହଳ ଲଙ୍ଗଳ ସେହୁ ଯେ ବୁଲାଇ ବାମକରେକରମୋଦକୀ ଗଦା ଧରିଛନ୍ତି ଦକ୍ଷିଣ ଭୁଜରେ ।୫୭୪।କୋପଭରେ ଆପଣେ ଧାଇଂଲେକ ବେଗେଅଙ୍ଗାରପନ୍ନଙ୍ଗକୁ ସେ ଓଗାଳିଲେ ଆଗେ ।୫୭୫।ଦୁହେଂ ମହାଛତ୍ରୀ ସମରେ ନୋହନ୍ତି ନା ଓଛଅନେକ ଶହସ୍ର ବିନ୍ଧିଲେ ଇନ୍ଦ୍ରରାୟେ ବଚ୍ଛ ।୫୭୬।ଲଙ୍ଗଳ ପାତିଣ ତାହା ବଳରାମେ ସମ୍ଭାଳିଲେମୂଷଳ ବୁଲାଇ କୋପଭରେଣ ପିଟିଲେ ।୫୭୭।ମୂଷଳ ବାଜନ୍ତେ ଅଙ୍ଗାରପନ୍ନଙ୍ଗ ଘୁମାଇଲାରଥର ଉପରୁ ସେ ଭୂମିରେ ପଡ଼ିଲା ।୫୭୮।ସାରଥୀ ନେଇଣ ତାକୁ ରଥରେ ବସାଇଲାପଛକୁ ରଥ ଲେଉଟାଇଣ ବାହିଲା ।୫୭୯।ଅଙ୍ଗାରପନ୍ନଙ୍ଗ ପଡ଼ିବା ଦେଖି ଆଉ ଗନ୍ଧର୍ବ ମାନେବଳରାମଂକୁ ଆସି ଓଗାଳିଲେ ବହନେ ।୫୮୦।ଅନେକ ଘୋର ଯୁଦ୍ଧ ସେଠାରେ ହୋଇଲାରକତ ନଦୀ ଗୋଟାୟେ ଆକାଶରେ ବହିଲା ।୫୮୧।ବଳରାମେ କୋପଭରେ ହୋଇଲେ ଥରହରଲଙ୍ଗଳ ବୁଲାଇ ପିଟିଲେ ଗନ୍ଧର୍ବଂକ ଉପର ।୫୮୨।ଲଙ୍ଗଳର ଘାୟେ ଅନେକ ଗନ୍ଧର୍ବ ପଡ଼ିଲେଯଦୁବଂଶ ସଇନ ଅନେକ କ୍ଷୟେ ଗଲେ ।୫୮୩।ମଡ଼ା ଉପରେ ମଡ଼ା କୁଢ କୁଢ଼ ହୋଇଚଉଦିଗୁଂ କେତେ ପଡ଼ିଲେ କଳଣା ନ ଯାଇ ।୫୮୪।ଯଦୁବଂଶ ସଇନି ଯେତେକ ଆସିଥିଲେଗନ୍ଧର୍ବଂକ ହାଥେ ସମସ୍ତେ ନାଶ ଗଲେ ।୫୮୫।ବଳରାମେ ଯହୁଂ ତହିଂ ଯୁଦ୍ଧ କଲେଅନେକ ଗନ୍ଧର୍ବ ବଳ ବିନାଶ ହୋଇଲେ ।୫୮୬।ଗନ୍ଧର୍ବଂକ ମୃତୁ ତହିଂ ଦେଖିଣ ସୁରପତିଅଇରାବ୍ରତ ଚଢିଣ ଧାମଇ ତଡ଼ତି ।୫୮୭।ବଳରାମଂକ ଛାମୁରେ ପଡ଼ିଲାକ ଭେଟଯେକକୁ ଆରେକ ଯେ ହୋଇଣ ମୁରାଟ ।୫୮୮।ଉଚ୍ଚବାଚ ହୋଇଣ ଯେ କଳି ଆରମ୍ଭିଲେରଥର ଉପରେ ବଳରାମେ ହଳ ମୁଷଳ ଥୋଇଲେ ।୫୮୯।ଆପଣେ ଧନୁ କମାୟେଣ ହାଥରେ ଧଇଲେଅନେକ ନାରାଜ ସେହୁ ମନ୍ତ୍ରିଣ ମାଇଲେ ।୫୯୦।ଇନ୍ଦ୍ରର ଉପରେ ଯାଇଂ ପଡ଼ିଲାକ ନାରାଜକୋପଭରେ ତନୁ ଯେ କମ୍ଫାଇ ସୁର୍ରରାଜ ।୫୯୧।ଅଚାର୍ଗଳ ନାରାଜ ଇନ୍ଦ୍ର ଗୁଣରେ ବସାଇବଳରାମଂକ ଉପରକୁ ବିନ୍ଧିଲା କୋପବହି ।୩୯୨।ନାରାଜ ବାୟୁ ବେଗେ ଯାଇଂ ବଳରାମଂକ ଅଙ୍ଗେଣ ପଡ଼ିଲାମେରୁ ଯେହ୍ନେ ଗଙ୍ଗା ବହଇ ତେହ୍ନେ ରୁଧିର ବହିଲା ।୫୯୩।ବଳରାମଂକ ସଙ୍ଗେ ଇନ୍ଦ୍ର କରଇ ସମରଖଣ୍ଡେ ଦୂରୁଂ ଦେଖିଲେ ତା କୃଷ୍ଣଂକ କୁମର ।୫୯୪।ଯେ ଯାହାର ବାହାନ ସେ ଚଢିଣ ଧାଇଂଲେଶତେପୁର କରି ସେହୁ ଇନ୍ଦ୍ରଂକୁ ବେଢିଲେ ।୫୯୫।ଯେସନେକେ ଚନ୍ଦ୍ରମାକୁ ଘୋଟଇ ପୁଣ ରାହୁତେସନେକ ପ୍ରକାରେ ଘୋଟିଲେ ଚାହୁଂ ଚାହୁଂ ।୫୯୬।ୟେମନ୍ତେ ଅପାରବେଳ ଯେ ହୋଇଲା ସମରନାରାଜ ବୃଷ୍ଟି ଯେହ୍ନେ ଶ୍ରାବଣ ଜଳଧାର ।୫୯୭।ଇନ୍ଦ୍ରରାୟେ ଯେତେକ ନାରାଜ ବିନ୍ଧିଲେକୃଷ୍ଣର କୁମରେ ତାହା ଦୂରହୁଂ ନିବାରିଲେ ।୫୯୮।କୃଷ୍ଣ କୁମରେ ଯେ ବିନ୍ଧନ୍ତି ନାରାଜପବନାଶରେ ଉଡ଼ାଇ ଦିଅଇ ସୁରରାଜ ।୫୯୯।ୟେମନ୍ତେ ଅନେକ ଘୋର ସାଂଗ୍ରାମ ଯେ କଲେଇନ୍ଦ୍ରରେ କୁମରେ ତହିଂ ଜିଣି ନୁଆରିଲେ ।୬୦୦।ବଳରାମେ ତେଣେ ଗନ୍ଧର୍ବଂକ ସଙ୍ଗେ କରନ୍ତି ସମରତାହାଂକ ସଙ୍ଗେ ଥାଇ ଯୁଝଇ ଗାନ୍ଧାରୀ କୁମର ।୬୦୧।ଅନେଶତ ଭାଇଂକି ସେ ସଙ୍ଗତରେ ଘେନିମାନଗୋବିନ୍ଦ ରାଜା ତହିଂ ଯୁଝୁଥାଇ ପରିମାଣି ।୬୦୨।ୟେଗାର କ୍ଷଉଣୀ ବଳ ଅଛି ସଙ୍ଗତରବେଳୁଂବେଳ ସମର ତହିଂ ହୋଇଲା ଅପାର ।୬୦୩।କୃଷ୍ଣର କୁମର ତହିଂ ଯେତେ ଯୁଝୁଥିଲେଇନ୍ଦ୍ରଂକର ଶରଘାତେ ସମସ୍ତେ ନାଶ ଗଲେ ।୬୦୪।କୁଢ କୁଢ ହୋଇଣ ସେ ପଡ଼ିଲେ ଭୂମିରଦେବ ମାନବେ ୟେ କଥା କହିତେ ଅଗୋଚର ।୬୦୫।ଶ୍ରୀକୃଷ୍ଣଂକର କୁମରକୁ ମାରିଣ ସସ୍ରଯୋନିବଳରାମଙ୍କ ସନ୍ନିଧେ ସେ ମିଳିଲାକ ପୁଣି ।୬୦୬।ଅଇରାବ୍ରତ ହାଥୀକି ସେ ଚମକାର ଦେଇଦେଖିଲା ମାନଗୋବିନ୍ଦ ଯୁଝଇ ପରିଘାଇ ।୬୦୭।ବଳରାମଂକର ସେହୁ ସାହାବଳ ଘେନିଗନ୍ଧର୍କ ବଳ ସହିତେ ସେ ଯୁଝଇ ପାରିମାଣି ।୬୦୮।ଅଇରାବ୍ରତ ପରେ ଥାଇଂ ଚାହିଂଲା ସୁରପତିଦେଖିଲା ମାନଗୋବିନ୍ଦର ସେହୁ ଦୁଷ୍ଟମତି ।୬୦୯।ବୋଇଲା ମାନବା ତୁ ରେ ଅନ୍ଧରାୟେର ସୁତଗୋଳକୁଣ୍ଡା ତୁମ୍ଭେରେ ଅଟ ଜାରଜାତ ।୬୧୦।