ସାରଳା ମହାଭାରତ ମଧ୍ୟପର୍ବ (ଦ୍ୱିତୀୟ ଖଣ୍ଡ)
ସାରଳା ଦାସ · ଭାଗ ୧୨ / ୧୨
ସମ୍ପୂର୍ଣ୍ଣ ସୂଚୀପତ୍ର
ଶୋଭାବତୀର ବିବାହ
ୟେଥୁ ଅନନ୍ତରେ ରାଜା ତୁ ଶୁଣ ଦିବ୍ୟରସଶୋଭାବତୀ କନ୍ୟାକୁ ବହନ କରିଣ ଦିବ୍ୟ ବେଶ ।୧।ବରଣ ପୂଜାବିଧି ସମସ୍ତ ସାରିଲେବରକୁ ନେଇ ବେଦୀ ଉପରେ ବସାଇଲେ ।୨।ସୁବର୍ଣ୍ଣ ପୀଢ଼ା ଉପରେ ବସିଲେ କୁମାରବରଣ ବିଧାନମାନ ସେ ସାରିଲେ ତତପର ।୩।ସତ୍ୟବାକ୍ୟ କର୍ମ ସାରି ବର ପାଦ ଧୋଇଅଭ୍ୟୁଦୟିକ ଶ୍ରାଦ୍ଧ କଉତୁକ ସୂତ୍ର ବଢାଇ ।୪।ଲବଣ ଚଉଂରୀ କନ୍ୟା ପକାଇଣ ଦିଲାକନ୍ୟାର ଭାଇ ପୁଣ ବର ପାଦ ପଖାଳିଲା ।୫।କନ୍ୟାକୁ ତହୁଂ ବେଶ ବେଶନ କରାଇବେଦୀର ଉପରେଣ ଯେ ବସାଇଲେ ନେଇ ।୬।ବୃହସ୍ପତି ଥାଇଣ ଯେ ବରଣ ବିଧି କଲେଅମଳାଣ ବସ୍ତ୍ରମାନ ଆଣି ପିନ୍ଧାଇଲେ ।୭।ପୂର୍ବ ମୁଖ ହୋଇଣ ସେ ବସିଲେ କୁମାରକନ୍ୟାକୁ କୋଳେ ଧରି ବସିଲେ ସୁନାଶୀର ।୮।କୁମାରକୁ କୋଳେ ଯେ ଧରିଣ ନାରାୟଣହୁଳ ହୁଳି ଦିଅନ୍ତି ଅହିଓ ନାରୀଗଣ ।୯।ପାରିଜାତ ପୁଷ୍ୟନେଇ ମଥାରେଣ ଦିଲେବରି କନ୍ୟାଂକର ହାଥ ନେଇଣ ଯୋଡ଼ିଲେ ।୧୦।ମନ୍ତ୍ର ପଢିଣ କୁଶ ବନ୍ଧନ ଯେ କରିଶଙ୍ଖେ ଜଳ ଦେଇଣ ବୃହସ୍ପତି ପଚାରି ।୧୧।କି କି ଯଉତୁକ ତୁମ୍ଭେ ଦେବ ହୋ ଶଚୀନାଥଶଙ୍ଖେ ପାଣି ତୋଳିଣ ଦିଅ ହେ ତୁରିତ ।୧୨।ହାଥରେ ଶଙ୍ଖ ଯେ ଘେନିଣ ସୁରରାୟେମନରେ ଅନେକ ଯଉତୁକ ବିଚାରଣ କୟେ ।୧୩।ଥାଳୀ ଆବର ଯେ ଗଡ଼ୁଆ ଗିନା ଯାୟେସୁବର୍ଣ୍ଣର କମ ସମସ୍ତ ନିର୍ବାଣ ଯେ ହୋୟେ ।୧୪।ଲକ୍ଷେକ ସୁବର୍ଣ୍ଣ ସବୁ ନେଇ ଆପଣେ ଆଗରେ କୁଢାଇଅଇରାବ୍ରତ ସମାନରେ ଲକ୍ଷେକ ହାଥୀ ଦେଇ ।୧୫।ଉଚେଇଶ୍ରବା ସମାନେ ଲକ୍ଷେକ ଅଶ୍ୱ ଦିଲେଆଉ ପଦାର୍ଥମାନ କେତେ ଦିଲେ ଗଣନା ନୋହିଲେ ।୧୬।ଯଉତୁକ ଦେଇ ରାୟେ ଆନନ୍ଦ ଯେ ହୋଇୟେ ଅନ୍ତେ ବୃହସ୍ପତି କୁଶଗଣ୍ଠି ଦିଲେ ଫେଇ ।୧୭।ଅହିଓ ସ୍ତିରୀମାନନ୍ତ ଘେନି ଶଚୀଦେବୀ ଯେ ଅଇଲେଶାମ୍ବ କୁମରକୁ ଲକ୍ଷେ ସୁବର୍ଣ୍ଣ ଦେଇଣ ବନ୍ଦାଇଲେ ।୧୮।ବେଦୀର ବରକନ୍ୟାକୁ ଭିତରକୁ ନେଇଜୁଅ ଖେଳାଇଣ ଶୀତଳ ମୁଣୋହି କରାଇ ।୧୯।କର୍ପୂର ବିଡ଼ିଆ ପାନ କରାନ୍ତି ଭୋଜନସମସ୍ତେ ତହିଂ ଉତ୍ତାରୁ କଲେ ଅମୃତ ଯେ ପାନ ।୨୦।ବିଭାର ବିଧାନ ମାନ ଯହୁଂ ସମସ୍ତ ସାରିଲେଇନ୍ଦ୍ରଂକ ମୁଖ ଚାହିଂ ଶ୍ରୀହରି ଆଗ୍ୟାଂ ଦିଲେ ।୨୧।ବରକନ୍ୟାକଇଂ ତୁମ୍ଭେ ହୋ ବେଗେ ସଜକରଯିବୁ ଦ୍ୱାରିକାକୁ ବେଗେ ତୁମ୍ଭେ ଉଛୁର ନ କର ।୨୨।ଇନ୍ଦ୍ର ବୋଇଲେ ଆଜକ ମୋହାର ପୁରେ ଥିବବରକନ୍ୟାକଇଂ ଘେନିଣ ପ୍ରଭାତୁଂ ଚଳିଯିବ ।୨୩।ଇନ୍ଦ୍ରଂକର ବଚନ ଶ୍ରୀକୃଷ୍ଣ ଭାଙ୍ଗି ନୁଆରିଲେଥାଠ ସଇନ ଘେନିଣ ସମସ୍ତେ ସେ ଦିନ ରହିଲେ ।୨୪।ପଞ୍ଚାମୃତ ରସେ ସେ ସର୍ବେ କରନ୍ତି ଭୋଜନଯାହା ଯାହାକୁ ରୁଚଇ କଲେ ଅମୃତ ଯେ ପାନ ।୨୫।ଭୋଜନ ସାରି ନିଦ୍ରା ଆଳସେ ଶୋଇଲେରଜନୀ ପ୍ରଭାତେ ସେ ଶଯ୍ୟାରୁ ଉଠିଲେ ।୨୬।ଶଙ୍ଖ ମହୁରୀ ଯେ ବାଜଇ ଘନ ଘନଦୁନ୍ଦୁଭି ଶବଦେ ଉଛୁଳଇ ସରଗ ଭୁବନ ।୨୭।ବର କନ୍ୟାନ୍ତ ସେ ଯେ ବନ୍ଦାପନା କଲେକନ୍ୟାକଇ ନେଇ ହାନ୍ଦୋଳା ଉପରେ ବସାଇଲେ ।୨୮।ସୁଖାସନ ଗୋଟିକରେ ଯାଇଂ ବସିଲେ କୁମାରଅନକୂଳ କଲେ ପର୍ବେ ମାହେନ୍ଦ୍ର ବେଳର ।୨୯।ଆବର ବ୍ରହ୍ମା ଇନ୍ଦ୍ର ବୃହସ୍ପତି ଯେ ବସିଲେଈଶ୍ୱରେ ଆସିଣ ତାକଂର ସନ୍ନିଧେ ମିଳିଲେ ।୩୦।ଶଚୀଂକି ନମସ୍କାର କରି ତହିଂ ବୀର ପାଥଇନ୍ଦ୍ରଂକ ସନ୍ନିଧେ ଆସି ବସିଲା ତୁରିତ ।୩୧।ଶ୍ରୀକୃଷ୍ଣ ବଳରାମେ ତହିଂ ଯୁଝେଷ୍ଠିଂକି ଘେନିସଭାୟେଣ ବିଜୟେ କଲେ ଆସି ଚକ୍ରପାଣି ।୩୨।ଦ୍ରିଯୋଧନ ଉଗ୍ରସେନ ସନ୍ନିଧେଣ ବସିବ୍ରହ୍ମାୟେ ବୋଇଲେ ତୁମ୍ଭେ ଶୁଣ ହୋ ବ୍ରହ୍ମରାଶି ।୩୩।ବିଭାର ଉତ୍ସବ ତ ସମସ୍ତ ସରିଲାୟେବେ ମନଗୋଟି ତୋର ସନ୍ତୋଷ ହୋଇଲା ।୩୪।ନାରାୟଣ ବୋଇଲେ ତୁମ୍ଭେ ଥାଅ ହୋ ବେଦବରମନ ଚଞ୍ଚଳ ହୋଇଲା ଯିବା ୟେବେ ଦ୍ୱାରାବତୀ ପୁର ।୩୫।ବ୍ରହ୍ମା ବୃହସ୍ପତିଂକି ଘେନି ଇନ୍ଦ୍ରରାୟେ ଭାଳିଲେଅକ୍ଷତ ବିଧି କରି ଅନେକ ବସ୍ର ଦିଲେ ।୩୬।ପାଟ ପତନୀମାନ ଦେବାଙ୍ଗ ଯେ ଶାଢୀଗଉରୋବ କରିଣ ଅନେକ ବସ୍ର ବାଢି ।୩୭।ଯେତେକ ଥାଠ ସଇନ ଶ୍ରୀକୃଷ୍ଣଂକ ସଙ୍ଗେ ଆସିଥିଲେଜଣେ ଜଣେ କରି ଇନ୍ଦ୍ର ଅନେକ ବସ୍ର ଦିଲେ ।୩୮।ବାଦ୍ୟକାରଠାରୁ ଭଡ଼ଙ୍ଗିଆ ମହୁରିୟା ଯାୟେସୁରନାଥ ସମସ୍ତଂକୁ ଅକ୍ଷତ ବିଧି ଦିୟେ ।୩୯।ବିଭାର ବିଧି ବିଧାନମାନ ସମସ୍ତ ସରିଲାବୀର ତୂର ନାନା ବାଦ୍ୟ ଅନେକ ବାଜିଲା ।୪୦।ବିକଟାଳ ହୋଇ ତହିଂ ବାଜଇ ବାଜଣାଶଙ୍ଖ ମହୁରି ଟମକ କେ କରିବ କଳଣା ।୪୧।ଯେ ଯାହାର ବାହନ ସମସ୍ତେ ଚଢିଲେବରକନ୍ୟାକଇଂ ଯେ ଆଗରେ ଚଳାଇଲେ ।୪୨।ତତକ୍ଷଣେ ସ୍ୱର୍ଗପୁରୁ ହୋଇଲେ ବାହାରକ୍ଷଣକେ ମିଳିଲେ ଯାଇ ଦ୍ୱାରାବତୀ ପୁର ।୪୩।ବାଦ୍ୟବାଦ ଶବଦରେ ପୃଥୀ ଚମକିଲାଦ୍ୱାରାବତୀ ପୁରଯାକ ଉତ୍ସବ ହୋଇଲା ।୪୪।ବାରତା ପାଇଣ ଯେ ବସୁଦେବ ରାଣୀଆବର ସଙ୍ଗେ ଛନ୍ତି ଉଗ୍ରସେନଂକ ଘରଣୀ ।୪୫।ରୁକ୍ମଣୀ ସତ୍ୟଭାମା କାଳିନ୍ଦୀ ତୁଳସାଂକୁ ଘେନିଜମ୍ବୁବତୀ ମୂଳେ ଆବର ଅଷ୍ଟ ପାଟରାଣୀ ।୪୬।ସମସ୍ତ କନ୍ୟାମନେ ସଜ ହୋଇ ଅଇଲେବରକନ୍ୟାଂକୁ ଆସି ବାଟରେ ଭେଟିଲେ ।୪୭।ଦୁର୍ବାକ୍ଷତ ସରୁ ତଣ୍ଡୁଳରେ ବନ୍ଦାପନା କରିକୁମାର କୁମାରୀଂକୁ ଘରକୁ ଘେନିଗଲେ ଚଳି ।୪୮।ନିଜପୁରେ ବରକନ୍ୟା ହୋଇଲେ ପରବେଶଚନ୍ଦ୍ରାବତୀ ଦେଖି କରି ମନରେ ବିରସ ।୪୯।ଶୋଭାବତୀ ରୂପକୁ ସେ ପଟାନ୍ତର ନୋହିଲାଦୀପ ଆଗରେ ଦିହୁଡ଼ି ପରାୟେ ଦିଶିଲା ।୫୦।ଉଗ୍ରସେନ ରାଜା ଗଲେ ଆପଣାର ପୁର\ବଳରାମେ ଗଲେ ପୁଣ ଆପଣା ମନ୍ଦିର ।୫୧।ରେବତୀ ଠାକୁରାଣୀ ବଳରାମଂକ ସଙ୍ଗେ ଗଲେବରକନ୍ୟାଂକୁ ସେହୁ ବନ୍ଦାପନା କରି ଆସିଥିଲେ ।୫୨।ସାତବଂଶ ଯାଦବେ ଯେ ଯାହା ପୁରେ ଗଲେଅକ୍ଷତ ପଦାର୍ଥ ସେ ଯେତେକ ଆଣିଥିଲେ ।୫୩।ସାତୁକୀ ଗୋଚରେ ତାହା ସବୁ ସମର୍ପିଲେଭଣ୍ଡାରରେ ନେଇ ତାହା ସାତୁକୀ ରଖିଲେ ।୫୪।ଉଦ୍ଧବ ଅକ୍ରୂର ପୁଣି ସାତୁକୀ ସହିତେଆପଣା ମନ୍ଦିରେ ପ୍ରବେଶ ହୋଇଲେ ତତକ୍ଷଣାନ୍ତେ ।୫୫।ଦ୍ରିଯୋଦନ ରାଜାଂକୁ ଚାହିଂଣ ଦାମୋଦରବୋଇଲେ ହସ୍ତିନାକୁ ଯାଅ ହୋ ନୃପବର ।୫୬।ଆଗ୍ୟାଂ ପରମାଣେ ମାନଗୋବିନ୍ଦ ବାହାରିଲାହସ୍ତିନା ନଗରେ ଯାଇଂ ପ୍ରବେଶ ହୋଇଲା ।୫୭।ୟେଗାର କ୍ଷଉଣୀ ବଳ ଶତେଭାଇ ମୂଳେଯେ ଯାହା ମନ୍ଦିରକୁ ଗଲେ ତତପରେ ।୫୮।ଧୃତିରାଷ୍ଟ୍ର ଯହୁଂ ବାରତା ପାଇଲେମାନଗୋବିନ୍ଦକୁ ସେ ସକଳ ପଚାରିଲେ ।୫୯।ସମସ୍ତ ବାରତା କହିଲେ ମାନଗୋବିନ୍ଦାଇଭାନୁମତୀ ରାଣୀକି ତାହା କହିଲେ ବୁଝାଇ ।୬୦।ଶୁଣି ଭାନୁମତୀ ରାଣୀ ବିକଳ ହୋଇଲାଦଇବ ପୁରୁଷ ଲେଖନ ତ ଅନ୍ୟସ୍ତା ନୋହିଲା ।୬୧।ଶ୍ରୀକୃଷ୍ଣେ ବିଜେ କଲେ ଯାଇଂ ଆସ୍ତାନ ଉପରେସଙ୍ଗତେ ଅଛନ୍ତି ଯେ ପଣ୍ଡୁଂକ କୁମରେ ।୬୨।ଯେତେକ ଯଉତୁକ ଇନ୍ଦ୍ର ଦେଇଥିଲେଭଣ୍ଡାରରେ ନେଇଣ ସମସ୍ତ ରଖାଇଲେ ।୬୩।ୟେମନ୍ତେ ପାଣ୍ଡବେ ତହିଂ ରହିଲେ ଦିନା ସାତଯୁଝେଷ୍ଠିଂକି ଚାହିଂଣ ଯେ ବୋଲନ୍ତି ଜଗନ୍ନାଥ ।୬୪।ଅଇଲ ବହୁତ ଦିନ ହେଲାନି ଯାଇ ବାରୁଣାବନ୍ତେବହୁତ ଅକ୍ଷତ ତାଂକୁ ଦିଲେ ଜଗନ୍ନାଥେ ।୬୫।ଯୁଝେଷ୍ଠିଂକ ଚରଣରେ କଲେ ନମସ୍କାରଚାରି ପାଣ୍ଡବେ ନମିଲେ ଗୋବିନ୍ଦଂକ ପୟର ।୬୬।ମେଲାଣି ପାଇଣ ପାଣ୍ଡବେ ଗଲେ ନିଜପୁରପ୍ରବେଶ ହୋଇଲେ ଯାଇଂ ବାରୁଣାବନ୍ତର ।୬୭।କୋଇନ୍ତାଂକୁ ଦେଖିଣ ପାଞ୍ଚଭାଇ ନମସ୍କାର କଲେବିଭାର ଚରିତ ଯେ ଦ୍ରୋପତୀ ପଚାରିଲେ ।୬୮।ବିଧିମତ କରିଣ ଯେ ସମସ୍ତ କହନ୍ତିଶୁଣିଣ ସନ୍ତୋଷ ଯେ ଦ୍ରୋପଦ ଦୁହିତୀ ।୬୯।ଶୁଣ ମନୁ ପୁରୁଷ ଯେ ଅଗସ୍ତି କହିଲେଶୋଭାବତୀକି ଘେନି ଶାମ୍ବ ଅନେକ ଭୋଗ କଲେ ।୭୦।ତାହାର ଗର୍ଭରୁ ପାଞ୍ଚ ପୁତ୍ର ଜନମିଲେଚନ୍ଦ୍ରାବତୀର ଚାରି ପୁତ୍ର ଦୋହିତାୟେ ହେଲେ ।୭୧।ତୁ ଯେ ପଚାରିଲୁ ଶୋଭାବତୀ ହରଣ ଚରିତଶୁଦ୍ଧ ଚିତ୍ତ ହୋଇ ଶୁଣିଲୁଟି କି ନରନାଥ ।୭୨।ୟେହି ରୂପେ ଶାମ୍ବର ଯେ ଦୁଇଗୋଟି ଭାରିଯାକାହାର ଚାରି କାହାର ପାଞ୍ଚ ଶୁଣ ହୋ ମହାରାଜା ।୭୩।ୟେହି ରୂପେ ଲୀଳା କରି ରହିଲେ ଦ୍ୱାରିକାରେ କାମପାଳ ହରିକୃଷ୍ଣର ସଂପଦ ବଚନେ କେ କହିତ ପାରି ।୭୪।ପଦ୍ମ ବନ ପ୍ରାୟେକ ବଂଶ ଯେ ବଢିଲେନାତି ପଣନାତି ଯେ ଅନେକ ସୁତ ହେଲେ ।୭୫।ଶ୍ରୀମହାଭାରଥ ୟେହୁ ଅମୃତ ମୟ ରସଅମୃତ ପାନେ ଯେହ୍ନେ ଆତ୍ମା ହୋୟେ ତୋଷ ।୭୬।ଶ୍ରୀମହଭାରଥ ଯେ ଶ୍ରବଣେ ଶୁଣିଲେତେହେନେକ ପ୍ରାୟେ ଆତ୍ମାକୁ ଲାଗଇ ଶୀତଳେ ।୭୭।ବନ୍ଦଇ ଶ୍ରୀ ନାରାୟଣ କମଳାର ପତିସକଳ ପ୍ରାଣୀଂକର ହୃଦରେ ଯାର ସ୍ଥିତି ।୭୮।ଅରକ୍ଷିତ ଲୋକ ବନ୍ଧୁ ଦୁଖୀ ଲୋକଂକର ଧନଭଗତ ଜନଂକର ସେ ଯେ ଅଟନ୍ତି ପଞ୍ଚୁପ୍ରାଣ ।୭୯।ଅରକ୍ଷିତ ଜନଂକୁ ଯେ ନିସ୍ତାରିବା ପାଇଂଶୂନ୍ୟକୁ ଶ୍ରବଣ ଡେରିଥାଅ ହେ ଗୋସାଂଇ ।୮୦।ମୁହିଂ ଯେ ଅରକ୍ଷିତ ଅଟଇ ଅପଣ୍ଡିତବିଦ୍ୟା ଶାହାସ୍ରରେ ନୋହିଲି ଭଗତ ।୮୧।ସୁଦୟା କଲେ ମୋତେ ସାରୋଳା ଚଣ୍ଡୀ ଦେବୀତେଣୁ କରି ମୁହିଂ ତାଂକ ଶ୍ରୀଚରଣେ ସେବି ।୮୨।ସେ ଦେବୀ ଯହୁଂ ମୋର କଣ୍ଠରେ ବିଜେକଲେତେଣୁ କରି ପଦ ମୋର ଦୃଦରେ ସ୍ପୁରିଲେ ।୮୩।ଶ୍ରୀଚଣ୍ଡୀ ସାରୋଳାଂକ ଚରଣକୁ ଧ୍ୟାୟିଅନ୍ତକାଳେ କପିଳାସ କନ୍ଦରକୁ ଯାଇଂ ।୮୪।ତୁଳୁସାର ବଲ୍ଲଭ ଚରଣକୁ ମୋର ଆଶାକବି ସାରୋଳ ଦାସକୁ ରଖ ପୀତବାସ ।୮୪।୧୦୩୪୧।ପ୍ରୌଢାସୁର ଓ ରୂଢାସୁରର ବରଲାଭବନ୍ଦଇ ଶ୍ରୀ ଗଣନାଥ ଗଉରୀ ନନ୍ଦନଶରୀରକୁ ଶୋଭା ପାୟେ ଗଜର ବଦନ ।୧।ଛଟକରେ ତୁ ଯେ ବିଶ୍ୱନାଥକୁ ଭଣ୍ଡିଲୁକଥାରେ ଛଟକେ ଅମୃତ ଲଡୁ ଛଡାଇଣ ନେଲୁ ।୨।ମଙ୍ଗଳ ଉତ୍ସବ କାଳେ ତୋର ନାମ କରନ୍ତି ବନ୍ଦନାଯାତ୍ରା ଉତ୍ସବ କାଳେ ତୋର ନାମ କରନ୍ତି ଗଣନା ।୩।ବାକ୍ୟଦେବୀ ସେବି ସର୍ବ ବିଦ୍ୟା ସାଧ୍ୟ କଲୁତେଣୁ କରି ଗଣନାଥ ନାମ ବୋଲାଇଲୁ ।୪।ଗଉରୀ ନନ୍ଦନ ଚରଣକୁ ମୋର ଆଶବାକ୍ୟ ନ ଫୁରଇ ଆଗ୍ୟାଂ ଦିଅ ହରଶିଷ୍ୟ ।୫।ତେଣୁ କରି ତୋହୋର ଚରଣେ ଜଣାଉଛିକବି ସାରୋଳ ଦାସକୁ ରଖ ହେ ହରତ୍ସି ।୬।ୟେଥୁ ଅନନ୍ତରେ ଯେ ବିଲଂକ ଚୂଡ଼ାମଣିମୁନିଂକ ଚକଣରେ କରଇ ଦୟିନୀ ।୭।ଶ୍ରୀମହାଭାରଥ ମଧ୍ୟପର୍ବ କହୁଛ ମୁନି ମୋତେତହିଂ ପରେ କିସ ହେଲା କହ ତୋଷ ବିତ୍ତେ ।୮।ମନୁ ପଚାରନ୍ତି ଯେ ଅଗସ୍ତି କହନ୍ତିୟେକମନ ହୋଇଣ ତୁ ଶୁଣ ନୃପତି ।୯।କପିଳାସ କନ୍ଦର ଉତ୍ତର ପାରୁଶରେରୂଢାସୁର ବୋଲି ଅସୁରେ ରାଜ୍ୟ କଲାକ ତହିଂରେ ।୧୦।କାଳେ ସେହି ଅସୁର ଅନ୍ୟାୟପଣ ତହିଂ କଲାଦେବ ଦାନବରେ ସେ କାହାକୁ ନ ଡରିଲା ।୧୧।ୟେମନ୍ତେ ଅନେକ କାଳ ସେହୁ ରାଜ୍ୟ କରିରାଜାମାନଂକ ସଙ୍ଗରେ ସେ କରେ ଖଡ଼ିଆଳି ।୧୨।ନଉ ସହସ୍ର ନବ ଛାୟାଣୋଇ ରାଜାୟେ ରୁଢାସୁରକୁ ସମସ୍ତେ କରନ୍ତି ପାଦପୂଜା ।୧୩।ମହିଷାସୁର ବଂଶରେ ଅସୁର ଉତପନ୍ନପୃଥୀରେ କେହି ତାହାକଇଂ ନୋହିଲେ ସରିସମ ।୧୪।ଅଗମ୍ୟ ବନ ଦେଖି ନଗ୍ରେକ ଭିଆଇଲାଅଳମ୍ବୁଷା ବୋଲି ସେହୁ ନଗ୍ରର ନାମ ଦିଲା ।୧୫।ଗଡ଼କୁ ଖଣା ବେଢି ଚଉଷଠି ପର୍ବତ,ତହିଂର ମଧ୍ୟରେ ରହିଲା ଅସୁର ବଳବନ୍ତ ।୧୬।ୟେମନ୍ତେଣ ଅସୁର ରାଜ୍ୟ ସେ କରଇଅନ୍ୟାୟବନ୍ତ ହୋଇ ପୃଥୀରେ ସେ ବୁଲଇ ॥୧୭
ଅତିହିଂ ଅଧର୍ମ ପଣରେ ସେହୁ ଦିନ ନେଲାଦେବତା ବ୍ରାହ୍ମଣନ୍ତ ସେ ବହୁତ ଦୁଖ ଦିଲା ।୧୮।ୟେମନ୍ତେଣ ରାଜ୍ୟ ସେ ଯେ କରଇ ଅସୁରାଧିସ୍ୱର୍ଗରେ ବିବାଦ ସେ କରଇ ବିବୁଧାଦି ।୧୯।ତାହାର ନନ୍ଦନ ଯେ ହୋଇଲା ପ୍ରୋଢାସୁରରୂଢାସୁର ଅନ୍ତେ ପ୍ରୋଢା ହେଲା ନୃପବର ।୨୦।ଦିନେକ ପ୍ରୋଢାସୁର ବିଚାରଣ କଲାଆଜ ସ୍ୱର୍ଗକୁ ଯିବି ବୋଲିଣ ବୋଇଲା ।୨୧।ମନ୍ତ୍ରୀକି ସଙ୍ଗେ ଘେନି ସ୍ୱର୍ଗପୁରକଇଂ ଗଲାସ୍ୱର୍ଗ ମଞ୍ଚ ପାତାଳ ତିନି ପୁରକୁ ଜିଣିଲା ।୨୨।ଭ୍ରମି ଭ୍ରମି କପିଳାସ କନ୍ଦରେ ପଶଇଉତ୍ତର ଦ୍ୱାରେ ଯାଇଂ କାର୍ତ୍ତିକେଶ୍ୱରଂକୁ ଦେଖଇ ।୨୩।ତାହାଂକ ଚରଣେ ସେହୁ କରଇ ମନସ୍କାରବିନୋୟୀ ହୋଇଣ ସେ କହଇ ଉତ୍ତର ।୨୪।ଛଡ଼ମୁଖ ପଚାରନ୍ତି ତୁ କି ନିମନ୍ତେ ଅଇଲୁପୃଥୀ ଯାକେ ତେ ୟେକାଙ୍ଗ ଚକ୍ରବ୍ରତୀ ହୋଇଲୁ ।୨୫।ବାବୁ ରୂଢାସୁର ପିତା ତୋର ଥିଲା ମହାବଳୀପୃଥୀର ରାଜାନ୍ତ ସେ ପକାଇଛି ଦଳି ।୨୬।ସ୍ୱର୍ଗରେ ପଶିଣ ସେହୁ ପୁରୁହୁତ ଜିଣିଲାକାଳେକ ପୁଣ ଯେ ସେହି ରହି ନୁଆରିଲା ।୨୭।ଅନ୍ୟାୟ କଲେ ବାବୁ ବହୁତ କାଳ ଯେ ନ ଥାଇଧର୍ମରେ ଥିଲେ ପୃଥୀ କାଳେ କାଳେ ଭୋଗ ହୋଇ ।୨୮।ତୋହୋର ପିତା ଯେ କେଭେଂ ଧର୍ମ ନ ଥାପିଲାସ୍ୱର୍ଗ ମଞ୍ଚ ପାତାଳେ କାହାକଇଂ ନ ଡରିଲା ।୨୯।ସେହି ପୁଣି କାଳେ ରହି ନୁଆରିଲା ମହୀଅକୀର୍ତ୍ତି କଥା ୟେବେ ତାହାର ଅଛି ରହି ।୩୦।ତୁହି ୟେବେ ଧର୍ମରେ ଆତଯାତ ହୋଅଦେବ ଦାନବରେ ତୁ ବହୁତ ପୂଜାପାଅ ।୩୧ ।କାର୍ତ୍ତିକେଶ୍ୱର କହନ୍ତେ ପ୍ରୋଢାସୁର ଶୁଣଇଂବିଶ୍ୱନାଥ ପୁତ୍ରନ୍ତ ଭରସି ନ କହଇ ।୩୨ ।ଦୁଷ୍ଟଜନ ସନ୍ଥ ଅବା ହୋଇବ କେମନ୍ତେଦୁଷ୍ଟ ପ୍ରକୃତି ଭାବଇ ଚିତ୍ତେ ଅନୁବ୍ରତେ ।୩୩ ।ଧର୍ମ କଥାୟେ ତାହାର ମନ ନ ବଳଇଅଧର୍ମର କଥାକୁ ସେ ନିରନ୍ତରେ ଭାଳୁଥାଇ ।୩୪ ।ପ୍ରୋଢାସୁର ବୋଲଇ ହୋ ଶୁଣିମା ଗୋସାଇଂତୁମ୍ଭର ଛାମୁକୁ ମୁହିଁ ଅଇଲଇ ଯହିଁ ପାଇଂ ।୩୫ ।ସାବଧାନ ହୋଇ ଶୁଣିମା ଶୁଦ୍ଧ ଚିତ୍ତେତୁମ୍ଭର ଦୟା ଯେବେ ମୋତେ ଅଛଇ ହୃଦଗତେ ।୩୬ ।ଅମର ବରଟି ଯେବେ ମୋତେ ଦେଇପାରତେବେ କୀରତି ତୁମ୍ଭର ରହିବ ଚାରି ଯେ ଯୁଗର ।୩୭ ।ଦେବ ଦାନବରେ ମୁହିଁ ନୋହିବଇଂ ନାଶନାନାଦି ଶହସ୍ରମାନ ଅଙ୍ଗରେ ପଡ଼ି ମୋର ହୋଇବାକ ଭସ୍ମ ।୩୮ ।ମୁଣ୍ଡ କାଟନ୍ତେଣ ମୋର ନୋହିଵ ମରଣନିକୁଛ ଜନ ହାଥେ ମୁଂ ନ ଦେବଇ ପ୍ରାଣ ।୩୯ ।ୟେ ତିନିପୁର ମଧ୍ୟେ ମୁହିଁ ହୋଇବି ବରଣିୟେମନ୍ତ ବର ମୋତେ ଦେଵାକୁ ଦେବସ୍ୱାମୀ ।୪୦ ।ଶୁଣିଣ କାର୍ତ୍ତିକେଶ୍ୱର ମନରେ ଭାଳିଲେପଞ୍ଚଭୂତ ଆତ୍ମାରେ ସେ କଥାନ୍ତ ବାଣ୍ଟିଲେ ।୪୧ ।ତୁଚ୍ଛାୟେ ୟେ ଅସୁର ଭ୍ରମୁଅଛି ତିନିପୁରବର ପାଇଲେ କି ରଖିବ ସ୍ୱର୍ଗ ମଞ୍ଚ ପାତାଳ ।୪୨ ।ୟେଡ଼େକ ଦୁସହ ବର କେମନ୍ତେ ଦେବଇଂୟେହୁ ବର ପାଇଲେ ପୃଥୀ କେବେହେଂ ନ ରଖଇ ।୪୩ ।କେବେହେଂ ବର ୟେହାକୁ ମୁହିଁ ଯେ ନ ଦେବିକପଟ କଥା କହିଣ ବାହୁଡ଼ାଇ ଦେବି ।୪୪ ।ୟେତେକ ବିଚାର କରି ସେ କାର୍ତ୍ତିକେଶ୍ୱରବୋଲନ୍ତି ଶୁଣ ହୋ ରୂଢାସୁରର କୁମର ।୪୫ ।ଅମର ବରଟି ତୁହି ମାଗିଲୁ ଯେବେ ମୋତେଅମର ହୋଇ ଜଣେ ରହି ନାହି ୟେଥେ ।୪୬ ।ଅମର ବର ବାବୁ ନୋହଇ କିଛି ଭଲକାଳେଣ ଆପଣାକୁ ହୋଅଇ ସେ ସଲ ।୪୭ ।ସବୁଂକରି ହୃଦରେ ଦୁଖ ଉପୁଜଇଦେବ ଦାନବରେ ତୋତେ ନ ସହିବେ କେହି ।୪୮ ।ଧର୍ମ କଥା କଲେ ବାବୁ ସବୁଦିନେ ଥାଇଅଧର୍ମ କଥାକୁ ଗଲେ ପୃଥୀ ନ ରହଇ ।୪୯ ।ତୁହି ଯେ ଅମର ବର ମାଗୁଅଛୁ ମୋତେଆମ୍ଭର ଦୟା ଅଛି ନ ଦେବୁ କେମନ୍ତ ।୫୦ ।ୟେ ମଞ୍ଚ ମଣ୍ଡଳରେ ହୋ ଯେତେକ ରାଜା ଛନ୍ତିସମସ୍ତ ରାଜାୟେ ତୋତେ ହୁଅନ୍ତେ ବଶ୍ୟାବୃତ୍ତି ।୫୧ ।ପିତା ତୋହର ତାହାନ୍ତ ତ ଜିଣିଛି ସାଂଗ୍ରାମେୟେବେ କାହାକୁ ଜିଣିମୁଂ ଭାଳୁଅଛୁ ମନେ ।୫୨ ।ପାତାଳ ପୁର ଜିଣିମାକୁ ତୋହୋର ଶକ୍ୟ ନାହିଁରସାନ୍ତଳେ ପଡିବାକ ଜାଣ ୟେହୁ ମହୀ ।୫୩ ।ପାତାଳପୁରକୁ ହୋ ନ କର ତୁ ମନଆମ୍ଭ ଆଗ୍ୟାଂରେ ତୋତେ ଦେବା ସମାଧାନ ।୫୪ ।ଆବର କଥା ୟେ ତୋତେ କହିବା ଶୁଣ ମନ ଦେଇଯମରାଜା ପୁରକୁ ବାବୁ ନ ଯିବାକ ତୁହି ।୫୫ ।ସବୁ ଜନ୍ତୁଂକର ସେ ଅଟଇ ଅଧିକାରୀତାହାର ସଙ୍ଗେ ସାଗ୍ରାମ କଲେ ଜିଣି ତ ନୂଆରି ।୫୬ ।ଆମ୍ଭର ଆଗ୍ୟାରେ ତୁହି ତାହାକୁ ନ ଜିଣିମୁଂତାହାତୁଲେ ଖଡ଼ିଆଳି ତୁହି ଯେ ନୋହିବୁ ।୫୭ ।ଆକାଶରେ ଚନ୍ଦ୍ର ସୂର୍ଯ୍ୟ ହୋଉଛନ୍ତି ଆତଯାତତାହାଂକର ତୁଲେ ତୁ ନୋହିବୁ ଖଡ଼ିଆଳି ଯେ ଅପ୍ରୀତ ।୫୮ ।ସୂର୍ଯ୍ୟ ଯେବେ ଆକାଶରେ ଉଦୟ ନୋହିବୟେ ସଂସାର କେମନ୍ତେ ଆତଯାତ ହୋଇଵ ।୫୯ ।ଚନ୍ଦ୍ର ଯେବେ ରାତ୍ରରେ ଉଦୟ ନୋହିବପୃଥିବୀରେ ଶସ୍ୟମାନ ଜାତ କି ହୋଇବ ।୬୦ ।ଅମୃତ ଜଳ ମାନ ବିଷ ଯେ ହୋଇଵସୁସ୍ୱାଦୁ ଫଳମାନ ପୃଥୀରେ ନ ଫଳିବ ।୬୧ ।ଚନ୍ଦ୍ର ସୂର୍ଯ୍ୟ ଯୋଗେ ଶସ୍ୟ ଫଳ ହୋୟେ ବାବୁୟେହି ଯୋଗେ ତାଂକ ସଙ୍ଗେ ଯୁଦ୍ଧ ନ କରିବୁ ।୬୨ ।ୟେହି ନ୍ୟାୟରୁ ୟେହାନ୍ତ ଜିଣି ନୁଆରିବୁସବୁ କଥାରେ ତୋତେ ବୁଝାଇ କହିଲି ରେ ବାବୁ ।୬୩ ।କାର୍ତ୍ତିକେଶ୍ୱର ମୁଖରୁ ୟେସନେକ ଶୁଣିପ୍ରୋଢାସୁର ତହିଂକି ବଚନ ଯେ ଭଣି ।୬୪ ।ଯାହା ତୁ କହିଲୁ ପ୍ରଭୁ ସେ କଥା କରିବିତୋହୋର ବଚନକୁ ମୁଂ ପ୍ରତିପାଳି ଥିବି ।୬୫ ।ଆବର କଥାୟେ ମୁଂ କହିବି ଛାମୁରେସାବଧାନେ ଶୁଣ ହୋ ଈଶ୍ୱର କୁମରେ ।୬୬ ।ଦିଗବିଜେ ମୁହିଂ କରିବି ତିନିପୁରୟେହି ଆଗ୍ୟାଂ ମୋତେ ଦେବାକ ଯତୀଶ୍ୱର ।୬୭ ।କାର୍ତ୍ତିକେଶ୍ୱର ବୋଇଲେ ଅସ୍ତୁ ହୋଉ ତୋତେସବୁଂକୁ ଜିଣିମୁଂ ନ ଜିଣିମୁଂ ସୁରନାଥେ ।୬୮ ।ଗୁପତ କଥାୟେ ତୁ ଜାଣିଥାଇ ବୀରତୋହୋର ମୃତୁ ଅଛଇ ଇନ୍ଦ୍ରର ହାଥର ।୬୯ ।ଇନ୍ଦ୍ରର ବଜ୍ରେ ତୁ ଅବଶ୍ୟ ହୋଇବୁ ପ୍ରାଣେ ନାଶୟେ କଥା ଗୁପତ ଜାଣିଥିବୁଟି ବିଶ୍ୱାସ ।୭୦ ।ୟେତେକ ବଚନ ପ୍ରୋଢାସୁରକୁ କହିଲେକାର୍ତ୍ତିକେଶ୍ୱର ଯେ ତହୁଂ ଅନ୍ତର ହୋଇଲେ ।୭୧ ।ତହୁଂ ପ୍ରୋଢାସୁର ଶୀଘ୍ର ଚଳିଣ ଯେ ଗଲାଅଳମ୍ୱୁଷ ରାଜ୍ୟେ ଯାଇଂ ପ୍ରବେଶ ହୋଇଲା ।୭୨ ।ମନ୍ତ୍ରୀକି ସଙ୍ଗରେ ଘେନି କରଇ ବିଚାରକାର୍ତ୍ତିକେଶ୍ୱର ମୋତେ ଦିଲେ ଯେ ୟେହି ବର ।୭୩ ।ତିନିପୁର ଜିଣ ବୋଲି ୟେମନ୍ତ ଆଗ୍ୟାଂ ଦିଲେଦେବ ଦାନବରେ ମୋର ଭୟ ନ ରଖିଲେ ।୭୪ ।ୟେବେ ମୋର ଥାଠ ସନ୍ୟ ତୁମ୍ଭେ ବେଗେ ସଜକରଦିଗବିଜେ କରି ଜିଣିମି ମୃତୁପୁର ନୃପବର ।୭୫ ।ୟେବେହୋ ଭୋ ମନ୍ତ୍ରୀ ତୁ ମୋର ବୋଲକରସାରଥିକି ହକାରିଣ ରଥ ସଜକର ।୭୬ ।କୃପାଳୁ ମନ୍ତ୍ରୀ ବୋଲଇ ଶୁଣ ମହାରାୟେତୋହୋର ଛାମୁରେ ମୁହିଂ କହିବି କଥାୟେ ।୭୭ ।ମହା ମହା ବଳୀ ରାଜା ଅଛନ୍ତି ମୃତୁପୁରେୟେକୁ ୟେକ ରାୟେ ଯେ ଅଛନ୍ତି ବଳୀୟାରେ ।୭୮ ।ମନ୍ତ୍ରୀ ମୁଖରୁ ଯେ ୟେସନେକ ବାକ୍ୟ ଶୁଣିପ୍ରୋଢାସୁର ପଚାରଇ ତାକୁ ପୁଣ ପୁଣି ।୭୯ ।କହ ଆହୋ ମନ୍ତ୍ରୀବର ରାଜା ମାନଂକର ନାମକେଂଉ କେଂଉ ଦେଶରେ ସେ କରିଛନ୍ତି ଗ୍ରାମ ।୮୦ ।ୟେହୋ ମୋତେ ସଞ୍ଚପିଣ କହ ମନ୍ତ୍ରୀବରତେବେ ସେ ସଂପ୍ରତେ ଯେ ହୋଇବ ମନର । ୮୧ ।କୃପାଳୁ ମନ୍ତ୍ରୀ ବୋଲଇ ଶୁଣ ହୋ ସାବଧାନେକୁଞ୍ଜଗଳ ଦେଶର ଯେ ରାଜା ଦ୍ରିଯୋଧନ ।୮୨ ।ଯେଗାର କ୍ଷଉଣୀ ତାର ଅଛଇ ଅଙ୍ଗବଳତାର ମାମୁଂ ଶକୁନି ଯେ ଅଟେ ମନ୍ତ୍ରୀବର ।୮୩ ।ଆବର ଭୀକ୍ଷ୍ମ ଦ୍ରୋଣ କୃପ ଯେ ଶଇଲେଶତେ ଭାଇ ଛନ୍ତି ତାର ଧୁଶାସନ ମୂଳେ ।୮୪ ।ମାନଗୋବିନ୍ଦ ରାଜା କନ୍ଧରେ ଲକ୍ଷ୍ମୀ ଥାଇହାଥ ପାଦରେ ଶଙ୍ଖନିଧି ପଦ୍ମନିଧି ଯେ ଅଛଇ ।୮୫ ।ଲକ୍ଷଣବନ୍ତ ପୁରୁଷ ଲକ୍ଷ୍ମୀ କ୍ଷଣେହେଂ ନ ଛାଡ଼ଇଲକ୍ଷେ ରାଜା ଉପରେ ମଉଡ଼ମଣି ସେ ବୋଲାଇମହାବଳୀ କର୍ଣ୍ଣ ଯେ ପାଖରେ ତାର ଥାଇ ।୮୬ ।ମନ୍ତ୍ରୀ ମୁଖରୁ ସେହୁ ୟେସନେକ ବାଣୀ ଶୁଣିକୋପେ ପ୍ରଜ୍ଜଳିତ ହେଲା ଅସୁରକୁଳ ନୃପମଣି ।୮୭ ।ବୋଇଲା ଥାଠ ସନ୍ୟ ତୁହି ମୋର ବେଗେ ସଜକରଅବଶ୍ୟ ଯିବଇଂ ମୁହିଂ ହସ୍ତିନା ନଗ୍ର ପୁର ।୮୮ ।ମନ୍ତ୍ରୀ ବୋଇଲା ରାୟେ କୋପ ତୁ ନ କରଦ୍ରିଯୋଧନର ଭାଇ ଯେ ଯୁଝେଷ୍ଠି ନୃପବର । ୮୯ ।ପଣ୍ଡୁ ରାଜାଂକର ସେହୁ ଅଟନ୍ତି ତନୟେଯୁଝେଷ୍ଠି ଭୀମ ଅର୍ଜୁନ ନକୁଳ ସହଦେବ ହୋୟେ ।୯୦ ।ୟେମନ୍ତ ପାଞ୍ଚ ତନୟେ ପଣ୍ଡୁ ରାଜାଂକରତାହାଂକର ମହିଂମା ଦେବେ ଦାନବେ ଅଗୋଚର ।୯୧ ।ଅର୍ଜୁନ ବୋଲି କରି ପଣ୍ଡୁର ଯେବଣ ତନୟେଶ୍ରୀକୃଷ୍ଣର ସାଦୃଶ୍ୟେ ଯେ ତାହାର ପ୍ରାଣ ହୋୟେ ।୯୨ ।ହର ଉଦ୍ୟାନ ବନେ ସେ ଈଶ୍ୱରନ୍ତ ଜିଣିଲାକିଞ୍ଚିତ ସେବାରେ ସେ ପାର୍ବତୀଂକି ମଣାଇଲା ।୯୩ ।ଅକ୍ଷୟ ତ୍ରୋଣ ଯେ ପଶୁପତ୍ର ନେଲା ମାଗିକୋପେ ଇଶ୍ୱରଂକୁ ଦେବୀ ହୋଇଲେ ବଇରାଗୀ ।୯୪ ।କୋଟି ଈଶ୍ୱର ହୋଇଲେ ନ ଜିଣନ୍ତୁ ବାବୁ ତୋତେୟେମନ୍ତ ବର ଦିଲେ ହେମବନ୍ତର ଦୁହିତେ ।୯୫ ।ୟେ ନ୍ୟାୟରୁ ପାଣ୍ଡବେ ଅଟନ୍ତି ବଳବନ୍ତତିନିପୁରେ ତାହାଂକ ମହିମା ଅପ୍ରମିତ ।୯୬ ।ମଗଧ ଦେଶର ରାଜା ଜାରାସନ୍ଧ ରାୟେଛୟାଣୋଇ ସହସ୍ର ରାଜା ବନ୍ଦୀ କରିଥାୟେ ।୯୭ ।ରାମକୃଷ୍ଣ ବୋଲି ବସୁଦେବର ତନୟେମଥୁରାର ରାଜା ଯେ ଉଗ୍ରେସେନ ରାୟେ ।୯୮ ।ଉଗ୍ରେସେନର ପୁତ୍ର କଂସ ମହାରାଣଅତି ଉତପାତ ସେ ହୋଇଲା ରାଜନ ।୯୯ ।ଜାରାସନ୍ଧ ଦୁହିତା ଅଟଇ ହେତି ଯେ ପରହେତିତାହାନ୍ତ ବିଭା ହୋଇଲା କଂସ ଯେ ନୃପତି ।୧୦୦ ।ଉଗ୍ରସେନ ଦୁହିତା ଦେବକୀ ନାମେ ନାରୀବସୁଦେବଂକୁ ବିଭା କରିଥିଲା ଉଗ୍ରସେନ ଦଣ୍ଡଧାରୀ ।୧୦୧ ।କଂସକୁ ନାରଦ କହିଲେ ଗୁପତ ବଚନଭଣଞ୍ଜାଂକ ହାଥେ ତୁହି ହୋଇବୁ ନିଧନ ।୧୦୨ ।ତାହା ଶୁଣି କଂସରାୟେ ବଡ଼ କୋପକଲାଛଡ଼ଗୋଟି ଭଣଞ୍ଜାଂକୁ ହାଥେ କଚାଡ଼ିଲା ।୧୦୩ ।ବସୁଦେବ ରାମକୃଷ୍ଣଂକୁ ଚୋରାଇ ଯେ ନେଇଗୋପପୁରେ ନନ୍ଦଘରେ ଛାଡ଼ିଣ ଆସଇ ।୧୦୪ ।ଅଷ୍ଟ ବରଷ ଯେ ତହିଂ ବଢିଲେ ରାମକୃଷ୍ଣଘେନାଇ ଅଇଲା ତହୁଂ ଯେ କଂସ ନୃପନାଥ ।୧୦୫ ।ଧନୁ ମଉଛବ ଯାତ୍ରା ଗୋଟିୟେକ ଭିଆଇଗୁପତେ ଅକ୍ରୂର ପେଶି ଅଇଲା ଘେନାଇଂ ।୧୦୬ ।ଦେଖିଲା ମାତ୍ରକେ କଂସ ହୋଇଲା ପ୍ରାଣେ ନାଶଦୋହିତାୟେ କାନ୍ଦି କହିଲେ ଜାରାସନ୍ଧ ପାଶ ।୧୦୭ ।କ୍ରୋଧେଣ ସେହୁ ଧାଡ଼ି ଦିଲା ଅଠର ଯେ ବେଳରାମକୃଷ୍ଣ ପଳାଇଲେ ଛାଡ଼ି ମଥୁରା ରାଜ୍ୟର ।୧୦୮ ।ସେ ଜାରାସନ୍ଧ ରାଜା ଅଟଇ ବଳୀୟାରତାର ଡରେ ଲୁଚିଛନ୍ତି ଯାଂଇ ଦ୍ୱାରାବତୀପୁର ।୧୦୯ ।ଶୁଣିଣ ପ୍ରୋଢାସୁର ଯେ ହସିଣ ଉଠିଲାମନ୍ତ୍ରୀ ମୁଖ ଚାହିଂକରି ବଚନ ଭାଷିଲା ।୧୧୦ ।ୟେମାନଂକ କଥା ମୁହିଂ ଶୁଣିଲି ଶ୍ରବଣେଆଉ ରାଜା ମାନଂକର ମାନ ତୁ କହ ଜଣେ ଜଣେ ।୧୧୧ ।କୃପାଳୁ ଯେ କହଇ ପରିମାଣିଗୋଟି ଗୋଟି କରି ରାଜାମାନଂକ କଥା କହଇ ବଖାଣି ।୧୧୨ ।ଶୁଣିଣ ପ୍ରୋଢାସୁର କମ୍ପଇ ଥରହରରାଜାମାନଂକର କଥା ଶୁଣି କୋପେଣ ଗୁରୁତର ।୧୧୩ ।ମନ୍ତ୍ରୀକି ବୋଇଲା ତୁ ସବୁ କଥା ଛାଡମୋହୋର କଥାକୁ ତୁ ହୋ ମନେ କର ଦୃଢ ।୧୧୪ ।ସନ୍ୟବଳ ମୋର ବେଗେଣ ତୁହି ସଜକରକରିବି ମୁଂ ଦିଗ ବିଜେ ମଞ୍ଚମଣ୍ଡଳର ।୧୧୫ ।ଦାଣ୍ଡରେ ଦାଉଣ୍ଡି ମୋର ବାଜୁ ଏହିକ୍ଷଣଶଙ୍ଖ ଯେ ମହୁରୀ ଆଦି ବାଜୁ ଘନ ଘନ ।୧୧୬ ।ୟେହା ଶୁଣି କୃପାଳୁ ମନ୍ତ୍ରୀ ବେଗେଣ ଚଳିଗଲାଆପଣା ମନ୍ଦିରେ ସେ ପ୍ରବେଶ ହୋଇଲା ।୧୧୭ ।ଡଗରା ରାଇଣ ବୋଲଇ ମନ୍ତ୍ରୀମଣିଦାଣ୍ଡରେ ଘୋଷଣ ଯେ ଦିଆଅ ୟେହିକ୍ଷଣି ।୧୧୮ ।ହାଥୀ ରଥୀ ପାଦାନ୍ତି ଅଶ୍ୱବଳ ଯେତେସଜ ହୋଇ ଉଭା ଦାଣ୍ଡେ ହୁଅନ୍ତୁ ସମସ୍ତେ ।୧୧୯ ।ଦାଣ୍ଡରେ ଦାଉଣ୍ଡି ଯେ ବାଜୁ ୟେହିକ୍ଷଣିଶଙ୍ଖ ମହୁରୀ ଯେ କାହାଳୀ ବାଜୁ ପୁଣି ।୧୨୦ ।ମନ୍ତ୍ରୀବର ବଚନେ ଡଗର ଚଳିଲେଦାଉଣ୍ଡି ଦିଅ ବୋଲି ଦାଉଣ୍ଡିଆମାନନ୍ତ କହିଲେ ।୧୨୧ । ୧୦୪୬୨ ।ପ୍ରୋଢାସୁରର ଦିଗ୍ବିଜୟଶୁଣ ଆହୋ ମନୁରାୟେ ବଦନ୍ତି ଅଗସ୍ତିୟେକ ମନେ ଶୁଣ ତୁ ହୋ ମଧ୍ୟପର୍ବ ରୀତି ।୧ ।ତୁ ଯେ ପଚାରିଲୁ ମୋତେ ପ୍ରୋଢାସୁର ବଧୟେକ ମନେ ଶୁଣ ତୁମ୍ଭେ ଚିତ୍ତ କରି ଶୁଦ୍ଧ ।୨ ।ଦାଉଣ୍ଡି ବାଜନ୍ତେ ସନ୍ୟବଳ ଯେ ଶୁଣିଲେଯେ ଯାହାର ମତେ ସଜ ହୋଇଣ ଅଇଲେ ।୩ ।ହାଥୀ ରଥ ଅଶ୍ୱ ଚଢି ହୋଇଲେ ବାହାରଉଲାଖ ଉଦଣ୍ଡ ଯେ ଉଡ଼ଇ ଦାଣ୍ଡର ।୪ ।ପାଦାନ୍ତି ବଳମାନେ ଯେ ଅଇଲେ ସଜ ହୋଇମୁଖରାବ ଶବଦରେ କୁରୁମ ଉଛୁଳଇ ।୫ ।ତେର ଲକ୍ଷ ରଥୀ ତହିଂ ହୋଇଲେ ବାହାରଚଉଦ ଲକ୍ଷ ହାଥୀ ଯେ ଅତିହିଂ ଆଗୋଚର ।୬ ।ଅଠର ଲକ୍ଷ ଅଶ୍ୱ ଚଢିଣ ଅଶୁଆରଅଶ୍ୱ ଧୁଆଇଂଣ ଉଭା ହେଲେ ସିଂଘଦ୍ୱାର ।୭ ।ଵାଇଶି ଲକ୍ଷ ଯେ ପାଦାନ୍ତି ବଳ ସଜମନୁଷ୍ୟଂକ ଛାଇରେ ଅଦୃଶ୍ୟ ହେଲେ ସୂର୍ଯ୍ୟ ।୮ ।ଲକ୍ଷେକ ବାଦ୍ୟକାର ଯେ ବଜାବନ୍ତି ବାଦ୍ୟବାଦ୍ୟର ନାଦଘାତେ ଯେ ପୃଥୀଦେବୀ ବିଷାଦ ।୯ ।ସହସ୍ରେକ ଶଙ୍ଖ ଯେ ସହସ୍ରେକ ମହୁରୀୟେହାଂକର ଶବଦେ ଟଳଟଳିତ ମହୀଆଳି ।୧୦ ।ଆପଣେ ମନ୍ତ୍ରୀବର ରଥେକ ସଜାଡ଼ିଲାଦିବ୍ୟବେଶ ହୋଇଣ ରାଜା ଛାମୁରେ ମିଳିଲା ।୧୧ ।ନମସ୍କାର କରିଣ ଯେ କହଇ ବଚନସଜ ହୋଇ ଅଇଲେ ତୋହୋର ଥାଠ ସନ୍ୟ ।୧୨ ।ସମସ୍ତେ ସିଂଘଦ୍ୱାରେ ଛନ୍ତି ଉଭାହୋଇଦିବ୍ୟ ରଥେକ ସଜ କରି ଅଛଇ ରଖାଇ ।୧୩ ।ଆପଣେ ବେଶ ବେଶନ ହୋଇ ତହିଂ ବିଜେକରଯହିଂକି ମନ ତହିଂକି ଯାଅ ହୋ ନୃପବର ।୧୪ ।ମନ୍ତ୍ରୀର ମୁଖରୁ ରାଜା ୟେସନେକ ଶୁଣିଆପଣେ ସଜ ହୋଇ ଅଇଲା ଦଇତକୁଳ ମଣି ।୧୫ ।ପାଗ ପାଛୋଡ଼ା ଯେ ଗନ୍ତାମାନ ବେଢାଇକର୍ଣ୍ଣରେ କୁଣ୍ଡଳ ଯେ କଣ୍ଠେ କଣ୍ଠିମାଳ ଲାଇ ।୧୬ ।ହୃଦରେ ପଦକ ଯେ ଲମ୍ବାଇ ନୃପମଣିବୀରବର ନାମେ ତିଳକ ଘେନଇ ଲଲାଟରେ ପୁଣି ।୧୭ ।ଦିଗ ଚିରାଳ ଯେ ଉଡ଼ଇ ଫରହରଅନକୂଳ କରି ଯାଇଂ ବସିଲା ରଥର ଉପର ।୧୮ ।ଆଠ ଅଶ୍ୱ ନେଇ ଯୋଚିଲା ରଥରେମନ୍ତ୍ରୀକି ଘେନି ରାଜା ବସିଲା ତହିଂରେ ।୧୯ ।ରାଜାଂକୁ ଚାହିଂଣ ମନ୍ତ୍ରୀ ବୋଲଇ ବଚନକେବଣ ଦିଗକୁ ରାଜନ କରୁଛ ଗମନ ।୨୦ ।ମନ୍ତ୍ରୀର ବଚନେ ଯେ ବୋଲଇ ପ୍ରୋଢାସୁରହସ୍ତିନା ନବରକୁ ଯିବା କରିଛି ବିଚାର ।୨୧ ।କୃପାଳୁ ମନ୍ତ୍ରୀ ଯେ ବିଚାରି ବୋଲଇଦୋଷ କ୍ଷମା କଲେ ଛାମୁରେ ଜଣାଇବି ମୁହିଂ ।୨୨ ।ରାଜା ବୋଇଲେ ମୁଂ ଦୋଷ କଲି କ୍ଷମାନିର୍ଭୟ ହୋଇଣ ରେ କହସି ମହାତମା ।୨୩ ।କରପତ୍ର ଯୋଡ଼ି କହେ ରାଜାର ଛାମୁରେୟେକମନ ହୋଇ ତୁ ହୋ ଶୁଣ ନୃପବରେ ।୨୪ ।କପିଳାସ କନ୍ଦରେ ତୋତେ କେହୁ ଦିଲା ବରୟେଥିର ତଦନ୍ତ କଥା କହ ମୋ ଆଗର ।୨୫ ।ମନ୍ତ୍ରୀର ବଚନେ କହଇ ମହାରାଣଈଶ୍ୱରଂକ ପୁତ୍ର କାତ୍ତିକେଶ୍ୱରଂକୁ ମନାଇଛି ସେବାୟେଣ ।୨୬ ।ସେ ମୋତେ ପ୍ରସନ୍ନେ ଅଭୟେ ବର ଦେଇଣ ଅଛନ୍ତିଦେବ ଦାନବରେ ମୋତେ ଜିଣନ୍ତା ନାହିଂ ପୃଥୀ ।୨୭ ।ମନ୍ତ୍ରୀ ବୋଇଲା ମୁଂ କହଇ ତୋହର ଛାମୁରେମୋହର କଥା ୟେବେ ଶୁଣ ହୋ ନୃପବରେ ।୨୮ ।କଉରୋବ ବଳଂକୁ ତୁ ନୁଆରିବୁ ଜିଣିଯେବେ ପାଣ୍ଡଵ ଅର୍ଜୁନ ଅଛଇ ବୀରମଣି ।୨୯ ।ଯାହାକୁ ଈଶ୍ୱର ପାର୍ବତୀ ଦେଇଛନ୍ତି ବରତାହାକୁ ଜିଣନ୍ତା କେହି ନାହିଂ ତିନିପୁର ।୩୦ ।ଆବର କଥାୟେ ଯେ ଅଛଇ ତହିଂରେଅକ୍ଷୟେ ତ୍ରୋଣ ପାଶୁପତ୍ର ଦେଇଛନ୍ତି ପାର୍ବତୀ ଈଶ୍ୱରେ ।୩୧।ଆଗେତ ତୋହ ଛାମୁରେ କହିଅଛ ମୁହିଂମୋହୋର ବଚନକୁ ତୁ ପାସୋରୁ ନୃପସାଇଂ ।୩୨।କାର୍ତ୍ତିକେଶ୍ୱର ସିନା ତାହାଂକ କୁମରତାହାନ୍ତ ୟେଡ଼େ ସୁଦୟା ଅଛଇ ପିତାଂକର ।୩୩।ମୋହୋର ବୋଲ ନ କରି ତୁ ଯେବେ ଯିବୁ ନୃପରାୟେକାର୍ଯ୍ୟ କିଛି ନୋହିବ ତୁ ନୋଇବୁ ଅଜୟେ ।୩୪।ପୁରୁଷାନୁକ୍ରମେ ମୁହିଂ ସେବକ ତୋହୋରକୁଞ୍ଜଗଳ ଦେଶକୁ ନ ଯିବା ମୋହୋର ମନର ।୩୫।ମନ୍ତ୍ରୀର ବଚନ ରାଜା ମନରେ ଘେନିଲାହୃଦୟ ମଧ୍ୟରେ ତାର କଥାନ୍ତ ଭାଳିଲା ।୩୬।ମନ୍ତ୍ରୀର ବୋଲଟି ଯେବେ ନ କରିବି ମୁହିଂକେମନ୍ତେ ମୁଂ ରାଜ୍ୟ ସୁଖେଣ ଭୋଗ କରିବଇଂ ।୩୭।କୁଞ୍ଜଗଳ ଦେଶକୁ ଯାହା କରୁଥିଲା ମନପୁଣ ପଚାରଇ ସେ ମନ୍ତ୍ରୀକି ଚାହିଂଣ ।୩୮।କେଉଂଣ ରାଜାଠାରୁ ଆମ୍ଭେ କରିବା ପଲାଣିୟେଥିରେ ଉପାୟ ମନ୍ତ୍ରୀ କହ ମୋତେ ପୁଣି ।୩୯।ମନ୍ତ୍ରୀ ବୋଇଲେ ୟେବେ କଥାୟେ କରିବାଦଣ୍ଡ ସାଜିଣ ଆମ୍ଭେ ଚଳାଇ ଯାଉଥିବା ।୪୦।ଯେଉଂ ରାଜା ଆମ୍ଭନ୍ତ ସନ୍ଧାନ ଦେଇ ଭେଟିବାକତାହାର ସଙ୍ଗେ ଆମ୍ଭେ ହୋ ନ କରିବା ହାକ ।୪୧।ଆମ୍ଭର ସଙ୍ଗରେ ଯେହୁ କରିବ ସମରତାହାର ସଙ୍ଗେ ଆମ୍ଭେ ଯେ କରିବା ଦ୍ୱନ୍ଦଗୋଳ ।୪୨।ୟେମନ୍ତ ବୋଲିଣ ମନ୍ତ୍ରୀ କହିଲା ମଣାଇଂଥାଠ ଚଳାଇଣ ରାଜା ବାହାର ବେଗେ ହୋଇ ।୪୩।ଅଳମ୍ବୁଷା ରାଜ୍ୟରୁ ବାହାର ହୋଇ ଗଲାକପିଳାସ କନ୍ଦରକୁ ପ୍ରତିକ୍ଷଣ କଲା ।୪୪।ବାଦ୍ୟନାଦ ଶବଦେ କମ୍ପଇ ମହୀଆଳିସର୍ବ ମଞ୍ଚମଣ୍ଡଳରେ ଯେ ପଡ଼ିଲା ହାଲହୋଳି ।୪୫।ସ୍ୱର୍ଗର ଦେବତାୟେ ମହାଭୟେ କଲେପ୍ରୋଢା ଅସୁର ବାହିଲା ବୋଲିଣ ଡରିଲେ ।୪୬।ନାରଦଂକୁ ରାଇଣ ଯେ ବୋଇଲେ ପୁରନ୍ଦରଦିଗ ବିଜେକରି କାହିଂ ବାହି ଯାଉଛି ଅସୁର ।୪୭।ନ ପୁଣ ସ୍ୱର୍ଗ ଭୁବନକୁ ଧାଡ଼ି ଦେଇତୁମ୍ଭେ ଯାଇଂ ତଦନ୍ତ ବୁଝ ହୋ ମନ ଦେଇ ।୪୮।ଇନ୍ଦ୍ରଂକ ବଚନେ ଯେ ନାରଦ ଚଳିଗଲେପ୍ରୋଢାସୁର ଆଗରେ ଯାଇଣ ମିଳିଲେ ।୪୯।ନାରଦଂକୁ ଦେଖି ପ୍ରୋଢାସୁର ରଥୁଂ ଓହ୍ଲାଇଲାଚରଣ ତଳେ ପଡ଼ି ନମସ୍କାର କଲା ୫୦।ବୋଇଲା ଗୋସାଇଂ ହେ କାହିଂ ଥିଲ ତୁମ୍ଭେମୋହୋର ଭାଗ୍ୟେ ତୁମ୍ଭନ୍ତ ଦେଖିଲଇଂ ୟେବେ ।୫୧।ନାରଦ ବୋଇଲେ ତୁ ହୋ ଆମ୍ଭ କଲ୍ୟାଣରେଆରୋଗ୍ୟ ଶରୀର ତୁ ହୋ ବହ କାଳେ କାଳେ ।୫୨।କଲ୍ୟାଣ କରିଣ ତାକୁ ପଚାରନ୍ତି ଯେ ମୁନିଦିଗ ବିଜେକରି କି ଯାଉଛୁ ନୃପମଣି ।୫୩।ସ୍ୱର୍ଗକଇଂ ଯିବୁ କି ପାତାଳକୁ ଯିବୁଆବର କି ମଞ୍ଚଭୁବନେ ଭ୍ରମିବୁ ।୫୪।ୟେଥିରେ ସନ୍ଦେଶ କହ ମୋର ଆଗେଆମ୍ଭେହେ ଥାଇଂ କିନା ତୋହେର ଯେ ସଙ୍ଗେ ।୫୫।ନାରଦଂକ ବଚନେ କହଇ ପ୍ରୋଢାସୁରରଥରେ ଭ୍ରମିବି ମୁଂ ମଞ୍ଚମଣ୍ଡଳର ।୫୬।ୟେତେ କହି ରାଜା ଯେ ରଥରେ ବସିଲାନାରଦଂକ ହାଥ ଧରି ପାଶେ ବସାଇଲା ।୫୭।ସମଦଣ୍ଡ ଘେନି ରାଜା ଦକ୍ଷିଣେ ଚଳଇବିକଟାଳ ହୋଇ ଯେ ବାଦ୍ୟନାଦ ଶୁଭଇ ।୫୮।କନାଉଜ ଦେଶ ରାଜା ନାମ କାମ୍ୟେଶ୍ୱରବାରତା ପାଇଣ ରାଜା କମ୍ପଇ ଥରହର ।୫୯।ପ୍ରୋଢାସୁର ବାହିବାର ଡଗର କହିଲାମନ୍ତ୍ରୀକି ଚାହିଂଣ ଯେ ରାଜା ପଚାରିଲା ।୬୦।ବୋଇଲା ପ୍ରୋଢାସୁର ଆସୁଅଛି ବହିଅବଶ୍ୟ ରାଜ୍ୟ ମୋର ନାରଖାର ହୋଇ ।୬୧।କାମ୍ୟେଶ୍ୱର ରାଜା ଯେ ବିକଳ ହୁଅନ୍ତେକରପତ୍ର ଯୋଡ଼ିଣ କହଇ ମନ୍ତ୍ରୀନାଥେ ।୬୨।ସମାଧାନ କରି ତାକୁ ଭଗତି ହୋଇବାତାହାର ସଙ୍ଗତେ ଆମ୍ଭେ ଦ୍ୱନ୍ଦ ନ କରିବା ।୬୩।ଯୁଦ୍ଧ କଲେ ବଳେ ଯେ ନୁଆରିବା ଆମ୍ଭେଧନ ସନ୍ଧାନ ଦେଇ ବୋଧ କରିବାକ ହାଦେ ।୬୪।ମନ୍ତ୍ରୀର ବଚନେ ରାଜା ସନମତ କଲାଶତେକ ରଥରେ ପାଣିଦ୍ରବ୍ୟ ପୂରେଇଲା ।୬୫।ପ୍ରୋଢାସୁର ଆଗେ ସେହୁ ମିଳିଲାକ ଯାଇଂଶିରେ କରଦେଇ ବୋଲଇ କାମ୍ୟେଶ୍ୱର ନରସାଇଂ ।୬୬।ଶତେରଥ ପାଣିଦ୍ରବ୍ୟ ଛାମୁରେ ଥୋଇଲାବିନୟ ଭଗତି ସେ ଯେ ଅନେକ ହୋଇଲା ।୬୭।ଧନ ସନ୍ଧାନ ଯେ ପାଇଣ ଅସୁରବହୁତ ଗଉରୋବ କଲା କାମ୍ୟେଶ୍ୱର ନୃପବର ।୬୮।ତହୁଂ ସନ୍ୟ ସେହୁ ଗଲାକ ଚଳାଇବିରାଳ ଦେଶରେ ସେ ପ୍ରବେଶ ହେଲା ଯାଇ ।୬୯।ବାରତା ପାଇଣ ଯେ ବୀର କେଦାର ରାଣଡଗର କହିଲେ ଯାଇଂ ରାଜା ଛାମୁରେଣ ।୭୦।ଆବଧାନ ହୋଇ ହୋ ଶୁଣିମା ଗୋସାଇଂପ୍ରୋଢାସୁର ଆମ୍ଭ ରାଜ୍ୟକୁ ଆସୁଅଛି ବାହି ।୭୧।ଶୁଣିଣ କେଦାରେଶ୍ୱର ହୋଇଲା ଆରତକି ବୁଦ୍ଧି କରିବି ବୋଲି ବିଚାରଇ ଚିତ୍ତ ।୭୨।ୟେକାନ୍ତେ ମନ୍ତ୍ରୀକି ସେ ଗୁପତେ ରାଇଲାପ୍ରୋଢାସୁର ଆମ୍ଭର ରାଜ୍ୟକୁ ବାହିଲା ।୭୩।କି ବୁଦ୍ଧି କରିବଇଂ ୟେବେ କହ ହୋ ବିଚାରିଯେମନ୍ତେ ରାଜ୍ୟ ମୋର ନୋହୋଇ ଉଜାଡ଼ି ।୭୪।ରାଜାର ବଚନେ ଯେ ବୋଲଇ ମନ୍ତ୍ରୀବରମୁଂ ଯାହା କହିବି ତୁ ହୋ ଅନ୍ୟସ୍ଥା ନ କର ।୭୫।ସମାଧାନ ଦେଇ ତାକୁ ପ୍ରୋବଧ କରିବାଯୁଦ୍ଧରେ ତାହାନ୍ତ ଆମ୍ଭେ ଜିଣି ନୁଆରିବା ।୭୬।ମନ୍ତ୍ରୀର ବଚନେ ରାଜା ସନମତ କଲାଅନେକ ପାଣିଦ୍ରବ୍ୟନ୍ତ ଘେନିଣ ଚଳିଗଲା ।୭୭।ଥାଠ ସଇନି ଘେନି ରାଜା ବାହାର ଯେ ହୋଇପ୍ରୋଢାସୁର ଛାମୁରେ ସେ ମିଳିଲାକ ଯାଇ ।୭୮।ମସ୍ତକେ ହାଥ ଦେଇ ହକଇ ବଚନୟେଡ଼େ କୋପ ମୋତେ କିମ୍ପେ କରୁ ମହାରାଣ ।୭୯।ସମଦଣ୍ଡ ଘେନି ୟେବେ ବାହୁଡ଼ିଣ ଯାଅସର୍ବଦାକାଳେ ମୋତେ ଦୟାଭାବ ବହ ।୮୦।ବୀର କେଦାରଂକ ମୁଖୁଂ ୟେସନେକ ଣୁଣିପ୍ରୋଢାସୁର ରାଜା ଯେ ମନେ ମନେ ଗୁଣି ।୮୧।ୟେ ଯେବେ ଭଗତି ହୋ ଆସି ହୋଇଲାକ ମୋତେୟେହାକୁ କୋପ ମୁଂ ତ ନ କରେ କଦାଚିତେ ।୮୨।ଅନେକ ଧନରତ୍ନ କେଦାର ରାଣ ଦିଲାଭଗତି ଘେନିଣ ପ୍ରୋଢାସୁର ବାହୁଡ଼ିଲା ।୮୩।ତହୁଂଣ ପ୍ରୋଢାସୁର ବାହୁଡ଼ନ୍ତେ ବହନମଞ୍ଚପୁର ରାଜାମାନଂକ ଉପରକୁ କରଇ ପ୍ରୟାଣ ।୮୪।ବାରତା ପାଇଣ ଯେ ସମସ୍ତେ ରାଜାମାନେସମାଧାନ ଘେନି ଆସି ଭେଟନ୍ତି ଆପଣେ ।୮୫।କେଇଂଣସିଠାରେ ରାଜା ଯୁଦ୍ଧ ନ ପାଇଲାଭଗତି ସମାଧାନ ପାଇ ସବୁଠାରୁ ବାହୁଡ଼ିଲା ।୮୬।ୟେମନ୍ତ ଜିଣିଲା ଚଉରାଶି ସହସ୍ର ଯେ ରାଜାକେଉଂଣସି ରାଜା ମୁଖେ ନ ପାଇଲା ପରିଜା ।୮୭।ମଞ୍ଚମଣ୍ଡଳରେ ଛୟାଣୋଇଂ ସହସ୍ର ରାୟେଆଉ ରାଜା ମାନେ କେ କେ ବୋଲି କୋପ କୟେ ।୮୮।ମନ୍ତ୍ରୀର ମୁଖକୁ ଚାହିଂ ବୋଲେ ନୃପବରଆଉ କେତେ ରାଜା ଛନ୍ତି କହ ମୋ ଗୋଚର ।୮୯।ମନ୍ତ୍ରୀ ବୋଲେ ଆଉ ଛନ୍ତି ବାରସସ୍ର ରାୟେତାହାନ୍ତ ଜିଣିଲେ ତୁହି ହୋଇବୁ ଅଜୟେ ।୯୦।ମନ୍ତ୍ରୀବର ବଚନେ ସେ ବୋଲେ ପ୍ରୋଢାସୁରତୋହୋର କଥା ଯେ ମୋତେ ନୋହିଲା ଗୋଚର ।୯୧।କେଉଂ ଦିଗେ ରାଜ୍ୟ ଅଟେ ରାଜାମାନଂକରନାମଧରି କହ କିନା ମୋହୋର ଛାମୁର ।୯୨।ତୁ ଯେ କୃପାଳୁ ମନ୍ତ୍ରୀ ମୋର ଅଟୁ ଗୁଣବନ୍ତତୋହୋର କଥା ମୁଂ ନ ଲଂଘଇ କଦାଚିତ ।୯୩।ରାଜାର ବଚନେ ମନ୍ତ୍ରୀ କହଇ କରଯୋଡ଼ିସାବଧାନ ହୋଇ ତୁ ହୋ ଶୁଣିମା ଦଣ୍ଡଧାରୀ ।୯୪।ରାଜାମାନଂକର କଥା ଯେ ପଚାରିଲେ ମୋତେୟେକ ୟେକ କରି କହଇ ତୁମ୍ଭଇ ଅଗ୍ରତେ ।୯୫।ଦକ୍ଷିଣ ଦିଗ ମହୋଦଧି ହୋଇଗଲେ ପାରିଲଂକା ନାମେ ତହିଂ ଅଛଇ ୟେକ ଯେ ନଗରୀ ।୯୬।ତହିଂରେ ରାଜପଣ ରାବଣ କରୁଥିଲାଦେବତାଂକ ସଙ୍ଗେ ସେହୁ ବିବାଦୀ ହୋଇଲା ।୯୭।ତାହାର ଭୟେ ଦେବେ ସ୍ୱର୍ଗେ ନ ରହନ୍ତିବଶ୍ୟବୃତ୍ତି ହୋଇଣ ରାବଣକୁ ଖଟିଥାନ୍ତି ।୯୮।ଛପନ ଗଣ୍ଡା ଯୁଗକୁ ଆଇଷ୍ୟ ଅଛଇ ତାହାରବ୍ରହ୍ମା କୁଶଧର ତାକୁ ଦେଇଥିଲେ ବର ।୯୯।ଦେବତାୟେ ତାର ଉପଦ୍ରବ ସହି ନୁଆରିଲେବିଷ୍ଣୁର ଛାମୁରେ ଦେବେ ଗୁହାରି ଯେ କଲେ ।୧୦୦।ମର୍ତ୍ତ୍ୟପୁରେ ନାରାୟଣ ହୋଇଲେକ ଜାତଦଶରଥ ରାଜାଘରେ ହୋଇଲେ ସମ୍ଭୂତ ।୧୦୧।ମନୁଷ୍ୟର ଶରୀର ସେ ଧଇଲେ ନରହରିକଇକୟାଂକ ଛଳେ ବନକୁ ଗଲେ ଚାପଧାରୀ ।୧୦୨।ଭାଇ ଭାରିଜା ଯେ ସଙ୍ଗତେ ଘେନି ଗଲେଦଣ୍ଡକା ଅରଣ୍ୟରେ ଯାଇଣ ରହିଲେ ।୧୦୩।ଶ୍ରୀରାମଂକ ଭାରିଜା ଯେ ସୀତା ମହାସତୀବାରତା ପାଇଣ ଚୋରାଇ ନେଲା ଲଂକପତି ।୧୦୪।ଭାରିଯାର ଛଳେ ତହୁଂ ଶ୍ରୀରାମ ଧାଇଂଲେଋକ୍ଷ କପିବଳମାନ ତହିଂ ରୁଣ୍ଡ କଲେ ।୧୦୫।ତାହାଂକର ହାଥେ ଯେ ସେତୁବନ୍ଧ ବାନ୍ଧିଲେପର୍ବତ ଅଣାଇ ଯେ ସାହେର ବନ୍ଧାଇଲେ ।୧୦୬।ରାବଣର ଭାଇ ଯେ ନାମ ବିଭୀଷଣସେ ଆସି ଶ୍ରୀରାମରେ ପଶିଲା ଶରଣ ।୧୦୭।ତାହାନ୍ତ ଶ୍ରୀରାମ ଯେ ଲଂକାର ରାଜା କରିରାବଣର ବଂଶଯାକ ପକାଇଲେ ମାରି ।୧୦୮।ବାସ୍ତରୀ କୁମର ଯେ ତେରଶତ ନାତିୟେକେ ୟେକେ ତିନିପୁର ସାଧି ସେ ପାରନ୍ତି ।୧୦୯।କୁମ୍ଭକର୍ଣ୍ଣ ନାମେ ଥିଲା ତାର ୟେକ ଭାଇଚଉଦ ଭୁବନେ ବୀର ତା ସମାନେ ନାହିଂ ।୧୧୦।ଇନ୍ଦ୍ରଜିତ ବୋଲି ତାର ୟେକଇ କୁମରମେଘରେ ଲୁଚି କରଇ ସେ ବୀର ସମର ।୧୧୧।ସେ ବୀରଗୋଟା ଲକ୍ଷ୍ମଣ ହାଥେ ପ୍ରାଣ ଦିଲାରାବଣର ଦଶମୁଣ୍ଡ ଶ୍ରୀରାମ ଛେଦିଲା ।୧୧୨।ବିଭୀଷଣକୁ ଲଂକାରେ କରିଣ ନୃପତିବୋଇଲେ ତୁ ଯୁଗେ ଯୁଗେ ଥିବୁ ୟେହିମତି ।୧୧୩।ବୋଇଲେ ରାମନାମ ଯେତେକାଳ ଥିବତେତେକାଳ ତୋର ରାଜାପଣ ରହିଥିବ ।୧୧୪।ତ୍ରେତୟା ଦ୍ୱାପର ଦୁଇ ଯୁଗ ୟେବେ ହୋଇଲାନୃପତିପଣ ଯେ ତହିଂ ବିଭୀଷଣ କଲା ।୧୧୫।ସେ ରାଜାକୁ ତୁହି ତ ଜିଣି ନୁଆରିବୁ ବଳେଅଭିଷେକ ଯାହାକୁ କରିଛନ୍ତି ରଘୁବାଳେ ।୧୧୬।ମନ୍ତ୍ରୀର ବଚନେ ରାଜା ଆନନ୍ଦେ ହସିଲାଆଉ ରାଜାଂକର ନାମ କହ ହୋ ବୋଇଲା ।୧୧୭।କୃପାଳୁ ମନ୍ତ୍ରୀ ଯେ କହଇ ତୋଷ ଚିତ୍ତେଆବର କଥାୟେ ତୋତେ କହଇ ନରନାଥେ ।୧୧୮।କିଷ୍କିନ୍ଧ୍ୟା ରାଜ୍ୟ ବୋଲି ଅଛଇ ୟେକ ନଗ୍ରେତହିଂର ନୃପତି ଅଟଇ ସୁଗ୍ରୀବର ରାଜେ ।୧୧୯।ତାହାର ଜ୍ୟେଷ୍ଠ ଭାଇ ବାଳୀ ନାମେ ମହାରାଣତାହାକୁ ନାରାଜ ଯେ ମାଇଲେ ରଘୁନାନ ।୧୨୦।ସୁଗ୍ରୀବର ସଙ୍ଗେ ସେହୁ ମଇତ୍ର ହୋଇଲେକିଷ୍କିନ୍ଧ୍ୟା କଟକେ ତାକୁ ରାଜପଣ ଦିଲେ ।୧୨୧।ୟେମନ୍ତେ ଯେ ତ୍ରେତୟା ଯୁଗ ଗଲା ବହିତାହାର ନନ୍ଦନ ସୁରବନ୍ତ ରାଜା ହୋଇ ।୧୨୨।ଶ୍ରୀରାମର ବରେ ତାକୁ କାହାକୁ ନାହିଂ ଭୟେତାହାର ତୁଲେ ସଂଗ୍ରାମ କଲେ ତୋତେ ନାହିଂ ଜୟେ ।୧୨୩।ମନ୍ତ୍ରୀର ବଚନେ ରାଜା ମନ ହେତୁ କଲାପୁଣିହିଂ ରାଜାମାନଂକ ଚରିତ ମନ୍ତ୍ରୀକି ପୁଚ୍ଛିଲା ।୧୨୪।ଆଉ କେଉଂଦିଗେ ଅଛଇ ଯେ କେଉଂ କେଉଂ ରାଜାତେବେ ସେ ମୋର ମନୁ ଉପେକ୍ଷିବି ପରିଜା ।୧୨୫।କୃପାଳୁ ମନ୍ତ୍ରୀ ଯେ ମହାଭାଗ୍ୟବନ୍ତପ୍ରୋଢାସୁର ଆଗେ ସେହୁ କହଇ ଗୁପତ ।୧୨୬।ଆଗେ ତ ଶୁଣିଛୁ ଦୁଇ ରାଂଜାକ ଚରିତଜାରାସନ୍ଧ ମାନଗୋବିନ୍ଦର ଚରିତ ବୃତ୍ତାନ୍ତ ।୧୨୭।ଆବର ରାଜାୟେ ଅଛି ଜଦ୍ୟରଥ ନାମଇୟେକରାଜା ଚେଦିଦେଶେ ଦମଘୋଷ ନାମେ ଥାଇ ।୧୨୮।ସପତ ସମୁଦ୍ରେ ରାଜା ବରୁଣ ଯେ ହୋଇପାତାଳେ ରାଜା ବାସୁକି ପୃଥିବୀ ବହଇ ।୧୨୯।କାର୍ତ୍ତିକେଶ୍ୱର ତୋତେ ଯେ ମନା କରିଛନ୍ତିଯମରାଜା ତୁଲେ ତୁହି ନୋହିବୁ ଅପ୍ରୀତି ।୧୩୦।ମଥୁରା କଟକେ ଅଛି ଉଗ୍ରସେନ ରାୟେହରି ବଳରାମଂକର ଅଜାଗୋତ୍ର ହାୟେ ।୧୩୧।ଆବର ରାଜାୟେ ଅଛି ମୃଗସେନ ବୋଲିବ୍ୟାସଂକର ତନୟ ସେ ଅଟଇ ମହାବଳୀ ।୧୩୨।ରାଜାଂକ ଚରିତ ଶୁଣି ପ୍ରୋଢାସୁର କୋପକଲାମନ୍ତ୍ରୀକି ଚାହିଂଣ ସେହୁ ବଚନ ପ୍ରକାଶିଲା ।୧୩୩।ଆଉର ରାଜାମାନଂକ ଚରିତ ଥାଉ ପଛେମୃଗସେନ ଚରିତ ତୁ କହ ମୋ ଆଗେ ପ୍ରତଖ୍ୟେ ।୧୩୪।ମନ୍ତ୍ରୀର ବୋଇଲା ହୋ ସେହୁ ବଡ଼ ବଳୀୟାରଥାଠ ସନ୍ୟ ନାହିଂ ତାର ୟେକା କରଇ ସମର ।୧୩୫।ୟେକା ଧନୁ ୟେକା ନାରାଜ ଯେ ଧରିଥାଇପର ଥାଠ ପଡ଼ିଲେ ସେ ୟେକାୟେ ଯୁଝଇ ।୧୩୬।ମନ୍ତ୍ରୀ କହନ୍ତେଣ ପ୍ରୋଢାସୁର ହସିଣ କହିଲାମୃଗସେନ ବୋଲିଣ ସେ କିମ୍ପେ ନାମ ବୋଲାଇଲା ।୧୩୭।କୃପାଳୁ ମନ୍ତ୍ରୀ ସେ ଯେ କହଇ ବଚନତହିଂର ଚରିତ ଶୁଣ କହୁଛି ରାଜନ ।୧୩୮।ବ୍ୟାସ ମହାଋଷି ମୃଗୁଣୀକି ହରିଥିଲେସଇନ୍ଦୁ ପୁତ୍ରେକ ତହୁଂ ଜନମ ହୋଇଲେ ।୧୩୯।ମନୁଷ୍ୟ ଯୋନିରେ ସେ ଯେ ଜାତ ହେଇନାହିଂମୃଗୁଣୀ ଯୋନିରୁ ଜାତ ହୋଇଅଛି ସେହି ।୧୪୦।ତେଣୁ ସେହୁ ମୃଗସେନ ନାମ ବୋଲାଇଲାବ୍ୟାସଋଷି ଆପଣେ ଯେ ଥାଇ ନାମ ଦେଇଗଲା ।୧୪୧।ବ୍ୟାସଋଷି ପରସାଦେ ସେ କାହାକୁ ନ ଡରଇନିର୍ଭୟ ହୋଇଣ ଗିରି ଶିଖେ ରହିଥାଇ ।୧୪୨।ୟେହା ଶୁଣି ପ୍ରୋଢାସୁର ବଚନ ଭାଷିଲାମନ୍ତ୍ରୀ ମୁଖ ଚାହିଂଣ ଯେ ଆପଣେ ପଚାରିଲା ।୧୪୩।ବୋଇଲା ପ୍ରୋଢାସୁର କେମନ୍ତ କରିବାଦଣ୍ଡ ସଇନ ଘେନି ଚାଲ ତାହା ସଙ୍ଗେ ଯୁଝିବା ।୧୪୪।ମନ୍ତ୍ରୀ ବୋଇଲା ନୋହୋଇ ୟେମନ୍ତ ବିଚାରଋଷି ଅଂଶେ ଜାତ ହୋଇଅଛି ମୃଗସେନ ନୃପବର ।୧୪୫।ପ୍ରୋଢାସୁର ମନ୍ତ୍ରୀକୁ ଘେନି କରଇ ବିଚାରୟେମନ୍ତ ସମୟେ ମିଳିଲେ ଯାଇଂ ନାରଦ ତପଶୀଳ ।୧୪୬।ନାରଦଂକୁ ଦେଖିଣ ଯେ ପ୍ରୋଢାସୁର ଉଠିଲାମନ୍ତ୍ରୀକି ଘେନିଣ ଯେ ନମସ୍କାର କଲା ।୧୪୭।ଗଉରୋବ କରି ତାଂକୁ ବସାଇଲା ପାଖରତୁମ୍ଭର କଲ୍ୟାଣେ ଦିଗବିଜେ କରିଛି ମୁନିବର ।୧୪୮।ଅନେକ ରାଜା ମୁଂ ଯେ ଜିଣିଣ ଅଇଲିକାହାରି ତୁଲେ ଯୁଦ୍ଧ ମୁହିଂ ନ ପାଇଲି ।୧୪୯।ସମସ୍ତ ରାଜାୟେ ସମାଧାନ ଦେଇ ଭଗତି ହୋଇଲେଅନେକ ପ୍ରକାରେଣ ମୋତେ ବିନୋୟୀ କହିଲେ ।୧୫୦।ୟେବେ ମୃଗସେନ ରାଜା ସଙ୍ଗତରେ ମୁହିଂଅବଶ୍ୟ ତାହାର ତୁଲେ ଦ୍ୱନ୍ଦ ଗୋଟିୟେ କରିବଇଂ ।୧୫୧।ପ୍ରୋଢାସୁର ମୁଖରୁ ୟେସନେକ ବାକ୍ୟ ଶୁଣିବଚନ ବଖାଣନ୍ତି ନାରଦ ମହାମୁନି ।୧୫୨।ମୋହୋର ବଚନ ଯେବେ ପାଳିବୁ ମହାରାୟେତେବେ ସେ ତୋର ଆଗେ କହିବି କଥାୟେ ।୧୫୩।ଋଷି ଅଂଶ ଘେନି ସେହୁ ହୋଇଅଛି ଜାତତେଣୁ କରି ଅଟଇ ସେ ମହାବଳବନ୍ତ ।୧୫୪।ୟେକେ ବ୍ରାହ୍ମଣ ,ସେ ଯେ ଅବଧ୍ୟ ଅଟଇଦୁଜେ କ୍ଷତ୍ରୀପଣ କରି ଧନୁ ଶହସ୍ର ଧରଇ ।୧୫୫।ୟେକା ହୋଇଣ ସେହୁ ଯେ କରଇ ସମରତାହାର ସଙ୍ଗେ ସମର କରିବା ଆମ୍ଭର ନୋହଇ ବିଚାର ।୧୫୬।ତାହାର ସଙ୍ଗତେ ତୋତେ ପ୍ରୀତି କରାଇବାତୁମ୍ଭ ଦୁଇଜଣଂକୁ ଯେ ମଇତ୍ର ବନ୍ଧାଇବା ।୧୫୭।ପ୍ରୀତି ବନ୍ଧୁପଣ ଯେ କାଳେ କାଳେ ଥିବତିନିଯୁଗ ପରିଯନ୍ତେ କଥା ରହିଥିବ ।୧୫୮।ନାରଦଂକ ବଚନେ ପ୍ରୋଢାସୁର ଯେ ହସିଲାହୋଉ ବୋଲିଣ ସେହୁ ଯେ ସନମତ କଲା ।୧୫୯।ରାଜାର ବଚନ ଯେ ନାରଦ ଉଠିଲେମୃଗସେନ ସନିଧ୍ୟରେ ଯାଇଣ ମିଳିଲେ ।୧୬୦।ନାରଦଂକୁ ଦେଖିଣ ମୃଗସେନ ରାୟେଉଠିଣ ମୁନିଂକର ଚରଣେ ବିନୟେ ।୧୬୧।କିମର୍ଥେ ମୁନି ହେ ତବ ୟେଥକୁ ଆଗମନମୋତେ ସଂଖୋଳି କି ଅଇଲ ମହାମୁନ୍ୟ ।୧୬୨।ନାରଦେ ବୋଇଲେ ଆମ୍ଭେ ଅଇଲୁ ଯହିଂ ପାଇଂତହିଂର ଚରିତ ହୋ ତୁ ଶୁଣ ମନଦେଇ ।୧୬୩।ପ୍ରୋଢାସୁର ବୋଲିଣ ଯେ ଅସୁର ଗୋଟାୟେଦିଗବିଜେ କରି ଆସି ଜିଣୁଛି ସର୍ବରାୟେ ।୧୬୪।ବଡ଼ାଇ ଗରିଷ୍ଠ ସେହୁ ଅଟଇ ପାମରଦୁଷ୍ଟପଣ କରି ଯେ ବୁଲଇ ମୃତୁପର ।୧୬୫।ୟେବେ ଯେ ତୋହୋର ରାଜ୍ୟକୁ ଆସୁଅଛିତେଣୁ କରି ତୋତେ କହିଲୁ ହୋ ବ୍ୟାସବଚ୍ଛି ।