ସାରଳା ମହାଭାରତ ବିରାଟପର୍ବ
ସାରଳା ଦାସ · ଭାଗ ୪ / ୧୩ · (୪)
ସମ୍ପୂର୍ଣ୍ଣ ସୂଚୀପତ୍ର
ବିରାଟ ରାଜ୍ୟରେ ଚନ୍ଦନଯାତ୍ରା ଉତ୍ସବ ପ୍ରବର୍ତ୍ତନବଇବସୁତ ମନୁ ଯେ ପୁଚ୍ଛାକଲେ ଅଗସ୍ତିଅନ୍ନପୁଷ୍ଟେ ଶରୀର ଯେ ବଢ଼ିଲା ମାରୁତି ।୧।ବ୍ୟାଘ୍ର ମାଲ ବଧକଲାକ ସମରେଆବର କି ଯୁଦ୍ଧ ହୋଇଲା ବିରାଟ ରାଜ୍ୟରେ ।୨।ଶୁଣ ହୋ ବଇବସୁତ ମନୁ ବଦୟନ୍ତି ଅଗସ୍ତି ବ୍ରହ୍ମଋଷିକୀଞ୍ଚେକ ବଧକଲା ଭୀମ ବିରାଟ ରାଜ୍ୟେ ପଶି ।୩।ଶୁଣିଣ ଆଶ୍ରିଜ ହୋଇଲେ ବଇବସୁତ ମନୁଶତେ ସିଂଘର ପ୍ରାକର୍ମ ସଂକୋଚନର ତନୁ ।୪।ୟେକା ସିଂଘର ବଳ ଅଟଇ ବୀର ଭୀମକେସନେକ କୀଞ୍ଚେକକୁ ସେ ମାଗିଲା ସାଂଗ୍ରାମ ।୫।ବଡ଼ାଇ ଦୁରାପଦ ୟେ ଶୁଣିତେ ମୋହୋର ଇଚ୍ଛାସଞ୍ଚପି କହିବା ମୋତେ ପୂରୋଇବା ମନୋବାଞ୍ଛା ।୬।ଅଗସ୍ତି ବୋଇଲେ ପାଣ୍ଡବେ ରହିଲେ ବିରାଟେ ଗୁପତେଅଗ୍ୟାଂତେ ପଶିଲେ ସେ ଧନୁମାସର ଅନ୍ତେ ।୭।ବଇଶାଖ ପ୍ରବେଶେ ସେ ପଚାରିଲେ କୋନ୍ତେବସନ୍ତ ଉଚ୍ଛବ ବୋଲି ଆକାଶର ଯାତେ ।୮।ମୃତୁ ମଣ୍ଡଳରେ ଯେ ବସନ୍ତ ଉଚ୍ଛବ ଯାତ୍ରାଦ୍ରଶନେ ମୋକ୍ଷଗତି ସେ ରାଜ୍ୟକୁ ପବିତ୍ରା ।୯।ଆହୋ ବିରାଟ ଯେବଣ ରାଜ୍ୟରେ ରଙ୍ଗସଭା ନାହିଂଯାତ୍ରା ଉଚ୍ଛବ ଯେବଣ ରାଜ୍ୟରେ ନ ଥାଇ ।୧୦।ଯେବଣ ରାଜ୍ୟରେ ହୋ ନାହିଂ ଯାଗଯଗ୍ୟଂନିଚୟ ସେ ରାଜ୍ୟ ଜାଣ ଅସୁରେଣ ଭୋଗ୍ୟ ।୧୧।କୋନ୍ତେ ବୋଇଲେ ୟେ ତୋହୋର ମହାରାଜ୍ୟେବସନ୍ତ ଉଚ୍ଛବ ଯାତ୍ରା ଅଛି ଟିକି ମହାରାଜେ ।୧୨।ବିରାଟ ବୋଇଲା ଯାହା ପୁଚ୍ଛାକଲ କୋନ୍ତେମୁହିଂ ନ ଜାଣଇ ବସନ୍ତ ଉଚ୍ଛବ ଯାତ୍ରାବିଧି ଯେ କେମନ୍ତେ ।୧୩।ମୁହିଂ ବନସ୍ତପତି କୁଜନ ଜନେ ସଙ୍ଗୀଗୋପାଳ ବୃତ୍ତିହୁଂ ମୁହିଂ ନ ଜାଣଇ ଆନ ଭଙ୍ଗୀ ।୧୪।ସୁଜନ ଜନ ସଙ୍ଗ ମୁଂ ପାଇଲି ୟେତେକାଳେତୁମ୍ଭେ ଥାଇ ଯାତ୍ରା ଆରୋପଣ କର କଥା ରହୁ ଚିରକାଳେ ।୧୫।କୋନ୍ତେ ବୋଇଲେ ତୁମ୍ଭେ ଶୁଣସି ମହାରାଜଲକ୍ଷେକ ମାଢ଼ ସୁବର୍ଣ୍ଣ ହୋଇବ ତୋର ବ୍ୟାଜ ।୧୬।ବିରାଟ ବୋଇଲା କୋନ୍ତର ବାକ୍ୟ ସରାଗୁଂତହିଂକି କିଛି ବିଚାର ନ କର ବେନିଲକ୍ଷ ମାଢ଼ ଲାଗୁଂ ।୧୭।ଭଣ୍ଡାର ନାୟେକ ରାଇ ଆଗ୍ୟାଂ ଅବଧାରୀକୋନ୍ତକୁ ସମର୍ପ ମୋର ଲକ୍ଷେ ଭଣ୍ଡାର ଆଦିକରି ।୧୮।ଭଣ୍ଡାର ଫେଇଦିଲା ଯେ ବିରାଟର ବଚନେକୋନ୍ତେ ବିଜେକଲେ ଭଣ୍ଡାର ଆସ୍ତାନେ ।୧୯।ବିଶ୍ୱକର୍ମା କଣୟ ଘଟଣା ବିନ୍ଧାଣିଅହିବ୍ରତେକ ମାଢ଼ରତ୍ନ ତାହା ଛାମୁରେ ଦିଲେ ଆଣି ।୨୦।ଆହୋ ବିଶ୍ୱକର୍ମା ଆହୁଟଦଣ୍ଡ ଯେ ହୋଇବ ପଂକଜଶଙ୍ଖଚକ୍ର ଗଦା ଯେ ଶାରଙ୍ଗ ଚତୁର୍ଭୁଜ ।୨୧।ଅମୂଲ୍ୟ ରତ୍ନମଣି ମୁକୁଟ ଯେ ହୋଇବ ଲଲାଟେଚକ୍ରଧର ଦେବତା ବହନ କର ଘଟେ ।୨୨।ଲାଗିଲେ ବିଶ୍ୱକର୍ମା ବହୁତ ବିନ୍ଧାଣିଶ୍ରୀ ନାରାୟଣ ଦେବତା ବହନ ନିରିବାଣି ।୨୩।ପୁଣି ପାଞ୍ଚ ଅହିବ୍ରତକ ମାଢ଼ ଦିଲେକ ରତନଶୁଦ୍ଧ ସୁବର୍ଣ୍ଣରେ ଯେ ନିର୍ବାଣ ବିମାନ ।୨୪।ଅହିବ୍ରତେକ ମାଢ଼ ସୁବର୍ଣ୍ଣ ଉଦ୍ଦଣ୍ଡ ଆଲମ୍ବ ପାଞ୍ଚଲଖୀଉଚ୍ଛବ ନବର ଯେ ନଦୀତୀରେ ତାହା ରଖି ।୨୫।ବହଇ ଉତ୍ତରବାହିନୀ ନଦୀ କୃଷ୍ଣାବେଣୀତହିଂର ତୀରେ ଉଚ୍ଛବ ନବର ନିରିବାଣି ।୨୬।ଅହିବ୍ରତେକ ନାବ ରତ୍ନେଣ ଘଟଣ କରିଫଳନ୍ତ କଦଳୀ ଆମ୍ବ ନଟିକାଲ ବୃକ୍ଷନ୍ତ ନେଇ ଆରୋପଣ କରି ।୨୭।ନାବର ଭିତରେ ରତ୍ନ ନିର୍ବାଣ ଜଗତିଯେସନେକ ସାରିକ୍ଷ ଭୁବନ ବାରସ୍ୱତୀ ।୨୮।ରତ୍ନର କାନଫୁଲ ରତ୍ନବଳା କଂକଣ ନିଯୋଗୀଦିବାରାତ୍ରେ ଅବକାଶ ନାହିଂ ଲାଗିଲେ ବେଗ ବେଗି ।୨୯।ଜଳନ୍ତି ଦିହୁଡ଼ି ଲକ୍ଷେକ ବିନ୍ଧାଣିଂକ ଆଗେଗଢ଼ନ୍ତି ରୂପକାରେ ଲାଗିଛନ୍ତି ଅତି ବେଗେ ।୩୦।ଆମ୍ଭର ଦେଖି ବିରାଟର ବଡ଼ାଇ ଶରଧାରାତ୍ର ଦିବସେ ଦେଖି ଉପେକ୍ଷା କଲା ନିଦ୍ରା କ୍ଷୁଧା ।୩୧।ସମରାଜ୍ୟେ ଲୋକେ ସମ୍ଭରେ ଦେଖନ୍ତିଆହାର ନିଦ୍ରା ମଇଥୁନ ତିନିହିଂ ଉପେଖନ୍ତି ।୩୨।ୟେକୋଇଶ ଦିନେ ନିର୍ବାଣ ସର୍ବ କର୍ମବିରାଟ ବୋଇଲା କୋନ୍ତେ ପ୍ରତକ୍ଷେ ତୁମ୍ଭେ ଧର୍ମ ।୩୩।କୋନ୍ତେ ବୋଇଲେ ବିରାଟ ୟେ କଥା ଅଟଇ ଯୁଗତଧର୍ମଦାସ ପଣ୍ଡାଂକର ଅଟୁ ଆମ୍ଭେ ସୁତ ।୩୪।ସମସ୍ତ ଯୁଗେ ଆମ୍ଭେ ଠାକୁରଂକ ବରଗିସର୍ବ ସୁବିଧାନେ ଆମ୍ଭେ ଅଟୁ ପରମଯୋଗୀ ।୩୫।ସମରାଜ୍ୟେ ଲୋକେ ଯେ ଅତିୟ ସୁବେଶମଣ୍ଡନ୍ତି ନଗ୍ରପୁର ଭୁବନ ଚଉପାଶ ।୩୬।ବଇଶାଖ ଶୁକଳପକ୍ଷ ତୃତୀୟା ଚନ୍ଦ୍ରବାରରୋହିଣୀ ନକ୍ଷତ୍ରକୁ ଭୋଗ୍ୟ ସେ ଦିନର ।୩୭।ବାଣିଜ୍ୟ ନାମେ କରଣ ସୁକର୍ମ ନାମେ ଯୋଗବସନ୍ତ ଉଚ୍ଛବ ଯାତ୍ରା ବିଧାନ ଆରମ୍ଭ ।୩୮।ଦିବ୍ୟ ବିମାନେ ଶ୍ରୀ ଚକ୍ରଧର ସ୍ୱାମୀ କରାଇଲେ ବିଜେବୀରତୂର ଟମକ ନିଶାଣ ଢୋଲ ବାଜେ ।୩୯।ବେରୀ ମୃଦଙ୍ଗ ଦମାଲୁ ମର୍ଦ୍ଦଳ ବୀରବାଦ୍ୟବିଜିଘୋଷ କାହାଳୀ ମହୁରୀ ଶଙ୍ଖନାଦ ।୪୦।ତାଳ ପଡ଼ି ପଟହଟ୍ଟ ବାଜଇ ପଖାଉଜଚାଲୁଥାନ୍ତି ଫଡ଼ିକାରେ କେତେ ହୋଇ ସଜ ।୪୧।ଡାକି କୁଣ୍ଡଳୀ ଯେ ଅଧାଟି ବୀଣାଯନ୍ତ୍ରଅନେକ ପସରା ବିକ୍ରେ ଦାଣ୍ଡହାଟ ସମସ୍ତ ।୪୨।ଅନେକ ପସରା ସଜାଡ଼ିଣ ଦାଣ୍ଡେ ଚଳିଯାନ୍ତେବହୁତ ଜନଗହଳି ହୋଇଲାକ ପଛେ ।୪୩।କୃଷ୍ଣବେଣୀ ନଦୀତୀରେ ଉତ୍ସବ ନବରତହିଂ ନେଇ ବିଜେ କରାଇଲେ ଦେବ ଦାମ୍ବୋଦର ।୪୪।ହାଥୀ ଦଣ୍ଡ ରଥ ଅଶ୍ୱ ବଡ଼ାଇ ଗହଳଆଦିତ୍ୟ ଅଦୃଶ୍ୟ ହୋଇଲେ ଉଡ଼ନ୍ତେ ପାଟଛତ୍ର ମାଳ ।୪୫।ଉଡ଼ଇ ଗଗନେ ଯେ ପଦରଜ ଧୂଳୀଆକାଶେ ଅଦୃଶ୍ୟ ଯେ ହୋଇଲେ ଅଶୁଂମାଳୀ ।୪୬।ନଦୀତୀରେ ଯାଇଣ ଆରମ୍ଭିଲେ ଥାଠକୁନ୍ତକଇଂ ବହୁତ ପ୍ରଶଂସା ଯେ କରଇ ବିରାଟ ।୪୭।କୋନ୍ତେ ବଂଶେ ବଂଶେ ମୋର ଅନେକ ପୁରୁଷ ଗଲାୟେଡ଼େକ ସମ୍ପଦ ଯାତ୍ରା ମୋର ନାହିଂ ନ ଦେଖିଲା ।୪୮।କୋନ୍ତେ ବୋଇଲେ ବିରାଟେ ଅନେକ ପୁଣ୍ୟ କରିଥିଲେବହୁତ ପୁଣ୍ୟ ଉପୁଜଇ ଧର୍ମ ଉଦିତ ହୋଇଲେ ।୪୯।ବିଜୟେ ପ୍ରତିମା ନେଇ ବସାଇଲେ ନାବେସମସ୍ତ ସମ୍ପଦ ଘେନି ବିଜୟେ ରାଜଦେବେ ।୫୦।ଅନେକ ସମ୍ଭରେ ସେ କୀଞ୍ଚେକ ସେନାପତିନାଉକା ବିମାନେ ବସି ଜଳକ୍ରୀଡ଼ା କରନ୍ତି ।୫୧।ପବନହୁଂ ବେଗେ ନାବ ବାହାନ୍ତି କୁତୂହେଳେମାରୁଛନ୍ତି ପିଚିକା ପନିର ନୀରଜଳେ ।୫୨।କରନ୍ତି ନୃତ୍ୟଗୀତ ଯେ ଗଣିକାଗଣମାନେବିଜୟେ ମଚ୍ଛେଶ୍ୱର ୟେ ନାଉକା ବିମାନେ ।୫୩।ବିରାଟ ପୁଚ୍ଛାକଲା ଶୁଣିମା ଠାକୁର ଦେବକୋନ୍ତେମହାଦେଈମାନେ ବିଜେ କରିବେ କି ଯାତ୍ରା ଦେଖିବା ନିମନ୍ତେ ।୫୪।କୋନ୍ତେ ବୋଇଲେ ହୋ ବିଭାମଙ୍ଗଳ ଉତ୍ସବେଯାତ୍ରା ସ୍ତାନକୁ କିଂପେ ନ ଆସିବେ ୟେବେ ।୫୫।ଶୁଣିଣ ବିରାଟେଶ୍ୱର ମୁଦୁସୁଲୀ ହକାରିଉତ୍ସବ ନବରକୁ ରାଣୀ ଆସନ୍ତୁ ବିଜେକରି ।୫୬।ରାଜାର ବଚନେ ସେ ଚତୁରୀ ସିହାଣୀଧାଇଂଯାଇ କହିଲେ ଯାତ୍ରାକୁ ବିଜେ କରିବା ଠାକୁରାଣୀ ।୫୭।ଶୁଣିଣ ମହାଦେଈ ଯେ ସଇରିନ୍ଧ୍ରୀକି ହକାରିଆସ ଆସ ମାୟେ ଗୋ ଯିବା ଯାତ୍ରା ଦେଖିକରି ।୫୮।ସଇରିନ୍ଧ୍ରୀ ବିଚାରନ୍ତି ମୁଂ ଯିବି ୟେହାଂକର ତୁଲେଦେଖିବି ସ୍ୱାମୀଂକି ମୋର ଅଛନ୍ତି କିନା ଭଲେ ।୫୯।ମହାଦେଇଂକର ବାକ୍ୟେ ଅନେକ ଶ୍ରାଗକରିଶ୍ରୀକୃଷ୍ଣାଂକ ତୁଲେ ସଜ ହୋଇଲେ ସଇନ୍ଧୀରି ।୬୦।କନେକର ହାନ୍ଦୋଳରେ ବିଜେକଲେ ପାଟରାଣୀପାଶେଣ ବସାଇଛନ୍ତି ପାଣ୍ଡବ ଘରଣୀ ।୬୧।ଆଗ ପଛ ଓଗାଳ ମହାଦେଈଂକର ଯାନ୍ତେଅନେକ ପାଟଛତ୍ର ଉଡ଼ନ୍ତି ଗଗନ ପଥଗତେ ।୬୨।ବାଜଇ ବିଜିଘୋଷ ମର୍ଦ୍ଦଳ କଂସାଳ କାହାଳୀକଉତୁକେ ବିହଡ଼ନ୍ତି ତୁଲେଣ ସର୍ବବାଳୀ ।୬୩।ନଦୀର ତୀରେ ଯାଇଂ ବିଜୟେ ମହାଦେଈସନ୍ନିଧ୍ୟେ ସଇରିନ୍ଧ୍ରୀ ଅଛନ୍ତି ଉଭାହୋଇ ।୬୪।