ମଞ୍ଚର ମାନବା ତୁ ରେ ଯୁଝୁ ଆମ୍ଭ ତୁଲେବଜ୍ର ମାରି ଆଜ ଶିର ଛେଦିବଇଂ ଭଲେ ।୬୧୧।ୟେତେ ବୋଲି ଅଇରାବ୍ରତକୁ ସେ ଚମକାଇ ଦିଲାମାନଗୋବିନ୍ଦ ଉପରେ ଆଣି ବଜ୍ର ପ୍ରହାରିଲା ।୬୧୨।ବଜ୍ର ପଡ଼ନ୍ତେଣ ମାନଗୋବିନ୍ତ ଘୁମାଇଭୂମିଗତେ ପଡ଼ିଣ ଯେ ସେହୁ ମୋହ ଯାଇ ।୬୧୩।ମାନଗୋବିନ୍ଦର ପଡ଼ିବା ଦେଖି ଅନେଶ୍ୱତ ଭାଇଯେ ଯାହାର ଶସ୍ର ଘେନି ଇନ୍ଦ୍ରକୁ ବେଢିଲେକ ଯାଇ ।୬୧୪।ତୁହାଇଣ ବାଣ ଯେ ବିନ୍ଧନ୍ତି କୋପଭରେଅନେଶ୍ୱତ ଶର ଯାଇଂ ପଡ଼ିଲା ଇନ୍ଦ୍ରର ଉପରେ ।୬୧୫।ଶର ପଡ଼ନ୍ତେଣ ତହିଂ ଇନ୍ଦ୍ର କୋପ କଲାଶତେକ ବଜ୍ର ଧରି ୟେକାବେଳକେ ପ୍ରହାରିଲା ।୬୧୬।ବ୍ରଜ୍ର ପଡ଼ନ୍ତେଣ ତହିଂ ଅନ୍ଧର ତନୟେମୋହରେ ପଡ଼ିଲେ ସେ ଯେ ଭୂମିରେଣ ଶୋୟେ ।୬୧୮।ଅନେଶ୍ୱତ ଭାଇ ଘେନି ମାନଗୋବିନ୍ଦ ପଡ଼ିଲାତାହା ଦେଖି ବଳରାମଂକର ଶରୀର କମ୍ଫିଲା ।୬୧୯।ହଳ ମୂଷକ ବୁଲାଇ ବାହାର ହଳପାଣିବୋଇଲେ ଶକ୍ରରାୟେ ଜୀବନ ହାରିବୁ ୟେହିକ୍ଷଣି ।୬୨୦।କୋପେଣ ମୂଷଳ ନେଇ ପ୍ରହାରିଲେ ଯହୁଂଶକ୍ରରାୟେର ଅଙ୍ଗରେ ବାଜିଲାକ ତହୁଂ ।୬୨୧।ଅଇରାବ୍ରତର ଉପରେ ଘୁମାଇଲା ସୁରପତିମୋହ ଯାଇଣ ସେହୁ ଯେ ପଡ଼ିଲା ତଡ଼ତି ।୬୨୨।ଇନ୍ଦ୍ରର ପଡ଼ନ୍ତେ ଯେ ଗନ୍ଧର୍ବ ବଳ ଧାଇଂଆବର ଯମ ବରୁଣ କୁବେର କୋପଭର ହୋଇ ।୬୨୩।ସମସ୍ତେ ହୋଇଣ ବଳରାମଂକୁ ବେଢିଲେଅନେକ ଘୋରଯୁଦ୍ଧ ଯେ ସେଠାବରେ କଲେ ।୬୨୪।ଶୁଣ ଆହୋ ମନୁରାୟେ ବଦନ୍ତି ଅଗସ୍ତିୟେକମନେ ଶୁଣ ତୁ ହୋ ମଧ୍ୟପର୍ବ ରୀତି ।୬୨୫।ଅନେକ ସନ୍ୟ ବଳରାମଂକୁ ବେଢିଲେଯେ ଯାହାର ଶହସ୍ର ଧରି ମରାମରି ହୋଇଲେ ।୬୨୬।ଗନ୍ଧର୍ବଂକ ଶର ବଳରାମେ ନ ସହଇଗନ୍ଧର୍ବଂକ ଉପରେ କଉମୋଦକୀ ଗଦା ପ୍ରହାରିଲେ ନେଇ ।୬୨୭।ବଳରାମଂକ ଗଦାଘାତେ ଗନ୍ଧର୍ବେ ପଡ଼ିଲେତାହା ଦେଖିଣ ତହୁଂ ଯମ ବରୁଣ ଧାଇଂଲେ ।୬୨୮।ବଳରାମଂକ ସଙ୍ଗତରେ ଘୋରଯୁଦ୍ଧ କରିଯମଫାଶ ଜଳଫାଶ ବଳରାମଂକୁ ପ୍ରହାରି ।୬୨୯।ସେ ଫାଶ ଛିନାଇଲେ ରେବତୀରମଣହଳମୂଷକ ଘେନିଣ ମାଇଲେ ଆପଣ ।୬୩୦।କୋପେ ଯମର ଉପରେ ପ୍ରହାରିଲେ ନେଇହଳ ବାଜନ୍ତେଣ ଯମ ପଡ଼ିଲା ଘୁମାଇ ।୬୩୧।ଯମ ପଡ଼ନ୍ତେଣ ତହୁଂ ବରୁଣ ଧାଇଂଲାବଳରାମମଂଙ୍କ ଅଙ୍ଗେ କୋନ୍ତ ପ୍ରହାରିଲା ।୬୩୨।କୋନ୍ତ ସହି ବଳରାମେ ପୁଣ ଯେ ଧାଇଂଲେବରୁଣର ଅଙ୍ଗେ ଶୂଳ ନେଇଣ ପ୍ରହାରିଲେ ।୬୩୩।ଶୂଳର ଘାୟେ ତହିଂ ବରୁଣ ପଡ଼ିଲାଖଣ୍ଡେ ଦୂରେ ଥାଇଂ ତାହା ଈଶ୍ୱରେ ଦେଖିଲା ।୬୩୪।ବୃଷଭ ଧୂଆଂଇଣ ତହିଂ ଅଇଲେ ଶୂଳଧରବଳରାମଂକୁ ଆସି ୟେ ଓଗାଳିରେ ଆଗର ।୬୩୫।ଈଶ୍ୱରେ ବଳରାମେ ଯହୁଂ ହୋଇଲେକ ଭେଟଦୁଂହେ ମହାଛତ୍ରୀ ତହିଂ ହୋଇଲେ ମୁରାଟ ।୬୩୬।ଈଶ୍ୱରେ ବୋଇଲେ ତୁ ଶୁଣ ରେ ଗଉଡ଼ବେଳ ବେଳକେ ତୁମ୍ଭେ ରେ ଅଟ ରତିଚୋର ।୬୩୭।ଲାଜ ସଂକୋଚ ରେ ତୁମ୍ଭନ୍ତ ନ ମାଡ଼ଇବଳେ ବଳେ କନ୍ୟାମାନ ତୁମ୍ଭେ ନିଅ ରେ ଚୋରାଇ ।୬୩୮।ମଞ୍ଚରାଜା ଝିଅ ପ୍ରାୟେକି ମଣିଲ ୟେଠାରୟେ ଶୋଭାବତୀ କନ୍ୟାରେ ତୁମ୍ଭର ସରିବ ବେଭାର ।୬୩୯।ଆଜ ପ୍ରାଣ ଘେନି ରେ ନ ଯିବ ବେନିଭାଇଆଜ ସମରେ ସବୁକୁହିଂ ମୁଂ ବିନାଶ କରିବଇଂ ।୬୪୦।ଈଶ୍ୱରଂକ ମୁଖରୁ ୟେସନେକ ବାଣୀ ଶୁଣିକୋପଭର ହୋଇ ତହିଂ ବୋଲନ୍ତି ହଳପାଣି ।୬୪୧।ତୁମ୍ଭେ ପରିଘାଇ ଅଛ ଇନ୍ଦ୍ରର ନିମନ୍ତେନୀଳେନ୍ଦୀ ହରଣ କଥା ପାସୋରିଲ କି ବିଶ୍ୱନାଥେ ।୬୪୨।ତହିଂରେ ଯେତେକ ପାଇଅଛୁ ଶାସ୍ତିତାହା ୟେତେ ବହନ ପାସୋରିଲ ଶୂଳପତି ।୬୪୩।ବେଳେ ବେଳେ ଆମ୍ଭର ସଙ୍ଗେ ତୁମ୍ଭେ କର ଖଡ଼ିଆଳୀଇନ୍ଦ୍ରର ନିମନ୍ତେ ତୁମ୍ଭେ ଆସିଅଛ ପହିଜ ଯେ କରି ।୬୪୪।ଆଜ ଜାଣିମା ଇନ୍ଦ୍ରକୁ ପାରିବ ଯେବେ ରଖିତେବେ ସେ ଜାଣିମା ତୁମ୍ଭର ଗାରିମା ଉପଲେଖି ।୬୪୫।ବଳରାମଂକର ମୁଖୁ ୟେସନେକ ଶୁଣିକୋପେଣ କମ୍ପନ୍ତି ତହିଂ ମୃଗଧରପାଣି ।୬୪୬।କୋପେଣ ଈଶ୍ୱର ଯେ କମ୍ପନ୍ତି ଥରହରବୃଷଭ ଉପରେ ଥାଇଂ ଦିଅନ୍ତି ଉତ୍ତର ।୬୪୭।ବୋଳନ୍ତି ଗଉଡ଼ ତୁମ୍ଭେ ବଡ଼ାଇ ସିହାଣଦୁଧ ଭାରମାନ ବହିଣ ଯେ କରୁଥାଅ ଟାଣ ।୬୪୮।