ସାରଳା ମହାଭାରତ ବିରାଟପର୍ବ
ସାରଳା ଦାସ · ଭାଗ ୧୦ / ୧୩ · ତୃତୀୟ ଖଣ୍ଡ ଯେ ହୋଇଲା ପବ ସାତ (୨)
ସମ୍ପୂର୍ଣ୍ଣ ସୂଚୀପତ୍ର
ଅର୍ଜୁନ ଦୁର୍ଯ୍ୟୋଧନର କଳି ଓ ଶତେଭ୍ରାତାଙ୍କ ସହିତ ଯୁଦ୍ଧଉତ୍ତର ବୋଇଲା ସ୍ୱାମୀ ପାଇଲି ତଦନ୍ତକାହାର ଛାମୁକୁ ୟେବେ ବାହିବଇଂ ତୋର ରଥ ।୧।ଅର୍ଜୁନ ବୋଇଲା ଶୁଣ ହୋ ଉତ୍ତର କୁମାରଧଉର୍ଯ୍ୟ ହୋଇ ବସିଥିବୁଟି ରଥର ଉପର ।୨।ମହାଘୋର ସମର ହୋଇବ ଗୋଳଯୁଦ୍ଧଅନେକ ସେନା ଯୋଦ୍ଧାୟେ ପଡ଼ିବେ ରଣମଧ୍ୟ ।୩।ଦେଖିଣ କାତର ନପୁଣ ନୋହିବୁଟି ବିରାଟିରଥୁ ଅନ୍ତର ହୋଇଲେ ଭାଞ୍ଜିବ କାୟାଗୋଟି ।୪।ଯଦ୍ୟପି ହର ଇନ୍ଦ୍ର ବ୍ରହ୍ମା ଆସିବେ ଆଜ ବାହିୟେ ରଥେ ଥିଲେ ବାବୁ ପରମାଦ ନାହିଂ ।୫।ଅଶ୍ୱନ୍ତ ନ ଚାଳିଣ ୟେକା ଆରମ୍ଭେ ବସିଥିଲେଭେଦନ୍ତା ନାହିଂ ତୋତେ ଭୀଷ୍ମ ଦ୍ରୋଣଂକର ବେଳେ ।୬।ଉତ୍ତର ବୋଇଲା ଗୋସାଇଂ ମୁଂ ଆଶ୍ରେକଲି ମେରୁତୁ ୟେବେ ସମର କର ମୋତେ କିଂପେ ଚିନ୍ତାକରୁ ।୭।ଯଦ୍ୟପି ଭୀଷ୍ମେ ଦ୍ରୋଣେ ଅଟନ୍ତି ମହାଯୋଧୀସମସ୍ତେ ବୋଗ କରନ୍ତି ସେ ରାଜାର ସମ୍ପ୍ରଧି ।୮।ରାଜାର ବଚନେ ସେ ଚଳନ୍ତି ସର୍ବଲୋକଆଉମାନେ ନାଉକା ରାଜା ସେ ବାହୁକ ।୯।ଆମାନଙ୍କ ଛାମୁକୁ ନ ବାହା ମୋହୋର ରଥରାଜାକୁ ଜିଣିଲେ ସେ ସାଧ୍ୟ ହୋଅଇ ସମସ୍ତ ।୧୦।ଅର୍ଜୁନ ବଚନେ ସେ କୁମାର ଚୂଡ଼ାମଣିଦ୍ରିଯୋଧନ ଛାମୁରେ ରଥ ତୁରିତେ ଟେକିଲାକ ଆଣି ।୧୧।ଯେସନେକ ନିରିଘାତ ପଡ଼ଇ ଆକାଶୁଂକଉରୋବ ବଳ ତ୍ରାସିଲେ ନନ୍ଦିଘୋଷ ରଥ ଆସୁଂ ।୧୨।ଦେଖିଣ ତରସ୍ତ ହୋଇଲେ ରଥୀ ସମସ୍ତଅନ୍ତରୀକ୍ଷେ ପ୍ରବେଶ ଆସି ନନ୍ଦିଘୋଷ ରଥ ।୧୩।ସମସ୍ତେ ଦେଖିଲେ ରଥଧ୍ୱଜେ କପି ଯେ କେତନଦ୍ରିଯୋଧନ ବୋଇଲା କିରେ ଆରେ ଅରଜୁନ ।୧୪।ପଶାରେ ହାରିଲରେ ରାଜ୍ୟଭାର ସମସ୍ତବରଷେ ତେରଦିନ ବଞ୍ଚିବନା ଅଗ୍ୟାଂତ ।୧୫।ଆବର ଦଶ ଦିବସ ଅଛଇନା ଲେଖନ୍ତେବାହୁଡ଼ି ଦ୍ୱାଦଶ ବରଷ ସେବିବ ବନସ୍ତେ ।୧୬।ଅର୍ଜୁନ ନମସ୍କାର ନନ୍ଦିଘୋଷ ରଥେ ଥାଇଂଅନେକ ମତେ ଝିଂଘାସି ବୋଲଇ କୁରୁସାଇଂ ।୧୭।ଆରେ ସମ୍ପଦ ହାରିଣ ଯେ ପଶିଲ ଘୋର ବନକନ୍ଦମୂଳ ଆହାର ଅଖାଦ୍ୟ ଭକ୍ଷଣ ।୧୮।ନଗ୍ରେଣ ପଶିଲ ରେ ହୋଇଲ ଭିକ୍ଷାଶୀଛତ୍ରୀବୃତ୍ତ ଛାଡ଼ିଣ ରେ ହୋଇଲ ତ ତପୁସୀ ।୧୯।ଯୋଗୀ ତପୁସୀ ବ୍ରାହ୍ଣଣ ଭିକ୍ଷାବାସୀୟେହନ୍ତ ବଧକଲେ ଯେ ଅନେକ ପାପ ଗ୍ରାସି ।୨୦।ଜାତି ବୁଡ଼ାଇଲ ରେ ହୋଇଲ ମାନହୀନକୁଳଗୋତ୍ର ବୁଡ଼ାଇଲ ରେ ବିରାଟେ ନେଲ ଦିନ ।୨୧।ଅପାର ପାତକୀ ରେ ପରଅନ୍ନ ଭୋଗୀଆପଣାର ଦୋଷେଣ ରେ କୁଟୁମ୍ୱ ପରିତ୍ୟାଗୀ ।୨୨।ୟେଡ଼େକ ପ୍ରତଗ୍ୟାଂ ଯେବେ ଅଛଇ ତୁମ୍ଭରପଶାଖେଳେ କିଂପେ ହାରିଲ ରେ ରାଜ୍ୟଭାର ଭଣ୍ଡାର ।୨୩।ଅର୍ଜୁନ ପ୍ରତିବାକ୍ୟ ଯେ ଝିଂଘାସ ବଚନ ଶୁଣିତୋହୋର ଦର୍ପମାନ ଅଛଇ ମୁହିଂ ଜାଣି ।୨୪।ପାଣ୍ଡବାସୁର ତୋତେ ଗିଳୁଥିଲା ଯେବଣ କାଳେତୋତେ ଉଦ୍ଧରିଣ ଆଣିଲୁ ତାକୁ ମାଇଲୁ ରୋଳେ ।୨୫।ହିରଣ୍ୟ ରାକ୍ଷସ ତୋତେ ନେଉଥିଲା ହରିଜୀର୍ଣ୍ଣ କୂପ ଭିତରେ ତୋତେ ପକାଇଲା ବନ୍ଦୀକରି ।୨୬।ନକୁଳ ଉଦ୍ଧାରି ତୋତେ ଆଣିଲା ରେ ତହୁଂପାମର ମୂଢ ରେ ବାକ୍ୟେ ତୁ ୟେଡ଼େ ଗର୍ବ ବହୁ ।୨୭।ଦ୍ରୋପଦ ରାଜା ରାଇଜର ଜାଣୁ ଟିକି କଥାୟେକା ଭୀମସେନ କଲେ ଯେତେକ ଅବସ୍ଥା ।୨୮।ବିନାକାର୍ଯ୍ୟେ ରକ୍ଷାକଲୁ ଆମ୍ଭେ ତୋତେମୃତୁଜୀବ ଘେନି ୟେବେ ଆସି ପ୍ରତଗ୍ୟାଂ କରୁ କେତେ ।୨୯।କାୟେମେକ ବନର କଥା ଜାଣୁଟିକି ସବୁଭୀଷ୍ମ ଦ୍ରୋଣ କର୍ଣ୍ଣ ନ ଥିଲେ କି ବାବୁ ।୩୦।କାଳେଣ ସମସ୍ତେ ଛାଡ଼ି ପଳାଇ ଗଲେଟି ତୋତେଆକାଶକଇଂ ବନ୍ଧନ କରି ତୋତେ ନେଲାଟି ଚିତ୍ରସେନ ରଥେ ।୩୧।ବାସବର ସୁତ ମୋହୋର ସେ ସହୋଦ୍ର ଭ୍ରାଥଯୁଝେଷ୍ଠିଂକ ବଚନେ ମୁହିଂ କଲଇଂ ଅନର୍ଥ ।୩୨।ସୋଦର ଛାଡ଼ିଲି ମୁହିଂ ତୋହୋର କଷ୍ଟ ଦେଖିଗନ୍ଧର୍ବେ ଯୁଦ୍ଧ କଲି ମୁହିଂ ଉପ୍ରୋଧ ଉପେକ୍ଷି ।୩୩।ତୁ ଯେ କହିଲୁ ପଶାକ୍ରୀଡ଼ାର କଥାମୂର୍ଖଦୁର୍ବଳ ବାଳୁତେ କଥା କହୁ ତୁ ସର୍ବଥା ।୩୪।କପଟପଶା ଯେ ଭିଆଇଲୁ ଜୁଅଅଜାତଶତ୍ରୁକୁ କଲୁ ବାଳୁତମତ ମୋହ ।୩୫।ସେ ପଶା ଖେଳରେ ତୁମ୍ଭର ଦେଖିଲୁ ସମ୍ପ୍ରଧିଆଜ ବେନିଭ୍ରାଥେ ପଶା ଖେଳିବା ରଣ ମଝି ।୩୬।ସ୍ୱାମୀ ଆଜ ପଶାୟେ ପାରିବ ଯେହୁ ଜିଣିତାହାର ମହିମାଂ ସେ ଯେ ଯୁଗତେ ବଖାଣି ।୩୭।ଯାବତକାଳେ ତୁମ୍ଭର ସଂପଦ କୂଟ ଯେ କପଟଘରେକ ଭିଆଇଲ ଜଉ ସଜଳସ ଗୁଆଘୃତ ଛଣପଟ ।୩୮।ପୁରଞ୍ଚନ ପଣ୍ଡାକୁ ପେଷିଣ ତାହା ହାଥେ ଲଗାଇଲ ଯୂଇତହିଂ ପୁରଞ୍ଚନ ନାଶଗଲା ଆମ୍ଭେ ଧର୍ମେ ଗଲୁ ଜୀଇଂ ।୩୯।ସେ ପୁରଞ୍ଚନ ନାଶଗଲା ତୋହୋର ବିଶ୍ୱାସେତୁମ୍ବର ବ୍ରତ ହେତୁ ବ୍ରହ୍ମହତ୍ୟା ପାପ ଦୋଷେ ।୪୦।ଆହୋ ଦ୍ରିଯୋଧନ ବିଶ୍ୱାସଘାତକେଣ ବ୍ରତନ୍ତି ଯେଉଂଣ ପ୍ରାଣୀଜୀବନହୀନ ତାଂକର ନର୍କେଣ ତାଂକୁ ଗଣି ।୪୧।ଆପଣାର ଅପାର ଦୋଷ ପରକୁ ଝିଂଘାସଦେଖନ୍ତୁ ସମସ୍ତେ ପଶା ଖେଳିବା ଆଜ ଆସ ।୪୨।ଦ୍ରିଯୋଧନ ବୋଇଲା ତୁ ଶୁଣରେ କିରୀଟିଉଚବାଚ କାଳେ କାହିଂ ପଶାକାଠି ।୪୩।ପଶା ସାରହିଂ ତ ଆବର ୟେଥେ ନାହିଂରଣ ଭିତରେ ପଶା ଖେଳିବା ଆର କାହିଂ ।୪୪।ଅର୍ଜୁନ ବୋଇଲା ହୋ ଶୁଣିମା ମହାରାଜତୋହୋର ମୋହୋର ବିନ୍ଧାବିନ୍ଧି ହୋଇବା ନାରାଜ ।୪୫।ୟେ ନାରାଜମାନ ହୋ ହୋଇବ ପଶାକାଠିସେନାଂକର ଶିର ଛିଡ଼ି ହୋଇବେ ସାର ଗୋଟି ।୪୬।ୟେଥକୁ ପରିଜା ହୋ ଆସ କରିବା ଦ୍ରିଯୋଧନସେନା ସଇନିମାନଂକର ସବୁରିହିଂ ଜୀବନ ।୪୭।ୟେ ପଶାୟେ ଜିଣିଲେ ଯେ ରାଜ୍ୟଭାର ଭୋଗୀଯେହୁ ଆଜ ହାରଇ ସେ ସମସ୍ତ ପରିତ୍ୟାଗୀ ।୪୮।ତୋହୋର ସେନା ସନ୍ୟମାନଂକର ଯେବେ ଶିରଲୋଟିସେମାନେ ହୋଇବେନା ଆଜ ପଶାର ସାର ଗୋଟି ।୪୯।ସମରେ ଝାସି ଅର୍ଜୁନ ଯହୁଂ କଲାକ ପହିଜଶୁଣିଣ କୋପାନଳ ହୋଇଲା କୁରୁରାଜ ।୫୦।ଶ୍ରୀଭୁଜେ ଧନୁୟେକ ଧରିଣ ଧୃତିରାଷ୍ଟିଅର୍ଜନ ଉପରକୁ କଲାକ ଶର ବୃଷ୍ଟି ।୫୧।ଗୁଣେଣ ଶତେକ ସେ ବସାଇଲା ବାଣଅର୍ଜୁନ ଉପରକୁ ବିନ୍ଧିଲା କୁରୁରାଣ ।୫୨।ପୁଣ ବେନିଶତ ନାରାଜ ଗୁଣରେ ବସାଇଆକ୍ରୋଷିଣ ପ୍ରହାର କଲାକ କୁରୁସାଇଂ ।