ସୈରିନ୍ଧ୍ରୀ ଦର୍ଶନେ କୀଚକର ଦୂତ ପ୍ରେରଣଯାତ୍ରାକଇଂ ଉଦବେଗ ଗମନ୍ତେ ଜିଘ୍ନସେନୀସର୍ବଜନ ରଞ୍ଜନୀ ମରୁଳ ଗମନୀ ।୧।ସମସ୍ତ ଅବଲୋକନ ସଇରିନ୍ଧ୍ରୀକି ଦେଇ ଆଖିନାବେଣ ଥାଇ କୀଞ୍ଚେକ ଯେ ଚାହଂଇ ନିରେଖି ।୨।ଦଇବେ ଆଦିତ୍ୟ ଅସ୍ତ ପ୍ରବେଶ ହେଲା ନିଶିଦିହୁଡ଼ି କତିରେ ସଇରିନ୍ଧ୍ରୀର ତେଜ ଯେ ବିକାଶି ।୩।କୀଞ୍ଚକ ପଚାରଇ ରାଇଣ ମୁଦୁସୁଲୀଆଲୋ ବଡ଼ାଇ ଉପାଧି ୟେତ ଅନ୍ତେଶ୍ୱର ପୁରେ ଦେଖିଲି ।୪।ରାଣୀଂକ କତିରେ ୟେ ହୋଇଅଛି ଉଭାକୋଟିୟେ ଗୁଣେ ଶ୍ରୀକୃଷ୍ଣାଂହୁଂ ଦିଶଇ ଅତି ଶୋଭା ।୫।କେବଣ ରାଜା ବିରାଟକୁ ଅବା ଦିଲା ବନ୍ଦୀମୋତେ ନ କହି ବିରାଟ କେମନ୍ତେ ସମ୍ପାଦି ।୬।ଆଲୋ ତଦନ୍ତ କରି ତାହା ପଚାରିଆସ ଜାଣିକେବଣ ରାଜାର ସେ ଅଟଇ ଦୁଲଣୀ ।୭।କୀଞ୍ଚେକର ବଚନେ ସେ ଚଳିଲେ ମୁଦୁସୁଲୀଶ୍ରୀକୃଷ୍ଣାଂକ ସନ୍ନିଧ୍ୟେ ଯାଇ ହୋଇଲେ ପୋଇଲୀ ।୮।ଅନ୍ତେଶ୍ୱର ପୁରେ ମୁଦୁସୁଲୀକି ପଚାରିଆଗୋ କେବଣ ରାଜାର ୟେ ଅଟଇ କୁମାରୀ ।୯।ଦାସୀଂକର ଅଗ୍ରତେ କହିଲେ ମୁଦୁସୁଲୀକିମ୍ଭୂତ ମାୟା ୟେହା ଜାଣିତ ନୁଆରିଲି ।୧୦।କେବଣ ଦେଶରୁ ୟେ ଅଇଲା ଅଦଭୁତେତାହାର ପତିଭ୍ରଥା ନାହିଂ ଛଡ଼ମାସ ପରିଯନ୍ତେ ।୧୧।କୁଳମୂଳ ନାହିଂ ୟେହାର ୟେ ଅଟଇ ଦେଶାନ୍ତରୀଠାକୁରାଣୀଂକି ଅଲେଖ ତିଳଖ କରଇ ନାମ ୟେହାର ସଇନ୍ଧିରୀ ।୧୨।ୟେମନ୍ତ ଶୁଣିଣ ସେ ଗଲେ ଦାସୀଗଣମାନେବାରତା କହିଲେ ଯାଇଂ କୀଞ୍ଚେକ ସନ୍ନିଧାନେ ।୧୩।ସ୍ୱାମୀ କେବଣ ଦେଶର ସେ ଅଟଇ ଦେଶାନ୍ତରୀପିତା ମାତା ଭ୍ରଥା କେହି ନାହିଂ ଯେ ତାହାରି ।୧୪।ପତିଭ୍ରଥା ନାହିଂ ତାର ସନ୍ନିଧ୍ୟେ ଖଟି ସେବାଅଲେଖ ତିଳେଖ କରଇ ମହାଦେଈଂକର ବାନ୍ଧବା ।୧୫।ଶୁଣିଣ କୀଞ୍ଚେକ ଯେ ମଦନେ ବିରହିତାନାନାଦି ରସମାନ କଲାକ ବିଷପିତା ।୧୬।କରୁଣା ନାମେଣ ଯେ କୀଞ୍ଚେକର ମୁଦୁସୁଲୀଅନେକ ଅଳଂକାର ଦେଇ ବିଶ୍ୱାସ କଥା ବୋଲି ।୧୭।ଲଲାଟ ବନ୍ଧନୀ ଯେ ଶିରେ ସୀମନ୍ଥିନୀମୁକୁତା ଢାଲି ହରିଆଳୀ ରେଖ ଘେନି ।୧୮।ଲଲାଟ ପାଟିକି ଯେ କର୍ଣ୍ଣାଞ୍ଚଳ ଶୋଭାହୃଦୟେ ଭୂଷଣ ଯେ କଣୟ ସୁରଙ୍ଗ ପ୍ରଭା ।୧୯।ବଳୟା ଚାପସରି ଦଶ ଅବତାର ମାଳାସୁବର୍ଣ୍ଣର ବେନିଚୂଡ଼ୀ କଟିକି ମେଖଳା ।୨୦।ବିଦମୁଦି କଂକଣ ଅଷ୍ଟରତ୍ନ ପାଣିଦ୍ରବ୍ୟରୁଣୁଝୁଣିତ ନେପୁର ବେନି ଚରଣେ ଆରମ୍ଭ ।୨୧।ଦାସୀନେତ ସିନ୍ଧୁଆ ଝୀନ ଯେ ପତନୀଦାସୀନ୍ତ ତିଆରଇ ବୀର ୟେମାନନ୍ତ କରେ ଘେନି ।୨୨।ୟେମାନତ ଘେନିକରି ଯିବୁ ଲୋ ୟେହିକ୍ଷଣିସଇରିନ୍ଧ୍ରୀକି ନେଇ ସମସ୍ତ କର ଆଭରଣି ।୨୩।କଣୟ ହାନ୍ଦୋଳରେ ବିଜୟେ କରାଇମୋହୋର ଭୁବନକୁ ନିଅ ସମସ୍ତ କଥା କହି ।୨୪।କୀଞ୍ଚେକ ବୋଇଲା ମୋହୋର ଶତେକ ଘରଣୀସବୁଂକରି ଉପରେ ସେ ହୋଇବେ ଠାକୁରାଣୀ ।୨୫।ମୁହିଂ ତାହାର ଭୃତ୍ୟର ଭୃତ୍ୟ ଦାସର ଯେ ଦାସଦ୍ରଶନ ମାତ୍ରକେ ମୋର ଲାଗିଲା ମୁହାଂସ ।୨୬।ମଚ୍ଛଦେଶେ ମଘଦେଶେ ହୋଇବ କାରେଣୀବିରାଟ ରାଜ୍ୟରେ ସେ ହୋଇବ ଠାକୁରାଣୀ ।୨୭।ମୁହିଂ ଅଲଂଘିତ ହୋଇଥିବି ତାହାର ବଚନୁମୁହିଂ ମହାଛତ୍ରୀ ସଇରିନ୍ଧ୍ରୀ ମୋହୋର ବିନତି ଘେନୁ ।୨୮।ମୁହିଂ ମହାଛତ୍ରୀ ସାଂଗ୍ରାମେ ଜଗୁଜିତାସଇରିନ୍ଧ୍ରୀ ନୟନ ବାଣେ ମୋହୋର ଶରୀର ଅଶକତା ।୨୯।ଦେଖିଣ ଜାଣିଲଇ ସେ ମହତ ସାଧବୀଶରଣ ରକ୍ଷଣ ଯେ ଭଗତଜନ ଭାବି ।୩୦।ମୁହିଂ ତାହାରେ ଶରଣ ସେ ରକ୍ଷା ମୋତେ କରୁମୟାଣ ପୟାଣରୁ ସେ ମୋତେ ବେଳେକ ଉଦ୍ଧରୁ ।୩୧।ସର୍ବମଙ୍ଗଳା ସୁମରି କର ଲୋ ଗବନୟେହିବାଟେ ପୁରକୁ ମୋହୋର ଆଣଲୋ ବହନ ।୩୨।ଅନେକ ଧନରତ୍ନ କୀଞ୍ଚେକ ଦିଲା ପୋଇଲୀକିଆଲୋ କଣୟ ସାହାନ କରାଇବି ଭେଟାଇଲେ ସଇରିନ୍ଧ୍ରୀକି ।୩୩।ଅନେକ ଉଷତେଣ ଯହୁଂ ଗଲେକ ଚତୁରୀଉଚ୍ଛବ ନବରୁ ଯାଇ ପଶିଲେ ଅନ୍ତପୁରୀ ।୩୪।ସଇରିନ୍ଧ୍ରୀକି ହକରାଇଲେ ୟେକାନ୍ତ ଠାବକରିବସ ବସ ମହାତ୍ମାଣୀ ଗୋ ଦୁରିତ ଅପହରି ।୩୫।ୟେକା ଜଣକେ ମାଗୋ ହୋଇଲୁ ଲକ୍ଷପୋଷୀୟେ ମଚ୍ଛଦେଶ ମଘଦେଶ ସୁଖେଣ ହାଦେ ଭୋଗକର ଆସି ।୩୬।ମାଗୋ ସ୍ତିରୀଂକର ତିନିଦଶା ଯେ କ୍ଷଣକେ ଲେଉଟାଇଆଜହୁଂ ମହାତ୍ମାଣୀ ଗୋ ତୋର ଫିଟିଲା କଷ୍ଟଇ ।୩୭।ସ୍ତିରୀଜନ୍ମ ମଧ୍ୟେ ଗୋ ଜୀବନ ତୋର ସାଧୁସଂକୋଚନ ରାଜାର ତୁ ହୋଇବୁ କୁଳବଧୂ ।୩୮।ପୂର୍ବ ଜନ୍ମରେ ଗୋ ଅର୍ଜିଥିଲୁ ସୁଫଳୟେବେ ଆସି ତୋହୋର ଗୋ ହୋଇଲା ଭାଗ୍ୟକାଳ ।୩୯।ଦାସୀପଣେ ସେବା କରି ପାଉଥିଲୁ ଦୁଖରାଜ୍ୟର କାରେଣୀ ହୋଇ ପାଇବୁ ତୁହି ସୁଖ ।୪୦।ଶୁଣି ଦ୍ରୋପତୀର ଯେ ଉଡ଼ିଲାକ ଦେହୀବିଚାରିଲା ପ୍ରମାଦ ଚିନ୍ତିଲା ଆଣି ମୋତେ ବିହି ।୪୧।ରାଜ୍ୟଭାର ତେଜି କଲୁ କନ୍ଦମୂଳ ଗ୍ରାସଭୃତ୍ୟପଣେ ଖଟାଇଲୁ ଜୀବନେ ପ୍ରତିଆଶ ।୪୨।ୟେଥିରେ ପ୍ରମାଦ ଧାତା କରୁଅଛି କଷ୍ଟିହୃଦଗତେ ସୁମରିଲେ ଶ୍ରୀ ନାରାୟଣ ନାମଗୋଟି ।୪୩।ସଇରିନ୍ଧ୍ରୀ ବୋଇଲେ ତୁ କି ହୋଇଲୁ ବାଈପୂର୍ବେଣ ଯାହା ଅର୍ଜି ୟେବେ ସେ ତାହା ପାଇ ।୪୪।ହୋଇ ହୋଇ ମହାତ୍ମାଣୀ ଗୋ ପୂର୍ବର ତପକୀଞ୍ଚକର ଦ୍ରଶନ ଗୋ ଖଣ୍ଡିବୁ ତୋହୋର ପୂର୍ବ ପାପ ।୪୫।ବସନ୍ତ ଉତ୍ସବ ଯାତ୍ରା ଭିଆଇଲେ କୋନ୍ତ ଯେ ପଣ୍ଡାୟେତୋହୋର ସୁକର୍ମ ଗୋ ହାଥରେ ବରଦାୟେ ।୪୬।ମାଗୋ ସଂକୋଚନ ରାଜାର କୁଳେ ଉତପତ୍ତିଜ୍ୟୋତିପୁର ନଗ୍ରର ଅଟଇ ଚକ୍ରବତୀ ।୪୭।ତ୍ରିଗର୍ତ୍ତ କରାଢ଼ କାଳନଉମି ଦର୍ପଭଞ୍ଜାସୁରବର ସୁନ୍ଦର ସେ ମୟାଣ ଦର୍ପଗଞ୍ଜା ।୪୮।ମାଗୋ ମଘଦେଶ ମଚ୍ଛଦେଶର ସେ ଆଧିପତିଶତେସିଂଘର ପ୍ରାକର୍ମ ପୃଥୀକି ୟେକଛତ୍ରୀ ।୪୯।ମା ଗୋ ବିରାଟ ନିରିମାଖୀ ଅଟଇ ଜନ୍ମକାଳେୟେ ଦୁଇଦେଶ ଭୋଗ୍ୟ କରଇ ସେ କୀଞ୍ଚେକ ବାହୁବଳେ ।୫୦।ଆବର ମହିମାଂ ଦେଖ ସହୋଦ୍ର ଶତେଭ୍ରାଥସମରେ ଜିଣିପାରନ୍ତି ସେ ତିନି ଯେ ଜଗତ ।୫୧।ମା ଗୋ ଶ୍ରୀକୃଷ୍ଣାଂକ ସନ୍ନିଧେ ତୋହୋର ରୂପ ଦେଖିକେବଣ ଭାବେ ପୂଜିଲା ତୁମ୍ଭକଇଂ ତାହାର ପାପ ଆଖି ।୫୨।ଆମ୍ଭନ୍ତ ରାଇ ବରଗିଲା ହୋଇଲା ବହୁତ ଅଭ୍ୟର୍ଥୀଆଜହୁଂ ଖଣ୍ଡଣ ଗଲା ଗୋ ତୋହୋର ଦୁର୍ଗତି ।୫୩।ମା ଗୋ ସୁସ୍ଥ ଶରୀ ପ୍ରାପତ ଅଦଭୁତେ ନ ଗଞ୍ଜିକୀଞ୍ଚେକର ପ୍ରସାଦେ ଗୋ ଅନେକ ଭୋଗ ଭୁଞ୍ଜି ।୫୪।ୟେ ଅଳଂକାରମାନ ଗୋ କର ଆଭରଣିକୀଞ୍ଚେକର ଭବନକୁ ଗୋ ଚାଲ ୟେହିକ୍ଷଣି ।୫୫।ଅନେକ ଚାଟୁ ବଚନେ କହିଲା ଯହୁଂ କଥାଶରୀର କମ୍ପାଇ ଦେବୀ ରାଗେଣ ହଲାଇଲେ ମଥା ।୫୬।ଆଲୋ ସ୍ତିରୀକୁଳେ ଉପୁଜି ତୁମ୍ଭେ ଅଟସି ଚାଣ୍ଡାଳୀପରେ ପରିତେଜ୍ୟା ଖଟ ତିନିୟୋଳି ।୫୭।ପୂର୍ବର ପାପେ ଆଲୋ ପରେ ପରାର୍ଥନାଯାହା ଅରଜିବ ୟେବେ କଳନ୍ତର ଭୋଗ ସିନା ।୫୮।ପୁଣ ଜନ୍ମ ଲଭି ଅଖଡ଼େଣ ବେଗେ ପାପେ ପଶଭୃତ୍ୟ ସ୍ୱଭାବେଣ ପୁଣି ପରେଣ ପରବେଶ ।୫୯।ଦୁଷ୍ଟର ବାକ୍ୟେ ଆସ ଲୋ ସଜ୍ଜନ ତହିଂକିୟେଘାନ୍ତି ଜନମ ଲୋ ତୁମ୍ଭେ ହୁଅ ମହାନର୍କୀ ।୬୦।ଚାଣ୍ଡାଳ ଘରେ ଯାଇ ଜନ୍ମହୁଅ କର୍ମେଉତ୍ତିଷ୍ଟ ଭକ୍ଷକର ଲୋ ୟେଥିର ଯେ ଅନୁକର୍ମେ ।୬୧।ଚାର ପାମେରୀ ଲୋ ଦୂଷିତ ଜାତିହୀନସ୍ତିରୀକୂଳ ତୁମ୍ଭନ୍ତ ଲୋକ କରିବ ଲେଖନ ।୬୨।ପୋଡ଼ୁ ପୋଡ଼ୁ ବଦନ ଲୋ ନ ପାଅ କିଂପେ ଲଜ୍ଜାଯାଅ ତୁମ୍ଭେ ଜନ୍ମ ଜନ୍ମେ ପରଦାରେଣୀ ହୋଇ ନିଜ ସ୍ୱାମୀଂକି କର ତେଜ୍ୟା ।୬୩।ଯେବଣ ପୁରୁଷ ତୁମ୍ଭଂକୁ ଲୋ ହୋଇବ ବିଭାଯୋଗସ୍ତିରୀକୁଳେ ଦୂଷିତ ତୁମ୍ଭନ୍ତ ଆନେ କରୁ ଭୋଗ୍ୟ ।୬୪।ଦୁରାପଦ ବଚନ ଶୁଣିଣ ଗଲେକ ପରିବାରୀକୀଞ୍ଚକର ଅଗ୍ରତେ ସେ କହନ୍ତି ବିନୟ କରି ।୬୫।ସ୍ୱାମୀ ଅନେକ ପ୍ରାର୍ଥନା କରି କହିଲୁ ତାଂକୁ ବାଣୀପାଷାଣ ତରଳି ପାରଇ ଆମ୍ଭର ବାକ୍ୟ ଶୁଣି ।୬୬।ସ୍ୱାମୀ ସ୍ତିରୀକୁଳେ ଜନମି ସେ ବଡ଼ାଇ ଦୁରାପାତିକିଂପାଇ ଆନେ ତାହାକୁ ସ୍ରିଜିଅଛି ବସି ପ୍ରଜାପତି ।୬୭।ଜଗୁଜନ ମୋହିନୀ ରୂପ ଧରି ସେ ପରେଣ ଭୃତ୍ୟକାରୀସଜ୍ଜନ ଲୋକଂକର ନାମ ହୁଅଇ କି ସଇନ୍ଧୀରି ।୬୮।ସ୍ୱାମୀ ଯେତେକ ଅଳଂକାରମାନ ଛାମୁରେ ଦିଲୁ ନେଇସମସ୍ତ ଫିଙ୍ଗିଦେଲା ସେ ପାଦେଣ ପେଲାଇ ।୬୯।ଶୁଣିଲା କୀଞ୍ଚକ ଯହୁଂ ସଇରିନ୍ଧ୍ରୀ ନାସ୍ତିକଥାପରଦାରା ସୁଚରିତ ତାକୁ ଲାଗିଲା ବଡ଼ ବ୍ୟଥା ।୭୦।ଦୁଗୁଣ ଶ୍ରାଗ ତାହାର ବଢିଲା କ୍ଷଣେ କ୍ଷଣେପୁରୁଷ ବିରହିତା କାମ ବିନ୍ଧିଲା ପଞ୍ଚବାଣେ ।୭୧।ନିରାଶ ବଚନ ଶୁଣି ସେ ଗଳିତ ମତ୍ତହାରାଅସାଷ୍ଟମ ହୋଇଣ ପଡ଼ିଲା କୀଞ୍ଚେକ ମହାବୀରା ।୭୨।ଠାବ ଠାବକେ କୀଞ୍ଚେକ ପଡ଼ିଣ ମୋହଯାଇଚିତ୍ତଛନ୍ନ ହୋଇଲା ମଦନେ ବିରହ ବାଈ ।୭୩।ସ୍ୱେଦ ଗଳଇ ଯେ ରୋମମୂଳେ ଜାଣିନ ରୋଚଇ କ୍ରପୂର କସ୍ତୁରୀ ଅନ୍ନପାଣି ।୭୪।