ସାରଳା ମହାଭାରତ ବିରାଟପର୍ବ
ସାରଳା ଦାସ · ଭାଗ ୧୨ / ୧୩ · ତୃତୀୟ ଖଣ୍ଡ ଯେ ହୋଇଲା ପବ ସାତ (୪)
ସମ୍ପୂର୍ଣ୍ଣ ସୂଚୀପତ୍ର
ବିରାଟ ସିଂହାସନେ ଯୁଝେଷ୍ଠିଙ୍କ ଉପବେଶନ ଶୁଣି ବିରାଟର କୋପ ଓ ଉତ୍ତର କର୍ତ୍ତୃକ ପରିଚୟ ପ୍ରଦାନଯୁଝେଷ୍ଠିଦେବେ ବୋଇଲେ ଶୁଣସି ସହଦେବଅଭିଷେକ ହୋଇ ପୃଥୀରେ ଦେଇ ନ ଯୋଗାଇ ପାଦ ।୧।ଯାନ ବାହାନ ତ ଆମ୍ଭର ନାହିଂ କିଛିଭୀମସେନ ବୋଇଲା ଦେବ ବୁଦ୍ଧିୟେ ମୋହୋର ଅଛି ।୨।ସମସ୍ତେହେଂ ବିଜେ କରିବା ୟେ ମୋହୋର ଅଙ୍ଗେବିରାଟ ରାଜ୍ୟେ ଯାଇଂ ପଶିବା ଆମ୍ଭେ ବେଗେ ।୩।ଅଭିଷେକ ବିଧାନ ହୋଇଥିଲେ ଯେବଣ ମତେଯୁଝେଷ୍ଠି ଦେବ ବିଜେକଲେ ଭୀମସେନର ମାଥେ ।୪।ଦିବ୍ୟ ଅବତାର ଯେ ହୋଇଣ ପାଞ୍ଚାଳୀଯୁଝେଷ୍ଠି ଦେବଂକ କୋଳେ ବିଜେ ଦ୍ରୋପଦ ରାଜାଂକ ଦୁଲାଳୀ ।୫।ଛିରୋଦ୍ର ମନ୍ଥନେ ଯେହ୍ନେ ଲକ୍ଷ୍ମୀ ନାରାୟଣଗମନ୍ତି ବଇକୁଣ୍ଠେ ଖଗବର ଆରୋହିଣ ।୬।ଧନୁ ତ୍ରୋଣ ଭାର ଘେନି ଦିବ୍ୟ ଅଳଂକାରଘେନିଣ ସକଳେ ସେ ପାଣ୍ଡବ ପଞ୍ଚୁବୀର ।୭।କରେଣ କୋଦଣ୍ଡ ସେ ତ୍ରୋଣିଭାର ଘେନିଭୀମସେନ ଡାହାଣ ପଖାୟେ ବିଜୟେ ଫାଲଗୁନି ।୮।ଦିବ୍ୟ ଅବତାର ସେ ନକୁଳ କୁମାରଧବଳ ଛତ୍ର ଘେନିଣ ବିଜୟେ ଭୀମସେନ ବାମ ଯେ ପାଖର ।୯।ଧନୁଶର ଭାରଥି ଦିବ୍ୟ ଅବତାର କରେଣ ମନ୍ତ୍ରପୋଥିଭୀମସେନ ବାମ ପଖାୟେ ସହଦେବ ମହାମନ୍ତ୍ରୀ ।୧୦।ଅନେକ ଭୂଷଣ ଯେ ସବୁଂକରି କାୟେଦିବ୍ୟ ଅବତାର ସେ ଦିଶନ୍ତି ଦିଗପାଳ ପ୍ରାୟେ ।୧୧।ମେରୁ ଆସନେ ଯେହ୍ନେ ବ୍ରହ୍ମା ବିଷ୍ଣୁ ମହେଶ୍ୱରଅସକନ୍ଦ ଦେବତା ତୁଲେ ଯେହ୍ନେ ବିଜୟେ ବୈଶ୍ୱାନର ।୧୨।ଶରଦ ଆଦିତ୍ୟ ପ୍ରାୟେ ତେଜେଣ ବିକାଶିବେଳ ବେନିଦଣ୍ଡ ମଧ୍ୟେ ମଧ୍ୟେ ଯାଇଂ ମତ୍ସଦେଶେ ପଶି ।୧୩।କଣୟ ଗିରି ଜାଣି ଭୀମସେନ ଚାଲନ୍ତେ ଶୋହଇପାଞ୍ଚାଳୀ ଅର୍ଜୁନ ରୂପ ଜଗୁଜନ ମୋହଇ ।୧୪।ଦେଖିଣ ବିଷାଦ ଯେ ହୋଇଲେ ପୁରଜନେ.ୟେସନେକ ବିଧାନ ୟେ ହୋଇଲେ କେସନେ ।୧୫।ମୂର୍ଖଲୋକେ ବୋଲନ୍ତି ୟେତ ସଭାପଣ୍ଡା କୋନ୍ତ ଭଟଦିଗପାଳ ପ୍ରାୟେ ତ ଦିଶନ୍ତି ଅତି ଶ୍ରେଷ୍ଠ ।୧୬।କେ ବୋଲଇ ଶତେ କୀଞ୍ଚକକୁ ଖାଇଲା ସଇରିନ୍ଧ୍ରୀକୋନ୍ତଭଟ ତୁଲେ ଯେହୁ ଦିଶେ ଅଭିଷେକୀ ।୧୭।କେ ବୋଲଇ ଉତ୍ତରା କୁମାରୀ ୟେ କରାଉଥିଲା ନୃତ୍ୟନପୁଂସକ ରୂପ ଛାଡ଼ି ୟେତ ଇନ୍ଦ୍ରସ୍ୱରୂପ ସଂଜାତ ।୧୮।କି ଅବା ନାରାୟଣ ଦେବତା ଚକ୍ରପାଣିୟେହାଂକର ଚରିତ ଯେ ନୁଆରିଲୁ ଜାଣି ।୧୯।କେହୁ ୟେହାର ଯେ ନ ଚାହୁଂଥିଲା ମୁଖଦିବ୍ୟ ଅବତାର ୟେତ କନ୍ଦର୍ପ ସ୍ୱରୂପ ।୨୦।କେ ବୋଲଇ ଠାକୁରଂକୁ ୟେ ଅଶ୍ୱ କରାଉଥିଲା ଲାଗିସେ ଗ୍ରନ୍ଥିକାର ବାଜିପାଳ ସୁନ୍ଦର ମହାଭୋଗୀ ।୨୧।ଶରୀରେ ଆଭରଣ ଯେ କଣୟ ଅମୂଲ୍ୟଲକ୍ଷ୍ମୀର ଭଣ୍ଡାର ତହିଂକି ନୋହଇ ସମତୁଲ ।୨୨।କେ ବୋଲଇ ତନ୍ତ୍ରୀପାଳ ଗୋପାଳ ରୂପ ଦେଖଆକାଶ ତେଜିଣ କି ବିଜୟେ ତ୍ରିଅମ୍ୱକ ।୨୩।ମନ୍ତ୍ରୀର ବିଧାନ ତ କରେଣ ମନ୍ତ୍ରପୋଥିଦଣ୍ଡଛତ୍ର କରେ ଧରି ୟେତ ଅଭିଷେକୀ ପ୍ରାୟେକ ଦିଶନ୍ତି ।୨୪।କେ ବୋଲଇ ୟେତ ରାନ୍ଧି ଦେଉଥିଲା ବଲ୍ଲବଦେଖ ଯେ ୟେହାର ହୋ ମହିଂମା ଦୁଲଭ ।୨୫।ୟେହାଂକର ଚରିତ ତ ନ ପାରିଲୁ ଜାଣିଦିଗପାଳ ପୁରୁଷ ୟେ ଗଗନ ଚୂଡ଼ାମଣି ।୨୬।ୟେକା ଦେହକେ ଯେ ପାଞ୍ଚଗୋଟି ଦେଖିହସନ୍ତି କଉତୁକେ ଯେ ଲଜାନ୍ତ ଉପେଖି ।୨୭।ମୁଣ୍ଡେ କାନ୍ଧେ କାଖେ ହସ୍ତେ ସେ ବହଇୟେକକୁ ଆରେକ ସେ ରୋଷଭରେ କହି ।୨୮।କେହୁ ହସନ୍ତି କେହୁ ପାଡ଼ନ୍ତି କୁରୁଳିକେହୁ ମଙ୍ଗଳ ଧୁନି କରନ୍ତି ହୁଳହୁଳି ।୨୯।ମୂର୍ଖଲୋକେ ବୋଲନ୍ତି କେମନ୍ତ ୟେ ବାଇୟେମନ୍ତ ପ୍ରପଞ୍ଚେ ୟେ ବୁଲନ୍ତି କିସପାଇଂ ।୩୦।ଦେଖିଣ ବିଚାରନ୍ତି ରାଜ୍ୟର ଗଣିତ ଭିଗ୍ୟଂଲୋକେୟେ ରାଜ୍ୟରେ ପଶିୟେ ତ ମୂର୍ଦ୍ଧନା ଅଭିଷେକେ ।୩୧।କେ ବୋଲଇ ବିରାଟ ଯେ କଲା ମନ୍ଦକୃତ୍ୟଅତିଅନ୍ତ ବିଶ୍ୱାସେ ଯେ ପୋଷିଲା ୟେହାନ୍ତ ।୩୨।କୀଚକ ନାଶଗଲା ରାଜ୍ୟତ ଅଣରେଖକଳିରେ ବିରାଟକୁ ରାଜ୍ୟ ମାଡ଼ି ବସିବେ ପ୍ରତ୍ୟକ୍ଷ ।୩୩।କରେଣ ଅର୍ଘ୍ୟ ଘେନି ସୁଲଭ କାମିନୀଦେବ ବିଜେ ପ୍ରାୟେ ଦିଅନ୍ତି ହୁଳହୁଳି ଧୁନି ।୩୪।ମାହେନ୍ଦ୍ର ଯୋଗେ ସେ ଶୁଭ ଅନୁକୂଳେଆସ୍ଥାନ ମାଡ଼ି ବସିଲେ ପ୍ରତିଗ୍ୟାଂ ମହାବଳେ ।୩୫।କଣୟ ସିଂହାସନେ ଯେ ବିଜୟେ ଧର୍ମଶିଷିକୋଳେଣ ପାଞ୍ଚାଳୀ ଘେନି ଆସ୍ଥାନେ ଛନ୍ତି ବସି ।୩୬।ପାବଛକର ତଳେ ସହଦେବ ମହାମନ୍ତ୍ରୀଭୂତ ଭବିଷ୍ୟ ଜାଣଇ ସେ କରେଣ ମନ୍ତ୍ରପୋଥି ।୩୭।ଆରେକ ପାବଛତଳେ ବିଜୟ ଫାଲଗୁନିବାମକରେ ଗାଣ୍ଡିମ ଡ଼ାହାଣ କରେ ଖଡ଼୍ଗ ଘେନି ।୩୮।ଆବର ପାବଛ ତଳେ ନକୁଳ କୁମାରନବନିଶି କୋନ୍ତ ଘେନି ସମାର୍ଜଇ ବାଜିପାଳ ।୩୯।ବାଆନ ବାଆନ ଭାର ଗଦା ଘେନିଣ ବେନିକରେଭୀମସେନ ଆବୋରି ଯେ ବସିଛନ୍ତି ସିଂହଦ୍ୱାରେ ।୪୦।କାଳଚକ୍ର ପ୍ରାୟେକ ଭ୍ରମଇ ବେନିଡ଼ୋଳାଯମ ଦେବତା ପ୍ରାୟେକ ଦିଶଇ ଅନର୍ଗଳା ।୪୧।ମୂର୍ତ୍ତିକି ଚାହିଂ କେହି ନୁଆରନ୍ତି ଡରେଭୟେ ସର୍ବଲୋକେ ଯେ ଅନାବନ୍ତି ଧୂରେ ।୪୨।ଦେବାର୍ଚନ ମନ୍ଦିରେ ଯେ ବିଜୟେ ବିରାଟଚାରଗଣେ ଜଣାଇଲେ ରାଜ୍ୟ ତୋହୋର କୋନ୍ତଭଟ ।୪୩।ଯେବଣ ସଇରିନ୍ଧ୍ରୀ ମୋଢୀ ହେତୁ କୀଞ୍ଚକ ନାଶଗଲାଅଭିଷେକ ହୋଇଣ ସେ କୋନ୍ତଭଟ କୋଳରେ ବସିଲା ।୪୪।ଅଭିଷେକ ଯୋଗାଡ଼ ଦେବେ ସେ ପାଇଲେ ଅବା କାହିଂସେ ରତ୍ନମାଳମାନ ମଧ୍ୟପୁରେ ଦେଖିଲା ଆମ୍ଭର ନାହିଂ ।୪୫।ସ୍ୱାମି ଦିବ୍ୟ ଅବତାର ସେ ଯେ ତନ୍ତ୍ରୀପାଳ ଗୋପାଳମନ୍ତ୍ରୀପଣେ ପୋଥିୟେ ଘେନି କହଇ ଭୂତ ଭବିଷ୍ୟ ସକଳ ।୪୬।କନକ ଦଣ୍ଡ ଛତ୍ର ଧବଳ ବୀରଛତ୍ର କରେ ଘେନିଧନୁତ୍ରୋଣ ଭାରଥି ବାଜିପାଳ ବୃହନ୍ନାରୀ ।୪୭।ଦ୍ୱାର ଆବୋରି ଦେବ ରହିଛି ବଲ୍ଲବତ୍ରୈଲୋକ୍ୟ ମୂରତି ତାର ଅଟଇ ଦୁଲଭ ।୪୮।ତାହାଂକର ଗୁପତ ଦେବ ନୁଆରିଲୁ ଜାଣିଦିଗପାଳ ପୁରୁଷ ସେ ଗଗନ ଚୂଡ଼ାମଣି ।୪୯।ଡଗର ମୁଖୁଂ ୟେସନ ବାରତା ଶୁଣିଣ ବିରାଟକରେ ଅସିପତ୍ର ଧରି ଅଧର କଲା ପୁଷ୍ଟ ।୫୦।ଧାମଇଂ ମତ୍ସାଧିପ କରେ ଘେନି ଖଣ୍ଡାଯେମନ୍ତ ଦର୍ପ କିମ୍ପେ ବହିଲ କୋନ୍ତପଣ୍ଡା ।୫୧।ଆଜ ତାହାର ମୁଣ୍ଡ ମୁଂ ପକାଇବି ହାଣିକୋଳକରି ଧଇଲା ଶ୍ରୀକୃଷ୍ଣା ପାଟରାଣୀ ।୫୨।ସ୍ୱାମି ରହ ରହ ବୋଲି ସେ ଶ୍ରୀକୃଷ୍ଣାୟେ ବୋଲିରାଗେଣ ବିରାଟେଶ୍ୱର ଶ୍ରୀକୃଷ୍ଣାଂକୁ ଦିଲେ ପେଲି ।୫୩।ଅନ୍ତପୁରୁଂ ରାଜା ଯେ ହୁଅନ୍ତେଣ ବାହାରପିତାର ଭୁଜ ଧରିଲା ଉତ୍ତର କୁମର ।୫୪।ରହ ରହ କୋପ ସଂହର ରାୟେ ମତ୍ସଅନାଦି ପୁରୁଷଂକୁ ତୁ ଭେଟିଲୁ ପ୍ରତ୍ୟକ୍ଷ ।୫୫।ବିରାଟ ବୋଇଲା ରେ ଖଡ଼ଗ ଛାଡ଼ ବାବୁବିଚକ୍ଷଣ ପୁତ୍ର ବୋଲି ତୋତେ ସମର୍ପିଲି ସବୁ ।୫୬।ବାବୁ ଅଦଭୁତେ କାହୁଂ ଆସି ପଶିଲେ ଭୃତ୍ୟପଣେମୋହର ସମ୍ପ୍ରଧି ମାଡ଼ି ବସିଲେ ଅକାରଣେ ।୫୭।ଅତିହିଂ ଆଶ୍ୱାସ କରି ପୋଷିଲଇଂ ଶ୍ୱାନଅନ୍ତେ ସେ ମୋହୋର ମୁଖେ ଦିଲାକ ଚୁମ୍ୱନ ।୫୮।ବାବୁ ୟେବେ ଜାଣିଲି କୋନ୍ତଭଟ ବଡ଼ ଲଘୁକିଂପାଇଂ ସହି ସହି ନୁଆରିଲି ନପୁଂସକ ଲଘୁ ।୫୯।ଅତିହିଂ ରାଗେ ସିନା ମାଇଲି ପଶାକାଠିବାଜିଣ ଫାଟିଲା ତାହାର ଲଲାଟ ଯେ ପାଟି ।୬୦।ୟେଡ଼େ ପାମରକୁ ତୁ କିପେଂ ସମାର୍ଜନୀ କଲୁଚାଣ୍ଡାଳ ପୁତ୍ରରେ ତାହା ଛାରକୁ ମୋତେ ପ୍ରଳମ୍ୱ କରାଇଲୁ ।୬୧।ତେତେ ବେଳହୁଂ ମୋତେ ଦେଖିଲାନି ତେଜତେଣୁକରି ମାଡ଼ିବସିଲା ସେ ମୋହୋର ରାଜ୍ୟ ।୬୨।ବାବୁ ଭୀଷ୍ମ ଦ୍ରୋଣ ଜିଣିମାକୁ ତୁ ହୋଇଲୁ ସାମରଥାକେମନ୍ତେ ସହିଅଛୁ ପୁତ୍ର ୟେଡ଼େକ ମନ୍ଦକଥା ।୬୩।ଉତ୍ତର କୁମର ବୋଇଲା ପିତା ଦଣ୍ଡେକ ଥିରହୋଇ ବସଶ୍ରୀଭୁଜୁଂ କୃପାଣ ଥୋଇ ଥିର କର ନିଶ୍ୱାସ ।୬୪।ସାବଧାନ ହୋଇ ତୁମ୍ଭେ କ୍ଷଣେ ଶୁଣ ମୋର ବାଚାସମ୍ପଦ ହରିବାକୁ କି ପ୍ରତଗ୍ୟାଂ ତୋର ସାଚା ।୬୫।ସ୍ୱାମି ସାବଧାନେ ଶୁଣ ହୋ ସେ କୋନ୍ତଂକ ମହିମାୟେ ମହୀମଣ୍ଡଳେ ସେ ପୁରୁଷ ଉତ୍ତମା ।୬୬।ସ୍ୱାମି ରାଜୁସି ଯାଗ ସେ ଯେ ଆରୋପଣ କଲାଚାରିଉଣା ଲକ୍ଷେ ରାଜା ଯାହାର ଚରଣେ ସେବିଲା ।୬୭।ସ୍ୱାମି ତ୍ରୈଲୋକ୍ୟ ଠାକୁର ସେ ଦେବ ମଧୁହାରୀଯାହାର ଯଗ୍ୟଂଶାଳେ ସେ ଅନନ୍ତ ପଢିହାରୀ ।୬୮।ସ୍ୱାମି ଦେଖିଲୁଟିକି ଲକ୍ଷେ ରାଜା ସମ୍ମୁଖେ ନାରାୟଣଯାହାର ପାଦ ଆର୍ଧନା କରନ୍ତି ପ୍ରତିକ୍ଷଣ ।୬୯।ପାତାଳ ପୁର ସେ ଅନନ୍ତ ନାଗରାଜାଯେବଣ ସ୍ୱାମି ପାଦେ କଲାକ ପାଦପୂଜା ।୭୦।ପାଞ୍ଚ ଉତ୍ତର ଶତେରଥ ପାଣିଦ୍ରବ୍ୟ ଘେନିଗଲୁଂସାତକ୍ଷଉଣୀ ବଳ ଘେନି ଛତ୍ରଶାଳେ ଅନ୍ନ ଭୁଞ୍ଜିଲୁ ।୭୧।ଅନୁବ୍ରତେ ବୋବି ଯେ ପାଡ଼ୁଥିଲା ପଶ୍ଚିମଦ୍ୱାରେକେହି ଜାଣନ୍ତା ନୋହିଲା ଯେ ସ୍ୱାମିଂକ ଛାମୁରେ ।୭୨।ଭାଇ ତାହାଂକର ତୋହର ଗଣ୍ଡସ୍ଥଳେ ଦେଇ ହାଥତାହାଂକର ପାଦତଳେ ତୋତେ କରାଇଲେ ପ୍ରଣିପତ୍ୟ ।୭୩।ଉଠ ବୋଲି ସ୍ୱାମି ଚାଳି ଦେଲେ ପଞ୍ଚଲହବତ୍ସମୁଦି ଦେଖିବାକୁ ନୋହିଲୁ ତୁ ରହ ।୭୪।ଭୋ ପିତା ହାଥର ସୁଖେ ସେ ଖେଳିଲେକ ପଶାସହ୍ରୋଦ୍ରେ ସମ୍ପଦ ଦେଇ ଅରଣ୍ୟେ କଲେ ବସା ।୭୫।ଅଜାତଶତ୍ରୁ ଯେବଣ ଧର୍ମରାୟେ ଯୁଝେଷ୍ଠିକର ନେଉଟାଇଲେ ଉଠେ ନବସୃଷ୍ଟି ।୭୬।ସ୍ୱାମି ଅଗ୍ୟାଂତବାସ ତାଂକ ଗୋପ୍ୟାନ ନିମନ୍ତେସତ୍ୟେଣ ନାମ ସେ ଯେ ବୋଲାଇଲେକ କୋନ୍ତେ ।୭୭।କୋଇନ୍ତା ଦେବୀଂକର ଯେ ଅଟନ୍ତି ଜ୍ୟେଷ୍ଠ ବତ୍ସକୋନ୍ତ ଭଟ ନାମ ବହିଲେ ନ କହିଲେ ମିଛ ।୭୮।ସ୍ୱାମି ପାଣ୍ଡବାସୁରକୁ ଯେ ବଧକଲେ ରଣେପାଣ୍ଡବ ନାମ ଯେ ଯେ ବହିଲେ ପାଞ୍ଚଜଣେ ।୭୯।ବିଷଲଡ଼ୁ ଖାଇ ଯେ ପାରକଲା ପ୍ରତକ୍ଷେନାଗୁଣୀ ବଳ ଜିଣିଲା ସେ ପବନର ବତ୍ସେ ।୮୦।ଯଦୁର ଘରୁ ଉବୁରିଲେ ପୋଡ଼ିଲା ନିଶାକାଳେକୁମ୍ଭୀରୀ ନାମେ ଦାନବ ଯେ ନିପାତିଲେ ଜଳେ ।୮୧।ମଧୁବନ ତୋଟାରେ କିନ୍ନରୀ ନାମେ କଉଣୋପବିନା ଯୁଦ୍ଧରେ ହରିଲେ ତାହାର ଦର୍ପ ।୮୨।ବକ ହିଡ଼ିମ୍ୱିକା ମାରି ଯେ ୟେକଚକ୍ରା ନଗ୍ର ରଖିହିଡ଼ମ୍ୱିକୀ ପ୍ରଦାନେ ଯାହାର ପ୍ରତଗ୍ୟାଂ ରହିଅଛି ।୮୩।ଡୋଧି ଶିବପୁରେ ସେ ଚାଣ୍ଡାଳ ବଳ ଧ୍ୱଂସିକୁମ୍ଭେକ ନିବାରିଲେ ନିରସ୍ତକ ବନେ ପଶି ।୮୪।ଗୁପତ ନିମନ୍ତେ ସେ ବଲ୍ଲଭ ସୂପକାରବ୍ରାଘ ମାଲ ମାଇଲା ଯେ କଉତୁକ ସମର ।୮୫।ସ୍ୱାମି ପାଞ୍ଚାଳ ଦୁର୍ହ ସଈନ୍ଧ୍ରୀ ବାକ୍ୟ କରିଶତେ ମାତୁଳ ମୋର କୀଞ୍ଚେକ ରଣେ ମାରି ।୮୬।ଯେ ତୋଚେ ପାରକଲା ତ୍ରିଗର୍ତ୍ତର ବନ୍ଧନୁବଲ୍ଲଭ ସୂପକାର ସେ ଯେ ପବନର ତନୁ ।୮୭।ଶୁଣି ପିତାମହ ପ୍ରତଗ୍ୟାଂ କିରୀଟୀପର ଦୁଖେ କାତର ସେ କଇଛା ଜଗଜ୍ଜେଠୀ ।୮୮।ସ୍ୱାମି ଉତ୍ତର ଦିଗ ବିଜେ କଲାକ ଯେ ସାଧିଜିଣିଲାକ ଚାଳିଶ ସହସ୍ର ମହାଯୋଧୀ ।୮୯।ଲିହି ପୋଛନ୍ତେ ଯେବଣ ପ୍ରାଣ କରଇ ନଷ୍ଟସମରେ ଜିଣିଲା ସେହୁ ନୃପତି ଯମାଗୋଷ୍ଠ ।୯୦।ପୁଣି ହିଂ ଦିଗବିଜେ ତାତ କଲାକ ପାତାଳେସପତ ଦ୍ୱୀପା ପୃଥିବୀ ସେ ଧଇଲା ଧନୁହୁଳେ ।୯୧।ଦେଖିଣ ସାନନ୍ଦ ଯେ ହୋଇଲେ ନାଗରାଜାଦୁହିତା ଦେଇଣ ଯେବଣ ସ୍ୱାମୀକି କଲା ପୂଜା ।୯୨।ପାଞ୍ଚାଳ ଦେଶେଣ ଯେହୁ ମହାଲକ୍ଷ ବିନ୍ଧିବ୍ରାହ୍ମ ରୂପେଣ ସେ ଜିଣିଲେ ସର୍ବ ଯୋଧୀ ।୯୩।ବସନ୍ତ ଉତ୍ସବେ ଯେ ହରି ଆଣିଲେ ସଉଭଦ୍ରେଅନେକ ଦ୍ୱନ୍ଦକରି ଯେ ହାରିଲେ ରାମଚନ୍ଦ୍ରେ ।୯୪।ଶ୍ରୀକୃଷ୍ଣକଇଂ ଭୟକରି ପଳାଇଲା ଶତଧନୁଶରଣ ପଶିଲା ସେ ପିତା ଅଭିମନ୍ୟୁ ।୯୫।ଅନେକ ସମର ସେ କଲେକ ଚକ୍ରଧାରୀନାରାୟଣେ ଜିଣିଲା ସେ ସମରେ କକ୍ଷାକରି ।୯୬।ଖାଣ୍ଡବ ବନ ଦହନେ ସେ ଜିଣିଲା ଆକାଶଅଗ୍ନି ଦେବତାକୁ ତାରିଲେ ସେ ବ୍ୟାଧି ଗଲା ନାଶ ।୯୭।ଅନେକ ସମର ସେ କଲାକ ଜମ୍ଭଭେଦୀଇନ୍ଦ୍ର ଜିଣି ଅଗ୍ନି ଦେବତାର ହରିଲାକ ବ୍ୟାଧି ।୯୮।ନିର୍ବାତ କପଚକୁ ସେ ମାଇଲା ଆକାଶେଅନେକ ପୂଜା ପାଇଲା ଅମର ସ୍ୱର୍ଗବାସେ ।୯୯।କିରୀଟ ମୁକୁଟ ଇନ୍ଦ୍ର ବାନ୍ଧିଲେକ ଶିରେକିରୀଟୀ ନାମ ପାଇଲା ଅମର ସ୍ୱର୍ଗପୁରେ ।୧୦୦।ସ୍ୱାମି କିରାତ ରୂପେଣ ସେ ହରଂକୁ ଯେ ଜିଣିଭୟେଣ ପ୍ରସନ୍ନ ଯେ ହୋଇଲେ ଶୂଳପାଣି ।୧୦୧।ସାନନ୍ଦେ ବର ସେ ଦିଲେକ ଦେବହରଅକ୍ଷୟେ ତ୍ରୋଣ ପାଶୁପତ୍ର ଅସ୍ତ୍ର ଦିଲେ ପାଥର ।୧୦୨।ହନୁମନ୍ତର ତୁଲେଣ ସେ ହୋଇଲା ବିବାଦୀଶରେ ଶରେ ସାଗରେ ସେହୁ ସେତୁ ବନ୍ଧ ବାନ୍ଧି ।୧୦୩।ରାଧାଚକ୍ର ବିନ୍ଧିଲାକ ଦେଖିଲୁ ମହିଂମାଲକ୍ଷେ ରାଜା ଦେଖି ଲଘିଂ ନ ପାରିଲେ ଯାହାର ସୀମା ।୧୦୪।ମେରୁଶୂଳ ବଧ କଲେ ଯେହୁ ହରିହର ଛଳେଶରଣ ପଞ୍ଚର ସ୍ୱାମୀ ସେ ଅଟନ୍ତି ସର୍ବକାଳେ ।୧୦୫।ଗୋପ୍ୟାନ ନିମନ୍ତେ ସେ ନପୁଂସକ ରୂପ ଧରିଉର୍ବଶୀର ଶାପେ ସେ ଦିନ ପାର କରି ।୧୦୬।ଗୋଧନ ହରଣେ ମୁଂ ତାହାନ୍ତ ଗଲି ଘେନିସମୁଦ୍ର ପ୍ରାୟେ ମଣଇଲି ମୁଂ କଉରୋବ ସଇନି ।୧୦୭୮।ଭୟେଣ ପଳାଇ ମୁଂ ରଥ କଲି ତେଜ୍ୟାମୁକୁ ନିର୍ଭୟ କରି ବୋଇଲା ତୁ ସାରଥି ହୋଇଥାଅ ଯା ।୧୦୮।ମୁହିଂ ସେ ସାରଥି ଆପଣେ ହୋଇଲେ ରଥୀଦେବେ ସେ ଅଗୋଚର ଦେଖିଲେ ତାହାଂକର ମୂର୍ତ୍ତି ।୧୦୯।ଅଠାର କ୍ଷଉଣୀ ବଳକୁ ସେ ପାଥ ରଥୀ ୟେକାଜିଣିଲେ ଭୀଷ୍ମ ଦ୍ରୋଣ ସେ ମନେ ନାହିଂ ଶଂକା ।୧୧୦।ମନଭେଦୀ ନାରାଜକୁ ବିନ୍ଧିଲେ ସେ ଘେନିତେର ଯୋଜନ ମାଡ଼ି ପଡ଼ିଲେ ସେ ଯେ ଅଷ୍ଟାଦଶ କ୍ଷଉଣୀ ସଇନି ।୧୧୧।ରଥୀ ମହାରଥୀୟେ ପଡ଼ିଲେ ମହାଦୁଖେଶ୍ରୀଭୂଷା ମଣି ମୁକୁଟମାଳ ତାତ ମୁହିଂ ସୁଖେ ।୧୧୨।ମରଣକୁ ଇଛା ଯେବେ କରିଅଛୁ ତାତକାହାକଇଂ କୋପ ଯେ କରୁଅଛୁ ମତ୍ସନାଥ ।୧୧୩।ୟେକା ଯୋଦ୍ଧାକେ ତାତ ଜିଣିଲେ ସ୍ୱର୍ଗ ତିନିବୃହନାରୀ ବୋଲୁ ଯାହା ସେ ପ୍ରତ୍ୟକ୍ଷେ ଫାଲଗୁନି ।୧୧୪।ମାଦ୍ରୀର ନନ୍ଦନ ନକୁଳ କୁମାର ଯାହାକୁ ବୋଲୁରାଜୁସୀ ଯଗ୍ୟଂରେ ଯାହାର ମହିମା ଦେଖିଲୁ ।୧୧୫।ଅତୀୟ ସୁକୁମାର ଅଟଇ ତାହାର ଅଙ୍ଗଲକ୍ଷେ ରାଜା ମଧ୍ୟରେ ଯେ ବୋଲାଇ ଭୁଜଙ୍ଗ ।୧୧୬।କୋନ୍ତମୁନେ ପୃଥୀ ଯେ ଧରିବାକୁ ସାମରଥାକୁମାର ମୁଖେ ଯାକୁ ଆକାଶେ ପାଟ ଯଥା ।୧୧୭।ଦକ୍ଷିଣଦିଗ ରାଜାନ୍ତ ସେ ସାଧିଲାକ ଅବହେଳେଚକ୍ରପୁର ଧ୍ୱଂସିଲା ସେ ତାହାର ବୁଦ୍ଧିବଳେ ।୧୧୮।