ସାରଳା ମହାଭାରତ ବିରାଟପର୍ବ
ସାରଳା ଦାସ · ଭାଗ ୩ / ୧୩ · (୩)
ସମ୍ପୂର୍ଣ୍ଣ ସୂଚୀପତ୍ର
ସହଦେବଙ୍କର ବିରାଟ ସଭାକୁ ଗମନଅତିଅନ୍ତ ସାନନ୍ଦେ ସେ ମତ୍ସ ଅଧିକାରୀବିରାଟ ବୋଇଲେ ବାଜୀପାଳକୁ କୋନ୍ତେ ଦିଅ ଶାଢ଼ୀ ।୧।କୋନ୍ତେ ତୁମ୍ଭେ ଯେ ମୋହୋର ଆସ୍ତାନେ ଅଧିକାରୀତୁମ୍ଭ ହାଥେ ଶାଢ଼ୀ ଦେବା ଯଥାର୍ଥ ବିଚାରି ।୨।ଶ୍ରୀନାରାୟଣ ସୁମରି ପ୍ରସନ୍ନେ ଧର୍ମରାଜାର ତନୟେଆପଣେ ଯୁଝେଷ୍ଟି ବାଜୀପାଳପଣେ ନକୁଳକୁ ଶାଢ଼ୀଦିୟେ ।୩।କେଶବର ନାମ ଧରନ୍ତେ ହୃଦଗତେମଥାରେ ଶାଢ଼ୀ ବାନ୍ଧି ନକୁଳେ ପ୍ରଣପତ୍ୟେ ।୪।ଅଶ୍ୱଶାଳେ ବିଜେକଲେ ମାଦ୍ରୀଦେବୀର ସୁତଅଶ୍ୱମାନେ ଦେଖିଣ ଛାଡ଼ିଲେ ଦୁଷୁକୃତ ।୫।ଯେବଣ ଅଶ୍ୱେ ବୃଦ୍ଧ କ୍ଲେଶୀ ହୋଇଥିଲେନକୁଳ ଦ୍ରଶନେ ସେ ଚୋଖାର ତୁରଙ୍ଗମ ହୋଇଲେ ।୬।ଯେବଣ ଅଶ୍ୱ କ୍ଷେତ୍ରୀ ତେଜ୍ୟାକରି ରଣେନକୁଳ ସାଜନ୍ତେଣ ଗମି ଲୋଡ଼ନ୍ତି ସେ ଗଗନେ ।୭।ଅନେକ ବ୍ୟାଧି ପୀଡ଼ା ଯେ ଛାଡ଼ିଲା ଅଶ୍ୱଂକୁଅନେକ ପ୍ରଶଂସା ସେ କରନ୍ତି ଗ୍ରନ୍ଥିକାର ନକୁଳଂକୁ ।୮।ୟେଥୁ ଅନନ୍ତରେ ଶୁଣିମା ମନୁ ନୃପତିସହଦେବର ଆଗତ କଥା ପୁଣ ଦିବ୍ୟରୀତି ।୯।ମଦନାର ନନ୍ଦନ ଯେ ସୁଭାଗ୍ୟ ବଳବନ୍ତାକରସ୍ଥଳ ଚାହାନ୍ତେ ଜାଣଇ ଚତୁର୍ଦ୍ଦିଗର ବାରତା ।୧୦।ଭୂତ ଭବିଷ୍ୟ ସେ ଯେ ବର୍ତ୍ତମାନ ତିନିଯୁଗାନ୍ତକ ବାରତା ସେ କହଇ ତତ୍ତୁ ଘେନି ।୧୧।ପୃଥୀ ଆପ ତେଜ ଯେ ବାୟବ ଆକାଶପଞ୍ଚୁଧାତୁ ଯାହାର ହୃଦରେ ପ୍ରକାଶ ।୧୨।ଅନନ୍ତ କୋଟି ବ୍ରହ୍ମାଣ୍ଡ ଯାହାକୁ ହୋଅଇ ଦୃଶ୍ୟତାହାର ମହିଂମା ମୁହିଂ କହିବଇଂ କିସ ।୧୩।କାଳର ଅଭାବେଣ ସେ ଗୋପାଳ ରୂପ ଧରିପୃଥୀ ଭାରାଭର ନିବାରଣ ନିମନ୍ତେଣ କରି ।୧୪।ଧାତାର ନିର୍ବାଣ ସେ ପଣ୍ଡୁର ପଞ୍ଚୁ ପୟେଅଗ୍ୟାଂତବାସେ ବିରାଟେ ରାଜ୍ୟେ ଗୋପ୍ୟାନ ଯେ ହୋୟେ ।୧୫।ଜୂଡ଼ା କେଶ କବରୀ ଚୂଟ ବନ୍ଧବେଣୀଲଲାଟେ ଗୁଞ୍ଜରା ମାଳି ପୁଞ୍ଜି ପୁଞ୍ଜି ସୁଖଞ୍ଜଣି ।୧୬।ପଘା ବାଆଂରା ଯେ ସପତ ବନ୍ଧ ଶିକାଛନ୍ଦଣୀ ବନ୍ଧଣୀ ଯେ ନବନିଶି ରେଖା ।୧୭।କାନ୍ଧେଣ କାଉଂରୀ ଭାର ହାଥରେ ବିରହ ବଇଂଶୀକେନ୍ଦୁଶର ଲଉଡ଼ି କରେ ଗୋପାଳ ବେଶୀ ।୧୮।ପାଦେଣ କଠାଉ ପୁଣି ଶିର ପରେ ଖୋଲରୀକଟିରେ କଟିସୂତା କାଛଟିୟେ ଭିଡ଼ି ।୧୯।ସୁସଞ୍ଚ ବସନ ମଦନଗୋପାଳ ମଇତ୍ର କି ଓଳିବିରାଟର ଆସ୍ତାନ ସନ୍ନିଧ୍ୟକୁ ସହଦେବ ଯାୟେ ଚଳି ।୨୦।ସେ ଜାଣନ୍ତି ଯେ ସ୍ତମ୍ଭନ ମୋହନ ବଶ ଉଚ୍ଚାଟନଗୁଟିକା ଅଞ୍ଜନ ଧାତୁବାଦ ବିଦ୍ୟା ଜାଣଇ ରସ ରସାୟଣ ।୨୧।ଆସ୍ତାନେଣ ଯାଇଂ ଜଣାଇଲେ ଚାରଗଣସ୍ୱାମୀ ପରଦେଶୀ ଗୋପାଳେକ ଉଭା ହୋଇଅଛି ଦୁଆରେଣ ।୨୨।ବହୁତ ଗୋ ଲକ୍ଷଣ ଜାଣଇ ଅନେକ ବିଦ୍ୟାବଡ଼ାଇ ସୁସଞ୍ଚ ଗୋପାଳ ସ୍ୱୟେଂ ସିଦ୍ଧଦେବା ।୨୩।ଅପୂର୍ବ କଥା ଶୁଣି ବୋଲଇ ମତ୍ସରାଣଦେଖିବା ଗୋପାଳ ଆଣ କେମନ୍ତ ଲକ୍ଷଣ ।୨୪।ସ୍ୱାମୀର ଆଗ୍ୟାଂୟେ ଦ୍ୱାର ଛାଡ଼ିଲେ ଦ୍ୱାରପାଳଭିତର ପ୍ରବେଶ ଆସି ହୋଇଲା ତନ୍ତ୍ରୀପାଳ ଗୋପାଳ ।୨୫।ଦେଖିଲେକ ଆସ୍ତାନେ ଯେ ସମସ୍ତ ଜନପୁରୀଗୋପାଳ ରୂପ ଦେଖି ବହୁତ ପ୍ରଶଂସା ତହିଂ କରି ।୨୬।ବିରାଟେ ବୋଇଲେ ହୋ କୋନ୍ତେ ଛାଡ଼ ପଶାକାଠିନିରୋପି ଦେଖ ୟେବେ ଯେ ଗୋପାଳ ରୂପଗୋଟି ।୨୭।ଗୁଣବନ୍ତ ଲକ୍ଷଣ ସୋହୋଡ଼ପଣ ଯେତେଗୋପାଳ ବୋଲି ୟେହାକଇଂ ବୋଲିବା କେମନ୍ତେ ।୨୮।କନ୍ଧେଣ ଭାର ଗବନେଣ ଅବନୀଳଅମର ତେଜିଣ କି ବିଜେ ଆଖଣ୍ଡଳ ଦିଗପାଳ ।୨୯।ୟେ କି ପ୍ରତକ୍ଷେ ବ୍ରହ୍ମାନ୍ୟରୂପ ଅଟଇକେବଣ କଷଣେ ଆସି ୟେ ମୋହୋର ଭୁବନେ ଭେଟଇ ।୩୦।ପ୍ରତକ୍ଷେ ଅଟନ୍ତି କି ସ୍ୱୟେଂ ବାସୁଦେବଦ୍ୱାରିକା ତେଜିଣ ବିଜେକଲେକ ମାଧବ ।୩୧।କପିଳାସ ତେଜି କି ଅଇଲେ ଶୂଳପତିଦେଖିଣ ଚମତ୍କାର ହୋଇଲା ନୃପତି ।୩୨।କୋନ୍ତଭଟ୍ଟେ ବୋଇଲେ ଶୁଣ ହୋ ମହୀପାଳଯୁଗତେ ସୁକୁମାର ଅଟଇ ୟେ ଗୋପାଳ ।୩୩।ଥାଆନ୍ତି ଅବସାନେ ୟେ ନ ଜାଣନ୍ତି କିଛିଗୋରସ ଭୁଞ୍ଜନ୍ତି ସେ ଖାଆନ୍ତି ସର ବାଛି ।୩୪।ସରଲବଣୀ ଅଧାମ ଶାକର ଗୁଟିକା ଛେନାୟେହାଂକର ଉବୁରା ଆଉମାନେ ଖାଆନ୍ତି ସିନା ।୩୫।ବୁଲାବନ୍ତେ ଲଉଡ଼ି ମତ୍ତାର ରସ ଖେଡ଼େନାଚନ୍ତି ଖେମଣ୍ଟା ବିହଡ଼ନ୍ତି ସଂକୋଡ଼େ ।୩୬।ବଳେଣ ଅଚାର୍ଗଳ ୟେ ଅଟନ୍ତି ବଡ଼ସୁଖୀରାତ୍ର ଦିବସ ସେ ବଞ୍ଚନ୍ତି ଗୋଧନ ପଲ ଥାନ୍ତି ରଖି ।୩୭।ଖରା ବରଷା ଶୀତ କାଳ ଛଡ଼ଋତୁଅମୃତ ରସ ଖେଡ଼ ୟେହାଂକର ହାଦେ ବ୍ରତ ହେତୁ ।୩୮।ଆହୋ ବିରାଟ ବିଚାର କର ଗୋପାଳଂକର କାୟେଭୋଗ କଉତୁକେ ୟେଥେ କେଶବ ହୋୟେ ଜାୟେ ।୩୯।ହୀନଜନ ହୋଇଥିଲେ ସେ ଗୋପାଳେନାରାୟଣ ବଢ଼ିଲେ ଯହୁଂ ଗୋପାଳଂକ ମେଳେ ।୪୦।ତ୍ରଇଲୋକ ବ୍ରହ୍ମାଣ୍ଡ ଘୋଟିଥିଲା ଯେଉଂଣ ରାଜା କଂସୟେହି ଲଉଡ଼ି ଧରି ସେ ଗୋପାଳେ କଲେ ନାଶ ।୪୧।ଗୁଣ ସରୂପମାନ ନ ବିଚାର ୟେହାଂକରହାଦେ କେବଣ ବିଧାନମାନ ବୁଝିବାକୁ ନୃପବର ।୪୨।ଅବଧାନେ ଆସ୍ତାନେ ଉଭା ହୋଇଛନ୍ତି ସକଳେସହଦେବ ଭାର ଥୋଇଲେ ବିରାଟ ଆସ୍ତାନ ତଳେ ।୪୩।ବିରାଟ କତିକି ଅଙ୍ଗ ଅପସର ଦେଇପ୍ରଣପତ୍ୟ ସହଦେବ କୋନ୍ତଭଟ୍ଟଂକ ମୁଖ ଚାହିଂ ।୪୪।ଶ୍ରୀଭୁଜେ ସ୍ୱାମୀ ଯେ ଘେନିଣ ପଶାକାଠିଭୂମିରେ ପାଡ଼ନ୍ତି ସହଦେବକଇଂ ଦେଇ ଦୃଷ୍ଟି ।୪୫।ଯୁଝେଷ୍ଠି ବିଚାରନ୍ତି ତୁ ସର୍ବଗ୍ୟଂ ନାଥ ମୋର ବାବୁଗତ ଆଗତ ଭୂତ ଭବିଷ୍ୟ ତୁହି ଜାଣୁ ସବୁ ।୪୬।ଯାହାକଇଂ ବୁଦ୍ଧି ମାଗନ୍ତି ହୃଷୀକେଶୀସମସ୍ତ ବୁଡ଼ାଇଲୁ ବାବୁ ମୋହୋର କର୍ମେ ପଶି ।୪୭।ବିରାଟ ବୋଇଲା ହୋ ଉଠ ଉଠ ଗୋପାଳକେବଣ ଦେଶର ତୁ କାହିଂ ତୋହୋର ଗୋକୁଳ ।୪୮।କ୍ଷଣେ କ୍ଷଣେ ଉଠ ବୋଲି ବୋଇଲା ରାଜନେକିମ୍ପାଇ ଉଠିବ ସେ ବିରାଟ ବଚନେ ।୪୯।କୋନ୍ତେ ବୋଇଲେ ହୋ ଠାକୁରଂକ ଆଗ୍ୟାଂ ହୋଇଲାକ ତୋତେଉଠ ଉଠ ଗୋପାଳ ପ୍ରଣମ୍ୟ ହୋଉଛୁ କେତେ ।୫୦।କୋନ୍ତଭଟ୍ଟଂକ ବଚନେ ସହଦେବ ଉଠିମସ୍ତକେ ଦିଲା ନେଇ ବେନିହାଥ ଗୋଟି ।୫୧।ବିରାଟ ବୋଇଲା ଗୋପାଳ ହୋ ତୁ ଅଟୁ କେଉଂଣ ଦେଶୀକିସ ଅର୍ଥେ ତୁ ମୋହୋର ରାଜ୍ୟକୁହିଂ ଅଛୁ ଆସି ।୫୨।କେବଣ ଗୋପାଳ ନାମ ସଂକେତ ତୋହୋର କହ କିସସହଦେବ ବୋଇଲା ରାଜା ତୋତେ ସକଳେ ହୋଉ ଯଶ ।୫୩।ଉତ୍ତର ବାହିନୀ ଗଙ୍ଗା ସରସ୍ୱତୀ ଯେ ଯମୁନାମଧ୍ୟରେ ଇନ୍ଦ୍ର ପ୍ରଶସ୍ତ ହସ୍ତିନା ଜଇନ୍ତା ବାରୁଣା ।୫୪।ପଣ୍ଡୁର ନନ୍ଦନେ ସେ ଅଭୟେ ସୋମବଂଶୀଯୁଝେଷ୍ଠି ମହାରାଜା ଯେ ଧର୍ମଂକର ଶିଷି ।୫୫।ସେ ଯୁଝେଷ୍ଠିଂକ ଅନୁଜ ଅଟଇ ଭୀମସେନଭୀମସେନଂକ ସାନୁଜ ଯେ ଅଟନ୍ତି ଅରଜୁନ ।୫୬।ଅର୍ଜୁନର ଅନୁଜ ଯେ ନକୁଳ ମହାଛତ୍ରୀତାହାଂକର ଅନୁଜ ଯେ ସହଦେବ ମନ୍ତ୍ରୀ ।୫୭।ସେ ସହଦେବକଇଂ ଆଗ୍ୟାଂଦିଲେ ଯେ ଅଚ୍ୟୁତଗୋଧନ ପଲେକ ସ୍ନେହେ ଦିଲେ ଗୋପୀନାଥ ।୫୮।ଗୋଧନ ପଲେକ ସଧେ ଦିଲେ ଗୋପୀନାଥସହଦେବଂକର ଗୋପାଳ ମୁଂ ପାଳଇ ଗୋରୁନ୍ତ ।୫୯।ସେ ସହଦେବ ମୋତେ ଅଭିନ୍ନ ଦେଖଇଯେ ସେ ସହଦେବ ପ୍ରତକ୍ଷେ ଅଟଇ ମୁହିଂ ।୬୦।ଅସଂଖ୍ୟ ଗୋଧନ ପଲ ତାହା କେ ପରିକଳ୍ପନା କରଇମୁଂ ତାହା ପାଳନ୍ତା ଅଟଇ ବିତକ୍ଷଣ ଗୁଆଳଇ ।୬୧।ତନ୍ତ୍ରୀପାଳ ଗୋପାଳ ନାମ ମୋ ନିଜ ବାକ୍ୟେଗୋଧନ ରକ୍ଷନ୍ତା ମୁହିଂ ସିନା ସାୟକେ ।୬୨।ଯହୁଂ ସେ ଯୁଝେଷ୍ଠି ପଶାୟେ ହାରିଲେ ରାଜ୍ୟଭାରପଞ୍ଚୁଭାଇ ସହିତେଣ ବୁଲିଲେ ବନସ୍ତର ।୬୩।ଅରଣ୍ୟେ ଶବଦେକ ଶୁଭିଲା ମତ୍ସଦେଶ ଅଇଲେ ଯୁଝେଷ୍ଠିଶବଦକୁ ଗୋଡ଼ାଇ ଅଇଲି ମୁଂ ପାରଇ ଅବା ଭେଟି ।୬୪।ବହୁତ ଗୋଧନ ପଲ ଅଛଇ ତୋହୋର ପୁରେଗୋରୁନ୍ତ ପାଳିବାକୁ ମୁଂ ବିତକ୍ଷଣ ଗଉଡ଼େ ।୬୫।ଯେବଣ ଗୋଷ୍ଠେ ମୁହିଂ ଗୋରୁନ୍ତ କରଇ ରକ୍ଷାଅତୁଟ ଅପମୃତୁ ଯେ ନ ପାବନ୍ତି ତହିଂର ବତ୍ସା ।୬୬।ଗୋରୁଂକ ଉପରେ ଯେତେକ ରୋଗ ଥାଇମୁଂ ଝାଡ଼ନ୍ତେ ସକଳ ବ୍ୟାଧି କ୍ଷୟେପାଇ ।୬୭।ଓଂକାର ଅକ୍ଷରଟି ମୂଳମନ୍ତ୍ର ଜାଣସବୁ ବ୍ୟାଧିକି ଅଟଇ ମୁଂ ବିଶଲ୍ୟକରଣ ।୬୮।ବିରାଟ ବୋଇଲା ଗୋପାଳ ଗୋରୁଂକର କେତେ ବ୍ୟାଧିତୋହୋର ରଖିଲେ ହୋଇବ ଯେବେ ସାଧି ।୬୯।ସହଦେବ ବୋଇଲା ତୁ ଶୁଣ ହୋ ମତ୍ସାଧିଗୋରୁଂକର ଶୟେ ଅଷ୍ଟଉତ୍ତର ସିନା ବ୍ୟାଧି ।୭୦।ଖୁରାରୋଗ ଖିରା ଶିମୁଳିଆ ହାବୋଡ଼ା ମାଣ୍ଡୁକୀମଉନା ଗଳକନ୍ଦା ଧୋକଡ଼ା ଫାଟୁଆ ତାଟକୀ ।୭୧।ଜୁଇକାଣ୍ଡ ଧରସରା ସହାଣା ଭରଥିଆଘୋଷରା ହାଂପରା ପେଟଫୁଲା ଦୃଷ୍ଟିପଡ଼ା ମହୁରିୟା ।୭୨।ଗଣ୍ଠିଆ ବସନ୍ତ ଲହସା କାଉଂରିଆ ମୁତୁରାଗରିବେଙ୍ଗା ମାରୁଣିବେଙ୍ଗା ପାଣିବେଙ୍ଗା ଥରହରା ।୭୩।ଖଲିଆ ହେମଗିରି ମହାଗିରି ପିଠି ଲେଟରାସୁକୁଟା ଶିଂଗବାତ ଆଣ୍ଠୁଆ ବାତ ରୋମଟାଂକୁରା ।୭୪।ଅନ୍ତଭଂଜା ଅଜାଣୁଆ ଅଘଷା ଗଣ୍ଡୁକୀ କରକରାଅତିଶୂଳା ଆଡୁରା କରକଣା କୁଆହଣା ଗୋଖୁରା ।୭୫।ଖୁରାଖି ଗଳଗ୍ରହା ଗଳକାଶ ଛିଂକ ଗାଲୁଆଗଳଶୋଥ ଗର୍ଭରେହା ଜାନୁଭଙ୍ଗ ଜୋକିଆ ।୭୬।ଟିଣା ତାଳୁକା ଦଣ୍ଡଧରା ପାଟୁଳି ଥରଥରିଆପେଟ କାମୁଡ଼ା ପେଟପୋଡ଼ା ଦାରୁଣା ଭଉଂରିଆ ।୭୭।ମଳବନ୍ଧ ଜାଦୁରା ଲୁହବୋହା କାମଳ ରଣାଶିରରୋଗ ଶାଲୁକା ଆବୁଆ ଅରୁକଣା ।୭୮।ଅଧାମଡ଼ା ଅରକଟିଆ କଇକଶା ଟିଂକରାଗରଜନ ଜଟାକଟା ତାଳୁଶୁଖା ବାରୁଣା ଗମ୍ଭୀରା ।୭୯।ତାଳୁକାଛିଟି ଦାନ୍ତଭଞ୍ଜା ତଳପକା ଜରାଅନ୍ତବଥା ଛିନାଳୀ ବଇଧକୀ ଆରକ୍ତ ଛେରା ।୮୦।କରଟିଆ ଗଧିଆ ବାଇଆ କଂଚାଶିଂଗା ପାଙ୍ଗରାଗଳକଣ୍ଠା ଆଣ୍ଠକର୍ପଟୀ ଅନ୍ତବଥା ମଡ଼ା ।୮୧।କାଲବାତ ଅନ୍ତକୋଷ ଆଉଂରିଆ ପିହୁଲା ଛେରାଉଦୁରିଆ ଆଖିଫୁଲା ଟୋଲକମରା ଗିଳା ।୮୨।ୟେମନ୍ତେ ଗୋଧନଂକର ଅଷ୍ଟଉତ୍ତର ଶତେ ବ୍ୟାଧିମୋହୋର ଆଗ୍ୟାଂୟେ ସେମାନେ ନୁଆରନ୍ତି ଭେଦି ।୮୩।ଅଦୁହାଂ ଗାଈ କରକଟି ହୁଅନ୍ତି ଯେ ଗୋଷ୍ଠେଅଛନ୍ଦା ଅବନ୍ଧା ୟେ ଦୁହାବନ୍ତି ଦୁଷ୍ଟେ ।୮୪।କାମୋଡ଼ା ବିନ୍ଧଣା ଯେ ୟେମାନେ ହୁଅନ୍ତି ସର୍ବସାଧିବାଂଝି ମଡ଼ଛି ନୋହୋନ୍ତି ମୋହୋର ବାକ୍ୟେ ମଉଷୋଧି ।୮୫।ଯେବଣ ଗାଈ ବିହଡ଼ନ୍ତି ଦୁଷ୍ଟପଣେ ବନେସେ ଆସି ସାଧ୍ୟ ହୁଅନ୍ତି ଯେ ଆପଣେ ଆପଣେ ।୮୬।ବିରାଟ ବୋଇଲା କଥାୟେ କହିବି ବାବୁ ରହ ରହପାଇଲି ପରୀକ୍ଷ ତୁ ଆଉର ବଚନ ନ କହ ।୮୭।ତୁ ଯେ ବୋଇଲୁ ମୁଂ ଅସାଧ୍ୟ ସାଧ୍ୟ କରଇୟେହିକ୍ଷଣି ପରୀକ୍ଷ ଜାଣିମାନା ତୋହୋର ତହିଂ ।୮୮।ବିରାଟ ବୋଇଲା କୋନ୍ତେ ମୋର ପୃଥୁନା ନାମେ ଯେବଣ ଗାଈଅଣ୍ଡିର ଲକ୍ଷେକ ବତ୍ସା ଦୁଇଲକ୍ଷ ମାଈ ।୮୯।ୟେତେକ ଘେନିଣ ସେ ବିହରଇ ମୋର ଗୋଷ୍ଠେଯାଇଂଣ ରହିଲା ସେ ବିନ୍ଧ୍ୟମାଳ ପର୍ବତ ନିକଟେ ।୯୦।ସାତ କ୍ଷଉଣୀ ବଳ ଘେନିଣ ମୁହିଂ ଗଲିଥାଠ ଘେନି ବେଢ଼ି ଗାଈ ଆଣି ନୁଆରିଲି ।୯୧।ବହୁତ ଗୋଧନ ଯେ ସମର ମୋହୋର ତୁଲେ କଲେଭୟେଣ ସଇନି ମୋହୋର ଭାଜି ପଳାଇ ଅଇଲେ ।୯୨।ଗୋଡ଼ାଇଣ ବହୁତ ପୟେଡ଼ କଲେ ମୋତେପୟେଡ଼ ପଡ଼ିଲା ମୋତେ ନବ ଯୋଜନ ପରିଯନ୍ତେ ।୯୩।ସାତ କ୍ଷଉଣୀ ବଳ ଘେନିଣ ଯାଇଥିଲିଦୁଇ କ୍ଷଉଣୀ ପଡ଼ିଲେ ପାଞ୍ଜକ୍ଷଉଣୀ ଘେନିଣ ପଳାଇ ଅଇଲି ।୯୪।ପୁଣି ସମୟେକ ମୁ ଯେ ମୁରୁଛି ନୁଆରିଲିବିନ୍ଧ୍ୟମାଳ ପର୍ବତକୁ ଥାଠ ଘେନିଗଲି ।୯୫।ଅସଂଖ୍ୟ ଅପ୍ରମିତ ଥାଟ ନାଶଗଲାସେ ପୃଥୁନା ଗାଈ ମୋତେ ସାଧ୍ୟ ଯେ ନୋହିଲା ।୯୬।ତୁ ସାଧ୍ୟ ମୋତେ କରିଦେବୁ ଯେବେ ପୃଥୁନାୟେ ମତ୍ସଦେଶେ ମଘଦେଶେ ଠାକୁର ତୁହି ସିନା ।୯୭।ହେ କୋନ୍ତେ ସେ ଗାଈ ଯେତେବେଳେ ଗୋଷ୍ଠରୁ ମୋର ଗଲାଶିରୀ ତୁଟିଲା ରାଜ୍ୟ ମୋହୋର ନାରଖାର ଦିଶିଲା ।୯୮।ବାବୁ ତୋହୋର ବଚନେ ଯେବେ ଗୋଧନ ଡରନ୍ତିତନ୍ତ୍ରୀପାଳ ନାମ ଗୋଟିକି ମୁଂ ହୋଇଥିବି ଭଗତି ।୯୯।ତନ୍ତ୍ରୀପାଳ ବୋଇଲା ରାଜା ପାଇବୁ କାରଣପଲ ଘେନି ପୃଥୁନା ତୋହୋର ଆସିବ ୟେହିକ୍ଷଣ ।୧୦୦।ଦୁସହ ପ୍ରତଗ୍ୟାଂ ଶୁଣି ବିଚାରନ୍ତି କୋନ୍ତେଅସଂଖ୍ୟ ପ୍ରତଗ୍ୟାଂ ୟେତ କଲାକ ଅପ୍ରମିତେ ।୧୦୧।ବେନିଲକ୍ଷ ବଚ୍ଛା ଘେନି ବିହଡ଼ିଲା ଯେବଣ ଗାବୟେହାର ବଚନେ ସେ କିଂପେ ଯେ ଆସିବ ।୧୦୨।ନ ପୁଣ ନ ଆସଇ ନିକି ଗାଈ ୟେହାର ବୋଲେସହଦେବ ନାଶଗଲା ତ ବିରାଟ କୋପିଲେ ।୧୦୩।ସୁମରନ୍ତି କୋନ୍ତେ ଦେବ ଯେ ଦାମୋଦରୟେ ଦୁସହ ସଂକଟୁ ଦେବ ସହଦେବକୁ ପାରିକର ।୧୦୪।ବିରାଟ ବୋଇଲା ହୋ ଶୁଣ ତନ୍ତ୍ରୀପାଳ ଗୋପାଳଯିବା ଯେବେ ବିଂଝମାଳ ସାଜିବା ସନ୍ୟବଳ ।୧୦୫।ସହଦେବ ବୋଇଲା ରାଜା ସେ ପ୍ରମାଦ ଅଟଇ ଭୂମିତାହାର ତହିଂକି ତୋର କଦାଚିତେ ଯିବାର ନ ଯୋଗାଇ ସ୍ୱାମୀ ।୧୦୬।ୟେହି ସମ୍ପ୍ରଧି ଘେନି ରାଜା ବସିଥିବୁ ୟେହି ଠାବେପଲ ଘେନି ପୃଥୁନା ଆସି ହୋଇବ ତୋର ଆଗେ ।୧୦୭।ଦୁସହ ପ୍ରତଗ୍ୟାଂ ଶୁଣିଣ ଯେ ହସଇ ମତ୍ସପତିଦେଖିବା ଆଉ ଶୁଣିଲା ନାହିତ ମୋହୋର ୟେସନ କଥା ଅପ୍ରମିତି ।୧୦୮।ଦେଖ ଦେଖ କୋନ୍ତେ ଗୋପାଳର ମହିଂମାମୁହିଂ ଜାଣିଲି ୟେ ପ୍ରତକ୍ଷେ ଅଟଇ ଯେ ବ୍ରହ୍ମା ।୧୦୯।ଶୁଣିଣ ସହଦେବ ଯେ ଉତ୍ତରକଇଂ କଲା ମୃତ୍ତିବାମ ଚରଣ ଉପରେ ଦକ୍ଷିଣ ପାଦଗତି ।୧୧୦।ହୃଦଗତେ ସୁମରଇ ଦେବ ହୃଷିକେଶୀପୃଥୁନା ନାମ ଧରିଣ ଚୁମ୍ବିଲା ବଇଂଶୀ ।୧୧୧।ମତ୍ସଦେଶକୁ ବିଝଂବନ ବାଷଠି ଶତେ ଜୁଣବଇଂଶୀ ସ୍ୱନ ଶୁଭିଲା ପୃଥୁନା ଶ୍ରବଣ ।୧୧୨।ଧ୍ୟାନେଣ ଜାଣିଲା ସେ ନନ୍ଦନୀର ନାତୁଣୀବୋଇଲା ମୋତେ ସୁମରିଲେ ସହଦେବ ମନ୍ତ୍ରୀ ଚୂଡ଼ାମଣି ।୧୧୩।ପୃଥନା ବୋଇଲା ସାଧୁ ସାଧୁ ହୋ ବିରାଟବଂଶଇ ତୋର ସାଧୁ ସାଧୁ ସାଧୁ ତୋର ରାଷ୍ଟ୍ର ।୧୧୪।ବଡ଼ ମହିମାଂ ବିରାଟ ରେ ତପ ଅର୍ଜିଲୁ ପୂର୍ବଜନ୍ମେତୋହୋର ରାଜ୍ୟେ ଆସି ବିଜେକଲେ ଦେବଧର୍ମେ ।୧୧୫।ଲକ୍ଷେକ ବତ୍ସା ହକାରିଣ ପୃଥୁନା ଯେ ମାୟେବୋଇଲା ଆସ ଯିବାରେ ମତ୍ସଦେଶ ଯାୟେ ।୧୧୬।ବିରାଟ ରାଜ୍ୟରୁ ଯେ ଦୁଷୁକୃତ ଫିଟିଲାଗୋପାଳ ରୂପ ଧରି ସହଦେବ ବିଜେକଲା ।୧୧୭।ୟେତେକ ବଚନେଣ ସେ ସମସ୍ତ ବତ୍ସାମାନେହେମରାବ ଶବଦ କରିଣ ସେ ଧାମନ୍ତି ଗହନେ ।୧୧୮।ଓହ୍ଲାଇଣ ମାହେଶ୍ୱରୀ ବିନ୍ଧ୍ୟମାଳ ପର୍ବତୁଂଉଡ଼ିଲା ଗଗନେ ଧୂଳି ଗାଈଂକର ପାଦଘାତୁଂ ।୧୧୯।କୁହୁଡ଼ି ପ୍ରାୟେକ ଯେ ଦିଶଇ ଚରଣର ଧୂଳିଆକାଶେଣ ଅଦୃଶ୍ୟ ଯେ ହୋଇଲେ ଅଂଶୁମାଳୀ ।୧୨୦।ମୁଖରାବ ଶବଦେଣ ଯେ କମ୍ପଇ ତିନିପୁରମଧ୍ୟପୁର ପୃଥୀ ଯେ କଂପଇ ଥରହର ।୧୨୧।ବିରାଟ ପଚାରଇ ପୃଥୀ ଉଲୁକାପାତ ଦେଖିନିର୍ଘାତ ପଡ଼ିଲା କି ଗଗନ ଉପେକ୍ଷି ।୧୨୨।ଉତ୍ତର ଦିଗ ଦେଶାଉରେ କହିଲେ ଆସ୍ତାନେସ୍ୱାମୀ ଗୋଧନ ପଲ ଗୋଟିୟେ ଆସନ୍ତି ଘୋରବନେ ।୧୨୩।ଅଦଭୂତେ ଗୋଧନ ପଲ ୟେ କାହୁଂ ସେ ଗବନାତନ୍ତ୍ରୀପାଳ ବୋଇଲା ଦେବ ଆସୁଛି ପୃଥୁନା ।୧୨୪।ୟେମନ୍ତ ମନ୍ତ୍ରବଳ ଅଛଇ ମୋହୋରଗୋଲକ୍ଷଣ ବିଦ୍ୟା ସହଦେବକୁ କହିଲେ ଚକ୍ରଧର ।୧୨୫।ଯେବଣ କାଳେ କାଳଦମନ ଜରାସନ୍ଧ ଦିଲେ ଧାଡ଼ିଅସଂଖ୍ୟ ସନ୍ୟ ଘେନି ମଥୁରା ଆସି ବେଢ଼ି ।୧୨୬।ସବୁ ଗୋଧନ ପଲ ଯେ ହରି ସମର୍ପିଲେ ସହଦେବଂକୁସମସ୍ତ ନିଅ ବାବୁ ତୋ ହସ୍ତିନା ରାଜ୍ୟକୁ ।୧୨୭।ଦଇଂତକ ଭୟେ ଗୋମତ ଗିରିରେ ଲୁଚିଲେ ହୃଷୀକେଶଗୋଲକ୍ଷଣ ବିଦ୍ୟା ସହଦେବଂକୁ କହିଲେ ପୀତବାସ ।୧୨୮।ସେ ସହଦେବଂକର ମୁଂ ଅଟଇ ତନ୍ତ୍ରୀପାଳ ଗୋପାଳସେ ମନ୍ତ୍ର ଅଛି ମୋର ହୃଦୟ କମଳ ।୧୨୯।ଯେ ସେ ସହଦେବ ସେହି ସେ ଅଟଇ ମୁହିଂସତ ସରୂପ ତୋର ଅଗ୍ରତେ କହିଲଇଂ ।୧୩୦।ଶୁଣିଣ ଆଶ୍ରିଜ ଯେ ମଚ୍ଛେଶ୍ୱର ନରନାଥଅସଂଖ୍ୟ ଚରିତ କି ସେ ହୋଇବ ୟେମନ୍ତ ।୧୩୧।ଦୁଇ କ୍ଷଉଣୀ ବଳ ମୋର ନାଶଗଲା ଯେଣେସେ କିଂପେ ଆସିବ ୟେଥେ କିମ୍ଭୂତ କାରଣେ ।୧୩୨।ଆଶ୍ରିଜ ପ୍ରାୟେକ ହୋଇ ରାୟେ ଚାହାନ୍ତି ୟେକଦୃଷ୍ଟିକଟକ ଭିତରେ ଯାଇଂ ଗୋଧନ ପଲ ଭେଟି ।୧୩୩।ସରୂପ ଦେଖିଲେ ସେହୁ ଉଚ୍ଚବାଚ୍ଚ ଗାଈଭୟେଣ ବିରାଟ ସଇନି ଘେନି ଗଲେକ ପଳାଇ ।୧୩୪।ପୃଥୁନା ସମର ମୂରତି ଦେଖିଲେ ରାୟେ ଦୂରେଭୟେଣ ଉଠିଲେ ଯାଇଂ ଜଗତୀ ଉପରେ ।୧୩୫।ମେଢ଼ ମଣ୍ଡୋପ ଯେ ଜଗତୀ ଅଟ୍ଟାଳୀଘରେ ବୃକ୍ଷେ ଉଠିଣ ଦେଖନ୍ତି ଯେ ସମସ୍ତେ ବିକଳି ।୧୩୬।ଗୋଧନ ପଲଟି ଯହୁଂ ବିଜୟେ ନିକଟେୟେକାମାତ୍ର ଆସ୍ତାନେ ରହିଲେ କୋନ୍ତଭଟ୍ଟେ ।୧୩୭।ବିରାଟ ବୋଇଲା କୋନ୍ତେ ପଳାଅ କିଂପେ ନାହିଂବଡ଼ାଇ ପ୍ରମାଦ ୟେ ଅଟଇ ଦୁଷ୍ଟଗାଈ ।୧୩୮।ୟେହିମନ୍ତ ପର୍ବତୁଂ ୟେ ଓହ୍ଲାଇ ଅଇଲାଦୁଇ କ୍ଷଉଣୀ ବଳ ମୋର ଗୋଡ଼ାଇ ମାଇଲା ।୧୩୯।ସମସ୍ତେ ଚାହାନ୍ତି ଯେ ୟେକଦୃଷ୍ଟି ହୋଇସହଦେବକଇଂ ଲକ୍ଷେପୁର କରି ବେଢ଼ିଲେକ ସର୍ବଗାଈ ।୧୪୦।ଦେଖିଣ ଚକିତ ହୋଇଲା ମତ୍ସ ନୃପମଣିସମରାଜ୍ୟେ ଶୁଭିଲାକ ହା ହା କାର ବାଣୀ ।୧୪୧।ଆହୋ ତନ୍ତ୍ରୀପାଳ ବୋଲି ବିରାଟ କ୍ରୋଧକଲାୟେ ମୋହୋର କାର୍ଯ୍ୟେ ତନ୍ତ୍ରୀପାଳ ଗୋପାଳ ନାଶଗଲା ।୧୪୨।ସହଦେବ ପ୍ରଣପତ୍ୟ ପୃଥୁନା ଦେବୀ ପଦ୍ମପାଦେବଞ୍ଚିବି ଦୁରାପଦ ମାଗୋ ତୋହୋର ପରସାଦେ ।୧୪୩।ମାଗୋ ଶୁଭେଣ ଗୋପ୍ୟାନ ହୋଇଲେ ଚାରି ଯେ ଠାକୁରମୋତେ କଷଣ କଲା ୟେ ମତ୍ସାଦି ରାଜ୍ୟେଶ୍ୱର ।୧୪୪।ମୁହିଂ ତ ଆନ ସେବା କରି ନୁଆରିବିତୋହୋର ଚରଣେ ତଳେ ସେବା କରିଥିବି ।୧୪୫।ୟେଡେ କୋପ କରିଣ ଯେ ଅଇଲୁ ୟେ ରାଜ୍ୟକୁବିରାଟ ନୃପତି ଦେଖି ଭୟକଲା ତୁମ୍ଭଂକୁ ।୧୪୬।ପୃଥୁନା ବୋଇଲା ବିରାଟ ଦୂରହୋଇ ନ ଗଲେମୁହିଂ କଥା ହୋଇ ପାରନ୍ତି କି ତୋହୋର ତୁଲେ ।୧୪୭।ଶୁଣିଣ ସହଦେବ ପୁଣ ପ୍ରଣପତ୍ୟ କଲାକ ପୃଥୁନାଅନାଦି ସିଦ୍ଧଦେବୀ ଗୋ ପ୍ରଳୟ ଅନ୍ତ ସିନା ।୧୪୮।ମାଗୋ ଆଦି କପିଳା ଯେ ତାହାର ଉଦରୁ ସଚରାଚର ଜାୟେତାହାର କ୍ଷୀର ପାନେ ସଚରାଚର ରକ୍ଷା କରନ୍ତି କାୟେ ।୧୪୯।କପିଳାର ନନ୍ଦନୀ ବଉଳା ନାମେ ଗାଈବିମଳା ନାମେଣ ତାହାର ବତ୍ସା ଉପୁଜାଇ ।