ଆହା ସଇରିନ୍ଧ୍ରୀରେ ତୁ ମୋହୋର ପଞ୍ଚଭୂତତୋହୋର ନିରାଶ ବଚନ ଶୁଣି ଦିଗୁଣ ବିରହିତ ।୭୫।କୋଳେ ଧରିଣ ଦାସୀ ମୁଖେଣ ପାଣି ସିଞ୍ଚିସାଷ୍ଟାମ ନିମନ୍ତ୍ରେଣ ତାକୁ ଆଲଟ ଧରି ବିଞ୍ଚି ।୭୬।ସଚେତ ହୋଇଣ ବସିଲା ସଂକୋଚନର ବଳାଆଗୋ ସଇରିନ୍ଧ୍ରୀ ତୁ ପଞ୍ଚଭୂତ କଳା ।୭୭।ଶରୀର ଅଚେବନ ମୋହୋର ତୋହୋର ଅଭାବେଲୁଳୁ ମୋହୋର କାୟା ସଇରିନ୍ଧ୍ରୀ ନିଜ ଠାବେ ।୭୮।ୟେ ତୋହୋର ଚରଣ କମଳ ପାଦକାନ୍ତିଦଶନହେ ଶରୀର ମୋହୋର ପକାଅ ବିକୋତି ।୭୯।କୀଞ୍ଚକ ବୋଇଲା ଲୋ ସେ କାହାକଇଂ ଥାଇ ସେବିଦାସୀ ବୋଇଲା ତୁମ୍ଭର ଜ୍ୟେଷ୍ଠଭଗ୍ନୀ ସେ ଶ୍ରୀକୃଷ୍ଣା ମହାଦେବୀ ।୮୦।କୀଞ୍ଚେକ ବୋଇଲା ୟେ ରତ୍ନମାନ ନେଇ ଶ୍ରୀକୃଷ୍ଣା ଛାମୁରେଣ ଦିଅମୋହୋର ଅବସ୍ତାମାନ ନାନୀଂକ ଆଗେ ଯାଇଂ କହ ।୮୧।ବୁଡ଼ିଲା ଛତ୍ରୀପଣ ମୁଂ ସମସ୍ତ କଲି ତେଜ୍ୟାଅନଙ୍ଗ ଅସାଷ୍ଟମେ ବୁଡ଼ିଲି ଉପେକ୍ଷିଲି ସର୍ବଲଜ୍ଜା ।୮୨।ଆଲୋ ମୋହୋର ଅବସ୍ତାତ ଯାଉଛୁ ସର୍ବ ଦେଖିସମସ୍ତ କହିବୁ ଗୋ ଭୟ ସଂକୋଚ ଉପେକ୍ଷି ।୮୩।ଅଭ୍ୟର୍ଥ କରିଣ ଲୋ ବୋଲିବ ତୁମ୍ଭେ ଯାଇସଇରିନ୍ଧ୍ରୀକି ଦିଅନ୍ତୁ ମୋହୋର ପୁରକୁ ପଠିଆଇ ।୮୪।ମୋହୋର ଜୀଇଂବାରେ ଯେବେ ଅଛି ତାହାଂକର ଆଶସଇରିନ୍ଧ୍ରୀକି ଭେଟ ସେ କରାଇବେ ମୋର ପାଶ ।୮୫।ଅଥବା ଓପ୍ରୋଧେ ଯେବେ ନ ପାରିବେ ତାକୁ ବୋଲିମୁହିଂ ବଳାତ୍କାରେ ଅନ୍ତେଶ୍ୱରୁଂ ଆଣିବି ଯାଇଂ କାଲି ।୮୬।୩୦୫୭।ସୁଦେଷ୍ଣା ସୈରିନ୍ଧ୍ରୀଙ୍କୁ କୀଚକ ନିକଟକୁ ପ୍ରେରଣ ଓ ସୈରିନ୍ଧ୍ରୀଙ୍କର ସୂର୍ଯ୍ୟଙ୍କୁ ପ୍ରାର୍ଥନାଚଳିଗଲେ ମୁଦୁସୁଲୀ କୀଚକର ଆଗ୍ୟାଂ ଘେନିଦିନକର ଯାତ୍ରା ସାରିଣ ବାହୁଡ଼ନ୍ତି ସଇନି ।୧।ଦେବନବରେ ନାରାୟଣଂକୁ କଲେକ ବିଜୟେନିଜ ଆସ୍ତାନେ ବିଜୟେ କଲେ ବିରାଟ ମହାରାୟେ ।୨।ସ୍ରାହାନ ଭୋଜନ ସେ ସାରିଲେ ନିତ୍ୟକର୍ମେଶୟନ ମନ୍ଦିରେ ଯାଇଂ ବିଜୟେ ଧର୍ମେ ।୩।ରୟଣୀ ପ୍ରଭାତେ ଯେ ପଞ୍ଚମୀ ଦିବସକରୁଣା ମୁଦୁସୁଲୀ ଯାଇ ପ୍ରବେଶ ଶ୍ରୀକୃଷ୍ଣାର ପାଶ ।୪।ଅନେକ ଅଳଂକାର ଯୋଗାଡ଼ ନେଇଣ ଦିଲେ ଛାମୁକୀଞ୍ଚେକ ମୁଦୁସୁଲୀ ଛାମୁରେ ପରିଣାମୁଂ ।୫।ଝାଳେ ତ୍ରିପଣ୍ଡ ଯେ କେଶବାସ ଅସମ୍ଭାଳିଦେଖିଣ ଶ୍ରୀକୃଷ୍ଣା ବୋଇଲେ ଲୋ କେମନ୍ତ ଜଞ୍ଜାଳୀ ।୬।କରୁଣା ମୁଦୁସୁଲୀକି ପୁଚ୍ଛନ୍ତି ମହାଦେଈଆଲୋ ଉପାଧି ଅଳଂକାର କିମ୍ପେ କୀଞ୍ଚକ ମୋତେ ଦେଇ ।୭।ମା ଗୋ ତୁମ୍ଭର ସୋଦର ଗୋ ଅନେକ ରତ୍ନ ଧ୍ୱଂସିତୁମ୍ଭେ ଭୋଗ୍ୟ କରିବ ନାହିଂକି ଅମୂଲ୍ୟ ରତ୍ନରାଶି ।୮।ଆଲୋ ଦାସୀ ମୋହୋର ମାତାପିତା ଅଛନ୍ତି ନା କୁଶଳକ୍ଷମେ ବ୍ରତିଛନ୍ତି ନା କୁଟୁମ୍ବ ସକଳ ।୯।କୀଞ୍ଚେକର ମୂଳେ ମୋହୋର ଶତେଗୋଟି ଭ୍ରାଥକୁଶଳେ ବ୍ରତିଛନ୍ତି ଟିକି ୟେମାନେ ସମସ୍ତ ।୧୦।କହଇ ଚତୁରୀ ସେ ଅଭୟେ କୂଟବାଣୀସମସ୍ତେ କୁଶଳେ ଗୋ ଅଛନ୍ତି ଠାକୁରାଣୀ ।୧୧।ୟେକା କୀଞ୍ଚେକକୁ ଗୋ ଆବୋରିଲା କିସ ବ୍ୟାଧିସମରାଜ୍ୟ ଲୋକେ ଲୋଡ଼ି ନ ପାଇଲୁ ମଉଷଧି ।୧୨।ମାଗୋ ଅନ୍ନ ନ ରୁଚଇ ତାମ୍ବୋଳଇ ବିଷପିତାପଲଂକ ତେଜିଣ ଗୋ ଭୂମିରେ ସୁପିତା ।୧୩।ପିନ୍ଧିଲା ବସନ ଗୋ ପକାଇ ପାଲଟିଲଲାଟେ କର ତାଡ଼ିଣ ଗୋ ଭୂମିରେ ଦିଅଇ ଘୋଡ଼ାଲୋଟି ।୧୪।ଅଶ୍ରୁଜଳ ଢଳିତ ଗୋ ବେନି ଯେ ଲୋଚନଗତପ୍ରାଣ ପ୍ରାୟେ ଦିଶେ ତାହାର ବଦନ ।୧୫।ମାଗୋ ରାତ୍ରରେ ନାହିଂ ନିଦ୍ରା ଦିବସେ ନାହିଂ କ୍ଷୁଧାକେବଣ ରୋଗ ଆସି କଲାନି ବଡ଼ ବାଧା ।୧୬।ବାରଣ ନ ଗଲା ଗୋ ୟେହେନେକ ଚରିତଶୁଣିଣ ମହାଦେଈ ଯେ ବଡ଼ାଇ ଆରତ ।୧୭।ଧର୍ମ ଧର୍ମ ସୁମରଇ ସେ ବିରାଟର ନାରୀଆଲୋ ରାଜାଂକ ଛାମୁରେ କହ ବଦ୍ୟ ଆଣନ୍ତୁ ଲୋଡ଼ି ।୧୮।ଅନେକ ଧନରତ୍ନ ଲୋ ନିଅ ମୋର ତହୁଂବେଗେ ବଦ୍ୟ ଲୋଡ଼ିଆଣ ପାଇବ ଯହୁଂ ତହୁଂ ।୧୯।କହୁଂ କହୁଂ ଶ୍ରୀକୃଷ୍ଣା ଯେ ପଡ଼ିଗଲେ ମୃଚ୍ଛାଆଲୋ ବୁଦ୍ଧି କରନି ମୋହୋର ଯେମନ୍ତେ ଭାଇ ହୋୟେ ରକ୍ଷା ।୨୦।ମୁଦୁସୁଲୀ ବୋଇଲେ ମାଗୋ ତରସ୍ତ ନୋହ ମାୟେଅନେକ ଦେବବଦ୍ୟ ଆଣି କରାଇଲେଣି ଉପାୟେ ।୨୧।କେବେହେଂ ନ ତୁଟଇ ସେ ଅନଙ୍ଗ ମହାବ୍ୟାଧିଭଲ ହୋଇବାକୁ ତୁମ୍ଭର ତହିଂ ଅଛଇ ମଉଷଧି ।୨୨।ଶ୍ରୀକୃଷ୍ଣା ବୋଇଲେ ତାହା ପାଇବଇ କାହୁଂକେବଣ ମଉଷଧିଟି ମୋତେ କିମ୍ପାନ କହୁ ।୨୩।ଗୋସାମଣି ଗୋ ସଇରିନ୍ଧ୍ରୀ ବୋଲି ଯେ ଅଛି ତୁମ୍ଭ ତହିଂତାହାର ଗଲେ ରକ୍ଷା ହୋଇବ ତୁମ୍ଭ ଭାଇ ।୨୪।ନାନା ମନ୍ତ୍ରମାନ ସେ ଜାଣଇ ମଉଷଧିୟେହାର ଅଙ୍ଗ ଲାଗନ୍ତେ ତାହାର କ୍ଷୟେ ହୋଇବ ବ୍ୟାଧି ।୨୫।ଶୁଣିଣ ଶ୍ରୀକୃଷ୍ଣା ଯେ ସାଷ୍ଟାମ ହୋଇଲେସଇରିନ୍ଧ୍ରୀର ସନ୍ନିଧ୍ୟକୁ ଆପଣେ ବିଜେକଲେ ।୨୬।ଅନ୍ତେଶ୍ୱର ଗମ୍ଭୀରେ ସେ ଥିଲେ ମହାସ୍ୱତୀଧାତିକାରେ ଦେବୀ ଉଠି ଅଇଲେ ତଡ଼ତି ।୨୭।ଶ୍ରୀକୃଷ୍ଣାର ସନ୍ନିଧ୍ୟେ ଆସି ସଇରିନ୍ଧ୍ରୀ ହୋଇଲେକ ଉଭାବାଳଅର୍କ ପ୍ରାୟେକ ଦିଶନ୍ତି ଦେବୀ ଶୋଭା ।୨୮।ଶ୍ରୀକୃଷ୍ଣା ବୋଇଲେ ଗୋ ପୁଚ୍ଛଇ ତୋତେ ବାକିମନ୍ତ୍ର ମଉଷଧି ମାଗୋ ଜାଣୁ କି ବ୍ୟାଧିକି ।୨୯।ମାଗୋ କୀଞ୍ଚେକ ମୋହୋର ଯେ ସହୋଦର ଭ୍ରାଥତାହାର ବାହୁବଳେ ଗୋ ସମସ୍ତ ରାଜ୍ୟ ମୋହୋର ସୁସ୍ଥ ।୩୦।ଚତୁର୍ଦ୍ଦିଗ ରାଜାଂକର ୟେଗୋ ଅଟଇ ରାଜ୍ୟଭୂମିୟେଥି ରାଜ୍ୟ କରୁଥିଲା କାଳ ଯେ ନଉମି ।୩୧।ମଘଦେଶ ରାଜା ଯେ ଅଟଇ ତ୍ରିଗର୍ତ୍ତସେ ଦୁହିନ୍ତି ଜିଣିଣ ମାଗୋ ରାଜ୍ୟ କରଇ ୟେଥ ।୩୨।ମାଗୋ କୀଞ୍ଚେକର ଦର୍ପେ ସିନା ରାଜ୍ୟ ଯେ ମୋହୋରତାହାକୁ ଅପଚୟେ ପଡ଼ିଲେ ରାଜ୍ୟ ମୋ ହୋଇବ ଛାରଖାର ।୩୩।ଯେବେ ମହାତ୍ମାଣୀ ଗୋ ଜାଣୁ ଜଡ଼ିଗୁଣ୍ଡିବେଳେକ ଦାନ ଦିଅ ଗୋ ମୋହୋର ସୋଦର ବ୍ୟାଧିଖଣ୍ଡି ।୩୪।ଶୁଣ ଗୋ ମହାଦେଈ ବଦୟନ୍ତି ସଇରିନ୍ଧ୍ରୀମୁହିଂ କେହ୍ନେ ଜାଣିମି ଗୋ ମନ୍ତ୍ର ମଉଷଧି ।୩୫।ତୁଗୋ ଗ୍ୟାଂନବନ୍ତ ଭିଗ୍ୟଂବନ୍ତ ଶ୍ରୀବନ୍ତ ପୟୋଧିତୋତେ ୟେକି ଗୁପତ ଚତୁରୀଂକ କୂଟବୁଦ୍ଧି ।୩୬।ମାଗୋ ମୋତେ ଦେଖିକରି ତୋ ଭାଇ କୀଞ୍ଚକ କଲା ଇଚ୍ଛାକୂଟ ବୁଦ୍ଧିମାନ ଯେତେକ କହୁଛନ୍ତି ୟେ ସର୍ବ ମିଥ୍ୟା ।୩୭।ସଇରିନ୍ଧ୍ରୀଂକ ମୁଖୁଂ ୟେହେନେକ ବାକ୍ୟ ଶୁଣିଥମ୍ଭୀଭୂତ ହୋଇଣ ବସିଲେ ବିରାଟ ପାଟରାଣୀ ।୩୮।ସଞ୍ଚୟେ ଭାଇର ମୋର ଶିରୀ ହୋଇଲା ଚୁତନୋହିଲେ ଭ୍ରାଥ ହୋଇ ଭୟେଣୀଠାକୁ ପଠାୟେ କି ଦୂତ ।୩୯।ଯେତେବେଳେ ନଶନ୍ତ କାଳ ହୁଅଇ ପୁରୁଷାଅର୍ଥ ତେଜି ବିଅର୍ଥକୁ ବଲାଇ ମନୀଷା ।୪୦।ଯେତେ ପରିବାରୀ ଥିଲେ ଅନ୍ତେଶ୍ୱର ପୁରେବହୁମତେ କଟାଳୀ ସେ କହିଲେ ଛାମୁରେ ।୪୧।ତୁ ଛାର ପାମରୀ ଲୋ ଭିଖାରୀ ଦେଶାନ୍ତରୀମାତା ସହୋଦ୍ର ଲୋ କେ ଅଟେ ତୋହୋରି ।୪୨।କୀଞ୍ଚକ ସେ ମନ୍ଦବାଈ ଅସାଷ୍ଟମ ପୁରୁଷଇଅକୁଳୀଣ ନାରୀ ତହିଂ ବୀର୍ଯ୍ୟ ଢାଳିତ ନ ଯୋଗାଇ ।୪୩।ଦାସୀଂକର ଅଙ୍ଗେ ଯେ ସମାର୍ଜନା ବାତୟେତକ ଲାଗିଲେ ଆଷ୍ୟଶିରୀ ହୋୟେ ହତ ।୪୪।ଶ୍ରୀକୃଷ୍ଣା ବୋଇଲେ ଗୋ ଅନେକ ରତ୍ନ ଦେବାଭଲ ସୁଲକ୍ଷଣୀ କରି ଗୋ ବିଭା କରାଇବା ।୪୫।ମାଗୋ ବଢିଲାକ ରୋଗ ଯେ ସ୍ରାଗିଲାକ ସୋଗଉଛୁଳିଲା ନଦୀ ଅବଶ୍ୟ କରଇ ଯେ ଭୋଗ୍ୟ ।୪୬।ବିସ୍ମୟେ ମହାଦେଈ ଚିନ୍ତଇ ହୃଦଗତେବିରାଟ ଶିରୀ ସମ୍ପଦ ସେ ନାଶଯିବାକ ଯେମନ୍ତେ ।୪୭।ଆବର ଜୀବନ୍ତେ କି ବ୍ରତଇ ମୋର ଭାଇଯାହା ସେ ଅରଜିଲା ଅବଶ୍ୟ ତାହା ସେହୁ ପାଇ ।୪୮।ଶ୍ରୀକୃଷ୍ଣାୟେ ବୋଲନ୍ତି ୟେ ଅଟଇ ମହାସତୀବଚନ ବାକ୍ୟେ ବୁଝିବାନା କେବଣ ପ୍ରକୃତି ।୪୯।ମାଗୋ ସଇରିନ୍ଧ୍ରୀ ତୋତେ କଥାୟେ ପୁଚ୍ଛିବି ପ୍ରିୟଭାବେଅଥବା ଭଲ ନୋହିଲେ ନ କହିବୁ ବଇରାଗେ ।୫୦।ସଇରିନ୍ଧ୍ରୀ ବୋଇଲେ ତୋତେ ଯାହା ଅଛି ମାଗିସମସ୍ତ ବୋଲିବୁ ମୋତେ ତେତେକ ପରିତ୍ୟାଗି ।୫୧।ପାଦପାଲଟା ନ ଛୁଆଂଇବୁ ଉତ୍ତିଷ୍ଠ ନ ଛୁଆଂଇବୁପୁରୁଷେ ନ ପେଷିବୁ ଭ୍ରଚ୍ଛନା ନ ବୋଲିବୁ ।୫୨।ଆବର ତୁ ଯାହା ଗୋ ବୋଲିବୁ ତଥ୍ୟବାଣୀମୁହିଂ ତାହା କରିବିନା ଗୋ ବିଚାର କର ରାଣୀ ।୫୩।ଶ୍ରୀକୃଷ୍ଣା ମଉନ ହୋଇଲେ ଦୃଢ଼ବାକ୍ୟ ଦେଖିଥମ୍ଭୀଭୂତ ହୋଇଲେ ସେ ନୁଆସଇ ବାକି ।୫୪।