ସାରଳା ମହାଭାରତ ମଧ୍ୟପର୍ବ (ଦ୍ୱିତୀୟ ଖଣ୍ଡ)
ସାରଳା ଦାସ · ଭାଗ ୫ / ୧୨
ସମ୍ପୂର୍ଣ୍ଣ ସୂଚୀପତ୍ର
କଳ୍ପାସୁର ବଧ
କଳ୍ପାସୁର ବଧ ଅନ୍ତରେଣ ଯେଉଂ କଥାୟେଥି ଉତ୍ତାରେଣ କିସ ହୋଇଲା କହ ମୋତେ ବ୍ରହ୍ମବେତ୍ତା ।୫।ରାଜାର ବିନୟ ଭଗତିଭାବ ଦେଖିପୁରାଣ ପୋଥି ଫେଡିଣ କହନ୍ତି ବ୍ରହ୍ମବତ୍ସି ।୬।ୟେକମନ ହୋଇ ତୁ ହୋ ଶୁଣିମା ନରପତିପୁରାଣ ପୋଥିଘେନି କହନ୍ତି ବ୍ରହ୍ମଯତି ।୭।ତୁ ଯେ ପଚାରିଲୁ ରାୟେ ମଧ୍ୟପର୍ବର ବାରତାସନ୍ତୋଷ ଚିତ୍ତରେ ତୁଯେ ଶୁଣ ମହାରଥା ।୮।କୁରୁମ ପର୍ବତ ବୋଲିଣ ୟେକଇ ଗିରିବରେସୁରନଦୀ ବୋଲି ଯେ ବହଇ ୟେକଧାରେ ।୯।ତହିଂର ପଛିମେ ୟେକ ନଗ୍ରେକ ଅଛଇକରମଣ୍ଡଳ ବୋଲିଣ ନଗ୍ର ନାମ ଅଟଇ ।୧୦।ତହିଂର ନରେନ୍ଦ୍ର ଯେ କୃତଶେଖର ରାୟେମନ୍ତ୍ରୀ ନାମ ତାର ବିରୁପାକ୍ଷ ହୋୟେ ।୧୧।ପୁତ୍ର ନାମ ତାର ଅଟଇ ନୀଳଶେଖରହାଥୀ ରଥୀ ସଇନି ତାର ଅଛଇ ଅପାର ।୧୨।ଅନେକ ସମ୍ଭରେ ରାଜା ରାଜ୍ୟ କରୁଥାଇକାହାରି ସଙ୍ଗତେ ଦ୍ୱନ୍ଦ ବାଦ ନ କରଇ ।୧୩।ଦୋହିତା ଗୋଟିୟେ ତାର ସୁରେଖା ନାମେ ବାଳୀଅନେକ ଯତ୍ନେ ନୃପତି ତାକୁ ପ୍ରତିପାଳି ।୧୪।ଥୋକାୟେକ ଦିନେ ଦୋହିତା ହୋଇଲା ନବଯୁବାସୁନ୍ଦର ପଣକୁ ପଟାନ୍ତର ଦେବା ।୧୫।ରତିକି ସମାନ ସେ ଅଟଇ ସୁନ୍ଦରୀମୁଖ ଦିଶଇ ତାର ନିର୍ମଳ ଚନ୍ଦ୍ର ପରି ।୧୬।ହାଥ ପାଦରେଣ ତାର ଶଙ୍ଖ ପଦ୍ମ ଚିହ୍ନ ଅଛଇରୂପଗୋଟି ତାର ତ୍ରିଭୁବନ ମୋହଇ ।୧୭।ଅଧର ଅରୁଣ ଉଇଂଲା ପ୍ରାୟେକ ଦିଶଇସିଂଘମଝା ପ୍ରାୟେକ ଅଣ୍ଟାଗୋଟି ହୋଇ ।୧୮।ଆୟ ଅଳଂକାର ତାର ଅଙ୍ଗରେ ନାଇ ଥାଇଅପୂର୍ବ ସୁନ୍ଦରୀ ତାକୁ ତୁଲାଇତ ନାହିଂ ।୧୯।ଦେଖି କୃତଶେଖର ଯେ ବିଚାରଇ ମନେଦୋହିତା ଯୁବା ହୋଇଲା କରିବି କେସନେ ।୨୦।ୟେକାନ୍ତେ ମନ୍ତ୍ରୀକି ଯେ ରାଇଣ କହିଲେମେଢ ଗୋଟାୟେ ତୋଳାଅ ବୋଲିଣ ବୋଇଲେ ।୨୧।ରାଜାର ବଚନେ ଯେ ବିରୂପାକ୍ଷ ମନ୍ତ୍ରୀ ଗଲାବିଚିତ୍ର ଲେଖନ କରି ମେଢେକ ଭିଆଇଲା ।୨୨।ରାଜାରେ ଛାମୁରେ ମନ୍ତ୍ରୀ ଜଣାଇଲା ଯାଇଂମେଢଗୋଟି ଭିଆଣ ହୋଇଲା ଗାସାଇଂ ।୨୩।ଶୁଣି ବେଗେ କୃତଶେଖର ରାଜା ଚଳିଗଲାମେଢର ଭିତରେ ଯେ ସବୁ ବୁଲିଣ ଦେଖିଲା ।୨୪।ସୁନ୍ଦର ଦେଖି ରାଜା ମନ୍ତ୍ରୀକି ପୁଚ୍ଛଇନୋହିଲେ କି ବିରୂପାକ୍ଷ ତୋର ନାମ ହୋଇ ।୨୫।ପୁତ୍ର ନୀଳଶେଖରକୁ ବୋଲେ ନୃପବରସୁରେଖା ବାଳୀକୁ ନେଇ ରଖ ୟେ ମେଢର ଭିତର ।୨୬।ପୋଇଲି ପରିବାରୀୟେ ଝିଅ ସଙ୍ଗେ ଥାନ୍ତୁନାନା କଉତୁକେ ତାର ମନକୁ ରଞ୍ଜନ୍ତୁ ।୨୭।ୟେମନ୍ତ ଆଗ୍ୟାଂ ଦେଇ ନୃପତି ଚଳିଗଲେକନ୍ୟାକୁ ନେଇଣ ମେଢ ଭିତରେ ରଖିଲେ ।୨୮।ୟେମନ୍ତେ ଥୋକାୟେକ ଦିନ ବହିଗଲାଅନେକ ଦେଶରେ ରାଜା ବର ଖୋଜାଇଲା ।୨୯।ଦୁହିତା ସମାନେ ବର କାହିଂ ନ ପାଇଲେଫେରି ଦୂତମାନେ ଆସି ରାଜାନ୍ତ କହିଲେ ।୩୦।ବିସ୍ମୟ ହୋଇ ରାଜା ଭାଳଇ ନିରନ୍ତରେଦୁହିତାକୁ ବିଭା ମୁହିଂ କରିବି କାହାରେ ।୩୧।ମନେ ମନେ ମହାରାଜା କରଇ ବିଚାରଦୁହିତା ବିଭା ନ କଲେ ମୋତେ ନାହିଂ ପ୍ରତିକାର ।୩୨।ଭାଳୁଥାଇ ରାଜା ମନେ କାହାକୁ ନ କହିନିତି ପ୍ରତିଦିନ ରାଜା ମୃଗୟାକୁ ଯାଇ ।୩୩।ବରାହ ବ୍ରାଘ ହରିଣ ଶୟମ୍ବର ମାରଇଅନେକ ସମ୍ବରେ ରାଜା ରାଜ୍ୟ କରୁଥାଇ ।୩୪।ରାଜାର ପରସାଦେ ପ୍ରଜାୟେ ବଡ଼ ସୁଖୀବାଟିକା ଭୂମିରୁ ପାଞ୍ଚ ଚିନା ସୁବର୍ଣ୍ଣ ନିଅଇ ଲେଖି ।୩୫।ପରଜା ଗୁହାରି ଯେ ବୁଝଇ ଆପଣେକାହାରି ଠାରେ ବିମୁଖ ନ ଧରଇ ମନେ ।୩୬।ନିଚିନ୍ତେଣ ରାଜ୍ୟ କରଇ କୃତଶେଖରଦୁହିତାର କଥା ଭାଳୁଥାଇ ସେ ମନର ।୩୭।ୟେମନ୍ତେଣ ଦେଖ ଆହୋ ବିଧାତାର କୃତଦୁହିତା କର୍ମେ ଯାହା ଲେଖିଛି ଦଇବତ ।୩୮।ବଇଶାଖ ମାସ ଶୁକ୍ଳପକ୍ଷ ତୃତୀୟା ଶନିବାରରୋହିଣୀ ନକ୍ଷତ୍ର ବୃଷ ଚନ୍ଦ୍ର ୟେକ ମେଳର ।୩୯।ଶୋଭନ ନାମେ ଯୋଗ ଯେ ଗର ନାମେ କରଣସାଧକ ତାର ରାଜାକୁ ଅଟଇ ସେହୁ ଦିନ ।୪୦।ସେ ଦିନ ନାରଦ ଋଷି ବୀଣା କନ୍ଧରେ ପକାଇକଳି ଧୋକଡ଼ି ମୁଣିକି ମୁନି କାଖେ ଛନ୍ତି ଲାଇ ।୪୧।ବେଦ ଧୁନି କରି ମୁନି ହୋଇଲେ ବାହାରକଳହପ୍ରିୟ ମୁନି ନ ରହନ୍ତି ୟେକ ଠାବରେ ।୪୨।ସ୍ୱର୍ଗରୁ ଓହ୍ଲାଇ ମୁନି ମଞ୍ଚକୁ ଅଇଲେଅନେକ ରାଜ୍ୟ ଭ୍ରମି କୃତିଶେଖର ରାଜ୍ୟରେ ମିଳିଲେ ।୪୩।ମୁନିଂକି ଦେଖି କୃତଶେଖର ରାଜନନମସ୍କାର କଲା ଯାଇଂ ମୁନିଂକ ଚରଣ ।୪୪।କଲ୍ୟାଣ କରିଣ ଯେ ବସିଲେ ମୁନିବରରାଜ୍ୟ ଦେଖି ପ୍ରଶଂସଇ ବ୍ରହ୍ମାଙ୍କ କୁମର ।୪୫।ରାଜବିଧି ଚରଚାମାନ ସମସ୍ତ ପଚାରିଲେସମସ୍ତ ଭଲ ବୋଲି ଯେ କୃତଶେଖର କହିଲେ ।୪୬।ପୁତ୍ର ନୀଳଶେଖର ବେଗ ହୋଇ ଅଇଲାମୁନିଂକ ଚରଣେ ସେ ଯେ ଓଲଗି ଶୋଇଲା ।୪୭।ଅନେକ କଲ୍ୟାଣ ଯେ କଲେ ତପୋବନ୍ତଧନ୍ୟ ଧନ୍ୟ ରାଜା ତୋର ଅଟଇ ଜୀବତ ।୪୮।ମନ୍ତ୍ରୀ ବିରୂପାକ୍ଷକୁ ବହୁତ ପ୍ରଶଂସିଲେୟେମନ୍ତେଣ ମୁନି ଥୋକାୟେ ବେଳ ତହିଂ ଥିଲେ ।୪୯।ରାଜାକୁ ମେଲାଣି ମାଗି ବାହାର ହୋଇଲେବୀଣା ବାଇ ମନଦଣ୍ଡେ ବେଗେ ଚଳିଗଲେ ।୫୦।ମେଢର ପାଖ ଲାଗି ଯାଉଛନ୍ତି ମୁନିମେଢେ ଥାଇ ଦେଖିଲା ତା କୃତଶେଖର ନନ୍ଦିନୀ ।୫୧।ମୁନିଂକି ଦେଖିଣ ବାଳୀ ବୋଲଇ ୟେଣିକି ଅବଧାନ କରମୋହୋର ମନର ବେଦନା କହିବି ତୁମ୍ଭର ଛାମୁର ।୫୨।ୟେମନ୍ତ ଶୁଣିଣ ମୁନି ଅବଧାନ କଲେତତକ୍ଷଣେ ଯାଇଣ ଯେ ଭିତରେ ରହିଲେ ।୫୩।ସୁରେଖା ଆସି ମୁନିଂକି ନମସ୍କାର କଲେମନବାଞ୍ଛା ସିଦ୍ଧ ହେଉ ବୋଲିଣ ବୋଇଲେ ।୫୪।କଲ୍ୟାଣ କରିଣ ଯେ ବୋଲନ୍ତି ମୁନିବରରୂପ ଦେଖି ପ୍ରଶଂସା କରନ୍ତି ଅପାର ।୫୫।ଅହିଅ ସୁଲକ୍ଷଣୀ ଗୋ ହୁଅସି ନନ୍ଦିନୀବହୁତ ପୁତ୍ରବନ୍ତୀ ତୁହି ହୁଅ ଗୋ ତରୁଣୀ ।୫୬।ବିଷ୍ଣୁର ନନ୍ଦନ ଯେ ହୋଉ ତୋର ବରୟେହା ଶୁଣି ସୁରେଖା ଯେ କହଇ ଉତ୍ତର ।୫୭।ଆଜଯାୟେ ମୁନି ମୁହିଂ ବିଭା ହୋଇନାହିଂମୋହୋର ସମାନେ ବର ନ ଗଛିଲା କାହିଂ ।୫୮।ତୁମ୍ଭେ ମହାମୁନି ହୋ ସୁଦୟା ମୋତେ କରଭଲ କରି ବରେକ ମୋତେ ଦିଅସି ବ୍ରହ୍ମାଂକ କୁମର ।୫୯।ମୁନି ବୋଇଲେ ଆମ୍ଭେ ଯେ କହିବା କଥାୟେତୋହୋର ସମାନେ ବର ଅଛଂଇ ୟେକ ଠାୟେ ।୬୦।କୁଶସ୍ଥଳୀ ବୋଲିଣ ଯେ ଦ୍ୱାରିକାୟେ ଅଛିଉଗ୍ରସେନ ବୋଲି ରାଜା ତହିଂରେ ରାଜ୍ୟ କରୁଅଛି ।୬୧।ତାହାର ଦୁହିତା ଯେ ଦେବକୀ ନାମେ ବାଳୀବିଷ୍ଣୁବଂଶ ବୋଲି ବସୁଦେବେ ବିଭାକରି ।୬୨।ତାହାଂକର ପୁତ୍ର ଯେ ଅଟନ୍ତି ରାମକୃଷ୍ଣ ବେନିକଂସର ଡରେ ଗୋପରେ ରହିଥିଲେ ପୁଣି ।୬୩।ଦଇବର ବଳେ ତାଂକୁ ଅଣାଇଲା କଂସରାଣଶ୍ରୀରାମ କୃଷ୍ଣଂକୁ ଦେଖି କଂସ ହାରିଲାକ ପ୍ରାଣ ।୬୪।କଂସର ଭାରିଯା ନାମ ହେତି ଯେ ପ୍ରହେତିଜରାସନ୍ଧ ରାଜାର ସେ ଅଟନ୍ତି ଦୋହିତୀ ।୬୫।ସେ ଯାଇଂ ଗୁହାରି କଲେ ପିତାଂକ ଛାମୁରେତୁମ୍ଭର ଜୁଆଇଂକି ଯେ ଶ୍ରୀକୃଷ୍ଣ ମାଇଲେ ।୬୬।ମଥୁରାୟେ ଉଗ୍ରସେନ ରାଜା ହୋଇଥିଲାଶୁଣି କରି ଜରାସନ୍ଧ ମଥୁରା ବାହିଲା ।୬୭।ତାହାର ଡରେ ମଥୁରା ଗଲେ ଛାଡ଼ି କରିସମସ୍ତେ ରହିଲେ ଯାଇଂ ଦ୍ୱାରାବତୀ ପୁରୀ ।୬୮।ଶ୍ରୀକୃଷ୍ଣେ ବିଭା ହୋଇଲେ ଭୀଷ୍ମେକ ଦୁଲଣୀତାହାଂକର ନାମ ଗୋଟି ଅଟଇ ରୁକ୍ମିଣୀ ।୬୯।ତାହାଂକର ଗର୍ଭେ ଯେ ତନୟ ଉପୁଜିଲେପ୍ରଦ୍ୟୁମ୍ନ ବୋଲିଣ ଯେ ତାହାର ନାମ ଦିଲେ ।୭୦।ତାହାର ରୂପକୁ ଶୋଭା ନାହିଂ ଯେ ତିନିପୁର ଜଗତଶାପରେ କାମଦେବ ଯେ ହୋଇଅଛି ଜାତ ।୭୧।ଅଭିନବ କାମ ତାକୁ ପଟାନ୍ତର ନାହିଂବିଷ୍ଣୁର କୁମର ସେ ଯେ ତୁଳାଇବା କାହିଂ ।୭୨।ରତି କାମ ପ୍ରାୟେକ ଦିଶିବ ତୁମ୍ଭେ ଦୁହେଂଆମ୍ଭର ମନକୁ ୟେମନ୍ତ ପ୍ରାୟେ ଦିଶଇ ଗୋ ମାୟେ ।୭୩।ନାରଦେ କହନ୍ତେ ସୁରେଖା ମନକୁ ବଳିଲାହୋଉ ବୋଲି ମୁନିଂକି ସେ ସନମତ କଲା ।୭୪।ବୋଇଲା କେଉଂଣ ଦିନ ଆସିବ ମୁନିବରତଥ୍ୟ କରି ମୋତେ କହି ଥାଅନି ନିକର ।୭୫।ୟେତେ କହିଣ ମୁନିଂକି ଦଣ୍ଡବତ କଲାବହୁତ ବିନୋୟୀ ହୋଇଣ କହିଲା ।୭୬।ମୁନି ବୋଇଲେ ତୁହି ରହିଥାଅ ଦିନା ପାଞ୍ଚଘେନିଣ ଆସିବି ମୁହିଂ ଶ୍ରୀକୃଷ୍ଣର ବତ୍ସ ।୭୭।କଲ୍ୟାଣ କରି ମୁନି ହୋଇଲେ ବାହାରମନଦଣ୍ଡ ଚଢିଗଲେ ଦ୍ୱାରାବତୀ ପୁର ।୭୮।ଦ୍ୱାରାବତୀ ପୁରେ ଯାଇଂ ପ୍ରବେଶ ହୋଇଲେବୀଣାନାଦ ବାଇ ସଭା ଉପରେ ବିଜେ କଲେ ।୭୯।ଦେଖିଲେ ଆସ୍ତାନ କରି ବସିଛି ଉଗ୍ରସେନ ରାଜାସେଠାରେ ଯାଇଂ ମିଳିଲେ ବ୍ରହ୍ମାଂକ ଆତ୍ମଜା ।୮୦।ଅକ୍ରୂର ଉଦ୍ଧବ ଯେ ଅନାଧୃଷ୍ଟ ମୂଳେଆସ୍ତାନ କରିଣ ବସିଅଛନ୍ତି ସଭାରେ ।୮୧।ବସୁଦେବ ସାତୁକୀହିଂ ବସିଣ ଅଛନ୍ତିରାମ କୃଷ୍ଣ ବେନି ଭାଇ ତହିଂ ଶୋଭା ପାନ୍ତି ।୮୨।ୟେମନ୍ତର ସମୟେ ନାରଦ ମୁନି ଯେ ମିଳିଲେବୀଣାଧୁନି କରିଣ ଯେ ସଭାରେ ଉଠିଲେ ।୮୩।ନାରଦଂକୁ ଦେଖିଣ ଯେ ଉଗ୍ରସେନ ରାୟେନମସ୍କାର କଲେ ଯାଇଂ ମୁନିଂକର ପାୟେ ।୮୪।ସାତବଂଶ ଯାଦବ ଯେ ନମସ୍କାର କଲେପଛେ ଯାଇଂ ରାମ କୃଷ୍ଣେ ଓଳଗି ହୋଇଲେ ।୮୫।କଲ୍ୟାଣ ବାଞ୍ଛା ଯେ କରନ୍ତି ମୁନିବରସମସ୍ତ କୁଶଳ କି ଅଟଇ ତୁମ୍ଭ ପୁର ।୮୬।ଉଗ୍ରସେନ ବୋଇଲେ ମୁନି ତୁମ୍ଭର ପରସାଦେସୁଖେଣ ରାଜ୍ୟ ମୁଂ କରଇ ଅପ୍ରମାଦେ ।୮୭।ରାମକୃଷ୍ଣଂକୁ ଯେ ଚାହିଂ ବୋଲନ୍ତି ତପୋଧନୀପୁତ୍ର ପଉତ୍ରୀ ତୁମ୍ଭର କୁଶଳ ଟିକି ହଳପାଣି ।୮୮।ଗୋବିନ୍ଦେ ବୋଇଲେ ହୋ ତୁମ୍ଭର କଲ୍ୟାଣେସମସ୍ତେ ସୁଖେଣ ଯେ ଅଛନ୍ତି ସୁବିଧାନେ ।୮୯।ଗଉରୋବ ପାଇଣ ମୁନି ବସିଲେ ଆସ୍ତାନେଉଗ୍ରସେନ କହିଲେକ ସର୍ବ ସୁବିଧାନେ ।୯୦।ୟେମନ୍ତେଣ ମୁନି ଥୋକାୟେ ବେଳ ଥିଲେଯାଉଅଛୁଂ ବୋଲିଣ ସେ ମେଲାଣି ମାଗିଲେ ।୯୧।ରାଜା ବୋଇଲେ ଆଜକ ରହ କିନା ଆମ୍ଭ ପୁରେନାରଦେ ବୋଇଲେ କ୍ଷଣେ ଆମ୍ଭେ ନ ରହୁ ଯେ ସ୍ଥିରେ ।୯୨।ନାମ ଆମ୍ଭର ଯେ କଳହପ୍ରିୟ ଋଷିୟେକଠାରେ ଆମ୍ଭେ ଯେ କ୍ଷଣେ ନୁଆରୁ ବସି ।୯୩।ୟେତେ କହିଂ ମୁନି ତହୁଂ ହୋଇଲେ ବାହାରକାମଦେବର ମନ୍ଦିରେ ଯେ ମିଳିଲେ ତତ୍ପର ।୯୪।ଦେଖିଲେ ପ୍ରଦ୍ୟୁମ୍ନ ଯେ ବସିଅଛି ୟେକାସେଠାରେ ଯାଇଣ ଯେ ମିଳିଲେ ବ୍ରହ୍ମଶିଖା ।୯୫।ନାରଦଂକୁ ଦେଖିଣ ଯେ ପ୍ରଦ୍ୟୁମ୍ନ ଉଠିଲାମୁନିଂକ ଚରଣରେ ପ୍ରଣମିତ କଲା ।୯୬।କଲ୍ୟାଣ କରିଣ ଯେ ବସିଲେ ମୁନିବରଗଉରୋବେ ପୂଜାକଲା ପ୍ରଦ୍ୟୁମ୍ନ କୁମର ।୯୭।ବୋଇଲା କାହିଂ ଥିଲ କଳହ ପ୍ରିୟଋଷିମୋହୋର ଆଗରେ ତାହା କହିବା ବିଶେଷି ।୯୮।ମୁନି ବୋଇଲେ ଆମ୍ଭେ ଥିଲୁ କୃତଶେଖର ରାଜ୍ୟରବାହାରେ ବାହାରେ ଅଇଲୁ ଦ୍ୱାରାବତୀ ପୁର ।୯୯।ତୁହି ଯେଣୁ ବାବୁ ଅଟୁ ଆମ୍ଭର ପ୍ରାଣସଖାତେଣୁ କରି ଆମ୍ଭେ ଯେ କହୁ ଗୁପତର ଭାଖା ।୧୦୦।ସର୍ବଦା କାଳେ ତୁ ଆମ୍ଭନ୍ତ ସେବା କରିଥାଉଉପାଧି ବାରତ ୟେକ ଆଣିଅଛୁ ତହୁଂ ।୧୦୧।କୃତଶେଖର ରାଜାର ଦୋହିତା ସୁରେଖାରୂପ ଗୁଣରେ ସେ ଯେ ରତି ସଙ୍ଗତରେ ଲେଖା ।୧୦୨।ଅତିଅନ୍ତ ସୁନ୍ଦର ତାକୁ ପଟାନ୍ତର ନାହିଂତମ୍ବରୁ ମଝା ପ୍ରାୟେ ଅଣ୍ଟା ଗୋଟି ଦିଶଇ ।୧୦୩।ଉଲଟାରମ୍ବା ପ୍ରାୟେ ତାର ବେନି ଜଘନମୃଣାଳ ଲତା ପ୍ରାୟେ ତାହାର ଯେ ଭୁଜ ପୁଣ ।୧୦୪।ତିଳ ଫୁଲ ନାସିକା ତାର ପଟାନ୍ତର ନାହିଂଶ୍ରୀଖଣ୍ଡ କପାଳ ତାର ତୁଲାଇବା କାହିଂ ।୧୦୫।ବିମ୍ବଫଳ ପ୍ରାୟେ ତାର ଅଧର ଦିଶଇକୁଂକୁମ ବର୍ଣ୍ଣ ପ୍ରାୟେ କାୟା ପ୍ରକାଶଇ ।୧୦୬।ତୁ ତାକୁ ପଟାନ୍ତର ସେ ତୋତେ ଘଟଇତେଣୁ କରି ପଦ୍ମନ ଅଇଲୁ ତୋତେ କହି ।୧୦୭।ସୋ ତୋହୋର ରୂପ ଗୁଣ ଶୁଣିଲା ଯହୁଂ ବାଳୀବୋଇଲା ସେ ବର ଆଣି ମୋତେ ଦିଅ ତପଶାଳୀ ।୧୦୮।ୟେବେ ରଥ ସଜ କର ବେଗ ହୋଇ ଯିବାରାମ କୃଷ୍ଣ ନ ଜାଣନ୍ତୁ କନ୍ୟାକୁ ବେଗେ ଯେ ଆଣିବା ।୧୦୯।ମୁନି କହନ୍ତେଣ ଯେ ପଦ୍ମନ ହସିଲାକନ୍ୟାର ରୂପ ଶୁଣି ତାର ଶରଧା ବଳିଲା ।୧୧୦।ବାହୁକ ସାରଥିକୁ ୟେକାନ୍ତରେ ରାଇପଦ୍ମନ କହେ ରଥ ସାଜିଆଣ ଯାଇଂ ।୧୧୧।ପଦ୍ମନ ଆଗ୍ୟାଂରେ ଯେ ବାହୁକ ରଥ ସଜକଲାଦିବ୍ୟବେଶ ହୋଇ ପଦ୍ମନ ରଥରେ ବସିଲା ।୧୧୨।କାମଦେବ ପ୍ରାୟେ ଦିଶିଲାକ ଶୋଭାକୃଷ୍ଣର କୁମରକୁ କିସ ପଟାନ୍ତର ଦେବା ।୧୧୩।ରଥ ଚଳାଇ ଯେ ତିନିହେଂ ବାହାର ହୋଇଗଲେପଦ୍ମନ ରଥ ଯିବା ସେ କେହି ନ ଦେଖିଲେ ।୧୧୪।ତିନି ଦିନେ ଯାଇ କୃତଶେଖର ରାଜ୍ୟରେ ମିଳିଲେଅଭ୍ୟନ୍ତର ଥାନରେ ନାରଦ କୁମରକୁ ରୁହାଇଲେ ।୧୧୫।ରାତ୍ର ପ୍ରହର ହୋଇଲାକ ଯହୁଂମେଢ ଭିତରକୁ ମୁନି ପଶିଗଲେ ତହୁଂ ।୧୧୬।ମୁନିଂକୁ ଦେଖି ଯେ କୁମାରୀ ଓଳଗିଲାବୋଇଲା କିସ କୃତ କଲ ପଦ୍ମଯୋନି ବଳା ।୧୧୭।ନାରଦେ ବୋଇଲେ ଗଲୁ ଦ୍ୱାରାବତୀ ପୁରଘେନିଣ ଅଇଲୁ ଆମ୍ଭେ ବିଷ୍ଣୁର କୁମର ।୧୧୮।ତୁ ଯହୁଂ ଆମ୍ଭନ୍ତ କହିଲୁ ବିକଳେତେଣୁ କରି ଘେନି ଅଇଲୁ କୃଷ୍ଣର କୁମରେ ।୧୧୯।କୁମାରୀ ବୋଇଲା ଘେନି ଆସ ହେ ମୁନିମଣିଦେଖିଲେ ପରତେ ସିନା କରିବଇ ପୁଣି ।୧୨୦।ୟେହା ଶୁଣି ନାରଦେ ମୁନି ଚଳିଗଲେକୁମରକୁ ଯାଇ ବେଗେ ଘେନିଣ ଅଇଲେ ।୧୨୧।ଦାରୁକକୁ ବୋଇଲେ ତୁ ଅଭ୍ୟନ୍ତର ଯାଅଆମ୍ଭର ଆସିବାଯାୟେ ୟେହି ଠାବରେ ଯେ ଥାଅ ।୧୨୨।ୟେତେ ବୋଲି ମୁନି କୁମରକୁ ଘେନି ଗଲେକନ୍ୟାର ପୁରେ ନେଇ ପରବେଶ କରାଇଲେ ।୧୨୩।ୟେହି ସେ କୁମର ଦେଖସି ଗୋ ମାୟେସୁରେଖା ଚାହିଂଲା ଯେ କୃଷ୍ଣର ତନୟେ ।୧୨୪।ଦେଖିଣ ମୋହମାନ ଯେ ହୋଇଲା ସୁନ୍ଦରୀବହୁତ ପ୍ରଶଂସା କନ୍ୟା ମୁନିଂକି ଯେ କରି ।୧୨୫।କୁମର କୁମାରୀ ଦୁହେଂ ଯହୁଂ ହୋଇଲେକ ଭେଟଆନନ୍ଦେ ହସି ବୋଲନ୍ତି ବ୍ରହ୍ମାଂକର ଚାଟ ।୧୨୬।ବୋଇଲେ ସୁରେଖା ଗୋ ବର ରୁଚିଲାକ ତୋତେଲାଜେଣ କୁମାରୀ ଯେ ପୋତିଲାକ ମାଥେ ।୧୨୭।କହୁଂ କହୁଂ ରାତ୍ର ଦୁଇ ପ୍ରହର ବହିଗଲାକୁମର କୁମାରୀଂକ କଥା ନ ସରିଲା ।୧୨୮।ବଇବସୁତ ଅଗସ୍ତିଂକି ପଚାରିୟେଥି ଉତ୍ତାରେ କିସ ଚରିତ ହୋଇଲା ତପଚାରି ।୧୨୯।ପୁରାଣ ପୋଥି ଫେଇ ଯେ କହନ୍ତି ବ୍ରହ୍ମମୁନିୟେକମନେ ଶୁଣ ତୁହି ବିଲଂକ ଚୂଡାମଣି ।୧୩୦।କୁମାରିକି ଚାହିଂ ଯେ କୁମର ବୋଇଲାଆମ୍ଭର ରାଜ୍ୟକୁ ସଖୀ ଯିବା କି ପଚାରିଲା ।୧୩୧।ଭେଟ କରାଇ ଯେ ମୁନି ଅନ୍ତର୍ଧାନ ଗଲେପଦ୍ମନ କୁମର ଯେ ମେଢ ଭିତରେ ରହିଲେ ।୧୩୨।ହାସ ପରିହାସ ଯେ ବହୁତ ହୋଇଲେକୁମର କୁମାରୀ ଯହୁଂ ୟେକଯୋଗ ହେଲେ ।୧୩୩।ପଦ୍ମନ ବୋଇଲା ତୁ ଶୁଣରେ ପ୍ରାଣସହୀଆମ୍ଭର ରାଜ୍ୟକୁ ଚାଲ ଯିବା ବହନ ହୋଇ ।୧୩୪।ତୁମ୍ଭର ବାପ ଭାଇ ଦେଖିଲେ ଚଳିବେଆମ୍ଭର ସଙ୍ଗତରେ ଯେ ବାଦ ସେହୁ ଆରମ୍ଭିବେ ।୧୩୫।କଳି ଦ୍ୱନ୍ଦ୍ୱ ୟେଥେ ନିଚେଂ ହୋଇବ ଅପାରକେହି ନ ଜାଣନ୍ତୁ ବସ ରହୁବର ।୧୩୬।ୟେତେ କହି ମେଢରୁ ଦୁହେଂ ହୋଇଲେ ବାହାରଦାସୀ ପରିବାରୀମାନେ ଅଛନ୍ତି ସଙ୍ଗତର ।୧୩୭।ୟେହା ଦେଖି ଦାରୁକ ରଥ ଆଣି କଲାକୁମାରୀକି ଘେନି କୁମର ରଥେ ବିଜେ କଲା ।୧୩୮।ଦାସୀ ପରିବାରୀମାନେ ଅନାଉଣ ଥିଲେକନ୍ୟାକୁ ଘେନିଣ କୁମର ବେଗେ ଚଳିଗଲେ ।୧୩୯।ଦାସୀ ପରିବାରୀମାନେ କରନ୍ତି ବିଚାରଜାଣିଲେ ଆମ୍ଭନ୍ତ କୋପ କରିବେ ନୃପବର ।୧୪୦।ଶ୍ରୀଘ୍ର ହୋଇ ଦାସୀ ତହୁଂ ବହନ ଚଳିଗଲେରାତ୍ର ନ ପାହୁଂଣ ରାଜାନ୍ତ ଦରଶନ କଲେ ।୧୪୧।ନମସ୍କାର କରିଣ ଯେ ବୋଲନ୍ତି ଗୋସାଇଂସାବଧାନ ହୋଇ ଆହେ ଶୁଣିମା ନରସାଇଂ ।୧୪୨।ୟେକ ପୁରୁଷେକ ମେଢରେ କାଲି ପଶିଥିଲାକନ୍ୟାର ସଙ୍ଗତେ ରାତ୍ରେ ଭେଟ ସେହୁ ହେଲା ।୧୪୩।ଦୁହେଂ ୟେକମନ ହୋଇ ସଂଯୋଗ ହୋଇଲେଦୁହେଂ ଦୁହିଂକି ରୂପେ ଯେ ପଟାନ୍ତର ଦିଶିଲେ ।୧୪୪।ରତି କାମଦେବ ପ୍ରାୟେ ଦୁହେଂ ଦିଶିଲେକ ଶୋଭାନାହିଂ ପଟାନ୍ତର ତାଂକୁ ତ୍ରିଭୁବନେ ଦେବା ।୧୪୫।କୁମାରୀକୁ ନେଇ ବଳେ ସେ ରଥରେ ବସାଇଲାଆକାଶ ମାର୍ଗରେ ସେ ରଥ ବାହିଗଲା ।୧୪୬।ଆମ୍ଭନ୍ତ ଜଣେ ସେ ସଙ୍ଗତେ ନ ନେଲେୟେକା ହୋଇ ସୁରେଖା ତାଂକ ସଙ୍ଗତେ ଯେ ଗଲେ ।୧୪୭।କୃତଶେଖର ରାଜାର ଉଡ଼ିଲା ସାହାସବୋଇଲେ ଆଉର ବେଳେ କହ ମୋର ପାଶ ।୧୪୮।ଦାସୀ ବୋଇଲେ କୁମାରୀକୁ କୁମର ଘେନିଗଲାରଥ ବାହିଣ ସେ ଶୂନ୍ୟ ମାର୍ଗରେ ଚଳିଲା ।୧୪୯।ୟେହା ଶୁଣି ରାଜା ବିରୁପାକ୍ଷ ମନ୍ତ୍ରୀକୁ ରାଇଲାନୀଳଧର କୁମରକୁ ଚାହିଂଣ ବୋଇଲା ।୧୫୦।ଆରେ ସୁରେଖାକୁ କେ ମେଢରୁ ନେଉଛି ଚୋରାଇବାନ୍ଧି ଘେନିଆସ ବୋଲି ରାଜା ଆଗ୍ୟାଂ ଦେଇ ।୧୫୧।ଥାଟ ପଲାଣି ଘେନି ଧାଂଇଲା ନୀଳଧରପଞ୍ଚୁ କୋଶେ ଯାଇଣ ସେ ଭେଟିଲା କୁମର ।୧୫୨।ଡାକିଲେ କାହିଂକି ରେ ଯାଉଛୁ କନ୍ୟାଚୋରରହ ରହ ବୋଲି ଯାଇଂ ଓଗାଳିଲେ ଆଗର ।୧୫୩।ମାର ମାର ବୋଲିଣ ଯେ ଶୁଭଇ ଶବଦକୁମର ଚାହିଂ କୁମାରୀ ମନରେ ବିଷାଦ ।୧୫୪।କୁମାରୀ ବୋଇଲା ଶୁଣ ହୋ ମୟାଣତୁମ୍ଭର ସଙ୍ଗତେ ୟେମାନେ ଅବଶ୍ୟ କରିବେଟି ରଣ ।୧୫୫।ଶତେପୁର କରି ପଦ୍ମନକୁ ସେ ବେଢିଲେତୀଖ ଶରମାନ ଯେ ନିଠାଇ ବିନ୍ଧିଲେ ।୧୫୬।କରେଣ ଧନୁଶର ଧଇଲା ମହାବଳୀକୃତଶେଖର ସଇନଂକୁ ପକାଇଲା ଦଳି ।୧୫୭।ଦେଖିଣ ମହାକୋପ କଲାକ ନୀଳଧରପଦ୍ମନ ଉପରକୁ ବିନ୍ଧିଲାକ ଶର ।୧୫୮।ଅଙ୍ଗେଣ ବାଜି ଶହସ୍ରମାନ ଗଳିଗଲାଖଳ ଖଳ ହୋଇଣ ରୁଧିର ବହିଲା ।