ସାରଳା ମହାଭାରତ ଆଦି ପର୍ବ (ଦ୍ୱିତୀୟ ଖଣ୍ଡ)
ସାରଳା ଦାସ · ଭାଗ ୨ / ୧୪
ସମ୍ପୂର୍ଣ୍ଣ ସୂଚୀପତ୍ର
ମଧୁବନ ବୃତ୍ତାନ୍ତ ଓ କିନ୍ନର ଦୈତ୍ୟ ବଧ
ବଦନ୍ତି ଅଗସ୍ତି ଶୁଣ ହୋ ମନୁ ମହତପ୍ରସ୍ତାବ ବାକ୍ୟେ କହିଲି ଶ୍ରୀମହାଭାରଥ ।୧।ଅଗସ୍ତିଙ୍କି ପୂଜା କଲେ ବଇବସୁତ ମନୁପାଣ୍ଡବେ କେବଣ କୃତ୍ୟ କଲେ ଗହନ ଅରଣ୍ୟୁ ।୨।କହନ୍ତି ଅଗସ୍ତି ଶୁଣ ହୋ ଯୁଗପତିପାଣ୍ଡବଙ୍କୁ ଦ୍ରିଯୋଧନ ଯେ ହୋଇଲା ନିଭ୍ରାନ୍ତି ।୩।ପାଣ୍ଡବେ ପ୍ରବେଶ ଯାଇଂ ଗହନ ଅରଣ୍ୟେଗମନ୍ତି ରାତ୍ର ଦିବସେ ନିର୍ଝର ଝର ବନେ ।୪।ରୟଣୀ ପ୍ରଭାତେ ଭୀମକୁ ପୁଚ୍ଛନ୍ତି ଯୁଝେଷ୍ଠିନିତ୍ୟକର୍ମ ସାରିବା ବାବୁ ଦେଖନି ପାଣିଘାଟି ।୫।ସ୍ୱାମୀର ଆଗ୍ୟାଂୟେ ଚଳଇ ବ୍ରିକୋଦରଭ୍ରମଇ ମାରୁତି ଅଟବ୍ୟା ବନଘୋର ।୬।ଖେଦଇ ବନ ଗହନଲୋଡ଼ଇ ଚଉକତିଲୋଡ଼ି ଜଳଘାଟ ଯେ ନ ପାଇଲା ମାରୁତି ।୭।ଦେଢ ପ୍ରହର ଆସି ହୋଇଲା ଦିନକରବିଜୟେ ପାବେନୀ ଯାଇଂ ସରଯୂ ନଦୀ ତୀର ।୮।ନଦୀର ତୀରେ ଦେଖିଲା ୟେକ ମଧୁବନଭୂମିରେ ଝଡ଼ି ପଡ଼ିଛି ପଙ୍କୁ ଫଳମାନ ।୯।ଆମ୍ୱ ପଣସ ଯେ କଦଳୀ ନଟିକାଳନାନା ଫଳ ଭରେ ଶାଖା ଲୋଟନ୍ତି ଭୂମିର ।୧୦।ଭୀମସେନ ପଶିଲା ଯାଇ ମଧୁବନ ଭିତରେସମ୍ପୂର୍ଣ୍ଣ ଆଧାର ସେ କଲା ବ୍ରିକୋଦରେ ।୧୨।ଫଳ ଭାର ଗୋଟିୟେକ ତୋଳିଲା ମାରୁତିଯୁଝେଷ୍ଠିଙ୍କ ପାଇଂ ନେମ ବୋଲି ବିଚାରଇ ତାର ମତି ।୧୨।ସରଯୁ ନଦୀରେ ପଶି ବୀର ସ୍ରାହାନ ଯେ କଲାଭୋଜନ ଆଳସେ ନିଦ୍ରା ଯେ ତାହାକୁ ଘାରିଲା ।୧୩।ଫଳଭାର ଗୋଟି ବୀର ସୀମ ସ୍ଥାନେ ଦେଇଅଚେତନେ ନିଦ୍ରାରେ ଯେ ବୀର ଶୁତିଲା ସୁସ୍ଥ ପାଇ ।୧୪।ମନୁ ପୁଚ୍ଛା କଲେ ଶୁଣିମା ଅଗସ୍ତି ମୁନିବରସେହି ମଧୁବନ ତୋଟା ଅଟଇ କାହାର ।୧୫।ଆହୋ ବଇବସୁତ ମନୁ ପୁଚ୍ଛା କଲୁ ଯାହାକିନ୍ନର ବୋଲି କରି ଅସୁର କୁଳର ଯେ ନାହା ।୧୬।କୁମ୍ଭୀର କିଂନ୍ନର ୟେ ଅଟନ୍ତି ବେନି ଭ୍ରାଥସୁର ନଦୀ ଭିତରେ କୁମ୍ଭୀରକୁ ମାଇଲା ପବନର ସୁତ ।୧୭।କିନ୍ନର ଦତ୍ୟ ଯେ ୟେହାର କନିଷ୍ଠ ଭାଇମଧୁବନ ତୋଟାର ଠାକୁର ଅଟଇ ଯେ ସେହି ।୧୮।ସେ ଦଇତ ରାୟେର ହାଦେ ତୋଟା ମଧୁବନଅସୁର ଭୟେ ତହିଂ କେହି ନକରନ୍ତି ଗବନ ।୧୯।ସେ ତୋଟା ପୁରେଣ ବିଜୟେ ମାରୁତିନିଶଙ୍କେ ଭୀମସେନ ଶୋଇଛି ନିଭ୍ରାନ୍ତି ।୨୦।ମଣୋହିଂ ବେଳେ ବିଜେ କଲାକ ଅସୁରଦେଖଇ ବୁଲି କରି ମଧୁବନ ତୋଟାପୁର ।୨୧।ମନୁଷ୍ୟ ଗନ୍ଧ ଯହୁଂ ଗନ୍ଧାଇଲା ମଧୁବନେଦେଖିଣ ଅସୁର ଯେ ଲୋଡ଼ଇ ତୋଷ ମନେ ।୨୨।ଯାଇଣ ଭେଟିଲା ସେ ସରଯୂ ନଦୀ ତୀରେଅସାଷ୍ଟମ ହୋଇ ସେ ଶୋଇଅଛି ବ୍ରିକୋଦରେ ।୨୩।ମକର କେତନ ଜାଣି ଦିଶଇ ତାର କାୟେଦେଖିଣ ସାନନ୍ଦ ଯେ ଅସୁରେଶ୍ୱର ରାୟେ ।୨୪।ବୋଇଲା ଆଜର ଦିବସ ଅଟଇ ମୋର ଧନ୍ୟଇଚ୍ଛାୟେ ନର ବଳି ଆଜ କରିବି ଭୋଜନ ।୨୫।ନଦୀରେ ପଶି ସ୍ରାହାନ କରଇ କଉଣୋପଭୀମସେନ ସନ୍ନିଧ୍ୟେ ଆସି ବିକାଶଇ ଗରୁତାପ ।୨୬।ନିଦରେ ପାଣ୍ଡବ ଯେ ହୋଇଛି ଅସାଷ୍ଟମକୋପେଣ ଗର୍ଜଇ ସେ ଅସୁର ମହାତମ ।୨୭।ଭୀମସେନ ସନ୍ନିଧ୍ୟେ ଦିଲାକ ଉଞ୍ଚେ ରଡ଼ିଯେସନକ ଗିରିବର ଭାଞ୍ଜି ପଡ଼େ ଝଡ଼ି ।୨୮।ନିଦ୍ରାୟେଣ କିଛି ନ ଜାଣଇ ମାରୁତିପୁଣି ଅସୁର ରଡ଼ି ଦିଲା ଭୀମସେନ କତି ।୨୯।ତଦ୍ୟାପି ନିଦ୍ରା ତାହାର ଭଗ୍ନ ଯେ ନୋହିଲାଶାଳ ବୃକ୍ଷେକ ଘେନି ଉପରେ ପ୍ରହାରିଲା ।୩୦।ଭାଞ୍ଜିଣ ବୃକ୍ଷ ଯେ ହୋଇଲା ଶତେ ଚୂରତଦ୍ୟାପି ନିଦ୍ରା ଭଙ୍ଗ ନୋହିଲା ବ୍ରିକୋଦର ।୩୧।ପୁଣି ସେ ପର୍ବତେକ ଧରିଣ ବୁଲାଇଭୀମସେନ ବାମ ଅଙ୍ଗେ ପ୍ରହାର କଲା ନେଇ ।୩୨।ପର୍ବତ ଚୂର ହୋଇଲା ଭୀମସେନର ବାମ ଅଙ୍ଗେ ପଡ଼ିଚିଆଂଇ ଉଠିଲା ବୀର ରେ ରେ କାର କରି ।୩୩।ଅସୁରକଇଂ ସମାସ୍ୟା ଦିଅଇ ପାବନିକାହିଂର ରେ ପାମର ମୂର୍ଖ ତୁ ଅଗ୍ୟାନୀ ।୩୪।ପରର ନିଦ୍ରା ଭଞ୍ଜିଣ ନ ଯୋଗାଇଆପଣାର ପୁତ୍ର ଶିର ଛେଦନ ଦୋଷ ପାଇ ।୩୫।ଅସୁର ବୋଇଲା ୟେ ମୋହୋର ଅଭୟେ ଭୁବନ ଗୋଟାମନୁଷ୍ୟ ହୋଇ କେମନ୍ତେ ରେ ପଶିଲୁ ୟେ ତୋଟା ।୩୬।ଇଷ୍ଟଦେବତା ତୋହୋର ସୁମର ରେ ମାନବସଞ୍ଚୟେ ପାଞ୍ଜି ତୋର ପୋଛିଲା ନାଶକର ଦେବ ।୩୭।ତୁହି ସେ ମାନବରେ ଅଟୁ ମୋର ଭକ୍ଷଜୀବନ ହରାଇଲୁ ଆଜ ପଡ଼ିଲୁ ପ୍ରତକ୍ଷ ।୩୮।ଅସୁର ପ୍ରତଗ୍ୟାଂ ଦେଖି କୋପେଣ ପାବନିଗର୍ଜିଣ ଉଠିଲା ସେ ମହାତେଜ ଘେନି ।୩୯।ଅସୁରକୁ କୋଳ କରି ଧଇଲା ବାମ ଭୁଜେକୋପେଣ ଆକ୍ରେଷଇ ଦୁର୍ଭାର ଦନୁଜେ ।୪୦।