ସାରଳା ମହାଭାରତ ମଧ୍ୟପର୍ବ (ଦ୍ୱିତୀୟ ଖଣ୍ଡ)
ସାରଳା ଦାସ · ଭାଗ ୩ / ୧୨
ସମ୍ପୂର୍ଣ୍ଣ ସୂଚୀପତ୍ର
ଚନ୍ଦ୍ରାବତୀ ବିବାହ
ଶୁଣ ହୋ ବଇବସୁତ ମନୁ ବଦନ୍ତି ଅଗସ୍ତିବିଭାଯୋଗ ବେଳେ କଟମ୍ବା ମାଡ଼ିବସିଲେ କୁରୁପତ ।୧।ଦ୍ରିଯୋଧନ କୋଳେ ଅଛି ଚନ୍ଦ୍ରାବତୀ ବାଳୀଶାମ୍ବ କୁମରକୁ କୋଳେ ବସାଇଲେ ବନମାଳୀ ।୨।ଯେସନେକ କୁମାର କୁମାରୀଂକ ବିଭାର ବିଧାନଆରୋଗ୍ୟ ଆଶିଷ୍ୟ ଦିଅନ୍ତି ଋଷି ବିପ୍ରମାନ ।୩।ଅନେକ ଦାନ ଦିଲେ ଯେ ଅନେକ ଆହୂତିଯଦୁବଂଶେ ଉଦିତ ହୋଇଲା ଚନ୍ଦ୍ରାବତୀ ।୪।ଗାଗ୍ରବ ମୁନି କଲେ ଦେଶ କାଳ ପାତ୍ର ବାକ୍ୟେଓହୋକୁଳ ବାଞ୍ଛା କରନ୍ତି ଦେବଲୋକେ ।୫।ଯଦୁକୁଳେ ଜାତ ଶାମ୍ବ ଯେ କୁମରଚନ୍ଦ୍ରଧ୍ୱଜ ଗୋତ୍ର ଯେ ଦ୍ରିଯୋଧନ ରାଜାର ।୬।ଶଙ୍ଖପଦ୍ମ ମହାପଦ୍ମ ତକ୍ଷକ କୁଳିକ ଅନନ୍ତଆସନ ପାଦାସନ ଦିଲେ ଅଷ୍ଟକୁଳା ନାଗାନ୍ତ ।୭।ଦଇବତ ପୁରୁଷ ଯେ ବରୁଣ ଦେବତାବେଦମନ୍ତ୍ର ଆଧ୍ୟାନ ଯେ ପୂର୍ବର ବାରତା ।୮।ଓହୋକୁଳ ଗୋତ୍ର ଯେ ଉଚ୍ଚାରିଲେ ପୁରୋହିତକୁଶ ବନ୍ଧନ କଲେ ବର କନ୍ୟାଂକ ହାଥେ ।୯।ମଙ୍ଗଳ ଧୁନି କରନ୍ତି ଶୁଭ ଅବଧାରିକୁସୁମ ବୃଷ୍ଟି ବର କନ୍ୟାଂକ ଉପରେ ଯେ କରି ।୧୦।ଡାହାଣବ୍ରତେକ ଶଙ୍ଖେ ଜଳ ତିଳ ଭରିଦ୍ରିଯୋଧନ କରେ ପୁରୋହିତ ଦିଲେ ନେଇକରି ।୧୧।ଯଉତୁକ ଦିଅ ହୋ କୁରୁବୀର ରାୟେୟେ ତୋହୋର ଦୋହିତା ବିଭାର ସମୟେ ।୧୨।ପ୍ରଥମେ ପାଣି ଛାଡ଼ି ଦୋହିତା ଦିଲୁ ଦାନୟେବେ ଦକ୍ଷିଣା ଦିଅ ହୋ ରାଜା ଦ୍ରିଯୋଧନ ।୧୩।ଶୁଣିଣ କୁରୁବଇ ହାଥେ ଶଙ୍ଖ ଘେନିଅନେକ ଧନ ଦିଲା ବିବିଧ ରତ୍ନମଣି ।୧୪।ପୁଣ ଦାନ ଦିଲା ନବରତ୍ନ ଶୁଦ୍ଧ ସୁବର୍ଣ୍ଣଇବତ୍ସା ସହିତେ ଦିଲା ସହସ୍ରେ ଧେନୁ ଗାଈ ।୧୫।ସଂକଳ୍ପ ଉଚ୍ଚାରି ଦିଲା ଦୁଇ ସହସ୍ର ଗଜ ଚାରି ସହସ୍ରତିନି ସହସ୍ର ପାରିଦଣ୍ଡ ଦିଲା କୁରୁରାୟେ ।୧୬।ବେନି ଲକ୍ଷ ଦିଲେ ସେ ପରିବାରୀମାନଆଉ କେତେ ଦିଲେ ସେ କେ କରିବ ଲେଖନ ।୧୭।ଯଉତୁକ ଦେଇ ରାଜା ହୋଇଲା ବିନୟ ମତିଦଶ ଦୋଷ ଅପ୍ରାଧ କ୍ଷମା କରିବା ହଳପତି ।୧୮।ଅଗ୍ୟାନ ମତେଣ ମୁଂ କଲଇଂ ଯେବଣ ଦ୍ରୋହଶରଣ ପଞ୍ଜର ନାଥ ଦୋଷ ମୋର ଦହ ।୧୯।ମହାଲକ୍ଷ୍ମୀ ଯାହାର ଭାରିଯା ସରସ୍ୱତୀ ଯାହାଂକୁ ଆରାଧିତାହାଂକୁ ଯଉତୁକ ଦେବାକୁ କି ମୋହୋର ସମ୍ପ୍ରଦ୍ଧି ।୨୦।ଭୋ ଦେବ ନାରାୟଣ ମୋତେ କରିବା କାରଣକନ୍ୟା ଗୋଟି ଦେଇଣ ମୁଂ ପଶିଲି ଶରଣ ।୨୧।ଯଦୁବଂଶେ ଭୂଷିତ ମୋ ଦୋହିତା ଚନ୍ଦ୍ରମୁଖୀକହୁଂ ଅଶ୍ରୂଜଳ ବହଇ ଆନନ୍ଦେ ବେନି ଆଖି ।୨୨।କନ୍ୟାକୁ ସମର୍ପି ରାୟେ ଚଳିଲେ ନିଜ ପୁରେବରକନ୍ୟା ବସାଇଲେ ନେଇ ୟେକଇ ଆସନରେ ।୨୩।ଅଗ୍ନି ଆରୋପଣ କଲେ ଗାଗ୍ରବ ପୁରୋହିତେବଶ୍ୟାନର ଆଗ୍ନି ନାମହିଂ ଯେବଣ ଯୁଗତେ ।୨୪।ମହା ବ୍ରହ୍ମଲୟେ ପଞ୍ଚଭୂତ ଆତ୍ମାଅଗ୍ନିଦେବତାର ବାରକଇ ବଦନ ସପତ ଜିଭ୍ୟା ।୨୫।ଅଗ୍ନି ଦକ୍ଷିଣାବର୍ତ୍ତୀ ହୋଇଣ ଦିଲେକ ଆହୂତିଆୟୁଷ ବର୍ତ୍ତମାନ ହୋଅଇ ଯେ ବଢ଼ଇ ସନ୍ତତି ।୨୬।ହୋମ କଲେ ପୁଣ ଯେ ଯଥା ଶାହାସ୍ର ମତେଘୃତ ପାରଣା କଲେ ବରକନ୍ୟା ଯୁଗତେ ।୨୭।ବିଭା ବିଧି ପ୍ରତିଷ୍ଠା ଯେସନେକ ଧାରଣାୟେ ବିଧିମତେ ହେଲା ପର ଯେ ଆପଣା ।୨୮।ଘୃତ ପାରଣା କରି ବରକନ୍ୟା ଅନ୍ତପୁରେ ପଶିଆଶୀର୍ବାଦ ତହିଂ କରନ୍ତି ସର୍ବ ଋଷି ।୨୯।ଅହିୟୋ ସୁଲକ୍ଷଣୀ ହୁଅ ଗୋ ଚନ୍ଦ୍ରାବତୀଶୁଭେଣ ପ୍ରାପତ ତୋତେ ହୋଉ ସନ୍ତତି ।୩୦।ଭାନୁବତୀ ମୂଳେ ଯେ ଅନେକ ଯୁବତୀଅହିୟୋ ସୁଲକ୍ଷଣୀମାନେ ବରକନ୍ୟା ବନ୍ଦାବନ୍ତି ।୩୧।ମଙ୍ଗଳ ଗୀତ ଗାଇ ହୁଳ ହୁଳି ଦିଲେ ବାଳୀଶିରେ ଅର୍ଘ୍ୟ ଦିଲେ ଜୟେ ମଙ୍ଗଳ ତୋଳି ।୩୨।ଅର୍ଘ୍ୟ ଦେଇ ସର୍ବ ଶୁଭେ ଗଲେ ଯେ କାମେନୀଜୟେ ଜୟେ ଶବଦ ଶୁଭିଲା ମଙ୍ଗଳ ଧୁନି ।୩୩।ମୁନିମାନେ ଆସି ମିଳିଲେ ନିଜସ୍ଥାନେଆଶିଷ ଦିଲେ ଅନ୍ତପୁର ନାରୀମାନେ ।୩୪।ଅମୃତ ରସ ପାକ ସୁପଂକୁ ଦ୍ରବ୍ୟ ଅନ୍ନମାନୟେକା ପତ୍ରେ ବର କନ୍ୟା କରନ୍ତି ଭୋଜନ ।୩୫।ମଙ୍ଗଳ ଗୀତ ଗାବନ୍ତି ଶୁଭ୍ରକେଶୀ କାମେନୀହୁଳହୁଳି ସଙ୍ଗେ ଶୁଭଇ ଜୟ ଜୟ ଧୁନି ।୩୬।ଅନେକ ନିଶାଣ ଢୋଲ ଘନ ଘନ ବାଜେଦ୍ୱରିକା ପୁରକୁ ସଜ ହୁଅନ୍ତି ଦେବରାଜେ ।୩୭।ଅଶ୍ୱ ଗଜ ରାଜା ଯେ ଯେତେକ ଦିଲେଟି ବଧାଇକୃଷ୍ଣଙ୍କୁ ସମାଧନା କରନ୍ତି ପାଣ୍ଡବ ପାଞ୍ଚ ଭାଇ ।୩୮।ତୁମ୍ଭେ ମୋର ପଞ୍ଚଭୂତ ଆତ୍ମା ଅଟେ ପାଣ୍ଡବେତୁମ୍ଭରେ ହୋଇଲା ମୋର ଅନେକ ଉଚ୍ଛବେ ।୩୯।ଅନେକ ଧନ ରତ୍ନ ଦିଲେକ ବଧାଇବରକନ୍ୟା ସନ୍ନିଧ୍ୟେ ମଙ୍ଗଳ ଗୀତ ଗାଇ ।୪୦।ବୃଷ୍ଣିବଂଶ ଯଦୁବଂଶ ଭୋଜବଂଶ ହୟିହୟ ବଂଶସାଜନ୍ତି ଯୋଦ୍ଧାମାନେ ମନେ ଅନେକ ହରଷ ।୪୧।ରଥ ଗଜ ଅଶ୍ୱ ସାଜନ୍ତି ଅନେକ ପାଦାନ୍ତିଲାଗିଲା ଜଗହୁଳା ଦିବସ ପ୍ରାୟେ ଦିଶିଲାକ ରାତି ।୪୨।ବର କନ୍ୟାକୁ ନେଇ ବସାଇଲେ ହାନ୍ଦୋଳାୟେସମଦଣ୍ଡ ଘେନି ବିଜୟ କଲେ ଦେବରାୟେ ।୪୩।ସାତ ଭଣ୍ଡାର ଦିଲେ ରାଜା ଚନ୍ଦ୍ରାବତୀର ତୁଲେଦେବତାମାନେ ସମସ୍ତେ ସାଧୁ ସାଧୁ କଲେ ।୪୪।ବର କନ୍ୟାଂକୁ ଘେନି ଦେବ ଦ୍ୱାରିକାକୁ ବିଜେବିଜିଘୋଷ ଦାଉଣ୍ଡି ଯେ ବୀରତୂର ବାଜେ ।୪୫।ଦ୍ୱାରିକା ପୁରେ ଯାଇଂ ହୋଇଲେ ପରବେଶଜୟେ ମଙ୍ଗଳ ଧୁନି ପୂରିଲା ଚଉପାଶ ।୪୬।ମଙ୍ଗଳ ଧୁନି ବାଣୀ ଶୁଭିଲା ଦ୍ୱାରିକାଅର୍ଘ ଘେନି ବାହାର ସକଳ ନାୟିକା ।୪୭।ବରକନ୍ୟା ଯାନ୍ତେ ଦେଖନ୍ତି ସର୍ବ ବାଳୀଆନନ୍ଦେ ବାମାମାନେ ଦିଅନ୍ତି ହୁଳହୁଳି ।୪୮।ବୋଲନ୍ତି ଧନ୍ୟ ଧନ୍ୟ ଗୋ ଦେବୀ ଚନ୍ଦ୍ରାବତୀଧନ୍ୟ ଭାନୁବତୀ ଗର୍ଭୁଂ ହୋଇଲୁ ଉତପତ୍ତି ।୪୯।ଦଇବକୀ ଯଶୋବନ୍ତୀ ଦେଖନ୍ତି ଜମ୍ବୋବତୀସତ୍ୟଭାମା ରୁକ୍ମିଣୀ କାଳନ୍ଦୀ ପ୍ରିୟବତୀ ।୫୦।ୟେହାଂକର ମୂଳେ ଯେ ବତିଶସହସ୍ର ବାମାଅଷ୍ଟ ପାଟବଂଶୀ ସେ ଯେ ଦ୍ୱାରିକା ଉପମା ।୫୧।ବିହଡ଼ନ୍ତି କନ୍ୟାମାନେ ମନର ସାନନ୍ଦେକଉତୁକେ ନାଟ ମୁନି ଯେ କରନ୍ତି ନାରଦେ ।୫୨।ଚାରିଲକ୍ଷ ବତିଶ ସହସ୍ର ଦ୍ୱାରିକା ଯଦୁବଂଶ ସାହିଘରେ ଘରେ ବରକନ୍ୟାନ୍ତ ଅର୍ଘ୍ୟ ଯେ ବନ୍ଦାଇ ।୫୩।ଚନ୍ଦ୍ରଶାଳା ପୁରେ ଯେ ମହୁଶେଯ୍ୟା ପାଡ଼ିତହିଂରେ ଯାଇ କୁମର କୁମାରୀ ପହୁଡ଼ି ।୫୪।ଭୁଞ୍ଜଇ କୁମର ସାନନ୍ଦ ହୋଇଣ ପଞ୍ଚୁଭୂତେତ୍ରଇଲୋକ୍ୟ ମୋହିନୀକି ସେ ଘେନି କୋଳାଗ୍ରତେ ।୫୫।ଅଭେଦ ଆତ୍ମା ତହିଂ ଯେ ବଢିଲା ପୀରତିକୁମର କୁମାରୀ ଯେ ମନର ଶାନ୍ତି ହ୍ୱନ୍ତି ।୫୬।ଶୃଙ୍ଗାର ଭରେ ପ୍ରତୋଷ ଯେ କୁମାରୀ କୁମରଯହିଂ ପଡୁଅଛି ଧାଡ଼ି କାମ ଯେ ଦେବର ।୫୭।ପୀରତି ମନୋହର ସେ କହିତ କି ପାରିକଉତୁକେ ରାତ୍ର ତହିଂ ଗଲାକ ଅପସରି ।୫୮।କନକ ଛାୟେଣୀ ମଣ୍ଡୋପ ଚନ୍ଦ୍ରାତପ ଟାଣିଲମ୍ବିତ ମୁକୁତା ଝରା ଝଟକନ୍ତି ରତ୍ନମଣି ।୫୯।ନିଧିମାନ ଘେନି ଯେ ବାରାନିଧି ଖଟଇଦେବଂକୁ ଦୁଲଭ ଦ୍ୱାରିକା ଭୁବନ ସମ୍ଭର୍ବଇ ।୬୦।ତାହା ବର୍ଣ୍ଣିବାକୁ ଶକ୍ୟ ମୋର କିସଯାହାର ମହିମା କହି ନୁଆରନ୍ତି ବେଦବ୍ୟାସ ।୬୧।ଚଉଷଠି ବିଧାନେ ମଙ୍ଗଳ ବିଧି ଯେହ୍ନେଅଇଲେ ଧୁଶାସନ ଦୃମନ ଦୃଜୟେ ଦୁରାକର୍ଣ୍ଣେ ।୬୨।ୟେହାଂକର ମୂଳେ ଯେ ଦଶସହସ୍ର ରଥୀଦ୍ୱାରିକା ପୁରେ ଆସି ଉଚ୍ଛବ କରାନ୍ତି ।୬୩।ସୁବର୍ଣ୍ଣେ ନିର୍ମିତ ଯେ ଅଷ୍ଟରତ୍ନରେ କଳସୀହିରା ମାଣିକ୍ୟ ତହିଂ ଉପରେଣ ବସି ।୬୪।ବରକନ୍ୟା ୟେକ ଆସନେଣ କଲେ ଉଭାଚନ୍ଦ୍ର ରେହିଣୀ ପ୍ରାୟେ ଦିଶନ୍ତି ବେନି ଶୋଭା ।୬୫।ବିଧି ପୂର୍ବମତେ ପଢନ୍ତି କଳଶାବଶିଷ୍ଠ ମାରକଣ୍ଡ ଆବର ଦୁର୍ଭାସା ।୬୬।ଆବର ଜ୍ୟୋତିର ସେ ଭରହ ଶିଶୁମୁନାଚାରିଦେବ ସମ୍ପୂର୍ଣ୍ଣ ବ୍ରହ୍ମା ମୁନି ସିନା ।୬୭।ୟେ କଳଶା ଚାରିବେଦୁଂ ଉତପତ୍ତି କରିଉଚ୍ଛବ ବଢିଲା ଭିତରକୁ ଗଲେ କୁମର କୁମାରୀ ।୬୮।ଅନେକ ହରଷ ମନ ହୁଅନ୍ତି କଉରୋବେଆନନ୍ଦେ ହରଷ ଯେ କୃଷ୍ଣ ବଳଦେବେ ।୬୯।ପଞ୍ଚମ ଦିନ ଉପୁଜିଲା ଉଚ୍ଛବ ଗୋଟାୟେୟେକ ଆରେକ ମତ୍ତ ହୋଇ ନ ମଣିନ୍ତି କିଛି ଭୟେ ।୭୦।ୟେକକୁ ଆରେକ କରେ ହାସ ପରିହାସପ୍ରଥମେ ଚନ୍ଦନ ଫିଙ୍ଗି ହୋଇଲେ ହରଷ ।୭୧।ତଦନ୍ତରେ କର୍ଦ୍ଦନ କଲେ ଲେପନ କାୟେତହୁଂ ମରାମରି ଯେ ପିଚିକା ଜଳମୟେ ।୭୨।ବେଳକୁ ବେଳ ହୋଇଲା ଅପାର ରସକେଳିୟେକର ଉପରେ ଆରେକ ନିଉଡ଼ି ଯେ ଧୂଳି ।୭୩।ପୁଣ ପୁଣି ନିଉଡ଼ିଲେ ଉଠିଲା କର୍ଦ୍ଦନଦିଶିଲା ଭବିଷ୍ୟ ଯେ ଦ୍ୱାରିକା ଭୁବନ ।୭୪।ବସୁଦେବ ପୁଚ୍ଛା କଲେ ଯେ ବ୍ୟାସ ମୁନିଂକିୟେ କେଉଣ ଚରିତ ମୁନି ତୁମ୍ଭେ ଜାଣଟି କି ।୭୫।ବ୍ୟାସେ ବୋଇଲେ ହୋ ଶୁଣ ତୁ ବସୁଦେବପାପ ପୁଣ୍ୟ ଆସି ମିଳନ୍ତି ୟେକ ଠାବ ।୭୬।ଦିବସେ ହୋଇଲେ ଯେ ରାତ୍ରେକ ହୁଅଇସଂସାରକଥା ୟେହା କେହି ନ ଜାଣଇ ।୭୭।ପୁଣ୍ୟ ହୋଇଲା ଯେ ପୁଣ ବିଭାର ଯୁଗତେନାନାଦି ବେଶ ବେଶନ ହୋଇଲେ ଯେ ପଞ୍ଚୁଦିବସ ପରିପନ୍ତେ ।୭୮।ଅନେକ ଭୋଗ ବିଳସନ୍ତି ଅନେକଶରଧାକାଳେ ପାପ ପୂଣ୍ୟ କରିବ ନାହିଂକି ବାଧା ।୭୯।ଶ୍ରୀକୃଷ୍ଣ ଅଙ୍ଗ ଯେ ବିଳସୁଥିଲା ପୁଣ୍ୟମୟେସେ ଦେହେ ପଡ଼ିଲା ଧୂଳି କର୍ଦ୍ଦନ ଗୋଟାୟେ ।୮୦।ପାପ ପୁଣ୍ୟ ଦୁହେଂ ଯେ ହୋଇଲେ ଅଇରି ସରିଦେବତାମାନେ ଯେ ୟେହା ନୁଆରିଲେ ଅନ୍ତ କରି ।୮୧।ଶ୍ରୀବାସୁଦେବଂକର ଯେ କଉତକ ରଞ୍ଚନାୟେକା ପୁତ୍ରେ ବିଭା କରି ଉଚ୍ଛବ କଲେ ଜଗବନ୍ଦନା ।୮୨।ମୟା ମୋହ ସଂସାର ୟେ ହୋଇଲ ମୋତେ ବଣାୟେକକୁ ଆରେକ ଯେ ବିପରିତ କହଣା ।୮୩।ଶ୍ରୀକୃଷ୍ଣ ଆରାଧନା ହୃଦରେ ମୋର ଥାଉବିଷ୍ଣୁ ବିତ୍ରେକ ମୋହୋର ମନ ଅନ୍ୟ ଗତିକି ନ ଯାଉ ।୮୪।ଶ୍ରୀକୃଷ୍ଣ ପଦ୍ମପାଦେ ମୋହୋର ମନବଞ୍ଛାଜଗବନ୍ଦନ ନାରାୟଣ କରନ୍ତୁ ମୋତେ ରକ୍ଷା ।୮୫।ନିରନ୍ତରେ ଭାବନାରେ ଗୋବିନ୍ଦ ନାମ ଗୋଟିସଦା ସମ୍ପଦ ୟେହା ନିତ୍ୟେହେଂ ପରକଟି ।୮୬।ଭୋଜନ ଶୟନ ଶଉଚଭାବ ମନେଭାବେ ଭଜିଲା ମନ ପ୍ରସନ୍ନ ବଦନେ ।୮୭।ଯାହା ସେ କହିଲେ ମହାମୁନି ବ୍ୟାସେଇହ ପରୋଲୋକ ଯେ କାଳର ଅଭ୍ୟାସେ ।୮୮।ଶ୍ରୀବାସୁଦେବଂକ ଚରଣେ ଭାବଇ ମୁଂ ନିତ୍ୟେବଦନ୍ତି ସୋରୋଳା ଦାସେ ସଂସାର ଜନ ହିତେ ।୮୯।ୟେହା ଶୁଣିଣ ବଇବସୁତ ମନୁ ଯେ ବୋଇଲାଚନ୍ଦ୍ରାବତୀ ବିଭା ୟେକା ପାଣ୍ଡବଂକରେ ହୋଇଲା ।୯୦।ଶ୍ରୀକୃଷ୍ଣ ଯେ ଅନ୍ତର କରିଥିଲେ କଉରୋବନ୍ତପୁତ୍ରବଧୁ ଦେଖି ଯେ କଡ଼କା ଛାଡ଼ିଲେ ତାହାନ୍ତ ।୯୧।ଶ୍ରୀକୃଷ୍ଣ ଦ୍ରିଯୋଧନର ହୋଇଲା ପ୍ରିୟଯୋଗୟେଥୁ ଅନନ୍ତରେ କିସ ହୋଇଲା ମୁନିଦେବ ।୯୨।ବଦନ୍ତି ଅଗସ୍ତି ତୁ ପୁଚ୍ଛା କଲୁ ଯାହାସାବଧାନେ ଶୁଣ ହୋ ଭାରଥ କୁଳ ନାହା ।୯୩।ତୁମ୍ଭେ ପୁଚ୍ଛିଲେ ଯେ ହସ୍ତିନା ସିଂଘଦ୍ୱାରର ପ୍ରସ୍ତାବଚନ୍ଦ୍ରାବତୀର ନିମନ୍ତେ ୟେହା କଲେ ବଳଦେବ ।୯୪।ଶ୍ରୀବାସୁଦେବଂକର ଚରଣେ ଭଗତିଶୂଦ୍ରମୁନି ସାରୋଳା ଦାସ ଶ୍ରୀକୃଷ୍ଣ ଚରଣେ ସେବନ୍ତି ।୯୫।ନମସ୍ତେ ସାରୋଳା ମା ଗୋ ଜଙ୍ଖେର ପୁର ବାସୀପ୍ରସନ୍ନେ ବର ଦାୟିନୀ ଦ୍ରଶନେ ଦୁଖ ଧ୍ୱସିଂ ।୯୬।କଳିକାଳ ବିଧ୍ୱଂସିନୀ ଯେ କରୁଣା ବାରାନିଧିକରିବା କାରଣ ମା ଗୋ ଦେବା ସଦବୁଦ୍ଧି ।୯୭।ଶ୍ରୀ ସରସ୍ୱତୀ ଦେବୀ ଗୋ ବିଷ୍ଣୁର ପାଚରାଣୀକରିବା ସଦୟେ ଗୋ ବିଷ୍ଣୁର ଘରଣୀ ।୯୮।ସପତ ସ୍ୱର ବୀଣାୟେ ସୁସ୍ୱରେ ଗାୟନ କଲୁଭରହରଷେ ମା ଗୋ ନାରାୟଣନ୍ତ ମୋହିଲୁ ।୯୯।ଅପାପୀ ଅପର୍ଣ୍ଣା ଗୋ ପରମ ଯୋଗେଶ୍ୱରୀକୋଟି କୋଟି ପ୍ରଳୟ ଯେ ନିମିଷେକ କରି ।୧୦୦।ଶୁଦ୍ଧ ସଷ୍ଟିକ ବର୍ଣ୍ଣ ଅଭୟେ ହେଙ୍ଗୁଳାଦୁର୍ଗତି ନାଶିନୀ ମା ଗୋ ଶ୍ରୀସର୍ବମଙ୍ଗଳା ।୧୦୧।ସର୍ବ ଜନଂକର ହୃଦରେ ଯାର ବାସଶ୍ରୀବାକ୍ୟଦେବୀ ଚରଣେ ଶ୍ରୀସାରୋଳା ଚଣ୍ଡୀ ଦାସ । ୧୦୨।ଯହୁଂ ସେ ପ୍ରସନ୍ନ ହୋଇଲେ ଶ୍ରୀଚଣ୍ଡୀ ସାରୋଳାତେଣୁ ସପତ ସାହେରକୁ କରି ଲୋଡ଼ଇ ଭେଳା ।୧୦୩।ସପତ ସାହେରର କେ ପାଇବାକ ତଦନ୍ତବ୍ରହ୍ମାଂକୁ ଅଗୋଚର ୟେ ଶ୍ରୀମହାଭାରଥ ।୧୦୪।ବ୍ୟାସ ମହାମୁନି ଯେ ୟେଥକୁ କାରଣସେ କହିତେ ସାମରଥ ଶ୍ରୀବିଷ୍ଣୁ ପୁରାଣ ।୧୦୫।କୋଟିୟେ ଯୁଗ ବସି ସେ ଅନ୍ତ ନ ପାଇଲେମହାଭାରା ଲାଗିଲାକୁ ଭାରଥ ନାମ ଦିଲେ ।୧୦୬-୭୬୯୩।
ଉଷା ହରଣ