ଗୋପପୁରେ ଥାଇଂ ତୁମ୍ଭେ ଯେତେ ଯେତେ କୃତ୍ୟ କଲଗଉରୋବୀ ମାନିତୀ ଗୋପାଳୁଣୀଂକୁ ବନୟେ ହରିଲ ।୬୪୯।ବେଣୁ ସ୍ୱନେ ତୁମ୍ଭେ ରେ ମୋହିଲ ଗୋପସ୍ତିରୀବଳେ ଗୋପ କନ୍ୟାମାନ ହରଇ ଚକ୍ରଧାରୀ ।୬୫୦।ଷଣ୍ଢା କଚାଡ଼ିଲ ରେ ପୂତନୀ ବିଧଂସିଲବଳେ ଯାଇ ଭୀଷ୍ମେକ ରାଜା ଦୋହିତୀକି ବିଭା ହେଲ ।୬୫୧।ଲକ୍ଷେ ରାଜାନ୍ତ ତହିଂ କରାଇଲୁ ଲାଜବେଳେ ବେଳେ ଅନ୍ୟାୟ ତୁ କରୁ ଦେବରାଜ ।୬୫୨।ପୁତ୍ର ତୋର ପଦ୍ମନ କୃତକେଶୀ ରାଜ୍ୟକୁ ଗଲାମେଢରେ ପଶି ତାର ଦୋହିତା ହରିଲା ।୬୫୩।ସୁରେଖା କନ୍ୟାକୁ ବଳେ ଆଣୁଥିଲା ହରିତହିଂ ଯେତେ ଶାସ୍ତି ପାଇଛ ନ ଜାଣ କି ହଳଧାରୀ ।୬୫୪।ବେଳେ ବେଳେ ତୁମ୍ଭେ ରେ ଅନ୍ୟାୟ ପୁଣ କରୟେବେ ତୁମ୍ଭେ ମୋତେ ନିନ୍ଦା କଲ ହୋ ହଳଧର ।୬୫୫।ଆବର କଥାୟେ ତୋତେ କହଇ ହଳପାଣିୟେତେକ କଥା ତୁମ୍ଭେ ପାସୋରିଲ କି ପୁଣି ।୬୫୬।ଅନେକ ପ୍ରକାରେ ଯେ ଈଶ୍ୱରେ ଗାଳି ଦିଲେଶୁଣିଣ ବଳରାମେ ଯେ କୋପେଣ ଧାଇଂଲେ ।୬୫୭।ବୋଲନ୍ତି ଜଟିଆ ଆରେ କହୁଂ ତୋହୋର ଆଗେତୋହୋର ଅକୀର୍ତ୍ତି ପାସୋରିଲୁ ୟେତେ ବେଗେ ।୬୫୮।ବ୍ରହ୍ମ ହତ୍ୟା କଲୁ ତୁ ତାହା କି ପାସୋରିଲୁଆବର ଗୋହତ୍ୟା ତୁ ଗୋଟାୟେ ଅରଜିଲୁ ।୬୫୯।ମାତା ହରଣ ତୁ ହୋ କରିଅଛୁ ହାଦେଅଲଙ୍ଘିତ ପାପ ତୁହି କରିଅଛୁ ସଦାନନ୍ଦେ ।୬୬୦।ଆପଣାର ଅଙ୍ଗରେ ଯେ ଅର୍ଜିଲା ପାପ ଥାଇଂପର ଅକୀର୍ତ୍ତି ଗୁଣ ବାଛିତେ ନ ଯୋଗାଇ ।୬୬୧।କହୁଂ କହୁଂ ଦୁହେଂ ଯେ ହେଲେ କୋପଭରମରା ମରି ହେଲେ ତହିଂ ଅନେକ ଶହସ୍ର ।୬୬୨।ଦୁହେଂ ମହାମେରୁ ସେହୁ ପୃଥୀକି ଧାରଣପାଦଘାତେ ବସୁଧା କମ୍ପଇଂ ଯେ ପୁଣ ।୬୬୩।ଅନେକ ଘୋର ସାଂଗ୍ରାମ ସେହୁ ଆରମ୍ଭିଲେକେହି କାହାକୁ ଯେ ତହିଂ ସମରେ ନ ଘୁଞ୍ଚିଲେ ।୬୬୪।ଦୁହିଂକର ସମର ଯେ ଅନେକ ହୋଇଲାସପତଦୀପା ମହୀ ଦଲଦଲିତ କମ୍ପିଲା ।୬୬୫।ଶୁଣ ହୋ ମନୁରାୟେ ଅଗସ୍ତି କହନ୍ତିୟେକମନେ ଶୁଣ ତୁ ହୋ ଶୋଭାବତୀ ହରଣର ରୀତି ।୬୬୬।ହରି ବଳରାମ ଦୁହେଂ କରୁଛନ୍ତି ରଣଶ୍ରୀକୃଷ୍ଣର ସଙ୍ଗେ ଯୁଝନ୍ତି ଯେ ଶିବଗଣ ।୬୬୭।ନାରାୟଣ ଚକ୍ରରେ ଅନେକ ଶିବଗଣ ଯେ ପଡ଼ିଲେଗରୁଡ଼ ଗର୍ଜନ୍ତେ ଶିବଗଣେ ଯେ ଘୁଞ୍ଚିଲେ ।୬୬୮।ୟେମନ୍ତେ ପୃଥିବୀ ଦିଶିଲା ଅନ୍ଧକାରମୟେକେବଣ ଶହସ୍ର ଦିଶିଲା ଝଟକ ବିଜୁଳି ପରାୟେ ।୬୬୯।ଦେବଗଣ ମାନେ ଯେ ପଳାଇଲେ ତତକ୍ଷଣେନମସ୍କାର କଲେ ଯାଇଂ ବ୍ରହ୍ମାଂକ ଚରଣେ ।୬୭୦।ସାବଧାନ ହୋଇ ଶୁଣ ଆହେ କୁଶଧରସ୍ୱର୍ଗପୁର ନିଚେ ନାଶ ଗଲାଟି ୟେଥର ।୬୭୧।ଶୂରସେନ ଗନ୍ଧର୍ବର ଦୋହିତା ଶୋଭାବତୀତାହାର ସକାଶେ ନାଶଗଲା ସୁରପତି ।୬୭୨।କୃଷ୍ଣର କୁମର ତା ଚୋରାଇ ଘେନିଥିଲାବାରତା ପାଇଣ ଇନ୍ଦ୍ର ତାହାକଇଂ ଧରାଇ ଆଣିଲା ।୬୭୩।ସେ ବାରତା ପାଇଣ ଯେ ରାମକୃଷ୍ଣେ ଅଇଲେଅନେକ ଘୋର ଯୁଦ୍ଧ ସ୍ୱର୍ଗପୁରେ କଲେ ।୬୭୪।ସାତବଂଶ ଯାଦବ ଉଗ୍ରସେନ ସହିତେଇନ୍ଦ୍ରର ଶହସ୍ରଘାୟେ ସର୍ବେ ପଲେ ମୋହୋଗତେ ।୬୭୫।ଅଠରକ୍ଷଉଣୀ ବଳ ଘେନି କୁଞ୍ଚଗଳ ଦେଶ ରାୟେସେହି ନାଶଗଲା ପୁଣ ଇନ୍ଦ୍ରର ଶରଘାୟେ ।୬୭୬।ବଳରାମଂକ ଶସ୍ରଘାୟେ ଇନ୍ଦ୍ର ନାଶଗଲାଅନେକ ଗନ୍ଧର୍ବ ଦେବ ସମରେ ପଡ଼ିଲା ।୬୭୭।ଘୋର ସାଂଗ୍ରାମ ଦେବ କ୍ଷଣେହେଂ ନ ରହିଅନେକ ଗୋଳ ହୋଇଛି ଦେବ କହିଲେ ନ ସରଇ ।୬୭୮।ଶୁଣିଣ ବେଦବର ଯେ ହୋଇଲେ ଚକିତବୋଇଲେ ୟେତେ ଗୋଳ କିମ୍ପେ ଅରଜିଲେ ପୁରୁହୁତ ।୬୭୯।ଅବଶ୍ୟ ଝିଅକୁ ବିଭା କରିତ ଦିଅନ୍ତେବଳେ ଯେବେ କୃଷ୍ଣଂ ପୁତ୍ର ନେଉଥିଲାକିମ୍ପେ କଲେକ ଅନର୍ଥେ ।୬୮୦।କି ବୁଦ୍ଧି କରିବା ବୋଲି ବିଚାରନ୍ତି ମନେହରି ହରଂକ ସମର ତହିଂ ସହି ନୁହଇ କ୍ଷଣେ ।୯୮୧।ବିସ୍ମୟେ ମନରେ ଯେ ବ୍ରହ୍ମାୟେ ଭାଳିଲେମରୁଳ ପିଠିଲେ ଯାଇଂ ଆପଣେ ବିଜେକଲେ ।୬୮୨।ୟେଥୁ ଅନନ୍ତରେ ତୁ ହୋ ଶୁଣ ଦିବ୍ୟରସହରି ହର ବେନି ଯହୁଂ ସମରେ ପରବେଶ ।୬୮୩।ହର ବଳରାମେ ତହିଂ ଅନେକ ଯୁଦ୍ଧ କଲେକେହି କାହାକୁ ସମରେ ଜିଣନ୍ତା ନୋହିଲେ ।୬୮୪।ଅନେକ ଶହସ୍ର ସେତୁ ଯେ ହୋଇଲେ ମରାମରିରୁଧିର ବହନ୍ତେ ଶରଘାତେ ଦେହ ଯେ ହେଉଛି ପ୍ରଜ୍ୱଳି ।