ସାରଳା ମହାଭାରତ ବିରାଟପର୍ବ
ସାରଳା ଦାସ · ଭାଗ ୫ / ୧୩ · (୫)
ସମ୍ପୂର୍ଣ୍ଣ ସୂଚୀପତ୍ର
ପଞ୍ଚପାଣ୍ଡବଙ୍କ ନିକଟରେ ଦ୍ରୌପଦୀଙ୍କ କୀଚକ ମୃତ୍ୟୁର ଗୁପ୍ତ ପରାମର୍ଶବ୍ୟାସେ କହିଛନ୍ତି ସେ ଯେ ପାଦୁକା ମନ୍ତ୍ରଗୋଟିୟେକା ପାଦକରେ ଯାଇଂଣ କୋନ୍ତଂକ ପୁରେ ଭେଟି ।୧।ନିଜ ମନ୍ଦିରେଣ ଯେ ଶୟନ ଧର୍ମସୁତେନିଦ୍ରା ଘୃମିତ ନେତ୍ରେ ଶୁତିଲେ ନିଚିନ୍ତେ ।୨।କଷା ବସନ ପରିହରଣ କଷାବସନ ପାଡ଼ିଶିର ସୀମସ୍ଥାନେ ଦେଇଛନ୍ତି ଅକଳିତ ପଶାସାରି ।୩।ନିର୍ଧୂମ ଅଗ୍ନିଜାଣି ବିକଶିତ କାୟେଦେଖିଣ ସଇରିନ୍ଧ୍ରୀ ଯେ ଲଲାଟେ କରଦିୟେ ।୪।ସ୍ୱାମୀ ରାଜାଧିରାଜେଶ୍ୱର କଇଚ୍ଛା ଜଗଜ୍ଜେଠିୟେହି ମହୀମଣ୍ଡଳେ ବିକାଶଇ ଯାହାର ନାମଗୋଟି ।୫।ସ୍ୱାମୀ ଲକ୍ଷେ ନୃପତି ଯାହାର ଚରଣ ତଳେ ନିତ୍ୟେ ବନ୍ଦେନାରାୟଣ ବିନୋପଇ ଯାହାର ପଦ୍ମପଦେ ।୬।ନାଗରାଜା ଅନନ୍ତ ତ୍ରଇଲୋକେଶ୍ୱର ସ୍ୱାମୀଧର୍ମବଳେ ମୋକ୍ଷ ଯାହାର ନଘୋଷ ସ୍ୱର୍ଗଗାମୀ ।୭।ସ୍ୱାମୀ ଗୋରୁ ଚୋରୀ କରିଣ ଯେ ଅନିଳକ ବସୁତିନିଯୁଗ ଅନ୍ଧ ସେ ତବ ଦରଶନେ ଚକ୍ଷୁ ଦିଶୁ ।୮।ସ୍ୱାମୀ ଅହିଂସା ଅପାପୀ ଅଜାତଶତ୍ରୁ ହେଟିକର ନେଉଟାନ୍ତେ ଯାହାର ନେଉଟଇ ନବସୃଷ୍ଟି ।୯।ସ୍ୱୀମୀ ତୋହୋର ଚରଣ ରେଣୁ ଶିରେ ଘେନିଶରୀର ନିକଳଂକ ହୋଇଲେ ନିଷାଦର ପୁତ୍ରତିନି ।୧୦।ସ୍ୱାମୀ ହାଥର ସୁଖରେ ଯେ ଖେଳିଲ ତୁମ୍ଭେ ପଶାସର୍ବ ସମ୍ପଦ ଦେଇ କାହାର ମନୀଷା ।୧୧।ବିଳାପ କରିଣ ଦେବୀ ଯେ ସୁମରଇ ବିଧାତାତୋହୋରେ ସେ କଲା ହୋ ୟେସନ ସିରିଜିତା ।୧୨।କର୍ମର ଘଟଣ ଯେ ଫଳଇ ଅବଶ୍ୟବଞ୍ଚିତ ନୁଆରିଲେ ଯେବଣ ଧର୍ମଶିଷ ।୧୩।ନାରାୟଣ ପଦ୍ମପାଦେ ସେବଇ ଯାହାକୁକାଳେଣ ଶାସ୍ତି ପୁଣ ବିହିଲା ତାହାକୁ ।୧୪।ପୁଣ ପୁଣ ନିରୋପି ଯେ କାରୁଣ୍ୟ କରଇ ପାଞ୍ଚାଳୀଚାହିଂଲେ କୁନ୍ତଭଟ୍ଟେ ନୟନ ନିରୋଳି ।୧୫।ସଇରିନ୍ଧ୍ରୀ ପ୍ରଣପତ୍ୟ କୋନ୍ତଂକର ପଦ୍ମପାଦେସଧୀର କରି ବଚନ ଦେଉଛନ୍ତି ହାଦେ ।୧୬।କିସଅର୍ଥେ ବିଜେକଲୁ ଗୋ ମୋ ପୁରକୁ ନିଶାକାଳେବିରାଟର କଟୁଆଳେ ଗୋ ଭ୍ରମନ୍ତି ୟେତେବେଳେ ।୧୭।ଦେଖିଲେ ବୋଲିବେ ଗୋ କୋନ୍ତେ ବଡ଼ ମନ୍ଦକୃତ୍ୟ କଲେକାହାର କୁଳବଧୂ ଝିଅନ୍ତ ହରିଣ ଆଣିଲେ ।୧୮।ବାରତା ପାଇବେ ସେ ମଚ୍ଛଦେଶ ଆଧିପତିତୋହୋରେ ଆମ୍ଭନ୍ତ ହୋଇବ ବହୁତ ଅପଚ୍ଛାତି ।୧୯।କୀଞ୍ଚେକର ବଳବନ୍ତକାର ଗୋ ଅଇଲୁ ସିନା କହିପ୍ରତକ୍ଷେ ବେନିଡୋଳେ ଦେଖିଲୁ ଆମ୍ଭେ ଥାଇ ।୨୦।ବଳବୀର୍ଯ୍ୟ ବୁଡ଼ାଇ ଆମ୍ଭେ ହୋଇଲୁ ଭୃତ୍ୟକାରୀଆମ୍ଭର ବେଳେ ତୋତେ କି ହୋଅଇ ରକ୍ଷାକାରୀ ।୨୧।ସଇରିନ୍ଧ୍ରୀ ବୋଇଲେ ତୁମ୍ଭେ କହିଲ ଆସ୍ତନେଆନବାକ୍ୟ କହିଲେ ଜାଣିମାନା ସଭାଜନେ ।୨୨।କାଳେ ବୋଲିବ ନା କୀଞ୍ଚେକକୁ ତୋହୋର ଇଚ୍ଛାଯତନେ ସଭାକୁ ସେ କରିଗଲୁ ପୁଚ୍ଛା ।୨୩।ୟେସନେକ ବିଚାର କରନ୍ତି ପଞ୍ଚୁବୀରେତେଣୁକରି ଦେବ ଅଇଲି ମୁହିଂ ତୁମର ସନିଧ୍ୟରେ ।୨୪।କୋନ୍ତେ ବୋଇଲେ ଆମ୍ଭେ ସଭାରେ କହିଲୁଂ ଯେବଣ କଥାସେ ଆମ୍ଭର ବାକ୍ୟଗୋଟି କି ହୋଇବ ଅନ୍ୟସ୍ତା ।୨୫।ଶତେସିଂଘର ବଳ ଯାହାର ପ୍ରାକର୍ମଆମ୍ଭର ବେଳେ ତାହା ତୁଲେ କରିନୋହେ ସାଂଗ୍ରାମ ।୨୬।ଛାଡ଼ିଲୁ ବଳବୀର୍ଯ୍ୟ ଉପେକ୍ଷିଲୁ ସର୍ବଲଜ୍ଜାଅଥାନ୍ତର ହୋଇ ତୁ କୀଞ୍ଚେକର ହୋଇବୁ ଭାରିଜା ।୨୭।ବାଚା ବିଚଳିତ ସେ ଯେବଣ ପୁରୁଷାଜୀବନ ନରହଇଟି ବିଅର୍ଥକୁ ଯାଇ ମନୁଷ୍ୟା ।୨୮।କୋନ୍ତେ ବୋଇଲେ ୟେଥେ ତୁଗୋ କ୍ଷଣେହେଂ ନ ରହପାରିଲେ ଭୀମାର ଆଗେ ତୁ ଗୋ ୟେ କଥାମାନ କହ ।୨୯।ସେ ତୋତେ ଦୟାକଲେ ରକ୍ଷା କରିତ ପାରିଆଗୋ ବଲ୍ଲଭ ଯେ ଗୋପ୍ୟେ ତାହାକଇଂ ମାରି ।୩୦।ବ୍ୟାଘ୍ର ମାଲ ମାଇଲା ଦେଖିଲୁ ପ୍ରାକ୍ରମଯାଇଂଣ କହ ତୋତେ ରକ୍ଷାକରୁ ଗୋ ଭୀମ ।୩୧।ଆହୋ ଚଇତନ କୋନ୍ତଂକର ତହୁ ନିରାଧାର ବାକ୍ୟ ଶୁଣିନିରାଶେ ଗବନ କରଇ ଦେବୀ ଦେଢ଼ ପ୍ରହର ରୟଣୀ ।୩୨।ନାରାୟଣ ସୁମରିଣ ଯେ ଦେବୀ ହୃଦଗତେଚିନ୍ତାୟେ ଆରତ ଯେ ଦ୍ରୋପଦର ଦୁହିତେ ।୩୩।ନବର ପଚ୍ଛିମଦ୍ୱାରେ ସେ ନାଟପା ମନ୍ଦିରସଇରିନ୍ଧ୍ରୀ ପ୍ରବେଶ ଯାଇଂ ବୃହନ୍ନାରୀ କତିର ।୩୪।ଦିବ୍ୟ ପଲଂକରେ ଶେଯ ଶେଯାଇ ସୁପାତିମାଣିକ୍ୟର ଦୀପମାନ ଜଳଇ ଚଉକତି ।୩୫।ଆନନ୍ଦା ଉତ୍ତରା କାନ୍ତିନୀ ବିଂଝବାଳୀଦୁଇକତିରେ ଚାରିକନ୍ୟା ମଧ୍ୟରେ ବୃହନାରୀ ।୩୬।ନଇଂପଡ଼ି ସଇରିନ୍ଧ୍ରୀ ଯେ ବଦନ ନିରେଖିବାବୁ କୋଟି ବୃହନ୍ନାରୀ ଶରଦ ଚନ୍ଦ୍ରମୁଖୀ ।୩୭।ବାରଣ ନ ଗଲା ମୋତେ ତୋହୋର ମୁଖଗୋଟିୟେହେନ୍ନେକ ରୂପ ତୋତେ ଶୋହିଲା କିରୀଟୀ ।୩୮।ବିଚାରି ଶ୍ରୀକରେ ଦେବୀ ଘେନିଲେ ଦୀପାବଳୀଅର୍ଜୁନ ବଦନ ଦେବୀ ଚାହିଂଲେ ନିରୋଳି ।୩୯।ମୁହିଂ ତୋହୋର ଆପାଦ ଘେନିଯାଇଂ କିନା ପାଥୟେ ରୂପଗୋଟି ତୋତେ ଶୋହିଲା ପ୍ରାଣନାଥ ।୪୦।ସଧୀର ହୋଇ ଯେ ଉଠଇ ସ୍ରବସାଚୀପାଞ୍ଚାଳୀ ମୁଖ ଚାହିଂ କରଇ ପାଥ ବାଚି ।୪୧।ଅଗ୍ୟାଂତବାସ ନିକଟ ହୋଇଲା କିଗୋ ଦିନଠାକୁରଂକର ଆଗ୍ୟାଂ କି ହୋଇଲା ଉଦିତ ବିଦ୍ୟମାନ ।୪୨।ସଇରିନ୍ଧ୍ରୀ ବୋଇଲେ ତୁମ୍ଭେ ଶୁଣିମା ଫାଲଗୁନିଅରୁଣ ଉଲ୍ଲୋଳ ଜାଣି ନୟନୁଂ ନୀର ବହୁଅଛି ପୁଣି ।୪୩।ବାବୁ ୟେ ମୋହୋର ବାକ୍ୟଗୋଟି ଶୁଣ ଧନୁର୍ଜୟେକୋଟିୟେ ଋଷି ଘେନି ଯଗ୍ୟଂକଲେ ଦ୍ରୋପଦେଶ୍ୱର ରାୟେ ।୪୪।ବ୍ରାହ୍ମଣ ଯେ ଋଷି ବେଦବ୍ୟାସ ମହାତମାମହା ଅନଳ ବିଦାରି ସେ ଜାତକଲେ ୟେକ ବାମା ।୪୫।ଯାଗରୁ ଜାତହୋଇ ନାମ ମୋ ଜିଘ୍ନସେନୀଦୁଜେ ସ୍ୱୟେମ୍ବର କଲେ ତାତ ଲକ୍ଷେକ ନୃପତି ଘେନି ।୪୬।ମହାଲାଖ ରାଧାଚକ୍ର ତୁମ୍ଭେ ବିନ୍ଧିଲ ଯେ ପାଥଲକ୍ଷେକ ରାଜାର ତୁଲେ ତୁମ୍ଭେ କର ଯେ ଅନର୍ଥ ।୪୭।ସବୁରି ଦର୍ପ ଧ୍ୱଂସ ଆଣିଲ ପାଥ ମୋତେନଟକାର ବୃତ୍ତେ ବିଭା ହୋଇଲ ପଞ୍ଚୁଭ୍ରାଥେ ।୪୮।ୟେକାୟେ ସହିଲି ମୁଂ ପାଞ୍ଚଂକରି ଆର୍ଦ୍ଦୋଳିତଥାପିହିଂ ଉବୁରି ନ ପାରିଲି ମୋହୋଭଳି ।୪୯।ବାବୁ କନ୍ଦମୂଳ ଆହାରେ କାଳେକ ବନେ ଦୁଖୀକେଶ ଆକ୍ରଷଣ କଲା ସଭାରେ ଧୁଶାସନ ମୋତେ ସମସ୍ତେହିଂ ଦେଖି ।୫୦।ବାବୁ ତାହା ସହି ମୁଂ ଆଦରିଲି କର୍ମକାହାକୁ କହିବି ମୁହିଂ ୟେହେନ୍ନେକ କ୍ଷଣେ ହୋଇଲଇଂ ଜନ୍ମ ।୫୧।ଆହୋ ବାବୁ ସଂକୋଚନରେ ନନ୍ଦନ ଯେ ବିରାଟର ଶଳାଶ୍ରୀକୃଷ୍ଣାର ସହୋଦ୍ର ସେ କୀଞ୍ଚେକ ମହାବଳା ।୫୨।ସୁରାପାତ୍ର ଲେଖଗୋଟି ଦେଇ ମୋତେ ତାହାର ତହିଂକି ପଠିଆଇଲେ ଶ୍ରୀକୃଷ୍ଣାଦେଖିଣ ପାମର ମୋତେ କଲାକ କାମତୃଷ୍ଣା ।୫୩।ଅନ୍ତେଶ୍ୱର ପୁରେ ଚାଣ୍ଡାଳ ମୋତେ ଧଇଲା ଆସି ବଳେରାଗେଣ ଯାଇ ମୁଂ ହୋଇଲି ବିରାଟର ସଭାତଳେ ।୫୪।ବିରାଟେ କୋନ୍ତେ ବସିଅଛନ୍ତି ଆସ୍ତାନେଅନେକ ପାରିଦଣ୍ଡ ଯେ ବହୁତ ରାଜାମାନେ ।୫୫।ଦେଖିଣ କୋପେ ବୋଇଲେ ମଚ୍ଛ ଅଧିକାରୀନିଅରେ କୀଞ୍ଚକ ଯେ ସଇରିନ୍ଧ୍ରୀ ବାଳ ଧରି ।୫୬।କହୁଂ କହୁଂ କ୍ରୋଧ ଯେ ବଢଇ ଜିଘ୍ନସେନୀଅର୍ଜୁନ ପୋଛଇ ତାହା ଝୀନବସ୍ର ଘେନି ।୫୭।ବାବୁ ବିରାଟର ବଚନେ ମୁଂ ପୁଚ୍ଛାକଲି କୋନ୍ତଂକୁସେ ବୋଇଲେ ଅଙ୍ଗଭୋଗ ଦିଅ ଯା କୀଞ୍ଚକକୁ ।୫୮।ଅନାସ୍ତର ବାନ୍ଧବ ନାଥ ଅଟୁ ପାଥ ତୁହିତୁ କିସ ବୋଲିବୁ ନାଥ ଅଇଲି ତୋତେ କହି ।୫୯।ବୃହନ୍ନାରୀ ବୋଇଲେ କୋନ୍ତେ ସଭାରେ କହିଲେ ଯାହାପାଷାଣର ରେଖ କେ ଅନ୍ୟସ୍ତା କରୁ ତାହା ।୬୦।ଆମ୍ଭେ ଯେବେ ତାହାଂକର ବଳେ ଭାଙ୍ଗନ୍ତୁ ବଚନଆନେ ସମ୍ପଦ ଦେଇ କିଂପେ ବୁଲନ୍ତୁ ଘୋରବଣ ।୬୧।ପଶାୟେଣ ସମସ୍ତ ସମ୍ପଦ ହାରିଅଛନ୍ତି ଯେ ସେହିସଭାରେ ଆନଭାଷା ପାରିବେ କି କହି ।୬୨।ସେ ଆମ୍ଭର ଠାକୁର ଯେ ଅଟନ୍ତି ଯୁଝେଷ୍ଠିତାହାଂକର ବଚନଗୋଟି ଆମ୍ଭର ନିରାଧାର ହେଟି ।୬୩।ଆମ୍ଭେ ଯେବେ ତାହାଂକର ବଚନ ମେଣ୍ଟନ୍ତୁପଶାକାଳେ ସଭାତଳେ କିଂପାଇଂ ବସନ୍ତୁ ।୬୪।ଆମ୍ଭନ୍ତ ସଭାତଳେ ନେଇ ବସାଇ ଭ୍ରଚ୍ଛନା ବୋଲନ୍ତିକେଶଧରି ତୋତେ ନେଇ ବିବସନ କରନ୍ତି ।