ବଦୟନ୍ତି ଅଗସ୍ତି ଶୁଣ ହୋ ମନୁ ରାୟେସଞ୍ଚପି କହିବାକୁ କାହାର ସଖ୍ୟ ହୋୟେ ।୧।ତୁମ୍ଭେ ଯେ ପୁଚ୍ଛାକଲ ବିନୟ ଭଗତେକହିବା ବିଷ୍ଣୁ ପୁରାଣ ସଂସାରୁ ତରିବା ନିମନ୍ତେ ।୨।ୟେ ମଧ୍ୟ ପର୍ବ ଯେ ମହାରସ କଥାହରଇ ଦୁଷ୍କୃତ ଯେ ଖଣ୍ଡଇ ମନୋବ୍ୟଥା ।୩।ଶ୍ରୀବିଷ୍ଣୁ ପୁରାଣ ୟେ ଶାହାସ୍ରଙ୍ଗତେଯେ ଅବା ଶୁଣନ୍ତି ହୋଇଣ ୟେକ ଚିତ୍ତ ।୪।ଅନ୍ତେଣ ବଇକୁଣ୍ଠ ଦିଅନ୍ତି ଚକ୍ରପାଣିନାନାଦି ପାତେକରୁ ତରିଯାନ୍ତି ପ୍ରାଣୀ ।୫।ତୁମ୍ଭେ ଯେ ଧାର୍ମିକ ବିବେକ ପୁଣ୍ୟବନ୍ତାୟେକମନେ ଶୁଣ ହୋ ଶ୍ରୀମହାଭାରଥ କଥା ।୬।ଶୋଣିତ ପୁର ବୋଲି ବଇତରଣୀ ନଦୀ ତୀରେବାଣାସୁର ବୋଲି ତହିଂର ନୃପବରେ ।୭।ବଳୀର କୁମର ସେ ମହାଦେବଂକୁ ସେବି ପାଇଲା ବରଯୁଗେ ଯୁଗେ ଅମର ସେ ସହସ୍ରେ ତାର କର ।୮।ମହାବୀର ପଣେ ସେ ବଡ଼ାଇ କଉଣୋପଯୁଗେ ଯୁଗେ ଅଜାମ୍ବର ତାର ଭୟଂକର ରୂପ ।୯।ତାହାର କୋଳେ ଜନମ ୟେକଇ ଦୁଲଣୀକୋଟିୟେ ପାର୍ବତୀ ରୂପକ ପାରଇ ସେ ଜିଣି ।୧୦।ସୁକୁମାରୀ ସୁନ୍ଦରୀ ସେ ମୋହଇ ଜଗତଚନ୍ଦ୍ର ମହାଲଗ୍ନ ଘେନିଣ ହୋଇଲାକ ଜାତ ।୧୧।ଫାଲଗୁନ ମାସ ଶୁକ୍ଳପକ୍ଷ ପଞ୍ଚମୀ ଚନ୍ଦ୍ରବାରରେବତୀ ମୀନରେ ଚନ୍ଦ୍ର କରଇ ବିହାର ।୧୨।ବବ ନାମେ କରଣ ଯେ ଶୁଭ ନାମେ ଯୋଗକୁମ୍ଭ ସଂକ୍ରାନ୍ତିକି ଯେ ବାଇଶି ଦିନ ଭୋଗ ।୧୩।ସପ୍ତମେ ବୃହସ୍ପତି ପଞ୍ଚମେଣ ବୁଧଦିବସ ଭୋଗ ଯାଇଂ ରୟଣୀ ହୋଇଲାକ ଅର୍ଦ୍ଧ ।୧୪।ୟେମନ୍ତ ସମୟେଣ ସେ ଜାତ ହୋଇଲା କୁମାରୀସର୍ବ ମଙ୍ଗଳ ଯୋଗ ପଣ୍ଡିତେ ବିଚାରି ।୧୫।ଦୋହିତାକୁ ଦେଖି ତାର ଉଲସିତ କାୟେତେଣୁ କରି ରାଜା ତାର ଉଷା ନାମ ଦିୟେ ।୧୬।ଦିନୁଂଦିନ କୁମାରୀ ଯେ ବଢଇ ଆନୁ ଆନଶୁକଳ ପକ୍ଷେ ଯେହ୍ନେ ଉଦିତ ହୋୟେ ଜହ୍ନ ।୧୭।କେତେହେଂକ ଦିନେ କନ୍ୟା ହୋଇଲା ନବଯୁବାମଦନ ପସରା ଜାଣି ଦିଶଇ ବେନି କୁଚ ଆଭା ।୧୮।ନୟନ ନୀଳ ଉତ୍ପଳ ନାସା ତିଳ ଫୁଲଦନ୍ତ ଗଜମୋତି ବଧୁଲୀ ଅଧର ଅମୂଲ୍ୟ ।୧୯।ବୃଷାଳ ବକ୍ଷସ୍ଥଳ ପଦ୍ମଲାଡ଼ ବେନି ଭୂଜପଦ୍ମ ପତ୍ର ପେଟ ନିତମ୍ବ ଉରଜ ।୨୦।ରକତ କୁମୁଦ ଜାଣି ପାଦତଳ ରଙ୍ଗରାଜହଂସ ଚାଲି ଶୋଭା ଦିଶଇ ସୁରଙ୍ଗ ।୨୧।କୋକିଳ ବଚନ ଭାଷଇ ମୃଦୁରସଅପାଙ୍ଗ ଚାହାଣୀରେ କନ୍ଦର୍ପ ହୋଇବଟି ଧଂସ ।୨୨।କପାଳେ ସିନ୍ଦୂର ଅରୁଣ ଜ୍ୟୋତି ଜାଣିନାସାରେ ଗଜ ମୁକୁତା ସୁବର୍ଣ୍ଣ ରସାଣି ।୨୩।ନୟନେ କଜ୍ଜ୍ୱଳ ଭ୍ରୂଲତା ବେନି ସାଜେକର୍ଣ୍ଣେଣ ରତ୍ନ କାପ ଗୁରୁ ଶୁକ୍ର ଗଞ୍ଜେ ।୨୪।କଣ୍ଠେ ଶୋଭାବନ ମୁକୁତା ସରି ଚାପବାହେ ରତ୍ନ ଚୁଡ଼ି ନାନା ମଣି ଧାପ ।୨୫।ପୟରେ ନେପୂର ବାଜଇ ରୁଣଝୁଣଅଙ୍ଗୁଷ୍ଠି ମୁଦ୍ରିକା ଦିଶେ ସୂର୍ଯ୍ୟ ଜ୍ୟୋତି ସମ ।୨୬।ଦେବାଙ୍ଗ ବସନ ପରିହରଣ ଯେ ବାଳୀନାନା କୁସୁମେ କବରୀ ଅଛଇ ଶାମଳୀ ।୨୭।ସଙ୍ଗେ ଚିତ୍ରରେଖା ନାମେ ସହଚରୀ ଘେନିକୁସୁମ ବନିକାୟେ ଭ୍ରମଇ କାମେନୀ ।୨୮।ନାନା ଜାତି କୁସୁମ ସେ ତୋଳେ ମନଇଚ୍ଛାପୂଜଇ ସଦାଶିବ ବର ମାଗଇ ମନ ବାଞ୍ଛା ।୨୯।ଭୃଙ୍ଗ ଧୁନି ଶୁଣି ଚମକଇ ତାର ତନୁରତି ଶାହାସ୍ର ସୁମରି ବିକଳିତ ମନୁ ।୩୦।ପୁଣ ପୁଣ ବସନ ସେ ଫେଡ଼ଇ ସରାଗେଦେଖଇ ମର୍ମସ୍ଥାନ ସେ ମନର ଉଦବେଗେ ।୩୧।ଯହୁଂ ନିର୍ଜନ ସେ ଅଟଇ ବିପୁନ୍ୟତେଣୁ କରି ଫେଡ଼ିପିନ୍ଧଇ ବସନ ।୩୨।ଚନ୍ଦ୍ରକଳା ସୁମରି ଯେ ରତି ଇଚ୍ଛା କରିନାନା ପରିବନ୍ଧ ସେ ମନରେ ଅନୁସରି ।୩୩।ପୁଷ୍ୟକୁ ଆବୋରି ଚୁମ୍ବଇ ଭ୍ରମରମତ୍ତଭରେ ଧୁନି କରଇ ସୁସ୍ୱର ।୩୪।ଦେଖିଣ ବିଷାଦ କରଇ ମନୁକୁସାତ୍ତ୍ୱିକ ବିକାର ଭେଦିଲା ତନୁକୁ ।୩୫।ଖରତର ନିଶ୍ୱାସ ଛାଡ଼ଇ ଘନଘନତରଳିତ ତନୁ ତାର ବିରସ ବଦନ ।୩୬।ଚରଣ ବଢାଇ ବାଳୀ ନୁଆରଇ ଯାଇଦେଖି ଚିତ୍ରରେଖା ଧଇଲା ବେଗ ହୋଇ ।୩୭।ଆଶ୍ୱାସନା କରି ନିଜ ପୁରକୁ ଘେନିଗଲାସୁବାସିତ ଜଳ ବଦନେ ଛିଞ୍ଚିଲା ।୩୮।ସୁଗନ୍ଧ ଲେପନ୍ତ ମଣଇ ବିମୁଖଭୋଜନ ଶୟନେ ଅତିହିଂ ଗୁରୁ ଦୁଖ ।୩୯।ନ କହେ ସଖୀକି ସରସ ବଚନନୁହଂଇ ସୁବେଶ ନ ସମ୍ଭାଳର ବସନ ।୪୦।ଚିତ୍ରରେଖା ଚିତ୍ତ ଚଞ୍ଚଳ ତାର ଜାଣିବହୁତ ମତେ ତାକୁ ପ୍ରବୋଧଇ ତରୁଣୀ ।୪୧।ନ ଘେନେ ସଖୀଂକ ହାସ ପରିହାସଦିବସ ଅନ୍ତେଣ ରୟଣୀ ପ୍ରବେଶ ।୪୨।ଶେଯ୍ୟାରେ ପହୁଡ଼ି ଅଳସିତ ତନୁପ୍ରଦୀପ ତେଜକୁ ମଣିଲା ସେ ଭାନୁ ।୪୩।ଚନ୍ଦ୍ରଶାଳା ପୁର ନ ମଣଇ ବାଳୀନୟନେଣ ନିଦ୍ରା ନୋହୋଇ ବିଭଳି ।୪୪।ଅନେକ ଚେରଷ୍ଟା ମଦନ ବିକାର ଘେନିଅତି କଷ୍ଟେ ବଞ୍ଚିଲା ସେ ଦିବସ ରୟଣୀ ।୪୫।ରୟଣୀ ପ୍ରଭାତେ ଦେଖିଲା ସପନଦିବ୍ୟ ପୁରୁଷେକ ମିଳି ସନ୍ନିଧାନେ ।୪୬।ପଲଂକେ ବସିଣ ଅଳପେ ମୃଦୁ ହସିଉପରେ ଦେଇ ହାଥ ଚାଟୁ ବଚନ ଭାଷି ।୪୭।କୋଳେ ବସାଇଣ ଚୁମ୍ବଇ ଅଧରୟେସନେକ ସମୟେ ନିଦ୍ରା ଭାଜିଲା ତାହାର ।୪୮।ଚକ୍ଷୁ ମଳି ଚାହିଂଲା ବାଳୀ ପଲଂକ ଉପରକୁନ ଦେଖି ଦରାଣ୍ଡିଣ ନ ପାଇଲା ତାହାକୁ ।୪୯।ହା ପ୍ରାଣନାଥ ବୋଲି ଉଚ୍ଚେ ରାବ ଦିଲାଶୁଣି ଚିତ୍ରରେଖା ତବଦ ହୋଇଲା ।୫୦।ବୋଲଇ ସୁନ୍ଦରୀ ଶୁଣ ମୋର ବାଣୀବିପରୀତ କଥା କହୁ ଗୋ ମିତଣୀ ।୫୧।ବିଘଂସିତ ପୁଷ୍ୟ ପ୍ରାୟେ ହୋଇଅଛୁଭୃଙ୍ଗ ଲଭିନାହୁଂ ପୁଂସ କିଂକେ ଇଚ୍ଛୁ ।୫୨।ସଖୀ ବଚନ ଶୁଣି କହେ ମୃଦୁ ବାଣୀଅଭିନବ ପୁରୁଷେ ମୋ ପାଶେ ଥିଲା ୟେହିକ୍ଷଣି ।୫୩।ତାହାଂକ ରୂପଗୁଣ କହିବଇଂ କିସକୋଟିୟେ କନ୍ଦର୍ପ ଯାର ହୋଇବାକ ଦାସ ।୫୪।ସେ ଆସି ମୋହୋର ଶେଯ୍ୟାରେ ବସିଥିଲାଅଧର ଚୁମ୍ବିଣ ମୋରେ ବହୁ ଚାଟୁ କଲା ।୫୫।ୟେହିକ୍ଷଣି ଥିଲା ଗଲା କେଉଂ କତିୟେତେ କହି ମୋହେ ପଡ଼ିଲା ଯୁବତୀ ।୫୬।ଚିତ୍ରରେଖା ତୋଳି କରଇ ଆଶ୍ୱାସକାହୁଂ ଅଦଭୁତେ ଅଇଲା ପୁରୁଷ ।୫୭।ଆଗୋ ସଖୀ ସଚେତ ହୋଇ କହ ମୋତେତିନି ପୁରେ ଥିଲେ ନିଚେଂ ଆଣି ଦେବି ତୋତେ ।୫୮।ନୋହସି ଅଗ୍ୟାନ ଗୋ ଚେତା ହୋଇ କହସଖୀର ବଚନ ଶୁଣି ତେଜିଲାକ ମୋହ ।୫୯।ଚରଣ ଧରି କହଇ ବହୁତ ବିନୟେତୁ ସଖୀ ମୋହୋରେ ଗୋ କରସି ସଦୟେ ।୬୦।ତୁ ଯେବେ ଅଟୁ ଗୋ ମୋ ପ୍ରାଣର ମିତଣୀଅନରୂପେ ପତି ଦେବୁଂ ମୋତେ ଆଣି ।୬୧।ସ୍ୱପନେ ଦେଖିଲି ସଖୀ ଗୋ ଯେଉଂଣ ମୂରତିସେ ମୋହୋର ଜାଣ ନିଚେଂ ଅଟେ ପତି ।୬୨।ତାହାର ବିହୁନେ ମୋ ନ ସରଇ ଦିନସେହି ସେ ଅଟଇ ସଖୀ ମୋହୋର ଜୀବନ ।୬୩।ତାହାକୁ ସଖୀ ଆଗୋ ଆଣିଦେବୁ ମୋତେଅନେକ ବିନୋୟୀ ହୋଇ କହୁଅଛି ତୋତେ ।୬୪।ୟେତେ ବୋଲି ବାଳୀ ଧଇଲା ଚରଣମୁହିଂ ସେ ଅନାସ୍ତ ସଖୀ କର ଗୋ କାରଣ ।୬୫।ଚିତ୍ରରେଖା ବୋଲଇ ଶୁଣ ରେ ପ୍ରାଣସଖୀଆତ୍ମା ବଇକୁଲ୍ୟ ମୋର ତୋର କଷ୍ଟ ଦେଖି ।୬୬।ଯେବଣ ପୁରୁଷକୁ ଦେଖିଲୁ ସପନଚିତ୍ରପଟ ଲେଖି ତୋତେ ଦେଖାଇବା ବହନ ।୬୭।ଯେ ତୋହୋର ଇଚ୍ଛା ଆଣିଦେବଇଂ ମୁଂ ତାହାୟେ ସେ ଚିତ୍ରପଟ ସଖୀ ନିରେଖିଣ ଚାହାଂ ।୬୮।ୟେତେ କହି ଚିତ୍ରପଟକୁ ଦେଖାଇଜଣେ ଜଣେ କରି କହଇ ଚିହ୍ନାଇ ।୬୯।ୟେ ସେ ସଖୀ ଇନ୍ଦ୍ର ଦେବତାଂକ ରାଜାଦେଖ ଚିତ୍ରସେନ ବାସବ ତନୁଜା ।୭୦।ଅଙ୍ଗାରପନ୍ନଙ୍ଗ ବରୁଣ କୁବେରତେତିଶ କୋଟି ଦେବତା ଲେଖିଲା ଚିତ୍ର ପଟର ।୭୧।ଗନ୍ଧର୍ବ ଦକ୍ଷଗଣ ବିଦ୍ୟାଧର ମାନୟେକ ୟେକ କରି କହିଲା ସବୁଂକରି ନା ମ । ୭୨।ନାଗଲୋକ ଦେବଲୋକ ବ୍ରହ୍ମଲୋକ ଯାୟେଚିତ୍ରପଟ ଲେଖି ଦେଖାଇଲା ତାୟେ ।୭୩।ମଧ୍ୟ ଭୁବନରେ ଲକ୍ଷେ ନୃପତି ଦେଖିବିଷାଦ ହୋଇଣ ଯେ ବସିଲା ଶଶୀମୁଖୀ ।୭୪।ଦ୍ୱାରିକା ପୁର ରଞ୍ଚିଲା ଲେଖିଲା ଉଗ୍ରସେନସାତବଂଶ ଯାଦବ ଦିଶନ୍ତି ଆନୁମାନ ।୭୫।ରାମକୃଷ୍ଣେ ଦେଖି ହରଷ ଚତୁରୀପ୍ରଦ୍ୟୁମ୍ନକ ଦେଖି ଶିର ଲମ୍ବାଇଲା ବାଳୀ ।୭୬।ଶ୍ରୀକୃଷ୍ଣର ଲକ୍ଷେ ଷାଠିସହସ୍ର ଅଶିୟେ ନନ୍ଦନସମସ୍ତେ ଦିଶନ୍ତି କୃଷ୍ଣର ତେଜବର୍ଣ୍ଣ ।୭୭।ପୁଣି ଲେଖିଲା ଚିତ୍ରରେଖା ଅନିରୁଦ୍ଧ ବୀରଦେଖିଣ ହରଷ ମନ ହୋଇଲା ବାଳୀର ।୭୮।ସଖୀର କରରୁ ଚିତ୍ରପଟ ଘେନିଆନନ୍ଦେ ଅଶ୍ରୁ ଜଳ ବହଇ ନୟନ ବେନି ।୭୯।ଚିତ୍ରରେଖା ବୋଲଇ ଧନ୍ୟ ଗୋ ଚତୁରୀତୋହୋର ଅନରୂପେ ଅଟଇ ୟେ ଶରୀ ।୮୦।ଶ୍ରୀକୃଷ୍ଣଙ୍କର ନାତି ୟେ କନ୍ଦର୍ପର ସୁତରତି ମହାତ୍ମାଣୀ ଅଟଇ ୟେହାର ନିଜ ମାତ ।୮୧।ଶତେବାର ଯେ ଗଙ୍ଗାରେ ଝାସିଥାଇକୋଟିୟେ ଈଶ୍ୱର ପୂଜିଲେ ୟେହାକୁ ନ ପାଇ ।୮୨।ୟେହି ସେ ସଖୀ ରେ ପୁରୁଷଂକର ସାରଧନ୍ୟ ଜୀବନ ସଖୀ ରେ ଅଟଇ ତୋହୋର ।୮୩।ବୋଲଇ କୁମାରୀ ଶୁଣ ଗୋ ମିତଣୀମୋହୋରେ ଦୟା ଯେବେ ଅଛି ତୋର ପୁଣି ।୮୪।ବେଗେ ଆଣି ସଖୀ ଦିଅ ୟେହୁ ପତିୟେହାର ବିତ୍ରେକ ଆନେ ନ ବଳେ ମୋର ମତି ।୮୫।ନୋହିଲେ ସଖୀ ଆରେ ନ ରଖଇ ଶରୀରକେ ଆଣି ଦେବ ମୋତେ ପୁରୁଷ ରତ୍ନ ସାର ।୮୬।ପୁଣ ପୁଣ ବିନତି କରୁଅଛି ତୋତେୟେ କଷ୍ଟରୁ ସଖୀ ଗୋ ରକ୍ଷାକର ମୋତେ ।୮୭।ଉଠି ଉଭା ହୋଇ ଧରଇ ଚରଣବହୁତ ବିକଳ ହୋଇ କରଇ କାରୁଣ ।୮୮।ଟିତ୍ରରେଖା ବୋଲଇ ଗୋ ନୁହସି ବିକଳଆଜର ମଧ୍ୟରେ ଆଣିମି ପଦ୍ମନର ବାଳ ।୮୯।ମୋହୋର ଆସିବା ଯାୟେ ଧଉର୍ଯ୍ୟ ହୋଇ ଥାଅଆଜ ରୟଣୀରେ ଆଣିମି ଗୋ କନ୍ଦର୍ପର ପୁଅ ।୯୦।ନାରଦଂକ ମନ୍ତ୍ର ସୁମରି ହୋଇଲା ବାହାରରୟଣୀ ଅର୍ଦ୍ଧ ସମୟେ ପ୍ରବେଶ ଦ୍ୱାରାବତୀ ପୁର ।୯୧।ଦେଖିଲା ଅନିରୁଦ୍ଧ ପଲଂକେ ଅଛି ବସିଦିବ୍ୟ ବିଳାସୁଣୀୟେ ନୃତ୍ୟ ରଙ୍ଗେ ତୋଷି ।୯୨।ଦିବ୍ୟ ବେଶ ହୋଇ ବିରସ ବଦନଚିତ୍ତ ଉଦବେଗ ଯେ ମନ ଛନ୍ନ ଛନ୍ନ ।୯୩।ଦିବ୍ୟ କଉତୁକ ଯେ ନ ରୁଚଇ ମନକୁପଞ୍ଚଶର ପୀଡ଼ା କରଇ ତନୁକୁ ।୯୪।ଆପଣା ସାଦୃଶେ ବଲ୍ଲଭୀ ଯହୁଂ ନାହିଂଚଞ୍ଚଳ ଚିତ୍ତ ତାର ଚଉଦିଗେ ଭ୍ରମଇ ।୯୫।ଉଠଇ ବସଇ ଯେ ତାପଇ ଚନ୍ଦନକ୍ଷଣକେ ସଚେତ କ୍ଷଣକେ ନିଦ୍ରା ମାଡ଼ଇ ନୟନ ।୯୬।ଚିତ୍ରରେଖା ଜାଣିଲା ମଦନ ଚେରଷ୍ଟା ଅତିମନ୍ତ୍ର ସୁମରି ପଲଂକ ଶିରେ ଘେନିଲା ତଡ଼ତି ।୯୭।ପବନହୁଂ ବେଗ ସେ କରଇ ଗବନପ୍ରବେଶ ହୋଇଲା ଯାଇଂ ସଖୀର ସନ୍ନିଧାନ ।୯୮।ଦେଖଇ ବିଭଳିତ ହୋଇଣ କୁମାରୀଚିତ୍ରପଟକୁ ଚାହିଂ ବସିଛି ଲୟେ କରି ।୯୯।ୟେମନ୍ତର ସମୟେ ପ୍ରବେଶ ଚିତ୍ରରେଖାପଲଂକ ରଖିଣ ସଖୀକି ଦିଲା ଦେଖା ।୧୦୦।ଦେଖିଣ କୁମାରୀ ଯେ ଉଠିଲା ଆସନୁଧାଇଂଣ କୋଳକଲା ଅସୁରର ତନୁ ।୧୦୧।ବହୁତ ବିନୋୟୀ କହଇ ପୁରସରିଆଜହୁଂ ଜାଣ ସଖୀ ମୁଂ ତୋହୋର ପରିଚାରୀ ।୧୦୨।ଦେଖଇ କୁମର ପଲଂକେ ଅଛି ଶୋଇଚନ୍ଦ୍ରମା ପାଶରେ କି ଆରେକ ଚନ୍ଦ୍ର ଉଇଂ ।୧୦୩।ଚତୁସମ ଗୋଳି ଲେପଇ ଚିତ୍ରରେଖୀନିଦ୍ରା ତେଜି କୁମର ଚକ୍ଷୁ ମଳି ଦେଖି ।୧୦୪।ଅର୍ପୂବ କାମିନୀ ପାଶେ ଅଛି ଉଭା ହୋଇଚକିତେ କୁମରମଣି ଚଉଦିଗେ ଚାହିଂ ।୧୦୫।ଚିତ୍ରରେଖା କହଇ ଯୋଡ଼ିଣ ବେନି କରୟେ ସେ ଦେବ ଅଟଇ ଶୋଣିତ ନାମେ ପୁର ।୧୦୬।ୟେଥିର ନୃପତି ଯେ ବାଣାସୁର ରାୟେୟେହାର ନନ୍ଦିନୀ ଉଷା ୟେ ଛାମୁରେ ତୋର ରହେ ।୧୦୭।ଅବିଭାଇତ କୁମାରୀ ଅଟଇ ନବଯୁବାସାଦୃଶେ ବର ନାହିଂ ହୋଇ ନାହିଂ ବିଭା ।୧୦୮।ରାଜାର ଡଗରେ ଯେ ଅଛନ୍ତି ଚଉକତିକାହୁଂ ଆସି ପ୍ରବେଶ ହୋଇଲା ଅର୍ଦ୍ଧରାତି ।୧୦୯।କେ ତୁମ୍ଭର ମାତା କେ ତୁମ୍ଭର ପିତାତୁମ୍ଭନ୍ତ ଦେଖି ବଶ ହୋଇଲା ୟେ ରାଜାର ଦୋହିତା ।୧୧୦।କେବଣ ନାମ ତୁମ୍ଭର କାହାର କୋଳେ ଜାତକି କାର୍ଯ୍ୟେ ଆସି ୟେଥେ ହୋଇଲ ଉପଗତ ।୧୧୧।କୁମର ବୋଇଲା ଦ୍ୱାରିକା ଅଟଇ ଆମ୍ଭର ପୁରଶ୍ରୀକୃଷ୍ଣଂକ ପୁତ୍ର ପଦ୍ମନ ଅଟଇ ମୋହୋର ପିଅର ।୧୧୨।ଭ୍ରମନ୍ତେ ବଣା ହୋଇଂ ଅଇଲଇଂ ୟେଥକୁତୁମ୍ଭେ କିମ୍ପା ଭୟ ୟେଥେ ପାଉଛ ମନକୁ ।୧୧୩।ୟେହା ଶୁଣି ଚିତ୍ରରେଖା ବୋଲଇ ତୁମ୍ଭର ରୂପ ଦେଖିଶରୀରଯାକ କିମ୍ପା ନୋହିଲା ଆମ୍ଭର ଆଖି ।୧୧୪।ଆମ୍ଭର ସଖୀକି କର ହେ ସୁଦୟାବିଧାତା ଘଟସୂତ୍ର କରି ଅଛି ୟେହା ।୧୧୫।କୁମର ବୋଇଲା ଧନ୍ୟ ଧନ୍ୟ ଆଜର ଦିନକେବଣ ତୀର୍ଥେ ଅବା କଲଇଂ କେବଣ ପୁଣ୍ୟ ।୧୧୬।ରୟଣୀ ଦିବସେ ଯହିଂକି କରିଥାଇଂ ଇଚ୍ଛାଦଇବ ଆଣି ମୋର ପୂରୋଇଲା ମନବାଞ୍ଛା ।୧୧୭।ୟେତେ ବୋଲି ଯେ ପଲଂକରୁ ଉଠିଲା ଧାତିକାରେକନ୍ୟା ଭୁଜ ଧରି ନେଇ ବସାଇଲା ଜାନୁରେ ।୧୧୮।ବଦନ ଚାହିଂଣ ଯେ ଦିଅଇ ଚୁମ୍ବନକୋଳେ କୋଳାଗ୍ରତ କରଇ ଆଲିଙ୍ଗନ ।୧୧୯।ସେ ବେନି ଜନଂକର ଉତ୍ସୁକ ଦେଖି ମତିଟେରା ପାଡ଼ି ଚିତ୍ରରେଖା ଅନ୍ତର ହେଲା ଧାତି ।୧୨୦।