୧୬୬।ଶୁଣିଣ ମୃଗସେନ ଯେ କୋପଭର ହୋଇଲାକାହିଂଅଛି ବୋଲିଣ ଯେ ମୁନିଂକି ପଚାରିଲା ।୧୬୭।ମୁନି ବୋଇଲେ ହୋ ସେହୁ ଅଛଇ ବହୁଦୂରେଆମ୍ଭେ ଦେଖିଣ କହି ଅଇଲୁ ତୋହୋରେ ।୧୬୮।ୟେବେ ଆସି ତୋହୋର ନିକଟେ ହେଲାଣିକି ବିଚାର କରିବା କହ ହୋ ନୃପମଣି ।୧୬୯।ମୃଗସେନ ବୋଇଲା ମୁଂ ତାହାର ସଇନ ବଳ ନାଶିବିୟେକା କାଣ୍ଡକରେ ତାହାର ହୃଦୟ ବିଦାରିବି ।୧୭୦।କେତେ ବଳ ତାହାର ଅଛଇ ୟେବେ ଆସୁଅବଶ୍ୟ ଶରୀର ତାହାର କରିବି ଧୂଳି ପାଂଶୁ ।୧୭୧।ମୃଗସେନ ପ୍ରତଗ୍ୟାଂ ଦେଖିଣ ମୁନିବରକୋମଳ କରିଣ କହନ୍ତି ବଚନ ମଧୁର ।୧୭୨।ବାବୁ ସମସ୍ତ ରାଜାମାନେ ସମାଧାନ ଦିଲେଅନେକ ପ୍ରକାରେ ତାକୁ ବିନୋୟୀ କହିଲେ ।୧୭୩।ତୁ ୟେବେ କଥାୟେ ହୋ କର ନୃପବରଆମ୍ଭର ବଚନକୁ ତୁ ୟେବେ ପ୍ରତିପାଳ ।୧୭୪।ଦୁଷ୍ଟର ସଙ୍ଗତେ କିମ୍ପେ କରିବା ଦ୍ୱନ୍ଦ କଳିବଚନ କର୍ତ୍ତବ୍ୟରେ ଯିବ ସେହୁ ଚଳି ।୧୭୫।ତାହାର ସଂଗତେ ତୋତେ ପ୍ରୀତି କରାଇବାଦୁଇଜଣଂକୁ ଆମ୍ଭେ ସତ୍ୟେ ମନାଇବା ।୧୭୬।ବିନାଶ କାରଣେ ହୋ ନୋହୁ ୟେତେ ଦ୍ୱନ୍ଦଗୋଳୟେଥକୁ କିମ୍ପେ କୋପ କରୁଛୁ ମହୀପାଳ ।୧୭୭।ନାରଦଂକ ବଚନେ ମୃଗସେନ ଯେ ବୋଇଲାମୁନିଂକ ବଚନ ମୋର ମେଣ୍ଟଣ ନ ଗଲା ।୧୭୮।ୟେମନ୍ତେ ପ୍ରୋଢାସୁର ଯେ ଦଣ୍ଡ ସନ୍ୟ ଚଳାଇପର୍ବତର ତଳେ ସେହୁ ମିଳିଲାକ ଯାଇଂ ।୧୭୯।ଟମକ ନିଶାଣ ବାଜଇ ଯେ ଗୁରୁ ଟାଣଶୁଣିଣ ମୃଗସେନ ଯେ କରଇ କୋପମନ ।୧୮୦।ନାରଦେ ବୋଇଲେ କୋପ ନ କର ତୁ ରାୟେଆମ୍ଭର ବଚନେ ଶାନ୍ତୁହୁଅ ବ୍ୟାସଂକ ତନୟେ ।୧୮୧।ମୃଗସେନକୁ କହିଣ ନାରଦେ ଚଳିଗଲେପ୍ରୋଢାସୁର ଛାମୁରେ ସେ ଯାଇଂଣ ମିଳିଲେ ।୧୮୨।ପ୍ରୋଢାସୁର ଉଠି ଯେ କରଇ ନମସ୍କାରକି ବିଚାର ତହିଂରେ କଲ କହ ହୋ ମୁନିବର ।୧୮୩।ନାରଦେ ବୋଇଲେ ତାହା କହିବା ତୋର ଆଗେଦ୍ୱନ୍ଦରେ ଆରମ୍ଭ ନ କରିବ ତୋର ସଙ୍ଗ ।୧୮୪।ସର୍ବ ଶୁଭ କଥା ଶୁଣିଲୁ ଯେ ଶୁଭ ଭାଗ୍ୟେପ୍ରୀତି କଥାମାନ କହିଲା ସେ ମୋର ଆଗେ ।୧୮୫।ଶୁଣିଣ ପ୍ରୋଢାସୁର ଯେ ସନ୍ତୋଷ ହୋଇଲାବହୁତ ବିନୋୟୀ ହୋଇ ମୁନିଂକି ପ୍ରଶଂସିଲା ।୧୮୬।ମୁନିୟେ ବୋଇଲେ ଦୁହେଂ ମଇତ୍ର ଯେ ହୁଅଯୁଗେ ଯୁଗେ କଥା ପୁଣ ରୁହାଇଣ ଥାଅ ।୧୮୭।ୟେତେ କହି ମୁନି ଯେ ବହନ ଉଠିଲେମୃଗସେନ ରାଜା ପାଶେ ସେହୁ ଯାଇଂଣ ମିଳିଲେ ।୧୮୮।ଦୁହିଂକ ପ୍ରୀତି ସେ କରାଇବା ହାଦେକଳି ଦ୍ୱନ୍ଦ ନୋହୁ ସେହୁ ଯାଉ ଅପ୍ରମାଦେ ।୧୮୯।ମୁନିଂକ ବଚନେ ମୃଗସେନ ସନମତ କଲାହୋଉ ବୋଲିଣ ସେ ଯେ ବଚନ ଭାଷିଲା ।୧୯୦।ପ୍ରୋଢାସୁରକୁ ତହୁଂ ଯେ ଘେନାଇଗଲେ ମୁନିଦୁଇ ରାଜାଂକୁ ସେ ଭେଟ କରାଇଲେ ପୁଣି ।୧୯୧।ସୁକୃତ ଲଗାଇ ଦୁହିନ୍ତି ମଇତ୍ର ବନ୍ଧାଇଲେବିଧି ପ୍ରକାରେ ପ୍ରୋଢାସୁରକୁ ବାହୁଡ଼ାଇ ଦିଲେ ।୧୯୨।ତହୁଂ ଥାଠ ଘେନିଣ ସେ ଚଳଇ ବହନକାମେଶ୍ୱର ବନେ ଯେ ପ୍ରବେଶ ତତକ୍ଷଣେ ।୧୯୩।ସେ ଦେଶର ରାଜା ଯେ କାମେଶ୍ୱର ରାୟେବାରତା ପାଇଣ ସେହୁ ମନ୍ତ୍ରୀକି ହକରାୟେ ।୧୯୪।କି ବୁଦ୍ଧି କରିବା ୟେବେ ହୋ କହ ମନ୍ତ୍ରୀବରପ୍ରୋଢାସୁର ବାହିଲା ଯେ ଆମ୍ଭର ରାଜ୍ୟର ।୧୯୫।ଯୁଦ୍ଧ ଆରମ୍ଭିବା କି ପ୍ରୀତି ଆରମ୍ଭିବାକିବା ସମାଧାନ ଦେଇ ତାକୁ ବାହୁଡ଼ାଇ ଦେବା ।୧୯୬।ତୁ ଯେ ମନ୍ତ୍ରୀବର ହୋ ବିଚାରିଣ କହମନ୍ତ୍ରୀ ବୋଇଲା ଶୁଣିବାକୁ ଅବଧାନ ହୋଅ ।୧୯୭।ପ୍ରୋଢାସୁର ଅସୁର ଯେ ଅଟଇ ବଡ଼ ଦୁଷ୍ଟବଡ଼ାଇ ଦ୍ୱନ୍ଦୀ ସେହୁ ଅଟଇ ଗରିଷ୍ଠ ।୧୯୮।ଯୁଦ୍ଧ କଲେ ତାହାକୁ ଆମ୍ଭେ ନୁଆରିବା ଜିଣିଅକାରଣେ ଅନେକ ଲୋକ ମରାଇବା ପୁଣି ।୧୯୯।ରାଜ୍ୟର ଜନ ପରାଜୟେ ହୋଇବାକ ଧ୍ୱଂସିଯୁଦ୍ଧ ନ କରିବା ହୋ ଶୁଣ ନୃପଶିଷି ।୨୦୦।ସମାଧାନ ଦେବା ସେ ବାହୁଡ଼ିଣ ଯାଉମୋହୋର ବିଚାରକୁ ଯେ ଯୋଗାଇଲା ୟେହୁ ।୨୦୧।କାମେଶ୍ୱର ରାଜା ତହୁଂ ବୋଲଇ ବଚନତୋହୋର ବଚନ ମୁଂ କେବେହେଂ ନ କରଇ ଆନ ।୨୦୨।ୟେମନ୍ତର ସମୟେ ଟମକ ନିଶାଣ ବାଜିଲାଧାଇଂ ଆସିଣ ଡଗର ଯେ ବାରତା କହିଲା ।୨୦୩।ପ୍ରୋଢାସୁର ବାହିଲା ହୋ ତୋହୋର ରାଜ୍ୟକୁୟେଥକୁ ଉପାୟ ହୋ ବିଚାର ମନକୁ ।୨୦୪।ୟେହା ଶୁଣିଣ ରାଜା ମନ୍ତ୍ରୀକି ଚାହିଂସମାଧାନ ତିଆରିଣ ଯିବା ତାଂକ ତହିଂ ।୨୦୫।ଆଗ୍ୟାଂ ପ୍ରମାଣେ ମନ୍ତ୍ରୀ ତତକ୍ଷଣେ ଚଳିଗଲେଶତେକ ରଥରେ ପାଣିଦ୍ରବ୍ୟ ପୂରେଇଲେ ।୨୦୬।ଅଳପ ସନ୍ୟ ଯେ ସଜକଲା ରାୟେଆପଣେ ଦିବ୍ୟ ବେଶ ହୋଇଲା ଗୋଟାୟେ ।୨୦୭।ସୁଖାସନ ଚଢି ରାଜା ବାହାର ହୋଇଲାସଙ୍ଗତରେ ମନ୍ତ୍ରୀବରକୁ ୟେ ଘେନାଇଲା ।୨୦୮।ତହୁଂ ଖଣ୍ଡେ ଦୂର ଗଲେକ ଚଳାଇପ୍ରୋଢାସୁର ଛାମୁରେ ମିଳିଲାକ ଯାଇଂ ।୨୦୯।ଶିରେ କର ଦେଇଣ ସେ ବିନୟୀ ହୋଇଲାଶତେ ରଥ ପାଣିଦ୍ରବ୍ୟ ଛାମୁରେ ଥୋଇଲା ।୨୧୦।ଅନେକ ପ୍ରକାରେ ରାଜା ବିନୟୀ ହୋଇଲାଦୋଷ କ୍ଷମାକର ବୋଲି ସେ ବୋଇଲା ।୨୧୧।କାମେଶ୍ୱର ରାଜାର ବିନୟ ଭଗତିଭାବ ଦେଖିକୋପ ଶାନ୍ତି କଲା ଯେ ହୋଇଲା ପରମ ସୁଖୀ ।୨୧୨।ସମାଧାନ ପାଇଣ ଯେ ପ୍ରୋଢାସୁର ବାହୁଡ଼ିଲାଥାଠ ସନ୍ୟ ଘେନାଇଣ ତହୁଂ ଚଳିଗଲା ।୨୧୩।ୟେମନ୍ତ ସେ ଥୋକାୟେ ଦୂର ଅନ୍ତରଣେନଗ୍ରେକ ଦେଖିସଲା ସେ ବଡ଼ାଇ ବିତକ୍ଷଣ ।୨୧୪।ସେ ନଗ୍ରର ନାମ ସୁଜାଣ ଅଟଇଅମରାବତୀକି ଜାଣି ପଟାନ୍ତର ସେହି ।୨୧୫।ସେ ରାଜାର ନାମ ଯେ ଅଟଇ ସୁରବୀରନଗ୍ରଗୋଟି ତାର ଅତିହିଂ ସୁସଞ୍ଚ ସୁନ୍ଦର ।୨୧୬।ରାଜ୍ୟ ପ୍ରଜାଜନମାନେ ଅଟନ୍ତି ବଡସୁଖୀଧନବନ୍ତ ପଣେ ତାକୁ କୁବେର ସଙ୍ଗେ ଲେଖି ।୨୧୭।ସେ ସୁରବୀର ରାଜା ଅଟଇ ବଡ଼ ବିଗ୍ୟଂବନ୍ତକାହାରି ସଙ୍ଗରେ ସେହୁ ନ କରଇ ଅନର୍ଥ ।୨୧୮।ଆପଣା ସୁଖେ ସେ ତାର ରାଜ୍ୟ କରୁଥାଇକାହାରି ସଙ୍ଗରେ ସେ ଯେ ଖଡ଼ିଆଳି ନୋହଇ ।୨୧୯।ଶତ୍ରୁ ବୋଲି ରାଜା କିଛିହିଂ ନ ଜାଣଇପରରାଷ୍ଟ୍ର ପଡ଼ିଲେ ରାଜା ଧର୍ମେଣ ନିବାରଇ ।୨୨୦।ଦାନୀପଣକୁ ରାଜା କର୍ଣ୍ଣର ସମାନନିରନ୍ତରେ ବିଷ୍ଣୁପାଦେ କରୁଥାଇ ଧ୍ୟାନ ।୨୨୧।ତାହାର ରାଜ୍ୟକୁ ଯେ ପ୍ରୋଢାସୁର ବାହିଲାୟେ ବାରତା ଯାଇଂ ତାକୁ ଡଗରା ଜଣାଇଲା ।୨୨୨।ସାବଧାନ ହୋଇ ତୁମ୍ଭେ ଶୁଣିମା ଗୋସାଇଂତୋହୋର ରାଜ୍ୟକୁ ପ୍ରୋଢାସୁର ସମଦଣ୍ଡ ଯେ ଚଳାଇ ।୨୨୩।ଶୁଣିଣ ସୁରବୀର ବଡ କାତର ହୋଇଲାଗୋବିନ୍ଦଂକ ଶ୍ରୀଚରଣେ ରାଜା ଚିତ୍ତବୃତ୍ତି ଦିଲା ।୨୨୪।ଜଗତର ନାଥ ତୁମ୍ଭେ କର ମୋତେ ତ୍ରାହିତୋହୋର ଚରଣ ବିନୁ ମୁଂ ଅନ୍ୟଗତି ନ ଜାଣଇ ।୨୨୫।ଭଗତମଚ୍ଛଳ ହରି କରୁଣା ସାଗରନାମଗୋଟି ଯାହାରଟି ସଂସାରରେ ସାର ।୨୨୬।ସେ ପ୍ରଭୁ ମୋତେ ସର୍ବଦା ଦୟା କରିଥାଇଂଘୋର ବିପଦରୁ ସେ ମୋତେ ଉଦ୍ଧରି ଧରଇ ।୨୨୭।କରୁଣାସାଗର ଗୋସାଇଂ କରୁଣା କର ମୋତେତୁମ୍ଭର ପ୍ରସାଦେ ମୁଂ ବ୍ରତଇ ନିଶ୍ଚିତେ ।୨୨୮।ୟେବେ ଆସି ସୋତେ ପ୍ରଭୁ ପଡ଼ିଲା ବିପତ୍ତିବେଳେକ ଉଦ୍ଧରି ଧର ଦେବ ଶିରୀପତି ।୨୨୯।ୟେମନ୍ତେ ଅନେକ ସ୍ତୁତି କଲା ଯହୁଂ ରାଜାକଣ୍ଠରେ ବିଜେ କଲେ ବ୍ରହ୍ମାର ତନୁଜା ।୨୩୦।ବୁଦ୍ଧିୟେକ ଆସି ତାର ପ୍ରସରିଲା ମନେସମାଧାନ ଦେଇ ତାକୁ କରିବା ଦ୍ରଶନେ ।୨୩୧।ୟେତେକ ବିଚାରି ରାଜା ମନ୍ତ୍ରୀକି ଚାହିଂଲାଦେଖା ଦରଶନି ଧନ ସଜକର ହୋ ବୋଇଲା ।୨୩୨।ଆଗ୍ୟାଂ ପରମାଣେ ମନ୍ତ୍ରୀବର ଯେ ଚଳଇପଞ୍ଚାଶ ରଥରେ ପାଣିଦ୍ରବ୍ୟ ଯେ ପୂରୋଇ ।୨୩୩।ଆପଣେ ମନ୍ତ୍ରୀବର ବେଗେ ସଜହେଲାପୁଣିହିଂ ରାଜା ଛାମୁରେ ଯାଇଂ ସେ ମିଳିଲା ।୨୩୪।ପଞ୍ଚାଶ ରଥରେ ପାଣିଦ୍ରବ୍ୟ ସଜକରିୟେବେ କିସ ବିଚାର ମନ୍ତ୍ରୀବର ପଚାରି ।୨୩୫।ସୁରବୀର ରାଜା ବୋଲଇ ୟେହି ଅନକୂଳେ ଯିବାସମାଧନ ଦେଇ ତାହା ସଙ୍ଗେ ପୀରତି ହୋଇବା ।୨୩୬।ରଥକେ ଚଢି ରାଜା ବାହାର ଯେ ହୋଇପ୍ରୋଢାସୁର ଆଗେ ଡଗର କହିଲେକ ଯାଇଂ ।୨୩୭।ଶୁଣିମା ହୋ ସାବଧାନେ ନୃପତି କୁଳସାଇଂସାବଧାନ ନେଇ ସୁରବୀର ରାଜା ଆସଇ ଚଳାଇ ।୨୩୮।ପ୍ରୋଢାସୁର ବୋଇଲା ଯେବେ ପ୍ରୀତିପଣେ ଆସୁଅଛିତାହାର ସଙ୍ଗେ ଆମ୍ଭେ ଦ୍ୱନ୍ଦ ବାଦ ନ କରିବା କିଛି ।୨୩୯।ୟେଥୁ ଅନନ୍ତରେ ହୋ ଶୁଣିମା ଦିବ୍ୟରସସୁରବୀର ରାଜା ମିଳିଲା ପ୍ରୋଢାସୁର ପାଶ ।୨୪୦।ଶିରେ କର ଦେଇଣ ଯେ କହଇ ବଚନଦୟା କଲ ମୋହୋର ରାଜ୍ୟରେ ପଡ଼ିଲା ଚରଣ ।୨୪୧।ପଞ୍ଚାଶ ରଥ ପାଣିଦ୍ରବ୍ୟ ଛାମୁରେ ଥୋଇଲାଅନେକ ବିନୋୟୀ ହୋଇଣ ବଚନ ଭାଷିଲା ।୨୪୨।ରାଜାର ବିନୟ ଭଗତି ଦେଖି ପ୍ରୋଢାସୁରଭଗତି ଘେନି ତହୁଂ ହୋଇଲା ବାହାର ।୨୪୩।ସମସ୍ତ ଦଣ୍ଡ ସନ୍ୟ ଘେନିଣ ଚଳଇ ଆପଣସୁରବୀର ରାଜାକୁ ସେହୁ ମେଲାଣି ଦେଇଣ ।୨୪୪।ୟେହିରୂପେ ଅନେକ ରାଜ୍ୟ ଭ୍ରମଣି ସେ କଲାକେହୁଣସି ରାଜ୍ୟଠାରେ ସେ ଦ୍ୱନ୍ଦ ନ ପାଇଲା ।୨୪୫।ଶୁଣ ମନୁରାଜା ହୋ ବଦୟନ୍ତି ଅଗସ୍ତିୟେକମନ ହୋଇ ଶୁଣ ମହାଭାରଥ ରୀତି ।୨୪୬।ତୁ ଯେ ପଚାରିଲୁ ଶୁଣ ସାବଧାନେଅପଂଣ୍ଡିତ ପଣ୍ଡିତ ହୋୟେ ୟେହା ଶୁଣିଲେ ଶ୍ରବଣେ ।୨୪୭।ଶୁଣିଣ ମନୁ ରାଜା ମୁନିଂକ ଚରଣେପୁଣ ପୁଣ ନମସ୍କାର କରଇ କ୍ଷଣେ କ୍ଷଣେ ।୨୪୮।ସାବଧାନ ହୋଇ ଣୁଣିମା ଗୋସାଇଂୟେବେ ପ୍ରୋଢାସୁର କି କଲା ମୋତେ କହିବା ବୁଝାଇ ।୨୪୯।ସୁରବୀର ରାଜାକୁ ସେ ମେଲାଣି ଯେ ଦିଲାସମଦଣ୍ଡ ଘେନିଣ ଯେ ସେହୁ ତହୁଂ ବାହୁଡ଼ିଲା ।୨୫୦।କେବଣ ଦେଶକୁ ସେହୁ ଗଲାକ ଚଳାଇୟେହା ମୋତେ ବୁଝାଇ କହ ହୋ ପୁଣ୍ୟଦେହୀ ।୨୫୧।ଶୁଣିଣ ଅଗସ୍ତି ମୁନି ସନ୍ତୋଷ ହୋଇଲେରାଜାଂକ ମୁଖକୁ ଚାହିଂ ବଚନ ବୋଇଲେ ।୨୫୨।ସୁରବୀର ରାଜ୍ୟରୁ ଖଣ୍ଡେ ଦୂର ଯାଇଂପ୍ରୋଢାସୁର ମନେ ଯେ ବିଚାର କରଇ ।୨୫୩।ମନ୍ତ୍ରୀ ମୁଖ ଚାହିଂଣ ଯେ ଭାଷଇ ବଚନମଞ୍ଚ ମଣ୍ଡଳଯାକ ମୁଂ ଅଇଲି ଭ୍ରମିଣ ।୨୫୪।କେହୁଣସି ରାଜା ମୋତେ ଅସାଧ୍ୟ ନୋହିଲେତିନିପୁରେ ୟେକାଙ୍କ ଚକ୍ରବତୀ ହୋଇଲଇଂ ଭଲେ ।୨୫୫।ୟେବେ ଚାଲ ହୋ ନିଜ ରାଜ୍ୟକୁ ମୋର ପିତାନିଚିନ୍ତ ହୋଇଣ ଯେ ଆମ୍ଭେ ରାଜ୍ୟ କରୁଥିବା ।୨୫୬।ମନ୍ତ୍ରୀ ବୋଇଲା ହୋ ଯେ ତୋହୋର ଆଗ୍ୟାଂମୋହୋର ବେଳେ କରି ନୋହୋଇ ଅବଗ୍ୟାଂ ।୨୫୭।ୟେମନ୍ତେ ମନୁରାୟେ ଶୁଣିମା ଦିବ୍ୟରସଶୂନ୍ୟୁଂ ଆସି ମିଳିଲେ ବ୍ରହ୍ମାଂକର ଶିଷ ।୨୫୮।କନ୍ଧେ ବୀଣା ଯନ୍ତ୍ର ଯେ କରେ ଦଣ୍ଡ ଲାଇବିଭୂତି ଅଙ୍ଗେ ବୋଳି ବାଇବସ୍ର ପରିହରଣ ହୋଇ ।୨୫୯।ୟେମନ୍ତ କଳି ଧୋକଡ଼ି ମୁଣି କାଖରେ ଯାକିଛନ୍ତିହରି ଧୂନି କରିଣ ସେ ଶୂନ୍ୟରେ ଗମନ୍ତି ।୨୬୦।ସେ କଳହପ୍ରିୟ ମୁନି ଖୋଜୁଥାନ୍ତି କଳିକଳି ଦ୍ୱନ୍ଦ ନ ପାଇଲେ ମନ ତାଙ୍କ ହୁଅଇ ଆକୁଳି ।୨୬୧।ପୂର୍ବରୁ ଶାପ ତାଂକର କେବେହେଂ ମେଣ୍ଟଣ ନ ଯାଇଥିର ହୋଇଣ ମୁନି କ୍ଷଣହେଂ ନ ରହଇ ।୨୬୩।ମୁନି ଶୂନ୍ୟରୁ ଓହ୍ଲାଇଣ ମଞ୍ଚକୁ ଅଇଲେପ୍ରୋଢାସୁର ଛାମୁରେ ସେ ଯାଇଣ ମିଳିଲେ ।୨୬୪।ରଥ ଉପରେ ଥାଇଣ ଯେ ଦେଖିଲା ଅସୁରଉଠିଣ ନାରଦଂକ ଛାମୁରେ କଲାକ ଦରଶନି ନମସ୍କାର ।୨୬୫।ଆଜ ମୋର ବଡ ଭାଗ୍ୟ ଦେଖିଲି ମୁନିମଣିବଡ଼ ଦୟାକରି ମୋତେ ଶଙ୍ଖୋଳି ଅଇଲ ତ ପୁଣି ।୨୬୬।ରାଜାର ବିନୟ ଯେ ଭଗତି ଭାବ ଦେଖିଗଉରୋବ ପାଇଣ ତହିଂ ବସିଲେ ବ୍ରହ୍ମବଚ୍ଛି ।୨୬୭।ସମସ୍ତ ଚରିତ ଦୁହେଂ କୁହାକୁହି ହ୍ୱନ୍ତିପ୍ରୋଢାସୁର ବୋଲଇ ଶୁଣ ହୋ ମହାଯତି ।୨୬୮।ପୃଥୀଯାକ ବୁଲିଣ ମୁଂ ସମସ୍ତ ସାଧ୍ୟ କଲିଅନେକ ରାଜ୍ୟ ମୁହିଂ ଭ୍ରମି ଭ୍ରମି ଫୁଟିଲି ।୨୬୯।ୟେଠାରେ ବିଶ୍ରାମ ମୁହିଂ କରିଅଛି ଆଜୟେବେ ଲେଉଟିଣ ମୁଂ ଯିବି ନିଜ ରାଜ୍ୟ ।୨୭୦।ପ୍ରୋଢାସୁର ମୁଖରୁ ୟେସନେକ ଶୁଣିକଳହ ପ୍ରିୟ ମୁନି ବଚନ ଯେ ଭଣି ।୨୭୧।କଳି ନ ପାଇଣ ମୁନି ଯେ ଭ୍ରମନ୍ତି ଦେଶେ ଦେଶେୟେବେ ମିଳିଲେ ଆସି ପ୍ରୋଢାସୁର ପାଶେ ।୨୭୨।ହସିଣ ବୋଲନ୍ତି ତୁ ହୋ ଶୁଣ ମହାରାୟେଗୁପତ କରି ତୋତେ କହିବା କଥାୟେ ।୨୭୩।ସବୁନ୍ତି ଜିଣିଲୁ ଆହୁରି ଅଛଇ ୟେକଜଣତାହାକୁ ଜିଣିଲେ ତୁ ବୋଲାଇବୁ ବିତକ୍ଷଣ ।୨୭୪।କୃତକେଶୀ ବୋଲି ରାଜା ୟେକ ଅଛିତାହାର ରାଜ୍ୟରେ କେହୁ ନୁଆରନ୍ତି ପଶି ।୨୭୫।ତାହାର ରାଜ୍ୟକୁ ବେଢିଛି ପର୍ବତ ମାଳଅଗମ୍ୟ ଲତା ତହିଂ ପନ୍ତି ପନ୍ତି ଗହଳ ।୨୭୬।ଆବର କଥାୟେକ କରିଛି ଭିଆଣପର୍ବତ ଚାରିପାଖେ ଖଣା ଖୋଳାଇଛି ଜାଣ ।୨୭୭।ସାତ ତାଳ ଗଭୀର ତହିଂ ଥଳ କୂଳ ନାହିଂଯମୁନା ନଦୀରୁ ଧାର ବୁହାଇଅଛି ତହିଂ ।୨୭୮।ନିଚିନ୍ତ ହୋଇଣ ସେହୁ ରାଜ୍ୟ କରୁଥାଇଶତ୍ରୁ ଉପଗତ ତହିଂରେ ନ ପଡ଼ଇ ।୨୭୯।ନାନାଦି କୃଷି ଉପୁଜଇ ତାହାର ରାଜ୍ୟରଧାନ ମାତ୍ର ନ ଉପୁଜଇ ବହୁତ ତହିଂର ।୨୮୦।ପାଞ୍ଚ ସହସ୍ର ରଥୀ ଯେ ଗଜ ୟେକଲକ୍ଷବେନିଲକ୍ଷ ଅଶ୍ୱ ତାର ଅଛନ୍ତି ପ୍ରତକ୍ଷ ।୨୮୧।ପାଞ୍ଚଲକ୍ଷ ପାଦାନ୍ତି ସଇନି ପରିମାଣିସେ ରାଜ୍ୟକୁ ବାବୁ ତୁହି ପାରିବୁ କି ଜିଣି ।୨୮୨।ତାହାର ରାଜ୍ୟକୁ ତ ଯିବାକୁ ବାଟ ନାହିଂନଦୀରେ ପଶିଲେ ତ ଥଳକୂଳ ନାହିଂ ।୨୮୩।ମୁନିଂକ ମୁଖରୁ ଯେ ୟେସନେକ ଶୁଣିଲାକୋପଭର ହୋଇଣ ସେହୁ ଗର୍ଜିଣ ଉଠିଲା ।୨୮୪।ମନ୍ତ୍ରୀକି ଚାହିଂଣ ସେହୁ କହଇ ବଚନଦଣ୍ଡ ସାଜ ବେଗେ ଯିବା କୃତକେଶୀର ଭୁବନ ।୨୮୫।ନାରଦଂକ କଥା ଶୁଣି ମୋର ନ ସହଇ ଦେହୀତାହାର ତୁଲେ ମୁଂ ଯେ ଅବଶ୍ୟ ଦ୍ୱନ୍ଦ କରିବଇଂ ।୨୮୬।ଶୁଣି ମନୁ ରାଜା ଅଗସ୍ତିଂକି ଯେ ପଚାରିକୃତକେଶୀ ଠାରେ କିମ୍ପେ ନାରଦ କୋପ କରି ।୨୮୭।ୟେଥିରେ ଚରିତ ମୋତେ କହିବା ଗୋସାଇଂତେବେ ସେ ମନରୁ ମୋର ଭ୍ରାନ୍ତି ଯେ ଫିଟଇ ।୨୮୮।ଅଗସ୍ତି ବୋଇଲେ ତୁ ହୋ ଶୁଣ ମନୁ ପୁରୁଷୟେକମନେ ଶୁଣ କହିବା ତହିଂର ସନ୍ଦେଶ ।୨୮୯।ଦିନେକ ନାରଦ ମୁନି ତାର ରାଜ୍ୟକୁ ଅଇଲେଦଣ୍ଡ ବୀଣା ବାଇଣ ଆସ୍ତାନକୁ ଉଠିଗଲେ ।୨୯୦।ନାରଦଂକୁ ଦେଖି କୃତକେଶୀ ନ ଉଠିଲାବସିବା ଠାବରେ ମୁନିଂକି ଯେ ନମସ୍କାର କଲା ।୨୯୧।ତାହାର ଅଣଆଦର ଦେଖିଣ ମୁନିବରମନେ ମନେ ଖଙ୍ଗ ସେହୁ ପାଇଲେ ଅପାର ।୨୯୩।ବସି କରି ୟେହୁ ମୋତେ କଲା ନମସ୍କାରମୋହୋର ଆଗେ ଗର୍ବ କଥା କହଇ ଅପାର ।୨୯୪।କୃତକେଶୀ ପଚାରିଲା ଥିର ହେ ମୁନି କାହିଂମୁନି ବୋଇଲେ ମୁଂ ଆକାଶୁ ଆସୁଛି ଚଳାଇ ।୨୯୫।ମଞ୍ଚ ମଣ୍ଡଳରେ ମୁହିଂ ଭ୍ରମିବଇଂ ଥରେଉପାଧି କଥାମାନ ଦେଖିବା ନୟନରେ ।୨୯୬।ସମସ୍ତ ରାଜାମାନଂକର ପୁରକୁ ମୁଂ ଯିବଇଂଯାହାର ଯେମନ୍ତ ଭଗତିଭାବ ଦେଖିବଇଂ ।୨୯୭।କୃତକେଶୀ ପଚାରଇ ଶୁଣିମା ଗୋସାଇଂମୋହୋଠାରୁ ବଳବନ୍ତ କେହୁ ରାଜା ହୋଇ ।୨୯୮।ନାରଦେ ବୋଇଲେ ଅନେକ ଛନ୍ତି ବଳୀ ମହାରଥାୟେକାୟେ ପୃଥୀ ଜିଣିବାକୁ ଅଟନ୍ତି ସାମରଥା ।୨୯୯।ନାରଦେ ଯହୁଂ ସେ କହିଲେ ଆଗ ବଢିଶୁଣି କୃତକେଶୀ ମନରେ ଯେ ଭାଳି ।୩୦୦।ଉପ୍ରୋଧେ ମୁନିଂକି କିଛିହିଂ ନ ବୋଇଲାକଳହପ୍ରିୟ ମୁନିଂକି ଭାଷାରେ ଗାଳି ଦିଲା ।୩୦୧।କଳି ନ ପାଇଣ ମୁନି ବୁଲନ୍ତି ଦେଶେ ଦେଶକଳି ପାଇଲେ ମୁନି ମନରେ ହରଷ ।୩୦୨।ୟେବେ ତ ଦ୍ୱନ୍ଦ କଳି ଲୋଡୁଛି ମୁନି ଦେହୀକଳି ଧୋକତି ମୁଣିକି କାଖରେ ଯେ ଲାଇ ।୩୦୩।ମନ୍ଦ ପ୍ରକୃତି ତୁମ୍ଭେ କେବେହେଂ ନ ଛାଡ଼କଳି ଦ୍ୱନ୍ଦ କଥା ତୁମ୍ଭ ମନକୁ ସେ ବଡ଼ ।୩୦୪।ୟେମନ୍ତ ପ୍ରକାରେ ଯେ ମୁନିଂକି ଗାଳି ଦିଲାମୁନିଂକ ହୃଦରେ ମହାକୋପ ଯେ ବସିଲା ।୩୦୫।କୋପେଣ ଥରହର ହୋଇଣ ବ୍ରହ୍ମମୁନିକୃତକେଶୀ ଛାମୁରୁ ଉଠିଲେ ତତକ୍ଷଣି ।୩୦୬।ସେହି ଠାବରୁ ମୁନି କୋପେଣ ଅଇଲେପ୍ରୋଢାସୁର ଛାମୁରେ ଯାଇଣ ପ୍ରବେଶ ହୋଇଲେ ।୩୦୭।ତୁ ଯେ ପଚାରିଲୁ କୃତକେଶୀ ରାଜା କଥାୟେକମନ ହୋଇ ଶୁଣିଲୁ କି ମନୁଗ୍ୟାଂତା ।୩୦୮।ୟେମନ୍ତ ପ୍ରକାରେ କୃତକେଶୀ କି ନାରଦ କୋପକଲେପ୍ରୋଢାସୁରକୁ ବହୁତ ପ୍ରବର୍ତ୍ତାଇ କହିଲେ ।୩୦୯।ଯେମନ୍ତେ ତାହାର ରାଜ୍ୟକୁ ମୁଂ କରିବଇଂ ନାଶତେବେ ସେ ମୋହୋର ରହିବ ସିନା ବଡ଼ ଯଶ ।୩୧୦।ମୋହୋର ଆଗରେ ସେ ଗର୍ବ କଥା କହିଲାମୋହୋର ବଚନ ସେହୁ ଅବଗ୍ୟାଂ ଯେ କଲା ।୩୧୧।ଗର୍ବକଥାକୁ ମୁଂ ଯେ କେବେହେଂ ନ ସହଇଶାପ ଦିଲେ ତ ଅବଶ୍ୟ ଅଧର୍ମ ପାଇବଇଂ ।୩୧୨।ପର ହାଥେ ତାହାକୁ ମୁଂ ଦିଆଇବି ଦଣ୍ଡଅନେକ ପ୍ରକାରେ ତାକୁ କରିବଇଂ ଲଣ୍ଡଭଣ୍ଡ ।୩୧୩।ପ୍ରୋଢାସୁରକୁ ଚାହିଂ ବୋଲନ୍ତି ବଚନଉଠ କୃତକେଶୀ ରାଜ୍ୟକୁ ଯିବା ହୋ ବହନ ।୩୧୪।ତୁ ରାଜା ତାହାନ୍ତ ଯେବେ ଜିଣି ନୁଆରିବୁଅବଶ୍ୟ ଆମ୍ଭନ୍ତ ଲଜ୍ଜା କରାଇବୁ ।୩୧୫।ଶୁଣି ପ୍ରୋଢାସୁର ଯେ କମ୍ପଇ ଥରହରକୋପଭରେ ସେହୁ ଦନ୍ତ ଚାପଇ ଅଧର ।୩୧୬।ମୁନିଂକି ବୋଇଲା ତୁମ୍ଭର କଇଲ୍ୟାଣେପୃଥୀବି ଯାକ ବୁଲିଲି କ୍ଷମ ନୋହିଲା ୟେକ ଜଣେ ।୩୧୭।ସେହି ମୋତେ ସମାଧାନ ଦେଇଅଛି ଥରେୟେବେ କି କୃତକେଶୀ ହୋଇଲା ବଳୀୟାରେ ।୩୧୮।ନାରଦେ ବୋଇଲେ ସମସ୍ତ ରାଜାଂକର ବୋଲେସମାଧାନ ଦେଇ ପ୍ରୀତି ହୋଇଲା ତୋର ତୁଲେ ।୩୧୯।ତାହାର କଥାକୁ ତୁ ଶୁଣିନାହୁ ରାୟେପୃଥୀରେ କାହାକୁ ସେ ଗଣନା ନ କୟେ ।୩୨୦।ତୁ କେଉଂ ରାଜା ତୋତେ ଗଣନା କରିବଅବଶ୍ୟ ତୋହୋର ତୁଲେ ସେ ଯୁଦ୍ଧ ଆରମ୍ଭିବ ।୩୨୧।ତାହାର ରାଜ୍ୟକୁ ତୁ ହୋ ନୁଆରିବୁ ଯାଇଥଳକୂଳ ନାହିଂ ତହିଂ ପଶିଯିବୁ କାହିଂ ।୩୨୨।ପ୍ରୋଢାସୁର ବୋଲେ ମୁଂ ଯେମନ୍ତ ପାରଇଅବଶ୍ୟ ସଇନ ମୁଂ ଯେ ନେମଇଂ ଚଳାଇ ।୩୨୩।ଯେମନ୍ତ ପ୍ରକାରେ ତାହାକଇଂ ଜିଣିମଇଂ ।୩୨୪।କପଟ କୂଟ ମାୟା ମୁଂ ଜାଣଇଂ ଅପାରପୃଥୀ ବୁଲି ଦ୍ୱନ୍ଦ ନ ପାଇଛି କେଉଣ ଠାବର ।୩୨୫।ୟେତେକାଳେ ଆସି ଦ୍ୱନ୍ଦ ମୋତେହିଂ ମିଳିଲାଦଇବ ପୁରୁଷ ମୋତେ କଳି ଆଣି ଦିଲା ।୩୨୬।ନାରଦଂକୁ ପ୍ରଶଂସା ସେ କରଇ ବହୁତମୋହୋର ଠାରେ ଦୟା ତୁମ୍ଭର ଅଛଇ ତପୋବନ୍ତ ।୩୨୭।ୟେହି ଅନକୂଳେ ହୋ କରିବା ଗବନତୁମ୍ଭର ଯେବେ ଦୟା ଅଛଇ ତପୋଧନ ।୩୨୮।ମୁନି ବୋଇଲେ ତୁ ହୋ ଦଣ୍ଡ ବେଗେ ସାଜଯାଇଂଣ ଧଂସିବା ହୋ କୃତକେଶୀ ରାଜ୍ୟ ।୩୨୯।ଶଙ୍ଖ ମହୁରୀ ଢୋଲ ଟମକ ବାଜିଲାକଡ଼ା ଘୁମୁରା ଯେ ଅନେକ ଶୁଭିଲା ।୩୩୦।ମୁଖରାବ ଶବଦ ଯେ ବଡ଼ାଇ ଚହଳମାର ମାର ଶବଦ ଯେ ଯୁଭଇ ଗହଳ ।୩୩୧।ପୃଥୀଦେବୀ ଯେ ଦଲ ଦଲିତେ କମ୍ପିଲାବାସୁକି ମହାରାଜା ଶିର ନ ଟେକିଲା ।୩୩୨।ସ୍ୱର୍ଗେ ଦେବତାୟେ ଯେ ମହାଭୟ କଲେଅସୁର ବାହୁଅଛି ବୋଲିଣ ଡରିଲେ ।୩୩୩।ନିକଟ ରାଜାମାନନ୍ତ ଶୁଭିଲା ଶବଦଘନ ଘନ ବିକଟାଳ ବାଜୁଅଛି ବାଦ୍ୟ ।୩୩୪।ବନ ଗହନେ ଯେ ବନ ଜନ୍ତୁମାନେ ଥିଲେଭୟେଣ ଅଗମ୍ୟ ବନରେ ଲୁଚିଲେ ।୩୩୫।ନାରଦେ ଯେ ଆଗରେ କଢାଉଛନ୍ତି ବାଟୟେକ ଅସୁର ଦୁଜେଣ ମୁରାଟ ।୩୩୬।ପୃଥୀ ଦେବୀର ଭୟ ତ କହିଲେ ନ ସରିଲାସତେ ବସୁନ୍ଧରୀ ନାଗରାଜ କି ଛାଡ଼ିଲା ।୩୩୭।ପାଦ ପଡ଼ନ୍ତେ ବସୁଧା କମ୍ପଇ ଶରୀରମୁଖ ବାଟେ ବାନ୍ତି ଯେ କରଇ ରୁଧିର ।୩୩୮।ଉଦଣ୍ଡ ପାଟଛତ୍ର ଉଡ଼ଇ ଛାମୁରଦିବ୍ୟବେଶ ହୋଇଣ ସେ ବସିଲା ରଥର ।୩୩୯।କର୍ଣ୍ଣେ କୁଣ୍ଡଳ ତାର ଲଲାଟେ ମୁକୁଟସୁବର୍ଣ୍ଣର କଣ୍ଠିମାଳ ଲମ୍ବଇ କଣ୍ଠତଟ ।୩୪୦।ଶୁକଳ ପାଗେକ ସେ ମଥାରେ ବାନ୍ଧିଲାଶୁକଳର ତଡ଼ପ ପାଟେକ ପିନ୍ଧିଲା ।୩୪୧।ଶୁକଳ ପାଛୋଡ଼ା ଯେ ଅଣ୍ଟାରେ ବେଢାଇଖଣ୍ଡା ତରୁଆର ଅଣ୍ଟାରେ ବାନ୍ଧଇ ।୩୪୨।ଶୁକଳ ଗନ୍ତା ଗୋଟାୟେକ ସେ ପିନ୍ଧିଲାକର୍ପୂର ବିଡ଼ିଆ ପାନ ଯେ ଭୁଞ୍ଜିଲା ।୩୪୩।କସ୍ତୁର ତିଳକ ଲଲାଟେ ଘେନିଲାନିଶ୍ୱାସ ବାରିଣ ସେହୁ ଅନକୂଳ କଲା ।୩୪୪।ଅସୁର ବୋଲଇ ଯେ ଚାହିଂଣ ମୁନିନ୍ତକୃତକେଶୀ ରାଜ୍ୟକୁ କଢାଅ ତପୋବନ୍ତ ।୩୪୫।ପ୍ରୋଢାସୁର କ୍ରୋଧ ଦେଖିଣ ନାରଦଆନନ୍ଦେ ନାରଦ କରନ୍ତି ବୀଣାନାଦ ।୩୪୬।ଆନନ୍ଦ ହୋଇଣ ଚଳନ୍ତି ମୁନି ଶୂନ୍ୟମାର୍ଗେଶୂନ୍ୟରେ ଯାଉଛନ୍ତି ଯେ ପାଦ ନ ଲାଗେ ଭୂମି ଭାଗେ ।୩୪୭।ପଛରେ ପ୍ରୋଢାସୁର ଆସଇ ସଇନ ଘେନିଆପଣଏ ଗର୍ଜନ ଯେ କରୁଛି ଦଇତକୁଳ ମଣି ।୩୪୮।ପାଦଘାତେ ଧୂଳି ଉଡ଼ଇ ଗଗନେଦେବତାମାନେ ଚାହୁଂଅଛନ୍ତି ଯେ ଶୂନ୍ୟେ ।୩୪୯।ଶୂନ୍ୟରେ ଗମନ୍ତେ ଯେ ପର୍ବତେ ଧୂଳି ହୋଇଯମୁନା କୂଳେ କୂଳେ ଯାଉଅଛନ୍ତି ଚଳାଇ ।୩୫୦।ତିନିଦିନେ କୃତକେଶୀ ରାଜ୍ୟରେ ହୋଇଲେଡଗରେ ଯାଇଣ କୃତକେଶୀ କହିଲେ ।୩୫୧।ଭୋ ଦେବ ସାବଧାନେ ଶୁଣିମା ନରସାଇଂଅପୂର୍ବ କଥାୟେକ ମୁଂ ଦେଖି ଅଇଲଇଂ ।୩୫୨।ଦଣ୍ଡ ସଇନ ଘେନିଣ ଅସୁର ପ୍ରୋଢାସୁରଆମ୍ଭର ରାଜ୍ୟକୁ ବାହିଲା ନୃପବର ।୩୫୩।ନାରଦେ କଢାଇଣ ଆସୁଛନ୍ତି ଆଗେଭୋ ନାଥ ୟେ କଥାକୁ ବୁଝିବା ସୁବାଗେ ।୩୫୪।ଶୁଣିଣ କୃତକେଶୀ କମ୍ପଇ ଥରହରଆଜ ମୁଂ ଅସୁରର ଛେଦିବଇଂ ଶିର ।୩୫୫।ନାରଦଂକ ବଚନେ ସେ ଆସୁଅଛି ବାହିନିଚୟେଂ ମୋହୋର ହାଥେ ପ୍ରାଣ ଦେବ ସହି ।୩୫୬।ପ୍ରୋଢାସୁର ଜୀବନ ହରିବଇଂ ଆଜସେ ନାରଦ ମୁନି ପାଇଯିବ ପୁଣ ଲାଜ ।୩୫୭।କୃତକେଶୀ ପ୍ରତଗ୍ୟାଂ କହିଲେ ନ ସରଇଦେବ ଦାନବରେ ସେ କାହାକୁ ନ ଗଣଇଂ ।୩୫୮।ପ୍ରୋଢାସୁର ମହିମାଂ ସେ ନ ଜାଣଇ କିଛିତୁଚ୍ଛ ଅସୁର ପ୍ରାୟେକ ତାହାକୁ ମଣୁଅଛି ।୩୫୯।ଶୁଣ ହୋ ମନୁରାଜାୟେ ବିଚିତ୍ର ଚରିତଶ୍ରୀମହାଭାରଥ ୟେ ଅମୃତ ରସମୟେ ଗୀତ ।୩୬୦।ବନ୍ଦଇ ଶ୍ରୀ ନାରାୟଣ କମଳାର ପତିଭଗତ ଜନଂକର ୟେ ପଞ୍ଚୁପ୍ରାଣ ଅଟନ୍ତି ।୩୬୧।ଜଗତ ଜନମାନଂକର ନିସ୍ତାରଣ ଅର୍ଥେଆପଣେ ପୃଥୀରେ ସେହୁ ହୁଅନ୍ତି ଦେହବନ୍ତେ ।୩୬୨।ଶଙ୍ଖ ଚକ୍ର ଗଦା ସାରଙ୍ଗକୁ ବହିପଦ୍ମଫୁଲ ଗୋଟାୟେ ହାଥରେ ଘେନିଥାଇ ।୩୬୩।ଗରୁଡ଼ ପଛୀ ଅଟଇ ଯାହାର ବାହାନଅସୁର ନିଶୋଧନେ ଦଇତାରି ଯାର ନାମ ।୩୬୪।ଲକ୍ଷ୍ମୀ ସରସ୍ୱତୀ ଯାର ଚରଣେ ଦଇନିଶୁଦ୍ରମୁନି ସାରୋଳା ଦାସକୁ ରଖ ହୋ ଚକ୍ରପାଣି ।୩୬୫।ଗଉରୀ ନନ୍ଦନ ଚରଣକୁ ମୋର ଆଶଅଦୃଶ୍ୟ ଦୃଶ୍ୟ ଯେମନ୍ତେ ହୋଅଇ ହର ଶିଷ ।୩୬୬।ଶ୍ରୀ ବିଶ୍ୱନାଥ ମୋତେ ଉଦ୍ଧର ଦେବସ୍ୱାମୀମୂରୁଖ ସାରୋଳା ଦାସକୁ ରଖ ଅନ୍ତର୍ଯ୍ୟାମୀ ।୩୬୭।୧୦୮୨୯।କୃତକେଶୀ ସହ ପ୍ରୋଢାସୁରର ଯୁଦ୍ଧୟେଥୁ ଅନନ୍ତରେ ବିଲଂକ ଦେଶ ରାୟେମୁନିଂକ ଚରଣରେ ସେ ନମସ୍କାର କୟେ ।୧।ଭୋ ମୁନି କହିବା ମୋତେ ପ୍ରୋଢାସୁର ଚରିତକେମନ୍ତ ପ୍ରକାରେ ଜିଣିଲା ସେହୁ କୃତକେଶୀ ନରନାଥ ।୨।ତହିଂର ଚରିତ ମୋତେ କହ ହୋ ତୋଷମନେନାରଦେ କଢାଇ ନେଲେ ପ୍ରୋଢାସୁର ରାଜନେ ।୩।ମନୁ ପଚାରନ୍ତି ଯେ ଚଇତନ କହନ୍ତିତୋଷମନ ହୋଇ ତୁ ଶୁଣ ହୋ ନରପତି ।୪।ପ୍ରୋଢାସୁର ଯାଇଂ ଖଣା ବେଢିଣ ରହିଲାଖଣା ଭିତରକୁ ସେ ପଶି ନୁଆରିଲା ।୫।କୃତକେଶୀ ଡଗର ମୁଖରୁ ଯେ ଶୁଣିମନ୍ତ୍ରୀକି ଚାହିଂଣ ପଚାରଇ ନୃପମଣି ।୬।ଥାଠ ସଜକର ମନ୍ତ୍ରୀ ଯେ ଆମ୍ଭରଅସୁର ସଂଗତେ ମୁହିଂ କରିବି ସମର ।୭।ମନ୍ତ୍ରୀ ବୋଇଲା ତୁ ହୋ ମନ୍ଦକୃତ୍ୟ କଲୁନାରଦଂକ ତୁଲେ ତୁ ଯେ ବିବାଦୀ ହୋଇଲୁ ।୮।ଅସୁର ଆମ୍ଭଠାରୁ ସମାଧାନ ପାଇଥରେ ଥାଠ ସନ୍ୟ ନେଇଛି ବାହୁଡ଼ାଇ ।୯।ୟେବେ ନାରଦଂକ ବୋଲେ ଆସୁଛି ଅସୁରଆମ୍ଭର ତୁଲେ ସମର ଆଜ କରିବ ମହାଘୋର ।୧୦।ତାହାକୁ ସାଂଗ୍ରାମେ ଆମ୍ଭେ ନୁଆରିବା ଜିଣିୟେ କଥା ମହାରାଜା ବୁଝିବା ପରିମାଣି ।୧୧।ମନ୍ତ୍ରୀ ମୁଖୁଂ କୃତକେଶୀ ୟେମନ୍ତ ଶୁଣିଲାକି ବୁଦ୍ଧି କରିବି ବୋଲି ମନରେ ଭାବିଲା ।୧୨।ସମାଧାନ କରିବା କି ଦ୍ୱନ୍ଦ ଆରମ୍ଭିବାୟେ ଦୁଇ କଥା ମୋତେ ବୁଝାଇ କହିବା ।୧୩।ମନ୍ତ୍ରୀ ବୋଇଲେ ସମାଧାନ ଦିଲେ କେବେହେଂ ନ ନେବଅବଶ୍ୟ ତୋର ତୁଲେ ସାଂଗ୍ରାମ କରିବ ।୧୪।ପୃଥୀ ବୁଲି ଯେ କାହିଂ ନ ପାଇଲା ରଣରଣ ରଂକା ହୋଇ ଅସୁର ବୋଲଇ ବଚନ ।୧୫।ନାରଦ ମହାମୁନି ଯେ ଚେତିଆଇଛନ୍ତିତାହାର ତୁଲେ ତୋତେ କରାଇବେ ଅପ୍ରୀତି ।୧୬।ଯୁଦ୍ଧ ନ କଲେ ତ ତୋତେ ଅନ୍ୟ ଗତି ନାହିଂଅବଶ୍ୟ ଦ୍ୱନ୍ଦ ଗୋଟାୟେ ଉପୁଜିବ ତହିଂ ।୧୭।ଶୁଣିଣ କୃତକେଶୀ ଯେ ହରଷ ବିସ୍ମୟେମନ୍ତ୍ରୀକି ବୋଇଲା ମୁଂ କହଇ କଥାୟେ ।୧୮।ପ୍ରୋଢାସୁର ଖଣାର ପାଖରେ ଆବୋରିଛିଗଡ଼ର ଭିତରକୁ ସେ ପଶି ନୁଆରୁଛି ।୧୯।ଆମ୍ଭର ଥାଠ ସନ୍ୟ ଘେନିଣ ସଜହୁଅଖଣାର ୟେ ପାଖ ଯେ ଆବୋରିଣ ଥାଅ ।୨୦।ପର୍ବତ ଆଡକୁ ହୋ କରିଥାଅ ପିଠିତାହାର ସୈନ୍ୟଂକୁ ହୋ ଦେଇଥାଅ ଦୃଷ୍ଟି ।୨୧।ବଳବନ୍ତେ ଯେବେ ଅସୁର ଖଣା ପାର ହୋଇପର୍ବତକୁ ପିଠି କରି ମାରିବ ଗୋଡ଼ାଇ ।୨୨।ତେବେ ସେ ଅସୁର ବଳ ହୋଇବାକ କ୍ଷୟେୟେମନ୍ତ ଆଗ୍ୟାଂ ଦିଲା କୃତକେଶୀ ରାୟେ ।୨୩।ଶୁଣ ଆହୋ ମନୁରାଜା ଦଇବର କୃତଯାହାକୁ ବିପକ୍ଷ ହୋଇଲେ ନାରଦ ତପୋବନ୍ତ ।୨୪।ଖଣାର ଚାରିପାଖେ ଘେରି ରହିଲେ ଯହୁଂ ଥାଠନଗ୍ରରେ ପଶିତ ସେ ନ ପାଇଲେ ବାଟ ।୨୫।ନାରଦଂକୁ ଚାହିଂ ଯେ ବୋଇଲା ପ୍ରୋଢାସୁରକି ବୁଦ୍ଧି କରିବା ୟେବେ କହ ହୋ ମୁନିବର ।୨୬।ୟେ ଖଣା କେତେ ଗଭୀର ତଦନ୍ତ ନ ଜାଣିଲିୟେ କୃତକେଶୀକି ମୁଂ ଯେ ଜିଣି ନୁଆରିଲି ।୨୭।ନାରଦେ ବୋଇଲେ କିଛି ନ ଭାଳ ହୋ ରାୟେମୋହୋର ତହିଂକି ଅଛଇ ୟେକଇ ଉପାୟେ ।୨୮।ଉପାୟ ପ୍ରକାରେ ମୁଂ ହରିବଇଂ ୟେହୁ ଜଳୟେ କଥାକୁ ଚିନ୍ତା ତୁ ନକର ମହୀପାଳ ।୨୯।ଶୋଷଣ ମନ୍ତ୍ର ଗୋଟିୟେ ନାରଦ ପଢିଲେକ୍ଷଣକ ଭିତରେ ସେହି ଜଳହିଂ ଶୋଷିଲେ ।୩୦।ଶୁଖିଲାକ ଜଳ ଯେ ଖଣା ହୋଇଲାକ ଥଳରେ ରେ କାର କରି ଝସାଇ ପଶିଲେ ପ୍ରୋଢାସୁରର ବଳ ।୩୧।ଦେଖି ପ୍ରୋଢାସୁର ଯେ ଉଷତ ହୋଇଲାନାରଦ ମୁନିଂକୁ ବହୁତ ପ୍ରଶଂସା ଯେ କଲା ।୩୨।ଭୋ ମୁନି ୟେବେ ମୁଂ ତୁମ୍ଭର ପରସାଦେକୃତକେଶୀକି ମୁଂ ଜିଣିମି ଅପ୍ରମାଦେ ।୩୩।ଘୋଷଣ ଦିଆଇଲା ଥାଠର ମଧ୍ୟେଣସଜହୁଅ ବୋଲି ଦାଉଣ୍ଡି ବାଜିଲା ବିକଟାଳେଣ ।୩୪।ହାଥୀ ରଥୀ ପାଦାନ୍ତି ସଜ ଯେ ହୋଇଲେପାଇକ ମାହୁନ୍ତ ଅଶୁଆର ପାଦାନ୍ତି ବଳ ଯେତେ ଥିଲେ ।୩୫।ସମସ୍ତେ ସଜହୋଇ ରହିଲେ ରାଜାଂକ ଅଗ୍ରତେନାରଦ ମହାମୁନି ଅଛନ୍ତି ସଂଗତେ ।୩୬।ନାରଦ ମୁନି ଆଗ ହୋଇ ଚଳିଗଲେପଛରେଣ ସମଦଣ୍ଡ ଥାଠ ଗୋଡ଼ାଇ ଅଇଲେ ।୩୭।ଖଣା ପାରିହୋଇ ଆର ପାରିରେ ମିଳନ୍ତିମାର ମାର ଶବଦ ଯେ ଉଚ୍ଚେଣ ଡାକଦ୍ୟନ୍ତି ।୩୮।ମୁଖରାବ ଶବଦେ କୁରୁମ ଚମକିଲାକୃତକେଶୀ ସଇନଂକୁ ଯାଇଂଣ ବେଢିଲା ।୩୯।ପ୍ରୋଢାସୁର ବୋଇଲା ସନ୍ୟଂକୁ ବେଢି ମାରପଳାଇଯାନ୍ତି ଟିକି ନିର୍ବନ୍ଧେଣ ଧର ।୪୦।ରାଜାର ଆଗ୍ୟାଂରେ ଯେ ସନ୍ୟ ଗୋଡ଼ାଇଲେଧନୁରେ ନାରାଜ ଯେ ପୂରୋଇ ବିନ୍ଧିଲେ ।୪୧।ୟେକ ଆରେକ ଯଏ ହୁଅନ୍ତି ମରା ମରିପର ଆପଣା କେ ବାରି ତ ନୁଆରି ।୪୨।ଦୁଇ ବଳ ଲୋକ ୟେକମେଳି ଯେ ହୋଇଲେଉଞ୍ଚ ପାଞ୍ଚ କଳି ଯେ ଯାହାରେ ଆରମ୍ଭିଲେ ।୪୩।ପ୍ରୋଢାସୁର ସଇନ ଯେ ଅଟନ୍ତି ବଳୀୟାରଆବର ଗରିଷ୍ଠ ସେ ଅଟଇ ଅସୁର ।୪୪।କୃତକେଶୀ ସଇନ ନୁଆରିଲେ ଜିଣିଅନେକ ସଇନ ଅସୁର ପକାଇଲା ହାଣି ।୪୫।ଅନେକ ସଇନ ଯେ ପଡ଼ିଲେ ମହୀଲୋଟିକଦଳୀ ବନ ଯେହ୍ନେ ବାତ ଘାତେ ତୁଟି ।୪୬।ହାଥୀ ରଥୀ ପାଦାନ୍ତି ଲୋଟନ୍ତି ଭୂମିରେଦଶ ବିଂଶ ପଞ୍ଚିଶ ପଡ଼ନ୍ତି ୟେକା ବାଣକରେ ।୪୭।ରକତେ କର୍ଦ୍ଦନ ହୋଇଲା ମହୀଆଳିଅନେକ ଯେ ପଦାଘାତେ ହେଲେ ଘୋଡା ହାଥୀ ଦଳି ।୪୮।ତେଡ଼େବଳ ସଇନ ବଳ ଗୋଟା ଖଳବଳ ହୋଇଲେକ୍ଷଣକ ଭିତରେ ଯେ ସେ ନାରଖାର ହୋଇଗଲେ ।୪୯।କୃତକେଶୀ ଆଗେ କହିଲେ ଚାରେ ଯାଇଂଅନେକ ହାଥୀ ରଥୀ ପଡ଼ିଲେ ଗୋସାଇଂ ।୫୦।ଅନେକ ଅଶୁଆରେ ପ୍ରାଣେ ହତ ହେଲେକେତେ ସଇନ ମଲେ ନ ଜାଣିଲୁ ଭଲେ ।୫୧।ୟେକ ନାରାଜକେ ପଡ଼ନ୍ତି ଯେ ଦଶବିଂଶବଡ଼ାଇ ଗରିଷ୍ଠ ସାଂଗ୍ରାମେ ବଡ଼ାଇ ସାହସ ।୫୨।କୃତକେଶୀ ପଚାରଇ ଖଣା କେମନ୍ତେ ପାରି ହୋଇଲେକେମନ୍ତେ ପ୍ରକାରେ ସେ ୟେଥକୁ ଅଇଲେ ।୫୩।ଡଗର କହିଲା ସେ ଅପୂର୍ବ ଚରିତଉପାୟେ ଭିଆଇଲେ ନାରଦେ ତପୋବନ୍ତ ।୫୪।ଶୋଷେକ ମନ୍ତ୍ର ସେହୁ ଆପଣେ ପଢିଲେତେଡ଼େ ଜଳ ଗୋଟା ଆପଣେ ସଂହରିଲେ ।୫୫।ଜଳ ଶୁଖନ୍ତେଣ ଭୂମି ଯେ ଦିଶିଲାସେ ନ୍ୟାୟରୁ ଥାଠ ସଇନ ପାରି ଯେ ହୋଇଲା ।୫୬।ନାରଦେ ତୋତେ ଯେ ହୋଇଲେ ବିରଷସେହି ସକାଶୁଂ ବଳୀୟାର ହୋଇଲା ରାକ୍ଷସ ।୫୭।ଭେଟି ଆସି ତୋର ସଇନକୁ ବେଢିଲାପର ଆପଣା ଯେ ସେହୁ କିଛି ନ ଜାଣିଲା ।୫୮।ଶୁଣିଣ କୃତକେଶୀ ଯେ ମନରେ ବିକଳବୋଇଲା ମୋତେ ନାଶ କଲେ ନାରଦ ତପଶୀଳ ।୫୯।ମନ୍ତ୍ରୀକି ଚାହିଂଣ ରାଜା ପଚାରଇ ଧରେୟେଥିକି ଉପାୟ କିସ ତୁ ହୋ କହ ମନ୍ତ୍ରୀବରେ ।୬୦।ମନ୍ତ୍ରୀ ବୋଇଲା ତୋର ଆଉ ଅଛି କି ଉପାୟେନିସତ ହୋଇବାର ତ ନୋହଇ ହୋ ରାୟେ ।୬୧।ପାର ନପାର ଦ୍ୱନ୍ଦ କର ତାର ତୁଲେଅକାରଣେ ସଇନ ନାଶ ନ କର ନୃପବରେ ।୬୨।ରାଜା ବିଚାରଇ ମୁଂ ମନ୍ତ୍ରୀ ବୋଲ ନ କଲେକାଳେ ଅପକୀର୍ତ୍ତି ମୋତେ ଉପୁଜିବ ଭଲେ ।୬୩।ଯେଉଂଣ ରାଜା ନ ଘେନଇ ମନ୍ତ୍ରୀର ବଚନସେ ରାଜା ନ ପାଇଟି କାଳେ ଯଶ ପୁଣ ।୬୪।ମୁଂ ୟେବେ ମନ୍ତ୍ରୀବରର ବଚନ ପାଳିବିତେବେ ସେ ଯଶକୀର୍ତ୍ତି ୟେଥିରେ ପାଇବି ।୬୫।ମନ୍ତ୍ରୀକି ବୋଇଲା କହ ୟେଥିରେ ବିଚାରନାରଦଂକ ବିଚାରେ ନାଶ ହୋଇଲା ରାଜ୍ୟ ମୋର ।୬୬।ମନ୍ତ୍ରୀ ବୋଇଲା ୟେଥେଂ ପ୍ରୀତି ଉପୁଜାଇବାସମାଧାନ ଦେଇ ତାକୁ ଭଗତି ବୋଇବା ।୬୭।ରାଜା ମନ୍ତ୍ରୀ ଦୁହେଂ ତହିଂ କରନ୍ତି ବିଚାରପ୍ରୋଢାସୁର ସଇନବଳ ବଳେ ବଳୀୟାର ।୬୮।ଚାରିକତି ବେଢିଣ ଯେ ଘେରିଣ ରହିଲେସଇନଂକୁ ନାଶ କରି ନବରେ ବେଢିଲେ ।୬୯।ମାର ମାର ଶବଦେ ଯେ ପୃଥିବୀ କମ୍ପଇଧର ଧର ଶବଦେ କୁରୁମ ଉଛୁଳଇ ।୭୦।କୃତକେଶୀ ରାଜା ବଡ଼ ଭୟେ କଲାପଞ୍ଚଭୂତ ଆତ୍ମାରେ କଥାନ୍ତ ଭାଳିଲା ।୭୧।ବୋଇଲା ମରଣ ମୋର ହୋଇଲା ନିକଟତେଣୁ କରି ବିପାକ ହୋଇଲା କର୍ମ କଷ୍ଟ ।୭୨।କାହାର ଆଗେ କହିବଇଂ କର୍ମର ଯେ ଦୋଷଯାହା ଭିଆଇଛ ଦଇବ ପୁରୁଷ ।୭୩।ଆହେ ଜଗନ୍ନାଥ ତୁମ୍ଭେ ଭଗତ ବାରାନିଧିଅରକ୍ଷିତ ଉଦ୍ଧାରଣ କରୁଣାଜଳଧି ।୭୪।ଅରକ୍ଷିତ ନିମନ୍ତେ ଶଙ୍ଖ ଚକ୍ର ଧରିମେଳକ୍ଷ ଜନନ୍ତ ଦୁର୍ଗତିରୁ ଉଦ୍ଧରି ।୭୫।କୃତକେଶୀ ଯହୁଂ ନାରାୟଣଂକୁ ସୁମରିଲାସଦବୁଦ୍ଧି ଗ୍ୟାନ ତାର ହୃଦରେ ପ୍ରସରିଲା ।୭୬।ବୋଇଲା ମରଣକାଳେ ନୋହିବି ନିସତତାହାର ସଙ୍ଗତେ ସମର କରିବା ଉଚିତ ।୭୭।ଥାଠ ସଇନ ମୋର ତ ସମସ୍ତ ନାଶ ଗଲେମୋହୋର ପ୍ରାଣ ରଖିବି କିମ୍ପେ ଆଉ ଗଲେ ।୭୮।ୟେମନ୍ତ ବିଚାର କରି କୃତକେଶୀ ବୀରମନ୍ତ୍ରୀକି ସଙ୍ଗତ ଘେନି ବୋଇଲା ବାହାର ।୭୯।ସଇନିର ନିକଟରେ ମିଳିଲାକ ଯାଇଅନେକ ଶହସ୍ର ଯେ ମାଇଲା ନିଠିଆଇ ।୮୦।ରାଜାକୁ ଦେଖିଣ ଥାଠ ସଇନ ଯେ ଧାଇଂଲେମାର ମାର ବୋଲିଣ ସେ ଗର୍ଜିଣ ଉଠିଲେ ।୮୧।ପ୍ରୋଢାସୁର ସଇନ ଯେ ସମରେ ପଡ଼ନ୍ତି ଘାୟେଦେଖି କୋପକଲା ଅସୁରକୁଳ ରାୟେ ।୮୨।ମାର ମାର ବୋଲି ସେହୁ ରଥ ଚଳାଇଲାକୃତକେଶୀ ଆଗରେ ଯାଇଂଣ ମିଳିଲା ।୮୩।ବୋଇଲା ରାଜା ତୁ ରେ ଅଟୁ ବଳୀୟାରମୋହୋର ସଙ୍ଗତେ ଆଜ କରିବୁ ସମର ।୮୪।କହୁଂ କହୁଂ ନାରାଜ ବିନ୍ଧଇ ଲକ୍ଷ ଲକ୍ଷବାଜନ୍ତେ ନାରାଜ ମାନେ ରୁଧିରେ ବହଇ ପ୍ରତକ୍ଷ ।୮୫।ଶୂନ୍ୟରେ ଥିଲେ ଯେ ନାରଦ ତପୋଧନୀକଳି ଧୋକଡ଼ି ମୁଣିରୁ ଧୂଳି ମୁଠାୟେ ବୁଣନ୍ତି ପୁଣି ।୮୬।ଲାଗୁ ଲାଗୁ ବୋଲିଣ ଶବଦେକ ଦିଲେବୀଣାନାଦ ବାଇଣ ନାଚେକ ନାଚିଲେ ।୮୭।କଳି ଧନ୍ଦୋଳ ଯେ ଲାଗିଲା ଅସଂଖ୍ୟବଚନରେ ତାହା କେ କହିବ ପ୍ରତକ୍ଷ ।୮୮।ଦୁହେଂ ମହାଛତ୍ରୀ କେହି ନ ଘୁଞ୍ଚନ୍ତି ପାୟେଅନେକ ଶହସ୍ର ମରାମରି ହୁଅନ୍ତି ଯେ ଦୁହେଂ ।୮୯।ଦେବ ଦାନବରେ ତାହା ଗୋଚର ନୁହଇଦୁଇ ରାଜାଂକର ତହିଂ ସମର ବାଜଇ ।୯୦।ଅନେକ ନାରାଜ ଯେ ପ୍ରୋଢାସୁର ବିନ୍ଧିଲାକୃତକେଶୀ ସେ ନାରାଜ ଛେଦି ପକାଇଲା ।୯୧।ଆରେକ ବାଣ ପେଷି ପ୍ରୋଢାସୁର ଛେଦିଲା ଧନୁଶରଶୂନ୍ୟହାଥ ହୋଇଲା କୃତକେଶୀ ନୃପବର ।୯୨।ବେଗେଣ ପ୍ରୋଢାସୁର ଧାଇଂଣ ପଡ଼ିଲାକୃତକେଶୀ ରାଜାର କେଶ ଯେ ଧଇଲା ।୯୩।ରଥର ଉପରୁ ତାକୁ ତଳକୁ ପକାଇହାଣିମ ବୋଲିଣ ଯେ ଖଡ଼ଗ ଝମକାଇ ।୯୪।ତାହା ଦେଖିଣ ନାରଦ ଶୂନ୍ୟୁ ଓହ୍ଲାଇଲେପ୍ରୋଢାସୁର ହାଥ ସେ ଯାଇଂଣ ଧଇଲେ ।୯୫।ଆମ୍ଭର ରାଣ ତୋତେ ତୁ ତାକୁ ନ କର ନିଧନଦୋଷକୁ ସେ ଦଣ୍ଡ ପାଇଲାକ ୟେବେ ଜାଣ ।୯୬।ୟେହାକୁ ୟେଠାରୁ ହୋ ଆମ୍ଭେ ଧରି ଘେନିଯିବାବନ୍ଦୀ ପ୍ରକାରେଣ ୟାକୁ ଧରି ରଖିଥିବା ।୯୭।ନାରଦଂକ ବଚନ ପ୍ରୋଢାସୁର ମାନିଲାତାହାଂକର ବୋଲେ ସିନା କୃତକେଶୀକୁ ଜୟେ କଲା ।୯୮।ବାଳ ଛାଡ଼ି ଦିଲା ସେହୁ ନାରଦଂକ ବଚନେପାଟଡୋର ଘେନି ତାକୁ କଲାକ ବନ୍ଧନେ ।୯୯।ରଥ ଦଣ୍ଡରେ ନେଇ ତାହାକୁ ବାନ୍ଧିଲାକୃତକେଶୀ ମନ୍ତ୍ରୀ ବଡ଼ ବିକଳ ହୋଇଲା ।୧୦୦।ରଣ ଜୟକରି ପ୍ରୋଢାସୁର ବାହୁଡ଼ାଇଖଣା ଡେଇଂ ତାହାର ରାଜ୍ୟରୁ ଗଲା ବାହାର ହୋଇ ।୧୦୧।ନାରଦଂକ ମୁଖ ଚାହିଂ ବୋଲେ ପ୍ରୋଢାସୁରବିନାଶ କାରଣେ ଯୁଦ୍ଧକଲା ୟେ ମୋହୋର ସଂଗର ।୧୦୨।ଅକାରଣେ ୟେ ମୋହୋର ସଇନ ନାଶକଲାବେଳହୁଂ ମୋହୋର ସଙ୍ଗେ ପୀରତି ନୋହିଲା ।୧୦୩।ସଇନି ନିହତ ତହୁଂ ଦେଖିଣ ପ୍ରୋଢାସୁରମନରେ ବହୁତ ସେ ହୋଅଇ ବିକଳ ।୧୦୪।ପ୍ରୋଢାସୁର ମନ ବ୍ୟାଥା ନାରଦେ ଜାଣିଲେଅସୁର ମୁଖକୁ ଚାହିଂ ବଚନ ଭାଷିଲେ ।୧୦୫।ପ୍ରୋଢାସୁରର ମୁଖ ଚାହିଂଣ ଯେ ହସିଜୟକଲୁ ବୋଲି ତାକୁ ବହୁତ ପରଶଂସି ।୧୦୬।କୃତକେଶୀକି ବୋଇଲେ ଆମ୍ଭନ୍ତ ନ ମାନିବା ଫଳେୟେଡ଼େକ କର୍ମ ତୁ ଭୁଞ୍ଜିଲୁ ନୃପବରେ ।୧୦୭।ନାରଦଂକୁ ଚାହିଂଣ ଯେ ବୋଲଇ ପ୍ରୋଢାସୁରୟେଡ଼େକ ସଇନ ମୋର ହୋଇଲା ନାରଖାର ।୧୦୮।ୟେ କୃତକେଶୀ ପ୍ରମାଦେ ମୋର ସଇନ ନାଶ କଲେୟେହାର ପ୍ରାଣ ମୁଂ ହୋ ହରିବଇଂ ଭଲେ ।୧୦୯।ପ୍ରୋଢାସୁର ବଚନେ ନାରଦେ କହନ୍ତିସାଂଗ୍ରାମେ କଲେଟି ଯଶ ଅପଯଶ ପାଆନ୍ତି ।୧୧୦।ୟେଥକୁ ଚିନ୍ତା ତୁ ହୋ ନ କର ମହାରାୟେଗୁପତ କରିଣ ତୋତେ କହିବା କଥାୟେ ।୧୧୧।କୃତକେଶୀ ରାଜାକୁ ତୁ ସାଂଗ୍ରାମେ ଜିଣିଲୁଆମ୍ଭର କଲ୍ୟାଣେ ହୋ ଯଶ ତୁ ପାଇଲୁ ।୧୧୨।ଶୁଣିଣ ପ୍ରୋଢାସୁର ମୁନିଂକ ଚରଣେ ନମିଲାବିନୋୟୀ ହୋଇ ଅନେକ କଥା ପଚାରିଲା ।୧୧୩।ତୁମ୍ଭର ବଚନ ନ କରିବି କି ୟେବେୟେଡ଼େ ସମ୍ପଦ ମୋହୋର କାହାର ପରସାଦେ ।୧୧୪।ରାଜାର ବିନୟ ଭଗତି ଭାବ ଦେଖିନାରଦେ ବୋଲନ୍ତି ଶୁଣ ତୁ ଅସୁର ସୁଖୀ ।୧୧୫।ନାରଦେ ବୋଇଲେ ଶୁଣ ପ୍ରୋଢାସୁରଆମ୍ଭର ବଚନ ୟେବେ କର ବୀରବର ।୧୧୬।ଦୋଷକୁ ଯେ ଦଣ୍ଡ ୟେହୁ ପାଇଲା ବହୁତତୋହୋର ହୋଇ ଥାଉ କୃତକାଶୀ ନରନାଥ ।୧୧୭।ବନ୍ଧନରୁ ୟେହାକୁ ତୁହି ବେଗେ ଫେଡ଼ିଦିଅଆମ୍ଭର ବଚନ ଗୋଟି ପ୍ରତିପାଳିଥାଅ ।୧୧୮।ମୁନିଂକ ବଚନ କେବେହେଂ ଅନ୍ୟଥା ନ କଲାକୃତକେଶୀ ରାଜାର ବନ୍ଧନ ଫେଇଦିଲା ।୧୧୯।ବନ୍ଧନ ଫିଟାଇ ବସାଇଲା ସନ୍ନିଧରେନାରଦେ ବୋଇଲେ ଶୁଣ କୃତକାଶୀ ନୃପବରେ ।୧୨୦।ସମାଧାନ ଦିଅ ୟେବେ ବାହୁଡ଼ିଣ ଯାଉଦ୍ୱନ୍ଦ କଳି ବାଦ ୟେହିଠାରୁ ରହୁ ।୧୨୧।ଶୁଣିଣ କୃତକେଶୀ ତାର ମନ୍ତ୍ରୀକି ଚାହିଂଲାସମାଧାନ ସଞ୍ଛା ଭିଆଅ ବୋଲିଣ ବୋଇଲା ।୧୨୨।ଆଗ୍ୟାଂ ପରମାଣେ ଯେ ମନ୍ତ୍ରୀ ଗଲା ଚଳିଭଣ୍ଡାର ଘରେ ପଶି ଅନେକ ଧନ ଯେ ସଜାଡ଼ି ।୧୨୩।ସହସ୍ରେକ ରଥ ପାଣିଦ୍ରବ୍ୟ ସଜାଡ଼ିଲାସହସ୍ରେକ ହାଥୀ ସେହୁ ବେଗେ ସଜ କଲା ।୧୨୪।ଦୁଇ ସହସ୍ର ଅଶ୍ୱ ସୁନା ରୂପା ବାଖର ସହିତେସଜକରି ଆଣିଦିଲା ମନ୍ତ୍ରୀ ଯେ ତୁରିତ ।୧୨୫।ଲକ୍ଷେକ ଦେବାଙ୍ଗ ବସନ ଭିଆଇସମସ୍ତ ଘେନିଣ ମନ୍ତ୍ରୀ ଆସଇ ଚଳାଇ ।୧୨୬।ରାଜାର ଛାମୁରେ ସମ୍ଭାରକୁ ନେଇ ଗଲାଦେଖିଣ ରାଜା ଯେ ମନ୍ତ୍ରୀକି ବହୁ ପ୍ରଶଂସିଲା ।୧୨୭।ସେହି ଦ୍ରବ୍ୟ ସବୁ ଦେଖିକରି ପ୍ରୋଢାସୁରନାରଦଂକ ମୁଖ ଚାହିଂ କରଇ ବିଚାର ।୧୨୮।ୟେ ରାଜା ମୋତେ ଭଗତି ବୋଇଲାଅନେକ ସମାଧାନ ପଦାର୍ଥ ଆଣି ମୋତେ ଦିଲା ।୧୨୯।ନାରଦେ ବୋଇଲେ ତୁ ସନ୍ତୋଷ ହୋଇଲୁ କିୟେ କଥା ଫେଡ଼ିଣ ମୋତେ କହ ଉପଲେଖି ।୧୩୦।ପ୍ରୋଢାସୁର ବୋଇଲା ମୁଂ ସନ୍ତୋଷ ହୋଇଲିୟେହାର ସଙ୍ଗତେ ମୁଂ ପୀରତି ଆରମ୍ଭିଲି ।୧୩୧।ଆଜହୁଂ ୟେ ମୋର ମଇତ୍ର ହୋଇଲାପ୍ରୋଢାସୁର ସତ୍ୟ ସତ୍ୟ ବୋଲି ଉଚ୍ଚାରିଲା ।୧୩୨।ତିନିବେଳ ସତ୍ୟ ସତ୍ୟ ମୁଖେ ଉଚ୍ଚାରଇକୃତକେଶୀ ରାଜା ସେହି ବଚନ ଭାଷଇ ।୧୩୩।ଦୁହେଂ ସତ୍ୟବାକ୍ୟେ ତହିଂ ମଇତ୍ର ହୋଇଲେକୋଳାଗ୍ରତ ହୋଇ ବେନିଜନେ ଯେ ବସିଲେ ।୧୩୪।ବହୁତ ପୀରତି ବଢିଲା ଦୁହିଂକର ତହିଂଯିବା ବୋଲି ପ୍ରୋଢାସୁର ମେଲାଣି ମାଗଇ ।୧୩୫।ପୁଣି କଥାୟେକ ସେହୁ ମନରେ ଭାଳିଲାୟେତେକ ସଇନ ମୋର ନାଶ ଯେ ହୋଇଲା ।୧୩୬।ପ୍ରୋଢାସୁର ମନକଥା ନାରଦେ ଜାଣିଲେହସିଣ ଆପଣେ ତହୁଂ ବଚନ ଭାଷିଲେ ।୧୩୭।ବୋଇଲେ ରେ ରାଜା ମନେ ନ ଭାଳ ତୁ କିଛିତୋହୋର ସଇନ ଜୀଇଂବାକୁ ମୁଂ ଉପାୟ କରୁଅଛି ।୧୩୮।ୟେତେ ବୋଲି ମୁନି ପାଣି ମୁଠାୟେ ମନ୍ତ୍ରିଲେସଇନଂକ ଉପରେ ନେଇ ତାହାକୁ ସିଞ୍ଚିଲେ ।୧୩୯।ଗତୁଂ ଶତେଗୁଣ ହୋଇ ସଇନି ଉଠନ୍ତିମାର ମାର ଧର ଧର ବୋଲିଣ ଫୁକାରନ୍ତି ।୧୪୦।ପ୍ରୋଢାସୁର ବୋଇଲା ତୁମ୍ଭେ ତୁନୀ ହୁଅ ସମସ୍ତେୟେ ରାଜା ଆମ୍ଭନ୍ତ ଯେ ବୋଇଲା ଭଗତେ ।୧୪୧।ରାଜାର କହନ୍ତେ ସଇନି ତୁନୀ ଯେ ହୋଇଲେଯେ ଯାହାର ମତେ ଧୀରେ ଧୀରେ ଯେ ରହିଲେ ।୧୪୨।କୃତକେଶୀ ନମିଲା ଯେ ମୁନିଂକ ଚରଣମୋହୋର ସଇନ ଜୀଆଇଂଣ ଦିଅ ତପୋଧନ ।୧୪୩।ସେହି ମନ୍ତ୍ରପାଣି ନେଇଣ ସିଞ୍ଚିଲେକୃତକେଶୀ ସଇନ ସବୁ ଜୀଇଂଣ ଉଠିଲେ ।୧୪୪।ପୁଣି ଜଳ ଧରି ମନ୍ତ୍ର ପଢିଲେକ ମୁନିଖଣାଯାକ ଶୁଖି ଥିଲା ପୂରିଲାକ ପାଣି ।୧୪୫।ଦେଖିଣ ଉଷତ ହୋଇଲା ରାଜା କୃତକେଶୀମୁନିଂକି ବହୁତ ସେହୁ ମନରେ ପ୍ରଶଂସି ।୧୪୬।ତୁମ୍ଭର ନିର୍ଦ୍ଦୟାରେ ମୁଂ ପାଇଲଇଂ ବଡ଼ କଷ୍ଟୟେବେ ଦୟାକଲ ଆହେ ବ୍ରହ୍ମାଂକର ଚାଟ ।୧୪୭।ଶୁଣ ହୋ ମନୁରାଜା ବଦୟନ୍ତି ଅଗସ୍ତିୟେସନେକ ପ୍ରକାରେ ଯେ ପ୍ରୋଢାସୁର ରୀତି ।୧୪୮।ୟେବେ ସାବଧାନେ ତୁ ହୋ ଶୁଣ ୟେକଚିତ୍ତେଯେମନ୍ତେ ପାତକ ତୋର ନ ରହଇ ଗାତ୍ରେ ।୧୪୯।କୃତକେଶୀକି ପ୍ରୋଢାସୁର ମେଲାଣି ମାଗିଲାଥାଠ ସଇନ ଘେନିଣ ଯେ ଚଳାଇଣ ରଲା ।୧୫୦।କୃତକେଶୀ ଗଲା ତହୁଂ ଆପଣା ନବରପୂର୍ବନିଧି କର୍ମ କଲା ରାଜ୍ୟର ତାହାର ।୧୫୧।ଟମକ ନିଶାଣ ବଜାଇ ପ୍ରୋଢାସୁର ରାୟେଶବଦର ଘାତେ ସେହୁ ମେଦିନୀ ଚମକାୟେ ।୧୫୨।ପୃଥିବୀ ଦଲଦଲ ଜଗତ ଅନ୍ଧକାରସ୍ୱର୍ଗେ ଦେବତାୟେ କମ୍ପିଲେ ଥରହର ।୧୫୩।ପ୍ରୋଢାସୁର ଦିଗବିଜେ କରି ବାହୁଡ଼ିଲାଛୟାଣୋଇ ସହସ୍ର ସେ ରାଜାନ୍ତ ଜିଣିଲା ।୧୫୪।ୟେବେ ସ୍ୱର୍ଗକୁ ଅଇଲା ପ୍ରାୟେକ ଦିଶଇନ ପୁଣ ଆମ୍ଭର ସଙ୍ଗେ ଯୁଦ୍ଧ ଆରମ୍ଭଇ ।୧୫୫।୧୦୯୮୪।ପ୍ରୋଢାସୁର ବଧଅଗସ୍ତି ବୋଲନ୍ତି ଶୁଣ ମନୁ ଦଣ୍ଡଧରୟେଥୁ ଅନନ୍ତରେ ହେଲା ଯେବଣ ବିଚାର ।୧।ଇନ୍ଦ୍ର ବୃହଷ୍ପତି ବ୍ରହ୍ମାୟେ ସ୍ୱର୍ଗେ ବସିଥିଲେପ୍ରୋଢାସୁର ଦିଗବିଜେ ଶୁଣିଣ ଭାଳିଲେ ।୨।ଇନ୍ଦ୍ର ପଚାରନ୍ତି ବ୍ରହ୍ମାଂକ ମୁଖ ଚାହିଂପ୍ରୋଢାସୁର ଭୟେ ସ୍ୱର୍ଗେ ନୁଆରିବା ରହି ।୩।ବଡ଼ାଇ ଦୁର୍ଭାର ସେ ଯେ ଅଟଇ ଅସୁରକହ ଜଗତର ପିତା କିସ କରିବା ବିଚାର ।୪।ପୃଥିବୀକି କାଳାନ୍ତକ ହୋଇଲା ଦ୍ରପିଷ୍ଠରାବଣ ତହୁଂ ବଡ଼ ହୋଇଲା ଗରିଷ୍ଠ ।୫।ମଞ୍ଚ ପାତାଳ ରାଜାନ୍ତ ଜିଣିଲାକ ଭଲେଆଉ କି ସ୍ୱର୍ଗପୁର ରହିବ ତାହାର ଧାଡ଼ି ଦିଲେ ।୬।ଶୁଣି ଶୁକ୍ର ରାୟେ ତାଂକୁ କହଇ ବିଚାରିକାହାର ହାଥରେ ମରିବ ସେ କୁହ କୁଶଧାରୀ ।୭।ବ୍ରହ୍ମାୟେ ବୋଇଲେ ବୃହସ୍ପତିଂକି ପଚାରତେବେ ଜାଣିମାନା କଥା ତଦନ୍ତ ବିଚାର ।୮।ଇନ୍ଦ୍ର ପଚାରନ୍ତି ବୃହସ୍ପତି ଯେ କହନ୍ତିଖଡ଼ି ପକାଇଣ ସେ ଯେ ମନରେ ହସନ୍ତି ।୯।ଇନ୍ଦ୍ର ପଚାରନ୍ତି ତୁମ୍ଭେ ହସିଲ ଗୁରୁ ହେସ୍ୱର୍ଗେ ରହି ପାରିବା କି ଅସୁରର ଭୟେ ।୧୦।ବୃହସ୍ପତି ବୋଇଲେ ମୁଂ କଥାନ୍ତ ଜାଣିଲିଅସୁର କଥାକୁ ନ ଭାଳ ହେ ଆଖଣ୍ଡଳି ।୧୧।ତୁମ୍ଭର ହାଥରେ ସେହୁ ପାଇବ ମରଣବଜ୍ରର ଆଘାତେ ସେହୁ ହୋଇବ ନିବାରଣ ।୧୨।ୟେଥର ଯେବେ ସେହୁ ସ୍ୱର୍ଗକୁ ଆସିବତୋହୋର ବଜ୍ରଘାତେ ଅବଶ୍ୟ କ୍ଷୟେ ଯିବ ।୧୩।ବୃହସ୍ପତି ବୋଇଲେ ମୁଂ କଥାନ୍ତ ଜାଣିଲିଅସୁର କଥାକୁ ନ ଭାଳ ହୋ ଆଖଣ୍ଡଳି ।୧୪।ତୁମ୍ଭର ହାଥରେ ସେହୁ ପାଇବ ମରଣବଜ୍ରର ଆଘାତେ ସେହୁ ହୋଇବ ନିବାରଣ ।୧୫।ୟେଥର ଯେବେ ସେହୁ ସ୍ୱର୍ଗକୁ ଆସିବତୋହୋର ବଜ୍ରଘାତେ ଅବଶ୍ୟ କ୍ଷୟ ଯିବ ।୧୬।ବୃହସ୍ପତି କହନ୍ତେ ଇନ୍ଦ୍ର ବ୍ରହ୍ମା ଯେ ଶୁଣିଲେଆବର ଦେବତାୟେ ସମସ୍ତେ ଜାଣିଲେ ।୧୭।ୟେଥୁ ଅନନ୍ତରେ ଯେ ଆସ୍ତାନ ମଉଳିଲାଦେବତାଂକ ଗୋଷ୍ଠୀ ଯହୁଂ ସେଠାରୁ ଭାଞ୍ଜିଲା ।୧୮।ବ୍ରହ୍ମା ବୃହସ୍ପତି ଯେ ଗଲେ ନିଜ ପୁରେଦେବତାୟେ ଗଲେ ତହୁଂ ଯେ ଯାହା ମନ୍ଦିର ।୧୯।ଶଚୀକଂର ପୁରେ ଇନ୍ଦ୍ର ବିଜେ କଲେ ଯାଇଂସମସ୍ତ ଚରିତ ଶଚୀଂକି କହିଲେ ମଣାଇଂ ।୨୦।ପ୍ରୋଢା ବୋଲିଣ ଯେ ଅସୁର ଗରିଷ୍ଠତାହାଂକର ଭୟେ ଚମକଇ ସ୍ୱର୍ଗରାଷ୍ଟ୍ର ।୨୧।ଦିଗବିଜେ କରିଣ ସେ ଜିଣିଲା ତିନିପୁରୟେବେ ଜିଣିମ ବୋଲି ଆସୁଅଛି ଅମର ମଣ୍ଡଳ ।୨୨।ଶଚୀ ବୋଇଲେ ତାକୁ କର ପ୍ରାଣେ ନାଶତେବେ ସେ ସ୍ୱର୍ଗପୁର ହୋଇବ ଉଶ୍ୱାସ ।୨୩।ଇନ୍ଦ୍ର ବୋଇଲେ ସେ ଥୋକାୟେକ ଦିନ ଅଛିମୋହୋର ବଜ୍ରଘାତେ ଯିବ କି ସେ ବଞ୍ଚି ।୨୪।ୟେଥୁ ଅନନ୍ତରେ ତୁମ୍ଭେ ଶୁଣ ଦିବ୍ୟରସଶ୍ରୀମହାଭାରଥ ୟେହୁ ଅମୃତ ସଦୃଶ ।୨୫।କୃତକେଶୀ ରାଜାକୁ ସେ ଜିଣି ପ୍ରୋଢାସୁରସ୍ୱର୍ଗକୁ ବାହିବ ବୋଲି କରଇ ବିଚାର ।୨୬।ପ୍ରୋଢାସୁର ପୁଣି ନାରଦଂକୁ ପଚାରଇମଞ୍ଚପୁର ରାଜାନ୍ତ ମୁଂ ହେଳେ ଜିଣିଲଇଂ ।୨୭।