୬୫।ଆଗ୍ୟାଂ ମାଗୁଅଛୁ ଗୋସାଇଂ ଥିରକରି କହ ବାଣୀଶତେ ଭ୍ରାଥ କଉରୋବ ଆଦିକରି ମାରିବୁଂ ୟେହିକ୍ଷଣି ।୬୬।ମାର ବୋଲି ଆଗ୍ୟାଂ ଯେ ସେ ନଦିଲେ କଦାଚିତେସହିଲୁ ଅନେକ ଅବସ୍ତା ତାହଂକ ନିମନ୍ତେ ।୬୭।ରାଜାର ଯେମନ୍ତ ଆଗ୍ୟାଂ ସେବକର କିସ ଲଜ୍ଜାମୁହିଂ ବୋଲୁଅଛି କୀଞ୍ଚକର ହୁଅ ଯା ଭାରିଯା ।୬୮।ସଇରିନ୍ଧ୍ରୀ ବୋଇଲେ ତୁମ୍ଭର ଜୀବନ ହୋଉ ଧିକପଞ୍ଚଛତ୍ରୀ ତୁମ୍ଭେ ତୁମ୍ଭ ଭାରିଯା ମୁହିଂ ୟେକ ।୬୯।ମୋତେ ଆନକଇଂ ଦେଇ ହସ୍ତିନା ଯିବାକ କେମନ୍ତେକାହାର ମୁଖ ଚାହିଂବଟି ପୁରୁଷ ଜୀବନ୍ତେ ।୭୦।ଛାଡ଼ିଲ ଲୋକଲଜ୍ଜା ହୋଇଲ ନଟକାର ବୃତ୍ତିପ୍ରାୟେପୁରୁଷ ଲକ୍ଷଣୁଂ ବାହାର ହୋଇଲ ଧନୁର୍ଜୟେ ।୭୧।ୟେମନ୍ତେ ଗୋଳକୁଣ୍ଡା ତୁମ୍ଭନ୍ତ ବୋଲନ୍ତି କଉରୋବେରାଜ୍ୟ ସଧାଇବ କେମନ୍ତେ ଭାରିଯା ଅଭାବେ ।୭୨।ଅର୍ଜୁନ ବୋଇଲା ମୋତେ ନ ଝିଂଘାସ ସଂଘାତୁଣୀଠାକୁର ଆଗ୍ୟାଂ ହୋଇଲାକି ମୁଂ ମାରିବି ୟେହିକ୍ଷଣି ।୭୩।ସଇରିନ୍ଧ୍ରୀ ବୋଇଲେ ମୋତେ କହିଲେକ କୋନ୍ତେବୋଇଲେ ବଲ୍ଲଭକୁ କହଯାଇଂ ମାରୁ ସେ ଗୁପତେ ।୭୪।ଅର୍ଜୁନ ବୋଇଲେ ଗୋ ଚଳ ଯା ମହାତ୍ମାଣୀଆବର ଝିଂଘାସ ମୋତେ ନ କହ କଟୁବାଣୀ ।୭୫।ଅର୍ଜୁନ ବଚନେ ସେ ଚଳିଲେ ଜିଘ୍ନସେନୀସଂପୂର୍ଣ୍ଣ ଅର୍ଦ୍ଧ ସେ ଯେ ହୋଇଅଛି ରୟେଣୀ ।୭୬।ଚଳଇ ଦ୍ରୋପତୀ ଯେ ନାରାୟଣ ସୁମରିୟେ ଦୁସହ କଷଣୁ ନାଥ କରିବାକ ମୋତେ ପାରି ।୭୭।ଉତ୍ତର ଦ୍ୱାରରେ ଯେ ଅଛଇ ଅଶ୍ୱଶାଳଖଟନ୍ତି ପାଞ୍ଚଲକ୍ଷ ପ୍ରତାପୀ ବାଜୀପାଳ ।୭୮।ନକୁଳ କୁମାର ତହିଂ ଗ୍ରନ୍ଥୀକାର ରୂପପାଟଅଶ୍ୱ ଜଗିଛି ସେ ଥାନପାଳ ସରୂପ ।୭୯।ଉଆଳି ତିରଣ ପରେ ପାଡ଼ିଣ ଶଯ୍ୟାଗୋଟିନିଦ୍ରାରେ ଅସାଷ୍ଟମ ନକୁଳକୁ ଭେଟି ।୮୦।ବାଖର ଗୋଟିୟେ ତହିଂ ଦେଇଣ ସୀମସ୍ଥାନନିଦ୍ରାରେ ଅଚେବନ ସେ କୁମାର ପଞ୍ଚାଣ ।୮୧।ଯାମଳାର ପିଛ ଯେ ବାଉଳି ଛନ୍ଦେ ଛାଟବାଗବନ୍ଧା ବନ୍ଧନ ପରିହରଣ ବଳୋବାଟ ।୮୨।ୟେସନେକ ସରୂପେ ସେ ନକୁଳ ଶୋଇଅଛିଦେଖିଣ ସଇରିନ୍ଧ୍ରୀକି ଯେ ନ ଫୁରଇ କିଛି ।୮୩।ଆହୋ ନକୁଳ ତୁମ୍ଭେ ଛତ୍ରୀବର ଶ୍ରେଷ୍ଠକୁମାର ମୁଖେ ଯାହାକୁ ଆକାଶେ ଅଛି ପାଟ ।୮୪।ପୃଥୀ ଧରିବାକୁ ତୁମ୍ଭେ ସାମରଥ କୋନ୍ତମୁନେୟେ କଷ୍ଟ ଅବସ୍ଥା ନାଥ ସହିଲୁ କେସନେ ।୮୫।ଶରୀରେ ଯେବେ ତୋହୋର ବସଇ ମାଛି ଗୋଟିୟେଶତେପଳ ଚନ୍ଦନ ଲେପନ ହୋଅଇ ତୋର କାୟେ ।୮୬।ବାବୁ ରତ୍ନଖଟ ଉପରେ ସୁପାତି ଶେଜ ତୁଳୀପୁଷ୍ୟ ପାଖୁଡ଼ା ଉପରେ କ୍ରପୂରର ଧୂଳି ।୮୭।ବାବୁ ଆଲଟ ଚାମର ଧରି ଲକ୍ଷେକ ବିଳାସୁଣୀତଦ୍ୟାପି ନିଦ୍ରା ତୋତେ ନ ମାଡ଼ଇ ରୟଣୀ ।୮୮।ୟେଡ଼େ ସୁଖ ଭୋଗ କାହାକୁ ବାବୁ ଦିଲୁୟେ ଛାର ତିରଣ ଉପରେ କେମନ୍ତେ ଶୋଇଲୁ ।୮୯।କାନ୍ଦନ୍ତେ ସୁନ୍ଦରୀ ଯେ ବହଇ ଅଶ୍ରୁଜଳଚେତନା ପାଇଣ ଧାତିକାରେ ଉଠିଲା ନକୁଳ ।୯୦।ଦେଖଇ ପାଞ୍ଚଳୀର ଦିବ୍ୟ ବଦନଗୋଟିଅନ୍ଧାର ମନ୍ଦିରେ ଯେହ୍ନେ କଣୟ ହୋୟେ ବୃଷ୍ଟି ।୯୧।ସଇରିନ୍ଧ୍ରୀ ବଦନ ଚାହିଂ କୁମାର ବୋଇଲାଆଗ୍ୟାଂତବାସ ସରିଲାକି ବୋଲି ଉଷତ ହୋଇଲା ।୯୨।ବୋଲଇ କୁମାର ମୁଂଗୋ ପୁଚ୍ଛା କରଇ ତୋତେତୁ ଦେବୀ ବିଜେକଲୁ ମୋତେ ଦେଖିବା ନିମନ୍ତେ ।୯୩।ବେନି ଲୋଚନୁ ଦେବୀର ଅଶ୍ରୁଜଳ ଗଳିନକୁଳ ବଦନ ଚାହିଂ ପ୍ରତିଉତ୍ତର ଦିଅଇ ପାଞ୍ଚାଳୀ ।୯୪।ବାବୁ ତୋହୋର ତହିଂକି ମୁଂ ଅଇଲି ନିଶାକାଳେକୀଞ୍ଚକ ପାମର ମୋତେ ହରିତେ ଲୋଡ଼ଇ ବଳେ ।୯୫।ଆସ୍ତାନେ ଆଗ୍ୟାଂଦିଲେ ବିରାଟ ସହିତେପାରଦଣ୍ଡ ଆଦି କରିଥିଲେ ସମସ୍ତ ଅମନାତ୍ୟେ ।୯୬।ଉପାୟେ କରିଣ ମୁ ଯେ ଅଇଲି ଆଜ ରାତିପ୍ରଭାତେ ତା ପୁରେ ନେମ ମୋତେ କୀଞ୍ଚକ ସେନାପତି ।୯୭।ନକୁଳ ବୋଇଲା ଯେ ଠାକୁରେ ଆସ୍ତାନେ ବସିଥିଲେତୋହୋର ଅବସ୍ତା ଦେଖି ସେ କିସ ବା ବୋଇଲେ ।୯୮।କୋନ୍ତେ ବୋଇଲେ କୀଞ୍ଚକକୁ ପ୍ରାକର୍ମେ କେ ସରିଯାଅ ଯା ତାହାର ଭାରିଯା ହୋଅ ଗୋ ସଇନ୍ଧ୍ରୀରି ।୯୯।ନକୁଳ ବୋଇଲା ଠାକୁରଂକ ଗୋ ଯେହ୍ନେ ଆଗ୍ୟାଂସେବକ ମାତ୍ରକ ଆମ୍ଭେ କେସନେକେ କରିବୁ ଅବଗ୍ୟାଂ ।୧୦୦।ଯାଅ ଯା ସଇରିନ୍ଧ୍ରୀ ଆମ୍ଭେ ଥାଇ କିସ କଲୁସଞ୍ଚୟେ କୀଞ୍ଚକର ତୁ ଭାରିଯା ହୋଇଲୁ ।୧୦୧।ୟେସନେକ ବଚନ ଯେ ଶୁଣିଣ ପାଞ୍ଚାଳୀରାଗେଣ ନକୁଳକୁ ଦିଅନ୍ତି ଦେବୀ ଗାଳି ।୧୦୨।ଧିକ ଧିକ ହୋଉ ତୁମ୍ଭର ଛତ୍ରୀବୃତ୍ତି ଜୀବତିସଂସାରେ ବୋଲନ୍ତି ପଞ୍ଚୁ ପାଣ୍ଡବଂକର ୟେକା ଭାରଯା ଦ୍ରୋପତୀ ।୧୦୩।ନଟକାର ବୃତ୍ତିପ୍ରାୟେ ହୋଇଲା ତୁମ୍ଭର ପ୍ରକୃତିକ୍ଷତ୍ରୀପଣ ଛାଡି ବ୍ରତହେତୁ ପରେ ଦିଅଇ ନିଜର ଯୁବତୀ ।୧୦୪।ନକୁଳ ବୋଇଲା ଗୋ ଶୁଣସି ପ୍ରାଣସଖୀଗଲୁନିକି ଭୀମସେନ ଠାକୁରଂକ ତହିଂକି ।୧୦୫।ସଇରିନ୍ଧ୍ରୀ ବୋଇଲେ ମୁଂ ନିହାଇ ଯାଇଂ ରୋଷେକୋନ୍ତେ ଆଗ୍ୟାଂଦିଲେ ଯାଅ ବଲ୍ଲଭର ପାଶେ ।୧୦୬।ଗ୍ରନ୍ଥିକାର ବୋଇଲା ସଖୀ ଆଉ ଆମ୍ଭନ୍ତ କିଂପେ ଝିଂଘାସୁଅନମିତେ ଆମ୍ଭରେ ଯେ ଦେଖି ଆସୁ ।୧୦୭।ଶତେସିଂଘର ପରାକ୍ରମ ଯାହାର ବଳୟେ ରୂପେ ତାହାକୁ କିସ କରିବୁ ବୋଇଲେ ବାଜୀପାଳ ।୧୦୮।ମୋତେ ଯେବେ ଆଗ୍ୟାଂ ଦେଇଅଛନ୍ତି ଠାକୁରେଆଥବା ମାରିବି ଚାଲ ଯିବା ତାହାର ପୁରେ ।୧୦୯।ସଇରିନ୍ଧ୍ରୀ ବୋଇଲେ ବାବୁ ତୋହୋରେ ନୋହୋଇ କିଛିଆଗ୍ୟାଂତ ବନବାସ ଆବର ବେନିମାସ ପାଞ୍ଚ ଦିବସ ଅଛି ।୧୧୦।ପାରିବୁ କି ବଧକରି ଗୁପତେ ତାହାକୁବଲ୍ଲଭ ନାସ୍ତିକଲେ ମୁଂ କହଇ ସିନା ତୁମ୍ଭଂକୁ ।୧୧୧।କୁମାର ପ୍ରତଗ୍ୟାଂ ଶୁଣି ସାନନ୍ଦ ପାଞ୍ଚଳୀରାତ୍ର ଅଢୋଇ ପ୍ରହରେ ସହଦେବ ପୁରେ ଚଳି ।୧୧୨।ନବର ଦକ୍ଷିଣ ଦ୍ୱାର ମଇନ୍ଦାଣ ନିକଟେତହିଂର ସନ୍ନିଧ୍ୟେ ଯେ ସୁରଭି ଗୋଗୋଷ୍ଠେ ।୧୧୩।ଦୁହାଂଳ ଦୁଇପଦ୍ମ ଅଛି ୟେକାଗୋଷ୍ଠ ଗାଇନବଲକ୍ଷ ଗୋପାଳ ୟେକା ଗୋଗୋଷ୍ଠେ ଛନ୍ତି ଶୋଇ ।୧୧୪।ଗୋଷ୍ଠ ମଧ୍ୟସ୍ଥାନେ ଯେ ବତ୍ସାଂକର କୁଣ୍ଡଳୀତିନିବୃନ୍ଦ ବତ୍ସା ତୁଲେ ୟେକା ସହଦେବ କରଇ କେଳି ।୧୧୫।ବେଢିତ ଗଡ଼ ଆକାରେ ଯେ ପାଞ୍ଚ ପରାୟୁଧ କୀଳାମଧ୍ୟରେ ବସିଅଛନ୍ତି ମଦନା ଦେବୀର ବଳା ।୧୧୬।ଗୋଷ୍ଠର ଭିତରେ ଦେବୀ ପଶିଲେ ଧାତିକାରେସଇରିନ୍ଧ୍ରୀ ପ୍ରବେଶ ହେଲେ ତନ୍ତ୍ରୀପାଳ ଗୋପାଳ ସନ୍ନିଧ୍ୟରେ ।୧୧୭।ସହଦେବ ହୋଇଲେ ସଖୀ ତୁ ଆସିବୁ ଆଜ ବୋଲିୟେ ନିଶାଯାକ ମୁଂ ଯେ ଉଜାଗରେ ବସିଲି ।୧୧୮।ପାଞ୍ଚାଳୀ ବୋଇଲେ ମୁଂ ଯେ କିସ କହିବି ତୋତେ କଥାକୀଞ୍ଚେକ କଲା ମୋତେ ଯେତେକ ଅବସ୍ତା ।୧୧୯।ତନ୍ତ୍ରୀପାଳ ବୋଇଲା ପାମର କଷ୍ଟ ଦେଉଅଛି ତୋତେଅଗ୍ୟାଂତ ବନବାସ ଆମ୍ଭର ୟେକା କୀଞ୍ଚେକ ବଧ ନିମନ୍ତେ ।୧୨୦।କୀଞ୍ଚକର ଭାର ଯହୁଂ ନ ସହିଲା ପୃଥୀଦେବସଭାୟେ ଗୁହାରି କଲାକ ବସୁମତୀ ।୧୨୧।ବସୁଧାର ନିମନ୍ତେ କରି ଚିନ୍ତିଲେ ଦେବ ପିତାଆଗ୍ୟାଂତବାସ ଆମ୍ଭନ୍ତ ଆଗ୍ୟାଂଦିଲେ ଧାତା ।୧୨୨।ଯାହା ସେ ନିରିମିତ କଲାକ ପ୍ରଜାପତିସଇରିନ୍ଧ୍ରୀ ନିମନ୍ତେ ମରିବ କୀଞ୍ଚେକ ସେନାପତି ।୧୨୩।ଚଳ ଗୋ ମାହେଶ୍ୱରୀ ନ ରହନି ଗୋ ୟେଥେକୀଞ୍ଚେକ ବଧଯିବ ଗୋ ଭୀମସେନ ଠାକୁରଂକ ହାଥେ ।୧୨୪।ଆବର ଚରିତ ଗୋ ଶୁଣସି ଭବିଷଶତେକ ସୋହୋଦ୍ର ଗୋ ସମସ୍ତେ ଯିବେ ନାଶ ।୧୨୫।ଆଗୋ ବାରୁଣାବନ୍ତେ ଭୀମସେନ ଯାହା ମାନିଛନ୍ତି ଅନଳ ଦେବତାଂକୁସେ ବ୍ରହ୍ମସ୍ୱ ଶୁଝିବେ ଦେଇ ଶତେଭାଇ କୀଞ୍ଚକକୁ ।୧୨୬।କୀଞ୍ଚେକ ନାଶଯିବ ଧୃତରାଷ୍ଟ ବଂଶହିଂ ହେବେ ଧ୍ୱଂସିଭାରା ନିବାରଣୀ ଗୋ ବହନ ହୋଇ ଯାସି ।୧୨୭।ଛତ୍ରୀ ଅଚାର୍ଗଳ ସେ ସୋହୋଡ଼ ପଞ୍ଚାଣଝିଂଘାସି ବୋଇଲେ କରିବେଟି ତୋହୋରେ କାରଣ ।୧୨୮।ଚଳ ଚଳ ମହାସତୀ ଗୋ ସର୍ବଶୁଭ ଅନକୂଳେହୃଦଗତେ ସୁମର ଦେବୀ ଶ୍ରୀ ସର୍ବ ମଙ୍ଗଳେ ।୧୨୯।ସସିଦ୍ଧ ମାତାଙ୍ଗୀ ଯେ ଅନୁଗ୍ରହ ତୋତେ କରୁପୃଥୀ ଭାରାଭର ଉଶ୍ୱାସ ହୋଉ କୀଞ୍ଚେକ ବେଗେ ମରୁ ।