ସାରଳା ମହାଭାରତ ବିରାଟପର୍ବ
ସାରଳା ଦାସ · ଭାଗ ୯ / ୧୩
ସମ୍ପୂର୍ଣ୍ଣ ସୂଚୀପତ୍ର
ତୃତୀୟ ଖଣ୍ଡ ଯେ ହୋଇଲା ପବ ସାତ
ମନୁୟେକ ବସି ଧନୁ ୟେ ସ୍ରିଜିଲା ବିଧାତ ।୫୯।କୋଟିୟେକ ବଳ ସେ ଯେ ଅଜଙ୍ଗ ନାମେ ଧନୁସତ୍ୟଯୁଗେ ତାହା ବହିଲେ ପ୍ରଶୁରାମ ଜମଦଗ୍ନିର ତନୁ ।୬୦।ଆରେକ ଖଣ୍ଡ ଯେ ପାଞ୍ଚପବ ଗଣିପଞ୍ଚବିଂଶ ଗଣ୍ଡା ଯୁଗେ ସେ ଧନୁ ନିର୍ବାଣି ।୬୧।ନବଲକ୍ଷ ବଳ ସେ ଯେ କୋଦଣ୍ଡ ଧନୁ ନାମତ୍ରେତୟା ଯୁଗେ ଭାରାଭର ନିବାରଣ ଅର୍ଥେ ତାହା ବହିଲେ ଶ୍ରୀରାମ ।୬୨।ଆର ୟେକଖଣ୍ଡ ଯେ ହୋଇଲା ପବ ତିନିପାଞ୍ଚଯୁଗେ ଧନୁ ୟେ ସ୍ରିଜିଲା ପଦ୍ମଯୋନି ।୬୩।ବାବୁ ୟେ ଧନୁର ନାମ ଯେ ଅଟଇ ଗାଣ୍ଡିମଦ୍ୱାପର ଯୁଗେ ଅର୍ଜୁନକୁ ୟେହା ଦିଲେ ଶ୍ରୀପୁରୁଷୋତ୍ତମ ।୬୪।ଲକ୍ଷେକ ଧନୁ ୟେ ଯେ ବହଇ ଫାଲଗୁନିୟେ ଧନୁର ନାରାଜ ସହନ୍ତା ନାହିଂ ମେଦିନୀ ।୬୫।ଅଗ୍ନି ଦେବତାଂକର ଯେ ଲୁଦୁବୁଦୁ ବ୍ୟାଧିଖାଣ୍ଡବ ବନ ଦହିଣ ଦିଲେକ ମଉଷଧି ।୬୬।ଆରୋଗ୍ୟ ହୋଇଲେ ସେ ଲୋହିତ ପିଙ୍ଗଳପ୍ରତିଗ୍ରହ କରି ଅର୍ଜୁନକୁ ଦିଲେକ ସକଳ ।୬୭।ପଞ୍ଚତିରିଶ ପବ ଯେ ପାଞ୍ଚଧନୁ ହୋଇଲାପିନାକ ସାରଙ୍ଗ ଅଜଙ୍ଗ କୋଦଣ୍ଡ ଗାଣ୍ଡିମ ନାମ ଦିଲା ।୬୮।ଆହୋ ଉତ୍ତର ଅଗ୍ରଚ୍ଛେଦ ହୋଇ ଯେ ଉବୁରିଲା ୟେକପବବଇଂଶୀ ଗୋଟିୟେ କଲା ତାହା ପିତାମହ ଦେବ ।୬୯।ସତ୍ୟ ତ୍ରେତା ଯୁଗେ ତାହା ଥୋଇଲା ଯତ୍ନକରିଦ୍ୱାପର ଯୁଗେ ନାରାୟଣ କହ୍ନା ଅବତାରେ ଜନ୍ମିଲେ ଗୋପପୁରୀ ।୭୦।ରଙ୍ଗା ଅବତାରେ ସେ ଗୋପୀଂକର ଅର୍ଥେମନ୍ଦର ଧଇଲେ କହ୍ନା ଗୋପୀ ଗୋପାଳ ନିମନ୍ତେ ।୭୧।କାଳୀକି ଦଳିଲେ ସେ କଂସର ବିବାଦେପୁଷ୍ୟେକ ନନ୍ଦିନୀ ରାଧାକୁ ଇଚ୍ଛିଲେ କୃଷ୍ଣ ହୃଦେ ।୭୨।ଦୂତିକା ପେଷି ଅନେକ ଧନ ଦିଲେ ହରିପାଦେ ପେଲି ରାଧା ତାହା ପକାଇଲା ଦୂରକରି ।୭୩।ରାଧାର ବିରହେ ସେ ନିରାଶ ଉପବାସେନିଆଶ୍ରି ବସିଲେ ହରି ରାତ୍ର ଯେ ଦିବସେ ।୭୪।ଛାଡିବଇଂ ସର୍ବ ଚିନ୍ତା ବୋଇଲେ ନ ମାରିବି କଂସମନୁଷ୍ୟ କାୟା ଛାଡ଼ିବି ଯିବି ନିଜ ବାସ ।୭୫।ହରିଂକ ନିରାଶ ଦେଖି ବିଜୟେ ଦେବବ୍ରହ୍ମାନାରାୟଣକଇଂ ପ୍ରସନ୍ନ ଯେ ହୋଇଲେ ମହାତମା ।୭୬।ୟେସନେକ ନିରାଶ ଅବସ୍ତା ହରି ହୋଇଲୁ କିମର୍ଥେପୁଷ୍ୟେକ ନନ୍ଦନୀ ରାଧା ଲେଛିଲା କି ତୋତେ ।୭୭।ବଦୟନ୍ତି କେଶବ ଯେ ପିତାମହର ବଚନେମାରିବି କଂସକୁ ଯେବେ ରସିବେ ଗୋପସ୍ତିରୀମାନେ ।୭୮।ସେ ରାଧା ନିରାଶ କଲା ଯହୁଂ ମୋତେମହୀଭାରା ଉଶ୍ୱାସ ମୁଂ କରିବଇଂ କେମନ୍ତେ ।୭୯।ବଦୟନ୍ତି ପିତାମହ ଶୁଣିମା ଋଷିକେଷୀମୁହିଂ ତୋତେ ଦେବଇଂ ଅନେକ କାଳର ବିରହ ବାୟେଂଶୀ ।୮୦।ସ୍ତମ୍ଭନ ମୋହୋନ ବଶ୍ୟ ଉଚ୍ଚାଟନ ଅଞ୍ଜନ ଯେ ପଞ୍ଚୁସ୍ୱରନାମଧରି ବାଇଲେ ଗୋପୀୟେ ଆସିବେ ତୋହୋର ଛାମୁରେ ।୮୧।ବୟେଂଶୀ ଧରି ବାଇବୁ ରାଧାନାମ ଧରିସେ ତୋତେ ଦଇନି କରିବଟି ନିଜବାସ ୟେଡ଼ିକରି ।୮୨।ଗୋପନାରୀୟେ ଛୁଟିଲେ ନମାନି ଭରତାତେଣୁକରି ଗୋପୀମାନନ୍ତ ହରି ରମିଲେ ଅପ୍ରମିତା ।୮୩।ଉତ୍ତର ବୋଇଲା ହୋ ଜୀବନ ତୋର ଧନି ଧନିସାଧୁ ସାଧୁ ତୋହୋର ପିଅର ଜନନୀ ।୮୪।ତୁ ଅବା ନପୁଂସେକ ମୁଂ ତୋତେ ଶୁଭବେଳେ ଭେଟିତୋହୋର ଜୀବନ ଧନି ଧନି ସାଧୁ ମୋହୋର ଜୀବନଗୋଟି ।୮୫।ଶୁଣ ହୋ ଉତ୍ତର କୁମାର ଯେ ଗାଣ୍ଡିମ ଧନୁ କଥାୟେଣେ ସେ ଭାରା ନିବାରଣ ହୋଇବ ସର୍ବଥା ।୮୬।ଉତ୍ତର ବୋଇଲା ଆଶ୍ରିଜ ହୋଇଲି ବୃହନ୍ନାରୀତୁ ୟେହା କେମନ୍ତେ ହୋ ଜାଣିଲୁ ତଦନ୍ତ କରି ।୮୭।ବୃହନ୍ନାରୀ ବୋଇଲା ତୁ ଶୁଣସି ଉତ୍ତରମୁହିଂ ଯେ ଅଭେଦ ଅଟଇ ପାଣ୍ଡବଂକର ।୮୮।ୟେହେନ୍ନେକ କରି ମହାତମା ଆମ୍ଭନ୍ତ କରନ୍ତି ସଦୟେଯେ ସେ ବୃହନ୍ନାରୀ ସେ ପ୍ରତକ୍ଷେ ଧନୁର୍ଜୟେ ।୮୯।ଉତ୍ତର ବୋଇଲା ତୁ ସମସ୍ତ ଭେଦ ଜାଣୁ ଯେବେୟେ ଶହସ୍ରନ୍ତ ଥୋଇ ପାଣ୍ଡବ ଗଲେ କେଉଂଣ ଠାବେ ।୯୦।ବୃହନ୍ନାରୀ ବୋଇଲା ସେ ପଶାର କୁତୂହୋଳେରାଜ୍ୟଭାର ଥାଠ ସନ୍ୟ ପରିଜା କଲେ ୟେକାବେଳେ ।୯୧।ଯେ ପଶାରେ ହାରଇ ସେ ଦ୍ୱାଦଶ ବରଷ ବନେ ସେବିଅଗ୍ୟାଂତବାସ ବରଷେ ତେରଦିନ ଭୋଗି ।୯୨।ବରଷେ ତେର ଦିବସ ଯେବେ ହୋଇବ ଜାଣନ୍ତାପୁଣ ଦ୍ୱାଦଶ ବରଷ ବନେ ସେ ଯିବ ୟେସନେକ କଥା ।୯୩।ଆହୋ ଉତ୍ତର ଦଇବ ପୁରୁଷମାନେ କଲେ ଧର୍ମରେ କଷଣଯୁଝେଷ୍ଠି ବନବାସେ ହୋଇବ ମହୀଭାରା ନିବାରଣ ।୯୪।ବନେ ପଶିଣ ଯେ ଅନେକ ଦଇତ ମାରିପ୍ରଥମ ବନବାସେ କୁମ୍ଭିରୀ କିନ୍ନରୀ ନିବାରି ।୯୫।ହୀଡିମ୍ବେକ ବନେ ପଶି ହିଡିମ୍ବେକ ଦଇତ ମାରିହିରଣ୍ୟପୁରେ ପାଣ୍ଡବାସୁରକୁ ନିବାରି ।୯୬।ଦୁଜ ବନବାସେ ଯେ ନିର୍ବାତକପଚହିରଣ୍ୟକପଚ ଆବର ବଜ୍ର ଯେ କପଚ ।୯୭।ଗୋସିଂହ ରଣସିଂହ ଜପାସୁର ତାରାକ୍ଷ ତ୍ରିପୁରାମଧୁ ମେରୁଶୂଳ କାଳାନଳ କାଳନଉମୀ ଆବର ଅଙ୍ଗିରା ।୯୮।ଅନେକ ଦାନବ ସେ ନାଶକଲେ ବନେଅଗ୍ୟାଂତ ବାସେ ସେ ରହିଲେ ଗୋପ୍ୟାନେ ।୯୯।ଧର୍ମ ନ ଲଘଂନ୍ତି ସେ ମହତ କୁଳଶୀଳଅଗ୍ୟାଂତବାସେଣ ସେ ବଞ୍ଚାଉଛନ୍ତି ଦିନକାଳ ।୧୦୦।ଆବର ତିନିଦିନ ଅଛଇ ଲେଖନ୍ତେତାହା ତୁ ଗୋପ୍ୟକରି ପାରିବୁ କି ହୃଦଗତେ ।୧୦୧।ଉତ୍ତର ବୋଇଲା ସତ୍ୟ କଲାଇଂ ଯେ ମୁହିଂସାତଦିନ ପରିଯନ୍ତେ ମୁଂ ନ କହିବି କାହିଂ ।୧୦୨।ଧର୍ମ ଲଂଘଇ ମୁହିଂ କରତାରେ ଦ୍ରୋହ କରଇନିରଞ୍ଜନ ଥାଳେ ମୁଂ ବିଷ ଯେ ଭରଇ ।୧୦୩।ଜଳେ ଉଲଗ୍ନ ହୋଇ ସ୍ରାହାନେ ଯେତେ ଦୋଷସେ ଦୋଷ ଲଭିବି ମୁଂ କଲେଟି ପ୍ରକାଶେ ।୧୦୪।ବୃହନ୍ନାରୀ ବୋଇଲା ତୁ ଶୁଣ ହୋ ବିରାଟିୟେ ତୋହୋର ରାଜ୍ୟରେ ଯେ ଅଛନ୍ତି ପାଣ୍ଡବ ପାଞ୍ଚଗୋଟି ।୧୦୫।ଉତ୍ତର କୁମାର ଆଶ୍ରିଜ ଯେ ବୃହନ୍ନାରୀ ବଚନେୟେକଥା ସଂପ୍ରତେ ମୁଂ କରିବି କେସେନ ।୧୦୬।ଆହୋ ବୃହନ୍ନାରୀ ରାଜୁସୀ ଯାଗ ଯୁଝେଷ୍ଠି ଠାକୁରେ କଲେପଞ୍ଚଉତ୍ତର ଶତେ ରଥ ସୁବର୍ଣ୍ଣ ଦେଖା ଦରଶନି ଘେନିଣ ବିରାଟ ଯେ ଗଲେ ।୧୦୭।ସାତଦିନ ପରିଯନ୍ତେ ଛତ୍ରଶାଳେ ଅନ୍ନ ଖାଇଷୋଳଦିନ ରହିଲେ ଦ୍ରଶନ ନ ପାଇ ।୧୦୮।ଭୀମସେନ ଠାକୁର ଯୁଝେଷ୍ଠିଂକ ସାନଭ୍ରାଥଅନ୍ତରୀକ୍ଷେ ବିରାଟକୁ ଘେନିଗଲେ ଗଣ୍ଡସ୍ଥଳେ ଦେଇ ହାଥ ।୧୦୯।ଯୁଝେଷ୍ଠି ଦେବଂକ ସେ ପାଦତଳେ ପକାଇଲେ ନେଇପଦ୍ମପାଦଗୋଟି ମାତ୍ର ପିତା ମୋର ଦେଖିଲାକ ତହିଂ ।୧୧୦।ଆବର ଦେଖିଲେ ଶ୍ରୀହସ୍ତର ମଚ୍ଛମୁଦି ଗୋଟିୟେଦିଶଇ ବିଜୁଳି ତେଜ ଆଦିତ୍ୟର ପରାୟେ ।୧୧୧।ଲକ୍ଷେକ ନୃପତି ଯାହାର ଚରଣ ତଳେ ଲୋଟିବାସୁଦେବ ପଢିହାରି ପଣେ ଯାହାର ଚରଣ ତଳେ ଖଟି ।୧୧୨।ଲକ୍ଷେକ ନୃପତି ଯେ ସବୁଂକରି ମୁକୁଟେଯୁଝେଷ୍ଠି ଦେବଂକର ପାଦ ଅଙ୍ଗୁଷ୍ଠି ବସିଲା ସବୁରି ଲଲାଟେ ।୧୧୩।ୟେତେ ପୁଣ୍ୟ କାହୁଂ ହୋଇବ ବିରାଟର ବଂଶେଯୁଝେଷ୍ଠି ଦେବଂକର ପାଦରଜ ପଡ଼ିବ କି ମୋହୋର ଦେଶେ ।୧୧୪।ଶୁଣି ଉତ୍ତର ପ୍ରତିବାକ୍ୟ ଦିଅଇ ବୃହନ୍ନାରୀଅବଦେ ହୋଇଲାନି ତୋହୋର ରାଜ୍ୟେ ଠାକୁରେ ଅଛନ୍ତି ବିଜେକରି ।୧୧୫।ଆହୋ ଉତ୍ତର ଯାହାର ତୁଲେ ପଶା ଖେଳନ୍ତି ବିରାଟେସଭାପଣ୍ଡା ନାମ ବହନ୍ତି କୋନ୍ତଭଟ୍ଟେ ।୧୧୬।ଅନୀତି ବଚନ ହୋ ନ ଆସଇ ଯାହାର ମୁଖେସେହି ସେ ଯୁଝେଷ୍ଠି ଉତ୍ତର ବୁଝସି ପ୍ରତକ୍ଷେ ।୧୧୭।ଉତ୍ତର କୁମାର ଆଶ୍ରିଜ ଯେ ହୋଇଲା ତାହା ଶୁଣିଦେଖି ତଦନ୍ତ କରି ବୁଝ ବୃହନ୍ନାରୀ ପୁଣି ।୧୧୮।ଗନ୍ଧମାର୍ଦ୍ଦନ ପର୍ବତ ଜାଣି ଭୀମସେନର କାୟେସେ ଗୋପ୍ୟାନ ହୋଇଲେ ପୁଣ କେବଣ ଉପାୟେ ।୧୧୯।ତିନିଷାଠି ପଉଟି ଅନ୍ନକେ ଯେ ବେଳକେ ଅତ୍ରିପୁତିୟେତେକ କେମନ୍ତେ ତାକୁ ଦିଅଇ ମଚ୍ଛପତି ।୧୨୦।ୟେ ତୋହୋର ବଚନ ଯେବେ ମୁହିଂ କରିବଇଂ ସତ୍ୟଅଥବା ସରୂପ କରି ମୋତେ କହନି ସଂଘାତ ।୧୨୧।ଶୁଣ ବାବୁ ଉତ୍ତର କହଇ ଫାଲଗୁନିଇଦଂ ବାକ୍ୟ ହୃଦଗତେ ବିଚାରିଲେ ସରୂପ ଲୟେ ଘେନି ।୧୨୨।ଶୁଣ ହୋ ଉତ୍ତର ତ୍ରଇଲକ୍ୟ ମଧ୍ୟ୍ୟେ ଯାହାର ମହିଂମା ଦୁର୍ଲଭକାଳର ଅବଳେ ସେ ସୂପକାର ବଲ୍ଲଭ ।୧୨୩।ମୟେମତ୍ତ ବାଘ୍ର ଯେ ବଧକଲା ଯୁଦ୍ଧେପ୍ରଚଣ୍ଡ ମାଲ ଯେ ମାଇଲା କଉତୁକ ଶଧେ ।୧୨୪।ସଇରିନ୍ଧ୍ରୀକି ବେଢ଼ିଲା ଯେ କୀଞ୍ଚେକ ସେନାପତିଗୁପତ ଯୁଦ୍ଧେ ତାହାନ୍ତ ବିନାଶିଲା ମାରୁତି ।୧୨୫।ତ୍ରିଗର୍ତ୍ତ ତୋହୋର ପିତାକୁ ଯେ ବାନ୍ଧି ନେଉଥିଲାଥାଠ ତାହାର ସଂହରି ବିରାଟକୁ ବନ୍ଧନୁ ଆଣିଲା ।୧୨୬।ପାଣ୍ଡବ ସୁନ୍ଦର ସେ ଅମାପ ବଳବନ୍ତାସେ ଯେ ବ୍ରିକୋଦର ସମରେ ଜଗୁଜିତା ।୧୨୭।ଉତ୍ତର କୁମାର ବୋଇଲା ଶୁଣ ବୃହନ୍ନାରୀତଦ୍ୟାପି ମନଭ୍ରାନ୍ତି ନିହାଇ ଫିଟଇ ମୋହୋରି ।୧୨୮।ବୃହନ୍ନାରୀ ବୋଇଲା ରେ ଶୁଣସି ଉତ୍ତରଅଗ୍ନି ବିଦାରି ବାହାର ଯେବଣ ଶରୀର ।୧୨୯।