ଗ୍ରନ୍ଥିକାର ମତେ ଥାନପାଳ ସରୂପେଅସାଧ୍ୟକୁ ସାଧ୍ୟକଲା ଯାହାର ମନ୍ତ୍ର ମହାଦର୍ପେ ।୧୧୯।ନ ବୁଝି ଅନମିତେ ତାହାକୁ କୋପକରୁଭୋ ତାତ ଜୀଉଂ ଜୀଉଂ ମରଣକୁ କିଂପେ ଇଛାକରି ଲୋଡ଼ୁ ।୧୨୦।ମନ୍ତ୍ରୀଚୂଡ଼ାମଣି ସହଦେବ ଯାହାକଇଂ ବୋଲିମନ୍ତ୍ରେଣ ସାଧିଲା ସେ ପୃଥୁନା ଗୋରୁପଲ୍ଲି ।୧୨୧।ପୂର୍ବଦିଗ ରାଜାନ୍ତ ସେ ସାଧିଲାକ ହେଳେସାତ ସହସ୍ର ରାଜା ସେ ଖଟିଲେ ଯାହାର ପାଦତଳେ ।୧୨୨।ୟେବେ ଅଷ୍ଟାଦଶ କ୍ଷଉଣୀମାନ ଗୋବିନ୍ଦର ତୁଲେପ୍ରଥମ ସମରେ ଆସି ଗୋଧନ ବେଢିଲେ ।୧୨୩।ୟେକା ଗୋପାଳକେ ବହୁତ ସମର ସେ ହାଦେକଲାମାନଗୋବିନ୍ଦ ଦର୍ପ ଚୂରି ସେ ଗୋଧନ ଛଡ଼ାଇ ଆଣିଲା ।୧୨୪।ୟେକା ୟେକା ଜଣକେ ତାତ ଅପାର ମହିଂମାଦେବଦାନବେ ଲଂଘି ନୁଆରନ୍ତି ଯାହାର ସୀମା ।୧୨୫।ଅଗ୍ୟାନେ ଯେ କୋପ ଜାତ କରୁ ପିତାମହସିଂହର ଛାମୁରେ ଶ୍ରିକାଳ କାହିଂ ରହ ।୧୨୬।ଅନାଦି ଅପର୍ଣ୍ଣା ସେ ଦ୍ରୋପଦ ଦୁଲାଳୀସଇରିନ୍ଧ୍ରୀ ରୂପେ ସେ ସତ୍ୟବ୍ରତ ପ୍ରତିପାଳି ।୧୨୭।ୟେ ମହୀଭାରା ସେ ଅଟଇ ନିବାରିଣୀପ୍ରତ୍ୟକ୍ଷେ ଅନପୂର୍ଣ୍ଣା ସେ ସ୍ତିରୀକୂଳ ଶିରୋମଣି ।୧୨୮।କଉରୋବ ବଳ କ୍ଷୟନ୍ତା ସେ ଦ୍ରୋପଦ ଅବଳାମେଦିନୀଭାରା ନିମନ୍ତେ ଯାହାର କେଶଟି ମୁକୁଳା ।୧୨୯।କୀଞ୍ଚକର ମୂଳେ ଯାହାର ଶତେ ସହୋଦ୍ର ନାଶିଗୋପ୍ୟେ ରହିଲେ ସେ ସମସ୍ତ ଦୁର୍ଧ୍ୱଂସି ।୧୩୦।ଉତ୍ତର କୁମାର ଯହୁଂ ୟେମନ୍ତ କଲା ପୁଛାଖଡ଼ଗ ଛାଡ଼ି ବିରାଟ ପଡ଼ିଲାକ ମୂର୍ଛା ।୧୩୧।କୋଳକରି ବିରାଟକୁ ଧଇଲା କୁମରମଣିମୁଖେ ଉତ୍ତର କୁମାର ସିଞ୍ଚିଲାକ ନେଇ ପାଣି ।୧୩୨।ସାଷ୍ଟାମ ହୋଇଣ ସେ ବସିଲା ମତ୍ସପତିବାବୁ କିଂପେଇ ରହିଲା ରେ ମୋହୋର ଜୀବତି ।୧୩୩।ମୁହିଂ ମୂର୍ଖପଣେ ୟେହାଂକୁ ନୁଆରିଲି ଜାଣିମୋହର ପୁରେ ରହିଲେ ଠାକୁର ଠାକୁରାଣୀ ।୧୩୪।ସ୍ୱାମିତ୍ୱ ପଣେ ମୁହିଂ ଅନେକ ତୁକାର ବୋଇଲିଆବର ଶ୍ରୀଖଣ୍ଡ କପାଳକୁ ପଶାକାଠି ଘାତକଲି ।୧୩୫।ବାବୁ ୟେତେକ ଭ୍ରଚ୍ଛନା ବୋଲିଅଛି ମୁହିଂଭୀମସେନ ଠାକୁରେ ମୋତେ ସହିବେ କିସ ପାଇଂ ।୧୩୬।ଜଗବନ୍ଦନ ନାଥ ମୋହୋର ପୁରେ ବିଜେକଲେସେବା କରିବାକୁ ମୋତେ ବିଧାତା ନ ଦିଲେ ।୧୩୭।କେବଣ ବାଗେ ନନ୍ଦନ ରେ ଚାହିଂବି ତାଂକ ମୁଖୟେହିକ୍ଷଣି ଶିର ମୋର ଛେଦିବେ ବିବତ୍ସ ।୧୩୮।ଭୀମସେନ ଠାକୁରେ ଅଛନ୍ତି ଦୁଆର ଆବୋରିଯାହାର କୋପକୁ ତ୍ରୈଲୋକ୍ୟ ଭୟେ କରି ।୧୩୯।ଉତ୍ତର ବୋଇଲା ତାତ ନୋହଇ ୟେମନ୍ତଆଜାତଶତ୍ରୁ ଅଟନ୍ତି ସେ ପରମ ପଣ୍ଡିତ ମହତ ।୧୪୦।ତାହାକର ଚିତ୍ତେ ଯେବେ କୋପ ତୋତେ ଥାନ୍ତାକୀଞ୍ଚକର ବଧକାଳେ କେ ତୋତେ ରଖନ୍ତା ।୧୪୧।ତାହାଂକର ମନେ ଯେବେ ତୋତେ ଥାନ୍ତା କିଛି କିନ୍ତୁତ୍ରିଗର୍ତ୍ତ ବନ୍ଦୀରୁ ମୁକତ ହୋଇ ତୁ କେମନ୍ତେ ଆସନ୍ତୁ ।୧୪୨।ତାହାଂକର କୋପ ଯେବେ ଥାଆନ୍ତା ବିରାଟପଶାକାଠି ମାଇଲୁ ଯେ କୋନ୍ତଂକ ଲଲାଟ ।୧୪୩।ଭୂମିରେ ପଡନ୍ତା ୟେବେ ତାହାଂକର ରୁଧିର ଫୁଟିତୋହୋର ରାଜ୍ୟରେ ସେ ହୁଅନ୍ତା ଅନାବୃଷ୍ଟି ।୧୪୪।ତାହାଂକର ଯେବେ କୋପ ଥାଆନ୍ତା ହେ ତୋତେ ତାତମୋହୋର ତୁଲେ କିଂପେ ପଶି ନ ଦିଲେ ସେ ପାଥ ।୧୪୫।ଯୁଝେଷ୍ଠିକର ରୋଧିର ସେ ଯେବେ ଦେଖନ୍ତା ସେ ଘାୟେକ୍ଷଣେହେଂ ସମ୍ପଦ ତୋହୋର ଗୋ ଥାନ୍ତା କି ଧନୁର୍ଜୟେ ।୧୪୬।ଅହନିଶି ଅଣକୋପିତ କୋପ ଯାହାର ନାହିଂତାହାଂକୁ ମନଭ୍ରାନ୍ତି ଦେଖିବୁ ତାତ କାହିଂ ।୧୪୭।ବିରାଟ ଅଗ୍ରତେ ସେ ଉତ୍ତର ୟେମନ୍ତ ବୋଇଲେପର୍ବତ ଚୂର ହୋଅଇ କି ଟେଳା ଯେ ମାଇଲେ ।୧୪୮।ସମୁଦ୍ର ପୋଡ଼ି ହୋଅଇ କି ପକାଇଲେ ବାଲିଯଷ୍ଟି ପିଟିଲେ କି ଭାଙ୍ଗଇ ଲୁହାର ଲଉଡ଼ି ।୧୪୯।ଯଦ୍ୟପି ଉଡ଼ଙ୍ଗବଳ ହୋଇବେ ଅପ୍ରମିତସେ କି ତ୍ରୈଲୋକ୍ୟ ବ୍ରତିବେ କୋପିଲେ ବୈନେତ୍ର ।୧୫୦।ଯଦ୍ୟପି ପ୍ରତାପୀ ହୋଇବେ ଗଜ ଯୂଥକେଶରୀ ଧର୍ଷି ସେ ପାରଇ ତାହାନ୍ତ ।୧୫୧।ପୃଥୀର ଠାକୁର ଅଟନ୍ତି ରାୟେ ଶିରୋମଣିଯାହାର ପାଦପୂଜା କରନ୍ତି ଚକ୍ରପାଣି ।୧୫୨।ଉଠ ଉଠ ତାତ ତୁ ଯେ ଛାଡ଼ ମନୋଭ୍ରାନ୍ତିମହତ ଦର୍ଶନେ ତାତ ପାଇବୁ ପରମଗତି ।୧୫୩।ମକର ମାସ ଶୁକଳପକ୍ଷ ପଞ୍ଚମୀ ଚନ୍ଦ୍ରବାରଅଶ୍ୱିନୀ ନକ୍ଷତ୍ର ଯେ ଭୋଗ୍ୟ ସେ ଦିନର ।୧୫୪।ଶଶୀ ଅଶ୍ୱିନୀ ନକ୍ଷତ୍ରକୁ ଅମୃତ ଯୋଗ ଯେ ଅଟଇଉତ୍ତରାଷାଢା ଧନୁ ଯୋଗ ଯେ ବିରାଟଇ ।୧୫୫।ଅଶ୍ୱିନୀ ନକ୍ଷତ୍ର ଉତ୍ତରାଷାଢା ନକ୍ଷତ୍ର ଅଟଇ ମୈତ୍ର ତାରମୀନ ଲଗ୍ନ ବେଳା ଯେ ନବଖଣ୍ଡ ଭିତର ।୧୫୬।ସୋମର ଚାରିଦଣ୍ଡ ଶନିଚର ଦଣ୍ଡ ଚାରିବୃହସ୍ପତି ବେଳାରେ ଉଠିଲା ଦଣ୍ଡଧାରୀ ।୧୫୭।ଉତ୍ତର କୁମାର ବଚନେ ଛାଡ଼ିଲା ଭୟମାନମାରୁ କି ତାରୁ ଅବା ଯାଇଂ କରିବା ଦରଶନ ।୧୫୮।ଜୀବନ ଯେବେ ପାଇବାଟି ହୋଇବା ବିଦ୍ୟମାନବୋଲିବେ ପାଣ୍ଡବେ ବିରାଟେ ନେଲେ ଦିନ ।୧୫୯।ଅଥବା ବ୍ରିକୋଦର କୋପେ କରିବେ ପ୍ରାଣଘାତଇହଲୋକେ ଗତି ମୁକତି ମଲେ ବୈକୁଣ୍ଠ ହୋଇବ ପ୍ରପତ ।୧୬୦।ୟେତେ ସୁଲଭ ବାବୁ ଛାଡିତ କି ପାରିୟେହା ବିଚାରି ଗଳାରେ ବିରାଟ ଲମ୍ୱାଇଲା କୋଠାରୀ ।୧୬୧।ଦନ୍ତରେ ତିରଣ ଦଶନହ ଭରି ଅଧରେଶ୍ରୀକୃଷ୍ଣା ମହାଦେଇ ଉତ୍ତର କୁମାର ସଙ୍ଗତରେ ।୧୬୨।ତ୍ରାହି ତ୍ରାହି ବୋଲି ଫୁକାରଇ ମତ୍ସାଧିପଦେଖିଲାକ ମାରୁତି ଦ୍ୱାରେଣ ମହାକୋପ ।୧୬୩।ମହାଭୟେ ଉପୁଜିଲା ବିରାଟେଶ୍ୱର ଦେଖିକାଳଚକ୍ର ପ୍ରାୟେ ଭୀମ ବୁଲାଇ ବେନି ଆଖି ।୧୬୪।ବିରାଟ ବୋଇଲା ଉତ୍ତର ନ ରହି ମୋର ପ୍ରାଣସଞ୍ଚୟେ ଶରୀର ମୋହୋର ବିସର୍ଜିବ ୟେହିକ୍ଷଣ ।୧୬୫।ବିରାଟ ଶ୍ରୀକୃଷ୍ଣା କୁମାର ବିରାଟୀଦୂରୁହୁଂ ଭୀମସେନର ଛାମୁରେ ପ୍ରଣିପତ୍ୟେ ଲୋଟି ।୧୬୬।ପାୟେ ଯାଇଂ ବିରାଟ କରଇ ନିଉଛାଳିଝାଳେଣ ତ୍ରିପଣ୍ଡ ଭୂମିରେ ପଡ଼ି ଶରୀର ଯେ ଧୂଳି ।୧୬୭।ଥୋକାୟେ ଦୂରେ ତିନିହେଂ ଅଛନ୍ତି ପରିଣାମିଦଶଦୋଷ ଅପ୍ରାଧ କ୍ଷମା କରିବା ଦେବ ସ୍ୱାମୀ ।୧୬୮।ମୁହିଂ ଅଗ୍ୟାନୀ ମୂର୍ଖ ଅଟଇ ବଡ ଦୋଷୀଠାକୁରଂକ ଛାମୁରେ ମୁଂ ଆସ୍ଥାନ ମାଡ଼ି ବସି ।୧୬୯।ସ୍ୱାମୀ ତୁମ୍ଭେ ଉଭା ହୋଇଲ ମୋହର ଆସ୍ତାନର ତଳେତତ୍ର ଦୋଷ ମୋହୋର ନ ଧରିବାକ ୟେ ବେଳେ ।୧୭୦।ସ୍ୱାମି ଅଥବା ସମୁଦ୍ର ଯେବେ ଲଂଘିବାକ ମହୀପୃଥୀ ମାତ୍ରକେ ପାରିବେ କେ ରହି ।୧୭୧।ସ୍ୱାମି ଜଳବୃଷ୍ଟି ନ କରଇ ଯେବେ ମଘବା ପୃଥିଗତେସଚରାଚର ମେଦିନୀ ବ୍ରତିବେ କେମନ୍ତେ ।୧୭୨।ସ୍ୱାମି ଅଗ୍ନି ବରଷିବ ଯେବେ ଆଦିତ୍ୟ ଦେବରାୟେସଚରାଚର ବ୍ରତିବ କେଉଂଣ ଉପାୟେ ।୧୭୩।ଦଶନହ ମୁଖେ ଭରି ଅନେକ ବିନୟ ଯେ ବୋଲିଶତ ସହସ୍ରଦଣ୍ଡ ପ୍ରଣପତ୍ୟେ ଶୁତିଲା ଗଡ଼ଘାଲି ।୧୭୪।ଦେଖିଣ ବିକ୍ରୋଦର ଦ୍ରହସିତ ମୂରତିମନଭ୍ରାନ୍ତି ଛାଡ଼ିଲା ନିର୍ଭୟେ ମତ୍ସପତି ।୧୭୫।ଅଦ୍ୟାପି ହୃଦଗତେ ବିକୃତ ନ ଥାଇ ଯାହାକୁଦେଖିଲେ ଦ୍ରହସିତ ବଦନେ ତାହାକୁ ।୧୭୬।ବିରାଟ ଦେଖିଲା ଯହୁଂ ଦ୍ରହସିତ ବଦନଗୋଟିଛାମୁରେ ମତ୍ସ୍ୟେଶ୍ୱର ରହିଲା ପରମେଷ୍ଠି ।୧୭୭।ଭୀମସେନ ବୋଇଲା ବିରାଟ ତୁ ଦ୍ୱାରେ ଥାଅ ରହିଠାକୁରଂକ ଆଗ୍ୟାଂ ହୋଇଲେ ଭିତରକୁ ଛାଡ଼ିପାରଇ ମୁହିଂ ।୧୭୮।ୟେମନ୍ତର ସମୟେ ଅର୍ଜୁନ ଚାହିଂଲା ଯେ ଆସ୍ତାନ ତଳେ ଥାଇଦେଖିଲାକ ବିରାଟ ଦ୍ୱାରେ ଅଛିରହି ।୧୭୯।ଅର୍ଜୁନ ବୋଇଲା ସ୍ୱାମି ବିରାଟ ଅଛି ଦ୍ୱାରେଭିତରକୁ ପଶି ନୁଆରି ଭୀମସେନ ଠାକୁରଂକ ଡରେ ।୧୮୦।ଯୁଝେଷ୍ଠି ଦେବ ବୋଇଲେ କହ ଯାଇଂ ଭୀମସେନକୁଦ୍ୱାର ଛାଡ଼ି ଦେଉ ବିରାଟ ରାଜାଂକୁ ।୧୮୧।ଯେତେ ଲୋକନ୍ତ ଘେନି ସେ ଆସଇ ବିରାଟମୁଖେ ଦ୍ରଶନ କରୁ ସେ ନିଷେଧ ନ କର ବାଟ ।୧୮୨।ଅର୍ଜୁନ ବିଜେକଲେ ଦିବ୍ୟ ଅବତାରେଗାଣ୍ଡିମ ଧନୁ ବାବଲ ନାରାଚ ଅଛି କରେ ।୧୮୩।କିରଟୀ ମୁକୁଟ ଯେ ଅଷ୍ଟରତ୍ନ ବାହୁଟିଦୁତି କୃଷ୍ଣ ଅବତାର ସେ ପ୍ରତ୍ୟକ୍ଷେ କିରଟୀ ।୧୮୪।ଉତ୍ତର ବୋଇଲା ସ୍ୱାମି ବିଜୟେ ଫାଲଗୁନିପ୍ରଳମ୍ବ କଲେ ବିରାଟ ପୁତ୍ର ଭାରିଯାନ୍ତ ଘେନି ।୧୮୫।ଅର୍ଜୁନ ବୋଇଲା ହୋ ବିରାଟ ଉଠ ଉଠ ରାୟେଆସ ଆସ ସ୍ୱାମୀଂକର ଅଭିଷେକ ଦେଖି ପାତକ କର କ୍ଷୟେ ।୧୮୬।ବିରାଟ ବୋଇଲା ସ୍ୱାମି କରଇ ମୁହିଂ ଭୀତିଅପାର ଦ୍ରୋହ ମୁଂ କଲଇ ଅତି ଅଜ୍ଞାନ ମୂଢ଼ମତି ।୧୮୭।ଅର୍ଜୁନ ବୋଇଲା ସେ ସ୍ୱାମୀ କ୍ଷମା ଯେ ସାଗରଶତ୍ରୁହିଂ କୋପ ନ ବସଇ ଯାହାର ହୃଦୟର ।୧୮୮।ଭୀମସେନ ବୋଇଲା ତୁ ଯାଅ ଯା ମତ୍ସପତିବାମଦେବ ପୁରୋହିତ ଯାଚେକେଶ୍ୱର ମନ୍ତ୍ରୀ ।୧୮୯।ଅର୍ଜୁନ ବୋଇଲା ଯେ ବିରାଟ ମୁଖ ଚାହିଂସ୍ୱାମୀଂକର ଚିତ୍ତେ ୟେ ତୋତେ ଆନ ବିକୃତ ନାହିଂ ।୧୯୦।ଆସ ଆସ ବିରାଟ ହୋ ଦ୍ରଶନ ବେଗେ କରଅନେକ ଜନ୍ମର ତୋ ଦୁଷୁକୃତମାନ ହର ।୧୯୧।ବ୍ରହ୍ମା ବିଷ୍ଣୁ ମହେଶ୍ୱର ଇନ୍ଦ୍ର ଯମ କୁବେର ସହିତେଯାହାର ଅଭିଷେକ ଦେଖିଲେ ନିଶ୍ଚିନ୍ତେ ।୧୯୨।ଦ୍ରଶନେ ପ୍ରସନ୍ନ ପ୍ରସନ୍ନେ ପାପ ମୋକ୍ଷଧର୍ମ ଅର୍ଥ କାମ ମୋକ୍ଷ ପ୍ରାପତ ପ୍ରତକ୍ଷ ।୧୯୩।ବିରାଟ ଶ୍ରୀକୃଷ୍ଣା ଉତ୍ତର କୁମାର ଆବର ମନ୍ତ୍ରୀ ଅମନାତ୍ୟେଘେନିଣ ଚଳଇ ସେ ବାସବର ସୁତେ ।୧୯୪।ଦେଖିଲେ ଆସ୍ତାନେଣ ବିଜୟେ ଦେବଧର୍ମଯଶୋବନ୍ତୀ ପୁର ତେଜି କି ବିଜୟେ କଲେ ବ୍ରହ୍ମେ ।୧୯୫।ଶ୍ରୀଚରଣ ଦେଖି ସେ ବିରାଟ ମହୀପାଳଶତେ ସହସ୍ରବାର ଦଣ୍ଡ ପ୍ରଳମ୍ବ ଆସ୍ତାନର ତଳ ।୧୯୬।ସ୍ୱାମୀ ସାଧୁ ମୋହୋର ପୂର୍ବ ଜନ୍ମ ଧର୍ମ କର୍ମପ୍ରସନ୍ନ ନିରାକର ସମରାଜ୍ୟେ ବିଜୟେ ଦେବଧର୍ମ ।୧୯୭।ସ୍ୱାମି ୟେ ମୋହୋର ରାଜ୍ୟେ ବସନ୍ତି ଯେତେ ଜନତାହାଂକର ଜୀବନ ସାଧୁ ସେ ଯେ ଦେଖିଲେ ନୟନ ।୧୯୮।ଅପାର ଦୋଷ ସ୍ୱାମୀ କଲାଇଂ ମୁହିଂ ମନ୍ଦଚିହ୍ନି ନୁଆରି ଦେବ ଚିନ୍ତିଲି ପରମାଦ ।୧୯୯।ତୁକାର ବଚନ ମୁଂ ବୋଇଲି ସ୍ୱାମୀପଣେଅନେକ ଭ୍ରଛନା ମୁଂ ବୋଇଲି ଆପଣେ ।୨୦୦।ସ୍ୱାମି ତ୍ରିଗର୍ତ୍ତ ପୟାଣ କାଳେ ବୋଇଲି ମୁଂ ଦଣ୍ଡ ଯେ ସାଜନ୍ତେଆନ ରାଜ୍ୟକୁ ମନ୍ତ୍ରୀପଣେ ଯୋଗାଅ ବୋଇଲି ହୋ କୋନ୍ତେ ।୨୦୧।ସହଦେବ ପ୍ରତିବାଚ ବିରାଟ ବଚନକୁୟେଥକୁ ଭୀମସେନ ଠାକୁରେ ଘୁଞ୍ଚିଲେ ତ୍ରିଗର୍ତ୍ତ ବାନ୍ଧିନେଲା ତୁକୁ ।୨୦୨।ବିରାଟ ବୋଇଲେ ତିଳେକ ଖଞ୍ଜଣି ଯେବଣ ଲଲାଟ ପାଟିରାଗେଣ ପ୍ରହାର ମୁଂ କଲଇଂ ପଶାକାଠି ।୨୦୩।ସ୍ୱାମୀ ଅଗ୍ୟାନ ପଣେ ମୁଂ ନ କହିଲି କାହାମୋ ତହୁଂ ସଂସାରେ ଦେବ ଆନ ନାହିଂଟି ଦୋରେହା ।୨୦୪।କିଂକର ହୋଇ ବିରାଟ ଯେ ବହୁତ ବିନୟ ବୋଲିସାଷ୍ଟାଙ୍ଗେ ମତ୍ସପତି ଯେ ଶୁତିଲା ଗଡ଼ଘାଲି ।୨୦୫।ସ୍ୱାମି ଅନେକ ଅପ୍ରାଧ କଲାଇଂ ମୁହିଂ ଦୋଷତାହା ଉପେକ୍ଷା କରିବା ନିରାଲମ୍ବ ପୁରୁଷ ।୨୦୬।ପାୟେ ଆସି ବିରାଟ ଯେ କରଇ ନିଉଛାଳିଶରୀରୁ ତ୍ରିପଣ୍ଡ ଯେ ମହାଶ୍ରମ ଗଳି ।୨୦୭।ଧୂଳି ଝାଳେଣ ଯେ କର୍ଦନ ତାର କାୟେଆନନ୍ଦେ ଅଶ୍ରୁଜଳ ଗଳଇ ମତ୍ସରାୟେ ।୨୦୮।ମଥାରେ ବେନି ହାଥ ଦେଇଣ ମତ୍ସପତିକହଇ ବିରାଟେଶ୍ୱର ବିନୟ ଭଗତି ।୨୦୯।ତୁ ଦେବ ନିରଞ୍ଜନ ଆତ୍ମା ଅବତାରତ୍ରୈଲୋକ୍ୟ ଚିନ୍ତାମଣି ପ୍ରକୃତି ଯାହାର ।୨୧୦।ତୁ ଦେବ ଅଜାତଶତୃ ପର ଦୁଖେ ଚିନ୍ତାତୁ ଦେବ ଅବ୍ୟଗତ ଭୂତ ଭବିଷ୍ୟତ ଗ୍ୟାଂତା ।୨୧୧।ତୁ ଦେବ ଯୋଗେଶ୍ୱର ପରମ ବ୍ରହ୍ମ ଅବତାରତୁ ଦେବ ଖଣ୍ଡିବୁ ନାଥ ଅଶେଷ ମହୀଭାର ।୧୧୨।ସ୍ୱୀମି ସୌଭଦ୍ର ନାମେ ବ୍ରହ୍ମା ବୈକଣ୍ଠ ଭୁବନ ତେଜିୟେ ମୃତ୍ୟୁ ମଣ୍ଡଳେ ନାମ ତୋହୋର ସେ ଭଜି ।୨୧୩।ତ୍ରିଜଗତ ଅଳଂକାର ଯାହାର ନାମଗୋଟିପଟାନ୍ତର ବାକ୍ୟେ ଶୁଭଇ ଧର୍ମ ଯେ ଯୁଝେଷ୍ଠି ।୨୧୪।ସ୍ୱାମି ପୃଥୀ ଆପ ତେଜ ବାୟିବ ଆକାଶୟେ ପଞ୍ଚଧାତୁ ତୋହୋର ଗର୍ଭରେ କଲେ ବାସ ।୨୧୫।ସ୍ୱୀମି ପ୍ରାଣ ଅପାନ ବ୍ୟାନ ସମାନ ଉଦାନ ପଞ୍ଚୁଆତ୍ମାଧାତୁବାଦ ପୁରୁଷ ତୁ ସାଧିଲୁ ସର୍ବ ମହାତମା ।୨୧୬।ତୁହି ସେ ବଞ୍ଚିଲୁ ନାଥ କାଳ କାମ ନିଦ୍ରାପରମଯୋଗୀ ପୁରୁଷ ତି ସାଧିଲୁ ସର୍ବ ମୁଦ୍ରା ।୨୧୭।ସ୍ୱାମି ପାପ ଆତ୍ମା ତେଜିଲୁ ଟେକିଲୁ ଅଜପାଙ୍ଗୀଚଉଧର୍ମ ପୁରୁଷ ତୁ ଅବ୍ୟୟ ପରମ ଯୋଗୀ ।୨୧୮।ସ୍ୱାମି ପାପଆତ୍ମା ଜିଣିମାକୁ ଯେଉଂଣ ପୁରୁଷଂକ ଇଚ୍ଛାତେଣୁ କରି ଶ୍ରୀମୁଖେ ନ ଫୁରିଲାକ ମିଥ୍ୟା ।୨୧୯।ସତ ରଜ ତମ ଆଶ୍ରିତ ଯେ ତିନିସତେ ବିଷ୍ଣୁ ରଜେ ବ୍ରହ୍ମା ତମେ ରୁଦ୍ରନାମ ଘେନି ।୨୨୦।ସତବାକ୍ୟ ଅନ୍ତର ନୋହିଲା କଦାଚିତେନାରାୟଣ ବିନୋପି ଲୋଟିଲେ ତହିଂର ନିମନ୍ତେ ।୨୨୧।ସ୍ୱାମି କାଳ ବର୍ତ୍ତମାନ ଜାଣି ଚିନ୍ତିଣ ଦେବ ବର୍ତ୍ତୁତେଣୁ ବ୍ୟାପିଲୁ ସ୍ୱାମି ନାରାୟଣ ହୃଦଗତୁଂ ।୨୨୨।ସ୍ୱାମି ଯୋଗ ପବନ ତପନ ତାପନ ଆଧ୍ୟାନ ଅଧ୍ୟାପନୟେ ନବ ପୁରୁଷ ଦେବ ତୋହୋର ଅଟଇ ଅଭିନ୍ନ ।୨୨୩।ସ୍ୱାମି କାଳ ଉଚିଚ ଜାଣନ୍ତା ଯେବଣ ମହାତମାତାହା ପ୍ରାନ୍ତକରି ନୁଆରିଲା ବେଦବ୍ରହ୍ମା ।୨୨୪।ସ୍ୱାମି ସ୍ୱର୍ଗ ମଞ୍ଚ ପାତାଳ ସୁତଳ ରସାନ୍ତଳଅତିତଳ ନିତଳ ଯେ ମହାତଳ ।୨୨୫।ସ୍ୱାମି ୟେତେକ ତଳ ମଧ୍ୟ୍ୟେ ଯେ ଭୁବନ ସଉନିଧିତହିଂ ତୋହୋର ଭୁବନ ଅଟଇ ଦେବନିଧି ।୨୨୬।ଯହୁଂ ଗୁହାରି ତୋତେ କଲାକ ପଦ୍ମଯୋନିୟେ ମୃତ୍ୟୁମଣ୍ଡଳେ ଉତପତ୍ତି ତୁ ମାନବ ଶରୀର ଘେନି ।୨୨୭।ଉତପତ୍ତି ପ୍ରଳୟ ଯାହାର ପ୍ରତ୍ୟକ୍ଷେଣ ସଞ୍ଚାମହୀ ଉଦ୍ଧାରଣ ପୁରୁଷ ତୁ ଅନନ୍ତ କାଳ ବଞ୍ଚା ।୨୨୮।ସ୍ୱାମି ଯାବତ ୟେ ପୃଥୀ ଚନ୍ଦ୍ର ଦିବାକର ଆଦିତବ ନାମ ଗୋଟି ସ୍ୱାମି ଉଦିତ ଦିବି ଭୁବି ।୨୨୯।ସ୍ୱାମି ଅନିଳେକ ନାମେ ବସୁ ଥିଲେ ଅନ୍ଧ ହୋଇଦିବ୍ୟ ଚକ୍ଷୁ ପାଇଲା ସେ ତୋତେ ଦ୍ରଶନ ପାଇ ।୨୩୦।ମହାସର୍ପ ହୋଇଥିଲେ ନରେନ୍ଦ୍ର ନ ଘୋଷତୁ ମହାପ୍ରଭୁ ଖଣ୍ଡିଲୁ ତାହାଂକର ଦୋଷ ।୨୩୧।ଧର୍ମବଳ ମୋକ୍ଷ ପାଇଲା ତୋହୋରେହରିଣ କପଚ ବଧକଲା ଅଣ ଉପୁଗାରେ ।୨୩୨।ତ୍ରୈଲୋକ୍ୟ ବନ୍ଦନ ଯାହାର ନାମଗୋଟିକର ନେଉଟାନ୍ତେ ନେଉଟଇ ନବସୃଷ୍ଟି ।୨୩୩।ଦୁ ଦେବ ଯୋଗୀଜନଂକର ହୃଦୟ ଯେ ରଞ୍ଜିପାପୀ ପୁରୁଷଂକର କାଳ ଦର୍ପ ଗଞ୍ଜି ।୨୩୪।ପରମ ନିରାକର ପ୍ରତକ୍ଷେ ଦେବଧର୍ମଦଶ ଦୋଷ ଅପ୍ରାଧ କରିବା ଦେବ କ୍ଷମ ।୨୩୫।ଅପାର ମହିମାଂ ଯାହାର ନ ସରଇ କହନ୍ତେଗୁଣ ସାଗର ନାଥ ତୁ ତ୍ରାହି କରିବା ମୋତେ ।୨୩୬।ଶ୍ରାଧର୍ମ ନନ୍ଦନ ଯୁଝେଷ୍ଠି ଚରଣ କମଳେଶୂଦ୍ରମୁନି ସାରୋଳ ଦାସ ପ୍ରଣପତ୍ୟ ସର୍ବକାଳେ ।୨୩୭।