ରାଗେଣ ମୁଦୁସୁଲୀ ଯେ ବୋଲଇ କରୁଣାତୋହୋ ଛାର ପାମେରୀ ଠାକୁରାଣୀକି କହୁ ଜିଣା ।୫୫।କୀଞ୍ଚକ ବୋଲିକରି ସେ ଯେବଣ ମହାରଥାଶତେସିଂଘର ପ୍ରାକର୍ମ ଜାଣି ଦୁତୀ ଯମ ଦେବତା ।୫୬।ମହୀଦାସ ପର୍ବତ ଯେ ଭାଙ୍ଗିଣ କଲା ଚୂନାୟେ ମହୀସ୍ଥଳ ମଧ୍ୟରେ କେଶରୀ ଦର୍ପ ସିନା ।୫୭।ଅନଙ୍ଗ ପଟାନ୍ତରେ ସେ ଗୁଣେଣ ଗୁଣନିଧିବୃହସ୍ପତି ସାରିକ୍ଷେ ଯାହାର ପ୍ରସରଇ ବୁଦ୍ଧି ।୫୮।କୁବେର ସମାନେଣ ଧନେଣ ଗଣିତାଈଶ୍ୱର ସମାନେଣ ଅଟଇ ବଳବନ୍ତା ।୫୯।ତାହାର ଭାରିଯା ତୁ ହୋଇବୁ ଯେତେବେଳେଦଶା ତୋର ନେଉଟିଲା କର୍ମର ସୁଫଳେ ।୬୦।କେବଣ ଜନ୍ମେ ପ୍ରୟାଗେ ପଡ଼ିଲାକ ଅସ୍ଥିତେଣୁକରି ଭଜିଲା ତୋତେ କୀଞ୍ଚକ ସେନାପତି ।୬୧।ଶ୍ରୀକୃଷ୍ଣା ସହିତେ ଖଟିବେ ତୋହୋର ପାଦତଳେଚରଣେ ଲକ୍ଷ୍ମୀ ତୁ ବୋଲାଉଛୁ କର୍ମର ଅବଳେ ।୬୨।ଛଛନ୍ଦେ ବିନୋଦ ତୁ କରିବୁ ରଙ୍ଗରତିଲକ୍ଷ୍ମୀ ଆସି ଆଉଜି ବସିଲାଣି ତୋର କତି ।୬୩।ମାଗୋ କୀଞ୍ଚେକ ଯେବେ ତୋତେ ହରିବ ନିଶ୍ଚୟେରକ୍ଷାକରି ପାରିବେ କି ତୋତେ ଦେବତାୟେ ।୬୪।ୟେହିକ୍ଷଣି ଆମ୍ଭ ତହୁଂ ବାରତା ତଥ୍ୟ ଶୁଣିକେଶ ଧରି କୀଞ୍ଚେକ ତୋତେ ଗୋ ନେମଟି ତତକ୍ଷଣି ।୬୫।ସଇରିନ୍ଧ୍ରୀ ବୋଇଲେ ଶୁଣ ଗୋ କରୁଣା ମୁଦୁସୁଲୀମହତଂକର ବାକ୍ୟେ ଲୋ ସମସ୍ୟାୟେ ଜାଣିଲି ।୬୬।ଆଗୋ ସମୁଦ୍ର ହୋଇ ଯେବେ ଲଂଘିବାକ ମହୀସଚରାଚର ମଧ୍ୟେ ବ୍ରତିବେକ ଆର କେହି ।୬୭।ପୃଥିବୀ ଆପଣେ ଯେବେ ହୋଇବ ଶସ୍ୟହାନିସକଳ ଜୀବଜନ୍ତୁ କି ବ୍ରତିବେ ମେଦିନୀ ।୬୮।ମାଗୋ ଇନ୍ଦ୍ରଦେବତା ଯେବେ ନ କରିବାକ ବୃଷ୍ଟିଆବର ରକ୍ଷା କାହିଂ ହୋଇବ ନବସୃଷ୍ଟି ।୬୯।ଅନୀତି ଅବିଧି ଯେବେ କରିବାକ ରାଜାକାହାର ଆଗେ ଗୁହାରି କରିବେ ଜନପ୍ରଜା ।୭୦।ପ୍ରସବିଲା ପୁତ୍ର ଯେବେ ମାତା କରିବାକ ଭକ୍ଷସେ ବାଳୁତ ଆବର କେହ୍ନେ ହୋଇବାକ ରକ୍ଷ ।୭୧।ଆଗୋ ସ୍ୱାମୀ ନ ସହିଲେ ସେବକ କାହିଂ ବ୍ରତିତପୋଧନେ ବ୍ରତନ୍ତି କି ରାଜାର ଅନୀତି ।୭୨।ମାଗୋ ସ୍ୱାମୀ ହୋଇ ଯେବେ ସେ ସେବକେଣ ହୋୟେ ରାଗୀସହସ୍ରେ ଅରଜିଲେ ସେ ସେବା ପରିତ୍ୟାଗି ।୭୩।ମୁହିଂ ତୋହୋର ରାଜ୍ୟରୁ ଯାଉଅଛି ଗୋ ମାୟେମୋହୋର ୟେଥେ ଥିଲେ ପଡ଼ିବ ଗୋ ବହୁତ ଅପଚୟେ ।୭୪।ଶୁଣି ଶ୍ରୀକୃଷ୍ଣାୟେ ବୋଇଲେ ୟେହାର ୟେଥୁଂ ଗଲେପୁର ମୋହୋର ଦହିଜ ହୋଇବ ୟେହାର ପିଠିଦିଲେ ।୭୫।କୋଳକରି ଶ୍ରୀକୃଷ୍ଣାୟେ ବସାଇଲେ କତିମାଗୋ ବେଳେକ କ୍ଷମା କରିବା ମୁଂ ହୋଇଲି ଅନୀତି ।୭୬।ଶୁଣି ପ୍ରତିଉତ୍ତର ଦିଲା ମୁଦୁସୁଲୀରାଗେଣ ଅପାର ଭ୍ରଚ୍ଛନା ଯେ ବୋଲନ୍ତି ପୋଇଲୀ ।୭୭।ମେଦମେଦା ମାୟେଂସେଣ ଗୋ ଶରୀର କଲା ଜାୟାକାମସାଗର ପୂରୋଇ ଘଟଣ କଲା କାୟା ।୭୮।ବୃହସ୍ପତିଂକର ଭାରିଯା ଯେ ତାରା ମହାସତୀଚନ୍ଦ୍ରଦେବତାଂକର ତୁଲେ ସେ ବଢା଼ଇଲେ ପୀରତି ।୭୯।ଶ୍ରୀରାମଚନ୍ଦ୍ରର ଭାରିଯା ଗୋ ଅଟଇ ଦେବୀ ସୀତାତାହାକଇଂ ପୁଣି ହରିନେଲା ଗୋ ରାବଣ ଦଇତା ।୮୦।ମାଗୋ ଗଉତମ ଋଷିଂକର ଭାରିଯା ନାମ ତା ଅହିଲାପରଦାରାୟେଣ ଚନ୍ଦ୍ର ସୂର୍ଯ୍ୟେ ରମଣ ଦିଲା ।୮୧।ଚନ୍ଦ୍ରନଉମୀଂକର ଭାରିଯା ଶକୁନ୍ତଳା ମହାସତୀତାହାଂକୁ ହରିଲାଟି ରବି ମହାଜ୍ୟୋତି ।୮୨।ଗୋପସ୍ତିରୀମାନେ ଯେ ଅଟନ୍ତି ମହାସତୀସେ ପୁଣି କାଳେ ଗୋ କରାଇଲେ କୃଷ୍ଣେ ରତି ।୮୩।ମାଗୋ ପାଣ୍ଡବଂକର ଭାରିଯା ଯେ ଦ୍ରୋପତର ଦୁହିତାତାହାଂକର ପ୍ରାପତ ପୁଣି ହୋଇଲେ ପଞ୍ଚଭ୍ରାଥା ।୮୪।ଆଗୋ ଦିବିଭୁବିରେ ଯେତେକ ହୋଇଲେକ ଜନ୍ମପରଦାରା ସ୍ତିରୀଂକର ପୁଣି ଲଲାଟ ଲେଖନ ।୮୫।ସଇରିନ୍ଧ୍ରୀ ବୋଇଲେ ୟେ ଯେ ନୋହୋଇ ଯୁଗତଯତି ସତୀ ନ ଥିଲେ ଗୋ ସଂସାର ରହିବ କେମନ୍ତ ।୮୬।ଚନ୍ଦ୍ର ଯେ ହରିଲା ତାରା ମହାସତୀବୃହସ୍ପତିଂକର ଶାପ୍ୟେ ରାହୁ ଗ୍ରାସିଲା ତାର ମୃତ୍ତି ।୮୭।ଇନ୍ଦ୍ର ଯେ ହରିଲେ ଗଉତମଂକର ପତ୍ନୀଋଷିଂକର ଶାପ୍ୟେ ସେ ହୋଇଲା ସହସ୍ର ଯୋନି ।୮୮।ସୀତା ହରଣ ଦୋଷେ ରାବଣ ନାଶଗଲାସୁଗ୍ରୀ ଭାରିଯା ହରି ବାଳୀ ପ୍ରାଣଦିଲା ।୮୯।ଶକୁନ୍ତଳା ହରଣେ ନାଶଗଲା ସ୍ୱୟଂଭବୁ ମନୁତିରଣ ପ୍ରମାଣେ କୃତାନ୍ତକ କାଟିଲା କେ ତନୁ ।୯୦।ମାଗୋ ବିରାଟ ରାଜ୍ୟେ ମୁହିଂ ହୋଇଅଛି ବଡ଼ଦୁଖୀସଦା ସର୍ବଦା ୟେଥେ ମୁଂ ନୁହଇଂ ନିରିମାଖୀ ।୯୧।ପାଞ୍ଚଜଣ ଅଛନ୍ତି ଗୋ ମାତ ଆବୋରିବାକୁଯେ ମୋତେ ବଢ଼ଇ ଅବଶ୍ୟ ମାରନ୍ତି ତାହାକୁ ।୯୨।ଶୁଣିଣ ଶ୍ରୀକୃଷ୍ଣା ଯେ ମଉନାବ୍ରତ ହୋଇଲେସମସ୍ୟା ନ ଦେଇଣ ଉଠି ବାହୁଡ଼ିଣ ତହୁଂ ଗଲେ ।୯୩।ସନ୍ନିଧ୍ୟକୁ ହକାରିଲେ କରୁଣା ମୁଦୁସୁଲୀଆଗୋ କରୁଣା ତୁ ଶୁଣିଲୁ ନା ମୁଂ ଯେତେ ବାଗେ ବୋଇଲି ।୯୪।ସାମାନ୍ୟ ନୁହଇଂ ସେ ଅଟଇ ବଡ଼ଜଣଦରିଦ୍ର ହୋଇ କେ ଉପେକ୍ଷା କରଇ ହିରଣ୍ୟ ।୯୫।ସାମାନ୍ୟ ମାତ୍ର କି ଠାକୁରାଣୀଂକ ବୋଲ ଭାଙ୍ଗିବାକ୍ୟ ଶୁଣିଲୁ ନା ପ୍ରତ୍ୟକ୍ଷେ ସେ ପରମ ଯୋଗୀ ।୯୬।କୀଞ୍ଚେକକୁ କହିବ ସେ ଦେଖୁ ଦାସୀଚେଡ଼ିତାହା ଦେହ ଲାଗିଲେ ଆଇଷ୍ୟ ଶିରୀ ଯାୟେ ଛାଡ଼ି ।୯୭।ୟେମାନେ କହିଲେ ବୋଧନ ମାନିବ ଅବାଉପାୟେ କରି ସଇରିନ୍ଧ୍ରୀକି କୀଞ୍ଚେକ ପୁରକୁ ପେଷିଦେବା ।୯୮।ଥିର ହୋଇ ରହିଥାଉ ସେ ଦିନା ପାଞ୍ଚସାତେୟେକଥା ମାନ ପାସୋର ହୋଇଯିବା ପରିଯନ୍ତେ ।୯୯।ବଚନ ବୋଧପାଇ ଗଲେକ ମୁଦୁସୁଲୀକୀଞ୍ଚକର ପୁରକୁ ଯେ ଚଳିଲେ ପୋଇଲୀ ।୧୦୦।କୀଞ୍ଚକ ହରଷ ଯେ ଦୂତୀର ବିଳମ୍ବ ଦେଖିରହିଲେଣି ଯେବେ ଘେନି ଆସିବେ ସଇରିନ୍ଧ୍ରୀକି ।୧୦୧।ନିଚୟେ ପ୍ରାପତ ମୋତେ ହୋଇବାକ କାମନିଧିଦୂତୀର ବିଳମ୍ବେ ଯେ ସମସ୍ତ କାର୍ଯ୍ୟ ସିଦ୍ଧି ।୧୦୨।ଆପଣେ ବେଶ ବେଶନ ହୋଅଇ କୀଞ୍ଚେକ ସେନାପତିୟେମନ୍ତ ସମୟେଣ ଦୂତୀମାନେ ମିଳନ୍ତି ।୧୦୩।ଯାତ୍ରାସାରି ରାଜା ବିଜୟେ ନିଜପୁରେକୀଞ୍ଚକ ପଚାରଇ ହକାରି ଛାମୁରେ ।୧୦୪।କେମନ୍ତ ବାରତ ଲୋ କେବଣ ସୁବିଧାନ କାର୍ଯ୍ୟବଦୟନ୍ତି ସିହାଣୀ ୟେ କହିତେ ବଡ଼ ଲାଜ ।୧୦୫।ଶୁଣ ଦେବ ପଣ୍ଡିତ କ୍ଷତ୍ରିୟ ଚୂଡ଼ାମଣିଶ୍ରୀକୃଷ୍ଣା ବିମୁଖ ହୋଇଲେ ତୁମ୍ଭର କଥା ଶୁଣି ।୧୦୬।ବୋଇଲେ ଯେହ୍ନେ ପଣ୍ଡିତ ସହୋଦ୍ର ମୋହୋରିବେଟୀ ଚେଟୀ ସମାର୍ଜନୀ ବାତ ଲାଗନ୍ତେ ହୁଅଇ ହତଶିରୀ ।୧୦୭।ମୋହୋର ରାଜ୍ୟେ ୟେ ଖଟଇ ଭୃତ୍ୟପଣେଲେଞ୍ଚେ ବଶ୍ୟ କିଂକେ ହୋଇବ ଅକାରଣେ ।୧୦୮।ଅପରଚେ ଅଙ୍ଗଭୋଗ ଦେଇ ନ ଯୋଗାଇଶିରୀହୀନ ହୁୟେ ଆୟୁଷ କ୍ଷୟେ ଯାଇ ।୧୦୯।ସ୍ୱାମୀ ତୋହୋର ବଚନେ ଯହୁଂ କହିଲୁ ଅବସ୍ତାବହୁତ ବିକଳ ଯେ ହୋଇଲେ ଜଗତମାତା ।୧୧୦।ବୋଇଲେ ଯେତେ ଧନ ଲାଗଇ ନେଉ ସେ ଭଣ୍ଡାରୁଆହୁରି ଶତେକନ୍ୟା ସେ ବିରାଟ ବିଭାକରୁ ।୧୧୧।କୀଞ୍ଚେକ ବୋଇଲା ଲୋ ବଢ଼ିଲା ନଦୀ ବରଷିଲା ଜଳଦମନମତ୍ତ କାମ ଲହରୀ ପଡ଼ିଲା ପରମାଦ ।୧୧୨।କୀଞ୍ଚେକ ବୋଇଲା ଲୋ ନ ପାରଇ ତାକୁ ମୃଚ୍ଛିଉନ୍ମତ୍ତ କାମବାଣେ ନ ଜାଣେ ମୁହିଂ କିଛି ।୧୧୩।କାହାରି ବେଳେ ରୁହାଇ ନୁହଂଇ କଦାଚିତେୟେ ଶରୀର ତୁଟୁ ମୋହୋର ସଇରିନ୍ଧ୍ରୀ ନିମନ୍ତେ ।୧୧୪।କଣ୍ଠାଗତ ପ୍ରାଣ ଶରୀରୁ କଲା ତେଜ୍ୟାଅଶକତ ପ୍ରାଣୀଂକର ହୋ କିସ ଅଛଇ ଲଜ୍ୟା ।୧୧୫।କରପତ୍ର ଯୋଡ଼ିଣ ସେ କହଇ ମୁଦୁସୁଲୀସ୍ୱାମୀ ଅଂସଗତେ ପୁଣି ମହାଦେଈଂକି ଘେନିଗଲି ।୧୧୬।ବହୁତ ସଂକୋଚ ତାହାକୁ କରନ୍ତି ଠାକୁରାଣୀବିକାଶି କରି ତାକୁ କହି ନୁଆରନ୍ତି ବାଣୀ ।୧୧୭।ଆମ୍ଭର ବଚନ କରି ତାକୁ ବହୁତ କହିଲେ ମଣାଇଂସ୍ତିରୀକୁଳେ ପାମେରୀ ଦେବ ତା ତହୁଂ ଆନ ନାହିଂ ।୧୧୮।ଯେତେ ଅଳଂକାରମାନ ଛାମୁରେ ତାର ନେଇ ଦିଲିଅମୂଲ୍ୟ ରତ୍ନମାନନ୍ତ ସେ ପାଦେଣ ଦେଲା ପେଲି ।୧୧୯।ସ୍ୱାମୀ କି ସରୂପଗୁଣ ମୁଂ ବର୍ଣ୍ଣିବି ତାହାରହିରଣ୍ୟ ନ ଗଚ୍ଛଇ ତାହାର ଚରଣର ।୧୨୦।ହୀରାହୁଂ ଅଧିକ ତାହାର ପାଦତଳିମରକତ ନ ଗଚ୍ଛଇ ତାହାର ଚରଣ ଅଙ୍ଗୁଳି ।୧୨୧।ୟେ ଅଷ୍ଟରତ୍ନମାନ ଯେ ଥୋଇଲୁ ତାରକତିରତ୍ନହୁଂ ଅଧିକ ଦେବ ଅଟଇ ତାହାର ଜ୍ୟୋତି ।୧୨୨।ଦେବସ୍ତିରୀ ନାୟେକା ସେ ମଧ୍ୟପୁରର ନୁହଇରମ୍ଭା ଉର୍ବଶୀହୁଂ ଅଧିକ ରୂପ ଅମର ଭୁବନ ମୋହୋଇ ।୧୨୩।