ସଇରିନ୍ଧ୍ରୀ ରୂପେଣ ମୁକୁଳିତ ଯାର କେଶତାହାର ଲୁବୁଧେ କୀଞ୍ଚେକ ଗଲେ ପ୍ରାଣନାଶ ।୧୩୦।ପଞ୍ଚାଳ ଦେଶ ନୃପତି ଦ୍ରୋପଦ ରାଜାର ଅବଳାପ୍ରତଗ୍ୟାଂ ସାଧବୀ ସେ କେଶ ଯାହାର ମୁକୁଳା ।୧୩୧।ଗୋପ୍ୟାନ ନିମନ୍ତେ ସେ ସଇରିନ୍ଧ୍ରୀ ନାମେ ବହିଦିନ ହରଣ ନିମନ୍ତେ ସେ ଗୋପ୍ୟେ ଛନ୍ତି ରହି ।୧୩୨।ନକୁଳକୁମାର ୟେ ସୁନ୍ଦର ସୁକୁମାର ଅଟଇଅଶ୍ୱିନୀକୁମାର ମୁଖେ ଯାହାକୁ ପାଟ ଅଛଇ ।୧୩୩।ହେମବନ୍ତ ବିବାଦେ ଯେ ପୃଥୀ ଧଇଲା କ୍ରୋନ୍ତମୁନେଛତ୍ର ପ୍ରାୟେ କରି ବହିଲା ଅଭିମାନେ ।୧୩୪।ସୁନ୍ଦର ସୁକୁମାର ସେ ପଣ୍ଡିତ ମହାସିଦ୍ଧାରେହନ୍ତର ପ୍ରସାଦେ ସେ ଜାଣଇ ଅଶ୍ୱ ଲକ୍ଷଣ ବିଦ୍ୟା ।୧୩୫।ଗୋପ୍ୟାନ ନିମନ୍ତେ ସେ ଗ୍ରନ୍ଥିକାର ବାଜୀପାଳସର୍ବଗୁଣେ ସୁଲକ୍ଷଣ ସେ କୁମାର ନକୁଳ ।୧୩୬।ଆହୋ ଉତ୍ତର ଯାହାର ଅଶ୍ୱ ସାଜିଲେ ଜିଣଇ ପରଥାଠଇନ ଜିଣିଲେ ନ ଲେଉଟଇ ସରୂପ ଜାଣ ଅଟଇ ।୧୩୭।ଆହୋ ଉତ୍ତର କହନ୍ତେ ନ ସରଇ ୟେହାଂକର ମହିମାଂଆକାଶରେ ପଡୁଥାଇ ଯାହାର ଗାରିମା ।୧୩୮।ନାମ ସଂକେତ ନାଶକର ସକଳ ଦର୍ପଗଞ୍ଜାକାଳଦଣ୍ଡ ଛାଡଇ ତାକୁ କୃତାନ୍ତେକ ଦେବରାଜା ।୧୩୯।ବୃହନ୍ନାରୀ ବୋଇଲା ଶୁଣ ହୋ ବିରାଟର ବଚ୍ଛାମନ୍ତ୍ରୀ ଚୂଡାମଣି ସହଦେବ ଗୋରୁଂକର ପରିଚ୍ଛା ।୧୪୦।ପିତାକୁ ଅସାଧ୍ୟ୍ୟ ଯେବଣ ପ୍ରୋଥନାଲକ୍ଷେ ରାଜାକଇଂ ଯେ ନପାଇ ଗଣନା ।୧୪୧।ସାତକ୍ଷଉଣୀ ବଳ ଘେନି ବାହିଲା ବିରାଟପ୍ରୋଥନା ଶିଂଗଘାତେ ନିମଞ୍ଜିଲା ଥାଠ ।୧୪୨।ବେନିକ୍ଷଉଣୀ ବଳ ମରାଇ ଗଲା ମଚ୍ଛଦେଶେସେ ପ୍ରୋଥନା ସାଧ୍ୟ୍ୟହୋଇଲା ଯାହାର ବେନୁଘୋଷେ ।୧୪୩।ଉତ୍ତର ଯାହାର ନାମ ଧରନ୍ତେ ସର୍ବ ରୋଗ ତୁଟିଭୂତ ଭବିଷ୍ୟ ଗ୍ୟାଂତା ବାବୁ ଯାହାର ନାମଗୋଟି ।୧୪୪।ଗୋରୁନ୍ତ ତାରିବାକୁ ଯାହାର ମନ୍ତ୍ର ବୁଦ୍ଧିତେଣୁ ସେ ତନ୍ତ୍ରୀପାଳ ଗୋପାଳ ନାମ ପରସିଦ୍ଧି ।୧୪୫।ଉତ୍ତର ବୋଇଲା ବୃହନ୍ନାରୀ ମୁଖ ଚାହିଂୟେମାନଂକର ବାରତା ପାଇଲି ଅର୍ଜୁନ ଠାକୁରେ ଗଲେ କାହିଂ ।୧୪୬।ବୃହନ୍ନାରୀ ହସିଲେଯେ ଉତ୍ତର ବଚନେମୁହିଂ ସେ ପାର୍ଥିବ ହାଦେ ବାସେବ ନନ୍ଦନେ ।୧୪୭।ଉପହାସେ ଉତ୍ତର ନାସିକାୟେ ଦେଇ ହାଥବାବୁ କି ପାତକେ ଅର୍ଜିଲୁ ହୋ ବାସେବର ସୁତ ।୧୪୮।ବାବୁ ହରିହର ଆତ୍ମାଗୋଟି ଯେବଣ ପୁରୁଷନପୁଂସେକ ଲକ୍ଷଣ ହେଲୁ କେବଣହିଂ ଦୋଷ ।୧୪୯।ମୁହିଂ ଯାହା ଶୁଣିଅଛି ଦେଶାଉର ମୁଖେରାମକୃଷ୍ଣ ଜିଣିମାକୁ ଯେ ସାମର୍ଥ ଅଟଇ ୟେକେ ।୧୫୦।ବୃହନ୍ନାରୀ ବୋଇଲା ସତ୍ୟ ମୋର ବାଣୀପୁରୁଷ ବେଶ ମୋହୋର ଦୋଖ ୟେହିକ୍ଷଣି । ୧୫୧।ଉତ୍ତର କୁମର ବୋଇଲା କେବଣ ତୋର ପାପୟେହେନ୍ନେକ ଅଲକ୍ଷଣ ତୋହୋର କାହାର ଅଭିଶାପ ।୧୫୨।ୟେ ମୋହୋର ଇଦଂ ବାକ୍ୟ ଶୁଣ ରେ ବିରାଟିନିର୍ବତକପଚେ ବଧ୍ୟ୍ୟକରି ମୁଂ ଅମରାଧି ନାଥେ ଭେଟି ।୧୫୩।ଯେବଣ ବେଳେ ଦାନେବ ଧାଡ଼ିଦିଲା ଅମର ମଣ୍ଡଳେଭାଞ୍ଜିଣ ଜୂର କରଇ ସର୍ଗ ମଣ୍ଡଳ ସର୍ବକାଳେ ।୧୫୪।ମୁଂ ତାହାକଇଂ ନିଧନ ହାଦେ କଲଇଂ ସମରେଅନେକ ଉତ୍ସବ ଇନ୍ଦ୍ର ଦେବତା କଲେକ ଅମରେ ।୧୫୫।ଆସ୍ତାନେ ପିତାମହ ବସାଇଲେ ମୋତେ କୋଳେଅପଛରୀୟେ ମୋତେ ବେଢିଲେ ହର୍ଷଭୋଳେ ।୧୫୬।ଆଶା ଜାଣିମା ନିମନ୍ତେ ବାସେବ ଦେବତା ଦିଲେ ପେଷିଅନେକ ବିନୟୀ ରମଣ ମୋତେ ମାଗିଲା ଉର୍ବଶୀ ।୧୫୭।ଶୁଣ ହୋ ସତ୍ୟଯୁଗେ ଅମରେ ପୁରରବା ନାମେ ରାଜାକାଳେ ସେ ଉର୍ବଶୀ ହାଦେ ତାହାଂକର ଭାରିଯା ।୧୫୮।ପୁରରବା ଅନ୍ତେ ଇନ୍ଦ୍ର ହୋଇଲେ ନ ଘୋଷତାହାଂକର ଉର୍ବଶୀ କରାଇଲା ଅଭିଳାଷ ।୧୫୯।ପୁଣ ଇନ୍ଦ୍ରପଦେ ବସିଲା ଯଯାତିତାହାଂକର ଉର୍ବଶୀ କରାଇଲା ପ୍ରିୟବତୀ ।୧୬୦।ପୁଣ ଇନ୍ଦ୍ରପଣେ ସ୍ୱର୍ଗେ ବସିଲେ ଦୁଷ୍ମନ୍ତତାହାଂକର ଉର୍ବଶୀ କରାଇଲା ପ୍ରିୟମତ ।୧୬୧।ୟେବେ ଇନ୍ଦ୍ରପଦେ ଯେ ଅମର ମଣ୍ଡଳେୟେ ମୋହୋର ପିଅର ଅଟଇ ଆଖଣ୍ଡଳେ ।୧୬୨।ୟେବେ ସେ ଉର୍ବଶୀ ଅଟେ ତାହାଂକର ଯୁବତୀମୁହିଂ ପାମର ତାହାକଇଂ କେମନ୍ତେ କରିବଇଂ ସୁରତି ।୧୬୩।ବଂଶ ଗୁରୁପତ୍ନୀ ବୋଲି ନାସ୍ତି ମୁହିଂ କଲିରାଗେ ଉର୍ବଶୀ ବୋଇଲା ନପୁଂସେକ ହୋଅ ବୋଲି ।୧୬୪।ବିରହିତା ବାମା ମୁଂ ମୋତେ କଲୁ ତୁ ନିରାଶଅନ୍ୟସ୍ତିରୀ ମେଳେ ତୋହୋର ନୋହୁ ଅଭିଳାଷ ।୧୬୫।ଶୁଣ ବାବୁ ଉତ୍ତର ୟେହା ଜାଣିଲେ ସସ୍ରଯୋନିସାଧୁ ସାଧୁ ପୁତ୍ର ବୋଲି ମୋତେ କଲେ ଧନି ଧନି ।୧୬୬।ଉର୍ବଶୀକି ବାସବ ଦେବତାୟେ କଲେ କୋପନିକଳଂକ ପୁତ୍ର ଗୋଟିକି ମୋର ଦିଲୁ ୟେତେକ ଶାପ ।୧୬୭।ବାସବେ ଦେବତାଂକ କୋପେ ମୋତେ ସେ କଲାକ ସଦୟେଯାଅ ଯା ଶାପ ମୋହୋର ତୋତେ ହିତ ହୋଉ ଧନୁର୍ଜୟେ ।୧୬୮।ଗୁପତେ ବନବାସ ଯେ ହୋଇବ ଅଗ୍ୟାଂତଆନ ଆନ ରୂପେ ତୁମ୍ଭେ ଗୁପତେ ରହିବ ପଞ୍ଚୁଭ୍ରାଥ ।୧୬୯।ବେନିଭୁଜେ ତୋହୋର ଯେ ଫଳିତ ଗୁଣଘୃଷ୍ଟେବାହି ବାନ୍ଧି ତାହା ଳୁଚାଇବୁ ସଂକଟେ ।୧୭୦।ବାବୁ ପରମ ସାଧବୀ ମୋତେ ଯାହା କୋପେଣ ବୋଇଲାମହତଂକର କୋପେ ମୋତେ ପରମହିତ ହୋଇଲା ।୧୭୧।ମୋହୋର ଲକ୍ଷଣ ଯେ ଘେନିଣ ଉର୍ବଶୀଅମରେ ବସିଅଛି ସେ ହୋଇଣ ପୁରୁଷବେଶୀ ।୧୭୨।ତୁ ଯେ ପୂଚ୍ଛାକଲୁ ବାବୁ ମୋହୋର ଚରିତନଫୁସେକ ଲକ୍ଷଣ ମୋତେ ହୋଇଲା ୟେମନ୍ତ । ୧୭୩।ଉତ୍ତର ବୋଇଲା ଅର୍ଜୁନ ଠାକୁରେ ବହନ୍ତି ଦଶନାମତାହା କହିଲେ ମୁଂ ହୋଇବି ପରିଣାମ ।୧୭୪।ଅର୍ଜୁନ ବୋଇଲେ ଉତ୍ତର ବହୁତ ଗହନ ୟେ କଥାତୁ ଯେ ପୁଚ୍ଛାକଲୁ କହିବାନା ତାହାର ବାରତା ।୧୭୫।ଧୃତରାଷ୍ଟ୍ର ଅନ୍ଧ ଯେ ରାଜ୍ୟକୁ ନୋହିଲା ଯୋଗ୍ୟସୋଦର ଅର୍ଥେ ପଣ୍ଡୁର ତାହାଂକୁ ବଡ଼ ସ୍ରାଗ ।୧୭୬।ଧୃତରାଷ୍ଟ୍ରକୁ ପଣ୍ଡୁ ରାଜ୍ୟଭାର ଦେଇଦୁଷ୍ଟଂକ ନିବାରଣେ ସେ ବନଗାମୀ ହୋଇ ।୧୭୭।ପଣ୍ଡୁଂକର ତୁଲେ କୋଇନ୍ତା ମାଦ୍ରୀ ବେନିରାଣୀଶତଶିଂଗ ପର୍ବତରେ ଯେ ଆଶ୍ରମ କଲେ ପୁଣି ।୧୭୮।ସେ ସୁରନଦୀ ତୀରେ ଅର୍ଜୁନ ନାମେ ବନତହିଂ ଜନମିଲି ମୁଂ ମିଥୁନ କୃଷ୍ଣ ଦୁତୀୟାର ଦିନ ।୧୭୯।ବୃହସ୍ପତି ବାର ନକ୍ଷତ୍ର ଯେ ଉତ୍ତରା ଫାଲଗୁନିରାତ୍ରେଣ କୋଳେ ମୋତେ କୋଇନ୍ତାୟେ ଛନ୍ତି ଘେନି ।୧୮୦।ଶ୍ରୀକରେ ଅର୍ଘ୍ୟ ଘେନି ପଣ୍ଡୁ ଯେ ରାଜନପ୍ରଥମେ ନାମ ମୋର ଦିଲେକ ଅରଜୁନ ।୧୮୧।ବୃହସ୍ପତି ରାଇ ଗଣାଇଲେ ସସ୍ରଯୋନିବୃହସ୍ପତି ନାମ ମୋତେ ଦିଲେ ଫାଲଗୁନି ।୧୮୨।ଆହୋ ଉତ୍ତର ରଇବ୍ରତ ପର୍ବତେ ଗୋବିନ୍ଦେ ଫଗୁ ଖେଳିୟେମନ୍ତର ସମୟେ ବନେ ଶୁଭିଲା ହୁଳହୁଳି ।୧୮୩।ଅଦଭୁତ ଶବଦ ଶୁଣିଣ ଦେବରାଜେତତକ୍ଷଣେ କେଶବ ବଇନେତ୍ର ପିଠିରେ କଲେ ବିଜେ ।୧୮୪।ଭ୍ରମନ୍ତେ ଦେଖିଲେ ସେ ମୋହୋର ବର୍ଣ୍ଣଚିହ୍ନସରୂପେ ଦେଖି ମୋତେ କୋଳେ ଧଇଲେ ଜନାର୍ଦ୍ଦନ ।୧୮୫।ଅନେକ ରତ୍ନ ଆଭରଣ କଲେକ ବନମାଳୀଆପଣେ ଦୋଳିରେ ବସାଇ ଦୁତୀକୃଷ୍ଣ ନାମ ତୋଳି ।୧୮୬।ବାବୁ ଅମର ନାଶ କଲା ଯେ ବଜ୍ରକପଚର ସୁତବାସେବର ବଚନେ ମୁଂ ମାଇଲି ନିର୍ବାତକପଚ ।୧୮୭।ଅନେକ ଉଚ୍ଛବ ଯେ ଅମରେ କଲେକ ଦେବରାଜାକିରେଟୀ ମୁକୁଟ ବାନ୍ଧି କିରୀଟ ନାମ ଦିଲେକ ବିଡୋଜା ।୧୮୮।ବାବୁ ବିଶ୍ୱାବସୁ ଭାରିଯା ନାମ ଋତୁବତୀତାହାକୁହିଂ ହରିନେଲା ବଜ୍ରକପଚର ନାତି ।୧୮୯।ହିରଣ୍ୟକପଚ ମାରି ଆଣିଲି ତାର ପ୍ରିୟାଅନେକ ବିନୋୟୀ ମୋତେ କହିଲେ ଗନ୍ଧର୍ବକୁଳ ଶ୍ରୀୟା ।୧୯୦।ହିରଣ୍ୟ ଅନଳ ଋଚିର ପଦ୍ମରାଜୟେ ଚାରିହୟେ ଶୁଦ୍ଧ ସଷ୍ଟିକ ଜାଣି ତେଜ ।୧୯୧।ବିଶ୍ୱାବସୁ ପୂଜାକଲେ ମୋତେ ଶ୍ୱେତ ବାରାସ ଘେନିତେଣୁକରି ନାମ ମୋର ଦିଲେ ଶ୍ୱେତ ଯେ ବାହିନୀ ।୧୯୨।ଶୁଣ ବାବୁ ଉତ୍ତର ଶ୍ରୀକୃଷ୍ଣାର ତନୁଯେତେବେଳେ ଖାଣ୍ଡବ ବନ ମୁଂ କଲଇଂ ଦହନୁ ।୧୯୩।ଅଗ୍ନି ଦେବତାଂକର ଯେ ଲୁଦୁବୁଦୁ ବ୍ୟାଧିଖାଣ୍ଡବ ବନ ଦହିଣ ଦିଲି ମଉଷଧି ।୧୯୪।ଅଗ୍ନି ଦେବତାୟେ ଅନେକ ତ୍ରିପତି ହୋଇଲେବିଷ୍ଣୁନାଥଂକ ତହୁଂ ମୋତେ ଗାଣ୍ଡିମ ଧନୁ ଦିଲେ ।୧୯୫।ଅଭୟେ ବର ତୋତେ ପ୍ରାପତ ହୋଉ ବୋଲି ଅଗ୍ନି ଦେବତାୟେ ବୋଇଲେତ୍ରଇଲୋକ୍ୟ ଜୟୀହୁଅ ୟେ ଧନୁ କରେ ଥିଲେ ।୧୯୬।ବାବୁ ୟେ ଧନୁ କରେ ଥିଲେ ହୋଅଇ ସର୍ବ ଜୟେତେଣୁକରି ଅଗ୍ନି ଦେବତାୟେ ନାମ ଦିଲେ ଧନୁର୍ଜୟେ ।୧୯୭।ବାବୁ ସୁଗନ୍ଧିକା ହରଣେ ମୁଂ ହନୁମନ୍ତେ ବିବାଦୀଶରେ ଶରେ ସାଗର ମୁହିଂ ସେତୁବନ୍ଧ ବାନ୍ଧି ।୧୯୮।ବାରାନିଧି ଭିତରେ ସେ ଚଉବିଂଶ ଜୂଣ ଦୀର୍ଘପ୍ରତିୟେତେବଡ଼ ବନ୍ଧ ମୁହିଂ ବାନ୍ଧିଲଇଂ ଦକ୍ଷିଣ ମୂରତି ।୧୯୯।ଅନେକ ପ୍ରଶଂସା ମୋତେ କଲାକ ହନୁମନ୍ତତେଣୁକରି ନାମ ମୋର ଦିଲେକ ସେ ପ୍ରାର୍ଥ ।୨୦୦।ବାବୁ ଯାଗଦି ତୀର୍ଥ ଯେ ଗଙ୍ଗା ସ୍ରାହାନ କାଳେସର୍ବେଶ୍ୱର ବୋଲିଣ ସେ ୟେକଇ ଚାଣ୍ଡାଳେ ।୨୦୧।ନିଶାଚର ଦୂରାନ୍ତେକ ଦେବସ୍ତିରୀନ୍ତ ଦେଖିବଳାତ୍କାରେ ହରିଲା ଯେ ଶଚୀ ଯେ ଦେବୀଂକି ।