ବିରାଟଙ୍କର ଯୁଧିଷ୍ଠିରଙ୍କ ନିକଟରେ ଅନୁନୟ, ଯୁଧିଷ୍ଠିରଙ୍କର ପୁନର୍ବାର ଅଭିଷେକ ଓ ଉତ୍ତରା କୁମାରୀର ବିବାହ ନିର୍ବନ୍ଧବିରାଟ ପ୍ରଣପତ୍ୟ ବହୁତ ବିନୋୟୀଦ୍ରହସିତ ବଦନେ ୟେ ବୋଲନ୍ତି ଧର୍ମସାଇଂ ।୧।ଇଦଂ ମହାବାକ୍ୟ ଯେ ବଦୟନ୍ତି ସୁପ୍ରସନ୍ନେଉଠ ଉଠ ବିରାଟ ହୋ ଭ୍ରାନ୍ତି ଛାଡ଼ ମନେ ।୨।ୟେ ମହୀମଣ୍ଡଳେ ଅନେକ ରାଜା ଭଳିକେବି ସହି ନୁଆରିଲେ ଆମ୍ଭର ଆର୍ଦୋଳି ।୩।ୟେତେକ ମହିଂମା ତୋହୋର ୟେ ମତ୍ସ୍ୟରାଜ୍ୟ ପୁରୀବାବୁ ମହତ ୟେ ତୋ ଭୁବନର ନରନାରୀ ।୪।ଆମ୍ଭେ ଦୋଷ ତୋତେ କଲୁ ମତ୍ସପତିଶଳାକୁ ବଧକଲୁ ତୋହୋର କୀଞ୍ଚକ ସେନାପତି ।୫।କୀଞ୍ଚକ ବଧେ ତୋତେ କଳିଲା ବଇରିଦଣ୍ଡ ଘେନି ତ୍ରିଗର୍ତ୍ତେଶ୍ୱର ତହୁଂ ଦିଲା ଧାଡ଼ି ।୬।ୟେଣେ କଳପି ରାଜା ଯେ ଅଇଲା ବୀରବାହୁଜାଣନ୍ତା ହୋଇଲେ ତୋତେ ଛାଡନ୍ତା ଅବା କେହୁ ।୭।ଆମ୍ଭର ବିଚାରେ ତୋତେ କିଛି ନାହିଂ ଦୋଷଆମ୍ଭେ ସେ ତୋହୋର ରାଜ୍ୟ କରାଇଲୁ ନାଶ ।୮।ଭୀମସେନ ବୋଲିକରି ଆମ୍ଭର ଯେଉଂଣ ଭ୍ରାଥଗୋଟିବେଳେକେ ଅନ୍ନ ଲାଗଇ ତାକୁ ଷାଠିୟେ ପଉଟି ।୯।ୟେତେକ ଆଧାରେ ତ୍ରିପୁତି ନୋହୋଇ ତାର ମନସାଂଗ୍ରାମ ପାଇଲେ ସେ ତ୍ରିପୁତି ଭୀମସେନ ।୧୦।ଯାହାର କୋପକଲେ କଂପଇ ମହୀଆଳିତୁହି ସେ ସହି ପାରିଲୁ ତାହାର ଆର୍ଦୋଳି ।୧୧।ମୋତେ ଅସଂଖ୍ୟ ହୋ ରାଜା ତୋହୋର ମହିଂମାପ୍ରତକ୍ଷ୍ୟେ ପିତା ମୋହୋର ତୁ ପଣ୍ଡୁ ମହାତମା ।୧୨।କଲା ଉପୁଗାର ଯେ ଅବା ନ ସୁମରିପ୍ରତ୍ୟକ୍ଷେ ଜାଣିମା ସେ ବ୍ରହ୍ମହତ୍ୟା ଦୋଷ ସରି ।୧୩।ଆହୋ ବିରାଟ ଯେତେକାଳ ପରିଯନ୍ତେ ଆମ୍ଭେ ବ୍ରତିଥାଉଂ ହାଦେତୋହୋର ଗୁଣଗୋଟି ଯେ ଲିହିଥିବୁ ହୃଦେ ।୧୪।ତୋହୋର ଅନ୍ନ ଖାଇ ଯେ ବଞ୍ଚିଲୁ ଦୁର୍ଗତିତୋହୋର ଅନ୍ନବଳେ ଆମ୍ଭେ ମହୀତଳେ ୟେକ ଛତ୍ରୀ ।୧୫।ତୋହୋର ଅନ୍ନ ଖାଇ ଆମ୍ଭେ ମାଇଲୁ ବ୍ରାଘ ମାଲତୋହୋର ଅନ୍ନ ଖାଇ ମାଇଲୁ କୀଞ୍ଚେକ ମହାମଲ୍ଲ ।୧୬।ଆହୋ ବିରାଟ କଂସ କେଶୀ ତ୍ରୋଣା ମୁଷ୍ଟିକ ଯେ ଚାଣୁର ଯାମଳାପ୍ରଳମ୍ବା ଅଘା କଦମ୍ବା ବକା ଘୋର ମହାବଳା ।୧୭।ଜାରା ନାରକା ଆଦି ଯେ ଶିଶୁପାଳ ଗାଲୁଦନ୍ତ ବକ୍ର ହିଡ଼ିମ୍ବେକ ଯାହାକଇଂ ବୋଲୁ ।୧୮।ନିର୍ବାତ କପଚ ହିରଣ କାଳନଉମି ମେରୁଶୂଳଗୋସିଂହ ଜୟେସିଂହ କୁମ୍ଭ ନିକୁମ୍ଭ ବାଣା ବଜ୍ରନାଭ ମହାମଲ୍ଲ ।୧୯।ଲୋହାସୁର ଅମ୍ବାସୁର କାଳଯବନ ଯାହା ଜାଣିୟେହାଂକର ତୁଲେ ତୋହୋର କୀଞ୍ଚକ ନାମ ଗଣି ।୨୦।ୟେହାଂକର ଭାରା ଯେ ନ ସହିଲା ବସୁଧାମୁଖେ ରୁଧିର ବହି ସେ ଯେ ହେଲେ ମହାକ୍ରୋଧା ।୨୧।ମୁଖେଣ ରୁଧିର କରେ କମ୍ବୁ ଧରିଦେବ ସଭାତଳେ ରୋବଇ ହସୁନ୍ଧରୀ ।୨୨।ପୃଥୀର ବିକଳ ସେ ସମସ୍ତ ବୃନ୍ଦାଅର୍କେକ୍ଷୀର ସମୁଦ୍ରେ ସେ ଗୁହାରି କଲେ ଦେବଲୋକେ ।୨୩।ଦେବତାଂକର ବିକଳେ ସେ ଶ୍ରୀରାମ ଲଇକ୍ଷଣଦ୍ୱାପରେ ଜନମିଲେ ଆସି କାହ୍ନୁ ସଂକର୍ଷଣ ।୨୪।ନକୁଳ ସହଦେବ ଭୀମ ଅରଜୁନୟେହାନ୍ତ ଆଣିଲେ ହରି ସଉନିଧି ବଇକୁଣ୍ଠ ଭୁବନ ।୨୫।ୟେ ଷଡଜଣ ଯେ ଜନମ ମହୀତଳେନର ନାରାୟଣ ଭାରା ନିବାରନ୍ତି ସର୍ବକାଳେ ।୨୬।ସଦା ଗୋପ୍ୟାନ ପୁରୁଷ ୟେ ଅଟନ୍ତି କୁରୁଶାନୁଦେବଂକୁ ଗୋଚର ନୋହୋଇ ତୁ ସେ ୟେହାନ୍ତ କାହୁଂ ଚିନ୍ହୁଂ ।୨୭।ଆମ୍ଭର ଦେହୁଂ ତୁ ପୂର୍ବେଣ ହୋଇଲୁ ଜାତଉପର ଜନ୍ମେ ନାମ ତୋହୋର ଅଟଇ ଶ୍ୱେତ ।୨୮।ଧର୍ମର ଆଗ୍ୟାଂ ମୋତେ ହୋଇଲା ଆକାଶେକୀଞ୍ଚକ ବଧକର ପଶି ଅଗ୍ୟାଂତ ବନବାସେ ।୨୯।କାହାରେ ମେଣ୍ଟେଣ ହୋଇବ ସେ ଦେବତାଂକ ଆଗ୍ୟାଂକୀଞ୍ଚକ ବଧକରି ଆମ୍ଭେ ସେ ରୁହାଇଲୁ ପ୍ରତଗ୍ୟାଂ ।୩୦।ତୁ ମୋହୋର ଧର୍ମପିତା ଅଟୁ ନା ବିଚାରେଆରେ ବାବୁ ନକୂଳ ବିରାଟକୁ ବସା ଆସ୍ଥାନ ଉପରେ ।୩୧।ସ୍ୱାମୀ ମୁହିଂ ମାନବା ଯେ ଅଟଇ ଦେବ ଆସ୍ଥାନୟେଥାନେ ବସିବାକୁ କି ମୁଂ ହୋଇବି ଭାଜନ ।୩୨।ଆସ ଆସ ବିରାଟ ହୋ ନକୁଳ ବୋଇଲେସ୍ୱାମି ବଡଭାଗ୍ୟ ମୁଂ ଅରଜଇ ୟେହିଠାରେ ଥିଲେ ।୩୩।ଯୁଝେଷ୍ଠିଦେବ ବୋଇଲେ ତୁ ମନେ ନ ଧର ବିକୃତଆମ୍ଭେ ପଞ୍ଚୁ ସହୋଦ୍ର ତୋତେ ଲାଇ ହୋଇଲୁ ଷଡ଼ଭ୍ରାଥ ।୩୪।ୟେ ମହୀଣଣ୍ଡଳେ ତୁ ହୋଇବୁ ଆଧିପତିପଛିମେ ନବସହସ୍ର ରାଜାରେ ତୁ ଶିରୋମଣି ଚକ୍ରବର୍ତ୍ତୀ ।୩୫।ଆସ ଆସ ବିରାଟ ହୋ ତୁ ଘେନ ମୋହୋର ଶାଢ଼ୀୟେ ମହୀମଣ୍ଡଳେ ତୁ ହୋଇବୁ ଅଧିକାରୀ ।୩୬।ଶ୍ରୀକରେ ଶାଢୀ ଯେ ତାକୁ ତୋଳି ଦିଲେକ ଧର୍ମରାୟେପୁଣ ପୁଣ ପ୍ରଣପତ୍ୟ ହୋଇ ଶାଢୀ ବାନ୍ଧିଲା ମଥାୟେ ।୩୭।କୋନ୍ତେ ବୋଇଲେ ବିରାଟ ମାଗ ଯାହା ଇଚ୍ଛାୟେହିକ୍ଷଣି ଦେବି ତୋତେ ଯାହା ମନବାଞ୍ଛା ।୩୮।ବିରାଟ ବୋଇଲା ସ୍ୱାମି ଯାହା ଦେବୁ ବରଯେହ୍ନେ ମନକୁ ଯେ କଳ୍ପଇ ମୋହୋର ।୩୯।ମୋହୋର ଦୁହିତା ସେ ଉତ୍ତରା ବାଳୀକିତାହାକଇଂ ପ୍ରଦାନ କରିବି ବୃହନ୍ନାରୀକି ।୪୦।ଲଭିବି ପରମଗତି ସେ ଦୁହିତା ପରସାଦେତେବେ ସେ ସଦୟେ ବୋଲି ଜାଣିମାନା ହୃଦେ ।୪୧।ଯେତେବେଳେ ଉତ୍ତରା ପ୍ରଦାନେ କରିବି କିରୀଟୀତେବେ ସେ ମୋହୋର ମନଭ୍ରାନ୍ତି ଯିବ ସିନା ଫିଟି ।୪୨।ଯୁଝେଷ୍ଠି ବୋଇଲେ ଅର୍ଜୁନର ସୁଭଦ୍ରା ଭାରିଯାତାହାଂକର ସହୋଦ୍ର ଯେ ରାମକୃଷ୍ଣ ଦେବରାଜା ।୪୩।ଆହୋ ଉତ୍ତରା ପ୍ରଦାନ କଲେ ଯେ ଅର୍ଜୁନଅପ୍ରୀତି ଭାବ ହୋଇବନା ତୋହୋର କୃଷ୍ଣଂକୁ ଯେ ରାମ ।୪୪।ୟେତେ ଯଶ ଅର୍ଜିଲୁ ଆମ୍ଭନ୍ତ ସମ୍ଭାଳିତୋତେ ଚିତ୍ତେ ଅନ୍ତର ଧରିବେନା ରାମ ବନମାଳୀ ।୪୫।ଅର୍ଜୁନ ବୋଇଲା ଦେବ ୟେମନ୍ତ ନ କହଆରେକ କଥାୟେ ଦେବ ଅଛଇ ସନ୍ଦେହ ।୪୬।ହୁଡ଼ି ବିରାଟ ହୋଇଲା ଯେ ୟେହାର ଗ୍ୟାନ ନାହିଂବିଦ୍ୟାଗୁରୁ ଶିଷ୍ୟ ପୁତ୍ରୀ ସଙ୍ଗତି ଅଛି କାହିଂ ।୪୭।ଅର୍ଜୁନ ବୋଇଲା ସେ ମୋ ଅଟଇ ଶିଶୁ ପୁତୀତାହା ମୋହୋର କାହିଂ ମିଳଇ ପୀରତି ।୪୮।ଯୁଝେଷ୍ଠି ଦେବେ ତୁ ଯେବେ କରୁ ଅପରତେବନ୍ଧୁ ହୋଇଲେ ସେ ନିଭ୍ରାନ୍ତି ହୋଇବ ତୋତେ ।୪୯।କୁମାରେକ ଅଛି ସେ ଯେ ଅର୍ଜୁନର ତନୁରାମ କୃଷ୍ଣଂକ ଭଣଜା ତାର ନାମ ଅଭିମନ୍ୟୁ ।୫୦।ଅଭିମନ୍ୟୁକୁ ପ୍ରଦାନେ କର ତୋହୋର କୁମାରୀବରକନ୍ୟାୟେ ସେ ହୋଇବେ ୟେକ ସରି ।୫୧।ବିରାଟ ବୋଇଲା ସ୍ୱାମି ମୁଂ ନିସ୍ତରିଲି ନିସ୍ତରିଲିୟେ ଦୋହିତା ପ୍ରସନ୍ନେ ମୁଂ ପରମ ଗତି ପାଇଲି ।୫୨।ୟେହାଉଂ ସୁଲଭ ମୁଂ ଯେ ଅରଜିବି କିସୟେବେ ସେ ଜାଣିଲି ମୋହୋର ସୁକର୍ମ ସୁଯଶ ।୫୩।ସାନନ୍ଦେଣ ଆଗ୍ୟାଂ ସେ ଦିଲେ ଦେବରାଜାବିଭାର ଯୋଗାଡ଼ ଯେ ବହନ କର ଯା ଯା ।୫୪।ବିରାଟ ବୋଇଲା ମୁଂ ମାଗଇ ଅଭିରଥିରାଜ୍ୟେ ଭ୍ରମଣି ମୋହୋର କରିବା ୟେହି ମୂର୍ତ୍ତି ।୫୫।ମତ୍ସ୍ୟଦେଶେ ମଘଦେଶେ ଦେଖନ୍ତୁ ଅଭିଷେକକୋଟି କୋଟି ଜନ୍ମର ସେ ଖଣ୍ଡନ୍ତୁ ପାତକ ।୫୬।ଯୁଝେଷ୍ଠି ଦେବଂକର ଅଭିଷେକ ବାରତା ଶୁଣିମରୁତ ଦେଶର ଶିବରାଜା ଥାଠ ଯେ ପଲାଣି ।୫୭।ଚୋଖାର ଶ୍ୱେତଅଶ୍ୱ ପଲାଣି ପାଞ୍ଚ ଅହିବ୍ରତ ତୁଲେକ୍ଷଣକେ ଆକାଶ କ୍ଷେପି ପାରନ୍ତି ଗମିଲେ ।୫୮।ପାଣିଦ୍ରବ୍ୟ ଶତେ ରଥ ଘେନି ଶିବରାଜାଯୁଝେଷ୍ଠିଦେବଂକ ଅଗ୍ରତେ କଲାକ ପାଦପୂଜା ।୫୯।ସାଧୁ ମୋହୋର ଜୀବନ ବୋଇଲେ ରାୟେ ଶିବହୃଦଗତେ କଳ୍ପନା କଲି ଦେଖିବି ଠାକୁରଂକ ଅଭିଷେକ ସମ୍ଭବ ।୬୦।ପୂର୍ବେ ଯେହ୍ନେ ମୁହିଂ କାମ୍ୟ କରିଥିଲିଯୁଝେଷ୍ଠି ଠାକୁରଂକ ଅଭିଷେକ ଦେଖିଲି ।୬୧।ସହସ୍ରେ ଜନ୍ମର ମୁଂ ପାତକ ଛଡ଼ାଇଲିସାକ୍ଷାତ ପରବ୍ରହ୍ମ ମୁଂ ନୟନରେ ଦେଖିଲି ।୬୨।ପୁଣ୍ୟର ବଳେ ମୋତେ ହୋଇଲା ପରାପତଅନେକ ହରଷେ ମହାରାଜା ହୋଇଲା କୃତ କୃତ ।୬୩।ଶିବରାଜା ଶ୍ୱେତହସ୍ତୀ ଉପରେ ଯୁଝେଷ୍ଠି ଦେବ କଲେ ବିଜେଭ୍ରମନ୍ତି ମଘଦେଶ ମତ୍ସଦେଶ ବେନିରାଜ୍ୟେ ।୬୪।କରେଣ ଅର୍ଘ୍ୟ ଘେନି ସୁଲଭ କାମେନୀଜୟେ ମଙ୍ଗଳେ କରନ୍ତି ହୁଳ ହୁଳି ଧୁନି ।୬୫।ଅଭିଷେକ ବିଧାନ ଯେ ଦେଖିଣ ଯୁଝେଷ୍ଠିଆକାଶୁଂ ଦେବତାୟେ କଲେକ ପୁଷ୍ୟ ବୃଷ୍ଟି ।୬୬।ଦେଢ଼ପହର ପରିଯନ୍ତେ ବରଷିଲା ରତ୍ନମାନସମରାଜ୍ୟେ ଲୋକେ ଯେ ସାଉଂଟିଲେ ସର୍ବଧନ ।୬୭।ଦେଖିଣ ମୁକତ ଯେ ହୋଇଲେ ସର୍ବଜନଦାରିଦ୍ର୍ୟ ଫିଟିଲା ସେ ବିରାଟ ଭୁବନ ।୬୮।ମତ୍ସଦେଶ ମଘଦେଶ ଦୁହେଂ ହୋଇଲେ ଉଦିତବହୁତଦେଶ ଦେଶାଉରେ ବାରତା କଲେ ତୁରିତ ।୬୯।ପାଞ୍ଚାଳ ଦେଶ ରାଜା ଦ୍ରୋପଦ ଦେଶ ରାଜେଶ୍ରୀଖଣ୍ଡୀ ଧୃଷ୍ଟଦ୍ୟୁମନ ଘେନିଣ ସଙ୍ଗେ ବିଜେ ।୭୦।ପଦ୍ମେକ ରଥୀ ଯେ ବେନି ପଦ୍ମ ହସ୍ତୀଚାରିପଦ୍ମ ମୁକୁଟବନ୍ଧା ଯୋଦ୍ଧା ତୁଲେଣ ସେନାପତି ।୭୧।ନବକ୍ଷଉଣୀ ବଳ ଘେନି ପାଞ୍ଚାଳେଶ୍ୱର ନାଥତୁଲେଣ ଘେନିଲା ସେ ପାଞ୍ଚାଳ କୁମାରନ୍ତ ।୭୨।ବଢାଇ ସମ୍ଭର୍ବେ ସେ ଘେନିଣ ରତ୍ନ କୋଷଚଳନ୍ତି ଦଣ୍ଡ ଘେନି ମତ୍ସଦେଶ ମଘଦେଶ ।୭୩।ଶୁଭେଣ ପ୍ରବେଶ ହୋଇଲେ ଦଣ୍ଡଧାରୀଆସ୍ଥାନେ ଦେଶାଉରେ ବାରତା ଯାଇଂକରି ।୭୪।ସ୍ୱାମି ପାଞ୍ଚାଳ ଦେଶର ରାଜା ଦ୍ରୋପତେଦୃଷ୍ଟଦ୍ୟୁମନ ପଞ୍ଚାଳ କୁମାର ସହିତେ ।୭୫।ଜଣାଇ ଦରଶନ କରେ ଯାଇଂ ଛାମୁଦୂରହୁଂ କୁମାରମାନେ ହୋଇଲେ ପରିଣାମୁଂ ।୭୬।ଶ୍ୱେତହସ୍ତୀ ଉପରେ ଯେ ବିଜେ ଧର୍ମସୁତେକୋଳେଣ ପାଞ୍ଚାଳୀ ଯେ ଦ୍ରୁପଦ ଦୁହିତେ ।୭୭।ପାଞ୍ଚାଳ କୁମାର ଯେ ଦ୍ରୋପତୀ କୋଳେଆନନ୍ଦେ ଅଶ୍ରୁଝଜଳ ବହଇ ବେନି ଡୋଳେ ।୭୮।ଗଜେକ ଆରୋହି ସେ କରେଣ ଗଦା ଘେନିଡାହାଣ ପାଖରେ ସେ ଚଳଇ ପାବେନି ।୭୯।କିରୀଟୀ ମୁକୁଟ ସେ ଶ୍ରୀକରେ ଗାଣ୍ଡିମ ଧନୁବାମ ପଖାୟେ ବିଜୟେ ବାସବରୁ ତନୁ ।୮୦।ହସ୍ତୀୟେକ ଆରୋହି କରେ ଧନୁଶର ଭାରଥୀଭୂତ ଭବିଷ୍ୟ ଜାଣନ୍ତା ସେ ସହଦେବ ମନ୍ତ୍ରୀ ।୮୧।ଗଜେକ ଆରୋହି ସେ ବୀର ଯେ ନକୁଳପଛିଆଣି ଥାଟ ଆବୋରି ରହିଅଛି କ୍ଷତ୍ରିୟ ଅଚାର୍ଗଳ ।୮୨।ଅଶ୍ୱେକ ଆରୋହି ବିରାଟର ନନ୍ଦନ ଯେ ଉତ୍ତର କୁମାରପାଞ୍ଚଲକ୍ଷ ଯୋଦ୍ଧା ଘେନି ଚଳଇ ଯୁଝେଷ୍ଠିଂକ ଆଗର ।୮୩।ଗଜେକ ଆରୋହି ସେ ବିରାଟ ମହୀପାଳଇଚମରେକ ଧରି ସେ ଅବିଛନ୍ନେ ଢାଳଇ ।୮୪।ଯାଚକେଶ୍ୱର ମନ୍ତ୍ରୀ ସେ ବାମଦେବ ପ୍ରୋହିତହସ୍ତୀୟେ ହସ୍ତୀୟେ ଚାମରେ ଚାମରେକ ହସ୍ତ ।୮୫।ଦ୍ରୋପଦର ନନ୍ଦନ ନାମ ଯେ ଶିଖଣ୍ଡୀଲକ୍ଷେକ ଯୋଦ୍ଧା ଘେନି ସେ ଡାହାଣ ପଖାୟେ ମଣ୍ଡି ।୮୬।ଶ୍ୱେତହସ୍ତୀ ଚଢିଣ ସେ ପଞ୍ଚାଳ ଦେଶ ଦ୍ରୋପତେକନକ ଦଣ୍ଡ ଗୋଟାୟେକ ଘେନିଲା ଅଛି ଶ୍ରାହସ୍ତେ ।୮୭।ମରୁତ ଦେଶ ରାଜା ଶିବନାମେ ନୃପତିଗଜେକ ଆରୋହିଣ କରେ ଧରିଛନ୍ତି ଧବଳଛତ୍ରୀ ।୮୮।ଯୁଝେଷ୍ଠି ଦେବଂକର ରାଜ୍ୟ ପରିକଳିବା ସମୟେଦ୍ରଶନ କଲା ଆସି କୀଞ୍ଚକର ପିତା ସଂକୋଚନ ରାୟେ ।୮୯।ଦନ୍ତେ ତିରଣ ସେ ଦଶନହ ଭରି ମୁଖେଅଶ୍ରୁଜଳ ବହଇ ବେନି ନୟନୁଂ ପୁତ୍ରଂକର ଦୁଖେ ।୯୦।ବିରାଟେଶ୍ୱର ରାଜା ଛାମୁରେ ପରିଣାମିସଂକୋଚନ ରାଜା ଛାମୁରେ ଦ୍ରଶନ କରୁଅଛି ଦେବ ସ୍ୱାମୀ ।୯୧।ଦେଖିଣ ସାନନ୍ଦ ଯେ ଜଗତ ଅଧିକାରୀଶ୍ରୀଭୁଜେ ସଂକୋଚନକୁ ଦିଲେ ଦେବ ଶାଢୀ ।୯୨।ଆହୋ ସଂକୋଚନ ଆମ୍ଭଂକୁ ଆଗ୍ୟାଂ ଦିଲେ ଦେବତାୟେତେଣୁକରି ପୃଥୀବୀକି ଭାରା ତୋହୋର ତନୟେ ।୯୩।ତାହାନ୍ତ ଆମ୍ଭେ ନାଶକଲୁ ମହୀଭାରା ନିମନ୍ତେସେ ପୁତ୍ର ତୋତେ ଦେଇ ନ ପାରୁଛୁଂ କଦାଚିତ୍ତେ ।୯୪।ସଂକୋଚନ ବୋଇଲା ସ୍ୱାମି ଦୃଷ୍ଟ ନିଶୋଧନସଜ୍ଜନ ପାଳକ ତୁ ଭାରା ନିବାରଣ ।୯୫।ସ୍ୱାମୀର ମୁଖେ ଯେ କୀଞ୍ଚକ ନାଶଗଲାପୂର୍ବ ଜନ୍ଣେଣ ସେ ଯେ ଅଶ୍ୱମେଧ ଯାଗ କରିଥିଲା ।୯୬।ଅନେକ ରତ୍ନମାନ ସଂକୋଚନ ରାଜାକୁ ସେ ଦିଲେଅନେକ ପୁରସରି ସେ ବଚନ କହିଲେ ।୯୭।ୟେସନେକ ସଂପଦେ ଯେ ମଘଦେଶେ ମତ୍ସଦେଶେ ଭ୍ରମିଦେଖିଣ ମୁକତ ଜନେ ସେ ଧର୍ମରାୟେ ସ୍ୱାମୀ ।୯୮।ମତ୍ସଦେଶେ ମଘଦେଶେ ହୋଅଇ ଉତ୍ସବରାଜାକୁ ମୁଣୋହି ଯୋଗାଡ଼ କଲେକ ମତ୍ସଦେବ ।୯୯।ସମରାଜ୍ୟ ଭ୍ରମଣି ସେ ଅଭୟେ ଚକ୍ରବର୍ତ୍ତୀବିଜୟେ ଧର୍ମନନ୍ଦନ ବାହାର ଜଗତୀ ।୧୦୦।ସ୍ନାହାନ ମାଜଣା ସେ ସାରିଣ ନିତ୍ୟକର୍ମରାଜାନ୍ତ ଘେନି ମୁଣୋହିଂ ବିଜେ ଦେବ ଧର୍ମ ।୧୦୧।ମୁଣୋହିଂ ଉତ୍ତାରେଣ ଆଂଚୋବନ ସାରିକ୍ରପୁର ତାମ୍ବୋଳ ଯେ ଭୋଜନ ଦେବ କରି ।୧୦୨।ଯୁଝେଷ୍ଠିଦେବ ବୋଇଲେ ସହଦେବଂକୁ ରାଇଦ୍ୱାରକା ପୁରକୁ ତୁ ଯାଆସି ବେଗ ହୋଇ ।୧୦୩।ବିଭାସନ୍ଦେଶ କହ ଯାଇଂ ରାମକୃଷ୍ଣ ବେନିବଧୂକୁ ଅଭିମନ୍ୟୁକୁ ଆସ ବେଗ ଘେନି ।୧୦୪।ୟେସେନେକ ଆଗ୍ୟାଂ ଦିଲେ ଦେବସ୍ୱାମୀବେଗ ଆସ ଘେନି ତୁ ଅଭିମନ୍ୟୁ ବୀରେ ଘେନି ।୧୦୫।