୧୫୦।ବିମଳାର ତହୁଂ ଜାତ ହୋଇଲା ଧବଳୀଧବଳୀର ନନ୍ଦିନୀ ଯେ ନାମ ତଇତିଳୀ ।୧୫୧।ତଇତିଳୀର ନନ୍ଦିନୀ ଯେ ଅଟଇ ସୁରଭିତାହାତହୁଂ ଜାତ ଯେ ନନ୍ଦିନୀ ବତ୍ସା ମହାଦେବୀ ।୧୫୨।ବତ୍ସା ନନ୍ଦିନୀର ତହୁଂ ଜାତ ରମ୍ଭା ନାମେ ଗାଈସେ ରମ୍ଭାର ତହୁଂ ଜାତ ହୋଇଲେ ଶତେମାଈ ।୧୫୩।ଶତେମାଈର ନନ୍ଦନୀ ଯେ ଅଟଇ ତ୍ରିଲୋଚନାତାହାର ନନ୍ଦିନୀ ତୁ ଅଟୁ ଯେ ପୃଥୁନା ।୧୫୪।ପୃଥୁନା ତୋତହୁଂ ଜାତ ପଞ୍ଚ ସହସ୍ର ମାଈପୁଣି ପଞ୍ଚସହସ୍ର ଅଣ୍ଡିର ଉପୁଜାଇ ।୧୫୫।ୟେମନ୍ତେଣ ବେନିଲକ୍ଷ ବତ୍ସା ଉପୁଜାଇତୁହି ସେ ସର୍ବ ତାରିଣୀ ଅଟୁ ମହାମାଈ ।୧୫୬।ୟେକା ଚିରରୁ କ୍ଷୀର ଦେଉ ଆଗୋ ମାୟେଉତ୍ପତ୍ତି ପ୍ରଳୟ କରୁ ଦେବୀ ତୁ ଗୋ ସ୍ୱୟେଂ ।୧୫୭।ଜାତ ଅନ୍ତକାରିଣୀ ଗୋ ତୁ ଭଗତମତ୍ସଳାନୋହୁ ତୁ କସରା ଗୋ ପାଟଳୀ ବର୍ଣ୍ଣ କଳା ।୧୫୮।ଅଭୟେ ଅପୂର୍ଣ୍ଣା ଗୋ ପ୍ରସନ୍ନେ ନିରାକାରୀୟେକ ବର୍ଣ୍ଣେଣ ତୁ ନାନା ରୂପ ଧରି ।୧୫୯।ଜୟ ଜୟ ଅନାଦି ଗୋ ବିଜୟା ମାତଙ୍ଗୀଲୟେ ରୂପ ଧରି କାତ୍ୟାୟିନୀ ଗାୟତ୍ରୀ ନାମ ମହାଦେବୀ ।୧୬୦।ଦୁତୀ ଅପର୍ଣ୍ଣା ଗୋ ନିରଞ୍ଜନ ଗୋତ୍ରୀଭଗତର ଜନନୀ ଗୋ ଅଭୟେ ବରଦାତ୍ରୀ ।୧୬୧।ପ୍ରଳୟ ତାରିଣୀ ମାଗୋ ଅଗତିକି ଗତିଦ୍ୟନ୍ତାମମ କଷ୍ଟ ଉଦ୍ଧର ଗୋ କରସି ସର୍ବଚିନ୍ତା ।୧୬୨।ବୁଡ଼ନ୍ତେ ଅବନୀ ଗୋ ତୁହି ସେ ଉଦ୍ଧରନ୍ତାତୋତେ ଆଶ୍ରେକରି ମାଗୋ ଲାଗିଲା ବଡଚିନ୍ତା ।୧୬୩।ଆଦି ଅବତାରେ ଗୋ ଅଦଭୂତ ଶବଦୁଂପଞ୍ଚମୃତ୍ତି ଗଙ୍ଗା ଗୋ ବହଇ ତୋର ପାଦୁଂ ।୧୬୪।ଦିବିଭୁବି ପାତାଳ ଗୋ ତିନିଖଣ୍ଡ ମହୀତୋହୋର କ୍ଷୀର ଆପ୍ୟାନେ ଗୋ ସମସ୍ତ ଧାତୁଦେହୀ ।୧୬୫।ବତିଶ ଛନ୍ଦଣୀ ଗୋ ବିଶାଶତେ ମୁଦୁରାତୁହି ସେ ବଞ୍ଚାଇଲୁ ଗୋ କାଳକାମ ନିଦ୍ରା ।୧୬୬।ଅକ୍ଷୟେ ଅବ୍ୟୟେ ଅଜୟେ ଅନୁଭବୀଅଥବା ବାଞ୍ଛାସିଦ୍ଧକୁ ତୁହି ସେ ଆଦିଦେବୀ ।୧୬୭।ତାମସ ତନୁ ତୋର ଗୋ ଦୁଖ ସୁଖ ନ ମଣେପଞ୍ଚଧାତୁ ବୁଡ଼ାଇଲୁ ୟେକଯୋଗ ମିଳନେ ।୧୬୮।ସାକାର ସାମ ଦୀର୍ଘ ଅଚିନ୍ତ କାନ୍ତାନୀଶରଣ ଜନ ପାଳେନୀ ତୋ ଚରଣେ ଦୟିନୀ ।୧୬୯।ସେ ପୃଥୁନାର ସ୍ତୋତ୍ର ମୋର ଭାବୁଂ ନିତ୍ୟେଶୂଦ୍ରମୁନି ସାରୋଳା ଦାସ ବନ୍ଦେ ସଂସାର ଜନହିତେ ।୧୭୦।ଇଦଂ ବଚନଂ ପ୍ରଣପତ୍ୟ କରଇ ସହଦେବ ପୃଥୁନାର ପାଦତଳେମାଗୋ ମତ୍ସଦେଶେ ବୋଲାଇଲି ମୋର ନାମ ତନ୍ତ୍ରୀପାଳେ ।୧୭୧।ପୃଥୁନା ବୋଇଲା ବାବୁ ହୋଇଲି ପ୍ରସନ୍ନତୋହୋର ମୋହୋର ୟେକଯୋଗେ ବଞ୍ଚିବାକ ଦିନ ।୧୭୨।ଅତ୍ୟନ୍ତ ମହିଂମା ୟେ ବିରାଟ ପୁଣ୍ୟଗୋଟିତୋହୋର ପ୍ରସାଦେ ପାଇବେ ସେ କଳ୍ପକ୍ଷୀର ଫୁଟି ।୧୭୩।ସହଦେବ ବିକାଶିଲା ବଇଂଶୀର ବାଣୀମତ୍ସଦେଶ ଜନେ ସାନନ୍ଦ ହୋଇଲେ ତାହା ଶୁଣି ।୧୭୪।ବିରାଟ ବୋଇଲା ୟେତ ନୋହୋଇ ଗୋପାଳଗୋପାଳ ରୂପେ ଅଇଲା କେବଣ ଦିଗପାଳ ।୧୭୫।ସହଦେବ ହାକିଲା ଯେ ଶୁଣସି ରାୟେ ମତ୍ସପୃଥୁନା ପ୍ରାପତ ୟେବେ ହୋଇଲା ପ୍ରତଚ୍ଛ ।୧୭୬।ବିରାଟ ହାକ ଦିଅଇ ଜୀବନ ତୋର ସାଧୁମୁହିଂ ମୋକ୍ଷଗତି ପାଇଲି ତୁହି ମୋହୋର ପରାଣ ବନ୍ଧୁ ।୧୭୭।ୟେ ତୋହୋର ପ୍ରସନ୍ନେ ମୁଂ ପାଇଲି ପୃଥୁନା ଗାଈଗୋଟିମୁକତ ହୋଇବି ମୋତେ ଦେବା କ୍ଷୀରଫୁଟି ।୧୭୮।ସାତ କ୍ଷଉଣୀ ବଳ ମୋର ସବୁରିହିଂ ବଡ଼ ଆଶତୁ ସର୍ବଗ୍ୟଂ ବିଚକ୍ଷଣ ତୋତେ କହିବଇଂ କିସ ।୧୭୯।ସହଦେବ ବୋଇଲା ଶୁଣସି ଗୋ ମହାମାୟେବିରାଟ ରାଜାକୁ ଦେବା କ୍ଷୀର ଯେ ଫୁଟିୟେ ।୧୮୦।ସନ୍ୟବଳ ମାରି ତାକୁ କରିଛୁ ବିମୁଖତୋହୋର କ୍ଷୀରପାନ କରି ପାସୋରିବ ସର୍ବଦୁଖ ।୧୮୧।ପୃଥୁନା ବୋଇଲା ତୋରେ କ୍ଷୀର ଦେବି ବାବୁଚିରେକ ମୋହୋର ବାବୁ ଆକାଶକୁ ଛାଡ଼ିବୁ ।୧୮୨।ଆରେକ ଚିର ଦେବୁ ନାଗ ଯେ ଲୋକକୁଯେକ ଚିର ସମର୍ପିବୁ ମୋର ଲକ୍ଷେ ଯେ ବଚ୍ଛାକୁ ।୧୮୩।ୟେକ ଚିରକର ତୁ ପାଇବୁ ଯେତେ କ୍ଷୀରଦୁହିଂଣ ଦେବୁ ତ୍ରିପୁତି ଯେ ହୋଇବ ମତ୍ସେଶ୍ୱର ।୧୮୪।ତିନିଚିର ଛାଡ଼ି ଯେ ୟେକା ଚିରକରଦୁହିଂକର ସହଇ ପୂରୋଇ ଭାଣ୍ଡର ।୧୮୫।ଚକ୍ରୀମାନେ ନେଇଣ ଦିଅନ୍ତି କୁମ୍ଭମାନସହଦେବ ମନ୍ତ୍ରୀବର କରୁଛଇ ଗାବ ଯେ ଦୋହନ ।୧୮୬।ଦୁହିଂଣ ସହଦେବ ପୂରୋଇ କଳସୀରନେଇଣ ଥୋଇଲା ସେ ବିରାଟ ସଭାର ।୧୮୭।ଦେଖିଣ ଆଶ୍ରିଜ ହୋଇଲା ମଚ୍ଛେଶ୍ୱରୟେକା ଚିରକରୁ ସହଦେବ ଦୁହିଂଲା ଲକ୍ଷେଭାର ।୧୮୮।ଦେଖିଣ ଆଶ୍ରିଜ ଯେ ହୋଇଲେ ମତ୍ସଦେଶେସାତ କ୍ଷଉଣୀ ବଳ ଘେନି ବିରାଟ କ୍ଷୀରପାନେ କରଇ ହରଷେ ।୧୮୯।ପୃଥୁନା ପ୍ରାୟେକ ଗାଈ ୟେକା ମୋହୋର ଗୋଷ୍ଠେ ଥାଉତନ୍ତ୍ରୀପାଳ ଗୋପାଳ ମୋତେ ଜନ୍ମେ ଜନ୍ମେ ହୋଉ ।୧୯୦।ବହୁତ ପ୍ରଶଂସଇ ରାଜା ମନେ ହୋଇ ଶାନ୍ତିଆଝୁଂ ସେ ମୋକ୍ଷ ମୋର ହୋଇଲା ଜୀବତି ।୧୯୧।ଯେବଣ କ୍ଷୀରକଇଂ ସଦା ଆଶ କରଇ ବେଦବ୍ରହ୍ମାସେ କ୍ଷୀର ଆପ୍ୟାନ କରିବାକୁ ହୋଇଲି ମୁହିଂ କ୍ଷମା ।୧୯୨।ଶ୍ରୀଭୁଜେ ଶାଢ଼ୀ ଯେ ଘେନିଣ ରାୟେ ମତ୍ସୟେ ମୋହୋର ଗୋଷ୍ଠେ ତୁ ଗୋପାଳ ପରୀକ୍ଷ ।୧୯୩।ୟେସନେକ ସହଦେବେ ଜଗନ୍ନାଥଂକୁ ସୁମରିୟେ ମହା ସଂକଟୁ ମୋତେ ଉଦ୍ଧର ଚକ୍ରଧାରୀ ।୧୯୪।ଭୋ କୋନ୍ତେ ଗୋପାଳକୁ ଶାଢ଼ୀ ଦିଅସି ଶ୍ରୀହସ୍ତେମହାପାତ୍ର ମହାଖୁଡ଼ ପଣେ ଥିବ ୟେ ମୋହୋର ରାଜ୍ୟେ ଥିବା ପରିଯନ୍ତେ ।୧୯୫।ବିରାଟର ବଚନେ ଶାନ୍ତି ଭଜି ଦେବ କୋନ୍ତେଆପଣେ ବାନ୍ଧିଲେ ଶାଢ଼ୀ ତନ୍ତ୍ରୀପାଳର ମାଥେ ।୧୯୬।ଶାଢ଼ୀ ପାଇଣ ସେ କୁମାର ପଞ୍ଚାଣକରେ ଲଉଡ଼ି ଧରିଣ ସେ ତଡ଼ିଲେ ଗାଈମାନ ।୧୯୭।ୟେସନେକ ଅଂସକ୍ଷେପ ଚରିତ ଶୁଣି ବଇବସୁତ ମନୁପାଦ ଅର୍ଘ୍ୟ ଦିଲା ନେଇ କୁମ୍ଭଋଷିର ତନୁ ।୧୯୮।ବଡ଼ାଇ ଦୁରାପଦ କଥା କହିଲ ଅଗସ୍ତି ହେୟେ କଥା ଲାଗିଲା ମୋତେ ବଡ଼ାଇ ସନ୍ଦେହେ ।୧୯୯।ପୃଥୁନା ଗାଈ ତହୁଂ ସହଦେବ କଲାକ ସାଧ୍ୟୟେକ ଚିରକରୁ ଦୁହିଂଲେ ସେ ଲକ୍ଷେଭାର ଦୁଧ ।୨୦୦।ଶୁଣିବାକୁ ଅସଖ୍ୟ କହିଲ ଭଗବନ୍ତେବଡ଼ାଇ ଅଗୋଚର କଥା ହୋଇଲାକ ମୋତେ ।୨୦୧।ଗୋମାତାକୁ ନିନ୍ଦାକଲେ ହୋଇବି ମନ୍ଦରୋଗୀହୃଦୟକୁ ସଂପ୍ରତେ ମୋର ନ ଯାଇ ଶାସ୍ରଯୋଗୀ ।୨୦୨।ଗାଈ କେଡେ ହୋଇଲା ତାର ପହ୍ନା କେଡେ ହୋଇଲାୟେକା ଚିରକରୁ କେସନେକ ଲକ୍ଷେଭାର ଦୁଧ ଦୁହାଂଇଲା ।୨୦୩।ମହା ପଣ୍ଡିତ ତୁ ଯେ ଭିଗ୍ୟଂ ବ୍ରହ୍ମବେତ୍ତାୟେ ଶାହାସ୍ର କହିବାକୁ ତୁମ୍ଭେ ସେ ଶକତା ବକତା ।୨୦୪।ୟେହା ସଞ୍ଚପି ମୋତେ କହିବା ତପୋଧନୀଶୁଣିଣ ନିଭ୍ରାନ୍ତି ହୋଇବି ମୁଂ ମହାଗ୍ୟାନୀ ।୨୦୫।ବଦୟନ୍ତି ଅଗସ୍ତି ଯେ ଅନାଦି ବ୍ରହ୍ମବେତ୍ତାଶୁଣସି ହୋ ମହାରାୟେ ୟେ ଗାଈର ଆଦିଜନ୍ମ କଥା ।୨୦୬।ନୀର ଭେଦରୁ ୟେ ହୋଇଲା ସମ୍ଭୂତାଚିର ନିରଞ୍ଜନୀ ୟେ ଅଟଇ ଆଦିମାତା ।୨୦୭।ସେ ନିରଞ୍ଜନୀ ଗୋତ୍ରୀ ଅଟଇ କପିଳାୟେହାର ନନ୍ଦିନୀ ଯେ ଅଟଇ ବଉଳା ।୨୦୮।ବଉଳାର ବଂଶେ ଜାତ ଅଟଇ ତ୍ରିଲୋଚନାତ୍ରିଲୋଚନାର ଅଂଶେ ଉପୁଜିଲା ପୃଥୁନା ।୨୦୯।ପୃଥୁନାର ଆଈ ଯେ ସୁରଭି ନାମେ ଗାଈଅମ୍ବୁ ସମୋଦ୍ର ଜିଣି ସେ ନିତ୍ୟ ଚରିଯାଇ ।୨୧୦।ରତ୍ନଦୀପେ ଚରଇ ସେ ଅମିୟ ଜାତ କ୍ଷୀରଚରନ୍ତେ ଦିନେକଟି ହୋଇଲା ଉଛୁର ।୨୧୧।ଅନ୍ୟଦିନେ ଆସନ୍ତେ ତାକୁ ସମୋଦ୍ର ହୋୟେ ଝାଣ୍ଟୁଆଣିସେ ଦିନ ବତ୍ସାର ଶ୍ରାଗେ ଆସନ୍ତେ ପେଟେ ଲାଗିଲାକ ପାଣି ।୨୧୨।ଚିର ସହିତେ ଲୁଣିପାଣି ଲାଗିଥିଲାବତ୍ସା ପିବନ୍ତେଣ କ୍ଷୀର ସୁସ୍ୱାଦୁ ଲାଗିଲା ।୨୧୩।କ୍ଷୀର ପିବନ୍ତେଣ ପେଟର ପାଣି ଭକ୍ଷିବୋଇଲା ମାତା ଗୋ ୟେମନ୍ତ ଜଳ କାହିଂ ଅଛି ।୨୧୪।ସୁରଭି ବୋଇଲା ମାଗୋ କ୍ଷାର କ୍ଷୀର ନୀର ଶ୍ୱେତ ଯେ ଲବଣୟେ ପାଞ୍ଚ ସମୁଦ୍ର ଶତେ ନବଲକ୍ଷ ଯୋଜନ ।୨୧୫।ତହିଂର ଅନ୍ତରେ ଅଛି ଅମ୍ବୁ ସମୋଦ୍ର ଜଳଆଣ୍ଠୁୟେ ପାଣି ମୋତେ ହୋଅଇ ସକଳ ।୨୧୬।ମାଗୋ ଆଜ ତୋହୋର ବିକଳେ ଧାଇଂ ମୁଂ ଅଇଲଇଂ ଖରେତେଣୁକରି ପାଣି ଲାଗିଲା ମୋହୋର ପେଟରେ ।୨୧୭।ଆରଦିନ ସୁରଭି ଯେ ବେଗେ ଚଳିଗଲାଶରଧାୟେ ନନ୍ଦିନୀ ତାହାର ପଛେ ଗୋଡ଼ାଇଲା ।୨୧୮।ଅମ୍ବୁ ସମୋଦ୍ର ତୃଷାରେ ଆପ୍ୟାନ ସେ କଲାଦେଖିଣ ଆଶ୍ରିଜ ଯେ ସୁରଭୀ ହୋଇଲା ।୨୧୯।ଶୁଣ ହୋ ଚଇତନ ବଦୟନ୍ତି ଅଗସ୍ତି ମହାମୁନିୟେମନ୍ତ ମହିମାଂ ସୁରଭିର ରାଜା ଶୁଣ ତତ୍ତ୍ୱ ଘେନି ।୨୨୦।ସେ ଅମ୍ବୁ ସମୋଦ୍ର ଯେ ତିନିକାଠି ଯୋଜନଟିବିସ୍ତାର ଆୟେତନ ବିଶାଶତେ ଯୋଜନ ଘଟି ।୨୨୧।ୟେଡ଼େକ ସମୋଦ୍ର ଜଳ ହାଦେ ପିଇଲା ବତ୍ସାଗୋଟିଶୁଣି ଆଚମ୍ବିତ ହୋଇଲା ରାଜଶ୍ରେଷ୍ଠି ।୨୨୨।ତୁ ଯେ ପୁଚ୍ଛାକଲୁ ବଇବସୁତ ମନୁସମୋଦ୍ର ଗଣ୍ଡୂଷ ହୋଇଲାଟି ୟେହାର କୃଶାଣୁ ।୨୨୩।ଅମୃତ ସମୋଦ୍ର ନାଶ ଦେଖିଣ ସମସ୍ତ ବୃନ୍ଦାଅର୍କେସୁରଭିକି ଅନେକ ତୁସ୍ତି ଯେ କଲେ ଦେବଲୋକେ ।୨୨୪।ବୋଇଲେ ମାଗୋ ତୋହୋର ନନ୍ଦିନୀ ଯେ କଲାକ ଅନୀତିୟେ ଅମ୍ବୁ ସମୋଦ୍ର ନ ଥିଲେ ସଚାରଚର କେମନ୍ତେ ବ୍ରତି ।୨୨୫।ପୃଥୀ ଫଳ ନ ଦିଅଇ ନୋହୋଇ ଶସ୍ୟ ଜାତୟେଥିକି ଆଶ୍ରେକରି ଯଏ ବ୍ରତନ୍ତି ଭୁବି ସାତ ।୨୨୬।ଦେବତାଂକ ବଚନେ ସେ ଅନାଦି ମାହେଶ୍ୱରୀସମୋଦ୍ର ଭିତରେ ନେଇ ମେଲିଲା ଚିରଚାରି ।୨୨୭।ମୂଷଳ ଧାରାରେ ଦୁଗୁଧ ଝରିଲା ଦିବାରାତିସହସ୍ର ବରଷେ ସମୋଦ୍ରେ ପୂରିଲା ଯୁଗତି ।୨୨୮।ତୁ ଯେ ପୁଚ୍ଛାକଲୁ ରାୟେ ଜୀବନ ତୋର ସାଧୁପ୍ରସରିତ କାୟେ ହୋଇଲା କ୍ଷୀରସିନ୍ଧୁ ।୨୨୯।ବେନି ନୟନୁ ଜାତ ନୀର ନୀଳ ସମୋଦ୍ର ବେନିଶ୍ୱେତ ସମୋଦ୍ର ଝରିଲାଟି ରୋମାବଳୀ ଘେନି ।୨୩୦।କ୍ଷୀର ସମୋଦ୍ର ଘୃତ ସ୍ତନରୁ ହେଲା ଜାତକର୍ଣ୍ଣରୁ ଅମୃତ ଯେ ଝରିଲା ଗୋ ମାତ ।୨୩୧।ମାୟେ ଜାତ କରନ୍ତି ପିବନ୍ତି ୟେହାର ବତ୍ସାସଂହରନ୍ତି ଉଦ୍ଧରନ୍ତି ୟେହାଂକରି ସ୍ୱଇଚ୍ଛା ।୨୩୨।କପିଳା ବୋଲିକରି ୟେହାଂକରି ଆଈୟେକା ଶରୀରୁ ସାତ ସମୋଦ୍ର ଉପୁଜାଇ ।୨୩୩।ତୁ ଯେ ପୁଚ୍ଛାକଲୁ ମୋତେ ମନୁ ଦଣ୍ଡଧରଲକ୍ଷେଭାର କ୍ଷୀର ତାକୁ କେତେକ ମାତର ।୨୩୪।ମନରେ ଯେତେ କଳ୍ପିବ ତେତେ କ୍ଷୀର ଦ୍ୟନ୍ତିତେଣୁ କାମଧେନୁ ନାମ ଜଗତେ ବୋଲନ୍ତି ।୨୩୫।ସେହି ଶରୀର ସମୋଦ୍ର ଯେ ଦିଲେ ଉପୁଜାଇଲକ୍ଷେଭାର ଦୁଧ ଯେ ସହଦେବ ଦୁହିଂଲାଇଂ ।୨୩୬।ଅନେକ ପୂଜାକଲା ମନୁ ମହାଗ୍ୟାଂତାତବ ମୁଖୁଂ ଶୁଣି ମନଭ୍ରାନ୍ତି ଫିଟିଲା ବ୍ରହ୍ମବେତ୍ତା ।୨୩୭।ମହତ ଭାଗ୍ୟ କଲାକ ମତ୍ସାଧିପେଶ୍ୱରମାନବେ ପ୍ରାପତେ ଆସି ହୋଇଲା ଦେବମାତାକ୍ଷୀର ।୨୩୮।ଗୋଧନ ପଲ ଘେନି ସହଦେବ ଚଳଇ ଗୋଗୋଷ୍ଠେକୁଣ୍ଡଳୀ ପାତିଲା ନେଇ ମଣିଭଦ୍ରା ନଦୀତଟେ ।୨୩୯।ମନ୍ତ୍ରୀ ଚୂଡ଼ାମଣି ସେ ସହଦେବର ପ୍ରସାଦେଆରୋଗ୍ୟ ଗୋଧନ କ୍ଷୀର ବର୍ଦ୍ଧମାନ ହୋଇଲାକ ହାଦେ ।୨୪୦।ପଦ୍ମେକ ଭାର କ୍ଷୀର ତାର ଉପୁଜିଣ ଥିଲାଶତେପଦ୍ମ ଭାର ଦୁଧ ସହଦେବ ଦୁହିଂଲା ।୨୪୧।ବିରାଟ ରାଜ୍ୟ ସବୁ ହେଲା ଗୋଧନମୟେରୋଗ ପୀଡ଼ା ନାହିଂ ସବୁ ଧବଳ କମଳ ପ୍ରାୟେ ।୨୪୨।ସହସ୍ରେକ ଗାଈରେ ଗୋ ଗୋଷ୍ଠେକ ବୋଲିଶତେଗୋଷ୍ଠ ହୋଇଲେ ୟେ ହୋଅଇ ୟେକ ପଲ୍ଲୀ ।୨୪୩।ଶତେକ ପଲ୍ଲୀରେ ଯେ ଲଉଡ଼ିୟେ ଅଟଇଶତେ ଲଉଡ଼ିୟେ ମହାଖୁଡ଼କେ ଖଟଇ ।୨୪୪।ଶତେକ ମହାଖୁଡ଼େ ଅଟଇ ଯେତେ ଗାଈୟେତେକ ଉପରେ ଯେ ୟେକ ମହାଭୋଇ ।୨୪୫।ଶତେକ ମହାଭୋଇ ମୂଳେ ଗୋରୁ ହୋଅଇ ଯେତେଲେଖ ହୋ ପଣ୍ଡିତେ ଗୋଧନ ହୋଇଲାକ କେତେ ।୨୪୬।ଦୁହାଂଳ ପାଞ୍ଚପଦ୍ମ ବରଡ଼ିଆ ତିନିପଦ୍ମ ଗାଈଅଣ୍ଡିର ମର୍ଭୁତେକ ବତ୍ସା ପଞ୍ଚ ପରାୟୁଧ ମାଇ ।୨୪୭।କପିଳା ବଉଳା କଷରା ଶୁକଳା କୃଷ୍ଣବର୍ଣ୍ଣକପୋଳ ସିଂହ କାହାର ଉବୁରେ ଘନ ଘନ ।୨୪୮।ପିଙ୍ଗଳ ନୟନ କନ୍ଧ ଯେ କାହାର କଳା ପିଠିପାଦ ଖୁରା ଶ୍ୱେତ କାହାର ମସ୍ତକେ ଚାନ୍ଦ ଫୁଟି ।୨୪୯।ୟେହେନେକ ପାଞ୍ଚଲକ୍ଷ ଷଣ୍ଢ ଅଛିଲକ୍ଷେକ ଲକ୍ଷେକ ତହିଂ କପିଳା ଗାଈ ଗଚ୍ଛି ।୨୫୦।ୟେଗାର ଶତ ଯୋଜନ ମତ୍ସରାଜ୍ୟ ସୀମାକୃଷି କର୍ମ ନାହିଂ ତହିଂ ଗୋଧନ ସେ ବ୍ରହ୍ମା ।୨୫୧।ସୁଖେଣ ଚରନ୍ତି ଯେ ଓଗାଳନ୍ତା ନାହିଂ କେହିକଣୟଭଦ୍ରା ନଦୀରୁ ସେ ସୁଖେଣ ପାଣି ଖାଇ ।୨୫୨।ଗୋଧନ କାଳେ ଚିରେ ଚିରେ ଭୂମିରେ ପକାନ୍ତି ଯଦିକଟକ ବେଢ଼ିଣ ଅଢ଼ାଇ ପହର ପରିଯନ୍ତେ ବହଇ କ୍ଷୀର ନଦୀ ।୨୫୩।ସକଳ ଜୀବଜନ୍ତୁ କରନ୍ତି କ୍ଷୀରପାନସୁବର୍ଣ୍ଣରେ ଝଳିଲା ପ୍ରାୟେ ଦିଶନ୍ତି ଦେହବର୍ଣ୍ଣ ।୨୫୪।ମତ୍ସଦେଶ କଟକରେ ସକଳ ନରନାରୀବିଦ୍ୟାଧର ପରାୟେ ଦିଶନ୍ତି ସ୍ତିରୀମାନେ ଅପଚ୍ଛରୀ ।୨୫୫।ବଇବସୁତ ମନୁ ପୁଚ୍ଛାକଲେ ଅଗସ୍ତି ମହାମୁନ୍ୟେଶସ୍ୟ ଜାତ ନାହିଂ କେମନ୍ତେ ବ୍ରତନ୍ତି ପ୍ରଜାମାନେ ।୨୫୬।ଅଗସ୍ତି ବୋଇଲେ ସେ ମଘଦେଶ ମତ୍ସଦେଶ ଭୂମିତାହା ଭୋଗ କରଇ ଯେ ବିରାଟ ଦେବସ୍ୱାମୀ ।୨୫୭।ସେ ମତ୍ସଦେଶ ରାଜା ଅଟେ ମହୀଦାସକୀଚକର ଭୟେ ସେଟି ନ ରହିଲା କତିପାଶ ।୨୫୮।କାମ୍ୟେକ ନାମେ ପର୍ବତ ଯେ ମଘଦେଶେ ବସଇକାମ୍ୟେକ ନାମୁଂ ତହିଂ ପ୍ରତିଦିନ ବରଷଇ ।୨୫୯।ଚାଳିଶ ଦିବସରେ ଯେ ପାଚଇ ତହିଂ ଧାନତହିଂ ସେ ଉତପତ୍ତି ହୁଅଇ ସର୍ବ ଶସ୍ୟମାନ ।୨୬୦।ଜଣେକ ଶତେମାଢ଼ ବର୍ତ୍ତନ ଦେଇ ଭ୍ରମିୟେତ ଆୟେ ତ କରନ୍ତି ବିରାଟ ଦେବସ୍ୱାମୀ ।୨୬୧।ୟେ ବିଧିରେ ବେନିରାଜ୍ୟ ମାଡ଼ିବସଇ ବିରାଟଆପଣା ସୁଷମାୟେ ଥାଇ ନାହିଂ ତାର ପରରାଷ୍ଟ ।୨୬୨।ଆପଣେ ହେ ନରେନ୍ଦ୍ର ପରେ ନୋହୋଇ ଦ୍ୱନ୍ଦୀତାହାର ସଙ୍ଗରେ କେହୁ ନୋହୋଇ ବିବାଦୀ ।୨୬୩।ୟେମନ୍ତ ମତ୍ସଦେଶ ସୀମା ଯୋଜନ ପଞ୍ଚାଶଧବଳ ଛାୟେଣୀ ଘରେ ବସଇ ସୁବର୍ଣ୍ଣ କଳସ ।୨୬୪।ଧନେଣ ଗୁରୁହଂସୀ କୁବେର ସମାନେ ପରଜାଜଣେ ଜଣେକ ଖଟନ୍ତି ରାଜାଂକୁ ନ ଦିଅନ୍ତି ସଞ୍ଜା ।୨୬୫।ଗୋରସ ବିକନ୍ତେ ଉପୁଜେ ଯେବଣ ଧନରାଜାର ଭଣ୍ଡାରକୁ ଚଳଇ ବିଦ୍ୟମାନ ।୨୬୬।ଅମନାତ୍ୟ ପାତ୍ର ଯୋଦ୍ଧା ଅନେକ ପାଦାନ୍ତିସମସ୍ତ ପାତ୍ରମାନେ କୃଷି କର୍ମଣ ବ୍ରତନ୍ତି ।୨୬୭।ମହାପାତ୍ରକେ ଚାରିଶତ ମାଢ଼ ଭୂମି ପାତ୍ରକେ ଶୟେ ତିନିପାଦାନ୍ତିକେ ଶତେମାଢ଼ ଯୋଦ୍ଧାକେ ଶତ ବେନି ।୨୬୮।ମହାପାତ୍ରକେ ଲକ୍ଷେଗାବ ପାତ୍ର ପଞ୍ଚାଶ ସହସ୍ରଯୋଦ୍ଧାକେ ତିନିସହସ୍ର ପାଦାନ୍ତିକେ ସହସ୍ରେକ ନିର୍ମିତ ।୨୬୯।ୟେହେନେକ ସଂପଦ ମଘଦେଶ ମତ୍ସଦେଶ ପୁରୀଦେବତା ସମାନେ ତହିଂ ବ୍ରତନ୍ତି ନରନାରୀ ।୨୭୦।ମହୀତଳେ ଉଦିତ ସେ ମତ୍ସଦେଶ ନାହାଅଶିଲକ୍ଷ ରଥ ଅଟଇ ତାହଂକର ହାଦେ ସାହା ।୨୭୧।ତିନିଖର୍ବ ଚୋଖାର ତୁରଙ୍ଗମ ବାଜୀଧବଳ ଶୁଦ୍ଧ ବାରଣ ସେ ନିର୍ବାଣ ମହାତେଜି ।୨୭୨।ସୋହୋଡ଼ ବନ ତହିଂକି ନିକଟଇୟେମନ୍ତେ ଉତ୍ତମ ଅଶ୍ୱ ଯେ ତାହାକୁ ଖଟଇ ।୨୭୩।ୟେହାର ତୁଲେ ଯେବଣ ରାଜା ହୋଅଇ ଅପ୍ରୀତିଗୋରସ ଦେଇ ଅରଜଇ ବହୁତ ସେ ପ୍ରୀତି ।୨୭୪।ଧାର୍ମିକ ବିବେକ ପଣ୍ଡିତ ସେ ଅଟଇ ମହାରାଜାସୁଦେଷ୍ଣା ବୋଲିକରି ତାହାର ଭାରିଯା ।୨୭୫।ଶଙ୍ଖ ଶ୍ୱେତ ଉତ୍ତର ତାହାର ତିନି ଯେ ତନୟେଉତ୍ତରା ନାମେଣ ତାର ୟେକ ଦୁହିତାୟେ ।୨୭୬।ପାଞ୍ଚମଣ୍ଡଳ ମାଡ଼ି ତାହାର ରାଜ୍ୟଖଣ୍ଡସାତ କ୍ଷଉଣୀ ବଳ ତାହାର ତିନିଶ ଶତ ପାରିଦଣ୍ଡ ।୨୭୭।ୟେସନେକ ସଂପଦେ ବିରାଟ ରାଜ ବସାଇଆନ ରାଜ୍ୟ ଖଳ ତାହାର ରାଜ୍ୟେ ନ ପଶଇ ।୨୭୮।ଶୁଣ ହୋ ଚଇତନ ମଘମତ୍ସ ଦେଶର ମହିମାଂୟେହେନେକ କରି ସ୍ରିଜିଲା ବିରାଟ ମହାତମା ।୨୭୯।ଆହୋ ଚଇତନ ବିରାଟ ମହିଂମା ତୁ ଶୁଣଘରେ ଘରେ ବଖାଣ ହେଉଥାଇ ବିଷ୍ଣୁ ଯେ ପୁରାଣ ।୨୮୦।ୟେହେନେକ ମହିଂମା ସେ ବିରାଟ ଭୁବନହରିବାସର ଦିନେ କେହି ନ ଭୁଞ୍ଜନ୍ତି ଅନ୍ନ ।୨୮୧।ଅଥବା ଅନ୍ନ ଯେବଣ ଦିନ ଭୁଞ୍ଜନ୍ତି ଗୁପତେରାଜ୍ୟ ବାହାର କରିଦ୍ୟନ୍ତି ତାହାକୁ ପାଞ୍ଜବରଷ ପରିଯନ୍ତେ ।୨୮୨।ପଣ୍ଡୁର ନନ୍ଦନ ଯେ ନିଜ ରାଜ୍ୟ ଉପେଖିରହିଲେ ଚିନ୍ତିତେ ରାଜାର ଧାର୍ମିକ ପଣ ଦେଖି ।୨୮୩।ସଭାପଣ୍ଡା ପଣେ ରହି ପଶାକ୍ରୀଡ଼ା ବିଧାନେକୋନ୍ତଭଟ୍ଟ ନାମ ଯୁଝେଷ୍ଠି ବହିଲେ ଗୋପ୍ୟାନେ ।୨୮୪।ଧର୍ମହୁଂ ଅନୀତି ନ କହନ୍ତି ସଭାୟେଣ ବସିୟେଣୁକରି ବେନିରାଜ୍ୟେ ଜନେ ଅନେକ ଭଗତି ହୁଅନ୍ତି ଆସି ।୨୮୫।କୋନ୍ତେ ବୋଇଲେ ରାଜା ଶୁଣିମା ବିରାଟଯଦ୍ୟପି ଦୂତେ ଆସିବେ ପରରାଷ୍ଟ ।୨୮୬।ନଗ୍ର ଭିତେର ରାୟେ ତାକୁ ନ ଦେବୁ ହାଦେ ପଶିଅମନାତ୍ୟ ପରି ମୁଖେ କରିବୁ ସମ୍ଭାଷି ।୨୮୭।ଆସ୍ତାନେ କୋନ୍ତ ତାଂକୁ କହିଲେ ଯେବଣ ବୁଦ୍ଧିପରରାଷ୍ଟ ଲୋକନ୍ତ ସେହି ଦିନୁଂ ଦୁଆର ବିରୋଧୀ ।୨୮୮।ବଲ୍ଲଭ ନାମେଣ ଭୀମ ସୂପକାର ମୃତ୍ତିବୃକୋଦର ପାକ ପଚନ କରଇ ସେ ନିତିପ୍ରତି ।୨୮୯।ଗଉରୀ ସଉରୀ ନଳ ୟେ ତିନିବିଧି ରାନ୍ଧଣାସମସ୍ତ ସଂପାଦଇ ସେ କୋଇନ୍ତାଂକର ଦୁଲଣା ।୨୯୦।ୟେକାଇ ସୂପକାରକେ ସେ କରଇ ରନ୍ଧନସୁଖେଣ ଭୋଗ କରନ୍ତି ସେ ସମସ୍ତ ରାଜ୍ୟମାନ ।୨୯୧।କଉତୁକେ ନଗ୍ର ସ୍ତିରୀମାନେ ମେଂଜନ ନିଅନ୍ତିସୁସ୍ୱାଦୁ ପାଇଣ ରୋଷୁଅ ଘରେ ରାନ୍ଧଣା ସଞ୍ଚା ଦିଅନ୍ତି ।୨୯୨।ହରଷେ ରାନ୍ଧିଦିଅଇ ସେ କାହାକୁହିଂ ନିରାଶ ନାହିଂସମସ୍ତ ସୁହୃଦ ମଣେ ବଲ୍ଲବ ଗୋସାଇଂ ।୨୯୩।ସ୍ୱାମୀହୁଂ ଭିକ୍ଷାବାସୀ ପରିଯନ୍ତେ ସବୁଂକୁହିଂ ୟେକଦୃଷ୍ଟିତେଣୁକରି ସମରାଜ୍ୟେ ସାଧୁ ସାଧୁ ଧୁନି ଉଠି ।୨୯୪।କୋନ୍ତେ ସଭାପଣ୍ଡା ଭୀମ ରାନ୍ଧୁଣିଆ ରୂପ ଧରିନକୁଳ ବାଜୀପାଳ ଅର୍ଜୁନ ବୃହନାରୀ ।୨୯୫।ଦ୍ରୋପତୀ ରହିଲେ ଯେ ସଇରିନ୍ଧ୍ରୀ ରୂପ ହୋଇସହଦେବ ମନ୍ତ୍ରୀ ଯେ ରଖିଲାକ ଗାଈ ।୨୯୬।ୟେସନେକ ସମସ୍ତେ ଗୁପତେ ରହିଲେବିରାଟ ରାଜ୍ୟେ କେହି ଜାଣି ନୁଆରିଲେ ।୨୯୭।ୟେମନ୍ତେଣ ଧନୁ ମକର କୁମ୍ଭ ମେଷ ଋଷଭ ଗଲାଷଡ଼ମାସ ଗଲା କେହି ଜାଣନ୍ତା ନୋହିଲା ।୨୯୮।୨୦୧୫।