୬୮୫।ଶିବଗଣ ସଙ୍ଗତରେ ଯେ ଗୋବିନ୍ଦ ଯୁଝୁଥିଲେଅନେକ ଶିବଗଣ ସେ ଚକ୍ରରେ ନାଶିଲେ ।୬୮୬।ଶିବଗଣ ତୁଲେ ଯେ ନାରାୟଣ ଯୁଝନ୍ତିଭୟେଣ ଶିବଗଣ ସମର ନ କରନ୍ତି ।୬୮୭।ପଞ୍ଚୁପାଣ୍ଡବ ଯେ ତହିଂ ଖଣ୍ଡିୟେ ଦୂରେ ଥିଲେଶିବଗଣଂକ ସଙ୍ଗେ କୃଷ୍ଣଂକର ଯୁଝିବା ଦେଖିଲେ ।୬୮୮।ଯେ ଯାହାର ଯାନବାହାନ ଚଢିଣ ଧାମନ୍ତିସାତକ୍ଷଉଣୀ ବଳ ତାଂକ ସଙ୍ଗତେ ଗୋଡ଼ାବନ୍ତି ।୬୮୯।ଶିବଗଣମାନନ୍ତ ସେ ଓଗାଳିଲେ ଯାଇଂଅର୍ଜୁନ ମୁଖକୁ ଶିବଗଣ ଦିଲେ ଚାହିଂ ।୬୯୦।ସୂର୍ଯ୍ୟ କିରଣ ଲାଗିଲେ ଯେହ୍ନେ କୁମୁଦିନୀ ବନଅର୍ଜୁନକୁ ଦେଖି ଶିବଗଣ ହୋଇଲେ ତେସନ ।୬୯୧।ଯେତେ ପ୍ରାକ୍ରମେଣ ସେହୁ ଯୁଦ୍ଧ କରୁଥିଲେଅର୍ଜୁନକୁ ଦେଖି ସର୍ବେ ପଛଘୁଞ୍ଚା ଦିଲେ ।୬୯୨।ଶିବଗଣଂକର ତହିଂ ନ୍ୟୁନଭାବ ଦେଖିମନେ ବିଚାରଇ ତହିଂ ପାଣ୍ଡବ ବିବତ୍ସି ।୬୯୩।ନିସତ ଲୋକକୁ ମାରିତେ ନ ଯୋଗାଇମାଇଲେ ନିଚୟ ତ ଅଦର୍ମକୁ ଯାଇ ।୬୯୪।ପଛଘୁଞ୍ଚା ଦିଲେ ଯେ ୟେହାନ୍ତ ନ ମାରିବିଇଶ୍ୱରଂକର ସଙ୍ଗତରେ ଯାଇଣ ଯୁଝିବି ।୬୯୫।ଇଶ୍ୱରଂକର ପରାକ୍ରମ ଜାଣିବା ୟେଠାରେନୀଳେନ୍ଦୀ ହରଣ ଯୁଦ୍ଧ ପାସୋରିଲେ ହେଳେ ।୬୯୬।ଗଣ୍ଡା ମାରିବାର କାଳେ ମୁହିଂ ଯାହା କଲିବେକରେ ଧନୁହୁଳ ଲଗାଇ ଯେ ବୁଲାଇଲି ।୬୯୭।ଚକ୍ରାକାରେ ବୁଲାଇଲି ମୁହିଂ ସାତ ଥରପ୍ରାଣର ବିକଳେ ମୋତେ ସେ ଯାଚି ଦିଲେ ବର ।୬୯୮।ବେଳେ ବେଳେ ମୋଠାରେ ସେ ପାଆନ୍ତି ଅପଚୟେନ ଜାଣନ୍ତି କି କୃଷ୍ଣର ଭୃତ୍ୟ ପାଣ୍ଡବ ପାଞ୍ଚେହେଂ ।୬୯୯।ୟେତେକ ବିଚାର କରି ପାଣ୍ଡବ କୁମରରଣ ଧୁଆଂଇଣ ସେ ଧାଂଇଲେ ତତପର ।୭୦୦।ହଳୀ ହର ବେନିଜନେ ଯହିଂ ସମର କରୁଥିଲେତାହାଂକର ସନ୍ନିଧ୍ୟରେ ଅର୍ଜୁନ ରଥ ନେଇ ଗଲେ ।୭୦୧।ଦେଖିଲେ ଦୁଇଜଣେ ଘୋର ସାଂଗ୍ରାମ କରୁଛନ୍ତିକୋପଭରେ ପର ଆପଣା ଯେ ନ ଗଣନ୍ତି ।୭୦୨।ବୃଷଭ ଉପରେ ଚଢି ହର ଯୁଝୁ ଥିଲେଅର୍ଜୁନର ମୁଖକୁ ସେ ସଧୀରେ ଚାହିଂଦିଲେ ।୭୦୩।ଅର୍ଜୁନକୁ ଦେଖି ହର ଚକିତ ହୋଇଲେଅନର୍ଥ ହୋଇଲା ସେ ଆପଣେ ଜାଣିଲେ ।୭୦୪।ଧନୁ ଶହସ୍ର ବୃଷଭ ଉପରେ ଥୋଇଣମଉନ ବ୍ରତ ହୋଇଣ ରହିଲେ ଆପଣ ।୭୦୫।ଇଶ୍ୱରଂକର ନ୍ୟୁନଭାବ ଦେଖିଣ ଦେବ ହଳୀଆପଣେ ଶାନ୍ତି ହୋଇଲେ ଗଦା ଯେ ସଂହରି ।୭୦୬।ବଳରାମଂକୁ ଯେ ତହିଂ ଦେଖିଣ ଅର୍ଜୁନରଥରୁ ଉତୁରି ବଳରାମଂକର ନମଇ ଚରଣ ।୭୦୭।କଲ୍ୟାଣ କରି ବଳରାମ ତୋଳିଣ ଧଇଲେଯୁଦ୍ଧର ଚରିତ ସେ ଯେ ସମସ୍ତ କହିଲେ ।୭୦୮।କରଯୋଡ଼ି ଅରଜୁନ ତହିଂ କହଇ ବଚନସାବଧାନ ହୋଇ ତୁମ୍ଭେ ଶୁଣିମା ବଳରାମ ।୭୦୯।କ୍ରୋଧ ଶାନ୍ତିକର ତୁମ୍ଭେ ନ କର ସମରଆଜ ବଡ଼ପଣ ଜାଣିମା ବିଶ୍ୱନାଥଂକର ।୭୧୦।ହଳରାମଂକ ସମର ରୁହାଇ ଅରଜୁନଇଶ୍ୱରଂକ ଛାମୁକୁ ଚଳିଲେ ପାଣ୍ଡୁର ନନ୍ଦନ ।୭୧୧।ଖଣ୍ଡେ ଦୂରେ ଈଶ୍ୱରେ ଯେ ଥିଲେ ଉଭାଇଅର୍ଜୁନଂକୁ ଦେଖି ହସିଲେ ବିଶ୍ୱନାଥ ଗୋସାଇଂ ।୭୧୨।ବିଶ୍ୱନଥଂକର ହରଷ ଦେଖି ବୀର ପାଥପାଦଗାମୀ ହୋଇ ରଥୁଂ ଓହ୍ଲାଇଲେ ତୁରିତ ।୭୧୩।ବୃଷଭ ଉପରୁ ଯେ ଇଶ୍ୱର ଓହ୍ଲାଇଲେଭୂମିଗତ ହୋଇଣ ସେ ଉଭା ହୋଇଣ ରହିଲେ ।୭୧୪।ଅର୍ଜୁନ ଯାଇଂଣ ସେ ମିଳିଲା ଛାମୁରଭୂମିରେଣ ପାୟେ ପଡ଼ି ଶୋଇଲା ମହୀବୀର ।୭୧୫।ଇଶ୍ୱରଂକ ଚରଣେ ସେ ନମସ୍କାର କଲାକରଯୋଡ଼ିଅର୍ଜୁନ ଯେ ଉଭା ହୋଇଣ ରହିଲା ।୭୧୬।କର ପ୍ରସାରିଣ ଇଶ୍ୱରେ କଲ୍ୟାଣ ବାଞ୍ଛନ୍ତିଚିରକାଳ ବ୍ରତ ତୁ ହୋ ପଣ୍ଡୁର ସନ୍ତତି ।୭୧୭।ଅରଜୁନ କରଯୋଡ଼ି ତହିଂ ବୋଲଇ ଗୋସାଇଂସାବଧାନ ଶୁଣ ତୁମ୍ଭେ ଯାହା କହଇ ଯେ ମୁହିଂ ।୭୧୮।ଶାମ୍ବ କୁମର ତ ୟେଥୁ କନ୍ୟା ହରିନେଲାହରି ବଲରାମଂକର ତୁମ୍ଭର କିମ୍ପେ ୟେଡ଼େ ଅନର୍ଥ ହୋଇଲା ।୭୧୯।ଆପଣେ ତ ବିଶ୍ୱନାଥ ଜଗତର ନାଥସକଳ ବ୍ରହ୍ମାଣ୍ଡଯାକ ତୁମ୍ଭର ଗର୍ଭଗତ ।୭୨୦।ଶାମ୍ବକୁମରର ଆପଣେ ଯେବେ ଦୁଷ୍ଟପଣ ଦେଖିଲଆପଣେ ଥାଇଂ କିମ୍ପେ ୟେଥିଲ ଭଲମନ୍ଦ ନ ବୁଝିଲ ।୭୨୧।ଅନର୍ଥ କରି ତ ଦେବ କେବେହେଂ ନ ଯୋଗାଇଆପଣେ ଅନର୍ଥେ ତ ପଶୁଛ କିମ୍ପାଇଂ ।