୧୫୯।କନ୍ୟାକୁ ନିର୍ଭର କରି ଧରିଅଛି କୋଳେଆପଣେ ସମର ସେ ଯେ କରଇ ନିର୍ଭରେ ।୧୬୦।ଘଡ଼ିୟେକ ପରିଯନ୍ତେ ଅନେକ ଯୁଦ୍ଧ କଲେସାଂଗ୍ରାମେ ପ୍ରଦ୍ୟୁମ୍ନକୁ ଜିଣି ନୁଆରିଲେ ।୧୬୧।କୃଷ୍ଣର କୁମର ସେହୁ ୟେକେ କାମଦେବତାହାକୁ କିୟେ ଛାର ଦେବ ପରାଭାବ ।୧୬୨।ଅନେକ ଶହସ୍ରମାନ କୁମରକୁ ମାଇଲେକେବେହେଂ ତାହାକୁ ସେ ଜିଣି ନୁଆରିଲେ ।୧୬୩।ଦୁଇପ୍ରହର ପରିଯନ୍ତେ ହୋଇଲା ରଣଗୋଳବହୁତ ଯୁଦ୍ଧ କଲା କୃତ ଶେଖର ଦୁଲାକ ।୧୬୪।ୟେକା ଜଣକୁ ସହସ୍ର ଜଣ ବେଢିଲେବହୁତ ରଣଗୋଳ ପ୍ରଦ୍ୟୁମ୍ନ ସଙ୍ଗେ କଲେ ।୧୬୫।ବହୁତ ସଇନ ସେ ବେଢିଲେକ ଯାଇଂବିସ୍ମୟେ ହୋଇ କୁମର ମନରେ ଭାଳଇ ।୧୬୬।ବଳେଣ କୁମରକୁ ସେ ଧାଇଂଣ ଧଇଲେରଥ ଉପରକୁ ତଳକୁ ଓଟାରି ଆଣିଲେ ।୧୬୭।ପାଟଡୋର ଘେନିଣ ଯେ ବାନ୍ଧିଲେ କୁମରକନ୍ୟା ବସିଅଛଇ ଯେ ରଥର ଉପର ।୧୬୮।ସାରଥିକି ବୋଇଲେ ହୋ ରଥ ବେଗେ ଚଲାଆଗ୍ୟାଂୟେ ସାରଥି ଯେ ରଥ ବାହିନେଲା ।୧୬୯।କରମଣ୍ଡଳ ରାଜ୍ୟେଣ ପ୍ରବେଶ ହୋଇଲେମେଢର ଭିତରେ ନେଇ କନ୍ୟାକୁ ଥୋଇଲେ ।୧୭୦।କୁମରକୁ ବାନ୍ଧି ରାଜା ଛାମୁରେ ନେଇ କଲେକାହିଂର ତୁ କନ୍ୟାଚୋର ବୋଲିଣ ପଚାରିଲେ ।୧୭୧।ଲାଜେଣ କୁମର ଯେ ପୋତିଅଛି ମଥାକାହାକୁ ସେ ଫେଡିକରି ନ କହଇ କଥା ।୧୭୨।କୃତଶେଖର ରାଜା ଯେ ମନ୍ତ୍ରୀକି କହଇୟେ କୁମରକୁ ବେଗେ ହଣାଇ ପକା ନେଇ ।୧୭୩।ୟେଡ଼େ ବଡ଼ ଭରସା ୟେହାର ମେଢରେ ପଶିଲାମୋହୋର କୁମାରୀକି ଚୋରାଇ ନେଉଥିଲା ।୧୭୪।ରାଜାର ବଚନେ ବିରୂପାକ୍ଷ ମନ୍ତ୍ରୀ କହଇଅବଧାନ ହୋଇ ତୁମ୍ଭେ ଶୁଣିମା ଗୋସାଇଂ ।୧୭୫।ପୁରୁଷ ଅନୁକ୍ରମେ ମୁଂ ସେବକ ତୁମ୍ଭରମୋହୋର କଥା ଗୋଟିୟେ ଘେନିମା ନୃପବର ।୧୭୬।ରାଜା ବୋଇଲେ କିମ୍ପେ ନ କହି ରହିଛୁ ତୁନୀ ହୋଇମନ୍ତ୍ରୀ ବୋଇଲା ଦୋଷ କ୍ଷମା କଲେ କହିବି ଗୋସାଇଂ ।୧୭୭।ୟେ କନ୍ୟାଚୋରକୁ ଆମ୍ଭେ ବାନ୍ଧି ଥୋଇଣ ଯେ ଥିବାକାହାର କୁମର ୟେ ବିଚାରି ବୁଝିବା ।୧୭୮।ସୁନ୍ଦର ପୁରୁଷ ୟେ ବୟସ ଅଳପକାମଦେବ ପ୍ରାୟେ ଯେ ଦିଶଇ ସରୂପ ।୧୭୯।ମହତ ବଂଶରେ ୟେହୁ ହୋଇଅଛି ଜାତବିଚାରିଣ ବୁଝିବା ଯେ ୟେଥିର ତଦନ୍ତ ।୧୮୦।ୟେହିପରି ମନ୍ତ୍ରୀ ଯହୁଂ ବୁଝାଇ କହିଲାରାଜାର ମନକୁ ଅମୃତ ପ୍ରାୟେକ ରୁଚିଲା ।୧୮୧।ମନ୍ତ୍ରୀକି ପ୍ରଶଂସା ଯେ କରିଣ ମହାରାୟେବନ୍ଧନରୁ ଫିଟାଇଲେ କୃଷ୍ଣର ତନୟେ ।୧୮୨।ବନ୍ଦୀ ପ୍ରକାରେ ଜଗିଆ ଦେଇଣ ରଖିଲାଯେତେବେଳେ କୁମର ବନ୍ଧନେ ପଡ଼ିଥିଲା ।୧୮୩।ସୁରେଖା କୁମାରୀ ବହୁତ ଶୋକ କଲାକୁମର ନାମ ଧରି ବିକଳେ ରୋବିଲା ।୧୮୪।ଦାସୀ ପରିବାରୀ ଯେ ଅନେକ ତିଆରିଲେଅନେକ ପ୍ରକାର ସେ ପ୍ରୋବଧି କହିଲେ ।୧୮୫।ବୋଇଲେ କୁମରକୁ ବନ୍ଦୀ କରି ରଖିଛନ୍ତିୟେଥକଇଂ ଗରୁଚିନ୍ତା ନ କର ଗୋ ସତୀ ।୧୮୬।୮୫୪୬।ପ୍ରଦ୍ୟୁମ୍ନ ବନ୍ଦୀ ମୋଚନମନୁ ରାଜା ପଚାରନ୍ତି ଅଗସ୍ତିଂକି ଚାହିଂୟେଥି ଉତ୍ତାରେ କିସ ହୋଇଲା ମୋତେ କହିବା ଗୋସାଇଂ ।୧।ଅଗସ୍ତି ବୋଲନ୍ତି ଶୁଣ ମନୁ ନୃପନାଥୟେଥୁ ଅନନ୍ତରେ କଥା ହୋଇଲା ୟେମନ୍ତ ।୨।କୁମର ବନ୍ଦୀ ପଡ଼ିବାର ଜାଣିଲେ ନାରଦ ମହାମୁନିପଞ୍ଚଭୂତ ଆତ୍ମାରେ ସେ ବିଚାରନ୍ତି ପୁଣ ପୁଣି ।୩।କୃଷ୍ଣର ନବରେ ପଡ଼ିଅଛି ବହୁତ ଚହଳସମସ୍ତେ ଯେ କାନ୍ଦୁଛନ୍ତି ହୋଇଣ ବିକଳ ।୪।ଗୋବିନ୍ଦେ ବୋଇଲେ ତୁମ୍ଭେ ସମସ୍ତେହେଂ ଅଛପ୍ରଦ୍ୟୁମ୍ନ କେଣେ ଅଛଇ ନ ଦେଖଇଂ ମୁଖ ।୫।ସାତଦିନ ହୋଇଗଲା ମୋର ପୁତ୍ରମଣି କାହିଂ ଗଲାପଞ୍ଚୁଭୂତ ଆତ୍ମା ମୋର କାଢିଣ କେ ନେଲା ।୬।ବଳରାମେ କ୍ରୋଧ ଯେ କରନ୍ତି ବହୁତଉଗ୍ରସେନ ବିଚାରଇ ହୋଇଲା ବିପରୀତ ।୭।ସାତବଂଶ ଯାଦବ ଯେ ଯାହାରେ ଖୋଜନ୍ତିପ୍ରଦ୍ୟୁମ୍ନର ଚିହ୍ନ ବର୍ଣ୍ଣ କାହିଂ ନ ଦେଖନ୍ତି ।୮।ବହୁତ ବଇକୁଲ୍ୟ ହୋଇଲେ ଭାବଗ୍ରାହୀମୁର୍ଚ୍ଛାଗତ ଗଲେ ଶରୀରେ ଗ୍ୟାନ ନାହିଂ ।୯।ଭିତରେ ଅଷ୍ଟ ପାଟବଂଶୀ ଆକୁଳେ ରୋବନ୍ତିକପାଳରେ କର ମାରି ରତି ଦେବୀ କାନ୍ଦନ୍ତି ।୧୦।ଅନେକ ହାଲହୋଳି ହୋଇଲା ଦ୍ୱାରିକାରେକାହାକୁ ପଚାରିବା କେ କହିବ ଛାମୁରେ ।୧୧।ନାମ ଧରି କୃଷ୍ଣ ଯେ କରନ୍ତି ରୋଦନଲୋକିତ କଥାକୁ ଫେଡ଼ି ନ କହନ୍ତି ଜନାର୍ଦ୍ଦନ ।୧୨।ଅନ୍ତର୍ଯ୍ୟାମୀ ନାଥ ସେ କାହା ନ ଜାଣନ୍ତିକେଉଂ କଥା ଉବାରି କି ନ ଜାଣନ୍ତି ଶ୍ରୀପତି ।୧୩।ମାୟାରେ ରୋଦନ ଯେ କରନ୍ତି ଚକ୍ରଧରକାହିଂଗଲା ମୋହୋର ଯେ ପ୍ରଦ୍ୟୁମ୍ନ କୁମର ।୧୪।ବହୁତ ରୋଦନ ଯେ ବଳରାମ କରନ୍ତିବହୁତ ରୋଦନ କଲେ ଦଇବକୀ ମହାସ୍ୱତୀ ।୧୫।ୟେମନ୍ତର ସମୟେ ଯାଇଂ ନାରଦ ମିଳିଲେଦେଖି ବଳରାମ ହରି ଓଳଗି ଶୋଇଲେ ।୧୬।କଲ୍ୟାଣ କରିଣ ଯେ ବୋଲନ୍ତି ମୁନିବରସମସ୍ତ ବିରସ ହରଷ ନାହିଂ ତ କାହାର ।୧୭।ଗୋବିନ୍ଦେ ବୋଇଲେ ତୁମ୍ଭେ ଶୁଣ ହେ ମୁନିମଣିସାତଦିନ ହୋଇଲା ପ୍ରଦ୍ୟୁମ୍ନ କାହିଂଗଲା ନୁଆରିଲା ଜାଣି ।୧୮।ବହୁତ ବିକଳ ଯେ ହୋଉଛି ଶରୀରକୁଳର ଧାରଣା ସେ ମୋର ଅଲ୍ୟକ କୁମର ।୧୯।ଦେଶ ବିଦେଶରେ ତୁମ୍ଭେ ବୁଲୁଥାଅ ମୁନିବରକାହିଂ ଦେଖିଲକି ମୋର ପ୍ରଦ୍ୟୁମ୍ନ କୁମର ।୨୦।ମୁନି ବୋଇଲେ ହୋ ତୁମ୍ଭେ ଶାନ୍ତି ହୁଅତହିଂର ବିଧାନ ଆମ୍ଭେ କହିବାକ ରହ ।୨୧।ନାରଦଂକ ବଚନେ ସମସ୍ତେ ତୁନୀ ଯେ ହୋଇଲେକହ ମୁନିବର ବୋଲି ଗୋବିନ୍ଦ ବୋଇଲେ ।୨୨।ହସିଣ ନାରଦ ଯେ କହନ୍ତି ବଚନକୃତଶେଖର ରାଜାପୁରେ ଅଛି ତୋହୋର ନନ୍ଦନ ।୨୩।ସୁରେଖା ନାମେଣ ତାର ଦୁହିତାୟେ ଥିଲାତୋହୋର କୁମର ଯାଇଂ ତାର ମେଢରେ ପଶିଲା ।୨୪।କନ୍ୟାକୁ ବଳେଣ ସେହୁ ଆଣୁଥିଲା ହରିବେଢିଣ କୁମରକୁ ଘେନିଗଲେ ଧରି ।୨୫।ମାରି ପକାଉଥିଲେ ମନ୍ତ୍ରୀବର ରଖିଲାବଡ ସୁନ୍ଦର ୟେ ଯେ ଅଟଇ ବାଳୁତ ବଳା ।୨୬।ବଡ କୁଳରେ ଜାତ ହେଲା ପ୍ରାୟେକ ଦିଶଇସନ୍ତ୍ରୀର କହନ୍ତେ ରାଜା ବୋଧ ଯେ ହୁଅଇ ।୨୭।ଯତନେଣ କୁମରକୁ ଅଛନ୍ତି ରଖାଇୟେଥକୁ କିସ ବିଚାର କରିବା ଭାବଗ୍ରାହୀ ।୨୮।ନାରଦଂକ ମୁଖରୁ ୟେସନେକ ଶୁଣିଲେକୋପଭର ହୋଇ ମୁନିଂକି କୃଷ୍ଣ ଯେ ବୋଇଲେ ।୨୯।ବାଟ କଢାଅ ମୁନି ହେ ଯିବା ତହିଂ ଯାୟେମାରିବି ବଂଶ ତାର କରିବି ନିସଂଶୟେ ।୩୦।ବଳରାମେ ଶୁଣି ଯେ ବହୁତ କୋପ କଲେହଳ ମୂଷଳରେ ରାଜ୍ୟ ତାର ତାଡ଼ିବି ବୋଇଲେ ।୩୧।କରମଣ୍ଡଳ ରାଜ୍ୟେ ଲାଙ୍ଗଳେ ତାଡ଼ିବଇକୃତଶେଖର ରାଜାନ୍ତ ଯମପୁରେ ପେଶିବଇଂ ।୩୨।ବହୁତ ପ୍ରତଗ୍ୟାଂ ଯହୁଂ ବଳରାମେ କଲେହଳମୂଷଳ ଧରି କୋପେ ବୁଲାଇଲେ ।୩୩।ଗୋବିନ୍ଦେ ବୋଇଲେ ହୋ ଶୁଣିମା ହଳଧାରୀଆଗହୁଂ ପ୍ରତଗ୍ୟାଂମାନ କେବେହେଂ ନ କରି ।୩୪।ତାହାର ଆମ୍ଭର ଯେତେବେଳେ ହୋଇବାକ ଭେଟତେତେବେଳେ ଜାଣିବା ସେ ଅଟଇ କେଡେ ଆଣ୍ଟ ।୩୫।ନାରଦେ ବୋଇଲେ ହୋ ଶୁଣିମା ଭାବଗ୍ରାହୀଆପଣାର କଥା କି ଆପଣ ନ ବୁଝ କିମ୍ପାଇଂ ।୩୬।ମେଢର ଭିତରେ ତୋର କୁମର ପଶିଲାତାହାର ଦୋହିତାକୁ ଚୋରାଇ ଆଣୁଥିଲା ।୩୭।ୟେଥିରେ ତାହାର କେଉଣ ଦୋଷ ନ ଯୋଗାଇସାବଧାନ ହୋଇ ତୁମ୍ଭେ ଶୁଣିମା ଭାବଗ୍ରାହୀ ।୩୮।ବଳରାମେ ବୋଲୁଛନ୍ତି ଶୁଣ ହୋ ମୁନିବରକରମଣ୍ଡଳ ରାଜ୍ୟକୁ ଆମ୍ଭ ସଙ୍ଗତେ ବାହାର ।୩୯।ହସିଣ ନାରଦେ ଯେ ବୋଲନ୍ତି ବଚନବାଟ କଢାଇଣ ଘେନି ଯିବି ମୁଂ ଆହୋ ବଳରାମ ।୪୦।ନାରଦ ଗୋବିନ୍ଦ ବଳରାମଂକ ସହିତେଉଗ୍ରସେନଂକ ଆସ୍ତାନେ ଚଳିଲେ ତୁରିତେ ।୪୧।ଉଗ୍ରସେନକଇଂ ହରି ବଳରାମେ କଲେ ନମସ୍କାରନାରଦଂକୁ ଦେଖି ଉଗ୍ରସେନ ନମଇଂ ପୟର ।୪୨।କଲ୍ୟାଣ କରନ୍ତି ତାଂକୁ ବ୍ରହ୍ମାଂକ ନନ୍ଦନତୋହୋର ବଂଶ ହୋ ରାଜା ହେଉ ବର୍ଦ୍ଧମାନ ।୪୩।ଉଗ୍ରସେନ ବୋଇଲା ଶୁଣ ହୋ ମୁନିମଣିପ୍ରଦ୍ୟୁମ୍ନ ବାରତା ତୁମ୍ଭେ ଅଛକି ହୋ ଜାଣି ।୪୪।ନାରଦେ ବୋଇଲେ ଆମ୍ଭେ ପାଇଛୁ ବାରତାକରମଣ୍ଡଳ ରାଜ୍ୟେ ଧରା ହୋଇଛନ୍ତି କୁମର ମହାରଥା ।୪୫।ତହିଂର ରାଜା ଯେ ଅଟନ୍ତିଯେ କୃତଶେଖର ରାୟେସୁରେଖା ବୋଲିଣ ତାହାର ଅଛଇ ଦୁହିତାୟେ ।୪୬।ସୁନ୍ଦର ପଣେ ସେହୁ ରମ୍ଭାର ସମାନବାରତା ପାଇ ହରି ଆଣୁଥିଲା ପଦ୍ମନ ।୪୭।କନ୍ୟା ଘେନି ଆସନ୍ତେ ଜାଣିଲେ କୃତଶେଖର ନୃପରାଣଥାଠ ପେଷି ଧରି ନେଲା କୁମାର ମୟାଣ ।୪୮।ହାଣି ପକାଅ ବୋଲି ଯେ ମନ୍ତ୍ରୀକି ଆଗ୍ୟାଂ ଦିଲାମନ୍ତ୍ରୀ ବୋଇଲା ୟେ ଅପୂର୍ବ ସୁନ୍ଦର ବଳା ।୪୯।ବଡ଼ କୁଳେ ଜାତ ହୋଇଲା ପରାୟେ ଦିଶଇଧରି ରଖିଥିବା ୟେହାକୁ ନାଶ ନ କରିବା ଗୋସାଇଂ ।୫୦।ମନ୍ତ୍ରୀର ବଚନେ ରାଜା ଯେ ପ୍ରବୋଧ ହୋଇଲାଆକଟ କରିଣ କୁମରକୁ ଧରାଇ ରଖିଲା ।୫୧।ୟେହାଶୁଣି ଉଗ୍ରସେନ କୋପେ ପ୍ରଜ୍ଜଳିତକୋପେଣ ଥରହର ଯେ କମ୍ପଇ ନରନାଥ ।୫୨।ରାଜାର କୋପ ଦେଖି ଯେ ବୋଲନ୍ତି ମୁନିବରଆଗହୁଂ ପ୍ରତଗ୍ୟାଂ କିମ୍ପେ କରୁ ନୃପବର ।୫୩।ଥାଠ ସଜ କର ହୋ ଯିବା ତହିଂ ଯାୟେହାନି ଅପଚୟ ସିନା ବୁଝିବା ସେଠାୟେ ।୫୪।ଗୋବିନ୍ଦେ ବୋଇଲେ ହୋ ଶୁଣିମା ମହାରାଣଥାଠ ସଜକର ଆମ୍ଭେ ଯିବା ୟେହିକ୍ଷଣ ।୫୫।ବଳରାମେ ବୋଲନ୍ତି ଉଗ୍ରସେନକଇଂ ଚାହିଂସାତବଂଶ ଯାଦବ ବଳ ସାଜି ଆଣ ତୁହି ।୫୬।ବଳରାମଂକ ବଚନେ ଉଗ୍ରସେନ ଅକ୍ରୂରକୁ ଚାହିଂବୋଇଲେ ଥାଠ ସଇନି ସାଜି କରି ଆଜ ଆଣ ତୁହି ।୫୭।ରାଜାର ଆଗ୍ୟାଂ ପାଇ ଅକ୍ରୂର ବେଗେ ଗଲାସିଂଘଦ୍ୱାରେ ଯାଇଣ ଟମକ ଦିଆଇଲା ।୫୮।ବୋଇଲା ସାତବଂଶ ଯାଦବେ ଆସ ସଜ ହୋଇଯାହାର ଯେତେକ ଅଙ୍ଗବଳ ଯେ ଅଛଇ ।୫୯।ହାଥୀ ରଥୀ ପାଦାନ୍ତି ଯାହାର ଯେତେବଳସଜ ହୋଇ ଆସି ଶିଘ୍ରେ ସିଂଘଦ୍ୱାରେ ମିଳ ।୬୦।ଉଦ୍ଧବ ଅନାଧୃଷ୍ଟ ଯେ ସାତୁକୀ ସହିତେଶକ୍ରାଜିତ ବାସୁଦେବ ଆଦି ଅଇଲେ ସମସ୍ତେ ।୬୧।ସାତବଂଶ ଯାଦବେ ଯେ ତୁରିତେ ମିଳିଲେରଥୀ ହାଥୀ ପାଦାନ୍ତି ଯେ ସମସ୍ତେ ଅଇଲେ ।୬୨।ଅଶ୍ୱ ଚଢ଼ି ଅଶୁଆରେ କମାୟେଣ ଭିଡ଼ିଢୋଲ ଚମକ ଯେ ବାଜଇ ତଡବଡ଼ି ।୬୩।ସହସ୍ରେକ ଶଙ୍ଖ ଯେ ଫୁରଇ ଘନ ଘନମହୁରୀ ତାଳବୀଣା ଯେ ବାଜଇ ଅବିଚ୍ଛନ୍ନ ।୬୪।ବାଦ୍ୟନାଦ ଶବଦେ ଯେ ମହୀ ଉଚ୍ଛୁଳଇବିକଟାଳ ମୁଖରାବ ଶବଦ ଶୁଭଇ ।୬୫।ଅକ୍ରୂର ବୋଇଲା ଉଗ୍ରସେନଂକ ଛାମୁରେସବୁ ସଇନି ସଜ ହୋଇଅଛନ୍ତି ସିଂଘଦ୍ୱାରେ ।୬୬।ରାମକୃଷ୍ଣଂକ ଚାହିଂ ଉଗ୍ରସେନ ବୋଲନ୍ତିସାତବଂଶ ସଜ ହୋଇଲେ ଯଦୁପତି ।୬୭।ଉଗ୍ରସେନଂକ ମୁଖରୁ ୟେସନ ବାକ୍ୟଶୁଣିଆପଣେ ସଜ ହୋଇ ଅଇଲେ ଚକ୍ରପାଣି ।୬୮।ସାତୁକୀକି ଚାହିଂଣ ବୋଲନ୍ତି ଦାମ୍ବୋଦରରଥ ସଜକର ଯିବା କରମଣ୍ଡଳ ରାଜ୍ୟର ।୬୯।ଦିବ୍ୟ ରଥେକ ଯେ ଉଦ୍ଧବ ସଜକଲାଗୋବିନ୍ଦଂକ ଛାମୁରେ ନେଇଣ ଉଭାରିଲା ।୭୦।ବଳରାମଂକୁ ଦିବ୍ୟ ରଥେକ ସଜ କରି ଦିଲେ ଆଣିହଳ ମୂଷଳ ଧରି ରଥରେ ବିଜୟେ ହଳପାଣି ।୭୧।ଶଙ୍ଖ ଚକ୍ର ଗଦା ପଦ୍ମ ଧରି ଦେବ ନରହରିଦେବଦତ୍ତ ଶଙ୍ଖକୁ ବଜାନ୍ତି ମୁରାରି ।୭୨।ବଳରାମଂକ ପୁତ୍ର ଆନନ୍ଦ ସାନନ୍ଦ ସହିତେଶାମ୍ବ ଗଦ ମୂଳେ କୃଷ୍ଣଂକର ପୁତ୍ର ଯେତେ ।୭୩।ରଥେ ରଥେ ଚଢି କରି ସମସ୍ତେ ଅଇଲେନବର ଦୁଆରେ ଆସି ସମସ୍ତେ ଉଭାରିଲେ ।୭୪।ୟେକାନ୍ତରେ ଭଗବାନ ସାତୁକୀକି ରାଇଲେଗୁପତ କରିଣ ଯେ ବିଶ୍ୱାସରେ କହିଲେ ।୭୫।ତୁ ବାବୁ ସାତୁକୀ ଯେ କଥାୟେକ କରରଥ ଚଢି ଯାଅ ୟେବେ ବାରୁଣାବନ୍ତ ପୁର ।୭୬।ଯୁଝେଷ୍ଠିଂକ ଛାମୁରେ କହ ୟେସନକ ଚରିତସାତକ୍ଷଉଣୀ ବଳ ଘେନି ପାଞ୍ଚଭାଇ ଆସିବେ ତୁରିତ ।୭୭।ଶ୍ରୀକୃଷ୍ଣ ଆଗ୍ୟାଂୟେ ସାତୁକୀ ରଥ ସଜ କଲାଦିବ୍ୟ ବେଶ ହୋଇଣ ଯେ ରଥରେ ବସିଲା ।୭୮।ଗୋବିନ୍ଦଂକୁ ନମସ୍କାର କରିଣ ଚଳଇତତକ୍ଷେଣ ଯାଇଂ ବାରୁଣାବନ୍ତରେ ମିଳଇ ।୭୯।ଯୁଝେଷ୍ଠିଂକ ସିଂଘଦ୍ୱାରେ ମିଳିଲା ମହାବୀରରଥରୁ ଓହ୍ଲାଇ ଯେ ପଶଇ ଭିତର ।୮୦।ଦେଖିଲା ଆସ୍ତାନେ ବସିଅଛନ୍ତି ପାଞ୍ଚଭାଇଆସ୍ତାନ ତଳେ ସାତୁକୀ ଉଭାହେଲା ଯାଇଂ ।୮୧।ଯୁଝେଷ୍ଠିଂକି ଦେଖି କରି ଓଳଗି ଶୁତିଲାଶିରେ କରଦେଇ ଉଭା ହୋଇଣ ରହିଲା ।୮୨।ଯୁଝେଷ୍ଠି ବୋଇଲେ ତୁ ଯାଆରେ ନକୁଳବହନ ତୋଳିଆଣ ସାତୁକୀ କୁମର ।୮୩।ଆଗ୍ୟାଂ ପ୍ରମାଣେ ଯେ ନକୁଳ ଉଠିଲାଶିରେ କର ଦେଇଣ ଯେ ଓଳଗି ଶୁତିଲା ।୮୪।କୋଳାଗ୍ରତ ହୋଇ ଉଠିଲେ ଦୁଇ ବୀରେଆସ୍ତାନ ଉପରକୁ ଉଠିଗଲେ ଖରେ ।୮୫।ଭୀମ ଅର୍ଜୁନକୁ ଦେଖି ସାତୁକୀ ଶିରେ କର ଦିଲାଗଉରୋବ ପାଇ ଯାଇଂ ଆସ୍ତାନେ ବସିଲା ।୮୬।ଯୁଝେଷ୍ଠି ବୋଇଲେ ତୁ ଶୁଣ ହୋ ମହାବୀରକିମର୍ଥେ ଅଇଲୁ କହ ଚରିତ ୟେଥିର ।୮୭।ମୋତେ ଶଙ୍ଖୋଳିବାକୁ କି ଅଇଲୁ ଆପଣେଆବର କି ତୋତେ ପଠାଇଲେ ଭଗବାନେ ।୮୮।ୟେଥିର ସନ୍ଦେଶ କହ ମୋହୋର ଅଗ୍ରତେସର୍ବ ଶୁଭେ ଛନ୍ତିଟି କି ପ୍ରଭୁ ଜଗନ୍ନାଥେ ।୮୯।ବଳରାମଂକର ସର୍ବ ଶୁଭ କହ ମୋତେସର୍ବ ଶୁଭେ ରାଜ୍ୟ କରନ୍ତିଟି କି ଉଗ୍ରସେନ ନରନାଥେ ।୯୦।ସାତବଂଶ ଯାଦବେ ଭଲେ ଅଛନ୍ତି ଟିକିସମସ୍ତ କୁଶଳ ବୋଲି କହଇ ସାତୁକୀ ।୯୧।କରପତ୍ର ଯୋଡି କହେ ଶୁଣ ହୋ ଠାକୁରମୋତେ ପଠିଆଇଛନ୍ତି ଦେବ ଦାମ୍ବୋଦର ।୯୨।ସପତ ଦିବସର ଅନ୍ତରେଣ କଥାଦ୍ୱାରାବତୀ ପୁରେ ହୋଇଲା ଯେଉଂଣ ବ୍ୟବସ୍ତା ।୯୩।ପଦ୍ମନ କୁମର କେଣେ ଗଲେ କେହି ନ ଜାଣିଲେହରି ବଳରାମେ ଯେ ବହୁତ କ୍ରୋଧ କଲେ ।୯୪।ଉଗ୍ରସେନ ରାଜା ଯେ ବ୍ୟାକୁଳେ ଭାଳିଲେଦେବକୀ ବସୁଦେବ ଯେ ବହୁତ କାନ୍ଦିଲେ ।୯୫।ୟେମନ୍ତେଣ ହାଲହୋଳି ହୋଅନ୍ତେ ଦ୍ୱାରିକାରେଯାଇଂଣ ମିଳିଲେ ଯେ ନାରଦ ମୁନିବରେ ।୯୬।ଦେଖି ମୁନି ପଚାରିଲେ ଦ୍ୱାରିକାୟେତ ସମସ୍ତ ବିରସଶ୍ରୀକୃଷ୍ଣ ବୋଇଲେ ସାତଦିନ ହେଲା କେଣେ ଗଲା ଋକ୍ଣିଣୀରଶିଷ ।୯୭।ନାରଦେ ବୋଇଲେ ଆମ୍ଭେ କହିବା ତଥ୍ୟ କରିଯହିଂରେ ଅଛଇ ଯେ ପଦ୍ମନ ମହାବଳୀ ।୯୮।ଗୋବିନ୍ଦେ ବୋଇଲେ କାହିଂ ଅଛଇ କହ ତଥ୍ୟୟେମନ୍ତଟି ମୋହୋର ପଶଇ ପଞ୍ଚଭୂତ ।୯୯।ନାରଦେ ବୋଇଲେ କୁରୁମ ପର୍ବତ ବୋଲି ୟେକ ଗିରିବରସୁର ନଦୀ ବୋଲି ତହିଂ ୟେକଇ ସରୋବର ।୧୦୦।ତହିଂର ପଚ୍ଛିମେ ଯେ କରମଣ୍ଡଳ ଦେଶକୃତଶେଖର ବୋଲିଣ ତହିଂର ନରେଶ ।୧୦୧।ମନ୍ତ୍ରୀୟେ ଅଛି ତାହାର ନାମ ବିରୂପାକ୍ଷନୀଳଶେଖର ବୋଲି ତାର ଅଛଇ ୟେକ ବତ୍ସ ।୧୦୨।ଦୁହିତା ଗୋଟିୟେ ତାର ସୁରେଖା ବୋଲି ନାମଅତୁଳାଇତ ସୁନ୍ଦରୀ ତାକୁ କେହି ନାହିଂ ସମ ।୧୦୩।ରୂପ ଗୁଣ ଶୁଣି ପଦ୍ମନ ତହିଂକି ଗଲାରଥରେ ବସାଇ କନ୍ୟାକୁ ରାତ୍ରରେ ଆଣୁଥିଲା ।୧୦୪।ବାରତା ପାଇଣ ସେ ଯେ କୃତଶେଖର ରାୟେଧରାଇ ଘେନିଗଲା କୃଷ୍ଣର ତନୟେ ।୧୦୫।ବାନ୍ଧି କରି ତାକୁ ରଖିଅଛି ବଳେୟେସନେକ ସନ୍ଦେଶ କହିଲେ ନାରଦ ମୁନିବରେ ।୧୦୬।ବାରତା ପାଇଣ ରାମକୃଷ୍ଣ ଯେ କୋପକଲେହଳ ମୂଷଳ ଧରି ବଳରାମେ ଯେ ଧାଇଂଲେ ।୧୦୭।ଉଗ୍ରସେନ ରାଜା ଯେ ବହୁତ କୋପ କରିଥାଠ ସଜକରି ସିଂଘଦୁଆରେ ଉଭାରି ।୧୦୮।ୟେକାନ୍ତେ ରାଇ ମୋତେ ଶ୍ରୀହରି ଆଗ୍ୟାଂ ଦିଲେପଣ୍ଡୁର କୁମରନ୍ତ ଘେନିଆସ ବେଗେ ଭଲେ ।୧୦୯।ସାତ କ୍ଷଉଣୀ ବଳ ଘେନିଣ ପାଞ୍ଚଭାଇୟେହିକ୍ଷଣି ଦ୍ୱାରିକାକୁ ଯିବ ବେଗେ ସଜହୋଇ ।୧୧୦।ୟେହା ଶୁଣି ଯୁଝେଷ୍ଠି ଯେ ହରଷ ହୋଇଲେସ୍ରାହାନ ଭୋଜନ ସାତୁକୀକି କରାଇଲେଳ ।୧୧୧।ସାତ କ୍ଷଉଣୀ ବଳ ଘେନିଣ ପାଞ୍ଚଭାଇଧନୁ କମାୟେଣ ଘେନି ଆସନ୍ତି ବେଗ ହୋଇ ।୧୧୨।ନେତର ଚିରାଳ ଯେ ଉଡ଼ଇ ଫରହରଯାଇଂଣ ମିଳିଲେ ଯେ ଦ୍ୱାରାବତୀ ପୁର ।୧୧୩।ବଳରାମନ୍ତ ଦେଖି ଯୁଝେଷ୍ଠି ପାଞ୍ଚଭାଇ ଓଳଗିଲେକାମପାଳେ ବହୁତ ଯେ କଲ୍ୟାଣ ବାଞ୍ଛାକଲେ ।୧୧୪।ଗୋବିନ୍ଦେ ଯୁଧେଷ୍ଠିଂକି କଲେ ନମସ୍କାରଚାରିଭାଇ ଓଳଗନ୍ତି ଶ୍ରୀକୃଷ୍ଣ ପୟର ।୧୧୫।ଗୋବିନ୍ଦେ ବୋଲନ୍ତି ଯୁଝେଷ୍ଠିଂକ ମୁଖ ଚାହିଂସାତୁକୀ କହିବାର ତ ଶୁଣିଛ ଗୋସାଇଂ ।୧୧୬।ଯୁଝେଷ୍ଠି ବୋଇଲେ ମୁହିଂ ଶୁଣିଛି ସମସ୍ତଥାଠ ସଜକର ୟେବେ ଯିବା ଜଗନ୍ନାଥ ।୧୧୭।ସେହିକ୍ଷଣି ବୀରତୂର ଟମକ ବାଜିଲାଶଙ୍ଖ ମହୁରୀ ଯେ ଦମା ଘନ ଘନ ଫୁରିଲା ।୧୧୮।ନେତର ଚିରାଳ ଯେ ଫରହର ଉଡଇଦେବ ମାନବରେ ତାହା କହିତ ନୁହଇ ।୧୧୯।ଜୟଶଙ୍ଖ ବଜାଇ ଯେ ହୋଇଲେ ବାହାରପନ୍ଦର କ୍ଷଉଣୀ ବଳ ଘେନି ଚଳେ ଉଗ୍ରସେନ ନୃପବର ।୧୨୦।ସମଦଣ୍ଡ ଚଳାଇଣ ଗଲେ ଆଗ ହୋଇତାହାଂକ ପଛେ ସାତ କ୍ଷଉଣୀ ବଳ ଘେନିଣ ପାଣ୍ଡବ ପାଞ୍ଚଭାଇ ।୧୨୧।ପୁତ୍ର ମାନନ୍ତ ଘେନି ରାମକୃଷ୍ଣ ବେନିଭାଇପଛ ଦଣ୍ଡରେ ସେ ଯେ ଆସନ୍ତି ଚଳାଇ ।୧୨୨।ଧୀର ଧୀର ହୋଇ ଥାଠ ଚଳାଇଣ ଗଲେକରମଣ୍ଡଳ ଦେଶେ ଯାଇଂ ପରବେଶ ହୋଇଲେ ।୧୨୩।ଢୋଲ ଟମକ ଦମା ବାଜଇ ନିଶାଣବାଦ୍ୟର ଘାୟେ କମ୍ପଇ ତିନି ଯେ ଭୁବନ ।୧୨୪।ଉଛୁଳି ପଡୁଅଛି ଯେ ସପ୍ତ ବ୍ରହ୍ମାଣ୍ଡରେଅଶ୍ୱ ଖିୁରା ଧୂଳିଉଡ଼ି ଉଠେ ଆକାଶରେ ।୧୨୫।ଦିବସେ ଅନ୍ଧାର ଯେ ହୋଇଲାକ ସୃଷ୍ଟିଘୋର ଧୁନି ଶୁଣି ପଚାରଇ କରମଣ୍ଡଳ ନୃପତି ।୧୨୬।ବିରୂପାକ୍ଷ ମନ୍ତ୍ରୀକି ବୋଇଲା ୟେ କେବଣ ଚରିତଅନ୍ଧାରମୟ କିମ୍ପାଇଂ ଦିଶିଲା ଜଗତ ।୧୨୭।ମନ୍ତ୍ରୀ ବୋଲେ ଥାଠ ଗୋଟା କାହୁଂ ଆସୁଅଛିବୀରତୂର ବାଦ୍ୟମାନ ଅନେକ ବାଜୁଛି ।୧୨୮।ରାଜା ଆଗ୍ୟାଂ ଦିଲେ ମନ୍ତ୍ରୀବର ମୁଖ ଚାହିଂକାହିଂର ସେ ସଇନ ବୁଝିଆସ କିନା ଯାଇଂ ।