ପାତାଳ ମଞ୍ଚପୁର ତ ମୋହୋର ହୋଇଲାସ୍ୱର୍ଗପୁର କଥା ମୋତେ ଗୋଚର ନୋହିଲା ।୨୮।ୟେବେ ଇନ୍ଦ୍ର ସଙ୍ଗେ ମୁହିଂ କରିବଇଂ ରଣସ୍ୱର୍ଗମଞ୍ଚ ପାତାଳ ୟେ ତିନିପୁର ମୋର ହୋଇବ ଜାଣ ।୨୯।ନାରଦେ ବୋଇଲେ ତୁ ହୋ ଭ୍ରମିଲୁ ମଞ୍ଚରେଥୋକାୟେକ ଦିନ ତୁ ଥାଅ ହୋ ତୋହୋର ନବରେ ।୩୦।ୟେବେ ଆସି ଚତୁର୍ମାସ୍ୟା ହୋଇଲା ପରବେଶବରଷାୟେ ଯୁଦ୍ଧ କରି ନୋହୋ ନୃପଇଶ ।୩୧।ନାରଦଂକ ବଚନ ଯେ ପ୍ରୋଢାସୁର ମାନିଲାରଥ ଲେଉଟାଇ ସେହୁ ନିଜପୁରେ ଗଲା ।୩୨।ନିଚିନ୍ତରେ ପ୍ରୋଢାସୁର ରାଜ୍ୟରେ ରହଇଜନପ୍ରଜାମାନନ୍ତ ସେ ସୁଖରେ ପାଳଇ ।୩୩।ନାରଦେ ମେଲାଣି ପାଇ ସ୍ୱର୍ଗପୁରେ ଗଲେପ୍ରୋଢାସୁରର ଚରିତ ଦେବତାନ୍ତ କହିଲେ ।୩୪।ଶୁଣିଣ ଦେବତାୟେ ଆନନ୍ଦେ ଯେ ହୋଇନିଚିନ୍ତେ ଦେବତାୟେ ସ୍ୱର୍ଗପୁରେ ରହି ।୩୫।ଶୁଣ ଆହୋ ମନୁରାୟେ ବଦୟନ୍ତି ଅଗସ୍ତିୟେକମନେ ଶୁଣ ତୁ ହୋ ମଧ୍ୟପର୍ବ ରୀତି ।୩୬।ମନୁ ପଚାରଇ ତୁମ୍ଭେ ଶୁଣିମା ଗୋସାଇଂପ୍ରୋଢାସୁର ଚରିତ କହ ମୋତେ ଯେ ବୁଝାଇ ।୩୭।ନାରଦଂକ ବଚନେ ସେ ନିଚିନ୍ତେ ରହିଲାକେମନ୍ତେ ପ୍ରକାରେ ତାର ପ୍ରାଣନାଶ ହେଲା ।୩୮।ୟେ କଥାବୁଝାଇ ମୋତେ କହ ମୁନିବରତେବେ ସିନା ମନଭ୍ରାନ୍ତି ଫିଟିବ ମୋହୋର ।୩୯।ମନୁ ପଚାରନ୍ତେ ଚଇତନ ଯେ କହଇଯାହା ପଚାରିଲୁ ତୁ ହୋ ଶୁଣ ମନଦେଇ ।୪୦।ଚତୁର୍ମାସ୍ୟା ଅନ୍ତେ ମାର୍ଗଶିର ପ୍ରବେଶ ହୋଇଲାପ୍ରୋଢାସୁର ରାଜା ତହୁଂ ମନ୍ତ୍ରୀକି ପଚାରିଲା ।୪୧।ଥାଠ ସନ୍ୟ ମୋର ତୁହୋ ବେଗେ ସଜକରଇନ୍ଦ୍ର ସଙ୍ଗେ ମୁହିଂ କରିବଇଂ ଯେ ସମର ।୪୨।ତାହାକୁ ଜିଣିଲେ ତିନିପୁର ମୋର ହୋଇଯୁଗ ଯୁଗାନ୍ତରେ ଯେ କଥା ରହିଥାଇ ।୪୩।ରାଜାର କହନ୍ତେ ମନ୍ତ୍ରୀ ବର ଯେ ଶୁଣିଲାରାଜା ଆଗ୍ୟାଂ ଘେନି ସେ ମନ୍ଦିରକୁ ଗଲା ।୪୪।ଡଗରାକୁ ହକାରି ମନ୍ତ୍ରୀବର ଯେ କହିଲାରାଜ୍ୟରେ ଘୋଷଣ ଦିଆଅ ବୋଇଲା ।୪୫।ଥାଠସନ୍ୟ ସଜହୁଅ ରାଜା ଆଗ୍ୟାଂ ଦିଲେମନ୍ତ୍ରୀର ମୁଖରୁ ଯେ ଡଗରେ ଶୁଣିଲେ ।୪୬।ସିଂଘଦୁଆରେ ଯାଇଂ ଘୋଷଣା ଦିଆଇଲେସନ୍ୟ ବହନ ସଜ ହୁଅ ହୋ ବୋଇଲେ ।୪୭।ଶୁଣି ଥାଠ ସଇନ ହୋଇଲେକ ସଜପାଦାନ୍ତି ରଥୀ ଯେ ଘୋଡ଼ା ମୟେମତ୍ତ ଗଜ ।୪୮।ସମସ୍ତେ ସଜହୋଇ ହୋଇଲେ ବାହାରସିଂଘଦ୍ୱାରେ ଆସି ମିଳିଲେକ ସର୍ବବଳ ।୪୯।ଚାରିଲକ୍ଷ ପାଦାନ୍ତି ଅଶ୍ୱ ଦୁଇଲକ୍ଷ ପୁଣତିନି କ୍ଷଉଣୀ ଯେ ପାଇକ ବଳ ସନ୍ୟ ।୫୦।ପାଞ୍ଚଲକ୍ଷ ସଇନ ବଳ ବାହାର ହୋଇଲେସତେ କି ପୃଥିବୀକି ଅନ୍ଧକାର କଲେ ।୫୧।ଦୁଇଶତ ରଥୀ ରଥମାନ ଚଢିଲେବାଦ୍ୟନାଦ ଶବଦେ ପୃଥୀଦେବୀ କମ୍ପିଲେ ।୫୨।ଉଦଣ୍ଡ ଉଲାଖ ପାଟଛତ୍ର ଯେ ଅପାରସମଦଣ୍ଡ ସଜହୋଇ ହୋଇଲେ ବାହାର ।୫୩।ଶଙ୍ଖ ଟମକ ବାଜଇ ଘନ ଘନବୀରତୂର ଶବଦେ କମ୍ପଇ ତିନି ଯେ ଭୁବନ ।୫୪।ସ୍ୱର୍ଗରେ ଦେବତାୟେ ବାରତା ପାଇଲେପ୍ରୋଢାସୁର ସ୍ୱର୍ଗକୁ ବାହୁଛି ବୋଇଲେ ।୫୫।ଦିବ୍ୟବେଶ ବୋଇଣ ପ୍ରୋଢାସୁର ଅସୁରରଥେକ ସଜକରି ଦିଲା ମନ୍ତ୍ରୀବର ।୫୬।ଅନକୂଳ ଘେନି ତହିଂ ବସିଲାକ ଯାଇଂମଙ୍ଗଳ ବନ୍ଦାପନା ଯେ ତହିଂରେ ସାରଇ ।୫୭।ଥାଠ ସଇନ ଆଗରେ ଗଲେ ଯେ ବାହାର ହୋଇମଧ୍ୟ ଦାଣ୍ଡରେଣ ସେ ଚଳଇ ନରସାଇଂ ।୫୮।ମୁଖରାବ ଶବଦେ ପୃଥିବୀ ହାନ୍ଦୋଳଇପାଦରେଣୁ ଘାତେ ଆକାଶ ନ ଦିଶଇ ।୫୯।ବାଦ୍ୟନାଦ ଶବଦ କମ୍ପଇ ଗୁରୁ ଟାଣଦେବତାଂକ ଉପରକୁ କରଇ ପୟାଣ ।୬୦।ରଥ ଚଳାଇଣ ରାଜା ବାହାର ହୋଇଲାସ୍ୱର୍ଗପୁରକଇଂ ସେହୁ ଅନକୂଳ କଲା ।୬୧।ଦେବଂକର ଡଗରେ ଯେ ବୁଲି ଯାଇଥିଲେଅସୁରର ସଜ ଦେଖି ତହୁଂ ବେଗେ ବାହୁଡ଼ିଲେ ।୬୨।ସଭା ମଣ୍ଡାଇଣ ଯେ ବସିଛି ସୁରପତିଦେବତାମାନେ ବସିଛନ୍ତି ଇନ୍ଦ୍ର କତି ।୬୩।ଅପକ୍ଷରମାନେ ତହିଂ ନାଚନ୍ତି ହରଷେସାବଧାନ ହୋଇ ଦେଖଇ ସେ କଶ୍ୟପର ଶିଷ୍ୟେ ।୬୪।ୟେମନ୍ତର ସମୟେ ଡଗରା ପ୍ରବେଶ ହୋଇଲେପାୟେ ପଡ଼ି ଶୋଇ ସେ ଶିରେ କର ଦିଲେ ।୬୫।ସାବଧାନ ହୋଇ ତୁମ୍ଭେ ଶୁଣିମା ଗୋସାଇଂପ୍ରୋଢାସୁର ନାମେ ଅସୁର ସ୍ୱର୍ଗକୁ କଟାଳଇ ।୬୬।କି ବୁଦ୍ଧି କରିବା କହ ୟେବେ ସୁରଗଣନିଚେଂ ଦେବତାଂକର ବୋଇଲା ମରଣ ।୬୭।ଶୁଣି ସୁରପତି ପୁଣିହିଂ ପଚାରଇକିସ ବାରତା ବୋ କହୁଅଛୁ ତୁହି ।୬୮।ଚାରଗଣ ବୋଇଲେ ଶୁଣିମା ନରନାଥସ୍ୱର୍ଗକୁ ବାହିଆସୁଛି ପ୍ରୋଢାସୁର ଦତ୍ୟ ।୬୯।ଶୁଣିଣ ସୁରପତି ଆନନ୍ଦ ବିସ୍ମୟେଦେବତାନ୍ତ ଚାହିଂଣ ଯେ ବୋଲଇ ସୁରରାୟେ ।୭୦।ଡଗର ମୁଖରୁ ଶୁଣିଲଟି କି ଯାହା ପୁଣପ୍ରୋଢାସୁର ସ୍ୱର୍ଗକୁ ବାହିଲାକ ଜାଣ ।୭୧।ତୁମ୍ଭେ ଦେବତାୟେ ଯେ ବେଗେ ସଜହୁଅଶହସ୍ରମାନ ଘେନିଣ ଯେ ଉଭା ହୋଇଥାଅ ।୭୨।ପ୍ରୋଢାସୁର ତୁଲେ ଆମ୍ଭେ କରିବା ସମରଯେ ଯାହାର ମତେ ଶହସ୍ରମାନ ଧର ।୭୩।ରାଜା ଆଗ୍ୟାଂ ପାଇଣ ଯେ ଦେବତାୟେ ଗଲେଯେ ଯାହାର ଯାନ ବାହାନ ଆରୋହିଲେ ।୭୪।ଯେ ଯାହାର ଶହସ୍ର ଆୟୁଧମାନ ଧରିସଜ ହୋଇ ଆସିଣ ଦାଣ୍ଡରେ ଉଭାରି ।୭୫।ମୃଦଙ୍ଗ ଦୁନ୍ଦୁଭି ଆଦି ବାଜଇ ବୀରତୂରଶଙ୍ଖ ମହୁରୀ ଟମକ ଯେ ବାଜଇ କୁତୂହୋଳ ।୭୬।ଅଇରାବ୍ରତ ଚଢି ସଜହେଲେ ସୁରରାୟେକରେ ବଜ୍ରସୂଚି ଧରିଣ ସେ କୋପମାନ କୟେ ।୭୭।ମଙ୍ଗଳ ଆରତି ପୁଣି ବନ୍ଦାପନା ହୋଇଆପଣେ ସଜ ଯେ ବୋଇଲେ ସୁରସାଇଂ ।୭୮।ଚିତ୍ରସେନ ସୁରସେନ ଅଙ୍ଗାରପନ୍ନଙ୍ଗର ମୂଳେଗଣ ଗନ୍ଧର୍ବ ଦେବତାୟେ ସଜ ହୋଇଲେ ଯେ ଯାହାରେ ।୭୯।ସଜ ହୋଇଣ ଯେ ଥୋକାୟେକ ଦୂର ଗଲେଅସୁର ଆସୁଛି ବୋଲି ପଥ ନିରୋଧିଲେ ।୮୦।ଆପଣେ ପ୍ରୋଢାସୁର ଥାଠ ସଇନ ଘେନିଆକାଶ ଗଙ୍ଗାକୂଳେ ମିଳିଲା ତତକ୍ଷଣି ।୮୧।ଦେବତାୟେ ଆସିଣ ମିଳିଲେ ସେହିଠାରେମୁଖରାବ ଶବଦରେ କୁରୁମ ଚହଳେ ।୮୨।ଦୁଇବଳ ସଇନ ଯହୁଂ ହୋଇଲେକ ଭେଟଉଚ୍ଚବାଚ ହୋଇଣ ସେ କଲେକ ମୁରାଟ ।୮୩।ମାର ମାର ଶବଦ କରିଣ ଡାକନ୍ତି ଅସୁରେଡାକ ଶୁଣି ଦେବତାୟେ ଧାଇଂଲେ ଯେ ଖରେ ।୮୪।ଭାଲ ଶକତି ଯେ ମାରନ୍ତି ତୀକ୍ଷଶରଯାଇଂଣ ପଡ଼ଇ ସେ ଅସୁରଂକ ଉପର ।୮୫।ମନୁ ମୋଡ଼ି ହୋଇଣ ସେ ଭୂମିରେ ପଡ଼ଇଅସୁରଂକ ଅଙ୍ଗରେ ଯେ ଲିତାୟେ ନ ଭେଦଇ ।୮୬।ଘାୟେ ପାଇଣ ଯେ ଅସୁର ହୋଇଣ କୋପମୁଖଦେବତାନ୍ତ ଭ୍ରଚ୍ଛନା ଯେ ବୋଲନ୍ତି ଅନେକ ।୮୭।ତୁମ୍ଭେ ଦେବତାୟେ ହୋ ଆମ୍ଭର ଭକ୍ଷପାନତୁମ୍ଭର ମାଂସ ଭକ୍ଷି ତୋଷିବୁ ଆମ୍ଭମନ ।୮୮।କହୁଂ କହୁଂ ଶହସ୍ର ଯେ ମରା ମରି ହୋଅନ୍ତିକେହି କାହାକଇଂ ସାଂଗ୍ରାମେ ଓଛ ଯେ ନୋହୋନ୍ତି ।୮୯।ବେଳୁଂ ବେଳ ସାଂଗ୍ରାମ ବଢିଲା ଅଗୋଚରଦେବତାଂକ ଶହସ୍ରେ ଅସୁର ପଡ଼ିଲେ ଅପାର ।୯୦।ବାତଘାତେ ଯେହ୍ନେ କଦଳୀ ବନ ପଡ଼ଇତେହେନେକ ହୋଇ ଅସୁର ବଳ ଭୂମିରେ ଲୋଟଇ ।୯୧।ମଡ଼ାର ଉପରେ ମଡ଼ା କୁଢ କୁଢ ପଡ଼ିଲେରଥୀ ହାଥୀ ଘୋଡ଼ା ପାଦାନ୍ତି ଅନେକ କ୍ଷୟେ ଗଲେ ।୯୨।ରକତରେ କର୍ଦ୍ଦନ ହୋଇଲା ମହୀଆଳୀରକତ ବହିବାରେ ଯେହ୍ନେ ନଦୀୟେ ବଢିଣ ଉଛୁଳି ।୯୩।ରକତ ନଦୀରେ ମଡ଼ା ଯାଉଛନ୍ତି ଭାସିଗିଧ୍ର ଶୃଗାଳ ଯେ ମାୟେଂସ ସୁଖେ ଭକ୍ଷି ।୯୪।ଅସୁରଂକ ଶରଘାତେ ଦେବଗଣେ ପଡ଼ିଲେଆକାଶରେ ଥାଇଂଣ ଯେ ନାରଦ ଦେଖୁଥିଲେ ।୯୫।କଳି ଧୋକଡ଼ି ମୁଣିରୁ ଧୂଳି ମୁଠାୟେ ବିଞ୍ଚିଲେଲାଗୁ ଲାଗୁ ବୋଲି ସେ ନାଚେକ ଚାଚିଲେ ।୯୬।ହରି ଧୁନି କରି ବୀଣାନାଦ ଯେ ଘୋଷନ୍ତିମହା ଆନନ୍ଦରେ ମୁନି ଯୁଦ୍ଧକୁ ଦେଖନ୍ତି ।୯୭।ୟେମନ୍ତେ ରାତ୍ରେକ ଦିବସେକ ଘୋର ସମର ହୋଇଲାଅସୁର ବଳ ଯେ ଅନେକ କ୍ଷୟେ ଗଲା ।୯୮।ଅସୁର ବଳ ନାଶ ଦେଖିଣ ପ୍ରୋଢାସୁରବିଚାରିଲା ଯଶ ମୋତେ ନୋହିବ ୟେଥର ।୯୯।ମଞ୍ଚ ମଣ୍ଡଳରେ ମୁହିଂ ଦିଗବିଜେ କଲିକାହାର ହାଥରେ ମୁଂ ଯେ ଅପଚୟେ ନ ପାଇଲି ।୧୦୦।କୃତକେଶୀ ସଙ୍ଗେ ମୁଂ ଯେ କଲଇଂ ସମରସେହି ମାଇଲା ଯେ ମୋହୋର ଅନେକ ସଇନ ବଳ ।୧୦୧।ନାରଦେ ଥାଇଣ ତାହା ଜୀଆଂଇଣ ଦିଲେଅପଜୟେ କଥା ପାଇଲଇଂ ୟେବେ ଦେବଂକ ହାଥରେ ।୧୦୨।ୟେତେ ବୋଲି ଅସୁର କୋପଭର ହୋଇଧନୁରେ ନାରାଜମାନ ପୂରୋଇଲା ନେଇ ।୧୦୩।କୋପଭର ହୋଇ ଦେବତାଗଣନ୍ତ ଗୋଡ଼ାଇଲାଜଣ ଜଣକେ ଗୋଟାୟେ ଲେଖାୟେ ଶହସ୍ର ବିନ୍ଧିଲା ।୧୦୪।କୋଟି କୋଟି କରି ମାରନ୍ତେ ଶହସ୍ରମାନକୁଢ କୁଢ ହୋଇ ପଡନ୍ତି ଯେ ଦେବଗଣ ।୧୦୫।ଦେଖିଣ ଶକ୍ରରାୟେ କୋପେଣ ଧାଇଂଲାପ୍ରୋଢାସୁର ଅସୁରକୁ ଯାଇଂ ଓଗାଳିଲା ।୧୦୬।ବୋଇଲା ଅସୁର ଆରେ ସଇନ କିମ୍ପେ ନାଶୁଆଜ ତୋତେ ମୁହିଂ ରେ କରିବି ଧୂଳି ପାଂଶୁ ।୧୦୭।ୟେତେ ବୋଲି ଶକ୍ରରାୟେ ଧନୁରେ ନାରାଜ ପୂରୋଇଅସୁର ଉପରକୁ ନିଠିଆଇ ପିଟଇ ।୧୦୮।ଅଙ୍ଗରେ ବାଜନ୍ତେଯେ ନାରାଜ ନ ଭେଦିଲାପ୍ରଜ୍ୱଳିତ ଅଗ୍ନି ପରି ଜଳିଣ ଉଠିଲା ।୧୦୯।ଟହ ଟହ ହୋଇଣ ଯେ ହସଇ ଅସୁରପୁଣି ସହସ୍ରେ ନାରାଜ ସେ ବିନ୍ଧଇ ପ୍ରଖର ।୧୧୦।ଇନ୍ଦ୍ରର ଅଙ୍ଗେ ତାହା ପଡ଼ନ୍ତେଣ ଯାଇହାବୋଡ଼ା ଶରେ ଶକ୍ରରାୟେ ତାହା ଦିଲାକ ଉଡ଼ାଇ ।୧୧୧।କୋପେଣ ଅସୁର ଆଗଭର ଯେ ହୋଇଲାଲକ୍ଷେକ ନାରାଜ ଯେ ଗୁଣେ ପୂରୋଇଲା ।୧୧୨।ମନ୍ତ୍ରିଣ ନାରାଜ ବେଗେଣ ବିନ୍ଧଇଅଙ୍ଗ ପାତିଣ ତାହା ଯେ ସହିଲା ସୁରସାଇଂ ।୧୧୩।ନାରାଜ ସମ୍ଭାଳିଲା ସହସ୍ରଲୋଚନପଞ୍ଚଶତ ନାରାଜ ବସାଇଲା ଗୁଣରେଣ ।୧୧୪।ଅସୁର ଉପରକୁ ମନ୍ତ୍ରିଣ ବିନ୍ଧିଲାଅସୁର ଅଙ୍ଗରେ ତାହା ଯାଇଣ ବାଜିଲା ।୧୧୫।ସେହ୍ନା ଫୁଟିଣ ନାରାଜ ନିକିଳିଣ ହୋଇଖଳ ଖଳ ରୁଧିର ଯେ ପଡୁଅଛି ବୋହି ।୧୧୬।ରୁଧିର ବହନ୍ତେ ଅସୁର ନ କରଇ ଶଂକାବାୟୁବେଗେ ରଥ ବାହଇ ସେ ରଣରଂକା ।୧୧୭।ଦୁହେଂ ମହାଛତ୍ରୀ କେହୁ ନ ଘୁଞ୍ଚନ୍ତି ରଣେଅନେକ ନାରାଜ ମରାମରି ହୋନ୍ତି ଜଣେ ଜଣେ ।୧୧୮।ୟେମନ୍ତେ ଦୁଇଦିନ ଦୁଇରାତ୍ର ସମର ହୋଇଲାନାରାଜାଘାତେ ସେହ୍ନାମାନେ ଯେ ଛିଡ଼ିଲା ।୧୧୯।ନାରାଜର ତେଜେ ଅଗ୍ନି କି ଜଳଇଦିବସେ ଯେ ଅନ୍ଧକାର ପ୍ରାୟେକ ଦିଶଇ ।୧୨୦।ବେଳୁଂ ବେଳ ସମର ଯେ ଅନେକ ହୋଇଲାକେହି କହାକଇଂ ତହିଂ ଜିଣନ୍ତା ନୋହିଲା ।୧୨୧।ଯେତେକ ଅସୁର ବଳ ତହିଂ ଆସିଥିଲେଦେବତାଂକ ଶରାଘାତେ ସର୍ବେ ନାଶ ଗଲେ ।୧୨୨।ହାଥୀ ରଥୀ ପାଦାନ୍ତି ଘୋଡ଼ା ସମସ୍ତେ କ୍ଷୟ ଗଲେୟେକା ପ୍ରୋଢାସୁର ମନ୍ତ୍ରିକି ଘେନିଣ ରହିଲେ ।୧୨୩।ରାତ୍ର ଦିବସରେ ସମର ନ ରହଇରକତେ କର୍ଦ୍ଦନ ଯେ ହେଉଅଛି ମହୀ ।୧୨୪।ଦୁହିଂକରି ସମର ଦେବ ଦାନବେ ଅଗୋଚରଶହସ୍ର ଭେଦ ଅଙ୍ଗ ହେଲା ରକତେ ଜର ଜର ।୧୨୫।ଅସୁର ବଳ ହତ ଦେଖି ପ୍ରୋଢାସୁର ରାୟେମନେ ବିଚାରଇଂ ମୁଂ ୟେଥର ହୋଇବଇଂ କ୍ଷୟେ ।୧୨୬।ୟେତେ ବୋଲିଣ କୋପେ ଗଦାୟେ ଘେନିଲାଶକ୍ରକାୟେ ଅଙ୍ଗେ ତାହା ନେଇଣ ପିଟିଲା ।୧୨୭।ଗଦା ବାଜନ୍ତେଣ ଇନ୍ଦ୍ର ଅଙ୍ଗ ଯେ ପାତିଲେଗଦାଘାତେ ପୁଣି ସେ ସମ୍ଭାଳି ହୋଇଲେ ।୧୨୮।ଆପଣେ ବଜ୍ରବାଣ ଘେନିଣ ଧାଇଂଲେଅସୁର ଅଙ୍ଗରେ ତାହା ନେଇଣ ପିଟିଲେ ।୧୨୯।ବଜ୍ର ପଡ଼ନ୍ତେ ଅସୁର ମୁଣ୍ଡ ଯଏ ପାତିଲାବିଭଙ୍ଗ ନୋହି ସେ ଟହ ଟହ ହୋଇଣ ହସିଲା ।୧୩୦।ରଥର ଉପରୁ ସେ ଡେଇଂଣ ପଡ଼ଇମୁଥେକ ନେଇ ଇନ୍ଦ୍ର ରାୟେ ଉପରେ କଚାଡ଼ଇ ।୧୩୧।ବିଧାଘାତ ଖାଇ ଇନ୍ଦ୍ର ବଡ଼ କୋପ କଲେବଜ୍ରସୂଚୀ ଶର ସେହୁ ହାଥରେ ଘେନିଲେ ।୧୩୨।ଅସୁର ଅଙ୍ଗରେ ନେଇ ତାହା କଚାଡ଼ିଲେସମ୍ଭାଳ ରେ ପ୍ରୋଢାସୁର ୟେମନ୍ତ ବୋଇଲେ ।୧୩୩।ବଜ୍ର ପଡ଼ନ୍ତେଣ ଅସୁର ପ୍ରାଣ ହାରିଦେଖିଣ ନାରଦେ ଯେ ହରି ଧୁନି ଉଂକାରି ।୧୩୪।ରଥରେ ଥାଇ ତାହା ଦେଖିଲା ମନ୍ତ୍ରୀବରବିଚାରଇ ୟେହିକ୍ଷଣି ମୋତେ ମାରିବ ବଜ୍ରଧର ।୧୩୫।ୟେତେ ବୋଲି ମନରେ ସେ ମହାଭୟ କଲାତାହାର ଭୟ ଦେଖି ସୁରପତି ବିଚାରିଲା ।୧୩୬।ୟେହାକୁ ମାଇଲେ ହୋ ହୋଇବାକ କିସ ଯଶସେବକ ଜନ ୟେହୁ ସବୁଂକରି ବିଶ୍ୱାସ ।୧୩୭।ଇନ୍ଦ୍ର ବୋଇଲେ ହୋ ତୁ ଆସ ମନ୍ତ୍ରୀବରକିମର୍ଥେ ଭୟରେ ତୁ ହୋଉ ଥରହର ।୧୩୮।ତୋହୋର କିସ ଦୋଷ ଅଛଇ ୟେଥିରେସେବକ ଲୋକ ଭୟ ନ କର ମନରେ ।୧୩୯।ୟେହିକ୍ଷଣି ରଥ ଚଢି ରାଜ୍ୟକୁ ତୋର ଯାଇଂରାଜା ମଲା ବୋଲି ରାଜ୍ୟରେ ବାରତା କହ ତୁହି ।୧୪୦।ମନ୍ତ୍ରୀ ବୋଇଲେ ଗୋସାଇଂ ତୁମ୍ଭ ଆଗ୍ୟାଂ ପରମାଣେବାରତା ଯାଇଣ ମୁହିଂ କହିବି ୟେହିକ୍ଷଣେ ।୧୪୧।ପୁରୁଷାନୁକ୍ରମେ ସେବକ ମୁଂ ତାହାର ଅଟଇସର୍ବଦା ତାହାର ମୁଂ ଯେ ଚରଣେ ଖଟଇ ।୧୪୨।ଶୁଣିଣ ଶକ୍ରରାୟେ ପଚାରଇ ହସିକଥାୟେ ପଚାରିବା କହ ଉପନେସି ।୧୪୩।ୟେହାର ବାପ ନାମ ଜାଣୁଟିକି ତୁହିକିସ ଅଟଇ ମୋତେ କହନି ବୁଝାଇ ।୧୪୪।ମନ୍ତ୍ରୀ ବୋଇଲା ଗୋସାଇଂ ସାବଧାନେ ଶୁଣୟେହାର ପିତା ନାମ ରୂଢାସୁର ଜାଣ ।୧୪୫।ବଡ଼ାଇ ଗରିଷ୍ଠ ସେ ଅଟଇ ଅସୁରଦେବ ଦାନବରେ ଅପ୍ରୀତି ଅର୍ଜିଲା ଅପାର ।୧୪୬।ଇନ୍ଦ୍ର ବୋଇଲେ କାହାର ହାଥେ ସେହୁ ମଲାମନ୍ତ୍ରୀ ବୋଇଲା ସେ ଆପଣା ସୁଖେ ନାଶଗଲା ।୧୪୭।ଇନ୍ଦ୍ର ବୋଇଲେ ୟେହାର ଅଛଇଟି କି ପୁତ୍ରମନ୍ତ୍ରୀ ବୋଇଲା ୟେହାର ୟେକ ଅଛଇ କୁମର ।୧୪୮।ତାହାର ନାମ କିସ ଶକ୍ରରାୟେ ପଚାରନ୍ତିମନ୍ତ୍ରୀ କହଇ ତୁମ୍ଭେ ଶୁଣ ହୋ ସୁରପତି ।୧୪୯।ତାହାର ନାମ ଗୋଟି ଯେ ଅଟଇ ମୋଢାସୁରୟେହାଶୁଣି ସହସ୍ରାକ୍ଷ ହସିଲେ କର କର ।୧୫୦।ଅଜାର ନାମ ୟେହାର ହୋଇଲା ରୂଢାସୁରପୁତ୍ରର ନାମ ତାର ହୋଇଲା ପ୍ରୋଢାସୁର ।୧୫୧।ନାତିର ନାମ ଯେ ମୋଢାସୁର ହୋଇଲାୟେହିପରି ନାମ କାହିଂ ଶୁଣାତ ନ ଥିଲା ।୧୫୨।ଉତ୍ତମ ନାମ ୟେହୁ ପାଇଥିଲେ ହାଦେମନ୍ତ୍ରୀଂକି ବହୁ ପ୍ରଶଂସା କରନ୍ତି ସୁର ଦେବେ ।୧୫୩।ମନ୍ତ୍ରୀକି ବୋଇଲେ ତୁ ଯାଅ ନିଜ ଦେଶମୋଢାସୁରକୁ ତୁ ଯାଇଂ କର ରାଜ୍ୟେ ଈଶ ।୧୫୪।ଆଗ୍ୟାଂ ପରମାଣେ ତହୁଂ ମନ୍ତ୍ରୀ ଚଳିଗଲାଆପଣାର ଦେଶେ ଯାଇଂ ପ୍ରବେଶ ହୋଇଲା ।୧୫୫।ପ୍ରୋଢାସୁର ନାଶି ଇନ୍ଦ୍ର ରାଜା ତହୁଂ ବାହୁଡ଼ିଲେଅମରପୁରରେ ଯାଇଂ ପ୍ରବେଶ ହୋଇଲେ ।୧୫୬।ବାରତା ପାଇଣ ଯେ ଶଚୀ ମହାଦେଈଅର୍ଘ୍ୟଥାଳୀୟେ ଘେନିଣ ଇନ୍ଦ୍ରଂକୁ ବନ୍ଦାଇ ।୧୫୭।ବନ୍ଦାପନା ହୋଇ ଭିତରକୁ ଗଲେସଭାମଣ୍ଡୋପ ମଣ୍ଡାଅ ବୋଲି ଯେ ଭୃତ୍ୟକୁ ଆଗ୍ୟାଂ ଦିଲେ ।୧୫୮।ସୁଧର୍ମା ସଭା ଯେ ମଣ୍ଡଣି ହୋଇଲାକିସ ପଟାନ୍ତର ତାକୁ ଦେବାଇଂ ଯେ ଭଲା ।୧୫୯।ଭିତରେ ଶକ୍ରରାୟେ ମୁଣୋହି ସାରିଲେଅମୃତ ପାନରେ ସେହୁ ଆତ୍ମା ତୋଷକଲେ ।୧୬୦।ସୁଧର୍ମା ସଭାରେ ଯେ ବିଜେ କଲେ ଯାଇଂବ୍ରହ୍ମା ବୃହସ୍ପତି ଯେ ଅଇଲେ ଚଳାଇ ।୧୬୧।ଈଶ୍ୱର ପବନ ଯେ ଦୁହେଂ ଅଇଲେ ସଙ୍ଗ ହୋଇତେତିଶି କୋଟି ଦେବତା ଯେ ଯାହା ଆସ୍ତାନେବସିଲେକ ଯାଇଂ ।୧୬୨।ଇନ୍ଦ୍ର ମୁଖରୁ ଯୁଦ୍ଧ ବାରତା ଶୁଣିଲେସମସ୍ତେ ତହିଂରେ ଯେ ତୋଷମନ ହୋଲେ ।୧୬୩।ଅସୁର ହତ ଶୁଣି ସମସ୍ତେ ହରଷଯହୁଂ ପୃଥୀଭାର ହୋଇଲା ଉଶ୍ୱାସ ।୧୬୪।ସ୍ୱର୍ଗର ଅପକ୍ଷରୀ ନାଚନ୍ତି ସୁଖ ପାଇସ୍ୱର୍ଗର ଆନନ୍ଦ ଯେ କହିଲେ ନ ସରଇ ।୧୬୫।ଅଗସ୍ତି କହନ୍ତି ତୁ ହୋ ମନୁରାୟେ ଶୁଣୟେ ପ୍ରକାରେ ପ୍ରୋଢାସୁର ପାଇଲା ମରଣ ।୧୬୬।ଶୁଣିଣ ବିଲଂକ ଦେଶର ଦଣ୍ଡଧରମୁନିଂକି ନମସ୍କାର କରଇ ଶତେବାର ।୧୬୭।ତାହାର ପୁତ୍ର ଯେ ମୋଢାସୁର ଥିଲାପିତାର ମରଣ ଶୁଣି ସେ କିସ ବିଚାରିଲା ।୧୬୮।ରାଜା ପଚାରନ୍ତେ ଯେ କହନ୍ତି ମୁନିବରରାଜ୍ୟରେ ପ୍ରବେଶ ଯାଇଂ ହୋଇଲା ମନ୍ତ୍ରୀବର ।୧୬୯।ସେ ରାଜ୍ୟର ଲୋକେ ତାକୁ ପଚାରନ୍ତି ନାହିଂତୁହିତ ଅଇଲୁ ଆମ୍ଭ ରାଜା ଛନ୍ତି କାହିଂ ।୧୭୦।ମନ୍ତ୍ରୀ କହିଲା ରାଜା ସମରେ ପଡ଼ିଲାହାଥୀ ରଥୀ ଅନେକ ଇନ୍ଦ୍ର ନାଶକଲା ।୧୭୧।ୟେକାୟେ ପ୍ରାଣ ଘେନିଣ ଅଇଲଇଂ ମୁହିଂମୋଢାସୁରକୁ ରାଜା କରିବାର ପାଇଂ ।୧୭୨।ପିତାର ମରଣ ବାରତା ପାଇଣ ମୋଢାସୁରବହୁତ କ୍ରୋଧ କଲା ମନ୍ତ୍ରୀର ଆଗର ।୧୭୩।ମନ୍ତ୍ରୀ ବୋଇଲା ତୁ କ୍ରୋଧକର ଶାନ୍ତିତତକ୍ଷଣେ ମୋଢାସୁରକୁ ରାଜ୍ୟେ କଲାକ ନୃପତି ।୧୭୪।ପାତ୍ର ସାମନ୍ତ ଘେନି ନୃପତି ହୋଇଲାବଡ଼ାଇ ଗରିଷ୍ଠ ସେ କାହାକୁ ତିଳେ ନ ଡରିଲା ।୧୭୫।ଅନେକ ସୁଖରେ ସେହୁ ରାଜ୍ୟ କରୁଥାଇଦେବ ଦାନବରେ ସେ କାହାକୁ ନ ଡରଇ ।୧୭୬।ସଞ୍ଚପି ଶୁଣିଲୁଟିକି ତୁ ହୋ ମନୁ ମହାରାଣୟେ ସେ ମଧ୍ୟପର୍ବ ମହାଭାରଥ ପୁରାଣ ।୧୭୭।ବନ୍ଦଇ ଜଗନ୍ନାଥ ଜଗତ ଉଦ୍ଧାରଣଭଗତମତ୍ସଳ ଯୋଗୀଜନ ଯାକୁ କରୁଛନ୍ତି ଧ୍ୟାନ ।୧୭୮।ଦୟାନିଧି ନାମ ପୁଣି ଅଟଇ ଯାହାରଦରିଦ୍ରଜନଂକର ଯେ ଅଟଇ ସୋଦର ।୧୭୯।ଅରକ୍ଷିତ ଲୋକଂକର ଅଟଇ ସେ ବନ୍ଧୁତେଣୁ କରି ନାମ ତାଂକ ଅଟେ କୃପାସିନ୍ଧୁ ।୧୮୦।ପତିତପାବନ ତୁମ୍ଭେ ପତିତ ତାରଣୟେ ଭବ ଭୟ ଦୁର୍ଗତିରୁ ରଖ ନାରାୟଣ ।୧୮୧।ତୁଳୁସାର ବଲ୍ଲଭ ଚରଣକୁ ମୋର ଆଶକବି ସାରୋଳା ଦାସକୁ ରଖ ପୀତବାସ ।୧୮୨।ବନ୍ଦଇ କମଳା ମା ଗୋ ବିଷ୍ଣୁର ପାଟରାଣୀଦୁଃଖ ବିନାଶିନୀ ମା ଗୋ ଦରିଦ୍ରଭଞ୍ଜନୀ ।୧୮୩।ପଦ୍ମଆସନୀ ମାଗୋ ସିନ୍ଧୁର ଦୁହିତାସର୍ବଜନଂକର ମାତା ଗୋ ସଂସାର ରଖନ୍ତା ।୧୮୪।ନିତ୍ୟେ ନିତ୍ୟେ ଯେଉଂ ଜନ ତୋର ଚରଣେ ବନ୍ଦନ୍ତିବିପୁଳ ଲକ୍ଷ୍ମୀ ତାକୁ ଦେଉ ଗୋ ମହାସତୀ ।୧୮୫।ପଦ୍ମ ପୁଷ୍ୟରୁ ଜନ୍ମିଲୁ ପଦ୍ମାନୀ ତୋର ନାମକମଳିନୀ ନାମ ତେଣୁ କରନ୍ତି ବଖାଣ ।୧୮୬।ଲକ୍ଷ୍ମୀ ନାରାୟଣଂକର ଚରଣ କମଳେଶୁଦ୍ରମୁନି ସାରୋଳା ଦାସସେବଇ ନିରନ୍ତରେ ।୧୮୭।୧୧୧୭୧।ମୂଢାସୁରର ବରଲାଭ ଓ ଗଣେଶଙ୍କ ଜନ୍ମବଇବସୁତ ମନୁ ଯେ ଅଗସ୍ତିଂକ ଚରଣେସହସ୍ରେକ ପ୍ରଲମ୍ବ କରଇ କ୍ଷଣେ କ୍ଷଣେ ।୧।ଛଡ଼ଅର୍ଘ୍ୟ ପୂଜା କରି କରଯୋଡ଼ି କହଇମହାଭାରଥ କହି କାରଣ କର ମୋର ଦେହୀ ।୨।ଜନ୍ମେ ଜନ୍ମେ ମୁହିଂ ତୁମ୍ଭ ଦାସଂକର ଦାସମୋଢାସୁର ବଧ ମୋତେ କହ ବ୍ରହ୍ମଶିଷ୍ୟ ।୩।କାହାର କୋଳେ ସେହୁ ଅସୁର ଜନମିଲାକାହାକଇଂ ସେବି ସେ ୟେଡ଼େ ଗରିଷ୍ଠ ହୋଇଲା ।୪।ୟେହା ମୋତେ ବିସ୍ତାରିଣ କହ ମୁନିବରତେବେ ସେ ମନ ଶାନ୍ତି ହୋଇବ ମୋହୋର ।୫।ମନୁରାଜା କହନ୍ତେ ଯେ ଅଗସ୍ତି ହସିଲେରାଜାନ୍ତ ସେ କୋଳାଗ୍ରତ କରିଣ ବସାଇଲେ ।୬।ରାଜାନ୍ତ ପ୍ରଶଂସା ମୁନି କରନ୍ତି ବହୁତବୁଦ୍ଧିବନ୍ତ ଗୁଣବନ୍ତ ଅଟୁ ତୁ ପଣ୍ଡିତ ।୭।ୟେଡ଼େ ସନ୍ଧିକଥା ତୋତେ ଦୃଶ୍ୟହେଲା ରାୟେସାବଧାନେ ଶୁଣ ତୁ କହିବା କିଛୁ ତୋୟେ ।୮।ୟେକମନ ହୋଇ ଶୁଣ ମନୁ ମହାରାଣଚିତ୍ତ ଚଞ୍ଚଳ ନ କରି ୟେକମନେ ଶୁଣ ।୯।ପୁରାଣ ପୁସ୍ତକ ଫେଡ଼ି କହନ୍ତି ଅଗସ୍ତିମୋଢାସୁର ଚରିତ ତୁ ଶୁଣ ନରପତି ।୧୦।କପିଳାସ କନ୍ଦରର ଉତ୍ତର ପାରୁଶରେଅଳମୂଷା ବୋଲି ତହିଂ ୟେକଇ ନଗରେ ।୧୧।ରୂଢାସୁର ବୋଲିଣ ଯେ ଅସୁରେକ ଥିଲାଅତି ବଳବନ୍ତ ପଣେ ସେ ଗରିଷ୍ଠ ହୋଇଲା ।୧୨।ୟେହାର ନନ୍ଦନ ଯେ ହୋଇଲା ପ୍ରୋଢାସୁରସୁର ଅସୁରଂକ ସଙ୍ଗେ ବାଦ କରଇ ନିରନ୍ତର ।୧୩।ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଯେ ଭ୍ରମୁଥାଇ ନିତିସବୁଂକରି ସଙ୍ଗେ ସେ ହୋଇଲା ଅପ୍ରୀତି ।୧୪।ନିରନ୍ତରେ ଅସୁର ନାମରେ ସ୍ୱର୍ଗେ ଚମକ ପଡ଼ଇଦେବତାୟେ ସ୍ୱର୍ଗରେ ଯେ ନୁଆରନ୍ତି ରହି ।୧୫।ଉପାୟ କରି ତାକୁ ବଜ୍ରଧର ଯେ ମାଇଲେତେବେ ସେ ଦେବତାୟେ ନିଚିନ୍ତେ ରହିଲେ ।୧୬।ତାହାର ନନ୍ଦନ ଯେ ହୋଇଲା ମୋଢାସୁରଅତିହିଂ ଗରିଷ୍ଠ ସେ ହୋଇଲା ନିଶାଚର ।୧୭।ମଞ୍ଚମଣ୍ଡଳେଣ ଯେତେକ ରାଜା ଥିଲେଭୟେ ସେ ଅସୁରକୁ ସମାଧାନ ଦିଲେ ।୧୮।ୟେମନ୍ତେଣ ରାଜ୍ୟ ତହିଂ କରଇ ମୋଢାସୁରମନ୍ତ୍ରୀର ନାମ ତାର ଅଟଇ କୁରୁପାଳ ।୧୯।ଦିନେ ସେ ଆସ୍ଥାନ କରି ବସିଛି ମହାବୀରମନ୍ତ୍ରୀକି ଚାହିଂଣ ଯେ ପଚାରଇ ଅସୁର ।୨୦।ୟେ ମଞ୍ଚ ମଣ୍ଡଳ ତ ମୋହୋର ହୋଇଲାୟେତେକ ବଚନ ମୋଢାସୁର ମନ୍ତ୍ରୀକୁ କହିଲା ।୨୧।ମନ୍ତ୍ରୀ କୁରୁପାଳ ବୋଇଲା ଶୁଣ ଅସୁରକୁଳ ସାଇଂତୋହୋର ଛାମୁରେ ମୁହିଂ କଥାୟେ କହିବଇଂ ।୨୨।ସମସ୍ତଂକୁହିଂ ତୁହି ଜିଣି ପାରିଲୁଟି ବଳେଜିଣି ନୁଆରିବୁ ୟେକା ସ୍ୱର୍ଗେ ଆଖଣ୍ଡଳେ ।୨୩।ମନ୍ତ୍ରୀର ମୁଖରୁ ଶୁଣି କୋପକଲା ଦୁଷ୍ଟମତିମନ୍ତ୍ରୀର ବାଳ ଯାଇଂ ଧଇଲା ତତକ୍ଷଣାତି ।୨୪।ଇନ୍ଦ୍ର ବଡ଼ ଗରିଷ୍ଠ ତୁ କହିଲୁ ମୋ ଛାମୁରୟେବେ ଥାଠ ସଜକର ଯିବା ସ୍ୱର୍ଗପୁର ।୨୫।ମନ୍ତ୍ରୀ ବୋଇଲା ତୁ ହୋ ଛାଡ଼ ମୋର କେଶଗୁପତ କଥାୟେ ତୋତେ କହଇ ବିଶ୍ୱାସ ।୨୬।ତୋହୋର ବାପ ଯେ ପ୍ରୋଢାସୁର ଥିଲାଦେବତାଂକ ସଙ୍ଗେ ସେହୁ ବାଦ ଆରମ୍ଭିଲା ।୨୭।ସ୍ୱର୍ଗେ ଇନ୍ଦ୍ର ଦେବତାଂକ ସଙ୍ଗେ ଯୁଦ୍ଧ କରିବଜ୍ରମାରି ସେହୁ ତୋର ପିତାକୁ ସଂହାରି ।୨୮।ୟେହି କଥା ପାଇଂ ମୁଂ ହୋ ତିଆରଇ ତୋତେତୋହୋର ବିଚାରକୁ ପୁଣ ଦିଶଇ ଯେମନ୍ତେ ।୨୯।ମନ୍ତ୍ରୀର ମୁଖୁଂ ରାଜା ୟେମାନନ୍ତ ଶୁଣିଧୀର ଧୀର କରି ମନ୍ତ୍ରୀକି ପଚାରଇ ଅସୁର କୁଳମଣି ।୩୦।ମୋହୋର ବାପକୁ ଯେବେ ମାରିଛି ଇନ୍ଦ୍ରରାଣମୋହୋର ହାଥେ ନିଚେଂ ହାରିବ ସେ ପ୍ରାଣ ।୩୧।କୃପାଳୁ ମନ୍ତ୍ରୀ ଯେ ବୋଇଲା ଶୁଣ ଅସୁରକୁଳ ରାୟେମୋହୋର କଥା ଯେବେ କରିବୁ ଥୋକାୟେ ।୩୨।ତୁ ମୋହୋର ଠାକୁର ମୁଂ ତୋହୋର ସେବକପୁରୁଷାନୁକ୍ରମେ ମୁହିଂ ଅଟଇ ତୋର ଲୋକ ।୩୩।ତୁମ୍ଭର ଯେ ଭଲକଥା ସେ ମୋହୋର ସୁଲଭକର୍ମକେବେହେଂ ମୋହୋର କଥା ନ କରିବୁ ଭ୍ରମ ।୩୪।ମନ୍ତ୍ରୀର କହନ୍ତେଣ ଅସୁରର ଭ୍ରମ ଗଲାତକ୍ଷଣେ ସେହୁ ମନ୍ତ୍ରୀର ବାଳ ଛାଡ଼ିଦିଲା ।୩୫।କୋଳ କରିନେଇ ବସାଇଲା ସନ୍ନିଧ୍ୟରବୋଇଲା କି ବୁଦ୍ଧି କରିବା ୟେବେ କହ ହୋ ମନ୍ତ୍ରୀବର ।୩୬।ମୋହୋର ପିତାକୁ ତ ଇନ୍ଦ୍ର ପ୍ରାଣେ କଲା ହତପିତୃକାର୍ଯ୍ୟ ନ କଲେ ପୁତ୍ରର ଜୀବନ ବିଅର୍ଥ ।୩୭।ୟେତେକ ବଚନ ତହିଂ ଅସୁର କହନ୍ତେମନ୍ତ୍ରୀ ବୋଇଲା ଶୁଣ ପ୍ରଭୁ କଥାର ତଦନ୍ତେ ।୩୮।କପିଳାସ କନ୍ଦରେ ଯେ ଅଛନ୍ତି ବିଶ୍ୱନାଥେଗଣେଶ୍ୱର ବୋଲି ଈଶ୍ୱରଂକର ୟେକ ପୁତ୍ରେ ।୩୯।ପାର୍ବତୀଂକର ଗର୍ଭରୁ ସେ ପୁତ୍ର ଜନ୍ମିଛନ୍ତିଦକ୍ଷିଣ ଦ୍ୱାରପାଳ ସେ ଦ୍ୱାରେ ବସିଛନ୍ତି ।୪୦।ତାହାକୁ ଯେବେ ତୁହି ସେବାରେ ମଣାଇବୁଂତାହାର ପ୍ରସାଦେ ତୁହି ଇନ୍ଦ୍ରକୁ ମାରିବୁ ।୪୧।ୟେସନେକ ବଚନ ଯହୁଂ କୃପାଳୁ କହିଲାହୃଦପଦ୍ମ ମଧ୍ୟରେ ସେ କଥାନ୍ତ ବାଣ୍ଟିଲା ।୪୨।ମନ୍ତ୍ରୀ ଯାହା କହିଲା ସେ ସରୂପ ବଚନସେବାରେ ମନାଇବି ମୁଂ ଈଶ୍ୱର ନନ୍ଦନ ।୪୩।ୟେଥୁ ଅନନ୍ତରେ ଶୁଣ ବିଲଂକ ନରଈଶଅଗସ୍ତି ମୁନିଂକ ଚରଣେ ନମଇଂ ମନତୋଷ ।୪୪।କଥାୟେ ପଚାରିବି ଶୁଣିମା ସାବଧାନେକେମନ୍ତ ପ୍ରକାରେ କପିଳାସକୁ ଗଲା ଅସୁର ରାଜନେ ।୪୫।ରାଜାର ଭଗତି ଦେଖିଣ ମୁନିବରୟେକମନେ ଶୁଣ ତୁ ହୋ ବିଲଂକ ଈଶ୍ୱର ।୪୬।ପ୍ରଭାତରୁ ଅସୁର ଯେ ଉଠିଲା ବହନତତକ୍ଷଣ ସାରିଲା ସେ ନିତ୍ୟକର୍ମମାନ ।୪୭।ମନ୍ତ୍ରୀକି ବୋଇଲା ହୋ କପିଳାସ କନ୍ଦରକୁ ଯିବାସେବାକରି ଗଣନାଥ ପ୍ରଭୁଂକୁ ମନାଇବା ।୪୮।ୟେଥୁ ଅନନ୍ତରେ ତୁ ହୋ ଶୁଣ ଦିବ୍ୟରସଥାଠ ସଇନ ନାହିଂ ମନ୍ତ୍ରୀକି ଘେନିଣ ବାହାର ପ୍ରୋଢାସୁର ଶିଷ ।୪୯।କପିଳାସ କନ୍ଦର ଦକ୍ଷିଣ ଦ୍ୱାରରେ ଯାଇଂଣ ମିଳିଲାମନ୍ତ୍ରୀକି ଚାହିଂଣ ସେହୁ ବଚନ ପ୍ରକାଶିଲା ।୫୦।ବୋଇଲା କି ହୋ ମନ୍ତ୍ରୀ ଗଣନାଥ ୟେଥି କାହିଂହାଥ ଠାରି ମନ୍ତ୍ରୀମଣି ଦିଲାକ ଦେଖାଇ ।୫୧।ବୋଇଲାକ ୟେହି ସେ ଅଟନ୍ତି ଗଣପତିମନୁଷ୍ୟ ଶରୀର ଯେ ଗଜମୁଖ ଗୋଟି ।୫୨।ୟେହାଶୁଣି ଅସୁର ଯେ ବିଚାରି ବୋଇଲାପୁଣି ମନ୍ତ୍ରୀ ମୁଖକୁ ଚାହିଂଣ ହସିଲା ।୫୩।ମନ୍ତ୍ରୀ ବୋଇଲା ରାଜା ତୁ ଶୁଣ ୟେକମନେବିସ୍ତାରି କହିବଇଂ ତୋତେ ୟେଥିର ବିଧାନେ ।୫୪।ୟେକ ଦିନକରେ ଯେ ପ୍ରଭୁ ବିଶ୍ୱନାଥବୃଷଭ ଚଢିଣ ସେ ଦେବ ବୁଲନ୍ତି ଜଗତ ।୫୫।ଭ୍ରମଣି କରିଣ ଯାଇଂ ମିଳିଲେ ସ୍ୱର୍ଗପୁରେଦେଖିଲେ ଦେବତାୟେ ବସିଣ ଅଛନ୍ତି ଆସ୍ଥାନରେ ।୫୬।ଈଶ୍ୱରଂକୁ ଦେଖିଣ ଦେବଗଣ ଉଠିଲେକରପତ୍ର ଯୋଡ଼ିଣ ଶିରରେ କର ଦିଲେ ।୫୭।ଦେବତାଂକ ଠାରୁ ଶିବ ପାଇଣ ସମ୍ମାନସେହିଠାରୁ ମହାଦେବ ଚଳିଲେ ବହନ ।୫୮।ପ୍ରବେଶ ବୋଇଲେ ଯାଇଂ ଯଶୋବନ୍ତୀ ଭୁବନେଦେଖିଲେ ବ୍ରହ୍ମାୟେ ବସିଛନ୍ତି ଯୋଗଧ୍ୟାନେ ।୫୯।ବିଶ୍ୱନାଥଂକୁ ଦେଖି ଉଠିଲେ ବେଦବରତତକ୍ଷଣେ ଧ୍ୟାନ ଯେ ଭାଞ୍ଜିଲା ତାହାଂକର ।୬୦।ବୋଇଲେ କାହିଂ ତୁମ୍ଭେ ଥିଲ ତ୍ରିପୁରାରିଈଶ୍ୱରେ ବୋଇଲେ ଆମ୍ଭେ ଥିଲୁ ଯେ ସ୍ୱର୍ଗପୁରୀ ।୬୧।ତୁମ୍ଭନ୍ତ ଶଙ୍ଖୋଳି ୟେବେ ଯିବୁ କପିଳାସକେବଣ ବେଦ ତୁମ୍ଭେ କରୁଛ ଅଭ୍ୟାସ ।୬୨।ବ୍ରହ୍ମାୟେ ବୋଇଲେ ମୁଂ ଚାରିବେଦ ଯେ ଘୋଷଇଋକ ଯଜୁ ସାମ ଅଥର୍ବ ବେଦ ମୁଂ ପଢଇ ।୬୩।ଈଶ୍ୱରେ ବୋଇଲେ ତୁମ୍ଭେ ଚାରିବେଦ ପଢୁଅଛମୁହିଂ ପଞ୍ଚୁବେଦ ଯେ ପଢଇ ପ୍ରତକ୍ଷ ।୬୪।ଋକ ଯଜୁ ସାମ ଅଥର୍ବ ଚାରିବେଦ ଯେ ଘୋଷଇପଞ୍ଚୁମୁଖେ ଶିଶୁବେଦ ନିତ୍ୟେ ଅଭ୍ୟାସଇ ।୬୫।ୟେମନ୍ତେ ପଞ୍ଚୁବେଦ ପଢଇ ବେଦବରତୁମ୍ଭେ ତ ଚାରିବେଦ ଘୋଷ ନିରନ୍ତର ।୬୬।ବ୍ରହ୍ମାୟେ ବୋଇଲେ ମୁଂ ଶିଶୁବେଦ ନୁଆରେ କି ପଢିଣଈଶ୍ୱରେ ବୋଇଲେ ତୋର ଆର ମୁଣ୍ଡ କାହିଂ ପୁଣ ।୬୭।ୟେହା ଶୁଣି ବେଦବର ଧ୍ୟାନରେ ବସିଲେଶିରର ଉପରେ ଆରେକ ଶିର ଦେଖାଇଲେ ।୬୮।ପଞ୍ଚୁମୁଖ ଦେଖି ତହିଂ ଈଶ୍ୱରେ କୋପକଲେକ୍ରୋଧଭର ହୋଇଣ ସେ ଚାପୋଡ଼େ ମାଇଲେ ।୬୯।ମୁଣ୍ଡ ଛିଡ଼ି ଯାଇଂକରି ଲାଗିଲା ହାଥରହାଥକୁ ଛିଞ୍ଚାଡ଼ି ପକାନ୍ତି ଦେବ ମହେଶ୍ୱର ।୭୦।ହାଥ ଛିଞ୍ଚାଡ଼ନ୍ତେ ବ୍ରହ୍ମ କପାଳ ହାଥୁଂ ନ ଛାଡ଼ିଲାଈଶ୍ୱରଂକ ମନ ତହୁଂ ବିରସ ହୋଇଲା ।୭୧।ଯୋଶବନ୍ତୀ ପୁରୁଂ ଈଶ୍ୱରେ ବାହାର ହୋଇଲେଲଜ୍ଜାରେ କପିଳାସ ପୁରକୁ ନ ଗଲେ ।୭୨।ହଟକେଶ୍ୱରକୁ ହର ଗଲେ ତପକରିଧ୍ୟାନେଣ ଯାଇଂ ବସିଲେ ଦେବ ତ୍ରିପୁରାରି ।୭୩।ୟେମନ୍ତେଣ କେତେକାଳ ଯେ ତହୁଂ ବହିଗଲାପାର୍ବତୀଂକ ମନ ତହୁଂ ବିକଳ ହୋଇଲା ।୭୪।ବୋଇଲେ ଈଶ୍ୱରେ ମୋର ଗଲେ ଅବା କାହିଂଧ୍ୟାନକରି ବସିଲେ ଯେ ତହୁଂ ମହାମାୟୀ ।୭୫।ଧ୍ୟାନେଣ ଜାଣିଲେ ହେମବନ୍ତର ଦୁଲଣୀବୋଇଲେ ବ୍ରହ୍ମହତ୍ୟା ଯେ କଲେକ ଶୂଳପାଣି ।୭୬।ତପ କରୁଅଛନ୍ତି ହଟକେଶ୍ୱରେ ଯାଇଂପାର୍ବତୀଂକ ଚିନ୍ତା କହିଲେ ନ ସରଇ ।୭୭।ୟେମନ୍ତେ ଥୋକାୟେକ ଦିନ ବହିଗଲାବସନ୍ତଋତୁ ଆସି ପ୍ରବେଶ ହୋଇଲା ।୭୮।ସଖୀଗଣମାନନ୍ତ ଘେନିଣ ମହାସତୀଫୁଲବନେ ଦିନେ ବିଜୟେ କଲେକ ପାର୍ବତୀ ।୭୯।ବଇଶାଖ ଶୁକଳ ଦଶମୀ ତିଥି ଗୁରୁବାରହସ୍ତା ନକ୍ଷତ୍ର ଯେ ଦେବୀଂକି ଅଟେ ସାଧକ ତାର ।୮୦।ମେଷ ସଂକରାନ୍ତିକି ଯେ ଚବିଶଦିନ ଭୋଗଦେବୀ ବସିଲେ ଯାଇଂ କପିଳାସ ପୂର୍ବ ଭାଗ ।୮୧।ଦେଖିଲେ ବନସ୍ତ ଅତ୍ୟନ୍ତ ଶୋଭାବନ ପାଉଅଛିନାନା କୂତୁହୋଳେ କ୍ରୀଡ଼ା କରୁଛନ୍ତି ପଛୀ ।୮୨।ପୁଷ୍ୟରେ ବସି ଭ୍ରମରେ କେଶର ଚୁମ୍ବୁଛନ୍ତିମତ୍ତଭରେଣ କ୍ରୀଡ଼ା ରତିରଙ୍ଗ କରନ୍ତି ।୮୩।ୟେକେଣ ବସନ୍ତ ମାସ ବହଇ ମଳୟ ପବନସୁଗନ୍ଧ ଘେନିଣ ପବନ ତହିଂ ବହଇ ଅବିଚ୍ଛନ୍ନ ।୮୪।ପଛୀଂକର କ୍ରୀଡ଼ା ଦେବୀ ନୟନେ ଦେଖିଲେକ୍ରୋଧଭରେ ଈଶ୍ୱରଂକୁ ଦେବୀ ସୁମରିଲେ ।୮୫।ଦେବୀଂକ ଅଙ୍ଗେ ଯେ କାମଜ୍ୱର ଘୋଟିଲାଉଛୁଳିଣ ରଜ ତାଂକ ଭୂମିରେ ପଡ଼ିଲା ।୮୬।ତୋଳିଣ ହାଥରେ ତାହା ପାର୍ବତୀ ଧଇଲେବୋଇଲେ ଈଶ୍ୱରଂକ ବୀର୍ଯ୍ୟ ଯେବେ ପଡ଼ନ୍ତା ୟେଥିରେ ।୮୭।ସଇନ୍ଦୁପୁତ୍ର ଗୋଟିୟେ ଜନମ ହୁଅନ୍ତାଅତି ବଳବନ୍ତ ହୋଇ ସେହୁ ପୁତ୍ର ହୋଇଥାନ୍ତା ।୮୮।ବିଚାରୁ ବିଚାରୁ ଦେବୀଂକ ହୃଦରେ କଥାୟେକ ସ୍ପୁରିଲାଈଶ୍ୱରଂକ ବିଭୂତି ନେଇ ସେ ତହିଂରେ ମେଦିଲା ।୮୯।ଦଇବର ଭିବିଷ ଯେ ଶୁଣ ନୃପରାଣପିତୁଳା ୟେକ ଦେବୀ ଗଢିଲେ ତତକ୍ଷଣ ।୯୦।ଅତି ସୁକୁମାର ସେହି ପ୍ରତିମାକୁ ଦେଖିଈଶ୍ୱରଂକୁ ସୁମରିଣ ମନ୍ତ୍ରପାଣି ସିଞ୍ଚିଲେ ଶଶୀମୁଖୀ ।୯୧।ଜୀବନ୍ୟାସ ପାଇଣ ଯଏ ଉଠିଲା କୁମରପାର୍ବତୀଂକ ଚରଣେ ସେ କଲା ନମସ୍କାର ।୯୨।କୋଳରେ ବସାଇଣ ତାକୁ ଦେବୀ ମାହେଶ୍ୱରୀଥନରୁ କ୍ଷୀର ମୁଖେ ଦିଅନ୍ତି ଥିର କରି ।୯୩।ପାର୍ବତୀଂକ ଥନରୁ କ୍ଷୀର ଖାଇଲା ଯେତେବେଳେ କୁମରମଣିଅତିବଳେ ବଳୀୟାର ହୋଇଲା ସେହିକ୍ଷଣି ।୯୪।ପାର୍ବତୀଂକ ମୁଖ ଚାହିଂ ବୋଲଇ ବଚନବୋଇଲେକ ମାତା ଗୋ ହୋଅ ସାବଧାନ ।୯୫।କି କରିବି ୟେବେ ତୁମ୍ଭେ ମୋତେ ଆଗ୍ୟାଂ ଦିଅକେଉଂଠାରେ ରହିବି ମୁହିଂ ମୋତେ ୟେବେ କହ ।୯୬।ହେମବନ୍ତ ନନ୍ଦିନୀ ବୋଇଲେ ଶୁଣ ରେ କୁମରଦକ୍ଷିଣଦ୍ୱାର ବାବୁ ହୋଇଲା ତୋହୋର ।୯୮।ନିଚିନ୍ତ ହୋଇଣ ତୁହି ୟେହି ଦ୍ୱାର ରଖିଥିବୁପୁରୁଷ ନାମାୟେ କାହାରିକୁ ଭିତରକୁ ପୂରାଇ ନ ଦେବୁ ।୯୯।ହଟକେଶ୍ୱର ଈଶ୍ୱର କରୁଥିଲେ ତପତକ୍ଷଣେ ବାହାର ହୋଇଲେ କ୍ଷୟକରି ପାପ ।୧୦୦।ବିଭୂତି ଭୂଷଣ ଡମ୍ବରୁ ଶୋହଇ ହାଥରେକୋଠାର ସେ ଧରିଣ ଅଛନ୍ତି ଦକ୍ଷିଣ କରରେ ।୧୦୧।କାଇବସ୍ତ୍ର ଅଙ୍ଗରେ କରିଅଛନ୍ତି ଭୂଷଣଦିଗାମ୍ବର ବେଶ ହୋଇଅଛନ୍ତି ଆପଣ ।୧୦୨।ଦକ୍ଷିଣ ଦୁଆରେ ଆସି ମିଳିଲେ ତକ୍ଷଣଦେଖିଲେ ସେ ଦ୍ୱାରେ ବସିଅଛି ୟେକଇ ନନ୍ଦନ ।୧୦୩।ଈଶ୍ୱର ବୋଇଲେ ଦ୍ୱାର ଛାଡ଼ସି ରେ ବାଳଭିତରକୁ ଯିବୁ ଆମ୍ଭେ ନ ଥିଲୁ ବହୁତ ଯେ କାଳ ।୧୦୪।ଈଶ୍ୱର କହନ୍ତେଣ କୁମର ତିଳେ ନ ଘେନିଲାବିଶ୍ୱନାଥ ଦେବନ୍ତକୁ ସେ ଦ୍ୱାର ନ ଛାଡ଼ିଲା ।୧୦୫।କୁମର ନ ଛାଡ଼ନ୍ତେ ଈଶ୍ୱର କୋପ କଲେକୋଠାର ନେଇଣ ତାର ଗଳାରେ ପ୍ରହରିଲେ ।୧୦୬।ମୁଣ୍ଡ ଛିଣ୍ଡିଯାଇ ତାର ପଡ଼ିଲାକ ଖଣ୍ଡେ ଦୂରେଯାଇଣ ଈଶ୍ୱର ତହୁଂ ପଶିଲେ ଭିତରେ ।୧୦୭।କୁମରର ମୁଣ୍ଡ ଯେ ତହିଂ ଛିଡ଼ି ପଡ଼ିଥିଲାୟେକଇ ଅସୁର ଯେ ତାହା ଗିଳିଦେଲା ।୧୦୮।ମନ୍ତ୍ରୀର କହନ୍ତେ ଯେ ଅସୁର ହସଇକୁରୁପାଳ ମନ୍ତ୍ରୀକି ହରଷଚିତ୍ତ ହୋଇ ।୧୦୯।କୃପାଳୁ ମନ୍ତ୍ରୀ ତହିଂରେ ରାଜାକୁ ଚାହିଂଣୟେଥୁ ଅନନ୍ତରେ କଥା ଶୁଣ ଅସୁର ନୃପରାଣ ।୧୧୦।ଈଶ୍ୱରଂକୁ ଦେଖିଣ ଯଏ ପାର୍ବତୀ ଉଠିଲେମହାଦେବଂକ ଚରଣେ ଦେବୀ ନମସ୍କାର କଲେ ।୧୧୧।ବୋଇଲେ ୟେତେ କାଳରେ ଅଇଲେ ବିଶ୍ୱନାଥେୟେତେ ବୋଲି ଦେବୀ ହେଲେ ତହୁଂ ମନରେ ଉଷତ ।୧୧୨।ଚରଣ ଧୋଇଣ ତହୁଂ ବସିଲେ ଶଂକରଷଡ଼ରସ ମୁଣୋହି କରନ୍ତି ଶୂଳଧର ।୧୧୩।କୋଠାର ଦେଖିଣ ଯେ ପୁଚ୍ଛନ୍ତି ମହାମାୟୀୟେ କୋଠାରେ ରକତ କିମ୍ପେ ଲାଗିଛି ଗୋସାଇଂ ।୧୧୪।ୟେହା ଶୁଣି ହସିଲେକ ଦେବ ଶୂଳହାଥବୋଇଲେ ଶୁଣ ତୁ ଆଗୋ ପ୍ରାଣର ସଂଘାତ ।୧୧୫।ଦକ୍ଷିଣ ଦୁଆରେ ୟେକ ଜଣେକ ବସିଥିଲାଆମ୍ଭ ଆସନ୍ତେଣ ତହୁଂ ଛାଡ଼ିଣ ନ ଦିଲା ।୧୧୬।କୋପେଣ ତାହାକୁ ଆମେ ମାଇଲୁ କୋଠାରବେକ ଛିଡ଼ି ମୁଣ୍ଡ ତାର ଯାଇଂ ପଡ଼ିଲା ଭୂମିର ।୧୧୭।ତେଣୁ କରି ରକତ ଯଏ ଲାଗିଛି କୋଠାରେପାର୍ବତୀ ଶୁଣିଲେ ଯହୁଂ ଈଶ୍ୱରଂକ ମୁଖରେ ।୧୧୮।କୁମର ହତ ଶୁଣି ଯେ ଦେବୀ ମହାମାୟୀକ୍ରୋଧଭର ହୋଇଣ ସେ ଉଠିଲେ ବୋବାଇ ।୧୧୯।ଗଉରୀଂକର କ୍ରୋଧ ଦେଖିଣ ବୋଇଲେ ଶଂକରୟେ କିସ ଚରିତ ଗୋ କହନି ଆମ୍ଭର ଛାମୁର ।୧୨୦।ଶଂକର ପଚାରନ୍ତେ କହନ୍ତି ଗଉରୀସେ ତୁମ୍ଭର କୁମର ୟେବେ ଶୁଣ ଶୂଳଧାରୀ ।୧୨୧।ଈଶ୍ୱରେ ବୋଇଲେ ସେହୁ କେମନ୍ତେ ଆମ୍ଭର କୁମରସନ୍ତୋଷ ଚିତ୍ତେଣ କହ ଆମ୍ଭର ଆଗର ।୧୨୨।ଈଶ୍ୱରେ ପଚାରନ୍ତେ ପାର୍ବତୀ କହନ୍ତିସାବଧାନେ ଶୁଣ ଦେବ ୟେଥିରେ ଯେ ରୀତି ।୧୨୩।କାମଦେବ ପୀଡ଼ା ମୋର ହୋଇଲା ଅଙ୍ଗରେଯେଣୁ ଥିଲ ତୁମ୍ଭେ ପ୍ରଭୁ ହଟକେଶ ପୁରେ ।୧୨୪।ତକ୍ଷଣେ ମୋଠାରୁ ରଜ ସ୍ଖଳିତ ହୋଇଲାଆବର ତାହା ଯାଇଂଣ ଭୂମିରେ ପଡ଼ିଲା ।୧୨୫।ସେ ରଜରେ ମିଶାଇଲି ତୁମ୍ଭର ବିଭୂତିସଇନ୍ଦୁ ସେହି କୁମର ହେଲା ଉତପତ୍ତି ।୧୨୬।ଶୁଣି ବିସ୍ମୟ ହୋଇଲେ ଦେବ ବିଶ୍ୱନଥୟେହା ମନେ ଭାବି ଦେବ ହେଲେ ଥମ୍ଭୀଭୂତ ।୧୨୭।ତତକ୍ଷଣେ ଦେବ ତହୁଂ ହୋଇଲେ ବାହାରପ୍ରବେଶ ହୋଇଲେ ଯାଇଂ ଦକ୍ଷିଣ ଦୁଆର ।୧୨୮।ଦେଖିଲେ ସେ କୁମରର ପଡ଼ିଅଛି ଗଣ୍ଡିଗୋଟିମୁଣ୍ଡଗୋଟି ନ ଦେଖିଲେ ଭାଳିଲେ ଧୂର୍ଜଟି ।୧୨୯।ୟେମନ୍ତର ସମୟେ ପାର୍ବତୀ ତହିଂ ମିଳିଲେକ ଯାଇଂଦେଖି କରି ଦେବୀ ଯେ ବିକଳେ କାନ୍ଦଇ ।୧୩୦।ବୋଇଲେ ହୋ ବିଶ୍ୱନାଥ ୟେତେ କୃତ୍ୟ କଲୟେହାର ପରା ପୁତ୍ର ଶିର ଛେଦି ପକାଇଲ ।୧୩୧।ମୁଣ୍ଡ ଭକ୍ଷିଣ ଯେ ତହୁଂ ଅସୁର ପଳାଇଲାଉତ୍ତର ମୁଖ ହୋଇ ଗଜେକ ଶୋଇଥିଲା ।୧୩୨।ସେ ଗଜରାଜ ନାମ ଯଏ ଅଟଇ ମଣିଭଦ୍ରତାହାର ମୁଣ୍ଡ ହାଣି ଆଣିଲେ ଦେବ ରୁଦ୍ର ।୧୩୩।କୋଠାରେ ପ୍ରହାରେଣ ମୁଣ୍ଡକୁ ଛିନାଇଲେକୁମର କନ୍ଧେଣ ସେ ନେଇଣ ଲଗାଇଲେ ।୧୩୪।ମୃତ୍ୟୁସଞ୍ଜୀବନୀ ମନ୍ତ୍ର କହିଲେ ତାର କର୍ଣ୍ଣେଜୀଇଂଣ ଉଠିଲା ସେ ବାଳୁତ ନନ୍ଦନେ ।୧୩୫।ଈଶ୍ୱର ପାର୍ବତୀଂକୁ ଦେଖି ଓଳଗିଲାକରପତ୍ର ଯୋଡ଼ିଣ ଉଭା ହୋଇ ରହିଲା ।୧୩୬।ଈଶ୍ୱର ବୋଇଲେ ବର ମାଗ ରେ କୁମରଚିରଂଜୀବ ହୋଇଥାଉ ତୋହୋର ଜୀବନ ଶରୀର ।୧୩୭।ଦୁତୀ ଈଶ୍ୱର ପଦ ତୋତେ ଦିଲୁରେ ବାଳୁତେଶୁଭେ ଅଶୁଭେ ଆଗେ ପୂଜା କରନ୍ତୁ ନରେ ତୋତେ ।୧୩୮।ତିନିପୁରେ ଜିଣନ୍ତା ତୋତେ କେହୁ ନୋହୁ ରେ କୁମରୟେତେ ବୋଲି ଅମୃତ ଲଡୁ ଦିଲେକ ଇଶ୍ୱର ।୧୩୯।କାଳେ କାଳେ ଅମୃତ କରିବୁ ଆପ୍ୟାନଦକ୍ଷିଣ ଦୁଆରେ ନିର୍ଭରେ ବସିଥାଅ ନନ୍ଦନ ।୧୪୦।ୟେତେକ ବର ଦେଇ ଈଶ୍ୱର ଚଳିଗଲେଭିତରେ ପୁରେ ଯାଇଂ ପ୍ରବେଶ ହୋଇଲେ ।୧୪୧।ଗଣନାଥ ବୋଲି କରି ତାର ନାମ ଦିଲେତେଣୁ କରି ଗଣେଶ୍ୱର ନାମ ସେ ପାଇଲେ ।୧୪୨।କୁରୁପାଳ ମନ୍ତ୍ରୀ ୟେହା ବିସ୍ତାରି କହିଲାମୋଢାସୁର ଶୁଣି ତାହା ଅତି ସନ୍ତୋଷ ହୋଇଲା ।୧୪୩।କୁରୁପାଳ ମନ୍ତ୍ରୀକି ବହୁତ ପ୍ରଶଂସା ଯେ କଲାଗଣନାଥଂକ ଛାମୁରେ ଯାଇଂଣ ମିଳିଲା ।୧୪୪।ଖଣ୍ଡେ ଧୂରୁ ଦେଖିଣ ଯେ କରଇ ନମସ୍କାରପୁଣ ପୁଣ ଚରଣେ ନମଇଂ ଶେତବାର ।୧୪୫।ଶିରେ କର ଦେଇଣ ଉଭା ହୋଇ ରହିଲାମନେ ମନେ ଅନେକ ସ୍ତୁତି ଯେ ବଖାଣିଲା ।୧୪୬।ତାହାର ଭଗତିଭାବ ଯେ ଦେଖିଣ ଗଣନାଥବୋଇଲା ତୁ ହୋ ବର ମାଗ ପ୍ରୋଢାସୁର ସୁତ ।୧୪୭।ୟେହା ଶୁଣି ମୋଢାସୁର ବୋଲଇ ବଚନୟେବେ ଦୟାକଲୁ ମୋତେ ପାର୍ବତୀ ନନ୍ଦନ ।୧୪୮।ସ୍ୱର୍ଗ ମଞ୍ଚ ପାତାଳ ଯେ ଅଟଇ ତିନିପୁରକେହି ମୋତେ ଜିଣନ୍ତା ନୋହିବେ ସାଂଗ୍ରାମର ।୧୪୯।ଦେବେ ଦାନବେ ମୋତେ କେହି ଜିଣନ୍ତା ନୋହିବଅମର ତନୁ ମୋର ଶରୀର ହୋଇବ ।୧୫୦।କାହାର ହାଥରେ ମୋର ଶିରଛେଦ ଯେ ନୋହିବୟେମନ୍ତ କରି ବର ମୋତେ ଅମୃତାଧି ଦେବ ।୧୫୧।ଅସ୍ତୁ ହୋଉ ବୋଲିଣ ବୋଇଲେ ଗଣେଶ୍ୱରମୋଢାସୁର ନମଇ ଯେ ଗଣନାଥଂକ ପୟର ।୧୫୨।କରପତ୍ର ଯୋଡ଼ିଣ ଗଣନାଥେ ପଚାରଇକଥାୟେ ପଚାରିବି ଅବଧାନ ହୋଇବା ଗୋସାଇଂ ।୧୫୩।ତୁମର ଆଗ୍ୟାଂରେ ମୁଂ ତ ହୋଇଲି ଅମରସ୍ୱର୍ଗ ମଞ୍ଚ ପାତାଳେ କାରେଣୀ ହୋଇଲି ତିନିପୁର ।୧୫୪।ୟେବେ ଯେ କଥାୟେକ ପଚାରିବି ମୁହିଂଜନମ ହୋଇଲେ ଅବଶ୍ୟ ମୃତୁ ଯେ ହୋଅଇ ।୧୫୫।କେବଣ ପ୍ରକାରେ ମୋତେ ହୋଇବ ମରଣସାବଧାନେ କହିବା ମୋତେ ଗଉରା ନନ୍ଦନ ।୧୫୬।ମୋଢାସୁର ବଚନେ ଗଣନାଥ ଯେ ହସିଲେଭଲ କଥାୟେ ପଚାରିଲୁ ବୋଲିଣ ଉଷତ ବୋଇଲେ ।୧୫୭।ଅସୁରକୁ ଚାହିଂଣ ଯେ ବଚନ ପ୍ରକାଶନ୍ତିବୋଇଲେ ଶୁଣ ତୁ ହୋ ଅସୁର କୁଳପତି ।୧୫୮।ଯାହା ପଚାରିଲୁ କହିବା ଆମ୍ଭଏ ତାହାର ବିଚାରଜନମ ହୋଇଲେ ମରଣ ଅଛଇ ନିକର ।୧୫୯।ଯେମନ୍ତେ ମରିବୁ ତୁହି ଆମ୍ଭଏ ତୋତେ ତାହା କହିଥିବାତଦନ୍ତ କରି ମନରେ ଥୋଇଥିବୁ ଆରେ ବାବା ।୧୬୦।ଶିର ହାଣିଲେ ତୋର ନୋହିବ ମରଣହାଣୁଥିଲେ ଲାଗୁଥିବ ଯେ ଶିର ପୁଣ ପୁଣ ।୧୬୧।ହାଥ ଗୋଡ଼ ଶିର ତୋର ଖଡ଼ଗରେ ନ ଛିଡ଼ିବବୁକୁ ହୃଦୟରେ ତୋର ଶହସ୍ର ନ ଫୁଟିବ ।୧୬୨।ୟେକ କଥାୟେକ ତୋର ଅଛଇ ମରଣଅଗ୍ନିଶରେ ପେଷିତୋତେ ଯେହୁ କରିବ ଦହନ ।୧୬୩।ଅଗ୍ନିଶରେ ଦହିଜ ହୋଇବ ତୋର କାୟେଦୃଢ କରି ଶୁଣ ତୁ ହୋ ଅସୁରକୁଳ ରାୟେ ।୧୬୪।ତେବେହେଂ ଶରୀର ତୋର ନୋହଇ ଦହିଜଅଶ୍ୱିନୀକୁମାରଂକର ଯେ ହୋଇଥିବ ତନୁଜ ।୧୬୫।ସେହୁ ବିନ୍ଧିବ ଯେବେ ଅଗ୍ନିଶର ଘେନିତେବେ ସେ ମରଣ ତୋର ବୋଇବ ବୀରମଣି ।୧୬୬।ୟେସନେକ ବର ଯହୁଂ ଦିଲେ ଗଣେଶ୍ୱରନିଜ ରାଜ୍ୟକୁ ଗଲା ଅସୁର ନୃପବର ।୧୬୭।ନିର୍ଭୟ ହୋଇଣ ଯେ କାର୍ଯ୍ୟ କରୁଥାଇସ୍ୱର୍ବ ମଞ୍ଚ ପାତାଳେ କାହାକୁ ନ ଡରଇ ।୧୬୮।ନିତି ନିଦ୍ରାରୁ ସେ ଉଠଇ ବହନନିତ୍ୟକର୍ମ ବିଧାନ ସେ ସାରଇ ତତକ୍ଷଣ ।୧୬୯।ଗଣନାଥଂକୁ ସେ ନିତ୍ୟେ ଦର୍ଶନ କରେ ଯାଇଉଦକ ପ୍ରସାଦ ନିତ୍ୟପ୍ରତି ସେ ଭୁଞ୍ଜଇ ।୧୭୦।ଶୟେ ଅଷ୍ଟଉତ୍ତର ବେଳ ପ୍ରଳମ୍ବ କରଇକଲ୍ୟାଣ ପାଇଣ ସେ ନବରକୁ ଆସଇ ।୧୭୧।ୟେରୂପେ ଗଣନାଥକଇଂ କରୁଥାଇ ସେବାଗଣନାଥ ବିନୁ ସେ ନ ଜାଣେ ଅନ୍ୟ ଦେବା ।୧୭୨।ନମସ୍ତେ କଉଶଲ୍ୟା ନନ୍ଦନ ରଘୁବୀରଜାନକୀ ଛଳେଣ ଯେ ଛେଦିଲ ଦଶଶିର ।୧୭୩।ଅସୁର ନିବାରଣେ ଧାନୁକୀ ଚୂଡ଼ାମଣିନିରନ୍ତରେ ତୋର ନାମ ବଖାଣନ୍ତି ସୁରମୁନି ।୧୭୪।ଦଶରଥଂକ ନନ୍ଦନ ସେ ଅଟନ୍ତି ରାମଚନ୍ଦ୍ରକବି ସୋରୋଳା ଦାସକୁ ରଖ ଆଦିକନ୍ଦ ।୧୭୫।ମୂଢାସୁରର ସ୍ୱର୍ଗ ଆକ୍ରମଣୟେଥୁ ଅନନ୍ତରେ ଯେ ବିଲଂକ ଦେଶର ରାୟେକିସ ଚରିତ ହେଲା କୁହ କୁମ୍ଭଋଷିର ତନୟେ ।୧।ୟେମନ୍ତ ଥୋକାୟେ ଦିନ ତହିଂ ବହିଗଲାସ୍ୱର୍ଗ ମଞ୍ଚ ପାତାଳରେ ସେ ବୀର କାହାକୁ ନ ଡରିଲା ।୨।ମାର୍ଗଶୀର ମାସ ଶୁକଳପକ୍ଷ ତ୍ରୟୋଦଶୀରୋହିଣୀ ନକ୍ଷତ୍ର ବୃଷଘରେ ଚନ୍ଦ୍ର ବସି ।୩।ବାଣିଜ୍ୟ ନାମେ କରଣ ସାଧ୍ୟେ ନାମେ ଯୋଗଆସ୍ତାନେ ବସି ମୋଢାସୁର ପ୍ରତଗ୍ୟାଂ କରେ ବେଗ ।୪।ମନ୍ତ୍ରୀକି ଚାହିଂଣ ସେହୁ କହଇ ଉତ୍ତରଥାଠ ସଇନ ବେଗେ ସଜକର ମନ୍ତ୍ରୀବର ।୫।ୟେଥର ସ୍ୱର୍ଗରେ ଯାଇଂ ଯୁଝିବଇଂ ମୁହିଂସ୍ୱର୍ଗ ମର୍ତ୍ତ୍ୟ ପାତାଳେ ମୋର କାହାକୁ ଭୟ ନାହିଂ ।୬।ଇନ୍ଦ୍ର ଦେବତାର ତୁଲେ କରିବି ସମରତେବେ ସିନା ପିତୃକାର୍ଯ୍ୟ ହୋଇବ ମୋହୋର ।୭।ଅସୁର ମୋଢାସୁର ଯହୁଂ ୟେମନ୍ତ ଆଗ୍ୟାଂ ଦିଲାଶୁଣି କୁରୁପାଳ ମନ୍ତ୍ରୀ ବହନ ଚଳିଗଲା ।୮।ଥାଠ ସଜହୋଉ ବୋଲି ଟମକ ଦିଆଇଲାରାଜ୍ୟଯାକ ତାର ଉତ୍ସବ ହୋଇଲା ।୯।ସାତଯୂଣ ଦୀର୍ଘ ଯେ ପାଞ୍ଚଯୂଣ ପ୍ରତିସେ ନଗ୍ରରେ ବିଂଶଲକ୍ଷ ଘର ଯେ ବସନ୍ତି ।୧୦।ଧନବନ୍ତ ପଣେ ପରଜା କୁବେର ସମାନସୁଖେଣ ପରଜାୟେ ନେଉଛନ୍ତି ଦିନ ।୧୧।ଥାଠ ସନ୍ୟମାନେ ତାର ନ ଯାଇ କଳନାନିରନ୍ତରେ ବାଜୁଥାଇ ଅପୂର୍ବ ବାଜଣା ।୧୨।ତିନିଲକ୍ଷ ହାଥୀ ପାଞ୍ଚଲକ୍ଷ ହୟ ହୋଇଚଉଦକୋଟି ତାର ଅଙ୍ଗବଳ ଅଛଇ ।୧୩।ରଥୀ ପାଦାନ୍ତି ମାନେ ତାର ଅଛନ୍ତି ଅପାରୟେମନ୍ତେଣ ରାଜ୍ୟ ତହିଂ କରଇ ନିଶାଚର ।୧୪।ଆଗ୍ୟାଂ ପାଇଣ ଯେ ମନ୍ତ୍ରୀବର ଗଲାହାଥୀ ରଥୀ ପାଦାନ୍ତି ଅନେକ ସଜ କଲା ।୧୫।ଢୋଲ ଦମା ଟମକ ଯଏ ଘୁମୁରା ବଜାଇମଦିରା ରସପାନେ ଅସୁର ମତ୍ତଭୋଳ ହୋଇ ।୧୬।ଥାଠ ସଜକରିଣ ମନ୍ତ୍ରୀ ଚଳିଗଲାଅସୁର ଛାମୁରେ ସେ ଯାଇଣ ଜଣାଇଲା ।୧୭।ବୋଇଲାକ ଶୁଣ ତୁ ହୋ ଅସୁରକୁଳ ସାଇଂଥାଠକୁ ଆଗ୍ୟାଂ ଦିଲେ ଯିବେ ବେଗ ହୋଇ ।୧୮।ମନ୍ତ୍ରୀକି ବୋଇଲା କେତେ ସଇନ ସାଜିଲୁ ମୋହୋରହାଥୀ ରଥୀ ଅଶ୍ୱ କେତେ ହୋଇଲେ ବାହାର ।୧୯।ମନ୍ତ୍ରୀ ବୋଇଲା ସାତ ସହସ୍ର ହାଥୀସଜ ହୋଇ ଥିଲେ ତୋର ଦଶଲକ୍ଷ ପାଦାନ୍ତି ।୨୦।ବାରକୋଟି ସଇନ ଅଇଲେ ସଜହୋଇଆଗ୍ୟାଂ ଦିଲେ ସଇନ ଆଗେ ଯିବେ ସଜହୋଇ ।୨୧।ମନ୍ତ୍ରୀର ବଚନେ ମୋଢାସୁର ଯେ ବୋଲଇଆଗିଆଣି ଦଣ୍ଡ ଦିଅ ତୁ ଚଳାଇ ।୨୨।ଟମକ ନିଶାଣ ବାଦ୍ୟ ଘୁମୁରା ବାଜଇବାହାର ହୋଇଲେ ସଇନ ଆଗଭର ହୋଇ ।୨୩।ବାଦ୍ୟ ଘୋରନାଦେ କମ୍ଫଇ ମେଦିନୀଆକାଶେ ଉଛୁଳଇ ମୁଖରାବି ଧୁନି ।୨୪।ପ୍ରଳୟ ପାଣି ପ୍ରାୟେ ଦିଶଇ ସଇନ ଆସିବାରଭୟେଣ ବାସୁକି ଯେ ନ ଟେକଇ ଶିର ।୨୫।ଭୟେଣ ଉଦୟେ ନୋହିଲେ ଦିବାକରମୁଖରାବ ଶବଦେ କମ୍ପଇ ମେରୁ କନ୍ଦର ।୨୬।ଆଗ ହୋଇଣ ମନ୍ତ୍ରୀ ଥାଠ ଯେ ଚଳାଇଣ ଗଲାଖଣ୍ଡିୟେକ ଧୂରେ ଯାଇଣ ରହିଲା ।୨୭।ପଛରେ ମୋଢାସୁର ରଥ ଚଢିଣ ବାହାରନାନା ଶସ୍ରମାନ ଥୋଇଛି ରଥର ଉପର ।୨୮।ଢୋଲ ଦମାଲୁ ଟମକ ନିଶାଣ ବାଜଇସ୍ୱର୍ଗ ମଞ୍ଚ ପାତାଳ ନିଶାଣେ ଉଛୁଳଇ ।୨୯।ଥାଠ ସଇନ ଘେନିଣ ଅସୁର ଚଳଇସ୍ୱର୍ଗପୁର ଯାକ ଆଜ ନାରଖାର କରିବଇଂ ।୩୦।ଇନ୍ଦ୍ର ଦେବତାର ଆଜି ଜାଣିବା ବଡ଼ପଣମୋହୋର ପିତାଂକୁ ସେ କରିଛି ନାଶପାନ ।୩୧।ମୋଢାସୁର ବହୁତ ପ୍ରତଗ୍ୟାଂ କରଇଗଣ ଗନ୍ଧର୍ବ ଦେବତା ସେ କାହାକୁ ନ ଡରଇ ।୩୨।ଧୀର ଧୀର କରିଣ ସେହୁ ଚଳାଇଲା ଥାଠମାର ମାର ଶବଦେଣ କମ୍ପଇ ମହୀରାଷ୍ଟ ।୩୩।ଶୁଣ ହୋ ମହାରାଜା ବିଲଂକର ସାଇଂପବିତ୍ର ଆକ୍ଷାନ ୟେହୁ ଅମୃତ ରସମୟୀ ।୩୪।ଯେତେବେଳେ ଅସୁର ପୁଣ ସ୍ୱର୍ଗକୁ ବାହିଲାଅମର ମଣ୍ଡଳରେଣ ମହା ଚମକ ପଡ଼ିଲା ।୩୫।ସଭା ମଣ୍ଡାଇଣ ତହିଂ ଯେ ବସିଛି ସୁରନାଥଗଣ ଗନ୍ଧର୍ବ ଦେବତାୟେ ଅଛନ୍ତି ସଙ୍ଗତ ।୩୬।ବ୍ରହ୍ମଋଷି ରାଜଋଷି ଅଛନ୍ତି ଆସ୍ଥାନେଶୂରସେନ ଚିତ୍ରସେନ ଅଙ୍ଗାରପନ୍ନଙ୍ଗ ତିନିଜଣେ ।୩୭।ଇନ୍ଦ୍ରଂକର ପୁତ୍ରମାନେ ସମସ୍ତେ ଛନ୍ତି ବସିଅପକ୍ଷରୀ କିନ୍ନରୀ ଯେ ନୃତ୍ୟରଙ୍ଗେ ରସି ।୩୮।ବିଶ୍ୱଦେବା ଅଷ୍ଟବସୁ ଅଶ୍ୱିନୀକୁମାରଂକ ମୂଳେପବନ ଦିବାକର ଚନ୍ଦ୍ରଦେବ ମେଳେ ।୩୯।ବଇଲ ବାହାନେ ଯେ ଈଶ୍ୱର ମିଳିଲେଆସ୍ଥାନ ଉପରେ ଯାଇଣ ବିଜେକଲେ ।୪୦।ହଂସ ବାହାନ ଚଢି ଦେବ ବେଦବରସେହି ମିଳିଲେ ଆସି ଅମର ସଭାର ।୪୧।କାମଦେବ ସଜ ହୋଇଣ ଅଇଲେବେଶ ବେଶନ ହୋଇଣ ସଭାରେ ବସିଲେ ।୪୨।ତେତିଶି କୋଟି ଦେବତାୟେ ଯେଝା ଆସ୍ଥାନ ମାଡ଼ିସମସ୍ତେ ବସିଅଛନ୍ତି ଦେବସଭା ଆବାରି ।୪୩।