ଅଭିମନ୍ୟୁର ଉତ୍ତରା ସହିତ ବିବାହସ୍ୱାମୀଂକର ଆଗ୍ୟାଂୟେ ସେ ମନ୍ତ୍ରୀ ଚୂଡାମଣିଚଳଇ ଦ୍ୱାରିକାକୁ ଶ୍ୱେତ ଅଶ୍ୱ ପଲାଣି ।୧୦୬।ତକ୍ଷଣେ ସହଦେବ ଯେ ହୋଇଲେ ଦ୍ୱାରିକାଜଗନ୍ନାଥ ଜାଣିଲେ ସହଦେବ ଆସୁଅଛି ୟେକା ।୧୦୭।ବୈନେତ୍ର ଆରୋହିଣ ସେ ଦେବ ନାରାୟଣସହଦେବକଇଂ ଭେଟିଲେ ସେ ହଂସବଳା ପର୍ବତେଣ ।୧୦୮।ସନ୍ନିଧ୍ୟ୍ୟେ ସହଦେବ ଶତେ ଦଣ୍ଡ ପରିଣାମିମତ୍ସଦେଶକୁ ବିଜେ କରିବା ଦେବସ୍ୱାମୀ ।୧୦୯।ବିରାଟର ନନ୍ଦିନୀ ଯେ ଉତ୍ତରା କୁମାରୀଅଭିମନ୍ୟୁକୁ ପ୍ରାଦାନ କରିବା ଦେବ ହରି ।୧୧୦।ୟେସନେକ ଯହୁଂ ଶୁଣିଲେ ମୁରାରିବୈନେତ୍ର ପିଠିରେ ଅଛନ୍ତି ବିଜେକରି ।୧୧୧।ୟେମନ୍ତର ସମୟେ ସେ ଆରଣ୍ୟ ଆଧିପତିହଂସଧ୍ୱଜ ରାଜା ଆସି ଦ୍ରଶନ କରନ୍ତି ।୧୧୨।ଦେଖିଣ ସାନନ୍ଦ ସେ ଦେବାଧି ଦେବରାଜାଆହୋ ହଂସଧ୍ୱଜ ରାଜା ତୁ ଅଶ୍ୱଗୋଟି ଘେନି ଯା ଯା ।୧୧୩।ଯେତେବେଳେ ଯୁଝେଷ୍ଠିଦେବ ବାରୁଣାବନ୍ତକଇଂ ଯିବେସମ୍ଭର ସଂପଦେ ସେ ହସ୍ତିନା ରାଜ୍ୟରେ ବସିବେ ।୧୧୪।ତେତେବେଳେ ୟେ ଅଶ୍ୱଗୋଟି ନେଇ ଦେବୁୟେବେ ଅଶ୍ୱଗୋଟିକୁ ଯତନେ ଥୋଇଥିବୁ ।୧୧୫।ୟେତେକ ବଚନେ ସେ ହଂସଧ୍ୱଜ ନୃପତିହଂସାବଳୀ ପର୍ବତକୁ ସେ ଅଶ୍ୱ ଘେନି ଗଲାକ ତଡ଼ତି ।୧୧୬।ସେ ହଂସଧ୍ୱଜ ରାଜା ତହିଂ ଛାଡ଼ିଲା ଅଶ୍ୱଗୋଟିସହଦେବକଇଂ ଘେନି ଦେବ ବିଜୟେ ବୈନେତ୍ରର ପିଠି ।୧୧୭।କୋଳେ ସହଦେବ ମନ୍ତ୍ରୀ ଚୂଡାମଣିଦ୍ୱାରକା ପୁରେ ଯାଇଂ ବିଜୟେ ଚକ୍ରପାଣି ।୧୧୮।ସଭାୟେ ବିଜୟେ କରି ଅଛନ୍ତି ବଳଦେବୟେମନ୍ତର ସମୟେ ବିଜୟେ କଲେ ବାସୁଦେବ ।୧୧୯।ଦେଖିଲେ ସମ୍ଭରେ ଯେ ବିଜୟେ ହଳପତିଶ୍ରୀକୃଷ୍ଣ ସହଦେବ ଶତେ ସହସ୍ରଜଣ ପ୍ରଳମ୍ବ କରନ୍ତି ।୧୨୦।ଆସ୍ଥାନର ତଳେ ସେ ସହଦେବ ମହାମନ୍ତ୍ରୀକରପତ୍ର ଯୋଡ଼ି ବହୁତ ବିନୋୟୀ କରଇ ତୁସ୍ତି ।୧୨୧।ସ୍ୱାମି ସମଦଣ୍ଡ ଘେନିଣ ମତ୍ସଦେଶକୁ ଯିବାବିରାଟ ଦୋହିତା ଅଭିମନ୍ୟୁକୁ ପ୍ରଦାନ କରାଇବା ।୧୨୨।ବଳଦେବ ମଉନବ୍ରତ ହୋଇଲେ ତାହା ଶୁଣିସୁଭଦ୍ରା ଅଭିମନ୍ୟୁକୁ ଘେନି ବିଜୟ କର ଚକ୍ରପାଣି ।୧୨୩।ଗୋବିନ୍ଦେ ବୋଇଲେ ସ୍ୱାମି ଉଠ ହୋ ଚାଲ ଯିବାସାତବଂଶ ଘେନି ଦେବ ବିଜୟେ କରିବା ।୧୨୪।ସହଦେବ ବୋଇଲା ଯେ ରାମ ଚରଣେ ପରିଣାମିତୁମ୍ଭର ନ ଗଲେ ବିଭା ନୋହଇ ଦେବ ସ୍ୱାମୀ ।୧୨୫।ମତ୍ତଭୋଳ ପୁରୁଷ ତୁ ସଦା ପରମ ଯୋଗୀକ୍ଷଣକେ ଦୟାସାଗର କ୍ଷଣକେ ମହାରାଗୀ ।୧୨୬।ଶ୍ରୀ ଜଗନ୍ନାଥଂକ ବଚନେ ରାମ ଗତଦୋଷ କଲେ ତେଜ୍ୟାସମଦଣ୍ଡ ସାଜ ବୋଲି ଆଗ୍ୟାଂ ଦିଲେ ଦେବରାଜା ।୧୨୭।ଯଦୁବଂଶ ରାଜା ଉଗ୍ରସେନ ମହୀପତିସାଜିଲେ ସମଦଣ୍ଡ ଚଉଦଗୋଟି ରଥୀ ।୧୨୮।ଭୋଜବଂଶ ରାଜା ଯେ ସମର୍ଥକଜିତସାଜିଲା ସମଦଣ୍ଡ ସେ ତିନିଖର୍ବ ରଥ ।୧୨୯।ସୁରସେନ ନୃପତି ଯେ ବୃଷ୍ଣିବଂଶରେ ମହାରାଜାପାଞ୍ଚଖର୍ବ ରଥୀ ଯୋଦ୍ଧାକଲା ସଜ୍ଜା ।୧୩୦।କୁକୁର ବଂଶର ରାଜା ଯେ ଅଟେ ଅନାଧୃଷ୍ଟପାଞ୍ଚଲକ୍ଷ ରଥୀ ସାଜିଲା ସମ୍ଭରେ ମହାଥାଠ ।୧୩୧।ଅନ୍ଧେକ ବଂଶେ ଯେ ଗୋପାଳସେନ ନୃପତିପଞ୍ଚୁମର୍ଭୁତ ରଥ ଯେ ତାହାର ସଂଗତି ।୧୩୨।ହୈହେୟ ବଂଶେ ସେ ରାଜା ଯେ ଉଦ୍ଧବପଦ୍ମେକ ଯୋଦ୍ଧା ଘେନି ସେ ବଡ଼ାଇ ସମ୍ଭର୍ବ ।୧୩୩।ଚୌହାଣ ବଂଶର ରାଜା ଯେ ଅଟେ ଉପନନ୍ଦସାଗରେ ରଥୀ ତାହାର ମୁକୁଟ ବନ୍ଧା ଯୋଦ୍ଧା ତିନି ବୃନ୍ଦ ।୧୩୪।ୟେ ବିଧିରେ ସାତବଂଶ ରାଜାମାନେ ରଥ ମଣ୍ଡିକରେଣ ଛେଲ ଚକ୍ରଅସିପତ୍ର କୋନ୍ତ ଯେ ଭୂଷଣ୍ଡି ।୧୩୫।ଅଷ୍ଟରତ୍ନେ ମଣ୍ଡିତ ଯେ ସବୁଂକରି ରଥଉଦେଗିରି ପ୍ରତିକ୍ଷଣେ ଯେହ୍ନେ ଦିଶଇ ଆଦିତ୍ୟ ।୧୩୬।ନନ୍ଦିଘୋଷ ରଥ ଯେ ମଣ୍ଡିଲା ଦାରୁକଉପରେ ଶୋଭାବନ ଯେ କଣୟ ଅନେକ ।୧୩୭।ତାଳଧ୍ୱଜ ରଥ ଦାରୁକ ସାଜଇଶ୍ରୀ ବଳଦେବ ହଳମୂଷଳ ଘେନି ବିଜେ କରନ୍ତି ଯହିଂ ।୧୩୮।ବତିଶ ସହସ୍ର କନ୍ୟା ଶତେ ଅଷ୍ଟ ପାଟବଂଶୀତାହାନ୍ତ ଘେନି ବିଜୟେ କଲେ ହୃଷିକେଶି ।୧୩୯।ଲକ୍ଷେକ ଷାଠିୟେ ସହସ୍ର ଅଣାଶୀ ନନ୍ଦନଆରୋହିଲେ କୁମାରେ ଯେ ପୁଷ୍ୟକ ବିମାନ ।୧୪୦।ଯେ ଯାହାର ଆୟୁଧ ସେ ଧରିଛନ୍ତି କରେଅନେକ ରତ୍ନ ଅଳଂକାରମାନ ଯେ ଆଭରଣ ଶରୀରେ ।୧୪୧।ଦକ୍ଷିଣେ ସୌନନ୍ଦ ମୂଷଳ ଯେ ବାମକରେ ବଜ୍ରହଳକାଦମ୍ବରୀପାନେ ସ୍ୱାମୀ ସଦା ମତି ଭୋଳ ।୧୪୨।କୋଟି କୋଟି ସିଂହର ଯାହାର ପରାକ୍ରମତାଳଧ୍ୱଜ ଆରୋହିଣ ବିଜୟେ ବଳରାମ ।୧୪୩।ଦ୍ୱାରକା ରକ୍ଷାପାଳକ ୟେକା ପ୍ରସନ୍ନାଜିତସମଦଣ୍ଡ ଘେନିଣ ଚଳିଲେ ଜଗନ୍ନାଥ ।୧୪୪।ଅତିଅନ୍ତ ସଂପଦେ ଯେ ଦେବ ହୃଷୀକେଶମତ୍ସଦେଶେ ନାରାୟଣ ହୋଇଲେ ପ୍ରବେଶ ।୧୪୫।ବାରତା ପାଇଣ ଦେବ ଧର୍ମ ଯେ ଯୁଝେଷ୍ଠିସମଦଣ୍ଡ ଘେନିଣ ଆପଣେ ଆସନ୍ତି ପାଛୋଟି ।୧୪୬।ମଘଦେଶ ମତ୍ସଦେଶ ପାଞ୍ଚାଳ ମରୁତ ଦେଶର ସଇନିବିରାଟ ପାଛୋଟି ହୋଇଲା ୟେତେ ଘେନି ।୧୪୭।ଯୁଝେଷ୍ଠିଂକ ଚରଣ ତଳେ କେଶବ ପରିଣାମିଅନୁଗ୍ରହ ନାଥ ପ୍ରସନ୍ନ ହୋଅ ଦେବ ସ୍ୱାମୀ ।୧୪୮।ସମଦଣ୍ଡ ଘେନିଣ ସେ ନୃପତି ପଞ୍ଚାଳେବିରାଟ ଦ୍ରୋପତ୍ୟ ଶ୍ରୀବଳରାମଂକ ପାଦତଳେ ।୧୪୯।ପୁଣ ପୁଣ ପ୍ରଣପତ୍ୟ ଜଗନ୍ନାଥଂକ ପାଦତଳେସ୍ୱାମି ଲଭିଲି ପରମଗତି ଧର୍ମର ସୁଫଳେ ।୧୫୦।ଗୋବିନ୍ଦେ ବୋଇଲେ ବିରାଟ ଅତିଅନ୍ତ ଭାଗ୍ୟ ତୋହୋର ପୂର୍ବେଯୁଝେଷ୍ଠି ଠାକୁର ଯେ ବିଜେକଲେ ଆସି ୟେବେ ।୧୫୧।ବିଜୟେ ଆସ୍ଥାନେ ଧର୍ମ ଯେ ନୃପତିଶ୍ରୀ ବଳରାମେ ବିଜେ ଧର୍ମ ଯୁଝେଷ୍ଠିଂକ କତି ।୧୫୨।ଯୁଝେଷ୍ଠି ବଳରାମଂକ ଛାମୁରେ ବିଜୟେ ଦେବ ହରିମସ୍ତକେ ହସ୍ତଦେଇ ଅଛନ୍ତି ପୁରସରି ।୧୫୩।ବିରାଟ ଦ୍ରୋପଦ ଶିବରାଜା ଆସ୍ଥାନର ତଳେବିରାଟ ପ୍ରତିବାକ୍ୟ କହଇ ମଧ୍ୟ୍ୟକାଳେ ।୧୫୪।ବେଳେ ମୁହିଂ ସ୍ୱାମୀଂକି ସେବା କରିବି ସନ୍ନିଧାନୁସ୍ୱାମି ଉତ୍ତରାକୁ ପ୍ରଦାନ କରିବି ଅଭିମନ୍ୟୁ ।୧୫୫।ଗୋବିନ୍ଦେ ବୋଇଲେ ହୋ ତୋହୋର ଯେହ୍ନେ ଭାଗ୍ୟତୋହୋର ଆମ୍ଭର ପୂର୍ବେ ଅଛଇ ୟେସନେକ ବନ୍ଧୁ ଯୋଗ ।୧୫୬।କର ଯାଇଂ ଉତ୍ସବ ହୋ ବିଭାର ବିଧାନେଚଳଇ ବିରାଟ ଯେ ସାନନ୍ଦ ତୋଷମନେ ।୧୫୭।ଛାୟା ମଣ୍ଡୋପ ଯେ ନିର୍ବାଣିଲେ ନୃପମଣିପାଞ୍ଚକୋଶ ଆୟତନ ଛାୟା ମଣ୍ଡୋପେ ପରିମାଣି ।୧୫୮।ଶୁଦ୍ଧ ସଷ୍ଟିକ ସ୍ତମ୍ଭ ଯେ କଣୟ ଛାୟେଣିତଥିରେ ଉପରେ ପନ୍ତି ମୁକୁତା ରତ୍ନମଣି ।୧୫୯।ପାଞ୍ଚ ଅହିବ୍ରତେକ ଖମ୍ବ ସଭାୟେଣ ରଞ୍ଚିଶତେ ଶତେ ପନ୍ତି ହୀରା ମାଣିକ୍ୟ ତହିଂ ସଞ୍ଚି ।୧୬୦।ମାରାଗର ଶେଣି ମର୍କତର କୋଣକାଣ୍ଡକଣୟ ପତ୍ରେ ଛାୟେଣୀ ଯେହ୍ନେ ଦିଶଇ ମାରତଣ୍ଡ ।୧୬୧।କନକର ରୁଅ ପଟା ନୀଳା ରତ୍ନେ ଶୋଭାଜଳଧର ମେଘେ ଯେହ୍ନେ ବିଜୁଳିର ପ୍ରଭା ।୧୬୨।ମର୍କତର ପଦ୍ମ ଯେ କେଶର ବଇଡୁର୍ଯ୍ୟପାଖୁଡା ନୀଳା ମୁକୁତା ଫେରରେ ବିରାଜ ।୧୬୩।ହସ୍ତୀଦନ୍ତ କମତଳେଣ ପାଣି ପାଟିତହିଂର ଉପରେ ଯେ କଣୟ ରସାଣ ପତ୍ର ଘଟି ।୧୬୪।ଅନେକ ଧନ ଭଣ୍ଡାର ଯେ ଧ୍ୱଂସିଲା ବିରାଟଇବିପୁଳ ଭୁବନ ଜାଣି ସଭାଗୋଟି ଘଟଇ ।୧୬୫।ଚାରିଖମ୍ବ ଭିତରେ ଯେ ନନ୍ଦାବ୍ରତେକଗୋଟିୟେ ବିଧିରେ ନବଶତ ପାଟିଆ ତିନିକୋଟି ।୧୬୬।ପାଣି ପାଟିଆ ତଳେ କଣୟର ବେଣ୍ଟୁଳିହୀରା ନୀଳା ବଇଡୁର୍ଯ୍ୟ ମାଣିକ୍ୟ ଖଟୁଳି ।୧୬୭।କୋଟିକେ ସୁବର୍ଣ୍ଣ କଳସ ଗୋଟିୟେ ବସଇସେ କଳସ ଗୋଟିକେ ଲକ୍ଷେମାଢ ସୁବର୍ଣ୍ଣ କୋଷଇ ।୧୬୮।କେ କଳସ ଉପରେ ନେତ ପତାଙ୍ଗ ଗୋଟିୟେଦେବ ବିଳାସ ପତନୀ ଆଲମ୍ବ ଷାଠିୟେ ।୧୬୯।ୟେସନେକ କରିଣ ସଞ୍ଚିତ କଲା ବିରାଟେଅଳକାପୁର ଜାଣି କୁବେରର ଘଟେ ।୧୭୦।ତଳେ ସଷ୍ଟିକର ପୀଢ କନକବନ୍ଦ ବିଳାପାବଚ୍ଛେ ବିରାଜନ୍ତି ମାଣିକ୍ୟ ଝରା ପୋୟେଳା ।୧୭୧।ଛାୟାମଣ୍ଡୋପ ଘଟିତ ୟେସନେକ ବିଧିକି ଅବା ରତନ ଯେ ଲାଗିଲା ପଞ୍ଚୁ ନିଧି ।୧୭୨।ପୋୟେଳାର ବିନ୍ଦେ ଯେ ମୁକୁତା ଚଉସରାଲମ୍ବନ୍ତି ନିରନ୍ତରେ ମାଣିକ୍ୟର ଝରା ।୧୭୩।ୟେସନେକ ସୁସଞ୍ଚେ ଯେ ସଭା ନିରିବାଣିଦେଖିଣ ପ୍ରଶଂସା କଲେ ଦେବ ଚକ୍ରପାଣି ।୧୭୪।ଚତୁର୍ଦ୍ଦିଗ ରାଜାନ୍ତ ନିମନ୍ତ୍ରିଲା ମତ୍ସପତିଉତ୍ତରା ବିଭା ବୋଲି ଜଗତେ ଦେଶାଉରେ କହନ୍ତି ।୧୭୫।ନଇଷେଧ ଦେଶର ନୃପତି ଭୁବି ଯେ ବାହାନଦଣ୍ଡ ସାଜି ଅଇଲା ସେ ତୁଲେ ବହୁତ ଧନ ।୧୭୬।କଞ୍ଚଣ ଦେଶର ରାଜା ଯେ ଉଦମାଳିବଡ଼ାଇ ସମ୍ଭରେ ସେ ରାଜା ଅଇଲାକ ଚଳି ।୧୭୭।ବ୍ରହ୍ମପୁର ରାଜା ନାମ ଅଟଇ କେତନଦଣ୍ଡ ଘେନି ଅଇଲା ସେ ତୁଲେଣ ଲକ୍ଷେଭାର ଧନ ।୧୭୮।ଭାନୁପୁର ରାଜା ନାମ କର୍ଣ୍ଣ ଯେ କେଶରୀସମଦଣ୍ଡ ଘେନି ସମ୍ଭର୍ବେ ଅଇଲା ପାଣିଦ୍ରବ୍ୟ ରଥ ଚାରି ଭରି ।୧୭୯।ମଧୁପୁର ରାଜା ଯେ ଜୀମୂତ ବାହନଅତୁଟ ଅବନ୍ଧ୍ୟା ଆଣିଲା ସେ ଚାରିଲକ୍ଷ ଗୋଧନ ।୧୮୦।ପାଣି ମଣ୍ଡଳର ରାଜା ପଦ୍ମ ଯେ କେଶରୀଅନେକ ସମ୍ଭର୍ବେ ସେ ଅଇଲା ଦଣ୍ଡଧାରୀ ।୧୮୧।ବେଦପୁରର ରାଜା ନାମ ଯେ ଧର୍ମଦାସବହୁତ ଆଣିଲା ସେହୁ ପାଣିଦ୍ରବ୍ୟ ରତ୍ନକୋଷ ।୧୮୨।ଚୋଳ ମଣ୍ଡଳର ରାଜା ନାମ ହରିନାଥସଙ୍ଗେ ଆଣିଲା ସେ ପାଣିଦ୍ରବ୍ୟ ସାତ ରଥ ।୧୮୩।ବିଜୟ ନଗ୍ରର ରାଜା ଯେ ଋତୁପର୍ଣ୍ଣଚାରିଲକ୍ଷ ଶ୍ୱେତ ଅଶ୍ୱ ଆଣିଲା ରାଜନ ।୧୮୪।ଉଦୟ ଦେଶର ରାଜା କଉତୁକ ସେନବଡ଼ାଇ ସମ୍ଭରେ ସେ ଅଇଲାକ ରାଜନ ।୧୮୫।ମହୀନ୍ଦ୍ର ମଣ୍ଡଳର ଯେ ଧନାଧିପ ରାଜାସହସ୍ରେକ ମତ୍ତହସ୍ତୀ ଦନ୍ତା ମହାତେଜା ।୧୮୬।ରଣପୁର ନଗ୍ର ରାଜା ନାମ ଦୀକ୍ଷାପତିବହୁତ ସୈନ୍ୟ ଘେନି ସେ ଅଇଲା ତଡ଼ତି ।୧୮୭।ଯେନାବଳୀ ନଗ୍ରେ ସେ ବିଶିକେସନ ରାଜଲକ୍ଷେ ରଥ ସୁବର୍ଣ୍ଣର ଘେନି କଲା ପାଦପୂଜା ।୧୮୮।ଯୁଝେଷ୍ଠି ବୋଇଲେ ଶୁଣିମା ବିରାଟହସ୍ତିନାକୁ ଦୂତ ପଠିଆଣ ଆସନ୍ତୁ ଧୃତରାଷ୍ଟ୍ର ।୧୮୯।ଭୀଷ୍ମ ଦ୍ରୋଣ ଶଲ୍ୟ ଭୁରିଶ୍ରବା ବିଦୁରେକର୍ଣ୍ଣ ଶକୁନି ବାଲ୍ହିକ ତୁଲେ ଆସନ୍ତୁ କରୁବୀରେ ।୧୯୦।ଆପଣେ ଲେଖନ କଲେ ଶ୍ରୀହସ୍ତେ ସନକଗୋଟିୟେହା ନେଇ ଦେବୁ ତୁ ରାଜା ଧୃତରାଷ୍ଟି ।୧୯୧।ବଢାଇ ସମ୍ଭର୍ବେ ସେ ଆସନ୍ତି କୁରୁପତିଯୋଗେଣ ବିଭା ହୋଇବ ତାହାଂକର ନାତି ।୧୯୨।ଯୁଝେଷ୍ଠି ଦେବଂକର ବିନୋତ୍ର ବିରାଟର ଅକ୍ଷତଘେନିଣ ଚଳଲେ ସେ ବାମଦେବ ପ୍ରୋହିତ ।୧୯୩।ସହସ୍ରେ ଯୋଦ୍ଧା ଯେ ପ୍ରୋଦିତଂକ ତୁଲେବାରୁଣାବନ୍ତେ ଯାଇଂ ପାଞ୍ଚଦିନେ ମିଳିଲେ ।୧୯୪।ଗୋଧନ ହରଣୁଂ ସେ ଯେ ପଳାଇ ଅଇଲା କୁରୁପତିଧୃତରାଷ୍ଟ୍ର ଦେଖିଲେ ଯେ ସବୁଂକରି ଶାସ୍ତି ।୧୯୫।ଇନ୍ଦ୍ରପ୍ରଶସ୍ତେ ବିଜୟେ ଗାନ୍ଧାରୀର ସୁତଅକ୍ଷତ ଘେନି ଯାଇଂ ପ୍ରବେଶ ବମଦେବ ପ୍ରୋହିତ ।୧୯୬।ମତ୍ସଦେଶର ବାରତା ବୋଲି ଯାଇଂ ଡଗର ଜଣାଇଂଆସ୍ତାନୁ ଆଗ୍ୟାଂ ଦିଲା ଆସନ୍ତୁ ବେଗ ହୋଇ ।୧୯୭।କିମ୍ଭୂତ କାରଣ ଯେ ପଚାରି କୁରୁପତିବିନୟ ଉତ୍ତର ଦିଲେକ ନେଇ ବାମଦେବ ଧାତି ।୧୯୮।ଧୃତରାଷ୍ଟ୍ରଂକୁ ଯୁଝେଷ୍ଠି ଦେବଂକର ନମସ୍କାରଶତେସହସ୍ର ଦଣ୍ଡ ପ୍ରଳମ୍ବ ଶତେବାର ।୧୯୯।ଓହୋକୁଳ କୁଶଳ ବାରତା ଜଣାଇଂଆରୋଗ୍ୟ କ୍ଷେମେଣ ଆମ୍ଭେ ଅଛୁଂ ପାଞ୍ଚଭାଇ ।୨୦୦।ଅଭିମନ୍ୟୁକୁ ବିଭା ଦବ ବିରାଟ କୁମାରୀତୁମ୍ଭେ ସେ ୟେଥକୁ ଯେ ଅଟ ଅଧିକାରୀ ।୨୦୧।ତୁମ୍ଭେ ମୋହୋର ପିତା ଥିବନା ଉତ୍ସବର କାଳେୟେମନ୍ତ ବୋଲି ଲେଖ ଦେଇଛନ୍ତି ଯୁଝେଷ୍ଠି ମହୀପାଳେ ।୨୦୨।ଅଭିମନ୍ୟୁ ବିଭା ଯହୁଂ ଶୁଣିଲେ ଶୁଭକଥାକର୍ଣ୍ଣ ଶକୁନି ଧୁଶାସନ ପାଇଲେ ବଡ ବ୍ୟଥା ।୨୦୩।ଶୁଣିଣ ସାନନ୍ଦ ଯେ ହୋଇଲେ ଧୃତରାଷ୍ଟ୍ରସଞ୍ଜୟକୁ ଆଗ୍ୟାଂ ଦିଲେ ସାଜ ବେଗେ ଥାଠ ।୨୦୪।ପାଣ୍ଡବେ ଉଦିତ ଯେ ଅଭିମନ୍ୟୁର ବିଭାସାଜହୁଅ ଭୀଷ୍ମ ଦ୍ରୋଣେ ବହନ ହୋଇ ଯିବା ।୨୦୫।ଭୀଷ୍ମ ଦ୍ରୋଣେ ବୋଇଲେ ଶୁଣ କୁରୁପତିଅଭିମନ୍ୟୁ ବିଭା ମତ୍ସଦେଶେ ଯିବା କି ତଡ଼ତି ।୨୦୬।ମାନଗୋବିନ୍ଦ ବୋଇଲା ଯାଅ ହୋ ତୁମ୍ଭେ ତାତସମର ଶ୍ରମେ ଅଇଲୁ ଆମ୍ଭର ଅବସ୍ତା ବହୁତ ।୨୦୭।ନାସ୍ତି ବୋଲି କରି ରାଜା ପଶିଲା ଅନ୍ତପୁରେଯୋଦ୍ଧାୟେ ସଜ ହୋଇ ଆଉ ନୁଆରନ୍ତୁ ଡରେ ।୨୦୮।ଧୃତରାଷ୍ଟ ବିଦୁର ସଞ୍ଜୟେ ଭୁରିଶ୍ରବାୟେତେକ ଘେନି ବିଜୟେ ବ୍ୟାସଂକର ସମ୍ଭବା ।୨୦୯।ଦଶ ସହସ୍ର ରଥ ବତିଶ ସହସ୍ର ହସ୍ତୀଲକ୍ଷେକ ତୁରଙ୍ଗମ ତିନି ପରାୟୁଧ ପାଦନ୍ତି ।୨୧୦।ୟେତେକ ସନ୍ୟ ଘେନି ଯେ ଅମ୍ବିକାର ସୁତଭୀଷ୍ମ ଦ୍ରୋଣେ ଘେନି ରାଜା ଭାଳଇ ୟେକାନ୍ତ ।୨୧୧।ତୁମ୍ଭେ ଯାଇ କହ ଯା ଦ୍ରିଯୋଧନର ଆଗେକାର୍ଯ୍ୟକୁ ମାନବଣା ନୋହୁ ଆତ୍ମରାଗେ ।୨୧୨।ଅଗ୍ୟାଂନେ ସମର ଅବା କଲେ ଅପରତେସୋଦ୍ରିମାପଣେ କି ଅଛି ଅଭ୍ୟନ୍ତର ବାଚ୍ୟେ ।୨୧୩।ସମଦଣ୍ଡ ଘେନି ଚାଲ ଯିବାକ ଆରମ୍ଭେଅଭିମନ୍ୟୁକୁ ବିଭା ଯାଇଂ କରାଇବା ସମ୍ଭର୍ବେ ।୨୧୪।ଯଦୁବଂଶେ ଜାତ ରାମ କୃଷ୍ଣଂକ ଭଣଜାସମଦଣ୍ଡ ସମ୍ଭରେ ଘେନି ଦ୍ୱାରକାଇଂ ଗଲେନି ଦେବରାଜା ।୨୧୫।ଭୀଷ୍ମେ ଜଣାଇଲେ ଯାଇଂ ମାନ ଚକ୍ରବର୍ତ୍ତୀବାବୁ ସହୋଦ୍ରେ ଅଭାବ ତୁ ନୋହନା ଅପ୍ରୀତି ।୨୧୬।ଚାଲ ମତ୍ସଦେଶେ ବିଭା କରିବା ଅଭିମନ୍ୟୁଶୁଣିଣ ପ୍ରତିବାଚ କହଇ କୁରୁସାନୁ ।୨୧୭।ଭୀଷ୍ମ ଦ୍ରୋଣ ଘେନିଣ ବେଗେ ଯାଉ ତାତମୋତେ ଯିବାକୁ ଆଉ ନ ବୋଲ ବହୁତ ।୨୧୮।ରାଜାର ଆଗ୍ୟାଂୟେ ସେ ଚଳଇ ଧୃତରାଷ୍ଟ୍ରଭୀଷ୍ମ ଦ୍ରୋଣ ତୁଲେ ଘେନିଣ ଯେ ଥାଠ ।୨୧୯।ବାମଦେବ ପ୍ରୋହିତେ ଅଛନ୍ତି ଯେ ପାଶେଶୁଭ ଯୋଗେ ଧୃତିରାଷ୍ଟ୍ର ଚଳିଲେ ମତ୍ସଦେଶେ ।୨୨୦।ୟେଥୁ ଅନନ୍ତରେ ମତ୍ସଦେଶର କଥନପ୍ରବେଶ ହେଉଛନ୍ତି ସକଳ ରାଜାମାନ ।୨୨୧।ଦଶଲକ୍ଷ ବ୍ରାହ୍ମଣ ତୁଲେ ସୁଦେବ ସନାତନେଅମୃତ ରସ ପାକ କରନ୍ତି ବିଧାନେ ।୨୨୨।ଅନେକ ପବିତ୍ର ପଦାର୍ଥେ ଅନ୍ନେ ଗର୍ଭ ସୁଖୀଦେବେ ଭୋଳ ହୋଉଛନ୍ତି ଯେବଣ ଅନ୍ନ ଦେଖି ।୨୨୩।ସ୍ନାହାନ ସାରିଣ ସେ ସକଳ ଭୁଅପତିମୁଣୋହି ମନ୍ଦିରେ ବସି ସେ ଭୋଜନ କରନ୍ତି ।୨୨୪।ସୁଦେବ ବୋଲି ବ୍ରାହ୍ମଣେକ ଯେ ସୂପକାର ବଂଶଦୋହରାଂକ ପ୍ରସନ୍ନେ ତାଂକର ସମସ୍ତ ଅମୃତ ପାକରସ ।୨୨୫।କ୍ଷୀର ସମୁଦ୍ରେ ଯେ ବିରାଟ ପରିଜାଗୋରସେଣ ତ୍ରିପୁତି ଯେ ହୋଇଲେ ସର୍ବରାଜା ।୨୨୬।ଭୁଞ୍ଜିଣ ତ୍ରିପୁତି ଯେ ସକଳ ମହୀପତ୍ୟେଯେବଣ ରାଜାର ଯୋଦ୍ଧା ପାତ୍ର ଅମନାତ୍ୟେ ଯେତେ ।୨୨୭।ଆଞ୍ଚୋବନ ସାରିଣ କ୍ରପୂର ତାମ୍ବୁଳ ଭୁଞ୍ଜିବିଜୟେ ଅସ୍ତାନେ ଯେ କଉତୁକେ ରଞ୍ଜି ।୨୨୮।ନୃତ୍ୟଗୀତ ତାଣ୍ଡବ ଯେ କରନ୍ତି ବିଳାସୁଣୀବଳଦେବ ସହିତେ ବିଜୟେ ଚକ୍ରପାଣି ।୨୨୯।କଣୟ ମନ୍ଦିର ଯେ ବିରାଟ ରଞ୍ଚିଲାତହିଂ ଯାଇଂ ଜଗନ୍ନାଥର କୁଟୁମ୍ବ ରହିଲା ।୨୩୦।ସମସ୍ତେ ପ୍ରଶଂସା କଲେ ବିରାଟ ସାଧୁ ସାଧୁଅନାଦି ପୁରୁଷକୁ ତୁ ପାଇଲୁ ୟେବେ ବନ୍ଧୁ ।୨୩୧।ୟେକା ଦୋହିତାଗୋଟି କୁଳ ଉଦ୍ଧାରିଣୀସୋମବଂଶର ହୋଉ ସେ ଓହୋକୁଳର ମଣ୍ଡଣି ।୨୩୨।କୁମ୍ଭମାସ କୃଷ୍ଣପକ୍ଷ ପଞ୍ଚମୀର ଦିନଚକ୍ରବାର ହସ୍ତା ନକ୍ଷତ୍ର ଯେ ବିଦ୍ୟମାନ ।୨୩୩।ବାଣିଜ୍ୟ ନାମେ କରଣ ଶୁଭ ନାମେ ଯୋଗତାରଚନ୍ଦ୍ର ବେଳା ଯେ ରୋହିଣୀ ଘରେ ଭୋଗ ।୨୩୪।ବିଭାର ଅନୁକୂଳ ଧଇଲେ ପୁରୋହିତେବାରତା ପାଇ ବିଜେକଲେ ବ୍ୟାସ ତପୋବନ୍ତେ ।୨୩୫।ଲକ୍ଷେକ ବ୍ରାହ୍ମଣ ଘେନି ଧୌମ୍ୟ ପୁରୋହିତେମତ୍ସଦେଶେ ପ୍ରବେଶ ଆସି ହୋଇଲେ ତୁରିତେ ।୨୩୬।ବେନି ଲକ୍ଷ ବ୍ରାହ୍ମଣ ଘେନିଣ ମାରକଣ୍ଡ ବ୍ରହ୍ମବେତ୍ତାଆସିଣ ପ୍ରବେଶ ହୋଇଲେ ଭାର୍ଗବ ମହାଗ୍ୟାଂତା ।୨୩୭।ତିନି ଅହିବ୍ରତେକ ସେ ଘେନିଣ ବ୍ରହ୍ମଶିଷିଆସି ପ୍ରବେଶ ହୋଇଲେ ଶାୟନ୍ତନୁ ମହଋଷି ।୨୩୮।ଅହିବ୍ରତେକ ବ୍ରାହ୍ମଣ ଘେନିଣ ଉଦ୍ଦାଳେକ ପ୍ରୋହିତେମତ୍ସଦେଶେ ପ୍ରବେଶ ଆସି ହୋଇଲେ ତୂରିତେ ।୨୩୯।ଯଦୁଋଷି କଣ୍ଡୁଋଷି ପାରେଶ୍ୱର ଋଷିଅଭିମନ୍ୟୁ ବିଭା ଶୁଣି ପ୍ରବେଶ ହୋଇଲେକ ଆସି ।୨୪୦।ସନକ ସତାତନ ସନତ ଯେ ମନୁ ବିଭାଣ୍ଡକଅଗସ୍ତି ଜନକ ସୁମନ୍ତକ ବିଶ୍ୱାମିତ୍ର ପୌଲସ୍ତି ଅନେକ ।୨୪୧।ୟେମନ୍ତେ ଅଠାଶୀ ଅଇଲେ ମହଋଷିବିଭା ଉତ୍ସବକାଳେ ସମସ୍ତେ ପ୍ରବେଶ ହୋଇଲେକ ଆସି ।