ବିଂଶ ଛାନ୍ଦ - ରାଧା କୃଷ୍ଣଙ୍କ କୁଞ୍ଜକେଳି — ରସ କଲ୍ଲୋଳ — ଦୀନକୃଷ୍ଣ ଦାସ · ସ୍ୱର୍ଣ୍ଣଲିପିକୁସୁମ ଚୁମ୍ବି ମଧୁକର ଛାଡ଼ଇ ।
କଳା ମାତ୍ରକେ ଆନ ଫୁଲ ଲୋଡ଼ଇ ଗୋ ।
କରଇ ନାହିଁ ଆଉ ଲେଉଟି ପ୍ରୀତି ।
କମଳ କୁଟଜରେ ସମାନ ମତି ଗୋ ।୧୨।
କୋଟି କୋଟି କଳ୍ପାନ୍ତେ ତୋ ଅଙ୍ଗସଙ୍ଗ ।
କେତେବେଳେହେଁ ହୋଇନାହିଁ ବିଭଙ୍ଗରେ ।
କାମ ଆତୁରେ କାମୀ କାମିନୀ ଆଗେ ।
କହୁଥାନ୍ତି ଏମନ୍ତ ସୁଅନୁରାଗେ ରେ । ୧୩।
କେ ବୋଲେ ତୁ ମୋର ପ୍ରାଣୁ ଅଧିକ ।
କେ ବୋଲେ ତୁ ମୋହର କଣ୍ଠଗ୍ରୀବକରେ ।
କେତେ ପ୍ରକାରେ କେତେ କହନ୍ତି ଲୋକ ।
କେହିନାହିଁ ସଂସାର ମଧ୍ୟେ ବିବେକରେ । ୧୪।
କେତେ କହିବି ଏହି ପ୍ରକାରେ ଯେତେ ।
କୋଟି ବ୍ରହ୍ମାଣ୍ଡେ ସମ ନାହାନ୍ତି ତୋତେ ଯେ ।
କବି ସେ ସତ ମିଛ କରି କହନ୍ତି ।
କବିତ୍ୱ ଚାତୁରୀରେ ମନ ମୋହନ୍ତି ଯେ । ୧୫।
କଲି ଏବେ ତୋତେ ମୁଁ ବିଚିତ୍ର ବୀଣା ।
କୁଚକନକ ତୁମ୍ବୀ ସୁକଣ୍ଠ ଗୁଣାରେ ।
କରଜଘାତେ କରେ ଯେଉଁ ଶବଦ ।
କର୍ଣ୍ଣେ ଶୁଣିଲେ ମନ ହୋଇ ପ୍ରମୋଦରେ ।୧୬।
କେତେ ରାଗ କରଇ ହୃଦେ ପକାଇ ।
କାମ ନୃପତି ମନ ତୋଷ କରାଇ ଯେ ।
କାମ ପୂର୍ଣ୍ଣ କରଇ ରତି ଦାନରେ ।
କୃତଯନ୍ତ୍ର ନୋହଇ ତୋ ସମାନରେ ଯେ । ୧୭।
କହନ୍ତି ରାଧା ଶୁଣି ଶ୍ରୀକୃଷ୍ଣ ବାଣୀ ।
କୃପାସିନ୍ଧୁ ନାମରେ ଏଡ଼ିକି ଆଣି ହେ ।
କିମ୍ପା ନୋହିଲଷ ଦାସବତ୍ସଳ ବାନା ।
କରେ ପରଶମଣି ଲୁହାକୁ ସୁନା ଯେ ।୧୮।
କୁସୁମ ପରଶରେ ପଟନିସ୍ତରେ କଉଁ ବଡ଼
ଲୋକର ନ ବସେ ଶିରେ ହେ ।
କଉଁ ମହତ ଗୁଣ ଅଛି ଭସ୍କର କି ନ କରନ୍ତି
ତାକୁ ପାର୍ବତୀବର ହେ ।୧୯।
କଳାନିଧି ଅମୃତ ଶରୀର ହୋଇ ।
କଳଙ୍କରୁ କୋଳରେ ସ୍ନେହେ ବସାଇ ଯେ ।
କରନ୍ତି ନାହିଁ ଆନ ହେଲେ ଲକ୍ଷଣ ।
କହି ନୋହଇ ପ୍ରଭୁମାନଙ୍କ ଗୁଣ ଯେ ।୨୦।
କେତେ କୁମୁଦ କେତେ ତାରକାପନ୍ତି ।
କଳାକେ ଥିଲେ ଚକୋରକୁ ତୋଷନ୍ତି ଯେ ।
କଉଁ ଲୋକର ନାହିଁ ମେଘକୁ ଆଶ ।
କିଞ୍ଚିତେ ଚାତକରେ ଲଭଇ ଯଶ ସେ । ୨୧।
କୃଷ୍ଣ କହନ୍ତି ଆରେ ଚନ୍ଦ୍ରମାମୁଖି !
କାହିଁ କାହାକୁ ଲକ୍ଷ୍ୟ ଜୀବନ ସଖୀରେ ।
କଲେ ଅସ୍ତ୍ର ଉପରେ ରତନ ଉଭା ।
କି ଶୋଭା ନୋହେ ନ ଟେକଇ କି ପ୍ରଭାରେ ।୨୨।
କରି ତୋ ନାମ ଆଗେ ମୋ ନାମ ପଛେ ।
କହୁ ଅଛନ୍ତି ଯେଉଁ ଲୋକେ ପ୍ରତ୍ୟକ୍ଷେ ଗୋ ।
କଳି କଳୁଷ ଭବ ଭୟକୁ ହରି ।
କୃତାର୍ଥ ହୋଇ ଯାଉଅଛନ୍ତି ତରି ଗୋ । ୨୩।
କହି ଅନେକ ଅନୁରାଗ ବଚନ ।
କୋଳଧରି ସଧୀରେ ଦେଇ ଚୁମ୍ୱନ ଯେ ।
କଉତୁକେ ସେଠାରୁ କଲେ ଗମନ ।
କନ୍ଦର୍ପରେ ପ୍ରସନ୍ନ ହୋଇଛି ମନ ଯେ ।୨୪।
କନକଲତା ନବତମାଳ ସଙ୍ଗେ ।
କାମମନ୍ତ୍ର ବଳରେ ଚଳି ରଙ୍ଗେ କି ।
କଳାମେଘ ଆଗରେ ଉଦେ ବିଜୁଳି ।
କାନନ ଗଗନରେ ଯାଉଛି ଖେଳି କି । ୨୫।
କିବା ଅନଙ୍ଗ ନବ ଅଙ୍ଗକୁ ପାଇ ।
କୁରୁ କୁସୁମ –ଧନୁ ଶର ପକାଇ ଯେ ।
କପର୍ଦ୍ଦୀ ଯୋଗଭଙ୍ଗ କରିବା ପାଇଁ ।
କେଳତିକି ଆଗରେ କରି ଚଳଇ ଯେ ।୨୬।
କମଳକୁ କମଳ ବିଞ୍ଚିଲା ପ୍ରାୟେ ।
କାନ୍ତ କାନ୍ତା ଚରଣ ଶୋଭାକୁ ପାଏ ଯେ ।
କି ତପ କଲା ମହୀକି ଭାଗ୍ୟବଳେ ।
କମଳ ପ୍ରଫୁଲ୍ଲିତ ହେଉଛି ସ୍ଥଳେ କି ।୨୭।
କୁସୁମିତ ବଳ୍ଲରୀ ପବନେ ଚଳେ ।
କିଶୋର କିଶୋରୀଙ୍କି ଚାମର ଢାଳେ କି ।
କଉଁ ଲତାରୁ ଫୁଲ ପାଖୁଡ଼ା ଖସେ ।
କୁସୁମ ବରଷିଲା ପରାୟେ ଦିଶେ ସେ । ୨୮।
କଉଁ ବଲ୍ଳରୀଫଳେ ନମ୍ରତାହୋଇ ।
କୃଷ୍ଣଗୋପୀଙ୍କି ନମସ୍କାର କରଇ ଯେ ।
କେ ଚାଲନ୍ତେ ସଧୀରେ ତୀର୍ଯ୍ୟକ ହୋଇ ।
କଳ୍ପି ମନରେ କି ପହଣ୍ଡି ମଣାଇ ଯେ । ୨୯।
କହନ୍ତି କୃଷ୍ଣ ଦେଖ ସଖି ଏ ଲତା ।
କୁସୁମ ଭରେ ହୋଇ ମହାଶୋଭିତା ଯେ ।
କମନୀୟ ଦିଶଇ ତରୁ ଉପରେ ।
କାନ୍ତା ସୁବେଶ ଯେହ୍ନେ କାନ୍ତ ଅଙ୍ଗରେ ଯେ ।୩୦।
କଉତୁକେ ଏମନ୍ତେ ବନେ ଭ୍ରମନ୍ତେ ।
କହେ ଗୋପିକା କୃଷ୍ଣ ଆଗରେ ଶ୍ରୀନ୍ତେ ଯେ ।
କେମନ୍ତେ ହୋଇଯିବି ନଚଳେ ପାଦ ।
କୃଷ୍ଣ ହସିକହନ୍ତି ନପାଅ ଖେଦ ଗୋ ।୩୨।
କଳକଣ୍ଠବଚନ ! କୁନ୍ଦଦଶନି ।
କନ୍ଧେ ମୋହର ବସ ମନମୋହିନି ଗୋ ।
କହି ଏମନ୍ତ ଧୀରେ ବସାଇ କନ୍ଧେ ।
କିଙ୍କର ପ୍ରାୟେ ହେଲେ ମଦନଅନ୍ଧେ ସେ ।୩୨।
କେମନ୍ତେ ଦିଶିଲା ସେ ବେନି ଶ୍ରୀଅଙ୍ଗ ।
କଳାପର୍ବତେ ଯେହ୍ନେ କନକଶୃଙ୍ଗ କି ।
କି ଅବା ନୀଳମଣି ପ୍ରସାଦ ରାଜେ ।
କଳଧଉତ ନିକେତନ ବିରାଜେ ଯେ ।୩୩।
କହଇ ଦୀନକୃଷ୍ଣ କନ୍ଦର୍ପରସ ।
କରିପାରଇ ସେ କି ଏମନ୍ତ ବଶ ହେ ।
କର ହେ ସାଧୁଜନେ ମନେ ବିଚାର ।
କାମବ୍ରହ୍ମ ସଂସାରେ କେମନ୍ତ ସାର ହେ ।୩୪।
ଏକବିଂଶ ଛାନ୍ଦ - ଶ୍ରୀରାଧାଙ୍କ ଗର୍ବ ମୋଚନ
(ରାଗ - କନଡ଼ା)
କେଶବ ଅଂଶରେ ବସି ମାନସରେ ବିଚାରେ ବରଜରମଣୀ ।
କଲେ କି ସ୍ନେହ ମୋତେ ବେଣୁପାଣି ।
କଲି ଦକ୍ଷିଣନାୟକ ଅନୁକୂଳ ଧନ୍ୟ ଧନ୍ୟ ମୋର ଆଣି ମୁଁ । ଏମନ୍ତ ।
କେତେ ନାହାନ୍ତି ବା ପ୍ରିୟତମା ।
କେହି ନୋହିଲେ କୃଷ୍ଣ ମନୋରମା ।
କଲେ ଫୁଲଗଭା ପ୍ରାୟେ ମୋତେ ଶୋଭା, ସୁରସିକ ସୁଖସୀମା ଏ ମୋହନ ।୧।
କୃଷ୍ଣ ଗୋପୀଗର୍ବ ଜାଣି ତାହା ଖର୍ବ କରିବାକୁ କଲେ ଉପାୟେ ।
କନ୍ଧୁ ଓହ୍ଲାଇ ପ୍ରଭୁ ଦେବରାୟେ ।
କହିଲେ ବିଜୟେକର ମହିଠାଏ ମାନବତି ପ୍ରାଣପ୍ରିୟେ ଗୋ । ସୁନ୍ଦରି ।
କିଛି କରିବି ନାହିଁ ମନେ ଭୟ ।
କରଇ ମୁଁ କୁସୁମ ଅବଚୟ ।
କହି ଏ ବଚନ ହେଲେ ଅନ୍ତର୍ଦ୍ଧାନ ଅନ୍ତର୍ଯ୍ୟାମୀ ମାୟାମୟ ସେ ମୋହନ ॥୨।
କୃପଣ ସାମନ୍ତ ବୋଲକୁ ଯେମନ୍ତ ଆଶାକରି ଲୋଭୀ ବଞ୍ଚଇ ।
କାଳେ କଷ୍ଟକୁ ହୃଦରେ ସଞ୍ଚଇ ।
କୃଷ୍ଣ ଆଶାରେ ଗୋପୀ ସେହିପ୍ରକାରେ ନିଃଶ୍ୱାସ ଦୀର୍ଘେମୁଞ୍ଚଇ ସେ । ସୁନ୍ଦରୀ ।
କହୁ କହୁ କ୍ରୋଧ ହୋଏ ପ୍ରବଳ ।
କମ୍ପେ ସୁରଙ୍ଗବିମ୍ବ ଦନ୍ତଚେଳ ।
କୋକନଦଜିତ ନୟନୁ ଗଳିତ ଶୋକଭରେ ଅଶ୍ରୁଜଳ ସେ ।୩।
ସୁନ୍ଦରୀ । କୁରରୀ ସମାନ ବଢାଇ ରୋଦନ ବୋଲେ ହେ କରୁଣା ସଦନ ।
କିମ୍ପା ଦେଲ ମୋତେ କାମକଦନ ।
କି କହି କି କଲ ସୁଧାସମ ବୋଲ ପ୍ରଫୁଲ୍ଲ ପଦ୍ମବଦନ ହେ ।
ମୋହନ । କରିଥିଲି ମୁଁ ବହୁତ ଭରସା ।
କାଳେ ନାଶକଲ ସେ ପ୍ରତିଆଶା ।
କରୁଣାବୃକ୍ଷେ ଫଳାଇଲା ପ୍ରତ୍ୟକ୍ଷେ ନିରାଶ କଉଁ ଦୁର୍ଦ୍ଦଶା ହେ । ମୋହନ ।୪।
କରୁଣାସମୁଦ୍ର ପରାୟେ କୂଳରେ କିମ୍ପା କଚାଡ଼ିଲୁ ।
କୋଳ କ୍ରାୟେ କାମଲତା ତାଡ଼ିଲ ।
କୁସୁମ ତୁମ୍ବିଲା ଭୃଙ୍ଗ ପ୍ରାୟେ ଭଲା ଚୁମ୍ବିଲା ମାତ୍ରେ ଛାଡ଼ିଲ ହେ । ମୋହନ ।
କରିଥାଇ ଯାହାକୁ ସ୍ନେହପାତ୍ର ।
କାମିଅନଳେ ଦହି ତାର ଗାତ୍ର ।
କେବଳ ଅବିଧି ପ୍ରଭୁ କଲେ ବିଧି ଭ୍ରମହେବା କେତେ ମାତ୍ର ହେ ମୋହନ ।୫।
କାହାକୁ କହିବି କେମନ୍ତ ସହିବି ମଦନ ନୃପତି ଅତୀତି ।
କୃଷ୍ଣବର୍ଣ୍ଣ ପ୍ରାୟଟି ଯାହା ରୀତି ।
କରଇ ଯାହାକୁ ଆଶ୍ରେ ହରି ତାକୁ ସେହି ହୁଏ ସେହିମତି ହେ । ମୋହନ ।
କଳେବର ଜାଳିଦେଲେ କପାଳୀ ।
କି କି ପ୍ରକାରେ ହୋଏ ଭୂତାବଳୀ ।
କାମା କାମିନୀ ବିଚ୍ଛେଦରେ ରଜନୀ ଦିବସ ହୁଅଇ ସରି ହେ । ମୋହନ ।୬।
କିଣିଲ ବେଳକୁ ଏମନ୍ତ ଶୋକକୁ ଦେବାରତ ନୋହେ ବେଭାର ।
କଲ ପ୍ରଭୁ ହୋଇତ ଅବେଭାର ।
କିଞ୍ଚିତସେବା ତ ଘେନିବା ଉଚିତ ଗୁଣଗ୍ରାହୀମାନଙ୍କର ହେ ।
ମୋହନ କାହିଁ ଯିବି ଏ ଘୋର ବନସ୍ତରେ ।
କେହି ନାହାନ୍ତି ମୋର ସଙ୍ଗତରେ କପାଳରେ କର ମାରି ଚକ୍ରଧର ଚିନ୍ତା କରଇ କାତରେ ସେ । ସୁନ୍ଦରୀ ।୭।
କୃଷ୍ଣଙ୍କୁ ନଦେଖି କଳାକରମୁଖୀ ଗୋପୀ କଦମ୍ୱ ହୋଇ ଦୁଃଖୀ ।
କୁଞ୍ଜେକୁଞ୍ଜେ ପ୍ରବେଶ ହୋଇ ଦେଖି ।
କରନ୍ତି ରୋଦନ ହେ ପଦ୍ମବଦନ କାହିଁକି ଗଲ ଉପେକ୍ଷି ହେ । ମୋହନ ।
କରି ନାହୁଁ ତ ଆମ୍ଭେ କିଛି ଦୋଷ ।
କାହିଁପାଇଁ କଲ ଏଡ଼େ ନିରାଶ ।
କରୁଣା କୃପଣ ହେଲେ ପ୍ରଭୁ ପଣ ଲକ୍ଷଣର କଉଁ ଯଶ ହେ । ମୋହନ ।୮।
କଳାବନ୍ତ ଲୋକ ସହଜେ ହେ ଶୋକ ଦେବା କଥାରେ କୃତମୁଖ ।
କୁସୁମକୁ ଚୁମ୍ୱଇ ଶିଳୀମୁଖ ।
କି କି କରି ରସ କଲାମାତ୍ରେ ଗ୍ରାସ ନ ମାଡ଼ଇ ଆଉ ପାଖ ସେ । ମଧୁପ ।
କାଳ କାଳକ ପୋଷଇ ପିକକୁ ।
କାଳେ ଅନୁଭବ କରେ ଶୋକକୁ ।
କାମ ମନୁଁ ଜାତ ହୋଇ କଉଁ ଘାତ ନ କରେ ଅବା ମନକୁ ଗୋ । ସଜନୀ ।୯।
କଳା-ନାଗ ରୀତି ଅତିହିଁ ଅନୀତି ପୟ ଦେଲେ ହୋୟେ ପ୍ରବଳ ।
କେତେ ନ ଛାଡ଼ଇ ଅବା ଗରଳ ।
କୁଟିଳବଶହିଁ ପୁଣି ହେଲେ ସେହି ଲୋକଙ୍କୁ କରେ ତରଳ ଗୋ । ସଜନୀ ।
କୃଷ୍ଣ ନାଗରନାଗ ସେହି ମତି ।
କରେ ବିକଳ ଜାଳି ଦେଇ ଛାତି ।
କାନନ ମଧ୍ୟରେ ରଜନୀ ଅର୍ଦ୍ଧରେ କେ କାହାକୁ ମାରେ କାତି ଗୋ । ସଜନୀ ।୧୦।
କହି କହି ପଚାରନ୍ତି ଧୀରେ ବୃକ୍ଷକୁ ।
କହ ଦେଖିଲ ପଦ୍ମପତ୍ରାକ୍ଷଙ୍କୁ ।
କୁଳିଶ ହୃଦୟ କାହିଁ ଗଲେ ଭୟ କୁନ୍ତ ପ୍ରହାରି ବକ୍ଷକୁ ହେ । ପାଦପେ ।
କୁଳଶୀଳ ଲାଜ ଭୟ ଛାଡ଼ିଲୁ, କପଟ କପଟିଆ କପଟରେ ପଡ଼ିଲୁଁ ।
କୁଳଛଡ଼ା ବଂଶୀ ଶବାଦରେ ରସି କାମ ସମୁଦ୍ରେ ବୁଡ଼ିଲୁ ହେ । ପାଦପେ ।୧୧।
କହ ହେ କଦମ୍ବ ନ କରି ବିଳମ୍ବ କାହିଁ ତୁମ୍ଭ ଫୁଲମାଳୀୟା ।
କଳଧଉତ କାନ୍ତି ଦୁକୁଳୀୟା ।
କାଳିନ୍ଦୀକୂଳିୟା କଦମ୍ବମୂଳୀୟା ବରଜସଙ୍ଗେମେଳିୟା ସେ ।
ମୋହର କେକୀକଳାପ କଳାପଚୂଳୀୟା ।
କମନୀୟ ମକକୁଣ୍ଡଳୀୟା ।
କଲେ କି ପ୍ରମାଦ ଛାଡ଼ି ଅପବାଦ ମୁଖଚନ୍ଦ୍ର ମଣ୍ଡଳୀୟା ସେ ମୋହନ ।୧୨।
କହ ହେ ତମାଳ କୁବଲୟଦଳନେତ୍ର ଗଲେ କିଏ ବାଟରେ ।
କାନ୍ତା ସଙ୍ଗତେ କାମ ଉଚାଟରେ କି ।
ବୋଲିବୁଟି ତାଙ୍କୁ କେବଳ ଆମ୍ଭଙ୍କୁ ନାଶକରେ କପଟରେ ହେ । ତମାଳ ।
କୋକ୍ଷ ନ ପାଳଇ ଯେହ୍ନେ କମଳ ।
କଲେ ସେହି ପ୍ରକାରେ କଇକୁଣ୍ଠ ।
କେବେ ହେ ଦକ୍ଷିଣ ନୋହେ ଅଦକ୍ଷିଣ ଏବେ ଜାଣିଲୁ ସେ ଶଠ ହେ । ତମାଳ । ୧୩।
କରୁଥାଅ ନିକି ସନ୍ତାପ ଏଇକି ତୁମ୍ଭେ ଯେ ତାଙ୍କ ମିତପ୍ରାୟେ ।
କଳାରେତ ସହଜେ ସରି କାୟେ ।
କର ଦ୍ୱିଜ ପଦ ନିଜ ହୃଦଦେଶରେ ଏକା ଉଦୟ ହେ । ତମାଳ ।
କାହା ହୃଦୟତ ନୋହେ କୋମଳ ।
କେହୁ ଘେନୁ ନାହିଁ ଆମ୍ଭ ବିକଳ ।
କର୍ମ ଅବେଳକୁ ବିରହ ବେଳକୁ ଅମୃତ ହୋଏ ଗରଳ ହେ । ତମାଳ ।୧୪।
କରି ଅବଲୋକ ବୋଲନ୍ତି ଅଶୋକ ଛଡ଼ାଅ କିନା ଆମ୍ଭ ଶୋକ ।
କଥା ନ କହି କିମ୍ପା ହୋଏ ମୁକ ।
କି ପୁନ୍ୟଜନଙ୍କ ମହୀନନ୍ଦନଙ୍କ ପ୍ରାୟେ ତୁମ୍ଭ ନାମ ଟେକ ହେ । ଅଶୋକ ।
କି ବୋଲିବା ଅବିବେକୀ ବହିକି ।
କରାଇଲା ଯେ ଶୋକ ବିରହୀଙ୍କି ।
କି ବିଚାର କରି ଅକାରଣେ ହରିନାମ ସେ ଦେଲା କାହିଁ ହେ । ଅଶୋକ ।୧୫।
କଷ୍ଟେ କଷ୍ଟେ ଯାଇ କ୍ରୋଧଭର ହୋଇ ବୋଇଲେ ଶୁଣ ହେ କରୁଣା ।
କୃପାସିନ୍ଧୁ ଛାଡ଼ିଲେଟି କରୁଣା ।
କରିନାହୁଁ ଦୋଷ କରି ସେ ନିରାଶ ଭାଙ୍ଗିଲେ ସବୁ ଫୁରୁଣା ହେ । କରୁଣା ।
କିଣାଦାସୀସିନା ଆମ୍ଭେ ତାଙ୍କର ।
କଲେ କିମ୍ପାଇଁ ଏଡ଼େ ଅହଙ୍କାର ।
କଲେ ସୂର୍ଯ୍ୟ ନିଜମଣିକି ଦହିକ ନ ବୋଲାଇ ସୂର୍ଯ୍ୟଙ୍କର ହେ । କରୁଣା ।୧୬।
କହି କୃଷ୍ଣକଥା ମନୋଭାବ ବ୍ୟଥା ଚଡ଼ାଇ ନ ପାରିଲେ କେହି ।
କାହାରି ତ ତୁମ୍ଭର ଦୟା ନାହିଁ ।
କଠୋର ହୃଦୟ ହେଲେହେଁ ନିର୍ଦ୍ଦୟ ଏଥି ଅବା କି କାର୍ଯ୍ୟ ହେ । କରୁଣା ।
କେ ବୋଲଇ ତୁମ୍ଭଙ୍କୁ ଉପକାରୀ ।
କଣ୍ଠ ଶୁଖିଲାଣି ବାର୍ତ୍ତା ପଚାରି ।
କଥାପ୍ରସଙ୍ଗ ପ୍ରାୟେ କରି ଶ୍ରୀଅଙ୍ଗ କରିବାର ଏତେ ସରି ହେ । କରୁଣା ।୧୭।
କ୍ରୋଧେ ଗଦଗଦ ନ ଚଳଇ ପଦ କାତରେ କମ୍ପେ ବଳେବର ।
କେତେବେଳେ ବହଇ ସ୍ୱେଦନୀର ।
କେତେବେଳେ ସ୍ୱର ନୋହଇ ବାହାର କଣ୍ଟକେ ରୋମନିକର ହେ । ସୁଜନେ ।
କେତେବେଳେ କେ ମହୀରେ ପଡ଼ଇ ।
କୃଷ୍ଣନାମ ଧରି ଉଚ୍ଚେ ଗଡ଼ଇ ।
କେଶବ ସେନେହେ ଘେନିବାରୁ କାମ ଦେବ ଅଧିକେ ପୋଡ଼ଇ ହେ । ସୁଜନେ ।୧୮।
କେ ବୋଇଲେ ପୁତନା କେଶୀ ପ୍ରାଣଘେନା କେ ବୋଲେ ହେ ଗଛଉପୁଡ଼ା ।
କେ ବୋଲଇ ଆହେ କାଳୀ ଘଉଡ଼ା ।
କିମ୍ପା ଏଡ଼େ ଦୁଃଖ ଦେଉଅଛ ଦୁଃଖହରା ଅଘାସୁରଫୋଡ଼ା ହେ । ମୋହନ ।
କେ ବୋଲଇ ହେ ତୃଣାତୋଟି ଚିପା ।
କାହିଁ ରହିଲା ତୁମ୍ଭ ଅନୁକମ୍ପା ।
କଷ୍ଟକାଳେ ଆମ୍ଭପାଶକୁ ନଇଲା ତାହାକୁ ବର୍ଜିଲ କିମ୍ପା ହେ । ମୋହନ ।୧୯।
କେ ବୋଲେ ମନ୍ଦରଧର ପୁରନ୍ଦର- ଗର୍ବଗଞ୍ଜନ ହେ ବିକାରି କାମିନୀଙ୍କି କାନନମଧ୍ୟେ ମାରି ।
କମଳପତ୍ରାକ୍ଷ ଏତେକେ ଲଭୁଛ କେତେବଡ଼ ଯଶ ଶିରୀ ହେ । ମୋହନ ।
କେତେବେଳେ କଷ୍ଟରୁ ଉଦ୍ଧରିଲ ।
କଥାକେ ହେ ସବୁ ଟେକ ହରିଲ ।
କରୀବର ସ୍ନାନ କୃପଣଙ୍କ ଧନ ପ୍ରାୟେ ପ୍ରଂଶସା ବାରିଲ ହେ ମୋହନ ।୨୦।
କରାଅ ପ୍ରସନ୍ନ ଏବେହେଁ ଦର୍ଶନ ଦେଇ ପୂର୍ଣ୍ଣଚନ୍ଦ୍ର ବଦନ ।
କାଳପ୍ରାୟେ ଘୋଟିଅଛି ମଦନ ।
କରିମର୍ଦ୍ଦ ପ୍ରାୟେ କରି ଆମ୍ଭ କାୟେ କରିବ ସୁଖ ସଦନ ହେ ମୋହନ ।
କଥା ପ୍ରସଙ୍ଗ କରେ ଶାସ୍ତ୍ର ଦେଇ ।
କଉଁ ଲୋକ ଯଶକୁ ଅଛି ପାଇ ।
କନ୍ଦର୍ପ ବଡ଼ାଇ ଦେବାରୁ ଛଡ଼ାଇ କେବେହେଁ ଭଲ ନୋହଇ । ହେ ମୋହନ ।୨୧।
କିମ୍ପା କାମତରୁ କୁସୁମ ନ ଧରୁଁ ନିରାଶ କୁଠାରେ କାଟିଲା କୀର୍ତ୍ତି ପ୍ରୀତିକି କାହିଁକି ତୁଟିଲା ।
କଉଁ ଗୋପୀ ହେତୁ ଅପବାଦ କେତୁ ପ୍ରକଟ ପାଇ ହଟିଲ ହେ । ମୋହନ ।
କମଳରେ ତଇଳବିନ୍ଦୁ ପଡ଼ି ।
କହୁ ଯେମନ୍ତ ଯାଇ ମାଡ଼ି ।
କରି ସେହିମତି ପହିଲୁ ପୀରତି ସେହିରୂପେ ଗଲ ଛାଡ଼ି ହେ ମୋହନ ।୨୨।
କେ ବୋଲେ କରୁଣାକର ନାମ ଜଣାଗଲା ଏହିଠାରେ ଗୋସାଇଁ ।
କଷ୍ଟଜଳେ ଯାହା ଦେଲ ଭସାଇ ।
କେକୀପୁଚ୍ଛ ଖୋସା କଲ ଲୋକହସା କାମବଇରୀ ବସାଇ ହେ । ମୋହନ ।
କିମ୍ପା ବୋଲାଅ ସେବକ ବତ୍ସଳ ।
କିଛି ଘେନିଲ ନାହିଁ ମନେ ଛଳ ।
କାମିନୀ ବିକଳ ନ ସହଇ କଳକଣ୍ଠ ଥିଲେ ଖମଣ୍ଡଳ ହେ । ୨୩।
କଉଁ ଗୋପୀ କାମ ସ୍ନେହ ଆଶୀ ସମ କୃଷ୍ଣ ସ୍ନେହ ଘେନି ଚଳଇ ।
କଉଁ ଗୋପୀ ତାହା ଦେଖି ଭାଳଇ ।
କୋମଳ ପଲାଶ କରେ ଧରି ନାଶଅର୍ଥେ ଅଳପ ଚାଳଇ ସେ ସୁନ୍ଦରୀ ।
କଉଁ ଗୋପିକା କୀର ପ୍ରାୟ ହୋଇ ।
କୃଷ୍ଣ ନାମ ସେ ଧରି ନ ଛାଡ଼ଇ ।
କାମବ୍ୟାଧ କରେ ପଡ଼ି ନିରନ୍ତରେ କାତରତର ହୁଅଇ ସେ । ସୁନ୍ଦରୀ ।୨୪।
କେ ବୋଲଇ ମନମୋହନକୁ ମନଦେବାରୁ ମାରୁଛି ମଦନ ।
କାହିଁପାଇଁ ନୋହିଲେ ଏ ନନ୍ଦନ ।
କରତ ପରାୟେ କର ତୁଛି କାୟେ ନ ପାଇବାରୁ ସଦନ ଗୋ । ସଜନୀ !