୨୦୨।ଅନେକ ସମର ସେ ହୋଇଲା ମେରୁପୃଷ୍ଠେବୃନ୍ଦାଅର୍କମାନନ୍ତ ସେ ଜିଣିଲା ଦ୍ରପିଷ୍ଟେ ।୨୦୩।ମୁହିଂ ବସିଅଛି ସେ ଅସକନ୍ଦ ନାମେ ବନେଶଚୀଦେବୀଂକି ଘେନିଣ ସେ ଚଳଇ ଯାତୁଧାନେ ।୨୦୪।ଶଚୀଦେବୀ ଡାକଦିଲେ ଅର୍ଜୁନ ମୋତେ ରଖତୋହୋର ପରାୟେ ପୁତ୍ର ଥାଉଂ ମୁଂ ହୋଇଲି ନିରେଖ ।୨୦୫।ଇଦଂ ବାକ୍ୟ ଶଚୀଦେବୀ ବୋଲନ୍ତି ବିକଳେଦୁରାନ୍ତେକ ବଳ ମୁହିଂ ଧ୍ୱସିଲଇଂ ରୋଳେ ।୨୦୬।ସର୍ବେଶ୍ୱର ଚାଣ୍ଡାଳ ଆଦିକରି ସର୍ବବଧିଦେବ ଭୁବନେ ମୁହିଂ କାର୍ଯ୍ୟକଲି ସିଦ୍ଧି ।୨୦୭।ସେ ଅପର୍ଣ୍ଣାମାନେ ବୋଇଲେ ଖଣ୍ଡିଲୁ ସର୍ବ ଅରିଷ୍ଟିସର୍ବସାଚୀ ନାମ ତୋହୋର ହେଉ ରେ ପୁତ୍ରଗୋଟି ।୨୦୮।ବାବୁ ସାଂଗ୍ରାମେ ନିସତ ହୋଅନ୍ତି ଯେବଣହିଂ ଛତ୍ରୀକେଶ ମୁକୁଳିତ ବିବସ୍ର ବିଶହସ୍ର ବିରଥୀ ।୨୦୯।ମୁଖେ ଅଙ୍ଗୁଳ ଲାଇ ନିସତେ ଦ୍ୟନ୍ତି ପିଠିବିବଚ୍ଛ କର୍ମେ ମୁହିଂ ନ ପେଷଇ ଶରଗୋଟି ।୨୧୦।ସମସ୍ତ ଯୋଦ୍ଧାୟେ ବୋଇଲେ ପ୍ରତଗ୍ୟାଂ ତୋହୋର ସାଚୟେ ମହୀମଣ୍ଡଳେ ନାମ ତୋହୋର ବିବଚ୍ଛ ।୨୧୧।ବାବୁ ରାଜୁସୀ ଯାଗରେ ଯେ ଦିଗ ବିଜୟ କାଳେକାହାକୁହିଂ ନ ମାରି ସାଧିଲି ପ୍ରିୟବଳେ ।୨୧୨।ଉତ୍ତର ଦକ୍ଷିଣ ପୂର୍ବେ ପଚ୍ଛିମ ଲକ୍ଷେକ ନୃପତିବିଜୟ ନାମ ଦେଇଣ ସଭିୟେଂ କଲେ ତୁସ୍ତି ।୨୧୩।ମୋର ଦଶନାମ ବାବୁ ଶୁଣିମାକୁ ସାବଧାନ ହୋଇଲୁ ବିରାଟିୟେ ମହୀଣ୍ଡଳେ ସାଧିୁ ତୋହୋର ଜୀବନଗୋଟି ।୨୧୪।ଆହୋ ଉତ୍ତର ୟେ ଦଶନାମ ଯେ ପଢନ୍ତି ଶୁଣନ୍ତିପ୍ରାତ ସଂଧ୍ୟ୍ୟାୟେ ଯେ ହୃଦୟେ ଘୋଷନ୍ତି ।୨୧୫।ହରନ୍ତି ପାତେକ ସେ ଖଣ୍ଡନ୍ତି ଦୁର୍ଗତିଅପୁତ୍ରିକେ ପୁତ୍ର ପାନ୍ତି ଧନ ସନ୍ତତି ବର୍ଦ୍ଧୁତି ।୨୧୬।ରାଜଦଣ୍ଡ ଯମଦଣ୍ଡ ଅପଯଶ ଖଣ୍ଡଇ ସର୍ବକାଳେଇହଲୋକେ ଭୋଗପାନ୍ତି ପରଲୋକେ ବସନ୍ତି ସର୍ଗମଣ୍ଡଳେ ।୨୧୭।ପ୍ରତ୍ୟକ୍ଷ ଦେଖ ତୁହେ କୁମାର ବିରାଟିନପୁଂସେକ ଲକ୍ଷଣ ମୋର ଗଲାଟି ୟେବେ ଫିଟି ।୨୧୮।ୟେ ମୋହୋର ଦଶନାମ ଶୁଣିଲୁ ବିରାଟିଆଝୁଂ ଦୁର୍ଗତମାନ ଗଲା ତୋହୋର ଫିଟି ।୨୧୯।ଶୁଣିଣ ଉତ୍ତର କୁମାର ଶତେ ସହସ୍ର ଦଣ୍ଡ ପରିଣାମିତୁମ୍ଭେ ସେ ବୀରବର ପୁରୁଷଂକ ଉତ୍ତମି ।୨୨୦।ଜୟତୁ ପାଣ୍ଡବ ଶୁଦ୍ଧ ଗୁଣରାଣିବାରତେ ଭାରୋଇମଲ୍ଲ ଅଭୟେ ସୋମବଂଶୀ ।୨୨୧।ଅନେକ ପୁଣ୍ୟ ସ୍ୱାମି ମୁଂ କରିଥିଲି ପୂର୍ବେଦେଖିଲି ଦୁତୀନାରାୟଣ ସରୂପ ଭଗତିଭାବେ ।୨୨୨।ଜଗୁଜନ ସୋଦର ପ୍ରଭୁ ଶରଣ ପଞ୍ଜର ନାଥେଶ୍ରୀକୃଷ୍ଣ ସାରଥି ପଣେ ବାହାନ୍ତି ଯାର ରଥେ ।୨୨୩।ସାଧୁ ସାଧୁ ସୁଲଭ ୟେ ମଘଦେଶ ମଚ୍ଛପୁରୀସାଧୁ ସୁଲଭ ୟେ ନଗର ନରନାରୀ ।୨୨୪।ସାଧୁ ସାଧୁ ସୁଲଭ ୟେ ବିରାଟର ବଂଶମମ ଭୁବନେ ପ୍ରବେଶ ପରମାନନ୍ଦ ପୁରୁଷ ।୨୨୫।ସୋହୋଦ୍ରାର ପ୍ରାଣନାହା ଦୁତୀକୃଷ୍ଣ କାୟେଶୁଦ୍ରମୁନି ସାରୋଳା ଦାସ ହୃଦଗତେ ନିତ୍ୟେ ଧ୍ୟାୟେ ।୨୨୬।୫୬୨୫।ଶିବପିଣ୍ଡ ଓ ଦେବଦତ୍ତ ଶଙ୍ଖ ବିବରଣ ଏବଂ ଅମ୍ବାସୁର ବଧଇଦଂ ବାଚ ଯେ ଉତ୍ତର କୁମାର କଥୋପିଜଗବନ୍ଦନ ପୁରୁଷ କାଳ ବ୍ରତେକ ଅନରୂପୀ ।୧।ଯହୁଂ ସେ ସଂପକ୍ଷ ମୋତେ ଦୂତୀ ନାରାୟଣଉତ୍ତର କୁମାର ବିନୟୀ ପଚାରଇ ବୟାଣ ।୨।ଅର୍ଜୁନ ବୋଇଲେ ଉତ୍ତର ୟେବେ ବୃକ୍ଷକୁ ବେଗେ ଉଠଚାରିଧନୁ ଆଠତ୍ରୋଣ ଥୋଅ ନେଇ କ୍ରୋଟ ।୩।ନୟନ ବୁଜି ଉତ୍ତର ବୃକ୍ଷକଇଂ କଲା କୋଳଧାତିକାରେ ଉତ୍ତର ଯାଇଂ ଲାଗିଲାକ ଡାଳ ।୪।ଚାରିଧନୁ ଆଠତ୍ରୋଣ ଅର୍ଜୁନ ଦିଲା ବଢାଇଉତ୍ତର କୁମାର ଧଇଲା ତାହା ତରୁଡାଳେ ଥାଇ ।୫।ଧନୁ ତ୍ରୋଣମାନେ ସେ ଥୋଇଲା କ୍ରୋଟରେଧାତିକାରେ ଓହ୍ଲାଇଲେ ବିରାଟ କୁମାରେ ।୬।ମୃତପିଣ୍ଡକୁ ବୋଇଲା ଲାଗଯାଇଂ ବୃକ୍ଷେଆଗ୍ୟାଂ ପ୍ରମାଣେ ସେ ଯାଇଂ ଲାଗିଲା ପ୍ରତକ୍ଷେ ।୭।ଉତ୍ତର ପଚାରଇ ଶୁଣିମା ଫାଲଗୁନିୟେ ମୃତପିଣ୍ଡର ମହିମାଂ ଅଟଇ କେସନି ।୮।କର ଚରଣ ଶିର କିଛିହିଂ ୟେହାର ନାହିଂବଦନ ବିହୁନେ ୟେ ଯେ ବୋବି ୟେକ ଦେଇ ।୯।ଘୋର ରଡ଼ିଘାତେ ସେ ଯେ କଂପଇ ବ୍ରହ୍ମାଣ୍ଡଅଉଦଡ଼ି ବନ୍ଧନେ ୟେ କିଂପା ୟେଡ଼େକ ପରଚଣ୍ଡ ।୧୦।ଅର୍ଜୁନ ବୋଇଲା ଶୁଣ ତୁ ହୋ ବିରାଟର ବାଳେଅନେକ ଉପୁଗାର କଲି ନିର୍ବାତ କପଚ ବଧକାଳେ ।୧୧।ବୃହଧ୍ୱଜର ପୁତ୍ର ସେ ବୁଧଶ୍ରବା ବୋଲିଚଣ୍ଡ ଗନ୍ଧର୍ବ ପୁତ୍ର ପ୍ରଚଣ୍ଡ ମହାବଳୀ ।୧୨।ୟେହାର ମାତା ନାମ ଅଟଇ ମଧୁବତୀବାସବେ ଦେବତାର ସେ ଅଟଇ ପଣନାତି ।୧୩।ୟେହାର ଭାରିଯା ନାମ ଅଟଇ ସୁରମୋହିନୀୟେହାକଇଂ ବଳାତ୍କାରେ ନିର୍ବାତକପଚ ଗଲା ଘେନି ।୧୪।ନିର୍ବାତକପଚ କଇଂ ବଧକରି ମୁଂ ଆଣିଲି ସେହୁ ବାଳୀଭାରିଯା ପାଇଣ ଅନେକ ସାନନ୍ଦ ହୋଇଲା ପ୍ରଚଣ୍ଡାବଳୀ ।୧୫।ମୋତେ ବୋଇଲା ତୁ ଯେ ବଧକଲୁ ମୋର ଦାରା ବଇରିମୁହିଂ ତୋତେ କିସ ହୋଇବି ଉପୁଗାରି ।୧୬।ଦେବାକୁ ରହମାନ ନୋହଇ ତୁ ମୋହୋର ଗୁରୁଅଥବା ଦେଇପାରଇ ଯିସ ଲୋଡ଼ିପାରୁ ।୧୭।ମୁହିଂ ବୋଇଲି ଯେବେ ପ୍ରସନ୍ନ ହୋଇଲୁ ମୋତେଶହସ୍ରନ୍ତ ରକ୍ଷାକରିବୁ ଅଗ୍ୟାଂତବାସ ପରିଯନ୍ତେ ।୧୮।ବାବୁ ମହତଂକ ବଚନ ନୋହଇଟି ଆନସତ୍ୟ ରଖି ଅଦଉଡ଼ିୟେ ହୋଇଛି ବନ୍ଧନ ।୧୯।ଗନ୍ଧର୍ବେ ଦାନବେ କିନ୍ନରେ ଶହସ୍ର ନିଅନ୍ତି ବୋଲି ହରିତେଣୁକରି ବିକଟାଳେ ଦିଅଇ ଘୋରରଡ଼ି ।୨୦।ଘାଉଆ ବିହୀନେ ଗନ୍ଧାୟେ ଯେ ସେହିଆଡ଼ ଦୀର୍ଘ ଯୋଜନ ପରିଯନ୍ତେ ନୁଆସନ୍ତି କେହି ।୨୧।ୟେ ସେ ବିଦ୍ୟାଧର ପ୍ରଚଣ୍ଡ ମହାବଳୀୟେ ଶହସ୍ରନ୍ତ ରକ୍ଷାକରି ପାରଇ କି ଆନଭଳି ।୨୨।ଉତ୍ତର ବୋଇଲା ୟେ ଶମୀବୃକ୍ଷର ଅନେକ ମହିମାଂୟେତେ ଶହସ୍ରନ୍ତ ବହିଅଛି ୟେ କେବଣ ମହାତମା ।୨୩।ସୁନ୍ଦର ହୋଇକରି ଯେ କ୍ରୋଟର ମଧ୍ୟ୍ୟସ୍ଥାନେମହୀଭରା ନ ସହଇ ୟେ ବୃକ୍ଷ ସହିଲା କେସନେ ।୨୪।ଶୁଣ ଉତ୍ତର କୁମାର ଯେ ବୋଲଇ ଫାଲଗୁନିୟେ ବୃକ୍ଷ ହରିହର ଦେବତାଂକ ଭୂଜ ବେନି ॥୨୫।ବାବୁ ଅଙ୍ଗେକ ଶୁକ୍ଲ ବର୍ଣ ଯେ ଅଙ୍ଗେକ କଳାପ୍ରତକ୍ଷେ ଦେଖିଲୁଟିକି ବିରାଟର ବଳା ।୨୬।ଯେବଣ ଶହସ୍ର ଭାର ନ ସହଇ ମେରୁହରିହର ବେନି ଦେବତା ୟେହା ବହିଲେ ଗରୁ ।୨୭।ଅର୍ଜୁନର ଯେତେବେଳେ ନପୁଂସେକ ଲକ୍ଷଣ ପାରଗଲାଦେବଦତ୍ତ ଶଙ୍ଖ ଯେ ମାତଳି ଆଣିଦେଲା ।୨୮।କିରୀଟୀ ମୁକୁଟ ଯେ ବୀରବେଶ ଅଲଂକାରମାତେଳୀ ଆଣି ଆଭରଣ କଲାକ ଶରୀର ।୨୯।ଉତ୍ତର କୁମାର ପଚାରଇ ଦେବଦତ୍ତ ଶଙ୍ଖ ଚାହିଂୟେ ଶଙ୍ଖଗୋଟି ସ୍ୱାମି ପାଇଲୁ ତୁମେ କାହିଂ ।୩୦।ଅର୍ଜୁନ ବୋଇଲା ତୁମି ଶୁଣ ହୋ ଉତ୍ତରଅଳକାପୁର ଠାକୁର ଯେ ଅଟଇ କୁବେର ।୩୧।ମକର ମାସ ଶୁକଳ ପକ୍ଷ ତିଥି ଯେ ଚଉଠିମଘାନାମେ ନକ୍ଷତ୍ରକୁ ବେଳ ଭୋଗ ତିନିଘଟି ।୩୨।ବିଷ୍ଟି ନାମେ କରଣ ଯେ ଆୟୁଷ୍ମାନ ନାମେ ଯୋଗମକର ସଂକରାନ୍ତିକି ତିନି ଦିବସ ଭୋଗ ।୩୩।ସହସ୍ରେକ କନ୍ୟା ଘେନି ନଳ କୁବେରଇଚନ୍ଦ୍ରଭାଗା ଆର୍କତୀଥେ ଯାଇଂ ସ୍ରାହାନ କରଇ ।୩୪।ଅମ୍ବାସୁର ବୋଲିକରି ବାଣାସୁର ପଣନାତିକନ୍ଦମ୍ବାସୁର ଦାନେବର ସେ ଅଟଇ ସନ୍ତତି ।୩୫।ପୂର୍ବଦିଗେ ଅମ୍ବୁ ବନେଣ ତାହାର ଯେ ବାସସେହୁ ସେ ଭାସ୍କର ତୀର୍ଥକୁ ବଳାୟେ ମାନସ ।୩୬।ତାହାର ଭାରିଯା ନାମ ସରହ ସୁନ୍ଦରୀଚନ୍ଦ୍ରଭାଗା ତୀର୍ଥେ ସେ ମାୟେ ସ୍ରାହାନ କରି ।୩୭।କୁବେର ଭାରିଯା ନାମ ଅଟେ ହାରାବତୀଅନେକ ଅମୁଲ୍ୟ ରତ୍ନ ଆଭରଣ ହୋଇଛନ୍ତି ।୩୮।ଅମ୍ବାସୁର ଭାରିଯା ଯେ ସରହ ସୁନ୍ଦରୀକୁବେର ଭାରିଯା ହାରାବତୀକି ବୋଇଲା କରଯୋଡ଼ି ।୩୯।ଅପୂର୍ବ ରତ୍ନ ଅଳଂକାର ତୁମର ତହିଂ ଅଛିମାଳୀ ଗୋଟିୟେକ ତୁମ୍ଭେ ଦିଅକିନା ଲେଚ୍ଛି ।୪୦।ଉପହାସ୍ୟ କରିଣ ସେ ବୋଇଲା ଦେବସ୍ତିରୀଦେବତାଂକ ଅଳଂକାରକୁ ଇଚ୍ଛାକଲୁ ଲୋ ପାମେରି ।୪୧।ଅସୁରୀ ପାମେରୀ ତୁଲୋ ଲେଞ୍ଚ ହୀନଜାତିୟେଥେ ଅଳଂକାର ମାଗୁ ଲୋ ଚାଣ୍ଡାଳୀ ଦୁରାପତି ।୪୨।ଅପାର ଝିଂଘାସି ବୋଇଲା ବହୁତ ବାଗେକାନ୍ଦିଣ ରାକ୍ଷାସୁଣୀ କହିଲା ଅମ୍ବାସୁର ଆଗେ ।୪୩।ପ୍ରୀତି ଉପୁଜାଇ ମୁଂ ମାଗିଲି ଅଳଂକାରବୋଇଲା ଦେବତାଂକ ଅଳଂକାରକୁ ଆଶାକରୁ ଲୋ ତୋହୋର ଛାର ।୪୪।ଅମ୍ବାସୁର ଅଇଲା ଭାରିଯା ହାଥ ଧରିଡାହାଣ ଭୁଜେ ଧରିଅଛି ସେ ଲୋହର ଲଉଡ଼ି ।୪୫।ଅଧର ପୁଷ୍ଟ କରିଣ ଯେ ପ୍ରବେଶ କୁବେରର ଆଗେଅପାର ବଡ଼ିମା କଥାସେ କହୁଅଛି ରାଗେ ।୪୬।ଆହୋ କୁବେର ରାହୁର ବୀର୍ଯ୍ୟେ ଅମ୍ବ ଦଇତ୍ୟ ଜାୟେଅର୍କ ଦଇତ ଅଟଇ ତାହାର ତନୟେ ।୪୭।ଅର୍କ ଦତ୍ୟକଇଂ ମାଡ଼ି ସେ ବସିଲେ ବିରଞ୍ଚିତେଣୁ ସେ କଣ ଅର୍କ ନାମ ବହିଅଛି ।୪୮।ସେ ଅର୍କ୍ୟଦତ୍ୟର ପୁତ୍ର ମୟ ଯେ ଦାନବହନୁମନ୍ତ ମାଡ଼ି ବସିଲା ଯେ ସେବଇ ରାମଦେବ ।୪୯।ତାହାର ନନ୍ଦନ ଯେ କଦମ୍ବାସୁର ବୀରକଦମ୍ବାସୁର ନନ୍ଦନ ମୁଂ ନାମ ମୋ ଅମ୍ବାସୁର ।