ବିବିଧ କ୍ରୀଡ଼ା ଯେ କରନ୍ତି ମନ ଇଚ୍ଛାବିରହେ ବେନିଜନେ ତୃପ୍ତ କଲେ ମନ ବାଞ୍ଛା ।୧୨୧।ଚଉଷଠି ପରିବନ୍ଧେ ବାଆସ୍ତରୀ କ୍ରୀଡ଼ାରସବିବିଧ ବିନୋଦ ଯେ ବେନିଜନେ ତୋଷ ।୧୨୨।ଅରୁଣ ଉଦୟେ ପ୍ରସର ହୋଇଲା ନିଶିନିତ୍ୟକର୍ମ ସାରି ସୁବେଶ ଶୁଭ୍ରକେଶୀ ।୧୨୩।ଅମୃତ ମୁଣୋହି କରନ୍ତି ବେନି ଜନନାନା କଉତୁକେ ବଞ୍ଚିଲେ ସେ ଦିନ ।୧୨୪।ଗୁପତ ପୀରତି ଯେ ନ ଜାଣନ୍ତି କେହିକେବଳ ଜାଣଇ ୟେକା ଚିତ୍ରରେଖା ସହୀ ।୧୨୫।ୟେମନ୍ତେ କେତେହେଂକେ ଦିନର ଅନ୍ତରେଡଗରେ ଜଣାଇଲା ନୃପତି ଛାମୁରେ ।୧୨୬।ଶୁଣିମା ସାବଧାନେ ଅସୁର କୁଳ ସାଈଂକନ୍ୟାପୁରେ ଉତପାତ ମଣିଲୁଂ ଗୋସାଇଂ ।୧୨୭।ତୋଟାପୁରେ ଦେଖିଲୁ ପୁରୁଷ ପାଦ ଚିହ୍ନଚିତ୍ରରେଖାର ଗତି ମଣିଲୁଂ ଅନୁମାନ ।୧୨୮।ଶୁଣି କରି ନୃପତି ମୁଦୁସୁଲୀକି ରାଇକନ୍ୟାର ପୁର ଦେଖି ଖୋଜି ଆସ ଯାଇଂ ।୧୨୯।ଡଗରେ କହିଲେ ଯେ ବିପରୀତ କଥାତୁମ୍ଭେ ବୁଝି ଆସନି ଦେଖି ତହିଂର ବାରତା ।୧୩୦।ଆଗ୍ୟାଂ ପ୍ରମାଣେ ମୁଦୁସୁଲୀ ହୋଇଲା ବାହାରପ୍ରବେଶ ହୋଇଲା ଯାଇଂ ତୋଟାପୁର ଘର ।୧୩୧।ପ୍ରଥମ ଦ୍ୱାରରେ ଯେ ଦେଖିଲା ଚିତ୍ରରେଖାତାହାର ସଙ୍ଗ ହୋଇଲାକ ନାହିଂ ଦେଖା ।୧୩୨।କୁଶଳ ବାରତା ଯେ ପୁଚ୍ଛିଲେ ତାହାରସେ ଠାବକୁ ଶୁଭିଲା ବେନି ଜନଂକର ଉତ୍ତର ।୧୩୩।ପଶା ଖେଳୁଛନ୍ତି ଭିତରେ ବେନି ଜନେ ପଶିଦାନ ପାଡ଼ିବାର ଯେ ବଚନ ସମ୍ଭାଷି ।୧୩୪।ଶୁଣିଣ ମୁଦୁସୁଲୀ ଅଇଲାକ ଖରେବେଗେଣ କହିଲା ଯାଇଂ ନୃପତି ଛାମୁରେ ।୧୩୫।ଡଗର କହିବା କଥା ଅଟଇ ଦେବ ସତତାହା ଶୁଣିଣ ନୃପତି ପ୍ରଜ୍ୱଳିତ ଚିତ୍ତ ।୧୩୬।ଧନୁ ଶହସ୍ର ଧରି ଉଠିଲା ବହନକ୍ରୋଧେଣ ଅସୁର ଯେ ଗର୍ଜଇ ଘନ ଘନ ।୧୩୭।ଧସାଇ ପଶିଲା ଯାଇଂ କୁମାରୀର ପୁରେଚିତ୍ରରେଖା ଅପସରି ଗଲାକ ଭୟରେ ।୧୩୮।ଭିତର ପୁରକୁ ସେ କରନ୍ତେ ଗବନଦେଖିଲା ପଶା ଖେଳୁଅଛନ୍ତି ବେନି ଜନ ।୧୩୯।ବୋଇଲା ନୃପତି ତୁ ରେ କାହାର କୁମରମରଣକୁ ଭୟେ କି ନାହିଂ ରେ ତୋହୋର ।୧୪୦।ଜଳନ୍ତା ଅଗ୍ନିରେ ପଶିଲୁ କିସ ପାଇଂଯମର ଘରକୁ ଧାରଣା ପଡ଼ିଲୁ ରେ ତୁହି ।୧୪୧।କହୁଂ କହୁଂ ପ୍ରଜ୍ୱଳିତ ଅସୁର କୁଳ ରାୟେଦେଖିଣ କୁମର ଯେ ତବଦ ହୋଇ ଚାହେଂ ।୧୪୨।କୋପେଣ ଦାନବ ଯେ ମାଇଲା ବଜ୍ର ମୁଥେଅଙ୍ଗ ଢାଳି ଦେଇ ସେ ବଞ୍ଚାଇଲା ତୁରିତେ ।୧୪୩।ଦେଖିଣ ଅସୁର ଯେ ଧନୁ ଆଧାନ କରିଅନିରୁଦ୍ଧହିଂ କରେ ଧନୁ ଶହସ୍ର ଧରି ।୧୪୪।ଗର୍ଜଇ ବାଣାସୁର କାଳସର୍ପ ଜାଣିହୋବୋଡା ଶରେକ ଯେ ବିନ୍ଧିଲା ବେଗେ ଟାଣି ।୧୪୫।ଦେଖିଣ କୁମର ଯେ ପେଷିଲା ତୀଖ ଶରବେନି ଜନଂକର ଯେ ବାଜିଲା ସମର ।୧୪୬।ମହାଘୋର ଯୁଦ୍ଧ ବେଳକୁ ବାଳ ଆନଅନିର୍ଯାପ ଶର ବିନ୍ଧିଲା ଅସୁର ରାଜନ ।୧୪୭।କୁମରହିଂ ପ୍ରତିଅସ୍ର କରଇ ଅସୁରକୁଦେଖିଣ ବିଚାରଇ ଅସୁର ମନକୁ ।୧୪୮।ହେଳ ଯୁଦ୍ଧ କଲେ ନୋହିବାକ ଜିଣିଅହି ଶର ଧନୁରେ ବସାଇଲା ନୃପମଣି ।୧୪୯।ମନ୍ତ୍ର ସୁମରିଣ ଯେ ପେଷିଲା ନୃପତିଚଳିଲା ଅସ୍ର ଯେ ପବନହୁଂ ଖର ଗତି ।୧୫୦।ଚରଣରୁ ବେଢାଇଲା କଣ୍ଠ ପରିଯନ୍ତେଅହି ଶରେ କୁମର ପଡ଼ିଲା ମୋହଗତେ ।୧୫୧।ଦେଖିଣ ନୃପତି ଯେ ବାହୁଡ଼ିଲା ଧାତିଆପଣା ନବରେ ମିଳିଲା ତଡ଼ତି ।୧୫୨।ୟେଥୁଂ ଅନନ୍ତରେ ମିଳିଲା ଯାଇଂ ବାଳୀଦେଖିଲା ନାଗଫାଶ ବନ୍ଧନେ କୁମରକୁ ବାନ୍ଧିଛି ମହାବଳୀ ।୧୫୩।ଆହା ସ୍ୱାମୀ ବୋଲି କରଇ ରୋଦନନୟନୁଂ ଅଶ୍ରୁଜଳ ବହଇ ଅବିଚ୍ଛନ୍ନ ।୧୫୪।ମୁଖକୁ ଅନାଇଣ ବାଉନଇଂ ବସିକୋମଳ ଶରୀର ଗୋଟି ହୋଇଲାକ ଧଂସି ।୧୫୫।ଆହା ପ୍ରାଣନାଥ ମୋତେ ୟେକା କରି ଗଲ ଛାଡ଼ିମୁହିଂ ଯେ ଶୋକଜଳେ ମରୁଅଛି ବୁଡ଼ି ।୧୫୬।ମୋହୋର ବିକଳ ଦେଖି କେହ୍ନେ ଧରିଅଛ ଦେହଅନେକମତେ ମୋତେ କଲେଯେ ସେନେହ ।୧୫୭।ୟେବେ ମୁର୍ଚ୍ଛାଗଲ ନାଥ କେବଣହିଂ ମତେଅନେକ ବିନୋଇ କରି କହୁଥାଅ ମୋତେ ।୧୫୮।ପଲଂକେ ପହୁଡ଼ିବାର ନ ସହଇ ଦେହକେମନ୍ତେ ଛାଡ଼ିଲ ନାଥ ୟେଡ଼େକ ସେନେହ ।୧୫୯।ଚଣ୍ଡାଳ ପିଅର ମୋର କଲାକ ୟେଡ଼େ କର୍ମକେବଣ ପ୍ରକାରେ ତାକୁ ସହିବଟି ଧର୍ମ ।୧୬୦।ସୁକୁମାର ସୁନ୍ଦର ମୋହନ ମୁଖ ଦେଖି କରିକେମନ୍ତେ ସତ ବଳିଲା ପ୍ରାଣେ ଗଲା ମାରି ।୧୬୧।ବାବୁ ଦଇବରେ ତୁ କଲୁସି ମୋତେ ୟେହାଜାଣିଲି ତୋର ପାଷାଣୁଂ ନିଷ୍ଠୁର ଯେ ହିୟା ।୧୬୨।ଚିତ୍ରରେଖାକୁ ଚାହିଂ କରଇ ରୋଦନଅଗ୍ନି ଆରୋପଣ କର ତୁ ମୁଂ ପଶିବି ବହନ ।୧୬୩।ଚିତ୍ରରେଖା ବୋଇଲା ଶୁଣରେ ଯୁବତୀକେବେହେଂ ନ ମରଇ ଗୋ ୟେ ତୋହୋର ପତି ।୧୬୪।ଦ୍ୱାରିକାରେ ଅଛନ୍ତି ୟେହାଂକର ତାତବେଗେ ସେ ଆସିବେ ଯେ ପାଇଲେ ବାରତ ।୧୬୫।ରାମକୃଷ୍ଣେ ନିଚୟେ ଗୋ କରିବେ ବିଜୟେତାହାଂକର କ୍ରୋଧେ ସଖୀ ନୃପତି ନାଶ ଯାୟେ ।୧୬୬।ଉଷା ବୋଇଲା କେ କହିବ ତାଂକୁ ଯାଇମାରନ୍ତୁ ପିଅର ପଛେ ରଖନ୍ତୁ ମୋର ସାଈଂ ।୧୬୭।ୟେମନ୍ତର ସମୟେ ନାରଦ ମୁନି ଆସିଅନ୍ତରୀକ୍ଷେ ଥାଇଂ ବଚନ ସମ୍ଭାଷି ।୧୬୮।ନ ରୋବରେ ସୁନ୍ଦରୀ ମୋହୋର ବୋଲ କରଶ୍ରୀକୃଷ୍ଣ ଅଟନ୍ତି ୟେହାର ପିଅରର ପିଅର ।୧୬୯।ତାହାଂକ ଆସିବା ଯାୟେ ରଖିଥାଅ ଯତ୍ନ କରିଆମ୍ଭେ ଯାଉଅଛୁ ଯେ ଦ୍ୱାରାବତୀ ପୁରୀ ।୧୭୦।ୟେ ତୋହୋର ଚରିତ ରାମକୃଷ୍ଣଂକୁ କହିବିଛପନ କୋଟି ଯାଦବ ସଇନି ଅଣାଇବି ।୧୭୧।ମହାଘୋର ସଂଗ୍ରାମ ସେ ୟେଠାରେ କରିବେଅସୁରକୁ ବିନାଶି ତୋତେ ଘେନି ଯିବେ ।୧୭୨।ଶୁଣିଣ କୁମାରୀ ଯେ ପାଦରେ ପଡ଼ିଲାପତିଂ ଦେହି ପତିଂ ଦେହି ବୋଲିଣ ବୋଇଲା ।୧୭୩।କୁମର ପାଦତଳେ ବସି ଚାପଇ ଚରଣଦ୍ରୋଣମେଘ ବୃଷ୍ଟି ପ୍ରାୟେ ନୟନରୁଂ ନୀର ପଡ଼ଇ ଗଳିଣ ।୧୭୪।ୟେତେ କହି ନାରଦ ମୁନି କଲେକ ଗବନମନ ପବନ ଦଣ୍ଡେ ଚଢିଯାଇଂ ମିଳିଲେ ଦ୍ୱାରିକା ଭୁବନ ।୧୭୫।ଉଗ୍ରସେନ ନୃପତି ସାତବଂଶ ଯାଦବନନ୍ଦ ବସୁଦେବ ଯେ ଶ୍ରୀରାମ ମାଧବ ।୧୭୬।ମୁନିଂକ ଚରଣେ ସେ ଯେ କରନ୍ତି ଦିବ୍ୟ ପୁଜାଆସ୍ତାନେ ବସାଇ ପୁଛନ୍ତି ଦେବକୀ ତନୁଜା ।୧୭୭।ଭୋ ମହାମୁନି ମୋତେ ନକର ଗୁପତକେଉଣ କାର୍ଯ୍ୟେ ୟେଥେ ହୋଇଲ ଉପଗତ ।୧୭୮।କେଉଣ ସନ୍ଦେଶ ମାନ ଅଛ ତୁମ୍ଭେ ଜାଣିସନ୍ଦେହ ତୁଟିବ ଯେ ତୁମ୍ଭର ମୁଖୁଂ ଶୁଣି ।୧୭୯।ନାରଦେ ବୋଇଲେ ହୋ ଶୁଣ ରାମକୃଷ୍ଣେ ବେନିଭାଇବାଣାସୁର ନୃପତିର ଉଷା ନାମେ ତନୟୀ ।୧୮୦।ଅବିଭାଇତ କନ୍ୟା ସେ ପିତାର ଘରେ ଥିଲାପଦ୍ମନ ପୁତ୍ର ତାର ତୁଲେ ପୀରତି ବଢାଇଲା ।୧୮୧।ତାହା ଜାଣି ନୃପତି କଲା ସମର ଘୋରଅହି ଶରେକ ପେଷି ପୁତ୍ରକୁ ବନ୍ଦୀ କଲା ବୀର ।୧୮୨।ଆମ୍ଭେ ଭ୍ରମନ୍ତେଣ ଦେଖିଲୁ ତାକୁ ଯାଇଂକରଇ ରୋଦନ ଉଷା ସ୍ୱାମୀର ମୁଖ ଚାହିଂ ।୧୮୩।ଅଗ୍ନିରେ ପଶିବେ ସେହୁ ନିଜ ପତିର ନିମନ୍ତେୟେ କଥା ସରୂପେ କହିଲୁ ତୁମ୍ଭର ଅଗ୍ରତେ ।୧୮୪।ଶୁଣିଣ ରାମକୃଷ୍ଣେ ପଡ଼ିଲେ ମୂର୍ଚ୍ଛା ଯାଇଂପଦ୍ମନର ଦେହରେ ଯେ ଗ୍ୟାନ ଆଉ ନାହିଂ ।୧୮୫।ବସୁଦେବ ନନ୍ଦ ଯେ କରନ୍ତେ ରୋଦନଦଇବକୀ ଯଶୋବନ୍ତୀ ବିକଳିତ ମନ ।୧୮୬।ରୁକ୍ମିଣୀ ସତ୍ୟଭାମା ଯେ ଆବର ଜାମ୍ବୋବତୀକାଳିନ୍ଦୀ ଆଦି କରି ଯେ ତକ ଯୁବତୀ ।୧୮୭।ଦ୍ୱାରିକା ପୁରରେ ଯେ ପଡ଼ିଲା ବୋବାଳିସବୁଂକରି ନୟନରୁ ଅଶ୍ରୁଜଳ ଗଳି ।୧୮୮।ବେନିଦଣ୍ଡ ପରିଯନ୍ତେ ଉଠିଲାକ କୋହରାମକୃଷ୍ଣ ସଚେତ ତେଜି କରି ମୋହ ।୧୮୯।ନାରଦ ବୋଇଲେ ହୋ ପଦ୍ମନକୁ ଦେଖଦେହରେ ଗ୍ୟାନ ନାହିଂ ବିପରୀତ ମୁଖ ।୧୯୦।ଅନିରୁଦ୍ଧ ନିମନ୍ତେ କରୁଛି ରୋଦନପୁତ୍ର ଶୋକେ ମୋହ ହୋଇଛି ପଦ୍ମନ ।୧୯୧।ଦେଖିଣ ନାରାୟଣ ପୁତ୍ରକୁ କୋଳ କରିମୁଖରେ ସିଞ୍ଚିଲେ ଆଣି ସୁବାସିତ ବାରି ।୧୯୨।ସଚେତ ନିମନ୍ତେ ବିଞ୍ଚନ୍ତି କୃଷ୍ଣର ସୁତମାନେଶାମ୍ବ ଯେ ଫୁଙ୍କୁଅଛି ପଦ୍ମନର କାନେ ।୧୯୩।ବଳରାମ କର ଧରି ଫୁଟାନ୍ତି ଆଙ୍ଗୁଷ୍ଠିକେତେହେଂକେ ବେଳେ ସେ ଯେ ସଚେତ ହୋଇ ଉଠି ।୧୯୪।ରୋବଇ ପଦ୍ମନ ଯେ ପୁତ୍ରର ନାମ ଧରିକେଣେ ଗଲୁ ବାବୁରେ ମୋତେ ୟେକା କରି ।୧୯୫।ଦରିଦ୍ରର ଧନ ମୋର ଅନ୍ଧର ଲଉଡ଼ିମୁହିଂ ଯେ ମରୁଅଛି ଶୋକଜଳେ ବୁଡ଼ି ।୧୯୬।ଆହୋ ରେ ପୁତ୍ର ମୋର ସଂସାର ସୁନ୍ଦର ଅନିରୁଦ୍ଧଦାନବର ହାଥେ ତୁ ହୋଇଲୁ ପ୍ରାଣେ ବଧ ।୧୯୭।ବଳରାମେ ବୋଇଲେ ଉଗ୍ରସେନକଇଂ ରାଇସାତବଂଶ ଯାଦବେ ବେଗେ ସଜ କର ତୁହି ।୧୯୮।ପୁତ୍ରର ନିମନ୍ତେ ଆଜି ବାଣାସୁରକୁ ମାରିତାଳଧ୍ୱଜ ରଥ ମୋର ଆଣ ସଜ କରି ।୧୯୯।ଜଗନ୍ନାଥ ବୋଇଲେ ଦାରୁକକୁ ରାଇନନ୍ଦିଘୋଷ ରଥ ଆଣ ବେଗେ ତୁ ସଜାଇ ।୨୦୦।ସାଜ ସାଜ ବୋଲି ଯେ ପଡ଼ିଲାକ ଡାକସାଜିଲେ ରଥ ଗଜ ଚତୁରଙ୍ଗ ଲୋକ ।୨୦୧।କରେ ଶହସ୍ର ଧରି ଗର୍ଜନ୍ତି ବୀରମାନେନାରାୟଣେ ସୁମରିଲେ ବିନତା ନନ୍ଦନେ ।୨୦୨।ତକ୍ଷଣେ ଖଗବର ମିଳିଲାକ କତିଗରୁଡ଼ ପିଠିରେ ବିଜେ କଲେ ଶିରୀପତି ।୨୦୩।ତାଳଧ୍ୱଜ ରଥେ ଯେ ବିଜୟେ କାମପାଳଶ୍ରୀକରେ ଧରିଲେ ରାମ ସଉନନ୍ଦ ମୂଷଳ ।୨୦୪।ନନ୍ଦିଘୋଷ ରଥରେ ଯେ ବିଜୟେ ପଦ୍ମନଢୋଲ ମର୍ଦ୍ଦଳ ଶଙ୍ଖ ମହୁରୀ ଟମକ ବାଦ୍ୟମାନ ।୨୦୫।ନିଶାଣ ପାଟଛତ୍ର ଆଲମ୍ବ ପନ୍ତି ପନ୍ତିରଥିଂକ ଭିତରେ ଯେ ପାଦାନ୍ତି ଝଟକନ୍ତି ।୨୦୬।ସମୁଦ୍ରଘୋଷ ଜାଣି ସନ୍ୟର ଚହଳଦ୍ୱାଦଶ କ୍ଷଉଣୀ ଯେ ଯଦୁବଂଶ ବଳ ।୨୦୭।ଧାମନ୍ତି ବୀରମାନେ ୟେକୁ ୟେକ ଆଗ ହୋଇଗର୍ଜନ୍ତି ଯୋଦ୍ଧାୟେ ରଥ ଅଛନ୍ତି ଧୂଆଂଇ ।୨୦୮।ତାଳଧ୍ୱଜ ରଥ ଯେ ଚଳଇ ଘନ ଘନନନ୍ଦିଘୋଷ ରଥ ତହିଂ ଚଳଇ ବିତପନ ।୨୦୯।ଗରୁଡ଼ ଗବନ ତହିଂ କରଇ ଅତି ରୋଷେବେଗେଣ ମିଳିଲେ ଯାଇ ବାଣାସୁର ଦେଶେ ।୨୧୦।ଗ୍ରାମ ପୁର ପାଟଣା ଅଟ୍ଟାଳି ଜଗତୀ ପୁରମାନେଯେ ମୁଖେ ପଡ଼ଇ ସେ ହୋଅଇ ନିଧନ ।୨୧୧।ବାଳବୃଦ୍ଧ ଯୁବାଜନ ରାଜ୍ୟର ପରଜାମାନପଦ୍ମନ ଶର ଘାତେ ହୋଉଛନ୍ତି ନିଧନ ।୨୧୨।ବାଣାସୁର ନୃପତିର ଆଗରେ କହିଲେ ଚାର ଯାଇଂୟେ ତୋହୋର ରାଜ୍ୟ ୟେବେ ସମ୍ଭାଳ ଗୋସାଈଂ ।୨୧୩।ରାମକୃଷ୍ଣ ବିଜେକଲେ ସାତବଂଶ ଘେନିଶୁଣିଣ ନୃପତି ଆଗ୍ୟାଂଦିଲା ସାଜ ଆମ୍ଭର ସଇନି ।୨୧୪।ରହୁବର ଆରୋହି ଅସୁର କୁଳ ସାଈଂଦ୍ୱାଦଶ କ୍ଷଉଣୀ ବଳ ନେଇ ଓଗୋଳିଲା ଯାଇଂ ।୨୧୫।ଦେଖିଣ ପଦ୍ମନ ଯେ ମିଳିଲା ତାର ଆଗଛାଗଳ ପଲ ଦେଖି ଯେହ୍ନେ ପଲାଶଇ ବ୍ୟାଘ୍ର ।୨୧୬।କ୍ରୋଧେ ଅରୁଣ ବର୍ଣ୍ଣ ଯେ ଶ୍ରୀକୃଷ୍ଣର ସୁତଗୁଣରେ ବସାଇଲା ହାବୋଡ଼ା ଶର ଶତ ।୨୧୭।ଆଗଭର ହୋଇ ପଦ୍ମନ ଦିଲାକ ଶର ଛାଡ଼ିତିନିଶତ ରଥୀ ପଡିଲେ ହାବୋଡ଼ି ।୨୧୮।ସାରଙ୍ଗ ଧନୁ ଧରିଣ ଦେବ ଦାମୋଦରଅସୁର ଉପରକୁ ବିନ୍ଧନ୍ତି ତୀଖ ଶର ।୨୧୯।ରେ ରେ କାର କରିଣ ଯେ ଦେବ କାମପାଳକରେ ବୁଲାଇ ସେ ଯେ ପିଟିଲେ ସଉନନ୍ଦ ମୂଷଳ ।୨୨୦।ୟେକା ପ୍ରହାରକେ ଯେ କୋଟି କୋଟି ମାରିଶ୍ରୀକୃଷ୍ଣ ପୁତ୍ରମାନେ ସମରେ ଗୋଳ କରି ।୨୨୧।ବାଣାସୁର ନୃପତି ଯେ କରଇ ସମରସହସ୍ରେକ କରେ ଧରିଅଛି ଧନୁଶର ।୨୨୨।ପାଞ୍ଚଶତ ନାରାଜ ୟେକାବେଳକେ ମାରିନିମିଷେକ ଶତେବେଳ ପେଷଇ ମନ ସରି ।୨୨୩।ଗରୁଡ଼ ଉପରେ ପଡ଼ି ଉପୁଡ଼ନ୍ତି କାଣ୍ଡଗର୍ଜଇ ଅସୁର ଯେ କମ୍ପଇ ବ୍ରହ୍ମାଣ୍ଡ ।୨୨୪।ନନ୍ଦିଘୋଷ ରଥ ଶରରେ ଅଦୃଶ୍ୟ କଲାକୋଟି କୋଟି କରି ନାରାଜ ଛାଡ଼ି ଦିଲା ।୨୨୫।ଈଶ୍ୱର ସେବାକରି ପାଇଅଛି ବରକାହାକୁହିଂ ଭୟ ନାହିଂ ଯହୁଂ ହୋଇଛି ଅମର ।୨୨୬।ମହାଘୋର ଯୁଦ୍ଧ ହୋଇଲା ଅନ୍ୟାଅନ୍ୟିବାରି ତ ନୋହିଲା ତହିଂ ଦିବସ ରୟଣୀ ।୨୨୭।ଅନେକ ସମର ଯେ କରନ୍ତି ଯହୁଂବୀରେକେହି କାହାକୁ ଓଛ ଯେ ନୋହୋନ୍ତି ସମରେ ।୨୨୮।ତାହା ଦେଖିଣ ନାରାୟଣ ମନରେ ବିଚାରିସୁଦ୍ରିଶେନ ଚକ୍ରକୁ ଯେ ଧଇଲେ ମୁରାରି ।୨୨୯।ଯେତେଶର ଅସୁରେ ବିନ୍ଧୁଥିଲେ ତହିଂସୁଦ୍ରିଶେନ ତେଜରେ ସମସ୍ତେ ହୋଇଲେକ ଦହି ।୨୩୦।ସୁଦ୍ରିଶେନ ଚକ୍ର ଦେଖି ପଳାଇଲା ଦନୁଜବୋଲଇ ସଦାଶିବଂକୁ କହିବଇଂ ଆଜ ।୨୩୧।ୟେତେ ବିଚାରି ଅସୁର କରଇ ଗବନନିମିଷେକ ମିଳିଲା ଯାଇଂ କପିଳାସ ଭୁବନ ।୨୩୨।ସଦାଶିବଂକ ପାୟେ ପଡ଼ି କହଇ ବିନୋୟୀଶୁଣ ଦେବ ଶଂକର ଗଉରା ଦେବୀ ସାଇଂ ।୨୩୩।ପଦ୍ମନର କୁମରଯେ ଅନିରୁଦ୍ଧ ବୀରବଳେ ଆସିଣ କନ୍ୟା ହରିଲା ମୋର ପୁର ।୨୩୪।କୋପେଣ ଅହି ଶରେ ତାକୁ କଲଇଂ ବନ୍ଧନରାମକୃଷ୍ଣ ଆସିଲେ ଘେନିଣ ଯଦୁ ସଇନ ।୨୩୫।