ସାରଳା ମହାଭାରତ ମଧ୍ୟପର୍ବ (ଦ୍ୱିତୀୟ ଖଣ୍ଡ)
ସାରଳା ଦାସ · ଭାଗ ୪ / ୧୨
ସମ୍ପୂର୍ଣ୍ଣ ସୂଚୀପତ୍ର
ସୁରେଖା ହରଣ
ବିଲଂକ ଦେଶର ରାଜା ଯେ ବଇବସୁତ ମନୁପାଦାର୍ଘ୍ୟ ଦେଇ ପୂଜିଲେ ଘଟଋଷି ତନୁ ।୧।ଧୂପ ଦୀପେ ନଇବେଦ୍ୟ ଯେ ମୁନିଂକି ବନ୍ଦାଇଲେକୋଟିୟେ ସୁବର୍ଣ୍ଣ ନେଇ ଚରଣ ତଳରେ କୁଢାଇଲେ ।୨।ନବତନ ବସ୍ର ପୁଣ ସହସ୍ରେକ ଦେଇମୁନିଂକ ଚରଣ ତଳେ ନମଇଂ ନରସାଇଂ ।୩।ଶ୍ରୀମହାଭାରଥ ୟେ ପୁରାଣ ଅମୃତମୟ ସାରଶ୍ରବଣେ ଶୁଣନ୍ତେ ଶାନ୍ତି ହୋଇବ ମୋହୋର ଶରୀର ।୪।