କମ୍ବୁରିପୁ କରପତ୍ର ଯେମନ୍ତ କାମକଥାହିଁ ଆମ୍ଭଙ୍କୁ ଯେମନ୍ତ ।
କୃଷ୍ଣ ମନୋହର ମୂର୍ତ୍ତିକି ତାହାର ବିଚାରି ହୋଏ ସନ୍ତତ ଗୋ । ସଜନୀ ।୨୫।
କେ ବୋଲେ ଅନଙ୍ଗ କଲେ ଯା ଅନଙ୍ଗ ହର୍ଷେ ହୋଇଲା ପ୍ରମୋଦ ।
କଲେ ଅଦୃଶ୍ୟ ହୋଇକରି ବାଦ ।
କୃଷ୍ଣ ସଙ୍ଗ ମନ୍ତ୍ରବିନୁ ଆନ ମନ୍ତ୍ର କଲେ ଏ ନୋହଇ ଚ୍ଛେଦ ଗୋ । ସଜନୀ ।
କଇରବ ବାନ୍ଧବ ସଖାପଣେ ।
କି ନ କରଇ ଅବା ତାକୁ ରଣେ ।
କଳେବରପୋଡ଼ା ମହା ଘରବୁଡ଼ା ପଣରେ ଏ ଲେଖା ଜଣେ ଗୋ ।୨୬।
କପର୍ଦ୍ଦୀ ଦହନ ନୟନେ ଦହନ କରି ନ କଲେ ଭଲ କରି ।
କଷ୍ଟେ ରହିଲା ପ୍ରେତ ରୂପ ଧରି ।
କୃତଘ୍ନ ଏମନ୍ତ ଯହୁଁ ହୋଏ ଜାତ ତାହାକୁ ଦିଅଇ ସାରି ଗୋ ସଜନୀ ।
କେ କହିବ ତାହାର ଗୁଣଗ୍ରାମ ।
କାନ୍ତା ନାମ ଧଇଲେ ହୋଏ ବାମ ।
କାହାରି ଭୋଗହିଁ ନ ପାରଇ ସହି ମହାପ୍ରସାଦ ବିଷମ ଗୋ ।୨୭।
କେ ଉନମାଦକ କେ ଖେଦ ଦାୟକ କେ ଦାହକ କେହୁ ଶୋଷଣ ।
ଦାହକ କେହୁ ଶୋଷଣ ।
କେ ଉଦ୍ଦୀପନ କରଣେ ନିପୁଣ ।
କୁସୁମ ହେଲେହେଁ ଏ ପଞ୍ଚବାଣହେଁ ଘେନନ୍ତି ପଞ୍ଚପରାଣ ଗୋ । ସଜନୀ ।
କାହିଁ ଧରିଥାଇ ସଖି ?
ଏମାନ କରି ନୋହଇ ମନେ ଅନୁମାନ ।
କ୍ରିୟାସିଦ୍ଧିପଣ ଜଗତେ ଭୂଷଣ କରାଇ ଚାରିବଦନ ଗୋ ।୨୮।
କଲେ ମାନହୀନ ଅମର ରାଜନ, ଚନ୍ଦ୍ର , ସୂର୍ଯ୍ୟ, କୁଶକେତୁକୁ କେହି କି କରିପାରିଲେ ତାହାକୁ ।
କାତ୍ୟାୟିନୀ କାନ୍ତ କରି ନେତ୍ର ଅନ୍ତ ଡରନ୍ତି ଏବେ ଯାହାକୁ ଗୋ । ସଜନି ।
କାମିନୀଙ୍କି ବହିଛନ୍ତି ଅଙ୍ଗରେ ।
କାମବଶ ନୋହିଛି କେ ରଙ୍ଗରେ ।
କଉତୁକ ଛଡ଼ା କାନ୍ତ କୁଳବୁଡ଼ା ଘେନିବୁଲନ୍ତି ସଙ୍ଗରେ ଗୋ ।୨୯।
କହୁଁ କହୁଁ ଏହା ହୋଇଲେ ଉତ୍ସାହା କୀଚକ ଧୀରନାଦ ଶୁଣି ।
କୃଷ୍ଣ ମୂରଲୀ ଧ୍ୱନି ପ୍ରୟେ ମଣି ।
କୋଦଣ୍ଡକାଣ୍ଡ ବାହାର ହେଲା ପ୍ରାୟେ ଧାଇଁଲେ ଗୋପତରୁଣୀ ହେ । ସୁଜନେ ।
କୁଚ ନିତମ୍ବ ଯାହାର ବିପୁଳ ।
କରାଇଲା ତାହାଙ୍କୁ ସେ ବିକଳ ।
କହେ ଦୀନକୃଷ୍ଣ ରସିକ ଅଭାବେ ଯେମନ୍ତେ ଗୁଣି ପଟଳ ହେ ସୁଜନେ ।୩୪।
ଦ୍ୱାବିଂଶ ଛାନ୍ଦ
ଗୋପୀମାନଙ୍କ ସହିତ ଶ୍ରୀକୃଷ୍ଣଙ୍କ ମିଳନ
ରାଗ - ମୁଖାରୀ
କଲେ ଯାଇ ଅବଲୋକ ।
କେ ବୋଲେ ଏ ତ କୀଚକ ।
କଲା ଆମ୍ଭଙ୍କୁ ଉତ୍ସୁକ ।
ବଂଶୀ ପ୍ରାୟେକ । ସଜନୀ ଗୋ ।୧।
କେ ବୋଲେ ଏହି ସେ ବଂଶ ।
କେବଳ ସେ ପୀତବାସ ।
କୃପାରୁ କରି ବିଶେଷ ।
କରେ ଉଲ୍ଲାସ । ସଜନି ଗୋ ।୨।
କେ କାହାର କରଦେଶେ ।
କରତାଳିମାରି ହସେ ।
କେ ଶୋକେ ଆକୁଳେ ବସେ ।
ମନ ବିରସେ । ବିରହେ ।୩।
କୃଷ୍ଣ ସଙ୍ଗେ ଯେଉଁବାଳା ।
କୁଞ୍ଜେ କରୁଥିଲା ଲୀଳା ।
କୀଚକନାଦେ ସେ ଭୋଳା ।
ହୋଇ ମିଳିଲା । ସେଠାରେ ।୪।
କରି ତାକୁ ବିଲୋକନ ।
କେ ବୋଲେରେ ପ୍ରାଣଧନ ।
କାହିଁ ରଖିଚୁ ମୋହନ ।
କହ ବହନ । ସଜନି ।୫।
କହ ତୁ କି ମନ୍ତ୍ରକଲୁ ।
ମୋହନକୁ ମୋହକଲୁ ।
କି ତପସ୍ୟା କରିଥିଲୁ କି ସୁଖୀ
ହେଲୁ । ସଜନି ।୬।
କେ ବୋଲେ ଆରେ ସଜନି ।
କୃଷ୍ଣଙ୍କୁ ସଙ୍ଗତେ ଘେନି ।
କଳାକରେ ଏ ରଜନୀ ।
ବଞ୍ଚିଲ ଧନି । ସଜନି ।୭।
କହଇ ସେ ଚନ୍ଦ୍ରମୁଖୀ କରି
ମୋତେ ମହାଦୁଃଖୀ ।
କାହିଁଗଲେ ସେ ଉପେକ୍ଷି ।
କୁଞ୍ଜରେ ରଖି । ସଜନି ।୮।
କେ ବୋଲେ ଆମ୍ଭକୁ ଛାଡ଼ି ।
କେଶବ ସଙ୍ଗତେ ପଡ଼ି ।
ଗଲୁ ଯେ ସୁଖକୁ ଲୋଡ଼ି ।
ଭୋଳରେ ହୁଡ଼ି । ସଜନି ।୯।
କଲା ବିହି ତହିଁ ଫଳ ।
କଲ ଯା ଗୋପୀ ବିକଳ ।
ପାଇଲୁ ଆମ୍ଭର ମେଳ ।
ଏହି ମଙ୍ଗଳ । ସଜନି ।୧୦।
କେ ବୋଲେ ପୁରୁଷ ପ୍ରୀତି ।
କେବେହେଁ ନୋହଇ ସ୍ଥିତି ।
କେତୋଟି ରଖିଛନ୍ତି ।
ପାୟବତୀପତି । ସଜନି । ୧୧।
କେ ବୋଲେ କ୍ଷୀରସାଗର ।
କରାୟେ ପୁରୁଷଙ୍କର ।
ହୃଦୟ ଅତି ଗଭୀର
ନୋହଇ ସ୍ଥିର ସଜନି ।୧୨।
କପର୍ଦ୍ଦୀ ଯେମନ୍ତ ଜୂତେ ।
ଥିର ନୋହେ କଦାଚିତେ ।
କରାନ୍ତି ହରଷ କେତେ ।
ବିରସ କେତେ ସଜନି ।୧୩।
କେ ବୋଲେ ଭାଗ୍ୟ ନଥିଲେ ।
କି ରହଇ ଭାବ କଲେ ।
କି ହେବ ସୁବର୍ଣ୍ଣଫୁଲେ ।
ବାସ ନଥିଲେ । ସଜନି ।୧୪।
କୁସୁମକୀଟ ନ ରସେ ।
କିଂଶୁକ କଟୁଜେ ବସେ ।
କେଉଁ ବିବେକ ପଣ ସେ ।
କଥାକୁ ଆସେ । ସଜନି ।୧୫।
କନକକୁମ୍ଭ ସମାନ ।
କୁଚରୁ କି ପ୍ରୟୋଜନ ।
ନହରିଲା ଯେବେ ମନ
ମୋହନ ମନ । ସଜନି ।୧୬।
କନ୍ଦର୍ପକାଣ୍ଡକୁ ଳକ୍ଷ୍ୟ ।
କିମ୍ପା କରନ୍ତି କଟାକ୍ଷ ।
କଲା ନାହିଁତ ଶ୍ରୀବତ୍ସ ।
ବଶ ପ୍ରତ୍ୟକ୍ଷ । ସଜନି ।୧୭।
କନକକୁସୁମ ହେବ ।
କିଛି ସୁବାସ ନଥିବ ।
କି ସୁଖ ଅବା ସେ ଦେବ ।
ତହିଁକି ଭାବ । ସଜନି ।୧୮।
କାନନ କଲ୍ଲିକା ହୋଇ ।
କାନନ ମଧ୍ୟରେ ଥାଇ ।
କଇଁ ସୁଖ ନ ଦିଶଇ ।
ସୁବାସ ପାଇ । ସଜନି ।୧୯।
କେ ବୋଲେ କି ବୋଲେ ସଖି ।
କର୍ମଠାରେ ସବୁ ଲେଖି ।
କୃଷ୍ଣ ମସ୍ତକରେ ଦେଖି ।
ମୟୂରପକ୍ଷୀ । ସଜନି ।୨୦।
କାଇଁଚ କଙ୍କଣ କରେ ।
କାଇଁଚମାଳା କଣ୍ଠରେ ।
କିଶଳୟ କର୍ଣ୍ଣ ଶିରେ ।
କେତେ ଆଦରେ । ସଜନି ।୨୧।
କଲେ ଏମାନ ମଣ୍ଡନ ।
କି ଦିଶନ୍ତି ଶୋଭାବକନ ।
କନ୍ଦର୍ପ ଛବି ମଣ୍ଡନ ।
ଜୀବଜୀବନ । ସଜନି ।୨୨।
କରନ୍ତେ କୃଷ୍ଣ ଭାବନା ।
କଲା ସାତ୍ତ୍ୱିକ ବେଦନା
କହୁଁ କହୁଁ ଗୋପାଙ୍ଗନା ।
ହେଲେ ବିମନା । ବିରହେ ।୨୩।
କେତକୀଦଳ ପରାୟେ ।
କାହାର ଦିଶିଲା କାୟେ ।
କେ ନେତ୍ରୁ ଲୁହ ପକାଏ ।
କେ ସ୍ତମ୍ଭୀ ହୋଏ । ବିରହେ ।୨୪।
କମ୍ପେ କାହା ଜଳେବର ।
କେ ଛାଡ଼ିଲା କହିବାର
କାହା ଅଙ୍ଗ ସ୍ୱେଦନୀର ।
ବହେ ପ୍ରଖର ବିରହେ ।୨୫।
କଦମ୍ବଫୁଲ ଆକାର ।
ଦିଶିଲା କାହା ଶରୀର ।
କେ ଚେଷ୍ଟାକରି ଅନ୍ତର ।
ହୋଇଲା ସ୍ଥିର । ବିରହେ ।୨୬।
କେ ତପନ ଭାବ ପାଇ
କହେ ସଖି କାହିଁ ପାଇଁ ।
ପ୍ରାଣ ରହିଛି ନ ଯାଇ ।
କଦର୍ଯ୍ୟ ହୋଇ ସଜନୀ ।୨୭।
କେ ବୋଲଇ ଚକ୍ରବାକୀ ।
କଷ୍ଟ ଆମ୍ଭ ପାଇ ନିକି ।
କରିଥିଲା ଅବିବେକୀ ।
ବିହି ରାତ୍ରିକି । ସଜନି ।୨୮।
କେ ବୋଲେ ଏ କଳାକର ।
କିମ୍ପା ଦହୁଛି ଶରୀର ।
କି ଶତ୍ରୁ ଆମ୍ଭେ ଏହାର ।
ଥରେ ପଚାର । ସଜନି ।୨୯।
କେ ବୋଲେ ଗରଳ ଖାଇ ।
କିମ୍ପା ପ୍ରାଣ ନେବନାହିଁ ।
କେ ଚାଡ଼େ । ବଡ଼ାଇ ।
କୁଟିଳ ହୋଇ । ସଜନି । ୩୦।
କାହିଁକି ଔଷଧିଶ ।
ନାମ ବିହିଲେ ଲୋକେଶ ।
ବିରହ ବ୍ୟାଧିବିନାଶ ।
ନ କଲେ ଲେଶ । ସଜନି ।୩୧।
କଳଙ୍କୀ ହେଲେ ବେଭାର ।
କେବେହେଁ ନୋହଇ ସାର ।
କେଡ଼େ ଲୋକର କୁମାର ।
କି ଅବେଭାର ।
କେବେହେଁ ନୋହଇ ସାର ।
କେଡ଼େ ଲୋକର କୁମାର ।
କି ଅବେଭାର ।୩୨।
କରେ ପଦ୍ମିନୀଦହିଜ ।
କରେ ବାରୁଣୀ ଗ୍ରାହିକ ।
କୁହାନ୍ତି ଏ ଦ୍ୱିଜରାଜ ।
ନପାଇ ଲାଭ । ସଜନି ।୩୩।
କେ ବୋଲେ ଅମୃତକର ।
କର୍ମକୁ ଅବା ଆମ୍ଭର ।
କଲା ବିଧାତା ଆକାର ।
ବର୍ଣ୍ଣ ବାହାର । ସଜନି ।୩୪।
କରବାଳକୁତ୍ରୀ ପ୍ରାୟେ ।
କରରେ କାଟୁଛି କାୟେ ।
କେମନ୍ତେ ଯିବ ଏ ଭୟେ ।
କହ ଉପାୟେ । ସଜନି ।୩୫।
କେ ବୋଲାଉ ଋକ୍ଷପତି ।
କେତେ ଋକ୍ଷ ବରଷନ୍ତି ।
କପଟେ ସିନା ବୋଲନ୍ତି ।
ହିମବିଧୀତି । ସଜନି ।୩୬।
କନ୍ଦର୍ପରେ ହୋଇ ବଶ ।
କଲେ ଗୁରୁପତ୍ନୀ ନାଶ ।
କହି କେ ପାରିବ ଶେଷ ।
ଏହାଙ୍କ ଦୋଷ । ସଜନୀ ।୩୭।
କେ ବୋଲଇ ଦୋଷାକର ।
ନାମ ପ୍ରସିଦ୍ଧ ଯାହାର ।
କଉଁ କଥାକୁ ବିଚାର ।
ହେବ ତାହାର । ସଜନୀ ।୩୮।
କେ ବୋଲେ କି ଭାଗ୍ୟବଳେ ।
ରାହୁ କବଳରୁ ଗଳେ ।
କେତୁ ଥିଲେ ଗର୍ଭନଳେ ।
କରନ୍ତେ ହେଳେ । ସଜନୀ ।୩୯।
କେ ବୋଲେ ଜନକ କୋଳେ ।
ରହିଥିଲେ ଯଉଁକାଳେ ।
କର୍ମବଳେ ନ ଜଳିଲେ ।
ବଡ଼ବାନଳେ । ସଜନୀ ।୪୦।
କୁମ୍ଭୀରେ ହେ ନ ଗିଳିଲେ ।
ମକର ମୁଖୁ ବଳିଲେ ।
କି ହେବ ବସି ଭାଳିଲେ ।
ଯେତେ ଜାଳିଲେ । ସଜନୀ ।୪୧।
କୁମ୍ଭସୁତ ଯେଉଁକାଳେ ।
କଲେ ଜଳନିଧି ଚଳେଁ ।
କହୁଁ କହୁଁ ଯୋଗବଳେ ଗଲେ
ମଙ୍ଗଳେ । ସଜନୀ ।୪୨।
କୋଟି କୋଟି ଦେବତାଏ ।
କଲେ ଗ୍ରାସ ନୋହେ କ୍ଷୟେ ।
କି କି ହୋଇ ଉଦେହୁଏ ।
ନିଶା ସମୟେ । ସଜନୀ ।୪୩।
କୀମାଙ୍ଗନାଶନ ଭୋଳ ।
ହୋଇ ଶିରେ କଲେ ଚୂଳ ।
କେତେ ହୋଇଲା ଗରଳ ।
ତେଜ ଶୀତଳ । ସଜନୀ ।୪୪।
କେ ବୋଲେ ପ୍ରଥମରାଟ ।
ମସ୍ତକେ କଲେ ସଂଘଟ ।
କଲେ ତ ନାହିଁ ପ୍ରକଟ ।
ଉତ୍ତମ ବାଟ । ସଜନୀ ।୪୫।
କୃଷ୍ଣ ଅଭିସାରୀକୁଳ ।
କରାନ୍ତି କେତେ ବିକଳ ।
କୋକ ମିଥୁନ କମଳ ।
ପ୍ରମୋଦ କାଳ । ସଜନୀ ।୪୬।
କଉଶିକ ସୁଖକର ।
କାମକାର୍ଯ୍ୟେ ତତପର ।
କଇରବ ବନ୍ଧୁଙ୍କର ।
ଗୁଣଅପାର । ସଜନୀ ।୪୭।
କେ ବୋଲେ ଆମ୍ଭ ଗୋବିନ୍ଦ ।
କଲେ ଆମ୍ଭଠାରେ ଛନ୍ଦ ।
କାହିଁକି ଏହାକୁ ନିନ୍ଦ ।
ଏକଥା ମନ୍ଦ । ସଜନୀ ।୪୮।
କହି ଏମନ୍ତ ଚଳିଲେ ।
କାଳିନ୍ଦୀ କୂଳେ ମିଳିଲେ ।
କେ ଯାଇ ପଶିଲେ ଜଳେ ।
କାମ ବିକଳେ । ସଜନୀ ।୪୯।
କେ ବୋଲେ ଆଗୋ ଯମୁନା ।
କହ ହେଲେ ତୁମ୍ଭେ କିନା ।
କହିଁଛନ୍ତି ଗୋପାଙ୍ଗନା ।
ଜୀବନ ଘେନା । ସଜନୀ ।୫୦।
କୃଷ୍ଣର ତୁମ୍ଭେ ସୁଭଗା ।
କେବଳ ଆମ୍ଭେ ଦୁର୍ଭାଗା ।
କଲେ ଏ ଘେନି ଅଲଗା ।
ସୁରଭୀ ଜଗା । ସଜନୀ ।୫୧।
କଷ୍ଟ ତରୁ ପ୍ରଭଞ୍ଜନ ।
କୋଟି କନ୍ଦର୍ପ ଗଞ୍ଜନ ।
କାମିନୀ ନେତ୍ର ଅଞ୍ଜନ ।
ମନରଞ୍ଜନ । ମୋହନ ।୫୨।
କରନ୍ତି ଗୋପୀ କାରୁଣ୍ୟ ।
କୃପାକଲେ ନାରାୟଣ ।
ଭକ୍ତମାନ ଉଦ୍ଧାରଣ ଭତିକାରଣ ।
ମୋହନ ।୫୩।
କାନନ ମଧ୍ୟୁ ବାହାର ।
ହୋଇଲେ ନାଗରବର ।
କରି ମନ୍ଦହାସ ଧୀର ରଙ୍ଗ ଅଧର ।
ମୋହନ ।୫୪।
କହିଲେ ହେ ଗୋପୀମାନେ ।
ବଣା ହେଲେ ବୃନ୍ଦାବନେ ।
କି ବିଚାରିଥିଲ ମନେ ।
ଆମ୍ଭ ବିହୀନେ । ସମସ୍ତେ ।୫୫।
କହେ ଦୀନକୃଷ୍ଣ ଦାସ ।
ଆହେ ପ୍ରଭୁ ପୀତବାସ ।
ତୁମ୍ଭେ ସେ ଜାଣ ଏ ରସ ।
ସୁଖ ନିବାସ । ମୋହନ ।୫୬।
ତ୍ରୟୋବିଂଶ ଛାନ୍ଦ - ମହାରାସ
ରାଗ - ଆନନ୍ଦଭୈରବ, ପଡ଼ିତାଳ
କୃଷ୍ଣଙ୍କୁ ଦେଖି ଗୋପୀ ହେଲେ ଯାହା ।
କେ କହିବ ଅବା ବଚନେ ତାହା ।
କଳାକର ଦର୍ଶନ । କଲେ କୁମୁଦ ବନ ।
କୋଟିନିଧି ପାଇଲା ମହା ଦରିଦ୍ରଜନ ।୧।
କମଳ ଦେଖିଲା ରବି ମଣ୍ଡଳ ।
କୋକିଳ ପାଇଲା ବସନ୍ତକାଳ ।
କୃଷ୍ଣ ଚାହିଁ ଗୋପୀଏ ସେହି ପ୍ରକାରେ । ହୋଏ ।୨।
କେ ବୋଲଇ ଆହେ ପଙ୍କଜମୁଖ ।
କେତେ ଦେଲ ଆମ୍ଭମାନଙ୍କୁ ଦୁଃଖ ।
କୃପାସାଗର ହେଲେ । କର ଏକଥା ଭଲେ ।
କୋଟି ବ୍ରହ୍ମାଣ୍ଡ ନାଥ କାହିଁପାଇଁ ନୋହିଲେ ।୩।
କଲେ ଦାସୀଙ୍କଠାରେ ଏ ନିରାଶ ।
କଉଁ ପ୍ରକାରେ ନ ରହଇ ଯଶ ।
କୃପାବନ୍ତ ହୃଦୟ । କଲେ ଏଡ଼େ ନିର୍ଦ୍ଦୟ ।
କରାଇଲ ଏ ଭୟ । କରାଇଲ ଜୟ ।୪।
କେଶବ ବୋଇଲେ ତୁମ୍ଭ ନିମନ୍ତେ ।
କୁଞ୍ଜବନଯାକ ବୁଲିଲି କେତେ ।
କରିବାକୁ ସୁବେଶ । କଲି କୁସୁମେ ଆଶ ।
କିମ୍ପା କରିଛ ରୋଷ । କିଛିନାହିଁ ମୋ ଦୋଷ ।୫।
କହନ୍ତି ଗୋପୀ ତୁମ୍ଭେ ହେଲ ବାମ ।
କାମ ଏଣେ ପୂର୍ଣ୍ଣକଲା ତା କାମ ।
କଲା ରୋମକେ କାଣ୍ଡେ ।
କେ ରଖିବ ବ୍ରହ୍ମାଣ୍ଡେ ।
କାନ୍ତଥାଉଁ କାନ୍ତାକୁ କେହି ଦେଇଛି ଦଣ୍ଡେ ।୬।
କୃଷ୍ଣ ବୋଇଲେ କିଛି ନ ବିଚାର ।
କରବା ତାହା ସଙ୍ଗତେ ସମର ।
କହିକରି ଏମନ୍ତ । କାୟା କଲେ ବହୁତ ।
କାମ କରେ କଳିତ । କଲା ଧନୁ ତୁରିତ ।୭।
କନକ ଗୋରୀ ଗୋପୀଙ୍କ ଶ୍ରୀଅଙ୍ଗ ।
କଲେ ବିଚିତ୍ର ସୁବର୍ଣ୍ଣ ଶତାଙ୍ଗ ।
କୃଷ୍ଣ ବୋଇଲେ କିଛି ନ ବିଚାର ।
କରବା ତାହା ସଙ୍ଗତେ ସମର ।
କହିକରି ଏମନ୍ତ । କାୟା କଲେ ବହୁତ ।
କାମ କରେ କଳିତ । କଲା ଧନୁ ତୁରିତ ।୭।
କନକ ଗୋରୀ ଗୋପୀଙ୍କ ଶ୍ରୀଅଙ୍ଗ ।
କଲେ ବିଚିତ୍ର ସୁବର୍ଣ୍ଣ ଶତାଙ୍ଗ ।
କୃଷ୍ଣ ହୋଇଲେ ରଥି ।
କଉଁ ଉପମା ତଥି କହିବସିଲେ ଏଥି ।
କଥା ହୋଇବ ପୋଥି ।୮।
କୃଷ୍ଣମେଘରେ ସ୍ଥକିତ ଚଞ୍ଚଳା ।
କଳାଧଉତେ କି ଖଞ୍ଜିତ ନୀଳା ।
କି କନକ କମଳେ । କାମୀ ଭ୍ରମର ଖେଳେ ।
କଳକଣ୍ଠେ କ୍ରୀଡ଼ନ୍ତି ହେମ ବଲ୍ଲରୀ ମାଳେ ।୯।
କାମ ସମର ପ୍ରବଳ ହୋଇଲା ।
କୂଜିତ ବୀର ଡ଼ାକହିଁ ଶୁଭିଲା ।
କାଟି କିଙ୍କିଣୀନାଦ ।
କିବା ସମର ବାଦ୍ୟ । କରରୁହ – ବିଶିଖଘାତେ ଅଙ୍ଗବିଭାଦ ।୧୦।
କ୍ରମରେ ହେଲେ ରତି ଗଣେ ମତ୍ତା ।
କାମଶିଖାଇଲା ନିଜ ଯୋଗ୍ୟତା ।
କାଣ୍ଡ କାଣ୍ଡକେ ଜ୍ଞାନ । କରାଇଲା ନିଧନ ।
କେତେବେଳେ ଚେତନା ତାହା କରଇ ଆନ ।୧୧।
କେତେବେଳେ ମୁଖ ଘଣ୍ଟ ଶବଦ ।
କେତେବେଳେ ଶୁଭେ କପୋତ ନାଦ ।
କେତେବେଳେ ଭିଡ଼ନ୍ତି । ମାଲ ପ୍ରାୟେ ଜଡ଼ନ୍ତି ।୧୨।
କୁତୁହଳରେ ରସନା ଚାଳନ୍ତି ।
କେତେବେଳେ ଦଶନ ।