ସ୍ୱାମୀ ତାହୋର ଛାମୁରେ ଦାସୀ ପ୍ରାୟେ ଦିଶନ୍ତି ଶ୍ରୀକୃଷ୍ଣାଶୁଣିଣ କୀଞ୍ଚକର ବଢ଼ିଲା ଯେ ଦୁଗୁଣ ତୃଷ୍ଣା ।୧୨୪।ସ୍ୱାମୀ କିଞ୍ଚିତ କରିଣ ଯେବେ କହିବ ଦିବ୍ୟବାଣୀପିକଜନ୍ତୁ ଦୂରେ ଯାଇ ତାହାର ବାକ୍ୟ ଶୁଣି ।୧୨୫।ଅପାର ଗୁଣ ଯହୁଂ ଦେବ କହିଲା ବିଶେଷିକୀଞ୍ଚେକ ଢଳିପଡ଼ିଲା ମୋହବନ୍ଧ ଫାଶୀ ।୧୨୬।କୀଞ୍ଚେକ ଯହୁଂ ବଢ଼ିଲା ମଦନ ଉଦବେଗଆଲୋ ଯାଇଣ ଜଣାଅ ବେଗେ ଠାକୁରାଣୀଂକର ଆଗ ।୧୨୭।ସେ ମୋହୋର ଠାକୁରାଣୀ ସେ ମୋତେ ରକ୍ଷା କରନ୍ତୁଉପାୟେ କରି ମୋ ପୁରକୁ ସଇରିନ୍ଧ୍ରୀକୁ ପେଷିଦ୍ୟନ୍ତୁ ।୧୨୮।ଶୁଣିଣ ମୁଦୁସୁଲୀ ଚଳିଗଲେ କୀଞ୍ଚେକର ବଚନେସନ୍ଦେଶ କହିଲେ ଯାଇ ରାଣୀଂକି ସନ୍ନିଧ୍ୟାନେ ।୧୨୯।ଗୋସାମଣିୟେ କୀଞ୍ଚେକରେ କାର୍ଯ୍ୟ କି ସଇରିନ୍ଧ୍ରୀରେ କାର୍ଯ୍ୟସଇରିନ୍ଧ୍ରୀକି ନଦିଲେ କୀଞ୍ଚେକ ହେଉଛି ପ୍ରାଣତ୍ୟାଜ ।୧୩୦।ଶ୍ରୀକୃଷ୍ଣା ବୋଇଲେ ଲୋ କୀଞ୍ଚେକ ନାହିଂନା ଜୀବନ୍ତେନ ଗଲେହେଂ ନ ବ୍ରତଇ ଗଲେହେଂ ନ ବ୍ରତଇ କଦାଚିତେ ।୧୩୧।ଯେହ୍ନେ ସେ ଅରଜିଲା ଭୋଗ୍ୟକରୁ ତାର କର୍ମୟେଥକୁ ବୋଲି ସେ ଯେ ହୋଇଅଛି ଜନ୍ମ ।୧୩୨।ଲେଉଟି କହ ଯାଇଂ ଲୋ ସମ୍ଭାଳିଥାଉ ତାର କାୟେଦିନା ଚାରି ପାଞ୍ଚ ଉତ୍ତାରେ ସଇରିନ୍ଧ୍ରୀକି ପେଷଇ ସିନା କରିଣ ଉପାୟେ ।୧୩୩।ଚଳିଲେ ଚତୁରୀ ଯେ ଦୂତ ପରିଯୋଗେଯାଇଂଣ ଜଣାଇଲେ ପୁଣ କୀଞ୍ଚେକର ଆଗେ ।୧୩୪।ଦିନା ଚାରି ପାଞ୍ଚ ଉତ୍ତାରେ ଯେ ପେଷିବେ ମହାଦେଈକ୍ଷୁଧା ଆତୁରେ କି ବେନିହାଥେ ଅନ୍ନ ଖାଇ ।୧୩୫।ଅଥବା ଯଦ୍ୟପି ସେ ନୁଆରିବେ ପେଷିକେଶ ଧରି ଆଣିମା ତାହାକୁ ଅନ୍ତେଶ୍ୱର ପୁରେ ପଶି ।୧୩୬।ଯାତ୍ରା ସମାପତ ସେ ୟେକବିଂଶେ ଦିବସେମୁରାଟ ସାରିଣ ରାଜା ରହିଲେ ହରଷେ ।୧୩୭।ଅନେକ ନିଯୋଗୀମାନନ୍ତ ଦିଲା ଶାଢ଼ୀକୋନ୍ତକୁ ବୋଇଲା ମୋ ରାଜ୍ୟେ ତୁମ୍ଭେ ଠାକୁର ଅଧିକାରୀ ।୧୩୮।ବଇଶାଖର ଅନ୍ତେ ଯେ ଋଷଭ ପରବେଶଜ୍ୟେଷ୍ଠମାସ କୃଷ୍ଣପକ୍ଷ ଯେ ଚଉଠୀର ଦିବସ ।୧୩୯।ଭୂମିବାର ମୂଳା ନକ୍ଷତ୍ର ଅଟଇ ସେ ଦିନରକୀଞ୍ଚକର ନିମନ୍ତେ ସଇରିନ୍ଧ୍ରୀର ଅଭିସାର ।୧୪୦।ମନେ ସ୍ମରି ଶ୍ରୀକୃଷ୍ଣାୟେ ଲେଖ ଅବଧାରିସଂଚିତ ତାଳପତ୍ର ଲେଖନ କରେ ଧରି ।୧୪୧।ତାଳପତ୍ର ଘେନିଣ ଲେଖନ୍ତି ମହାସତୀଶ୍ରୀକୃଷ୍ଣାର କୀଞ୍ଚକକୁ ତ୍ରିସନ୍ଧ୍ୟାରେ କଲ୍ୟାଣ ନିତି ।୧୪୨।ବାବୁ ତୁ ଯେ ଉପୁଜିଲୁ ସଂକୋଚନର ରାଜାର ଘରେଶରଧାୟେ ବଶିଷ୍ଠେ ତୋତେ ଧଇଲେ କୋଡ଼ରେ ।୧୪୩।ତୋଷେଣ ମହାତ୍ମା ତୋତେ କଲ୍ୟାଣ କଲେ ବାଞ୍ଛାଶତେସିଂଘର ବଳ ତୋର ହୋଉରେ ବାଳବଛା ।୧୪୪।ତୁ ଯେ କାନ୍ଦିଣ ହଲାଇଲୁ ବେନିପାଦତୋହୋର ବାମଚରଣ ବାଜିଲା ଯେ ବଶିଷ୍ଠଂକ ହୃଦ ।୧୪୫।ମୁନିଂକ ମୁଖରୁ ରୁଧିର ବାହାର ହୋଇ ଫୁଟିଉତ୍ତାନଶାହୀ ହୋଇ ଯେ ପଡ଼ିଲେ ତପନିଷ୍ଠି ।୧୪୬।କୋପେଣ ଶାପ୍ୟ ତୋତେ ଦିଲେକ ତପୋବନ୍ତଶତେ ସିଂଘର ପ୍ରାକର୍ମ ତୋର ୟେକା ସିଂଘକେ ହୋଉ ହତ ।୧୪୭।ସଇରିନ୍ଧ୍ରୀ ବୋଲଇ ମୁହିଂ ଗନ୍ଧର୍ବଂକ ବଲ୍ଲଭୀ ହାଦେସିଂଘେକ ପ୍ରାକ୍ରମ ତୋତେ ଅଛିଟି ପ୍ରମାଦେ ।୧୪୮।ସଇରିନ୍ଧ୍ରୀ ଯାଉଅଛି ୟେ ତୋହୋର ପୁରଅନେକ ବିନୟ ଭଗତି ହୋଅ ୟେହାର ପୟର ।୧୪୯।ୟେ ମହାତ୍ମାଣୀ ତୋତେ କରନ୍ତୁ ସଦୟେଆରୋଗ୍ୟ ଅକ୍ଳେଶ ହୋଇବ ତୋହୋର କାୟେ ।୧୫୦।ୟେ ମୋହୋର ବୋଲ ମେଣ୍ଟି ଯେବେ ସଇରିନ୍ଧ୍ରୀକି ହରିବୁତୁ ଶତେସିଂଘ ପ୍ରାକ୍ରମ ୟେକା ସିଂଘକେ ନାଶଯିବୁ ।୧୫୧।ପ୍ରତକ୍ଷେ ଗୁରୁପତ୍ନୀ ୟେ ଅଟଇ ଗଉରୋବୀଗଉରୋବୀ ସ୍ତିରୀ ହରିଲେ ଆପଣେ ପରାଭବି ।୧୫୨।ମୋହୋର ଶପତ ତୋତେ ଠାକୁରଂକ ଆନଯାଇଂଣ ସଇରିନ୍ଧ୍ରୀଟି ବାହୁଡ଼ି ଆସିବ ୟେହିକ୍ଷଣ ।୧୫୩।ବାବୁ ପଞ୍ଚୁଗନ୍ଧର୍ବଂକର ଭାରିଯା ୟେହା ନାମେ ସଇରିନ୍ଧ୍ରୀୟେହାର ଅଙ୍ଗ ଛୁଂଇଲେ ଜୀବନ ୟେଥେ ନ ରହଇ କାହାରି ।୧୫୪।ଯେବେ ଜୀବନକୁ ଅଛି ତୋହୋର ଆଶଦୂରେ ଥାଇ ପ୍ରଳମ୍ବ କରିବୁ ନ ଯିବୁ ୟେହାର ପାଶ ।୧୫୫।ବାବୁ ମତ୍ସଦେଶେ ମଘଦେଶେ ତୁହି ସେ ଅଧିକାରୀୟେଡ଼େକ ସ୍ୱାମୀ ହୋଇ କିଞ୍ଚତେ ନୋହସି ଅପହାରୀ ।୧୫୬।ବାବୁ ତୁହିତ ପଣ୍ଡିତ ଅଟୁ ମହାଭିଗ୍ୟଂଛତ୍ରୀବର ସୋହୋଡ଼ ସୁନ୍ଦର ଅଟୁ ତୁ ସର୍ବଗ୍ୟଂ ।୧୫୭।ଚନ୍ଦନ ମୁଦ ଦେଇ ମୁଦିଲେ ଶତଶ୍ରୀୟାସଇରିନ୍ଧ୍ରୀ ସନ୍ନିଧ୍ୟେ ଯାଇଂ ବିଜୟେ ରାଜପ୍ରିୟା ।୧୫୮।ଦ୍ରହସିତେ ବାକ୍ୟେ ଦେବୀ ବଡ଼ାଇ ହରଷେଶ୍ରୀକୃଷ୍ଣାୟେ ସଇରିନ୍ଧ୍ରୀକି ହକାରିଲେ ପାଶେ ।୧୫୯।ମାଗୋ ତୁ ମୋହୋର ପଞ୍ଚୁଭୂତ ଆତ୍ମାର ବିଶ୍ୱାସୀବିଶ୍ୱାସ ଠାବକୁ ଗୋ ଖଳଲୋକନ୍ତ ନ ପେଷି ।୧୬୦।ମାଗୋ ନଗର ସ୍ତିରୀମାନେ ୟେ ଅଟନ୍ତି ଚତୁରୀବିଶ୍ୱାସ କଥାମାନ ଗୋ ନୁଆରନ୍ତି ଗର୍ଭକରି ।୧୬୧।ମାଗୋ ତୋହୋର କରେ ଦେଉଅଛି ବିଶ୍ୱାସ ଲେଖାଗୋଟିକୀଞ୍ଚକ ଅନ୍ତେଶ୍ୱରେ ଦେଇ ଆସିବୁ ଲେଉଟି ।୧୬୨।କୀଞ୍ଚକର ଭାରିଯା ନାମ ଅଟଇ ରାଧିକାତାହାର ହାଥେ ନେଇ ଲେଖଗୋଟି ଦେଖା ।୧୬୩।କୀଞ୍ଚକକୁ ଦିଅ ୟେହା ଗୁପତେଣ ବୋଲଧାତିକାରେ ଆସିବୁଟି ବହନ ହୋଇ ଚଳ ।୧୬୪।ଘେନ ବୋଲି ମହାଦେଈ ଯାଚିଲେ ଉପର ହାଥେସଇରିନ୍ଧ୍ରୀ ବିଚାରନ୍ତି ୟେହା ମେଣ୍ଟିବି କେମନ୍ତେ ।୧୬୫।ଲୋକିତ କର୍ମକୁ ମୁହିଂ ଭୃତ୍ୟ ପ୍ରାୟେକ ଦିଶିନ ଗଲେ ଚିତ୍ତ ଅନ୍ତର ଧରିବଟି ବିରାଟ ପାଟବଂଶୀ ।୧୬୬।ସ୍ୱାମୀର ବଚନେ ସେ ସେବକ କାହିଂ ମେଣ୍ଟିକେତେ ଭାଞ୍ଜିବି ମୁଂ ୟେହାର ବାକ୍ୟଗୋଟି ।୧୬୭।ବିଚାରିଣ ଦେବୀ ଯେ କରେଣ ଲେଖ ଘେନିଧର୍ମ ଧର୍ମ ସୁମରନ୍ତି ସେ ପାଞ୍ଚାଳୀ ଜିଘ୍ନସେନୀ ।୧୬୮।ନଗଲେ କୋପ ମତେ କରିବ ମହାଦେଈଗଲେଣ କୀଞ୍ଚେକ ବଳାତ୍କାରେ ହରିବ ମୁକୁଇଂ ।୧୬୯।ତୁ ଦେବ ପରମାନନ୍ଦ ପ୍ରସନ୍ନ ପରମ ଯୋଗୀସର୍ବ ବଳବନ୍ତ ପୁରୁଷ ତୁ ଦୃଭାରନ୍ତ ପରିତ୍ୟାଗି ।୧୭୦।ଜୟତୁ ନାରାୟଣ ଭଗତମଚ୍ଛଳାୟେ ମହା କଷଣୁଂ ମୋତେ ଉଦ୍ଧାର କର ଦେବକୀର ବଳା ।୧୭୧।ଯେମନ୍ତେ ପାମର ମୋର ନ ଛୁଅଂଇ ଅଙ୍ଗତୁହି ୟେହାବିଚାରି କର ହେ ଶିରୀରଙ୍ଗ ।୧୭୨।ଲେଖଦେଇ ଶ୍ରୀକୃଷ୍ଣା ଚଳିଲେ ନିଜପୁରେଚଳିଲେ ସଇରିନ୍ଧ୍ରୀ ଯେ ଅନ୍ତପୁର ବାହାରେ ।୧୭୩।ନଗ୍ର ପୂର୍ବଭାଗେ ସେ କୀଞ୍ଚେକ ଭୁବନଚଳନ୍ତି ସଇରିନ୍ଧ୍ରୀ ଯେ ଈଶାନକୁ କରିଣ ବଦନ ।୧୭୪।ପବନ ଗତି ହୋଇ ଚଳନ୍ତି ପାଞ୍ଚାଳୀଦେଖିଲେ ଆକାଶେ ଉଦୟେ ଅଂଶୁମାଳୀ ।୧୭୫।ଚଳଇ ଜିଘ୍ନସେନୀ ଜାଣିଣ ନିରିମାଖୀକରଇ ବିନୟେ ସେ ଆଦିତ୍ୟ ଦେବତାକଇଂ ଦେଖି ।୧୭୬।ଜୟତୁ କରତାର ସ୍ୱାମୀ ଛାୟାଦେବୀର ପ୍ରାଣପତିତିମିର ବିଦାରଣ ନାଥ ଫେଡ଼ିବା ଦୁର୍ଗତି ।୧୭୭।ୟେକ ଚକକେ ଯାହାର ସପତ ଅଶ୍ୱ ଯୋଚିକରୁଣାମଚ୍ଛଳ ନାଥ ଜୟତୁ ବିରଞ୍ଚି ।୧୭୮।ସ୍ୱାମୀ ପ୍ରସନ୍ନ ନାରାୟଣ ପ୍ରଭୁ ଜୟତୁ ମାରତଣ୍ଡଅଶିଲକ୍ଷ ଜୁଣ ଯାହାର ବିକାଶଇ ଅକ୍ଷଦଣ୍ଡ ।୧୭୯।କୋଟିୟେ ଧାର ଚକେ ସପତ ଅଶ୍ୱ ଯୋଚିଦିବସେ ଉଦୟେ ନାଥ ନିଶାକାଳେ ଲୁଚି ।୧୮୦।ସ୍ୱାମୀ ଅର୍କ ବିଦାରିଲୁ କଣୟବିନ୍ଦୁର ଭଗତେଆକ୍ରେଷି ମାଡ଼ିବସିଲୁ ଦେବ ଚନ୍ଦ୍ରଭାଗା ତୀର୍ଥେ ।୧୮୧।ସ୍ୱାମୀ ଜମ୍ବୁଦ୍ୱୀପ ଭ୍ରଥଖଣ୍ଡ ପୃଥିବୀ ଈଶାନ ଅଗ୍ନିକୋଣେତେଣୁ ସେ କୋଣାର୍କ ନାମ ବିରଞ୍ଚି ନାରାୟଣେ ।୧୮୨।ସ୍ୱାମୀ ସଂଗ୍ୟାଂର ବଲ୍ଲଭ ତୁ ଅନନ୍ତ ମହେଶ୍ୱରତୁହି ସେ ଦିବ୍ୟଚକ୍ଷୁ ପୁରୁଷ ଅଣାକାର ।୧୮୩।ସ୍ୱାମୀ ଚନ୍ଦ୍ରଭାଗା ଦକ୍ଷିଣେ ମଉଦଧି ଉତ୍ତରଭାଗେମହାଯୋଗେ ବସିଲୁ ନାଥ ଚିନ୍ତିଲୁ ଶୂନ୍ୟମାର୍ଗେ ।୧୮୪।ଲକ୍ଷେକ କୁସୁମ ଦେବ ନିତ୍ୟେ ୟେକବର୍ଣ୍ଣ ପାଟୋଳିମର୍କତ ଲିଙ୍ଗେ ଦେଇ ପୂଜିଲୁ ତିନିଓଳି ।୧୮୫।ସ୍ୱାମୀ ୟେକଲୟେ ଆସନ ନବକୋଟି ସହସ୍ର ବରଷଧ୍ୟାୟେଣ ଚିନ୍ତିଲୁ ଦେବ ଅଣାକାର ପୁରୁଷ ।୧୮୬।ଦୁସହ ତପ ଦେଖି ପୁରୁଷ ଅଣାକାରପୁଷ୍ପେକ ହରି ଉଣା ହୋଇଲା ଲକ୍ଷେକର ।୧୮୭।ମନେ ବିସ୍ମରିଲୁ ଯେ ଚିନ୍ତିଲୁ ଦେବରାଜକେ ୟେଥୁଂ ପୁଷ୍ପେକ ଉଣା କଲା ଆଜ ।୧୮୮।ମୁହିଂ ଯେବେ ଉଠିଣ ଯିବି ପୁଷ୍ପ ଆଣିଖଣ୍ଡିତ ଲୟେ ମୋହୋର ହୋଇବ ୟେହିକ୍ଷଣି ।୧୮୯।