ଭୀମସେନକଇ ଧରି ପାଡ଼ିଲା ଅସୁରାଧିପାଣ୍ଡବ ସୁନ୍ଦର ସେ କାଳାନ୍ତକ ମହାଯୋଧୀ ।୪୧।ପ୍ରଥମେ ସମରେ ସେ ହାରଇ ଶତଶିଂଗର ଶାପ୍ୟେପ୍ରଥମ ଘାନ୍ତି ହାରିଲା ବଚନ ଅନୁରୂପେ ।୪୨।ଦୁତୀୟ ଯୁଦ୍ଧେ ଯେ ଭୀମସେନ ତୁରିତେଣ ଉଠିଅସୁରକଇ ବ୍ରିକୋଦର ଯେ ପାଡ଼ିଲା ଲେଉଟି ।୪୩।ମନ୍ଦର ମାଡ଼ି ଯେହ୍ନେ ବସଇ ହେମବନ୍ତସତ୍ୟଯୁଗେ ଯୁଦ୍ଧେ ଯେହ୍ନେ ଶସ୍ତ ପରଶସ୍ତ ।୪୪।ଭୀମସେନ ମାଡ଼ି ବସିଲା ଅସୁର ବକ୍ଷ ସ୍ଥଳେମୁଥେଳ ପ୍ରହାର କଲା ପବନ ଦୁଲାଳେ ।୪୫।ବଜ୍ର ପଡ଼ନ୍ତେ ପର୍ବତ ଯେହ୍ନେ ପଡ଼ଇ ଭାଂଜିଭୀମସେନର ମୁଥା ଘାତେ ଅସୁର ପଡ଼ଇ ଗଳଗାଜି ।୪୬।ପୁଣ ପ୍ରହାର ଯେ କଲାକ ବ୍ରିକୋଦରଅସୁର ଶିର ଭାଞ୍ଜି ହୋଇଲା ଶତେ ଚୂର ।୪୭।ଯହୁଂ କିନ୍ନର ଦତ୍ୟକୁ ମାଇଲା ପାବନିଆକାଶେ ଶୁଭିଲା ଯେ ସାଧୁ ସାଧୁ ଧୁନି ।୪୮।ପୃଥିବୀଦେବୀ ମାରୁତିକୁ ଅନେକ ସ୍ତୁତିକଲାତୋହୋର ପ୍ରସାଦେ ଭାରାଭର ମୋର ଉଶ୍ୱାସହୋଇଲା ।୪୯।ଶରଣ ପଞ୍ଜର ତୁ କଇଚ୍ଛା ଜଗଜ୍ଜେଠୀପ୍ରତଗ୍ୟାଂ ସାର୍ଥୁକ ତୁ କ୍ଷତ୍ରୀବର ମହାଶ୍ରେଷ୍ଠୀ ।୫୦।କୁମ୍ଭୀର ଦତ୍ୟକୁ ପ୍ରହାର କଲୁ ଜଳେଗଙ୍ଗା ଉଶ୍ୱାସ ହୋଇଲା ତୋହୋର ବାହୁ ବଳେ ।୫୧।କାଳେବର ଧାରଣା ତୁ ଶରଣ ପଞ୍ଜର ବୀରଧୂପ୍ରତଗ୍ୟାଂ ପାଳନ ତୁ ଜୀବନ ତୋର ସାଧୁ ।୫୨।ୟେସନେକ ସ୍ତୁତି ଯେ କଲାକ ବସୁଧାପୁରୁଷବର ସାଧୁ ତୁ ବଚନ ତୋର ସିଦ୍ଧା ।୫୩।ହିଡ଼ିମ୍ୱକକୁ ବଧକର ୟେହି ହିଡ଼ିମ୍ୱକ ବନେତପୋଧନେ କାରଣ ପାଆନ୍ତୁ ତୋହୋର ପ୍ରସନ୍ନେ ।୫୪।ଦେବତାଙ୍କର ଆଗ୍ୟାଂ ତୁମ୍ଭକୁ ହୋଇଲା ଆକାଶେୟେ ଚାରି ଦତ୍ୟ ବଧ ନିମନ୍ତେତୁମ୍ଭନ୍ତ ପେଷିଲେ ବନବାସେ ।୫୫।କିନ୍ନର ଦତ୍ୟ ବଧ କରି ଭୀମସେନଫଳଭାର କାନ୍ଧେ ପାଡ଼ି ପବନର ନାନ ।୫୬।ପତର ଝରି ୟେକ ସିଇଂ ପୁରୋଇଣ ପାଣିବାହୁଡ଼ଇ ବ୍ରିକୋଦର ପବନ ଗତି ଜାଣି ।୫୭।ଯୁଝେଷ୍ଠି ବାଟ ଚାହିଂ ଅଛନ୍ତି ଭୀମସେନକୁବାବୁରେ ଅରଜୁନ ଯାଅନି ଥୋକାୟେ ଦୂରକୁ ।୫୮।ଭୀମଗଲା ଯେ ୟେତେ ବେଳ ପରିଯନ୍ତେକିଅବା ପ୍ରମାଦତାକୁ ପଡ଼ିଲା ବନସ୍ତେ ।୫୯।ୟେ ମହାଘୋର ଗହନ ବନ ଯେ ଅଟବ୍ୟାକେଉଣ ଦାନବ ତାକୁ ବିରୋଧିଲା ଅବା ।୬୦।ସ୍ୱାମୀର ଆଗ୍ୟାଂ ନିବେଶିତ ଶିରେ ଘେନିଭୀମକୁ ଅନୁସରି ଚଳଇ ଫାଲଗୁନି ।୬୧।କରୁଣାକର ବୋଲି ୟେକ ପର୍ବତ ଗୋଟିୟେସେ ସ୍ଥାନରେ ଭେଟିଲା ଭୀମ ଧନୁର୍ଜୟେ ।୬୨।ଭୀମସେନର ପାଦେ ଅର୍ଜୁନ ଶତ ସହସ୍ର ଦଣ୍ଡ ପରିଣାମିଅପାର ବେଳ ତ କିମ୍ପା ବିଳମ୍ୱ କଲ ସ୍ୱାମୀ ।୬୩।ଭୀମସେନ ହସିଲା ଅର୍ଜୁନ ବଦନ ଚାହିଂକିନ୍ନର ବୋଲି ଦତ୍ୟେ କୁମ୍ଭୀର ଦତ୍ୟର ସାନ ଭାଇ ।୬୪।ମଧୁବନ ତୋଟା ପୁରେ ମୋତେ ସେ ବିରୋଧୀମହା ବଳବନ୍ତା ସେ ଅସୁରେଶ୍ୱର ମହାଯୋଧୀ ।୬୫।ଅନେକ ଦ୍ୱନ୍ଦ ହୋଇଲା ତାହାର ମୋହୋରସଂଗ୍ରାମେ ବଧିଲି ସେ ଅସୁରେଶ୍ୱର ବୀର ।୬୬।ତେଣୁ କରି ବିଳମ୍ୱ ହୋଇଲା ଫାଲଗୁନିଅପ୍ରମାଦେ ଅଇଲି ୟେ ପଙ୍କୁ ଫଳଭାର ଘେନି ।୬୭।ଭୀମ ଅର୍ଜୁନ ଦୁହେଂ ହୋଇଲେ ସମ୍ଭାଷିଯୁଝେଷ୍ଠି ଦେବଙ୍କ ଛାମୁରେ ହୋଇଲେକ ଆସି ।୬୮।ଜଳଉଦକେ ସ୍ନାହାନ କରନ୍ତି ଧର୍ମସୁତଛାମୁରେ ଅର୍ଜୁନ କହଇ ଅସୁରବଧର ବାରତ ।୬୯।ଶୁଣିଣ ଯୁଝେଷ୍ଠି ମହା ବିଷାଦ ଯେ ଚିତ୍ତେଅସୁର ତୁଲେ ଦ୍ୱନ୍ଦ ତୁ ୟେକାବାବୁରେ ଭିଆଇଲୁ କେମନ୍ତେ ।୭୦।ସଖା ସହୋଦର ବାବୁ ସଙ୍ଗତେ ନାହିଂ କେହିଆର ବେଳେ ୟେତେ ସାହାସତୁ ନ କରିବୁଟି ମୋର ଭାଇ ।୭୧।ଭୀମସେନ ବୋଇଲା ସ୍ୱାମୀ ଯତୁନେ ନ ଲୋଡ଼ଇପାଇଲେ ନ ଛାଡ଼ଇ ଦେବବ୍ରତ ମୋର ୟେହି ।୭୨।ସ୍ରାହାନ ତର୍ପଣ ଯେ ସାରିଲେ ଜପମନ୍ତ୍ର ଦେବପୂଜାଫଳ ଭୋଜନେ ବିଜୟେ ଧର୍ମର ଆତ୍ମଜା ।୭୩।ଭୋଜନ ସାରି ଦେବ କଲେ ଆଞ୍ଚୋବନଭୋଜନ ଆଳସ୍ୟେ ଦେବ କଲେକ ଶୟନ ।୭୪।ୟେକା ଫଳ ଭାରକେ ଦେବ ବଞ୍ଚିଲେ ତିନିଦିନପଞ୍ଚ ଦିବସ ରହିଲେ ସେହି ବନସ୍ତେଣ ।୭୫।ସେ ବନସ୍ତୁଂ ଚଳନ୍ତି ଦେବ ଗହନ ଘୋର ଗ୍ରାହିସର୍ପିଣୀ ନାମେ ନଦୀ ଗୋଟି ଯମୁନା ନଦୀରୁ ଯେ ବହି ।୭୬।ସେ ନଦୀର ତୀରେ ଯାଇଂ ପ୍ରବେଶ ହୋଇଲେବୀରଭୋଜ ପର୍ବତେ ଯାଇଣ ରହିଲେ ।୭୭।ଖାଇଦ ଫଳମାନ ଲୋଡ଼ି ନ ପାଇଲେ ଘୋର ବନେଅଖାଇଦ ଫଳ ତହିଂ ଲମ୍ବଇ ଗହନେ ।୭୮।ତୁଳ ମାସ ଶୁକଳ ପକ୍ଷ ଚତୁର୍ଦଶୀ ଶଉରି ବାରଅଶ୍ୱିନୀ ନକ୍ଷତ୍ର ଭୋଗ ସେ ଦିନର ।୭୯।ତତ୍ତୁଲ୍ୟ ନାମେ କରଣ ବରୀୟାନ ନାମେ ଯୋଗବିଛା ସଙ୍କରାନ୍ତିକି ପଚିଶି ଦିବସ ଭୋଗ ।୮୦।