ବାସେ ଚୁମ୍ବନ ଦାନ ।
କେତେବେଳେ କର୍ଦ୍ଦନ । କମ୍ପହୋଏ ଜଘନ ।୧୩।
କେତେବେଳେ ସାହୁ ଖାତକ ପ୍ରାୟେ ।
କେ ଗୁଣେ ଦେଲେ ଦୁଇଗୁଣେ ପାଏ ।
କାମ ଶାସ୍ତ୍ରେ କୁଶାଳ ।
କୃଷ୍ଣ ଗୋପୀ ପଟଳ ।
କେ କାହାକୁ ଉଜ୍ଜ୍ୱଳ । ରସେ ନୋହେ ଅତୁଳ ॥୧୪।
କି ସେ ନିଧୁବନ ବରଷା କାଳ ।
କୃଷ୍ଣ ମେଘ ଗୋପୀ ତଡ଼ିତମାଳ ।
କଣ୍ଠ ମୁକୁତା ହାର କିବା ସଲିଳ ଧାର ।
କଟି କିଙ୍କିଣୀ ତାର । ଧ୍ୱଜ ଗର୍ଜନଘୋର ।୧୫।
କେକୀ କଳାପ ଇନ୍ଦ୍ର ଶରାଶନ ।
କାନନ ଗଗନ ମଧ୍ୟେ ଶୋଭନ ।
କାମ କୃଷିକ ଦେଖି । କଲା ମନକୁ ସୁଖୀ ।
କାଣ୍ଡ ଫାଳକୁ ଦେଲା ଧନୁ ଲାଙ୍ଗୁଳେ ଯୋଖି ।୧୬।
କହୁଁ କହୁଁ ସୁଖ ନଦୀ ବଢିଲା ।
କ୍ରମେ ସେ ସ୍ନେହ ସିନ୍ଧୁରେ ପଡ଼ିଲା ।
କୃଷ୍ଣ କୁସୁମଶର । କଲେ ଯେଉଁ ସମର ।
କହି ପାଇବ ପାର । କଉଁ କବି ଈଶ୍ୱର ।୧୭।
କରି ଅଷ୍ଟବିଧି କରଜକ୍ଷତ ।
କଲେ ଦ୍ୱାଦଶ ଆଲିଙ୍ଗନେ ଜାତ ।
କେତେ ରୂପେ ଚୁମ୍ୱନ ।
କେତେ ସ୍ଥାନେ ପ୍ରଦାନ ।
କହିବାକୁ ସେମାନ କଲିନାହିଁ ମୁଁ ମନ ।୧୮।
କେଶବ କାମଶାସ୍ତ୍ରରେ କୋବିଦ ।
କହି କେ ବଚନେ କରିବ ଭେଦ ।
କଲେ ଯେତେକ ବନ୍ଧ ।
କାମଦେବକୁ ଧନ୍ଦ । କଉଁ ରସିକତା କରିବ ନିର୍ବନ୍ଧ ।୧୯।
କାମସଖା ରଣେ ପଡ଼ିବା ଦେଖି ।
କେତେ ରହିଲା ସମର ଉପେକ୍ଷି ।
କଲା ଲେୁଟି ଯୁଦ୍ଧ ।
କରିବାକୁ ସଂଶ୍ରଦ୍ଧ ।
କରେ କଳିତ କରି ଆପଣାର ଆୟୁଧ ।୨୦।
କୃଷ୍ଣଙ୍କୁ ରଥୁ କରି ଅବରୋହୀ ।
କୋପଭରେ ସେ ଚକ୍ରିଣୀ ଆରୋହୀ ।
କଲାବିଚିତ୍ର ଗତି । କରି ବିଜୟେ ମତି ।
କୃଷ୍ଣ ହେଲେ ତୃପତି ଦେଖି କରି ସେ ରୀତି ।୨୧।
କଳାକର କରେ ଝଲକେ ରଥ ।
କୃତାର୍ଥ କରଇ ନୟନ ପଥ ।
କଳା କୁଟୀଳବେଣୀ ।
କୃଷ୍ଣ ପତାକା ଜିଣି ।
କଟି କିଙ୍କିଣୀ ଶ୍ରେଣୀ ନିରନ୍ତରେ ବାଜେଣୀ ।୨୨।
କପୋଳେ ଝଲକ ମାଳୀ ଝଲକେ ।
କଟାକ୍ଷ ମାତ୍ରକେ ଅଙ୍ଗ ପୁଲକେ ।
କର୍ଣ୍ଣେ କୁଣ୍ଡଳ ଚଳେ ।
କଣ୍ଠେ ଭୂଷଣ ଦୋଳେ ।
କାମ ନାଶକୁ ହେଳେ । ଉତ୍ପାତ ତହିଁ ମିଳେ । ୨୩।
କନକ ଗିରି ଅଧୋମୁଖହୋଇ ।
କମ୍ପେ କି ସୁବର୍ଣ୍ଣ ଲତାରେ ଥାଇ ।
କର୍ଣ୍ଣେ ଶୁଣିଲା ନାହିଁ ।
କେବା ଦେଖିବ କାହିଁ ।
କବି ହେଲେ ସେ ଏହି କଥା ପାରଇ କହି । ୨୪।
କହୁଁ କହୁଁ କାମ ହୋଇଲା ଝାମ ।
କୃଷ୍ଣ ହୋଇଲେ ଅତି ପୂର୍ଣ୍ଣକାମ ।
କରି ଗୋପୀଙ୍କି ବେଶ । କଲେ ମନକୁ ତୋଷ ।
କହିକରି ସେ ଯଶ ।
କେ ତା କରିବ ଶେଷ ॥୨୫।
କରୁଥିଲେ ସେ ସମର ସଞ୍ଚାର ।
କେତେ ତାହାଙ୍କୁ ଦେଲେ ଅଳଙ୍କାର ।
କୁଚ ପାଇଲା ହାର ।
କଟୀନେଲା ଅମ୍ବର ।
କରିଥିଲା ଅପାର । ରତି ରଣେ ପ୍ରଚାର ।୨୬।
କର୍ଣ୍ଣ ଉତ୍ତମ କୁଣ୍ଡଳ ପାଇଲା ।
କର୍ପୂର ତାମ୍ବୁଳ ଅଧର ନେଲା ।
କେଶ ପଛରେ ଥିଲା । କିଛି ନିନ୍ଦା ପାଇଲା ।
କର ଦେଶରେ ଭଲା । କ୍ରମେ ବନ୍ଧନ ଗଲା ସେ ।୨୭।
କାହା ଶ୍ରୀମୁଖରେ ଦେଇ ଚୁମ୍ୱନ ।
କାହାକୁ ଧୀରେ କରି ଆଲିଙ୍ଗନ ।
କାହା ଚିବୁକ ଧରି କଉତୁକ ବିସ୍ତାରି ।
କ୍ରୌଞ୍ଚସ୍ୱରରେ କରି । କହି କୋମଳ କରି ॥୨୮।
କୁଞ୍ଜବନକୁ ଆସୁଥିବୁ ନିତି ।
କରୁଥିବା ତୋର ମୋର ସୁରତି ।
କର୍ଣ୍ଣେ ଶୁଣି ଏ ବାଣୀ । କାନ୍ତ- କଦମ୍ବ ମଣି ।
କଳେବର କମ୍ପାଇ ଦେଲା ଚକ୍ରଚାହାଁଣୀ ।୨୯।
କାହା କରକରେ ଧରି ମୋହନ ।
କହନ୍ତି ଶୁଣରେ ପରାଣଧନ ।
କରୁଅଛି ଗଗନ । କୁଚେ ରଖି ମୋ ମନ ।
କରିଥିବୁ ଯତନ । କୃପା ନରକି ଆନ ।୩୦।
କୁସୁମଶର ମୋହ ତେଜି ବସି ।
କୃଷ୍ଣ ଗୋପୀଙ୍କ ସ୍ନେହ ଦେଖି ହସି ।
କାଣ୍ଡ କୋଦଣ୍ଡ କରେ ।
କର ଦେଇ ନିଶରେ ।
କରେ ଇଚ୍ଛା ମନରେ । କଟାଳିବାକୁ ଥରେ ।୩୧।
କୁରଙ୍ଗ ଯେହ୍ନେ ମୃଗତୃଷ୍ଣା ଚାହିଁ ।
କନକରେ ତାକୁ ପଙ୍ଗତ ପାଇ ।
କାଳେ ହୋଏ ଯେମନ୍ତ । କାମକଥା ତେମନ୍ତ ।
କରେ ପ୍ରାଣ ଯେ ହତ । କରେ ତହିଁ ମନତ ।୩୨।
କ୍ରମେ ଦିନ ମୁଖେ ଶୋଭାକୁ ଘେନି ।
କଲେ ଗମନ ବରଜ କାମିନୀ ।
କଳାକର ଆନନ । କାନ୍ତି ଦିଶେ ନିଉନ ।
କିଛି ଦୃଶ୍ୟ ହୁଅଇ ତା’ର ତାରକାମାନ ।୩୩।
କେଳି ସୁମରି ହୃଦୟ ପଦ୍ମ ହସେ ।
କୁଙ୍କୁମ ବର୍ଣ୍ଣ ଅମ୍ବର ପ୍ରକାଶେ ।
କୁଚଚକ୍ର ଉଲ୍ଲାସ ।
କାମ ତମ ବିନାଶ । କହେ କୃଷ୍ଣ ଏ ରସ କହିଥିଲେ ଅଶେଷ ।୩୪।
ଚତୁର୍ବିଂଶ ଛାନ୍ଦ
ନିଶି ଶେଷରେ କୃଷ୍ଣ ଗୋପୀଙ୍କ ଗୃହ ଗମନ
ରାଗ - ବଙ୍ଗଳାଶ୍ରୀ
କରୀବର କର ମର୍ଦ୍ଦନୁଅନ୍ତର ହେଲା ପଦ୍ମଲତା ପ୍ରାୟେ ।
କାମସିନ୍ଧୁ ଲାଗି ନିଧୂବନ ଲାଗି ଦିଶେ କଉଁ ବଧୂକାୟେ ।୧।
କେଶରୀ ମୁଖରୁ ପଳାଇ ଚମୁରୁ ହୁଅଇ ଯେହ୍ନେ ତରଙ୍ଗ ।
କଟାକ୍ଷ ଖେଳାଇ ଗମନ ବଳାଇ କଉଁଗୋପୀ ଛାଡ଼ି ସଙ୍ଗ ।୨।
କେତୁ ମୁଣ୍ଡ ତୁଚ୍ଛ ଗ୍ରାସୁ ସୁଧା ପିଣ୍ଡ ବାହାର ହେଲା ପରାୟେ ।
କାନ୍ତିରୁ ବାହାର ହେବାରୁ କାହାର ମୁଖ ନୀରସକୁ ପାଏ ।୩।
କୁବଳୟଦଳ ସିନ୍ଦୂରେ ମେଳ ହେଲା ପ୍ରାୟେ କାହା ନେତ୍ର ।
କୀର ଚକ୍ଷୁଘାତ ବିମ୍ୱଫଳ ଖ୍ୟାତ ସୁରଙ୍ଗ ଦଶନପତ୍ର ।୪।
କରୀକୁମ୍ଭ ମନ ଅଙ୍କୁଶର ମୁନ ଲାଗିଲେ ଯେମନ୍ତ ଦିଶେ ।
କାହାର ଉରଜଯୁଗଳ କରଜ ଘାତରେ ଶୋଭା ପ୍ରକାଶେ ।୫।
କାହା ଗଣ୍ଡସ୍ଥଳ ଚୁମ୍ବନେ ତାମ୍ବୁଳ ବୋଳା ହୋଇଛି ପ୍ରଅକଟ ।
କନକ ମହୀରେ ରହିଲେ ସଧୀରେ ଶୋଭା ଯେହ୍ନେ ତାମ୍ର କୁଟ ।୬।
କାହାର ଅମ୍ବର ନୋହେଆଡ଼ମ୍ବର ଡ଼ମ୍ବରୁ ମଧ୍ୟ ଦେଶରେ ।
କିଶଳୟ ପଦ ନ ଧରଇ ପଦ ମାରମଦ ଅବଶରେ ।୭।
କନକ ବଲ୍ଲରୀ ମନ୍ଦବାତେ କରି ଢଳିଲାପରାୟେ ହୋଇ ।
କଳହଂସୀପ୍ରାୟେ ଚରଣ ପକାଏ ଶ୍ରୀଅଙ୍ଗକୁ ଦୋହଲାଇ ।୮।
କାହା ଇସିଇସି ଶ୍ରୀମୁଖକୁ ଶଶି କଳା ହାରି ପଳାଇଲା ।
କୂଧର ନରେନ୍ଦ୍ର-ଶିଖରେ ପାରୀନ୍ଦ୍ର ଶିରେକାନ୍ତି ଖେଳାଇଲା ।୯।
କାହା କଣ୍ଠହାର ସୂତ୍ରରୁ ବାହାର ହୋଇ ଗୋଟି ଗୋଟି ଖସେ ।
କୃତ୍ତିବାସ ଶିର ବସୁନ୍ଧରା ନୀର ମଣ୍ଡିଲା ପରାୟେ ଦିଶେ ।୧୦।
କଷ୍ଟେକଷ୍ଟେ ଯାଇ କୃଷ୍ଣ ସୁଖଦାୟୀ ଗୋପେ ପ୍ରବେଶ ହୋଇଲେ ।
କମଳ ହରଷ ଘେନି ବାସରେଶ ଉଦୟ ମୁର୍ଦ୍ଦା ଛୁଇଁଲେ ।୧୧।
କଉତୁକ ପଣେ କିରଣ ସଞ୍ଚାଣେ ମିଳିଲେ ଗଗନପଥେ ।
କି ଛଟକେ ପ୍ରାଣ ବିକଳେ ପ୍ରୟାଣ କଲେ ଉଡୁପତ୍ର ରଥେ ।୧୨।
କୃକବାକ କାକ ଚକ୍ରବାକ ଡାକ ଶୁଭିଲା ସବୁ ଆଡ଼ରେ ।
କଉଁ ରସନିଧି ବିରହେ ଅବଧି ଗାର କାଟିଲା ବାଡ଼ରେ ।୧୩।
କମ୍ଭୁ କଟକରେ ନୀଳାଦ୍ରି ନଗ୍ରରେ ପାହାନ୍ତି ଶଙ୍ଖ ବାଜିଲା ।
କମ୍ବୁ ଚକ୍ରଧର ଦେବରାଜଙ୍କର ନିଦ୍ରା ତୁରିତେ ଭାଜିଲା ।୧୪।
କନକ ପଲ୍ୟଙ୍କ କମଳାଙ୍କ ଅଙ୍କ ତେଜି ସଂହାସନ ବିଜେ ।
କବାଟ ଫିଟାଇ ତୋରା ହୋଇଯାଇ ଖଟିଲେ ସେବକ ଦ୍ୱିଜେ ।୧୫।
କୁସୁମ ମାଳକୁ ପକାଇ ତଳକୁ ତପଡ଼ ଲାଗି ହୋଇଲେ ।
କାଠି ଲାଗିଯାଇ ଚଉକିରେ ଯାଇ ସଧୀରେ ବିଜୟେ କଲେ ।୧୬।
କରି ତ୍ରିଫଳଜଳେ ମୁଖ ପଖାଳି କାଠି ଲାଗି ସ୍ନାନ ସାରି ।
କମନୀୟ ବାସ ଲାଗି ହୋଇ ବେଶ ହେଲେ ନୀଳାଦ୍ରି କେଶରୀ ।୧୭।
କରେ କଚଟି ବାହୁଟି ମଧ୍ୟଦେଶ ରତ୍ନ ଓଢିଆଣୀ ଶୋହେ ।
କଣ୍ଠରେ ଶାର୍ଦ୍ଦୁଳ ନଖ – କଣ୍ଠିମାଳ ଜଗଜନ ମନ ମୋହେ ।୧୮।
କର୍ଣ୍ଣରେ କୁଣ୍ଡଳ ଶିରେ ଦିବ୍ୟଚୂଳ ହୃଦରେ କୁସୁମମାଳ ।
କରିଛି ଦର୍ଶନ ତାହା ଯେଉଁଜନ ଜନ୍ମ ତାହାର ସଫଳ ।୧୯।
କୋଟି ବ୍ରହ୍ମାଣ୍ଡରେ ଏମନ୍ତ ଠାକୁର ଥିବାର ଶୁଣିଛ କାହିଁ ।
କୁଚ୍ଛିତ ଲୋକହିଁ ପରମ ପଦହିଁ ଲଭନ୍ତି ଯାହାକୁ ଚାହିଁ ।୨୦।
କଳା ପର୍ବତରେ ବିଜୟ ସଧୀରେ କରୁଣା ହୃଦୟ ହୋଇ ।
କଳ୍ମଷୀ ଲୋକଙ୍କୁ କଳମକ୍ଷପଙ୍କୁ ଉଦ୍ଧାର କରିବା ପାଇଁ ।୨୧।
କଥା ନ କହନ୍ତି ଜଗତ ମୋହନ୍ତି ବାହା ।୨୨।
କରନ୍ତି ମଣୋହି ଯଉଁ ଦ୍ରବ୍ୟ ତହିଁ ମହିମା ଅତି ବିଚିତ୍ର ।
କୁଶକେତୁ ନେଇ ଆନନ୍ଦେ ଭକ୍ଷଇ ଥିଲେ ନୀଚେ କର ପତ୍ର ।୨୩।
କରୁଥିଲେ ଗତି ପରିକ୍ରମା ମତି ସ୍ତୁତି କଳହ ପରାଏ ।
କରନ୍ତେ ଆମିଷ ଆଦି ଦ୍ରବ୍ୟନାଶ ହବିଷ୍ୟ କର୍ମକୁ ପାଏ ।୨୪।
କଲେ ନିଦ୍ରା ଯହିଁ ଦଣ୍ଡ ପ୍ରଣାମହିଁ ଫଳ ହୁଅଇ ପ୍ରାପତ ।
କଳାତ୍ରାଦି ସୁତ ଘେନିକରି ଭୃତ୍ୟମାନେ ଭୀବନ ମୁକତ ।୨୫।
କରିଥିଲା ଆଶା ସେ କ୍ଷେତ୍ରେ ନିବାସ କରିବାକୁ ।
ଦୀନକୃଷ୍ଣ କି ଅଭାଗ୍ୟୁ ତହିଁ ନ ପାରିଲା ରହି ପ୍ରଭୁ ନୋହିଲେ ସତୃଷ୍ଣ ।୨୬।
କର୍ମେ ଥିଲେ ଯାହା ଭୋଗକଲା ତାହା କେ ତାହା କରିବ ଆନ ।
କରମ କରତା କଇବଲ୍ୟ ଦାତା ଯେବେ ନୋହିଲେ ପ୍ରସନ୍ନ ।୧୭।
କଣ୍ଠରେ ଭୂଷଣ କରି ତାଙ୍କ ଗୁଣ ଗାଉଥାଇଁ ନାମମାନ ।
କୃପଣ ଗୁଆଁର କୁବୁଦ୍ଧିକି ଜ୍ଞାନ ମାଗିପାଉଥାଇ ମାନ । ୨୮।
କରେ ଚିନ୍ତାମଣି ପାଇଁ କରି ଆଣି ନ ରହିଲା ମୋର କିଛି ।
କରି ବିଚାର କେତେବେଳେ ଛାର ଜୀବନ କାହିଁକି ଅଛି ।୨୯।
କୃଷ୍ଣ ଆଶ୍ରେ କରି ସୁବିଦ୍ୟା ଆଚରି ପାଷାଣ୍ଡକୁ ଯାହା ସ୍ତୁତି ।
କୃଷ୍ଣଦାସ କହେ କିଛି ଭଲ ନୋହେ କେବଳ ଛାତିକି କାତି ।୩୦।
ପଞ୍ଚବିଂଶ ଛାନ୍ଦ
କୃଷ୍ଣ ବଳରାମଙ୍କ ମଥୁରା ଯାତ୍ରା
ରାଗ - କାମୋଦୀ, ଋକ୍ମିଣୀ ଚଉତିଶା ବାଣୀ
କର ସାଧୁବିବେକ ଜନେ ମନକୁ ଏକ କୃଷ୍ଣ କଥାକୁ ମନ ଦେଇ ।
କଂସ-ତମକୁ ହଂସ ଦେବ ଯେ – ହୃଷିକେଶ ସେ କଥା କିଛି କହିବଇଁ ହେ ।
ଆହେ ଜନେ । କୁଞ୍ଜବିହାରୀ ସାରି ରାସ ।
କେତେଦିନ ଗୋପେ ରହିଲେ ପୀତବାସ ।
କଂସ ନୃପତି ଭୟ କେବେ ନୋହିଲେ କ୍ଷୟ ଭାଳଇ ରଜନୀ ଦିବସ ହେ ।୧।
କରାଇଲା ହକରା ସସସ୍ତ ସଭା ତାରାମାନଙ୍କୁ ଅତି ଉତ୍ସାହରେ ।
କହ ତୁମ୍ଭେ ବିଚାର କାଳ ନନ୍ଦ କୁମର କେମନ୍ତେ ପଡ଼ିବ ମୋ କରେ ହେ । କୋବିଦେ ହେ ।
କଲତ ଶ୍ରବଣ । ସଭିଏଁ ।
କଲେ ଯେତେ ଯେତେ ଶ୍ରୀରାମ କୃଷ୍ଣ ଦୁହେଁ କେଶୀ ଆଦି ମୋହର ମାରି ସମସ୍ତ ବୀର ନିଶ୍ଚିନ୍ତ ହୋଇ ଗୋପେ ରହେ ହେ ।୨।
କରିବି ପ୍ରାଣନାଶ ଅଇଲେ ମୋର ପ୍ରାଣ କେ ରକ୍ଷା କରିବ ଜାଣିମା ।
କେ ତହିଁ ପ୍ରଭୁ କେ ଅଛି ବଡ଼ ।
କେ ବୋଲଇ ଯେତେ ହୋଇଲେ ସେ ଗଉଡ଼ ।
କର ଆଜ୍ଞା ତୁରିତ ଛାମୁରୁ ଯାଇ ଦୂତ ଘେନିଆସୁ ସେ ତଡ଼ବଡ଼ ସେ ।୩।
କହେ ଯଉଁ ପଣ୍ଡିତ ସଭାରେ ପକ୍ଷପାତ ପ୍ରଭୁ ଆଶକୁ ଅନୁସରି ।
କରେ ତହିଁକି ପ୍ରତେ ଯଉଁ ନୃପତି ଚିତ୍ତେ ସେଇଟି ଅବିବେକୀପୁରୀ ହେ । ଆହେ ଜନେ ।
କାଳେ ସେ ଦେଖନ୍ତି ସଂଘାତ ।
କାଳଦଣ୍ଡ ଅବଶ୍ୟ ହୁଅନ୍ତି ସଂଘାତ ।
କଟୁତିକ୍ତ ମଧୁର ଦ୍ରବ୍ୟ ଠାରୁ ବିଚାର ଆଦ୍ୟ ପ୍ରାନ୍ତେ ହିତ ଅହିତ ହେ ।୪।
କର୍ପୂର ନାରିକେଳ ଳେମ୍ବୁ କେଡ଼େ ଶୀତଳ ପାନକୁ ମହାସୁଖକର ।
କହୁଁ କହୁଁ ଯେମନ୍ତ କରଇ ପ୍ରାଣ ଅନ୍ତ ସେହି ରୂପେଟି ଖଳ ଗୀର ହେ ।
ଆହେ ଜନେ । କଲା ନାହିଁ ବିଚାର ଚିତ୍ତେ ।
କ୍ରୋଧ ସିନା ପ୍ରାଣୀକି ନାଶୁଛି ସନ୍ତତେ ।
କେବଳ ଜ୍ଞାନଶୂନ୍ୟ ଲୋକଙ୍କର ଏମାନ ମରଣ ଚଳାଇ ଆଗତେ ହେ ।୫।
କେଶରୀ ଦେଖିକରି ଗ୍ରାମ ସିଂହ ଫୁକାରି ହେଳେ ସେ ନିକି ବଡ଼ ହୁଏ ।
କେବେହେଁ ଦିନମଣି ଆଗେ ଖଦ୍ୟୋତଶ୍ରେଣୀ ଜ୍ୟୋତି ଦେଖାଇ ଯଶପାଏ ହେ ।
ଆହେଜନ । କରିଛି ଶ୍ରବଣ ମହିମା ।
କହୁଅଛି କେମନ୍ତ ପ୍ରକାରେ ଗାରିମା ।
କାଳ ଗ୍ରାସିଲେ ପ୍ରାଣି କହେ ବିକୃତ ବାଣୀ ସହଜେ ତ ଏ ଦୁଷ୍ଟ ସୀମା ହେ ।୬।
କହିଲା ବିଚକ୍ଷଣ ମାନେ ମୋଠାରୁ ଶୁଣ ବିଦ୍ଧିଏ ଦିଶୁଅଛି ମୋତେ ।
କରିବି ଧନୁଯାତ ଆଣିବି ନନ୍ଦସୁତ ଜନକଜନନୀ ସୁଚିତେ ହେ ।
କୋବିଦେ ହେ । କରି ତ ଥିବି ରଙ୍ଗସଭା ।
କାମପାଳ କୃଷ୍ଣ ଦେଖି ହୋଇବେ ଲୋଭା ।
କପଟ ବୁଦ୍ଧି କରି କରେ ଆୟୁଧ ଧରି ଯୋଦ୍ଧାଏ ହୋଇଥିବେ ଉଭା ହେ ।୭।
କୁବଳୟା ଆରୋହି ମାହୁନ୍ତ ଥିବ ରହି ସିଂହଦୁଆର ଆଶ୍ରେ କରି ।
କୁଳିଶ – ହୃଦ ମାଲେ ଉଭାରି ଥିବେ ଭଲେ କାହା ମୁଖୁ ବଞ୍ଚିବେ ହରି ସେ ।
କହି ଏହା ମନ୍ତ୍ରୀକି ଚାହିଁ ହସ ହସ ।
କରନିଶେ ପକାଇ ଛାଡ଼ଇ ନିଃଶ୍ୱାସ କଲା ଶୁଣି ଆଦେଶ ଅକ୍ରୂରେ ରାଇ ପାଶ ରାମ କୃଷ୍ଣଙ୍କୁ ଘେନି ଆସ ହେ ।୮।
କର ଯୋଡ଼ି ଅକ୍ରୂର କରି ଶିରେ ଉପରବାହାର ହେଲେ ରଥେ ବସି ।
କେତେ ରୂପେ ମଙ୍ଗଳ ହୋଇଲେ ଆସି ମେଳ କେତେ ତା କହିବି ବିଶେଷି ହେ ।ଆହେଜନେ ।
କେଶବ ଶ୍ରବଣ ମଙ୍ଗଳ । କାଟି ଯାହା ନାମ ଧଇଲେ ଅମଙ୍ଗଳ ।
କଲେ ଗମନକରି ବାକ ତାଙ୍କୁ ଦର୍ଶନ ତହିଁ ନୋହିବ କଉଁ ଫଳ ।୯।
କର୍ମେ ଦକ୍ଷିଣ ନେତ୍ର ଆଦି ଦକ୍ଷିଣ ଗାତ୍ର କେତେ ଆନନ୍ଦ ହୋଏ ଜାତ ।
କଲି କି ତପ କାହିଁ କଳିତ ପାରୁ ନାହିଁ ।