୫୩।ଉତ୍ତର ବୋଇଲା ନାରାଜତ ପଡ଼ଇ ଅବିଛନ୍ନେମୋହୋର ଦେହ କମ୍ପୁ ଅଛି ତୁ ସହୁଛୁ କେସନେ ।୫୪।ଅର୍ଜୁନ ବୋଇଲା ହାଦେ ପରର କାର୍ଯ୍ୟ ବୋଲିକେମନ୍ତେ ଦ୍ୱନ୍ଦ କରିବି ବୋଲି ବହୁତ ହୃଦେ ବିସରିଲି ।୫୫।ଉତ୍ତର ବୋଇଉଲା ସ୍ୱାମୀ ତ୍ରିଗର୍ତ୍ତ ହାରି ପଳାଇଲାମାନଗୋବିନ୍ଦ ରାଜାକୁ ଯାଇଂ ଶରଣ ପଶିଲା ।୫୬।ତାହାର ନିମନ୍ତୁ କରି ବାହିଲା କୁରୁରାଣଆମ୍ଭେ ଯେ ତୋହୋର ତହିଂ ପଶିଲୁ ଶରଣ ।୫୭।ଶରଣବଛଳ ନାଥ ତୁହି କରିବୁ କାରଣବିନ୍ଧ ୟେବେ ନାରାଜ ନକର କଷଣ ।୫୮।ୟେଣେ ଉତ୍ତର ବଇକୁଲ୍ୟ ତେଣେ ମାନଗୋବିନ୍ଦର କୋପଯଷ୍ଠି ପ୍ରହାରେ ଯେସନେ ଗର୍ଜଇ କାଳସର୍ପ ।୫୯।କୋପଭର ହୋଇଣ ଧନୁର୍ଜୟେ ପାଥଦ୍ରୋଣଂକର ନାମ ଧରି ସେ ଧନୁରେ ଲଗାଇଲା ମାଥ ।୬୦।ଦ୍ରୋଣେ ବୋଇଲେ ତୋତେ ପରମ କଲ୍ୟାଣ ହୋଉ ବାବୁୟେ ପଞ୍ଚୁ କଟକେ ୟେକଛତ୍ର ହୋଇ ବସିବୁ ।୬୧।ଗୁଣ ଟଂକାର କଲା ପାଥ କେଶବ ନାମ ଧରିଭୀଷ୍ମ ଦ୍ରୋଣ ଭୂରିସର୍ବା କୃପ ବିଦୃରେ ଚାହିଂ ପ୍ରଣପତ୍ୟ କରି ।୬୨।ମନେଣ ସାନନ୍ଦ ପାଥ ଯୁଝେଷ୍ଟି ନାମ ଧରିବିନ୍ଧିଲା ନାରାଜ ବାରୁଣା ଶର ଚାରି ।୬୩।ଧନୁ ତ୍ରୋଣ ଶରାସନ ବିଜୁଳି ଯେହ୍ନେ ତ୍ରାସେଜୁଳୁଜୁଳା ପୋକ ଯେହ୍ନେ ଉଡ଼ନ୍ତି ଆକାଶେ ।୬୪।ତେସନେକ ସରୂପ ସେ ନାରାଜଂକ ଜ୍ୟୋତିଦେଖିଣ ପ୍ରଶଂସନ୍ତି ଗାଙ୍ଗେବ ମହାରଥୀ ।୬୫।ରୋଷେ ପଞ୍ଚୁଶର ବିନ୍ଧିଲା ସୁତ କୋନ୍ତୀସେହ୍ନା ଫୁଟି ମୃଛାଗତେ ପଡ଼ିଲା ସାରଥି ।୬୬।ପୁଣ ଚାରିଶର ଅର୍ଜୁନ କଲା ଭେଦନୃପତି ରଥ ଚାରିହୟେ ହୋଇଲା ଶିରଛେଦ ।୬୭।ପୁଣ ଶତେ ନାରାଜ ଯେ ବିନ୍ଧିଲା କିରୀଟିଛଇଛାଡ଼େ ମାନଗୋବିନ୍ଦର ରଥ ଗଲା ଫୁଟି ।୬୮।ଯୋଜନେକ ଅନ୍ତରେ ପଡ଼ିଲା ରଥପୀଢବିରଥୀ ହୋଇଲା ସେ କଉରୋବ ମହାବୀର ସୋହୋଡ଼ ।୬୯।ଦ୍ରିଯୋଧନ କଟାଳ ଦେଖିଣ ଧୁଶାସନଦୃଜୟେ ଦୁର୍ବଳ ଦୁର୍ମଦ ଦୁରାକର୍ଣ୍ଣ ଦୁମନ ।୭୦।ୟେ ବିଧି ଅନେଶ୍ୱତ ଭାଇ ଥିଲେକ ତାହାର ପାଖେରାଜାକୁ ପଛକରି ଯେ ବିନ୍ଧିଲେ ବାଣ ଲକ୍ଷେ ।୭୧।ଶତେକ ସହୋଦ୍ରଂକ ମହାପ୍ରତାପ ଦେଖିବିନ୍ଧଇ ଶର ଫାଲଗୁନି ଓପ୍ରୋଧ ଉପେକ୍ଷି ।୭୨।ଅନେଶ୍ୱତ ଭ୍ରାଥକୁ ପାଞ୍ଚଶତ ବାଣବିନ୍ଧିଲା ଧନୁର୍ଜୟେ ଶବଦ ଗରୁ ଟାଣ ।୭୩।ରଥ ହାଥୀ ହୟ ସେନା ସାରଥି ସମସ୍ତ ଗଲେ ଫୁଟିଅସାଷ୍ଟମେ ସମସ୍ତେ ପଡ଼ିଲେ ମହୀଲୋଟି ।୭୪।ହାଥୀୟେକ ଆରୋହି ଯେ ରାଜା ଦ୍ରିଯୋଧନଧନୁରେ ଶହସ୍ରେକ ଧରି ସେ ସଲାକ ସନ୍ଧାନ ।୭୫।ବିନ୍ଧିଲା ଅର୍ଜୁନ ଉପରକୁ ସେ ଧାତିକାରେନାରାଜ ପଡ଼ିଲେ ଯାଇ ଅଶ୍ୱଂକ ଉପରେ ।୭୬।କଉଶିକ ନାରାଜ ଯେ ବିନ୍ଧିଲେ କିରୀଟିହାଥୀର ଚିତାରେ ପଡ଼ି ଧାତିକାରେ ବାଣ ଗଲା ଫୁଟି ।୭୭।ଦେଖନ୍ତେଣ ହାଥୀ ଯେ ପଡ଼ିଲା ଶରଘାୟେପାଦଗତି ହୋଇଣ ପଳାୟେ କୁରୁରାୟେ ।୭୮।ଅର୍ଜୁନ ଡାକ ଦିଅଇ ଦ୍ରିଯୋଧନର କଷ୍ଟ ଦେଖିରହ ରହ ମାନଗୋବିନ୍ଦ କାହିଂକି ଯାଉ ସମର ଉପେକ୍ଷି ।୭୯।କପଟପଶା ପ୍ରାୟେ ବୁଝିଲ କି କଉରୋବନିଷତ ହୋଇଲେ କି ଆଜ ପ୍ରାଣ ଘେନି ଯିବ ।୮୦।ଉତ୍ତର ବୋଇଲା ସ୍ୱାମୀ ତାହାର ଅପଚୟ ବେଳ ହୋଇଅଛିବିନ୍ଧୁକିନା ନାରାଜ ଆବର କିସ ବାଛି ।୮୧।ସମର ଧର୍ମକଥା ତୁ ନ ଜାଣୁ ବିରାଟିନିଶତ ଯୋଦ୍ଧାୟେ ଯେ ସମରେ ଦିଅନ୍ତି ପିଠି ।୮୨।ତାହାନ୍ତ ମାଇଲେ ଯେ ଆପଣା ଧର୍ମ ନାଶିସୁସ୍ଥ ହୋଇଣ ସମର କରୁକିନା ପୁଣ ଆସି ।୮୩। ୬୧୩୦ ।
କର୍ଣ୍ଣ ଅର୍ଜୁନଙ୍କ ଯୁଦ୍ଧରାଜାର ବିରଥୀ ସେ ଦେଖିଣ ବୀରକର୍ଣ୍ଣଲକ୍ଷେ ଯୋଦ୍ଧା ଘେନିଣ ସେ ଧାଇଂଲା ଅର୍ଜୁନ ସନ୍ନିଧ୍ୟାନ ।୧।ରେ ରେ ପାଣ୍ଡବା ତୁ ଆଜ ଯିବୁ କାହିଂସମସ୍ତେ ମଲେଣି ତୁ ୟେକା ଅଛୁ ରହି ।୨।ମୃତୁ ପ୍ରାପତ କାଳେ କାଳସର୍ପେ ଖେଡ଼ିଆଳୁଯାହାର ପ୍ରତଗ୍ୟାଂୟେ ବାରାନିଧି ହୋୟେ ଚଳୁ ।୩।ଆରେ ବିରାଟ କଟକେ ତୁ ହୋଇଲୁ ଭିକ୍ଷାବାସୀପରକାର୍ଯ୍ୟେ ତୁରେ ଆପଣା ମୃତୁ ଲୋଡ଼ୁ ଆସି ।୪।ଅର୍ଜୁନ ବୋଇଲା ତୁ ହୋ ଶୁଣ ବୀରକର୍ଣ୍ଣବିରାଟ ରାଜ୍ୟେ ଆମ୍ଭେ ହୋଇଲୁ ଗୋପ୍ୟାନ ।୫।ସ୍ୱାମୀତ୍ୱ ପଣେ ଆମ୍ଭେ ଆସ୍ତାନେ ବସିଲୁରାଜାର ଆଗୋଚର ବ୍ରାଘ ମାଲ ମାଇଲୁ ।୬।ଶତେସିଂଘର ବଳ କୀଞ୍ଚକ ପ୍ରାକ୍ରମଦ୍ରୋପତୀଂକ ନିମନ୍ତେ ତାହା ବଧ କଲେ ଭୀମ ।୭।କ୍ଷଣେ କ୍ଷଣେ କ୍ରୋଧ ବସିଲା ବିକ୍ରୋଦରେଶତେ ଭ୍ରାଥ ତାହାର ମାଇଲେ ଅଗୋଚରେ ।୮।ଆହୋ କର୍ଣ୍ଣ ତ୍ରିଗର୍ତ୍ତ ଯେ ଅଇଲା ଦଣ୍ଡ ଘେନିବିରାଟକୁ ରକ୍ଷା ନିମନ୍ତେ ତାହାର ବଧିଲୁ ସଇନି ।୯।ବିରାଟକୁ ବନ୍ଦୀ ମୁକତ ଭୀମସେନ କଲେତ୍ରିଗର୍ତ୍ତ କେଶ ଧରିଣ ସେ ରାଗେଣ ଘେନିଗଲେ ।୧୦।ଅଜାତଶତ୍ରୁ ସେ ଯେ ଅଟନ୍ତି ଧର୍ମବଳାଛଡ଼ାଇଦିଲେ ତ୍ରିଗର୍ତ୍ତକୁ ସେ ବହନ ହୋଇଗଲା ।୧୧।ଆହୋ କର୍ଣ୍ଣ ରାକ୍ଷସ ବଳେ କେହି ନ ରହିଲେ ସୀମାବିରାଟ ରାଜ୍ୟରେ ପୁଣ ୟେସନେକ ମହିଂମା ।୧୨।ଯେତେ ଦଣ୍ଡ ଘେନି ଆସିଲ ତୁମ୍ଭେ ବାହିପ୍ରାଣ ଘେନି ୟେଥୁଂ ଆଜ ଜଣେ ଯାଇ ନାହିଂ ।୧୩।ଆସିବାର ବେଳ ତୁମ୍ଭର ଅଟଇ ସୁବିଧାନୟେମନ୍ତ ସମୟେ ନାହାନ୍ତି ଠାକୁର ଭୀମସେନ ।୧୪।ଜଣେହେଂ ଜୀବନ ଧରି ଥାଆନ୍ତ କି ରୋଳେଅଷ୍ଟାଦଶ କ୍ଷଉଣୀ ଲୋଟାନ୍ତେ ୟେତେବେଳେ ।୧୫।ଅର୍ଜୁନ କୂଟବାକ୍ୟ ଶୁଣି କର୍ଣ୍ଣ ମହାଯୋଧୀଅବିଛନ୍ନେ ନାରାଜ ରାଧେବ ରୋଷେ ବିନ୍ଧି ।୧୬।ଅର୍ଜୁନ ପଡ଼ିତାଳ ଯେ ଶହସ୍ର ବିଘାତେରୋଷେଣ ଲାଘବ ଯୁଦ୍ଧ ସେ କରନ୍ତି ଅପ୍ରମିତେ ।୧୭।ଶତେକ ନାରାଜ ଯେ ବିନ୍ଧିଲା କର୍ଣ୍ଣ ଟାଣିପାଞ୍ଚ ନାରାଜେ ଯେ ଅର୍ଜୁନ ତାହା ହାଣି ।୧୮।ବେନିଶତ ନାରାଜ ରାଧେବ ବେଗେ ବିନ୍ଧିଦ୍ୱାଦଶ ନାରଜେ ତାହା ଛେଦିଲେ ଅର୍ଜୁନ ।୧୯।ପଞ୍ଚଶତ ନାରାଜେ ଅର୍ଜୁନ ବିନ୍ଧଇ ବୀର କର୍ଣ୍ଣବିଂଶ ନାରାଜେ ତାହା ଛେଦିଲେ ଅର୍ଜୁନ ।୨୦।ପୁଣ ବେନି ସହସ୍ର ନାରାଜ କର୍ଣ୍ଣ ବିନ୍ଧିପଞ୍ଚଶତ ନାରାଜେ ଅର୍ଜୁନ ତାହା ଛେଦି ।୨୧।ରହ ରହ କର୍ଣ୍ଣ ହୋ ଦେଖ ମୋହୋର ଶରତୀକ୍ଷମୁନା ଶର ଅର୍ଜୁନ ବିନ୍ଧିଲା ଅନିବାର ।୨୨।ପୁଣ ପୁଣ ପାର୍ଥିବ ଯେ ବିନ୍ଧିଲା ଗଳଗାଜିକର୍ଣ୍ଣ ରଥ ଶତଖଣ୍ଡ ହୋଇ ଗଲା ଭାଜି ।୨୩।