୧୩୦।ଆବର କଥାୟେ ମୋହୋଠାରୁ ମାହେଶ୍ୱରୀ ଶୁଣକାଲି କୀଞ୍ଚେକର ନିଚେ ହୋଇବ ମରଣ ।୧୩୧।ଶତେସିଂଘର ପ୍ରାକ୍ରମ ଅଟଇ ତାହାରତୋହୋର କର ଛୁଇଂଲାନି ଯିବ ଯମପୁର ।୧୩୨।ସହଦେବ ବଚନେ ଚଳଇ ଦେବୀ ଯେ ଦ୍ରୋପତୀରୋଷୁଅ ଘରେ ପ୍ରବେଶ ହୋଇ ଚଉବିଂଶ ଦଣ୍ଡ ରାତି ।୧୩୩।ଆହୋ ଚଇତନ କୋଶେକ ବିସ୍ତାର ଯେବଣ ରୋଷୁଅଶାଳଭୀମସେନଂକ ନିଶ୍ୱାସଘାତେ ଆକାଶକୁ ଉଡ଼ଇ ଚାଳ ।୧୩୪।ବାହୁଡ଼ି ସଞ୍ଚା ଉପରେ ବସଇ ଚାଳ ନିଶ୍ୱାସ ସଂଘରନ୍ତେଦେଖିଣ ସାନନ୍ଦ ହୋଇଲେ ସେ ଯେ ଦ୍ରୋପଦର ଦୋହିତେ ।୧୩୫।ବିଚାରି ବୋଇଲେ ସାଧୁ ସାଧୁ ଜୀବନ ତୋହୋର ଭୀମତୋହୋର ତହିଂ ଅଛଇ ଛତ୍ରୀୟ ବଳ ପରାକ୍ରମ ।୧୩୬।ଅନାସ୍ତ ତରୁଣୀ ମୋତେ ସାଖା ହୋଅ ବାବୁଆତ୍ମାର ଠାକୁର ତୁହି ସେ ମୋହୋର ସବୁ ।୧୩୭।ଦେଖିଲେ କବାଟ ଯେ ଯନ୍ତ୍ରର କିଳଣିସଇରିନ୍ଧ୍ରୀ କର ଲାଗନ୍ତେ ଫିଟିଲା ତତକ୍ଷଣି ।୧୩୮।ଭିତରେ ଶୋଇଅଛି ପାଣ୍ଡବ ମହାବଳୀସନ୍ନିଧ୍ୟରେ ପ୍ରବେଶ ହୋଇଲେ ଦ୍ରୋପଦର ଦୁଲାଳୀ ।୧୩୯।ପାଷାଣ ଶଯ୍ୟାକରି ଶୋଇଛି ବଲ୍ଳଭଦେଖିଲା ପାଞ୍ଚାଳୀ ଯେ ସକଳ ସୁଲଭ ।୧୪୦।କଣୟ ପର୍ବତେ ଯେହ୍ନେ ଜଳଧର ମେଘ ଚଢିତେସନେକେ ତାର ଦେହ କଳାରେଖା ଜଡ଼ି ।୧୪୧।ବାଉଂଳି ନିଷ୍କମାଳି ବିଜେ କର୍ଣ୍ଣକଟାରିଶୟନ ଥାନେ ତାହା ଭୀମ ସୀମସ୍ଥାନ କରି ।୧୪୨।ବଲ୍ଲବ ସନ୍ନିଧ୍ୟେ ସେ ବସିଣ ଜିଘ୍ନସେନୀଅରୁଣ ଉଲ୍ଲୋକ ପ୍ରାୟେ ଦିଶଇ ଚକ୍ଷୁବେନି ।୧୪୩।ତୋଳଇ ପାଞ୍ଚଳୀ ଆହୋ ଉଠକିନା ଭୀମାକିସ ଅର୍ଥେ ୟେତେ ନିଦ୍ରା ଯାଉ ମହାତମା ।୧୪୪।ବ୍ରାହ୍ମଣ ଯୁବାସ୍ତିରୀ ରାଜାର ନିଯୋଗୀସାଧନ ଯୋଗେ ସେ ନିଦ୍ରା ପରିତ୍ୟାଗି ।୧୪୫।ଆହୋ ଛତ୍ରୀ ହୋଇ ତୋହୋର କିଂପେ ୟେଡ଼େ ନିଦ୍ରାତେଜ ହୋ ସୂପକାର ତୋହୋର ଯୋଗମୁଦ୍ରା ।୧୪୬।ଅପାର କରିଣ ତାକୁ ତୋଳଇ ଦ୍ରୋପତୀନିଦ୍ରା ନ ଭାଞ୍ଜିଲା ସୂପକାର ସେନାପତି ।୧୪୭।ଯୁଗତେଣ ଛତ୍ରୀ ସେ ବିଶେଷେ ରାଜାର ନିଯୋଗୀକିମର୍ଥେ ତୋହୋର ହୋୟେ ୟେଡ଼େକ ନିଦ୍ରାଭୋଗୀ ।୧୪୮।ଭୁଜ ଧରି ତୋଳନ୍ତେ ନିଦ୍ରା ତାହାର ନ ଭାଞ୍ଜିରୟଣୀର ଅନ୍ତେ ଅରୁଣ ଘୋର ତେଜି ।୧୪୯।ରୟଣୀ ପାହାନ୍ତି ଦେଖି ଦ୍ରୋପତୀ ବିକଳବେନି ଲୋଚନୁ ଦେବୀର ବହେ ଅଶ୍ରୁଜଳ ।୧୫୦।ଲୁଅ ଜଳ ପଡନ୍ତେଣ ଭୀମସେନ ଉଠଇ ଚେତିଦ୍ରୋପତୀର କେଶ ବୀର ଧଇଲା ତତକ୍ଷଣାନ୍ତି ।୧୫୧।ଶ୍ରୀକରେ ବିଜେ କର୍ଣ୍ଣକଟାର ବେଗେ ଘେନିକେ ତୁ ପିଚାଶୁଣୀ ରାକ୍ଷସୀ ଡାଂକେଣୀ ।୧୫୨।ଆଲୋ ଲୋ ଡାଂକେଣୀ ତୋର ୟେଡ଼େକ ଭରସାଇଷ୍ଟ ଦେବତା ସୁମର ଛେଦିବଇଂ ତୋର ନାସା ।୧୫୩।ସଇରିନ୍ଧୀ ବୋଇଲେ ହୋ ଛାଡ଼ ଛାଡ଼ ସୂପକାରମୁହିଂ ସେ ଦ୍ରୋପତୀ ହୋ ବଲ୍ଲଭୀ ତୁମ୍ଭର ।୧୫୪।ପାଣ୍ଡବ ସୁନ୍ଦର ଯେ ଛାଡ଼ିଲା ତାର ବାଳଦ୍ରହସିତ ବଦନେ ଆଣି ବସାଇଲା କୋଳ ।୧୫୫।ମୁଖରେ ଚୁମ୍ବନ ଦେଇ ବୋଲଇ ପାବେନିମୁହିଂ ତୋର ଆପାଦରେ ଘେନଇ ଜିଘ୍ନସେନୀ ।୧୫୬।ୟେକସ୍ତିରୀ ହୋଇ ସହୁ ପଞ୍ଚଭ୍ରଥାଂକ ଆର୍ଦ୍ଦୋଳିକାମ ଅସାଷ୍ଟମେ ନୁଆରିଲୁ ସମ୍ଭାଳି ।୧୫୭।ୟେ ସ୍ତିରୀ ଦେହ ବହି ତୁ ସହିବୁ ଅବା କେତେଦୁରାପଦ ସହିଲୁନି ଦଶମାସ ପରିଯନ୍ତେ ।୧୫୮।କାମ ଅସାଷ୍ଟମେ ଯେ ଧର୍ମ ପରିତ୍ୟାଗିସହି ନୁଆରି ମୋତେ ଅଇଲୁ କି ଶୃଙ୍ଗାର ମାଗି ।୧୫୯।ଅଇଲୁ ଯେବେ ତୁ ନ ଜାଣିଲୁ ବେଳକାଳରାତ୍ର ନିକଟ ହୋଇଲାନି ପ୍ରାନ୍ତବେଳ ।୧୬୦।ରାତ୍ର ବେନିଦଣ୍ଡ ଯେ ଅଛଇ ଅବକାଶଭୋଜନ ଶୟନ ନିଦ୍ରା ମଇଥୁନ ନାହିଂନା ପରିହାସ ।୧୬୧।କଳିହିଂ ନ କରିବ ଯେ ଶାଆସ୍ର ନ ପଢିବାସମସ୍ୟାହିଂ ନ ଦେବା ମଉନବ୍ରତ ହୋଇଥିବା ।୧୬୨।ସନ୍ଧ୍ୟାକାଳେ ଶାସ୍ର ପଢିଲେ ମୂର୍ଖ ହୋନ୍ତି ଆନ ଜନ୍ମେଶୁତିଲେ ରୋଗୀ ହୋଇ ଦାରିଦ୍ର ହୋଅନ୍ତି ଭୋଜନ କର୍ମେ ।୧୬୩।ଶୃଙ୍ଗାର କଲେ ଜନ୍ମେ ଜନ୍ମେ ନ ପାଇ ରତିଜନ୍ମହୁଂ ରୋଗୀ ହୁଅଇ ଜନମିଲେ ସନ୍ତତି ।୧୬୪।ଚାରିଦଣ୍ଡ ଉତ୍ତାରେ ସେ ପ୍ରହରେକ ରାତିତେବେ ସେ ସୂର୍ଯ୍ୟବେଳେ ଭୁକତ ଯୁଗତି ।୧୬୫।ସଖୀ ସୂର୍ଯ୍ୟବେଳେ ଭୋଜନ କଲେ ଆହାର ହୋଇ ପଂକୁଦଶଦଣ୍ଡେ ଭଚ୍ଚାଟ ଲାଗଇ ସେ କାମଦେବଂକୁ ।୧୬୬।ମୟାଣ ପୟାଣ କରଇ ପଞ୍ଚଘଡ଼ି ରାତିଚନ୍ଦ୍ରବେଳେ କାମର ୟେକଯୋଗ ପୀରତି ।୧୬୭।ଦଶଦଣ୍ଡୁଂ ଚଉଦଦଣ୍ଡ ପର୍ଯ୍ୟନ୍ତେ ଶୃଙ୍ଗାର କରିବ ଇଚ୍ଛାନାନା କଉତୁକେ ପୂରୋଇ ମନୋବାଞ୍ଛା ।୧୬୮।ଶରୀରକୁ ସୁଆର୍ଥ ଯେ ସନ୍ତାନ ବିବୃଦ୍ଧିଆଇଷ ଶିରୀ ଶୁଭକାର୍ଯ୍ୟ ହୋଅଇ ପ୍ରସିଦ୍ଧି ।୧୬୯।ଷୋଳଦଣ୍ଡ ଯେବେ ହୋଅଇ ଅର୍ଦ୍ଧରାତ୍ରିଆକାଶ କ୍ଷେପଣୀ ଯେ ଦେବୀ ଭ୍ରମଇ ଚଉକତି ।୧୭୦।ଅଷ୍ଟାଦଶ ଦଣ୍ଡରୁ ଯେ କୋଡିୟେକ ଦଣ୍ଡୟେଥେ ଶୃଙ୍ଗାର କଲେ ଉପୁଜଇ ବିଖଣ୍ଡ ।୧୭୧।ବାଇଶ ଚଉବିଂଶ ହାଦେ ଛବିଶ ଯେ ଦଣ୍ଡରଯୋଗବେଳେ ଅନଙ୍ଗ ବିଶ୍ରାମଇ ତତ୍ତୁଘର ।୧୭୨।ଚନ୍ଦ୍ର ତେଜ୍ୟାକରି ଯେବେ ସୂର୍ଯ୍ୟେ କରଇ ସଙ୍ଗଶୃଙ୍ଗାର କଲେ ୟେଥି ବ୍ରହ୍ମହତ୍ୟା ଦୋଷ ଲିଙ୍ଗଭଙ୍ଗ ।୧୭୩।ରାତ୍ର ନବଘଡ଼ିରୁ ୟେଣିକି ଶୃଙ୍ଗାର ଯେ କଲେଟସକର ରୋଗୀ ଭିକ୍ଷାସୀ ହୁଅନ୍ତି ଗୋ ସନ୍ତାନ ଉପୁଜିଲେ ।୧୭୪।ଦୋହିତା ଉପୁଜିଲେ ଗୋ ହୋଅଇ ଦୋଚାରୀଜନ୍ମହୁଂ ରୋଗୀ ହୋଅଇ ସନ୍ତାନ ନୋହୋଇ ତାହାରି ।୧୭୫।ସଖି ଅଢାଇ ପହର ରାତି କାମଯୋଗ ବେଳେତହିଂ ଭୋଗ୍ୟକଲେ ସ୍ତିରୀ ପୁଂସେ ନଶନ୍ତି ଅଳ୍ପକାଳେ ।୧୭୬।ବଲ୍ଲଭ ବୋଇଲେ ତୁ ସକଳ ଗ୍ୟାଂତା ସମସ୍ତ ପରିତ୍ୟାଗିବେଳ ନ ଜାଣି ଅଇଲୁ ମୋତେ ଶୃଙ୍ଗାର ଯେ ମାଗି ।୧୭୭।ଦ୍ରୋପତୀ ବୋଇଲେ ସ୍ୱୀମୀ ତୁମ୍ଭେ ଅଟ ଯେ ମୂରୁଖଅପଣ୍ଡିତ ଅବିବେକ ଅଟୁ ସଦାରେକ ।୧୭୮।ଯଥା ଅନରୂପେ ତଥା ବାକ୍ୟ ଭାଷିବାଇକି ତୁ ହୋଇଲୁ ତୋତେ ମୁଂ ଶୃଙ୍ଗାର ମାଗିଆସି ।୧୭୯।ଅଗ୍ୟାଂତବାସ ଆବର ଯେ ସତୁରି ଦିବସ ଅଛିବଲ୍ଲଭ ବୋଇଲା ସଖୀ ତୋତେ କତାୟେ କହିବାକୁ ଅଛି ।୧୮୦।ମୋହୋର ବଳବୀର୍ଯ୍ୟ ବିରାଟେଶ୍ୱର ଦେଖିସଦା ସଂପ୍ରତେ ମୋତେ କରଇ ଶଶୀମୁଖୀ ।୧୮୧।ତୋତେ ଦେଖିଲେ ବାରତା କହିବେ ରାଜାକୁବିରାଟେ ଅପ୍ରତେ ଗୋ କରିବେ ସଖୀ ମୁକୁ ।୧୮୨।ବୋଲିବେ ବଲ୍ଲଭ ଯେ ମନ୍ଦକୃତ୍ୟ କଲାକାହାର ବହୂଝିଅକୁ ଗୁପତେ ହିରଲା ।୧୮୩।ସଇରିନ୍ଧ୍ରୀ ବୋଇଲେ ତୁମ୍ଭେ ବଡାଇ ମୂରୁଖତୁମ୍ଭ କର ମୁଂ ଯେ ହୋଇଲି ନିରେଖ ।୧୮୪।ବିରାଟର ଶଳା ଯେ କୀଞ୍ଚକ ମହାବୀରସେ ମୋତେ ହରିଣ ଲୋଡ଼ଇ ବଳାତ୍କାର ।୧୮୫।ବିରାଟ ସହିତେ ହୋ ଆସ୍ତାନେ ବସିଥିଲେକୋନ୍ତେ ଆଦିକରି ମୋତେ କୀଞ୍ଚକକୁ ସମର୍ପିଲେ ।୧୮୬।ବଲ୍ଲଭ ବୋଇଲା ତୋତେ ଯେବେ ସମର୍ପିଲେ କୋନ୍ତେଆମ୍ଭର ବେଳେ କିସକରି ହୋଅଇ ଯୁଗତେ ।୧୮୭।ତୁହି ଯେବେ କୀଞ୍ଚକକୁ ଇଚ୍ଛା ଜାଣ କଲୁତେନ୍ୟାୟୁ ସଭାକୁ ତୁ କଢାଇ ଘେନିଗଲୁ ।୧୮୮।ସଭାରେ କଥା କହି ନୁଆରିବେ ଅନୀତିନିଚୟେ ହୋଇଲୁ ତୁ କୀଞ୍ଚକର ପ୍ରିୟବତୀ ।୧୮୯।ସଇରିନ୍ଧ୍ରୀ ବୋଇଲେ ତୁମ୍ଭର ଜୀବନ ଯାଉ ଧିକରାଜ୍ୟଭାର ତେଜିଣ ଯେ ମାଗିଲ ତୁମ୍ଭେ ଭିଖ ।୧୯୦।ୟେକାସ୍ତିରୀକି ତୁମ୍ଭେ ହୋଇଲ ପଞ୍ଚୁପତିପଞ୍ଚଭ୍ରାଥ ଥାଉଂ ଯେ ମୋହୋର ୟେଡ଼େକ ଶାସ୍ତି ।୧୯୧।ସିଂଘ ବୋଲିକରିଣ ଯେ ମୁଂ ବରିଲି ତୁମ୍ଭଂକୁଶ୍ରୀକାଳ ଯୁଥେ ଜାତକଲେ କୋଇନ୍ତା ତୁମ୍ଭଂକୁ ।୧୯୨।ତୁମ୍ଭର ଜୀବନ୍ତେ ମୁଂ ହୋଇବି ଆନର ଭାରିଯାନିଲ୍ଲଜ ଆତ୍ମା ତୁମ୍ଭର ହୋଇକିନା ପରିତେଜ୍ୟା ।୧୯୩।କାଳେବର ଗଦା ତୁହୋ ଧରୁ ବେନିହାଥେସେହି ତୋହୋର ଧିକତ ହୋଉକିନା ଯୁଗତେ ।୧୯୪।ବ୍ରିକୋଦର ନାମ କିମ୍ପେ ତୁ ଅନମିତେ ବହୁନିଲ୍ଲଜ ଜୀବନ ତୋହୋର ଗ୍ରିଧିନୀ ମାଂସ ଖାଉ ।୧୯୫।ରାଜ୍ୟଭାର ସିଂଘାସନ ସମସ୍ତ ଦିଲଣି ଆନକୁୟେକା ଭାରିଯାୟେ ୟେବେ ଦେବ କୀଞ୍ଚକକୁ ।୧୯୬।ହସ୍ତିନା ସଭାରେ ବସି ଚାହିଂବ କାହା ମୁଖମାନହୀନେ ବ୍ରତିବାରୁଂ ମରଣ ବଡସୁଖ ।