ଅଜାଗେ ପଶି ମୋର କଟକ କରଇ ନାଶତେଣୁ କରି ଦେବ ଅଇଲି ତୁମ୍ଭ ପାଶ ।୨୩୬।ଶଂକର ବୋଇଲେ ଶୁଣ ହୋ ଅସୁରେଶ୍ୱରଆମ୍ଭର ବରେ ତୁ ଯେ ହୋଇଲୁ ଅମର ।୨୩୭।ଅମର ହୋଇ କରି ମରିବାକୁ ଡରକୃଷ୍ଣର ତୁଲେ ୟେବେ କରଯା ସମର ।୨୩୮।ମୁହିଂ ବିଜେ କରିବି ବୃଷଭ ଆରୋହିଆଗ ହୋଇ ସମର କରୁଥାଅ ତୁହି ।୨୩୯।ଶୁଣି ବିକ୍ରମି ଅସୁର ଅଇଲା ଖର ବେଗେସମର କରଇ ସେ ହୋଇଣ ବଇରାଗେ ।୨୪୦।ଯେତେବେଳେ ଅସୁର ଗଲା ଆଡ଼େ ହୋଇସଇନେ ପଳାଇଲେ ମହାଭୟେ ପାଇ ।୨୪୧।ଦେଖିଣ ମନ୍ତ୍ରୀ ତାର ବଇଡୁର୍ଯ୍ୟ କେତୁସଇନିଂକୁ ବୋଇଲା ରେ ପଳାଇଛ ଦେଖି ଶତ୍ରୁ ।୨୪୨।କ୍ଷତ୍ରୀ ହୋଇ କରି ରେ ମରିବାକୁ ଡରମୋହୋର ତୁଲେ ଆସ କରିବା ସମର ।୨୪୩।ୟେତେ ବୋଲି ଅସୁର ଉଠିଲାକ ଗର୍ଜିମେରୁଗିରି ଶିଖର ଅବା ପଡ଼ିଲା କି ଭାଜି ।୨୪୪।କରେଶୂଳ ଘେନିଣ ସେ ହୋଇଲା ଆଗୁସାରଆପଣାର ସଇନି ଯେ ଅଛି ସଙ୍ଗତର ।୨୪୫।ସମର କରଇ ସେ ଭୟ ଭୀତି ଛାଡ଼ିଶୂଳ ଘେନି ପିଟଇ ବଜ୍ରସମ ବାଡ଼ି ।୨୪୬।ଦେଖିଣ କାମପାଳ ଓଗାଳିଲେ ଯାଇଂବିନ୍ଧନ୍ତି ନାରାଜ ଯେ କୋପମୁଖ ହୋଇ ।୨୪୭।ମୁଣ୍ଡ ପାତି ଅସୁର ରାମଶର ମେଣ୍ଟିଦେଖିଣ କାମପାଳ ମୂଷଳ ଘୋନି ପିଟି ।୨୪୮।ଘାୟେ ଘୁମାଇଲା ସେ ଅସୁରକୁଳ ବୀରବାଣାସୁର ତୁଲେ ଯେ ଯୁଝନ୍ତି ଚକ୍ରଧର ।୨୪୯।ବେଳୁଂବେଳ ସମରି ବଢିଲା ରଣରଙ୍ଗରକତେ କର୍ଦ୍ଦନ ଯେ ବେନି ଜନଂକର ଅଙ୍ଗ ।୨୫୦।ଗଦା ଛେଲ ଚକ୍ର ଯେ ଶକତି ମୁଦୁଗରବରଷଣ ପ୍ରାୟେ କରି ମାରଇ ଅସୁର ।୨୫୧।ଗରୁଡ଼ର ଉପରେ ଯେ ପଡ଼ନ୍ତି ଶସ୍ରମାନଅନେକ ଜୁଳୁଜୁଳା ପୋକ କି ଉଡ଼ଇ ଗଗନ ।୨୫୨।ୟେମନ୍ତର ସମୟେ ଯେ ବିଜେକଲେ ହରଡିବି ଡିବି ଡମ୍ବୁରୁ ଯେ ବାଜଇ ସୁସ୍ୱର ।୨୫୩।ଶ୍ରୀକୃଷ୍ଣ ଜାଣିଲେ ଯେ ବିଜୟ କଲେକ ଆସି ହରବାଣାସୁର ପାଇଂ ସେ ଯେ କରିବ ସମର ।୨୫୪।କ୍ରୋଧେ କୋପାନଳ ଯେ ଦଇବକୀ ନନ୍ଦନସୁଦ୍ରିସେନ ଚକ୍ରକୁ ସୁମରିଲେ ବହନ ।୨୫୫।ତକ୍ଷଣ ଚକ୍ରଆସି ଶ୍ରୀକୃଷ୍ଣଂକ କରଧାତିକାରେ ପେଷିଲେ ଯେ ଦେବ ଦାମୋଦର ।୨୫୬।ଡାହାଣ ଭୁଜ ଉପରେ ପଡ଼ିଲାକ ଯାଇଛିଡ଼ିଲେ କରମାନ ନ ରହିଲେ କେହି ।୨୫୭।ପୁଣ ଯାଇ ବାମ ଭୁଜ ଉପରେଣ ପଡ଼ିତକ୍ଷଣେ ଭୁଜ ମାନ ପଡ଼ିଲାକ ଛିଡ଼ି ।୨୫୮।ମୁଣ୍ଡା ବୃକ୍ଷ ପ୍ରାୟ ଦିଶିଲା ଅସୁରପୁଣ ସୁଦ୍ରିଶେନ ଚକ୍ର ଧଇଲେ ଦେବ କର ।୨୫୯।ଈଶ୍ୱର ବିଚାରିଲେ ବାଣାସୁର ନ ବର୍ତ୍ତିବଆମ୍ଭର ବର ଦେବତା ତ ବିଅର୍ଥ ହୋଇବ ।୨୬୦।ୟେତେ ବୋଲି ଶଂକର ଶ୍ରୀକୃଷ୍ଣ ଆଗେ ମିଳିକହନ୍ତି ପୁରସରି ଶୁଣ ହୋ ବନମାଳି ।୨୬୧।ମୋହୋର ବରେ ୟେ ତ ଅଟଇ ଅମରତୁମ୍ଭେ ଯେବେ ସୁଦ୍ରିଶେନ ଅସୁର ଧଇଲ ନିଜ କର ।୨୬୨।ତୋହୋର ମାରନ୍ତେ ଯେବେ ଅସୁର ମରିବଆମ୍ଭନ୍ତ କେମନ୍ତ ଈଶ୍ୱର କଲୁ ହୋ ବାସୁଦେବ ।୨୬୩।କ୍ରୋଧ ଶାନ୍ତି କର ଆହେ ଦେବ ଚକ୍ରଧରପ୍ରସନ୍ନ ହୋଇ କରି ଦିଅ ତୁମ୍ଭେ ବର ।୨୬୪।ସହସ୍ରେକ ଭୁଜ ଗଲା ଚାରିଭୁଜ ଥାଉଆମ୍ଭର ଦିଲାର ବର ଅନ୍ୟଥାହିଂ ନୋହୁ ।୨୬୫।ବିନୟ ହୋଇଣ ଯହୁଂ କହିଲେ ଈଶ୍ୱରସୁଦ୍ରିଶେନ ସଂହରି ଶାନ୍ତି ହୋଇଲେ ଦାମୋଦର ।୨୬୬।ବିନୟ ହୋଇଣ ପୁଚ୍ଛଇ ମନୁରାୟେଭୋ ମୁନି ଅଗସ୍ତି ମୋତେ ଲାଗିଲା ସନ୍ଦେହେ ।୨୬୭।ଅସୁର ହୋଇ କରି ପୃଥିବୀରେ ଯେତେ ଥିଲେଅମର ହୋଇ କରି ଜଣେହେଂ ନ ରହିଲେ ।୨୬୮।ଈଶ୍ୱରଂକ ବରେ ଯେ ଅମର ବାଣାସୁରଚକ୍ରେ ଛେଦନ କିଂପା ହୋଇଲା ତାର କର ।୨୬୯।ବଦୟନ୍ତି ଅଗସ୍ତି ଶୁଣ ହୋ ମନୁ ରାଜାବହୁତ ସେବା କଲା ଯେ ବଳିର ତନୁଜା ।୨୭୦।କଠୋର ତପ ଦେଖି ମିଳିଲେ ତ୍ରିଲୋଚନବୋଇଲେ ବର ମାଗ ରେ ଅସୁର ରାଜନ ।୨୭୧।ଆମ୍ଭେ ଯେ ଈଶ୍ୱର ଜଗତର ସାଈଂମାଗ ୟେବେ ବର ପ୍ରସନ୍ନ ହୋଇଲଈଂ ।୨୭୨।ଅସୁର ବୋଇଲା ମୁଂ ହୋଇବି ଅମରଆବର ହୋଇବ ମୋର ସହସ୍ରେକ କର ।୨୭୩।ଭୋଳେଣ ସଦାଶିବ ବୋଇଲେ ଅସ୍ତୁ ହେଉଅମର ହୋଇଲୁ ତୁ ହୁଅ ସହସ୍ର ବାହୁ ।୨୭୪।ବର ପାଇ ଅସୁର ଅଇଲା ନିଜ ପୁରଅନେକ ନୃପତି ସେ ଜିଣିଲା କରିଣ ସମର ।୨୭୫।ଭୟେ ରାଜାମାନେ ନ ରହିଲେ କେହିଜଗତ ବୁଲି ଅସୁର ସାଧ୍ୟ କଲା ମୁହୀ ।୨୭୬।କେତେହେଂକ ଦିନେ ସେ କପିଳାସକୁ ଗଲାଇଶ୍ୱର ଦେବତାକଇଂ ଦ୍ରଶନ ଯାଇଂ କଲା ।୨୭୭।ଶିରେ କର ଦେଇ ସେ କହଇ ଉତ୍ତରତୋହୋର ପ୍ରସନ୍ନେ ଦେବ ସହସ୍ରେ କର ମୋର ।୨୭୮।ପୃଥୀର ରାଜାମାନେ ନ ରହିଲେ କେହିତୋହୋର ତୁଲେ ସାଂଗ୍ରାମ କରିବଇଂ ମୁହିଂ ।୨୭୯।ନୋହିଲେ ମୁଂ କପିଳାସ କରିବଇଂ ଧୂଳିସମର କର ତୁ ହୋ ପଞ୍ଚଇ ମଉଳି ।୨୮୦।ୟେହା ଶୁଣି କୋପେଣ ସଦାଶିବ ବୋଲନ୍ତି ବଚନଆମ୍ଭେ ତୋହୋର ତୁଲେ ନୋହୁନା ଭାର୍ଜନ ।୨୮୧।ଭୁଜବଳ ପ୍ରତଗ୍ୟାଂ ଅଟଇ ତୋହୋରକୃଷ୍ଣ ଯେ ଛେଦନ କରିବେ ନା ତୋର କର ।୨୮୨।ୟେତେକ କହି ଈଶ୍ୱର ହୋଇଲେ ଅନ୍ତର୍ଦ୍ଧାନବିଷାଦେ ଅସୁର ଆସି ମିଳିଲା ଆପଣା ଭୁବନ ।୨୮୩।ସେ କାଳର କଥା ଆସି ହୋଇଲାକ ୟେବେଚକ୍ରେ ଭୁଜ ତାର ନାଶ କଲେକ ବାସୁଦେବେ ।୨୮୪।ଈଶ୍ୱର କହନ୍ତେଣ ଶ୍ରୀହରି ହୋଇଲାକ ତୋଷବଳରାମ ମନରୁ ଛାଡ଼ିଲେ ଗୁରୁରୋଷ ।୨୮୫।ସଦାଶିବ ପ୍ରସନ୍ନେ ବାଣାସୁର ପାଇଲା ଚାରି କରରାମକୃଷ୍ଣ ଈଶ୍ୱରେ ବିଜେ କଲେ ବାଣାର ନବର ।୨୮୬।ଗରୁଡ଼ ପକ୍ଷଘାତ ଶୁଣିଣ ଅହି ଶରଭୟେ ପଳାଇଲେ ସେ ହୋଇଣ ବହୁତ ଦୂର ।୨୮୭।ଅନିରୁଦ୍ଧ ଦେହ ହୋଇଲାକ ଶୂନ୍ୟମୋହ ତେଜି ଉଠିଲା ସେ ପଦ୍ମନ ନନ୍ଦନ ।୨୮୮।ଆସନ ପଦାସନ ଯେ ଅନେକ ସମ୍ଭାରପୂଜଇ ଅସୁର ରାମକୃଷ୍ଣଂକ ପୟର ।୨୮୯।ଦିବ୍ୟ ଭୁବନେକ ଯେ ମଣ୍ଡାଇ ରାଜନନେତର ଚିରାଳ ଯେ ଉଡ଼ଇ ବିତପନ ।୨୯୦।ରାମକୃଷ୍ଣେ ବିଜେ କଲେ ସାତବଂଶ ଯାଦବନ୍ତ ଘେନିବ୍ୟାସ ମାରକଣ୍ଡ ଯେ ଉଦ୍ଦାଳେକ ମହାମୁନି ।୨୯୧।ଭାରଦ୍ୱାଦଶ ଯେ ଗଉତମ ଆୟେଦୁର୍ବାସା ମହାମୁନି ଯେ ପ୍ରବେଶ ସଭାୟେ ।୨୯୨।ନଗ୍ର ପୁର ମଣ୍ଡାଇ ମଙ୍ଗଳ ଧୂନି କରିଦ୍ୱାରେ ପୁର୍ଣ୍ଣକୁମ୍ଭ ଯେ ଅଛନ୍ତି ଉଭାରି ।୨୯୩।ନଗ୍ର ନର ନାରୀ ଯେ କାମଦେବର ସଂଜାତଆପଣେ ସଦାଶିବ ରଚନ୍ତି ସମସ୍ତ ।୨୯୪।ପଣ୍ଡିତେ କହିଲେ ଯେ ଶୁଭ ଅନକୂଳଆଷାଢ଼ ଶୁକଳ ଯେ ଦଶମୀ ଗୁରୁବାର ।୨୯୫।ବିଭାଲଗ୍ନ ବେଳ ଯେ ହୋଇଲାକ ଆସିସଂକଳ୍ପ କରାବନ୍ତି ଗାଗ୍ରବ ମହାଋଷି ।୨୯୬।ବରୁଣ ପୂଜାସାରି ବରକନ୍ୟା ଆଣିମନ୍ତ୍ର ପଢି ବନ୍ଧନ କଲେ କୁଶପାଣି ।୨୯୭।ଡାହାଣ ବ୍ରତେକ ଶଙ୍ଖେ ଜଳ ତିଳ ପୂରୋଇଆନନ୍ଦେ ବାଣାସୁର ଯଉତକ ଦେଇ ।୨୯୮।କୋଟିକୟେ ରଥ ଯେ ବେନି କୋଟି ହାଥୀଚାରିକୋଟି ଅଶ୍ୱ ଯେ ଦଶକୋଟି ପାଦାନ୍ତି ।୨୯୯।ଲକ୍ଷେକ ସୁବର୍ଣ୍ଣ ଗାଈ ସବଚ୍ଛା ସହିତେଶତେକ ପରିବାରୀ ଯେ ଅଳଂକାର ସମେତେ ।୩୦୦।ପାଟଛତ୍ର ଆଲମ୍ବ ଯେ ନେତର ସୁପାତିଅନେକ ସମ୍ଭରେ ଯଉତୁକ ଦିଲାକ ନୃପତି ।୩୦୧।କୋଟିୟେକ ରତ୍ନ ବଳରାମଂକ ପାଦେ ଦେଇଶରଣ ପଞ୍ଜର ନାଥ କରିବାକ ମୋତେ ତ୍ରାହି ।୩୦୨।ନ ଜାଣି ଅପରାଧ କଲଇଂ ଯେତେକକ୍ଷମାକର ଦୋଷ ବୋଲି କରଇ ରାଜା ଶୋକ ।୩୦୩।ବହୁତ ପୂରସରି କହନ୍ତି ଦେବକୀର ତନୁଆମ୍ଭର ପୁତ୍ରକୁ ଦୋହିତା ଦିଲୁ ତେଣୁ ଦୋଷ ଯେ ନ ଘେନୁ ।୩୦୪।ଆମ୍ଭର ବନ୍ଧୁ ତୁ ହୋଇଲୁ ଯୁଗତେସଦାଶିବଂକ ବର ପାପ୍ରତ ହୋଉ ତୋତେ ।୩୦୫।ଯୁଗେ ଯୁଗେ ଥିବୁ ତୁ ଅମର ତନୁ ଧରିତେବେ ସେ କୀରତି ସିନା ରହିବ ଆମ୍ଭରି ।୩୦୬।ବର କନ୍ୟାକୁ ଆଶିଷ ଦିଅନ୍ତି ଋଷିମାନେନଗ୍ର ନର ନାରୀ ଯେ ଦେଖନ୍ତି ଆନନ୍ଦ ମନେ ।୩୦୭।ବିଚାରନ୍ତି ସୁନ୍ଦର କୁମର ରୂପରାଶିବରକୁ କନ୍ୟା କନ୍ୟାକୁ ବର ଯେ ସାଦ୍ରିଶି ।୩୦୮।ବିଧାତା ନିର୍ବାଣ ନୁହଇ ଯେ ଆନଯାହାକୁ ଯେମନ୍ତ ସେ କରଇ ଭିଆଣ ।୩୦୯।ୟେଥୁ ଅନନ୍ତରେ ରାଜାର ଯେତେ ରାଣୀବର କନ୍ୟାକୁ ଅର୍ଘ୍ୟ ସେ ଦିଅନ୍ତି କାମିନୀ ।୩୧୦।ଅନ୍ତେଶ୍ୱର ପୁରକୁ ବର କନ୍ୟାଗଲେ ଘେନିମଙ୍ଗଳ ହୁଳହୁଳି ଦିଅନ୍ତି ସକଳ କାମିନୀ ।୩୧୧।ୟେକ ପତ୍ରେ ବେନି ଜନେ କରନ୍ତି ଭୋଜନବେଢିଣ ଅଛନ୍ତି ଯେ ସକଳ ପରିଜନ ।୩୧୨।ଆଞ୍ଚୋବନ ସାରିଣ କର୍ପୂର ତାମ୍ବୋଳ ଖାଇଯିବାକୁ ଉଦବେଗ ସେ ସୁବେଶ ହୋନ୍ତି ତହିଂ ।୩୧୩।ତାଳଧ୍ୱଜ ରଥ ଆରୋହି କାମପାଳନନ୍ଦିଘୋଷ ରଥେ ବିଜେ କଲେ ମଦନ ଗୋପାଳ ।୩୧୪।ସାତବଂଶ ଯାଦବନ୍ତ ଘେନି ଦ୍ୱାରିକାକୁ ବିଜେଟମକ ନିଶାଣ ଦମାଲୁ ଭେରୀ ବାଜେ ।୩୧୫।ରତ୍ନମୟ ରଥେ ଯେ ବର କନ୍ୟା ବସିଗଗନୁଂ ଚନ୍ଦ୍ର କି ପଡିଲା ପୃଥୀରେ ଖସି ।୩୧୬।ହୁଳ ହୁଳି ଦିଅନ୍ତା ଯେ ଅନେକ ସଧବା ବନିତାଅମର ଅପକ୍ଷରୀ କିନ୍ନରୀ ନୃତ୍ୟରେ ଉନମତା ।୩୧୭।ଆଲମ୍ବ ପାଟଛତ୍ର ଉଡ଼ଇ ବିତପନଉଗ୍ରସେନ ଆଗେ ଘେନାଇ ଯଉତୁକ ଦ୍ରବ୍ୟମାନ ।୩୧୮।ବାଟରେ ପୁଆଇଂ ଅଇଲେ ସଦାଶିବଦ୍ୱାରିକା ପୁରେ କଲେ ଅନେକ ଉଚ୍ଛବ ।୩୧୯।ମଙ୍ଗଳ ହୁଳ ହୁଳି ଜୟେ ଘୋଷିଅର୍ଘ୍ୟ ବଦାବନ୍ତି ଯେ ଦ୍ୱାରିକା ପୁର ବାସୀ ।୩୨୦।ବର କନ୍ୟା ଦେଖି ଯେ ଅନେକ ହରଷଶୁଭ ମଙ୍ଗଳର ବେଳେ ଆସି ନବରେ ପ୍ରବେଶ ।୩୨୧।ଅଷ୍ଟ ପାଟବଂଶୀ ମୂଳେ ଶ୍ରୀକୃଷ୍ଣର ଯେତେ ବାମାବର କନ୍ୟା ଦେଖିଣ ଉତ୍ସାହ ସର୍ବ ରାମା ।୩୨୨।କନ୍ୟାକୁ ପରଶଂସା ସେ ଯେ କରନ୍ତି ବହୁତଧନ୍ୟ ତୋହୋର ପିତା ଧନ୍ୟ ତୋହୋର ମାତ ।୩୨୩।ଧନ୍ୟ ୟେ ଦ୍ୱାରିକା ପୁର ଶୋଭା ଦିଶିଧନ୍ୟ ବିଧାତା କେତେକାଳ ଗଢିଲା ତୋତେ ବସି ।୩୨୪।ଧନ୍ୟ ହୋଇଲାଇଂ ଯେ ଆମ୍ଭେ ଦେଖିଲୁଂ ବେନିଡୋଳେଧନ୍ୟ ଅନିରୁଦ୍ଧ କନ୍ୟାକୁ ଧଇଲୁ ତୁହି କୋଳେ ।୩୨୫।ଧନ୍ୟ ଯେଉଂଣ ରାଜ୍ୟେ ହୋଇଲୁ ଉତପତିଧନ୍ୟ ତୋର ପୁଣ୍ୟ ସାଦ୍ରିଶେ ପାଇଲୁ ୟେ ପତି ।୩୨୬।ଧନ୍ୟ ରେ ସୁନ୍ଦରୀ ଧନ୍ୟ ଶୋଭା ତୁହି ଦିଶୁଧନ୍ୟ ଧନ୍ୟ ତୁହି କୁରଙ୍ଗୀ ବଳି ନୟନ ପ୍ରକାଶୁ ।୩୨୭।ଧନ୍ୟ ତୋହୋର କବରୀ କୃଷ୍ଣ ଚାମରେ ନୋହେ ସରିଧନ୍ୟ ସେ କୁସୁମ ଅଛଇ ଆବୋରି ।୩୨୮।ଧନ୍ୟ ନାସା ତୋହୋର ତିଳକୁସୁମ ଜାଣିଧନ୍ୟ ତୋ ଦନ୍ତପନ୍ତି ଡାଳିମ୍ବ ବୀଜେ କି ମାଣିକ୍ୟ ରସାଣି ।୩୨୯।ଧନ୍ୟ ବଧୁଲୀ ଅଧର ଧନ୍ୟ ତୋ ଭ୍ରୂଲତାଧନ୍ୟ ବେନି ଶ୍ରବଣରେ ହୀରା କାପ ଶୋଭିତା ।୩୩୦।ଧନ୍ୟ ବକ୍ଷସ୍ଥଳ କମ୍ବୁକଣ୍ଠ ପ୍ରାୟେଧନ୍ୟ ତୋ କୁଚ ବେନି କରୀ କୁମ୍ଭ ପ୍ରାୟେ ଶୋହେ ।୩୩୧।ଧନ୍ୟ କଟିଭାଗ ଡମ୍ବରୁ ସାଦ୍ରିଶଧନ୍ୟ ବେନି ଜାନୁ ଉଲଟ ରମ୍ଭା ରସ ।୩୩୨।ଧନ୍ୟ ତୋ ପାଦ ଅଙ୍ଗୁଳି ଚମ୍ପା କଢି ଜାଣିଧନ୍ୟ ସେ ପୟର ଅଳତା ଅରୁଣ ତେଜ ଜିଣି ।୩୩୩।ଧନ୍ୟ ସୁକୁମାରୀ ଧନ୍ୟ ତୋ ରୂପ ଶୋଭାଧରଣୀଧର ପ୍ରିୟା ଉପମା ହେବ ଅବା ।୩୩୪।କେ ବୋଲଇ ସାବିତ୍ରୀ ୟେ ବ୍ରହ୍ମାର ବନିତାକେ ବୋଲଇ ପାର୍ବତୀ ୟେ ହେମବନ୍ତର ଦୋହିତା ।୩୩୫।କେ ବୋଲଇ ଶଚୀ ୟେ ଇନ୍ଦ୍ରର ପାଟରାଣୀକେ ବୋଲଇ ଛାୟା ୟେ ସୂର୍ଯ୍ୟର ଘରଣୀ ।୩୩୬।କେ ବୋଲଇ ବୃହସ୍ପତି ଭାରିଯା ତାରା ୟେ ଅଟଇରମ୍ଭା ଉର୍ବଶୀ ମେନକା ୟେହାକୁ ସରି ନୋହି ।୩୩୭।କୋ ବୋଲଇ ତୁମ୍ଭେ ନ ଜାଣ ଗୋ କିଛିୟେହାର ରୂପକ କେହି ସମ ଯେ ନ ଗଚ୍ଛି ।୩୩୮।ଦେବକୀ ଯଶୋବନ୍ତୀ ଯେ ବହୁତ ହରଷନାତି ନୀତୁଣୀବଧୂ ଘେନି ଆପଣା ପୁରରେ ପ୍ରବେଶ ।୩୩୯।ଅର୍ଘ୍ୟ ବଦାବନ୍ତି ଯେ ସକଳ କାମେନୀଆଶିଷ କଲ୍ୟାଣ କରନ୍ତି ସମସ୍ତ ଜନନୀ ।୩୪୦।ପୁରେ ପୁରେ ଚହଳ କହିତ କି ପାରିବର କନ୍ୟା ଦେଖି ଆସନ୍ତି ନଗ୍ର ନର ନାରୀ ।୩୪୧।ରାମକୃଷ୍ଣ ବିଜୟେ ଯେ ସମ୍ଭର୍ବ ଆସ୍ତାନେଆବର ଅଛନ୍ତି ଦେବଋଷି ବ୍ରହ୍ମର୍ଷି ରାଜଋଷିମାନେ ।୩୪୨।ଅପକ୍ଷରୀ କିନ୍ନରୀ ଯେ ଦିବ୍ୟବେଶ ହୋଇକେ ତାଳ ମୃଦଙ୍ଗ ବେଣୁ ବୀଣା ବାଦ୍ୟ ବାଇ ।୩୪୩।ଚତୁର୍ଥ ଦିନେଣ ଯେ ଚଉଠି ବିଧି ସାରିବେଦୀ ଛାମୁଣ୍ଡିଆରେ ବସିଲେ ବ୍ରହ୍ମଚାରୀ ।୩୪୪।ଯଥାବିଧି କର୍ମ ସାରି ବର କନ୍ୟା ଗଲେଅନେକ ଯୁବତୀ ତହିଂ ହୁଳହୁଳି ଦିଲେ ।୩୪୫।ବିଭାବିଧି ବଢାଇଣ ମୁନିମାନେ ଗଲେଯେ ଯାହାର ଆଶ୍ରମେ ଯାଇଂ ପ୍ରବେଶ ହୋଇଲେ ।୩୪୬।ଶୁଣ ହୋ ମନୁରାୟେ ପୁଚ୍ଛା କଲୁ ଯାହାଥୋକାୟେ ଅନୁସରି ବଖାଣିଲୁ ତାହା ।୩୪୭।ୟେ ଯେ ମଧ୍ୟପର୍ବ ଅମୃତ ରସ ସାରଆହୋ ପ୍ରାଣୀମାନେ ୟେକମନେ ଶ୍ରବଣ ଯେ କର ।୩୪୮।କଳିକାଳ ଘୋର ୟେ ହୋଇଲାକ ଆସିରାମ ନାମ ଧର ନ ବାଧିବ କାଳ ଫାଶି ।୩୪୯।