ଆରେକ ରଥ ଯେ ଆରୋହିଣ ବୀରକର୍ଣ୍ଣଅହିବ୍ରତେକ ନାରାଜ କଲାକ ଆଧାନ ।୨୪।କୋପେଣ ନାରାଜ ବିନ୍ଧଇ ସେ ରାଧେବର ତନୁଅର୍ଜୁନ ଛେଦିଲା କର୍ଣ୍ଣର ବଜ୍ରାବଳୀ ଧନୁ ।୨୫।ଧନୁ ଛେଦନ୍ତେ ଯେ କର୍ଣ୍ଣ ରଥ ଛାଡ଼ିଖଡ଼ଗ ଫଳା ଘେନି ପାଦଗତି ଡ଼େଇଂପଡ଼ି ।୨୬।ଖେଳନ୍ତା ସିଂଘ ଯେହ୍ନେ ଦିଶଇ ମଧ୍ୟପୁରୀକ୍ଷଣେ କ୍ଷଣେ ଗର୍ଜଇ ଯେହ୍ନେ ବିକ୍ରମକେଶରୀ ।୨୭।ଅସିପତ୍ର ଧରିଣ ଧାମଇଂ ବୀରକର୍ଣ୍ଣହାବୋଡ଼ା ଶର ଘେନି ମାଇଲା ଫାଲଗୁନ୍ୟ ।୨୮।ଘାୟେଣ ଘୁମାଇ କର୍ଣ୍ଣ ପଡ଼ିଲା ମହୀଲୋଟିଅସାଷ୍ଟମେ ବୀର ଯେ ନୁଆରିଲା ଉଠି ।୨୯।କର୍ଣ୍ଣର ଉପରେ ବୀର ଗଲା ରଥ ବାହିଦେଖିଲା କର୍ଣ୍ଣର ଯୋଦ୍ଧାମାନେ ଛନ୍ତି ରହି ।୩୦।ଚୋଖାର ତୁରଙ୍ଗମ ଆରୋହି ଛନ୍ତି ବୀରେନବନିଶି କୋନ୍ତ ତାହାଂକର ଝଲକନ୍ତି କରେ ।୩୧।ଆରେ ଆରେ ପାଥ ବୋଲି ଓଗାଳିଲେ ଆସିଲକ୍ଷେକୋଟି ନାରଜ ବିନ୍ଧିଲେ ରଣେ ପଶି ।୩୨।ଦୂରହୁଂ ଦେଖିଲା ତାହା ନାରାୟଣର ସାହାଲକ୍ଷେକ ନାରାଜ ବିନ୍ଧିଲା ସୁଭଦ୍ରାର ନାହା ।୩୩।ନିର୍ଘାତ ବାଣଘାତେ ସବୁରି କାୟେ ଫୁଟିମେଛଳ ଯୋଦ୍ଧାମାନେ ପଡ଼ିଲେ ମହୀଲୋଟି ।୩୪।ରୋଧିର ବିଲେପନ ଶରୀରେଣ ରଙ୍ଗକେଳିଯେସନେ ସନ୍ଧ୍ୟାକାଳେ କିଂଶୁକ ପୁଷ୍ୟ ଓଳି ।୩୫।ଗୁଣସାଗର ଯୋଦ୍ଧା ଯେ ଅଟଇ ବିବତ୍ସଏହା ଶର ପ୍ରହାରେ ପଡ଼ିଲେ ବେନିଲକ୍ଷ ।୩୬।୬୧୬୮।
ଅର୍ଜୁନ ସହିତ କୁରୁସୈନ୍ୟଙ୍କର ଗୋଳଯୁଦ୍ଧ , ମୋହନା ଶର ପ୍ରୟୋଗ ଏବଂ କୁରୁସେନାଙ୍କର ଲାଞ୍ଛନାବିହଡ଼ଇ ପାଣ୍ଡବ ସେ ଥାଠର ଭିତରପୁଣି ପ୍ରବେଶ ହୋଇଲା ଆସି ସେ ଦ୍ରିଯୋଧନ ଛାମୁର ।୧।ଶଲ୍ୟ ବାଲମ୍ୱିକ ଜଦ୍ୟରଥ ଅଶସ୍ତମାଶକୁନି ସୋମଦତ୍ତ ଅଳମ୍ୱୁଷ କୃପବ୍ରହ୍ମା ।୨।ୟେ ଷଡ଼ଯୋଧୀ ଘେନିଣ ମାନଚକ୍ରବ୍ରତୀଅର୍ଜୁନ ଛାମୁରେ ଆସି ପ୍ରବେଶ ତତକ୍ଷଣାନ୍ତି ।୩।ଅମୃତ ବିବାଦେ ଯେହ୍ନେ ସିଂହିକାର ସୁତସେହିମତି ପ୍ରାୟେକ ହୋଇ ଦିଶୁଛନ୍ତି ସମସ୍ତ ।୪।ୟେକ ୟେକ ଯୋଦ୍ଧାୟେ ସହସ୍ର ବାଣ ପେଷିୟେକମୁଖ ହୋଇଣ ସେ ବିନ୍ଧିଲେ ସର୍ବସାଚୀ ।୫।ଷଡ଼ ଯୋଦ୍ଧାଂକ ସମର କହିତେ କି ପାରିଯେସନେକେ କୂଳକୁ ଉଠଇ ସମୁଦ୍ର ଲହରୀ ।୬।ସହସ୍ର ସହସ୍ର ଶର ଯେ ଅର୍ଜୁନ ଛେଦଇକଉରୋବ ସନ୍ୟକୁ ୟେକାୟେ ଅର୍ଜୁନ ବିନ୍ଧଇ ।୭।ପାଥକୁ ନାରାଜ ଯେ ବିନ୍ଧଇ ଅପ୍ରମିତାଲକ୍ଷ ଲକ୍ଷ କୋଟି ଯେ ନ ଯାଇ ଗଣିତା ୮।ଜାଳାବଳୀ ବାଣ ଧରି ବିନ୍ଧଇ ବୀର ପାଥଶଲ୍ୟ ଅଶସ୍ତମାଂକର ଛେଦିଲାକ ରଥ ।୯।ଅଶସ୍ତମା ବିରଥୀ ହୋଇ ଦ୍ରୋଣଂକ ରଥେ ଉଠିଭୀଷ୍ମଂକ ରଥେ ଯାଇଂ ଉଠିଲା ଧୃତିରାଷ୍ଟି ।୧୦।ରାଜାକଇଂ କୋଳକରି ଗଙ୍ଗାର ନନ୍ଦନଆମ୍ଭର ବୋଲ ତୁ ଯେ ନ କଲୁ ଦ୍ରିଯୋଧନ ।୧୧।ଦୁଷ୍ଟଂକର ବୋଲେ ଯେ ଅଇଲୁ ରଥ ସାଜିବିଦେଶେ ବିନାକାର୍ଯ୍ୟେ ବୁଡ଼ାଇଲୁ ସମ୍ପ୍ରଧି ।୧୨।ଦ୍ରିଯୋଧନ ବୋଇଲା ଜାଣିତ ନୁଆରିଛାଡ଼ ଗୋଧନ ପଲ ଯିବା ଚାଲ ଅପସରି ।୧୩।ଭୀଷ୍ମ ବୋଇଲେ ତୁହୋ ମୁଖ ସାଂଗ୍ରାମେଘୁଞ୍ଚିଲେ କେ ଆଜ ବଞ୍ଚିବାକ କ୍ଷମେ ।୧୪।ଦ୍ରୋଣେ ବୋଇଲେ ରହିଣ ଯୁଦ୍ଧ କରିବା ସମସ୍ତେ ୟେକମୁଖେୟେକା ପାଣ୍ଡବ ସିନା ଅଛଇ ବିବତ୍ସେ ।୧୫।ଭୀଷ୍ମେ ବୋଇଲେ ୟେକା ପାଣ୍ଡବେ ଛତ୍ରୀ ମହାସିଦ୍ଧାଆବର ବନସ୍ତେ ସେ ପାଇଛନ୍ତି ଅନେକ ବିଦ୍ୟା ।୧୬।ନିର୍ବାତକପଚ ବଧକରି ଅମର ସ୍ୱର୍ଗବାସେବହୁତ ଶସ୍ର ଦିଲେ ଅମରଗଣ ତୋଷେ ।୧୭।ଭୀଷ୍ମ ବୋଇଲେ ତୁମ୍ଭର ଶିଷ୍ୟପ୍ରାୟେ ମଣିଲ କି ଦ୍ରୋଣେଈଶ୍ୱର ଦେବତାୟେ ହାରିଲେ ଯାହାକୁ ରଣେ ।୧୮।ଦ୍ରୋଣେ ବୋଇଲେ ଦେଖ ହୋ ଜାଣିମା ଛତ୍ରୀବୃତ୍ତକିସ କିସ ନାରାଜ ହୋଇଛନ୍ତି ଉପଗତ ।୧୯।ଅର୍ଜୁନ ବୋଇଲା ଉତ୍ତର ଭୀଷ୍ମ ଦ୍ରୋଣକଇଂ ଚାହାଂଦ୍ରିଯୋଧନ ଯହିଂ ଅଛି ତହିଂକି ରଥ ବାହା ।୨୦।ବାବୁରେ ବଡ଼ାଇ ଦୁରାପଦଟି ହୋଇବ ସମରନପୁଣ ରହି ନୁଆର ରଥର ଉପର ।୨୧।ପାଟଡ଼ୋର ଘେନିଥିବୁଟି ଦମ୍ଭେ ନିଜ ହାଥେମୁହିଂ ସିନା ନିବାରିବି କଉରୋବ ସମସ୍ତେ ।୨୨।ବାହଇ ତୁରଙ୍ଗମ ସେ କୁମାର ବିରାଟିଭୀଷ୍ମ ଦ୍ରୋଣ ଛାମୁରେ ନନ୍ଦିଘୋଷ ଯାଇଂ ଭେଟି ।୨୩।ଯେସନେକ ମନ୍ଦର ହେମବନ୍ତ ଆକ୍ରୋଷିକଉରୋବ ସଇନିକି ନନ୍ଦିଘୋଷ ତେସନେକ ଦିଶି ।୨୪।ଛାମୁରେ ଅରଜୁନ କରଇ ସମ୍ଭାଷଭୀଷ୍ମେ ପେଶିଲେ ଯେ ନାରାଜ ଆଶିଷ ।୨୫।ଲାଘବ ବାଣେକ ଯେ ବିନ୍ଧଇ ଫାଲଗୁନିଭୀଷ୍ମଂକର ଚରଣେ ସେ କରଇ ଦୟିନୀ ।୨୬।ଗଙ୍ଗାର ନନ୍ଦନ ଯେ ଛାଡ଼ିଲା ଓପ୍ରୋଧକାଳାନ୍ତକ ରୂପ ଧରି ଆରମ୍ଭିଲେ ଯୁଦ୍ଧ ।୨୭।ଅଧାଚନ୍ଦ୍ର ବାଣ ଯେ ପେଷିଲେ ଗାଙ୍ଗବଦୁରୁଂ ଛେଦିଲା ତାହା ପାଣ୍ଡବ ପାର୍ଥିବ ।୨୮।ସମର ସମ୍ଭାଷଣ ଯେ ଛାଡ଼ିଲେ ଗାଙ୍ଗବେପୁଣି ପଞ୍ଚଷଠି ନାରାଜ ଯେ ବିନ୍ଧିଲେ ପାର୍ଥିବେ ।୨୯।ପୁଣି ବେନିଶତ ଯେ ନାରାଜ ପୂରୋଇଆକ୍ରେଷି ନାରାଜ ପେଷିଲେ ଭୀଷ୍ମେ ନେଇ ।୩୦।ଗଙ୍ଗାର ନନ୍ଦନ ଯେ ପ୍ରତଗ୍ୟାଂବନ୍ତ ମହାଛତ୍ରୀବ୍ରହ୍ମାଣ୍ଡ ଜିଣିମାକୁ ସମର୍ଥ ମହାରଥୀ ।୩୧।ହାଥର ବ୍ୟଗ୍ରେ ଶହସ୍ର ଦେଖିତ ନୁଆରିପବନହୁଂ ବେଗେ ସେ ନାରାଜ ପ୍ରହାରି ।୩୨।ବଢିଲା ରଣଗୋଳ ଅତୀୟ ସମ୍ଭରେନିଦ୍ରାଘ ବାଣ ଅର୍ଜୁନ ଧଇଲା ନିଜକରେ ।୩୩।ସତେକ ଶାର୍ଦ୍ଦୂଳ ଯୋଚିଲାଅଛି ଭୀଷ୍ମଂକର ରଥେବେନିଖଣ୍ଡ ହୋଇଲେ ସେ ଅର୍ଜୁନ ଶରଘାତେ ।୩୪।ମଳୟ ବସନ୍ତ ବୋଲିକରି ଭୀଷ୍ମଂକ ସାରଥିଅର୍ଜୁନର ଶରଘାତେ ସେ ମୋହେଣ ପଡ଼ନ୍ତି ।୩୫।ପୁଣ ବିଶାଶତେ ନାରାଜ ବିନ୍ଧିଲା ପାଥ ଟାଣିଭାଷ୍ମଂକର ରଥ ସେ ନାରାଜ ଘେନିଆଣି ।୩୬।ବିରଥୀ ହୋଇଣ ସେ ଗଙ୍ଗାଦେବୀର ସୁତପୁଣ ଆରୋହିଲେ ଶୁଦ୍ଧ ସଷ୍ଟିକମୟେ ରଥ ।୩୭।ଭୀଷ୍ମଂକର ଅଭିମାନେ ଭରଦ୍ୱାଜଂକର ଶିଷିପାଞ୍ଚଲକ୍ଷ ଯୋଦ୍ଧା ଘେନି ଅର୍ଜୁନକୁ ଓଗାଳିଲେ ଆସି ।୩୮।ଅଶି ମର୍ଭୁତ ଯୋଦ୍ଧା ଘେନି ମାନଚକ୍ରବର୍ତ୍ତୀସେହି ସେ ବେଢିଲେ ଆସି ଅର୍ଜୁନର କତି ।୩୯।ଦ୍ରୋଣେ ବୋଇଲେ ହୋ ସମସ୍ତହେଂ ରହ ରହଅନୀତି ନ କରିବା ସମସ୍ତେହେଂ ସମର ସର୍ବେ ସହ ।୪୦।ୟେକା ଯୋଦ୍ଧାକୁ ବହୁତ ଲୋକ ସମର କଲେକାଳଭ୍ରଷ୍ଟ ହୋଇବନା ଧର୍ମକୁ ଲଂଘିଲେ ।୪୧।କ୍ଷଣକ ସମର ଦେଖ ହୋ ମୋର ରହିଯୋଦ୍ଧାନ୍ତ ସମ୍ୱୋଧିଲେ ମଧୁର ବଚନ କହି ।