୧୯୭।ସଇରିନ୍ଧ୍ରୀ ମୁଖୁଂ ୟେସନେକ ଝିଂଘାସ ବାକ୍ୟ ଶୁଣିକୋପେଣ ଗର୍ଜଇ ପାଣ୍ଡବ କାଳସର୍ପ ଜାଣି ।୧୯୮।ୟେତେ ଝିଂଘାସି ଗୋ କହିଲୁ ତୋର ତୁଣ୍ଡେସ୍ତିରୀଲିଙ୍ଗ ନୋହିଲେ କାଟନ୍ତି ତୋର ମୁଣ୍ଡେ ।୧୯୯।ଭୀମସେନ ବୋଇଲା ଆନ କିସ ଆଗ୍ୟାଂ ଦେଇଛନ୍ତି ଠାକୁରେସରୂପ କରିଣ ସଖୀ କହ ମୋହୋର ଛାମୁରେ ।୨୦୦।ବୋଲନ୍ତି ଦ୍ରୋପତୀ ଶୁଣସି ବଲ୍ଲଭତୋହୋର ଆଗରେ ମୁଂ କହୁଅଛି ସୁଲଭ ।୨୦୧।ବୋଲଇ ଭୀମସେନ କହିତେ ଯେବେ ପାରୁଅନମିତେ ଝିଂଘାସ କିମ୍ପେ ମୋତେ କରୁ ।୨୦୨।ଦ୍ରୋପତୀ ବୋଇଲେ ତୁ ଶୁଣସି ବ୍ରିକୋଦରଠାକୁରଂକ ଆଗ୍ୟାଂ ହୋଇଛି ଗୁପତେ ତାକୁ ମାର ।୨୦୩।ଭୀମସେନ ଉଷତ ହୋଇଲା ୟେସନକ ବାକ୍ୟ ଶୁଣିମାରିବି କୀଞ୍ଚକ ସଖୀ ଆଜର ରୟଣୀ ।୨୦୪।ହର ଇନ୍ଦ୍ର ବ୍ରହ୍ମା ରକ୍ଷା କରଇ ଯେବେ ତାହାମୋଡ଼ିବି ମୁଣ୍ଡ କୀଞ୍ଚକର ଉପାଡ଼ିବି ବେନିବାହା ।୨୦୫।ଆଗୋ ସଇରିନ୍ଧ୍ରୀ ଉଚ୍ଛବ ନବରେକ ଯେ ଅଛି ନଦୀର କୂଳେତହିଂକି କଢାଇଣ ନେମୁଟି ନିଶାକାଳେ ।୨୦୬।ତାହାକୁ ପଠିଆଇ ତୁ ଆପଣେ ନ ଯିବୁପ୍ରତେ ଉପୁଜାଇ ନିଜପୁରେ ଥିବୁ ।୨୦୭।ଯେବେ କୀଞ୍ଚକଇ ମୁଂ ନ ମାରଇ ଆଜବେନିପାଦେ ଦ୍ରୋହ ମୁଂ କରଇ ଦେବରାଜ ।୨୦୮।ଗୁରୁ ପିତା ମାତାଂକର ଚରଣେ ଦ୍ରୋହ ମୁଂ କରଇକରତାର ଥାଳେ ମୁଂ ବିଷ ନେଇ ଭରଇ ।୨୦୯।ବୀମସେନ ଯେ ପ୍ରତଗ୍ୟାଂ କରଇ ଅପ୍ରମିତୟେ ତୋହୋର ଦେହ ମୁଂରେ ଛୁଉଂଛି ସଂଗାତ ।୨୧୦।ଆଜ ଯେବେ କୀଞ୍ଚେକକୁ ମୁହିଂ ନ ମାରଇଗୋ ଶାସନ ଭୂମି ହରିଲାର ଦୋଷ ମୁଂ କରଇ ।୨୧୧।ଯଦ୍ୟପି ସେ କୀଞ୍ଚେକକୁ ନ ମାରଇ ରଣେବିଧବା ସ୍ତିରୀ ହରଣ ଦୋଷ ମୁଂ ଲଭଇ ୟେଣେ ।୨୧୨।ମିଥ୍ୟା ଅପବାଦ ଦୋଷ ମୁଂ ଲଭଇ କୋଟି କୋଟିଶୁଣିଣ ପାଞ୍ଚାଳୀର ଯେ ମନଭ୍ରାନ୍ତି ଗଲାକ ହାଦେ ତୁଟି ।୨୧୩।ଅରୁଣ ପ୍ରକାଶନ୍ତେ ଯେହ୍ନେ ସାନନ୍ଦ ହୋଅଇ ଭୁବିତେହେନେକ ସାନନ୍ଦ ହୋଇଲେ ମହାଦେବୀ ।୨୧୪।ପ୍ରଶଂସା କରଇ ଦେବୀ ଭୀମସେନ ମୁଖ ଚାହିଂୟେ ତୋହୋର ଆପାଦ ଘେନିଯାଇ ମୁହିଂ ।୨୧୫।ବାବୁ ଲାଖ ଅବା ବିନ୍ଧିଲା ପାଣ୍ଡବ ଅରଜୁନସମର ସମ୍ପାଦିଣ ଜିଣିଲୁ ରାଜାଗଣମାନ ।୨୧୬।ତୁହି ସେ ସମରେ ଯେ ଜିଣି ମୋତେ ଆଣିତେବେ ସେ ଦ୍ରୋପତୀ ପାଣ୍ଡବଂକର ଘରଣୀ ।୨୧୭।ରୟଣୀ ନିକଟ ହୋଇଲା ବାବୁ ଯାଉଅଛି ଭୀମଉଚ୍ଛବ ନବରକୁ ଯିବୁଟି ଛତ୍ରୀବର ଉତ୍ତମ ।୨୧୮।ସାନନ୍ଦେ ବାହାର ଯେ ହୋଇଲେ ଦ୍ରୋପତୀଅନ୍ତପୁରେ ପ୍ରବେଶ ଯେ ପ୍ରସର ହୋଇଲାକ ରାତି ।୨୧୯।୩୬୭୦।
ଭୀମ କର୍ତ୍ତୃକ କୀଚକ ବଧନିତ୍ୟକର୍ମ ଯେ ସାରିଣ ପାଞ୍ଚାଳକୁମାରୀସ୍ରାହାନ ଶଉଚବନ୍ତ ସମସ୍ତ ଦେବୀ ସାରି ।୧।ଚତୁସମ ଗୋଟିୟେ ସମ୍ପାଦ ଦେବୀ କଲେକୀଞ୍ଚକ ମନ୍ଦିରକୁ ବୋଲି ଚଳିଣ ଦେବୀ ଗଲେ ।୨।ସ୍ରାହାନ ସାରି ବୀର ନାନା ବେଶ ବେଶନେବିଜୟେ କୀଞ୍ଚେକ ଯେ କଣୟ ସିଂଘାସନେ ।୩।ସହସ୍ରେ ଚାମର ଧରି ସେ ଅନେକ ପରିବାରୀସହସ୍ରେ ଆଲଟ ଧରି ସେ ଅଛନ୍ତି ଉଭାରି ।୪।କଣୟମୟେ ଭୁବନ ଯେ ବାରସ୍ୱତୀ ପୁର ଜାଣିସନ୍ନିଧ୍ୟ୍ୟେ ପ୍ରବେଶ ଦେବୀ ପାଣ୍ଡବଙ୍କ ଘରଣୀ ।୫।ଆସ ଆସ ସଂଘାତ ଲୋ ପ୍ରାଣର ସମାନତବ ଲୟେ ମୋହୋର ନିମଜ୍ଜିଲା ପଞ୍ଚୁମନ ।୬।ତୋହୋର ଇଚ୍ଛା ମୋତେ ଅଛି ସଂଗାତୁଣୀମୁହିଂ ସେ କାର୍ଯ୍ୟ ନାଶକଲି ଯେ ନ ଜାଣି ।୭।ଛାମୁରେ ସଇରିନ୍ଧ୍ରୀ ଥୋଇଲା ଗନ୍ଧପାତ୍ରକୀଞ୍ଚକ ବୋଇଲା ମୋର କାଳେ ବସ ଗୋ ସଂଗାତ ।୮।ସଇରିନ୍ଧ୍ରୀ ବୋଇଲେ ମୋତେ ଅପ୍ରତେ ତୁ କରୁ ବୋଲିରାଣୀଂକର ତହିଂକି ନ ଯାଇ ମୁଂ ଧାତିକାରେ ଅଇଲି ।୯ ।ନାସିକାରେ କର ଦେଇ ହସଇ କୀଞ୍ଚକ ସେନାପତିସ୍ୱାମୀକି ସେବା କରିଣ ସେବକେ କିସ ଭୀତି ।୧୦।ଆହୋ ସଇରିନ୍ଧ୍ରୀ ବିରାଟ ଶ୍ରୀକୃଷ୍ଣା ମନ୍ତ୍ରୀ ଯେ ପ୍ରୋହିତେଆଜହୁଂ ଭୃତ୍ୟପଣେ ପରିତେଜ୍ୟା ଖଟିଥିବେ ତୋତେ ।୧୧।ସଇରିନ୍ଧ୍ରୀ ବୋଇଲା ଶ୍ରୀକୃଷ୍ଣାହିଂ ସେ ମୋର ସବୁତାହାର ପ୍ରସାଦେ ସିନା ମୋତେ ତୁ ପାଇବୁ ।୧୨।ଶ୍ରୀକୃଷ୍ଣାଂକୁ ଅଲେଖ ତିଳେକ କରାଇ ଯେ ମୁହିଂବେଳ ମଧ୍ୟ୍ୟମାନେ ଆସଇ ସିନା ତୋର ତହିଂ ।୧୩।ଉଚ୍ଛବ ନବର ହୋ ଯତନ କରିଥାଅ ମହାବୀରତହିଂ ସେ ତୋହୋର ମୋହୋର ସୁରତି ସମ୍ଭାର ।୧୪।କୀଞ୍ଚେକ ହସିଲା ଯେ ସଇରିନ୍ଧ୍ରୀର ବୋଲେତ୍ରିପୁତି କରାଇ ଦେବୀ ବହନ ବାହୁଡ଼ି ଅଇଲେ ।୧୫।କୀଞ୍ଚେକ ବିଚାରଇ ସଇରିନ୍ଧ୍ରୀ ବଡ଼ ଧୃତିୟେହାର ସଙ୍ଗେ ଶୃଙ୍ଗାର କଲେ ହୋଇବ ବଡ଼ାଇ ସୁରତି ।୧୬।ଚାରଦୂତ ବରଗି ସେ ଉଚ୍ଛବ ନବରବେଗ ବେଗ ମଣ୍ଡନ୍ତି ଲାଗିଣ ଭୃତ୍ୟକାର ।୧୭।ଅଲେଖ ମନ୍ଦିରେ ସଇରିନ୍ଧ୍ରୀ ବିଜୟେ ତଡ଼ତିଲାଜେଣ ଶ୍ରୀକୃଷ୍ଣା ଯେ ନୁଆସନ୍ତି ତାହାର କତି ।୧୮।ଶ୍ରୀକୃଷ୍ଣାଂକ ସନିଧ୍ୟେଣ ଯାଇଂ ମିଳିଲେ ସଇନ୍ଧିରୀନିତ୍ୟକର୍ମ ବିଧାନେ ଅଲେଖ ତିଳକେ ଦେବୀ କରି ।୧୯।ଶ୍ରୀକୃଷ୍ଣାୟେ ପଚାରନ୍ତି ମାଗୋ ଲେଖ ଗୋଟିୟେ ଯେ ନେଲତ୍ରିଗର୍ତ୍ତ ବାହୁଅଛି ବୋଲି କିମ୍ପେ ମୁଖାଗ୍ରତେ ନ କହିଲ ।୨୦।ସଇରିନ୍ଧ୍ରୀ ବୋଇଲେ ଗୋ ମୁଂ କହିଲିନି ସମସ୍ତବଧିର ପ୍ରାୟେ ସିନା ଅଟଇ ତୋହୋର ଭ୍ରାଥ ।୨୧।ଶୁଣି ମହାଦେଈ ଯେ ନ ଦେଲେ ସମ୍ଭାଷିଥମ୍ଭୀଭୂତ ପ୍ରାୟେ ହୋଇଣ ଦେବୀ ବସି ।୨୨।ଅଲେଖ ସାରି ଦେବୀ ଚତୁସମ କଲେ ଲାଗିରାନ୍ଧଣା ମନ୍ଦିରେ ପୁଣ ବିଜେ ଯାଇଂ ବେଗି ।୨୩।ଆପଣେ ରାନ୍ଧଣା ସେ କରନ୍ତି ପ୍ରତିଦିନସ୍ରାହାନ ସାରିଣ ଦେବୀ କରନ୍ତି ଭୋଜନ ।୨୪।ଆଞ୍ଚୋବନ ସାରି ଚତୁସମ ଘେନି ସୁବର୍ଣ୍ଣର ପାତ୍ରେକୀଞ୍ଚକର ନଗରକୁ ଚଳିଲେ ତୁରିତେ ।୨୫।ଅଢାଇ ପ୍ରହର ଯେ ଦିନକର ଜ୍ୟୋତିକୀଞ୍ଚକର ମନ୍ଦିରେ ଯାଇ ବିଜୟେ ମହାସତୀ ।୨୬।କୀଞ୍ଚେକର ଚ୍ଛାମୁରେ ଚାରେ କହିଲେ ବେଗେ ଯାଇଂସଇରିନ୍ଧ୍ରୀ ଅଇଲେ ଯେ ଶୁଣିମା ଗୋସାଂଇ ।୨୭।ଶୁଣିଣ ସାନନ୍ଦ ଯେ କୀଞ୍ଚେକ ମହାରଥାଶରୀର ହୋଇଛି ଖୀନ ତାର ନବମ ଅବସ୍ତା ।୨୮।ସଇରିନ୍ଧ୍ରୀ ଆଗତ ଶୁଣି ପଶିଲାକ ପ୍ରାଣଧାତିକାରେ ଉଠିଣ ବସିଲା କୀଞ୍ଚେକ ମହାରାଣ ।୨୯।ୟେସନ ସମୟେ ସଇରିନ୍ଧ୍ରୀ ପ୍ରବେଶ ଯାଇଂ କୀଞ୍ଚେକର କତିଆସ ଆସ ସଂଗାତ ବୋଲି ହାକଇ କୀଞ୍ଚେକ ସେନାପତି ।୩୦।ଚତୁସମ ଖୋରାୟେ ଛାମୁରେଣ ନେଇ ଥୋଇଉଭା ହୋଇଲେ ଦେବୀ କୀଞ୍ଚେକକୁ ବିନୋୟୀ ।୩୧।ଆସ ଆସ ସଂଗାତ ଗୋ ବସ ମୋର କତିରୋହିଣୀ ଦ୍ରଶନେ ଯେହ୍ନେ ସାନନ୍ଦ ନିଶାପତି ।୩୨।ଚୁମ୍ବଇ ବଦନ ତୋର ଯେ ଅଧର ପାନ କରିକାମ କ୍ରୋଧ ଜଳଉଂ ମୋତେ କର ଗୋ ବେଗେ ପାରି ।୩୩।ତୁ ମୋତେ ଅଭିଳାଷ ନ ଦେବୁ କି ସଖୀଅନଙ୍ଗ ଶରଘାତେ ମୁଂ ହେଉଛି ବଡଦୁଖୀ ।୩୪।ସଇରିନ୍ଧ୍ରୀ ବୋଇଲେ ହୋ ମଧ୍ୟ୍ୟସ୍ଥାନେ ଦିନକରୟେତେବେଳେ ଯୁଗତ କି ମିଳଇ ଶୃଙ୍ଗାର ।୩୫।ଆଦିତ୍ୟ ମଧ୍ୟ୍ୟସ୍ଥାନେ ଯେବଣ ପୁରୁଷ ରତିରଙ୍ଗ ଖେଦଅବଶ୍ୟ ସେ ପୁରୁଷ ହୁଅନ୍ତି ଶିରଛେଦ ।୩୬।ସ୍ତିରୀ ହୋଇ ଯେବେ ସେ କରାବଇ ରତିତଦ ଦୋଷେ ନାସା ଛେଦନ ହୁଅଇ ଯୁବତୀ ।୩୭।ସୂର୍ଯ୍ୟ ବେଳେ କାମର ଯେ ନାହିଂ ମେଳଭାବଚନ୍ଦ୍ରକଳା ଘେନି ସେ ଚଳଇ କାମଦେବ ।୩୮।ଯେବଣ ପୁରୁଷ ରତି କରନ୍ତି ଦିବସେଅଳପ ଆଷ୍ୟ ହୋଇ ପୁରୁଷେ ନାଶଯାନ୍ତି ଅବଶ୍ୟେ ।୩୯।ଆହୋ କୀଞ୍ଚେକ ମୁଂ ଶ୍ରୀକୃଷ୍ଣାଂକୁ ଅଲେଖ ତିଳକ କରାଇୟେଥକୁ ଆସିବାକୁ ମୋତେ ବେଳ ହୋଇବ କାହିଂ ।୪୦।ଉଚ୍ଛବ ନବରକୁ ମୁଂ ଯେ ଯିବଇ ସେହିବାଟେତୁହି ୟେହିବାଟେ ଯିବୁଟି ଆବର ନାହିଂ ନାହିଂ ଭେଟେ ।୪୧।କୀଞ୍ଚେକ ବୋଇଲା ମୋତେ ଲହରୀ କାମଜଳଆରେ ପ୍ରାଣବନ୍ଧୁ ମୋତେ କରୁକିନା କୋଳ ।୪୨।ସଇରିନ୍ଧ୍ରୀ ବୋଇଲେ ମୋହୋର ଶରୀର ଛୁଇଂଲେରସ ପତନ ହୋଇବ ମୋହୋର କାୟେ ଲାଗିଲେ ।୪୩।ରସ ପତନ ହୋଇଲେ ଶୃଙ୍ଗାରେ କିସ ସୁଖଦେଖିଣ ଭ୍ରଷ୍ଟଗଲା ହୋଇଲା ବିମୁଖ ।୪୪।ୟେତେବେଳେ ତୋହୋର ମୋହୋର ହୋଇବ ଭେଟାଭେଟିଅସଂକ୍ଷେପ ଶୃଙ୍ଗାର ହୋଇବ ମନତୁଷ୍ଟି ।