୫୦।ମୁହିଂ ରକ୍ଷାପାଳକ ଯେ ଭାସ୍କର ତୀର୍ଥ ଅଧିକାରୀଶୋଷେକ ନାଶେକ ମୁଇଂ ୟେଥିର ଦଣ୍ଡଧାରୀ ।୫୧।ମୋହୋର ଭାରିଯା ଯେ ମାଗିଲା ଏକ ମାଳିତୋହୋର ଭାରିଯା ମୋହୋର ଭାରିଯାକୁ ଦିଲା ଗାଳି ।୫୨।ଦୟା ନ କଲେ ସେ ନ ଦିଲେ ଯୁଗତେଭାରିଯାର ଝିଂଘାସ ମୁଂ ସହିବି କେମନ୍ତେ ।୫୩।କୁବେର ବୋଇଲା ମୁଂ ଦେବ ଭଣ୍ଡାରର ଅଧିକାରୀରକ୍ଷାପାଳକ ମୁହିଂଟି ୟେମାନ ନୋହୋଇ ମୋହୋରି ।୫୪।କହୁଂ କହୁଂ କୋପ କଲା ସେ ଅମ୍ବାସୁର ମହାବଳଆକ୍ରେଷି ନଳ କୁବେରର ଧଇଲା ଯାଇଂ ବାଳ ।୫୫।କୁମରକୁ ବନ୍ଧନ କଲା ସେ ଜଳଫାଶ ଘେନିସବୁଂ କୁହିଂ ଧଇଲା କୁବେରର ସହସ୍ରେ କାମେନୀ ।୫୬।ଅଲଂକାରମାନ ସେ ଯେ ଯେତେ ଥିଲେ ଭରିସମସ୍ତ ଅମ୍ବାସୁର ଘେନିଲା ଉଛୁଡ଼ି ।୫୭।ଆପଣା ଭାରିଯା ଶ୍ୱରୀରେ ଆଭରଣ କଲାସହସ୍ରେ କନ୍ୟାଂକର ଅଳଂକାର ସମସ୍ତ ନେଇ ଦିଲା ।୫୮।ନଳ କୁବେରକଇଂ ବନ୍ଧନ କଲା ଅମ୍ବାସୁରଧାତିକାରେ ପଶିଲା ଯାଇଂ ଜଳ ଅନ୍ଧାରୀପୁର ।୫୯।କନ୍ୟାମାନେ ସମସ୍ତେ ଯେ ପଳାଇଲେ ବିକଳେକୁବେର ଆଗରେ ଯାଇଂ କହିଲେ ତତକାଳେ ।୬୦।ବ୍ରହ୍ମା ରୁଦ୍ର ଇନ୍ଦ୍ର ଚନ୍ଦ୍ର ସୂର୍ଯ୍ୟ ଆଦିକରିମେରୁ ଆସ୍ତାନେ ବସିଛନ୍ତି ତହିଂ କୁବେର କଲାକ ଗୁହାରି ।୬୧।ପୁତ୍ର ମୋହୋର ଗଲା ଅର୍କ ତୀର୍ଥେ ସ୍ରାହାନ ନିମନ୍ତେଅମ୍ବାସୁର ଧରିନେଲା ଚନ୍ଦ୍ରଭାଗା ଅର୍କତୀର୍ଥେ ।୬୨।କ୍ରୋଧେଣ କୁବେର କହଇ ଅପ୍ରମିତାଶୁଣିଣ ପ୍ରତିଉତ୍ତର ଦିଲକେ ବିଧାତା ।୬୩।ଆନରେ ବଧ ସେ ନୋହଇ ଯାତୁଧାନେପାଣ୍ଡବ କୁଳେ ଜାତ ତାହା ମାରିବ ଅର୍ଜୁନେ ।୬୪।ମାତଳି ହକାରି ସେ ଦେବ ମଘବାନବ୍ୟାଧ ପର୍ବତରୁ ମୋତେ ନିଆଇଲେ ବହନ ।୬୫।ଦେବ ସଭାତଳେ ମୁଂ ହୋଇଲି ପରିଣାମିଆଗ୍ୟାଂଦିଲେ ମୋତେ ପିତାମହ ଦେବସ୍ୱାମି ।୬୬।ତୁହୋ ଧନୁର୍ଜୟେ ଯାଅସି ଅର୍କତୀର୍ଥେନଳ କୁବେରକୁ ଧରି ନେଇଅଛି ଅମ୍ବାସୁର ଦଇତେ ।୬୭।ତୁ ତାହାକୁ ବଧ ହୋ କର ଫାଲଗୁନିକୁବେର ନନ୍ଦନ ଦେବଭଣ୍ଡାର ବେଗେ ଆସ ଘେନି ।୬୮।ନାରଦ ବୋଇଲେ ସେ ଥାଇ ଜଳଅନ୍ଧାର ପୁରକେବଣ ବାଗେ ସେ ଜଳୁଂ ହୋଇବ ବାହାର ।୬୯।ପରମ ସାନନ୍ଦ ସେ ଦେବ ଯେ ବିଧାତଦେବଦତ୍ତ ଶଙ୍ଖ ଆଣି ଦିଲେକ ମୋର ହାଥ ।୭୦।ତ୍ରଇଲୋକ କମ୍ପଇ ସେ କମ୍ବୁ ଶବଦ ଶୁଣିଅମ୍ବାସୁର ଜଳୁଂ ବାହାର ହୋଇବ ଶିରଝୁଣି ।୭୧।ବ୍ରହ୍ମାୟେ ଦିଲେ ମୋତେ ଆବର ଶହସ୍ର ଗୋଟିୟେୟେହା ଘେନି ଅମ୍ବାସୁରକୁ ମାର ହୋ ଧନୁର୍ଜୟେ ।୭୨।ଆହୋ ଉତ୍ତର ୟେ ଶଙ୍ଖ ଦେଖି ଯେ ମୋତେ ପୁଚ୍ଛାକଲୁବୋଇଲୁ ୟେ ଶଙ୍ଖ ସ୍ୱାମି କାହୁଂ ତୁ ପାଇଲୁ ।୭୩।ତେଣୁ ସେ ଦେବଦତ୍ତ ଶଙ୍ଖକୁ ବହଇ ମୋର ହାଥେ ।୭୪।ଉତ୍ତର କୁମାର ଶୁଣି ଅର୍ଜୁନକୁ ପରିଣାମିଅମ୍ବାସୁର ବଧ ମୋତେ କହିବା ଦେବସ୍ୱାମୀ ।୭୫।ଯେସନେକ ଅନ୍ଧ ବଧିର ଅରଣ୍ୟର ପଶୁମମ ଜନ୍ମଯାକ ଦେବ ତହିଂର ସାଦ୍ରିଶୁ ।୭୬।ଶୁଣ ହୋ ଉତ୍ତର ଦେବଦତ୍ତ ଶଙ୍ଖର ମହିମାୟେସନେକ କରି ପ୍ରସନ୍ନେ ମୋତେ ଦିଲେ ବେଦବ୍ରହ୍ମା ।୭୭।ୟେ ଶଙ୍ଖ ଲଳିତ କରି ଯେବେ କରଇ ସୁସ୍ୱରେ ଧୁନିଶୁଣିକରି ବଶ୍ୟ ହୋଅନ୍ତି ଅବୋଧ କାମେନୀ ।୭୮।ୟେ ଶଙ୍ଖ ମଧ୍ୟମାନେ ଯେବେ ବାବେ ଧୁନିସପତ ଲକ୍ଷ ଯୋଜନେ ଜାଣନ୍ତି ପଦ୍ମଯୋନି ।୭୯।ଉର୍ଦ୍ଧକଇଂ ବାଦ୍ୟ ଯେବେ କରିବାକ ଟାଣିଅସାଧ୍ୟ୍ୟ ସାଧ୍ୟ୍ୟ ହୋଅଇ ୟେ ଶଙ୍ଖର ଶବଦ ଶୁଣି ।୮୦।ଆକ୍ରେଷି ବାଦ୍ୟ ସେ କରିବା ଯେବେ ସ୍ୱରଛତ୍ରୀୟେ ଶହସ୍ର ଧରି ନୁଆରନ୍ତି କର ।୮୧।ୟେ ଶଙ୍ଖ ଘେନି ଗଲି ମୁଂ ଯେ ଭାସ୍କର ଅର୍କତୀର୍ଥେଦତ୍ୟର ବର୍ଣ୍ଣଚିହ୍ନ ନାହିଂ ଜଳେ ପଶିଅଛି ଗୁପତେ ।୮୨।ଆହୋ ଉତ୍ତର ୟେ ଶଙ୍ଖଧୁନି ବାଦ୍ୟ କରନ୍ତେ ମୁହିଂ ଟାଣିଜଳ ଭୁବନ କମ୍ପିଲା ଗହ ଗହ ଶବଦ ଶୁଣି ।୮୩।ଜଳ ଅନ୍ଧାରୀ ପୁରେ ଅମ୍ୱାସୁର ପଶିଥିଲାଗର୍ଜନ ନାଦକରି ସେ ଜଳୁଂ ବାହାର ହୋଇଲା ।୮୪।ଉଲୁକାପାତ ଶବଦ ଶୁଭିଲା ସେତେବେଳେଆମ୍ୱାସରୁ ବାହାର ହୋଇଲା ମହାଜଳେ ।୮୫।ନଳ କୁବେର ତୁଲେ ସେ ଅନେକ ବିଳାସୁଣୀଜଳଫାଶ ଘେନି ସେ ବାନ୍ଧିଲା ଅଛି ଟାଣି ।୮୬।ବାମକରେ ଧରିଣ ଅଛଇ ସବୁରି ଜଳଫାଶିଡାହାଣ କରେ ଲୁହାର ଲଉଡ ଘେନି କୋପେ ବାହାର ହୋଇ ଆସି ।୮୭।ବାବୁ ବହୁତ ପ୍ରତଗ୍ୟାଂ ସେ କଲାକ ଦଇତ ଅମ୍ୱାସୁରବାଜିଲା ରଣଗୋଳ ଯେ ତାହାର ମୋହୋର ।୮୮।ରଥ ଗଜ ଅଶ୍ୱ ଯେ ନାହିଂ ତାହାର ଥାଠଲୁହାର ଲଉଡ଼ି ଘେନି ସେ ବାହାର ଦ୍ରପିଷ୍ଟ ।୮୯।ପାଟି ଫଳା ଆଡେଣି ଅଙ୍ଗେ ନାହିଂ ବଜ୍ରସେହ୍ନାଯେତେ ଶସ୍ର ବିନ୍ଧିଲି ତାହାର ଶରୀରେ ପଡି ସର୍ବ ଗଲା ଚୂନା ।୯୦।ଲକ୍ଷେ କୋଟି ମର୍ଭୁତ ମେବଚ୍ଛ ଶର ବିନ୍ଧିୟେକୁୟେକ ନାରାଜକେ ଯେ କନ୍ଦରେ ହୋନ୍ତି ଚ୍ଛେଦି ।୯୧।ଆହୋ ଉତ୍ତର ଅନିର୍ବାରଣ ଯେ ମୋହୋର ସମସ୍ତ ଶହସ୍ରସକଳ ଚୂରଗଲା ଅମ୍ୱାସୁର ଗାତ୍ର ।୯୨।ବାବୁ ୟେସନେକ ଇହଲୋକ ଶସ୍ରେ ଯହୁଂ ନୁଆରିଲି ଜିଣିରାଗେ ଦେବ ଶହସ୍ରନ୍ତ ସନ୍ଧାନ କଲି ଟାଣି ।୯୩।ବାବଲ ପଶୁପତ୍ର ଗଦା ଯେ ମୁଦୁଗରଭୁଷଣ୍ଡୀ ତୀକ୍ଷକାତି ଆବର ଶକ୍ତିଶର ।୯୪।ରୁଦ୍ର ଶହସ୍ର କାମ୍ୟେକ ବ୍ରହ୍ମ ଯେ ଶକତିବ୍ରହ୍ମ ଶହସ୍ର ନାରାୟଣ ଶସ୍ର ରତ୍ନାବଳୀ ଚକ୍ର କାତି ।୯୫।ୟେ ଶହସ୍ରମାନ ସମସ୍ତ ବିନ୍ଧିଲି ମୁଂ ଟାଣିସମସ୍ତେ ଚୂରଗଲେ ପାଷାଣେ ଟେଳା ଜାଣି ।୯୬।ଆହୋ ଉତ୍ତର ସମସ୍ତେ ଶହସ୍ର ବିଘାତେକାଳଚକ୍ର ପ୍ରହାର କଲି ହାଦେ ତହିଂର ଯେ ଅନ୍ତେ ।୯୭।ନିର୍ଘାତ ଦୁରାନ୍ତେକ ଶରୀରେ ତାହାର ପଡ଼ିସେ ଅତୁଟ କାଳଚକ୍ର ଗଲାକ ଉପୁଡ଼ି ।୯୮।ପର୍ବତ ଅମୋହ ଶସ୍ର ଯେ ମାଇଲି ଅଷ୍ଟାଙ୍ଗେଅନିର୍ଯ୍ୟାପ ଗିରିବର ପଡ଼ିଲେ ତାର ଅଙ୍ଗେ ।୯୯।କକଡା ମାସେ ଯେହ୍ନେ ଦ୍ରୋଣମେଘ କରେ ବୃଷ୍ଟିଅସୁର ଶରୀରେ ପର୍ବତେ ପଡ଼ିଲେ କୋଟି କୋଟି ।୧୦୦।ଅନ୍ତରୀକ୍ଷେ ତୋଳି ସେ ବୁଲାଇଲା ଲୋହାର ଡାଙ୍ଗେପର୍ବତମାନ ପଡ଼ି ଚୂର ହୋଇଲେ ନିଶାଚର ଅଙ୍ଗେ ।୧୦୧।ରାଗଭର ହୋଇଣ ମୁଂ ନୁଆରିଲି ସହିଅନଳ ବାଣ ବିନ୍ଧିଲି ମୁଂ ଯେଣେ ସଂସାର ହୋୟେ ଦହି ।୧୦୨।ଶୁଣ ହୋ ଉତ୍ତର ତାର ମହିମାଂ ଦୁର୍ଲ୍ଲଭସେ ଅନଳ ବାଣ ଯାଇ ପଶିଲା ଅମ୍ୱାସୁର ଗର୍ଭ ।୧୦୩।ନୀଳଚକ୍ର ବାଣ ଯେ ନୀଳାମ୍ୱର ବିଷ୍ଣୁଂକର ଦିଲାଯେବଣ ଶତେ କାମ୍ୟେକ ବନ ଦହନ ହୋଇଲା ।୧୦୪।ତ୍ରଇଲୋକ୍ୟ କମ୍ପିଲା ସେ ନୀଳଚକ୍ର ବାଣ ପେଷନ୍ତେବଳରାମ ଜାଣିଲେ ତାହା ଥାଇ ବାଇବ୍ୟ ପର୍ବତେ ।୧୦୫।ଅମ୍ୱାସୁରକଇଂ ଯତନେ ଲୋଡୁଥିଲେ କାମପାଳସେ ଅର୍କତୀର୍ଥେ ସ୍ରାହାନ କରନ୍ତେ ହରିନେଲା ବଳରାମଂକର ହଳ ଯେ ମୂଷଳ ।୧୦୬।ବାଇବ୍ୟ ପର୍ବତୁଂ ବଳରାମେ କ୍ଷେପିଲେ କୋପମୃତ୍ତିୟେଗାର ଶହସ୍ର ଯୋଜନ ହୋଇଲା ରାମର ପାଦଗତି ।୧୦୭।ଶ୍ରୀ ବଳରାମେ ତହୁଂ ରାଇ ମୋତେ ବଚନ ପ୍ରକାଶିରହ ରହ ଅର୍ଜୁନ ମୁଂ ୟେହାକଇଂ ବଧ କରଇସି ।୧୦୮।ଶ୍ରୀ ବଳରାମଂକ ବଚନେ ମୁଂ ଛାଡ଼ିଲି ସଂଗ୍ରାମଅମ୍ୱାସୁର ତୁଲେ ଯୁଦ୍ଧ କଲେକ ବଳରାମ ।୧୦୯।ମୁହିଂ ଛଡ଼ାଇ ଆଣିଲି ନଳକୁବେର ଅମର ବିଳାସୁଣୀକୁବେର ଦେବତାଂକ ଆସ୍ତାନେ ଦିଲି ଆଣି ।୧୧୦।କୋପେଣ ବଳରାମ ପିଟିଲେ ହଳ ଯେ ମୂଷଳସହସ୍ରବାର ପ୍ରହାର କଲେ ଅସୁର ବକ୍ଷସ୍ଥଳ ।୧୧୧।ତଦ୍ୟାପି ନାଶ ଯହୁଂ ନଗଲା ଅମ୍ୱାସୁରସମରେ ବିମୁଖ ଯେ ହୋଇଲେ ବଳେବର ।୧୧୨।ଚରଣ ଧରି ବଳରାମେ ରାଗେଣ ଦେଲେ ଫିଙ୍ଗିଅମ୍ୱୁବନେ ପଡ଼ିଲା ସେ ଥାନ ପରିତ୍ୟାଗୀ ।୧୧୩।ଜମ୍ୱୁଦ୍ୱୀପ ଭ୍ରଥଖଣ୍ଡ ଅଇଶୂନ୍ୟ ଅଗ୍ନିକୋଣେପୂର୍ବଦିଗ ସିନ୍ଧୁତଟେ ଅମ୍ୱୁ ବନିକା ଯେଣେ ।୧୧୪।ଭାନୁମତ ପର୍ବତେ ଅମ୍ୱାସୁରକୁ ପିଟିଲେ ଅସକନ୍ଦେପର୍ବତ ଚୂରଗଲା ପଡ଼ି ଅମ୍ୱାସୁର କନ୍ଧେ ।୧୧୫।ଅମ୍ୱାସୁର ବଧ୍ୟ ଯହୁଂ ନଗଲା କେଉଂଣସି ବାଗେଅନେକ ତମ ଉପୁଜିଲା ବଳରାମଂକର ଅଂଗେ ।୧୧୬।ମାଡ଼ି ବସିଲେ ବଳରାମ ଅମ୍ୱାସୁର ହୃଦେକଟି ମେଖଳାୟେ ସଉଭଦ୍ରା ନାରାୟଣ ପାଦେ ।୧୧୭।ତିନିଦେବ ମାଡ଼ି ବସିଲେ ୟେକକାୟାପୂର୍ବଦିଗେ ଅମ୍ୱୁବନେ ଅମ୍ୱାସୁରକୁ ମାଡ଼ି ବସିଲେ ତ୍ରିତୟା ।୧୧୮।ଅର୍ଜୁନ କହିଲେ ଯେ ଉତ୍ତର କୁମାରକୁସେ ପରସ୍ତାବେ ଦେବଦତ୍ତ ଶଙ୍ଖ ଦିଲେ ମୁକୁ ।୧୧୯।୫୭୪୪।
