ଅଙ୍ଗାରପନ୍ନଗ ଯୁଦ୍ଧ — ସାରଳା ମହାଭାରତ ଆଦି ପର୍ବ (ଦ୍ୱିତୀୟ ଖଣ୍ଡ) — ସାରଳା ଦାସ · ସ୍ୱର୍ଣ୍ଣଲିପିପୁଣ ବିଦ୍ୟାଧର ଯେ ବିନ୍ଧିଲା ପଞ୍ଚୁଶର
ନାରାଜେ ଆଲିଙ୍ଗନ କଲେ ଅର୍ଜୁନ ବଦନର ।୨୩।
ପୁଣ ପୁଣ ବିନ୍ଧଇ ସେ ଶଚୀ ଦେବୀର ବଳା
ରାଗେଣ ଫାଲଗୁନି ଯେ ତେଜେଣ ଅନର୍ଗଳା ।୨୪।
ଆପଣେ ଶ୍ରୀକରେ ଯେ ଧଇଲା ପାଥ ଧନୁ
ଅଙ୍ଗାରପନ୍ନଗକୁ କଲାକ ଶର ଆଧ୍ୟାନୁ ।୨୫।
ବେନି ସହସ୍ର ନାରାଜ ବିନ୍ଧିଲା ସର୍ବସାଚୀ
ଅଙ୍ଗାରପନ୍ନଗ ପାଦ ତଳେ ନାରାଜ କରଇ ପ୍ରାଚୀ ।୨୬।
ନ ଚିହ୍ନି ବେନି ଭ୍ରାଥେ କରନ୍ତି ସାଂଗ୍ରାମ
ନାରାଜ ମାନ ତହିଂ ନଛାଡ଼ନ୍ତି ଧର୍ମ ।୨୭।
ଯେବଣ ନାରାଜ ବିନ୍ଧଇ ବିଦ୍ୟାଧର
ଅର୍ଜୁନ ମୁଖେ ଚୁମ୍ବ ଦେଇ ପଡ଼ଇ ଭୂମିର ।୨୮।
ଅର୍ଜୁନ ନାରାଜ ଯେ ବିନ୍ଧଇ କୋପାନଳେ
ଶହସ୍ରେ ପଡ଼ଇ ଯାଇ ଅଙ୍ଗାରପନ୍ନଗ ପାଦ ତଳେ ।୨୯।
ଅପାର ଯୁଦ୍ଧ ଯହୁଂ ହୋଇଲା ଅପ୍ରମିତେ
ଗନ୍ଧର୍ବକୁ ଜିଣି ନପାରିଲା ଶହସ୍ର ଘାତେ ।୩୦।
ବେଳ ବେଳ କୋପ ଯେ ବାସବର ବାଳେ
ଦେବ ଶହସ୍ର ଅଙ୍ଗାରପନ୍ନଗ ବିନ୍ଧଇ କୋପାନଳେ ।୩୧।
ବଜ୍ର ଶହସ୍ରେକ ସେ କଲାକ ଆଧାନ
ନ ବିନ୍ଧୁ ଛେଦିଲା ତାହା ପଣ୍ଡୁର ନନ୍ଦନ ।୩୨।
ଗନ୍ଧର୍ବ ଶହସ୍ରେକ ବିନ୍ଧିଲା ବିଦ୍ୟାଧର କୋପଭରେ
ଅର୍ଜୁନ ନିବାରିଲା ତାହା ବଜ୍ର ମୁଦୁଗରେ ।୩୩।
ଅଗ୍ନି ଶହସ୍ରେକ ଯେ ବିନ୍ଧିଲା ବାସବି
ଜଳଧାରା ଶହସ୍ରେ ତାହା ଫାଲଗୁନି ଛେଦି ।୩୪।
ପର୍ବତାଶରକେ ଯେ ପେଷିଲା ଜମ୍ବୁ ଭେଦୀ
ବଜ୍ରାଶହସ୍ରେ ତାହା ଫାଲଗୁନି ଛେଦି ।୩୫।
ପନ୍ନଗ ଶହସ୍ରେ ଯେ ଅଙ୍ଗାରପନ୍ନଗ ମାରି
ଗରୁଡ଼ା ଶହସ୍ରେ ତାହା ଅର୍ଜୁନ ନିବାରି ।୩୬।
ବେଳୁଂ ବେଳ ଅର୍ଜୁନର ବଢିଲାକ କୋହ
ରାଗେଣ ଶହସ୍ର ଯେ ବିନ୍ଧିଲା ଅମୋହ ।୩୭।
ଅନେକ ଶହସ୍ର ମୋତେ ବିନ୍ଧିଲୁ ରେ ଚଣ୍ଡାଳ
ୟେ ଘାନ୍ତି ତୁ ମୋର ଶହସ୍ର ମୋତେ ସମ୍ଭାଳ ।୩୮।
ବିଦ୍ୟାଧର ବୋଇଲା ମୁଂ ୟେ ବନର ଅଧିକାରୀ
ଅଦଭୁତେ ମୋଢା ରେ କାହୁଂ ପଶିଲୁ ମୋହୋର ପୁରୀ ।୩୯।
ନିଜ ବଂଶେ ତୋହୋର ଲଗାଇଲୁ କଳି
ଅସ୍ଥି ମାଂସ କାଟି ତୋର ଆଜ ଦେବି ବିଶା ବଳି ।୪୦।
ଅର୍ଜୁନ ବୋଇଲା ତୁ ରେ ଅଟୁ ବାଟପଡ଼ା
ସଞ୍ଚୟେ ପ୍ରାଣ ତ୍ୟାଜ ହୋଇବୁ ବାପୁଡ଼ା ।୪୧।
ସହସ୍ରେ ଯୁବତୀ ତୋତେ କରିଛନ୍ତି ଆଶ୍ରେ
ୟେହାଙ୍କର ବିକଳେ ତୋତେ ନମାରିବି ୟେକ ବାରେ ।୪୨।
ଗନ୍ଧର୍ବ କୋପ କଲା ପାଥର ବଚନ ଶୁଣି
ବେନି ଗଦା ବୁଲାଇ ଧାମଇ ଶିର ଝୁଣି ।୪୩।
ମୋହୋନା ଶହସ୍ର ଯେ ବିନ୍ଧିଲା ଧନୁର୍ଜୟେ
ଅଙ୍ଗାରପନ୍ନଗ ପଡ଼ିଲା ଅର୍ଜୁନ ଶର ଘାୟେ ।୪୪।
ଗର୍ଜିଣ ଅର୍ଜୁନ ଯେ ଧାଇଂଲା କୋପାନଳ
ବାମ କରେ ଧଇଲା ଅଙ୍ଗାରପନ୍ନଗର ବାଳ ।୪୫।
ବାଳ ଧରି ବାମ ଆଣ୍ଠୁରେ ଶିର ପାଡ଼ି
ଡାହାଣ କରେ ଘେନିଲା ବୀର ବିଜେ କର୍ଣ୍ଣ କଟାରି ।୪୬।
ବଦନ ନିରୋପଇ ଯେ ବୀର ଫାଲଗୁନି
କାହାର ପୁତ୍ର ତୁ ରେ କେ ତୋହୋର ଜନନୀ ।୪୭।
ବିଦ୍ୟାଧର ପ୍ରାୟେ ତୁ ଯେ ଦିଶୁରେ ସୁନ୍ଦର
ମାରିତେ ସତ ଯେ ନ ବଳଇ ମୋହୋର ।୪୮।
ସହସ୍ରେକ ଯୁବତୀ ଜଳୁଂ ବାହାର ହୋଇଲେ
ଲାଜ ଅଭିମାନ ତେଜି ପ୍ରଣପତ୍ୟ ହୋଇଲେ ।୪୯।
ୟେସନେକ ସମୟେ ଯୁଝେଷ୍ଟି ଆସନ୍ତି ଗନ୍ଧର୍ବ ନଦୀ କୂଳେ
ସହସ୍ର କନ୍ୟା ଯାଇଂ ପଡ଼ିଲେ ପାଦତଳେ ।୫୦।
ଗୋସାଇଂ କାହାର କତି ସେ ଅଟଇ ପୁରୁଷ
ଆମ୍ଭର ସ୍ୱାମୀ କି ଅଦୋଷେ କରଇ ପ୍ରାଣନାଶ ।୫୧।
ୟେକ ପୁରୁଷକୁ ଯେବେ ସେ ନାଶହିଂ କରିବ
ସହସ୍ରେ ଯୁବତୀ ଆମ୍ଭେ ହୋଇବୁଂ ବିଧବ ।୫୨।
ପତିଂ ଦେହି ପତିଂ ଦେହି ପତିଂ ଦେହି ତ୍ରାହି
ଦନ୍ତରେ ତିରଣ ଘେନି କାର୍ପୁଣ୍ୟମତେ କହି ।୫୩।
ତୋହୋର ଚରଣେ ଦେବ କରୁଅଛୁଂ ସେବା
ଅନୁଗ୍ରହ କରି ନାଥ ସ୍ୱାମୀ ଦାନ ଦେବା ।୫୪।
ଧାଆଂରେ ମାରୁତି ବୋଲି ବୋଇଲେ ଯୁଝେଷ୍ଠି
ନ ପୁଣ ମାରି ପକାଇ ସେ କଇଚ୍ଛା ଜଗଜ୍ଜେଠି ।୫୫।
ବାବୁ ମୋହୋର ରାଣ ପାଡ଼ି ରୁହାଅ ଅର୍ଜୁନକୁ
ସ୍ୱାମୀ ଦାନ ଦେବାପରେ ୟେ କନ୍ୟାମାନଙ୍କୁ ।୫୬।
ଧାଆଂରେ ନକୁଳ ସହଦେବ ବେନି
ମୋହୋର ରାଣ ପାଡ଼ି ରୁହାଅ ଫାଲଗୁନି ।୫୭।
ଆଗ୍ୟାଂ ପ୍ରମାଣେ ଧାମଇଂ ବିକ୍ରୋଦର
ଯୁଝେଷ୍ଠି ବୋଇଲେ ଆମ୍ଭେ ମନ୍ଦ କଲୁ ୟେ କଥାର ।୫୮।
ତା ତହୁଂ ଦୁଷ୍ଟ ୟେ ଅଟଇ ଭୀମସେନ
ଅର୍ଜୁନ ତହୁଂ ଛଡାଇ ନିକି ୟେ କରଇ ନିଧନ ।୫୯।
ଆପଣେ ଧାମନ୍ତି ଦେବ ଧର୍ମ ଧର୍ମ ସୁମରି
ଆମ୍ଭର ଯିବା ଯାୟେ ଅର୍ଜୁନ ଥାୟେ କି ରକ୍ଷା କରି ।୬୦।
ଧାମଇଂ ପାବନି ଯେ ହାକ ଦିଅଇ ଦୂରେ
ରକ୍ଷା କରିଥାଅ ବାବୁ ଆସୁଛନ୍ତି ଠାକୁରେ ।୬୧।
ସହଦେବ ଯାଇଂ ଆବୋରିଲା ଗନ୍ଧର୍ବକୁ
ଠାକୁରଙ୍କର ଆଗ୍ୟାଂ ଯେ ନ ମାର ୟେହାଙ୍କୁ ।୬୨।
ଯୁଝେଷ୍ଠି ଡାକ ଦିଲେ ରହ ରହ ପାଥ
ନ ମାର ତାହାକୁରେ ମୋହୋର ଶପଥ ।୬୩।
ନାରୀଗଣେ ମାଗନ୍ତି ରେ ଦେବା ସ୍ୱାମୀ ଦାନ
ଅନାସ୍ତ ନାଶ କରିବା ହୋ କେବଣ କାରଣ ।୬୪।
ବାବୁରେ ୟେକା ପୁରୁଷକୁ ସହସ୍ରେକ ନାରୀ
ଯୁବା ଯୁବତୀ ୟେହାନ୍ତ ନାହିଂ ପଟାନ୍ତରି ।୬୫।
ଅର୍ଜୁନ ବୋଇଲେ ସ୍ୱାମୀ ୟେ ସେ ବାଟପଡ଼ା
ୟେହାକୁ ମାଇଲେ ଦୋଷ ନାହିଂ ୟେ ପୃଥୀକି ମହାଭରା ।୬୬।
ଅର୍ଜୁନ ହସ୍ତରୁ ଖଡ଼ଗ ଧଇଲେ ଯୁଝେଷ୍ଠି
ପ୍ରତଗ୍ୟାଂ ସାର୍ଥୁକ ତୁ କଇଚ୍ଛା ଜଗଜ୍ଜେଠି ।୬୭।
ସ୍ୱାମୀର ବଚନେ ଛାଡ଼ିଲା ତାର ବାଳ
ବିଦ୍ୟାଧର ପ୍ରଣପତ୍ୟ ଅର୍ଜୁନର ପାଦତଳେ ।୬୮।
ସାଧୁ ମହିଂମା ତୋର ମାନବ ଦେହ ବହି
ତିନିପୁରେ ଜିଣନ୍ତା ତିନିଜଣ ଆନ କେହି ନାହିଂ ।୬୯।
ଆଙ୍ଗାରପନ୍ନଗ ବଚନ ଧନୁର୍ଜୟେ ଶୁଣି
ତ୍ରୈଲୋକ୍ୟେ କେ କେ ତୋତେ ପାରନ୍ତା ଜିଣି ।୭୦।
ଆକାଶେ ଜିଣିପାରଇ ମୋତେ ବାସବ ଦେବତା
ପାତାଳେ ବାସୁକି ବାସୁଦେବ ଯଥା ।୭୧।
ମଞ୍ଚରେ ଜିଣିପାରଇ ମୋତେ ଫାଲଗୁନି
ଆନ ଭଳି ଜିଣନ୍ତା ମୋତେ ନାହିଂ ଭୁବନ ତିନି ।୭୨।
ଇନ୍ଦ୍ର ମୋତେ ଜିଣିବାକୁ କେମନ୍ତେ ସାମରଥ
ଅଙ୍ଗାରପନ୍ନଗ ମୁଂ ବାସବର ସୁତ ।୭୩।
ସେହୁ ପୁରନ୍ଦର ଅଟଇ ମୋର ପିତା
ତେଣୁ କରି ଜିଣି ପାରଇ ମୋତେ ବାସବ ଦେବତା ।୭୪।
ମଞ୍ଚେଣ ଅର୍ଜୁନ ଜିଣି ପାରଇ ଯେ ମୋତେ
ସେ ମୋର ସୋଦର ଯେ ଅଟଇ ଯୁଗତେ ।୭୫।
ଯୁଝେଷ୍ଠି ବୋଇଲେ ହୋ କିସ ତୋହୋର ନାମ
ମୁହିଂ ସେ ଅଙ୍ଗାରପନ୍ନଗ ବିଦ୍ୟାଧର ଉତ୍ତମ ।୭୬।
ୟେସନ ବଚନ ଶୁଣି ଅର୍ଜୁନ ପରିଣାମି
ଦଶ ଦୋଷ ଅପ୍ରାଧ ମୋହୋର କ୍ଷମା କରିବାକୁ ସ୍ୱାମୀ ।୭୭।
ମୋହୋର ନାମେ ଦେବ ଅଟଇ ଫାଲଗୁନି
ଅଗ୍ୟାଂନ ପଣେ ମୁଂ ନୁଆରିଲି ଚିହ୍ନି ।୭୮।
ମୁହିଂ ଅନେକ ଦୋଷ କଲଇଂ ହୋଇଲି ଦୋରେହା
ଛେଦିପ କାଅ ଦେବ ୟେ ମୋହୋର ବେନି ବାହା ।୭୯।
ୟେ ଭୁଜେ ସ୍ୱାମୀ ମୁଂ ଯେ ଧଇଲି ତୋର ବାଳ
ଆବର ବ୍ରତି କିସ କରିବି ଚାଣ୍ଡାଳ ।୮୦।
ବିଦ୍ୟାଧର ତୋଷ ହୋଇଲା ଅର୍ଜୁନର ବଚନେ
ମୋହୋର ବଡ଼ ଭାଗ୍ୟ ଧଂସି ନୋହିଲି ତ ଆନେ ।୮୧।
ମୋହୋର ଭ୍ରାଥ ମୋତେ କଲା ଅପମାନ
ନିସ୍ତରିଲି ଆବର ମୋହୋର କାହାକୁ ଅଭିମାନ ।୮୨।
ଅର୍ଜୁନକୁ କୋଳେ ବସାଇ ଅଙ୍ଗାରପନ୍ନଗ
ମୁଖେ ଚୁମ୍ବନ ଦେଇ ଆଉଂଶଇ ପାଥର ଅଙ୍ଗ ।୮୩।
ବାବୁ ତୋତେ ଜିଣି ନ ପାରିଲି ସାଗ୍ରାଂମେ ପ୍ରସ୍ତାବେ
ତୋହୋର ଛତ୍ରୀପଣ ଜାଣିଲିନି ବାବୁ ୟେବେ ।୮୪।
ବାବୁ ଆଦ୍ୟହୁଂ ପୃଥୀକି ଉଦ୍ଧାରଣ ସୋମବଂଶ
ଚନ୍ଦ୍ରଦେବତାଙ୍କ ବୀର୍ଯ୍ୟେ ବୁଧ ଯେ ପରକାଶ ।୮୫।
ବୁଧର ନନ୍ଦନ ହୋଇଲେ ପୁରରବା
ଅମରାଧିନାଥ ୟେ ସ୍ୱର୍ଗେଣ ସୁରଦେବା ।୮୬।
ତ୍ରୈଲୋକ୍ୟ ନାଥ ୟେ ଯେ ଅମର ଭୁବନୁଂ
ୟେକସ୍ତରି ଗଣ୍ଡା ଯୁଗ ଭୋଗ କଲେ ସେ ମହାମନୁ ।୮୭।
ପୁରରବାର ନନ୍ଦନ ଆୟୁର ନୃପତି
ୟେହି ସୋମବଂଶେ ବସିଲେ ଅମର ବାରସ୍ୱତୀ ।୮୮।
ଆୟୁର ନନ୍ଦନ ଯେ ହୋଇଲେ ନଘୋଷ
ୟେହି ଇନ୍ଦ୍ର ପଦେ ବସିଲେ ସ୍ୱର୍ଗେ ଯୁଗ ପଞ୍ଚାଶ ।୮୯।
ଋଷିନ୍ତ ଦୁଖ ଦିଲେ ମହା ଉଗ୍ରେ ତପେ
ଶାପ୍ୟ ପାଇଣ ସେ ହୋଇଲେ ମହା ସର୍ପେ ।୯୦।
ନଘୋଷ ନନ୍ଦନ ହୋଇଲା ଯଯାତି
ନବ କନ୍ୟା ପ୍ରଦାନ ହୋଇଲେ ସ୍ୱର୍ଗୁଂ ନବ ଜାତି ।୯୧।
ସେ କନ୍ୟାଙ୍କର ତହୁଂ ଜାତ ନବ ପୁତ୍ର
ନବ ଖଣ୍ଡ କରି ପୃଥୀ ବାଣ୍ଟି ଦିଲେ ତାତ ।୯୨।
ତହୁଂ ସେ ନବ ଖଣ୍ଡ ନାମ ବହଇ ମେଦିନୀ
ଅଙ୍ଗାରପନ୍ନଗ କହଇ ଶୁଣ ଫାଲଗୁନି ।୯୩।
ଦେବଯାନୀ ବୋଲି କରି ଶୁକ୍ରଙ୍କର ଦୋହିତା
ପ୍ରଥମ ପ୍ରଦାନ ହୋଇଲେ ଯଯାତିକଇ ସେ
ଦେବକୁଳର ବନିତା ।୯୪।
ଦୋବଯାନୀର ହୋଇଲା ପୁରରବା ନାମେ ପୁତ୍ରେ
କୋବେର ପଦ ଘେନି ବସିଲା ମନୁ ସାତେ ।୯୫।
ପୁରର ନନ୍ଦନ ଯେ ହୋଇଲା ପ୍ରବୀର
ୟେ ଯମର ତହୁଂ ବଳେ ଘେନିଲେ କାଳଗଣ୍ଡ
ବଳତ୍କାର ।୯୬।
ନବଯୁଗ ପରିଯନ୍ତେ ଯମଦଣ୍ଡ ଘେନିଲା
ଅମର ହୋଇଲେ ସଂସାରେ କେହି ନାଶ ଯେ ନଗଲା ।୯୭।
ମନୁରାଜା ତହୁଂ ଯେ ଅନେକ ସାନନ୍ଦ ହୋଇଲା
ପୁତ୍ରେକ ଉପୁଜିଲା ମନୁ ସାନନ୍ଦ ନାମ ଦିଲା ।୯୮।
ୟେହାଙ୍କର ନନ୍ଦନ ଯେ ହୋଇଲା ଇଳାବୀର
ଦୁଷ୍ୟନ୍ତ ବୋଲି ପୁତ୍ରେକ ହୋଇଲା ତାହାର ।୯୯।
କହଣା ନୁହଇ ସେ ଦୁଷ୍ୟନ୍ତ ମହିମା
ସପତ ଦୀପେଶ୍ୱର ହୋଇଲା ୟେକାଙ୍କ ମହାତମା ।୧୦୦।
ଦୁଷ୍ୟନ୍ତର ନନ୍ଦନ ଭରଥ ଉପୁଜିଲା
ଭ୍ରଥଖଣ୍ଡ ମେଦିନୀୟେ ଦେବତାନ୍ତ ଭୋଗ କରାଇଲା ।୧୦୧।
ଭ୍ରଥର ନନ୍ଦନ ଯେ ହୋଇଲା ଭୂମନୁ
ଭୂମନୁ ଭୋଗକଲା ସେ ଯେ ଭୂତଳ ଭୁବନୁଂ ।୧୦୨।
ବିରଥ ବୋଲିଣ ତାର ପୁତ୍ରେକ ଉତପତ୍ତି
ସବୁନ୍ତି ବିରଥୀ କରି ମଞ୍ଚେ ହୋଇଲା ୟେକ ଛତ୍ରୀ ।୧୦୩।
ତାହାର ନନ୍ଦନ ଯେ ଶୁଣ ଶମ୍ଭୁ ରାଣ ନୃପତି
ସୂର୍ଯ୍ୟର ଦୋହିତା ପ୍ରଦାନ ହୋଇଲାକ ତାପତୀ ।୧୦୪।
କୁରୁ ନାମେ ତହୁଂ ଯେ ପୁତ୍ରେକ ଉପୁଜିଲା
ତହୁଂ ସେ କୁରୁବଂଶ ଉତପତ୍ତି ହୋଇଲା ।୧୦୫।
ବାବୁ ୟେହେନ୍ନେକ ମହିମା ଯେ ଅଛି ତୁମ୍ଭର ବଂଶ
ମୁହିଂ ହାଦେ ଇନ୍ଦ୍ର ଦେବତାଙ୍କର ଅଟଇ ଜ୍ୟେଷ୍ଠ ଶିଷ ।୧୦୬।
ମୋହୋର ମାତାର ନାମ ଅଟଇ ଜାନକୀ ସରସ୍ୱତୀ
ବୈଶାନର ବଂଶେ ମୁଂ ହୋଇଲି ଉତପତ୍ତି ।୧୦୭।
ବାବୁ ଇନ୍ଦ୍ର ଦେବତାଙ୍କର ଯେତେବେଳେ ପଡ଼ଇ ଅପଚୟେ
ସ୍ୱର୍ଗେ ଇନ୍ଦ୍ରପଦ ମୋତେ ଦିଅନ୍ତି ଦେବତାୟେ ।୧୦୮।
ଅଙ୍ଗେଣ ଭୋଗ୍ୟ ମୁଂ କରଇ ଦିବ୍ୟସ୍ୱର୍ଗ
ତେଣୁ ସେ ନାମ ମୋର ଅଙ୍ଗାରପନ୍ନଗ ।୧୦୯।
ଅର୍ଜୁନ ବୋଇଲେ ତୁ ଅଙ୍ଗେ ତ୍ରୈଲୋକ୍ୟ ରକ୍ଷା କଲୁ