ସଂକଳ୍ପ ସମାପତ କରିବି କେମନ୍ତେଦକ୍ଷିଣ ଚକ୍ଷୁ ତାଡ଼ିଲୁ ସ୍ୱାମୀ ପୁଷ୍ପର ନିମନ୍ତେ ।୧୯୦।ଦକ୍ଷିଣ ଭାଗ କରେ ଘେନିଣ ନିଜ ଡୋଳଲିଙ୍ଗର ଉପରେଣ ନେଇ ଚଢ଼ାଇଲୁ କମଳ ।୧୯୧।ସେହି ଲିଙ୍ଗ ବିଦାରିଣ ଦେଖିଲୁ ସରୂପତହୁଂ ତୋତେ ଦୃଶ୍ୟମାନ ହୋଇଲା ଅଣାକାର ରୂପ ।୧୯୨।ଯୁଗାନ୍ତେକ ପୁରୁଷ ତୋତେ ହୋଇଲା ପ୍ରସନ୍ନକମଳ ଆକାର ପୁଣି ଦିଶିଲା ଲୋଚନ ।୧୯୩।ତୁ ଦେବ କମଳଲୋଚନ କରତାରଅଦଭୁତ ନାଥ ମୋତେ କରିବାକ ପାର ।୧୯୪।ସ୍ୱାମୀ ରିଷିତ ସତ୍ୟଯୁଗେ ମୋହୋର ନାମଟି କେତୁକାଚଉଦ ବ୍ରହ୍ମା ହତ୍ୟାକଲା ରହିଲା ଶୂଦ୍ରେକ ୟେକା ।୧୯୫।ସେ ଆଦି ଧବଳୀ କି ଶରଣ ଯହୁଂ ମାଗିଭଗତ ନିମନ୍ତେ ସେ ସରୂପ ପରିତ୍ୟାଗି ।୧୯୬।ଅଥବା ବିନୟ ତୁ ହୋଇଲୁ ଯେବେ ମୋତେଶରଣ ରକ୍ଷଣ ମୁଂ ନ କରିବି କେମନ୍ତେ ।୧୯୭।ଧବଳୀର ବଚନେ ମୁଂ ରକ୍ଷାକଲି ତାହାଇଦଂଭୂତ ଜନେ ମୁଂ ଭକ୍ଷିବି ତାର ବାହା ।୧୯୮।ସ୍ୱାମୀ ଦୁଜ ଅବତାରେ ମୁଂ ପାର୍ବତୀ ୟେକବଳାରୁଦ୍ରବାକ୍ୟ ହୁଡ଼ିଲି ମୋତେ ଶାପ୍ୟଦିଲା କପିଳା ।୧୯୯।ତାହାଂକର ବାକ୍ୟ ମୋତେ ହୋଇଲା ପଞ୍ଚୁପତିପଦ୍ମେକ ବର୍ଷ ବସିଲି ମୁଂ ୟେକବଳା ପାର୍ବତୀ ।୨୦୦।ସ୍ୱାମୀ ୟେକବର୍ଣ୍ଣ ପାଟଳୀବସ୍ର ପଞ୍ଚାଉନ କୋଟି ନେଲୁତବ ପୁତ୍ର ଶନିଶ୍ଚରକୁ କନ୍ୟା ପ୍ରଦାନ କରାଇଲୁ ।୨୦୧।ସ୍ୱାମୀ କଉରୋବ ସଭାତଳେ ଧୁଶାସନ କେଶ ଆକ୍ରଷଣ ବେଳେଛପନକୋଟି ବସ୍ର ଦିଲୁ ମୋତେ ଆତଙ୍ଗର କାଳେ ।୨୦୨।ସ୍ୱାମୀ ପରମାନନ୍ଦ ସତ୍ୟଯୁଗେ କଳପୀ ନାମେ ନାରାୟଣତୋତେ ହରି ନେଇଥିଲା ଯେ କଉଶିକ ନାମେ ରାବଣ ।୨୦୩।ଆପଣା ରମ୍ୟସ୍ଥାନ ମନ୍ଦିରେ ଥୋଇଥିଲାଅନୁବ୍ରତେ ଲଂକା ଭୁବନ ତାହାର ଦିବସ ପ୍ରାୟେକ ଦିଶିଲା ।୨୦୪।ନବଖଣ୍ଡ ପୃଥୀ ସବୁ ହୋଇଥିଲା ସର୍ବରାତିତବହିତେ ମନୁଷ୍ୟ ରୂପେ ମୁଂ ହୋଇଲି ଉତପତ୍ତି ।୨୦୫।ମୋତେ ସେ ରାବଣ ଯେ ଘେନିଗଲା ହରିବିଷାଦ ନାମରେ ରାମଚନ୍ଦ୍ର ହୋଇଲେ ଦ୍ୱନ୍ଦକାରୀ ।୨୦୬।ତଦଅର୍ଥେ ରାବଣକୁ ବଧକଲେ ମମ ପ୍ରହୁଦିନକର ଜ୍ୟୋତି ପୁଣ ବିକାଶିଲା ତହୁଂ ।୨୦୭।ସ୍ୱାମୀ ତୁହି ମୋତେ ମୁହିଂ ତୋତେ ଅନେକ ବାର ଜନ୍ମିୟେ କଷଣୁଂ ଉଦ୍ଧର ମୋତେ କମଳାର ସ୍ୱାମୀ ।୨୦୮।ସ୍ୱାମୀ ଦବନଦକ୍ଷ ତୋତେ ହରିନେଲା ଯେତେବେଳେମହାଖଳା ପାତି ଥୋଇଲା କମଣ୍ଡଳେ ।୨୦୯।ବସୁଧା ରୂପେଣ ମୁଂ ଥିଲି ଅବତରିତହୁଂ ଆଣିଲି ତୋତେ କମଣ୍ଡଳ ବିଦାରି ।୨୧୦।ସ୍ୱାମୀ ମୋତେ ସଂକଟ ଯେ ପଡ଼ିଲା ୟେତେବେଳେତୁହି ସେ ବିଚାର ନାଥ ଅନାଦି ଦିବ୍ୟଡୋଳେ ।୨୧୧।ସ୍ୱାମୀ ଇନ୍ଦ୍ର ନାଶ ଗଲା ଯେ ତ୍ୱଷ୍ଟାର ବିବାଦେପଞ୍ଚମୃତ୍ତି ହୋଇଲେ ସ୍ୱାମୀ ତୋହୋର ପ୍ରସାଦେ ।୨୧୨।କର୍ମର ବିପାକେ ସ୍ୱାମୀ ପଡ଼ିଲା ଅପଚୟେଅଗ୍ୟାଂତେ ପଶିଲୁ ଆସି ଗୋପ୍ୟାନ କରି କାୟେ ।୨୧୩।ସ୍ୱାମୀ ସଇରିନ୍ଧ୍ରୀ ରୂପେଣ ମୁହିଂ ରହିଲାଇଂ ୟେଥିଅଗ୍ୟାଂତବାସ ନିମନ୍ତେ ଶ୍ରୀକୃଷ୍ଣାର ବଶ୍ୟବୃତ୍ତି ।୨୧୪।କୀଞ୍ଚକର ତହିଂକି ମୋତେ ପେଶିଲେ ଧର୍ମ ଲଘିଂକେହି ମୋତେ ସାଖା ନାହିଂ ନୋହିଲାକ ଆନ ସଙ୍ଗୀ ।୨୧୫।ଅବଶ୍ୟ ପାମର ନ ଚିହ୍ନିବ ମୋହୋର ବର୍ଣ୍ଣବଳାତ୍କାରେ ହରିବ ୟେବେ ସଂସାରକୁ ରହିବ ଲେଖନ ।୨୧୬।ଅଥବା କୀଞ୍ଚକ ମୋତେ ହରିବାକ ବଳେମୁହିଂ କି ବ୍ରତିବି ନାଥ କ୍ଷଣେହେଂ ତେତେବେଳେ ।୨୧୭।ମମ ପ୍ରାଣତ୍ୟାଜ ପାରିବୁଟି ମୃଚ୍ଛିପୂର୍ବଭାବେ ଯେବେ ତୋହୋର ମୋହୋର କାର୍ଯ୍ୟ ଅଛି ।୨୧୮।ତୁ ଦେବ ଭଗତମତ୍ସଳ ଅନାଦିତୁ ଦେବ ସତ୍ୟବାକ୍ୟ ଧୃତ ଅନୁସିଦ୍ଧି ।୨୧୯।ତୁ ଦେବ ସଂକଟ କାଳକୁ ଉଦ୍ଧାରନ୍ତାତୁ ଦେବ ସଂସାର ଜନଂକୁ ଅଟୁ ହିତା ।୨୨୦।ତୁ ଦେବ ଜପମନ୍ତ୍ର ଧ୍ୟାନ ଗ୍ୟାଂନସିଦ୍ଧିତୁ ଦେବ କୃପାନିଧି କରୁଣା ବାରାଧି ।୨୨୧।ତୁ ଦେବ ଯଶୋବନ୍ତୀ ବଲ୍ଲଭ ଦିନମଣିତୁ ଦେବ ସୟଳ ଜନ ଗ୍ୟାଂନ ପରିଣାମି ।୨୨୨।ତୁ ଦେବ ସୟଳ ଜନ ସୋଦର ପଦ୍ମନାଭତୁ ଦେବ ଶରଣ ଉଦ୍ଧାରଣ ଆଦିଦେବ ।୨୨୩।ତୁ ଦେବ ଯୋଗ ଧାରଣ ପଣ୍ଡିତ ବ୍ରହ୍ମରକ୍ଷାତୁ ଦେବ ସକଳ ଜନର ପୂରାଅ ମନବାଞ୍ଛା ।୨୨୪।ତୁ ଦେବ ବିନାଶନ ସିଂହିକା ସୁତ ରାହୁତୁ ଦେବ ମହିଂମା ଧାରଣ ବିଶ୍ୱବାହୁ ।୨୨୫।ତୁ ଦେବ ପ୍ରଳୟ ମହାପ୍ରଳୟ ଉତ୍ତାରିପରେଣ ପରମାନନ୍ଦ ପରଲୋକ ହିତକାରୀ ।୨୨୬।ତୁ ଦେବ ଜଗୁଜୀବନ ନାଥ ପ୍ରାଣଗୁରୁତୁ ଦେବ କୃପାଜଳ ସୟଳ ଉଦ୍ଧାରୁ ।୨୨୭।ତୁ ଦେବ ଯତି ସତୀ ସରୂପେଣ ପରକ୍ଷାତୁ ଦେବ ସେବା ଜାଣି ପୂରାଅ ମନବାଞ୍ଛା ।୨୨୮।ତୁ ଦେବ ଶରଦ ହେମନ୍ତ ଶିଶିର ବସନ୍ତ ଗ୍ରୀଷମ ବରଷାତୁ ଦେବ ଷଡ଼ଋତୁ ବାଞ୍ଛିତ ମନୀଷା ।୨୨୯।ତୁ ଦେବ ମମ ଦୁଖେଣ ସଦା ହୋଉ ଦୁଖୀୟେ ଦୁସ୍ତର କଷଣରୁ ପାରିକର କିନା ରଖି ।୨୩୦।ମମ ଚିନ୍ତାକର ନାଥ ଭଗତ ମତ୍ସଳାଅରୁଣ ସୋଦର ନାଥ ଅନନ୍ତ କୋଟି କଳା ।୨୩୧।ଉଦୟେ ମାରତଣ୍ଡ ଚରଣେ ଶରଣ ନିତ୍ୟେଶୂଦ୍ର ମୁନି ସାରୋଳା ଦାସ ବିନୟ ଅନୁବ୍ରତେ ।୨୩୨।୩୨୮୯।
ଛାୟା ମାୟା ସାହାଯ୍ୟରେ ଦ୍ରୋପଦୀଙ୍କର ଗମନ ଓ କୀଚକର ଲାଞ୍ଛନାଦ୍ରୋପତୀ ବିନୟ ଦେଖିଣ କମଳ ଲୋଚନମହାଭୟ ଉପୁଜିଲା ସେ ଜଗତ ଧାରଣ ।୧।ଛାୟା ମାୟା ବେନି ଦେବୀନ୍ତ ସେ ସନ୍ନିଧ୍ୟେ ହକାରିମଞ୍ଚପୁରକଇଂ ଯିବ ଥିବ ସଇରିନ୍ଧ୍ରୀକି ଆବୋରି ।୨।କୀଞ୍ଚକର ଭୁବନକୁ ଯେ ଯାଉଅଛି ଜିଘ୍ନସେନୀବହନ କରି ତାକୁ ଆସ ତୁମ୍ଭେ ଘେନି ।୩।ସ୍ୱାମୀର ବଚନେ ଯେ ଛାୟାମାୟା ବେନିମୃତ୍ତିଦୁହେଂ ପ୍ରବେଶ ହୋଇଲେ ପାଞ୍ଚାଳୀର କତି ।୪।ଦେଖିଣ ମାହେଶ୍ୱରୀ ବେନି ଯେ ଦେବତୀସାନନ୍ଦେଣ ଜିଘ୍ନସେନୀ ବିକ୍ରମ ପାଦଗତି ।୫।କୀଞ୍ଚକର ନବର ସନ୍ନିଧ୍ୟେଣ ଯାଇଂ ପାଇବିଶ୍ୱାସ ମୁଦୁସୁଲୀ କୀଞ୍ଚକକୁ ଜଣାଇ ।୬।କୀଞ୍ଚକ ବିଜେ କରିଅଛି ଚନ୍ଦଶାଳା ମନ୍ଦିରେବିନୟେ ମୁଦୁସୁଲୀ ଯାଇ କହିଲେ ଛାମୁରେ ।୭।ସଇରିନ୍ଧ୍ରୀ ଆଗତ ଦେବ ଆମ୍ଭର ଭୁବନେଧାତିକାରେ କୀଞ୍ଚକ ଯେ ଉଠିଲା ତୋଷମନେ ।୮।ତାରା ଅଭିଳାଷେ ଚନ୍ଦ୍ର ଦିଶଇ ଯେସନେକୀଚକ ସାନନ୍ଦ ଯେହ୍ନେ ମଳୟ ପ୍ରସନ୍ନେ ।୯।ତତକ୍ଷଣେ ବେଶ ଯେ ହୋଇଲା ବୀରମଣିଦିବ୍ୟ ସିଂହାସନେ ସେ ବସିଲା ସିଂଘଠାଣି ।୧୦।ଅନେକ ରତ୍ନ ସେ ଆଭରଣ ଶରୀରେମୃଗନାଭ କସ୍ତୁରୀ ଯେ ଲେପନ ଧାତିକାରେ ।୧୧।ବେଳ ପାଞ୍ଚଦଣ୍ଡ ଯେ ଦିନକର ପ୍ରକାଶକୀଞ୍ଚକର ମନ୍ଦିରେ ଯାଇ ସଇରିନ୍ଧ୍ରୀ ପ୍ରବେଶ ।୧୨।ନିଧନେ ଧନ ପ୍ରାପତ ଯେହ୍ନେ ଅନ୍ଧକୁ ଚକ୍ଷୁଦାନମୃତୁପ୍ରାଣୀ ଯେସନେ ଅମୃତ ପାନେ ପାଇଲା ଜୀବନ ।୧୩।ଅନ୍ଧାର ମନ୍ଦିରେ ଯେସନେ ଦିଶେ ଆଲୋମୟେଅନେକ ଉତସଲ୍ୟ କୀଞ୍ଚକର କାୟେ ।୧୪।ଅନେକ ଆଲଟ ଯେ ଚାମରନ୍ତ ଢାଳିଖଟନ୍ତି ଲକ୍ଷେକ ଯେ ବିଳାସୁଣୀ ବାଳୀ ।୧୫।ନିର୍ମଳ ଶରୀର ତାର ସଇରିନ୍ଧ୍ରୀ ରୂପ ଦେଖିରେ ରେ ପ୍ରାଣବଲ୍ଲଭୀ ମୋତେ ଉଦ୍ଧର ଶଶୀମୁଖୀ ।୧୬।ଶରଦ ପଉର୍ଣ୍ଣମୀ ଚନ୍ଦ୍ରମା ଜାଣି ତୋହୋର ମୁଖଗୋଟିଦରିଦ୍ର ଭୁବନେ ତୁ ଗୋ କଲୁ କଣୟ ବୃଷ୍ଟି ।୧୭।ତୋହୋର ଇଚ୍ଛା ମୋତେ ଅଛିନି ରେ ସଂଘାତମୁହିଂ ସେ ମନ୍ଦକଲି ଅନମିତେ ପେଶିଲି ଯେ ଦୂତ ।୧୮।ପରେ ବୋଲାଇଣ ମୁଂ ଯେ କାର୍ଯ୍ୟନାଶ କଲିମମ ଇଚ୍ଛାୟେ ତୋତେ କିଂପେ ହକାରି ନ ବୋଇଲି ।୧୯।ମୋହୋର ମନ୍ଦପଣେ କଲୁ ତୁ ମୋତେ କୋପଭୁଜେ ବନ୍ଧନ କରି ମୋତେ ସାରସି ତୁ ପରିତାପ ।୨୦।ଅନେକ ଚାଟୁ ବଚନେ କୀଞ୍ଚକ ବୁଝାଇତାପଇ ବିଷ ଲହରୀ ସଇରିନ୍ଧ୍ରୀ ଅଙ୍ଗେ ଯାଇ ।୨୧।ୟେକଲୟେ କରିଣ କୀଞ୍ଚକ କରଇ ଦୃଷ୍ଟିଛାମୁରେ ସଇରିନ୍ଧ୍ରୀ ଥୋଇଲେ ସୁପାତ୍ର ଲେଖଗୋଟି ।୨୨।ତହିଂର ଉପରେ ଥୋଇଲା ଚତୁସମ ଗୋଟିୟେଧାତିକାରେ ଲେଉଟିଲେ ପାଇଣ ମହାଭୟେ ।୨୩।ଆସନ୍ତେ କୀଞ୍ଚକ ଯେ ଉଠଇ ତଡ଼ତିକାହିଂକି ଯାଉଅଛୁ ଗୋ ନିର୍ଦ୍ଦୟ ଭାବମତି ।୨୪।ରହ ରହ କାହିଂକି ଯାଉ ଅନେକ ବିନୟ ବୋଲିଅନ୍ତରୀକ୍ଷେ ଦେବଦୂତୀୟେ ତାହାକୁ ପକାଇଲେ ପେଲି ।୨୫।ଅସାଷ୍ଟମେ କୀଞ୍ଚକ ଯେ ପଡ଼ିଲା ମୁଖମାଡ଼ିଶରୀରୁ ପଞ୍ଚୁଆତ୍ମା କି ଗଲା ତାର ଛାଡ଼ି ।୨୬।ପୁଣିହିଂ ମହାବୀର ଉଠଇ ସାଷ୍ଟାମେସଇରିନ୍ଧ୍ରୀକି ଆକ୍ରେଷଇ ମଦନ ମତିଭ୍ରମେ ।