ସେ ଦିନ ପାଣ୍ଡବେ ଯେ ସର୍ପିଣୀ ନଦୀ କୂଳେନିରାଶେ ବଞ୍ଚିଲେ ସେ ନ ପାଇ କନ୍ଦମୂଳେ ।୮୧।ବ୍ରାଘ ଭାଲୁଙ୍କ ମୟୋମତ୍ତ ହସ୍ତୀୟେ ଜୀବମାନେ ତହିଂ ଅଛନ୍ତି ଅପ୍ରମିତି ।୮୨।ଅଖାଇଦ ଫଳ ଭକ୍ଷନ୍ତି ପୃଥୀର କାର୍ଯ୍ୟ କରି ।ଧର୍ମ ଉଦିତ କରାନ୍ତି ଆପଣେ ଦୁଖ ପଡ଼ି ।୮୩।ଅନେକ ଦୂର ମୃଗ ଯେ ଖେଦନ୍ତି ମହାବୀରେଗଣ୍ଡା ହରିଣ ମାରି ଖାନ୍ତି ଶଉରି ରାନ୍ଧଣା ବିଧାନରେ ।୮୪।ଆକାଶକୁ ଲାଗିଛନ୍ତି ଶାଳ ବୃକ୍ଷମାନେଅନେକ ଶ୍ରଦ୍ଧେ ଯେ ବିହରନ୍ତି ଘୋର ବନେ ।୮୫।ବଡ଼ ସୁସ୍ତ ପାଇଣ ରହିଲେ ପଞ୍ଚୁଛତ୍ରୀଜନ ମନୁଷ୍ୟ ଆତାଗମ ନାହିଂ ନା ନଗ୍ର କତି ।୮୬।ଅଗର ଚନ୍ଦନମାନ ଅଛନ୍ତି ଅପ୍ରମିତେଖାଇଦ ଫଳମାନ ନ ପାଇଲେ ସେ ବନସ୍ତେ ।୮୭।ମୃଗୟା ବିହାରେ ମାରନ୍ତି ବନଜୀବଶଉରି ବିଧି ରାନ୍ଧଣାରେ ବ୍ରତନ୍ତି ପାଣ୍ଡେବ ।୮୮।ନିର୍ମଳ ଠାବ ଦେଖି ସେ ରହିଲେ ବନସ୍ତେଦତ୍ୟ ଦାନବ ରାକ୍ଷସ ନାହିଂ ବ୍ରତନ୍ତି ବଡ଼ ସୁସ୍ତେ ।୮୯।ପତ୍ର କୁଡ଼ିୟା ଆଶ୍ରମ କରି ବ୍ରତନ୍ତି ବନବାସସେ ବନେ ରହିଲେ ପାଣ୍ଡବେ ତିନି ଯେ ଦିବସ ।୯୦।
ହିଡ଼ିମ୍ୱକ ବଧ ଓ ଘଟୋତ୍କଚ ଜନ୍ମ ବୃତ୍ତାନ୍ତ
ବଇଶାଖ ଶୁକଳ ଯେ ପୌର୍ଣ୍ଣମୀର ତିଥିଅରୁରାଧା ନକ୍ଷତ୍ର ଯେ ବାର ବୃହସ୍ପତି ।୧।ଆକାମାବୈ ସ୍ନାହାନ କରିବା ନିମନ୍ତେପୁନ୍ୟତୋୟା କୂଳକୁ ଚଳନ୍ତି ପଞ୍ଚୁଭ୍ରାଥେ ।୨।ସେ ପୁନ୍ୟତୋୟା ନଦୀରେ ସ୍ରାହାନ କରି ପିଣ୍ଡଦାନ ଦିଲେସେ ସରସ୍ୱତୀ ନଦୀ ତୀରେ ପାଞ୍ଚ ଦିବସ ରହିଲେ ।୩।ତହୁଂ ଚଳନ୍ତି ସେ ଘୋର ଗହନ ବନେପ୍ରବେଶ ହୋଇଲେ ସେ ହିଡ଼ିମ୍ୱକ ବନେ ।୪।ହିରଣକେଶୀ ନାମେ ୟେକ ନଦୀ ଗୋଟିଆକାଶ ଗଙ୍ଗାଉଂ ସେ ସାଗର ସଙ୍ଗମେ ଯେ ଫୁଟି ।୫।ସେ ନଦୀର କୂଳେ ବିଜେ ପଞ୍ଚୁ ଯେ ପୁରୁଷେବିପାକ କର୍ମେ ସେ ଖେଦନ୍ତି ବନବାସେ ।୬।ଖେଦନ୍ତି ହିଡ଼ିମ୍ୱକ ବନ ଅତିଅ ବୃଷାଳଅବସନ୍ତେ ବସନ୍ତ ତହିଂ ଅଛି ପଙ୍କୁ ଫଳ ।୭।ଆମ୍ୱ ପଣସ ଯେ କଦଳୀ ନଟିକାଳଜାମ୍ୱୁ ଜମ୍ୱିଳ ତାଳ ତମ୍ୱାଳ କଣ୍ଟାହୋଳ ।୮।ଅବସନ୍ତେ ବସନ୍ତ ଯେ ଲୋଡ଼ିଲେ ତହିଂ ପାଇଯାହା ମନେ ଇଛା କରି ସମ୍ପଦ ହୋଇ ସେହି ।୯।ବଡ଼ାଇ ବିସ୍ତାର ବନ ପାଞ୍ଚ ଯୋଜନ ସ୍ଥଳୀନିତି ପ୍ରତି ନଦୀ ଜଳ ମାଡ଼ଇ ବେନି ତଳି ।୧୦।ବନ ଦେଖି ସାନନ୍ଦ ଉଚ୍ଛର୍ଗ ପଞ୍ଚୁଜନବିହଡ଼ନ୍ତି ଦାରାକ୍ଷ ଫଳ କରନ୍ତି ଭୋଜନ ।୧୧।ଫଳ ଭକ୍ଷନ୍ତେ ଭାଞ୍ଜିଲା କ୍ଷୁଧା ଖେଦମଳୟ ପବନ ଲାଗି ମାଡ଼ିଲା ଘୋର ନିଦ ।୧୨।ଯୁଝେଷ୍ଠି ବୋଇଲେ ବାବୁ ଶୁଣ ଭୀମସେନନିଦ୍ରା ଯିବି ଦଣ୍ଡେ ବାବୁ ଜାନୁ ଦିଅ ସୀମ ଥାନ ।୧୩।ଭୀମସେନ ଜାନୁରେ ସୀମଥାନ ଦେଇକାଶୀ ନଦୀ ତୀରେ ଶୁତିଲେ ଚାରି ଭାଇ ।୧୪।ନିଦ୍ରାର ଆଳସେ ଶୋଇଲେ କୋଇନ୍ତା ଦେବୀ ଆୟିମହାଶ୍ରମେ ନିଦ୍ରା ମାଡ଼ିଲା ଆହାର ପୃଷ୍ଟପାଇ ।୧୫।ବହୁତ ଆହାରେ ସେ ବହୁତ ଯେ ନିଦ୍ରାଆତ୍ମା ନ ଅଗୋଚର ଭାଞ୍ଜିଲା ପଞ୍ଚୁ ମୁଦ୍ରା ।୧୬।ଶୁତିଲେ ପାଣ୍ଡୁର ନନ୍ଦନେ ହୋଇଲେ ଅସାଷ୍ଟମକୁଶ ଶେଯ୍ୟାୟେ ଶାଳପତ୍ର ପାଡ଼ି ଶୁତିଲେ ଦେବଧର୍ମ ।୧୭।ଭୀମସେନ ଜଗିଅଛି ସୀମଥାନେ ବସିଆଦିତ୍ୟଙ୍କ ଅସ୍ତକାଳ ହୋଇଲାକ ଆସି ।୧୮।ଦେଖିଣ କ୍ରୋଧ ଯେ କରଇ ମାରୁତିଆମ୍ଭନ୍ତ ଉପୁଜାଇ କୋଇନ୍ତା ପାଇଲୁ ୟେଡ଼େ ଶାସ୍ତି ।୧୯।କୋନ୍ତଭୋଜ ରାଜାର ଗୋ ଅଟୁ କୁଳର ମଣ୍ଡଣୀସୋମବଂଶ ଠାକୁରାଣୀ ଗୋ ଅଟୁ ପଣ୍ଡୁରାଜାର ପାଟରାଣୀ ।୨୦।ନିରଞ୍ଜନ ଦେବତା, ପବନ ଦେବତା, ବାସବ ତୋହୋର ପତିଆମ୍ଭନ୍ତ ଜୀବନ ଥାଉଂ ମାତା ଗୋତୋହୋର ୟେତେକ ଯେ ଶାସ୍ତି ।୨୧।ଧିକ ଧିକ ଆମ୍ଭର ଜୀବନ ଯେ କ୍ଷତ୍ରିୟ କୁଳରବଳ ଦର୍ପ ଥାଉଂ ଯେ ହୋଇଲୁଂ ହୀନ ଛାର ।୨୨।ଭୋ ସ୍ୱାମୀ ଯୁଝେଷ୍ଠି ତୁ ପ୍ରତକ୍ଷେ ନିରଞ୍ଜନଯାହାର ପାଦେ ନାରାୟଣେ କରନ୍ତି ବନ୍ଦନ ।୨୩।ଅଜାତଶତ୍ରୁ ଦେବ ଧର୍ମ ଯେ ଯୁଝେଷ୍ଠିକର ଲେଉଟାନ୍ତେ ଯାର ଲେଉଟଇ ନବ ସୃଷ୍ଟି ।୨୪।ଦିବ୍ୟ ସୁପାତି ଦେବ ଶେଯ୍ୟା ଯୁଗତେୟେଥେ ନିଦ୍ରା ସ୍ୱାମୀ ତୋତେ ମାଡ଼ିଲା କେମନ୍ତେ ।୨୫।ଅର୍ଜୁନ ବଦନ ଚାହିଁ ନିରୋପଇ ଭୀମସେନବାବୁ ବାସବର ପୁତ୍ର ତୋତେ ବାସୁଦେବେ ଅଭିନ୍ନ ।୨୬।କୋଳରେ ବସାଇ ତୋତେ ଶ୍ରୀପୁରୁଷୋତ୍ତମନାରାୟଣ ଦିଲେ ତୋତେ ଦୁତୀକୃଷ୍ଣ ନାମ ।୨୭।ୟେ ମହୀମଣ୍ଡଳେ ତୋତେ ନାହିଁ ଛତ୍ରୀ ବଳବନ୍ତାସୁରବର ସୁନ୍ଦର ତୁ ତ୍ରୈଲୋକ୍ୟ ଜିଣନ୍ତା ।୨୮।କାହାର ଭୟେଣ ବାବୁ ତୋହୋର ୟେତେକ ଯେ ଶାସ୍ତିଯୁଝେଷ୍ଠିଙ୍କ କଲା କୃତ୍ୟ ଆମ୍ଭଙ୍କୁ ୟେତେକ ଦୁର୍ଗତି ।