ଅଙ୍ଗୀର ନାମ ତୁ ସ୍ୱାମୀ ପ୍ରତ୍ୟକ୍ଷେ ବହିଲୁ ।୧୧୦।
ପନ୍ନଗ ନାମ ସ୍ୱାମୀ ବହିଲୁ କିସ ଅର୍ଥେ
ୟେଥିର ଚରିତ ସ୍ୱାମୀ କହିବାକ ମୋତେ ।୧୧୧।
କହଇ ବିଦ୍ୟାଧର ଶୁଣ ହୋ ଫାଲଗୁନ୍ୟ
ଖଗେଶ୍ୱର ନାଶ କଲା ସକଳ ସର୍ପମାନ ।୧୧୨।
ଗରୁଡ଼ ଭୟେ ରହି ନ ପାରିଲେ ଉଡଙ୍ଗେ
ବାବୁ ମୋହୋର ଶରଣ ଯାଇ ପଶିଲେ ସେ ସ୍ୱର୍ଗେ ।୧୧୩।
ମୁହିଂ ସାଂଗ୍ରାମେ ସରି ନୁହଇ ଗରୁଡ଼କୁ
ଶରଣ ରକ୍ଷା ନିମନ୍ତେ ସମ୍ଭାଳିଲି ନାଗଙ୍କୁ ।୧୧୪।
ଯହୁଂ ଗରୁଡ଼ର ଶୁଭିଲା ଘୋର ରଡ଼ି
ସର୍ପେ କିଂକର ହୋଇ ଲାଗିଲେ ମୋହୋର ଶରୀ ।୧୧୫।
ସମସ୍ତ ସର୍ପଙ୍କର ବିକଳ ଦେଖିଲି ମୁହିଂ ଯେବେ
ସମସ୍ତ ସର୍ପନ୍ତ ମୁହିଂ ଲାଇଲଇଂ ଗର୍ଭେ ।୧୧୬।
ସର୍ପମୟ ମୋର ହାଦେ ହୋଇଲାକ ଅଙ୍ଗ
ତେଣୁ ସେ ନାମ ମୋହୋର ଅଙ୍ଗାରପନ୍ନଗ ।୧୧୭।
ଗର୍ଭ ବିସ୍ତାରି ଦିଅଇ ଅଙ୍ଗାରପନ୍ନଗ
ଅର୍ଜୁନ ଦେଖଇ ତାର ଗର୍ଭେ ପାତାଳ ବିସ୍ୱର୍ଗ ।୧୧୮।
ବିହଡ଼ନ୍ତି ସର୍ପେ ଯେ ଖେଳନ୍ତି କୁତୋହଳେ
ଅନେକ ଯୋଜନ ବିସ୍ତାର ଦେଖିଲା ବେନି ଡୋଳେ ।୧୧୯।
ଦେଖିଣ ଅର୍ଜୁନ ଶତେ ସହସ୍ର ଦଣ୍ଡ ପରିଣାମି
ଯେତେ ଦୋଷ କଲି ମୋତେ କ୍ଷମା କରିବାକୁ ସ୍ୱାମୀ ।୧୨୦।
ଅଙ୍ଗାରପନ୍ନଗ ବୋଇଲା ମୁଂ ଆନକୁ ଭୀଷ୍ମ ମୂର୍ତ୍ତି ଦିଅଇ
ତୋତେ ଯେ ସାଂଗ୍ରାମେ ହାରିଲି ତୁ ଯେଣୁ ମୋର ଭାଇ ।୧୨୧।
ବର ମାଗ ପାଥ ହୋ ଦେବଇଂ ମୁହିଂ ତୋତେ
ଅର୍ଜୁନବୋଇଲାବରମାଗିବିକେମନ୍ତେ ।୧୨୨।
ଅଭଗତେ କିସ ବର ମାଗିବି ଦେବ ସ୍ୱାମୀ
ଜାଣି ଅନୁଗ୍ରହ ମୋତେ କରିବା ଦେବ ସ୍ୱାମୀ ।୧୨୩।
ଶୁଣିଣ ଅନୁଗ୍ରହ କଲାକ ବିଦ୍ୟାଧର
ଅର୍ଜୁନକୁ ଦିଲା ଗନ୍ଧର୍ବା ଶହସ୍ର ଯେ ସାର ।୧୨୪।
ଅରୁଣ କିରଣ ବର୍ଣ୍ଣ ୟେକ ଯେ ବିମାନ
ୟେ ମାନ ପ୍ରାପତ ତୋତେ ହୋଉ ଫାଲଗୁନ ।୧୨୫।
ମୋହୋର ତହିଂ ୟେ ଥିବ ଅନୁବ୍ରତେ
ସୁମରନ୍ତେ ପ୍ରାପତ ହୋଇବ ଯୁଗତେ ।୧୨୬।
ପଞ୍ଚାଳ ଦେଶେ ଲାଖ ବିନ୍ଧିବୁ ବୀର ପାଥ
ସେ ଜିଘ୍ନସେନୀ ତୋତେ ହୋଇବ ପରାପତ ।୧୨୭।
ବାବୁ ଅଭିଷେକ କାଳକୁ ପୁରୋହିତ ଜଣେ ଲୋଡ଼ି
ଧର୍ମ ପ୍ରୋହିତେ ଅଛନ୍ତି ଅମର ଅଧିକାରୀ ।୧୨୮।
ସେ ତୁମ୍ଭର ତୁଲେ ପଞ୍ଚାଳ ଦେଶକୁ ଯାଆନ୍ତୁ
ଦ୍ରୋପତୀକି ତୁମ୍ଭନ୍ତ ପ୍ରଦାନ କରନ୍ତୁ ।୧୨୯।
ଅଙ୍ଗାରପନ୍ନଗ ସୁମରିଲେ ଧୌମ୍ୟ ପୁରୋହିତଙ୍କୁ
ଅମରୁ ଆସି ପ୍ରାପତ ମଞ୍ଚ ଜଗତକୁ ।୧୩୦।
ପାଣ୍ଡବଙ୍କୁ ସମର୍ପିଲେ ଧୌମ୍ୟ ପୁରୋହିତେ
ପାଣ୍ଡବ ସୁମରନ୍ତେ ଯାଇଂ ମିଳିବ ଅଗ୍ରତେ ।୧୩୧।
ବାବୁ ଆମ୍ଭେ ଯିବୁଟି ବୃନ୍ଦାଅର୍କ ମେଳେ
ଦେବତାମାନେ ଥିବେଟି ପଞ୍ଚାଳ ଦେଶେ ଆଳେ ।୧୩୨।
ୟେତେ କହି ଅନ୍ତରୀକ୍ଷେ ଗଲେ ବିଦ୍ୟାଧର
ତହୁଂ ପଞ୍ଚବୀରେ ମାତା ଗଲେ ବନଘୋର ।୧୩୩।
ପାଣ୍ଡବଙ୍କର କୁରାଳଶାଳେ ପ୍ରବେଶ
ଦ୍ରିଯୋଧନ ଆଗତ ବୋଲି କହିଲେ ବେଦବ୍ୟାସେତହୁଂ ପବନ ନନ୍ଦନ ଚଳି ମହାରୋଷେ ।୧।ବନ ଗହନ କନ୍ଦରେ ଚାଲଇ ବୀର ପେଲିଗିରି ଡିଙ୍ଗର ଖାଲ ଟିକରେ କୋନ୍ତାୟେ ନପାରନ୍ତି ଚାଲି ।୨।ଥୋକାୟେ ଦୂର ଯାଇ ରହଇ ମାରୁତିସୟଂମ୍ବର ନିକଟେ ଦେବ ଯିବାନା ତଡ଼ତି ।୩।ଯୁଝେଷ୍ଠି ବୋଇଲେ ବ୍ୟାସେ ମନ୍ଦ କୃତ୍ୟ କଲେସୟଂମ୍ବର ବାରତା କିମ୍ପା ଆମ୍ଭନ୍ତ କହିଲେ ।୪।ଅନେକ ସମ୍ଭରେ ସେ ଅଛନ୍ତି କୁରୁପତିନଦେଖୁଂ ୟେହାର ତ ୟେଡ଼େ ଭୀଷ୍ମମୂର୍ତ୍ତି ।୫।ବନସ୍ତେ ଅଛି ୟେ ଅନେକ କଷ୍ଟ ପାଇଭାଇନ୍ତ ମାରିବ ଦୟା ୟେହାର ତ ନାହିଂ ।୬।ୟେହାର କୋପରେ ଦ୍ରିଯୋଧନ ନାଶ ଯିବଅନ୍ଧରାଜା ଗୋଟି ମୋର ଅନାସ୍ତ ହୋଇବ ।୭।ଧୀର ଥିର ହୋଇ ଆମ୍ଭେ ଯାଉଥିବା ବନେସୟମ୍ବର ସରୁ ତେଣେ ଦ୍ରୋପତୀକି ନେଇଯାଉ ଆନେ ।୮।କନ୍ୟା ଗୋଟିୟେକ ଗଲେଣ ପାଇବାସ୍ତିରୀ ଅର୍ଥେକି ସେ ସୋଦର ମରାଇବା ।୯।ୟେସନେକ ବିଚାରି ଦେବ ଚାଲନ୍ତି ଧୀର ଧୀରଆସକି ନା ବୋଲି ଡାକ ଦିଅଇ ବ୍ରିକୋଦର ।୧୦।ଯୁଝେଷ୍ଠି ବୋଇଲେ ତୁ ଯେ ପବନୁ ବେଗେ ଚାଲୁତେତେ ବେଗେ ଆମ୍ଭେ ଚାଲି ଯେ ନପାରୁ ।୧୧।ଭୀମସେନ ବୋଇଲା ମୋତେ ଯେବେ ଗୋଡ଼ାଇ ନ ପାରତୁମ୍ଭେ ଆଗ ହୁଅ ମୁଂ ଚାଲଇ ତୁମ୍ଭ ପଛର ।୧୨।ଆଗେଣ ଯୁଝେଷ୍ଠି ପଛେଣ ମାରୁତିକୋଇନ୍ତାଙ୍କ ପାଦ ଭୀମ ମାଡ଼ଇ ଧାତି ଧାତି ।୧୩।ଭୀମସେ ନବୋଇଲା ୟେ କେବଣ ବିଚାରଆଗରେ ନଚାଲ ପଛରେ ଓଟାରି ହୋଇପଡ଼ ।୧୪।ଭୀମସେନ ଭୁଜ ଧରି କୋଇନ୍ତା ଦେବୀ ମାୟେକୋଇନ୍ତାଙ୍କୁ ତୋଳି ଭୀମସେନ ବସାଇଲା ମଥାୟେ ।୧୫।ଡାହାଣ କାନ୍ଧେ ଯୁଝେଷ୍ଠି ବାମ କନ୍ଧେ କିରଟୀଦୁଇ କାଖେ ନକୁଳ ସହଦେବ ଭାଇ ବେନି ଗୋଟି ।୧୬।ଚାଲଇ ଭୀମସେନ ପବନ ଆପାତେଡିଙ୍ଗର ଚୂର ହେଉଅଛି ଭୀମସେନର ପାଦ ଘାତେ ।୧୭।ଆକର୍ଷଣ ମୂରତି ହୋଇ ଚାଲଇ ଭୀମସେନୟେକା ରାତ୍ରକେ ଗଲା ଶୟେ ସତୁରି ଯୋଜନ ।୧୮।ଦ୍ରୋପଦର ରାଜ୍ୟକୁ ପଞ୍ଚାଶ ଯୋଜନ ଅନ୍ତରେଗଙ୍ଗାଧାର ବହୁଅଛି ସଙ୍ଗମ ସାଗରେ ।୧୯।ଭୀମସେନର ତହୁଂ ଓହ୍ଲାବନ୍ତି ସେହି ନଦୀର କୂଳେବସିଲେ ପାଣ୍ଡବେ ଅଗ୍ର ବନିକାର ତଳେ ।୨୦।ପ୍ରାତ ସ୍ରାହାନ ସାରିଲେ ସେହି ନଦୀର ଜଳେଉଠିଲେ ବାରଣଗିରି ପର୍ବତ ଉପରେ ।୨୧।ଦେଖିଲେ ଆସୁଅଛନ୍ତି ରାଜାଗଣମାନେରଥ ଗଜ ଅଶ୍ୱ ଯେ ପାଦାନ୍ତି ଗହନେ ।୨୨।ଚଉବିଂଶ ଦାଣ୍ଡ ପଡ଼ିଅଛି ପାଞ୍ଚାଳ ଦେଶକୁପଞ୍ଚାଶ ଯୋଜନ ଥାଉଂ ପଶି ନୁଆରନ୍ତି ଭିତରକୁ ।୨୩।ଉତ୍ତର ଦେଶରୁ ଆସୁଛନ୍ତି ଦୁଇଊଣା ପଚାଶ ସହସ୍ର ନୃପତିପଶ୍ଚିମ ଦିଗରୁ ଆସନ୍ତି ୟେକ ଊଣା ପଚାଶ ସହସ୍ର ନୃପତି ।୨୪।ପୂର୍ବ ଦିଗରୁ ଆସୁଛନ୍ତି ସାତ ସହସ୍ର ରାୟେଦକ୍ଷିଣ ଦିଗରୁ ତିନି ସହସ୍ର ନୃପତି ଆୟେ ।୨୫।ପଞ୍ଚତିରିଶ ଯୋଜନ ଥାଉଂ ଦିଶୁଅଛି ଆଠଯୁଝେଷ୍ଠି ବୋଇଲେ ହୋ ପଶିବାକୁ ନାହିଂ ବାଟ ।୨୬।ବାବୁ ନଦୀରେ ପାଣି କେତେ କଣ୍ଟନି ଭୀମସେନପାଞ୍ଚ ତାଳ ଗଭୀର ସେ ନଦୀର ପୂର୍ଣ୍ଣମାନ ।୨୭।ଆହୋ ଆମ୍ଭେ କେମନ୍ତେ ଯିବୁ ଯୁଝେଷ୍ଠି ଦେବ ବୋଇଲେସାତ ତାଳ ଉତ୍ସର୍ଗ ଯେ ଭୀମସେନ ହୋଇଲେ ।୨୮।ବେନିଭୁଜ ବିସ୍ତାରି ଭୀମସେନ ଦିଲେଦୁଇ କାନ୍ଧେ ଚାରି ଭାଇ ମଥାୟେ ମାତାଙ୍କୁ ବସାଇଲେ ।୨୯।ଭୁଜ ବୁଡ଼ିଶିର ପରିଯନ୍ତେ ହେଲା ପାଣିବୁଡ଼ଜ ସବୁନ୍ତି ମାରୁତି ପାରି କରି ଆଣି ।୩୦।ଉତ୍ତର କୂଳେ ବୀରେ ଉଭା ଯେ ହୋଇଲେଅନେକ ଗହନ ସଇନ୍ୟ ତହିଂ ଯେ ଦେଖିଲେ ।୩୧।ରଥ ଗଜ ହୟ ପାଦାନ୍ତି ସୈନ୍ୟ ଥାଠପଞ୍ଚାଶ ଯୋଜନ ଥାଉଂ ପଶିତେ ନାହିଂ ବାଟ ।୩୨।ଭୀମସେନ ବୋଇଲା ସ୍ୱାମୀ ମୁଂ ହୋଇ ଥାଇ ଆଗେମୋତେ ଗୋଡ଼ାଇ ତୁମ୍ଭେ ଆସ ବେଗେ ବେଗେ ।୩୩।ଚାଲଇ ବ୍ରିକୋଦର ହଲାଇ ଭୁଜ ବେନିହାବୋଡ଼ାର ଘାୟେ ଦୁଇ ପାଶେ ପଡୁଛନ୍ତି ସଇନି ।୩୪।ଭୁଜ ହାବୋଡ଼ନ୍ତେ ଯେ ଗଜେ ପଡ଼ନ୍ତି ଢଳିହାବୋଡ଼ା ହାବୋଡ଼ି ଘାୟେ ରଥେ ହେଉଛନ୍ତି ଧୂଳି ।୩୫।ଯୁଝେଷ୍ଠି ବୋଇଲେ ରହ ରହ ଭୀମସେନୟେହି କ୍ଷଣି ଜାଣନ୍ତାରେ ହୋଇବ ବିଦ୍ୟାମାନ ।୩୬।ଦିବସେ ବଞ୍ଚିବା ୟେ ଗହଳ ଦଣ୍ଡ ଛାଡ଼ିରାତ୍ର ହୋଇଲେ ସିନା ଯିବା ପଥ ମାଡ଼ି ।୩୭।ଯୁଝେଷ୍ଠି ବାଟ ଛାଡ଼ି ରହିଲେ ନିମ ବନିକାୟେଯୁଝେଷ୍ଠି ବୋଇଲେ ଭୀମ ଯାଆ ତୁ ୟେକାୟେ ।୩୮।ଠାବ ଗୋଟିୟେ ବାବୁ ତୁ ଖୋଜି ଆସ ଯାଇସୁସଞ୍ଚ ସ୍ଥାନ ହୋଇବ ଆଗମ ନିଗମ ଭୂଇଂ ।୩୯।ଆଗ୍ୟାଂ ପ୍ରମାଣେ ଯେ ଚଳଇ ବ୍ରିକୋଦରସନ୍ଧ୍ୟା କାଳେ ପଶିଲା ଯାଇ ଦ୍ରୋପଦ କଟକର ।୪୦।ରାଜାମାନଙ୍କର ଯେ ଅଟଇ ମଧ୍ୟସ୍ଥାନସଇନି ମାଡ଼ି ରହିଛନ୍ତି ପଞ୍ଚ ଯେ ଯୋଜନ ।୪୧।ତିଳ ପକାଇଲେ ନ ପଡଇ ଭୂଇଂଦ୍ୱାଦଶ ଯୋଜନ ଆୟେତନ ଲିତାୟେ ଠାବ ନାହିଂ ।୪୨।ନଗର ପଶ୍ଚିମ ଆଡ଼େଯମୁନା ନଦୀ କୂଳେତହିଂ ୟେକା ମାତ୍ର ଦେଖିଲା ତୁଚ୍ଛା କୁରାଳ ଶାଳେ ।୪୩।ଦେଖଇ ଦ୍ରୋପଦର ରାଜ୍ୟ ସଭା ନବରଦିବ୍ୟପୁର ଦେଖି ବିଚାରଇ ବ୍ରିକୋଦର ।୪୪।ଭୀମସେନ ବିଚାରଇ ଯେ ଦୂରେଣ ଥାଇଂ ଚାହିଂରାଜାୟେ ବସିଲେ ଯେ ମେଢରେ କେହି ନାହିଂ ।୪୫।ବିଚାରଇ ପାବେନି ସୁସଞ୍ଚ ମେଢ ଦେଖିୟେଥି ଆଣି ୟେହି କ୍ଷଣି ବସାଇବି ଯୁଝେଷ୍ଠିଙ୍କି ।୪୬।ଅନେକ ସାନନ୍ଦେ ଭୀମ ଧାମଇଂ ହରଷେକର ଯୋଡ଼ି ଜଣାଇ ଯାଇଂ ଯୁଝେଷ୍ଠିଙ୍କ ପାଶେ ।୪୭।ସଭାର ମଧ୍ୟରେ ଦେବ ମେଢେକ ନିର୍ମିତଆମ୍ଭନ୍ତ ବୋଲି ତାହା ଯେ ତୋଳାଇ ଅଛି ଦ୍ରୋପଦ ।୪୮।ଯୁଝେଷ୍ଠି ହସିଲେ ଭୀମସେନର ବଚନ ଶୁଣିମୂର୍ଖଲୋକେ କହନ୍ତି କି ପଣ୍ଡିତଙ୍କର ବାଣୀ ।୪୯।ଆମ୍ଭର ନାଶ ଗଲା ଚିହ୍ନ ବର୍ଣ୍ଣ ନାହିଂଆମ୍ଭନ୍ତ ଦ୍ରୋପଦ ଅବା ଜାଣି ଅଛି କାହିଂ ।୫୦।ତୋତେ କିସ ବୋଲିବୁଂ ପ୍ରକୃତି ଆମ୍ଭର ମନ୍ଦଭଲ କଲୁ ବାବୁ ଯାଇରେ ନ କଲୁ ତହିଂ କଳିଦ୍ୱନ୍ଦ ।୫୧।ୟେହି ଯେ ଅଟଇ ଆମ୍ଭର ପରମ ଭାଗ୍ୟରାଜାମାନନ୍ତ ଦେଖି ଯେ ନ କଲୁ ମନେ ରାଗ ।୫୨।ଯୁଝେଷ୍ଠି ଦେବ ବୋଇଲେ ଶୁଣ ରେ ଅର୍ଜୁନବ୍ରାହ୍ମଣ ରୂପ ଥାଉ ଭିକ୍ଷା ପାତ୍ର ଘେନ ।୫୩।ଠାକୁରଙ୍କ ବଚନେ ଚଳଇ ଫାଲଗୁନିଦଦରା ଛତା କାନ୍ଧେ ହାତେ ହରିଗୋବିନ୍ଦ ମୁଣି ।୫୪।ପଞ୍ଚାଳ ଦେଶ ରାଜାର ସୟଂମ୍ବର ଦେଖିଲାସାଧୁ ସାଧୁ ବୋଲି ପ୍ରଶଂସା ବୀର କଲା ।୫୫।ଠାବ ନ ପାଇଲା ଯେ ଦ୍ୱାଦଶ ଯୋଜନେସେହି କୁରାଳଶାଳ ଦେଖଇ ଫାଲଗୁନ୍ୟେ ।୫୬।ବନସ୍ତର ନିକଟେ ଯେ ପର୍ବତର ତଳେବହଇ ଜାହ୍ନବୀ ଗଙ୍ଗା ନିର୍ମଳ ନଦୀ କୂଳେ ।୫୭।ଅର୍ଜୁନ ବିଚାରିଲେ ୟେହା ସଞ୍ଚିଲେ ବାସୁଦେବଆନକୁ ପ୍ରାପତ ହୋଇବ କାହୁଂ ୟେହୁ ଠାବ ।୫୮।ଯୁଝେଷ୍ଠି ପାଶେ ପାଥ ହୋଇଲା ପ୍ରବେଶକୁରାଳଶାଳ ତୁଚ୍ଛା ହୋଇଅଛି ରହିବା ଦେବ ଆସ ।୫୯।ଭୀମସେନ ବୋଇଲା ବାବୁ ଭଲ ଠାବ କଲୁୟେଡ଼େ ଠାବ ଗୋଟିୟେ ଖୋଜିଣ ଅଇଲୁ ।୬୦।ସ୍ୱାମୀ ଖାଲ ଖୁଞ୍ଚ କଣା ଖପରା ଖାର ଭୂମିସେଠାରେ କେମନ୍ତେ ରହିବେ ଯୁଝେଷ୍ଠି ଦେବ ସ୍ୱାମୀ ।୬୧।ଧର୍ମ ନନ୍ଦନ ବୋଲନ୍ତି ରହ ରହ ବ୍ରିକୋଦରସେ ଠାବ ଗୋଟି ବାବୁ ବଡାଇ ପବିତ୍ର ସ୍ଥାନ ସାର ।୬୨।ଗାଈ ଗୋରୁ ଗୁହାଳ ଆବର କୁରାଳ ଶାଳପୁଣ୍ୟ ଦେହା ଭୂମିୟେ ପାତେକ ଦହଇ ସର୍ବ କାଳ ।୬୩।ଦିବସେକ ଯେବେ ବାବୁ ସେ ସ୍ଥାନରେ ରହିଛଡ଼ମାସ ପରିଯନ୍ତେ ଯେ ପାତକେ ହୋୟେ ଦହି ।୬୪।ନଗ୍ର ବାହାରୁ ସେ ଚଳିଲେ ରାତ୍ର କାଳେସୁବେଳ ଯାଇ ପ୍ରବେଶ ହୋଇଲେ କୁରାଳ ଶାଳେ ।୬୫।ସୁମରନ୍ତି ଭଗବାନ ଦେବ ଦାମୋଦରୟେ କଷ୍ଟ ଅବସ୍ଥାରୁ କରିବା ଦେବ ପାର ।