୧୨୯।ୟେହା ଶୁଣି ମନ୍ତ୍ରୀବର ଡଗର ରାଇଲାବିଶ୍ୱାସ କରିଣ ଯେ କଥାନ୍ତ ବୋଇଲା ।୧୩୦।କାହାର ଥାଠ ସେ ବେଗେ ପଚାରି ଆସ ଯାଇଂଯୁଦ୍ଧକୁ ଆସୁଥିଲେ ଯୁଝିବା ଆମ୍ଭେ ଯାଇଂ ।୧୩୧।ପ୍ରୀତିକି ଆସୁଥିଲେ କରିବା ପ୍ରୀତିପଣବନ୍ଧୁପଣକୁ ଆସୁଥିଲେ କରିବା ବିଚାରିଣ ।୧୩୨।ଗୁଣସାଗର ମନ୍ତ୍ରୀ ଯେ ସର୍ବ ସିଦ୍ଧି ଜାଣଇଂତାହାକୁ ଅବା କିସ ପଟାନ୍ତର ଦେବଇଂ ।୧୩୩।ଶୁଣ ହୋ ମନୁ ରାଜା ପଚାରନ୍ତି ଅଗସ୍ତିୟେକମନ ହୋଇ ଶୁଣ ମଧ୍ୟପର୍ବ ରୀତି ।୧୩୪।ମନ୍ତ୍ରୀର ମୁଖରୁ ଡଗରେ ୟେସନେକ ଶୁଣିଲେଉଗ୍ରସେନଂକ ଥାଠରେ ଯାଇଣ ମିଳିଲେ ।୧୩୫।ଡଗରେ ପଚାରନ୍ତି ତୁମ୍ଭେ କାହିଂର ହୋ ରାଜାଆମ୍ଭର ରାଜ୍ୟରେ ପଶୁଛ ତୁମ୍ଭର କେଉଣ ତରିଜା ।୧୩୬।ବୀରତୂର ବଜାଇ ଆମ୍ଭର ରାଜ୍ୟେ ଆସି ପଶୟେଡ଼େକ ଭରସା ତୁମ୍ଭର ବଡ଼ାଇ ସାହସ ।୧୩୭।ଶତ୍ରୁପଣେ ଆସୁଛ କି ମିତ୍ରପଣେ ଆସମୋହୋର ଆଗରେ କୁହ ୟେଥିର ସନ୍ଦେଶ ।୧୩୮।ରାଜାର ଆଗ୍ୟାଂ ପାଇଣ ଆସିଅଛି ମୁହିଂସନ୍ଦେଶ ବାରତା ବୁଝି ଜଣାଇବି ଯାଇଂ ।୧୩୯।ଡଗର ମୁଖୁଂ ଅକ୍ରୂର ୟେସନେକ ଶୁଣିଉଗ୍ରସେନ ଛାମୁରେ ଜଣାଇ ମନ୍ତ୍ରୀମଣି ।୧୪୦।ବୋଇଲା ଅବଧାନ ଯେ କର ମହାରାୟେକୃତଶେଖର ରାଜାଠାରୁ ଡଗରେକ ଆୟେ ।୧୪୧।ବୋଲେ କାହିଂର ନୃପତି ତୁମ୍ଭେ ଥାଠ ସଇନି ଘେନିଆମ୍ଭର ରାଜ୍ୟେଣ ଆସି ପଶୁଛ ନ ଜାଣି ।୧୪୨।ଯୁଝିବାକୁ ଆସୁଥିଲେ ତାହା ଆମ୍ଭ ଆଗେ କହପ୍ରୀତିକି ଆସୁଥିଲେ କହ ତହିଂର ସନ୍ଦେହ ।୧୪୩।ବନ୍ଧୁପଣକୁ ଆସୁଥିଲେ କହ ପରିମାଣିୟେଥକୁ କିସ ଆଗ୍ୟାଂ ହୋଇବ ନୃପମଣି ।୧୪୪।ଉଗ୍ରସେନ ବୋଇଲେ ରାମକୃଷ୍ଣଂକୁ ପଚାରୟେଥିର ସନ୍ଦେଶ ସେ କହିବେ ବିଚାର ।୧୪୫।ୟେହା ଶୁଣି ଅକ୍ରୂର ଯେ ବେଗେ ଚଳିଗଲାରାମକୃଷ୍ଣଂକ ଛାମୁରେ ସେ ଯାଇଂଣ ମିଳିଲା ।୧୪୬।ପାୟେ ପଡ଼ି ଶୁତିଲା ସେ ଶିରେ କର ଦେଇଅବଧାନ ହୋଇ ଯେ ଶୁଣିମା ଗୋସାଇଂ ।୧୪୭।କୃତଶେଖର ରାଜାର ଡଗର ଆସିଛଇଂକାହିଂର ରାଜା ବୋଲି ସେ ପଚାରୁ ଅଛଇଂ ।୧୪୮।ୟେଥକୁ କିସ ଅବଧାନ ହୋଇବା ଗୋସାଇଂଗୋବିନ୍ଦେ ବୋଇଲେ ଡଗର ଅଛି କାହିଂ ।୧୪୯।ଅକ୍ରୂର ବୋଇଲେ ଡଗର ଆଗ ଥାଠେ ଅଛି ରହିବଳରାମେ ବୋଇଲେ ତୁ ଘେନିଆସ ଯାଇଂ ।୧୫୦।ଆଗ୍ୟାଂ ପରମାଣେ ଅକ୍ରୂର ଧାଇଂଗଲାକୃତଶେଖର ଡଗରକୁ ଘେନିଣ ଅଇଲା ।୧୫୧।ରାମକୃଷ୍ଣଂକ ଛାମୁରେ କଲା ତାକୁ ନେଇଡଗରକୁ ଚାହିଂଣ ଯେ ବୋଲନ୍ତି ଭାବଗ୍ରାହୀ ।୧୫୨।କିସ ଚରିତ ତୁ ହୋ କହ ଆମ୍ଭର ଆଗରଡଗର କହଇ ଯେ ଯୋଡ଼ିଣ ବେନି କର ।୧୫୩।କାହିଂର ରାଜା ତୁମ୍ଭେ ପଶୁଛ ଆମ୍ଭର ରାଜ୍ୟରୟେମନ୍ତ ବୋଲିଣ ଯେ ପଚାରଇ ମୁଂ ଛାମୁର ।୧୫୪।ଯୁଦ୍ଧ ନିମନ୍ତେ ଆସୁଥିଲେ ଯୁଝ ଆମ ସଙ୍ଗତରେପ୍ରୀତିପଣେ ଆସୁଥିଲେ ପ୍ରୀତି କରିବା ତୁମ୍ଭରେ ।୧୫୫।ବନ୍ଧୁପଣକୁ ଆସୁଥିଲେ ତାହା ବିଚାରିବାରାଜାଂକ ଛାମୁରେ କହି ଘେନାଇଂଣ ଯିବା ।୧୫୬।ଶ୍ରୀକୃଷ୍ଣ ବୋଇଲେ ତୁ ଶୁଣ ହୋ ଡଗରଆମ୍ଭର ଅଜା ଅଟଇ ଉଗ୍ରସେନ ନୃପମଣି ।୧୫୮।ସୁରେଖା କନ୍ୟା ନେଉଥିଲା ଯେଉଂ ବୀରସେ ବୀର ଗୋଟି ଅଟଇ ଆମ୍ଭର କୁମର ।୧୫୯।ଗୋବିନ୍ଦ ବୋଲନ୍ତେ ଡଗରକୁ ୟେହୁ ବାଣୀକୋପେ ଥର ହର ହୋଇ କମ୍ପନ୍ତି ହଳପାଣି ।୧୬୦।ବୋଇଲେ ତୋର ରାଜାକୁ କହରେ ଡଗରସୁରେଖା କନ୍ୟାକୁ ନେଉଥିଲା ଯେଉଂ ବୀର ।୧୬୧।ସେହି ବୀର ଗୋଟି ଆମ୍ଭର କୁମର ଅଟଇତାହାକୁ ବନ୍ଦୀ କରି କିମ୍ପେ ରଖିଛ ନରସାଇଂ ।୧୬୨।ୟେତେ କହି କୋପ ଯେ କରନ୍ତି ସଂକ୍ରିଷେଣକରମଣ୍ଡଳ ରାଜ୍ୟକୁ ତାଡ଼ିବି ଲାଙ୍ଗଲେଣ ।୧୬୩।ମାରିବି ତାର ବଂଶ ପୁତ୍ର ନାତି ତୁଲେରକ୍ଷା କରି ନୁଆରିବେ ତାକୁ ଦଶ ଦିଗପାଳେ ।୧୬୪।କହୁଂ କହୁଂ କୋପେ କୋପାନଳ ରାମ ହରିରାମ କୋପେ କମ୍ପଇ ଦଲ ଦଲ ବସୁନ୍ଧରୀ ।୧୬୫।ଡଗରକୁ ବୋଇଲେ ତୁମ୍ଭେ ଯାଅ ବେଗ ହୋଇତୁମ୍ଭର ରାଜାକୁ କହ ଆମ୍ଭର ଆଗ୍ୟାଂ ଯାଇ ।୧୬୬।ୟେ ବାରତା ପାଇଣ ଡଗରେ ଚଳିଗଲେମନ୍ତ୍ରୀର ଛାମୁରେ ଯାଇଂଣ ମିଳିଲେ ।୧୬୭।ମନ୍ତ୍ରୀ ପଚାରଇ କିସ ଚରିତ୍ର ବୁଝିଲଡଗରେ ବୋଲନ୍ତି ଅବଧାନ କର ହୋ ମନ୍ତ୍ରୀବର ।୧୬୮।ସୁରେଖା କନ୍ୟାକୁ ନେଉଥିଲା ଯେହୁ ହରିତାହାଂକର ପିତା ଯେ ଆସୁଛନ୍ତି ଯୁଦ୍ଧ କରି ।୧୬୯।ବଡ ପ୍ରତାପୀ ସେ ଯେ ଅଟଇ ନୃପବରଥାଟ ସଇନ ତାର ସଙ୍ଗତେ ଅଛଇ ଅପାର ।୧୭୦।ପାଦଭରେ ଦଲ ଦଲିତ କମ୍ପୁଅଛି ମହୀବଡ଼ କୋପ କଲା ସେହୁ ଲଙ୍ଗଳ ବୁଲାଇ ।୧୭୧।ବୋଇଲା ତୁମ୍ଭର ରାଜ୍ୟକୁ ମୁଂ ପକାଇବି ତାଡ଼ିବଜ୍ର ମୂଷଳେକ ଯେ ହାଥରେ ଅଛି ଧରି ।୧୭୨।ବୋଇଲି କାହିଂର ତୁମ୍ଭେ ଅଟ ନୃପବରସେ ବୋଇଲେ ଆମ୍ଭ ରାଜ୍ୟ ଅଟଇ ଦ୍ୱାରାବତୀ ପୁର ।୧୭୩।ଯଦୁ ଭୋଜବଂଶର ହେ ଆମ୍ଭେ ଅଟୁ ରାୟେଆମ୍ଭର ତନୟ ସେ ବନ୍ଦୀରେ ଯେହୁ ରହେ ।୧୭୪।ଡଗର ମୁଖରୁ ୟେସନେକ ବାକ୍ୟ ଶୁଣିତକ୍ଷଣେ ଚଳିଗଲା ମନ୍ତ୍ରୀ ଚୂଡାମଣି ।୧୭୫।ରାଜାର ଛାମୁରେ ମନ୍ତ୍ରୀ ପ୍ରବେଶ ହୋଇଲାଶିରେ କର ଦେଇ ପାୟେ ପଡ଼ିଣ ଶୁତିଲା ।୧୭୬।ବୋଇଲା ସାବଧାନ ହୋଇ ଶୁଣ ନୃପରାହୁଡଗର ଯାହା କହୁଛି ଅବଧାନ ହୋଉ ।୧୭୭।ରାଜା ଆଗ୍ୟାଂ ଦିଲେ ଯେ ଡଗରକୁ ଚାହିଂକାହିଂର ରାଜା ସେ ଯେ କାହିଂକି ଆସଇ ।୧୭୮।ଡଗର ବୋଇଲା ଯେ ଶୁଣିମା ନରନାଥସାବଧାନ ହୋଇ ଶୁଣ ତହିଂର ଚରିତ ।୧୭୯।ଦ୍ୱାରାବତୀ ପୁରେ ଅଟଇ ତାହାଂକର ଘରଯଦୁ ଭୋଜବଂଶେ ସେ ଅଟନ୍ତି ନୃପବର ।୧୮୦।ବୋଇଲେ ଆମ୍ଭର ପୁତ୍ରକୁ ଧରିଅଛି ତୁମ୍ଭ ରାୟେୟେମନ୍ତ ବୋଲିଣ ସେ ବହୁତ କୋପକୟେ ।୧୮୧।ଡଗର କହନ୍ତେ ରାଜା ମନ୍ତ୍ରୀକି ଚାହିଂଲାଆମ୍ଭର ଥାଠ ସଜକର ବୋଲିଣ ଆଗ୍ୟାଂ ଦିଲା ।୧୮୨।ରାଜାର ମୁଖରୁ ଯେ ପରମାଣ ପାଇକର ଯୋଡ଼ିଣ ଯେ ମନ୍ତ୍ରୀବର କହଇ ।୧୮୩।ସାବଧାନ ହୋଇ ତୁମେ ଶୁଣ ନୃପବରପୁରୁଷ ଅନୁକ୍ରମେ ମୁଂ ସେବକ ତୁମ୍ଭର ।୧୮୪।ନ କହିଲେ କଥା ତ ନୋହଇ ଗୋସାଇଂକହିଲେ ଦୋଷ କ୍ଷମା କରିବା ନରସାଇଂ ।୧୮୫।ମନ୍ତ୍ରୀକି ବୋଇଲା ହୋ ତୋହୋର କିସ ଦୋଷନିର୍ଭୟ ହୋଇଣ ଯେ କହ ମୋହୋର ପାଶ ।୧୮୬।ମନ୍ତ୍ରୀ ବୋଇଲା ମୁହିଂ ଜାଣଇଂ ତହିଂର ବିଧାନୟେକମନ ହୋଇଣ ଯେ ଶୁଣ ନୃପରାଣ ।୧୮୭।ମଥୁରା କଟକେ ଯେ ରାଜା ଉଗ୍ରସେନଉଗ୍ରସେନର ଅଟଇ କଂସ ଯେ ନନ୍ଦନ ।୧୮୮।ବଡ଼ାଇ ପ୍ରତାପି ସେ ହୋଇଲା ମହାରାୟେଗଣ ଗନ୍ଧର୍ବ ଦେବତାୟେ ସେ ନ କରଇ ଭୟେ ।୧୮୯।ଦେବତାନ୍ତ ଆଣି ଖଟାଇଲା ନିଜ ପାଦତଳେଦାନବ ବଳ ପାତାଳୁ ଆସି ସାହା ହେଲେ ।୧୯୦।ୟେମନ୍ତ ରାଜ୍ୟ ସେ କରଇ କଂସ ନୃପବରତରେ ପୃଥିବୀର ରାଜା ଦିଲେ ଆଣି କର ।୧୯୧।ୟେମନ୍ତ ମହିଂମା ବେଳୁଂବେଳ ହୋଇଲା ତାହାରନାରଦେ ବୋଇଲେ ମରିବୁ ଭଣଜା ହାଥର ।୧୯୨।ଦଇବକୀ ନାମେଣ ତାର ଜ୍ୟେଷ୍ଠ ଯେ ବହେଣୀବସୁଦେବକୁ ଯେ ବିଭାକଲେ ସେ ତରୁଣୀ ।୧୯୩।ତାହାଂକ ଛଡ଼ପୁତ୍ର ମାଇଲା କଂସରାଣୟେହି ଗର୍ଭରୁ ଶତ୍ରୁ ଉପୁଜିବ ବୋଲି ଜାଣଇଂ ଆପଣ ।୧୯୪।ୟେତେ ବୋଲି ଭୟେଣୀକି ଜଗିଆ ଦେଇ ରଖାଇଲାବନ୍ଦୀଘରେ କୁମରେକ ଜନମ ହୋଇଲା ।୧୯୫।ବସୁଦେବ ତାହାକଇଂ ଚୋରାଇ ଘେନିଗଲାଗୋପ ନବରେ ନନ୍ଦଘରେ ଛାଡ଼ିଣ ଅଇଲା ।୧୯୬।କନ୍ୟାୟେ ପାଲଟାଇ ଆଣିଲେକ ଯହୁଂ ଘରେକଂସର ହାଥରେ ସେ ଦିଲାକ ନେଇ ଭଲେ ।୧୯୭।ବଳେଣ କଂସ ଯେ ମର୍କତ ଶିଳାରେ କଚାଡ଼ିଲା ପୁଣିହାଥରୁ ପିଚିକାଇ ଗଲା ସେ ତରୁଣୀ ।୧୯୮।ବିଜୁଳି କନ୍ୟା ଯେ ଗୋପେ ଜନମିଣ ଥିଲାହାଥରୁ ଫିଟିକାଇ ସେ ଶୂନ୍ୟରେ ରହିଲା ।୧୯୯।ଯେ ତୋତେ ମାରିବ ସେ ଗୋପପୁରେ ରହିଲାଣିୟେତେ କହି ଅନ୍ତର୍ଧାନେ ଗଲାକ ତରୁଣୀ ।୨୦୦।ରୋହିଣୀ ବୋଲିଣ ବସୁଦେବ ସାନ ପତ୍ନୀତାର ଗର୍ଭୁଂ ଜନ୍ମ ହୋଇଥିଲେ ହଳପାଣି ।୨୦୧।ତାହା ଶୁଣି କଂସରାଜା ବଡ଼ାଇ ଚିନ୍ତା କଲାଅଷ୍ଟମଲ୍ଲଂକୁ ଯେ ଗୋପପୁରକୁ ପେଷିଲା ।୨୦୨।ରାମକୃଷ୍ଣଂକ ହାଥରେ ସେ ହୋଇଲେକ ନାଶତେଣୁକରି ରାଜାର ଯେ ଉଡ଼ିଲା ସାହାସ ।୨୦୩।ଅକ୍ରୁରକୁ ପେଷି ରାମକୃଷ୍ଣଂକୁ ଅଣାଇଧନୁ ଉଚ୍ଛବ ବୋଲି ଯାତ୍ରା ଗୋଟିୟେ ଭିଆଇ ।୨୦୪।କପଟେ ତାହାନ୍ତ ଯେ ମାରିବାର ପାଇଂଉପାୟେ କରିଣ ସେ ଅଛଇ ଭୋଜସାଇଂ ।୨୦୫।ଦଇବର ମାୟା ସେ ଯେ କହଣା ନ ଗଲାରାମକୃଷ୍ଣନ୍ତ ଦେଖିବା ମାତ୍ରକେ କଂସ ନାଶଗଲା ।୨୦୬।ରାମକୃଷ୍ଣଂକର ପିତା ବସୁଦେବ ଦଇବକୀ ଅଟଇ ମାତାତାହାନ୍ତ ବନ୍ଦୀ କରି ରଖିଥିଲା କଂସ ମହାରଥା ।୨୦୭।ବନ୍ଦୀରୁ ମାତା ପିତାଂକୁ ମୁକୁଳାଇ ଦିଲେଉଗ୍ରସେନକୁ ନେଇ ସେ ନୃପତି କରାଇଲେ ।୨୦୮।ୟେମନ୍ତେଣ ତହିଂ ଯେ ଥୋକାୟେକ ଦିନ ଗଲାସୁଖେଣ ଉଗ୍ରସେନ ରାଜ୍ୟ କରୁଥିଲା ।୨୦୯।କଂସର ଭାରିଯା ଯେ ହେତି ପରହେତିତାହାଂକର ପିତା ଯେ ଜରାସନ୍ଧ ନରପତି ।୨୧୦।ପିତା ଆଗରେ ଗୁହାରି କଲେ ସେହୁ ଯାଇଂଶୁଣିଣ ଜରାସନ୍ଧ ରାଜା କୋପଭରେ ବାହି ।୨୧୧।ଅଠର ବେଳ ପରିଯନ୍ତେ ମଥୁରାକୁ ଧାଡ଼ି ଦିଲାରାମକୃଷ୍ଣନ୍ତ ସେ ଯେ ମାରି ନୁଆରିଲା ।୨୧୨।ରାମକୃଷ୍ଣ ବୋଲି ଯେଉଂଣ ବସୁଦେବ କୁମରସାକ୍ଷାତେ ପରମ ବ୍ରହ୍ମ ସେ ମନୁଷ୍ୟେ ଅବତାର ।୨୧୩।ଦେବତାଂକ ଛଳେ ସେ ମାନବ ତନୁ ବହିମଥୁରାରେ ପ୍ରବେଶ ହୋଇଲେ ଭାବଗ୍ରାହୀ ।୨୧୪।ଜରାସନ୍ଧ ବଳେ ତାକୁ କିସ କରି ପାରିଦେବତାଂକ କାର୍ଯ୍ୟ ଅଛି ବୋଲି ତାକୁ ନ ମାଇଲେ ଶ୍ରୀହରି ।୨୧୫।ତହୁଂ ଯାଇଂ କୁଶସ୍ଥଳୀ ଦ୍ୱାରିକାରେ ରହିଲେଉଗ୍ରସେନକୁ ତହିଂ ନୃପତିପଣ ଦିଲେ ।୨୧୬।ଅଷ୍ଟକନ୍ୟା ତହୁଂ କୃଷ୍ଣ ହୋଇଲେକ ବିଭାରକ୍ମିଣୀ ନାମେ ତାହାଂକ ପ୍ରଥମ ଭାରିଜା ।୨୧୭।ତାହାଂକର ପୁତ୍ର ଯେ ପ୍ରଦ୍ୟୁମ୍ନ ମହାବୀରକୃଷ୍ଣର ପ୍ରଥମ ପୁତ୍ର ସେ କାମଦେବ ଅବତାର ।୨୧୮।ସୁରେଖା କନ୍ୟାକୁ ସେ ଯେ ନେଉଥିଲା ହରିତାହାକୁ ତୁମ୍ଭେହୋ ଧରାଇ ରଖିଛ ବନ୍ଦୀ କରି ।୨୧୯।ମୋତେ ଯେ ଆଗ୍ୟାଂ ତୁମ୍ଭେ ଦିଲ ହୋ ନୃପରାୟେଯୁଦ୍ଧ କଲେ ରାଜା ହୋ ନ ପାଇବୁଟି ଜୟେ ।୨୨୦।ଯହିଂ ତହିଂ ଦୁହିତା ତ ବିଭା କରାଇବାମୋହୋର ବିଚାରେ କୃଷ୍ଣ କୁମରକୁ ଦେବା ।୨୨୧।ସଭାରେ ଦୁଷିଲା କନ୍ୟା ହୋଇଲା ତାହାରିଆନକୁ ଦେବାର ବିଧି ନୋହଇ ଆମ୍ଭରି ।୨୨୨।ୟେସନେକ ବଚନ ଯହୁଂ ମନ୍ତ୍ରୀବର କହିଲାକୃତଶେଖର ରାଜା ଶୁଣି ଚକିତ ହୋଇଲା ।୨୨୩।ମନ୍ତ୍ରୀ ବୋଇଲା ଆହୁରି କଥାୟେ ଗୋସାଇଂକୁଞ୍ଜଗଳ ଦେଶ ରାଜା ତାହାଂକ ସଙ୍ଗତେ ଅଛଇ ।୨୨୪।ସାତ ଅକ୍ଷଉଣୀ ବଳ ଅଛଇ ତାହାରସେ ରାଜାର ନାମ ଅଟଇ ଯେ ଯୁଝେଷ୍ଠି ନୃପବର ।୨୨୫।ଭୀମ ଅରଜୁନ ନକୁଳ ସହଦେବ ହୋଇୟେମନ୍ତେଣ ସେ ଯେ ଅଛନ୍ତି ପାଞ୍ଚଭାଇ ।୨୨୬।ସାଂଗ୍ରାମ କଲେ ତାଂକ ସଙ୍ଗେ ଯଶ ନ ପାଇବାବିନା କାରଣରେ ଥାଠ ସଇନ ସମସ୍ତ ମରାଇବା ।୨୨୭।ୟେମନ୍ତ ବଚନ ଯହୁଂ ମନ୍ତ୍ରୀବର କହିଲାଶୁଣିଣ କୃତଶେଖର ବଡ଼ାଇ ଆଶ୍ରିଯ୍ୟ ହୋଇଲା ।୨୨୮।୮୭୭୪।ସୁରେଖା ବିଭାଅଗସ୍ତି ବୋଲନ୍ତି ଶୁଣ ବିଲଂକ ଦେଶ ରାୟେଅମୃତ ଆଖ୍ୟାନ ୟେ ଅପୂର୍ବ ରସମୟେ ।୧।ପଢିଲେ ଶୁଣିଲେ ଯେ ଭବୁ ନିସ୍ତରନ୍ତିନାନା ପାତେକ ସେ ଦୁରିତ ଖଣ୍ଡନ୍ତି ।୨।ରାଜାର ବିମନ ବିରୂପାକ୍ଷ ମନ୍ତ୍ରୀ ଯେ ଜାଣିଲାକରପତ୍ର ଯୋଡ଼ିଣ ଯେ ଚରଣେ ନମିଲା ।୩।ଯେତେକ କଥା ମୁଂ ଯେ ଛାମୁରେ ଜଣାଇଲିସାବଧାନ ଚିତ୍ତେ ତାହା ଶୁଣିଲେ ହୋ ନୃପଶାଳୀ ।୪।ରାଜା ବୋଇଲା ମୋତେ ବଡ ସଂଶୟ ହେଲାକି ବୁଦ୍ଧି କରିବି ବୋଲି ମନରେ ବିକଳ ହୋଇଲା ।୫।ୟେମନ୍ତ ସମୟେ ଦେଖ ହୋ ଦଇବ ଭବିଷଯାଇଂଣ ମିଳିଲେ ତହିଂ ବ୍ରହ୍ମାଂକର ଶିଷ ।୬।ନାରଦଂକୁ ଦେଖି କୃତଶେଖର ରାଜା ଯେ ଉଠିଲେନାରଦଂକ ଚରଣେ ଯେ ପ୍ରଳମ୍ବିତ ହେଲେ ।୭।ରାଜା ବୋଇଲା ମୁନି ହେ ବଡ଼ ଭାଗ୍ୟ ମୋହୋର ହୋଇଲାମୋହୋର ରାଜ୍ୟରେ ତୁମ୍ଭର ପାଦ ରଜ ପଡିଲା ।୮।ମୁନି ବୋଇଲେ ତୁ ଯେ ଅଟୁ ଭାଗ୍ୟରାଶିତ୍ରିସନ୍ଧାରେ କଲ୍ୟାଣ ଆମ୍ଭେ କରୁ ଅହନିଶି ।୯।ରାଜା ବୋଇଲା କଥାୟେ ଛାମୁରେ ଜଣାଇବି ମୁହିଂସାବଧାନ ହୋଇ ଶୁଣିମା ହୋଉ ହେ ଗୋସାଇଂ ।୧୦।ମେଢର ଭିତରେ ମୁଂ ଝିଅକୁ ରଖିଥାଇପୁରୁଷ ମାତ୍ର ଗୋଟିୟେ କେହି ମେଢରେ ନ ପଶଇ ।୧୧।ଦ୍ୱାରାବତୀ ପୁରେ ଯେ ଶ୍ରୀକୃଷ୍ଣର କୁମରପଦ୍ମନ କୁମର ବୋଲି ନାମ ଯେ ତାହାର ।୧୨।ମେଢର ଭିତରେ ସେହୁ ଗୁପତେ ପଶିଲାସୁରେଖା କନ୍ୟାକୁ ସେହି ହରି ନେଉଥିଲା ।୧୩।ବାରତା ପାଇଣ ଧରି ଆଣିଲି ତାହାକୁବନ୍ଦୀ ପ୍ରକାରେଣ ରଖି ଅଛଇ କୁମରକୁ ।୧୪।କୁମରର ପିତା ନାମ ଯେ ଶ୍ରୀକୃଷ୍ଣ ଅଟଇବାରତା ପାଇ ଧାଇଂଲେ ରାମକୃଷ୍ଣ ପରିଘାଇ ।୧୫।ତାହାଂକର ସଙ୍ଗେ ଉଗ୍ରସେନହିଂ ଆସିଛନ୍ତିଆଉର ବିଶେଷେ ଆସିଛନ୍ତି ପଣ୍ଡୁର ସନ୍ତତି ।୧୬।ଉଗ୍ରସେନ ରାଜାର ବଳ ପନ୍ଦର କ୍ଷଉଣୀପାଣ୍ଡବେ ଆସିଛନ୍ତି ସାତ କ୍ଷଉଣୀ ଘେନି ।୧୭।ରାମକୃଷ୍ଣଂକର ଆସିଛନ୍ତି ପୁତ୍ରମାନେମୋହୋର ମନ୍ତ୍ରୀ କହନ୍ତି ସେ ଅଟନ୍ତି ସ୍ୱୟେଂ ନାରାୟଣେ ।୧୮।ରାଜାର କହନ୍ତେ ଯେ ତାହା ନାରଦେ ଶୁଣିଲେୟେକାନ୍ତେ ରାଜନକୁ ନେଇଣ ପାଖରେ ବସାଇଲେ ।୧୯।ବୋଇଲେ ତୋହୋର ପୁତ୍ର ନୀଳସେନକଇଂ ଆଣ ହକରାଇଆଗ୍ୟାଂ ପରମାଣେ ଯେ କୁମର ଆସଇ ।୨୦।ମୁନି ବୋଇଲେ ବାବୁ ଆସ ତୁହି ବେଗେଗୁପତ କଥାୟେ ଯେ କହିବା ତୋହୋ ଆଗେ ।୨୧।ପୁତ୍ର ନୀଳଶେଖର ବସିଲାକ ଆସିମୁନିଂକର ଚରଣେ ନମଇଂ ବିଶେଷି ।୨୨।ନାରଦେ କୁମରକୁ କଲ୍ୟାଣ ବାଞ୍ଛିଲେଆଶ୍ୱାସନା କରିଣ ଯେ କତିରେ ବସାଇଲେ ।୨୩।ରାଜା କୃତଶେଖର ପୁତ୍ର ନୀଳଧରଆବର ବିଶେଷେ ଯେ ବସିଲା ମନ୍ତ୍ରୀବର ।୨୪।ନାରଦେ ବୋଇଲେ କହିବୁ ଆମ୍ଭେ ଯାହାକେବେହେଂ ଅନ୍ୟଥା ନୁହଇଂ ନରନାହା ।୨୫।ମୁନିଂକ ବଚନେ ରାଜା କୃତକୃତ୍ୟ ହୋଇପୁରୁଷାର୍ଥ କରିଣ ଯେ ମୁନିଂକ ପଚାରଇ ।୨୬।ମୁନି ବୋଇଲେ ତୁ ହୋ ଥାଠ ସଜ କରପୁତ୍ର ନୀଳଶେଖର ଯେ ହୋଇଥିବ ଆଗର ।୨୭।ସୁରେଖା କନ୍ୟାକୁ ବେଶ ବେଶନ କରାଇପଦ୍ମନ କୁମରକୁ ବେଶ କର ନରବଇ ।୨୮।ଆଗ ପଛ ହୋଇ ସମସ୍ତେ ସଙ୍ଗେ ଥିବଥାଠ ଚଳାଇଣ ଆପଣେ ବାହାରିବ ।୨୯।ବାଟରେ ରାମକୃଷ୍ଣଂକୁ ଭେଟିବାକ ଯାଇଂତେବେ ସେ ବହୁତ ପୁରୁଷାର୍ଥ ଅଟଇ ।୩୦।କଳି ଦ୍ୱନ୍ଦ ୟେଥେଂ ନୋହିବାକ କିଛିୟେ କଥା ଆମ୍ଭର ଯେ ମନକୁ ଆସୁଅଛି ।୩୧।ମୁନିଂକର କହନ୍ତେ ରାଜା ତୁନୀ ହୋଇ ରହିଲାନୀଳଶେଖରକୁ ପଚାର ବୋଲିଣ ବୋଇଲା ।୩୨।ମୁନି ବୋଇଲେ ଯେ କହ ହୋ କୁମରଭଲ ପ୍ରାୟେ ଦିଶିଲାକ ଆମ୍ଭର ବିଚାର ।୩୩।କୁମର ବୋଇଲା ହୋ ଶୁଣିମା ଗୋସାଇଂଅବଶ୍ୟ ଝିଅକୁ ବିଭା କରିତ ଯୋଗାଇ ।୩୪।କୃଷ୍ଣଂକର ନନ୍ଦନ ଯେ ମୟାଣ କୁମରଆମ୍ଭର ଭାଗ୍ୟରେ ଯେବେ ସେ ମିଳିଅଛି ବର ।୩୫।ୟେଥୁଂ ଅଧିକ ବର ତ ଖୋଜିଲେ ନ ପାଇଦଇବ ପୁରୁଷ ଯାହା ଅଛଇ ଘଟାଇ ।୩୬।ବିଧାତାର ବଶେ ୟେବେ ଆମ୍ଭର ଦୋହିତୀଦୂଷିଲା କନ୍ୟା ସେହୁ ହୋଇଲା ମହାସତୀ ।୩୭।ୟେ କନ୍ୟାକୁ ବର ୟେ ଦୁଲ୍ଲଭ ମିଳଇମୋହୋର ମନକୁ ୟେକଥା ଘଟିଲା ଗୋସାଇଂ ।୩୮।ବିନାଶ କାରଣେ କଳି ଦ୍ୱନ୍ଦ ନ କରିବାକାଳାନ୍ତରେ ୟେ କଥାକୁ ନିଭାଇ ନୁଆରିବା ।୩୯।ପୁତ୍ରର କହନ୍ତେ କୃତଶେଖର ରାଜା ଯେ ହସିଲାନୀଳଶେଖର ଯାହା କହିଲା ମୋ ମନୁକୁ ଯୋଗାଇଲା ।୪୦।ନାରଦେ ବୋଇଲେ ହୋ କହିଲୁ ଯାହା ତୋତେସୁଲଭେ ଦୁଲ୍ଲଭ ବର ପାଇଲା ତୋ ଦୋହିତେ ।୪୧।ୟେତେ ବୋଲି ରାଜା ଯେ ଭିତରକୁ ଗଲାଭାରିଜା ମାଳତୀକି କତିକି ହକରାଇଲା ।୪୨।ବୋଇଲା ରାଣୀ ଗୋ ଅପୂର୍ବ କଥାୟେକ ଶୁଣମେଢରୁ ସୁରେଖାକୁ ନେଇଥିଲା ୟେକଜଣ ।୪୩।ତାହାକୁ ଧରିଣ ଆମ୍ଭେ ବାନ୍ଧି ରଖିଥିଲୁବଡର ପୁତ୍ର ବୋଲି ୟେବେ ସେ ଜାଣିଲୁ ।୪୪।ଦ୍ୱାରାବତୀ ପୁରେ ସେ ଯେ ଶ୍ରୀକୃଷ୍ଣ କୁମରଘେନି ଯାଉଥିଲେ ଯେ ଝିଅକୁ ଆମ୍ଭର ।୪୫।ବାରତା ପାଇଣ ଯେ ରାମକୃଷ୍ଣ ଅଇଲେଉଗ୍ରସେନ ସହିତେ ଥାଠ ସଇନି ଘେନିଣ ବାହିଲେ ।୪୬।ଆବର ବିଶେଷେ କୁଞ୍ଜଗଳ ଦେଶର ରାୟେଆମ୍ଭର ସଙ୍ଗତେ ସମର କରିବାକୁ ଆୟେ ।୪୭।ନାରଦ ଥାଇଣ ବିଚାରିଲୁ ଆମ୍ଭେସେ ବରକୁ ଝିଅ ବିଭା କରାଇବା ୟେବେ ।୪୮।ରାଜାର କହନ୍ତେ ରାଣୀ ମନକୁ ରୁଚିଲାହୋଉ ବୋଲି ରାଜା ଆଗେ ରାଣୀ ସନମତ କଲା ।୪୯।ଭିତର ନବରୁ ରାଜା ବାହାର ହୋଇଲେମୁନିଂକ ଛାମୁରେ ସେ ଆସିଣ ମିଳିଲେ ।୫୦।ସବୁଂକରି ସନମତ ହୋଇଲା ସୀଉକାରମନ୍ତ୍ରୀକି ଚାହିଂଣ ଯେ ପୁଚ୍ଛଇ ନୃପବର ।୫୧।ପଦ୍ମନ କୁମରକୁ ହୋ ଘେନି ଆସ ଯାଇତତକ୍ଷଣେ ମନ୍ତ୍ରୀ ଗଲାକ ଚଳାଇ ।୫୨।ବନ୍ଦୀ ଠାବରୁ କୁମରକୁ ଘେନିଣ ଅଇଲାନାରଦଂକ ଛାମୁରେ ନେଇଣ ଉଭାରିଲା ।୫୩।ନାରଦଂକୁ ଦେଖିଣ ଯେ ପଦ୍ମନ କୁମରମୁନିଂକ ଚରଣେ ସେ କରଇ ନମସ୍କାର ।୫୪।ମୁନି ବୋଇଲେ ତୋତେ କଲ୍ୟାଣ ହୋଉ ରେ କୁମରେସୁରେଖା କନ୍ୟା ଧାର୍ଯ୍ୟ ହୋଉ ରେ ୟେ ଆମ୍ଭର ବରେ ।୫୫।କୁମରକୁ ସ୍ରାହାନ ମାଜଣା କରାଇଲେନାନା ଅଳଂକାର ତାର ଅଙ୍ଗରେ ଲଗାଇଲେ ।୫୬।ଶୁକଳ ପାଗେକ ଯେ ମଥାରେ ଲାଇଣନବୀନ ତଡ଼ପ ପିନ୍ଧିବାକୁ ଦିଲେ ପୁଣ ।୫୭।