୪୨।ଆର୍ଦ୍ରାବଳୀ ସାଦୃଶ୍ୟେ ଯେ ଦ୍ରୋଣଂକର ଧନୁଅର୍ଜୁନ ଛାମୁରେ ପ୍ରବେଶ ଭାରଦ୍ୱାଦଶଂକର ତନୁ ।୪୩।ରଥେ ଥାଇ ପାର୍ଥିବ ଯେ ବିନୟେ ଦଇନିଦ୍ରୋଣେ କଲ୍ୟାଣ କଲେ ଯଥାବାକ୍ୟ ଘେନି ।୪୪।ଅଧର ପୁଷ୍ଟିକରି ଦ୍ରୋଣେ କୋପେ କହନ୍ତି କଥାଲୋକିତ କର୍ମେ ସେ କହନ୍ତି ଯଥା ଯଥା ।୪୫।ଆରେ ରାଜ୍ୟଭାର ତେଜିଣ ରେ ପଶିଲ ଯାଇଂ ବନେଅଗ୍ୟାଂତବାସ ଲଗୁତି ଅଛଇ ତିନିଦିନ ଲେଖନେ ।୪୬।ବିରାଟର ଗୋଧନ ଆମ୍ଭେ ନେମୁଂରେ ହସ୍ତିନାଆମ୍ଭେ ହରି ନେମୁଂ ଯୁଗତେ ତୁମ୍ଭର କାର୍ଯ୍ୟସିନା ।୪୭।ଯଦ୍ୟପି ଦୁର୍ଗତିକାଳ ବଞ୍ଚିଲ ୟେଥି ଦିନପରଯାଇଂ କିମ୍ପେ ଆପଣା ସହୋଦ୍ରେ ଅନ୍ୟୋଅନ୍ୟ ।୪୮।ସମର ଦୃଭାର ବୋଲି ଯାଆ ଯା ୟେଥୁ ଘୁଞ୍ଚିଗୋଧନ ପଲ ଆମ୍ଭେ ନେଉଂ ସର୍ବସାଚୀ ।୪୯।ଅର୍ଜୁନ ବୋଇଲା ତୁମ୍ଭେ ଅଟ ପରମଗୁରୁଛତ୍ରୀବୃତ୍ତିପଣ ତାତ ଦୂଷଣ କିଂପେ କରୁ ।୫୦।ବିରାଟ ସହିଲା ତାତ ଆମ୍ଭର ଆର୍ଦ୍ଦୋଳିଭୀମସେନ ବଧକଲେ କୀଞ୍ଚକ ମୂଳେ ଶତେ ମହାବଳୀ ।୫୧।ଯାହାର ଅନ୍ନ ଭକ୍ଷି ତାହାକୁ ସିନା ରକ୍ଷିଶାହାସ୍ର ସଂଘିତାୟେ ତାତ ୟେହେନେକ ବିଚାର ଅଛି ।୫୨।ତୁମ୍ଭେ ଯେ ବୋଇଲେ ଅଗ୍ୟାଂତବାସ ତିନିଦିନ ଅଛିବଢିଲା ଦଶଦିନ ଲାଇ ସାତଦିନ ଉଗୁଳି ହୋଇଅଛି ।୫୩।ୟେଥୁ ତୁମ୍ଭେ ସମସ୍ତେ ହୋ ଯାଅ ସନ୍ୟ ଘେନିରଣମତ୍ସଳା ବାନା ମୋ ନାମଟି ଫାଲଗୁନି ।୫୪।ଗୋଧନ ନିମନ୍ତେ ସମସ୍ତେ ପାଇବଟି ଲାଜକଥା ସେ ରହିବ ତାତ ନୋହିବ କିସ କାର୍ଯ୍ୟ ।୫୫।ଦ୍ରୋଣେ ବୋଇଲେ ତୁ ସମ୍ୱୋଧନା ନ କଲେୟେ କୁରୁସାଗର ଜିଣିପାରିବୁ ଟିକି ତୋହୋର ବେଳେ ।୫୬।ଅର୍ଜୁନ ବୋଇଲେ ତାତ ସାଗର ଜଳ ବୋଲିୟେକାୟେ ସାଗର ସେ ମନ୍ଥିଲା ବୀର ବାଳି ।୫୭।ଦ୍ରୋଣେ ବୋଇଲେ କୋଟିୟେ ସିଂଘର ପ୍ରାକ୍ରମ ଅଟଇ ଯେଉଂଣ ବାଳିଲୋହଶଙ୍ଖ ବେନି ପର୍ବତ ଶଙ୍ଖନାଳ ପ୍ରାୟେ ତୋଳି ।୫୮।ତୁ ତାହାକୁ ପଟାନ୍ତର ହୋଇବୁ କି ଧନୁର୍ଜୟେଅର୍ଜୁନ ବୋଇଲା ସେ ହୋଉକିନା ଶୟେ ।୫୯।ଗୁରୁହେ ତୁମ୍ଭେ ଯେ ବୋଇଲ ୟେ କୁରୁ ସାଗର ସନ୍ୟମୁହିଂ ଜାଣଇ ସବୁରି ପ୍ରାଣ ଅଛି ମୋ ନାରାଜ ମୁନ ।୬୦।ଦୁରାପଦ ପ୍ରତଗ୍ୟାଂ ଶୁଣି ଚଳିଲେ ଦ୍ରୋଣଗୁରୁଶତେ ନାରାଜ ପେଷିଲେ ଦ୍ରୋଣେ ପଚାରୁ ପଚାରୁ ।୬୧।ପୁଣି ଶତେ ନାରାଜ ଘେନିଣ ମହାରଥୀଦୁଜଶର ଘେନିଣ ସେ ପେଷି ଛେଦିଲେ ସାରଥି ।୬୨।ପୁଣିହିଂ ନାରାଜ ପେଷିଲେ ଶତେ ଚାରିଚାରିଗୋଟି ଅଶ୍ୱଂକର ଉପରେ ପ୍ରହାରି ।୬୩।ପୁଣିହିଂ ଚାରିଶତ ବାଣ ଘେନିକରି ଦ୍ରୋଣେନନ୍ଧିଘୋଷ ରଥ ଭେଦିଲେ ଚାରିକୋଣେ ।୬୪।ଅନିବାରଣ ଶର ଯେ ଘେନିଲା ଫାଲଗୁନିଧାତିକାରେ ଭେଦିଲା ସେ ନାରାଜ ସହସ୍ରେ ତିନି ।୬୫।ଦ୍ରୋଣଂକର ଶରମାନ ଅର୍ଜୁନ ସବୁ ଛେଦିପୁଣିହିଂ ସହସ୍ର ନାରାଜ ଦ୍ରୋଣଗୁରୁ ଭେଦି ।୬୬।ମହାଚଞ୍ଚଳ ବ୍ରତ ସେ ପରଶୁରାମ ଦାନୀପୁଣି ସହସ୍ର ନାରାଜ ବିନ୍ଧିଲେ ଦ୍ରୋଣେ ଟାଣି ।୬୭।ଅନିବାରଣ ଶର ତାହା କେ ପାରିବ କଳିଓହୋକୁଳ ବିନ୍ଧନ୍ତେ ଅଦୃଶ୍ୟ ଅଂଶୁମାଳୀ ।୬୮।ଯେସନେକେ କୁହୁଡ଼ି ବିକାଶଇ କୁମ୍ଭମାସେସେହି ସାରିକ୍ଷେ ନାରାଜ ପଡ଼ିଲେ ଦଶଦିଶେ ।୬୯।ସମରେ ଅର୍ଜୁନ କରଇ ଲାଘବ ଯୁଦ୍ଧବିଚାରି ବୋଇଲା ମୋହୋର କାହାକୁ ଉପ୍ରୋଧ ।୭୦।ମସ୍ତେକ ହାଥ ଦେଇ ପଚାରଇ ଫାଲଗୁନିଘୁଞ୍ଚ ଘୁଞ୍ଚ ଗୁରୁ ହୋ ଘେନି ମୋହୋର ଦଇନି ।୭୧।ତୁମ୍ଭର ଶହସ୍ରମାନ ତାତ ବିନ୍ଧୁଛି ଯେତେବେଳେୟେ ଶହସ୍ରେ ତୁମ୍ଭନ୍ତ ଜିଣି ହୁଅଇ କି ରୋଳେ ।୭୨।ଅନେକ ନାରାଜ ମୋତେ ଦେଇଅଛନ୍ତି ପଶୁପତିମୟେଂଷା ରକ୍ତବୀର୍ଯ୍ୟ ଯେବଣ ଶରେ ସାଧିଲେ ମୋତେ ଦେଇ ଅଛନ୍ତି ପାର୍ବତୀ ।୭୩।ଶରୀର ମୋହୋର କମ୍ପି ଆସୁଅଛି ବେଳୁବେଳଗୁରୁ ବ୍ରାହ୍ଣଣ ନ ଯାଇଟି ସମର ରୋଳ ।୭୪।ଦ୍ରୋଣେ ବୋଇଲେ ଦେଖିବା ତୋହୋର ସମରକିସ କିସ ଶହସ୍ର ବିନ୍ଧୁକିନା ପାଥ ବୀର ।୭୫।ଆହୋ ଅର୍ଜୁନ ଛତ୍ରୀ ହୋଇ କିଂପେ ବିଭଳିତ କାୟେନିସତ ହୋଇ ବ୍ରତିବା କେବଣ ଉପାୟେ ।୭୬।ଆଦ୍ୟହୁଂ ତୋହୋର ଶହସ୍ରକୁ ଆମ୍ଭେ କରିଅଛୁଂ ଆଶରଣଯଗ୍ୟଂ କରିଅଛୁ ଅର୍ଜୁନ ଶହସ୍ରେ ହୋଇବୁଂ ପ୍ରାଣନାଶ ।୭୭।ଅର୍ଜୁନ ବୋଇଲା ଗୋସାଇଂ ୟେ ନୋହଇଟି ପରସ୍ତାବପ୍ରାଣତ୍ୟାଜ ହୋଇବ ଯେ ନୋହୋଇ ୟେ ଠାବ ।୭୮।ତୁମ୍ଭେ ଯେ କାମ୍ୟକଲ କାରଣ ନିମନ୍ତୁପରକାର୍ଯ୍ୟ ତୁମ୍ଭେ ଅନମିତେ ପାଇବ କିଂପେ ମୃତୁ ।୭୯।କୁଭୂମି କୁତୀର୍ଥ ୟେ ନୋହୋଇ ସୁତୀର୍ଥୟେକମାତ୍ର ଅଛି ୟେଥେ ନନ୍ଧିଘୋଷ ରଥ ।୮୦।ୟେ ରଥେ ସାରଥି ହୋଇଥିବେ ବାସୁଦେବକୁରୁକ୍ଷେତ୍ର ମଣ୍ଡଳେ ମହାଭାରଥ ଯୁଦ୍ଧ ଯେ ହୋଇବ ।୮୧।ସେ ଭୂମିରେ ପଡ଼ିବ ତୁମ୍ଭେ ଛତ୍ରୀୟ କଇଛାୟେଠାରେ ପଡ଼ିବାକୁ ତୁମ୍ଭେ କଲ ମନବାଞ୍ଛା ।୮୨।କୁରୁକ୍ଷେତ୍ର ଭୂମିରେ ଥିବେ ଲକ୍ଷେକ ନରେଦ୍ରକୁରୁପାଣ୍ଡବ ଯୁଦ୍ଧ ହୋଇବ ତହିଂମଧ୍ୟ ।୮୩।ନନ୍ଦିଘୋଷ ରଥେ ଥିବେ ପାଥ ଗୋବିନ୍ଦତୁମ୍ଭେ ତହିଂ ମୃତୁ ଲଭିଲେ ପାଇବ ପରମ ପଦ ।୮୪।ଅକାରଣ ସ୍ଥାନେକ କାରଣ ହୋଇ ମଲେସୁପୁରୁଷେ ନାଶ ଯାନ୍ତି ସୁସ୍ଥାନ ପାଇଲେ ।୮୫।ଦ୍ରୋଣେ ବୋଇଲେ ବାବୁ ଯେହ୍ନେ ତୋହୋର ଇଛାଅଗ୍ନିରେ ଝାସିବାକୁ କି ତୋହୋର ମନବାଞ୍ଚ୍ଥା ।୮୬।ଦ୍ରୋଣଂକର ବଚନ ଶୁଣିଣ ସର୍ବସାଚୀକୋପେଣ ପାର୍ଥିବ ଧନୁ ନାରାଜ ଆମଞ୍ଚି ।୮୭।ନିଦ୍ରାଘ ବାଣେକ ଯେ ପେଷିଲା ଧନୁର୍ଜୟେକାଳସର୍ପ ପ୍ରାୟେକ ଭେଦିଲା ଦ୍ରୋଣଂକର କାୟେ ।୮୮।ରୋଧିର ବିଲୋପନ ଦ୍ରୋଣଂକର ଅଙ୍ଗୟେସନେକେ ଶରୀରେ ବିକାଶଇ ପାଟ ଯେ ଦେବାଙ୍ଗ ।୮୯।ଦ୍ରୋଣଂକର ଅପଚୟେ ସାନନ୍ଦ ଫାଲଗୁନିହରଷେ ଅର୍ଜୁନ କଲା ଦେବଦତ୍ତ ଶଙ୍ଖଧୁନି ।୯୦।ଦେବଦତ୍ତ ଶଙ୍ଖର ଯେ ଘୋର ଗହ ଗହ ନାଦେନିଚେଷ୍ଟ ବୋଇ ଦ୍ରୋଣ ପଡ଼ିଲେ ନିଶବଦେ ।୯୧।ଦ୍ରୋଣଂକର ଅଚେତେ ପାର୍ଥିବ ରଥ ବାହିଦେଖିଲେ ଦ୍ରୋଣଂକର ସନ୍ନିଧ୍ୟେ କେହି ନାହିଂ ।୯୨।ଥାଠ ଭିତରେ ସେ ପଶିଲା ସର୍ବସାଚୀପାଞ୍ଚ ସହସ୍ର ଯୋଦ୍ଧା ଘେନି ମାନଗୋବିନ୍ଦ ରହିଅଛି ।୯୩।ମୋହଗଲା ଯୋଦ୍ଧାମାନେ ଉଠିଲେ ଚେତନା ପାଇ ହାଦେଯେତେବେଳେ ଦେବଦତ୍ତ ଶଙ୍ଖ ଶୁଭିଲାକ ବାଦ୍ୟନାଦେ ।