୬୬।ହେ ମହେଶ୍ୱର ଦେବ ତବ ଚରଣେ ନମାମିତବପଦ୍ମ ପାଦେ ଶତ ସହସ୍ର ଦଣ୍ଡ ପରିଣାମି ।୬୭।କାଳ ବ୍ରତମାନେ ଯେ ବ୍ରତନ୍ତି ପାଣ୍ଡବେଯେଣୁ କରି ପ୍ରିୟ ହରି ଧରନ୍ତି ହୃଦ ଭାବେ ।୬୮।ନୀଳେନ୍ଦ୍ରି ଦଳ ଉତ୍ପଳ ଯାହାର ବଦନ ମଣ୍ଡଳଶ୍ରୀବତ୍ସ ବିରାଜିତ ହୃଦେ ଶଙ୍ଖେ ଶାର୍ଦ୍ଦୋଳ ।୬୯।ଭାବାଙ୍ଗ ପୁରୁଷ ଦେବ ଶୟଳ ଜନଚିନ୍ତାତେଣୁ କରି ଜନାର୍ଦ୍ଦନ ନାମ ବହନ୍ତି ସୃଷ୍ଟିକରତା ।୭୦।ଯାବତ ଚନ୍ଦ୍ର ଦିବାକର ଥିବଶ୍ରୀଜଗନ୍ନାଥ ନାମ ଗୋଟି ହୃଦୟରେ କର ଠାବ ।୭୧।ସଂସାର ମୋହ ଜଳେ ପଡି ୟେଥେଂ ଭାସିଧର୍ମଇଂ ସେ ତୀର ନାବ ହୋଇଲାକ ଆସି ।୭୨।ସେ ନାବେ ବସି ନରେ ତରନ୍ତି ଅଗାଦ ଜଳନାରାୟଣ ନାମ ଗୋଟି ଅଟଇ ବେନି କୂଳ ।୭୩।ଅନୁଗ୍ରହ ନାଥ ସଦୟେ ଜଗବନ୍ଧୁସଂସାର ଅଗାଦ ଜଳେ ନାରାୟଣ ପରମ ବନ୍ଧୁ ।୭୪।ଜଳେଣ ଦେବ ମେଦାସୁର ଶରୀର କର୍ଦ୍ଦନ କରିତାହାକୁ ମେଦି ମେଦିନୀ ନାମ ଦିଲେ ବସୁନ୍ଧରୀ ।୭୫।ଶରଣ ରକ୍ଷଣ ନାଥ କଇକ୍ଷା ଜଗଜ୍ଜେଠିଜନ୍ମେ ଜନ୍ମେ ଭାବଇ ମୁଂ ଶ୍ରୀକୃଷ୍ଣ ନାମ ଗୋଟି ।୭୬।ତୁଳୁସାର ବଲ୍ଲଭ କାଳିନ୍ଦୀ ପ୍ରାଣନାଥଶୂଦ୍ରମୁନି ସାରୋଳା ଦାସ ଶତ ସହସ୍ର ଦଣ୍ଡପ୍ରଳମ୍ବିତ ।୭୭।ଦ୍ରୌପଦୀ ସ୍ୱୟମ୍ବରବଦୟନ୍ତି ଅଗସ୍ତି ଶୁଣ କୁମ୍ଭ ଋଷିର ବାଳନାରାୟଣ ସୁମରନ୍ତେ ସକଳ କାର୍ଯ୍ୟ ସୁଫଳ ।୧।ନିର୍ଜନ ସ୍ଥାନ ଭୂମି ପବିତ୍ର କୁରାଳ ଶାଳରହିଲେ ପାଣ୍ଡବେ ଯେ ମଙ୍ଗଳ ଶୁଭ ବେଳ ।୨।କୋଇନ୍ତାୟେ ବୋଇଲେ କୁରାଳ ଶାଳ ଦେଖିମୋହୋର ବିଚାରକୁ ୟେ ସ୍ଥାନ ବଡ଼ ସୁଖୀ ।୩।କାଠ ଲୋଡ଼ି ନ ଯିବା ଅଗ୍ନି ଲୋଡ଼ି ନ ଯିବାନବତନ ହାଣ୍ଡି ଯେ ଲୋଡିଲେ ପାଇବା ।୪।ୟେ ମାଘ ମାସ ଆମ୍ଭର ଶୀତ ବସ୍ର ନାହିଂପାଉଂଶ ଗୁଡାୟେ ପାଡ଼ି ଶୋଇବା ଉଷୁମ ହୋଇ ।୫।ପଞ୍ଚୁକଟକର ମଧ୍ୟେ ସେ ଯେ ନରନାଥଆବର ବିଶେଷେ ଜଗନ୍ନାଥଙ୍କ ପଞ୍ଚଭୂତ ।୬।ଧର୍ମ ପବନ ଇନ୍ଦ୍ର ଅଶ୍ୱିନୀକୁମାରୁଂ ଜାତକର୍ମର ଅବେଳ ହୋଇ ଅଛନ୍ତି ୟେମନ୍ତ ।୭।ରତ୍ନ ଖଟେ ହଂସୁଲି ନେତ ତୁଳି ପାଟ ମୁଚୁଳା ସୁପାତିଛାର ପାଉଂଶ ପାଇ ସେ ଯେ ଭଜିଲେ ତ୍ରିପୁତି ।୮।ଆହୋ ବିପଦ କାଳେ ଯେବେ ବିଚାର କରଇ ପ୍ରାଣୀଦୁଖ ସୁଖ ସହଣା କ୍ଷତ୍ରୀଙ୍କ ଧର୍ମ ପୁଣି ।୯।ସେ ଆପଣେ କଷ୍ଟ ସହିଲେ ସଂସାର ତାରଣ ନିମନ୍ତେତାହାଙ୍କର ଚରିତ ଶୁଣିଲେ ଛାଡ଼ଇ ଦୁର୍ଗତି ବିପତ୍ୟେ ।୧୦।ଇତିଶ୍ରୀ ମହାଭାରତ ଆଦି ପର୍ବ କଥାବାଞ୍ଛା ପୂରୋଇ ୟେ ମହା ପାତକ ହରନ୍ତା ।୧୧।ସମ୍ପତ୍ତି ବିପତ୍ତି ଯେ ହୋଅଇ ଅବଶ୍ୟଶ୍ରୀମହାଭାରତ ଶୁଣନ୍ତେ ପାତକେ ହୋୟେ ଧ୍ୱଂସ ।୧୨।କୋଇନ୍ତା ବୋଇଲେ ପୁତ୍ରନ୍ତ ପାଶେ ରାଇବ୍ରାହ୍ମଣ ସଭାକୁ ଯାଅ ବ୍ରାହ୍ମଣ ବେଶ ହୋଇ ।୧୩।ଦ୍ରୋପଦ ରାଜାର ଦାନ ଦେବା ବେଳେତୁମ୍ଭେ ହୋ ଥାଅ ଯାଇ ବ୍ରାହ୍ମଣଙ୍କର ମେଳେ ।୧୪।ଯୁଝେଷ୍ଠି ବୋଇଲେ ମା ଗୋ ୟେହି କ୍ଷଣି ଯାଇ ପାରଇତୋର ପୁଅ ଭୀମା କୋପକୁ ବଡ଼ ମୁଂ ଡରଇ ।୧୫।ଅନେକ ସମ୍ପଦ ଘେନି ଆସିଅଛି ରାଜା ମାନଗୋବିନ୍ଦନ ପୁଣ ତାହାର ତୁଲେ ଭୀମା କରଇ ଦ୍ୱନ୍ଦ ।୧୬।କୋଇନ୍ତାୟେ ବୋଇଲେ ବାବୁ ଭୀମା ରେମୋହୋର ଶପତଯୁଝେଷ୍ଠିଙ୍କ ଆଗ୍ୟାଂ ତୁ ନଲଘିଂବୁ ଅନୁବ୍ରତ ।୧୭।ବ୍ରାହ୍ମଣ ବେଶ ଯେ ଧଇଲେ ପଞ୍ଚୁ ବୀରେତ୍ରିକଚ୍ଛ ବସନ ଆରୋପିଲେ କଟୀରେ ।୧୮।ନବ ଗୁଣ ପଇତା କନ୍ଧରେ ଉତ୍ତୁରୀ ଅଛିଆଧ୍ୟାନ ମନ୍ତ୍ର ପୋଥି କାଖରେ ସବୁରି ଅଛି ।୧୯।ଦ୍ୱାଦଶ ଚିତା ଯେ ଶ୍ରୀବତ୍ସ ଲକ୍ଷଣକାଖେ ବେଦ କରାଣ୍ଡି ତେଜମୟେ ବ୍ରାହ୍ମଣ ।୨୦।କାନ୍ଧେଣ ଛତା ତଥି ପ୍ରୋକ୍ଷଣୀ ଯେ ଶ୍ରୁଆତମ୍ବାର ବର୍ଣ୍ଣ ଜାଣି ବିକାଶଇ ସର୍ବ କାୟା ।୨୧।ଗୋପ୍ୟାନ ଦୋହୋରା ଅଣ୍ଟାରେ କୁଶ ବିଡ଼ିଚକ୍ରସ୍ୱାମୀ ଦେବତା ବିଜୟେ କରାଣ୍ଡି ।୨୨।କ୍ଷତ୍ରୀ ବୃତ୍ତି ଛାଡ଼ି ବ୍ରାହ୍ମଣ ସରୂପେସଭାକଇ ପାଣ୍ଡବେ ଚଳନ୍ତି ଗୋପ୍ୟାନ ରୂପେ ।୨୩।ଗଡ଼ୁ ତମ୍ବାପାତ୍ରୀ କପୋରା କରେଣ ଜପା ମାଳୀକଣ୍ଠେଣ ତୁଳସୀ ଭୁଜେ ରୁଦ୍ରାକ୍ଷର ମାଳୀ ।୨୪।ଯଦ୍ୟପି ଗୋପ୍ୟାନ ରୂପେ ଲୁଚାବନ୍ତି କାୟେସରୂପ ବିକାଶଇ ନିର୍ଧୁମ ଅଗ୍ନି ପ୍ରାୟେ ।୨୫।ଛାୟା ମଣ୍ଡୋପ ଦକ୍ଷିଣ ଆଡ଼େ ବ୍ରାହ୍ମଣଙ୍କର ସଭାମହା ସମ୍ଭର୍ବେ ଯେ ଆଦିତ୍ୟ ଜ୍ୟୋତି ପ୍ରଭା ।୨୬।ବ୍ରାହ୍ମଣ ସଭାୟେ ବିଜେ ପାଞ୍ଚ ବୀରବିପ୍ର ପ୍ରତକ୍ଷେ ଦିଶନ୍ତି ବ୍ରହ୍ମା ରୁଦ୍ର କୋବେରେ ।୨୭।ସୁନା ସୀର ନାରାୟଣ ପ୍ରାୟେ ଦିଶନ୍ତି ପଞ୍ଚୁ ବୀରେବସୁଦେବ ନାମେ ତହିଂ ୟେକଇ ଦ୍ୱିଜବରେ ।୨୮।ବୈତରଣୀ ନଦୀ କୂଳେ ଈଶାନ୍ୟ ନଗ୍ର ପୁରେ ।୨୯।ବଡ଼ାଇ ଧାର୍ମିକ ସେ ଅଟଇ ଅଥର୍ବବେଦୀ ।ଧାର୍ମିକ ବିବେକ ସେ ମନ୍ତ୍ରେଣ ପ୍ରସିଦ୍ଧି ।୩୦।ଗୁଣବନ୍ତ ବ୍ରାହ୍ମଣ ସେ ପାଣ୍ଡବନ୍ତ ରୂପ ଚାହିଂୟେ ପାଞ୍ଚଙ୍କର ମୂରତି ବ୍ରାହ୍ମଣ କୂଳେ ନାହିଂ ।୩୧।ଆକାଶୁଂ ବିଜେ କଲେ କି ପଞ୍ଚୁ ଦିଗପାଳେକଷଣ ଦେଖି ବିଜେ କଲେ ରାଜ୍ୟେ ପାଞ୍ଚାଳେ ।୩୨।ମାନବ ଜନ୍ମ ପ୍ରାୟେ ନ ଦିଶଇ ୟେହାଙ୍କର ତେଜଅନ୍ତେଣ ଜାଣିବା ୟେପାଞ୍ଚଙ୍କର ବଳବୀର୍ଯ୍ୟ ।୩୩।ଗୁଣବନ୍ତ ଲକ୍ଷଣବନ୍ତ ଦେଖି ବସିତେ ଦିଲେ ଠାବବ୍ରାହ୍ମଣଙ୍କ ସଭାରେ ବସିଲେ ପଞ୍ଚୁ ଯେ ପାଣ୍ଡବ ।୩୪।ଭୀମସେନ ବିଚାରଇ ୟେ ରାଜାଗଣମାନେମହା ସମ୍ଭର୍ବେ ବସିଅଛନ୍ତି ୟେ କନକ ଆସନେ ।୩୫।କିଞ୍ଚିତ କରି ଆଗ୍ୟାଂ ଦେବେ କି ଯୁଝେଷ୍ଠିନିମିଷକେ ମୋଡି ପକାଇବି ଲକ୍ଷେ ରାଜାଙ୍କର ମୁଣ୍ଡ ଗୋଟି ।୩୬।ଚତୁର୍ଦ୍ଦିଗର ରାଜାମାନେ ଆସିଅଛନ୍ତି ସମ୍ଭରେପୂଜା କରି ଦ୍ରୋପଦ ବସାଇଲା ସଭାରେ ।୩୭।ଗଙ୍ଗାରେ ସ୍ରାହାନ କରି ମୁଣୋହି କରନ୍ତି ସର୍ବ ରାୟେଆଞ୍ଚୋବନ ସାରି ସଭାୟେ ବିଜେ କୟେ ।୩୮।କର୍ପୂର ତାମ୍ବୋଳ ଦଇଣ ସବୁନ୍ତିଜଣେ ଜଣେ ସମାର୍ଜଇ ସଦାନନ୍ଦ ମନ୍ତ୍ରୀ ।୩୯।ଉତ୍ତର ଦକ୍ଷିଣ ପୂର୍ବ ପଶ୍ଚିମ ଦିଗ ଚାରିଯେ ଯାହାର ଆସନେ ରାଜାୟେ ବସନ୍ତି ଆବୋରି ।୪୦।ଅନେକ ଉଚ୍ଛବ ଦ୍ରୋପଦର ଭୁବନେରାଜାମାନେ ପରବେଶେ ହୋଇଲେ ପଞ୍ଚଦଶ ଦିନେ ।୪୧।ଶ୍ରୀକରେ ଅର୍ଘ୍ୟ ଘେନି ଧୃଷ୍ଟ ଯେ ଦ୍ୟୁମନସମସ୍ତ ନୃପତିନ୍ତ କରଇ ସମାଧାନ ।୪୨।ଶିରେମଣି ମୁକୁଟ ହୃଦର ରତ୍ନମାଳାକର୍ଣ୍ଣେ କର୍ଣ୍ଣାଞ୍ଚଳ ସୀମନ୍ଥନୀ ଜଗଦଳା ।୪୩।ଭୁଜେଣ ବାହୁଟି ଚରଣେ ନୂପୁରହାର କୁଣ୍ଡଳମଣିମୟେ ଦିବ୍ୟସାର ।୪୪।ଶରୀରେ ମୃଗଲାଭ ଚତୁସମ ଲେପନଶିରେ ଆଭରଣ ସୁସଞ୍ଚ ପୁଷ୍ୟମାଳମାନ ।୪୫।ୟେକ ରାଜାକେ ବରଣ ଶତେ ଶତେ ଖଦିଲକ୍ଷେ ରାଜାଙ୍କୁ ଦ୍ରୋପଦ ୟେହେନ୍ନେକ ସମ୍ପାଦି ।୪୬।ସମସ୍ତ ରାଜାନ୍ତ ବରଣ କରଇ କୁମରଅର୍ଘ୍ୟ ଘେନି ଦ୍ରୋପଦ ମିଳିଲା ସଭାର ।୪୭।ଅର୍ଘ୍ୟ ଆଣି ଥୋଇଲା ସଭାର ମଧ୍ୟ ସ୍ଥାନେଶତ ସହସ୍ର ଦଣ୍ଡ ପ୍ରଣପତ୍ୟ ବିଧାନେ ।୪୮।ଜରାସନ୍ଧ ବୋଇଲା ଉଠ ହେ ଦ୍ରୋପଦକେବଣ ତୋହୋର କାମାର୍ଥ କହନି ସମ୍ପାଦ ।୪୯।ଦ୍ରୋପଦ ବୋଇଲା ସ୍ୱାମୀ ସାବଧନେ ଶୁଣିମାଅଗ୍ନିରୁ ଜାତ ମୋହୋର ଦୋହିତା ଦ୍ରୋପତୀ ଶୁଦ୍ଧ ବାମା ।୫୦।କୋଟିୟେ ଋଷି ଘେନି ହୋମ କୟେ ମହାତ୍ମା ବେଦବ୍ୟାସମହା ଅନଳୁଂ ତାହାର ଶରୀର ପ୍ରକାଣ ।୫୧।ସୋହୋର ମନ କାମନା କଲି ଯାହାର ଅର୍ଥେଦୈବର ବିପାକେ ସେ ନାଶ ଗଲେ ଅନମିତ୍ତେ ।୫୨।ତାହାର ତୁଲ୍ୟ ବର ନ ପାଇଲି ୟେ ମଧ୍ୟ ଭୁବନେତେଣୁ କରି ସୟମ୍ବର ରଞ୍ଚିଲି ବିଦ୍ୟମାନେ ।୫୩।ମୋହୋର ପୂର୍ବ ଭାଗ୍ୟଂ ଦୁହିତା ଅନୁଯାୟୀୟେ ଲକ୍ଷେ ନୃପତିଙ୍କି କେତେ ପୁଣ୍ୟେ ପାଇ ।୫୪।ସମସ୍ତେ ବରଣ ହୋଇଲ ତୁମ୍ଭେ ଚାରି ଉଣା ଲକ୍ଷେ ଯେ ନୃପତିକାହାକୁଇଂ ଆସ୍ତି କରିବି କାହାକଇଂ କରିବି ନାସ୍ତି ।୫୫।ମହାଲାଖ ପାତିଲି ମୋହୋର ବ୍ରତର ନିମନ୍ତେଇଚ୍ଛାୟେ ବରିବ କନ୍ୟା ମୋହୋର ନୋହଇ ଯୁଗତେ ।୫୬।ୟେ ମହାଲଖ ମୋହର ଯେହୁ ବିନ୍ଧିବ ଗୋସାଇଂଲାଖର ଚରିତ କହଇ ଶୁଣିମା ସାବଧାନ ହୋଇ ।୫୭।ରାଧାଚକ୍ର ବୁଲଇ ଯେ ସହସ୍ରେକ ଧାରକନକର ମୀନ ଅଛି ତହିଂର ଉପର ।୫୮।କୁରାଳ ଚକ୍ର ପ୍ରାୟେ ସେ ବୁଲଇ ଅନ୍ତରୀକ୍ଷେତଳେ ଧନୁ ୟେକ ଅଛଇ ବଳ ୟେକ ଲକ୍ଷେ ।୫୯।ରାଧାଚକ୍ର ବୁଲୁଅଛି ସାତତାଳ ଉଚ୍ଚେତାଳେକ ଉପରେ କନେକ ପଟାୟେ କଣ୍ଟିଲା ଅଛି ସଞ୍ଚେ ।୬୦।ଲକ୍ଷେ ବଳ ଧନୁ ଧରି ସେ ପଟାର ଉପରେଣ ଉଠିତହିଂର ତଳେ ଥୋଇଲା ଅଛି ତୀର୍ଥ ଜଳ ଘଟୀ ଗୋଟି ।୬୧।ତଳକୁ ହେବ ଦୃଷ୍ଟି ଉପରକୁ ହୋଇବ ମୁଷ୍ଟବିନ୍ଧିବ ନାରାଜ ଚକ୍ର ଭେଦି ମୀନ ବାମ ଚକ୍ଷୁ ଯିବ ଫୁଟି ।୬୨।ୟେହେନ୍ନେକ ସରୂପେ ଯେଉଣ କ୍ଷତ୍ରୀ ଲାଖ ବିନ୍ଧିବମୋହୋର ଦୁହିତା ଦ୍ରୋପତୀକି ସେ ପ୍ରଦାନ ହୋଇବ ।୬୩।ଯେ ଲାଖ ବିନ୍ଧିବ ସେ ଲଭିବ କୁମାରୀତହିଂକି କେହି ତୁମ୍ଭେ ନୋହିବ ହିଂସାକାରୀ ।୬୪।ଅଛ ତୁମ୍ଭେ ନୃପତିଗଣ ମହିମା ମହାବଳକନ୍ୟା ନିଅନ୍ତେ ତାହାକୁ ନ ପୁଣ କର ଗୋଳ ।୬୫।ୟେଥକୁ ସ୍ୱାମୀ ତୁମ୍ଭେ କହିବା ଦୃଢବାଣୀତେବେ ସେ ସଭାକୁ ମୋହୋର ଦୋହିତା ପାରଇ ଆଣି ।୬୬।ସମସ୍ତେ ରାଜାୟେ ବୋଇଲେ ୟେହି ସେ ସତ୍ୟ ସତ୍ୟଯାହାର ପୁଣ୍ୟ କର୍ମ ତାହାକୁ କନ୍ୟା ପରାପତ ।୬୭।ତାହାକୁ ନ ସହି ଯେ କରିତ ଲୋଡ଼ଇ ଦ୍ୱନ୍ଦସମସ୍ତ ନୃପତି ତାହାକୁ କରିବା ଶିରଚ୍ଛେଦ ।୬୮।ସୟମ୍ବର ସ୍ଥାନ ବରଣ ଲାଖ କଥା ନିବର୍ତ୍ତିନିଜ ଭୁବନେ ପ୍ରବେଣ ପଞ୍ଚାଳ ଅଧିପତି ।୬୯।ଶ୍ରୀଖଣ୍ଡୀ ଧୃଷ୍ଟଦ୍ୟୁମନ ବେନି ପୁତ୍ରନ୍ତ ରାଇଦ୍ରୋପତୀକି ଆଣ ବାବୁ କନ୍ୟାବେଶ କରାଇ ।୭୦।କେଶିନୀ ନାମେ ଯେ ଅଟଇ ମୁଦୁସୁଲୀସର୍ବାଳଙ୍କର କରାଇ ଲକ୍ଷେକ ପୋଇଲି ।୭୧।କନ୍ୟାକୁ ସ୍ରାହାନ କରାନ୍ତି ସର୍ବେମିଳିନାନା ଗନ୍ଧେଣ ଯେ କବେରୀ ଭାର ପଖାଳି ।୭୨।କୁଙ୍କମ କସ୍ତୁରୀ ଯେ ଲେପନ୍ତି ଶରୀରେମୃଗଲାଭ କସ୍ତୁରୀ ଲେପିଲେ ତଥି ଭପରେ ।୭୩।ଆଲଟ ଢାଳିଣ ଶୁଖାବନ୍ତି କେଶଅଙ୍ଗେ ପରିଧାପନ କରନ୍ତି ନବତନ ଝୀନବାସ ।୭୪।ଜାଇ ଯୁଇ ମଲ୍ଲୀ ମାଳତୀ ନାଗେଶ୍ୱର ପାଖୁଡାସୁଗନ୍ଧ ପୁଷ୍ପ ଦେଇ ସାଞ୍ଜେଇଲେ କବେରୀ ଭାରା ।୭୫।ସୁସଞ୍ଚ ଖୋପା ପରିମଳ ସୁବାସେଲୁବୁଧେ ମଧୁକରେ କୁରୁଳନ୍ତି ପାଶେ ।୭୬।ମୁକୁତା ଜାଲି ଉପରେ ସୀମନ୍ତିନୀ ମଣିଲଲାଟ ପାଟିରେ ହୀରା ଅଷ୍ଟରତ୍ନେ ଖଞ୍ଜଣି ।୭୭।କର୍ଣ୍ଣେଣ ତଡକୀ ନାଶାରେ ରତ୍ନଫୁଲହୃଦେଣ ଝଟକନ୍ତି ରତ୍ନହାର ଅମୂଲ୍ୟ ।