୪୫।ପ୍ରଥମ ଶୃଙ୍ଗାରେ ହୋଇ ଲଜ୍ଜା ଘୋର କରିଦିବସେ ରତିରଙ୍ଗ କରିତ କି ପାରି ।୪୬।ନିଅବକାଶେ ଭୋଜନ ନିର୍ଜନେ ଶୃଙ୍ଗାରପଣ୍ଡିତ ଲୋକେ ୟେହା କରନ୍ତି ବିଚାର ।୪୭।ଯାତ୍ରା ସରିଲା ଯେ ଉଚ୍ଛବ ନବର ହୋଇ ତୁଚ୍ଛାନିଗମସ୍ଥାନେ ତୋହୋର ମୋହୋର ପୂରିବ ମନବାଞ୍ଛା ।୪୮।କୀଞ୍ଚକ ହସିଲା ସଇରିନ୍ଧ୍ରୀ ବାଣୀ ଶୁଣିଜ୍ୱର ଅବସ୍ତାୟେ ଯେହ୍ନେ ନ ରୁଚଇ ଅନ୍ନପାଣି ।୪୯।ଯହୁଂ ସଇରିନ୍ଧ୍ରୀ ବହୁଡ଼ିଲେ କୀଞ୍ଚକେକୁ ପ୍ରୀତିବଚନ କହିଅନ୍ତେଶ୍ୱର ପୁରେ ଦେବୀ ରହିଲେ ଗୋପ୍ୟହୋଇ ।୫୦।କୀଞ୍ଚେକ ବେଶ ବେଶନ ହୋଅଇ କ୍ଷଣେ କ୍ଷଣେସଇରିନ୍ଧ୍ରୀ ସୁମରନ୍ତେ ଆକୁଳ ପଞ୍ଚପ୍ରାଣେ ।୫୧।ଆଦିତ୍ୟ ଅସ୍ତ ହୋଇବ କେତେବେଳେପୁଣ ପୁଣ ଦୃଷ୍ଟି କରଇ ଆକାଶ ମଣ୍ଡଳେ ।୫୨।ବେନି ପ୍ରହର ବେଳ କମଳ ଲୋଚନ ଦିବାକରଅର୍ଘ୍ୟେକ ଘେନି କୀଞ୍ଚକ ନବରୁ ବାହାର ।୫୩।ପଚ୍ଛିମ ମୂରତି ଯେ ସ୍ୱାମୀ ଦନମଣିକୀଞ୍ଚେକ ପ୍ରଣପତ୍ୟ କରଇ ସ୍ତୁତିବାଣୀ ।୫୪।ଜୟତୁ ଭାସ୍କର ଗଗନ ଲିଙ୍ଗ ଆଦିଯୋଗୀଜନ ଚିନ୍ତାମଣି ତଲୟେ ସମ୍ପାଦି ।୫୫।ଜୟ ଜୟତୁ ତିମିର ବିଦାରଣ ମାରତଣ୍ଡଶୃଙ୍ଗାର ସମ୍ପାଦିଣ ନାଥ ତ୍ରିପୁତି କର ପିଣ୍ଡ ।୫୬।ସ୍ୱାମୀ ତୁ ଯେ ହରିଲୁ ଗଉତମଂକର ପତ୍ନୀତୋହୋରେ ଗୃହଭଗ୍ନ ହୋଇଲେ ଗଉତମ ମହାମୁନି ।୫୭।ସ୍ୱାମୀ ୟେମନ୍ତ ଅଟଇନା ପର ଦାର ଅବସ୍ଥାତୁ ଦେବ ଆପଣେ ଯେ କରତା ବିହନ୍ତା ।୫୮।ସ୍ୱାମୀ ସଇରିନ୍ଧ୍ରୀ ନିମନ୍ତେଣ ମୋହୋର ବିକୋତଇ ପଞ୍ଚୁଆତ୍ମାବେଗ ହୋଇ ଅସ୍ତ ହୋଉକିନା ମହାତମା ।୫୯।ସଇରିନ୍ଧ୍ରୀ ତୁଲେ ମୁଂ ଯେ କରିବି ରତିରଙ୍ଗମେରୁ ପ୍ରତିକ୍ଷଣ କରିବା ଦେବ ବେଗ ।୬୦।ସଂଗ୍ୟାର ବଲ୍ଲଭ ତଲୟେ ମମହୃଦେଯମଦଣ୍ଡୁ ବଞ୍ଚିବି ନାଥ ତବ ପରସାଦେ ।୬୧।ଦିବସେ ଦିବାକର ଯାହାର ନାମଗୋଟିଶୂଦ୍ରମୁନି ସାରୋଳା ଦାସ ତବ ଚରଣ ତଳେ ଲୋଟି ।୬୨।ଦିନକର ନାଥଂକୁ ବହୁତ ବିନୟେ କରିନିଜ ମନ୍ଦିରେ ପୁଣି ଗମଇ ବାହୁଡ଼ି ।୬୩।ଚତୃଦଶ ଘଡ଼ି ଦିନକର ନାଥ ଗମିପୁଣ ପୁଣ ଆନ ବେଶ କୀଞ୍ଚେକ ମତିଭ୍ରମି ।୬୪।ସୁଶୀତଳ ଜଳେ ପଖାଳଇ ତାହାର କାୟେମୃଗଲାଭ କସ୍ତୁରୀ କ୍ଷଣେ କ୍ଷଣେ ଲେପନ ହୋୟେ କାୟେ ।୬୫।କ୍ଷଣେ କ୍ଷଣେ ଚତୁସମ କ୍ଷଣକେ ଆନରାଭାଆନ ଆନ ଅଳଂକାର ଆଭରଣେ ହୋଇ ବୀର ପ୍ରଭା ।୬୬।ପୁଣ ପୁଣ ବାହାର ହୋଅଇ କରେଣ ଅର୍ଘ୍ୟେକ ସେ ଘେନିସ୍ୱାମୀ କମଳକର ବହନ ହୋଉକିନା ରୟଣୀ ।୬୭।ତୁ ଦେବ ବିହନ୍ତା ପୁରୁଷ ଆଦି ଅନାଦି ଭାନୁପୁରୁଷଂକର ବିରହ କଷ୍ଟ ପ୍ରତକ୍ଷେ ତୁହି ଜାଣୁ ।୬୮।ସଂଗ୍ୟାର ନିମନ୍ତେ ଦେବ ବସିଲୁ ଯାଇ କୁନ୍ଦେଅନେଶ୍ୱତ କରିଣ କଲୁ ଦେବ ଛେଦେ ।୬୯।ଜ୍ୟୋତିଲିଙ୍ଗ ନାମ ବହିଲୁ ଦେବ ତୁହିଶତେ ସହସ୍ର କିରଣ ଶରୀରେ ଦେବେବହି ।୭୦।ଗଗନ ଆଧିନାଥ ନମସ୍ତେ ନମସ୍ତେମମ ପ୍ରାଣରକ୍ଷା ହୋଉ ବହନ ହୋଇବା ଅସ୍ତେ ।୭୧।ପୁଣି ଯାଇ ପ୍ରବେଶ ହୋଇଲା ନିଜପୁରୀନେଉଟି ପୁଣ ବହୁଡ଼ି ଆସଇ ସଇନ୍ଧିରୀ ।୭୨।ଛନ୍ନ ଛନ୍ନ ମନ ଅଚେତ ଚିତ୍ତ ଭାବୁଂକ୍ଷଣେ କ୍ଷଣେ ବେଶ ବେଶନ କାଢି ପକାୟେ ସବୁ ।୭୩।ପୁଣି ବିଚାରଇ ସଇରିନ୍ଧ୍ରୀ ଅଇଲେଦେଖି ଦୂଷିବ ମୋତେ ଶରୀରେ ଅଳଂକାର ନ ଥିଲେ ।୭୪।ପୁଣ ପୁଣ ଆନ ବେଶ ହୋଅଇ କ୍ଷଣେ କ୍ଷଣେପୁରୁ ବାହାର ହୋଇ ଚାହଂଇ ଗଗନେ ।୭୫।ପଞ୍ଚଦଶ ଘଡ଼ି ରବି ବିଜୟେ ଅଂଶୁମାଳୀରାଗେଣ କୀଞ୍ଚକ ସ୍ୱାମୀକି ଦିଲା ଗାଳି ।୭୬।ତୁହୋ ଦିନକର ନାଥ ଅଟୁସି ବଡ଼ ଦୋଷୀକିମ୍ପା ଆନେ ତୋତେ ଶାପ ଦିଲେ ଗଉତମ ମହଋଷି ।୭୭।ପ୍ରଳମ୍ବା ବିବାଦେ ତୋତେ ଗିଳିଲା ସୁବାହୁଜାତି ଜାଣିଣ ତୋତେ ଗରାସଇ ଯେ ରାହୁ ।୭୮।ଅହିଲାକୁ ହରିଲୁ ତୁ ଅତି ଭଣ୍ଡୁପଣେଗଉତମ ଶାପ୍ୟ ତୋତେ ଦିଲେ ସେ କାରଣେ ।୭୯।ଚନ୍ଦ୍ରଭାଗା ଅର୍କତୀର୍ଥେ ହୋଉ ତୁ କୋଣାଅର୍କ ମୂରତିଭାସ୍କର ପୁରାଣେ ତୁ ହୋଉଥାଉ ତ୍ରିପୁତି ।୮୦।ମକର ମାସ ଶୁକଳ ପକ୍ଷ ସଂକ୍ରମଣ ସପତମୀମିଳନ୍ତି ବହୁତ ଜନେ ଭଗତି ଚିତ୍ତେ ସ୍ୱାମୀ ।୮୧।ପଞ୍ଚବିଂଶ ସହସ୍ର ଭଣ୍ଡ ପୁରାଣ ଗ୍ରନ୍ଥତୋହୋର ଛାମୁରେ ସେ ହୋଇଥାଇ ଉକତ ।୮୨।ୟେସନେକ ବେଭାର ଅଟଇ ତୋହୋର କଥାଆକାଶର ମାର୍ଗେ ତୁ ଯେ ଅଧର୍ମ ଦେବତା ।୮୩।ଭାରିଯାର ନିମନ୍ତେ ତୁ କ୍ଷୀନ୍ନକଲୁ କାୟାଭଗତ ଜନମାନଂକୁ ତୋହୋର ନ ବସଇ ଦୟା ।୮୪।ହାଥ ପାଇବା ଯାୟେ ଥାଆନ୍ତୁ ଯେବେ କତିରାଗ ଶାନ୍ତି ହୁଅନ୍ତା ଦିଅନ୍ତି ତୋତେ ଶାସ୍ତି ।୮୫।ଦିନକର ନାଥ ଯହୁଂ ମେରୁ ଅସ୍ତଗଲାବାହୁଡ଼ି କୀଞ୍ଚକ ନିଜ ପୁରେ ପ୍ରବେଶିଲା ।୮୬।ପୁଣ ଆନ ବେଶ ବେଶନ କୀଞ୍ଚକ ସେନାପତିସଇରିନ୍ଧ୍ରୀ ବ୍ୟତିରେକ ତାହାର ଆନେ ନାହିଂ ମତି ।୮୭।ୟେଥୁ ଅନନ୍ତରେ ଯେ ପାଣ୍ଡବ ସୂପକାରବେଳଥାଉଂ ସାରିଲା ସେ ରାନ୍ଧଣା ଯୋଗାଡ଼ ।୮୮।ସୁଶୀତଳ ଜଳରେ ପଖାଳିଲା ତାର କାୟେକୀଞ୍ଚକ ବିହୁନେ ତାହାର ଆନ ନାହିଂ ଲୟେ ।୮୯।ବଲ୍ଲଭ ବୋଇଲା ବ୍ରାହ୍ଣଣ ମାନନ୍ତ ସେ ରାଇଶରୀରକୁ ମୋର ବଡ଼ ଆଳସ ଲାଗଇ ।୯୦।ରାନ୍ଧଣା ବିଧାନ ହୋ ସରିଲା ମୋହୋରିମୁଣୋହିଂ କରାଅ ୟେବେ ମଚ୍ଛଦଣ୍ଡଧାରୀ ।୯୧।ରାଜାକୁ ମୁଣୋହି ଯେବେ କରାଇବ ଯୁଗତିଯେବେ ସଂଖୋଳା ମୋତେ କରଇ ମଚ୍ଛପତି ।୯୨।ଶରୀରକୁ ଅସୁସ୍ତ କହିବ ମୋତ ଜାଣିୟେମନ୍ତ ବୋଇଲା ସେ ପାଣ୍ଡବ ବୀରମଣି ।୯୩।ରାନ୍ଧଣା ଯୋଗାଡ଼ ଯେ ବାହାର ପୁରେ ଥାଇଆପଣା ରାନ୍ଧଣା ଯେ ରୋଷୁଅରେ ଚଳାଇ ।୯୪।ବେଳେକ ମୁଣୋହି କରିଥିଲେ ନୃପବରପଖାଳ ମୁଣୋହି ଯେ ବେଗକରି କର ।୯୫।ଆପଣେ ମୁଣୋହି ସେ କଲା ବୀର ତହିଂକୀଞ୍ଚକ ବିନୁ ତାହାର ଆନେ ଚିତ୍ତ ନାହିଂ ।୯୬।ରାଜାକୁ ପଖାଳ ମୁଣୋହିଂ ଯେ କରାଇ ବୀରମଣିପହରକ ଉତ୍ତାରେ ଯେ ପାଞ୍ଚଘଡ଼ି ରୟେଣୀ ।୯୭।ନଦୀର ତୀରେ ଯାର ପବନ ତନୟେସୁଶୀତଳ ଜଳେ ପଖାଳିଲା ନିଜ କାୟେ ।୯୮।ସୁମରଇ ପାବେନି ପିତା ଯେ ପବନମରୁତ ଦେବତା ଆସି ମିଳିଲେ ବହନ ସନ୍ନିଧ୍ୟ୍ୟାନ ।୯୯।ପ୍ରଣପତ୍ୟ ହୋଇସେ ବୋଇଲେ ବୀରମଣିନାଟପା ମନ୍ଦିରେ ତୁମ୍ଭେ ଯାଅ ୟେହିକ୍ଷଣି ।୧୦୦।ଅର୍ଜୁନର ତହୁଂ ସେ କାଞ୍ଚଲୀ ସଜ ଆଣସ୍ତୀରିବେଶେ ମାରିବି ଯାଇଂ କୀଞ୍ଚକ ମହାରାଣ ।୧୦୧।ପବନ ବୋଇଲା ଆଣିଦେବି ୟେହିକ୍ଷଣିପୃଥିକି ଭାରା ସେ ମୂଢ ମାର ବୀରମଣି ।୧୦୨।ନାଟପା ମନ୍ଦିରେ ଯାଇ ବିଜୟେ ସମୀରଉର୍ବଶୀର ତେଜକାନ୍ତି ଅର୍ଜୁନ ଶରୀର ।୧୦୩।ଶିରରେ ସୀମଚ୍ଛିନୀ ସେ ମୁକୁତାର ଜାଲିନେତେର ସୁସଞ୍ଚ ସେ ରତ୍ନର କାଞ୍ଚଲୀ ।୧୦୪।ଅର୍ଜୁନର ତହୁଂ ତାହା ସେ ଆଣିଲା ପବନବେଗେ ଆଭରଣ ଯେ ଭୀମସେନ ଶରୀରେଣ ।୧୦୫।ସ୍ତିରୀବେଶ ଅଳଂକାର ହୋଇଣ ବଲ୍ଳଭତ୍ରଇଲୋକର ମଧ୍ୟ୍ୟେ ଯାହାର ମଣିମାଂ ଦୁଲଭ ।୧୦୬।କବେରୀ ଭାର ଖୋଷା ଖୋଷିଣ ପାଞ୍ଚାଳପ୍ରବନ୍ଧ କୁନ୍ଦ ଫରୁଆ ଭରିଲା କାଞ୍ଚଲୀ ବକ୍ଷସ୍ଥଳ ।୧୦୭।ଚନ୍ଦନ କର୍ପୂର ଚତୁସମ ମୃଗନାଭ କସ୍ତୁରୀଗନ୍ଧରସ ଜୁଆଦ ସମସ୍ତ ଶରୀରେ ଲେପନ କରି ।୧୦୮।ଚିକୁର ବକ୍ର ଚାହାଂଣୀ ଗଭାରେ ଖଞ୍ଜିଲା ସେବତୀପବନ ଦେବତା ଆଣି ପାଦେ ଖଞ୍ଜିଲା ତଡ଼ତି ।୧୦୯।ଚମ୍ପକ ବକୁଳ ମଲ୍ଲୀ ଯାତୀ ଯୂଥୀ ସେବତୀସମସ୍ତ କୁସୁମ ଘେନି ଖୋଷା ସାଞ୍ଜୋଆନ୍ତି ।୧୧୦।ଶିରରେ ମୁକୁତାର ଜାଲି ଶୋହେ ଲଲାଟ ପାଚିକର୍ଣ୍ଣେକ ଗନ୍ଧର୍ବ ତଡ଼କୀ ହୃଦେ କଣୟ ମାଳଗୋଟି ।୧୧୧।ଭୁଜେଣ ଶୋଭିତ ଯେ କଣୟ ରତ୍ନଚୁଡ଼ିପାଦରେ ନୂପୁର ରୁଣଝୁଣ ଝୁଣ୍ଟିଆ ଡାକପାଡ଼ି ।୧୧୨।ଝୀନବସନ ପରିହରଣ ପାଣ୍ଡବ ସୁନ୍ଦରଋକ୍ଷଭ ମାସ ଶୁକୁପକ୍ଷ ଦଶମୀ ତିଥିର ।୧୧୩।ଅର୍କବାରେ ସେ ଦିନ ଯେ ନକ୍ଷତ୍ର ନାମ ହସ୍ତାରାତ୍ର ପାଞ୍ଚ ଘଡ଼ିରେ ଚଳଇ ପାଣ୍ଡବ ବଳବନ୍ତା ।୧୧୪।ଉତ୍ସବ ନବରେ ସେ ପ୍ରବେଶ ନିଶାକାଳେରୂପ ଦେଖି ଭୟେ ଦ୍ୱାର ଛାଡ଼ିଲେ ଦ୍ୱାରପାଳେ ।