ଭୀମ-ବ୍ୟାଘ୍ର ଯୁଦ୍ଧ ଓ ନାନା ପ୍ରସଙ୍ଗୟେହା ଶୁଣି ବୋଇଲା ବିଲଂକ ଆଧିପତିଅନ୍ନ ଭୁଞ୍ଜିଣ ପାବେନି ହୋଇଲା ତ୍ରିପୁତି ।୧।ଭୀମସେନ ମହିମାଂ ଯେ ତୁମ୍ଭେ ମୋତେ କହିସାଂଗ୍ରାମ ନ ପାଇଲେ ସେ ନ କରଇ ମୁଣୋହି ।୨।ପୁଷ୍ଟ ଭୋଜନେ ଯେ ତାର ଶରୀର ବଢ଼ିଲାସେ ମହାତମା ଯେ ଶରୀରେ ସମର କିସ କଲା ।୩।ବଦୟନ୍ତି ଅଗସ୍ତି ଯେ ଗ୍ୟାଂନବନ୍ତ ଶୁଦ୍ଧଚେତାଶୁଣ ହୋ ମହାରାୟେ ପଣ୍ଡିତ ମହାଶ୍ରୋତା ।୪।ଶୁଣ ହୋ ମହାରାଜ ବଦୟନ୍ତି ମହାତମାୟେକଇ ମତ୍ତବ୍ୟାଘ୍ର ବଧକଲା ଭୀମା ।୫।ୟେହା ଶୁଣି ମନୁ ବୋଇଲେ ଶିରେ ଦେଇ କରଭୋ ଅଗସ୍ତି ମୁନି ମୋତେ କହିବା ସମାଚାର ।୬।କି ଅବା ବ୍ୟାଘ୍ରକୁ ଭୀମ ମାଇଲା ବନେ ପଶିକି ଅବା ବ୍ୟାଘ୍ର ନଗରେ ଉପଦ୍ରବ କଲା ଆସି ।୭।ୟେହା ସଞ୍ଚପି ମୋତେ କହିବା ମୁନିବରକି ରୂପେ ବ୍ୟାଘ୍ରକୁ ସେ ମାଇଲା ସୂପକାର ।୮।ଅଗସ୍ତି ବୋଇଲା ହୋ ୟେକଇ ବେଣ୍ଟକାରମନୋହର ବନରେ ଯେ ଅଟଇ ତାର ନିଜ ଘର ।୯।ଦଣ୍ଡକାରଣ୍ୟକୁ ସେ ମୃଗୟା ବିନୋଦେ ଗଲାଗଜ ବ୍ୟାଘ୍ରଂକର ତହିଂ ସମର ଦେଖିଲା ।୧୦।ପର୍ବତେ ଥାଇଣ ସେ ବିନ୍ଧିଲା ତୀକ୍ଷଶରନାରାଜ ଘାତ ପାଇଣ ସେ ପଳାଇଲା ବ୍ୟାଘ୍ରବର ।୧୧।ମତ୍ତହାଥୀକି ବନ୍ଧନ କଲାକ କିରାତ ଜାରାବିରାଟେ ରାଜ୍ୟେ ନେଇ କଲାକ ମହାବୀରା ।୧୨।ସେ କିରାତର ହାଥେ ହାଥୀକି କରାଇ ବନ୍ଧନତୋଷେଣ ବିରାଟ ଦେଲା ଅନେକ ଧନବସ୍ରମାନ ।୧୩।ରାତ୍ର ଦିବା ତାହାକୁ ଦୃଢ଼କରି ବାନ୍ଧିଅବଦେକ ହୋଇଲାଣି ହାଥୀକି ଯେ ନୁଆରିଲେ ସାଧି ।୧୪।ପୁଣିହିଂ କିରାତ ସେ ଦଣ୍ଡକା ଅରଣ୍ୟକଇଂ ଗଲାସେ ମତ୍ତ ବ୍ୟାଘ୍ରକୁ ସେ ହେଳେଣ ବନ୍ଧନ କଲା ।୧୫।ମନ୍ଦର ପର୍ବତ ଜାଣି ବ୍ୟାଘ୍ରର ନିଜର କାୟେମୁଣ୍ଡ ଦିଶଇ ଯେ ତାର ଉଦେଗିରି ପ୍ରାୟେ ।୧୬।ଆକାଶ କିଂପାଇଂ ସେ ବ୍ୟାଘ୍ରର ଘୋରରଡ଼ିଚଳନ୍ତେଣ ହେଳ ଘେନଇ ବସୁନ୍ଧରୀ ।୧୭।ବଇବସୁତ ମନୁ ଅଗସ୍ତିଂକି ପୁଚ୍ଛାକଲେସେ ମତ୍ତବ୍ୟାଘ୍ରକୁ ଭୀମସେନ କେମନ୍ତେ ମାଇଲେ ।୧୮।ଶବର ସେ ବ୍ୟାଘ୍ରକୁ ବା ବାନ୍ଧିଲା କେମନ୍ତେସାଧୁ ସାଧୁ ମହିମା ସେ ଶବର ମହାବଳବନ୍ତେ ।୧୯।ସେ ଶବରର ମହିଂମା ମୋତେ କହିବା ମୁନି ୟେବେସେ ଜାରା ଶବର ମୁନି ଅଟଇ କେହୁ ପୂର୍ବେ ।୨୦।ଅଗସ୍ତି ବୋଇଲେ ହୋ ଶୁଣ ବିଲଂକାଧିପୂର୍ବେ ସେ ଶବର ଯେ ଅଟଇ ମହାଯୋଧୀ ।୨୧।ଶୁଣ ହୋ ମହାରାଜା ତ୍ରେତୟା ଯୁଗର କଥାଶ୍ରୀରାମ ସୂର୍ଯ୍ୟ ବଂଶେ ଯେ ହୋଇଲେ ସମ୍ଭୂତା ।୨୨।କଇକେୟାର ବଚନେ ସେ ଶ୍ରୀରାମ ବନବାସୀଲକ୍ଷଣ ସୀତୟା ଘେନି ଚଉଦ ବରଷ ବନେ ପଶି ।୨୩।ଦଣ୍ଡକା ଅରଣ୍ୟେ ସେ ହୋଇଲେ ବନଚାରୀସେ ଅରଣ୍ୟୁଂ ରାବଣ ସୀତୟା ନେଲା ହରି ।୨୪।ପଥ ଉପନେସି ବନେ ବୁଲନ୍ତି ରଘୁନାଥେବାଳୀକି ବଧିଲେ ଇସ୍କନ୍ଦ୍ୟା ନାମେ ବନେ ।୨୫।ହରିବଳ ସଂପକ୍ଷ ସୁଗ୍ରୀବ ଅଙ୍ଗଦ ହନୁମନ୍ତେଶାତବାଳିକି ଭେଟିଲେ ମାଲ୍ୟବନ୍ତ ପର୍ବତେ ।୨୬।ମାଲ୍ୟବନ୍ତ ପର୍ବତେ ହନୁମନ୍ତକୁ ଦୂତପଣେ ପେଷିଜାନକୀ ଠାବକଲା ସେ ଲଂକାଗଡ଼େ ପଶି ।୨୭।ମଧୁବନ ଭାଞ୍ଜିଣ ସେ ଅନେକ ସଇନି ମାରିକଉତୁକ ସମର ହନୁର କେ ସଞ୍ଚପି କହିପାରି ।୨୮।ଇନ୍ଦ୍ରଜିତ ବନ୍ଧନେ ପୋଡ଼ିଲା ଯେ ଲଂକାଶ୍ରୀରାମଂକୁ ବାର୍ତ୍ତା ପୁଣି କହିଲା ଆସି ୟେକା ।୨୯।ହନୁମନ୍ତ ପ୍ରତଗ୍ୟାଂ ବଳବୀର୍ଯ୍ୟ ଦେଖିଶ୍ରୀରାମେ ବିଭୀଷଣ ଶରଣ ପଶିଲା ସହୋଦ୍ର ଉପେକ୍ଷି ।୩୦।ମନ୍ତ୍ରୀ ଚୂଡ଼ାମଣି ଯେ କହିଲା ଦିବ୍ୟବୁଦ୍ଧିସୁଗ୍ରୀବର ଘେନିଣ ରାମ ବାନ୍ଧିଲେ ବାରାନିଧି ।୩୧।ସେତୁବନ୍ଧ ଦେଖିଣ ରାବଣ ଭୟେକଲାଚଉରାଶୀ ଜୁଣ ଲଂକାଦ୍ୱାରା କପାଟ ପାଡ଼ିଲା ।୩୨।କପାଟ ପାଡ଼ନ୍ତେ ସେ ଶ୍ରୀରାମ କୋପ କଲେକୋଦଣ୍ଡେ ଶ୍ରୀରାମ ରାବଣେ ନାରାଜ ପେଷିଲେ ।୩୩।କରପତ୍ର ଯୋଡ଼ିଣ ରାମେ କହଇ ଲକ୍ଷଣସ୍ୱାମୀ ଅପାର ବନ୍ଧୁବର୍ଗ ପୋଷିଛି ରାବଣ ।୩୪।ମହା ମତ୍ତଗୋଳ ୟେ ଯେ ହରିଲା ଜାନକୀୟେବେ ଭୟେ କରି କବାଟ ପାଡ଼ିଲାକ ଆମ୍ଭର ବଳ ଦେଖି ।୩୫।ଆମ୍ଭର କରି ଲଂକାକଇଂ ଶ୍ରୀମୁଖେ ଦେବାସ୍ୱତୀଂକି ନ ସମର୍ପିଲେ ପଛେ ସମର କରିବା ।୩୬।ଲକ୍ଷଣର ବଚନେ ରାମ ଚାହିଂଲେ ଜମ୍ବେବର ମୁଖରାବଣକୁ ନିର୍ବାଣି ତୁମ୍ଭେ ଶ୍ରୀମୁଖେ ଲେଖ ।୩୭।ମହାମନ୍ତ୍ରୀ ଜାମ୍ବେବ ଯେ ଶ୍ରୀମୁଖ ନିର୍ବାଣିବଂଶାବଳୀ ଆଦିକରି ଲିହଇ ମନେ ଗୁଣି ।୩୮।ଶ୍ରୀମୁଖରେ ମତ୍ସମୁଦି ସନ୍ତକ ଯେ ଦିଲେ ରାମଚନ୍ଦ୍ରେଶ୍ରୀମୁଖ ହାଥେ ଘେନି ବିଚାରନ୍ତି ହାଦେ ରଘୁକୁଳ ଇନ୍ଦ୍ରେ ।୩୯।ଶ୍ରୀମୁଖ ଘେନିଣ କେ ଯିବ ଲଂକାପୁରେତିନିଜଣୁଂ ଚାରିଜଣ ନାହିଂ ଆମ୍ଭ ସଙ୍ଗତରେ ।୪୦।ହନୁମନ୍ତ ଯାଇତେ ସେ ସାମରଥା ଲଂକା ପୁଣରାବଣ ବୋଲିବ ୟେହି ବଳବନ୍ତା ଅଛଇ ଶ୍ରୀରାମ ଥାଠେଣ ।୪୧।ୟେହାକୁ ନାଶକଲେ ସରିବ ତାର ଦର୍ପବେଢ଼ିଣ ପ୍ରମାଦ ଯେ ଚିନ୍ତିବ କଉଣୋପ ।୪୨।ପୁଣିହିଂ କେସନେକ ପେଷିବି ହନୁମନ୍ତସୁଗ୍ରୀବର ଯାଇ ପାରଇ ସେ ହାଦେ ଆମ୍ଭ ମଇତ୍ର ।୪୩।ସ୍ୱାମୀ ସରିସମ ଦୂତଗଲେ କଳିବନା ରିପୁଥାଠର ମଧ୍ୟରେ ୟେ ସିନା ଅଟଇ ଆଧିପୁ ।୪୪।ଅଙ୍ଗଦ ବୀର ଯାଇ ତ ପାରଇ ଲଂକାପୁରୀବିଚାରନ୍ତେ ଅଙ୍ଗଦର ତ ଆମ୍ଭେ ପିତୃ ବଇରୀ ।୪୫।ଯାଇଂଣ ନ ଆସିବ ୟେ ପଶିବ ଅବା ଶତ୍ରୁ ସଙ୍ଗେରିପୁ ଭେଦ ପାଇବନା ସାମରଥ ଅଟଇ ଅଙ୍ଗେ ।୪୬।କାହାକଇଂ ପେଷିବି ବୋଲିଣ ମନେ ଭାଳିଦୂରେ ଥାଇ ଅଙ୍ଗଦ କରଇ ନିଉଛାଳି ।୪୭।ଭୋ ସ୍ୱାମୀ ମୋହୋରେ ଶ୍ରୀମୁଖ ଦେବାକ ରଘୁପତିମୋହୋର ଗଲେ ସର୍ବକାର୍ଯ୍ୟ ହୋଇବ ଯୁଗତି ।୪୮।ଶ୍ରୀରାମ ବୋଇଲେ ଆମ୍ଭେ ତୋହୋର ଜାଣିଲୁଣି ହିଆପିତୃବଧ ଦୋଷ ନିମନ୍ତେ କଲୁ ତୁ ବିଶ୍ରୋହା ।୪୯।ଅଙ୍ଗଦ ବୋଇଲା ସ୍ୱାମୀ ନୋହୋଇ ୟେମନ୍ତରାବଣକୁ ଉପୁଗାର ମୁଂ କରିଛି ବହୁତ ।୫୦।ପିତା ମୋହୋର ତାକୁ ଧରି ଆଣିଥିଲା ପୂର୍ବେସିଂହଦ୍ୱାରେ ବନ୍ଦୀକରି ପକାଇଲା ମତ୍ତଗର୍ବେ ।୫୧।ସ୍ୱାମୀ ତେର ବରଷ ଯେ ସତାଇଶ ଦିବସଦାସୀମାନଙ୍କ ଅଗ୍ରତେ କରଇ ତାଣ୍ଡବ ନୃତ୍ୟରସ ।୫୨।ଧାଈ ତିରୀମାନଙ୍କର ସେ ଉତ୍ତିଷ୍ଟ ଅନ୍ନମାନ ଖାଇଶରୀର ରକ୍ଷା କରିଥିଲା ଯେ ଲଂକାସାଇଂ ।୫୩।ସ୍ୱାମୀ ଦିନେକ ରାଇ ଆଗ୍ୟାଂ ଦିଲେକ ମୋତେ ପିତାମୁଣ୍ଡ କାଟିପକା ନେଇ ରାବଣ ଦଇତା ।୫୪।ପିତାର ଆଗ୍ୟାଂୟେ ମୁଂ କରେ ଧରି ଅସିପତ୍ରଦେଖିଲି ଦାସୀଂକ ତୁଲେ କରୁଛି ତାଣ୍ଡେବ ନୃତ୍ୟ ।୫୫।ମୁହିଂ ବୋଇଲି ଆହେ ରାବଣ ଦଇତାଶିର ଛେଦନ ହୋଇବୁ ରେ ସୁମର ତୋ ଇଷ୍ଟ ଦେବତା ।୫୬।ନିଷତେ ବୋଇଲା ମୋ ଇଷ୍ଟ ଦେବତା ଯେ କିୟେଅଙ୍ଗଦହିଂ ଇଷ୍ଟ ଦେବତା ମୋର ମୋତେ ଜୀବଦାନ ଦିୟେ ।୫୭।ସ୍ୱାମୀ ଶରଣ ପଶନ୍ତେ ଯେ ମୁହିଂ ଦୟା ତାକୁ କଲିଶିର ଚରଣରେ ରଜ୍ଜୁ ଲଗାଇ ଲଂକାକୁ ଫିଙ୍ଗି ଦିଲି ।୫୮।ୟେହେନ୍ନେକ ଉପୁଗାର ମୁଂ ରାବଣକୁ କରିଅଛି ପୂର୍ବେମୋକେ ଦେଖିଲେ ଭୟ କରିବନା ୟେବେ ।୫୯।ନିକଳଂକ ଅଙ୍ଗଦ ବଚନେ ତ୍ରିପୁତି ରଘୁନାଥେଶ୍ରୀମୁଖ ଦିଲେ ନେଇଣ ଯୁବରାଜ ହାଥେ ।୬୦।ଶ୍ରୀମୁଖ ଘେନିଣ ସେ ଅଙ୍ଗଦ ଗଲା ଲଂକାସେତୁବନ୍ଧେ ବିଭୀଷଣକଇଂ ଭେଟିଲା ଯାଇଂ ୟେକା ।୬୧।ଲଂକାର କ୍ଷିଦ୍ର କଥା ଯେ କହିଲା ବିଭୀଷଣଲଂକା ଶିରୀ ଅଛି ବାବୁ ପଞ୍ଚଇ ଠାବେଣ ।୬୨।ସୁବର୍ଣ୍ଣର ସିଂହବେନି ଭାଞ୍ଜିବୁ ଉତ୍ତର ଦ୍ୱାରେକୁମ୍ଭକର୍ଣ୍ଣକଇଂ ଶୁଆଇବୁ ଉତ୍ତରକୁ କରି ଶିରେ ।୬୩।ମନ୍ଦୋଦରୀ କେଶ ଧରି କରିବୁ ଅଭିମାନବ୍ରହ୍ମାର ନିଆସିଲା ବେତ ତୁ କରିବୁ ଭଗନ ।୬୪।ରାବଣ ବସିବାର ଯେ ଜଗତୀର ଚାଳତାହା ଘେନିଣ ଆସିବୁ ତୁ ବାଳୀର ଦୁଲାଳ ।୬୫।ଲଂକାରେ ତୁ ଯେବେ ଯେତେକ କରି ପାରିବୁ ଯୁବରାଜତେବେ ଶ୍ରୀରାମର ତୁ ସେବକ ଆତ୍ମଜ ।୬୬।କହିଣ ମନ୍ତ୍ରୀବର ବାହୁଡ଼ିଣ ଗଲାପ୍ରଥମ ଦ୍ୱାରେ ଯାଇଂ ଅଙ୍ଗଦ ସିଂହ ଦୁଇ ଭଗ୍ନ କଲା ।୬୭।ଜଗତୀ ଦ୍ୱାର କପାଟ ସହିତରେ ଭାଂଜିଲଂକାଗଡେ ଅଙ୍ଗଦ ପଶିଲା ଗଳଗାଜି ।୬୮।କୁମ୍ଭକର୍ଣ୍ଣ ଦ୍ୱାରେ ଯାଇଂ ପଶିଲା ଧାତିକାରେଦକ୍ଷିଣୁଂ ଉଲୁଟାଇ ଶୁଆଇଲା ଶିରକୁ କରିଣ ଉତ୍ତରେ ।୬୯।ଅଙ୍ଗଦର ରଡ଼ି ଶୁଣି ଅସୁର ଅବଳାପୁରୁଂ ବାହାର ହୋଇ ସେ ଚାହାଂନ୍ତି ଭେଳା ଭେଳା ।୭୦।ଅନ୍ତପୁରୁଂ ବାହାର ହୋଇ ମନ୍ଦୋଦରୀ ରାଣୀଧାଇଂଣ ଅଙ୍ଗଦ ଆକ୍ରୋଷି ଶିର ଝୁଣି ।୭୧।ନାରଦେ ବୋଇଲେ ତୁ ଛାଡ଼ ୟେହା କେଶୟେ ତୋହୋର ମାତା ତୁ ୟେହାର ଶିଷ ।୭୨।ନାରଦ କହିଲେ ଯହୁଂ ପୂର୍ବର କଥାମନ୍ଦୋଦରୀ ରାଣୀର ଯେବଣ ବ୍ୟବସ୍ତା ।୭୩।ଶୁଣିଣ ଅଙ୍ଗଦ ତାର ଛାଡ଼ିଲା କେଶକଇଂକ୍ଷେପିଣ ଅଙ୍ଗଦ ରାବଣ ଜଗତୀରେ ବସଇ ।୭୪।ବହୁତ ଉତ୍ତର ହୋଇଲା ରାବଣ ଅଙ୍ଗଦେବାମକରେ ଶ୍ରୀମୁଖ ଘେନିଲା ରାବଣ ହାଦେ ।୭୫।ଶ୍ରୀମୁଖ ଘେନିଣ ରାବଣ କହିଲା ମନ୍ଦବୁଦ୍ଧିଅଙ୍ଗଦ ବୋଇଲା ତୋର ଶିର ପକାନ୍ତି ଆଜ ଛେଦି ।୭୬।ସ୍ୱାମୀର ନାହିଂ ମୋହୋର ୟେହେର୍ଣ୍ଣକ ଆଗ୍ୟାଂମୁହିଂ ହୀନଜନ ତାହା କରିପାରଇ କି ଅବଗ୍ୟାଂ ।୭୭।କହୁଂ କହୁଂ ଉତକର୍ମ ବାଳୀରାଜାର ରାଟରାବଣର ଶିରୁ ଉଛୁଡ଼ି ଆଣିଲା ମଣିମୟେ ମୁକୁଟ ।୭୮।ସୁବର୍ଣ୍ଣ ଜଗତୀ ଚାଳ ଭାଞ୍ଜିଲା ବାମହାଥେବିକ୍ରମି ଅଇଲା ଦେବ ୟେକ ପାଦଗତେ ।୭୯।ବାଳୀର ନନ୍ଦନ ଯାଇଂ ସୁବଳୟାରେ ବିଜୟେଶିରଭୂଷା ମୁକୁଟ ଦେଇ ଛାମୁରେ କରଇ ବିନୟେ ।୮୦।ଦେଖିଣ ସାନନ୍ଦ ଯେ ପରମ ଯୋଗେଶ୍ୱରସତ ବଚନ ଶୁଣି ତୁ ମାଗି ଘେନି ବର ।୮୧।ସତ୍ୟ ବଚନ ଶୁଣି ଅଙ୍ଗଦ କରଯୋଡ଼ିକ୍ଷମାସାଗର ନାଥ ପ୍ରସନ୍ନେ ଦେବହରି ।୮୨।ମୁହିଂ ପାମର ତୋତେ କିସ ବର ମାଗିବଇ ମନ ଫୁଟିଜାଣି ଅନୁଗ୍ରହ ମୋତେ କରିବା ଶ୍ରୀରାମ ପ୍ରଭୁଗୋଟି ।୮୩।ଶ୍ରୀରାମ ବୋଇଲେ ଆମ୍ଭେତ ଜାଣିଲୁ ତୋର ହିୟାଉଦ୍ଦେଶ୍ୟ ଫେଡ଼ିଣ କହ ଜାଣନ୍ତୁ ସମସ୍ତେ ତାହା ।୮୪।ଅଙ୍ଗଦ ବୋଇଲା ସ୍ୱାମୀ ସର୍ବଭୂତେ ଯାହାର ବାସକି ବର ମାଗିବି ମନେ ଫୁଟି ଜନ ଉଦ୍ଦେଶ ।୮୫।ମନଜାଣି ବର ମୋତେ ଦେବାକ ରଘୁନାଥେମୁହିଂ ଛାର ପାମର ଯେ ତୋହୋର ଭୃତ୍ୟର ଭୃତ୍ୟେ ।୮୬।ଅଙ୍ଗଦର ମନ ଯେ ଜାଣିଲେ ଶ୍ରୀହରିବୋଇଲେ ତୁ ଯାହା ବାଞ୍ଛାକଲୁ ଆମ୍ଭେ ତୋର ପିଅର ବଇରି ।୮୭।ତବ ହାଥେ ବଧ ଆମ୍ଭର ଅଛଇ ଯଥାବିଧିଯାଆରେ ଅଙ୍ଗଦ ତୋର ମନବାଞ୍ଛା ହୋଉ ସିଦ୍ଧି ।୮୮।ସମସ୍ତେ ଥମ୍ଭୀଭୂତ ହୋଇଲେ ତାହା ଶୁଣିହନୁମନ୍ତ ଉଠିଲା ରାଗେଣ ଶିରଝୁଣି ।୮୯।ଆରେ ଆରେ ଅଙ୍ଗଦ ତୋହୋର ମୁଣ୍ଡ ପକାଇବି ମୋଡ଼ିଶ୍ରୀରାମେ ଧଇଲେ ହନୁମନ୍ତକୁ କୋଳକରି ।୯୦।ତୁ କିଂପାଇଂ ୟେହାକୁ କୋପକରୁ ହନୁଉଚିତ ବର ମାଗିଲାଟି ବାଳୀ ରାଜାର ତନୁ ।୯୧।ପୁତ୍ରହୋଇ ଯେବେ ପିତାକୁ କାରଣ ନ କରିବୟେକାବନ ପୁରୁଷ ତାହାର କେବେହେଂ ନ ତରିବ ।୯୨।ପିତାକୁ କାରଣ ନ କରାଇଟି ଯେବଣ ପୁତ୍ରତାହାର ଜୀବନ ନିଷ୍ଫଳ କିସ ଯେ ଜୀବିତ ।୯୩।ଆରେ ବାବୁ ଅଙ୍ଗଦ ମୁହିଂ ବୋଲଇ ୟେକବାରୟେ ଦେହ ଘେନି ଆମ୍ଭେ ସର୍ଗକୁ ଯିବୁଟି ନିକର ।୯୪।ଦ୍ୱାପର ଯୁଗେ ଆମ୍ଭେ କହ୍ନା ଅବତାରେଜନମ ହୋଇବୁଂଟି ବାସୁଦେବ ଘରେ ।୯୫।ଅଷ୍ଟମଲ୍ଲ ମୂଳେ କଂସାସୁରକୁ ନିଶୋଧିଜରା ନାରକା କାଳଦମନକୁ ବଧି ।୯୬।ମହାଭାରତ ଯୁଦ୍ଧେ ମୁଂ ସେ ପାଣ୍ଡବେ ପୀରତିପୃଥୀ ଭାରାଭର ସମସ୍ତ କରାଇବୁଂ ନିବୃତ୍ତି ।୯୭।ବହୁତ ସ୍ତିରୀ ରମନ୍ତେଣ କୁଟୁମ୍ବ ବିସ୍ତାରଉପାୟେ ସେମାନଂକୁ କରିବି ସଂହାର ।୯୮।ଦ୍ୱାପର ଅନ୍ତେ କଳିଯୁଗ ପ୍ରବେଶ ହୋଇଲେସିଆଳୀ ଲତାରେ ଆମ୍ଭେ ଶୋଇଥିବୁ ଯମୁନାର କୂଳେ ।୯୯।ସେ ଲତାର ଉପରେ ଥିବଇଂ ମୁହିଂ ଶୋଇଦ୍ୱାପରେ ଜାତ ହୋଇବୁ ଜରା କିରାତ ରୂପ ହୋଇ ।୧୦୦।ଅଜର ନାମେଣ ଯେ ୟେକଇ ଶବରମନୋହର ବନରେ ଯେ ଆଶ୍ରମ ତାହାର ।୧୦୧।ସେ ଅଜର ନନ୍ଦନ କିରାତ ଅଜପତିଜରାଜ ବୋଲିକରି ତାହାର ସନ୍ତତି ।୧୦୨।ଜରାଜର ନନ୍ଦନ ବିରାଜ ବନଚରତାହାର ନନ୍ଦନ ଯେ ମଧନାମେ ଶବର ।୧୦୩।ମଧର ନନ୍ଦନ ଯେ କିରାତ ହରିଦାସଜରା ନାମେ ଶବର ଅଟଇ ତାର ଶିଶ ।୧୦୪।ଜରା ନାମେ ଶବର ତହିଂ ତୁ ହୋଇଥିବୁସେଦିନେ ବନସ୍ତେ ଆମ୍ଭନ୍ତ ନାରାଜ ଘାତ କରିବୁ ।୧୦୫।ମୁହିଂ ତୋର ପିତାକୁ ଦୋଷେ କଲି ନାଶତୁହି ମୋତେ ଶରାଘାତ କରିବୁ ବାଳୀ ଶିଷ ।୧୦୬।ଶୁଣ ହୋ ମନୁସୁତ ବଦନ୍ତି ଅଗସ୍ତିକିରାତ ରୂପେ ଅଙ୍ଗଦ ଦ୍ୱାପର ଯୁଗେ ଉତପତ୍ତି ।୧୦୭।ମନୋହର ବନ ସେ ଯେ ତାହାର ବାସଇଦଣ୍ଡକାରଣ୍ୟେ ଧଇଲା ମତ୍ତବ୍ୟାଘ୍ର ଯାଇଂ ।୧୦୮।ବ୍ୟାଘ୍ରକୁ ଘେନିଣ ଅଜପତିର ନାତିମତ୍ସ ଦେଶେଣ ପ୍ରବେଶ ହୋଇଲାକ ଝାତି ।୧୦୯।ଲୁହାର ଲାଗିଅଛି ଯେ ପାଞ୍ଚଗୋଟି ଶିକଳାମହାମତ୍ତ ବ୍ୟାଘ୍ର ଯେ ତେଜେଣ ଅନର୍ଗଳା ।୧୧୦।ତୁଣ୍ଡ ବିସ୍ତାରି ଯେ ବ୍ୟାଘ୍ର ଦେଉଅଛି ଘୋର ରଡ଼ିଡାକ ଘାତେଣ ମେରୁଗିରି ପଡ଼ୁଅଛି କି ଝଡ଼ି ।୧୧୧।ଗହ ଗହ ଶବଦ ବ୍ୟାଘ୍ରର ଘୋର ଡାକେତ୍ରାସେଣ ପଳାଇଲେ ମଚ୍ଛରାଜ୍ୟର ସର୍ବଲୋକେ ।୧୧୨।ସେ ବ୍ୟାଘ୍ରକଇଂ ଆକ୍ରୋଷି ଧରିଅଛି ବୀର ବଳେକିରାତ ଆସି ପ୍ରବେଶ ହୋଇଲା ବିରାଟ ଆସ୍ତାନର ତଳେ ।୧୧୩।ବିରାଟ ବୋଇଲା କିରାତ ରେ ଜୀବନ ତୋର ଧନି ଧନିକେମନ୍ତେ ୟେଡେ ମତ୍ତ ବ୍ୟାଘ୍ରକୁ ଅଇଲୁ ତୁହି ଘେନି ।୧୧୪।ୟେହାର ବୀର୍ଯ୍ୟେ ଉପୁଜନ୍ତା ଯେତେକ ସନ୍ତତିଅପାର ଜୀବଜନ୍ତୁ ମାରିଣ ଭକ୍ଷନ୍ତା ସବୁନ୍ତି ।୧୧୫।ତୁହି ରକ୍ଷାକଲୁ ବ୍ୟାଘ୍ର ମହାଭୟେଲକ୍ଷେକ ମାଢ଼ ସୁବର୍ଣ୍ଣ ଦିଲା ମତ୍ସରାୟେ ।୧୧୬।ଆହୋ କିରାତ ପ୍ରଥମେ ସେ ମତ୍ତଗଜେକ ଦିଲୁ ଆଣି ବାନ୍ଧିପଞ୍ଚଦଶ ମାସ ହୋଇଲା ମୁଂ ନୁଆରିଲି ସାଧି ।୧୧୭।ବିରାଟର ବଚନ ଶୁଣି ବୋଇଲା ବୀର ଜରାକୀଞ୍ଚକର ହାଥେ ତୁ ହୋ ମତ୍ତବ୍ୟାଘ୍ରକୁ ମରା ।୧୧୮।କେହୁଣସି ମତେ ବଧ ନୋହିଲେ ୟେ ମହାବଳୀସହସ୍ରେକ ଜଣ ୟେକାଘାନ୍ତିକେ ପାରଇ ସେ ଗିଳି ।୧୧୯।ବିରାଟ ବୋଇଲା ମୋ ରାଜ୍ୟେ କୀଞ୍ଚେକ ସେନାପତିତାହାର ବାହୁବଳେ ଯେ ମୋହୋର ୟେ ସଂପଦ ବିଭୂତି ।୧୨୦।ଆହୋ ଶବର ନଖଦନ୍ତେ ବିଷ ଯାର ଅନୁବ୍ରତେମୁହିଂ ତାର ତହିଂକି କୀଞ୍ଚେକକୁ ପେଷିବି କେମନ୍ତେ ।୧୨୧।ନିଅ ଯା ବ୍ୟାଘ୍ର ତୁହି ଆନ ଦେଶେ ନେଇ ମରାରାଜ୍ୟକୁ ତୋର ଲାଜ ହେଉଅଛିଟି ବୋଇଲା କିରାତ ଜାରା ।୧୨୨।ଯଦ୍ୟପି ବ୍ୟାଘ୍ର ମୁଂ ଘେନିଯିବି ୟେଥୁଂୟେହା ନେଇ ସମର୍ପିବି ତୋର ବଇରି ତ୍ରିଗତକୁ ।୧୨୩।ୟେ ବ୍ୟାଘ୍ରକୁ ଘେନିଣ ଯେବେ ବାହିବ ତ୍ରିଗତତେତେବେଳେ ବିରାଟ ତୁ କରିବୁ କେମନ୍ତ ।୧୨୪।କୋନ୍ତେ ବୋଇଲେ ରାଜା ଯେବେ ଅଛି ତୋ ବଇରିଉପାୟେ କରିଣ ରାଜା ପକାଅ ୟେହାକଇଂ ମାରି ।୧୨୫।ବିରାଟ ବୋଇଲା ଯାଚକେଶ୍ୱର ମନ୍ତ୍ରୀ ଆଗେମେଲାଇ ଘେନିଆସ ହୋ ମହାମତ୍ତ ନାଗେ ।୧୨୬।ରାଜାର ବଚନେ ସେ ବୋଇଲେ କୋନ୍ତଭଟ୍ଟେଦୁଷ୍ଟ ହାଥୀ ଗୋଟାୟେ ଥିଲେ ମେଲ ହୋ ତାର ଥାଠେ ।୧୨୭।ବିରାଟ ବୋଇଲେ ମୋର କୀଚେକ ପ୍ରସାଦେବେନିରାଜ୍ୟ ଭୋଗ ମୁହିଂ କରଇ ଅପ୍ରମାଦେ ।୧୨୮।ଆଣ ମତ୍ତହାଥୀ ବ୍ୟାଘ୍ର ତୁଲେ ଯୁଦ୍ଧ ହୋଉଗଜ ବ୍ୟାଘ୍ରକୁ ମାରୁ କି ବ୍ୟାଘ୍ର ଗଜକୁ ଖାଉ ।୧୨୯।ମତ୍ସପତି ବଚନ ସେ ନିରାଧାର ବୋଲିସହସ୍ର ବେଣ୍ଟକାର ଆସି ହାଥୀକି ଦିଲେ ମେଲି ।୧୩୦।ଗଜ ଆସନ୍ତେଣ କମ୍ପଇ ମେଦିନୀଆସ୍ତାନର ତଳେ ଗଜକୁ କଲେ ଆଣି ।୧୩୧।କଟକ ରାଜାଦଣ୍ଡେ ଯେ ମହତ ବୃକ୍ଷ ଥିଲାଦୃଭାର ଗଜ ତାହା ଭାଞ୍ଜି ଚୂନାକଲା ।୧୩୨।ବିରାଟ ବୋଇଲା ଶବର ହୋ ତୋର ବ୍ୟାଘ୍ରକଇଂ ମେଲକରୁ ସେ ସମର ଯେ ମତ୍ତହାଥୀର ତୁଲ ।୧୩୩।ଜାରା ଶବର ବୋଇଲା ରାଜା ନାହିଂ ମୋହୋର ଦୋଷୟେଗଜ ଦେଇ ତୋହୋର ତହୁଂ ନେଲି ଅନେକ ରତ୍ନକୋଷ ।୧୩୪।ବିରାଟ ବୋଇଲା ତୁ ୟେମନ୍ତ ନ ବୋଲଟି ଜାରାଗଜ ଯୁଦ୍ଧକରି ୟେ ବ୍ୟାଘ୍ରକଇଂ ବେଗେ ମରା ।୧୩୫।ରାଜାର ବଚନେ ସେ କୋପେଣ ବେଣ୍ଟକାରଗଜକଇଂ ଦେଖାଇଣ ସେ ମେଲିଲାକ ବ୍ୟାଘ୍ରବର ।୧୩୬।ଗଜ କଣ୍ଠ ଗର୍ଜନ ବ୍ୟାଘ୍ର ଘୋର ବୋବିପଳାଇଲେ ବନଜନ୍ତୁ କମ୍ପଇ ମହୀଦେବୀ ।୧୩୭।ବେନି ପଡ଼ିତାଳ ହୋଇଲେ ବିକ୍ରାନ୍ତେଆକାଶେ କଂପିଲେ ଯେ ଦିଗପାଳ ସମସ୍ତେ ।୧୩୮।ସମରାଜ୍ୟ ଲୋକେ ଭୟେଣ ମହାତ୍ରାସିଦ୍ୱାରନ୍ତ ପାଡ଼ିଣ ବାଳୁତ ପ୍ରାୟେ ଭିତରେ ଯାଇ ପଶି ।୧୩୯।ଗିରିବର ସମାନେ ଯେବଣ ମତ୍ତହାଥୀମହାଭୟେ କଲା ଦେଖିଣ ବ୍ୟାଘ୍ର ମୃତ୍ତି ।୧୪୦।ହାମ୍ପୋଡ଼ି ନାଦକରି ସେ ଧାଇଂଲା ମହାଦୁଷ୍ଟଗଜ କୁମ୍ଭସ୍ଥଳେ ବସିଲା ମହାଆଣ୍ଟ ।୧୪୧।ତିନି କାଠି ଆୟତନ ଯେବଣ ଗଜର ମୁଣ୍ଡଆକ୍ରୋଷିଣ ବ୍ୟାଘ୍ରବର ଘୋଟିଲା ତାହାର ତେଡ଼େ ତୁଣ୍ଡ ।୧୪୨।ତମ୍ବାଚକ୍ର ପ୍ରାୟେକ ବ୍ୟାଘ୍ରର ବେନି ଦୃଷ୍ଟିଘୋର ନାଦକରି ଚାପିଲା ବେନିପାଟି ।୧୪୩।ବ୍ୟାଘ୍ର ଆକ୍ରୋଶନ୍ତେ ଭାଞ୍ଜଇ ଗଜର ମୃଦ୍ଧନାଅସ୍ଥି ଚର୍ମ ସହିତେ ହୋଇଲା ସର୍ବ ଚୂନା ।୧୪୪।ପଡ଼ିଲା ମହାଗଜ ନିଚେଷ୍ଟ ଉତ୍ତାନଶାୟୀ ହୋଇପୁଣ ଉଦର ବିଦାରିଲା ଦଶନ ହଲାଇ ।୧୪୫।ବେନିଫାଳ ହୋଇଣ ଯେ ପଡ଼ିଲା ମତ୍ତଗଜରୁଧିର ଆପ୍ୟାନ ସେ କରଇ ମହାତେଜ ।୧୪୬।ଗଜର ଗର୍ଭରେ ଯେ ପୁରୁଷେକ ଥିଲାଶ୍ରୀଯୁଝେଷ୍ଠିଂକ ଦ୍ରଶନେ ସେ ସ୍ୱର୍ଗକଇଂ ଗଲା ।୧୪୭।ମନୁ ପୁଚ୍ଛାକଲେ ଅଗସ୍ତି ମହାପ୍ରଭୁସେ ବ୍ୟାଘ୍ର ଯେ ଗଜକୁ ବଧକଲା ସେ ଅଟଇ ପୂର୍ବେ କେହୁ ।୧୪୮।ଅଗସ୍ତି ବୋଇଲେ ହୋ ଶୁଣିମା ଚଇତନବିଶ୍ୱାବସୁ ବୋଲି ଗନ୍ଧର୍ବ ବିଦ୍ୟମାନ ।୧୪୯।ୟେକଦିନେ ବ୍ରହ୍ମା ଯେ ତର୍ପଣ କରୁଥିଲେବିଶ୍ୱାବସୁ ଗନ୍ଧର୍ବ ଯାଇଣ ଦେଖିଲେ ।୧୫୦।ମୂର୍ଖପଣ କରି ସେ ଜଳରେ ଉଭାହୋଇକୋପଭରେ ବ୍ରହ୍ମା ଯେ ଦେଖିଲେ ତାକୁ ତହିଂ ।୧୫୧।ବୋଇଲେ ପାମର ରେ ଆଗରେ ଉଭାହେଲୁତର୍ପଣର ବେଳେ ମନ ବିଚଳିତ କଲୁ ।