କୃଷ୍ଣଙ୍କୁ ଦେଖିବି ସାକ୍ଷାତ ସେ । କଳ୍ପାନ୍ତରେ ।
ଯୋଗିଶ ଜଗି ଯୋଗବାଟ ।
କେହି ପାଇ ନାହାନ୍ତି ଆଜିଯାଏ ଭେଟ ।
କଉ ସୁକୃତ ବଳେ ତାଙ୍କୁ ଦେଖିବି ଡ଼ୋଳେ ବୋଲି ଆନନ୍ଦେ କରେ ନାଟ ସେ ।୧୦।
କନକଗିରିଚରମାନଙ୍କ ମସ୍ତକର – ମୁକୁଟ ମର୍କତ ମଣି ଏ ।
କମ୍ବୁ ଚକ୍ରାଦିଧର ପାଦପଦ୍ମେ ଯାହାର ଦିଶନ୍ତି ମଧୁକର ପ୍ରାୟେ ସେ ।
କଇଳାସ । ଶିଖରବାସୀ ପଞ୍ଚାନନ ।
କରୁଚନ୍ତି ଯାହାପାଦ ଜଳରେ ସ୍ନାନ ।
କରିବାକୁ ଅପାର ଭବସାଗରୁ ପାର ଯାହା ନାମ ନଉକାଯାନ ସେ ।୧୧।
କଳେବର ଫୁଲଇ ନେତ୍ରୁ ନୀର ଚଳଇ ଭାବି ଶ୍ରୀକୃଷ୍ଣ କଥାମାନ ।
କଣ୍ଠ ହୋଏ ଗଦ୍ଗଦ୍ ଉଚ୍ଚାରି କୃଷ୍ଣପଦ ପ୍ରବେଶ ହେଲେ ବୃନ୍ଦବନ ସେ ।
କଲେ ଅବୋକନ ପାଦପଦ୍ମ ଚିହ୍ନ ।
କମ୍ବୁଚକ୍ର, ପଦ୍ମରେ ହୋଇଛି ଶୋଭନ ।
କୁଳିଶ, ଅଷ୍ଟକୋଣ, ଊର୍ଦ୍ଧ୍ୱରେଖା, ତ୍ରିକୋଣ, ଧନୁଧ୍ୱଜ, ସ୍ୱସ୍ତିକ, ମାନ ସେ ।୧୨।
କଳଶ ଯବବିନ୍ଦୁ ଅଙ୍କୁଶ ଅର୍ଦ୍ଧଇନ୍ଦୁ ଗୋଷ୍ପଦ ଅମ୍ବର ନିରେଖି ।
କୁସୁମଲିଟ ପ୍ରାୟେପକାଇ ତହିଁ କାୟେ ଭାବରେ ନପାରେ ଉପେକ୍ଷି ସେ ।
କଷ୍ଟେ କଷ୍ଟେ । ଉଠି କିଛିଦୂରକୁ ଯାଇ ।
କଳେବର ରେଣୁରେ ହୋଇଅଛି ଛାଇ ।
କଲେ ଅବଳୋକନ ଜଗଜ୍ଜନ ଜୀବନ ଶ୍ରୀରାମ କୃଷ୍ଣ ବେନିଭାଇ ସେ ।୧୩।
କୁନ୍ଦଇନ୍ଦ କର୍ପୂର କଇରବ, ଗୋକ୍ଷୀର କମ୍ବୁ ଶମ୍ଭ ପର୍ବତ ପର୍ବ ।
କାଶ, ସାଗର ଫେନ, କଳଧଉତ ବର୍ଣ୍ଣ ଶ୍ରୀରାମ ଛବିଙ୍କି ଏ ଖର୍ବ ସେ ।
କଟିତଟେ । ନୀଳପତନୀ କାଚ ଶୋହେ ।
କଇଳାସେ ନୀଳମେଘ ଯେମନ୍ତ ରହେ ।
କମନୀୟ ଉଷ୍ଣୀଷ ଗୋଧନ ଦୁହାଁ ବେଶ ସୁର ନର କିନ୍ନର ମୋହେ ଯେ ।୧୪।
କୋକନଦ ଆକୃତି ଦିଶେ ନୟନ ଜ୍ୟୋତି ଶ୍ରୀମୁଖ ପୂର୍ଣ୍ଣଚନ୍ଦ୍ର ଜିଣି ।
ଚତୁର୍ଭୁଜ ସରିତ କଳିନ୍ଦକନ୍ୟା ଯୁତ ପରାୟେ ପାଶେ ବେଣୁପାଣି ସେ ।
କି ଉପମା ଦେବା ସେ ଶ୍ରୀଅଙ୍ଗଛଟାକୁ ।
କଳାମଧ୍ୟେ ମନ ନ ବଳଇ ଗୋଟାକୁ ।
କାଳିନ୍ଦୀ ଜଳପାନ କରି ଅଇଲେ ମନ ନ ଯିବ ଜଳଦ-ଘଟାକୁ ।୧୫।
କେଶରୀ କଟିତଟେ ପୀତପତନୀ ଘଟେତଥି ମୋହନବେଣୁ ଖୋସି ।
କୋମଳଗୀତ ପଦେ ପଦେ ଗାଇ ପ୍ରମୋଦ ଗାଈଙ୍କି ଡ଼ାକନ୍ତି ଆଶ୍ୱାସି ସେ ।
କଉଁ ଧେନୁ । ଚରଣେ ଛନ୍ଦନ୍ତି ଛନ୍ଦଣୀ ।
କରି ଜାନୁ ଯୁଗଳେ ସଂଯୋଗ ଦୁହଣୀ ।
କାମୀ କାମଦୋହନ କରନ୍ତି ଗୋଦହନେ କଳଶେ ରଖି ପୁଣି ପୁଣି ସେ ।୧୬।
କଳା ଶ୍ରୀଅଙ୍ଗ କ୍ଷୀରବିନ୍ଦୁ ପଡ଼ି ସୁନ୍ଦର ଦିଶେ ଗଗନ ତାରାପ୍ରାୟେ ।
କରେ କଳିତ ବସନମୟେ ପାଶ ରତ୍ନପାଦୁକା ପଦ୍ମପ୍ରାୟେ ସେ ।
କଲ ଏହି ସମୟେ । ଅକ୍ରୂର ଦର୍ଶନ ।
କୃପାସିନ୍ଧୁ ଅନାଇଁ ହୋଇଲେ ପ୍ରସନ୍ନ ।
କରଯୁଗଳ ବେଗେ ଅତ୍ୟନ୍ତ ଅନୁରାଗେ କୋମଳେ କଲେ ଆଲିଙ୍ଗନ ସେ ।୧୭।
କଉତୁକେ କହନ୍ତି, କୁଶଳ ପଚାରନ୍ତି କି କାର୍ଯ୍ୟେ ଅଇଲ ଏଥିକି ।
କରଯୋଡ଼ି ଅକ୍ରୂର ବୋଲଇ ମୋହ ଛାର କି କହିବି ଅନ୍ତର୍ଯ୍ୟାମିଙ୍କି ସେ ।
କଂସ ପେଷିଅଛି ତୁମ୍ଭଙ୍କୁ ନେବାପାଇଁ ।
କରିଛ ସେ ଧନୁ ଉତ୍ସବ ସୁଖଦାୟୀ ।
କୁଟ କରିଛି ଯେତେ ତାହା କରିବି କେତେ ସେତ ମନକୁ ଥିବ ଯାଇ ସେ ।୧୮।
କେଶବ ହସି ଧରେ ବୋଇଲେ ଯିବା ଥରେ ଦେଖିବା ମାମୁଁ ଧନୁଯାତ ।
କଇତକ କଥାକୁ ମାମୁଁ ମନ ବ୍ୟଥାକୁ ସବୁ ରୂପରେ ସନମତ ସେ ।
କାହାପାଇଁ । ଗୋପରେ ତୁମ୍ଭେ ଏ ବାରତା ।
କି ବୋଲନ୍ତି ଜନକ ଜନନୀ ଶୁଣି ତା ।
କେବେହେଁ ରାଜା ଆଜ୍ଞା ନକରିବ ଅବଜ୍ଞା କରିବ ନାହିଁ ନିଉନତା ସେ ।୧୯।
କେଶୀଜୀବନହର ଆଜ୍ଞା ପାଇ ଅକ୍ରୂର ଗୋପରେ ପ୍ରବେଶ ହୋଇଲେ ।
କଂସଉଲୁରୀ ନେଇ ନନ୍ଦଙ୍କ କରେ ଦେଇ ସକଳ ସନ୍ଦେଶ କହିଲେ ସେ ।
କେ କହିବ । ଶୁଣି ତା ହୋଇଲେ ସେ ଯାହା ।
କହିବାକୁ ବଚନେ ଆସୁନାହିଁ ତାହା ।
କହୁ କହୁ ଗୋକୁଳଯାକ ଶୁଭିଲା ଗୋଳ ମଥୁରାଯିବେ ବ୍ରଜନାହା ସେ ।୨୦।
କେ ବୋଲେ କି କରିବା କାଳ କେମନ୍ତେ ନେବା ଶ୍ରୀକୃଷ୍ଣ ଗଲେ ମଥୁରାକୁ ।
କୁଟିଳ ଦୁଷ୍ଟ କାମ ପୂର୍ଣ୍ଣ କରିବ କାମ ଫୁଲଶରେ ବିଦାରି ବୁକୁ ଯେ ।
ଆଗୋ ସଖି । କଳାକର ବରିବଯାହା ।
କହି ଶେଷେ କରିବେ ନାହିଁ ଶେଷ ତାହା ।
କୋକିଳ କଳଡାକେ ରହି ନୋହିବ ଲୋକ କାଳ କରିବ ପୁଣି ଏହା ଗୋ ।୨୧।
କଉତୁକେ ସମ୍ପାଦି କର୍ପୂର ଚନ୍ଦନାଦି କେହି ନୋହିବେ ସୁଖକର ।
କଳେବର ବସନ ଆଶୀବିଷ ସମାନ ହୋଇବ ମହାଭୟଙ୍କର ସେ ।
ଆଗୋ ସଖି ! କ୍ରୀଡ଼ାମନ୍ଦିର ହେବ କାରା ।
କଣ୍ଠ ମୋତିହାର ହୋଇବ ମହାଭାରା ।
କାମ ଦଶମ ଦଶା ଭାଙ୍ଗିବ ସବୁ ଆଶା ବୋଲି ଛାଡ଼ିଲେ ଅଶ୍ରୁଧାରା ସେ ।୨୨।
କେ କରେ ମହାଶୋକ କେ ହୋଏ ଦକଦକ କେ ଦୀର୍ଘେ ଛାଡ଼ଇ ନିଃଶ୍ୱାସ ।
କେ ଘନଋତୁ ପିକପ୍ରାୟ ମୁକ କେ ବୋଲେ ଛାଡ଼ି ପ୍ରତିଆଶ ସେ ।
କେ ବୋଲଇ । କୃଷ୍ଣ ସଙ୍ଗତେ ଆମ୍ଭେ ଯିବା ।
କଉଁସୁଖ ପାଇବା ପାଇଁ ଗୋପେ ଥିବା ।
କୁମୁଦ – ଶଶଧର ପ୍ରାୟେ ଭୋଗ ଅନ୍ତର ହେଲେ ଶ୍ରୀମୁଖ ଚାହୁଁଥିବା ।୨୩।
କୃପଣ ଜନ ଧନ ଭୋଗ ମୋ ତୁଲେ ମନ ହୁଅଇ ଦୁଃଖୀ ସେ ।
ଆଗୋ ସଖି ! କେଶବ ରସିକଶେଖର ।
କରୁଛନ୍ତି ଆମ୍ଭମାନଙ୍କୁ ଏତେ ଦୂର ।
କଉଁ ଗୁଆର ସଙ୍ଗେ ଦିନ ବଞ୍ଚିବା ରଙ୍ଗେ ଏକଥା କରତ ବିଚାର ମୋ ।୨୪।
କହୁ କହୁ ଏମନ୍ତ ଛାୟାଦେବୀଙ୍କ କାନ୍ତ ଅସ୍ତାଚଳରେ ଅସ୍ତହେଲେ ।
କାମପାଳଙ୍କ ସଙ୍ଗେ ସୁରତି ଘେନି ରଙ୍ଗେ ଶ୍ରୀକୃଷ୍ଣ ଗୋପକୁ ଅଇଲେ ସେ ।
କ୍ରମଶରେ । ମାଜଣାବିଧି କରି ଣେଷ ।
କୁତୁକେ କଲେ ମଣୋହି ପୀତବାସ କଥା ପ୍ରସଙ୍ଗେ ବସି ଅକ୍ରୂର ସଙ୍ଗେ ନିଶି ଥୋକାଏ କଲେ ଅବଶେଷ ସେ ।୨୫।
କମନୀୟ ପଲ୍ୟଙ୍କ ହଂସୁଲିତୁଳୀ ଅଙ୍କ ଦେଶରେ ଯାଇଁ ପହୁଡ଼ିଲେ ।
କ୍ରମେ ରଜନୀ ଶେଷ ହୁଅନ୍ତେ ଆତ୍ମଲୋଷ ଚରଣାୟୁଧେ ରତିଦେଲେ ସେ ।
କୃପାସିନ୍ଧୁ । ନିଦ୍ରାକାମିନୀଙ୍କି ଛାଡ଼ିଲେ ।
କଂସଦୂତ ଅକ୍ରୂର ରଥ ସଜାଡ଼ିଲେ ।
କି ସେ ଗୁଣ୍ଡିଚାଯାତ ପ୍ରାୟେ ଲୋକ ବହୁତ ଦେଖୁ ଦେଖୁ ମାଡ଼ି ପଡ଼ିଲେ ସେ ।୨୬।
କାମପାଳ ଶ୍ରୀହରି ପ୍ରାତଃ ପ୍ରକାଶ ହୁଅଇ ମାଳମାଳ ସେ ।
ମଣୋହି ସାରି ରଥରେ ଯାଇଁ ବିଜେକଲେ ॥
କାନ୍ତ ଯୁବତୀମାନେ କାନ୍ତଆନନ୍ଦମନେ ଉଚ୍ଚରେ ହୁଳହୁଳି ଦେଲେ ସେ ।କଲେ ନନ୍ଦ, ଅନେକ ସମ୍ଭାର ଭିଆଣ ।କେତେ ରୂପେ ସଜ ହୋଇଲେ ଗୋପପଣ ।କାହାକୁ ଦେବା ସମ ସହଜେ ନିରୂପମ କମଳ ନୟନ ଗହଣ ଦସେ ।୨୭।କୃଷ୍ଣଦାସ ମାନସ ହୋଏ ଅତି ବିରସ ହରଷ କେତେବେଳେ ହୋଏ ।କିଶୋରୀ ଗୋପୀଙ୍କର କଂସ ଦୁଷ୍ଟ ପାମର କଥା ମନରେ ଚିନ୍ତିବା ଭୟେ ସେ ।କି ନିଷ୍ଠୁର, ପ୍ରଭୁମାନଙ୍କର ହୃଦୟ ।କରିଥିଲେ କେତେ ପ୍ରକାରେ ସେ ଅଭୟ ।କହୁଁ କହୁଁ ସେ ଏବେ ମଧୁପୁରକୁ ଯିବେ ପ୍ରୀତିଠାରେ କରି ନିର୍ଭୟ ସେ ।୨୮।ଷଡ଼ବିଂଶ ଛାନ୍ଦକୃଷ୍ଣଙ୍କ ମଥୁରା ଯିବା ଶୁଣି ଗୋପୀଙ୍କ ଆକୁଳତାରାଗ - କାମୋଦୀକୃଷ୍ଣ କଂସନଗର ଯିବା ଶୁଣି କାତର ସକଳକଳାକରମୁଖୀ ।କାକୁସ୍ଥହୋଇ ଧୀରେ କହନ୍ତି କୋମଳରେ କଙ୍କଣ ନୟନରେ ରଖି ହେ । କୃପାନିଧି ।କେମନ୍ତ ମୂର୍ଚ୍ଛବୁଁ ତୁମ୍ଭଙ୍କୁ ।କହ ଏ ବିଚାର ଆମ୍ଭଙ୍କୁ ।କଉଁ ମନ୍ତ୍ରବଳରେ ହୃଦୟ କମଳରେ ଧଇଲ ଏମନ୍ତ ଦମ୍ଭକୁ ହେ ।୧।କ୍ରୂର କୁସୁମ ଧନୁ କୃଶ କରଇ ତନୁ କାନକୁ ଆସିବା ସରିକି ।କେମନ୍ତ କରି ଦେହ କରିବ ସେ ଅଦେହ ଗଲେ ମଥୁରାନଗରୀକି ହେ କୃପାନିଧି ।କଲ ଯେତେ ରୂପରେ ପ୍ରୀତି ।କରୁଛ ତେତିକି ଅନୀତି ।କମଠ ପୃଷ୍ଠପ୍ରାୟ ନ କର କୃପାମୟ କୋମଳନିକେତନ ଛାତି ହେ ।୨।କାନ୍ତ କାନ୍ତ ଅଭାବେ କନ୍ଦର୍ପ ପରାଭବେ କୃଶକୁ ଭଜଇ ବିକଳେ ।କେବା ତାହା ନ ସହେ କଳେବରକୁ ଦହେ ପ୍ରବଳ ଜଳନ୍ତା ଅନଳେ ହେ । କୃପାନିଧି ।କାହାକୁ କହିବୁ ଏ କଥା ।କେବା ଖଣ୍ଡିବ ମନବ୍ୟଥା ।କୃପାଳୁ ହୋଇ ଯେବେ କୃପା ଛାଡ଼ି ଅଭାବେ ତୁମ୍ଭେହେଁ ପୋତିଲନି ମଥା ହେ ।୩।କଲୁ ହତ ଆଦର କୁଳଶୀଳ ବେଭାରଠାରେ ତୁମ୍ଭଙ୍କୁ ମନ ଦେଇ ।କାଳ ହୋଇଲୁ ଏବେ ଚରଣ ବେନି ନାବେ ଦେଲା ଲୋକ ପରାୟେ ହୋଇ ହେ । କୃପାନିଧି ।କୁଳିଶ ହୃଦୟ ତୁମ୍ଭର ।କର୍କଶ ଉରଜ ଆମ୍ଭର ।କେ କାହା ପରଶରେ କଠୋର ଭାବ ଧରେ ଏକଥା ନୋହୁଛି ଗୋଚର ହେ ।୪।କରୁଛ ତୁମ୍ଭେ ଗତି ରହିଛି ଆମ୍ଭ ଛାତି କେହି କାହାକୁ ନୋହେ ଊଣା ।କାକ ପୋଷିଲା ପିକ ପ୍ରାୟେ ଏକଥା ଲୋକ ମଧ୍ୟରେ ଯାଉଅଛି ଜଣା ହେ । କୃପାନିଧି ।କାହାଗେ କରିବୁ ଗୁହାରି ।କଂସ ତ ଆମ୍ଭର ବଇରୀ ।କି କହିବା ଅନୀତି, କୃଷି ରଖିବା ଭିତ୍ତି କୃଷି ଯାଉଛି ଯେବେ ଚରି ହେ ।୫।କଣ୍ଠରେ ଥିବା ମାଳା କାଟି ଦେଉଛି ଗଳା କହିବାକୁ ଏକଥା ଲାଜ ।କେତେ ସଂକଟ ରଖି ଏବେ ତାହା ଉପେକ୍ଷି ଯିବାକୁ ହେଉଅଛ ସଜ ହେ । କୃପାନିଧି ।କରେ ଲଗାଇ ବିଷବୃଷ ।କାଟିବା କଥା ନୋହେ ମୁଖ୍ୟ ।କଉଁ ନୀତି ନ ଜାଣେ ବୋଲି ଏତେ ଦୂଷଣ କଥାହିଁ ଭୂଷଣ କରୁଛ ହେ ।୬।କି କରିଥିଲା ବିହି କି କରୁଅଛି ସେହି କି କରୁଛ ତୁମ୍ଭେ ପ୍ରତ୍ୟକ୍ଷେ ।କର୍ମ ବାମ ବେଳକୁ ବିଧାତା ଅବଳକୁ ବିଷ ଉପୁଜେ ସୁଧା ବୃକ୍ଷେ ହେ । କୃପାନିଧି ।କୃପଣ ଜନେ ଲୋଭୀ କହି ।କେବେହେଁ କାର୍ଯ୍ୟ ପାଇନାହିଁ ।କେବଳ ମାତ୍ର ଯାହା ହୁଅଇ ଅନ୍ତର୍ଦାହା ତେତେବେଳର ଫଳ ସେହି ହେ ।୭।କେତେବେଳରେ ଆଖି ପିଛାଡ଼ିବା ଉପେକ୍ଷି କରୁଣା ବିଲୋକନ କର ।କେତେବେଳରେ କରଯୋଡ଼ି କହିଲେ ଶିର ନୁଆଇଁ ନଦିଅ ଉତ୍ତର ହେ । କୃପାନିଧି ।କରନ୍ତି ପ୍ରଭୁମାନେ ଯାହା ।କରି ନ ପାରେ ଆନ ତାହା ।କେତେ ରୂପେ ମଣ୍ଡନ୍ତି କିଞ୍ଚିତରେ ଦିଶନ୍ତି କହିବାକୁ ନ ଥାଇ ସାହା ହେ ।୮।କରିଥିଲୁ କାମନା ସକଳ ଗୋପାଙ୍ଗନା ତୁମ୍ଭେ ଗୋପରେ ଶୁଭେ ଥିବ ।କୁତୁକ ହରଷେ ରସେ ପାଦସାରସ ସେମାରେ ଆମ୍ଭଦିନ ଯିବ ହେ । କୃପାନିଧି ।କଲାସେ କଥା ଆନ ବିଧି ।କରୁଛ ତୁମ୍ଭେ ଏ ଅବଧି ।କଳାନିଧିକି କରେ ଧରିବାକୁ ମନରେ ବିଚାରିଲେ କି ହୋଏ ସିଦ୍ଧ ହେ ।୯।କେତେ କେତେ ବିପତ୍ତିମାନଙ୍କୁ କରି ଗତି ଯଶଚନ୍ଦ୍ର ଉଦେ କରିଛ ।କିମ୍ପା ନିରାଶ ଅସ୍ତ – ଗିରିରେ ତାହାଅସ୍ତ କରିବା ବିଚାର କରୁଚ ହେ । କୃପାନିଧି ।କାମ ଅନ୍ଧକାରେ ପକାଇ ।କୁକୀର୍ତ୍ତି ପତାକା ଟେକାଇ ।କଇତବ ଅକ୍ରୂର ସଙ୍ଗତରେ ବାହାର ହୋଇଛ କଉଁ ସୁଖ ପାଇଁ ହେ ।୧୦।କରୀ ଭକ୍ଷିଲା ଦଧିଫଳ ପରାୟେ ବିଧି ଆମ୍ଭର ଆକାର ରଖିବ ।କମଠ ନିଜ ଦୋଷ କଲାପ୍ରାୟେ ସେ ବା କେବଳ ତୁମ୍ଭେ ନ ଦେଖିବ ହେ । କୃପାନିଧି ।କର୍ମରେ ଅଛି ଏତେ ଯୋଗ ।କରିବୁ କେତେ ଦଶା ଭୋଗ ।କରୁରୀ ପକ୍ଷୀ ପ୍ରାୟେ ଝୁରିବାରୁ, କାୟେ କରାଇବ ତୁମ୍ଭ ବିଯୋଗ ହେ ।୧୧।କଷ୍ଟୁ ତରିବା ପାଇଁ ପ୍ରୀତିବୋଇତ ନେଇ ତୁମ୍ଭ ସଙ୍ଗ ସିନ୍ଧୁରେ ମେଲି ।କୁଳଶୀଳ ବେଭାର ସବୁ ଏକ ପ୍ରକାର ଅମ୍ବର କରିଣ ଅଝାଲି ହେ । କୃପାନିଧି ।କିଛିକାଳ ବାଣିଜ୍ୟ କଲୁ କେତେ ସୁଖରେ ଦିନ ନେଲୁଁ ।କଂସଦୂତ ବତାସ କଲା ତ ଏବେ ନାଶ ଦେଖୁ ଦେଖୁ ଦୁଃଖକୁ ଗଲୁ ହେ ।୧୨।କାହା ପାଶେ ରହିବୁ କାହାକୁ କି କହିବୁ କେ ଜାଣିବ ଆମ୍ଭର ମନ ।କି କି ହୋଇ ପ୍ରମାଦ ପଡ଼ିଗଲେ ବିଷାଦ ହରି କେ ରଖିବ ଜୀବନ ହେ କୃପାନିଧି ।କହିବାର ଅଧିକ ସିନା ।କାହିଁ କେତେ ନୋହଛି ସେହ୍ନା ।କର୍ମ ଫାଟିଲାବେଳେ କଳ୍ପତରୁ ନ ଫଳେ ସବୁ ତୁମ୍ଭ ଭିଆଣ ସିନା ହେ ।୧୩।କର୍କଟ ବେଣୁନଳ କଦଳୀ ଆଦି ଫଳ ବେଳକୁ ନାଶନ୍ତି ଭଜନ୍ତି ।କୁଟିଳ ହେଲେ ବିହି ମହତ ପଣ୍ଡିତ ହିଁ ବିବେକ ପଣକୁ ତେଜନ୍ତି ହେ । କୃପାନିଧି ।କାଳ ଘୋଟାଇ ଯେତେବେଳେ ।କାହାର କୃତ୍ୟ ତେତେବେଳେ ।କଲେ ଗତି ଆକାଶମଣ୍ଡଳ ବିହାୟସ ପାଶେ ପଡ଼ନ୍ତି ମହୀତଳେ ହେ ।୧୪।କରି ଯାହା ଉପାୟେ ମାୟାରେ ପଡ଼ିବା ୟେ କେବଳ ଶ୍ରମମାତ୍ର ସାର ।କାଳ କରଇ ଯାହା ଆନ ନୋହଇ ତାହା ସମସ୍ତ ଆୟତ୍ତ ତାହାର ହେ । କୃପାନିଧି ।କରିଛି ତୁମ୍ଭଙ୍କୁ ଉଚ୍ଚାଟ କରାଇବ କଂସକୁ ଭେଟ ।କାହାର କି ହୋଇବ କଉଁ ଲୋକ କହିବ ସେ ହୋଇବ ପ୍ରକଟ ହେ ।୧୫।କେବେହେଁ ତରଙ୍ଗିଣୀ, ନରପତି ଶୃଙ୍ଗିଣୀ, ଖଳକୁ ନଯାଇ ବିଶ୍ୱାସ ।କି ସୁଖ ପାଇବାକୁ କାଳସର୍ପ ମୁଖକୁ କରୁଛ ଏମନ୍ତ ସାହସ ହେ । କୃପାନିଧି ।କର ନିଶ୍ଚେ ଆମ୍ଭର ବୋଲ ।କହୁଛ ସିନା ତୁମ୍ଭ ଭଲ ।କଳା ହେଲେ କୋକିଳ ସରସ୍ୱତୀ ମଞ୍ଜୁଳ କେବଳ ବିରହିଣୀ ଶଲ ହେ ।୧୬।କୃଷ୍ଣ କହନ୍ତି ହସି, ଶୁଣ ପ୍ରାଣ ପ୍ରେୟସି, କହିଲ ଯେତେରୂପେ ନୀତି ।