୭୨୨।ଅର୍ଜୁନ କହନ୍ତେ ତହିଂ ଇଶ୍ୱରେ ଶୁଣିଲେକ୍ଷଣେ ତୂନୀ ହୋଇ ପୁଣ ବଚନ ଭାଷିଲେ ।୭୨୩।ବୋଲନ୍ତି ଅର୍ଜୁନ ତୁ ହୋ ଶୁଣ ମନଦେଇଅମର ଅଧିକାରୀ ଯେ ଅଟଇ ସୁରସାଇଂ ।୭୨୪।ତାହାର ଉପ୍ରୋଧେ ଆମ୍ଭେ ଅଇଲୁ ପରିଘାଇଇନ୍ଦ୍ରର ପାଇଂ କୃଷ୍ଣର ସଙ୍ଗେ ବିପକ୍ଷ ଯେ ହୋଇ ।୭୨୫।ତୋତେ ଦେଖିଣ ସାଂଗ୍ରାମ ଛାଡ଼ିଲୁ ଆମ୍ଭେ ୟେବେତୁ ୟେବେ ଅଇଲୁ ଭଲ ହୋଇଲାଣି ସର୍ବେ ।୭୨୬।ହର ଅର୍ଜୁନ ବେନି ବିଚାର କରନ୍ତେସାଂଗ୍ରାମ ଛାଡ଼ି ଯେ ଯହିଂରେ ରହିଲେ ସମସ୍ତେ ।୭୨୭।ଶୁଣ ଆହୋ ମନୁରାଜା ଅଗସ୍ତି ବଦନ୍ତିମରୁଳ ଛାଡ଼ିଣ ବ୍ରହ୍ମା ଆସିଣ ମିଳନ୍ତି ।୭୨୮।ବ୍ରହ୍ମାନ୍ତ ଦେଖି ଅର୍ଜୁନ ପାୟେ ପଡ଼ି ଶୋଇଲେଶିରେ କରଦେଇ ଉଭା ହୋଇଣ ରହିଲେ ।୭୨୯।ଶ୍ରୀ ବଳରାମେ ଯେ ତହୁଂ ଖଣ୍ଡେ ଦୂରେ ଥିଲେବ୍ରହ୍ମାଂକ ହାଥ ଠାରନ୍ତେ ପାଖକୁ ଅଇଲେ ।୭୩୦।ବ୍ରହ୍ମାନ୍ତ ଦେଖିଣ ହଳୀ ଶିରେ କରଦେଇଇଶ୍ୱରେ ବ୍ରହ୍ମାନ୍ତ ଯେ ନମସ୍କାର ହୋଇ ।୭୩୧।ତିନିଜଣେ ଯହୁଂ ତହିଂ ହେଲେ ୟେକମେଳବ୍ରହ୍ମାୟେ ବୋଇଲେ ଅକାରଣେ କିମ୍ପେ କରୁଅଛ ଗୋଳ ।୭୩୨।ଆସ ୟେକସ୍ଥାନ ୟେବେ ହୋଇଣ ବସିବାକେମନ୍ତେ ଚରିତ ୟେହା ଥାଇଣ ବୁଝିବା ।୭୩୩।ହର ବଳରାମ ବ୍ରହ୍ମା ଅର୍ଜୁନ ଚଳିଗଲେନନ୍ଦନବନ ତୋଟାରେ ପ୍ରବେଶ ହୋଇଲେ ।୭୩୪।ତୋଟାର ମଧ୍ୟରେ ସେ ଯାଇଂଣ ବସିଲେନନ୍ଦୀର ମୁଖକୁ ଯେ ବ୍ରହ୍ମାୟେ ଚାହିଂଲେ ।୭୩୫।ଆଗ୍ୟାଂ ଦିଲେ ନନ୍ଦୀ ତୁହି ୟେହିକ୍ଷଣି ଯିବୁଯୁଝେଷ୍ଠି ନାରୟଣନ୍ତ ଘେନିଣ ଆସିବୁ ।୭୩୬।ଆମ୍ଭର ଆଗ୍ୟାଂ କହିଣ ବେଗେ ଘେନିଆସସମସ୍ତେ ଥାଇଂ ବୁଝିବା ୟେଥିର ସନ୍ଦେଶ ।୭୩୭।ଆଗ୍ୟାଂ ପରମାଣେ ତହୁଂ ବେଗେ ଚଳିଗଲାଶ୍ରୀକୃଷ୍ଣଂକ ଛାମୁରେ ସେ ଯାଇଂଣ ମିଳିଲା ।୭୩୮।ନମସ୍କାର କରିଣ ସେ କହଇ ବଚନଅବଧାନ ହୋଇ ତୁମ୍ଭେ ଶୁଣିମା ନାରାୟଣ ।୭୩୯।ବ୍ରହ୍ମା ଆଗ୍ୟାଂ ଦିଲେ ଯେ ଯିବ ନନ୍ଦନବନ ଯାୟେଯୁଝେଷ୍ଠିଂକି ଘେନି ଆପଣେ କରିବା ବିଜୟେ ।୭୪୦।ୟେହା ଶୁଣି ବେଗେ ତହୁଂ ଉଠିଲେ ଭଗବାନଯୁଝେଷ୍ଠିଂକି ଘେନିଣ ଯେ ଚଳିଲେ ଆପଣ ।୭୪୧।ନନ୍ଦନବନ ତୋଟାରେ ମିଳିଲେକ ଯାଇଯୁଝେଷ୍ଠି ନାରାୟଣ ଶିରେ କରଦେଇ ।୭୪୨।ଇଶ୍ୱରନ୍ତ ଦେଖି ଦୁହେଂ ନମସ୍କାର କଲେକଲ୍ୟାଣ ପାଇଣ ସେ ଠାବରେ ବସିଲେ ।୭୪୩।ବ୍ରହ୍ମାୟେ ବୋଲନ୍ତି ହରିବଳରାମଂକୁ ଚାହିଂଆପଣେ ବିଚାରି ପଚାରନ୍ତି ଦେବସାଇଂ ।୭୪୪।କାହିଂପାଇଂ ୟେତେକ ହୋଇଲା ଅନର୍ଥବିଚାରିଣ ୟେହା ମୋତେ କହ ଜଗନ୍ନାଥ ।୭୪୫।ଗୋବିନ୍ଦ ବୋଇଲେ ହୋ ମୁଂ କିଛି ନ ଜାଣଇଂକଳହପ୍ରିୟ ୟେହା ଅଛନ୍ତି ଭିଆଇ ।୭୪୬।କଳି ଦ୍ୱନ୍ଦ ଯହୁଂ ତହିଂ ନିବର୍ତ୍ତ ହୋଇଲେବୀଣାନାଦ ଦେଇଣ ଯେ ନାରଦ ଧାଇଂଲେ ।୭୪୭।ନନ୍ଦନବନ ତୋଟାରେ ମିଳିଲେକ ଯାଇଂବ୍ରହ୍ମାନ୍ତ ଦେଖିଣ ସେହୁ ଶିରେ କର ଦେଇ ।୭୪୮।ନାରଦଂକୁ ଦେଖିଣ ଯେ ସମସ୍ତେ ଉଠିଲେଶିରେ କର ଦେଇ ସର୍ବେ ନମସ୍କାର କଲେ ।୭୪୯।ନାରଦେ ବୋଇଲେ ୟେବେ ଇନ୍ଦ୍ରରାୟେ କାହିଂତାହାନ୍ତ ପଚାର ସେ କହିବେ ସମସ୍ତ ବୁଝାଇ ।୭୫୦।ଅର୍ଜୁନ ବୋଇଲେ ସେ ତ ସାଂଗ୍ରାମେ ପଡ଼ିଛନ୍ତିଗଣ ଗନ୍ଧର୍ବ ଦେବତା ଅନେକ ପ୍ରାଣେ କ୍ଷତି ।୭୫୧।ନାରଦଂକୁ କହନ୍ତେ ତାହା ବ୍ରହ୍ମାୟେ ଶୁଣିଲେଆପଣେ ସେ ସାଂଗ୍ରାଂମ ଭୂମିକି ଉଠିଲେ ।୭୫୨।ସାଂଗ୍ରାମ ଭୂମିରେ ଯାଇଂଣ ମିଳନ୍ତିମନ୍ତ୍ରିଣ ପାଣି ମୁଠିୟେ କମଣ୍ଡଳୁଂ ଛିଞ୍ଛନ୍ତି ।୭୫୩।ଯେତେକ ସାଂଗ୍ରାମ ଭୂମିରେ ପଡ଼ିଥିଲେବ୍ରହ୍ମାଂକ ମନ୍ତ୍ରପାଣି ପଡ଼ନ୍ତେ ଜୀଇଣ ଉଠିଲେ ।୭୫୪।ଇନ୍ଦ୍ରାଦି ସହିତେ ସମସ୍ତେ ହେଂ ଜୀଇଂଆବର ପାଣି ମୁଠାୟେ ସିଞ୍ଚିଲେ କୁଶସାଇଂ ।୭୫୫।ଉଗ୍ରସେନ ଦ୍ରିଯୋଧନ ସନ୍ୟବଳ ସହିତେସମସ୍ତେ ଜୀଇଣ ତହିଂ ଉଠିଲେ ତୁରିତେ ।୭୫୬।ବ୍ରହ୍ମାୟେ ବୋଇଲେ ହୋ ସମସ୍ତେହେଂ ଆସନନ୍ଦନବନ ତୋଟାରେ ବସି ବୁଝିବା ସନ୍ଦେଶ ।୭୫୭।ବ୍ରହ୍ମାଂକର ଆଗ୍ୟାଂୟେ ସେ ସମସ୍ତେ ଚଳିଗଲେନନ୍ଦନବନ ତୋଟାରେ ଯାଇଂଣ ମିଳିଲେ ।