୯୪।ଶୁଣ ହୋ ଚଇତନ ଦେବଦତ୍ତ ଶଙ୍ଖର ମହିମାଂଯେହେନ୍ନେକ କରି ଯେ ସ୍ରିଜିଲା ବେଦବ୍ରହ୍ମା ।୯୫।ୟେ ଶଙ୍ଖର ଶବଦ ଶୁଣିଣ ଛତ୍ରୀମାନେ ହେଉଛନ୍ତି ମୋହମୋହଗଲା ଯୋଦ୍ଧାୟେ ବାହୁଡ଼ି ପାଆନ୍ତିଟି ଦେହ ।୯୬।ୟେସନେକ ବାଦେ ଯୋଦ୍ଧାୟେ ପାଆନ୍ତି ଶ୍ରମମୋହଗଲା ଯୋଦ୍ଧାୟେ ପାଆନ୍ତି ଚେତନ ।୯୭।ଦଇବେ ବୀରେ ଯେ ମରନ୍ତି ବା ସମରେ ମୋହଯାଇସମରେ ଛିଦ୍ର ପାଇଲେ ପୁଣ ଉଠନ୍ତି ଚିଆଇଂ ।୯୮।ଭୀଷ୍ମ ଦ୍ରୋଣ କର୍ଣ୍ଣ ଶଲ୍ୟ ଅଶସ୍ତମା ଭୂରିସର୍ବାମୋହ ତେଜି ଉଠିଲେ ସମସ୍ତ କଉରୋବା ।୯୯।ପୁଣି ନାରାଜ ଘେନିଣ ଯେ ସମର ଆବୋରିବିନ୍ଧନ୍ତି ନାରାଜ ଯେ ଅବିଛିନ୍ନ କରି ।୧୦୦।ଦ୍ରିଯୋଧନ ବୋଇଲା ହୋ ନୁହଂଇ ୟେକେ ୟେକେସମୂହ ହୋଇ ସମର କରିବା ସର୍ବଲୋକେ ।୧୦୧।ଧର୍ମ ଅଧମ ତୁମ୍ଭେ କିଛିହିଂ ନ ବିଚାରସମସ୍ତେ ବେଢ ୟେକମୁଖେ ନାରାଜ ବେଗେ ମାର ।୧୦୨।ରାଜାର ମୁଖରୁ ୟେସନେକ ବାକ୍ୟ ଶୁଣିବେଢିଲେ ଯୋଦ୍ଧାମାନେ ଚନ୍ଦ୍ରକୁ ତାରା ଜାଣି ।୧୦୩।ଧର୍ମକୁ ଇଛାକଲେ ପାଇବାନା ବଡ଼ ଦୁଖୟେକା ପାଣ୍ଡବକେ କଲା ସମସ୍ତ ବିମୁଖ ।୧୦୪।ଯେସନେକ ଅରଣ୍ୟ ଭିତରେ କେଶରୀସେହି ସାରିକ୍ଷେ ଦିଶଇ ଦୁତୀୟ ଶ୍ରୀହରି ।୧୦୫।ପାଞ୍ଚ ପରାୟୁଧ ରଥୀ ଯେ ନବ ପରାୟୁଧ ହାଥୀବତିଶ ପରାୟୁଧ ଅଶ୍ୱ ଯେ ବେଢିଲେ ୟେକମୂର୍ତ୍ତି ।୧୦୬।ୟେକା ଯୋଦ୍ଧାକୁ ଯେ ସମସ୍ତେ କରନ୍ତି ୟେକଦୃଷ୍ଟିଅର୍ଜୁନକୁ ବେଢି ଯେ କରନ୍ତି ଶରବୃଷ୍ଟି ।୧୦୭।ଆହୋ ଚଇତନ କେ ଶତେକ କେ ସହସ୍ରେକ ବାଣ ବିନ୍ଧିକେ ଅହିବ୍ରତେକ କେ ଲକ୍ଷେବାଣ ସନ୍ଧି ।୧୦୮।ଆକାଶ ଅନ୍ଧାର ଦିଶଇ ଉଲୁକାପାତ ମହୀସାଧୁ ଅର୍ଜୁନ ହୋ ତୋହୋରେ ୟେହା ହୋୟେ ସହି ।୧୦୯।ତୁଷାର ବୃଷ୍ଟି ଜାଣି ଶରଦ ମେଘ ଗରଜନେପବନୁଂ ବେଗେ ଶର ବିନ୍ଧନ୍ତି ଯୋଦ୍ଧାମାନେ ।୧୧୦।ଉର୍ଦ୍ଧ୍ୱମୁଖେ ଗାଣ୍ଡିମ ଧରି ଅର୍ଜୁନ ମହାବଳୀଶହସ୍ରକୁ ଶହସ୍ର ୟେ କରଇ ପଡ଼ିତାଳି ।୧୧୧।ଅର୍ଜୁନ ନ ଦିଶଇ ଉତ୍ତର କୁମରକୁଶରବୃଷ୍ଟିରେ ଉତ୍ତର ନ ଦିଶଇ ଅର୍ଜୁନକୁ ।୧୧୨।ଶର ବିନ୍ଧି ଉର୍ଦ୍ଧ୍ୱେ ଡ଼ାକ ଦିଅଇ ଧନୁର୍ଜୟେରହିଥାଅ ଉତ୍ତର ତୁ ହୋଇଣ ନିର୍ଭୟେ ।୧୧୩।ଉତ୍ତର ଡ଼ାକ ଦିଅଇ ରଥଦଣ୍ଡେ ଥାଇଧନୁଘୋଷ ନ ଶୁଭଇ ଅର୍ଜୁନ ଅବା ରଥେ ନାହିଂ ।୧୧୪।ସ୍ୱର୍ଗମଞ୍ଚ ପାତାଳ କମ୍ଫଇ ଯେବଣ ଶଙ୍ଖନାଦଉତ୍ତର କୁମାରକୁ ନ ଶୁଭଇ ଶଙ୍ଖର ଶବଦ ।୧୧୫।ଉତ୍ତର ବିଚାରିଲା ଅବା ପଳାଇଲା ଅର୍ଜୁନଅର୍ଜୁନ ବିଚାରଇ ରଥେ ନାହିଂ ଅବା ବିରାଟ ନନ୍ଦନ ।୧୧୬।ଅର୍ଜୁନର ବାଣ ଯେ ଯୋଦ୍ଧାଂକୁ ଅଗୋଚରୟେସନେକ ଅଗୋଚର ହୋଉଅଛି ସମର ।୧୧୭।କକଡ଼ା ବୃଷ୍ଟିଜାଣି ସେ ନାରାଜମାନ ପଡ଼ିଉତ୍ତର କୁମାରକୁ ନ ଦିଶଇ ଅଶ୍ୱଚାରି ।୧୧୮।ଉତ୍ତର ବିଚାରଇ ଅଶ୍ୱେ ମୋହୋର ନାହାନ୍ତି ଅବା ରଥେବିରାଟର ନନ୍ଦନ ସେ ଦରାଣ୍ଡଇ ହାଥେ ।୧୧୯।ଉତ୍ତର ହାଥ ପଡ଼ିଲା ଅଶ୍ୱଂକ ଉପରେମହାତେଜି ଅଶ୍ୱ ସେ ଉଡ଼ିଲେ ଗଗନରେ ।୧୨୦।ସମର ଭୂମି ଛାଡ଼ି ଲାଗିଲେ ଗଗନେଉତ୍ତର କୁମାରକୁ ଦେଖିଲେ ପଣ୍ଡୁର ନନ୍ଦନେ ।୧୨୧।ଅର୍ଜୁନ ବୋଇଲା ଉତ୍ତର ତୁ ମନ୍ଦକୃତ କଲୁସମର ତେଜି ରଥ କିଂକେ ଗଗନ ମଣ୍ଡଳେ ଆଣିଲୁ ।୧୨୨।ଉତ୍ତର କୁମାରକୁ ଅର୍ଜୁନ କୋପେଣ ବୋଇଲେସମରେ ଅଧର୍ମ ହୋଇବଟି ଶତ୍ରୁରେ ପିଠିଦିଲେ ।୧୨୩।ଉତ୍ତର ବୋଇଲା ସମର ତୋର ମୋତେ ହୋଇଲା ଅଗୋଚରଗୁଣଘୋଷ ଶଙ୍ଖନାଦ ନ ଶୁଭିଲା ତୋହୋର ।୧୨୪।ଅଶ୍ୱ ସହିତେ ଦେବ ନୁଆରିଲି ଠାବକରିଦରାଣ୍ଡନ୍ତେ ଅଶ୍ୱେ ହୋଇଲେ ଗଗନଚାରୀ ।୧୨୫।ଅର୍ଜୁନକୁ ଉତ୍ତର ହୋଇଣ ପରିଣାମିବୋଇଲା ନିଅନ୍ତୁ ଗୋଧନ ପଲ ସମର ନକର ଦେବ ସ୍ୱାମୀ ।୧୨୬।ଅବଶ୍ୟ ଯୁଦ୍ଧ ରହି କରିବୁ ଯେବେ ପାଥମୁହିଂ କ୍ଷଣେହେଂ ବିଶ୍ରାମି ନୁଆରିବି ତୋ ନନ୍ଦିଘୋଷ ରଥ ।୧୧୭।ମୋହୋର ଶରୀରକୁ ତ ଶରଘାତ ନାହିଂଆତ୍ମା ବିସର୍ଜିବି ମୁହିଂ ଶରବୃଷ୍ଟି ଚାହିଂ ।୧୨୮।ଅର୍ଜୁନ ବୋଇଲା ଉତ୍ତରକୁ ରଥରେ ବସିଥିବୁତହିଂ ତୋତେ ପ୍ରମାଦରରେ କିଛି ନାହିଂ ବାବୁ ।୧୨୯।ରଥ ତେଜ୍ୟାକଲେ ବାବୁ ତୋହୋର ହୋଇବ ମରଣଉତ୍ତର ବୋଇଲା ତୋହୋର ପୋଡ଼ୁ ରଣ ।୧୩୦।ଅର୍ଜୁନ ବୋଇଲା ଦ୍ୱାଦଶ ବରଷ ସମର ମୋର ନାହିଂସମସ୍ତ ଶହସ୍ରମାନ ବେଳେ ବେଳେ ବିନ୍ଧଇ କିନା ମୁହିଂ ।୧୩୧।ତୁ କିମ୍ପେ ସମର ଦେଖି ହୋଉଅଛୁ ବିକଳମୁହିଂ ୟେ ସମର ହାଦେ ମଣଇ କୁତୂହଳ ।୧୩୨।ମୋହୋର କୁତୂହଳ ସମର ସରିବା ପରିଯନ୍ତେଲାଖମାତ୍ର ସାହାହୋଇ ବସିଥାଅ ତୁ ୟେ ମୋହୋର ରଥେ ।୧୩୩।କଉରୋବ ସଇନି ଆମ୍ଭେ ଜିଣିମା ୟେହିକ୍ଷଣିଗୋଧନ ପଲକୁ ମତ୍ସଦେଶେ ଯିବା ଘେନି ପୁଣି ।୧୩୪।ମୁହିଂ ଜାଣିଲି ତୁ ନିସତ ହୋଇଲୁ ବିରାଟିରଥୁ ଡ଼େଇଂ ପଡ଼ିଲେ ହରାଇବୁ ତୋହୋର କାୟାଗୋଟି ।୧୩୫।ୟେତେ ବୋଲି ପାଟଡ଼ୋରେ ବନ୍ଧନ କଲା ରଥେଝାତିକାରେ ରଥ ଯେ ବାହିଲା ବୀର ପାଥେ ।୧୩୬।ଗୋଳରେ ସଇନିୟେ ନୁଆରିଲେ ଠାବକରିଆପଣେ ଆପଣେ ହୋଉଛନ୍ତି ମରାମରି ।୧୩୭।ଶ୍ରୀକରେ ଗାଣ୍ଡିମ ଧନୁ ଧରିଣ ବିବଛେନନ୍ଦିଘୋଷ ରଥ ନେଇ ଟେକିଲା ପ୍ରତକ୍ଷେ ।୧୩୮।କଉରୋବେ ଆଶ୍ରିଜ ଯେ ହୋଇଲେ ତାହା ଦେଖିଥୋକାୟେ ରଥୀ ପଳାଇଲେ ସମର ଉପେକ୍ଷି ।୧୩୯।ଦୁରାପଦ ସମର ଯେ ତିନି ପ୍ରହର ଆସି ବେଳଶ୍ରମେ ଅଶ୍ୱ ଗଜ ସଇନି ସବୁ ହୋଇଲେ ନିଚଳ ।୧୪୦।କ୍ଷୁଧା ତୃଷାୟେ ଅଶ୍ୱ ଯେ ନୁଆରନ୍ତି ଚଳିଦେଖିଣ ବିଚାରଇ ସେ ଦୁତୀ ବନମାଳୀ ।୧୪୧।ମେଘା ଶହସ୍ରେକ ଯେ ବିନ୍ଧିଲା କିରୀଟିଅଦଭୂତେ ମେଘରୁ ଯେ ହୋଇଲା ଜଳବୃଷ୍ଟି ।୧୪୨।ସମର ଭୂମିଯାକ ହୋଇଲାକ ଜଳପିବନ୍ତି ଗଜ ଅଶ୍ୱେ ବହୁତ ପଡ଼ିଲା ଚହଳ ।୧୪୩।ଜଳ ପାଇଣ ସଇନିୟେ ହୋଇଲେ ହରଷସାଧୁ ସାଧୁ ଅର୍ଜୁନ ବୋଲି ଶୁଭିଲା ଆକାଶ ।୧୪୪।ଶୁଣ ହୋ ଚଇଚନ ୟେବେ ଅର୍ଜୁନର ମହିଂମାକ୍ଷତ୍ରୀବର ସୋହାଡ଼ ସେ ଜଗୁଜିତା ମହାତମା ।୧୪୫।ସମରେ ସମର୍ଥକ ସେ ନୁହଇଂ ବଡ଼ ରାଗୀପର ମନ ଜାଣନ୍ତି ସେ ଅଟନ୍ତି ପରମ ଯୋଗୀ ।୧୪୬।ଥାଠଯାକ ଶୁଭିଲା ସେ ସାଧୁ ସାଧୁ ଧୁନିସବୁରି ଆଷ୍ୟ ଘେନି ତୁ ହୋ ବ୍ରତ ଫାଲଗୁନି ।୧୪୭।