ସୁଗନ୍ଧ ଚନ୍ଦନ ଯେ ଅଙ୍ଗରେ ଲଗାଇଦିବ୍ୟ ବେଶକରି କୁମାରକୁ ରଥରେ ବସାଇଲେ ନେଇ ।୫୮।ମାଜଣା ବିଧି କରିବାକୁ ଯେ ଦାସୀମାନେ ଗଲେମେଢରେ କୁମାରୀକି ବେଶନ କରାଇଲେ ।୫୯।ନାସାରେ ବସଣୀ ଯେ ତଡ଼କି କର୍ଣ୍ଣରେପୁଣ ଚାପସାରି ଆବର ସୁବର୍ଣ୍ଣ ମାଳ ଖଞ୍ଜିଲେ ଗଳାରେ ।୬୦।ହାଥେ ସୁବର୍ଣ୍ଣ ଚୂଡ଼ି ବାହାରେ ବାହୁଟିମୁଦ୍ରିକା ଖଞ୍ଜିଲେ ଯେ ପୟରେ ଅଙ୍ଗୁଷ୍ଠି ।୬୧।କପାଳେ ସିନ୍ଦୂରର ଚିତାୟେକ ଦିଲେଅରୁଣ ଉଇଂଲା ପ୍ରାୟେକ ଯେ ସୁରେଖା ଦିଶିଲେ ।୬୨।ପୟରେ ଅଳତା ଯେ ଲେପିଲେ ତରୁଣୀଜାଣି ପଟାନ୍ତର କି ଯେ ଅନଙ୍ଗ ଘରଣୀ ।୬୩।ଦେବାଙ୍ଗ ପତନୀ ଶାଢୀୟେ ପିନ୍ଧାଇଲେସୁରଙ୍ଗଣୀ ପାଟେ ଯେ ଉପୁରାଣ ଦିଲେ ।୬୪।ଦିବ୍ୟବେଶ କରି କୁମାରୀକି ଦିଲେକୁମର କତିରେ ରଥ ଉପରେ ବସାଇଲେ ।୬୫।ଥାଠ ସଇନି ଚଳାଇ ଯେ ନୃପତି ବାହାରମନ୍ତ୍ରୀ ରହିଣ ରଥ ଚଳାଇ ଧୀର ଧୀର ।୬୬।ପୁତ୍ର ନୀଳଶେଖର ସଙ୍ଗରେ ଅଛଇଦେଖା ଦରଶନି ଧନ ଘେନି ଉଭା ଯେ ହୁଅଇ ।୬୭।ଆଗରେ ବୀରତୁର ବାଜଇ ଚହଳଶଙ୍ଖ ମହୁରୀ ଯେ ବାଜଇ କୁତୂହୋଳ ।୬୮।ନାରଦ ମୁନିୟେ ଯେ ଥୋକାୟେ ଦୂର ସଙ୍ଗେ ଗଲେରାଜାନ୍ତ ରୁହାଇ ରାମକୃଷ୍ଣଂକ ଛାମୁରେ ମିଳିଲେ ।୬୯।ନାରଦଂକୁ ଦେଖିଣ ହସିଲେ ଯେ ରାମ ବନମାଳୀବୋଇଲେ କିସ ଚରିତ ଭିଆଇଲ ତପଶାଳୀ ।୭୦।ନାରଦେ ବୋଇଲେ ସବୁ କଥା ଭଲ ହୋଇଅଛିବର କନ୍ୟା ଘେନିଣ କୃତଶେଖର ରାଜା ଶରଣ ପଶୁଅଛି ।୭୧।ଗୋବିନ୍ଦେ ବୋଇଲେ ରାଇ ଉଗ୍ରସେନ ରାଜାଂକୁଆବର ରାଇଲେ ଯୁଝେଷ୍ଠି ଭୀମ ଅର୍ଜୁନଂକୁ ।୭୨।ସମସ୍ତେ ୟେକରୁଣ୍ଡ ହୋଇଣ ବସିଲେନାରଦ ତହିଂ ସମସ୍ତ ଚରିତ କହିଲେ ।୭୩।ନାରଦଂକ ମୁଖରୁ ୟେସନେକ ବଚନ ଶୁଣିଉଗ୍ରସେନ ରାଜା ପଚାରନ୍ତି ପୁଣ ପୁଣି ।୭୪।ନାରଦେ ବୋଇଲେ କୃତଶେଖର ରାଜା ଆସୁଅଛିତାହାକୁ ଗଉରୋବ ୟେବେ କରିବା ନନ୍ଦବତ୍ସି ।୭୫।ନାରଦେ କହନ୍ତେ ସର୍ବେ ସନ୍ତୋଷ ହୋଇଲେନାରଦେ ମୁନି ହରଷେ ବୀଣାଯନ୍ତ୍ର ଯେ ବାଇଲେ ।୭୬।କୃତଶେଖର ରାଜା ଛାମୁକୁ ଗଲେ ସେହୁ ଖରେଆସ ଆସ ବେଗେ ହୋ ଯିବା ନୃପବରେ ।୭୭।ମନ୍ତ୍ରୀ ବିରୂପାକ୍ଷ ପୁତ୍ର ନୀଳଶେଖରରାଜାନ୍ତ ଘେନି ମୁନି ଆସନ୍ତି ଧୀର ଧୀର ।୭୮।କୁମର କୁମାରୀଂକୁ ରଥରେ ବସାଇତାହାନ୍ତ ଆଗେ ଚଳାଇ ଆସଇ ନୃପସାଇଂ ।୭୯।ରାମକୃଷ୍ଣଂକ ଛାମୁରେ ମିଳିଲାକ ଯାଇହାଥ ଧରି ଦେଖାଇ ଦିଲେ ତପଶାଳୀ ତହିଂ ।୮୦।ବୋଇଲେ ୟେହିଟି ଅଟନ୍ତି ରାମକୃଷ୍ଣଯେତେ ପାପ ଅଛି ଅଙ୍ଗେ ହୋଇବ ସେ ଭସ୍ମ ।୮୧।ଗୋବିନ୍ଦଂକ ମୁଖକୁ କୃତଶେଖର ଚାହିଂଲା ଯେତେବେଳେଶଙ୍ଖ ଚକ୍ର ଗଦା ପଦ୍ମ ଦେଖିଲା ଚର୍ମଡୋଳେ ।୮୨।ପଦ୍ମପାଦ ତଳେଣ ପଡ଼ି ସାଷ୍ଟାଙ୍ଗେ ଶୁତିଲାପୁଣି ଉଠି ରାଜା ଯେ ନିଉଛାଳି କଲା ।୮୩।ସହସ୍ରେକ ଦଣ୍ଡ ପ୍ରଳମ୍ବ କରଇ ନୃପବରଉଠ ଉଠ ରାଜା ହୋ ବୋଲନ୍ତି ଚକ୍ରଧର ।୮୪।ନାରାୟଣଂକ ଆଗ୍ୟାଂରେ ଉଠିଲା କୃତଶେଖରକରପତ୍ର ଯୋଡ଼ିଉଭା ହୋଇଲା ଛାମୁର ।୮୫।କୁମର କୁମାରୀଂକୁ ରଥରୁ ଓହ୍ଲାଇଗୋବିନ୍ଦଂକ ଶ୍ରୀଚରଣେ ତଳେ ପ୍ରଳମ୍ବିତ କଲା ନେଇ ।୮୬।ରାମକୃଷ୍ଣଂକୁ ଦେଖି ଯେ ପ୍ରଦ୍ୟୁମ୍ନ ମହାବୀରନମସ୍କାର କରଇ ଶିରେ ଯୋଡ଼ି ବେନି କର ।୮୭।କୁମାରୀହିଂ ନମସ୍କାର କରଇ ପଡ଼ିଣ ପାଦ ତଳେଉଠ ଉଠ ବୋଲିଣ ବୋଲନ୍ତି ହରି କାମପାଳେ ।୮୮।କରପତ୍ର ଯୋଡ଼ି ରାଜା ଉଭା ହୋଇଲା ଖଣ୍ଡେ ଦୂରେଗୋବିନ୍ଦେ ଆଗ୍ୟାଂ ଦିଲେ ଆସ ବସ ହୋ ନୃପବର ।୮୯।ଉଗ୍ରସେନ ଯୁଝେଷ୍ଠିଂକ ଚରଣେ କୃତଶେଖର ନମଇଂକଲ୍ୟାଣ କରି ବୋଇଲେ ଉଠ ହୋ ନୃପସାଇଂ ।୯୦।ଗୋବିନ୍ଦେ ବୋଇଲେ ବସ ହୋ ମହାରାୟେୟେମନ୍ତ ସମୟେ କୁମର ନୀଳଶେଖର ଆୟେ ।୯୧।ନାରାୟଣନ୍ତ ଦେଖି ସେ ଓଲଗି ଶୁତିଲାକୁମର ପଛେ ବିରୂପାକ୍ଷ ମନ୍ତ୍ରୀ ଓଳଗିଲା ।୯୨।ଉଠ ଉଠ ବୋଲି ଶ୍ରୀହରି ଆଗ୍ୟାଂ ଦିଲେବିରୂପାକ୍ଷ ମନ୍ତ୍ରୀକି ବହୁତ ପ୍ରଶଂସିଲେ ।୯୩।ରାଜାନ୍ତ ବୋଲନ୍ତି ୟେ ମନ୍ତ୍ରୀର ପରସାଦେତୋହୋର ରାଜ୍ୟକୁ କଦାଶ୍ଚିତେ ନ ପଡ଼େ ବିରୋଧେ ।୯୪।ମନ୍ତ୍ରୀ ବୋଇଲା ଗୋସାଇଂ ତୁମ୍ଭର କଲ୍ୟାଣରେପୁରୁଷାନୁକ୍ରମେ ମୁଂ ସେବକ ୟେହାରେ ଦାମୋଦରେ ।୯୫।ନାରଦେ ବୋଲନ୍ତି ତୁମ୍ଭେ ଶୁଣ ହୋ କହ୍ନାଇଂୟେ ମନ୍ତ୍ରୀର ପ୍ରସାଦେ ରାଜ୍ୟକୁ ଅପଚୟେ ନାହିଂ ।୯୬।ଯେତେବେଳେ ପୁତ୍ରକଇଂ ରାଜା ଧରାଇଣ ନିଲାମାରି ପକାଅ ବୋଲି ମନ୍ତ୍ରୀକି ଆଗ୍ୟାଂ ଦିଲା ।୯୭।ବଡ଼ ବିଗ୍ୟଂବନ୍ତ ୟେ ଅଟଇ ମନ୍ତ୍ରୀବରରାଜାକୁ ବୋଇଲା ତୁମ୍ଭେ ଶୁଣ ହୋ ନୃପବର ।୯୮।କୁମର ରୂପ ଗୁଣ ଦେଖି ମନ୍ତ୍ରୀବର ଜାଣିଲାୟେ ବଡ଼ କୁଳେ ଜନ୍ମିଛି ବୋଲି ରାଜାକୁ ବୁଝାଇଲା ।୯୯।କୁମରକୁ ନ ମରାଇ ବନ୍ଦୀ ରଖିଥିଲାୟେଥିର ସୁଲଭ କଥା ତୋତେ ପ୍ରାପତ ହୋଇଲା ।୧୦୦।ୟେମନ୍ତ ବଚନ ନାରଦେ ଗୋବିନ୍ଦଂକୁ କହିଲେମନ୍ତ୍ରୀକି ପ୍ରଶଂସା ବହୁତ ରାମକୃଷ୍ଣେ କଲେ ।୧୦୧।କୃତଶେଖର ରାଜା ଯେ କହଇ କର ଯୋଡ଼ିସାବଧାନ ହୋଇ ତୁମ୍ଭେ ଶୁଣିମା ଦେବ ରାମ ହରି ।୧୦୨।ଆରତଭଞ୍ଜନ ବାନା ନାଥ ତୁମ୍ଭେ ବ୍ରହ୍ମରାଶିଦୁଖୀଜନର ବନ୍ଧୁ ନାମ କରୁଣାରାଶି ।୧୦୩।ଅରକ୍ଷିତ ଲୋକନ୍ତ ଯେ ରଖିବାର ପାଇଂଶଙ୍ଖ ଚକ୍ର ଗଦା ପଦ୍ମ ଶାରଙ୍ଗଧନୁ ବହି ।୧୦୪।ମୁହିଂ ଯେ ହୀନ ଅରକ୍ଷିତ ଅଟଇ ଗୋସାଇଂତୋହୋର ଦୟା ନ କଲେ ମୋହୋର ଅଛି କାହିଂ ।୧୦୫।ଯେତେ ଦୋଷ କରିଛି କରିବା ମୋର କ୍ଷମାନିରନ୍ତରେ ଅପରାଧୀ ମୁଂ ତୁମ୍ଭେ ଯେ ଅଟ ଗୁଣସୀମା ।୧୦୬।ରାଜାର ବିନୟ ଯେ ଭଗତି ଭାବ ଦେଖିଆପଣେ ଦୟା କରି ଯେ କହନ୍ତି ପଦ୍ମଆଖି ।୧୦୭।ଶ୍ରୀହରି କହନ୍ତି ଶୁଣ ହୋ ମହାରାୟେବହୁତ କୋପ ଆମ୍ଭର ଉପୁଜିଥିଲା ତୋୟେ ।୧୦୮।ବଳରାମଂକ କ୍ରୋଧ କହିଲେ ନ ସରଇସଉନନ୍ଦ ମୂଷଳରେ ତୋର ମୁଣ୍ଡ ଛେଚନ୍ତେ ହଳସାଇଂ ।୧୦୯।ଲଙ୍ଗଳ ମୁନେ ତୋର ପୃଥୀକି ତାଡ଼ନ୍ତେଜନ ପରଜା ତୋର ଭସ୍ମରାଶି ହୁଅନ୍ତେ ।୧୧୦।ନାରଦଂକ ବଚନେ ବଳାରମେ ଶାନ୍ତି ଯେ ଭଜିଲେତୋହୋର ଭାଗ୍ୟରେ ଆସି ମହାଋଷି ମିଳିଲେ ।୧୧୧।ନରାୟଣ କହନ୍ତେ କୃତଶେଖର ଶୁଣଇକରପତ୍ର ଯୋଡ଼ିଣ ଯେ ଚରଣେ ନମଇଂ ।୧୧୨।ଯେତେ ଦୋଷ କଲି ମୋର ଅପରାଧ ନ ଧରକୁମର କୁମାରୀଂକି ନିଅ ହୋ ଦାମୋଦର ।୧୧୩।ରାଜାର ବିନୟ ଯେ ବିକଳ ଭାବ ଦେଖିଛାମୁରେ ମିଳିଣ ଯେ କହନ୍ତି ବ୍ରହ୍ମବତ୍ସି ।୧୧୪।ବୋଇଲେ ରାମକୃଷ୍ଣ ଉଗ୍ରସେନ ଅଛଆବର ଅଛନ୍ତି ପଣ୍ଡୁର ପାଞ୍ଚବତ୍ସ ।୧୧୫।ମନ୍ତ୍ରୀ ଅମାନାତ୍ୟେ ସମସ୍ତେ ପୂରିଛନ୍ତିକଥାୟେ କହିବା କେହି ନ କରିବା ନାସ୍ତି ।୧୧୬।ବଳରାମେ ବୋଲନ୍ତି କହ ହୋ ତପୋବନ୍ତତୁମ୍ଭର ବଚନ ଆମ୍ଭର ଅଟଇ ଶିରାଗ୍ରତ ।୧୧୭।ନାରଦେ ବୋଇଲେ ଚାଲ କରମଣ୍ଡଳ ରାଜ୍ୟକୁ ଯିବାକୁମର କୁମାରୀଂକି ତହିଂ ବିଭା କରାଇବା ।୧୧୮।ବର କନ୍ୟା ଘେନିଣ ସୁଖେ ଯିବା ଚଳିତେବେ ସେ ସବୁ ସୁଖ ରହଇ ହୋ ରାମ ବନମାଳୀ ।୧୧୯।ନାରଦେ ବୋଇଲେ ଯହୁଂ ୟେସନେକ ବଚନଶୁଣି ସନ୍ତୋଷ ହୋଇଲେ ପ୍ରଭୁ ଜନାର୍ଦ୍ଦନ ।୧୨୦।ବଳରାମେ ଚାହିଂଲେ ଉଗ୍ରସେନ ଯୁଝେଷ୍ଠିଂକ ମୁଖକୁକିସ ବିଚାର କରିବା ହୋ ଫେଡ଼ି କହ ମୁକୁ ।୧୨୧।ଯୁଝେଷ୍ଠି ଉଗ୍ରସେନ କରନ୍ତି ବିଚାରତେଣେ ବିଚାର କରନ୍ତି ହଳୀ ଚକ୍ରଧର ।୧୨୨।ସମସ୍ତ ୟେକମନ ହୋଇଣ ବସିଲେଯେ ଯାହା ମନରେ ଯେ କଥାନ୍ତ ଭାଳିଲେ ।୧୨୩।କୃତଶେଖର ରାଜାକୁ ଯୁଝେଷ୍ଠି ରାଇଲେଆସ ହୋ ମହାରାଜା କହିବା ଆମ୍ଭେ ଭଲେ ।୧୨୪।ଦଇବେ ତ କୁମାରୀ ଯେ ଆମ୍ଭର ହେଲାଣିହରି ନେଇ ଯାଉଥିଲା କୁମର ଚୂଡାମଣି ।୧୨୫।ୟେଥକୁ କୁ ବିଚାର କରୁ ହୋ ନୃପନାଥଆମ୍ଭର ଆଗରେ କହ ୟେଥିର ତଦନ୍ତ ।୧୨୬।ରାଜା ବୋଇଲା ମୋର କିସ ଦୋଷ ଅଛଇଯାହା କହିବି ତାହା ଅବଧାନ କର ହୋ ଗୋସାଇଂ ।୧୨୭।ଥାଠ ସଇନି ଘେନି ମୋର ରାଜ୍ୟକୁ ଚଳିଯିବାମଙ୍ଗଳ ବିଧି ଯାତ୍ରା ମୋହୋର ପୁରରେ ସାରିବା ।୧୨୮।ଯୁଝେଷ୍ଠି ବୋଇଲେ ହୋ ଶୁଣିମା ରାମହରିକୃତଶେଖର ରାଜ୍ୟକୁ ଚାଲ ଯିବା ଚଳି ।୧୨୯।ଯୁଝେଷ୍ଠିଂକ ବାକ୍ୟ ସମସ୍ତଂକ ମନକୁ ଯୋଗାଇଲାସୀଉକାର ବଚନ ସବୁଂକରି ମୁଖରୁ ଶୁଭିଲା ।୧୩୦।ନାରଦେ କୃତଶେଖର ରାଜାନ୍ତ ରାଇଲେଗୁପତ କରିଣ ଯେ କଥାନ୍ତ ଭାଷିଲେ ।୧୩୧।ଉଗ୍ରସେନ ରାଜାଂକର ପଞ୍ଚଦଶ କ୍ଷଉଣୀ ଯେ ବଳସାତକ୍ଷଉଣୀ ଘେନିଛନ୍ତି ଯୁଝେଷ୍ଠି ନୃପବର ।୧୩୨।ୟେତେ ସଇନଂକୁ ତୁମ୍ଭେ ପାରିବଟି କି ସମ୍ଭାଳିବିଚାରିଣ ଆମ୍ଭନ୍ତ କହ ହୋ ନୃପଶାଳୀ ।୧୩୩।ରାଜା ବୋଇଲେ ଗୋସାଇଂ ତୁମ୍ଭର ପରସାଦେକେଉଣ ଦ୍ରବ୍ୟ ଅପୂର୍ବ ଅଛଇ ମୋତେ ହାଦେ ।୧୩୪।ରାଜାର ବଚନେ ମୁନି ସାନନ୍ଦ ହୋଇଲେନଗ୍ର ମଣ୍ଡାଅ ବୋଲିଣ ଶ୍ରୀମୁଖେ ଆଗ୍ୟାଂ ଦିଲେ ।୧୩୫।ବଳରାମେ ବୋଇଲେ ଶୁଣ ହୋ ରାଜନନଗ୍ରପୁର ତୋର ମଣ୍ଡାଅ ବହନ ।୧୩୬।ବିଭାର ପଦାର୍ଥମାନ ଭିଆଣ କର ରାୟେଆଗ୍ୟାଂ ପାଇଣ ନରପତି ଚଳିଗଲାପୁତ୍ର ନୀଳଶେଖର ବିରୂପାକ୍ଷ ମନ୍ତ୍ରୀକି ରାଇଲା ।୧୩୮।ନଗ୍ରେ ପଶି ଘୋଷଣ ଦିଆଇଲା ରାୟେଘରମାନ ମଣ୍ଡାଅ ଯେ ସୁରେଖା ବିଭା ହୋୟେ ।୧୩୯।ନଗ୍ର ଲୋକମାନେ ଶୁଣିଲେକ ଯହୁଂଯେ ଯାହାର ପୁରମାନ ମଣ୍ଡିଲେକ ତହୁଂ ।୧୪୦।ବିଚିତ୍ର ଲେଖନମାନ କାନ୍ଥରେ ଲେହନ୍ତିନାରୀମାନେ ହୁଳହୁଳି ଶବଦ କରନ୍ତି ।୧୪୧।ଉଚ୍ଛବ ଆନନ୍ଦ ଯେ ହୋଇଲା ନଗ୍ର ପୁରେହଳଦୀ କୁଂକୁମ ଯେ ବିଲୋହିଲେ ନିରନ୍ତରେ ।୧୪୨।ମନ୍ତ୍ରୀଂକି ଚାହିଂ କୃତଶେଖର ରାଜା ଆଗ୍ୟାଂ ଦିଲାବିଭାର ସାମଗ୍ରୀ ଭିଆଣ କର ହୋ ବୋଇଲା ।୧୪୩।ବେଦୀ ଛାମୁଣ୍ଡିଆ ମଣ୍ଡନ କର ବେଗେଯେମନ୍ତ ପରଶଂସା ପାଇବା ରାମକୃଷ୍ଣଂକର ଆଗେ ।୧୪୪।ଯଉତୁକ ସାମଗ୍ରୀ ଯେ ପୂର୍ବର ବିଧାନଭିଆଣ କରିଣ ମନ୍ତ୍ରୀ ଅଣାଅ ବହନ ।୧୪୫।ବାଇଶିକ୍ଷଉଣୀ ବଳ ଯେ ଅଛଇ ତାହାଂକରତାହାଂକ ପାଇଂ ଘର ଭିଆଣ କର ହୋ ମନ୍ତ୍ରୀବର ।୧୪୬।ହାଥୀ ଅଶ୍ୱଂକର ପାଇଂ କର ଘରମାନବିରି ଘାସ ଆଦି ଯେତେକ ଭିଆଣ ।୧୪୭।ଶଙ୍ଖୁଆ ମହୁରିଆ ତୂରୀଆ ବାଦ୍ୟକାରମାନଂକୁଘରମାନ ତୋଳାଇ ଥାଆଟି ତାହାଂକୁ ।୧୪୮।ଋଷିମାନଂକ ପାଇଂ ଭିଆଇ ଥା ଫଳମୂଳମୃଗଛାଲମାନ ଭିଆଅ ମାଳ ମାଳ ।୧୪୯।ପାତ୍ରାନ୍ତ ଉଆସ ଯେ ରାଜାନ୍ତ ନବରବଖରା ମୂଳ କରି ଭିଆଅ ସର୍ବ ଘର ।୧୫୦।ପନ୍ତି ପନ୍ତି ଧାଡ଼ି ଧାଡ଼ି ରେଖ ରେଖ ହୋଇବିଚିତ୍ର କଳସମାନ ବସିଥିବ ତହିଂ ।୧୫୧।ବିଚିତ୍ର ବିରାଳ ଉଡୁଥିବ ଫରହରସବୁଘରେ ବିଚିତ୍ର ପ୍ରତିମାମାନ ଲେଖାଇବା ଧାତିକାରେ ।୧୫୨।ବିଷ୍ଣୁ ପ୍ରତିମାମାନ ବଖରା ବଖରାକରେ ଥିବଯାହାକୁ ଯେ ବିଧିରେ ସେ ପୂଜା କରାଇବ ।୧୫୩।ବିଚିତ୍ର ଚାମର ଉଡୁଥିବ ନିରନ୍ତରଶ୍ୱେତ ପାରୁଆ ଶ୍ୱେତ ହଂସ କ୍ରୀଡ଼ା କରୁଥିବେ ଆକାଶର ।୧୫୪।ଯେତେ ଯେତେ ପ୍ରକାରେ କୃତଶେଖର ରାଜା ଆଗ୍ୟାଂ ଦିଲାତହୁଂ ଶତେଗୁଣ କରି ମନ୍ତ୍ରୀ ସମସ୍ତ ନିର୍ଭାକଲା ।୧୫୫।ଶ୍ରୀରାମକୃଷ୍ଣଂକୁ ଭିନ୍ନ ଭିନ୍ନ ଯେ ନବରେବିଚିତ୍ର ଲେଖନ କରି ଭିଆଇଲା ମନ୍ତ୍ରୀବରେ ।୧୫୬।ଦୀର୍ଘ ଚାରି କୋଶ ଯେ ପ୍ରତି ଚାରି କୋଶଛାମୁଣ୍ଡିଆ ଗୋଟାୟେ ସଜକଲା ମନ୍ତ୍ରୀ ବିରୂପାକ୍ଷ ।୧୫୭।ଦେବାଙ୍ଗ ବସନରେ ଚାନ୍ଦୁଆମାନ ସଞ୍ଚିଛାମୁଣ୍ଡିଆ ଉପରେ ନେତର ଚିରାଳ ଉକୁଚି ।୧୫୮।ଦେବେ ଦୁଲଭ ଯେ ୟେମନ୍ତ ସ୍ଥାନ କଲାଦେଖି କୃତଶେଖର ରାଜା ଉଷତ ହୋଇଲା ।୧୫୯।ବାରହାଥ ପ୍ରତି ବାରହାଥ ଦୀର୍ଘ କଲାଉତ୍ତମ ବେଦୀ ଗୋଟିୟେ ତହିଂ ନିର୍ମାଣିଲା ।୧୬୦।ଖନ୍ଦାଶାଳମାନ ତହିଂ ଭିନ୍ନ କଲେଛଡ଼ରସ ପ୍ରକାରେ ଯାବତ ମୁଣୋହି ଭିଆଇଲେ ।୧୬୧।ହଳଦୀ କୁଂକୁମ ତଇଳ ଘୃତମାନସର୍ବ ବହିଆଣ ଠିକ କଲା ସେ ବହନ ।୧୬୨।ଯେ ଯାହାର ସେବାରେ ଲାଗିଲେ ଲୋକମାନେଆଗ୍ୟାଂ ଦେଇଛନ୍ତି କୃତଶେଖର ରାଣେ ।୧୬୩।ସମସ୍ତ କଥାମାନ ମନ୍ତ୍ରୀ ଭିଆଇଲାନାରଦ ମୁନିଂକି ନେଇଣ ତାହା ଦେଖାଇଲା ।୧୬୪।ନାରଦ ମୁନି ଦେଖି ମନ୍ତ୍ରୀକି ପ୍ରଶଂସିଲେତୋହୋରେ ସେ ୟେ କଥାମାନ ହୋଇଲା ବୋଇଲେ ।୧୬୫।କୃତଶେଖର ରାଜାକଇଂ ନାରଦେ ରାଇଲେସବୁକଥା ଭଲ ହୋଇଲା ନୃପବରେ ବୋଇଲେ ।୧୬୬।ବିଭାର ଉଚ୍ଛବ ଯେ କରିବା କେଉଂଦିନତହିଂର ଉପାୟ ୟେବେ କହିବା ବିଧାନ ।୧୬୭।ରାମକୃଷ୍ଣଂକ ଛାମୁକୁ ଯିବା ବେଗେ ଆସତେବେ ସେ ଆମ୍ଭର ମନୁଂ ଫିଟିବ ସନ୍ଦେଶ ।୧୬୮।ରାଜାନ୍ତ ଘେନିଣ ମୁନି ହୋଇଲେ ବାହାରଯାଇଂଣ ଭେଟିଲେ ରାମକୃଷ୍ଣଂକ ଛାମୁର ।୧୬୯।କୃତଶେଖର ରାଜା ଭଗବାନଂକୁ ଦେଖିଶିରେ କର ଦେଇ କହଇ ଉପଲେଖି ।୧୭୦।ବିଭାର ବିଚାରମାନ ସବୁ ଭିଆଇଲିଛାମୁରେ ଜଣାଇବାକୁ ଯେଥକୁ ଅଇଲି ।୧୭୧।ରାଜାର ବିନୋୟୀ ଭାବ ଶୁଣି ବୋଲନ୍ତି ନରହରିବଳରାମଂକୁ ବୋଇଲେ ଶ୍ରୀକୃଷ୍ଣ ଚାଲ ହୋ ଯିବା ଚଳି ।୧୭୨।ନାରଦେ ବୋଇଲେ ଉଠ ଉଠ ହୋ ହଳଧରବିଳମ୍ବ ନ ସହେ ବିଭା ହୋଉଛି ଉଛୁର ।୧୭୩।ରାଜା ଜଣାଇଲା ଶୁଣିମା ଗୋସାଇଂଆଗ୍ୟାଂ ହୋଇଲେ କୁମର କୁମାରୀ ଯିବେ ବେଗ ହୋଇ ।୧୭୪।ଗୋବିନ୍ଦେ ବୋଇଲେ ଆଗେ ପଠିଆଇ ଦିଅମଙ୍ଗଳ ବିଧାନମାନ ତୁମ୍ଭେ ବେଗେ କରି ଯାଅ ।୧୭୫।କୁମର କୁମାରୀଂକି ଚଳାଇଣ ଦିଲେପଛେ ଥାଠ ଘେନି ରାମକୃଷ୍ଣ ବାହାର ହୋଇଲେ ।୧୭୬।ପନ୍ଦର କ୍ଷଉଣୀ ବଳ ଘେନି ଉଗ୍ରସେନ ରାୟେସାତ କ୍ଷଉଣୀ ସଇନି ଘେନି ପଣ୍ଡୁର ତନୟେ ।୧୭୭।ବୀରତୂର ନିଶାଣ କୁତୂହୋଳେ ବାଜିଲାକରମଣ୍ଡଳ ରାଜ୍ୟେ ଯେ ଉଛୁଳି ପଡ଼ିଲା ।୧୭୮।ଶଙ୍ଖ ମହୁରୀ ଯେ ବାଜଇ ବିକଟାଳଢୋଲ ଦମା ଦାଉଣ୍ଡି ଆଦି ବାଜଇ ମାର୍ଦ୍ଦଳ ।୧୭୯।କନଡ଼ା ରାଗେଣ ଯେ ମହୁରୀ ବାଜଇବୀଣାଯନ୍ତ୍ର ବାଇଣ ନାରଦ ନାଚଇ ।୧୮୦।ସଇନ ବଳ ଘେନିଣ ଯେ ଆପଣେ ଭାବଗ୍ରାହୀକରମଣ୍ଡଳ ରାଜ୍ୟକୁ ଯାଆନ୍ତି ଚଳାଇ ।୧୮୧।ରଥୀ ହାଥୀ ପାଦାନ୍ତି ଯେ ନୋହିଲା କଳନାୟେକକୁ ୟେକ ଦିଗୁଣ ବାଜଇ ବାଜଣା ।୧୮୨।ଗ୍ରହପୁତ୍ରମାନେ ମଙ୍ଗଳ ଅଷ୍ଟକ ପଢନ୍ତିମଙ୍ଗଳ ହୁଳୋହୁଳି ଅହିୟୋ ନାରୀମାନେ ଦ୍ୟନ୍ତି ।୧୮୩।ଶୁଭ ମଙ୍ଗଳ ଯୋଗେ ରାଜ୍ୟରେ ପଶିଲେସନମାନ ପାଇଣ ଯେ ଯାହା ଆସ୍ତାନେ ବସିଲେ ।୧୮୪।ଶୁଣ ବଇବସୁତ ମନୁ ବଦନ୍ତି ଅଗସ୍ତିସୁରେଖା ହରଣ ଚରିତ ୟେହି ଶୁଣ ଦିବ୍ୟ ରୀତି ।୧୮୫।ନବରମାନ ଦେଖି ରାମକୃଷ୍ଣ ପରଶଂସା କରନ୍ତିଧନ୍ୟ ଧନ୍ୟ କୃତଶେଖର ରାଜା ବୋଲିଣ ବୋଲନ୍ତି ।୧୮୬।ୟେ ନବର ଦେଖି ଯେ ଦେବତାୟେ ତୋଷ ହେବେୟେକା ଦିବସେକ ୟେମାନ ନିର୍ଭା କଲା ହାଦେ ।୧୮୭।ଯେ ଯାହାର ଥାନମାନ ଆବୋରି ଲୋକମାନେନିଚିନ୍ତ ହୋଇଣ ଯେ ରହିଲେ କୃତଶେଖର ଭୁବନେ ।୧୮୮।ରାଜଋଷି ଦେବଋଷି ବ୍ରହ୍ମଋଷିମାନେ ଯେ ଅଇଲେସନମାନ ପାଇ କରି ଯେ ଯାହା ସ୍ଥାନେ ବସିଲେ ।୧୮୯।ରାନ୍ଧଣା ବିଧାନ ସଞ୍ଚା ଯାହା ହୋଇଥିଲାଯେ ଯାହା ଅନରୂପେ ସମସ୍ତ ଚରଚିଲା ।୧୯୦।ଯୁଝେଷ୍ଠି ଭୀମ ଅର୍ଜୁନ ନକୁଳ ସହଦେବ ସହିତେଉଗ୍ରସେନ ଆଦିକରି ଭୁଞ୍ଜିଲେ ତୋଷ ଚିତ୍ତେ ।୧୯୧।ଉଦ୍ଧବ ଅନାଧୃଷ୍ଟି ଅକ୍ରୂର ସାତୁକୀ ସମେତେବସୁଦେବ ଭୁଞ୍ଜି ବସିଲେ ରାମକୃଷ୍ଣଂକ ସଙ୍ଗତେ ।୧୯୨।ଷଢରସ ମେଞ୍ଜନେ ମୁଣୋହି କରନ୍ତିସନ୍ତୋଷେଣ ସଇନି ଯାକ ଯେ ଭୁଞ୍ଜିଣ ବସନ୍ତି ।୧୯୪।ହାଥୀ ଘୋଡାଂକ ଦାନା ଘାସ ନେଇ ଦିଲେଭୁଞ୍ଜି କରି ସର୍ବଜନ ହରଷ ହୋଇଲେ ।୧୯୫।ଆସ୍ତାନ ଉପରେ ବସିଲେ ରାମକୃଷ୍ଣ ବେନି ଭାଇଉଗ୍ରସେନ ସହିତେ ଯୁଝେଷ୍ଠି ପାଞ୍ଚଭାଇ ।୧୯୬।ଋଷିମାନେ ଫଳମୂଳମାନ ଗ୍ରାସ କଲେମୃଗ ଚଉରୀ ପାଡ଼ିଣ ସଭାରେ ବସିଲେ ।୧୯୭।ୟେଥୁ ଅନନ୍ତରେ ରାଜା ଶୁଣ ଦିବ୍ୟ ରସସାବଧାନେ ଶୁଣ ହୋ ବିଲଂକ ନରେଶ ।୧୯୮।ଭୋଜନ ଚରଚା ଯହୁଂ ରାଜନ ସାରିଲାମଙ୍ଗଳ ବିଧିବିଧାନ ତହୁଂ ଭିଆଇଲା ।୧୯୯।ସାତ ଅହିଅ ନାରୀ ଅଇଲେ ବହନ ହୋଇସୁବର୍ଣ୍ଣ କୁମ୍ଭ ଉପରେ ନଟୀକାଳମାନ ଥୋଇ ।୨୦୦।ପାଣି ତୋଳିଯାନ୍ତି ଶଙ୍ଖ ମହୁରୀ ବଜାଇମଙ୍ଗଳ ହୁଳହୁଳି ନାଦେ ନଗ୍ର ଉଛୁଳଇ ।୨୦୧।ସାତ ଘରୁ ପଶି ପାଣି ତୋଳିଣ ଆଣିଲେମଙ୍ଗଳ ଗୀତ ଗାଇଣ ନଗରେ ପଶିଲେ ।୨୦୨।ନବତନ ମସୁଣି ଗୋଟିୟେକ ଉପରେବରକନ୍ୟାଂକୁ ବସାଇଲେ ତହିଂର ମଧ୍ୟରେ ।୨୦୩।ତଇଳ ହଳଦୀ କୁଂକୁମ କସ୍ତୁରୀ ମିଶାଇକୁମର କୁମାରୀ ଅଙ୍ଗେ ଲେପିଲେକ ନେଇ ।୨୦୪।ସୁବର୍ଣ୍ଣର ଶିଳୋପଆ ମଥାରେଣ ଦେଇହୁଳହୁଳି ଦ୍ୟନ୍ତି ଅହିଅ ନାରୀ ତହିଂ ।୨୦୫।ୟେମନ୍ତେଣ ମଙ୍ଗଳ ବିଧିବିଧାନ ସରିଲାସୁବର୍ଣ୍ଣ ଥାଳୀରେ ପଦ୍ମନ ଭୁଞ୍ଜି ଯେ ବସିଲା ।୨୦୬।ନିଶି ପାହାନ୍ତିରେ ବରକନ୍ୟା ଘେନିମଙ୍ଗଳ ପାଣି ଘେନି ସ୍ରାହାନ କରାଇଲେ ବେନି ।୨୦୭।ତହୁଂ ବରକନ୍ୟାନ୍ତ ଘେନି ଅଇଲେ ନବରକନକ ପୀଢାରେ ବସାଇଲେକ କୁମର ।୨୦୮।କୁମାରୀକୁ ଭିତର ପୁରକୁ ଘେନିଗଲେହଳଦୀ କୁଂକୁମ ଲଗାଇ ସୁରେଖାକୁ ବେଶ ବେଶନ କରାଇଲେ ।୨୦୯।କୁମରକୁ ୟେଣେ କରୁଛନ୍ତି ସୁବେଶବାଜଇ ଶଙ୍ଖ ମହୁରୀ ଦମା ବିଜିଘୋଷ ।୨୧୦।ଅହିଓ ସ୍ତିରୀମାନେ ମଙ୍ଗଳ ଗୀତ ଗାଇକୁମର ଆଗେ ନାଚନ୍ତି ପରିହାସ କହି ।୨୧୧।ବ୍ରାହ୍ମଣେ କର୍ମମାନ କରୁଛନ୍ତି ବିଧି ବିଧାନେମଙ୍ଗଳ ଅଷ୍ଟକ ପଢନ୍ତି ଗ୍ରହପୁତ୍ର ମାନେ ।