୨୪୨।ଅନେକମତେ ନୃପତି ଦେଖି କଲେ ପାଦପୂଜାବସି ଋଷିମାନେ ସମସ୍ତେ ବିପ୍ର ଦ୍ୱିଜା ।୨୪୩।ଧୃତରାଷ୍ଟ୍ର ପ୍ରବେଶ ହୋଇଲେ ମତ୍ସଦେଶେବିନୟ ଭାବେ ଖଟନ୍ତି ଯୁଝେଷ୍ଠି ତାଂକ ପାଶେ ।୨୪୪।ଅନେକ ପ୍ରଶଂସା ଯେ କଲେକ କଉରୋବେୟୁଝେଷ୍ଠି ବିନୋଇ ଭୀଷ୍ମ ଦ୍ରୋଣଂକର ପାଦେ ।୨୪୫।ଅନେକ କୁଶଳ ଯେ ବାରତା ପଚାରିସମସ୍ତ କ୍ଷେମ ବୋଇଲେ ତହିଂ ଦଣ୍ଡଧାରୀ ।୨୪୬।ବନସ୍ତେ ପଡିଲା ଯେତେକ କଷ୍ଟମାନପ୍ରସ୍ତାପ ବାକ୍ୟେ ତାହା କହିଲେ ଧର୍ମନାନ ।୨୪୭।ଅନେକ ସାନନ୍ଦ ଯେ ହୋଇଲେ ଧୃତରାଷ୍ଟ୍ରେଅନେକ କଲ୍ୟାଣ କଲେକ ତୁଷ୍ଟଚିତ୍ତେ ।୨୪୮।ବିନୟେ ପୁଚ୍ଛାକଲେ ଧର୍ମଂକ ନନ୍ଦନଭୋ ତାତ ଦୟା ମୋତେ କିଂପା ଛାଡ଼ିଲା ଦ୍ରିଯୋଧନ ।୨୪୯।ସେ ମୋହର ସୋଦର ମୁଂ ତାକୁ କଲାଇ କେବଣ ଦୋଷପୁତ୍ର ବିଭା ଶୁଣି ସେ କିଂପେ ନୋହିଲା ହରଷ ।୨୫୦।ଯୁଝେଷ୍ଠିଂକ ଅଗ୍ରତେ କହିଲେ ଧୃତରାଷ୍ଟ୍ରତୁ ଅବା କି ନ ଜାଣୁ ସେ ସମସ୍ତ ବଡ଼ ଦୁଷ୍ଟ ।୨୫୧।ଯୁଝେଷ୍ଠି ବୋଇଲେ ତାତ ଦୁଷ୍ଟ ଯେ ହୋଇଲେସମୟ ସେ ବ୍ରତଇ ନା ଅସଜ୍ଜନ ହୋଇଲେ ।୨୫୨।ମହା ମହା ଦୁଷ୍ଟ ତ ତାତ ଥିଲେ ୟେହି ଭୂମିକଂସ କେଶୀ ଅଘା ପ୍ରଳମ୍ବା କଦମ୍ବା ଅମ୍ବା କାଳ ଯେ ନଉମି ।୨୫୩।ଜାରା ନାରକା କାଳ ଯବନ ବାଣୀ ବଜ୍ରନାଭପାଣ୍ଡବାସୁର ନିର୍ବାତ କପଚ ୟେମାନ ପାଇଲେ ପରାଭବ ।୨୫୪।ୟେମାନେ ସଭିୟେଂ ନାଶ ଗଲେକ ନାହିଂକି ତାତଅତି ଦୁଷ୍ଟପଣ ବସୁଧା ନ ସହଇ ବହୁତ ।୨୫୫।ଗୋବିନ୍ଦେ ବୋଇଲେ ଯୁଝେଷ୍ଠି ବନେ ପାଇଲା କି ବଡ଼ ଦୁଖଧୃତରାଷ୍ଟ୍ର ଅଗ୍ରତେ ହୋଉଛନ୍ତି ବିମୁଖ ।୨୫୬।ସ୍ୱାମି ଆମ୍ଭେ ସେ ନାଶିଲୁ କଂସ ଉଗ୍ରସେନ ଚାଟଅବନ୍ତୀପୁରେ ଶାନ୍ତିପନୀ ପଣ୍ଡା ଆମ୍ଭଂକୁ ପଢାଇଥିଲେ ପାଠ ।୨୫୭।ଦୁଇଭାଇ ହୋଇ ଆମ୍ଭେ ଯେ ଗଲୁ ପାଠ ପଢିଆମ୍ଭନ୍ତ ଅନେକ ଦୟାକଲେ ଶାନ୍ତିପନୀ ବ୍ରହ୍ମଚାରୀ ।୨୫୮।ପୁତ୍ରହୁଂ ଅଧିକ କରି ପାଠ ସେ ପଢାଇନିଅଳ ସେ ଅନେକ ବିଦ୍ୟା ଆମ୍ଭେ ସାଧ୍ୟ କଲୁ ତହିଂ ।୨୫୯।ହେତୁମତି ଦେଖିଣ ସେ ପ୍ରଶଂସିଲେ ଗୁରୁହୃଦଗତେ ବିସ୍ମରଇ ସେ ଆମ୍ଭର ପାଠ ପଢୁଂ ।୨୬୦।ଶ୍ରାବଣ ମାସ କୃଷ୍ଣପକ୍ଷ ଚଉଠି ଭୃଗୁବାରହସ୍ତାନକ୍ଷତ୍ର ବେଳ ପାଞ୍ଚ ଘଡ଼ି ଭିତର ।୨୬୧।ଶାନ୍ତିପନୀ ପଣ୍ଡାୟେ ନାହାନ୍ତି ନିଜ ବାସେସୁଦୃଦେ ନିମନ୍ତେ ଗମିଲେ ବିଦେଶେ ।୨୬୨।ଶାନ୍ତିପନୀ ପଣ୍ଡାଂକ ଭାରିଯା ନାମ ଶ୍ରୀୟାସେଦିନ ଆମ୍ଭୁଂକୁ ରାଇଣ ବୋଇଲେ ଗୁରୁପ୍ରିୟା ।୨୬୩।ବାବୁ ଜାଳ ନାହିଂ ଆଜ ଯିବ କି ଭାଇ ବେନିଶୁଖିଲା କାଠ କିଛୁ ଆଣ ହୋ ବନୁ ଘେନି ।୨୬୪।ଆମ୍ଭେ ଯେ ବୋଇଲୁ ତାହାଂକର ବଚନେଉପବାସ କରିବା କି ଜାଳର ବିହୁନେ ।୨୬୫।କୋଠାର ଖଣ୍ଡିୟେ ଆମ୍ଭନ୍ତ ଦିଅସି ଗୋ ମାୟେୟେହିକ୍ଷଣି ଆଣିବୁ ଆମ୍ଭେ କାଠ ଯେ ଗୁଡାୟେ ।୨୬୬।ଯେବଣ ସ୍ୱାମୀ ସେ ତ୍ରୈଲୋକ୍ୟ ଅଧିପତିକୁତୂହୋଳ ମହିଂମାକୁ ୟେସନେକ କୃତୀ ।୨୬୭।ଗୁରୁପତ୍ନୀଂକର ବୋଲ ନ ଭାଞ୍ଜିବା ନିମନ୍ତେସର୍ବସମ୍ଭଳ ନାଥ ଗମନ୍ତି ବନସ୍ତେ ।୨୬୮।ଇଦାନୀଂ ମାନବଲୋକେ ଗୁରୁବଚନ ଭାଞ୍ଜନ୍ତିସଂସାରିକା ଦୋଷେ ସେ ବହୁତ ଦୁଖ ଲଭନ୍ତି ।୨୬୯।ସେ ଗୁରୁଂକ ପତ୍ନୀ ବଚନେଣ କରିବନସ୍ତ ଭିତରକୁ ସେ ଗଲୁ କାଠ ପାଡ଼ି ।୨୭୦।କଟୁରୀ କୋଠାର ଆବର ଆଂକୁଡିଗୋଟି ଆଣିଦିଲେବାଭିୟେ ଦୁହେଂ ଦୁଇଗୋଛି କାଠ ଆଣିମ ବୋଇଲେ ।୨୭୧।ବେଳ ଦେଢପ୍ରହରେ ପ୍ରବେଶ ହୋଇଲୁ ବନେମେଘେକ ଘୋଟି ଆସି ବରଷିଲା ଗହନେ ।୨୭୨।ମୂଷଳଧାରା ପ୍ରମାଣେ ବରଷଇ ଅଗୋଚରକ୍ଷଣକେ ବିଶ୍ରାମ ସେ ନ କଲା ସେଦିନର ।୨୭୩।ବୃକ୍ଷର କ୍ରୋଟରେ ଗୋଟିୟେ ଗୋଟିୟେ ହୋଇବେନିଭାଇ ପଶିଅଛୁଂ ବେନିକ୍ରୋଟେ ଯାଇଂ ।୨୭୪।ମହାଶାଳବୃକ୍ଷ ଯେ ଗୋଟିୟେ ଘୋର ଗହନ ଯେ ଶାଖାଜନ ମନୁଷ୍ୟ ନାହିଂ ବେନିଭାଇ ବସିଅଛୁ ୟେକା ।୨୭୫।ବଳରାମେ କ୍ରୋଟେ ଥାଇଂ ଡାକ ଦିଅନ୍ତି ମୁକୁମୁହିଂ ଉଚ୍ଚସ୍ୱରେ ଡାକ ଦିଅଇ ତାହାଂକୁ ।୨୭୬।ବାଆ ବରଷଣେ ସେ ଗର୍ଜନ ଦିଅନ୍ତି ମେହାନ ଶୁଭଇ ବାକ୍ୟମାନ ନ ଦିଶଇ ବିହୁରେହା ।୨୭୭।ଉପବାସେ ମହାଶୀତେ କ୍ରୋଟେ ଅଛୁଂ ବସିବରଷୁଂ ବରଷୁଂ ପ୍ରସର ହୋଇଲାକ ନିଶି ।୨୭୮।ରୟଣୀ ପ୍ରଭାତେ ଯେ ରହିଲାକୁ ବୃଷ୍ଟିଉଚ୍ଚବୃକ୍ଷେ ପିଛୁଳା ହେଲା ନୁଆରିଲୁ ଉଠି ।୨୭୯।ଶୀତବାୟେ ଭୋଗେ ହାତ ଗୋଡ଼ କମ୍ପଇ ଶରୀରଆରଦିନ ବେଳ ହୋଇଲା କି ଆସି ଦେଢ ଯେ ପ୍ରହର ।୨୮୦।ଦୁଇଭାଇ ବସି ଭାଳୁଅଛୁ ସେହି ବନେକାଲି ଗୁରୁଘରେ ଉପବାସେ ଜାଳର ବିହୁନେ ।୨୮୧।କି ବୋଲିବେଟି ଗୁରୁଂକ ଭାରିଯାକାର୍ଯ୍ୟକରି ନୋହିଲା କିଛି ପାଇବା ବଡ ଲଜ୍ଜା ।୨୮୨।ପାଇଲୁ କଞ୍ଚା ଡାଳ ଶାଳବୃକ୍ଷ ଯେ ଗୋଟିୟେଚିରିଣ ଦୁଇଭାଇ ଯେ ଘେନିଲୁ ଗୋଛିୟେ ଗୋଛିୟେ ।୨୮୩।ଆର ଦିନ ହୋଇଲା ବେଳ ସ୍ଥିର ଦୁଇ ଯେ ପ୍ରହରକାଠ ଘେନି ହେଳା ନ କରି ଧାଇଂଲୁ ଧାତିକାର ।୨୮୪।ଦୁଇଗୋଛା କାଠ ଦୁଆରେ ପକାଇଲୁ ଆଣିଆମ୍ଭନ୍ତ କୋଡ଼େ ବସାଇ କାନ୍ଦିଲେ ମହାତ୍ମାଣୀ ।୨୮୫।ତାହାଂକର କାନ୍ଦନ୍ତେ ଯେ ଆମ୍ଭେ ପାଇଲୁ ବଡ ଲଜ୍ଜାଅପାରମତେ କହନ୍ତେ ସେ ଶୋକ କଲେ ତେଜ୍ୟା ।୨୮୬।ଶ୍ରୀ ବାସୁଦେବ ଯେ କଥାର ପ୍ରସ୍ତାବେବିରାଟର ଆଗେ ଯେ କହନ୍ତି ବାସୁଦେବେ ।୨୮୭।ସମସ୍ତେହେଂ ହାହାକାର କଲେ ତାହା ଶୁଣିଦୁଖ ସୁଖ ୟେକତ କରଇ ମହତ ପ୍ରାଣୀ ।୨୮୮।ଶରୀର ବହିଥିଲେ ହୋଉଥାଇ ୟେମାନପରସ୍ତାପ ବାକ୍ୟେ ୟେହା କହନ୍ତି ଜନାର୍ଦ୍ଦନ ।୨୮୯।ବଳରାମ ବୋଇଲେ ହୋ ନ ପାଡ଼ ୟେକଥାକଲାକର୍ମମାନ କେବେହେଂ ଯେ ନୋହଇ ଅନ୍ୟଥା ।୨୯୦।ବିଭାର ବିଧାନ ଯେ ପଶ ୟେବେ ଶୁଭେବିରାଟ ଧନ୍ଦି ହୋଇଲାଣି ଦୋହିତା ପରସ୍ତାବେ ।୨୯୧।ବଦୟନ୍ତି ଅଗସ୍ତି ଯେ ବୈବସ୍ୱତ ମନୁସୀଉକାର ବରଣ ଯେ ହେଉଅଛି ଅଭିମନ୍ୟୁ ।୨୯୨।ଛାୟାମଣ୍ଡପ ଯେ ଅନେକ ସମ୍ଭରେରାଜାଗଣମାନେ ବସିଅଛନ୍ତି ସଭାରେ ନିରନ୍ତରେ ।୨୯୩।ଯଦୁବଂଶନ୍ତ ଘେନିଣ ବିଜୟେ ରାମକୃଷ୍ଣେପାଣ୍ଡବ ସମେତେ ଯେ ବସିଲେ ଧୃତରାଷ୍ଟେ ।୨୯୪।ମଧ୍ୟେଣ ବେଦୀୟେକ ଯେ ଅଛଇ ଆରମ୍ଭିଲାଉପରେ ଚନ୍ଦ୍ରାତପ ଅଛଇ ଖଞ୍ଜିଲା ।୨୯୫।କଣୟ ଛାମୁଣ୍ଡିଆ ଯେ ସଷ୍ଟିକର ପୀଢମୁକୁତାର ଖୁଅଝାଲି ଅଛଇ ତଥିର ଉପର ।୨୯୬।ରୂପାର ପାବଚ୍ଛ ଯେ କଣୟ ଢାଂକୁଣିହାଥେଣ ଖଞ୍ଜିଲା ସେ ଯେ ମାରାଗ ଶୁଦ୍ଧମଣି ।୨୯୭।ସେ ସଭା ମଧ୍ୟେ ଯେ ବିଜୟେ ଯୁଝେଷ୍ଠିଦେବ ଆଦିପାଞ୍ଚଲକ୍ଷ ରତ୍ନ ଖଞ୍ଜିତ କଣୟ ଦିବ୍ୟ ବେଦୀ ।୨୯୮।ତଥି ତଳେ ବସିଛନ୍ତି ନନ୍ଦ ଉପନନ୍ଦ ଉଗ୍ରସେନ ବସୁଦେବରାମକୃଷ୍ଣ ଆଦିକରି ପାଞ୍ଚୁ ଯେ ପାଣ୍ଡବ ।୨୯୯।ସେ ବେଦୀର ଉପରେ ଯେ ଋଷିମାନନ୍ତ ଘେନିବସିଲେ ଶୁଭଯୋଗେ ବ୍ୟାସ ବଶିଷ୍ଠ ମହାମୁନି ।୩୦୦।ଦ୍ରୋପଦୀ କୁମରନ୍ତ ସେ କୋଳେ ଛନ୍ତି ଘେନିପାଞ୍ଚାଳ କୁମରନ୍ତ ସେ କୋଳେ ଛନ୍ତି ଘେନି ।୩୦୧।ଅଭିମନ୍ୟୁ ବିଜୟେ ଯେ ଜଗନ୍ନାଥଂକର କୋଳେମଧ୍ୟେଣ ବସିଲେ ବେଢି ସକଳ ନୃପବରେ ।୩୦୨।ପୂର୍ବେଣ ବିରାଟ ଯେ ପଶ୍ଚିମେ କିରୀଟୀସନ୍ନିଧ୍ୟେ ଅର୍ଘ୍ୟ ଆଣି ଦିଅଇ ବିରାଟି ।୩୦୩।ବିରାଟ ରାଜା ତଥି ବିନୟଭାବ ହୋଇସଭାରେ ଉଭା ହୋଇଲା ମସ୍ତକେ ହସ୍ତଦେଇ ।୩୦୪।ସମସ୍ତ ନୃପ ଋଷି ମୋତେ ଆଗ୍ୟାଂ ଦେବାସର୍ବ ଶୁଭେ ଦୁହିତାକୁ କରାଇବି ବିଭା ।୩୦୫।ହେଉ ହେଉ ବୋଲିଣ ଯେ ସର୍ବେ ଆଗ୍ୟାଂ ଦିଲେଶୁଣିଣ ବିରାଟ ଯେ ସନ୍ତୋଷ ହୋଇଲେ ।୩୦୬।କୁଶହସ୍ତ ହୋଇଣ ଯେ ଶ୍ରୀକୃଷ୍ଣାର ସାଇଂବରଣ ବେଦୀ ମଧ୍ୟେ ସେ ବିଜେ କଲେ ଯାଇଂ ।୩୦୭।ଧୌମ୍ୟ ପୁରୋହିତେ ଯେ ପଢିଲେ ହରଷେ ବେଦଧୁନିଦେଶକାଳ ମହାବାକ୍ୟ କରନ୍ତି ସର୍ବମୁନି ।୩୦୮।ଶଶୀଧର ଗୋତ୍ର ଯେ ଦେବ ଅରଜୁନକଉଶିକ ଗୋତ୍ର ଯେ ବିରାଟ ରାଜନ ।୩୦୯।ଓହୋକୁଳ ଗୋତ୍ର ପଢନ୍ତି ପ୍ରୋହିତେଦେବପୂଜା ବିଧିମାନ ୟେସନ ଯୁଗତେ ।୩୧୦।ପ୍ରୋହିତେ ବୋଇଲେ ହୋ ଜଳତିଳ ଭରବରଣ ବିଧିରେ ଦେଶକାଳ ବାକ୍ୟକୁ ଉଚ୍ଚାର ।୩୧୧।ଦେଶକାଳ ବାକ୍ୟ ଯେ କରାଇଲେ ପ୍ରୋହିତେଶଙ୍ଖ ମହୁରୀ ଯେ ପୁରଇ ସୁଲଳିତେ ।୩୧୨।ଦୁର୍ବା ଅକ୍ଷତ ଘେନି ବିରାଟ ମହାରାଜାପ୍ରୋହିତେ ବାକ୍ୟ ପଢନ୍ତି କଲେ ପଞ୍ଚୁ ଦେବତା ପୂଜା ।୩୧୩।ବିଭାର ବିଧାନ ଯେ ବସିଲେ ବିଚାରିପ୍ରୋହିତେ ବୋଇଲେ ହୋ ବିରାଟ ଦଣ୍ଡଧାରୀ ।୩୧୪।ସଭାର ମଧ୍ୟକୁ ତୋହୋର ଆଣସି କୁମାରୀରାଜାର ଆଗ୍ୟାଂୟେ ଯେ ଚଳିଲେ ପରିବାରୀ ।୩୧୫।ଅନ୍ତପୁରୁ ବାହାର ହୁଅନ୍ତେ ଉତ୍ତରା ବାଳୀଶୁଭ ଯୋଗେ କାମିନୀୟେ ଦିଅନ୍ତି ହୁଳହୁଳି ।୩୧୬।ସଭାରେ ସୁନ୍ଦରୀ ଆସି ହୋଇଲାକ ଉଭାସତୀ ସାବିତ୍ରୀ ଯେହ୍ନେ ଦିଶଇ ତେହ୍ନେ ଶୋଭା ।୩୧୭।ହାର ନିଆଳୀ ଯେ ମୁକୁତା ସରି ଭରିତ୍ରିଭୁବନେ ଅନୁଗମ ଯେ ବିରାଟ କୁମାରୀ ।୩୧୮।ମଙ୍ଗଳ ଅଷ୍ଟକ ଯେ ପଢନ୍ତି ଗ୍ରହକାରୀନଟ ଭାଟମାନେ ଯେ କୟେବାର କରି ।୩୧୯।ନାରୀଗଣମାନେ ମଙ୍ଗଳ ଗୀତ ଗାବନ୍ତିବ୍ରାହ୍ମଣଗଣେ ଯେ ବେଦଧୁନି ଉଚ୍ଚାରନ୍ତି ।୩୨୦।ଶଙ୍ଖ ମହୁରୀ ଯେ ବିବିଧ ତୂର ବାଦ୍ୟବାଜଣା ବାଜୁଅଛି ଯେ ପଞ୍ଚମ ଶବଦ ।୩୨୧।ଆଶିଷ ଘେନିଣ ସେ ଧୌମ୍ୟ ପୁରୋହିତେନେଇଣ ସମର୍ପିଲେ ଯେ କନ୍ୟାର ନିଜ ମାଥେ ।୩୨୨।ଚନ୍ଦନ ଚତୁସମ କାୟେ ଲେପନ କରିଦିବ୍ୟ ଅଳଂକାର ଭୂଷଣ ଶରୀରେଣ ଭରି ।୩୨୩।ୟେମନ୍ତ ବିଧାନେ ଯେ ବାଞ୍ଛା କଲ୍ୟାଣ ଘେନିଅନ୍ତପୁରେ ୟାଇ ବିଜେ ବିରାଟ ନନ୍ଦିନୀ ।୩୨୪।ପ୍ରୋହିତେ ବୋଇଲେ ହୋ ବର ଆସୁ ୟେବେଚଳନ୍ତି ଡଗର ଯେ ଅଭିମନ୍ୟୁ ଠାବେ ।୩୨୫।ଅର୍ଜୁନ କୁମାର ଯେ ଦିବ୍ୟ ବେଶ ହୋଇବେଦୀର ମଧ୍ୟେ ବିଜେ କରାଇଲେ ନେଇ ।୩୨୬।କି ଅବା ଦିଶଇ ଅଳକାର ପତିକି ଅବା ଅଇରାବ୍ରତ ତେଜି ଆସଇ ସୁରପତି ।୩୨୭।କି ଅବା ରତି ତେଜ୍ୟା କରି ଅଇଲା ଅନଙ୍ଗୟେସନେକ ଦିଶୁଅଛି ଯେ ଅଭିମନ୍ୟୁ ଦିବ୍ୟ ଅଙ୍ଗ ।୩୨୮।ହାର ନିଆଳୀ ପଦକ ତାଡ଼ ଯେ ତୋଢରଅନେକ ରତ୍ନ ଆଭରଣ ତାହାର ଶରୀର ।୩୨୯।ଗୁରୁ ଦେବାତାଂକୁ ନମସ୍କାର କରିବିଜେକଲା କୁମର ଦଧି ମଂଗଳ ସୁମରି ।୩୩୦।ଅଭିମନ୍ୟୁ ପୂର୍ବମୁଖେ ବିରାଟ ପଶ୍ଟିମ ମୁଖେପାଦ ଶଉଚ କଲା ପ୍ରୋହିତଂକର ବାକ୍ୟେ ।୩୩୧।ପଇଡ଼ ପାଣି ପୟରେ ପଞ୍ଚାମୃତ ବିଧିପାଦ ଶଉଚ କରାଇଲେ ସେ ଯେହ୍ନେକ ପୂଜାବିଧି ।୩୩୨।ପାଦରଜ ଉଦକ ଯେ ବିରାଟେଶ୍ୱର ରାଜାମଥାରେ ଧରିଲା ସେ କରିଣ ଦିବ୍ୟ ପୂଜା ।୩୩୩।ଶ୍ରୀକରେ ପାଣି ଘେନି ଉତ୍ତର କୁମାରଗଡୁମୁଖେ ଗଡାଇଦିଲା ଅଭିମନ୍ୟୁର ପୟର ।୩୩୪।ପୟର ପୂଜା ସାରିଣ ଘେନିଲା ସୁସଞ୍ଚ ଦିବ୍ୟ ଗଭାଅଭିମନ୍ୟୁ ଗଳାରେ ଲମ୍ବାଇଲା ବିରାଟେଶ୍ୱର ରାଜା ।୩୩୫।ସମସ୍ତ ବ୍ରାହ୍ମଣ ଯେ କଲେକ ବେଦଧୁନିପ୍ରୋହିତ ଅଭିମୁଖେ ସମସ୍ତ ମହାମୁନି ।୩୩୬।ଚନ୍ଦନ ଚତୁସମ ଲେପନ କାୟେ କରିଅଭିମନ୍ୟୁ ମୁଖେ ନେଇ ସୀଉକାର କରି ।୩୩୭।ବେଦୀବରଣ ବାକ୍ୟ ଗୋଟିୟେ ଉଚ୍ଚାରଣ କଲେବସ୍ତ୍ର ଶ୍ରୀଫଳ ଗୁବାକ ଯେ ଅଭିମନ୍ୟୁ ହସ୍ତେ ଦିଲେ ।୩୩୮।ବାଟିଲା କୁଂକୁମ ଯେ ଅଛଇ ଅପାରଚନ୍ଦନ ଚତୁମସ ଯେ ତଥିର ସଂଗର ।୩୩୯।ଥୋକାୟେକ କାଢି ସେ ଥୋଇଲେ ଯତ୍ନକରିଦେବାଦେବୀମାନନ୍ତ ଦିଲେ ଉପଚାର ପୂଜାରେ ଭରି ।୩୪୦।ନବତନ ବସନ ଯେ ଝୀନ ମଢିଆଳପ୍ରୋହିତ ମନ୍ତ୍ରି ଦିଲେ ତାହା ପିନ୍ଧିଲେ ଅର୍ଜୁନର ବାଳ ।୩୪୧।ଝୀନ ବସନ ଗୋଟିୟେକ କରେ ଋଷି ଘେନିମନ୍ତ୍ରି ପିନ୍ଧାଇଲେ ନେଇ ବିରାଟର ନନ୍ଦିନୀ ।୩୪୨।ପ୍ରୋହିତେ ବୋଇଲେ ହୋ ଶୁଣ ମତ୍ସସାଇଂସଭାକଇଂ ଆଣ ହୋ ତୋହୋର ତନଇ ।୩୪୩।କୁମର କୁମାରୀ ଯେ ବସିଲେ ୟେକସ୍ଥାନେମଙ୍ଗଳ ହୁଳହୁଳି ଉଛୁଳିଲା ଗଗନେ ।୩୪୪।କରନ୍ତି ମଙ୍ଗଳ ଯେ ବିବିଧ ବିଧାନେକନ୍ୟାକୁ କନ୍ଧଭୁଷଣ ଯେ କରନ୍ତି ସନ୍ନିଧ୍ୟାନେ ।୩୪୫।କୁଂକୁମ ଲେପନ ଯେ କରନ୍ତି କୁମାରୀବିରାଟ କୁଂକୁମ ନେଇ ଲିପିଲେ ହଳଧାରୀ ।୩୪୬।ଗୁଆ ଶ୍ରୀଫଳ ଯେ ବିଲୋହିଣ ସାରିଅନ୍ତପୁରକୁ ଗଲା ସେ ବିରାଟ କୁମାରୀ ।୩୪୭।ଶ୍ରୀ ଜଗନ୍ନାଥେ ଯେ ଯଦୁବଂଶ ଘେନିବିରାଟକୁ କଂକୁମ ଲେପନ କରନ୍ତି ଆଣି ।୩୪୮।ଭୀଷ୍ମ ଧୃତିରାଷ୍ଟ୍ର ବିଦୁର ସଞ୍ଜୟେ ପାଞ୍ଚାଳ ଦେଶ ରାୟେପାଞ୍ଚପାଣ୍ଡବ ଯେ ସମସ୍ତ ରାଜା କୁଂକୁମମୟେ ।୩୪୯।କୁଂକୁମ ଲେପନ ଯେ ହୋଇଛନ୍ତି ଅପ୍ରମିତୟେକ ଆରକେ ପରିହାସ ଲାଗିଲା ବହୁତ ।୩୫୦।ଲାଗିଲା ପରିହାସ ହୋଇଲା ମହାଗୋଳବାବୁ ଧନ୍ୟଧନ୍ୟ ପୁଣି ସେ ବିରାଟ ମହୀପାଳ ।୩୫୧।ଦେବତାମାନେ ଯହିଂ କରୁଛନ୍ତି କ୍ରୀଡ଼ାଚନ୍ଦନ ପରିହାସ୍ୟେ ନେଇ ତହିଂ ଦିଲେ ଛଡ଼ା ।୩୫୨।ଅଭିମନ୍ୟୁ ବିଭାକାଳେ ମତ୍ସଦେଶେ ପନ୍ଦର ସହସ୍ର ନୃପତିୟେତେ ରାଜା ସମ୍ଭରେ ମିଳିଲେ ଘର ବରଜାତି ।୩୫୩।ରଥ ଗଜ ଅଶ୍ୱ ପାଦନ୍ତି ଅନେକଗହଳେ ଅନ୍ତ ନୋହଇ ରାଜାଂକର ଲୋକ ।୩୫୪।କୁଂକୁମ ଲେପନ ସବୁ ପୁରୁଷ ଯେ ସ୍ତିରୀରାଜା ପାତ୍ର ଯୋଦ୍ଧା ଅମନାତ୍ୟ ବାଦ୍ୟକାର ଆଦିକରି ।୩୫୫।କୁଂକୁମ ଲେପନ ସାରି ତିଳ ଅୟେଂଳା ମରଦିସମସ୍ତ କଉତୁକେ ପଶିଲେ ବେଣୀଭଦ୍ରା ନଦୀ ।୩୫୬।ନଦୀଗୋଟିଯାକ ବହଇ କୁଂକୁମମୟେପଞ୍ଚଦଶ ଯୋଜନ ପାଣି ଅଖାଇଦ ହୋୟେ ।୩୫୭।ସ୍ନାହାନ ସାରିଣ ଯେ ଆସନ୍ତି ଦେବରାଜେବିଚିତ୍ର ନବରେ ଦେବ ମୁଣୋହିରେ ବିଜେ ।୩୫୮।ସୁବର୍ଣ୍ଣ ପଇଲମ ସବୁଂକୁହିଂ ଦେଇସୁସଞ୍ଚେ ସମ୍ପାଦି ଅଛି ମତ୍ସଦେଶ ସାଇଂ ।୩୫୯।ପରଶନ୍ତି ବ୍ରାହ୍ମଣେ ଭିଗ୍ୟଂ ବେଦଚାରୀନିଜ ମନ୍ଦିରେ ମୁଣୋହିରେ ବିଜୟ କଲେ ରାମହରି ।୩୬୦।ପରଶନ୍ତି ବ୍ରାହ୍ମଣେ ଅମୀୟ ରସପାନସୁଖେଣ ଭୋଜନ କରନ୍ତି ବଳଦେବ ଜନାର୍ଦ୍ଦନ ।୩୬୧।ଭୋଜନର ସମ୍ପଦ କହିତେ କି ପାରିଯହିଂରେ ସେ ନାୟକ ଯେ ଅଟନ୍ତି ଦେବହରି ।୩୬୨।ଦୁହାଂଣ ଦୁଇପଦ୍ମ ଯାହାର ଅଛନ୍ତି ଧେନୁଗାଈନିତି ପାଞ୍ଚଳକ୍ଷ ଭାର ଯାହାର ଦୁଧ ଦହି ।୩୬୩।ତିନିଲକ୍ଷ ଭାର ଯାହାର ହୋଇ ଘୃତତାହାଂକର ଭୋଜନ ଅବା କେ କରିବ ଅନ୍ତ ।୩୬୪।ଯାହାର ଉପୁଜିଅଛି ଅମୃତ ଳକ୍ଷେଭାରମାନବ ଜନଂକୁ ସେ ଅସଂଖ୍ୟ ଅଗୋଚର ।୩୬୫।ୟେସନେକ ମହିମା ଯେ ମତ୍ସଦେଶ ପୁରୀତାହାକୁ ଭୋଜନେ ଯେ କେହୁ କଳିପାରି ।୩୬୬।