ସମରେ ଧନ୍ୟ ଧନ୍ୟ କରନ୍ତି ତୋଷମତିସମରେ ଶ୍ରାଗିଲା ଯେ ବିଚିତ୍ରବୀର୍ଯ୍ୟ ନାତି ।୧୪୮।ସାଷ୍ଟମ ହୋଇଣ ସେ ଯେ କଉରୋବ ସଇନିପୁଣି ଅର୍ଜୁନକୁ ବେଢିଲେ କରେ ଶସ୍ରମାନ ଘେନି ।୧୪୯।ବିନ୍ଧନ୍ତି ଅବିଛନ୍ନେ ନାରାଜ ବେଗେ ଟାଣିକକଡ଼ା ମାସେ ଯେହ୍ନେ ନିରାଧାର ବରଷଇ ପାଣି ।୧୫୦।ବାଣ ଜ୍ୱାଳାବଳୀ ଆଦିତ୍ୟ ତେଜ ଯେହ୍ନେ ଘୋଟିୟେକ ୟେକ ଯୋଦ୍ଧାକେ ଯେ ନାରାଜ କୋଟି କୋଟି ।୧୫୧।ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଯେ ଉଲୁକାପାତମୟେକ୍ଷୀରୋଦ୍ର ମଛନ କାଳେ ଯେସନେକ ପ୍ରାୟେ ।୧୫୨।କହନ୍ତେ ଅସମ୍ଭବ ଗୋଧନ ହରଣର କଥାଇତିଶ୍ରୀ ମହାଭାରଥ ସମର ବ୍ୟବସ୍ଥା ।୧୫୩।ଭୀଷ୍ମ ଦ୍ରୋଣ ଅଶସ୍ତମା ଶଲ୍ୟ ବାଲମ୍ୱିକକର୍ଣ୍ଣ ଶକୁନି କୃପ ଭୂରିସର୍ବା ଆଦି ଯେତେ ଲୋକ ।୧୫୪।ୟେକମୁଖ ହୋଇଣ ଯେ ପନ୍ଥ କଲେ ଦଣ୍ଡବିନ୍ଧନ୍ତି ନାରଜ ଯେ ଘୋଟିଣ ଭୂଅଖଣ୍ଡ ।୧୫୫।ୟେକା ରଥୀକି ବେଢିଲେ ସେ ବାଆନ ପଦ୍ମ ଯୋଧୀନିରାଶି ଉପ୍ରୋଧ ଛାଡ଼ି ଆକ୍ରେଷି ବାଣ ବିନ୍ଧି ।୧୫୬।ଦ୍ରୋଣେ ବୋଇଲେ ଆଜ ନାଶଗଲୁ ଫାଲଗୁନିଆଜ ୟେଥୁଂ କେମନ୍ତେରେ ଯିବୁ ପ୍ରାଣ ଘେନି ।୧୫୭।ଅର୍ଜୁନ ବୋଇଲେ ଗୁରୁ ହେ ବଚନ ତୁମ୍ଭର ସତ୍ୟଆଜ କଉରୋବେ କେହି ନ ପାବନ୍ତି ଜୀବିତ ।୧୫୮।ଉଭୟ ପ୍ରତିବାକ୍ୟେ ସମର ମହାଘୋରସାଂଗ୍ରାମ ଭୂମିଗୋଟି ଦିଶିଲା ଦିବସେ ଅନ୍ଧକାର ।୧୫୯।କଷ୍ଠୋର ଦେଖି ଭୀଷ୍ମେ ପର୍ବତା ଶସ୍ର କଲେବଜ୍ରଶର ପେଷି ତାହା ଅର୍ଜୁନ ନିବାରିଲେ ।୧୬୦।ଦ୍ରୋଣେ ପେଷିଲେ ପନ୍ନଗାଶର ବାଣମହା ମହା ଫଣୀମାନେ ଫେରୁ ଧରି ଯେ ଗର୍ଜନ୍ତି ଥାଠେଣ ।୧୬୧।ଉତ୍ତର ବୋଇଲା ସ୍ୱାମୀ ଉଡ଼ଙ୍ଗ ବଳ ଦେଖମହାଭୟ ଲାଗିଲା କଷ୍ଟରୁ ମୋତେ ରଖ ।୧୬୨।ଉତ୍ତର ବଚନେ ସେ ପ୍ରତଗ୍ୟାଂ ମହାରଥୀଖଗବର ନାରାଜ ପେଷିଲେ ତତକ୍ଷଣାନ୍ତି ।୧୬୩।ଗରୁଡ଼ାଶର ସେ ପେଷିଲେ ଯେତେବେଳେମଛାଗତ ହୋଇ ପଡ଼ିଗଲେ ନାଗବଳେ ।୧୬୪।ଅଶସ୍ତମା ବିନ୍ଧିଲା ଅନଳ ଶର କାଢିକାଳାନଳ ବହନି ଆସୁଅଛି ମାଡ଼ି ।୧୬୫।ମଞ୍ଚେଣ ମେଖଳା ଯେ ଆକାଶେଣ ଶିଖାପୃଥିବୀ ବିକାଶିଲା ଅନଳର ରେଖା ।୧୬୬।ଉତ୍ତର ବୋଇଲା ସ୍ୱାମୀ ହୋଇଲା ବଡ଼ାଇ ଦୁଲଭୟେବେ ସକଳ ସଂସାର ଦହିଜ ହୋଇବ ।୧୬୭।ଜଳବିମ୍ୱୁ ଶରେକ ଯେ ମାଇଲା କିରୀଟିଅଗ୍ନିର ଉପରେ ଜଳ ହୋଇଲାକ ବୃଷ୍ଟି ।୧୬୮।କଉରୋବ ଯୋଦ୍ଧାୟେ ଯେ ପଳାବନ୍ତି ଭାଞ୍ଜିୟେକା ପାଣ୍ଡବେକେ ଧାମଇ ଗଳଗାଜି ।୧୬୯।ମନ୍ଦର ପର୍ବତ ଯେହ୍ନେ ସିନ୍ଧୁ କଲା ଗୋଳାସେହି ସରୂପେ ଦିଶଇ ହାଦେ ସେ ବାସବର ବଳା ।୧୭୦।ଯେବଣ ଶହସ୍ର ବିନ୍ଧନ୍ତି କଉରୋବେପ୍ରତିତୁଲ୍ୟ ନାରାଜେ ନାଶଇ ପାର୍ଥିବେ ।୧୭୧।ସମରେ ସନ୍ୟମାନେ ପାଇଲେ ମହାଦୁଖପଳାବନ୍ତି ସମର ତେଜି ହୋଇଣ ବିମୁଖ ।୧୭୨।ଦେବେ ଦାନବେ ଯେ ଅଗୋଚର କଥାସଞ୍ଚପି କରି କେହୁ କରିବ ଲେଖନ ସର୍ବଥା ।୧୭୩।ଯେବଣ ସମର ହୋଇଲା ଗୋଧନ ହରଣେସଞ୍ଚପି କରି ପାରିବ କେ ଲେଖନପଠନେ ।୧୭୪।ସତ୍ୟ ତ୍ରେତୟା ଦ୍ୱାପର କଳି ଯୁଗ ଚାରିଚାରି ଯୁଗକୁ ଅସଂଖ୍ୟ ଗୋଧନ ହରଣ ଆର୍ଦ୍ଦୋଳି ।୧୭୫।ୟେକା ରଥୀକେ ଯେ ପଦ୍ମ ସାଗରକ ଯୋଧୀୟେକମୁଖ ହୋଇ ସମସ୍ତେ ହାଦେ ବିନ୍ଧି ।୧୭୬।ଯାବତ ଚନ୍ଦ୍ର ଯେ ଦିବାକର କଥାସମସ୍ତ ଉଦିତ ହୋଇ ରହିଲାକ ବୃତ୍ତ ଯଥା ।୧୭୭।ନ ଦେଖିଣ ନ ପଢିଣ କହିତ ନୁଆରିସୁବୁଦ୍ଧି ସୁଗ୍ୟଂଜନେ ୟେହା ଶୁଣିମା ବିଚାରି ।୧୭୮।ଦଣ୍ଡଭଗ୍ନ ଦେଖିଣ ଛତ୍ରୀ ସେନାପତିପୁଣ ଆବୋରିଲେ ଆସି ଅର୍ଜୁନର କତି ।୧୭୯।ତପନ ଶର ସୀତାଂଶୁ ଶର ନବତନ ବଜ୍ରମୁନାଅମୋହ ଶର ପଶୁପତ୍ର ଆର୍ଦ୍ରାବଳୀ ପଞ୍ଚୁମୁନା ।୧୮୦।ଅଧାଚନ୍ଦ୍ର ବାଣ ବାବଲ ବଜ୍ରସୂଚୀବିନ୍ଧନ୍ତି ନାରାଜ ଯେ ତ୍ରୋଣରୁ ବାଛି ବାଛି ।୧୮୧।ତିମ୍ୱୁର ମୁଦୁଗୁର ଯେ ଅନନ୍ତ ଶକତିବିନ୍ଧନ୍ତେ ଆଲୋମୟେ ହୋଉଅଛି ପୃଥୀ ।୧୮୨।ଦେଖିଣ ଥମ୍ୱୀଭୂତ ହୋଇଲେ ସର୍ବ ଛତ୍ରୀକି ଜାଣି ଜୁଳୁଜୁଳା ପୋକ ନିଶାଭାଗେ ଦିଶନ୍ତି ।୧୮୩।ମହା ପ୍ରଳୟ ଜାଣି ସମର ହୋଇଲାଯୁଦ୍ଧ କରନ୍ତେଣ ଆଦିତ୍ୟ ଅସ୍ତଗଲା ।୧୮୪।କଇଛାବନ୍ତ ରାଜା ସେ ଅଟନ୍ତି ମହାଛତ୍ରୀୟେକ ଭାଞ୍ଜନ୍ତେ ଦଶ ବିଂଶ ତିରିଶ ବେଢନ୍ତି ।୧୮୫।ରୟଣୀ ଅନ୍ଧାରେ ଯେ ହୋଇଲା ମହାଗୋଳମୁଖରାବ ଶବଦେ ଯେ ଶୁଭଇ ଚହଳ ।୧୮୬।ମହାଗୋଳ ଉପୁଜିଲା ସମର ମହାରଣେବାରଣ ନ ଗଲା କେ ପର କେ ଆପଣେ ।୧୮୭।ୟେକ ହାଥରୁ ଆରେକ ଶର ଘେନଇ ଉଛୁଡ଼ିତ୍ରୋଣରୁ ଶହସ୍ରମାନ କେ ବିନ୍ଧନ୍ତି ଚୋରିକରି ।୧୮୮।ଆଗ୍ୟାଂ ଦିଲାକ ରାୟେ ଗାନ୍ଧାରୀର ବଳାସମର ଅଭିମୁଖେ ଲଗାଅ ଦିହୁଡ଼ିର ମାଳା ।୧୮୯।ରଥକେ ପଞ୍ଚାଶ ଯେ ଗଜକେ ପଞ୍ଚବିଂଶଅଶ୍ୱ ଯୋଦ୍ଧାକେ ପଞ୍ଚଦଶ ଧନୁ ଯୋଦ୍ଧାକେ ଦଶ ଦଶ ।୧୯୦।ପାଦାନ୍ତିମାନେ ବାମକରେ ହୁଳା ଯେ ଡ଼ାହାଣ କରେ ଗଦାୟେକାଦଶ ଯୋଜନ ପରିଯନ୍ତେ ଦିଶିଲାକ ଦିବସ ପ୍ରାୟେ ପଦା ।୧୯୧।ଉତ୍ତର ବୋଇଲା ସ୍ୱାମୀ ନ କରନି ଯୁଦ୍ଧରକତବୀର୍ଯ୍ୟ ପରାୟେ ଦେଖିଲି ରଣମଧ୍ୟ ।୧୯୨।ମରନ୍ତି ଜୀଅଂନ୍ତି ଲୋଟନ୍ତି ଉଠନ୍ତିୟେକ ପଡ଼ନ୍ତେ ସେ ଦଶ ବିଂଶ ଘୋଟନ୍ତି ।୧୯୩।ଅର୍ଜୁନ ବୋଇଲା ଉତ୍ତର ନ ଜାଣୁ ୟେଥିର କଥାୟେହାଂକର ଯୁଦ୍ଧ ମୋତେ ହୋଇଲା ଅପ୍ରମିତା ।୧୯୪।ପ୍ରାଣେ ନ ମାରିଣ ମୁହିଂ କୁତୂହୋଳ ଯୁଦ୍ଧ କଲିଶିର ଛେଦନ ନ କରଇ ପରକାର୍ଯ୍ୟ ବୋଲି ।୧୯୫।କିଞ୍ଚିତ ଦୋଷକୁ ବହୁତ କୋପେ ଶସ୍ତିକ୍ଷଣକରେ ଅଛି ସିନା ମରଣ ପ୍ରାପତି ।୧୯୬।ଉତ୍ତର ତେର ବରଷ ହୋଇଲାନି ସମର ମୋର ନାହିଂସରାଗ ନ ଭଞ୍ଜଇ ୟେ କଉରୋବନ୍ତ ଚାହିଂ ।୧୯୭।ପ୍ରାଣେହେଂ ୟେହାନ୍ତ ଆଗ ମୁଂ ମାରିବି କେମନ୍ତେସମସ୍ତେହେଂ ବାନ୍ଧବେ ମୋର ଅଟନ୍ତି ଯୁଗତେ ।୧୯୮।ମୁଖ ଚାହାନ୍ତେଣ ସବୁନ୍ତିହିଂ ଉପ୍ରୋଧତେଣୁକରି ନିରାଧାର ନ କରଇ ଯୁଦ୍ଧ ।୧୯୯।ପ୍ରତାପୀ ପାଣ୍ଡବ ସେ ସମରେଣ ଘୋଟିକଉରୋବ ସଇନିକି ୟେକା ବ୍ୟାପିଲା କିରୀଟି ।୨୦୦।ଉତ୍ତର ବୋଇଲା ସ୍ୱାମୀ ତୋହୋର ଆକ୍ରଷଣ ଯେମନ୍ତଛାଗଳ ପ୍ରାୟେକ ଦିଶନ୍ତି କଉରୋବ ସମସ୍ତ ।୨୦୧।