୧୫୨।ଯାଅସି ଗନ୍ଧର୍ବ ରେ ମଞ୍ଚରେ ହୋଅ ଜାତଗଜମୂର୍ଖ ବୋଲି ତୋତେ ବୋଲନ୍ତୁ ଜଗତ ।୧୫୩।ତାହା ଶୁଣି ବିଶ୍ୱାବସୁ ଯେ ଚରଣେ ପଡ଼ିଲାଶାପକୁ ମୁକତ ମୋତେ କହସି ବୋଇଲା ।୧୫୪।ଧାତା ବୋଇଲେ ତୁ ବିରାଟ ଘରେ ଥିବୁଯୁଝେଷ୍ଠିଂକି ଦେଖିଣ ତୁ ମୁକତ ହୋଇଣ ଆସିବୁ ।୧୫୫।ୟେତେବୋଲି ଧାତା ଯେ ଗଲେ ନିଜପୁରବିଶ୍ୱାବସୁ ଗନ୍ଧର୍ବ ଜନ୍ମ ହୋଇଲା ପୃଥୀର ।୧୫୬।ଗଜମୂର୍ଖ ହୋଇଣ ବନସ୍ତେ ବୁଲୁଥିଲାସେ ଗଜକୁ ଆଣି କିରାତ ବିରାଟକୁ ଦିଲା ।୧୫୭।ତାର ସଙ୍ଗେ ଯୁଦ୍ଧକଲା ମତ୍ତବ୍ୟାଘ୍ରଯୁଝେଷ୍ଠି ଦେଖି ଗଜ ହୋଇଲା ପ୍ରାଣତ୍ୟାଗ ।୧୫୮।ବଇବସୁତ ମନୁ ପଚାରିଲେ ତପୋବନ୍ତେବ୍ୟାଘ୍ରକୁ ଘେନି କିରାତ କଲାଟି କେମନ୍ତେ ।୧୫୯।ଚଇତନ୍ୟ ପୁଚ୍ଛାକଲେ ଶୁଣିମାକ ପୁରୁଷବ୍ୟାଘ୍ରର ମହିଂମା ଯେ ଅତୀୟ ସାହସ ।୧୬୦।ମନୁ ବୋଇଲେ ହୋ ଶୁଣ ଚଇତନଦେଖିଣ ବିରାଟ ତହୁଂ ହୋଇଲା ଭୟେ ମନ ।୧୬୧।ୟେଡେବଡ଼ ମତ୍ତହାଥୀ ପ୍ରାଣତ୍ୟାଜ ହୋଇଲାକାହାର ହାଥେ ବ୍ୟାଘ୍ରକୁ ମରାଇବି ବୋଇଲା ।୧୬୨।ଯାଅ ଯାଅ ବ୍ୟାଘ୍ରକୁ ଘେନିଣ ବେଣ୍ଟକାରକିରାତ ବୋଇଲା କୀଞ୍ଚେକକଇଂ ଆଣ ନୃପବର ।୧୬୩।ଶତସିଂଘେ ବଳ ପ୍ରାକର୍ମ ଯାହାରବ୍ୟାଘ୍ର ମାତ୍ର ତାକୁ ଅଟେ କିସ ଛାର ।୧୬୪।କିରାତ ବୋଇଲା ଦଶ ପାଦାନ୍ତିର ବଳ ୟେକଇ ବଇଲଦଶ ବଇଲର ବଳ ୟେକା ଷଣ୍ଢ ମହାବଳ ।୧୬୫।ଦଶଷଣ୍ଢର ବଳ ୟେକା ବଳୟା ଜୀବ ବୋଲିଦଶ ବଳୟାର ୟେକ ଗଣ୍ଡାବଳ ବୋଲି ।୧୬୬।ଦଶଗଣ୍ଡାର ପରାକ୍ରମ ୟେକଇ ଶଅମ୍ବରଦଶ ଶଅମ୍ବର ବଳ ୟେକଇ ଗୟଳର ।୧୬୭।ଦଶ ଗୟଳ ପ୍ରାକର୍ମ ୟେକଇ ବାହୁଟିଆଧାଉଡ଼ିଆ ଜନ୍ତୁ ଯେ ନ ପାଇ ୟାଂକ ହିଆ ।୧୬୮।ଦଶ ବାହୁଟିଆ ପରାକ୍ରମ ୟେକଇ ବ୍ୟାଘ୍ରରକେଶରୀ ଅଂଶେ ଜାତ ଅଟଇ ୟେହାର ।୧୬୯।ଦଶ ବ୍ୟାଘ୍ରର ପରାକ୍ରମ ୟେକଇ ଭାଲୁକଦଶ ଭାଲୁକର ପରାକ୍ରମ ୟେକଇ ଯେ ଜୀବକୋକ ।୧୭୦।ଦଶକୋକର ପରାକ୍ରମ ଶାର୍ଦ୍ଦୁଳ ଜୀବ ଜାତୟେହି କେଶରୀ ଅଂଶେ ଯେ ଅଟଇ ଯୁଗତ ।୧୭୧।ଦଶଶାର୍ଦ୍ଦୁଳ ପରାକ୍ରମ ଅଟଇ ୟେକ ହାଥୀଦଶହାଥୀର ସିଂଘ ପରାକ୍ରମ ଅଟଇ ମତ୍ତଗଜର ଯୁଗତି ।୧୭୨।ଦଶ ମତ୍ତହାଥୀର ପ୍ରାକର୍ମ ୟେକଇ ସିଂଘ ବୋଲିୟେମନ୍ତେ ଶତ ସିଂଘର ପରାକ୍ରମ ତୋର କୀଞ୍ଚେକର ଶୁଣିଲି ।୧୭୩।ୟେହେନେକ ପ୍ରାକର୍ମ ତୋର କୀଞ୍ଚେକବ୍ୟାଘ୍ର ଛାର ପ୍ରାକର୍ମ ଅଟଇ କେତେ ମାତ୍ରକ ।୧୭୪।ଯଦ୍ୟପି ନ ମରାଇବୁ କୀଞ୍ଜେକର ହାଥେୟେହିଠାରେ ମେଲିବି କହିଲଇଂ ହାଦେ ତୋତେ ।୧୭୫।ରାଜ୍ୟର ଲୋକେ ଯେ ତ୍ରାସିଲେ ତାହା ଶୁଣିମେଲିବା ମାତ୍ରେକ ଜନ ଭକ୍ଷିବ ୟେହିକ୍ଷଣି ।୧୭୬।ରାଜ୍ୟର ବଇକୁଲ ଦେଖିଲେ ବିରାଟେମଉନବ୍ରତ ହୋଇ କିମ୍ପେ ବସିଲ ହୋ କୋନ୍ତଭଟ୍ଟେ ।୧୭୭।କ୍ରୋନ୍ତେ ବୋଇଲେ ତୁ ଶୁଣ ହୋ ବେଣ୍ଟକାରକୀଞ୍ଚେକର ହାଥେ ବ୍ୟାଘ୍ର କି ହୋଇବ ଅପହାର ।୧୭୮।ଆନ ହାଥେ ମରାଇଲେ ହୋଇବଟିକି ସାଧ୍ୟକିରାତ ବୋଇଲେ ଯେହ୍ନେ କରିପାରୁ ବଧ୍ୟ ।୧୭୯।ବନ କନ୍ଦର ଜୀବଜନ୍ତୁ ନ ବ୍ରତିଲେ ୟେହାର ଘାୟେକୀଞ୍ଚେକ ପରା କ୍ଷତ୍ରୀ ଥାଉଂ ରାଜ୍ୟକୁ କିଂକେ କରୁ ଭୟେ ।୧୮୦।ଋଷି ବିପ୍ର ତପୋଧନ ରହି ନୁଆରନ୍ତି ବନତୁ ଯେ ଦଣ୍ଡଧାରୀ ନିବର୍ତ୍ତାଇବୁ ନା ଅରଷ୍ଟିମାନ ।୧୮୧।ଯଦ୍ୟପି ୟେ ବ୍ୟାଘ୍ର ବନ୍ଧନେ ନ ମରିବରାଜ୍ୟକଇଂ ବୋଲଣା ତୋର ପରରାଷ୍ଟେ କଳଣା ପଡ଼ିବ ।୧୮୨।କୀଞ୍ଚେକ ପରାକ୍ରମ ସହିତେ ତୋର ପ୍ରାକର୍ମ ହୋଇ ଦୂଷିବିରାଟ ବୋଇଲେ କୋନ୍ତେ ଅଷ୍ଟ ଅବଧାନେ ସ୍ୱୟେଂ ୟେହାକଇଂ ନାଶି ।୧୮୩।କୋନ୍ତେ ବୋଇଲେ ହୋ ଶୁଣିମା ମତ୍ସପତିକଥାୟେ କହିବି ବିଚାରକୁ ମିଳଇ ଯୁଗତି ।୧୮୪।ଆହୋ ଯାଚକେଶ୍ୱର ମନ୍ତ୍ରୀ ସେ ବଲ୍ଲଭ ବ୍ରାହ୍ମଣଆସ୍ତାନର ତଳେ ବୋଇଲା ମୁଂ ଜାଣଇ ମାଲ ବିନ୍ଧାଣ ।୧୮୫।ତାହାକଇଂ ହକରାଇ ଆଣିମାକ ମହାରାୟେଯେମନ୍ତେ ବ୍ୟାଘ୍ରକୁ ମରାଇବା କଉତୁକ ପ୍ରାୟେ ।୧୮୬।ବ୍ୟାଘ୍ର ମଲେହେଂ ଯୋଗାଇ ବ୍ରାହ୍ମଣ ମଲେ ହେଂ ଯୋଗାଇଲାପରଦେଶୀ ବ୍ରାହ୍ଣଣ କିଂପେ ପ୍ରତଗ୍ୟାହିଂ କଲା ।୧୮୭।ଶୁଣିଣ ଥମ୍ଭୀଭୂତ ହୋଇଲା ମତ୍ସଇନ୍ଦ୍ର ନରେନ୍ଦ୍ରବୋଇଲା କୋନ୍ତେ ଜାଣିଲି ତୁମ୍ଭେ ଅଟ ବଡ଼ମନ୍ଦ ।୧୮୮।ବ୍ୟାଘ୍ରର ତୁଲେ ଅବା କାହିଂ ମନୁଷ୍ୟର ସମରକିସ ଦ୍ରୋହକଲା ତୁମ୍ଭଂକୁ ସେ ବଲ୍ଲଭ ସୂପକାର ।୧୮୯।ମନ୍ତ୍ରୀ ବୋଇଲା ଦେଖି ଆଣିମାକ ରାଇକିସ ପ୍ରତିଉତ୍ତର ବୁଝିବାନା ତାହି ।୧୯୦।ବିରାଟ ବୋଇଲା ହକରାଅ ଚାରଗଣବଲ୍ଲଭ ସୂପକାରକୁ ହକାରିଣ ବେଗେ ଆଣ ।୧୯୧।ରାଜାର ଆଗ୍ୟାଂରେ ସେ ଚଳିଲେ ବେଗେ ଦୂତେରୋଷୁଅ ଶାଳ ସନ୍ନିଧ୍ୟେ ମିଳିଲେକ ତୁରିତେ ।୧୯୨।ବିଜୟେ ବ୍ରିକୋଦର ରାନ୍ଧଣା ବିଧାନେଦ୍ୱାରେ ଥାଇଂ ହାକ ଦ୍ୟନ୍ତି ରାଜା ଦୂତମାନେ ।୧୯୩।ଗୋସାଇଂ ବଲ୍ଲଭ ବୋଲିଣ ଉଚ୍ଚେଣ ଡାକଦେଇରାନ୍ଧଣାର ଝଗଡ଼େ କିଛିହିଂ ନ ଶୁଣଇ ।୧୯୪।ଗଜକଇଂ ମାଡ଼ି ଯେହ୍ନେ ସିଂହ ଆକ୍ରୋଶଇଅଗ୍ନିକି ବ୍ରିକୋଦର ତେହେନେକ ପ୍ରାୟେ ଦିଶଇ ।୧୯୫।ଚାରଗଣଂକର ବଚନ ଯେ ନ ଶୁଣଇ ଭୀମସେନପୁଣ ପୁଣ ଚାରଗଣେ ଡାକି ପାଆନ୍ତି ବଡ଼ଶ୍ରମ ।୧୯୬।କାଳଚକ୍ର ପ୍ରାୟେ ବୁଲାଇ ବେନିଡୋଳକିୟେଟିରେ ବୋଲି ଚାହିଂଲା ମହାବଳ ।୧୯୭।କମ୍ପମାନ ହୋଇଣ ଯେ କହନ୍ତି ଡଗରେସ୍ୱାମୀ ଠାକୁରଂକ ଆଗ୍ୟାଂୟେ ଆସିବ ସୂପକାରେ ।୧୯୮।ଆକ୍ରେଷିଣ ନୟନରେ ଚାହିଂଲା କଟାକ୍ଷିକାହାର ମୁଂ ବଶ୍ୟରେ ଠାକୁର ମୋ କେ ଅଛି ।୧୯୯।ସ୍ୱାମୀ ବିରାଟ ଠାକୁରଂକ ତୋତେ ଯିବାକଇଂ ଆଗ୍ୟାଂନ ଯାଇଂ ନ ଯାଇଂ ବୋଲି କଲାକ ଅବଗ୍ୟାଂ ।୨୦୦।ବାହୁଡ଼ି ଆସ୍ତାନେ ଯେ କହିଲେ ଡଗରେବଲ୍ଲଭ ବୋଇଲା ମୋହୋ ଉପରେ କେ ଅଛିରେ ଠାକୁରେ ।୨୦୧।ଶୁଣିଣ ବିସରନ୍ତି ଦେବ ଧର୍ମସୁତେମୁହିଂତ ଅଗ୍ୟାଂତେ ବଞ୍ଚି ନୁଆରିବି କଦାଶ୍ଚିତେ ।୨୦୨।ଅନୁବ୍ରତେ ମୂର୍ଖପଣ ଯାହାର ଅଟେ ପ୍ରକୃତିବିରାଟଇ ଛାରକରି ବୋଇଲା ଅନୀତି ।୨୦୩।ଭୋ ଜଗମୋହନ ପ୍ରତିକାର କର ମୋତେତୁହି ସେ ସକଳ ଦୁର୍ଗତିରୁ ଉଦ୍ଧରନ୍ତା ଜଗନ୍ନାଥେ ।୨୦୪।ବିରାଟ ବୋଇଲା କୋନ୍ତେ କି ପାଇଲ ଅଭିମାନତୁମ୍ଭେତ ବିସରିଣ ହୋଇଲ ମଉନ ।୨୦୫।କୋନ୍ତେ ବୋଇଲେ ହୋ ନ ଯୋଗାଇ ୟେହେର୍ଣ୍ଣେକ କଥାଗୁରୁ ଜ୍ୟେଷ୍ଠ ସ୍ୱାମୀ ଆଦି ହେଲେ ଉପଗତା ।୨୦୬।ଆତ୍ମା ବଡ଼ିମାପଣ ପ୍ରଶଂସା ଯେହୁ କହିଆମ୍ଭର ବେଳେ ହୋ ଯେ ନୁଆରୁ ୟେହା ସହି ।୨୦୭।ବିରାଟ ବୋଇଲା କୋନ୍ତେ ଅର୍ଥକୁ ଗଉରୋବେ କରି ପୂଜାମୋହୋର ରାଜ୍ୟେ ତୁମ୍ଭେ ଠାକୁର ଅଟ ଦୁଜା ।୨୦୮।ଚାରଗଣେ ବୋଇଲେ ଦେବ ସେ ବଡ଼ାଇ ଅସଂଖ୍ୟବ୍ରାହ୍ମଣ ଚରିତ ନାହିଂନା ତ୍ରଇଲୋକ ।୨୦୯।ଭାଣ୍ଡେକ ରାନ୍ଧଇ ସେ ଯୋଗାଡ଼େକ ଚୂଲୀରେଣ ଭରିଆରେକ ଯୋଗାଡ଼ ଦେବ ଯେ ସୂର୍ଯ୍ୟପାକ କରି ।୨୧୦।ବିରାଟ ବୋଇଲା ୟେ ବଡ଼ ଦୁଲଭ ଚରିତୟେକା ବ୍ରାହ୍ଣଣକେ ମୋର ସମସ୍ତ ବଳ ସୁସ୍ଥ ।୨୧୧।ଯେ ଯେତେ ଭୋଜନ କରନ୍ତି ମନଇଚ୍ଛାମନ ଜାଣି ବ୍ରାହ୍ମଣ ତାଂକର ପୂରୋଇ ମନବାଞ୍ଛା ।୨୧୨।ଗଉରୀ ଶଉରୀ ନଳବିଧି ତିନିପ୍ରତିମଧ୍ୟସ୍ୱର୍ଗ ଭୁବନକୁ ୟେ ଅଟଇ ଅସକ୍ୟ କୃତି ।୨୧୩।ନୋହୋଇ ନୋହୋଇ କୋନ୍ତେ ନୋହୋର ବେଲେ ତାକୁ ପେଷିଗୁଣବନ୍ତ ଲୋକକୁ କେହ୍ନେ ଅଦଭୁତେ ନାଶି ।୨୧୪।ଅଶକତ ଲୋକ ସେ ସ୍ୱାମୀ ଆଗ୍ୟାଂୟେ ବ୍ରତୀଗୁଣବନ୍ତ ସମର୍ଥ ଲୋକଂକର କାହାକଇଂ ଭୀତି ।୨୧୫।ମୋହୋର ମନରେ ତାକୁ ତ ଭରଷା କିଛି ନାହିଂତୁମ୍ଭେ ଯେବେ ପାର ତାକୁ ଆଣ ହକରାଇ ।୨୧୬।କୋନ୍ତେ ବୋଇେଲ ରେ ବେଗେ ଯାଅ ଚାରଗଣଆମ୍ଭର ବୋଇଲା ବୋଲି ବଲ୍ଲଭକୁ ହକରାଇ ଆଣ ।୨୧୭।କୋନ୍ତଂକର ଆଗ୍ୟାଂୟେ ଚଳିଲେ ଯେ ଦୂତେରୋଷୁଅଶାଳେ ଯାଇଂ ମିଳିଲେ ତୁରିତେ ।୨୧୮।ଭୋ ବଲ୍ଲଭ ବିରାଟଂକ ଆଗ୍ୟାଂ କଲୁ ତୁ ଅବଗ୍ୟାଂୟେହିକ୍ଷଣି ଯିବ ତୁମ୍ଭେ କୋନ୍ତ ଭଟ୍ଟଂକର ଆଗ୍ୟାଂ ।୨୧୯।ରାନ୍ଧଣା ବିଧାନମାନ ଛାଡ଼ିଣ ମାରୁତିବୋଇଲା ଅଗ୍ୟାଂତବାସ କି ସରିଲା ଦିବାରାତି ।୨୨୦।କି ଅବା ମାନଗୋବିନ୍ଦ ଥାଠ ପଲାଣିଲାକି ଅବା ବିରାଟକୁ ପ୍ରମାଦ ପଡ଼ିଲା ।୨୨୧।ରୋଷୁଅଶାଳୁଂ ଶରୀରେ ଲାଗିଅଛି କଳାକଣୟ ପର୍ବତେ ଯେହ୍ନେ ଜଳଧର ମେଘମାଳା ।୨୨୨।ଖାଂକର କେଶ ଯେ ଲମ୍ବିତ ଜୁଡ଼ାଗୋଟିଚନ୍ଦନର ଚିତା ଯେ ଦ୍ୱାଦଶ ସ୍ତାନେ ଫୁଟି ।୨୨୩।ତ୍ରିକଚ୍ଛ ବସନ ଯେ କଳା ଶରୀରରେ ଜଡ଼ିକାନ୍ଧେଣ ପବିତ୍ରା ଯେ କୃଷ୍ଣାଜିନ ଉତୁରୀ ।୨୨୪।ଖେଳନ୍ତା ସିଂଘ ଜାଣି ଚଳଇ ଅବନୀ ତଳବ୍ରିକୋଦର ପ୍ରବେଶ ଯାଇ ବିରାଟ ଆସ୍ତାନର ତଳ ।୨୨୫।ଯୁଝେଷ୍ଠି ଅବଲୋକନ ଭୀମସେନ ସୂପକାରକଇଂ ଦେଖିମନେ ବିଚାରି ଧର୍ମସୁତେ ବୁଜିଲେ ବେନିଆଖି ।୨୨୬।ଆଧାର ପୁଷ୍ଟେ ଯେହ୍ନେ ନେଉଅଛି ଦିନବିସ୍ତାର ଆକ୍ରଷଣ ନୋହିଲା ତନୁ ଖୀନ ।୨୨୭।ଭୋ ଦଇବ ପୁରୁଷ ତୋହୋରେ ୟେଡ଼େ କୃତ୍ୟକଲାଯେବଣ ବିରାଟ ଦେଖିତ କ୍ଷମ ନୋହିଲା ।୨୨୮।ରାଜୁସୀ ଯାଗରେ ୟେହାକଇଂ ନେଲୁ ଗଳଥିଆସ୍ତାନର ତଳେ ଯେ ଦିଲୁ ୟେହାକୁ ଶାସ୍ତି ।୨୨୯।ୟେହେର୍ଣ୍ଣେକ କରି ଆମ୍ଭଂକୁ ବିହିଲା ଦଇବେବିରାଟ ସଭାତଳେ ଉଭା ହୋଇଲୁ ଆସି ୟେବେ ।୨୩୦।ମୋହୋର କଲା କୃତ୍ୟ ମୁଂ କାହାକୁ ଦୋଷ ଦେବିମୁଂ କେମନ୍ତେ ୟେ ଅବସ୍ତା ତୋହୋର ଦେଖିବି ।୨୩୧।ବିରାଟ ବୋଇଲା ୟେ ଗୁଣବନ୍ତ ବ୍ରାହ୍ମଣଗୋଟିକେଉଂଣ ଦୋଷେ ୟେହାକୁ ପାତିଲ ତୁମ୍ଭେ ଛଟି ।୨୩୨।କୋନ୍ତେ ବୋଇଲେ ୟେ ସୂପକାର ନ ଥିଲେତୋହୋର ରାଜ୍ୟେ କି ଲୋକ ଉପବାସେ ଥିଲେ ।୨୩୩।ବିରାଟର କତିକି ଅଙ୍ଗସାର ଦେଇପ୍ରଣପତ୍ୟ ବଲ୍ଲବ କୋନ୍ତଂକର ମୁଖ ଚାହିଂ ।୨୩୪।ବିରାଟ ବୋଇଲେ ଉଠ ଉଠ ଦ୍ୱିଜବରରାଜାର ବଚନେ କିଂପେ ଉଠିବ ସୂପକାର ।୨୩୫।କୋନ୍ତେ ବୋଇଲେ ସେ ଆମ୍ଭର ଆଗ୍ୟାଂ ନ ପାଇଲେସେ କିଂପେ ଉଠିବ ବିରାଟର ବୋଲେ ।୨୩୬।କୋନ୍ତେ ବୋଇଲେ ହୋ ଠାକୁରଂକର ଆଗ୍ୟାଂ ହୋଇଲା ତୋତେଉଠି କହୁ କିନା ବ୍ରାହ୍ମଣ ପ୍ରଳମ୍ବ କରୁ କେତେ ।୨୩୭।ସ୍ୱାମୀର ବଚନ ଶୁଣି ଉଠିଲା ପାବେନିଯୁଝେଷ୍ଠିଂକ ମୁଖ ଚାହିଂ ଶିରେଣ କର ବେନି ।୨୩୮।ବିନୟ ଭାବ ହୋଇ ବେନିକର ତୋଳିପାକ ସଞ୍ଚନ ବେଳେ ଅଇଲି ମୁହିଂ ଚଳି ।୨୩୯।କେବଣ ଆଗ୍ୟାଂଟି ସ୍ୱାମୀ ମୋତେ ବଚନ କହିବାଅନମିତେ ସାଧ୍ୟ ମୋହୋର ଘେନ ସେବା ।୨୪୦।ଶୁଣ ହୋ ବଲ୍ଲବ ବଦୟନ୍ତି ବିରାଟେକି ବୁଦ୍ଧି କରିବାକ ମୋତେ ପଡ଼ିଲା ପରରାଷ୍ଟେ ।୨୪୧।ବଲ୍ଲବ ବୋଇଲା ଆମ୍ଭେ ପର ଉପୁଗାରିକରିବା ସମର ଆମ୍ଭେ ଯେତେମାନ ପାରି ।୨୪୨।ଶୁଣିଣ ସାନନ୍ଦ ଯେ ହୋଇଲା ରାୟେ ମତ୍ସେବୋଇଲେ ପ୍ରଦେଶୀ ଶବର ବ୍ୟାଘ୍ରେକ ଆଣିଛି ପ୍ରତକ୍ଷେ ।୨୪୩।ବହୁତ ଉପଦ୍ରବ କଲା ୟେହୁ ବନେୟେମନ୍ତ ବ୍ୟାଘ୍ର ବଧ ହୋଇବ କେସନେ ।୨୪୪।କୀଞ୍ଚେକକୁ ସମର ମାଗଇ ବ୍ୟାଘ୍ରବରକେମନ୍ତେ ପେଷିବୁ ତାକୁ ତାହାରେ ମୋହୋର ରାଜ୍ୟଭାର ।୨୪୫।ଭୀମସେନ ବୋଇଲା ରାୟେ ରାଜ୍ୟ କରୁଥିଲେଅନେକ କଉତୁକ ଉପୁଜାଇ ପ୍ରଦେଶୀ ଅଇଲେ ।୨୪୬।ୟେମାନ ସେ ନିବର୍ତ୍ତାଇବାର ଉଚିତନୋହିଲେ ରାଜ୍ୟ କଳନା ସିନା ଉପୁଜାଇ ବିକୃତ ।୨୪୭।ବିରାଟ ବୋଇଲା ଶୁଣ ବଲ୍ଲବ ପଣ୍ଡାୟେସେ ବ୍ୟାଘ୍ର ବଧ୍ୟ ହୋଇବାକ କେବଣ ଉପାୟେ ।୨୪୮।ଶୁଣ ହୋ ମତ୍ସେଶ୍ୱର ବଦୟନ୍ତି ବଲ୍ଲବବ୍ୟାଘ୍ର ମନୁଷ୍ୟର ଯୁଦ୍ଧ ଯେ ବଡ଼ାଇ ଦୁଲଭ ।୨୪୯।ନଖ ଦନ୍ତ ପୂରିତ ଯାହାର ଅଟଇ ବିଷମନୁଷ୍ୟ ମାତ୍ର ହୋଇ କରିବ ତାର କିସ ।୨୫୦।ମୁହିଂ ତୁମ୍ଭର ରାଜ୍ୟେ ଅଛଇ ସୂପକାର ବୃତ୍ତେଅଥବା ନ ଯୋଗକଲେ ବାହାର କରିଦେବୁ ମୋତେ ।୨୫୧।ବ୍ୟାଘ୍ରର ହାଥେ ରାଜା ନ ମରାଅ ମୁକୁବ୍ରହ୍ମହତ୍ୟା ଦୋଷ ଲାଗିବନା ତୁକୁ ।୨୫୨ ।ସୂପକାର କହିଲା ଯହୁଂ ନିଠୁର ବାଣୀବିରାଟ ତୁନି ହୋଇଲେ ବଚନ ତାହାର ଶୁଣି ।୨୫୩।କୋନ୍ତେ ବୋଇଲେ ପଣ୍ଡାୟେ ତୁମ୍ଭେ ୟେଡ଼େକ ଅଗିଆନକେମନ୍ତେ ଭ୍ରଷ୍ଟ କରୁଅଛ ରାଜାର ବଚନ ।୨୫୪।ଆସ୍ତାନର ତଳେ ତୁମ୍ଭଂକୁ ହୋଇଲା ଯେବେ ଆଗ୍ୟାଂପାର କି ନ ପାର କିଂପେ ବଚନ କର ଅବଗ୍ୟାଂ ।୨୫୫।ମାର ହୋ ବ୍ରାହ୍ମଣ ପ୍ରତଗ୍ୟାଂ ତୋର ଥିଲେବହୁତ ପୂଜା ପାଇବୁ ୟେ ବ୍ୟାଘ୍ର ବଧକଲେ ।୨୫୬।ବିରାଟର ବଚନକୁ ସେ କରିଥିଲା ନାସ୍ତିକୋନ୍ତଂକର ବଚନେ ଯେ ଫିଟିଗଲା ମନଭ୍ରାନ୍ତି ।୨୫୭।ଯାହାକୁ ଡର ଥିଲା ସେ ଯେବେ ଆଗ୍ୟାଂଦିଲାହୃଦଗତେ ବ୍ରିକୋଦର ସାନନ୍ଦ ହୋଇଲା ।୨୫୮।ମେଲ ମେଲ ବେଣ୍ଟକାର ବୋଲଇ ଦ୍ୱିଜବରଦୂର କରି ନେଇ ଫେଡ଼ ହୋ ତୋହୋର ବ୍ୟାଘ୍ରବର ।୨୫୯।ଜରା ଶବର ବୋଇଲା ତୁ ଅଟୁ ଯେ ବ୍ରାହ୍ମଣତୁ କେହ୍ନେ ଜାଣିମୁଂ ଯେ ବ୍ୟାଘ୍ରର ବିନ୍ଧାଣ ।୨୬୦।ଅପାର ଦୋଷ ଅଛି ୟେ ବ୍ୟାଘ୍ର ତୋତେ ମାଇଲେବ୍ରହ୍ମହତ୍ୟା ଦୋଷ ଲାଗିବନା ବ୍ୟାଘ୍ର ତୋତେ ଖାଇଲେ ।୨୬୧।ବଲ୍ଲବ ବୋଇଲା ହୋ ପଶୁଅଛି ଯେବେ ମୁହିଂ ଯୁଦ୍ଧେସାଂଗ୍ରାମେଣ ଗୋରୁ ବ୍ରାହ୍ମଣ ହୋଅଇ ଶିର ଚ୍ଛେଦେ ।୨୬୨।ବେଣ୍ଟକାର ବୋଇଲା ତୁମ୍ଭେ ଶୁଣ ଦଶ ଦିଗପାଳେମୋହୋର ଦୋଷ ନାହିଂଟି ବୁଝ ହୋ ସକଳେ ।୨୬୩।ବଲ୍ଲବ ବୋଇଲା କିରାତ ହୋ କେତେ ତ୍ରାହି ତ୍ରାହି ବୋଲୁହତ୍ୟାକୁ ୟେବେ ଡରୁ ବ୍ୟାଘ୍ର କିଂପେ ତୁ ଆଣିଲୁ ।୨୬୪ବେଣ୍ଟକାର ସେ ବ୍ୟାଘ୍ରକୁ ଦୂରେ ଅଛି ଧରିମୂର୍ଖ ଦ୍ୱିଜବର କିଂକେ ୟେହା ନ ବିଚାରି ।୨୬୫।ବେଣ୍ଟକାର ବୋଇଲା ଜୀବନ ଗରୁ ହୋଇଲା ପଣ୍ଡାୟେତୁ ମରିବୁ ମୋତେ ଲାଗିବ ବ୍ରହ୍ମହତ୍ୟା ଗୋଟାୟେ ।୧୬୬।ଭୀମସେନ ବୋଇଲା ହୋ ମେଲ ଧୂରକରିପୁଣ ପୁଣ ସାକ୍ଷୀ କରଇ ଶବର ଗଗନ ବିହାରୀ ।୧୬୭।ସାଧୁ ସାଧୁ ଶବରରେ ତୁ ଅଟୁ ମହାବଳୀବ୍ୟାଘ୍ରକଇଂ ହାଂକୋଳିଣ ସେ ମେଲିଲା ଶିକୁଳି ।୨୬୮।ବେଣ୍ଟକାର ବୋଇଲା ଯାଆ ଯାଆରେ ବ୍ୟାଘ୍ରବରକର ଯା ଭକ୍ଷପାନ ୟେହୁ ସୂପକାର ଶରୀର ।୨୬୯।ସୂପକାରକଇଂ ଦେଖିଣ ବ୍ୟାଘ୍ର ଧଇଲା ଗଳଗାଜିଗର୍ଜନ ଘାତେ ପର୍ବତ କିବା ପଡ଼ୁଅଛି ଭାଜି ।୨୭୦।ଭୀମସେନ ବୋଇଲା ପ୍ରଥମହୁଂ ମାରିବି କି ବ୍ରଜମୁଥେପୁଣ ବିଚାରିଲା ଜାଣିମେ ଯେ ବିରାଟ ସହିତେ ।୨୭୧।ଯତନେ ନିଉନ ସେ ହୋଇଲା ବୀର ଭୀମଆକ୍ରେଷି ଭୀମ ବ୍ୟାଘ୍ର ପାଡ଼ିଲା ବହନ ।୨୭୨।ବ୍ୟାଘ୍ରର ମୂରତି ଦେଖି ପଳାଇଲେ ନଗ୍ରପୁର ଜନେମେଢ଼ ମଣ୍ଡପ ଜଗତୀ ଉପରେ ଉଠିଲେ ବହନେ ।୨୭୩।ବିରାଟ ଯେ ଆସ୍ତାନେ ନୁଆରିଲା ରହିଭିତର ଜଗତୀରେ ଉଠିଲା ରାଜା ଯାଇଂ ।୨୭୪।ୟେକାମାତ୍ର ଆସ୍ତାନେ ରହିଲେ ରାଜା ଯେ ଯୁଝେଷ୍ଠିଭୀମସେନକଇଂ ଚାହାନ୍ତି ଆକ୍ରେଷିଣ ଦୃଷ୍ଟି ।୨୭୫।ଉତ୍ତାନଶାୟୀ ହୋଇ ଭୀମସେନ ଅଛି ପଡ଼ିବକ୍ଷସ୍ଥଳେ ବସି ବ୍ୟାଘ୍ର ଦିଅଇ ଘୋର ରଡ଼ି ।୨୭୬।ତଳେ ପଡ଼ି ବ୍ୟାଘ୍ରକୁ ଆକ୍ରେଷି ଅଛି ପବନ ତନୟେଉପରେ ବ୍ୟାଘ୍ର ଦିଶୁଅଛି ଯେ କେଶରୀ ତେଜପ୍ରାୟେ ।୨୭୭।କେବଳମାତ୍ର ବ୍ୟାଘ୍ର ହୃଦରେ ମାଡ଼ି ବସିଅଛିତାହାର ବଳେ ଭୀମକୁ କରିତ ନୋହୋଇ କିଛି ।୨୭୮।ତଳେଣ ବ୍ରିକୋଦର ଉପରେ ଅଛି ମତ୍ତ ବ୍ୟାଘ୍ରବରଦେଖିଣ ନଗ୍ରଜନେ କ୍ରୋଧରେ ଗୁରୁତର ।୨୭୯।ହା ହା ସୂପକାର ବୋଲି ବୋଲନ୍ତି ନଗ୍ରଜନେମୃତୁଯୋଗ ହୋଇବ ବୋଲି ଅଇଲୁ ୟେ ମତ୍ସଦେଶ ସ୍ତାନେ ।୨୮୦।ଆମ୍ଭେ କେମନ୍ତେ ଜାଣିମୁଂ ରାନ୍ଧଣା ନିତିପ୍ରତିତୋହୋର ପ୍ରସାଦେ ଆମ୍ଭେ ଭୋଜନ କରୁ ସୁସ୍ଥେ ନିତି ।୨୮୧।ୟେକା ବ୍ରାହ୍ମଣକେ କରୁଥିଲୁ ଯେବଣ ରାନ୍ଧଣାସୂପକାରମାନଂକର ତୁ ଅଟୁ ଜଗୁଜିଣା ।୨୮୨।ରୋବନ୍ତି ନଗ୍ରର ଯେ ସମସ୍ତ ନରନାରୀସମସ୍ତେହେଂ ଶୋକଭର ବଲ୍ଲବ ନାମ ଧରି ।୨୮୩।ଯେ ଯେତେବେଳେ କ୍ଷୁଧାରେ ମାଗନ୍ତିଟି ଅନ୍ନନିଅଳସ ବ୍ରାହ୍ମଣ ସେ ଦେଉଥାଇ ଅନ୍ନ ଯେ ଭୋଜନ ।୨୮୪।କାହୁଂ ୟେ ଶବର ବ୍ୟାଘ୍ରକଇଂ ଅଇଲାକ ଘେନିୟେହାର ଫଳେ ଆମ୍ଭେ ହୋଇଲୁ ବୀର୍ଯ୍ୟହାନି ।୨୮୫।ବଲ୍ଲବକଇଂ ପଠିଆଇବାକୁ ଠାକୁରଂକ ନାହିଂ ଇଚ୍ଛାୟେକା କୋନ୍ତଭଟ୍ଟେ କଲେ ତାଂକୁ କଇଚ୍ଛା ।୨୮୬।ଆମ୍ଭର ନିଶ୍ୱାସ ଯେ କୋନ୍ତଂକ ମୁଣ୍ଡେ ପଡ଼ୁଆହୋ କୋନ୍ତ ପଣ୍ଡାୟେ ୟେବେ ପେଟ ତୁମ୍ଭ ପୁରୁ ।୨୮୭।ଉଦାର ବ୍ରାହ୍ମଣଗୋଟି ନ ଜାଣଇ କୂଟଛନ୍ଦବ୍ୟାଘ୍ରର ତୁଲେ କାହିଂ ମାନୁଷର ଦ୍ୱନ୍ଦ ।୨୮୮।ଭୋ ଧର୍ମ ଦେବତା ଆମ୍ଭ ସବୁଂକରି ଆଷ୍ୟ ଘେନିବେଳେକେ ବ୍ରତୁ ବ୍ରାହ୍ମଣ ବୋଲି ଉଠିଲା ସବୁରି ମୁଖେ ଧୁନି ।୨୮୯।ବିରାଟ ବଚନ ଯେ ବ୍ରାହ୍ମଣ ଭାଳିଲାୟେକା କୋନ୍ତ ପଣ୍ଡାୟେ ବ୍ରାହ୍ମଣକୁ ନାଶକଲା ।୨୯୦।କି ୟେ ତାହାର ହୋଇଥିଲା ପିତୃ ବଇରିପରେଣ ମରାଇଲା ସେ ଆପଣେ ନ ମାରି ।୨୯୧।ସଂସାର ମୁଖେଣ ସେ ଶୁଣିଣ ୟେହେନେକ ଅପଚ୍ଛାତିକୋନ୍ତେ ବୋଇଲେ ମୁହିଂ ନିସ୍ତରିଲି ଶିରୀପତି ।୨୯୨।ସଂସାର ଅପଚ୍ଛାତି ୟେବେ ଦେଉଛନ୍ତି ମୁକୁୟେତେବେଳେ ଯାୟେ ଚିହ୍ନ ନୁଆରିଲେ ଭୀମାକୁ ।୨୯୩।ୟେଣେ ନିସ୍ତରିଲି ମୋତେ ବହୁତ ପ୍ରତିକାରଆଗ୍ୟାଂ ୟେବେ ଦିଅ ବଧ ହୋଉ ବ୍ୟାଘ୍ରବର ।୨୯୪।ୟେତେବେଳେ ନାଥ ତୁହି ନୋହିଲେ ପ୍ରସନ୍ନଆଜଠାରୁ ବୁଡ଼ିଲାକ ଭୀମ ନାମ ପୁଣ ।୨୯୫।ଜଗନ୍ନାଥ ନାମ କୁନ୍ତେ କରନ୍ତେ ସୁମରଣନୃସିଂହ ମୂରତି ଯେ ଧଇଲା ଭୀମସେନ ।୨୯୬।ତଳେ ପଡ଼ି ଭୀମସେନ କୋନ୍ତଂକୁ ଚାହିଂଲେମାରବୋଲି ଯୁଝେଷ୍ଠି ଆଖି ଠାରିଦିଲେ ।୨୯୭।ଯୁଝେଷ୍ଠିଂକ ଆଗ୍ୟାଂକୁ ସେ ଭୀମ ଚାହିଂଥିଲାଅଙ୍ଗ ଝାଡ଼ଦେଇ କରି ବେଗେ ସେ ଉଠିଲା ।୨୯୮।ତତକ୍ଷଣେ ବିକାଶିଲା ବ୍ରିକୋଦର ମୃତ୍ତିଆକ୍ରେଷି ବ୍ୟାଘ୍ରକୁ ଭୀମ ମାଡ଼ି ବସିଲାକ ଧାତି ।୨୯୯।ରେ ରେ କାର କରିଣ ସେ ପବନର ବାଳେବାମକରେ ବ୍ୟାଘ୍ରକୁ ମାଡ଼ି ବସିଲା ଅବନୀର ତଳେ ।୩୦୦।