ଅର୍ଜୁନ ନନ୍ଦିଘୋଷ ରଥ ପ୍ରାପ୍ତି ଓ ମହିଷାସୁର ବଧ ଏବଂ ଅକ୍ଷୟତୂଣ ଉତ୍ପତ୍ତିର ବିବରଣଅର୍ଜୁନ ଦେବଦତ୍ତ ଶଙ୍ଖ ବାଦ୍ୟକଲାଯେସନେକେ ନିର୍ଘାତ ଆକାଶୁଂ ଖସିଲା ।୧।ପ୍ରଳୟ ନିକଟେ ଯେହ୍ନେ ଗରଜନ୍ତି ମେହାତେସନେକେ ଶବଦ ଶୁଭିଲା ଘୋରହା ।୨।କଉରୋବ ସଇନି ଯେ ତ୍ରାସିଲେ ତାହା ଶୁଣିଅଦଭୂତେ ଶୁଭିଲା କାହୁଂ ଆକାଶେ ନିର୍ଘାତ ଘୋର ବାଣୀ ।୩।କି ଅବା ମନ୍ଦିରଗିରି ପଡ଼ିଲାକ ଆସିଯୁଗାନ୍ତେକ କାଳ କିବା ହୋଇଲାକ ଆସି ।୪।ଶମୀବୃକ୍ଷ ତଳକୁ ଦ୍ୱାରକା ଅଶି ସହସ୍ର ଯୁଣତହିଂକି ଶୁଭିଲା ସେ ଦେବଦତ୍ତ ଶଙ୍ଖସ୍ୱନ ।୫।ଦ୍ୱାରକାୟେ ଥାଇ ତାହା ଜାଣିଲେ ଜନାର୍ଦ୍ଦନଜାଣିଲେ ମାଧବ ଯେ ଶ୍ରୀ ମଧୁସୂଦନ ।୬।ଗୋବିନ୍ଦ କୃତକୃତ୍ୟ ସାନନ୍ଦ ହୃଦଗତେଦାରୁକକୁ ରାଇ ବୋଇଲେ ସାଜ ନନ୍ଦିଘୋଷ ରଥେ ।୭।ମଣ୍ଡଇ ଦାରୁକ ଯେ ଅନେକ ରତ୍ନ ଖଞ୍ଜିଯେସନେକେ ଅରୁଣ ରଥ ମଣ୍ଡଇ ବିରଞ୍ଚି ।୮।ଉଡନ୍ତି ପାତାଙ୍ଗ ଯେ ମୁକୁତା ପ୍ରବନ୍ଧଝଟକନ୍ତି ହୀରା ନୀଳା ୟେହାଂକାର ସନ୍ନିଧ୍ୟ ।୯।ଫରହର ଆଲମ୍ୱ ଉଡ଼ନ୍ତି ଚଉକତିମାଣିକ୍ୟ ଝରାୟେ ଖଞ୍ଜିଲା କ୍ଷୁଦ୍ରମୋତି ।୧୦।ରଥଂକର ପୀଢ ଚାରି ଯେ ପାବଚ୍ଛେଶତେ ଶତେ ପଂକ୍ତି ହୀରା ମାଣିକ୍ୟ କାଛେ କାଛେ ।୧୧।ମର୍କତର ନୀଳା ଯେ ମରାଗ ଖଞ୍ଜଣୀତହିଂର ଜ୍ୟୋତି ଦିନକର ତେଜ ଜାଣି ।୧୨।ଦେବତାୟେ ପ୍ରଶଂସନ୍ତି ଯେବଣ ରଥ ଦେଖିନିରାକାର ନାଥ କି ଗଗନ ଉପେକ୍ଷି ।୧୩।ନାରାୟଣ ଶହସ୍ର ଚକ୍ର ଯେ ଭୂଷଣ୍ଡିଗଦା ମୁଦୁଗର ପାଟି ଆବର ତ୍ରିଦଣ୍ଡି ।୧୪।ବଜ୍ର ଶକତି ବ୍ରହ୍ମଶକତି ଶୂଳ ଯେ ଶକତିଅମୋହ ଶକତି ସୂର୍ଯ୍ୟାବ୍ରତେକ ଶକତି ଛେଲ ଆବର ରୁଦ୍ରକାତି ।୧୫।ପର୍ବତା ଶର କୁଠାର ପ୍ରଶୁ ଯେ କୋଦାଳମେଘାଶର ନାରାଜ ପର୍ବତା ଦାବାନଳ ।୧୬।ଜଳଫାଶ ନାଗଫାଶ କାଳଫାଶ ଆବର ଯମଫାଶନୀଳଚକ୍ର କାମ୍ୟେକଚକ୍ର କାଳଚକ୍ର ହିରଣଚକ୍ର ଶୁଦ୍ଧ ଚକ୍ର ଯେ ଅଶେଷ ।୧୭।କଉମୁଦକୀ ଗଦା ରତ୍ନାବଳୀ ଗଦା ଲୋହାସାର ଗଦାବିଜେକେତନ ଗଦା କାଳେବର ଗଦା ଆବର ଚକ୍ରାବର୍ତ୍ତେକ ଗଦା ।୧୮।ଅସଂକ୍ଷେପ ଶହସ୍ର ଘେନିଣ ଦେବହରିରଥରେ ଥୋଇଲେ ନେଇ ମଧୁହାରି ।୧୯।ଆପଣେ ଜଗନ୍ନାଥ ଯେବଣ ରଥ ସାଜିବାଛିଣ ଅଶ୍ୱନ୍ତ ଯୋଚିଲେ ଚାରିବାଜୀ ।୨୦।ଶ୍ୱେତ ଗୋକ୍ଷୀର ଶ୍ୱେତ ଆବର କାମପାଳରଥରେ ଯୋଚିଲେ ନେଇ ଦେବକୀର ବାଳ ।୨୧।ଶହସ୍ର ଭେଦ ନୋହୋନ୍ତି ତାହାଂକର କାୟେକାମରୂପୀ ଅଟନ୍ତି ସେହୁ ଚାରିହୟେ ।୨୨।ମହାଭାରା ନିବାରଣେ କରନ୍ତା ଆଦିସଞ୍ଚାଯୁଗାନ୍ତେକ ଅଶ୍ୱ ସେ ପ୍ରଳୟ କାଳବଞ୍ଚା ।୨୩।ରାତ୍ର ଦିବସ ଯେ ନ ଜାଣନ୍ତି ଚାରି ହୟେଆକାଶେ କ୍ଷେପନ୍ତି ସେ ଶ୍ୟାମଳ ପକ୍ଷୀ ପ୍ରାୟେ ।୨୪।ୟେକା ନିମିଷକେ ଭ୍ରମି ପାରନ୍ତି ସେ ମହୀଦିବା ଅର୍ଦ୍ଧେ ହୋଅନ୍ତି ସେ ସପତ ବ୍ରହ୍ମାଣ୍ଡ ଶାହୀ ।୨୫।ସେ ଚାରି ଅଶ୍ୱନ୍ତ ଜଗନ୍ନାଥେ ଯୋଚିରଥ ଘେନି ଦାରୁକ ଯାଅ ଅର୍ଜୁନ ଶମୀ ବୃକ୍ଷତଳେ ଅଛି ।୨୬।ନାରାୟଣ ବଚନେ ସେ ଚଲଇ ସାରଥିଅର୍ଜୁନକୁ ଭେଟିଲା ଯେ ରୟେଣୀ ପାହାନ୍ତି ।୨୭।ରଥ ଦେଖି ଅର୍ଜୁନ ଯେ ହୋଇଲା ନମସ୍କାରତାହା ଦେଖିଣ ଆଶ୍ରିଜ ଉତ୍ତର କୁମାର ।୨୮।ଦେଖ ଦେଖ ଉତ୍ତର ହୋ ବିରାଟର ସୁତୟେ ସେ ବାବୁରେ ଦେଖ ଆସି ନନ୍ଦିଘୋଷ ରଥ ।୨୯।ଅଶ୍ୱର ମହିଂମା ଯେ ରଥର ମହିଂମାସଞ୍ଚପିଣ ଉତ୍ତର କୁମାରକୁ କହିଲେ ମହାତମା ।୩୦।ସମସ୍ତ କୁଶଳ ବାରତା ଦାରୁକ ସମାଦେଦ୍ୱାରିକାୟେ କୁଶଳବାବୁ ତୋହୋର ପ୍ରସାଦେ ।୩୧।ଶ୍ରୀକୃଷ୍ଣ ଅର୍ଜୁନ ତୁମେ ନୁହଂ ଭିନ୍ନାଭିନ୍ନଭାରା ନିବାରଣେ ତୁମ୍ଭେ ଯୁଗେ ଯୁଗେ ଜନ୍ମ ।୩୨।ସତ୍ୟଯୁଗେ ଶ୍ରୀକୃଷ୍ଣ ଅବତାର ବାସୁଦେବତୁ ଅର୍ଜୁନ ଅଟୁ ହୋ ଅନନ୍ତ ସଦାଶିବ ।୩୩।ତ୍ରେତୟା ଯୁଗେ ସେ ଯେ ଶ୍ରୀରାମଚନ୍ଦ୍ର ରାୟେତୁହି ସେ ଲକ୍ଷଣ ହୋ ସୁମିତ୍ରା ତନୟେ ।୩୪।ୟେ ଯୁଗରେ ନରନାରାୟଣ ଅଟ ତୁମ୍ଭେ ବେନିଜନ୍ମେ ଜନ୍ମେ ତୁମ୍ଭେ ଅଟ ଭାରା ନିଶୋଧନି ।୩୫।ରଥକଇଂ ଆଣିଲି ଆଗ୍ୟାଂଦିଲେ ନାରାୟଣେକେଶବ ସୁମରି ବାବୁ ଯାଅ ଗୋଧନ ହରଣେ ।୩୬।ବିଜୟ ମଣି ମୁକୁଟ ଯେ କୁଣ୍ଡଳ ମେଖଳାଅର୍ଜୁନ ହୃଦଗତେ ଦାରୁକ ଦିଲାକ ଜୟେମାଳା ।୩୭।ନାରାୟଣ ଭୂଷଣ ସେ ଯେ ସର୍ବ ଅଳଂଙ୍କାରଦାରୁକ ଆଭରଣ କଲା ପାର୍ଥିବ ଶରୀର ।୩୮।ଯେସନେ ବାସବର ଅଭିଷେକ କାଳେତେସନେକ ଶୋଭାବନ ସୁରବଇ ବାଳେ ।୩୯।ଦାରୁକକଇଂ ଅର୍ଜୁନ ବଚନ ପ୍ରକାଶିଉତ୍ତର କୁମାର ରଥ ଘେନି ୟେହିଠାରେ ଥାଅସି ।୪୦।ଶମୀବୃକ୍ଷ ତଳେ ରହିଲା ଦାରୁକ ସାରଥିଉତ୍ତର କୁମାର ରଥ ଘେନି ରହିଲା ଶାନ୍ତିମୃତ୍ତି ।୪୧।ବହୁତ ବିନୟେ ସେ ଦେଖଇ ଅପ୍ରମିତଦେଖିଣ ସାନନ୍ଦ ଯେ ବିରାଟର ସୁତ ।୪୨।ଉତ୍ତର ପ୍ରଣପତ୍ୟ ଚରଣେ ସୁତ କୋନ୍ତୀସ୍ୱାମୀ ତେହୋର ପରସନ୍ନେ ମୁଂ ପାଇଲି ସଦଗତି ।୪୩।ଶ୍ରୀଭୁଜେ ଶହସ୍ର ଯେ ଧରଲେ କିରୀଟୀନାରାୟଣ ସୁମରି ଯାଇଂ ନନ୍ଦିଘୋଷ ରଥେ ଉଠି ।୪୪।ବାମ ଦକ୍ଷିଣେ କଷିଲା ଅଛି ଅକ୍ଷେୟ ତ୍ରୋଣ ବେନିଅନେକ ରତ୍ନ ମଣ୍ଡିତ ସେ ନାରାଜଂକର ଧନୀ ।୪୫।ସ୍ୱାମୀ ଆପଣେ କହିଲେ ସେ କଉରୋବଂକ ସଇନି ଅସଂକ୍ଷେପୟେ ବେନିତ୍ରୋଣେ ତୋହୋର ନାରାଜ ଅଛି ଅଳପ ।୪୬।ଅର୍ଜୁନ ପ୍ରତିବାକ୍ୟ ଶୁଣ ହୋ ବିରାଟିଅକ୍ଷୟେ ନାମ ବହନ୍ତି ୟେ ତ୍ରୋଣ ବେନିଗୋଟି ।୪୭।ଶୁଣ ହୋ ଉତ୍ତର ୟେ ତ୍ରୋଣର ଚରିତବିଷ୍ଣୁପ୍ରଭା ସତ୍ୟଯୁଗ ମୟେଂଷାସୁର ଜାତ ।୪୮।ବ୍ରହ୍ମାର ବଳେ ସେ ମୟେଂଷାସୁର ମହାବଳୀଅନନ୍ତ କୋଟି ବ୍ରହ୍ମାଣ୍ଡ ସାଧିଲା ମହାସ୍ଥଳୀ ।୪୯।ଚଣ୍ଡମୁଣ୍ଡ ଶୁମ୍ଭ ନିଶୁମ୍ଭ ରକତବୀର୍ଯ୍ୟବୀରଘଣ୍ଟ ଚାମର ବିମଳ କାନ୍ତିମାଳା ଦନୁଜ ।୫୦।ଅନ୍ଧକ ବିରୁପାକ୍ଷ ଭାସ୍କର ମୟେସୁରମେଦିନୀ ନ ସହଇ ୟେ ଦଇତଂକର ଭାର ।୫୧।ସମସ୍ତ ଦେବତାୟେ ଯେ ବହୁତ ବିକଳେଗର୍ଭରୁ ଜାତକଲେ ଜାଳାନଳ ଅନଳେ ।୫୨।ସେ ଅନଳକୁ ଚାହିଂ ଯେ କରନ୍ତେ ବହୁତ ତୁସ୍ତିସେ ଅନଳୁ କନ୍ୟାୟେ ହୋଇଲା ଉତପତ୍ତି ।୫୩।ମହା ବଇଷ୍ଣବୀ ସେ କୋଟିୟେ ସୂର୍ଯ୍ୟର ତେଜୟେକ ଶରୀରୁ ଉତପତ୍ତି ସହସ୍ରେକ ଭୁଜ ।୫୪।ଈଶ୍ୱର ତେଜେ ଦୁର୍ଗାର ମୁଖେକ ହୋଇଲାବିଷ୍ଣୁର ତେଜଗୋଟି ଭୁଜରେ ରହିଲା ।୫୫।ଚନ୍ଦ୍ରର ତେଜୁଂ ଦୁର୍ଗାର ସ୍ତନ ଯେ ହୋଇଲାବରୁଣର ତେଜ ନାଭି ମଣ୍ଡଳେ ରହିଲା ।୫୬।ପୃଥୀର ତେଜ କଟି ଭାଗରେ ରହିଲାବ୍ରହ୍ମାର ତେଜ ପାଦ ଅଙ୍ଗୁଷ୍ଠ ହୋଇଲା ।୫୭।କୁବେର ତେଜରୁ ନାସିକା ହୋଇଲାପ୍ରଜାପ୍ରତି ତେଜ ଯେ ଦନ୍ତରେ ହୋଇଲା ।୫୮।ଅଗ୍ନିର ତେଜେ ଯେ ଚକ୍ଷୁ ବେନି ହୋଇଲାପବନର ତେଜ ବେନି କର୍ଣ୍ଣରେ ରହିଲା ।୫୯।ୟେହେନ୍ନେକ କରି ସର୍ବ ଦେବତା ଭିଆଇଲେସର୍ବ ଦେବତାୟେ ତାହାଂକର ହାଥରେ ଶହସ୍ର ଦିଲେ ।୬୦।ବିଷ୍ଣୁ ଦିଲେ ଚକ୍ରଗୋଟି ରୁଦ୍ର ଦିଲେ ତ୍ରିଶୂଳବରଣ ଯେ ଶଙ୍ଖ ଦିଲେ ବଶ୍ୟାନର ।୬୧।ପବନ ଧନୁ ଶହସ୍ର ଦିଲେ ଇନ୍ଦ୍ର ବଜ୍ର ଶକତିଯମ କାଳଦଣ୍ଡ ଦିଲା ବରୁଣ ଜଳଫାଶ ଦିଅନ୍ତି ।୬୨।ବ୍ରହ୍ମା ଅକ୍ଷୟେ ତ୍ରୋଣ ଦିଲେ କମଣ୍ଡଳହିଂ ଦିଲେଅରୁଣ ସୁରାପାତ୍ର ଦିଲା ବାସୁକି ନାଗଫାଶ ଦିଲେ ।୬୩।ଆଦିତ୍ୟ ରଶ୍ମି ଦିଲେ କାଳ ଖଣ୍ଡାଫଳା ଦିଲେବିଶ୍ୱକର୍ମା ଯେ ଅଭେଦ ବିଭୂତି ଆଣିଦେଲେ ।୬୪।ହେମବନ୍ତ ସିଂହନାଦ ଦିଲେକ ଦୁର୍ଗା ସହସ୍ରେ ଭୁଜ ହୋଇମାର ମାର ବୋଲି ଦୁର୍ଗା ଗର୍ଜିଣ ଉଠଇ ।୬୫।ଇନ୍ଦ୍ର ଦିଲେ ଅଇରାବ୍ରତ ଶାର୍ଦ୍ଦୁଳ ଦିଲେ ହେମବନ୍ତତହିଂ ବିଜେକଲେ ଦେବୀ ଜଗତମାତ ।୬୬।ତ୍ରିଦଶ ଦେବତାୟେ ବୋଇଲେ ମାଗୋ ପୂରାଅ ମନୀଷାତ୍ରଇଲୋକ୍ୟ ଉଦ୍ଧାରିଣୀ ଗୋ ବଧକର ମୟେଂଷା ।୬୭।ବିଜୟେ ଦୁର୍ଗା ଯେ ଅନ୍ତରୀକ୍ଷ ମାର୍ଗେହିରଣ୍ୟଗିରି ପର୍ବତେ ବିଂଝମାଳ ଲାଗେ ।୬୮।ତହିଂ ବିଜେକଲେ ଯାଇଂ ଅନାଦି ଶକତିସହସ୍ରେକ ଭୁଜ ହୃଦେ ଗୋପ୍ୟାନ କଲେ ସଂଗତି ।୬୯।ମୟେଂଷାସୁର ଭୁବନ ଯେ ଜେନାବଳୀ ନଗ୍ରିସିନ୍ଧୁ ପଚ୍ଛିମ କୋଣେ କୁଲାବଇ ପାଟଣା ପୁରୀ ।୭୦।ଅସୁର ପୁରକୁ ଦେବୀ ଦୃଷ୍ଟିପାତ କଲେପ୍ରଥମେ ଚଣ୍ଡ ମୁଣ୍ଡ ଦେଖିଣ ନାଶଗଲେ ।୭୧।ଦୁଜେଣ ନାଶଗଲେ ଶୁମ୍ଭ ଯେ ନିଶୁମ୍ଭଅସୁର ନିଶୋଧନ କଲେ ଦେବୀ ସର୍ବ ।୭୨।ତିଜେଣ ନାଶ ଯେ କଲେ ରକତବୀର୍ଯ୍ୟବଡାଇ ଦୁରାପଦ ସେ ଅଟଇ ଦନୁଜ ।୭୩।ଅସୁରବଳ ସଇନି ଯହୁଂ ହୋଇଲେ ଅପ୍ରମିତିଶରୀରୁ ଜାତକଲେ ଦେବୀ ଅନେକ ମୂରତି ।୭୪।ରକତବୀର୍ଯ୍ୟ ବୋଲିଣ ଯେବଣ ସେନାପତିୟେକେ ଅନେକ ଯେ ହୋଇଲେ ଉତପତ୍ତି ।୭୫।ପୃଥିରେ ପଡଇ ଯେବେ ରକତ ଟୋପାୟେସହସ୍ରେ ରକତବୀର୍ଯ୍ୟ ହୋଇ ତହୁଂ ଯାୟେ ।୭୬।ଯେତେବେଳେ ଶହସ୍ର ନ ଅଣ୍ଟିଲା ବିନ୍ଧନ୍ତେଶରୀରୁ ରୋମ ଉପାଡି ବିନ୍ଧିଲେ ଜଗତମାତେ ।୭୭।ଶରୀରୁ ସହସ୍ର ଜାତକଲେ ମହାମାୟେବାନ୍ଧନ୍ତେ ନାରାଜ ହୋଇଲା ଅକ୍ଷୟେ ।୭୮।ଦେଖିଣ ମହାଦେବୀ ସାନନ୍ଦ ହୋଇଲେଦିବାରାତ୍ରେ ବିନ୍ଧନ୍ତେ ନାରାଜ ନ ସରିଲେ ।୭୯।ଅଶିପଦ୍ମ ଦେବୀ ନାରାୟଣୀ ମୃତ୍ତିୟେକତ୍ରୋଣୁ ନାରାଜ ବନ୍ଧନ୍ତି ଅପ୍ରମିତି ।୮୦।ସପତ ଦିବସେ ଯେ ମୟେଂଷା ନାଶଗଲାୟେକା ତ୍ରୋଣୁ ନାରାଜ ଗୋଟିୟେ ନ ସରିଲା ।୮୧।ଶୁଣ ବାବୁ ଉତ୍ତର ସାବଧାନେ ୟେହୁଂ କଥାୟେ ତ୍ରୋଣଗୋଟି ମୋତେ ଦିଲେକ ଜଗତମାତା ।୮୨।ବହୁତ ସାନନ୍ଦ ଯେ ଶୁଣିଣ ବିରାଟର ସୁତପ୍ରଣମିତ ହୋଇ ବୋଇଲା କେଉଂ ପ୍ରସ୍ତାବେ ଦିଲେ ମାତ ।୮୩।କେତେକାଳ ପରିଯନ୍ତେ କାହିଂ କଲ ତପଶୁଣତେ ଇଚ୍ଛା ମୋହୋର କହିବା ସରୂପ ।୮୪॥୫୮୨୮।