ନାରଦେ ବୀଣାଯନ୍ତ୍ର ବଜାନ୍ତି ହରଷେବୃହସ୍ପତି ବସିଛନ୍ତି ଇନ୍ଦ୍ର ଦେବତାର ପାଶେ ।୪୪।ବ୍ରହ୍ମା ଈଶ୍ୱର ଯେ ବସିଲେ ୟେକସ୍ଥାନେକୁବେର ହିଂ ପୁଣ ଅଛନ୍ତି ତାହାଂକ ସନ୍ନିଧ୍ୟାନେ ।୪୫।ଶଙ୍ଖନିଧି ପଦ୍ମନିଧି ବରୁଣହିଂ ଅଛନ୍ତିୟେସନେକ ସମୟେ ତହିଂ ମିଳିଲେ ବସୁମତୀ ।୪୬।ମୁଖରୁ ରୁଧିର ଯେ ବହଇ ଝର ଝରଆସିଣ ମିଳିଲେ ସେ ଦେବସଭା ସନ୍ନିଧର ।୪୭।ପାୟେ ପଡ଼ି ଶୋଇ କହଇ କରଯୋଡ଼ିସାବଧାନେ ଶୁଣ ଆହେ ଦେବ ବଜ୍ରଧାରୀ ।୪୮।ଅସୁରଂକ ଭାର ମୁଂ ନୁଆରିଲି ସହିତୁମ୍ଭର ପୃଥିବୀ ତୁମ୍ଭେ ସମ୍ଭାଳ ହୋ ବଜ୍ରସାଇଂ ।୪୯।ୟେତେ କହି ବସୁମତୀ ମଉନ ହୋଇଲାବ୍ରହ୍ମାଂକର ମୁଖକୁ ଇନ୍ଦ୍ରଦେବତା ଚାହିଂଲା ।୫୦।ବଇକୁଲ୍ୟ ସେ ବେଦବର ଅବଧାନ କରବସୁମତୀ ଯାହା କହୁଅଛଇ ସଭାର ମଧ୍ୟର ।୫୧।ବ୍ରହ୍ମା ପଚାରିଲେ ଗୋ ଶୁଣ ବସୁମତୀୟେତେକ ବିକଳ କିମ୍ପାଇଂ ହେଉଛି ତୋର ମତି ।୫୨।ବସୁମତୀ କହଇ ଯେ ତୁମ୍ଭେ ଶୁଣ କୁଶଧରଅସୁରଂକ ଭାର ନ ସହିଲା ମୋହୋର ଶରୀର ।୫୩।ମୋଢାସୁର ବୋଲି ଯେ ଅସୁରେକ ଅଛିତା ପାଦ ପଡ଼ନ୍ତେ ମୁଖରୁଂ ରୁଧିର ଗଳୁଛି ।୫୪।ବସୁଧା ମୁଖରୁ ୟେସନେକ ବାକ୍ୟ ଶୁଣିବୃହସ୍ପତିଂକି ଚାହିଂ ପଚାରନ୍ତି କୁଶପାଣି ।୫୫।କହ ହେ ଗୁରୁ ୟେ କାହିଂର ଅସୁରକାହା କୁଳେ ଜାତ ୟେ କାହାର କୁମର ।୫୬।ବ୍ରହ୍ମା ପଚାରନ୍ତେ ତହିଂ ବୃହସ୍ପତି କହଇସାବଧାନେ ଶୁଣ ତୁମ୍ଭେ ସାବିତ୍ରୀର ସାଇଂ ।୫୭।କପିଳାସ କନ୍ଦର ଉତ୍ତର ପାରୁଶେଅଳମ୍ବୁଷା ବୋଲି ଅଛଇ ୟେକ ଦେଶେ ।୫୮।ରୂଢାସୁର ବୋଲି ଅସୁର ରାଜ୍ୟ କରଇତାହାର ତନୁଜ ଯେ ପ୍ରୋଢାସୁର ହୋଇ ।୫୯।ସେ ପ୍ରୋଢାସୁର ବେଳେ ସ୍ୱର୍ଗକୁ ଧାଡ଼ି ଦିଲାଅମର ମଣ୍ଡଳେ ସେ ଅନେକ ଯୁଦ୍ଧ କଲା ।୬୦।ବଜ୍ରଧରି ତାକୁ ମାରିଲେ ସୁରରାୟେତାହାର ତନୟ ମୋଢାସୁର ହୋୟେ ।୬୧।ଗଣନାଥଂକୁ ସେବାକରି ପାଇଅଛି ବରଅମର ବର ଦେଇଅଛନ୍ତି ଈଶ୍ୱର କୁମର ।୬୨।ଅମରେ ବହୁତ ସେ କରିବାକ ଧ୍ୱଂସଦେବତାଂକ ସଙ୍ଗେ ସେହୁ ହୋଇବ ଅମରିଷ ।୬୩।ତାହାର ଧାଡ଼ିରେ ଦେବେ ରହି ନୁଆରିବେଗଣ ଗନ୍ଧର୍ବ ଅପକ୍ଷରୀ ଅସୁରେ ହରିନେବେ ।୬୪।କାହାରି ହାଥରେ ସେହୁ ନୋହିବ ବିନାଶଦେବ ଦାନବରେ ସେ ନ ପାଇବ ଅପଯଶ ।୬୫।ଇନ୍ଦ୍ର ବୋଲେ ତାହା ତୁଲେ ଯୁଦ୍ଧ କରିବଇଂଅମରପୁରକୁ ଯେବେ ସେ ଆସିବାକ ବାହି ।୬୬।ବୃହସ୍ପତି ବୋଲେ ତୁ ନୁଆରିବୁ ସୁରରାଣତୋହୋର ହାଥରେ ସେ ନୋହିବ ମରଣ ।୬୭।ବୃହସ୍ପତି କହନ୍ତେ ବ୍ରହ୍ମାଇନ୍ଦ୍ର ଶୁଣିଲେଯେ ଯାହାର ମତେ ସେହୁ ମଉନ ରହିଲେ ।୬୮।ବସୁଧାକୁ ଚାହିଂ ବ୍ରହ୍ମା ଆଗ୍ୟାଂ ଦିଲେଥୋକାୟେକ ଦିନ ଥାଅ ତୁ କଷ୍ଟରେ ।୬୯।ଉପାୟେ କରିଣ ଅସୁରକୁ କରିବାକ ନାଶବର ତାକୁ ଦେଇଛନ୍ତି ପାର୍ବତୀଂକ ଶିଷ ।୭୦।ବସୁମତୀକୁ ପ୍ରବୋଧନା କରିଣ ବେଦବରହଂସ ଚଢି ଅମରୁଂ ଯେ ହୋଇଲେ ବାହାର ।୭୧।ଯଶୋବନ୍ତୀ ପୁରକୁ ଗଲେ କୁଶଧରନିଚିନ୍ତେ ରହିଲେ ଯାଇଂ ଆପଣା ମନ୍ଦିର ।୭୨।ଈଶ୍ୱର ତହୁଂ କପିଳାସ କନ୍ଦରକୁ ଗଲେଦେବସଭାରେ ଦେବତାନ୍ତ ଘେନି ଇନ୍ଦ୍ର ହାଦେ ବସିଥିଲେ ।୭୩।ୟେସନେକ ସମୟେ ତ ଦେବଂକ ଡଗରଆସିଣ ମିଳିଲେ ସେ ସୁଧର୍ମା ସଭାର ।୭୪।ବୋଇଲେ ହୋ ସାବଧାନେ ଶୁଣ ସୁରସାଇଂମୋଢାସୁର ସ୍ୱର୍ଗକୁ ଆସୁଅଛି ବାହି ।୭୫।ଥାଠ ସଇନ ତାର କଳନା ନ ଯାଇହାଥୀ ରଥୀ ପାଦାନ୍ତି ଅନେକ ଅଛଇ ।୭୬।ୟେହିକ୍ଷଣି ଆସି ଦେବ ଅମରେ ପଶିବସ୍ୱର୍ଗପୁର ଯାକ ଆଜ ସବୁ ଜୂର କରିଦେବ ।୭୭।ଅମର ମଣ୍ଡଳେ ସେହୁ କରିବ ନାରଖାରସାବଧାନେ ୟେହା ତୁମ୍ଭେ ଶୁଣ ବଜ୍ରଧର ।୭୮।ଡଗର ମୁଖରୁ ଦେବ ୟେସନେକ ଶୁଣିମନେ ମନେ ଚିନ୍ତା ବଡ଼ କଲେ ବଜ୍ରପାଣି ।୭୯।ବୃହସ୍ପତି ବୋଇଲେ ତାହାର ଭୟେ ରହି ନୁଆରିବାସ୍ୱର୍ଗପୁର ଛାଡ଼ି ୟେବେ ଚାଲ ପଳାଇଣ ଯିବା ।୮୦।ଭାଳୁ ଭାଳୁ ଆର ଡଗରେକ ଅଇଲାପାୟେ ପଡ଼ିଶୋଇ କଥାନ୍ତ କହିଲା ।୮୧।ବୋଇଲା ହୋ ସାବଧାନେ ଶୁଣ ସୁରନାଥଥାଠ ଚଳାଇ ମୋଢାସୁର ମିଳିଲା ସ୍ୱର୍ଗପଥ ।୮୨।ୟେହା ଶୁଣି ଦେବେ ତହିଂ ଭୟ ମନେ କଲେକ୍ରମେ କ୍ରମେ ହୋଇ ଯେ ଯାହାରେ ପଳାଇଲେ ।୮୩।ଯେ ଯହିଂ ପାରିଲେ ସେ ତହିଂ ଲୁଚିଲେଗଣ ଗନ୍ଧର୍ବ ଘେନି ଦେବ ଇନ୍ଦ୍ର ପଳାଇଲେ ।୮୪।ଶଚୀ ଘେନି ଯାଇଂ କୁସୁମ ବନରେ ଲୁଚଇଅମର ମଣ୍ଡଳ ତୁଚ୍ଛା କରିଗଲେ ଶଚୀସାଇଂ ।୮୫।ଗୋପ୍ୟାନ ହୋଇଣ ସର୍ବେ ରହିଲେ ଯେ ଯାହାରେଅପଛରୀମାନେ ଲୁଚିଲେ ନିମ ବନିକାରେ ।୮୬।ସାବଧନ ହୋଇ ତୁମ୍ଭେ ଶୁଣ ନରସାଇଂଅମର ମଣ୍ଡଳେ ଦେବେ ନ ରହିଲେ କେହି ।୮୭।ଥାଠ ଚଳାଇଣ ତହିଂ ଅସୁରକୁଳ ବୀରପ୍ରବେଶ ହୋଇଲା ଯାଇ ଅମର ମଣ୍ଡଳର ।୮୮।ଦେଖିଲା ସ୍ୱର୍ଗ ପୁରେ ଜନ ମନୁଷ୍ୟ କେହି ନାହିଂବୀରତୂର ବଜାଇ ଅସୁର ଅମର ମଣ୍ଡଳେ ବୁଲଇ ।୮୯।ବୋଇଲା ସୁରଇନ୍ଦ୍ର ପଡ଼ିଲେ ଛାମୁରପ୍ରାଣ ପାଆନ୍ତା କି ଆଜ ପଡ଼ିଲେ ବଜ୍ରଧର ।୯୦।ଅମର ସଭାରେ ଯାଇ ଅସୁର ଉଠିଲାମଣ୍ଡିଲା ଆୟେମାନ ସବୁ ଛିଣ୍ଡାଇ ପକାଇଲା ।୯୧।ବୋଇଲା ଇନ୍ଦ୍ରପୁର ଆଝୁଂ ହୋଇଲା ମୋହୋରଦେବତାୟେ ପଳାଇଣ ଗଲେ ଯେ ଯାହାର ।୯୨।ଅମର ସଭାରେ ବସି ଅସୁର ଅନେକ ପହିଜ୍ୟ କଲାନିଶରେ ହାଥ ଲାଇ ଇନ୍ଦ୍ରକୁ ବହୁତ ଖୋଜିଲା ।୯୩।କୁରୁପାଳ ମନ୍ତ୍ରୀକି ବୋଇଲା କି କରିବାଥାଟ ଲେଉଟାଇ ଚାଲ ରାଜ୍ୟକୁ ଆମ୍ଭେ ଯିବା ।୯୪।ଭଲ ଭଲ ଦ୍ରବ୍ୟ ସ୍ୱର୍ଗେ ପାଇଲାକ ଯାହାଘେନିଣ ବାହାର ହେଲା ଅସୁରକୁଳ ନାହା ।୯୫।ବୀରତୂର ବଜାଇ ସ୍ୱର୍ଗୁଂ ବାହାର ହୋଇଲାଯାଇଣ ଅସୁର ଯେ ରଥରେ ବସିଲା ।୯୬।ମନେ ବିଚାରଇ ଅସୁରକୁଳ ରାୟେସ୍ୱର୍ଗପୁର ଆଜ ମୋତେ ହୋଇଲାକ ଜୟେ ।୯୭।ଅଳମ୍ବୁଷା ରାଜ୍ୟେ ଯାଇଂ ପ୍ରବେଶ ହୋଇଲାଗଣନାଥଂକୁ ବହୁତ ସ୍ତୁତି ହାଦେ କଲା ।୯୮।କୁରୁପାଳ ମନ୍ତ୍ରୀକି ଯେ ଗଉରୋବ କଲାଶାଢୀ ପ୍ରସାଦ ଯେ ବହୁତ ତାକୁ ଦିଲା ।୯୯।ସ୍ରାହାନ ନିତ୍ୟକର୍ମ ସାରିଣ ମୋଢାସୁରକପିଳାସ କନ୍ଦରକୁ ଗଲା ଖରତର ।୧୦୦।ଶୟେ ଅଷ୍ଟଉତ୍ତର ସେହୁ ପ୍ରଳମ୍ବିତ କଲାଧୂପ ଦ୍ୱୀପ ଦେଇଣ ଗଣନାଥଂକୁ ବନ୍ଦାଇଲା ।୧୦୧।ଶାଢୀ ପ୍ରସାଦ ପାଇ ସେହୁ ଉଦେକ ଭକ୍ଷଇବଦୁତ ତୁସ୍ତି କରିଣ ସେ ବାହୁଡ଼ି ଆସଇ ।୧୦୨।ଆପଣା ନବରେ ଯେ ହୋଇଲା ପରବେଶକବି ସାରୋଳା ଦାସକୁ ରଖ ପୀତବାସ ।୧୦୩।ମୂଢାସୁରର ଏକୋଇଶବାର ସ୍ୱର୍ଗ ଆକ୍ରମଣୟେଥୁ ଅନନ୍ତରେ ଯେ ବିଲଂକ ନରପତିଅଗସ୍ତିଂକ ଚରଣେ ନମସ୍କାର କରନ୍ତି ।୧।ଅବଧାନ ହୋଇ ଯେ ଶୁଣିମା ଗୋସାଇଂଦେବତାୟେ କିସ କଲେ ମୋତେ କହିବା ବୁଝାଇ ।୨।ରାଜାର ଭଗତି ଭାବ ଦେଖିଣ ମହାମୁନିସାହଧାନେ ଶୁଣିମା ମଧ୍ୟପର୍ବର କାହାଣୀ ।୩।ଯେତେ ବେଳେ ମୋଢାସୁର ସ୍ୱର୍ଗକୁ ବାହିଲାଦେବଗଣ ଘେନି ଇନ୍ଦ୍ର ପଳାଇଣ ଗଲା ।୪।ସେ ଅସୁର ବାହୁଡ଼ିବାରୁ ଦେବତାୟେ ଜାଣିଲେକ୍ରମେ କ୍ରମେ ହୋଇ ଆସିଣ ଯେ ସମସ୍ତେ ମିଳିଲେ ।୫।ଅମର ମଣ୍ଡଳୁଂ ଇନ୍ଦ୍ର ପଳାଇ ଯେ ଥିଲେଶଚୀଂକୁ ଘେନି କୁସୁମ ବନରୁ ବାହାର ହୋଇଲେ ।୬।ଗଣଗନ୍ଧର୍ବ ଦେବତାୟେ ଯେ ଯାହାରେ ଆସିସୁଧର୍ମା ସଭାରେଣ ସମସ୍ତେ ଆସି ବସି ।୭।ଭିତର ପୁରକୁ ଶଚୀଦେବୀ ଗଲେନିମ ବନିକାରୁ ଅପକ୍ଷରୀମାନେ ଯେ ଅଇଲେ ।୮।ଇନ୍ଦ୍ର ବୃହସ୍ପତି ଆସି ବସିଲେ ସଭାରଦେଖିଲେ ନାରଖାର ହୋଇଛି ସ୍ୱର୍ଗପୁର ।୯।ଭଲ ଭଲ ପଦାର୍ଥ ସବୁ ଅସୁର ଜୂର କରି ନେଲାଇନ୍ଦ୍ର ଦେବତା ଦେଖି ବହୁତ ଚିନ୍ତା କଲା ।୧୦।ୟେଥୁ ଅନନ୍ତରେ ଦେବସଭା ମଉଳିଲାସୁରନାଥ ଦେବ ମନେ ବିକଳ ହୋଇଲା ।୧୧।ଥୋକାୟେକ ଦିନ ଯହୁଂ ବହିଗଲା ତହିଂଅମର ଦେବତାୟେ ଯେ ରହିଲେ ନିଚିନ୍ତ ହୋଇ ।୧୨।ଆସ୍ତାନ ଉପରେ ଦିନେ ବସିଣ ଅସୁରକୁରୁପାଳ ମନ୍ତ୍ରୀକି ରାଇଲା ଧାତିକାର ।୧୩।ମକର ସଂକରାନ୍ତି ସେ ଦିନ ହୋଇଅଛିସେ ଦିନ ମୋଢାସୁର ମନ୍ତ୍ରୀକି ଯେ ପୁଚ୍ଛି ।୧୪।ବୋଇଲା ଥାଠ ସଇନ ହାଦେ ସଜକରଆଜ ଯାଇ ବାନ୍ଧି ଯେ ଆଣିବି ଆଖଣ୍ଡଳ ।୧୫।ମନ୍ତ୍ରୀ ବୋଇଲା ୟେବେ ଥୋକାୟେ ଦିନ ଯାଉପାସୋରାଇ ଦେଇ ସ୍ୱର୍ଗକୁ ଯିବା ଅସୁରକୁଳ ରାହୁ ।୧୬।ମନ୍ତ୍ରୀ କଥାକୁ ଅସୁର ସନମତ କଲାଅମର ମଣ୍ଡଳକୁ ସେ ଯେ ବାହାର ନୋହିଲା ।୧୭।ମୃଗୟା ବିନୋଦେ ଯେ ସେ ଯାଉଥାଉ ନିତିପାଦଘାତେଣ ବସୁଧା ରୁଧିର କରଇ ବାନ୍ତି ।୧୮।ବଡ଼ାଇ ଦୁର୍ଭାଗର ସେ ହୋଇଲା ଅସୁରଋଷି ଗୋରୁ ବ୍ରାହ୍ମଣଂକୁ କଲା ନାରଖାର ।୧୯।ଗଣନାଥ ପ୍ରସନ୍ନରେ କାହାକୁ ନ ଡରଇଦେବତାଂକ ସଙ୍ଗେ ସେ ବାଦ ଆରମ୍ଭଇ ।୨୦।ତାହାର ଭୟେ ଦେବେ ସ୍ୱର୍ଗେ ନୁଆରନ୍ତି ରହିଅସୁର ଆସୁଅଛି ଶୁଣିଲେ ଦେବେ ଯାଆନ୍ତି ପଳାଇ ।୨୧।ନିତ୍ୟେହେଂ ସ୍ୱର୍ଗେ ପଡୁଥାଇ ହୁରିଜୁରିନ ପୁଣ ସ୍ୱର୍ଗକୁ ବାହଇ ଅସୁର ମହାବଳୀ ।୨୨।ମନସ୍ତେ ଦୁର୍ଗା ମା ଗୋ ସଂକଟ ତାରିଣୀସଂକଟ ପଡିଲେ ରଖୁ ଶିବର ଘରଣୀ ।୨୩।ମହିଷାସୁର ମର୍ଦ୍ଦିନୀ ମା ଗୋ ନାମ ତୋ ଚହଟିସିଂଘବାହିନୀ ତୁ ଭ୍ରମୁ ସ୍ୱର୍ଗ ମଞ୍ଚ ପାତାଳ ତିନିଗୋଟି ।୨୪।କାତି ଖପର ମାଗୋ ଶୋହୋଇ ତୋର କରଶମ୍ଭୁ ନିଶମ୍ଭୁ ମାଇଲୁ ବିଂଝ ପର୍ବତର ।୨୫।ବିଂଝଗିରି ବାସିନୀ ନାମ ବହିଲୁ ମହାମାଈମୁହିଂ ଯେ ଅରକ୍ଷିତ ଅଧର୍ମ ଅଟଇ ମୂର୍ଖବାଇ ।୨୬।ଦୁର୍ଗତି ତାରିଣୀ ବିନୁ ଅନ୍ୟ ନ ଜାଣଇତୁ ମୋହୋର କଣ୍ଠେ ବସି ୟେହା ଦିଅ କହି ।୨୭।ତୋହୋର ଆଗ୍ୟାଂରେ ପଦ ହେଉଛି ମୋତେ ଦୃଶ୍ୟଜନ୍ମେ ଜନ୍ମେ ଶ୍ରୀ ସାରୋଳା ଚଣ୍ଡୀର ମୁଂ ଦାସ ।୨୮।ୟେଥୁ ଅନନ୍ତରେ ଯେ ବିଲଂକ ଦେଶର ରାଜନଅଗସ୍ତିଂକି ପଚାରନ୍ତି ଶୁଣ ହୋ କୁମ୍ଭଋଷିର ନନ୍ଦନ ।୨୯।କିସ କୃତ୍ୟ କଲା ସେ ତହୁଂ ମୋଢାସୁରୟେହା ମୋତେ ବିସ୍ତାରି କହ ମୁନିବର ।୩୦।କାହାର ହାଥରେ ସେ ପାଇଲା ମରଣସଞ୍ଚପି କହିଲେ ପାଇବି ବହୁତ କାରଣ ।୩୧।ରାଜା ପଚାରନ୍ତେ ଯେ କହନ୍ତି ମହାମୁନିୟେକ ମନେ ଶୁଣ ହୋ ବିଲଂକ ନୃପମଣି ।୩୨।କାଳ ପଠାରିଣ ଯେ ଦେବତାୟେ ରହିଲେବୃହସ୍ପତି କି ଘେନି ଦେବଇନ୍ଦ୍ର ଯେ ଭାଳିଲେ ।୩୩।ବୃହସ୍ପତି ବୋଇଲେ ହୋ ଶୁଣ ସୁରରାଣନିତ୍ୟେହେଂ ଅସୁର ଭୟ ହୋଇଲା ଅମର ଭୁବନ ।୩୪।ଇନ୍ଦ୍ର ବୃହସ୍ପତି ଯେ ବିଚାରନ୍ତି ବସିୟେମନ୍ତ ସମୟେ ମିଳିଲେ ବେଦବର ଆସି ।୩୫।ଇନ୍ଦ୍ର ବୃହସ୍ପତି ଦେଖି ବହନ ଉଠିଲେଶିରେ ବେନିକର ଯୋଡ଼ିଣ ରହିଲେ ।୩୬।ଆଶିଷ୍ୟ କଲ୍ୟାଣ ଯେ କଲେ ବେଦବରତିନିହେଂ ବସିଲେ ଯାଇଂ ଅମର ସଭାର ।୩୭।ଇନ୍ଦ୍ର ବୋଇଲେ ଶୁଣ ସାବିତ୍ରୀ ଦେବୀର ସାଇଂଅସୁର ଭୟେ ଆମ୍ଭେ ନୁଆରୁ ସ୍ୱର୍ଗେ ରହି ।୩୮।ଅମର ମଣ୍ଡଳକୁ ଦିନେ ବାହିଲା ମୋଢାସୁରପଳାଇ ଲୁଚିଲି ମୁଂ କୁସୁମ ବନର ।୩୯।ଯେ ଯହିଂ ପାରିଲେ ସେ ଦେବତାୟେ ଲୁଚିଲେସ୍ୱର୍ଗପୁରେ ଅସୁର ଆସି ପଶିଲାକ ଭଲେ ।୪୦।ଭଲ ଭଲ ପଦାର୍ଥମାନ ନେଲେ ସେ ଜୂର କରିଅମର ମଣ୍ଡଳଯାକ କଲେ ହୁରିଜୂରି ।୪୧।ମନ୍ତ୍ରୀର ପ୍ରବୋଧ ଘେନି ସେହୁ ବାହୁଡ଼ିଲାଅଳମ୍ବୁଷା ରାଜ୍ୟେ ଯାଇଂ ପ୍ରବେଶ ହୋଇଲା ।୪୨।ଯେବେ ଅମରକୁ ଦତ୍ୟ ଆସୁଅଛି ବାହିଡଗର ମୁଖରୁ ମୁଂ ୟେହା ଶୁଣିଲଇଂ ।୪୩।ବ୍ରହ୍ମା ପଚାରିଲେ ଶୁଣ ହୋ ଦେବଗୁରୁଅସୁର କେମନ୍ତେ ମରିବ ୟେହା ବିଚାର ନ କରୁ ।୪୪।ବୃହସ୍ପତି ବୋଇଲେ ତାର ଉପଦର୍ପ କାଳ ହୋଇଅଛିସ୍ୱର୍ଗେ ପଶି ସେ ଜାଣିପାରିବ ସହସ୍ରାକ୍ଷି ।୪୫।ସ୍ୱର୍ଗପୁରକୁ ୟେକୋଇଶ ବାର ଯାୟେଅବଶ୍ୟ ଧାଡ଼ିଦେବ ଅସୁରକୁଳ ରାୟେ ।୪୬।ବୃହସ୍ପତିଂକ ମୁଖରୁ ୟେସନେକ ଶୁଣିଇନ୍ଦ୍ର ବେଦବର ତାଂକୁ କହନ୍ତି ପୁଣି ପୁଣି ।୪୭।କାହାର ହାଥରେ ତାର ଅଛଇ ମରଣବିତାରିଣ ଆମ୍ଭନ୍ତ କହ ହୋ ଗୁଜୁରାଣ ।୪୮।ଇନ୍ଦ୍ର ପଚାରନ୍ତେ ତହିଂ ବୃହସ୍ପତି ହସିଲେପୂର୍ବର ଭବିଷ୍ୟ ତାନ୍ତ ଦେଖାଇ କହିଲେ ।୪୯।ବୋଇଲେ ସୁରରାୟେ ତୁମ୍ଭେ କର ଅବଧାନବୁଝାଇ କହିବା ତୁମ୍ଭନ୍ତ ପୂର୍ବର ଆଚ୍ଛାନ ।୫୦।ଯେତେବେଳେ ମୋଢାସୁର ଗଣନାଥଂକୁ ସେବାକଲାସେବାରେ ମନାଇ ସେ ଅମର ବର ମାଗିଲା ।୫୧।ପ୍ରସନ୍ନ ହୋଇଣ ଗଣନାଥ ତାହାକୁ ବର ଦିଲେଅମର ତନୁ ଧର ବୋଲିଣ ବୋଇଲେ ।୫୨।କାହାର ହାଥରେ ତୁ ଯେ ନୋହିବୁ ମରଣସୁରଗଣ ଦେବତାୟେ ହାରିବେ ତୋହୋରେ କଲେ ରଣ ।୫୩।ଆବର କଥାୟେ ଶୁଣ ଦତ୍ୟମଣିମୁଣ୍ଡ କାଟିଲେ ତୁ ନ ମରିବୁ ପୁଣି ।୫୪।ବୁକୁ ଫୁଟିଲେ ତୁ ନୋହିବୁ ବିନାଶୟେମନ୍ତେ ବର ଦିଲେ ପାର୍ବତୀଂକ ଶିଷ ।୫୫।ବଜ୍ର ଅଙ୍ଗ କରି କାୟାଗୋଟି କଲେଶୁଣ ଶକ୍ରରାୟେ ବୃହସ୍ପତି ଯେ କହିଲେ ।୫୬।ବର ପାଇକରିଣ ସେ ଅସୁର ମୂଢମତିଦଇବ ମାୟାରେ ଗଣନାଥଂକୁ ପଚାରନ୍ତି ।୫୭।ଅମର କରିଣ ତ ତୁମ୍ଭେ ରଖିଲ ମୋର କାୟେକେମନ୍ତେ ମରିବି ମୁହିଂ କହିଥାଅ କଥାୟେ ।୫୮।ଶୁଣି କରି ଗଣନାଥ ଆନନ୍ଦେ ହସିଲେପଞ୍ଚଭୂତ ଆତ୍ମାରେ କଥାନ୍ତ ବାଣ୍ଟିଲେ ।୫୯।ବୋଇଲେ ଭଲକଥା ପଚାରିଲୁ ଅସୁରଭଗତିଭାବ ଦେଖି ତୋତେ ଦେଲେଇଂ ଯେ ବର ।୬୦।ମରଣ ଚରିତ ଯେ ତୁହି ପଚରିଲୁ ମୋତେକହିଥିବା ତୋତେ ତୁହି ମରିବୁ କେମନ୍ତେ ।୬୧।ଅସୁରକୁ ଚାହିଂଣ ଯେ ବୋଲନ୍ତି ଗଣପତିମରଣ ଚରିତ ତୁହି ଶୁଣିଥାଅ ଦେଇ ହେତୁମତି ।୬୨।ଅଶ୍ୱନୀକୁମାରଂକ ବୀର୍ଯ୍ୟେ ଯେଉ କୁମର ଜନ୍ମିଥିବଅଗ୍ନିଶର ମାରି ତୋତେ ଦହିଜ କରିବ ।୬୩।ୟେସନେକ ପ୍ରକାରେ ତୋତେ ହୋଇବ ମରଣନୋହିଲେ ଆନମତେ ନ ହେବୁ ନାଶପାନ ।୬୪।ୟେହି କଥା ଅସୁର ହେତୁ କଲା ମନେଗଣଗନ୍ଧର୍ବ ଦେବତାନ୍ତ ନ ଗଣଇ ରଣେ ।୬୫।ବୃହସ୍ପତି ଯହୁଂ କହିଲେ ତଥ୍ୟ ବାଣୀଇନ୍ଦ୍ରଦେବତା ବୃହସ୍ପତିଂକି ପଚାରନ୍ତି ପୁଣି ପୁଣି ।୬୬।ଅଶ୍ୱନୀକୁମାରଂକ ପୁତ୍ର ଅଛି କାହିଂବିଚାରିଣ ମୋତେ କହ ଗୁରୁଦେହୀ ।୬୭।ବୃହସ୍ପତି କହିଲେ ଅଛି ତହିଂର ଯେ କଥାୟେକମନେ ଶୁଣ ତୁମ୍ଭେ ବାସବ ଦେବତା ।୬୮।ମଞ୍ଚ ମଣ୍ଡଳରେ ହସ୍ତିନା ନଗରେତହିଂର ରାଜା ଯେ ପଣ୍ଡୁ ନୃପବରେ ।୬୯।ଶତଶୃଙ୍ଗ ପର୍ବତରେ ସେହୁ ରହିଥିଲେମୃଗୟା ବିନୋଦେ ଘୋର ଅରଣ୍ୟକୁ ଗଲେ ।୭୦।ଅଗ୍ନିକା ନାମରେ ଥିଲେ ୟେକ ତପୀମଣିବଳାତ୍କାରେ ହରିଲେ ସେ ୟେକଇ ମୃଗୁଣୀ ।୭୧।ମୃଗୁଣୀ ଡାକିଲା ଆହେ ପାଣ୍ଡୁ ନୃପବରତୋହେ ରାଜ୍ୟେ ହୋଇଲା ଯେ ଅନ୍ୟାୟ ବିଚାର ।୭୨।ଶବଦଭେଦୀ ଅଟନ୍ତି ପାଣ୍ଡୁ ନୃପରାଣତତକ୍ଷଣେ ମନ୍ତ୍ରୀଣ ବିନ୍ଧିଲେକ ବାଣ ।୭୩।ଅଗ୍ନିକା ମହାଋଷିର ଅଙ୍ଗେ ଗଲା ଚଳିଋଷି ମୃଗୁଣୀ ଦୁହେଂ ଯେ ପଡ଼ିଲେକ ଢଳି ।୭୪।ଚେତନା ପାଇ ବୋଇଲେ ଋଷି କୋପାନଳେଅକାଳ କାଣ୍ଡ ପଡୁ ତୋ ରତିରଙ୍ଗ ବେଳେ ।୭୫।ୟେତେକ ଶାପ ତାହାନ୍ତ ଦିଲେ ବ୍ରହ୍ମଋଷିସେହିଦିନୁ ରତିଶ୍ରଦ୍ଧା ନ କରଇ ନୃପଶିଷି ।୭୬।ତାହାଂକର ଭାରିଯା ଯେ କୋୟେନ୍ତା ମହାଦେଈବାଳକାଳେ ଦୃଭାସାଂକୁ ସେବା କରିଥାଇ ।୭୭।ସେବାରେ ମନାଇଲା ସେ ଦୃଭାସା ଋଷିଂକିମାଳାଗୋଟି ଯାଚିଦେଲେ ଋଷି କୋୟେନ୍ତା ଦେବୀଂକି ।୭୮।ବୋଇଲେ ତୋର ଇଚ୍ଛା ଯେବଣ ପୁରୁଷେୟେ ମାଳା ଘେନି ଜପିଲେ ଆସିବ ତୋର ପାଶେ ।୭୯।ସେହି ମାଳା ଘେନି ବାଲ୍ୟକାଳେ ସୂର୍ଯ୍ୟଂକୁ ସୁମରିଲାଋଷିଂକର ବଚନ କେବେହେଂ ଅନ୍ୟସ୍ତା ନୋହିଲା ।୮୦।ଭାଜିଲା ମାତ୍ରକେ ସୂର୍ଯ୍ୟ ଦେବତା ଅଇଲେ ତଡ଼ିତିପ୍ରବେଶ ହୋଇଲେ ଆସି କୋୟେନ୍ତାଂକ କତି ।୮୧।କୋୟେନ୍ତାଂକୁ ସୂର୍ଯ୍ୟେଦେବ ଶୃଙ୍ଗାର ତହିଂ କଲାସୂର୍ଯ୍ୟଂକର ବୀର୍ଯ୍ୟେ କୋୟେନ୍ତାଂକ ପୁତ୍ରେକ ହୋଇଲା ।୮୨।ଲାଜରେ ସୁନ୍ଦରୀ ପୁଣ ନଇଲା ଘରକୁକର୍ଣ୍ଣବାଟେ ବାହାର କରି ପକାଇଲା ପୁତ୍ରକୁ ।୮୩।ମାଟିର ମଞ୍ଜୁଷା ଗୋଟିୟେ କୋୟେନ୍ତା ତହିଂ କଲାସେ ପୁତ୍ର ତହିଂ ନେଇ ଭିତରେ ପୂରୋଇଲା ।୮୪।ଜଳରେ ମେଲି ଦିଲାକ ସେ ମଞ୍ଜୁଷା ଗୋଟି ନେଇଶମ୍ବର ରାଜା ରାଜ୍ୟରେ ଲାଗିଲାକ ଯାଇଂ ।୮୫।ରାଧେବ ତାକୁ ନେଇ ପାଳିଲା ଯତ୍ନ କରିୟେବେ ୟେଣିକି ତୁ ହୋ ଶୁଣ ସ୍ୱର୍ଗର ଦଣ୍ଡଧାରୀ ।୮୬।କାଳେଣ ସୁନ୍ଦରୀ ସେ ହୋଇଲା ନବଯୁବାପୁଣି ପଣ୍ଡୁ ରାଜାଂକୁ ସେ ହୋଇଲାକ ବିଭା ।୮୭।ୟେମନ୍ତ ଯେ କେତେଦିନ ସୁଖେ ବହିଗଲାଯେତେବେଳେ ପାଣ୍ଡୁଂକୁ ବ୍ରହ୍ମଶାପ ଯେ ହୋଇଲା ।୮୮।ସେହିଦିନୁ ପାଣ୍ଡୁ ଆଉ ନ କଲେ ରତିରସତାହା ଜାଣି କୋନ୍ତୀ ଦେବୀ ହୋଇଲେ ବିରସ ।୮୯।ଧର୍ମଂକର ନାମ ଧରି କୁନ୍ତୀ ଯେ ଜପିଲେତତକ୍ଷଣେ ଧର୍ମଦେବ ଆସି ବିଜେ କଲେ ।୯୦।ଧର୍ମଂକର ବୀର୍ଯ୍ୟେ ଯେଉଂ ପୁତ୍ର ଉପୁଜିଲାଯୁଝେଷ୍ଠି ବୋଲି କରି ନାମ ତାଂକର ହୋଇଲା ।୯୧।ପୁଣି ସୁମରିଲେ ପବନ ମରୁତଆସିଣ ମିଳିଲେ କଶ୍ୟପର ସୁତ ।୯୨।ତାହାଂକର ରେତରେ ପୁତ୍ରେକ ଉପୁଜିଲାଭୀମ ବୋଲି ତାହାର ନାମ ଯେ ହୋଇଲା ।୯୩।ପୁଣ ସୁରରାଣ ତୋତେ ସୁମରିଲେ କୋନ୍ତୀ ଦେବୀତୁହି ଶକ୍ରରାୟେ କୋଇନ୍ତାଂକୁ ବଇଭାଗୀ ।୯୪।ତୋହୋର ବୀର୍ଯ୍ୟରେ ଯେ ପୁତ୍ରେକ ଉପୁଜିଲାଅର୍ଜୁନ ବୋଲି ନାମ ତାହାର ଯେ ହେଲା ।୯୫।ପଣ୍ଡୁଂକର ସାନ ଭାରିଯା ମାଦ୍ରୀ ମହାଦେବୀତାହାନ୍ତ ମାଳିଗୋଟି ଦିଲେ କୋଇନ୍ତା ଦେବୀ ।୯୬।ଅଶ୍ୱନୀକୁମାରଂକ ସେ ନାମ ଧରି ଜପିଲାତାହାଂକର ବୀର୍ଯ୍ୟେ ପୁଣ ପୁତ୍ରେକ ଉପୁଜିଲା ।୯୭।ନକୁଳ ବୋଲି କରି ନାମ ତାହାର ଯେ ଦିଲେଇନ୍ଦ୍ର ଦେବତା ଆଗେ ବୃହସ୍ପତି କହିଲେ ।୯୮।ଦଇବର ଭବିଷ୍ୟ ଦିନେ ପଣ୍ଡୁ ମହାରାୟେମାଦ୍ରୀଦେବୀ ସଙ୍ଗତରେ ରତିରଙ୍ଗ କାୟେ ।୯୯।ବ୍ରହ୍ମ ଋଷିଂକ ଶାପ କେବେ ଅନ୍ୟସ୍ତା ନୋହିଲାଦଇବର ଅକାଳ କାଣ୍ଡ ଯେ ରତି ବେଳରେ ପଡ଼ିଲା ।୧୦୦।ଅକାଳ କାଣ୍ଡ ପଡ଼ନ୍ତେ ଦୁହେଂ ନାଶ ଗଲେପଣ୍ଡୁଂକର ରେତରେ ପୁତ୍ରେକ ଉପୁଜିଲେ ।୧୦୧।ଦେଖି କୋଇନ୍ତା ଦେବୀ ପୁତ୍ରକୁ କୋଳେ ଧରିସହଦେବ ବୋଲି ନାମ ହୋଇଲା ତାହାରି ।୧୦୨।ୟେମନ୍ତେ ପଣ୍ଡୁଂକର ପାଞ୍ଚପୁତ୍ର ହୋଇଲେଶୁଣିଲଟି ଶକ୍ରରାୟେ ବୃହସ୍ପତି ବୋଇଲେ ।୧୦୩।ନକୁଳ ବୋଲିଣ ଯେଉଂ ପୁତ୍ରଗୋଟି ହୋଇଲାତାହାର ହାଥରେ ଅସୁର ମରିବ ହୋ କଶ୍ୟପର ବଳା ।୧୦୪।ଶୁଣିଣ ଇନ୍ଦ୍ରରାୟେ ହରଷ ହୋଇଲେବୃହସ୍ପତିଂକି ଉଠିଣ କୋଳାଗ୍ରତ କଲେ ।୧୦୫।ବ୍ରହ୍ମା ଶୁଣି ବୃହସ୍ପତିଂକି ପ୍ରଶଂସନ୍ତିନୋହିଲେ କି ଦେବ ଗୁରୁ ବୋଲିଣ ବୋଲନ୍ତି ।୧୦୬।ୟେଥୁ ଅନନ୍ତରେ ତୁମ୍ଭେ ଶୁଣ ଦିବ୍ୟରସ ବାଣୀବ୍ରହ୍ମାୟେ ବୋଇଲେ ଶୁଣ ହୋ ବଜ୍ରପାଣି ।୧୦୭।ଦୂତ ପଠିଆଇ ଘେନିଆସ କୁମର ଚୂଡାମଣିୟେତେକ କହିଣ ବିଜେକଲେ କୁଶପାଣି ।୧୦୮।ଦେବସଭା ମଉଳିଲା ଦେବତାୟେ ଗଲେଦେବ ବୃହସ୍ପତି ନିଜ ପୁରେ ବିଜେ କଲେ ।୧୦୯।ଶଚୀପୁରକୁ ଇନ୍ଦ୍ର ଦେବତା ବିଜେ କଲେସକଳ ଚରିତ ଶଚୀଂକ ଅଗ୍ରତେ କହିଲେ ।୧୧୦।ୟେଥୁ ଅନନ୍ତରେ ତୁମ୍ଭେ ଶୁଣ ମହାରାୟେଶ୍ରୀମହାଭାରଥ ଶୁଣି କର ପାପ କ୍ଷୟେ ।୧୧୧।ନମସ୍ତେ ନାରାୟଣ ଭଗତମତ୍ସଳଭୃତ୍ୟ ଅଭିମାନ ନ ସହୁ ଦାମୋଦର ।୧୧୨।ଭଗତ ନିସ୍ତାରଣେ ଶଙ୍ଖ ଚକ୍ରଧାରୀଚତୁର୍ଦ୍ଧାରୂପ ଧରି ଦେବ ଦଇତାରି ।୧୧୩।ଶ୍ରୀନୀଳକନ୍ଦରେ ପ୍ରଭୁ ବିଜେ କରିଅଛମେଳେଛ ଜନମାନନ୍ତ ତୁମ୍ଭେ କରିବାପାଇଂ ମୋଚ୍ଛ ।୧୧୪।ଶ୍ରୀରଙ୍ଗା ଅଧରେ ଯେ ମନ୍ଦ ମନ୍ଦ ହସିଆରତଭଞ୍ଜନ ନାଥ ଅଟ ବ୍ରହ୍ମରାଶି ।୧୧୫।କରୁଣା ଜଳଧି ନାଥ ତୁମ୍ଭ ନାମ କୃପାସିନ୍ଧୁଦୀନଜନ ବାନ୍ଧବ ନାମ ତେଣୁ ଦୀନବନ୍ଧୁ ।୧୧୬।ଅରକ୍ଷିତ ସାରୋଳା ଦାସ ଅଟଇ ହୀନଜନନିରନ୍ତରେ ଭାବଇ ଶ୍ରୀରଙ୍ଗା ଚରଣ ।୧୧୭।ମନ ପଚାରଇ ଚଇତନ କହଇୟେକମନ ହୋଇ ତୁମ୍ଭେ ଶୁଣିମା ନରସାଇଂ ।୧୧୮।ୟେଥୁ ଅନ୍ତରେଣ ସେହୁ ମୋଢାସୁର ବୀରକିସ କୃତ୍ୟ କଲା ସେହି ପାମର ଅସୁର ।୧୧୯।ୟେହା ମୋତେ ସଞ୍ଚପି କହ ମୁନିମଣିପାପ କ୍ଷୟ କରିବି ମୁଂ ତବ ମୁଖୁଂ ଶୁଣି ।୧୨୦।ଅଗସ୍ତି କହନ୍ତି ଶୁଣ ହେ ନୃପରାଣମକର ସଂକରାନ୍ତି ଦିନ ବାହୁଡ଼ିଲା ଘେନିଣ ଅସୁର ସନ୍ୟ ।୧୨୧।ମନ୍ତ୍ରୀର ବୋଲ ସେ ଅସୁର ନ ପକାଇଲା ତଳେସେବା କରିଥାଇ ସେ ଗଣନାଥଂକ ପାଦତଳେ ।୧୨୨।ମକର ସଂକରାନ୍ତିକି ଉଣୋଇଶ ଦିନ ଗଲାସେଦିନ ଅସୁର ମନ୍ତ୍ରୀକି ହକାରିଲା ।୧୨୩।ଇନ୍ଦ୍ର ଦେବତା ଯେ ମୋହୋରେ ଜୟେ ନୋହିଲାତୋହୋର ପରା ମନ୍ତ୍ରୀ ଥାଉଂ ମୋତେ କଥା ଭଲ ତ ନ ଦିଶିଲା ।୧୨୪।ଥାଠ ସଜକର ଯେ ଯିବା ସ୍ୱର୍ଗପୁରଇନ୍ଦ୍ରକୁ ନ ଜିଣିଲେ ମୁଂ ନ ଆସଇ ଘର ।୧୨୫।କରପତ୍ର ଯୋଡ଼ି ମନ୍ତ୍ରୀ ଜଣାବଇସାବଧାନ ହୋଇ ଶୁଣ ତୁମ୍ଭେ ଅସୁରକୁଳ ସାଇଂ ।୧୨୬।ଯିବା ସ୍ୱର୍ଗପୁର ଆମ୍ଭେ କରିବା ସମରଅମର ମଣ୍ଡଳ ଯାଇଂ କରିବା ନାରଖାର ।୧୨୭।ମନ୍ତ୍ରୀର କହନ୍ତେ ମୋଢାସୁର ଆନନ୍ଦ ହୋଇଲାମନ୍ତ୍ରୀକି ବହୁତ ଯେ ପରଶଂସା କଲା ।୧୨୮।ନମସ୍କାର କରି ତହୁଂ ମନ୍ତ୍ରୀବର ଚଳଇଥାଠ ସଜହୋଉ ବୋଲି ଟମକ ଦିଆଇ ।୧୨୯।ହାଥୀ ରଥୀ ପାଦାନ୍ତି ଅନେକ ସଜ କଲାଅଗଣିତ ସଇନ ଯେ ଗଣିତା ନୋହିଲା ।୧୩୦।ଥାଠ ସଇନ ଯେ ସାଜିଣ ମନ୍ତ୍ରୀବରଆପଣେ ରଥ ଚଢି ନଗ୍ରୁଂ ହୋଇଲା ବାହାର ।୧୩୧।ସଇନକୁ ଆଗକରି ସେ ପଛକୁ ରହିଲାମୋଢାସୁରକୁ ମନ୍ତ୍ରୀ ଯାଇଂ ଦରଶନ କଲା ।୧୩୨।ବୋଇଲା ସନ୍ୟ ଆଗେ ଚଳାଇଣ ଗଲେୟେବେ କିସ ବିଚାର କରିବା ନୃପବରେ ।୧୩୩।ମୋଢାସୁର ବୋଇଲା ମୁହିଂ କ୍ଷଣେ ନ ରହଇରଥ ସଜକର ଆମ୍ଭେ ଯିବା ବେଗହେଇ ।୧୩୪।ବିଚିତ୍ର ରଥ ସଜକରି ଆଣିଲା ମନ୍ତ୍ରୀବରତହିଂରେ ବିଜୟ କଲା ଅସୁର ମୋଢାସୁର ।୧୩୫।ବୀରତୂର ବଜାଇଣ ସେ ସଇନ ସାଖା ଘେନିଆପଣେ ବାହାର ସେ ଅସୁରକୁଳ ମଣି ।୧୩୬।ସେ ଦିନ ଶ୍ରବଣା ନକ୍ଷତ୍ର ମକରେ ଚନ୍ଦ୍ର ରହିଧୃତି ନାମେ ଯୋଗ ତତୁଲ୍ୟ କରଣ ହୋଇ ।୧୩୭।ସେଦିନ ଅସୁରକୁ ହୋଇଛି ସାଧେକ ତାରଅମୃତ ଲଗ୍ନ ଘେନି ଚଳଇ ମୋଢାସୁର ।୧୩୮।ଟମକର ଘାୟେ ଯେ ମେଦିନୀ ଚମକିଲାପାଦଘାତେ ପୃଥୀ ଦଲଦଲିତ ହୋଇଲା ।୧୩୯।ପାଦରେଣୁରେ ପୁଣ ଆକାଶ ନ ଦିଶଇମୁଖରାବ ଶବଦେ କୁରୁମ ଚମକଇ ।୧୪୦।ପୃଥୀ ଦେବୀ ଯେ ଆକୁଳେ ରୋବଇନ ପୁଣ ଅସୁର ମୋତେ ରସାନ୍ତଳେ ପକାଇ ।୧୪୧।ୟେତେ ବୋଲି ଦେବୀ ଯେ ନ ଟେକଇ ଶିରଭୟେଣ ଶରୀର ତାର କମ୍ପଇ ଥରହର ।୧୪୨।ଅପୂର୍ବ ଚରିତ ହୋ ଶୁଣ ମହାରାୟେଅମୃତ ଆଚ୍ଛାନ ଶୁଣି ପାପ କର କ୍ଷୟେ ।୧୪୩।ସ୍ୱର୍ଗେ ଦେବତାୟେ ପୁଣ ବାରତା ପାଇଲେମୋଢାସୁର ବାହି ଆସୁଛି ସ୍ୱର୍ଗପୁରେ ।୧୪୪।ନାରଦଂକୁ ରାଇ ବୋଇଲେ ସୁରଗଣକେତେଦୂରେ ଅସୁର ହୋଇଲାନି ଦେଖ ବ୍ରହ୍ମାଂକ ନନ୍ଦନ ।୧୪୫।ଇନ୍ଦ୍ରଂକ ବଚନେ ନାରଦ ଚଳିଗଲେଖଣ୍ଡିୟେକ ଦୂରେ ଅସୁର ସଇନି ଦେଖିଲେ ।୧୪୬।ବୀଣାନାଦ ବାଇ ନାରଦ ମହାଋଷିତାଣ୍ଡବ ନୃତ୍ୟ କରି ସେ ଯାଉଛନ୍ତି ହସି ।୧୪୭।ଖଣ୍ଡେ ଦୂରେ ଥାଇଂ ଅନାଇଲା ଅସୁରକୁରୁପାଳ ମନ୍ତ୍ରୀକି ହକାରିଲା ସନ୍ନିଧର ।୧୪୮।ବୀଣା ବଜାଇଣ ଆସୁଛନ୍ତି କେବଣ ମହାଋଷିୟେହାର ନାମ କିସ ବୋଲ ହୋ ବିଶେଷି ।୧୪୯।ମନ୍ତ୍ରୀ ବୋଇଲା ସେ ନାରଦ ମୁନିବରତାହାର କଲ୍ୟାଣ ଆଷ୍ୟା ହୋଇବ ତୁମ୍ଭର ଚିର ।୧୫୦।ୟେହାନ୍ତ ଉଠିଣ ତୁ କର ନମସ୍କାରକଲ୍ୟାଣ କରନ୍ତୁ ତୋତେ ନାରଦ ମୁନିବର ।୧୫୧।ମନ୍ତ୍ରୀବର ବଚନେ ମୋଢାସୁର ରଥରୁ ଓହ୍ଲାଇଲାମାରଦ ମୁନିଂକର ଚରଣେ ନମିଲା ।୧୫୨।ନାରଦେ ବୋଇଲେ ଉଠ ଉଠ ରାୟେଆରୋଗ୍ୟ କଲ୍ୟାଣ ହେଉ ତୋର କାୟେ ।୧୫୩।କଲ୍ୟାଣ ବାଞ୍ଛା ଯହୁଂ କଲେ ନାରଦ ମହାଋଷିକରପତ୍ର ଯୋଡ଼ିଣ ଅସୁର ପଚାରଇ ହସି ।୧୫୪।ମୋତେ କି ସଙ୍ଖୋଳି ଅଇଲ ମହାଋଷିୟେ କଥା ମୋତେ କହିବା ବିଶେଷି ।୧୫୫।ନାରଦେ ବୋଇଲେ ତୁ ଆମ୍ଭନ୍ତ ନ ଜାଣୁ ହୋ ରାୟେଆମ୍ଭେ ତୁମ୍ଭନ୍ତ କଲ୍ୟାଣ କରୁଥାଇଂ ସର୍ବଦାୟେ ।୧୫୬।ମୁନିଂକ ହାଥ ଧରି ଅସୁର ରଥକୁ ଘେନିଗଲାରଥର ଉପରେ ନେଇଣ ବସାଇଲା ।୧୫୭।ନାରଦେ ବୋଇଲେ ତୁ ଥାଠ ସଇନ ଚଳାଇକାହିଂକି ଯାଉଅଛୁ ତୁ ଅସୁରକୁଳ ସାଇଂ ।୧୫୮।ନାରଦଂକ ବଚନ ଶୁଣି କହଇ ମୋଢାସୁରଥାଠ ସଇନ ଘେନି ସ୍ୱର୍ଗକୁ ଯାଉଛି ମୁନିବର ।୧୫୯।ଇନ୍ଦ୍ର ଦେବତାନ୍ତ ଆଜ ଆଣିମଇଂ ଧରିସେ ମୋହୋର ଅଟଇ ପିତାର ବଇରି ।୧୬୦।ମୋହୋର ପିତାକୁ ସେ କରିଅଛି ନାଶମୁଇଂ ସ୍ୱର୍ଗପୁରକୁ ତାର କରିବଇଂ ଧ୍ୱଂସ ।୧୬୧।ନାରଦେ ବୋଇଲେ ତୋତେ କହିବା କଥାୟେୟେକମନେ ଶୁଣ ତୁ ପ୍ରୋଢାସୁରର ତନୟେ ।୧୬୨।ତୁହି ଯେ ଆମ୍ଭର ପୁଣ ଅଟୁ ହିତକାରୀଗୁପତ କରି ତୋତେ କହିବା କଥା ଚାରି ।୧୬୩।ମୋଢାସୁର ବୋଇଲା ଅବଧାନ ହୋଉତୁମ୍ଭେ ସର୍ବଗ୍ୟଂ ଅଟ ମହାପ୍ରହୁ ।୧୬୪।ନାରଦେ ବୋଇଲେ ତୋତେ କହିବା କଥାୟେୟେକମନେ ଶୁଣ ତୁ ପ୍ରୋଢାସୁର ତନୟେ ।୧୬୫।ନାରଦେ ବୋଇଲେ ୟେବେ ଯାଉ ଥୋକାୟେ ଦିନକାଳ ପଠାରିଣ ପୁଣ କରିବୁ ସଂଗ୍ରାମ ।୧୬୬।ଦିନା କେତେ ତୋତେ ସ୍ୱର୍ଗେ ଜୟ ନାହିଂଗୁପତ କଥା ତୋତେ କହିଲୁ ବୁଝାଇ ।୧୬୭।ନାରଦଂକ ବଚନେ ଅସୁର ଶାନ୍ତି ଯେ ହୋଇଲାମନ୍ତ୍ରୀଂକି ଚାହିଂଣ ସେ ବଚନ ପ୍ରକାଶିଲା ।୧୬୮।ମନ୍ତ୍ରୀ ବୋଇଲା ତୁ ନାରଦଂକ ବୋଲକରଥାଠ ଲେଉଟାଅ ନଗ୍ରକୁ ଯେବା ଚାଲ ।୧୬୯।ନାରଦଂକ ବଚନେ କୁରୁପାଳ ମନ୍ତ୍ରୀ ବୋଲକଲାସେହିଠାରୁ ଲେଉଟାଇ ରଥକୁ ବାହିଲା ।୧୭୦।ଆପଣେ ନବରେ ଯାଇଂ ବୋଇଲା ପରବେଶନାରଦଂକ ବଚନକୁ କଲାକ ବିଶ୍ୱାସ ।୧୭୧।ନାରଦେ ବୋଇଲେ ହୋ ଅସୁରକୁଳ ସାଇଂସ୍ୱର୍ଗକୁ ଯାଉଅଛୁ ନୁଆରୁଂ ଆମ୍ଭେ ରହି ।୧୭୨।ଚଞ୍ଚଳ ପ୍ରକୃତି ଆମ୍ଭେ ଠାୟେ ହୋଇ ନ ରହୁଂନିରନ୍ତରେ ଆମ୍ଭେ ଯେ ସପତ ବ୍ରହ୍ମାଣ୍ଡ ବୁଲୁଥାଉଂ ।୧୭୩।ୟେତେ କହି ମୁନି ଯେ ହୋଇଲେ ବାହାରମନଦଣ୍ଡ ଚଢି ଯେ ଚଳିଲେ ସ୍ୱର୍ଗପୁର ।୧୭୪।ଅମର ସଭାରେ ନାରଦେ ମିଳିଲେକ ଯାଇଂସଭା ମଣ୍ଡାଇଣ ବସିଛନ୍ତି ସୁରସାଇଂ ।୧୭୫।ୟେମନ୍ତ ସମୟେ ଯାଇଂ ନାରଦ ମିଳିଲେନାରଦଂକୁ ଦେଖି ତହିଂ ସମସ୍ତେ ଉଠିଲେ ।୧୭୬।ଶିରେ କର ନେଇ ଦିଲେ ସୁରରାଣକିସ ଚରିତ ଭିଆଇଲ ବ୍ରହ୍ମାଂକ ନନ୍ଦନ ।୧୭୭।ନାରଦେ ବୋଇଲେ ଆମ୍ଭେ ଯେତେବେଳେ ଗଲୁଖଣ୍ଡିୟେକ ଦୂର ଯାଇ ଅସୁରକୁ ଦେଖିଲୁ ।୧୭୮।ମନ୍ତ୍ରୀର ବଚନେ ସେ ରଥରୁ ଓହ୍ଲାଇଲାଆମ୍ଭର ଚରଣେ ସେହୁ ନମସ୍କାର କଲା ।୧୭୯।ଭଗତ ଭାବ କରି କହିଲା ବଚନବହୁତ ପ୍ରକାରେ ଅମ୍ଭେ କଲୁ ଯଏ କଲ୍ୟାଣ ।୧୮୦।ଆମ୍ଭେ ପଚାରିଲୁ ତୁମ୍ଭେ କେଣିକି ଯାଉଛଅସୁର ବୋଇଲା ମୁଂ ଜିଣିମି ସହସ୍ରାକ୍ଷ ।୧୮୧।ୟେସନ ଶୁଣିଣ ଆମ୍ଭେ ବୋଇଲୁ ବଚନୟେକ୍ଷଣି ସ୍ୱର୍ଗକୁ ତୁ ନ କର ଗବନ ।୧୮୨।ରିଷ୍ଟ ଅରିଷ୍ଟ ଯେ ଅଛଇ ତୋର କାୟେୟେବେଳେ ଗଲେ ତୋତେ ନାହିଂ ସ୍ୱର୍ଗେ ଜୟେ ।୧୮୩।ଥୋକାୟେକ କାଳ ତୁହି ୟେବେ ଥାଅସି ପଠାରିପଛେ ସ୍ୱର୍ଗପୁରକୁ ହୋ ଯିବୁ ମହାବଳୀ ।୧୮୪।ଆମ୍ଭର କହନ୍ତେ ତାକୁ ମନ୍ତ୍ରୀ ତିୟାରିଲାପ୍ରବୋଧ ହୋଇଣ ସେ ବାହୁଡ଼ିଣ ଗଲା ।୧୮୫।ନାରଦେ କହନ୍ତେ ତହିଂ ସୁରରାୟେ ଶୁଣିଅସୁର ଲେଉଟିବାର ତ ଶୁଣିଲା ବଜ୍ରପାଣି ।୧୮୬।ସଭାମଣ୍ଡାଇଣ ତହିଂ ଆନନ୍ଦେ ରହିଲେଅପକ୍ଷରୀ ବିଦ୍ୟାଧରୀ ହରଷେ ନୃତ୍ୟ କଲେ ।୧୮୭।ଅଗସ୍ତି କହନ୍ତି ଶୁଣ ବିଲଂକ ନରନାଥୟେସନେକ ବିଧି ମୋଢାସୁରର ଚରିତ ।୧୮୮।ଅଗସ୍ତିଂକ ବଚନେ ବିଲଂକ ନରସାଇଂଭକ୍ତିଭାବେ ମୁନିଂକର ଚରଣେ ନମଇଂ ।୧୮୯।ୟେଥୁ ଉତ୍ତାରେ ଅସୁର କଲା କିସ ରୀତିୟେହା ମୋତେ ବୁଝାଇଣ କହ ଘଟଋଷିର ସନ୍ତତି ।୧୯୦।ଅଗସ୍ତି ବୋଇଲେ ତୁମ୍ଭେ ଶୁଣ ହୋ ମହାରାୟେୟେକମନେ ଶୁଣ ତୁ ହୋ କହିବା କଥାୟେ ।୧୯୧।ମକର କୁମ୍ଭ ଯେ ବେନିମାସ ଗଲାଚଇତ୍ର ମାସ ଆସି ପ୍ରବେଶ ହୋଇଲା ।୧୯୨।ଦିନେକ ନୃପମଣି ଥାଠ ସନ୍ୟ ଘେନିମୃଗୟା ବିନୋଦେ ଗଲା ଅସୁରକୁଳ ମଣି ।୧୯୩।ମୃଗ ହରିଣ ଶୟଂବର ବାହୁଚିଆ ପଲଅନେ ବିନ୍ଧିଲା ସେ ଅସୁର ମହାମଲ୍ଲ ।୧୯୪।ବରେହା ଶୁକର ଆଦି ଅନେକ ନାଶକଲାଅଶ୍ୱ ଧୂଆଂଇଣ ନଗ୍ରକୁ ଅଇଲା ।୧୯୫।ଆରଦିନ ନିଶି ପ୍ରଭାତୁଂ ଉଠିଣନିତ୍ୟକର୍ମ ବିଧାନ ସାରିଲା ତତକ୍ଷଣ ।୧୯୬।ମନ୍ତ୍ରୀକି ସଙ୍ଗେ ଘେନି କପିଳାସ ପର୍ବତେ ଗଲାଗଣେଶ୍ୱର ନାଥଂକୁ ଦରଶନ କଲା ।୧୯୭।ଶୟେ ଅଷ୍ଟଉତ୍ତର କରଇ ଦଣ୍ଡବତପୁଣ ପୁଣ ଚରଣେ କରଇ ପ୍ରଳମ୍ବିତ ।୧୯୮।ପ୍ରସନ୍ନ ହୋଇଣ ତାକୁ ଗଣେଶ୍ୱର ବୋଇଲେପ୍ରସାଦ ଉଦକ ତାହାର ହାଥେ ଦିଲେ ।୧୯୯।ଅସୁର ବୋଇଲେ ଅବଧାନ କର ଗଣପତିକେମନ୍ତେ ଜିଣିମି ମୁହିଂ ସ୍ୱର୍ଗେ ସୁରପତି ।୨୦୦।ୟେହାଶୁଣି ବିଶ୍ୱନାଥଂକର ତନୟେ ହସିଲେୟେଥର ଇନ୍ଦ୍ରକୁ ଜିଣି ମୁଂ ସ୍ୱର୍ଗପୁର ଗଲେ ।୨୦୧।ପ୍ରସାଦ ଘେନିଣ ଯେ ବାହୁଡ଼ିଲା ଅସୁରପ୍ରବେଶ ହୋଇଲା ଆସି ଆପଣା ମନ୍ଦିର ।୨୦୨।ନାନା ପ୍ରକାରେଣ ମୁଣୋହିଂ ସାରିଲାୟେକାନ୍ତ କରିଣ ସେ ମନ୍ତ୍ରୀକି ରାଇଲା ।୨୦୩।ବୋଇଲା ୟେବେ କିସ କରିବା ବିହିତକହ ହୋ କୁରୁପାଳ ମନ୍ତ୍ରୀ ୟେଥିର ଚରିତ ।୨୦୪।ଅସୁର ପଚାରନ୍ତେ ମନ୍ତ୍ରୀବର କହଇଥାଠ ସାଜ ସ୍ୱର୍ଗକୁ ଯିବାକ ଚଳାଇ ।୨୦୫।ସ୍ୱର୍ଗପୁରେ ଆଜ କରିବା ଅନର୍ଥପଡ଼ିଲେଣ ମାରିବା ପ୍ରାଣେ ଶଚୀନାଥ ।୨୦୬।ଅପଚ୍ଛରୀ କିନ୍ନରୀମାନନ୍ତ ଆଣିମା ବନ୍ଦୀକରିଗଣ ଗନ୍ଧର୍ବ ବିଦ୍ୟାଧର ଯେ ପକାଇବା ମାରି ।୨୦୭।ବିବିଧ ପଦାର୍ଥମାନ ଆମ୍ଭେ ଜୂର କରି ଆଣିବାଯେ ମୁଖେ ପଡ଼ିବ ପୁଣ ତାହାକୁ ମାରିବା ।୨୦୮।ୟେସନେକ ବଚନ ଯହୁଂ କହିଲା ମନ୍ତ୍ରୀବରଅଙ୍ଗ ଫୁଲାଇଲା ତହିଂ ଅସୁରକୁଳ ବୀର ।୨୦୯।ସେ ମନ୍ତ୍ରୀକି ଶାଢୀ ଆୟେ ଅଳଂକାର ଦିଲାଥାଠ ସଇନ ସଜକର ବୋଲିଣ ବୋଇଲା ।୨୧୦।ଶାଢୀ ପାଇଣ ମନ୍ତ୍ରୀ ଗଲାକ ବହନଅସୁର ସିଂଘଦ୍ୱାରେ ଯାଇଂ ଦିଆଇଲା ଘୋଷଣ ।୨୧୧।ସାଜ ସାଜ ବୋଲି ଶୁଭିଲା ଶବଦନଗ୍ରଯାକ ଡେଙ୍ଗୁରା ଶବଦ ଘୋଷନାଦ ।୨୧୨।ଶବଦ ଶୁଣି ସଇନେ ଯେ ହୋଇଲେ ବାହାରବୋଇଲେ ସ୍ୱର୍ଗକୁ ଆଜ ବିଜେ କରିବ ଅସୁର ।୨୧୩।ତିନିକ୍ଷଉଣୀ ପାଇକ ଆସିଲେ ସଜ ହୋଇସିଘଂଦ୍ୱାରେ ସଇନ ମିଳିଲେକ ଯାଇଂ ।୨୧୪।ତିନିଲକ୍ଷ ଗଜ ମାହୁନ୍ତ ସଜ କଲେଉଲାଖ ଉଦଣ୍ଡମାନ ଆଗ ଉଭାରିଲେ ।୨୧୫।ରଥୀ ତିନିଶତ ହୋଇଲେ ବାହାରପାଦାନ୍ତି ପାଞ୍ଚଲକ୍ଷ ଅଶ୍ୱଚଢି ହେଲେ ଆଗୁସାର ।୨୧୬।ସମସ୍ତେ ସିଘଂଦ୍ୱାରେ ମିଳିଲେକ ଯାଇଂଦିବସେ ଦିନକର କିରଣ ନ ଦିଶଇ ।୨୧୭।ସହସ୍ରେକ ଢୋଲ ଯେ ବାଜଇ ଅବିଚ୍ଛନ୍ନକଡ଼ା ଘୁମୁରା ଯେ ବାଜଇ ଘନ ଘନ ।୨୧୮।ମଦିରା ପାନ କରି ଅସୁରେ ମତୁଆଳମୁଖରାବ ଶବଦେ ଶୁଭଇ ଚହଳ ।୨୧୯।ଦିବ୍ୟ ହୟେକ ଯେ ଚଢିଣ ମନ୍ତରୀବରସଜହୋଇଂ ଘରୁ ଯେ ହୋଇଲା ବାହାର ।୨୨୦।ରଥରୁ ଓହ୍ଲାଇ ମନ୍ତ୍ରୀ ନବରେ ପଶିଲାଅସୁର ରାଜାକୁ ମନ୍ତ୍ରୀ ନିଉଛାଳି କଲା ।୨୨୧।ବୋଇଲା ରଥ ସାଜ ଯିବା ବେଗହୋଇସିଘଂଦ୍ୱାରେ ସମଦଣ୍ଡ ଛନ୍ତି ଉଭା ହୋଇ ।୨୨୨।ମନ୍ତ୍ରୀର ବଚନେ ମୋଢାସୁର ଉଠିଲାଶୁକଳ ପାଗ ବୀର ମଥରେ ବାନ୍ଧିଲା ।୨୨୩।ଦିବ୍ୟ ବେଶ ହୋଇଣ ରଥରେ ବସାଇଅନକୂଳ ଘେନି ନବରୁ ବାହାର ସେ ହୋଇ ।୨୨୪।ଆକାଶ ମଣ୍ଡଳେ ତାହାର ଶିଖା ଲାଗୁଅଛିଖଡ଼ଗ କରେ ଧରି ଝମକାୟେ ଅସୁରର ବଚ୍ଛି ।୨୨୫।ଚଇତ୍ର କୃଷ୍ଣପକ୍ଷ ଅଷ୍ଟମ ବୁଧବାରପୂର୍ବାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର ସେ ଦିନର ।୨୨୬।ବାଳବ ନାମେ କରଣ ବରୀୟାନ ଯୋଗମୀନ ସଂକରାନ୍ତିକି ତେରଦିନ ଭୋଗ ।୨୨୭।ମକର ଲଗ୍ନ ବେଳେ କଲାକ ଅନକୂଳସେ ଦିନ ଅସୁରକୁ ହୋଇଛି ଶୁଭ ତାର ।୨୨୮।ବେଳା ଘେନି ଅସୁର ହୋଇଲା ବାହାରଆଗରେ ବାହାରେ ହୋଇଲେ ଅଶୁଆର ।୨୨୯।ତାହାଂକର ପଛେ ପଛେ ଗଲେ ରଥୀ ହାଥୀଚମକ ନିଶାମରେ କମ୍ପଇ ବସୁମତୀ ।୨୩୦।ଢୋଲ ଦମା ଟମକ ଯେ ନିଶାଣ ଉଡ଼ାଇଆଗିଆଣି ଦଣ୍ଡେ ସେ ଗଲେକ ଚଳାଇ ।୨୩୧।ପଛେ ପଛିଆଣି ଦଣ୍ଡ ମଝିରେ ରାଜା ଅଛିଦିବ୍ୟ ସୁଖାସନେ ଅସୁର ବସିଛି ।୨୩୨।ପାଦଘାତ ରେଣୁରେ ଗଗନ ନ ଦିଶିମେଘ ଉହାଡ଼ିଲା ପ୍ରାୟେ ଦିଶନ୍ତି ରବି ଶଶୀ ।୨୩୩।ଥାଠ ଚଳାଇଣ ଯେ ଅସୁର ଚଳିଗଲାମେରୁ ବାଇବ୍ୟ କୋଣେ ବାହାର ହୋଇଲା ।୨୩୪।ଡରେ ଥରହର କମ୍ପଇ ମେଦିନୀଶିର ଟେକି ନୁଆରଇ ନାଗରାଜା ପୁଣି ।୨୩୫।ସନ୍ୟ ଘେନି ଅସୁର ଗମଇ ଧୀରେ ଧୀରେପ୍ରବେଶ ହୋଇଲା ଯାଇ ଅମର ମଣ୍ଡଳେ ।୨୩୬।ୟେଥୁ ଅନନ୍ତରେ ତୁମ୍ଭେ ଶୁଣ ନରସାଇଂଦେବଗଣ ଘେନି ଅଧାସ୍ୱର୍ଗେ ଶକ୍ରଛନ୍ତି ରହି ।୨୩୭।ଅଇରାବ୍ରତ ହାଥୀ ଚଢିଣ ବଜ୍ରଧରବୁଲି ଯାଉଅଛନ୍ତି ଦକ୍ଷିଣ ସ୍ୱର୍ଗର ।୨୩୮।ଅସୁର ଆସିବାର ନ ଜାଣନ୍ତି କେହିଅଙ୍ଗାରପନ୍ନଙ୍ଗ ଚିତ୍ରରଥ ଅଛନ୍ତି ବେନିଭାଇ ।୨୩୯।ସୁରସେନ ସହିତ ଅଛନ୍ତି ଗନ୍ଧର୍ବ ବଳଆବର ଦେବତାମାନେ ଅଛନ୍ତି ସକଳ ।୨୪୦।ଚାର ଜଣାଇଲା ଯାଇଂ ଇନ୍ଦ୍ର ଛାମୁରଭୋ ଦେବ ମୋଢାସୁର ବାହିଲା ସ୍ୱର୍ଗପୁର ।୨୪୧।ୟେସନେକ ବାରତା ଯହୁଂ ଚାର ଜଣାଇଲାଅମର ପୁର ଯାକ ରେ ଚମକ ପଡ଼ିଲା ।୨୪୨।ମାର ମାର ଧର ଧର ଶବଦ ଶୁଭିଲାସପତ ସ୍ୱର୍ଗ ଯାକ ଯେ ହାଲହୋଳି ପଡ଼ିଲା ।୨୪୩।ବାରତା ପାଇଲେ ତହିଂ ଦେବ ସୁରରାୟେକେଣେ ଯାଇଂ ଲୁଚିଲେ ନୋହିଲେକ ଥୟେ ।୨୪୪।ଯେ ଯହିଂ ପାରିଲେ ଦେବତାୟେ ଲୁଚିଲେଗଣ ଗନ୍ଧର୍ବ ଅପକ୍ଷରୀ ପଳାଇଣ ଗଲେ ।୨୪୫।ଅପଚ୍ଛରୀ ବିଦ୍ୟାଧରୀ ଘେନିଣ ଶଚିରାଣୀକୁସୁମ ବନରେ ଯାଇଂ ଲୁଚିଲେ ତରୁଣୀ ।୨୪୬।ଇନ୍ଦ୍ର ଆଗ୍ୟାଂ ଦିଲେ ପୁତ୍ରମାନନ୍ତ ଯେ ଚାହିଂତୁମ୍ଭେମାନେ ଅସୁରକୁ ଓଗାଳରେ ଯାଇ ।୨୪୭।ଶୁଣିକରି ଅଙ୍ଗାରପନ୍ନଙ୍ଗ ଚିତ୍ରସେନସୁରସେନ ସହିତେ ଗନ୍ଧର୍ବଗଣମାନ ।୨୪୮।ଇନ୍ଦ୍ରର ଆଗ୍ୟାଂରେ ସର୍ବେ ଧାଇଂଲେ ତୁରିତେଯେ ଯାହାର ଶସ୍ରମାନ ଧରିଛନ୍ତି ହାଥେ ।୨୪୯।ଅସୁର ପଶନ୍ତେ ଯାଇ ସ୍ୱର୍ଗପୁର ଭିତରଓଗାଳିଲେ ଚିତ୍ରରଥ ଅଙ୍ଗାରପନ୍ନଗ ବୀର ।୨୫୦।ଦେଖିଣ ପଚାରଇ ଅସୁରକୁଳ ରାୟେତୁମ୍ଭେ ପରା ଅଟ ଇନ୍ଦ୍ରର ତନୟେ ।୨୫୧।ଅସୁର ପଚାରନ୍ତେ କୁମର କୋପକଲେଅନେକ ଶହସ୍ର ଅସୁର ଉପରକୁ ବିନ୍ଧିଲେ ।୨୫୨।ଅଙ୍ଗେ ପଡ଼ି ଶହସ୍ର ପଡଇ ଉପୁଡ଼ିକୋପେଣ ଅସୁର ଯେ ଦିଅଇ ସିଂଘରଡ଼ି ।୨୫୩।ଅସୁର ସଇନମାନେ ବିନ୍ଧିଲେକ ଶରଶ୍ରାବଣ ମାସରେ ଯେହ୍ନେ ବରଷେ ଜଳଧାର ।୨୫୪।ଅନେକ ଶହସ୍ର ଯଏ ଅସୁର ବିନ୍ଧିଲାଶରେ ଅଙ୍ଗାରପନ୍ନଙ୍ଗ ତାହା ଛିନ୍ନାଇଲା ।୨୫୫।ମନ୍ତ୍ରୀଣ କାଣ୍ଡ ବିନ୍ଧଇ ଅସୁର ଉପରକୁଉପୁଡ଼ି ଶହସ୍ରମାନ ପଡ଼ଇ ତଳକୁ ।୨୫୬।ୟେମନ୍ତ ସମର ତହିଂ ହୋଇଲା ଘଡ଼ିୟେ ନିରାପକ୍ଷକେହି କାହାକଇଂ ନୁହନ୍ତି ଯଏ ଓଚ୍ଛ ।୨୫୭।ବେଳୁଂ ବେଳ ସମର ତହୁଂ ହୋଇଲା ଅଗୋଚରତେଣେ ଅସୁର ସଇନ ସ୍ୱର୍ଗେ କରୁଛନ୍ତି ଜୂର ।୨୫୮।ଯେ ଯାହା ପାଇଲେ ତହିଂ ଦ୍ରବ୍ୟନ୍ତ ଆଣିଲେଅମର ମଣ୍ଡଳଯାକ ନାରଖାର କଲେ ।୨୫୯।ଅଙ୍ଗାରପନ୍ନଙ୍ଗ ସଙ୍ଗେ ମୋଢାସୁର କରଇ ସମରପ୍ରହରେ ପରିଯନ୍ତେ ସମର ହୋଇଲା ମହାଘୋର ।୨୬୦।ଚିତ୍ରସେନ ସଙ୍ଗତେ ଯୁଝଇ ମନ୍ତ୍ରୀବରଶହସ୍ରକୁ ଶହସ୍ର ଯେ କରନ୍ତି ପରିତାଳ ।୨୬୧।ସମର ପରିତାଳ କହିଲେ ନ ସରଇବିଜୁଳି ତେଜ ପ୍ରାୟେ ଶହସ୍ର ଦିଶଇ ।୨୬୨।ୟେମନ୍ତେ ଦୁଇପ୍ରହର ସମର ଘୋର ହୋଇଲାକେହି କାହାକଇଂ ଜିଣନ୍ତା ନୋହିଲା ।୨୬୩।ବିଚିତ୍ର ବିନ୍ଧାଣ ଯେ ଜାଣନ୍ତି ଦୁଇ କ୍ଷତ୍ରୀଗଣପତିଂକ ବରେ ଅସୁରେ କାହାକୁ ନ ଡରନ୍ତି ।୨୬୪।ବେଳୁଂ ବେଳ ଅସୁର ତହିଂ ମହାକୋପ କଲାଅଙ୍ଗାରପନ୍ନଙ୍ଗ ଉପରକୁ ରଥରୁ ଡେଇଂଣ ପଡ଼ିଲା ।୨୬୫।ହାମ୍ପୋଳି ଅଙ୍ଗାରପନ୍ନଙ୍ଗକଇଂ ମାଡ଼ିଣ ବସଇବାମ ହାଥରେ ଯେ ବାଳ ଯାଇଂ ଧରଇ ।୨୬୬।ବାଳ ଧରି ରଥ ଉପରକୁ ଉଠଇବୋଇଲା ଆଜ କାହିଂଯିବୁ ରେ ଇନ୍ଦ୍ରର ତନୟି ।୨୬୭।ୟେତେ ବୋଲି ରଥ ଦଣ୍ଡରେ ବାନ୍ଧିଲାଅମର ଜୟେ ହେଲା ବୋଲି ଚମକ ଦିଆଇଲା ।୨୬୮।ଚିତ୍ରସେନ ସଙ୍ଗରେ ଯେ ମନ୍ତ୍ରୀ ଯୁଝୁଥିଲାବେନି ଜନଂକର ତହିଂ ସମର ବଢିଲା ।୨୬୯।ସାଂଗ୍ରାମେ ପଡ଼ିଲେ ଅନେକ ଗନ୍ଧର୍ବ ବଳତାହାଦେଖି କୋପକଲା ଚିତ୍ରସେନ ବୀର ।୨୭୦।ଗୋଡ଼ାଇ ଚିତ୍ରସେନ ଅସୁରକଇଂ ମାଇଲାରକତ ନଦୀଗୋଟି କ୍ଷଣକେ ବୁହାଇଲା ।୨୭୧।ଅସୁର ମଡ଼ାମାନେ ହୋଇଲେ ଗଡ଼ାଗଡ଼ିଅନେକ ଶିର ଭୂମିରେ ପଡିଲାକ ଛିଡ଼ି ।୨୭୨।ତାହାଦେଖି ମୋଢାସୁର କ୍ରୋଧଭର ହୋଇଲାଗୁରୁଜ ବୁଲାଇ ଚିତ୍ରସେନକୁ ପିଟିଲା ।୨୭୩।ରଥ ପରେ ଚିତ୍ରସେନ ହେଲା ମୋହମାନସାରଥୀ ରଥ ଘେନିଣ ଗଲାକ ବହନ ।୨୭୪।ଚିତ୍ରସେନ ପଳାନ୍ତେ ମୋଢାସୁର ଦେଖିଲାଥାଠ ଫେରାଅ ବୋଲିଣ ମନ୍ତ୍ରୀକି କହିଲା ।୨୭୫।ଅଙ୍ଗାରପନ୍ନଙ୍ଗକଇଂ ମନ୍ତ୍ରୀ ରଥରେ ଦେଖିଲାରଣେ ଜୟେ ହୋଇଲା ବୋଲି ଯେ ମନେ ବିଚାରିଲା ।୨୭୬।ଥାଠ ଚଳାଇଣ ସେ ଚଳଇ ଧୀର ଧୀରତେଣେ ବାରତା ଯେ ପାଇଲେ ବଜ୍ରଧର ।୨୭୭।ସ୍ୱର୍ଗପୁରଯାକ ହୋଇଲା ହାଲହୋଳିଅଙ୍ଗାରପନ୍ନଙ୍ଗକଇଂ ବାନ୍ଧିନେଲା ମହାବଳୀ ।୨୭୮।ଇନ୍ଦ୍ରରାୟେ ଶୁଣି ତହିଂ ବିକଳ ହୋଇଲେବୃହସ୍ପତିକି ଯେ ହକାରି ଆଣିଲେ ।୨୭୯।ବୋଇଲେ କି ବୁଦ୍ଧି କରିବା ଦେବଗୁରୁଅଙ୍ଗାରପନ୍ନଙ୍ଗକଇଂ ଧରିନେଲା ଅସୁରୟେବେ କିସ ଯେ ବିଚାରୁ ।୨୮୦।ବୃହସ୍ପତି ବୋଇଲେ ମୁଂ କହଇ କଥାୟେସାବଧାନ ହୋଇ ଶୁଣ ତୁମ୍ଭେ ସୁରରାୟେ ।୨୮୧।ଉପାୟ କରି ଅଙ୍ଗାରପନ୍ନଙ୍ଗକଇଂ ଛଡ଼ାଇ ଆଣିବାୟେଥି ଉତ୍ତାରେ ପୁଣି କଥାନ୍ତ ଭାଳିବା ।୨୮୨।ଆଜ ଯେତେ ପରାଭାବ ପାଇଲା ଅସୁରୟେତେ କାଳ ପାୟେ ପରାଭବ ପାଇ ନ ଥିଲା ନିଶାଚର ।୨୮୩।ୟେବେ ନାରଦନ୍ତ ହକରାଇ ଆଣଅଙ୍ଗାରପନ୍ନଙ୍ଗକଇଂ ସେ ଆଣନ୍ତୁ ଛଡ଼ାଇଣ ।୨୮୪।ବୃହସ୍ପତି କହନ୍ତେ ଇନ୍ଦ୍ରରାୟେ ଶୁଣିଲେମାତଳିକି ଚାହିଂଣ ସୁରରାୟେ ଆଗ୍ୟାଂ ଦିଲେ ।୨୮୫।ବୋଇଲେ ନାରଦନ୍ତ ତୁ ଯେ ଘେନିଆସ ଯାଇୟେହାଶୁଣି ମାତଳି ଯେ ଗଲା ବେଗହୋଇ ।୨୮୬।ନାରଦଂକ ଛାମୁରେ ମିଳିଲା ବହନଇନ୍ଦ୍ର ଆଗ୍ୟାଂ ଦିଲେ ଆପଣ ଯିବ ୟେହିକ୍ଷଣ ।୨୮୭।ମାତଳିର ବଚନେ ଯେ ନାରଦେ ଉଠିଲେଇନ୍ଦ୍ରର ଛାମୁରେ ଯେ ଯାଇଂଣ ମିଳିଲେ ।୨୮୮।ବୋଇଲେ କାହିଂକି ଡାକିଲ ବଜ୍ରଧରବାସବ ବୋଇଲେ ଅଙ୍ଗାରପନ୍ନଙ୍ଗକଇଂ ଧରିନେଉଛି ଅସୁର ।୨୮୯।ତୁମ୍ଭେ ଯାଇଂଣ ତାହାନ୍ତ ଯେ ଛଡ଼ାଇ ଘେନିଆସତେବେ ସେ ମୋହୋର ପିଣ୍ଡରେ ପଶିବ ସାହାସ ।୨୯୦।ତତକ୍ଷଣେ ନାରଦେ ମନଦଣ୍ଡେ ଚଢିଗଲେବୀଣା ବଜାଇଣ ଅସୁର ଛାମୁରେ ମିଳିଲେ ।୨୯୧।ଅର୍ଦ୍ଧବାଟେ ଯାଇଂ ଯେ ଭେଟିଲେ ମୋଢାସୁରନାରଦଂକୁ ଦେଖିଣ ଅସୁର କଲା ନମସ୍କାର ।୨୯୨।କଲ୍ୟାଣ ବାଞ୍ଛା ପୁଣି ତାକୁ କଲେ ମୁନିମଣିଆରୋଗ୍ୟ ଶରୀର ହୋଉ ଅସୁରକୁଳ ମଣି ।୨୯୩।ମୁନି ବୋଇଲେ ବାବୁ ସ୍ୱର୍ଗରେ କଲୁ ଯାହାଆମ୍ଭର ଦେଖନ୍ତେ କେହି କରି ନାହାନ୍ତି ତାହା ।୨୯୪।ଶୁଣିଣ ଅସୁର ଯେ ହସିଣ ବୋଇଲାଇନ୍ଦ୍ର ଦେବତାର ମୃତୁ ମୋର ହାଥେ ଅଛି ମୁନିବଳା ।୨୯୫।ନାରଦ ବୋଇଲେ ଆମ୍ଭେ କଥାୟେ ମାଗିବୁସତ୍ୟ ବଚନରେ ଯେ ଆମ୍ଭନ୍ତ ତାହା ଦେବୁ ।୨୯୬।ସତ୍ୟ କରିଥାଅ ଆମ୍ଭ ବଚନ ନ କରିବୁ ନାହିଂଆମ୍ଭ ଦେହ ଛୁଇଂ କହ ଅସୁରକୁଳ ସାଇଂ ।୨୯୭।ନାରଦଂକର ଅଙ୍ଗ ଯେ ଅସୁର ଛୁଇଂଲାଦେବଇଂ ବୋଲି ଯେ ସତ୍ୟ ଉଚ୍ଚାରିଲା ।୨୯୮।ବୋଇଲା ଗୋସାଇଂ କି କି ମାଗିବି ମାଗନାରଦେ ବୋଇଲେ ଅଙ୍ଗାରପନ୍ନଙ୍ଗକୁ ମୋତେ ଦେବ ।୨୯୯।ଶୁଣିଣ ଅସୁର ଯେ ମଉନ ହୋଇଲାପଞ୍ଚୁଭୂତ ଆତ୍ମାରେ ସେ କଥାନ୍ତ ଭାଳିଲା ।୩୦୦।ବିଚାରଇ ନ ଦିଲେ କୋପିବେ ମୁନିବରୟେହା ଭାବି ରଥୁଂ ଫିଟାଇ ଦିଲା ଇନ୍ଦ୍ରଂକ କୁମର ।୩୦୧।ନାରଦ ମୁନିଂକି ଯେ ସମର୍ପଇ ନେଇବୋଇଲା ଆଜ ୟେହାର ପ୍ରାଣ ରଖିଲ ଗୋସାଇଂ ।୩୦୨।ନାରଦେ ବୋଇଲେ ବାବୁ ଯାଉଅଛି ମୁହିଂଆରୋଗ୍ୟ କଲ୍ୟାଣ ତୁ ହୁଅ ଅସୁରକୁଳ ସାଇଂ ।୩୦୩।କଲ୍ୟାଣ କରି ନାରଦେ ହୋଇଲେ ବାହାରପ୍ରବେଶ ହୋଇଲେ ଯାଇଂ ଅମର ମଣ୍ଡଳର ।୩୦୪।ଅଙ୍ଗାରପନ୍ନଙ୍ଗକଇଂ ଇନ୍ଦ୍ର ମୂଳେ ଦିଲେନାରଦ ମହାମୁନି ହରଷେ ବୀଣାଯନ୍ତ୍ର ବାଇଲେ ।୩୦୫।ଶୁଣ ହୋ ବିଲଂକ ରାୟେ ବଦନ୍ତି ଅଗସ୍ତିସାବଧାନ ହୋଇ ଶୁଣ ମଧ୍ୟପର୍ବ ରୀତି ।୩୦୬।ଥାଠ ଚଳାଇଣ ପୁଣ ଅସୁର ବୀର ଗଲାଆପଣା ନଗ୍ରେ ଯାଇଂ ପ୍ରବେଶ ହୋଇଲା ।୩୦୭।ଥାଠ ସଇନଂକୁ ଯେ ମେଲାଣି ଅବଧାନଯେ ଯାହା ପୁରକୁ ଗଲେ ସର୍ବଜନ ।୩୦୮।ମନ୍ତ୍ରୀକି ଚାହିଂଣ ମୋଢାସୁର କହଇ ଉତ୍ତରସ୍ୱର୍ଗପୁରଯାକ ଜୟ ହୋଇଲା ଆବର ।୩୦୯।ୟେବେ କିସ ଉପାୟ କରିବା କହ ମୋତେମନ୍ତ୍ରୀ ବୋଇଲା ୟେବେ ଯାଉ ଦିନା କେତେ ।୩୧୦।ମନ୍ତ୍ରୀର ବଚନେ ଶାନ୍ତ ମୂର୍ତ୍ତି ହୋଇଲାନିଚିନ୍ତ ହୋଇ ଅଳମ୍ବୁଷା ରାଜ୍ୟରେ ରହିଲା ।୩୧୧।ୟେଥୁ ଅନନ୍ତରେ ଶୁଣ ବିଲଂକ ଦେଶ ରାୟେସୁଧର୍ମା ସଭାରେ ଯେ ବସିଲେ ସୁରରାୟେ ।୩୧୨।ଗୋଟିୟେ ଗୋଟିୟେ ହୋଇ ଦେବତାଗଣ ଅଇଲେସୁଧର୍ମା ସଭାରେ ଯେ ଆସିଣ ବସିଲେ ।୩୧୩।ଇନ୍ଦ୍ର ବୃହସ୍ପତି କରନ୍ତି ବିଚାରବହୁତ କ୍ରୋଧ କରି କହିଲା ଅଙ୍ଗାରପନ୍ନଙ୍ଗ କୁମାର ।୩୧୪।ବୋଇଲା ଦେବତାୟେ ତୁମ୍ଭେ ପଳାଇଣ ଗଲଅସୁର ମୁଖରେ ଯେ ଆମ୍ଭନ୍ତ ସମର୍ପିଲ ।୩୧୫।ୟେତେ କହି କୁମାର ତହିଂ ମହାକ୍ରୋଧ କଲେବୃହସ୍ପତି ତାହାନ୍ତ ପ୍ରବୋଧି କହିଲେ ।୩୧୬।ହାନି ଅପଚାୟେ ଅଛଇ ସର୍ବକାଳେୟେଥିକଇଂ ଚିନ୍ତା ତୁହି ନ କର ଶକ୍ରବାଳେ ।୩୧୭।ବୃହସ୍ପତି ବୋଇଲେ ତୁମ୍ଭେ ପଠାର ହୋ କାଳୟେହିକ୍ଷଣି ନ ମରଇ ପ୍ରୋଢାସୁର କୁମର ।୩୧୮।ୟେଥୁ ଅନନ୍ତରେ ଦେବସଭା ମଉଳିଲାବାସବ ଦେବତା ନିଜ ଆଶ୍ରମକୁ ଗଲା ।୩୧୯।ବୃହସ୍ପତି ଚଳିଗଲେ ଆପଣା ମନ୍ଦିରକୁସମସ୍ତ ଦେବତାୟେ ଗଲେ ଯେ ଯାହା ପୁରକୁ ।୩୨୦।ଅସୁର ଭୟେ ସ୍ୱର୍ଗେ ଦେବସଭା ନୋହିଲାଇନ୍ଦ୍ର ଦେବତା ଆସ୍ତାନ କରି ନ ବସିଲା ।