ଯାହାର ଯେତେକ ଇଚ୍ଛା ସେ ଭୁଞ୍ଜନ୍ତି ସମସ୍ତେଜନେ ଯେ ପ୍ରଶଂସା କରନ୍ତି ଅପ୍ରମିତେ ।୩୬୭।ପିଠାର ବର୍ଣ୍ଣମାନ କେ କରୁ ହାଦେ ଲେଖାକେଉଂଣ ଅପୂର୍ବ ତାହାଂକୁ ଯେ ଶ୍ରୀକୃଷ୍ଣ ଯାହାଂକୁ ସାଖା ।୩୬୮।ଭୋଜନ ଶେଷେଣ ସେ କଲେକ ଆଞ୍ଚୋବନଉଠିବାକୁ ଶକତି ନାହିଂନା ଭାର୍ଜନ ।୩୬୯।ଆଚୋଂବନ ସାରିଣ କ୍ରପୂର ତାମ୍ବୁଳ ଭୁଞ୍ଜିଚନ୍ଦନ କୁସୁମ ଘେନି ଥୋକାୟେ କେଶ ରଞ୍ଜି ।୩୭୦।ଭୋଜନ ସାରିଣ ସେ କଲେ ସନ୍ଧ୍ୟା ଅବକାଶେସୀଉକାର ବରଣ ପେଷିଲେ ଅତି ହରଷେ ।୩୭୧।ଯେସନେକ ସନମାନେ ରାଜାଂକୁ ଦିଲେକ କୁଂକୁମତହିଂ ଅଧିକ କରି ଦିଲେକ ଚଉସମ ।୩୭୨।ତାମ୍ବୁଳ କର୍ପୂର ଦିଲେକ ଜଣେ ଜଣେକୁସୁମ ଭୂଷଣ ସେ ହେଲକ ସକଳ ରାଜାଗଣେ ।୩୭୩।ଯେତେକ ବସିଅଛନ୍ତି ଯଦୁବଂଶ ଭୋଜବଂଶ କୃଷ୍ଣବଂଶଜଣକେ ଲକ୍ଷେ ମାଢ ଦିଲେକ ରତ୍ନକୋଷ ।୩୭୪।ସମସ୍ତ ରାଜାଂକୁ ଯେ ଅଳଂକାର ୟେ ବିଧିକି ଅବା ପ୍ରାପତ ହୋଇଛି ବାରାନିଧି ।୩୭୫।ବିରାଟ ଅର୍ଜୁନର ସମ୍ବନ୍ଧ ବାକ୍ୟମାନଉଭୟେ ଅନୁମତେ କୋଳ ସମ୍ଭାଷଣ ।୩୭୬।ବରଣ ବିଧିମାନ ସାରିଲେ ସମ୍ଭରେଅଭିମନ୍ୟୁ ବସାଇଲେ ଅର୍ଜୁନ କୋଳରେ ।୩୭୭।ସୀଉକାର ବରଣ ଯେ ସାରିଣ ମହୀପତ୍ୟେବୋଇଲା ୟେ ମୋହୋର ସତ୍ୟ ସତ୍ୟ ତ୍ରୟବାର ସତ୍ୟେ ।୩୭୮।ଶ୍ରୀକରେ ଅର୍ଘ୍ୟ ଘେନିଣ ଅହିଗ୍ୟଂ ସର୍ବବାଳୀମଙ୍ଗଳ ଗୀତ ଗାଇଣ ଦିଅନ୍ତି ହୁଳହୁଳି ।୩୭୯।ଗାବନ୍ତି ଗୀତ ଯେ ମିଳି ସର୍ବଗଣିକା ପ୍ରିୟାଅଭିମନ୍ୟୁଂକ ଉତ୍ତରା କରାଇବା ବିହା ।୩୮୦।ବିଭାବରଣକୁ ଯେ ସାରିଲେ ପ୍ରୋହିତେଯେ ସେ ପୂର୍ବବିଧି ସମସ୍ତ ଶାହାସ୍ର ଯୁଗତେ ।୩୮୧।ସୀଉକାର କରିଣ ସେ ଗଲେ ବରକନ୍ୟାରାତ୍ର ଅର୍ଦ୍ଧକୁ ସେ ମିଳେ ସମସ୍ତ ବରାଙ୍ଗନା ।୩୮୨।ଅନେକ ନୃତ୍ୟ ଗୀତ କହି ତ କି ପାରିରଜନୀ ପାହିଲା ତହିଂ କଉତୁକ କରି ।୩୮୩।ଋଷିମାନଂକୁ ଫଳ ଯୋଗାଡମାନ ସଞ୍ଚାରୟଣୀ ପ୍ରଭାତେ କଲେ ବିଭା ଯୋଗାଡକୁ ପଞ୍ଚା ।୩୮୪।ଋଷିମାନଂକୁ କୃଷ୍ଣାଜିନ ଛାଲ ବସିତେ ଆସନପାଦାର୍ଘ୍ୟ ପୂଜା ପୁଷ୍ପ ଅକ୍ଷତ ଗନ୍ଧ ଯେ ଚନ୍ଦନ ।୩୮୫।ଲକ୍ଷେ ଲକ୍ଷେ ସୁବର୍ଣ୍ଣ ଋଷିଂକି ପାଦପୂଜାସମସ୍ୟା ବିନୋଇ ବୋଲଇ ସତ୍ସଦେଶ ରାଜା ।୩୮୬।ପରମ କଲ୍ୟାଣ ଯେ ମୁନିମାନେ ବାଞ୍ଛିଧର୍ମ ତୋତେ ପ୍ରାପତ ହୋଇ ଯେ ବିଧି ଶାହାସ୍ରେ ଅଛି ।୩୮୭।ଲକ୍ଷେକ ବ୍ରାହ୍ମଣ ଯେ ଘେନି ଧୌମ୍ୟ ପୁରୋହିତେବିଭାର ଯୋଗାଡ଼ ବସିଲେ ବିରାଟ ସହିତେ ।୩୮୮।ଯେ ବିଧି ବିଧାନେ ଦେଶକାଳ ବାକ୍ୟ ମନ୍ତ୍ରପୂରିଣ ଦେଖନ୍ତି ଯେ ରାଜାମାନେ ରାଜ୍ୟଲୋକ ସମସ୍ତ ।୩୮୯।କଣୟ ବେଦୀରେ ବସିଲେ ଯେ ବିରାଟ ମହାରାଜାପ୍ରୋହିତେ ଅଭିମୁଖେ ସାରିଲେ ଦେବପୂଜା ।୩୯୦।ଆସନ ପାଦାସନ ଯେ ଗଣପତି ସ୍ଥାନବ୍ରହ୍ମା ସନକ ସନାତନ ବିଶ୍ୱେଦେବା ବରିଣ ।୩୯୧।ପୃଥୀ ଆପ ତେଜ ଯେ ବାୟିବ ଆକାଶଅଷ୍ଟାଦଶ ମାତୃଗଣ ପୂଜି ଉତ୍ସର୍ଗିଲେ ନବ ଯେ ପୁରୁଷ ।୩୯୨।ଯେ ବିଧି ଶୁଭକଥା ବାଞ୍ଛିତ ମଙ୍ଗଳେଅଷ୍ଟକୁଳା ନାଗନ୍ତ ବିଧିରେ ପୂଜିଲେ ।୩୯୩।ଶଙ୍ଖପଦ୍ମ ମହାପଦ୍ମ କୁଳୀକ କ୍ରକୋଟକ ଅନନ୍ତ ତକ୍ଷକ ବାସୁକୀ ଅଷ୍ଟକୁଳାଦଧିବାମନ ଦୁର୍ଗା ବସୁଧା ଜଳ ଯେ ଅନଳା ।୩୯୪।ଦଶଦିଗପାଳ ମେଘ ଆବର ଶୂନ୍ୟ ସପତମପ୍ରାଣ ଅପାନ ବ୍ୟାନ ଉଦାନ ସମାନ ଭୂତ ଯେ ପଞ୍ଚମ ।୩୯୫।ୟେତ ଦେବତାଂକୁ ଆସନ ପାଦାସନ ନଇବେଦ୍ୟ ଅନ୍ନବଳିପୂଜଇ ବିରାଟ ରାଜା କାମ୍ୟାର୍ଥେ ଉତ୍ତରା ବାଳୀ ।୩୯୬।ହିରଣଦାନ ବସ୍ତ୍ରଦାନ ମୁକୁତା ରତ୍ନମଣିଦୋହିତା ଆରୋଗ୍ୟ ଅର୍ଥେ ଦିଅ ନୃପମଣି ।୩୯୭।ବିଷ୍ଣୁଆଳେ ପୁରାଣ ଶିବଆଳେ ଦିଲେକ ଶତେଦଳଦେବୀମାନଂକୁ ୟେ ବିଧି ଉପଚାର ଶୀତଳ ।୩୯୮।ଜୀବଘାତ ନ କରଇ ବିରାଟେଶ୍ୱର ରାଜାଉପନ ଉପହାରେ ଦେଇ ସେ ଦେବୀଂକି କରଇ ପୂଜା ।୩୯୯।ଗ୍ରହଶାନ୍ତି ମନ୍ତ୍ର ଯେ କରନ୍ତି ଗ୍ରହପୁତ୍ରେରଙ୍ଗପୁଷ୍ୟ ରଙ୍ଗବସ୍ତ୍ର ରଙ୍ଗମାଳ ଯେ ସମସ୍ତେ ।୪୦୦।ଶିଳା ଦେବତାଂକୁ ଯେ ବିଧି ସ୍ନାହାନଚଣ୍ଡୀପୁରାଣ ସଂହିତା ମାରକଣ୍ଡ ଆଧ୍ୟାନ ।୪୦୧।ଅନେକ ନୃତ୍ୟ ଗୀତ କଉତୁକ ମହାସଭାଯେସନେକ ଶୋଭାବନ ଅଳକାପୁର ପ୍ରଭା ।୪୦୨।ଯେତେ ଇଚ୍ଛା ତେତେ ଦଅନ୍ତି ଅନ୍ନଦାନଦରିଦ୍ରେ ଅପାରଗେ ଯେ ହୋଇଲା ଦାନ ଧ୍ୟାନ ।୪୦୩।ମକରମାସ ଶୁକଳ ପକ୍ଷ ଦଶମୀ ଗୁରୁବାରରୋହିଣୀ ନାମେ ନକ୍ଷତ୍ର ଭୋଗ ସେ ଦିନର ।୪୦୪।କିଂସ୍ତୁଘ୍ନ ନାମେ କରଣ ଆୟୁଷ୍ମାନ୍ ନାମେ ଯୋଗତାର ଚନ୍ଦ୍ର ବଳିଆର ରୋହିଣୀ ଘରେ ଭୋଗ ।୪୦୫।ଶୁକ୍ରର ଅନ୍ତେ ଯେ ବିଧିର ବେନିଘଡ଼ିଅମୃତଯୋଗ ଯେ କୁମ୍ଭ ଲଗ୍ନ ଘେନିକରି ।୪୦୬।ରାହୁ ଶନିଚର ଯେ ଆଦିତ୍ୟ ମଙ୍ଗଳୟେମାନେ ନାହାନ୍ତି ଯେ ବଞ୍ଚିତ ଶୁଭବେଳେ ।୪୦୭।ଛାମୁଣ୍ଡିଆ ଈଶାନ କଣର ମଧ୍ୟସ୍ଥାନେବୈଶାଳୀ ଆରମ୍ଭ କଲେକ ବିଦ୍ୟମାନେ ।୪୦୮।ଶଙ୍ଖ ଅଳତା ଯେ ଗନ୍ଧଣ ଯୋଗାଡ଼ ସର୍ବଅଷ୍ଟକୁଳା ନାଗଂକୁ ସେ ତୋଷିଲେ ବାକ୍ୟଭାବ ।୪୦୯।ଉଦବେଗେ ବିରାଟେଶ୍ୱର କରପତ୍ର ଯୋଡ଼ିମୂର୍ତ୍ତିକା ପୂରୋଇ ବୈଶାଳ ମନ୍ତ୍ର ତିନିକାଣ୍ଡି ଗଢି ।୪୧୦।ଅଧକାମ୍ୟ ବାକ୍ୟେ ଯେ ଅସରଳା ସୂତାମହାମନ୍ତ୍ରେ ବର କାନ୍ଧେ ଦିଲେ ବାଞ୍ଚା ଯେ ପଇତା ।୪୧୧।କନ୍ୟାର ବାହେ ଅସରଳା ସୂତା ବାନ୍ଧିଲେ ପ୍ରୋହିତେସମଯୋଗ କଲେ ଦୁବ ବରକୋଳି ପତ୍ରେ ।୪୧୨।ବରକଇଂ ନିଅନ୍ତି ସମସ୍ତ ନାରୀଗଣେ ମିଳିନାରୀଗଣେ ଦିଅନ୍ତି ଯେ ମଙ୍ଗଳ ହୁଳହୁଳି ।୪୧୩।ଦ୍ୱାରିକାର ନାରୀମାନେ ଧାମନ୍ତି କୁତୂହୋଳିଗାବନ୍ତି ଗୀତ ସେ ଯେ ଦିଅନ୍ତି ହୁଳହୁଳି ।୪୧୪।ଛାମୁରେ ଖଟନ୍ତି ଯେ ବିଳାସୁଣୀ ବାଳୀବାଜନ୍ତି ବିଜିଘୋଷ ମହୁରୀ ରାମତାଳି ।୪୧୫।ନଗ୍ରର ବାହାରେ ଯେ ରହିଛନ୍ତି ଲିଙ୍ଗରାଜାଛାମୁରେ ଶାକାମ୍ଭରୀ ଦେବୀ ଯେ ଗିରିଜା ।୪୧୬।ଶ୍ରୀଭୁଜେ ଶୋଭାବନ କଣୟେ ଅଂଜୋଳିକନ୍ୟାକଇଂ ଅହିଗ୍ୟଂ ନିମନ୍ତେ ନେଉଛନ୍ତି ନାରୀ ମିଳି ।୪୧୭।ମଙ୍ଗଳ ଗୀତ ଗାଇ ଦିଅନ୍ତି ହୁଳହୁଳିଯାଆନ୍ତେଣ ମୁକୁତା ବିଞ୍ଚନ୍ତି ସର୍ବବାଳୀ ।୪୧୮।କନ୍ୟାର ଚଉକତି କଣୟ କଲେ ବୃଷ୍ଟିଜନମନ ମୋହଇ ସୁନ୍ଦରୀ ଚଉକତି ।୪୧୯।କନେକର ହାନ୍ଦୋଳରୁ ଧାତ୍ରୀମାନେ ଓହ୍ଲାଇଶୁଭେଣ ଦ୍ରଶନ କଲେ ବିରାଟ ତନୟୀ ।୪୨୦।ଛାମୁରେ ସୁନ୍ଦରୀୟେ ଥୋଇଲେ ଅର୍ଘ୍ୟସ୍ଥାଳୀଗୋସାମଣିଂକି ବହୁତବାଗେ ଖଟନ୍ତି ମନର ହିଆଳି ।୪୨୧।ଜୟ ଜୟ ମାନଧାତ୍ରୀ ଗୋ ଅଭୟେ ଅପର୍ଣ୍ଣାଆପାଦ କାଳକୁ ମାଗୋ ତୁହି ସେ ବଜ୍ରସ୍ନେହା ।୪୨୨।ଅମଳାଣ ଆରୋପଣ ଗୋରକତ ପୀତବାସୀମତ୍ତମାତାଙ୍ଗୀ ମାଗୋ କୁହୁକୁହୁ ହାସୀ ।୪୨୩।ଖୋଚରୀ ଭୂଚରୀ ମାଗୋ ଗବନେଣ ଲୀଳାଅହୀରୁଦ୍ର ବାସିନୀ ଗୋ ନାମ ତୋ ସୁଶୀଳା ।୪୨୪।ଖାଂକର ଚିକୁର ଗୋ କୁରୁଳି ଉର୍ଦ୍ଧ୍ୱକେଶୀଅପାଙ୍ଗନେତ୍ରୀ ଗୋ ବକ୍ର ଭାବେ ତ୍ରାସି ।୪୨୫।କଣୟ ମେଖଳା ଗୋ ଲମ୍ବିତ କ୍ଷୁଦ୍ରଘଣ୍ଟିକାକୁସ୍ଥ ବିନ୍ଧ୍ୟବାସିନୀ ଗୋ ବଉଳମାଳା କଣ୍ଠି ।୪୨୬।ପିଙ୍ଗଳ ବଦନୀ ଗୋ ଆରକ୍ତ ବିମ୍ବଓଷ୍ଠୀଅରୂପା ଅଜପା ମାଗୋ ବିନାଶୁଂ ଅରିଷ୍ଟି ।୪୨୭।କାମିନୀ କାମମୁଦ୍ରା ଗୋ ପ୍ରସନ୍ନ କାମାକ୍ଷୀମାତା ଅବତାରେ ଅନାଗତ ଫଳ ବାଞ୍ଛି ।୪୨୮।କୋଟିୟେ ଯୁଗ ଗଲେ ମାଗୋ ବାଳୁତ ଯାହାର ବେଶମୋହନ ଧରଣ ଧାରଣ ସ୍ତମ୍ଭନବିଦ୍ୟା ଯାହାର ବଶ ।୪୨୯।ଶରଣ ଉଦ୍ଧାରିଣୀ ମାଗୋ ଅପର୍ଣ୍ଣା ସର୍ବମଙ୍ଗଳେଶୂଦ୍ରମୁନି ସୋରୋଳା ଦାସ ବିନୟେ ଶ୍ରୀ ଦୁର୍ଗାଂକ ପାଦତଳେ ।୪୩୦।ଶୁଣ ହୋ ଚଇତନ କହନ୍ତି ମନୁ ମହାବୀରାଗୋସାମଣିଂକି ବହୁତ ତୁସ୍ତି ବିନୟେ କଲାକ ଉତ୍ତରା ।୪୩୧।ବିରାଟ ନନ୍ଦିନୀର ବହୁତ ବିନୟ ଦେଖିପ୍ରସନ୍ନ ବର ଦିଲେ ପିଙ୍ଗଳା ରୁଦ୍ରମୁଖୀ ।୪୩୨।ବାଳୁତ ରୂପ ହୋଇ ଯେବେ ମୋତେ ୟେହେନେକ ତୁସ୍ତିଯାଆ ତୁ ସୋମବଂଶେ ହୁଅ ତୁ ପୁତ୍ରବନ୍ତୀ ।୪୩୩।ପ୍ରସନ୍ନେ ବର ଯହୁଂ ଦିଲେକ ଭଦ୍ରକାଳୀବାହୁଡ଼ିଣ ବିଜେ କଲାକ ଉତ୍ତରାବାଳୀ ।୪୩୪।ମକରମାସ ଶୁକୁପକ୍ଷ ଦଶମୀ ଗୁରୁବାରରୋହିଣୀ ନକ୍ଷତ୍ର ଯେ ଅଟଇ ସେ ଦିନର ।୩୪୫।କୌସ୍ତୁଭନାମେ କରଣ ଶିବନାମେ ଯୋଗତାର ଚନ୍ଦ୍ରବେଳା ଯେ ରୋହିଣୀଘରେ ଭୋଗ ।୩୪୬।ଛାୟାମଣ୍ଡପ ଯେ ଅନେକ ବିସ୍ତାରସମସ୍ତ ରାଜାମାନେ ବସିଲେ ସଭାରେ ସମ୍ଭର ।୩୪୭।ରାମକୃଷ୍ଣ ଘେନିଣ ବିଜୟେ ଧୃତରାଷ୍ଟିଭୀମ ଅର୍ଜୁନ ନକୁଳ ସହଦେବ ଯୁଝେଷ୍ଠି ।୪୩୮।ନରନାରୀମାନେ ସମସ୍ତେ ଗହଣେପୂରିଣ ଦେଖନ୍ତି ଯେ ବିଭାର ବିଧାନେ ।୩୪୯।ଗାବନ୍ତି ଗୀତ ଯେ ସମସ୍ତ ଶୁଭପ୍ରିୟଅଭିମନ୍ୟୁ ଉତ୍ତରା ଯେ ଦୁହିଂକର ବେହ ।୪୪୦।କଟମ୍ବା ମାଡ଼ିବସିଲା ବିରାଟ ମହୀପତିକୋଳେ ବସାଇଲା ଆଣି ଆପଣା ଦୋହିତି ।୪୪୧।ଅର୍ଜୁନର କୋଳେ ଯେ କୁମାର ଅଭିମନ୍ୟୁତ୍ରୈଲୋକ୍ୟ ମୋହଇ ସେ ସୁଭଦ୍ରାର ତନୁ ।୪୪୨।ଅନେକ ବିବର୍ଣ୍ଣେ ଗନ୍ଧପୁଷ୍ୟମାଳବରକନ୍ୟାଂକ ଶିରେ ଆଭରଣ କଲେ ମୁକୁଟ ଦୋଳ ।୪୪୩।ଲମ୍ବିତ ମଲ୍ଲୀମାଳା ଚମ୍ପକ ଚଉସରାସେବତୀ ପାଖୁଡା ଯେ ବେଷ୍ଟିତ ରତ୍ନଝରା ।୪୪୪।ବେଦ ଆଧ୍ୟାନ ଯେ କରନ୍ତି ସୁପଣ୍ଡିତେମଙ୍ଗଳ ସୀଉକାର ପଢନ୍ତି ଚଣ୍ଡପୁତ୍ରେ ।୪୪୫।ବଦୟନ୍ତି ଅଗସ୍ତି ଶୁଣ ମନୁ ରାଜନଛାୟା ମଣ୍ଡପଗୋଟି ପଞ୍ଚୁକୋଶ ଆୟେତନ ।୪୪୬।ଯୁଝେଷ୍ଠିଂକ କୋଳେ ଯେ ବିଜୟ ଫାଲୁଗନୀଅର୍ଜୁନ ବସିଅଛି ଯେ ଅଭିମନ୍ୟୁକୁ କୋଳେ ଘେନି ।୪୪୭।ଶୁଭ ଅବଧାନେ ପୂର୍ବ ନିଜ ମୂର୍ତ୍ତିପଛିମ ମୂରତି ଯେ ବୈରାଷ୍ଟ ନୃପତିର ସନ୍ତତି ।୪୪୮।କନକ ଆଞ୍ଜୋଳି ଦଧିବାମନ ସୁମରିପିତାର କୋଳେ ବିଜୟେ କଲାକ ଉତ୍ତରାକୁମାରୀ ।୪୪୯।ମଧ୍ୟେଣ ବ୍ରାହ୍ମଣ ଯେ ଧୌମ୍ୟ ପୁରୋହିତେଉଦ୍ଦାଳେକ ବାମଦେବ ସୁମନ୍ତେ ଗାର୍ଗବ ସହିତେ ।୪୫୦।ଯେ ବିଧି ଦେଶକାଳ ବାକ୍ୟ ସେ ଉଚ୍ଚାରିସତ୍ୟ ସତ୍ୟ ତ୍ରୟବାର ବାକ୍ୟ ସୀଉକାରି ।୪୫୧।ଚନ୍ଦ୍ରଦୈବତର ଗୋତ୍ରେ ବୀର ଫାଲଗୁନିମହାବାକ୍ୟ ପଦ ଉଚ୍ଚାରନ୍ତି ପୁରୁଷ ତିନି ।୪୫୨।ଇଦଂ ବାକ୍ୟେ ପିତାମହ ତିନି ଯେ ପୁରୁଷବିଚିତ୍ରବୀର୍ଯ୍ୟ ପଣ୍ଡୁ ଅର୍ଜୁନ ନାମ ଘୋଷ ।୪୫୩।ଅସ୍ମତ୍ ପିତୃ ପିତାମହ ପ୍ରପିତାମହକନ୍ୟାର ତିନିପୁରୁଷ ନାମ ୟେବେ କହ ।୪୫୪।ମୁଦ୍ରା ଆସନ ପାତି ବିଜୟେ ବିରାଟେକୋଳେ ଉତ୍ତରା ବାଳୀ ବିଜୟେ ଶୋହଇ ଜଗୁରାଷ୍ଟ୍ରେ ।୪୫୫।ଶଙ୍ଖ ଶ୍ୱେତ ଉତ୍ତର ସନ୍ନିଧ୍ୟେ ପୁତ୍ର ତିନିବିଭା ସଂଯୋଗ କଲେ ବ୍ୟାସ ମହାମୁନି ।୪୫୬।ବୃଦ୍ଧ ଭାର୍ଗବ ଗୋତ୍ର ରାୟେ ମତ୍ସେଶ୍ୱରଦେଶକାଳ ମହାବାକ୍ୟେ ଉଚ୍ଚାରନ୍ତି ମୁନୀଶ୍ୱର ।୪୫୭।ଅସ୍ମତ୍ ପିତାମହ ପ୍ରପିତାମହ ବୃଦ୍ଧ ପ୍ରପିତାମହୟେବଂ ବିଧାନ କନ୍ୟାର ତିନି ପୁରୁଷ ନାମ କହ ।୪୫୮।ନାମ ଉଚ୍ଚାରି ଉଭୟ କୁଳର ପିତୃ ପୁରୁଷଚନ୍ଦ୍ର ଦୈବତ ଗୋତ୍ରସ୍ୟ ଅର୍ଜୁନ ନାମ ପୁତ୍ରସ୍ୟ ।୪୫୯।ବୃଦ୍ଧ ଭାର୍ଗବ ଗୋତ୍ରସ୍ୟ ବିରାଟ ଦେବ ପୁତ୍ରୀୟେହି ବାକ୍ୟେଣ ତିନି ପୁରୁଷ ନାମ ଧରି ।୪୬୦।ପ୍ରୋହିତେ ମହାବାକ୍ୟ ନାମ ଯେ ଉଚ୍ଚାରିଇଦଂ ବାକ୍ୟ ସେ ଯେ ତ୍ରିବାର ପୂରଣ କରି ।୪୬୧।ତେଷଠୀ ଅପର୍ଣ୍ଣାଂକର ନାମ ଅବଧାରିଦେଖିଣ ସାନନ୍ଦ ଯେ ହୁଅନ୍ତି ନରନାରୀ ।୪୬୨।ଅଖଣ୍ଡିତ ମନ୍ତ୍ରେ ଦୁବ ଚଉଷଠୀମହାମନ୍ତ୍ର ଅବଧାନେ ପାଡ଼ନ୍ତି ଗଣ୍ଠି ମୁଠି ।୪୬୩।ଆଇଷ୍ୟ ମନ୍ତ୍ରେ କନ୍ୟାକୁ ଘେନିଣ ପୁରୋହିତେବରହସ୍ତ ଉପରେ କନ୍ୟାର କରପତ୍ରେ ।୪୬୪।ଶଙ୍ଖ ମହୁରୀ ଯେ ବାଜଇ ଭେରୀ ତୁରୀ ଘୋରନାଦେବ୍ରାହ୍ମଣମାନେ ଉଚ୍ଚାରନ୍ତି ବେଦ ଯେ ଶବଦେ ।୪୬୫।ହୁଳହୁଳି ଜୟ ଜୟ ଶବଦ କଲେକ କାମିନୀଶୁଭବାଞ୍ଛା ପଢିଲେ ସୁମନ୍ତ ମହାମୁନୀ ।୪୬୬।ଆପେଣ ଅପଛରୀୟେ ନୃତ୍ୟ ଗୀତ ଆରମ୍ଭିମର୍ଦ୍ଦର କଂସାଳ ବାଜଇ ଘୋର ଯେ ଦୁନ୍ଦୁଭି ।୪୬୭।ବରକନ୍ୟାଂକର କର ଧରି ମଧ୍ୟଗତେକୁଶ ବନ୍ଧନ କଲେ ଯେ ଧୌମ୍ୟ ପୁରୋହିତେ ।୪୬୮।ବର ହସ୍ତ ଉପରେ କନ୍ୟା ହସ୍ତଗତେହସ୍ତବନ୍ଧନ କଲେ ଯେ ଶାହାସ୍ର ସଙ୍ଗତେ ।୪୬୯।ପ୍ରୋହିତେ ବୋଇଲେ ହୋ ବିରାଟେଶ୍ୱର ରାଜାଯଉତୁକ ବେଳ ହୋଇଲା କର ବିଭାର ପୂଜା ।୪୭୦।ଡାହାଣବ୍ରତେକ ଶଙ୍ଖେ ଜଳ ତିଳ ଭରିଦିଅଇ ଯଉତୁକ ସେ ବିରାଟ ଦଣ୍ଡଧାରୀ ।୪୭୧।କନ୍ୟାର ପରିବାରୀ ଯେ ସହସ୍ରେକ ଦାସୀଲକ୍ଷେକ ଧେନୁ ଗାଈ ଧବଳ କମଳ ଆଶ୍ୱାସୀ ।୪୭୨।ଳକ୍ଷେକ ଭାର ସୁବର୍ଣ୍ଣ ପଇଲମ ଯୋଗାଡ଼ ରତ୍ନଉପାଧି ଶତେ ରଥ ଦିଲା ଯଉତୁକ ଯତ୍ନ ।୪୭୩।ଲକ୍ଷେକ ରଥୀ ଯୋଦ୍ଧା ଦିଲାକ ଆଦି କରିବେନିଲକ୍ଷ ଶ୍ୱେତହସ୍ତୀ ଶ୍ୱେତଅଶ୍ୱ ଲକ୍ଷ ଚାରି ।୪୭୪।ଆଲମ୍ବ ଉଦ୍ଦଣ୍ଡ ଯେ ଛତ୍ର ପାଞ୍ଚଲକ୍ଷୀଚାରିଲକ୍ଷ ଚାମର ଯେ ଦିଲାକ ସେ ବାଛି ।୪୭୫।ବୀରତୂର ବିଜିଘୋଷ ଟମକ ନିଶାଣବୀର ଢୋଲ ମୃଦଙ୍ଗ କାହାଳି ଯେ ପାଞ୍ଚ ଲକ୍ଷ ପୁଣ ।୪୭୬।ଘଣ୍ଟ ମର୍ଦ୍ଦଳ ବୀର କାହାଳୀ ମହୁରୀୟେମାନ ଚାରିଲକ୍ଷ ଚାରି ସହସ୍ର ଦିଲାକ ଅଗୁଳି ।୪୭୭।ପଞ୍ଚ ପରାୟୁଧ ଦିଲା ପାଦାନ୍ତି ସଇନିପଞ୍ଚପାରିଦଣ୍ଡ ଦିଲା ଛାଡ଼ିଲାକ ପାଣି ଘେନି ।୪୭୮।ଅନେକ ଦେଶର ଯେ ଥିଲେ ମହୀପତ୍ୟେଚାରି ଭଣ୍ଡାର ଧନ ଦିଲାକ ଅପ୍ରମିତେ ।୪୭୯।ଅଶ୍ୱ ଗଜ ଦଣ୍ଡଛତ୍ର କହିତ କେହୁ ପାରିଅସଂଖ୍ୟ ଅଗୋଚର ଦିଲା ଯଉତୁକ ବିଧିକରି ।୪୮୦।ବିରାଟ ଭାରିଯା ଯେ ଶ୍ରୀକୃଷ୍ଣା ମହାଦେଈଅନେ ଯଉତୁକ ଦିଲେ ହରଷ ମନ ହୋଇ ।୪୮୧।ବିରାଟ ପୁତ୍ର ଯେ ଶଙ୍ଖ ଶ୍ୱେତ ଉତ୍ତରୟେମାନେ ଯଉତୁକ ଦିଲେ ଅପାର ଅପାର ।୪୮୨।ଯଉତୁକ ଶେଷେଣ ବୋଇଲେ ଧୌମ୍ୟ ଗୁରୁକନ୍ୟା ସାତଗୋଟି ଯେ ଆଣସି ଅନ୍ତପୁରୁଂ ।୪୮୩।ବର କନ୍ୟାର ହାତ ଫେଡନ୍ତୁ ସେ ଆସିସଂକୁଚ ମନେ କନ୍ୟାମାନେ ଆସନ୍ତି ହସି ହସି ।୪୮୪।ଛାୟା ମଣ୍ଡୋପ ତଳେ ମିଳିଲେ କାମ୍ୟନାରୀବର କନ୍ୟାଂକର ହସ୍ତ ଫେଡିଲେ ଶୁଭେଣ ସେ କରି ।୪୮୫।କରପତ୍ର ଛାଡ଼ିଣ ଉଠିଲା ଉତ୍ତରା ବାଳୀବର ସନ୍ନିଧ୍ୟେ କନ୍ୟାକଇଂ ବସାଇଲେ ତୋଳି ।୪୮୬।ନବତନ ଝୀନବସ୍ତ୍ର ଦିଲେକ ବଧାଇଅନେକ ଧନରତ୍ନ ଭିକ୍ଷୁକଜନେ ଦେଇ ।୪୮୭।ନବତନ ବସ୍ତ୍ର ପିନ୍ଧି ବେଶ ବେଶନ ହୋଇବରକନ୍ୟା ବସିଲେ ୟେକ ଆସନେ ଯାଇଂ ।୪୮୮।କୁମର କୁମାରୀ ୟେକଇ ଆସ୍ଥାନେବିରାଟ ପ୍ରଣପତ୍ୟ ଅର୍ଜୁନ ସନ୍ନିଧ୍ୟାନେ ।୪୮୯।