ଅର୍ଜୁନଙ୍କର ପାଶୁପାତ ଓ ଅକ୍ଷୟତୂଣ ପ୍ରାପ୍ତି ବିବରଣଶୁଣିବା ଉତ୍ତର କହିବା ପୂର୍ବର ଯେ କଥାମୁହିଂ ବନବାସୀ ହୋଇଲି ସତ୍ୟର ନିମନ୍ତା ।୧।ଉମାର ସହିତେ ଯେ ଭ୍ରମନ୍ତି ତ୍ରିଲୋଚନକାଳେନ୍ଦୀ ନଦୀତୀରେ କଳେବର ନାମେ ବନ ।୨।ପାର୍ବତୀଂକ ଜାନୁରେ ହର ସୀମାସ୍ଥାନ ଦେଇଦିବସେ ନିଦ୍ରାଗତ ଭୋଳାନାଥ ଗୋସାଇଂ ।୩।ଗଣ୍ଡା ଗୋଟିୟେକ ଯେ ଗଉରୀ ଥିଲେ ପୋଷିକାଳିନ୍ଦୀ ନଦୀକି ସେ ପାଣି ହେରିଆସି ।୪।ସୁସଞ୍ଚ ଜୀବ ଦେଖି ବିନ୍ଧିଲି ନାରାଜହର ପାର୍ବତୀଂକ ଛାମୁରେ ପଡ଼ି ଗଣ୍ଡା ହୋଇଲା ପ୍ରାଣତ୍ୟାଜ ।୫।ଗଣ୍ଡାର ନିଧନ ଦେଖି ରୁଦ୍ର ମହାରାଗେରାଗେଣ ଈଶ୍ୱରେ ବିହଡନ୍ତି ବନମାର୍ଗେ ।୬।କେରେ ଗଣ୍ଡା ମୋହୋର ବିନ୍ଧିଲୁ ଅଦଭୁତେତିରଣ ପ୍ରମାଣେ ମାୟେଂସ କାଟିବି ଦେଖନ୍ତେ ।୭।ରେ ରେ କାର କରି ହର ଅନେକ ପ୍ରତଗ୍ୟାଂ ବୋଲିଦୃଧ୍ୱଂସ ବାକ୍ୟ ତାହାର ମୁଂ ସହି ନୁଆରିଲି ।୮।ମୁହିଂ ଧରିଥିଲି ଯେ ବନଚର ରୂପରୁଦ୍ର ବାରି ନୁଆରିଲେ ମୋହୋର ସରୂପ ।୯।ଧାମଣା କାଠର ଧନୁ କଣ୍ଟା ବାୟେଂଶର ଗୁଣଫିରିକି ନାରାଚ କଣ୍ଠେ ଗୁଞ୍ଜମାଳୀ ଆଭରଣ ।୧୦।ଶରୀରେ ଆଭରଣ ମୟୂର କଣ୍ଠ ଝାଲିଶବର ରୂପ ଧରି ମୁଂ ବନେଣ ବୁଲୁଥିଲି ।୧୧।ୟେସନେକ ଶୋଭାବନ ମୋହୋର କିରାତ ରୂପଗୋଟିବିପରୀତ ରୂପ ଦେଖି ଚିହ୍ନି ନୁଆରିଲେ ଧୃଜଟି ।୧୨।ଈଶ୍ୱରେ ହୋଇଛନ୍ତି ଯୋଗୀ ଯେ ସ୍ୱରୂପମୁହିଂ ବାରି ନୁଆରିଲି ଈଶ୍ୱରଂକର ରୂପ ।୧୩।ଦୁହିଂକରି ହୋଇଲା ଯେ ଉଚ୍ଚବାଚ କଳିହାବୋଡ଼ା ହାବୋଡ଼ି ଦୁହେଂ ହୋଇଲୁ ପେଲାପେଲି ।୧୪।ମୁହିଂ ବୋଇଲି ତପୁଆସିରେ ଛେଦିବି ତୋର ମୁଣ୍ଡପାର୍ବତୀ ପରାୟେ ଭାରିଜା ହୋଇବ ତୋହୋର ରାଣ୍ଡ ।୧୫।ୟେହାର ଅବସ୍ତା ମୁଂ ଯେ ନୁଆରିବି ଦେଖିତେଣୁକରି ମୁଂ ତୋତେ ସାଂଗ୍ରାମେ ଉପେକ୍ଷି ।୧୬।କୋପେ ଈଶ୍ୱରେ ମୋତେ ପ୍ରହାର କଲେ ମୁଥେମୁହିଂ ଧନୁ ଭରିଲି ଈଶ୍ୱରଂକର ମାଥେ ।୧୭।ଈଶ୍ୱର ଦେବତାଂକୁ ମୁଂ ବୁଲାଇଲି ଅନ୍ତରୀକ୍ଷେଶ୍ରୋଣିତ ଦୃଷ୍ଟି ସେ ଯେ ହୋଇଲା ପଞ୍ଚୁମୁଖେ ।୧୮।କୁତୂହୋଳ ପୁରୁଷ ସଦା ରଙ୍ଗେ ଭୋଳାବର ମାଗ କିରାତ ରେ ବୋଇଲେ ସୁଢଳା ।୧୯।ଈଶ୍ୱରଂକ ମୁଖରୁ ୟେସନେକ ବାକ୍ୟ ଶୁଣିଭୂମିରେ ଥିରକରି ଥୋଇଲି ହର ଆଣି ।୨୦।ଦେଖିଲି ପଞ୍ଚୁ ବଦନ ପଞ୍ଚଦଶ ଲୋଚନବର ମାଗ ବର ମାଗ ବୋଲନ୍ତି ଈଶାନ ।୨୧।ଭତ୍ତର ମହାଭୟ କରିଣ ମୁଂ କାଢି ପକାଇଲି ଧନୁପ୍ରଣପତ୍ୟ ହୋଇଣ ଶୁତିଲି ପଞ୍ଚ ଯେ ବଦନୁ ।୨୨।ପୁଣ ପୁଣ ରୁଦ୍ର ମୋତେ ବୋଲନ୍ତି ଉତ୍ତରକିଂପା ତୁନୀ ହୋଇଲୁ ମାଗସିରେ ବର ।୨୩।ଭୟେ ବୋଇଲି ଦେବ ମୁଂ ଅଟଇ ଅଗ୍ୟାଂନୀଅଭଗତେ ମୁଂ କି ବର ମାଗିବି ଦେବସ୍ୱାମୀ ।୨୪।ଈଶ୍ୱରେ ବୋଇଲେ ଆରେ ଶୁଣ ତୁ ବୀର ପାଥଯାହା ମାଗିବୁ ତାହା ତୋତେ ଦେବଇଂ ମୋର ସତ୍ୟ ।୨୫।ପାର୍ବତୀ ବୋଇଲେ ଦେବ ଶଉଚ ହୁଅସିସ୍ରାହାନ କର ଭୋ ଦେବ ସରୋବରେ ପଶି ।୨୬।ଈଶ୍ୱରେ ଗଲେ ସେ ସ୍ରାହାନ ନିମନ୍ତେପାର୍ବତୀ ସନ୍ଦେଶ କହିଲେ ରାଈ ହାଦେ ମୋତେ ।୨୭।ପାର୍ବତୀ ବୋଇଲେ ଶୁଣସି ଅର୍ଜୁନସତ୍ୟଯୁଗେ ତ୍ରିପୁର ତୁଲେ ଯୁଦ୍ଧକଲେ ତ୍ରିଲୋଚନ ।୨୮।ଅନେକ ଶହସ୍ରେ ବଧ୍ୟ ଯେ ନୋହିଲା ତ୍ରିପୁରନାରାୟଣ ଦେବତାୟେ ଆପଣେ ହୋଇଲକ ଶର ।୨୯।ପବନ ଦେବତାୟେ ପାଛୀ ଅଗ୍ନୀ ଦେବତାୟେ ମୁନସେହି ଶହସ୍ରେ ବଧ୍ୟ ତାହାକୁ କଲେକ ତ୍ରିଲୋଚନ ।୩୦।ପାର୍ବତୀ ବୋଇଲେ ସେ ଶର ମାଗରେ ବାବୁତେଣୁ ସେ ତ୍ରଇଲୋକ୍ୟେ ଜିଣନ୍ତା ପାଥ ଅବଶ୍ୟ ହୋଇବୁ ।୩୧।ଆହୋ ଉତ୍ତରେ ସ୍ରାହାନ ସାରିଣ ବିଜେ ସଦାନନ୍ଦେପଶୁପତ୍ର ଶର ମାଗିଲି ଦିଲେ ମୋତେ ହାଦେ ।୩୨।ଈଶ୍ୱରେ ବୋଇଲେ ନାରାୟଣ ଅଗ୍ନି ପବନ ଶରମୁହିଂ ସେ ଜାଣଇ ୟେହା ଆନେ ଅଗୋଚର ।୩୩।ପାର୍ବତୀ ନ କହିଲେ କେମନ୍ତେ ଜାଣିଲାକ ପାଥୟେହାର ଶହସ୍ରମାନ ମୁଂ ଦିଆଇବି ନିରୁତାନ୍ତ ।୩୪।ଈଶ୍ୱରେ ବୋଇଲେ ପାର୍ବତୀ ୟେ ଅର୍ଜୁନ ବୋଲିୟେବେ ସରୂପ ମୁଂ ତ ଜାଣି ନୁଆରିଲି ।୩୫।ୟେ ଯେ ପୁତ୍ର ହାଦେ ହୋଇଲା ଆମ୍ଭରତୁମ୍ଭେ ପ୍ରସନ୍ନେ ଉମା ଦିଅ ୟେହାକଇଂ ବର ।୩୬।ସ୍ୱାମୀର ବଚନ ସେ ଅଲଂଘିତ ବାମାସତ୍ୟ ହୋଇଲା ବର ମାଗ ବୋଇଲେକ ଉମା ।୩୭।ଈଶ୍ୱରେ ବୋଇଲେ ଅଶଉଚବନ୍ତେ ଥିଲେବର ଦେବାର ଧର୍ମ ପ୍ରାପତ ନୋହଇଟି ଭଲେ ।୩୮।ଉମାଦେବୀ ଗଲେ ଯେ ନଦୀକି ସ୍ରାହାନ କରିଅର୍ଜୁନକୁ କହିଲେ ସେ ଦେବ ତ୍ରିପୁରାରି ।୩୯।ମୟେଂଷା ବଧକାଳେ ଅକ୍ଷୟ ତ୍ରୋଣ କଲେ ଦେବୀ ଜାୟେତାହା ମାଗ ପାଥରେ ତ୍ରଇଲୋକ୍ୟ ହୋଇବୁ ଅଜୟେ ।୪୦।ଶୂଚିବନ୍ତ ହୋଇଣ ସେ ଅଇଲେ ପାର୍ବତୀବରମାଗ ପାଥ ହୋଇଲା ମୋହୋର ସତି ।୪୧।ପ୍ରଣମିତ ହୋଇଣ ମାଗିଲି ବରଟିପ୍ରସନ୍ନ ହେଲ ଯେବେ ଦିଅ ଅଛୟେ ତ୍ରୋଣଗୋଟି ।୪୨।ପାର୍ବତୀ ବୋଇଲେ ହର ମନ୍ଦକୃତ୍ୟ କଲଆପଣାର ଶଉର୍ଯ୍ୟପଣ ପରେ ଦିଆଇଲ ।୪୩।ୟେସନେକ ବଚନ ସେ ବୋଇଲେ ଦେବୀ ଉମାଅଛୟେ ତ୍ରୋଣ ମୋତେ ଦିଲେ ସଦାଶିବଂକର ବାମା ।୪୪।ଦେଇଣ ମହାସ୍ୱତୀ ସ୍ୱାମୀକି କୋପକଲେତ୍ରଇଲୋକ୍ୟ ଜିତା ପାଥ ହୋଇଲୁ ବୋଇଲେ ।୪୫।ଈଶ୍ୱରେ ବୋଇଲେ ମୁଂ ତ ନ କହିଲି ସତୀଭୂତ ଭବିଷ୍ୟ ଗ୍ୟାଂତା ସେ ବେଦବ୍ୟାସ ନାତି ।୪୬।ପାର୍ବତୀ ବୋଇଲେ କହି ନ କହିଲ ତ୍ରିପୁରାରିଶତେ ଈଶ୍ୱର ହୋଇଲ ୟେକା ଅର୍ଜୁନକୁ ନୋହେ ସରି ।୪୭।ଶୁଣ ବାବୁ ଉତ୍ତର କହଇ ଧନୁର୍ଜୟେବିନା ତପେ ଅଛୟେ ତ୍ରୋଣ ପାଶୁପାତ ଶର ପାୟେ ।୪୮।ଉତ୍ତର ବୋଇଲା ସ୍ୱାମୀ ଜୀବନ ତୋହୋର ସାଧୁମୋହୋର ଜୀବନ ସାଧୁ ମୁଂ ଯେ ଆଶ୍ରାକଲି ମହାସିନ୍ଧୁ ।୪୯।ଉତ୍ତର କୁମାର ବୋଇଲା ସ୍ୱାମୀ କହଇ ମୁହିଂ ତୁକୁମୁଂ ଛାର କ୍ଷେମ ହୋଇପାରିବିକି ସାରଥିପଣକୁ ।୫୦।ଅର୍ଜୁନ ବୋଇଲା ଉତ୍ତର ତୁ ଆମ୍ଭର ଅନ୍ନଗୁରୁପ୍ରାଣର ସଂଘାତ ତୁ କିଂପା ଭୟେକରୁ ।୫୧।ଆଗ୍ୟାଂ ପ୍ରମାଣେ ସେ ସାନନ୍ଦ ବିରାଟିସାରଥିପଣେ ଯାଇଂ ନନ୍ଦିଘୋଷ ରଥେ ଉଠି ।୫୨॥୫୮୮୦।କୁରୁ ସେନାପତିମାନଙ୍କର ପରିଚୟ , ଝିମିଟି ଖେଳ ଓ ଦୁର୍ବାସାଙ୍କ ଠାରୁ କୁନ୍ତୀଙ୍କ ବରପ୍ରାପ୍ତି ଏବଂ କର୍ଣ୍ଣ ଜନ୍ମ ବିବରଣଶୁଣ ହୋ ଚଇତନ ବଦୟନ୍ତି ମହାମୁନ୍ୟମହତ ଦ୍ରଶନେ ମୁକତ ହୋନ୍ତି ଜନ ।୧।ଯେବଣ ନନ୍ଦିଘୋଷେ ନାରାୟଣ ସାରଥିସେ ଆସନ ଖମ୍ୱ ମାଡ଼ି ବସିଲା ବିରାଟ ସନ୍ତତି ।୨।ଅର୍ଜୁନ ରଥୀ ସେ ଯେ ଉତ୍ତର କୁମାର ସାରଥିଯେସନେକେ ଆକାଶୁଂ ଇନ୍ଦ୍ର ଗୋବିନ୍ଦ ଆସନ୍ତି ।୩।ରଥିପଣେ ଅର୍ଜୁନ ସୁମରଇ ହନୁମନ୍ତକପିକେତନ ଆସି ସେ ଲାଗିଲା ତୁରିତ ।୪।ଦେବଦତ୍ତ ଶଙ୍ଖ ଯେ ବାଜଇ ଘନ ଘନଶୁଣିଣ ତ୍ରାସିଲେ ଯେ ସକଳ କୁରୁବଳ ସନ୍ୟ ।୫।ସମସ୍ତେ ଚାହାଂନ୍ତି ଉତ୍ତରକଇଂ କରି ୟେକଦୃଷ୍ଟିନନ୍ଦିଘୋଷ ରଥ ସନ୍ନିଧ୍ୟେ ଆସି ଭେଟି ।୬।ଦୂରୁ ଦେଖିଲେ ଯେ ଭାରଦ୍ୱାଦଶଂକ ନନ୍ଦନଦ୍ରୋଣେ ବୋଇଲେ ଭୀଷ୍ମେ ବିଜୟେ କଲାଟି ଅର୍ଜୁନ ।୭।କର୍ଣ୍ଣ ବୋଇଲେ ଗୁରୁ ହେ ଶବଦ ଦେବଦତ୍ତଶଂକୁନି ବୋଇଲେ ଯେ କପିକେତନ ଧ୍ୱଜ ରଥ ।୮।ଶଲ୍ୟ ବୋଇଲେ ୟେତ ନନ୍ଦିଘୋଷ ରଥ ଆସଇକୃପ ଆଚାର୍ଯ୍ୟ ବୋଇଲେ ୟେତ ଅର୍ଜୁନ ପରାୟେ ଦିଶଇ ।୯।ଦ୍ରୋଣେ ବୋଇଲେ ୟେହା କେମନ୍ତେ କରିବାକ ସତପାଣ୍ଡବେ ବନସ୍ତେ ପଡ଼ି ମଲେ ପଞ୍ଚୁ ଭ୍ରାଥ ।୧୦।ଭୀଷ୍ମ ବୋଇଲେ ହୋ ପାଣ୍ଡବଂକ ଅନ୍ତରେଆନ କେ ନନ୍ଦିଘୋଷ ରଥ ଆଣଇ ଆମ୍ଭର ଛାମୁରେ ।୧୧।କିଅବା ଅର୍ଜୁନ ରଥୀ ହୋଇକିନାକିଂପା ଗୋଳକର ୟେହିକ୍ଷଣି ବୁଝି ସିନା ।୧୨।ୟେସନେକ ବିଚାରନ୍ତେ ଯେ କୁରୁ ସନ୍ୟବଳୟେକଦୃଷ୍ଟି କରି ଯେ ଚାହାଂନ୍ତି ସକଳ ।୧୩।ଉତ୍ତର କୁମାର ଅର୍ଜୁନ ଛାମୁରେ ପରିଣାମିୟେ ମହରଥୀମାନେ କେ କେ ଅଟନ୍ତି ଦେବସ୍ୱାମୀ ।୧୪।ଅର୍ଜୁନ ବୋଇଲେ ବାବୁ ଶୁଣ ହୋ ଉତ୍ତର କୁମାରୟେ ସେ ଭୀଷ୍ମ ଦ୍ରୋଣ କର୍ଣ୍ଣ ମହାବୀର ।୧୫।ଭୂରିସର୍ବା ସୋମଦତ୍ତ କୃତବର୍ମାବାହ୍ଲିକ ଶଂକୁନି ଯେ ଦ୍ରୋଣ ସୁତ ଅଶସ୍ତାମା ।୧୬।କୃପ ଆଚାର୍ଯ୍ୟ ଜଦ୍ୟରଥ ଆବର ରାୟେଗୁରୁ ଶଲ୍ୟଛତ୍ରୀ ବୀରବର ସୁନ୍ଦର ଭାରଥେ ଭାରୋଇ ମଲ୍ଲ ।୧୭।ଶୁଦ୍ଧ ସଷ୍ଟିକ ପ୍ରବାଳ ଜଡ଼ିତ ରଥଗୋଟିଶାୟେଂତନୁଂକ ସୋଦର ଭୁରିସର୍ବା ୟେଟି ।୧୮।ବାବୁ ତାହାଂକର ବାମ ପାଖେ କଣୟମୟ ରଥହୀରା ନୀଳା ମଣିୟେ ଜଡ଼ିତ ଚିରାଳ ଅପ୍ରମିତ ।୧୯।