୩୨୧।ବଇବସୁତ ମନୁ ଅଗସ୍ତିଂକି ପଚାରିଲେଯେଥି ଉତ୍ତାରେ ଅସୁରେ କେବଣ କୃତ୍ୟ କଲେ ।୩୨୨।ୟେହା ମୋତେ ବିସ୍ତାରି କହ ମୁନିବରକେମନ୍ତେ ପ୍ରକାରେ ତାକୁ ମାଇଲେ ନକୁଳ କୁମର ।୩୨୩।ମନୁ ପଚାରନ୍ତି ଚଇତନ ତାହାନ୍ତ କହଇୟେକମନ ହୋଇ ତୁମ୍ଭେ ଶୁଣ ନରସାଇଂ ।୩୨୪।ୟେମନ୍ତେ ଯେ ଅସୁର ରାଜ୍ୟ କରୁଥାଇନିତ୍ୟହେଂ ଗଣନାଥଂକୁ ଦ୍ରଶନ କରଇ ।୩୨୫।ଥୋକାୟେକ ଦିନ ଯହୁଂ ବହିଗଲାଦିନେ ମୋଢାସୁର ତାର ମନ୍ତ୍ରୀକୁ ପଚାରିଲା ।୩୨୬।ଇନ୍ଦ୍ର ଦେବତା ମୋତେ ଜୟ ତ ନୋହିଲାପିତୃକାର୍ଯ୍ୟ ମୋର କିଛି ତ ନୋହିଲା ।୩୨୭।ପିତାର ଋଣ ନ ସୁଝଇ ଯେବଣହିଂ ପୁତ୍ରତାହାର ଜୀବନ ଯେ ଅଚଇ ବିଅର୍ଥ ।୩୨୮।ପୁତ୍ର ହୋଇ ମୁଂ ତ ନ କଲି କିଛି କାର୍ଯ୍ୟମୋହୋର ପିତାକୁ ଯେ ମାଇଲା ଇନ୍ଦ୍ରରାଜ ।୩୨୯।ତାହାକୁ ତ ମୁହିଂ ନୁଆରିଲି ମାରିୟେତେ ଗରିଷ୍ଠପଣ ଧିକ ଧିକ ମୋହୋରି ।୩୩୦।ୟେତେ ବୋଲି ଅସୁର ସନ୍ତାପୀ ହୋଇଲାକୁରୁପାଳ ମନ୍ତ୍ରୀ ଯେ ବହୁତ ପ୍ରବୋଧିଲା ।୩୩୧।ଅସୁର କହିଲା ତୁ ଶୁଣ ହୋ ମନ୍ତ୍ରୀବରବିଳମ୍ବ ନ କର ଚାଲ ଯିବା ସ୍ୱର୍ଗପୁର ।୩୩୨।ରାଜାର କହନ୍ତେ ମନ୍ତ୍ରୀ ବେଗହୋଇ ଗଲାଟମକ ଦିଆଇଣ ସନ୍ୟ ସଜକଲା ।୩୩୩।ହାଥୀ ରଥୀ ପାଦାନ୍ତି ଅଇଲେ ସଜହୋଇଅଶ୍ୱ ପାଇକ ଲୋକଗହଳ କଳନା ନ ଯାଇଂ ।୩୩୪।ଟମକ ଶବଦ ଶୁଣି ଲୋକେ ହୋଇଲେ ବାହାରଦିଗ ବିଜେ ଆଜ କରିବେ ଅସୁରେଶ୍ୱର ।୩୩୫।କୁରୁପାଳ ମନ୍ତ୍ରୀକି ଘେନି ରାଜା ଦିଗବିଜେ କଲାରଥ ଉପରେ ଦତ୍ୟ ବିକ୍ରମି ବସିଲା ।୩୩୬।ଢୋଲ ଦମାଲକୁ ତହିଂ ବାଜଇ ବୀରତୂରଘୁମୁରା ଶବଦ ଯେ ଅତି ଅଗୋଚର ।୩୩୭।ଚାଲ ଚାଲ ଧାଅଂ ଧାଅଂ ଆସ ଆସ ଶବଦ ଶୁଭଇପ୍ରଳୟ କାଳେ ଯେହ୍ନେ ସାହେର ଗରଜଇ ।୩୩୮।ଧାମନ୍ତି ଅସୁର ବଳ ପବନ ଗତି ଜାଣିଗଗନେ ଅଦୃଶ୍ୟ ଯଏ ହୋଇଲେ ଦିନମଣି ।୩୩୯।ରଥ ଚଳାଇଣ ମୋଢାସୁର ବୀରଗବନ କରଇ ସେବପ ହୋଇଣ ଧୀର ଧୀର ।୩୪୦।ସ୍ୱର୍ଗପୁରେ ଯାଇଂଣ ପ୍ରବେଶ ହୋଇଲାବୀରତୂର ଶବଦରେ କୁରୁମ ଉଛୁଳିଲା ।୩୪୧।ଅଜାଗେ ଅମରେ ଯାଇଂ ପଶିଲା ଧସାଇଦେବେ ନ ଜାଣନ୍ତି ଅସୁରେ ଆସୁଛନ୍ତି ବାହି ।୩୪୨।ଦେବ ଡଗର ଜଣାଇଲା ତୁମ୍ଭେ ଶୁଣ ହୋ ସୁରରାଣମୋଢାସୁର ସ୍ୱର୍ଗକୁ କରୁଛି ପୟାଣ ।୩୪୩।କହୁଂ କହୁଂ ଅସୁର ପଶିଲା ଧସାଇସାବଧାନେ ହୋଇ ଶୁଣ ତୁମ୍ଭେ ଶଚୀସାଇଂ ।୩୪୪।କହୁଂ କହୁଂ ଅସୁରେ ବେଢିଲେ ସ୍ୱର୍ଗପୁରମାର ମାର ଶବଦେ ଯେ ମୁଖର ଚହଳ ।୩୪୫।ଯେ ଯାହାର ମତେ ଦେବତାୟେ ପଳାଇଲେଯେ ଯହିଂକି ପାରିଲା ଯାଇଂ ତହିଂ ସେ ଲୁଚିଲେ ।୩୪୬।ଇନ୍ଦ୍ର ଦେବତା ଯେ ଗଲେକ ପଳାଇଦକ୍ଷିଣ ସ୍ୱର୍ଗରେ ସେହୁ ଲୁଚିଲେକ ଯାଇଂ ।୩୪୭।ଅସମ୍ଭାଳ ହୋଇଣ ଯେ ଇନ୍ଦ୍ର ପଳାଇଲେଶଚୀଦେବୀ ସଙ୍ଗତେ ଯାଇଂ ନୁଆରିଲେ ।୩୪୮।ଅଜାଗେ ଅସୁର ପଶିଲା ସ୍ୱର୍ଗପୁରରଣ ଭଣ ହୋଇଲା ଯେ ଅମର ମଣ୍ଡଳ ।୩୪୯।ଇନ୍ଦ୍ରପୁରେ ବଳେ ପଶିଲାକ ଯାଇଂଅପକ୍ଷରୀ କିନ୍ନରୀନ୍ତ ବଳେଣ ଧରଇ ।୩୫୦।ଭଲ ଭଲ ପଦାର୍ଥମାନ ଅସୁରେ ଜୂର କଲେଅମର ମଣ୍ଡଳଯାକ ଅସୁର ଘୋଟିଲେ ।୩୫୧।ଇନ୍ଦ୍ରଂକର ପୁରେ ଯେ ଅସୁର ପଶିଲେଦେବଭଣ୍ଡାର ଯାକ ଜୂର କରିନେଲେ ।୩୫୨।ଦେଖିଲା ବସିଛି ଶଚୀଦେବୀ ଅଭ୍ୟାନ୍ତର ହୋଇକରିବେନି ନୟନରେ ତାଂକୁ ଦେଖିଲା ଅମରାରି ।୩୫୩।କୁରୁପାଳ ମନ୍ତ୍ରୀକି ରାଇଲାକ ଧୀରେଅମର ମଣ୍ଡଳ ସାଧ୍ୟ ହୋଇଲା ମୋହୋରେ ।୩୫୪।ଇନ୍ଦ୍ରର ଭାରିଯା ଶଚୀ ପରା ୟେହିୟେହାରେ ସେ ସୁରରାଜା ଇନ୍ଦ୍ରପଣ କରଇ ।୩୫୫।ଭଲା ଗଣନାଥ ଦିଲେ ମୋତେ ବରୟେବେ ଆସି ତପସିଦ୍ଧ ହୋଇଲା ମୋହୋର ।୩୫୬।ୟେତେ ବୋଲି ଅସୁର ଯେ ଧସାଇ ପଶିଲାଶଚୀଦେବୀକଇଂ ବଳେ ଓଟାରି ଆଣିଲା ।୩୫୭।ରଥ ଉପରେ ସେ ବସାଇଲାକ ନେଇବିକଳେ ଶଚୀଦେବୀ ଯେ ରୋଦନ କରଇ ।୩୫୮।ଅପକ୍ଷରୀ କିନ୍ନରୀ ବିଦ୍ୟାଧରୀ ସଙ୍ଗେ ଗୋଡ଼ାଇଲେହା ହା ଦଇବ ବୋଲି ବିକଳେ ରୋବିଲେ ।୩୫୯।ଅମର ଜୟେ କରି ଅସୁର ହୋଇଲା ବାହାରଜୟେ ହୋଇଲା ବୋଲି ବିଚାରଇ ମନର ।୩୬୦।ଆପଣା ନଗ୍ରକୁ ସେ ଚଳଇ ବହନକାଲି ପ୍ରଭାତେ ଇନ୍ଦ୍ରକୁ ଧରି କରିବି ବନ୍ଧନ ।୩୬୧।ନଗ୍ରେ ପଶନ୍ତେଣ ସେ ଘୋଷଣ ଦିଆଇଲାରଥ ଉପରୁଂ ଶଚୀଦେବୀକଇଂ ଓହ୍ଲାଇଲା ।୩୬୨।ବୋଇଲା ଗୋ ଇନ୍ଦ୍ରୟେଣୀ ଶୁଣ ମୋର ବାଣୀଆଜିଦିନ ଠାରୁ ତୁ ମୋର ହୋଇବୁ ଘରଣୀ ।୩୬୩।ଅପକ୍ଷରୀ ବିଦ୍ୟାଧରୀ ହୋଇଲେ ମୋହୋରୟେସନେକ ବଚନ ଶଚୀଂକି କହିଲା ଅସୁର ।୩୬୪।ମନ୍ତ୍ରୀକି ବୋଇଲେ କହ ୟେଥିର ବିଚାରଅମର ପୁରେ କାଲି କରିବା ସମର ।୩୬୫।ଇନ୍ଦ୍ରରାଜାନ୍ତ ମୁଂ କାଲି କରିବଇଂ ପ୍ରାଣେ ନାଶଗଣ ଗନ୍ଧର୍ବ ଅପକ୍ଷରୀ ଖଟିବେ ମୋର ପାଶ ।୩୬୬।ଅମର ମଣ୍ଡଳେ ମୁଂ ସୁଖେଣ ବିଳସିବିସୁରପତି ପଣେ ମୁଂ ସୁଧର୍ମା ସଭାରେ ବସିବି ।୩୬୭।ୟେତେକ ପହିଜ ଯହୁଂ କହିଲା ଅସୁରମନ୍ତ୍ରୀକି କହିଲା କହ ୟେଥିର ବିଚାର ।୩୬୮।ମନ୍ତ୍ରୀ କହିଲା ମୁଂ କି କହିବି ତୋତେତୁହି ସିନା ଜାଣୁ ୟେଥିର ତଦନ୍ତେ ।୩୬୯।ଅସୁର ବୋଇଲା ଯେ ଶଚୀଂକର ମୁଖ ଚାହିଂଅମର ମଣ୍ଡଳେ ମୋତେ ରାଜା କର ନେଇ ।୩୭୦।ଶଚୀ ବୋଇଲେ ତୁ ହୋ ନ ପଚାର ମୋତେବଳେ କିମ୍ପେ ମୋତେ ଘେନି ଅଇଲୁ ବିଅର୍ଥେ ।୩୭୧।ବ୍ରତଚାରୀ ହୋଇ ମୁହିଂ ବସିଥିଲି ଜାଣବ୍ରତ ଭଙ୍ଗାଣ ମୋତେ କଲୁ ରଣଭଣ ।୩୭୨।ୟେକୋଇଶ ଦିନେ ବ୍ରତ ପୂରିବ ମୋହୋରତେବେ ଯେ ଭାରିଯା ମୁହିଂ ହୋଇବି ମୋହୋର ।୩୭୩।ତୋତେ ଘେନି ଅମର ମଣ୍ଡଳେ ଅଭିଷେକ ହୋଇବିୟେଥକୁ କିଛି ତିନ୍ତା ନ କର ବୋଇଲେ ଶଚୀଦେବୀ ।୩୭୪।କପଟ କରି ଯହୁଂ ଶଚୀଦେବୀ କହିଲେକଥାରେ ପ୍ରସ୍ତାବେ ଶଚୀଦେବୀ ଅସୁରକୁ ଭୁଲାଇଲେ ।୩୭୫।ଶଚୀଦେବୀ ବୋଇଲେ ହୋ ଶୁଣ ଦତ୍ୟରାୟେବ୍ରତ କରିଅଛି ମୁହିଂ ୟେକୋଇଶ ଦିନ ପାୟେ ।୩୭୬।କାହାରି ମୁଖକୁ ପୁଣ ନ ଚାହିଂବି ମୁହିଂଅଭ୍ୟାନ୍ତର ସ୍ଥାନେ ମୋତେ ରଖିଆସ ନେଇ ।୩୭୭।ଦଇବର କଥା କେହୁ କରିପାରେ ଆନକଥା କୁତୂହୋଳେ ମୋହଗଲା ଅସୁର ରାଜନ ।୩୭୮।ମନ୍ତ୍ରୀ ବୋଇଲା ୟେକାନ୍ତ ନବରେ ବେଗେ କରଶଚୀକି ନେଇଣ ରଖ ୟେକାନ୍ତ ପୁରର ।୩୭୯।ମୋଢାସୁର ଗଚନେ ମନ୍ତ୍ରୀ ବହନ ଚଳିଗଲାଭିନ୍ନେ ନବର କରି ଶଚୀଂକି ରଖିଲା ।୩୮୦।ୟେଥୁ ଅନନ୍ତରେ ଶୁଣ ନୃପରାଣଦକ୍ଷିଣ ସ୍ୱର୍ଗରେ ଲୁଚିଥିଲେ ଶଚୀର ରମଣ ।୩୮୧।ଅସୁର ଶଚୀଂକି ହରିନେବାର ଶୁଣିଲେକ ଯହୁଂଲୁଚିଲା ଠାବରୁ ବେଗେ ଅଇଲେ ସୁରରାହୁ ।୩୮୨।ତତକ୍ଷଣେ ଆସି ମିଳିଲେ ଆଖଣ୍ଡଳଦେଖିଲେ ନାରଖାର ହୋଇଛି ଅମର ମଣ୍ଡଳ ।୩୮୩।ଆବର ଦେବ ଭଣ୍ଡାରଯାକ ଜୂର କରି ନେଇଛିଦେଖିଣ ଇନ୍ଦ୍ର ରାଜାର ନ ଫୁରଇ କିଛି ।୩୮୪।ବଡ ପ୍ରତାପୀ ହୋଇଣ ରାବଣେଶ୍ୱର ଥିଲାସେହି ୟେଡ଼େ କର୍ମ ଯେ ସ୍ୱର୍ଗରେ ନ କଲା ।୩୮୫।ଅତି ବଳବନ୍ତ ଥିଲା ତାରକା ଅସୁରସେ ୟେତେ କୃତ୍ୟ ନ କଲା ଅମର ମଣ୍ଡଳର ।୩୮୬।କେଡ଼େ କେଡ଼େ ଅସୁରେ ପୃଥୀରେ ନ ଥିଲେକିଅତିହିଂ ଗରିଷ୍ଠ ୟେ ହୋଇଲା ପାତକୀ ।୩୮୭।ବହୁତ କ୍ରୋଧ ପୁଣ କଲେକ ସୁରରାଣସୁଧର୍ମା ସଭାକୁ ଯେ ଚଳିଲେ ଆପଣ ।୩୮୮।ସଭାଯାକ ସବୁ ତହିଂ ହୋଇଅଛି ନଷ୍ଟବୋଇଲେ ସବୁ ନାଶକଲା ସେ ଚାଣ୍ଡାଳ ଦ୍ରପିଷ୍ଠ ।୩୮୯।ୟେସନେକ ସମୟେ ଯେ ମିଳିଲା ମାତଳିଶିରେ କରଦେଇ ସେ କହଇ କରଯୋଡ଼ି ।୩୯୦।ଇନ୍ଦ୍ର ବୋଇଲା ମାତଳି ଚଳ ୟେହିକ୍ଷଣିବ୍ରହ୍ମାଦି ଦେବତାନ୍ତ ବେଗେ ହକାରିଣ ଆଣ ।୩୯୧।ୟେମନ୍ତ ଆଗ୍ୟାଂ ଯହୁଂ ଇନ୍ଦ୍ରରାୟେ ଦିଲେତତକ୍ଷଣ ମାତଳି ଯେ ବହନ ହୋଇଗଲେ ।୩୯୨।ବ୍ରହ୍ମାଂକର ନବରେ ମିଳିଲେକ ଯାଇଂଦେଖିଲେ ବସିଛନ୍ତି ସାବିତ୍ରୀ ଦେବୀଂକ ସାଇଂ ।୩୯୩।ଖଣ୍ଡେ ଦୂରୁଂ ଦେଖି ମାତଳି ପାୟେ ପଡ଼ି ଶୋଇଲାଶିରେ କର ଦେଇ ଯେ ପଛଘୁଞ୍ଚି ରହିଲା ।୩୯୪।ବ୍ରହ୍ମାୟେ କଲ୍ୟାଣ କରିଣ ପଚାରିକିମର୍ଥେ ଅଇଲ କହ ହୋ ମାତଳି ।୩୯୫।ମାତଳି ବୋଇଲା ତୁମ୍ଭେ ଶୁଣିମା ବେଦବରଇନ୍ଦ୍ର ଆଗ୍ୟାଂଦିଲେ ତୁମ୍ଭେ ଯିବ ଧାତିକାର ।୩୯୬।କାଲି ସ୍ୱୟେଂ ମୋଢାସୁର ସ୍ୱର୍ଗପୁରକୁ ବାହିଲାଦେବ ଭଣ୍ଡାର ଯାକ ସବୁ ଜୂର କରି ନେଲା ।୩୯୭।କିନ୍ନରୀ ବିଦ୍ୟାଧରୀ ଆଦି ଶଚୀ ସହିତେଣସମସ୍ତ ହରିନେଲା ପ୍ରୋଢାସୁରର ନନ୍ଦନ ।୩୯୮।ୟେହା ଶୁଣି ବ୍ରହ୍ମାୟେ ଉଠିଲେ ବହନହଂସ ପିଠିରେ ଯାଇଂ ସେ ବସିଲେ ଆପଣ ।୩୯୯।ସୁଧର୍ମା ସଭାକୁ ଚଳିଲେ ବେଦବରମାତଳି ଚଳିଣ ଗଲେ ତାହାଂକ ସଙ୍ଗର ।୪୦୦।ବ୍ରହ୍ମାଂକୁ ଦେଖିଣ ଇନ୍ଦ୍ର ନମସ୍କାର କଲେହାଥ ଧରି ନେଇଣ ସଭାରେ ବସାଇଲେ ।୪୦୧।ମାତଳି ଚଳିଗଲେ ବୃହସ୍ପତିଂକ ପାଖକୁଇନ୍ଦ୍ର ଆଗ୍ୟାଂ ଦିଲେ ତୁମ୍ଭେ ଆସ ହେ ସଭାକୁ ।୪୦୨।ତତକ୍ଷଣେ ବୃହସ୍ପତି ତହୁଂ ଚଳିଗଲେଅମର ଆସ୍ତାନେ ଯାଇଂ ପ୍ରବେଶ ହୋଇଲେ ।୪୦୩।ବ୍ରହ୍ମାଂକୁ ଦେଖିଣ ବୃହସ୍ପତି କଲେ ନମସ୍କାରଯାଇଣ ବସିଲେ ଯେ ଆସ୍ତାନ ଉପର ।୪୦୪।ନାରଦେ ବିଜେକଲେ ବୀଣାଯନ୍ତ୍ର ବାଇବରୁଣ ପବନ ଅଇଲେ ୟେକମେଳ ହୋଇ ।୪୦୫।ଚନ୍ଦ୍ର ସୂର୍ଯ୍ୟ ନବଗ୍ରହ ସମସ୍ତେ ଅଇଲେଅଶ୍ୱିନୀ କୁମାରେ ଯେ ଅଷ୍ଟବସୁ ତହିଂ ମିଳିଲେ ।୪୦୬।ଦିବ୍ୟବେଶ ହୋଇ ତହିଂ କାମଦେବ ରାୟେସେହି ମିଳିଲେ ଆସି ଆସ୍ତାନର ଠାୟେ ।୪୦୭।ଗଣ ଗନ୍ଧର୍ବ ଦେବତାୟେ ଯେ ଯହିଂରେ ଥିଲେଯେ ଯାହାର ମତେ ସଭାରେ ମିଳିଲେ ।୪୦୮।ଚଉଦ କୋଟି ଯେ ଶିବଗଣ ସଙ୍ଗେ ଘେନିସଭାରେ ଆସି ମିଳିଲେ ଦେବ ଶୂଳପାଣି ।୪୦୯।ସଭା ପୂରିଲା ଯେ ବସିଲେ ସମସ୍ତେଇନ୍ଦ୍ର ବସିଣ ଅଛନ୍ତି ମଉନବ୍ରତେ ।୪୧୦।ଅଙ୍ଗାରପନ୍ନଙ୍ଗ ଚିତ୍ରସେନ ପଛେଣ ମିଳନ୍ତିତାହାଂକର ପଛରେ ଅଇଲେ ବସୁମତୀ ।୪୧୧।ମୁଖରୁ ରୁଧିରେ ଯେ ବହଇ ଝର ଝରବୋଇଲା ନିଚୟେ ପୃଥୀ ହୋଇଳା ରସାନ୍ତଳ ।୪୧୨।ବସୁଧା କହନ୍ତେ ଇନ୍ଦ୍ର ବୃହସ୍ପତି ଶୁଣିଲେଯେ ଯାହାର ମୁଖକୁ ଚାହିଂଣ ଭାଳିଲେ ।୪୧୩।ଇନ୍ଦ୍ର ବୋଇଲେ ଯେ ବ୍ରହ୍ମାଂକ ମୁଖ ଚାହିଂକି ବୁଦ୍ଧି କରିବା କହ ସାବିତ୍ରୀ ଦେବୀଂକ ସାଇଂ ।୪୧୪।ମୋଢାସୁର ଦଇତ ଯେ ସ୍ୱର୍ଗ ନାଶକଲାଅମର ଭଣ୍ଡାର ଜୂର କରି ଶଚୀଂକି ଘେନିଗଲା ।୪୧୫।କେମନ୍ତେ ମରିବ ସେ ପାମର ମୋଢାସୁରୟେଥିରେ ବିଚାର ତୁମ୍ଭେ କହ ବେଦବର ।୪୧୬।ବ୍ରହ୍ମା ବୋଇଲେ ତୁମ୍ଭେ ବୃହସ୍ପତିଂକି ପଚାରୟେଥିର ନିମନ୍ତକୁ ସେ କରନ୍ତୁ ବିଚାର ।୪୧୭।ବୃହସ୍ପତି ବୋଲନ୍ତି ଶୁଣ ବେଦମଣିତହିଂର ବିଚାର ମୁଂ କହଇ ୟେହିକ୍ଷଣି ।୪୧୮।ଆଗୁଂ ତ କହିଅଛଇ ତୁମ୍ଭର ଛାମୁରକାହାରି ହାଥରେ ନ ମରଇ ମୋଢାସୁର ଅସୁର ।୪୧୯।ଅଶ୍ୱିନୀ କୁମାର ବୀର୍ଯ୍ୟେ ଜାତ ହୋଇଛି ନକୁଳତାହାର ହାଥରେ ସେ ମରିବ ମୋଢାସୁର ।୪୨୦।ଗଣପତିଂକି ମଣାଇ ସେ ପାଇ ଅଛି ବରୟେକମନ ହୋଇ ତୁମ୍ଭେ ଶୁଣ ବେଦବର ।୪୨୧।ବ୍ରହ୍ମାୟେ ବୋଇଲେ ନକୁଳ କେମନ୍ତ ଆସିବତହିଂକି ବିଚାରି ତୁମ୍ଭେ କହ ହେ ଗୁରୁଦେବ ।୪୨୨।ବୃହସ୍ପତି ବୋଇଲେ ମାତଳି ଯାଅ ବେଗ ହୋଇରଥରେ ବସାଇ ଆଣ ମାଦ୍ରୀର ତନୟି ।୪୨୩।ୟେହା ଶୁଣି ଇନ୍ଦ୍ର ଯେ ବଚନ ପ୍ରକାଶିଲେମାତଳି ଯାଉ ବୋଲି ଶ୍ରୀମୁଖେ ଆଗ୍ୟାଂ ଦିଲେ ।୪୨୪।ବ୍ରହ୍ମା ବୃହସ୍ପତି ଶିବ ଇନ୍ଦ୍ରରାଣଚାରିହେଂ ବୃହସ୍ପତିଂକି ରାଇଲେ ବହନ ।୪୨୫।ନକୁଳ କୁମାରକୁ ତୁ ଘେନିଣ ଆସିବୁବୋଇଲେ ମାତଳି ତୁ ୟେହିକ୍ଷଣି ଯିବୁ ।୪୨୬।ଆମ୍ଭର ଆଗ୍ୟାଂ ଯେ ଯୁଝିଷ୍ଠିଂକି କହିବହନ ଘେନିଆସ ନକୁଳକୁ ରଥରେ ବସାଇ ।୪୨୭।ତାହାର ଅଇଲେ ଥିର ହୋଇବ ସ୍ୱର୍ଗପୁରତେବେ ସେ ମରିବ ଦ୍ରପିଷ୍ଠ ପାମର ଅସୁର ।୪୨୮।ଚାରିଦେବଂକ ତହୁଂ ମାତଳି ୟେମନ୍ତେ ଆଗ୍ୟାଂ ପାଇନମସ୍କାର କରିଣ ଯେ ବାହାର ହୁଅଇ ।୪୨୯।ଖଣ୍ଡିୟେକ ଦୂରେ ଯେ ରଥରେ ବସିଲାଧୀର ଧୀର ହୋଇଣ ମଞ୍ଚକୁ ଓହ୍ଲାଇଲା ।୪୩୦।ବାରୁଣାବନ୍ତରେ ସେ ପ୍ରବେଶ ହେଲା ଯାଇଂଦେଖିଲା ଆସ୍ତାନେ ବସିଛନ୍ତି ଯୁଝେଷ୍ଠି ନୃପସାଇଂ ।୪୩୧।ମାତଳିକି ଦେଖିଣ ଯେ ଉଠିଲେ ପଞ୍ଚୁବୀରେକରମାନ ନେଇଣ ଲଗାଇଲେ ଶିରେ ।୪୩୨।ଗଉରୋବ କରିଣ ଆସ୍ତାନେ ବସାଇଲେକିମର୍ଥେ ଅଇଲି ବୋଲିଣ ବାରତ ପଚାରିଲେ ।୪୩୩।ମାତଳି ବୋଇଲା ଇନ୍ଦ୍ର ଦେବତାଂକ ଆଗ୍ୟାଂରେରଥରେ ବସାଇ ନେବି ମାଦ୍ରୀର କୁମରେ ।୪୩୪।ଯୁଝେଷ୍ଠି ପଚାରନ୍ତି ନକୁଳ କିମର୍ଥେ ଯିବ ସ୍ୱର୍ଗପୁରଇନ୍ଦ୍ର ଆଗ୍ୟାଂ ଯେବେ ଯାଉ ଅର୍ଜୁନ କୁମାର ।୪୩୫।ମାତଳି ବୋଇଲା ନକୁଳ ଯିବାପାଇଂଆଗ୍ୟାଂ ଦେଇଅଛନ୍ତି ଶଚୀ ଦେବୀଂକର ସାଇଂ ।୪୩୬।ଯୁଝେଷ୍ଠି ପଚାରନ୍ତି ସ୍ୱର୍ଗରେ କିସ ଭୟେମାତଳି ବୋଇଲା ମୋଢାସୁର ଅସୁର ଗୋଟାୟେ ।୪୩୭।କପିଳାସ ଉତ୍ତର ପାରୁଶେ ତାର ଘରଅଳମ୍ବୁଷା ନାମେ ନଗ୍ର ଅଟଇ ତାହାର ।୪୩୮।ତାହାର ବାପା ଯେ ପ୍ରୋଢାସୁର ଥିଲାସ୍ୱର୍ଗ ଦେବତାଂକ ସଙ୍ଗେ ବାଦ ଆରମ୍ଭିଲା ।୪୩୯।ବଜ୍ର ଧରିଣ ତାହାକୁ ମାଇଲେ ସୁରରାୟେତାହାର ତନୁଜ ଯେ ମୋଢାସୁର ହୋୟେ ।୪୪୦।ଗଣନାଥଂକ ବରେ ସେ କାହାକଇଂ ନ ଡରଇସ୍ୱର୍ଗ ମଞ୍ଚ ପାତାଳେ ସେ ନିରତେ ଭ୍ରମଇ ।୪୪୧।ଗଣ ଗନ୍ଧର୍ବ ଦେବତା କାହାକଇଂ ନ ଡରଇସ୍ୱର୍ଗରେ ପଶି ଦେବତଂକ ସଙ୍ଗେ ସେ ଯୁଝଇ ।୪୪୨।ଗଲା ଦିବସ କାଲି ଯେ ସ୍ୱର୍ଗକୁ ଆସିଥିଲାଅମର ଜୂର କରି ଶଚୀଂକି ଧରିନେଲା ।୪୪୩।ସଭା ମଣ୍ଡାଇ ଇନ୍ଦ୍ର ଆସ୍ତାନ କରିଣ ବସିଲେଇନ୍ଦ୍ର ଦେବତାୟେ ବୃହସ୍ପତିଂକି ପଚାରିଲେ ।୪୪୪।କାହାର ହାଥରେ ସେ ମରିବ ପାମର ଅସୁରୟେ କଥା ବିଚାରି କହ ବୋଇଲେ ବେଦବର ।୪୪୫।ବୃହସ୍ପତି ବୋଇଲ ସେ କାହାରି ହାଥେ ନ ମରଇପଣ୍ଡୁ ଦୁଲାଳ ନକୁଳ ହାଥରେ ମୃତୁ ତା ଅଛଇ ।୪୪୬।ବ୍ରହ୍ମା ବୃହସ୍ପତି ଇନ୍ଦ୍ର ରୁଦ୍ର ଥାଇଣ ଆଗ୍ୟାଂ ଦିଲେନକୁଳ କୁମାରକୁ ଘେନିଆସ ଯାଇଂ ଭଲେ ।୪୪୭।ଦେବଂକ ଆଗ୍ୟାଂରେ ମୁଂ ଅଇଲି ବହନରଥରେ ବସାଇ ନେବି ମାଦ୍ରୀର ନନ୍ଦନ ।୪୪୮।ମାତଳି ମୁଖରୁ ୟେସନେକ ବଚନ ଶୁଣିଯୁଝେଷ୍ଠି ବୋଲନ୍ତି ଶୁଣ ହେ ଗାଣ୍ଡିବପାଣି ।୪୪୯।ନକୁଳକୁମାର ସ୍ୱର୍ଗକୁ ଯାଉ ୟେହିକ୍ଷଣନାଶକରୁ ଯାଇ ପ୍ରୋଢାସୁରର ନନ୍ଦନ ।୪୫୦।ଅର୍ଜୁନ ବୋଇଲେ ଯେବେ ସୁରପତି ଆଗ୍ୟାଂ ଦେଇଛନ୍ତିନକୁଳ ନ ଗଲେ କୋପ କରିବେ ସୁରପତି ।୪୫୧।ଭୀମସେନ ବୋଇଲେ ମୁଂ କଥାୟେ କହଇସହଦେବନ୍ତ ପଚାର ନକୁଳ ହାଥେ ଅସୁର ମରିବକି ନାହିଂ ।୪୫୨।ଭୀମସେନ କହନ୍ତେ ଯୁଝେଷ୍ଠି ମହାରାୟେସହଦେବ ମୁଖକୁ ଅବଲୋକନ କରି ଚାହେଂ ।୪୫୩।ଯୁଝେଷ୍ଠି ବୋଇଲେ ତୁ କହ ହେ ମନ୍ତ୍ରୀବରନକୁଳ ହାଥେ ମରିବ କି ମୋଢାସୁର ଅସୁର ।୪୫୪।କରକୁ ଚାହିଂଣ ସହଦେବ ଯେ କହଇନକୁଳ ଠାକୁରଂକ ହାଥେ ଅସୁର ମରିବ ଗୋସାଇଂ ।୪୫୫।ୟେହା ଶୁଣି ଯୁଝେଷ୍ଠି ଦେବ ଆନନ୍ଦ ହୋଇଲେଯାଅ ହୋ ନକୁଳ ବୋଲି ଯୁଝେଷ୍ଠି ଆଗ୍ୟଂ ଦିଲେ ।୪୫୬।ଯୁଝେଷ୍ଠିଂକ ମୁଖରୁ ପରମାଣେ ଆଗ୍ୟାଂପାଇଧନୁ କମାଣ ଘେନି ବୀର ବାହାର ହୁଅଇ ।୪୫୭।ଯୁଝେଷ୍ଠି ଠାକୁରଂକୁ ନକୁଳ ନମସ୍କାର କଲାପଛେ ଭୀମ ଅର୍ଜୁନନ୍ତ ଓଳଗି ଶୁତିଲା ।୪୫୮।ସହଦେବ ନକୁଳକୁ କଲା ନମସ୍କାରମେଲାଣି ହୋଇ ନକୁଳ ବସିଲା ରଥର ।୪୫୯।ବହୁତ କଲ୍ୟାଣ ଯେ କଲେ ତିନିଭାଇଅସୁରକୁ ମାରିଣ ତୁ ଆସ ବେଗ ହୋଇ ।୪୬୦।ନକୁଳ ମାତଳି ବେନି ବସିଲେ ରଥରରଥ ଚମକାଇଣ ଚାଲନ୍ତି ଧୀର ଧୀର ।୪୬୧।ଆଧା ସ୍ୱର୍ଗେ ଯାଇଂଣ ସେ ହୋଇଲେ ପରବେଶନକୁଳ କହଇ ଯେ ମାତଳିର ପାଶ ।୪୬୨।ୟେହିଠାରେ ରଥ ରୁହାଅ ଯେ କ୍ଷଣେଅବଧାନ ହୋଇ ଯେ ଶୁଣିମା ଆପଣେ ।୪୬୩।ଅସୁରକୁ ନ ମାରିଲେ ମୁଂ ନ ଯାଇ ସ୍ୱର୍ଗପୁରଦଇତକୁ ମାରି ମୁଂ ଦ୍ରଶନ କରିବି ଆଖଣ୍ଡଳ ।୪୬୪।ଶଚୀ ଠୀକୁରାଣୀଂକୁ ମୁଂ ଇନ୍ଦ୍ର ପାଶେ ଦେଇତେବେହେଂ ଦ୍ରଶନ କରିବି ସୁରସାଇଂ ।୪୬୫।ୟେଥୁ ଅନନ୍ତରେ ତହୁଂ ବିଲଂକ ଦେଶ ରାୟେଅଗସ୍ତିଂକ ଚରଣେ କଲା ବହୁତ ବିନୟେ ।୪୬୬।ୟେଥୁ ଅନନ୍ତରେ ହୋଇଲା କିସ କୃତ୍ୟୟେହା ମୋତେ ସଞ୍ଚପି କହିବା ତପୋବନ୍ତ ।୪୬୭।ଅଗସ୍ତି ବୋଲନ୍ତି ତୁମ୍ଭେ ଶୁଣ ମନୁରାୟେବିଚିତ୍ର ଆଖ୍ୟାନ ୟେ ଅମୃତ ରସମୟେ ।୪୬୮।ଦେବସଭା ମଧ୍ୟରେ ଯେ ନାରଦ ବସିଥିଲେଅମର ସଭାରୁ ସେହୁ ବାହାର ହୋଇଲେ ।୪୬୯।ମନଦଣ୍ଡ ଚଢି ଗଲେ ଅଳମ୍ବୁଷା ରାଜ୍ୟକୁଯାଇଣ ଭେଟିଲେ ମୋଢାସୁର ଦାନବକୁ ।୪୭୦।ଆସ୍ତାନ କରି ତହିଂ ବସିଅଛଇ ମୋଢାସୁରଯାଇଣ ମିଳିଲେ ନାରଦ ମୁନିବର ।୪୭୧।ନାରଦଂକୁ ଦେଖିଣ ଅସୁର କୁଳରାଣଉଠି ନମସ୍କାର କଲା ମୁନିଂକ ଚରଣ ।୪୭୨।ବୋଇଲା ପରମ ଭାଗ୍ୟ ହୋଇଲା ଆଜ ମୋରନୟନେ ଦେଖିଲି ମୁହିଂ ବ୍ରହ୍ମାଂକ କୁମର ।୪୭୩।ଅସୁର ଭଗତି ଦେଖିଣ ମହାଋଷିକଲ୍ୟାଣ କରିଣ ମୁନି କହନ୍ତି ତହିଂ ହସି ।୪୭୪।ତୋହୋଠରେ ଆମ୍ଭର ବହୁତ ଯେ ସୁଖଥାଇତେଣୁ କରି ସଙ୍ଖୋଳି ତୋତେ ଅଇଲୁ ଅସୁର କୁଳସାଇଂ ।୪୭୫।ୟେବେ ଗୁପତ କଥାୟେ କହୁଂ ତୋହୋର ଆଗରେଶତ୍ରୁ ଉପଗତ ହୋଇଲା ବିଚାର ନୃପବରେ ।୪୭୬।ହସ୍ତିନା ନଗରେ ବାରୁଣାବନ୍ତରେଯୁଝେଷ୍ଠି ବୋଲିଣ ଯେ ୟେକଇ ନୃପବରେ ।୪୭୭।ତାହାଂକର ଅନୁଜ ଯେ ନକୁଳ ମହାବୀରତୋହୋର ସଂଗତରେ ସେହୁ କରିବ ସମର ।୪୭୮।ତାହା ଶୁଣି ଅସୁର ଯେ ଗର୍ଜିଣ ଉଠିଲାନାରଦ ମୁନିଂକି ସେ ବହୁତ ପରଶଂସା କଲା ।୪୭୯।ବୋଇଲା ଗୋସାଇଂ ମୁଂ ତୁମ୍ଭର ପରସାଦେକେବେହେଂ ଶତ୍ରୁକୁ ଯେ ନ ଡରଇ ହାଦେ ।୪୮୦।ଗଣନାଥ ଗୋସାଇଂ ମୋତେ ମୋତେ ଦେଇଛନ୍ତି ବରଅମର କରି ରଖିଛନ୍ତି ମୋହୋର ଶରୀର ।୪୮୧।ଅସୁର ବୋଇଲା ତୁମ୍ଭେ କରିବା ଅବଧାନକାହିଂ ଅଛଇ ଦେଖାଅ ସେ ପଣ୍ଡୁର ନନ୍ଦନ ।୪୮୨।ନାରଦେ ବୋଇଲେ ସେ ଅଛଇ ଅଧା ସ୍ୱର୍ଗରମାତଳିହିଂ ଅଛଇ ତାହାରି ସଙ୍ଗତର ।୪୮୩।ୟେହା ଶୁଣି ଅସୁର ବଡ଼ କୋପକଲାମନ୍ତ୍ରୀକି ରାଇଣ ସେ ବଚନ ପ୍ରକାଶିଲା ।୪୮୪।ବୋଇଲାକ ଥାଠ ସଇନ ସଜକର ମୋରଯାଇଂଣ ମାରିବଇଂ ମୁଂ ପଣ୍ଡୁର କୁମର ।୪୮୫।ରାଜାର ବଚନେ ମନ୍ତ୍ରୀ ଶୀଘ୍ରେଣ ଚଳିଗଲାସିଂଘଦ୍ୱାରେ ଯାଇଣ ସେ ଟମକ ଦିଆଇଲା ।୪୮୬।ବୋଇଲା ସଜହୋଇଣ ବେଗେ ଆସ ସର୍ବ ସଇନଆଗ୍ୟାଂ ଦେଇଣ ଅଛନ୍ତି ମୋଢାସୁର ରାଜନ ।୪୮୭।ହାଥୀ ରଥୀ ପାଦାନ୍ତି ଅଇଲେ ସଜ ହୋଇଅଶ୍ୱଚଢି ଅଶୁଆରେ ଉଭାରିଲେ ଯାଇଂ ।୪୮୮।ପାଇକ ବାରକୋଟି ହୋଇଲେ ବାହାରସିଂଘଦ୍ୱାରେ ଆସିଣ ମିଳିଲେ ସର୍ବବୀର ।୪୮୯।ଢୋଲ ଦମାଲୁ ଯେ ଟମକ ବାଜଇଘୁମୁର ଘୁମୁ ଘୁମୁ ହୋଇଣ ଶୁଭଇ ।୪୯୦।ଶଙ୍ଖ ମହୁରୀ ଭେରୀ ବାଜଇ ବିକଟାଳଟମକର ଘାତେ ତହିଂ ମେଦିନୀ ଟଳମଳ ।୪୯୧।ରଥେକ ସାଜିଣ ସେ ଅସୁର ଅଇଲାନାନା ବର୍ଣ୍ଣ ଶହସ୍ର ଯେ ରଥରେ ଥୋଇଲା ।୪୯୨।ମନ୍ତ୍ରୀକି ବୋଇଲା ରଥରେ ମୋର ବସନକୁଳକୁ ମାରି ସ୍ୱର୍ଗ କରିବଇଂ ଧ୍ୱଂସ ।୪୯୩।ଇନ୍ଦ୍ର ଦେବତା ଯେବେ ଆସିବ ପରିଘାଇପଡ଼ିଲେ ଆଜ କି ପ୍ରାଣ ପାଇବ ସୁରସାଇଂ ।୪୯୪।ଥାଠ ଚଳାଇଣ ଯେ ମୋଢାସୁର ଅସୁରତତକ୍ଷଣେ ରାଜ୍ୟରୁ ସେ ହୋଇଲା ବାହାର ।୪୯୫।ନାରଦଂକୁ ବୋଇଲା ବାଟ କଢାଅ ମୁନିବରଅଧାସ୍ୱର୍ଗ ଯାୟେଂ ଆସ ଆମ୍ଭ ସଂଗତର ।୪୯୬।ନାରଦେ ବୋଇଲେ ଆମ୍ଭେ ନ ଯିବୁ କେମନ୍ତେତୁମ୍ଭେ ଆମ୍ଭର ତ ଅଟ ପ୍ରାଣହିତ ।୪୯୭।କହୁ କହୁ ଅସୁର ମିଳିଲାକ ଯାଇଂସିଂଘରଡ଼ି ଶବଦେ ଆକାଶ କମ୍ପଇ ।୪୯୮।ମାର ମାର ଧର ଧର ଯେ ଶବଦ ଶୁଭଇପାଦରେଣୁରେ ଆକାଶେ ଦିନମଣି ନ ଦିଶଇ ।୪୯୯।ଦିବସେ ଅନ୍ଧାର ଦେଖି ନକୁଳ ପଚାରଇଦିବସେ ଅନ୍ଧକାର ଦିଶଇ କାହିଂପାଇଂ ।୫୦୦।ମାତଳି ବୋଇଲା ଯେ ଅସୁର ବାହିଲାନାରଦଂକ ମୁଖୁ ସେ ସମସ୍ତ ବାରତା ଶୁଣିଲା ।୫୦୧।ଶୁଣିଣ ନକୁଳ କୁମାର ଧନୁଶର ଧରଇଦ୍ରୋଣ ଗୁରୁକୁଂ ସେ ମନରେ ସୁମରଇ ।୫୦୨।ରଖ ଆହେ ଜଗନ୍ନାଥ କରୁଣା ସାଗରଅସୁର ନିବାରଣେ ତୁମ୍ଭେ ନାନା ରୂପ ଧର ।୫୦୩।ଦଇତ ନିବାରଣେ ତୁମ୍ଭ ନାମ ଦଇତାରିମତ୍ସ୍ୟ କୂର୍ମ ବରେହା ଦଶରୂପ ଘରି ।୫୦୪।ସମୁଦ୍ରେ ପଶିଣ ଯେ ଶଙ୍ଖାସୁର ମାରିତାହାର ମୁଖରୁ ପୁଣି ନିଗମ ଉଦ୍ଧାରି ।୫୦୫।କୂର୍ମ ଉପରେ ତୁମ୍ଭେ ଧଇଲ ପୃଥିବୀହିରଣ ହିରଣାକ୍ଷ ତୋହୋରେ ବିବାଦୀ ।୫୦୬।ବରେହା ନରସିଂଘ ରୂପେ ତାହାନ୍ତ ମାଇଲୁଅସୁର ନିବାରି ପୃଥୀଭାରା ଉଶ୍ୱାସିଲୁ ।୫୦୭।ଆମ୍ଭେ ପଣ୍ଡୁର ପୁତ୍ରେ ଯେ ତୁମ୍ଭର କୋୟରରକ୍ଷାକର ମୋତେ ତୁମ୍ଭେ କମଳାଂକ ବର ।୫୦୮।ଗୋବିନ୍ଦଂକୁ ନକୁଳ ଯହୁଂ ମନରେ ସୁମରିଲାତହୁଂ ଅଙ୍ଗେ ବଳ ତାର ବହୁତ ହୋଇଲା ।୫୦୯।ତୁଳୁସାର ବଲ୍ଲଭ ଯେ ଅଟନ୍ତି ନାରାୟଣସାରୋଳା ଦାସକୁ ରକ୍ଷାକର ଜନାର୍ଦ୍ଦନ ।୫୧୦।ପଛରେ ରହିଲା ଯେ ମୋଢାସୁର ଅସୁରନକୁଳକୁ ବେଢିଲେ ଯେ ଅସୁର ସଇନ ବଳ ।୫୧୧।ନକୁଳ ବୋଇଲା ଯେ ମାତଳିକି ଚାହିଂଅସୁରଂକ ଉପରକୁ ମୋ ରଥ ଦିଅ ଚମକାଇ ।୫୧୨।କହୁଂ କହୁଂ ଅସୁରେ ଯେ ମାରନ୍ତି ଶସ୍ରମାନନକୁଳ ଶସ୍ର ମାରି ତାହା କରଇ ଛେଦନ ।୫୧୩।ୟେକ ନ ପଡୁଣ ଆରେକ ଶହସ୍ର ଆସିଣ ପଡ଼ଇଂୟେକା କାଣ୍ଡକେ ତାହା ନକୁଳ ନିବାରଇ ।୫୧୪।କଳି କୁତୂହୋଳ ଯେ ଦେଖି ନାରଦ ମୁନିବରବୀଣାବାଦ୍ୟ ବଜାଇ ସେ ନାଚନ୍ତି ଧୀର ଧୀର ।୫୧୫।କଳି ଧୋକଡ଼ି ମୁଣିରୁ ଧୂଳି ମୁଠାୟେ କାଢିଲେସାଂଗ୍ରାମ ଭୂମିରେ ତାହା ନେଇଣ ବୁଣିଲେ ।୫୧୬।ଲାଗୁ ଲାଗୁ ବୋଲି ଶବଦେକ ଦେଇନାରଦଂକ ଉଷତ କହିଲେ ନ ସରଇ ।୫୧୭।ହାଥୀ ରଥୀ ପାଦାନ୍ତି ଯେ ନକୁଳକୁ ବେଢିଛନ୍ତିଯେ ଯାହାର ଶସ୍ରମାନ ନିଠାଇ ବିନ୍ଧନ୍ତି ।୫୧୮।ଅଙ୍ଗେ ନ ବାଜୁଣୁ ତାହା ନକୁଳ ନିବାରଇଅସୁରଂକ ଶସ୍ର ତାର ଅଙ୍ଗେ ନ ବାଜଇ ।୫୧୯।ବେଳୁ ବେଳ ସମର ଯେ ହୋଇଲା ଅପାରରାଗେଣ ଅସୁର ଅଙ୍ଗ କମ୍ପଇ ଥରହର ।୫୨୦।ପଞ୍ଚିଶ ନାରାଜ ଯେ ଗୁଣରେ ବସାଇଲାଦ୍ରୋଣ ଗୁରୁଂକୁ ସୁମରି ନାରା ପେଷି ଦେଲା ।୫୨୧।ୟେତେକ ବାଣ ଯେ ପଡ଼ିଲାକ ଯାଇଂବିଶାଶତେ ହାଥୀ ରଥୀ ଭୂମିରେ ଲୋଟଇ ।୫୨୨।ମାହୁନ୍ତ ସହିତେ ଯହୁଂ ହୋଇଲେ ସର୍ବ କ୍ଷୟେସାଂଗ୍ରାମେ ଭୂମିଗୋଟି ହୋଇଲା ରକତମୟେ ।୫୨୩।ଧାଇଂଣ ଅସୁର ବଳ ନକୁଳକୁ ବେଢନ୍ତିନାନା ତୀକ୍ଷଶର ସେହୁ କୋପେଣ ବିନ୍ଧନ୍ତି ।୫୨୪।ନକୁଳ ଅଙ୍ଗରେ ଯାଇଂ ବାଜିଲା ତୀକ୍ଷଶରଝର ଝର ହୋଇଣ ଯେ ବହଇ ରୁଧିର ।୫୨୫।କୋପେଣ ନକୁଳ ଯେ କମ୍ପଇ ଥରହରସହସ୍ରେକ ନାରାଜ ଯେ ବସାଇଲା ଗୁଣର ।୫୨୬।ମନ୍ତ୍ର ସୁମରି ନାରାଜ ଛାଡ଼ିଦିଲା ବେଗେବେନିଖଣ୍ଡ ହୋଇ ଅସୁର ପଡ଼ିଲେ ଭୂମି ଭାଗେ ।୫୨୭।ରକତେ କର୍ଦ୍ଦନ ଯେ ହୋଇଲା ବସୁନ୍ଧରୀଅସୁର ମଡ଼ାଭୂମିରେ ପଡ଼ି ଯାଉଛନ୍ତି ଗଡ଼ି ।୫୨୮।ସନ୍ୟଂକର ପଡ଼ିବାର ଦେଖି ରଥୀମାନେନକୁଳକୁ ଯାଇଣ ସେ ବେଢିଲେ ବହନେ ।୫୨୯।ତୀକ୍ଷଶର ତ୍ରିକେନା ଚିଆଉଂ ବିନ୍ଧନ୍ତି ଅପାରଅଙ୍ଗରେ ନ ବାଜୁ ନକୁଳ ଛେହଇ ତାହା ଦୂର ।୫୩୦।ବେଳୁଂ ବେଳ ଅସୁରଂକର ହୋଇଲା କୋପଚିତ୍ତନକୁଳ ଉପରେ ନେଇଣ ସେ ପିଟନ୍ତି ଗଦା କୋନ୍ତ ।୫୩୧।ପଞ୍ଚିଶ ବାଣ ନକୁଳ ଗୁଣରେ ବସାଇଅସୁରଂକ ଉପରକୁ ବିନ୍ଧନ୍ତି ନିଠିଆଇ ।୫୩୨।ନାରାଜ ପଡ଼ନ୍ତେଣ ଦୁଇ ଶହସ୍ର ରଥୀଛେଦିଣ ପକାଇଲା ନକୁଳ ମହାଛତ୍ରୀ ।୫୩୩।ମୁଣ୍ଡାବୃକ୍ଷ ହୋଇଣ ଅସୁରେ ପଡ଼ିଲେରକତ ନଦୀରେ ପିଣ୍ଡମାନେ ଉପୁଚିଆଇ ଉଠିଲେ ।୫୩୪।ନକୁଳ ହାଥରେ ଯେ ଅନେକ ସଇନ ମଲାହାଥୀ ରଥୀ ପାଦାନ୍ତି କଳନା ନୋହିଲା ।୫୩୫।ପବନ ବହିଲେ ଯେହ୍ନେ କଦଳୀ ବନ ଭାଂଜଇତେସନେକ ପରକାରେ ଅସୁର ସଇନ ମହୀରେ ଲୋଟଇ ।୫୩୬।ସାତତାଳ ଉତ୍ସର୍ଗେ ରକତ ନଦୀ ବହିଗଲାଦେଖିଣ ମୋଢାସୁର ବହୁତ କୋପକଲା ।୫୩୭।କୁରୁପାଳ ମନ୍ତ୍ରୀକି ବୋଇଲାକ ଚାହିଂନକୁଳ ଛାମୁକୁ ରଥ ମୋର ଦିଅ ବେଗେ ବାହି ।୫୩୮।ସଇନ ମାରୁ ମାରୁ ଦିବସେକ ରାତ୍ରେକ ବହିଗଲାଆରଦିନ ବେଳ ଆସି ପହଡ଼େ ହୋଇଲା ।୫୩୯।ରାତ୍ର ଦିବସେ ଅସୁର ସଇନ ନକୁଳ ନିବାରିଲାତେବେ ସେ ବସୁନ୍ଧରୀ ଉଶ୍ୱାସ ପାଇଲା ।୫୪୦।ଦେଖିଣ ମୋଢାସୁର ଯେ ବିଚାରଇ ମନେଧନ୍ୟ ରେ ପାଣ୍ଡବା ତୋତେ କେହି ନାହିଂ ପୃଥୀରେ ସମାନେ ।୫୪୧।କହୁଂ କହୁଂ କୁରୁପାଳ ମନ୍ତ୍ରୀ ରଥ ବହିନେଲାନକୁଳ ଛାମୁରେ ନେଇ ରଥ ଭେଟାଇଲା ।୫୪୨।ବୋଇଲା ୟେହି ତୋର ଅଟଇ ଶତ୍ରୁ ଦେଖୟେହାକୁ ମାରି ସଇନଂକ ଦୁଖ ଯେ ଉପେଖ ।୫୪୩।କହୁଂ କହୁଂ ଅସୁରଯେ ମହକୋପ କଲାନକୁଳକୁ ଚାହିଂଣ ଯେ ଅନେକ ପହିଜ କଲା ।୫୪୪।ଦୁହେଂ ମହାଛତ୍ରୀ ନୋହୋନ୍ତି କେହି ଓଛୟେକେ ନାରାଜ ବିନ୍ଧାବିନ୍ଧି ହୋନ୍ତି ମହାତୀଛ ।୫୪୫।ସହସ୍ରେକ ନାରାଜ ଯେ ଗୁଣରେ ବସାଇନକୁଳ ଉପରକୁ ବିନ୍ଧିଲା ଅସୁର କୁଳସାଇଂ ।୫୪୬।ବାଣ ଆସନ୍ତେଣ ଯେ ନକୁଳ ଚାହିଂଥିଲାୟେକା ନାରାଜକେ ତାହା କାଟି ପକାଇଲା ।୫୪୭।ଦେଖିଣ ଅସୁର ଯେ କମ୍ପଇ ଥରହରକୋପେଣ ନକୁଳ ବିନ୍ଧଇ ଦୁଇ ସହସ୍ର ଶର ।୫୪୮।ଅସୁର ଅଙ୍ଗରେ ପଡ଼ି ଅଗ୍ନି ଜଳିଣ ଉଠିଲାମୁନ ମୋଡ଼ି ହୋଇ ନାରାଜ ଭୂମିରେ ପଡ଼ିଲା ।୫୪୯।କୋପେଣ ଅସୁର ଯେ ପବନାଶର ପେଷଇତୀଖଶରେ ତାହା ନକୁଳ ନିବାରଇ ।୫୫୦।ଅଗ୍ନି ଶରେକ ଯେ ଅସୁର ପେଷିଲାମେଘାଶରେ ତାହାକୁ ନକୁଳ ନିବାରିଲା ।୫୫୧।ପଞ୍ଚବିଂଶ ନାରାଜ କୋପେ ଅସୁର ବିନ୍ଧଇଯାଉଂ ଯାଉଂ ନକୁଳ ତାହା ଦୂରୁଂ ନିବାରଇ ।୫୫୨।ଦୁଇଶରେ ବାଟେ ହୋଇଲା ଭେଟାଭେଟିଦୁହିଂକର ତେଜେ ଯେ ଅଗ୍ନି ଜଳି ଉଠି ।୫୫୩।ୟେମନ୍ତେ ଅନେକ ଶସ୍ର ହୋଇଲେ ମରାମରିଶହସ୍ରଂକ ଘାୟେ ଅଙ୍ଗରୁ ରୁଧିର ନିକିଳି ।୫୫୪।ଶହସ୍ରଂକ ତେଜେ ଯେ ଆଦିତ୍ୟ ନ ଦିଶଇସାଗ୍ରାଂମ ଭୁମିଗୋଟା ଅନ୍ଧାର ଘୋଟଇ ।୫୫୫।ବିଜୁଳିର ଝଟକ ପ୍ରାୟେ ଶହସ୍ରେ ଗଗନେ ଦିଶନ୍ତିମେଘ ଘଡ଼ଘଡ଼ି ପ୍ରାୟେକ ଶବଦ କରନ୍ତି ।୫୫୬।ୟେକର ବିନ୍ଧନ୍ତେ ଯେ ତାହା ଆରେକ ନିବାରଇକାହାରି ଶହସ୍ର କାହାରି ଅଙ୍ଗରେ ନ ବାଜଇ ।୫୫୭।ବେଳୁଂ ବେଳ ସମର ଯେ ହୋଇଲା ଅପାରଦୁହେଂ ମହାଛତ୍ରୀ ନ ଘୁଞ୍ଚନ୍ତି ସାଂଗ୍ରାମର ।୫୫୮।ବେଳ ପହଡ଼କ ଠାରୁ ସାଂଗ୍ରାମ ଘୋର କଲେରାତ୍ର ତିନି ପହଡ଼ ସରିକି କେହି ନ ଘୁଞ୍ଚିଲେ ।୫୫୯।କାଣ୍ଡରେ ନକୁଳ ଶରୀର ହୋଇଲାନି ଛାଇକାଣ୍ଡ ଘାଆରେ ରୁଧିର ଅଙ୍ଗରୁ ଝର ଝର ବହଇ ।୫୬୦।ନକୁଳ ଯେତେ ଶସ୍ର ମନ୍ତ୍ରି କୋପଣ ବିନ୍ଧିଲାଅସୁର ଶରୀର ଯାକ ବିକୋତି କାଟିଲା ।୫୬୧।ରକତେ ଜର ଜର ଦୁହିଂକରି କାୟେସାଂଗ୍ରାମ କରୁ କରୁଂ ଅରୁଣ ଉଦୟ ହୋୟେ ।୫୬୨।ତୀଖ ଶହସ୍ରେକ ନକୁଳ ମନ୍ତ୍ରିଲାଅସୁର ଉପରକୁ ସେ କୋପେଣ ଛାଡ଼ିଦିଲା ।୫୬୩।ବେକ ସଳଖରେ ବାଜି ଗଳିଗଲା ଯହୁଂମୁଣ୍ଡ ଛିଣ୍ଡି ଭୂମିରେଣ ପଡିଲାକ ତହୁଂ ।୫୬୪।ପୁଣି ଯାଇଂ ମୁଣ୍ଡ ତାର ବେକରେ ଲାଗିଲାଦେଖିଣ ନକୁଳ ଯେ ଥମ୍ଭୀଭୂତ ହେଲା ।୫୬୫।ନକୁଳେ ଚାଂହିଣ ଯେ ବୋଲଇ ଅସୁରଗୁରୁମୁଖେ ଯେତେ ଶସ୍ର ପାଇଅଛୁ ବୀର ।୫୬୬।ସାବଧାନ ହୋଇଣ ଯେ ବିନ୍ଧୁ କିନା ମୋତେଗୁରୁ ଶସ୍ର ତୋତେ ଦେଇଛନ୍ତି ପୁଣି ଯେତେ ।୫୬୭।ଛିଦ୍ର କରି ଯହୁଂ ସେ ଅସୁର ବୋଇଲାନକୁଳ ମନରେ ବହୁତ କୋପ ଉପୁଜିଲା ।୫୬୮।କୋପଣେ ଶୟେ ଶସ୍ର ବିନ୍ଧିଲା ମହାବୀରଯାଇଂଣ ପଡ଼ିଲା ତାହା ଅସୁର କନ୍ଦର ।୫୬୯।ଭୂମିରେ ପଡ଼ିଲା ଯାଇଂ ଅସୁର ମୁଣ୍ଡଗୋଟିପୁଣି ଯାଇ ଶିର ଲାଗିଲା ପାଲଟି ।୫୭୦।ଦେଖିଣ ନକୁଳ ଯେ ମହାକୋପ କଲାଚାଳିଶ ନାରାଜ ସେହୁ କୋପେଣ ବିନ୍ଧିଲା ।୫୭୧।ବୋଇଲା ମୋଡ଼ାସୁରରେ ସମ୍ଭାଳ ସମ୍ଭାଳତୁହି ସେ ପୃଥୀକି ସିନା ହୋଇଲୁ ଅଚାର୍ଗଳ ।୫୭୨।କହୁଂ କହୁଂ ନାରାଜ ପଡ଼ିଲା ତାର ଅଙ୍ଗେ ଯାଇବୁକୁରେ ବାଜି ଶହସ୍ର ଭୂମିରେ ଲେଉଟି ପଡ଼ଇ ।୫୭୩।ଦେଖିଣ ନକୁଳ ଯେ ଚକିତ ହୋଇଲାବିସ୍ମୟେ ହୋଇଣ ତହୁଂ ମାତଳିକୁ ଚାହିଂଲା ।୫୭୪।ବୋଇଲା କି ବୁଦ୍ଧି କରିବା କହ ହେ ମାତଳିବିନ୍ଧିଲେ ଶହସ୍ର ଯେ ନ କାଟଇ ତାହାର ମଉଳି ।୫୭୫।ଯେତେକ ଶହସ୍ର ଯେ ଅସୁର ବିନ୍ଧଇନକୁଳ ଅଙ୍ଗରେ ବାଜି ରୁଧିର ବହଇ ।୫୭୬।ଘାୟେ ବିକରାଳ ହୋଇଣ କୁମାରକେମନ୍ତେ ମରିବ ଅସୁର ମାତଳି କହ ହୋ ବିଚାର ।୫୭୭।ମାତଳି ବୋଇଲା ଶୁଣ ଯେ ସାବଧାନ ହୋଇଯେମନ୍ତେ ମରିବ ଅସୁର ସେକଥା ମୁହି ତେମନ୍ତ କହଇ ।୫୭୮।ଯେତେବେଳେ ୟେ ଗଣନାଥଂକୁ ସେବା କଲାସେବାରେ ମନାଇଣ ଯେ ବରେକ ମାଗିଲା ।୫୭୯।ବୋଇଲା ଅମର ଯେ ହୋଇବ ମୋର କାୟେୟେମନ୍ତେ ବର ଦେବ ଯେ ତନୟେ ।୫୮୦।ଅସ୍ତୁ ହୋଉ ବୋଲିଣ ଯେ ବୋଇଲେ ଗଣପତିଆବର ବରକେ ମାଗିଲା ଅସୁରକୁଳ ଛତ୍ରୀ ।୫୮୧।ଦେବ ଦାନବରେ ମୁହିଂ ନୋହିବିନା ନାଶୟେମନ୍ତେ ବର ଦେବା ମୋତେ ପାର୍ବତୀର ଶିଷ ।୫୮୨।କଲ୍ୟାଣ କରିଣ ବୋଇଲେ ତୋତେ ୟେ ବର ଚିର ହେଉଅମର ହୋଇଣ ଯେ କାୟାଗୋଟି ତୋର ଥାଉ ।୫୮୩।ଅସୁର ବୋଇଲା ମୁଂ ମରିବି କାହା ହାଥେବିଚାରିଣ ମୋତେ କହିବା ଗଣ ନାଥେ ।୫୮୪।ଗଣପତି ବୋଇଲେ ମୁଣ୍ଡ କାଟିଲେ ନ ମରିବୁବୁକୁ ଫୁଟିଲେ ତୁହି ବିନାଶ ନ ହେବୁ ।୫୮୫।ଅଗ୍ନିଶର ଘେନିଣ ଯେ ତୋହୋର ମାରିବଅଙ୍ଗ ଜଳିଗଲେ ତୋର ବିନାଶ ନୋହିବ ।୫୮୬।ୟେମନ୍ତ ପ୍ରକାରେଣ ତୁହି ନୋହିବୁ ପ୍ରାଣେ ହତଅଶ୍ୱିନୀ କୁମାରଂକ ବୀର୍ଯ୍ୟେ ଯେହୁ ହୋଇଥିବ ଜାତ ।୫୮୭।ସେହି ଯେବେ ଅଗ୍ନିଶର କରି ତୋର ଅଙ୍ଗକୁ ବିନ୍ଧିବତେତେବେଳେ ଯାଇ ତୋର ମରଣ ହୋଇବ ।୫୮୮।ୟେସନକ ବଚନ ଯହୁଂ ମାତଳି କହିଲାନକୁଳର ମନୁ ତହୁଂ ସନ୍ଦେହ ଫିଟିଲା ।୫୮୯।ତ୍ରୋଣରୁ ନାରାଜ ବାଛିଲା ଅଗ୍ନିଶରଗୁଣରେ ବସାଇଲା ଯେ ନକୁଳ କୁମାର ।୫୯୦।ଯେତେବେଳେ ନକୁଳ ଯୋଚିଲା ଅଗ୍ନିଶରମନ୍ତ୍ରୀ ମୁଖକୁ ଚାହିଂଣ ଯେ ବୋଇଲ ଅସୁର ।୫୯୧।ମରଣ ଭେଦ କାହୁଂ ଜାଣିଲା ମହାବଳୀୟେହିକ୍ଷଣି ଅଙ୍ଗ ତ ଦେବ ମୋର ଜାଳି ।୫୯୨।ଯାହା ସେ ଦଇବ କରିଛି ଲେଖନନକୁଳ ହାଥରେ ଅଛି ମୋହୋର ମରଣ ।୫୯୩।ଗୁରୁ ଦ୍ରୋଣ ସୁମରି ଯେ ନକୁଳ ନାରାଜ ବିନ୍ଧିଲାଅସୁରର ଅଙ୍ଗରେ ତାହା ଯାଇଣ ପଡ଼ିଲା ।୫୯୪।ବାଣ ପଡ଼ନ୍ତେଣ ଯେ ଅଗ୍ନି ଜଳିଣ ଉଠିଲାଅସୁର କାୟା ଗୋଟିକ ଯେ ଦହନ ହୋଇଲା ।୫୯୫।କୁରୁପାଳ ମତ୍ରୀ ଯେ ଅସୁର ସଙ୍ଗତରେ ଥିଲାଅସୁର ସଙ୍ଗତରେ ସେହୁ ପୋଡ଼ିଗଲା ।୫୯୬।ଅଶ୍ୱ ରଥ ସହିତେଣ ଯହୁଂ ହୋଇଲା ଭସ୍ମରାଶିଶୂନ୍ୟେ ଥାଇଂ ନୃତ୍ୟ କରନ୍ତି ନାରଦ ମହାଋଷି ।୫୯୭।ଦେଖିଣ ମାତଳି ଯେ ଅନେକ ତୋଷ ହୋୟେନକୁଳ କୁମାରକୁ ବହୁତ ପରଶଂସା କୟେ ।୫୯୮।୧୨୧୭୦।ନକୁଳ ଶିରେ ପାଟବନ୍ଧନଶୁଣ ହୋ ବିଲଂକ ରାୟେ ବଦନ୍ତି ଅଗସ୍ତିୟେସନେକ ପରକାର ମୋଢାଶୁର ହୋଇଲା ବିନଶ୍ୟତି ।୧।ଅସୁର ମାରିବା ଦେଖି ନାରଦେ ବାହୁଡ଼ିଲେସୁଧର୍ମା ସଭାୟେ ସେହୁ ଯାଇଣ ମିଳିଲେ ।୨।ସଭା ମଣ୍ଡାଇ ଯେ ବସିଛନ୍ତି ଅମରନାଥୟେ ସମୟେ ଯାଇଣ ମଳିଲେ ନାରଦ ତପୋବନ୍ତ ।୩।ନାରଦଂକୁ ଚାହିଂଣ ବୋଲନ୍ତି ସୁରରାୟେକିସ ଚରିତ କରି ଅଇଲ କହ ହୋ ମୁନିୟେ ।୪।ନାରଦେ ବୋଇଲେ ଯେ ନକୁଳ ମହାବୀରମୋଢ଼ାସୁର ସଙ୍ଗେ ସେ କଲାକ ସମର ।୫।ଅଗ୍ନିଶର ଘେନି ଯେ ତାହାକୁ ଦହିଲାତିନିଦିନେ ଅସୁରବଳ ନାଶ କଲା ।୬।ୟେହାଶୁଣି ଇନ୍ଦ୍ରରାୟେ ଉଷତ ହୋଇଲେନକୁଳ କୁମାରକୁ ବହୁତ ପ୍ରଶଂସିଲେ ।୭।ସ୍ୱର୍ଗପୁରେ ଜୟ ଜୟ ଶୁଭିଲା ଶବଦଅପକ୍ଷରୀ କିନରୀଂକର ବହୁତ ଆନନ୍ଦ ।୮।ପଦ୍ମପୁଷ୍ପ ଜାଣି ଇନ୍ଦ୍ରଂକର ମୁଖ ବିକଶଇଅବସନ୍ତେ ବସନ୍ତ ଧୀରେ ଧୀରେ ବହଇ ।୯।ସଭା ମଣ୍ଡାଇଣ ଇନ୍ଦ୍ରରାୟେ ଯେ ବସିଲେୟେମନ୍ତ ସମୟେ ବୃହସ୍ପତିଂକୁ ସେହୁ ହକରାଇ ଆଣିଲେ ।୧୦।ତେତିଶ କୋଟି ଦେବତା ଯେ ଯାହାରେ ଅଇଲେସୁଧର୍ମା ସଭାରେ ଯାଇଂ ଆନନ୍ଦେ ବସିଲେ ।୧୧।ବୃଷଭ ବାହାନେ ଯେ ଡମ୍ବରୁ ବଜାଇକପିଳାସ କନ୍ଦରୁ ବିଶ୍ୱନାଥ ଆସଇ ।୧୨।ଯେ ଯାହାର ମତେ ଯେ ସଭାରେ ବସିଲେୟେମନ୍ତ ସମୟରେ ବେଦବର ଯେ ଅଇଲେ ।୧୩।ହଂସରୁ ଓହ୍ଲାଇଣ ଆସ୍ଥାନକୁ ଗଲେଦେଖିଣ ଦେବତାୟେ ଶିରେ କର ଦିଲେ ।୧୪।ବ୍ରହ୍ମାୟେ ପଚାରନ୍ତି ଇନ୍ଦ୍ରଂକ ମୁଖ ଚାହିଂଅସୁର ମଲାଣିତ ଆଉ ସ୍ୱର୍ଗପୁରେ ଭୟେ ନାହିଂ ।୧୫।ବେଦକରଂ ମୁଖରୁ ୟେସନେକ ବାକ୍ୟ ଶୁଣିମନର ସାନନ୍ଦେ କହନ୍ତି ସୁରମଣି ।୧୬।ଭୋ ଦେବ ପିତାମହ ଶୁଣ ମୋ ଉତ୍ତରଅସୁରକୁ ନାଶିଲେ ନକୁଳ ମହବୀର ।୧୭।ଏମନ୍ତ ବଚନ ଯହୁଂ ବିଧାତା ଶୁଣିଲେଧନ୍ୟରେ ନକୁଳ ବୋଲି ପ୍ରଶଂସା ସେ କଲେ ।୧୮।ବୃହସ୍ପତି ବୋଇଲେ ହୋ ତୁମ୍ଭେ ଶୁଣ ସୁରରାଣନକୁଳ କୁମାରକୁ ବେଗେ ହକାରିଣ ଆଣ ।୧୯।ଇନ୍ଦ୍ର ବୋଇଲେ ସୁରସେନ ଗନ୍ଧର୍ବହିଂ ବେଗ ହୋଇ ଯାଉଆମ୍ଭର ଆଗ୍ୟାଂ ବୋଲି ସେ ନକୁଳକୁ କହୁ ।୨୦।ଆଗ୍ୟାଂ ପାଇ ସୁରସେନ ଗନ୍ଧର୍ବ ଚଳିଗଲାନକୁଳ କୁମାର ଛାମୁରେ ଯାଇଂଣ ପ୍ରବେଶ ହୋଇଲା ।୨୧।ବୋଇଲା ବାସବଂକର ଆଗ୍ୟାଂ ହୋଇଅଛି ତୁମ୍ଭନ୍ତମୁହିଂ ଆସିଅଛି ତୁମ୍ଭକଇଂ ନେବାର ନିମନ୍ତ ।୨୨।ସୁରସେନ ମୁଖରୁ ନକୁଳ ୟେସନେକ ଶୁଣିମାତଳି ମୁଖକୁ ଚାହିଂଲା କୁମରମଣି ।୨୩।ବୋଇଲେ ଯିବା ୟେବେ ଚାଲ ଅସୁରର ପୁରଶଚୀ ଠାକୁରାଣୀ ବନ୍ଦୀ ଯେ ଅଛନ୍ତି ତହିଂର ।୨୪।ରଥରେ ବସି ନକୁଳ ସୁରସେନ ମାତଳି ଚଳିଗଲେଅଳମ୍ବୁଷା ରାଜ୍ୟରେ ଯାଇଂ ପ୍ରବେଶ ହୋଇଲେ ।୨୫।ଡଗରକେ ଯାଇଂଣ ଶଚୀଦେବୀଂକୁ କହିଲାମୋଢାସୁର ଅସୁରକୁ ନକୁଳ ରଣରେ ମାଇଲା ।୨୬।ତୁମ୍ଭନ୍ତ ଘେନିଣ ସେହୁ ଯିବେ ସ୍ୱର୍ଗପୁରଦ୍ରଶନ କରିବେ ଯାଇଂ କଶ୍ୟପ କୁମାର ।୨୭।ଶୁଣିଣ ଇନ୍ଦ୍ରାୟଣୀ ତହୁଂ ହରଷ ହୋଇଲେଧନ୍ୟରେ ନକୁଳ ବୋଲିଣ ବହୁତ ପ୍ରଶଂସିଲେ ।୨୮।ତୋହୋରେଣ ରକ୍ଷା ଯେ ହୋଇଲା ଅମରମୋହୋର ମାନ ଉଦ୍ଧରିଲୁ ତୁହିରେ କୁମର ।୨୯।ୟେମନ୍ତର ସମୟେ ତିନିହେଂ ଯାଇଂ ପ୍ରବେଶ ହୋଇଲେଇନ୍ଦ୍ରଂକର ରାଣୀଂକି ଦ୍ରଶନ ଯାଇଂ କଲେ ।୩୦।ପାୟେ ପଡ଼ି ଶୁତିଲେ ଶିରେ କର ଦେଇବୋଇଲେ ଅବଧାନ କର ମହାଦେଈ ।୩୧।ତୁମ୍ଭର ଭାଗ୍ୟରେ ସିନା ଅସୁର ନାଶ ଗଲାତୁମ୍ଭର ପ୍ରସାଦେ ଯଶ ମୋତେ ଉପୁଜିଲା ।୩୨।ଆସ ଆସ ମାତା ଗୋ ମୋର ରଥରେ ବିଜେକରଅମର ମଣ୍ଡଳେ ଯାଇଂ ଭେଟିବା ବଜ୍ରଧର ।୩୩।ନକୁଳ ବୋଲନ୍ତି ତୁମ୍ଭେ ସ୍ୱର୍ଗ ଠାକୁରାଣୀତୁମ୍ଭର ନ ଥିଲେ ସ୍ୱର୍ଗ ଶୋଭା ନ ପାଇ ଗୋସାମଣୀ ।୩୪।ନକୁଳ କହନ୍ତେ ସେଠାରୁ ଇନ୍ଦ୍ରାୟଣୀ ଉଠିଲେଅପକ୍ଷରୀ କିନ୍ନରୀ ଘେନି ଶଚୀ ରଥରେ ବିଜେକଲେ ।୩୫।ଚମକାଇ ରଥଯେ ବାହଇ ମାତଳିଧୀରେ ଧୀରେ ହୋଇଣ ରଥ ଯାଉଅଛି ଚଳି ।୩୬।ସ୍ୱର୍ଗପୁରେ ଯାଇଂଣ ପ୍ରବେଶ ହୋଇଲେଅମର ପୁରକୁ ଦେବୀ ଚଲାଇଣ ଗଲେ ।୩୭।ଇନ୍ଦ୍ରଭୁବନରେ ବିଜୟେ କଲେ ଠାକୁରାଣୀଅପକ୍ଷରୀ ବିଦ୍ୟାଧରୀ ଖଟିଲେ ଯେ ଯାହା ସେବା ଘେନି ।୩୮।ନକୁଳ ଘେନିଣ ଯେ ମାତଳି ଚଳିଗଲାସୁଧର୍ମା ସଭାର ତଳେ ସେହୁ ଯାଇଣ ମିଳିଲା ।୩୯।ବ୍ରହ୍ମା ବୃହସ୍ପତି ଇନ୍ଦ୍ର ଇଶ୍ୱରଂକୁ ଦେଖିଣପାୟେ ପଡ଼ିଣ ଶୁତିଲା ମାଦ୍ରୀର ନନ୍ଦନ ।୪୦।ଇନ୍ଦ୍ର ବୋଇଲେ ଉଠ ହୋ ପଣ୍ଡୁର ତନୟଯାଅରେ ଚିତ୍ରସେନ ନକୁଳକୁ ତୋଳିଦିଅ ।୪୧।ଧାଇଂଣ ଚିତ୍ରସେନ ନକୁଳକୁ ତୋଳି ଦିଲାକରପତ୍ର ଯୋଡ଼ି ନକୁଳ ସଭାତଳେ ଉଭାହୋଇ ରହିଲା ।୪୨।ଇନ୍ଦ୍ର ଆଗ୍ୟାଂ ଦିଲେ ନକୁଳକୁ ଉପରକୁ ଘେନିଆସଧନ୍ୟରେ ନକୁଳ ତୁମ୍ଭେ ପଣ୍ଡୁ ରାଜାର ଶିଷ ।୪୩।ଆସ୍ତାନ ଉପରକୁ ଯହୁଂ ନକୁଳ ଉଠିଲେଧାଇଂ ଧାଇଂ ଅଶ୍ୱିନୀ କୁମାରେ ପୁତ୍ରକୁ କୋଳକଲେ ।୪୪।ମୁଖରେ ଚୁମ୍ବନ ସେ ଦିଲେକ ହରଷେଶିର ଆଉଂଷିଣ ବସାଇଲେ ପାଶେ ।୪୫।ବ୍ରହ୍ମା ରୁଦ୍ର ବୃହସ୍ପତି ଯେ କଲ୍ୟାଣ ବାଞ୍ଛିଲେଅମର ମଣ୍ଡଳେ ଅଧିକାରୀ ହୁଅଇ ବୋଲିଣ ବୋଇଲେ ।୪୬।ଗଣ ଗନ୍ଧର୍ବ ଦେବତା ଯେତେକ ବସିଥିଲେଯେ ଯାହାର ମତେ ନକୁଳକୁ କଲ୍ୟାଣ ବାଞ୍ଛାକଲେ ।୪୭।ଅମର ସଭାରେ ଅନେକ ପୁରୁଷାର୍ଥ ପାଇଲେଉଠିଣ ଇନ୍ଦ୍ର ରାୟେ ନକୁଳକୁ କୋଳକଲେ ।୪୮।ତୋହୋରେଣ ସ୍ୱର୍ଗପୁର ରକ୍ଷା ହୋଇଲାରେ ବାବୁୟେ ଅମର ମଣ୍ଡଳ ତୋହୋର ଅର୍ଜିଲା ସିନା ସବୁ ।୪୯।ପୁରନ୍ଦର ରାୟେ ନକୁଳକୁ ବହୁ ପୁରୁଷାର୍ଥ କଲେଆପଣା ଅଙ୍ଗେ ଅଳଙ୍କାର ଯେତେ ଥିଲାନକୁଳ ଅଙ୍ଗରେ ଲାଇଲେ ।୫୦।ଦେବାଙ୍ଗ ପାଟକେ ଯେ ହାଥରେଣ ଘେନିଲେନକୁଳ ମଥାରେ ତାହା ନେଇଣ ବାନ୍ଧିଲେ ।୫୧।ଅଭିଷେକ ଯୋଗାଡ଼ ଅଣାଇଲେ ପୁରନ୍ଧରଅମର ସଭାରେ ଅଭିଷେକ କରାନ୍ତି ନକୁଳ କୁମାର ।୫୨।ଭିତରେଣ ବାରତା ପାଇଲେ ଶଚୀଦେଈଅର୍ଘ୍ୟଥାଳୀ ଘେନିଣ ଯେ ଅଇଲେ ମହାମାୟୀ ।୫୩।ସୋଦୋର ନାୟେକାମାନେ ତାଂକର ଅଛନ୍ତି ସଙ୍ଗତରେଆସିଣ ପ୍ରବେଶ ଯେ ହୋଇଲେ ସଭାରେ ।୫୪।ଦୀପାବଳୀ ଘେନିଣ ନକୁଳକୁ ବନ୍ଦାଇଲେଅମର ମଣ୍ଡଳେ ପାଟ ତୋତେ ହୋ ଆଝୁଂ ହୋଇଲା ବୋଇଲେ ।୫୫।ଯେତେବେଳେ ବନ୍ଦାଇଲେ ଶଚୀ ଠାକୁରାଣୀଗଣ ଗନ୍ଧର୍ବ ଦେବତାୟେ କଲ୍ୟାଣ କଲେ ପୁଣି ।୫୬।ଆଶିଷ ତଣ୍ଡୁଳ ଶିରେ ଦିଲେ ବେଦବରଆଝୁଂ ଅମରେ ପାଟ ତୋତେ ହୋଇଲାରେ ନକୁଳ କୁମାର ।୫୭।ୟେମନ୍ତେ ଅବିଷେକ ବିଧାନ ସାରିଲେଅପକ୍ଷରୀ କିନ୍ନରୀୟେ ଗାୟନ କରିଣ ନାଚିଲେ ।୫୮।ନାରଦେ ଆଶିଷ କଲେ ବୀଣା ଯନ୍ତ୍ର ବାଇଅଶ୍ୱିନୀ କୁମାରେ ବହୁତ କଲ୍ୟାଣ କଲେ ତହିଂ ।୫୯।ଶଚୀ ଠାକୁରଣୀ ଭିତର ପୁରକୁ ବିଜେକଲେଅନେକ ଗଉରୋବ ନକୁଳ ଅମରେ ପାଇଲେ ।୬୦।ୟେଥୁ ଅନନ୍ତରେ ଦେବସଭା ମଉଳିଲେହଂସ ଚଢି ବ୍ରହ୍ମା ନିଜ ପୁରକୁ ଚଳିଗଲେ ।୬୧।ଈଶ୍ୱର ଚଳିଗଲେ କପିଳାସ କନ୍ଦରଗଣ ଗନ୍ଧର୍ବ ଦେବତାୟେ ଗଲେ ଯେ ଯାହାର ପୁର ।୬୨।ନକୁଳକୁ ଘେନି ଅଶ୍ୱିନୀ କୁମାରେ ଚଳିଗଲେଆପଣା ମନ୍ଦିରେ ଯାଇଂ ପ୍ରବେଶ ହୋଇଲେ ।୬୩।ଇନ୍ଦ୍ର ବିଜେକଲେ ତହୁଂ ଅମର ପୁରକୁଶଚୀ ମଥାପୋତି କଥା ନ କହିଲେ ମଘବାଂକୁ ।୬୪।ଇନ୍ଦ୍ର ବୋଇଲେ କୋପ ନ କର ମହାମାୟୀୟେହିମତି ସ୍ୱର୍ଗକୁ କେତେ ଅପଚୟ ନ ପଡ଼ଇ ।୬୫।ଇନ୍ଦ୍ର କହନ୍ତେଣ ଇନ୍ଦ୍ରାୟେଣୀ ସନ୍ତୋଷ ହୋଇଲେନିଚିନ୍ତ ହୋଇଣ ତହୁଂ ସ୍ୱର୍ଗରେ ରହିଲେ ।୬୬।ଥୋକାୟେକ ଦିନ ନକୁଳ ସ୍ୱର୍ଗପୁରେ ରହିଲାଯିବି ବୋଲି କୁମର ଯେ ଉଦବେଗ ହୋଇଲା ।୬୭।ଇନ୍ଦ୍ର ଦେବତାନ୍ତ ଯାଇଂ କଲାକ ଦରଶନଯିବି ହସ୍ତିନା ଆଗ୍ୟାଂ ଦିଅ ହେ ମଘବାନ ।୬୮।ନକୁଳ ବଚନ ଶୁଣି ମଘବାନ ହସିଣ ବୋଇଲେଯାଅ ବୋଲିଣ ନକୁଳକୁ କଲ୍ୟାଣ ଧୁନି କଲେ ।୬୯।ଟନ୍ଦ୍ରଶାଳା ପୁରକୁ ଯେ ନକୁଳ ଚଳଇଶଚୀ ଠାକୁରାଣୀଂକି ସେ ମେଲାଣି ମାଗଇ ।୭୦।ଇନ୍ଦ୍ରାୟେଣୀ ବୋଇଲେ ଯାଅ ବାବୁ ବେଗେକଲ୍ୟାଣ ହୋଇ ବାବୁ ଥାଅ ତୁ ସୁଭାଗ୍ୟେ ।୭୧।ସୁରନାଥ ଆଗ୍ୟାଂ ଦିଲେ ମାତଳି ତୁମେ ଯାଅନକୁଳ କୁମାରନ୍ତ ହସ୍ତିନାକଇଂ ନିଅ ।୭୨।ଅଶ୍ୱିନୀ କୁମାରନ୍ତ ନକୁଳ ନମିକରିରଥରେ ବିଜୟ ଯେ କଲା ମହାବଳୀ ।୭୩।ଧୀର ଧୀର ହୋଇ ରଥ ସ୍ୱର୍ଗରୁ ଓହ୍ଲାଇଲାହସ୍ତିନା ନଗରେ ସେ ଯାଇଂଣ ମିଳିଲା ।୭୪।ରଥରୁ ଓହ୍ଲାଇଣ ନକୁଳ ବହନ ଚଳିଗଲେରଥ ଘେନି ମାତଳି ସ୍ୱର୍ଗପୁରୁ ଅଇଲେ ।୭୫।ନକୁଳ ବାରୁଣାବନ୍ତେ ମିଳିଲାକ ଯାଇଂନମସ୍କାର କଲା ଯାଇଂ ଯୁଝେଷ୍ଠି ଭୀମ ଅରଜୁନଂକୁ ଚାହିଂ ।୭୬।ଯୁଝେଷ୍ଠି ବୋଇଲେ ତୁ ଯାଅରେ ସହଦେବ ବହନନକୁଳକୁ ବେଗେ ତୁହି ଦିଅ ଉଠାଇଣ ।୭୭।ସହଦେବ ଯାଇଂ ନକୁଳଂକ ଚରଣେ ନମଇଂବୋଇଲା ଠାକୁରଂକ ଆଗ୍ୟାଂ ହୋଇଲା ଉଠିବା ଗୋସାଇଂ ।୭୮।ତତକ୍ଷଣେ ନକୁଳ ଯେ ଉଠିଣ ବସିଲାକରପତ୍ରଯୋଡି ଯାଇଂ ଯୁଝେଷ୍ଠିଂକ ଛାମୁରେ ମିଳିଲା ।୭୯।ଯୁଝେଷ୍ଠି ବୋଇଲେ କିସ ଚରିତ ସ୍ୱର୍ଗରେ ହୋଇଲା କହନି ନକୁଳକରପତ୍ର ଯୋଡ଼ି କହଇ ମାଦ୍ରିର ଦୁଲାଳ ।୮୦।ନକୁଳ ବୋଇଲା ମୁ ୟେଥୁଂ ଚଳିଗଲିମୋଢାସୁର ସଙ୍ଗତେ ବହୁତ ଯୁଦ୍ଧ କଲି ।୮୧।ବାରକୋଟି ସଇନ ତାର ପକାଇଲି ହାଣିଅଗ୍ନିଶର ପେଶି ଅସୁରକୁ ଦହନ କଲି ପୁଣି ।୮୨।ହାଥୀ ରଥୀ ଅଶ୍ୱ ତହିଂ ଅନେକ କ୍ଷୟ ଗଲା ।୮୩।ମନ୍ତ୍ରୀ ସହିତରେ ତାର ସମସ୍ତ ପଡ଼ିଲାଯୁଝେଷ୍ଠି ଦେବ ଶୁଣି ବହୁତ ଆନନ୍ଦ ହୋଇଲେ ।୮୪।ନକୁଳ କୁମାରକଇଂ ପରଶଂସା କଲେ ।୮୪।ନକୁଳ କହିଲା ବହୁତ ଗଉରୋବ ପାଇଲିପୂଜାବିଥି ପାଇଣ ଶିରେ ପାଟକେ ବାନ୍ଧି ଆସ୍ତାନରେ ବସିଲି ।୮୫।ମଘବାନ ଅଙ୍ଗରେ ଯେତେ ଅଳଂକାର ଥିଲାଗଉରୋବ କରିଣ ଇନ୍ଦ୍ର ମୋ ଅଙ୍ଗରେ ଖଞ୍ଜିଲା ।୮୬।ସୁବର୍ଣ୍ଣର ଦୀପାବଳୀ ଘେନି ଇନ୍ଦ୍ରାୟେଣି ବନ୍ଦାଇଲେବ୍ରହ୍ମାୟେ ଥାଇ ଅନେକ କଲ୍ୟାଣ ଧୁନି କଲେ ।୮୭।ନକୁଳ କହନ୍ତେ ଚରିଭାଇ ସନ୍ତୋଷ ହୋଇଲେଶୁଣ ହୋ ବିଲଂକ ରାଜା ଅଗସ୍ତି କହିଲେ ।୮୮।ବୋଇଲେ ମହାରାଜା ଶୁଣିଲୁଟି କି ମୋଢାସୁର ବଧଯେସନେ ନକୁଳ ପାଟ ବାନ୍ଧିଲା ଅମର ମଧ୍ୟ ।୮୯।ବନ୍ଦଇ ସାରୋଳା ମା ଗୋ ଜଙ୍ଖେରପୁର ବାସୀତୋହରି ନାମ ଗୋଟି ସାଧୁଜନେ ଘୋଷି ।୯୦।ଯାହାକୁ ସୁଦୟା ଗୋ କରୁ ମହାମୟୀଧନ ଜନ ବିପୁଳ ଲକ୍ଷ୍ମୀ ତାହାକୁ ମିଳଇ ।୯୧।ଯାହାକୁ ନିର୍ଦ୍ଦୟା ମାଗୋ କରୁ ଠାକୁରାଣୀବହୁତ କଷ୍ଟ ସଂସାରେ ପାଆନ୍ତି ସେ ପ୍ରାଣୀ ।୯୨।ମୁହିଂ ଯେ ଅରକ୍ଷିତ ଅଟଇ ସାରୋଳା ଦାସଅନ୍ତକାଳେ କପିଳାସେ ଦିଅ ମୋତେ ବାସ ।୯୩।୧୨୨୬୩।ନାରକାସୁର ବଧ ଓ ପାରିଜାତ ହରଣୟେଥୁ ଅନନ୍ତରେ ଯେ ବିଲଂକା ଦେଶ ରାଜାଅଗସ୍ତି ମୁନିଂକ ଚରଣେ କଲେ ଦିବ୍ୟ ପୂଜା ।୧।ଗନ୍ଧ ପୁଷ୍ୟ ନଇବେଦ୍ୟ ଛାମୁରେ ଦିଲେ ନେଇକରପତ୍ର ଯୋଡ଼ି ବୋଲଇ ବିନୋୟୀ ଭାବ ହୋଇ ।୨।ଭୋ ମୁନି ବୋଇଲୁ ଯେ ଦେବଦତ୍ତ ଅଇଲା କାହିଂୟେଥି ଉତ୍ତାରେଣ କିସ କଲା ଶଚୀସାଇଂ ।୩।ନାରକାସୁର ବଧ କେମନ୍ତେ କଲା ଚକ୍ରପାଣିୟେ କଥା ସଞ୍ଚପି ମୋତେ କହିବା ମହାମୁନି ।୪।ରାଜାର ବଚନେ ଯେ କହନ୍ତି ଅଗସ୍ତି ଯତିଶୁଣ ତୁ ସାବଧାନେ ବିଲଂକ ଦେଶର ନୃପତି ।