୧୧୫।ଶୟନ ମନ୍ଦିରେ ସେ ପ୍ରବେଶ ବଲ୍ଲଭଦେଖଇ ପରିମଳ ପୁର ଅତୀୟ ସୁଲଭ ।୧୧୬।ଜଳନ୍ତି ଦୀପାଳୀ ଯେ ମନ୍ଦିର ଚଉକତିଭୀମସେନ ନ ଦେଖିଲା କୀଞ୍ଚକ ସେନାପତି ।୧୧୭।ବିଚାରଇ ସୂପକାର ସେ ନୁଆସି ଆସିକରି ଗଲାୟେ ମୋହୋର ଆସିବାରେ ଅବା ବିଳମ୍ବ ହୋଇଲା ।୧୧୮।ଦିବ୍ୟ ପଲଂକେ ପଡିଛି ଶେଯ ଯେ ସୁପାତିଶରଧେ ଶୁତିଲା ତହିଂ ପାଣ୍ଡବ ଭୋଳମତି ।୧୧୯।ଜଳନ୍ତା ଦୀପାବଳୀ ଯେ ସମସ୍ତ ନିବାଇଂନିଚିନ୍ତେଣ ଭୀମସେନ ଯେ ଶୋଅଇ ନିଦ୍ରାଯାଇ ।୧୨୦।ଦ୍ୱାରେ ପଶନ୍ତେଣ ଲିହିଅଛି ଭୀମସେନୟେସନେକ ଲଂଘନ୍ତେ ତୋର ପୂରିବ ଜୀବନ ।୧୨୧।ୟେଥୁ ଅନନ୍ତରେ ରାତ୍ର ଦ୍ୱାଦଶ ଦଣ୍ଡରକାଳବେଳା ହୋଇଅଛି ଗମନ ଶନିଶ୍ଚର ।୧୨୨।ଅନେକ ବେଶ ବେଶନ କୀଞ୍ଚକ ସେନାପତିପୁରୁ ବାହାର ହୋଇଲା ଦେଢ ପହର ରାତି ।୧୨୩।ଆଲଟ ଚାମର ଯେ ଢାଳନ୍ତି ଯୁବତୀଅନେକ ହୁଳା ସେ ଲାଗିଲା ଚଉକତି ।୧୨୪।ମଦନ ଆରତେ କୀଞ୍ଚକ ବାହାର ହୋଇଲାପ୍ରଥମେ ପାଦ ବଢାନ୍ତେ କୀଞ୍ଚକ ଆପଣେ ଛିଂକିଲା ।୧୨୫।କାମରେ ବିଭୋଳେ ସେ ନ ମଣଇ କିଛିମଧୁର ଲୁବୁଧେ ଯେହ୍ନେ ପଢଇ କୀଟମାଛି ।୧୨୬।ନବରୁ ବାହାର ହୁଅନ୍ତେ କୀଞ୍ଚକ ପଚ୍ଛିମ ମୂରତିଫେରୁଧରି ଉଭା ଉଡଙ୍ଗ ଦେଇ ମହାଛତ୍ରୀ ।୧୨୭।ବାଟ ଛାଡ଼ିଣ ବୀର ଗମଇ ରତି ଆଶେବଇଲ ବନ୍ଧନ ଯେହ୍ନେ ଗମଇ ସନ୍ତୋଷେ ।୧୨୮।ଆଗରେ ଝିଂକନ୍ତି ଯେ ବିଧବା ବନିତାଅଦଭୁତେ ଉଲୁକ ଡାକ ଦିଅଇ ଅପ୍ରମିତା ।୧୨୯।ଛାମୁରେ ବିକଟାଳେ ସେ ରୁବନ୍ତି ଭେରଣ୍ଡାଭୁଜରୁ ଝଡ଼ି ପଡିଲା ତାର ଝମକାନ୍ତେ ଖଣ୍ଡା ।୧୩୦।ଆଣ୍ଠୁରେ ପଡିଣ ତାହାର ବହଇ ରୁଧିରରଣ ମାତଙ୍ଗ ଜାଣି ସେ କାମେଣ ଆତୁର ।୧୩୧।ବାମ ନୟନ ତାର ଘନ ଘନ ଫୁରିପଛେଣ ରହି ଶ୍ୱାନେ ଦିଅନ୍ତି ବିକଟାଳ ରଡ଼ି ।୧୩୨।ଛାମୁରେ କହିଲା ଆସି ପ୍ରିୟମ୍ବଦା ମୁଦୁସୁଲୀସ୍ୱାମୀ ବଡାଇ ଅଶୁଭ ମୁହିଂ ସଂକୁନ୍ୟ ଦେଖିଲି ।୧୩୩।ସ୍ୱାମୀ ୟେମନ୍ତେ ଅନକୂଳେ ଯେ ପଥ ବାହି ଯାଇଂଗଲେ ବାହୁଡ଼ି ନୁଆସଇ ଆବର ଜୀବନ ନପାଇ ।୧୩୪।ସ୍ୱାମୀ ଆବର କଥାୟେକ ଶୁଣିମା ମହାଛତ୍ରୀଦୁରାପଦ ସପନ ଗୋଟାୟେ ଦେଖିଲଇଂ ଆଜ ରାତି ।୧୩୫।ସ୍ୱାମୀ ଯାଉଂ ଯାଉଂ ପଡ଼ିଲେ ତୁମ୍ଭେ ଗମ୍ଭୀର ଅଗାଦେଅସ୍ଥିମାଳା ଗୋଟାୟେକ ଲୁଳେ ତୁମ୍ଭ ହୃଦେ ।୧୩୬।ସ୍ୱାମୀ ହାତରୁଂ ବେନିଚୂଡ଼ି ତୁଟାଇ ଠାକୁରାଣୀତୁମ୍ଭର ଶିରେ ତାହା ନିବେଶିଲେ ଆଣି ।୧୩୭।ସେ ଜୀର୍ଣ୍ଣକୂପରୁ କାଢି ଆଣିଲା ୟେକବୀରେଅସ୍ତି ମାୟେଂସ ଲୋଚାକରି ତୁମ୍ଭଂକୁ ଚାପିଲା କାଖରେ ।୧୩୮।ସ୍ୱାମୀ କୁଟୁମ୍ବପାଳ ତୁମ୍ଭର ୟେକନାବେ ଯାନ୍ତେ ବସିମଝି ନଦୀରେ ନାବ ଭାସି ସର୍ବେ ହୋଇଲେକ ଧ୍ୱଂସି ।୧୩୯।ଅନେକ ବିପତ୍ତି ବୋଲି ଯେ କହିଲା ପ୍ରିୟମ୍ବଦାରୋଷେ କୀଞ୍ଚକ ଶୁଣି ବୁଲାଇଲା ବେନିଗଦା ।୧୪୦।ବୁଲାବନ୍ତେ ଗଦା ଯେ କପାଳେ ତାହାର ବାଜିଲଲାଟ ପାଟିରୁ ବାହାର ରୁଧିର ଗଳଗାଜି ।୧୪୧।କୀଞ୍ଚକ ବିମୁଖେ ଗଦା ଯେ ହାଥରୁ ପକାଇଲାମୁଦୁସୁଲୀ ବହୁତ ତିଆରି କହିଲା ।୧୪୨।ତାହାର ବଚନ ସେ କେବେହେଂ ନ ଶୁଣଇବଧିର ଆଗରେ କମ୍ବୁ ଶବଦ କି ବାଇ ।୧୪୩।ଯେତେବେଳେ ପ୍ରାଣ ଛାଡ଼ି ଲୋଡ଼ଇ ନିଜ ଦେହୀପୁତ୍ର ବଧୂ ଭାରିଯା ମୁହାଂସ ଛାଡ଼େ ସେହି ।୧୪୪।ଅନ୍ଧ ପଟଳ ଯେହ୍ନେ ଲାଗଇ ସନ୍ଦେହବନ୍ଧୁ ସହୋଦ୍ର ଦେଖିଲେ ଆବର ନ ବଢାନ୍ତି ସେ ମୋହ ।୧୪୫।ୟେତେ ଉତପାତ ଅପ୍ରମାଣ ହୃଦେକିଛିହିଂ ନ ଜାଣଇ ସେ ମଦନ ବିଷାଦେ ।୧୪୬।ୟେତେକ ବିପଦ କଥା ସେ ପ୍ରିୟମ୍ବଦା କହଇୟେମାନ କିଛିହିଂ ସେ ମନରେ ନ ଘେନଇ ।୧୪୭।ୟେସନେକ ବେଳେ ବାଆ ଯେ ବହିଲା ଅଦ୍ଭୁତେଦିହୁଡ଼ି ହୁଳାମାନେ ଯେ ଲିଭିଲେ ସମସ୍ତେ ।୧୪୮।ଅନ୍ଧାର ମନ୍ଦିର ଯେ ବିଜୟେ ବୀରଚାପେପୁର ଚଉକତି ଦରାଣ୍ଡଇ ବୀର ଦର୍ପେ ।୧୪୯।ସଇରିନ୍ଧ୍ରୀ ସଇରିନ୍ଧ୍ରୀ କୋମଳେ ଦିଅଇ ହାକରେ ପ୍ରାଣ ବଲ୍ଲଭୀ ମୋହୋର ପଞ୍ଚୁପ୍ରାଣ ରଖ ।୧୫୦।ବଚନ ସମସ୍ୟା ନ ପାଇ କୀଞ୍ଚକ ବୋଇଲାନିହାଇ ଆସଇ କି ଆସିଣ ବାହୁଡ଼ିଣ ଗଲା ।୧୫୧।ଦ୍ୱାରପାଳେ ବୋଇଲେ ଆମ୍ଭ ସମସ୍ତେ ଦେଖିଲୁ ପ୍ରତକ୍ଷେଠାକୁରାଣୀଂକି ଦେଖି ଆମ୍ଭେ ହୋଇଲୁ ଅନ୍ତର୍ଗତେ ।୧୫୨।ଦୃଢକରି କୀଞ୍ଚକ ଦରାଣ୍ଡଇ ବେନିହାଥେନିଜ ଭୁଜ ପଡିଲା ଯାଇଂ ଭୀମସେନର ଗାତ୍ରେ ।୧୫୩।ଦରିଦ୍ର ହାଥେ ଯେହ୍ନେ ପଡ଼ିଲାକ ନିଧିତେସନେକେ କୀଞ୍ଚକକୁ ପ୍ରାପତ ସମ୍ପ୍ରଦ୍ଧି ।୧୫୪।ଆଶ୍ୱାସି ଶିରେ ନେଇ ଦିଲା ଦକ୍ଷିଣ କରଆକୋଂଚିତ କବେରୀ ଯେ ସୁସଞ୍ଚ ଖୋପା ଚିକୁର ।୧୫୫।ଆରେ ସଖି ତୁ ମୋହୋର ପଞ୍ଚୁପ୍ରାଣ ସମୟେ ପ୍ରବନ୍ଧ ଖୋପା ଯେ ତୋର ଘେନିଯାଇ ଆପାଦ ମମ ।୧୫୬।ୟେ ଗଣ୍ଡସ୍ଥଳ କପାଳ ତୋର ରସାଣିଲା ସୁବର୍ଣ୍ଣ ଜାଣିତହିଂର ଆପାଦ ମୁଂ ଘେନଇ ସଂଘାତୁଣୀ ।୧୫୭।ଆରକ୍ତ ଅବଲୋକନ ତୋହୋର ଚକ୍ଷୁ ବେନିତହିଂର ଆପାଦ ସଖିରେ ମୁଂ ଯାଇକିନା ଘେନି ।୧୫୮।ଅତୁଟିତ ତିଳଫୁଲ ଦିଶଇ ତୋହୋର ନାସାତହିଂର ନିଉଛାଣି ମୁଂ ଯାଇକିନା ମନୀଷା ।୧୫୯।ପଂକୁ ବିମ୍ବପଳ ଜାଣି ତୋହୋର ଅଧରତହିଂର ଆପାଦ ଯେ ପଡୁ ମମ ଶିର ।୧୬୦।ପାଚିଲା ଡାଳିମ୍ବ ବୀଜ ଜାଣି ତୋହୋର ଦଶନତହିଂର ଆପାଦ ମୁଂ ଘେନି ଯାଇଂ କିନା ପୁଣ ।୧୬୧।ସଞ୍ଚ ପୋୟେଳା ଜାଣି ତୋହୋର ରସନାତହିଂରେ ନଉଛାଣି ଯିବି ରେ ବରାଙ୍ଗନା ।୧୬୨।ଲୁଳିତ କଣୟ କାପ ଶ୍ରବଣ ଗଣ୍ଡସ୍ଥଳତହିଂର ଆପାଦ ମୋର ପଡ଼ୁ ବକ୍ଷସ୍ଥଳ ।୧୬୩।ଅଣ୍ଡିର କୋକିଳ ଜାଣି ତ ବାଣୀ ସୁସ୍ୱରତହିଂରେ ନିଉଛାଣି ପଡୁ ମୋହୋର ମାଥର ।୧୬୪।ଘଟଣ କୁନ୍ଦ ଜାଣି ତୋହୋର ସ୍ଥଳଗଣ୍ଡାସୁସ୍ୱର କର୍ଣ୍ଣଗୋଟି ତୋହୋର ଯାଇ ପରିମୁଣ୍ଡା ।୧୬୫।କମଳ ମୃଣାଳ ଜାଣି ତୋହୋର ବେନିବାହାତହିଂର ଆପାଦ ପଡୁ ୟେ ମୋହୋର କାୟା ।୧୬୬।କନକ ଚମ୍ପକ ଜାଇପାଖୁଡା ପ୍ରାୟେ ଅଙ୍ଗୁଳି ନଖମୁହିଂ ତହିଂର ନିଉଛଣା ଯାଇ ରେ ନିରେଖ ।୧୬୭।ଆରମ୍ଭ ବକ୍ଷସ୍ଥଳ ସୁବଟୁଳ ସ୍ତନପାଖୁତହିଂର ଆପାଦମାନ ପଡୁ ମମ ଚଛୁ ।୧୬୮।ଘଟଣା କୁମ୍ଭପ୍ରାୟେ ତୋହୋର କୁଚ ଯୁଗଳତହିଂର ଆପଦ ମୋର ପଡୁ ବକ୍ଷସ୍ଥଳ ।୧୬୯।ସଂକୀର୍ଣ୍ଣ ମଝା ଯେ କୃପଣର ଦାନ ଜାଣିତହିଂର ନିଉଛାଣି ଘେନଇରେ ସଂଘାତୁଣୀ ।୧୭୦।ସୁଲଳିତ ଜାଣିଣ ତୋହୋର କୋମଳ ପିଠିୟେଥିର ଆପାଦ ପଡ଼ଇ କିନା ମୋର ଦୃଷ୍ଟି ।୧୭୧।ଆରମ୍ଭ ବିସ୍ତାର ସଖି ତୋହୋର ବେନିଜାନୁତହିଂର ନିଉଛଣା ପଡ଼ଇ କିନା ମୋହୋର କୁରୁଶାନୁ ।୧୭୨।ସୁଲଳିତ ଲୀଳା ତୋର ଚାଲନ୍ତେ ସିଂଘଗତିତହିଂର ନିଉଛୁଣାଂ ମୁଂ ଯାଇକିନା ନିତି ।୧୭୩।ଭ୍ରମର ପୋକ ଜାଣି ତୋହୋର ହୃଦୟ ରୋମାବଳୀତହିଂର ନିଉଛୁଣା ଯାଇଂ ନିତିଓଳି ।୧୭୪।ରକତ କୁମୁଦ ପ୍ରାୟେ ପାଦ ତଳିର ରେଖିତହିଂର ନିଉଛଣା ମୁଂ ଯାଇ କିନା ସଖୀ ।୧୭୫।ପୟରେ ଅଙ୍ଗୁଳି ତୋହୋର ସୁଘଟିତ ପୋୟେଳାୟେଥିର ଚିହ୍ନ ମୋହୋର ବସୁ ବକ୍ଷସ୍ଥଳା ।୧୭୬।ଅନେକ ଚାଟୁ ବଚନ କୀଞ୍ଚକ ବାଉନିପୁରୁଷ ବିରହିତା ନବମ ଅବସ୍ତା ଅଛି ଘେନି ।୧୭୭।ପୁଣ ପୁଣ ବୋଲଇ ସଖୀ ମୁହିଂ ବଡ ଦୋଷୀଅପାର ବିଳମ୍ବ କଲି ଦେଢ ପହର ହେଲା ନିଶି ।୧୭୮।ତହିଂକି କୋପ ମୋତେ ହୋଇଲା କି ତୋହୋର ମନନିଜ ଭୁଜ ଘେନି ମୋତେ କରସି ଗୋ ବନ୍ଧନ ।୧୭୯।ନଖ ଦନ୍ତଘାତେ ବିକୋତ ମୋହୋର ଦେହନୟନ ବାଣ ବିନ୍ଧ ମୋର ବଢୁ ଯେ ସେନେହ ।୧୮୦।ସଖି ରତିବନ୍ଧେ ପାଡ଼ିଣ ବକ୍ଷସ୍ଥଳେ ମୋହୋର ବସହୃଦଖଣ୍ଡ ବିଦାର ପୂରୁ ତୋହୋର ଆକ୍ରୋଶ ।୧୮୧।ପୁରୁଷ ଦର୍ପ ଭଞ୍ଜନୀ କି ସାଧୁ ଯୋଗମୁଦ୍ରାବିରହିତା ବାମା ହୋଇ କିମର୍ଥେ ୟେଡ଼େ ନିଦ୍ରା ।୧୮୨।ଅନେକ ଚାଟୁ ବଚନ କହଇ ମଦନ ଆରତେଆବୋରି ଶୁତିଲା ଥନ ଆଉଂସି ବାମହାଥେ ।୧୮୩।ଉପରେ ନଦିଲା ନେଇ ବାମ ପାଦଗୋଟିଦକ୍ଷିଣ ହାଥେ ଫେଡଇ ନୀବିବନ୍ଧ ଗୋଟି ।୧୮୪।