୨୧୨।ଜଉତିଷେ ଜଣାଇଲେ ସଭାରେ ଛାମୁରେଅବଧାନ ହୋଇ ହୋ ଶୁଣିମା ନୃପବରେ ।୨୧୩।ଅନକୂଳ ବେଳ ୟେବେ ହୋଇଲା ଗୋସାଇଂବେଦୀ ଉପରକୁ ବିଜେ କର ନରସାଇଂ ।୨୧୪।ୟେହା ଶୁଣିଣ ରାଜା ବିଭାବେଦୀକୁ ଗଲାଗୋବିନ୍ଦଂକୁ ଚାହିଂଣ ବଚନ ପ୍ରକାଶିଲା ।୨୧୫।ଅନକୂଳ ବେଳ ୟେବେ ହୋଇଲା ଗୋସାଇଂବେଦୀ ଉପରକୁ ୟେବେ ବିଜେକର ହଳସାଇଂ ।୨୧୬।ଦିବ୍ୟବେଶ ହୋଇଣ ପୁଣି ଆପେ ଭାବଗ୍ରାହୀଅର୍ଜୁନ ହାଥ ଧରି ସଭାରୁ ଉଠି ଯାଇ ।୨୧୭।ରାଜାଂକୁ କହିଲେ କଥାୟେ କରିବା ବିଚାରଜଉତିଷ ହକାରି ଆଣ ଆମ୍ଭର ଛାମୁର ।୨୧୮।ରାଜାର ଆଗ୍ୟାଂୟେ ଗ୍ରହପୁତ୍ରେ ଯେ ଅଇଲେଗୋବିନ୍ଦଂକ ଛାମୁରେ ଉଭା ହୋଇଣ ରହିଲେ ।୨୧୯।ଜଉତିଷ ଜଣାଇଲା ହୋଇଲା ଅନକୂଳବେଦୀରେ ବୀଜେକର ମଦନ ଗୋପାଳ ।୨୨୦।ଜଉତିଷ ମୁଖରୁ ଅନକୂଳ ବେଳ ଶୁଣିବସୁଦେବଂକୁ ଚାହିଂ ବୋଲନ୍ତି ଚକ୍ରପାଣି ।୨୨୧।ବେଦୀର ଉପରକୁ ଆପଣେ ବିଜେକରକୁମରକୁ କୋଳେ ଘେନି ବିଭା ମଙ୍ଗଳ ବିଚାର ।୨୨୨।ତତକ୍ଷଣେ ବସୁଦେବ ବହନ ଚଳିଗଲେବେଦୀର ଉପରକୁ ସେହୁ ଯେ ଉଠିଲେ ।୨୨୩।ସୁବର୍ଣ୍ଣ ପିଢାୟେକ ରାଜା ବେଗେ ଆଣି ଦିଲେତହିଂର ଉପର ବସୁଦେବନ୍ତ ବସାଇଲେ ।୨୨୪।ପୂର୍ବ ମୁଖ ହୋଇ ଯେ ବସିଲେ ବସୁଦେବପଚ୍ଛିମ ମୁଖ ହୋଇ ବସିଲା କୃତଶେଖର ରାଜଦେବ ।୨୨୫।ବ୍ରହ୍ମଋଷି ରାଜଋଷି ଦେବଋଷି ସଭାରେ ବସିଲେନାରଦ ମହଋଷି ହରଷେ ବୀଣାନାଦ କଲେ ।୨୨୬।ମଙ୍ଗଳ କୁମ୍ଭ ଥୋଇଲେ ବେଦୀର ଉପରେଚୂତପତ୍ର ନଟୀକାଳ ତଥିର ଉପରେ ।୨୨୭।ମଙ୍ଗଳ ସିଉକାର କରନ୍ତି ବିପ୍ରବରେବରୁଣ ପୂଜାବେଦ ପଢନ୍ତି ଧୀରେ ଧୀରେ ।୨୨୮।ବରୁଣ ପୂଜାବିଧି ବିପ୍ରମାନେ ସାରିଲେବେଶ ହୋଇ ବର ଆସୁ ବୋଲିଣ ବୋଇଲେ ।୨୨୯।ତତକ୍ଷଣେ ବେଶ ହୋଇ କୁମର ଅଇଲାବସୁଦେବଂକ କୋଳରେ ଯାଇଣ ବସିଲା ।୨୩୦।ବରବେଶ ହୋଇ ଯହୁଂ ବସିଲା କୁମରବେଦ ଉଚ୍ଚାରନ୍ତି ତହିଂ ସୁଗ୍ୟଂ ଦ୍ୱିଜବର ।୨୩୧।ଅହିଓ ନାରୀମାନେ ହୁଳହୁଳି ଦିଲେମଙ୍ଗଳ ବିଧି ଯେ ସଧୀରେ ଗାଇଲେ ।୨୩୨।ୟେଥି ଉତ୍ତାରେଣ ଲବଣ ଚଉଂରୀ ବିଚାରକୁମାରୀ ହାଥେ ଦେଇ ଘେନିଆସ ନୃପବର ।୨୩୩।ୟେତେ ଶୁଣି ଅହିଓ ନାରୀମାନେ ଗଲେସୁରେଖା ହାଥରେ ଲବଣ ଚଉଂରୀ ଚାଉଳ ସୋରିଷ ମିଶାଇଣ ଦିଲେ ।୨୩୪।ବେଦୀ ଉପରେ ବର ଉପରକୁ ଫିଙ୍ଗିଦିଅ ବୋଲିଣ ବୋଇଲେସମସ୍ତଂକ ବୋଲେ କୁମାରୀ ବେଦୀ ଉପରକୁ ଫିଙ୍ଗିଦେଲେ ।୨୩୫।ଅହିଓ ସ୍ତିରୀମାନେ ଦିଅନ୍ତି ହୁଳହୁଳିଶଙ୍ଖ ମହୁରୀ ଶବଦେ ନଗ୍ରଯାକ ଉଛୁଳି ।୨୩୬।ଲବଣ ଚଉଂରୀ ବିଧି ଉତ୍ତାରେଣ ପୁଣବର ପାଦ ଧୋଇଦେବ ରାଜା ତୁମ୍ଭର ନନ୍ଦନ ।୨୩୭।ରାଜା ବୋଇଲା ହୋ ଡଗରେ ବେଗେ ଚଳରାଇ ଘେନି ଆସ ନୀଳଶେଖର ଦୁଲାଳ ।୨୩୮।ତତକ୍ଷଣେ କୁମାରକୁ ରାଇ ଆଣିଲେ ବହନେବୋଇଲା କିସ ଅବଧାନ ହୋଉଛି ରାଜନେ ।୨୩୯।ରାଜା ବୋଇଲେ ଯାଇଣ ବିପ୍ରନ୍ତ ପଚାରବିପ୍ରେ ବୋଇଲେ ପାଣି ଘେନି ଆସ ସୁବର୍ଣ୍ଣ ଝରିର ।୨୪୦।ବ୍ରାହ୍ମଣର ଆଗ୍ୟାଂରେ ଯେ କୁମର ଚଳିଗଲାସୁବର୍ଣ୍ଣ ଝରିରେ ଯାଇଂ ନୀର ପୂରୋଇ ଆଣିଲା ।୨୪୧।ସୁବର୍ଣ୍ଣ ପଲମ ଯେ ଆଣିଲେ ଭୃତ୍ୟଜନବେଦୀ ତଳେ ପାଦ ଧୋଇଲା କୁମର ପଦ୍ମନ ।୨୪୨।ପାଣିଝରି ଘେନି କୁମର ତୋଳିଦିଲାଗୋଡ଼ଧୁଆ ବିଧାନ ସମସ୍ତ ସରିଲା ।୨୪୩।ନବତନ ମସିଣା ଗୋଟିକ ଉପରେପଦ୍ମନ କୁମରକୁ ବସାଇଲେ ତହିଂରେ ।୨୪୪।ପୂର୍ବ ମୁଖ ହୋଇ କରି ବସିଲା କୁମରବେଦ ଉଚ୍ଚାରନ୍ତି ତହିଂ ସୁଗ୍ୟଂ ଦ୍ୱିଜବର ।୨୪୫।ସୁରେଖା କନ୍ୟାକୁ ବେଶ ବେଶନ କରାଇ ଆଣିଲେକୃତଶେଖର ରାଜାର କୋଳରେ ବସାଇଲେ ।୨୪୬।ମଂଗଳ ମହୁରୀ ଯେ ବାଜଇ ଘନ ଘନବାଦ୍ୟ ନିଶାଣ ବାଜଇ ବୀରତୂରମାନ ।୨୪୭।ପୂର୍ବ ମୁଖ ହୋଇକରି କୁମର ବସିଲାପଚ୍ଛିମ ମୁଖ ହୋଇ କନ୍ୟାହିଂ ରହିଲା ।୨୪୮।କୁମର ଦକ୍ଷିଣ ହାଥ ବଢାଇଣ ଦିଲେକୁମାରୀ ହାଥ ଧରି ତହିଂରେ ଥୋଇଲେ ।୨୪୯।ବେଦ ଧୁନି କରି ହାଥ ବନ୍ଧନେ ପଡ଼ିଲାକୃତଶେଖର ରାଜାର ନୟନୁଂ ଅଶ୍ରୂଜଳ ନିଉଡ଼ିଲା ।୨୫୧।ନାରଦେ ବୋଇଲେ ଶୁଣହୋ ନୃପବରଦାନ ଯଉତୁକମାନ ଅଣାଅ ବେଭାର ।୨୫୨।ଶଙ୍ଖରେ ପାଣିଲାଇ ରାଜାର ହାଥେ ଦିଲେତୋଳିଦିଅ ବର ହାଥେ ନାରଦ ବୋଇଲେ ।୨୫୩।ହାଥରେ କୁଶ ଶଙ୍ଖ ଘେନିଣ ନରନାଥପାଣି ତୋଳି ଦିଅଇ ସେ କୁମରର ହାଥ ।୨୫୪।ସହସ୍ରେକ ରଥେ ଯେ ପାଣି ଦ୍ରବ୍ୟ ପୂରୋଇକୁମର ଆଗରେ ସବୁ ଥୋଇଲାକ ନେଇ ।୨୫୫।ଦୁଇ ସହସ୍ର ତୁରଙ୍ଗ ସହସ୍ରେକ ହାଥୀଛାମୁରେ ଆଣିଣ ଦିଲାକ ନରପତି ।୨୫୬।ୟେକବର୍ଣ୍ଣ କରି ଦୁଇଲକ୍ଷ ଧେନୁ ଗାଇସ୍ୱବତ୍ସା ସହିତେ ଦିଅଇ ନରସାଇଂ ।୨୫୭।ଥାଳୀ ତାବୁରୀ ଯେ ସୁବର୍ଣ୍ଣ ନାଳୁଆରଗଡୁ ଗରିଆ ରାଜା ଦିଅଇ ଅପାର ।୨୫୮।ଦାସୀ ମହିଂଷୀ ଅନେକ ରାଜା ଦିଲାଧନଦ୍ରବ୍ୟ ଦେଇ ରାଜା ସନ୍ତୋଷ ନୋହିଲା ।୨୫୯।ବହୁତ ବିନୋୟୀ ରାଜା ହୋଇଣ କହିଲାବହୁତ ପ୍ରଶଂସା ରାଜା ଉଗ୍ରସେନ କଲା ।୨୬୦।ବୋଇଲା ଶ୍ରୀକୃଷ୍ଣଂକର ୟେ ଅଟଇ କୁମରଯଉତୁକ ଦେବାକୁ ଶକ୍ୟ କାହିଂ ଯେ ମୋହୋର ।୨୬୧।ଝିଅଗୋଟି ଦେଇ ମୁଂ ଯେ ଶରଣ ପଶିଲିସପତ ପୁରୁଷମାନନ୍ତ ମୁଂ ନରକୁଂ ଉଦ୍ଧାରିଲି ।୨୬୨।ୟେ ଯେ ପରମବ୍ରହ୍ମ ଅଟନ୍ତି ନାରାୟଣକୃତାର୍ଥ କଲେ ୟେ ଯେ ମୋହୋର ଜୀବନ ।୨୬୩।ୟେହାଂକର ପାଦରଜ ପଡ଼ିଲା ମୋହୋର ରାଜ୍ୟରେଜନ ପରଜାଂକ କଷ୍ଟ ଗଲା ୟେତେ ଯେ କାଳରେ ।୨୬୪।ଝିଅ ବିଭା ଦେଇ ରାଜା ପଶିଲା ଶରଣଗୋବିନ୍ଦଂକ ଚରଣେ ଓଲଗଇ ପୁଣ ପୁଣ ।୨୬୫।ଶ୍ରୀକୃଷ୍ଣ ବୋଲନ୍ତି ଶୁଣ ହୋ ମହାରାଣସପତ ପୁରୁଷକୁ ରହିଲା ବନ୍ଧୁପଣ ।୨୬୬।କରପତ୍ର ଯୋଡ଼ି ରାଜା କହଇ ବଚନବନ୍ଧୁପଣକୁ ମୁଂ କ୍ଷମ ନୋହଇ ଜନାର୍ଦ୍ଦନ ।୨୬୭।କୃତକୃତ୍ୟ ହୋଇ ରାଜା କହଇ କର ଯୋଡ଼ିଦୟା କରିଥିବ ମୋତେ ପ୍ରଭୁ ରାମହରି ।୨୬୮।ଯଉତୁକ ବିଧିମାନ ସମସ୍ତ ସରିଲାଅହିଓ ନାରୀ ଆସି କୁଶ ବନ୍ଧନ ଫେଡ଼ିଲା ।୨୬୯।ସୁବର୍ଣ୍ଣର କଉଡ଼ି ତାହାର ହାଥରେ ଯେ ଦିଲେଜୁଅ ଖେଳିବାକୁ ଯେ ଆରମ୍ଭ କରାଇଲେ ।୨୭୦।ବରକନ୍ୟା ୟେକ ଆସନେ ବସାଇ ଅଛନ୍ତିଅହିଓ ସ୍ତିରୀମାନେ ଜୁଅ ଖେଳାବନ୍ତି ।୨୭୧।ଜୁଅଖେଳମାନ ସାରିଲେ ତତକ୍ଷଣଭିତରକୁ ଘେନିଗଲେ ତାଂକୁ ନାରୀଗଣ ।୨୭୨।ଭିତର ପୁରେ ଆଣି ବରକନ୍ୟାନ୍ତ ବସାଇଲେସୁବର୍ଣ୍ଣ ଦୀପାବଳି ଘେନିଣ ବନ୍ଦାଇଲେ ।୨୭୩।ସୁବର୍ଣ୍ଣ ପଲମରେ ଷଡ଼ରସର ବ୍ୟଞ୍ଜନବରକନ୍ୟାଂକ ଛାମୁରେ ବାଢିଲେ ନାରୀଗଣ ।୨୭୪।ୟେକପତ୍ରେ ବରକନ୍ୟା ବସି ଯେ ଭୁଞ୍ଜନ୍ତିଆନନ୍ଦେ ନାରୀମାନେ ହୁଳହୁଳି ଦ୍ୟନ୍ତି ।୨୭୫।ଭୋଜନ ସାରିଣ ଯେ ଆଞ୍ଚୋବନ କଲେକର୍ପୂର ବିଡ଼ିଆ ପାନ ସନ୍ତୋଷେ ଭୁଞ୍ଜିଲେ ।୨୭୬।ୟେସନେକ ପ୍ରକାରେ ବିଭା ବିଧାନ ସରିଲାକୃତଶେଖର ରାଜା ସଭାମଣ୍ଡପକୁ ଗଲା ।୨୭୭।ଆସ୍ତାନ କରିଣ ବସିଛନ୍ତି ଭାବଗ୍ରାହୀକରପତ୍ର ଯୋଡ଼ି ଉଭା ହେଇଲା ନରସାଇଂ ।୨୭୮।ଅବଧାନ ହୋଇ ଶୁଣିମା ଦେବ ଜନାର୍ଦ୍ଦନସାରିବା ହେଉ ସ୍ରାହାନ ନିତ୍ୟକର୍ମ ମାନ ।୨୭୯।ରାଜାର ମୁଖରୁ ଯହୁଂ ଶୁଣିଲେକ ୟେହାଶ୍ରୀମୁଖେ ଆଗ୍ୟାଂଦିଲେ ପ୍ରଭୁ ଜଗୁନାହା ।୨୮୦।ବୋଇଲେ ତଇଳ କୁଂକୁମ ଅଣାଅ ବହନଗୋବିନ୍ଦ ଆଗ୍ୟାଂ ପ୍ରମାଣେ ଚଳଇ ରାଜନ ।୨୮୧।ତଇଳ କୁଂକୁମ ଲଗାଇ ସର୍ବଜନେସୁର ନଦୀରେ ଯାଇ କରନ୍ତି ସ୍ରାହାନେ ।୨୮୩।ସ୍ନାନ ନିତ୍ୟକର୍ମ ବିଧି ସାରିଣ ଅଇଲେଭୋଜନ ଠାବରେ ଯାଇ ସର୍ବେ ବିଜେ କଲେ ।୨୮୪।ଅମୃତ ମୁଣୋହି ବିଧାନ ସାରିଲେ ବହନସୁବାସ ପାଣି ଘେନିଣ କଲେ ଆଞ୍ଚୋବନ ।୨୮୫।କର୍ପୂର ବିଡ଼ିଆ ଯେ ମୁଖବାସକୁ ଦିଲେଆସ୍ତାନ ଉପରକୁ ସମସ୍ତେ ବିଜେ କଲେ ।୨୮୬।ବାଇଶି କ୍ଷଉଣୀବଳ ଭୋଜନ ସାରିଲେଶଙ୍ଖୁଆ ମହୁରୀ ବାଦ୍ୟକାରେ ଯେ ଭୁଞ୍ଜିଲେ ।୨୮୭।ଯେ ଯାହାର ନିଯୋଗେ ଲାଗିଲେକ ଯାଇଂଦାଉଣ୍ଡି ବିବିଧ ଛନ୍ଦେଶ ବାଜଣା ବଜାଇ ।୨୮୮।ଶଙ୍ଖ ମହୁରୀ ଯେ ବାଜଇ କୁତୂହୋଳକରମଣ୍ଡଳ ରାଜ୍ୟଯାକେ ଶୁଭଇ ଚହଳ ।୨୮୯।ସମସ୍ତ ମୁନିମାନେ ଫଳମୂଳ ଭୁଞ୍ଜିଲେଆନନ୍ଦରେ ବେଦ ଧୁନି ଉଂକାରିଲେ ।୨୯୦।ନାରଦ ମୁନି ଆନନ୍ଦେ ବୀଣାଯନ୍ତ୍ର ବଜାନ୍ତିଗୋବିନ୍ଦଂକ ମୁଖକୁ ଯେ ଚାହିଂଣ ହସନ୍ତି ।୨୯୧।ବିଭା ତ ବଢିଲା ହୋ ଚାଲ ୟେବେ ଯିବାକିସ ଅର୍ଥେ ଆଉ ୟେଠାରେ ଆମ୍ଭେ ରହିଥିବା ।୨୯୨।ରାମକୃଷ୍ଣ ବୋଲନ୍ତି କୃତଶେଖରକୁ ରାଇବରକନ୍ୟା ସଜ କରି ଆଣ ବେଗେ ଯାଇ ।୨୯୩।ଦ୍ୱାରିକାକୁ ଯିବା ସର୍ବେ ବେଗେ ସଜ ହୁଅଆଗିଆଣି ବଳ ସବୁ ଆଗେ ଚଳିଯାଅ ।୨୯୪।ବିରୂପାକ୍ଷ ମନ୍ତ୍ରୀକୁ ନାରଦେ ରାଇଲେରାଜାର ଛାମୁରେ ଜଣାଅ ବୋଇଲେ ।୨୯୫।ରାମକୃଷ୍ଣ ୟେବେ ଯିବେ ଦ୍ୱାରିକା ଭୁବନବିଳମ୍ବ ନ ସହି ସେ ଯିବେ ୟେହିକ୍ଷଣି ।୨୯୬।ଖରତର ହୋଇ ମନ୍ତ୍ରୀ ବେଗ ହୋଇ ଗଲାରାଜାର ଛାମୁରେ ସେ ଯାଇଣ ଜଣାଇଲା ।୨୯୭।ବୋଇଲା ସାବଧାନେ ଶୁଣିମା ଗୋସାଇଂଦ୍ୱାରାବତୀ ପୁରକୁ ଯିବେ ଭାବଗ୍ରାହୀ ।୨୯୮।ନାରଦ ମହର୍ଷି ମୋତେ ରାଇଣ କହିଲେୟେଥକୁ କିସ ବିଚାର କରିବା ନୃପବରେ ।୨୯୯।ମନ୍ତ୍ରୀଂକି ଚାହିଣ ରାଜା ଆଗ୍ୟାଂ ସେ ଦିଅନ୍ତିବରକନ୍ୟାକୁ ସଜକର ହୋ ତଡ଼ିତି ।୩୦୦।ଘେନାଇଣ ଆସ ବେଗେ ବିଭାର ସାମଗ୍ରୀବରକନ୍ୟାନ୍ତ ହାନ୍ଦୋଳାରେ ବସାଇ ଘେନି ଆସ ବେଗି ।୩୦୧।ୟେତେ ଶୁଣି ମନ୍ତ୍ରୀବର ବହନ ଚଳିଗଲାଭିତର ପୁରକୁ ନେଇ ବାରତା ବେଗେ ଦିଲା ।୩୦୨।ବରକନ୍ୟା ସଜକର ରାଜା ଆଗ୍ୟାଂ ଦିଲେବରକନ୍ୟାକୁ ମାୟେ ସଜ କରାଇଲେ ।୩୦୩।ହୁଳହୁଳି ଦ୍ୟନ୍ତି ଅହିଅ ନାରୀମାନେଶଙ୍ଖ ମହୁରୀ ଯେ ବାଜଇ ଘନ ଘନେ ।୩୦୪।ହାନ୍ଦୋଳା ଭିତରେ ନେଇ କନ୍ୟା ବସାଇଲେଦିବ୍ୟସୁଖ ଆସନେ କୁମର ବିଜେ କଲେ ।୩୦୫।ବରକନ୍ୟା ଦୁହେଂ ଯହୁଂ ହୋଇଲେ ବାହାରଆସ୍ତାନ ଉପରକୁ ତହୁଂ ବିଜେ କଲେ ନୃପବର ।୩୦୬।ବୋଇଲେ ଅବଧାନ କରିବା ଭାବଗ୍ରାହୀବରକନ୍ୟା ସଜହୋଇ ସିଂଘଦ୍ୱାରେ ଛନ୍ତି ରହି ।୩୦୭।ଅକ୍ଷତ ବେଭାର ମାନ ଯେତେ ସଭାକୁ ଆଣିଅଛିଜଣେ ଜଣେ ଆପଣେ ଦେବା ହୋ ଶ୍ରୀବଚ୍ଛି ।୩୦୮।ହାଥୀ ରଥୀ ଯେତେକ ପାଦାନ୍ତି ଆସିଥିଲେଶାଢୀ ପରସାଦମାନ ଯେ ସମସ୍ତେ ପାଇଲେ ।୩୦୯।ଶଙ୍ଖୁଆ ମହୁରିଆ ବାଦ୍ୟକାର ପରିଯନ୍ତେଅନେକ ଶାଢୀ ପରସାଦ ଦିଲେ ନରନାଥେ ।୩୧୦।ବାଜିଲା ଟମକ ସଜ ହୋଇଲେ ସଇନିଚାଲ ଚାଲ ଶବଦରେ କମ୍ପଇ ମେଦିନୀ ।୩୧୧।ହୁଳହୁଳି ଶବଦ ଯେ ଶୁଭଇ ଅପାରଯେ ଯାହାର ମତେ ସଜ ହୋଇଣ ବାହାରିଲେ ।୩୧୩।ପନ୍ଦର କ୍ଷଉଣୀ ବଳ ଉଗ୍ରସେନ ରାୟେଆଗିଆଣି ଥାଠ ଚଳାଇ ସେହୁ ଯେ ଚଳିପାୟେ ।୩୧୪।ୟେହାଂକର ପଛେ ବରକନ୍ୟା ଯେ ଚଳିଲେଆଗପଛ ହୋଇଣ ଯେ ସନ୍ୟବଳ ଗଲେ ।୩୧୫।କୃତଶେଖର ରାଜା ଯେ ପୁତ୍ରକୁ ରାଇଲାଝିଅର ସଙ୍ଗେ ଯାଅ ବୋଲିଣ ଆଗ୍ୟାଂ ଦିଲା ।୩୧୬।ମନ୍ତ୍ରୀକି ବୋଇଲା ତୁହି ଯାଅ ଆଗେ ବେଗେଝିଅକୁ ନେଇଣ ତୁମ୍ଭେ ଛାଡ଼ିଆସ ସୁବେଗେ ।୩୧୭।ଅନେକ ସନ୍ୟ ନେଲା ନୀଳଧର ସଂଗତରଆଗ୍ୟାଂ ମାଗିଣ ତହୁଂ ଯେ ଚଳଇ ମନ୍ତ୍ରୀବର ।୩୧୮।ଆଗରେ ଉଗ୍ରସେନ ଚଳାୟେ ସଇନିବରକନ୍ୟା ମଧ୍ୟରେ ପଛେ ନୀଳଧର କୁମରମଣି ।୩୧୯।ସମ୍ଭର ହୋଇଣ ଯେ ସଇନି ଚଳିଗଲେବୀରତୂର ବାଇଦେ ଯେ ରାଇଜ ଉଛୁଳିଲେ ।୩୨୦।ପଛେ ରାମକୃଷ୍ଣ ପାଣ୍ଡବ ପଞ୍ଚୁଭାଇସାତ କ୍ଷଉଣୀବଳ ଘେନି ଗଲେ ବାହାର ଯେ ହୋଇ ।୩୨୧।ଅକ୍ରୂର ଅନାଧୃଷ୍ଟ ଉଦ୍ଧବ ସାତୁକୀ ସହିତେରଥେ ରଥେ ଚଢିଯାନ୍ତି କୃଷ୍ଣଂକ ସଙ୍ଗତେ ।୩୨୨।ବୀଣା ବାଦ୍ୟ ବାଇଣ ଯେ ନାରଦ ମହାମୁନିକୁତୂହୋଳେ ନାଚି ଦିଅନ୍ତି ବୀଣାଧୁନି ।୩୨୩।କୃତଶେଖର ରାଜା ଗୋଡ଼ାଇଲା ପଛେରହ ରହ ବୋଲିଣ ଯେ ବୋଲନ୍ତି ଶ୍ରୀବଚ୍ଛେ ।୩୨୪।ସାଷ୍ଟାଙ୍ଗେ ଗଡ଼ଘାଲି ପଡ଼ି ଶୁତିଲା ମହାରାଣକୃତକୃତ ହୋଇଣ ଯେ ବୋଲଇ ବଚନ ।୩୨୫।ଦୋହିତା ଗୋଟିକ ନାଥ ମୁହିଂ ସମର୍ପିଲି ତୋତେତାହାକୁ ସୁଦୟା କରିଥିବ ଜଗନ୍ନାଥେ ।୩୨୬।ଯେତେ ଦୋଷ ତାର କରିବାକ କ୍ଷମାତୁମେ ଯେ ପରମବ୍ରହ୍ମ ଦେବାଧିଦେବଂକ ଉତ୍ତମା ।୩୨୭।ଅନେର ପ୍ରକାର ରାଜା ବିନୋୟୀ କହିଲାସାଷ୍ଟାଙ୍ଗେ ପାୟେ ପଡ଼ି ଗଡ଼ଘାଲି ଶୁତିଲା ।୩୨୮।ଆପଣେ ଜଗନ୍ନାଥ ଶ୍ରୀହସ୍ତ ତୋଳିଲେସର୍ବ ଶୁଭେ ରାଜ୍ୟ ତୁମ୍ଭେ କରୁଥାଅ ଭଲେ ।୩୨୯।ଝିଅ ପଠିଆଇ ରାଜା ହୋଇଲା ବିକଳକ୍ରୋଧଭରେ ନୟନରୁ ବହେ ଅଶ୍ରୁଜଳ ।୩୩୦।ମେଲାଣି ମାଗିଣ ରାଜା ବାହୁଡ଼ି ଅଇଲାଭିତର ନବରେ ରାଜା ଯାଇଂଣ ବିଜେ କଲା ।୩୩୧।ରାଣୀ ମହାଦେଈ ଯେ ବହୁତ କ୍ରୋଧ କଲେଝିଅ ନାମ ଧରିଣ ଯେ ବାଉନି କାନ୍ଦିଲେ ।୩୩୨।ଦଇବ ପୁରୁଷ ଯାହା କରିଅଛି ଘଟଣକର୍ମକୁ ଆଦରିଣ ରହିଲା ନୃପରାଣ ।୩୩୩।ତୁଳୁସାର ବଲ୍ଲଭ ଯେ ଜଗତ ସୋଦରଅସୁର ନିବାରଣେ ନାମ ଚକ୍ରଧର ।୩୩୪।ମୁହିଂ ଯେ ଅରକ୍ଷିତ ଅଟଇ ସାରୋଳା ଦାସୟେ ଭବ ନଦୀରୁ ପାର କରିବା ପୀତ ବାସ ।୩୩୮ । ୭୯୧୦।କୁଠାରସୁର ବଧକରପତ୍ର ଯୋଡ଼ିଣ ଯେ ବିଲଂକ ନୃପବରଅଗସ୍ତିଂକି ଚରଣେ ନମଇଂ ଶତେବାର ।୧।ସୁରେଖା ବିଭା ମୁନି ଶୁଣିଲି ଶ୍ରବଣେକୋଟିୟେ ଜନ୍ମର ପାତେକ ହାରିଲି ତକ୍ଷଣେ ।୨।ୟେଥୁ ଉତ୍ତାରେଣ ହୋଇଲା କିସ କଥାପୁରାଣ ପୋଥି ଫେଇ କହ ହେ ବ୍ରହ୍ମବେତ୍ତା ।୩।ରାଜାର ବିନୟ ଭଗତିଭାବ ଦେଖିଅତି ଦୟା କରି କହନ୍ତି ବ୍ରହ୍ମବଚ୍ଛି ।୪।ୟେଥି ଉତ୍ତାରେଣ ହୋଇଲା ଯିସ ରୀତିୟେକମନ ହୋଇଣ ହୋ ଶୁଣିମା ନରପତି ।୫।ଥାଠ ସଇନି ଘେନିଣ ଯେ ବାହାର ହୋଇଗଲେସେଦିନ ଯାଇଂଣ ଅଧ ବାଟରେ ରହିଲେ ।୬।ରନ୍ଧନ ଭୋଜନ କରି ରହିଲେ ସେଦିନନିଶି ପ୍ରଭାତେଣ ଯେ ଚଳାଇଲେ ସଇନ ।୭।ଲକ୍ଷେକ ଶଙ୍ଖ ଯେ ବାଜଇ ଘନ ଘନଲକ୍ଷେକ ମହୁରୀ ଯେ ଫୁରଇ ଅବିଚ୍ଛନ୍ନ ।୮।କନଡ଼ା ରାଗେ ମହୁରୀ ବାଜଇ ବିଦ୍ୟମାନବାଦ୍ୟଘାତେ ଛିଡ଼ିଣ ପଡ଼ିବ କି ଆକାଶ ଭୁବନ ।୯।ସଇନି ବଳ ଘେନି ଯାଉଛନ୍ତି ଚଳିମୁଖରାବ ଶବଦରେ କୁରୁମ ଉଚ୍ଛୁଳି ।୧୦।ଦଇବ ଭବିଷ କଥା ଶୁଣ ହୋ ରାଜନମୃଗୟାକୁ ଆସିଥିଲା କୋଦାଳ ଅସୁରର ନନ୍ଦନ ।୧୧।କୋଠାର ଗୋଟାୟେକ କାନ୍ଧେ ପକାଉଣ ଥାଇଦେବ ଦାନବ ମାନବେ ସେ କାହାକୁ ନ ଗଣଇ ।୧୨।ବଡ଼ାଇ ପ୍ରତାପୀ ଯେ ଦୁର୍ଭାର ଅସୁରଦଇବର ବେଶେ ସେଦିନ ଆସିଥିଲା ମୃଗୟାର ।୧୩।ମୃଗ ହରିଣ ସେ ବହୁତ ଜୀବ ମାରିଅଛିଫୁଟିଣ ଗଛ ତଳେ ବସିଲା କୋଦାଳ ଅସୁର ବଚ୍ଛି ।୧୪।ସଇନି ବଳ ସଙ୍ଗେ ତାର ଅଛନ୍ତି ଅପାରଆଗରେ ଉଭା ହୋଇଣ ଅଛି ମନ୍ତ୍ରୀବର ।୧୫।ଆଲଟ ଚାମର ଧରି ଢାଳୁଛନ୍ତି ଥୋକେଗନ୍ଧ ଚନ୍ଦନ ଯେ ଲେପୁଅଛନ୍ତି ସେବକେ ।୧୬।ମହା ଆଡ଼ମ୍ବରେ ବେଢିଛନ୍ତି ସର୍ବଲୋକେ ।୧୭।ବଡ଼ାଇ ସମ୍ଭରେ ବସିଅଛି ସେ ଅସୁର ବୀରଚାରି ଦିଗକୁ ମୁଖ କରିଣ ଚାହଂଇ ଧୀର ଧୀର ।୧୮।ଯେଉଂ ଆଡ଼କୁ ଚାହଂଇ ସହସ୍ରେ ଓଲଗ ପଡ଼ଇଅବୋଲକନ କରି ସେ ସଇନିକି ଚାହଂଇ ।୧୯।ୟେସନେକ ସମୟେ ତହୁଂ ଶୁଭିଲା ଘୋରନାଦବିକଟାଳ ହୋଇଣ ଯେ ବାଜୁଅଛି ବାଦ୍ୟ ।୨୦।ଶଙ୍ଖ ମହୁରୀ ଯେ ବାଜଇ ଅତି କୁତୂହୋଳେମହୀ ଟଳ ଟଳ ଯେ ଉଛୁଳଇ ପାଦଭରେ ।୨୧।ପାଦଭରେ ଆକାଶେ ଯେ ଉଡୁଅଛି ଧୂଳିଶଙ୍ଖ ମହୁରୀ ଶବଦେ ଯେ କୁରୁମ ଉଛୁଳି ।୨୨।ବୀରନାଦ ଟମକ ବାଜଇ ଦୂରୁ ଦୂରଘୋଡ଼ାମାନେ ଧୂଆଇଂ ଯେ ଧାମନ୍ତି ଅଶୁଆର ।୨୩।ଆଗିଆଣି ଥାଠରେ ଉଗ୍ରସେନ ରାୟେ ଚଳିପଛ ଥାଠରେ ବିଜୟେ ହରି ହଳଧାରୀ ।୨୪।ମଧ୍ୟରେ ବରକନ୍ୟା ଯେ ହାନ୍ଦୋଳରେ ବିଜେପଛ ପଟୁଆରେ ଛନ୍ତି ପଣ୍ଡୁର ତନୁଜେ ।୨୫।ଥାଠ ଚଳାଇଣ ସେ ଯାଉଛନ୍ତି ଧୀରେ ଧୀରେଚିହ୍ନ ଚିରାଳମାନ ଉଡ଼ଇ ଫରହରେ ।୨୬।ବାଦ୍ୟନାଦ ଶବଦ ଯେ ଶୁଣିଣ ଅସୁରଗୁପତେଣ ମନ୍ତ୍ରୀକି ରାଇଲା ସନ୍ନିଧର ।୨୭।ବୀରତୂର ବାଜଣା ବିବିଧ ଛନ୍ଦେଣ ବାଜୁଅଛିଶଙ୍ଖ ମହୁରୀ ଅବିକ୍ଷଣେ ଘନ ଘନ ଫୁରୁଅଛି ।୨୮।ହୁଳୁ ହୁଳି ଶବଦ ପଡୁଅଛି ଦେଖଚାଲ ଚାଲ ଶବଦ ଯେ ପଡୁଅଛି ଡାକ ।୨୯।ମନ୍ତ୍ରୀ ବୋଇଲା ଶୁଣ ହୋ ଅସୁର କୁଳସାଇଂତହିଂର ବିଧାନ ତୋତେ କହଇ ବୁଝାଇ ।୩୦।ତୋହୋର ସେବକ ମୁହିଂ ଅଟଇ ଜନ୍ମେ ଜନ୍ମେଅବଧାନ ହୋଇ ଯେ ଶୁଣିମା ବିଦ୍ୟମାନେ ।୩୧।କୁଶସ୍ଥଳୀ ଦ୍ୱାରିକା ବୋଲି ଅଛଇ ୟେକପୁରରାମକୃଷ୍ଣ ବୋଲି ବସୁଦେବର କୁମର ।୩୨।ତାହାର ନନ୍ଦନ ଯେ ଅଟଇ ପଦ୍ମନ କୁମରକୃଷ୍ଣର ଜ୍ୟୋଷ୍ଠାରାଣୀ ମାତା ତାହାଂକର ।୩୩।ତାହାର ଗର୍ଭରୁ ସେ କୁମର ଜନମିଛିରୂପେ ପଟାନ୍ତର ସେ କାମଦେବକୁ ଯେ ଗଚ୍ଛି ।୩୪।ସେ କୁମର ବିଭା ହୋଇ କନ୍ୟା ଘେନିଣ ଯାଉଛିବଡ଼ାଇ ସମ୍ଭର୍ବେ ସେ ଥାଠ ଚଳାଇଛି ।୩୫।ମଙ୍ଗଳ ମହୁରୀ ବଜାଇ ରାମ ବନମାଳୀଉଚ୍ଛବ ଆନନ୍ଦରେ ଯେ ଯାଉଛନ୍ତି ଚଳି ।୩୬।ମନ୍ତ୍ରୀ କହନ୍ତେଣ କୋଠାରାସୁର ଯେ ଶୁଣିଲାମନ୍ତ୍ରୀକି ଚାହିଂଣ ସେ ବଚନ ପ୍ରକାଶିଲା ।୩୭।ବୋଇଲା ଥାଠ ସଜକର ଯିବା ତହିଂ ଯାୟେକେମନ୍ତ ଉଚ୍ଛବେ ଯାଉଛନ୍ତି ଦେଖିବା ଥୋକାୟେ ।୩୮।ରାଜାର ବଚନେ ମନ୍ତ୍ରୀ କରଯୋଡ଼ି କହଇଅବଧାନ ହୋଇଣ ଶୁଣିମା ଗୋସାଇଂ ।୩୯।ତାହାନ୍ତ ଦେଖିଲେ ଆମ୍ଭର କିସ କାର୍ଯ୍ୟ ହୋଇବମୋହୋର ବୋଲ ଘେନି ନ ଯାଅ ଅସୁରକୁଳ ଦେବ ।