ରାମ ନାମ ବ୍ରହ୍ମବେନି ଯେ ଅକ୍ଷରରାମ ନାମ ମୋର ନୋହିବ ବିସର ।୩୫୦।ତୁଳୁସାର ବଲ୍ଲଭ ହୃଦରେ ମୋର ଥାଉରାମ ନାମ ସୁମରି ସାରୋଳା ଦାସ ଗତି ମୁକୁତି ପାଉ ।୩୫୧।୭୯୩୮।ଶ୍ରୀକୃଷ୍ଣ ବଳରାମଙ୍କ ବିଦ୍ୟା ପଠନବଇବସୁତ ମନୁ ପୁଚ୍ଛା କଲେ ଅଗସ୍ତିଂକିଭୋ ମହାମୁନି ମୋତେ କହିବା ୟେଣିକି ।୧।ଶ୍ରୀ ନାରାୟଣ ରଙ୍ଗାବତାର ଯେ ଦ୍ୱାପରେଜନମିଲେ ମାଧବ ଦେବକୀ ଉଦରେ ।୨।ରୋହିଣୀ ଉଦରେ ଯେ ନୀଳାମ୍ବର ଉତପତ୍ତିବାଳୁତ ଖେଳରେ ରାମକୃଷ୍ଣେ ଗୋଗୋଷ୍ଠେ ରହନ୍ତି ।୩।ପାଠ ପଢିବାର ନିମନ୍ତେ ଯୋଗେଶ୍ୱରଖେଳନ୍ତେ ପ୍ରବେଶ ଦେବ ଅବନ୍ତୀ ନୀମେ ପୁର ।୪।ବିଦ୍ୟାବର ବ୍ରାହ୍ମଣ ନାମେ ଶାନ୍ତିପନିପାଠ ପଢାନ୍ତି ସେ ବାଳଖିଳାମାନନ୍ତ ଘେନି ।୫।ତାହାଂକର ମନ୍ଦିରେ ପ୍ରବେଶ ବେନିଭାଇନିରୋପନ୍ତି ଶାନ୍ତିପନି ବ୍ରାହ୍ମଣ ମୁଖ ଚାହିଂ ।୬।ପଚାରନ୍ତି ବ୍ରାହ୍ମଣ ବାଭିୟେ ଅଟ ତୁମ୍ଭେ କେବଣ ଦେଶୀଦେବ କୁମାର ପ୍ରାୟ ତ ଅବୟବ ଦିଶି ।୭।ଶୁଣି ବିପ୍ରଂକୁ ସମସ୍ୟା ଦିଅନ୍ତି ନୀଳାମ୍ବରଆମ୍ଭର ଶାସନ ମଧୁବନ ନଗ୍ରପୁର ।୮।ଆଦି ଯଦୁବଂଶେ ଯଦୁନାମେ ଋଷିଯଦୁବର ନନ୍ଦନ ସୁରଥ ବୋଲି ଶିଷି ।୯।ସୁରଥର ନନ୍ଦନ ଯେ ବଇଷ୍ଣବ ଚକ୍ରବତୀତରୁଣ ତେଜ ବୋଲି ତାହାଂକର ସନ୍ତତି ।୧୦।ତରୁଣ ତେଜଂକର ନନ୍ଦନ ଅଟଇ ସୁଦେବତାହାଂକର ନନ୍ଦନ ଅଟଇ ବସୁଦେବ ।୧୧।ଭୋ ଦେବ ପଣ୍ଡିତ ତୁମ୍ଭେ ପଚାରିଲ ଯାହାବସୁଦେବ ନନ୍ଦନ ହରି ବଳରାମ ବୋଲି ତାହା ।୧୨।ନିରାକାର ବଂଶେ ଜାତ ଦେବକୀ ରୋହିଣୀସତୀ ସାବିତ୍ରୀ ଅଟନ୍ତି ସେ ବେନି ଭୟେଣୀ ।୧୩।ୟେହାଂକର ମାତା ୟେକବାଳା ପାର୍ବତୀତାହାଂକ ଉଦରୁ ଆମ୍ଭେ ବେନି ଉତପତ୍ତି ।୧୪।ଅଂଶା ଅବତାର ଆମ୍ଭେ ଭାରାଭର ଅର୍ଥେପୁଣି ପୁଣି ଉପୁଜୁଂ ୟେ ଦୁହିଂକର ଗର୍ଭଗତେ ।୧୫।ଗୋପାଳ ଦେଶ ହାଦେ ମଥୁରା ନଗ୍ରପୁରଶାହାସ୍ର ସଂଗତି ନାହିଂ ଅପାଠେକ ସେହୁ ପୁର ।୧୬।କୁସ୍ଥାନ ବାସେ ଆମ୍ଭେ ପଡ଼ିଲୁ ବେନି ଜନେବେଦ ବିଦ୍ୟା ନ ଜାଣୁ ନ ଶୁଣୁଂ ବେନି କର୍ଣ୍ଣେ ।୧୭।ଧର ଧର ମାର ମାର ଛନ୍ଦ ବନ୍ଧ କଥାକଢା ଘୁମୁରା ଅନରୂପେ ସେହୁ ମତା ।୧୮।କୁଜନ ହାଥେଣ ପଡ଼ିଲା ପାଣି ଦ୍ରବ୍ୟମୂର୍ଖ ସଭାରେ କି ପଣ୍ଡିତ କରଇ ଭାବ ।୧୯।ଗ୍ୟାନ ଥାଉଂ ଥାଉଂ ଆମ୍ଭେ ମୂର୍ଖ ହୋଇବୁଂ କେମନ୍ତେବୁଲୁ ଦେଶାନ୍ତରେ ପାଠ ସିଦ୍ଧି ଅର୍ଥେ ।୨୦।ମାତା ପିତା ତେଜିଲୁ କୁଳ ଗୋତ୍ର ଗ୍ରାମତୋହୋର ଦୟା କଲେ ଆମ୍ଭେ ହୋଇବୁଂ ଚାଟ ଧର୍ମ ।୨୧।ବିନୟ ଭାବେ ଦେବ ବାକ୍ୟ ଯେ ଉଚ୍ଚାରୁଦେଖି ଦୟା କଲେ ପଣ୍ଡିତ ଭାଗ୍ୟ ଗୁରୁ ।୨୨।ବାବୁ ପାଠକୁ ଯେବେ ଇଚ୍ଛା ହୋଇଲା ତୁମ୍ଭରତୁମ୍ଭେ ପାଠ ପଢ ୟେବେ ମୋହୋର ଗୃହର ।୨୩।ଶାନ୍ତିପନି ବିଚ୍ଛନ୍ନ ହୋଇଥିଲା ଚାରିପୁତ୍ର ହରାଇପୁତ୍ର କଷ୍ଟ ପାସୋରିଲା କେଶବ ମୁଖ ଚାହିଂ ।୨୪।ରହିଲେ ବେନି ଭ୍ରାଥେ ଶାନ୍ତିପନିର ଘରେବିଦ୍ୟା ଆରୋପଣ କରାଇଲେ ଦ୍ୱିଜବରେ ।୨୫।ଶ୍ରୀଫଳା ଲିହି ଗୁରୁ ଦିଲେକ ଆଗରେଦେଖିଣ ଶିଖିଲେ ଯେ କୃଷ୍ଣ ବଳେବରେ ।୨୬।ବାକ୍ୟଦେବୀ ଅଟନ୍ତି ବଲ୍ଲଭୀ ଯାହାରବିଦ୍ୟା ଶିଖିବା ଅବା କେତେକ ମାତର ।୨୭।ଦୁତୀୟେଣ ଗୁରୁଦେବ ଲିହିଲେକ ଫଳାତାହା ଦେଖି ଶିଖିଲେ ଦେବକୀ ବେନିବଳା ।୨୮।ଚଉତ୍ରିଂଶ ଅକ୍ଷର ପୁଣ ବାରହିଂ ଯେ ମାତ୍ରାଦେଖି ଶିଖିଲେ ସ୍ୱାମୀ ଧାର୍ମିକ ବୁଦ୍ଧିବନ୍ତା ।୨୯।ସିଦ୍ଧି କଂ କ୍ୟ କ୍ର କ୍ଲ କ୍ନ କ୍ମ ର୍କ ର୍କ୍ୟ ର୍କ୍ରଶିଖିଲୁନି ଗୁରୁ ହେ ଆବର କି ପାଠ କହ ।୩୦।ର୍କ୍ଳ ର୍କ୍ୱ ର୍କ୍ନ କୃ ଙ୍କ ସ୍କ ସ୍ତ ସ୍ତ୍ର ଅଂଶ ଯୋଗୟେତେକ ଗୁରୁ ହେ ହୋଇଲାକ ଭୋଗ ।୩୧।ଚଉତ୍ରିଂଶ ଅକ୍ଷର ଯେ ଚଉତ୍ରିଂଶ ଫଳାୟେକା ଦିନକେ ଲିହି ପଢିବା ହୋଇଲା ।୩୨।ଚାହିଂଲା ମାତ୍ରକେ ଶିଖିଲେ ଦେବ ବନାସାଧିଲେ ଶିଳୋକ ନ ଦେଖି ନ ଚିହ୍ନା ।୩୩।ୟେମାନ ସାଧ୍ୟ ହୋଇଲା ଦିବସ ଯେ ତିନିଦେଖିଣ ଆଶ୍ରିଯ ହୋଇଲେ ବ୍ରାହ୍ମଣ ଶାନ୍ତିପନି ।୩୪।ଓଚିଆ ତେଲଙ୍ଗା ନାଗେରୀ ଦକ୍ଷିଣୀକନାଉଜିଆ ମରହଠିଆ ଗୁରୁଲେଖା ଖାଂଜଣୀ ।୩୫।ବୀର ଚୀର ମହାଚୀର ଦ୍ରାବିଡ଼ ମହାଭାଖାଡାହାଳ ବେଲାଉଳ ଯେ ପଞ୍ଚମ ରେଖା ।୩୬।ଦକ୍ଷିଣ ଉଜ୍ଜିନୀ ପଚ୍ଛିମା ମନ୍ଦାର କାଂଉରୀ ଭାରତୀଭାଷା ଉପଦେଶ କଲେକ ଶ୍ରୀପତି ।୩୭।ୟେକାଦଶ ଅକ୍ଷର ଭାଷା ଚଉଷଠିନବ ଦିବସେ ଲେଖି ବିଦ୍ୟା ତାଳି ପଟି ।୩୮।ବତିଶ ଦିବସେ ୟେମାନ ସର୍ବ ପଢିଦରିଦ୍ର ବ୍ରାହ୍ମଣ ତୁଲେ ପୀରତି ଦେବ ହରି ।୩୯।ଶାନ୍ତିପନି ବ୍ରାହ୍ମଣର ଅଟଇ ସେ ଶିଷିତାହାଂକରେ ଅନେକ ଭାବ ଦେବ ହୃଷିକେଶୀ ।୪୦।ଅକ୍ଷର ବିଦ୍ୟାଗୁରୁ ଯେତେ କହିଥିଲେବତିଶ ଦିବସେ ସେ ଯେ ସବୁ ସାଧ୍ୟ କଲେ ।୪୧।ତହୁଂ ବେଦବାକ୍ୟ ଯେ ଦେଖାନ୍ତି ଶାନ୍ତିପନିବେଳେ ଗୁରୁ ପଢାଇଲେ ହୃଦେ ତାହା ଘେନି ।୪୨।ରକ ଯଜୁ ସାମ ଅର୍ଥବ ଚାରିବେଦଲକ୍ଷେ ମହାମନ୍ତ୍ର ପଢିଲେ କୃଷ୍ଣ ବଳଦେବ ।୪୩।ନବ ଅନ୍ତ ମନ୍ତ୍ର ଫଳ ଗ୍ରନ୍ଥ ପାଞ୍ଜିୟେମାନ ଶିଖିଲେ ଅଷ୍ଟ ଦିବସର ମଝି ।୪୪।ତିଥି ବାର ନକ୍ଷତ୍ର ଗ୍ରହ କରଣ ଚକ୍ରକଳାରବି ଅଂଶ ରତିଶାସ୍ର ଚନ୍ଦ୍ର ପବନ ମେଳା ।୪୫।କାମ ଲୋଭ ଆରତା ରତିଶାସ୍ର ବିଦ୍ୟାସ୍ତମ୍ଭନ ମୋହନ ବଶ୍ୟ ଉଚାଟନ ଗୁଟିକ ଅଞ୍ଜନ ମନ୍ତ୍ର ସିଦ୍ଧା ।୪୬।ଯୋଗ ବ୍ରହ୍ମ ତ୍ରିକାଳ ଗାରୁଡ଼ ମହାମନ୍ତ୍ରେୟେମାନ ସାଧ୍ୟ କଲେ ୟେଗାର ଦିନ ଅନ୍ତେ ।୪୭।ଭୂତ ଭବିଷ୍ୟ ବର୍ତ୍ତମାନ ଯେ ଅଦୃଷ୍ଟି ଅଶ୍ରୁତିବାକ୍ୟଦେବୀ ବିଦ୍ୟା ଆଦି କରି ଶିଖିଲେ ନବରାତ୍ରି ।୪୮।ଚଉଦ ବିଦ୍ୟା ଆଦି କରି ଚଉଷଠି ବିନ୍ଧାଣଧନୁଶର ଉତପତ୍ତି ଫଳା ଯେ ଆଢଣ ।୪୯।ଛେଦ ଭେଦ ମନ୍ତ୍ର ସୁମରନ୍ତେ ଦେବଶରଉଦେକ ବିଦ୍ୟା ସାଧ୍ୟ କରାଇଲେ ପଣ୍ଡିତ ଭାଗ୍ୟବର ।୫୦।ୟେମନ୍ତେ ପାଞ୍ଚ ସହସ୍ର ବିଦ୍ୟା ଚଉଷଠିଦେଖି ଶିଖିଲେ ସାଧିଲେ ବିଦ୍ୟା ନବ କୋଟି ।୫୧।ବଇବସୁତ ମନୁ ପୁଚ୍ଛାକଲେ ଅଗସ୍ତି ମହାମୁନିୟେ ବିଦ୍ୟାମାନ କାହୁଂ ପାଇଲେ ବ୍ରାହ୍ମଣ ଶାନ୍ତିପନି ।୫୨।ମୁକୁଳା ଦିଜବର ହୋଇ ସକଳ ବିଦ୍ୟା ସାଧିମଞ୍ଚ ଭୁବନେ ଜନ୍ମ ହୋଇ କେଉଣ ଗୁରୁ ବୋଧି ।୫୩।ସେ ଶାନ୍ତିପନିର ମହିଂମା ମୋତେ କହିବା ମୁନି ହେନାରାୟଣଂକ ଗୁରୁ ସେ ହୋଇଲା ଦୁସହ ସନ୍ଦେହେ ।୫୪।ଶୁଣ ହେ ଯୋଗେଶ୍ୱର ବଦୟନ୍ତି ତପୋବନ୍ତପୂର୍ବେ ଶାନ୍ତିପନି ହୋଇଅଛି ଜାତ ।୫୫।ବୃନ୍ଦାଅର୍କେ ସତ୍ୟଯୁଗେ କଉଶିକ ନାମେ ବ୍ରହ୍ମାରୁଦ୍ରେ ବିବାଦୀ ସେ ହୋଇଲେ ମହାତମା ।୫୬।ଯୋଗେଣ ବ୍ରହ୍ମା ଯେ ପୁରୁଷେକ ଭିଆଇଲାଦେବ ଗୋଲେଖ ବୋଲି ନାମ ତାହାର ଦିଲା ।୫୭।ପ୍ରଚଣ୍ଡ ବ୍ରହ୍ମବେତ୍ତା ସେ ପାଇଲା ମନ୍ତ୍ର କଳାବେଦ ଶାହାସ୍ର ଭଜି ସେ ଆକାଶକୁ ଗଲା ।୫୮।ଭୟେ ଚନ୍ଦ୍ର ଦେବତା ନ ରହିଲେ ଆକାଶେସ୍ୱର୍ଗ ମଞ୍ଚ ତେଜି ପଶିଲେ ହଟକେଶ୍ୱର କପିଳାସେ ।୫୯।ଦିନେ ସେ ଈଶ୍ୱରେ ଅଇଲେ କପିଳାସୁଂ ସ୍ୱର୍ଗବାସେଦେବ ଇନ୍ଦ୍ର ଗୋଲେକ ହୋଇଛି ଆକାଶେ ।୬୦।ଈଶ୍ୱର ଦେବତାନ୍ତ ବସ ବୋଲି ନ ବୋଇଲାପରପ ଯୋଗୀ ବୋଲି ବହୁତ ଝିଂଘାସିଲା ।୬୧।ବ୍ରହ୍ମା ସେ ଅଟଇ ନବ ସୃଷ୍ଟି କରତାଧାତା ସେ ଅର୍ଜିତପୁରୁଷ ବିହନ୍ତା ବିଧାତା ।୬୨।ୟେକା ବିଧାତା ସେ ବ୍ରହ୍ମହିଂ ଜାଣଇଆଉମାନନ୍ତ ମୁଂ ଋଷି ପ୍ରାୟେ ମଣଇ ।୬୩।ଅନେକ ମତେ ଭତ୍ସନା ହରଂକୁ ସେ ବୋଲିଆସ୍ତାନକୁ ଉଠନ୍ତେ ସେ ହରଂକୁ ଦିଲା ପେଲି ।୬୪।ଗଳଥା ଦିଲା ସେ ଯେ ଭୁଜେ ଭୁଜ ପଡ଼ିତାଳେଉଡ଼ି ଈଶ୍ୱରେ ଯାଇ ପଡ଼ିଲେ ଅଗାଦ ଜଳେ ।୬୫।ଅସାଷ୍ଟମ ହୋଇ ସେ କୋପେ ରୁଦ୍ରଦେବବ୍ରହ୍ମା ଦେବତାନ୍ତ ତହିଂ କୋପ କଲେ ସଦାଶିବ ।୬୬।ବ୍ରହ୍ମା ସିନା କଲା ତାହାର କିସ ଦୋଷଧାତାର ପ୍ରସାଦେ ଯେ ଆମ୍ଭେ ତେଜିଲୁଂ ଆକାଶ ।୬୭।ପିତାନ୍ତ ଶାପ ସେ ଦିଲେ ବଇରାଗେଯାଅ ରେ ବ୍ରହ୍ମା ଅପୂଜା ହୋଇଣ ଥାଅ ତିନି ସ୍ୱର୍ଗେ ।୬୮।ଗୋଲକ ପୁରୁଷ ଯେ ଆକାଶେ କଲୁ ରାଜାତୋହୋରେ ଦେବତାୟେ କେହି ନ ପାଇଲେ ପୂଜା ।୬୯।ସୋଦର ମାନନ୍ତ ଅପୂଜ୍ୟକ କଲୁଟି ଅଭାବେମାନବ ମାତ୍ରକ ତୋତେ ନ ପୂଜନ୍ତୁ ୟେବେ ।୭୦।ବଇରାଗେ ଶାପ ଯହୁଂ ଦିଲେକ କାପାଳୀତେଣୁ ସେ ବ୍ରହ୍ମା ଅପୂଜ୍ୟ ହୋଇଲା ତିନି ସ୍ଥଳୀ ।୭୧।ରୁଦ୍ରଂକର ଶାପେ ଯେ ଜଗତର ପିତାଦେବ ମାନବେ କେହି ନୋହିଲେ ପୂଜନ୍ତା ।୭୨।ମନୁ କଳ୍ପ ପରିଯନ୍ତେ ଅପାର କହିଗଲାସଦାଶିବର ଶାପେ ଧାତା ଅପୂଜ୍ୟକ ହୋଇଲା ।୭୩।ପୂଜା ପାଇବା ନିମନ୍ତେ ଦେବ ବେଦପତିସୁଦେବ ବ୍ରାହ୍ମଣ ଘରେ ହେଲେ ଉତପତ୍ତି ।୭୪।ଶାନ୍ତି ନାମେଣ ତାହାର ଅଟଇ ଜନନୀତେଣୁ କରି ପିତା ନାମଦିଲେ ଶାନ୍ତିପନି ।୭୫।ବିଚାରଇ ଧାତା ମୋତେ ରୁଦ୍ରଶାପ ଗରୁଜଗନ୍ନାଥ ଦେବଂକର ମୁଂ ହୋଇବି ବିଦ୍ୟାଗୁରୁ ।୭୬।ବିଦ୍ୟାରେ ତୋଷ କରି ମନାଇବି ଦେବରାଜାଅନୁଗ୍ରହ କରି ମୋତେ ନାରାୟଣେ କରିବେ ପୂଜା ।୭୭।ତୁ ଯାହା ପୁଚ୍ଛା କଲୁ ଯୁଗପତି ମହାତମାସେ ଶାନ୍ତିପନି ବ୍ରାହ୍ମଣ ଯେ ପ୍ରତକ୍ଷେ ଅଟଇ ବେଦବ୍ରହ୍ମା ।୭୮।ଯାବତ କାଳ ପିତାମହ ଅଟଇ ଜ୍ୟେଷ୍ଠ ଭ୍ରାତତେଣୁ କରି ଗୁରୁ ପଦ ଚିନ୍ତିଲା ସ୍ୱୟଂ ତାତ ।୭୯।ପୂଜାର ନିମନ୍ତେ କରି ସେ ସ୍ୱୟଂ ପଦ୍ମଯୋନିଜଗନ୍ନାଥଂକର ଗୁରୁ ହୋଇଲା ବ୍ରାହ୍ମଣ ଶାନ୍ତିପନି ।୮୦।ବିଚାରନ୍ତି ରୁଦ୍ର ବିଷ୍ଣୁ ଅଟନ୍ତି ୟେ ଭାଇ ବେନିଅଂଶା ଅବତାର ୟେ ଅଟଇ ଦେହ ଘେନି ।୮୧।ରୁଦ୍ର ଦେବତାର ଯେ ଅଟନ୍ତି ପ୍ରତକ୍ଷେ ବଳରାମଶାନ୍ତିପନିର ଶିଷ୍ୟ ୟେ ହୋଇଲେ ଶାହାସ୍ର ଧର୍ମ ।୮୨।ପରମ ଆନନ୍ଦ ନାଥ ଭଗତ ବାରାନିଧିଚଉଷଠି ଦିବସ ମଧ୍ୟେ ସମସ୍ତ କଲେ ସିଦ୍ଧି ।୮୩।ଦେଖିଣ ଆଶ୍ରିଯ ହୋଇଲେ ବ୍ରାହ୍ମଣ ଶାନ୍ତିପନିବିଚାରନ୍ତି ରୁଦ୍ର ବିଷ୍ଣୁ ଅଟନ୍ତି ୟେ ଭାଇ ବେନି ।୮୪।ଗୁରୁ ବୋଲି ଅହର୍ନିଶ କଲେ ନମସ୍କାରପିତାମହ ନୋହିଲେ କି ସେ ଆନକୁ ହୋଇବ ପାର ।୮୫।ମନୁ ପଚାରଇ ଶୁଣ ଅଗସ୍ତି ମୁନି ହେକଥାୟେକ ପଚାରିବା ହୋଇବା ସଦୟେ ।୮୬।କଥା ଗୋଟିୟେ ଆସି ମୋର ପଡ଼ିଲା ମନରତେଣୁ କରି ପୁଚ୍ଛଇ ମୁଂ ତୁମ୍ଭର ଛାମୁର ।୮୭।ଗୋପ ପୁରୁଂ ଯାଇଂ ମଥୁରା ନଗରେ ରହିଲେକଂସ ନାଶି ଉଗ୍ରସେନେ ସେହୁ ରାଜା କଲେ ।୮୮।ବରଜ କୁଳରେ ବଢି ନ ପଢିଲେ ପାଠଯଦୁ କୁଳେ ବଢନ୍ତେ ବିଦ୍ୟାକୁ ମନେ କଲେ ଉଚ୍ଚାଟ ।୮୯।କଂସ ସୁନାମ ଯେ ଉଗ୍ରସେନଂକର ପୁତ୍ର ଦୁଇଦଇବର ବଶେ ସେହି ଦୁହେଂ ନାଶ ଯାଇ ।୯୦।କଂସର ପୁତ୍ର ହଂସ ଡିମ୍ବକ ବେନି ଯେ ନନ୍ଦନସୁନାମାର ପୁତ୍ର ଯେ ସାତୁକୀ ବୋଲି ଜାଣ ।୯୧।ହଂସ ଡିମ୍ବକକୁ ତ ଗଙ୍ଗା ଜଳରେ ବୁଡାଇତାହାକୁ ସେ ମରାଇଲେ ଦେବ ଭାବଗ୍ରାହୀ ।୯୨।ସୁନାମାର ପୁତ୍ର ଯେ ତାହାଂକର ଭଗତତାହାଠାରେ ଦୟା କରି ଥାଆନ୍ତି ଅଚ୍ୟୁତ ।୯୩।ପ୍ରାଣ ପଞ୍ଚଭୂତ ସେହୁ ତାହାଠାରେ ଦେଇଅତିଅନ୍ତ ବିଶ୍ୱାସ ଯେ କରିଥାନ୍ତି ତାହାଠାଇଂ ।୯୪।ଯେଣେ ଯିବେ ତାହାକୁ ସେ ସଙ୍ଗରେ ଘେନିଥାନ୍ତିରଥରେ ବସାଇ ତାକୁ ନେଇ ନଗରେ ବୁଲାନ୍ତି ।୯୫।ୟେବେ ସେ ଯେ ବିଦ୍ୟା ପଢିବାରେ ଗଲେସାତୁକୀ ଜେନାଂକୁ କିମ୍ପେ ସଙ୍ଗତେ ନ ନେଲେ ।୯୬।ଭୋଜନ ଶୟନେ ନ ଛାଡନ୍ତି ସେହୁ କ୍ଷଣେଭିନ୍ନ ନ କରନ୍ତି ତାକୁ ପ୍ରଭୁ ନାରାୟଣେ ।୯୭।ତାହାକୁ ସଙ୍ଗତେ ପ୍ରଭୁ କିମ୍ପାଇ ନ ନେଲେଆପଣେ ପ୍ରଭୁ ଯେ ବିଦ୍ୟା ପଢିବାକୁ ଗଲେ ।୯୮।ୟେବେ ସେ ରସ ବିଦ୍ୟା ପଢିବାରେ ଗଲେତାହାକୁ କିମ୍ପାଇ ସେ ବିଦ୍ୟା ନ ଶିଖାଇଲେ ।୯୯।ୟେଥିର ଚରିତ ମୋତେ କହ ହୋ ବୁଝାଇତେଣୁକରି ମୁହିଂ ତୁମ୍ଭନ୍ତ ପୁଚ୍ଛଇ ଗୋସାଇଂ ।୧୦୦।ଶୁଣିଣ ହସିଲେ ଯେ ଅଗସ୍ତି ମୁନିବରମୋହୋର ବଚନ ତୁ ହୋ ଶୁଣ ନୃପବର ।୧୦୧।ୟେଡେ ଗୁପତ ଚରିତ ପୁଚ୍ଛା କଲୁ ମୋତେସାବଧାନେ ଶୁଣ ତୁ ହୋ କହଇ ମୁଂ ତୋତେ ।୧୦୨।ଯେତେବେଳେ ରାମକୃଷ୍ଣ ବିଦ୍ୟା ପଢିବାକୁ ଗଲେସୁନାମା ସୁତନ୍ତ ସେ ସଙ୍ଗତରେ ନେଲେ ।୧୦୩।ରାମକୃଷ୍ଣ ସଙ୍ଗତରେ ସେ ବିଦ୍ୟା ପଢୁଥାଇଶସ୍ର ଶାସ୍ର ବିଦ୍ୟାମାନ ଶିଖିଲାକ ସେହି ।୧୦୪।ଖଡି ବିଦ୍ୟାଠାରୁ ଧନୁବିଦ୍ୟା ପରିଯନ୍ତେ ଯେତେ ବିଦ୍ୟାଥିଲାତାହାଂକର ସଙ୍ଗତେ ଥାଇ ସେ ସମସ୍ତ ବିଦ୍ୟା ସାଧିଲା ।