କଲୁ ସେ କଥା ହିତ ବଡ଼କରି ସମ୍ମତ ତୁମ୍ଭ ଆମ୍ଭର ସେହିମତି ଗୋ ।ଗୋପୀମାନେ । କିଛି ନ ବିଚାର ମାନସେ କରୁଛୁ ଯାତ୍ରା ବିଧିବଶେ ।କଉତୁକ ଦେଖିବୁଁ ରାଜା ଆଜ୍ଞା ରଖିବୁଁ ପ୍ରବେଶ ହେବୁ ତୁମ୍ଭ ପାଶେ ଗୋ ।୧୭।କାଳିକା କଳାକର ବିନୁ ସ୍ତୋକ ଚକୋର କେତୋଟି ଜୀବନ ସଞ୍ଚନ୍ତି ।କେତେବେଳେହେଁ ମୀନ ନ ପାଇଲେ ଜୀବନ ଜାଣ କି ମୂହୂର୍ତ୍ତେ ବଞ୍ଚନ୍ତି ଗୋ । ଗୋପୀମାନେ ।କିଣିଛ ଭାବରେ ଆମ୍ଭଙ୍କୁ ।କରିବ ଅନ୍ତର ତୁମ୍ଭଙ୍କୁ ।କୃତ୍ତିବାସ, ପାର୍ବତୀ, ନ ଛାଡ଼ନ୍ତି ପାର୍ବତୀ, ଛାଡ଼ନ୍ତି କେବେହେଁ ଶମ୍ଭୁଙ୍କୁ ଗୋ ।୧୮।କର ମୁଖ ପ୍ରସନ୍ନ କରୁ ଆମ୍ଭେ ଦର୍ଶନହସି ବୋଇଲେ ସିନା ସବୁ କରୁଣା ଅପାଙ୍ଗରେନ ଚାହିଁଲେ ରଙ୍ଗରେ ଏହି ରଥରେ ବସିଥିବୁଁ ଗୋ । କଉଁ ଗୋପୀ ।କହିଲ ଆହେ ବନମାଳୀ ।କୁମ୍ଭକାରକ ଉହା ଜାଳି ।କରଇ କି ଶୀତଳ ଦେଇ ତିଥି ଜମ୍ବାଳ ଏକଥା ନ କହତ ଭାଳି ହେ ।୧୯।କେତେ ନୂଆ ଅପାଙ୍ଗ ମଣ୍ଡି ହୋଇବ ଅଙ୍ଗ କେତେ ଶୁଣିବ ନୂଆବାଣୀ ।କେତେ କୁଚ କଳାଶ, ଲାଗିବ ହୃଦଦେଶ, କେତେ ସୁଖ ପାଇବ ପୁଣି ହେ । କୃପାନିଧି ।କିମ୍ପା ନୋହିଲେ ଏ ଉତ୍ସାହା ।କହୁଚ ଆମ୍ଭଙ୍କୁ ତ ଏହା ।କରଇ କି କରୁଣା ପ୍ରୀତି ମନ ପୁରୁଣା ହୋଇଲେ ଅତ୍ୟନ୍ତ ସୋରେହା ହେ ।୨୦।କୁଞ୍ଜବନବିହାରୀ ମୋହନ ବେଣୁଧାରୀ କଞ୍ଜରଗମନୀଙ୍କି ଚାହିଁ ।କହିଲେ କୁପୁରୁଷ – ମାନଙ୍କର ସେ ଦୋଷ ଗୁଣ ଯହୁଁ ଜାଣନ୍ତି ନାହିଁ ଗୋ । ଗୋପୀମାନେ ।କେଡ଼େ ମଧୁର ନବଗୁଡ଼ ।କରଇ ଅବିଗୁଣ ବଡ଼ ।କାଳଦୀର୍ଘକୁ ପାଇ କେତେ ଗୁଣକରଇ ଏଡାରେ ପିତାଭାବ ଛାଡ଼ ଗୋ । ୨୧।କେତେବେଳରେ ଗୁଣ ଦ୍ରବ୍ୟର ଅବିଗୁଣ ଥିଲେ ହେଁ ନୋହଇ ଦୂଷଣ ।କଳଙ୍କ ଥିଲେ ଶୀତକର ସବୁରି ହିତ କପର୍ଦ୍ଦିମସ୍ତକ ଭୂଷଣ ଗୋ ।ଗୋପୀମାନେ କଳା ହେଲେ କୋକିଳ ବାଣୀ ।କେତେ ଆଦରେ କାହା ଶୁଣି ।କୁଣ୍ଡଳୀ ପ୍ରାଣହର ହେଲେ ତା ତିଳକ ଗ୍ରହଣ କରିଛନ୍ତି ପ୍ରାଣୀ ଗୋ । ୨୨।କୁଟଜ ନିମ୍ବ ପିତା ଚନ୍ଦନ ହୋଇଲେ ତା ତିଳକ କରି ହୃଷଦ ବୋଳି ।କୁବଳୟ ଫଳତ ଶାମୁକାରୁ ସମ୍ଭବ ହେଲେ କଣ୍ଠରେ କରି ମାଳୀ ଗୋ । ଗୋପୀମାନେ ।କେତେ କହିବା ତାହା ବସି ।କେବଳ ଗୁଣ ଥିଲେ ରସି ।କେହି କେହି ଆପଣା ସୁଖ ନିନିତ୍ତେ ଊଣା ଦ୍ରବ୍ୟ ହୁଅନ୍ତି ଅଭିଳାଷୀ ଗୋ ।୨୩।କରି ମନ ଫୁରୁଣା କର ଏବେ କରୁଣା ଅନାଅ ସରାଗ ନୟନେ ।କର ଧରି ଯେତେହେଁ କହୁଅଛି ସେନେହେ ଅବଶ୍ୟ ପଡ଼ୁଥିବ ମନ ଗୋ । ଗୋପୀମାନେ ।କଲୁ ଗମନ ପିଠିଥାଇଁ ।କରେଯେ ଯାହା କର୍ମ ଯାଇ ।କନକ ମହୀଧର କମଳନାଥଙ୍କର ପ୍ରାୟେ ତୁମ୍ଭଙ୍କୁ ମନଦେଇ ଗୋ ।୨୪।କଣଟେ ଚାଟୁହରି ଏମନ୍ତ କହିକରି ଯେତେବେଳେ ବାହାର ହେଲେ ।କନ୍ୟାଖମ୍ୱ ପରାୟେ ହୋଇ ସବୁ ଗୋପୀଏ ଅପଲକରେ ଚାହୁଁଥିଲେ ସେ । କୃଶୋଦରୀ !ଅଦୃଶ୍ୟ ହେଲା ମାତ୍ରେ ରଥ ।କପାଳରେ ମାରିଲେ ହାତ ।କେ ବୋଲେ ଆହେ ନାଥ କରିଗଲ ଅନାଥ ହରି ସକଳ ମନୋରଥ ସେ ।୨୫।କଷ୍ଟ କଷ୍ଟରେ ଗୋପୀ ହୋଇ ମହା ସନ୍ତାପି ଯେ ଯାହା ମନ୍ଦିରେ ପ୍ରବେଶ ।କେ ହୁଅଇ ବିକଳ କେ ଚାଡ଼େ ଅଶ୍ରୁଜଳ କେ ଦୀର୍ଘେ ପକାଇ ନିଃଶ୍ୱାସ ସେ ।କେଉଁ ଗୋପୀ । କୃଷ୍ଣର ରୂପ ପଟେ ଲେଖି ।କେତେ ହୋଇଲା ମନେ ଖୁସି ।କେ ସଙ୍ଗେ ଘେନି ସଖି କହିଲା ଆରେ ସଖି କାମ ନ ଦେବ ଆଉ ରଖି ସେ ।୨୬।କାଳୀ-ଶିର ମର୍ଦ୍ଦନ ରଥ ପଛରେ ଦୀନକୃଷ୍ଣ ମାନସ ଗୋଡ଼ାଇଲା ।କହିଥିଲ ଯେତେକ ଜନ୍ମକାଳୁ ପାତକ କିଞ୍ଚିତ ମାତ୍ରେ ଛଡ଼ାଇଲା ସେ ।କଲା ପୁଣି । ମନରେ ଶରଧା ଅନେକ ।କରିବେ କେତେ କଉତୁକ ।କରେ ହାଣି ରଜକ ମସ୍ତକ ତୋଷି ଲୋକ ଜୁର କରିବେ ବସ୍ତ୍ରଯାକ ସେ ।୨୭।କୁବୁଜା କୁଜ ହରି କୁବଳୟ ସଂହାରି ମାହୁନ୍ତମାନଙ୍କୁ ମାରିବେ ।କଂସ ଜୀବନ ହରି ମାଇଁଙ୍କି ବୋଧକରି ଜନକଜନନୀ ତାରିବେ ସେ । କୃପାନିଧି ।କରାଇ ଅଜାଙ୍କୁ ରାଜନ ।କରିବେ ତୋଷ ଦେବଗଣ ।କାଳ ମୁଖରେ ନେଇ କାଳଦମନ ଦେଇ କୁମୁଦ କରିବେ ଜୃମ୍ଭଣ ସେ ।୨୮।କୁବଳୟ ମଧ୍ୟରେ କନକାମୟ ପୁରେ ଦ୍ୱରକା ନାମରେ କରିବେ ।କୁଣ୍ଡି ନୃପତି ସୁତା ଆଦି ରାଜ ଦୁହିତାମାନଙ୍କ ବିହରିବେ ସେ । କୃପାନିଧି !କୁରୁକୁଳକୁ ସଂହାରିବେ । କଷ୍ଟୁଁ ପାଣ୍ଡବଙ୍କୁ ତାରିବେ ।କଉଶପ ରମଣୀମାନଙ୍କ କରମଣି କଙ୍କଣ ଅବଶ୍ୟ ହରିବେ ସେ । ୨୯।କଉତୁକରେ ଆସି ଅକ୍ରୂର ରଥେ ବସି ମଥୁରା ତୋଟାରେ ରହିଲେ ।କଂସ ନୃପତି ଆଗେ ଅକ୍ରୂର ସେହି ଲାଗେ ପ୍ରଭୁଙ୍କ ବିଜୟ କହିଲେ ସେ । କୃପାନିଧି ।କମଳଚରଣକୁ ଆଶ ।କରିଛି ଦୀନକୃଷ୍ଣ ଦାସ ।କୃତାନ୍ତ ଦଣ୍ଡ ଭୟ ହେଳାରେ କରି କ୍ଷୟ କାଟିବ ଭବ ତମ ପାଶେ ସେ ।୩୦।ସପ୍ତବିଂଶ ଛାନ୍ଦରାମ ଓ କୃଷ୍ଣଙ୍କ ମଥୁରା ପ୍ରବେଶରାଗ - ଗୁଜ୍ଜରୀକର୍ଣ୍ଣ ଦେଇ କୃଷ୍ଣ କଥା ଶୁଣ ସୁଜନେ ।କେବଳ ମନକୁ ସ୍ଥାପି ସ୍ଥିର ଆସନେ ।କଳାକର କରେ ଚନ୍ଦ୍ରମଣି ପରାୟେ ।କଳେବର ଦ୍ରବି ଯାଉ କଳୁଷ କ୍ଷୟେ ।କ୍ରୋଧମାନ ଛାଡ଼ି ଭାବ ଭବତି ଘେନ ।କଇବଲ୍ୟଦାନୀ ଦେବେ କୈବଲ୍ୟ ଦାନ ।୧।କଂସ କଟକରେ ରାମକୃଷ୍ଣ ପ୍ରବେଶ ।କରନ୍ତି ଦର୍ଶନ ଲୋକେ ହୋଇ ହରଷ ।କେ ବୋଲେ କାହିଁ ଥିଲେ ଏ ଅପୂର୍ବ ରୂପ ।କାନ୍ତି ନିନ୍ଦୁଅଛି କୋଟି କୁସୁମଚାପ ।କଉଁ ବିହି କେତେକାଳେ ଗଢିଲା ଏହା ।କି କରିବା ଦେଖି ମନ ଯେଉଛି ଯାହା ।୨।କି ଅପୂର୍ବ ଏ କରୁଣ କଳପ – ତରୁ ।କାମପୂର୍ଣ୍ଣ କରିବାକୁ ଆସେ ସ୍ୱର୍ଗରୁ ।କିବା ଇନ୍ଦ୍ରଧନୁ ମହୀଗତ ହୋଇଛି ।କି ଶରଦ ମେଘ ପାଶେ ଶୋଭା ପାଉଛି ।କାହିଁ ବିଶ୍ରାମ କରିବ ଏ ଉତପାତ ।କେ ବୋଲେ ସେ ଏହିଠାରେ ହେବ ବିଦିତ ।୩।କେ ବୋଲେ ଗଙ୍ଗା ଯମୁନା ଯୂଗଳ ତୀର୍ଥ ।କରିବାକୁ ମଥୁରା ଲୋକଙ୍କୁ କୃତାର୍ଥ ।କଂସରାଜା ଘଣ୍ଟା ପଥେ ଆସନ୍ତି ବହି ।କଉତୁକ ପାଇ ଲୋକେ ଦେଖନ୍ତି ରହି ।କି ଅବା କନ୍ଦର୍ପ ଏହା ଲୋକେ ପଡ଼ିଲେ ମାଡ଼ି ।କାମିନୀ ଧାଇଁଲେ ଗୃହକର୍ମକୁ ଛାଡ଼ି ।୪।କେଶ ବାସ ଅସମ୍ଭାଳ ପଡ଼ିଛି ଖସି ।କେ କରଳେ ଧରି କରେ ଦେଉଛି ଖୋସି ।କାମ ବାଇକଲା କାହା ମନକୁ ତହିଁ ।କରୁଁ କରୁଁ ଗତି ବୋଲେ ଶ୍ରୀକୃଷ୍ଣ କାହିଁ ॥୫।କାହା ଉରରୁ ଅନ୍ତର ହୋଇ ସୁବାସ ।କମ୍ପମାନ କୁଚକୁମ୍ଭ ହୋଏ ପ୍ରକାଶ ।କରେ ଧରି ଆଚ୍ଛାଦିତ କରନ୍ତେ ନେଇ ।କି କି ହୋଇ ତ୍ୱରା ଗମନେ ସେ ଖସଇ ।କବି ମନେ ଅନୁମାନ ହୁଅଇ ଏହି ।କକୁଭବାସ ଆମ୍ଭର ଘେନନ୍ତି ନାହିଁ ।୬।କାବ୍ୟତାର ମୋତିହାର ଚଞ୍ଚଳ ଛଳେ ।କର ଗଙ୍ଗାଧର ଅତିଶୟ ଉଛୁଳେ ।କଲା ଦରଶନ ଯେଉଁ ପୁରୁଷ ଆଖି ।କି କହିବା ଆଖି ମଧ୍ୟେ ତାହାକୁ ଲେଖି ?କି ତପସ୍ୟା କରିଥିଲା କଉଁ କାଳରେ ।କଲା ସେ ଶୋଭାସଦନ ତାହା ଡ଼ୋଳାରେ ।୭।କନ୍ଦର୍ପ କାଣ୍ଡକୁ ଲାଖ ଦେଲା ତା ଅଙ୍ଗ ।କି କରିବ ନ ପାଇଲେ ତାହାର ସଙ୍ଗ ।କୁହୁକ ପରାୟେ ସବୁ ଆଡ଼େ ଦିଶିଲା ।କାଳୀ ପ୍ରାୟ ଅଙ୍ଗରୁ ଶୋଷିଲା ।କୁରଙ୍ଗ ଯେମନ୍ତ ମୃଗତୃଷ୍ଣାରେ ମଲା ।କମଳକୁମାର ତାକୁ ସେ ରୂପେ କଲା ।୮।କାମ ପ୍ରଥମ ଦଶାରୁ ହେଲା ସେ ଯେତେ ।କି ହୋଇବ ନବମକୁ କହ ପଣ୍ଡିତେ ।କ୍ରମଶରେ ଯେବେ ହେବ ଦଶମ ଦଶା ।କପର୍ଦ୍ଦୀ ରଖିବୁ ବୋଇଲେ କି ଭରସା ।କୁସୁମ ଶରକୁ ନେତ୍ରେ ଦେଲେ ସେ ଜାଳି ।କଳେବର ଏବେ ବହି ଅଛନ୍ତି ବାଳୀ ।୯।କାହା କୁଚ ରଇବତ ନନ୍ଦିନୀ ପ୍ରାୟେ ।କୃଷ୍ଣ ବାସେ ମଣ୍ଡି ହୋଇ ଶୋଭାକୁ ପାଏ ।କାହାକୁଚ ପୁଲୋମତନୟା ସଦୃଶ ।କରୁବାରୁ ସହସ୍ର ନୟନକୁ ବଶ ।୧୦।କୁଳବଧୂମାନେ ଥାଇ ବଡ଼ଭୀପୁରେ ।କରନ୍ତି ଅବଲୋକନ ଜଳ ବିବରେ ।କନକ କାନ୍ତି ଦେହରେ ରତନ ବେଶ ।କିଞ୍ଚିତ ଝଲକି ହୋଏ ଦୃଶ୍ୟ ଅଦୃଶ୍ୟ ।କହିବାକୁ ଏତେ ଆସେ ସେ ବେଳ ରୂପ ।କାର୍ତ୍ତିକ ମାସରେ ଯେହ୍ନେ ଆକାଶ ଦୀ । ୧୧।କେ ମେଲା ଗବାଷେ ଦେଇ ସୁନ୍ଦର ମୁଖ ।କରିଛି ଦତ୍ତ ହୃଦୟମାନଙ୍କ ସୁଖ ।କଳାନିଧି ଶ୍ୱେତ ମେଘୁ ବାହାର ପ୍ରାୟେ ।କଲାଇଁ ଉପମା ସୁଧାପୁରେ ଥିବାଏ ।କୃଷ୍ଣ ବିରହରଜନୀ କରିଛି ଏହା ।କାମୀନେତ୍ର ଚକୋର ହୋଇଛି ଉତ୍ସାହା ।୧୨।କାହା ନେତ୍ର ଜଳାକବାଟିରେ ଚଞ୍ଚଳ ।କବିଙ୍କି ବଣା କରାଏ ଶୋଭା ଅଞ୍ଚଳ ।କରିବଦନେ । ଯାହାର ଭଗତି ଥିଲା ।କୁତୁହୁଳ କରି ସେ ଏମନ୍ତ ବୋଇଲା ।କାମ କଉତୁକୀ ବେନିଖଞ୍ଜନ ନେଇ ।କରିଛି କି ବନ୍ଦି ପଞ୍ଜରୀରେ ପୁରାଇ ।୧୩।କେତେହେଁ କହିବି ଏହି ପ୍ରକାରେ ଯେତେ ।କେତେରୂପେ ଦେଖୁଛନ୍ତି ଯେ ଯାହା ମତେ ।କେ ବୋଲେ ଧନ୍ୟ ଏ କଳା ମୂରତି ।କରି ମନ୍ଦଗତି ମଣ୍ଡୁଅଛନ୍ତି କ୍ଷିତି ।କୋଟି ବ୍ରହ୍ମାଣ୍ଡେ ଉପମା ଏହାଙ୍କ ନାହିଁ ।କେ ହସି ବୋଲେ ଏହାଙ୍କ ପରାୟେ ଏହି ॥୧୪।କଉଁ ରୁଦ୍ର ଇନ୍ଦ୍ର ଚନ୍ଦ୍ର ଏହାଙ୍କୁ ସରି ।କେତେ ଲୋଚନ କଳଙ୍କଭସ୍ମରୁ କରି ।କଳ୍ପତରୁ ଚିନ୍ତାମଣି କାଷ୍ଠ ପାଷାଣ ।କୁସୁମ ମାର୍ଗଣ ଦହନରୁ ଦୂଷଣ ।କବି ଭ୍ରମ ହୋଇ ଯାହା କରନ୍ତି ଲକ୍ଷ୍ୟ ।କଲେ ଆଜି ପୋଏ ତାଙ୍କ ବଚନ ମିଛ । ୧୫।କହି ବସିଲେ ନଖରୁ ନଖ ସରିକି ।କେ କେତେ ନିନ୍ଦା ପାଇଲେ ଜାଣି ପାରିକି ।କାମିନୀମାନଙ୍କ ମନୁ ଲାଜ ଛଡ଼ାଇ ।କରାଇଛି ଉଭା ଯାହା ଶୋଭା ବଢାଇ ।କଟାକ୍ଷରୁ ଜନମିଛି କୋଟି ଅନଙ୍ଗ ।କଉଁ ସତୀ ପବିତ୍ରତା ନୋହିବ ଭଙ୍ଗ ।୧୬।କି ତପସ୍ୟା କରିଥିଲେ ଗୋପଯୁବତୀ ।କରୁଥିଲେ ଦରଶନ ଏରୂପ ନିତି ।କାଖେ କୋଳ କରି ନେଲେ ବାଳକ ଭାବ ।କିଶୋର ବେଳେ ବିଚ୍ଛେଦ କଲା ଦଇବ ।କେମନ୍ତ କରି ସେମାନେ ଧରିବେ ଧୃତି ।କୋଟିଯୁଗ କଥାମାନ ହେବ ରାତି ।୧୭।କାମକାଣ୍ଡେ ଜରଜର ହୋଇବ ଛାତି ।କଉତୁକ କଥାମାନ ହେବ ଅରାତି ॥
କର୍ପୂର ଚନ୍ଦଦନ ବିଷ ସମ ମଣିବେ ।କୋକିଳ ବଚନ ବଜ୍ରଘାତ ଗଣିବେ ।କମଳ ନୟନ ବିଚ୍ଛେଦକୁ ଏ କେତେ ।କଟାକ୍ଷେ ଆମ୍ଭ ହୃଦୟ ହେଲାଣି ଯେତେ ।୧୮।କହୁଁ କହୁଁ ଏହା ମଧୁପୁର ତରୁଣୀ ।କରନ୍ତି ଗମନ ପ୍ରଭୁ ମୁରଲୀପାଣି ।କମ୍ବୁଘୋଷ ଶୁଣି ରଜକକୁ ଅନାଇଁ ।କହିଲେ ଅମ୍ବର କିଛି ଦେବୁ କି ଭାଇ ।କଲେ ଏତେକ ତୋହର ଆମ୍ଭର ହୋଇ ।କଂସରାଜ ରଙ୍ଗ –ସଭା ଦେଖନ୍ତୁ ଯାଇ ।୧୯।କହଇ ରଜକ ଜାତି ଗଉଡ଼ ହେଲେ ।କହ ଏତେ ଅପାଟକଦେଶେ ବଢିଲେ ।କଂସରାଜା ଅମ୍ବରକୁ କରିଛି ମନ ।କିରେ କେଳିଆଏ ଅରଜିଲ କି ଧନ ।କର ଯେଉଁ ରୂପ ଡ଼କା ଗୋପ ନଗରେ ।କରୁଅଛ ତାହା ଏବେ ମଥୁରାପୁରେ ।୨୦।କଣ୍ଠୀରବ ପୁରେ ଏବେ କୁରଙ୍ଗ ନାଟ ।କାହା ବଳ ପାଇ ଏଡ଼େ କରିଛ ଆଣ୍ଟ ।କହୁଛି ଏବେହେଁ ବେଳାବେଳି ଲେଉଟ ।କେଳଦେବତା ସଙ୍ଗରେ ହେବଟି ଭେଟ ।କାଳଯାକ ଦୁଧଦଧିଖାଅ ଚଡ଼ାଅ ।କଯକେ କରିଛ ଆସି ସେହି ବଡ଼ାଇ ।୨୧।କେଶବ ବୋଇଲେ ଆମ୍ଭେ ରାଜା ଭୀଜା ।କରୁଅଛୁ ଆମ୍ଭଆଗେ ଏଡ଼େ ତରଜା ।କୋପେ ଚାପୋଡ଼େ ମାଇଲା ଛାଡ଼ିଲା ପ୍ରାଣ ।କଳୁଷ ପକାଇ ପାଇଗଲା ନିର୍ବାଣ ।କୃପାନିଧି କୋପ ଏକ ପ୍ରକାରେ ।କରୁଥାଇ ଅନୁମାନ ମୁକତି ଦ୍ୱାରେ ।୨୨।କେ ଚକିତ ହୋଇ ବୋଲେ କି କଲେ ପୋଏ ।କରେ ମୁଣ୍ଡ କାଟିଲେ ତ ଦେଖୁଁ ଦେଖୁଁ ଏ ।କେ ବୋଲେ ଶୁଣି ନାହ କି ଏହାଙ୍କ ଗୁଣ ।କବଳ କଲେ ଯେ ପୁତନାର ପରାଣ ।କଣ୍ଠ ଚାପି ତୃଣାବର୍ତ୍ତ କଲେ ବିନାଶ ।କୁମାର ବୟସକାଳୁ ଏଡ଼େ ସାହାସ ।୨୩।କଚାଡ଼ି ବତ୍ସାସୁରକୁ ମାଇଲେ ବୃକ୍ଷେ ।କାଳୀ ଶିରେ ତାଣ୍ଡବ ତ କଲେ ପ୍ରତ୍ୟକ୍ଷେ ।କେଶୀ ତୁଣ୍ଡେ କର ଦେଇ ମନ୍ଥିଲେ ପିଣ୍ଡ ।କପଟୀ ଅଘାସୁରର ମୋଡ଼ିଲେ ମୁଣ୍ଡ ।୨୪।କାନନ ବହନ ପାନ କଲେ କି କରି ।କୁବେରପୁଅଙ୍କୁ ଦେଲେ ଶାପୁ ଉଦ୍ଧାରି ।୨୫।କଅପାରେ ଅନ୍ଧକୁ ଦେଲେ ଲୋଚନ ଦାନ ।କେ କହିବ ଏହାଙ୍କର ଚରିତ ମାନ ।କେହି ନାହିଁ ସଂସାରକୁ ବିବେକୀ ସଖି ।କଅଁଳାପୁଅ କରି କି ଏହାଙ୍କୁ ଲେଖି ।କାରଣ ଯାହାର ଧରଣୀରେ ଏମନ୍ତ ।କରୁଛନ୍ତି କୂଟ ତାଙ୍କୁ କରିବେ ଅକହୁନାହାନ୍ତି ଉତ୍ତମ ଲୋକ ଏତେକ ।୨୬।କହିଲେ କି ହେବ ଯହିଁ ନାହିଁ ସିଦ୍ଧି ।କଲେ ରଜକ ବିନାଶ ବସନ ଜୂର ।କୃଷ୍ଣ ରାମ ନେଲେ ପୀତ ନୀଳ ଅମ୍ବର ।କଂସ ଗନ୍ତାଇତ ଦେଖି ସଖୀ ହୋଇଲା ।କମନୀୟକରି ବସ୍ତ୍ର ପିନ୍ଧାଇ ଦେଲା ।କଲେ ଆନନ୍ଦେ ବିଜୟ ତ୍ରୈଲୋକ୍ୟ ଶୋଭା ।୨୭।କଲା ନେଇ ମାଳାକାର କୁସୁମଗଭା ।କେଶବେଶ କରି ରାମଗୋବିନ୍ଦ ଗଲେ ।କୁବୁଜା ନାଗରୀ ଆସୁଅଛି ଦେଖିଲେ ।କାଖେ ଗନ୍ଧପାଟୀ କୂଜ ଚରମଦେଶେ ।କମଳ ନୟନ ପଚାରିଲେ ହରଷେ ।କହ କହ କୁବୁଜା ତୁ କାହା ଭାରିଯା ।୨୮।କରିବା ତୋତେ ନାଗରୀ ନାରୀଙ୍କ ଧ୍ୱଜା ।କହଇ କୁବୁଜା ରାଜାନିଯୋଗୀ ମୁହିଁ ।କର୍ପୂରଚନ୍ଦନ ଦେଇ ନିତି ସେବଇ ।କୁଳକଳଙ୍କରୁ ରି ହେଲି ଅଶୋଭା ।କେହି ଏହି ଘେନି କରି ନୋହିଲେ ବିଭା ।କୃତାର୍ଥ ହୋଇଲି ଆଜ ତୁମ୍ଭଙ୍କୁ ଦେଖି ।୨୯।କେହି ନାହିଁ ଆଉ ମୋହ ପରାୟେ ଦୁଃଖୀ ।କେବଳ ଏତେ ଶରଧା ହେଉଛି ମନେ ।କଳାଶ୍ରୀମୁଖ ମଣ୍ଡିବି ଚୁଆଚନ୍ଦନେ ।କୃଷ୍ଣ ବୋଇଲେ କୁବୁଜା ତୋହର ଇଚ୍ଛା ।କରିଅଛି ଏହି ଘେନି ଦେହକୁ ତୁଚ୍ଛା ।କହିବାରୁ ସ୍ନେହବାଣୀ ବରଜ ରାଜ ।୩୦।କୁବୁଜା ଅଙ୍ଗରେ ପୀଡ଼ା କଲା ମନୋଜ ॥