୪୦।କୋଠାର ଅସୁର ବୋଇଲା ୟେଠାରେ କି ବିରୋଧ ଅଛିୟେଥିର ସନ୍ଦେଶ ମୋତେ କହୁକିନା ବାଛି ।୪୧।କାହିଂର ନୃପତି ସେ ରାଜ୍ୟ ତାର କାହିଂକେଉଣ ପ୍ରକାରେ ସେ କାହା ଝିଅ ନିୟେ ବିଭା ହୋଇ ।୪୨।ଥାଠ ସଇନି ତାର କେତେ ଅଛଇ ସଙ୍ଗେୟେଥିର ଚରିତ ମୋତେ କହ ହେ ସୁବାଗେ ।୪୩।ମନ୍ତ୍ରୀ ବୋଇଲା ଦେବ ଅବଧାନ କରକରମଣ୍ଡଳ ଦେଶର ଅଟଇ ନୃପବର ।୪୪।ରାଜାର ନାମ ଅଟଇ କୃତ ଯେ ଶେଖରପୁତ୍ର ନାମ ତାହାର ଅଟଇ ନୀଳଧର ।୪୫।ମନ୍ତ୍ରୀର ନାମ ତାର ଅଟଇ ବିରୂପାକ୍ଷସାବଧାନ ହୋଇଣ ଶୁଣ ଦତ୍ୟକୁଳ ଦଚ୍ଛ ।୪୬।ସୁରେଖା ବୋଲି ଦୁହିତା ଅଟଇ ତାହାରୟେକାନ୍ତେ ମେଢରେ ରଖିଥାୟେ ନୃପବର ।୪୭।ଗୁପତେ ପଶିଲା ତହିଂ କୃଷ୍ଣର କୁମରବଳେ କନ୍ୟାକୁ ଆଣନ୍ତେ ଜାଣିଲା କୃତଶେଖର ନୃପବର ।୪୮।ପିତାର ଆଗ୍ୟାଂରେ ନୀଳଶେଖର ଯେ ଗଲାକୃଷ୍ଣର ପୁତ୍ରକୁ ଯାଇଂ ବାନ୍ଧିଣ ଆଣିଲା ।୪୯।ଧରି ନେଇ ତାକୁ ବନ୍ଦୀ କରି ରଖିଥିଲାୟେତକେ ଉପାୟ ଯେ ନାରଦ ମୁନି କଲା ।୫୦।ନାରଦ ପ୍ରବେଶ ଯାଇଂ ହେଲେ ଦ୍ୱାରିକାରେବାରତା କହିଲେ ରାମକୃଷ୍ଣଂକ ଛାମୁରେ ।୫୧।ନାରଦେ ବୋଇଲେ କୃତଶେଖର ରାଜ୍ୟରେକନ୍ୟାୟେ ଘେନି ଆସୁଥିଲା ସେ ରାତ୍ର କାଳରେ ।୫୨।ରାଜା କୃତଶେଖର ତାକୁ ବାନ୍ଧି ରଖିଅଛିୟେମନ୍ତ ଶୁଣି କୋପ କଲେ ଶିରୀବଚ୍ଛି ।୫୩।ସାତ ବଂଶ ଯାଦବ ଘେନି ବାହାର ହୋଇଲେହଳ ମୂଷଳ ଧରି ବଳରାମେ ଧାଇଂଲେ ।୫୪।କୁଞ୍ଜଗଳ ଦେଶରାଜା ଯୁଝେଷ୍ଠି ନୃପବରସାତ କ୍ଷଉଣୀ ବଳ ଛନ୍ତି ତାହାଂକ ସଙ୍ଗତର ।୫୫।ରାଜା ଉଗ୍ରସେନଂକର ପନ୍ଦର କ୍ଷଉଣୀ ବଳବାଇଶି କ୍ଷଉଣୀ ବଳ ଘେନି ବସୁଦେବ ବାଳ ।୫୬।କରମଣ୍ଡଳ ଦେଶ ବେଢିଲେକ ଯାଇଂଅପ୍ରମିତ ବଳ ଯେ କଳଣା ନ ଯାଇ ।୫୭।ଭୟେଣ ନୃପତି ଯେ ବରକନ୍ୟା ଘେନିଖଣ୍ଡେ ଦୁରୁଂ ଆସି ସେ କଲାକ ଦଇନି ।୫୮।ତାହାର ଭଗତି ଭାବ ଦେଖିଣ ରାମହଳୀତାହାର ନଗ୍ରକୁ ବିଜେ କଲେ ରାମ ବନମାଳୀ ।୫୯।ବାଇଶି କ୍ଷଉଣୀବଳକୁ ଭୁରି ଭୋଜନ ସେ ଦିଲାଅନେକ ସମ୍ଭର୍ବେ ଝିଅକୁ ସେ ବିଭା କରାଇଲା ।୬୦।ଅନେକ ଯଉତୁକ ଦେଇଣ ନୃପରାୟେବହୁତ ବିନୋୟୀ ହୋଇ କହିଲା ରାମକୃଷ୍ଣଂକର ପାୟେ ।୬୧।ବରକନ୍ୟା ଘେନିଣ ସେ ଯେ ସମ୍ଭର୍ବେ ଯାଉଅଛିତାହାର ସଙ୍ଗେ ଖଡ଼ିଆଳ ନୁହ ତୁ କୋଦାଳ ଅସୁର ବଚ୍ଛି ।୬୨।ପୁଣିହିଂ ମନ୍ତ୍ରୀକି ଯେ ପଚାରଇ ଅସୁରଯୁଦ୍ଧ କରିବା ଚାଲ ହୋ ତାହାଂକ ସଙ୍ଗର ।୬୩।ମୋହୋର ଆଗରେ ସେ ବୀରତୂର ବଜାଇନିର୍ଭୟେ ଯାଉଅଛି ତାହା ମୁଂ କେମନ୍ତେ ସହିବଇଂ ।୬୪।ମନ୍ତ୍ରୀର ବୋଲ ରାଜା କେବେହେଂ ନ କଲାଥାଠ ସଜକର ବୋଲି ଯେ ମନ୍ତ୍ରୀକି ଆଗ୍ୟାଂ ଦିଲା ।୬୫।ମନ୍ତ୍ରୀ ବୋଇଲା ହୋ ଶୁଣ କୋଠାର ଅସୁର ବୀରସ୍ୱୟେଂ ପରଂବ୍ରହ୍ମ ସେ ଅଟନ୍ତି ଚକ୍ରଧର ।୬୬।ସାଂଗ୍ରାମ କଲେ ତୁ ଯଶ ନ ପାଇବୁବିନାଶ କାରଣେ ସଇନି ଲୋଚାୟେ ମରାଇବୁ ।୬୭।ମନ୍ତ୍ରୀ ବୋଇଲା ଆହୁରି କଥାୟେକ ଅଛିନ କହିଲେ କଥା ମୋତେ କହିବୁଟି ପଛେ ବାଛି ।୬୮।ପିତୃ ପିତାମହ ବଇରି ହେଲେ ତାହାଂକର ତୁଲେରଣ କଲେ ଯଶ ନ ପାଇଲେ ସେହୁ ଭଲେ ।୬୯।ମନ୍ତ୍ରୀ କହନ୍ତେ ଅସୁର ପୁଣିହିଂ ପଚାରଇକେଉଣ ପ୍ରକାରରେ ସେ ମୋହୋର ପିତୃ ବଇରି ହୋଇ ।୭୦।କାହିଂର ରାଜା ସେ ଯେ କାହିଂ ଆସିଥିଲାକେଉଣ ପ୍ରକାରେ ମୋର ପିତାକୁ ମାଇଲା ।୭୧।ୟେହା ମୋତେ ବୁଝାଇଣ କହ ମନ୍ତ୍ରୀବରନୋହିଲେ ନିଚୟେ ତୋର ପୁରାଇବି କାଳ ।୭୨।ମନ୍ତ୍ରୀ ବୋଇଲା କୋପ ତୁ ନ କର ଅସୁରକୁଳ ନାଥତହିଂର କଥା ମୁହିଂ ଯେ କହଇ ତଦନ୍ତ ।୭୩।କୁଞ୍ଜଗଳ ଦେଶରାଜା ଯୁଝେଷ୍ଠି ନୃପବରତାହାର ଅନୁଜ ନକୁଳ ନାମେ ମହାବୀର ।୭୪।ଦଇବ ବଶେ ସେ ରାଜା ମୃଗୟାକୁ ଆସିଥିଲାତାହାଂକର ସଙ୍ଗେ ପିତା ତୁମ୍ଭର ଭେଟ ଯେ ପଡ଼ିଲା ।୭୫।ଦୁହେଂ ଉଞ୍ଚବାଚ ହୋଇ କରି କଳି କଲେମହାଘୋର ସ୍ରାଂଗ୍ରାମ ଯେ ଦୁହେଂ ଆରମ୍ଭିଲେ ।୭୬।ଦୁହେଂ ମହାକ୍ଷତ୍ରୀ ଯେ ନୋହନ୍ତି କେହି କାହାକଇଂ ଓଚ୍ଛଦୁହେଂ ଦୁହିନ୍ତି ଯେ ଅଟନ୍ତି ସମକଚ୍ଛ ।୭୭।ଅତିହିଂ ସଂଗ୍ରାମ ଯେ ସେଦିନର ନୋହଇ ଗୋଚରସାଂଗ୍ରାମେ କୁଣ୍ଡଳୀ ଅସୁରକୁ ମାଇଲା ନକୁଳ ମହାବୀର ।୭୮।ସାଂଗ୍ରାମେଣ ମାରି ସେ ଯେ ବାହୁଡ଼ିଣ ଗଲେଆପଣା ରାଇଜେ ଯାଇଂ ପ୍ରବେଶ ହୋଇଲେ ।୭୯।ୟେମନ୍ତେଣ ଥୋକାୟେ ଯେ ଦିନ ବହିଗଲାତୋହୋର ପିତା କୋଦାଳେଶ୍ୱର ରାଜା ଯେ ହୋଇଲା ।୮୦।ମୋତେ ଦିନେ ପଚାରିଲା ହାଦେ ତୋହୋର ପିତାଚଉଦିନ ହେଲା ମୃଗୟାକୁ ଗଲେ ନଇଲେ ମୋର ପିତା ।୮୧।ମୁହିଂ ବୋଇଲି ପିତା ତୋର ସାଂଗ୍ରାମେ ପଡ଼ିଲାକୁଞ୍ଜଗୋଳ ଦେଶ ରାଜା ନକୁଳ ମାଇଲା ।୮୨।ଶୁଣିଣ ପିତା ତୋର ବହୁ କୋପ କଲେକାହିଂ ଅଛନ୍ତି ପାଣ୍ଡବେ ଭେଟାଅ ବୋଇଲେ ।୮୩।ୟେତେ ବୋଲି ଦିନେ ଯେ ମୃଗୟାକୁ ଗଲାଦଇବର ବଶେ ପାଣ୍ଡବନ୍ତ ଭେଟ ଯେ ପାଇଲା ।୮୪।ସେହୁ ଯାଇଥିଲେ ଯେ ନୀଳେନ୍ଦୀ ହରଣକୁବିଭା ବଢାଇଣ ଯାଉଥିଲେ ଯେ ଘରକୁ ।୮୫।ପାଣ୍ଡବଂକ ଅନୁଜ ସହଦେବ କୁମାରତୋହୋର ପିତା ତାହାର ସଙ୍ଗତେ ସାଂଗ୍ରାମ କଲା ମହାଘୋର ।୮୬।ଅନେକ ସାଂଗ୍ରାମ ଯେ ଦୁଇ ଛତ୍ରୀ କଲେକେହି କାହାକୁ ସାଂଗ୍ରାମେ ଜିଣନ୍ତା ନୋହିଲେ ।୮୭।କରକୁ ଚାହିଂଣ ଯେ ସହଦେବ ଜାଣିଲାତୋହୋର ପିତା ଯେମନ୍ତେ ମରିବ ସେ ଭେଦ ଦିଶିଲା ।୮୮।ଭେଦ ଜାଣିଣ ସହଦେବ ମାଇଲାକ ବଳେପିତାକୁ ତୋହୋର ଛେଦି ପକାଇଲା ହେଳେ ।୮୯।ୟେ ରୂପେ ପିତା ବଇରି ଅଟଇ ତୋହୋରୟେକମନେ ୟେହା ଶୁଣ ବୋ ନୃପବର ।୯୦।ୟେହା ଶୁଣି ଅସୁର ଯେ ବହୁତ କୋପ କଲାନିଚୟେଂ ପାଣ୍ଡବଂକ କାଳ ଯେ ପୂରିଲା ।୯୧।ମୋହୋରି ପିତାକୁ ଯେ କରିଅଛି ନାଶମୋହୋର ହାଥେ ତାହାଂକର ପୂରିବ ଆଇଷ ।୯୨।କୋଠାର ଦୁଇ ଗୋଟା କାନ୍ଧରେ ପକାଇଅତି କୋପଭର ହୋଇଣ ଅସୁର ଧାମଇଂ ।୯୩।ମନ୍ତ୍ରୀ ବୋଲେ ରାଜା ଥିରହୋଇ ରହିଲାକି କହିବୁ କହ ବୋଲିଣ ପଚାରିଲା ।୯୫।ମନ୍ତ୍ରୀ ବୋଇଲା ହୋ ଥାଠ ସଇନି ସାଜି ଯିବାୟେକା ହୋଇ କିମ୍ପେ ସମର କରିବା ।୯୬।ରାଜା ବୋଇଲା ମୋହୋର ସାଜ ହୋ ସଇନପାଣ୍ଡବନ୍ତ ପ୍ରାଣ ଆଜ ହରିବ ଜନ୍ତୁରାଣ ।୯୭।ଥାଠ ଚଳାଇଣ ଯେ ଅସୁରେ ତତକ୍ଷଣେ ଗଲେପାଞ୍ଚ ଯୂଣେ ଯାଇଂ ରାମକୃଷ୍ଣନ୍ତ ଭେଟିଲେ ।୯୮।ଆଗେଣ ଉଗ୍ରସେନ ସାତବଂଶ ଯାଦବନ୍ତ ଘେନିଚଳାଇ ଯାଉଅଛନ୍ତି କରିଣ ଶଙ୍ଖଧୁନି ।୯୯।କୃଷ୍ଣର କୁମର ମାନେ ବରକନ୍ୟା ଘେନିଣମଧ୍ୟ ଥାଠରେ ସେ ଯେ କରନ୍ତି ପୟାଣ ।୧୦୦।ତାହାଂକର ପଛେ ରାମକୃଷ୍ଣ ବେନି ଭାଇଅକ୍ରୂର ସାତୁକୀ ଅନାଧୃଷ୍ଟି ଉଦ୍ଧବ ତହିଂ ।୧୦୧।ଆଗ ପଛରେ ଚଳି ଯାଉଛନ୍ତି ସେହି ।୧୦୨।ଉଦ୍ଦଣ୍ଡ ବିରାଳମାନ ଉଡ଼ଇ ଫରହରଶଙ୍ଖ ମହୁରୀ ବାଦ୍ୟ ଶୁଭଇ ଦୂରୁଂ ଦୂର ।୧୦୩।ତାହଂକର ପଛେ ସାତ କ୍ଷଉଣୀ ବଳ ଘେନିଚାରିଭାଇ ଘେନି ଯେ ଯୁଝେଷ୍ଠି ନୃପମଣି ।୧୦୪।ମହା ସମ୍ଭର୍ବ ହୋଇଣ ଯେ ଆସୁଛନ୍ତି ଥାଠଚାଲ ଚାଲ ଧାମ ଧାମ ମୁଖରାବ ଚହଟ ।୧୦୫।କୋଠାର ଅସୁର ବେଗେ ଧାଇଂଅଛି ଖରେରହ ରେ ପାଣ୍ଡବା ବୋଲି ଡାକେ କୋପଭରେ ।୧୦୬।ମୁଖର ଚହଳେ ନ ଶୁଣନ୍ତି ଯେ ପାଣ୍ଡବେହାଥୀ ରଥୀ ଚଳାଇ ଯାଉଛନ୍ତି ବେଗେ ।୧୦୭।ତାହାଂକର ପଛେ ଯେ ସହଦେବ ଥିଲେକିୟେ ସେ ଡାକୁଛି ବୋଲି ପଛକୁ ତଲେ କଲେ ।୧୦୮।ଦେଖିଲେ ଅସୁର ସଇନି ଆସୁଛନ୍ତି ମାଡ଼ିଦେଖି ଥମ୍ଭୀଭୂତ ହେଲା ସହଦେବ ମହାବଳୀ ।୧୦୯।ବିଚାରଇ ବିପରୀତ ହୋଇଲାକ ୟେଥେ ।ଥାଠ ଆପଣେ ଚଳନ୍ତି ଜଗନ୍ନାଥେ ।୧୧୦।ଥାଠ ସଇନି ଚଳାଇଣ ଯୁଝେଷ୍ଠି ଠାକୁରେଯାଉଅଛନ୍ତି ସେ ଯେ ନ ଚାହାନ୍ତି ପଛରେ ।୧୧୧।ସହଦେବନ୍ତ ଆସୁର ସଇନି ବେଢିଲେକ ଯାଇଂରହ ରେ ପାଣ୍ଡବା ବୋଲି ଅସୁର ଡାକଇ ।୧୧୨।ସହଦେବ ବୋଇଲେ ତୁ କାହିଂର ଅଟୁ ବୀରବିନାଶ କାରଣେ ଦ୍ୱନ୍ଦ ଅରଜୁ ମୋହୋର ସଙ୍ଗର ।୧୧୩।ମନ୍ତ୍ରୀକି ପଚାରଇ ଅସୁରକୁଳ ସାଇଂକହ ହୋ ମନ୍ତ୍ରୀବର ପିତା ଶତ୍ରୁ ଅଟଇ କି ୟେହି ।୧୧୪।ମନ୍ତ୍ରୀ ବୋଇଲା ତୋ ପିତାକୁ ୟେହିଟି ମାଇଲାଭଲ କରି ଚିହ୍ନିଲି ମନ୍ତ୍ରୀ ବର କହିଲା ।୧୧୫।କୋଠାର ଅସୁର ବୋଇଲା ଶୁଣ ରେ ପାଣ୍ଡବାପିତୃ ପିତା ବଇରି ତୋ ମୁଖ ନ ଚାହିଂବା ।୧୧୬।ମୋହୋର ପିତାକୁ ତୁ କରିଅଛୁ ନାଶତୀକ୍ଷ ଶରେ ପ୍ରାଣ ତୋର ଘେନିମି ଅବଶ୍ୟ ।୧୧୭।ଅସୁର କ୍ରୋଧ ଦେଖି ସହଦେବ କହଇତୋହୋର ବାପା ଅଜା ଯେବେ ମୋର ହାଥେ ମରଇ ।୧୧୮।ୟେବେ ତୋହୋର ମରଣ ମୋହୋରି ହାଥରେ ଅଛଇତୋହୋର ପ୍ରତଗ୍ୟାଂ ମୋହୋର କିସ ହୋଇ ।୧୧୯।ଯୁଦ୍ଧ କଲେ ନ କଲେ ତୁ ପାଇବୁ କି ଯଶଉଚ୍ଚବାଚ ହୋଇ ଦୁହେଂ ଆରମ୍ଭିଲେ ରୋଷ ।୧୨୦।କହୁଂ କହୁଂ ଦୁହେଂ ଯେ ହୋଇ ମରା ମରିକୋନ୍ତ ଗଦା ଶକତି ଯେ ବେନିକରେ ଧରି ।୧୨୧।ରଥ ସଜ କରି ଆଣି ମନ୍ତ୍ରୀବର ଦିଲାକୋଠାର ଅସୁର ଧାଇଂଣ ତହିଂ ବିଜେକଲା ।୧୨୨।କୋଠାର ଦୁଇଗୋଟା ଯେ ଥୋଇଲା ରଥରେଧନୁ ଧରି ଯୁଝଇ ସେ ସହଦେବ ଛାମୁରେ ।୧୨୩।ୟେକାଜଣକୁ ଯେ ସହସ୍ରଜଣ ବେଢିଲେଯେ ଯାହାର ଶହସ୍ରମାନ ନିଠାଇ ବିନ୍ଧିଲେ ।୧୨୪।ଧନୁରୁ ନ ଫିଟୁ ତାହା ସହଦେବ ଚ୍ଛେଦଇଅସୁର ଉପରକୁ ଶହସ୍ର ମନ୍ତ୍ରୀଣ ବିନ୍ଧଇ ।୧୨୫।ବେଳୁଂ ବେଳ ରଣଗୋଳ ହୋଇଲା ଅପାରଦେବ ମାନବେ ତାହା ଅଟଇ ଅଗୋଚର ।୧୨୬।ଅସୁର ସଇନି ଯେ ସହଦେବନ୍ତ ବେଢିଶସ୍ରମାନ ବିନ୍ଧନ୍ତି ସେ ଉପୁରୋଧ ଛାଡ଼ି ।୧୨୭।ୟେକକୁ ଆରେକ ଶର ବିନ୍ଧନ୍ତି କୋପରେମହାଘୋର ସାଂଗ୍ରାମ ଯେ ହୋଇଲା ସେଠାରେ ।୧୨୮।ୟେକଇ ନାରାଜେକେ ଯେ ସହସ୍ରେକ ଶରଛେଦି ପକାଇଲା ତାହା ସହଦେବ କୁମାର ।୧୨୯।କୋପେଣ ସହଦେବ ବିନ୍ଧିଲା ତୀକ୍ଷ ଶରେୟେକା ନାରାଜେକ ପଡ଼ିଲେ ଦୁଇ ସହସ୍ର ଅସୁରେ ।୧୩୦।ମୁଣ୍ଡ ଛିଡ଼ିଣ ଯେ ପଡିଲେ ସମସ୍ତେ ଭୂମିରେଦେଖିଣ କୁଠାର ଅସୁର କମ୍ପଇ ଥର ହର ।୧୩୧।ବୋଇଲା ମାନବା ରେ ୟେମନ୍ତ ସହସ୍ର କଲୁଦୁଇ ସହସ୍ର ସଇନି ମୋର ଛେଦି ପକାଇଲୁ ।୧୩୨।ପଞ୍ଚାଶ ନାରାଜ ସେ ଗୁଣରେ ବସାଇସହଦେବ ଉପରକୁ ବିନ୍ଧିଲା କୋପ ବହି ।୧୩୩।ସହଦେବ ଉପରେ ପଡ଼ିଲା ତୀକ୍ଷ ଶରଖଳ ଖଳ ହୋଇଣ ଅଙ୍ଗୁ ବହଇ ରୋଧିର ।୧୩୪।ରୋଧିର ବହନ୍ତେ ସହଦେବ କୋପ କଲେତିରିଶି ନାରାଜ ସହଦେବ ଯେ ବିନ୍ଧିଲେ ।୧୩୫।ଅସୁର ଅଙ୍ଗେ ଯାଇଂ ପଡିଲା ଶରମାନଧନୁ ଧରି ଅସୁର ଶହସ୍ର କରଇ ଚ୍ଛେଦନ ।୧୩୬।ପୁଣ ମନ୍ତ୍ରିଣ ଚାଳିଶ ନାରାଜ ସହଦେବ ବିନ୍ଧଇଅସୁର ଅଙ୍ଗରୁ ରୋଧିର ଖଳ ଖଳ ବହଇ ।୧୩୭।କୋପେଣ ଅସୁର ଯେ କୋଡ଼ିୟେ ଶର ମାରିସହଦେବ ଉପରକୁ ବିନ୍ଧିଲା କୋପ କରି ।୧୩୮।ଶହସ୍ର ଆସନ୍ତେ ତାହା ସହଦେବ ଦେଖିଲାଖଣ୍ଡେ ଦୂରୁଂ ସହଦେବ ତାହା ଛେଦି ପକାଇଲା ।୧୩୯।ୟେଣେ ଅସୁର ସଇନି ଯେ ବିନ୍ଧୁଛନ୍ତି ଶରକାଣ୍ଡରେ ଛାଉଣୀ ଯେ ହୋଇଲା ଶରୀର ।୧୪୦।କୋପେଣ ସହଦେବ ସହସ୍ରେ ନାରାଜ ପେଷିଲାଦୁଇ ସହସ୍ରେ ଅସୁର ତା ଛେଦି ପକାଇଲା ।୧୪୧।କଦଳୀ ବନ ଯେହ୍ନେ ବାତ ଘାତରେ ପଡ଼ନ୍ତିସହଦେବ ବାଣେ ଅସୁରବଳ ତେସନେ ଛିଡ଼ନ୍ତି ।୧୪୨।ଅସୁରଂକ ହତ ଦେଖି କୁଠାର ଅସୁରସହଦେବ ଅଙ୍ଗରେ ପଡ଼ଇ ବାଣ ଯାଇଅଗ୍ନି ଜଳି ଉଠଇ ଯେ ପ୍ରଜ୍ଜଳିତ ହୋଇ ।୧୪୪।ବେଳୁଂ ବେଳ ସମର ଯେ ଅନେକ ହୋଇଲାରକତ ନଦୀ ଗୋଟାୟେ ପୃଥୀରେ ବହିଲା ।୧୪୫।ଦଶସହସ୍ର ଅସୁର ଘେନି ଦାନବ ଯୁଝଇଦେବେଣ ଦୁଲଭ ମାନବରେ ନୋହେ କେହି ।୧୪୬।ଅସୁରକୁ ଛାଡ଼ିଣ ସେ ସହଦେବ ବୀରସଇନିଂକର ସଙ୍ଗତରେ ଯୁଝଇ କୁମର ।୧୪୭।ଦୁଇ ପ୍ରହର ପର୍ଯ୍ୟନ୍ତେ ସେ ସଇନି ସଙ୍ଗରେ ଯୁଝଇକ୍ଷଣେହେଂ ବିଶ୍ରାମ ତା ହାଥ ଯେ ନୋହୋଇ ।୧୪୮।ମୁଣ୍ଡା ବୃକ୍ଷ ପ୍ରାୟେ ଅସୁରନ୍ତ ଛେଦି ପକାଇଲାରକତେ କର୍ଦନ ଯେ ମହୀଆଳ ହୋଇଲା ।୧୪୯।ମଡ଼ାମଡ଼ିରେ ଅନେକ ଅସୁର ଗଲେ ମରିକେଉଂଣ ସକ୍ଷେଂପି ତାହା କହିବି ବିସ୍ତାରି ।୧୫୦।ଆଠଘଡ଼ି ଭିତରେ ଦୁଇସହସ୍ର ଅସୁରୟେକା ଜଣକେ ପାଡ଼ିଲା ସେ କ୍ଷତ୍ରୀ ମହାବୀର ।୧୫୧।ଦେଖିଣ କୁଠାରାସୁର କୋପେଣ ପ୍ରଜ୍ଜଳିଲାସହଦେବ ଉପରକୁ ନାରାଜ ବିନ୍ଧଇ ।୧୫୩।ବେଳୁଂ ବେଳ ସମର ଯେ ହୋଇଲା ଅଗୋଚରରକତେ ଜର ଜର ଯେ ଦୁହିଂକ ଶରୀର ।୧୫୪।କେହି କାହାକଇଂ ସମରେ ଓଛ ଯେ ନୋହନ୍ତିଦୁହେଂ ବୀର ମହାଛତ୍ରୀ ସାଂଗ୍ରାମ କରନ୍ତି ।୧୫୫।ତିନି ପ୍ରହର ପର୍ଯ୍ୟନ୍ତ ସମର ଘୋର କଲେକେହି କାହାକଇଂ ସାଂଗ୍ରାମେ ଜିଣି ତ ନୁଆରିଲେ ।୧୫୬।ରଣରେ ବିମୁଖ ଯେ ହୋଇଣ ମନ୍ତ୍ରୀ ବରକରକୁ ଚାହିଂଲା କେମନ୍ତେ ମରିବ ଅସୁର ।୧୫୭।ହାଥକୁ ଚାହିଂଲେ ଯାହାକୁ ତିନି ବ୍ରହ୍ମାଣ୍ଡ ଦିଶଇତାହାକୁ କେଉଣ କଥା ଅଗୋଚର ନୋହଇ ।୧୫୮।ବିଚାରି ଜାଣିଲା ୟେ ମରିବ ୟେମନ୍ତରେୟେହାର କୋଠାର ଘେନି ହାଣିଲେ ଛିଡ଼ିବ ୟେହାର ଶିରେ ।୧୫୯।ୟେସନେକ ଚରିତ ଯହୁଂ ସହଦେବ ଜାଣିଲାଅସୁରର ଉପରକୁ ଧାଇଂଣ ପଡ଼ିଲା ।୧୬୦।କଟାଳିଣ ଯୁଦ୍ଧ ଯେ କରଇ ଅପାରୟେକ ମୁଖ ହୋଇ ଯେ କରନ୍ତି ସମର ।୧୬୧।ଧନୁ ଗୁଣ ମାନ ଛିଣ୍ଡି ପଡ଼ିଲା ଯୁଦ୍ଧରେବାଉଂଶ ଘେନି ପିଟା ପିଟି ହ୍ୱନ୍ତି ଯେ ଯାହାରେ ।୧୬୨।ଧନୁ ହୁଳ ଛାଡ଼ି ଯେ ସହଦେବ ମହାବଳୀକୋଠାର ଦୁଇ ଗୋଟା ମନ୍ତ୍ରୀ ଯେ ଆଣିଲା ଉଛୁଡ଼ି ।୧୬୩।ଥମ୍ଭୀଭୂତ ହୋଇ ଦତ୍ୟ ଚାହଂଇ ଜଳ ଜଳବୋଇଲା ମୃତୁଭେଦ ୟେ ଜାଣିଲା ନିକର ।୧୬୪।ମନ୍ତ୍ରୀକି ବୋଇଲା କି ବୁଦ୍ଧି କରିବାକେବଣ ପ୍ରକାରେଣ ୟେଥୁଂ ପଳାଇଣ ଯିବା ।୧୬୪।ମନ୍ତ୍ରୀ ବୋଇଲା ମୁଂ ଯେ କହିଅଛି ତୋତେପାଣ୍ଡବଂକ ସଙ୍ଗେ ତୁ ନକର ଅନର୍ଥେ ।୧୬୫।ତୋହୋର ବାପ ବଡ ଗରିଷ୍ଠ ଅଟଇତାହାକୁ ୟେ କୁମର ଶହସ୍ରେ ଛେଦଇ ।୧୬୭।ତୋହୋର ପଣଅଜା କୁଣ୍ଡଳୀ ଅସୁର ଥିଲାୟେହାର ବଡ଼ଭାଇ ହାଥରେ ପ୍ରାଣ ଦିଲା ।୧୬୮।ୟେ କଥା କହିଲେ ତୁ କେବେହେଂ ନ ବୁଝିଲୁସାଂଗ୍ରାମ କରିବୁ ବୋଲି ଧାଂଇଣ ଅଇଲୁ ।୧୬୯।ଦଇବର କଲାକୃତ କେ କରିବ ନାହିଂମୃତୁ ପୁରୁଷ ତୋତେ ଯେ ଆଣିଛି କଢାଇ ।୧୭୦।ପଳାଇ ଯିବାକୁ ତୋତେ କେଣେ ବାଟ ନାହିଂପଳାଇଲେ ଅବା ତୁହି ରହିବୁ କାହିଂ ଯାଇଂ ।୧୭୧।ତୋତେ ରଖିବାକୁ କେହି ନାହିଂ ତିନିପୁରନିସତ ନୁହ ତୁ ୟେବେ କର ହୋ ସମର ।୧୭୨।ବିଚାରଇ ନିଂଚେ ମୋର ଘଟିଲା ମରଣମାଲ ବିନ୍ଧାଣ କରିଣ ଧାଂଇଲା କୋଦାଳ ଅସୁର ନନ୍ଦନ ।୧୭୩।ସହଦେବ ଉପରକୁ ମାଡ଼ିଣ ପଡିଲାମାଡ଼ି ବସିବ ବୋଲି ଯେ ସେ ହାମ୍ପୁଡ଼ି ଧାଇଂଲା ।୧୭୪।ଯହୁଂ ଦେହ ସମର ଯେ କଲାକ ଅସୁରକୋଠାର ଘେନି ପିଟିଲେ ସହଦେବ ବୀର ।୧୭୫।ଅସୁର କନ୍ଧରେ କୋଠାର ପଡ଼ିଲାକ ଯାଇଂବେକ ଛିଣ୍ଡି ମୁଣ୍ଡ ତାର ଭୂମିରେ ପଡ଼ଇ ।୧୭୬।ଥରହର ହୋଇ ଯେ ପଡ଼ିଲା ପିଣ୍ଡ ଖଣ୍ଡଭୂମିରେ ପଡ଼ିଲା ଯେ ଛିଡ଼ିଣ ଗଣ୍ଡି ମୁଣ୍ଡ ।୧୭୭।ଅସୁରକୁ ମାରି କୋପେ ବୋଲଇ ସହଦେବମନ୍ତ୍ରୀ କି ବୋଇଲା ସେ ଶୁଣ ମୋହୋର ସମ୍ପାଦ ।୧୭୮।ରାଜାକୁ ଘେନିଣ ତୋହୋର ଯେ ଅଇଲୁ ପରିଘାଇତୋହୋର ବିଚାରେ ଯେ ମୋତେ କିସ କରି ହୋଇ ।୧୭୯।ତୋହୋ କହନ୍ତେ ଅସୁର ସନ୍ଦେଶ ଜାଣିଲାମୋହୋର ସଙ୍ଗତେ ଆସି ୟେତେ ଯୁଦ୍ଧ କଲା ।୧୮୦।ଦଇବର ବଳେ ଯେ ହୋଇଲାକ କ୍ଷୟେତୋତେ ଆଜି ରଖି ନୁଆରନ୍ତି ଗନ୍ଧର୍ବ ଦେବତାୟେ ।୧୮୧।ରଥର ଉପରକୁ ସହଦେବ ଧାଇଂଲାତୋତେ ରଖିବାର ନ ଯୋଗାଇ ରେ ବୋଇଲା ।୧୮୨।ୟେତେ ବୋଲି ମନ୍ତ୍ରୀକି ବାଳ ଧରିଣ ସେ ଆଣିଲାସେହି କୋଠାରେ ତାହାର ବେକକୁ ଛେଦିଲା ।୧୮୩।ମୁଣ୍ଡ ଛିଡ଼ି ଅସୁର ମନ୍ତ୍ରୀ ପଡ଼ିଲା ଭୂମିରପ୍ରାଣ ଛାଡ଼ିକରି ଗଲା ସେ ଅସୁର ଶରୀର ।୧୮୪।କୋଠାର ଅସୁରର ମୁଣ୍ଡ ଧଇଲା ବାମ ହାଥେମନ୍ତ୍ରୀ ମୁଣ୍ଡ ଧଇଲା ଦକ୍ଷିଣ କରପତ୍ରେ ।୧୮୫।ଦୁହିଂକର ବାଳ ଯେ ଧଇଲା ୟେକଯୋଗ କରିପବନା ଶରେକ ବୀର ନିଜ କରେ ଧରି ।୧୮୬।ଉଡ଼ାଇଣ ଦିଲା ସେ ପଡ଼ିଲା ନିଜ ରାଜ୍ୟେଣନଗ୍ରଲୋକ ଦେଖି ଯେ ବିଚାରନ୍ତି ମନେ ମନ ।୧୮୭।ଆମ୍ଭ ରାଜାର ମନ୍ତ୍ରୀର କେ କାଟିଲାକ ଶିରଦେଖି ନଗ୍ର ଲୋକ ଯେ ହୋଇଲେ କାତର ।୧୮୮।ୟେଥି ଉତ୍ତାରେଣ ଶୁଣ ମନୁ ନରପତିଅସୁରକୁ ମାରିଣ ବାହୁଡ଼ିଲେ ବିଚିତ୍ରବୀର୍ଯ୍ୟ ନାତି ।୧୮୯।ସାତ କ୍ଷଉଣୀ ବଳ ଘେନି ଯୁଝେଷ୍ଠି ରାୟେ ଗଲେସହଦେବ ସଙ୍ଗେ ଅସୁର ଯୁଝିବାର କେହି ନ ଜାଣିଲେ ।୧୯୦।ରାମକୃଷ୍ଣ ଉଗ୍ରସେନ ସହିତେ ଗଲେ ଆଗ ହୋଇସହଦେବକୁ ଅସୁର ବେଢିଲା ନ ଜାଣନ୍ତି କେହି ।୧୯୧।ବୀରତୂର ବଜାଇ ସମସ୍ତେ ଚଳିଗଲେଦ୍ୱାରାବତୀ ପୁରେ ଯାଇଂ ପ୍ରବେଶ ହୋଇଲେ ।୧୯୨।ହୁଳ ହୁଳି ଶବଦ ଯେ ଶୁଭଇ ଚହଳଶଙ୍ଖ ମହୁରୀ ଭେରୀ ଯେ ବାଜଇ କୁତୂହୋଳ ।୧୯୩।ଉଚ୍ଛବ ଆନନ୍ଦ ଯେ କହିଲେ ନ ସରଇଅହିଅ ନାରୀ ମାନେ ବରକନ୍ୟାନ୍ତ ଆଇଲେ ବନ୍ଦାଇ ।୧୯୪।କୃଷ୍ଣର ନାରୀମାନେ ଅଇଲେ ସମସ୍ତେଦେବକୀ ଦେବୀ ବିଜେ କରି ଅଇଲେ ତୁରିତେ ।୧୯୫।ଦୁର୍ବାକ୍ଷତ ଦେଇ ବନ୍ଦାଇଲେ କୁମର କୁମାରୀସୁବର୍ଣ୍ଣର ଦୀପାବଳୀ ଘେନି ବନ୍ଦାନ୍ତି ସର୍ବ ବାଳୀ ।୧୯୬।ବନ୍ଦାପନା ସାରିଣ ଯେ ଭିତରେ ଚଳିଲେକନ୍ୟାରୂପ ଦେଖିଣ ସମସ୍ତେ ପ୍ରଶଂସିଲେ ।