୨୯।ନକୁଳ ବଦନ ଚାହିଁ ଭୀମସେନ ପରଶଂସିବାବୁ ଶରଦ ପୌର୍ଣ୍ଣମୀ ଚନ୍ଦ୍ର ଜାଣିତୋହୋର ବଦନ ବିକାଶି ।୩୦।ଅତି ସୁକୁମାରରେ ଅଟୁ ମୋହୋର ବାପଅଶ୍ୱିନୀ ନନ୍ଦନ ତୋତେ ଜାଣନ୍ତି ବୃନ୍ଦାଅର୍କ ।୩୧।ଆକାଶେ ପାଟ ତୋତେ ଅଛି କୁମାର ମୁଖେକେବଣ ପାତକେ ରେ ବାବୁ ତୋହୋର ୟେତେ ଦୁଃଖେ ।୩୨।ମାଛି ଗୋଟିଏ ଯେବେ ଶରୀରେ ତୋହୋର ବସିଶତେ ପଳ ଚନ୍ଦନ ଶରୀରେ ତୋର ଘଷି ।୩୩।ବେଳୁରୀ ତୁଳୀ ଉପରେ ନେତର ସୁପାତିତହିଂ ତୋତେ ନିଦ୍ରା ନ ମାଡ଼ଇ ନିଶା ରାତି ।୩୪।ନେତର ଶେଯ୍ୟା ଉପରେ ବାବୁ ପୁଷ୍ୟର ପାଖଡ଼ିତହିଂର ଉପରେ ଯେ କର୍ପୂର ଗୁଣ୍ଡି ସିଞ୍ଚଡ଼ି ।୩୫।ତହିଂ ତୋତେ ନିଦ୍ରା ନ ମାଡ଼ଇ ରେ ଭାଇୟେ ଶାଳପତ୍ର ଶେଯ୍ୟାୟେ କେସନେ ଶୁତିଲୁ ସୁସ୍ତ ହୋଇ ।୩୬।ବାବୁ ସହଦେବ ରେ ମନ୍ତ୍ରୀ ଚୁଡ଼ାମଣିଆରେ କରକୁ ଚାହାଂନ୍ତେଣ ତୋତେଚତୁର୍ଦଶ ଭୁବନ ବାରତା ଜାଣି ।୩୭।ଭୂତ ଭବିଷ ବର୍ତ୍ତମାନ ତୋତେ ଦିଶଇ ଗତ ଯେ ଆଗତଆମ୍ଭର ତୁଲେ ବାବୁ ରେ ପାଇଲୁ ୟେତେ ଦୁଖ ଭ୍ରାଥ ।୩୮।ୟେ ତୋହୋର ଅବସ୍ତା ବାବୁ କଷ୍ଟମାନ ଦେଖିଜଳି କିମ୍ପେ ନ ଯାଇ ୟେ ମୋହୋର ବେନି ଆଖି ।୩୯।କାହାକୁ ଭୟେ ଆମ୍ଭନ୍ତ ଅଛଇଂ ତ୍ରିୟ ଲୋକେକୁରୁବଳଯାକ ସବୁନ୍ତି ମାରି ପାରଇ ମୁଂ ୟେକେ ।୪୦।ବଚନ ଦରିଦ୍ର ହୋଇ ତୁ ନାଶ ହଲୁ ସ୍ୱାମୀସମ୍ପଦ ଥାଉଂ କିମ୍ପେ ବିପଦେଣ ଭ୍ରମି ।୪୧।ୟେସନେକ ବିଚାରି ସେ କ୍ରୋଧ କରଇ ବ୍ରିକୋଦରହିରଣ୍ୟ ପର୍ବତେ ଥାଇ ଶୁଣିଲା ହିଡ଼ିମ୍ୱକ ଅସୁର ମହାବୀର ।୪୨।ହିଡ଼ିମ୍ୱକୀ ନାମେଣ ତାହାର କନିଷ୍ଠ ଭୟେଣୀତାହାକୁ ରାଇ ବୋଇଲା ଅସୁର ମୂଢ ଯେ ଅଗ୍ୟାନୀ ।୪୩।ଆୟି ଜିଭା ସ୍ରବଣ କଲା ସୁକୃତ ମୋହୋରନରବଳି ପ୍ରବେଶ ହୋଇଲା ଆଜ ୟେହି ବନସ୍ତର ।୪୪।ଯାଅନି ଚଳିଣ ଗୋ ବେଗ ୟେହି କ୍ଷଣମାନୁଷ୍ୟ ଭକ୍ଷ ମିଳିଲା ଛାମୁକୁ ମୋର ଆଣ ।୪୫।ଭ୍ରାଥାର ବଚନେ ଚଳଇ ହିଡ଼ିମ୍ୱକୀନିର୍ଝର ଘୋର ବନସ୍ତେ ଯାଇଣ ସେ ଦେଖି ।୪୬।ଦେଖିଲାକ ବସିଅଛଇ ପବନର ତନୟେଦିଶଇ ମାରୁତି ଯେ ଅନଙ୍ଗ ରୂପ ପ୍ରାୟେ ।୪୭।ଦେଖିଣ ଦାନବୀ ଯେ ମଦନ ଶରେ ଘାରିଅସାଷ୍ଟମ ହୋଇଲା ଧର୍ମ ଧର୍ମ ସୁମରି ।୪୮।ଅସୁରୀ ରୂପ ଛାଡ଼ିଲା ଯେ ମଦନେ ଅସାଷ୍ଟିକାମସେଣା ପ୍ରାୟେ ହୋଇଲା ରୂପ ଗୋଟି ।୪୯।ଅତି ସୁକୁମାରୀ ମାନିନୀ ମାନ ରୂପୀମଦନ ଶର ଶରୀରେ ତାହାର ଯେ ବ୍ୟାପି ।୫୦।ଭୀମସେନର ପାଦତଳରେ ହୋଇଲା ପରିଣାମିବୋଇଲା କାମଜଳ ସାଗରୁ ମୋତେଉଦ୍ଧରି ଧର ଦେବ ସ୍ୱାମୀ ।୫୧।ଭୀମସେନ ଆଶ୍ରିଜ ହୋଇଲା ତାହାର ବଚନେଦେବସ୍ତିରୀ ପ୍ରାୟେ ଦିଶୁ ମା ଗୋ ଥିଲୁ କେଉଣ ଭୁବନେ ।୫୨।ଅନେକ ଆଭରଣ ଭୂଷଣ ତୋହୋର ଯେ କାୟେପ୍ରତେକ୍ଷେ ଦିଶୁ ତୁ ଯେ ଆକାଶ ରମ୍ଭା ପ୍ରାୟେ ।୫୩।ସଦାଶିବର ଭାରିଯା ତୁ ଗୋ ଅଟୁ କି ପାର୍ବତୀପଦ୍ମବନ ତେଜି କି କମଳା ଉତପତ୍ତି ।୫୪।ମୁହିଂ ମାନବ ଅଟଇ ମହାଦୁଖୀତୁ କିମ୍ପାଇ ଇଛା କରୁ ଗୋ ଶରଦ ଚନ୍ଦ୍ରମୁଖି ।୫୫।ତୁକୁ ହିଂ ବର ଗୋ ଯୋଗାଇ ଅନଙ୍ଗ ସୁନ୍ଦରୟେ ମୋହୋର ଅବସ୍ତା କାଳେ କିସ ଶୃଙ୍ଗାର ତୋହୋର ।୫୬।ତୁ ଯେବେ ଶୃଙ୍ଗାର ଇଛିଲୁ ମହାମାୟିଅଳକା ନାଥ ତୋତେ ବର ପଣରେ ଯୋଗାଇ ।୫୭।ଛାଡ଼ିଣ ମେଲ ଗୋ ମୋହୋର ମନୀଷାୟେ ଦୁଖ କାଳେ ତୁ କିମ୍ପା ବଢାଇଲୁ ଆଶା ।୫୮।ଭୀମସେନ ହିଡ଼ିମ୍ୱକୀ କଥା ହୁଅନ୍ତେଣ ତହିଂହିଡ଼ିମ୍ୱକ ବିମୁଖହୋଇ ହିଡ଼ିମ୍ୱିକୀ ବାଟ ଚାହିଂ ।୫୯।ଭୀମସେନ ପଚାରଇ ଗୋ ତୁ ଅଛୁ କାହାର କତିକେ ତୋହୋର ସ୍ୱାମୀ ତୁ କାହାର ଯୁବତୀ ।୬୦।ନିଷ୍ଫଳ ଜୀବନ ତୋର ହୋଇଲା କିସ ଅର୍ଥେନିଜ ସ୍ୱାମୀ ଛାଡ଼ି କିମ୍ପା ପର ବାରା ଇଚ୍ଛୁ ମୋତେ ।୬୧।ହିଡ଼ିମ୍ୱିକୀ ବୋଇଲା ତୁ ଶୁଣ ପ୍ରାଣପତିହରିଣ୍ୟ ଦତ୍ୟ ବୋଲି ନିଦାଘ କୂଳେ ଉତପତ୍ତି ।୬୨।ତାହାର ପୁତ୍ର ଯେ ଦାନବ ଜପାସୁରଜପାସୁର ନନ୍ଦନ ହାଦେ ଅସୁର ମହାଘୋର ।୬୩।ଘୋର ମୁଖର ନନ୍ଦନ ଦାନବ ରୁଦ୍ରମାଳୀତାହାର ନନ୍ଦନ ଯେ ଅସୁର ବିଂଝମାଳୀ ।୬୪।ୟେ ଦାନବର ପୁତ୍ର ଯେ ଭାସ୍କର ଅସୁରୟେହାର ନନ୍ଦନ ଯେ କେତୁମାଳୀ ବୀର ।୬୫।କେତୁମାଳୀର ପୁତ୍ର ଅସୁର ପ୍ରଳମ୍ୱାପ୍ରଳମ୍ୱାର ନନ୍ଦନ ଦତ୍ୟ ବୀର ଅମ୍ୱା ।୬୬।ଅମ୍ୱାର ନନ୍ଦନ ଯେ ନିର୍ବାଚକ ପଚନିର୍ବାଚର ନନ୍ଦନ ବଜ୍ର ଯେ କପଚ ।୬୭।ବଜ୍ରକପଚର ଚାରି ପୁତ୍ର ଉପୁଜିଲାକୁମ୍ଭୀର କିନ୍ନର ବକ ହିଡ଼ିମ୍ୱକ ନାମ ଦିଲା ।