୭୮।ଭୁଜେଣ କଙ୍କଣ ଶୋଭିତ ରତ୍ନଚୂଡିଅଷ୍ଟରତ୍ନେ ଖଞ୍ଜି ଅଙ୍ଗୁଷ୍ଠିରେ ମୁଦି ଜତି ।୭୯।ପାଦେଣ ନୂପୁର ଝଲକନ୍ତି ହୀରାନସହଇ ସୁନ୍ଦରୀ ବହୁତ ରତ୍ନଭାରା ।୮୦।ମିଳିଣ ଗଣିକାୟେ କରନ୍ତି ଅଲେଖସେ ବେଶନମାନ ସୁନ୍ଦରୀ ବୁଝଇ ବିମୁଖ ।୮୧।ଉପରେ ପରିଧାପନ ଇନ୍ଦ୍ରଗୋବିନ୍ଦ ଦାସୀନେତ ଗୋଟିଅନଳ ଜ୍ୟୋତିକି ସେ ବିକାଶଇ ଦେହ ଫୁଟି ।୮୨।ତୁଲେଣ ଅଛନ୍ତି ସେ ଲକ୍ଷେକ ପରିବାରୀତାହାଙ୍କର ବେଶମାନ କହିତ କି ପାରି ।୮୩।ସଂପୂର୍ଣ୍ଣ ଯୁବତୀ ସେ ସ୍ତିରୀ ରତ୍ନକାନ୍ତିଅନେକ କନ୍ୟା ଉପରେ ଯେ ଅଟନ୍ତି ରୂପବନ୍ତୀ ।୮୪।ଅମର ବିଳାସୁଣୀମାନେ ଉତପତ୍ତି ହୋଇଅଛନ୍ତି ଆସିଆନକୁ ନାୟେକା ସେ କୃଷ୍ଣାକଇଂ ଅଟନ୍ତି ଦାସୀ ।୮୫।ଅନେକ ବେଶ ବେଶନ ଯେ ହୋଇଣ ଯୁବତୀସ୍ତିରୀରତ୍ନ ନାୟେକା ସେ ଜଗତ ମୋହନ୍ତି ।୮୬।ସହସ୍ରେକ ଚାମର ଢାଳନ୍ତି ଚଉକତିସହସ୍ରେକ ଚାମର ଯେ ସୁବର୍ଣ୍ଣ ଝଟକନ୍ତି ।୮୭।ଉଭାରିଲେ ସୁନ୍ଦରୀ ସହସ୍ରେକ ଉଲ୍ଲୋଳ ନେତଛତ୍ରୀଛାମୁରେଣ ନୃତ୍ୟ କରନ୍ତି ସହସ୍ରେକ ଯୁବତୀ ।୮୮।ମଧୁର ରାସ ବାଦ୍ୟ ବାଜଇ ଶୁଦ୍ଧ ବାଣୀକୋକିଳ ଧୁନି ସୁସ୍ୱରେ ଗାବନ୍ତି ଗାୟେଣୀ ।୮୯।ସୁବର୍ଣ୍ଣ ଯୋଗାଡ଼ ଘେନି ସହସ୍ରେ ପରିବାରୀସହସ୍ରେ କନ୍ୟା ଚଳନ୍ତି ଆଗେ ପୁଷ୍ପ ବୃଷ୍ଟିକରି ।୯୦।କନେକ ହାନ୍ଦୋଳାୟେ ବିଜୟେ ପାଞ୍ଚାଳୀଚଳନ୍ତି ଯୁବତୀଗଣେ ସମସ୍ତେହେଂ ଶୁଦ୍ଧଶାଳୀ ।୯୧।ନାନା ବାଦ୍ୟରେଣ ଯେ ପୂରିତ ଗହଳଶରଦ ଉଚ୍ଛବେ ଯେହ୍ନେ ମାତଙ୍ଗୀ ବୃନ୍ଦମେଳ ।୯୨।ତେସନେକ ଶୋଭାବନ ସରୂପ ପ୍ରକାଶିଦେଖିଣ ରାଜାଗଣମାନେ ସମସ୍ତେ ପ୍ରଶଂସି ।୯୩।ଦ୍ରୋପତୀର ବଦନ କେହି ନପାରନ୍ତି ଚାହିଂଧାତ୍ରୀଗଣମାନଙ୍ଗ ମୁଖ ଚାହିଂ ସମସ୍ତେ ହୋଇଲେକ ମୋହି ।୯୪।ୟେଣେ ବେଢିଛନ୍ତି ଲକ୍ଷେକ ଯୁବତୀଲକ୍ଷେ ରାଜାଙ୍କୁ ୟେ ଯୋଗାନ୍ତି ପ୍ରିୟବତୀ ।୯୫।ସଭାର ମଧ୍ୟରେ ନେଇ ଉଭାରିଲେ ବାଳୀସମସ୍ତ ଗଣିକାମାନେ ମଙ୍ଗଲ ଧୁନିତୋଳି ।୯୬।ମେଢର ମଧ୍ୟେ ବିଜେ କରାଇଲେ ଯୁବତୀପୂର୍ଣ୍ଣମୀ ଚନ୍ଦ୍ର ଜାଣି ବିରାଜଇ ବଦନ ଜ୍ୟୋତି ।୯୭।ସଭାରେ ଉଭାହୋଇ ଧୃଷ୍ଟ ଯେ ଦୃମନରାଜାଗଣମାନଙ୍କୁ ପଚାରନ୍ତି ବଚନ ।୯୮।ଲକ୍ଷେ ରାଜାୟେ ତୁମ୍ଭେ ଯେ ବସିଲ ଆସ୍ତାନେସବୁନ୍ତି ବରିଲି ମୁଂ ବରବେଶ ବିଧାନେ ।୯୯।ୟେ ମୋହୋର ଭଗ୍ନୀ ଯେ ଆଣିଲି ଦ୍ରୋପତୀବିଚାରି ନିରୋପିବା ୟେହାର ମୂରତି ।୧୦୦।ଯେହୁ ପାର ଲାଖ ବିନ୍ଧିବା ଗୋସାଇଂସୟମ୍ବର କଲି ମୁଂ ପାଞ୍ଚାଳୀର ପାଇଂ ।୧୦୧।ସମସ୍ତ ରାଜାମାନେ ବସିଅଛନ୍ତି ମଉନ ବ୍ରତେସମସ୍ୟା ଦିଲା ସେ ମଗଧେଶ୍ୱର ନରନାଥେ ।୧୦୨।ଜାରାସନ୍ଧ ବୋଇଲା ହୋ ଶୁଣ ଧୃଷ୍ଟଦୃମନକେହି ନ କହନ୍ତି ତୋତେ ତଥ୍ୟ କଥାମାନ ।୧୦୩।ତୁ ଯେ ହାନ୍ଦୋଳାରେ ବସାଇ ଆଣିଲୁ ଦ୍ରୋପତୀକେହି ନ ଦେଖିଲେ ତାହାର ଚିହ୍ନବର୍ଣ୍ଣ ମୂରତି ।୧୦୪।ମେଢରୁ ଓହ୍ଲାଇ ଆଣ ଦ୍ରୋପତୀ ଯେ ବାଳୀଦେଖନ୍ତୁ ରାଜାଗଣମାନେ ସରୂପ ହିଆଳୀ ।୧୦୫।ଜାରାସନ୍ଧ ବଚନେ ଦ୍ରୋପଦ ନୃପତିମେଢରୁ ଓହ୍ଲାଇ ଆଣଇ ତତକ୍ଷଣାନ୍ତି ।୧୦୬।କେଶିନୀ ଜୟସେନୀ ଧରିଛନ୍ତି ଦ୍ରୋପତୀର ହସ୍ତଦେଖନ୍ତି ଚିହ୍ନ ବର୍ଣ୍ଣ ସରୂପ ସଂଜାତ ।୧୦୭।ବଦନ ଦେଖି ରାଜାୟେ ହୋଇଲେ ମତିଭ୍ରମଭେଦିଲା କାମ ଶର ମଦନେ ଅସାଷ୍ଟମ ।୧୦୮।ନିର୍ଝର ଦେଶର ରାଜା ଯେ ଗଣପତିଦେଖିଣ ବିସରିଲା ସେ ସୁନ୍ଦରୀର ମୂର୍ତ୍ତି ।୧୦୯।ସାଧୁ ୟେ ସୁନ୍ଦରୀ ରାଜାର ଦୁଲାକୀବଂଶର ସାଧୁ ଯେ ୟେହାକୁ ପ୍ରତିପାଳି ।୧୧୦।ଆକୁଞ୍ଚିତ କେଶ ଗହଳ ଚକୁରକୁସୁମ ବିହୁନେ ବିହଡ଼ନ୍ତି ମଧୁକର ।୧୧୧।ରସାଣ ପତ୍ର ପ୍ରାୟେ ଦିଶଇ ଲଲାଟ ପାଟିବଧୂକ ଅଧର ଡାଳିମ୍ବ ବୀଜ ଦଶନ ବିମ୍ବ ଓଷ୍ଠୀ ।୧୧୨।ୟେକଖଣ୍ଡ କପୋଳ ଖଞ୍ଜିତ ଭ୍ରୂଲତାରୋମାବଳୀ ଅମୂଲ୍ୟ କି ଦିଶଇ ବନିତା ।୧୧୩।ଆରକତ ଶୋଭାବନ ଦିଶେ ବେନି ଡୋଳଅବଲୋକନେ ଚାହିଂଲେ ଢଳିବେ ସକଳ ।୧୧୪।ଚାହାନ୍ତେ ବକ୍ର ନୟନେ ହୃଦୟ ଯିବ ଫୁଟିସଂସାର ରକ୍ଷା ନିମନ୍ତେ ତଳକୁ କଲା ଦୃଷ୍ଟି ।୧୧୫।କିଞ୍ଚିତ କରି ସେ ଯେବେ ଚାହିଂବ ସଭାକୁଅନେକ ପୁରୁଷ ହତ୍ୟା ଦୋଷ ଲାଗିବ ୟେହାକୁ ।୧୧୬।ସ୍ତିରୀ ଧର୍ମ ୟେହୁ ଅଟଇ ସୁଗ୍ୟାନୀପାପକୁ ଭୟେ କରି ସେ ହୋଇଲା ମାନିନୀ ।୧୧୭।ଭୋ ଧର୍ମଦେବତା ୟେ ସଭାକୁ ନ ଚାହିଂଲଭେ ଅଇଲୁ ଆମ୍ଭେ ଅପ୍ରମାନେ ୟେଥୁଂ ଯାଉଂ ।୧୧୮।ୟେସନେକ ମନେ ବିଚାରନ୍ତି ସର୍ବ ରାୟେଅଦାରା ଅଯୋନି ଅଗ୍ନିରୁ ଜାତ ହୋୟେ ।୧୧୯।ଯଦ୍ୟପି ପାଷାଣ ହୋଇବ ବଜ୍ର ଗୋଟିଅପାଙ୍ଗ ନୟନେ ଚାହିଂଲେ ସେହି ଯିବ ଫୁଟି ।୧୨୦।ୟେସେ ଦେବ କାର୍ଯ୍ୟେ ଜଗତ ମୋହିନୀଋଷି ବିପ୍ର ତପୋଧନ ତପ ଯେ ଭଞ୍ଜନୀ ।୧୨୧।ନାସାକୁ ପଟାନ୍ତର ନୋହୋଇ ତିଳ ଫୁଲଦିନକର ବିଳମ୍ବେ ଝଡି ପଡଇ ଭୂମି ତଳ ।୧୨୨।ଅତୁଟ ଶୋଭାବନ କନକ ପତ୍ର ଜାଣିସୁଶୀତଳ ପବନ ମଳୟାନିଳ ମଣି ।୧୨୩।ୟେହାର ନାସାରୁ ବାହାର ଯେବଣ ପବନନିମ୍ବ ବନିକାରେ ଲାଗିଲେ ହୋଇବ ଚନ୍ଦନ ।୧୨୪।ତାମ୍ବୁଳ ବିହୁନେ ଯେ ଅଧରେ ରଙ୍ଗ ଫୁଟିବାଳ ଆଦିତ୍ୟଙ୍କର ତେଜ ବିମ୍ବକୁ ନ ଘଟି ।୧୨୫।ବିମ୍ବ ପଟାନ୍ତର ଅଧର, ବୃଦ୍ଧ କାଳେସେହି ସେ ତୁଲ୍ୟ ନୋହିବେ ଝଡ଼ିବ ଅବଶ୍ୟ ତଳେ ।୧୨୬।ଯେସନ ଘଟଣା ଶୁଦ୍ଧ ହିଙ୍ଗୁଳର ପାଟିତେଶନେକ ଶୋଭାବନ ତାହାର ଅଧର ଗୋଟି ।୧୨୭।ବଞ୍ଜୁଳ ନ ଗଚ୍ଛଇ ତାହାର ଦନ୍ତପନ୍ତିପଙ୍କୁ ଡାଳିମ୍ବ ସେ ରୂପ ବିକାଶନ୍ତି ।୧୨୮।ସୁଲଳିତ ସୁସଞ୍ଚ ଅଧର ପାଟି ଗୋଟିବତିଶ କଳାରେ କି ଚନ୍ଦ୍ରମା ତେଜ ଘୋଟି ।୧୨୯।ଗ୍ୟାଂନବନ୍ତ ସୁନ୍ଦରୀ ସେ ବିକାଶଇ ବାଣୀମତ୍ତ ପିକ ଚୂତବନ ଉପେକ୍ଷିବେ ୟେହାର ବାକ୍ୟ ଶୁଣି ।୧୩୦।ଯେବଣ ପୁରୁଷକୁ ୟେ ବିକାଶିବ ବାକ୍ୟଶରୀର କେ ଧରିବ ହୋଇବ ଅଶକ୍ୟ ।୧୩୧।ଶରଦ ପୂର୍ଣ୍ଣମୀ ଚନ୍ଦ୍ର ଯେ ବଦନ ଭଲାରାହୁର ତେଜ ଲାଗି ସେ କଳଙ୍କ ବହିଲା ।୧୩୨।ନିକଳଙ୍କ ବଦନ ୟେହାର ଅଟଇ ନିରିଦୋଷୀତେଣୁକରି ପଟାନ୍ତର ନ ଘଟଇ ଶଶୀ ।୧୩୩।ନଜାଣି ପଟାନ୍ତର କରିବା କେହ୍ନେ ଜହ୍ନପ୍ରଜାପତିର ଶାପେ ତନୁ ହୋଇଲାକ କ୍ଷୀଣ ।୧୩୪।ସୁବର୍ଣ୍ଣ ଘଟ ଜାଣି ଦିଶଇ ଗଳ କନ୍ଧକ୍ଷୁଦ୍ର କୁନ୍ଦରେ ଦେଇ କି ଘଟିଲା ପ୍ରବନ୍ଧ ।୧୩୫।ବେନି ଶ୍ରବଣେ ଢଳନ୍ତି ବେନି ବାହୁ ଶିଖେକୃଷ୍ଣ ମେଘ ଉଦେ ହୋଇ ଯେହ୍ନେ ଉଡ଼ନ୍ତି ବଳାକେ ।୧୩୬।ତେସନେକ ପଟାନ୍ତର ଅଇରି ଦର୍ବ ଭଞ୍ଜାବିସ୍ତୀର୍ଣ୍ଣ ବଛଥଳ ତାହାର କୃପଣ ଦାନମଝା ।୧୩୭।ଅନାଦି ଅପର୍ଣ୍ଣା ୟେ ସିଦ୍ଧ ଯେ ସମ୍ଭବିଶରୀର ବର୍ଣ୍ଣିବାକୁ କି ସକ୍ଷମ ଯେ ହୋଇବ ।୧୩୮।ଅନଳୁଂ ଉତପତ୍ତି ୟେ ତେଜ ବିସ୍ତାରିମୁଂ କିସ ବର୍ଣ୍ଣିବି ମାନୁଷେ ଅବତରି ।୧୩୯।ପୃଥୁଳ ସୁସଞ୍ଚ ସୁନ୍ଦର ୟେ ତୋହୋର ଭୁଜ ବେନିକୁମୁଦ ନୀଳ କମଳ ଜଡ଼ିତ ହିରଣ୍ୟ ଘେନି ।୧୪୦।ସୁରଭି ପଟାନ୍ତର ବେନି କର ସ୍ଥଳୀଚମ୍ପେକ କଢି ଜାଣି ଦିଶଇ ଅଙ୍ଗୁଳି ।୧୪୧।ଜାତି ପାଖୁଡ଼ା ଜାଣି ଦିଶଇ ଲଖ ରେଖନୋହଇ ଅତି ସୂକ୍ଷ୍ମ ନୋହଇ ଅତି ତୀକ୍ଷ ।୧୪୨।ଉଲଟ କଦଳୀ ଜାଣି ବେନି ଜାନୁ ସ୍ଥଳୀରକତ କୁମୁଦ ଜାଣି ବେନି କର ତଳି ।୧୪୩।ପାଟ ପୋୟେଳା ଜାଣି ପାଦ ନଖ ରେଖହରିଲା ସବୁରି ଦର୍ପ ହୋଇଲୁ ନିରେଖ ।୧୪୪।ସଭାୟେଣ ଥାଇ ବୋଲଇ କାଳଦମୁନକନ୍ୟାର ଶରୀରେ ତ ଅଳଙ୍କାର କ୍ଷୀଣ ।୧୪୫।ଦ୍ରିଯୋଧନ ବୋଇଲା ହୋଇଲୁକି ବାଇଶରୀରକୁ ଭାରା ବୋଲି ଅଳଙ୍କାର ନ ବହି ।୧୪୬।କର୍ଣ୍ଣ ବୋଇଲା କିସ କରିବ ଅଳଙ୍କାରକଣୟରୁ ଶତେ ଗୁଣ ତେଜ ଯେ ୟେହାର ।୧୪୭।ଅଗ୍ନି ସାରିକ୍ଷେ ଯାହାର ତେଜ ଝଳିକିସ ଶୋଭାବନ କରିବ କଣୟ ଛାର ଭଳି ।୧୪୮।ଯେସନେକ ଜଳରେ ଗମଇ ହଂସ ପନ୍ତିଚଳନ୍ତି ସୁନ୍ଦରୀ ତେସନେକ ପାଦ ଗତି ।୧୪୯।ନ ଜାଣିଣ ଦ୍ରୋପଦ କଲାକ ସୟମ୍ବରୟେ ସଭାରେ ନାହିଂ ୟେହାକଇଂ ପଟାନ୍ତର ବର ।୧୫୦।ପୁଣିହିଂ ଜନମି ଯେବେ ଆସଇ କାମଦେବୟେହାର ରୂପକୁ ସେହି ସେ ଶୋଭା ପାଇବ ।୧୫୧।ୟେସନେକ ବିଚାରନ୍ତି ସମସ୍ତ ଦଣ୍ଡଧାରୀକେଶିନୀ ମୁଦୁସୁଲୀ ଦେଖାୟେ ରାଜନ୍ତ ନିରାଧାରି ।୧୫୨।ସ୍ୱୟମ୍ବବ ସଭାରେ ରାଜାମାନଙ୍କର ସ୍ୱରୂପ ନିର୍ଣ୍ଣୟଦ୍ରୋପତୀ ବୋଇଲେ ଶୁଣ ଗୋ କେଶିନୀୟେମାନେ କେବଣ ଦେଶରୁ ଅଇଲେ ସନ୍ୟ ଘେନି ।୧।ଆମ୍ଭର ରାଜ୍ୟକୁ ଅଇଲେ କି ନିମନ୍ତେକେଶିନୀ ବୋଇଲା ରାୟେ ସୟମ୍ବର କଲେ ତୋତେ ।୨।ତୁ ଦେବୀ ବାଳୁତ ଯେ ନ ଜାଣୁ ଗୋ ୟେହାରାଜାମାନେ ମିଳିଲେ ହୋଇବ ତୋହୋର ବିହା ।୩।ମୁଦୁସୁଲୀର ବଚନେ ବୋଲଇ ଦ୍ରୋପତୀୟେ ସଭାର ମଧ୍ୟେକେ ମୋହୋର ପତି ।୪।କେଶିନୀ ବୋଇଲା ମା ଗୋ ସୟମ୍ବର ତୋହୋରଯେହୁ ଲାଖ ବିନ୍ଧିବ ସେ ତୋହୋର ବର ।୫।ଦ୍ରୋପତୀ ବୋଇଲେ କେ କେବଣ ଦେଶର ଅଧିକାରୀଧନବନ୍ତ ଗୁଣବନ୍ତ ବିବେକ କେ କେବଣ ଗୁଣେ ପ୍ରଚରୀ ।୬।ୟେ ମାନ କେଶିନୀ ମୋତେ କହନି ସଞ୍ଚପିୟେହାଙ୍କର ଗୁଣ ସରୂପ ବୁଝଇ କି ନା ଅଦ୍ୟାପି ।୭।ଦ୍ରୋପତୀର ଅଗ୍ରତେ କହଇ କେଶିନୀରାଜାମାନଙ୍କର ମହିମା ଶୁଣିମା ଜିଘ୍ନସେନୀ ।୮।କୁଞ୍ଜଗଳ ଦେଶର ଗୋ ଦେଖ ଆଧିପତିଧୃତରାଷ୍ଟ ନନ୍ଦନୟେ ମାନ ଚକ୍ରବ୍ରତୀ ।୯।କାଳ ବଞ୍ଚାୟେ ୟେ ଯେ ମାନଗୋବିନ୍ଦର ପଣେଗାନ୍ଧାରସେନ ବଂଶ ୟେ ନାଶିଲା ଅକାରଣେ ।୧୦।ଶଙ୍ଖ ନିଧି ପଦ୍ମ ନିଧି ଶୋଭିତ କର ସ୍ଥଳେପାଷାଣେ କର ଲାଗନ୍ତେ ପାଣି ଦ୍ରବ୍ୟ ସର୍ବ କାଳେ ।୧୧।ଅତି ମାନେ ମାନଗୋବିନ୍ଦ ରାଜା ଅଟଇଚାଲନ୍ତେ ଭୂମିରେ ଅବେଣ୍ଟ ସୁବର୍ଣ୍ଣ ପଦ୍ମ ଫୁଟଇ ।୧୨।ଭୀଷ୍ମ ବୋଲି କରି ଯେବଣ ସେନାପତିଇଚ୍ଛାମୃତ୍ୟ ସେ ଗଙ୍ଗାଙ୍କର କୋଳେ ଉତପତ୍ତି ।୧୩।ଶରୀର ନ ଛାଡ଼ଇ ୟେ କାଳର ଯୁଗତେଦାରା ସଂଘରଣ କଲେ ୟେ ପିତାର ନିମନ୍ତେ ।୧୪।ଭାରଦ୍ୱାଦଶଙ୍କର ନନ୍ଦନ ୟେ ଦେଖ ଗୁରୁଦ୍ରୋଣପ୍ରସୁରାମଙ୍କର ବିଦ୍ୟାୟେଣ ସକଳ ଜିଣି ପାରଇ ପୁଣ ।୧୫।ହସ୍ତେ ଶହସ୍ର ୟେହାଙ୍କର ଥାଇଟି ଯେତେବେଳେଜିଣନ୍ତା ନାହିଂ ୟେହାଙ୍କୁ କେ ତ୍ରଇଲୋକ୍ୟ ମଣ୍ଡଳେ ।୧୬।ୟେହାଙ୍କର ନନ୍ଦନ ଯେ ଅଶସ୍ତମା ମହାରଥୀତ୍ରିଜୀବୀ ଯୋଦ୍ଧାୟେ ୟେହାଙ୍କୁ ଜିଣନ୍ତା ନାହିଂ ପୃଥୀ ।୧୭।ଅଶସ୍ତମାଙ୍କର ମାତୁଳ ଦ୍ରୋଣଙ୍କର ଶାଳେକ ଉତ୍ତମକୃପଆଚାର୍ଯ୍ୟ ଗୋ ଅଟଇ ୟେହାଙ୍କର ନାମ ।