୧୦୫।ରାମକୃଷ୍ଣ ସଙ୍ଗେ ଥାଇ ସେହୁ ହୋଇଲା ମହାଯୋଧୀୟେଥିର କଥା ମୁଂ ଯେ କହିଲି ସମ୍ପାଦି ।୧୦୬।ତୁ ଯେ ପଚାରିଲୁ ମୋତେ ନୃପତି ଶେଖରଯାହା ପଚାରିଲୁ ଶୁଣିଲୁ କି ୟେଥିର ବିଚାର ।୧୦୭।ଅଗସ୍ତି ବୋଇଲେ ଶୁଣ ବିଲଂକ ରାଜନୟେଥିର ଉତ୍ତାରେ ହେଲା ଯେବଣ ବିଧାନ ।୧୦୮।ମକର ଶୁକଳ ପକ୍ଷ ଯେ ଦ୍ୱାଦଶୀ ରାତ୍ର କାଳେସ୍ରାହାନ କରିତେ ବିପ୍ର ଅଇଲା ସିନ୍ଧୁଜଳେ ।୧୦୯।ବାଳୁତ ନନ୍ଦନ ଗୋଟି ନାମ ସଉଦାସୀସେ କୁମାର ପିତାଂକ ତୁଲେ ଗୋଡ଼ାଇଣ ଆସି ।୧୧୦।ବାଳୁତ ନନ୍ଦନକୁ ବିପ୍ର ଜଳ କୂଳରେ ବସାଇସମୋଦ୍ର ସ୍ରାହାନକୁ ପଶିଲେ ଅବଗାହୀ ।୧୧୧।ଘୋର ନାଦେ ବାରାନିଧି ଲହଡ଼ିଡିୟେ ମାରିବାଳୁତ ପୁତ୍ର ଗୋଟିକ ବ୍ରାହ୍ମଣର ନେଲା ହରି ।୧୧୨।ବ୍ରାହ୍ମଣର ଦେଖନ୍ତେ ହେଠବୁଡ଼ ସୁତଅଗାଦେ ପଡିଲା ଯାଇଂ ଲହଡ଼ିର ଘାତ ।୧୧୩।ହା ହା ପୁତ୍ର ବୋଲି ବିପ୍ର ପଡ଼ିଲା ଯାଇଂ ଜଳେବ୍ରାହ୍ମଣନ୍ତ ଲହଡ଼ି ଆଣି ପକାଇଲା କୂଳେ ।୧୧୪।ଅଗାଦ ଗଭୀରେ ସେ ପଡ଼ିଲା ପୁତ୍ର ଗୋଟିଆରେ ଆରେ ପୁତ୍ର ବୋଲିଣ ବ୍ରାହ୍ମଣ ପଡ଼ିଲେ ମହୀ ଲୋଟି ।୧୧୫।ରୋବଇ ଦ୍ୱିଜବର ପୁତ୍ରର ନାମ ଧରିପୁତ୍ରର ଗୁଣମାନ ସୁମରି ଶିରେ କର ତାଡ଼ି ।୧୧୬।ଦାମୋଦର ଥିଲେ ଯେ ଧୋତି ପିଢା ଘେନିକୋଳକରି ଧଇଲେ ସେ ଗୁରୁ ଶାନ୍ତିପନି ।୧୧୭।ଗୁରୁକଂର ସଙ୍ଗତେ ଯେ ବାଳଖିଳା ଥିଲେଧାଇଂ ଯାଇଂଣ ପାଠ ମନ୍ଦିରେ କହିଲେ ।୧୧୮।ଶୁଣିଣ ବ୍ରାହ୍ଣଣୀ ଯେ ପଡ଼ିଲା ମୋହଗତେଧଇଲେ ତୋଳି ତାଂକୁ ରାମକୃଷ୍ଣ ବେନି ଭ୍ରାଥେ ।୧୧୯।ବ୍ରାହ୍ମଣୀ ପାଖରେ ବ୍ରାହ୍ମଣ ପଡ଼ିଲା ଯାଇ ମୁର୍ଚ୍ଛାକାହିଂ ଛାଡ଼ିଲ ପଣ୍ଡା ହେ ଖେଳନ୍ତା ବାଳ ବଚ୍ଛା ।୧୨୦।ବ୍ରାହ୍ମଣ ବ୍ରାହ୍ମଣୀ ତହିଂ କାନ୍ଦନ୍ତୀ ମହୀଲୋଟିଆରେ କେଣେ ଗଲୁ ମୋର ଖେଳନ୍ତା ପୁତ୍ର ଗୋଟି ।୧୨୧।ଗୁରୁଂକ ବଇକୁଲ୍ୟ ଦେଖି କାହ୍ନୁ ସଂକ୍ରିଷେଣକୋଳ କରି ଧଇଲେ ବ୍ରାହ୍ମଣୀ ବ୍ରାହ୍ମଣ ।୧୨୨।କେଶବ ସମାର୍ଜନ୍ତି ହେ ଶୋକ ଛାଡ଼ ଗୁରୁନାଶ ଗଲା ନନ୍ଦନ ଆବର କିମ୍ପା ଶୋକ କରୁ ।୧୨୩।ଦେଖୁ ଦେଖୁ ପୁତ୍ର ତ ପଡ଼ିଲା ଅଗାଦ ଜଳେଅଭୋଗ୍ୟ ଲିଙ୍ଗ ସେ ହୋଇଲା ତୁମ୍ଭ ବାଳେ ।୧୨୪।ଦ୍ୱିଜବର ବୋଇଲା ବାଭିୟେ ମୁହିଂ ବଡ଼ ପାପୀପାଞ୍ଚପୁତ୍ର ମୋର ନାଶ ଗଲେନି ଅଦ୍ୟାପି ।୧୨୫।ଅପୁତ୍ରିକ ଲକ୍ଷଣେ ଆବର ବ୍ରତିବ କେମନ୍ତେଛାଡ଼ିବଇଂ ନିଜ ପ୍ରାଣ ମୋର ପୁତ୍ରର ନିମନ୍ତେ ।୧୨୬।ଗୋବିନ୍ଦେ ବୋଇଲେ ତାଂକ ପାପେ ସେହୁ ମଲେତୁମ୍ଭେ ପୁଣ୍ୟ ପ୍ରାଣୀ କିଂକେ ମରଣ ଇଚ୍ଛ ଭଲେ ।୧୨୭।ଗୁରୁ ହେ ଭୋଗ୍ୟ ପୁରନ୍ଦର ଭୁବନେ ଉପୁଜିଲାପାପ କର୍ମେ ତାହାକଇଂ ପ୍ରାପତ ନୋହିଲା ।୧୨୮।ପୁଣ୍ୟ ଥିଲେ ପ୍ରାଣୀ ବ୍ରତନ୍ତି ନା ଭଲେତୁମ୍ଭର ପାତକ ନ ଜାଣିମା ଅଳପେ ନାଶ ଗଲେ ।୧୨୯।ତାହାର ଯେତେକ ପୁଣ୍ୟ କରିଥିଲି ପୂର୍ବେତେତେକଇଂ ସିନା ଭୋଗ୍ୟ କରିବ ନା ୟେବେ ।୧୩୦।ସଂସାର ସାଗର ୟେ ଦଇବ ରଞ୍ଚନାହିଂସା ଅପବାଦ ମୋହ ବନ୍ଧ ସିନା ।୧୩୧।ଯାବତ ଜୀବଂକର ମୂଳ ଜଗନ୍ନାଥହିଂ ଅଧିକାରୀଅନେକ ପ୍ରବୋଧନା କରି ଗୁରୁଂକୁ ଶାନ୍ତି କରି ।୧୩୨।ଗୁରୁ ଗୁରୁପତ୍ନୀ ଘେନିଣ ଜଗନ୍ନାଥେଚଳିଲେ ଜଗମୋହନ ଆଶ୍ରମ ଗୃହଗତେ ।୧୩୩।ଗୁରୁଂକୁ ସମାର୍ଜନା କରି ଜଗନ୍ନାଥ ଦେବରାଜୟେକାଦଶ ଦିବସେ କରନ୍ତି ପ୍ରେତ କାର୍ଯ୍ୟ ।୧୩୪।ଘୃତ ପାରଣା ସେ ଯେ କରାଇଲେ ଗୁରୁଂକୁମାୟା ମୋହମାନ ହରି ଛଡ଼ାଇଲେ ତାଂକୁ ।୧୩୫।ଶାନ୍ତିପନି ବୋଇଲେ ବାଭିୟେ ମୋହୋର ଯେତେକ ବିଦ୍ୟାଥିଲାତୁମ୍ଭନ୍ତ ଦିଲି ମୋହୋର ପ୍ରାନ୍ତକାଳ ହୋଇଲା ।୧୩୬।ଅପୁତ୍ରିକ ଦୋଷେ ମୁହିଂ ଯିବଇ ବାରାଣସୀପାପ ଆତ୍ମା ପକାଇବି ପ୍ରୟାଗେଣ ଝାସି ।୧୩୭।ରାମକୃଷ୍ଣ ବୋଇଲେ ଶାନ୍ତିପନିଂକର ଆଗେକଥାୟେ କହିବୁଂ ଗୁରୁ ହେ ଶୁଣିମା ସୁବାଗେ ।୧୩୮।କାହିଂକି ଚିନ୍ତା ତୁମ୍ଭେ କରୁଅଛ ମନେପ୍ରୟାଗେ ଝାସିବାକୁ କିମ୍ପା କରୁଅଛ ଧ୍ୟାନେ ।୧୩୯।ଥୋକେ ଦିନ ତୁମ୍ଭେ ହୋ ଥାଅ ୟେବେ ରହିଆହୁରି ବିଦ୍ୟା ପଢିବାକୁ ଆମ୍ଭର ମନ ହୋଇ ।୧୪୦।ତୁମ୍ଭର ଦିଦ୍ୟାରେ ଆମ୍ଭେ ହୋଇଲୁ ମହା ଭାରିତୁମ୍ଭର ଧର୍ମପୁତ୍ର ଆମ୍ଭେ ଆମ୍ଭନ୍ତ ନ ଯା ଛାଡ଼ି ।୧୪୧।ଗୋବିନ୍ଦ କହନ୍ତେ ଶାନ୍ତିପନି ଶୁଣିଲେପଞ୍ଚଭୂତ ଆତ୍ମାରେ ସେ କଥାନ୍ତ ଭାଳିଲେ ।୧୪୨।ୟେହାଂକରେ ପୁତ୍ର କଷ୍ଟ ଯିବା ଅବା ମୋହୋରୟେହାଂକର ବଚନ ମୋତେ ଚନ୍ଦନୁଂ ଶୀତଳ ।୧୪୩।ଶ୍ରୀକୃଷ୍ଣ କହନ୍ତେ ଗୁରୁ ପତ୍ନୀ ଯେ ଶୁଣିଲେଶାନ୍ତିପନି ବ୍ରାହ୍ମଣନ୍ତ ବଚନ ଭାଷିଲେ ।୧୪୪।ପୁତ୍ରମାନେ ଯାହା ହୋ କହିଲେ ତୁମ୍ଭଂକୁବିଚାରିଣ କାର୍ଯ୍ୟ କର ହୋ ମନୁକୁ ।୧୪୫।ନ ଯିବା ତୀର୍ଥ ଫେରି ଥିବା ଥୋକେ ଦିନଯେବେ ନିବର୍ତ୍ତ କଲେ ବାଳୁତ ନନ୍ଦନ ।୧୪୬।ପୁତ୍ରମାନନ୍ତ ଘେନି ଯେ ପାଠଶାଳାକୁ ବିଜେ କଲେସବୁ ଶିଷ୍ୟମାନ ଆସି ଗୁରୁ ପାଶେ ମିଳିଲେ ।୧୪୭।ସହସ୍ରେ ଚାଟ ଯେ ସେହୁ ପଢାବନ୍ତି ନିତିଚାଟ ମଧ୍ୟେ ସାରସ୍ୱତ ଯେ ହରି ହଳପତି ।୧୪୮।ୟେମନ୍ତ ଯେ ଥୋକାୟେକ ଦିନ ବିହିଗଲାଗୁରୁକଂର ମନ କେବେହେଂ ଭ୍ରମ ଯେ ନୋହିଲା ।୧୪୯।ଜଗତର ନାଥ ଯାର ଘରେ ରହିଛନ୍ତିତାହାର ମନରେ କିମ୍ପେ ହେବ ଅବା ଭ୍ରାନ୍ତି ।୧୫୦।ଆପଣେ ଶ୍ରୀକୃଷ୍ଣ ଦିନେ ମନେ ବିଚାରିଲେଆମ୍ଭନ୍ତ ଦେଖି ଗୁରୁ ମନୁ ଚିନ୍ତା ଉପେକ୍ଷିଲେ ।୧୫୧।ୟେହାଂକର ଭଗତିରେ ମୁଂ ନୁଆରିଲି ଯାଇଂଗୁରୁ ଦକ୍ଷିଣା ନ ଦିଲେ ଯିବା କେମନ୍ତ ହୋଇ ।୧୫୨।ୟେମନ୍ତେ ବିଚାରିଣ ସେ ଦେବ ବ୍ରହ୍ମରାଶିଗୁରୁପତ୍ନୀ ମନ ଭ୍ରମ କରାଇଲେ ହୃଷିକେଶୀ ।୧୫୩।ୟେକଦିନେ ଶାନ୍ତିପନି ପଣ୍ଡାଂକୁ ଚାହିଂଣଭାରିଯାୟେ କହନ୍ତି ଯେ କର ହେ ଅବଧାନ ।୧୫୪।ଆଜ ଅନ୍ନ ରାନ୍ଧିବାକୁ ଜାଳ ନାହିଂପୁତ୍ରନ୍ତ ପଠାଇ ଜାଳ ଗୁଡ଼ା ଆଣକିନା ଭିଆଇ ।୧୫୫।କାଠ ଗୁଡ଼ାୟେକ ଆଣ ହୋ ବହନତେବେ ସେ ଅନ୍ନ ଆଜ ମୁଂ କରିବି ରନ୍ଧନ ।୧୫୬।ପତ୍ନୀଂକର କହନ୍ତେଣ ପଣ୍ଡାୟେ ଶୁଣିଲେଚାଟଶାଳୀ ମଧ୍ୟେ ସେ ଯାଇଣ ମିଳିଲେ ।୧୫୭।ଅନ୍ତର୍ଯ୍ୟାମୀ ନାଥ ତାହା ଆଗହୁଂ ଜାଣିଣଭ୍ରମ କରାଇଲେ ଗୁରୁପତ୍ନୀଂକର ମନ ।୧୫୮।ଚାଟଶାଳୀ ମଧ୍ୟେ ଗୁରୁ ଯେ ଉଭା ହୋଇସବୁ ପୁଅମାନନ୍ତ ସେ ଯେ ଅନାଇଣ କହି ।୧୫୯।ତୁମ୍ଭେ ସବୁ ପୋୟେ ୟେହିକ୍ଷଣି ବହନ ହୋଇ ଯିବକାଠ ଗୁଡ଼ାୟେ ଲେଖାୟେଂ ବନସ୍ତୁ ଭାଙ୍ଗିଣ ଆଣିବ ।୧୬୦।ଗୃହରେ ଆମ୍ଭର ହୋ ତିରଣ କିଛି ନାହିଂଗୁରୁ କହନ୍ତେ ତାହା ଜାଣିଲେ ଭାବଗ୍ରାହୀ ।୧୬୧।ଶୁଣି ଆଗ ହୋଇଣ ଯେ କହନ୍ତି ଦାମୋଦରଯିବୁ ଗୁରୁ ହେ କାଠ ଆଣିମୁଂ ତତପର ।୧୬୨।ସବୁ ଚାଟ ଘେନି ଶ୍ରୀକୃଷ୍ଣ ବାହାର ହୋଇଲେଆବର ହଳଧର ସାତୁକୀ ଚଳିଗଲେ ।୧୬୩।ଘୋର ବନସ୍ତରେ ସେ ଯାଇଂଣ ପଶିଲେଯେ ଯାହାର ମତେ ଯେ କାଠ ଭାଙ୍ଗିବାରେ ଗଲେ ।୧୬୪।ତତପର ହୋଇଣ ଯେ କାଠମାନ ଭାଞ୍ଜିଯେ ଯାହାର ମତେ ଯେ କାଠମାନ ସାଜି ।୧୬୫।ଗୁରୁଂକର ଆଗ୍ୟାଂ କେ ମେଣ୍ଟିଣ ପାରିବଆପଣେ ଯହିଂ ସଜ ହୋଇଛନ୍ତି ବାସୁଦେବ ।୧୬୬।ୟେମନ୍ତେ ବେଳ ହୋଇଲା ତିସିରା ପ୍ରହରଗୁରୁ ଯେ ବାଟ ଚାହୁଂଣ ଅଛନ୍ତି ଖଣ୍ଡେ ଦୂର ।୧୬୭।ୟେମନ୍ତେଣ ମାୟା ଯେ କଲାକ ଦେବ ନାରାୟଣମାୟାରେ ମୋହିଲେ ସଙ୍ଗ ବାଳକଂକ ମନ ।୧୬୮।ଶ୍ରୀକୃଷ୍ଣର ମାୟାରେ ଯେ ସମସ୍ତେ ମୋହ ଗଲେଯେଉଂ ମାୟା ବ୍ରହ୍ମା ଯେ ଜାଣି ନୁଆରିଲେ ।୧୬୯।ଚାରି ମେଘନ୍ତ ରାଇ ସନ୍ନିଧାନଗୁପତ କରିଣ ସେ ଯେ କହନ୍ତି ବଚନ ।୧୭୦।ଚାରିମେଘ ଘୋଟି ତୁମ୍ଭେ ବରଷିବ ପାଣିପବନ ଦେବତା ରାଇ ଗୁପତେ କହନ୍ତି ପୁଣି ।୧୭୧।ଅଳପ ଅଳପ ତୁମ୍ଭେ ବହୁଥିବ ଧୀରେଟୋପି ଟୋପି ହୋଇ ଜଳ ପଡ଼ୁଥିବ କ୍ଷିତିରେ ।୧୭୨।ଦିଗମାନ ନ ଦିଶିବ ଅନ୍ଧକାର ହୋଇଯେସନ ମକର ମାସେ କୁହୁଡ଼ି ଆଚ୍ଛାଦଇ ।୧୭୩।ଭୂଇଂ ଧରି ମେଘ ଗର୍ଜନ କରୁଥିବଚାଲିବାକୁ ପହଣ୍ଡେ ଯେ ଗୋଟାୟେ ନ ଦିଶିବ ।୧୭୪।ୟେମନ୍ତେଣ ଆଗ୍ୟାଂ ସେ ଯେ ଦିଲେକ ଜଗନ୍ନାଥେସାତୁକୀ ହଳଧରନ୍ତ ଘେନି ରହିଲେ ଯେ ଥୋକେ ଦୂର ପଥେ ।୧୭୫।ଯେ ଯାହାର ମତେ ପୋୟେ କାଠ ସଜାଡ଼ୁଣ ଥିଲେୟେମନ୍ତର ସମୟେ ଯେ ମେଘ ଆଚ୍ଛାଦିଲେ ।୧୭୬।ଘୁଉ ଘୁଉ ଗରଜନ କରି ବରଷିଲେ ପାଣିଘନ ଘନ ବିଜୁଳି ଯେ ମାରେ ପୁଣ ପୁଣି ।୧୭୭।ଘନ ଘନ ଝାଂକ ଝାଂକ ହୋଇ ଯେ ବହଇ ପବନଚଡ଼କ ମାରଇ ଯେ ସୂଚିବଜ୍ର ବାଣ ।୧୭୮।ୟେମନ୍ତ ଅନ୍ଧାରମୟେ ପୃଥିବୀ ଦିଶିଲାରୁମକୁ ରୁମ ବାହାକୁ ବାହା ନ ଦିଶିଲା ।୧୭୯।ୟେମନ୍ତ ନିଘଞ୍ଚରେ ଯେ ବରଷଇ ପାଣିକେ କେଣେ ଗଲେ ତାହା ନୁଆରିଲେ ଜାଣି ।୧୮୦।ରାମକୃଷ୍ଣ ଯେ ସାତୁକୀ ସଙ୍ଗେ ଘେନିଆବର ସଙ୍ଗେ ଗୋଡ଼ାଇ ଅଛଇ ବାଳକେ ପୁଣି ।୧୮୧।ପୂର୍ବେ ଗୋବିନ୍ଦର ସେହୁ ଅଟଇ ସେବକଶାପରେ ମୃତୁ ପୁରେ ଜନମି ଅଛି ୟେହାଂକ ।୧୮୨।ବିପ୍ର କୁଳରେ ସେ ଯେ ହୋଇଅଛି ଜାତପୂର୍ବ ଜନ୍ମ କଥା ତାର ଜାଣିଲେ ଅଚ୍ୟୁତ ।୧୮୩।ମାୟାରେ ସେ ଯେ ସଙ୍ଗତରେ ଘେନିଗଲେୟେକଗୋଟି ବୃକ୍ଷ କ୍ରୋଟ ମଧ୍ୟରେ ପଶିଲେ ।୧୮୪।ବିପ୍ର ବାଳକକୁ ଚାହିଂ ଶ୍ରୀକୃଷ୍ଣ ପଚାରନ୍ତିତୁମ୍ଭର ନାମ କିସ ହୋ ବୋଲିଣ ବୋଲନ୍ତି ।୧୮୫।ଭଗତ ମକ୍ଷଳ ସେହୁ କରୁଣାସାଗରଭଗତର ମନ ସେ ଯେ ଜାଣନ୍ତି ଚକ୍ରଧର ।୧୮୬।ଛଦ୍ରମରେ ମହାପ୍ରଭୁ ତାକୁ ପଚାରନ୍ତି ହସିସେହି ବିପ୍ର ବାଳକକୁ ଚାହିଂ ଅନେକ ପ୍ରଶଂସି ।୧୮୭।ତାର ପୂର୍ବ ଭାଗ୍ୟଫଳେ ବୁଦ୍ଧି ପ୍ରସାରିଲାଦୟାନିଧି ତାହାକୁ ଦୟା ଯହୁଂ କଲା ।୧୮୮।ସେ ବିପ୍ର ବାଳକ ବୋଲଇ ଶୁଣିମା ଗୋସାଇଂମୋହୋର ନାମ ଯେ ପଚାରିବା ହେଉଅଛ ଭାବଗ୍ରାହୀ ।୧୮୯।ମୋହୋର ନାମ ଗୋଟି ଅଟଇ ଦାମ୍ବୋଦରତାହା ଶୁଣି ମନେ ବିଚାରନ୍ତି ଦେବ ଚକ୍ରଧର ।୧୯୦।ପୂର୍ବ ଜନ୍ମରେ ୟେହୁ ତ ଅଟଇ ମୋର ସଖାୟେହେର ସଙ୍ଗେ ମଇତ୍ର ହେବାକୁ ମୋହୋର ମନୀଖା ।୧୯୧।ହସିଣ ଶ୍ରୀକୃଷ୍ଣ ଯେ ବୋଲନ୍ତି ବଚନତୁମ୍ଭ ନାମ ଆମ୍ଭ ନାମ ୟେକା ହେଲା ଜାଣ ।୧୯୨।ଆମ୍ଭର ନାମ ଗୋଟିତ ଅଟଇ ଦାମ୍ବୋଦରମନରେ ବିଚାର ଯେ କରନ୍ତି ଚକ୍ରଧର ।୧୯୩।ୟେକା ନାମ ଯହୁଂ ହେଇଲା ବେନି ଜନତୁମ୍ଭର ସଙ୍ଗେ ମଇତ୍ର ହୋଇତେ ମୋର ମନ ।୧୯୪।ତୁମ୍ଭନ୍ତ ଦେଖିଣ ଯେ ମୋର ଶରଧା ବଳିଲାତେଣୁ ମଇତ୍ର ନାମ ମନରେ ଫୁରିଲା ।୧୯୫।ଗୋବିନ୍ଦଂକ ମୁଖରୁ ୟେସନେକ ବାକ୍ୟ ଶୁଣିକୃତ କୃତ ହୋଇ କରି କହେ ବିପ୍ରମଣି ।୧୯୬।ମିତ୍ରପଣେ ମୁହିଂ ଛାର ନୁହଇଂ ଯେ କ୍ଷମଶ୍ରୀମୁଖରେ ମିତ୍ର କିମ୍ପେ ବୋଲୁଛ ଆପଣ ।୧୯୭।ଜାତିରେ ବ୍ରାହ୍ମଣ ମୁଂ ଦରିଦ୍ର ଅଟଇତୁମ୍ଭର ସଙ୍ଗତେ ମିତ୍ରପଣ କ୍ଷମ କାହିଂ ।୧୯୮।ବିପ୍ରର ବିନୟ ଯେ ଭଗତି ଭାବ ଦେଖିଆପଣେ ବିଚାର ଯେ କରନ୍ତି ଶ୍ରୀବଚ୍ଛି ।୧୯୯।ଭଗତର ମନ ପ୍ରଭୁ ବିଡ଼ିବାର ପାଇଂମାୟାର କଥାମାନ ରଞ୍ଚିଲେ ଭାବଗ୍ରାହୀ ।୨୦୦।ବଳାତ୍କାରେ ବିପ୍ର ହାଥ ଗୋଟି ସେ ଧଇଲେମଇତ୍ର ବୋଲିଣ ସେ ଯେ ସୁକୃତ ଆଚରିଲେ ।୨୦୧।ସତ୍ୟ ସତ୍ୟ ବାକ୍ୟ ଆମ୍ଭେ ମଇତ୍ର ବନ୍ଧାଇଆପଣେ ନାରାୟଣ ଭଗତ ଭାବେ ବାଇ ।୨୦୨।ଯହିଂ ସେ ବେନିଜନେ ମଇତ୍ର ହୋଇଲେଭଗତମତ୍ସଳ ନାମ ତହୁଂ ବୋଲାଇଲେ ।୨୦୩।ଶୁଣ ହୋ ମନୁ ପୁରୁଷ ବଦନ୍ତି ଅଗସ୍ତିଭଗତ ଜନ ନିମନ୍ତେ ସବୁ ଚେତାଉ ଥାଆନ୍ତି ଶ୍ରୀପତି ।୨୦୪।ତୁ ଯେ ପଚାରିଲୁ ହୋ ୟେକମନେ ଶୁଣୟେମନ୍ତେଣ ତହିଂ ରହିଲେ ରାମ ନାରାୟଣ ।୨୦୫।ବୃକ୍ଷର କୋଟରେ ସେହୁ ରାତ୍ରକ ରହିଲେରଜନୀ ପ୍ରଭାତେ ମେଘମାନନ୍ତ ଆଗ୍ୟା ଦିଲେ ।୨୦୬।ଯେ ଯାହାର ସ୍ଥାନକୁ ୟେବେ ଯାଅ ହେ ମେଘମାନେଶ୍ରୀକୃଷ୍ଣଂକ ଆଗ୍ୟାଂରେ ମେଘ ଚଳିଲେ ଗଗନେ ।୨୦୭।ସୂର୍ଯ୍ୟଂକର କିରଣ ଯେ ପ୍ରକାଶ ହୋଇଲାଅନ୍ଧାର ଯାଇଣ ଯେ ଦିବସ ପ୍ରକାଶିଲା ।୨୦୮।ମେଘ ଫରଳ ହୋଇଲା ଦିଶିଲାକ ଦେଶବାଳକ ମାନଂକ ମନ ହୋଇଲା ହରଷ ।୨୦୯।ଯେ ଯାହାର ମତେ ବୃକ୍ଷ ବୁଦା ମୂଳରେ ଯେ ଥିଲେକାଠ ଗୋଛାମାନ ଘେନି ବାହାର ହୋଇଲେ ।୨୧୦।କାଠ ଗୋଚ୍ଛା ମାନ ସେ ଯେ ମୁଣ୍ଡରେ ଘେନିଣବନସ୍ତ ଭିତରୁ ବାହାର ହୋଇଲେ ତତକ୍ଷଣ ।୨୧୧।