୭୫୮।ଥାନମାନ ପାଇଣ ଯେ ବସିଲେ ସମସ୍ତେବ୍ରହ୍ମାୟେ ପଚାରନ୍ତି ତହିଂ ଇନ୍ଦ୍ରଂକ ଅଗ୍ରତେ ।୭୫୯।କାହିଂପାଇଂ ତୁମ୍ଭେ ହୋ ୟେତେ ଦ୍ୱନ୍ଦ କଲକି ନିମନ୍ତେ ତୁମ୍ଭେ ହୋ ୟେଡ଼େ କଳି ଆରମ୍ଭିଲ ।୭୬୦।ଇନ୍ଦ୍ରରାୟେ କହନ୍ତି ଯେ ବ୍ରହାଂକ ମୁଖ ଚାହିଂସାବଧାନ ଚିତ୍ତେ ଶୁଣ ଆହେ କୁଶସାଇଂ ।୭୬୧।ଶୂରସେନର ଦୋହିତା ତାର ନାମ ଶୋଭାବତୀକୃଷ୍ଣର କୁମର ତାକୁ ବଳାତ୍କାରେ ଗଲା ଘେତି ।୭୬୨।ଅମରେ ପଶି ସେ କନ୍ୟାକୁ ଚୋରାଇ ନେଉଥିଲାଓଗାଳି ଧରନ୍ତେ ସେହୁ ଅନେକ ଯୁଦ୍ଧ କଲା ।୭୬୩।ଅନେକ ସନ୍ୟ ମୋର ସେ ହେଳେ ନାଶ କରିତାହାଂକ ଦୁଷ୍ଟପଣ ସହି ଯେ ନୁଆରି ।୭୬୪।ବେଳେ ବେଳେ କୃଷ୍ଣପୋୟେ ଦୁଷ୍ଟପଣ କରନ୍ତିବଳେ କନ୍ୟାମାନନ୍ତ ୟେ ଚୋରାଇ ନିଅନ୍ତି ।୭୬୫।ୟେବେ ୟେ ଅମର ମଣ୍ଡଳକୁ ଧାଡ଼ି ଦିଲାବଳେ ନାତୁଣୀକି ମୋର ଚୋରାଇ ନେଉଥିଲା ।୭୬୬।ସନ୍ୟ ପଠିଆଇଣ ମୁଂ ଧରାଣ ଆଣିଲିପରିଯତ୍ନ କରି ମୁଂ ତାକୁ ବାନ୍ଧିଣ ରଖିଥିଲି ।୭୬୭।ନାରଦେ ଯାଇଣ ତହିଂ ବାରତା କହିଲେଶୁଣିଣ ରାମ କୃଷ୍ଣ ତହୁଂ ପରିଘାଇ ସେ ଅଇଲେ ।୭୬୮।ସାତବଂଶ ଯାଦବ ଯେ ଘେନି ବେନିଭାଇଆବର ଅଠରକ୍ଷଉଣୀ ବଳ ଘେନିଣ କୁଞ୍ଜଗଳ ଦେଶସାଇଂ ।୭୬୯।ସାତକ୍ଷଉଣୀ ବଳ ଘେନି ପାଣ୍ଡବ ପାଞ୍ଚଭାଇଜୟନ୍ତା ନଗରୁଂ ସେହୁ ଅଇଲେ ଚଳାଇଂ ।୭୭୦।ୟେ ସମସ୍ତ ଘେନି ହରି ବଳରାମେ ଧାଇଂଲେଯେତେ ଦ୍ୱନ୍ଦ ଅନର୍ଥ ଅମରେ ପୁରେ କଲେ ।୭୭୧।ଶୁଣିଣ ବ୍ରହ୍ମାୟେ ଯେ ଅଳପ ହସନ୍ତିଗୋବିନ୍ଦ ବୋଲନ୍ତି ତୁମ୍ଭେ ଶୁଣ ହୋ ବେଦପତି ।୭୭୨ସେ କୁମାରୀ ଶାମ୍ଭକୁ ତା ଇଚ୍ଛାୟେ ବରିଲାସେଥିଲେ କେବଣ ଦୋଷ ଆମ୍ଭର ହୋଇଲା ।୭୭୩।ୟେ ସବୁ କାରଣ କାହାର ଦୁଷ୍ଟପଣବିଚାରିଣ ୟେହା ତୁମ୍ଭେ ବୁଝତ ଆପଣ ।୭୭୪।ଯୁଝେଷ୍ଠି ବୋଇଲେ ଆମ୍ଭେ କଥାୟେ କହିବାମୋହୋର କଥା ୟେବେ ଘେନିବା ବ୍ରହ୍ମଦେବା ।୭୭୫।କୁମାର କୁମାରୀଂକି ୟେଠାକୁ ଘେନାଇଣ ଆସତାହାନ୍ତ ପଚାରି ଆମ୍ଭେ ଜାଣିବା ୟେହାର ସନ୍ଦେଶ ।୭୭୬।ବ୍ରହ୍ମାୟେ ବୋଇଲେ ଯୁଝେଷ୍ଠି ଯାହା ସେ କହିଲେଯୁଝେଷ୍ଠିଂକ ବଚନ ତହିଂ ସମସ୍ତେ ଘେନିଲେ ।୭୭୭।ଈଶ୍ୱରେ ବୋଇଲେ ତହୁଂ ଇନ୍ଦ୍ରଂକ ମୁଖ ଚାହିଂକୁମାର କୁମାରୀଂକି ବେଗେ ଘେନିଆସ ଯାଇଂ ।୭୭୮।ଇନ୍ଦ୍ରଂକ ଆଗ୍ୟାଂରେଣ ଚିତ୍ରସେନ ଯେ ଧାଂଇଲାଅମର ମଣ୍ଡକେ ସେହୁ ଯାଇଂଣ ମିଣିଲା ।୭୭୯।କୁମାର କୁମାରୀ ଯେଉଂ ପୁରେ ଥିଲେତାହାନ୍ତ ଘେନାଇଂ ଚିତ୍ରସେନ ଯେ ଅଇଲେ ।୭୫୦।ସଭାର ମଧ୍ୟରେଣ ଆଣି ଉଭାକରିବ୍ରହ୍ମାଂକୁ ଦେଖି କୁମର ଶିରେ କରଯୋଡ଼ି ।୭୮୧।ବ୍ରହ୍ମାୟେ ବୋଲନ୍ତି କୁମାରର ମୁଖ ଚାହିଂକେମନ୍ତ ଚରିତ ୟେହା କହ ହେ କୃଷ୍ଣର ତନୟି ।୭୮୨।ଶାମ୍ବ କୁମାର ବୋଇଲେ କନ୍ୟାକୁ ପଚାରକାହାର ଦୋଷ ୟେହା ବିଚାରି ବୁଝ ହୋ ବେଦବର ।୭୮୩।ବ୍ରହା ପଚାରନ୍ତି ଶୋଭାବତୀ ମୁଖ ଚାହିଂୟେଥିର ଚରିତ୍ର ଆମ୍ଭଂକୁ ମା ଗୋ କହନି ବୁଝାଇ ।୭୮୪।କୁମାରୀ ବୋଇଲା ଦେବ ଶୁଣିମା ସାବଧାନେତୋଟା ବୁଲି ଆସିଥିଲି ମୁହିଂ ୟେକଦିନେ ।୭୮୫।ସଖୀଗଣମାନନ୍ତ ଘେନିଣ ଯେ ସଙ୍ଗେନାନା କଉତୁକେ ମୁଂ ବୁଲଇ କ୍ରଡ଼ାରଙ୍ଗେ ।୭୮୬।ଦଇବର ବଶେ ସେ କୁମର ୟେଥରୁ ଆସିଥିଲାବିଶେଷେ କନକଚମ୍ପା ଗୁଡ଼ାୟେ ତୋଳିଲା ।୭୮୭।ନାନା ବର୍ଣ୍ଣେ ଫଳପୁଷ୍ୟ ଗୁଡ଼ାୟେକ ଘେତିରଥର ଉପରେ ଧୀରେ ଧୀରେଣ ବସିଛନ୍ତି ।୭୮୮।ମୋହୋର ନୟନ ପଡ଼ିଲା ୟେହାଂକଠାରେ ଯାଇଂକାମଦେବ ପ୍ରାୟେକ ମୋତେ ୟେ ଦିଶଇ ।୭୮୯।ୟେକେ ଯୁବାନାରୀ ଅଟେ ମୋର ଅଳପ ବୟସଦୁଜେଣ ଅଟଇ ଯଏ ବସନ୍ତର ମାସ ।୭୯୦।ୟେହାନ୍ତ ଦେଖି ମୋ ମନ ବିଖଣ୍ଡ ହୋଇଲାହୃଦପଦ୍ମ ମଧ୍ୟେ କଥାନ୍ତ ଭାଳିହେଲା ।୭୯୧।ଅବିଭାଇତ କନ୍ୟା ମୁଂ ପିତା ବିଭା ତ ନ କଲେଅବଶ୍ୟ ପିତା ଦେବ ଯାହାକୁହିଂ ଭଲେ ।୭୯୨।ୟେତେ ବିଚାରିଣ ମୁହିଂ ଶରଧା ମନ କଲିୟେହାଂକ ରୂପ ଗୁଣ ଦେଖିଣ ବିଚାରିଲି ।୭୯୩।ବଡ଼ କୁଳେଣ ୟେହୁ ହୋଇଣ ଯେ ଅଛିବଡ଼ ଜଣଂକର ୟେହୁ ଅଟଇ ଯେ ବଚ୍ଛି ।