୧୮।ଦେଖ ସଖୀ ଶାକଲ୍ୟ ଦେଶର ରାଜା ଶଲ୍ୟ ମହାରଥୀପାଣ୍ଡବଙ୍କର ମାତୁଳ ୟେ ଦ୍ରିଯୋଧନ ସେନାପତି ।୧୯।ସଞ୍ଚୟେ କରି ଯେବେ କରିବ ସାଂଗ୍ରାମୟେହାଙ୍କର ଧନୁ ଧଇଲେ ତ୍ରାସନ୍ତି ଶ୍ରୀପୁରୁଷ ଉତ୍ତମ ।୨୦।ଶଙ୍କୁନି ମହାମନ୍ତ୍ରୀ ଦେଖ ଗୋ ଗାନ୍ଧାର ଦେଶରୟେହାର ବଂଶ ନାଶ କଲା ଭରିଣ ପଥର ଘର ।୨୧।ଦେଖ ଦେଖ ସଖୀ ୟେ ଭୂରିସର୍ବା ମହାରଥୀପ୍ରତକ୍ଷେ ସୋମବଂଶୀ ୟେ ଅଟଇ ଚକ୍ରବ୍ରତୀ ।୨୨।ଦୃଶିଳାର ବଲ୍ଲଭ ଗୋ ଦେଖ ଜଦ୍ୟରଥସିନ୍ଧୁଦେଶ ଠାକୁର ୟେ ସୁରଥର ସୁତ ।୨୩।ୟେହାଙ୍କର ଚରିତ ଗୋ ଦେଖ ମହାସତୀତୋତେ ବିଭା ହୋଇବାକୁ କରିଥିଲା ମତି ।୨୪।ୟେହାର ଅନ୍ତେଣ ଗୋ ଦେଖ ଦ୍ରୋପତୀୟେ ସେ ଜାରାସନ୍ଧ ମଗଧ ଦେଶର ନୃପତି ।୨୫।ଛୟାଣୋଇ ସହସ୍ର ରାଜା ଖଟନ୍ତି ୟେହାକୁତେଇଶି କ୍ଷଉଣୀ ବଳ ଘେନିୟେ ଅଇଲା ୟେଥକୁ ।୨୬।ଶତେ ନଳ ଆୟେତନ ନାମ ଗିରି ଟାଣିରାଜାଙ୍କର ଉରଶଲ ୟେ ଅଟେ ନୃପମଣି ।୨୭।ଚେଦି ଦେଶର ରାଜା ଗୋ ଅଟଇ ଦମଘୋଷସାତ କ୍ଷଉଣୀ ବଳ ଘେନି ହେଲା ପରବେଶ ।୨୮।ଶିଶୁପାଳ କୁମର ୟେ ଅତିଅନ୍ତ ସୁନ୍ଦରୟେ ସେ ରୁକୁଣୀ କି ଗୋ ହୋଇଥିଲା ବର ।୨୯।ବଳାତ୍କାର ତାହା ଜଗନ୍ନାଥେ ନିଲେ ହିରନାରାୟଣର ତୁଲେ ସେ ଅହର୍ନିଶି ଦ୍ୱନ୍ଦ ।୩୦।ଦ୍ରୋପତୀ ବୋଇଲେ ୟେଣେ ତହିଂ ନାହିଂ ପିରୋଜନଦଣ୍ଡେ କ୍ଷଣେ ସିନା ଗୋ ୟେହାଙ୍କର ଜୀବନ ।୩୧।ଦେଖ ଦେଖ ସଖୀ ଗୋ କୁଣ୍ଡୀ ନଗ୍ର ରାୟେଋକ୍ମ ଋକ୍ମଣ ଋକବାହୁ ଋକମାଳି ୟେ ଚାରି ତନୟେ ।୩୨।ଦୁହିତାର ନାମ ୟେ ୟେହାର ଅଟଇ ଋକୁଣୀନାରାୟଣଙ୍କ ବଲ୍ଲଭୀ ସେ ପ୍ରତ୍ୟକ୍ଷେ କମଳଣୀ ।୩୩।ମା ଗୋ ବଜ୍ରଗିରି ଦେଶର ରାଜା ବନମାଳିବେନି ମର୍ଭୂତ ରଥ ଘେନି ଅନୁବ୍ରତେ ଚଳି ।୩୪।ଅତି ସୁକୁମାର ବେଗ ଅଟଇ ୟେହାର କାୟେଆକାଶ ଚଳଇ ସେ ଅଙ୍ଗାରପନ୍ନଙ୍ଗର ପ୍ରାୟେ ।୩୫।ମାଳବ ଦେଶ ରାଜା ୟେ ଅଟଇ କୃତବର୍ମାୟେହାର ହସ୍ତୀର ନାମ ଅଟଇ ଅଶସ୍ତମା ।୩୬।ନବକ୍ଷେଉଣୀ ବଳ ଗୋ ଅଟଇ ଅନୁବ୍ରତେକୋବେର ସାରିକ୍ଷେ ରାଜା ଅଟନ୍ତି ଧନବନ୍ତେ ।୩୭।କାଶୀ ଦେଶର ରାଜା ଗୋ ଅଟଇ କାଶୀଶ୍ୱରୟେକାଦଶ କ୍ଷଉଣୀ ବଳ ଅଟଇ ୟେହାର ।୩୮।ନିର୍ଝର ଦେଶର ରାଜା ଅଟଇ ଗଣପତିବଡ଼ାଇ ପ୍ରତାପୀ ରାଜା ୟେ ଜଗତେ ବିଖ୍ୟାତି ।୩୯।ପାଞ୍ଚ ଲକ୍ଷ ରଥ ଆଠ ଲକ୍ଷ ହାଥୀପାଞ୍ଚ ଲକ୍ଷ ହୟେ ତେର କ୍ଷଉଣୀ ପାଦାନ୍ତି ।୪୦।କଳିଙ୍ଗ ଦେଶର ରାଜା ୟେ ଅଟେ କଳିଙ୍ଗସେନନବଲକ୍ଷ ଗୁଞ୍ଜର ତୁଲେ ସାତ କ୍ଷଉଣୀ ସନ୍ୟ ।୪୧।ସଖୀ ଉଡ଼ଙ୍ଗ ଦେଶର ରାଜା ଯେ ମଧୁକେଶରଶ୍ରୀଖଣ୍ଡୀର ଶଶୁର ଗୋ ଅଟଇ ମହାବୀର ।୪୨।ବଶ୍ୟାନର ଦେଶର ଗୋ ଧୃତସେନ ରାୟଦଶ ଲକ୍ଷ ଯୋଦ୍ଧା ଘେନି ତୋହୋର ଆଶେ ଆୟେ ।୪୩।କନାଉଜ ଦେଶର ଗୋ ରାଜା ଜମ୍ବୁମାଳୀଆଠ କ୍ଷଉଣୀ ବଳ ଘେନିୟେ ପଞ୍ଚାଳ ଦେଶେ ମିଳି ।୪୪।ଡାହାଳ ଦେଶର ରାଜା ଗୋ ଅଟେ ଜନାର୍ଦ୍ଦନଶ୍ୱେତ ଅଶ୍ୱ ପଦ୍ମେକ ତୁଲେ କଲାକ ଗବନ ।୪୫।ବଙ୍ଗ ବଂଶିକ ରାଜା ଗୋ ନୃପତି ବୀରବାହୁସାତ ଲକ୍ଷ ରଥୀ ଘେନି ବିଜୟେ କଲା ସେହୁ ।୪୬।ତେଲଙ୍ଗ ଦେଶର ଗୋ ତୋଡଙ୍ଗ ଚକ୍ରବ୍ରତୀସୂର୍ଯ୍ୟବଂଶୀ ରାଜା ଗୋ ପ୍ରତାପୀ ମହାଛତ୍ରୀ ।୪୭।ଖାଞ୍ଜଣ ଦେଶର ରାଜା ଗୋ ଅନୁପାମ ଚକ୍ରବ୍ରତୀଗଜ ଅଶ୍ୱ ନାହିଂ ତୁଲେ ତିନି କୋଟି ରଥୀ ।୪୮।ଶତେ ନଳ ଆୟତନ ୟେହାର ମଲ୍ଲାର ନାମେ ଗିରିପଶ୍ଚିମ କୋଶଳେ ୟେହାକୁ ନୃପତି ନାହିଂ ସମସରି ।୪୯।ତ୍ରିହୁତି ଦେଶର ରାଜା ଅଟଇ ବୀରବାହୁମହା ଭୀଷ୍ମରୂପୀ ସାଂଗ୍ରାମରେ ନିଶଙ୍କ ରାହୁ ।୫୦।ଗୁଞ୍ଜର ଦେଶର ଦାମୋଦରସେନ ନୃପତିରଥ ଗଜ ଅଶ୍ୱ ତୁଲେ ୟେଗାର କ୍ଷଉଣି ପାଦାନ୍ତି ।୫୧।ମଘ ଦେଶର ରାଜା ଗୋ ଅଟଇ ତ୍ରିଗର୍ତ୍ତପାଞ୍ଚ କ୍ଷଉଣୀ ବଳ ତାହାର ତିନି କୋଟି ରଥ ।୫୨।କୀଞ୍ଚେକ ୟେହାର ରାଜ୍ୟ ଘେନିଲାକ ବେଳେହାତରାଜ୍ୟ ହୋଇ ବୁଲଇ ବନସ୍ତ ମଣ୍ଡଳେ ।୫୩।ମତ୍ସ୍ୟ ଦେଶର ରାଜା ଅଟଇ ବିରାଟେଶ୍ୱରସାତ କ୍ଷଉଣୀ ବଳ ଗୋ ତୁଲେଣ ୟେହାର ।୫୪।ଦୁହାଂଳ ଦୁଇ ପଦ୍ମ ବରଡ଼ ବାରଲକ୍ଷ ଗାଈଅଣ୍ଡିରା ବାର ଲକ୍ଷ ବତ୍ସା ତିରିଶ ଲକ୍ଷ ମାଈ ।୫୫।ସଖୀ, ଦୁହାଂଳ ଦୁଇ ପଦ୍ମ ଗୋପାଳ ଦୁହନ୍ତିପ୍ରଥମ ଚିରେକ ଯେ ପୃଥୀକି ଦୁହିଂପକାବନ୍ତି ।୫୬।କଟକ ବେଢି ସାତ ଘଡ଼ି ପରିଯନ୍ତି ବହଇ କ୍ଷୀର ନଦୀତାଳେକ ଉଚ୍ଛର୍ଗେ କ୍ଷୀର ବହଇ ଧବଳ ମୁଖୀ ଭେଦି ।୫୭।ୟେହାର ବନସ୍ତେ ସଖୀ ଗୋ ଅଛନ୍ତି ଯେତେକ ଜୀବଜନ୍ତୁମାନେସମସ୍ତ ଜୀବମାନେ ଯେ ବ୍ରତନ୍ତି କ୍ଷୀରପାନେ ।୫୮।ପୂର୍ବ ଜନ୍ମେ ଯେବେ ପ୍ରୟାଗେ ଥାଇ ଝାସିତେବେ ସେ ୟେହାର ଗୋ ରାଜ୍ୟେଣ ବିଳସି ।୫୯।ଦେଖ ଦେଖ ସଖୀ ଗୋ ଶରଦେଶ୍ୱର ଚକ୍ରବ୍ରତୀକଞ୍ଚନ ନାମେଣ ରାଜାୟେ ଉତ୍ତର ଦିଗେ ବିଖ୍ୟାତି ।୬୦।କିଞ୍ଚକ ମୂଳେ ଗୋ ଶତେ ପୁତ୍ର ଘେନିପୁଣ୍ୟେଣ ତୋଷିଲା ୟେ ଦୁର୍ବାସା ମହାମୁନି ।୬୧।ଶତେ ସିଙ୍ଘର ବଳ ସଖୀ ଗୋ କୀଞ୍ଚକ ସେନାପତିକଣୟଗିରି ଉପାଡ଼ିଲା ନବ ଯୋଜନ ଦୀର୍ଘ ପ୍ରତି ।୬୨।ଚିର ଦେଶର ଗୋ ବାମଦେବ ବୀରରଥ ଗଜ ଅଶ୍ୱ ୟେହାର ସତର ସାଗର ।୬୩।ବୀର ଦେଶର ରାଜା ଗୋ ଅଟଇ ସୁବାହୁସୁମନ୍ତେକ ମଣି ପାଇ ଧନେଣ ବଡ଼ ସାହୁ ।୬୪।ମହାରାଷ୍ଟର ରାଜା ଗୋ ନୃପତି ଦୁର୍ଜୟେଦେବ ଦାନବ ମାନବେ ଗୋ ନକରଇ ଭୟେ ।୬୫।ଭୋଟ ଦେଶର ରାଜା ଗୋ କର୍ଣ୍ଣକେଶର ବୀରସନ୍ୟ ନଆଣିଲା ରଥ ତିନି କୋଟି ସାଗର ।୬୬।ସବୁ ରଥ ୟେହାର ଦିଶଇ ରତ୍ନମୟେଇଚ୍ଛା ହୋଇଲେ ତାହାକଇ ବରସି ଗୋ ମାୟେ ।୬୭।ମନ୍ଦାର ଦେଶର ରାଜା ଅଟଇ ଋଷିକେଶୀବାସ୍ତୋରି ପଦ୍ମ ସନ୍ୟ ଘେନିଣ ୟେହୁ ଆସି ।୬୮।କାଉଂରୀ ଦେଶର ରାଜା ଗୋ ସଖୀ କାମପାଳମନସିଜ ଜାଣି ଗୋ କ୍ଷତ୍ରିୟ ମହାମଲ୍ଲ ।୬୯।ଦଶ ଲକ୍ଷ ରଥ ତାର ଦଶ ଲକ୍ଷ ହାଥୀଦଶ ଲକ୍ଷ ତୁରଙ୍ଗମ ଦଶ ଲକ୍ଷ ପାଦାନ୍ତି ।୭୦।ବଙ୍ଗାଳ ଦେଶର ଗୋ ରାଜା ସଦାଶିବପାଞ୍ଚ କ୍ଷଉଣୀ ସନ୍ୟ ଘେନି ଅଇଲା ରାଜଦେବ ।୭୧।ଖେଚର ଦେଶର ରାଜା ସଖୀ ମନୋହରସନ୍ୟ ବଳ ତୁଲେ ୟେହାର ପାଞ୍ଚ ଯେ ସାଗର ।୭୨।ଗୁର୍ଜର ଦେଶର ରାଜା ମଦନ ମହାଦେବଲକ୍ଷେ ଯୁବତୀ ବିଳସଇ ପ୍ରିୟଭାବ ।୭୩।କାମ୍ୟେକ ନୃପତି ୟେ କାମାକ୍ଷୀ ପ୍ରସନ୍ନେଜାଣଇ ସାଧନ ବିଦ୍ୟାୟେ ସମସ୍ତ ବିଦ୍ୟମାନେ ।୭୪।କୌଶିକ ଦେଶର ରାଜା କର୍ଣ୍ଣମାଧବସେନଦଶ ମର୍ଭୁତ ଯୋଦ୍ଧା ଘେନି ଅଇଲା ତୋହୋର ଭୁବନ ।୭୫।ଛତ୍ର ଦେଶର ନୃପତି ଗୋ ଅଟଇ ଚଣ୍ଡବଳୀଅସଂଖ୍ୟ ସନ୍ୟ ଘେନି ୟେ ଭ୍ରମଇ ମହୀଆଳୀ ।୭୬।ବିଚିତ୍ର ଦେଶର ଗୋ ନୃପତି ବିକର୍ଣ୍ଣଚାରି କ୍ଷଉଣୀ ବଳ ଘେନି ବିଜୟେ ରାଜନ ।୭୭।ନେପାଳ ଦେଶର ଗୋ ରାଜା ନରାନ୍ତେକରଥ ଗଜ ଅଶ୍ୱ ପାଦାନ୍ତି ତାହାର ଅନେକ ।୭୮।ବାରସ୍ପତୀପୁରର ଗୋ ବାମଦେବ ନୃପତିଶ୍ୱେତ ବର୍ଣ୍ଣ ୟେହାର ତିନି ସାଗର ହାଥୀ ।୭୯।ରଥ ଗଜ ପାଦାନ୍ତି ଗୋ ତୁଲେ ନାହିଂ କିଛିଅନୁବ୍ରତେ ୟେହାର କନ୍ଧୁ ନଛାଡ଼ନ୍ତି ଲଛୀ ।୮୦।ଅତି ପୁଣ୍ୟ ସଖୀ ଗୋ କରିଥାଇ ଯେବେୟେ ରାଜାର ଭାରିଯା ହୁଅ ସଖୀ ତେବେ ।୮୧।ପାରିଜାତ ଦେଶର ରାଜା ମାଳିଅଞ୍ଚପ୍ରଶୁରାମ ବିଦ୍ୟାୟେ ଜିଣି ପାରଇ ମଞ୍ଚ ।୮୨।ୟେହା ପିତା ସଖୀ ଗୋ ଜଳ ତରଙ୍ଗ ନୃପତିତ୍ରେତା ଯୁଗେ ବରୁଣକୁ ଦଣ୍ଡିଲାକ ତିନି ଘାନ୍ତି ।୮୩।ଭୋଜ ଦେଶର ରାଜା କୋନ୍ତଭୋଜପୃଥିବୀର ମଧ୍ୟେ ଗୋ ଆଟନ୍ତି ମହାରାଜ ।୮୪।ୟେହାଙ୍କର ଦୁହିତା ଅଟଇ ଦେବୀକୋନ୍ତୀତାହାକୁ ପ୍ରଦାନ ହୋଇଲେ ପଣ୍ଡୁ ଯେ ନୃପତି ।୮୫।କୋଇନ୍ତାଙ୍କର ତହୁଂ ଯେ ଉପୁଜିଲେ ତିନିପୁତ୍ରଯୁଝେଷ୍ଠି ଭୀମ ଅରଜୁନ ତିନିହେଂ ବଳବନ୍ତ ।୮୬।ମାଦ୍ରୀ ବୋଲି କରି କୋଇନ୍ତାଙ୍କର ସପତଣୀନକୁଳ ସହଦେବ ତାହାଙ୍କର ବେନି କୁମର ଜାଣି ।୮୭।ୟେ ପଞ୍ଚୁପାଣ୍ଡବେ ମହା ମହା ବଳିଷ୍ଠଉପାୟେ ଦ୍ରିଯୋଧନ ତାହାଙ୍କୁ କଲା ପ୍ରାଣ ଭ୍ରଷ୍ଟ ।୮୮।ଭୋଟ ଦେଶର ରାଜା ସୁରଙ୍ଗସେନ ବୀରଚନ୍ଦ୍ରକିରଣ ଜାଣି ୟେହାର ହୃଦେ ହାର ।୮୯।ଅଷ୍ଟାଦଶ ମର୍ଭୂତ ହାଥୀ ୟେହାର ତଳେସେ ତୋହୋର ସୟମ୍ବର ଦେଖିତେ ଅଇଲେ ।୯୦।ଭୋଟାଙ୍ଗ ଦେଶର ରାଜା ମନୁମଥ ବ୍ରହ୍ମାଚାରି କ୍ଷଉଣୀ ବଳ ଘେନି ସଭାରେ ଆରମ୍ଭା ।୯୧।ଅନୁପାମ ଦେଶର ରାଜା କୃତାନ୍ତେକଅଶ୍ୱ ଗଜ ରଥ ତୁଲେ ସଇନି ଅନେକ ।୯୨।ଚଣ୍ଡୀହର ଦେଶର ରାଜା ଦମନିକସଙ୍ଗେ ଅଛି ୟେହାର ତୁରଙ୍ଗ ନବ ଲକ୍ଷ ।୯୩।ଗିରିବଜ୍ର ଦେଶର ଗୋ ପୁଣ୍ଡରିକ ବାସୁଦେବକାଠର ଗରୁଡ଼ ଚଢି ବୁଲଇ ବିଷ୍ଣୁର ସଭାବ ।୯୪।କାଠର ବେନି ଭୁଜ କରି ଶଙ୍ଖ ଚକ୍ର ବହଇଜଗନ୍ନାଥଙ୍କୁ ନିନ୍ଦଇ ଦୁର୍ଭାର କଥା କହି ।୯୫।ବୋଲଇ ଜିଘ୍ନସେନୀ ଗୋ ନ ପାଡ଼ ୟେହାର କଥାଜୀବନଯାକ ୟେହାର ଲୋ ଦିନ ଗଣିତା ।୯୬।ୟେ ସଂସାର ଯାକ ଲୋ ଅଟଇ ବିଷ୍ଣୁମୟେଅସୁର ଅଂଶ ଲୋକ ଜଗନ୍ନାଥଙ୍କୁ ନିନ୍ଦା କୟେ ।୯୭।ଅରବିନ୍ଦ ଦେଶ ରାଜା ଅନଙ୍ଗ ବାସୁଦେବବଡ଼ ବିଦ୍ୟାବନ୍ତ ଗୁଣବନ୍ତ ଶାନ୍ତଶୀଳ ରାଜା ସୁସ୍ୱଭାବ ।୯୮।ଶାକଲ୍ୟ ଦେଶର ରାଜା ଶାଳୁ ଯେ ନୃପତିଦଶ ସହସ୍ର ରଥ ଘେନି ସେ ଚଳଇ ଶ୍ୱନ୍ୟ ଗତି ।୯୯।ପ୍ରାଗଜ୍ୟୋତିଷ ପୁର ରାଜା ମନସିଜସାତ କ୍ଷଉଣୀ ବଳ ଘେନି ଚଳଇ ମହାରାଜା ।୧୦୦।ସଖୀ କାମପୁର ନଗ୍ର ରାଜା ବିରୁପାକ୍ଷଶାର୍ଦ୍ଦୋଳ ବାହାନେ ରାଜା ମୁକୁଟ ବନ୍ଧା ଯୋଦ୍ଧା ଦଶ ଲକ୍ଷ ।୧୦୧।ସଖୀ ନିଖିଳ ଦେଶର ରାଜା ଦରଦସେନଅଶି ପରାର୍ଦ୍ଧ ୟେହାର ତୁଲେଣ ସଇନ ।୧୦୨।ଯମୁନା ପୁର ରାଜା ଗୋ ଅଟଇ ଜମାଗୋଷ୍ଠଉଣେଇଶ ପଦ୍ମ ସନ୍ୟ ତୁଲେ ଚଳଇ ନୃପଶ୍ରେଷ୍ଠ ।୧୦୩।ୟେହାର ମହିମା ସଖୀ ଗୋ ଦେବଙ୍କୁ ଦୁର୍ଲ୍ଲଭଦକ୍ଷିଣ କାଣି ଅଙ୍ଗୁଷ୍ଠିରେ ଅଛି ୟେହାର ଜୀବ ।୧୦୪।ନାମ ଧରି ଲିହି ପୋଛିଲେ ହୁଅଇ ବେନିଖଣ୍ଡୟେହାର ତୁଲକୁ ସରି ନୋହେ ଯମଦଣ୍ଡ ।୧୦୫।ହିରଣ୍ୟପୁର ରାଜା ଯେ ଅଟେ ପଦ୍ମନାଭମହା ବଇଷ୍ଣବ ସେ ସେବଇ ବାସୁଦେବ ।୧୦୬।ତେଲଙ୍ଗ ପୁରର ରାଜା ଅଟଇ ବିଶ୍ୱନାଥଭସ୍ମ ଲୋପନ ଶରୀରେ ଜଟା ଭାର ମାଥ ।୧୦୭।ଧର୍ମ କଥାଉଂ ୟେହାର ଅନେ ନାହିଂ ବାଞ୍ଛାଯୋଗ ଲୟେ କରିଣ ଭାବି ବିଶ୍ୱନାଥା ।୧୦୮।ତିନିଶତ ଯୋଜନର ୟେ ଅଟଇ ଚକ୍ରବ୍ରତୀସତ୍ୟ ଆଚାରବନ୍ତ ୟେ ସ୍ୱଦାରାୟେଣ ବ୍ରତୀ ।୧୦୯।ଭଇରୋବ ଦେଶର ସଖୀ ଭଇରୋବ ରାଜୟେକଇ ଚରଣ ସବୁରି ଚାରି ଚାରି ଭୁଜ ।