ବେନି ଆଣ୍ଠୁରେ ମାଡ଼ି ବସିଲାକ ତାର ହୃଦେବାମକରେ ତଣ୍ଟି ଚିପିଲା ମାଡ଼ିଲାକ ହାଦେ ।୩୦୧।ଦକ୍ଷିଣ ଭୁଜେ ନେଇ ମାଇଲାକ ମୁଖେ ତୋଳିବ୍ୟାଘ୍ରର ମୂର୍ଦ୍ଧନା ଫାଟି ହୋଇଲାକ ମସୀଧୂଳି ।୩୦୨।ବେନିପାଦ ଯେ ତାହାର ଧଇଲା ୟେକହାଥେଅନ୍ତରୀକ୍ଷ ମାର୍ଗେ ଧରି ବୁଲାଇଲା କୋନ୍ତୀସୁତେ ।୩୦୩।ଉର୍ଦ୍ଧଗତେ ପ୍ରାଣ ଯେ ଛାଡ଼ିଲା ବ୍ୟାଘ୍ରବରପର୍ବତ ସମାନ ହୋଇ ପଡ଼ିଲା ଭୂମିର ।୩୦୪।ବ୍ୟାଘ୍ରର ହୃଦରେ ଯେ ପୁରୁଷେକ ଥିଲାବିଦ୍ୟାଧର ସାରିକ୍ଷେ ସେ ବାହାର ହୋଇଗଲା ।୩୦୫।ଅମରଗଣେ ଦିଲେ ତାକୁ ପୁଷ୍ୟକ ବିମାନଆରୋହିଣ ବିଦ୍ୟାଧର ହୋଇଲା ଅନ୍ତର୍ଧ୍ୟାନ ।୩୦୬।ବ୍ୟାଘ୍ର ବଧ ଦେଖିଣ ଯେ ଜାରା ନାମେ ଶବରବହୁତ ପ୍ରଶଂସା ସେ କରଇ ସୂପକାର ।୩୦୭।ନୋହୁ ନୋହୁ ବ୍ରାହ୍ଣଣ ତୁ ଯେ କେବଣ ଦିଗପାଳତୋ ତହୁଂ ବଳବନ୍ତା ନାହିଂ ୟେ ମହୀମଣ୍ଡଳ ।୩୦୮।ଆହୋ ପଚାରି କଥାୟେ ତୋତେ ପାରିବା ନିକିଆହୋ ବଲ୍ଲବ ତୁ ଭୀମସେନ ଠାକୁରକି ।୩୦୯।ଭୀମସେନ ବୋଇଲେ ତୁ ଜାଣିଲୁ କେମନ୍ତେଶବର ବୋଇଲା ବାଳକାଳେ ମୁଂ ଖେଳାଉଥିଲି ତୋତେ ।୩୧୦।ଶତଶୃଙ୍ଗ ପର୍ବତରେ ସେ ତୁମ୍ଭର ଆଶ୍ରମପଣ୍ଡୁ ରାଜାଂକର ଯେ କ୍ଷେତ୍ରରେ ତୁମ୍ଭେ ଜନ୍ମ ।୩୧୧।ତୁଳା ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଚନ୍ଦ୍ରବାରସ୍ୱାତୀ ନକ୍ଷତ୍ର ଅଟଇ ଭୋଗ ଯେ ସେ ଦିନର ।୩୧୨।ପଣ୍ଡୁରାଜା ଯାଇଛନ୍ତି ଅନ୍ଧାରୀ ବେଣ୍ଟପାରିଧିମୋହୋର ପିତା ବିରାଜସେନ ପଣ୍ଡୁଂକ ସଙ୍ଗତେ ଯୋଧୀ ।୩୧୩।ମୋହୋର ମାତାଂକ ନାମ ଅଟଇ କୀର୍ତ୍ତିକାକୋଇନ୍ତାଂକ ସଙ୍ଗେ ସେ ବସିଣ ଥାନ୍ତି ୟେକା ।୩୧୪।ରାତ୍ରେ ସୁମରିଲେ ମନ୍ତ୍ର ସେ ଯେ ଶେଯ୍ୟାର ଯୁଗତେପବନ ଦେବତା ଆସି ବିଜେକଲେକ ତୁରିତେ ।୩୧୫।ମରୁତେ ରମଣ ସେ ଇଚ୍ଛିଲେ ମାହେଶ୍ୱରୀସେ ଦିନ ଜାତ ତୁମ୍ଭେ ଶତଶୃଙ୍ଗ ନାମେ ଗିରି ।୩୧୬।ବାବୁ ଶ୍ରାବଣ ଶୁକଳ ଯେ ପଞ୍ଚମୀ ଦିନରପଣ୍ଡୁ ମୃଗୟାରେ ପଶିଛନ୍ତି ବନସ୍ତ ଭିତର ।୩୧୭।ତୋତେ ଘେନି କୋଇନ୍ତାୟେ ବସିଛନ୍ତି ଶତଶୃଙ୍ଗ ପର୍ବତରମୋତେ ତେତେବେଳେ ହିଂ ହୋ ପଞ୍ଚଇ ସମ୍ବତ୍ସର ।୩୧୮।ମହାଘୋର ଅନ୍ଧାର ବଡ଼ାଇ ବରଷାର କାଳବ୍ୟାଘ୍ରେକ ଗରଜିଲା ଆସି ଶତଶୃଙ୍ଗ ପର୍ବତର ତଳ ।୩୧୯।ଡରେଣ ଥରହର ହୋଇଲେ ଦେବୀ କୋନ୍ତେତୋତେ ପକାଇଲେ ବାବୁ ସେହି ଶତଶୃଙ୍ଗ ପର୍ବତେ ।୩୨୦।ଆହୋ ଶତେକ ଯୋଜନ ଆୟତନ ଯେବଣ ଗିରି ଅଚଳବାଳପୁତ୍ର ପଡ଼ନ୍ତେ ସେ ହୋଇଲା ରସାନ୍ତଳ ।୩୨୧।ତୋତେ ପକାଇ କୋଇନ୍ତା ଯେ ପଳାଇଗଲେ ଡରେଭୟେଣ ଉଠିଲେ ଯାଇଂ ପର୍ବତ ବୃକ୍ଷର ଉପେର ।୩୨୨।ପର୍ବତ ଉପରେ ପଡ଼ିଣ ତୁ କାନ୍ଦନ୍ତେ ବାଳପୁତ୍ରପୁତ୍ରକଇଂ ଦେଖି ବ୍ୟାଘ୍ର ଯେ ଘୋଟିଲା ତୁରିତ ।୩୨୩।ବାଳପୁତ୍ର କନିଷ୍ଠ ଅଙ୍ଗୁଳି ବାଜିଲା ବ୍ୟାଘ୍ରର ମୃଦ୍ଧନାସେ ବ୍ୟାଘ୍ରର ମୁଣ୍ଡେ ବାଜି ହୋଇଲା ଶତେଚୂନା ।୩୨୪।ଜରା ଶବର କହଇ ଭୀମସେନର ଆଗେବାବୁ ବାଳୁତ କାଳହୁଂ ତୁ ମାଇଲୁ ମତ୍ତବ୍ୟାଗ୍ରେ ।୩୨୫।ନବଦିନର ପୁତ୍ର ତୁ ବ୍ୟାଘ୍ର ବଧକରିତୋହୋର ବେଳେ ସେ ବ୍ୟାଘ୍ର ହାଦେ ମାରି ।୩୨୬।ଭୀମସେନ ବୋଇଲେ ତୁ ଯେ ମୋହୋର ସୋଦରପଞ୍ଚମାସ ଗୋପ୍ୟଅଛି ତୁ ପ୍ରଘଟ ନ କର ।୩୨୭।ଜରା ବୋଇଲା କୀଞ୍ଚେକର ଭ୍ରାଥ ଶତେତୁମ୍ଭର ଅଗ୍ୟାଂତବାସ ହୋ ତହିଂର ନିମନ୍ତେ ।୩୨୮।ମୁହିଂ ତାହା ଜାଣି ଅଛଇନି ଆଗହୁଂହୃଦୟଗତେ ଲିହିଅଛି ମାତା ମୋହୋର କହୁଂ ।୩୨୯।ଆହୋ ଭୀମସେନ ତୋତେ ଦେଖିବାର ନିମନ୍ତେକୀର୍ତ୍ତିକା ମାତା ଯତନେ ପଠିଆଇ ଦିଲେ ମୋତେ ।୩୩୦।ବ୍ୟାଘ୍ର ବଧ ବାବୁ ନୋହୋଇ ଆନର ବେଳେଯେ ମାରଇ ବ୍ୟାଘ୍ର ସେ ଭୀମସେନ ମହାବଳେ ।୩୩୧।ତୋହୋର ନାମ ଧରନ୍ତା ଜାଣନ୍ତା ହୋଇ ବୋଲିତେଣୁ କରି ସିନା ବାବୁ କୀଞ୍ଚେକକୁ ବ୍ୟାଘ୍ରଯୁଦ୍ଧ ମାଗିଲି ।୩୩୨।ଯାଉଅଛି ବାବୁ ମୁଂରେ ମନୋହର ନାମେ ବନେତୁମ୍ଭନ୍ତ ଦେଖିବାକଇଂ ବିରାଟ ଦେଶକୁ ଆସୁଥିବି ପ୍ରତିଦିନେ ।୩୩୩।ଭୀମସେନ କିରାତ ଯେ ହୁଅନ୍ତେଣ କଥାଭୀମସେନ ପଚାରିଲା ସେ ବ୍ୟାଘ୍ରର ବାରତା ।୩୩୪।ସ୍ୱାମୀ ପୁରୁଷେକ ଥିଲା ଯେ ବ୍ୟାଘ୍ରର ଗର୍ଭଗତେବ୍ୟାଘ୍ରବଧ ହୋଅନ୍ତେ ସେ ପୁରୁଂ ଗଲା ସ୍ୱର୍ଗପଥେ ।୩୩୫।କେଉଂଅର୍ଥେ ପୁରୁଷେକ ଥିଲା ୟେହା ଗର୍ଭେୟେହା ମୋତେ ସଞ୍ଚପି କହିବାକ ଜାରା ୟେବେ ।୩୩୬।ଜାରା ବୋଇଲା ବାବୁ ଶୁଣସି ପୂର୍ବର ଯେ କଥାତୁଯେ ପଚାରିଲୁ ସେ ବ୍ୟାଘ୍ରର ବାରତା ।୩୩୭।ଜଳଉଦ୍ଦାନ ବୋଲିଣ ୟେକଇ ସତ୍ୟଯୁଗେଦେବ ଗୋକୁଳ ବୋଲିଣ ଇନ୍ଦ୍ର ବସଇ ଅମର ସ୍ୱର୍ଗେ ।୩୩୮।ଅଜମୀଢ଼ ନାମେଣ ମହାଋଷି ଅଗସ୍ତିଂକର ବାଳମହା ତପୋବନ୍ତ ସେ ବସଇ ବହୁତ ଚିରକାଳ ।୩୩୯।ଅଜମୀଢ଼ର ନନ୍ଦନ କାଶୀପତି ମହଋଷିବନୁ ମହଋଷି ହୋ ତାହାଂକର ଶିଷି ।୩୪୦।ବନୁଂକର ପୁତ୍ର ଯେ ଦାତବ୍ୟ ବ୍ରାହ୍ମଣଦାତବ୍ୟର ପୁତ୍ର ଯେ ଅଟଇ ବାରୁଣ ।୩୪୧।ବାରୁଣର ନନ୍ଦନ ଯେ ଅରୁଣ ମହଋଷିୟେହାଂକର କୃପାଜଳ ଅଟଇ ଯେ ଶିଷି ।୩୪୨।କୃପାଜଳ ନନ୍ଦନ ଯେ ବଇଶ୍ରମଣ ଋଷିଯଦୁବର ବୋଲିକରି ତାହାଂକର ଶିଷି ।୩୪୩।ଯଦୁ ମହଋଷିର ନନ୍ଦନ କଉଣ୍ଡିଣ୍ୟ ମହଋଷିଠୁଳଋଷି ବୋଲିକରି ୟେହାଂକର ଶିଷି ।୩୪୪।ସେ ଠୁଳଋଷି ବଇଶାଖ ମାସ ଶୁକଳ ତୃତୀୟାର ଦିନଗୁରୁବାର ରୋହିଣୀ ଯେ ନକ୍ଷତ୍ର ବିଦ୍ୟମାନ ।୩୪୫।ସେଦିନ ଠୁଳ ମହଋଷି ଯେ ଅମର ସ୍ୱର୍ଗକଇଂ ଗଲେଇନ୍ଦ୍ରଦେବତା ତାଂକୁ ବସିତେ ନ ଦିଲେ ।୩୪୬।ବହୁତ ବେଳ ସେ ଉଭା ହୋଇଲେ ଆସ୍ତାନେପୂଜା ଆସନ ଋଷିଂକି ନ ଦିଲେ ମଘବାନେ ।୩୪୭।ଆସ୍ତାନୁ ଅଇଲେ ଋଷି ପାଇଣ ବଡ଼ ଲଜ୍ଜାବୋଇଲେ ଅମରେ ମୁଂ ହୋଇବି ଦେବରାଜା ।୩୪୮।ୟେତେ ବୋଲି ମୁନି ଉତ୍ରାଂକୁର କୂଳେ ଯାଇଂ ସେ ବଦ୍ରିକା ଆଶ୍ରମେତପ ଆଶ୍ରେକରି ତହିଂ ରହିଲେ ମହାତମେ ।୩୪୯।ତିରିଶ ଦିନରେ ସେ ଭୁଞ୍ଜଇ ଅନ୍ନ ୟେକାବେଳେତାହିଂ ଉପେକ୍ଷା ସେ କଲେକ ଅନ୍ନକାଳେ ।୩୫୦।ନୀର ଚଳୁୟେ ତୁଳସୀ ପତ୍ର ଗୋଟିୟେୟେମନ୍ତ କରି ୟେକାବେଳେକେ ସେ ଭକ୍ଷିୟେ ।୩୫୧।ପୁଣି ପବନ ଭକ୍ଷିଲେ ନବ ସହସ୍ର ବରଷନିରାଶ ତପେଣ ମିଳାୟେ ତାହାର ସର୍ବ ମାୟେଂସ ।୩୫୨।ଶୋଷିଗତେ ପବନ ବହଇ ଅନୁବ୍ରତେୟେମନ୍ତେ ବସିଲେ ମୁନି ୟେକାଦଶ ସହସ୍ର ବରଷ ପରିଯନ୍ତେ ।୩୫୩।ମଳୟ ସମୀରେ ପୁଣି କଅଂଳିଲା କାୟାକଠୋର ତପସ୍ୟା ଦେଖି କରତାର ବିହିଲାକ ଦୟା ।୩୫୪।ନାରଦେ ବୋଇଲେ ତୁମ୍ଭେ ଶୁଣ ହୋ ମଘବାଅମର ସରଗ ତୁରେ ନାଶକଲୁ ବାବା ।୩୫୫।ଠୁଳ ମହଋଷି ଯେ ଅମରକୁ ଆୟେଆସ୍ତାନେ ବସିତେ ତାକୁ ନ ଦିଲୁ ଦେବରାୟେ ।୩୫୬।ତାମସେ ମହଋଷି ସେ କରତାକଇଂ ହାଦେ ତୋଷିନିରାଶି ମହଋଷି ୟେକାଦଶ ସହସ୍ର ତପେ ବସି ।୩୫୭।କରତାର ପ୍ରସନ୍ନେ ଆସିବେ ଆବର ବେନିଦିନେଇନ୍ଦ୍ରପଦ ତୋହୋର ଘେନିମ ଅମର ଭୁବନେ ।୩୫୮।ଦେବ ଡଗର ନାରଦେ ସନ୍ଦେଶ କହିଲେକ ସବୁଯେମନ୍ତେ ପାର ସ୍ୱର୍ଗ ରକ୍ଷାକର ବାବୁ ।୩୫୯।ଶୁଣିଣ ଶଂକା ମନେ ବସିଲା ମଘବାନଶ୍ରୁତି ମୃତ୍ତି ବେନି ପୁତ୍ରନ୍ତ ଇନ୍ଦ୍ର ରାଇଲା ସନ୍ନିଧାନ ।୩୬୦।ବାବୁ ୟେହିକ୍ଷଣି ଚଳ ତୁମ୍ଭେ ବଦରିକା ଆଶ୍ରମେଠୁଳ ଋଷି ତପ ଯେ କରଇ ମହାତମେ ।୩୬୧।ଯୋଗୀ ଦ୍ୱନ୍ଦୀ ବାଦୀ ଆଦି ତପୋବନ୍ତ ରାଗୀୟେଥି ଦୋଷ ନାହିଂ ୟେହାଂକର ଯେବେ ତପ ବେଗେ ଭାଙ୍ଗି ।୩୬୨।ସ୍ୱାମୀଂକର ବଚନେ ବଦୟନ୍ତି ସୁତ ବେନିବଡ଼ାଇ ଦୁରାପଦ ସେ ରାଗୀ ମହାମୁନି ।୩୬୩।ସ୍ୱାମୀ ତୋହୋର ବଚନେ ଯେ ନ କଲେଣ ମରିଋଷିର କୋପକଲେ ଦହନ ହୋୟେ ଶିରୀ ।୩୬୪।ଇନ୍ଦ୍ର ବୋଇଲେ ତୁମ୍ଭେ ମୋହୋର ନନ୍ଦନ ଅମର ରକ୍ଷାକଲେଇନ୍ଦ୍ରପଦ ପାଇବଟି ପିତାର କାର୍ଯ୍ୟେ ମଲେ ।୩୬୫।ପିଅର ବଚନେ ସେ ଶ୍ରୁତି ମୃତି ବେନିଚଳିଲେ ବିଦ୍ୟାଧରେ ଦଣ୍ଡବୀଣା ଘେନି ।୩୬୬।ଉତ୍ତରାକୁଂରେଣ ବିଜୟେ ଠୁଳ ମହଋଷିବାସବର ନନ୍ଦନ ଦୁହେଂ ମିଳିଲେ ତହିଂ ଆସି ।୩୬୭।ମଧୁର ଓଂକାର ଧୁନି କରନ୍ତି ବିଦ୍ୟାଧରେଦେଖିଣ ମୋହ ହୋଇଲେ କମଣ୍ଡଳର କୁମରେ ।୩୬୮।ଅନେକ ବିନୋୟୀ ସେ ଗାବନ୍ତି ରସଗୀତଦେଖିଣ ବିଦ୍ୟାଧର ପୁରୁଷଂକ ରୂପେ ମୋହିତ ।୩୬୯।ମଦନେ ଅସାଷ୍ଟମ ଭରହରଷ ଶୁଣିଶରୀରେ ପଡ଼ିଲା ସେ ମଦନ ବିରହିଣୀ ।୩୭୦।ତୁଣ୍ଡ ବିସ୍ତରିଣ ଋଷି ପିବଇ ପବନଶ୍ରୁତି ମୃତ୍ତି ପଶିଲେ ଋଷିର ଗରଭେଣ ।୩୭୧।ଶୂନ୍ୟବାତ ସାରିକ୍ଷେ ସେ ପଶିଲେ ଉଦରେଋଷିର ପଞ୍ଚଭୂତ ବୁଡ଼ାଇଲେ ହୃଦୟରେ ।୩୭୨।ଗର୍ଭେଣ ପଶିଲେ ସେ ହୋଇଲେ ପାପଆତ୍ମାଦୁଖେ ଅର୍ଜିଲା ତପ ଭାଞ୍ଜିଲା ମହାତମା ।୩୭୩।ଶରୀରେ ପଶିଣ ସେ ପୀଡ଼ତି କଲେ କାମତେଜିଲେ ତପସ୍ଥାନ ମଦନେ ଅସାଷ୍ଟମ ।୩୭୪।ବନେଣ ଭ୍ରମଇ ସେ ବାଳୁତ ଭାବ ଜାଣିଶୃଙ୍ଗାର ଇଚ୍ଛିଲା ସେ ଧରିଣ ମୃଗୁଣୀ ।୩୭୫।ହରିଣୀ ଗର୍ଭରେ ଯେ ପଡ଼ିଲା ତାହାର ରେତସଇନ୍ଦୁ ଜାତ ହେଲା ତାହାର ୟେକଇ ଯେ ସୁତ ।୩୭୬।ଦକ୍ଷିଣ ପ୍ରାଚୀର କୂଳେ ତୁଚ୍ଛା ତୁଠଗୋଟିତହିଂ ଜାତ ହୋଇଲା ତ୍ୱଷ୍ଟା ତପନିଷ୍ଠି ।୩୭୭।ସେ ତ୍ୱଷ୍ଟାକୁ ରାଇଣ ଯେ ବୋଇଲେ ଠୁଳ ମହଋଷିତୁ ଯାଇଂ ସ୍ୱର୍ଗ ଭୁବନେ ଇନ୍ଦ୍ର ଯେ ହୁଅସି ।୩୭୮।ଇନ୍ଦ୍ର ଯେବେ ମୋହୋର ତପ ନାଶ କଲାକ ଉପାୟେଇନ୍ଦ୍ରକଇଂ ନାଶକରି ତୁ ସ୍ୱର୍ଗେ ହୁଅ ଦେବରାୟେ ।୩୭୯।ବଇବସୁତ ମନୁ ପୁଚ୍ଛାକଲେ ଅଗସ୍ତି ମହଋଷି ହେତ୍ୱଷ୍ଟା ଇନ୍ଦ୍ରପଦେ ବସିଲେ କି ସତେହେଂ ।୩୮୦।ତ୍ୱଷ୍ଟା ନ କଲେ ଯେ ସ୍ୱର୍ଗକଇଂ ଇଚ୍ଛାଭୂତ ମହଋଷି ବୋଲି ଜାତହେଲେ ସେ ତ୍ୱଷ୍ଟାଂକର ବତ୍ସା ।୩୮୧।ଭୂତ ମହଋଷି କପିଳ ସେ ବାଳଖିଳା ତପକଲାତୁଳମାସ ଶୁକ୍ଳପକ୍ଷ ଦଶମୀ ଦିନ ତାକୁ ସର୍ପଘାତ ହୋଇଲା ।୩୮୨।ପାର୍ବତୀ ବୋଇଲେ ଶୁଣିମା ଦେବକାଶୀତବ ସେବାୟେ ନାଶକଲା ଭୂତ ମହଋଷି ।୩୮୩।ତପ ଗଡ଼ି ଯାଆନ୍ତେଣ ତାହାକଇଂ ଭକ୍ଷିଲା ମହାବ୍ୟାଳବଦନରୁ ପୁଣ ଯେ ତାହାର ବହଇ ଗରଳ ।୩୮୪।ନାରଦଂକୁ ହକାରି ବୋଇଲେ ଶୂଳପତିବ୍ରହ୍ମାଂକ ତହିଂକି ୟେହାକୁ ତୁମ୍ଭେ ନିଅ ଧାତି ।୩୮୫।ଜୀବନ୍ୟାସ କରି ୟେହାକୁ ପ୍ରାଣଦାନ ଦେଉତାହାତହୁଂ ଭଲଠାବେ ଭୂତ ମହଋଷିଂକି ନେଇ ଥୋଉ ।୩୮୬।ସଦାନନ୍ଦର ଆଗ୍ୟାଂୟେ ନାରଦ ମୃତପିଣ୍ଡ ଘେନିଯଶୋବନ୍ତୀ ଭୁବନେ ସେ ଭେଟିଲେ ପଦ୍ମଯୋନି ।୩୮୭।ନାରଦେ ବୋଇଲେ ଭୂତ ମହଋଷିଂକି ଜୀବ ଦାନ ଦେଇଈଶ୍ୱରେଣ ବୋଇଲେ ୟେହାକୁ ଭଲ ଠାବେ ଥିବୁ ଥୋଇ ।୩୮୮।ମୃତୁ ସଞ୍ଜୀବନୀ ଦେଇ ଭୂତ ମହଋଷିଂକି ଜୀଆଂଇଲେନାରଦକଇଂ ରାଇ ପିତାମହ ଆଗ୍ୟାଂ ଦିଲେ ।୩୮୯।ମୋହୋର ତହୁଂ ଭଲଠାବ ଅମର ଭୁବନ ବାରସ୍ୱତୀ ସିନାୟେହାନ୍ତ ନେଇ ବସାଅ ଇନ୍ଦ୍ରପଦ ମୃଧୁନା ।୩୯୦।ମହଋଷିଂକି ଘେନିଗଲେ ଦେବ ଯେ ନାରଦେଅମର ଆସ୍ତାନେ ନେଇଣ ବସାଇଲେ ଇନ୍ଦ୍ରପଦେ ।୩୯୧।ବଦୟନ୍ତି ଅଗସ୍ତି ଶୁଣ ବଇବସୁତ ନୃପତିଇନ୍ଦ୍ର ପଦେ ବସିଲେ ସେ ଠୁଳ ମହଋଷିଂକର ନାତି ।୩୯୨।ଇନ୍ଦ୍ର ଦେବତା ଭୂତ ମହଋଷି ତୁଲେ ବହୁତ ଯୁଦ୍ଧକଲାବଜ୍ର ଘେନିଣ ସେହୁ ଭୂତ ମହଋଷିଂକି ମାଇଲା ।୩୯୩।ରାଜପଦ ୟେଡ଼େ ଲୋଭଟି ଇନ୍ଦ୍ରକଇଂ ଧର୍ମହିଂ ଛାଡ଼ିଲାମହାତପୀ ବଧକରି ଇନ୍ଦ୍ର ଅମର ଭୁବନ ମାଡ଼ିଣ ବସିଲା ।୩୯୪।ନାରଦେ କହିଲେ ଯାଇଂ ତାହାର ପିତାଂକୁବାସବ ବଧକଲା ହାଦେ ତୋହୋର ପୁତ୍ରକୁ ।୩୯୫।ପୁତ୍ରର ବଧ ଶୁଣି କୋପ କଲା ତ୍ୱଷ୍ଟାତପ ଆଚାର ଛାଡ଼ି ପ୍ରକୃତି କଲା ଭ୍ରଷ୍ଟା ।୩୯୬।କରେ ତ୍ରିଦଣ୍ଡ ଘେନିଣ ଧାମଇଂ ମୁନି ରାଗେଇନ୍ଦ୍ରକଇଂ ନାରଦେ କହିଲେ ତୁ ନ ଥାଅ ଅମର ସ୍ୱର୍ଗେ ।୩୯୭।ଆସୁଅଛି ତ୍ୱଷ୍ଟା ଯେ ମହାକୋପ କରିୟେ ତୋହୋର ସଂପଦପଣ ପାରଇଟି କ୍ଷଣକେ ସେ ହରି ।୩୯୮।ଆହୋ ମଘବା ତପୀଂକର ତୁଲେ ତୁ ହୋଇଲୁ ବିବାଦୀକିଞ୍ଚିତ ଦୋଷେ ନାଶଗଲୁଟି ଜମ୍ବୁଭେଦୀ ।୩୯୯।ଠୁଳ ମହଋଷିଂକି ନ ଦିଲୁ ହାଦେ ବସିକିଞ୍ଚିତ ଦୋଷେ ୟେଡେ ସଂପଦ ହୋଇଲାକ ଧ୍ୱଂସି ।୪୦୦।ନାରଦଂକ ବଚନେ ଭୟେ କଲାକ ମଘବାନସକଳ ସଂପଦ ତେଜିଣ ସେ ନାଶିଲାକ ଜୀବନ ।୪୦୧।ଶରୀରୁ କାଢ଼ିଲାକ ସେ ପଞ୍ଚଭୂତ ଆତ୍ମାପାପଆତ୍ମା ଘେନି ସେ ବସିଲାକ ମହାତ୍ମା ।୪୦୨।ପଞ୍ଚୁଆତ୍ମା ଥୋଇଲାକ ସେ ପଞ୍ଚୁଠାବ କରିପ୍ରଥମ ଆତ୍ମାଗୋଟି ନେଇ ସେ ଧର୍ମେଣ ସଂହରି ।୪୦୩।ଦୁଜଆତ୍ମା ନେଇଣ ସେ ପବନେଣ ଥୋଇଆପଣା ଆତ୍ମା ନେଇ ଶୂନ୍ୟେଣ ରୁହାଇ ।୪୦୪।ଅଶ୍ୱିନୀକଇଂ ଆତ୍ମାୟେ ଇନ୍ଦ୍ର ସମର୍ପଇକୁମାରେଣ ଆତ୍ମାୟେକ ଥୋଇଲା ଗୋପ୍ୟେ ନେଇ ।୪୦୫।ପାପଆତ୍ମା ଘେନି ୟେକା ଦେବଇନ୍ଦ୍ର ଅଛି ବସିମହା କାଳାନଳ ଜାଣି ତ୍ୱଷ୍ଟା ପ୍ରବେଶ ହୋଇଲାକ ଆସି ।୪୦୬।ତ୍ୱଷ୍ଟାୟେ ବୋଇଲେ ଇନ୍ଦ୍ର ତୁ ନାଶିଲୁ ମୋହୋର ବାଳକ ନନ୍ଦନଯାଅରେ ବାସବ ତୁ ହୋଅସି ଦହନ ।୪୦୭।ମହା ବ୍ରହ୍ମବେତ୍ତାର ଶାପ୍ୟ ଯେ ପଡ଼ିଲାତ୍ୱଷ୍ଟାର ଇଦଂବାକ୍ୟେ ଇନ୍ଦ୍ର ନାଶଗଲା ।୪୦୮।ଶୁଣ ହୋ ମନୁରାଜା ଋଷିଂକର ବିବାଦେଆମରାଧିନାଥଂକୁ ହୋଇଲା ୟେଡ଼େକ ପରମାଦେ ।୪୦୯।ଧର୍ମେଣ ଯେବଣ ଆତ୍ମା ନେଇଣ ଥୋଇଲାଦ୍ୱାପରେ ସେ ଧର୍ମବୀର୍ଯ୍ୟେ ଯୁଝେଷ୍ଠି ଉପୁଜିଲା ।୪୧୦।ପବନେଣ ନେଇ ଥୋଇଲା ଯେବଣ ଦୁତୀଆତ୍ମାଦ୍ୱାପରେ ପବନ ବୀର୍ଯ୍ୟେ ହୋଇଲାକ ବୀର ଭୀମା ।୪୧୧।ଇନ୍ଦ୍ର ଯେବଣ ଆତ୍ମା ଥୋଇଲା ଶୂନ୍ୟେଣଇନ୍ଦ୍ର ବୀର୍ଯ୍ୟେ ଜାତ ସେ ହୋଇଲାକ ଅର୍ଜୁନ ।୪୧୨।ଅଶ୍ୱିନୀରେ ଯେବଣ ଆତ୍ମା ନେଇଣ ଥୋଇଲାସେ ଅଶ୍ୱିନୀ ବୀର୍ଯ୍ୟେ ୟେ ନକୁଳ ଉପୁଜିଲା ।୪୧୩।କୁମାରେ ଯେବଣ ଆତ୍ମା ଥୋଇଲା ପଞ୍ଚଭୂତସହଦେବ ମହାମନ୍ତ୍ରୀ ମାଦ୍ରୀଦେବୀର ସୁତ ।୪୧୪।ବ୍ରହ୍ମବେତ୍ତା ମହଋଷି କହିଲେ ପରସ୍ତାବେପଞ୍ଚୁ ଆତ୍ମାରୁ ଜାତ ହୋଇଲେ ପଞ୍ଚୁ ଯେ ପାଣ୍ଡବେ ।୪୧୫।ବଇବସୁତ ମନୁ ଯେ ଅଗସ୍ତିଂକି ପୁଚ୍ଛାକଲେସେ ବ୍ୟାଘ୍ର ଗଜ ପୁଣ କେ କେ’ଟି ହୋଇଥିଲେ ।୪୧୬।ଅଗସ୍ତି ବୋଇଲେ ହୋ ୟେ ଅସଂକ୍ଷେପ ଶାସ୍ରକଥାସିନ୍ଧୁରେଣୁ ଗଣିବାକୁ କେହୁ ସେ ସାମରଥା ।୪୧୭।ମୁହିଂ କବିପଣ କଲି ହୋ ସାରଳାଂକ ପ୍ରସନ୍ନେମୋତେ ଯେତେ ଦୃଶ୍ୟ ହୋଇଲା ମୁଂ କଲଇ ଲେଖନେ ।୪୧୮।ଅଥବା ଦେଖାଉଅଛି ମୁଂ ଠିକ ଠିକ କରିସଂସାର ଜନ ବୋଧ ନିମନ୍ତେଣ ମୁହିଂ ସିନା ଡରି ।୪୧୯।କେବଳ ସାରଳା ପ୍ରସନ୍ନେ ବ୍ରହ୍ମଗ୍ୟାଂନଅସଂକ୍ଷେପ ଅଗାଦ ୟେ ମହାବାରଥ ଆଖ୍ୟାନ ।୪୨୦।ଅଭୟେ ଅପୂର୍ଣ୍ଣା ଯେ ଜଙ୍ଖେର ପୁରବାସୀଅସଂଖ୍ୟ ହେଉଅଛିଟି ମୋତେ ସଖ୍ୟକରି ଦିଅସି ।୪୨୧।ସର୍ବ ମଙ୍ଗଳା ମାଗୋ ଯାହାର ନାମଗୋଟିଦଧି ସମୁଦ୍ର ଯେହ୍ନେ ଶ୍ୱେତ କମଳ ଫୁଟି ।୪୨୨।ନିଧଉତ ନିର୍ମଳ ଶଉଚ ଯାହାର ପରକୃତିବସନ୍ତ କାଳେ ଯେହ୍ନେ ମଳୟ ବହନ୍ତି ।୪୨୩।ତୁହି ମାତ ଗୋ ସର୍ବସିଦ୍ଧି ଋଦ୍ଧି ବୃଦ୍ଧି ନିଧିତୋହୋର ପ୍ରସନ୍ନେ ତରିବି ଦୁସହ ପୟୋଧି ।୪୨୪।ଭ୍ରଥ ଖଣ୍ଡ ମଣ୍ଡଣି ଗୋ ଅଭୟେ ଅପର୍ଣ୍ଣାଦଇତବଳ ନିଶୋଧିନୀ ଗୋ ତୁ ବ୍ରହ୍ମ ଯୋଗୀ ସିନା ।୪୨୫।ନୟନେ ଦେଖଇ ଗୋ ମୁଂ ଲିହଇ ଶାସ୍ର ଯୋଗେୟେ ବିରାଟ ପର୍ବକୁ ବଞ୍ଚାଇଲି ଶ୍ଲୋକକୁ ଗୀତବାଗେ ।୪୨୬।ଶ୍ରୀ ସିଦ୍ଧ ସାରୋଳା ଗୋ ପ୍ରସନ୍ନବଦନୀକଉତୁକେ ଖେଳଇ ଯେ ବାଳୁତ ରୂପ ଘେନି ।୪୨୭।କଳିକାଳ ଧ୍ୱଂସିନୀ ଗୋ ଆନନ୍ଦନନ୍ଦିନୀସଦା ସର୍ବଦା ଗୋ ତବ ଚରଣେ ଦୟିନୀ ।୪୨୮।ମମହୃଦେ ବିଶ୍ରାମ ଗୋ ନର୍ମଦା ସରସ୍ୱତୀସଞ୍ଜୀବନୀ ନାଥକୁ ଗୋ ଯେମନ୍ତେ ନୋହେ ଭୀତି ।୪୨୯।ମୁକ୍ତିବନ୍ତ ନାଥ ସେ ଯେ ଅନାଦି ଶ୍ରୀପତିନିରାକାର ବ୍ରହ୍ମ ସେ ଯେ ଅଟେ ସ୍ଥୂଳଜ୍ୟୋତି ।୪୩୦।ଜନ୍ମେଣ ମୂର୍ଖ ମୁଂ ଗୋ ଅପଣ୍ଡିତ ଅଗ୍ୟାଂନଶୂଦ୍ରମୁନି ସାରୋଳ ଦାସକୁ ଦିଅ ଗ୍ୟାଂନ ଦାନ ।୪୩୧।ବଦୟନ୍ତି ଅଗସ୍ତି ଯେ ବିଲଂକା ଦେଶର ରାଜାଠୁଳଋଷି ଗର୍ଭେ ପଶିଥିଲେ ଯେ ବାସବ ତନୁଜ ।୪୩୨।ଅନେକ ବାତୁଳ ଭାବ ସେ କରାଇଲେ ମୁନିଂକିଅବିରତେ ଶୃଙ୍ଗାର କଲେ ସେ ଧରିଣ ମୃଗୁଣୀକି ।୪୩୩।ଯେତେ ତିରୀଲିଙ୍ଗ ବନେ ପାବନ୍ତି ତପଚାରୀଅବିଚ୍ଛନ୍ନେ ଶୃଙ୍ଗାର ସେ କରଇ ନ ବିଚାରି ।୪୩୪।ଭାଦ୍ରବ ମାସ ଶୁକଳପକ୍ଷ ଯେ ଚଉଠୀର ଦିନଠୁଳ ଋଷି ପଶିଲେ ଯେ ଦଣ୍ଡକା ଅରଣ୍ୟ ।୪୩୫।ହିରଣ୍ୟଗିରି ପର୍ବତେ ଯେ ନିଦ୍ରାଗଲେ ଠୁଳଯତିଗର୍ଭୁଂ ବାହାର ହୋଇଲେ ବାସବର ସନ୍ତତି ।୪୩୬।ବ୍ରହ୍ମାଣ୍ଡ ଘୋଟିଲା ତେଜ ମୁନିଂକର ତାହାଂକର ଯାନ୍ତେକାହିଂକି ଯାଉଛ ଆରେ ନାଶ କରି ମୋତେ ।୪୩୭।ଦୁଖେଣ ଅରଜିଲା ତପ ମୋହୋର ଯେ ଭାଞ୍ଜଆରେ ବେନିଭ୍ରାଥ ତୁମ୍ଭେ ହୋଅ ଅରଣ୍ୟେ ବ୍ୟାଘ୍ରଗଜ ।୪୩୮।କରପତ୍ର ଯୋଡ଼ିଣ ଯେ ବୋଲନ୍ତି କୁମରେମୋକ୍ଷକଇଂ କାରଣ ଆମ୍ଭନ୍ତ ହାଦେ ଦେବାକ ମୁନିବରେ ।୪୩୯।ମହା ବ୍ରହ୍ମଋଷି ସେ ବୋଇଲେ ବଇରାଗେତୁମ୍ଭେ ଦୁହେଂ ମୋକ୍ଷ ହୋଇବ ରେ ଚଉବିଂଶ ଯୁଗେ ।୪୪୦।ଘଟ କଲସ ବୋଲିଣ ହୋଇବ ଦ୍ୱାପର ଯୁଗେଜମ୍ବଭେଦୀ ନାମେ ଇନ୍ଦ୍ର ବସିବ ଅମର ସ୍ୱର୍ଗେ ।୪୪୧।ପଦ୍ମଯୋନି ନାମେ ବ୍ରହ୍ମା କୀର୍ତ୍ତିକା ନାମେ ଯମଯୁଗାନ୍ତକ ନାମେ କାଳ ବ୍ୟତିପାତ ନାମେ ଧର୍ମ ।୪୪୨।ଅନନ୍ତ ନାମେଣ ଆଦିତ୍ୟ କାମ୍ୟେକ ନାମେଣ ନିଶାପତିଜୀବିତ ନାମେଣ ମନ୍ତ୍ରୀ ପାବକ ନାମେ ବହତି ।୪୪୩।ଶୋହୋଇ ନାମେ ପୃଥୀ ହୋଇବ ଭୂଅଭାଗେମର୍ତ୍ତ୍ୟପୁରେ ଯାତ ଯେ ହୋଇଥିବ ତୁମ୍ଭେ ।୪୪୪।ସୋମବଂଶର ରାଜା ହୋଇବେ ଧର୍ମର ନନ୍ଦନେମହାଧର୍ମ ସେ ସାଧିବେ ବିଦ୍ୟମାନେ ।୪୪୫।ଦ୍ୱାପର ଯୁଗ ଆଠଲକ୍ଷ ଚଉଷଠି ସହସ୍ର ବରଷ ଅନ୍ତେବଇବସୁତ ମନୁର ଯୁଗଭୋଗ ୟେ ଲେଖନ୍ତେ ।୪୪୬।ସେ ଦ୍ୱାପର ଅନ୍ତେ ଯେ ସୁକୁମାର ସମ୍ୱତ୍ସରେଯୁଝେଷ୍ଠି ଅଗ୍ୟାଂତ ବାସ ବିରାଟ ରାଇଜରେ ।୪୪୭।