୫।ଯେମନ୍ତ ପ୍ରକାରେ ବିଭା ହୋଇଲେ ଅଷ୍ଟପାଟବଂଶୀସେ କଥା ନୃପତି ତୁ ଶୁଣିଲୁ ବିଶେଷି ।୬।ଆବର ବିଭା ହୋଇଲେ ହରି ଷୋଳସହସ୍ର ଶତେନାରୀୟେହାନ୍ତ ଆଣିଲେ ହରି ନାରକାସୁର ମାରି ।୭।ୟେକଥା ବିଶେଷି ମୋତେ କହିବା ସମସ୍ତଅତି ଭାଗ୍ୟେ ଭାରଥ ୟେ କର୍ଣ୍ଣକୁ ଅମୃତ ।୮।ସାବଧାନେ ଶୁଣ ତୁ ହୋ ବିଲଂକ ଦେଶ ରାୟେନାରକାସୁର ବୋଲିଣ ଯେ ଅଟଇ ମହାରାୟେ ।୯।ବରୁଣତହୁଂ ସେ କନକ ଛତ୍ର ଦଣ୍ଡ ନିଲାଆଦିତ୍ୟକ ତହୁଂ କମଣ୍ଡଳ ଛଡ଼ାଇ ଘେନିଲା ।୧୦।ବଳାତ୍କାରେଣ ମଣିପର୍ବତ ନିଲା ସେହିତାହାକୁ ଦେଖିଲେ ଦେବ ଇନ୍ଦ୍ର ଭୟେ ପାଇ ।୧୧।ଶ୍ରୀକୃଷ୍ଣ ବାରତା ଯହୁଂ ଦୂତେ କହିଲେ ଇନ୍ଦ୍ରକୁଦ୍ୱାରିକା ପୁରେ ଭେଟିଲା ସେ ଶ୍ରୀବିଷ୍ଣୁନାଥଂକୁ ।୧୨।ସତ୍ୟଭାମାର ପୁରେ ହରି ବିଜୟ କରିଥିଲେସେଠାରେ ଦେବ ଇନ୍ଦ୍ର ଯାଇଂଣ ଭେଟିଲେ ।୧୩।ନାରକାସୁରର ଯେଉଂ ଉପଦର୍ପମାନଶ୍ରୀକୃଷ୍ଣ ଛାମୁରେ ସବୁ କହିଲେ ମଘବାନ ।୧୪।ସମସ୍ତ କଥାମାନ ଶୁଣିଲେ ସାବଧାନ ହୋଇବିନତାସୁତକୁ ରାଇ ଆଗ୍ୟାଂ ଦିଲେ ଭାବଗ୍ରାହୀ ।୧୫।ଉଗ୍ରସେନ ରାଜାକୁ ବେଗେ ଜଣାଇବୁଆମ୍ଭର ଆଗ୍ୟାଂ ବୋଲି ଛାମୁରେ କହିବୁ ।୧୬।ବୋଲିବୁ ନାରକାସୁର ଉପରକୁ ଦଣ୍ଡ ସାଜିବେ ଦାମୋଦରଚଉରାଶି କୋଟି ଯାଦବନ୍ତ ବହନ ସଜକର ।୧୭।ଶ୍ରୀକୃଷ୍ଣ ଆଗ୍ୟାଂ ପାଇ ଗରୁଡ଼ ବହନ ଚଳିଗଲେଉଗ୍ରସେନ ଛାମୁରେ ଯାଇଣ ଜଣାଇଲେ ।୧୮।ନାରକାସୁରକୁ ଦଣ୍ଡ କରିବେ ଚକ୍ରଧରଚଉରାଶି କୋଟି ଯାଦବନ୍ତ ବହନ ସଜକର ।୧୯।ଗରୁଡ଼ ବଚନ ଶୁଣି ଉଗ୍ରସେନ ରାଜାସଇନ ଦଣ୍ଡ ସାଜ ବୋଲି ଆଗ୍ୟାଂ ଦିଲେ ମହାରାଜା ।୨୦।ରାଜା ଆଗ୍ୟାଂ ପ୍ରମାଣେ ସାଜିଲେ ସମଦଣ୍ଡବୀରତୂର ଶବଦେ କମ୍ପଇ ବ୍ରହ୍ମାଣ୍ଡ ।୨୧।ଭେରୀ ମର୍ଦ୍ଦନ ଶଙ୍ଖ ଯେ ଆବର କାହାଳଟମକ ନିଶାଣ ଢୋଲ ଦମାଲୁ ମର୍ଦ୍ଦଳ ।୨୨।ଘୋଷନାଦ ଦାଉଣ୍ଡି କଢା ଅଳାବେଶୀ ଝଞ୍ଜାଳମହୁରୀ କାହାଳୀ ବାଉଂଶି ବିକରାଳ ।୨୩।ଅଶ୍ୱଂକର ହ୍ରେସାରାବ ହାଥୀଂକର ଘଣ୍ଟନାଦେପ୍ରଳୟ ଉତ୍ପତ୍ତି ଯେ ଅପ୍ରମିତ ଶବଦେ ।୨୪।ପାତାଳ ବାସୁକିର କମ୍ପିଲା ସପ୍ତଫେଣୀଡରେ ଥରହର ଦେବୀ କମ୍ପିଲା ଧରଣୀ ।୨୫।ଯବୁବଂଶ ଭୋଜବଂଶ ତୁହାଣ ବଂଶ ଥାଠଅନ୍ଧକ ବାମନ ହୋଇ ଯେ ବିଷ୍ଣୁବଂଶ ଉଚ୍ଚାଟ ।୨୬।ୟେସନେକ ସାତବଂଶ ବିଦ୍ୟାମାନ ଅଟନ୍ତିଭୋଜବଂଶ ରାଜା ହୋଇ ୟେହାକୁ ଖଟନ୍ତି ।୨୭।ଅତିବଡ଼ ଯୋଦ୍ଧାୟେ ଯେ ସାତବଂଶ ଛନ୍ତିୟେକକୁ ଆରେକ ଯେ ମହା ବଳୀୟାର ଅଟନ୍ତି ।୨୮।ପ୍ରତାପୀ ଯାଦବ ଯେ ଚଉରାଶିକୋଟି ବଳକାହାକୁ ଭୟ ନାହିଂ ଆରେଣି ଅଚାର୍ଗଳ ।୨୯।ନଉସହସ୍ର ଥାଠ ସତର ଲକ୍ଷ ହାଥୀପାଞ୍ଚକୋଟି ତୁରଙ୍ଗମ ଦଶକୋଟି ପାଦାନ୍ତି ।୩୦।ୟେତେକ ସଇନି ଯେ ଉଗ୍ରସେନର ସେହ୍ନାବୀର ମର୍ଦ୍ଦଳ ବୀରଧୁ ସେ ବହିଥାନ୍ତି ବାନା ।୩୧।ଅଷ୍ଟରତ୍ନେ ନିର୍ବାଣ ରଥ ଅଟନ୍ତି ଦିବ୍ୟଶୋଭାମଧ୍ୟାହ୍ନ ଆଦିତ୍ୟ ଯେସନେକ ଜ୍ୟୋତିପ୍ରଭା ।୩୨।କଳସଂକ ଉପରେ ନେତ ପାତାଙ୍ଗ ଧ୍ୱଜନୀଳମେଘେ ଯେସନେକ ଉଦୟ ବିଜୁଳିର ତେଜ ।୩୩।ରସାଣିଲା ଛାୟେଣୀ ପୀଢା ଯେ ସୁବର୍ଣ୍ଣ ବିସ୍ତାରମୁକୁତା ତ୍ରୋଣାଝରା ଯେ ଲମ୍ବଇ ଫରହର ।୩୪।ଦେବାଙ୍ଗ ଝୀନ ବସନ ଅପୂର୍ବ ଦିବ୍ୟକାନ୍ତିହୀରା ପଗଡ଼ କାଠି ଦର୍ପଣ ପନ୍ତି ପନ୍ତି ।୩୫।ଚମ୍ପା ବକୁଳ ଜାଇ ଯେ ନାଗେଶ୍ୱର ପୁଷ୍ୟରଙ୍ଗଣୀ ପାଟଳୀ ଧଣ୍ଡା ଲମ୍ବଇ ଚଉପାଶ ।୩୬।ମେଲା ପାଟ ଝୁମ୍ପା ଯେ ସୁବର୍ଣ୍ଣର କଣ୍ଠୀନୀଳା ପୋୟେଳା ଲମ୍ବଇ ଯେ ମୁକୁତା ମାଳ ଗୋଟି ।୩୭।ମାରାଗ ରତ୍ନ କଳସ ଯେ ସଷ୍ଟିକର ସ୍ତମ୍ଭମଧ୍ୟରେ ମରକତ ସ୍ତମ୍ଭ ଯେ ଦିଶଇ ଆରମ୍ଭ ।୩୮।ଉପରେ ଚନ୍ଦ୍ରାତପ ସୂଚିକମ ଟେରାଗଗନ ଆଦ୍ରାବଳୀ ଯେସନେକ ନିର୍ମଳ ଜ୍ୟୋତି ତାରା ।୩୯।ତୀର କୋନ୍ତ ଶାବେଳୀ ଯେ ଲାଂକିଆ କୋଦଣ୍ଡଗଦା ମୁଦୁଗର ପରଶୁ ତୀକ୍ଷମୁନା କାଣ୍ଡ ।୪୦।ଅସିପତ୍ର ନିର୍ମାଣ ଯେ ତୁଣ ଆଦି କରିସେନା ଯମଦାଢ ଯେ ଅନେକ ଚାପସରି ।୪୧।ନାନା ଶହସ୍ର ଧରିଣ ଯେ ବୀରବେଶ ହୋଇରଥ ଉପରେ ରଥୀୟେ ବିଜେକଲେ ଯାଇଂ ।୪୨।ବାହାରେ ବୀରନେତ ଯେ ମୁକୁଟ ସପ୍ତଶାଖାବିଦ ମୁଦି କଂକଣ ଯେ ଅପୂର୍ବ ରୂପରେଖା ।୪୩।ରଥରେ ଅଶ୍ୱନେଇ ଯେ ଯୋଚିଲା ସାରଥିରଥ ଆରୋହିଲେ ନେଇ ରଥୀଂକର କତି ।୪୪।ହାଥୀଂକର ଉପରେ ଯେ ନିଘୋଡ଼ି ବଜ୍ରସେହ୍ନାଅମାରି ସାଜେଣି ରଥ ଫରହର ବାନା ।୪୫।ବୀରଘଣ୍ଟି ଘାଗୁଡ଼ି ଯେ ମଣ୍ଡିଲେ ଚଉପାଶଉଡ଼ନ୍ତା ପର୍ବତ ଯେସନେକ ଧାମନ୍ତି ବିଳାସ ।୪୬।ତେସନ ସମ୍ଭର୍ବେ ଯେ ଚଳଇ ହାଥୀବଳଆଗପଛ ହୋଇଣ ଯେ ଚଳନ୍ତି ପଲ ପଲ ।୪୭।ହାଥୀ ଆରୋହିଣ ଯେ ମାହୁନ୍ତେ ଚଳନ୍ତି ଆଗସରିତହିଂର ପାରିଶେ ମାହୁନ୍ତେ କରେ ଶସ୍ର ଧରି ।୪୮।ରଣରଙ୍ଗେ ଅଶ୍ୱମାନ ରାଉତେ ଚହଟାଇବରହୀ ଜାଲି ଯେ ବଜ୍ର ସରଳାଇ ।୪୯।ଟୋପର ଅଙ୍ଗରକ୍ଷୀ ଯେ ଅଙ୍ଗବାସର ମୂଳେସମୁଦ୍ର ଲହରୀ ଯେସନେକେ ଅତ୍ୟନ୍ତ ଗହଳେ ।୫୦।ପାଇକଂକ ହାଥରେ ଧନୁ ଆଢଣ ଫରିକୋଦଣ୍ଡ କାଣ୍ଡ ଖଣ୍ଡା ଶତସହସ୍ର ଧରି ।୫୧।କଟିରେ ବୀରଖଣ୍ଟ ଯେ କୋଳାହଳ ବାଜେବସନ୍ତ ରଙ୍ଗପାଟ ଯେ ଚଉତନା ସାଜେ ।୫୨।ବିଭୂତି କାଇମାଟି ଯେ ସିଂଘନାଦ ବାନ୍ଧିନେତ ପତନି ଯେ ସିନ୍ଧୁଆ ପାଗ ପିନ୍ଧି ।୫୩।ଆନନ୍ଦେଣ ପାଦାନ୍ତି ବଳ ଯେ କିଳିକିଳା ନାଦ କରିଖଞ୍ଜାମୂଳେ ରହିଲେ ଯେ ରାଉତନ୍ତ ଆବୋରି ।୫୪।ବଳରାମ ଠାକୁରେ ଶ୍ରୀକୃଷ୍ଣଂକ ଅଗ୍ରଜତାଳଧ୍ୱଜେ ବସି ଦିଶିଲେ ଦିବ୍ୟତେଜ ।୫୫।କରେ ହଳ ମୂଷଳ ଯେ ବେଶ ବେଶନ ହୋଇଦ୍ୱାରିକା ଦାଣ୍ଡେ ଉଭା ହୋଇଲେ ସେ ଯାଇଂ ।୫୬।ଉଦ୍ଧବ ଅନାଧୃଷ୍ଟ କୃପବ୍ରହ୍ମାର ମୂଳେଯା ଯାହାରେ ସଜ ହୋଇଣ ସକଳେ ।୫୭।ଅକ୍ରୂର ବୀରବହୁ ବୀରଜିତ ବେଲାଳେବସୁଦେବ ସୁରଥ ଯାଦବ ମହୀପାଳେ ।୫୮।କୁମୁଦ କଉଶିକ ସୁଦେବ ଆଦି କରିଅନେକ ଯାଦବ ବୀରେ ଅଛନ୍ତି ଶହସ୍ର ଧରି ।୫୯।ଆପଣେ ଉଗ୍ରସେନ ଦିବ୍ୟବେଶ ହୋଇଅଇରିଚୂଡ଼ ମୁକୁଟ ବାନ୍ଧିଲେ ଶିରେ ନେଇ ।୬୦।ବୀରନେତ କର୍ଣ୍ଣାଞ୍ଚଳ ସିମନ୍ଥିନୀ ଜଗଦଳାକଣ୍ଠରେ ଆଭରଣ ଯେ ମୁକୁତା ସରି ମାଳା ।୬୧।ତାଡ଼ତୋଡ଼ର କିରୀଟ ବାହୁଟି ବିଦ ମୁଦିବାଳଅର୍କ କିରଣ ଯେସନେ ଗଗନ ଭେଦି ।୬୨।ଶ୍ରୀହସ୍ତେ ଶୋଭାବନ ଆଦ୍ରାବଳୀ ସମାନେ ଧନୁଦେଖିଣ ଶଂକିଲେ ବିବିଧ ଶତମନୁ ।୬୩।ଗଦା ତ୍ରୋଣମାନ ବେନି ପାରୁଶରେ ଥୋଇଶୁଭ ମଙ୍ଗଳ ଯୋଗରେ ରଥେ ବସିଲେକ ଯାଇଂ ।୬୪।ଅନେକ ସମ୍ଭରେ ରଥ ରଥୀ ହୋଇଲେକ ସଜରଥୀଂକ ପାରୁଶରେ ଆରୋହିଲେ ମତ୍ତଗଜ ।୬୫।ଗଜକୁ ଆରୋହି ଯେ ରହିଲେ ରଣ ଯୋଧୀରାଉତଂକୁ ଆରୋହି ରହିଲେ ଅପ୍ରମିତ ପୟୋଧି ।୬୬।ୟେବିଧି ଚତୁରଙ୍ଗ ବଳ ଚଉରାଶି କୋଟି ଲେଖାସାତବଂଶ ଯାଦବେ ଉଗ୍ରସେନର ସଖା ।୬୭।ଉଦଣ୍ଡ ୟେକଲକ୍ଷୀ ଯେ ଆଲମ୍ବ ପାଟଛତ୍ରଉଡ଼ନ୍ତି ପନ୍ତି ପନ୍ତି ଯେ ଚିରାଳ ଝୀନ ନେତ ।୬୮।ଅନେକ ଛନ୍ଦେଣ ଯେ ବାଜଇ ଘୋରନାଦନବଖଣ୍ଡ ମେଦିନୀ କମ୍ପଇ ମୁଖରାବ ଶବଦ ।୬୯।ସଇନର ଉତ୍ସବ ଦେଖିଣ ଉଗ୍ରସେନ ରାୟେଅନେକ ଛନ୍ଦେଣ ବାଜଣା ବାଜି ପୁଲକଇ ତାର କାୟେ ।୭୦।ଦିବ୍ୟସଜ ହୋଇଣ ଆପଣେ ଦେବରାୟେସତ୍ୟଭାମାକୁ ଘେନି ଗରୁଡ଼ ପିଠିରେ ବିଜୟେ ।୭୧।ବସୁଦେବ ହକାରି ଯେ ଶ୍ରୀମୁଖେ ଦିଲେ ଭିକ୍ଷାଭୋ ପିତା ଆମ୍ଭର ଆସିବା ଯାୟେ କଟକେ କରିଥାଅ ରକ୍ଷା ।୭୨।ତୁମ୍ଭର ପ୍ରସାଦେ ଆମ୍ଭେ ବିଜେ କରି ଯିବୁନାରକାସୁରକୁ ବଧ କରି ସର୍ବଶୁଭେ ଯେ ଆସିବୁ ।୭୩।ଆଗ୍ୟାଂ ପାଇ ବସୁଦେବ ଦ୍ୱାରିକାୟେ ରହିଲେସର୍ବଶୁଭେ ଶ୍ରୀକୃଷ୍ଣ ଯେ ସମଦଣ୍ଡକୁ ବାହିଲେ ।୭୪।ବଇଶାଖ ଶୁକ୍ଳ ତୃତୀୟା ଯେ ବୃହସ୍ପତି ବାର ଭୋଗବାଣିଜ୍ୟ ନାମେ କରଣ ବିଷ୍କୁମ୍ଭ ନାମେ ଯୋଗ ।୭୫।ବୃଷ ଲଗ୍ନେ ବାହାର ହୋଇଲେ ହୃଷୀକେଶୀଅପ୍ରମିତ ସଇନ ସଙ୍ଗରେ ଯେ ଅଛନ୍ତି ବିଶେଷି ।୭୬।ଷଡ଼ମନ୍ତ୍ରୀ ଉଗ୍ରସେନ ଯେ ବେଢିଛନ୍ତି ପାଶଆଧି ଉପାଧି ବାରତା ଜାଣନ୍ତି ବିଶ୍ୱାସ ।୭୭।ସମରେ ଶ୍ରୀକୃଷ୍ଣ ଚଳିଲେ ସମଦଣ୍ଡ ବାହିଉତ୍ତର ମୁଖେ ଚଳିଲେ ବଳ ଦ୍ୱାରିକାରୁ ବାହାର ହୋଇ ।୭୮।ମାର ମାର ଧର ଧର ଯେ ଗୋଳନାଦ ଶବଦେନବଖଣ୍ଡ ମେଦିନୀ କମ୍ପୁଛି ସଇନ ପାଦନାଦେ ।୭୯।ପାତାଳେ ବାସୁକୀ ରାଜା କମ୍ପଇ ସପ୍ତଫେଣୀଖୁରା ରେଣୁ ଅନ୍ଧାରେ ଅଦୃଶ୍ୟ ଦିନମଣି ।୮୦।ବସାକୁ ବସା ଯେ ଚଳାଇଲେ ବଳ ଘେନିବକୁଳାଞ୍ଚ ପର୍ବତ ତଳେ ପ୍ରବେଶ ହୋଇଲେ ସଇନି ।୮୧।ତହିଂର ରାଜା ଯେ ନାରକାସୁର ରାୟଅତିବଡ଼ ରାଜା ଯେ ପୃଥୀଦେବୀର ତନୟେ ।୮୨।ଅପ୍ରମିତ ସଇନ ଯେ ତାହାର ଅଟଇ ଅଳକଣାବତିଶ କ୍ଷଉଣୀ ବଳ ତାର ଅଟଇ ଜଗୁଜିଣା ।୮୩।ଗଣ ଗନ୍ଧର୍ବ ଦେବତାନ୍ତ ତାହାର ଭୟ ନାହିଂଅନେକ ରାଜା ସେ ଯେ ଜିଣିଲା ଦଣ୍ଡ ବାହି ।୮୪।ଯେତେ ରାଜା ମାନଂକର ଯେତେ ସୁନ୍ଦର ଦୋହିତା ଥିଲାବଳେ ବନ୍ଦୀ କରି ସବୁ ଅନ୍ତପୁରକୁ ଆଣିଲା ।୮୫।ଗଣିତା ନବ ଯୁବା ଯେ ଲକ୍ଷେକ ରାଜଜେମାୟେକାବେଳେ ସବୁକୁ ବିଭା ହୋଇବ ଅଗୁଳିମା ।୮୬।ସଂକଳ୍ପ କରି ମନେ ବାଞ୍ଛା କରିଅଛି ଯାହାଲକ୍ଷେକ ସୁନ୍ଦରୀ ହୋଇଲେ ହୋଇବ ତେବେ ବାହା ।୮୭।ତେଣୁ କରି କନ୍ୟାମାନନ୍ତ ଅନ୍ତପୁରେ ଥୋଇଛି ନୃପମଣିବେଳେ ବେଳେ ପଶି ବଳେ ସବୁନ୍ତି ଅଛି ଆଣି ।୮୮।ଅତିବଳେ ବଳୀୟାର ସେ ନାରକାସୁର ରାୟେତେତିଶ କୋଟି ଦେବତା ଯାହାର ନାମକୁ କରନ୍ତି ଭୟେ ।୮୯।ସେ ରାଜାର ସନ୍ନିଧ୍ୟେ ଯାଇ ମିଳିଲେ ଚକ୍ରଧରନାରଦେ କହିଲେ ଯାଇ ନାରକାସୁର ଆଗର ।୯୦।ହାଥେ ବ୍ରହ୍ମବୀଣା ଲୋହିତ ପିଙ୍ଗଳ ଜ୍ୟୋତିନିର୍ଧୂମ ଅଗ୍ନି ଜାଣି ବିରାଜଇ କାନ୍ତି ।୯୧।ମନପବନ ତ୍ରିଦଣ୍ଡୀ କନ୍ଧରେ ପାଡ଼ିସ୍ଫଟିକର ଜପମାଳି ହାଥରେ କୁଶ ବିଡ଼ି ।୯୨।ଧୋତି ଉତ୍ତରୀ ଯେ ପ୍ରୋକ୍ଷଣୀ ପବିତ୍ରାଦ୍ୱାଦଶ କୋଟି ଅଙ୍ଗେ ଦୋହୋରା ଭସ୍ମଚିତା ।୯୩।ମଥାରେ ତୁଳସୀ ଗଭା ଯେ କୁଣ୍ଡଳ କର୍ଣ୍ଣମୂଳେବିଶୁଦ୍ଧ ଗଙ୍ଗାଜଳ ପୂରୋଇ କମଣ୍ଡଳେ ।୯୪।କଳି ଧୋକଡ଼ି କନ୍ଧେ ବେଦ କରାଣ୍ଡି କୁଶ ପୀଢା ସାଜେରଙ୍ଗପାଟି କଉପୁନି କଟିରେ ଦିବ୍ୟଶୋଭା ଯେ ବିରାଜେ ।୯୫।ଅଦଭୁତେ ଆକାଶୁଂ ଖସି ନାରକାପୁରେ ଉଭାବ୍ରହ୍ମାଂକର ସମାନେ ପାଇଲେ ଦିବ୍ୟ ଶୋଭା ।୯୬।ନାରଦଂକୁ ଦେଖି ନାରାସୁର ନିସ୍ତରିଲି ବୋଇଲାଆସ୍ତାନ ତେଜି ଆସି ପାୟେ ପଡ଼ି ଶୋଇଲା ।୯୭।ପ୍ରଣପତ୍ୟ ହୋଇଣ ଯେ ଯୋଡ଼ିଲା ବେନିକରଭୋ ମୁନି ଧନ୍ୟ ଆଜ ଜୀବନ ମୋହୋର ।୯୮।ଧନ୍ୟ ସେ ପିତା ମାତା କଲା ମୋତେ ଜନ୍ମତୋତେ ଦ୍ରଶନ ପାଇଲି ସଫଳ ମୋର କର୍ମ ।୯୯।ୟେତେ ବୋଲି ନାରକାସୁର ଚରଣ ପଖାଳିଲାପାଦ ଉଦକ ଆଣି ଶିରରେ ଲଗାଇଲା ।୧୦୦।ନାରକାସୁର ଭଗତି ଯହୁଂ ନିର୍ମଳ ଦେଖିଲେମହାମନ୍ତ୍ର ସୁମରି ମୁନି କଲ୍ୟାଣ ବାଞ୍ଛା କଲେ ।୧୦୧।ନାରକାସୁର ବୋଇଲା ମୁନି ହେ ପଥଶ୍ରାନ୍ତ ପାଇତେଣୁ ମୋହୋର ପୁରକୁ ବିଜେ କଲ କି ଗୋସାଇଂ ।୧୦୨।ନାରଦେ ବୋଇଲେ ଆମ୍ଭର ଦୟା ଯହୁଂ ତୋତେଶ୍ରଦ୍ଧାକରି ଅଇଲୁ ଆମ୍ଭେ ତୋତେ ଦେଖିବା ନିମନ୍ତେ ।୧୦୩।ପ୍ରତଗ୍ୟାଂ ପ୍ରତାପୀ ତେଜବନ୍ତ ସାମରଥାତ୍ରଇଲୋକ୍ୟେ ବିଖ୍ୟାତ ଯେ ଅଟଇ ତୋର କଥା ।୧୦୪।ସ୍ୱର୍ଗ ମର୍ତ୍ତ୍ୟ ପାତାଳେ ତୁ ହୋଇଲୁ କାରେଣୀସଂସାରେ ତୋର କଥା ସମସ୍ତେହେଂ ଜାଣି ।୧୦୫।ରବିର ତଳେ ତୋତେ ସରିସମ ନାହିଂଅନେକ ଅବତାର ଯେ ହୋଇଛୁ ଦେହ ବହି ।୧୦୬।ଯେ ତୋହୋର ସଉର୍ଯ୍ୟ ବଳ ତୁହି ତାହା ଜାଣୁୟେବେ ତୋତେ ବିପଦ ପଡ଼ିଲା ନିହାଇ ତୁହି ଶୁଣୁ ।୧୦୭।ଶ୍ରୀକୃଷ୍ଣ ତୋହୋର ତହିଂକି ଅଇଲେ ଦଣ୍ଡ ବାହିବକୁଳାଞ୍ଚଳ ପର୍ବତ ତଳେ ଅଛନ୍ତି ସଇନି ରହି ।୧୦୮।ଯଦ୍ୟପି ସଂଗ୍ରାମ ତୁ କରିବୁ ଅଙ୍ଗଛଳେକୋଟିୟେ ଇନ୍ଦ୍ର ହୋଇଲେ ତୁ ଜିଣିପାରୁ ହେଳେ ।୧୦୯।ମର୍ତ୍ତ୍ୟର ରାଜାୟେ ତୋତେ କେହି ନୁହନ୍ତି ସମଶୂରବନ୍ତା ଶକତା ତୁ ଯେ ସାଂଗ୍ରାମରେ ଅଟୁ ଯମ ।୧୧୦।ତୋହୋର ଭଳି ଲୋକ ୟେହା ସହୁଛି କେମନ୍ତେନିର୍ଭୟେ ଥାଠ ଘେନି ତୋତେ ଭେଟିବେ ଦେବ ଜଗନ୍ନାଥେ ।୧୧୧।ନାରଦଂକ ବଚନ ଶୁଣି ନାରକାସୁର ରାୟେକୋପେଣ ଗର୍ଜଇ ଯେ ମହାମେଘ ପ୍ରାୟେ ।୧୧୨।ୟେଡ଼େ ବଡ଼ ଭରସା କାହାର ରବି ତଳେ ହୋଇଲାମୋହୋର ତହିଂକି ସେ ବୀରତୂର ବଜାଇ ଅଇଲା ।୧୧୩।ମନ୍ତ୍ରୀ ବୋଇଲା ଦେବ କି କରିବା ଉପାୟେକେଉଂଣ ଦେଶର ସେ ଅଟଇ ମହାରାୟେ ।୧୧୪।ସାବଧାନେ ଶୁଣ ଦେବ ବୁଝି ଅଇଲି ମୁହିଂ ଯାହାବସୁଦେବର ପୁତ୍ର ସେ ଅଟଇ ଚଉବାହା ।୧୧୫।ମହା ମହା ଯୋଧୀ ଦେବ ଅଛନ୍ତି ତାହାର ସଙ୍ଗେଜଣ ଜଣକେ ସପ୍ତଦୀପା ପୃଥୀକି ଜିଣନ୍ତି ରଣରଙ୍ଗେ ।୧୧୬।ଅନେକ ଯାଦବେ ଯେ ଅଟନ୍ତି ରଣରଂକାମହାଘୋର ସାଂଗ୍ରାମରେ କେହି ନ ଲରନ୍ତି ଶଂକା ।୧୧୭।କାଳଦମନ ରାଜା ସଙ୍ଗେ ଛୟାଣୋଇ ସହସ୍ର ନୃପତିଅଠାର ବେଳ ଧାଡ଼ି ଦିଲେ କେହି ଜିଣି ନୁଆରନ୍ତି ।୧୧୮।ସ୍ୱୟେଂ ବିଷ୍ଣୁ ଅବତାର ସେ ଅଟନ୍ତି ଜଗୁଜିତାସ୍ୱର୍ଗ ମର୍ତ୍ତ୍ୟ ପାତାଳେ ତାଂକୁ ନାହିଂ କେ ଜିଣନ୍ତା ।୧୧୯।ଯଦ୍ୟପି ଦେହ ଧରି ଆସିବେ ତ୍ରିପୁରାରିଶ୍ରୀକୃଷ୍ଣଂକ ସଙ୍ଗେ କେହି ନୁଆରିବେ ସମର କରି ।୧୨୦।ମନ୍ତ୍ରୀର ବଚନ ଶୁଣି ନାରକାସୁର ବୋଇଲାୟେ କଥା ଶୁଣି ମୋତେ ବଡ଼ ହରଷ ଲାଗିଲା ।୧୨୧।ଶ୍ରୀକୃଷ୍ଣ ମହିମାଂ ଯେ କହିଲୁ ମୋର ଆଗେୟେଡ଼େ ବଡ଼ ଯୋଦ୍ଧା ସେ ହୋଇଲା କେଉଂଣ ବାଗେ ।୧୨୨।ମୋହୋର ଭଳି ଲୋକକୁ ଖଡ଼ିଆଳି ଆସୁଅଛିୟେ ମୋର ପୁରେ କେହ୍ନେ ଭରସି ପଶୁଛି ।୧୨୩।ଯମର ଭୁବନକୁ ଯେ ପ୍ରସ୍ଥାନ କଲା ଆସିଆପଣା ଗଳାରେ ଯେ ଲଗାଇଲା ଫାଶି ।୧୨୪।ଦେହ ବହି ଜୀବନକୁ ନ କଲାକ ଆଶନିଚୟେ ମଣିଲି ସେ ଯେ ହୋଇବ ପ୍ରାଣେ ନାଶ ।୧୨୫।କୋଟିୟେ ଇନ୍ଦ୍ରଂକୁ ମୁଂ ଯେ ଜିଣି ପାରଇ ଧରିପୁଣି ଆଗ୍ୟାଂ ଦିଲା ସଇନ ସଜକର ମୋହୋରି ।୧୨୬।ପରିଘାଇ ସମର କରିବି ଆଜ ଦିନଚତୁରଙ୍ଗ ବଳ ମୋର ସାଜି ବେଗେ ଆଣ ।୧୨୭।ଆଗ୍ୟାଂ ପ୍ରମାଣେ ସଇନ ହୋଇଲେକ ସଜମାହୁନ୍ତେ ଆସିକରି ସାଜିଲେ ମତ୍ତଗଜ ।୧୨୮।ଚଉସ୍ତରୀ ସହସ୍ର ଯେ ସାଜିଲେ ତୁରଙ୍ଗମ ବାଜୀଆଠକ୍ଷଉଣୀ ପାଦାନ୍ତି ସାଜିଲେ କୋଦଣ୍ଡ କାଣ୍ଡ ସାଜି ।୧୨୯।ନଉସାଗର ରଥ ଯେ ସାଜିଲେ ଅତି ବେଗେସକଳ ସଇନ ସଜ ହୋଇ ମିଳିଲେ ନାରକାସୁର ଆଗେ ।୧୩୦।ମୁଦର ଦଇତ ଯେ ନାରକାସୁର ପାଶେ ଥିଲାତୁରିତେ ଯାଅବୋଲି ସଇନଂକୁ ଆଗ୍ୟାଂ ଦିଲା ।୧୩୧।ଆପଣେ ମୁଦର ଦଇତ ଯେ ଦିବ୍ୟବେଶ ହୋଇସମ୍ଭର୍ବେ ବିଜେ କଲା ରଥେକ ଆରୋହୀ ।୧୩୨।ତିନିମର୍ଭୃତ ବାଜଣା ବାଜଇ ପ୍ରଚଣ୍ଡଶବଦେ କମ୍ପୁଅଛି ଯେ ସପତ ବ୍ରହ୍ମାଣ୍ଡ ।୧୩୩।ହାଥୀ ରଥୀ ପାଇକ ରାଉତ ରଣରଂକା ଯୋଧୀସାଜିଲେ ସଇନ ବଳ ଯେସନେକ ସାଂଗ୍ରାମର ବିଧି ।୧୩୪।ପୁତ୍ର ଭଗଦତ୍ତ ହାଥୀୟେକ ଆରେହିଆଗିଆଣି ଥାଠେ ସମଦଣ୍ଡ ଅଛି ଚଳାଇ ।୧୩୫।ଆଲମ୍ବ ୟେକଲକ୍ଷୀ ମେଘ ଡମ୍ବର ପାଟଛତ୍ରଉଦଣ୍ଡ ଚିରାଳ ଆବର ବୀରନେତ ।୧୩୬।ଅନେକ ସଇନ ଘେନି ମୁଦର ଅସୁର ବାହିଲାନଗ୍ର ବାହାରେ ଆସି ପଟୁଆରି ରହିଲା ।୧୩୭।ମେଘା ବୀରତୂର ଯେ ବାଜଇ ପୁଣ ପୁଣିପୃଥୀ ଦଲଦଲିତ ଯେ କମ୍ପୁଇଛି ଜାଣି ।୧୩୮।ଶ୍ରୀକୃଷ୍ଣଂକ ଛାମୁରେ ଯାଇଂ ଚାର ଜଣାଇଲାଭୋ ଦେବ ମୁଦର ଦଇତ ଆସି ପଟୁଆରି ରହିଲା ।୧୩୯।ଚତୁରଙ୍ଗ ବଳ ତାର ଯେ ଅପ୍ରମିତ ସଇନିଯାହାର ପାଦଭରେ କମ୍ପଇ ଭୁବନ ତିନି ।୧୪୦।ଭଗଦତ୍ତ ବୋଲିଯେ ନାରକାସୁର ପୁତ୍ର ରଣରଂକାଆଗ ଥାଠେ ଅଛି କାହକୁ ନାହିଂ ଶଂକା ।୧୪୧।ବେଳୁଂ ବେଳୁଂ ସଇନ ଯେ ମାଡ଼ିପଡୁଅଛି ବେଗେ ବେଗେପ୍ରତଗ୍ୟାଂ କରି ସେ ଆସୁଅଛି ଅତିରାଗେ ।୧୪୨।ଡଗରା ମୁଖରୁ ହରି ୟେସନେକ ବାରତା ପାଇତାଳଧ୍ୱଜ ରଥ ଆରୋହି ବଳଦେବ ପଡ଼ିଲେକ ଡେଇଂ ।୧୪୩।ବଳଦେବ ବୋଇଲେ କୃଷ୍ଣ ଚାରଗଣ କହିଲେକ ଯାହାସାବଧାନ ହୋଇ ତୁ ଶୁଣିଲୁ ଟିକି ତାହା ।୧୪୪।ନାରକାସୁର ଅସୁର ଯେବେ କରିବ ଆରେଣିକାହାର ବିଚାରକୁ ୟେକଥା କେମନ୍ତ ପ୍ରାୟେ ମଣି ।୧୪୫।ବଳବନ୍ତ ଯୋଦ୍ଧା ସେ ନାରକାସୁର ରାୟେଦିଗପାଳ ଦେବତା ମାନେ କରନ୍ତି ତାକୁ ଭୟେ ।୧୪୬।ଯୁଗତେ ପୃଥୀଦେବୀ ଜାତ କଲେକ ୟେହାକୁମର୍ତ୍ତପୁରେ କେ ଅଛି ଯୋଦ୍ଧାପଣେ ଲେଛିବାକୁ ।୧୪୭।ବଳରାମେ କହିଲେ ଯହୁଂ ୟେସନେକ ବାଣୀଦରହସିତ ହୋଇଲେ ହରି ତାହାଂକର କଥାକଇଂ ଶୁଣି ।୧୪୮।ଶ୍ରୀକୃଷ୍ଣ ବୋଇଲେ କାହିଂ ଆମ୍ଭର ୟେଡ଼େ ଭାଗ୍ୟପଟୋଆରେ ରହିବା ଭଳି ଆମ୍ଭେ ପାଇବା ରଣଯୋଗ୍ୟ ।୧୪୯।ୟେତେକ ଶୁଣି ବଳରାମେ ପଡ଼ିଲେ ବେଗେ ଧାଇଂସାଚୋଇ ଯାଦବ ସଇନ ପଡ଼ିଲେକ ଡେଇଂ ।୧୫୦।ପାଞ୍ଚଯୋଜନ ମାଡ଼ି ଯେ ପଡ଼ିଲେକ ଥାଠନାରକାସୁର ସଇନରେ ହୋଇଲେ ଯାଇଂ ଭେଟ ।୧୫୧।ରେ ରେ କାର କରିଣ ପଡ଼ିଲେ ବେଗେ ମାତିହୁଂକାର ନାଦ କରିଣ ସେ ଛାଡ଼ିଲେ ଘୋରରଡ଼ି ।୧୫୨।ୟେକକୁ ଆରେକ ସଇନ ଉପ୍ରୋଧ ଛାଡ଼ିଲେଗଦା ମୁଦୁଗର ଆସି ଛେଲ ଚକ୍ର ପହୁଡ଼ିଲେ ।୧୫୩।ଅଧରେ ଦନ୍ତ ଚାପି କେ ମାରଇ ବଜ୍ରମୁଷ୍ଟିରଥ ଆଗକରି କେ ଧାମଇଂ ପୁଣ ହେଟି ।୧୫୪।ରଥୀ ମାନନ୍ତ ଆଗ କରି କେ ଧାମନ୍ତି ରଥୀମାନେସହସ୍ରକୋଟି ନାରାଜମାନ ମାରନ୍ତି ଅବିଚ୍ଛନ୍ନେ ।୧୫୫।ରକତେ କର୍ଦ୍ଦନ ଯେ ହୋଇଲା ମହୀସ୍ଥଳୀସାନନ୍ଦେ ମେଦ ମେଦା ଭୁଞ୍ଜନ୍ତି ଯୋଗ୍ନୀଗଣ ମିଳି ।୧୫୬।କିଳିକିଳା ନାଦ କରିଣ ଧାମନ୍ତି ରଣରଙ୍ଗେରକତେ କର୍ଦ୍ଦନ ଯେ ଭଇରୋବୀଂକର ଅଙ୍ଗେ ।୧୫୭।ଶୂଳ ଫାଶ ଅଂକୁଶ କରେଣ ତୀକ୍ଷଖଣ୍ଡାରଣ ରଙ୍ଗେ ବିହଡ଼ନ୍ତି ଚଣ୍ଡୀ ଯେ ଚାମୁଣ୍ଡା ।୧୫୮।ଗଡ଼ନ୍ତି ପଡ଼ନ୍ତି ଯେ କେହୁ ରଣେ ହୋୟେ ଭାଙ୍ଗିକୋନ୍ତ ସାବେଳୀ କାହାର ହୃଦରେ ଅଛି ଲାଗି ।୧୫୯।ପରିଘାଇ ସମର କରନ୍ତି ରଣରଂକାଦେଖିଣ ଯାଦବ ସଇନ ମନେ କଲେ ଶଂକା ।୧୬୦।ରଣଭଗ୍ନ ହୋଇ ଡରେ ପଳାଉଣ ଛନ୍ତିଗୋଡ଼ାଇ ଶହସ୍ର କେହୁ ପିଠିରେ ପହୁଡ଼ନ୍ତି ।୧୬୧।ପ୍ରତକ୍ଷେ ବଳଦେବ ତାହା ଦେଖିଲେକ ଆଗରହ ରହ ବୋଲି ଯାଇ ଓଗାଳିଲେ ବେଗେ ।୧୬୨।ଯାଦବ ସଇନ ଭାଞ୍ଜି ପଳାଉଣ ଥିଲେବଳଦେବନ୍ତ ଆଶ୍ରେ କରି ସମସ୍ତେ ରହିଲେ ।୧୬୩।ଧାତିକାରେ ନାରକା ସଇନି ପଡୁଛନ୍ତି ମାଡ଼ିଦେଖିଣ ବଳଦେବ ଧାଇଂଲେ କର ଛାଡ଼ି ।୧୬୪।ମହା ପରାକ୍ରମ କରି ଧାଇଂଲେ ଅତିବେଗେମେରୁ ଆବୋରିଲା ଯେହ୍ନେ ଅଇରାବ୍ରତ ନାଗେ ।୧୬୫।ଆଗହୁଂ ଆପଣେ ସାଂଗ୍ରାମକୁ ଅଛଇ ପରିଘାଇଦେଖିଲା ମାତ୍ରକେ ଯେ ପଡ଼ିଲେ ବେଗେ ଧାଇଂ ।୧୬୬।ପ୍ରଥମେ ବଳଦେବ ରଡ଼ିୟେକ ଛାଡ଼ିଲେପ୍ରତକ୍ଷେ କୃତାନ୍ତେକ ରୂପ ପ୍ରକାଶିଲେ ।୧୬୭।ଘଟ ଘଟ ଶବଦ ଭୟଂକର ବାଣୀଓହୋବଳ ସଇନି ଶଂକା ପାଇଲେ ତାହା ଶୁଣି ।୧୬୮।ନାରକାସୁର ସଇନ ପଳାଇଲେ ଛାଡ଼ିପଛରେ ଯାଦବ ସଇନ ଗୋଡ଼ାଇଛନ୍ତି ବେଢି ।୧୬୯।ନାରକାସୁର ପୁତ୍ର ଭଗଦତ୍ତ ନାମେ ଯୋଧୀଗଜ ମର୍ମ ବିଦାରକୁ ସେ ଜାଣଇ ମଉଷଧି ।୧୭୦।ଦଶ ମର୍ଭୁତ ଗଜ ପଛେ ଅଛନ୍ତି ଚଳାଇବିଂଝ ପର୍ବତେ ଯେହ୍ନେ ମେଘମାଳ ରହଇ ।୧୭୧।ତେସନେକ ଦିଶଇ ସେ ଭଗଦତ୍ତର ହାଥୀବଳମାନରେ ରେ କାର କରି ବେଗେ ଓଗାଳିଲେ ହାଥୀବଳ ପୁଣ ।୧୭୨।ଧାତିକାରେ ମିଳିଲା ବଳଦେବଂକର ଆଗେ ଯାଇହଳ ମୂଶଳ ଧରି ହଳୀ ଥିଲେ ଉଭା ହୋଇ ।୧୭୩।ହାଥୀଦଣ୍ଡ ଦେଖି ବେଗେ ପଡ଼ିଲେକ ଧାଇଂଦେଖିଣ ବଳରାମେ ଧାଇଂଲେ ବେଗହୋଇ ।୧୭୪।ପ୍ରଚଣ୍ଡ ନାଦ କରି ସେ ଧରନ୍ତି ଥୋରହସ୍ତୟେକ ଉପରେ ନେଇ କଚାଡ଼ନ୍ତି ସମସ୍ତ ।୧୭୫।ଦନ୍ତ ଉପାଡ଼ିଣ ଯେ ଭାଜନ୍ତି ଭୁଜଦଣ୍ଡବୁକୁ ବିଦାରିଣ ଯେ କରନ୍ତି ଖଣ୍ଡ ଖଣ୍ଡ ।୧୭୬।କାହାର କୁମ୍ଭସ୍ତଳେ ମାରନ୍ତି ବଜ୍ରମୁଷ୍ଟିପାଦ ଘାତରେ କେହୁ ପଡ଼ଇ ମହୀଲୋଟି ।୧୭୭।ୟେସନେକ ବେଳେ ଭଗଦତ୍ତ ଧଇଲା କୋଦଣ୍ଡମନ୍ତ୍ରବଳେ ବେଗେ ପୂରୋଇଲା ଷାଠିୟେସହସ୍ର କାଣ୍ଡ ।୧୭୮।ପୁଣି ଅଶିସହସ୍ର ବାଣ ବିନ୍ଧିଲା ଅତି ରୋଷେଚଳିଲେକ ବାଣମାନ ଘୋଟିଲେ ଆକାଶେ ।୧୭୯।ପଞ୍ଚସହସ୍ର ବାଣ ବିନ୍ଧିଲାକ ପୁଣିଆକର୍ଣ୍ଣ ପୂରୋଇଣ ବିନ୍ଧିଲାକ ଗୁଣ ଟାଣି ।୧୮୦।ନିଶ୍ୱାସ ମାତ୍ରକେ ବାଣ ବିନ୍ଧଇ କୋଟି କୋଟିଗମିଲେ ବାଣମାନ ଶୂନ୍ୟ ଭୁବନ ଘୋଟି ।୧୮୧।ଆକାଶ ମଣ୍ଡଳ ପରିଯନ୍ତେ ଘୋଟିଲାକ ଶରଦିବସେ ଅନ୍ଧକାର ଯେ ଦିଶିଲେ ଦିନକର ।୧୮୨।ଦେଖିଣ ବଳରାମ ପାତିଲେ ନେଇ ମୁଣ୍ଡପଡ଼ିଲେ ବାଣମାନ ହୋଇଲେ ମସିଗୁଣ୍ଡ ।୧୮୩।ଚୂନା କୁଢ ହୋଇଣ ଯେ ପଡ଼ିଲେକ ଉଡ଼ିତତକ୍ଷଣେ ତ୍ରୋଣରୁ ଆବର ବାଣ କାଢି ।୧୮୪।ବାବଲ ଶତେକ ବାଣ ମାଇଲା ନାରକାସୁରର ତନୁଜମୁଖ ବିସ୍ତାରିଣ ତାହା ଗିଳିଲେ ହଳପାଣି ଅଚ୍ୟୁତାଗ୍ରଜ ।୧୮୫।ବେଳେ ବେଳେ ଭଗଦତ୍ତ ରୋଷଭର ହୋଇଅନେକ ନାରାଜ ସେ ବିନ୍ଧିଲା ପରିଘାଇ ।୧୮୬।କେହୁଣସି ପ୍ରକାରେ ବଳଦେବଂକ ଅଙ୍ଗେ ନୋହିଲାକ ଭେଦଦେଖିଲା ଭଗଦତ୍ତ ଯେ ହୋଇଲା ବିଷାଦ ।୧୮୭।ଧନୁ ଶହସ୍ର ଛାଡ଼ିଣ ବୀର ରଥର ଉପରେନିଶ୍ୱାସ ଫନ୍ଦି ଫୁଟିଲା ଦେଖି ହୋଇଲା କାତରେ ।୧୮୮।ବଳଦେବ ହସିଲେ ଭଗଦତ୍ତ ମୁଖ ଚାହିଂଆହେ ଦେବସହସ୍ର ଗୋଟାୟେ ଅଛୁଟି କି ପାଇ ।୧୮୯।ୟେତେ ବୋଲି ବଳଦେବ ହାଥୀଂକ ଲାଞ୍ଜ ଧରିଦିଅନ୍ତି ଫୋପଡ଼ାଇ କାହାକୁ ନାନା ଦୁଖ ଦେଇ କରି ।୧୯୦।ରେ ରେ କାର କରିଣ ଧାମନ୍ତି ଗଳଗାଜିୟେକ ମେଘ ଉପରେ ଆରେକ ମେଘ ପଡ଼ଇ କି ଭାଜି ।୧୯୧।ଦରାଣ୍ଡି ବଳରାମେ ଯେ ଅତି ମହାରୋଷେଭାଞ୍ଜିଲେ ଭଗଦତ୍ତ ସଇନ କେହି ନ ରହିଲେ ପାଶେ ।୧୯୨।ଦଶମର୍ଭୁତ ସଇନରୁ ଆଠମର୍ଭୁତ ସଇନ ଯେ ପଡ଼ିଲାଦୁଇମର୍ଭୁତ ସଇନ ଘେନି ଭଗଦତ୍ତ ରାଜ୍ୟକୁ ପଳାଇଲା ।୧୯୩।ଯେବଣ ଠାବରେ ନାରକାସୁର ଅଛି ଉଭାହୋଇଦଣ୍ଡଭଗ୍ନ ହୋଇ ଭଗଦତ୍ତ ମିଳିଲାକ ତହିଂ ।୧୯୪।ସଇନର ବିକଳ ଦେଖି ନାରକାସୁର ରାୟେକଦଳୀ ପତ୍ରପ୍ରାୟେ କମ୍ପଇ ତାର ଦେହେ ।୧୯୫।ସାରଥୀକି ବୋଇଲା ରଥ ଆଗକରୁ କିନାଭାଞ୍ଜିଲେ ଥାଠ ମୋହୋର ପଡ଼ିଲେ ବହୁତ ସେହ୍ନା ।୧୯୬।ଅକାରଣେ ଶତ୍ରୁ ମୋତେ ମିଳିଲେକ କାହୁଂ ଆସିୟେଡ଼େ ବଡ଼ ସମ୍ପଦ ହରିଲା ରାଜ୍ୟରେ ମୋହୋର ପଶି ।୧୯୭।ସଇନର ବଇକୁଲ୍ୟ ଦେଖି ବ୍ୟାକୁଳ ମୋହୋର ଚିତ୍ତେଦେଖିଣ ଦେହ ଅସମ୍ଭାଳ ଲାଗିଲାକ ମୋତେ ।୧୯୮।ଆହେ ସାରଥୀ ରଥ ମୋର ବେଗେ ବାହାମୋହୋର ଥାନ୍ତେ ସଇନ ଯେ ହୋଇଲେ ଅସାହା ।୧୯୯।ୟେହିକ୍ଷଣି ଶତ୍ରୁକୁ ମୁଂ ମାରିବି ବିକୋତିପ୍ରାଣଘେନି ୟେଥୁଂ ଜଣେ ନ ଯିବେଟି ବ୍ରତି ।୨୦୦।ସମସ୍ତେ ବୋଲନ୍ତି ନାରକାସୁର ବଡ଼ ଯୋଧୀରଣ ଦେଖି କାତର ହୋଇଲୁ ତୋର ତୁଚ୍ଛ ବୁଦ୍ଧି ।୨୦୧।କେସନେକ ଈଶ୍ୱରଂକୁ କରିଅଛୁ ସେବାୟେମନ୍ତ ବର ତୋତେ ଦିଲେକ ବିଶ୍ୱଦେବା ।୨୦୨।କିଞ୍ଚିତ ସାଂଗ୍ରାମକୁ ନୋହିଲା ତୋର ବଳଆମ୍ଭର ସାଂଗ୍ରାମ ଦେଖି ଘାନ୍ତିୟେ ସମ୍ଭାଳ ।୨୦୩।ୟେ ତୋହୋର ଦେହ ଯେ କେମନ୍ତେ ପାରୁ ରଖିନୋହିଲେ ୟେହିକ୍ଷଣି ହୋଇବୁ ଅନେକ ଦୁଖୀ ।୨୦୪।ୟେତେବୋଲି ବଳଦେବ ଧାଇଂଲେ କୋପକରିଦେଖିଣ ନାରକାସୁର ପଳାଇଲା ଭୟକରି ।୨୦୫।ସକଳ ସଇନମାନେ ଯେ ତହୁଂ ପଳାଇଲେଯାଦବ ସଇନମାନେ ଯେ ଗୋଡ଼ାଇ ମାଇଲେ ।୨୦୬।ବେଳୁଂ ବେଳୁଂ ସଇନି ଯେ ପଡୁଛନ୍ତି ମାତିବାତଘାତେ ମେଘ ଯେହ୍ନେ ଧାମଇଂ ତଡ଼ବଡ଼ି ।୨୦୭।ୟେହା ଦେଖି ମୁଦର ଦଇତର କମ୍ପିଲାକ ଅଙ୍ଗକୋପେଣ କୋପାନଳ ସେ ହୋଇଲାକ ଭଙ୍ଗ ।୨୦୮।ଗଦାବର ବୁଲାଇ ଧାମଇଂ କୋପାନଳେଧାତିକାରେ ମିଳିଲା ଆସି ପର୍ବତର ତାଳେ ।୨୦୯।ନିରନ୍ତରେ ସଇନ ଯେ ପଡୁଛନ୍ତି ବେଗେରହ ରହ ମୁଦର ବୋଲି ଉଗାଳିଲେ ଆଗେ ।୨୧୦।ମାନବ ସଇନ ଦେଖି ହରଷ ମନ୍ତ୍ରୀମଣିଉପହାସ କରି ଅସୁର କହଇ କୋପବାଣୀ ।୨୧୧।ତୁମ୍ଭେ ବାଳୁତ ନରେ ଅଟ ରେ ମାନବାବାଟ ନ ଜାଣି ବଣା ହୋଇ ମଲ ଅବା ।୨୧୨।ୟେ ମୋହୋର ବଳ ଅବା କିମ୍ପେ ମାରୁଅଛୁ ଗଞ୍ଜିନିଚୟେଂ ଯମ ଦେବତା ପୋଛିଲା ତୁମ୍ଭର ଯେ ପାଞ୍ଜି ।୨୧୩।ନ ଜାଣି ଶତ୍ରୁ କିମ୍ପେ ରେ ହୋଇଲ ମୋହୋର ତୁଲେଜଣେ କି ତୁମ୍ଭେ ପ୍ରାଣଘେନି ଯିବ ୟେଥୁ ଭଲେ ।୨୧୪।ଅକାରଣେ ମରଣ ପ୍ରାପତ ହୋଇଲାୟେତେ ବୋଲି ଦାନବ ଧଇଲା ମହାରୋଷ ।୨୧୫।ଗଦାହିଂ ବୁଲାଇ ଯେ ମାଇଲା ମହାକୋପେଯୋଦ୍ଧାଂକ ଉପରେ ଯେ ପିଟିଲା ଗରୁତାପେ ।୨୧୬।ହୁଂକାରନାଦ କରି ଛାଡ଼ିଲା ଘୋରରଡ଼ିମେରୁ ଉପରେ ମନ୍ଦର ପଡିଲାକ ଝଡ଼ି ।୨୧୯।ଅଧରେ ଦନ୍ତ ଚାପି ମାରଇ ବଜ୍ରମୁଷ୍ଟିହାଥୀଂକର ଉପରେ ପଡ଼ି ମୂର୍ଦ୍ଧନା ଯାଇ ଫାଟି ।୨୨୦।ୟେକ ରଥ ଉପରେ ଯେ ଆରେକ ରଥ କଚାଡ଼ଇ ରୋଷଭରେଗର୍ଜନ ନାଦ କରି କଚାଡ଼ଇ ୟେକକୁ ଆରେକ ଉପରେ ।୨୨୧।ଚଉକତି ଦେଖିଣ ଯେ ମାରଇ ତକ୍ଷଣେ ଶରେଚାପୋଡ଼ ମାରନ୍ତେ ସେ ଭାଞ୍ଜିଲେ ଯେ ଯାହାରେ ।୨୨୨।ଅଶ୍ୱଂକ ଉପରେ ନେଇ ସେ ଅଶ୍ୱନ୍ତ କଚାଡ଼ିବିକ୍ରମ ଗତି କରି ଯେ ଦିଅଇ ସିଂଘରଡ଼ି ।୨୨୩।ବାମକରେ ହାଥୀଂକର ଥୋରହସ୍ତ ଧରିରଥୀଂକ ଉପରେ ସେ ମାରଇ ରୋଷଭରି ।୨୨୪।ଅଶ୍ୱ ପାଦାନ୍ତି ବଳ ସେ ପାଦରେ ମର୍ଦ୍ଦଇବିଜୁଳି ଗତି ଜାଣି ଅନ୍ତର୍ଗତେ କ୍ଷେପଇ ।୨୨୫।ବେଳୁ ବେଳ କୋପ ଯେ ବଢଇ ଉଗୁଳିଅଧରେ ଦନ୍ତ ଚାପି ଯେ ଧାମଇଂ ମହାବଳୀ ।୨୨୬।କାମରୂପୀ ଅସୁର ଯେ ରଞ୍ଚିଲା କୂଟମାୟାପର୍ବତ ଆକାର କରି ଯେ ବଢାଇଲା କାୟା ।୨୨୭।ଆକାଶ ମାର୍ଗେ ମୁଣ୍ଡ ଲାଗିଲାକ ଯାଇଦେଖିଣ ଯାଦବେ ଯେ ପଳାଇଲେ ଭୟପାଇ ।୨୨୮।ବେନି ପର୍ବତ ପ୍ରାୟେକ ଦିଶଇ ବେନିଭୁଜଉଡ଼ନ୍ତା ପର୍ବତ ଯେସନେକ ଦୁଇପାଦେ ତେଜ ।୨୨୯।ରଟମଟ ବାଜଇ ଯେ ଭୟଂକର ଦୁଇପାଟିଡରେଣ ପଡ଼ିଲେ ଯେ ସକଳ ନବସୃଷ୍ଟି ।୨୩୦।ଲହ ଲହ ଜିଭ୍ୟା ଯେ ଭୟଂକର ମୂର୍ତ୍ତିନିର୍ଧୁମ ଅଗ୍ନି ଜାଣି ଯେ ବେନି ନୟନ ଜ୍ୟୋତି ।୨୩୧।ନିଶ୍ୱାସ ବାତଘାତେ ଯେ ରଥ ଗଜେ ଉଡ଼ନ୍ତିଅନେକ ଦୂରେ ପଡ଼ିଣ ଚିତୋଇଣ ଯାନ୍ତି ।୨୩୨।ବିକରାଳ ରୂପ ସେ ଧଇଲା ରୋଷଭରେହାଥୀ ରଥୀ ଅଶ୍ୱ ସଇନ ମର୍ଦ୍ଦଇ ପାଦଭରେ ।୨୩୩।ଗୋଇଠାରେ କାହାକୁ ସେ କରଇ ମସିଗୁଣ୍ଡାରଣରଙ୍ଗ କୁତୂହୋଳ କରଇ ପ୍ରଚଣ୍ଡା ।୨୩୪।ମହାଗର୍ଜନ କରି ସେ ମାରଇ ମହାରୋଷେଦେଖିଣ ଯାଦବେ ଯେ କେହି ନ ରହନ୍ତି ପାଶେ ।୨୩୫।ନିରନ୍ତରେ ସଇନଂକୁ ଯେ ପଡଇ ଜାଳାବଳୀରକତେ କର୍ଦ୍ଦନ ଯେ ହୋଇଲା ମହୀସ୍ଥଳୀ ।୨୩୬।ନିର୍ଦ୍ଦୟା ନାରାପକ୍ଷ ନିଷ୍ଠୁର ଯାହାର ଅଙ୍ଗମାରଇ ଯାଦବନ୍ତ ଯେ କରଇ ରଣଭଙ୍ଗ ।୨୩୭ ।ପଳାନ୍ତି ପଛକୁ ଯେ ନ ଚାହାନ୍ତି କେହିଅସମ୍ଭାଳ ହୋଇଲା ଯେ ଯାଦବଙ୍କ ଦେହୀ ।୨୩୮ ।ସଇନଂକୁ ଆକୁଳ ଦେଖି ଦେବଧିଦେବ ରାୟେଗରୁଡ଼ୁଂ ଉତୁରି ନନ୍ଦିଘୋଷେ କଲେକ ବିଜୟେ ।୨୩୯ ।ଗରୁଡ଼ ପିଠିରେ ସତ୍ୟଭାମା ଯେ ଅଛନ୍ତିଗରୁଡ଼କୁ ଆଗ୍ୟାଂ ଦିଲେ ଦେବ ଶିରୀବତ୍ସି ।୨୪୦ ।ଅନ୍ତର୍ଦ୍ଧାନ ହୋଇ ତୁ ଦଣ୍ଡକେ କରିବୁ ବିଶ୍ରାମଦତ୍ୟର ତୁଲେ ଆମ୍ଭେ ଯେ କରିବୁ ସଂଗ୍ରାମ ।୨୪୧ ।ୟେତେ ବୋଲି ଜଗନ୍ନାଥେ ସଇନକୁ ପଛକରିରଥେଣ ଆରୋହିଲେ କରେ ଶସ୍ର ଧରି ।୨୪୨ ।ତାହା ଦେଖିଣ ଦଇତ ଧାଇଂଲା ଅତିବେଗେବାହାନାଦ କରିଣ ମିଳିଲା ଶ୍ରୀକୃଷ୍ଣଂକ ଆଗେ ।୨୪୩ ।କେତୁ ମଙ୍ଗଳ ପ୍ରାୟେ ଯେ ଦିଶଇ ମହାତେଜମେରୁ ପର୍ବତେ ଭେଟି ଯେସନେକେ ଅଇଲା ମତ୍ତଗଜ ।୨୪୪ ।ରେ ରେ କାର କରିଣ ଯେ ଅସୁର ମହାକୋପେଶ୍ରାକୃଷ୍ଣଂକ ରଥେ ଗଦା ପିଟିଲା ଗୁରୁତାପେ ।୨୪୫ ।ଦେଖିଣ ସାରଥି ରଥ ନେଲାକ ଯେ କାଢିଗଦା ଭାଞ୍ଜି ଭୂମିରେ ଯେ ଶତେଖଣ୍ଡ ହୋଇ ପତି ।୨୪୬ ।ଗଦାଭଗ୍ନ ହୋଇଲେ ଯେ ମୁଦର ଦଇତ୍ୟର ଆଗେବୃକ୍ଷେକ ଉପାଡ଼ି ଆଣି ପିଟିଲା ଅତିବେଗେ ।୨୪୭ ।ରଥରେ ଥାଇଣ ଯେ ଦେଖିଲେ ଦେବରାୟେଅତି କୋପାନଳେ ଯେ କମ୍ପଇ ତାର କାୟେ ।୨୪୮ ।ଭଗ୍ନ ସଇନ ଦେଖିଣ ଯେ କମ୍ପିଲାକ ତନୁଧାତିକାରେ ଧଇଲେ ଯେ ଶାରଙ୍ଗ ନାମେ ଧନୁ ।୨୪୯ ।ତିନିଶତ ବାଣ ଯେ ବସାଇଲେକ ଗୁଣେମନ୍ତ୍ରବଳେ ଦାନବ ଉପରକୁ ବିନ୍ଧିଲେ ତତକ୍ଷଣେ ।୨୫୦ ।ପୁଣ ପୁଣ ବାଣ ଯେ ତୀକ୍ଷମୁନା ଘେନିବାହାନାଦ କରିଣ ଯେ ବିନ୍ଧିଲେ ଚକ୍ରପାଣି ।୨୫୧ ।ହାଥର ବ୍ୟଗ୍ରେ ଯେ ପୁଣ ଦଶସହସ୍ର ବାମ ବିନ୍ଧିଲେଅଧର ପୃଷ୍ଟ କରି ଯେ ଦାନବକୁ ମାଇଲେ ।୨୫୨ ।ବେଳୁ ବେଳ କୋପ ଯେ ବଢିଲା ଉଗୁଳିପଞ୍ଚବାଣ ବେଗେ ମାଇଲେ ମହାବଳୀ ।୨୫୩ ।ହୁକାଂର ନାଦ କରିଣ ଯେ ବିନ୍ଧିଲେ ଦିବ୍ୟଶରଗଗନେ ଅନ୍ଧାର ଯେ ଦିଶିଲେ ଦିନକର ।୨୫୪ ।ଶ୍ରାବଣ ମାସେ ଯେନେହେ ଦିଶଇ ମେଘମାଳତେସନେକ ଶର ବୃଷ୍ଟି ହୋଇଲା ଆକାଶ ମଣ୍ଡଳ ।୨୫୫ ।ନିଶ୍ୱାସ ମାତ୍ରକେ ଷାଠିୟେ ବାଣ ପୂରୋଇଘୋର ଗର୍ଜନ କରି ସ୍ୱାମୀ ଯେ ମାଇଲେକ ତୁହାଇ ।୨୫୬ ।ପ୍ରତଗ୍ୟାଂ ସାମରଥା ଯେ ବସୁଦେବର ବଳାରଣରଙ୍ଗେ ଅଟଇ ଯେ କ୍ଷତ୍ରିୟ ଅଚାର୍ଗଳା ।୨୫୭ ।କୋଟିୟେ ଇନ୍ଦ୍ର ଯାହାକୁ ସମାନ ନୁହନ୍ତି ରଣେଦଇତ ମାତ୍ରକେ କି ଜଣିମ ତାହାଂକୁ ୟେକାଜଣେ ।୨୫୮ ।ଅସଂକ୍ଷେପ ଆରେଣି ଯେ ବଢିଲାକ ରଣରଙ୍ଗମନ୍ଦାର ପୁଷ୍ୟ ପ୍ରାୟେ ହୋଇଲା ଦତ୍ୟଂକର ଅଙ୍ଗ ।୨୫୯ ।ଅନେକ ପରିଘାଇ ନାରାଜ ମାରନ୍ତି ଯଦୁବୀରସ୍ୱର୍ଗରେ ଦୋବତାୟେ ଦେଖି ହୋଇଲେ କାତର ।୨୬୦ ।ଅର୍ଦ୍ଧ ଆକାଶେ ଥାଇ ଦେବତାଗଣମାନେମୁଦର ଦଇତ ସମର ଦେଖନ୍ତି ଅନ୍ତର୍ଦ୍ଧାନେ ।୨୬୧ ।ୟେସନେକ ପ୍ରତାପ ଯେହ୍ନେ ଯାଦବ ବଳଆନନ୍ଦ ହୋଇଣ ଯେ ବୋଲନ୍ତି ସକଳ ।୨୬୨ ।କେବଣ ଭାଗ୍ୟେ ବସୁଦେବ କୃଷ୍ଣଂକୁ କଲେ ଜାତଧନ୍ୟ ଜୀବନ ତୋର ଦେବକୀ ଦେବୀ ମାତ ।୨୬୩ ।ୟେସନେକ ବିଚାର କରନ୍ତି ଯାଦବ ବୀରମାନସାନନ୍ଦ ହୋଇଲେ ଶୁଣି ଦେବ ଭଗବାନ ।୨୬୪ ।ନିଶ୍ୱାସ ମାତ୍ରକେ ଶର ମାରନ୍ତି କୋଟି କୋଟିନିର୍ଘାତ ଶବଦ ଯେସନେକ ଶୁଭଇ ନବସୃଷ୍ଟି ।୨୬୫ ।ନିରନ୍ତରେ ଦିଶଇ କି ଜୁଳୁଜୁଳା ପୋକମାଳାପୃଥୀଯାକ ପୂରିଲା ଯେସନେକ ଶ୍ରୀକୃଷ୍ଣର ବାଣ ଜାଳା ।୨୬୬ ।ୟେହା ଦେଖି ମୁଦର ଦଇତ ଥମ୍ଭୀଭୂତ ହୋଇଲାଶ୍ରୀକୃଷ୍ଣ ବିଶ୍ୱମୂର୍ତ୍ତିକି ଚାହିଂଣ ବୋଇଲା ।୨୬୭ ।କାହୁଂଣ ଅଇଲୁ ତୁ ଅଟୁ କେଉଂଣ ଦେଶୀଅକାରଣେ ତୁ ଯେ ମୋହର ବଳ କାହିଂକି ପୁଣ ଧ୍ୱଂସି ।୨୬୮ ।ମୁହିଂତ ଶତ୍ରୁ ତୋହୋର ପୂର୍ବରେ ନୋହି ବାଦୀଅଦୋଷେ ତୁ କିମ୍ପାଇ ଅଇଲୁ ମୋତେ ସାଧି ।୨୬୯ ।ଅପୂର୍ବ ରାଜ୍ୟ ଗୋଟି କଲୁ ମୋର ଧ୍ୱଂସକେବଣ କୁଳେ ଜାତ ନାମ ତୋର କିସ ।୨୭୦ ।ଅନେକ କାଳରୁ ମୁହିଂ ଯେ ଅଛଇ ୟେଥି ରହିଜମ୍ବୁଦୀପ ଭିତରେ ତୋତେ ଦେଖିଲାତ ନାହିଂ ।୨୭୧ ।ଶ୍ରୀଜଗନ୍ନାଥେ ବୋଇଲେ ଶୁଣ ରେ ଅସୁର ବୀରବସୁଦେବ ପୁତ୍ର ମୁଂ ନାମ ମୋହର ଚକ୍ରଧର ।୨୭୨ ।ୟେସନେକ ଆଗ୍ୟାଂ ତାକୁ ଦିଲେକ ଦେବହରିଦଇତ ମାରି ମୋର ନାମ ଅଟଇ ଦଇତାରି ।୨୭୩ ।ଶ୍ରାଜଗନ୍ନାଥେ ୟେସନେକ ଆଗ୍ୟାଂ ଦିଲେ ଯହୁଂସାଂଗ୍ରାମ ଛାଡ଼ି ମୁଦର ଦଇତର ଭାଜିଲାକ ତହୁଂ ।୨୭୪ ।ଭାଜିଲେକ ସଇନ ଯେ ନ ରହିଲେ କେହିପଳାବନ୍ତି ସଇନେ ଯେ ଛିନ୍ନଛତ୍ର ହୋଇ ।୨୭୫ ।ଯାଦବେ ଯେ ତାହା ଦେଖିଲେ ଦୂରେ ଥାଇଗୋଡ଼ାଇ ମାରୁଛନ୍ତି ପିଠିରେ ଗୋଡ଼ଦେଇ ।୨୭୬ ।ନାରକାସୁର ରଥି ଦୁହେଂ ଯେ ଭାଜିଲେଗଡ଼ ଭିତରେ ଯାଇ ପଳାଇ ପଶିଲେ ।୨୭୭ ।ମହାଅଜୟେ ଗଡ଼ ଦାନେବ ଭିଆଣ କରିଅଛିଅତି ଦୁର୍ଗମ ଗଡ଼ ଅସୁର ନିର୍ବାଣିଛି ।୨୭୮ ।ତହିଂର ଖଣ୍ଡେ ଦୂରେ ଯେ ଅନଳ ପାଚେରୀଅତି ଯତନେ ଅସୁର ନିର୍ବାଣ ଅଛି କରି ।୨୭୯ ।ବିଷଜଳ ପୂରିଅଛି ଦୁସ୍ତର ଦୁର୍ଗମ ଭୁଇଂମୁଦର ଦଇତ ଯେ ସିଂହଦ୍ୱାରେ ଅଛି ରହି ।୨୮୦ ।ୟେସନେକ ଦୁସ୍ତର ଯେ ଦେଖିଣ ଚକ୍ରଧରକଉମୋଦୀ ଗଦା ସ୍ୱାମୀ ଘେନିଲେ ହାଥର ।୨୮୧ ।ଗଦାବର ଘେନି ସ୍ୱାମୀ ପର୍ବତ ଭାଞ୍ଜିଲେସୁଦର୍ଶନ ଚକ୍ରେ ଯାଇ ଅଗ୍ନି ଲିଭାଇଲେ ।୨୮୨ ।ଶାରଙ୍ଗ ଧନୁରେ ବାଣ ବିନ୍ଧନ୍ତି ଦଇତାରିଲକ୍ଷେ କୋଟି ମର୍ଭୁତ କରି ବିନ୍ଧନ୍ତି ଦେବହରି ।୨୮୩ ।ଚକ୍ରେ ନିବାରନ୍ତି ଯେ ସମସ୍ତ ଦୁର୍ଗମାନଅସୁରନ୍ତ ଛେଦନ କରନ୍ତି ଜନାର୍ଦ୍ଦନ ।୨୮୪ ।ପ୍ରବେଶ ହୋଇଲେ ନାରକାସୁର ଦ୍ୱାରେ ଯାଇପଞ୍ଚଜନ୍ୟ ଶଙ୍ଖ ଶବଦ କଲେ ଦେବ ତହିଂ ।୨୮୫ ।ସପତ ବ୍ରହ୍ମାଣ୍ଡକୁ ଶଙ୍ଖ ଶବଦ ଶୁଭିଲାକ ଯହୁଂଶୁଣି ଦଇତବଳ ହତବୀର୍ଯ୍ୟ ହୋଇଲେକ ତହୁଂ ।୨୮୬ ।ଦୂରେ ଥାଇଣ ତାହା ମୁଦର ଦଇତ ଶୁଣିକୋପେଣ ଧାଇଂଲା ବଜ୍ର ମୂଷଳ କରେ ଘେନି ।୨୮୭ ।ଦଇତର କର୍ଣ୍ଣେ ପଞ୍ଚଜନ୍ୟ ଶବଦ ପାଇଜଳ ଭିତରୁ ବେଗେ ଆସୁଛନ୍ତି ଧାଇଂ ।୨୮୮ ।ହାଥେ ମୂଷଳ ଧରି ଯେ ମୁଦର ଦଇତ ବୀରମାଇଲାକ ଶୂଳ ନେଇ ନନ୍ଦିଘୋଷ ରଥର ଉପର ।୨୮୯ ।ସୁମାଳୀ ବୀର ଯେ ଗର୍ଜିଣ ଉଠିଲାସପତ ବ୍ରହ୍ମାଣ୍ଡକୁ ତାର ଶବଦ ଶୁଭିଲା ।୨୯୦ ।ତୀକ୍ଷମୁନା ଦୁଇବାଣ ଯେ ମାଇଲେ ଦେବହରିହାଥରୁ ମୂଷଳ ଯେ କାଟିଲେ ଦଇତାରି ।୨୯୧ ।ପୁଣି ଧାଇଂଲା ଦାନବ ଯେ ପାଟି ବିସ୍ତାର କରିତୁଣ୍ଡର ଭିତରକୁ ବେଗେ ପାଶୁପତ୍ର ବାଣ ମାରି ।୨୯୨ ।ପୁଣ ଦଇତ ବୀର ଶକ୍ତି ଗୋଟାୟେକ ଧରିଶ୍ରାକୃଷ୍ଣ ଉପରକୁ ନେଇଣ ବେଗେ ମାରି ।୨୯୩ ।ଅନ୍ତରୀକ୍ଷ ମାର୍ଗେ ହରି ଶକ୍ତି ବଞ୍ଚାଇଲେଧୃମଶରେ ମାରି ତାହାର ଶିର ଯେ କାଟିଲେ ।୨୯୪ ।ଜଳ ଭିତରେ ଯେ ପଡ଼ିଲାକ ମୁହଂ ମାଡ଼ିପଞ୍ଚଗୋଟି ବାଣରେ ତାହାର ପଞ୍ଚଗୋଟି ମୁଣ୍ଡ ଛିଡ଼ି ।୨୯୫ ।ତାହାର ସଙ୍ଗରେ ତାହାର ଯେ ଶତ ପୁତ୍ର ଥିଲେବାପ ପଡ଼ନ୍ତେଣ ପୋୟେ ରଣ ଆବୋରିଲେ ।୨୯୬ ।ପିଠୋଳ ବୋଲିକରି ତାହାର ଯେବଣ ସେନାପତିତାହାକଇଂ ଘେନିଣ ସେ ସମର କରନ୍ତି ।୨୯୭ ।ପୁତ୍ରବଳ ଘେନିଣ ଯେ କୃଷ୍ଣଂକୁ ବେଢିଲେଶ୍ରାବଣ ମାସେ ଯେସନେକ ବରଷାତେସନେକ ନାରାଜ ବରଷିଲେ ।୨୯୮ ।ଦେଖିଣ ଶ୍ରାକୃଷ୍ଣ ଯେ ପଶୁପତ୍ର ବାଣ ମାରିମାଂସ କାଟିଲେ ତାଂକର ଟିକି ଟିକି କରି ।୨୯୯ ।ପୁଣିହିଂ ଥାଠକୁ ଯେ ଆବୋରିଣ ମାରିତକ୍ଷଣେ ମୁଣ୍ଡ ଯେ କାଟି ପକାଇଲେ ଆଗ କରି ।୩୦୦ ।ଡଗର ମୁଖରୁ ଯେ ନାରକା ୟେହାଶୁଣିବେଗେଣ ଧାଇଂଲା ଯେ ଗର୍ଜିଣ ବଳ ଘେନି ।୩୦୧ ।ଅଇରାବ୍ରତ ଅଂଶେ ଉପୁଜି ଅଛନ୍ତି ସମସ୍ତ ହାଥୀସମୋଦ୍ର ମନ୍ଥନରୁ ସମସ୍ତ ଉତପତ୍ତି ।୩୦୨ ।ମନ୍ତ୍ର ବଳେ ଧବଳ ଯେ ମହାଗଜମାନପାଦଭରେ ପୃଥୀଦେବୀ ହୋଉଛି କର୍ଦ୍ଦନ ।୩୦୩ ।ବାମ କରେ ଶଙ୍ଖ ଯେ ଡାହାଣେ ସୁଦ୍ରିଶେଣକଉମୋଦିକୀ ଗଦାବର ସେ ଶାରଙ୍ଗଧନୁ କରେଣ ।୩୦୪ ।ଚତୁର୍ଭୁଜେ ଚାରିଶହସ୍ର ଛନ୍ତି ରହିମହା ବିଶ୍ୱରୂପେ ତିନିପୁର ମୋହି ।୩୦୫ ।ହାଥୀବଳ ଘେନି ଯେ ଶ୍ରାକୃଷ୍ଣଂକୁ ଭେଟିଲେଗରୁଡ଼ ପିଠିରେ ଥାଇ ଶ୍ରାକୃଷ୍ଣ ତାହା ଯେ ଦେଖିଲେ ।୩୦୬ ।ଗରୁଡ଼ ତେଜ ଦିଶଇ ବାଳ ଅର୍କ ପ୍ରାୟେତହିଂକି ନୀଳବର୍ଣ୍ଣ ଯେ ଶ୍ରୀକୃଷ୍ଣର କାୟେ ।୩୦୭ ।ବିଜୁଳିର ତେଜ ଜାଣି ଦିଶନ୍ତି ସତ୍ୟଭାମାକେ କହି ପାରିବ ଯେ ଶ୍ରୀକୃଷ୍ଣଂକ ମହିମା ।୩୦୮ ।ୟେସନେକ ରୂପ ଦେଖି ବିରସ ନାରକାଧାଇଂଣ ବଜ୍ର ମୂଷଳ ଯେ ମାଇଲା ରଣରଂକା ।୩୦୯ ।ଶ୍ରୀକୃଷ୍ଣ ଦେଖିଣ ଯେ ଦୂରୁ ବାଣ ମାରିଅଧାଚନ୍ଦ୍ର ବାଣେ କାଟିଲେ ତିନିଖଣ୍ଡ କରି ।୩୧୦ ।ସନ୍ନିଧ୍ୟେ ତାହାର ଯେତେକ ବଳ ଥିଲାପାଞ୍ଚବାଣ ମାରି ତାହା ଗରୁଡ଼ ନାଶ କଲା ।୩୧୧ ।ଆପଣେ ଶ୍ରୀକୃଷ୍ଣ ଯେ ଅନେକ ବାଣ ମାରିସଇନମାନେ ମାରନ୍ତି ଯେ ଖଣ୍ଡ ଖଣ୍ଡ କରି ।୩୧୨ ।କାହାର ଶିର ଚରଣ କାହାର ଭୂଜମାନପ୍ରତି ପ୍ରତି କରି ଯେ କାଟନ୍ତି ଭିନ୍ନ ଭିନ୍ନ ।୩୧୩ ।ନାରକାସୁର ସଙ୍ଗତେ ଯେତେକ ବଳ ଥିଲେସକଳ ନାଶ ଗଲେ ଯେ ଅଳପ ବ୍ରତିଲେ ।୩୧୪ ।ୟେକା ହୋଇଣ ଯେ ନାରକାସୁର ରହିଲାଶ୍ରୀକୃଷ୍ଣଂକ ସଂଗତେ ସେ ଅନେକ ଯୁଦ୍ଧ କଲା ।୩୧୫ ।ପ୍ରତଗ୍ୟାଂ କରିଣ ଯେ ଯୁଝୁଥିଲା ଦଇତପଶୁପତ୍ର ବାଣ ପେଶି ତାହାର ମୁଣ୍ଡ କାଟିଲେ ଅନନ୍ତ ।୩୧୬ ।ନାରକାସୁର ମୁଣ୍ଡ ଯହୁଂ ଭୂମିରେ ପଡ଼ିଲାଜୟେ ଜୟେ ଶବଦ ଯେ ଆକାଶେ ଶୁଭିଲା ।୩୧୭ ।ପୃଥୀଦେବୀ ୟେସନେକ ଦେଖିଲେକ ଯହୁଂଛାମୁରେ ମାୟେ ଯେ ହୋଇଲେକ ତହୁଂ ।୩୧୮ ।ଦିବ୍ୟଚକ୍ଷୁ ଘେନି ମାୟେ ଯେ ଚାହିଂଲେ ୟେକଚିତ୍ତେଦେଖିଲେ ସରୂପ ଯେ ଶଙ୍ଖ ଚକ୍ର ଅଛି ହାଥେ ।୩୨୦ ।ନିସ୍ତରିଲି ନସ୍ତରିଲି ବୋଲି ଶୋଇଲା ଗଡ଼ଖାଲିଅନେକ ସ୍ତୁତି କରଇ କାର୍ପୂଣ୍ୟ ହୋଇ କରି ।୩୨୧ ।ଜୟ ଜୟ ନିରଞ୍ଜନ ପ୍ରଭୁ ନିରାକାର ଦେବସ୍ୱାମୀଅଶେଷ କୋଟି ବ୍ରହ୍ମାଣ୍ଡେ ତୁହି ସେ ଅନ୍ତର୍ଯ୍ୟାମୀ ।୩୨୨ ।ଲକ୍ଷ୍ମୀର ବଲ୍ଲଭ ସ୍ୱାମୀ ତୁହି ଯେ ଦେବରାଜାଶୁକ ସଉନକ ମୁନି କରନ୍ତି ଯାହାକୁ ପାଦପୂଜା ।୩୨୩ ।ରୂପେ ରେଖ ବର୍ଣ୍ଣ ନାହିଂ ଯେ ତୋର ତିନିତୁହି ସେ ସଞ୍ଚିଲୁ ନାଥ ସଚରାଚର ମେଦିନୀ ।୩୨୪ ।ଜଳ ସ୍ଥଳ ଅନଳ ଯେ ସବୁଠାରେ ଅଛୁ ପୂରିଶୁଭାଶୁଭ କର୍ମ ଯେ ତୁ ପାରୁ ଆନ କରି ।୩୨୫ ।ଅକ୍ଷୟ ଅଜୟ ଅମର ତୁ ଯେ କଳ୍ପାନ୍ତେକ ପୁରୁଷଭୂତ ଭବିଷ୍ୟ ବର୍ତ୍ତମାନ ସମସ୍ତ ତୋତେ ଦୃଶ୍ୟ ।୩୨୬ ।ମଦ ମଚ୍ଛର ଅହଂକାର ଶରୀରେ ତୋର ନାହିଂଅଛିଦ୍ର ପୁରୁଷ ପୂର୍ଣ୍ଣାନନ୍ଦ ଅଛିଦ୍ରେ ଅଛୁ ରହି ।୩୨୭ ।ସ୍ୱାମୀ ମୂର୍ଖ ନାରାକସୁର ତୋତେ ସେ ନ ଚିହ୍ନିଲାଆପଣେ ଯାହା ଅରଜିଲା ସେ ତାହା ଭୋଗକଲା ।୩୨୮ ।ପ୍ରଭୁ ସଙ୍ଗେ ବିଗ୍ରହ କଲାକ ୟେଡ଼େ ମାନୀମୁହିଂ ତୋହର ଦାସୀ ଅଟଇ ଦେବସ୍ୱାମୀ ।୩୨୯ ।ୟେତେ ବୋଲି ପୃଥୀଦେବୀ ହୋଇଲେ ପରିଣାମି ।୩୩୦।ଶ୍ରା ଜଗନ୍ନାଥେ ବୋଇଲେ ପୃଥୀଦେବୀର ମୁଖ ଚାହିଂଆଗୋ ଭାରାଭର ନିବାରିବାକୁ ଜାତ ହୋଇଅଛି ମୁହିଂ ।୩୩୧ ।ଆବର କଥାୟେକ ତୋତେ ଦେବାକ ଚିତୋଇପାତାଳ ବଇକୁଣ୍ଠେ ମୋତେ ଗୁହାରି କଲୁ ଯାଇ ।୩୩୨ ।ଦୁଷ୍ଟାଂକର ଭରା ସହି ନୁଆରଇ ବୋଲିଣ ବୋଇଲୁତୋହୋର ନିମନ୍ତେ ସିନା ତୋହୋର ପୁତ୍ରକୁ ମାଇଲୁଂ ।୩୩୩ ।ବୋଧ ବଚନେ ପୃଥୀଦେବୀ ଶାନ୍ତି ଯେ ହୋଇଲେଅମୃତ କୁଣ୍ଡଳ ଦଣ୍ଡଛତ୍ର ତହୁଂ ଆଣିଦିଲେ ।୩୩୪ ।ଯେତେକ ଦ୍ରବ୍ୟ ସେ ନାରକାସୁର ନେଇଥିଲାଛାମୁରେ ପୃଥୀଦେବୀ ସମସ୍ତ ଯେ ଦିଲା ।୩୩୫ ।ପୁଣ ପ୍ରଳମ୍ବ କରି ଯେ ଯୋଡ଼ିଲା ବେନିକରପୃଥିଦେବୀ କହନ୍ତି ଯେ ପ୍ରଭୁଂକ ଆଗର ।୩୩୬ ।ଭୋ ବିଶ୍ୱନାଥ ମୋତେ ହୋଇବା ପ୍ରସନ୍ନୟେ ନାରକାସୁର କୁମର ଭଗଦତ୍ତକୁ ଦେବା ଦାନ ।୩୩୭ ।ୟେ ତୋହୋର ପ୍ରାସାଦେ ଯେ ହୋଇଥାଉ ଅଭୟେୟେହାର ମଥାରେ ଦେବ ପଦ୍ମଚରଣ ଦିୟେ ।୩୩୮ ।ପୃଥୀଦେବୀର ବଚନ ଶୁଣିଲେ ଚକ୍ରପାଣିଭଗଦତ୍ତକୁ କୃପା ଯେ କଲେ ତହୁଂ ପୁଣି ।୩୩୯ ।ଶ୍ରୀହସ୍ତେ ତୋଳିଣ ଶାଢୀ ତାହାକୁ ଯେ ଦିଲେସେଠାରୁ ନବର ଭିତରକୁ ବିଜେ କଲେ ।୩୪୦ ।ନାରକାସୁର ଅନ୍ତପୂରେ ପ୍ରବେଶ ହେଲେ ଯାଇଂଦେଖିଲେ ଷୋଳ ସହସ୍ର କନ୍ୟା ଅଛନ୍ତି ଯେ ରହି ।୩୪୧ ।ସେଠାରେ ଯାଇଣ ଶ୍ରୀଜଗନ୍ନାଥେ କଲେକ ବିଜୟେସମସ୍ତ କନ୍ୟାମାନ ଦେଖନ୍ତି ଦେବରାୟେ ।୩୪୨ ।ଶ୍ରୀକୃଷ୍ଣ ମୁଖଗୋଟି ନୟନେ ଦେଖିଲେକ ଯହୁଂମନେ ମନେ ପଡ଼ି କରି ଯେ ଆବୋରିଲେ ତହୁଂ ।୩୪୩ ।ବାଞ୍ଛା କଳ୍ପତରୁ ବୋଲି ଯେହୁ ନାମଗୋଟି ବହିସେ କନ୍ୟାମାନନ୍ତ କୃପା କଲେ ଭାବଗ୍ରାହୀ ।୩୪୪ ।ଘୁଟି ଚନ୍ଦନ ଲଗାଇ ସ୍ରାହାନ କରାଇଲେଉତ୍ତମ ଦେବାଙ୍ଗ ବସନମାନ ପିନ୍ଧାଇଲେ ।୩୪୫ ।ହାନ୍ଦୋଳାରେ ବସାଇ ଦ୍ୱାରିକାକୁ ପଠିଆଇଲେଦ୍ୱାରାବତୀ ପୁରେ ଯାଇଂ ପ୍ରବେଶ ହୋଇଲେ ।୩୪୬ ।ଅଇରାବ୍ରତ ଗଜ ଅଂଶେ ଯେତେକ ଗଜ ଜାତମହାଗଜମାନଂକର ଚାରି ଚାରି ଦାନ୍ତ ।୩୪୭ ।ୟେସନେକ ପ୍ରକାରେ ବାଛିଲେ ଚଉଷଠି ଗଜଦ୍ୱାରିକାରେ ଚାଳିଦିଲେ ତହୁଂ ଦେବରାଜ ।୩୪୮ ।ଉତ୍ତମ ବାଜୀ ଅଶ୍ୱମାନ ଯେତେକ ଥିଲେସବୁ ଅଶ୍ୱମାନ ଦ୍ୱାରିକାକୁ ଚାଳିଦିଲେ ।୩୪୯ ।ୟେମାନନ୍ତ ଘେନି ଉଗ୍ରସେନ ବେଗେ ଚଳିସମ୍ଭବରେ ଗଜେ ଯେ ଦ୍ୱାରିକାରେ ମିଳି ।୩୫୦ ।ଇତି ଶ୍ରୀମହାଭାରଥ ନାରକାସୁର ଦେବବାଣୀପାପାଧୀ ମହାପାତକ ଯେ ହରଇ ତାହା ଶୁଣି ।୩୫୧ ।ଅଗସ୍ତି ବୋଇଲେ ଶୁଣ ବିଲଂକେଶ୍ୱର ରାୟେଇଦଂ ନାରକାସୁର ବଧ ସମାପତ ହୋୟେ ।୩୫୨ ।ୟେଥୁ ଅନନ୍ତରେ ବିଲଂକ ନୃପଣିଅଗସ୍ତି ମୁନିଂକି ପୁଚ୍ଛା କଲେ ପୁଣି ପୁଣି ।୩୫୩ ।ୟେଥୁ ଅନନ୍ତରେ ପୁଣ ହୋଇଲା କେବଣ ଚରିତତାହା ବିସ୍ତାରି ମୋତେ କହିବା ତପୋବନ୍ତ ।୩୫୪ ।ବିଲଂକ ଦେଶ ରାଜାର ଯେ ନିର୍ମଳ ଚିତ୍ତ ଶୁଣିପୁରାଣ ପୁସ୍ତକ ଯେ ଫେଡ଼ିଲେ ମହାମୁନି ।୩୫୫ ।ଆଗୋ ଦ୍ୱାରିକା ପୁରକୁ ସମସ୍ତ ଚାଳିଦିଲେ ଭାବଗ୍ରାହୀସ୍ୱର୍ଗକୁ ଯିବାକୁ ସଜ ହେଉଛନ୍ତି ରହି ।୩୫୬ ।ଲେଉଟି ନାରାୟଣ ଗରୁଡ଼କୁ ପ୍ରଦକ୍ଷିଣ କରିଖଗେଶ୍ୱର ପିଠିରେ ବିଜେକଲେ ଦେବହରି ।୩୫୭ ।କରେ ଶଙ୍ଖ ଚକ୍ର ଗଦା ଆବୋର ଶାରଙ୍ଗ ଧନୁନୀଳେନ୍ଦ୍ରୀ ଦଳ ପ୍ରାୟେ ଶୋଭିତ ଦିବ୍ୟତନୁ ।୩୫୮ ।ହୃଦରେ କଉସ୍ତୁଭ ମଣି ମୁକୁତା ସରି ମାଳଆନନ୍ଦ କନ୍ଦ ରୂପ ଯେ ଧଇଲେ ନନ୍ଦବାଳ ।୩୫୯ ।ବିଦମୁଦି କଂକଣ ଜଗଦଳା ବଳୟା ବାହୁଟିମଣି ମାଣିକ୍ୟ ହୀରା ଯେ ବିରାଜଇ କୋଟି କୋଟି ।୩୬୦ ।ମୁକୁଟ କର୍ଣ୍ଣାଞ୍ଚଳ ଗଣ୍ଡସ୍ଥଳେ ଆଭାମୃଗମଦ କସ୍ତୁରୀ ଦ୍ୱାଦଶ ଚିତା ଦିବ୍ୟଶୋଭା ।୩୬୧ ।କଟିରେ ଝୀନ ବସନ କନ୍ଧରେ ପବିତ୍ରାକୋଟି ମଦନ ରୂପ ପ୍ରଭୁ ଧଇଲେ ଜଗୁଜିତା ।୩୬୨ ।ଗରୁଡ଼ ପିଠିରେ ବିଜେକଲେ ଦେବସ୍ୱାମୀଅମର ଭୁବନେ ବିଜେ ସେ ଦେବ ଅନ୍ତର୍ଯ୍ୟାମୀ ।୩୬୩ ।ଶ୍ରୀକୃଷ୍ଣ କୋଳରେ ବିଜେ କରିଛନ୍ତି ସତ୍ୟଭାମାଲକ୍ଷ୍ମୀନାରାୟଣ ମୂର୍ତ୍ତି ଦେବାକ ଉପମା ।୩୬୪ ।ତେତିଶି କୋଟି ଦେବ ଆସ୍ଥାନରେ ଥିଲେ ବସିଦେଖିଲେ ଖଣ୍ଡେ ଦୂରେ ଆସୁଛନ୍ତି ହୃଷୀକେଶୀ ।