୧୧୦।ଡମ୍ବରୁ ତ୍ରିଶୂଳ ଖଟ୍ୱାଙ୍ଗ ପାତ୍ର ହସ୍ତେମଉଳେକ ଜଟା ଧବଳ ବର୍ଣ୍ଣଗାତ୍ରେ ।୧୧୧।ସମସ୍ତେ ଚଳନ୍ତି ଯେ ବଇଲ ବାହାନେନିମିଷକେ ଜିଣିପାରନ୍ତି ୟେ ମଧ୍ୟ ଭୁବନେ ।୧୧୨।ଜେନାବଳୀ ନଗ୍ରେ ରାଜା ଗୋସିଙ୍ଘ ନୃପତିଅଶି କୋଟି ସନ୍ୟ ତୁଲେ ୟେହୁ ମହାରଥୀ ।୧୧୩।ବିଜୟନଗ୍ର ରାଜା ଅଟଇ ଋତୁପର୍ଣ୍ଣଅମଳାନ ସୂର୍ଯ୍ୟବଂଶୀ ୟେ ଶ୍ରୀରାମ ନନ୍ଦନ ।୧୧୪।ପଞ୍ଚାଣ ସାଗର ଗୋ ଖଟଇ ୟେହାକୁ ସଇନିତୋହୋର ପ୍ରତିଆଶେ ସେ କଲେ ଗବନି ।୧୧୫।ବିରାଳ ଦେଶର ଗୋ ରାଜା ନରସିଙ୍ଘଶଙ୍ଖ ଚକ୍ର ଧରନ୍ତା ୟେ ସେବଇ ଶ୍ରୀରଙ୍ଗ ।୧୧୬।କର୍ଣ୍ଣାଟ ଦେଶର ଗୋ ରାଜା ଯୁଦୁରାଷ୍ଟଅଶି ଲକ୍ଷ ଯୋଦ୍ଧା ଘେନି ଅଇଲା ରାୟ ଶ୍ରେଷ୍ଟ ।୧୧୭।ଯାଜନଗ୍ର ରାଜା ଗୋ ଅଟଇ ଧରଣୀଧରସମଦଣ୍ଡ ଘେନିଣ ବିଜୟେ ନୃପବର ।୧୧୮।ଯମନିକ ଦେଶର ଗୋ ରାଜା ଯମନିକତବ ଆଶେ ଅଇଲା ଗୋ ଦ୍ରୋପଦ ଦୁହିତ ।୧୧୯।ଦ୍ୱିଜନଗ୍ରର ଗୋ ଚନ୍ଦ୍ରକେତୁ ନୃପତିସମଦଣ୍ଡ ଘେନି ଅଇଲା ସୟମ୍ବର ପ୍ରତି ।୧୨୦।ଅନିଳ ଦେଶର ଗୋ ରାଜା ସୁରପତିନବ ସାଗର ରଥୀ ଘେନି ଗୋ ବିଜୟେ ଦ୍ରୋପତୀ ।୧୨୧।ରଣଜୟେ ନଗ୍ରର ଗୋ ରାଜା ବୀରମଣିତୋହୋର ସୟମ୍ବରେ ବିଜେ କଲାକ ଠାକୁରାଣୀ ।୧୨୨।ପଦ୍ମଦଳ ଦେଶର ଗୋ ରାଜା ସୁରମଣିସୟମ୍ବରେ ବିଜେ କଲେ ନୃପମଣି ।୧୨୩।ଚଣ୍ଡପୁର ଦେଶର ରାଜା ଚଣ୍ଡେଶ୍ୱରଚଉଦ କ୍ଷଉଣୀ ବଳ ଘେନି ଗୋ ବିଜୟେ ସୟମ୍ବର ।୧୨୪।ଖଡ଼ଗ ନଗ୍ର ରାଜା ଯେ କାର୍ତ୍ତିକସେନଅସଂଖ୍ୟ ସନ୍ୟ ଘେନି ଅଇଲା ରାଜନ ।୧୨୫।ଦେବନଗ୍ର ରାଜ ଅଟଇ କୁଶକେତିପାଞ୍ଚ ଲକ୍ଷ ସନ୍ୟ ୟେହାର ତୁଲରେ ଚଳନ୍ତି ।୧୨୬।କାଞ୍ଚନଗ୍ରୀ ରାଜା ଅଟଇ ନଳସେନଅଷ୍ଟାଦଶ କ୍ଷଉଣୀ ସନ୍ୟ ଘେନି ଅଇଲା ରାଜନ ।୧୨୭।କେଶରୀ ନଗ୍ରେ ଗୋ ରାଜା ପଦ୍ମକେଶରୀନବସାଗର ସନ୍ୟ ତୁଲେ ବିଜେ ଦଣ୍ଡଧାରୀ ।୧୨୮।କୁଶମଣ୍ଡଳ ରାଜା ପରମାନନ୍ଦ ମଲ୍ଲପାଞ୍ଚ କ୍ଷଉଣୀ ବଳ ଘେନି ୟେହାର ତୁଲ ।୧୨୯।ଦୁର୍ଗମଣ୍ଡଳ ରାଜା ଅଟଇ ପର୍ଶୁଧ୍ୱଜତୋହୋର ଆଶେ ଗୋସାମଣୀ ଛାଡ଼ିଲା ନିଜରାଜ୍ୟ ।୧୩୦।ଚନ୍ଦ୍ରମଣ୍ଡଳ ଦେଶ ରାଜା ମାରକଣ୍ଡଦ୍ୱାଦଶ କ୍ଷଉଣୀ ଗୋ ଆଣିଛି ସମଦଣ୍ଡ ।୧୩୧।ଶିବମଣ୍ଡଳର ରାଜା ଧ୍ୱର୍ଜଟିରଣେ ଅଜୟ ବିରଧୂ ସାଂଗ୍ରାମେ ନ ଲେଉଟି ।୧୩୨।ଗଉରୀମଣ୍ଡଳର ରାଜା ରୁଦ୍ରଦାସଅନେକ ଦୂରୁଂ ଗୋସାମଣୀ ଅଇଲା ତୋର ପାଶ ।୧୩୩।ବୀରମଣ୍ଡଳ ରାଜା ଭୀଷ୍ମେକ ଚକ୍ରବ୍ରତୀପଞ୍ଚବିଂଶ ବୃନ୍ଦ ଗୋ ୟେହାର ପାଦାନ୍ତି ।୧୩୪।ଭୂମନୁ ମଣ୍ଡଳ ରାଜା ଭୂମନୁ ନୃପତିପଦ୍ମେକ ରଥ ୟେହାର ଚାରି ପଦ୍ମ ହସ୍ତୀ ।୧୩୫।ଦଶ ପଦ୍ମ ତୁରଙ୍ଗମ ପଞ୍ଚାଶ ପଦ୍ମ ସଇନିବହୁତ ଦୂରୁ ଅଇଲା ୟେଥକୁ ସନ୍ୟ ଘେନି ।୧୩୬।ମଧୁବନ ମଣ୍ଡଳେ ଗୋ ରାଜା ଉଗ୍ରସେନତୁଲେ ଆଣିଲା ପାଞ୍ଚ ପରାୟୁଧ ସଇନ ।୧୩୭।ପ୍ରଜାପତି ନାମ ୟେକଇ ମଣ୍ଡଳନଉଶତ ପାରିଦଣ୍ଡ ରାଜାକୁ ଖଟନ୍ତି ସର୍ବକାଳ ।୧୩୮।ପାଞ୍ଚ ଅହିବ୍ରତ ପାରିଦଣ୍ଡ ସଇନିତୋହୋର ଆଶେ ଠାକୁରାଣୀ ଅଇଲା ବଳ ଘେନି ।୧୩୯।ଧ୍ରୁବମଣ୍ଡଳ ବୋଲି ଗୋ ଉତ୍ତର ଦିଗ ଅନ୍ତେତହିଂର ନୃପତି ଗୋ ଅଟଇ ଧୂମକ୍ଷେତ୍ରେ ।୧୪୦।ନବ ସାଗର ସନ୍ୟ ସେହୁ ସଙ୍ଗେ ଘେନିତୋହୋର ସୟମ୍ବରେ ଗୋ ବିଜୟେ ନୃପମଣି ।୧୪୧।ପଶ୍ଚିମ ପ୍ରଦେଶେ ମେରୁ ଯେ ମଣ୍ଡଳତହିଂର ନୃପତି ଗୋ ଅଟଇ ମେରୁ ଶୂଳ ।୧୪୨।ପାଞ୍ଚସାଗର ଯୋଦ୍ଧା ସର୍ବେ ବ୍ୟାଘ୍ର ବାହାନସମସ୍ତ ସନ୍ୟ ଦିଶନ୍ତିଲୋହିତ ବରଣ ।୧୪୩।ମନ୍ଦର ମଣ୍ଡଳ ରାଜା ଅଟଇ ବସନ୍ତତୁଲେଣ ଆଣିଲା ସେ ଯେ ପାଞ୍ଚ କୋଟି ରଥ ।୧୪୪।ମରୁତ ଦେଶର ରାଜା ଗୋ ମାନଅରଜୁନପାଞ୍ଚ ଲକ୍ଷ ଯୋଦ୍ଧା ତୁଲେ ବସିଛି ରାଜନ ।୧୪୫।କେଶରୀ ରାଷ୍ଟ୍ରେ ଯେ ରାଜା ଇନ୍ଦୁବରତୁଲେଣ ସନ୍ୟ ଆଣିଲା ଛଡ଼ ଯେ ସାଗର ।୧୪୬।ନରକେଶରୀ ରାଜା ଗୋ ଅଟଇ ଉଡ଼ରାଷ୍ଟ୍ରେବାଆନ ଲକ୍ଷ ସନ୍ୟ ଅଟଇ ୟେହାର ଥାଟେ ।୧୪୭।ବଇରାଷ୍ଟ ରାଜା ବଇରି ଧୂମାନ୍ତବୈଡୁର୍ଯ୍ୟମଣି ଗୋ ୟେହାର ରାଜ୍ୟେ ହୋୟେ ଜାତ ।୧୪୮।ହରିରାଷ୍ଟ୍ର ଦେଶ ରାଜା ଯମନିକ ମହାରାୟେକରତାର ପ୍ରସନ୍ନେ ସଖୀ ସାଂଗ୍ରାମେ ଅଭୟେ ।୧୪୯।ଉତ୍ତର ଦିଗ ପ୍ରାନ୍ତେ ଦେଶ ସଉରାଷ୍ଟ୍ରଉତ୍ତଙ୍ଗସେନ ନୃପତି ଅସଂଖ୍ୟ ସନ୍ୟ ଥାଟ ।୧୫୦।ରତ୍ନରାଷ୍ଟ୍ର ବୋଲି ଗୋ ପଶ୍ଚିମ ଦିଗ ରାଷ୍ଟ୍ରେବିଷ୍ଣୁବଂଶେ ରାଜା ସେ ଅଟଇ ବଳିଷ୍ଠେ ।୧୫୧।ଡାହାଳ ଦେଶର ଗୋ ନୃପତି ଦାମ୍ବୋଦରତୁଲେଣ ଆଣିଛନ୍ତି ରଥ ତେର ଯେ ସାଗର ।୧୫୨।ବିଂଝଗିରି ଦେଶର ଗୋ ନୃପତି ବିଂଝମାଳୀତେର ସାଗର ସନ୍ୟ ଘେନି ସୟେଂବରେ ଚଳି ।୧୫୩।ମାହିନ୍ଦ୍ର ଦେଶର ଗୋ ରାଜା ମଧୁସେନଷୋଳ ଲକ୍ଷ ରଥଘେନି ବିଜୟେ ରାଜନ ।୧୫୪।ବାର ରାଷ୍ଟ୍ର ଛତିଶ ମଣ୍ଡଳ ଭିଆଣକେଶିନୀ ଚିହ୍ନାଇଲା ସମସ୍ତ ରାଜାଗଣ ।୧୫୫।ବିଂଝମାଳ ଦେଶର ଗୋ ରାଜା ଜାରାଶବରଅମନାତ୍ୟ ମନ୍ତ୍ରୀ ତୁଲେ ସନ୍ୟ ତେର ସାଗର ।୧୫୬।ମାହିନ୍ଦ୍ରମାଳେ ରାଜା ମଲ୍ହାର ଚକ୍ରବତୀତୁଲେଣ ଅଛି ତାର ପାଞ୍ଚ ଲକ୍ଷ ହାଥୀ ।୧୫୭।ହେମମାଳ ରାଜା ଗୋ କୋଦାଳ ହରିହରପାଞ୍ଚ ପଦ୍ମ ଅଶ୍ୱ ଘେନିବିଜୟେ ସୟଂବର ।୧୫୮।ଗିରିମାଳ ଦେଶର ରାଜା କିରାତ ଧ୍ୱଜମାଳୀଚାରି ଲକ୍ଷ ଓଟ ସୟଂବରେ ମିଳି ।୧୫୯।ଦରଦ ଦେଶର ରାଜା ଗୋ ଚିତ୍ରବଳୀସେନତୁଲେଣ ଅଛି ତାର ତିନି ପଦ୍ମ ସନ୍ୟ ।୧୬୦।ଦକ୍ଷିଣ କୋଶଳ ରାଜା କେତୁମାଳୀମେବଚ୍ଛେକ ସନ୍ୟ ଘେନି ଅଇଲାକ ଚଳି ।୧୬୧।ପଶ୍ଚିମ କୋଶଳ ରାଜା ଗୋ ମୃଗସେନମୁକୁଟବନ୍ଧା ଯୋଦ୍ଧା ତୁଲେ ତେର ସାଗର ସନ୍ୟ ।୧୬୨।ସୁରଭି କୋଶଳେ ରାଜା ଅଟେ ସୁରଜିତତୁଲେଣ ସନ୍ୟ ତାହାର ନଉ ଅହିବ୍ରତ ।୧୬୩।ଉତ୍ତର କୋଶଳର ଯେ ରାଜା ଲଗ୍ନାଜିତଚୋଖାର ଶ୍ୱେତ ଅଶ୍ୱ ତୁଲେ ଚଉଦ ମର୍ଭୁତ ।୧୬୪।ଚାଣ୍ଡାଳ କୋଶଳେ ରାଜା ଗୋ ନାରକାଅଶୀ ପଦ୍ମ ସନ୍ୟ ଘେନି ସଂସାର ଦହଇ ୟେକା ।୧୬୫।ଈଶାନ୍ୟ କୋଶଳ ରାଜା ଅଟେ ଯମନିକପଞ୍ଚ ପଦ୍ମ ସନ୍ୟ ଘେନି ଗୋ ବିଜୟେ ରଣ ରଙ୍କ ।୧୬୬।ଆନନ୍ଦ ପାଟଣାର ୟେ ସୁଜାଣ ଚକ୍ରବ୍ରତୀଅହିବ୍ରତେକ ନାବ ଘେନି ଅଇଲା ରାଜା ୟେଥି ।୧୬୭।ଚଇତନ ପାଟଣା ଗୋ କନ୍ଦର୍ପ ଚକ୍ରବ୍ରତୀନବ ଲକ୍ଷ ନାବ ଘେନି ଗୋ ଅଇଲା ଭୂଅପତି ।୧୬୮।ନିରନ୍ତର ପାଟଣା ରାଜା କର୍ଣ୍ଣାଟ ଚକ୍ରବ୍ରତୀକୋଟିୟେ ନାବ ଘେନି ଗୋ ବିଜୟେ କଲା ୟେଥି ।୧୬୯।କମଳାଉର ପାଟଣାର ଗୋ ଅରବିନ୍ଦ ଚକ୍ରବ୍ରତୀତିରିଶ ସହସ୍ର ନାବ ଘେନି ଗୋ ବିଜୟେ କଲା ୟେଥି ।୧୭୦।ମିଥୁନ ପାଟଣା ରାଜା କଣୟ ଚକ୍ରବ୍ରତୀଅହିବ୍ରତେକ ନାବ ଘେନି ବିଜୟେ ନୃପତି ।୧୭୧।ହରିହର ପାଟଣା ରାଜା ଅଜାଣ ଚକ୍ରବ୍ରତୀଲକ୍ଷେକ ନାବ ଘେନି ବିଜେ କଲା ୟେଥି ।୧୭୨।କନକାବତୀ ପାଟଣାର ନୀଳରାମ ଦଣ୍ଡଧରଅଶୀ ସହସ୍ର ନାବ ଘେନି ଆସିଲା ସୟେମ୍ବର ।୧୭୩।ନରପୁର ପାଟଣା ରାଜା ଗୋ ଅମରାରିଅଶୀ ସହସ୍ର ନାବ ଘେନି ବିଜୟେ ଦଣ୍ଡଧାରୀ ।୧୭୪।କଣ୍ଟାଝରି ପାଟଣା ଗୋ ଦାସସେନ ନୃପତିପରାର୍ଦ୍ଧେକ ନାବ ଘେନି ବିଜୟେ କଲା ୟେଥି ।୧୭୫।ବେଲାଳ ପାଟଣାର ବେଲାଳସେନ ରାୟେଦଶ ଲକ୍ଷ ନାବ ଘେନି ତୋର ସୟମ୍ବରେ ଆୟେ ।୧୭୬।ଜମ୍ବୋଦ୍ୱୀପର ମଧ୍ୟେଣ ନବ ସହସ୍ର ନବ ଶତ ଶତାଣୋଇ ପାଟଣାଲେଖନ ବାକ୍ୟେ କେତେ କରିବି ଘଟଣା ।୧୭୭।ସମସ୍ତ ପାଟଣାରେ ଗୋ ଯେତେ ଚକ୍ରବ୍ରତୀକେଶିନୀ ମୁଦୁସୁଲୀ ଯେ ଚିହ୍ନାଇଲା ସବୁନ୍ତି ।୧୭୮।କେଶିନୀ ବୋଇଲା ଶୁଣ ଗୋସାମଣୀଦାନବ ରାଜାମାନନ୍ତ କେ କହୁ ପରିମାଣି ।୧୭୯।ଶାଖାପୁର ନଗ୍ରେ ଗୋ ବଜ୍ରଲାଭ ସଉଲାଭୟେହାଙ୍କ ଥାଠକୁ ପୃଥ୍ୱୀ ନ ଦିଅଇ ଗୋ ଠାବ ।୧୮୦।ଆକାଶହୁଂ ତଳ ଗୋ ମଞ୍ଚହୁଂ ଉପରପବନ ନ ବହଇ ଗୋ ୟେହାଙ୍କର ପୁର ।୧୮୧।ହିରଣ ଭୁବନେ ଗୋ ରାଜା ସଅମ୍ବରଶତେ ସହସ୍ର ବଳ ୟେହାର ଶତେକ କୁମର ।୧୮୨।ଅସୁର କୁଳକୁ ଗୋ ନାହିଂ ପଟାନ୍ତର ।୧୮୩।ଶୋଣିତ ନବରେରାଜା ବାଣାସୁର ଦତ୍ୟଚଉରାଶୀ କ୍ଷଉଣୀ ସନ୍ୟ ୟେହାର ସହସ୍ରେ ଭୁଜମତ୍ତ ।୧୮୪।ବିରାଳ ଭୁବନେ ରାଜା କୁମ୍ଭ ଯେ ନିକୁମ୍ଭମହା ମହା ଦୁରାନ୍ତକ ଅଟନ୍ତି ଦାନବ ।୧୮୫।ବିଜୟା ଭୁବନେ ଗୋ ଦାନବ କଞ୍ଚଣଅସଂଖ୍ୟ ଥାଠ ଘେନି କଲାକ ପୟାଣ ।୧୮୬।ମହୀଦାସ ନଗ୍ର ରାଜା କାଳନଉମିବେନି ଅଙ୍କୁଶ ବଳ ଘେନି ଅଇଲାକ ଭ୍ରମି ।୧୮୭।ଦେଖ ଦେଖ ସଖୀ ରେ ଉତ୍ତର କୋଶଳର ମଧ୍ୟେଯମାଗୋଷ୍ଠ ନାମ ୟେ ବହିବଟି ହାଦେ ।୧୮୮।ଲେଖି ପୋଛିଲେଣ ହୋଅନ୍ତି ବେନି ଖଣ୍ଡ ଜାଣକାଳିକା ଦାଢେ ଦିଲେ ତାହାର ଦକ୍ଷିଣ ହସ୍ତେଣ ।୧୮୯।ଦେଖ ଦେଖ ସଖୀ ୟେ ତ ଅଟେ ଦରଦସେନବଡାଇ ଶକତା, କେ ସାଂଗ୍ରାମେ ନୋହଇ ସମାନ ।୧୯୦।କୃତାନ୍ତେକ ବଳ ଅନ୍ତ ନ ଯାଇ ଗୋ ମାୟେବସିଲେ ଦାନବ ବଳ ଗୋ ତୋହୋର ସଭାୟେ ।୧୯୧।ୟେହେନେକ ଜଗମୋହିନୀ ଅଟୁ ମାହେଶ୍ୱରୀସମସ୍ତେ ହେଂ ବଶ୍ୟ ଗଲେ ଯେ ତୋହୋର ବାକ୍ୟ କରି ।୧୯୨।ଯେତେକ ନୃପତି ଦେଖାଇଲି ତୋର ଆଗେଶତ୍ରୁ ମଇତ୍ର ସମସ୍ତେ ଛନ୍ତି ପ୍ରିୟ ଭାବେ ।୧୯୩।ଲକ୍ଷେ ରାଜାର ଗୋ ଯେତେକ ସଇନସମସ୍ତେ ହୋଇଛନ୍ତି ଗୋ ନକ୍ଷତ୍ର ଗଣମାନ ।୧୯୪।ସେହି ମହାସଭାକୁ ଗୋ ତୁହି ସେ ଅଟୁ ଶଶୀଉଦେ ହୋଇଲୁ ଗୋ ଭାଜିଲା ଦର୍ପ ନିଶି ।୧୯୫।ବଦନ୍ତି ଅଗସ୍ତି ଶୁଣ ହୋ ମନୁ ପୁରୁଷଦ୍ରୋପତୀଙ୍କ ଆଗେ କେଶିନୀ କହିଲା ବିଶେଷ ।୧୯୬।କହିଲେ ଦ୍ରୋପତୀ ଶୁଣିଲି ରାଜାଙ୍କର ନାମୟେବେ କହ କେଶିନୀ ରାଜ୍ୟମଣ୍ଡଳ ବିଧାନ ।୧୯୭।କହଇ କେଶିନୀ ଶୁଣ ଗୋ ପାଞ୍ଚାଳୀବାରରାଷ୍ଚ୍ର ଛତିଶ ମଣ୍ଡଳ କହିବି ବିରୋଳି ।୧୯୮।କଳିଙ୍ଗ ଓଡ଼ଙ୍ଗ ବଙ୍ଗ ଯେ ତେଲଙ୍ଗ ଦେଶଖାଞ୍ଜଣ ତ୍ରିହୁତ ଭୋଟ ଘୋଟ କର୍ଣ୍ଣାଟ ଦେଶ ।୧୯୯।ମନ୍ଦାର କାଉଂରୀ ଡାହାଳ ବେଲାଳ ଖେଚର ଦେଶଖିନିଖିନା ,ମାଳବ ଗୁଜ୍ଜର ମଘ ମତ୍ସ୍ୟ ଦେଶ ।୨୦୦।କାଶ୍ମୀର ଦରଦ କୌଶିକ ନିର୍ଝର ଦେଶକୁବୁଜ ଗାନ୍ଧାର କନାଉଜ କ୍ଷେତ୍ର ବିକ୍ଷେତ୍ର ବିଶେଷ ।୨୦୧।ପାରିଜାତକ ଭୋପାଳ ମଲ୍ଲାର ନେପାଳ ଗାନ୍ଧାରବାରସ୍ୱତୀ ବୃନ୍ଦାରକ ଲାଟ ଯେ କେଦାର ।୨୦୨।ପଦ୍ମଦଳ କରଞ୍ଜ ନୀଳ ଅନିଳ ବଙ୍ଗାଳଚୀର ମହାଚୀର କନ୍ଧ ଚୁହାଣ ବିଂଝମାଳ ।୨୦୩।ଗଉଡ ଗୋବିନ୍ଦ ଚୁଡଙ୍ଗ କାଞ୍ଚୀକାବେରୀ କଞ୍ଚଣନୈଷଧ ମେଳେଛ ମଞ୍ଚେଶ୍ୱର କାଶୀ ପଦ୍ମଦଳ ହିରଣ ।୨୦୪।