୭୯୪।ୟେଥିରୁ ଦୁର୍ଲ୍ଲଭ ବର ଲୋଡ଼ିଣ ନ ପାଇୟେଣୁ କରି ମାଳା ଦେଇ ୟେହାନ୍ତ ବରିଲଇଂ ମୁହିଂ ।୭୯୫।ମାଳା ଦେଇଣ ମୁହିଂ ବରଣ କରନ୍ତେଦୁହିଂକରି ମନ ଯହୁଂ ହୋଇଲା ୟେକତ୍ୱେ ।୭୯୬।ରଥରେ ବସାଇଣ ୟେହୁ ନେଉଥିଲେ ମୋତେସାବଧାନ ଚିତ୍ତେ ଶୁଣ ଆହେ କୁଶନାଥେ ।୭୯୭।ୟେହାଶୁଣି ବ୍ରହ୍ମାୟେ ବୋଇଲେ ଯୁଝେଷ୍ଠିଂକ ମୁଖ ଚାହିଂୟେଥିରେ କାହାର ଯେ ଦୋଷ ବିଚାରି କହକୁଞ୍ଜଗଳ ଦେଶସାଇଂ ।୭୯୮।ତୁମ୍ଭର ତୁଣ୍ଡରେ ତ ନ ଆସିବ ମିଛଆଉମାନେ ସମସ୍ତେ ସଭାରେ କହନ୍ତି ପକ୍ଷାପକ୍ଷ ।୭୯୯।ଯୁଝେଷ୍ଠି ବୋଇଲେ ବାସବଂକୁ ୟେହା ନ ଯୋଗାଇକନ୍ୟାକୁ ନ ପଚାରି କିମ୍ପେ ଯୁଦ୍ଧ ଆରମ୍ଭଇ ।୮୦୦।ଶୁଣିଣ ଶୁକ୍ରରାୟେ ଲଜ୍ଜାଭାବ ପାଇଲେମଥା ପୋତିଣ ସେ ଯେ ସଭାରେ ବସିଲେ ।୮୦୧।ହରି ବଳରାମଂକ ମୁଖ ପଦ୍ମ ପ୍ରାୟେ ବିକାଶଇଇଶ୍ୱରେ ମୁଖ ଟେକିଣ ସଭାକୁ ନ ଚାହିଂ ।୮୦୨।ଦୁଇଦଣ୍ଡ ପରିଯନ୍ତେ ସଭାଲୋକେ ମଉନ ହୋଇଲେକେହି କାହାକଇଂ ତହିଂ ସମସ୍ୟା ନ ଦିଲେ ।୮୦୩।କ୍ଷଣକ ଉତ୍ତାରେ ତହିଂ ବ୍ରହ୍ମା ଯେ ବୋଲନ୍ତିକିମ୍ପାଇ ମଉନ ହୋଇ ତୁ ବସିଲୁ ହୋ ସୁରପତି ।୮୦୪।ଦୁଇଜଣ କଳିକଲେ ଜଣେ ସେ ହାରନ୍ତିୟେଥିକଇଂ ଚିନ୍ତା ତୁ ହୋ ନ କର ସୁରପତି ।୮୦୫।ହୋ ପଣ୍ଡିତଜନମାନେ ୟେହା ବିଚାରିଣ ବୁଝଆମ୍ଭେ ଯାହା କହୁଂ ତୁମ୍ଭେ ୟେକମନେ ହେଜ ।୮୦୬।ଅବିଭାଇତ କରି ଯୁବାକନ୍ୟା ଘରେ ତ ନ ରଖିରଖିଲେ ଯେ ଅବଶ୍ୟଟି ପରମାଦ ଦେଖି ।୮୦୭।ୟେହି କନ୍ୟା ଘରେ ଯେବେ ଯୁବା ହୋଇ ନ ଥାନ୍ତାୟେତେକ ଅନର୍ଥ ଯେ କିମ୍ପାଇଂ ହୁଅନ୍ତା ।୮୦୮।ବାପଘରେ ଝିଅ ଅବିଭାଇ ହୋଇଣ ରହିଲେସପତ ପୁରୁଷ ପିତୃ ଶ୍ରୋଣିତ ପିବନ୍ତି ଭଲେ ।୮୦୯।କେବେହେଂ ବଂଶ ତାହାର ଉଜ୍ଜାଳ ନୁହଇବ୍ରହ୍ମା ବେଦବର ୟେହା ମୁଖରେ ଭାଷଇ ।୮୧୦।ସପତମ ବରଷୁ ହୋହିତା ଯେବେ ବିଭା କରିବସେହି ଲୋକ କଥାରେ ଯଶ ଯେ ଲଭିବ ।୮୧୧।ନବ ବରଷ କନ୍ୟା ନବଯୁବା ହୋଅଇ ।ସେହି ନ୍ୟାୟରୁ ସପତ ବରଷେ ବିଭା ଯେ ଯୋଗାଇ ।୮୧୨।ଯୁବା ହୋଇଲା କନ୍ୟା ଘରେ ୟେ ରଖିଲେଆପଣେ ଅନର୍ଥ ୟେହୁ ଅର୍ଜିଣ ବସିଲେ ।୮୧୩।କୁମରର ୟେଥିଲେ କିଛିହିଂ ଦୋଷ ନାହିଂପରୁଷୁ ହୋଇ କି ଯୁବା ସ୍ତିରୀ ରୂପ ଲେଛଇ ।୮୧୪।ପୁରୁଷ ଯେ ଭ୍ରମର ପ୍ରାୟେକ ଭୋଳ ହୋଇନବତନ ପୁଷ୍ୟ ପାଇଲେ କି ନ ଚୁମ୍ବଇ ।୮୧୫।ୟେଡ଼େ କହିଣ ବ୍ରହ୍ମାୟେ ଇନ୍ଦ୍ରକୁ ପଚାରନ୍ତିୟେବେ ନାତୁଣୀ ତୁମ୍ଭର କଲାକ ଅନୀତି ।୮୧୬।ଲୋକ ଆଚାରକୁ କନ୍ୟା ଦୂଷିତ ହୋଇଲାଆନକୁ ପ୍ରଦାନ ୟେ କରିତେ ନୋହିଲା ।୮୧୭।ୟେହି ବରକୁ ତ ୟେହି କନ୍ୟା ବିଭା ଦେବାସମସ୍ତେ ବସିଣ ୟେଥେଂ ଆମ୍ଭେ ବିଭା କରାଇବା ।୮୧୮।ବୃହସ୍ପତିଂକି ଡାକି କହନ୍ତୁ ୟେଥିର ବିଚାରଶୁଭ ଲଗ୍ନେ ଯେ ବିଭା ବେଳର ବେଭାର ।୮୧୯।ବ୍ରହ୍ମାଂକର କଥା ସମସ୍ତଂକର ମନକୁ ଅଇଲାହୋଉ ବୋଲି ବାସବ ଯେ ସନସତ କଲା ।୮୨୦।ଶୁଣ ହୋ ମନୁରାୟେ ଅଗସ୍ତି କହନ୍ତିଶ୍ରୀମହାଭାରଥ ୟେ ଯେ ଶୁଣ ଶୁଦ୍ଧମତି ।୮୨୧।ଇଂନ୍ଦ୍ରକୁ ସନମତ କରାଇ ବେଦବରହରି ବଳରାମଂକୁ ସେହୁ ପଚାରନ୍ତି ଧୀରବ୍ରହ୍ମାଂକ ବଚନୁଂ କେହୁ ନୁହନ୍ତି ବାହାର ।୮୨୨।ଯାହା ସେ ଜଗତପିତା କରିଛି ଭିଆଣଯେତେକ ଅନର୍ଥ କଲେ ପାକ ଯେ ଶାସନ ।୮୨୩।ଚିତ୍ରସେନ ସୁରସେନ ଅଙ୍ଗାରପନ୍ନଙ୍ଗକୁ ଚାହିଂବ୍ରହ୍ମାୟେ ପଚାରିଲେ ତୁମ୍ଭର ମନକୁ ୟେକଥାଟି କି ଯୋଗାଇ ।୮୨୪।କୁମାରେ ବୋଇଲେ ଯାହା ବିହି କରିଛି ଘଟଣଆମ୍ଭର ବୋଇଲେ କେବେହେଂ ନୋହଇ ସେ ଆନ ।୮୨୫।ବ୍ରହ୍ମାୟେ ବୋଇଲେ ବୃହସ୍ପତିଂକି ଘେନିଆସ ରାଇବିଭାର ଚରିତ ବୁଝାଇବା ୟେଥି ଥାଇ ।୮୨୬।ଆଗ୍ୟାଂ ପ୍ରମାଣେ ଅଙ୍ଗାରପନ୍ନଙ୍ଗ ଯେ ଗଲାବୃହଷ୍ପତି ଗୁରୁଂକୁ ସେ କହି ହକାରି ଆଣିଲା ।୮୨୭।ନନ୍ଦନବନକୁ ବୋଲି ଅଇଲେ ବୃହସ୍ପତିବ୍ରହ୍ମାଂକ ପାରିଶେ ଯାଇଂ ଆପଣେ ବସନ୍ତି ।୮୨୮।ବ୍ରହ୍ମାୟେ ବୋଇଲେ ଶୁଣ ହେ ଦେବଗୁରୁକେତେହେଂ ଅନର୍ଥ ହୋଇଲା ତୁ କିଛି ନ ପଚାରୁ ।