୨୭।ସଇରିନ୍ଧ୍ରୀ ସିଞ୍ଚାଡ଼ିଲେ ବାମକର ଘାତେପୁଣିହିଂ କୀଞ୍ଚକ ଯେ ପଡ଼ିଲା ମୋହଗତେ ।୨୮।ପୁଣିହିଂ କୀଞ୍ଚକ ଯେ ମୋହତେଜି ଉଠିଆରେ ପ୍ରାଣବନ୍ଧୁ ବୋଲି ଧଇଲା ଲେଉଟି ।୨୯।ପୁଣିହିଂ ଦରାଣ୍ଡନ୍ତେ ଯେ ଧଇଲା ଅଞ୍ଚଳଭିଡ଼ିଣ କୀଞ୍ଚକ ଯେ କରଇ ତାକୁ କୋଳ ।୩୦।ବେଢ଼ିଣ ଓଗାଳନ୍ତେ ସମସ୍ତ ମୁଦୁସୁଲୀଆଲୋ ଶରୀର ନ ଛୁଅଂ ମୋର ସଇରିନ୍ଧ୍ରୀ ଦେବୀ ବୋଲି ।୩୧।କୀଞ୍ଚକ ଅସାଷ୍ଟମେ ଅଇଲେ ସର୍ବବାଳୀରାଗେଣ ପେଲିଦିଲେକ ପାଞ୍ଚାଳ ରାଜାର ଦୁଲାଳୀ ।୩୨।ଶ୍ରୀଭୁଜର ବାତ ଯାଇଂ ଲାଗିଲା ତା ହୃଦରେନିଚେଷ୍ଟ ହୋଇଣ ପଡ଼ିଲେ ସର୍ବେ ଧୂରେ ।୩୩।ଲୋଭେଣ କୀଞ୍ଚକ ୟେ ନ ଛାଡ଼ଇ ଅଞ୍ଚଳସଇରିନ୍ଧ୍ରୀ ଗାଢ଼େ ଆସନ୍ତେ ପଡ଼ଇ ସେ ଭୂମିତଳ ।୩୪।କ୍ଷଣେ କ୍ଷଣେ କୀଞ୍ଚକ ଯେ ପଡ଼ଇ ମୁହଂ ମାଡ଼ିଶରୀରୁଂ ରୋଧିର ବହଇ ନାଶିକା ମୁଖ ଛିଡ଼ି ।୩୫।ରୋଧିରେ ବିଲେପନ ହୋୟେ ତାର ଅଙ୍ଗମନ୍ଦାର କୁସୁମ ଜାଣି ଦିଶଇ ସୁରଙ୍ଗ ।୩୬।ପୁରୁଂ ବାହାର ସେ ଯେ ହୋଇଲା ସଇରିନ୍ଧ୍ରୀକୀଞ୍ଚକ ସଇରିନ୍ଧ୍ରୀର ଅଞ୍ଚଳ ଅଛି ଧରି ।୩୭।ସଇରିନ୍ଧ୍ରୀର ବାମ ଦକ୍ଷିଣେ ଲାଗିଛନ୍ତି ଛାୟା ମାୟା ବେନିଆସ୍ତାନର ତଳକୁ ବୋଲି ତାଂକୁ ଗଲେ ଘେନି ।୩୮।ପୁଣ ପୁଣ ଅଞ୍ଚଳ ଧରନ୍ତେ ଆସଇ ଦେବୀ ପେଲିଗୋଡ଼ାଇଣ ବଚନ ସେ ପୁଣ ପୁଣ ବୋଲି ।୩୯।ସଇରିନ୍ଧ୍ରୀ ବୋଇଲେ ୟେ ରାଜ୍ୟେ ୟେମନ୍ତ ବିଚାରବଳେଣ ନାରୀକି କେ ହରଇ ବଳାତ୍କାର ।୪୦।ଉଲ୍ଲୋଳ ନୟନ ତାର ସୁନ୍ଦର ବଦନଶରଦକାଳେ ଯେହ୍ନେ ନିର୍ମଳ ଦିଶଇ ଜହ୍ନ ।୪୧।ଲୋୟେଣ ବ୍ୟାପିତ ତାହାର ନୀଳେନ୍ଦି ନୀଳ ଆଖିଯୁଝେଷ୍ଠି ହେଠମାଥ ହୋଇଲେ ତାହା ଦେଖି ।୪୨।ପଶାଖେଳେ ହସ୍ତିନାୟେ ହୋଇଲା ଯେମନ୍ତସେହି ସାଦୃଶେ ହୋଇଲା ୟେବେ ମଚ୍ଛ ଭୁବନନ୍ତ ।୪୩।ଷଣ୍ଢ ଯେସନେକ ଗୋଡ଼ାଇ ଥାଇ ଗାଈପଛେଣ କୀଞ୍ଚକ ସେ ଆସ୍ତାନେଣ ପାଇ ।୪୪।ସଭାରେ କୀଞ୍ଚକ ଯେ ନ ମଣିଲା ଲଜ୍ଜାନିଲ୍ଲଜ ଶରୀର ତାହାର ସମସ୍ତ କଲା ତେଜ୍ୟା ।୪୫।ନିଶତ କାଳକୁ ଯେବେ ହୋୟେ ଜାଣ ପ୍ରାଣୀଅଥବା ଅର୍ଥ ଅନର୍ଥ ୟେକପ୍ରାୟେ ଜାଣି ।୪୬।ବିରାଟର ଆସ୍ତାନ ପୂରିତ ଗହଳରୋଦନ କରଇ ସଇରିନ୍ଧ୍ରୀ ଆସ୍ତାନର ତଳ ।୪୭।ସମସ୍ତେ ଚକିତ ଯେ ହୋଇଲେ ତାହା ଦେଖିଜଗୁଜନ ମୋହିନୀ ସେ ଶରଦ ଚନ୍ଦ୍ରମୁଖୀ ।୪୮।ଆସ୍ତାନେ ବସିଅଛନ୍ତି ବିରାଟ କୋନ୍ତଭଟ୍ଟେପଶାକ୍ରୀଡ଼ା ଖେଳନ୍ତି ସେ ଅତି ମନତୁଷ୍ଟେ ।୪୯।କୀଞ୍ଚକର ଅବସ୍ତା ଦେଖିଣ ମଚ୍ଛନାହାଅଧର ପୁଷ୍ଟକରି ସେ ଲଲାଟେ ତାଡ଼ଇ ବେନିବାହା ।୫୦।ଦ୍ରୋପତୀ ଅଞ୍ଚଳ କୀଞ୍ଚେକ ଧରିଅଛି କରେବିକଳେ ପାଞ୍ଚାଳୀ ଯେ ରୋବଇ ଉଞ୍ଚସ୍ୱରେ ।୫୧।ସଇରିନ୍ଧ୍ରୀ ବୋଇଲେ ରାୟେ ଶୁଣିମା ମଚ୍ଛପତିତୋହୋର ରାଜ୍ୟେ ମୋତେ ହୋଇଲା ଅନୀତି ।୫୨।କାହାର ତହିଂ ଅବା କେ ସେବା ନ କରଇପ୍ରଭୁପଣ ହୋଇଲେ କି ବଳାତ୍କାର କରଇ ।୫୩।ରାଜାଂକର ଧର୍ମରାଜ୍ୟେ ଜାଣିମା କେମନ୍ତେଅନାସ୍ତକଇଂ ସଦୟା ଯେବେ ଉପୁଜଇ ଅନୁବ୍ରତେ ।୫୪।ପରଜା ତପୋଧନ ଅନାସ୍ତ ନିରିମାଖୀଶରଣ ସମ୍ପଦ ରାଜ୍ୟ ରାଜାହିଂ ସେ ରଖି ।୫୫।ମହାକ୍ରୋଧ ଅବସ୍ତା ହୋଇ ସଇରିନ୍ଧ୍ରୀ ଯେ ପୁଚ୍ଛିକୀଞ୍ଚେକ ଯେ ମୋତେ ବଳାତ୍କାରେ ହରୁଅଛି ।୫୬।ବିରାଟ କୋପକଲା ସଇରିନ୍ଧ୍ରୀ ବାକ୍ୟ ଶୁଣିଦେଖା ମୋଢ଼ୀ ଦୋଚାରୁଣୀ ପ୍ରକୃତି ଓଚ୍ଛବାଣୀ ।୫୭।ୟେ ମୋହୋର ଭାରିଯାର ଅଟଇ ଭୃତ୍ୟଦାସୀଅଗ୍ୟାନେ କୀଞ୍ଚକ ୟେହା ଛାରକଇଂ କିଂପେ ରସି ।୫୮।ଯାହାର ବାହୁବଳେ ମଚ୍ଛଦେଶ ମଘଦେଶ ବେନିରାଜ୍ୟତାହାର ବଲ୍ଲଭୀ ହୋଇଲେ ଭୁଞ୍ଜିବୁ ଅଇଶୁର୍ଯ୍ୟ ।୫୯।ଲେଞ୍ଚେ ପ୍ରୀତି ହୋଇଲେ ଆପଣେ ହୋୟେ ହୀନଅମାର୍ଗେଣ ପଶିଲେ ବପୁ ହୋଇବାକ କ୍ଷୀଣ ।୬୦।କହୁଂ କହୁଂ କୋପିତ ଯେ ମଚ୍ଛ ଅଧିକାରୀରାଗେ ବୋଇଲା କୀଞ୍ଚେକ ସଇରିନ୍ଧ୍ରୀକି ନିଅ ବାଳ ଧରି ।୬୧।ନିରାଧାର ବଚନେ ସାନନ୍ଦ ତାହାର ମତିସଇରିନ୍ଧ୍ରୀ ଭୁଜ ଧରି ଉଛୁଡ଼ଇ କୀଞ୍ଚେକ ସେନାପତି ।୬୨।ରାଜାର ହରଣ କଲେ କି ବ୍ରତଇ ଆର କେହିକେବଣ ସ୍ୱାମୀ ଲୋ ଅଛଇ ତୋର କାହିଂ ।୬୩।କୀଞ୍ଚକ ଉଛୁଡ଼ନ୍ତେ ନ ଚଳଇ ସଇରିନ୍ଧ୍ରୀଯେସନେକେ ନିଷ୍କମ୍ପେ ରହଇ ମେରୁଗିରି ।୬୪।ନିଅରେ କୀଞ୍ଚକ ବୋଲି ବିରାଟ ପୁଣ ପୁଚ୍ଛିହୋଇଲା ତୋହୋର ଭାରିଯା କେ ତାହାକଇଂ ରଖି ।୬୫।ବିରାଟର ବଚନେ କୀଞ୍ଚେକ ଉଛୁଡ଼ଇ ତାର କରଯେସନେକ ନିକମ୍ପ କଣୟ ଗିରିବର ।୬୬।ସଇରିନ୍ଧ୍ରୀର ଅବସ୍ତା ଦେଖିଣ କୋନ୍ତଭଟ୍ଟେଧର୍ମ ଧର୍ମ ସୁମରି ବସିଲେ ବଦନ ହେଠେ ।୬୭।ଭୋ କୃଷ୍ଣ ପ୍ରତିକାର କରସି ବାସୁଦେବୟେହିକ୍ଷଣି ବିରାଟର ସମ୍ପଦ ନାଶଯିବ ।୬୮।ଭୋ ଦେବ ନାରାୟଣ ପାରିକର ବଇଦେହୀ ସାଇଂଭ୍ରାଥମାନେ ମୋହୋର ୟେହା ନ ଦେଖନ୍ତୁ କେହି ।୬୯।ଭୀମ ଅର୍ଜୁନ ଦେଖିଲେ ନାଶଯିବ ବିରାଟନିମିଷକେ ବଧ କରିବେ ୟେହାର ସମରାଷ୍ଟ ।୭୦।ମୁହିଂ ଦୁର୍ଗତି ବଞ୍ଚିଅଛି ୟେହାର ପୁରେ ଥାଇକୀଞ୍ଚେକର ଦୋଷେ ତ ନାଶଗଲା ୟେହି ।୭୧।କୋନ୍ତେ ବୋଇଲେ ବିରାଟ ୟେକଥା ନ ଯୋଗାଇବାକୁତୁ ଯେ ଦଣ୍ଡଧାରୀ ଅନୀତି ନିବର୍ତ୍ତ କରିବୁ ସବୁ ।୭୨।ଆହୋ ବିରାଟ କ୍ଷୀରୋଦ୍ର ଲଂଘିଲେ କି ପୃଥୀ ହୋୟେ ରକ୍ଷାଶିବ ସମ୍ପଦ ନ ପାଇଲେ ମନୋବାଞ୍ଛା ।୭୩।ଷଣ୍ଢ ପ୍ରହାର କଲେ କି ବ୍ରତଇ ହାଦେ ଗାବଧର୍ମ ଲଂଘିଲେ ସଚରାଚର ବ୍ରତଇ କେବଣ ବାଗ ।୭୪।ବିରାଟ ବୋଇଲେ କୋନ୍ତେ ଅନୀତି କି ୟେ କଥାକେବଣ ଭାଗ୍ୟ ୟେହାର ଠାକୁରଂକର ହୋଇବ ବନିତା ।୭୫।ପ୍ରୟାଗେ ଝାସି ସେ ଯାହା କରିବ ମନବାଞ୍ଛାକୀଞ୍ଚକ ପ୍ରସନ୍ନେ ପ୍ରାପତ ହୋଇବ ୟେହାର ଇଚ୍ଛା ।୭୬।ଘୃତ ଭୋଜନ ପାଇଲେ କି ତେଜ୍ୟା କରନ୍ତି ବହନିଭାରା ନିବାରଣ ହୋଇଲେ କି ବିସରଇ ମେଦିନୀ ।୭୭।ପ୍ରାପତ ନିଧି କେ ପୁଣ ପେଲାଇବ ପାଦେବିପୁଳ ଭୋଗ ଭୁଞ୍ଜିବ ସଇରିନ୍ଧ୍ରୀ କୀଞ୍ଚକର ପରସାଦେ ।୭୮।ବିରାଟେ ବୋଇଲେ କୋନ୍ତେ ଅତି ପୁଣ୍ୟ କଲେ ସୁନ୍ଦର ଯୁବତୀଅତି ପୁଣ୍ୟେଣ ସୁନ୍ଦର ପୁରୁଷ ପାବନ୍ତି ।୭୯।ଅତିହିଂ ପୁଣ୍ୟେଣ ସେ ହୋଅନ୍ତି ଅହିସୁଲକ୍ଷଣୀଅତି ପୁଣ୍ୟେ ସେ ଧନ ସନ୍ତାନ ହୁଅନ୍ତି ପୁଣି ।୮୦।ୟେ ଯେ ସୁସ୍ତିରୀ ପାଇଲା ସୁପୁରୁଷପ୍ରଜାପତିର ଲେଖନ ପ୍ରାପତ ହୋଇଲା ଅବଶ୍ୟ ।୮୧।ତିରୀଂକର ତିନିଦଶା କ୍ଷଣକେ ଲେଉଟଇକୀଞ୍ଚକ ସଇରିନ୍ଧ୍ରୀ ହୋଇଲା ୟେତେକାଳ ଭେଟଇ ।୮୨।ଗୋବିନ୍ଦ ନାମ ଗୋଟି ଧରି ମଉନବ୍ରତ କୋନ୍ତେଭୋ ଦଇବ ବିହିଲୁ ଆଣି ୟେତେଦୂର ପରିଯନ୍ତେ ।୮୩।ମହା ଅନଳ ବିଦାରି ଜାତ ଯେବଣ ଜିଘ୍ନସେନୀୟେତେଦୂର ପରିଯନ୍ତେ ତାହାକୁ କଲା ହୀନିମାନି ।୮୪।ସଇରିନ୍ଧ୍ରୀ ବୋଇଲେ କ୍ଷଣେ ଅବଧାରିବା କୋନ୍ତେସଭାରେ ନ୍ୟାୟ ବିଚାରେ ତୁମ୍ଭନ୍ତ ପ୍ରଶଂସନ୍ତି ଜଗତେ ।୮୫।ବିରାଟ ରାଜ୍ୟରେ ଗୋସାଇଂ ମୁଂ ଅଟଇ ନିରିମାକ୍ଷୀମୁହିଂ ଅନାସ୍ତୁଣୀ ମୋହୋର ପାଇଂ କ୍ଷଣକେ ହୁଅ ସାକ୍ଷୀ ।୮୬।ଧର୍ମ ବିଚାରଣା ତୁମ୍ଭେ ସମସ୍ତ ଠାବେ କହମୁହିଂ ଦୁଖୀ ପାଇଂ କିଂପେ କଥାୟେ ନ କହ ।୮୭।ଧର୍ମକଇଂ ତଲୟେ ଯେ କରିବାକ କ୍ଷଣେତୁମ୍ଭେ ଥାଉଂ ହରିବ ମୋତେ କୀଞ୍ଚକ ମହରାଣେ ।୮୮।ଯୁଝେଷ୍ଠିଂକ ସମାନେ ତୁମ୍ଭଂକୁ ବିରାଟ କରଇ ସେବାକୀଞ୍ଚକର ହରଣୁ ଗୋସାଇଂ ମୋତେ ପାରି କରିଦେବା ।୮୯।ବହୁତ ବିନୟେ ସଇରିନ୍ଧ୍ରୀ ଅନେକ ତୁସ୍ତି ବୋଲିକୋନ୍ତଂକର ମୁଖ ଚାହିଂ ଶୁତିଲା ଗଡ଼ଘାଲି ।୯୦।କୋନ୍ତେ ବୋଇଲେ ତୁ ଶୁଣସି ସଇରିନ୍ଧ୍ରୀରାଜା ହରିଲାର ତୁ କାହାକୁ କରିବୁ ଗୁହାରି ।୯୧।ତୋହୋର କୃତେଣ ତୁ ଯେ ଅନେକ ସହିଲୁକର ତୋହୋର କାର୍ଯ୍ୟ ଆମ୍ଭେ ପ୍ରତକ୍ଷେ ଦେଖିଲୁ ।୯୨।ସଇରିନ୍ଧ୍ରୀ ବୋଇଲେ ଗୋସାଇଂ ମୁଂ ନୋହୋଇ ଅନାସ୍ତୁଣୀମୋତେ ରଖିବାକୁ ଅଛନ୍ତି ଚନ୍ଦ୍ରସୂର୍ଯ୍ୟ ବେନି ।୯୩।ପଞ୍ଚୁ ଗନ୍ଧର୍ବେ ଅଟନ୍ତି ମୋର ନିଜ ପତିମୋହୋର ଅଭିମାନ କ୍ଷଣେହେଂ ନ ସହନ୍ତି ।୯୪।ନ ପୋଷନ୍ତି ନ ନାଶନ୍ତି ନ ସହନ୍ତି ପରହରଣଯେ ମୋତେ ହରିବ ଅବଶ୍ୟ ଘେନିବେ ତାର ପ୍ରାଣ ।୯୫।