୧୯୭।ଉଚ୍ଛବ ଆନନ୍ଦ ଦ୍ୱାରାବତୀ ପୁରଯାକ ଯେ ହୋଇଲାସାତବଂଶ ଯାଦବ ଘେନି ଉଗ୍ରସେନ ଗଲା ।୧୯୮।ଆପଣା ନବରେ ଯାଇଂ ପ୍ରବେଶ ହୋଇଲେସାତକ୍ଷଉଣୀ ବଳ ଘେନି ଯୁଝେଷ୍ଠି ରହିଲେ ।୧୯୯।ବଳରାମେ ଚଳିଗଲେ ଆପଣା ନବରସକଳ ଚରିତ କହିଲେ ରେବତୀଂକ ଆଗର ।୨୦୦।ଶୁଣିଣ ମହାଦେଈ ମନେ ଆନନ୍ଦ ହୋଇଲେକୃଷ୍ଣର ପୁତ୍ରମାନେ ଯେ ଯାହା ନବରକୁ ଗଲେ ।୨୦୧।କୃତଶେଖର ରାଜାର ପୁତ୍ର ମନ୍ତ୍ରୀ ଆସିଥିଲେତାହାନ୍ତ ଭଗବାନ ବହୁତ ଗଉରୋବ କଲେ ।୨୦୨।ଗଉରୋବ କରିଣ ଯେ ନେଇଣ ରଖିଲେଅନେକ ଯତନେ ଭୁରିଭୋଜନ ଯେ ଦିଲେ ।୨୦୩।ୟେମନ୍ତର ସମୟରେ ସହଦେବ ଅଇଲେଯୁଝେଷ୍ଠି ଠାକୁରନ୍ତ ସେ ଦରଶନ କଲେ ।୨୦୪।ଶିରେ କର ଦେଇଣ ସେ ବୋଲଇ ବଚନବାଟେ ଓଗାଳିଲା ଆସି କୋଦାଳ ଅସୁର ନନ୍ଦନ ।୨୦୫।ବହୁତ ଯୁଦ୍ଧ ସେ ମୋର ସଙ୍ଗତରେ କଲାମୋହୋର ହାଥରେ ସେ ପ୍ରାଣ ନାଶ ଗଲା ।୨୦୬।ତୁମ୍ଭେ ମୋତେ ଛାଡ଼ି ଅଇଲ ଗୋସାଇଂଚଣ୍ଡାଳ ଅସୁର ମୋତେ ବହୁତ କଷ୍ଟ ଦେଇ ।୨୦୭।ରାମକୃଷ୍ଣ ଶୁଣି ସହଦେବକୁ ବହୁତ ପ୍ରଶଂସିଲେପାଞ୍ଚ ପାଣ୍ଡବନ୍ତ ଘେନି ସାତଦିନ ଯେ ରହିଲେ ।୨୦୮।ୟେମନ୍ତ ପ୍ରକାରେ ବିବାହ ମଙ୍ଗଳ ବଢିଲାସୁରେଖା ବିଭା ଶୁଣି ପାପ କର କ୍ଷୟେ ।୨୧୦।ଶ୍ରୀମହାଭାରଥ ମଧ୍ୟ ପର୍ବର ଚରିତପଢିଲେ ଶୁଣିଲେ ଛାଡ଼ି ଯିବୟେ ଯେ ପଞ୍ଚୁଭୂତ ମହା ଦୁଷୁକୃତ ।୨୧୧।ଜୟ ଜୟ ଜଗନ୍ନାଥ ଜୟ ନାରାୟଣମଧୁ କଇଟଭ ମାରି ନାମ ଶ୍ରୀ ମଧୁସୂଦନ ।୨୧୨।ବଉଦ ରୂପେ ବିଜେ ଶ୍ରୀ ନୀଳକନ୍ଦରେୟେକମୂର୍ତ୍ତି ଚତୁର୍ଦ୍ଧା ରୂପ ଧରିଛନ୍ତି ଦାମୋଦରେ ।୨୧୩।ମେଳେକ୍ଷ ଜନମାନନ୍ତ ନିସ୍ତାରିବା ପାଇଂନନ୍ଦିଘୋଷ ରଥେ ବିଜେକର ହୋ ଭାବଗ୍ରାହୀ ।୨୧୪।ଗୁଣ୍ଡିଚା ନବରେ ନବଦିନ ଯେ ରହିବଦୁଖୀ ଜନ ମାନଂକର ଯେ କଷ୍ଟ ଉଦ୍ଧାରିବ ।୨୧୫।ଶ୍ରୀ ବିମ୍ବ ଅଧରକୁ ପ୍ରଭୁ ପଟାନ୍ତର ନାହିଂଭୃତ୍ୟର ଦୁଖ ଦେଖି ନ ସହ ଗୋସାଇଂ ।୨୧୬।ମୁହିଂ ଯେ ଅରକ୍ଷିତ ନ ଜାଣଇ କିଛିଦୟାକର ମୋତେ ଆହେ ପଦ୍ମଜଳ ଆଖି ।୨୧୭।ୟେ ମାୟା ସଂସାର ଯେ ଭବ ଜଳଧି ଅଟଇୟେଥୁଂ ଉଦ୍ଧରି ବଇକୁଣ୍ଠ ଦିଅ ମୋତେ ଭାବଗ୍ରାହୀ ।୨୧୮।ସାରୋଳା ଦାସ କବି ଶ୍ରୀ ଜଗନ୍ନାଥଂକ ଚରଣେ ଶରଣୟେ ଭବ ଜଳଧିରୁ ମୋତେ କର ଉଦ୍ଧାରଣ ।୨୧୯।ବନ୍ଦଇ ଗଣନାଥ ଗଉରୀ ନନ୍ଦନସ୍ୱୟଂ ଇନ୍ଦୂର ବାହାନ ଗଜର ବଦନ ।୨୨୦।୮୯୯୪।କଳ୍ପାସୁର ବଧବଇବସୁତ ମନୁ ଯେ ବିଲଂକ ଦେଶ ରାଜାଅଗସ୍ତି ମୁନିଂକ ଚରଣେ କଲେ ଦିବ୍ୟ ପୂଜା ।୧।ଭୋ ମୁନି ପଣ୍ଡିତ ମୋତେ କହିଲ ପୁରାଣମଧ୍ୟପର୍ବ ବାରତା କର ଅବଧାନ ।୨।ଶୁଣିମାକୁ ଶରଧା ମୋହୋର ମୁନିବରପ୍ରସନ୍ନ ଚିତ୍ତ ହୋଇ ଅବଧାନ କର ।୩।ରାଜାର ବିନୟ ଭଗତି ଭାବ ଶୁଣିପ୍ରସନ୍ନ ଚିତ୍ତ ହୋଇ କହନ୍ତି ବ୍ରହ୍ମମୁନି ।୪।ଶୁଣ ହୋ ମହାରାଜା କୁହଇ ଯେ ସତମଧ୍ୟପର୍ବ ଖଣ୍ଡ ୟେ ଶ୍ରୀମହାଭାରଥ ।୫।ବଇଶାଖ ଶୁକଳପକ୍ଷ ପଞ୍ଚମୀ ଗୁରୁବାରମୃଗଶିର ନକ୍ଷତ୍ର ଅଟଇ ସେ ଦିନର ।୬।ସୁକର୍ମା ନାମରେ ଯୋଗ ବାଳବ କରଣମେଷ ସଂକ୍ରାନ୍ତିକି ଭୋଗ ସତର ଦିନେଣ ।୭।ସେ ଦିନ ନାରାୟଣ ଗରୁଡ଼ ପିଠିରେକପିଳାସ ପର୍ବତକୁ ଗମିଲେ ଦାମୋଦରେ ।୮।ଗମନ୍ତେ ବାଟରେ ଭେଟ ହୋଇଲେ ତ୍ରିପୁରାରିଗରୁଡ଼ ପିଠିରେ ଥାଇ ପ୍ରଳମ୍ବ କଲେ ଦେବହରି ।୯।ଦେଖି ତ୍ରିଲୋଚନ କଲେ କୋମଳ ସମ୍ଭାଷଣମାହେନ୍ଦ୍ର ପର୍ବତେ ଯାଇଂ ବସିଲେ ବେନି ଜନ ।୧୦।ନାନା କଥାମାନ କୁହାକୁହି ସେ ହ୍ୱନ୍ତିସଂସାର ଧାରଣ ଶ୍ରୀଧର ଶୂଳପତି ।୧୧।ଦୁହେଂ ବସିଛନ୍ତି ୟେକ ଆସନ ହୋଇଅଦଭୁତେ ଦାନବ ମିଳିଲା ତହିଂ ଯାଇଂ ।୧୨।ବିବିଧ ବୀର ବେଶ ହୋଇଛି ଦନୁଜସ୍ୱର୍ଗ ଆଦି କରି ଯେ ଜିଣିଲା ସୁରରାଜ ।୧୩।ନାନା ଅସ୍ରାମାନ ଅଛି ବୀର ଘେନିଦାନବର ଭାରାୟେ ଯେ କମ୍ପଇ ମେଦିନୀ ।୧୪।ହରିହରଂକୁ ଦେଖି ସେ ପଚାରଇ ହସିକାହୁଂ ଆସି ତୁମ୍ଭେ ଦୁହେଂ ୟେଠାରେ ଅଛ ବସି ।୧୫।ମୁହିଂ ବୁଭୁକ୍ଷିତ ଜଗତ ଯାକେ ବୁଲିତୁମ୍ଭନ୍ତ ଦେଖି ମନେ ଆନନ୍ଦ ହୋଇଲି ।୧୬।ଆହାର ନିମନ୍ତେ ମୁଂ ବୁଲଇ ଅନୁବ୍ରତେତୁମ୍ଭନ୍ତ ଦେଖି ମୁଂ ବିଚାର କରଇ ଚିତ୍ତେ ।୧୭।ଆଜ ଭକ୍ଷି ସୁସ୍ଥ କରିବଇଂ ମୋର କାୟେୟେତେକ ବୋଲି ଦତ୍ୟ ଛାଡ଼ିଲା ରଡ଼ିୟେ ।୧୮।ରେ ରେ ଧୁନିୟେ ସେ କଲାକ ହୁଂକାରିଦାନବର ବିଘାତେ କମ୍ପିଲା ବସୁନ୍ଧରୀ ।୧୯।ରଡ଼ି ଛାଡ଼ି ଗଦା ଧରି ଦତ୍ୟ ବୀରମଣିହରିହରଂକ ଉପରେ ଗଦା ପ୍ରଦାର କଲାକ ଆଣି ।୨୦।ଆସନ ଛାଡ଼ି ଉଭା ହୋଇଲେ ହରିହରଦାନବ ଗଦା ପଡ଼ିଲା ପର୍ବତ ଉପର ।୨୧।ସାତତାଳ ପରିଯନ୍ତେ ଧଂସିଲା ଗଦାଘାତଦେଖି ଗରୁଡ଼ ପିଠିରେ ବିଜେ ଜଗନ୍ନାଥ ।୨୨।ବୃଷଭ ପିଠିରେ ବେଗେ ବିଜୟେ କଲେ ଦେବ ହରଦୁଇଜଣ କରେ ଧଇଲେ ଧନୁର୍ବାଣଅସ୍ର ଶସ୍ର ଘେନିଣ ଆରମ୍ଭ କଲେ ସେହୁ ରଣ ।୨୪।ପାଞ୍ଚବାଣ ଦାନବ ଧନୁରେ ପୂରୋଇଶ୍ରୀହରିଂକ ଉପରକୁ ବିନ୍ଧିଲା କୋପ ବହି ।୨୫।ଦେଖି ନାରାୟଣ ଯେ ତାର ପ୍ରତିଅସ୍ର କଲେଦାନବର ଅସ୍ରକୁ ବେଗେ କାଟି ପକାଇଲେ ।୨୬।ଦେଖିଣ ଦାନବା ଯେ ପର୍ବତା ଅସ୍ର ମାରିବିନ୍ଧିଲା ନାରାଜ ଯେ ଆକର୍ଣ୍ଣ ଓଟାରି ।୨୭।ବଜ୍ରଶର ମାରି ତାହା ଛେଦିଲେ ଦେବହରିଛେଦିଣ ନାରାଜ ଯେ ବିନ୍ଧିଲେ ଚକ୍ରଧାରି ।୨୮।ପିନାକ ଶାରଙ୍ଗରେ ହରିହର ବିନ୍ଧନ୍ତି ବାଣଦାନବଇଂ ନାରାଜ ବିନ୍ଧଇ ଅପ୍ରମାଣ ।୨୯।ବିରଞ୍ଚି ବର ପ୍ରସାଦେ ଦାନବ ବଳୀୟାରବରଷଣ ପ୍ରାୟେ କରି ବିନ୍ଧୁଅଛି ଶର ।୩୦।ଘୋର ଧୁନି ଶବଦେ ଧନୁ ଗୁଣ ଟଂକାରିନାରାଜ ତେଜରେ ଯେ ତୁଟିଲା ତିମିରି ।୩୧।ହରିହର ବେନି ଯେ କରୁଛନ୍ତି ରଣନାରାଜ ବିନ୍ଧନ୍ତି ଯେ ଶବଦ ଗରୁଟାଣ ।୩୨।ଦଇତ କଳପା ଯେ ବିନ୍ଧିଲା ଲକ୍ଷେ ଶରଗରୁଡ଼ ଡେଣା ବାଜି ହୋଇଲା ସର୍ବ ଚୂର ।୩୩।ଶାରଙ୍ଗ ଧନୁରେ ଦେବ ପୂରୋଇଣ ବାଣଦଇତ ଉପରକୁ ବିନ୍ଧିଲେ ନାରାୟଣ ।୩୪।ଦେଖିଣ ଦଇତେଶ୍ୱର ତାହା ଛେଦିଲାକ ଧାତିପଞ୍ଚୁଶିଖା ନାରାଜ ବିନ୍ଧିଲେ ଶୂଳପତି ।୩୫।ଦାନବ ଦୃଷ୍ଟି କରିଥିଲା ନାରାଜ ଗବନ କରୁପ୍ରତିଅସ୍ର କଲା ଯେ ନାରାଜ କଳ୍ପତରୁ ।୩୬।ଦୁଇ ଅସ୍ର ମଧ୍ୟେ ଯେ ହୋଇଲେକ ଭେଟଦୁଇ ଅସ୍ରଂକ ଧୁନିରେ ପୃଥିବୀ ଉଦେଘାଟ ।୩୭।ମହାଘୋର ଧୁନି ଶୁଭିଲାକ ଯହୁଂ ଉଞ୍ଚେଦେବଗଣ ଘେନି ବ୍ରହ୍ମା ଦେଖିଲେ ଅନ୍ତରୀଚ୍ଛେ ।୩୮।ବ୍ରହ୍ମା କୁବେର ବରୁଣ ଚନ୍ଦ୍ର ସୂର୍ଯ୍ୟ ବିଶ୍ୱଦେବାତେତିଶ କୋଟି ଦେବତା ସହିତେଣ ମଘବା ।୩୯।ଇନ୍ଦ୍ର ପଟାରିଲେ ବୃହଷ୍ପତିଂକି ଚାହିଂକେ ଯୁଦ୍ଧ କରୁଛି କହିବା ତାରାସାଇଂ ।୪୦।ବୃହଷ୍ପତି ବୋଇଲେ ହୋ ଶୁଣିମା ପୁରନ୍ଦରହରିହର ତୁଲେ କଳପା କରଇ ସମର ।୪୧।ଇନ୍ଦ୍ର ବୋଇଲେ ତେବେ ଆମ୍ଭର ସଜ ହୁଅଆହୋ ଦେବତାମାନ ତୁମ୍ଭେ ସମସ୍ତେ ବାହାନ ଆରୋହ ।୪୨।ଯେ ଯାହାର ବାହାନେ ଆସ ଆୟୁଧ ବେଗେ ଘେନିସଜ ହୋଇ ଆସ ସକଳ ସିଇନି ।୪୩।ମାତଳିକି ଚାହିଂ ଯେ ବୋଇଲେ ସୁନାଶୀରଅଇରାବ୍ରତ ଗଜ ଯେ ବେଗେ ସଜକର ।୪୪।ଗନ୍ଧର୍ବ ପଗଡଂକୁ ତ୍ରିଲୋଚନ ନାମ ଧରି ରାଇଉଚେଇ ଅଶ୍ୱ ସଜକର ବେଗେ ଯାଇ ।୪୫।ଇନ୍ଦ୍ରଂକ ଆଗ୍ୟାଂ ପାଇ ଧାଂଇଲେ ସର୍ବ ସଇନସଜ ହୋଇ ଅଇଲେ ଯେ ଯାହାର ଚଢିଣ ବାହାନ ।୪୬।ଯାହାର ଯେଉଂ ଅସ୍ର ଘେନି ବେଗେ ଧାଇଂଦେବତାନ୍ତ ଚାହିଂଣ ଯେ ବୋଇଲା ଶଚୀସାଇଂ ।୪୭।ଆହୋ ଦେବତାଗଣେ ଆମ୍ଭର ବାକ୍ୟ ଶୁଣକଳପାର ତୁଲେ ଯୁଝନ୍ତି ଶିବ ନାରାୟଣ ।୪୮।ସଭାବେ ଦଇତ ସବୁରିହିଂ ଶଲୟେହିକାଳେ ବେଢିଣ ମାରିବ ବେଗେ ଚାଲ ।୪୯।ବୃହସ୍ପତି ବୋଇଲେ ସାଜିଲ ତ ସଇନକଳପାକୁ ଜିଣିମାକୁ କେହି ନୋହିବ ସମାନ ।୫୦।ମାରି ନୁଆରି କାଳେ ଆସିବ ପଳାଇସ୍ୱର୍ଗପୁର ସହିତେ ଅସୁର ନେମଇଂ ଜୂରିଆଇଂ ।୫୧।ଇନ୍ଦ୍ର ବୋଇଲେ ଗୁରୁ ହେ ନକହ ୟେମନ୍ତଯାହାର ତୁଲେ ଯୁଦ୍ଧ କରୁଛନ୍ତି ଦେବ ଜଗନ୍ନାଥ ।୫୨।ବିଷ୍ଣୁ ଇଶ୍ୱର ଦୁହେଂ ଆରମ୍ଭିଛନ୍ତି ରଣକଳ୍ପ ଦାନବର ଆଉ ରହିବ କାହିଂ ପ୍ରାଣ ।୫୩।ମନ୍ତ୍ରୀକି ସକଳ କହି ବିଜୟେ ସୁରପତିମହୀନ୍ଦ୍ର ପର୍ବତ ତଳେ ଯାଇଣ ମିଳନ୍ତି ।୫୪।କଳ୍ପାର ତୁଲେ ଯୁଦ୍ଧ ନାରାୟଣ ହରଦେବ ସଇନି ତୁଲେ ଯେ ପ୍ରବେଶ ସୁରେଶ୍ୱର ।୫୫।ଦଇତକୁ ରେ ମାର ବୋଲି ଶୁଭିଲା ଗରୁଧୁନିନାରାଜ ବୃଷ୍ଟି କଲେ ଦ୍ରୋଣମେଘ ଜାଣି ।୫୬।ସକଳ ଦେବତାୟେ ମିଳିଣ ବିନ୍ଧିଲେ ତହିଂ ଶରକଳ୍ପାର ଉପରେ ବାଣ ପଡ଼ଇ ନିରନ୍ତର ।୫୭।ପର୍ବତ ଉପରେ ସୋରିଷ ବୁଣିଲେ ଯେବଣ ମତ ହୋଇତେସନେକ ନାରାଜ ଦଇତ ଯେ ମହାବଳୀଦେବ ସଇନି ଡାକ ହାକ ଶୁଭେ କୁତୂହୋଳି ।୫୯।ଗଦାଭାଲ ଛେଲ ଯେ ଶକତି ତିମ୍ବୁରକୋନ୍ତ ଅସିମୁନା ଯେ ପାରାସ ମୁଦୁଗର ।୬୦।ପର୍ବତା ଭଇରବା ଯେ ପନ୍ନଙ୍ଗା ମେଘାବାଣବଜ୍ରମୁନା ବଜ୍ରକୋନ୍ତ ବାବଲ ପିଟାବାଣ ।୬୧।ମୋହୋଫାଶି ଜଳଫାଶି କାମଫାଶି ଶରରୁଦ୍ରଫାଶି ନାଗଫାଶି ଯମଫାଶି ଇନ୍ଦ୍ର ଶର ।୬୨।ଘୋର ବାଣ ପ୍ରସର ବାଣ ଅଗ୍ନି ବାଣ ଭଇରୋବ ବାଣଅଜରା ଚନ୍ଦ୍ରକଳା ଶକ୍ରା ତପନା ଶର ପଟହରକାଳ କଳ୍ପ କାତି ତିରଣ ଯେ ବଜ୍ର ଜୀବହାର ।୬୪।ଇନ୍ଦ୍ର ଶର ବାରୁଣା ଶର କାଳିକା ମେଘା ଚନ୍ଦ୍ର ଚିନ୍ତାବ୍ରହ୍ମାଣ୍ଡ ଅନ୍ତକ ବିଶ୍ୱହରା ବିଶ୍ୱତ୍ରାସ ଚଉକୁନ୍ତ ଶତ୍ରଜିତା ।୬୫।ମହୀଲତା ଘୋର ଗର୍ଜନ ଆବର ଘଡ଼ଘଡ଼ିପ୍ରବଜ ତନ୍ତୁରାଜ ଘଟ ନକ୍ଷତ୍ର ବିଜୁଳି ଘଡ଼ଘଡ଼ି ।୬୬।ଦିଗରାଜ ତରଳ କଣ୍ଟା ସମର ଜଙ୍ଗମ ବୀରଭରକରଞ୍ଜ ଅର୍ଦ୍ଧଚନ୍ଦ୍ର ଯେ କରଷଣା ଇକ୍ଷୁ ଶର ।୬୭।କୁହୁକ କତୁରୀ ବାଣ କୃତାନ୍ତକ କାଳକଣ୍ଟକୁହୁଡ଼ି ବିଭଞ୍ଜନ ମାରଭକ୍ଷ ପ୍ରତୀହ ନୀଳକଣ୍ଟ ।୬୮।ନାରାଜ ମାନଂକର ଜ୍ୟୋତି ଅଗ୍ନି ଦିବାକରମାରନ୍ତି ୟେ ବାଣମାନ ଅମର ନିକର ।୬୯।କଳ୍ପାର ଉପରେ ଯେ ପଡୁଅଛି ଦେବଶରଯେସନେ ସୋରିଷ ବୁଣି ପର୍ବତ ଉପର ।୭୦।ଦେଖିଣ ଦେବ ସଇନି ଯେ ବନରେ ଭୟ କରିଲକ୍ଷ ଲକ୍ଷ କରି ଯେ ବିନ୍ଧିଲେ ବନ୍ଧ ପାଡ଼ି ।୭୧।ବିଷ୍ଣୁର ନାରାୟଣ ଯେ ରୁଦ୍ରର ରୁଦ୍ରାଶୁରନାରାଜଂକ ଜ୍ୟୋତି ଜାଣି ଅଗ୍ନି ଦିବାକର ।୭୨।ବାଣ ପଡ଼ନ୍ତେଣ ଦାନବର କାୟେମଣଇ ଦାନବ ତାହା ଜାଇପୁଷ୍ୟ ପ୍ରାୟେ ।୭୩।କୁବେରଂକ ଗଦା ବରୁଣକଂର ଜଳଫାଶିନଇଋତ ପରିଘ ମୃତୁ ଦେବତାଂକ କାଳଫାଶି ।୭୪।ଦଇତର ଉପରେ କରନ୍ତି ରଣଗୋଳରଣଝଣ ଧୁନି ଯେ ଶୁଭିଲା କୋଳାହଳ ।୭୫।ୟେକା ଦଇତ ବୀର ସଇନି ନାହିଂଟି ସାଖାବହୁତ ଗଜ ଦେଖି ଯେହ୍ନେ କେଶରୀ ନିଶଂକା ।୭୬।ନାରଦେ ଯନ୍ତ୍ର ବୀଣା ଘେନି ଯୁଦ୍ଧ ଦେଖିରେ ରେ କାର ଶବଦେ ନାଚନ୍ତି ମନ ସୁଖୀ ।୭୭।କୁତୂହୋଳ ନାଚନ୍ତି ବୀଣାଯନ୍ତ୍ର ବାଇହସନ୍ତି ବ୍ରହ୍ମାସୁତ ତ୍ରିଦଣ୍ଡୀ ବୁଲାଇ ।୭୮।ଲାଗୁ ଲାଗୁ କଳି ବୋଲି ନାରଦେ ହସିଲେକଳି ଧୋକଡ଼ିରୁ କାଢି ଧୂଳି ମୁଠାୟେ ପକାଇଲେ ।୭୯।ଲାଗିଲାକ ରଣଗୋଳ ଅତି ଅପ୍ରମାଣଦେଖନ୍ତି ଆରଣି ଯେ ବ୍ରହ୍ମାଂକ ନନ୍ଦନ ।୮୦।ଦଇତ ରଣ ଦେଖିଣ ବିମୁଖ କୃଷ୍ଣ ହରବିଚାରନ୍ତି ଦଇତ ଘେନିବ ତିନିପୁର ।୮୧।ଯହୁଂ ତାହାର ଦେହେ ନ ଫୁଟିଲା ଶରକି ରୂପେ ଆନେ ପ୍ରାଣ ହରିବା ଦଇତର ।୮୨।ୟେତେକ ବିଚାର କରିଣ ଦେବ ମଧିୁହାରୀକରେ ସୁଦ୍ରିଶେନ ଚକ୍ର କୋପେ ଦେବ ଧରି ।୮୩।ହୁଂକାର ଶବଦ କରିଣ ଦେବ ନାରାୟଣଦଇତର ଉପରେ ମାରିଲା ସୁଦ୍ରିଶେଣ ।୮୪।ଅଶି ଶହସ୍ର ଧାର ଯେବଣ ଚକ୍ରରଦଇତର ବୁକୁରେ ବାଜିଣ ହୋଇଲା ଅନ୍ତର ।୮୫।ଟହ ଟହ ହୋଇଣ ଯେ ହସିଲା କଳ୍ପାସୁରଦେଖିଣ ବଡ଼ ବ୍ୟଥା ଯେ ହୋଇଲା କଳ୍ପାସୁରଦେଖିଣ ବଡ଼ ବ୍ୟଥା ଯେ ହୋଇଲା ଦେବକଂର ।୮୬।ସୁରଗଣମାନେ ଉଭା ଚିନ୍ତାଭର ହୋଇସମର କରନ୍ତି ଯେ ମନରେ କୋପ ବହି ।୮୭।ବ୍ରହ୍ମାର ନନ୍ଦନ ହାଥେ ତ୍ରିଦଣ୍ଡୀ ବୁଲାଇଇଶ୍ୱରଂକ କପିଳାସ କନ୍ଦର ହେଲେ ଯାଇଂ ।୮୮।କାର୍ତ୍ତିକ ଗଣେଶ ଟିଣାୟେକ ବୀଣାୟେକନନ୍ଦୀ ଭୃଙ୍ଗୀ ମହାକାଳ ଜୟନ୍ତିକ ଅଜୟନ୍ତିକ ।୮୯।ବୀରଭଦ୍ର ରଣଭଦ୍ର କାଳରୁଦ୍ର ଦେବତାମଣିଭଦ୍ର ମାନଭଦ୍ର ମହାକାଳ ଶକତା ।୯୦।ସକଳ ରୁଦ୍ର ଗଣ ବସିଛନ୍ତି ୟେକମେଳେବ୍ରହ୍ମମୁନି ନାରଦେ ବାରତା ନେଇ ଦିଲେ ।୯୧।ଶୁଣ ହୋ ରୁଦ୍ରଗଣେ ପ୍ରମାଦ ୟେକ ବାଣୀବୟେଲ ଚଢି ଯାଉଥିଲେ ଶୂଳପାଣି ।୯୨।ଦ୍ୱାରିକାରୁ ଗରୁଡ଼ ଚଢି ବିଜୟେ ବନମାଳୀମଧ୍ୟବାଟେ ହୋଇଲା ବେନି ଜନଂକର ମେଳି ।୯୩।ଦୁହିଂକର ଭେଟ ହୋଇଲା ମାହୀନ୍ଦ୍ର ପର୍ବତରେହରି ହର ବସିଲେ ଯେ ପର୍ବତ ଶିଖରେ ।୯୪।ୟେସନେକ ସମୟରେ ଯେ କଳ୍ପାସୁର ଦଇତହରିହରନ୍ତ ଭେଟିଲା ସେ ମହୀନ୍ଦ୍ର ପର୍ବତ ।୯୫।ଘୋର ଗର୍ଜନ କରି ଆବୋରିଲେ ରଣଦଇତକୁ ଜିଣି ନୁଆରିଲେ ବେନିଜନ ।୯୬।ଦେବତାମାନନ୍ତ ଘେନି ଦେବ ଶଚୀପତିତେତିଶି କୋଟି ଦେବଗଣନ୍ତ ସଙ୍ଗେ ଘେତି ।୯୭।ମହାଘୋର ଯୁଦ୍ଧ ଯେ ଦଇତ ସଙ୍ଗତରେୟେହିକ୍ଷଣି ଦେଖି ଆମ୍ଭେ ଅଇଲୁ ଧାତିକାରେ ।୯୮।ଦଇତର ସଙ୍ଗେ ଯୁଦ୍ଧ କରନ୍ତି ଓହମୁଖେଦେବଗଣେ ହରିହର ହେଲାଣି ବିମୁଖେ ।୯୯।ପାର ଯେବେ ତୁମ୍ଭେ ଆବୋର ଯାଇଂ ରଣଶୁଣି ସଜ ତକ୍ଷଣେ ହୋଇଲେ ଶିବଗଣ ।୧୦୦।ଯେ ଯାହାର ଆୟୁଧ ଧରି ଧାଇଂଲେ ଅତି ବେଗେତକ୍ଷଣେ ମିଳିଲେ ଯାଇଂ କଳପା ଯୁଦ୍ଧ ଲାଗେ ।୧୦୧।ରେ ରେ କାର କରିଣ ଦିଲେ ଭଇରୋବ ରଡ଼ିମେରୁ ମନ୍ଦର ଗିରି କିବା ପଡିଲାକ ଝଡ଼ି ।୧୦୨।ଦଇତର ଉପରକୁ ମାଇଲେ ବେଗେ ଶରଯେସନେ ଶ୍ରାବଣ ମାସରେ ଜଳଧାର ।୧୦୩।ତେସନେକେ ଦଇତର ଦେହେ ପଡ଼ଇ ଶସ୍ରମାନବିମୁଖ ହୋଇଲେ ରଣେ ଦେବ ରୁଦ୍ରଗଣ ।୧୦୪।ୟେଥୁ ଅନନ୍ତରେ ଦେବ ସୁରପତିଅଇରାବ୍ରତ ଚଢିଣ ଧାଇଂଲେ ତଡ଼ତି ।୧୦୫।ଗନ୍ଧର୍ବ ବଳ ସଙ୍ଗେ ଅଛନ୍ତି ସୁନାଶୀରରାକ୍ଷସର ଉପରେ ବଜ୍ର ମାଇଲେ ଧାତିକାର ।୧୦୬।ଅଗ୍ନିଦେବ ମାଇଲେ ଯେ ମୁଦୁଗର ଘେନିକୁବେର ମାଇଲେ ରତ୍ନାବଳୀ ଗଦା ଆଣି ।୧୦୭।କାଳାନ୍ତେକ ପରିଘ ମାଇଲେ ନଇଋତଯମ ମାଇଲେ କାଳଦଣ୍ଡକୁ ତୁରିତ ।୧୦୮।ମୃତୁ ଦେବତାୟେ ମାଇଲେ ଆମୋହ ବାଣବଜ୍ରାବଳୀ ଗଦା ଯେ ମାଇଲେ ବରୁଣ ।୧୦୯।ସରଯନ୍ତା ଅସ୍ରେକ ଯେ ମାଇଲେ ନିଶାକରସୂର୍ଯ୍ୟାବ୍ରତେକ ବାଣ ଯେ ମାଇଲେ ପ୍ରଭାକର ।୧୧୦।ଅନିର୍ଯ୍ୟାପ ଶକତି ମାଇଲେ ମଳୟଗନ୍ଧର୍ବା ଅସ୍ର ଘେନି ମାଇଲେ ବାଇବକାଳଚକ୍ର କାତି ମାଇଲେ ଭଇରୋବ ।୧୧୨।ଗର୍ଜନ ସର୍ଜନା ଭଇରୋବା ତିନିବାଣଦାନବକୁ ମାଇଲେ ଯେ ପାର୍ବତୀ ଜ୍ୟୋଷ୍ଠ ନାନ ।୧୧୩।କାର୍ତ୍ତିକ ମାଇଲେ ଯେ କାଳରୁଦ୍ରା ଶରଦିଗ ବହନ ଖଡ଼ଗ ମାଇଲେ ମହାକାଳ ବୀର ।୧୧୪।ଭ୍ରୂକୁଟୀ ପ୍ରହାରିଲେ ପର୍ବତ ଚୂଡ଼ା ବାଣ ନନ୍ଦୀମାଇଲେ ଯେ ନନ୍ଦାବ୍ରତେକ ପୁଣ ।୧୧୫।ଜୟନ୍ତକ ମାଇଲେ ମେରୁଜୟେ କୋନ୍ତପ୍ରାଣାନ୍ତେକ ଶର ମାଇଲେ ଅଜନ୍ତେୟ ।୧୧୬।ନନ୍ଦୀ ପ୍ରହାରିଲେ ଯେ ଚକ୍ରମୁନା ଶରମନ୍ଦକାଳ ନାରାଜ ଯେ ମାଇଲେ ଭସ୍ମହର ।୧୧୭।ରୁଦ୍ର ପ୍ରହରିଲେ ଯେ ତ୍ରିଶୂଳ ଶକତିକଉମୋଦକୀ ଗଦାଘେନି ମାଇଲେ ଶିରୀପତି ।୧୧୮।ଦାନବ ଅଙ୍ଗେ ବାଜି ୟେଡ଼େ ୟେଡ଼େ ଶରମାନନ ଭେଦିଲା ଦଇତ ଅଙ୍ଗେ ଶହସ୍ର ହେଲା ଚୂର୍ଣ୍ଣ ।୧୧୯।ଦେଖିଣ ଦେବତାଂକର ନ ଫୁରଇ କିଛିନିଶ୍ୱାସ ଛାଡ଼ିଣ ଦେବେ ଜଣାନ୍ତି ଶ୍ରୀବଚ୍ଛି ।୧୨୦।ଭୋ ଦେବ ବିରଞ୍ଚି ବରେ ୟେ ଦଇତ ଅମରନିଚୟେ ଦେବ ୟେ ଦଇତ ନାଶିଲା ତିନିପୁର ।୧୨୧।ୟେହାର ଘେନି ନାଶ ହୋଇଲା ନବସୃଷ୍ଟିଆଲୋକିତ ବର ୟେହାକୁ ଦିଲେକ ପରମେଷ୍ଠି ।୧୨୨।ୟେସନେକ ଦେବେ ଯେ ଭାଳନ୍ତି ହରି ମେଳେଦାନବ କଳ୍ପାସୁର ଧାଇଂଲା କୋପାନଳେ ।୧୨୩।ଦେବନ୍ତ ପ୍ରହାରଇ ଆୟୁଧ କରେ ଘେତିପଳାଇଲେ ଦେବେ ଯେ ପ୍ରାଣକୁ କରି ଭୀତି ।୧୨୪।ଇନ୍ଦ୍ର ଯେ ପଳାଇଲା ସୁରଗଣ ଘେନିଭାଜିଲେ ରୁଦ୍ରଗଣେ ସାଂଗ୍ରାମେ ପାଇ ହାନି ।୧୨୫।ବୃଷଭ ଗରୁଡ଼ ଯେ ଛାଡ଼ି ଦେବ ହରିହରବୋଇଲେ ଚଳ ତୁମ୍ଭେ ଯେ ଯାହାର ପୁର ।୧୨୬।ୟେତେକ କହି ବେନି ଦେବ କଲେକ ଗମନପଛରେ ଦଇତ ଯେ ଗୋଡ଼ାୟେ କୋପମନ ।୧୨୭।ପର୍ବତ ଭିତରେ ଯେ ପଶିଲେ ପଳାଇକୋପେ ଦଇତ ରାୟେ ପଛେ ଅଛଇ ଗୋଡ଼ାଇ ।୧୨୮।କାହିଂକି ଯିବରେ ବୋଲି ଗୋଡ଼ାଇ ପଛେ ଡାକ ଦେଇବନସ୍ତେ ଦଇତକୁ ନିଅନ୍ତି କଢାଇ ।୧୨୯।ଦଇତ ନ ଛାଡ଼ଇ ଗୋଡ଼ାୟେ ଘନ ଘନବରୁଣା ପର୍ବତେ ଯାଇଂ ଉଠିଲେ ବେନିଜନ ।୧୩୦।ରାକ୍ଷସ ଗୋଡ଼ାଇଣ ଉଠିଲା ଯାଇଂ ଧାତିରାକ୍ଷାସକୁ ଅନ୍ତର ହୋଇଲେ ଶୂଳଧର ଶିରୀପତି ।୧୩୧।ବୀର ବେଶ ଛାଡ଼ିଣ ହୋଇଲେ ବ୍ରାହ୍ମଣଦାନବ ଦେଖୁଂ ଦେଖୁଂ ହୋଇଲେ ଅନ୍ତର୍ଧାନ ।୧୩୨।ନ ଦେଖି ଦଇତ ବୀର ବିଚାରଇ ଚିତ୍ତକେଣେ ଗଲା ବୋଲି ସେ ହୋଇଲା ଚକିତ ।୧୩୩।ମନେ ବିଚାରଇ ଯିବେ ଆର କାହିଂଚଉଦ ଭୁବନେ ମୁହିଂ ପଶି ଖୁଜିବଇଂ ।୧୩୪।ୟେତେକ ବିଚାରିଣ ଶର୍ବଣା ଦଇତର ନାତିକରେ ଘେନି ବେନି ଶସ୍ର କୋଦାଳ ଯେ ଶକତି ।୧୩୫।ଡାକଇ ଦଇତ କେଣେ ଗଲେ ରେ ବେନି ବୀରେସାମର୍ଥ ବୋଲାଅ ରେ ବ୍ରହ୍ମାଣ୍ଡ ଭିତର ।୧୩୬।ଶୁଣି ନ ଶୁଣିଲା ପରି ହୋଇଅଛନ୍ତି ହରିହରକୂଟ କରି ଦଇତକୁ ମାରିବା ବୋଲି କର ।