ଶାଖା ମଣ୍ଡଳ ଭାଖା ମଣ୍ଡଳ ଚୋଳ ମଣ୍ଡଳପାଣି ମଣ୍ଡଳ ଉଡଙ୍ଗ ମଣ୍ଡଳ ଭାସ୍କର ମଣ୍ଡଳ ।୨୦୫।ଉଦେ ମଣ୍ଡଳ ନକ୍ଷତ୍ର ମଣ୍ଡଳ ଚନ୍ଦ୍ର ମଣ୍ଡଳମାହେନ୍ଦ୍ର ମଣ୍ଡଳ ସୁବେଳ ମଣ୍ଡଳ ବିଷ୍ଣୁ ମଣ୍ଡଳ ।୨୦୬।ରୁଦ୍ର ମଣ୍ଡଳ ଜାନୁ ମଣ୍ଡଳ ଭାନୁ ମଣ୍ଡଳବ୍ରହ୍ମା ମଣ୍ଡଳ କରସ୍ଥଳ ମଣ୍ଡଳ ଭଦ୍ର ଯେ ମଣ୍ଡଳ ।୨୦୭।ଯମ ମଣ୍ଡଳ କୌସ୍ତୁଭ ମଣ୍ଡଳ କଣୟ ମଣ୍ଡଳକୋଶଳ ମଣ୍ଡଳ ପଦ୍ମ ମଣ୍ଡଳ ବାରୁଣା ମଣ୍ଡଳ ।୨୦୮।ଇନ୍ଦ୍ରପ୍ରଶସ୍ତ ମଣ୍ଡଳ ବଜ୍ରଗିରି ମଣ୍ଡଳ ଶୋଣିତ ମଣ୍ଡଳମେରୁ ମଣ୍ଡଳ ମଳୟ ମଣ୍ଡଳ ଯେ ମନ୍ଦାର ମଣ୍ଡଳ ।୨୦୯।ଅମର ମଣ୍ଡଳ କୁଞ୍ଜଗଳ ମଣ୍ଡଳ ଧ୍ରୁବାଦି ମଣ୍ଡଳମଧୁବନ ମଣ୍ଡଳ ସୁର ମଣ୍ଡଳ ଯେ ଯୋଜନ ମଣ୍ଡଳ ।୨୧୦।ୟେମନ୍ତେ କେଶିନୀ କହଇ ଛତିଶ ମଣ୍ଡଳ ନାମ ଧରିଶୁଣିଣ ସାନନ୍ଦ ଯେ ଦ୍ରୋପଦ କୁମାରୀ ।୨୧୧।ଅଙ୍ଗ ରାଷ୍ଟ୍ର ସୋମ ରାଷ୍ଟ୍ର ଭଇରବ ରାଷ୍ଟ୍ରଅଯୋଧ୍ୟା ରାଷ୍ଟ୍ର ସିଙ୍ଘମାଳ ରାଷ୍ଟ୍ର ଚିତ୍ର ରାଷ୍ଟ୍ର ।୨୧୨।ଓଡ ରାଷ୍ଟ୍ର ଅନୁପାମ ରାଷ୍ଟ୍ର ଯେ ଜୟ ରାଷ୍ଟ୍ରଗଙ୍ଗ ରାଷ୍ଟ୍ର ମହାରାଷ୍ଟ୍ର ଯେ ସଉରାଷ୍ଟ୍ର ।୨୧୩।ୟେ ବିଧି ବାର ରାଷ୍ଟ୍ର ଯେ କେଶିନୀ କହିଲାଶୁଣି ମହାଦେଈ ମନେ ସନ୍ତୋଷ ହୋଇଲା ।୨୧୪।ଯାଜ ନଗ୍ର ଭଇରୋବ ନଗ୍ର ଯେ ଉଜାଣି ନଗ୍ରକାଞ୍ଚୀପୁରୀ ବିଜୟା ନଗ୍ର କାମପୁର ନଗ୍ର ।୨୧୫।କାଞ୍ଚୀପୁରୀ ଯମୁନାପୁରୀ ମଥୁରାପୁରଜେନାବଳୀ ମାଲ୍ୟବନ୍ତ ଜୟନ୍ତା ନଗ୍ର କାମପୁର ।୨୧୬।ବାରୁଣାବନ୍ତ ନଗ୍ର ବସନ୍ତପୁର ଶିବ ନଗ୍ରହସ୍ତିନାପୁର ୟେକ ଚକ୍ରାବିଂଝମାଳି ନଗ୍ର ।୨୧୭।ପଦ୍ମଦଳ ନଗ୍ର ବିଷ୍ଣୁ ନଗ୍ର କାଞ୍ଚନପୁର ନଗ୍ରକାଶୀପୁର ବ୍ରହ୍ମପୁର ନଗ୍ର ଜମ୍ବୋ ନଗ୍ର ।୨୧୮।ଅନୁଭବ ନଗ୍ର ଖଡଗ ପୁର ନଗ୍ର ମାହେନ୍ଦ୍ର ନଗ୍ରଭୋଜ କୁଣ୍ଡଳ ନଗ୍ର ଯେ ଭୀମାଉର ନଗ୍ର ।୨୧୯।ହିରଣ ନଗ୍ର କୌଶିକ ନଗ୍ର ବେଦ ନଗ୍ରପାଟୋଳି ନଗ୍ର ମାଳତୀ ନଗ୍ର ଗଉରୀ ନଗ୍ର ସଉଦ ନଗ୍ର ।୨୨୦।କେଶିନୀ ବୋଇଲା ଯେ ପୁର ଆଧିପତିମାନେତୋହୋର ଆଶେ ଗୋ ଅଇଲେ ସନ୍ନିଧାନେ ।୨୧୧।ଭ୍ରଥ ଖଣ୍ଡ ଲବଣ ଖଣ୍ଡ ପ୍ରଚଣ୍ଡ ଖଣ୍ଡଉଦୟ ଖଣ୍ଡ କୌସ୍ତଭ ଖଣ୍ଡ କାଶୀ ଖଣ୍ଡ ।୨୨୨।କୃତାନ୍ତକ ଖଣ୍ଡ କୌଶିକ ଖଣ୍ଡ ମଣ୍ଡଳ ଖଣ୍ଡ ରାଜାସମସ୍ତ ବଞ୍ଚାଇଲି ଗୋ ଦ୍ରୋପଦ ଆତ୍ମଜା ।୨୨୩।ବ୍ରହ୍ମ କ୍ଷତ୍ରୀୟ ବଶ୍ୟ ଶୂଦ୍ର ଚାରି ଜାତିଦଇତ ଦାନବ ରାକ୍ଷାସ ପିଚାଶ ନୃପତି ।୨୨୪।ଅସୁର ଯକ୍ଷ କିନ୍ନର ହରି ବଳଯବନ ବଳ କୃତାନ୍ତେକ ବଳ ଯେ ବୃନ୍ଦାରକ ବଳ ।୨୨୫।ସୋମସୂର୍ଯ୍ୟ ବଂଶ ଯଦୁ ବଂଶ ଭୋଜ ବଂଶକୁରୁ ବଂଶ ଅନ୍ଧକ ବଂଶ ହଇହୟ ବଂଶ ।୨୨୬।ଚୁହାଣ ବଂଶ ବୃଷିକ ବଂଶ ଗୋପାଳ ଯେ ବଂଶକୁକ୍କୁର ବଂଶ ବୃନ୍ଦାରକ ବଂଶ ଦକ୍ଷ ବଂଶ ।୨୨୭।ଚୋଳ ଚାଲୁକ୍ୟ ଫୁଲୁକି ଗଙ୍ଗ ଭୋପାଳ ବଂଶୟେ ରୂପେ ସଖୀ ଗୋ ଅଛନ୍ତି ଅଷ୍ଟାଦଶ ବଂଶ ।୨୨୮।ଅଷ୍ଟାଦଶ ବଂଶର ମଧ୍ୟେ ସଖୀ ଚାରିଉଣା ଲକ୍ଷେକ ନୃପତିତୋହୋର ପ୍ରତିଆଶେ ସଭାରେ ବିଜେ କରିଣ ଅଛନ୍ତି ।୨୨୯।ପୃଥୀର ମଧ୍ୟେ ରାଜା ହୋଇବାକ ଯେତେକମୁହିଂ ସଞ୍ଚପି କରି କହିପାରିବି କେତେକ ।୨୩୦।ପ୍ରସ୍ତାବ ବାକ୍ୟେ ମୁହିଂ ୟେତେକେ ଗୋ ବଞ୍ଚାଇଲିଉଞ୍ଚ ଉଞ୍ଚ ରାଜାମାନନ୍ତ ଗୋ ଥୋକାୟେ କହିଲି ।୨୩୧।କେଶିନୀ ବୋଇଲା ଶୁଣ ଗୋସାମଣୀତୋହୋର ଅର୍ଥେ ଦ୍ରୋପଦେଶ୍ୱର ସବୁନ୍ତି ବରି ଆଣି ।୨୩୨।ରାଜାମାନଙ୍କୁ ଗୋ ମୁଣୋହି ଯୋଗାଡ଼ୟେକ ୟେକ ରାଜାଙ୍କୁ ପଲମ ଶତେ ଶତେ ଭାର ।୨୩୩।ମୁହେଣି ସାରିଣ ରାୟେ ଆଚୋବନ କରନ୍ତି ଯେତେବେଳେସେ ରତ୍ନ ଯୋଗାଡ଼ମାନ ନେଇ ପକାନ୍ତି ଅଗାଦ ଜଳେ ।୨୩୪।ପୁଣି ନବତମ ପଲମ ଯୋଗାଡ଼ କରାଇଆରେକ ଦିନେ ପୁଣ ରାଜାୟେ କରନ୍ତି ମୁଣୋହି ।୨୩୫।ଲକ୍ଷେ ନୃପତିଙ୍କ ଭିଆଣ ୟେହିମତେଧଂସି ହୋଇଲା ରାଜା ତୋହୋର ନିମନ୍ତେ ।୨୩୬।ଦେବେଣ ଦୁଲ୍ଲଭ ଗୋ ମନୁଷ୍ୟେ ଅଗୋଚରଶୁଣିଲା ନାହିଂ ତ ଗୋ ୟେସନେକ ସୟଂବର ।୨୩୭।ଶତେକ ବଖରାକେ ଘରେକ ନିର୍ବାଣପଞ୍ଚିଶ ବୃନ୍ଦ ଗୋ ଛତ୍ରଶାଳ ମାନ ।୨୩୮।ଗଜଶାଳ ଅଶ୍ୱଶାଳ କେହୁ ପାରିବ କଳିଅନ୍ନଛତ୍ର ବସ୍ତ୍ରଛତ୍ର ଯେ ମାଗନ୍ତି ଯେତେ ଭଳି ।୨୩୯।ଦ୍ରୋପତୀ ବୋଇଲେ ଶୁଣ କେଶିନୀ ମୁଦୁସୁଲୀକୋଟିୟେ ପଦ୍ମେ ସାଗରେ କ୍ଷଉଣୀ ଯେ କାହାକୁ ଯେ ବୋଲି ।୨୪୦।ପଦ୍ମେକ କେତେ ସଖି ଗୋ ସାଗରେକ କେତେୟେହା ସଞ୍ଚପିଣ କହିବା ସଖି ମୋତେ ।୨୪୧।ପ୍ରଣପତ୍ୟ ହୋଇଣ ଯେ କହଇ କେଶିନୀ ମୁଦୁସୁଲୀଶୁଣ ସାବଧାନେ ଗୋସାମଣୀ କ୍ଷଉଣୀୟେ କେତେ ବୋଲି ।୨୪୨।ରଥ ପଞ୍ଚଷଠି ସହସ୍ର ଗଜ ପଞ୍ଚଷଠି ସହସ୍ରଅଶ୍ୱ ପଞ୍ଚଷୋଠି ସହସ୍ର ପାଦାନ୍ତି ପଞ୍ଚଷଠି ସହସ୍ର ।୨୪୩।ଛତ୍ର ପଞ୍ଚଷଠି ସହସ୍ର ଆଲମ୍ବ ବିଲମ୍ବ ପଞ୍ଚଷଠି ସହସ୍ର ।୨୪୪।ଉଦଣ୍ଡ ପଞ୍ଚଷଠି ସହସ୍ର ପଞ୍ଚଷଠି ସହସ୍ର ମୟୂର ଝାଲପକ୍ଷୀସୂପକାର ପଞ୍ଚଷଠି ସହସ୍ର ପୋଇଲି ପଞ୍ଚଷଠିସହସ୍ର ଯେ ଲେଖି ।୨୪୫।ବାଦ୍ୟକାର ପଞ୍ଚଷଠି ସହସ୍ର ନିର୍ବାଣପଞ୍ଚଷଠି ସହସ୍ର ଫୁଫୁକାର ବାଦ୍ୟମାନ ।୨୪୬।ପଞ୍ଚଷଠି ସହସ୍ର ବଇଲ ପଲାଣ ।୨୪୭।ଦ୍ରୋପତୀର ଆଗେ କହି କେଶିନୀ ମୁଦୁସୁଲୀୟେତେ ସନ୍ୟକୁ ଠାକୁରାଣୀ ଗୋ ଅହିବ୍ରତେକ ବୋଲି ।୨୪୮।ଦଶ ଅହିବ୍ରତେ ଗୋ ପଟଳେ ନିର୍ବାଣଦଶ ପଟଳେ ଗୋ ସେନାମୁଖ ବଖାଣ ।୨୪୯।ଦଶ ସେନାମୁଖେ ଜଳଧାରାୟେ ବୋଲିଦଶ ଜଳଧାରା ମୁଖେ ବାରୁଣୀୟେ କହିଲି ।୨୫୦।ଦଶ ବାରୁଣୀ ମୁଖେ ନଳେକ ନିର୍ବାଣଦଶ ନଳେ ଯେ ଉର୍ଦ୍ଧେକ ପ୍ରମାଣ ।୨୫୧।ଦଶ ଉର୍ଦ୍ଧେ ବୃନ୍ଦେକ ଯେ ବୋଲିଦଶ ବୃନ୍ଦେ ଯେ ୟେକ ନକ୍ଷତ୍ର କହିଲି ।୨୫୨।ଦଶ ନକ୍ଷତ୍ର ମୂଳେ ମନୁ ମୁଖେ ଜାଣିଦଶ ମନୁ ମୁଖେ ହୋୟେ ୟେକଇ କ୍ଷଉଣୀ ।୨୫୩।ପୁଣ କେଶିନୀ ବୋଇଲା ଶୁଣ ଗୋ ମାହେଶ୍ୱରୀଗୋଚର ନଗଲା ଗୋ ସଞ୍ଚପି ନୁଆରି ।୨୫୪।ପଦ୍ମକର ଲେଖା ଗୋ ପଚାରିଲୁ ମୋତେଶୁଣିମା ସାବଧାନେ ଦେବୀ କହଇ ମୁହିଂ ତୋତେ ।୨୫୫।ଦଶ ଦଶ ୟେକ ଶୟେକ ବୋଲିଜାଣଦଶ ଶୟେ ଗୋ ସହସ୍ରେ ଅଟେ ପୁଣ ।୨୫୬।ଦଶ ସହସ୍ରେ ଅଟଇ ଅହିବ୍ରତେଦଶ ଅହିବ୍ରତେ ଗୋ ଲକ୍ଷେକ ପ୍ରମିତେ ।୨୫୭।ଦଶ ଲକ୍ଷେ ଗୋ କୋଟିୟେ ଯୁଗତଦଶ କୋଟିୟେ ଗୋ ହୁଅଇ ମର୍ଭୁତ ।୨୫୮।ଦଶ ମର୍ଭୁତେ ଗୋ ମେବଚ୍ଛେ ବୋଲିଟି ଯୁଗତ ।୨୫୯।ଦଶ ମେବଚ୍ଛେଣ ହୋଅଇ ୟେକ ବୃନ୍ଦଦଶ ବୃନ୍ଦେ ଗୋ ଖର୍ବେକ ଜାଣ ସାଧ୍ୟ ।୨୬୦।ଦଶ ଖର୍ବେଣ ଗୋ ନିଖର୍ବେକ ବୋଲି ଜାଣିଦଶ ନିଖର୍ବେ ଗୋ ଶଙ୍ଖେକ ପରିମାଣି ।୨୬୧।ଦଶ ଶଙ୍ଖେ ଗୋ ପଦ୍ମେକ ଜାଣ ବୋଲିଦଶ ପଦ୍ମେ ଗୋ ସାଗରେ କହିଲି ।୨୬୨।ଦଶ ସାଗରେ ଗୋ ବୋଲିଟି ଅନନ୍ତେୟେତେକ ଗୋଚର ହୋଇଲା ଆନ ନ ଜାଣଇ ଚିତ୍ତେ ।୨୬୩।ଦଶ ଅନନ୍ତେ ଗୋ ବୋଲିଟି ପରାର୍ଦ୍ଧେଦଶ ପରାର୍ଦ୍ଧେ ଗୋ ବୋଲିଟି ମାରାୟୁଧେ ।୨୬୪।ଦଶ ମାରାୟୁଧେ ବୋଲିଟି କ୍ଷଉଣୀଦଶ କ୍ଷଉଣୀରେ ସଖୀ ଲେଖ ବିକ୍ଷଉଣୀ ।୨୬୫।ଦଶ ବିକ୍ଷଉଣୀରେ ଅଙ୍କୁଶେକ ଜାଣିଦଶ ଅଙ୍କୁଶେଣ ଅନିଳେ ପରିମାଣି ।୨୬୬।ଦଶ ଅନିଳେ ଗୋ କାଠିୟେ ହୋଇଲାଦଶ କାଠିୟେ ସଖି ବିକାଠି ଲିହିଲା ।୨୬୭।ୟେସନେକ ସରୂପେ ସଖି ୟେସନେକ ଭିଆଣୟେଥେ ପ୍ରବେଶ ହେଲେ ଗୋ ତୋହୋର ସୟେଂବରେଣ ।୨୬୮।କେଶିନୀ ବୋଇଲା ଶୁଣ ଦ୍ରୋପଦ ଦୁଲଣୀୟେହେନେକ ଯାବତ ଲେଖା ଗୋ ସଇନି ଠାକୁରାଣୀ ।୨୬୯।କେଶିନୀ ବୋଇଲା ନିରାଧାର ବଚନେଶୁଣିଣ ପାଞ୍ଚାଳୀ ଯେ ବିସ୍ମୟେ ପଞ୍ଚୁମନେ ।୨୭୦।ୟେଥୁ ଅନନ୍ତରେ ଯେ ବିଲଙ୍କ ଆଧିପତିଅଗସ୍ତିଙ୍କ ଚରଣେ ଯେ ବିନୟ ଭଗତି ।୨୭୧।ଭୋ ମୁନି କଥାୟେ ଯେ ମୋତେ କହିବାକ ଫେଡ଼ିତବ ମୁଖିୁଂ ଶୁଣିଲେ ଯେ ପାତେକ ଅପହରି ।୨୭୨।ବୋଇଲ ଯେ ଦ୍ରୋପତୀଙ୍କ ଆଗେ ଚିହ୍ନାଇ ଦିଅଇ କେଶିନୀକେମନ୍ତେ ଜାଣିଲା ସେ ନଗ୍ର ପୁର ମଣ୍ଡଳ ରାଜାଙ୍କରନାମଘେନି ।୨୭୩।ୟେ କଥା ମୋତେ ସଂଶୟ ଲାଗିଲା ମହାମୁନିକେଶିନୀ ଅଟଇ ଜାତ ମାନବ ଯେ ଯୋନି ।୨୭୪।ବଦୟନ୍ତି ଅଗସ୍ତି ଶୁଣ ମନୁ ଯେ ଧାର୍ମିକୟେ କଥା ସଞ୍ଚପି ଶୁଣିବାକୁ ତୁହି ସେ ବିବେକ ।୨୭୫।କହନ୍ତି ଅଗସ୍ତି ଯେ ପୂର୍ବର ୟେ କଥାଯେଣୁ ସେ କେଶିନୀ ଯେ ହୋଇଲା ମହାଗ୍ୟାଂତା ।୨୭୬।ଆକାଶଗଙ୍ଗାରେ ସ୍ନାନ ଯେ କରନ୍ତି ନାରଦ ମୁନିବରତାହାଙ୍କର ତପ ସ୍ନାନ ବେଳେ ୟେ ଯେ ମିଳିଲା ଛାମୁର ।୨୭୭।ଅନେକ ବିନୟ ହୋଇ ଶୁତିଲା ଗଡ଼ଘାଲିଋଷି ବୋଇଲେ ଗୋ କିସ କାର୍ଯ୍ୟ କହନି ତୋହୋରି ।୨୭୮।କେଶିନୀ ବୋଇଲା ତୁମ୍ଭେ ଯେ ସର୍ବଗ୍ୟଂ ପୁରୁଷତୁମ୍ଭର ଆଗରେ ମୁହିଂ କହିବଇଂ କିସ ।୨୭୯।ଜାଣିଅନୁଗ୍ରହମୋତେକରିବାମୁନିବରତୁମ୍ଭର ହେତୁ ଦୃଶ୍ୟ ମୋତେ ହୋଇବ ଗତ ଯେ ଆଗତର ।୨୮୦।ୟେହା ଶୁଣି ମୁନି ଯେ କାଢିଲେ କଳିଧୋକଡ଼ିରୁ ଅଞ୍ଜନୟେହା ନୟନେ ଘେନି ଚାହିଂଲେ ତୋତେହୋଇବ ଦୃଶ୍ୟମାନ ।୨୮୧।ଆବର କହିଲେ ଯେ ମନ୍ତ୍ର ସାରସ୍ୱତୟେହା ପଢି ଘେନିଲେ ତୋତେ ଦିଶିବ ୟେ ତିନି ଜଗତ ।୨୮୨।ସେ ମନ୍ତ୍ର ଅଞ୍ଜନ ଗୁଣ୍ଡି କେଶିନୀ ଘେନିଲା ନୟନେତେଣୁ ସେ ସମସ୍ତ ତାକୁ ଯେ ହୋଇଲା ଦୃଶ୍ୟମାନେ ।୨୮୩।ତେଣୁସେଦ୍ରୋପତୀକିଚିହ୍ନାଇଦିଅଇସମସ୍ତଶୁଣିଲୁ କି ରାଜା କେଶିନୀର ଅଟଇ ୟେସନେକ ଚରିତ ।୨୮୪।ମନୁ ପୁଚ୍ଛାକଲେ ଅଗସ୍ତି ମହାମୁନ୍ୟେୟେଥୁଂ କିସ ହୋଇଲା ଯେ ଲାଖର ବିଧାନେ ।୨୮୫।ଦ୍ରୋପତୀ ବୋଇଲେ ଗୋ ମୋର ମନ୍ଦ ଭ୍ରାଥ ବେନିଅନମିତ୍ତେ ବରିଲେ କିମ୍ପା ୟେତେ ରାଜାର ସଇନି ।୨୮୬।ୟେଡ଼େକ ଆରମ୍ଭେ ଯେ କଲେକ ସୟମ୍ବରୟେ ସଭାର ମଧ୍ୟେ କେ ମୋତେ ହୋଇବାକ ବର ।୨୮୭।କେଶିନୀ ବୋଇଲା ଗୋ କହିବାକ ସରୂପ ତୋତେକେ ତୋହୋର ବର ବୋଲି ନ ଜାଣଇ ନିରୁତାନ୍ତେ ।୨୮୮।ରାଜାର ବ୍ରତ ଗୋ ନିରାଧାର ଦେଖଯେ ବିନ୍ଧିବ ରାଧାଚକ୍ର ମହାଲାଖ ।୨୮୯।ୟେଥକୁ ତଲୟେ ଗୋ କରିଥିବୁ ପାଞ୍ଚାଳୀଯେ ଲାଖ ବିନ୍ଧିବ , ତୁ ତାହାର ମନର ହିଆଳୀ ।୨୯୦।ସୟମ୍ବର ସଞ୍ଚପି କହଇ କେଶିନୀମେଢରେ ନେଇ ବିଜେ କରାଇଲେ ଜିଘ୍ନସେନୀ ।୨୯୧।କରପତ୍ର ଯୋଡିଣ ବୋଲଇ ଧୃଷ୍ଟ ଯେ ଦୃମନେସାବଧାନ ହୋଇ ଶୁଣିମା ରାଜାଗଣମାନେ ।୨୯୨।କନ୍ୟାର ରୂପ ଗୁଣ ତ ନିରୋପିଲ ସମସ୍ତଯେ ଲାଖ ବିନ୍ଧିବ କନ୍ୟା ତାହାକୁ ପରାପତ ।୨୯୩।ୟେମନ୍ତର ସମୟେ ରାମ କୃଷ୍ଣ ବେନିଶୁଭଯୋଗେ ବିଜେ କଲେ ଛପନ କୋଟି ଯଦୁବଂଶ ଘେନି ।୨୯୪।