ବିଷ୍ଣୁ ମାତୁଳ ଯାହାର ଲକ୍ଷ୍ମୀ ଯାହାର ମାଈମୁଂ ତାକୁ ଯଉତୁକ ଦେବାକୁ କିସ ଭାଜନ ହୋଇବଇଂ ।୪୯୦।ୟେ ମହୀମଣ୍ଡଳେ ଯେ ଠାକୁର ସୋମବଂଶୀଦୁହିତାୟେ ଦେଇ ମୁ ଶରଣ ଅଛି ପଶି ।୪୯୧।ଯେ ହୋଇବ ସ୍ୱାମୀ ଦଣ୍ଡ ଦୋଷ ମୋହୋର ଥିଲା ହାଦେ ପୂର୍ବେଦୋହିତା ଗୋଟି ଯେ ଦେଇ ମୁଂ ନିଭ୍ରାନ୍ତି ହୋଇଲି ୟେବେ ।୪୯୨।ଦୋହିତା ଗୋଟିୟେ ଦେଇଣ ମୁଂ ହୋଉଛି ସମର୍ପିସମୁନ୍ଦ୍ର ଆଶ୍ରିତ ମୁଂ କଲ୍ୟାଇଂ ଅଦ୍ୟାପି ।୪୯୩।ଅନେକ ବିନୋୟୀ ସେ ମତ୍ସାଧିପ ସ୍ୱାମୀଯୁଝେଷ୍ଠିଂକ ଚରଣ ତଳେ ସହସ୍ରେ ଦଣ୍ଡ ପରିଣାମି ।୪୯୪।ଯୁଝେଷ୍ଠି ବୋଇଲେ ଉଠ ଉଠ ହୋ ମହାତମାତୁ ମୋହୋର ଅଭେଦ ଯେ ଅଟୁ ପଞ୍ଚୁଭୂତ ଆତ୍ମା ।୪୯୫।ଅର୍ଜୁନର ବଦନ ଯେ ଚାହିଂଲେ ଯୁଝେଷ୍ଠିବିରାଟକୁ ଅର୍ଜୁନ ଯେ କୋଳକଲା ଉଠି ।୪୯୬।କନ୍ୟାକଇଂ ସମର୍ପଇ ସେ ଗଲେ ମତ୍ସ୍ୟରାୟେପ୍ରୋହିତେ ଲାଜାହୋମ କରାବନ୍ତି ଉପାୟେ ।୪୯୭।ଶାକିଗୁଆ ଅଖଣ୍ଡିତ ପଞ୍ଚଗୋଟି ଘେନିବରକନ୍ୟାଂକ ଲୁଗାରେ ବନ୍ଧନ କଲେ ଆଣି ।୪୯୮।ଗଣ୍ଠିଓଳା ଯୁଗତେଣ ହୋଇଲେ ବରକନ୍ୟାବସିଲେ ବରବେଶେ ତାହାଂକ ଜୀବନ ଧନ୍ୟା ଧନ୍ୟା ।୪୯୯।ବାତ ଅନଳ ନାମେଣ ଯେବଣ ହୁତସ୍ୱାହା ସ୍ୱଧା ମନ୍ତ୍ରେ ଯେ କଲେକ ଉପଗତ ।୫୦୦।ଇଦଂବାକ୍ୟେ ପୁରୋହିତେ ଆରାଧିଲେ ବିଭାବିଧି ଯେ ବହତିଗୁଆଘିଅ ମାଘୀତିଳେ ଦିଲେକ ଆହୂତି ।୫୦୧।ସ୍ୱାହା ସ୍ୱଧା ମନ୍ତ୍ରେଣ ଯେ କଲେକ ଅବଧାନଅଗ୍ନି ଦେବତାଂକର ନୋହିଲା ଉଦ୍ୟାନ ।୫୦୨।ମାରକଣ୍ଡ ବୋଇଲେ ହୋ ଧୌମ୍ୟ ପୁରୋହିତେଅଗ୍ନିର ଶିଖା ତ ନ ଦିଶିଲା ଲୋହିତେ ।୫୦୩।ତୋହୋର ପ୍ରାୟେ ବ୍ରାହ୍ମଣ ଦିଲୁ ଯେ ଆହୂତିବାରି ତ ନୁଆରିଲୁ ଅଗ୍ନି ଦେବତାଂକ ମୂର୍ତ୍ତି ।୫୦୪।ଆହୋ ଜାତ ଅନଳ ବୋଲି ଯେଉଂଣ ବଶ୍ୱାନରତିନିବଦନ ପନ୍ଦର ଲୋଚନ ତାହାଂକର ।୫୦୫।ଦ୍ୱାଦଶ କପାଳ ଚତୁର୍ବିଂଶ ଯେ ଶ୍ରବଣନାଭି ଗଣ୍ଡସ୍ଥଳ ଚତୁର୍ଦ୍ଦଶ ବକ୍ଷସ୍ଥଳ ପୁଣ ।୫୦୬।ପଞ୍ଚବିଂଶ ଉତ୍ସର୍ଗ ତିନି ନାସିକା ପଞ୍ଚକୁକ୍ଷିତ୍ରିଶାଖା ଆକର୍ଷଣ ସହସ୍ରେ ପିଙ୍ଗଳାକ୍ଷି ।୫୦୭।ୟେକଇ ବଦନ ହୋ ଚତୁର ଅନଳ ମୂରତିତିନି ବଦନ ଦ୍ୱାଦଶ ରୂପ ଯେ ବହତି ।୫୦୮।ଚତୁର୍ଦ୍ଦଶ ଓଷ୍ଠ ଦ୍ୱାଦଶ ଯେ ଜିହ୍ୱାୟେକ ଚରଣ ତିନି ପିଠି ଶତେ ଉର୍ଦ୍ଧ୍ୱପ୍ରଭା ।୫୦୯।କପାଳେ ଆହୂତି ଯେ ପଡଇ ବହନିସର୍ବ ଶୁଭ ହୋଇ ସେ ବରକନ୍ୟାୟେ ବ୍ରତନ୍ତି ପୁଣି ।୫୧୦।ଆହୂତି ପଡଇ ଯେବେ ଅଗ୍ନିଂକର ଆଖିକନ୍ୟାକଇଂ ବରଷେ ନ ପାରଇ ଦେଖି ।୫୧୧।ଯେବେ ଆହୁତି ପଡଇ ଅଗ୍ନିଂକର ନାସିକାସର୍ବେ ପୁତ୍ର ଗୋଟିୟେ ଉପୁଜଇ ତାହାର ୟେକା ।୫୧୨।ଅଗ୍ନିର କର୍ଣ୍ଣେ ଯେବେ ଆହୂତି ପଡ଼ିବସନ୍ତାନ ଉପୁଜିଲେ ସେ କର୍ଣ୍ଣ ବଧିର ହୋଇବ ।୫୧୩।ଗଣ୍ଡସ୍ଥଳ ମଧ୍ୟେ ଯେବେ ପଡଇ ଆହୂତିବର ଉପରେ କନ୍ୟା ଯେ ହୋଇବ ହତ୍ୟାଟି ।୫୧୪।ଆହୂତି ପଡ଼ଇ ଯେବେ ଅଗ୍ନିଂକ ହୃଦେବର କନ୍ୟାଂକର ଉପୁଜଇ ବଡ଼ାଇ ସୁହୃଦେ ।୫୧୫।ଅହିଓ ସୁଲକ୍ଷଣୀ ହୁଅଇ ସୌଭାଗ୍ୟବନ୍ତୀପୁତ୍ର ଉପୁଜିବ ଦୋହିତା ବହୁତ ଉପୁଜନ୍ତି ।୫୧୬।ଆହୂତି ପଡ଼ଇ ଯେବେ ବଶ୍ୟାନର କନ୍ଧେକନ୍ୟା ବିଧବା ହୁଅଇ ତୁଟଇ କାମ ସଧେ ।୫୧୭।ବାମ ଭୁଜେ ଯେବେ ପଡିବ ଆହୂତିପର ଦାରେଣୀ ସେ କନ୍ୟା ହୁଅଇ କରେ ବେଶ୍ୟାବୃତ୍ତି ।୫୧୮।ତାହାଣ ଭୁଜେ ଯେବେ ଆହୂତି ପଡ଼ିବସୁନ୍ଦର କନ୍ୟା ହୋଇଲେ ବର ଘେନି ଘର କରିବ ।୫୧୯।ଯେବେ ଆହୂତି ପଡ଼ିବ ଅଗ୍ନିଂକର କୁକ୍ଷିପୁତ୍ର ଦୋହିତା ଉପୁଜିବ ଅନ୍ତେ ହୋଇବ ବଡ ସୁଖୀ ।୫୨୦।ଅଗ୍ନିଂକ ପିଠିରେ ଯେବେ ପଡ଼ିବ ଆହୂତିବରଷକେ ବିଧବା ହୋଇବ ସେ ଯୁବତୀ ।୫୨୧।ଆହୂତି ପଡ଼ିବ ଯେବେ ଅଗ୍ନିଂକ ମେଖଳେଅପାର ଦୁହିତା ହୋଇବେ କର୍ମର ଅବଳେ ।୫୨୨।ଜାନୁର ମଧ୍ୟେ ଯେବେ ପଡିବ ଆହୂତିବର କନ୍ୟାଂକର ହୋଅଇ ଅପାର ପୀରତି ।୫୨୩।ପୁତ୍ର ଦୋହିତା ନୋହିବ ଜୀବ ଥିବା ଯାୟେଅପୁତ୍ରିକ ହୋଇଣ ମରିବେ ବାପମାୟେ ।୫୨୪।ପାଦେ ପଡ଼ିବ ଯେବେ ଅଗ୍ନିଂକର ଆହୂତି ଭାଗଦେଶାନ୍ତରୀ ହୋଇ ବୁଲିବେ ହୋଇବ ଭିକ୍ଷା ଯୋଗ ।୫୨୫।ଅପାର ଉତପତ୍ତି ହୋଇବେ ପୁତ୍ରବାଳୀକର୍ମେ ଦରିଦ୍ର ହୋଇବେ ସେ ନୁଆରିବ ସମ୍ଭାଳି ।୫୨୬।ଆପଣା ଶକତି କ୍ରମେ ନ ପାରିବ ପୋଷିକ୍ରୟ ବିକ୍ରୟ କରି ଆପଣା ପେଟ ପୋଷି ।୫୨୭।ଶୁଣ ହୋ ପୁରୋହିତେ ବଦୟନ୍ତି ମାରକଣ୍ଡେଆହୂତି ପଡିଲା ହୋ ଅଗ୍ନି ଦେବତାଂକ ମୁଣ୍ଡେ ।୫୨୮।ମହାମନ୍ତ୍ର ବାକ୍ୟେ ପ୍ରକ୍ଷେପିଲେ ତାଳୁଆଭୋଗ୍ୟ ହୋଇବ କନ୍ୟା ସନ୍ତାନ ହୋଇବେ ହେଳୁ ।୫୨୯।ବଡାଇ ଦୁରାପଦେ ରହିବ ତାର ବଂଶକନ୍ୟାକଇଂ ଭୋଗ ସର୍ବେ ହୋଇବ ତେରମାସ ।୫୩୦।ଜନ୍ମ କର୍ମ ଆଧ୍ୟାନ ବେନାସିକ ନାଡ଼ିକର୍ମ ନାଡ଼ିରେ ଯେବେ ପୂର୍ଣ୍ଣ ଅଭ୍ୟାସ କରି ।୫୩୧।ମାରକଣ୍ଡେ କହିଲେ ଆଗତ ଗ୍ରନ୍ଥଖଣ୍ଡିକର୍ମେ ଲାଗି କହିଲେ ୟେ କନ୍ୟା ହୋଇବ ପେଟରାଣ୍ଡି ।୫୩୨।ବ୍ୟାସେ ବୋଇଲେ ମାରକଣ୍ଡ ସ୍ୱରୂପ ଆମ୍ଭେ କହୁଂଚଉଦ ବରଷ ଯେ ନାଶଯିବ ୟେହାର ପ୍ରହୁ ।୫୩୩।ମାରକଣ୍ଡେ ବୋଇଲେ ବ୍ୟାସ ୟେହା ନ କର ଉଦିତପାଣ୍ଡବ କୁଳେ ବ୍ୟଥା ଉପୁଜିବ ବହୁତ ।୫୩୪।ଅଗ୍ନିଂକି ପ୍ରତିକ୍ଷଣ ତହିଂ କଲେକ ବରକନ୍ୟାକରେଣ ଗଣ୍ଡୂଷ କଲେ ଘୃତ ଯେ ପାରଣା ।୫୩୫।ଅଗ୍ନି ଦେବତାଂକୁ ଯେ ବହୁତ ଶୀତଳ ଦ୍ରବ୍ୟମାନବର କନ୍ୟା ବେନିୟେ ଯେ କଲେକ ଆଞ୍ଚୋବନ ।୫୩୬।ଉତ୍ତର କୁମାର ଅଗ୍ନି ଶୀତଳ ପରଖିପୁରାଣ ସଂଘତାରେ ଯେହ୍ନେ ବେଭାର ଅଛି ।୫୩୭।ୟେ ବୁଧଜନେ ୟେ ବିଭାବିଧି କ୍ରମେଣପଞ୍ଚଭୂତ କରି ଲୟେ କରି ଦେଖ ଅଗ୍ନିର ବାରଣ ।୫୩୮।ଜାତ ଅନଳ ଅଗ୍ନି ଯେ ଅଟଇ ସପତ ଜିହ୍ୱାଅଗ୍ନିର ବର୍ଣ୍ଣ ଜାଣି ଆହୂତି ଦେଉଥିବା ।୫୩୯।କନ୍ୟାଗୋଟି ହୋଇବାକ ଅହିଓ ସୁଲକ୍ଷଣୀପୁତ୍ର ଦୁହିତା ଉପୁଜିବ ଅନଙ୍ଗ ରମ୍ଭା ଜାଣି ।୫୪୦।ଧନ ବସ୍ତ୍ର ପାଇବ ପଣ୍ଡିତ ହୋଇବ ଯୁଗତେରୋଗ ଆପଦ ଉତପତ୍ତି ନୋହିବ କଦାଚିତେ ।୫୪୧।ୟେମନ୍ତ ଯାଗ୍ୟଂ କଲେ ଯେ ମନୁଷ୍ୟ ହୋଇବ ସୁଖୀଅଗ୍ନିଂକର ବର୍ଣ୍ଣ ଚିହ୍ନ ଜାଣି ଆହୂତି ଦେବ ଦେଖି ।୫୪୨।ଓଷ୍ଠର ମଧ୍ୟେ ଯେବେ ଆହୂତି ପଡ଼ିବୟେଥିର ଫଳଶ୍ରୁତି ଅଧେକ ହୋଇବ ।୫୪୩।ଜନ୍ମର ପ୍ରତିଷ୍ଠା ହୋଇବାକ ବିଭାଯୋଗୟେହା ବିଚାରି ଅଗ୍ନିକି ଦେବ ହବିର୍ଭାଗ ।୫୪୪।ଚିତ୍ତ ବିଚଳିତ ଯେବେ ଆହୂତି ଦେବାବେଳେସେ ଦୋଷର କାରେଣି ବ୍ରାହ୍ମଣ ବରକନ୍ୟା ଦୁଖ ପାଇଲେ ।୫୪୫।ୟେସନେକ ବିଧାନ ବିଭାର ଚରିତୟେହା ବିଚାରିଣ କାର୍ଯ୍ୟ କରନ୍ତି ପଣ୍ଡିତ ।୫୪୬।ବାଭାବିଧି ସାରିଣ ଯେ ଅଗ୍ନିର କ୍ରମେଣଆରୋଗ୍ୟ ଆଶିଷ ବାଞ୍ଛିଲେ ସକଳ ବ୍ରାହ୍ମଣ ।୫୪୭।ଶୁଭ ଅବଧାନେ ଚଳିଲେ ବରକନ୍ୟାରାତ୍ର ପାଇଲା ସେ ସାରିଲେ ଭୋଜନ ।୫୪୮।ଭୁଞ୍ଜନ୍ତି ଘର ବର ଜାତି ଯେ ସମସ୍ତଅନେକ ବିଧାନେ ଭୋଜନ ଦିଅଇ ମତ୍ସନାଥ ।୫୪୯।ରାମକୃଷ୍ଣ ଘେନି କରି ଧୃତରାଷ୍ଟ୍ର ରାୟେପଞ୍ଚ ପାଣ୍ଡବନ୍ତ ଘେନି ଭୋଜନ ସର୍ବ କୟେ ।୫୫୦।ଆଂଚୋବନ ସାରି ସେ କ୍ରପୁର ତାମ୍ବୁଳ ଭୁଞ୍ଜନ୍ତି ଜନେଅନେକ ଅକ୍ଷତ ଦିଲେ ବିରାଟ ରାଜନେ ।୫୫୧।ଶୁଣ ହୋ ବୈବସୁତ ମନୁ ବଦୟନ୍ତି ଅଗସ୍ତିବନ୍ଦାଇଣ ବରକନ୍ୟା ସେ ଅନ୍ତପୁରେ ନିଅନ୍ତି ।୫୫୨।ଭୂମିରେ ଲିହିଣ ମଣ୍ଡନ୍ତି ପରିହାସେଜୁଆ ଖେଳାବନ୍ତି ଆଣି ମନର ହରଷେ ।୫୫୩।ସୁର୍ବଣ୍ଣର କଉଡ଼ି ଯେ ରୂପାର ଦେବୀ ବେନିଜୁଆ ଖେଳାବନ୍ତି ମିଳି ସକଳ କାମିନୀ ।୫୫୪।ବର ଦିଅଇ ଯେ କନ୍ୟାର ହାଥେ ତୋଳିନଗ୍ର ନରନାରୀମାନେ ସମସ୍ତେହେଂ ମିଳି ।୫୫୫।ପୁଣ ପୁଣ ଲେଉଟାଇ ପାଡ଼ନ୍ତି ଅନୁମତେଖେଦ ଅନୁସରି ପୁଣ ଧରନ୍ତି ହୃଦଗତେ ।୫୫୬।ପୁଣ ତୁଷ୍ଟ ଚିତ୍ତେ ପାଡ଼ନ୍ତି ବେନିମତିଢମାଳି ଗୀତ ଗାବନ୍ତି ଅନେକ ଯୁବତୀ ।୫୫୭।ହରଷେଣ ଜୁଆ ଖେଳାନ୍ତି ବିରାଟ କୁମାରୀଦେଖିଣ ହରଷ ହୋଇଲେ ସମସ୍ତ ନରନାରୀ ।୫୫୮।ଦୁର୍ବା ଅକ୍ଷତ ଶିରେ ଦିଲେକ ବରକନ୍ୟା ବେନିଭିତର ପୁରକୁ ବରକନ୍ୟା ନେଲେକ କାମିନୀ ।୫୫୯।ବିରାଟର ଭାରିଜା ଶ୍ରୀକୃଷ୍ଣା ମହାଦେଈୟେକ ଆସନେ ବରକନ୍ୟାଂକୁ ଭୁଞ୍ଜାଇ ।୫୬୦।ଷଡ଼ରସ ଭୋଜନ ପରଷନ୍ତି ଆଣି ଆଗଶରୀର ପୁଷ୍ଟକରି ଭୁଞ୍ଜିଲେ ଅତି ବେଗ ।୫୬୧।ଭୁଞ୍ଜିଣ ତ୍ରିପୁତି ଯେ ହୋଇଲେ ବରକନ୍ୟା ବେନିଦିବ୍ୟ ଅବତାର ସେ ଦିଶନ୍ତି ଯୁବା ବୟସ ଘେନି ।୫୬୨।ଆଞ୍ଚୋବନ ସାରିଣ କ୍ରପୂର ତାମ୍ବୁଳ ଭୁଞ୍ଜିରାତ୍ରି ଦେଢ ପ୍ରହର ଶୟନ ସ୍ଥାନେ ରଞ୍ଜି ।୫୬୩।ଉତ୍ତରାକୁ ଘେନିଣ ରାମକୃଷ୍ଣଂକର ଭଣଞ୍ଜାବହୁତ ମଙ୍ଗଳ ଆରୋପଣେ ବିଜେ ମହୁଶଯ୍ୟା ।୫୬୪।ଗଣିକାଗଣମାନେ ଦ୍ୱାରେ ହାଦେ ମିଳିଶୟନ ଗୀତ ଗାଇ ଦିଅନ୍ତି ହୁଳହୁଳି ।୫୬୫।ପଡ଼ିଲା କବାଟ ସେ ଘୁଞ୍ଚିଲେ ଯୁବତୀକୁମାର କୁମାରୀଂକର ବହୁତ ପୀରତି ।୫୬୬।ନଖ ଦନ୍ତଘାତ ଚୁମ୍ବନ ପରିହାସୟେକକୁ ଆରେକ ବଢିଲା ନାନା ରତିରସ ।୫୬୭।ଉଦ୍ଦାମ ଶୃଙ୍ଗାର ହୋଇଲା ବେନିଜନକେହି ନ ଜାଣନ୍ତି ନଖଦନ୍ତ ପାଦଚିହ୍ନ ।୫୬୮।ବିବିଧ ଶୃଙ୍ଗାରେ ଯେ ପାହିଲା ରୟେଣୀସ୍ନାହାନକୁ ଆରମ୍ଭ ସେ ବରକନ୍ୟା ବେନି ।୫୬୯।ବିଭାର ଦୁତୀୟ ଦିନ ହୋଇଲେ ବନ୍ଦାପନାତୃତୀୟ ଦିବସ ଉତ୍ସବ ହୋଇଲା ପ୍ରସନ୍ନା ।୫୭୦।ଇନ୍ଦ୍ରାୟେଣୀ ଶାହାସ୍ର ଯେ ପଢନ୍ତି ପୁରୋହିତେବରକନ୍ୟା ଆରୋଗ୍ୟ ହୋଇବେ ଯେମନ୍ତେ ।୫୭୧।ଚତୁର୍ଥ ଦିବସେ ଯେ ନଗ୍ର ଉତ୍ସକରିସହସ୍ରେ ଦିଜବର ଚତୁର୍ବେଦ ଦ୍ୱାରେ ପଢି ।୫୭୨।ବହୁତ ଉତ୍ସବେ ସେ ପ୍ରସର ହୋଇଲାକ ରାତିକୁମାର କୁମାରୀ ଛାୟା ମଣ୍ଡେପେ ବସନ୍ତି ।୫୭୩।ରଜନୀ ପ୍ରଭାତେ ସେ ଚନ୍ଦନ ବହୁତ ଘୋରିୟେକ ଆରେକ ଲେପନ କରନ୍ତି ଚତୁରୀ ।୫୭୪।ବେଳୁଂବେଳ ପରିହାସ ଲାଗିଲା ବହୁତଚନ୍ଦନ ଛାଡ଼ି ବୃଷ୍ଟିକଲେ କୁଂକୁମନ୍ତ ।୫୭୫।କୁଂକୁମ ଘଷାସାରି ବହୁତ କଲେ କେଳିଶ୍ରୀଖଣ୍ଡି ବିରାଟକୁ ଫିଙ୍ଗିଲା ପରିହାସେ ଧୂଳି ।୫୭୬।ଚନ୍ଦନ କସ୍ତୁରୀ କ୍ରପୂର ଚତୁସମ ମିଶାରସ ପରିହାସେ ଯେ ସମସ୍ତେ ମାଟିମିଶା ।୫୭୭।ଦାଣ୍ଡେକ ଦିନେ ଯେ ହୋଇଲା ସମସ୍ତୟେକ ନିଉଡ଼ଇ ନେଇ ଆରେକର ମାଥ ।୫୭୮।ରାମକୃଷ୍ଣ ଆଦିକରି ଉଗ୍ରସେନ ବସୁଦେବଯୁଝେଷ୍ଠି ଦ୍ରୌପଦ ଆଦି କରି ୟେକ ରଙ୍ଗଭାବ ।୫୭୯।କର୍ଦ୍ଦନ ଉତ୍ସବ ଛାଡ଼ିକରି ଲେପନ ସୁଗନ୍ଧ ଅୟେଂଳାଜଳେ ପଶନ୍ତେ ସେ ନଦୀ ହୋଇଲାକ ଗୋଳା ।୫୮୦।ସ୍ରାହାନ ସାରି ଉଭା ହୋଇଲେକ କୂଳେସବୁନ୍ତିହିଂ ନବତନ ବସ୍ର ଦିଲେ ବିରାଟ ମହୀପାଳେ ।୫୮୧।ଦେବାଙ୍ଗ ବସନ ଯେ ୟେକବର୍ଣ୍ଣ ପାଟ ଯେ ପତନୀନେତବସ୍ର ଦୋସଡ଼ା ସବୁଂକୁହିଂ ଦିଲା ଆଣି ।୫୮୨।ଠାକୁର ସେବକ ବାଦ୍ୟକାର ପରିଯନ୍ତେସବୁଂକୁହିଂ ୟେକ ଯୋଗକରି ଦିଲା ନାନାବସ୍ତ୍ର ସହିତେ ।୫୮୩।ଅନେକ ଯୋଗାଡ଼ ସେ ଦିଲେକ ଭୋଜନଜଣକେ ଅଳଂକାର ଅଦିବ୍ରତେକ ମାଢ ସୁବର୍ଣ୍ଣ ।୫୮୪।ବସୁଦେବ ନନ୍ଦ ଉପନନ୍ଦ ମହାଖୁଡ଼ ଉଗ୍ରସେନ ବଳରାମେସାତବଂଶ ଘେନି ବିଜେ ପୁରୁଷଂକ ଉତ୍ତମେ ।୫୮୫।ବିରାଟ ଦ୍ରୁପଦ ରାଜା ଧୃଷ୍ଟ ଯେ ଦ୍ୟୁମନେସଞ୍ଜୟେ ବିଦୁର ଯୁଝେଷ୍ଠି ଭୀମସେନ ଅରଜୁନେ ।୫୮୬।ସୁବାହୁ କେଶରୀ ଯେ ମାଧବସେନ ମେଳେଆସ୍ତାନର ତଳେ ଆସି ବିଜୟେ ସକଳେ ।୫୮୭।ସଭାରୁ ଉଠିଣ ସେ ନୃପତି ଧୃତରାଷ୍ଟ୍ରେପ୍ରଣପତ୍ୟ ହୋଇ ବୋଇଲେ ଅବଧାନ ରାମକୃଷ୍ଣେ ।୫୮୮।ସ୍ୱାମି ପୂର୍ବର ପାତକେଣ ମୋହୋର ଭ୍ରଷ୍ଟ ବେନି ଆଖିପୁତ୍ରଂକର ସମ୍ପଦ ମୁଂ ନୁଆରିଲି ଦେଖି ।୫୮୯।ସ୍ୱାମି ବିନୟ ହୋଇଣ ଯୁଝେଷ୍ଠିଂକି ପୁଚ୍ଛିଦ୍ରିଯୋଧନ ପୂର୍ବ ଦୋଷ ଘେନିବା କିଛି ।୫୯୦।ମୁହିଂ ତ ଜାଣଇ ଯୁଝେଷ୍ଠି ଅଣକୋପୀଅର୍ଜୁନ ମଧ୍ୟ୍ୟମାନ ଭୀମସେନ ପରିତାପୀ ।୫୯୧।ସକଳ ଅର୍ଚ୍ଚନା ଯେ ଯୁଝେଷ୍ଠି ମହାତମାଦଶ ଦୋଷ ଅପ୍ରାଧ କରିବା ମୋର କ୍ଷମା ।୫୯୨।ଯେତେ ଦୋଷମାନ ବାବୁ ସବୁ ମୋତେ ଦେବାଶୁଭ ଅନୁକୂଳେ ଚାଲ ହସ୍ତିନାକୁ ଯିବା ।୫୯୩।ଯୁଝେଷ୍ଠି ବୋଇଲେ ଦେବ ଯାହା ବୋଇଲୁ ଆସ୍ତାନେଅନୁବ୍ରତେ କୋପ ଆମଂକୁ ତୋହୋର ଦ୍ରିଯୋଧନ ଦୁଶାସନେ ।୫୯୪।ତହିଂକି ପ୍ରତିକଚ୍ଛ ଶଲ୍ୟକର୍ଣ୍ଣ ଶଂକୁନିଓହୋକୁଳ ନାଶ କରିବେ ଜଣ ତିନି ।୫୯୫।ମଙ୍ଗଳ ରାହୁ ଶନିଶ୍ଚର ତିନିହେଂ ୟେକଘରେସୁବିଧାନେ ନୁଆସନ୍ତି ୟେ ଶାହାସ୍ର ବେଭାରେ ।୫୯୬।କୁରୁପାଣ୍ଡବେ ତାତ ୟେହିକ୍ଷଣି ନୋହେ ସନ୍ଧିଶଇଲୁ ଶକୁନିକି ବାହାରକରି ପାରିବୁ କିୟେ ତୋହୋର ଅଛି ବୁଦ୍ଧି ।୫୯୭।ଭୀମସେନ ବୋଇଲା ଦେବ କହିଲ ଅଭାବତୁମ୍ଭେ ଛାଡ଼ି ପାରିବ କି ସହଦେବ ବାସୁଦେବ ।୫୯୮।ଭୀମସେନ ବଚନେ ହସିଲେ କାମପାଳେପଣ୍ଡିତ ପ୍ରାୟେକ ଭୀମା କହିଲା ୟେତେବେଳେ ।୫୯୯।ଶକୁନି ଯେବେଳୁଂ ହୋଇଲା ତାଂକ ମନ୍ତ୍ରୀପୃଥିବୀରେ ଦ୍ରିଯୋଧନ ହୋଇଲା ୟେକଛତ୍ରୀ ।୬୦୦।ଯେତେବେଳେ ସଖା ହୋଇଲା ଶଲ୍ୟ ମହାରାଜାପୃଥିବୀରେ ଲକ୍ଷେ ରାଜାଂକ ମଧ୍ୟ୍ୟେ ପାଇଲା ପାଦପୂଜା ।୬୦୧।ପ୍ରାଣହୁଂ ସଖା ଶଲ୍ୟ ଶକୁନି ମନ୍ତ୍ରୀ କର୍ଣ୍ଣୟେହାନ୍ତ ଛାଡ଼ିତେ ଯୁଝେଷ୍ଠି କେମନ୍ତେ ବାଞ୍ଛାକର ମନ ।୬୦୨।ବଳରାମ ବୋଇଲେ ହେ ଶୁଣିମା ଧୃତରାଷ୍ଟ୍ରଦ୍ରିଯୋଧନ ଅଟଇ ତୋହୋର ପୁତ୍ର ଶ୍ରେଷ୍ଠ ।୬୦୩।ତୁ ତାହାର ବଚନ ପାରିବୁ କି ଲଂଘିପାଣ୍ଡବେ ଥାଆନ୍ତୁ କିନା ଯାଅ ଯା ୟେଥୁଂ ବେଗି ।୬୦୪।ଦ୍ରିଯୋଧନକୁ ମଣାଇଂ ପଡ଼ିଆ ଦିଅ ସଞ୍ଚୟେତେତେବେଳେ ଯାଆନ୍ତି ସିନା ପଣ୍ଡୁର ତନୟେ ।୬୦୫।ୟେସେନେକ ଶୁଣି ସବୁନ୍ତିହି ତିଆରିଣ ଅମ୍ବିକାରେ ସୁତସମଦଣ୍ଡ ଘେନି ଧୃତରାଷ୍ଟ୍ର ଚଳିଲା ତୁରିତ ।୬୦୬।ବିରାଟ ରାଜା ସେ ଅନେକ ପୂଜା କରିହୋ ସମୁଧି ଦୋହିତା ଦେଇ ମୁ ସମର୍ପି ହୋଇଲି ଦୋଷ ନ ଧରିବ ମୋହୋରି ।୬୦୭।ଧୃତରାଷ୍ଠ୍ର ବୋଇଲେ ତୋହୋର ଜୀବନ ଧନ୍ୟ ଧନ୍ୟୟେ ଦୋହିତା ଉପୁଜାଇ ତାରିଲୁ ଅପଚୟେମାନ ।୬୦୮।ଆପଣେ ତରିଲୁ ତୁ ଲଭିବୁ ବୈକୁଣ୍ଠ ଭୁବନପୁତ୍ର ଭାରିଯା ନାତି ଘେନି ତୋହୋର ପୁରେ ବିଜୟେ ଭଗବାନ ।୬୦୯।ଆହୋ ସମ୍ବନ୍ଧୀ ତୁମ୍ଭେ ଅଟ ବଡ ରାଜାବହୁତ ସନମାନ କଲୁ ପାଇଲୁ ବହୁତ ପୂଜା ।୬୧୦।ବିରାଟେ ଧୃତରାଷ୍ଟ୍ର ମଧୁର ବାକ୍ୟ କହିହସ୍ତିନା ପୁରକଇଂସେ ଚଳିଲେ ରାଜସାଇଂ ।