କାଖରୁ ସୁଗନ୍ଧପେଟୀ ବାହାର କରି ।କେ ବଡ଼ କେ ସାନ ହୃଦୟରେ ବିଚାରି ।କାମପାଳ ଭାଲେ ଗନ୍ଧ ତିଳକ ଦେଲା ।କାମ କର କୃପାଣ କି ଚନ୍ଦ୍ର ପାଇଲା ।କେଶବ କପାଳେ ଦେଲା ଚନ୍ଦନ ଚିତା ।୩୧।କଳାମେଘୁଁ ବାହାର ଇନ୍ଦ୍ର ଦେବତା ।କର୍ପୂର ଚନ୍ଦନ ଗନ୍ଧ କୁଙ୍କୁମ ଗୋଳି ।କୃଷ୍ଣ ରାମ ଶ୍ରୀଅଙ୍ଗରେ ସଧୀରେ ବୋଳି ।କୃପାସିନ୍ଧୁ ହୋଇ ଫୁରୁଣା ।କୁବୁଜା ଭକତି ଦେଖି କଲେ କରୁଣା ।କମଳ ଚରଣ ଚରମ ଦେଲେ ।୩୨।କର ଚିବୁକରେ ଦେଇ ଟେକିଲେ କରେ ।କାହିଁଗଲା କୁଜ ଲୋକେ ଦେଖି ଚକିତ ।କରିଥିଲା କଉଁ କାଳେ କେତେ ସୁକୃତ ।କାମିନୀ କୁଳମଣ୍ଡନି କୁବୁଜା ହେଲା ।କରେ ପୀତାମ୍ୱର ପୀତାମ୍ୱର ଧଇଲା ।କହିଲା ମୋ ପୁରକୁ ବିଜୟ କରିବ ।୩୩।କାମ ପୂର୍ଣ୍ଣକରି ଭବ କଷ୍ଟୁ ତାରିବ ॥
କମଳନୟନ ମନ୍ଦେ ହସିଲା ହୋଇ ।କହିଲେ ଯିବୁଁ ରାଜାଙ୍କ ଭେଟ ବଢାଇ ।କୁବୁଜାକୁ ବୋଧକରି ବିଦାୟ କଲେ ।କର୍ମୁକ ମନ୍ଦିରେ ଯାଇ ପ୍ରବେଶ ହେଲେ ।କରି ଅବଲୋକନ ଧନୁକୁ ବୋଇଲେ ।୩୪।କେତେ ବଳ ଅଛି ବୋଲି କରେ ଧଇଲେ ।କରୀ କରେ ଇକ୍ଷୁ ଦଣ୍ଡ ପଡ଼ିଲା ପ୍ରାୟେ ।କିଞ୍ଚିତେ ଭାଙ୍ଗିଲେ କରେ ଓଟାରିବାଏ ।କରି ଶୁଭକାର୍ଯ୍ୟ ବିଜେ ବରଜକାଟ ।କଲେ ଆନନ୍ଦେ ଗୋପାଳେ ଗଉଡ଼ ନାଟ କେବେଣୁ ଶୃଙ୍ଗେ କେ ମୁଖେ ବଂଶୀବଜାଏ ।କେ ଖେମଟା ବନ୍ଧେ ଗୀତ ସୁସ୍ୱରେ ଗାଏ ।୩୫।କୃତ୍ରିମ ବନରେ ଯାଇଁ ପ୍ରବେଶ ହେଲେ ।କରି ଶୀତଳ ମଣୋହି ସୁଖେ ଶୋଇଲେ ।କୁକୁଟେ ଡ଼ାକିଲେ ରାତି ହେଲା ନାହାନ୍ତି ।କାତରେ ଜାରପୁରୁଷମାନେ ପଳାନ୍ତି ।କୁଙ୍କୁମବର୍ଣ୍ଣ ଦିଶିଲା ବାସବ ଦିଗ ।କରିବାକୁ ସ୍ନାନ ବିପ୍ରେ ହେଲେ ଉଦ୍ବେଗ ।୩୬।କାକ କୋକିଳ ପତଙ୍ଗମାନଙ୍କ ଡାକ ।କହୁ କହୁ ପ୍ରବଳ ହୋଇଲା ଅନେକ ।କମ୍ଭୁ ଶବଦ ଶୁଭିଲା ଦେବଙ୍କ ପୁରେ ।କହେ କେ ଜାରକୁ ଯିବା ପାଇଁ ସତରେ ।କଇରବେ ଶୋଇଲେ କମଳ ହସିଲେ ।କୋକ ମିଥୁନ ବିଯୋଗ ଦୁଃଖ ନାଶିଲେ ।୩୭।କଟୁଆଳ ତସକର ପ୍ରଭାନିଊନ ।କଳାକରପ୍ରିୟ ଚରେ ହେଲେ ସଉନ ।କବାଟ ଉଲାଗି କଲେ ନୀଳାଦ୍ରି ପୁରେ ।କୃପାସିନ୍ଧୁ ଅପହୁଡ଼ ହେଲେ ସତ୍ୱରେ ॥
କରି ନିତ୍ୟକୃତ୍ୟ ଶେଷ ଗୋପବଲ୍ଲଭ ।କଉତୁକେ ସାରିଲେ ଗୋପାଳବଲ୍ଲଭ ।୩୮।କର ଦେଇ ସୁବଳ ସୁଦାମ ସ୍କନ୍ଧରେ ।କ୍ରୀଡ଼ନ୍ତି ଉପବନରେ ନାନାରଙ୍ଗରେ ।କେ ବୋଲେ ଆରାମ ରାମ ସୈନ୍ୟ ପରାୟେ ।କଞ୍ଚନ ଡାଳିମ୍ୱ ସୁଷେଣାଦି ଥିବାଏ ।କେତେରୂପେ କେତେ ପନ୍ତି ଅଛନ୍ତି ଦେଖ ।କାହାରି ଆହାବ ନାହିଁ ପ୍ରସନ୍ନମୁଖ ।୩୯।କହି ଏମନ୍ତ ବାହାର ହେଲେ ସମସ୍ତେ ।କାହା କରେ ବେଣୁ ଶିଙ୍ଗା କାହାର ହସ୍ତେ ।କଳାନିଧିକି ନକ୍ଷତ୍ର ବେଢିଲା ପ୍ରାୟେ ।କେ ଆଗେ କେ ପଛେ ମଧ୍ୟେ କୃଷ୍ଣ ବିଜୟେ ।କଟକେ ଛଟକେ ଠାଣିମାନ କରନ୍ତି ।କୃଷ୍ଣଦାସ ମନ ଅପଲକେ ହରନ୍ତି ।୪୦।ଅଷ୍ଟବିଂଶ ଛାନ୍ଦ - କଂସ ବଧରାଗ - ଭାଟିଆରୀକୃଷ୍ଣ ବିଜୟ ମଥୁରା ଦାଣ୍ଡେ ।କାନ୍ତି କୋଟିକାମ ଛବି ଖଣ୍ଡେ ।ମେଘେ ଛନ୍ଦ୍ର କୋଦଣ୍ଡ ପରାୟେକଳାପି କଳାପ ମୁଣ୍ଡେ । ହେ ଜନେ ।୧।କପାଳରେ ଗୋରୋଚନା ଚିତା ।କରେ ଊର୍ଦ୍ଧ୍ୱରେତା ହତଚେତା ।କଉଁ ପତିବ୍ରତା ରଖି ବିବେକିତାନୋହିବ ମଦନେମତ୍ତା । ହେ ଜନେ ।୨।କାବ୍ୟତାର ତୋତିବର ନାସେ ।କବି ଉପମାକୁ ଏହି ଆସେ ।କଳାକର କୋଳେ ମହାସୁଖଭୋଳେ ରୋହିଣୀ ରାମା କି ବସେ । ହେ ଜନେ ।୩।କର୍ଣ୍ଣେ ମଣି ମକର କୁଣ୍ଡଳ ।କରେ ନିନ୍ଦଇ ରବିମଣ୍ଡଳ ।କଲେ ଅବଲୋକ ବଳେ ହେବେ ଲୋକ ସୁରମୁନି ଆଖଣ୍ଡଳ ହେ ଜନେ ।୪।କଣ୍ଠେ ଲଳିତ ନକ୍ଷତ୍ରମାଳ ।କଉସ୍ତୁଭ ଶୋହେ ବକ୍ଷସ୍ଥଳ ।କିବା ନୀଳମଣି ସ୍ଥଳେ ନିଶାମଣି ରମଣୀଙ୍କ ସଙ୍ଗେ ମେଳ । ହେ ଜନେ ।୫।କରେ କଙ୍କଣ ବୋହେ ବାହୁଟି ।କାଞ୍ଚିମାଳା ମଧ୍ୟେ ଅଛି ଘଟି ।କନକନିଭ ପତନୀ ପାଗଲାଞ୍ଜି ମହୀରେ ଯାଉଛି ଲୋଟି । ହେ ଜନେ ।୬।କଟାକ୍ଷରେ କରି ସୁଧା ବୃଷ୍ଟି ।କରୁଅଛନ୍ତି କୃତାର୍ଥ ସୃଷ୍ଟି ।କି ସୁଖ ସଂସାର ଅବତାର କର ଅଭିନବ ପରମେଷ୍ଠୀ । ହେ ଜନେ ।୭।କାମ ସବ୍ୟସାଚୀ ଶିକ୍ଷାଗୁରୁ ।କରିଥିଲା ସେ ନେତ୍ର ପୂର୍ବରୁ ।କରି ଅନୁମାନ ଏଥୁ ନୋହେ ଆଉ ବାମ ଦକ୍ଷିଣ ଗତିରୁ । ହେ ଜନେ ।୮।କିବା ସ୍ତମ୍ଭନ ମୋହନ ବଶ ।କରିଛନ୍ତି ଏ ନେତ୍ରେ ନିବାସ ।କାମଜୟ ପାଶ କରିଛି ପ୍ରକାଶ ମୋହ କରିବ ମହେଶ । ହେ ଜନେ ।୯।କହୁଁ କହୁଁ ଏହା ନରନାରୀ ।କଂସ ସିଂହଦ୍ୱାରେ ବିଜେ କରି ।କୁବଳୟ କରୀବର ଦେଖିକରି ରହିଲେ ଆଗେ ଉଭାରି । ହେ ଜନେ ।୧୦।କୋମଳରେ କହିଲେ ହେ ଯନ୍ତା ।କୁବଳୟ ବଡ଼ବଳବନ୍ତା ।କଲେ ଆଡ଼ ଥରେ ପଶନ୍ତୁ ଭିତରେ ତୋ ଉପକାର ଦିଶନ୍ତା ।୧୧।କହେ କର୍କଶ କରି ମାହୁନ୍ତ ।କହାଉ ଯେ ଥାଅ ବଳବନ୍ତ ।କେଶୀ ଅଘା ବକା ନାଶକଲେ ଏକା ଏବେ ତ କହ ଏମନ୍ତ ।୧୨।କୃଷ୍ଣ କହିଲେ ହସ୍ତୀପାଳକ ।କଥା ବହୁତ କରି ଚାଳକ ।କାଳଯାକ ଦେଶେ ରହିଲୁ ବିଦେଶେ ଭୟାଳୁ ବଜ୍ରବାଳକ ।୧୩।କରୀବର କନ୍ଧେ ଅଛୁ ଚଢି ।କହୁଅଛୁ ଏହି ଘେନ ବଢି ।କରି ଅବଲମ୍ବ କରିବାକୁ ଲମ୍ବ ହେଲେ ଉଡ଼ନ୍ତା ଦି ଦାଢି ।୧୪।କର୍ଣ୍ଣେ ଯଦୁ ଏମନ୍ତ ଶୁଣିଲା ।କୋପଭରେ ମାହୁନ୍ତ କମ୍ପିଲା ।କରାଳ ବଦନ ବୁଲାଇ ନୟନ ଗଜ ଆଗଭର କଲା ।୧୫।କ୍ରୋଧେ ମାଇଲା ମାତଙ୍ଗ ଦନ୍ତ ।କଳେ ବିଚିତ୍ର ଗତି ଅନନ୍ତ ।କୁଣ୍ଡଳୀ ପ୍ରବଳ ଘାତରେ ନକୁଳ ବଞ୍ଚାଇ ରହେ ଯେମନ୍ତ ହେ ।୧୬।କଣ୍ଠୀରବ ପ୍ରାୟେ ଗତି କରି ।ଓଟାରି ଚାପୋଡ଼େ ମାଇଲେ ହରି ।କରୀବର ଲଞ୍ଜଧରି ଦେବରାଜ ପଚକୁ ନେଲେ କରେ ସେ ।୧୭।କି କହିବା ସେ ସମୟ ଶୋଭା ।କରେ ଜନ ମନ ଅତିଲୋଭା ।କଶ୍ୟପତନୟ ମହା ତିଳେଶୟ ଧଇଲେ ଯେମନ୍ତେ ପ୍ରଭା ।୧୮।କୁମ୍ଭକାରଚକ୍ର ପ୍ରାୟେ ହୋଇ ।କଣ୍ଠୀରବ – ବଇରୀ ବୁଲାଇ ।କୁମାର କରେ ବନ୍ଧାହୋଇ ସୂତ୍ରରେ ଗୁଞ୍ଜରା ଯେହ୍ନେ ଭ୍ରମଇ ।୧୯।କଲେ ସମର ନାନା ପ୍ରକାରେ କଉତୁକେ ଦେଖନ୍ତି ଅମରେ ।କରି ଅଦଭୂତ ବିରହ ସଂଜାତ ହୋଇଛନ୍ତି ଚିରନ୍ତରେ ହେ ।୨୦।କେଶହସ୍ତ ବେଗେ ଦେଲେ ଛାଡ଼ି କ୍ରୋଧଭରେ ଦଶନ ଉପାଡ଼ି ।କୁଧରେ କୁଳିଶ ପ୍ରାୟେ ଶିରଦେଶ ଉପରେ ଶୀଘ୍ର କଚାଡ଼ି । ୨୧।କରି ହତକୁମ୍ଭୀ ହସ୍ତୀପକା ।କଲେ ପ୍ରକାଶ ଜୟପତାକା ।କରି ଅବଲୋକ ସ୍ୱର୍ଗ ମର୍ତ୍ତ୍ୟ ଲୋକମାନେ ହୋଇଲେ ତାଟକା ।୨୨।କରେ ଦଶନ ଧରି ଗୋବିନ୍ଦ ।କଉତୁକେ ବିଜେ ମନ୍ଦ ମନ୍ଦ ।କୁସୁମ ବରଷି ଜୟ ଜୟ ଭାଷି ଆନନ୍ଦ ଅମରବୃନ୍ଦ ହେ ।୨୩।କ୍ରମେ ରଙ୍ଗସଭାରେ ପ୍ରବେଶ କୋଟି କନ୍ଦର୍ପ ଲାବଣ୍ୟ ବେଶ ।କୁଟିଳ ନିର୍ଦ୍ଦୟ ସରଳ ହୃଦୟ ମନ ଅନୁରୂପେ ଦୃଶ । ୨୪।କାମୀ- କାମିନୀଙ୍କ କାମଦାତା ।କଂସ ନୃପକୁ କାଳଦେବତା ।କୁଳିଶ ପରାୟେ ମାଲଙ୍କ ହଅଦୟେ ପ୍ରକାଶନ୍ତି ଜଗଜ୍ଜତା ।୨୫।କେ ବୋଲଇ ଏଠାରେ ନଥିବା ।କିଆଁ ବାଳକ ବଧ ଦେଖିବା ।କାହାରି ତ ଧର୍ମ ନାହିଁ ଏ ଅଧର୍ମ ସଭା ବେଗେ ।ଉପେକ୍ଷିବା ହେ ।୨୬।କ୍ରୋଧ କରି ଜନକ ଜନନୀ ।କଷ୍ଟ ଦଶତ ଅଛନ୍ତି ଘେନି ।କରନ୍ତି ଚିନ୍ତା ନିଜ ଇଷ୍ଟ ଦେବତା ଆନନ କରି ଅବନୀ ହେ ।୨୭।କହେ ମାଲ ବାହାସ୍ଫୋଟ ମାରି ।କାହିଁ ଯିବ ଆଜି ହଳୀ ହରି କେଶରୀ ପରାୟେ କରୀବର ରାୟେ ମାଇଲ ବିଚିତ୍ର କରି ।୨୮।କର ଆମ୍ଭ ସଙ୍ଗତେ ସମର ।କୃଷ୍ଣ ବୋଇଲେ ଆରେ ମୁରୁଖ ।କାଳଦେବତାକୁ ବାର୍ତ୍ତା କରିବାକୁ ତୋତେହେଁ କରିବା ଚାର ।୨୯।କହୁଁ କହୁଁ ଏମନ୍ତ ଚାଣୁର ।କଲା କୃଷ୍ଣଙ୍କୁ ମୁଥ ପ୍ରହାର ।କରି ତାହା ଶୂନ୍ୟ କଲେ ପ୍ରତିଦାନ ବ୍ରଜସିଂହବୀରବର ।କାମପଳ ମୁଷ୍ଟିକର ଯୁଦ୍ଧ ।କଉତୁକେ ଦେଖନ୍ତି ବିବୁଧ ।କୃପାଣ ତୋମର କିଛି ନାହିଁ କର ମାତ୍ର କେବଳ ଆୟୁଧ ।୩୧।କୃଷ୍ଣ କୃଷ୍ଣ ଅଗ୍ରଜ ସିହାଣ ।କଲେ ବିଚିତ୍ର ମାଲ ବିନ୍ଧାଣ ।କଷ୍ଟ ନିବାରଣ ମାଲଙ୍କ ପରାଣ ଘେନିଲେ ଦେଇ ନିର୍ବାଣ ।୩୨।କଂସ ନୃପତି ତାହା ଦେଖିଲା ।କମ୍ପି କାତରେ କଣ୍ଠ ଶୁଖିଲା ।କଳେବର ଛାଡ଼ି ପ୍ରାଣ ଗଲା ଉଡି ଭବଭୟ ଉପେକ୍ଷିଲା ।୩୩।କେଶ କେଶବ ଧଇଲେ ଯାଇଁ ।କଚାଡ଼ିଲେ ମହୀତଳେ ନେଇ ।କୁମ୍ଭକାର କୀଟ ପ୍ରାୟେ ନନ୍ଦଚାଟ ମାରଇ ସେହି ତରାଇ ।୩୪।କୃପାସାଗର ସେ ଜଗଜ୍ଜ୍ୟୋତି । କଲେ ଉଗ୍ରସେନ ମହୀପତି ।କହେ ଦୀନକୃଷ୍ଣ ଦାସ ସେ ଶ୍ରୀକୃଷ୍ଣ ଅଗତି ଲୋକର ଗତି । ହେ ଜନେ ।୩୫।ଊନତ୍ରିଂଶ ଛାନ୍ଦକୁବୁଜା ସଙ୍ଗେ ବିହାର (ରାଗ - ଦେଶାକ୍ଷ)କରି ଦେବତାଙ୍କ କାର୍ଯ୍ୟ କରୁଣା ନିଧି ।କରତବେ ମାଇଁକି କହିଲେ ପ୍ରବୋଧି ।୧।କି କହିବି ମାଇଁ ମୋର କର୍ମ ଅଭାଗ୍ୟ ।କରାଇଲ ନାହିଁ ମାମୁଁ ସଙ୍ଗତେ ଯୋଗ ।୨।କରି ବଡ଼ ପ୍ରତିଆଶା ଅଇଲି ଧାଇଁ ।କଉତୁକେ ମାମୁଁ ମୁଖ ଦେଖିବା ପାଇଁ ।୩।କରିଥାଇ ମାମୁଁ ମୋତେ କେଡ଼େ ସେନେହ ।କରି ତା ଭାବନା ଦହି ଦେଉଛି ଦେହ ।୪।କାହାର କି ଗଲା ମାଇଁ ମୋହ ବାହାରେ ।କର୍ମ ଅବଳକୁ ମୁଁ ନୋହିଲି କାହାରେ ।୫।କାହିଁଥିଲା ଅକାଳ ଚଡ଼କ ମାମୁଁକୁ ।କି ହେଉଛି ଏତେବେଳେ ସୁମରି ବୁକୁ । ୬।କରିଥିଲି ମନରେ ମୁଁ କି ମନୋରଥ ।କୁଶକେତୁ ବଳେ ସବୁ ହେଲା ବିଅର୍ଥ ।୭।କି ଅପୂର୍ବ ଆଦର ସେ କରଇ ମୋତେ ।କେତେରୂପେ କେତେ ଚାର ପେଶେ ଗୁପତେ ।୮।କାଳଯାକ ଚିନ୍ତଇ ମୋ ଅପୂର୍ବ ଶୁଭ ।କିଛି ନ ପାଇଲା ମୋହଠାରୁ ସେ ଳାଭ ।୯।କର୍ମରେ ତାହାର ନାହିଁ ନାହିଁ ମୋ ଯଶ ।କହି ଏମନ୍ତ ମାଇଁକି କଲେ ସନ୍ତୋଷ ।୧୦।କପଟକୁଶଳ କୃଷ୍ଣ ସେଠାରୁ ଚଳି ।କଟାଇଲେ ନନ୍ଦକୁ ଜନନୀ ଶାଙ୍କୋଳି ।୧୧।କରାଇ ପରମାନନ୍ଦ ଆନନ୍ଦକନ୍ଦ ।କହିଲେ ନନ୍ଦକୁ ବୋଧକରି ଗୋବିନ୍ଦ ।୧୨।କହିବ ଅମ୍ବାଙ୍କୁ ମୋର ଦଣ୍ଡପ୍ରଣାମ ।କରୁଥିବେ ଚିନ୍ତା ଏକା ମୋହର ନାମ ।୧୩।କୋଳକରି ସୁଦାମ ସୁବଳ ସଖାଙ୍କୁ ।କୋମଳ କହିଲେ ତୁମ୍ଭେ ଯାଅ ଗୋପକୁ ।୧୫।କରୁଥିବ ଯତ୍ନ ମୋର କଦମ୍ବମୂଳ ।କ୍ରୀଡ଼ାକୁଞ୍ଜ ନିକେତନ ଯେତକ ସ୍ଥଳ ।୧୬।କମଳୀଧବଳୀ ହଂସୀ ବଂଶୀପ୍ରିୟାକୁ ।କରିବ ନାହିଁଟି ଅଯତନ ଏହାଙ୍କୁ ।୧୭।କ୍ରୋଧେ କଉଁ ସଖା ବୋଲେ ହେ ପଦ୍ମଡ଼ୋଳା ।କାଟିଦେଲ ସବୁରିଗଳା ।୧୮।କଉଁ ବଳେ ପ୍ରାଣ ଅଛି ନ ଜାଣୁ ତାହା ।କୁଶକେତୁ ହଟ ଅବା କରିଛି ଏହା ।୧୯।କେଶବ ବୋଇଲେ ଚିନ୍ତା କିଛି ନ କର ।କେବେହେଁ ତୁମକୁ ନ କରିବି ଅନ୍ତର ।୨୦।କରି ରାଜଧାନୀ ଥୟ ଯିବି ଅବଶ୍ୟ ।କୃଷ୍ଣ ବୋଲେ ବୋଧହେଲେ କରଜବଂଶ ।୨୧।କଷ୍ଟ କଷ୍ଟ ହୋଇ ଗୋପପୁରକୁ ଗଲେ ।କଂସ ତମହଂସ ମଧୁପୁରେ ରହିଲେ ।୨୨।କାମପାଳ ସଙ୍ଗତେ ରହିଲେ ତାଙ୍କର ।କେତେଦିନ ଏମନ୍ତେ ହୋଇଲା ଅନ୍ତର ।୨୩।କୁବୁଜା ଯେ ହୋଇଥିଲା ବସକସଜା ।କଲେ ତହିଁକି ବିଜୟରସିକ ରାଜା ।୨୪।କର ପଇଠ ଉଦ୍ଧବ କରରେ ଦେଇ ।କୁବୁଜାପୁରେ ପ୍ରବେଶ ହୋଇଲେ ଯାଇଁ ।୨୫।କୁବେର ଅଳକାପୁର ଶୋଭାକୁ ଜିଣି ।କରିଛି ମନ୍ଦିର ଅତିଶୟ ମଣ୍ଡଣି ।୨୬।କମନୀୟ ଚନ୍ଦ୍ରାତପ ପାଟପତନୀ ।କି ଶୋଭା ଦିଶନ୍ତି ଫୁଲ ଚାମର ଘେନି ।୨୭।କାନ୍ଥମାନଙ୍କରେ ନାନା ଚିତ୍ରପ୍ରତିମା ।କଥା ନ କହି ହସନ୍ତି ଯେମନ୍ତ ବାମା ।୨୮।କର୍ପୂର ଚନ୍ଦନ ଛରା ବିଜେ ବାଟରେ ।କରିଛି ପାଏଡ଼ା ସବୁ ରଙ୍ଗପାଟରେ ।୨୯।କନକପାତ୍ରମାନଙ୍କେ ଅଗୁରୁ ଧୂପ ।କେତେ କେତେ ଜଳୁଛନ୍ତି ସୁବର୍ଣ୍ଣ ଦୀପ । ୩୦।କରୀଦନ୍ତ ପଲ୍ୟଙ୍କରେ ହଂସୁଲୀ ତୁଳୀ ।କିତପାମାନଙ୍କେ ମନୋହର ମୁଚୁଳୀ ।୩୧।କୁସୁମ ପାଖୁଡ଼ା ବିଞ୍ଚି ଝୋଲା ପକାଇ ।କର୍ପୂର ତାମ୍ବୁଳ ରତ୍ନବଟାରେ ଥୋଇ ।୩୨।କରରେ ସଜାଡ଼ି ଦିବ୍ୟ ଚତୁଃସମକୁ ।କୁତୁକେ ଥୋଇଛି ପୂରାଇ ପ୍ରେମକୁ ।୩୩।କୁଞ୍ଜବିହାରୀଙ୍କ ଅଙ୍ଗେ ବୋଳିବା ପାଇଁ ।କୁଜକଳଙ୍କ ଯାଇଛି ଯାହା ଲଗାଇ ।୩୪।