ସଇରିନ୍ଧ୍ରୀର ବଚନେ କୋନ୍ତଭଟ୍ଟେ ଯେ ବୋଇଲେସେ ପଞ୍ଚୁ ଗନ୍ଧର୍ବେ ତୋର ଜୀଉଂ ଜୀଉଂ ମଲେ ।୯୬।ସଇରିନ୍ଧ୍ରୀ ବୋଇଲେ ସେ ଦେଖିଲାବେଳେ ନିନାକୋନ୍ତେ ବୋଇଲେ ସେ ତୋତେ ରକ୍ଷା କରନ୍ତୁ କିନା ।୯୭।ବିରାଟ ବୋଇଲେ ଶତେସିଂଘର ଯାହାର ପରାକ୍ରମଯାହାର ନାମ ଧରିଲେ କାଳଦଣ୍ଡ ଛାଡ଼ଇ ଯେ ଯମ ।୯୮।ଗନ୍ଧର୍ବେ ତୋହୋର ଛାର ଲୋ କେତେକ ମାତ୍ର ବାଇକୀଞ୍ଚେକକୁ ବଳ ଯେ ଅଛନ୍ତି ଶତେଭାଇ ।୯୯।ସଇରିନ୍ଧ୍ରୀ ବୋଇଲେ ରାୟେ ଶୁଣିମା ମଚ୍ଛପତିପୁରୁଷ ମରାଇ ମୋତେ ନ ଦେବ ଅପଚ୍ଛାତି ।୧୦୦।ବିରାଟ ବୋଇଲେ ମୋତେ ୟେମାନ ନ ଡରାତହିଂକି ଡରଇ କି କୀଞ୍ଚେକ ମହାବୀରା ।୧୦୧।ସଇରିନ୍ଧ୍ରୀ ବୋଇଲେ ତୁମ୍ଭେ ଶୁଣିମା ସଭାଜନେଉର୍ଦ୍ଧ୍ୱକଇଂ ସାକ୍ଷୀ କରଇ ଦେବୀ ବିକ୍ରମ ବଚନେ ।୧୦୨।କଷା ବସନ ପରିହରଣ ତାର ନ ଦିଶଇ ଅଙ୍ଗସାକ୍ଷୀ କରନ୍ତେ ତହିଂ ଦିଶିଲା ଅଷ୍ଟାଙ୍ଗ ।୧୦୩।ଦେଖିଣ ଚକିତ ହୋଇଲେ ସଭାଜନବୋଇଲେ ସାଧୁ ସାଧୁ କୀଞ୍ଚକ ରେ ଜୀବନ ତୋର ଧନ୍ୟ ।୧୦୪।ପୁଣ ସାକ୍ଷୀ କରନ୍ତେଣ ଦିଶିଲା ବେନିଭୁଜମୃଣାଳ ନାଳ ସହିତେ ଯେହ୍ନେ ଦିଶଇ ସୁରଙ୍ଗ ପଂକଜ ।୧୦୫।ଦେଖିଣ ମୃଚ୍ଛଗଲେ ସର୍ବଜନେ ଚାହିଂୟେହେନ୍ନକ ସୁଲକ୍ଷଣୀ ଦେଖିଲାତ ଆମ୍ଭର ନାହିଂ ।୧୦୬।ୟେହେନ୍ନେକ କରିଣ ସେ ସ୍ରିଜିଲା ବିଧାତାଜଗୁଜନ ମୋହିନୀ ତୋତେ ପ୍ରାପତ ବନିତା ।୧୦୭।ତ୍ରଇଲୋକ୍ୟ ମୋହିତେ ସାମରଥ ଯେବଣ ବାଳୀୟେତେକାଳ ମିଳିଲା ତୋହୋର ମନର ହିଆଳୀ ।୧୦୮।ନବସୃଷ୍ଟିର ଚିନ୍ତା ଛାଡ଼ିଣ ପ୍ରଜାପତିତୋତେ ସେ ସ୍ରିଜିଲା ଅଛି ଅମୂଲ୍ୟ ରତ୍ନକାନ୍ତି ।୧୦୯।ସଇରିନ୍ଧ୍ରୀର କର ଧରିଣ ଯେ କୀଞ୍ଚେକ ବୋଇଲାଆସ୍ତାନକୁ ଅଇଲୁ ତୋତେ ବିରାଟ କି ରକ୍ଷାକଲା ।୧୧୦।ବିରାଟ ବୋଇଲା ଆୟି ନ ଭାଳି ଆନ କିଛିବିପୁଳ ଭୋଗ ଭୁଞ୍ଜି ଭଜିଲା ତୋତେ ଲକ୍ଷ୍ମୀ ।୧୧୧।ଚଳଇ କୀଞ୍ଚକ ଯେ ସଇରିନ୍ଧ୍ରୀ କର ଧରିବଡ଼ାଇ ସିହାଣୀ ତୁ ଅଟୁ ଗୋ ଚତୁରୀ ।୧୧୨।ରେ ପ୍ରାଣ ବଲ୍ଲଭୀ ମୋହୋର ପୁରକୁ ଯିବା ଆସଅନେକ ପ୍ରକାରେ ରଙ୍ଗରସ କରିବା ଅଭିଳାଷ ।୧୧୩।ସଇରିନ୍ଧ୍ରୀ ବୋଇଲେ ହୋ ଶୁଣ ବୀରମଣିଆଜକ ମୃଚ୍ଛ ମୋତେ ପ୍ରସର ହୋଉ ରୟେଣୀ ।୧୧୪।ବରଷେ ପରିଯନ୍ତେ ମୋହୋର ନାହିଂ ପୁରୁଷର ମେଳାକେଶବାସ ମଳିଣ ଯେ କାୟେ ମୋ ଅପଖେଳା ।୧୧୫।କୀଞ୍ଚକ ବୋଇଲା ଯିବା ଗୋ ମୋହୋର ପୁରକୁସହସ୍ରେ ମୁଦୁସୁଲୀ ମାଜଣା କରିବେ ଜାଣ ତୁକୁ ।୧୧୬।ସଇରିନ୍ଧ୍ରୀ ବୋଇଲେ ମୁଂ ହୋଇଛି ପାକାସ୍ୱତୀଆଜକୁ ହୋଇବ ସର୍ବେ ଚାରି ଦିବସ ଚାରି ରାତି ।୧୧୭।ସତ୍ୟଯୁଗ ଚାରି ଦିବସ ରଜ ମୁକତକାରୀତ୍ରେତୟାଯୁଗେ ପାଞ୍ଚ ଦିବସେ ରଜ ମୁକତ ହୋଅଇ ନାରୀ ।୧୧୮।ଦ୍ୱାପର କଳିଯୁଗେ ଚାରିଦିବସ ପରିଯନ୍ତେରଜ ମୁକତ ହୋଅଇ କହିଲେ ଅଗସ୍ତି ତପୋବନ୍ତେ ।୧୧୯।ଆହୋ କୀଞ୍ଚକ ଅଶୁଦ୍ଧ ହୋଅନ୍ତି ଯେବଣ କାମନାରୀପ୍ରଥମ ଦିନ ଛୁଇଂଲେ ଚାଣ୍ଡାଳ ଛୁଇଂଲା ଦୋଷସରି ।୧୨୦।ଯେତେ ବସ୍ରେ ଛୁଇଂଲେ ତେତେ ବସ୍ରେ ସ୍ରାହାନ ଯେବେ କରିତେବେ ସେ ଶରୀରୁଂ ପାତକ ଖଣ୍ଡଇ ତାହାରି ।୧୨୧।ଦୁତୀୟ ଦିବସେ ଯେ ଛୁଅଂନ୍ତି ଅଶୁଦ୍ଧ ନାରୀଛୁଇଂଲେ ଅବଶ୍ୟ ସେ ବ୍ରହ୍ମହତ୍ୟା ଦୋଷକରି ।୧୨୨।ସୁବର୍ଣ୍ଣ ଦାନଦିଲେ ତହିଂର ପାପ ତୁଟେନୋହିଲେ ମହାବ୍ୟାଧି ଶରୀରେ ତାର ଘୋଟେ ।୧୨୩।ଅଶୁଦ୍ଧ ଯୁବତୀ ଯେ ଛୁଅଂନ୍ତି ତୃତୀୟ ଦିବସେଲିଂଗଭଗ୍ନ ଦୋଷ ଯେ ଲଭନ୍ତି ସେ ପୁରୁଷେ ।୧୨୪।ଗଙ୍ଗାରେ ସ୍ରାହାନ କଲେ ତୁଟେ ସେ ପାତକନୋହିଲେ ମହାରୋଗ ଘୋଟଇ ଦେହଯାକ ।୧୨୫।ଚତୁର୍ଥ ଦିନ ଯେ ଛୁଅଇଂ ଅଶୁଦ୍ଧ ଯୁବତୀଗୋହତ୍ୟା ସ୍ତିରୀହତ୍ୟା ସୁରାପାନ ହୁଅନ୍ତି ବିଷୁଳିପତି ।୧୨୬।ପଞ୍ଚୁ ମହାପାତକ ଯେ ଚତୁର୍ଥ ଦିନେ ଛୁଇଂଲେପଞ୍ଚମ ଦିବସେ ଶୁଦ୍ଧ ହୋଅଇ ଅଗସ୍ତି ବୋଇଲେ ।୧୨୭।ସଇରିନ୍ଧ୍ରୀ ବୋଇଲେ ତୁ ଯେ ବଳାତ୍କାରେ ବୀର ଛୁଇଂଲୁ ଆଜ ମୋତେଶିରୀ ଆଷ୍ୟ ତୁଟିଲା ତୋହୋର ଜୀବଥିବା ପରିଯନ୍ତେ ।୧୨୮।କ୍ଷୁଧାୟେ ପ୍ରାଣୀ ଯେବେ ହୋଅନ୍ତି ଆରତନାହିଂତ ଦେଖନ୍ତା ବୀର ବେନିହାଥେ ଭୁକତ ।୧୨୯।ଆହୋ କୀଞ୍ଚକ ବ୍ରାହ୍ମଣ ହୋଇ ଯେବେ ଜଳକୁ ଭୟେକରିଛତ୍ରୀ ହୋଇ ୟେବେ ସମରକଇଂ ଡରି ।୧୩୦।ବଦ୍ୟ ହୋଇ ଯେବେ ଆପଣେ ହୋଇ ରୋଗୀଶରୀର ଗଳିତ ହୋଅଇ ଯେବେ କେଶପଚା ଯୋଗୀ ।୧୩୧।ଦେବତା ହୋଇ ଯେବେ ଅତିହିଂ ହୋୟେ କୋପୀଅତୀୟ ଉତକର୍ମେ ନାଶଯାନ୍ତି ବହୁରୂପୀ ।୧୩୨।ଦୁରାପଦ ଶାଖାୟେ ନାଶଯାନ୍ତି ବୃକ୍ଷେଅସାଧୁ ସଙ୍ଗକଲେ ମହତେ ନାଶଯାନ୍ତି ପ୍ରତକ୍ଷେ ।୧୩୩।ଅତିହିଂ କୃପଣେ ହୋ ନାଶଯାନ୍ତି ସାଧୁଅତିହିଂ ପ୍ରିୟଭାବେ ନାଶଯାନ୍ତି କୁଳବଧୂ ।୧୩୪।ପୁରୁଷ ହୋଇଣ ଯେବେ ହୋଅଇ ଅବିଚାରୀୟେମାନେ ନ ବ୍ରତନ୍ତି ସାରୋଳାଦାସ ବିଚାରି ।୧୩୫।ସଇରିନ୍ଧ୍ରୀ କହିଲେ ଯେ କୀଞ୍ଚକର ଅଗ୍ରତେପଣ୍ଡିତ ଲୋକେ ନାଶଯାଆନ୍ତି ୟେହିମତେ ।୧୩୬।ବୃକ୍ଷର ଫଳ ଯେବେ ପ୍ରାପତ ହୁଅଇ କରେକିସ ବିଳମ୍ବ ହୋ ତାହା ଭୁଞ୍ଚିବାରେ ।୧୩୭।ଯୁଗତେ କାଲି ମୋହୋର ଶୁଦ୍ଧ ସ୍ରାହାନ ପାଳିବେଶ ବେଶନ ହୋଇ ମୁଂ ଆସିବି କାଲି ପ୍ରାନ୍ତଓଳି ।୧୩୮।ଭାବେଣ ଭଣ୍ଡିଲା ସେ ଅଭୟେ ଅପର୍ଣ୍ଣାସଇରିନ୍ଧ୍ରୀ ବଚନ ତାକୁ ମୋହବନ୍ଧ ସିନା ।୧୩୯।କାଞ୍ଚେକ ବିଚାରଇ ହୃଦଗତେ ପୁଣିସଞ୍ଚୟେ ନାଗରୀୟେ ଧୂର୍ତ୍ତ ବଡ଼ ସିହାଣୀ ।୧୪୦।କୀଞ୍ଚେକ ବୋଇଲା ମୋତେ ଅଛକିନା ତୋହୋର ଇଚ୍ଛାକେବଣ ଅଭିମାନ ମୋତେ କଲୁ ୟେଡେକ ଇଚ୍ଛା ।୧୪୧।ସଇରିନ୍ଧ୍ରୀ ବୋଇଲେ ହୋ ତୋହୋର ମୋହୋର ଚୋରୀ ଶୃଙ୍ଗାରରେଲଜ୍ଜା ଦୂଷତ ହୋ ଉପୁଜିବ ସଂସାରେ ।୧୪୨।ଆହୋ କୀଞ୍ଚେକ ପଞ୍ଚୁଗନ୍ଧର୍ବେ ଅଛନ୍ତି ଯେ ମୋହୋର ପତିସେହି ମୋତେ ଆଶ କରିଥିବେ ନା ଯୁଗତି ।୧୪୩।ଆସ୍ତାନେ ରାଜ୍ୟର ପରିମୁଖେ ହୋଇଲା ଯହୁଂ ଆଗ୍ୟାଂଗନ୍ଧର୍ବେ ମୋତେ ନିରାଶ ହୋଇବେ ଶୁଣିଣ ପ୍ରତଗ୍ୟାଂ ।୧୪୪।ଆସ୍ତାନେ ବସି ଯହୁଂ ଆଗ୍ୟାଂ ଦିଲେ ରାଜାକାଲିହୁଂ ତୋହୋର ମୁଂ ହୋଇବି ଭାରିଯା ।୧୪୫।କୀଞ୍ଚେକ ବୋଇଲା ତୁ ଯେ ପଣ୍ଡିତ ସୁଗ୍ୟାନୀଆସିବୁଟି ସଂଗାତ କାଲି ପ୍ରକାଶ ରୟଣୀ ।୧୪୬।ଚଳନ୍ତି ସଇରିନ୍ଧ୍ରୀ ନିଜ ଯେ ଭୁବନେକୀଞ୍ଚେକ ପ୍ରବେଶ ହୋଇଲା ଆପଣା ଶୟନ ସ୍ଥାନେ ।୧୪୭।ରାତ୍ର ପ୍ରବେଶ ଯହୁଂ ହୋଇଲା ପାଞ୍ଚଘଡ଼ିଶ୍ରୀକୃଷ୍ଣା ଅନ୍ତପୁରକୁ ଯେ ନ ଗଲେ ସଇରିନ୍ଧ୍ରୀ ।୧୪୮।ଶ୍ରୀକୃଷ୍ଣା ବିଚାରନ୍ତି ସଇରିନ୍ଧ୍ରୀ ଯେ କୀଞ୍ଚେକ ପୁରକୁ ଗଲାଚାଣ୍ଡାଳ ଭାଇ ମୋର ତାକୁ ଛାଡ଼ିତ ନ ଦିଲା ।୧୪୯।ଆଜର ରାତି ଯେବେ ପାଇଟି ମୋତେ ଭଲେକର୍ମର ସୁଫଳ ମୋର ପ୍ରମାଦ ନ ପଡ଼ିଲେ ।୧୫୦।ଭୋ ଧର୍ମ ଦେବତା ମୋତେ କରିବାକ ରକ୍ଷାସର୍ବ ଶୁଭ ବିଧାନେ ମୋର ପୂରାଅ ମନବାଞ୍ଛା ।୧୫୧।ୟେଣେ ଆତଙ୍ଗ ପାଇଣ ଯେ ଦ୍ରୁପଦର ନନ୍ଦନୀଜଗନ୍ନାଥ ନାମଗୋଟି ହୃଦେ ଚିନ୍ତିଲେ ଜିଘ୍ନସେନୀ ।୧୫୨।ନବର ସିଂଘଦ୍ୱାର କଇଛାଡ଼ ପାଚେରୀ ଭିତରେକୋନ୍ତେ ଶୟନ କରିଅଛନ୍ତି ନିଅବକାଶେ ମନ୍ଦିରେ ।୧୫୩।ଚଳନ୍ତି ସଇରିନ୍ଧ୍ରୀ କୋନ୍ତଂକ ଶୟନ ଠାବକୁସୁମରନ୍ତି ଭଗବାନ ଉଦ୍ଧରିଧର ମୁକୁ ।୧୫୪।ତୁ ସେ ଭଗବାନ ଭୂତ ଭବିଷ୍ୟଗ୍ୟାଂତାଆପଣେ ଜାଣତ ଦେବ ମୋହୋର ଅବସ୍ତା ।୧୫୫।ତବ ଯାତ୍ରା ଦେଖନ୍ତେ ହୋଇଲି ମୁହିଂ ଦୁଖୀଆପାଦ କଷଣୁଂ ମୋତେ ଉଦ୍ଧର ପଦ୍ମଆଖି ।୧୫୬।ୟେ ମୋହୋର ଅବସ୍ତା କହିବି ସ୍ୱାମୀଂକର ଅଗ୍ରତେନିଶାୟେ କେହି ଦେବ ନ ଦେଖନ୍ତୁ ମୋତେ ।୧୫୭।ଯେବଣ ଉଲ୍ଲୁକ ବିଦ୍ୟା ବ୍ୟାସେ ଦେଇଛନ୍ତିତାହା ଅଭ୍ୟାସି ଦେବୀ ଚଳଇ ନିଶାରାତି ।୧୫୮।ଜୟତୁ ନାରାୟଣ ରାଜୀବ ଲୋଚନଜଗୁଜନ ସୋଦର ନାଥ ମୁଂ ତୋହୋର ଶରଣ ।୧୫୯।ଯୁଗାନ୍ତକ ନାଥ ତୁ ସ୍ୱୟଂ ପରମଯୋଗୀଦଣ୍ଡଛତ୍ର ସାଧନ ପ୍ରସନ୍ନେ ମହାଭୋଗୀ ।୧୬୦।କୀଞ୍ଚେକର ବଳାତ୍କାରୁ ମୋତେ ଉଦ୍ଧରିଧର ଚକ୍ରପାଣିଅଥବା ଶିରକମଳ ପକାଇବି ହାଣି ।୧୬୧।ତୁଳୁସାର ବଲ୍ଲଭ ଉଦ୍ଧରିଧର ମୋତେଶୂଦ୍ରମୁନି ସାରୋଳା ଦାସ ପ୍ରଣପତ୍ୟ ନାରାୟଣ ପାଦଗତେ ।୧୬୨।୩୪୫୧।