୩୬୫ ।ତକ୍ଷଣେ ଦେବଗଣ ଆସ୍ଥାନ ତେଜି ଉଠିଇନ୍ଦ୍ର ଦେବତା ସହିତେ ବାଟକୁ ଅଇଲେ ପାଛୋଟି ।୩୬୬ ।କରପତ୍ର ଯୋଡ଼ି ସମସ୍ତ ହୋଇଲେକ ଉଭାକ୍ଷୀର ସମୁଦ୍ରେ ଯେସନେକ ଶ୍ୱେତନାଗ ଶୋଭା ।୩୬୭ ।ସକଳ ଦେବତାମାନେ ଯେ ଦେଖିଲେ ନାରାୟଣଗରୁଡ଼ ପିଠିରୁ ଓହ୍ଲାଇଲେ ତତକ୍ଷଣ ।୩୬୮ ।ଦେବତାମାନେ ଆସ୍ଥାନେ ବିଜେକଲେ ଯାଇଂସତ୍ୟଭାମା ଦେବୀ ବିଜେ କଲେ ଅନ୍ତପୁରକଇଂ ।୩୬୯ ।ବୃହସ୍ପତି ବୋଇଲେ ଶ୍ରୀକୃଷ୍ଣ ଆଗମ କାହିଂକିଠାକୁରେ କହିଲେ ଆମ୍ଭେ ଅଇଲୁ ଯହିଂକି ।୩୭୦ ।ବୋଇଲେ ଆମ୍ଭେ ସମୟେ ଗୋପପୁରେ ଥିଲୁକଂସକୁ ମାରି ଆସି ମଥୁରାରେ ରହିଲୁ ।୩୭୧ ।ତହିଂକି ଲାଗିଲା ଯେ ଜାରାସନ୍ଧ ଭୟେନିରନ୍ତରେ ଧାଡ଼ିଦିଲା ଯେ ଅଷ୍ଟାଦଶବେଳ ପ୍ରାୟେ ।୩୭୨ ।ସମସ୍ତ ରାଜ୍ୟଯାକ ହୋଇଲା ନିରେଖପଳାଇ ପଳାଇ ଯାଦବେ ପାଇଲେ ଅତି ଦୁଃଖ ।୩୭୩ ।ତେଣୁ କରି ମଥୁରା ଆମ୍ଭେ ଯେ ଛାଡ଼ିଲୁଦ୍ୱାରାବତୀ ପୁରେ ଆଶ୍ରମ ଯାଇଂ କଲୁ ।୩୭୪ ।ତୁମ୍ଭେ ତହିଂକି ଅବଧାନ କରୁଥିବି ନିତିନିରନ୍ତର ଲାଗିଲା ଆମ୍ଭନ୍ତ ଅସୁରଂକ ଭୀତି ।୩୭୫ ।ଦେବଗଣେ ବୋଇଲେ ତୁ ଯେ ବହୁ ଦନୁଜାନ୍ତକ ବାନାକଳ୍ପଣା କାମନିଧି ଅଟୁ ସଂକଟ ସେହ୍ନା ।୩୭୬ ।ଭାରାଭର ନିବାରଣ ଅର୍ଥେ ଯେ ହୋଇଅଛୁ ଅବତାରସଂସାର ସମୁଦ୍ରକୁ ତୁ ଯେ ନାଉକା କର୍ଣ୍ଣଧାର ।୩୭୭ ।ତୋହୋର ଥାପିଲାର ଆମ୍ଭେ ଯେ ସମସ୍ତେ ଦେବତାଭଗତ ବାନ୍ଧବ ତୁ ଯେ ପ୍ରଭୁ ଜଗୁଜିତା ।୩୭୮ ।ତୁହି ଯେ ସ୍ୱର୍ଗକୁ ବିଜେ କଲୁ ଦେବରାୟେନିଚିନ୍ତ ହୋଇଲୁ ଆମଭେ ଯେ ସମସ୍ତ ଦେବତାୟେ ।୩୭୯ ।ତୁ ଯେ ଦ୍ୱାରିକା ଭୁବନେ ରହିଲୁ ହୃଶିକେଶୀୟେବେ ଆମ୍ଭେ ନିଚିନ୍ତ ଯେ ହୋଇଲୁ ସ୍ୱର୍ଗବାସୀ ।୩୮୦ ।ଅନେକ ପ୍ରକାର ଯେ ଦେବତାୟେ ବୋଧି କହିସତ୍ୟଭାମାନ୍ତ ଘେନି ଶ୍ରୀକୃଷ୍ଣ ତହିଂ ରହି ।୩୮୧ ।ୟେସନେକ ସ୍ୱର୍ଗପୁରେ ରହିଲେ ଦିନାକେତେସତ୍ୟଭାମା ରହିଲେ ଶଚୀଂକ ସଂଗତେ ।୩୮୨ ।ୟେକଦିନେ ରମ୍ଭା ଉର୍ବଶୀ ମେନକାସତ୍ୟଭାମାଂକୁ ଦ୍ରଶନ କଲେ ଯେ ତିନି ନାୟେକା ।୩୮୩ ।ଶଚୀ ଆଦିକରି ସମସ୍ତେ ବସିଥିଲେକ ସଭାୟେସନେକ ସମୟେ ଆସୁଛନ୍ତି ଯେ ପାରିଜାତକ ଗଭା ।୩୮୪ ।ଆତୋ ଆତୋ ବୋଲି ଯେ ପାଟଛତ୍ର ଧରାଇଲୋକନ୍ତ ଘଉଡ଼ନ୍ତି ଯେ ବାଜଣା ବଜାଇ ।୩୮୫ ।ୟେସନେକ ପ୍ରକାର ଯହୁଂ ସତ୍ୟଭାମା ଦେଖିଲେରମ୍ଭାର ମୁଖ ଚାହିଂ ସତ୍ୟଭାମା ପଚାରିଲେ ।୩୮୬ ।ଦାଣ୍ଡରେ କିସ ଗୋଳ ଗୋ ଶୁଭୁଅଛି ସଖୀରମ୍ଭା କହୁଅଛି ସତ୍ୟଭାମାଂକ ମୁଖ ଦେଖି ।୩୮୭ ।ଶ୍ରୀକୃଷ୍ଣ ବଲ୍ଲଭୀ ଗୋ ଅଛ ଜାତ ହୋଇପାରିଜାତ ପୁଷ୍ୟର କଥା ତୁମ୍ଭର ଶୁଣିଲ କି ନାହିଂ ।୩୮୮ ।ଅପୂର୍ବଫୁଲ ଫୁଟଇ ଗୋ ସୁବର୍ଣ୍ଣର ଜ୍ୟୋତିପଞ୍ଚାଶ ଯୋଜନ ପରିପନ୍ତେ ପୁଷ୍ୟ ଚହଟଇ ଚଉକତି ।୩୮୯ ।ସମ୍ପୂର୍ଣ୍ଣ ବରଷେ ଫୁଟଇ ୟେକ କଢିବେନି ବରଷେ ଉତ୍ତାରୁ ବୃକ୍ଷର ପତର ପଡ଼ଇ ଯେ ଝଡ଼ି ।୩୯୦ ।ଆଂକୋଡ଼ି ବଢାଇ ପୁଷ୍ୟ ତୋଳନ୍ତି ତୋଟାଳେଇନ୍ଦ୍ର ଦେବତାନ୍ତ ନିଯୋଗ ଗଭାୟେ ଶଚୀଂକ ନିତ୍ୟ ମାଳେ ।୩୯୧ ।ଆବର ଯେତେକ ପୁଷ୍ୟମାନ ଉବୁରନ୍ତିଅଗ୍ନିରେ ପୋଡ଼ି ପାଉଂଶ ହୋଇଲେ ସମୋଦ୍ରେ ମେଲନ୍ତି ।୩୯୨ ।ଇନ୍ଦ୍ର ଇନ୍ଦ୍ରାୟେଣୀ ସେ ପୁଷ୍ୟ ଘେନନ୍ତି ଯେ ୟେକାସମୁଦ୍ର ମନ୍ଥନ କାଳେ ସେ ଉପୁଜିଲା କଳପ ଶାଖା ।୩୯୩ ।ସ୍ୱର୍ଗ ମର୍ତ୍ତ୍ୟ ପାତାଳକୁ ସେ ଉତ୍ତମ ତରୁବରତିନି ଭୁବନେ ତାହାକୁ ନାହିଂ ପଟାନ୍ତର ।୩୯୪ ।ପାଚିଲା ପୁଷ୍ୟ ବୃକ୍ଷୁଂ ପଡ଼ନ୍ତେଣ ଝଡ଼ିପବନ ଆତପେ ସେ ଅନ୍ତରୀକ୍ଷେ ଯାଇ ଉଡ଼ି ।୩୯୫ ।ୟେସନେକ ବାକ୍ୟ କହୁଂ ରମ୍ଭା ଦିବ୍ୟବାଣୀସାନନ୍ଦ ହୋଇଲେ ଯେ ସତ୍ୟଭାମା ଶୁଣି ।୩୯୬ ।ମନେ ମନେ ବିଚାର କରନ୍ତି ଯେ ଦେବୀଶ୍ରୀକୃଷ୍ଣଂକୁ ମାଗି ଯେ ଦ୍ୱାରିକାକୁ ନେବି ।୩୯୭ ।ୟେସନେକ ବିଚାରି ଦେବୀ ଭିତରକୁ ଉଠିଗଲେତହୁଂ ରମ୍ଭା ମେନକା ଉର୍ବଶୀ ଚଳିଗଲେ ।୩୯୮ ।ଶୁଣ ଆହୋ ବିଲଂକ ଦେଶ ରାଜା ବଦନ୍ତି ମହାମୁନିଇତି ଶ୍ରୀମହାଭାରଥ ପୁରାଣ ପୁଣ୍ୟ ଧୁନି ।୩୯୯ ।ୟେଥୁ ଅନନ୍ତରେ ଯେ ଆସ୍ତାନ ମଉଳାଇଲେସମସ୍ତ ଦେବତାମାନେ ଯେ ଯାହା ପୁରକଇଂ ଗଲେ ।୪୦୦ ।ଇନ୍ଦ୍ର ଦେବତାଂକ ପୁରେ ବିଜେ କଲେ ଦେବହରିନିତ୍ୟକର୍ମ ବେଭାର ସାରି ମୁଣୋହିରେ ବିଜେ କରି ।୪୦୧ ।ସମସ୍ତ ଦେବତା ମାନନ୍ତ ଘେନିଣ ସୁରଶ୍ରେଷ୍ଠିନାନା କଉତୁକ ରଙ୍ଗେ ନିରନ୍ତରେ ଥାନ୍ତି ଖଟି ।୪୦୨ ।ସତ୍ୟଭାମାନ୍ତ ଘେନି ପ୍ରଭୁ ହୃଷୀକେଶଇନ୍ଦ୍ର ଦେବତାଂକ ଗଉରୋବ ପାଇଣ ରହିଲେ ଦିନ ଦଶ ।୪୦୩ ।ଭୋଜନ ଶୟନ ଅଭେଦ କରୁଥାନ୍ତି ମଘବାଶଚୀ ଆଦି କରି ସମସ୍ତେ କରିଥାନ୍ତି ସେବା ।୪୦୪ ।ୟେଥୁ ଅନନ୍ତରେ କେତେହେଂକେ ଦିନ ଯାନ୍ତେଶ୍ରୀକୃଷ୍ଣ ଛାମୁରେ ସତ୍ୟଭାମା କହିଲେ ୟେକାନ୍ତେ ।୪୦୫ ।ସାବଧାନେ ଶୁଣିମା ଦେବ ତ୍ରଇଲୋକ୍ୟ ଗୋସାଇଂପାରିଜାତକ ପୁଷ୍ୟ ଗଛ ଦ୍ୱାରିକାକୁ ନେବି ମୁହିଂ ।୪୦୬ ।ଶ୍ରୀ ଜଗନ୍ନାଥେ ବୋଇଲେ ଇନ୍ଦ୍ର ଦେବତାଂକ ଅଟଇ ସେ ପାଟସେ ତରୁକୁ ଇନ୍ଦ୍ରଂକର ବହୁତ ଆକଟ ।୪୦୭ ।ଚାଲ ସେ ପୁଷ୍ୟ ତୁମ୍ଭନ୍ତ ଦେଖାଇବା ୟେକାନ୍ତେକଉତୁକେ ବିଜେକଲେ ସତ୍ୟଭାମା ଜଗନ୍ନାଥେ ।୪୦୮ ।ଥୋକାୟେ ବିଶ୍ୱାସ ଲୋକ ଗୋଡ଼ାଇଛନ୍ତି ସଙ୍ଗେୟେହିରୂପେ ସେ ଚଳିଯାନ୍ତି ଶୂନ୍ୟମାର୍ଗେ ।୪୦୯ ।ଆକାଶଗଙ୍ଗା ତୀରେ ଗଉରୀ ତୀର୍ଥ ଜିଣିନନ୍ଦନବନ ଜିଣନ୍ତେ ସତ୍ୟଭାମା ଠାକୁରାଣୀ ।୪୧୦ ।ନନ୍ଦନବନେ ପ୍ରବେଶ ହୋଇଲେ ବେଗେ ଯାଇଂଗରୁଡ଼ ପିଠିରେ ବିଜେ ସତ୍ୟଭାମା ଭାବଗ୍ରାହୀ ।୪୧୧ ।ଫଳିତ ପୁଷ୍ୟ ତରୁ ଯେ ଅତ୍ୟନ୍ତ ଶୋଭା ପାନ୍ତିଧାଡ଼ି ଧାଡ଼ି ରେଖ ଅପୂର୍ବ ବୃଷାଳ ପନ୍ତି ପନ୍ତି ।୪୧୨ ।ଅଷ୍ଟରତ୍ନ ଚଉରା ବେଦୀ ସବୁ ବୃକ୍ଷଂକର ମୂଳେକର୍ପୂର ପନିର ପାଣି କ୍ଷତ ବୃକ୍ଷଂକର ତୁଲେ ।୪୧୩ ।ଅବସନ୍ତେ ବସନ୍ତ ଯେ ବହଇ ଘନ ଘନଫଳିତ ପୁଷ୍ୟତରୁ ବିସ୍ତାର ଶୋଭାବନ ।୪୧୪ ।ମନ୍ଦ ଗନ୍ଧ ସୁଶୀତଳ ଲତା ବହି ବାୟେସୁରସିଦ୍ଧ ମୁନିଂକର ଯେ ପୁଲକିତ କାୟେ ।୪୧୫ ।ଧନ୍ୟ ସେ ନନ୍ଦନବନ କିସ ପଟାନ୍ତର ଦେବାଵୃଦ୍ଧାୟେ ପଶିଲେ ତହିଂ ହୁଅନ୍ତି ନବଯୁବା ।୪୧୬ ।ଚତୁର୍ଦ୍ଦଶ ଭୁବନେ ଯହିଂ ଅପୁର୍ବ ପୁଷ୍ୟ ଥିଲେନନ୍ଦନବନେ ନେଇ ସମସ୍ତେ ଠାବ କଲେ ।୪୧୭ ।ଜାଇ ଯୁଇ ମଲ୍ଲୀ ମଳତୀ ପୁଷ୍ୟ ନାନାପୁନାଙ୍ଗ ପାଟଳ ବକୁଳ ନାଗେଶ୍ୱର ଛୁରୀଅନା ।୪୧୮ ।ଅଶୋକ କେତକୀ କଞ୍ଚଣ କଣେଅରପ୍ରଫୁଲ ବୋଲାଉଳ ତରାଟ ଟଗର ।୪୧୯ ।ସେବତୀ ଶତଦଳକରୁଣା ଗନ୍ଧବତୀପଦ୍ମ କୋକନଦ କୁମୁଦ ଚନ୍ଦ୍ରକାନ୍ତି ।୪୨୦ ।ବଟାହୁଳ ମଞ୍ଜୁଳ ଦୟଣା ମରୁଆ କୁରୁବେଲିନାନା ବର୍ଣ୍ଣେ ତରୁ ଅଛନ୍ତି ଫୁଟି ଫଳି ।୪୨୧ ।ପାଟୋଳୀ ଗଙ୍ଗଶିଉଳି ଆବର ସୁଗନ୍ଧିକାଦାରାକ୍ଷପେଣ୍ଡି ଖଜୁରୀ ଫଳିତ ଦିବ୍ୟ ଶାଖା ।୪୨୨ ।ଅଗ୍ର ଚନ୍ଦନ ସରଳ ମଳୟ ଦେବଦାରୁଆମ୍ୱ ପଣସ ଗୁଆ କଦଳୀ ନଟୀକାଲ ତରୁ ।୪୨୩ ।ଚାର ନାରଙ୍ଗ କ୍ଷୀରକୋଳି ଭଇଞ୍ଚ ରାମଗୁଆକୋଳାହଳ ଧ୍ୱନି ଯେ କରନ୍ତି ଶାରୀ ଶୁଆ ।୪୨୪ ।ମୟୂର ଶାରୀ ଶୁଆ କ୍ରୋକଟ ଡାହୁକବୃକ୍ଷର ଉପରେ ଉଠି ଡାକନ୍ତି ଦିବ୍ୟ ଡାକ ।୪୨୫ ।କେନ୍ଦୁ କପିଥ ଟଭା କରମଙ୍ଗା ବରକୋଳିଫଳନ୍ତି ବାରମାସେ ସ୍ୱାଦ ଅମୃତ ସରି ।୪୨୬ ।ଲବଙ୍ଗ ଜାଇଫଳ ଅଳାଇଚ କାଂକୋଳାମରିଚ ମହାରା ୟେକୁ ଆରେକ ଭଲା ।୪୨୭ ।ଗୁଡତ୍ୱକ ଯାଷ୍ଟିମଧୁ ମତ୍ତାହୋଳ ଗଣ୍ଠିଅନାଅମୃତ ସ୍ୱାଦଫଳ କେ କରିବ ଗଣନା ।୪୨୮ ।ୟେକ ୟେକ ନାମଧରି କହନ୍ତେ ଅନ୍ତ ନାହିଂଅନେକ ଯତ୍ନେ ତାହା ସଞ୍ଚିଲେ ଶଚୀସାଇଂ ।୪୨୯ ।ଅଶିଲକ୍ଷ ତୋଟାଳିଆ ୟେ ବୃକ୍ଷମାନନ୍ତ ପ୍ରତିପାଳିବତିଶଲକ୍ଷ ଗନ୍ଧର୍ବେ ସେ ତୋଟାକୁ ରଖୁଆଳି ।୪୩୦ ।ଇକ୍ଷୁ ଆମ୍ୱ ଯେ ତେନ୍ତୁଳି ଜାଇଫଳଅମୃତ ଅପୂର୍ବ ଫଳ ପାଚି ପଡ଼ନ୍ତି ବୃକ୍ଷଂକର ତଳ ।୪୩୧ ।ତେଣ୍ଡା କୋଡ଼ା ବୃକ୍ଷମାନଂକର ତଳକୁ ବିଳାନ୍ତି ପାଣିବୃକ୍ଷନ୍ତ ପ୍ରତିପାଳିତ ତୋଟାଳେ ଯେ ଯାହା ବେଳ ଜାଣି ।୪୩୨ ।ସାନନ୍ଦେ ଶ୍ରୀକୃଷ୍ଣ ସତ୍ୟଭାମାନ୍ତ ଘେନି ସଙ୍ଗେନନ୍ଦନବନ ତୋଟାରେ ବିହରନ୍ତି ନାନାରଙ୍ଗେ ।୪୩୩ ।ଗମନ୍ତେ ମିଳିଲେ ଯାଇ ପାରିଜାତକ ତରୁତଳେବିସ୍ତାର ଅମର ବୃକ୍ଷ ଅତ୍ୟନ୍ତ ବୃଷାଳେ ।୪୩୪ ।ବେନି ଯୋଜନ ଉତ୍ସର୍ଗ ଯୋଜନେକ ପ୍ରତିପତ୍ର ପତ୍ରକେ ଧରଇ ଆନେ ଆନେ ମୂର୍ତ୍ତି ।୪୩୫ ।କୋଶେକ ଓସାର ମୂଳ ଅଷ୍ଟରତ୍ନରେ ଚଉରାମଧ୍ୟାହ୍ନ ଆଦିତ୍ୟ ଜାଣି ମଣିମଣିକ୍ୟ ହୀରା ।୪୩୬ ।ପଞ୍ଚଯୋଜନ ଆୟତନେ ପାଚେରୀ ଅଂକିବେଢିଆବର୍ତ୍ତକ ସମ୍ୱର୍ତ୍ତକ ଦ୍ରୋଣ ଯେ ପୁଷ୍କର ମେଘ ଚାରି ।୪୩୭ ।ଉପରେ ଛାମୁଣ୍ଡିଆ ହୋଇଛନ୍ତି ଦଣ୍ଡ ଧରି ।୪୩୮ ।ଲକ୍ଷେକ ପାହାରୀ ଯେ ଜଗନ୍ତି ବାହାରେଚନ୍ଦ୍ର ସୂର୍ଯ୍ୟ ରଖୁଆଳ ହୋଇଛନ୍ତି ନିରନ୍ତରେ ।୪୩୯ ।ଅପୂର୍ବ ଫୁଲ ଫୁଟଇ ସୁବର୍ଣ୍ଣର ଜ୍ୟୋତିପୁଷ୍ୟ ଦେଖିଣ ଶ୍ରଦ୍ଧା ଯେ କଲେ ଶକ୍ରାବତୀ ।୪୪୦ ।ଭୋ ଦେବ ତୁମ୍ଭେ ଯେ ବୋଇଲ ଆମ୍ଭେ ଶକ୍ରାବତୀର ସାଇଂୟେସନେକ ପୁଷ୍ୟ ଆମ୍ଭର ଦେଖିଲାତ ନାହିଂ ।୪୪୧ ।ୟେ ପୁଷ୍ୟ ତରୁବର ଗୋଟି ଆମ୍ଭ ଦ୍ୱାରକୁ ନେବାମୋହୋର ପୁରେ ନେଇ ୟେ ପୁଷ୍ୟ ଥାପିବା ।୪୪୨ ।ସତ୍ୟଭାମାଂକର ଯହୁଂ ବହୁତ ଶ୍ରଦ୍ଧା ଦେଖିଲେହୋଉ ନେମା ବୋଲି ପାରିଜାତକ ଵୃକ୍ଷ ଉପାଡ଼ିଲେ ।୪୪୩ ।ହୁଂକାର ନାଦ କରି ଉପାଡ଼ିଲେ ପାରିଜାତକ ବୃକ୍ଷଗରୁଡ଼ ଉପରେ ନେଇ ଥାପିଲେ ଶ୍ରୀବଚ୍ଛ ।୪୪୪ ।ଗରୁଡ଼ ମୁଖ ଚାହିଂଣ ପ୍ରଭୁ ଆଗ୍ୟାଂ ଦିଲେଦ୍ୱାରିକାପୁରକଇଂ ବେଗେ ଚାଲବୋଲି ବୋଇଲେ ।୪୪୫ ।ଗନ୍ଧର୍ବମାନେ ଯେ ତୋଟା ରଖିଥିଲେଇନ୍ଦ୍ର ଦେବତା ଛାମୁରେ ଯାଇଂ ଜଣାଇଲେ ।୪୪୬ ।ସାବଧାନେ ଶୁଣ ତୁମ୍ଭେ ଶଚୀଦେବୀର ସାଇଂପାରିଜାତକ ପୁଷ୍ୟବୃକ୍ଷ ଉପାଡ଼ି ନେଲେ ଭାବଗ୍ରାହୀ ।୪୪୭ ।ଗନ୍ଧର୍ବଂକ ମୁଖୁଂ ଇନ୍ଦ୍ର ବାରତା ପାଇଲେଶ୍ରୀକୃଷ୍ଣଂକୁ ଆସି ବେଗେଣ ଉଗାଳିଲେ ।୪୪୮ ।ଅଇରାବ୍ରତ ପିଠିରେ ବିଜେ କରିଣ ମଘବାନଗରୁଡ଼ ପିଠିରେ ଦେବ ତ୍ରିଦଶ୍ୟ ଦେବ କାହ୍ନ ।୪୪୯ ।ଶତେପୁର କରି ଗନ୍ଧର୍ବେ ବେଢିଲେକ ଯାଇଂବୀରବେଶ ହୋଇଛନ୍ତି କରେଣ ଶହସ୍ର ବହି ।୪୫୦ ।ରହ ରହ ବୋଲି ବେଗେ ଓଗାଳିଲେ ଯାଇଂଛୟାଣୋଇଂ କୋଟି ଗନ୍ଧର୍ବେ ବେଢିଛନ୍ତି ସବୁ ତହିଂ ।୪୫୧ ।ରାଗେଣ ଦେବ ଇନ୍ଦ୍ର ଗନ୍ଧର୍ବଂକୁ ଡାକ ଦିଲାବେଢିଣ ସମସ୍ତେ ମାର ବୋଲିଣ ବୋଇଲା ।୪୫୨ ।ଧର ଧର ମାର ମାର ପଡ଼ିଲାକ ମହାଗୋଳନିଶଂକେ ଚଳାଇଅଛନ୍ତି ବସୁଦେବଂକର ବାଳ ।୪୫୩ ।କୋପେଣ ଡାକ ଦିଲା ଶଚୀଦେବୀର ସାଇଂରହ ରହ ଗଉଡ଼ ଆଜ କାହିଂ ଯିବୁରେ ପଳାଇ ।୪୫୪ ।ଗଉଡ଼ ବାଉଡ଼ ହାଉଡ଼ ତୁହି ଯେ ଅଟୁ ମନ୍ଦଜାତିତିନି ନାମ ବହୁ ତୁମ୍ଭର କିସ ଗତି ।୪୫୫ ।ଗୋହତ୍ୟା ସ୍ତିରିହତ୍ୟା କାଦମ୍ୱରୀ ପାନ କଲୁରଖୁଆଳଂକ ସଙ୍ଗତେ ବାଛୁରୀ ଚରାଇଲୁ ।୪୫୬ ।ମାଉସୀ ପିଉସୀ ଯେ ଦେଠୋଇ ମଉଳାଣୀସବୁନ୍ତି ହରିଲୁ ତୁ ବନସ୍ତ ଭିତରେ ଆଣି ।୪୫୭।ଆଡ଼ଚରା ଯୁବତୀଂକି କଲୁ ଚଉର୍ଯ୍ୟ ବନ୍ଧେ ରତିଆନ ଯୋନିରେଣ ଚିତ୍ତ ନୁହଇ ତୋହୋର ସଂଜାତି ।୪୫୮।ସୋଦର ମଉଳାଂକୁ ସଂହାଥେ ବଧକଲୁପିତୃଦ୍ରୋହ ରାଜଦ୍ରୋହ ପାତକ ଅର୍ଜିଲୁ ।୪୫୯।ଗଉଡ଼ଂକ ଅନ୍ନ ତୁ ଯେ ସମୟେ ଅଛୁ ଖାଇଅଷ୍ଟ ବରଷ ପର୍ଯ୍ୟନ୍ତେ ଥିଲୁ ତହିଂ ରହି ।୪୬୦।ଆବର ପାତକ ତୁ କରିଅଛୁ ଯେତେୟେକେ ୟେକେ ନାମ ଧରି କହିବାକ କେତେ ।୪୬୧।ସ୍ତିରୀହତ୍ୟା ପ୍ରତକ୍ଷେ ଥୋକାୟେ ତାହା ଜାଣୁଆପଣାର କଥା କି ତାହା ଆପଣେ ନ ଜାଣୁ ।୪୬୨।ମିଛେହେଂ ନାରାୟଣ ପଣେ ହୋଉ ଟାଣିନଟେ କହନ୍ତି ଯେ ବଢାଣିଆ ବାଣୀ ।୪୬୩।ଆଜ ଜାଣିବାନା କେମନ୍ତେ ଯିବୁ ବର୍ତ୍ତିଆକ୍ରଷଣ ପୂରୋଇ ଆଜ ଦଣ୍ଡିବ ଜନ୍ତୁପତି ।୪୬୪।ଆହେ ସାଧୁଂକର ସଦବିଦ୍ୟା ସଦକର୍ମ ଜୀବିକାସଂସାରେ ଜାତ ହୋଇ ସେହି ଶ୍ରେଷ୍ଠ ଲେଖା ।୪୬୫।ଜଗନ୍ନାଥେ କୋପକଲେ ଇନ୍ଦ୍ର ବଚନ ଶୁଣିକାଳସର୍ପ ଜାଣି କୋପେ ଗର୍ଜନ୍ତି ଚକ୍ରପାଣି ।୪୬୬।ନୟନ କାଳଚକ୍ର ଅଧରେ ଦନ୍ତ ଚାପିବୋଇଲେ ଆମ୍ଭନ୍ତ ନିନ୍ଦା କଲୁ ଯେ ହୋଇଲୁ ମହାପାପୀ ।୪୬୭।ଅଗ୍ୟାନ ପାମର ତୁ ହୋ ଅଳପ ତୋର ବୁଦ୍ଧିକି ଅବା ଆବୋରିଲା ତୋତେ ଭୂତ ପ୍ରେତ ବ୍ୟାଧି ।୪୬୮।ଆମ୍ଭେ ବିଶ୍ୱନାଥ ତୁ ଆମ୍ଭନ୍ତ ବୋଲୁ ମନ୍ଦଆୟୁଷ କ୍ଷୟ ହୋଇଲା ତୁଟିଲା ତୋର ସମ୍ପଦ ।୪୬୯।ୟେ ବଚନ ଶୁଣି ଇନ୍ଦ୍ର ଦେବତା ବୋଇଲେସାନ ବଡ଼ ଜାଣି ସିନା ୟେଥୁଂ ଉବୁରି ଗଲେ ।୪୭୦।ପୁଣି ଇନ୍ଦ୍ର ଦେବତା ହୋଇଲେ ବିକରାଳୀଆକ୍ରେଷି ଧନୁ କରେ ଧଇଲେକ ତୋଳି ।୪୭୧।ଗୁଣ ଟଂକାର କରି କୋଦଣ୍ଡ ଆମଞ୍ଚନ କଲେବାବଲ ଦଶବଣ ଯେ ଗୁଣରେ ବସାଇଲେ ।୪୭୨।ଭୂମିକି ଦୃଷ୍ଟି ଦେଇଯେ ବିନ୍ଧିଲେ ସ୍ଥିର କରିଗରୁଡ଼ ଡୋଣାରେ ବାଜି ପଡ଼ିଲା ଉପୁଡ଼ି ।୪୭୩।ଗନ୍ଧର୍ବେ ବେଢିଲେ ଯେ ଶତେପୁର କରିକରେ ଧନୁ ଧରି ଯେ ମାରନ୍ତି ଯେ ଯାହାରି ।୪୭୪।କେ ଦଶ ତିରିଶ କେ ବିଂଶ ପଞ୍ଚିଶ ମାରନ୍ତିୟେକାୟେ ଗଉଡ଼ ଯେ ସମସ୍ତ ନିବାରନ୍ତି ।୪୭୫।ଶ୍ରାବଣ ମାସେ ଯେହ୍ନେ କରଇ ଜଳ ବୃଷ୍ଟିସେହି ରୂପେ ଗନ୍ଧର୍ବେ ବାଣ ମାରନ୍ତି ହେଟି ।୪୭୬।ଗଦା ମୁଦୁଗର ଯେ ମାରନ୍ତି ତୁହାଇଗରୁଡ଼ ପିଠିରେ ପଡ଼ି ସମସ୍ତ ଚୂର ହୋଇ ।୪୭୭।ଗର୍ଜିଣ ଉଠିଲା ଯେ ବିନତାର ସୁତଦେଖିଣ ଗନ୍ଧର୍ବେ ଯେ ପଳାଇଲେ ଛିନ୍ନଛତ୍ର ।୪୭୮।ବଳଂକର ଭଗ୍ନ ଦେଖିଣ ସୁନାଶୀରଧାତିକାରେ ଟେକିଲା ନେଇ ଅଇରାବ୍ରତ କରୀବର ।୪୭୯।ଶ୍ରୀଜଗନ୍ନାଥେ ତାହା ଦେଖିଲେ ଦୂରେ ଥାଇକୋଠାର ନାରାଜ ବେଗେ ବିନ୍ଧିଲେ ତୁହାଇ ।୪୮୦।ହାଥୀର କୁମ୍ଭ ସ୍ଥଳେ ଯେ ବାଣ ପଡ଼ିଲା ବଜ୍ର ଘୋଟିଛଇଛାଡ଼େ ବାଣ ଯେ ଗଲାକ ଦେହେ ଫୁଟି ।୪୮୧।ପୁଣିହିଂ ତୀକ୍ଷମୁନା ପାଞ୍ଚଶର ଘେନିଲେକ ବେଗେପଛେ ମାହୁନ୍ତଂକୁ ଯେ ମାଇଲେ ଅତି ରାଗେ ।୪୮୨।କତୁରୀ ପାଞ୍ଚବାଣ ପୂରୋଇଲେ ଧାତିକାରେସେ ବାଣ ବାଜିଲା ଯାଇ ଅଇରାବ୍ରତ ଉପରେ ।୪୮୩।ଫୁଟିଣ ଅଇରାବ୍ରତ ଆଉ ନୁଆରିଲା ଚଳିପଛଆଡ଼େ ଗରୁଡ଼ ଚଳଇ ମହାବଳୀ ।୪୮୪।ଗନ୍ଧର୍ବ ସଇନ ଯେ ଆବୋରି ରହିଥିଲେଗରୁଡ଼କୁ ଦେଖି ଛିନ୍ନଛତ୍ରେ ପଳାଇଲେ ।୪୮୫।ମହା ବିଶ୍ୱରୂପ ଧଇଲେକ ଅତିବେଗେଦିବସେ ଅନ୍ଧକାରମୟେ ଦିଶିଲାକ ସ୍ୱର୍ଗେ ।୪୮୬।ଆକାଶ ମାର୍ଗେ ଗରୁଡ଼ ଯେ ଆସୁଅଛି ଉଡ଼ିମହାଘୋର ଶବଦ ଗର୍ଜନ ସିଂଘରଡ଼ି ।୪୮୭।ଦେଖିଣ ଜମ୍ଭୋଭେଦୀ କୋପେଣ ବିକରାଳୀବାବଲ ଶହସ୍ର ବାଣ ବିନ୍ଧିଲେ ମହାବଳୀ ।୪୮୮।ଆକାଶେ ଯେସନେକ ଉଡ଼ଙ୍ଗେ ଆସନ୍ତି ଉଡ଼ିଗରୁଡ଼ ପିଠିରେ ବାଣ ପଡ଼ି ପଡ଼ଇ ଉପୁଡ଼ି ।୪୮୯।କଥାର ବେଗ୍ରେ ହରି ଯେ ଶହସ୍ର ବାବଲ ତୀକ୍ଷଖରଷଣ ମନଭେଦୀ ସନ୍ଧିଲେ ଅନ୍ତରୀକ୍ଷ ।୪୯୦।ଇନ୍ଦ୍ର ବିସର୍ଜିଲା ଯେ ପାତାଳବଳୀ ଚାହିଂଗନ୍ଧର୍ବେ ପଳାଇଲେ ଗରୁଡ଼କୁ ଭୟେ ପାଇ ।୪୯୧।ମହାଘୋର ସାଂଗ୍ରାମରେ କେହି ନ ଘୁଞ୍ଚିଲେବ୍ରହ୍ମାଂକ ଅଗ୍ରତେ ଯାଇଂ ନାରଦେ କହିଲେ ।୪୯୨।ଭୋ ପିତା ଇନ୍ଦ୍ର ଦେବତା ପୁରକୁ ଯେ ଗୋବିନ୍ଦେ ବିଜେକଲେନନ୍ଦନବନ ବୁଲନ୍ତେ ପାରିଜାତକ ତରୁ ଦେଖିଲେ ।୪୯୩।ସତ୍ୟଭାମା ଦେଖିଣ ଯେ ଶରଧା କଲେ ଯହୁଂପାରିଜାତକ ତରୁ ହରି ଉପାଡ଼ିଲେ ତହୁଂ ।୪୯୪।ଗରୁଡ଼ ପିଠିରେ ଦ୍ୱାରିକାକୁ ନେଉଥିଲେଗନ୍ଧର୍ବେ ଯାଇ ଇନ୍ଦ୍ର ଛାମୁରେ କହିଲେ ।୪୯୫।କୋପେଣ ସୁରରାଜ ଗନ୍ଧର୍ବ ବଳ ଘେନିନିର୍ଭରେ ବେଢି ସାଂଗ୍ରାମ କଲେକ ସେ ପୁଣି ।୪୯୬।ମହାଘୋର ସାଂଗ୍ରାମ ଯେ କରନ୍ତି ଆରଣିୟେଥକୁ ଉପାୟେ ଧାତା କରିଟି କି ପୁଣି ।୪୯୭।ମରୁଳ ବାହାନେ ଯେ ବ୍ରହ୍ମା ଚଳିଗଲେଇନ୍ଦ୍ର ବାହାନେ ଛାମୁରେ ଯାଇଂଣ ମିଳିଲେ ।୪୯୮।ଆକାଶଗଙ୍ଗା କୂଳେ ପାରିଜାତକ ଛଳେମହାଘୋର ସାଂଗ୍ରାମ ଲାଗିଛି କୁତୂହୋଳେ ।୪୯୯।ୟେସନକ ସମୟେ ଯାଇ ମିଳିଲେ ବେଦବରମଧ୍ୟରେ ଉଭା ହୋଇ ସ୍ତୁତି କଲ୍ୟାଣ କରନ୍ତି ଅପାର ।୫୦୦।ଜୟ ତୁ ବିଶ୍ୱନାଥ ଜଗବନ୍ଦନ ଦୀନବନ୍ଧୁଜୟ ତୁ ବିଶ୍ୱନାଥ କୃପାଜଳ ସିନ୍ଧୁ ।୫୦୧।ଜୟ ତୁ ବିଶ୍ୱନାଥ ଯେ ସଂସାର କାରେଣିଜୟ ତୁ ବିଶ୍ୱନାଥ ଲକ୍ଷ୍ମୀର ପ୍ରାଣମଣି ।୫୦୨।ଜୟ ତୁ ବିଶ୍ୱନାଥ ଗୋ ବ୍ରାହ୍ମଣ ହିତକାରୀଜୟ ତୁ ବିଶ୍ୱନାଥ ଶଙ୍ଖଚକ୍ରଧାରୀ ।୫୦୩।ଜୟ ତୁ ବିଶ୍ୱନାଥ ଅଶେଷ ବିଶ୍ୱବାସଜୟ ତୁ ବିଶ୍ୱନାଥ କରୁଣା କଟାକ୍ଷ ।୫୦୪।ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଆଦିକରିଜଳ ସ୍ଥଳ ଅନଳେ ତୁ ସବୁଠାରେ ଅଛୁ ପୁରି ।୫୦୫।ପୃଥୀର ଭରାଭର ଯେ ନିବାରିବା ପାଇଂଦ୍ୱାପରେ ଜାତ ହେଲ ମାନବ ଦେହ ବହି ।୫୦୬।ଆମ୍ଭର ଜନମ ସଫଳ ହୋଇଲାକ ଆଜଅବ୍ୟକ୍ତ ବିଶ୍ୱରୂପ ଦେଖିଲି ଦେବରାଜ ।୫୦୭।ତୋହୋର ସଞ୍ଚିଲା ୟେ ଅଟଇ ସୁରପତିୟେସନେକ ସ୍ତୁତି ଯେ ବୋଲନ୍ତି ବେଦପତି ।୫୦୮।ବ୍ରହ୍ମାଂକର ବଚନ ଶୁଣି ହରି ହୋଇଲେକ ତୋଷବିଶ୍ୱନାଥଂକୁ ବ୍ରହ୍ମା ପ୍ରବୋଧି ଇନ୍ଦ୍ରଠାରେ ପ୍ରବେଶ ।୫୦୯।ମନପବନ ଦଣ୍ଡ ଯେ ଚଢିଲେ ଅତିବେଗନିଶଂକେ ମିଳିଲେ ଯାଇ ଇନ୍ଦ୍ର ଦେବତାଂକ ଆରେ ।୫୧୦।ପିତାମହଂକ ଆଗତ ଦେଖିଣ ସୁନାଶୀରତକ୍ଷଣେ ଗଜରୁ ଉତୁରିଲେ ଧାତିକାର ।୫୧୧।ଅଷ୍ଟରତ୍ନ ବିବିଧ ପାତ୍ରେ ଗଙ୍ଗାଜଳ ପୂରୋଇବ୍ରହ୍ମାର ବେନି ଚରଣେ ଅଭିଷେକ କଲେ ଯାଇ ।୫୧୨।ଗନ୍ଧପୁଷ୍ୟ ଧୂପ ଦୀପ ନଇବେଦ୍ୟ ଦିଲାପୁଣ ପୁଣ ଶତେବାର ଯେ ଗଡ଼ଘାଲି ଶୁଭିଲା ।୫୧୩।କର ଯୋଡ଼ି ଛାମୁରେ କଲା ଅନେକ ସ୍ତୁତିବୋଇଲେ ଭୋ ପିତା ତୋର ପ୍ରସାଦେ ସିନାୟେସନ ବିଭୁତି ।୫୧୪।ତୁ ସେ ସଞ୍ଚିଲା ମୋତେ କରିଛୁ ୟେଡ଼େଜଣତୋହୋର ପ୍ରସାଦେ ମୋର ୟେଡ଼େ ବଡ଼ପଣ ।୫୧୫।ସ୍ୱର୍ଗ ମର୍ତ୍ତ୍ୟ ପାତାଳ ମୁଂ ଯେ କରିପାରଇ ସାଧ୍ୟସାଂଗ୍ରାମେ ଜିଣନ୍ତା ନାହିଂ ମୋତେ ତିନିଭୁବନ ମଧ୍ୟ ।୫୧୬।ୟେବେ ଯେ ଦ୍ୱାରିକାପୁରକୁ ସର୍ବଦେବେ ଦେବେ ଧାଡ଼ିଯାଦବନ୍ତ ମାରି ଦ୍ୱାରିକା ଆଣିମି ଉପାଡ଼ି ।୫୧୭।ବାଉନକୋଟି ଭଣ୍ଡାର ଜୂର କରି ଆଣିମି ସର୍ବଚଉରାଶିକୋଟି ଯାଦବଂକର ଗଞ୍ଜିବି ସର୍ବ ଗର୍ବ ।୫୧୮।ଶୁଣିଣ ପିତାମହ ପାଇଲେ ବଇରାଗବୋଇଲେ ଆମ୍ଭର ବୋଲ ଛାଡ଼ି କି ଲଘିଂବୁ ଧର୍ମମାର୍ଗ ।୫୧୯।ବାବୁ ତୋହୋର ଭଳି ଲୋକ ଯେବେ କରିବୁ ଅବିଚାରସଂସାର ନାଶ ଯିବ ନା ସଞ୍ଚୟେ ଭାରାଭର ।୫୨୦।ଛାଡ଼ ପରିତାପ ନ ଧର ଦୁଷ୍ଟମତିଚିର ହୋଇ ରହିବ ନା ଅଚଳାଚଳ ସମ୍ପତ୍ତି ।୫୨୧।ଛାଡ଼ ଦୁଷ୍ଟପଣ କରସି ଆମ୍ଭର ବୋଲଆମ୍ଭର ବଚନ ଲଘିଂଲେ ନାହିଂ ତୋତେ ଭଲ ।୫୨୨।ଶୁଣି ଇନ୍ଦ୍ରଦେବତା ହୋଇଲେକ ମନଶାନ୍ତିତୁମ୍ଭେ ଯାହା ବୋଲିବ କରିବି ବେଦପତି ।୫୨୩।ପିତାମହ ବୋଇଲେ ଯୁଦ୍ଧ ଯେ ନ କରନିଅନ୍ତୁ ପାରିଜାତେକ ବେଗେ ତୁହି ଛାଡ଼ ।୫୨୪।ଆମ୍ଭେ ହେ ୟେଥିପାଇଂ ବୋଲୁଛୁ ବହୁତଶ୍ରୀକୃଷ୍ଣ ସଙ୍ଗତେ ତୁମ୍ଭେ ନ ଯୁଝିବା କଦାଚିତ ।୫୨୫।ଆହେ ନିଚୟ କରିଣ ତୁମ୍ଭେ ଶୁଣ ସୁରରାୟେତାହାର ସଞ୍ଚିଲା ଆମ୍ଭେ ସମସ୍ତ ଦେବତାୟେ ।୫୨୬।ୟେ ତୋହୋର ଇଚ୍ଛା ନିମନ୍ତେ ଆମ୍ଭେ ବୋଲୁଛଂ ପରିଘାଇସାଂଗ୍ରାମ କଲେ ତୋହୋର ଆଜ ବର୍ତ୍ତି ନାହିଂ ।୫୨୭।କପଟ କୃଟ ମାୟା ହେ ଦେବ ନାରାୟଣତୋତେ ମାରିଣ ସ୍ୱର୍ଗ କରିବ ରଣଭଣ ।୫୨୮।ଇନ୍ଦ୍ର ଗୋବିନ୍ଦ ଭେଟ କରାଇବା ୟେହିଠାବେନୋହିଲେ ବ୍ରତିବାକୁ ନାହିଂଟି ପ୍ରସ୍ତାବେ ।୫୨୯।ଅନେକ ଉପୁଗାର କରିଅଛନ୍ତି ତୋହୋର ପାଇଂଆମ୍ଭେ ଅନେକ ପ୍ରକାର ଆସିଛୁଂ ବୁଝାଇ ।୫୩୦।ଆମ୍ଭେ ତ୍ରିଦଶ୍ୟଂକର କି ଉପ୍ରୋଧ ପାରୁ ଛାଡ଼ିୟେକଥା ବିଚାରି ବେଗେ ଯାଅ ଯା ବାହୁଡ଼ି ।୫୩୧।ଯଦ୍ୟପି ବଳିଆଇ ଭାଙ୍ଗିବୁ ଆମ୍ଭରବୋଲଶ୍ରୀକୃଷ୍ଣ ବଚନ ତୋତେ ନାହିଂଟି ଯେ ଭଲ ।୫୩୨।ଶୁଣି ଇନ୍ଦ୍ର ଦେବତା ମନେ ପାଇଲାକ ଭୀତିବୋଇଲା ତୋହୋର ଆଗ୍ୟାଂ କେମନ୍ତେ ଲଘିଂବି ବେଦପତି ।୫୩୩।ଅଙ୍ଗାରପନ୍ନଙ୍ଗକୁ ଆଗ୍ୟାଂ ଦିଲା ବାହୁଡ଼ାଇ ଆଣ ଥାଠବ୍ରହ୍ମାର ବଚନ ଲଂଘିତେ ହୋଇଚ ବହୁ ଘୋଟ ।୫୩୪।ଶୁଣିଣ ଅଙ୍ଗାରପନ୍ନଙ୍ଗ ଥାଠ ଆଣିଲା ବାହୁଡ଼ାଇଚଳିଲେ ସମଦଣ୍ଡ ନଇଋତବାଗି ହୋଇ ।୫୩୫।ଅମରାବତୀ କଟକେ ଯାଇଂ ଇନ୍ଦ୍ର ଦେବତା ମିଳିଗୋବିନ୍ଦଂକ ସନ୍ନିଧକୁ ବୋଲି ବ୍ରହ୍ମାୟେ ଗଲେ ଚଳି ।୫୩୬।ଆକାଶଗଙ୍ଗା କୂଳେ ପାରିଜାତକ ତରୁ ଘେନିୟେସନେକ ସମୟେ ଯାଇ ମିଳିଲେକ କୁଶପାଣି ।୫୩୭।ଦୂରୁ ଦେଖି ଗୋବିନ୍ଦ ଯେ କଲେ ନମସ୍କାରଗୋବିନ୍ଦ ପଚାରିଲେ ବ୍ରହ୍ମା କେଉଣ କୃତ୍ୟ କଲ ।୫୩୮।ନିଚିନ୍ତେ ପୁଷ୍ୟଭୋଗ କର ଚକ୍ରପାଣିଭରାବର ଉଶ୍ୱାସ କର ଅର୍ଜୁନକୁ ଘେନି ।୫୩୯।ଇଦଂ ପ୍ରତିବାକ୍ୟ ଯେ ବଦନ୍ତି ବେଦବରଭୋ କୃଷ୍ଣ ୟେବେ ପାରିଜାତିକ ଘେନିଦ୍ୱାରିକାକୁ ବିଜେକର ।୫୪୦।ୟେହା ଶୁଣି କୃତକୃତ୍ୟ ହୋଇଲେ ଚକ୍ରପାଣିଆବର ଅନେକ ଉପହାର ଶ୍ରୀକୃଷ୍ଣଂକୁ ଦିଲେ ଆଣି ।୫୪୧।ଯେ ଯାହାର ଅନରୂପେ ସକଳ ଦେବତାବୃନ୍ଦଶ୍ରୀଜଗନ୍ନାଥକଇଂ ଅନେକ ଅକ୍ଷତ ଦିଅନ୍ତି ସାନନ୍ଦ ।୫୪୨।ଶ୍ରୀନାରାୟଣ ପାଦପଦ୍ମେ ସମସ୍ତେ କଲେ ପୂଜାଗରୁଡ଼ ପିଠିରେ ବିଜେ କଲେ ଦେବାଧିଦେବ ରାଜା ।୫୪୩।ସକଳ ଦେବତାମାନନ୍ତ ଦେଇଣ ମେଲାଣିଅନ୍ତରୀକ୍ଷ ମାର୍ଗେ ଚଳିଗଲେ ଚକ୍ରପାଣି ।୫୪୪।ଅନନ୍ତ ମାୟାଧର ସ୍ୱାମୀ ଅଶେଷ ବିଶ୍ୱବାସକୁଶସ୍ଥଳୀ ଦ୍ୱାରିକାରେ ଯାଇଂ ହୋଇଲେ ପରବେଶ ।୫୪୫।ଖଣ୍ଡେ ଦୂରେ ଯାଇ ଯେ ଦେଖିଲେ ଦେବହରିସୁନ୍ଦର ଶୋଭାବନ ଦ୍ୱାରିକା ନାମେ ପୁରୀ ।୫୪୬।ସୁବର୍ଣ୍ଣ ପର୍ବତ ଯେସନେକ ଆକାଶୁଂ ପଡ଼ଇ ଖସିତେସନେକ ସୁନ୍ଦର ଯେ ଦ୍ୱାରିକାପୁର ଦିଶି ।୫୪୭।ମଧ୍ୟାହ୍ନ ଆଦିତ୍ୟ କି ଉଦୟେ ବାଳରବି ଜ୍ୟୋତିଝିଲିମିଲି ହୋଇ ତେସନେକେ ବିରାଜନ୍ତି ।୫୪୮।ବିନତା ନନ୍ଦନ ପିଠିରେ ନାରାୟଣ ଛନ୍ତି ବସିବାହାନାଦ କରି ବିନତା ନନ୍ଦନ ଆକାଶରୁପଡ଼ଇ ଖସି ।୫୪୯।ପକ୍ଷୀର ବାହାନାଦ ଶୁଭଇ ତଡ଼ବଡ଼ିଶ୍ରାବଣ ମାସରେ ଯେହ୍ନେ ମେଘ ଘଡ଼ଘଡ଼ି ।୫୫୦।ଅଣଚାଣ ପବନ ପ୍ରାୟେ ଶୁଭଇ କି ବାତଦଲଦଲିତ ବସୁନ୍ଧରୀ ବ୍ରହ୍ମାଣ୍ଡ ଖଣ୍ଡ ସାତ ।୫୫୧।ଶବଦକୁ ଶୁଣିଲେ ସମସ୍ତ ଯାଦବବୃନ୍ଦଦେଖିଲେ ଦିବ୍ୟରୂପ ଗରୁଡ଼ ଗୋବିନ୍ଦ ।୫୫୨।ନବର ସିଂଘଦ୍ୱାରେ ବିଜେ କଲେକ ଦେବହରିଦେଖିଣ ଯାଦବେ ଅଇଲେ ଯେ ଯାହାରି ।୫୫୩।ଇନ୍ଦୁବତୀଂକ ନବରେ ଯେ ସୁରଥ ନବଭ୍ରାଥ ଥଲେନବରେ ପଶନ୍ତେ ଆସି ଛାମୁରେ ଦରଶନ କଲେ ।୫୫୪।ସୁରଥନ୍ତ ଦେଖି ହାଥ ଧରି ଦେବହରିନବରକୁ ବିଜେ କଲେ ଗରୁଡ଼ ପିଠିରୁ ଉତୁରି ।୫୫୫।ଉଗ୍ରସେନଂକୁ ନମସ୍କାର କରିଣ ଦେବ ନାରାୟଣପ୍ରଣପତ୍ୟ ହୋଇଲେ ଯାଇଂ ବସୁଦେବଂକ ଚରଣ ।୫୫୬।ତଦନ୍ତରେ ବସୁଦେବଂକ କଲେ ପାଦପୂଜାଇନ୍ଦୁମତୀଂକୁ ନମସ୍କାର କଲେ ଦେବରାଜା ।୫୫୭।ଆବରେ ଯାଦବେ ଯେ ଯାହାରେ ପୂଜା କରିଯେ ଯାହା ଅନରୂପେ ମାନ୍ୟ କଲେ ଦେବହରି ।୫୫୮।ସନାତନ ପୁରୁଷ ଯାହାର ଆଦିଅନ୍ତ ନାହିଂସମସ୍ତ ଭେଇଛନ୍ତି ସଂସାର ଚେଷ୍ଟା ପାଇଂ ।୫୫୯।ସେ ଯେବେ ଆନନ୍ଦେ ନ କରିବେ ପାଳଣାସମସ୍ତ ପ୍ରାଣୀମାନେ ହୋଇବେ ଯେ ବଣା ।୫୬୦।ଯାହା ଆନୁଆନେ ହୋଇ ଶୁଭକର୍ମଲୋକାଚାର କର୍ମେ ସେ କରନ୍ତି ମାନ୍ୟଧର୍ମ ।୫୬୧।ଶୁଣ ହୋ ବିଲଂକ ଦେଶରାଜା ବଦନ୍ତି ଅଗସ୍ତି ମୁନିଇତିଶ୍ରୀ ମହାଭାରଥ ପୁରାଣ ପୁଣ୍ୟ ଧୁନି ।୫୬୨।ୟେଥୁ ଅନନ୍ତରେ ଯେ ସମସ୍ତ ଯାଦବ ବଳୟେ ଯାହାର ନିଜ ପୁରକୁ ଚଳିଲେ ସକଳ ।୫୬୩।ସ୍ରାହାନ ନିତ୍ୟକର୍ମ ଯେ ସାରିଲେ ଦେବହରିବିଶ୍ୱାସୀ ଲୋକନ୍ତ ଘେନି ମୁଣୋହିରେ ବିଜେ କରି ।୫୬୪।ଆପଣେ ଦେବକୀ ମାୟେ ପରଷନ୍ତି ଅନ୍ନଚଉରାଶି ମଢ଼ଫୁଲି ଯୋଗାଡ଼ ଯେତେ ବର୍ଣ୍ଣ ।୫୬୫।ଅମୃତ ଶୃଦ୍ଧ୍ୟପାକ ଅନ୍ନ ଅପୂର୍ବ ରାନ୍ଧଣାସମ୍ପୂର୍ଣ୍ଣ ଅନ୍ନ ଯେ ୟେକକୁ ଆରେକ ଜିଣା ।୫୬୬।ଭୁଞ୍ଜିଣ ତ୍ରିପୁତି ଯେ ହୋଇଲେ ଭଗବାନଆଞ୍ଚୋବନ ସାରିଣ ଯେ ତାମ୍ବୋଳ କରନ୍ତି ଭୋଜନ ।୫୬୭।ସତ୍ୟଭାମାଂକ ପୁରେ ପାରିଜାତ ରୋପିଲେ ନେଇସତ୍ୟଭାମାଂକୁ ଘେନି ଅବକାଶ ଗୋସାଇଂ ।୫୬୮।ୟେଥୁ ଅନନ୍ତରେ ଉଦୟେ ଦିନମଣିସୁଧର୍ମା ସଭାରେ ବିଜୟେ କଲେ ଚକ୍ରପାଣି ।୫୬୯।ଇତି ଶ୍ରୀମହାଭାରଥ ବିଷ୍ଣୁ ପୁରାଣ ବାଣୀପାପାଧି ମହାପାତକ କ୍ଷୟେ ହୋଇବ ଶୁଣି ।୫୭୦।ଅଗସ୍ତି ବୋଇଲେ ଶୁଣ ବିଲଂକ ଦେଶରାୟଇଦଂ ପାରିଜାତକ ହରଣ ସମାପତ ହୋୟେ ।୮୭୧।ଜୟ ତୁ ଜଗନ୍ନାଥ ଲକ୍ଷ୍ମୀର ପ୍ରାଣବନ୍ଧୁଅଶେଷ ମହିମା ଯେ କୃପାଜଳ ସିନ୍ଧୁ ।୮୭୨।ଖଙ୍ଖ ଚକ୍ର ଗଦା ପଦ୍ମ ଶାରଙ୍ଗ ଚତୁର୍ଭୁଜଦେବାଧିଦେବ ରାଜା ଅଶେଷ ବିଶ୍ୱତେଜ ।୫୭୩।ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଚାରିଖାନିଚଉରାଶିକୋଟି ଯାଦବ ଉପରେ ଶିରୋମଣି ।୫୭୪।କଳ୍ପନା କାମନିଧି ଅଶେଷ ଗୁଣଗ୍ରାହୀବିନାଗତି କରୁଣା ଶରଣାଗତ ତ୍ରାହି ।୫୭୫।ବ୍ରହ୍ମା ଇନ୍ଦ୍ର ଗଙ୍ଗାଧର ଯାହାରେ କରନ୍ତି ଲୟେଅକ୍ଷୟେ ଅଜାମ୍ବର ଯେ ନିରାକାର କାୟେ ।୫୭୬।ମନ ବୁଦ୍ଧି ଅହଂକାର ଅତ୍ୟନ୍ତ ତୋର ତନୁୟେକା ନିଶ୍ୱାସକେ ଯାହାର କୋଟିୟେକ ମନୁ ।୫୭୭।କାଳାନ୍ତେ ଯୁଗାନ୍ତେ ପ୍ରଳୟାନ୍ତେକ ପାଳଣାଗଣଗନ୍ଧର୍ବ ଦେବତା ତୋର ମାୟାରେ ପଡ଼ି ହୁଅନ୍ତି ବଣା ।୫୭୮।ତୁ ଦେବ ଅନାଦି ପରମ ଧର୍ମ ବ୍ରହ୍ମଅକ୍ଷରହୁଂ ବିବର୍ଜିତ ନାମ ତୋର ସୂକ୍ଷ୍ମ ।୫୭୯।ଶ୍ରୁତି ସ୍ମୃତି ପ୍ରକୃତି ଅର୍ଜିଲୁ ଆପଣେ ୟେକାଅନେକ ରୂପ ସ୍ୱାମୀ ନାହିଂ ତୋର ଲେଖା ।୫୮୦।ସତ୍ୱ ରଜ ତମ ତ୍ରିଗୁଣ ଅନ୍ତରସନାତନ ପୁରୁଷ ତୋତେ ନାହିଂ ପଟାନ୍ତର ।୫୮୧।ପୃଥ୍ୱୀ ଆପ ତେଜ ଯେ ବାଇବ ଆକାଶପଞ୍ଚଭୂତ ତୋର ଯେ ଶରୀରେ ପ୍ରକାଶ ।୫୮୨।ଜନ୍ମ କର୍ମ ବନ୍ଧନରେ ଭେଦ ଅକ୍ଷ ଧ୍ୟାୟେ ତିଥି ମୂଳେଉତ୍ପତ୍ତି ସ୍ଥିତି ସ୍ୱଧ୍ୟାୟେ ଭିଆଇଲୁ ସର୍ବକାଳେ ।୫୮୩।ଅନ୍ତର ଅନନ୍ତ ରୂପ ଧରୁ ଯେ କାମମୂର୍ତ୍ତିଜଳ ସ୍ଥଳ ଅନଳରେ ତୁହି ସିନା ସ୍ଥିତି ।୫୮୪।କଳ୍ପନା କାମନିଧି ଦେବ ଦେବତାଂକୁ ପୂରିଭାରାଭର ଅର୍ଥେ ଯେ ତୁ ନାନାରୂପ ଧରି ।୫୮୫।ବିଶ୍ୱ ସଂସାର ତୋର ଯେ ଖେଳାଘର ଲୀଳାକଉତୁକେ ମାନବ ରୁପ ଯେ ଧଇଲୁ ନନ୍ଦବଳା ।୫୮୬।ଦ୍ୱାପରେ ମାନବ ରୂପେ ଯେ ତୁ ଧଇଲୁ ଆପଣେମହାଭାରଥ ଯୁଦ୍ଧ ତୁ କରିବାକୁ ଗୋଳରଣେ ।୫୮୬।ବନ୍ଦଇ ସାରୋଳା ମା ଗୋ ଜଙ୍ଖେରପୁର ବାସୀସଂସାର ଜନେ ମା ଗୋ ତୋହୋର ନାମ ଘୋଷି ।୫୮୮।ସେ ସର୍ବ ସିଦ୍ଧି ମା ଗୋ ରହିଲୁ ନିଚିନ୍ତେଅସୁର ନିବାରିଲୁ ସଂସାରଜନ ହିତେ ।୫୮୯।ସିଂଘବାହିନୀ ତୁ ଭ୍ରମୁ ତିନିପୁରେତୋହୋରେ ଦେବେ ରକ୍ଷା ହୋଇଲେ ସ୍ୱର୍ଗରେ ।୫୯୦।ଅସୁର ନିବାରଣୀ ତୁ ଦୁର୍ଗତି ତାରେଣୀତୋହୋର ମହିମା କେ ଜାଣିବ ପରିମାଣି ।୫୯୧।ଦେବଂକୁ ଅଗୋଚର ତୋହୋର ମହିମାମନୁଷ୍ୟେ ଜନ୍ମ ହୋଇ କେ ଜାଣିବ ତୋର ସୀମା ।୫୯୨।ତେଣୁ କରି ପ୍ରାର୍ଥନା ହୋଉଅଛି ମୁହିଂପିମ୍ପୁଡ଼ି ଉପରେଣ ପର୍ବତ ଲଦିଲେ ମହାମାୟୀ ।୫୯୩।ୟେଣିକି ଅଗୋଚର ହେଉଅଛି ମୋତେତୁ ଦେବୀ ପ୍ରସନ୍ନ ଯେ ହୁଅ ଶୁଦ୍ଧ ଚିତ୍ତେ ।୯୮୪।ହୀନ ପଣ୍ଡିତ ମୁଂ ଅଟଇ ସାରୋଳା ଦାସଶ୍ରୀଚଣ୍ଡୀ ସରୋଳା ପାଦେ ରହୁ ମୋର ଆଶ ।୫୯୫।୧୨୯୭୦।ଶିବ ବିବାହୟେଥୁ ଅନନ୍ତରେ ବଇବସୁତ ମନୁ ନୃପବରକୁମ୍ଭ ଋଷିଂକର ସୁତ ଅଗସ୍ତି ମୁନିବର ।୧।ତାହାଂକର ପାଦତଳେ ବଇବସୁତ ପଡ଼ିଉଠି ଉଭା ହୋଇ ଶିରେ କର ଯୋଡ଼ି ।୨।ତୁମ୍ଭ ପାଦପଦ୍ମେ ମୁନି ନିତ୍ୟେ ମୋର ସେବାଯାହା ପଚାରିବି ମୋତେ ତାହା କହିଦେବା ।୩।ଆଦ୍ୟପର୍ବର କଥା ଚରିତ ସମସ୍ତ ବୁଝିଲିଅନେକ ବିଭା ଉତ୍ସବ ସମର ଶୁଣିଲି ।୪।ପାତାଳପୁରର ବିଭା ମଞ୍ଚପୁର ବିଭାସ୍ୱର୍ଗପୁର ବିଭା ଅସୁରଂକର ମରିବା ।୫।ୟେ ଆଦ୍ୟ ପର୍ବର ଯେତେ ଚରିତ ଯେ ମାନପ୍ରତି ପ୍ରତି କରି ମୋତେ କହିଲେ ଆପଣ ।୬।ୟେକ କଥା ଯେ ମୋତେ ଫେଡ଼ି ନ କହିଲ ।୭।ଯେଉଂକଥା ଗୁପତ କରି ରଖିଅଛ ଚିତ୍ତେସେ କଥା ଫିଟାଇଣ କହ ତୁମ୍ଭେ ମୋତେ ।୮।ୟେହା ଶୁଣି ବୋଲନ୍ତି ଅଗସ୍ତି ମୁନିମଣିକେଉଂଣ ଚରିତ ମୋତେ କହ ନୃପମଣି ।୯।ୟେହା ଶୁଣି ବୋଲନ୍ତି ଯେ ବଇବସୁତ ରାଜନସାବଧାନେ ଶୁଣ କୁମ୍ଭରଷିଂକ ନନ୍ଦନ ।୧୦।ଯେଉଂ କଥାରେ ସଂଶୟ ଅଛି ମୋହୋର ମନସେ କଥାମୁଂ କହୁଅଛି ଶୁଣ ସାବଧାନ ।୧୧।ବ୍ରହ୍ମା ବିଷ୍ଣୁ ଶିବ ଅଟନ୍ତି ତିନିଜଣତିନିଜଣଂକର ପଉରୁଷ କଲ ଯେ ଭିଆଣ ।୧୨।ସାବିତ୍ରୀଂକି ବିଭା ହୋଇଲେ ବ୍ରହ୍ମା ପୁଣି଼ବରୁଣ ଜେମାଂକୁ ବିଭା ହେଲେ ଚକ୍ରପାଣି ।୧୩।ଈଶ୍ୱରେ କାହାକୁ ବିଭା ହେଲେ ମୁନିବରକାହାର ନନ୍ଦିନୀ କିସ ନାମ ଯେ ତାହାର ।୧୪।କେମନ୍ତ ପ୍ରକାରେ ବିଭା ହୋଇଲେ ଈଶ୍ୱରେଅଗସ୍ତି ବୋଇଲେ ବଇବସୁତ ମନୁ ଢାଳେ ।୧୫।ୟେହା ଶୁଣିବାକୁ ଅଟୁ ତୁ ଭାରଜନଆନ କେହି ବୁଝିବାକୁ ପଚାରନ୍ତା ୟେମାନ ।୧୬।ବଇବସୁତ ପୁଚ୍ଛାକଲେ ମୁନିଂକର ଚରଣରେକେବଣ ଚରିତ୍ରମାନ ହେଲା ସେ ବିଭାରେ ।୧୭।ଇଶ୍ୱରଂକ ବିଭା ମୋତେ ବିସ୍ତାରି କହ ପୁଣପ୍ରତି ପ୍ରତି କରି ମୋତେ କହିବ ଆପଣ ।୧୮।ତୁମ୍ଭ ଶ୍ରୀମୁଖରୁ ମୁଂ ୟେହି ରସ ଶୁଣିନିସ୍ତାର ହୋଇବି ୟେହି ଭବ ତରଙ୍ଗିଣୀ ।୧୯।ୟେହା ଶୁଣି କହନ୍ତି କୁମ୍ଭଋଷି ବାଳୟେକମନେ ଶୁଣ ତୁ ହୋ ବଇବସୁତ ମହୀପାଳ ।୨୦।ତୁ ବଡ଼ ଧାର୍ମିକ ରାଜା ଅଟୁ ଯେ ମହତତୋତେ ବୁଝାଇ ଆମ୍ଭେ କହିବା ସମସ୍ତ ।୨୧।ଇଶ୍ୱରଂକ ବିଭା ବଡ଼ ରହସ୍ୟ ଚରିତ୍ରୟେକମନେ ଶୁଣ ତୁମ୍ଭେ ବିଲଂକ ନୃପନାଥ ।୨୨।ହେମବନ୍ତର ତୁହିତାୟେ ଯେ ହୋଇଲେ ଉତପତ୍ତିସୁନ୍ଦର ଦେଖି ନାମ ତାହାର ଦିଲେକ ପାର୍ବତୀ ।୨୩।ଦିନୁଂ ଦିନୁଂ କୁମାରୀ ପିତାଘରେ ଯେ ବଢ଼ଇହେମବନ୍ତ ଯେ ଝିଅକୁ ଦେଖିଣ ଭାଳଇ ।୨୪।ୟେକଦିନେ ପିତା ମାତା ବସିଣ ବିଚାରନ୍ତିକାହାକୁ ପ୍ରଦାନ କରିବା ଆମ୍ଭେ ଯେ ଦୋହିତୀ ।୨୫।ୟେତେ କହି ବେନିଜନ ଭାଳୁଛନ୍ତି ବସିୟେମନ୍ତର ସମୟେ ପାର୍ବତୀ ମିଳିଲେକ ଆସି ।୨୬।ପିତାମାତାଂକ ବିରସ ଦେଖିଣ କୁମାରୀପଚାରନ୍ତି ମାତାଂକର କରେ କର ଧରି ।୨୭।କିମ୍ପାଇ ବିରସ ତୁମ୍ଭେ ହୋଉଛ ଗୋ ମାତଦୋହିତୀ ବଚନ ଶୁଣି କହେ ହେମବନ୍ତ ।୨୮।ଶୁଣ ଗୋ ପାର୍ବତୀ ତୁହି ମୋହୋର ବଚନଯହିଂର ନିମନ୍ତେ ଭାଳୁଅଛୁଂ ବେନିଜନ ।୨୯।ପିତାଘରେ ଦୁହିତା ହେଇଲେ ରଜୋବତୀୟେକାଉନ ପୁରୁଷ ନର୍କଗତି ଯାନ୍ତି ।୩୦।ତୁ ବାଳଭାବ ଛାଡ଼ି ୟେବେ ହେଲୁ କନ୍ୟାକାହାକୁ ପ୍ରଦାନ କରିବି ତୋତେ ତୁ ହେଲୁ ୟେବେ ବାମା ।୩୧।ୟେହିକଥା ବିଚାରି ଭାଳୁଛୁ ବେନିପ୍ରାଣୀୟେହା ଶୁଣିଣ ପାର୍ବତୀ ବୋଲୁଛନ୍ତି ପୁଣି ।୩୨।ଶୁଣସି ପିତା ମାତା ତୁମ୍ଭେ ମୋହୋର ବଚନୟେ କଥାରେ ଭ୍ରାନ୍ତି ତୁମ୍ଭେ ନ କର ମନେଣ ।୩୩।ମୋହୋର ସିନା କାନ୍ତ ଅଟନ୍ତି ପଶୁପତିତାହାନ୍ତ ଦେଖିଲେ ମୁଂ ହୋଇବି ରଜୋବତୀ ।୩୪।ତାଂକୁ ନ ଦେଖିଲେ ମୁଂ ନୁହଇ ରଜକାରୀୟେହି କନ୍ୟାରୂପେଣ ମୁଂ ଥିବି ଯୁଗ ଚାରି ।୩୫।ଯୁଗକୁ ଯୁଗ ଅଟନ୍ତି ମୋର ବରୟେଥିକି ଶୋଚନା ତୁମ୍ଭେ ନ କର ମନର ।୩୬।ୟେତେ କହି ପାର୍ବତୀ ଯେ ମଉନ ହୋଇଲେୟେହା ଶୁଣି ହେମବନ୍ତ ପୁଣ ପଚାରିଲେ ।୩୭।ବୋଇଲେ ଶୁଣ ମାୟେ ଗୋ ମୋହୋର ଉତ୍ତରହର ଯେବେ ଅଟନ୍ତି ତୋହୋର ନିଜ ବର ।୩୮।ୟେବେ ସେହୁ ଅଛନ୍ତି ଯେ କେବଣ ଭୁବନଇଶ୍ୱର ଚରିତ ମୋତେ କହ ବୁଝାଇଣ ।୩୯।ୟେଥିର ଚରିତ ମୋତେ ବୁଝାଇଣ କହତେବେ ସେ ମନରୁ ମୋର ଫିଟିବ ସନ୍ଦେହ ।୪୦।ପିତାର ବଚନ ଶୁଣି ବୋଲନ୍ତି ପାର୍ବତୀସଦାଶିବ ସ୍ୱାମୀ ମଞ୍ଚପୁରେ ତ ନାହାନ୍ତି ।୪୧।ଠିକ ଠିକ କରି ବଚନ କହଇ ତୁମ୍ଭଂକୁମଞ୍ଚ ତେଜି ହର ଯେ ଗଲେ ହଟକେଶ୍ୱରକୁ ।୪୨।କୁଶବିଡ଼ି ଅର୍ଥେ କପିଳାକୁ ବଧ କଲେବେଦର ବିବାଦେ ବ୍ରହ୍ମାର ମୁଣ୍ଡକୁ ମୋଡ଼ିଲେ ।୪୩।ସେ ଦୋଷ ଅର୍ଥେ ହର ରହି ନୁଆରିଲେମଞ୍ଚ ତେଜ୍ୟା କରିଣ ସେ ହଟକେଶ୍ୱରକୁ ଗଲେ ।୪୪।ହଟକେଶ୍ୱରେ ତପ କରୁଛନ୍ତି ବସିଦୋଷ ଛଡ଼ାଇଣ ତହୁଂ ଆସିବେକ କାଶୀ ।୪୫।ସେହି ଈଶ୍ୱରଂକୁ ମୁହିଂ ବିଭା ଯେ ହୋଇବିନୋହିଲେ ଯେ ତୋର ଘରେ କନ୍ୟାରୂପେ ଥିବି ।୪୬।ୟେତେକହି ପାର୍ବତୀ ଯେ ହୋଇଲେ ମଉନୟେଥୁ ଅନ୍ତେ ତହୁଂ ଗଲା କେତେ ଦିନ ।୪୭।ୟେକମନେ ତୁମ୍ଭେ ଶୁଣ ବଇବସୁତହଟକେଶ୍ୱରପୁରେ ଈଶ୍ୱରଂକର ଯେଉଂଣ ଚରିତ ।୪୮।ବୃଷଭ ଉପରେ ଯେ ହର ବିଜେକଲେତ୍ରିଶୂଳ ଗୋଟିୟେ ଯେ ହାଥରେ ଧଇଲେ ।୪୯।ନବଲକ୍ଷ ଡମ୍ବରୁ ବାଜଇ ଶୂନ୍ୟେଣହେମନ୍ତ ବାଟେ ସେହୁ କଲେକ ଗବନ ।୫୦।ପାତକ ମୋଚନ କରିତେ ବିଶ୍ୱବାସୀହଟକେଶ୍ୱରପୁରେ ଅଛନ୍ତି ସେ ବସି ।୫୧।ୟେସନେକ ସମୟେ ଗଲା କେତେଦିନସ୍ରାହାନ ସାରି ଈଶ୍ୱରେ ବସିଲେ ଧ୍ୟାନେଣ ।୫୨।ଧ୍ୟାନ କରନ୍ତି ସେ ମଞ୍ଚପୁରକୁ ଅନାଇଚିତ୍ତ ସ୍ଥିର କରି ଶୁଣ ବିଲଂକ ନୃପସାଇଂ ।୫୩।ମଞ୍ଚପୁର ଚରିତ ଜାଣିଲେ ଯୋଗରେପାର୍ବତୀ ଜନ୍ମ ହେଲେଣି ହେମବନ୍ତର ଘରେ ।୫୪।ହଟକେଶ୍ୱରପୁରୁ ବାହାରିଣ ହରବିଜୟେ କଲେ ଆସି ମଞ୍ଚ ମଣ୍ଡଳର ।୫୫।କପିଳାସପୁରେ ଆସି ପ୍ରବେଶ ହୋଇଲେନିଚିନ୍ତ ହୋଇଣ ତହିଂ ଈଶ୍ୱରେ ରହିଲେ ।୫୬।ୟେଥୁ ଅନନ୍ତରେ ତହୁଂ ଗଲା କେତେ ଦିନମେରୁ ସଭାକୁ ଈଶ୍ୱର କଲେକ ଗବନ ।୫୭।ଡମ୍ବରୁ ଶବଦ ଶୁଣି ପାର୍ବତୀ ଜାଣିଲେହଟକେଶ୍ୱରୁଂ ହର ୟେତେ ଦିନେଣ ଅଇଲେ ।୫୮।ମାତା ଆଗେ ଯାଇ କହିଲେ ପାର୍ବତୀଶୂନ୍ୟେଣ ଡମ୍ବରୁ ବଜାଇଣ ଈଶ୍ୱରେ ଆସନ୍ତି ।୫୯।ୟେହି ହର ମାଗୋ ଅଟନ୍ତି ମୋର ବରପାର ଯେବେ ମୋତେ ତୁମ୍ଭେ ୟାଂକୁ ବିଭାକର ।୬୦।ଲାଜ ସଂକୋଚ ଫିଟାଇ କହିଲଇଂ ମୁହିଂୟେହାଂକ ବେତ୍ରକେ ମୋରଆନେ କାର୍ଯ୍ୟ ନାହିଂ ।୬୧।ୟେତେ କହିଣ ପାର୍ବତୀ ମଉନ ରହିଲେୟେହାଶୁଣି ହେମବନ୍ତୀ ଉଚ୍ଛନ୍ନ ହୋଇଲେ ।୬୨।ପାର୍ବତୀଂକ ନିଷ୍ଠୁର ବାଣୀ ଶୁଣିଣ ହେମବନ୍ତୀତତକ୍ଷଣେ ବିଜେକଲେ ହେମବନ୍ତ କତି ।୬୩।ବୋଇଲେ ଭୋ କାନ୍ତ ଶୁଣ ମୋର ବାଣୀଈଶ୍ୱର ଯାଉଛନ୍ତି ଯେ ମେରୁସଭାକୁ ପୁଣି ।୬୪।ଶୁଣ ଶୂନ୍ୟେ ନବଲକ୍ଷ ଡମ୍ବରୁ ବାଜଇପାର୍ବତୀଂକି ବିଭା ଦେବା ୟେଠାରେ ରଖାଇ ।୬୫।ୟେହାଶୁଣି ହେମବନ୍ତ ହରଷ ହୋଇଲେକିଛିଦୂର ଯାୟେ ସେହୁ ପାଛୋଟି ଯେ ଗଲେ ।୬୬।ଦେଖିଲେ ବୃଷଭ ଚଢି ଈଶ୍ୱରେ ଆସନ୍ତିବିଭୂତି ଭୂଷଣ ଜଟା ତଳେଣ ଲମ୍ବନ୍ତି ।୬୭।ତିନିନେତ୍ର ତାହାଂକର ଦିଶନ୍ତି ରଙ୍ଗମୟେକୋଟିୟେ କନ୍ଦର୍ପ ଜିଣି ଅଙ୍ଗ ଶୋଭା ପାୟେ ।୬୮।ଇଶ୍ୱରଂକ ମୂରତି ଦେଖିଣ ହେମବନ୍ତହୃଦଗତେ ବିଚାରି ହୋଇଲେ କୃତକୃତ୍ୟ ।୬୯।ବୋଇଲେ ଭୋ ସଦାଶିବ ଯାଇଛ କାହିଂକିଡମ୍ବରୁ ଶୁଣି ଅଇଲି ତୁମ୍ଭର ତହିଂକି ।୭୦।ମୋହୋର ଭୁବନକୁ ହୋ ବିଜୟେ କର କାଶୀହେମବନ୍ତ ବଚନେ ହରଷ ବିଶ୍ୱବାସୀ ।୭୧।ବେନିଜନେ ସଙ୍ଗ ହୋଇ ତହୁଂ ଚଳିଗଲେହେମବନ୍ତ ନିଜପୁରେ ପ୍ରବେଶ ହୋଇଲେ ।୭୨।ବୃକ୍ଷଭ ଉପରୁ ଓହ୍ଲାଇଣ ଗଙ୍ଗାଧରବିଜୟେ କଲେ ଯାଇଂ ଜଗତୀ ଉପର ।୭୩।ହେମବନ୍ତପୁର ଦେଖି ହରଷ ହୋଇଲେବହୁତ ପ୍ରଶଂସା କରି ବଚନ ବୋଇଲେ ।୭୪।ଧନ୍ୟ ହେମନ୍ତେ ରାଜା ନବର ତୋହୋରିକେତେ ଯୁଗ ତପ କରି ପାଇଲୁ ୟେ ପୁରୀ ।୭୫।ୟେହାଶୁଣି ହେମବନ୍ତ ହରଷ ହୋଇଲାଗଉରବ କରିଣ ସେ ହରଂକୁ ରଖିଲା ।୭୬।ହର ବୋଇଲେ ହେମବନ୍ତ ଯାଇହୋ ବହନପାର୍ବତୀକି କହ ବେଗେ କରୁ ସେ ରନ୍ଧନ ।୭୭।ୟେହାଶୁଣି ହେମବନ୍ତ ବେଗେ ଚଳିଗଲେପାର୍ବତୀର ଆଗେ ଯାଇ ସକଳ କହିଲେ ।୭୮।ବୋଇଲେ ଗୋ ପାର୍ବତୀ ଶୁଣ ମୋ ବଚନବହନ ରନ୍ଧନ କର ହର କରିବେ ଭୋଜନ ।୭୯।ୟେହା ଶୁଣିଣ ପାର୍ବତୀ ବେଗେ ଚଳିଗଲେରୋଷାଇଶାଳରେ ଯାଇଂ ପ୍ରବେଶ ହୋଇଲେ ।୮୦।ରନ୍ଧନ କଲେ ଯାଇଂ ବେଗେ ଶାଳିଅନ୍ନହେଙ୍ଗୁ ଜୀରା ମେଥି ପକାଇଣ ମୁଗ ଯେ ତିଉଣ ।୮୧।କନ୍ଦ ଲୁଚି ପୁରି ବଢ଼ା ଝିଲି ଯେ ମିଠାଇଆରିସା ଲଡୁ କଚୋରୀ ସିଂଗଡା ଯେ ଖଇ ।୮୨।ଶୁଆଂମଣ୍ଡା ୟେଣ୍ଡୁରି ଗଇଂଠା ଯେଉଟ ଫୁଲଚିନି ପକାଇଣ ପଣାକଲେ ସମତୁଲ ।୮୩।ଚକୁଳି ଛୁଞ୍ଚିପତର ଛେନା ମନୋହରଖିରି ଖିରିସା ଶାକର ସକଳ ଦ୍ରବ୍ୟ ସାର ।୮୪।ଗଉରୀ ସଉରୀ ନଳ ତ୍ରିବିଧି ତିନିପ୍ରତିଯୁଗତ କରିଣ ଯେ ପାର୍ବତୀ ରାନ୍ଧିଛନ୍ତି ।୮୫।ଇଶ୍ୱରଂକୁ ନିଉନ୍ତି ଭୋଜନେ ବସାଇଲେଆପେ ଯେ ହେମବନ୍ତ ତହିଂ ପରଶିଲେ ।୮୬।ଭୋଜନ କରି ହରଷ ହେଲେ ପଶୁପତିବିଚାରିଲେ ୟେ ଯୋଗାଡ଼ ରାନ୍ଧିଛନ୍ତି ପାର୍ବତୀ ।୮୭।ୟେ ରାନ୍ଧଣା ରାନ୍ଧିବାକୁ ଅନେକ ଭାର୍ଜନହେମନ୍ତ ଘରେ ଆସି ପାର୍ବତୀ ଜନମ ।୮୮।ୟେ କଥାମାନ ଇଶ୍ୱରେ ହୃଦଗତେ ଜାଣିଆଞ୍ଚୋବନ କଲେ ତହିଂ ସୁଶୀତଳ ପାଣି ।୮୯।କର୍ପୂର ପାନ ବିଡ଼ଆ ହେମବନ୍ତ ଦିଲେହରଷ ହୋଇଣ ତାହା ଈଶ୍ୱରେ ଭୁଞ୍ଜିଲେ ।୯୦।ବୃଷଭହିଂ ତହିଂ ସେହି ଯୋଗାଡ଼ମାନ ପାଇଲେପାଇଣ ବୃଷଣ ତହିଂ ଆନନ୍ଦ ହୋଇଲେ ।୯୧।ୟେଥୁ ଅନନ୍ତରେ କହନ୍ତି ଅଗସ୍ତି ମୁନି ତହିଂୟେକମନେ ଶୁଣ ତୁ ହୋ ବିଲଂକ ନୃପସାଇଂ ।୯୨।ବଡ଼ ରହସ୍ୟ କଥା ୟେବେ ହୋଇବ ୟେଣିକିଚନ୍ଦ୍ରଶେଖର ବିଭା ହୋଇବେ ପାର୍ବତୀଂକି ।୯୩।ହର ବସିଅଛନ୍ତି ମନରେ ଆନନ୍ଦିତ ହୋଇହେମବନ୍ତ ସ୍ତୁତି କରିକରକୁ ଯୋଡ଼ଇ ।୯୪।ଭୋ ଦେବ ଚନ୍ଦ୍ରଶେଖର ଗଙ୍ଗା ଶିରରେ ତୋହୋରଭୋ ଦେବ ଚନ୍ଦ୍ରଶେଖର ତ୍ରିଶୂଳ ତୋର କର ।୯୫।ଭୋ ଦେବ ଶିବ ହୋ ତୋର ବୃଷଭ ବାହନଭୋ ଦେବ ଶିବ ତୁହି ପୁରୁଷଂକ ଉତ୍ତମ ।୯୬।ଭୋ ଦେବ ଶିବ ଅଟୁ ତୁହି ମୂଳ ସ୍ତମ୍ଭସମସ୍ତ ଚଳ ନାଥ ତୁହି ଅଟୁ ଦମ୍ଭ ।୯୭।କେହୁ ବ୍ରହ୍ମା କେହୁ ବିଷ୍ଣୁ କେହୁ ମହେଶ୍ୱରଜ୍ୟେଷ୍ଠ ନାମ ଗୋଟି ତୁମ୍ଭରି ସବୁରି ଉପର ।୯୮।ଭୋ ଦେବ ଶିବ ୟେ କାହୁଂ ଉତପତ୍ତିଭୋ ଦେବ ଶିବ ଯେ ତୋତେ କେହି ନ ଜାଣନ୍ତି ।୯୯।ଭୋ ଦେବ ଶିବ ତୋର ଧବଳ ବର୍ଣ୍ଣ କାୟେଭୋ ଦେବ ଶିବ ତୋତେ ପୃଥିବୀ ତିଳ ପ୍ରାୟେ ।୧୦୦।ଭୋ ଦେବ ସଦାଶିବ ତୁମ୍ଭେ ଅଟ ଯେ ଅଲୀଳପାଦ ନଖକୋଣେ ଯେ ରହିଛି ସକଳ ।୧୦୧।ଭୋ ଦେବ ଶିବ ତୁ ନିରଞ୍ଜନ ଅବତାରଜୟ ଜୟ ସଦାନନ୍ଦ ଦ୍ୱାଦଶ ନାମ ତୋର ।୧୦୨।ଅନେକ ମତେ ହରଂକୁ ହେମବନ୍ତ ସ୍ତୁତି କଲେକରପତ୍ର ଯୋଡ଼ିଣ ଛାମୁରେ ଉଭା ଯେ ହୋଇଲେ ।୧୦୩।ହେମବନ୍ତ ତୁସ୍ତି ଶୁଣି ସନ୍ତୋଷ ହର ଚିତ୍ତେବୋଇଲେ ୟେଡ଼େ ତୁସ୍ତି କରୁ ଯେ କିମ୍ଫେ ମୋତେ ।୧୦୪।ଯହିଂ ନିମନ୍ତେ ତୁସ୍ତି ଯେ କରୁଛ ଆପଣସେକଥା ଫେଡ଼ି କହ ମୋହୋର ଆଗେଣ ।୧୦୫।ଯାହା ସେ ତୁମ୍ଭେ କହିବ କରିବଇଂ ମୁହିଂଈଶ୍ୱରଂକୁ ହେମବନ୍ତ କରଯୋଡ଼ି କହି ।୧୦୬।ମୋହୋର ବଚନ ତୁମ୍ଭେ କର ତ୍ରିପୁରାରିହେମବନ୍ତୀ ଗର୍ଭୁଂ ଜାତ ୟେକଇ କୁମାରୀ ।୧୦୭।ତାହାର ନାମ ଗୋଟି ଅଟଇ ପାର୍ବତୀତ୍ରୋଇଲୋକ୍ୟ ମୋହିନୀ ସେହି ଅଟେ ରୂପବନ୍ତୀ ।୧୦୮।ସେ ତୁହିତା ଗୋଟି ମୁହିଂ ଦେବଇଂ ତୁମ୍ଭଂକୁୟେ କଥା ଯେ ରହିଥିବ ଯୁଗ ଯୁଗାନ୍ତକୁ ।୧୦୯।ୟେହା ଶୁଣି ଈଶ୍ୱର ଯେ ହରଷ ହୋଇଲେକୋମଳ ବଚନ ହେମବନ୍ତକୁ କହିଲେ ।୧୧୦।ବୋଇଲେ ହେମବନ୍ତ ଶୁଣ ମୋ ବଚନୟେବେ ଯାଉଅଛୁ ଆମ୍ଭେ ମେରୁ ଯେ ଆସ୍ଥାନ ।୧୧୧।ମେରୁ ଆସ୍ଥାନରେ ଥିବେ ତ୍ରିଦଶ ଦେବତାୟେସମସ୍ତଂକୁ କହିବୁ ଆମ୍ଭେ କହିବା କଥାୟେ ।୧୧୨।ଦେଖୁଣି ବେଭାରମାନ ଆମ୍ଭେ ଚଳାଇବାପଶ୍ଚାନ୍ତରେ ଆମ୍ଭେ ବିଭାଲଗ୍ନ ଧରି ବିଭାଦେବା ।୧୧୩।ଆମ୍ଭେ ୟେହା କହିଲୁ ତୁମ୍ଭ ଆମ୍ଭର ସତ୍ୟ ଯେ ବଚନପାର୍ବତୀ ବେତ୍ରକେ ଆମ୍ଭେ ନୋହିବୁ ଆନମନ ।୧୧୪।ୟେତେ କହି ଈଶ୍ୱରେ ଉଠି ଉଭାହେଲେବୃଷଭ ଉପରେ ଚଢି ମେରୁସଭାରେ ମିଳିଲେ ।୧୧୫।ତେତିଶକୋଟି ଦେବ ମେରୁରେ ଛନ୍ତି ବସିୟେହି ସମୟେ ତହିଂ ବିଜୟେ କଲେ କାଶୀ ।୧୧୬।ଈଶ୍ୱରଂକୁ ଦେଖି ସର୍ବ ଦେବତାୟେ ଉଠିଲେମାନନା କରି ଦେବସଭା ମଧ୍ୟେ ବସାଇଲେ ।୧୧୭।କୁଶଳ ବାରତା ତହିଂ ପୁଚ୍ଛା ପୁଚ୍ଛି ହୋଇହରଷେ କହନ୍ତି ଶିବ ଦେବଂକ ମୁଖ ଚାହିଂ ।୧୧୮।ଭୋ ଦେବ ସକଳ ଶୁଣ ମୋ ବଚନଦୁହିତାୟେ ଦେବ ମୋତେ ହେମବନ୍ତ ରାଜନ ।୧୧୯।ଦେଖୁଣିଘର ଦ୍ରବ୍ୟମାନ ଦିଅ ମୋତେ ତୁମ୍ଭେଆବର ବେଭାର ଦ୍ରବ୍ୟ ମାଗୁଅଛୁ ଆମ୍ଭେ ।୧୨୦।ଈଶ୍ୱରଂକ ବଚନ ଶୁଣି ଦେବଗଣେଦେଖୁଣି ଘର ବିଧାନ ଭିଆଇ ବହନେ ।୧୨୧।ଦେଖୁଣିଘରକୁ ଯେତେ ଅଂଶ ଭାବ ହୋଇସକଳ ଦେବତାୟେ ସଭାରେ ତାହା ଆଣି ଥୋଇ ।୧୨୨।ପୁରି ପାଞ୍ଚ ଭାର ଯେ ମିଠାଇ ପାଞ୍ଚ ଭାରଫେଣା ପାଞ୍ଚଭାର ଯେ ନଡ଼ିଆ ପାଞ୍ଚଭାର ।୧୨୩।ବସାଦଧି ପାଞ୍ଚଭାର ଆବର କନ୍ଦ ପାଞ୍ଚଭାରକଦଳୀ ଦଶଭାର ଯେ ବିଚିତ୍ର ପ୍ରକାର ।୧୨୪।ବିଚିତ୍ର ବସନ ପାଞ୍ଚଭାର ପିନ୍ଧା ଶାଢ଼ୀ ଆଣିଯୁଗତ କରିଣ ଥୋଇଲେ ତାହା ପୁଣି ।୧୨୫।କଦଳୀ ପାଞ୍ଚଭାର ଘିଅ ଦୁଇଭାରଅମଳାଣ ପୁଷ୍ୟ ଯେ ଆଣିଲେ ସାତଭାର ।୧୨୬।ଅଗର ଚନ୍ଦନ ଦଶଭାର ଆଣିଲେପାନ ସାତଭାର ଗୁଆ ତିନିଭାର ତହିଂରେ ସଜାଡ଼ିଲେ ।୧୨୭।ୟେମନ୍ତେ ଅଣାଅଶିଭାର ତହିଂରେ ଯେ ହୋଇଦ୍ରବ୍ୟ ଦେଖି ହରଷ ହେଲେ ଶିବ ତହିଂ ।୧୨୮।ଭାର ଭାର କରି ସବୁ ଦ୍ରବ୍ୟ ସଜାଡ଼ିଲେଇନ୍ଦ୍ର ଥାଇଣ ସକଳଦେବ ଚାଳିଦିଲେ ।୧୨୯।ମେରୁ କନ୍ଦରକୁ ହେମବନ୍ତର ନବରପଞ୍ଚଦଶ ଯୋଜନ ପଥ ଅଟଇ ସେହୁ ଦୂର ।୧୩୦।ସକଳ ଭାର କରିଣ ତହୁଂ ଘେନି ଗଲେନାରଦେ ଯେ ଶୂନ୍ୟେ ଥାଇଣ ତାହା ଦେଖୁଥିଲେ ।