ଜାରାନାମେ ଶବର ଯେ ଅଙ୍ଗଦ ଅଟଇ ପୂର୍ବେସେ ତୁମ୍ଭନ୍ତ ଧରିନେବ ମତ୍ସାଧିପ ଆଗେ ।୪୪୮।ଗଜକଇଂ ବ୍ୟାଘ୍ର ଯେ କରିବ ଜାଣ ପ୍ରାଣେ ବଧବ୍ୟାଘ୍ର ପ୍ରାଣ ନାଶିବ ଭୀମ କରିଣ ମାଲଯୁଦ୍ଧ ।୪୪୯।ସେ ପାଣ୍ଡବେ ତୁମ୍ଭର ସହୋଦ୍ର ଅଟନ୍ତି ଯୁଗତେଭୀମସେନ ପ୍ରହାରେ ଯୁଝେଷ୍ଠି ଦ୍ରଶନେ ତୁମ୍ଭେ ଆସିବ ସ୍ୱର୍ଗପଥେ ।୪୫୦।ୟେସନେକ ଚରିତ ସେ ପୂର୍ବର ଆଦିକଥାଶୁଣ ହୋ ମନୁରାଜା ପୁଚ୍ଛିଲୁ ଯେ ଗଜ ବ୍ୟାଘ୍ରର ବାରତା ।୪୫୧।ବାସବର ନନ୍ଦନ ଯେ ଶାପ୍ୟ ପାଇଥିଲେମୋକ୍ଷ ହୋଇଣ ସେ ଅମର ସ୍ୱର୍ଗକଇଂ ଗଲେ ।୪୫୨।ବଇବସୁତ ମନୁ ବୋଇଲା ଗଜ ବ୍ୟାଘ୍ର ବଧଅନ୍ତେବିରାଟ ସମରାଜ୍ୟ ଲୋକେ ହୋଇଲେ ତୋଷଚିତ୍ତେ ।୪୫୩।କିରାତ ହାକଇ ଆସ ଆସ ହୋ ରାୟେ ମତ୍ସେତୋହୋର ରିପୁକୁ ସୂପକାର ନାଶିଲା ପ୍ରତକ୍ଷେ ।୪୫୪।ସମସ୍ତ ବାରତା ଜାରା କହିଲା ଭୀମକୁବ୍ରିକୋଦର ବୋଇଲା ପ୍ରଣପତ୍ୟ ହୋଇବି କି ତୁକୁ ।୪୫୫।ଜାରାଶବର ବୋଇଲା ବାବୁ ନୋହୋଇ ବିହିତତୁମ୍ଭେ ମୋହୋର ତାତ ଯେ ମୁହିଂ ତୁମ୍ଭର ସୁତ ।୪୫୬।ଭୀମସେନ ବୋଇଲା ମୁଂ ନ ବୁଝିଲି ୟେହାସୁଗ୍ୟାଂନୀ ପଣ୍ଡିତ ତୁ ସେ କହ ପୁଣ୍ୟଦେହା ।୪୫୭।କିରାତ ହୋଇଲା ସତ୍ୟଯୁଗେ କେତୁ ଯେ ମଙ୍ଗଳତ୍ରେତୟା ଯୁଗେ ବାଳୀ ସୁଗ୍ରୀ ମହାବଳ ।୪୫୮।ଦ୍ୱାପର ଯୁଗେ ୟେବେ ଭୀମ ଦୁଶାସନବାଳୀ ସୁଗ୍ରୀ ଅବତାରେ ଅଙ୍ଗଦ ମୁଂ ଅଟଇ ତୁମ୍ଭର ନାନ ।୪୫୯।ୟେବେ ମୋହୋର ପିତା ଶତଶୃଙ୍ଗେ ଖଟିଥିଲା ପଣ୍ଡୁଂକୁମୁହିଂ ଭକତି ଭାବେ ୟେବେ ଖଟିବି ତୁମ୍ଭଂକୁ ।୪୬୦।ତୁମ୍ଭେ ଯେ ଭୀମସେନ ବଲ୍ଲବ ସୂପକାରଲୋକିତ କର୍ମେ ବ୍ରାହ୍ମଣ ରୂପକୁ ନମସ୍କାର ମୋହୋର ।୪୬୧।ଆଦିହୁଂ ବ୍ରାହ୍ଣଣ ଅଟ ବ୍ୟାସବଂଶକଉରବ ପାଣ୍ଡବ ତୁମ୍ଭେ ଅଟ ହୋ ସୋମବଂଶ ।୪୬୨।ଭୀମ କିରାତ କଥା ସରିଲା ଯହୁଂ ବାଣୀଭୀମସେନ ତୂଷ୍ଣୀ ହୋଇ ସୁମରଇ ଚକ୍ରପାଣି ।୪୬୩।ବ୍ୟାଘ୍ରର ବଧ ଦେଖି ଯେ ବିରାଟ ରାଜନେଜଗତୀରୁ ଓହ୍ଲାଇ ରାଜା ବିଜୟେ ଆସ୍ତାନେ ।୪୬୪।ଆସ ଆସ ସୂପକାର ହୋ ୟେହେନେକ ତୁମ୍ଭର ମହିଂମାୟେ ମଧ୍ୟସ୍ୱର୍ଗରେ ବାବୁ ତୋହୋର ଗାରିମା ।୪୬୫।ତୁହି ସେ ରକ୍ଷାକଲୁ ମୋହୋର ରାଜ୍ୟର ଉତପାତମହାଭୟରୁ ରକ୍ଷାକଲୁ ତୁ ଆମ୍ଭନ୍ତ ।୪୬୬।ଆପଣା ଶରୀରେ ଯେତେକ ରତ୍ନ ଅଳଂକାର ଥିଲାବଲ୍ଲବ ଶରୀରେ ସମସ୍ତ ଆଭରଣ କଲା ।୪୬୭।ଅପାର ଧନବସ୍ର ଘେନିଣ ବୋଇଲେ ମତ୍ସନାଥେବଲ୍ଲବକଇଂ ପାତ୍ରପଣେ ଶାଢ଼ୀ ଦିଅ ହୋ କୁନ୍ତେ ।୪୬୮।ଶ୍ରୀହସ୍ତେ କୋନ୍ତେ ୟେ ଆପଣେ ବଲ୍ଲବକୁ ଦିଲେ ଶାଢ଼ୀବୋଇଲେ ରୋଷୁଅ ଘରେ ହୁଅ ତୁ ସୂପକାର ଅଧିକାରୀ ।୪୬୯।ଅନେକ ପ୍ରଶଂସା ଯେ କରନ୍ତି ରାଜ୍ୟଲୋକେସାଧୁ ସାଧୁ ସୂପକାର ମହିମାଂ ତୋହୋର ତ୍ରଇଲୋକେ ।୪୭୦।ବିରାଟ ବୋଇଲା ତୋହ ପରା ଜଣେ ଥିଲେପୃଥିବୀ ଜିଣିପାରେ ମୋହୋର ସେ ବଳେ ।୪୭୧।ମନେଣ ଅନେକ ସାନନ୍ଦ ସେ ହୋଇଲା ବ୍ରିକୋଦରସ୍ୱଇଚ୍ଛାୟେ ରହିଲା ଯାଇଂ ସେ ପବନ କୁମାର ।୪୭୨।୨୪୮୭।ଭୀମଙ୍କ ସହିତ ପ୍ରଦେଶୀ ମଲ୍ଲର ଯୁଦ୍ଧ ଓ ତାହାର ମୃତ୍ୟୁବଦୟନ୍ତି ଅଗସ୍ତି ଶୁଣ ବଇବସୁତ ମନୁବ୍ୟାଘ୍ରକଇଂ ବଧକଲା ସେ ପବନର ତନୁ ।୧।କେହି ଜାଣନ୍ତା ନୋହିଲେ ସେ ବ୍ୟାଘ୍ର ମାଇଲା ଗୋପ୍ୟାନେଶାଢ଼ୀପାଇ ଭୀମସେନ ଗଲା ରୋଷୁଅ ସ୍ତାନେ ।୨।ମନୁ ପୁଚ୍ଛାକଲେ ଆର କିସ କଲା ଯୁଦ୍ଧଅଗସ୍ତି ବୋଇଲେ ପୁଣି ମାଲେକ କଲା ବଧ ।୩।କାହିଂର ମାଲ ସେ ହାଦେ କେବଣ ପୁରେ ଥିଲାବଲ୍ଲବର ତାହାର କାହିଂ ଭେଟ ଯେ ହୋଇଲା ।୪।ଅଗସ୍ତି ବୋଇଲେ ସତ୍ୟଯୁଗେ ମହାରାଜ ବଳୀଅଶିଖର୍ବ ମାଲ ଘେନି ସେ ସାଧିଲା ମହୀଆଳୀ ।୫।ବାମନରୂପୀ ନାରୟଣ ଧରି ବିଶ୍ୱମୃତ୍ତିଚାପନ୍ତେଣ ବଳୀ ସେ ଗଲା ରାସାଂଗତି ।୬।ମାଲମାନେ ଧଇଲେ ସେ ବାବନର ଜାନୁଚରଣ ଉପାଡ଼ି ଲୋଡ଼ିଲେ କୁରୁଶାନୁ ।୭।ରୋମମୂଳ ଉତସଲ୍ୟ ଯହୁଂ କଲେକ ବାମନଅନେକ ଦୂରେ ପଡ଼ିଲେ ବଳୀର ମାଲମାନ ।୮।ବୀର ଚୋଡ଼ଙ୍ଗ ବୋଲିଣ ନଗ୍ର ପଛିମ କୋଣେବଜ୍ରବାହୁ ମାଲ ପଡ଼ିଲା ସେ ନବସହସ୍ର ଯୋଜନେ ।୯।ପଞ୍ଚଦଶ ଯୋଜନ ଅଟଇ ସେ କଟକର ସ୍ଥଳୀସେ ମାଲ ପଡ଼ିଲା ତହିଂ ପଞ୍ଚଯୋଜନ ଉଗୁଳି ।୧୦।ମନ୍ଦର ପର୍ବତ ଯେହ୍ନେ ପଡ଼ିଲାକ ଉଡ଼ିମାଲ ପଡ଼ନ୍ତେ ବିଂଶ ଯୋଜନ ହୋଇଲାକ ଚୂରି ।୧୧।ଜନ ମଣିଷ ଆଦି ହୋଇ ନ ରହିଲା କିଛିୟେକା ବଜ୍ର ମହାମଲ୍ଲ ତହିଂ ପଡ଼ିଅଛି ।୧୨।ସେ ବଜ୍ରବାହୁର ନନ୍ଦନ ଅମୟବାହୁ ବୀରାମେଦିନୀ ନ ସହଇ ସେ ମାଲଂକର ଭାରା ।୧୩।ଅମୟେ ମାଲକୁ ସେ ମାଇଲା ହନୁମନ୍ତରଣକେଶରୀ ବୋଲି ତାହାକଂର ନିଜ ସୁତ ।୧୪।ରଣକେଶରୀ ପୁତ୍ର ପୃଥୁ କେଶରୀ ମଲ୍ଲହରିଣକେଶରୀ ନାମେ ୟେହାର ଦୁଲାଳ ।୧୫।ସେ ହରିଣକେଶରୀ ନନ୍ଦନ ମହୀକେଶରୀ ମଲ୍ଲଜିଣିଣ ଦିଗପାଳ କଲା ସକଳ ସମତୁଲ ।୧୬।ମହୀକେଶରୀ ପୁତ୍ର ସେ ମେରୁକେଶରୀ ବୀରାୟେହାର ମୁଥାଘାତେ ଖଣ୍ଡଗିରି ହୋଇଲା ଶତେଚୂରା ।୧୭।ମେରୁକେଶରୀର ପୁତ୍ର ପ୍ରଚଣ୍ଡ କେଶରୀପୃଥୀର ମାଲନ୍ତ ୟେ ଜିଣିଲା ସର୍ବ ଧରି ।୧୮।ପ୍ରଚଣ୍ଡ କେଶରୀରର ପୁତ୍ର ଯେ ଦୁର୍ଦଣ୍ଡ କେଶରୀଗଗନକେଶରୀ ବୋଲି ୟେହାର ପୁତ୍ର ଅବତରି ।୧୯।ତାହାର ପୁତ୍ରର ନାମ ଆକାଶ କେଶରୀଆକାଶ କେଶରୀ ପୁତ୍ର ପାତାଳ କେଶରୀ ।୨୦।ପାତାଳକେଶରୀ ପୁତ୍ର ଚନ୍ଦ୍ର ଯେ କେଶରୀଚନ୍ଦ୍ରକେଶରୀର ପୁତ୍ର ପଦ୍ମ ଯେ କେଶରୀ ।୨୧।ପଦ୍ମକେଶରୀର ପୁତ୍ର ବିକ୍ରମକେଶରୀୟେମନ୍ତେ ମାଲବଂଶ କେ ପାରେ ଲେଖାକରି ।୨୨।ୟେହୁ ସେ ବୋଲାବଇ ପ୍ରତଗ୍ୟାଂ ମାଲରାଜାୟେହାର ନନ୍ଦନ ମାଲ ଯମ ଅନର୍ଗଳ ଭଂଜା ।୨୩।ୟେହାର ନନ୍ଦନ ମାଲ ସୁବାହୁ କେଶରୀୟେହାର ନନ୍ଦନ ଯେ ଗଜଦର୍ପ କେଶରୀ ବୋଲି ନାମ ଧରି ।୨୪।ପ୍ରତାପୀ ମାଲ ସେ ଯେ ଜମ୍ବୁଦୀପର ମଧ୍ୟେତାହାର ସରି ତିନିମାଲ ମାଇଲାନି ଯୁଦ୍ଧେ ।୨୫।କନ୍ୟାମାସ କୃଷ୍ଣପକ୍ଷ ଅଷ୍ଟମୀର ତିଥିଭୃଗୁବାର ଆରଦ୍ରା ନକ୍ଷତ୍ର ଯୁଗତି ।୨୬।ସେ ଦିନ ମାଲ ଆସଇ ଦଣ୍ଡ ଚଢ଼ିକରିଅହିବ୍ରତେକ ମାଲ ଅଛଇ ତୁଲେଣ ତାହାରି ।୨୭।ପ୍ରତଗ୍ୟାଂ ଆରମ୍ଭେଣ ଅପାର ବାନା ବୀରଧୂୟେକା ଜଣକେ ମନ୍ଥି ସେ ପାରଇ ସପ୍ତସିନ୍ଧୁ ।୨୮।ମନ୍ଦର ପର୍ବତନ୍ତ ସେ ଉପାଡ଼ି ପାରଇ ବାମହାଥେହେମବନ୍ତ ଅଚଳ ସେ ଚାଳି ପାରଇ ମାଥେ ।୨୯।ବୀର ଦାଉଣ୍ଡିମାନେ ଯେ ବୀରମର୍ଦ୍ଦଳ ବୀର ଢୋଲବିଜିଘୋଷ ନିଶାଣ ବଜାନ୍ତି ବୀରମଲ୍ଲ ।୩୦।ବୀର କାହାଳୀ ବୀରଧୁନି ବୀରନେତ ଯେ ଉଡ଼ଇ ଚଉପାଶବିଲମ୍ବ ଆଲମ୍ବ ଚିରାଳ ଉଲାଖ ଉଡ଼ନ୍ତି ଆକାଶ ।୩୧।ବୀରନେତ ବାନା ଯାର ବନ୍ଧନ ଭୂଜଗତଅସୁର ବଳ ପ୍ରାୟେକ ସେ ଦିଶନ୍ତି ସାକ୍ଷାତ ।୩୨।ନିକଳଂକ ତମ୍ବାଚକ୍ର ଜାଣି ମାଲର ବେନିଆଖିମଚ୍ଛ ରାଇଜ ଲୋକେ ଭୟେକଲେ ତାକୁ ଦେଖି ।୩୩।ତିରଣ ଯୋଗେ ଯେହ୍ନେ ଅଗ୍ନି ଜଳିଉଠିତ୍ରିକୂଟ ପର୍ବତ ଜାଣି ମାଲର ବେନିମୁଷ୍ଟି ।୩୪।ତମ୍ବାର ଡିଙ୍ଗର ଜାଣି ଦିଶଇ ମାଲର ତନୁଦଶଭୁଜ ଭୁଜେ କୁଣ୍ଢକଲେ ନ ପାଇ ତାର ଜାନୁ ।୩୫।କେଶରୀ ଆକ୍ରଷଣ ଜାଣି ମାଲର ବେନିଭୁଜକାଳାନଳ ଜାଣି ବିରାଜଇ ମାଲର ହାଦେ ତେଜ ।୩୬।ଗଜଦର୍ପ ମାଲ ପ୍ରବେଶ ମତ୍ସରାଜ୍ୟେଦେଖିଣ ସର୍ବଜନେ ହୋଇଲେ ଆଶ୍ରିଜେ ।୩୭।କୃତାନ୍ତେକ ତେଜ ପ୍ରାୟେ ଦେଖିଲେ ମତ୍ସଦେଶର ଲୋକେମାଲ ମହାଗିରି ଯେ ଚଳଇ ମହାମତ୍ତ ଗର୍ବକେ ।୩୮।ଭୟେଣ ବେନିଭାଗ ହୋଇଲେ ନରଲୋକେଦେଖିଣ ଆଶ୍ରିଜ ଯେ ହୋଇଲେ ମହାଦୁଖେ ।୩୯।ଆସ୍ତାନ ତଳେ ମାଲ ହୋଇଲା ପ୍ରବେଶବାହାସ୍ଫୋଟ ଦେଇଣ ହାମ୍ପୋଡ଼ନ୍ତେ କମ୍ପିଲା ଆକାଶ ।୪୦।ଭୂମିକି ଆକ୍ରେଷିଣ ସେ କଲାକ ଠିଆଠାଣୟେକାଘାନ୍ତି କଲା ସେ ଚଉରାଶି ବିନ୍ଧାଣ ।୪୧।ଅଧର ପୁଷ୍ଟକରି ସେ ଚାପିଲା ଦନ୍ତପାଟିଭୟେଣ ଆସ୍ତାନ ତେଜଇ ମଚ୍ଛପତି ।୪୨।ଆରେ ଆରେ ବୋଲିକରି ହାମ୍ପୋରିଲା ବେନିବାହୁଅତିଚାର ବକ୍ରେ ଯେହ୍ନେ ଚଳିଲାକ ରାହୁ ।୪୩।ବିରାଟ ପଚାରଇ ମାଲ ତୁ କେବଣହିଂ ଦେଶୀମାଲ ବୋଇଲା ମୁଂ ଆଦିମାଲ ଅଟଇ ବଳୀବଂଶୀ ।୪୪।ଉପର ବଂଶର ବାରତା ଯହୁଂ ସଞ୍ଚପି କହିଲାକ ସବୁବିରାଟ ବୋଇଲା ମାଲ ୟେଥେ ରହିବୁନା ଯିବୁ ।୪୫।ମାଲ ବୋଇଲା ମୁଂ ପ୍ରଦେଶୀ ମାଲ ଅନର୍ଗଳାଶତେସିଂଘର ପ୍ରାକର୍ମ ଯେ କିଞ୍ଚକ ତୋର ଶଳା ।୪୬।ଲକ୍ଷେ ଜୁଣ ପଶି ତିନିମାଲ କଲି ବଧୟେବେ କୀଞ୍ଚକର ତୁଲେ କରିବଇଂ ମାଲଯୁଦ୍ଧ ।୪୭।ମେଲିଦେ କୀଞ୍ଚେକ ସମର କରୁ ମୋର ତୁଲେଚତୁର୍ଦ୍ଦିଗେ ଛତ୍ରୀ ଧରାଇବ ସେ ମୋତେ ଯେ ଜିଣିଲେ ।୪୮।ମୁହିଂ ତାକୁ ସମରେ ପାରଇ ଯେବେ ମାରିଆଉର ଜମ୍ବୁଦୀପେ କେ ଅଛି ମୋତେ ସରି ।୪୯।ଭୂଇଂ ଛୁଇଂ ଶର୍ବଣ ଛୁଅଇଂ ମଚ୍ଛପତିତୋହୋର ତୁଲେ ମୋହୋର ସମର କିସ ଯେ ଯୁଗତି ।୫୦।କୀଞ୍ଚେକର ବାହୁବଳେ ମୋହୋର ରାଜ୍ୟଭାରଯାହାର ଭୟେ ପଳାଇଲା ରାଜା ତ୍ରିଗର୍ତ୍ତ ନୃପବର ।୫୧।ପରରାଜ୍ୟ ମାରି ମୋତେ ରାଜଭୋଗ୍ୟ ସେ କରାଇଦୁହାଂଳ ଦୁଇ ପଦ୍ମ ମୋର ବରଡ଼ ବାରଲକ୍ଷ ଗାଈ ।୫୨।ୟେତେକ ଭୋଗ୍ୟ କରଇ ଯାହାର ପରସାଦେତାହାକୁ ପେଷିବି କିଂପେ ୟେଡ଼େକ ପରମାଦେ ।୫୩।ବିରାଟ ବୋଇଲା ମାଲ ବାହୁଡ଼ି ଯାଆ ଯା ଆନ ରାଜ୍ୟକୁମୋହୋର ବେଳେ ପେଷି ନୋହୋଇ କୀଞ୍ଚେକକୁ ।୫୪।ମାଲ ବୋଇଲା କୀଞ୍ଚେକ ମୋର ତୁଲେ ଯୁଦ୍ଧ ନ କଲେୟେ ତୋହୋର ରାଜ୍ୟରୁ ମୁହିଂ କି ଯାଇ ଭଲେ ।୫୫।ଦେଶ ଉଜାଡ଼ିବି ମାରିବି ଜୀବଜନ୍ତୁ ପରଜାନ୍ତଅଶ୍ୱଶାଳ ଗଜଶାଳ ଭାଞ୍ଜି କରିବି ଧୂମାନ୍ତ ।୫୬।ଯେଣେ କ୍ଷଣେ ମାଲ କୋପକଲାକ କହୁଂ କହୁଂକୋନ୍ତେ ବୋଇଲେ ବିରାଟେ ୟେକାନ୍ତେ ତୋତେ କହୁଂ ।୫୭।ରାଜ୍ୟ କରୁଥିଲେ ହୁଅଇ ଅପାର କଉତୁକଅରଷ୍ଟି ଆପାଦ ଯେ ପଡ଼ଇ ଅନେକ ।୫୮।କିଂପାଇ ଆନେ ଦିଅଇ ରାଜ୍ୟଭାରନୀତି ଅନୀତି ସବୁ ରାଜ୍ୟର ଉପର ।୫୯।ୟେ ମାଲ ଯଦ୍ୟପି ୟେଥୁ ବାହୁଡ଼ିଣ ଯିବତ୍ରିଗର୍ତ୍ତକଇଂ ଘେନିଣ ୟେ ଅବଶ୍ୟ ବାହିବ ।୬୦।ୟେତେବେଳେ ନ ଭାଞ୍ଜିଲେ ତେତେବେଳେ କିସ କରିଯେଉଂଣସି ପରକାରେ ହୋୟେ ୟେହାକୁହିଂ ମାରି ।୬୧।ଶତେସିଂଘର ପ୍ରାକର୍ମ ଯେବଣ କୀଞ୍ଚେକ ସେନାପତିମାଲ ଛାର ପ୍ରାକର୍ମକୁ ସେ ୟେବେ ନିକି କରଇ ଭୀତି ।୬୨।ବିରାଟ ବୋଇଲା ହୋ ଶୁଣିମା ଦେବ କୋନ୍ତେକିଛିହିଂ ଲାଜ ନାହିଂ ହୋ ୟେମାଲ ବାହୁଡ଼ନ୍ତେ ।୬୩।କୋନ୍ତେ ବୋଇଲେ ମାଲ ତୁ ଯେବେ ଅଇଲୁ ସମର କରିବିଚାର କହିବା ତୁ ରହିଥାଅ ଦିନାଚାରି ।୬୪।କୋନ୍ତେ ବୋଇଲେ ରାୟେ ଆଗ୍ୟାଂଦିଅ ବଲ୍ଲବକୁଅନ୍ନ ଦେଉଥାଉ ୟେ ପ୍ରଦେଶୀ ମାଲକୁ ।୬୫।ଦିନା ଚାରି ପଞ୍ଚ ମାଲ ହୋ ବିଶ୍ରାମ ୟେଥି କରକିଛିହିଂ ଅନ୍ତର ନାହିଂ ତୋତେ ଦିଆଇବା ସମର ।୬୬।ବିରାଟ ଆଗ୍ୟାଂ ଦିଲା ରାଇଣ ମୁନେହିଂକିୟେ ମାଲକୁ ଘେନିଯାଅ ବଲ୍ଲବ ତହିଂକି ।୬୭।ବୋଲିବ ଅହିବ୍ରତେକ ମାଲ ଘେନି ଆସିଛି ୟେ ପ୍ରଦେଶୀ ମାଲୟେହାକୁ ଦିନା ଚାରି ପାଞ୍ଚ ଯୋଗାଡ଼ ଦେଉଥିବୁ ଭଲ ଭଲ ।୬୮।ରାଜାର ଆଗ୍ୟାଂୟେ ମାଲକୁ ଗଲେ ଘେନିଚାରଗଣ କରନ୍ତି ଯେ ବିନୟ ଦଇନି ।୬୯।ଗୋସାଇଂ ସୂପକାର ହୋ ପରିଚ୍ଛା ବଲ୍ଲବଠାକୁରଂକୁ ଆଗ୍ୟାଂୟେ ପ୍ରଦେଶୀ ମାଲକୁ ଯୋଗାଣ ଦେଉଥିବ ।୭୦।ବହୁତ ଦୂର ଦେଶୀ ଜାଣ ୟେ ପରଦେଶୀ ମାଲନିନ୍ଦା ହୋଇବଟି ଯୋଗାଣ ଦେଉଥିବ ଭଲ ।୭୧।ବଲ୍ଲବ ବୋଇଲା କ୍ଷଣକେ ହୋ ରହ ମାଲଭାଇବୀର ବିଧାନ ଯୋଗାଡ଼ ଭିଆଇଂଣ ଦେବଇଂ ।୭୨।ଧାନ ଉଷୁଂଇଲା ଯେ ଶତେକ ପଉଟିଚାଞ୍ଚଡ଼ା ଉପରେ ସେ କୁଢ଼ାଇଲା ମେଦଗୋଟି ।୭୩।ମୁଗୁନି ପାଟ ପଥର ମୁଥେକ ମାରି କଲା ଚୂନାପେଜରେ ଫୁଟାଇ ତାହା କଲାକ ମେଞ୍ଚନା ।୭୪।ବସ ହୋ ମାଲ ତୋହୋର ତୁଲେ ଯେତେ ଗୋଟିୟେ ଭାତ ତିଉଣ ଭୁଞ୍ଚ ଯେତେକ ତୋତେ ଅଣ୍ଟି ।୭୫।ପତର ପାଣି ଘେନି ମାଲ ଭୁଞ୍ଚିଣ ବସଇବଲ୍ଲବ ସୂପକାର ନେଇଣ ପରଶଇ ।୭୬।ଆହୋ ବଲ୍ଲବ ସୂପକାର ହୋଇ ୟେଡ଼େକ ନିଶଂକାଦେଖିଣ ମାଲବୀରେ ହୋଇଲେ ତାଟକା ।୭୭।ମାଲ ବୋଇଲା ହୋ ପଣ୍ଡାୟେ ୟେ ଭୋଜନର କିସ ଯୁଗତିଆସରେ ପୁଣି ପାଷାଣ ହୋ ଭୋଜନ ନ କରନ୍ତି ।୭୮।ବଲ୍ଲବ ବୋଇଲା ତୁ ୟେହା ଭୁଞ୍ଜି ଯେ ନୁଆରିଲେକେସନେକ ସମର ତୁ କରିବୁ କୀଞ୍ଚେକର ତୁଲେ ।୭୯।ଲୁହା ଭାଞ୍ଜିଣ ଭୀମ ଗୋଟି ଗୋଟି କରିମାଲ ଦେଖନ୍ତେ ତାହା ଚୋବାଇ କଲା ଧୂଳି ।୮୦।ବେନିଆଣ୍ଠୁ ମାଡ଼ି ସେ ବସିଲା ଭୟଂକର ମୃତ୍ତିଶତେପଉଟି ଧାନ ଭୁଞ୍ଜିଲା ମାରୁତି ତତକ୍ଷଣାନ୍ତି ।୮୧।ପଥର ଭାଞ୍ଜିଣ ଯେତେକ କରିଥିଲା ତିଉଣଶତେକ ନଉତି ତିଉଣ ଯେ ଭୁଞ୍ଜିଲା ବଲ୍ଲବ ବ୍ରାହ୍ମଣ ।୮୨।ମାଲକୁ ଚାହିଂଣ ସେ ବୋଲଇ ଉତ୍ତରକୀଞ୍ଚେକର ତୁଲେ ସମର କରିଲୋଡ଼ୁ ତୋହୋ ଛାର ।୮୩।ମୁହିଂ ଯେ ତାହାର ସୂପକାର ବ୍ରାହ୍ମଣ ଅଟଇକଣକଳ୍ପ ବିଦ୍ୟା ମୁହିଂ ମାଲ ବିନ୍ଧାଣ ଜାଣଇ ।୮୪।ଆହୋ ମାଲ ଆନଥାନେ ଯେ କୃଷିକାରୀ ଭେଣ୍ଡାଦେଶାନ୍ତର ଆଖଡ଼ାୟେ ସେ ଯେ ହୋଉଥାନ୍ତି ହେଣ୍ଡା ।୮୫।ୟେମାନେ ଯେବେ ସୁସ୍ଥ ଭୋଜନେ କରନ୍ତି ଇଚ୍ଛାୟେହାଂକର ବପୁ ଖୀନ୍ନ ପ୍ରତଗ୍ୟାଂ ସବୁ ମିଛ ।୮୬।ସୂପକାର ଚରିତ୍ର ଦେଖିଣ ବାହୁଡ଼ିଲା ମାଲଆସ୍ତାନର ତଳେ ଯାଇଂ ନ କହଇ ଭଲ ।୮୭।ଆହୋ ବିରାଟ ସୂପକାର ବୋଲି ତୁ ବୋଇଲୁ ଯାହାରେକେବଣ ବ୍ରହ୍ମ ରାକ୍ଷସଟି ଗୋପ୍ୟାନ ତୋହୋର ପୁରେ ।୮୮।ରାନ୍ଧଣା ଚରିତ ତାର କହିତ କି ପାରିକଞ୍ଚାଦାରୁ ଅଚିରା ଚୁଲୀରେ ନେଇ ଭରି ।୮୯।ଅକଟା ଅବଟା ପରିବା ରୁଣ୍ଡ କରି ହାଥେହାଣ୍ଡିରେ ପୂରୋଇ ବୋଲେ ୟେ ମୋହୋର ମେଞ୍ଜନ ଯୁଗତେ ।୯୦।ମୁଗୁନି ପଥର ମୁଥେକ ମାରି କଲା ଚୂନାପେଜରେ ଫୁଟାଇ ତାହା କଲାକ ମେଞ୍ଜନା ।୯୧।ଉଷୋଇଂ କଢ଼ୋଇଲା ଧାନ ଶତେକ ପଉଟିବୋଇଲା ଭୁଞ୍ଜ ହୋ ମାଲ ଯେତେକ ତୋତେ ଅଣ୍ଟି ।୯୨।ମୁହିଂ ତାହା ହାଦେ ଦେଖି ହୋଇଲି ତାଟକାଆପଣେ ଭୋଜନ ତାହା କଲାକ ପୁଣ ୟେକା ।୯୩।ୟେ କଥା ପରିମାଣି ବୁଝିବା ରାୟେ ମଚ୍ଛୟେଡ଼େ ଦୁଷ୍ଟ ରାକ୍ଷସକୁ କିଂପେ ରଖିଅଛ ।୯୪।ୟେକା ଦଣ୍ଡକେ ତୋହୋର ସମଦଣ୍ଡ କରିବ ସେ ଭକ୍ଷନୋହିଲେ ସମର ତୁ ଦିଅରେ ପ୍ରତ୍ୟକ୍ଷ ।୯୫।ବିରାଟ ଚାହିଂଲେ ତହୁଂ ସେ କୋନ୍ତଂକର ବଦନକୋନ୍ତେ ବୋଇଲେ ସେ ଜାଣଇ ରାନ୍ଧଣା ବିଧାନ ।୯୬।କୋନ୍ତେ ବୋଇଲେ ଯହୁଂ ମାଲ କଥା ସେ ଶୁଣିଲାବୁଝିବ ବୋଲି ତୋହୋର ଗତି ପରୀକ୍ଷ ନେଲା ।୯୭।ଭୀମସେନର ସୂପକାର ସେ ଅଟଇ ଯୁଗତେମାଲମାନଂକୁ ସେ ଅନ୍ନ ଦିଅଇ ୟେହିମତେ ।୯୮।ସୁପଂକୁ ଅନ୍ନ ଯେବେ ଭୁଞ୍ଜି ଲୋଡ଼ିବଟି ମାଲରଜନୀ ବଞ୍ଚିବ ଯେବେ ସୁସ୍ତିରୀର ତୁଲ ।୯୯।ଶୟନ କାଳେ ଯେବେ ଲୋଡ଼ିବ ସୁଶେଯ୍ୟାସେ କିସ ମାଲ ଯୁଦ୍ଧ ହୋ କରିବଟି ରାଜା ।୧୦୦।ପୁଣିହିଂ କୋନ୍ତେ ବୋଇଲେ ମାଲହୋଇ ଯେବେ ହୋଅଇ ଭୋଗୀଆଧାର ସ୍ରାଗେଣ ବ୍ରତଇଟି ଯେବଣ ରୋଗୀ ।୧୦୧।ଯୋଗୀ ହୋଇ ଯେବେ ରମଣକୁ କରଇ ବାଞ୍ଛାବ୍ରାହ୍ମଣ ହୋଇ ଯେବେ ଦ୍ୱନ୍ଦେ କରଇ କକ୍ଷା ।୧୦୨।ଛେଦକାର ଲୋକେ ଯେବେ ନିଦ୍ରା କରେ ବାଞ୍ଛାଉଚ୍ଚକଳନ୍ତର ଯେବେ ସାହୁକାର କରେ ଇଚ୍ଛା ।୧୦୩।ତପୀ ହୋଇ ଯେବେ ଭୋଗେ କରଇ ଆଶରିପୁର ଭୃତ୍ୟକଇଂ ଯେବେ ବଢ଼ାଇ ବିଶ୍ୱାସ ।୧୦୪।ଛତ୍ରୀହୋଇ ଯେବେ ଲୋଡ଼ଇ ସୁଖଭୋଗବଇଦ ହୋଇ ଯେବେ ନ ଚିହ୍ନଇ ରୋଗ ।୧୦୫।ରୋଗୀ ହୋଇ ଯେବେ ଇଚ୍ଛଇ ସ୍ତିରୀଭୋଗବନଜୀବ ହୋଇ ଯେବେ ସୁସ୍ୱାଦୁ ଆହାରକଇଂ ସ୍ରାଗ ।୧୦୬।ବ୍ରାହ୍ମଣ ହୋଇ ଯେବେ ହୁଅଇ କ୍ରିୟାହୀନୟେତେକ ଲୋକ ହୁଅନ୍ତି ଯେ ମୃତୁରେ ବନ୍ଧନ ।୧୦୭।ଆଳସ୍ୟ ନିଦ୍ରା ଯେବେ କରଇ କର୍ମଯୋଗୀପୁତ୍ରବନ୍ତ ହୋଇ ଯେବେ ବନ୍ଧ୍ୟାସ୍ତିରୀ ଭୋଗୀ ।୧୦୮।ରାଜାହୋଇ ଯେବେ ଯୋଗ କରଇ ଚିନ୍ତାୟେତେ ଲୋକଂକୁ ହୋ ପଣ୍ଡିତ ନ କରନ୍ତି ଗଣିତା ।୧୦୯।ସୁପଂକୁ ଅନ୍ନ ଯେବେ ଇଚ୍ଛା କରଇ ମାଲମରଣ ସେ ଲୋଡ଼ୁ ଅଛି ନ କଲା କିଛି ଭଲ ।୧୧୦।ଚଳ ହୋ ଚାରଗଣେ ଆମ୍ଭର ବାକ୍ୟ କହକୋନ୍ତଂକର ଆଗ୍ୟାଂ ହେଲା ୟେହାକୁ ଭଲ ଭୋଜନ ଦିଅ ।୧୧୧।କୋନ୍ତଂକର ଆଗ୍ୟାଂ ପାଇ ଚଳିଲେ ଚାରଗଣେବାରତା କହିଲେ ଯାଇଂ ବଲ୍ଲବ ବ୍ରାହ୍ମଣେ ।୧୧୨।ଆହୋ ଯୁଦ୍ଧ ମାଗି ଆସିଅଛି ପରଦେଶୀ ମାଲକୋନ୍ତେ ବୋଇଲେ ୟେହାକଇଂ ଦେଉଥିବ ଅନ୍ନ ଭଲ ।୧୧୩।କୋନ୍ତଂକର ଆଗ୍ୟାଂ ଯେ ପାଇଣ ପାବେନିମାଲକୁ ପରଶଇ ଅମୃତ ଯୋଗାଡ଼ ଘେନି ।୧୧୪।ଗଉରୀ ସଉରୀ ଯେ ନଳବିଧି ତିନିଯୋଗଭୁଞ୍ଜଇ ମାଲ ଯେ ପାଇଣ ବଡ଼ ସ୍ରାଗ ।୧୧୫।ୟେ ମଧ୍ୟ ଭୁବନେ ତୋତେ ଦେଖିଲାତ ନାହିଂପଚାରଇ ବ୍ରିକୋଦର ଯେ ମାଲର ମୁଖ ଚାହିଂ ।୧୧୬।ପୁଣିହିଂ ଭୀମସେନ ପଚାରଇ ମାଲର ଯୁଦ୍ଧ କଥାସଞ୍ଚପି କହିବା ମାଲ ସମସ୍ତ ବାରତା ।୧୧୭।ସୁଂପକୁ ଅନ୍ନ ଯହୁଂ ଯୋଗାଇ ଦିଲା ବଲ୍ଲବ ଦ୍ୱିଜବେଳକୁ ବେଳ ମାଲର ହୋଇଲା ବଡ଼ ତେଜ ।୧୧୮।ବିରାଟର ଆଗେ ଆସି ବହୁତ ପ୍ରଶଂସିସମସ୍ତ ରାଇଜ ମୁଂ ବୁଲଇ ପରଦେଶୀ ।୧୧୯।ୟେହେନ୍ନେକ ସୂପକାର ହୋ ରାଜା ପାଇଲୁଟି କାହିଂୟେ ମହୀମଣ୍ଡଳେ ମୋହୋର ୟେହା ଦେଖିଲା ତ ନାହିଂ ।୧୨୦।ହାଣ୍ଡିରେ ପୂରୋଇ ଚୁଲୀରେ ବସାଇଲେ ହୁଅଇ ପାଗଯୋଗାଡ଼ି ଖରାରେ ବସାଇଲେ ହୁଅଇ ଅତିବେଗ ।୧୨୧।ଅନେକ ପୁଣ୍ୟ କରିଥିଲେ ସେ ପାଇ ୟେ ବ୍ରାହ୍ମଣସାଧୁ ସାଧୁ ଉପୁଜିଛି କେବଣ ତୋହୋର ପୁଣ୍ୟ ।୧୨୨।କେବଣ ଦିଗପାଳ ବ୍ରାହ୍ମଣ ରୂପ ହୋୟେଅନେକ ଯତନେ ତାକୁ ଭଗତି ହୋଇଥିବ ମଚ୍ଛରାୟେ ।୧୨୩।ମାଲେ ବୋଇଲେ ଭୋଜନେ ଶୟନେ ନାହିଂ ଇଚ୍ଛାଆହୋ ବିରାଟ ସମର ଦିଅ ମୋର ପୂରୁ ମନବାଞ୍ଛା ।୧୨୪।ପ୍ରଦେଶୀ ମାଲ ମୁଂ ଯେ ନାହିଂଟି ମୋହୋର ସେନେହାଅଣାଅ ତୋହୋର କୀଂଚେକକୁ ସମର ମୋତେ ଦିଆ ।୧୨୫।ଶୁଣିଣ ବିରସ ଯେ ହୋଇଲେ ବିରାଟେକୀଞ୍ଚେକ ସମର ଦେଇ ନୁଆରଇ କୋନ୍ତଭଟ୍ଟେ ।