ବାବୁ କୃଷ୍ଣାଞ୍ଜନ ଛଉରୀ ୟେ ରଥର ଉପରେଦାସୀନେତ ପାତାଙ୍ଗ ଉଡ଼ନ୍ତି ଗଗନ ଶିଖରେ ।୨୦।କଣୟମୟେ ରଥେ ମର୍କତେ ତେଜ ଝଳିଗଜ ମୁକୁତା ମାଣିକ୍ୟ ହୀରା ନୀଳା ମାଳି ମାଳି ।୨୧।ଦ୍ୱାଦଶ ଶାର୍ଦ୍ଦୋଳ ଯେ ଯୋଚିଲା ଅଛି ରଥେଆକାଶେ କ୍ଷେପି ଲୋଡ଼ନ୍ତି ନ ବିଶ୍ରାମନ୍ତି ଦିବାରାତ୍ରେ ।୨୨।ଶାୟେଂତନୁର ନନ୍ଦନ ଗଙ୍ଗା ଯାହାର ମାୟେଯାହାର ଶର ବିନ୍ଧନ୍ତେ ତ୍ରଇଲୋକ୍ୟ କଂପଇ ଭୟେ ।୨୩।ଶରଣ ମଛଳ ଯେ କଇଛା ଜଗଜ୍ଜେଠୀନାରାଜ ବିନ୍ଧନ୍ତେ ଯାହାର ତାମ୍ରଗିରି ଯାୟେ ଫୁଟି ।୨୪।ଉତ୍ତର ୟେକୋଇଶବାର ପୃଥୀ ନିଛତ୍ର କଲେ ପ୍ରଶୁରାମେସେ ପ୍ରଶୁରାମେ ୟେହାଂକୁ ହାରିଲେ ସାଂଗ୍ରାମେ ।୨୫।ୟେ ମହୀମଣ୍ଡଳେ ଅସଂକ୍ଷେପ ଯାହାର କଥାସେ ସେ ଭାଷ୍ମଦେବ କ୍ଷତ୍ରିୟ ମହାରଥା ।୨୬।ବାବୁ ସିନ୍ଧୁ ଶୋଷଣ ହୋଅଇ ଯାହାର ଶରଘାତେଦାରା ସଂହରଣ କଲେ ସେ ପିତାର ନିମନ୍ତେ ।୨୭।ଯାହାର ନାରାଜ ଭେଦଇ ପୃଥିବୀରେପୃଥୀଭେଦୀ ଭୀଷ୍ମ ବୋଲି ବୋଲନ୍ତି ଜଗତରେ ।୨୮।ନ ମରିବି ବୋଲି ସବୁରି ଜୀବ ଛେଦିନାହିଂନା ଜିଣନ୍ତା ଯେ ତ୍ରିଭୁବନ ମଝି ।୨୯।ବାବୁ ଭୀଷ୍ଣଂକର ସନ୍ନିଧ୍ୟେ ଦେଖ ରଥଗୋଟିସରୂପ ବିକାଶଇ ସୂର୍ଯ୍ୟ କିରଣ କୋଟି ।୩୦।ଗଜ ମୁକୁତା ପରିପାଟ ଉପରେଣ ଟାଣିପଞ୍ଚଷଠି କୋଟି ଅବିନ୍ଧା ଶୁଦ୍ଧ ରତ୍ନମଣି ।୩୧।ଖେଚରି ବିମାନ ରଥ ନାମ ତା ବିରଧୂମାଛି ଲୋଚନ ବେନିଫାଳ ହୋଅଇ ଯାହାର ନାରାଜ ବିନ୍ଧୁ ।୩୨।ଶାକଲ୍ୟ ଦେଶ ରାୟେ ଅଟଇ ଦଣ୍ଡଧାରୀମାଦ୍ରୀ ଦେବୀଂକର ସୋଦର ଭ୍ରାଥ ନିରାଧାରୀ ।୩୩।ଅଶ୍ୱିନୀ କୁମାରଂକର ଅଟଇ ୟେହୁ ଶଳାନକୁଳ ସହଦେବଂକର ସୋହୋଦ୍ର ମଉଳା ।୩୪।ଉତ୍ତର କୁମାର ବୋଇଲା ୟେ ବଡ଼ ଦୁଲ୍ଲଭ କଥାମାତାର ସୋଦର ହୋଇ କିଂପାୟେ ତୁମ୍ଭଂକୁ ୟେତେକ ନିରିବଥା ।୩୫।ଅର୍ଜୁନ ବୋଇଲା ବାବୁ ବାଳୁତ କୁତୂହୋଳେଗୁଣ୍ଡି ବାଣ୍ଟି ହୋଇଲୁ ଝିମାଣି ଖେଳବେଳେ ।୩୬।ଦ୍ରିଯୋଧନ ଯୁଝେଷ୍ଠି ହୋଇଲେ ମୂଳଗଣ୍ଡିଭୀମ ଧୁଶାସନ ହୋଇଲେ ବାମଗଣ୍ଡି ।୩୭।ଯୁଝେଷ୍ଠିଂକ ଆଡ଼େ ସେ ପଡ଼ିଲା ଭୀମସେନଦ୍ରିଯୋଧନ କତିରେ ପଡ଼ିଲା ଧୁଶାସନ ।୩୮।କର୍ଣ୍ଣ ଅର୍ଜୁନ ଆମ୍ଭେ ଗଲୁ ଗୁଣ୍ଡି ବେନିଦ୍ରିଯୋଧନ ଭାଗେ କର୍ଣ୍ଣ ଯୁଝେଷ୍ଠିରେ ଫାଲଗୁନି ।୩୯।ନକୁଳ ସୋମଦତ୍ତ ଗଲେ ବେନିଗୁଣ୍ଡିଦ୍ରିଯୋଧନ ଭାଗେ ସୋମଦତ୍ତ ଯୁଝେଷ୍ଠିଂକ ଭାଗେ ନକୁଳ ପଡ଼ି ।୪୦।ସହଦେବ ଶକୁନି ଯେ ହୋଇଲେ ୟେକଯୋଗଦ୍ରିଯୋଧନେ ଶକୁନି ସହଦେବ ଆମ୍ଭ ଭାଗ ।୪୧।ୟେମନ୍ତେ ବେନିଭାଗ ହୋଇଲୁ ଖେଡ଼ରସେପ୍ରଥମେ ଧୁଶାସନ ଗୋଡ଼ାଇଲା ହରଷେ ।୪୨।ଦୁଜେଣ ଗୋଡ଼ାଇଲେ ଭୀମସେନ ମହାବଳୀବ୍ରାଘକଇଂ ଦେଖି ଯେହ୍ନେ ପଳାବଇ ଛେଳି ।୪୩।ମାରିଣ କଉରୋବ ବଳନ୍ତ କରଇ ଭଗନସ୍ତକାହାକୁ ଚାପୋଡ଼େ ମାରି ପାଡ଼ଇ ଭୂମିଗତ ।୪୪।ୟେକା ନିଶୁଆସକେ ଶତେଭ୍ରାଥ ମାରିସୋମଦତ୍ତ ଶକୁନି ନୁଆରିଲେ ଉବୁରି ।୪୫।ଶଲ୍ୟେ ଯେ ପଳାଇ ଅଛନ୍ତି ଦୁରସରିନିଶୁଆସକେ ଭୀମସେନ ଗୋଡ଼ାୟେ ପାଦଗତି କରି ।୪୬।ଭୀମସେନ ପାଦ ପଡ଼ିଲା ଶଲ୍ୟଂକର ପିଠିଅସାଷ୍ଟମେ ଶଲ୍ୟ ପଡ଼ିଲେ ମହୀଲୋଟି ।୪୭।ଉଠି ନୁଆରିଲେ ଯେ ବହୁତ ଲଜ୍ଜା ପାଇଭୀମକୁ ମାରିବେ ବୋଲି ସତ୍ୟବ୍ରତ ପୁଅ କଇ ।୪୮।କଇଛାବନ୍ତ କ୍ଷେତ୍ରୀ ସେ ବାଳୁତ ପୁଅ ରାଗେମାୟେ ଦୟିନୀ କରି ବୋଇଲେ ଅନେକ ବାଗେ ।୪୯।କାହାରି ବୋଲ ନ କରି ରହିଲେ କୁରୁଥାଠେଭୀମକୁ ମାରିବେ ବୋଲି ପ୍ରତଗ୍ୟାଂ ଗରିଷ୍ଠେ ।୫୦।ଶୁଣ ହୋ ଉତ୍ତର କ୍ଷେତ୍ରୀଂକର ୟେହେନ୍ନେକ କଥାଭୀମସେନକୁ ଅପ୍ରୀତି ୟେହାକରଂ ହୋଇଲା ସର୍ବଥା ।୫୧।ୟେସନେକ ମହାରଥୀ ଯେ ରାୟେଗୁରୁ ଶଲ୍ୟଯୁଗାଧି କାଳର ୟେ ଭାରଥେ ଭାରୋଇମଲ୍ଲ ।୫୨।ଧନୁରେ ଗୁଣେ ସେ ଯେ ବସାଇ ନାରାଜଗରୁଡ଼ ପିଠିରେ ଥାଇ ଶଂକନ୍ତି ଦେବରାଜ ।୫୩।ମହାବଳବନ୍ତ ୟେ ଛତ୍ରୀକୁଳ ଆଧିବିନ୍ଧିଲେ ନାରାଜ ପାତାଳ ସ୍ୱର୍ଗକଇଂ ଭେଦି ।୫୪।ତାହାଂକର ସନ୍ନିଧ୍ୟେ ଦେଖ ୟେକରଥଉଦୟ କାଳେ ଯେହ୍ନେ ଦିନକର ନାଥ ।୫୫।ଅହିବ୍ରତେକ ପାତାଙ୍ଗ ଉଡ଼ନ୍ତି ରଥରେ ଉପରେଫରହର ଦାସୀନେତ ଉଡ଼ଇ ଗଗନ ଭିତରେ ।୫୬।ହାଥୀଦନ୍ତ ରଥ ସେ କଣୟ ଛାୟେଣିତଥିର ଉପରେ ଘଟଣ ଶୁଦ୍ଧମଣି ।୫୭।ମାଣିକ୍ୟ ଗଜ ମୁକୁତା ତିନି ତିନି ପନ୍ତିତଥିର ଉପରେ ହୀରା ପାଞ୍ଚପନ୍ତି ଝଲକନ୍ତି ।୫୮।ହୀରା ପାଖରେ ମର୍କତ ସାତଧାଡ଼ିୟେକା ରଥେ ମଣ୍ଡିଲା ରତ୍ନ ଭଣ୍ଡାର ଚାରି ।୫୯।ନୀଳା ପଦ୍ମ ପାଖୁଡ଼ାରେ ଖଞ୍ଜିତ ମୁକୁତାଲମ୍ୱିତ ଝଡ଼ାୟେ ଗୁନ୍ଥଣ ପାଟସୂତା ।୬୦।ଚଉଷଠୀ ପନ୍ତି ହୀରା ପାତ ଚାରିରେଖକଣୟ କ୍ଷଦ୍ର ଘଣ୍ଟି ବାଜନ୍ତି ଚଉପାଖ ।୬୧।ଲମ୍ୱନ୍ତି ମୁକୁତା ମାଳ ଚଉସରାରଥରେ ପୁଞ୍ଜି ପୁଞ୍ଜି ମାଣିକ୍ୟର ଝରା ।୬୨।ଶତେକ କଣୟ କଲସ ରଥରେ ନିର୍ବାଣିତଥିର ଉପରେ ଯେ ମର୍କତ ଖଞ୍ଜଣି ।୬୩।କେଶରୀ ଲାଙ୍ଗୁଡ଼ ଚିହ୍ନ ଉଡ଼ନ୍ତି ରଥ ଧ୍ୱଜେଅମରାଧି ନାଥ କି ସେ ରଥରେ କଲେ ବିଜେ ।୬୪।ଆହୋ ଉତ୍ତର ଲକ୍ଷେକ ଆଲମ୍ୱ ଉଡ଼ଇ ବେନି ପାଖେଢାଳନ୍ତି ସୁବର୍ଣ୍ଣ ବନ୍ଧ ଡ଼ାଳିମ୍ୱା ଚାମରହିଂ ଲକ୍ଷେ ।୬୫।ଲକ୍ଷେଣ ଉଦଣ୍ଡ ଯେ ଲକ୍ଷେକ ପାଟଛତ୍ରୟେକଲକ୍ଷ୍ମୀ ପାଞ୍ଚଲକ୍ଷୀ ଉଡ଼ଇ ପଞ୍ଚୁ ଅହିବ୍ରତ ।୬୬।ସୁବର୍ଣ୍ଣ ବନ୍ଧା ଶଙ୍ଖ ହୀରା ନୀଳାୟେ ଜଡ଼ିବେନି କୋଟି ଶଙ୍ଖ ଛାମୁରେଣ ଫୁରି ।୬୭।ଅନର୍ଘ ମଣି ମୁକୁଟ ଶୋଭିତ ଲଲାଟେଅଷ୍ଟରତ୍ନେ ବିରାଜନ୍ତି ମୁକୁଟ ସପ୍ତଶାଖା ଘଟେ ।୬୮।ବଇଜୟନ୍ତି ମାଳା ଶୋଭେ ଯାହାଂକରି ହୃଦେଅତିମାନେ ମାନଗୋବିନ୍ଦ ୟେହିଟି ସେ ହାଦେ ।୬୯।ସମ୍ପୂର୍ଣ୍ଣ ଚନ୍ଦ୍ର ଲେଖନ ଶୋଭିତ ଲଲାଟେଆରକ୍ତ ସୁରଭି ଶୋଭିତ ଲଲାଟ ବେନିକ୍ରୋଟେ ।୭୦।ବେନିକରେ ଶୋଭାବନ ଯେ ଶଙ୍ଖ ପଦ୍ମନିଧିପନ୍ନଗା ନାରାୟଣ ୟେ ଅଟଇ ଯେ ବିଧି ।୭୧।ବାବୁ ୟେହାର କରସ୍ଥଳ ଲାଗନ୍ତେ ପାଷାଣେଅବଶ୍ୟ ପାଣିଦ୍ରବ୍ୟ ହୋଅଇ ତତକ୍ଷଣେ ।୭୨।ଆହୋ ଲକ୍ଷେ ରାଜାଂକର ଉପରେ ୟେ ଅଟନ୍ତି ମଉଡ଼ମଣିକୋଟିୟେ ପାଦେ କନ୍ଧେ ବିଜୟେ କମଳିନୀ ।୭୩।କାନ୍ଦିଲେ ମାଣିକ୍ୟ ଯେ ଝଡ଼ଇ ଲୋଚନୁହସିଲେ ମୁକୁତା ଯେ ପଡ଼ଇ ବଦନୁଂ ।୭୪।ଚାଲନ୍ତେଣ ଅବେଣ୍ଟ ପଦ୍ମ ଯେ ଫୁଟଇଅତିମାନେ ରାଜା ସେ ମାନଗୋବିନ୍ଦାଇ ।୭୫।ବତିଶ ଲକ୍ଷଣେ ସେ ରାଜା ଦ୍ରିଯୋଧନଲକ୍ଷେକ ରାଜା ଖଟନ୍ତି ୟେହାର ଚରଣ ।୭୬।ଅପୂର୍ଣ୍ଣା ପ୍ରଦାନ ୟେ ଅନୁବ୍ରତେ ବରପିତାମାତା ଆଦିକରି କାହାକୁହିଂ ନାହିଂ ନମସ୍କାର ।୭୭।ଅଦଭୂତେ ଜଳରୁ କନ୍ୟାୟେକ ଆସିଅଷ୍ଟଦିନେ ପ୍ରାଦାନ ସେ ହୁଅଇ ଶୁଭ୍ରକେଶୀ ।୭୮।ବାବୁ ଇନ୍ଦ୍ରପ୍ରଶସ୍ତ ଯମପ୍ରଶସ୍ତ ହସ୍ତିନା ବାରୁଣା ଜଇନ୍ତାୟେ ପଞ୍ଚୁ କଟକ ମୂଳେ ରାଜ୍ୟେ ଅପ୍ରମିତା ।୭୯।କୁଞ୍ଜଗଳ ଦେଶର ରାୟେ ଅଟଇ ଆଧିପତିବଡ଼ାଇ ପ୍ରତାପୀ ରାଜା ସେ ମାନଚକ୍ରବ୍ରତୀ ।୮୦।ଶତେକ ଭ୍ରାଥ ୟେହାର ୟେକୁୟେକ ଦକ୍ଷଧାର୍ମିକ ବିବେକ ପଣ୍ଡିତ ବୀରବତ୍ସ ।୮୧।ଗାନ୍ଧାର ଦେଶର ରାଜା ମନ୍ତ୍ରୀ ଯେ ଶକୁନିଭୂତ ଭବିଷ୍ୟ ଗ୍ୟାଂତା ୟେ ଅଟଇ ମହାଗ୍ୟାନୀ ।୮୨।ଶୁଦ୍ଧ ସଷ୍ଟିକ ଜାଣି ୟେହାର ରଥ ବିରାଜେବଳୟା ବାହାନେ ସେ ୟେହାର ରଥ ସାଜେ ।୮୩।ଆହୋ ଉତ୍ତର ୟେହାର ଡ଼ାହାଣ ପାରୁଶେ ଯେବଣ ରଥ ବିରାଜିଆଦିତ୍ୟ କିରଣ ଜାଣି ସେ ରଥ ମହାତେଜି ।୮୪।ୟେତେକ ରତ୍ନ ଯେ ଲାଗିଅଛି ରଥେଶତେକ ନୃପତିଂକର ଭଣ୍ଡାର ପୁଣ ତେତେ ।୮୫।ସମସ୍ତ ରଥମାନ ଯେ ଅଟଇ ଅମୂଲ୍ୟକୁବେର ଭଣ୍ଡାର ଯେ ନୋହିବ ସମତୁଲ ।୮୬।ୟେ ସେ ରାଧେବ ନନ୍ଦନ ସେ ଅଟଇ ବୀର କର୍ଣ୍ଣପୃଥୀ ୟେହାକୁ ଲାଞ୍ଚ ଦିଅଇ ଶତେଭାର ସୁବର୍ଣ୍ଣ ।୮୭।ଆହୋ ଉତ୍ତର ଆଣ୍ଟହୋଇ ଚରଣ ତାର ପଡ଼ନ୍ତେଣ ପୃଥୀମୁଖରୁ ରୁଧିର ଯେ ବହଇ ବସୁମତୀ ।୮୮।ଥିରହୋଇ ଚରଣ ପଡ଼ିବା ନିମନ୍ତେତେଣୁ କରି କଣୟ ଲାଞ୍ଚ ଦିଅଇ ଭାର ଶତେ ।୮୯।ଆମ୍ଭର ସୋଦର ସେ ଅଟନ୍ତି ଜ୍ୟେଷ୍ଠ ଭ୍ରାଥଯୁଝେଷ୍ଠି ଦେବହୁଂ ବଡ଼ କୋଇନ୍ତାଂକ ଗର୍ଭୁଂ ଜାତ ।୯୦।ଉତ୍ତର ବୋଇଲା ବାବୁ ବଡ଼ାଇ ଦୁର୍ଲ୍ଲଭ ୟେ ବାଣୀଆଶ୍ରିଜ ହୋଇଲି ମୁଂ ତୁମ୍ଭର ବାକ୍ୟ ଶୁଣି ।୯୧।ଯେବଣ ସହୋଦ୍ର ୟେକା ମାତାହୁଂ ଜାୟେଜ୍ୟେଷ୍ଠଭ୍ରାଥ ହୋଇଣ କିଂପେ ୟେଡ଼େକ ନିର୍ଦ୍ଦୟେ ।୯୨।ଅର୍ଜୁନ ବୋଇଲା ହୋ କୋନ୍ତଭୋଜ ବୋଲି ୟେକରାଜାକୋଇନ୍ତା ଦେବୀ ଅଟନ୍ତି ଯେ ତାହାଂକ ତନୁଜା ।୯୩।କୋଇନ୍ତାୟେ ଦୃଭାସାଂକୁ ସେବାକଲେ ବାଳକାଳେଦ୍ୱାଦଶ ବରଷ ସେବାକଲେ ଅବିଭାଇତ ବେଳେ ।୯୪।ରାଜ୍ୟରୁ ଯାଆନ୍ତେଣ ସେ ଦୃଭାସା ମହାଯତିକୋଇନ୍ତାୟେ ଗୋଡ଼ାଇ ଅଛନ୍ତି ପଛକତି ।୯୫।ଦୃଭାସାୟେ ବୋଇଲେ ବାହୁଡ଼ି ଯାଅ ଗୋ ଆଈପ୍ରଳମ୍ୱିତ ହୋଇଣ ସେ ବୋଲନ୍ତି ମହାମାଈ ।