୬୮।ସେ କୁମ୍ଭୀର ଦତ୍ୟ ଅଛି ସୁର ନଦୀ ଭିତରେସେ କିନ୍ନର ଦାନବ ଥାଇ ଯେ ମଧୁବନ ତୋଟାରେ ।୬୯।ହିଡ଼ିମ୍ୱକ ଦତ୍ୟ ଅଛଇ ୟେହି ହିଡ଼ିମ୍ୱକ ବନେବକ ରାକ୍ଷସ ଅଛି ୟେକଚକ୍ରା ନଗ୍ର ଭୁବନେ ।୭୦।ୟେ ଚାରିଭାଇଙ୍କର ମଧ୍ୟେ ମୁଂ ଅଟଇ ୟେକହିଂ ବହେଣୀହିଡ଼ିମ୍ୱିକୀ ନାମ ମୋହୋର ଶୁଣ ହୋ ବୀରମଣି ।୭୧।ମୁକୁ କାହକୁହିଂ ପ୍ରଦାନ ନକଲା ଦଇତାଯୁବା ବୟେସ ହୋଇଲି ମୁଂ ଅପ୍ରତିଷ୍ଠା ବିରହିତା ।୭୨।ୟେତେ କାଳେ ସ୍ୱାମୀ ପାଇଲି ମୁହିଂ ତୋତେୟେ ଅସୁର ଭୋଗ ଭୂମି ଯେ ପଶିଲ କେମନ୍ତେ ।୭୩।ହିଡ଼ିମ୍ୱକ ଦତ୍ୟ ପେଶିଲାକ ରାଇ ମୋତେମୁହିଂ ଅଇଲି ତୁମ୍ଭନ୍ତ ଧରି ନେମାର ନିମନ୍ତେ ।୭୪।ନର ମାନୁଷ୍ୟ ତୁମ୍ଭେ ଆମ୍ଭର ଭକ୍ଷ ସିନା ସ୍ୱାମୀମୁହିଂ ଅଇଲି ତୁମ୍ଭନ୍ତ ଅନ୍ତରୀକ୍ଷେ ଧରି ନେମି ।୭୫।ତୋହୋର ରୂପ ଦେଖି ମଦନେ ଆରତିଛାଡ଼ିଲି ଲଜ୍ଜା ମୁଂ ସୋଦରେ ନ କଲଇଂ ଭୀତି ।୭୬।ସୋଦରନ୍ତ ଛାଡ଼ି ମୁଇଂ କଲି କାମ ଇଚ୍ଛାତୁମ୍ଭକୁ ହିଂ ମାଗଇ ପ୍ରସନ୍ନ ହୋଇ ପୂରାଅ ମନ ବାଞ୍ଚା ।୭୭।ୟେସନେକ ସମୟେ ହିଡ଼ିମ୍ୱକ ହିଡ଼ିମ୍ୱିକୀର ବିଳମ୍ୱ ଦେଖିଧାମଇ ହିଡ଼ିମ୍ୱକ ଧର୍ମକୁ ଉପେଖି ।୭୮।କାଳାନ୍ତେକ ଅସୁର ସେ ପ୍ରତଗ୍ୟାଂ ସାମରଥାଆକାଶ ମଣ୍ଡଳେ ଯାଇ ଲାଗିଛି ତାହାର ମଥା ।୭୯।ବାମକରେ ପର୍ବତ ଡ଼ାହାଣ କରେ ବୃକ୍ଷଅଭୟେ ମନ୍ଦରଗିରିକି ଉଡ଼ି ଆସଇପ୍ରତ୍ୟକ୍ଷ ।୮୦।ଖାଂକର କେଶ ଦିଶଇ ଭଇରୋବ ରୂପ ଜାଣିଦିଗ ଶୂନ୍ୟ ମଣ୍ଡଳ ଦିଶଇ ବେନି ପାଣି ।୮୧।ତମ୍ୱାଚକ୍ର ପ୍ରାୟେକ ଦିଶଇ ବେନି ଆଖିଦୂରେ ଥାଇଣ ତାହା ଦେଖିଲା ହିଡ଼ିମ୍ୱିକୀ ।୮୨।ଲହ ଲହ ଜିଭ୍ୟା ଦଶନ ବିକଟରେ ରେ କାର ଶବଦେ ଖଂକାଳି କାକଂଳ ପେଟ ।୮୩।ଆରେ ଆରେ ବୋଲି ଅସୁର ଆସଇ ଧାମିହିଡ଼ିମ୍ୱିକୀ ବୋଇଲା ବହନ ପଳା ସ୍ୱାମୀ ।୮୪।ଆସୁଅଛି ହିଡ଼ିମ୍ୱକ ମହା ବଳିଷ୍ଠଯାହାର ଭୟରେ ଆସନ ଛାଡ଼ଇ ସୁର ଶ୍ରେଷ୍ଠ ।୮୫।ପାଞ୍ଚବେଳ ଧାଡ଼ି ଦିଲା ଅମର ସ୍ୱର୍ଗକୁବଜ୍ର ଘେନି ବାସବ ପିଟିଲା ୟେହାର ବୁକୁ ।୮୬।କୋଟିଏ ରଶ୍ମିର ତେଜ ଯେବଣ ବଜ୍ର ଶକତିସେ ଶହସ୍ର ବଞ୍ଚାଇଲା ଅସୁର ମହାକ୍ଷେତ୍ରୀ ।୮୭।ତାହାକୁ ସଂଗ୍ରାମେ ସମାନ ନାହିଂ କେହିବଜ୍ରେଣ ନିର୍ବାଣ ସେ ଅସୁରର ଦେହୀ ।୮୮।ୟେ ମୋହୋର ବଚନ ସ୍ୱାମୀ ଶୁଣିମା ନିରୁତାନ୍ତେଅସୁର ମୁଖୁଂ ପଳାଇତେ ବାଟ ନାହିଂ ତୋତେ ।୮୯।ୟେକା ପହଣ୍ଡକେ କୋଶେ ଯାଇ ଖେପିପୃଥୀ ଡ଼େଇଂତେ ପାରେ ସେ ଅସୁର କାମ ରୂପୀ ।୯୦।ଅସୁର ନିକଟ ହୋଇଲା ଆସି ପାଞ୍ଚ ଯୋଜନନୁଆରିନି ପଳାଇ ତୁମ୍ଭେ ଛଡ଼ ଜଣ ।୯୧।ମୋହୋର କାନ୍ଧରେ ତୁମ୍ଭେ ସମସ୍ତେହେଂ ବସଅନ୍ତରୀକ୍ଷେ ତୁମ୍ଭନ୍ତ ମୁଂ ଘେନିଯାଇଂ ଅବଶ୍ୟ ।୯୨।ଭୀମସେନ ବୋଇଲା ଗୋ ଜାଣିଲି ତୋର ମନକାନ୍ଧରେ ବସାଇ ତୁ ସବୁନ୍ତି ଗିଳିବୁ ବହନ ।୯୩।ହିଡ଼ିମ୍ୱିକୀ ବୋଇଲା ଯେବେ ଅପ୍ରତେ କଲୁ ମୋତେଅଲଘିଂତ ନିୟମ ମୁଂ କଲି ତ୍ରିବାର ସତ୍ୟ ସତ୍ୟେ ।୯୪।ଯେବେ ସ୍ୱାମୀ ତୋହୋର ହୋ ଅଛଇ ପରାକ୍ରମଅସୁରର ତୁଲେ ତୁ କରସି ସାଂଗ୍ରାମ ।୯୫।ଯଦ୍ୟପି ହିଡ଼ିମ୍ୱକ ଅଟଇ ମୋର ଭାଇତାହାର ଭୟେ ମୋତେ ବର ନାହିଂ କେହି ।୯୬।ତୁ ମୋହୋର ବଲ୍ଲଭ ବଢିଲା କାମ ଖେଦତୋହୋର ମୋହୋର ତ ୟେକତ୍ୱ ଅଭେଦ ।୯୭।ତାହାର ମୃତ୍ୟୁ ଭେଦ କହଇ ତୋତେ ସାଧ୍ୟଯେବଣ ଠାରେ ମାଇଲେ ଅସୁର ହେବ ବଧ୍ୟ ।୯୮।ଭୀମସେନ ବୋଇଲା ମୋତେ କହସି ପ୍ରିୟବତୀହୋଇଲୁ ଭାରିଯା ମୋହୋର ତ୍ରିବାର ସତ୍ୟି ସତ୍ୟି ।୯୯।ସ୍ୱାମୀ ବିଶ୍ୱନାଥ ତପେ ତୋଷିଲା ନବ ସହସ୍ର ବରଷ ପରଯନ୍ତେବୋଇଲା ତ୍ରୈଲୋକ୍ୟେ ଘୋଟିବିମୁଇଂ ବିଶ୍ୱ ରୂପେ ବିଶ୍ୱନାଥେ ।୧୦୦।ଦେବ ଦାନବ ମାନବ ଆଦି କରିସପତ ବ୍ରହ୍ମାଣ୍ଡେ ମୋତେ ନୋହିବ କେହି ସମସରି ।୧୦୧।ଯେବେ ପ୍ରସନ୍ନ ମୋତେ ହୋଇଲୁ ବିଶ୍ୱରୂପକାୟା ମୋହୋର ହୋଉବଜ୍ର ଛଉରି ବଜ୍ର ମୋତେ ଖେପ ।୧୦୨।ଭୋଳେଣ ବଜ୍ର ଯେ ଖେପିଲେ ବିଶ୍ୱଭୂତେଜାଳିଲେ ମହାରସ ସେହି ହିଡ଼ିମ୍ୱକର ଗାତ୍ରେ ।୧୦୩।ଲାଭି ଗଭୀର ତହିଂରେ ମାତ୍ର ନ ପଡ଼ିଲାଶରୀର ଯାକ ତାହାର ବଜ୍ର ଯେ ହୋଇଲା ।୧୦୪।ଜାଣିଥିବୁ ସ୍ୱାମୀ ସାଂଗ୍ରାମର କାଳେଗଭୀର ନାଭିରେ ଯେ ମାରିବୁ ନେଇ ଶୂଳେ ।୧୦୫।ତେଣେ ନାଶ ଯିବଟି ଦଇତ ତୋ ଅରିଆନ ଯୁଦ୍ଧେ ତ୍ରୈଲୋକେ କେ ତାକୁ ନାହିଂ ସମସରି ।୧୦୬।ଆହୋ ହିରଣ୍ୟକ ପରବତେ ଅଛଇଟି ଶକତିଆକାଶକୁ ଧାଡ଼ି ଦିଲେ ତା ଘେନଇଂ ଦତ୍ୟପତି ।