୧୩୧।ମନେ ମନେ ନାରଦେ କଲେକ ବିଚାରଆଜ ହେମବନ୍ତେ ଲଜ୍ଜା କାରଇବି ହର ।୧୩୨।ୟେମନ୍ତ ବିଚାରିଣ ମନଦଣ୍ଡ ବିମାନେଆରୋହଣ କରି ନାରଦେ ଯେ ଚଳିଗଲେ ଶୂନ୍ୟେ ।୧୩୩।ସାତଯୋଜନ ପଥରେ ରହିଲେ ସେ ଯାଇୟେମନ୍ତ ସମୟରେ ଭାର ଘେନି ତହିଂ ।୧୩୪।ପ୍ରବେଶ ହୋଇଲେ ଦେବେ ଯାଇ ତାହାଂକ କତିରେତାହାନ୍ତ ଦେଖିଣ ମାୟାକଲେ ମୁନିବରେ ।୧୩୫।ବୋଇଲେ ହୋ କେଣିକି ଯାଉଛ ତୁମ୍ଭେମାନେଅନେକ ଦ୍ରବ୍ୟମାନ ତ ଅଛଇ ଗହନେ ।୧୩୬।ସେ ବୋଇଲେ ଶୁଣ ହୋ ନାରଦ ମୁନିବରୟେହୁ ଅଂଶ ଭାର ସବୁ ଦେଖୁଣି ଘରର ।୧୩୭।ଈଶ୍ୱର ଦେଇଛନ୍ତି ହେମବନ୍ତର ଘରକୁଦୋହିତୋୟେ ପ୍ରଦାନ ସେ କରିବ ହରଂକୁ ।୧୩୮।ନାରଦବୋଇଲେ ସବୁ ଅଟଇ ୟେ ମିଛଖାଇବାର ଦ୍ରବ୍ୟମାନ କାଢି ତୁମ୍ଭେ ରଖ ।୧୩୯।ପିନ୍ଧିବାର ବସ୍ରମାନ ପିନ୍ଧ ହୋ ଯତନେୟେହା ଶୁଣି ହରଷ ହୋଇଲେ ସର୍ବଜନେ ।୧୪୦।ନାରଦଂକ ବଚନ କେହି ନ ଜାଣିଲେଖାଇବାର ଦ୍ରବ୍ୟ ଖାଇ ବସନ ପିନ୍ଧିଲେ ।୧୪୧।ଫୁଲ ଚନ୍ଦନ ସବୁ ଯେ ଘେନିଲେ ଦେହରେପାନ ଗୁଆ ମିଶାଇ ଖାଇଲେ ରସଭରେ ।୧୪୨।ବୋଇଲେ ଆମ୍ଭେମାନେ କରିବୁ କେମନ୍ତବିଚାରିଣ କହ ତୁମ୍ଭେ ମୁନି ତପୋବନ୍ତ ।୧୪୩।ସେମାନଂକ ବଚନ ନାରଦ ଯେ ଶୁଣିହରଷ ହୋଇ ତାଂକୁ କହୁଛନ୍ତି ପୁଣି ।୧୪୪।ଆହେ ତୁମ୍ଭେ ସକଳ ଯେ ଆମ୍ଭ ଠାରୁ ଶୁଣଯହିଂ ଯାହା ରଖିବ ତାହା କହିବାକୁ ପୁଣ ।୧୪୫।କହନ୍ତି ନାରଦେ ଯେ ଶୁଣ ଆମ୍ଭ ବାଣୀପୁରି ଯହିଂ ଥିଲା ଘସି ତହିଂ ଥୁଅ ପୁଣି ।୧୪୬।ମିଠାଇମାନ ଥିଲା ଯେବଣ ହାଣ୍ଡିରସେହି ହାଣ୍ଡିମାନଂକରେ ରଖ ଯେ ପଥର ।୧୪୭।ଫେଣା ହାଣ୍ଡିରେଣ ରଖ ଗୁଣ୍ଡାଘସି ପୁଣିନଡ଼ିଆ ହାଣ୍ଡିରେ ବେଲଫଳ ପୂରାଅ ଆଣି ।୧୪୮।କଦଳୀ ସ୍ଥାନରେ ଅରଖ ଫୁଲ ଯେ ପୂରାଅଗୁଆ ଥିଲା ଯହିଂ ପାଟୋଳି ଫଳ ଥୂଅ ।୧୪୯।ଦହି ଯହିଂ ଥିଲା ପଂକ ପୂରାଅ ନେଇ ତହିଂକନ୍ଦ ସ୍ଥାନେ ବାଲି ଧୂଳି ପୂରାଅ ଯେ ନେଇ ।୧୫୦।ବସନମାନ ଥିଲା ଯେଉଂ ଆଡ଼ ଖୁରସେ ସ୍ଥାନମାନଂକରେ ପୂରାଅ ପତର ।୧୮୧।ହଳଦୀଆ ମାଟି ରଖ ହଳଦୀ ସ୍ଥାନରେକିଂଶୁକ ଫୁଲ ରଖ ଅମଳାନ ପୁଷ୍ୟଠାରେ ।୧୫୨।ଘିଅ କଳସିରେ ପୂରାଅ ହଳଦୀ ଯେ ପାଣିଚନ୍ଦନ ସ୍ଥାନରେ ଥୁଅ ଧଅକାଠ ଆଣି ।୧୫୩।ପାନ ସ୍ଥାନରେ ଆଳୁ ପତର ପୂରାଅମୁଦମାନ ଦେଇଣ ହେମବନ୍ତେ ଚଳିଯାଅ ।୧୫୪।ୟେତେ କହି ନାରଦେ ଯେ ଶୂନ୍ୟମାର୍ଗେ ଗଲେନାରଦଂକ ବଚନେ ଯେ ସେ ସେହିମତି କଲେ ।୧୫୫।ସ୍ଥାନମାନଂକରେ ସେ ସେହିମତି କରିମୁଦମାନ ଦେଇଗଲେ ହେମବନ୍ତ ପୁରୀ ।୧୫୬।ହେମବନ୍ତପୁରେ ଯାଇଂ ପ୍ରବେଶ ହୋଇଲେଦେଖି ସେମାନନ୍ତ ହେମବନ୍ତ ପଚାରିଲେ ।୧୫୭।ବୋଇଲେ ୟେ ଦ୍ରବ୍ୟମାନ କାହାର ଅଟଇସେ ବୋଇଲେ ୟେ ଦ୍ରବ୍ୟମାନ ହର ଛନ୍ତି ଦେଇ ।୧୫୮।ଦେଖୁଣି ଘର ଦ୍ରବ୍ୟ ଅଟଇ ୟେ ପୁଣଯତନ କରିଣ ୟେହା କର ସମ୍ଭାଳଣ ।୧୫୯।ୟେହା ଶୁଣି ହେମବନ୍ତ ହରଷ ହୋଇଷେଯତନ କରିଣ ଭଣ୍ଡାରେ ନେଇଣ ରଖିଲେ ।୧୬୦।ଗଲା ଲୋକ ମାନନ୍ତ ସେ ଚରଚା କରିଣବସାଇଲେ ନେଇ ତାଂକୁ ଭୋଜନ ସ୍ଥାନେଣ ।୧୬୧।ଷଡ଼ରସେ ଭୋଜନ ସେ କଲେକ ତହିଂରେଆଞ୍ଚୋଣ ସାରି ସେ ବସିଲେ ହରଷରେ ।୧୬୨।ୟେମନ୍ତର ସମୟେ ନାରଦ ମୁନିବରପ୍ରବେଶ ହୋଇଲେ ଯାଇ ହେମବନ୍ତ ପୁର ।୧୬୩।ନାରଦଂକୁ ଦେଖି ହେମବନ୍ତ ପୂଜାକଲେଚରଣ ପଖାଳିଣ ମୃଗଛାଲେଣ ବସାଇଲେ ।୧୬୪।ବୋଇଲେ ନାରଦ ମୁନି ତୁମ୍ଭେ କାହିଂ ଥିଲଆଜ ଆସି ଦୁର୍ଦ୍ଦଶା ମୋର ଉପେକ୍ଷିଲ ।୧୬୫।ନାରଦେ ବୋଇଲେ ଆମ୍ଭେ ଶୂନ୍ୟେ ଯାଉଥିଲୁତୋହୋର ପୁରେ ପୁଣ ଗହଳ ଶୁଣିଲୁ ।୧୬୬।ଶବଦ ଶୁଣି ୟେଣେ ଅଇଲୁ ତୋର ପୁରୟେହା ଶୁଣି ହେମବନ୍ତ କହନ୍ତି ଉତ୍ତର ।୧୬୭।ଶୁଣ ହୋ ନାରଦ ତୁମ୍ଭେ ମୋହୋର ବଚନକନ୍ୟାୟେ ଅଛି ମୋର ହରଂକୁ କରିବି ପ୍ରଦାନ ।୧୬୮।ପାର୍ବତୀ ବୋଲିଣ ନାମ ଅଟଇ ତାହାରିଈଶ୍ୱରଂକୁ ବିଭା ଦେବି ମୋହୋର କୁମାରୀ ।୧୬୯।ତହିଂର ନିମନ୍ତେ ୟେ ଆସିଛନ୍ତି ପୁଣଦେଖୁଣି ଘର ଦ୍ରବ୍ୟମାନ ଯେ ଘେନିଣ ।୧୭୦।ୟେହା ଶୁଣି ନାରଦେ ହରଷ ହୋଇଲେସପତସ୍ୱର ଆଳାପି ବୀଣାବାଦ୍ୟ କଲେ ।୧୭୧।ୟେଥୁ ଅନନ୍ତରେ ସେ ହେମବନ୍ତ ପୁଣିଅଇଲା ଲୋକ ମାନନ୍ତ କଲାକ ମେଲାଣି ।୧୭୨।ମେଲାଣି ହୋଇଣ ତହୁଂ ସର୍ବେ ଚଳିଗଲେଯେ ଯାହାର ପୁରେ ଯାଇଂ ପ୍ରବେଶ ହୋଇଲେ ।୧୭୩।ୟେଥୁ ଅନନ୍ତରେ ତହୁଂ ନାରଦ ମୁନିବରହେମବନ୍ତ ରାଜାକୁ ସେ କହନ୍ତି ଉତ୍ତର ।୧୭୪।ଆହୋ ହେମବନ୍ତ ରାଜା ଆମ୍ଭଠାରୁ ଶୁଣଯାଉଅଛୁଂ ଆମ୍ଭେ ସେ ସ୍ୱର୍ଗ ଯେ ଭୁବନ ।୧୭୫।ନାରଦଂକ ବାଣୀ ଶୁଣି ହେମବନ୍ତ କହିଦେଖିବ ନାହିଂକି ହର କି କି ଛନ୍ତି ଦେଇ ।୧୭୬।ୟେହା ଶୁଣି ନାରଦେ ଯେ ହରଷ ହୋଇଲେକି କି ଦ୍ରବ୍ୟ ଦେଇଛନ୍ତି ଦେଖିବା ବୋଇଲେ ।୧୭୭।ଭିତରକୁ ଗଲେ ସେ ନାରଦ ମୁନିବରଦେଖିଲେ ଥୁଆ ହୋଇଅଛି ଅଣାଅଶି ଭାର ।୧୭୮।ଫିଟାଇ ଦେଖନ୍ତି ତହିଂ ନାରଦ ମୁନି ବସିଦଶ ଗୋଟି ହାଣ୍ଡିରେ ପଶିଛି ପରା ଘସି ।୧୭୯।ଦଶଗୋଟି ହାଣ୍ଡିରେ ପଥର ପୂରିଛଇଦଶଗୋଟି ହାଣ୍ଡିରେ ଗୁଣ୍ଡା ଘସି ଅଛଇ ।୧୮୦।ଦଶଗୋଟି ହାଣ୍ଡିରେ ଅଛି ବେଲଫଳପାଟୋଳି ଫଳ ଅଛଇ ଛଅଗୋଟି ହାଣ୍ଡିର ।୧୮୧।ଅରଖ ଫୁଲ ପୂରିଛି ଦଶ ଯେ ଭାରରେପାଞ୍ଚଭାର ପଂକ ଅଛଇ ନିଚଳରେ ।୧୮୨।ବାଲି ପୂରିଅଛି ଦଶଗୋଟା ହାଣ୍ଡିରେକଦଳୀପତ୍ର ଅଛଇ ଦଶ ଆଡ଼ଖୁରେ ।୧୮୩।ହଳଦିଆ ମାଟି ଅଛି ପାଞ୍ଚ ୟେ ଭାରରହଳଦିଆ ପାଣି ଅଛି ଚାରି କଳଶିର ।୧୮୪।କିଂଶୁକ ଫୁଲ ଅଛି ତହିଂ ସାତଭାରଦଶଭାର ଧଅକାଠ ଅଛି ଯେ ତହିଂର ।୧୮୫।କଣ୍ଟାଆଳୁ ପତର ଯେ ସାତଭାର ଅଛିଫିଟାଇ ସବୁ ଦେଖିଲେ ବ୍ରହ୍ମାଂକର ବଚ୍ଛି ।୧୮୬।ହେମନ୍ତ ମୁଖକୁ ଚାହିଂଣ ମୁନିବରଆନନ୍ଦ ହୋଇଣ ସେ ହସନ୍ତି କର କର ।୧୮୭।ହେମବନ୍ତ ନାରଦଂକ ହସ ତହିଂ ଦେଖିୟେ ଭବିଷ୍ୟ ଦେଖି ପିଛାଡ଼ି ନୁଆରନ୍ତି ଆଖି ।୧୮୮।ନାରଦେ କହନ୍ତି ହୋ ଶୁଣ ହେମବନ୍ତଜାଣୁ ଜାଣୁ ତୁହି ପୁଣ କଲୁ ୟେହୁ କୃତ ।୧୮୯।ଈଶ୍ୱର ନାମ ବହି କରୁଥାନ୍ତି ୟେମନ୍ତତାହାନ୍ତ କେମନ୍ତେ ତୁ ଦେବୁ ତୋହୋର ଦୋହିତ ।୧୯୦।ଶମଶାନ ବାସୀ ସେହୁ ଇଶ୍ୱର ଅଟଇତୁହି ତ ଜାଣୁ ତାହାର କୁଳ ଗୋତ୍ର ନାହିଂ ।୧୯୧।ହାଡ଼ମାଳ ଲୋଚାୟେ ଲମ୍ବାଇଥାଇ ଗଳାରେପାଉଂଶ ଲୋଚାୟେ ଗୋଳି ହୋଇଥାୟେ ସେ ଦେହରେ ।୧୯୨।ମୃଗଚର୍ମ ଗୋଟାୟେ ସେ କାନ୍ଧେ ପକାଇଣ ଥାଇମୟୂର ପଚ୍ଛୀ ଗୋଟାୟେ ମୁଣ୍ଡରେ ଗୁଡ଼ିୟାଇ ।୧୯୩।ବସ୍ର ବିହୀନେ ପିନ୍ଧିଥାଇ ବୃକ୍ଷଇ ବକଳତ୍ରିଶୂଳ ଗୋଟାୟେ ଧରିଥାୟେ ବକ୍ଷସ୍ଥଳ ।୧୯୪।ବୃଷଭ ଗୋଟାୟେ ନିତ୍ୟ ଚଢିଥାଇଅନନ୍ତ ନାଗ ପଇତା ହୃଦରେ ଲମ୍ବଇ ।୧୯୫।ତାହାର ଛାରକୁ ଦେବୁ ୟେପରି କୁମାରୀଶୁଣିଣ ହେମବନ୍ତ ବହୁତ କ୍ରୋଧ କରି ।୧୯୬।ହେମବନ୍ତ କ୍ରୋଧ ଦେଖି ତହିଂ ହେମବନ୍ତୀସମ୍ଭାଳି ନୁଆରି କ୍ରୋଧ କଲା ଅପ୍ରମିତି ।୧୯୭।ବିପରୀତ ଅସମ୍ଭବ ଦେଖି ପୁରଜନେସମସ୍ତେ ରୋଦନ କଲେ ବିଦ୍ୟମାନେ ।୧୯୮।ଯେସନ ପର୍ବର କାଳେ ସାହେର ଗର୍ଜନରୋଦନ ଶବଦ ତହିଂ ଗହନ ତେସନ ।୧୯୯।ରୋଦନ ଶବଦ ତହିଂ ଶୁଣି ମୁନିବରହେମବନ୍ତ ରାଜାକୁ କରାଇଲେ ସ୍ଥିର ।୨୦୦।ରାଜା ସ୍ଥିର ହୁଅନ୍ତେ ତହୁଂ ପୁରଜନମାନେସମସ୍ତେ ଯେ ସ୍ଥିର ହେଲେ ମୁନିଂକ ବଚନେ ।୨୦୧।ବିଚିତ୍ର ଦ୍ରବ୍ୟମାନ ଅଛଇ ଠାବେ ଠାବେହେମବନ୍ତ ପୁରୁ ନାରଦେ ଚଳିଗଲେ ଭାବେ ।୨୦୨।ହେମବନ୍ତ ରାଜାକୁ ଲାଗିଲା ଗରୁ ବ୍ୟଥାଧ୍ୟାନ କରି ବ୍ରହ୍ମାଂକୁ ସେହୁ ଚିନ୍ତା ।୨୦୩।ହେମବନ୍ତ ଆରତରେ ଚିନ୍ତିଲାକ ଯହୁଂତତକ୍ଷଣେ ବ୍ରହ୍ମା ଆସି ବିଜେକଲେ ତହୁଂ ।୨୦୪।ବ୍ରହ୍ମାୟେ ବୋଇଲେ ଚିନ୍ତା କିମ୍ପେ କଲୁ ମୋତେକେବଣ ଚରିତ୍ର ମାନ କୁହ ମୋ ଅଗ୍ରତେ ।୨୦୫।ହେମବନ୍ତ ବୋଇଲା ଆସ ଯିବା ଭିତରକୁଦେଖୁଣି ବେଭାରମାନ ଦେଖାଇବା ତୁମ୍ଭଂକୁ ।୨୦୬।ଦେଖୁଣି ବେଭାର ଯାହା ଦେଇଛନ୍ତି ଈଶ୍ୱରେଭିତରକୁ ଆସ ତୁମ୍ଭେ ତାହା ଦେଖ ଥରେ ।୨୦୭।ୟେତେ କହି ହେମବନ୍ତ ବ୍ରହ୍ମାଂକୁ ଘେନିଗଲେଅସମ୍ଭବମାନ ସବୁ ଦେଖାଇଣ ଦିଲେ ।୨୦୮।ତାହା ଦେଖିଣ ବ୍ରହ୍ମା ସ୍ତମ୍ଭୀଭୂତ ହୋଇବିଚାରିଲେ ଆମ୍ଭ ଦିଲା ଦ୍ରବ୍ୟ କିଛି ନାହିଂ ।୨୦୯।କେହୁ ୟେଡ଼େ ବିପରୀତ କଲା ୟେଥେ ପୁଣପଚାରିବା କେହୁ ଆସିଥିଲା ୟେ ଭୁବନ ।୨୧୦।ୟେତେ ବିଚାରିଣ ବ୍ରହ୍ମା ଆପଣା ମନକୁପଚାରିଲେ ଚାହିଂ ହେମବନ୍ତର ମୁଖକୁ ।୨୧୧।ବୋଇଲେ ହୋ ହେମବନ୍ତ ଶୁଣ ଆମ୍ଭ ବାଣୀଆନ କେହି ଆସିଥିଲା ୟେ ଠାବକୁ ପୁଣି ।୨୧୨।ହେମବନ୍ତ କହଇ ଯେ ବ୍ରହ୍ମାଂକ ଅଗ୍ରତେୟେକା ଆସିଥିଲେ ଯେ ନାରଦ ତପୋବନ୍ତେ ।୨୧୩।ଯେହା ଶୁଣି ବ୍ରହ୍ମା ହେମବନ୍ତ ମୁଖ ଚାହିଂଶୁଣ ହେମବନ୍ତ ଚିତ୍ତ ସ୍ଥିରକରି ତୁହି ।୨୧୪।ୟେ କଥାକୁ ଶୋଚନା ତୁ ନ କର ମନେଣୟେ କଥାମାନ ସବୁ ନାରଦଂକ ଭିଆଣ ।୨୧୫।ଦେଖୁଣିଘର ବିଧାନ ଯେତେକ ଅଛଇସକଳ ଦେବତାମାନେ ଆମ୍ଭେ ଥିଲୁ ଦେଇ ।୨୧୬।ପ୍ରବୋଧ ବଚନେ କହି ବ୍ରହ୍ମା ଚଳିଗଲେଆପଣା ଭୁବନେ ଯାଇଂ ପ୍ରବେଶ ହୋଇଲେ ।୨୧୭।ୟେଥୁ ଅନନ୍ତରେ ତହିଂ ଗଲା କେତେଦିନଈଶ୍ୱରେ ବିଜେ କଲେ ମେରୁ ଯେ ଆସ୍ଥାନ ।୨୧୮।ସକଳ ଦେବତାମାନେ ମେଳିହେଲେ ତହିଂରେଣହରଂକୁ ଦେଖି ଉଠିଲେ ସର୍ବ ଦେବତାଗଣ ।୨୧୯।ମାନନା କରି ବସାଇଲେ ମେରୁସଭାର ମଧ୍ୟେଣ ।୨୨୦।ସଭାରେ ଯେ ପଡ଼ିଲା ଅନେକ ବିଷୟମାନପଶ୍ଚାନ୍ତେ ଈଶ୍ୱରେ ଯେ କହିଲେ ବଚନ ।୨୨୧।ୟେକମନେ ଶୁଣ ଆହେ ସକଳ ଦେବଗଣେଆମ୍ଭେ ତୁମ୍ଭଠାକୁ ଆସିଲୁ ଯେବଣ କାରଣେ ।୨୨୨।ହେମବନ୍ତ ପୁରକୁ ସମସ୍ତ କର ହୋ ଗବନବିଭାର ଯେ ଦିନ ବାର ଘେନିଆସ ପୁଣ ।୨୨୩।ୟେହାଶୁଣି ସର୍ବ ଦେବଗଣେ ବିଚାରିଲେବିଚାର କରିଣ ତହୁଂ ବ୍ରହ୍ମାଂକୁ ବୋଇଲେ ।୨୨୪।ଆହୋ ବ୍ରହ୍ମାୟେ ଚଳିଯାଅ ହୋ ବହନହେମବନ୍ତ ପୁରୁ ଯାଇ ବିଭାଲଗ୍ନ ଆଣ ।୨୨୫।ମକର ଯାଇଣ କୁମ୍ଭ ହୋଇଲା ପ୍ରବେଶବେଗେ ଯାଇ ତୁମ୍ଭେ ବିଭାଲଗ୍ନ ଘେନିଆସ ।୨୨୬।ସର୍ବ ଦେବଗଣେ ଆମ୍ଭେ ମେଳିହୋଇ ଯିବାଚନ୍ଦ୍ରଶେଖରଂକୁ ଯାଇ ବିଭା କରାଇବା ।୨୨୭।ଦେବଗଣଂକ ବଚନେ ବ୍ରହ୍ମା ଚଳିଗଲେହେମବନ୍ତ ପୁରେ ଯାଇ ପ୍ରବେଶ ହୋଇଲେ ।୨୨୮।ହେମବନ୍ତ ରାଜାକଇଂ କହନ୍ତି ବଚନମୋତେ ପଠିଆଇଲେ ସକଳ ଦେବଗଣ ।୨୨୯।ବିଭାର ଯେ ଲଗ୍ନ ଦିନ ଦିଅ ତୁମ୍ଭେ ମୋତେମେରୁ ଉପରେ ସଭା କରି ବସିଅଛନ୍ତି ସମସ୍ତେ ।୨୩୦।ୟେହାଶୁଣି ହେମବନ୍ତ ହରଷ ହୋଇଲେଦଇବଗ୍ୟଂକୁ ଡକାଇ ସେ ଲଗ୍ନ ବୁଝାଇଲେ ।୨୩୧।କୁମ୍ଭ ଚଉବିଂଶ ଦିନେ ବଡ଼ ଶୁଭ ଦୋଇତିଥିବାର ନକ୍ଷତ୍ର ସର୍ବ ଶୁଭ ଯେ ଅଟଇ ।୨୩୨।ସେହିଦିନ ପାର୍ବତୀଂକି ବିଭାକର ତୁମ୍ଭେତିଥିବାର କୋଷ୍ଠୀଗୋଟି ବୁଝି କହିଲୁ ଯେ ଆମ୍ଭେ ।୨୩୩।ବୁଝି ଲଗ୍ନ ଦିନ ବ୍ରହ୍ମା ତହୁଂ ଚଳିଗଲେମେରୁ ସଭା ତଳେ ଯାଇ ପ୍ରବେଶ ହୋଇଲେ ।୨୩୪।ସମସ୍ତ ଚରିତମାନ କହିଲେ ସଭାରେଆସ୍ଥାନ ମଉଳିଲା ଉଠିଗଲେ ଯେଝାପୁରେ ।୨୩୫।ସମସ୍ତ ଦେବଗଣମାନେ ତୁମ୍ଭେ ଯିବଆମ୍ଭର ଆଜଠାରୁ ସଦିଭାବ ଦେବ ।୨୩୬।ୟେଥୁ ଅନନ୍ତରେ ତହୁଂ କେତେଦିନ ଗଲାବିଭାର ବିଧାନ ମାନ ହେମବନ୍ତ କଲା ।୨୩୭।ନାନାରୂପେ ପୁରମାନ କଲାକ ମଣ୍ଡଣିମେରୁ ସଭାକୁ ଗଲା ଗୁଆ ଅକ୍ଷତ ଘେନି ।୨୩୮।ଗୁଆ ଅକ୍ଷତ ଦିଲେ ସର୍ବେ ଦେବତାଂକୁବୋଇଲେ ହରଂକୁ ଘେନିଯିବ ମୋହୋର ପୁରକୁ ।୨୩୯।ସଭାସ୍ଥ ଦେବତାଗଣମାନ ତୁମ୍ଭେ ସବୁ ଯିବହର ପାର୍ବତୀଂକି ତୁମ୍ଭେ ବିଭା କରାଇବ ।୨୪୦।ୟେତେ କହି ହେମବନ୍ତ ଗଲା ନିଜପୁରେସମସ୍ତ ଦେବତାୟେ କପିଳାସ ପୁରକଇଂ ଗଲେ ।୨୪୧।କପିଳାସପୁରେ ଯାଇଂ ହୋଇଲେ ପ୍ରବେଶଶ୍ରୀହରି ଚରଣ ସେବଇ କବି ସାରୋଳ ଦାସ ।୨୪୨।ୟେଥୁ ଅନନ୍ତରେ ଶୁଣ ବିଲଂକ ରାଜନମହାଦେବଂକର ବରବେଶର ବିଧାନ ।୨୪୩।ବିଭୂତି ଲେପନ ହେଳେ ସର୍ବାଙ୍ଗରେକୁଳିକ କର୍କୋଟକ ଦୁଇନାଗ ନାନ୍ଧିଲେ ଶିରରେ ।୨୪୪।ମହାପଦ୍ମ ନାଗକୁ ସେ ପଇତା କରିଣକାନ୍ଧେ ପଇତା ସଜାଡ଼ି ଦେଉଛନ୍ତି ଦେବଗଣ ।୨୪୫।ବିରସ ନାଗକୁ ସେ କଟିରେ ତୋର କଲେଶ୍ୱେତ ନାଗକୁ ସେ କଉପୀନ କରିଣ ପିନ୍ଧିଲେ ।୨୪୬।ପଦ୍ମନାଗ ତକ୍ଷକକୁ ସେ ଲମ୍ବାଇ ଗଳାରେଭୋଳେ ସେ ବିଜେ କଲେ ଯାଇ ବୃଷଭ ଉପରେ ।୨୪୭।ତ୍ରିଶୂଳ ଗୋଟିୟେକ ସେ ଘେନିଣ ହାଥରେନବଲକ୍ଷ ଡମ୍ବରୁ ସେ ବାଜଇ ଶୂନ୍ୟରେ ।୨୪୮।ଦେବଗଣଂକୁ ଘେନିଣ ସଙ୍ଗରେ ଚଳିଲେହେମବନ୍ତ ପୁରେ ଯାଇଂ ପ୍ରବେଶ ହୋଇଲେ ।୨୪୯।ୟେସନେକ ସମୟେ ତହିଂ ନାରଦ ମୁନିବାରତୁମ୍ବୁରୁ ବଜାଇଣ ଯେ ଯାଉଥିଲେ ଶୂନ୍ୟର ।୨୫୦।ହେମବନ୍ତ ପୁରେ ଯେ ଗହଳ ବାଣୀଶୁଣିତୁମ୍ବୁରୁ ନ ବଜାଇ ଶୂନ୍ୟରେ ରହିଲେ ମୁନିମଣି ।୨୫୧।ହେମବନ୍ତ ପୁରେ ବିଭା ଧ୍ୟାନେଣ ଜାଣିଲେଶୂନ୍ୟ ତେଜ୍ୟାକରି ଆସି ତା ପୁରେ ମିଳିଲେ ।୨୫୨।ଦେଖିଲେ ସଭାରେ ବସିଛନ୍ତି ଦେବଗଣବର ବେଶେ ବସିଛନ୍ତି ତହିଂ ହର ପୁଣ ।୨୫୩।ମନେ ବିଚାରିଲେ ୟେବେ ଉପାୟେ କରିବାହରଂକୁ ୟେ ସଭାୟେ ଲଜ୍ଜା କରାଇବା ।୨୫୪।ୟେତେ ବିଚାରି ନାରଦେ ଭିତରକୁ ଗଲେହେମବନ୍ତ ପୁରେ ଯାଇଂ ପ୍ରବେଶ ହୋଇଲେ ।୨୫୫।ନାରଦଂକୁ ହେମବନ୍ତୀ ୟହୁଂ ସେ ଦେଖିଲାଦଣ୍ଡବତ କରି କରଯୋଡ଼ି ଉଭାହେଲା ।୨୫୬।ହେମବନ୍ତୀ ଆଗରେ କହନ୍ତି ମୁନିବରଆଜ ତ ବଡ଼ ଉତ୍ସବ ୟେ ତୋହୋର ପୁର ।୨୫୭।କି ନିମନ୍ତେ ଦେବଗଣ ମାନେ ଆସିଛନ୍ତିୟେଥିର ଚରିତ ମୋତେ କହ ହେମବନ୍ତୀ ।୨୫୮।ଭୋ ଦେବ ନାରଦ ଶୁଣ ବଚନ ମୋହୋରିଈଶ୍ୱରଂକୁ ବିଭାଦେବି ମୋହୋର କୁମାରୀ ।୨୫୯।ୟେହା ଶୁଣି ନାରଦ ଯେ ବଚନ କହନ୍ତିଆଣନି ଦୋହିତା ତୋର କେତେ ରୂପବନ୍ତୀ ।୨୬୦।ୟେହା ଶୁଣି ହେମବନ୍ତୀ ଭିତରକୁ ଗଲାପାର୍ବତୀର ହାଥ ଧରି ଘେନିଣ ଅଇଲା ।୨୬୧।ନାରଦଂକ ଆଗରେ ଆଣି କଲା ଉଭାନିକଳଂକ ଚନ୍ଦ୍ର ଜାଣି ପାର୍ବତୀଂକ ଶୋଭା ।୨୬୨।ଦେଖିଣ ନାରଦେ ଯେ ହରଷ ହୋଇଲେବାହାରେ ବିରସ ହୋଇ ବଚନ ବୋଇଲେ ।୨୬୩।ଶୁଣ ଆଗୋ ହେମବନ୍ତୀ ଶୁଣ ମୋ ଉତ୍ତରପାର୍ବତୀଂକି ହରଂକୁ କିମ୍ପାଇକଲୁ ବର ।୨୬୪।ୟେଡେ ସୁନ୍ଦର ଝିଅକୁ ଅଖଡ଼େ ନାଶ କଲୁଜନ୍ମ କାଳେ ବିଷ ଦେଇ କିମ୍ପେ ନ ମାଇଲୁ ।୨୬୫।ନୋହିଲେ ପକାଇ ଦେଇଥାନ୍ତୁ ଜଳରେବାଳକାଳେ ଗୋଡ଼େ କିମ୍ପେ ନ ଦିଲୁ ଗଲାରେ ।୧୬୬।ସ୍ଥିର କରି ଚାହାଂ ନିଜେ ହରଂକୁ ଯେ ତହିଂକେମନ୍ତ ବରବେଶରେ ବସିଛନ୍ତି ସେହି ।୨୬୭।ଦେଖ ଶିରେ ବାନ୍ଧିଛନ୍ତି ବେନିଗୋଟି ଭୁଜଙ୍ଗବିଭୂତି ଲେପନ ଯେ ହୋଇଛି ସର୍ବାଙ୍ଗ ।୨୬୮।ଅହି ଗୋଟାୟେ କାନ୍ଧରେ ପଇତା ପକାଇଗଳାରେ ଲମ୍ବାଇଛି ସର୍ପ ଗୋଟା ଦୁଇ ।୨୬୯।କଟିରେ ଭିଡ଼ିଛି ଯୋଡ଼ାୟେକ ଅହି ପୁଣିପିନ୍ଧିଅଛି ସର୍ପେକ ଯେ କରିଣ କଉପୁନି ।୨୭୦।ତ୍ରିଶୂଳ ଗୋଟାୟେକ ଧରିଛି ହାଥରୟେ ତୋର ଝିଅକୁ କିମ୍ପେ ୟେହାକୁ କଲୁ ବର ।୨୭୧।ଦେଖୁ ଦେଖୁ ଝିଅକୁ ଜଳରେ ଝାସିଲୁଜନମ କାଳରୁ କିମ୍ପେ ୟେହାକୁ ନ ମାଇଲୁ ।୨୭୨।ୟେବେ କେମନ୍ତ କରି ଦେହ ଧରିବୁ ଯେ ତୁହିୟେ ସୁନ୍ଦର ଝିଅ ହରକୁ ପୁଣ ଦେଇ ।୨୭୩।ଦେଖ ସର୍ପ ଆଭରଣ ହର ହୋଇଛନ୍ତିୟେ ବିଭା ଉତ୍ସବେ ୟେହାଂକର ୟେସନେକ ରୀତି ।୨୭୪।ଯେବଣ ଜନମାନେ ବସ୍ରହୀନେ ଥାନ୍ତିଯାତ୍ରା ବିଭାକାଳେ ସେ ପଡ଼ିଶାଘର ଯାନ୍ତି ।୨୭୫।ସାଇ ପଡିଶାଘରୁ ଯେ ବସ୍ରେକ ମାଗିଣଆଣି ଯାତ୍ରା ସାରିଣ ଦିଅନ୍ତି ଫେରାଇଣ ।୨୭୬।ଯେଣୁ ୟେହାର କୁଳ ଗୋତ୍ର ନାହିଂ ପୁଣବସ୍ର ଆଭରଣ ସେ ପାଇବ କାହିଂ ଜାଣ ।୨୭୭।ଦେଖ ଯେଉଂ ସର୍ପମାନେ ଫୁ ଫୁ କରୁଛନ୍ତିବିଭାକାଳେ ନ ପୁଣ ସେ ଝିଅକୁ ଦଂସନ୍ତି ।୨୭୮।ୟେତେ କହି ମୁନିବର ମଉନେ ରହିଲେସ୍ଥିର କରି ହେମବନ୍ତୀ ହରଂକୁ ଚାହିଂଲେ ।୨୭୯।ଦେଖିଲେ ସର୍ପମାନେ ଅଛନ୍ତି ଦେହରଫୁ ଫୁ କାର କରି ସେହୁ ଗର୍ଜନ୍ତି ଗୁରୁତର ।୨୮୦।ତାହା ଦେଖିଣ ହେମବନ୍ତୀ ଝାମ ଯାଇପଡ଼ିଲେକ ଭୂମିରେ ଶରୀରେ ଗ୍ୟାନ ନାହିଂ ।୨୮୧।ଦାସୀମାନେ ତୋଳିମ ମୁଖେ ଛିଞ୍ଚିଲେକ ପାଣିଅସାଷ୍ଟମ ହୋଇ ହେମବନ୍ତୀ ରୋଦନ କରଇ ପୁଣି ।୨୮୨।ହେମବନ୍ତୀ ଅଷ୍ଟାସମ ହେମବନ୍ତ ଶୁଣିଲେସଭାରୁ ଆସି ଭିତର ପୁରରେ ମିଳିଲେ ।୨୮୩।ସାଷ୍ଟାମ ହୋଇଣ ଯେ ବସିଲେ ହେମବନ୍ତୀକାନ୍ତ ମୁଖ ଚାହିଂଣ ସେ ରୋଦନ କରନ୍ତି ।୨୮୪।ହେମବନ୍ତ ତହିଂଣ ଯେ ଅନେକ କ୍ରୋଧ କଲେହେମବନ୍ତୀ କର ଧରି ତାଂକୁ ବହୁତ ପ୍ରୋବଧିଲେ ।୨୮୫।ହେମବନ୍ତୀଂକି ପ୍ରୋବଧ କରନ୍ତି ହେମବନ୍ତଦେବ ସଭାକୁ ବିଜୟେ କଲେକ ତୁରିତ ।୨୮୬।ଯେଥୁ ଅନନ୍ତରେ ଶୁଣ ବିଲଂକ ନୃପସାଇଂହେମବନ୍ତୀ କହେ ନାରଦଂକର ଧରି ପାଦ ଦୁଇ ।୨୮୭।ଭୋ ମୁନି ଶୁଣ ତୁମ୍ଭେ ମୋହାର ବଚନଯେମନ୍ତେ ରହଇ ମୋହୋର ଦୋହିତାର ଜୀବନ ।୨୮୮।ସେ ଉପାୟ ତୁମ୍ଭେ କରିଦିଅ ମୁନିତୁମ୍ଭ ପାଦତଳେ ମୁଂ କରୁଛି ଦଇନି ।୨୮୯।ୟେହା ଶୁଣି ନାରଦେ କହନ୍ତି ଉତ୍ତରହେମବନ୍ତୀ ମନେ ଚିନ୍ତା ନ କର ତୋହୋର ।୨୯୦।ଆମ୍ଭେ ମୁନିମାନେ ଜାଣୁ ସକଳ ଯେ କଥାପଚାରିଲେ କହୁଂ ଆମ୍ଭେ ତିନିପୁରର ବାରତା ।୨୯୧।ହେମବନ୍ତୀ ପଚାରିଲୁ ଆମ୍ଭନ୍ତ ତୁହି ଯେବେସର୍ପମାନନ୍ତ ଉପାୟେ କରିଦେବା ଆମ୍ଭେ ।୨୯୨।ଆମ୍ଭେ ଯାହା ଦେବା ତୁମ୍ଭେ ଝିଅ ହାଥେ ଥିବ ଦେଇୟେ ଜଡ଼ି ସଙ୍ଗେ ଥିଲେ ଫେରୁ ନ ଟେକିବେ ଅହି ।୨୯୩।ଯେତେବେଳେ ଝିଅ ଉପରକୁ ଯିବଝିଅର ବାମ ହାଥେ ୟେ ଜଡ଼ି ଖଣ୍ଡିଦେବ ।୨୯୪।ୟେତେ କହି ମୁନି କଳି ଧୋକଡ଼ି ଫେଇଲେୟେକ ଜଡ଼ି ଖଣ୍ଡିୟେ ଯେ ହାଥ ରେ ଘେନିଲେ ।୨୯୫।ବୋଇଲେ କି ହେମବନ୍ତୀ ୟେ ଖଣ୍ଡି ରଖିଥିବୁଝିଅ ବେଦି କି ଗଲାବେଳେ ତାହାର ହାଥେ ଦେବୁ ।୨୯୬।ହେମବନ୍ତି ହାଥେ ଜଡ଼ି ଦେଇ ମୁନିବରତିଆରି କହିଣ ତହୁଂ ହୋଇଲେ ବାହାର ।୨୯୭।ଦେବସଭା ମଧ୍ୟେ ଯାଇ ହୋଇଲେ ପ୍ରବେଶଲକ୍ଷ୍ମୀ ନାରାୟଣ ଚରଣେ ଶରଣ ମୁହିଂ ସାରୋଳା ଦାସ ।୨୯୮।ଯେଥୁ ଅନନ୍ତ ରେ ବିଲଂକ ନୃପତିୟେ ବିଭା ସଭା ରେ ଲଜ୍ଜ୍ୟା ଯେ ପାଇଲେ ପଶୁପତି ।୨୯୯।ଯହୁଂ ବିଭାଲଗ୍ନ ହୋଇଲାକ ଆସିସକଳ ମୁନି ମାନେ ପ୍ରବେଶିଲେ ବହୁତ ପ୍ରଶଂସି ।୩୦୦।ପ୍ରଥମେଣ ଆସି ମିଳିଲେ ବେଦବ୍ୟାସଷାଠିୟେ ସହସ୍ର ଶିଷ୍ୟ ଛନ୍ତି ତାଙ୍କ ପାଶେ ।୩୦୧।ପାଞ୍ଚଶହସ୍ର ଶିଷ୍ୟ ଘେନି ଚଳିଲେ ବିଶ୍ୱାମିତ୍ରେଲକ୍ଷେ ଶିଷ୍ୟ ଘେନି ବିଜେ କଲେ ଧର୍ମସୁତେ ।୩୦୨।ଲକ୍ଷେ ଶିଷ୍ୟ ଘେନି ଅଇଲେ ବିଭାଣ୍ଡେକବେନି ସହସ୍ର ଶିଷ୍ୟ ଘେନି ଅଇଲେ ବାଲମ୍ବିକ ।୩୦୩।ଲକ୍ଷେକ ଶିଷ୍ୟ ଘେନିଅଇଲେ ଲୋମଶ ଗାଙ୍ଗବପାଞ୍ଚଲକ୍ଷ ଶିଷ୍ୟ ଘେନି ବଶିଷ୍ଠ ବାମଦେବ ।୩୦୪।ଅଗସ୍ତିଂକ ତୁଲେଣ ଯେ ଲକ୍ଷେକ ବାଳଶିଷିହେମବନ୍ତ ପୁରେ ଯେ ମିଳିଲେକ ଆସି ।୩୦୫।ବାଲମ୍ବିକ ସୁମନ୍ତେକ ଗାଗ୍ରେବ ଉତ୍ତମାଶିଷ୍ୟଗଣନ୍ତ ଘେନି ମଳିଲେ ମହତାମା ।୩୦୬।ଗଉତମ ଭାରଦ୍ୱାଦଶ ଶିଷ୍ୟନ୍ତ ଘେରନି ସଙ୍ଗନ୍ତରୟେମାନେ ବିଜେକଲେ ହେମବନ୍ତ ପୁର ।୩୦୭।ପଉଲସ୍ତି ପାରେଶ୍ୱର ଆବର ଶାୟଂତନୁଜୟଦେବ ଅଇଲେ ପଉଲସ୍ତିର ତନୁ ।୩୦୮।ୟେହାନ୍ତ ଆଦିକରି ଅନେକ ମହଋଷିଈଶ୍ୱରଂକ ବିଭାକଲେ ମିଳିଲେକ ଆସି ।୩୦୯।ଛାୟାମଣ୍ଡୋପକୁ ସର୍ବ ଦେବ ବିଜେକଲେବେଦୀ ଚରିପାଖେ ମୁନିମାନେ ଯେ ବସିଲେ ।୩୧୦।ଈଶ୍ୱର ଯେ ବେଦିପରେ ବସିଲେକ ଯାଇଂଦିଜଗଣମାନେ ବାକ୍ୟ ଉଚ୍ଚାରିଲେ ତହିଂ ।୩୧୧।ଲବଣ ଚାମେରି ସାରି ଗଲେକ ପାର୍ବତୀବେଦୀର ଉପରେ ବସିଅଛନ୍ତ ପଶୁପତି ।୩୧୨।ହେମବନ୍ତୀ ପୁଣି ପାର୍ବତୀଂକି ଘେନିଣ ଅଇଲେବେଦୀ ତଳେ କଟମ୍ବା ମାଡ଼ିଣ ବସିଲେ ।୩୧୩।ପର୍ବତୀଂକ ବାମହାଥେ ଜଡ଼ି ଖଣ୍ଡିୟେ ଅଛଇଜଡ଼ି ଗୁଣ ଆନତାହା କେହି ନ ଜାଣଇ ।୩୧୪।ଈଶ୍ୱରଂକ କରେ ପାର୍ବତୀଂକ କର ଦେଇବିଦୁଜନ ମାନେ ଯେ ବାକ୍ୟକଲେ ତହିଂ ।୩୧୫।ବେନିଜନଂକର କର ବନ୍ଧନ ଯେ କଲେଅହିଓ ଯୁବତୀ ମାନେ ହୁଳ ହୁଳି ଦେଲେ ।୩୧୬।ପୁଣି ବେନିଜନଂକର କର ଫିଟାଇଣପାର୍ବତୀଂକର ତହିଂ ଧରିଣ ଈଶାନ୍ୟ ।୩୧୭।କର ଧରି ପାର୍ବତୀଂକୁ ବୁଲାଇଣ ନେଲେଈଶ୍ୱରଂକ ଡାହାଣ ଭାଗରେ ବସାଇଲେ ।୩୧୮।ୟେଥୁ ଅନନ୍ତରେ ତୁ ହୋ ଶୁଣ ଦିବ୍ୟରସଅକ୍ଷୟ ସଭାରେ ଉପୁଜିବ ବଡ଼ହାସ୍ୟ ।୩୧୯।ପାର୍ବତୀ ଯହୁଂ ହରଂକ ଡାହାଣେ ବସିଲେସଧୀରେ ସଧୀରେ ତହୁଂ ପବନ ବହିଲେ ।୩୨୦।ମଉଷଧି ଗନ୍ଧ ତହିଂ ସର୍ପମାନେ ପାଇରହି ନୁଆରନ୍ତି ତହିଇ ପୁଣ ସୁସ୍ଥ ହୋଇ ।୩୨୧।ସଧୀରେ ସଧୀରେ ହର ଅଙ୍ଗୁ ଫିଟିଗଲେଫିଟିଣ ସର୍ପମାନେ ୟେଣେ ତେଣେ ପଶିଲେ ।୩୨୨।ଯହୁଂ ସର୍ପମାନେ ପଳାଇଲେ ଖରତରେତହୁଂ ଉଲଗ୍ନ ହୋଇ ହର ବେଦୀ ରେ ବସିଲେ ।୩୨୩।ହରଂକ ଡାହାଣ ଭାଗେ ପର୍ବତୀ ଅଛନ୍ତିୟେହି ସମୟରେ ହେମବନ୍ତୀ ଯେ ଆସନ୍ତି ।୩୨୪।ସଖୀଗଣମାନନ୍ତ ଯେ ଘେନି ସଙ୍ଗତେଣସପ୍ତ ଦୀପାବଳିମାନ ଘେନିଣ କରେଣ ।୩୨୫।ଗହ ଗହ ଶବଦେ ଯେ ହୁଳ ହୁଳି ଦେଇଆନନ୍ଦେ ଆସନ୍ତି ବନ୍ଦାପନା କରିବା ପାଇଂ ।୩୨୬।ନାରଦେ ହସି ନାଚନ୍ତି ବୀଣା ଧରି କରଦୂରୁ ଦେଖିଲେ ଉଲଗ୍ନ ହୋଇ ହର ବସିଛନ୍ତି ସେ ସଭାର ।୩୨୭।ଦେବଗଣ ମାନେ ଯେ ହସନ୍ତି ହରଂକୁ ଚାହିଂସଂକୁଚେ ବସିଲେ ହର ବହୁତ ଲଜ୍ଜ୍ୟା ପାଇ ।୩୨୮।କାହାର ଦେହେ ବୁଦ୍ଧି ନ ରହଇ ହସରେୟେକୁଂ ୟେକେ ଧାରାଧରି ହୁଅନ୍ତି ସଭାରେ ।୩୨୯।ଦେବଗଣ ଶିବଗଣ ମୁନିଗଣ ତହିଂସମସ୍ତେ ହସନ୍ତି ଯେ କରତାଳି ଦେଇ ।୩୩୦।ୟେହାଂକର ହସଦେଖି ପୁଣି ତତପରଲୋଚି ହୋଇ ବସିଲେ ବେଦୀର ଉପର ।୩୩୧।ତାହା ଦେଖି ହେମବନ୍ତୀ ଲାଜେ ପଳାଇଲେସଖୀମାନେ କରତାଳି ଦେଇଣ ହସିଲେ ।୩୩୨।ବୋଇଲେ ସଖୀୟେଗୋ ବଡ଼ ବିପରୀତତିନିପୁରେ ୟେ ଭବିଷ୍ୟ ଦେଖିଲା ନାହିଂ ତ ।୩୩୩।ଝିଅ କରମରେ ତ ୟେହି ଦଶାଥିଲାୟେତେ ହୀନିମାନ କରି ବିଧାତା ଲେଖିଲା ।୩୩୪।ବହୁ ବିରସ ତହୁଂ ହୁଅନ୍ତି ହେମବନ୍ତୀହେମବନ୍ତୀ କର ଧରି ସଖୀମାନେ ହସନ୍ତି ।୩୩୫।ବଡ ଲଜ୍ଜ୍ୟା ହେମବନ୍ତ ସଭାରେଣ ପାଇଭିତର ପୁରକୁ ସେ ଗଲେ ବେଗ ହୋଇ ।୩୩୬।ଚାଙ୍ଗଡା ଘରୁ ବସ୍ର ଅଳଂକାର ଘେନିଲେବେଦୀର ତଳେ ଆସି ପ୍ରବେଶ ହୋଇଲେ ।୩୩୭।ବସ୍ର ଅଳଂକାର ଥୋଇ ବୋଇଲେ ବଚନବେଗକରି ପିନ୍ଧ ୟେହି ବସ୍ର ଅଳଂକାରମାନ ।୩୩୮।ତତକ୍ଷଣେ ଈଶ୍ୱରେ ଯେ ବେଦୀରୁ ଉଠିଲେଲାଜ ତେଜି ବସ୍ର ଅଳଂକାର ମାନ ସେ ପିନ୍ଧିଲେ ।୩୩୯।ବସ୍ର ଅଳଂକାରମାନ ପିନ୍ଧିଲେ ଦେବହରବସିଲେ ଯାଇ ପାର୍ବତୀଂକ ଡାହାଣ ଭାଗର ।୩୪୦।ବେଦଧୁନି କଲେ ବିପ୍ରେ ହସ ତେଜ୍ୟାକରିଯେସନେକ ପର୍ବକାଳେ ଗର୍ଜଇ ସିନ୍ଧୁବାରି ।୩୪୧।ବେଦଧୁନି ଶବଦ ଶୁଣିଣ ହେମବନ୍ତୀସଖୀଗଣମାନନ୍ତ ଘେନି ସେ ବନ୍ଦାଇ ଆସନ୍ତି ।୩୪୨।ଗହ ଗହ ହୁଳ ହୁଳି ସର୍ବ ବାମା ଦେଇସପ୍ତ ଦୀପାବଳି ଘେନି ଅଇଲେ ଚଳାଇ ।୩୪୩।ଆସିଣ ମିଳିଲେ ସେ ବେଦୀର ଉପରେବେଦୀପରେ ବସିଛନ୍ତି ପାର୍ବତୀ ଯେ ହର ।୩୪୪।ବିଭାର ବିଧାନମାନ ସରିଲାକ ଯହୁଂହୁଳହୁଳି ଦେଇ ବନ୍ଦାପନା କଲେ ତହୁଂ ।୩୪୫।ବନ୍ଦାପନା କରି ହରପାର୍ବତୀଂକୁ ନେଲେଭିତର ପୁରେ ନେଇ ଯୁଅ ଖେଳାଇଲେ ।୩୪୬।ଯୁଅ ଖେଳମାନ ତହୁଂ ସରିଲାକ ଯହୁଂବରକନ୍ୟା ଶୀତଳ ତୁଣ୍ଡି କଲେ ସେ ଯେ ତହୁଂ ।୩୪୭।ୟେହି ରହସ୍ୟରେ ଈଶ୍ୱରେ ବିଭାହୋଇସେଦିନ ହେମବନ୍ତେ ହରପାର୍ବତୀ ଯେ ରହି ।୩୪୮।ସକଳ ଦେବତାମାନେ ଭୋଜନ ଯେ କଲେଭୋଜନ କରିଣ ଆଞ୍ଚୋବନ ଯେ ସାରିଲେ ।୩୪୯।କର୍ପୂର ପାନ ବିଡ଼ିଆ ସମସ୍ତ ଯେ ପାଇସନ୍ତୋଷ ହୋଇଲେ ସର୍ବ ଦେବେ ତହିଂ ।୩୫୦।ୟେକା ମତ୍ର ପବନ ଦେବତା ନ ଭୁଞ୍ଜିଲେହେମବନ୍ତ ପୁରେ ସମସ୍ତ ଦେବତା ରହିଲେ ।୩୫୧।ଆର ଦିନ କନ୍ୟା ଘେନିଣ ସଙ୍ଗତରପ୍ରବେଶ ହୋଇଲେ ଆସି କପିଳାସ ପୁର ।୩୫୨।ଦେବଗଣ ମାନେ ଯେଝା ପୁରେ ଗଲେକପିଳାସ ପୁରେ ହରପାର୍ବତୀ ରହିଲେ ।୩୫୩।ୟେକଦିନ ପାର୍ବତୀ ବିଚାରନ୍ତି ବସିୟେମନ୍ତେ କାର୍ତ୍ତିକେଶ୍ୱର ମିଳିଲେକ ଆସି ।୩୫୪।ପୁଣି ଆସି ମିଳିଲେକ ଦେବ ଗଣେଶ୍ୱରତାହାନ୍ତ ଦେଖିଣ ଦେବୀ ହୋଇଲେ କାତର ।୩୫୫।ମନିଷରେ ସଂଜାତ ଅଟଇ କରଚାରିଗଜ ମୁଣ୍ଡ ଦେଖିଣ ପାର୍ବତୀ ଭୟେ କରି ।୩୫୬।ତାହାଂକୁ ନ ଅନାଇଲେ ବାମଭାଗେକାର୍ତ୍ତିକେଶ୍ୱର ଉଭା ହୋଇଛନ୍ତି ଆଗେ ।୩୫୭।ଛଡ଼ଗୋଟି ମୁଣ୍ଡ ତାଂକ ବାରଗୋଟି ଆଖିବଡ଼ ଭୟେ କଲେ ଯେ ପାବର୍ତୀ ତାଂକୁ ଦେଖି ।୩୫୮।ବିଚାରିଲେ ଗଣେଶ ବାହାନ ମୂଷିକ ଅଟଇକାର୍ତ୍ତିକର ବାହାନ ଯେ ମୟୂର ଗୋଟି ହୋଇ ।୩୫୯।ମୂଷା ଧାନ ଚାଉଳ ତାହାର ଖାଇବମୟୂର ବାଡ଼ିରେ ଫୁଳ ଫଳ ନ ରଖିବ ।୩୬୦।ୟେ ମୂଷିକ ଗୋଟି ଲୁଗା ଭିତରେଣ ପଶିଖଣ୍ଡି ଖଣ୍ଡି କରିଣ ଯେ କାଟିବ ନିଶେଷି ।୩୬୧।କି ବୁଦ୍ଧି କରିବି ମୋତେ ବୁଦ୍ଧି ଦିଶୁ ନାହିଂୟେମନ୍ତ ସମୟେ ହର ମିଳିଲେକ ତହିଂ ।୩୬୨।ବୃଷଭ ଉପରେ ହର ଚଢିଣ ଆସନ୍ତିନବଲକ୍ଷ ଡମ୍ବରୁ ଯେ ଶୁନ୍ୟରେ ବାଜୁଛନ୍ତି ।୩୬୩।ବାଦ୍ୟଶୁଣି ପର୍ବତୀ ଚହିଂଲେ ସ୍ଥିରକରିଦେଖିଲେ ଅସୁଛନ୍ତି ଦେବ ତ୍ରପୁରାରି ।୩୬୪।ପାଞ୍ଚଗୋଟା ମୁଣ୍ଡ ତାଂକର ପନ୍ଦର ଗୋଟା ଆଖିଆଖି ପିଛାଡ଼ି ନୁଆରନ୍ତି ପାର୍ବତୀ ଯେ ଦେଖି ।୩୬୫।ମେନେ ବିଚାରିଲେ ମୁଂ କି ବୁଦ୍ଧି କରିବିୟେ ଭବିଷ୍ୟ ଦେଖି ଦେହ କେମନ୍ତେ ଧରିବି ।୩୬୬।ୟେତେ ବିଚାରି ତଳକୁ କଲେ କ ବଦନବେନି ନୟନରୁ ନୀର ବହଇ ଘନ ଘନ ।୩୬୭।ପାର୍ବତୀ ନୟନ ନୀରେ ଜଗତ ପୂରିଲାଦେବଗଣମାନନ୍ତ ବଡ଼ ଭୟ ଯେ ଲାଗିଲା ।୩୬୮।ଅଧାସ୍ୱର୍ଗ ପୁରେଣ ରହିଲେ ଦେବଗଣପାବର୍ତୀଂକି ତୁସ୍ତି ଯେ କତନ୍ତି ମଘବାନ ।୩୬୯।ଜୟ ଜୟ ପାବର୍ତୀ ତୁ ହରର ଘରଣୀଜୟ ଜୟ ପାବର୍ତୀ ଜଗତ ତାରେଣୀ ।୩୭୦।କପଳାସ ଭୁବନ ଗୋ ଅଟଇ ତୋହରିୟେଥି ବିଜେକଲୁ ହେମବନ୍ତ ତେଜ୍ୟା କରି ।୩୭୧।ରୋଦନ ଜଳରେ ମାଗୋ ବୁଡୁଛି ସଂସାରଜୟ ଜୟ ପାବର୍ତୀ ଗୋ ସଂସାର ରକ୍ଷା କର ।୩୭୨।ତୋହୋରେଣ ଦେବେ ସ୍ୱର୍ଗ ରକ୍ଷା ହେବେ ପୁଣିଜୟ ଜୟ ଦୁର୍ଗା ମା ଗୋ ଦୁର୍ଗତି ତାରେଣୀ ।୩୭୩।ଦେବେ ଆଗୋଚର ମା ଗୋ ତୋହର ମହିମାମନୁଷ୍ୟ ଜନ୍ମରେ କେ ଜାଣିମ ତୋ ସୀମା ।୩୭୪।ତେଣୁ ତୁମ୍ଭନ୍ତ ମା ଗୋ ପାର୍ଥନା କରଇନୟନୁ ଲୋତକ ମାଗୋ ନ ପକାଅ ତୁହି ।୩୭୫।ୟେ ନୟନ ଜଳ ରେ ଯେ ସ୍ୱର୍ଗ ଆଚ୍ଛାଦିବଦେବଲୋକ ନରଲୋକ କିଛି ନ ରହିବ ।୩୭୬।ତୁସ୍ତି ଶୁଣି ପାବର୍ତୀ ଯେ ତେରେଛେ ଚହିଂଲେପ୍ରଥମେ ଅଧା ସ୍ୱର୍ଗରେ ଇନ୍ଦ୍ରଂକୁ ଦେଖିଲେ ।୩୭୭।ସହସ୍ରନୟନ ଯେ ଇନ୍ଦ୍ରଂକ ଦେହରତାହା ଦେଖି ପାବର୍ତୀ ଯେ ହୋଇଲେ କାତର ।୩୭୮।ପୁଣି ବ୍ରହ୍ମାଂକ ଉପରେ ଦୃଷ୍ଟି ପଡ଼ିଲାକ ଯାଇସ୍ଥିର କରି ପାବର୍ତୀ ଯେ ନିରେଖିଣ ଚାହିଂ ।୩୭୯।ଦେଖିଲେ ବ୍ରହ୍ମାଂକ ଶିରେ ଚାରିମୁଣ୍ଡଚାରିଦିଗ ଭାଗକୁ ହୋଇଛି ଚାରିତୁଣ୍ଡ ।୩୮୦।ୟେପରି ଚରିତ ମାନ ଦେଖି ପାବର୍ତୀ ବିଚାରିଲେସ୍ୱର୍ଗରେ ତ ୟେ ଭବିଷ୍ୟ ଅଛଇ ବୋଇଲେ ।୩୮୧।କର୍ମକୁ ଆଦରି ଦେବୀ ହୋଇଲେକ ସ୍ଥିରସୁଖ ଦୁଖ ଆବୋରି ରହିଲେ କଇଳାସର ।୩୮୨।ୟେହି ପ୍ରକାରେଣ ହର ପାବର୍ତୀଂକ ବିଭାହର ପାବର୍ତୀଂକଠାରୁ ଆଉ ନାହିଂ ଶୋଭା ।୩୮୩।ୟେମନ୍ତ ହୋଇ ରାଜନ ବିଭାର ଚରିତହର ଗଉରୀଂକ ବିଭା ୟେସନେକ ସଂଜାତ ।୩୮୪।ୟେହା ଶୁଣି ବଇବସୁତମନୁ ଆନନ୍ଦ ହୋଇଲେମୁନିଂକ ଚରଣେ ଗଡ଼ଘାଲିଣ ଶୁତିଲେ ।୩୮୫।ଭୋ ଅଗସ୍ତି ମୁନି ମୋତେ କଲ ଯେ କାରଣତୁମ୍ଭ ମୁଖୁ ଶୁଣିଲି ହର ପାବର୍ତୀଂକ ବିଭାପୁଣ ।୩୮୬।ୟେ ବିଭା ଚରିତ ଶୁଣି ମୋ ଶରୀର ଉଲ୍ଲାସପଦ୍ମପାଦେ ଶରଣ ମୁଂ ସାରୋଳା ଦାସ ।୩୮୭।କୁନ୍ତୀ ଗାନ୍ଧାରୀଙ୍କ କଳି (ମଧ୍ୟପର୍ବର ପରିଶିଷ୍ଟ )ବଦନ୍ତି ଅଗସ୍ତି ଶୁଣ ହୋ ମନୁ ନୃପତିକୋଇନ୍ତା ଗାନ୍ଧାରୀଂକ କଳିର ଯିସ ରୀତି ।୧।ମନୁ ପୁଚ୍ଛାକଲେ ଅଗସ୍ତିଂକ ଅଗ୍ରତେକିସ ଅର୍ଥେ କଳି ହୋଇଲା କହହୋ ମୁନିମତେ ।୨।ଶୁଣ ହୋ ମନୁରାୟେ ଭାଗିରଥୀ ନାମେ ଗଙ୍ଗାକୂଳେନୀଳ ଉତ୍ପଳନାମେ ଯେ ପର୍ବତ ର ତଳେ ।୩।ବିରାଜେଶ୍ୱର ବୋଲି ତହିଂ ବିଜୟେ ଦେବ କାଶୀମନୁଷ୍ୟେ ଅବତାର ସେ ପ୍ରତକ୍ଷେ ବାରଣାସୀ ।୪।ବାଳ ବୃଦ୍ଧ ତରୁଣ ତିନି ରୂପ ଧରଇପ୍ରତକ୍ଷେ ବର ଦିଅଇ ଯେ ଯାହା ମନେ ବାଞ୍ଛଇ ।୫।ଇନ୍ଦ୍ରପ୍ରଶସ୍ଥ ରାଜ୍ୟ ତେଜି ନିତ୍ୟହେଂ ଆସନ୍ତି କୋଇନ୍ତିସେ ବିରାଜେଶ୍ୱର ଦେବତାନ୍ତ ଆସି ପୂଜା କରଇ ନିତି ।୬।ପ୍ରହରକ ରାତ୍ର ଥାଉଂ ସେ ପୂଜାବିଧି କର୍ମ ସାରିବିବାନେ ଆରୋହି ଦେବୀ ଆସନ୍ତି ବାହୁଡ଼ି ।୭।କନକର ଚମ୍ପା ଦେବୀ ସହସ୍ରେକ ଘେନିନିତିପ୍ରତି କୋଇନ୍ତା ପୂଜାବିଧି ସାରି ଭକ୍ତି ମାନି ।୮।ଗାନ୍ଧାରୀ ସ୍ରହାନ ସାରି ପ୍ରଭାତର କାଳେସେହି ବିରାଜେଶ୍ୱରଂକୁ ପୂଜା କରଇ ଅବଲୀଳେ ।୯।ନିତ୍ୟେହେଂ ଆସନ୍ତି ଗାନ୍ଧାରୀ ଇଶ୍ୱର ପୂଜିବାରେମନର ହରଷେ ଯେ ଚଳନ୍ତି ନିଜପୁରେ ।୧୦।କୋଇନ୍ତାଂକ ପୂଜା ତ ଗାନ୍ଧାରୀ ନ ଜାଣନ୍ତିଗାନ୍ଧାରୀଂକ ପୂଜା ନ ଜାଣନ୍ତି କୋନ୍ତି ।୧୧।ୟେମନ୍ତ ପ୍ରକାରେ କେତେ ଦିନ ଗଲାୟେକର ପୂଜା ଆରେକ ନଦେଖିଲା ।୧୨।ୟେକଦିନେ କୋଇନ୍ତା ଯେ ପୂଜାବିଧି ସାରିନିଜ ମନ୍ଦିରକୁ ଗଲେ ପାଣ୍ଡବ ଗର୍ଭଧାରୀ ।୧୩।ୟେମନ୍ତ ସମୟେ ଦ୍ରିଯୋଧନ ମାତଦେବତା ପୂଜାକୁ ଉପହାରମାନ ଘେନି ଦାସୀ ମାନେ ଅଛନ୍ତି ସଙ୍ଗତ ।୧୪।ୟେମନ୍ତେ ଦାସୀ ମାନେ ସଙ୍ଗତେ ଅଛନ୍ତିଦେଉଳ ଭିତରେ ପ୍ରବେଶ ହୋଇଲେ ଗାନ୍ଧାର ଦୋହିତୀ ।୧୫।ରଜ୍ୟର ଭୋଗେ ସେ ଗରିଷ୍ଠ ସେ ଦ୍ରିଯୋଧନ ମାତଲିଙ୍ଗ ପୂଜା ଦେଖିଣ ସେ ହୋଅନ୍ତି ପ୍ରଜ୍ୱଳିତ ।୧୬।କୋପେ ବୋଲନ୍ତି ଦେବୀ ପରିଜନଂକ ଅଗେମୋହର ଠାରୁ ଗରିଷ୍ଠ କେ ଜାମ୍ବୋଦୀପ ଭାଗେ ।୧୭।ସୁବର୍ଣ୍ଣର ଚମ୍ପା ଦେବୀ ଶତେଗୋଟି ଘେନିପ୍ରତକ୍ଷେ ପୂଜା କରଇ ସେ ସୁଲଭ କାମିନୀ ।୧୮।ନିତ୍ୟେହେଂ ପ୍ରହରକ ପରିଯନ୍ତେ ନିଷ୍ଠାପର ଯୋଗେଖଟିଣ ମଣାଇଥାଇ ମୁହିଂ ସଦାନନ୍ଦଂକ ଆଗେ ।୧୯।ଯାହା ମାଗିବଇଂ ମୋର ବାଞ୍ଛାସିଦ୍ଧି କରଇଜାମ୍ବୋଦୀପ ମଧ୍ୟେ ପୁତ୍ର ମୋର ୟେକାଙ୍ଗ ଚକ୍ରବତୀ ହୋଇ ।୨୦।ଅନେକ ସମ୍ପଦ ମୋତେ ଦେଇଛନ୍ତି କାଶୀତାହାଂକର ଚରଣେ ସେବା ମୁ କରଇ ଅହର୍ନିଶି ।୨୧।ଅନେକ ଦୟା ମୋତେ କରନ୍ତି କପାଳୀଭୃତ୍ୟ ପୂଜା ଦେଖି ମୋର ଶରୀର ବିକଳି ।୨୨।ମୋହର ଭକତି ଭାଙ୍ଗି କେ କରଇ ସେବାଲିଙ୍ଗ ପୂଜା କଲେ ସପ୍ତଦୀପେ ହୋଇ ରାଜା ।୨୩।କେସନେକ ପୂଜା ମୁହିଂ ଭାଞ୍ଜିବି ତାହାରୟେସନେକ ବୋଲି ଗାନ୍ଧାରୀ ଗଲେ ହସ୍ତିନା ନବର ।୨୪।ବସ୍ମୟେ ହୋଇ ହସ୍ତିନା ପୁରେ ବିଜୟେ ଗାନ୍ଧାରୀସନ୍ନିଧ୍ୟେ ରାଇ ଦ୍ରଯୋଧନକୁ ଆଗ୍ୟାଂ ଦିଲେ କ ହକାରି ।୨୫।ବାବୁ ବିରାଜେଶ୍ୱର ଲିଙ୍ଗ ଆମ୍ଭେ ପୂଜା କରୁଂ ନିତିସେ ଲିଙ୍ଗ ପୂଜା କଲେ ହୋଇ ସପତ ଦୀପେ ନୃପତି ।୨୬।ବିବିଧ ବର୍ଣ୍ଣେ କରି ଚମ୍ପା ସହସ୍ରେ କୁସୁମନିତିପ୍ରତି ଉପହାର ମୁଂ କରଇ ଅନୁପମ ।୨୭।ଆମ୍ଭର ପୁଷ୍ୟ କେହୁ ପକାଇ ଦିଅଇ ପ୍ରତିଦିନେକନକ ଚମ୍ପା ପୂଜିକେ ଆସଇ ଦେବସ୍ଥାନେ ।୨୮।ତେଣୁ କରି ବିସ୍ମୟେ ବାବୁ ମୋହର ପଞ୍ଚୁମତିନିଚଳ ପୂଜା କେମନ୍ତେ ଘେନଇ ପଶୁପତି ।୨୯।ତୁହି ଯେ ମୋର ପୁତ୍ର ୟେକାଙ୍ଗ ରାଜନତୋହର ପ୍ରସାଦେ ବାବୁ ମୋହୋର ସର୍ବ ଶୁଭମାନ ।୩୦।ୟେକା କାଶୀପ୍ରତି ପ୍ରସନ୍ନେ ମୁଂ ମାଗିବି ସଦଗତିୟେ ଈଶ୍ୱର ପ୍ରସାଦେ ତୁମ୍ଭେ ଯେ ୟେକାଙ୍ଗ ଚକ୍ରବତୀ ।୩୧।ୟେବିଧି ପୂଜାମାନ ଯେ ଅଟଇ କେମନ୍ତୟେହା ବିଚାରି ମୋତେ କହ ବୋଇଲେ ରାଜମାତ ।୩୨।ୟେହାଶୁଣି ଦ୍ରିଯୋଧନ ବୋଇଲା ମାତା ଗୋ ନ ଜାଣ କି ୟେସନପାଣ୍ଡବଂକର ଜନନୀ ୟେ ଶିବଂକୁ ପୂଜା କରଇ ପ୍ରତିଦିନ ।୩୩।ରାତ୍ର ପ୍ରହରେକ ଥାଉୁଂ ପୂଜା କରଇ ଦେବୀ କୋନ୍ତୀନାନା ବର୍ଣ୍ଣେ ଚମ୍ପା ଗଇଛ ଦୁଦୁରା ଘେନି ନିତି ।୩୪।ତାହାଂକର ପୂଜାକୁ ତୁମ୍ଭେ ଯେବେ ଅଭିମାନ କରଅଭିମାନ ନ ସହିବାଟି ମାତ ଗୋ ସମସ୍ତେ ଛାଡ଼ିବା ଶରୀର ।୩୫।ଗାନ୍ଧାରୀଂକ ଅଗ୍ରତେ କହନ୍ତି ମାନଗୋବିନ୍ଦ ନୃପ ଚକ୍ରବତୀସୁବର୍ଣ୍ଣର ଲକ୍ଷେ ଚମ୍ପାରେ ତୁମ୍ଭେ ପୂଜା କର ନିତି ।୩୬।ଅଳପ ଦିନ ରାଜ୍ୟ ଅଟନ୍ତି ସିନା ପାଣ୍ଡବଂକରକିସ ଅଛି ତାହାଂକର କଣୟ ଧନରତ୍ନ ଭଣ୍ଡାର ।୩୭।ନିତ୍ୟେହେଂ ସୁବର୍ଣ୍ଣ ଚମ୍ପା ଭିଆଇ ପାରିବଟି କି କୋନ୍ତୀବଇଲକ୍ଷ କରଇ ସିନା ଈଶ୍ୱର ଭଗତି ।୩୮।ଦ୍ରିଯୋଧନ ବଚନ ଶୁଣି ଗାନ୍ଧାରୀ ତୋଷମନସୁବର୍ଣ୍ଣର ଶତେ ଚମ୍ପା ଗଢାଇ ପ୍ରତିଦିନ ।୩୯।ଭୋଗରାଗ ବିଧାନ ଘେନି ଅନୁଆନସୁବର୍ଣ୍ଣର ଚମ୍ପା ଘେନି ପୂଜଇ ପ୍ରତିଦିନ ।୪୦।ଆରକେ ଦିନ ପୂଜା କରି ଅଇଲେ ଦେବୀ କୋନ୍ତୀସୁବର୍ଣ୍ଣର ଚମ୍ପା ଦେଖି ବିସ୍ମୟ ତାଂକର ଯେ ମତି ।୪୧।ପୂଜାସାରି ଦେବୀ ତହୁଂ ବାହୁଡ଼ିଣ ଗଲେଆରଦିନ ସୁବର୍ଣ୍ଣ ଚମ୍ପା ଘେନି କୋଇନ୍ତାୟେ ଅଇଲେ ।୪୨।ଦୁଇଦିନ ପୂଜାକୁ ଯେତିକି ଆୟେ ଲାଗିପ୍ରଭାତେ କାଳେ କୋଇନ୍ତାୟେ ପୂଜା କରନ୍ତି ବେଗି ବେଗି ।୪୩।ୟେମନ୍ତର ସମୟେ ଦ୍ରିଯୋଧନର ମାତବିରାଜେଶ୍ୱର ଲିଙ୍ଗ ତହିଂ ମିଳିଲେ ତୁରିତ ।୪୪।ଦେଖିଣ ଗାନ୍ଧାରୀ ଯେ ହୋଇଲେ କୋପଚିତ୍ତମନରେ ବିକୃତ କଲା ଦ୍ରିଯୋଧନର ମାତ ।୪୫।ରାଗେଣ ଗାନ୍ଧାରୀ ଯେ ବୋଲଇ ବଚନମୁହିଂ ସେ ଲିଙ୍ଗ ପୂଜିବାକୁ ଅଟଇ ଭାଜନ ।୪୬।ତୁ ସେ ପୂଜା ମୋହୋର ଭାଙ୍ଗୁକିନା ଯୁଗତେୟେତେ ବୋଲି କୋପେ ସେ ବୋଲଇ କୋଇନ୍ତେ ।୪୭।ଅନେକ ଝିଂଘାସି ଗାନ୍ଧାରୀ ବୋଇଲେଅପମାନ ପାଇଣ କୋଇନ୍ତାୟେ ବାହୁଡ଼ିଣ ଗଲେ ।୪୮।କୋଇନ୍ତାୟେ ବୋଇଲେ ଗୋ ପୂଜଇ ମୁହିଂ ନିତିତୁମ୍ଭେ କିମ୍ପେ ୟେବେ ଗୋ ବୋଲୁଛ ଅନୀତି ।୪୯।ଗାନ୍ଧାରୀ ବୋଇଲେ ଲିଙ୍ଗ ମୋହର ଯେ ପୂଜାନିତ୍ୟାପ୍ରତି ପୂଜଇ ମୁଂ ଈଶ୍ୱର ଦେବରାଜା ।୫୦।ତୋହର ଅନୀତି ହୋଇଲା ଯେ ଅବିଚାରତୁ ସେ ନିତି ପୂଜା ଗୋ ଭାଙ୍ଗୁଛୁ ମୋହର ।୫୧।ୟେସନ ଉଚ୍ଚବାଚ ହୋଅନ୍ତେ ବେନି ବାମାଦୁହିଂକର ମଧ୍ୟରେ ବିଜୟେ ଈଶ୍ୱର ମହାତମା ।୫୨।ଉଭା ହୋଇଣ ମଧ୍ୟେ ସେ ଯେ ବୋଇଲେ ଦେବ ହରଦୁହେଂ ଶୁଣ ହୋ ତୁମ୍ଭେ ଆମ୍ଭର ଉତ୍ତର ।୫୩।କି ନିମନ୍ତେ ଦୁହେଂ ତୁମ୍ଭେ ହୋଅ ଅନ୍ୟୋଅନ୍ୟିକୁରୁ ପାଣ୍ଡବଂକର ଅଟ ତୁମ୍ଭେ ଗୋ ଜନନୀ ।୫୪।ବୋଲନ୍ତି ଗାନ୍ଧାରୀ ଶୁଣ ତୁମ୍ଭେ ଦ୍ୱିଜନିତିପ୍ରତି ମୁହିଂ ଯେ ସେବଇ ଦେବରାଜ ।୫୫।ଆଜୁଂ ଆସି ମୋହର ପୂଜା ସେ ଭାଞ୍ଜିଲାକି ନିମନ୍ତେ ଆସି ମୋ ଲିଙ୍ଗ ପୂଜା କଲା ।୫୬।ବୋଲନ୍ତି ତ୍ରିଜଟୀ ଦେବ ଯେ ସୁଢଳୟେବେ ତୁମ୍ଭେ ମାୟେଗୋ ମୋହର ବୋଲେ ଚଳ ।୫୭।କାଲି ପ୍ରଭାତେ ଯେହୁ ସହସ୍ରେ ଚମ୍ପା ଘେନିପୂଜା କରିବଟି ପ୍ରଭାତ ରୟଣୀ ।୫୮।ତାହାର ଲିଙ୍ଗଟି ସେ ହୋଇବ ଯୁଗତେଆଜ ଯାଅ ତୁମ୍ଭେ ଦୁହେଂ ନୋହ ବିମୁଖ ଚିତ୍ତେ ।୫୯।ଗାନ୍ଧାରୀ ୟେତେକେ ହେଲୁ ତୋଷକାଲି ଆମ୍ଭେ ପରିଜା ବୁଝିବା ସମ୍ଭାଷ ।୬୦।ସହସ୍ରେ ସୁବର୍ଣ୍ଣ ଚମ୍ପା ଘେନି ଯେ ଆଗେ ପୂଜା କରିଯଥାଅର୍ଥେ ଲିଙ୍ଗ ସେ ଯେ ହୋଇବ ତାହାରି ।୬୧।ୟେଥକୁ ଭାର୍ଜନ ଲୋ ହୋଇବୁ କେମନ୍ତେୟେତେ ବୋଲି କୋପ କଲେ ଗାନ୍ଧାରୀ ରାଜମାତେ ।୬୨।ଗାନ୍ଧାରୀ ବଚନେ କୋଇନ୍ତାୟେ ବାହୁଡ଼ିଲେନିଜ ମନ୍ଦିରେ ଦେବୀ ଉପବାସେ ଶୁତିଲେ ।୬୩।ପାଞ୍ଚ ପାଣ୍ଡବେ ସେବନ୍ତି ମାତାଂକ ଚରଣେପ୍ରଣପତ୍ୟ କରନ୍ତି ସେ ନତ୍ୟକର୍ମ ସାରିଣ ।୬୪।ଯୁଝେଷ୍ଠି ପଚାରନ୍ତି ମାୟେ ଗୋ କିମ୍ପାଇଂ ବିକୃତ ମତିକାହିଂର କାରଣେ ମାୟେ ବିସ୍ମୟେ ଯୁଗତି ।୬୫।ତୁମ୍ଭର ମନରେ ଗୋ ବିସ୍ମୟେ କିମର୍ଥେକିସ ସେ ଅସମ୍ଭବ କହିବାନା ମୋତେ ।୬୬।କୋୟେନ୍ତାୟେ ବୋଇଲେ ଶୁଣ ହୋ ପଞ୍ଚୁଜଣେଈଶ୍ୱର ପୂଜାୟେ ମୁଂ ପାଇଲି ଅଭିମାନେ ।୬୭।ମୋହର ପୂଜାପୁଷ୍ୟ ଗାନ୍ଧାରୀ କାଢି ପକାଇଲେସୁବର୍ଣ୍ଣ ଶତେଚମ୍ପା ଘେନିଣ ପୂଜା କଲେ ।୬୮।ମୋତେ କି ସଖ୍ୟ ଯେ ଅଟଇ ସେହୁ କଥାତେଣୁ କରି ପାଇଲି ଲଜ୍ଜା ଅପ୍ରମିତା ।୬୯।ଗାନ୍ଧାରୀ ପରିଜା କଲେ କଥା କୁତୂହୋଳେସୁବର୍ଣ୍ଣ ସହସ୍ରେକ ଚମ୍ପା ଘେନି ଯେ ପୂଜିବ ପ୍ରାତକାଳେ ।୭୦।ତାହାର ସେ ସୁଫଳ ହୋଇବ ପୂଜାର ବିଧାନେୟେସନେକ ପ୍ରତଗ୍ୟାଂ ବାବୁ ଗାନ୍ଧାରୀ କଲେ ମନେ ।୭୧।ମାତାଂକର ବଚନ ଶୁଣିଣ ବୋଲନ୍ତି ଅର୍ଜୁନୟେ ଛାର କଥାକୁ କିମ୍ପେ ବିସ୍ମେୟେ ତୁମ୍ଭର ଯେ ମନ ।୭୨।କୋଇନ୍ତାୟେ ବୋଇଲେ ବାବୁ ଗାନ୍ଧାରୀ କୋପକଲେସୁବର୍ଣ୍ଣର ଶତେ ଚମ୍ପା ପୁତ୍ରକୁ ମାଗିଲେ ।୭୩।ବାବୁ ସୁବର୍ଣ୍ଣର ଚମ୍ପା ଘେନି କରିବେ ଲିଙ୍ଗ ପୂଜାଯୁଗତେ ତାହାର ଯେ ହୋଇବେ ଲିଙ୍ଗରାଜା ।୭୪।ବାବୁ ଯୁଗତେ ଶତେପୁତ୍ର ଅଟଇ ଗାନ୍ଧାରୀଦଶ ଦଶ ଦିଲେ ସୁବର୍ଣ୍ଣ ଚମ୍ପା ସହସ୍ରେକ ସରି ।୭୫।ଆମ୍ଭେ ଦୁଇଜଣ ଗାଢ ପ୍ରତଗ୍ୟାଂ ଯେ କଲୁଉଚ୍ଚବାଚ ହେଉ ହେଉ କଳି ଆରମ୍ଭିଲୁ ।୭୬।ସହସ୍ରେକ ଚମ୍ପା ଦେଇ ଆଗେ ଯେ କରିବ ପୂଜାତେବେ ତାହର ନିଚୟେ ହେବେ ଦେବରାଜା ।୭୭।ରୟଣୀ ପ୍ରଭାତୁଂ ପୂଜା କରିବେ ସେଲାଗେମୁଂ କିସ କରିବି ବୋଲି ବୋଇଲେ ପୁତ୍ରଂକର ଆଗେ ।୭୮।ତୁମ୍ଭେ ପୁତ୍ର ଶୂରବନ୍ତ କରିବି ମୁଂ କିସଅବଶ୍ୟ କାଲି ଗାନ୍ଧାରୀ ଘେନିମ ମୋର ପାଶ ।୭୯।ଶତେ ପୁତ୍ର ଜାତ କଲା ସର୍ବେ ମହାଵଳୀସର୍ବେ ପାଞ୍ଚଗୋଟି ପୁତ୍ର ମୁଂ ପାଞ୍ଚୋଟି ଚମ୍ପା ପାଇବି କାଲି ।୮୦।କାହୁଂ ୟେତେ ଚମ୍ପା ୟେହୁ ଦେବେ ମୁଂ ଭାଳଇୟେତେ କହିଣ ଦେବି ଯେ କ୍ରନ୍ଦନ କରଇ ।୮୧।ମାତାଂକ ବିକଳ ଦେଖି ପାର୍ଥ ମନେ ଭାଳିଜନନୀଂକ ବିଳ ତ ନୁହଇଂ ସମ୍ଭାଳି ।୮୨।ଅର୍ଜୁନ ବୋଇଲେ ମୁଣୋହି କର ତୁଗୋ ମାୟେଯେମନ୍ତ ମନବାଞ୍ଛା କାଲି ପୁରିବ କରିବି ସଞ୍ଚୟେ ।୮୩।କାଲି ପ୍ରଭାତୁଂ ପୂଜାକୁ ଯାଅ ଆଗୋ ଆଈସୁବର୍ଣ୍ଣ ପୁଷ୍ୟେ ଦେଉଳ ଘୋଡ଼ାଇବି ମୁହିଂ ।୮୪।ଅର୍ଜୁନ ବଚନ ଶୁଣି ଦେବୀ କୋନ୍ତୀସ୍ରାହାନ ଷଟକର୍ମ ସାରି ମୁଣୋହି କରନ୍ତି ।୮୫।ରବି ଅସ୍ତକାଳେ ଯେ ପଲ୍ୟାଂକରେ ଶୁତେମନ ଉଦବେଗେ ଯେ ନିଦ୍ରା ନ ମାଡ଼ଇ ବେନି ନେତ୍ରେ ।୮୬।ପ୍ରହରକେ ରାତ୍ର ଥାଉ ନିତ୍ୟକର୍ମ ସାରିଈଶ୍ୱରଂକ ପୂଜା ନିମନ୍ତେ ଗଲେ ପାଣ୍ଡବ ଗର୍ଭଧାରୀ ।୮୭।ବିବାନୁଂ ଉତୁରିଣ ସେ ପାଣ୍ଡବଂକର ମାତଭଗତମତ୍ସଳ ପୂଜା କରନ୍ତି ବିଶ୍ୱନାଥ ।୮୮।ଲୟେ କରି ଅର୍ଜୁନ ପୂଜାର ବେଳ ଜାଣିବାମକରେ ବୀର ଅର୍ଜୁନ ଗାଣ୍ଡିମ ଧନୁ ଧରି ଟାଣି ।୮୯।ମନଭେଦୀ ନାରାଜ ବସାଇଣ ଗୁଣେ ପାଥଅସ୍ରକୁ ତିଅରି ବୋଲଇ ଚଳ ତୁ ତୁରିତ ।୯୦୧।ଇନ୍ଦ୍ର ଦେବତାଂକର ଭଣ୍ଡାର ଯେ କୁବେର ଦେବତା ତହିଂସୁବର୍ଣ୍ଣର ଚମ୍ପା ଯେ ଅଛଇ ପୂରୋଇ ।୯୧।କତୁରୀ ଶର ଆବର ବିନ୍ଧିଲାକ ପୁଣିଦେଉଳ ଆୟେଂଳା ଶିରୀ ପୂରୋଇବୁ ଆଣି ।୯୨।ପବନ ଶରକୁ ଆଡ଼କରି ଦିଲା ଥୋଇମନଭେଦୀ ପଡ଼ିଲା ଯେ ଇନ୍ଦ୍ର ଆଗେ ଯାଇ ।୯୩।ଅର୍ଜୁନର ସଂକେତ କୁ ଜାଣି ସୁରନାଥକୁବେରକୁ ଡାକି ଆଗ୍ୟାଂରେ ଦିଲେ ଯେ ତୁରିତ ।୯୪।ଆହୋ କୁବେର ଆମ୍ଭର ବୋଲ ତୁମ୍ଭେ କରସୁବର୍ଣ୍ଣ ଚମ୍ପା ବୃଷ୍ଟିକର ଶିବଂକ ମନ୍ଦିର ।୯୫।ଇନ୍ଦ୍ରଂକ ଆଗ୍ୟାଂରେ ଦିଗପାଳ ୟେ କୁବେରତକ୍ଷଣେ ବିଜେକଲେ ଗଗନ ମଣ୍ଡଳ ।୯୬।କୁନ୍ତୀ ଦେବୀ ଶିବ ପୂଜା କଲେ କରିବାର ବେଳେସୁବର୍ଣ୍ଣ ଚମ୍ପା ବୁଷ୍ଟି କଲେ ସେହି ଦିଗପାଳେ ।୯୭।ପାଚେରୀ ଦେଉଳ ଯେ ଗମ୍ଭୀରି ପୂରୋଇଲାକୋୟେନ୍ତାଂକ ମନବାଞ୍ଛା ସାର୍ଥକୁ ହୋଇଲା ।୯୮।ସନ୍ତୋଷେଣ ବରଦିଲେ ଅନ୍ଧେକ ଅଇରିପଞ୍ଚୁ କଟକେ ତୋହର ପୁତ୍ର ହୁଅନ୍ତୁ ଦଣ୍ଢଧାରୀ ।୯୯।ବାଞ୍ଛା ପୂରୋଇ କୋଇନ୍ତା ପ୍ରବେଶ ଯାଇଂ ପୁରେପଛେ ଗାନ୍ଧାରୀ ଦେବୀ ପ୍ରବେଶ ମନ୍ଦିରେ ।୧୦୦।ସୁବର୍ଣ୍ଣ ଚମ୍ପା ରେ ଯେ ଦେଉଳ ଅଟାଳି ଦିଶୁନାହିଂଲେଉଟିଲେ ଗାନ୍ଧାରୀ ବହୁତ ଲଜ୍ଜା ପାଇ ।୧୦୧।ତ୍ରଇଲୋକ୍ୟ ପାଣ୍ଡବଂକର ମହିମା ୟେସନଜଗତେ ଉଦିତ ହୋଇଲେ କୋଇନ୍ତାଂକର ନନ୍ଦନ ।୧୦୨।ସୁପୁତ୍ର ଉପୁଜାଇ କୋଇନ୍ତା ସାଧୁ ଅରଜିଲାଅସଜନ ଗାନ୍ଧାରୀ ପୋୟେ କିଛିହିଂ ନୋହିଲା ।୧୦୩ପଞ୍ଚପୁତ୍ର ଉପୁଜାଇ ପିତୃଲୋକ ଉଦ୍ଧାରିଶତେପୁତ୍ର ଉପୁଜାଇ ଶୋକ ସମ୍ଭବ ଗାନ୍ଧାରୀ ।୧୦୪।ଅସର୍ଜନ ଶତେକ ପୁତ୍ର ୟେକେ ୟେକେ ଦୁଷ୍ଟସନ୍ଥଆତ୍ମା ପାଣ୍ଡବେ ୟେକୁଂ ୟେକ ଗରିଷ୍ଠ ।୧୦୫।ତୁ ଯେ ପୁଚ୍ଛାକଲୁ ହୋ ମନୁ ମହାରାଜାସନ୍ଥଆତ୍ମା ଜନନ୍ତ ସମସ୍ତେ କରନ୍ତି ଯେ ପୂଜା ।୧୦୬।ୟେସନେକ ପରିଜା କଲେ ବେନିନାରୀଜଇନ୍ତାୟେ କୋଇନ୍ତା ହସ୍ତିନାୟେ ଗାନ୍ଧାରୀ ।୧୦୭।ବଦନ୍ତି ଅଗସ୍ତି ମୁନି ଆଦି ବ୍ରହ୍ମବେତ୍ତାଚିତ୍ତ ଲୟେ କରି ଶୁଣ ବୋଇବସୁତ ମନୁଶ୍ରୋତା ।୧୦୮।ଶ୍ରୀମହାଭାରଥ ୟେହୁ ଅତୀୟ ପୁଣ୍ୟମାନଶୁଣନ୍ତେ ପାପକ୍ଷୟେ ବର୍ଧୁତ ସନ୍ତାନ ।୧୦୯।ଏକ ଚିତ୍ତେ ଶୁଣନ୍ତେ ପାଇବ ସଦଗତିଭାରଥ ଶୋତ୍ରା ହେଲେ ଅନେକ ଫଳ ଶ୍ରୁତି ।୧୧୦।ଆହେ ପ୍ରାଣୀ ମାନେ ତୁମ୍ଭେ ଶୁଣ ୟେକ ମନେଭାରଥ ଶୁଣି ଦକ୍ଷିଣା ଦେବଟିକେ ଦିବ୍ୟମାନ ।୧୧୧।ଯେମନ୍ତ ଦାନଦେଇ ତେମନ୍ତ ଫଳ ପାଇଦକ୍ଷିଣା ନ ଦିଲେ ଫଳ କେବେହେଂ ନୁହଇ ।୧୧୨।ଶ୍ରୀଚଣ୍ଡୀ ସାରୋଳାଙ୍କ ଚରଣେ ଦଇନିସାରୋଳା ଦାସ କବି ବୋଇଲେ ଫଳ ଶ୍ରୁତି ଘେନି ।୧୧୩।ନିଚିନ୍ତେଣ ଶୁଣିଲେ ପାଇବ ସଦଗତିଭାରଥ ସଙ୍ଗୀତା ହେଲେ ଅନେକ ଫଳଶ୍ରୁତି ।୧୧୪।