ବୃକ୍ଷ କୋଟରେ ଯେ ଶ୍ରୀକୃଷ୍ଣ ଥିଲେ ରହିବଳରାମ ସାତୁକୀ ଯେ ସଙ୍ଗେ ଘେନି ଦୁଇ ।୨୧୨।ଦାମୋଦର ପଣ୍ଡା ତହୁଂ ବାହାର ଯେ ହୋଇକାଠ ଗୋଛାମାନ ମୁଣ୍ଡେ ଛନ୍ତି ସର୍ବେ ବହି ।୨୧୩।ୟେମନ୍ତ ସର୍ବ ପୋୟେ ହୋଇଲେ ୟେକ ମେଳହସି କରି ପଚାରନ୍ତି ମଦନ ଗୋପାଳ ।୨୧୪।ୟେଡ଼େ ବୃଷ୍ଟିରେ ତୁମ୍ଭେ କାହିଂ ରହି ଥିଲଚାଟମାନ ବୋଇଲେ ଥିଲୁଂ ବୃକ୍ଷର ଯେ ତଳ ।୨୧୫।କାଠ ଗୋଛା ଜଗନ୍ନାଥ ମୁଣ୍ଡରେ ବୋହିଲେବଳରାମ ୟେକଗୋଛା ମୁଣ୍ଡାଇଣ ନେଲେ ।୨୧୬।ସାତୁକୀ ସହିତେ ଆଉ ବିପ୍ର ଦାମ୍ବୋଦରସବୁ ଚାଟ ପୋୟେ କାଠ ବହିଲେ ମୁଣ୍ଡର ।୨୧୭।ଆଗପଛ ହୋଇ କରି ସମସ୍ତେ ଚଳନ୍ତିତେଣେ ଗୁରୁଦେବନ୍ତ ଲାଗିଲା ବଡ଼ ଭ୍ରାନ୍ତି ।୨୧୮।ଦଇବର ଯୋଗେ ପୋୟେ କାଷ୍ଠ ଆଣି ଗଲେଜଳ ବୃଷ୍ଟି ହେଲା ଗୃହେ ଫେରି ସେ ନ ଅଇଲେ ।୨୧୯।ମନେ ବଡ଼ ଭୀତି କଲେ ଦେବ ଶାନ୍ତିପନିପଥ ଅନୁସରି ଆସନ୍ତି ଡାକନ୍ତି ଯେ ପୁଣି ।୨୨୦।ଗୁରୁଂକର ମନ କଥା ବିଡ଼ିବାର ପାଇଂୟେମନ୍ତ ଭିଆଣ କଲେ ପ୍ରଭୁ ଭାବଗ୍ରାହୀ ।୨୨୧।ଶିଷ୍ୟଂକୁ ପଥରେ ଶାନ୍ତିପନି ଯେ ଭେଟିଲେହରି ବଳରାମଂକୁ ସେ ନୟନେ ଦେଖିଲେ ।୨୨୨।ଗୁରୁଂକୁ ଦେଖିଣ ପୋୟେ କାଷ୍ଠ ତଳେ ଥୋଇଣନମସ୍କାର କଲେ ଯାଇଂ ଗୁରୁଂକ ଚରଣ ।୨୨୩।ହରି ବଳରାମେ ଯାଇଂ ଚରଣେ ନମନ୍ତିଉଠ ଉଠ ବୋଲିଣ ଗୁରୁ ତାଂକୁ ତକ୍ଷଣେ ତୋଳନ୍ତି ।୨୨୪।ଦେଖିଲେ ରାମକୃଷ୍ଣଂକର ଅଙ୍ଗ ଧୂଳିରେ ଧୂଷରଗାମୁଚ୍ଛା ଘେନି ଅଙ୍ଗ ପୋଛନ୍ତି ବିପ୍ରବର ।୨୨୫।କାଠ ଗୋଛାମାନ ଗୃହେ ସର୍ବେ ଘେନି ଗଲେସ୍ରାହାନ ଭୋଜନ ବେଗେ ସମସ୍ତେ ସାରିଲେ ।୨୨୬।ୟେମନ୍ତେଣ ଥୋକାୟେକ ଦିନ ବହିଗଲାପୁଣି ଗୁରୁଂକର ମନେ ପୁତ୍ରକଷ୍ଟ ପଡ଼ିଲା ।୨୨୭।ଶ୍ରୀକୃଷ୍ଣଂକୁ ଚାହିଂ ଗୁରୁ କହନ୍ତି ବଚନବାଭିୟେ ଆମ୍ଭେ ଯିବୁ ତୀର୍ଥ ଯେ ଫେରିଣ ।୨୨୮।ମଣି କର୍ଣ୍ଣକାରେ ସ୍ରାହାନ ସାରିବୁମାଧବ ସୁମରି ଆମ୍ଭେ ପ୍ରାଗରେ ଝାସିବୁ ।୨୨୯।ତେବେ ସିନା ପୁତ୍ର କଷ୍ଟ ଦୁଖ ପାସୋରିବୁ ।୨୩୦।ୟେହିପରି ଗୁରୁ ଗୁରୁପତ୍ନୀ ଯେ କହିଲେଶ୍ରୀକୃଷ୍ଣ ଦେବ ଯେ ତହୁଂ ମନେ ବିଚାରିଲେ ।୨୩୧।ମୋକ୍ଷ ନ ମାଗି ଗୁରୁ ପୁତ୍ରରେ ମନ ଦେଇମୁଂ ଯେ ପରମ ବ୍ରହ୍ମ ମୋତେ ସେ ନ ଚିହ୍ନଇ ।୨୩୨।ଦଇବୀ ମାୟାରେ ୟେବେ ଗୁରୁ ମୋହ ଗଲେକୋଟି ତୀର୍ଥ ମୋହୋ ପାଦରେ ଅଛଇ ଯେ ଭଲେ ।୨୩୩।ଆଜ ୟେହାନ୍ତ ନିଚୟେ ମୁଂକରିବି ବାରଣଗୁରୁ ଦକ୍ଷିଣା ଦାନ ସ୍ୱରୂପ ମୁଂ ଦେବି ପୁତ୍ର ଦାନ ।୨୩୪।ମାୟାରେ ବଚନ ଯେ କହନ୍ତି ଅନ୍ୟର୍ଯ୍ୟାମୀଆମ୍ଭନ୍ତ ମେଲାଣି କର ଆହେ ଗୁରୁ ସ୍ୱାମୀ ।୨୩୫।ଶ୍ରୀକୃଷ୍ଣ କହନ୍ତି ଶାନ୍ତିପନିଂକର ଆଗଗୁରୁ ଦକ୍ଷିଣା ଦେବୁଂ ଆମ୍ଭନ୍ତ ତୁମ୍ଭେ ମାଗ ।୨୩୬।ଦକ୍ଷିଣା ନ ଦିଲେ ବିଦ୍ୟା ନୋହଇ ଯେ ସିଦ୍ଧିବିନା ସଂକଳ୍ପେ କି ପ୍ରାପତ ହୋୟେ ରୁଦ୍ଧି ।୨୩୭।ଗୁରୁ ବୋଇଲେ ତୁମ୍ଭର ଦକ୍ଷିଣା ଦାନ ଧ୍ୟାନତେଣେ ମୋହୋର କିସ ହୋଇବ ପିରୋଜନ ।୨୩୮।କାହାକୁ ଧନ ସଞ୍ଚିବା ପୁତ୍ର ଯେବେ ନାହିଂଗୁରୁଂକ ବଚନ ଶୁଣି ବୋଲନ୍ତି ବେନି ଭାଇ ।୨୩୯।ଦକ୍ଷିଣା ନ ଦିଲେ ବିଦ୍ୟା ପ୍ରାପତ ନୋହୋଇକିଛି ଦକ୍ଷିଣା ଗୁରୁ ହେ ଆମ୍ଭକୁ ମାଗ ତୁହି ।୨୪୦।କିସ ଦକ୍ଷିଣା ବାଭିୟେ ମାଗିବି ତୁମ୍ଭଂକୁମାଗିଲେ ନ ପୁଣ ନ ଦିଅ ଆମ୍ଭଂକୁ ।୨୪୧।ଧନ ଦରବେଣ କିଛି କାର୍ଯ୍ୟ ନାହିଂ ହାଦେ ମୁକୁତୋଷମନେ ଯେବେ ଦକ୍ଷିଣା ଦେବ ହୋ ମୁକୁ ।୨୪୨।ଗୁରୁଂକ ନ କହୁଂ ଗୁରୁ ପତ୍ନୀ ଯେ କହନ୍ତିଯାହା ମୁଂ ମାଗିବି ତାହା ଦେବ କି ଶ୍ରୀପତି ।୨୪୩।ପଞ୍ଚୁ ପୁତ୍ର ମୋର ଜଳରେ ବୁଡ଼ି ମଲେଗୁରୁ ଦକ୍ଷିଣା କରିଣ ତାହାନ୍ତ ଦେବୁ ଭଲେ ।୨୪୪।କହୁଅଛୁ ବାବୁ ନିରାଧାର ଯେ ତୁମ୍ଭଂକୁକହୁଂ କହୁଂ ଶୋକ କଲେ ବେଳୁଂ ଯେ ବେଳକୁ ।୨୪୫।ଗୁରୁପତ୍ନି ୟେହିପରି ବାକ୍ୟ ଯେ କହିଲେଶୁଣି ନାରାୟଣ ତାହା ମନରେ ଜାଣିଲେ ।୨୪୬।ପୁଣି ସେ ଶାନ୍ତିପନି ବଚନ ଭାଷନ୍ତିସାବଧାନ ହୋଇ ଶୁଣ ଆହେ ଶିରୀପତି ।୨୪୭।କହୁଅଛୁଂ ତୁମ୍ଭନ୍ତ ନିରାଧାର ବାବୁଆଣିଣ ତୁ ମୋହୋର ପଞ୍ଚୁପୁତ୍ର ଦେବୁ ।୨୪୮।ଆନ ଦକ୍ଷିଣାରେ ମୋର ପିରୋଜନ ନାହିଂନଉଚେତ ତୁମ୍ଭର ପୁରକୁ ଚଳ ଯା ବେନି ଭାଇ ।୨୪୯।ଗୋବିନ୍ଦେ ବୋଇଲେ ତୁମ୍ଭେ ପରମ ପବିତ୍ର ଗୁରୁଅମାନୁଷ ବୃତ୍ତ ସେ ୟେହା କିଂକେ ନ ବିଚାରୁ ।୨୫୦।ଅଶି ବରଷ ହୋଇଲାଣି ଆଦି ପୁତ୍ର ଗଲେ ନାଶଂଇୟେତେବେଳେ ଲୋଡ଼ନ୍ତେ କାହିଂ ଜୀବନ୍ତେ ଆସଇ ।୨୫୧।ଶାନ୍ତିପନି ବୋଇଲେ ବାଭିୟେ ଯେବେ ନୁଆସଇ ତୋହୋରନଉଚେତ ତୁମ୍ଭେ ଚଳି ଯାଅ ନିଜ ପୁରେ ।୨୫୨।ଗୋବିନ୍ଦେ ବୋଇଲେ ଯେବେ ୟେହା ମାଗିଲ ହେ ଗୁରୁଯତନେ ଲୋଡ଼ିବୁ ଆମ୍ଭେ ଯେତେ ଦୂର ପାରୁ ।୨୫୩।ଗୁରୁଂକ ଆଗ୍ୟାଂରେ ତହୁଂ ଚଳିଲେ ଭ୍ରାଥ ବେନିମଉଦଧି ତୀରେ ଯାଇ ମିଳିଲେ ରୟଣୀ ।୨୫୪।ଗୋବିନ୍ଦେ ବୋଇଲେ ସ୍ୱାମୀ ଶୁଣିମା ବଳରାମେତୁମ୍ଭେ ଚଳିଯାଅ ଯା ମଧୁବନ ଆଶ୍ରମେ ।୨୫୫।ସମୋଦ୍ର ଭିତରେ ଯାଇ ମୁଂ ଦେଖଇ ଗୁରୁକଂର ପଞ୍ଚୁପୁତ୍ରେଆମ୍ଭେ ଥାଆନ୍ତେ ରତ୍ନାକର କିମ୍ପେ କଲାକ ଅନିତ୍ୟେ ।୨୫୬।ବଳରାମ ବିଜେକଲେ ନିଜ ଯେ ଭୁବନେସମୋଦ୍ର ଭିତରେ ଯାଇଂ ପଶିଲେ ମଧୁସୂଦନେ ।୨୫୭।ରାତ୍ର କାଳେ ପଶନ୍ତି ପୁରେ ପୁରେ ଉନ୍ନେଷିଗୁରୁ ପୁତ୍ର ଦେବ ଖୋଜନ୍ତି ଉପନେଷି ।୨୫୮।ଭ୍ରମନ୍ତେ ଭେଟିଲେ ଦେବ ରତ୍ନାକର ଜଳଧିଅନେକ ପୂଜା କଲା ତହିଂ କୃଷ୍ଣଂକୁ ବାରାନିଧି ।୨୫୯।ଅତି କଷ୍ଠୋର କରି ବୋଲନ୍ତି ମଧୁହାରୀଗୁରୁଂକର ପଞ୍ଚୁପୁତ୍ର ଆଣିଅଛୁ ହରି ।୨୬୦।ବରୁଣ ବୋଇଲା ସେ ବୁଡ଼ିଲେ ମହାଜଳେଆନକୁ ଅପଛାତି ଦେଖାଇ ଯମର ବୁଦ୍ଧିବଳେ ।୨୬୧।ଯେଉଣସି ମତେ ନାଶ ଯାନ୍ତି ସର୍ବ ପ୍ରାଣୀଯମର ଭୁବନ ଛଡ଼ା ଥାନ କାହିଂ ପୁଣି ।୨୬୨।ସଞ୍ଜୀବନୀ ପୁରେ ତୁମ୍ଭେ ଲୋଡ଼ସି ଅନନ୍ତଜନ୍ତୁଙ୍କର ଉପରେ ସେହି ସେ କୃତାନ୍ତ ।୨୬୩।ରତ୍ନାକର ବଚନେ ସ୍ୱାମୀ ବଇନେତ୍ର ସୁମରିଗରୁଡ଼ ପିଠିରେ ସ୍ୱାମୀ ଯାନ୍ତି ବିଜେ କରି ।୨୬୪।ପଞ୍ଚୁଜନ୍ୟ ଶଙ୍ଖ ପ୍ରଭୁ କରିଣ ଯେ ଧୁନିମିଳିଲେକ ନାରାୟଣ ଭୁବନ ସଞ୍ଜୀବନୀ ।୨୬୫।ଅନେକ ପାପୀ ଜନନ୍ତ ନାଶକର ଦିଅଇ ଶାସ୍ତିଜଗନ୍ନାଥଙ୍କ ଦ୍ରଶନେ ସର୍ବ ହୋଇଲେ ମୋକ୍ଷ ଗତି ।୨୬୬।ଗରୁଡ଼ଧ୍ୱଜ ଦେଖି କରି ସେ ନାଶକର ଦଇବତପାଦାଅର୍ଘ୍ୟ ଦେଇଣ କେଶବ ଚରଣେ କଲା ପ୍ରଲମ୍ବିତ ।୨୬୭।ଚରଣ ପଖାଳି ସେ ଉଦେକ ଜଳ ବନ୍ଦେଆସ୍ତାନେ ବିଜେ କରାଇଲା ପରମ ସାନନ୍ଦେ ।୨୬୮।ବହୁତ ବିନୟ ଭାବେ ନାଶକରି ପରିଣାମିଅନେକ ଯୁଗେ ହେଲା ବିଜୟେ ନାହିଂ ସ୍ୱାମୀ ।୨୬୯।ତୋତେହେଂ କାରଣ କରି ତରିଲେ ବହୁତ ପାପୀସଂସାର ତାରଣ ନାଥ କହିଲୁ ଅଦ୍ୟାପି ।୨୭୦।ତୁ ଦେବ ସୟଳ ସଂସାର ଜନ ଚିନ୍ତାବୁଡ଼ିଲା ମେଦିନୀ ଦେବ ତୁହି ସେ ଉଦ୍ଧାରନ୍ତା ।୨୭୧।କାହିଂକି ସେ ୟେଥିକି ବିଜୟେ କି ମୋତେ ଅନଗୃହକହିବା ହେଉ ଜଗତ ତାରଣ ମୋତେ କେବଣ ସନ୍ଦେହ ।୨୭୨।ଶୁଣ ହୋ କୃତାନ୍ତକ ବୋଲନ୍ତି ଦାମୋଦରଅତି ଅନୀତି କଥା ଆମ୍ଭେ ଶୁଣିଲୁଂ ତୋହୋର ।୨୭୩।ଆୟୁଷ ସରିଲା ପ୍ରାଣୀନ୍ତ ହରିବୁନା ଯୁଗତେବାଳୁତ କୁମର ହରିଅଛୁ କେଉଣହିଂ ମତେ ।୨୭୪।ତୁହି ସେ ଅଟୁ ଯମ ତୁହି ସେ ଅଟୁ ଧର୍ମତୁ ଦଣ୍ଡଧାରୀ କିମ୍ପା କଲୁ ଅନୀତି କରମ ।୨୭୫।ନାଶକର ବୋଇଲା ତୁମ୍ଭେ ଶୁଣିମା ଶିରୀପତିମୁହିଂ କିମ୍ପେ ରାଜ୍ୟେ ଦେବ କରିବି ଅନୀତି ।୨୭୬।ସ୍ୱାମୀ ମାତା ରେତ ପିତା ବୀର୍ଯ୍ୟରୁ ଉପୁଜାଇ ସନ୍ତତିପୁରୁଷ ଭ୍ରମରେ ସିନା କରଇ ଅନୀତି ।୨୭୭।ଅବିଚାରେ ସେ ଯେତେବେଳେ ଛାଡ଼ଇ ବୀର୍ଯ୍ୟଆପଣେ ଆପଣେ ନାଶ କରଇ ତନୁଜ ।୨୭୮।ଯୋଗେଣ ବୀର୍ଯ୍ୟ ଯେତେବେଳେ ଦିଅଇ ମଣିଷସେ ପୁତ୍ର କିମ୍ପେ ହୋଇବ ଅଳପ ଆୟୁଷ ।୨୭୯।ଯେତେବେଳେ ସ୍ତ୍ରୀ ହୁଅଇ ରଜବତୀଶୃଙ୍ଗାର ଉପେକ୍ଷିବ ସପତ ଦିନ ରାତି ।୨୮୦।ସ୍ୱାମୀ କୁକର୍ମ ବୋଲି କରି ଯେବଣ ପୁରୁଷନାଶ ପାନ ଯୁଗତେ କରଇ ନିରାଶ ।୨୮୧।ନାଶକର ପୁରୁଷ ସେ ଯେ ଜାଣଇଂ କାଳ ବେଳାଅଯୋଗେ ସ୍ତିରୀ ପୁରୁଷ କରଇ ୟେକ ମେଳା ।୨୮୨।ଦିବସେ ଶୃଙ୍ଗାର କରଇ ଯେହୁ ଇଚ୍ଛାପୁରୁଷ ମେଣ୍ଟି ନୁଆରିଲେ ତାହାର ଯେ କକ୍ଷା ।୨୮୩।ଦିବସ ଶୃଙ୍ଗାର ଉପୁଜଇ ଯେବଣ ବୀର୍ଯ୍ୟଅଳପ ଆଷ୍ୟ ତାର ଲେଖା କରଇ ଦେବରାଜ ।୨୮୪।ସ୍ୱାମୀ ରାତ୍ର ଅଟଇ ଯେ ବତିଶ ଦଣ୍ଡ ଷୋଳ ଘଡ଼ିସାତ ସାତ ଦଣ୍ଡେ କାଳ ପୁରୁଷଂକ ପଡ଼ଇ ଧାଡ଼ି ।୨୮୫।ସ୍ୱାମୀ ପ୍ରଥମ ଘଡିରେ ଯେବେ କରଇ ଶୃଙ୍ଗାରଜନ୍ମ ହୋଇଲେ ସେ ପୁତ୍ର ହୋଇବ ଅପହାର ।୨୮୬।ଚାରି ଦଣ୍ଡରେ ଯେବେ ହୋଅଇ ସନ୍ତତିବରଷକେ ସେ ପୁତ୍ର ହୋଅଇ ପ୍ରାଣେ କ୍ଷତି ।୨୮୭।ପାଞ୍ଚ ଦଣ୍ଡରେ ଯେବେ ରହଇ ନିଜ ଧାତୁବିଶାଶୟେ ବରଷର ଚାରି ଭାଗେ ପ୍ରାୟେ ମୃତୁ ।୨୮୮।ଛଡ଼ ଦଣ୍ଡର ମଧ୍ୟେ ରହଇ ଯେବେ ବାଳତରୁଣ ବୟସେ ତାର ଅବଶ୍ୟ ହୁଅଇ କାଳ ।୨୮୯।ଯେବେ ବୀର୍ଯ୍ୟ ରହଇ ସାତ ଦଣ୍ଡର ମଧ୍ୟେସେ ପୁତ୍ର ନାଶ ଯାଇ ପଞ୍ଚାଶ ଅବଦେ ।୨୯୦।ଆଠ ଦଣ୍ଡରେ ଯେବେ ଉପୁଜଇ ବାଳସେ ପୁତ୍ର ପ୍ରାଣ ଯାଇ ସତୁରି ବରଷର ।୨୯୧।ଦଣ୍ଡ ଦଣ୍ଡରେ ଯେବେ ଉପୁଜଇ ସନ୍ତତିତହିଂ ସନ୍ତତି ଉପୁଜିଲେ ଅଶି ବରଷ ବ୍ରତନ୍ତି ।୨୯୨।କୃଷ୍ଣ ଶୁକଳ ଯୁଗ ଅବଦ ଲେଖିସପତ ଦଣ୍ଡ ଭେଦି ତିଥି କାଳ ହୋୟେ ଲକ୍ଷି ।୨୯୩।ସ୍ୱାମୀ ପ୍ରଥମ ସାତ ଦଣ୍ଡେ ଯେବେ ଉପୁଜଇ ସନ୍ତତିଅଳପ ଆୟୁଷ ହୋଇ ସେ ବହୁତ କାଳ ନ ବ୍ରତି ।୨୯୪।ମଧ୍ୟ ସପତ ଦଣ୍ଡେ କାମ ଚନ୍ଦ୍ର କଳାଜାଣିଣ ପଣ୍ଡିତେ ଯେବେ ଉପୁଜାନ୍ତି ବଳା ।୨୯୫।ଆୟୁଷ ବର୍ଧୁତଧନ ସନ୍ତାନ ବର୍ଧମାନଇତାହାନ୍ତ ଆଇଷ ଦିଅଇ ଚାରି ଅହିବ୍ରତଇ ।୨୯୬।ପାଞ୍ଚ ସହସ୍ର ଛଅଶ ସତାଣୋଇୟେତେକ ଦିନ ସେହୁ ବ୍ରତିଥାଇ ।୨୯୭।ସ୍ୱାମୀ ପ୍ରଥମ ସାତ ଦଣ୍ଡରେ ହୋଅଇ ଯେ ଦୋଷୀତହୁଂ ସାତ ଦଣ୍ଡରେ ଯେ ହୋଅନ୍ତି ନିର୍ଦ୍ଦୋଷୀ ।୨୯୮।ସ୍ୱାମୀ ପାହାନ୍ତିକି ସାତ ଦଣ୍ଡ ରାତ୍ର ଥାଉଂତହିଂର ଦୋଷ ଅଶେଷ ବୋଲି ଦେବ କହୁଂ ।୨୯୯।ଭୋ ପ୍ରଭୁ ଅନେକ ପୁରୁଷ ଦୋଷେ ନାଶ ଯାନ୍ତି ପ୍ରାଣୀମୋତେ ଦୋଷ ସେ ଯେ ଦିଅନ୍ତି ନ ଜାଣି ।୩୦୦।ସଂସାରକୁ ଦୋଷ ଯେ ଦେବା କି ନିମନ୍ତେସତ୍ୟେଣ ବେନି ଯୁଗ ଗଲାନି ଧର୍ମ ଅର୍ଥେ ।୩୦୧।ଦ୍ୱାପରେ ହୋଇଲେ ଦେବ ରଙ୍ଗା ଅବତାରଧର୍ମ ଲଙ୍ଘି କଲ ଅବିକ୍ଷଣେ ପରଦାର ।୩୦୨।ତୋହୋର କଲା କୃତ୍ୟ ଆବର କାହାକୁ ଦୋଷ ଦେବିରାତ୍ର ଦିବସ ନ ମାନିଲୁ ତୁ ମାନିତୀ ଗଉରୋବୀ ।୩୦୩।ଅନୁକ୍ଷଣେ ଶୃଙ୍ଗାର ତ କଲୁ ହୋ ଶ୍ରୀବଚ୍ଛିଆପଣେ ଲଙ୍ଘିଲୁ ଦେବ ଦୋଷ ଯେ ନ ବାଛି ।୩୦୪।ନିତ୍ୟକର୍ମ ପୁରୁଷ ହୋଇ ଦେବ କଲୁ ତୁ ଅନୀତିପରମ ବିଷ୍ଣୁ ଦେବ ସବୁରି ଦେହେ ବ୍ରତି ।୩୦୫।ସ୍ୱାମୀ ଆପଣେ ନ ବିଚାରି କୋପ କରୁ ମୁକୁସମସ୍ତେ ତ ଘୋଡ଼ାଇଲେ ତୋହୋର କଥାକୁ ।୩୦୬।ନାୟେକ ଯେଉଂଣ ଦେଶେ ହୋଇବ ଅନାଚାରୀକଳିଯୁଗ ଜନନ୍ତ କେ ପାରିବ ତିଆରି ।୩୦୭।କୃତାନ୍ତକ ବଚନେ ଯେ ବୋଲନ୍ତି ଅନନ୍ତଅଳପ ଦୂରକୁ ମୁହିଂଟି କଲଇଂ ଅକୃତ୍ୟ ।୩୦୮।କାଶୀ ନଦୀଠାରୁ ରୁଦ୍ର ନଦୀ ପରିଯନ୍ତେ ଯେତେପରଦାରା ଦୋଷ ନ ଲାଗିବ ତେତେ ଦୂରହିଂ ପରିଯନ୍ତେ ।୩୦୯।ୟେଥେ ପରଦାରା ଅର୍ଜିଲୁ ଆମ୍ଭେ ପାପୟେ ଖଣ୍ଡିକ ଛାଡ଼ିବୁ ତୁ ନ କରିବୁ କୋପ ।୩୧୦।ପରଦାରା ହରଣ ହୋଇଲେ ଅନ୍ୟ ଠାବେତହିଂକି ଶାସ୍ତି ଦେବୁ ତୁ ନାଶକର ଯମଦେବେ ।୩୧୧।ଚଉବିଂଶ କୋଷ ୟେ ଯେ ଦକ୍ଷିଣ ଦ୍ୱାରିକାପରଦାରା ହରଣ ଦୋଷ ନାହିଂ ୟେଥେ ୟେକା ।୩୧୨।ଯମ ବୋଇଲେ ସ୍ୱାମୀ ହେ ତରିଲେ ବହୁତ ପାପୀସଂସାରକୁ କାରଣ ନାଥ ତୁ କଲୁ ତ ଅଦ୍ୟାପି ।୩୧୩।ତୁ ଦେବ ସୟଳ ସଂସାର ଜନ ରଖନ୍ତାବୁଡ଼ିଲା ମେଦିନୀ ଦେବ ତୁହି ସେ ଉଦ୍ଧାରନ୍ତା ।୩୧୪।ହେ ବୁଧ ଜନେ ମୋତେ ନ କରିବା କୋପସର୍ବ ମଙ୍ଗଳା ଆଗ୍ୟାଂୟେ ମୋତେ ୟେସନେକ ସରୂପ ।୩୧୫।ଯାହା ମୋତେ କହିଲେ ପ୍ରସନ୍ନେ ହେଙ୍ଗୁଳାଜଙ୍ଖେର ପୁର ବାସୀ ଶ୍ରୀଚଣ୍ଡୀ ସାରୋଳା ।୩୧୬।ସେ ରାତ୍ରେ ବୋଇଲେ ମୁହିଂ ଲିହଇ ଦିବସେଯମ ପୁରାଣ କହିଲି ବିସ୍ତାରିଣ ଶାସ୍ର ବିଶେଷେ ।୩୧୭।