୧୦୭।ଭୀମସେନ ବୋଇଲା ତୁ ଶକତି ମୋତେ ଆଣତୋହୋର ଭାବ ମୁଂ ଜାଣିମି ୟେହିକ୍ଷଣ ।୧୦୮।ୟେତେକ ବଚନେ ସେ ଖେପିଲା ଅସୁରୀୟେକା ହାଥକ ତହିଂକି ଦିଲାକ ବିସ୍ତାରି ।୧୦୯।ପାଞ୍ଚ ଯୋଜନେ କେ ଅଛି ଯେ ହିରଣ୍ୟକ ଗିରିହିଡ଼ିମ୍ୱିକୀର ଭୁଜ ପାଇଲା ତହିଂକି ବୋଲି କରି ।୧୧୦।ଭୀମସେନ ଦେଖିଲା ସେ ଶକତି ଆଣିଲା ବାମକରେଶକତି ସମର୍ପିଲା ଭୀମସେନର ହାଥରେ ।୧୧୧।ଭୀମସେନ ବୋଇଲା ତୁ ହସ୍ତେ ଘେନିଥିବୁସଂଗ୍ରାମେ କଟାଳ ପଡ଼ିଲେ ନେଇ ମୋତେ ଦେବୁ ।୧୧୨।ନିଦ୍ରାୟେ ଅସାଷ୍ଟମ ମୋହୋର ଭ୍ରାଥ ମାୟେନିଦ୍ରା ଭଙ୍ଗ କଲେ ଯେ ଅପ୍ରମିତ ଦୋଷ ହୋୟେ ।୧୧୩।ତୋତେ ଲାଗିଇଟି ୟେ ପାଞ୍ଚଙ୍କରି କଥାମୁହିଂ ୟେହି କ୍ଷଣି ସାଂଗ୍ରାମେ ମାରଇଂ ଦଇତା ।୧୧୪।ଆରେକ କଥାୟେ ତୋତେ ମାଗଇ ହିଡ଼ିମ୍ୱିକୀନପୁଣ ମୋତେ କୋପ କରୁ ଭାଇ କଷ୍ଟ ଦେଖି ।୧୧୫।ହିଡ଼ିମ୍ୱିକୀ ବୋଇଲା ଯେ ତୋହୋର ବଇରିସେ ମୋହୋର ଶତ୍ରୁ ହାଦେ ବେଗେ ପକାଅ ଯେ ମାରି ।୧୧୬।ଥିର କରି କାଢିଲା ସେ ସୀମସ୍ଥାନୁଂ ଜାନୁଗର୍ଜିଣ ଉଠିଲା ଯେ ପବନର ତନୁ ।୧୧୭।ଅସୁର କାୟା ବିକାଶି ଅଛି ଯେତେଭୀମସେନ କାୟା ବିକାଶିଲା ତେତେ ।୧୧୮।ହସ୍ତେ ଉପାତି ଧଇଲା ବେନିବୃକ୍ଷରାହୁ ଆକ୍ରଷଣ ପ୍ରାୟେ ପବନର ବଚ୍ଛା ।୧୧୯।ହିଡ଼ିମ୍ୱକ ଭୀମସେ ନଦୁହେଂ ହୋଇଲେ ୟେକ ସରିଦାନେବ ବୁଲାଉଛି ଦକ୍ଷିଣ କରେ ପର୍ବତେକ ଧରି ।୧୨୦।ବୁଲାଇଂ ପିଟିଲା ନେଇ ସେ ଭୀମସେନ ଉପରେପର୍ବତ ପଡ଼ିଲା ଆସି ଭୀମସେନ ମଥାରେ ।୧୨୧।ପଡ଼ିଣ ଗିରିବର ଶତେ ଖଣ୍ଡ ହୋଇଲାଭୀମସେନ ଶରୀରେ ପଡ଼ି ଧୂଳି ଯେ ହୋଇଲା ।୧୨୨।ଆରେ ସାଧୁ ସାଧୁ ପ୍ରତଗ୍ୟାଂ ମାନବ ରେ ଦଇତ ଯେ ବୋଲିକୋପେଣ ଭୀମସେନକୁ ହିଡ଼ିମ୍ୱକ ଦେଲା ପେଲି ।୧୨୩।ଅସୁର ଡାକ ଦିଅଇ ଆଲୋ ହିଡ଼ିମ୍ୱିକୀସୋଦର ଛାଡ଼ିଲୁ ତୁ ଯେ ପର ପୁରୁଷକୁ ଦେଖି ।୧୨୪।ୟେହାର ରକତ ପାନେ କରଇଂ ଆଜ କେଳିତୋହୋର ମୁଣ୍ଡ କାଟି ଦେବଇଂ ବିଷାବଳୀ ।୧୨୫।ଅନେକ ପ୍ରତଗ୍ୟାଂ ଯହୁଂ କଲାକ ଅସୁରହିଡ଼ିମ୍ୱିକୀ ବୋଇଲା ଭାଇ ଆଗେ ୟେଥୁଂ ହୋଅ ପାର ।୧୨୬।ରାଗେ ଭୀଷ୍ମ ମୂର୍ତ୍ତି ଧଇଲା ଦଇତେବେନି ଭୁଜ ବଢାଇଲା ବେନି ଯୋଜନା ପରିଯନ୍ତେ ।୧୨୭।ଧାତିକରେ ସେ ଉପାଡ଼ିଲେ ବେନି ଯେ ପର୍ବତପୁଣି ପ୍ରହାର କଲା ନେଇ ଭୀମସେନର ମାଥ ।୧୨୮।ବାମ ଅଙ୍ଗ ପାତିଲା ପବନର ସୁତପଡ଼ି ଚୁର ହୋଇଗଲା ସେ ବେନି ପରବତ ।୧୨୯।ପୁଣି ଭୀମସେନ ପିଟିଲା ନେଇ ବେନି ଶାଳବୃକ୍ଷଅସୁର ଶରୀରେ ପଡ଼ି ଚୂର ହୋଇଲା ପ୍ରତକ୍ଷ ।୧୩୦।ହିଡ଼ିମ୍ୱକ ବୋଇଲା ତୁ ମୋହୋର ନରବଳିକେମନ୍ତେ ୟେତେ ଦର୍ପ ବହିଲୁ ରେ ତୋହୋ ଛାର ଭଳି ।୧୩୧।ଭୀମସେନ ବୋଇଲା ତୁ ରେ ଜାଣିଲୁ ତତ୍ତୁମୋହୋର ହାଥେ ଯେ ତୋହୋର ନିଜ ମୃତୁ ।୧୩୨।ୟେସନେକ ବଚନ ଶୁଣି ଦୁର୍ଭାର ଦଇତକୋପେଣ ଭୀମସେନକୁ ମାଇଲା ବଜ୍ର ମୁଥ ।୧୩୩।ରାଗେଣ ବେନି ମୁଥ ମାଇଲା ଯେ ଭୀମତ୍ରିପଣ୍ଡ ଗଳିତ ଶରୀରେ ବହଇ ଯେ ଘୃମ ।୧୩୪।ରାଗେଣ ଭୀମସେନକୁ ଧଇଲା ଦତ୍ୟରାଜଆକ୍ରେଷଣ କରି ଯେ ଭିଡ଼ି ବେନି ଭୁଜ ।୧୩୫।ପାଦେଣ ପାଦକୁ ଛନ୍ଦିଲା ଅସୁର ମହାଦଚ୍ଛଅସୁରକୁ ପେଲି ପକାଇଲା ପବନର ବଚ୍ଛ ।୧୩୬।ଅସୁର ବକ୍ଷସ୍ଥଳେ ଭୀମ ବସିଲାକ ମାଡ଼ିବେନି ମୁଥ ପ୍ରହାର କଲା କୋପେଣଅଧର କାମୋଡ଼ି ।୧୩୭।ହୁଙ୍କାର ଶବଦ କଲାକ କଉଣୋପେଭୀମସେନକୁ ଲେଉଟାଇ ପାଡ଼ିଲା ନିଜ ଭୁଜ ଦର୍ପେ ।୧୩୮।ଭୀମସେନକୁ ମାଡ଼ି ହିଡ଼ିମ୍ୱକ ବସଇ ହୃଦେବଜ୍ର ମୁଥେକ ମାଇଲା ଯେ ଭୀମସେନର ମାଥେ ।୧୩୯।ଯେସନ ଆକାଶୁଂ ପଡ଼ଇ କି ବଜ୍ର ଭାଞ୍ଜିପ୍ରତଗ୍ୟାଂ କରି ଭୀମସେନ ଉଠିଲା ଗଳଗାଜି ।୧୪୦।ପୁଣ ଅସୁରକୁ ଲେଉଟାଇ ପାଡ଼ିଲା ବୀର ଭୀମଅସୁର ବକ୍ଷସ୍ଥଳେ ବସିଲା ଶରୀରୁ ବହଇ ଘୃମ ।୧୪୧।ପୁଣ ପୁଣ ଅସୁର ପାଡ଼ଇ ଲେଉଟାଇଭୀମସେନର ହୃଦେ ବସିଲା ନିଠାଇ ।୧୪୨।ଭୀମସେନକୁ ହିଡ଼ିମ୍ୱକ କଚାଡ଼ିଲା ତୋଳିଡ଼ିଙ୍ଗର ଗିରି ପର୍ବତ ଭାଜି ହୋଇଲାକ ଧୂଳି ।୧୪୩।ଭୀମସେନ ଆକ୍ରେଷି ଧଇଲା ଅସୁରକୁବେନି ଭୁଜେ ଭିଡ଼ି ଚାପିଲା ତାର ବୁକୁ ।୧୪୪।ଧରନ୍ତି ପଡ଼ନ୍ତି ଗଡ଼ନ୍ତି ମାଲବନ୍ଧେକେହି କାହାକୁ ଓଛ ନୋହନ୍ତି ନା ଯୁଧ୍ୟେ ।୧୪୫।ହିଡ଼ିମ୍ୱକ ଭୀମସେନରବଢିଲା ସମରଦଶ ଯୋଜନ ପରିଯନ୍ତେ ବନସ୍ତ ହୋଇଗଲା ଚୂର ।୧୪୬।ରୋଧିର ବିଲେପନ ହୋଇଲା ବେନି ଅଙ୍ଗବେନି ସର୍ପେ ଯେସନେ ଲାଗନ୍ତି ଅଙ୍ଗ ସଙ୍ଗ ।୧୪୭।