୧୩୭।ୟେମନ୍ତର ସମୟେ ଶୁଣ ହୋ ବଇବସୁତ ମନୁସେ ପର୍ବତେ ବୁଲୁଅଛି ଆଦିତ୍ୟର ତନୁ ।୧୩୮।କରେ ଧନୁ ଧରି ଖୋଜଇ ଗଣ୍ଡା ଜୀବବିକ୍ରମ ସିଂଘ ମୂରତି ବୀରବର ରାଧେବ ।୧୩୯।ୟେମନ୍ତେ ଯେ ଦାନବ ଲୋଡ଼ି ଆସୁଥିଲାଆଦିତ୍ୟ ନନ୍ଦନକୁ ଦୃଷ୍ଟିରେ ଦେଖିଲା ।୧୪୦।ଡାକିଲା ରାକ୍ଷାସ ଶୁଣ ରେ କିରାତ ତୁହିବେନି ବୀରେ ଯାଉଛନ୍ତି ଦେଖିଲୁ କିରେ ଭାଇ ।୧୪୧।କର୍ଣ୍ଣ ବୋଇଲା ଆହୋ ଦେଖିଲାତ ନାହିଂପଳାଇଲା ଶତ୍ରୁକୁ ଯେ ଗୋଡ଼ାଇ ଯେ ହାଣି ।୧୪୩।ସକଳ ଧର୍ମକଲା କୃତ୍ୟ ଯେତେ ତାରସମସ୍ତ ନାଶ ଯାଇ ଯେ ପଡ଼ଇ ନର୍କ ଘୋର ।୧୪୪।ଯେବେ ପଳାଇ ହୋ ନୁଆରି ସମରେତାହାକୁ ଗୋଡ଼ାଉ ତୁ କେଉଣ ପ୍ରକାରେ ।୧୪୫।ୟେ କଥା ନ ଯୋଗାଇ ଶୁଣିଲୁ କିରେ ବୀରଶୁଣିଣ ଦାନବ ଯେ କୋପେ ଥର ହର ।୧୪୬।ବୋଇଲା କିରାତ ରେ ବାଳୁତ ଅଟୁ ତୁହିମୋହୋର ହାଥେ ତୋର ନିଚୟେଂ ମରଣ ।୧୪୮।ୟେତେ କହି ଦଇତ ମାଇଲା ଶକତିଅନିର୍ଯାପ ବାଣ ବିନ୍ଧିଲେ କର୍ଣ୍ଣ ମହାଛତ୍ରୀ ।୧୪୯।ଦେଖିଣ ଦଇତ ଛାଡ଼ିଲା ଘୋର ରଡ଼ିଗିରି କନ୍ଦର କିବା ପଡିଲାକ ଝଡ଼ି ।୧୫୦।କୋଦାଳ ଆୟୁଧ ଧରି କୋପେଣ ପ୍ରହାରିଦେଖି କାଳାନ୍ତକ ଶର କର୍ଣ୍ଣ ବିନ୍ଧିଲା କୋପ କରି ।୧୫୧।ଦଇତର କୋଦାଳେ ପଡ଼ିଲା ଯାଇଂ ଶରକୋଦାଳେ ଅସ୍ର ବାଜି ପଡ଼ିଲା ଭୂମିର ।୧୫୨।ଦେଖିଣ ବିଚାରଇ ଆଦିତ୍ୟର ତନୟେଧନ୍ୟ ୟେ ଦାନବ କାହାର ବଂଶ ୟେ ।୧୫୩।ଧନ୍ୟ ୟେ ଆୟୁଧ ବହଇ ୟେହାର କରେକାଳାନ୍ତେକ ଶର ଝଡ଼ିଲା ଯାହାରେ ।୧୫୪।ୟେତେକ ବିଚାରି ଧଇଲା ଅମୋହ ଶକତିମନ୍ତ୍ର ପଢି ମାଇଲା ସେ କାଶ୍ୟପର ନାତି ।୧୫୫।ଦାନବର ଉପରେ ପଡ଼ିଲା ବାଣ ଯାଇଂଅଗ୍ନି ଝଲକିଲା ଦଇତର ଅଙ୍ଗ ପାଇ ।୧୫୬।ଦେହେ ନଭେଦି ନାରାଜ ପଡ଼ିଲା ଭୂମିରେପୁଣ ବଜ୍ର ଅସ୍ର ବିନ୍ଧିଲା ମହାବୀରେ ।୧୫୭।ଦଇତର ଅଙ୍ଗେ ବାଣ ଭେଦି ନୁଆରିଲାମୁନ ମୋଡ଼ି ହୋଇଣ ସେହୁ ଭୂମିରେ ପଡ଼ିଲା ।୧୫୮।ଦେଖିଣ ଆଦିତ୍ୟର ତନୟେ ଥରହରଅସଂକ୍ଷେପ ତ୍ରୋଣରୁ କଲାକ ବାହାର ।୧୫୯।ତ୍ରୋଣରୁ ବାହାର କରନ୍ତେଣ ସେହୁ ବାଣସୂର୍ଯ୍ୟର ଦିଶିଲା କି ଶହସ୍ରେ କିରଣ ।୧୬୦।ତ୍ରୋଣରୁ ବାହାର ହୋଅନ୍ତେ ସପତ ମୁନ ହୋଇଥିଲାଗୁଣରେ ବସାନ୍ତେ ସେ ସହସ୍ରେ ମୁନ ହୋଇଲା ।୧୬୧।ଆକର୍ଣ୍ଣ ପରିଯନ୍ତେ ଓଟାରନ୍ତେ ମହାବୀରଅହିବ୍ରତେକ ମୁନ ହୋଇଲା ଧାତିକାର ।୧୬୨।ଫିଟନ୍ତେଣ ନାରାଜ ହୋଇଲା ଲକ୍ଷେ ମୁନଗର୍ଜନ କରି ଚଳନ୍ତେ କୋଟିୟେ ବଦନ ।୧୬୩।ପଡ଼ିବାର ବେଳେ ଯେ ମର୍ଭୁତେକ ହୋଇକକଡ଼ା ମାସେ ଯେହ୍ନେ ଦ୍ରୋଣ ମେଘ ବରଷଇ ।୧୬୪।ରାକ୍ଷସ ଉପରେ ଯେ ପଡ଼ିଲା ସର୍ବଶରତିଳ ବୃଷ୍ଟି ହୋୟେ ଯେହ୍ନେ ପର୍ବତ ଉପର ।୧୬୫।ଦାନବ ଅଙ୍ଗେ ବାଜି ତେସନେକ ହେଲା ବାଣଧନ୍ୟରେ ଦଇତ ବୋଲି ବୋଇଲେ ବୀର କର୍ଣ୍ଣ ।୧୬୬।ପୁଣିହିଂ ଅଗ୍ନି ଅସ୍ରେ ବିନ୍ଧିଲା ଧାତିକାରେତୁଣ୍ଡ ବିସ୍ତାର କରି ତାହା ଗିଳିଲା ଅସୁର ।୧୬୭।ଅଗ୍ନିଅସ୍ର ଗିଳିଣ ଗର୍ଜିଲା ଦଇତ ନାହାନୟନ ତରାଟି ହଲାଇଲା ବେନି ବାହା ।୧୬୮।ପଥରେକ ଧରିଣ ଯେ ମାଇଲା ତଡ଼ତିବଜ୍ର ଅସ୍ର ଘେନି ତାହା ଛେଦିଲା ମହାଛତ୍ରୀ ।୧୬୯।ବେନି ବୃକ୍ଷ ଉପାଡ଼ି ମାଇଲା ଦଇତ ବୀରକତୁରୀ ବାଣ ପେଷି ତାହା କର୍ଣ୍ଣ ଛେଦିଲା ସତ୍ୱର ।୧୭୦।ବୃକ୍ଷ ଛେଦି ପୁଣ ସେ ପର୍ବତା ବାଣ ମାରିଅଙ୍ଗୁଳି ପାତିଣ ତାହା ଦଇତ ସମ୍ଭାଳି ।୧୭୧।ଶରଯନ୍ତା ଶହସ୍ର ବିନ୍ଧିଲା ବୀରବରପଡ଼ିଲା ନାରାଜ ଯାଇଂ ଦଇତ ଉପର ।୧୭୨।ମୁନ ମୋଡ଼ି ହୋଇଣ ଯେ ପଡ଼ିଲାକ ଝଡ଼ିଗର୍ଜନା ନାରାଜ ଯେ ବିନ୍ଧିଲା କରେ ଧରି ।୧୭୩।ଦାନବର ଶିରେ ପଡ଼ିଲାକ ଯାଇଂ ବାଣଟହ ଟହ ହସିଲା ସେ ଦଇତ ରାଣ ।୧୭୪।ବୋଇଲା ମାନବା ରେ ପୂରିଲା ତୋର ଆଷ୍ୟତୋତେ ରଖନ୍ତା କେହି ନୋହିବେ ଚତୁର୍ଦ୍ଦଶ ।୧୭୫।ୟେତେକ ବୋଲିଣ ସେ ଅସୁର ମହାବଳୀକୋଦାଳ ଆୟୁଧକୁ ମାଇଲା ବେଗେ ତୋଳି ।୧୭୬।କର୍ଣ୍ଣର ଅଙ୍ଗରେ ବାଣ ବାଜିଲା ମହାଶରଗ୍ୟାନ ହାରି ଭୂମିରେ ପଡ଼ିଲା ମହାବୀର ।୧୭୭।ଦେଖିଣ ଅସୁର ଯେ ଧାଇଂଲା ତଡ଼ତିଦେଖି ବାରେ କିରାତ ଦିଶଇ କେମନ୍ତ ମୂରତି ।୧୭୮।ୟେତେକ ବିଚାର ରାକ୍ଷସ ଛାମୁରେ ତାର ଯାଇଂ ମିଳିଧନୁଶର ଧରିଣ ପଡ଼ିଛି ମହାବଳୀ ।୧୭୯।ଦାନବ ବୋଇଲା ରେ ଧନ୍ୟ ତୋର ପିତାଧନ୍ୟ ରେ କିରାତ ତୋହୋର ଗର୍ଭଧାରୀ ମାତା ।୧୮୦।ଧନ୍ୟ ଯେଉଂଣ ଦେଶେ ହୋଇଲୁ ତୁ ଜାତଧନ୍ୟ ତୋର ସାମରଥ ଧନ୍ୟ ବଳବନ୍ତ ।୧୮୧।ଧନ୍ୟ ତୋର ଗୁରୁ ଧନ୍ୟ ୟେ ବିଦ୍ୟାୟେମୋର ତୁଲେ ଯୁଦ୍ଧ କଲୁ ୟେତେବେଳେ ଯାୟେ ।୧୮୨।ଧନ୍ୟ ରେ କିରାତ ମୋର ହାଥେ ହେଲୁ ନାଶୟେତେକ ବିଚାରି ମନେ ହୋଇଲା ହରଷ ।୧୮୩।ବୋଇାଲା ଆଦିତ୍ୟର ହୋଇଲା ଅସ୍ତକାଳସ୍ରାହାନ କରିବି ୟେବେ ପଶି ନଦୀ ଜଳ ।୧୮୪।ପଛେ ୟେହାର ମାଂସ ଭକ୍ଷିବଇଂ ଆସିଧନୁ ଶସ୍ର ଛଡ଼ାଇ ଯେ ନିଲା ସେ ଆକ୍ରେଷି ।୧୮୫।ସେ ପର୍ବତ ତଳେ ଯେ ବାରିଣା ନାମେ ନଈସେ ନଦୀକି ସ୍ରାହାନ କରିବାକୁ ସେ ଗମଇ ।୧୮୬।ବୋଇଲା କିରାତର ଭକ୍ଷିବଇଂ ରକ୍ତ ମାଂସହୃଦେ ଜାଣିଲେ ତାହା କଶ୍ୟପର ଶିଷ ।୧୮୭।ବାକ୍ୟ ଦେବୀକି ଚିନ୍ତିଲେ ମନରେ ସବିତାଆଗୋ ବାକ୍ୟଦେବୀ ତୁହି ଜଗତର ମାତା ।୧୮୮।ଜୟ ତୁ ଅନାଦି ଗୋ ବ୍ରହ୍ମାର କୁମାରୀନାରାୟଣ ପୁରୁଷର ଅଟୁ ମନୋହାରୀ ।୧୮୯।ବୀଣା ରସେ ତୋହୋର ଗାୟନ ରସବାଣୀଅନାଦି ନାୟକ ଯେ ମୋହିତ ହେଲେ ଶୁଣି ।୧୯୦।ହାହା ହୁହୁ ଗନ୍ଧର୍ବାଦି ଗାୟକ ତୁମ୍ଭରଯାର ପାଦେ ସେବା ସେ କରିଥାନ୍ତି ନିରନ୍ତର ।୧୯୧।ବୃହଷ୍ପତି ଗଣେଶ ଆବର ଅନନ୍ତ ବେଦବ୍ୟାସତୋ ପାଦେ ମୁନିଗଣେ ସେବନ୍ତି ଅଶେଷ ।୧୯୨।ତୁ ୟେବେ ସୁଦୟା ଗୋ କର ବାକ୍ୟେଶ୍ୱରୀଶୂଦ୍ରମୁନି ସାରୋଳା ଚିନ୍ତଇ ହୃଦେ ଧରି ।୧୯୩।ବିରଞ୍ଚି ଚିନ୍ତିନ୍ତେଣ ମିଳିଲେ ସରସ୍ୱତୀସପତସ୍ୱର ବୀଣା ଶ୍ରୀହସ୍ତେ ଘେନିଛନ୍ତି ।୧୯୪।ଛାମୁରେ ଉଭାହୋଇ ଯେ କହନ୍ତି ମାହେଶ୍ୱରୀତିମିର ବିଦାରଣ ନାଥ କିମର୍ଥେ ଚିନ୍ତାକରି ।୧୯୫।ବଦୟନ୍ତି ଦିବାକର ଶୁଣି ଜଗତ ମାୟେକଳ୍ପାସୁର ମାଇଲା ଯେ ମୋହୋର ତନୟେ ।୧୯୬।ସ୍ରାହାନ କରି ଆସିଣ କରିବ ଭୋଜନକଣ୍ଠେ ବସି ଦଇତଠାରୁ କର ଯା ରକ୍ଷଣ ।୧୯୭।ଲୋକପାଳ ବଚନେ ଦେବୀ ଗୋସାମଣୀଦଇତର କଣ୍ଠରେ ବିଜେ କଲେ ଠାକୁରାଣୀ ।୧୯୮।ସ୍ରାହାନ କରି ଆସ ରାକ୍ଷସକୁଳ ରାୟେନିଜ ପୁତ୍ର କଥା ଯେ ପଡ଼ିଲା ହୃଦୟେ ।୧୯୯।ସ୍ନେହ ମନେ ବିଚାରଇ ଯିବି ଆଜି ନିଜପୁରକାଲି ଆସି ମାୟେଂସ ଯେ ଭକ୍ଷିବି ୟେହାର ।୨୦୦।ୟେତେକ ବିଚାରିଣ ରାକ୍ଷସ କୁଳପତିନିଜପୁରେ ପ୍ରବେଶ ସେ ହୋଇଲା ତଡ଼ତି ।୨୦୧।ୟେଥୁ ଅନନ୍ତରେ ପାହିଲା ରୟଣୀଗଗନେ ଉଦୟ ହୋଇଲା ଦିନମଣି ।୨୦୨।କର୍ଣ୍ଣ ଯେ ପଡ଼ିଥିଲା ଦଇତ ଶରଘାତେଆଦିତ୍ୟର ତେଜ ଯହୁଂ ଲାଗିଲା ଗଣ୍ଡପଥେ ।୨୦୩।ଅମୃତ କୁଣ୍ଡଳରେ ଝରିଲା ଅମୃତ ଧାତିକାରସେ ଅମୃତ ଧାର ପଶେ କର୍ଣ୍ଣର ମୁଖର ।୨୦୪।ନଉ ଲକ୍ଷ ବଳ ଯେ ହୋଇଲା ତତକ୍ଷଣେମୋହ ତେଜିଣ ବୀର ଉଠିଲା ଆପଣେ ।୨୦୫।ଧନୁ ତୁଣୀର ଲୋଡ଼ଇ ବୀରବର ଗୁଣଗ୍ରାହୀଦେଖିଲା ଧନୁଶର ତୂଣଭାର ତାର ନାହିଂ ।୨୦୬।ମନେ ବିଚାରଇ ୟେହା ନେଲା ଦଇତାରିୟେଶିର ଚ୍ଛେଦନ ନକରି ପ୍ରାଣରକ୍ଷା କୟେ ।୨୦୭।ଶୁଣ ହୋ ବଇବସୁତ ମନୁ ବଦୟନ୍ତି ଅଗସ୍ତିୟେମନ୍ତ ସମୟେ ଆସି ଶ୍ରୀହରି ଶୂଳପତି ।୨୦୮।ବ୍ରାହ୍ମଣ ରୂପ ଧରିଅଛନ୍ତି ବେନି ଜନବିଜୟ କଲେ ଆସି ଯେଉଂଣ ଠାରେ କର୍ଣ୍ଣ ।୨୦୯।ବ୍ରାହ୍ମଣନ୍ତ ଦେଖି ଉଠେ ରାଧାଦେବୀ ସୁତପାଦେ ପ୍ରଳମ୍ବିତ ତାଂକ ହୋଇଲା ତୁରିତ ।୨୧୦।କର୍ଣ୍ଣ କହଇ ହେ ବିପ୍ର ୟେ ବନକୁ ଅଇଲ କାହିଂ ପାଇଂକଳ୍ପା ନାମେ ଦାନବ ୟେ ବନରେ ଅଛି ରହି ।୨୧୧।ମୋହୋର ତୁଲେ ସେ ଯୁଦ୍ଧ କଲା ଅପ୍ରମୟେମୋତେ ମାରି ଧନୁଶସ୍ର ନେଲାକ ଦଇତାରିୟେ ।୨୧୨।ମୋହୋର ମାଂସ ଭକ୍ଷେଣ ଅଛି ତାର ମନତୁମ୍ଭନ୍ତ ଦେଖିଲେ ମୋତେ କରିବ ଲେଛନ ।୨୧୩।ସଜ ମାୟେଂସ ଯେବେଟି ପାଇବ ସେ ଯୁଗତେବାସି ମୃତୁ ମାୟେଂସକୁ ଭକ୍ଷିବ କିସ ଅର୍ଥେ ।୨୧୪।କ୍ଷଣେହେଂ ନ ରହି ଚାଲ ଯିବା ହୋ ପଳାଇମହାଘୋର ବନସ୍ତରେ ପଶିବାକ ଯାଇଂ ।୨୧୫।ହରିହର ବୋଇଲେ ସଭାବେ ବ୍ରାହ୍ମଣଥିଲେ ଗଲେ ଆମ୍ଭନ୍ତ ନାହିଂନା ଦୂଷଣ ।୨୧୬।ତୁ ଯେ ମହାବୀର କ୍ଷତ୍ରୀୟ କୁଳେ ଜାତଯୁଦ୍ଧ ଛାଡ଼ି ପଳାଇଲେ ପାଇବୁ ନର୍କପଥ ।୨୧୭।କର୍ଣ୍ଣ ବୋଇଲା ଯେ ମୋର ନାହିଂ ଧନୁର୍ବାଣଧନୁ ତ୍ରୋଣ ନେଲା ମୋର ଦଇତ ମହାରାଣ ।୨୧୮।କି ଘେନି ଯୁଦ୍ଧକୁ ମୁଂ ଯିବଇଂ ଯେ ପୁଣକିସ ଘେନି ରକ୍ଷା କରିବି ଛତ୍ରୀପଣ ।୨୧୯।ବ୍ରାହ୍ମଣେ ବୋଇଲେ ତୋର ଧନୁର୍ବାଣ ଥିଲେଯୁଦ୍ଧ କରି ପାରିବୁଟି କି ରାକ୍ଷାସର ତୁଲେ ।୨୨୦।କର୍ଣ୍ଣ ବୋଇଲା ଆମ୍ଭେ ନ ଜାଣୁ ଆନ ବିଦ୍ୟାପ୍ରଶୁରାମଂକର ଅସ୍ର ଦ୍ରୋଣଂକର ସିଦ୍ଧା ।୨୨୧।ବିପ୍ରେ ବୋଇଲେ ଯହିଂରେ ସାଧିବାକୁ ଶତ୍ରୁସେ ବିଦ୍ୟା ଉତ୍ତମ ସେ ଗୁରୁ ଗୁଣ ତତ୍ତୁ ।୨୨୨।ବଇରି ମାରି ପଛେ ରଖିବ ଗୁରୁ ଧର୍ମଗୁରୁ ହିଂ ପ୍ରଶଂସନ୍ତି ଦେଖିଲେ ପରାକ୍ରମ ।୨୨୩।ରାଧାର ନନ୍ଦନ ଯେ ବୋଇଲା ବାକଚିତ୍ତେତୁମ୍ଭେ ବିପ୍ର ଧନୁଶସ୍ର କାହୁଂ ଦେବ ମୋତେ ।୨୨୪।ଯେବେ ଅନୁଗ୍ରହ ମୋତେ ଦିଅ ଧନୁର୍ବାଣଶାରଙ୍ଗ ଧନୁକୁ ସୁମରିଲେ ନାରାୟଣ ।୨୨୫।ହରିହର ବେନିଜନେ ଛେଦିଲେ ଆପଣା ଅଙ୍ଗୁଷ୍ଠିନାରାଜ କରିଣ ତାହା ନିର୍ବାଣ କଲେଟି ।୨୨୬।କର୍ଣ୍ଣକୁ ବୋଇଲେ ହୋ ଘେନ ବେନିବାଣଦଇତ ଉପରକୁ ବିନ୍ଧ ହୋ ଆପଣ ।୨୨୭।ହୃଦୟକୁ ବିନ୍ଧବୁ ୟେ ଶୁକଳବର୍ଣ୍ଣ ଶରକୃଷ୍ଣବର୍ଣ୍ଣ ଶର ବିନ୍ଧିବୁ ନାଭିର ।୨୨୮।ତେବେ ସେ ଦଇତର ଛାଡ଼ିବ ନିଜ ପ୍ରାଣୟେମନ୍ତର ସମୟେ ଆସି ମିଳିଲା ଦତ୍ୟରାଣ ।୨୨୯।ରେ ରେ କାର କରିଣ ଯେ ଡାକିଲା ରାକ୍ଷସହରିହର ବେନି ତହୁଂ ହୋଇଲେ ଅଦୃଶ୍ୟ ।୨୩୦।ଖଣ୍ଡେ ଦୂର ଅନ୍ତରେ ଯେ ହର ପୀତବାସକର୍ଣ୍ଣର ଠାରେ ଯାଇଂ ମିଳିଲା ରାକ୍ଷସ ।୨୩୧।ରେ ରେ କିରାତ ବୋଲିଣ ଦତ୍ୟରାୟେପଥର ବୃଷ୍ଟି ସେ କଲା କର୍ଣ୍ଣର ହୃଦୟେ ।୨୩୨।ଦେଖି କରି କର୍ଣ୍ଣବୀର ଧନୁ ଧରି କରେନାରାଜ ବସାଇଲା ଯେ ଗୁଣର ଉପରେ ।୨୩୩।ଆକର୍ଣ୍ଣ ପରିଯନ୍ତେ ଆଣିଲା ଓଟାରିମନ୍ତ୍ର ସୁମରି ବାଣ ବିନ୍ଧିଲା ଯତ୍ନ କରି ।୨୩୪।ଦୃଷ୍ଟିଭେଦୀ ଅଟଇ ଯେ ରାଧାଦେବୀ ସୁତହୃଦୟ ନାଭିକି ଯେ ବିନ୍ଧିଲା ବେନି ଅସ୍ର ।୨୩୫।ନାଭି ହୃଦୟ ଫୁଟିଲା ଯେ ବେନିବାଣଅସ୍ର ସଙ୍ଗେ ବାହାର ହୋଇଲା ଦତ୍ୟର ନିଜ ପ୍ରାଣ ।୨୩୬।ଘୋର ଗର୍ଜନ କରି ପଡ଼ିଲା ଦତ୍ୟବୀରନଦୀରେ ସ୍ନାନସାରି ନାରାଜେ ପଶିଲେ ତୂଣର ଭିତର ।୨୩୭।ଧନ୍ୟ ଧନ୍ୟ ବୋଲି ଡାକିଲେ ସର୍ବ ସୁରେକୁସୁମ ବରଷିଲେ ଆଦିତ୍ୟ ସୁତ ଶିରେ ।୨୩୮।କଳପା ଯେତେ କଷ୍ଟ ଦେବନ୍ତ ଥିଲା ଦେଇଆଦିତ୍ୟ ନନ୍ଦନ ସକାଶୁଂ ସମସ୍ତେ ସୁସ୍ଥ ହୋଇ ।୨୩୯।ବଇବସୁତ ମନୁ ବୋଇଲେ ଭୋ ମୁନି କହ ମୋତେକଳ୍ପାର ବାରତା ଯେ କହିଲେ ଅପ୍ରମିତେ ।୨୪୦।କାହାରି ଆୟୁଧରେ ନୋହିଲା ଭେଦ କାୟେକାହାକୁ ସେବି ବର ପାଇଲା ଦତ୍ୟରାୟେ ।୨୪୧।ମୁନି ବୋଇଲେ ସେ ସେବିଲା ଦିବାକରନିଆହାରେ ବଞ୍ଚିଲା ସେ ସହସ୍ରେ ସମ୍ବଚ୍ଛର ।୨୪୨।ନିରଞ୍ଜନ ଚିନ୍ତି ସେ ଶୂନ୍ୟକୁ କଲା ଧ୍ୟାନଘୋର ତପ ଦେଖି ମିଳିଲେ କମଳଲୋଚନ ।୨୪୩।ବୋଇଲେ କଳପା ରେ ମାଗି ଘେନ ବରଯେଉଂଣ ମନବାଞ୍ଛା ଅଛଇ ତୋହୋର ।୨୪୪।ଦାନବ ବୋଇଲା ତୁ କେବଣ ଦେବତାଦିନକର ବୋଲନ୍ତି ଆମ୍ଭେ ଦେବତା କରତା ।୨୪୫।ଅସୁର ବୋଇଲା ତୁମ୍ଭେ ଯେବେ ଦେବ ବରକଳ୍ପେ ପରିଯନ୍ତେ ମୁହିଂ ହୋଇବି ଅମର ।୨୪୬।ଦେବ ଦାନବ ଯେ ପକ୍ଷ ବିଦ୍ୟାଧରଗଣ ଗନ୍ଧର୍ବ ନାଗ ଯେ ପଶାଚ କିନ୍ନର ।୨୪୭।ସୂର୍ଯ୍ୟଗଣ ଚନ୍ଦ୍ରଗଣ ଗ୍ରହଗଣ ରୁଦ୍ର ଇନ୍ଦ୍ରବ୍ରହ୍ମା ବିଷ୍ଣୁ ଅଗ୍ନି ବାୟୁ ନଇଋତ ନାଗେନ୍ଦ୍ର ।୨୪୮।ବରୁଣ କୁବେର ଯେ ତେତିଶିକୋଟି ଦେବଯାହାର ତ୍ରୋଣରେ ଯେତକ ଶସ୍ର ଥିବ ।୨୪୯।ବିଶ୍ୱକର୍ମା ନିର୍ବାଣଟି ଅସ୍ର ଶସ୍ର ଯେତେବ୍ରହ୍ମାର ନିର୍ବାଣ ଆହୂତି ଯାଗ ମତେ ।୨୫୦।ୟେ ସମସ୍ତ ଶହସ୍ର ମୋର ନ ଭେଦିବ କାୟେଚଉଦ ଭୁବନକୁ କରିବି ମୁଂ ଜୟେ ।୨୫୧।ଅସ୍ତୁ ହୋଉ ବୋଲିଣ ଯେ ବୋଇଲେ ଛାୟାପତିଦାନବ ଅଙ୍ଗେ ଲେପନ କଲେକ ବଜ୍ର ଯେ ବିଭୂତି ।୨୫୨।ହୃଦୟ ନାଭି ଯେ ଦୁଇ ସ୍ଥାନ ଗଭୀରବିଭୂତି ନ ଲାଗିଲା ଯେ ହୋଇଲା ଅନ୍ତର ।୨୫୩।ଅର୍କ ବିଦାରଣ ଯେ ହୋଇଲେ ଅନ୍ତର୍ଧାନବର ପାଇ ଦାନବ ଯେ ଗଲା ନିଜ ସ୍ଥାନ ।୨୫୪।ବିରଞ୍ଚିର ବରେ ସେ ଜଗତ ସାଧ୍ୟ କଲାମୃତୁ ପ୍ରାପତ କାଳେ କର୍ଣ୍ଣକୁ ଭେଟିଲା ।୨୫୫।ହରିହର କପଟେ ହୋଇଲା ପ୍ରାଣେ ନାଶଅଙ୍ଗୁଳି ଛେଦି ବାଣ କଲେ ହର ପୀତବାସ ।୨୫୬।ନାରାୟଣ ତର୍ଜନୀ ଅଙ୍ଗୁଳି ଚ୍ଛେଦନ ଯେଉଂ ବାଣନୀଳବାଣ ନାମ ସେ ହୋଇଲା ଆପଣ ।୨୫୭।ମହାଦେବଂକ କନିଷ୍ଠ ଅଙ୍ଗୁଳି ହୋଇଲା ଯେଉଂ ଶରଭୁଜବାଣ ନାମ ଗୋଟି ହୋଇଲା ତାହାର ।୨୫୮।ଦଇତ ପଡ଼ନ୍ତେଣ ବୋଇଲେ ବେନିଜନବାବୁ ଦେବଂକର ଶତ୍ରୁ ନାଶିଲୁ ହୋ କର୍ଣ୍ଣ ।୨୫୯।ବର ମାଗ ଦେବା ବୋଲି ବୋଲନ୍ତି ଦେବରାୟେକର୍ଣ୍ଣ ବୋଇଲା ଗୋସାଇଂ କିୟେ ତୁମ୍ଭେ ଦୁହେଂ ।୨୬୦।କହନ୍ତି ରୁଦ୍ର ବିଷ୍ଣୁ ଆମ୍ଭେ ଅଟୁ ବେନିଜନଶୁଣିଣ ପାୟେ ପଡ଼ି ଶୋଇଲା ବୀର କର୍ଣ୍ଣ ।୨୬୧।ତୁମ୍ଭନ୍ତ ନ ଚିହ୍ନି ମୁଂ ବୋଇଲି ମନ୍ଦ ବାଣୀମମ ଦୋଷ କ୍ଷମା କରସି ହର ଚକ୍ରପାଣି ।୨୬୨।ଯେବେ ବର ଦେବେ ଦିଅ ୟେ ବେନି ଶରଶୁଣିଣ ବେନିଜନେ ଯେ ବୋଇଲେ ଉତ୍ତର ।୨୬୩।ତୁ ଯେ ମହାଦାନୀ ଅଟୁ ହୋ ରାଧେୟବ୍ରାହ୍ମଣ ରୂପ ହୋଇ ଆସିବେ ଦେବ ଦାନବ ନିଚୟ ।୨୬୪।ଦାନ ମାଗି ତୋତେ ଘେନିଯିବେ ଦୁଇବାଣନିମିଷେକ ଜିଣିମେ ସେ ଚଉଦ ଭୁବନ ।୨୬୫।ସାକ୍ଷାତେ ହରିହର ଅଟନ୍ତି ବେନି ଅସ୍ରୟେ ବାଣେ କ୍ଷୟ ହୋଇବେ ବ୍ରହ୍ମା ହରିହର ଶକ୍ର ।୨୬୬।ୟେ କଥା ବିଚାର ଯେ କର ତୋର ମନଶୁଣିକରି ଶିରେ କର ଦିଲା ବୀର କର୍ଣ୍ଣ ।୨୬୭।ଗୋସାଇଂ ଗୁପତ କରି ଯେ ଥୋଇବି ୟେହୁ ଶରଯେବେ ଆଗ୍ୟାଂ ହୋଇବ ମୋତେ ବିଷୁଦ୍ଧ ଚିତ୍ତର ।୨୬୮।କର୍ଣ୍ଣର ବଚନେ ବୋଲନ୍ତି ଯେ ବିଷ୍ଣୁ ହରଆମ୍ଭେ ଯାହା କହୁଛୁଂ ହୋ ଶୁଣ ମହାବୀର ।୨୬୯।ୟେହୁ ଅସ୍ର ଘେନି କାହାକୁ ତୁ ନ ମାରିବୁୟେ ଅସ୍ର ମହୀମାଂ କେହି ନ ଜାଣରେ ବାବୁ ।୨୭୦।ପ୍ରାଣକୁ ତୋର ଯେବେଟି ପଡ଼ିବ ବିପତ୍ତିତେବେ ସେ ୟେ ଶସ୍ର ଘେନି ମାରିବୁ ମହାଛତ୍ରୀ ।୨୭୧।ୟେତେ ବୋଲି ବାଣ ଦିଲେ ହରହରିଅସ୍ର ଥୋଇଲେ କର୍ଣ୍ଣ ଦୁଇ ଜାନୁ ଚିରି ।୨୭୨।ହରିହର କର୍ଣ୍ଣ ଯେ ଜାଣନ୍ତି ଜଣ ତିନିବେଦବ୍ୟାସ ଜାଣନ୍ତି ଅଟନ୍ତି ମହାଗ୍ୟାନୀ ।୨୭୩।ସହଦେବ ମନ୍ତ୍ରୀ ସର୍ବଗ୍ୟଂ ସେ ଯେ ଜାଣଇୟେହି ପାଞ୍ଚଜଣ ଭିନ୍ନେ ନ ଜାଣନ୍ତି କେହି ।୨୭୪।ବର ଦେଇ ଗଲେ ତହୁଂ ବେନି ଦେବତାୟେନିଜପୁରେ ଚଳିଗଲେ ଆଦିତ୍ୟ ତନୟେ ।୨୭୫।ଭୋ ରାଜା କଳ୍ପାସୁର ମରଣେ ସର୍ବ ସୁରେଯେ ଯାହାର ମନ୍ଦିରେ ମିଳିଲେ ତତପରେ ।୨୭୬।ଚିନ୍ତା ଛାଡ଼ିଲେ ଯେ ବନିତା ପୁତ୍ର ଘେନିଉଶ୍ୱାସ ପାଇ ଆନନ୍ଦ ହୋଇଲା ମେଦିନୀ ।୨୭୭।ଦୁଷ୍ଟ ନିବାରଣେ ଯେ ସକଳ ଚିନ୍ତା ଛାଡ଼ିସୁଖ ସିନ୍ଧୁ ମଧ୍ୟରେ ସବୁରି ସବୁରି ଚିତ୍ତ ବୁଡ଼ି ।୨୭୮।ଶୁଣ ହୋ ବଇବସୁତ ମନୁ ମଧ୍ୟ ପର୍ବ ରୀତିକଳ୍ପାସୁର ବଧ ଯେହୁ କର୍ଣ୍ଣରେ ଶୁଣନ୍ତି ।୨୭୯।ଗୋ ହତ୍ୟା ବ୍ରହ୍ମହତ୍ୟା ସ୍ତିରୀହତ୍ୟା ବାଳବଧସୁବର୍ଣ୍ଣ ଚୋରି କରଇ ଯେ ସୁରାପାନେ ସଧ ।୨୮୦।ୟେ ପାତେକମାନ ନାଶ ଯାଇ ୟେହା ଶୁଣିୟେ ଭାରଥ ଶୁଣି ଦକ୍ଷିଣା ଦିଅ ପ୍ରାଣୀ ।୨୮୧।ଭାରଥ ଶୁଣି ଯେହୁ ଦକ୍ଷିଣା ନ ଦିଅନ୍ତିଶତେ ଜନ୍ମ ଯାୟେ ସେହୁ କର୍ଣ୍ଣରେ ବଧିର ହୁଅନ୍ତି ।୨୮୨।ଆହେ ପ୍ରାଣୀମାନେ ଯେ ଦକ୍ଷିଣା ଯାଚି ଦେବନିରନ୍ତରେ ଶ୍ରୀଭାରଥ ଚିନ୍ତା କରୁଥିବ ।୨୮୩।ପଦେ ଅଧେ ଅକ୍ଷର କଲେ ସୁମରଣନାଶ କରନ୍ତି ସର୍ବବ୍ୟାଧି ଦେବ ନାରାୟଣ ।୨୮୪।ଜୟ ତୁ ଜଗନ୍ନାଥ ରାଜୀବଲୋଚନଶଙ୍ଖ ଚକ୍ରଧାରୀ ଦେବ ଗରୁଡ଼ ଆସନ ।୨୮୫।ନୀଳଗିରି ବାସୀ ପ୍ରଭୁ କମ୍ବୁ ଚକ୍ରଧାରୀଭଗତ ଜନଦୁଖ ନାଶନ ଶତ୍ରୁ ଅନ୍ତକାରୀ ।୨୮୬।ସିନ୍ଧୁର ଉତ୍ତର ତୀରେ ତୁମ୍ଭର ନିବାସକରିଅଛି ବିଜେ ନିଜେ କମଳା ବିଳାସ ।୨୮୭।ଦୁଖୀ ଦୁଖ ଦେଖିଣ କ୍ଷଣେହେଂ ନ ସହନ୍ତିଆସ ଆସ ବୋଲିଣ ଶରଣ ଯାଚନ୍ତି ।୨୮୮।ତେଣୁ କରି ମନ ମୋର ସେ ପାଦେ ଗମଇଂରକ୍ଷାକର ଦେବ ଦେବ କମଳାର ସାଇଂ ।୨୮୯।ତୁମ୍ଭ ବିନୁ ମୁଂ ଯେ ନ ଜାଣଇଂ ଆନକୁଜିଭ୍ୱା ଆଶ୍ରେ କରଇ ଯେ ତୁମ୍ଭର ନାମକୁ ।୨୯୦।ଜୟ ଜୟ ପଦ୍ମବାସ ଜୟ ପଦ୍ମପାଣିଜୟ ଜୟ ପଦ୍ମବାସିନୀ ଯାହାର ଘରଣୀ ।୨୯୧।ଜୟ ଜୟ ପଦ୍ମମୁଖ ଜୟ ପଦ୍ମଆଖିଜୟ ଜୟ ଅହିଶୟ ଜଗୁଜନ ସାକ୍ଷୀ ।୨୯୨।ସେ ପଦ୍ମ ପତ୍ରାକ୍ଷ ପାଦେ ରହୁ ମୋର ସେବାଶୂଦ୍ରମୁନି ସାରୋଳା ଦାସକୁ ଅଭୟେ ବର ଦେବା ।୨୯୩।୯୨୮୭।