କଦଳୀ ଫଳ ପ୍ରାୟେ ଲାଗିଲା ତାର ହାଥେକୀଞ୍ଚକ ବୋଇଲା ୟେତ ସ୍ତିରୀ ନୋହୋଇ ଯୁଗତେ ।୧୮୫।ଯୋନିମାର୍ଗେ ହାଥ ଦିଅନ୍ତେ ପୁରୁଷ ଲକ୍ଷଣ ଅଛିସଇରିନ୍ଧ୍ରୀ ନୁହଇ ବୋଲି ସେ ମନେ ବିଚାରୁଛି ।୧୮୬।କଦଳୀ ପତ୍ର ଜାଣି କମ୍ପଇ ତାର ଅଙ୍ଗଗର୍ଜନ ନାଦ କରି ଯେହ୍ନେ ଉଠଇ ନରସିଂଘ ।୧୮୭।କୀଞ୍ଚକ ମଉନବ୍ରତ ହୋଇଛି ମତିଭ୍ରମେକିଛିହିଂ ନ ଜାଣଇ ସେ କାମର ଅସାଷ୍ଟମେ ।୧୮୮।ଶୁଣ ହୋ ଚଇତନ କାମର ଅବସ୍ଥା ୟେହେନ୍ନେକୀଞ୍ଚକ ବାରି ନୁଆରିଲା ସ୍ତିରୀ ପୁରୁଷ ଅଙ୍ଗ କେହ୍ନେ ।୧୮୯।ଭୀମସେନ କୀଞ୍ଚକକୁ ପାଡ଼ିଲା ଆକ୍ରେଷିଲେଉଟାଇ କୀଞ୍ଚକ ଯେ ଭୀମକୁ ମାଡ଼ିବସି ।୧୯୦।ହୃଦୟେଣ ବସି ମୁଖେ ଭିତି ଦିଅଇ ଚୁମ୍ବନବିଚାରି ବୁଝିଲା ୟେତ ବଡ଼ାଇ ଆରମ୍ଭିଲା ମାନ ।୧୯୧।ଶତଶୃଙ୍ଗ ଶାପ୍ୟ ଯେ ଦେଇଛି ବାଳକାଳେତଦଦୋଷେ ଭୀମସେନ ପଡ଼ିଅଛି ତଳେ ।୧୯୨।ପୁଣ ପୁଣ କୀଞ୍ଚକ ଚୁମ୍ବନ ଦିଅଇ ଯେ ମୁଖେଶରୀର ବୁଡ଼ିଲା ତାହାର କାମରସେ ଦୁଖେ ।୧୯୩।ଶତଶୃଙ୍ଗ ପର୍ବତକୁ ଭୀମ କଲା ସୁମରଣବ୍ରିକୋଦର ମୂରତି ଭୀମ ବିକାଶିଲା ତତକ୍ଷଣ ।୧୯୪।ଥମ୍ବୁ ନରସିଂଘ ଦେଖି ଯେହ୍ନେ ହରଣ୍ୟକଶିପୁଆକ୍ରେଷଣେ ବଢିଲା ଯେହ୍ନେ ନବ ସହସ୍ର ଯୋଜନ ବପୁ ।୧୯୫।ତେସନେକ ପରାୟେ ଯେ ସୂପକାର ବଲ୍ଲଭଗୁପତ ପ୍ରତଗ୍ୟାଂ ସେ କରଇ ଦେବଂକୁ ଦୁର୍ଲଭ ।୧୯୬।ଧାତିକାରେ କୀଞ୍ଚକକୁ ପାଡ଼ିଲା କୋପାନଳେରେ ରେ କାର କରି ମାଡ଼ିବସିଲା ବକ୍ଷସ୍ଥଳେ ।୧୯୭।ଅଧର ପୁଷ୍ଟ କରି ଚାପଇ ବୀର ଦନ୍ତମହାମତ୍ତ ଗଜପ୍ରାୟେ କରଇ ସିଦ୍ଧାନ୍ତ ।୧୯୮।ରେ ରେ ମାନବା ରେ ୟେଡ଼େକ ତୋହୋର ଦର୍ପହୀନଜନ ହୋଇ ରେ ବୋଲାଉ ୟେତେ ଚାପ ।୧୯୯।ଆରେ ଆରେ ମାନବା ଭାରିଯା ମୋହୋର ହରୁକିଞ୍ଚିତ ପ୍ରାକ୍ରମେ ତୁ ଚାଳିତେ ଲୋଡୁ ମେରୁ ।୨୦୦।ଆରେ ଆରେ ମାନବା ତୁ ୟେଡ଼େତ ଭରସୁଦେଖୁଂ ଦେଖୁଂ ଅନଳ ଭିତରେ କେହ୍ନେ ପଶୁ ।୨୦୧।ରେ ରେ ମାନବା ସରିଲା ତୋହୋର ଜୀବକେ ତୋତେ ରକ୍ଷାକରୁ ବିଧାତା ଇନ୍ଦ୍ର ଶିବ ।୨୦୨।ରେ ରେ ମାନବା ନ ଜାଣୁ ପଞ୍ଚଗନ୍ଧର୍ବ ଅଛନ୍ତି ବୋଲିଶୁଣିକରି ବଣା ହୋଇଲୁ ସଇରିନ୍ଧ୍ରୀ କହିଲା ତୋତେ କାଲି ।୨୦୩।ରେ ରେ ମାନବା ସୁମର ତୋହୋର ମାତାପିତାରେ ରେ ମାନବା ସୁମର ତୋହୋର ଇଷ୍ଟ ଦେବତା ।୨୦୪।ଆରେ ଆରେ ମାନବା ପୂରିଲା ତୋହୋର ମନବାଞ୍ଛାଆୟିଷ ପୂରିଲା ୟେବେ ତୋତେ କେହୁ କରୁ ରକ୍ଷା ।୨୦୫।ଆରେ ଆରେ ମାନବା ଜୀବନ ଶେଷକାଳେସଞ୍ଚୟେ ବସିବୁ ଆଜ ସଞ୍ଜୀବନୀ ମଣ୍ଡଳେ ।୨୦୬।ସଇରିନ୍ଧ୍ରୀ ଆଶା କରି ଯିବୁ ଆଜି ସଂଜୀବନୀ ପୁରେରେ ରେ ମାନବା ନାଶକର ପାଞ୍ଜି ପୋଛିଲା ତୋହେରେ ।୨୦୭।ରେ ରେ ମାନବା କେ ପାରେ ଆଜ ତୋତେ ରଖୁତିରଣ ପ୍ରମାଣେ ଆଜ ବିକୋତିବି ତୋର ବୁକୁ ।୨୦୮।ରେ ରେ କୀଞ୍ଚକ ପାମର ତୋହୋର ୟେତେକି ହୀନବୁଦ୍ଧିସଞ୍ଚୟେ ବୁଡ଼ାଇଲୁ ଆଜ ବିରାଟ ସମ୍ପ୍ରଧି ।୨୦୯।ପୁଣ ପୁଣ ପ୍ରତଗ୍ୟାଂ କରଇ ପାଣ୍ଡବ ବଳିଷ୍ଠବେନିପାଟି ଚାପିଣ ଅଧର କଲା ପୁଷ୍ଟ ।୨୧୦।ନରସିଂଘ ଅବତାର ପ୍ରାୟେ ଦିଶଇ ତାହାର କାୟେବେନିଚକ୍ଷୁ ବୁଲାଇଲା କାଳଚକ୍ର ପ୍ରାୟେ ।୨୧୧।ବକ୍ଷସ୍ଥଳେ ପାଦଦେଇ ଭାଞ୍ଜିଲା ତାର ବୁକୁଜାନୁର ଭିତରେ ନେଇ ଚାପିଲା ଶିରକୁ ।୨୧୨।ରଟମଟ ଶବଦ ଶୁଭିଲା ମହାଘୋରଚତୁରୀ ସ୍ତିରୀମାନେ ଯେ କରନ୍ତି ବିଚାର ।୨୧୩।ବୋଇଲେ ସଇରିନ୍ଧ୍ରୀ ସାମାନ୍ୟ ନୁହଂଇ ସଖୀୟେଡ଼େ ଶୃଙ୍ଗାର କେମନ୍ତେ ସହିବ ଶଶୀମୁଖୀ ।୨୧୪।ଶତେଶିଂଘର ପ୍ରାକ୍ରମ କୀଞ୍ଚକ ମହାରାଣସଇରିନ୍ଧ୍ରୀ ମାତ୍ରକ କାହିଂ ତହିଂକି ସହମାନ ।୨୧୫।ଅନେକ ଉପହାସ ଦୂଷିତ ବୋଲାବୋଲିନିଶି ଅର୍ଦ୍ଧମାନେ ଯେ ଯାହା ପୁରକୁ ଚଳିଲେ ପୋଇଲି ।୨୧୬।କୀଞ୍ଚକକୁ ଧରିଣ ସେ ପାଣ୍ଡବ ବୀରମଣିବେନିଜାନୁ ଭିତରେ ଶିର ଚାପିଲାକ ଆଣି ।୨୧୭।ହୃଦୟ ବିଦାରିଣ ବେନି ଚରଣ ବରିଭୁଜ ଛନ୍ଦିଣ ସେ ପିଠିକତିକି ସଞ୍ଚାକରି ।୨୧୮।ମୁଣ୍ଡ ମୋଡ଼ିଣ ସେ ପ୍ରହାର କଲା ମୁଥେମଳଦ୍ୱାର ଭିତରେ ଯେ ପଶିଲା ଚାପନ୍ତେ ।୨୧୯।ମୁଣ୍ଡ କଟି କର ଜାନୁ ସମସ୍ତ କଲା ଲୋଚାକୁଷ୍ମାଣ୍ଡ ଫଳ ଜାଣି ମେଦିଲା ୟେକସଞ୍ଚା ।୨୨୦।ଚାଳ ଉରା ଉପରେ ଥୋଇଲା ତାହା ନେଇବିକ୍ରମ ରୂପ ଧରି ଯେ ବଲ୍ଲଭ ଆସଇ ।୨୨୧।ୟେହା ଶୁଣି ଅଗସ୍ତିଂକି ବଇବସୁତ ମନୁ ପୁଚ୍ଛାକଲାଶତସିଙ୍ଘ ପ୍ରାକର୍ମ କୀଞ୍ଚକର କିସ ଯେ ହୋଇଲା ।୨୨୨।ଶୁଣ ହୋ ମନୁ ପୁରୁଷ ବଦୟନ୍ତି ବ୍ରହ୍ମବେତ୍ତାଶତସିଙ୍ଘ ପରାକ୍ରମ ବଳେ ସେ ଶକତା ।୨୨୩।ସଇରିନ୍ଧ୍ରୀ ଶରୀର ସେ ଛୁଇଂଲା ଯେତେବେଳେଶିରୀ ଆଷ୍ୟ ତୁଟିଗଲା ପୁଣି ଆବୋରିଲା ଆସି କାଳେ ।୨୨୪।ନିଜ ବଳବୀର୍ଯ୍ୟ ତୁଟିଲା ଯେ ହୋଇଲା ବପୁକ୍ଷୀଣୟେକ ସିଂଘ ବଳେ ନାଶ ବିଧାତା ଲେଖନ ।୨୨୫।ବଶିଷ୍ଠଂକ ଶାପେ ନାଶ କୀଞ୍ଚକ ସେନାପତିଭାମସେନ ବାହାର ହୋଇଲା ତେରଘଡ଼ି ରାତି ।୨୨୬।କାଢିଲା ତିରୀବେଶ ହୋଇଲା ସୂପକାରରାତ୍ରଥାଉଂ ପଶିଲା ସେ ରାନ୍ଧଣା ବିଧାନର ।୨୨୭।୩୮୯୭।କୀଚକର ମୃତଦେହ ଦର୍ଶନେ ବିରାଟଙ୍କ ଶୋକରୟଣୀ ପ୍ରଭାତେ ସ୍ରାହାନ ସାରିଣ ମଚ୍ଛରାୟେପ୍ରୋହିତ ଅବଧାନେ ଦୋବାର୍ଚ୍ଚନ କୟେ ।୧।ବିଜୟେ ଆସ୍ତାନରେ ମଚ୍ଛାଧିପେଶ୍ୱରବିପରୀତ ସପନ କହଇ କୋନ୍ତଂକ ଛାମୁର ।୨।ସପନ ବିଡ଼ମ୍ବଣ ଶୁଣିମା ପଣ୍ଡାୟେରାତ୍ର ନବ ଘଡି ହୋଇଅଛି ଅସାଷ୍ଟମ କାୟେ ।୩।ଅଦଭୁତେ ସମର ହୋଉଅଛି ମୋର ପୁରେନାଚନ୍ତି କୋବନ୍ଧେ ଯେ ଲୁଟନ୍ତି ଭୂମିରେ ।୪।ୟେକଇ କଣକ ସେ ଅନେକ ଜଣେ କଚାଡ଼ିଫିଙ୍ଗିଣ ପକାବଇ ରଜକ ଯେହ୍ନେ ଶାଢୀ ।୫।କେଶବାସ ଅସମ୍ଭାଳ ଚୂଡ଼ିନ୍ତ ଭାଞ୍ଜି ବାଳୀନବର ଚଉକତି ସେ ପାଡ଼ନ୍ତି ବୋବାଳି ।୬।ଅସ୍ଥି କପୋରାୟେ ଶ୍ରୀକୃଷ୍ଣା ପୂରୋଇମୁଣୋହି ଆସ୍ତାନେ ଥୋଇଲେ ମୋହୋର ନେଇ ।୭।ମହୁ ମାୟେଂସ ରୁଧିର ଝରୀରେ ପୂରୋଇମୋହୋର ସନ୍ନିଧ୍ୟେଣ ଥୋଇଲେକ ନେଇ ।୮।ତଇଳ କପାସ ମେଦି ଘଷଇ ମୋହୋର ପାଦେନରଶିର ମାଳା ଗୋଟାୟେ ଲମ୍ବାଇ ମୋହୋର ହୃଦେ ।୯।ମୋହୋର ବିଚାରକୁ ତ ନ ଦିଶଇ ଭଲଆଜର ଦିନତ ମୋତେ ନ ଯାଇ ସମତୁଲ ।୧୦।କୋନ୍ତେ ବୋଇଲେ ରାଜା ହୋଇଲୁ କି ବାଇଦୁଲଭ ହୋଉ କି ସୁଲଭ ହୋଉ ସପନକୁ ମନ୍ଦ ବୋଲିତ ନ ଯୋଗାଇ ।୧୧।ବିରାଟ କହନ୍ତେ ଯେ ଛଡ଼ଦଣ୍ଡ ବେଳାଅମନାତ୍ୟ ଯୋଦ୍ଧା ଆଦି ସମସ୍ତେ ହୋଇଲେ ମେଳା ।୧୨।ଅନେଶ୍ୱତ ଶଳା ଯେ ପ୍ରବେଶ ହୋଇଲେ ଆସିକୀଞ୍ଚକକୁ ନ ଦେଖି ବିରାଟ ଉନ୍ମେଷି ।୧୩।ବିରାଟ ପଚାରଇ ଯେ ତୁହାଇ ତୁହାଇସଭାତ ନ ଶୋହିଲା କୀଞ୍ଚେକ ମୋର ନାହିଂ ।୧୪।ଚାରଗଣେ କହିଲେ ଯେ ଦେବ ସଇରିନ୍ଧ୍ରୀ ବିନୋଦେଉଚ୍ଛବ ନବରେ ସେ କ୍ରୀଡାରସ ରଙ୍ଗ ହାଦେ ।୧୫।ବିରାଟ ବୋଇଲେ ଯେ ହାକାରି ଆଣ ଯାଇଂଦେଖ କୋନ୍ତେ ସଇରିନ୍ଧ୍ରୀ କାଲି ବୋଲୁଥିଲା ନାହିଂ ନାହିଂ ।୧୬।ନାଗରୀ ତିରୀମାନଙ୍କର ବେଭାର ୟେସନନିଗମ ଭୂମିକୁ କଢାଇ ନେଲା ମନୋହର ବନ ।୧୭।ରାତ୍ର ଯାଇ ବେଳ ପହଡେ ହୋଇଲାୟେତେବେଳ ପରିଯନ୍ତେ ଛାଡ଼ି ନ ଦିଲା ।୧୮।ରାଜାର ବଚନେ ଯେ ବେଗେ ଗଲେ ଦୂତେଉଚ୍ଛବ ନବରେ ଯାଇଂ ପ୍ରବେଶ ସମସ୍ତେ ।୧୯।ଭିତରେ ପଶିଣ ଯେ ଲୋଡ଼ନ୍ତି ଚଉକତିକୀଞ୍ଚେକ ନାମ ଧରି ଉଚ୍ଚସ୍ୱରେ ଡାକ ସେ ଦିଅନ୍ତି ।୨୦।ଲୋଡ଼ିଣ ନ ପାଇଲେ ନବର ଚଉପାଶେଦିଉଡ଼ିନ୍ତ ଲଗାଇ ପ୍ରବେଶ ନିଅବକାଶେ ।୨୧।ଦେଖିଲେ ମେଦ ଗୋଟାୟେ ପଡିଅଛି ବିଭଳିଶରୀର ତାହାର ତାମ୍ରବର୍ଣ୍ଣ କିଂଶୁକ ପୁଷ୍ୟଓଳି ।୨୨।ରାଜାର ଛାମୁରେ ଜଣାବନ୍ତି ଦୂତେ ଯାଇ ବେଗେକୀଞ୍ଚେକ ଠାକୁରେ ନାହାନ୍ତି ଉଚ୍ଛବ ନବର ଭାଗେ ।୨୩।ମେଦ ଗୋଟିୟେକ ଦିଖିଲୁ ଅଛଇ ତହିଂ ପଡିଯେସନେକେ ଦେଶଇ ଦେବ ତାମ୍ରବର୍ଣ୍ଣ ଗିରି ।୨୪।ବିରାଟ ବୋଲଇ ସେ କୋନ୍ତଂକର ମୁଖ ଚାହିଂପଣ୍ଡା ହୋ ଉଚ୍ଛବ ନବରକୁ ଯିବାକ ଚଳାଇ ।