ଉଗ୍ରସେନ ନନ୍ଦ ଉପନନ୍ଦ ସହିତେବିଜେ ଜଗମୋହନ କୁତୋହୋଳ ଦେଖିବାର ନିମନ୍ତେ ।୨୯୫।ତୀର୍ଥଯାତ୍ରା ଯେ ଉଚ୍ଛବର ସ୍ଥାନେକୁତୋହୋଳ ବିଜେ କରନ୍ତି ଯେ ବୃନ୍ଦାଅର୍କମାନେ ।୨୯୬।ପୃଥିବୀକି ଅଳଂକାର ନାରାୟଣଙ୍କର ପ୍ରଭାଶରୀର ବିହୁନେ ଅଳଂକାର କାହିଂ ଶୋଭା ।୨୯୭।ଶୟଳ ସଂସାରେ ନାରାୟଣ ହିଂ ବଲ୍ଲଭସଭା ଶୋହିଲା ଯହୁଂ ବିଜେ କଲେ ବାସୁଦେବ ।୨୯୮।ଦାନବ ବଳମାନେ କରନ୍ତି ବୋଲି ତ୍ରାସଶୂନ୍ୟେ ରୁହାଇଲେ ସ୍ୱାମୀ ରଥ ନନ୍ଦିଘୋଷ ।୨୯୯।ଶ୍ରୀବଳରାମେ ବିଜେକଲେ ତାଳଧ୍ୱଜ ରଥେରଥରେ ବିଜୟେ ସ୍ୱାମୀ ରେବତୀ ସହିତେ ।୩୦୦।ନାରାୟଣ ବିଜେ ଦେଖିଣ ଦେବ ଅମରାଧିବିଦ୍ୟାଧରଗଣ ଘେନି ବିଜୟେ ଜମ୍ବୁଭେଦୀ ।୩୦୧।ଶ୍ରୀଭୁଜେ ବଜ୍ର ଆରୋପଣ ଆରୋହଣ ଅଇରାବ୍ରତ ପିଠିହସ୍ତୀ ବେନି ପାରୁଶେ ଖଟନ୍ତି ବିଦ୍ୟାଧରୀ ଚଉଷଠି କୋଟି ।୩୦୨।ଅମରଗଣ ଛତ୍ର ଘେନି ଖଟନ୍ତି ଚଉପାଶେଇନ୍ଦ୍ର ଗୋବିନ୍ଦ ୟେକତ୍ୱ ହୋଇ ରହିଲେଶୂନ୍ୟ ଯେ ଆକାଶେ ।୩୦୩।ଅମରାଧିନାଥ ଯହୁଂ ଅଇଲାକ ଚଳିରୁଦ୍ରଗଣ ଘେନି ବିଜୟେ କପାଳୀ ।୩୦୪।ବୃଷଭ ଆରୋହି ବିଜେ କଲେ ଦେବ ଯେ ଈଶାନଗଣପତି କାର୍ତ୍ତିକେଶ୍ୱର ଚଉଦ କୋଟି ଶିବଗଣ ।୩୦୫।ହୃଦରେଣ ଗିରିଜା ମଉଳେ ଶଶାଙ୍କ ଧବଳୀଦେଖି ପ୍ରଣିପତ୍ୟ ଶ୍ରୀଜଗନ୍ନାଥ ଦେବହଳୀ ।୩୦୬।ମରୁତ ବଶ୍ୟାନର ଯେ ଦେବଗୁରୁ ବୃହସ୍ପତିଭୃଗୁ କାଶ୍ୟପ ଅଙ୍ଗିରା ନାରଦ ବ୍ରହ୍ମଯତି ।୩୦୭।ବରୁଣ ନୈରୁର୍ତ କୁବେର ଚନ୍ଦ୍ର ସୂର୍ଯ୍ୟଅନ୍ତରୀକ୍ଷେ ବିଜୟେ ଦେବେ ଦ୍ରୋପଦେଶ୍ୱର ରାଜ୍ୟ ।୩୦୮।ଅନ୍ତରୀକ୍ଷେ ବିଜେ କଲେ ଆସି ଦେବଗଣେସୟମ୍ବର ଦେଖି ପ୍ରଶଂସା କଲେ ଦେବ ନାରାୟଣେ ।୩୦୯।ପୁଷ୍ପ ବୃଷ୍ଟି ହୋଉଅଛି ଆକାଶ ଭୁବନେସଭାରେ ପଡୁଅଛି ଶିଶିର ଗୁଣ୍ଡିମାନେ ।୩୧୦।ଗନ୍ଧ ଆମୋଦଇ ଯେହ୍ନେ ମଳୟାନିଳ ବିଜେସର୍ବେ ବିଚାରନ୍ତି ହୋ ବିଜେ କଲେ ଦେବରାଜେ ।୩୧୧।ପୁଷ୍ପ ବୃଷ୍ଟି ଉତ୍ତାରେ ଯେ କଣୟ ହୋଇଲା ବୃଷ୍ଟିଦ୍ୱାଦଶ ଯୋଜନ ପରିଯନ୍ତେ ଜନେ ସୁଖେଣ ସାଉଂଟି ।୩୧୨।ରାଜାମାନେ ପ୍ରଶଂସନ୍ତି ସାଧୁ ସାଧୁ ଦ୍ରୋପତତୋହୋର ପ୍ରସାଦେ ହୋ ବିଳସିଲୁ ସମସ୍ତ ।୩୧୩।ବ୍ରହ୍ମାଣ୍ଡେ ଅବତରି ଆସି ଦେଖନ୍ତି ପଦ୍ମଯୋନିସୟମ୍ବର ସ୍ଥାନେ ପ୍ରବେଶ ବଶିଷ୍ଠ ମହାମୁନି ।୩୧୪।ତୁଲେଣ ଅଛନ୍ତି ନବ ସହସ୍ର ଶିଷିଆସ୍ଥାନ ତେଜି ରାଜାଗଣେ ଚରଣେ ନିବେଶି ।୩୧୫।ଅହିବ୍ରତେକ ଶିଷ ଘେନି ଦୁର୍ଭାସାୟେମହାସଭାର ମଧ୍ୟେ କଲେକ ବିଜୟେ ।୩୧୬।ପଉଲୋସ୍ତି ବିଶ୍ରବା ଅଗସ୍ତି ମହାମୁନ୍ୟେଦେବଋଷି ବ୍ରହ୍ମଋଷି ବିଜୟେ ସଭାର ଆସ୍ତାନେ ।୩୧୭।ସୁଦେବ ମାରକଣ୍ଡ ଉଦ୍ଦାଳେକ ପୁରେହିତେତୁଲେଣ ଶିଷ ୟେହାଙ୍କର ଅହିବ୍ରତେ ।୩୧୮।ଗଉତମ ଉତଙ୍କ ଆବର ଭାରଦ୍ୱାଦଶେସହସ୍ରେ ସହସ୍ରେ ଶିଷି ୟେହାଙ୍କର ପାଶେ ।୩୧୯।ସନକ ସନାତନ ସନନ୍ଦନ ସନତକୁମାର ବ୍ରହ୍ମଋଷି ଚାରିଅହିବ୍ରତେକ ଶିଷ ଘେନି ସୟମ୍ବରେ ବିଜେ କରି ।୩୨୦।ମାଣ୍ଡବ୍ୟ ବିଭାଣ୍ଡକ ଋଷିଶୃଙ୍ଗ ସହିତେସଭାରେ ବିଜେ କଲେ ତୁଲେଣ ଶିଷ ଅହିବ୍ରତେ ।୩୨୧।ସୁମନ୍ତକ ବାଲମିକ ଲୋମଶ ସତ୍ୟତପାୟେ ତିନି ଅହିବ୍ରତ ଶିଷ୍ୟ ଘେନି ବିଜୟେ ସମୀପା ।୩୨୨।ଶାୟନ୍ତନୁ ପାରେଶ୍ୱର ବିଶ୍ୱାମିତ୍ର ସର୍ବଋଷିୟେହାଙ୍କର ତୁଲେ ପନ୍ଦର ସହସ୍ର ଶିଷି ।୩୨୩।ଷାଠିୟେ ସହସ୍ର ଶିଷ୍ୟ ଘେନି ବେଦବ୍ୟାସେଶୁକମୁନି ଜଇମିନି ବଇଶମ୍ପାୟନ ଅଛନ୍ତି ପାଶେ ।୩୨୪।ଲକ୍ଷେ ବ୍ରାହ୍ମଣ ଘେନି ଧୌମ୍ୟ ପୁରୋହିତେଆକାଶୁଂ ଓହ୍ଲାଇଲେ ବିଶ୍ୱଦେବାଙ୍କ ସହିତେ ।୩୨୫।ଋଷିମାନନ୍ତ ଦେଖି ଦ୍ରୋପଦେଶ୍ୱର ରାଜାଚରଣ ଉଦକ ଘେନି କରଇ ପାଦପୂଜା ।୩୨୬।କୃଷ୍ଣାଞ୍ଜନ ଛାଲ ଗୋଟିୟେ ଗୋଟିୟେ ଦିଲାକ ସବୁନ୍ତିସମ୍ପାଦିଥିଲା ସେ ସବୁ ଦ୍ରୋପଦେଶ୍ୱର ନୃପତି ।୩୨୭।ପ୍ରଣପତ୍ୟ ହୋଇ ଶୁତିଲା ଦ୍ରୋପଦ ନୃପତ୍ୟଋଷିମାନେ ବୋଇଲେ ତବ ବାଞ୍ଛା ହୋଉ ଯେ ପରାପତ ।୩୨୮।କୁଶହସ୍ତ ହୋଇଣ ଦ୍ରୋପଦେଶ୍ୱର ରାୟେଚାରି ଭଣ୍ଡାର ଧନ ସେ ବ୍ରାହ୍ମଣକୁ ଦାନ ଦିୟେ ।୩୨୯।ସଭାର ଈଶାନ ଭାଗେ ହୋଉଛି ଗୋ ଦହନଦେବୀଙ୍କି ବଳିଭୋଜା ଦେବଙ୍କୁ ଶୀତଳ ଦ୍ରବ୍ୟମାନ ।୩୩୦।ମନୁ ପୁଚ୍ଛାକଲେ ଅଗସ୍ତି ମହଋଷିକେତେ ଧେନୁ ଦୋହନ କଲେ କହିବା ବିଶେଷି ।୩୩୧।ସହସ୍ରେକ ଗାବେ ଗୋଷ୍ଠ ୟେକ ବୋଲିଶତେକ ଗୋଷ୍ଠରେ ଯେ ହୋୟେ ୟେକ ପଲ୍ଲୀ ।୩୩୨।ଶତେକ ପଲ୍ଲିରେ ନଉଡ଼ି ୟେକ ବୋଲିଶତେକ ନଉଡ଼ରେ ମହାଖୁଡେ କହିଲି ।୩୩୩।ଶତେକ ମହାଖୁଡ଼େ ହୋଇଲା ମହାଭୋଇଦ୍ୱାଦଶ ମହାଭୋଇରେ ଯେତେ ଗୋଧନ ଖଟଇ ।୩୩୪।ଦ୍ୱାଦଶ ମହାଭୋଇରେ ହୋଇଲା ଯେତେ ଗାଈଅପାଦ ଶାନ୍ତି ନିମନ୍ତେ ଦ୍ରୋପଦ ୟେତେ ଗାଈଦେହାନ କରାଇ ।୩୩୫।କ୍ଷୀର ନଦୀ ଗୋଟିୟେ ବହିଯାଇଂ ବନେସୁଖେ ପିବନ୍ତି ତହିଂ ଉଦ୍ୟାନ ଜୀବମାନେ ।୩୩୬।ବଦନ୍ତି ଅଗସ୍ତି ଶୁଣ ଶୁଣ ଆଦିବ୍ରହ୍ମାଦ୍ରୋପତୀ ସୟମ୍ବର ୟେସନେକ ମହିମା ।୩୩୭।ଲକ୍ଷେ ଲିଙ୍ଗ ପଞ୍ଚାମୃତେ କରାନ୍ତି ସ୍ରାହାନଯେତେ ଦୂରେ ଅଛନ୍ତି ଶମ୍ଭୁ ଲିଙ୍ଗମାନ ।୩୩୮।ଅନେକ ଶୀତଳ ବଳି ଭୋଜା ଦିଅନ୍ତି ଭଦ୍ରକାଳୀପୋଢୁଅ ମେଷ ଛାଗଳ ଲକ୍ଷେ ଲକ୍ଷେ ବଳି ।୩୩୯।ଋକ ଯଜୁ ସାମ ଅଥର୍ବ ଚାରିବେଦୀଲକ୍ଷେ ଲକ୍ଷେ ବ୍ରହ୍ମଣେ ବରଣ ସମ୍ପାଦି ।୩୪୦।ମହାଯାଗ ଶାଳେ ଆହୂତି ଦିଅଇ ହବିମହାମନ୍ତ୍ର ବାକ୍ୟେ ସ୍ୱାହା ସ୍ୱଧା ଦେବୀ ।୩୪୧।କରନ୍ତି ନୃତ୍ୟ ଗୀତ ଅନେକ ବିଦ୍ୟାଧରୀଡାକନ୍ତି ଚଣ୍ଡପୁତ୍ରେ ମଙ୍ଗଳ ସୀଉକାରି ।୩୪୨।ଆଦିତ୍ୟ ସୋମ ମଙ୍ଗଳ ବୁଧ ବୃହସ୍ପତିଶୁକ୍ର ଶନିଶ୍ଚର ୟେ ରାହୁ କେତୁ ଗ୍ରହ ସ୍ଥିତି ।୩୪୩।ତିଥି ବାର ନକ୍ଷତ୍ର ଯୋଗ କହନ୍ତି ଗ୍ରହପୁତ୍ରେମଙ୍ଗଳ ପାଠ ଉଚ୍ଚେ ପଢନ୍ତି ଋଷିପୁତ୍ରେ ।୩୪୪।ୟେସନେକ ସମ୍ପଦ ଦ୍ରୋପଦ ଭୁବନଯେ ଯେତେକେ ତ୍ରିପୁତି ଅବିଚ୍ଛନ୍ନେ ଦିଅନ୍ତି ଦାନ ।୩୪୫।ଉପନେକ ବାଢିଲା ନେଇ ଲାଖର ଚଉକତିଧନକୁଢମାନ ଯେ ଦେବାଙ୍ଗ ବସନ ଥୁଅନ୍ତି ।୩୪୬।ରାଜାକେ ମାଣିକ୍ୟ ଶତେ ଶତେକ ବତୀଦିହୁଡ଼ି ଜଗହୁଳା ଆଲୁଅମୟେ ପୃଥୀ ।୩୪୭।ଧନୁ ଗୋଟିୟେ ଯେ ତ୍ରୋଣ ଗୋଟିୟେବେଢିଣ ଜଳନ୍ତି ହୀରା ଜଡ଼ିତ ଦୀପ ଶୟେ ।୩୪୮।ଦାସୀନେତ ପତନୀ ଝୀନ ବସନ କୁଢେଶତେ ଶତେ ଦୀପ ଜଳନ୍ତି ମର୍କତ ଜଡ଼ିତ ସମ୍ଭରେ ।୩୪୯।ପୁଣି ଥାପିଲେ ଅସିପତ୍ର ଗୋଟାୟେ ଫଳକ ଗୋଟାୟେମୁକୁତା ଜଡ଼ିତ ତହିଂ ଜଳନ୍ତି ଦୀପ ଶୟେ ।୩୫୦।ଗଦା ଗୋଟାୟେ କୋନ୍ତ ଗୋଟାୟେନୀଳା ଜଡ଼ିତ ତହିଂ ଜଳନ୍ତି ଦୀପ ଶୟେ ।୩୫୧।ସୁବର୍ଣ୍ଣର ରୁଖା ମର୍କତ ଜଡ଼ିତ ସହସ୍ରରେରାଜାକେ ୟେତେକ ଦୀପ ଜଳନ୍ତି ଛାମୁରେ ।୩୫୨।ନେତର ଚନ୍ଦ୍ରାତପ ଉପରେ କନେକ ପୁଷ୍ପମାଳ ଖଞ୍ଜିଅଷ୍ଟରତ୍ନେ ଖଞ୍ଜିତ ମାଣିକ୍ୟ ପୁଞ୍ଜି ପୁଞ୍ଜି ।୩୫୩।ୟେହିମତି ସମ୍ଭର୍ବେ ସମ୍ପାଦି ଅଛି ଲକ୍ଷେକ ରାଜାଙ୍କୁକୋବେର ଭୁବନ ନୁହେଂ ଯେ ପଟାନ୍ତର ଦେବାକୁ ।୩୫୪।ଅମର ଭୁବନ ଅବା ପଟାନ୍ତର କରନ୍ତିକଳପି ନୁହଇ ୟେ ଯହୁଂ ପୁନର୍ଜନ୍ମ ହୁଅନ୍ତି ।୩୫୫।ୟେସନେକ ସଭା ସମ୍ଭର୍ବ ଯୁଗତେଜଗନ୍ନାଥେ ପୁଚ୍ଛାକଲେ ବଳରାମଙ୍କ ଅଗ୍ରତେ ।୩୫୬।ୟେ ଯେ ଦୁର୍ଲଭ ଲାଖେକ ପାତିଲା ଦ୍ରୋପତେୟେ ଲାଖ ବିନ୍ଧିବାକୁ ସ୍ୱାମୀ କେ ଅଛି ସାମରଥେ ।୩୫୭।ବଳରାମେ ବୋଇଲେ ବାବୁ ଶୁଣ ଜନାର୍ଦ୍ଦନଦୃଷ୍ଟିଭେଦୀ ଅଟଇ ଯେ ରାଧେବ ସୁତ କର୍ଣ୍ଣ ।୩୫୮।ନିଶ୍ଚୟେ କର୍ଣ୍ଣ ଯେ ମହାଲାଖ ବିନ୍ଧିବଦ୍ରୋପତୀ କନ୍ୟା ମାନଗୋବିନ୍ଦକଇ ଦେବ ।୩୫୯।ଅଶକ୍ୟ ଅଗୋଚର ହୋ ୟେ ଅଟଇ ଆନକୁୟେସନେକ ବିଚାରି ଯେ ଦିଶି ଆମ୍ଭର ମନକୁ ।୩୬୦।ୟେତେକ ବିଚାରି ଯହୁଂ କହିଲେ ସଂକ୍ରିଷେଣଶୁଣିଣ ତ୍ରସିଲେ ଯେ ଦେବ ନାରାୟଣ ।୩୬୧।ଦ୍ରୋପଦ ରାଜା ଯେ ବ୍ୟାସକୂଟ ଲାଖ ପାତିଲାତଳେ ତୀର୍ଥଜଳ ଘଟେକ ଥାପିଲା ।୩୬୨।ତଳକୁ ଦୃଷ୍ଟି କଲେ ଦିଶଇ ଛାୟା ମୀନଅଦୃଷ୍ଟିରେ ଦୃଷ୍ଟି ଭେଦି ପାରିବ କି କର୍ଣ୍ଣ ।୩୬୩।ବଳରାମେ ଅଟନ୍ତି ଭୂତ ଭବିଷ୍ୟ ଗ୍ୟାଂତାନଜାଣି କହିଲେ କି ୟେସନେକ ବାରତା ।୩୬୪।ବଳରାମଙ୍କ ତୁଲେ କଥା ହୁଅନ୍ତେ ନାରାୟଣହୃଦଗତେ ଚିନ୍ତାକଲେ ଚକ୍ର ସୁଦ୍ରିଶେନ ।୩୬୫।ଆଗ୍ୟାଂଦିଲେ ସ୍ୱାମୀ ଦେବ ଦାମୋଦରତୁ ଅନ୍ତରୀଛେ ଭ୍ରମୁଥିବୁଟି ଚାରି ତାଳ ଉଚ୍ଛର୍ଗର ।୩୬୬।ଯେବଣ ନାରାଜ ବିନ୍ଧିବେ ଭୀଷ୍ମ ଦ୍ରୋଣ କର୍ଣ୍ଣଶଲ୍ୟ ଅଶସ୍ତମା ଜଦ୍ୟରଥ କୃପବ୍ରହ୍ମା ।୩୬୭।ୟେ ସପତ ରଥୀ ଆଦି କରି ଭୂରିସର୍ବା ମହାବୀରଯେତେ ନାରାଜ ବିନ୍ଧିବେ ତୋହୋଠାରେ ବାଜିପଡିବେ ଭୂମିର ।୩୬୮।ନାରାୟଣ ଆଗ୍ୟାଂୟେ ସୁଦ୍ରିଶେନ ଚକ୍ର ଗଲାଚାରି ତାଳ ଉଚ୍ଛର୍ଗରେ ଯାଇଂଣ ରହିଲା ।୩୬୯।ଦେବ ଦାନବ ମାନବ ଆଦି କରିକାହାକଇଂ ଦୃଶ୍ୟ ନାହିଂ ଚକ୍ରକୂଟ କଲେଦେବ ହରି ।୩୭୦।ଚକ୍ରକୂଟ ମାୟା ଯହୁଂ ଶ୍ରୀହରି ଭିଆଇଲେଚକ୍ରକୂଟ ହରି ବୋଲି ବ୍ରହ୍ମା ନାମ ଦିଲେ ।୩୭୧।ୟେସନେକ ମାୟା କଲେ ଦେବ ଦାମୋଦରବଳରାମ ଦେବଙ୍କୁ ସେ ନୋହିଲା ଗୋଚର ।୩୭୨।ଆକାଶେଣ ଦେଖିଲେ ବ୍ରହ୍ମା ଜଗତପିତାମଞ୍ଚେଣ ବ୍ୟାସେ ଦେଖିଲେ ଭୂତ ଭବିଷ୍ୟ ଗ୍ୟାତାଂ ।୩୭୩।ଆପଣେ ଜାଣନ୍ତି ଦେବ ଦାମୋଦରତିନିଜଣହୁଂ ଚାରିଜଣଙ୍କୁ ନାହିଂନା ଗୋଚର ।୩୭୪।ବ୍ରହ୍ମା ଦେଖି ଯେ ଅନେକ ସ୍ତୁତି କଲେମାୟାଧର ବୋଲି ସେ ଅନେକ ବିନୋୟିଲେ ।୩୭୫।ଜୟ ତୁ ମାୟାଧର ମାୟା ମେଖଳୀଜୟ ତୁ ମାୟାଧର ଚକ୍ରକୂଟ ବନମାଳୀ ।୩୭୬।ଜୟ ତୁ ମାୟାଧର ସୟଳ ସଂସାର ଜନବନ୍ଧୁଜୟ ତୁ ମାୟାଧର ପ୍ରଳୟାନ୍ତକ ସିନ୍ଧୁ ।୩୭୭।ଜୟ ତୁ ମାୟାଧର ଅନନ୍ତ କାମରୂପୀଜୟ ତୁ ମାଧବ ସୟଳ ତନୁ ବ୍ୟାପି ।୩୭୮।ଜୟ ତୁ ମାଧବ ସୟଳ ୟେକ ଆତ୍ମାଜୟ ତୁ ମାଧବ ଯୋଗମନ୍ତ୍ର ବ୍ରହ୍ମା ।୩୭୯।ଜୟ ତୁ ମାଧବ ଅନନ୍ତ ଶ୍ରୀରଙ୍ଗୀଜୟ ତୁ ମାଧବ ହୃଦେ ବ୍ୟାସ କୂଟ ଭଙ୍ଗୀ ।୩୮୦।ଜୟ ତୁ ମାଧବ ସୟଳ ଜନ ସଞ୍ଚାଜୟ ତୁ ମାଧବ କୃତାନ୍ତକ କାଳ ବଞ୍ଚା ।୩୮୧।ଜୟ ତୁ ମାଧବ ନୀଳେନ୍ଦୀ ପୁଷ୍ପବର୍ଣ୍ଣଜୟ ତୁ ମାଧବ ମହା ପାତକ ଦହନ ।୩୮୨।ଜୟ ତୁ ମାଧବ ଭଗତ ବଚ୍ଛଳାଜୟ ତୁ ମାଧବ ଅନନ୍ତ ରୂପକଳା ।୩୮୩।ଜୟ ତୁ ମାଧବ ଭାରତୀର ବଲ୍ଲଭଜୟ ତୁ ମାଧବ ଶରଣ ରକ୍ଷଣ ବାସୁଦେବ ।୩୮୪।ଜୟ ତୁ ମାଧବ ତବ ଚରଣେ ଶରଣ ମମଶୁଦ୍ରମୁନି ସାରୋଳା ଦାସ ଶତେ ସହସ୍ର ଦଣ୍ଡପରିଣାମ ।୩୮୫।