ବାରଣ ନ ଯାଇ ଯେହ୍ନେ ଯାମଳା ବେନି ବୃକ୍ଷରୋମେ ରୋମେ ରୋଧିର ଗଳଇ ପ୍ରତକ୍ଷ ।୧୪୮।ଜଡ଼ିତ ହୋଇଲାନି ଦୁହିଙ୍କରି କାୟେପ୍ରତକ୍ଷେ ଦିଶନ୍ତି ସେ ୟେକ ଶରୀରର ପ୍ରାୟେ ।୧୪୯।ବ୍ରହ୍ମାଣ୍ଡ କମ୍ପୁଅଛି ସାଂଗ୍ରାମେ ଘୋର ମୁଦ୍ରାତଦ୍ୟାପି ନ ଭାଞ୍ଜିଲା ଯେ ପାଣ୍ଡେବଙ୍କର ନିଦ୍ରା ।୧୫୦।ଗତି ଗତି ଗଲେ ଯହୁଂ ଯୋଜନା ପଞ୍ଚଦଶଦେଖଇ ହିଡ଼ିମ୍ୱିକୀ ହୋଇଲା ଅଦୃଶ୍ୟ ।୧୫୧।ହିଡ଼ିମ୍ୱିକୀ ବୋଇଲା ଗୋ ଉଠକିନା ମାୟେପୁତ୍ରକୁ ପଡ଼ିଲା ତୋର ଦୁସହ ଅପଚୟେ ।୧୫୨।ଝାତିକାରେ ଉଠିଲା ଯେ ଯୁଝେଷ୍ଠି ରାଜଦେବଭୀମସେନକୁ ନଦେଖି ରୋଦନ୍ତି ନକୁଳ ସହଦେବ ।୧୫୩।ବୋଲଇ ହିଡ଼ିମ୍ୱିକୀ ଗୋ ନିଦ୍ରାଗଲ ୟେମନ୍ତ ଯେ ହୋଇତୋହୋର ପୁଅକୁ ଧରି ନିଲା ହିଡ଼ିମ୍ୱକ ମୋହୋର ଭାଇ ।୧୫୪।ଧାମନ୍ତି ପାଣ୍ଡବେ ଯେ ଯୁଝେଷ୍ଠି ଅରଜୁନକାନ୍ଦି କାନ୍ଦି ହିଡ଼ିମ୍ୱିକୀ ଧାମଇଂ ବହନ ।୧୫୫।ଅନ୍ତରୀଛେ ହିଡ଼ିମ୍ୱିକୀ ଧାମଇ କୋପ ମୂର୍ତ୍ତିକରେ ଘେନି ଅଛି ଶୂଳ ଯେ ଶକତି ।୧୫୬।ଦେଖି ଦିଡ଼ିମ୍ୱକ ସାନନ୍ଦ ହୋଇଲାଆଣ ଗୋ ଶକତି ବୋଲି ଭୁଜ ଯେ ପାତିଲା ।୧୫୭।ଭୀମସେନ ପ୍ରତଗ୍ୟାଂ କଲା ଅସୁରୀକି ଦେଖିଭୀମସେନ ହସ୍ତେ ଦିଲା ଶକତି ହିଡ଼ିମ୍ୱିକୀ ।୧୫୮।ଭୀମସେନର ହାଥେ ଯହୁଂ ଶକତି ପଡ଼ିଲାଦେଖିଣ ଦାନବର ଆତ୍ମା ଉଚ୍ଛର୍ଗିଲା ।୧୫୯।ଯହୁଂ ଦାନବ ହୋଇଲା ବିରସ ଭାବଅସୁର ବକ୍ଷ ସ୍ଥଳ ମାଡ଼ି ବସିଲା ପାଣ୍ଡବ ।୧୬୦।ବାମ ଭୁଜେ ବକ୍ଷସ୍ଥଳ ମାଡ଼ି ବସିଲା ପାବନିନାଭି ମଣ୍ଡଳେ ପ୍ରହାର କଲା ଶୂଳ ଘେନି ।୧୬୧।ନାଭି ମଣ୍ଡଳେ ପଡ଼ି ଫୁଟିଲା ତାହାର ଯେ ପିଠିପୃଥୀରେ ପଶିଲା ସେ ଯୋଜନେକ କଣ୍ଟି ।୧୬୨।ଶୂଳ ମାରି ଭୀମ ମାଡ଼ି ବସିଲା ବକ୍ଷସ୍ଥଳଯେସନେ ନରସିଂଘ ହରିଣ୍ୟ ବିଦାରଣ କାଳ ।୧୬୩।ଯୁଝେଷ୍ଠି ଦେଖି ତ୍ରାସିଲେ ଭୀମସେନର ମୂର୍ତ୍ତିଭୟେଣ କେହି ଆସି ନୁଆରନ୍ତି କତି ।୧୬୪।ହିଡ଼ିମ୍ୱିକୀ ବୋଇଲା ମାତା ଶୁଣ ନ ଭାଳ କିଛି ମନହିଡ଼ିମ୍ୱକ ବଧ କଲା ତୋହୋର ନନ୍ଦନ ।୧୬୫।ଦନୁଜର ପ୍ରାଣ ତ୍ୟାଜେ ଭୀମସେନ ପରମ ଶାନ୍ତିମୂର୍ତ୍ତିସନ୍ନିଧ୍ୟେ ପ୍ରବେଶ ହୋଇଲେ ପାଣ୍ଡବ ଚାରିମୂର୍ତ୍ତି ।୧୬୬।ଭୀମସେନ ପ୍ରଣପତ୍ୟ ମାତାଙ୍କର ପାୟେକୋଳେ ଧରି ମୁଖେ ଚୁମ୍ୱନ ଦିଲେ ଧର୍ମର ତନୟେ ।୧୬୭।ବାବୁ ମୁହିଂ ତୋହୋର ଘେନିଯାଇ ରେ ଅପାଦମୋତେ ନ କହି କେମନ୍ତେ ପଶିଲୁ ୟେତେକ ପରମାଦ ।୧୬୮।ଭୀମସେନ ବୋଇଲେ ତୁମ୍ଭେ ନିଦ୍ରାଗଲ ସ୍ୱାମୀକେହି ନ ଜାଣିଲେ ୟେ ଅସୁର ଭୋଗଭୂମି ।୧୬୯।କୋଇନ୍ତାଙ୍କ ପାଦତଳେ ପ୍ରଣପତ୍ୟ ହିଡ଼ିମ୍ୱିକୀବ୍ରିକୋଦର ବହୁତ ପ୍ରଶଂସଇ ତାହା ଦେଖି ।୧୭୦।ଦାନବୀ ହୋଇ ତୋର ୟେତେ ମହତ ବାଣୀସୋଦର ଛାଡ଼ିଣ ଆମ୍ଭନ୍ତ ରଖି ଆଣି ।୧୭୧।କୋଇନ୍ତାୟେ ବୋଇଲେ ମା ଗୋ ହୋଇଲି ତ୍ରିପୁତିଯେମନ ବାଞ୍ଚା ଗୋ ଦେବଇ ସତ୍ୟି ସତ୍ୟି ।୧୭୨।ହିଡ଼ିମ୍ୱିକୀ ବୋଇଲା ଗୋ ୟେ ତୋହୋର ପୁତ୍ରଗୋଟିୟେହାଙ୍କୁ ଦେଖିଣ ମୁହିଂ ମଦନେ ଅସାଷ୍ଟି ।୧୭୩।ସୋଦର ଛାଡ଼ିଲି ମୁଂ ୟେହାଙ୍କର ନିମନ୍ତେମଦନଶର ଯେ ପୀଡ଼ିତ କଲା ମୋତେ ।୧୭୪।ସ୍ତିରୀଲିଙ୍ଗ ଜନ୍ମ ଗୋଟି ଅଟଇ ଦୁଲଭଆଗ୍ୟାଂ ଦିଅ ତୋହୋର ୟେ ପୁତ୍ରଗୋଟିମୋର ହୋଇବ ବଲ୍ଲଭ ।୧୭୫।କୋଇନ୍ତାୟେ ବୋଇଲେ ମା ଗୋଜ୍ୟେଷ୍ଠ ପୁତ୍ର ମୋର ଅଛିତାହାକୁ କିମ୍ପେ ତୁ ହାଦେ ମନରେ ନ ବାଞ୍ଚି ।୧୭୬।ହିଡ଼ିମ୍ୱିକୀ ବୋଇଲା ଯାହାର ଯାହକୁ ଭାବପ୍ରଜାପତି ଭିଆଣ ଗୋ ନୋହଇ ଆନ ଠାବ ।୧୭୭।ଦେବ ଦତ୍ୟେ ଯେସନେ ସୋମୋଦ୍ର ମଛିଲେ ସତ୍ୟ ଯୁଗେକମଳା ଉପୁଜିଲେ କୃଷ୍ଣର ଉଦି ଯୋଗେ ।୧୭୮।ଇଛାୟେ ବର ଯେ ବଢିଲେ ଆଦିନାରୀବ୍ରହ୍ମା ରୁଦ୍ର ଇନ୍ଦ୍ର ଥାଉଂଣ ସେ ନାରାୟେଣଙ୍କୁ ବରି ।୧୭୯।ଆମ୍ଭେ କାମବତୀ ଆମ୍ଭର ଯେହେନେକ ଇଚ୍ଛାବିଚାରି ମାଳା ଦେଉଂ ଗୋ ଯାହାକୁ ମନ ବାଞ୍ଚା ।୧୮୦।ହିଡ଼ିମ୍ୱିକୀ ବୋଇଲା ଆହୋ ଭୀମ ବିଚାରୁ କେମନ୍ତମୁହିଂ ତୋହୋର ବଲ୍ଲଭୀ ତୁହି ମୋହୋର ନିଜ କାନ୍ତ ।୧୮୧।ଯୁଝେଷ୍ଠି ବୋଇଲେ ବାବୁ ନ ଭାଳ ଆନ ଚିତ୍ତେଆଦ୍ୟହୁଂ ଭାବିନୀ ଭାବିଅଛି ତୋତେ ।୧୮୨।ୟେ ମହାଚଞ୍ଚଳା ତୁ ହାଦେ ମହାବଳିଷ୍ଠୟେହାର ତୋହୋର ସେ ମିଳଇ ସଂଘଟ ।୧୮୩।ଆୟୁରବେଦୀ ଯେ ଅଟନ୍ତି ସୋମବଂଶୀଆଦ୍ୟହୁଂ ବ୍ରହ୍ମଗୋତ୍ରୀ ୟେ ଉତପତ୍ତି ପାଠ ଋଷି ।୧୮୪।ଆୟୁରବେଦେ ୟେ ଅଟନ୍ତି ନିରିଜିତାଅଜପା ଗାୟତିରୀ ୟେ ଜପନ୍ତି ଅଟନ୍ତି ସିଦ୍ଧିବନ୍ତା ।୧୮୫।