୬୧୧।ଦ୍ୱାରକାର ସଇନି ଘେନି ବାସୁଦେବ ସଜନିଜପୁରେ ବିଜେକଲେ ଦେବାଧି ଦେବରାଜ ।୬୧୨।ଭୋ କୃଷ୍ଣ ମୁଂ ବଚନେ କିସ ଭଗତି ହୋଇବିମୋହୋର ଦୟା କରିବା ପ୍ରଭୁ ସତ୍ୟ ଭାବି ।୬୧୩।ଜୟତୁ ଜୟତୁ ଜନାର୍ଦ୍ଦନ ସତ୍ୟଜନ ନିଧିଜୟତୁ ଜୟତୁ ଦେବ ସଂସାର ବାରାନିଧି ।୬୧୪।ଜୟତୁ ଜୟତୁ ଦେବ କେଶୀ ଦର୍ପ ଗଞ୍ଜାଜୟତୁ ଜୟତୁ ଦେବ ଶକଟାସୁର ଭଞ୍ଜା ।୬୧୫।ଜୟତୁ ଜୟତୁ ଦେବ ଦୁଖୀ ଜନ ତାରଣଜୟତୁ ଜୟତୁ ଦେବ ପାପ ନିଶୋଧନ ।୬୧୬।ଜୟତୁ ଜୟତୁ ଦେବ ଦୁଷ୍ଟ ନିବାରନ୍ତାଜୟତୁ ଜୟତୁ ଦେବ ସୟଳ ଜନ ଚିନ୍ତା ।୬୧୭।ଅନେକ ତୁସ୍ତି କରଇ ବିରାଟ ନୃପତିଗଡ଼ଗାଲି ଶୁତି ବୋଇଲା ମୋତେ ଉଦ୍ଧର ଶ୍ରୀପତି ।୬୧୮।ଅନେକ ତୋଷ ସେ ହୋଇଲେ ଦେବ ଜନାର୍ଦ୍ଦନପ୍ରବେଶ ଜଗନ୍ନାଥ ଦ୍ୱାରକା ଭୁବନ ।୬୧୯।ସମସ୍ତ ଦେଶର ଯେ ରାଜାଗଣମାନେଚଳିଲେ ଦଣ୍ଡ ଘେନି ଯେ ଯାହା ଭୁବନେ ।୬୨୦।ପାଞ୍ଚାଳ କୁମାରନ୍ତ ଛାଡ଼ିଣ ଦ୍ରୋପତେପାଞ୍ଚାଳ ଦେଶକୁ ବିଜେ ଶ୍ରୀଖଣ୍ଡୀ ଧୃଷ୍ଟଦ୍ୟୁମନ ସହିତେ ।୬୨୧।ରହିଲେ ପାଣ୍ଡବେ ଯେ ମତ୍ସଦେଶ ପୁରୀବହୁତ ବିନୟେ ଖଟିଛନ୍ତି ବିରାଟ ଦଣ୍ଡଧାରୀ ।୬୨୨।ସମସ୍ତ ଦିବସେ ଅନ୍ତରେ ଅଷ୍ଟ ମଙ୍ଗଳା ସାରିଅନେକ ଉତ୍ସବ କଲା ବିରାଟ ଦଣ୍ଡଧାରୀ ।୬୨୩।କୁମ୍ଭମାସ ଶୁକ୍ଳ ପକ୍ଷ ତୃତୀୟା ଶୁକ୍ରବାରଉତ୍ତର ଭୋଦୋ ନକ୍ଷତ୍ର ଅଟଇ ସେ ଦିନର ।୬୨୪।ଚନ୍ଦ୍ର ଉତ୍ସବ ବନ୍ଦାପନା ହୋଇଲା ସେ ଦିନରେନଗ୍ର ନରନାରୀମାନେ ମିଳିଲେ ସମ୍ଭରେ ।୬୨୫।ରାତ୍ର ବେନି ଘଡ଼ି ଉତ୍ତାରେ ଚନ୍ଦ୍ର ବନ୍ଦାପନାପ୍ରୋହିତେ ବାକ୍ୟ କଲେ ବେଦ ଯେ ଆଧ୍ୟ୍ୟାନା ।୬୨୬।ନାରୀଗଣମାନେ ଯେ ଦିଅନ୍ତି ହୁଳ ହୁଳିମଙ୍ଗଳ ଗୀତ ଗାବନ୍ତି କାମିନୀଗଣ ମିଳି ।୬୨୭।ଶଙ୍ଖ ମହୁରୀ ଯେ ଶୁଭଇ ବାଦ୍ୟ ଧୁନିବନ୍ଦାପନା ବେଦୀ ଆଣିଲେ ବରକନ୍ୟା ବେନି ।୬୨୮।ଅଭିମନ୍ୟୁ କୁମର ଯେ ଦିବ୍ୟ ବେଶ ହୋଇଉତ୍ତରା ବାଳି ଯେ ତିନି ଭୁବନ ମୋହଇ ।୬୨୯।ବରକନ୍ୟାୟେ ଲୋଳ ମୁକୁଟ ଯୁଗତେଯେସନେକ ବେଭାର ଅଛି ଶାହାସ୍ର ସଙ୍ଗତେ ।୬୩୦।ଆଶିଷ୍ୟ ବାକ୍ୟ ବାଞ୍ଛାକଲେ ଯେ ଶୁଭଗତେନାରୀମାନେ ବନ୍ଦାବନ୍ତି ଯେ ଯାହାର ମତେ ।୬୩୧।ଧନବସ୍ତ୍ର ଶ୍ରୀଫଳ ଅନେକ ବିଲୋହନ୍ତିହରଷେ ଦିଅଇ ଯେ ବିରାଟ ନୃପତି ।୬୩୨।ବରକନ୍ୟାଂକୁ ସେ ଦୁର୍ବା ଅକ୍ଷତ ଦେଇଶ୍ରୀକୃଷ୍ଣା ମହାଦେଇ ଅର୍ଘ୍ୟ ଘେନି ବନ୍ଦାଇ ।୬୩୩।ପିଠାପଣା ଖଣ୍ଡଖିରସା ନାନା ଦ୍ରବ୍ୟ ଭୁଞ୍ଜିନିଦ୍ରା ଅଳସେଣ ଶେଯ୍ୟାୟେ ମନରଞ୍ଜି ।୬୩୪।ୟେମନ୍ତେଣ ଗଲା ସେ କେତେହେଂକ ଦିବସମତ୍ସଦେଶେ ଅଛନ୍ତି ଯୁଝେଷ୍ଠିଦେବ ମନର ହରଷ ।୬୩୫।
ଧୃତରାଷ୍ଟ୍ର ଶକୁନିର କଥୋପକଥନ ଓ ଧୃତରାଷ୍ଟ୍ରଙ୍କର ଅପମାନଶୁଣ ବୈବସୁତ ମନୁ ବଦୟନ୍ତି ଅଗସ୍ତିହସ୍ତିନା ରାଜ୍ୟରେ ବିଜୟେ ଧୃତରାଷ୍ଟ୍ର ନୃପତି ।୧।ବିଜୟେ ମାନଗୋବିନ୍ଦ ସମ୍ଭର ଆସ୍ତାନେଧୃତିରାଷ୍ଟ୍ର ବିଜେକଲେ ସଞ୍ଜୟ ବିଦୁର ସନ୍ନିଧ୍ୟ୍ୟାନେ ।୨।ବହୁତ ବିନୋୟୀ ଯେ ବୋଇଲେ ଧୃତିରାଷ୍ଟ୍ରସାଧୁ ସେ ପାଣ୍ଡବେ ବାବୁ ସାଧୁ ସାଧୁ ବିରାଟ ।୩।ବାବୁ ମଘଦେଶେ ମତ୍ସଦେଶେ ଶୁଣିଲି ମୁଂ ଯାହାଆପଣେ ଆସି ଯୁଝେଷ୍ଠିକି ଅଭିଷେକ କଲେ ସୁରନାହା ।୪।କୁବେର ଦେବତା ଯେ କଲେକ ରତ୍ନ ଲାଗିପୁଷ୍କର ଦେବ ଅଭିଷେକ କଲା ପରମ ଯୋଗୀ ।୫।ତେତିଶକୋଟି ଦେବତାୟେ ଥିଲେ ସମସ୍ତେ ଯେ ଆସିଯୁଝେଷ୍ଠିଂକି ଅଭିଷେକ କରାଇଲେ ବସି ।୬।ବାବୁ ସାମଦଣ୍ଡ ଘେନି ଚାଲ ମତ୍ସଦେଶ ଯିବାପୁରୁଷାର୍ଥେ କରିଣ ପାଣ୍ଡବନ୍ତ ଘେନିଣ ଆସିବା ।୭।ଶକୁନି ବୋଇଲା ପ୍ରାଣୀର ବୃଦ୍ଧକାଳ ହୋଇଲେଲୋଭ ମୋହ କାମ କ୍ରୋଧ ଆବୋରଇ ବୟସ ସରିଲେ ।୮।ଶକୁନି ବୋଇଲା ହୋ ଶୁଣିମା ଧୃତରାଷ୍ଟ୍ରବୟସ ଅଧିକ ହୋଇଲେ ପ୍ରାଣୀର ଗ୍ୟାଂନ ହୁଅଇ ଭ୍ରଷ୍ଟ ॥୯।ବ୍ୟାଧିକି ଔଷଧ ଅଛି ପ୍ରକୃତିକି ନାହିଂ ମଉଷଧିସୁବିଧାନ କଥାରେ ତୁ କିଂପେ କରାଇବୁ ଦ୍ୱନ୍ଦୀ ।୧୦।କିଂପା ଆନେ ବିଧାତା ତୁମ୍ଭର ହରିଲା ବେନିଚଛୁତୋହୋର କିସ ପ୍ରୟୋଜନେ ତୁ କିଂପେ ଅନ୍ଧ ହୋଇଅଛୁ ।୧୧।ଭଗ୍ନ ନୟନ ଲୋକ ଆବର ଖିନ୍ନପାଦପିଠି କୁଜ ହାତଭଙ୍ଗା ଆବର ଫୁଲା ପାଦ ।୧୨।ଦନ୍ତ ବକ୍ର ମୁଖ ଖଣ୍ଡଣ କରଖୂର୍ପ କୁବୁଜାକଦାଚିତେ ଭଲ ନୋହୋନ୍ତି ୟେ ନିଶ୍ଚୟେ ଭଗ୍ନଭଞ୍ଜା ।୧୩।ସଭାରେ ଶକୁନି ଯହୁଂ କହିଲା କୂଟବାଣୀସମସ୍ତେହେଂ ହସିଲେ ଯେ ମର୍ମକଥା ଶୁଣି ।୧୪।ଧୃତିରାଷ୍ଟ୍ର ବୋଇଲେ ହସିଲେ କିନା ସବୁଶକୁନି ବଚନ ସବୁକୁହିଂ ରୁଚିଲା କିରେ ବାବୁ ।୧୫।ମୋହୋର ବଚନେ ଶକୁନି କେବଣ ଗୁଣଗ୍ରାହୀପ୍ରାନ୍ତେ କେମନ୍ତେ ହୋଇବ ନ ଥିବ ପୁଣ କେହି ।୧୬।ଭୂରିଶ୍ରବା ଅଶ୍ୱଥାମା ସଂଜୟେ କୃପାଚାର୍ଯ୍ୟସବୁଂକରି କଷ୍ଟ ମୁହିଂ ଦେଖିବି ନିର୍ଲଜ ।୧୭।ମଧୁରେ ସରାଗେ ଯେହ୍ନେ ନାଶଯାଇ ରୋଗୀଦୁର୍ଜନ ଗୋଷ୍ଠୀରେ ପଡ଼ିଲେ ଗ୍ୟାଂନଭ୍ରଷ୍ଟ ହୋୟେ ଯୋଗୀ ।୧୮।କପଟୀ ଅସଜ୍ଜନ ସଙ୍ଗତେ ନାଶଯାଇ ପ୍ରାଣୀଅନ୍ଧମତ୍ତ ପ୍ରାୟେ ହୋଇ ୟେହା କେହି ନ ଜାଣି ।୧୯।ବାବୁ ସମସ୍ତ ସେନାୟେ ତୁମ୍ଭେ ପରମ ପଣ୍ଡିତ ଅଟକାଳେହେଂ ଧୃତରାଷ୍ଟିକୁ ହୋଇବ ପୁତ୍ର କଷ୍ଟ ।୨୦।ଆହେ ଶକୁନି ତୁମ୍ଭର ବଚନେ ପାଣ୍ଡବେ ରାଜ୍ୟକୁ ନ ଆସିବା ପରାୟେତୁମ୍ଭେ ଛାରକୁ କିସ ହୋ ତାହାଂକର ଭୟେ ।୨୧।ୟେହି ପାଞ୍ଚ ଦିବସ ମଧ୍ୟ୍ୟେ ରାଜ୍ୟ ବସିବେ ଆସି ମାଡ଼ିଦେଖି ସିନା ତାହାଂକର ଛାମୁରେ କେ କହିବ ଆଗ ବଢି ।୨୨।ଆହେ ଶକୁ ବେଦବ୍ୟାସଂକ ମୁଖରୁ ମୁଂ ଶୁଣିଅଛି ହାଦେକୁରୁବଂଶ ବୁଡ଼ିବ ଯେ ତୋହୋର ପରସାଦେ ।୨୩।ଶକୁନି ବୋଇଲା ତୁ ସିନା କୁଳକ୍ଷୟେ ଅନ୍ଧପାଣ୍ଡବନ୍ତ ଅଣାଇ ୟେଥେ କରୁଅଛ ଦ୍ୱନ୍ଦ ।୨୪।ବକର ପ୍ରାୟେ କରିଣ ମୁଖ ବକ୍ର କରୁଦୃଢବାକ୍ୟ ଶୁଣିଣ ମନେ ରୋଷ ଭରୁ ।୨୫।ଅନ୍ଧ ହୋଇଲେ ହୋଅଇ ଗ୍ୟାଂନଭ୍ରଷ୍ଟଯେତେ ବୁଦ୍ଧି ରଞ୍ଚୁଥାଇ ସବୁ ତାହାର ନଷ୍ଟ ।୨୬।ଧୃତିରାଷ୍ଟ୍ରେ ବୋଇଲେ ସରିଲାନି ଦିନଅଳପ ରହିଲା ଦିନ ବୁଝ ସିନା ବିଧାନ ।୨୭।କର୍ଣ୍ଣ ବୋଇଲା ତାତ ୟେମନ୍ତ କିଂପେ କହୁଦ୍ରିଯୋଧନର ଆଗ୍ୟାଂ ନୋହିଲେ ପାଣ୍ଡବେ ଆସିବେ କାହୁଂ ।୨୮।ଧୃତିରାଷ୍ଟ୍ର ବୋଲେ ତୁ ନୁହ କି ୟେତେ କ୍ଷତ୍ରୀକାମ୍ୟକ ବନେ ରାଜାକୁ ବନ୍ଦୀଦେଇ ପଳାଇ ଅଇଲ ସର୍ବ ରଥୀ ।୨୯।ଧାର୍ମିକ ବିବେକ ସେ ପାଣ୍ଡବେ ମହତୟେହାନ୍ତ ଉଦ୍ଧରିବା ନିମନ୍ତେ ସେ ଜିଣିଲେ ଚିତ୍ରରଥ ।୩୦।ଭୀଷ୍ମେ ବୋଇଲେ ହୋ ସେ କଥା ନ କହନି ବାବୁଗନ୍ଧର୍ବ ବିଜେ ଦେଖି ଆମ୍ଭେ ପଳାଇ ଅଇଲୁ ସବୁ ।୩୧।ଧୃତିରାଷ୍ଟ୍ର ବୋଇଲେ ମୁଂ ଜାଣଇ ତୁମ୍ଭର ଗାଢପଣକେତେ ସମର ନ କଲରେ ଗୋଧନ ହରଣ ।୩୨।ଶତେ ପରାୟୁଧ ରଥୀ ସହସ୍ରେ ପରାୟୁଧ ହସ୍ତୀଅଷ୍ଟାଦଶ କ୍ଷଉଣୀ ତୁଲେ ତିନି ପାରିଦଣ୍ଡ ନୃପତି ।୩୩।ୟେତେ ଯୋଦ୍ଧାନ୍ତ ପାଥ ଉତ୍ତର କୁମାରକଇଂ ଘେନିକେବଣ ଅବସ୍ଥା ତୁମ୍ଭନ୍ତ ନ ଦିଲା ଫାଲଗୁନି ।୩୪।ତୁମ୍ଭେ ବୋଲି ଦେହଗୋଟି ଧରିଛ ନିର୍ଲଜେଦୂଷିତ କର୍ମେ ବ୍ରତିଅଛ କ୍ଷତ୍ରିୟ କୁଳେ ଲାଜେ ।୩୫।ଚାଟୁ ପଟଳ କହ ମୁଖ ରଚକ ଖଣ୍ଡିବୃଦ୍ଧ ଶ୍ରିକାଳ ପ୍ରାୟେ ତୁମ୍ଭେ ଖାଉଅଛ ଭଣ୍ଡି ।୩୬।ସରିଲା ବଂଶ ବୋଲି ଧୃତରାଷ୍ଟ୍ର କ୍ରୋଧ କଲେବିଦୁର ସଞ୍ଜୟ ଦୁହେଂ ସଭାରୁ ଉଠାଇ ଘେନିଗଲେ ।୩୭।ଉଚ୍ଚସ୍ୱରେ ଧୃତରାଷ୍ଟ୍ର ଯାଉଅଛି କାନ୍ଦିଆଜହୁଂ କାଳ ଫାଶରେ ସମସ୍ତେ ହେଲ ବନ୍ଦୀ ।୩୮।ଧୃତରାଷ୍ଟ୍ରେ ବୋଇଲେ ବିଦୁର କଥାୟେ କରି ପାରିବୁ କି ମୋତେନିଲ୍ଲଜ ଆତ୍ମାଗୋଟି ମୋର ଯାଇନା କେମନ୍ତେ ।୩୯।ବଦୁରେ ବୋଇଲେ ଭ୍ରାଥ ନ କହ ଅଶୁଭ କଥାବୁଝିବାନା ତାହାଂକର ତଦନ୍ତ ବାରତା ।୪୦।ଅନ୍ତେଶ୍ୱର ଭୁବନେ ବିଜୟେ ଧୃତିରାଷ୍ଟ୍ରେଗାନ୍ଧାରୀର ଅଗ୍ରତେ କହିଲେ ଗରୁକଷ୍ଟେ ।୪୧।ଆରେ ରେ ବଲ୍ଲଭୀ ଶୁଣ ତୁ ମୋହର ପ୍ରାଣ ପ୍ରିୟାବଂଶ ନାଶ ନିମନ୍ତେ ଶକୁନି କରୁଅଛି ୟେହା ।୪୨।ପରମାର୍ଥ କଥା କହିଲଇ ଯହୁଂ ମୁହିଂବୋଇଲି ପାଣ୍ଡବନ୍ତ ତୋଷି ଆଣିବାକ ଯାଇଂ ।୪୩।ବିରାଟ ରାଜ୍ୟେ ବନ ଗୁପତ ଠାରେକୋଟିୟେ ତୀର୍ଥ ଘେନି ଦେବ ଯେ ପୁଷ୍କରେ ।୪୪।ବରୁଣ କୁବେର ଇନ୍ଦ୍ର ଦଶଦିଗପାଳେ ବଶ୍ୟାନରେଅଭିଷେକ କଲେ ଆସି ଯୁଝେଷ୍ଠିଂକି ବିରାଟ ରାଜ୍ୟରେ ।୪୫।ନୁହନ୍ତି ସାମାନ୍ୟ ସେହୁ ବାସୁଦେବର ପ୍ରାଣବନ୍ଧୁକୁଳ ମଣ୍ଡନ ପୁତ୍ର ସେ ଅଟନ୍ତି ଜଗବନ୍ଧୁ ।୪୬।ଅନେକ ମତେ ତିଆରିଲି ପରମାର୍ଥେକେବେହେଂ ନ ଛାଡ଼ିଲା ସେ ପ୍ରବେଶ ହୋଇଲା ଅନର୍ଥେ ।୪୭।ଗାନ୍ଧାରୀ ବୋଇଲା ସ୍ୱାମି ୟେଥେଂ କିଂପାଇଂ ଆମ୍ଭେ ଥିବାନିଶ୍ଚୟେ ସଂଗ୍ରାମ ହୋଇବ ପ୍ରୟାଗ ତୀର୍ଥକଇଂ ଯିବା ।୪୮।କୁଟୁମ୍ବ ବଧ ଦେଖିଲେ ଅନେକ ପାପ ଦୋଷପ୍ରୟାଗ ତୀର୍ଥେ ଯାଇଂ କରିବା ପାପ ନାଶ ।୪୯।ସଭାୟେ ଶକୁନି ବୋଇଲେ ବୟସାଧିକ ଲୋକେକୁଟୁମ୍ବ ମୁହାଂସେ ଗ୍ୟାଂନ ବୁଡ଼ାବନ୍ତି ଥୋକେ ।୫୦।ଆସ୍ତାନ ବୋଇଲା ଯେ ଆହାନିକ କାଳେଯେ ଯାହାର ମନ୍ଦିରକୁ ସେ ଚଳିଲେ ସକଳେ ।୫୧।ଯୁଧିଷ୍ଠିରଙ୍କର ଇନ୍ଦ୍ରପ୍ରସ୍ଥକୁ ଯିବା ଅନୁକୂଳୟେଥୁ ଅନନ୍ତରେ ଶୁଣ ବଇବସୁତ ମନୁଆସ୍ତାନେ ବିଜେ କରି ଅଛନ୍ତି ଧର୍ମରାୟେ ତନୁ ।୧।ଯୁଝେଷ୍ଠି ପଚାରିଲେ ସହଦେବ ମୁଖ ଚାହିଂରାଜ୍ୟକୁ ଅନୁକୂଳ କହିବା ଆମ୍ଭଂକୁହିଂ ।୨।ସହଦେବ ହୋଇଲେ ସ୍ୱାମି କୁମ୍ଭମାସ ଅନ୍ତେମୀନରେ ମଳମାସ ହୋଇବ ଚଇତ୍ରେ ।୩।ବୈଶାଖ୍ୟ ମାସ ଦେବ ବସନ୍ତ ଷଡ଼ ଋତୁରାଜସେହି ମାସେ ବିଜେ କରିବା ୟେଥୁ ଦେବ ଆମ୍ଭ ରାଜ୍ୟ ।୪।ଲେଖ କହନ୍ତେ ପଞ୍ଚତିରିଶ ଦିନ ଗଲାବୈଶାଖ କୃଷ୍ଣପକ୍ଷ ପ୍ରବେଶ ହୋଇଲା ।୫।ବୈଶାଖ କୃଷ୍ଣପକ୍ଷ ଦୁତୀୟା ବୁଧବାରଅନୁରାଧା ନକ୍ଷତ୍ର ଯେ ଭୋଗ୍ୟସେ ଦିନର ।୬।ୟେସନେକ ଯୋଗକୁ ଅମୃତ ଯୋଗ ବୋଲିବୁଧ ଅନୁରାଧାକୁ ଅମୃତ ଯୋଗ କହିଲି ।୭।ସହଦେବ ବୋଇଲା ସ୍ୱାମି ମାହେନ୍ଦ୍ର ଯୋଗ କାଲି ଅଟଇୟେଥେଂ ଉଦିଯୋଗ କଲେ ପ୍ରାପତ ହୋଇବ ରାଷ୍ଟ୍ରିଇଂ ।୮।ପ୍ରତିପଦା ଭୁବିବାରେ ବସି କରନ୍ତି ଭାଳେଣିଶୁଭେଣ ପାହାନ୍ତି ଯେ ହୋଇଲା ରୟେଣୀ ।୯।ସୋମର ବେଳ ଘେନି ବାରିଲେ ନିଶ୍ୱାସଦଧିମୁଖା ବାନରେକ ଆସି ଅଦଭୂତେ ହୋଇଲାକ ଦୃଶ୍ୟ ।୧୦।ପୂର୍ଣ୍ଣ ଘଟ କଳସ ସଜାଡ଼ି ଦଧିବାମନ ସୁମରିମେଷଲଗ୍ନ ପାପଗ୍ରହ ନାହିଂ ଅବଧାରୀ ।୧୧।ରୂପାର ଭାଣ୍ଡେ ସେ ଦଧିମାନନ୍ତ ଯୋଗାଡ଼ିତମ୍ବାର ନାଉକାର ମତ୍ସ ଯୂଥ ଭରି ।୧୨।ଛାମୁରେ ଶଙ୍ଖଚିଲ କୃଷ୍ଣଭଦ୍ରା ପକ୍ଷୀଗଗନେ ସୁଲଳିତ ଭାଷଇ ତାରାକ୍ଷି ।୧୩।ନଟୀକାଳ ବୃକ୍ଷ ଯେ ଅତୁଟ ଫଳ ଭାରିତଥିର ଉପରେ ନୀଳକଣ୍ଠ ବଢାଇ ସିଉକାରୀ ।୧୪।ଫଳିତ କଦଳୀ ବୃକ୍ଷ ଉପରେ ଶେତ କାକଶୁଭ ମଙ୍ଗଳ ବୋଲିଣ ସୁସ୍ୱରେ ଦିଅଇ ଡାକ ।୧୫।ଶ୍ୱେତହସ୍ତୀ ମଣ୍ଡିଲେ ଶ୍ୱତବାରାସ ଅପ୍ରମିତେଆଲମ୍ବ ପାଟଛତ୍ର ଉଡ଼ନ୍ତି ଦାସୀନେତେ ।୧୬।ସୁବର୍ଣ୍ଣର କଳସ ଯେ ପାତାଙ୍ଗର ତ୍ରୋଣାମାଳ ମାଳ ହୋଇଣ ଉଡନ୍ତି ଜଗୁଜିଣା ।୧୭।ଶୁଭଯୋଗେ ଅନୁକୂଳ ପଢନ୍ତି ଚଣ୍ଡପୁତ୍ରେସୁଷୁମୁନା ଆଧ୍ୟ୍ୟାନ କରନ୍ତି ପୁରୋହିତେ ।୧୮।ବେଦମନ୍ତ୍ର ଅଧ୍ୟ୍ୟାନ କରନ୍ତି ବିଦୁଜନଶଙ୍ଖ ଶବଦ ମର୍ଦ୍ଦଳନାଦ ହୁଳ ହୁଳି ଧୁନି ବିତପନ ।୧୯।ଶ୍ରୀଲକ୍ଷ୍ମୀ ନରସିଂହ ଦଧିବାମନ ଶ୍ରୀ ଦୁର୍ଗାମାଧବସର୍ବମଙ୍ଗଳା ନାମ ଧରି କଲେକ ଉଦିଯୋଗ ।୨୦।ପୂର୍ବକଇଂ ବଦନ ଉତ୍ତରେ ମାହେଶ୍ୱରୀବାମେଣ ଯୋଗ୍ନି ଯେ ବଇଲ ପିଠିରେ ବିଜେକରି ।୨୧।ଯୋଗ୍ନିଚକ୍ରେ ୟେହେନେକ ହୋଇଅଛି ଲଗ୍ନବେଳାମୁହିଂ ତାହା କହିବି କି ଅଟଇ ମୂର୍ଖଭାବେ ଭୋଳା ।୨୨।ଯାହା ସେ ମହାତମା ଭେଟାଇଲେ ଅଗସ୍ତିମୂର୍ଖ ସ୍ୱଭାବ ଯେ କିସ ଭାବ ମତି ।୨୩।ପ୍ରତିପ ନବମୀ ଯେ ପୂର୍ବେ ବ୍ରହ୍ମାୟେଣୀଯୋଗୀ ମଣ୍ଡଳକୁ ବେଦ ଆଧ୍ୟ୍ୟାନେ ହଂସ ବାହାନେ ପଲାଣି ।୨୪।ଉତ୍ତର ଦିଗେ ଥାଇଂ ଦୁତୀୟା ଦଶମୀବଇଲ ଆରୋହି ସେ ମାହେଶ୍ୱରୀ ଅନ୍ତରୀକ୍ଷେ ଭ୍ରମି ।୨୫।ତୃତୀୟା ୟେକାଦଶୀ ଅଗ୍ନିକୋଣେ କୁମାରୀମୟୂର ଆସନେଣ ସେ ଥାଇ ଯେ ବିଜେକରି ।୨୬।ଚଉଠି ଦ୍ୱାଦଶୀ ଯେ ନୈଋତେ ନାରାୟଣୀବିହଙ୍ଗମ ପିଠିରେ ଚଢି କରଇ ଭ୍ରମଣି ।୨୭।ପଞ୍ଚମୀ ତ୍ରୟୋଦଶୀ ଯେ ବାଇବେ ଚାମୁଣ୍ଡାମୃତ୍ୟୁପିଣ୍ଡ ଆସନୀ ସେ କରେ ଖପର ଖଣ୍ଡା ।୨୮।ଷଠୀ ଚତୁର୍ଦ୍ଦଶେ ଯେ ଦକ୍ଷିଣେ ବାରାହୀମଇଂଷି ବାହାନେଣ ଚଳନ୍ତି ମହାମାଈ ।୨୯।ସପ୍ତମୀ ପୂର୍ଣ୍ଣିମା ଉଦେ ହୁଅଇ ଈଶାନେଚଳଇ ମହାଲକ୍ଷ୍ମୀ ଯେ ମଗର ବାହାନେ ।୩୦।ବାର ତିଥି ଯୋଗ ଲଗ୍ନ ଚାରି ଚାରି ଦଣ୍ଡେପିଠି କତିକି ଚାହାନ୍ତି ଅଷ୍ଟ ଯେ ପହଣ୍ଡେ ।୩୧।ୟେହା ନ ବାରିଣ ଗଲେ ପଡନ୍ତି ୟେହାର ମୁଖେଯାଇ ତୁ ନୁଆସଇ ଅବଶ୍ୟ କରଇ ଭକ୍ଷେ ।୩୨।ପିଠି କତିକି ଥିଲେ ସେ କାର୍ଯ୍ୟ ହୋୟେ ହାନିବ୍ରତେ ନୁଆସଇ ସେ କାର୍ଯ୍ୟ ଧର୍ମେ ନିଜ କାୟ ଘେନି ।୩୩।ବାମେ ଯୋଗ୍ନୀ ଯେବେ ଥାଇଟି ଯୁଗତେସର୍ବ କାର୍ଯ୍ୟ ସିଦ୍ଧି ହୋଅଇ ରାଜ୍ୟ ହୋଅଇ ପ୍ରାପତେ ।୩୪।ଦକ୍ଷିଣେ ଯୋଗ୍ନୀ ଥିଲେ ଅମୃତ ଯୋଗ ବୋଲିଅପର୍ଣ୍ଣା ଅଭିମୁଖେ ଯାହା ମୁଂ ଶୁଣିଲି ।୩୫।ବାଳକାଳେ ତ ନ ପଢିଲି ନ ଜାଣିଲି ଅକ୍ଷରସଞ୍ଚପି କହିବାକୁ କି ସଖ୍ୟ ମୋହର ।୩୬।କୃପାଜଳ ନନ୍ଦିନୀ ଯେ ନର୍ମଦା ସରସ୍ୱତୀମହାତ୍ମାଂକ ବାକ୍ୟେ କରି ସାରୋଳ ଚଣ୍ଡୀ ମୂର୍ତ୍ତି ।୩୭।ୟେ ସେ ଜମ୍ବୋଦୀପ ଭ୍ରଥଖଣ୍ଡ ମହୀ ଓଡ ରାଷ୍ଟ୍ରେଭୁବନେ ଯାଯ ନଗ୍ରର ପୂର୍ବ ଦିଗ ମଉଦଧି ନିକଟେ ।୩୮।ଶ୍ୱେତ ବରେହା ନୀଳ ସୁନ୍ଦର ଗିରି ମଧ୍ୟସ୍ଥାନେମହାବାକ୍ୟ ଆଖ୍ୟାନେ ଚନ୍ଦ୍ରଭାଗା ଅର୍କ ତୀର୍ଥ ଈଶାନେ ।୩୯।ପୁରରବା ସଞ୍ଚିତ ସେ ଝଂଖେରପୁର ଯାହା ବୋଲିଶ୍ରୀଗିରିଜାର ଆଗ୍ୟାଂୟେ ମୁହିଂ ତହିଂ ଜନମିଲି ।୪୦।ଚିତ୍ରଉତ୍ପଳା ଭାଗୀ ଈଶାନ ମୂରତିବୃହଧ୍ୱଜ ମୁନି ତହିଂ ତପେଣ ବସିଛନ୍ତି ।୪୧।ତାହାଂକ ଜଟା ଭେଦି ବହଇ ନଦୀ ବୃଦ୍ଧମାତାକନକାବତୀ ପାଟଣା ୟେ ପ୍ରଶୁରାମଂକର ସଞ୍ଚିତା ।୪୨।ଅଭୟେ କାନ୍ତାନୀ ସେ ତ୍ରିଭୁବନ ମଣ୍ଡିଶୂଦ୍ରମୁନି ସାରୋଳା ଦାସକୁ ପ୍ରସନ୍ନ ସାରୋଳ ଚଣ୍ଡୀ ।୪୩।