୯୬।ଈଶ୍ୱର ସମାନେ ମୁହିଂ ତୁମ୍ଭନ୍ତ ସେବା କଲିକିଛିହିଂ ନ ପାଇ ମୁଂ ନିଷ୍ଫଳ ହୋଇଲି ।୯୭।ଦୃଭାସାୟେ ବୋଇଲେ ୟେ ମହାମନ୍ତ୍ର ଆମ୍ଭରଯାଚିଣ ନ ଦେଉଂ ଯେ ଆମ୍ଭେ ତୁ ମାଗିଲୁ ଛାମୁର ।୯୮।ୟେବେ ଆଈ ତୁହି ଯେବେ କଲୁ ଇଛାମାଗକିନା ଆମ୍ଭେ ଦେବୁଂ ପୂରୁଂ ମନୋବାଞ୍ଚ୍ଥା ।୯୯।କୋଇନ୍ତାୟେ ବୋଇଲେ ମୁଂ କିସ ମାଗିବଇଂ ବରସ୍ତିରୀଂକର ବେଦନା ଜାଣି ଅନୁଗ୍ରହ କର ।୧୦୦।ଦୃଭାସାୟେ ବୋଇଲେ ସ୍ତିରୀଂକର ୟେହେନ୍ନେକ ମନବାଞ୍ଚ୍ଥାସୁନ୍ଦର ସୁପୁରୁଷ ପୁତ୍ରକଇଂ କରନ୍ତି ମନଇଛା ।୧୦୧।ଜପାମାଳି ଗୋଟିୟେ ଦେବି ଆଈ ତୋତେୟେହା ଘେନି ସୁମରଣା କରିବୁ ଶେଯ୍ୟାର ଯୁଗତେ ।୧୦୨।ଯଦ୍ୟପି ଧର୍ମ ପବନ ଇନ୍ଦ୍ର ଚନ୍ଦ୍ର ରୁନ୍ଦ୍ର ସୂର୍ଯ୍ୟ ବ୍ରହ୍ମା ବିଷ୍ଣୁସେ ଆସି ପ୍ରାପତ ହୋଇବ ତୋହୋର ଘଟୁ ।୧୦୩।ୟେସନେକ ଜପାମାଳା ଦେଇ ଗଲେ ଭଗବନ୍ତେକୋଇନ୍ତାୟେ ସ୍ରାହାନ ସାରିଲେ ସେହି ଯେ ବନସ୍ତେ ।୧୦୪।ସ୍ରାହାନ ସାରି ଦେବୀ ହୋଇଛନ୍ତି ଉଭାଈଶାନ୍ୟେ ଦିଶିଲେ ଯେ ଆଦିତ୍ୟ ଜ୍ୟୋତି ପ୍ରଭା ।୧୦୫।ମହାମନ୍ତ୍ର ପରୀକ୍ଷ ସେ କରିବାର ନିମନ୍ତେବିରଞ୍ଚିକି ସୁମରଣା କଲେକ ଶଯ୍ୟାର ଯୁଗତେ ।୧୦୬।ଦିନକର ନାଥ ଯେ ମୂର୍ତ୍ତିବନ୍ତ ହୋଇକୋଇନ୍ତାଂକ ସନ୍ନିଧ୍ୟେ ଯେ ବିଜେକଲେ ଯାଇଂ ।୧୦୭।ଅଗ୍ୟାଂନ କୋଇନ୍ତା ଯେ ଅବିଭାଇତ ଅରଜବତୀକୋଇନ୍ତାୟେ ଭାସ୍କର ଯେ ବଢିଲା ପୀରତି ।୧୦୮।ଭାବ ଆଲିଙ୍ଗନେ କୁମାରୀକି ସମ୍ଭର୍ବେବାମକର୍ଣ୍ଣ ବିମ୍ୱରୁ ସନ୍ତାନ ହୋଇଲେ ପ୍ରସବେ ।୧୦୯।ଦିନକର ନାଥ ଯାଇଂ ଧଇଲେ ତାକୁ କୋଳେସପତସୂର୍ଯ୍ୟ ମଣି ସେ ଚାପିଲେ ବକ୍ଷସ୍ଥଳେ ।୧୧୦।ଅଭେଦ କପଚ ମଣି ଚାପିଲେ ତାଳୁରେବଜ୍ର ଛଉରୀ ନେଇ ଚାପିଲେ ଶରୀରେ ।୧୧୧।କର୍ଣ୍ଣରେ ଖଞ୍ଜିଲେ ନେଇ ଅମୃତ କୁଣ୍ଡଳ ବେନିକର୍ଣ୍ଣ ନାମ ଦେଲେ ସେ କୁମର କୋଳେ ଘେନି ।୧୧୨।ସପତସୂର୍ଯ୍ୟ ତେଜ ଲୋହିତ ବର୍ଣ୍ଣ କାୟେଲାଜେଣ ପିତାର ଘରକୁ ନ ନେଲେ କୋଇନ୍ତାୟେ ।୧୧୩।ମୃତ୍ତିକା ମଞ୍ଜୁଷ ୟେକ କୋଇନ୍ତା ଦେବୀ କରିବାଳୁତ କୁମରନ୍ତ ତହିଂର ଭିତରେଣ ଭରି ।୧୧୪।ଯମୁନା ନଦୀ ଯେ ବହଇ ଈଶାନ୍ୟଭାଗୀସେ ନଦୀ ଭିତରେ ଦେବୀ ପକାଇଲେ ବେଗି ।୧୧୫।କୁମାର ତେଜେ କରି ସିଝିଲା ସେହୁ ମାଟିକଞ୍ଚା କର୍ଦ୍ଦମ ସେ ହୋଇଲା ବଜ୍ରଘୋଟି ।୧୧୬।ସେ ମଞ୍ଜୁଷ ଉପୁଚିଆଇଲା ଯମୁନା ଭିତରେଯାଇଂଣ ଆଉଜିଲା ସେ ଇନ୍ଦ୍ରପ୍ରଶସ୍ତ ନବରେ ।୧୧୭।ଗାଲବର ନନ୍ଦନ ସଞ୍ଜୟେ ଧୃତିରାଷ୍ଟର ମନ୍ତ୍ରୀରାଧାନାମେ କନ୍ୟାୟେ ତାହାର ଦୁହିତୀ ।୧୧୮।ସଞ୍ଜୟକୁ ପ୍ରାପତ ହୋଇଲା ଦିବ୍ୟଚଛୁସେ ବୋଇଲା ମାୟେ ଗୋ ରାଧା କାହିଂ ଅଛୁ ।୧୧୯।ୟେହିକ୍ଷଣି ଚଳନି ତୁ ଯମୁନା ନଦୀ କୂଳେମଞ୍ଜୁଷ ଗୋଟିୟେ ଉପୁଚିଆଇ ଗୋ ଯାଉଅଛି ଜଳେ ।୧୨୦।ତାହା ଘେନିକରି ତୁ ମାଗୋ ଆସସି ଯତନେବଡ଼ାଇ ବଳବନ୍ତା ତହିଂ ଅଛଇ ନନ୍ଦନେ ।୧୨୧।ପିତାର ବଚନେ ସେ ଚଳଇ ନନ୍ଦିନୀପାଇଲା ମଞ୍ଜୁଷ ସେ ସୁକୁମାର ସ୍ୱଭାବିନୀ ।୧୨୨।ଅନେକ ଯତନେ ତାହା ରାଧା ଯେ ପାଳିଲେବାଳକାଳୁ ପ୍ରୀତି ତାର ମାନଗୋବିନ୍ଦର ତୁଲେ ।୧୨୩।ପ୍ରାଗବେଣୀ କୂଳେ ଦୁହେଂ ହୋଇଲେ ମଇତ୍ରନଜାଣନ୍ତି କୋଇନ୍ତା ମାତା ନ ଜାଣୁ ଆମ୍ଭେ ଭ୍ରାଥ ।୧୨୪।ଇଦଂବାଚ ଉତ୍ତରକୁ କହିଲେ ଫଲଗୁନିତଦର୍ଥେ କର୍ଣ୍ଣ ଅଛି ତାହା ତୁଲେ ଶହସ୍ର ଘେନି ।୧୨୫।ପରମ ସାନନ୍ଦେଣ କହିଲେ କିରୀଟିଶୁଣିଣ ସାନନ୍ଦ ଯେ ହୋଇଲା ବିରାଟି ।୧୨୬।ବାବୁ ସେ କର୍ଣ୍ଣର ସନ୍ନିଧ୍ୟେଣ ବିରାଜଇ ଯେଉଂଣ ରଥପୂର୍ଣ୍ଣିମା ଚନ୍ଦ୍ର ଜାଣି ଦିଶଇ ଉଦିତ ।୧୨୭।ରଥର ଉପରେ ବିରାଜଇ ଚନ୍ଦ୍ରକିରଣ ମଣିତଥିର ଉପରେ କଣୟ ମୃଗଚର୍ମ ଛାୟେଣି ।୧୨୮।ତଥିର ଉପରେ ମଲ୍ଲି ମାଳତୀ ଗଜର ମୁକୁତାମାଣିକ୍ୟର ଝରା ଯେ ଗୁନ୍ଥିଣ ପାଟସୂତା ।୧୨୯।ଚନ୍ଦ୍ର ମଣ୍ଡଳ ରଥ ଚନ୍ଦ୍ର କିରଣ ଯେ ମଣିଚନ୍ଦ୍ର ଉଦୟେ ଜାଣି ଦିଶଇ ରୟେଣୀ ।୧୩୦।ବାବୁ ଉଦ୍ଦାଳକ ଗୋତ୍ରୀ ଭରଦ୍ୱାଦଶ ମହରଷଦ୍ରୋଣ ମହାଗୁରୁ ଯେ ତାହାଂକର ଶିଷ ।୧୩୧।ପ୍ରଶୁରାମ ପ୍ରତିଗ୍ରହେ ପାଇଲେ ଆଦିବିଦ୍ୟାକୁରୁ ପାଣ୍ଡବଂକ ମଧ୍ୟେ ଗୁରୁ ବ୍ରାହ୍ମଣ ମହାସିଦ୍ଧା ।୧୩୨।ଲକ୍ଷେକ ବଳ ଧନୁ ଧରିଛନ୍ତି ହାଥେବିଶାଶତେ ଶାର୍ଦ୍ଦୋଳ ଯୋଚିଲା ଅଛି ରଥେ ।୧୩୩।ଶାର୍ଦ୍ଦୁଳ ଲାଞ୍ଜ ଚିହ୍ନ ଉଡ଼ଇ ରଥଧ୍ୱଜେକଣୟମୟ ରଥେ ହୀରା ସାରିକ୍ଷେ ସରୋଜେ ।୧୩୪।ବାବୁ ସେ ଦ୍ରୋଣ ଯେ ଅଟନ୍ତି ମହାରଥୀତାହାଂକର ସମାନେ ଅଛନ୍ତି ଭୀଷ୍ମ ମହାଛତ୍ରୀ ।୧୩୫।ବାବୁ ତାହାଂକର କର ସନ୍ନିଧ୍ୟେ ତୁ ଦେଖ ହୋ ବିରାଟିୟେକଖଣ୍ଡି ରଥ ସେ ଯେ ମର୍କତ ଆହୁଟି ।୧୩୬।ବିରାଜଇ ରଥେ ମୃକୁତା ନକ୍ଷତ୍ର ପନ୍ତି ଜାଣିୟେ ସେ ଅଶସ୍ତମା ହୋ ମହାରଥୀ ଦ୍ରୋଣି ।୧୩୭।ଲକ୍ଷେ ପଞ୍ଚାଶ ସହସ୍ର ବଳ ବହଇ ୟେ ଧନୁବଜ୍ର ବିଗାତେ କ୍ଷୟେ ନୋହଇ ୟେହାଂକର ତନୁ ।୧୩୮।ଛତ୍ରୀଂକର ମଧ୍ୟେ ଅଟଇ କୋଟି କଳ୍ପିଦ୍ରୋଣେ ୟେହାଂକର ପିତା ମାତା ୟେହାଂକର କୃପୀ ।୧୩୯।ୟେହାଂକର ଧନୁ ଧରନ୍ତେ କମ୍ପଇ ଆଖଣ୍ଡଳଯମ ଦେବତା ନ ବସଇ ସଞ୍ଜୀବନୀ ମଣ୍ଡଳ ।୧୪୦।ଛତ୍ରୀ ମାନମର୍ଦ୍ଦନ ୟେ ଗୁରୁ ପରମଗୁରୁଦ୍ରୋଣୁଂ ଅଧିକ ପାଞ୍ଚସସ୍ର ବଳ ୟେହାର ଧନୁଧରୁ ।୧୪୧।ବାବୁ ଶରଣରକ୍ଷଣ ୟେ ସମରେ ଅଶସ୍ତମାୟେହାଂକର ମାତୁଳ ୟେ ହାଦେ ଦେଖ କୃପବ୍ରହ୍ମା ।୧୪୨।ମଳୟ ବସନ୍ତ ରଥ ମଳୟ ବସନ୍ତ ସାରଥିମଳୟାନିଳ ବିଜୟେ ରଥ ଆଲୋକମୟେ ବିରାଜଇ ଦିବାରାତି ।୧୪୩।ଯେତେକ ରତ୍ନ ସେ ଲାଗିଅଛି ରଥଶିଖାଅଂକେ ଲେଖନ୍ତେ ସେ ନ ଯାଇ ଆଉ ଲେଖା ।୧୪୪।ସହସ୍ରେକ ଶାର୍ଦ୍ଦୁଳ ଯୋଚିଲା ଅଛି ବଳ ଲାଗିଚଳଇ ରଥ ଗଗନେ ପବନହୁଂ ଅତି ବେଗି ।୧୪୫।ଯାହାକୁ ଶର ସେ ସନ୍ଧଇ ତାହାକୁ ଅବଶ୍ୟ ବିନ୍ଧଇବିନ୍ଧନ୍ତେ ନ ବ୍ରତଇ ବ୍ରହ୍ମା ଇନ୍ଦ୍ର ଚନ୍ଦ୍ର ସୂର୍ଯ୍ୟ ଯେବେ ହୋଇ ।୧୪୬।ସମରେ ମହାତମା ସେ ଅଟଇ ନିର୍ଦ୍ଦୟେସୁରଲୋକେ ନାଗଲୋକେ ଯେ ସମରେ ଅଭୟେ ।୧୪୭।ହତ୍ୟା ବିବାଦକୁ ୟେ ନ ଘୁଞ୍ଚନ୍ତି ସର୍ବକାଳେଦିବି ଭୁବନ ସଞ୍ଚୟେ ଉପାଡ଼ି ପାରନ୍ତି ମନ୍ତ୍ରବଳେ ।୧୪୮।ବ୍ରାହ୍ଣଣପଣକୁ ଯେ ୟେତେ ମାନ ତେଜୟେ ସେ ମହାରଥୀ କୃପ ଯେ ଆଚାର୍ଯ୍ୟ ।୧୪୯।ଆହୋ ଉତ୍ତର ମାରାଗ ଛାୟେଣି ଆରକ୍ତମୟେ ରଥଲୋହିତ ପିଙ୍ଗଳ ବର୍ଣ୍ଣ ସମସ୍ତ ମରକତ ।୧୫୦।ଭାଲୁଂକର ଚର୍ମେ ଯେ ଛାଇଂଲା ଅଛି ରଥଗୋଟିୟେ ସେ ସୋମଦତ୍ତ କ୍ଷତ୍ରୀ ମହାରଥୀଟି ।୧୫୧।ଆହୋ ଉତ୍ତର ତାହାଂକର ଭିଣୋଇ ଯେ ବାହ୍ଲିକ ମହାଯୋଧୀକ୍ଷତ୍ରୀବର ସୁନ୍ଦର ୟେ ଅଟନ୍ତି ପବନ ଭେଦି ।୧୫୨।ନୀଳରଥେ ଦେଖ ଡ଼ାଳିମ୍ୱା ଚାମର ଛାୟେଣିଯେସନେକେ ବିରାଜଇ ସୁମନ୍ତେକ ମଣି ।୧୫୩।ବାବୁ ମହ୍ଲିକ ଦେଶର ୟେ ଅଟନ୍ତି ନରନାହାରଥରେ ଯୋଚିଲା ଅଛି ଦେଖ ସହସ୍ରେ ବାହୁଟିଆ ।୧୫୪।ଶତେଦଳ ପଦ୍ମ ଯେ ସୁବର୍ଣ୍ଣରେ ଖଞ୍ଜିମତୁଆଳ ଯୋଦ୍ଧାୟେ ଅମାପତ ବଳ ଗଞ୍ଜି ।୧୫୫।ବାବୁ ହିରଣନଗ୍ର ବୋଲି ମଣ୍ଡଳ ୟେକ ଦଶତହିଂ ରାଜା ଅଟଇ ଅଳମ୍ୱୁଷ ରାକ୍ଷସ ।୧୫୬।ପଦ୍ମେକ ଯୋଦ୍ଧା ୟେହାର ବ୍ରାଘ ଯେ ବାହାନଅହର୍ନିଶି ବିସ୍ୱାସ ୟେ ଦ୍ରିଯୋଧନ ରାଜାର ସନ୍ନିଧାନ ।୧୫୭।ଆଗିଆଣି ଥାଠେ ସେ ଚଳଇ ସର୍ବକାଳେଲକ୍ଷେକ ନୃପତି ସେ ଜିଣିପାରଇ ରୋଳେ ।୧୫୮।ରାଜାର ସଂଘାତ ୟେ ୟେହୁ ସାଖା ଅବିରୋଧତାହାର ନନ୍ଦନ ନାମ ଅଟଇ ଅଳାୟୁଧ ।୧୫୯।ସାରଙ୍ଗ ସମାନେ ତାହାର ହାଥେ ଧନୁତପେଣ ପ୍ରସନ୍ନ ତାକୁ ହୋଇଲେ ପଞ୍ଚ ମନୁ ।୧୬୦।ଯୁଗାନ୍ତକ ଯୋଦ୍ଧାୟେ ମାଳବ ଆଧିପତିଚତୁର୍ଦ୍ଦିଗେ ବିଖ୍ୟାତ ୟେହାର ଅଲୋକିତ କୀର୍ତ୍ତି ।୧୬୧।ବାବୁ ହୀରାମୟେ ରଥ ବିରାଜଇ ଶୁଦ୍ଧମୟେଦ୍ୱାଦଶ ଆଦିତ୍ୟ ରଥ ଘୋଟିଲା କଣୟମୟେ ।୧୬୨।ସିନ୍ଧୁଦେଶର ରାଜା ଯେ ଦୃଶିଳାର ପତିଦ୍ରିଯୋଧନ ଭିଣୋଇ ଯେ ଜୟଦ୍ରଥ ନୃପତି ।୧୬୩।ଦଶ ଅହିବ୍ରତେ ରଥ ୟେ ସାଜଇ ଅନୁବ୍ରତେପଛିଆଣି ଥାଠେ ଚଳଇ ସେ ପିତାର ନିମନ୍ତେ ।୧୬୪।ଉଡ଼ଙ୍ଗ ଦେଶର ରାଜା ଅଟଇ ଭିଂଝମାଳିମରଭୂତେକ ଯୋଦ୍ଧା ଘେନି ଡ଼ାହାଣ ଥାଠେ ଚଳି ।୧୬୫।ଆହୋ ଉତ୍ତର ବିକର୍ଣ୍ଣ ଦେଶର ରାଜା ଯେ ଉର୍ଦ୍ଧ୍ୱକେଶୀକାଶୀର ବିବାଦେ ହାରିଣ ମାନଗୋବିନ୍ଦ ତହିଂ ଶରଣ ପଶି ।୧୬୬।ପଦ୍ମେକ ମୁକୁଟ ବନ୍ଧାଣ ଯୋଦ୍ଧା ଘେନି ମହାତେଜିରାଜାର ବାମପାଖେ ଥାଇ ବଳ ସାଜି ।୧୬୭।ବାବୁ ଅସଂକ୍ଷେପ କୁରୁ ସାଗର ୟେ ନ ସରଇ କହନ୍ତେଅଷ୍ଟାଦଶ କ୍ଷଉଣୀ ବଳ ଅଛଇ ଲେଖନ୍ତେ ।୧୬୮।ତୁ ଯେ ପୁଛାକଲୁ ବାବୁ ସେନାପତିଂକର କଥାଠିକ ଠିକ କରି ତୋତେ ମୁଂ କହିଲି ବାରତା ।୧୬୯। ୬୦୪୯।