୧୨୬।ତୁମ୍ଭେ ତ ଜାଣ ମୋହୋର କୀଞ୍ଚେକ ବଶ୍ୟ ନୋହିତାହାର ଅରଜିଲା ସମ୍ପଦ ଭୋଗ୍ୟ କରଇ ଯେ ମୁହିଂ ।୧୨୭।ୟେହେନ୍ନେକ ଭାଳନ୍ତେ ତହିଂ ତିନିଦିନ ଗଲାସଭାରେ ମାଲ ଯାଇଂ ଉପଦର୍ପ ପହିଜ ବଖାଣିଲା ।୧୨୮।ଦିଅ ମୋତେ ମତ୍ସରାଜା ସାଂଗ୍ରାମ ବେଗଇୟେଥୁଂ ବେଗେ ଯଦି ହୋ କୀଞ୍ଚେକକୁ ସମର ଦେଇ ।୧୨୯।ବିରାଟ ବୋଇଲା ମୋର କୀଞ୍ଚେକ ମହାରାଣତାହାର ତୁଲେ ଯୁଦ୍ଧ କରିବାକୁ କିସ ତୋର ପ୍ରାଣ ।୧୩୦।କୋନ୍ତେ ବୋଇଲେ ବିରାଟ ହୋ କଥାୟେ କରିବାସେହି ସୂପକାର ବଲ୍ଲବ ତୁଲେ ତାହାକଇଂ ଯୁଝାଇବା ।୧୩୧।ଶୁଣିଣ ଥମ୍ଭୀଭୂତ ହୋଇଲା ରାୟେ ମତ୍ସକୋନ୍ତେ ବଲ୍ଲବ ସୂପକାରକଇଂ କିମ୍ପେ କଟାଳ କରୁଅଛ ।୧୩୨।ବଦୟନ୍ତି କୋନ୍ତେ ତୁମ୍ଭେ ଶୁଣ ହୋ ବିରାଟବ୍ୟାଘ୍ରକଇଂ ବଧକଲା ତୁମ୍ଭେ ଦେଖିଲ ସମରାଷ୍ଟ ।୧୩୩।ମାଲ ବିନ୍ଧାଣ ବିଦ୍ୟା ଅବା ଜାଣଇଟି ସେହିବୁଝକିନା କିସ ହୋ ବୋଲଇ ତାହାକଇଂ ଚାହିଂ ।୧୩୪।ବିରାଟ ବୋଇଲା ରେ ଶୁଣ ଚାରଗଣବଲ୍ଲବ ସୂପକାରକୁ ହକାରିଣ ବେଗେ ଆଣ ।୧୩୫।ରାଜାର ବଚନେ ସେ ଚଳିଲେ ମୁନେହିଂରୋଷୁଅ ଶାଳ ଦ୍ୱାରେ ପ୍ରବେଶ ହେଲେ ଯାଇଂ ।୧୩୬।ଗୋସାଇଂ ବଲ୍ଲବ ଗୋସାଇଂ ବଲ୍ଲବ ବୋଲିଣ ଚାରଗଣେ ଦ୍ୟାନ୍ତି ଡାକଠାକୁରଂକର ଆଗ୍ୟାଂ ବେଗେ ଆସିବ ସନ୍ଦେଶ ବାକ୍ୟ ।୧୩୭।ରାନ୍ଧଣାଶାଳରେ ଥାଇ ନ ଶୁଣଇ ମାରୁତିଅଗ୍ନିକି ଆକ୍ରେଷିଣ ଦିଶଇ ଜ୍ୟୋତି କାନ୍ତି ।୧୩୮।ପୁଣ ପୁଣ ହାକ ସେ ଦିଅନ୍ତି ଡଗରେରୋଷେଣ ବଲ୍ଲବ ବୋଇଲା ମୋହୋର ଉପରେ ଠାକୁରେ କେ ରେ ।୧୩୯।କାହାର ବଶ୍ୟ ମୁଂ ରେ କେ ମୋତେ ଚାର ବରଗିନ ଯାଇ ବୋଲି ବୋଲନ୍ତେ ଚାରଗଣେ ଗଲେ ବେଗି ।୧୪୦।ଆସ୍ତାନର ତଳେ କହିଲେ ବେଗେ ଚାରବୋଇଲା କାହାର ବଶ୍ୟ ମୁଂ ଯେ କେ ମୋହୋର ଠାକୁର ।୧୪୧।ଯୁଝେଷ୍ଠିଦେବେ ଆଶ୍ରିଜ ଯେ ହୋଇଲେ ତାହା ଶୁଣିହୃଦଗତେ ସୁମରଣା କଲେ ଦେବ ଚକ୍ରପାଣି ।୧୪୨।ଅନୁବ୍ରତେ ଯାହାର ମୂର୍ଖ ଯେ ନ ଯାଇ ଦୁଷ୍ଟପଣୟେହାକୁ ଘେନି କେସନେକ ବଞ୍ଚିବି ଅଗ୍ୟାଂତବାସେଣ ।୧୪୩।ବିରାଟ ବୋଇଲା ତୁମ୍ଭେ କୋପ କଲ କି କୋନ୍ତେୟେ ବ୍ରାହ୍ମଣ ବଶ୍ୟ ମୋହୋର ନୋହୋଇ ଯୁଗତେ ।୧୪୪।ୟେକା ୟେ ବ୍ରାହ୍ମଣକେ ମୋହୋର ସମରାଜ୍ୟ ସୁସ୍ଥମୋହୋର ବିଚାରେ ହୋ ଆମ୍ଭେ ସମସ୍ତେ ତାହାର ଭୃତ୍ୟ ।୧୪୫।ତୁମ୍ଭର ଆଗ୍ୟାଂକୁ ସେ ସର୍ବଦା ଥାଇ ଭଜିତୁମ୍ଭର ଆଗ୍ୟାଂୟେ ସେ ଆସିବ ସର୍ବ ତେଜି ।୧୪୬।କୋନ୍ତେ ବୋଇଲେ ରେ ଯାଅ ଚାରଗଣଆମ୍ଭର ବୋଇଲା ବୋଲି ବଲ୍ଲବକୁ ହକାରି ବେଗେ ଆଣ ।୧୪୭।ଧାମନ୍ତି ଦେଶାଉରେ ଯେ କୋନ୍ତଂକର ଆଗ୍ୟାଂ ଶୁଣିବଲ୍ଲବ ଗୋସାଇଂ କୋନ୍ତଂକ ଆଗ୍ୟାଂ ହୋଇଲା ତୁମ୍ଭେ ଆସିବ ୟେହିକ୍ଷଣି ।୧୪୮।ଇନ୍ଦ୍ରଂକ ଆଗ୍ୟାଂୟେ ଯେହ୍ନେ ଧାମନ୍ତି ମାତଳି ମୟାଣରାନ୍ଧଣା ଯୋଗାଡ଼ ଛାଡ଼ି ବ୍ରାହ୍ମଣ ଗମଇ ତତକ୍ଷଣ ।୧୪୯।ବିଜେ ବିରାଟ ସେ ଯେ ଧର୍ମରାୟେର ତୁଲେଆସ୍ତାନ ତଳେ ଯାଇଂ ଯେ ବଲ୍ଲବ ମିଳିଲେ ।୧୫୦।ଅଙ୍ଗସାର ଦିଲା ବଲ୍ଲବ ବିରାଟ ତହିଂକିପ୍ରଣପତ୍ୟ ହୋଇଲା ବଲ୍ଲବ କୋନ୍ତଂକ ମୁଖ ଦେଖି ।୧୫୧।ବିରାଟର ବାଞ୍ଛିତ ଜିତ ମହାପ୍ରସାଦଭୀମସେନ ନ ଉଠଇ ପ୍ରଣପତ୍ୟ ଯୁଝେଷ୍ଠିଂକ ପାଦ ।୧୫୨।କୋନ୍ତେ ବୋଇଲେ ହୋ ଶୁଣ ବଲ୍ଲବ ସୂପକାରଠାକୁରଂକ ଆଗ୍ୟାଂ ହୋଇଲା ବହନେ ଉଠ ହୋ ଦ୍ୱିଜବର ।୧୫୩।ବିରାଟ ବଚନେ ବଲ୍ଲବ ଯେ ନ ଉଠିକୋନ୍ତଂକର ବଚନ ଶୁଣି ସେ ଶିରେ କରଯୋଡ଼ି ଉଠି ।୧୫୪।ସ୍ୱାମୀ କିସ ଅର୍ଥେ ଆଗ୍ୟାଂ ହୋଇଲାକ ମୋତେରାନ୍ଧଣା ଛାଡ଼ିଣ ଯେ ମୁଂ ଅଇଲି ତୁରିତେ ।୧୫୫।ବିରାଟ ବୋଇଲା ବିପ୍ର ହୋ ମୋହୋର ବଚନ ଶୁଣପରଦେଶୀ ମାଲ ଆସି କୀଞ୍ଚେକର ତୁଲେ ମାଗଇ ଯେ ରଣ ।୧୫୬।ୟେ ମୋହୋର ସମ୍ପଦ ଯାହାର ପରସାଦେତାହାକୁ ଚିନ୍ତିବି କାହିଂ ୟେଡ଼େକ ପରମାଦେ ।୧୫୭।ୟେଥକୁ ମତ୍ତବ୍ୟାଘ୍ର ମାଇଲୁ ହୋ ଦେଖିଲଇଂ ତୋହୋର ମହିଂମାମାଲର ତୁଲେ କୁତୂହୋଳ କରି ପାରିବୁ କି ମହାତମା ।୧୫୮।ସୂପକାର ବୋଇଲା ହୋ ୟେହେନ୍ନେକ ମୋହୋର କର୍ମଆପାଦ କାଳେ ଉଦିତ ନୋହିଲାକ ଧର୍ମ ।୧୫୯।ତୁହୋ ବିରାଟ ଚଉରାଶି ବିନ୍ଧାଣ ଛତିଶ ପଡ଼ି ବନ୍ଧବଡ଼ାଇ ବିଡ଼ମ୍ବିତା ହୋ ଅଟଇ ମାଲଯୁଦ୍ଧ ।୧୬୦।ମୋହୋର ବଚନ ରାଜା ହୋ କର ତୁ ସମ୍ପ୍ରତେରାନ୍ଧଣା ବିନ୍ଧାନୁ ଆନ ପ୍ରାପତ ନୋହୋଇ ମୋତେ ।୧୬୧।ଯଦ୍ୟପି ଦୋଷ ମୁଂ ଯେ କଲଇଂ ତୋହୋରେତୋହୋର ରାଜ୍ୟେ ମୋତେ ନ ଥୋଇପାରୁ ମତ୍ସେଶ୍ୱରେ ।୧୬୨।ବଚନେଣ ଜିଣି ସେ ନୁଆରିଲା ବିରାଟବଲ୍ଲବ ବଦନ ଚାହିଂ ବୋଇଲେ କୋନ୍ତଭଟ୍ଟ ।୧୬୩।ଆହୋ ବଲ୍ଲବ ତୁ ଦୁଜେଣ ବ୍ରାହ୍ମଣ ଯୁଗତେ ସୂପକାରକିମ୍ପା ଆସ୍ତାନେ ବୋଇଲୁ ମୁଂ ଜାଣଇ ମାଲବିନ୍ଧାଣ ସମର ।୧୬୪।ୟେତେବେଳେ କିମ୍ପେ ହୋ କରୁ ତୁ ଯେ ନାସ୍ତିଠାକୁରଂକର ଆଗ୍ୟାଂ ହୋଇଲା ଛାଡ଼ ତୁ ମନଭ୍ରାନ୍ତି ।୧୬୫।ବିରାଟ ବଚନେ ବଲ୍ଲବ ନାସ୍ତି କରୁଥିଲାକୋନ୍ତଂକର ଆଗ୍ୟାଂୟେ ସେ ସନମତ କଲା ।୧୬୬।ଆସ ଆସ ମାଲ ହୋ ୟେବେ କରିବା ସମରଭୂଇଂ ଛୁଇଂ ମାଲ ଯେ ଶ୍ରବଣେ ଦିଲା କର ।୧୬୭।ମାଲ ବୋଇଲା ସୂପକାର ତୁ ରାନ୍ଧଣା ପ୍ରାୟେ ବୁଝୁବିଡ଼ମ୍ବଣ ସମର ତୁ ୟେହା କିଂକେ ନ ବୁଝୁ ।୧୬୮।ନଶନ୍ତ କାଳକୁ ଯେହ୍ନେ ପ୍ରାଣୀଂକର ବିପରୀତ ବୁଦ୍ଧିବ୍ରାହ୍ମଣ ହୋଇ ତୁ କାହୁଂ ଜାଣିମୁ ଯୁଦ୍ଧ ସନ୍ଧି ।୧୬୯।ବିମୁଖ ହୋଇଲୁକି ବ୍ରାହ୍ମଣ ରାନ୍ଧଣାରେ ପଶିଦେଖି ଦେଖୁ ଲଗାଉ ହୋ ଗଳାରେ କାଳଦଣ୍ଡଫାଶି ।୧୭୦।ତୁ ଅବା ମୃତୁକୁ ଶ୍ରାଗ କରୁଛୁ ଯୁଗତେବ୍ରହ୍ମହତ୍ୟା ପାତକ ଦୋଷ ପ୍ରାପତ ହୋଇବାକ ମୋତେ ।୧୭୧।ବ୍ରାହ୍ମଣ ବୋଇଲା ସାଂଗ୍ରାମେ ଦୋଷ ନ ବିଚାରିବ୍ରାହ୍ମଣ ହୋଇ ଯେବେ ମୁଂ ହୋଇବି ଦ୍ୱନ୍ଦକାରୀ ।୧୭୨।ତହିଂକି ବ୍ରହ୍ମହତ୍ୟା ଦୋଷ ବୋଲି ତ ନୁଆରଇପାରିଲେ ସଜହୋଇ ସମର କର ମାଲଭାଇ ।୧୭୩।ନୁଆରିଲେ ପଳା ଯା ତୋହୋର ନିଜ ଯେ ଭୁବନେବାହାନାଦ ଦେଇଣ ଯେ ଉଭା ଦୁଜଜନେ ।୧୭୪।ବିକଟାଳ ବାକ୍ୟ ମାଲ ବ୍ରାହ୍ମଣ ତହୁଂ ଶୁଣି ହସିରେ ରେ କାର କରିଣ ସେ ବଲ୍ଲବକୁ ଆକ୍ରେଷି ।୧୭୫।ଭୂମିଠାଣ ଦେଇଣ ସେ ମାଲ ଘେନିଲା ବୀରଧୂଳିଅଧର ପୁଷ୍ଟ କରିଣ ସେ କୋପେଣ ହାମ୍ପୋଳି ।୧୭୬।ରେ ରେ କାର କରିଣ ସେ କୋପେଣ ଗଳଗାଜିଶବଦର ଘାତେ ଗିରିକନ୍ଦର କି ପଡ଼ୁଅଛି ଭାଜି ।୧୭୭।ମାଲର ମୂର୍ତ୍ତି ସେ ଯେ ଦେଖିଣ ପାବେନିଯୁଝେଷ୍ଠିଂକି ଆକ୍ରେଷିଣ ଚାହିଂଲା କ୍ରୋଧ ଘେନି ।୧୭୮।କିଞ୍ଚିତ ଆକ୍ରଷଣେ ଚାହିଂଲେ କୋନ୍ତେ ବକ୍ର ଦୃଷ୍ଟିନ ପୁଣ ପ୍ରଥମହୁଂ ଭୀମ ମାରଇ ବଜ୍ରମୁଷ୍ଟି ।୧୭୯।ୟେକା ପ୍ରହାରେକ ମାରନ୍ତେ ହୋଇବ ଜାଣନ୍ତାଆମ୍ଭେ ସେ ମନ୍ଦକଲୁ ହୋ ସମସ୍ତ ଯେ କଥା ।୧୮୦।ୟେଡେ ଦୁଷ୍ଟେ କିଂପେ ଅଣାଇଲୁ ଆସ୍ତାନକୁଆବର ପ୍ରପଞ୍ଚ ପୁଣ ପେଷିଲୁ ସାଂଗ୍ରାମକୁ ।୧୮୧।ବାହାସ୍ଫୋଟ ମାରି ମାଲ କରଇ ଠିଆଠାଣଦେଖିଣ ସଜ ହୋଇ ଆସଇ ସୂପକାର ବ୍ରାହ୍ମଣ ।୧୮୨।ତ୍ରିକଚ୍ଛ ବସନ ଲମ୍ବିତ ଜୂଡ଼ା ଭୀମସେନମାଲର ମୃତ୍ତି ଦେଖି ଦ୍ରହସିତ ବଦନ ।୧୮୩।କୁତୂହୋଳେ ମାଲର ବଦନ ଚାହିଂଣଗେଲେ ଗେଲେ ଚାଲଇ ସେ ପବନ ନନ୍ଦନ ।୧୮୪।ବିରାଟ ବୋଇଲା କୋନ୍ତେ ନ ବ୍ରତଇ ସୂପକାରତୁମ୍ଭ ପରସାଦେ ଶିରୀ ଯାଉଛି ମୋହୋର ରାଜ୍ୟର ।୧୮୫।କୋନ୍ତେ ବୋଇଲେ ସୂପକାର ବଲ୍ଲବ ନ ଥିଲା ଯେତେକାଳଉପବାସେ ଶୋଉଥିଲେ କି ତୋହୋର ରାଜ୍ୟେ ସଇନି ସକଳ ।୧୮୬।କୋନ୍ତକୁ ବିରାଟ ରାଜା କହଇ ବହୁତଶୁଣିଣ ସାନନ୍ଦ ସେ ପବନର ସୁତ ।୧୮୭।ତ୍ରିକଚ୍ଛ ବସନ ଯେ ତୋଳିଣ ସୂପକାରମାଲବନ୍ଧ କରିଣ ସେ ଭିଡ଼ିଲା କଟିର ।୧୮୮।ଲମ୍ବିତ ଜୂଡ଼ା ଫେଡ଼ି ନାଗବନ୍ଧେ ବାନ୍ଧଇ ବେଣୀକାନ୍ଧରୁ ପଇତା କାଢ଼ି ବାନ୍ଧିଲା ବାମପାଣି ।୧୮୯।ଭୀମସେନର ପ୍ରତଗ୍ୟାଂ ସେ କହିତ କି ପାରିଯାହାର ପାଦ ଲାଗି ପାତାଳଗତି ଶତଶିଂଘ ଗିରି ।୧୯୦।ଆସରେ ମାଲ ବୋଲି ଡାକଇ ବଲ୍ଲବ ହୋଇ ଉବାମାଲ ବୋଇଲା ଯୁଦ୍ଧ ବିନ୍ଧାଣ କିସ ଜାଣୁ ବାବା ।୧୯୧।ବଲ୍ଲବ ବୋଇଲା ମୁଂ ଯେ ଯୁଗତେ ସୂପକାରମୁଂ କେହେନେ ଜାଣଇ ହୋ ସମର ବେଭାର ।୧୯୨।ତୋର ମାଲ ବିନ୍ଧାଣ ମୁଂ ଦେଖିବି ଆରେ ଭାଇସଞ୍ଜୀବନୀ ନାଥଂକୁ ଆଜ ଦେଖାଇବି ନେଇ ।୧୯୩।ନ ଜାଣଇ ଯୁଦ୍ଧ ମୁଂ ଯେ ସ୍ୱଭାବେ ଅଟେ ବିପ୍ରଜନବେଦବିଦ୍ୟା ସିନା ସେ ଯେ ଆମ୍ଭର କର୍ମମାନ ।୧୯୪।କେବଳ ନୃପତି ମୋତେ ବୋଇଲେ ଆସ୍ତାନେଠାକୁରଂକ ଆଗ୍ୟାଂ ମୁଂ ଯେ ଭାଙ୍ଗିବି କେସନେ ।୧୯୫।ଶୁଣିଣ ମାଲ ଯେ ଭୀମସେନକୁ କହଇ ବାଣୀମାଲ ଯୁଦ୍ଧର ବାରତା ତୋତେ କହିବା ପରିମାଣି ।୧୯୬।ଚଉରାଶୀ ବିନ୍ଧାଣ ଯେ ଛତିଶ ପରିବନ୍ଧମହା ବିଡ଼ମ୍ବଣ ୟେ ଯେ ଅଟଇ ମାଲଯୁଦ୍ଧ ।୧୯୭।ଖଡ଼ଗ ଗଦା କୋନ୍ତ ଗୁରୁଜ ମୂଷଳୀନାନା ବିଦ୍ୟାହୁଂ ହୋୟେ ମାଲଯୁଦ୍ଧ ମହାବଳୀ ।୧୯୮।ଭୁଜେ ଭୁଜେ ବନ୍ଧନ ପାଦେ ପାଦ ଛନ୍ଦିମୁଥେ ମୁଥେ ପରିତାଳ ହୃଦେ ହୃଦେ ବାନ୍ଧି ।୧୯୯।ଉଭୟେ ସମର ସେ କରନ୍ତେଣ ବଢ଼ିକିରଟୀ ବୋଇଲେ ହୋ ସମରେ ପୁଣ ଛାଡ଼ି ।୨୦୦।ମାଲର ବଚନ ଯେ ଶୁଣି ବ୍ରିକୋଦରମୋହୋର ସନମତ ହୋ ଯେ ଇଚ୍ଛା ତୋହୋର ।୨୦୧।ଧାଇଂଣ ମାଲ ଧଇଲା ଯେ ଭୀମସେନର ବେନିଭୁଜବେନିଜାନୁ ଭିଡ଼ିଣ ଧଇଲା ପାଦ ପଂକଜ ।୨୦୨।ପାଦେ ପାଦ ଛନ୍ଦିଣ ସେ ପକାଇଲା ସୂପକାରକୁପାଡ଼ିଣ ମାଲ ଯେ ଚାପିଲା ତାର ବୁକୁ ।୨୦୩।ତଳେଣ ଭୀମସେନ ଯେ ଉପରେଣ ମାଲଆରେ ଆରେ ସୂପକାର ଭାଞ୍ଜିବି ତୋର ଗାଲ ।୨୦୪।ଧାତିକାରେ ଭୀମସେନ ମାଲକୁ ଲେଉଟାଇମାଲର ବକ୍ଷସ୍ଥଳେ ଯେ ବସିଲାକ ଯାଇ ।୨୦୫।ପୁଣି ଲେଉଟାଇ ମାଡ଼ି ବସିଲା ମାଲ ମହାବୀରପୁଣ ଲେଉଟାଇ ଯେ ପାଡ଼ିଲା ସୂପକାର ।୨୦୬।ଭୁଜେ ଭୁଜେ ଭିଡ଼ାଭିଡ଼ି ପାଦେଣ ପାଦ ଛନ୍ଦିଶିରକୁ ଶିର ପଡ଼ି ତାଳ ପାଦେ ପାଦ ବାନ୍ଧି ।୨୦୭।ହୃଦେ ହୃଦ ଭିଡ଼ା ଭିଡ଼ି ଭୁଜେ ଭୁଜ ତାଡ଼ିଶିରକୁ ଶିର ପଡ଼ିତାଳ ଅଗ୍ନିଶିଖା ଝଡ଼ି ।୨୦୮।ବଜ୍ରଘାତ ପ୍ରାୟେକ ଶୁଭଇ ପଡ଼ିତାଳଶୂନ୍ୟ ପୁରୁଷେ କମ୍ପିଲେ ଆକାଶ ମଣ୍ଡଳ ।୨୦୯।ବୃନ୍ଦାଅର୍କମାନେ ଯେ କଂପିଲେ ଜାଣ ଦିବିକୁରୁମ ଚମକଇ ହେଳ ଘେନଇ ପୃଥୀଦେବୀ ।୨୧୦।ମେଘନାଦ ପାଚେରୀ ଯେ ହୋଇଲା ସର୍ବଚୂରିବ୍ରହ୍ମାଣ୍ଡ ଉଛୁଳିଲା ଦୁହିଂକରି ସିଂଘରଡ଼ି ।୨୧୧।ଆହୋ ଚଇତନ ବଲ୍ଲବକଇଂ ମାଡ଼ି ବସିଲା ମାଲ ହୃଦଗତେଚଳି ନୁଆରିଲା ସେ ହୋଇଣ ମୋହଗତେ ।୨୧୨।ବାମଭୁଜେ ତଣ୍ଟି ମାଡ଼ିଲା ଡାହାଣ ହାଥେ ମୁଥ ମାରିବୋଇଲା ଇଷ୍ଟ ଦେବତା ବ୍ରାହ୍ମଣ ରେ ସୁମର ତୋହୋରି ।୨୧୩।ରେ ରେ ସୂପକାର ପୂରିଲାନି ତୋହୋର କାଳରାନ୍ଧିଣ ବ୍ରତିଥିଲୁ ରେ ତୁ ରୋଷୁଅର ଶାଳ ।୨୧୪।ମୁହିଂ ମାଲ ବଳବନ୍ତା ପୃଥିବୀର ମଧ୍ୟେକୀଞ୍ଚକ ସେ ସମସରି ହୁଅନ୍ତା ମୋତେ ଯୁଦ୍ଧେ ।୨୧୫।ରେ ରେ ସୂପକାର ତୋର ଜନମ ସୁଫଳମୋହେର ତୁଲେ ପଡ଼ିତାଳ ଦିଲୁରେ ୟେତବେଳ ।୨୧୬।ନୋହୁ ନୋହୁ ତୁରେ ସୂପକାର ବ୍ରାହ୍ମଣଛଦ୍ରମେଣ କେଉଂ ଅସୁର ରହିଲୁ ବିରାଟ ରାଜ୍ୟେଣ ।୨୧୭।ଆଜ ସେ ସମର ହୋ ପାଇଲୁ ଯଥାର୍ଥତୋତେ ଦୂତ ପଠିଆଇଲେ ସଞ୍ଜୀବନୀ ନାଥ ।୨୧୮।ୟେସନ ବୋଲି ମାଲ ଯେ କରଇ ପହିଜମଚ୍ଛଦେଶ ନରନାରୀ ଦେଖି ହୋଇଲେ ଆଶ୍ରିଜ ।୨୧୯।ସମରାଜ୍ୟ ଲୋକେ ଯେ ଦେଖିଲି ହୀନବୀର୍ଯ୍ୟସାଧୁ ସାଧୁ ସୂପକାର ତୋହୋର ଅଟଇ ବଳବୀର୍ଯ୍ୟ ।୨୨୦।ସାଧୁ ସାଧୁ ବଲ୍ଲବ ତୋହୋର ଅଟଇ ରୂପକାନ୍ତିତୋହୋର ପ୍ରସାଦେ ରାଜ୍ୟ ଲଭୁଥିଲା ଶାନ୍ତି ।୨୨୧।ସମରାଜ୍ୟ ଲୋକେ ଯେ ହାହାକାର ବାଣୀୟେକା ସୂପକାରକୁ ହୋ ମରାଇଲେ କୋନ୍ତଭଟ୍ଟେ ପୁଣି ।୨୨୨।ୟେକା ସୂପକାରେ ଅନ୍ନ ଦେଉଥିଲୁ ରାନ୍ଧିସାତ କ୍ଷଉଣୀ ବଳ ସବୁହିଂ ଭୋଜନେ ପ୍ରବୋଧି ।୨୨୩।ଗର୍ଭକଷ୍ଟ ପାସୋରାଇଲୁ ସଭିଂକୁ ଅମିୟ ପାକ ଦେଇଅଖଡ଼େ ନାଶଗଲୁ ପଡ଼ିଲୁ ବିପ୍ର କାହିଂ ।୨୨୪।ୟେ ଆମ୍ଭର କଷ୍ଟ ତାହାର ତହିଂ ପଡ଼ୁଆହେ କୋନ୍ତପଣ୍ଡାୟେ ୟେବେ ତୁମ୍ଭ ପେଟ ପୂରୁଂ ।୨୨୫।ବିରାଟେ ବୋଇଲେ କୋନ୍ତେ ମୁହିଂ ଯେ ବୋଇଲିବାହୁଡ଼ିଯାଉ ପ୍ରଦେଶୀ ମାଲ ବୋଲି ମୁହିଂ ନାସ୍ତିକଲି ।୨୨୬।ଦଇବ ଖଣ୍ଡିଲା ଯେ ୟେ ମୋହୋର ଆଶାଆଜହୁଂ ସୂପକାରେ ଯେ ମୁଂ ନ କରଇ ଭରସା ।୨୨୭।ମୋହୋର ବଚନ ସେ ଭାଙ୍ଗିଲା ଯୁଗତେଆଶ୍ୱାସ ବଚନେ ତାକୁ ନାଶ କଲ କୋନ୍ତେ ।୨୨୮।ଆହୋ ସୂପକାର ମୋ ରାଜ୍ୟକୁ ଯେସନେକ ତୁହି ଉପୁଗାରୀମୁହିଂ ତୋତେ ଅଦୋଷରେ କଲି ଅପହାରୀ ।୨୨୯।ମୋହୋର ପରା ଠାକୁର ସର୍ବଦା ତୋତେ ନୋହୁତୋହୋର ପରା ସୂପକାର ମୋତେ ଜନ୍ମେ ଜନ୍ମେ ହୋଉ ।୨୩୦।ବହୁତ କ୍ରୋଧ କରି ବଦୟନ୍ତି ବିରାଟେସୂପକାର ହତ୍ୟାକାରେଣୀ ହୋଇଲେ କୋନ୍ତଭଟ୍ଟେ ।୨୩୧।ଭୋ ଅଷ୍ଟ ଦିଗପାଳେ ତୁମ୍ଭେ ବିଚାର କରିବାୟେ ହତ୍ୟାରେ ମୋହୋର ଦୋଷନାହିଂଟି ଅଥବା ।୨୩୨।ବିରାଟର ମୁଖରୁ ଯେ ଶୁଣିଲେ ଅପଚ୍ଛାତିଯୁଝେଷ୍ଠି ବୋଇଲେ ମୁଂ ନିସ୍ତରିଲି ଶ୍ରୀପତି ।୨୩୩।ୟେଡ଼େକ ଯୁଦ୍ଧରେ ଭୀମକୁ ନ ଚିହ୍ନିଲେ କେହିହୋଉ ପଚ୍ଛେ ଅପଚ୍ଛାତି ତହିଂକି ଭୟନାହିଂ ।୨୩୪।ୟେହେର୍ଣ୍ଣେକ ବଚନ ଶୁଣି ଭୀମ ପଡ଼ି ତଳେକୋନ୍ତଂକର ମୁଖ ସେ ଚାହିଂଲା ବେନିଡୋଳେ ।୨୩୫।ନୟନ କଟାକ୍ଷେ ତହିଂ ଆଗ୍ୟାଂଦିଲେ କୋନ୍ତେମାରରେ ମାଲକୁ ବୋଲି ବୋଇଲେ ତୋଷଚିତ୍ତେ ।୨୩୬।ପଣ୍ଡାଂକର ଠାର ଯେ ଜାଣିଲା ପାବେନିଧାତିକାରେ ମାଲକୁ ମାଡ଼ି ଛନ୍ଦିଲା ପାଦବେନି ।୨୩୭।ହାବୋଡ଼ା ଘାତକେ ଯେ ପକାଇଲା ତଳେରେ ରେ କାର ଶବଦେ ତାକୁ ମାଡ଼ିବସିଲା ବକ୍ଷସ୍ଥଳେ ।୨୩୮।ଭୀମସେନ ପ୍ରତଗ୍ୟାଂ ଯେ ଦେବଂକୁ ଦୁଲ୍ଲଭମାଲକୁ ତଳେ ପଡ଼ି ବସିଲା ବଲ୍ଲବ ।୨୩୯।ବେନି ଚରଣ ମାଡ଼ି ବସିଲା ତାହାର ବୁକୁକେ ନ ଦେଖିଲେ ବଲ୍ଲବ ପାଡିଛି ମାଲକୁ ।୨୪୦।ଅଧର ପୁଷ୍ଟ କରି ଯେ ଚାପିଲା ବେନିଜାନୁବେନିଫାଳ ହୋଇ ସେ ଫାଟିଲେ ତାହାର ତନୁ ।୨୪୧।ଗିରିଭେଦ ପ୍ରାୟେ ହୋଇ ଯହୁଂ ଶ୍ରୋଣିତ ବହିଲାମାଲ ବୋଇଲା ବଲ୍ଲବ ମୋହୋର କିରଟି ହୋଇଲା ।୨୪୨।ବଲ୍ଲବ ବୋଇଲା ମୁଂ ସୂପକାର ବ୍ରାହ୍ମଣମୁଂ କେହ୍ନେ ଜାଣଇଂ ତୋର କିରଟି ବିଧାନ ।୨୪୩।ମନ୍ଦର ମାଡ଼ି ଯେହ୍ନେ ବସଇ ହେମବନ୍ତସେହି ସାଦ୍ରିଶେ ଦିଶୁଅଛି ଦୁହିଂକରି ଗାତ୍ର ।୨୪୪।ନାଭି ମଣ୍ଡଳେ ୟେକପାଦ ଆରେକ ପାଦ କଟିବକ୍ଷସ୍ଥଳେ ଭୁଜଦଣ୍ଡ ଆକାଶକୁ ଉର୍ଦ୍ଧ୍ୱମୁଷ୍ଠି ।୨୪୫।ହିରଣ ବିଦାରଣ କାଳେ ଯେହ୍ନେ ନରସିଂଘତେସନେ ଦିଶୁଅଛି ପାଣ୍ଡବ ବୀର ଅଙ୍ଗ ।୨୪୬।ବେନି ଲୋଚନ ଦିଶଇ କାଳଚକ୍ର ପ୍ରାୟେମଚ୍ଛ ଦେଶର ସଇନି ଦେଖି କଲେ ମହାଭୟେ ।୨୪୭।ଆକ୍ରେଷି ମୁଥେକ ଯେ ମାଇଲାକ ବୀର ତୋଳିମାଲର ଶରୀରଯାକ ସେ ହୋଇଗଲା ଧୂଳି ।୨୪୮।ଆହୋ ଚଇତନ ମାଲ ମାରି ସୂପକାର ଆସ୍ତାନର ତଳେ ଉଭାସମସ୍ତେ ବିଚାରନ୍ତି ଯେ ଯମ ଦେବତା ଅଟଇ ଅବା ।୨୪୯।ଯେବଣ ମାଲକୁ ଭୀମସେନ ବଧ କଲାଗର୍ଭରୁ ତାହାର ଯେ ପୁରୁଷେକ ବାହାର ହୋଇଗଲା ।୨୫୦।ସମସ୍ତଯାକ ଯେ ଦେଖିଲେ ପ୍ରତକ୍ଷବିରାଟ ବୋଇଲେ ତୁମ୍ଭେ କାହାକୁ ଅନାଉଛ ।୨୫୧।ମାଲକନ୍ଧୁ ପୁରୁଷେ ହୋଇ ଗଲା ବାହାରବିମାନ ଆରୋହି ସେ ଗଲା ସ୍ୱର୍ଗପୁର ।୨୫୨।ଭୀମସେନ ହାଥେ ବଧହୋଇ ଯୁଝେଷ୍ଠିଂକ ଦେଖି ମୁଖପାଇଲା ଅକ୍ଷୟ ସ୍ୱର୍ଗ ତାହାର ପାରଗଲା ଦୁଖ ।୨୫୩।ପୁଷ୍ୟେକ ବିମାନ ଆରୋହି ସେ ହୋଇଲା ସ୍ୱର୍ଗଗାମୀଦ୍ରଶନ କଲା ଯାଇ କପିଳାସେ ବିଶ୍ୱନାଥ ଦେବସ୍ୱାମୀ ।୨୫୪।ଜୟତୁ ତ୍ରିଲୋଚନ ଗଉରୀ ପ୍ରାଣଗୁରୁଜୟ ଜୟ ତ୍ରିଲୋଚନ ସଂକଟ ପାରିକରୁ ।୨୫୫।ଶୁଦ୍ଧ ସଷ୍ଟିକ ଜାଣି ବିରାଜଇ ତୋର ତନୁଅବ୍ୟୟ ନିରାକାର ଯାହାର ନୟନ କୃଶାନୁ ।୨୫୬।ପଞ୍ଚଦଶ ଲୋଚନ ପଞ୍ଚ ଯେ ବୟଣପିନାକ ପଶୁପତ୍ର ତ୍ରିଶୁଳ ଅକ୍ଷୟ ଯେ ତ୍ରୋଣ ।୨୫୭।ଶ୍ୱେତପଦ୍ମ ମହାପଦ୍ମ କ୍ରକୋଟକ କୁଳିକ ଅନନ୍ତ ତକ୍ଷକଆଦିରେ କୁଣ୍ଡଳ କିରୀଟ ମୁକୁଟ ବାହୁଟି ଯେ ଶୋହେ ହାର ବକ୍ଷ ।୨୫୮।ଚରଣେ ନେପୂର ଯେ ଭୁଜଙ୍ଗ ବାହୁଟିଦିଗବାସ କନ୍ଥା ଯେ ଗଳାରେ ଚିରିକୂଟି ।୨୫୯।ତାଣ୍ଡବ ଆରୋପଣ ବିଧ୍ୱଂସନ ତ୍ରିପୁରାରିକିଞ୍ଚିତ କାଳେଣ ଅନ୍ଧେକ ପ୍ରାଣହାରି ।୨୬୦।ଅବନୀଭାର ନିସ୍ତାର କଲୁ କଉଣପବଳ ଧ୍ୱଂସାତାମ୍ରବର୍ଣ୍ଣ ଶରୀର ନାଥ ଲେପନ ଅଙ୍ଗେ ଅଂଶା ।୨୬୧।କେୟୂର କୁଣ୍ଡଳ ଯେ କର୍ଣ୍ଣେଣ ନାଗଫେରୁଅନ୍ତରୀକ୍ଷେ ହାମ୍ପୋଳଇ ନବଲକ୍ଷ ଡମ୍ବରୁ ।୨୬୨।ନମସ୍ତେ ବିନାୟକ ପିଅର ଶୂଳଲିଙ୍ଗମଉନେ ତ୍ରିବେଣୀ ଯେ ବହଇ ଶିରେ ଗାଙ୍ଗ ।୨୬୩।ତ୍ରିଲୋଚନ ଦେବ ତୋର ଅଗ୍ନି ସୂର୍ଯ୍ୟ ଶଶୀକାଶୀରାଜାକୁ ଧଂସିଲୁ ରହିଣ ବାରଣାସୀ ।୨୬୪।ଶଇଳ ରାଜାର ନନ୍ଦନୀ ହୃଦରେ ଗିରିଜାପର ଦୁଖେଣ କାତର ନାଥ ଅଭୟବର ଦେଉ ଦେବରାଜା ।୨୬୫।ମଣିକର୍ଣ୍ଣିକା ତୀର୍ଥ ମଣ୍ଡଳ ବାରଣାସୀଜୟ ତୁ ବିଶ୍ୱନାଥ ସ୍ୱାମୀ ତବ ଭୁବନେ ଠାବ ମୋତେ ଦେସି ।୨୬୬।ସ୍ୱାମୀ ଅନନ୍ତ କୋଟି ଯୁଗର ପାତକ ଖଣ୍ଡଇ ଯେବଣ ତୀର୍ଥେସଦା ସମ୍ପଦ ନାଥ ପ୍ରସନ୍ନେ ପ୍ରାପତ କରିବା ହୋଉ ମୋତେ ।୨୬୭।ପାର୍ବତୀର ବଲ୍ଲଭ ତଲୟେ ନିତ୍ୟେ ମୋର ସେବାଶୂଦ୍ରମୁନି ସାରୋଳା ଦାସକୁ ଗତି ମୁକତି ଦେବା ।୨୬୮।୨୭୫୫।ମାଲର ପୂର୍ବଜନ୍ମ ବୃତ୍ତାନ୍ତ ଓ ଭାମଙ୍କ ରନ୍ଧନ ପ୍ରଣାଳୀୟେଥୁ ଅନନ୍ତରେ ବିଲଂକ ଦେଶର ରାଜାଅଗସ୍ତିଂକ ପାଦପଦ୍ମେ କଲା ଦିବ୍ୟପୂଜା ।୧।ଯେବଣ ମାଲକୁ ବଧକଲା ବ୍ରାହ୍ମଣ ବଲ୍ଲବତହୁଂ ସେ ପୁରୁଷେକ ଉପୁଜିଲା ମୁନିଦେବ ।୨।କେବଣ ମହାତମା ସେ କହିବା ଅଗସ୍ତିଶୁଣିତେ ଇଚ୍ଛା ମୋର ଅମିୟ ରସଶ୍ରୁତି ।୩।