କଉରୋବେ ସୋଦର ତୋର ଅଟନ୍ତି ଯୁଗତେସୁମରକୁଇଂ ଆରମ୍ଭ ତୁ କଲୁ କିସ ଅର୍ଥେ ।୨୦୨।ସ୍ୱାମୀ ଉପ୍ରୋଧ ଯେବେ ବସିବ ଛତ୍ରୀଂକର କାର୍ଯ୍ୟେବହୁଡ଼ିଗଲେ ୟେଥୁ ଉପୁଜିବ ବହୁତ ଲାଜେ ।୨୦୩।ଗୁଣସାଗର ନାଥ କଇଛା ଜଗଜ୍ଜେଠୀଅଥବା ଉପ୍ରୋଧ କଲେ ଚାଲ ଯିବାକ ଲେଉଟି ।୨୦୪।ଉତ୍ତର କୁମାରର ବଚନ ଶୁଣିଣ ଫାଲଗୁନିରାଗେଣ ପାର୍ଥିବ ଯେ ମୋହନା ଶର ଘେନି ।୨୦୫।ମନଭେଦୀ ନାରାଜ ଯେ ବସାଇଲେ ଧନୁୟେକା ଘାନ୍ତିକେ ଭେଦିଲା ଯୋଦ୍ଧାଂକର ତନୁ ।୨୦୬।ରଥୀକେ ଶତେ ନାରାଜ ଗଜକେ ପଞ୍ଚାଶମୁକୁଟ ଯୋଦ୍ଧାକେ ପଞ୍ଚବିଶ ପାଦାନ୍ତିକେ ଦଶ ଦଶ ।୨୦୭।ଭାରଥେ ଭୋରୋଇ ମଲ୍ଲ ମହିଂମା ଯାହାର ଧନିୟେକ ଘାନ୍ତିକେ ଅର୍ଜୁନ ପେଷିଲେ ୟେତେ ଶର ଘେନି ।୨୦୮।ଅର୍ଜୁନ ତିଆରଇ ଯେ ମନଭେଦୀ ଶରଭେଦ ହୋ ନାରାଜ ସବୁଂକରି ଅଙ୍ଗର ।୨୦୯।ଅନିର୍ଯ୍ୟାପି ନାରାଜ ଅର୍ଜୁନ କଲାକ ବୃଷ୍ଟିସବୁଂକରି ଉପରେଣ ନାରାଜ ଯାଇ ଫୁଟି ।୨୧୦।ଶତେ ଶତେ ନାରାଜ ପଡ଼ିଲା ରଥ ରଥୀଂକ ଉପରେପଞ୍ଚାଶ ପଞ୍ଚାଶ ନାରାଜ ଭେଦିଲା ଗଜ ଯୋଦ୍ଧାଂକ ଅଙ୍ଗରେ ।୨୧୧।ମୁକୁଟ ଯୋଦ୍ଧାକେ ପଡ଼ିଲା ପଞ୍ଚବିଂଶ ବାଣଦଶ ଦଶ ନାରାଜ ପଡ଼ିଲା ପାଦାନ୍ତିକେ ଜାଣ ।୨୧୨।ଅଷ୍ଟାଦଶ କ୍ଷଉଣୀ ଉପରେ ୟେହେନେକ ଶର ଫୁଟିୟେକାଘାନ୍ତି ସମସ୍ତେ ପଡ଼ିଲେ ମହୀଲୋଟି ।୨୧୩।ୟେକାଦଶ ଯୋଜନ ବଳ ପଡ଼ିଲେକ ମାଡ଼ିଶରୀରୁ ଆତ୍ମାମାନେ ଯେ ସବୁରି ଗଲା ଛାଡ଼ି ।୨୧୪।ଗଜ ଅଶ୍ୱମାନେ ଯେ ପଡ଼ିଲେ ନିମଜ୍ଜାଇମୋହଶର ଘାୟେ ପଡ଼ିଲେ ରଣଭୂଇଂ ।୨୧୫।ଅସଂଖ୍ୟ ସମର ଯେ କଲେକ ସର୍ବସାଚୀଅସାଷ୍ଟମ କୁରୁବୀରଂକର ଚେତନା ନାହିଂ କିଛି ।୨୧୬।ରତ୍ନ ମଣିମୁକୁଟ ଶିରେଣ ଶିରଭୂଷାରକତେ କର୍ଦ୍ଦନ ଯେ ହୋଇଲେ ମାଟି ମିଶା ।୨୧୭।ଚନ୍ଦନ ସସ୍ତୁରୀ କୁଂକୁମ ପୁଷ୍ୟ ଯେ ଦେବାଙ୍ଗରୋଧିରେ ବିଲେପନ ହୋଇଲା ସେ ସବୁଂକରି ଅଙ୍ଗ ।୨୧୮।ମହାବାତେ ଯେସନେ ଲୋଟନ୍ତି ବୃକ୍ଷପନ୍ତିଅବସ୍ତାୟେ କଉରୋବେ ହୋଇଲେ ବିନଶ୍ୟତି ।୨୧୯।ଉତ୍ତର କୁମାର ଅର୍ଜୁନ ଚରଣେ ପରିଣାମିଦୁସହ ପ୍ରତଗ୍ୟାଂ ତ କଲୁ ଦେବସ୍ୱାମୀ ।୨୨୦।ଦେବେଣ ଅଗୋଚର ତୋହୋର ମହିମାଂତୁମ୍ଭେ ସେ ବୀରବର ଛତ୍ରୀଂକର ଉତ୍ତମା ।୨୧୧।ଉତ୍ତରକଇଂ ହକାରିଣ ବୋଇଲ ବୀରମଣିଉତ୍ତରା ବାଳୀ ବଚନ ଅଛୁଟିକି ହେତୁକରି ଶୁଣି ।୨୨୨।ପଡ଼ିଛନ୍ତି କଉରୋବେ ହୋଇଣ ରଣେ ଅସାଷ୍ଟମେମୋହୋର ବାଣେ ଯେ ହୋଇଣ ମତିଭ୍ରମେ ।୨୨୩।ୟେତେବେଳେ କଉରୋବେ ହୋଇଛନ୍ତି ଅସାଷ୍ଟମଯାଅ ଯା ଉତ୍ତର ହୋ କର ତୁ ଉତକର୍ମ ।୨୨୪।ବାବୁ ରଥରୁ ଓହ୍ଲାଇ ପଶ ଯା ସମର ଭିତରେଶ୍ରୀଭୂଷା ମୁକୁଟମାନ ଆଣ ହୋ ଉତ୍ତରେ ।୨୨୫।ଉତ୍ତର ବୋଇଲା ମୁଂ କରଇ ବଡ଼ ଭୟେୟେମାନେ ଦିଶୁଛନ୍ତି ମୋତେ ରାହୁର ତେଜ ପ୍ରାୟେ୍ ।୨୨୬।ଉତ୍ତର କୁମାର ହାଥ ଧରିଣ ଫାଲଗୁନିରଥରୁ ଓହ୍ଲାଇଲା ହାଥରେ ହୁଳାୟେକ ଘେନି ।୨୨୭।ଅର୍ଜୁନ ଉତ୍ତର ଦୁହେଂ ପଶିଲେକ ଥାଠେପ୍ରଥମେ ଭେଟିଲେ ଯାଇଂ କର୍ଣ୍ଣର ନିକଟେ ।୨୨୮।ଆହୋ ଉତ୍ତର ଆମ୍ଭର ସୋଦରଟି ୟେ ମହାବଳୀ କର୍ଣ୍ଣବଦନ ଚାହିଂଣ ନିରୋପଇ ବୀର ଫାଲଗୁନ୍ୟ ।୨୨୯।ମମ ସହୋଦ୍ର ହୋଇ କଉରୋବେ ତୋହୋର ମେଳିପଡ଼ିଲୁ ଉତ୍ତାନଶାହୀ ହୋଇଣ ତୋହୋର ଭଳି ।୨୩୦।ବଇଜନ୍ତୀ ମାଳା ଥିଲା କର୍ଣ୍ଣର ହାଦେ ହୃଦେଅର୍ଜୁନ ବୋଇଲା ଉତ୍ତର ହୋ ୟେହା ଘେନ ହାଦେ ।୨୩୧।ୟେକା ମାତ୍ର ଭାଷ୍ମ ହୋ ନୁହନ୍ତି ମୋହଗତଲୋକିତ କର୍ମକଇଂ ସେ ହୋଇଛନ୍ତି ଅଚେତ ।୨୩୨।ଭୀଷ୍ମଂକର ସନ୍ନିଧ୍ୟେ ଅଛନ୍ତି ଦ୍ରୋଣଗୁରୁୟେ ଦୁହିନ୍ତି ଛାଡ଼ି ଆଣ ଯେତେ ରତ୍ନ ପାରୁ ।୨୩୩।ଯହୁଂ ସେ ଆଗ୍ୟାଂ ହୋ ଦିଲା ସର୍ବସାଚୀଅମୂଲ୍ୟ ରତ୍ନମାନ ଉତ୍ତର ଘେନଇ ବାଛି ବାଛି ।୨୩୪।ଦେବାଙ୍ଗ ବସ୍ରମାନ ଯେ ଅମୂଲ୍ୟ ରତ୍ନ ନେତଘେନିଣ ଉତ୍ତର ସୁଖେ ପୂରାବଇଂ ରଥ ।୨୩୫।କର୍ଣ୍ଣର ମୁକୁଟ ଘେନିଣ ଫାଲଗୁନିପାଦାନ୍ତି ଗୋଟିକର ଶିରେ ବାନ୍ଧିଲାକ ଆଣି ।୨୩୬।କର୍ଣ୍ଣର ସନ୍ନିଧ୍ୟେ ପଡ଼ିଲା ଅଛି ବୀର ଧୁଶାସନଅର୍ଜୁନ ନିରୋପଇ ଯେ ତାହାର ବଦନ ।୨୩୭।ଆରେ ତୁହି ଯେ କେଶ ଧରିଲୁ ମୋହୋର ଦ୍ରୋପତୀସଭାତଳେ ଆଣି କଲୁ ଯେ ଅନୀତି ।୨୩୮।ମହିଂ ତୋହୋର ଶିର ଛେଦନ୍ତି ଆଜ ରଣେପରକାର୍ଯ୍ୟେ ତୋତେ ନ ମାରଇ ଅକାରଣେ ।୨୩୯।ମୁହିଂ ଅବା ତୋହୋର ଆଜ ବିଦାରନ୍ତି ବକ୍ଷସ୍ଥଳଭୀମସେନ ଠାକୁରଂକର ପ୍ରତଗ୍ୟାଂ ହୋଇବ ନିଷ୍ପଳ ।୨୪୦।ଯେଉଂଦିନୁ କେଶରେ ଧଇଲୁ ଧୁଶାସନସେହିଦିନୁ ଜିଘ୍ନସେନୀର କେଶ ହୋଇଛି ଅବନ୍ଧନ ।୨୪୧।ତୋହୋର ଭୁଜ ଉପାଡ଼ିବେ ଭୀମସେନ ଠାକୁରେରୋଧିର ଢାଳିବେ ନେଇଣ ପାଞ୍ଚାଳୀର ଶିରେ ।୨୪୨।ତେବେ ସେ କେଶ ବନ୍ଧନ କରିବେ ପାଞ୍ଚାଳୀତେର ବରଷ ହୋଇଲା କେଶ ଅଛିତ ମୁକୁଳି ।୨୪୩।ଧୁଶାସନର ଶ୍ରୀଭୂଷା ମୁକୁଟ ଅଳଂକାରନେଇଣ ଆଭରଣ କଲା ସେ ଚାଣ୍ଡାଳର ଶିର ।୨୪୪।ଚାଣ୍ଡାଳର ତୁରୀବାଦ୍ୟ ଧୁଶାସନ ହୃଦରେ ଲମ୍ୱାଇହୃଦରେ ତିନିଗାର କାଟିଲା ରୋଷ ବହି ।୨୪୫।ଅଶସ୍ତମାକୁ ରଥୁଂ ଆଣିଲା କୋଳକରିଭୂମିରେ ଶୁଆଇଲା ବିବସନ କରି ।୨୪୬।ଦେଖିଲା ଶକୁନି ଯେ ପଡ଼ିଛି ଅଚେତେତାହାର କତିରେ ଦୁହେଂ ମିଳିଲେ ତୁରିତେ ।୨୪୭।ଶକୁନିର ବଦନ ଯେ ଚାହଇଂ ଫାଲଗୁନିଶୁଣ ହୋ ଉତ୍ତର ୟେଟି ଆମ୍ଭର ମାତୁଳ ଶକୁନି ।୨୪୮।ଜଦୁର ଘରେକ ୟେଟି ଭିଆଇଲା କୂଟ କପଟେପୁରେକ ରଞ୍ଚିଲା ଜଉ ସଜଳସ ଗୁଆଘୃତ ଛଣପଟେ ।୨୪୯।ବିଷଲଡ଼ୁ ଖୁଆଇଲା ଭୀମସେନ ଠାକୁରଂକୁନାଗେଣୀ ଖାଉ ବୋଲି ପକାଇଦିଲା ଜଳକୁ ।୨୫୦।କପଟପଶା ଯେ ସଞ୍ଚିତ ୟେହାର ବୁଦ୍ଧିକୂଟ ଉପାୟେ କରି ସେ ଘେନିଲା ଆମ୍ଭର ସମ୍ପ୍ରଧି ।୨୫୧।ଉତ୍ତର ବୋଇଲା ଯେ ଟେକିଣ ଦକ୍ଷିଣ ପାଣିଦେସି ଆଗ୍ୟାଂ ଦୁରାଚାର ଛାରକୁ ପକାଇବି ହାଣି ।୨୫୨।ଅର୍ଜୁନ ଧଇଲା ଉତ୍ତର କୁମରର ବାହାବାବୁ ଉତ୍ତର ରେ ତୁ କୋପ ନ କରନି ୟେହା ।୨୫୩।ବାବୁ ମାନଗୋବିନ୍ଦ ରାଜା ୟେହାର ବଇରିବଂଶ ନାଶକଲା ୟେହାର ପଥର ଘରେ ଭରି ।୨୫୪।କେହୁଣିସି ମତେ ତାକୁ ନୁଆରିଲା ଜିଣିକୂଟ ଉପାୟେ କରିଅଛି ମନ୍ତ୍ରୀ ଚୂଡ଼ାମଣି ।୨୫୫।