୮୨୯।କେତେ କେତେ ଦ୍ୱନ୍ଦ ହୋଇଲା ଶୋଭାବତୀକି ଘେନିବିଭାଯୋଗ ଲଗ୍ନ ଖୋଜି କହ ପରିମାଣି ।୮୩୦।ଖଡ଼ି ଘେନି ଗିରାକାଟି ସମସ୍ତ ଜାଣିଲେବିଭାର ଅନକୂଳ ସେ ଖୋଜିଣ ଠାବ କଲେ ।୮୩୧।ବଇଶାଖ ଶୁକଳ ତୃତୀୟା ଶନିବାରେନାଡ଼ୀ ନକ୍ଷତ୍ର ଯେ କରଣ ଯୋଗମୂଳେ ।୮୩୨।ତାରବାର ସେହୁ ପୁଣ ଗଣିକରି ଠାବକଲେସେଦିନ ଯୋଗାଇଲା ବୋଲି ବ୍ରହ୍ମାନ୍ତ କହିଲେ ।୮୩୩।ବ୍ରହ୍ମାୟେ ବୋଇଲେ ହୋ ଅଛଇ କେତେଦିନବୃହସ୍ପତି ବୋଇଲେ ଆଉ ଅଛଇ ତିନିଦିନ ।୮୩୪।ରାତ୍ରି ପାହିଲେ କାଲି ହୋଇବ ମଙ୍ଗନଶନିବାର ଦିନ ବିଭା ହୋଇବାକ ଜାଣ ।୮୩୫।ବୃହସ୍ପତି କହନ୍ତେ ଯେ ବାସବେ ଶୁଣିଲେୟେହି ଦିନ ବିଭା ହୋଉ ବୋଲି ସନମତ କଲେ ।୮୩୬।ଶୂରସେନ ଚିତ୍ରସେନ ଅଙ୍ଗାରପନ୍ନଙ୍ଗକୁ ରାଇୟେମାନନ୍ତ ଚାହିଂଣ ଆଗ୍ୟାଂ ଦିଲେ ଶଚୀସାଇଂ ।୮୩୭।ବିବାହ ଉତ୍ସବରେ ଯେତେକ ବିଧାନସମସ୍ତ ଭିଆଣ ତୁମ୍ଭେ କର ହୋ ବହନ ।୮୩୮।ଦାନ ଯଉତୁକ ଆଦି ୟେଥିରେ ଯେତିକି ଲାଗଇସକଳ ସମ୍ପାଦିଣ ତୁମ୍ଭେ ରଖ ହୋ ବେଗେ ଯାଇଂ ।୮୩୯।ଇନ୍ଦ୍ରଂକ ଆଗ୍ୟାଂରେ କୁମରେ ଚଳିଗଲେବିଭାର ବିଧାନମାନ ସକଳ ନିର୍ଭାକଲେ ।୮୪୦।ବେଦି ଛାମୁଣ୍ଡିଆ ଆଦି ସକଳ ଭିଆଇସମସ୍ତ ଭିଆଣ କଲେ ଅମରେ କି ଅବା ନ ମିଳଇ ।୮୪୧।ସେ ଦିନକ ନନ୍ଦନବନେ ସମସ୍ତେ ରହିଲେଫଳମୂଳ ଖାଇଣ ସେ ରଜନୀ ବଞ୍ଚିଲେ ।୮୪୨।ଇନ୍ଦ୍ର ବୃହସ୍ପତି ବ୍ରହ୍ମା ଈଶ୍ୱରେ ସହିତେଯେ ଯାହାର ବାହନେ ଚଢିଲେ ତୁରିତେ ।୮୪୩।ଗୋବିନ୍ଦେ ଗରୁଡ଼ ପିଠିରେ ବିଜେ କଲେବଳରାମ ତାଳଧ୍ୱଜ ରଥରେ ବସିଲେ ।୮୪୪।ଯୁଝେଷ୍ଟି ତହିଂ ଦିବ୍ୟ ରଥେକ ଆରୋହିଆଉ ଚାରି ପାଣ୍ଡବେ ଯେ ଯାହାମତେ ସଜ ହୋଇ ।୮୪୫।ଅର୍ଜୁନର ହାଥକୁ ଯେ ଧରିଣ ବାସବକୋଳରେ ବସାଇ ତାଂକୁ ଚଳିଗଲେ ଜବ ।୮୪୬।ଉଗ୍ରସେନ ଦ୍ରିଯୋଧନ ରଥ ଆରୋହିଲେସନ୍ୟବଳ ଘେନି ଶ୍ରୀକୃଷ୍ଣର ପଛେ ଗୋଡ଼ାଇଲେ ।୮୪୭।ଦୁନ୍ଦୁଭି ଶବଦ ଯେ ବାଜଇ ବୀରତୂରବାଦ୍ୟନାଦ ଶବଦେ ଯେ ମହୀ ଥରହର ।୮୪୮।ଅମର ମଣ୍ଡଳେ ଯାଇଂ ପ୍ରବେଶ ହୋଇଲେଛାୟା ମଣ୍ଡୋପରେ ଉଗ୍ରସେନ ଦ୍ରିଯୋଧନ ବିଜେ କଲେ ।୮୪୯।ହରି ବଳରାମ ଯୁଝେଷ୍ଠିଂକି ଘେନିଅମର ମଣ୍ଡୋପେ ଯାଇଂ ବିଜୟେ ଶୂଳପାଣି ।୮୫୦।ବ୍ରହ୍ମା ବୃହସ୍ପତି ଯେ ଈଶ୍ୱର ସହିତେସମସ୍ତେ ବିଜୟେ କଲେ ଅମର ସଭାର ସମୀପେ ।୮୫୧।ସମସ୍ତ କଳି ଦ୍ୱନ୍ଦ ନିବର୍ତ୍ତ ହୋଇଲାଇନ୍ଦ୍ର ବଳରାମଂକର ପୀରତି ବଢିଲା ।୮୫୨।ଭିତରେ ବାରତା ପାଇ ଇନ୍ଦ୍ରଂକ ଘରଣୀଭିତରକୁ ଘେନାଇ ଗଲେ ପାଣ୍ଡବ ଫାଲଗୁନି ।୮୫୩।ଶଚୀଂକି ଦେଖି ଅରଜୁନ ପାୟେ ପଡ଼ି ଶୋଇଲାଶିରେ କର ଦେଇଣ ସେ ବିନୋୟୀ ହୋଇଲା ।୮୫୪।ଶଚୀ ବୋଇଲେ ବାବୁ ହୋ ଶୁଣ ବୀର ପାଥତୋହୋର ଥାଉଂ କିମ୍ପେ ହୋଇଲା ୟେଡ଼େକ ଅନର୍ଥ ।୮୫୫।ଅରଜୁନ ବୋଇଲେ ୟେହା ମୁହିଂ ନ ଜାଣଇ କିଛିନାରଦେ ୟେମାନ ଯେ ଭିଆଉଥାନ୍ତି ବସି ।୮୫୬।ୟେ ବାରତା ପାଇଣ ମୁଂ ବହନ ଅଇଲିତେତେ ବଡ଼ ଦ୍ୱନ୍ଦଗୋଟା କ୍ଷଣକେ ନିବର୍ତ୍ତାଇଲି ।୮୫୭।ଇନ୍ଦ୍ର କୃଷ୍ଣଂକର ଯେ ବଡ଼ ପୀରତି ହୋଇଲାକାଲି ବିଭା ହୋବାର ୟେ ପ୍ରସଙ୍ଗ ପଡ଼ିଲା ।୮୫୮।ସମସ୍ତେ ଆସିଣ ସୁଧର୍ମା ସଭାରେ ବସିଛନ୍ତିଅର୍ଜୁନ ମୁଖୁଂ ୟେହା ଶୁଣି ଶଚୀ ମହାସତୀ ।୮୫୯।ଆନନ୍ଦ ହୋଇଣ ତହୁଂ ଦେବୀ ଭିତରକୁ ଗଲେଅର୍ଜୁନ ଯେ ତାହଂକାର ପଛେ ଗୋଡ଼ାଇଲେ ।୮୬୦।ଭିତର ପୁରେ ଅରଜୁନ ରହିଲେକ ଯହୁଂମଙ୍ଗଳ ବିଧି ଭିଆଣ କଲେକ ସେ ତହୁଂ ।୮୬୧।କନ୍ୟାକୁ ହାନ୍ଦୋଳାରେ ବସାଇଣ ଆଣିଲେହାନ୍ଦୋଳାରୁ ଓହ୍ଲାଇ ଶଚୀ ଭିତରକୁ ନେଲେ ।୮୬୨।ରାତ୍ରରେ ମଙ୍ଗଳଣ ବିଧାନ ମାନ କରିଅହିଓ ନାରୀମାନେ ଦିଅନ୍ତି ହୁଳହୁଳି ।୮୬୩।ହୁଳ ହୁଳି ଶବଦେ ସ୍ୱର୍ଗପୁର ଉଛୁଳଇଂମଙ୍ଗଳ ନାଦ ଘେନି ମହୁରୀ ବାଜଇ ।୮୬୪।ୟେହିମତେ ରଜନୀ ଯେ ପ୍ରଭାତ ହୋଇଲାଦେବାତାଂକ ଆଳେ ଶଙ୍ଖ ଶବଦ ଶୁଭିଲା ।୮୬୫।ଶଙ୍ଖ ମହୁରୀ ଯେ ବାଜଇ ଘନ ଘନବରବେଶ କଲେ ତହୁଂ କୃଷ୍ଣର ନନ୍ଦନ ।୮୬୬।୧୦୨୫୬।