ଶୁଣ ହୋ ମନୁପୁରୁଷ ବଦୟନ୍ତି ବ୍ରହ୍ମବେତ୍ତାତୁ ଯାହା ପୁଚ୍ଛାକଲୁ ସେ ବହୁତ କାଳର କଥା ।୪।ୟେହୁ ସତ୍ୟଯୁଗେ ଥିଲେ ବଶ୍ୱାନର ଦକ୍ଷତାହାର ନନ୍ଦନ ହୋଇଲା ବିଦୁର କବଚ ।୫।ବିଦୁରକପଚ ପୁତ୍ର ହିରଣ୍ୟକେଶୀମାତଙ୍ଗ ଦକ୍ଷ ବୋଲି ୟେହାର ଯେ ଶିଶି ।୬।ମାତଙ୍ଗ ଦକ୍ଷର ପୁତ୍ର ଅକାଳି ମାଲ୍ୟବନ୍ତତାହାର ନନ୍ଦନ ଯେ ଦକ୍ଷ ହିମବନ୍ତ ।୭।ହିମବନ୍ତର ନନ୍ଦନ ଅଟଇ ହେମମାଳୀକୃତାନ୍ତକ ଦକ୍ଷ ବୋଲି ୟେହାର ପୁତ୍ର ମହାବଳୀ ।୮।ୟେ ବିଧି ଦକ୍ଷବଂଶ ଥୋକାୟେ କହିଲିକୃତାନ୍ତକ ଦକ୍ଷର ପୁତ୍ର ବଳୟା ଦକ୍ଷ ବୋଲି ।୯।ବଳୟା ଦକ୍ଷର ପୁତ୍ର ହୋଇଲା ହନ୍ତକାରୀତିନି ଭୁବନ ମଧ୍ୟେ ତାହାକୁ କେହି ନାହିଂ ସରି ।୧୦।ବିଡ଼ମ୍ବଣ ସମରେ ତାହାକୁ କେହି ନାହିଂ ସମସରିତିନିପୁର ମଧ୍ୟେ ଅନେକ ବୀର ମାରି ।୧୧।ଅନେକ ଭୁବନ ଭ୍ରମି ସେ ଆଶିନ ଶୁକଳ ଅଷ୍ଟମୀକପିଳାସ ଭୁବନେ ସେ ଦିନକ ଗଲା ଭ୍ରମି ।୧୨।କପିଳାସ ସିଂଘଦୁଆରେ ପ୍ରବେଶ ସେ ହୋଇଲା ବଳୟା ନାମେ ଦକ୍ଷନନ୍ଦୀ ମହାକାଳ ସେ ଭୁବନର ରକ୍ଷ ।୧୩।ତାହାନ୍ତ ବୋଇଲା ସେ ତୁମ୍ଭେ ରୁଦ୍ରର ଦ୍ୱାରପାଳ ଅଟ ହୋ ମହାବଳୀମୋହୋରେ ସେ ରଣଭଙ୍ଗ ଦିଅ ହୋ କୁତୋହଳୀ ।୧୪।ତାହାର ବଚନ ଶୁଣି ସେ ନନ୍ଦିକେଶ୍ୱର ହସିଗୁରୁହଂସୀ ପଣେ କେହି ଯେ ନ ଦିଲେ ସମ୍ଭାଷି ।୧୫।ପୁଣି ଉତ୍ତର ଦ୍ୱାରେ ଯାଇଂ ହୋଇଲା ପ୍ରବେଶଜୟନ୍ତିକ ଅଜୟନ୍ତିକ ଦେଖଇ ଅବକାଶ ।୧୬।ବୋଇଲା ଈଶ୍ୱରଂକ ଦ୍ୱାରପାଳ ତୁମ୍ଭେ ଅଟ ହୋ ମହାମେରୁମୁହିଂ ମାଲ ଅଟଇ ବଳୟା ହନ୍ତକାରୁ ।୧୭।ସିଂଘଦ୍ୱାରେ ଦ୍ୱାରପାଳ ନନ୍ଦିକେଶ୍ୱର ମହାକାଳସମର ମାଗନ୍ତେ ସେ ମୋତେ କଲେକ ହେଳ ।୧୮।ତୁମ୍ଭେ ଯେ ଉତ୍ତର ଦ୍ୱାରେ ଦ୍ୱାରପାଳ ଅଟମୋହୋର ତୁଲେ ସମର କର ତୁମ୍ଭେ ଅଟ ହୋ ଗରିଷ୍ଠ ।୧୯।ଜୟନ୍ତିକ ବୋଇଲା ତୁ ଅଗ୍ୟାଂନ ଦୁଷ୍ଟ ବାଇତୁମ୍ଭର ତୁଲେ ଆମ୍ଭର ସମର କିସପାଇଂ ।୨୦।ତୁ ଆମ୍ଭର କିହୋ ହରିଲୁ ବୃତ୍ତିବାଡ଼ିକିସ ଅର୍ଥେ ତୋହୋର ତୁଲେ ଆମ୍ଭର ଦ୍ୱନ୍ଦକାରୀ ।୨୧।ଯୋଗଲୟେ ଆମ୍ଭର ହୋ ଅଟଇ ମହାମନ୍ତ୍ର ସାଧିକେଉଂଣସି କାଳେ ଆମ୍ଭେ ନେହୁଂ ହତ୍ୟାବାଦୀ ।୨୨।ତାହାଂକର ବଚନ ଶୁଣି ବଳୟା ମହାମଲ୍ଲ ଗଲାପଛିମ ଦ୍ୱାରେ ଯାଇଂ ମଣିଭଦ୍ରାକଇଂ ଦେଖିଲା ।୨୩।ପଛିମ ଦୁଆରେ ସେ ଯେ ଦ୍ୱାରପାଳ ବେନିବଳୟାମାଲ ପ୍ରବେଶ ବୀରବର ପ୍ରତଗ୍ୟାଂ ଘେନି ।୨୪।ମୁହିଂ ମାଲ ବଳବନ୍ତା ଅଟଇ ହନ୍ତକାରୁରୁଦ୍ରଂକର ଦ୍ୱାରପାଳ ଅଟ ହୋ ବଳିଷ୍ଠ ମହାମେରୁ ।୨୫।ମୁହିଂ ତୁମ୍ଭନ୍ତ ସମର ମାଗଇ ବେନିବୀରୟେକେ ୟେକେ ଜଣକରେ ମୋତେ ଦିଅ ତୁମ୍ଭେ ସମର ।୨୬।ଆକ୍ରେଷିଣ ଭାବେ ଯହୁଂ ବୋଇଲା ଅନେକପ୍ରତଗ୍ୟାଂ ବଚନ ଶୁଣି ବାହାର ହୋଇଲା ଭୀମେକ ।୨୭।ପୁଷ୍ପଦନ୍ତ ବିଦାରିଣ ଗଣନାଥ ଆଦିସଞ୍ଚାକପିଳାସ ଘଟଣ ସେ ପ୍ରାୟେ କାଳବଞ୍ଚା ।୨୮।ଶିରେଣ ୟେକ ଜଟା କୃତାନ୍ତେକ ପରମ ଯୋଗୀପରର ପ୍ରତଗ୍ୟାଂ ନ ସହଇ ସେ ମହା ବଇରାଗୀ ।୨୯।ବାହାସ୍ଫୋଟ ଦେଇଣ ସେ ଅଧରେ ଦନ୍ତଚାପିଆସ୍ତାନୁ ଡେଇଂଣ ସେ ପଡ଼ିଲା ମହାକୋପୀ ।୩୦।ବଳୟା ଦତ୍ୟକୁ ସେ ଧଇଲା ଆକ୍ରେଷିଭୂମିଗତେ ପାଡ଼ି ତାର ହୃଦରେ ମାଡିବସି ।୩୧।ମାଲର ଭୀମର ଯହୁଂ ବଢ଼ିଲା ସାଂଗ୍ରାମମହାଯୁଦ୍ଧ ଲାଗିଲା ରାତ୍ର ଦିବସ ଅବିଶ୍ରାମ ।୩୨।କେହି କାହାକଇଂ ସେ ସମରେ ନୋହନ୍ତି ଓଚ୍ଛମହା ବଳବନ୍ତା ସେ ବଳୟା ମାଲପକ୍ଷ ।୩୩।ବନ ଡିଙ୍ଗର ଚୂରଗଲା ସେ ସମର ପଡ଼ିତାଳେମେଦିନୀ ହେଳ ଘେନିଲା କମ୍ପିଲେ ଦିଗପାଳେ ।୩୪।ପ୍ରହାରେ ଦଲଦଲିତ ହୋଅଇ ମେଦିନୀତଡ଼ପି ହୋଇ ପୃଥିବୀ ହୋଇଲା ଶସ୍ୟହାନୀ ।୩୫।ଭୂମିଖାଲ ନଦୀବୋଲି ନ ଗଲା ବାରଣଜଳ ମନ୍ଥନ ମହୀ ମନ୍ଥନ ହୋଇଲା ସାଂଗ୍ରାମେଣ ।୩୬।ୟେମନ୍ତେ ଦଶ ସହସ୍ର ବରଷ ପରିଯନ୍ତେ ବଢ଼ିଲା ସାଗ୍ରାଂମଅଗ୍ନି ତାପ ହାନି ହୋଇଲା ଦିନକର ହୀନ ।୩୭।ମହାଯୁଦ୍ଧ ଦେଖି ଯେ ବିଜେକଲେ ଈଶାନରହ ରହ ବୋଲିଣ ସେ କଲେକ ସମାର୍ଜନ ।୩୮।ଦଶ ସହସ୍ର ବରଷେ ଯୁଦ୍ଧେ ନୋହିଲେ ବିମୁଖମଧ୍ୟରେ ପଶି ସମର ନିବର୍ତ୍ତାଇଲେ ପଞ୍ଚୁ ମୁଖ ।୩୯।ବହୁତ ସମ୍ବୋଧନା ସେ କରନ୍ତି କପାଳୀକାହିଂର ନିମନ୍ତେ ରେ ତୁମ୍ଭର ହୋ ୟେଡ଼େ ବାରୁଆଳି ।୪୦।ମାଲ ବୋଇଲା ଆମ୍ଭର କଉତୁକ ଯୁଦ୍ଧୟେହିମତି କାଳେ କାଳେ ସମରେ କେହି ନୋହୁ ବଧ ।୪୧।ଈଶ୍ୱରେ ବୋଇଲେ ତୁମ୍ଭେ ହୋ ବଡ଼ାଇ ଶକତାୟେ ଯୁଗରେ ସମର ତୁମ୍ଭର କେହି ନୋହିଲା ଦେଖନ୍ତା ।୪୨।ଦ୍ୱାପର ଯୁଗେ ତୁମ୍ଭେ ଭୀମମାଲ ହୁଅମଚ୍ଛଦେଶେ ମଘଦେଶେ ତୁମମ୍ଭେ ସମର ଆରୋହ ।୪୩।ଭୀମଂକ ତୁଲେ ତୋହୋର ସମତ୍ସର ଇଚ୍ଛା ଯେବେଭୀମସେନ ନାମେ ୟେ ଜାତ ହୋଇବ ପାଣ୍ଡବେ ।୪୪।ତୁହି ହନ୍ତକାରୁ ଯେ ମାଲ ହୋଇଥିବୁବିରାଟ ଆସ୍ତାନ ତଳେ ଯାଇଂ ସମର ମାଗିବୁ ।୪୫।ତହିଂ ତୁମ୍ଭ ଦୁହିଂକର ସରିସମ ଯୁଦ୍ଧଭୀମସେନ ରୂପେ ୟେ ତୋତେ କରିବ ଜାଣ ବଧ ।୪୬।ଇଦଂବାକ୍ୟ କହନ୍ତି ସେ ଘଟଋଷିର ତନୁସାବଧାନେ ଶୁଣ ତୁହୋ ବଇବସୁତ ମନୁ ।୪୭।ମାଲର କଥା ସେ ଯେ ପୁଚ୍ଛିଲୁ ପ୍ରତକ୍ଷୟେ ମାଲ ଅଟଇ ହାଦେ ବଳୟା ମାଲ ଦକ୍ଷ ।୪୮।ଯୁଝେଷ୍ଠି ଦ୍ରଶନେ ଲଭିଲା ଅକ୍ଷୟ ଯେ ସ୍ୱର୍ଗଦକ୍ଷ ପୁରୁଷଂକ ତୁଲେ ସେ ପାଇଲା ସ୍ୱର୍ଗଭାବ ।୪୯।ଶୁଣିଣ ସାନନ୍ଦ ସେ ବିଲଂକା ଆଧିପତିଷଡ଼ଅର୍ଘ୍ୟେ ପୂଜାକଲା ସେ ପଣ୍ଡିତ ଅଗସ୍ତି ।୫୦।ମୁନି ହେ ସାଧୁ ସେ ବ୍ରିକୋଦର ରହିଲା ଗୁପତେଅନ୍ନ ସମ୍ପାଦ ତାହାକୁ ହେଉଅଛି କେମନ୍ତେ ।୫୧।ଷାଠିଏ ପଉଟି ଅନ୍ନେ ଯେ ବେଳକେ ଅତ୍ରିପୁତିବିରାଟ ୟେତେକ ମିଳଇ ଟିକି ନିତିପ୍ରତି ।୫୨।ଅଗସ୍ତି ବୋଇଲେ ହୋ ଶୁଣ ଯୋଗେଶ୍ୱରଆଧାର ଲୁବୁଧେ ସେ ହୋଇଲା ବଲ୍ଲବ ସୂପକାର ।୫୩।ଅହିବ୍ରତେକ ସୂପକାର ବିରାଟ ରୋଷୁଅ ଘରେ ଥିଲାସବୁନ୍ତି ଛଡ଼ାଇ ଭୀମ ୟେକା ସୂପକାର ହୋଇଲା ।୫୪।ନିତ୍ୟାପ୍ରତି ପ୍ରାପତ ହୋଇ ତିନି ଅହିବ୍ରତେକ ପଡ଼ିତାହା ଭୋଜନ କରଇ ଭୀମ ଯେ ଅନ୍ନ ପଞ୍ଚନ କରି ।୫୫।ସୋରିଷ ନ ବାଟିଣ ସେ ପରିବା ନ କାଟିସବୁନ୍ତି ୟେକ କରିଣ ଭାଣ୍ଡେ ନେଇ ଘୋଟି ।୫୬।ଜୀରା ହେଙ୍ଗୁ ମେଥି ମରିଚ ଘୃତ ଦୁଧ ବାସଖଣ୍ଡୟେକା ଘାନ୍ତିକେ ସମସ୍ତ ପୂରୋଇ ନେଇ ଭାଣ୍ଡ ।୫୭।ଦୋହୋରାନ୍ତ ସୁମରଇ ସେ ୟେକାଜାଳେ ଦେଇୟେକା ନିଶ୍ୱାସକେ ସେ ସିଝାଇ ଓହ୍ଲାଇ ।୫୮।କଞ୍ଚା ଦାରୁନ୍ତ ନେଇ ସେ ଅଗମୂଳ ମୋଡ଼ିଚୁଲୀରେ ପୂରୋଇ ନେଇ ଦୋହୋରା ନାମ ଧରି ।୫୯।ଗଉରୀ ସଉରୀ ୟେ ଯେ ନଳ ୟେ ତିନିବିଧି ରାନ୍ଧଣାବାରଣ ନ ଯାଇ ସେ ଯେ ମେଞ୍ଜନ ୟେକଇ ସିଝଣା ।୬୦।ବଇବସୁତ ମନୁ ଯେ ପୁଚ୍ଛାକଲେ ବାରତସଉରୀ ପ୍ରତି ରାନ୍ଧଣା ମୁନି ହେ ଅଟଇ କେମନ୍ତ ।୬୧।ଶଉରୀ ନାରାୟଣ ରୂପେ କେଶବ ବନକ୍ରୀଡ଼ା ହେରିଆପଣେ ସରସ୍ୱତୀ ନାମେଣ ଶବରୀ ।୬୨।କାଠ କୁଢ଼ୋଇଣ ସେ ଅନଳେ କଲେ ଦାହାବନଫଳ ମାୟେଂସ ସେ ବନରେ ପାଆନ୍ତି ଯାହା ।୬୩।ମୃଗମାଂସ ଆମ୍ବିଳ ମହୁର ଶାଗସମସ୍ତଂକୁ ୟେକଯୋଗ କରି ପତ୍ର ସଙ୍ଗ ।୬୪।ତଇଳ କ୍ଷୀର ଲବଣ ପାତ୍ରେ ସବୁ ଭରିଶିଆଳି ଲତାରେ ଗୁଡ଼ାଇ ଅଗ୍ନିରେ ତାହା ପୋଡ଼ି ।୬୫।ଅଗ୍ନି ଜାଳନ୍ତେଣ ସେ ପୋଡ଼ି ହୋଇ ପଂକୁଭୋଜନକୁ ଯାର ସହିତ ନୋହୋଇ କେହି ତାକୁ ।୬୬।ବାତପିତ ଶିଳିଷମା ନାନା ରୋଗ ବ୍ୟାଧିସମସ୍ତହିଂ ଧ୍ୱଂସନ ହୋଅଇ ସେ ରାନ୍ଧଣା ପ୍ରସିଦ୍ଧି ।୬୭।ୟେହା ସେ ବୋଲି ହୋ ସଉରୀ ରାନ୍ଧଣାର ପ୍ରତିଶବରୀ ରୂପେ ୟେହା ସଞ୍ଚିଲେ ସରସ୍ୱତୀ ।୬୮।ନଳ ଯେ ସମସ୍ତ ଯୋଗାଡ଼ମାନ ୟେକକରିଆମିଷ ଆମ୍ବିଳ ମହୁର ସମସ୍ତେ ସମେ ହାଣ୍ଡିରେ ନେଇ ଭରି ।୬୯।ଖରାରେ ବସାବନ୍ତେ ସେ ସିଝଇ ଅତି ବେଗେନଳବିଧି ରାନ୍ଧଣା ୟେ ଅଟଇ ସୂର୍ଯ୍ୟପାଗେ ।୭୦।ସଉରୀ ରାନ୍ଧଣା ଯେ ଅଟଇ ୟେମନ୍ତସମସ୍ତ ଦ୍ରବ୍ୟମାନ ଯେ ହୋଇବ ୟେକତ୍ୱ ।୭୧।ପରିବା ଅକଟା ଯେ ସୋରିଷ ଅବଟାସମଯୋଗ କରିଣ କରିବ ପାକଗୋଟା ।୭୨।ହେଙ୍ଗୁ ମେଥି ଜୀରା ଯେ ମରୀଚ ସମକରିନୀର ତଣ୍ଡୁଳ ସେ ୟେକଯୋଗ କରି ।୭୩।ରାନ୍ଧଣାର ବେଳେ ଦୋହୋରାଂକ ନାମକୁ ସୁମରିୟେବିଧି ରାନ୍ଧଣା ଯେ ଅଟଇ ଗଉରୀ ।୭୪।ୟେହିମତି ରାନ୍ଧଣା ଯେ ରାନ୍ଧେ ନିତିପ୍ରତିୟେ ତିନିପ୍ରତି ରାନ୍ଧଣା କରଇ ମାରୁତି ।୭୫।ରାନ୍ଧଣାକୁ ତଣ୍ଡୋଳ ନ ଯୋଗାଇ ଯେତେବେଳେଶତେ ପଉଟି ଧାନ ସେ କୁଢ଼ୋଇ କୁତୂହଳେ ।୭୬।ମୁଥ ପ୍ରହାର ସେ କରଇ ଭୀମସେନାଭାଞ୍ଜିଣ ଧାନମାନ ହୋଅଇ ସବୁ ଚୂନା ।୭୭।ନିଶ୍ୱାସ ଛାଡ଼ନ୍ତେ ସେ ଉଡ଼ିଯାଇ ଚୋପାସେ ତଣ୍ଡୁଳ ରନ୍ଧନ ଯେ କରଇ ମନରୂପା ।୭୮।ଅମନାତ୍ୟ ଯୋଦ୍ଧାନ୍ତ ଘେନିଣ ବିରାଟ ରାଜେଶ୍ୱରସମଦଣ୍ଡ ଘେନି ଭୁଞ୍ଜି ବସନ୍ତି କୋନ୍ତଂକ ସଙ୍ଗତରେ ।୭୯।ଆପଣେ ଅନ୍ନ ଯେ ପରସଇ ପାବେନିପ୍ରଥମ ଘାନ୍ତିକେ ଦେଇଯାଇ ସୁବର୍ଣ୍ଣ ପଲମ ଘେନି ।୮୦।ପୁଣ ପୁଣ ଅନ୍ନ ଯେ ମାଗନ୍ତି ଅପ୍ରମିତେକାଳଚକ୍ର ପରାୟେ ବୁଲାଇ ବେନିନେତ୍ରେ ।୮୧।କୋନ୍ତଂକୁ ବିରାଟକୁ ପରଶଇ ସାମାନ୍ୟ ରୂପ ହୋଇପରଶିଲା ବେଳେ ସନ୍ୟଂକୁ ଭୀଷ୍ମରୂପ ଦେଖାଇ ।୮୨।ଦେଖିଣ ଭୟେ ଭୁଞ୍ଜି ନୁଆରନ୍ତି ସର୍ବଲୋକେଗୋସାଇଂ ଅଣ୍ଟିଲାନି ବୋଲି ବୋଲୁଥାନ୍ତି ଥୋକେ ।୮୩।ଅପାର ଅନ୍ନ ଯେ ଉବୁରଇ ୟେହିମତେସୁଖେଣ ବ୍ରିକୋଦର ଭୁଞ୍ଜଇ ଅଣ୍ଟଇ ତାହାକୁ ଯେତେ ।୮୪।ଭୁଞ୍ଜିଣ ତ୍ରିପୁତି ଯେ ପବନର ବାଳଶରୀର ପୁଷ୍ଟିକଲା ସେ କ୍ଷତ୍ରିୟ ଅଚାର୍ଗଳ ।୮୫।ବହୁତ ତ୍ରିପୁତି ହୋଇ ସେ ଭୁଞ୍ଜଇ ଶ୍ରୀକୃଷ୍ଣାର ସାଇଂମୁଣୋହିଂର ଗାଢ଼େ ରାଜା ଉଠିତ ନୁଆରଇ ।୮୬।ବିରାଟେ ବୋଇଲେ କୋନ୍ତେ ୟେତ ବଡ଼ାଇ ଦୁଲଭୟେମନ୍ତ କରିଣ ସୁଂପକୁ ଅନ୍ନ ସେ ଦିଅଇ ବଲ୍ଲବ ।୮୭।ଅତିଅନ୍ତ ଯୋଗାଡ଼େ ସେ ପୁଷ୍ଟ ହୋଅଇ ଭୋଗୀବପୁଖୀନ୍ନ ହୋଇଲେ ଶରୀର ହୋୟେ ରୋଗୀ ।୮୮।କୋନ୍ତେ ବୋଇଲେ ବିରାଟେ ଆମ୍ଭର ମନ୍ତ୍ର ଗୋଟିୟେ ଅଛିଭୋଜନ ଅନ୍ତରେ ମନ୍ତ୍ର ପଢି ତିନିବେଳ ଆଉଂସିବ କୁକ୍ଷି ।୮୯।ଗଣ୍ଡସ୍ଥଳ କରି ସରି ଯେବେ ପୂରୋଇବ ଉଦରନାଭି ମଣ୍ଡଳ ମନ୍ତ୍ରିଲେ ସମସ୍ତ ଯିବ ପାର ।୯୦।ବିରାଟ ବୋଇଲେ କୋନ୍ତେ ସରୂପ ମୋତେ ଦେଖାଶରୀର ସୁସ୍ଥହୋଉ ମନ୍ତ୍ରଗୋଟି ମୋରେ ଶିଖା ।୯୧।ଶୁଣ ହୋ ମଚ୍ଛେଶ୍ୱର ସେ ମନ୍ତ୍ରର ମହିମାଂକାରୁଣ ହେତୁ ବୋଲିଣ ଅଟଇ ୟେକ ବ୍ରହ୍ମା ।୯୨।ପଣ୍ଡୁ କଳୁଷ ବୋଲିଣ ତାଂକ ପୁତ୍ର ବେନିୟେହାଂକର ପୁତ୍ର ବେନି ଭାବିନୀ କାମିନୀ ।୯୩।ୟେହାଂକର ପୁତ୍ର ଯେ ସୁତାପି ସରୂପୀୟେହାଂକର ନନ୍ଦନ ଯେ ଆତାପି ବାତାପି ।୯୪।ଉଦ୍ଦାଳେକ ପ୍ରୋହିତଂକର ପୋଷିଲା ଗଣ୍ଡାଗୋଟିଚଉର୍ଯ୍ୟପଣ କରି ତାହା ଅରଣ୍ୟେ ନେଇ କାଟି ।୯୫।ଅଗ୍ନିରେ ପୋଡ଼ି ତାହା ଖାଇଲେ ବେନିଭ୍ରାଥେଆହାନିକ ସାରି ଗଣ୍ଡା ଲୋଡ଼ନ୍ତି ଉଦ୍ଦାଳେକ ପ୍ରୋହିତେ ।୯୬।ନିତ୍ୟାପତି ଗଣ୍ଡାକୁ ଯେ ଦିଅନ୍ତି ତୁଲେ ଅନ୍ନଗଣ୍ଡା ଲୋଡ଼ି ମହାତ୍ମା ନ ପାଇଲେ ସେ ଦିନ ।୯୭।ଲୋଡ଼ି ନ ପାଇଣ ମୁନି ଚିନ୍ତିଲେ ହୃଦଗତେଧ୍ୟାନେ ଜାଣିଲେ ପୋଡ଼ି ଭକ୍ଷିଲେ ଆତାପି ବାତାପି ବେନି ଭ୍ରାଥେ ।୯୮।ତାମସେ ମହାତମା ଯେ କଲେ ଅତି କୋହରାଗେ ଶାପ୍ୟଦିଲେ ତୁମ୍ଭେ ବ୍ରହ୍ମରାକ୍ଷସ ହୋଅ ।୯୯।ଉଦ୍ଦାଳକ ଋଷି ଶାପ୍ୟେ ଆତାପି ବାତାପିବ୍ରହ୍ମ ରାକ୍ଷସ ହୋଇଣ ବୁଲନ୍ତି ମହାପାପୀ ।୧୦୦।ଆଶ୍ରମ କରି ରହିଲେ ପଞ୍ଚୁବଟୀ ବନେପ୍ରୟାଗ ଯିବାକୁ ବାଟର ଯେ ମଧ୍ୟସ୍ଥାନେ ।୧୦୧।ଯେତେ ଲୋକ ଗମନ୍ତି ସେ ପ୍ରୟାଗ ତୀର୍ଥକୁବାଟ ପଡ଼ିଅଛି ସେ ପଞ୍ଚୁବଟୀ ବନକୁ ।୧୦୨।ପଞ୍ଚଶତ ଯୋଜନ ପରିଯନ୍ତେ ନାହିଂ ଘର ଗ୍ରାମୟେକାମାତ୍ରେ ଅଛଇ ଯେ ତାହାଂକର ଆଶ୍ରମ ।୧୦୩।ଦ୍ୱାଦଶ ଚିତା ଶ୍ରୀବତ୍ସ ଚିହ୍ନ କନ୍ଧେ ଉତୁରି ପଇତାମହା ଆନନ୍ଦରେ ବସି ଭାଷନ୍ତି ବେଦ ପୋଥା ।୧୦୪।ଦୁରାପଦ ବନେ ସେ ଯେ ଦେଖିଣ ଆଶ୍ରମତୀର୍ଥ ବାସୀ ଜନେ ତହିଂ କରନ୍ତି ବିଶ୍ରାମ ।୧୦୫।ବାଳ ମୃଗଗୋଟି ତହିଂ ହୋଇଥାଇ ଆତାପିଦାଣ୍ଡ ପିଣ୍ଡାରେ ତାକୁ ଦୃଢ଼େ ବାନ୍ଧିଥାଇ ବାତାପି ।୧୦୬।ଭୋଜନ ଅର୍ଚ୍ଚନା ଯେ କରାଇ ପଥକିକିକିଛିହିଂ ବ୍ୟାଞ୍ଜନ ନାହିଂ ମାରିବା ୟେ ମୃଗୀକି ।୧୦୭।ସେହି ତୀର୍ଥବାସୀର ଛାମୁରେ ତାହା ହାଣିଛିଦ୍ରକରି କାଟିଣ ମେଞ୍ଜନ କରଇ ତାହା ପୁଣି ।୧୦୮।ସ୍ରାହାନ କରି ଆସିଣ ସେ ଭୁଞ୍ଜଇ ତୀର୍ଥବାସୀସୁପଂକୁ ଅନ୍ନ ମେଞ୍ଜନ ସେ ଅତିଥିଂକି ପରଶି ।୧୦୯।ବହୁତ ପୁଷ୍ଟ କରି ଭୁଞ୍ଜାଇ ତୀର୍ଥବାସୀଜନଆହାର ସମ୍ପୂର୍ଣ୍ଣେ ସେ ଯେ କରନ୍ତି ଆଞ୍ଚୋବନ ।୧୧୦।ଚଳନ୍ତି ପଥୁକୀ ଯେ ଦିନେକ ତହିଂ ରହିଥୋକାୟେ ଦୂର ବାତାପି ଗୋଡ଼ାବଇ ତହିଂ ।୧୧୧।ଥୋକାୟେ ଦୂର ଯାଇ ବାହୁଡ଼ଇ ପଥୁକୀ କି କହିଆସରେ ଆତାପି ବୋଲି ବାତାପି ଡାକ ଦେଇ ।୧୧୨।ପେଟର ଭିତର ଯେ ପୁରୁଷେକ ଅବତରିଗର୍ଜିଣ ବାହାର ହୋଅଇ ସେ ପଞ୍ଜରା ବିଦାରି ।୧୧୩।ଯେତେବେଳେ ପଥୁକୀ ପଡ଼ଇ ଭୂମିଗତେସେହି ମାୟେଂସ ଆହାର କରନ୍ତି ବେନିଭ୍ରାଥେ ।୧୧୪।କୋନ୍ତେ ବୋଇଲେ ହୋ ବିରାଟ ରାୟେ ଶୁଣୟେହିମତି କରି ସେ ଭକ୍ଷିଲେ ଅନେକ ବ୍ରାହ୍ମଣ ।୧୧୫।ସତ୍ୟଯୁଗ ସତର ଲକ୍ଷ ଅଠାଇଶ ସହସ୍ର ବରଷତୀର୍ଥବାସୀଜନନ୍ତ ସେ ଅନେକ କଲେ ନାଶ ।୧୧୬।ତ୍ରେତୟା ଯୁଗରେ ସେ କରନ୍ତେ ୟେହିମତେଆତାପି ବାତାପି ସେ ଦୁଇବ୍ରହ୍ମ ଯେ ଦଇତେ ।୧୧୭।ଦିବୋଦାସ ନାମେଣ ସୂର୍ଯ୍ୟବଂଶେ ମହାରଥାସତାଣୋଇ ସହସ୍ର ଅଂକେ ୟେସନେକ ବାରତା ।୧୧୮।କାର୍ତ୍ତିକ କୃଷ୍ଣପକ୍ଷ ଦୁତୀୟା ଚନ୍ଦ୍ରବାରରୋହିଣୀ ନକ୍ଷତ୍ର ଯେ ଅଟଇ ସେ ଦିନର ।୧୧୯।ଦଣ୍ଡ କମଣ୍ଡଳ ହୋଇ ଅଗସ୍ତି ମହଋଷିସେ ଦିନ ମହାମୁନି ପ୍ରୟାଗ ତୀର୍ଥକୁ ଆସି ।୧୨୦।ସେହି ଆତାପି ବାତାପି ବେନିଜନେଅଗସ୍ତିଂକୁ ରୁହାଇଲେ କରି ଆଚ୍ଛାଦନେ ।୧୨୧।ସେହିମତି କରିଣ ସେ ମାଇଲେ ମାୟାମୃଗବାତାପି ପାକ ସଞ୍ଚାକଲା ନେଇ ବେଗ ।୧୨୨।ଅଗସ୍ତିଂକି ପରଶିଲା ସେହି ମୃଗ ମାୟେଂସବଡ଼ାଇ ସୁସ୍ୱାଦୁ ବୋଲି ଅଗସ୍ତି କଲେ ସର୍ବଗ୍ରାସ ।୧୨୩।ଭୋଜନେ ହୋଇଣ ସେ ଆଂଚୋବନ କଲେରାତ୍ରକ ରହି ମୁନି ପାହାନ୍ତିକି ଉଠିଗଲେ ।୧୨୪।ବାତାପିକି କହିଣ ଚଳନ୍ତି ଅଗସ୍ତିପଛେଣ ଗୋଡ଼ାଇଲା ସେ ରାକ୍ଷସ ମନ୍ଦଜାତି ।୧୨୫।ବାହୁଡ଼ ପଣ୍ଡାୟେ ହୋ ବୋଲି ବୋଲନ୍ତି ଅଗସ୍ତି ବ୍ରହ୍ମବେତ୍ତାଆତାପି ଆସ ବୋଲି ଡାକିଲା ବ୍ରହ୍ମଦତ୍ୟା ।୧୨୬।ଆହୋ ବିରାଟ ସାତ ସମୋଦ୍ର ଯେବଣ ମୁନି କଲାକ ଗଣ୍ଡୁଷଯାହାର ଉଦରେ ପଡ଼ି ସାଗର ଗଲା ଧ୍ୱଂସ ।୧୨୭।ବ୍ରହ୍ମରାକ୍ଷସ ଆତାପି ମାଂସ ହାଦେ ଗଲା କ୍ଷୟେବାତାପି ନ ପାଇଲା ତା ସୋଦରରେ କାୟେ ।୧୨୮।ବାହୁଡ଼ିଣ ବାତାପି ଅଗସ୍ତିଂକ ଚରଣେ ପରିଣାମିକେବଣ ମହାତମା ତୁମ୍ଭେ ପୁରୁଷଂକ ଉତ୍ତମି ।୧୨୯।ଆମ୍ଭେ ବେନି ସହୋଦ୍ର ଅଟୁ ବ୍ରହ୍ମରାକ୍ଷସଅମୋକ୍ଷ ହୋଇ ପଡ଼ିଲୁ ଆସି ଗହନ ଘୋରବାସ ।୧୩୦।ଅନେକ ହତ୍ୟାକଲୁ ସେ ଆହାର ନିମନ୍ତେତୋର ଉଦରେ ପଡ଼ି ସେ ହୋଇଲା ଭସ୍ମଗତେ ।୧୩୧।ତୁମ୍ଭେ କେଉଂ ମୁନି ମୁହିଂ ଜାଣି ନୁଆରିଲିଅଗ୍ୟାଂନର ମତେ ମୋର ଭାଇକି ନାଶିଲି ।୧୩୨।ଆରେ ଆରେ ବାତାପି ଆମ୍ଭେ ଅଗସ୍ତି ବ୍ରହ୍ମଦେବେକ୍ଷୀରୋଦ୍ର ଗଣ୍ଡୂଷ କଲୁ ହାଦେ ପୂର୍ବେ ।୧୩୩।ବାତାପି ବୋଇଲା ମୁଂ ନିସ୍ତରିଲି ନିସ୍ତରିଲି ମୁନି ହେମୋକ୍ଷକଇଂ କାରଣ ମୋତେ କହିବା ସନ୍ଦେହେ ।୧୩୪।ଅଗସ୍ତି ବୋଇଲେ ତୁ ହୁଅସି ମୃଗାରିଆହାରେ ଆମ୍ଭେ ତାହା ପାରୁ ଭସ୍ମକରି ।୧୩୫।ମୃଗେକ ହୋଇଲା ଯହୁଂ ବାତାପି ବ୍ରହ୍ମରାକ୍ଷସପୋଡ଼ିଣ ଅଗସ୍ତ ଯେ ଭକ୍ଷିଲେ ତାର ମାୟେଂସ ।୧୩୬।ଦୁହେଂ ପଶିଲେ ଯାଇଂ ଅଗସ୍ତିଂକ ଉଦରକ୍ରୋଟ ଅଗ୍ନିରେ ପଡ଼ି ଦୁହେଂ ଗଲେକ ପାର ।୧୩୭।ଶୁଣସି ହୋ ବିରାଟ ବଦନ୍ତି କୋନ୍ତ ଯେ ପଣ୍ଡାୟେଅଗସ୍ତିଂକର ସଞ୍ଚିଲା ଅଛି ଆମ୍ଭ ତହିଂ ମନ୍ତ୍ର ଯେ ଗୋଟିୟେ ।୧୩୮।ଆପଣେ ସେ କୋନ୍ତେ ଶିଖାଇଲେ ବିରାଟକୁୟେଣେ ସେ ଆଧାରମାନ ସବୁ ହୋୟେ ପଂକୁ ।୧୩୯।ଅଗସ୍ତିଂକ ମନ୍ତ୍ର ସେ ପାଇଣ ବିରାଟେଆଧାରେଣ ଜିତା ସେ ହୋଇଲେ ସେ ମହାପୁଷ୍ଟେ ।୧୪୦।ଆହେ ବୁଧଜନେ ଯେ ହୁଅଇ ଭୋଜନେ ଶକତାଅଗସ୍ତିଂକ ମନ୍ତ୍ରେ ଆହାର ଯାଇ ସେ ଭସ୍ମଭୂତା ।୧୪୧।ସବୁନ୍ତିହିଂ ପ୍ରାପତ ଯେ ନୋହୋଇ ମନ୍ତ୍ରଗୋଟିଅଗସ୍ତି ସୁମରି ତିନି ଘାନ୍ତି ଛୁଇଂବ ନାଭିମଣ୍ଡଳେ ଅଙ୍ଗୁଷ୍ଠି ।୧୪୨।ତେଣୁକରି ଭୋଜନ ଯାଇଟି ସର୍ବ ଜୀର୍ଣ୍ଣବାରାନିଧି ଗଣ୍ଡୂଷ କଲେ ୟେହି ମନ୍ତ୍ର ବିଧାନ ।୧୪୩।ଜୟ ଜୟ ଅଗସ୍ତି ତୁ ପଣ୍ଡିତ ମହାଭିଗ୍ୟଂଭୂତ ଭବିଷ୍ୟ ଗ୍ୟାଂତା ଅଟୁ ଯେ ସର୍ବଗ୍ୟଂ ।୧୪୪।ଭୋଜନ ପୁଷ୍ଟେ ଯେ ଘୋଟଇ ସର୍ବବ୍ୟାଧିଅଗସ୍ତିଂକ ମନ୍ତ୍ରବଳେ ସମସ୍ତ ହୋୟେ ଛେଦି ।୧୪୫।ପିତାମହର ନନ୍ଦନ ସଉଭାଗ୍ୟ ବାଲଖିଲ୍ୟାବିହନ୍ତା ପୁରୁଷଂକ ତୁଲେ ଅହନିଶି ଯାହାର ମେଳା ।୧୪୬।ଭୂତ ଭବିଷ୍ୟ ବ୍ରତମାନ ଯେବଣ ମୁନିଂକି ଗ୍ୟାଂତାସମସ୍ତ ବେଦରେ ମହାମନ୍ତ୍ରେଣ ଅଟେ ସେ ଶକତା ।୧୪୭।ଶଉଚ ଅଶଉଚ ନାହିଂ ଯାହାର ଦେହ ହେଳୁଂବାଳୁତ ଖେଡ଼ରେ ସେ ବାରାନିଧି କଲୁ ଚଳୁ ।୧୪୮।କୋଟିୟେ ବ୍ରହ୍ମବେତ୍ତା ଶୁଦ୍ଧପଦରେ ଧାରଣାକଳ୍ପ କଳ୍ପ ଆଷ୍ୟ ଯାହାର ନ ଯାଇ କଳଣା ।୧୪୯।ୟେକା ଅବଲୋକନେ ଯାହାର ଚତୁର୍ଯୁଗ ଯାଇ ବହିଭାବଗ୍ୟଂ ମହାତମା ପୁରାଣେ ନାମ ଯାର କହି ।୧୫୦।ଧାତାକଇଂ ବୁଦ୍ଧିମନ୍ତ୍ର ଯେ ମାଗଇ ଯୋଗବଳେସପତ ସମୋଦ୍ର ବିଶ୍ରାମଇ ଯାହାର କମଣ୍ଡଳେ ।୧୫୧।ସେ ମୁନି ଚରଣେ ଯେ ଶରଣ ପରିଣାମିଶୂଦ୍ରମୁନି ସାରୋଳା ଦାସ ଅଗସ୍ତିଂକି ସେବାଧର୍ମି ।୧୫୨।୨୯୦୭।