କେଉଁକାଳେ କି ତପସ୍ୟା କରି ସେ ଥିଲା ।କୋଟି ବ୍ରହ୍ମାଣ୍ଡନାଥଙ୍କୁ ପୁରକୁ ନେଲା ।୩୫।କମଳଦଳ ଲୋଚନ ପ୍ରବେଶ ମାତ୍ରେ ।କଦମ୍ବ ପରାୟେ ରୋମ ଦିଶିଲା ଗାତ୍ରେ ।୩୬।କରି ଦଣ୍ଡ ପ୍ରଣାମ ସତ୍ୱରେ ଉଠିଲା ।କରଯୁଗ ଯୋଡ଼ି ବେଗେ ଶିରରେ ଦେଲା ।୩୭।କଣ୍ଠ ଗଦ୍ ଗଦରୁ ବାଣୀ ନ ପାରେ କହି ।କଙ୍କଣ ବେନି ନୟନୁ ଯାଉଛି ବହି । ୩୮କଳାକରେ କଳାକର ମଣି ପରାୟେ ।କଳେବର ଦ୍ରବିଯାଇ ହେଲା ଅଥୟେ ।୩୯।କୋଟିକାମ ମନୋରଥ ଯେଉଁ ମୁରତି ।କଉଁ କାମିନୀ ଦେଖିଲେ ଧରିବ ଧୃତି ।୪୦।କଳାକର କରେ ଯେହ୍ନେ ରଜନୀ ହଂସ ।କୁବୁଜା ପୁରରେ କୃଷ୍ଣ ସେହି ସଦୃଶ ।୪୧।କମଳ ହରଷ ଯେହ୍ନେ ହଂସ ସମ୍ମୁଖେ ।କୁବୁଜା ହୃଦୟ ତେହ୍ନେ ପରମସୁଖେ ।୪୨କମଳେ କମଳ ପଦ ଧଉତ କରି ।କରାଇଲା ପଲ୍ୟଙ୍କରେ ବଜୟ ହରି ।୪୩।କୁଶକେତୁ ଯଉଁ ପଦ ଧୋଇଲେ କରେ ।କପର୍ଦ୍ଦୀ ଧଇଲେ ଯେଉଁ ଜଳ ଶିରେ ।୪୪।କରେ ଯେଉଁ ଜଳ ତିନି ଲୋକ ପବିତ୍ର ।କୃତାର୍ଥ କଲା ସଗର ପୁଅଙ୍କ ଗାତ୍ର ।୪୫।କମଳ ନୟନ କୃଷ୍ଣ କରୁଣା ବଳେ ।କୁବୁଜା ସେ ପାଦଜଳ ପାଇଲା ହେଳେ ।୪୬।କମଳବସନେ ପୋଛି ହୋଇଲି ଉଭା ।କେ କହିବ କୁବୁଜାଙ୍କ ସେକାଳ ଶୋଭା ।୪୭।କଲା ମଦନ ମୋହନ ମନ ମୋହିତ ।କେତେ ଜନ୍ମେ କରିଥିଲା କେତେ ସୁକୃତ ।୪୮।କମଳନୟନ ମନ ଚଞ୍ଚଳ ଜାଣି ।କହି କରି ଉଦ୍ଧବ ହୋଇଲା ମେଲାଣି ।୪୯।କହୁଁ କହୁଁ ଜନମ ହୋଇଲା ଅନଙ୍ଗ ।କୁବୁଜାସଙ୍ଗରେ ରଙ୍ଗକଲେ ଶ୍ରୀରଙ୍ଗ ।କିଛି ଦିନ ତାହାର ପୁରରେ ରହିଲେ ।କାମନା ସମ୍ପୂର୍ଣ୍ଣ କରି ବିଜୟ କଲେ ।୫୧।କାମୀଜନମାନଙ୍କର କଳପତରୁ ।ମହିଁମା ସାଗର ପ୍ରଭୁ ମହିମା ମେରୁ ।୫୨।କେତେବେଳେ ସୁମରନ୍ତି ଗୋପୀଙ୍କ ଭାବ ।କୁଞ୍ଜକାନନରେ ଯେତେ ବିନୋଦ ଠାବ ।୫୩।କାଳିନ୍ଦୀ କୂଳ କଦମ୍ବ ତଳ ବିହାର ।କେତେବେଳେ ହୃଦୟରୁ ନୋହେ ବାହାର ।୫୪।କେତେବେଳେ ରାସକେଳି ମନରେ ପଡ଼ି ।କୋଟିଏ ଗୁଣେ ସନ୍ତାପ ପଡ଼ଇ ମାଡ଼ି ।୫୫।କୁମୁଦ ନନ୍ଦିନୀ ଭାବ କରଇ ଯାହା ।କବି ହୋଇକରି କହିପାରିବ ତାହା ।୫୬।କିଶୋର ବୟସ କାଳ କାନ୍ତା ବିଚ୍ଛେଦ ।କରାଏ ଯେମନ୍ତ କରି ମନକୁ ଖେଦ ।୫୭।କୁସୁମକାଣ୍ଡ କେମନ୍ତ କରି ହାଣଇ ।କେ କହିବ ବଚନେ ତା ସେହି ଜାଣଇ ।୫୮।କେବେହେଁ ଏ ଗୁଣବନ୍ତ ଲୋକକୁ ନୋହୁ ।କୃତାନ୍ତ ପାଶରେ ପଛେ ଜୀବନ ଯାଉ ।୫୯।କହେ ଦୀନକୃଷ୍ଣ ଆହେ ରସିକ ରାୟେ ।କୋଟିକେ ଗୋଟିଏ ନାହିଁ ତୁମ୍ଭ ପରାୟେ ।୬୦।ତ୍ରିଂଶଛାନ୍ଦ - କୃଷ୍ଣଙ୍କ ଅନୁଶୋଚନାରାଗ - କାଫିକମଳନେତ୍ର କଂସକଟକେ ଥାଇ ।କରନ୍ତି ଚିନ୍ତା କାନ୍ତକଥା ଚିତ୍ତୋଇ ।ଆହା କୁଦଶନା । କମନୀୟ ବଧୁଲୀ – ବିମ୍ବ ଦନ୍ତବସନା ।କାମକାଣ୍ଡ ଧାଡ଼ି ଘାତରେ ହୋଇ ବିମନା ।କଉଁରୂପେ ବଞ୍ଚୁଥିବେ ସେ ମୋ ସାଙ୍ଗବିନା ।୧।କି କଲା ବିହି ମୋତେ ତାକୁ କି କଲା ।କପାଳେ ଏହି ଦଶା ଲେଖି ସେ ଥିଲା ।ଆହେ କନକ ଗୋରୀ ।କରୀବର ଗମନୀ ମୋର ପ୍ରାଣଈଶ୍ୱରୀ ।କଷ୍ଟ ଅନୁବାଦ ଯେ କରି ନାହିଁ କିଶୋରୀ ।କିମ୍ପା ଅଇଲି ତାକୁ ଛାଡ଼ି ବିଦେଶ କରି ।୨।କାଳ କି ନ କରଇ କି ନୋହେ ଦେହ ।କଉଁ ଦଇବ କରାଇଲା ବିରହ ।ଆହା କୁଟିଳକେଶୀ କରକମଳେ ଗଣ୍ଡ ଦେଇଥିବ ଯେ ବସି ।କି ବିଚାରୁଥିବ ମୋହର ପ୍ରାଣପେୟସୀ କର୍ମେ ଥିଲା କାମ ଅନଳେ ହେବାକୁ ଝାସି ।୩।କରୁ ମୁଁ ଅଛି ଯେତେବେଳେ ଗଗନ ।କି ବିକଳ ହୋଇଲା ପରାଣଧନ ।ଆହା କାନ୍ତା ରତନ । କଲା ଲୋତକେ ପଦ୍ମଦଳ ନେତ୍ର ଆଚ୍ଛନ୍ନ ।କରଧରି ବୋଇଲା ଆହେ ବନ୍ଧୁ ଅଭିନ୍ନ ।କି କହିବି ମୁଁ ତୁମ୍ଭେ କରୁଅଛଟି ଭିନ୍ନ ।୪।କାହିଁପାଇଁ ରହିଛି ପାପିଷ୍ଠ ପ୍ରାଣ ।କଠିନ ହୃଦେ ଗୁଣ ସୁମୁଖୀଗଣ ।ଆହା କୋମଳ ଅଙ୍ଗୀ ।କୃଶଦଶକୁ ପାଇଥିବ ରଙ୍ଗ ଅପାଙ୍ଗୀ ।କାହିଁପାଇଁ ଥିବ ମନୋହର ଭ୍ର ଭଙ୍ଗୀ ।କାମବ୍ୟାଧ କରକୁହେଲା କ୍ରୀଡ଼ାକୁରଙ୍ଗୀ ।୫।କଳାନିଧିକି ହସେ ଯେଉଁ ବଦନ ।କରୁଥିବ ଲୋତକ ଜଳେ ମଳିନ ।ଆହା କୁଟିଳକେଶକେଶଗର୍ଭକୁ ବିନୁ ନୋହିବ ସୁବେଶ ।କେଶ ପଡ଼ିଥିବ ତାହାର ଚରମଦେଶ ।କାହିଁପାଇଁ ତହିଁରେ ଥିବ କୁସୁମ ବାସ ।୬।କମ୍ପୁ ଯେ ଥିବ କେତେବେଳେ ତା ଅଙ୍ଗ ।କେତେବେଳେ ରୋମାଞ୍ଚ ବଚନଭଙ୍ଗ ।କେତେବେଳେ ରୋଦନ ।କେତେବେଳେ ଝାଳରେ ହେଉଥିବ କର୍ଦ୍ଦନ ।କେତେବେଳେ ନ ରୁଚୁଥିବ ନିଜ ସଦନ ।କଥା ଗୋଟିକେ ନାଶକଲା ଚାରିବଦନ ।୭।କରନ୍ତନାହିଁ ଯେବେ ଦୁହିଁଙ୍କି ଭିନ୍ନ ।କାହିଁକି ପ୍ରାଣବନ୍ଧୁ ହୁଅନ୍ତ ଦୀନ ।କିମ୍ପା କାମ ହସନ୍ତା ।କୋଦଣ୍ଡରେ କାହିଁକି ଫୁଲଶର ବସନ୍ତା ।କଳକଣ୍ଠକଣ୍ଠୀ ଅଙ୍ଗକୁ କିମ୍ପା ପେଶନ୍ତା ।କଷ୍ଟ ସାଗରେ ଶଶିମୁଖୀ କିମ୍ପା ଭାସନ୍ତା ।୮।କର୍ପୂର ଚନ୍ଦନାହିଁ ନୁହନ୍ତା ବିଷ ।କୋକିଳରବ ଅବା କରନ୍ତାକିସ ।କିକରନ୍ତା ଚନ୍ଦ୍ରମା ।କୋଳାଗତେ ଥାଆନ୍ତା ଯେବେ ମୋ ପ୍ରିୟତମା ।କାହା ଛାର ଦେଖନା ଅବା କଉଁ ଗାରିମା ।କରିଛନ୍ତି ସବୁଟି ଏହା ବିଚିତ୍ରକର୍ମା ।୯।କଳାନିଧାନୀ ନାନା ସୁବେଶ ହୋଇ ।କଉତୁକେ ଯେତେବେଳେ ଆସଇ ।କାମଥାଇ ଗୋଡ଼ାଇ ।କିଣାଲୋକ ପରାୟେ ଅନୁଗତକୁ ଯାଇ ।କାନ୍ତା ନୂପୁର ନାଦେ ପହଣ୍ଡକୁ ମଣାଇ ।କାହାରି ତ ନଥାଇ ସେହି କାଳରେ ବଡ଼ାଇ ।୧୦।କୁଟିଳକୁନ୍ତଳରେ ଲୋଟଣୀଜୁଡ଼ା । କରଇ ସବୁରୂପେ ଧଇର୍ଯ୍ୟବୁଡ଼ା ।ଆହା କାମଦୀୟିନୀ କଲା କଉଁ ଦଇବ ମୋର ସେ ସୁଖ ହାନି ।କାମଦେବ କେବଳ ହେଲା ବିଜୟମାନୀ ।କଷ୍ଟ ଦେଇ ଯାଉଛି ଏବେ ଜୀବନ ଘେନି ।୧୧।କରୁବକ କୁସୁମ ଗଭାରେ କରି । କି ଶୋଭାଦିଶୁଥାଇ କେତକୀଗୋରୀ । ଆହା କମଳମୁଖୀ ।କେତେ ପ୍ରକାରେ ନ କରଇ ମନକୁ ସୁଖୀ ।କଉଁ ଅଭାଗ୍ୟରୁ ଅଇଲି ତାକୁ ଉପେକ୍ଷି ।କାମ ହସ୍ତରେ ପଡ଼ି ଏବେ ହେଉଛି ଦୁଃଖୀ ।କରି ସେ ଥାଇ ଊର୍ଦ୍ଧ୍ୱେ ଗନ୍ଧ ତିଳକ ।୧୨।କଲେ ଦର୍ଶନ ରହଇ ବିବେକ ।ଆହା କୁରଙ୍ଗ ନେତ୍ରୀ ।କୃଶଉଦରୀ ମୋର କାମକଳାପଗୋତ୍ରୀ ।କୃପାନିଧି ମୋହର ସେ ପରମ ପବତ୍ରୀ ।କ୍ଲେଶ ପାଇଲା ମୋହଲାଗି କୋମଳଗାତ୍ରୀ ।୧୩।କେତେ ଜାଣଇ ହାବ ଭାବ ଚାତୁରୀ ।କଟାକ୍ଷେ ଚାହୁଁଥାଇ କେମନ୍ତ କରି ।ଆହା କେଳୀ ଲାଳସୀ ।କାମଶର ଆଶେ ମୋହର ପାଶରେ ବସି ।କହେ ବକ୍ର ବଚନ ମନ୍ଦମପୁର –ହାସୀ ।କଉତୁକ ଉପରେ ସ୍ନେହ ସୁଧା ବରଷି ।୧୪।କୃତାର୍ଥ ହେଲା ପ୍ରାୟେ ହୋଏ ମୋ ମନ ।କୋଳେ ଧରି ଚୁମ୍ୱଇ ଚନ୍ଦ୍ର ବଦନ ।ଆହା କ୍ରୀଡ଼ା କୁଶଳୀ ।କ୍ରୀଡ଼ା କଲେ କ୍ରୀଡ଼ା ନ ରଖି କରଇ ଲୀଳା ।କରରୁହ ଲାଗନ୍ତେ କମ୍ପା ହୁଅଇ ଭୋଳା ।କୁଟ୍ଟମିତ କରି ଖେଳାଇ କି କରି ଡ଼ୋଳା ।୧୫।କୁଚ ମର୍ଦ୍ଦନ ଦନ୍ତଘାତକୁ ପାଇ ।କେଶରୀମଧ୍ୟା ମାଲ ପରାୟେ ହୋଇ ।ସେ ଯେ କରେ ଆଶ୍ଳେଷ ।କେତେବେଳେ ପ୍ରକାଶେ ବୀର କରୁଣ ରସ ।କେତେବେଳେ କର୍ଣ୍ଣ ଜପରେ ହୋଏ ପ୍ରବେଶ ।କପୋତକୁ ଜିଣି କରଇ ହୁଁ କାର ଘୋଷ ।୧୬।କେତେବେଳେ ସୁରତି ସମ୍ପତ୍ତି ପାଇ ।କାତେ ପ୍ରକାରେ ଚୁମ୍ବଦାନ ଦିଅଇ ।କେତେବେଳେ ରୋଦଇ ।କେତେବେଳେ କଟିଦେଶରେ ଜାନୁ ଛାନ୍ଦଇ ।କେତେବେଳେ କରୀ-ରମଣୀ ପରାଏ ହୋଇ ।କରପଦ୍ମ ନେଇ ମୋହର ଅଙ୍ଗେ ମାରି ॥୧୭।କେତେବେଳେ କୃଷିକପରାୟେ ହୋଇ ।କରଜ-ସୀରେ ତନୁଭୂମି ଚିରଇ ।କେତେବେଳେ କମ୍ପଇ ।କେତେବେଳରେ ସୀତ୍କାରରେ କରଇ ନାହିଁ ।କେତେବେଳେ ସାହୁ ଖାତକ ପରାୟେ ହୋଇ ।କଲେ ଗୁଣେ ସେ ଦୁଇଗୁଣ କରି ଦିଅଇ ।୧୮।କରଇ ଏହି ରୂପେ ଯେତେ ସେ ଭାବ ।କହିଲେ ନିକି ବଚନରେ ସରିବ ।କାମକଳା କୁଶଳା କରିଥିଲା ପୂର୍ବରେ ଯେତେ ଯେତେ ସେ ଲୀଳା ।କାତି ହେଲା ସେ ଏବେ କାଟି ଦେବାକୁ ଗଳା ।କହୁଁ କହୁଁ ପଡ଼ିଲା ନେତ୍ରୁ ଲୋତକମାଳା ।କହଇ ଦୀନକୃଷ୍ଣ କାନ୍ତା ବିଚ୍ଛେଦ ।୧୯।କରଇ ଯେତେରୂପେ ମନକୁ ଖେଦ ।କେ ବା କହିବ ତାହା କୁଞ୍ଜବିହାରୀଙ୍କି ପ୍ରତ୍ୟକ୍ଷେ କରିଛି ଯାହା ।କଉଁ କାମୀପୁରୁଷ ସହିପାରିବ ଏହା ।କେତେ ସହିଥିଲେ ଏ କଷ୍ଟ ଜାନକୀନାହା ।୨୦।ଏକତ୍ରିଂଶ ଛାନ୍ଦକୃଷ୍ଣ ରାଧା ବିରହବ୍ୟଥା ଓ ଉଦ୍ଧବର ଗୋପପୁର ଗମନରାଗ - ବରାଡ଼ୀକିଶୋରୀ ରତନ ରାଧା ବିରହେ କନ୍ଦର୍ପ ବାଧା ପାଇବାରୁ ଅତିଶୟ କରି ।କଳାକର କଳାପ୍ରାୟେ କୃଶକୁ ଭଜିଲା କାୟେ କୀରପୀଠ ପ୍ରାୟେ କାନ୍ତାନାମଧରି ।୧-୨୦। ଶ୍ରୀକୃଷ୍ଣ କିଶୋରୀ ରାଧା ବିରହରେ ଅତ୍ୟନ୍ତ କାମପୀଡ଼ା ପାଇବାରୁ କୃଷ୍ଣପକ୍ଷ ଚନ୍ଦ୍ରପରି କ୍ଷୀଣ ହେଲେ ।ଶୁଆପରି ସର୍ବଦା କାନ୍ତାନାମ ଘୋଷନ୍ତି, ଘରକୁ ସେ ।କଞ୍ଜନେତ୍ର । କାରା ସମ ସଦନ ମଣନ୍ତି ।କେଳି କୁତୁକ ଖେଳରେ ଗରନ୍ତିୁ ।୧।କାମ ଅନଳ ପ୍ରବଳ କରେ ମଳୟ ଅନିଳ କଲେ ଶୀତ ଉପଚାର ତହିଁ ।କୋଟିଏ ଗୁଣ ତପତ କହୁଁ କହୁଁ ହୋଏ ଜାତ ଜଳ ଦେଲେ ଯେହ୍ନେ ଶାମୁକକୁ ଦହି ସେ । କଞ୍ଜନେତ୍ର ।କଷ୍ଟେ କଷ୍ଟେ ସହନ୍ତି ସେ ବାଧା ।କ୍ରୋଧ କରି ବୋଲନ୍ତି ଉଦ୍ଧର ରାଧା ସେ ।୨।କମନୀୟ ଫୁଲମାଳ ନ ବହନ୍ତି ବକ୍ଷସ୍ଥଳ ଫଣିମଣି ସମାନରେ ଗଣ ।କଳକଣ୍ଠକଣ୍ଠ ଶୁଣି କର୍ଣ୍ଣରେ ଦିଅନ୍ତି ପାଣି କାମକୁଳିଶଘାତ ପରାୟେ ମଣି ସେ । କଞ୍ଜନେତ୍ର ।କଳକଣ୍ଠ ଡ଼ାକିଲେ ବିଟଙ୍କେ ।କାନ୍ତାମଣି ମଣିତ ଚେତି ଚମକେ ସେ ।୩।କେତେବେଳେ ଅଭିଳାଷ କରନ୍ତି ସୁନ୍ଦରୀ ପାଶ,କେତେବେଳେ ଉଦ୍ବେଗ ବିଭ୍ରମ ଚିତ୍ତ ସେ । କଞ୍ଜନେତ୍ର ।କେତେବେଳେ କରନ୍ତି ବିଳାପ ।କେତେବେଳେ ବ୍ୟାଧି ହୁଅଇ ଅମାପ ସେ ।୪।କଉଁ ଲୋକ କହିବ ତା, କାନ୍ତ କାନ୍ତ ବିରହିତା, କେବଳ ଜାଣଇ ଏକା ମନ ।କୁମତିଗୁଆର ଜନ, ତହିଁକି ନୋହେ ଭାଜନ ଭତହୋଇଛି ଯାହାର ଯଉବନ ହେ କବିମାନେ ।କମଳନେତ୍ର ନାଗରବର ।କିମ୍ପା ନୋହିବେ ବିରହେ କାତର ସେ ।୫।କୁଣ୍ଡଳୀଯେମନ୍ତଥାଇ ନିଃଶ୍ୱାସପକାଇ ସେହି ସେହି ରୂପେ ପକାନ୍ତି ନିଃଶ୍ୱାସ ।କରନ୍ତି ବିଚାର ମନେ କି କାର୍ଯ୍ୟ ଛାରଜୀବନେ ପ୍ରାଣବଲ୍ଲଭୀ ଯେ ବହେ ନାହିଁ ପାଶ ସେ ।କଞ୍ଜ ଋତୁକେ ଲଭନ୍ତି ଯେତେ ।କବି କହିବା ତ ବଚନରେ କେତେ ସେ ।୬।କାନ୍ତ କାନ୍ତାଗୁଣ ଗୁଣି ବୋଲନ୍ତି ରମଣୀମଣି କେତେ ସୁଖ ଦିଅଇ ଋତୁକେ ।କାହିଁ ଯାଏ ନିଶିଦିନ କିଛି ନ ଜାଣଇ ମନ ଏବେ କ୍ଷଣକହିଁ ନ ସରେ ସାତ୍ୱିକେ ।ସେ କୃଶୋଦରୀ । କାମକେଳି କଳ୍ପଲତା ଗୋରୀ ।କଉଁ କଥାରେ କେ ତାକୁ ଅବା ସରି ସେ ।୭।କାକର ସମୟେ ମୋର ଅଙ୍ଗକୁ ଅଙ୍ଗ ତାହାର କରିଥାଇଁ ଉତ୍ତମ ନିଶାର ।କିଛି ନ ବାଧଇ ଶୀତ କରଇ ସେ ବଡ଼ ହିତକହୁଁ କହୁଁ ସେ ସୁଖହେଲା ଅନ୍ତର ସେ । କୃଶୋଦରୀ ।ଅଗୁରୁ ଧୂପ ପୁରରେ ସୁବାସ ।କୁଚକୁମ୍ଭ ଥାଇ ମୋ ଅଙ୍ଗେ ନିବେଶ ସେ ।୮।କୋକିଳ ବଚନ ତାର ମୁଖ ଚନ୍ଦ୍ରମା ଆକାର ମଳୟ ପବନ ଶ୍ୱାସ ବାତ ।କାମ ପ୍ରବଳ ମୋ ଅଙ୍ଗେ କରିବାରୁ ନାନାରଙ୍ଗେ ପିକବଚନୀ ମୋ ବସନ୍ତ ସାକ୍ଷାତ ସେ ।କୃଶୋଦରୀ । ଗ୍ରୀଷମକୁ ଅତ୍ୟନ୍ତ ଶୀତଳ ।କଉଁ ଗୁଣରେ ଲକ୍ଷ ମୁକୁତାମାଳ ସେ ।୯।କର୍ପୂର ଚନ୍ଦନନ ଅବା କାହିଁକି ଲକ୍ଷ୍ୟ କରିବା ଏହି ଘେନି ନ ଘେନଇ ଅଙ୍ଗେ ।କାଳିକା କାଳ ଚରିତ କହିଲେ ହେବ ବହୁତକେହି ନ ବାଧଇ ଥିଲେ ତାର ସଙ୍ଗେ ସେ । କୃଶୋଦରୀ ।ଅମର ନଗର ପରା ହୋଇ କଉଶିକ ମୁଖକୁ ମୋତେ ଦିଅଇ ସେ ।୧୦।କେଶେ ସୁମନସ ଶୋଭା କରେ ମୁନି- ମନ ଲୋଭା କମନୀୟ ମୁଖଦ୍ୱିଜରାଜ ।କୁଚ ଅମୃତ କଲଶ କରଇ ମୋ ମନ ତୋଷପାରିଜାତକ କୁସୁମମାଳା ଭୁଜ ସେ । କୃଶୋଦରୀ ।ଗତିତ ସହଜେ ଗଜଗତି ।କହିବାର ଆଡ଼ମ୍ୱର ବୃହସ୍ପତି ସେ ।୧୧।କଟାକ୍ଷ ଉଚ୍ଚୈଶ୍ରବଣ, ଅଧର ଓଷ୍ଠ ଅରୁଣ, ନଖଶ୍ରେଣୀ ତାରାଗଣ ପ୍ରାୟେ ।କଳେବର ଶୀତଳତା, ଚନ୍ଦ୍ର ଚନ୍ଦନସମତା ଜାନୁ ପାଇଅଛି ରମ୍ଭା ଉପମାଏ ସେ ।କୃଶୋଦରୀ । କାମବ୍ୟଧି କରିବାରୁ ନାଶ ।କଲି ଅଶ୍ୱିନୀକୁମାରଙ୍କ ସଦୃଶ ସେ ।୧୨।କେତେ ଅବା ସ୍ୱର୍ଗପୁର କୋଟି ବ୍ରହ୍ମାଣ୍ଡେ ଯାହାର କଳେବର କାନ୍ତି ଅଛି ପୁରି ।କବି ତା ଜାଣି ନପାରି ତହିଁକି ଉପମା କରି ରଖିବାକୁ ନିଜ ବଚନ ଚାତୁରୀ ସେ ।କୃଶୋଦରୀ । କଥା କଥାକେ ନିରୂପମ ।କଉଁ ଗୁଣେ କଉଁ ନାରୀ ହେବ ସମସେ ।୧୩।କମଳ ପଲ୍ଲବ ଶେଯେ ଶୋଇଥିବ ଏବେସେ ଯେ କୃଶ କରି କୃଶୋଦରୀ କାୟେ ।କରମାଳୀ ଅସ୍ତକାଳେ ତେମନ୍ତେ ନଭୋମଣ୍ଡଳେ ଶୁକ୍ଳ ଦ୍ୱିତୀୟ ଚନ୍ଦ୍ରମା ଶୋଭାପାଏ ସେ । କଅଶୋଦରୀ ।ଚାରିପାଶେ ବେଢି ସଖିଗଣ ।କରୁଥିବେ କେତେ ପ୍ରକାରେ କାରୁଣ୍ୟ ସେ ।୧୪।କଇରବ- ନନ୍ଦନାକୁ ଜଗଜ୍ଜନ ବନ୍ଦନାକୁ କେତେବେଳେ ପକାଇ ଅଙ୍କରେ ।