୨୫।ରଥ ଗଜ ଅଶ୍ୱ ନାହିଂ ସମସ୍ତେ ପାଦଗତିଦ୍ୱାରେଣ ରହିଲେ ଯାଇଂ ଆପଣେ ମଚ୍ଛପତି ।୨୬।ଛାମୁକୁ ବୋଲିଣ ତାହା ଆଣିଲେ ଗଡ଼ାଇସମସ୍ତେ ଆଶ୍ରିଯ ହୋଇଲେ ତାହା ଚାହିଂ ।୨୭।କେ ବୋଲଇ କୀଞ୍ଚେକ କେ ବୋଲଇ ଗନ୍ଧର୍ବଦେଖିଣ ହସିଲା ସେ ବିରାଟେଶ୍ୱର ଦେବ ।୨୮।ୟେହେନ୍ନେକ ପ୍ରପଞ୍ଚ କରି କେହୁ ୟେହା ସ୍ରିଜିମଣିଷ କୃତ୍ୟ ତ ନୋହଇ କାୟେ ତେଜି ।୨୯।ଦେଖିଣ ଉନ୍ମେଷନ୍ତି କୋନ୍ତଭଟ୍ଟ ମହାତମାୟେତେ ପ୍ରପଞ୍ଚ କରି କେସନେକେ ମାଇଲୁରେ ଭୀମା ।୩୦।ବିରାଟ ବୋଇଲେ ୟେ କେବେଣ ଚରିତ ହୋ କୋନ୍ତେତୁମ୍ଭର ଦେଖିଲା ଅଛିଟିକି ୟେସନକ କୃତ୍ୟେ ।୩୧।କୋନ୍ତେ ବୋଇଲେ ଆମ୍ଭେ ସରୂପ କହୁ ବିରାଟଇଗନ୍ଧର୍ବ ମାରୁଣି ମତ ପ୍ରାୟେକ ଦିଶଇ ।୩୨।ସଇରିନ୍ଧ୍ରୀ ରାଗେ ଗନ୍ଧର୍ବେ ମହାକୋପେକୀଞ୍ଚେକ ନାଶଗଲା ୟେହେନ୍ନକ ସରୂପେ ।୩୩।ବିରାଟେ ବୋଇଲେ ୟେ ମୋହୋର ମନକୁ ନ ଘଟଇସରୂପ ଦେଖିବା କୋନ୍ତେ ସନ୍ଦେହ କେମନ୍ତେ ଫିଟଇ ।୩୪।କୋନ୍ତେ ବୋଇଲେ ୟେହା ପ୍ରପଞ୍ଚ ମାରୁଣି କଲାବାହାର ପୁରକୁ ନେଇ ଭିତରକୁ ଉଝୁଂଇଲା ।୩୫।ଭିତର ରୂପ ଯେ ୟେହାର ହୋଇଲା ବାହାରକୁଗନ୍ଧର୍ବ ମାରୁଣୁ ରାଜା ବୋଲିଟି ୟେହାକୁ ।୩୬।ବିରାଟ ବୋଇଲେ କୋନ୍ତେ ୟେ କୀଞ୍ଚକ ନୋହୋଇଶତେସିଂଘର ପ୍ରାକର୍ମ ଯାହାର ତାକୁ କେ ମାରି ନୁଆରଇ ।୩୭।କୋନ୍ତେ ବୋଇଲେ ଯେ ବଳୀୟାର ଲୋକନ୍ତ ରାଇକର ଚରଣ ଅଛିନି ଦେଖ ଫେଡକିନା ଯାଇ ।୩୮।କରେଣ ଶାବେଳୀ ଘେନିଣ କୋନ୍ତ ୟେକମୁନାଚଉକତି ତାଡ଼ନ୍ତି କରନ୍ତି ବିଗୋତନା ।୩୯।କୋନ୍ତେ ବୋଇଲେ ଯେହେନେକ ଜଳଚର ଚିରନ୍ତି ଲେଉଟାଇପିଠି କତିକି ତାହାର ସମସ୍ତ ଚିହ୍ନ ଲାଇ ।୪୦।କୋନ୍ତେ ତୋଳି ଦେଖାଇଲେ ଯେ ଆପଣା ଅଙ୍ଗୁଳିୟେହିଠାରେ ତାଡ଼ ହୋ ଲଗାଇ ଶାବେଳୀ ।୪୧।କୋନ୍ତଂକର ବଚନେ ତାଡ଼ିଲେ ଠାବଗୋଟିୟେକା ସନ୍ଧି ଛାଡ଼ନ୍ତେ ସମସ୍ତ ଗଲା ଫିଟି ।୪୨।ଶିର କନ୍ଧ କର ଚରଣ ବକ୍ଷସ୍ଥଳନିଜ ଚିହ୍ନ କୀଞ୍ଚକର ଦିଶିଲା ସକଳ ।୪୩।ଆହା କୀଞ୍ଚକ ବୋଲିଣ କାନ୍ଦିଲା ବିରାଟିଛେଦନ ତରୁ ପ୍ରାୟେ ରାଜା ପଡ଼ିଲା ଭୂମିଲୋଟି ।୪୪।ଧାତିକାରେ ଆତ୍ମା କି ଛାଡ଼ିଲା ନିଜ କାୟେକୋଳକରି ଧଇଲେ ତାଂକୁ କୋନ୍ତଭଟ୍ଟ ପଣ୍ଡାୟେ ।୪୫।ଅଧର ଆଉଂସିଣ ମୁଖେ ଜଳ ସିଞ୍ଚିଚେତନା ନିମନ୍ତେଣ ଆଲଟ ଧରି ବିଞ୍ଚି ।୪୬।ନିଜ କାୟା ପାଇ ରାଜା ବସିଲା ସାଷ୍ଟାମେବହଇ ତ୍ରିପଣ୍ଡ ଯେ ଲଲାଟୁ ବହଇ ଘୁର୍ମେ ।୪୭।ଆରେ ମୋହୋର ସୋହୋଡ ସୁନ୍ଦର ବାବୁ କୀଞ୍ଚକଭୁବି ଭୁବନର ମଧ୍ୟେ ଯାହାର ନାମ ଧିର ୟେକ ।୪୮।ସୁରବର ସୁନ୍ଦର କଇଚ୍ଛା ଜଗଜ୍ଜେଠିପ୍ରସନ୍ନ ନାରାୟଣ ବାବୁ ତୋହୋର ନାମଗୋଟି ।୪୯।ସୁକୁମାର ସୁନ୍ଦର ବାବୁରେ ମମଦୁଖେ ଦୁଖୀମଚ୍ଛଦେଶ ମଘଦେଶ ଦୁଇରାଜ୍ୟର ୟେହୁ ରଖି ।୫୦।ମୁହିଂ ସେ ଅଧାରଣ ନାହିଂ ମୋହୋର ଦର୍ପତୁହି ସେ ରକ୍ଷାପାଳକ ଉଦିତ ମୋର ତପ ।୫୧।ବାବୁ ସଂକୋଚନର ନନ୍ଦନ ଶରଣପଞ୍ଜର ବୀରଧୂୟେ ମହୀମଣ୍ଡଳରେ ମହିମାଂ ତୋର ସାଧୁ ।୫୨।ବାବୁ ଅକାରଣକଇଂ କାରଣ ଶରଣ ଉଦ୍ଧାରନ୍ତାଦ୍ରଶନେ ପରମ ବନ୍ଧୁ ପ୍ରସନ୍ନେ ବରଦାତା ।୫୩।ବାବୁ ଶତେକ ସିଂଘର ଯାହାର ପରାକ୍ରମଯାହାର ଦଣ୍ଡ ଦେଖିଲେ ଆସ୍ତାନ ଛାଡଇ ଯମ ।୫୪।ବାବୁ ମେଦିନୀ ଲାଞ୍ଚ ଦିଅଇ ପାଦଭରା ଦେଖିଜଗତ ଦର୍ପହରନ୍ତା ପୁରୁଷ ତୁ ହୋଇଲୁ ନିରିମାକ୍ଷୀ ।୫୫।ବାବୁ ଚନ୍ଦ୍ରମା ବଦନ ଗୋଟିର ମୁଂ ଯାଇ ନିଉଛୁଣାଉଦ୍ଦାଳକ ଗୋତ୍ରକୁ ବାବୁ ତୁହି ସିନା ଧାରଣା ।୫୬।ବାବୁ ଲୋହଗିରି ପର୍ବତକୁ ଚୂରକଲୁ ମୁଥଘାତେଗନ୍ଧର୍ବ ଅପଘାତେ ହତହେଲୁ ତୁ କେମନ୍ତେ ।୫୭।କୀଞ୍ଚେକ କୀଞ୍ଚେକ ବୋଲି ଶରୀର ମୋର ଯାଇକିନା ତୁଟିକେ ହରିନେଲା ମୋର ପୂର୍ଣ୍ଣମୀ ଚାନ୍ଦଗୋଟି ।୫୮।ବାବୁ ବୀରବର ଦର୍ପ ଚରଣ ରେ ଅତୁଲାୟିତ ମହାମଲ୍ଲୟେ ମହୀମଣ୍ଡଳେ ତୁ ସବୁ ଯୋଦ୍ଧାଂକର ଭରଶଲ ।୫୯।ମୁହିଂ ଯେ ଅନାସ୍ତ ତୁହି ଅନାସ୍ତର ନାଥକେଣେ ଛାଡ଼ିଗଲୁ ମୋର ପ୍ରାଣର ସଂଘାତ ।୬୦।ବାବୁ ପରସମ୍ପଦ ଘେନି ରାଜ୍ୟ ଦିଲୁ ମୋତେମହାଦ୍ୱନ୍ଦେ ବରି ମୋତେ ଛାଡ଼ିଗଲୁ ତୁ କେମନ୍ତେ ।୬୧।ରୋବଇ ବିରାଟ ଜାଣି ଦଶଦିଗ ଅନ୍ଧକାରୟେ କ୍ରୋଧସାଗରୁ ମୋତେ କେ କରିବ ପାର ।୬୨।ବାବୁ ପୃଥୀ ଉପାଡ଼ିବାକୁ ତହିଂ ଯେ ସାମରଥାମେରୁ ଗଗନେ ଫିଙ୍ଗି କେ ପାତିବାକ ମଥା ।୬୩।ବାବୁ ହାଥ ବଢାଇ କେ ନେଲା ଚନ୍ଦ୍ର ସୂର୍ଯ୍ୟଅଗ୍ନିହୁଂ ପ୍ରଖର ପୁଣ ହୋଇଲା କାହାର ତେଜ ।୬୪।ବ୍ରହ୍ମାଣ୍ଡ ଟାଳିବାକୁ କେ ହୋଇଲା ସାମରଥାସେହି ସେ ସାଂଗ୍ରାମେ ତୋତେ ହୋଇଲା ଜିଣନ୍ତା ।୬୫।ବାବୁ ରାତ୍ରକୁ ଦିବସ କଲାରେ ଦିବସ କଲା ରାତିସିନ୍ଧୁ ମଛିବାକୁ କାର ହୋଇଲା ଶକତି ।୬୬।ସେହି ସେ ସାମରଥ ତୋତେ ହୋଇଲା ଜିଣିମାକୁଦଶଦିଶ ଅନ୍ଧକାର ବାବୁ କରିଗଲୁ ମୁକୁ ।୬୭।କୀଞ୍ଚେକ ପରାୟେ ମୁଂ ସହୋଦ୍ରେ ମରାଇଭୋ କୋନ୍ତେ କେବଣ ସମୋଦ୍ରେ ପଶିବଇ ମୁଂ ଯାଇ ।୬୮।ବାବୁ କୁଂକୁମ ବର୍ଣ୍ଣ ଜାଣି ତୋହୋର ମୁଖଗୋଟିହସି କଥା କହନ୍ତେ କଣୟ ହୋୟେ ବୃଷ୍ଟି ।୬୯।ଶ୍ରୀରାମ ନାମ ସୁମରନ୍ତେ ତରନ୍ତି ଯେହ୍ନେ ପ୍ରାଣୀତୋହୋର ନାମଗୋଟି ମୋତେ ସୁଲଭ ସେହି ଜାଣି ।୭୦।ବାବୁ କାମିନୀ ସନସିଜ ବତିଶ ଗୁଣେ କଳାଶତସିଂଘର ପରାକ୍ରମ ତେଜେ ଅନର୍ଗଳା ।୭୧।ବାବୁ ଜଗୁଜନ ମୋହନ କେବଣ କତି ଗଲୁଅଗାଦ ସମୋଦ୍ରେ ମୋର ଭେଳା ବୁଡ଼ାଇଲୁ ।୭୨।ବାବୁ ତୋହୋର ଅଭାବେ ପଶିବଇ କାହିଂନିଲ୍ଲଜ ଆତ୍ମା ମୋର କିମର୍ଥେ ଅଛି ରହି ।୭୩।ବାବୁ ରଣେ ଶୂରବନ୍ତା ରେ ଦାନେ ଶୂରବନ୍ତାମାନେ ଶୂରବନ୍ତା ତୁରେ କାମିନା ମନରଞ୍ଜନ୍ତା ।୭୪।ବାବୁ ଡରେ ଶତେଭାର କଣୟ ଦିଅଇ ପୃଥୀ ନିତିତୁ ତାହା ଦାନ ସେ ଦେଉଥାଉ ନିତ୍ୟାପ୍ରତି ।୭୫।ବାବୁ ତପବନ୍ତ ରକ୍ଷାପାଳକ ଅସୁର ଉପଦର୍ପୟେକା ଜଣକେ ଆମ୍ଭେ ନିଶ୍ଚିନ୍ତେ ଥିଲୁ ସର୍ବ ।୭୬।କୀଞ୍ଚେକ ଅଭାବେ ବିରାଟ କିସଜାଣଅନ୍ତେଶ୍ୱରେ ଅନେକ ସ୍ତିରୀମାନେ କରନ୍ତି କାରୁଣ୍ୟ ।୭୭।ବାବୁ ରୋବନ୍ତି ତୋହୋର ଯେ ଅନେକ କାମେନୀବାକ୍ୟ ନ ଦେଇ କିମ୍ପେ ହୋଇଅଛୁ ତୁନୀ ।୭୮।ବାବୁ ତୋହୋର ଅଭାବେ ଯେ ସମସ୍ତେ ନିରିମାଖିଦୟା କିମ୍ପେ ନ ବସିଲା ତୋର ଆମ୍ଭ କଷ୍ଟ ଦେଖି ।୭୯।ରୋବନ୍ତି ତୋହୋର ଯେ ସମସ୍ତ ନଗ୍ର ପୁରନାରୀସମରାଜ୍ୟ ଲୋକେ ଯେ ବହୁତ ଶୋକକରି ।୮୦।ବିରାଟକୁ ପ୍ରବୋଧ ଯେ କରନ୍ତି କୋନ୍ତଭଟ୍ଟେଆମ୍ଭର ବାକ୍ୟ ଶୁଣି ତୁ ସାଷ୍ଟାମ ହୁଅସି ବିରାଟେ ।୮୧।ଆହୋ ରାଜା ତୋହୋର ବଇରି ଯେ ଅଟଇ ତ୍ରିଗର୍ତ୍ତରାଜ୍ୟ ଛାଡ଼ି ପଳାଇଲା ସେ ହୋଇଲା ହତପାଟ ।୮୨।କୀଞ୍ଚେକର ହତ ଯିବା ବାରତା ସେହୁ ଶୁଣିନ ପୁଣ ତ୍ରିଗର୍ତ୍ତ ବାହଇ ୟେହିକ୍ଷଣି ।୮୩।ଆହୋ ବିରାଟ ନାଶଗଲା ରତନ ନୁଆସଇ କେଉଣିସି ଯୁଗେୟେ ମୃତପିଣ୍ଡ ଚାଲ ଦହନ କରିବା ୟେବେ ବେଗେ ।୮୪।କେହି ନ ଜାଣନ୍ତୁ କଥା ଗୋପ୍ୟାନ ଯେ କରକ୍ରୋଧ ସମାର୍ଜନା କର ବନ୍ଧୁମାନଂକର ।୮୫।କୋନ୍ତଂକର ବଚନ ଯେ ଶୁଣିଣ ମଚ୍ଛାଧିକ୍ରୋଧକଲା ଲୋକମାନନ୍ତ ସମ୍ବୋଧି ।୮୬।ରଇ ଆରୋପଣ କଲେ ନେଇ ନଦୀକୂଳେଅନେକ ଦାନଦିଲେ କୀଞ୍ଚେକ ଅବଳେ ।୮୭।ଆଦିତ୍ୟ ଅସ୍ତ ଯେ ଗଲେ ଯେତେବେଳେପ୍ରତିକ୍ଷଣ କରି କୀଞ୍ଚକର ପିଣ୍ଡ ଭରିଲେ ଅନଳେ ।୮୮।ବିରାଟ ବୋଇଲେ କୀଞ୍ଚକ ଅନେଶ୍ୱତ ଭାଇନ୍ତ ରାଇଆରେ କୀଞ୍ଚକ ମଲା ଯେବଣ ସଇରିନ୍ଧ୍ରୀ ମୋଢୀର ପାଇଂ ।୮୯।ଯାଅରେ ସମସ୍ତେ ତୁମ୍ଭେ ପଶ ଅନ୍ତପୁରୀସଇରିନ୍ଧ୍ରୀ ମୋଢୀକି ରେ ଆଣ କେଶ ଧରି ।୯୦।ଆଣି ଦହନ କର ତାକୁ କୀଞ୍ଚକର ତୁଲେଶରୀର ଧରିପାରିବାକି ସଇରିନ୍ଧ୍ରୀ ଦେଖୁଥିଲେ ।୯୧।ନିଚୟେ ସଇରିନ୍ଧ୍ରୀ ମୋହୋର ପିତୃ ବଇରିଦେଖିବା ତାହାକୁ କେହ୍ନେ ଗନ୍ଧର୍ବ ପାରନ୍ତି ରକ୍ଷାକରି ।୯୨।୩୯୮୯।