ଗନ୍ଧର୍ବ ଯୋଗେ ଗୁପତେଣ ଅଛି ବିଭାଭୀମକୁ ହିଡ଼ିମ୍ୱିକୀ ପ୍ରଦାନ କରନ୍ତି ଆଦିଦେବା ।୧୮୬।ପବନ ଦେବତା ଯେ କରନ୍ତି ବେଦ ଧୁନିବିଭା ଯୋଗ କରାଇଲେ ହିଡ଼ିମ୍ୱିକୀ କାମେନୀ ।୧୮୭।ହୋମ କର୍ମଣ କଲେ ଦୋହୋରା ଆଗେ ପଣଘୃତ ପାରାଣା ତହିଂ କଲେ ବେନି ଜନ ।୧୮୮।ଯଉତୁକ ପାଇଲେ ସେ ହିଡ଼ିମ୍ୱକୀ ବନଲଭଇ କୁମାରୀ ଯେ ପାଣ୍ଡବ ଭୀମସେନ ।୧୮୯।କୁମ୍ଭ ମାସ ଶୁକଳ ପକ୍ଷ ଦଶମୀ ତିଥି ଅର୍କ ବାରପୁଷ୍ୟା ନକ୍ଷତ୍ରକୁ ଯେ ଭୋଗ୍ୟ ସେ ଦିନର ।୧୯୦।ଶୁଭନାମେ ଯୋଗ ଯେ ଗର ନାମରେ କରଣକୁମ୍ଭ ସଙ୍କରାନ୍ତିକି ପଞ୍ଚିଶ ଦିନ ଭୋଗ ଜାଣ ।୧୯୧।ଭୀମସେନ ଶୃଙ୍ଗାର ହିଡ଼ିମ୍ୱିକୀର ତୁଲେହିରଣ୍ୟଗିରି ଉପରେ ପୁଣ୍ୟତୋୟା ନଦୀ କୂଳେ ।୧୯୨।ସୁସଞ୍ଚ ପର୍ବତ ଯେ ଅତୀୟ ନିର୍ମଳଆମ୍ୱ ପଣସ କଦଳୀ କଣ୍ଟାହୋଳ ନଟୀକାଳ ।୧୯୩।କେନ୍ଦୁ କଇଂଥ ବେଲ କଇଂଚ ବୃନ୍ଦାହୋଳଅବସନ୍ତେ ବସନ୍ତ ତହିଂ ଫଳନ୍ତି ପାଚନ୍ତି ସର୍ବକାଳ ।୧୯୪।ଯାହା ମନେ ବାଞ୍ଚା ତହିଂ ତାହା ପାଇସଦା ବସନ୍ତ ପବନରେ ପ୍ରଚେତା ସିଦ୍ଧ ଭୂଇଂ ।୧୯୫।କଣୟ ଗିରି ପର୍ବତ ତଳେ ବହଇ ପୁନ୍ୟତୋୟା ସରସ୍ୱତୀହିରଣେଶ୍ୱର ଲିଙ୍ଗ ସେ ଜଳେ ଉତପତ୍ତି ।୧୯୬।ୟେସନେକ ବନ ସେ ପବିତ୍ର ପର୍ବତ ଶୁଦ୍ଧସ୍ଥାନଜନ ଜନ୍ତୁ ଆତଯାତ ନାହିଂ ଦଶ ସହସ୍ର ଯୋଜନା ।୧୯୭।ହିଡ଼ିମ୍ୱକ ଧାଡ଼ି ପଡ଼ଇ ଦଶ ସହସ୍ର ଯୋଜନେତାର ଭୟେ ଆତାଗମ ନାହିଂ ତହିଂ ଜନେ ।୧୯୮।ଶତଶିଂଗଉଂ ଉଶ୍ୱାସ ନିର୍ମଳ ଥାନ ଭୂମିକ୍ରୀଡ଼ା କୁତୋହୋଳେ ରହିଲେ ଦେବ ସ୍ୱାମୀ ।୧୯୯।ଗଣ୍ଡା ଗୟେଳ ହରିଣ ବାହୁଟିୟା ଜୀବମାନେରାମ ପାରଧି ବେଣ୍ଟ ଧରନ୍ତି ତୋଷ ମନେ ।୨୦୦।ରହିଲେ ପଣ୍ଡୁର ନନ୍ଦନେ ହିଡ଼ିମ୍ୱକର ବନସ୍ତେମହାସୁସ୍ତେ ରହିଲେ ତହିଂ ସାତବରଷ ପରିଯନ୍ତେ ।୨୦୧।ଭୀମ ହିଡ଼ିମ୍ୱିକୀର ବହୁତ ପୀରତିସୁରସ ସାନନ୍ଦେ କୁତୋହୋଳ ମତି ।୨୦୨।କନ୍ୟଶୁକଳ ଯେ ପୌର୍ଣ୍ଣମୀର ଦିନପଣ୍ଡିତ ବାର ଅଶ୍ୱିନୀ ଦ୍ୱିଜା ସନ୍ଧିସ୍ଥାନ ।୨୦୩।ରାତ୍ରି ହୋଇଅଛି ଅଢ଼ାଇ ପ୍ରହରହିଡ଼ିମ୍ୱିକୀର ସଙ୍ଗେ ଶୃଙ୍ଗାର ବ୍ରିକୋଦର ।୨୦୪।ସାତବରଷ ପରିଯନ୍ତେ ନିତ୍ୟେହେଂ କରଇ କେଳିସାଧନ ପୁରୁଷର ବୀର୍ଯ୍ୟ ଯେ ନ ଢଳି ।୨୦୫।ଚନ୍ଦ୍ର ପବନ ଯେ ୟେକତ୍ୱ କରି ବୁଡ଼ାଇ ଥାଇ ମନକାମ ବୁଡ଼ାଇଲା ନେଇ ଗଣ୍ଡ ସୁଷୁମୁନ ।୨୦୬।ମାରଇ ବୀର୍ଯ୍ୟ ଯେ ତାରଇ ଚଞ୍ଚଳାସୂର୍ଯ୍ୟର ତୁଲେଣ କାମକୁ କରଇ ମେଳା ।୨୦୭।ପବନ ଉଜାଣି ଯେ ଆକାଶ ଦ୍ୱାରେ ଭେଦିଅଶାନ୍ତି ଭଜିଲା ଛାଡ଼ଇ କାମ ବ୍ୟାଧି ।୨୦୮।ଆନଠେଇଂ ଥୋଇଲା ପଞ୍ଚୁ ଭୂତ ଆତ୍ମାକାମଜିତା ପୁରୁଷ ସେ ଧାରଣେ ମହାତମା ।୨୦୯।ୟେତେ ବାଗେଣ ସେ ଯେ ଶୃଙ୍ଗାର ରଣ ଇଚ୍ଛାସାତବରଷରେ ବୀର୍ଯ୍ୟ ନ ଢାଣିଲା ତାହାର କାମ ବାଞ୍ଚା ।୨୧୦।ସେ ଦିନ ଅଟେ ଶରଦ ଋତୁ ଯେ ପୌର୍ଣ୍ଣମୀକାମ ଅଂଶ ଗ୍ରହଣ ଚନ୍ଦ୍ରମା ଅଷ୍ଟମୀ ।୨୧୧।ଶୃଙ୍ଗାରେ ମତ୍ତ ଯେ ବିକାଶିଲା ତେଜକାମ ସଂଘରଣ କଲା ପକାଇ ମହାବୀର୍ଯ୍ୟ ।୨୧୨।ହିଡ଼ିମ୍ୱିକୀର ଗର୍ଭେ ପକାଇଲା ମହାରେତସମ୍ଭାଳି ନୁଆରିଲା ବାଳୀ ତାହାର ଗର୍ଭଗତ ।୨୧୩।ଅସମ୍ଭାଳ ବୀର୍ଯ୍ୟ ସେ ଅସାଷ୍ଟମ ବାଳୀସମ୍ଭାଳି ନୁଆରି ଗର୍ଭୁଂ ବୀର୍ଯ୍ୟ ଯେ ପଡ଼ୁଅଛି ଢଳି ।୨୧୪।ନାଶ ନ ଗଲା ସେ ଅମୋହ ମହାରେତସଇନ୍ଦୁ ପୁତ୍ରେକ ହୋଇଲା ସମ୍ଭତ ।୨୧୫।ଗର୍ଭୁ ବୀର୍ଯ୍ୟ ପଡ଼ନ୍ତେ କଣୟ ପର୍ବତେଘଟ ଘଟ ଶବଦ ଶୁଭିଲା ଜଗତେ ।୨୧୬।ଆକାଶୁଂ ବସୁନ୍ଧରୀରେ ଯେହ୍ନେ ଜଳଧାରା ପଡ଼ଇ ଗଗନୁଂତେସନ ଶବଦ ଶୁଭିଲା ମଧ୍ୟ ଯେ ଭୁବନୁଂ ।୨୧୭।ସେହି ଶବଦ ଯେ ବିକାଶିଲା ବାଣୀସଇନ୍ଦୁ ପୁତ୍ରେକ ଉପୁଜିଲା କେତୁର ତେଜ ଜାଣି ।୨୧୮।ରାବେଣ କମ୍ପିଲେ ଆକାଶେ ଦିଗପାଳେଅନ୍ତର ଭୀମସେନ କଣୟ ପର୍ବତର ତଳେ ।୨୧୯।କୋଇନ୍ତାୟେ ଯାଇଂ ଧଇଲେ ନନ୍ଦନମହାବଳବନ୍ତା ସେ ପର୍ବତର ସମାନ ।୨୨୦।କୋଳରେ ପୁତ୍ରକୁ ଦେବୀ ନ ପାରିଲେ ସମ୍ଭାଳିହିରଣ୍ୟଗିରି ଉପରେ ପଡ଼ିଲାକ ଢଳି ।୨୨୧।ୟେକାଦଶ ଯୋଜନ ଆୟତନ ପର୍ବତକୋଇନ୍ତାଙ୍କ କୋଳୁଂ ପଡ଼ନ୍ତେ ପର୍ବତ ହୋଇଲା ରାସାଂଗତ ।୨୨୨।ଆପଣେ କୋଳ କରି ଧଇଲେ ମାରୁତିଘଟଉତ୍କଚ ନାମ ଦିଲେ ଦେବୀ କୋନ୍ତୀ ।୨୨୩।ଲୋଭ ମୋହ ବସିଲା ଯେ ହିଡ଼ିମ୍ୱିକ ବନେନିଚିନ୍ତେ ରହିଲେ ତହିଂ ପଣ୍ଡୁର ନନ୍ଦନେ ।୨୨୪।ପତ୍ର କୁଡ଼ିୟା ଆଶ୍ରମ ସ୍ରିଜିଲେ ସେହୁ ବନେକରାନ୍ତି କୁତୋହୋଳ ଯେ ପଣ୍ଡୁର ନନ୍ଦନେ ।୨୨୫।