ମାନବେ ମେଣ୍ଟିବେ କି ଯାହା ଜଗନ୍ନାଥେ ଭିଆଇଲେଶୂଦ୍ରମୁନି ସାରୋଳା ଦାସ ଆଗ୍ୟାଂୟେ ବଞ୍ଚାଇଲେ ।୩୧୮।ବଦନ୍ତି ଅଗସ୍ତି ସେ କୁମ୍ଭ ଋଷି ବଚ୍ଛିଜଗନ୍ନାଥେ ବୋଇଲେ ମୋ ଭ୍ରାଥମାନେ କାହିଂ ଅଛି ।୩୧୯।ବଦୟନ୍ତି ପୁରୁଷୋତ୍ତମ ଶାନ୍ତିପନି ପଣ୍ଡାୟେ ଆମ୍ଭର ଗୁରୁତାହାଂକର ପୁତ୍ର ଆମ୍ଭର ଭ୍ରାଥ ଆମ୍ଭେ ସେ ନିମନ୍ତେ ଲୋଡ଼ୁ ।୩୨୦।ତାହାନ୍ତ ଆମ୍ଭକଇଂ ଦେବୁ ହୋ ନାଶକରତେଣୁ କରି ଆମ୍ଭେ ତ ଅଇଲୁ ତୋର ପୁର ।୩୨୧।ଯମ ବୋଇଲା ମୁଂ ଯେ ଜାଣଇ ସମସ୍ତଯହିଂର ନିମନ୍ତେ ମୁଂ ଆଣିଲି ଗୁରୁଂକ ପଞ୍ଚୁପୁତ ।୩୨୨।ସ୍ୱାମୀ ସତ୍ୟ ଯୁଗେ ସମ୍ପଦ ନାମେଣ ନୃପତିନାରାଜେ ନାଶ କଲା ୟେକ ବ୍ରହ୍ମଯତି ।୩୨୩।ୟେବେ ଦଣ୍ଡ ପାଉଅଛି ବାଇଶି ଲକ୍ଷ ବରଷଶିମୂଳୀ ବୃକ୍ଷେ ବାନ୍ଧି କାଟଇ ତାହାର ମାୟେଂସ ।୩୨୪।ସେ ମୋହୋର ଦଣ୍ଡ ପାଉଅଛି ବଡ଼ ଦୁଖମୁଂ ଶାସ୍ତି ଦେଇ ତାକୁ ହୋଇଲି ବିମୁଖ ।୩୨୫।ସ୍ୱାମୀ ତ୍ରେତୟା ଯୁଗରେ ରାଜା ଜଳତରଙ୍ଗତମ୍ବାର ଭାଣ୍ଡେ ପୂରୋଇ ୟେହାଂକର ଅଙ୍ଗ ।୩୨୬।ନବଲକ୍ଷ ବରଷ ହେଲାନି ମୁଂ ୟେହାକୁ ଦେଲିନି ୟେଡ଼େ ଶାସ୍ତିସ୍ତିରୀ ହତ୍ୟା କଲା ୟେ କଉଶିକ ନୃପତି ।୩୨୭।ୟେଡ଼େ ବଡ଼ ରାଜାକୁ ମୁଂ ଦେଲଇଂ ବହୁତ ଶାସ୍ତିୟେସନେକ ସମ୍ପାଦ କହିଲେ ଯମ ଯେ ନୃପତି ।୩୨୮।ସ୍ୱାମୀ ତୋହୋର ଦରଶନେ ମୁକତି ହୁଅନ୍ତୁ ତିନି ରାୟେୟେହାଂକ ନିମନ୍ତେ ଆଣିଲି ତୁମ୍ଭର ଗୁରୁଂକର ତନୟେ ।୩୨୯।ୟେହେ ଶୁଣି ଜଗନ୍ନାଥେ ଗଲେକ ବହନଯାଇଂ ହୋଇଲେ ଜଳତରଙ୍ଗ ସନ୍ନିଧାନ ।୩୩୦।ସମ୍ପାଦନ୍ତେ ଜଳତରଙ୍ଗ ଦେଖିଲେ ଜଗନ୍ନାଥନାରାୟଣ ଦ୍ରଶନେ ସେ ପାଇଲେ ବିଷ୍ଣୁପଥ ।୩୩୧।ପୁଷ୍ୟେକ ରଥେ ବସାଇ ନେଲେ ବିଷ୍ଣୁଗଣେବଇକୁଣ୍ଠ ଭୁବନେ ନେଇ ବସାଇଲେ ତତକ୍ଷଣେ ।୩୩୨।କୃତାନ୍ତେକ ଅଗ୍ରତେ କେଶବ କହିଲେବହନ ଯିବୁ ଆମ୍ଭେ ଗୁରୁ ପୁତ୍ରନ୍ତ ପାଇଲେ ।୩୩୩।କରପତ୍ର ଯୋଡ଼ିଣ ସେ କହଇ ନାଶକରଭାଇମାନେ ଅଛନ୍ତି ତୁମ୍ଭର କଞ୍ଚନ ଦେଶର ।୩୩୪।କାଶୀଶ୍ୱର ଦେଶେ କାଶୀ ନାମେ ନଦୀପ୍ରୟାଗ ନଦୀରୁ ଅଇଶାନ୍ୟ ମୂର୍ତ୍ତି ଭେଦି ।୩୩୫।ବଇଡୁର୍ଯ୍ୟ ପର୍ବତେ ମଳୟନିଳ ଶଇଳକାଶୀଶ୍ୱର ନାମେ ତହିଂ ଲିଙ୍ଗ ଯେ ସୁଢଳ ।୩୩୬।ଗୁପତ ତୀର୍ଥ ସେ ୟେକାନ୍ତ ବାଣରାସୀଅଭୋଗ ଲିଙ୍ଗ ସେ ବିଜେ ଦକ୍ଷିଣ କାଶୀ ।୩୩୭।ସେ ତୀର୍ଥ ଭିତରେ ଥାନ୍ତି ପଞ୍ଚୁଭ୍ରାଥେଚଉର୍ଯ୍ୟ କର୍ମେ ସେ ବ୍ରତନ୍ତି ଦେବ ନିତ୍ୟେ ।୩୩୮।ଯେବଣ ଦ୍ରବ୍ୟ ସେ ନିଅନ୍ତି ଚୋରି କରିବାଣ୍ଟନ୍ତି ଧନ୍ୟ ଦ୍ରବ୍ୟ କରନ୍ତି ଭାଗ ଚାରି ।୩୩୯।କାଶୀ ଦେବତାନ୍ତ ଦିଅନ୍ତି ଭାଗ ବେନିପାଞ୍ଚେହେଂ ବ୍ରତନ୍ତି ଦେବ ବେନି ଭାଗ ଘେନି ।୩୪୦।ଜଗଦ ଜମନିକ ବେନି ସେନାପତିରାଇ ଆଗ୍ୟାଂ ଦିଲା ତାଂକୁ କୃତାନ୍ତ ନୃପତି ।୩୪୧।ବ୍ରାଘ ବାହାନେ ତୁମ୍ଭେ ଚଳ ୟେହିକ୍ଷଣଗୁରୁ ପଞ୍ଚୁପୁତ୍ରେ ତୁମ୍ଭେ ବେଗ କରି ଆଣ ।୩୪୨।ଆଗ୍ୟାଂ ପରମାଣେ ସେ ଚଳିଲେ ନାଶକର ଚାରକୁମାରନ୍ତ ଭେଟିଲେ ସେ କାଶୀ ନଦୀ ତୀର ।୩୪୩।ମାୟାରେ ସାଧବେ ସେ ହୋଇଲେ ଯମଦୂତେଅନେକ ରତ୍ନ ଆଭରଣେ ଯାଉଛନ୍ତି ପଥେ ।୩୪୪।ଟସକର ବୃତ୍ତ ଦେଖିଲେ ଧନ ଦ୍ରବ୍ୟଆବର ନିର୍ଭୟ ଭୁଜ ଦିଶଇ ସଭାବ ।୩୪୫।ରହ ରହ ବୋଲି ଓଗାଳିଲେ ପାଞ୍ଚ ଭାଇକରେଣ ମୂଷଳ କୋଠାର ବୁଲାଇ ।୩୪୬।ବୋଲନ୍ତି ଯମଦୂତେ ଅଟୁ ଆମ୍ଭେ ବିଦୁବିଶେଷେ ବେଦାଧ୍ୟାୟୀ ଆବର ବିପ୍ର ସାଧୁ ।୩୪୭।ଚଉର୍ଯ୍ୟେ ବୋଇଲେ ତୁମ୍ଭେ ଅଟ ସଜ୍ଜନଆମ୍ଭେ ଟସକର ଅଟୁଂ ହରୁଂ ପର ଧନ ।୩୪୮।କୋପେଣ ଯମଦୂତେ ପ୍ରହାର କଲେ କରଘାତେବେନି ପ୍ରହାରେ ସେ ଛିଡ଼ିଲେ ପଞ୍ଚୁ ଭ୍ରାଥେ ।୩୪୯।ଆକ୍ରଷଣମତେ ଆଣିଲେ କୋପ କରିବ୍ରାଘ ପିଠିରେ ବସାଇଲେ କର ଧରି ।୩୫୦।ମୋହେ ବନ୍ଧନ କରି ଗୁରୁଂକ ପଞ୍ଚୁପୁତ୍ର ଘେନିତକ୍ଷଣେ ପ୍ରବେଶ ହୋଇଲେ ଭୁବନ ସଞ୍ଜୀବନୀ ।୩୫୧।ନିର୍ଧୁମ ଅଗ୍ନି ଜାଣି ସେ ପୁତ୍ରକଂର କାୟେଯମ ଛାମୁରେ ଦେଇଣ ସେ ପ୍ରଣପତ୍ୟ ହ୍ୱନ୍ତି ପଦ୍ମପାୟେ ।୩୫୨।ଅନେକ ଭୂଷଣ ଅଳଂକାର ଆଭରଣ କଲେ କୁମରଂକୁକର ଧରି ନାରାୟଣେ ଓହ୍ଲାନ୍ତି ତଳକୁ ।୩୫୩।ଯମର ଆସ୍ତାନ ତେଜି ତିନି ପାବଚ୍ଛର ତଳେଦେଖି ପଣ୍ଡୁ ନିଜ କର ଦିଲାକ କପାଳେ ।୩୫୪।ପଣ୍ଡୁଂକୁ ଦେଖିଣ ପୁଚ୍ଛିଲେ ଦେବ ହରିଆସ ଆସ ପିତା ବୋଲି କେଶବ କୋଳ କରି ।୩୫୫।ନାରାୟଣ ବୋଇଲେ ସୋମବଂଶ ଚକ୍ରବ୍ରତୀମଧ୍ୟଭୁବନେ ସୋମବଂଶୀ ପଞ୍ଚୁ କଟକେ ଆଧିପତି ।୩୫୬।ପ୍ରାଣତ୍ୟାଜ ହୋଇଲା ସତୁରି ବରଷଇକେଉଣ ପାତକେ ୟେହାନ୍ତ ଆସ୍ତାନେ ନ ବସାଇ ।୩୫୭।କରପତ୍ର ଯୋଡ଼ି ଛାମୁରେ କହଇ ଯମବ୍ରହ୍ମହତ୍ୟା କଲା ସ୍ୱାମୀ ନାଶିଲା ତପୋଧନ ।୩୫୮।ଅଗ୍ନିକା ମହାଋଷି ମୃଗୁଣୀ ସଙ୍ଗେ ମେଳେନାରାଜେ ମାଇଲା ଋଷି ଶୃଙ୍ଗାରର କାଳେ ।୩୫୯।ସ୍ୱାମୀ ଇଶ୍ୱର ଦେବତା ଯେ ବ୍ରହ୍ମହତ୍ୟା କଲାତାହାଂକର ହତ୍ୟା ପୁଣି ମେଣ୍ଟଣ ନ ଗଲା ।୩୬୦।ଗୋବିନ୍ଦେ ବୋଇଲେ ହୋ ୟେ ମୋହୋର ଧର୍ମତାତଆମ୍ଭର ଦେଖନ୍ତେ ଖଣ୍ଡଣ ହେଲା ପାପମାନନ୍ତ ।୩୬୧।ଯମ ବୋଲଇ ହୋ ୟେ ହୋଇଲାନି ମୋକ୍ଷକାରଣକୁ କଥାୟେ ୟେହାଂକର କରିବା ଶ୍ରୀବଚ୍ଛ ।୩୬୨।ଯୁଝେଷ୍ଠିଙ୍କ ଅଗ୍ରତେ କହିବା ଦେବ ଯାଇବ୍ରହ୍ମହତ୍ୟା ଦୋଷ ପିତାର ଖଣ୍ଡନ୍ତୁ ପାଞ୍ଚ ଭାଇ ।୩୬୩।ଶ୍ରୀକୃଷ୍ଣ ବୋଇଲେ ହୋ କେଉଣ ପୁଣ୍ୟ କଲେପିତା ମୋକ୍ଷ ହୋଇବ କେଉଣ ତୀର୍ଥ କଲେ ।୩୬୪।ଯମ ବୋଇଲେ ପୁତ୍ର ଯେବେ ଧାରାତୀର୍ଥ କରଇବଂଶେ କଳଂକ ଥିଲେ ସର୍ବ ଦୋଷ ହରଇ ।୩୬୫।ନୋହିଲେ ବ୍ରହ୍ମଗ୍ୟାନ ପାରଇ ଯେବେ ସାଧିରାଜୁସି ଯାଗ କଲେ ପ୍ରାପତ ହୋୟେ ଋଦ୍ଧି ସିଦ୍ଧି ।୩୬୬।ପଣ୍ଡୁ ବୋଇଲେ ସ୍ୱାମୀ ମୋତେ ଅନଗୃହ କରମୋହୋର ଅବସ୍ଥା କହ ଯୁଝେଷ୍ଠି ଆଗର ।୩୬୭।ରାଜୁସି ଯାଗ କରି ଅନ୍ନ ଦାନ ସେ ଦିଅନ୍ତୁଋଷିଗଣମାନେ ଆସି ଅଗ୍ନି ପ୍ରବୋଧନ୍ତୁ ।୩୬୮।ଗୋବିନ୍ଦେ ବୋଇଲେ କହିବା ରାୟେ ଆଗେତବ ପାତକ ଧଂସାଇବି କରି ମହାଯାଗେ ।୩୬୯।ଆହୋ ନାଶକର ୟେ ଯୁଝେଷ୍ଠି ଦେବଂକର ପିତାଆମ୍ଭର ଅଟନ୍ତି ୟେ ଗୁରୁ ପରମ ଦେବତା ।୩୭୦।ଆଜହୁଂ ଆମ୍ଭେ ବାବୁ ବସାଇବୁଂ ଆସ୍ତାନେଭୃତ୍ୟ ପ୍ରାୟେ ହୋଇ ଖଟିଥିବୁ ସନ୍ନିଧାନେ ।୩୭୧।ଯମ ବୋଇଲା ମୋତେ ଛାୟା ଶାପ ଦିଲାବାମ ପାଦେ ମୋର ଗଳୁତ କୁଷ୍ଠବ୍ୟାଧି ଯେ ହୋଇଲା ।୩୭୨।ରାଜୁସି ଯାଗ ଯେବେ କରିବେ ପଣ୍ଡୁନାନେମୋହୋର ବ୍ୟାଧି ନାଶ ଯିବ ପଣ୍ଡୁର ପରସନ୍ନେ ।୩୭୩।ସ୍ୱାମୀ ତୁମ୍ଭର ପ୍ରସନ୍ନେ ମୁଂ ପଣ୍ଡୁଂକୁ ହୋଉଛି ଭଗତାରାଜୁସି ଯାଗ ନ କଲେ ଦେବି ମୁଂ ଅବସ୍ଥା ।୩୭୪।ୟେହା କହି ଅନେକ ରତ୍ନ ଆଭରଣ କଲେ ଯେ ପଣ୍ଡୁଂକୁଯମ ଦେବତା ଦଣ୍ଡ ଧରି ଘେନିଗଲେ ଆସ୍ତାନ ଉପରକୁ ।୩୭୫।ଆସ୍ତାନେ ବିଜେ କଲେ ବିଚିତ୍ରବୀର୍ଯ୍ୟର ତନୟେପ୍ରତକ୍ଷେ ଦିଶନ୍ତି ସେ ଦୁତୀଇନ୍ଦ୍ର ପ୍ରାୟେ ।୩୭୬।ଗୁରୁ ପଞ୍ଚପୁତ୍ର ଘେନି ବିଜୟେ ଜଗୁସାଇଂଆସନ୍ତି ଜଗମୋହନ ଯମ ଆସ୍ତାନୁଂ ଓହ୍ଲାଇ ।୩୭୭।ଅନେକ ପାପୀଜନେ ପାଉଥିଲେ ଶାସ୍ତିଶ୍ରୀକୃଷ୍ଣ ଦ୍ରଶନେ ସେ ପାଇଲେ ମୋକ୍ଷ ଗତି ।୩୭୮।ସମସ୍ତ ଜନମାନଂକର ଶାସ୍ତି କେଶବ କଲେ ରକ୍ଷାପାଇଲେ ଧର୍ମଗତି ଯେ ଯାହାର ଇଚ୍ଛା ।୩୭୯।ଗୁରୁ ପଞ୍ଚୁପୁତ୍ର ଘେନିଣ ମନେ ତୁଷ୍ଟିବିଜୟେ ଜଗମୋହନ ଖଗେଶ୍ୱର ପିଠି ।୩୮୦।ଯମ ଦେବତା ଯେ ଶତସହସ୍ର ପ୍ରଣପତ୍ୟସଦା ଅନଗୃହ କରିବା ମୋତେ ଜଗତଭୂତ ।୩୮୧।ଜଗନ୍ନାଥେ ବୋଇଲେ ତୁମ୍ଭେ ଶୁଣିମା ନାଶକରଆମ୍ଭର କଥାୟେ ରହୁ ତୋହୋର ଭୁବନର ।୩୮୨।କଳିଯୁଗେ ନାଶ କରିବୁ ଯେ ସଂସାର ଜନଂକୁଅନେକ ପାତକ କରାଇବୁ ମାନୁଷଂକୁ ।୩୮୩।ଶ୍ରୀମହାଭାରଥ ଯେ ଶୁଣନ୍ତି ୟେକମନେତୋହୋର ଦଣ୍ଡେ ଝିଘାଂସ ନୋହିବେ ରାଜନେ ।୩୮୪।ସ୍ୱାମୀ ନିତି ପ୍ରତି ପଢନ୍ତି ଶୁଣନ୍ତି ଯେ ତୁମ୍ଭର ଚରିତସେ ଲୋକ ଅଟନ୍ତି ନା ପରମ ପବିତ୍ର ।୩୮୫।ସ୍ୱାମୀ ଅନେକ ହତ୍ୟା କଲେ ଶାନ୍ତିପନି ପଞ୍ଚୁ ପୁତ୍ରେସ୍ୱାମୀ ତୁମ୍ଭରେ ମୁକତି ସେ ହୋଇଲେ ପଞ୍ଚୁ ଭ୍ରାଥେ ।୩୮୬।ୟେ ମହାଭାରଥ ଯେ ପଢ଼ନ୍ତି ଶୁଣନ୍ତି ୟେକଚିତ୍ତେତୋହୋର ତୁଲ୍ୟେ ତାକୁ କରିବାକ ନିତ୍ୟେ ।୩୮୭।ୟେତେକ ଚେତେଇ ଦିଲେ ଯମ ଦେବତାଂକୁଚଳିଲେ ପୁରୁଷୋତ୍ତମ ଅବନ୍ତୀ ଭୁବନକୁ ।୩୮୮।ଅପୁତ୍ରିକ ହୋଇଣ ଯେ ବ୍ରାହ୍ମଣ ଶାନ୍ତିପନିପ୍ରାଗେ ଝାସିବେ ବୋଲି ସଜ ହୋଇଥିଲେ ପତିପତ୍ନୀ ।୩୮୯।ମକର ମାସ ଶୁକ୍ଳପକ୍ଷ ଚନ୍ଦ୍ରବାର ଚଉଠିରେବତୀ ନକ୍ଷତ୍ର ଅନ୍ତେ ଅଶ୍ୱିନୀ ନକ୍ଷତ୍ର ଭେଟି ।୩୯୦।ତଇତିଳ ନାମେ କରଣ ସାଧ୍ୟ ନାମରେ ଯେ ଯୋଗମକର ସଂକରାନ୍ତିକି ଚଉବିଂଶ ଦିନ ଭୋଗ ।୩୯୧।ବେଳ ମଧ୍ୟାହ୍ନ ଅଢାଇ ପ୍ରହର ହୋଇଅଛିଗୁରୁ ପଞ୍ଚୁପୁତ୍ର ଘେନି ଯାଇ ବିଜୟେ ଶ୍ରୀବଚ୍ଛି ।୩୯୨।ତାଳୁରେ ଚୂଳ ହୃଦେ ପଦକ ବାହେ ବଧୁଲୀ ବାହୁଟିଖେଳନ୍ତା ସିଂଘ ଜାଣି କୁମର ପାଞ୍ଚଗୋଟି ।୩୯୩।ଧନୁ ଅର୍କ ଜାଣି ବଦନ ବିକାଶିଧାତିକାରେ ଗୁରୁ ପୁତ୍ର ଘେନି ପ୍ରବେଶ ହୋଇଲେ ହୃଷିକେଶୀ ।୩୯୪।ଶ୍ରୀଭୁଜେ ଧରିଣ ଅଛନ୍ତି ଦେବ ଅଚ୍ୟୁତେପୁତ୍ର ସମର୍ପିଲେ ଦେବ ଗୁରୁଂକ ଅଗ୍ରତେ ।୩୯୫।ଦେଖିଣ ଆଶ୍ରିଯ ଯେ ହୋଇଲେ ଶାନ୍ତିପନିଉଠିଣ ବ୍ରାହ୍ମଣ ପୁତ୍ରନ୍ତ କୋଳ କଲେ ଘେନି ।୩୯୬।ଦେଖିଣ ଶାନ୍ତିପନି ହୋଇଲେ ପରମ ତୁଷ୍ଟିପାସୋରିଲେ ମନୁ ସେ ପୁତ୍ର ହରଣ କଷ୍ଟି ।୩୯୭।ପୁତ୍ର ସମର୍ପିଣ ଯେ ଦେବ ଦଇତାରିଅନ୍ତରୀକ୍ଷେ ଗଲେ ଦେବ ବଇନେତ୍ରେ ବିଜେ କରି ।୩୯୮।ବ୍ରାହ୍ମଣ ବୋଇଲା ଯେ ବ୍ରାହ୍ମଣୀ ମୁଖ ଚାହିଂୟେ କଥା ଅଗୋଚର ଲାଗିଲା ଆମ୍ଭକଇଂ ।୩୯୯।ମାୟା ମୋହେ ପଡ଼ି ମୁଂ ଅନ୍ଧକାର ହୋଇଲିଧାତୁବାଦ ପୁରୁଷନ୍ତ ମୁଂ ଚିହ୍ନି ନୁଆରିଲି ।୪୦୦।ପରମଗତି ଯେବେ ମାଗନ୍ତି ପୁରୁଷୋତ୍ତମେୟେହି ଦେହ ଘେନି ଥାଆନ୍ତି ନା ଜନ୍ମେ ଜନ୍ମେ ।୪୦୧।କର୍ମକୁ ସନ୍ତାପି ବିପ୍ର ହୋଇଲାକ ତୂନୀସଞ୍ଚିଲା ଗୃହବାସ ପୁତ୍ର ଭାରିଯାନ୍ତା ଘେନି ।୪୦୨।ନିଚିନ୍ତେ ଗୃହବାସ ସେ କରଇ ଦ୍ୱିଜବରଜଗନ୍ନାଥ ଦ୍ରଶନେ ତାର ଦୁର୍ଗତି ଗଲା ପାର ।୪୦୩।ହେ ବୁଧଜନେ ଜଗନ୍ନାଥଂକୁ କର ସେବାଯମ ଅର୍ଗଳ ଭାଞ୍ଜିବାକୁ ସେହି ସେ ବରଦାତା ।୪୦୫।ନାନା ତୀର୍ଥ କରିବାକୁ ଦୂରାନ୍ତର ନ ଯାଜଗନ୍ନାଥ ନାମ ଗୋଟି ହୃଦରେ କର ପୂଜା ।୪୦୬।ସ୍ରାହାନେ ହରଷ ଦ୍ରଶନେ ହରଷରଣେ ହରି ବଣେ ହରି ଜଗନ୍ନାଥ ନାମ ଘୋଷ ।୪୦୭।ଯଶୋବନ୍ତୀର ନନ୍ଦନ ହରି ଯଦୁକୁଳ ନାହାନୀଳେନ୍ଦିଦଳ ପୁଷ୍ୟବର୍ଣ୍ଣ ଶଙ୍ଖଚକ୍ର ବାହା ।୪୦୮।ଦ୍ରଶନେ ମୋକ୍ଷଦାତା ପ୍ରସନ୍ନେ ପାପ ଧ୍ୱଂସାବାଞ୍ଛିତ ଗୁଣନିଧି ପୂରାଅ ମନୀଷା ।୪୦୯।ଯାହାରେ ସେ ନାଶଗଲା ନାଶକର ଦର୍ପମୃତୁ ପୁତ୍ର ଆଣିବାକୁ ଯାହାର ପରତାପ ।୪୧୦।ସଂସାରକୁ ବାଟ ଦେଖାଇଲେ ସତ୍ୟପଣେସେବାକଲେ ୟେମନ୍ତେଟି କରଇ ନାରାୟଣେ ।୪୧୧।ଜଗତ କାରଣ ନାଥ କଇଚ୍ଛା ଜଗଜ୍ଜେଠୀହୃଦଗତେ ସମ୍ପାଦନ କର ଶ୍ରୀକୃଷ୍ଣ ନାମ ଗୋଟି ।୪୧୨।ସର୍ବଦା ଆନନ୍ଦ ନାଥ ଦେବ ଜଗନ୍ନାଥମୋକ୍ଷଗତି ପୁରୁଷ ୟେ ସକଳ ପୁରୁଷାର୍ଥ ।୪୧୩।କମଳାର ବଲ୍ଲଭ ନାଥ କରୁଣାମତ୍ସଳକରୁଣା କରିବାକୁ ୟେହି ସେ ଆଦିମୂଳ ।୪୧୪।ଶ୍ରୀମହାଭାରଥ ହୃଦପଦ୍ମେ ଘୋଷି ଲାଭବଇକୁଣ୍ଠ ପୁରେ ସ୍ଥାନଟି ଦିଅନ୍ତି ପଦ୍ମଲାଭ ।୪୧୫।ଶ୍ରୀ ମଧ୍ୟପର୍ବ ଶାହୋସ୍ର ସଙ୍ଗତେମୁହିଂ ୟେହା ରଞ୍ଚାଇଲି ସଂସାର ଜନ ହିତେ ।୪୧୬।ତୁଳୁସାର ବଲ୍ଲଭ ପଦ୍ମପାଦେ ନିତ୍ୟେ ସେବିଶରଣ ମାଗଇ ଯେ ସାରଳା ଦାସ କବି ।୪୧୭।ଶ୍ରୀଚଣ୍ଡୀ ସାରୋଳା ଜଙ୍ଖେର ପୁର ବାସୀତାହାର ଚରଣେ ମୁଂ ନିରନ୍ତରେ ଘୋଷି ।୪୧୮।ଶ୍ରୀ ଜଗନ୍ନାଥଙ୍କର ପଦ୍ମପାଦେ କର ଲୟେଶ୍ରୀ ଜଗନ୍ନାଥଙ୍କର ନାମ ଗୋଟି ମୂଳମନ୍ତ୍ର ହୋୟେ ।୪୧୯।ଶ୍ରୀ ଜଗନ୍ନାଥ ସୁମର ନରେ ନଥାଉ ଦୁର୍ଗତିଶ୍ରୀ ଜଗନ୍ନାଥ ସ୍ମରେ ନରେ ଖଣ୍ଡିବ ବିପତ୍ତି ।୪୨୦।ଶ୍ରୀ ଜଗନ୍ନାଥ ନାମ ଗୋଟି ପ୍ରାଣର ମୋକ୍ଷଦାତାଶ୍ରୀ ଜଗନ୍ନାଥ ସ୍ୱାମୀ ଅଭୟେ ବରଦାତା ।୪୨୧।ଶ୍ରୀ ଜଗନ୍ନାଥ ନାମ ନରେ ନିରନ୍ତରେ ଅଭ୍ୟାସଶ୍ରୀ ଜଗନ୍ନାଥଂକ ପଦ୍ମପାଦେ ଶରଣ ଶୂଦ୍ରମୁନି ସାରୋଳା ଦାସ ।୪୨୨।୮୩୬୦।