ଆମ୍ଭର ତୁଲେ ଯତନେ କରାଇ ବଇରତାଦ୍ରିଯୋଧନ ସମ୍ପଦ ହରାଇବା ନିମନ୍ତେ କରାଇ ଅବସ୍ତା ।୨୫୬।ଆମ୍ଭର ଝିଂଘାସ ସେ କରାଇ ଅନେକ ବାଗେଆମ୍ଭେ ନାଶ କରିବୁ କଉରୋବନ୍ତ ସୁମରି ଗତଦୋଷ ରାଗେ ।୨୫୭।ୟେହାକଇଂ କୋପ ତୁହୋ ନ କର ବିରାଟିବିଚାରନ୍ତେ ଶକୁନି ରେ ଅଛି ଆମ୍ଭର କାର୍ଯ୍ୟ ସେଟି ।୨୫୮।ଅର୍ଜୁନର ବଚନ ଶୁଣି ଉତ୍ତର ପରମ ଶାନ୍ତିଶକୁନିକି କୋପ ଯେ ଛାଡ଼ିଲା ନିଭ୍ରାନ୍ତି ।୨୫୯।ଶକୁନିକି କୋଳକରି ଧଇଲାକ ବିରାଟିତାହାକୁ ଶୁଆଇଲା ନେଇ ଗର୍ଦ୍ଦଭର ପିଠି ।୨୬୦।ଗଳାରେ ଲମ୍ୱାଇଲା ତାର ଦମାଲୁ ଗୋଟାୟେଅଛବ ବସନମାନ ଆଭରଣ କଲା ତାର କାୟେ ।୨୬୧।ଦୁର୍ଜୟ ବୋଲିଣ ଯେ ଦ୍ରିଯୋଧନର ସାନତାହାର କେଶ ଯେ ଧଇଲେକ ଅର୍ଜୁନ ।୨୬୨।ଆରେ ସଭାତଳେ ବସାଇଲୁ ତୁ ଆମ୍ଭନ୍ତ ନେଇୟେବେ ସେ ପ୍ରତଗ୍ୟାଂମାନ ତୋର ସବୁ ଗଲା କାହିଂ ।୨୬୩।ସୁମର ରେ ଦୁର୍ଜୟେ ତୋହୋର ପିତାମାତାସୁମର ଦୁର୍ଜୟ ରେ ତୋ ଇଷ୍ଟଦେବତା ।୨୬୪।ଶ୍ରୀକୃଷ୍ଣାର ନନ୍ଦନ ଯେ କୋପିତ ମହାରଥାଛେଦିବି ଶିରକମଳ ରହୁ ଆଜ କଥା ।୨୬୫।ଉତ୍ତର ବଚନେ ଯେ ବୋଇଲା ସର୍ବସାଚୀଭୀମସେନ ଠାକୁରଂକ ତହିଂ ପାଇବାନା ବାଚି ।୨୬୬।ଶତେ ଭାଇ ମାରିବେ ବୋଲି କରିଛନ୍ତି ପ୍ରତଗ୍ୟାଂମୁହିଂ କେସନେକ ତାହା କରିବଇଂ ଅବଗ୍ୟାଂ ।୨୬୭।ୟେତେବୋଲି ଛାଡ଼ିଲା ସେ ଦୁର୍ଜୟର କେଶସମୟେକ ବ୍ରତିଥାଅ ରେ ଯେତେଦିନ ଥିବ ଆଶା ।୨୬୮।ଦ୍ରିଯୋଧନର ଶତେଭ୍ରାଥ ଶତେକ ଯେ ରଥୀକେଶଧରି କୁମାର ଭୂମିରେ ଶୁଆଇଲା ସବୁନ୍ତି ।୨୬୯।ରାଗେ ଉତ୍ତର କୁମାର ଖଡ଼ଗେ କରଇ ପ୍ରହାରଈଶାନ ଖମ୍ୱମାନ ଛେଦିଲା ସବୁଂକରି ରଥର ।୨୭୦।ରଥୀମାନଂକୁ ନେଇଣ କରଇ ପାଦାନ୍ତିପାଦାନ୍ତିମାନଂକୁ ଯେ କରାଇଲା ନେଇ ରଥୀ ।୨୭୧।ବାହୁକମାନଂକୁ ନେଇ ବସାଇଲା ଅଶ୍ୱ ପିଠିଅଶ୍ୱ ଯୋଦ୍ଧାମାନଂକୁ ପକାଇଲା ଭୂମିଲୋଟି ।୨୭୨।ଯୋଦ୍ଧାଂକର ବେକରେ ଲଗାଇ ତୂରମାନବାଦ୍ୟକାରମାନଂକୁ କଲା ଯୋଦ୍ଧାର ବିଧାନ ।୨୭୩।ଥାଠ ଲେଉଟାନ୍ତେ ତିନି ପ୍ରହର ରାତିଅର୍ଜୁନ ବିଜେକଲା ମାନଗୋବିନ୍ଦର କତି ।୨୭୪।ଉତ୍ତର ଦେଖିଲା ଯେ ଦ୍ରିଯୋଧନର ମୁକୁଟ ଗୋଟିଶରଧାରେ ଫେଇଲା ତାହାକୁ ବିରାଟି ।୨୭୫।ଅର୍ଜୁନ ବୋଇଲା ଛାଡ଼ ଛାଡ଼ ମୁକୁଟ ଉତ୍ତରଲକ୍ଷ୍ମୀ ବିଜେ କରିଥାନ୍ତି ୟେ ମୁକୁଟ ଉପର ।୨୭୬।କୋଟିୟେ ମାଣିକ୍ୟ ଯେ ଅଛଇ ୟେଥେ ଲାଗିକୋଟିୟେ ପାଦେ ୟେଥି ବିଜେ କରଇ ସଭଭୋଗୀ ।୨୭୭।ୟେ ମୁକୁଟ ଭାରା ହାଦେ ଆନ ନ ସହଇପନ୍ନାଙ୍ଗା ନାରାୟଣ ରୂପେ ୟେହା ମାନଗୋବିନ୍ଦ ବହଇ ।୨୭୮।ପନ୍ନାଙ୍ଗା ବିଷ୍ଣୁୟେ ରାଜା ଦ୍ରିଯୋଧନଲକ୍ଷେ ନୃପତି ୟେହାର ପାଦେ କରନ୍ତି ବନ୍ଦନ ।୨୭୯।ବତିଶ ଲକ୍ଷଣ ୟେ ମାନଚକ୍ରବ୍ରତୀପଞ୍ଚୁ କଟକରେ ଅଟଇ ଆଧିପତି ।୨୮୦।ତ୍ରେତୟାଯୁଗେ ସେ ଜାତ ହୋଇଲା ରାବଣୟେ ମୁକୁଟ ବନ୍ଧାଥିଲା ତାହାର ଶିରେଣ ।୨୮୧।ୟେ ମୁକୁଟର ତେଜ ଯେ ସହସ୍ରେ କିରଣଦ୍ରିଯୋଧନ ବାନ୍ଧିଲା ୟେହା ଦ୍ୱାପର ଯୁଗେଣ ।୨୮୨।ୟେ ମୁକୁଟ ତେତିଶ କୋଟି ଦେବତା ନୁଆରିଲେ ବାନ୍ଧିୟେ ମୁକୁଟର ମହିମାଂ ଯେ ୟେସନେକ ବିଧି ।୨୮୩।ଅର୍ଜୁନର ବଚନ ଶୁଣି ସେ ବିରାଟର ଚାଟସଧୀର ସଧୀର କରି ଥୋଇଲା ମୁକୁଟ ।୨୮୪।ଅର୍ଜୁନ ବୋଲଇ ମାନଗୋବିନ୍ଦର ମୁଖ ଚାହିଂକଲାକର୍ମ ତୋତେ ଫଳିଲା ପ୍ରତ୍ୟକ୍ଷଇ ।୨୮୫।ଯେ ଯାହା ଅରଜଇ ଅବଶ୍ୟ ତାହା ଫଳଇକଲାର କୃତ କୁକର୍ମ ବୋଲିଣ ବୋଲଇ ।୨୮୬।ଆପଣେ ଯାହା ଅର୍ଜି କର୍ମ ବୋଲି ଭୁଞ୍ଜିସଞ୍ଚୟେ ନାଶକର ପୋଛିଲା ତୋହୋର ପାଞ୍ଜି ।୨୮୭।ଆପଣେ ଅରଜା ନାହିଂ ହୋ ଖଣ୍ଡନ୍ତାଯେତେକ ଦିନ ତୋତେ ଥୋଇଅଛି ବିଧାତା ।୨୮୮।ଅନର୍ଘ ମଣିମୁକୁଟ ଯେ ଦ୍ରିଯୋଧନ ଶିରେ ଥିଲାଅଳାୟୁଧ ରାକ୍ଷସର ଶିରେ ତାହା ବାନ୍ଧିଲା ।୨୮୯।ଅଳାୟୁଧର ମୁକୁଟ ବାନ୍ଧିଲା ରାଜାର ଶିରେକଟାରି ଗୋଟିୟେ ନେଇ ଲମ୍ୱାଇଲା ରାଜାର ଗଳାରେ ।୨୯୦।କୃପ ଆଚାର୍ଯ୍ୟକୁ କୋପ କଲାକ ବିରାଟିଉତ୍ତର କୁମାର ତାହାକୁ ତାହାକୁ କଲା ସାତବେଣ୍ଟି ।୨୯୧।ଶଲ୍ୟଂକର କେଶ ଯେ କଲେ ଲାଣ୍ଡମୁଣ୍ଡଥୋଡ଼ ଥାଆନ୍ତେ ସେ ଦିଶିଲେ ବିଖଣ୍ଡ ।୨୯୨।ଭୂରିସର୍ବାଂକର ଯେ ଚିରିଲେ ଲହେ ଗାଲଶ୍ରବଣ ଛେଦନ କଲେ ଯୋଦ୍ଧାୟେ ଯେତେ ଭଲ ।୨୯୩।ମେଳେଛ ଯୋଦ୍ଧାଂକର ଯେ ଛେଦିଲେକ ନାସାଜଦ୍ୟରଥର ଓଷ୍ଠ କାଟି ପୂରୋଇଲେ ମନୀଷା ।୨୯୪।ସୋମଦତ୍ତ ରାଜାର ଯେ ଛେଦିଲେ ଅଙ୍ଗୁଷ୍ଠିବିକର୍ଣ୍ଣର ଛେଦିଲେ ବାମ ତଳିପାଗୋଟି ।୨୯୫।ଲହେ ଅଳମ୍ୱୁଷାର ଖୋଳିଲେ ବାମଚଛୁରେ ରେ କଉରୋବେ ତୁମ୍ଭନ୍ତ ଆଜ କେହୁ ରଖୁ ।୨୯୬।ରାଜା ଭ୍ରାଥମାନଂକର ଛେଦିଲେ ଅଙ୍ଗୁଳିକାହାନ୍ତ ଚିରିଣ ଯେ ରୁଧିର ଦିଲେ ବଳି ।୨୯୭।ବାଲ୍ ହିକ ରାଜାର ଯେ ଚିରିଲେ ବକ୍ଷସ୍ଥଳଧୁଶାସନର ହୃଦେ ଲମ୍ୱାଇଲେ ମନ୍ଦାର ମାଳ ।୨୯୮।ଦୁଇ ଦୁଇ ଯୋଦ୍ଧାନ୍ତ କଲେକ ବନ୍ଧନକାହାର ହୃଦେ ଲଦିଲେ ନେଇ ପାଷାଣ ଖଣ୍ଡମାନ ।୨୯୯।ଶୁଣ ମହାରାଜା ୟେହା ଅଗସ୍ତି କହିଲେଅତିଅନ୍ତ ରାଗେ ଅର୍ଜୁନ ୟେମନ୍ତ କୃତ କଲେ ।୩୦୦।ପୁଣ ସେ ମିଳିଲେ ଜଦ୍ୟରଥର ପାଶରେଚାଣ୍ଡାଳ ଗୋଡ଼ ବାନ୍ଧିଲେ ଜଦ୍ୟରଥର ଶିରେ ।୩୦୧।ଉତ୍ତର ବୋଇଲା ସ୍ୱାମୀ ତୋହେର ବିବତ୍ସ ନାମ ଗୋଟିବିଭତ୍ସ କର୍ମ ତୋର ଦେଖିଲା ମମଦୃଷ୍ଟି ।୩୦୨।ଅରୁଣ ପ୍ରକାଶକୁ ଅଳ୍ପ ଅଛି ରୟଣୀଅଡ଼ାଅ ଗୋଧନ ପଲ ଉତ୍ତର ଚାଲ ଯିବାଘେନି ।୩୦୩।ଗୋପାଳମାନେ ସେ ଯେ ବନ୍ଧନେ ପଡ଼ିଥିଲେଅନେକ ରତ୍ନ ସେ ଯେ ବାଛିଣ ଘେନିଗଲେ ।୩୦୪।ତାଡ଼ ତୋଡ଼ର ଯେ ବଳୟା କଂକଣକୁରୁଥାଠେ ପଶିଣ ଗୋପାଳେ ଲୁଟିଲେ ତତକ୍ଷଣ ।୩୦୫।ଚାମର ବସ୍ରମାନ ଘେନିଲେ ରଥଂକରୁହରଷେ ଗୋପାଳମାନେ ଯେ ଅଡ଼ାବନ୍ତି ଗୋରୁ ।୩୦୬।ଅନେକ ରତ୍ନମାନ ଗୋପାଳେ ଶରୀରେ ଆଭରଣଧାମଇ ସହଦେବ ଯେ ଲଉଡ଼ି କରେଣ ଧରିଣ ।୩୦୭।ଅଡ଼ାବନ୍ତି ଗୋଧନ ପଲ ସେ ବଡ଼ାଇ ହରଷେଗୋଧନ ଘେନିଣ ଯାଇଂ ପ୍ରବେଶ ପଞ୍ଚୁକୋଶେ ।୩୦୮।ଅଶୀ ସହସ୍ର ଗୋପାଳେ ଯେ ଗୋଧନ ବେଢକରିସହଦେବଂକୁ ବେଢି ସେ ରହିଲେ ଆବୋରି ।୩୦୯।ରଥ ବାହଇ ତହିଂ ସେ ବିରାଟର ବାଳବିଜୟେ ସର୍ବସାଚୀ ଶମୀବୃକ୍ଷ ତଳ ।୩୧୦। ୬୪୭୮।