କରି ଅପଲକ ଆଖି ଚାହୁଁଥିବେ ପ୍ରିୟସଖୀ କଉଁସଖି ବସିଥିବ ଆତଙ୍କରେ ସେ । କଉଁଆଳି । କରତରେ ଦେଇ ଗଣ୍ଡପାଳି ।କାଳ ନେଉଥିବ ଅହର୍ନିଶି ଭାଳି ସେ । ୨୫।କେ ଉଶୀର ଖୋଳୁଥିବ କେ ପଲ୍ଲବ ତୋଳୁଥିବକେ ଚନ୍ଦନ ବୋଳୁଥିବ ନେଇ ।କେ ଆଲଟେ ବିଞ୍ଚୁଥିବ କେ ନିର ସିଞ୍ଚୁଥିବ ଘେନିଶ୍ୱାସ ମୂଞ୍ଚୁଥିବ ଥାଇଁ ଥାଇଁ ସେ । କଉଁ ସଖୀ ।ଡ଼ାକୁଥିବ ଶିବ ରକ୍ଷା କର ।କୋଳାହର ନାଦେ ପୂରିଥିବ ପୂର ସେ ।୧୬।କି କଲା କି କଲା ବିହି କର୍ମେ ଏହା ଥିଲା ଲିହି ପାପେ ପ୍ରତିଫଳ ହେଲା ଏହି ।କୁମତି ଗୁଆଁର ଆଗେ ଗୁରବନ୍ତ ଅନୁରାଗେ ।ପୁଣ ଦେଖାଇ ଯେମନ୍ତେ ହୋଏ ଦହି ସେ । କୃଶୋଦରୀ ।କେତେ ଭାବେ କରି ମୋତେ ସୁଖୀ ।କାଳେ ଦୁଃଖୀ ହେଲା ପୂର୍ଣ୍ଣ ଚନ୍ଦ୍ରମୁଖୀ ।୧୭।କାମ କଳାବନ୍ତ ହୋଇ କାମିନୀଙ୍କି ଦୁଃଖ ଦେଇ ବୋଲାଇ ମୁଁ ପୁରୁଷ ଉତ୍ତମ ।କରିବାକୁ ବଡ଼ ଲାଜ ଏଥୁ ଅବା କଉଁ କାର୍ଯ୍ୟ ଜଳେ ତିନ୍ତିଲା କି ତତ୍ପଳ କୁସୁମ ସେ । କୃପାନିଧି ।କହି ଏକା ପକାଇନିଃଶ୍ୱାସ ।କୃପାକରି ଉଦ୍ଧବକୁ ଡାକିପାଶ ସେ ।୧୮।କହିଲେ ଗୋପକୁ ଯିବ ତାତ ମାତାଙ୍କୁ କହିବ ଆମ୍ଭର ଶୁଭ ସନ୍ଦେଶମାନ ।କଳାବତୀ କଳାନିଧି କହିବ ଗୋପୀଙ୍କି ବୋଧି ତୁମ୍ଭ ଅଭାବେ ନସରେ ତାଙ୍କ ଦିନ ସେ । କୃଷ୍ଣ ବାଣୀ ।ଶୁଣି ଉଦ୍ଧବ ଆରୋହି ରଥ ।କଲେ ଗୋପୀଙ୍କ ଦର୍ଶନେ ମନୋରଥ ସେ ।୧୯।କିଭାଗ୍ୟ ମୋହର ଆଜ କରିବି ପ୍ରଭୁଙ୍କ କାର୍ଯ୍ୟ ତେଣେ ହେବ ସାଧୁ ଦରଶନ ।କୁଶକେତୁ ପରସନଦୋହିଲେ ନୋହେ ଏମାନ ସବୁଠାରୁ କର୍ତ୍ତା ପ୍ରଭୁ ଭଗବାନ ସେ । କୃଷ୍ଣଦୂତ ।ଏହିକଥା ବିଚାର ମନରେ ।କଲେ ଗୋପକୁ ଗମନ ଧୀରେ ଧୀରେ ସେ । ୨୦।କଦମ୍ବଫୁଲ ପରାଏ କଳେବର ଣୋଭାପାଏ ନୟନୁ ଗଳଇ ଅଶ୍ରୁଜଳ ।କୃଷ୍ଣକୀର୍ତ୍ତନରେ ଭୋଳ ନାନା ପ୍ରକାରେ ମଙ୍ଗଳ ଆଗେ ପ୍ରକାଶ ହୁଅଇ ମାମା ସେ । କୃଷ୍ଣଦୂତ ।ପ୍ରବେଶ ହୋଇଲେ ଗୋପେ ଯାଇଁ । କଲେ ଉଭା ରଥ ନନ୍ଦଦ୍ୱାରେ ନେଇ ସେ ।୨୧।କୋଟିଏ ସୁବର୍ଣ୍ଣ ପାଇ ଦରିଦ୍ର ଯେମନ୍ତ ହୋଇ ସେହିରୂପେ ହେଲେ ନନ୍ଦରାଣୀ ।କଲେ ଆସନପ୍ରଦାନ ନାନା ରୂପେ ସନମାନ କଅେ୍ଣ ସମାନରେ ପୂଜାକଲେ ପୁଣି ସେ । କୃଷ୍ଣଦୂତ ।କହି କୃଷ୍ଣ ସନ୍ଦେଶ ବଚନ ।କଲେ ଶୟନରେ ନିଶି ଅବସାନ ସେ ।୨୨।କେଶବ ନାମ ସୁମରି ଶୟନରୁ ଉଠିକରି ନତ୍ୟକର୍ମ ତୁରିତେ ସାରିଲେ ।କିଶୋରୀ – ଗୋପୀଙ୍କ ପାଶେ ପ୍ରବେଶ ହୋଇ ହରଷେ କୃଷ୍ଣ ଉଦନ୍ତ କହିବା ବିଚାରିଲେ ସେ । କୃଷ୍ଣଦୂତ ।ଉଦ୍ଧବଙ୍କୁ ଦେଖି ଗୋପବାଳୀ ।କି ଆନନ୍ଦହେଲେ କେ କହିବ ଭାଳି ସେ ।୨୩।କଲା ସନ୍ତାପ ଅନ୍ତର ଭକତ ଭେଟ ମନ୍ତର ଭୁକ୍ତ ଦର୍ଶନରେ ଯେହ୍ନେ ଭୋଖୀ ।କାଳିକା ଉଦୟ ଦେଖି ଯେମନ୍ତ ଚାତକପକ୍ଷୀ ଯେହିମତି ହେଲେ ଗୋପୀ ପଦ୍ମମୁଖୀ ସେ । କୃଷ୍ଣଦୂତ ।ଉଦ୍ଧବ ଗୋପୀଙ୍କ କଥା ଶୁଣି ।କୃଷ୍ଣଦାସର ବଢିବ ସୁଖଶ୍ରେଣୀ ସେ ।୨୪।ଦ୍ୱାତ୍ରିଂଶ ଛାନ୍ଦ - ଉଦ୍ଧବ ଗୋପୀ ସମ୍ବାଦରାଗ - ଚିନ୍ତାଦେଶାକ୍ଷକୃଷ୍ଣଦୂତକୁ ବସାଇ ପାଶେ ।କଉତୁକେ ପଚାରନ୍ତି ତୋଷେ ।କୃଷ୍ଣ କାମପାଳ ସମସ୍ତ କୁଶଳ କହ କହ ଆମ୍ଭଙ୍କୁ ହରଷେ ହେ । ଉଦ୍ଧବ ।୧।କହି କପଟୀ ଅକ୍ରୂର କଥା ।କରାଇଲା ଯେ ଏତେ ଅବସ୍ଥା ।କଂସ ମହୀପତି ଅତିହିଁ ଅନୀତିକର କରିଗଲା ଦେଇ ବ୍ୟଥା ହେ । ଉଦ୍ଧବ ।୨।କହ କୁବୁଜାଙ୍କ ସର୍ବ ଶୁଭ । କର୍ଣ୍ଣେ ଶୁଣିବାକୁ ଯା ଦୁର୍ଲ୍ଲଭ ।କଂସ କଟକରେ ପ୍ରବେଶ ହେବାରେ କୃଷ୍ଣ ପାଇଛନ୍ତି ଯାହା ଲାଭ ହେ । ଉଦ୍ଧବ ।୩।କୋବଳରେ କହନ୍ତି ଉଦ୍ଧବ ।କୁଶଳର ମନ୍ଧିର ମାଧବ ।କେବଳ ତୁମ୍ଭର ବିରହେ ବିଧୂର ଭାବ କଥାହିଁ ତାଙ୍କୁ ଅଭାବ ଗୋ ସୁନ୍ଦରୀ ।୪।କରି ଜପାମାଳୀ ତୁମ୍ଭ ଗୁଣ ।କରିଅଛନ୍ତି ଶ୍ରୀଅଙ୍ଗ କ୍ଷୀଣ ।କହିଲେ ପରତେ ନଯିବ ସେ ଯେତେ ପାଉଅଛନ୍ତି ମହା କଷଣ ଗୋ । ସୁନ୍ଦରୀ ।୫।କାମ କାଣ୍ଡକୁ ଦେବାରୁ ଲାଖ ।କଲେ ଅନ୍ତର ବିଷୟ ସୁଖ ।କହିଲେତ ରୋମ ହେଉଛି ଉଦ୍ବେଗ ପ୍ରୀତି କଲେ ହୁଏ ଏନେ ଦୁଃଖ ଗୋ । ସୁନ୍ଦରୀ ।୬।କର୍ଣ୍ଣେ ଉଦ୍ଧବ ବଚନ ଶୁଣି ।କ୍ରୋଧ କରି ବରଜମଣୀ ।କହିଲେ କେଶବ ବତ୍ସଳକୁ ଲୋକ ମଧ୍ୟେ ତାକୁ ସିନା ଗଣି ହେ । ଉଦ୍ଧବ ।୭।କେତେ ବିପତ୍ତିରୁ ନ ରଖିଲେ ।କେତେ କେତେ ସୁଖ ସେ ନ ଦେଲଷ ।କର୍ମ ଅବଳକୁ କୁବୁଜା ଫଳକୁ କଂସ ନୃପତି ବଳକୁ ଗଲେ ହେ । ଉଦ୍ଧବ ।୮।କଂସ ପାଇଲା ଦୀର୍ଘ ଶୟନ ।କିମ୍ପା ନଇଲେ ପଦ୍ମନୟନ ।କହିଥିବା କଥା କରିବା ଅନ୍ୟଥା ପ୍ରଭୁଙ୍କର ଏନୋହେ ଅୟନ ହେ ଉଦ୍ଧବ ।୯।କଉଁ ଳୋକ ଆମ୍ଭେ ଗୋପ ନାରୀ ।କଲେ ସେହିସିନା ଏତେସରି ।କେବେହେଁ ବିନାଶ ନ କରି ଯେ ବିଷ-ବୃକ୍ଷ କରେ ଲଗାଇ କରି ହେ । ଉଦ୍ଧବ ।୧୦।କୃଷ୍ଣ ନ ଜାଣନ୍ତି କଉଁ ନୀତି ।କଲେ ଆମ୍ଭଠାରେ ତ ଅନୀତି ।କୁଳରୁ ଛଡ଼ାଇ ଦୁଃଖରେ ବୁଡ଼ାଇ ଏଥୁ ପାଇଲେ କଉଁ କୀରତି ହେ । ଉଦ୍ଧବ ।୧୧।କୃପାସିନ୍ଧୁ ନାମ ବହିକରି ।କିଣା ଦାସୀଙ୍କ କୃପା ନକରି ।କୁସୁମ ମାର୍ଗଣଠାରେ ଆମ୍ଭ ପ୍ରାଣଦେଇ ରହିଲେ ମଧୁରୀପୁରୀ ହେ । ଉଦ୍ଧବ ।୧୨।କାର୍ଯ୍ୟ ପାଇଲେ ଯାଉଁ ପୁରୁଷ ।କାମିନୀଙ୍କି କରନ୍ତି ନିରାଶ ।କେବେହେଁ ବିଶ୍ୱାସ ନଯିବ ପୀୟୁଷ ବୋଲି ଦେଲେ ସେ ସାକ୍ଷାତେ ବିଷ ହେ । ଉଦ୍ଧବ ।୧୩।କୋମଳରେ ସେ କହିଲେ ଯେତେ ।କେତେବେଳେ ନଯିବ ପରତେ ।କାଳେ ମନୋଭାବ କଷ୍ଟ ଅନୁଭବ କରି ଭାଳିବ ଅନବରତ ହେ । ଉଦ୍ଧବ ।୧୪।କଥା ଅମୃତଠାରୁ ମଧୁର ।କର୍ପୂରରୁ ଅତି ଶୀକର ।କରୁଣା କପଟ କର୍କଶର କୂଟ ତାଙ୍କ ହୃଦୟକୁ ନମସ୍କାର ହେ । ଉଦ୍ଧବ ।୧୫।କୁଜ କରରେ ଭାଙ୍ଗିଲା ଦିନୁ ।କମ୍ପ ଚୁମ୍ବିଲା କି ଆମ୍ଭ ତନୁ ।କୁଟିଳ ବଚନ ପ୍ରାୟେ ସେ ମୋହନ ଏତେବେଳେ ଯାଉ ନାହିଁ ମନୁ ହେ । ଉଦ୍ଧବ ।୧୬।କି କରନ୍ତି ବଡ଼ ପ୍ରଭୁମାନେ ।କିଛି ବିଚାରନ୍ତି ନାହିଁ ମନେ ।କଲେ ଅବେଭାର କି ବୋଲିବେ ନର ନୀତିବନ୍ତ ବିଚକ୍ଷଣମାନେ ହେ । ଉଦ୍ଧବ ।୧୭।କୟେବର କଲା ପ୍ରାୟେ ବନ୍ଦୀ ।କେତେ କହି ପାରନ୍ତି ସେ ଛନ୍ଦି ।କଉଁନାରୀ ଦେହ ନୋହିବ ଅଦେହ ମୋହ ଅମୋହ ପାଶରେ ବନ୍ଦୀ ହେ । ଉଦ୍ଧବ ।୧୮।କାନନରୁ କୀର ଧରି ଆଣି ।କହେ ଅନେକ ଯତନେ ବାଣୀ ।କି କି ହୋଇଗଲେ ନ ଆସଇ ଭଲେ ସେହି ପ୍ରକାରେ ମୂରଲୀ ପାଣି ହେ । ଉଦ୍ଧବ ।୧୯।କାକ କୋକିଳକୁ ପ୍ରତିପାଳି କାର୍ଯ୍ୟ ପାଇଛି କି କହ ଭାଳି ।କୁସୁମକୁ ଅତିକଲା ପ୍ରାୟେ କେଳି ଗୋପବାଳୀଙ୍କ ଶ୍ରୀ ବନମାଳୀ ହେ । ଉଦ୍ଧବ ।୨୦।କହିବାକୁ ଆଉକିଛି ନାହିଁ ।କୁଜ ପିଠି ଅଛି ସବୁ କହି ।କୁକର୍ମ କରିବା କେତେ ତାଙ୍କୁ ଅବା କହିବାକୁ ତହୁଁ ଆନନାହିଁ ହେ ଉଦ୍ଧବ । ୨୧।କଳଧଉତ କୁଟିଳ ହେଲେ ।କଉଁଠାରେ ନ ଚିକାଇ ଭଲେ ।କି କହିବୁଁ ଆମ୍ଭେ କି ନ ଜାଣୁ ତାମ୍ଭେ ସବୁ ସୁନ୍ଦର ପ୍ରଭୁତ୍ୱ ଥିଲେ ହେ ଉଦ୍ଧବ ।୨୨।କୃତ୍ତବାସ ହେଲେ ଦିଗବାସ ।କେହି କରନ୍ତି କି ଉପହାସ ।କମଳ ନୟନ କୁଣ୍ଡଳି ଶୟନ କଲେ ସମସ୍ତେ ତାହାଙ୍କ ଦାସ ହେ ଉଦ୍ଧବ ।କଉଁ ଅସ୍ଥି ମାଳ ପକାଇ ସେ ଭୋଳ ହୋଇ ଆରୋହନ୍ତି ବୃଷଭକୁ ହେ । ଉଦ୍ଧବ ।୨୩।କହିବ ଅବା ତୁମ୍ଭେ ଆଭୀରୀ ।କଲେ ସେ ତୁମ୍ଭଙ୍କୁ ଏଡ଼େ କରି ।କାଖେ କୋଳେ ଧରି ନାନା ସେବା କରି ତାହାଙ୍କର ଆମ୍ଭେ ପରିଚାରୀ ହେ । ଉଦ୍ଧବ ।୨୪।କଥା ପ୍ରସଙ୍ଗେ କହିଲୁ ଏହା ।କରନ୍ତୁ ସେ ଯାହା ଇଚ୍ଛା ତାହା ।କୁମ୍ଭକାର ଉହା ପ୍ରାୟେ ଅନ୍ତର୍ଦାହା କଲେ କୁବୁଜାଙ୍କ କାମଦୁହା ହେ । ଉଦ୍ଧବ ।୨୫।କୁଳଶୀଳ ଲାଜ ଭୟ ଛାଡ଼ି ।କଇତବ ପୀରତିରେ ଜଡ଼ି ।କୃପଣର ଲୋଭୀପ୍ରାୟେ ତାଙ୍କୁ ଲଭି ଆଶା ଅନଳେ ମରୁଛୁଁ ପୋଡ଼ି ହେ । ଉଦ୍ଧବ ।୨୬।କପିଳ କୋପେ ସଗର ପୋଏ ।କରିଥିଲେ ଯେଉଁ ରୂପେ କାୟେ ।କାଳେ ସେହିରୂପେ ହେଲୁଁ କାମ କୋପେ ତୁମ୍ଭେ ହୁଅ ଭାଗୀରଥ ପ୍ରାୟେ ହେ । ଉଦ୍ଧବ ।୨୭।କୃଷ୍ଣ ଗଙ୍ଗା ଆଣି ବେଗେ ଦିଅ ।କୀର୍ତ୍ତି ସମସ୍ତ ଲୋକରେ ପାଅ ।କରୁଛୁଁ ବିନତି ଗୋକୁଳ ଯୁବତୀ ଆମ୍ଭମାନଙ୍କୁ ପ୍ରସନ୍ନ ହୁଅ ହେ ଉଦ୍ଧବ ।୨୮।କରେ ବିହି ଯାହାକୁ ବିବେକ ।କହିବାର ତାହାକୁ ଅଧିକ ।କି ନ ଜାଣ ତୁମ୍ଭେ କି କହିବୁ ଆମ୍ଭେ ପର ଉପକାରୀ ବଡ଼ଲୋକ ହେ । ଉଦ୍ଧବ ।୨୯।କୃଷ୍ଣେ ଅଛି ତୁମ୍ଭର ଭକତି ।କଉଁ ପ୍ରକାରେ ନ ଜାଣ ନୀତି ?କଲେ ଧର୍ମ କର୍ମ ଲଭି ସ୍ୱର୍ଗାଶ୍ରମ ଶ୍ରୁତି କହିଅଛି ଏହିମତି ହେ । ଉଦ୍ଧବ ।୩୦।କହିବାକୁ ଏତେକ ତୁମ୍ଭଙ୍କୁ ।କୃପା କରିବ ବାରେ ଆମ୍ଭଙ୍କୁ ।କୃଷ୍ଣ ସତ୍ୟବାଦୀ ହେଲେ ସତ୍ୟବାଦୀ ହୋଇ ନାଶିଲେ ଆମ୍ଭ ଦମ୍ଭକୁ ହେ । ଉଦ୍ଧବ ।୩୧।କୃଷ୍ଣଦାସ ଏହି ଘେନି କରି ।କୃଷ୍ଣ ପାଇଁ ମରୁଅଛି ଝୁରି ।କେତେବେଳେ ଆଶା କରାଇ ନିରାଶ ନ କରିବ ଧର୍ମକୁ ବିଚାରି ହେ ସୁଜନେ ।୩୨।ତ୍ରୟବିଂଶ ଛାନ୍ଦବିରହ ବିଧୁରା ଗୋପୀ ଓ ଉଦ୍ଧବଙ୍କ ଉକ୍ତ ପ୍ରତ୍ୟୁକ୍ତିରାଗ - ପୁରବୀକହନ୍ତି ଉଦ୍ଧବ କେବେହେଁ ମାଧବ କରନ୍ତି ନାହିଁ ନିରାଶ ।କଲେ ଶତ୍ରୁପଣ କରନ୍ତି ନିର୍ବାଣ ଏ ରୂପରେ ପୀତବାସ ସେ ।କିମ୍ପା ତୁମ୍ଭଙ୍କୁ କରିବେ ଆନ ।କାହିଁପାଇଁ କରୁଅଛ ମାନ ସେ ।୧।କଂସ କେଶୀ ଆଦି ଆମର ବିବାଦୀ କାହାର କଉଁ ଭକତି ।କପାଳୁ ଏମନ୍ତ କଳଷ ତାଙ୍କୁ ଅନ୍ତ କରନ୍ତି ପରମ ଗତି ସେ ।କଲେ ସେବା ସେ କରନ୍ତି ଯାହା ।କେତେ ବଚନେ କହିବି ତାହା ସେ ।୨।କୁବୁଜା ଚନ୍ଦନ ଟୀକାକେ ବନ୍ଦନ କରି ପାଇଲା ସେ ସୁଖ ।କର୍ତ୍ତବ୍ୟ, ମନ ବଚନ ଦେଲା ଲୋକ କଥା କାହିଁପାଇ ଲେଖ ସେ ।କୃଷ୍ଣ ମହିମା ଅତି ଅପାର ।କହି କେ ଅବା ପାଇବ ପାର ସେ ।୩।କଳ୍ପେ କଳ୍ପେ ଯୋଗୀ ଯୋଗ ବାଟ ଜଗି ଦେଖନ୍ତି ନାହିଁ ଯାହାକୁ ।କଉଁ ଭାଗ୍ୟବଳେ ଏତେକାଳ କୋଳେ ଘେନି ଖେଳିଲ ତାହାଙ୍କୁ ସେ ।କୃଷ୍ଣ କଲେ ଏତିକି ସୁଦୟା ।କହି କଲେ ଆମ୍ଭଙ୍କୁ ନିର୍ଦ୍ଦୟା ସେ ।୪।କେଉଁ ଇନ୍ଦ୍ର, ଚନ୍ଦ୍ର, ଦେବତା, ନରେନ୍ଦ୍ର ତୁମ୍ଭଙ୍କୁ ହେବେ ସମାନ ।କର୍ମ କରି କର୍ମ – କାଣ୍ଡ କରି ଚର୍ମ କିମ୍ପା କର ଅଭିମାନ ସେ ।କୃଷ୍ଣ ତୁମ୍ଭଠାରେ କଲଷ ଯାହା ।କଉଁ ଲୋକ ପାଇ ନାହିଁ ତାହା ସେ ।୫।କହେ କଉଁ ଗୋପୀ ବିରହରେ ତାପୀ ହୋଇ ଉଦ୍ଧବଙ୍କୁ ଚାହିଁ ।କେବଳ ଆମ୍ଭର ପରାଏ ତୁମ୍ଭର ଅନୁଭବ ନାହିଁ ସେ ।କୃଷ୍ଣ କରନ୍ତି ନାହିଁ ନିରାଶ ।କଲେ କରନ୍ତି ଏମନ୍ତ ବେଶ ସେ ।୬।ଦେଶବାସ ଦେଖ ଦରିଦ୍ରାଣୀ ଭେକ ଆନକେ କରିବ ଏହା ।କୁଳଶୀଳ ଲାଜ ତେଜି ଏହି କାର୍ଯ୍ୟ ପାଇଲୁ କହିଲ ଯାହା ସେ ।କୃଷ୍ଣ ସଙ୍ଗେ କଲା ପ୍ରୀତି ଫଳ ।କରୁଅଛି ଏ ଏବେ ବିକଳ ସେ ।୭।କାମ ବାଇଭୂତ ଲାଗିବାରୁ ଚିତ୍ତ ଥୟ ହୋଇବାକୁ ନାହିଁ ।କେତେ କେତେ ଉତପାତ କରି ଜାତ ପାକଉଅଛନ୍ତି ଦହି ସେ ।କରିବାକୁ ନାଶ ଗୋପୀବଂଶ ।କଲା ରାତ୍ରିରେ ଉଦୟ ହସେ ସେ ।୮।କର୍ପୂରଚନ୍ଦନ କଶ୍ୟପ ନନ୍ଦନ ବଇରୀ –କ୍ଷ୍ୱେଡୁଁ ବଳିଲା ।କାହୁଁ ଆସି ମନ୍ଦବାତ କରି ଦ୍ୱନ୍ଦ୍ୱ ଅନବରତେ ଜାଳିଲା ସେ ।କଷ୍ଟ କହିଲେ ସରିବ ନାହିଁ । କହିବାକୁ ଆଉ ପ୍ରାଣ କାହିଁ ସେ ।୯।କର୍ମ ଅବଳକୁ ଆଚମ୍ବିତ ସେ ।କରିବାକୁ ସ୍ନାନେ ସନ୍ତାପତ ।କହ ତୁମ୍ଭେ ବଡ଼ ଭାଗ୍ୟବନ୍ତ ସେ ।୧୦।କିଶଳୟ ଶୂନ୍ୟକଲୁଁ ବୃନ୍ଦାବନ ସମ୍ପତ୍ତିକି ଶୂନ୍ୟସାର ।କାକର ପଡ଼ିଲା ପଦ୍ମବନ ହେଲା ପାପୀ ଗୋପୀଙ୍କ ଶରୀର ସେ ।କାକପ୍ରାୟେ ଯାହା କଲୁଁ କୁଳ ।କରୁଅଛୁ ଭୋଗ ସେହି ଫଳ ସେ ।୧୧।କୋକିଳ ପରାୟେ କୁଞ୍ଜବନରାୟେ କଲେ ଯେଉଁ ଆଚରଣ ।କୃପଣ ସେବକ ପ୍ରାୟେ ମହାଶୋକ କଲୁହୃଦେ ଆଚରଣ ସେ ।କୁଲକେତୁ ହେଲେ ପ୍ରତିକୂଳ ।କଳ୍ପତରୁ ନ ଦିଅନ୍ତି ଫଳ ସେ ।୧୨।କର ଚିନ୍ତାମଣି କରେ ଚିନ୍ତାମଣି କାମଧେନୁ ସେହିମତି ।କଲେ ସୁବିଚାର ଏହା କରିବାକୁ ଏମାନଙ୍କର ଅନୀତି ସେ ।କରି କବଳ ସୁଧା ମରିବା ।କିମ୍ପା ଅମୃତ ତାକୁ ବୋଲିବା ସେ ।୧୩।କରଇ ପରଶ ପଥର ପରଶ ମାତ୍ରକେ ଲୁହାକୁ ସୁନା ।କର୍ମ ଆଦରଣା କରିବାରୁ ଊଣା ଏମାନଙ୍କଠାରେ ସିନା ସେ ।କେତେ କେତେ ଯେ ଅଛନ୍ତି ତୀର୍ଥ ।କେ ନ କରେ ପାପୀଙ୍କି କୃତାର୍ଥ ସେ ।୧୪।କରିବା ହରିବା କୀର୍ତ୍ତି ବିସ୍ତାରିବା ଯାହାର ଯେଉଁ ଶକତି ।କଲେ ଆନ ଆନ ଦିଶଇ ନିଉନ କହିଅଛି ଏହା ଶ୍ରୁତି ସେ ।କୃଷ୍ଣ କରୁଣା ସମୁଦ୍ର ହୋଇ ।କହିଁପାଇଁ କୃପା କଲେ ନାହିଁ ।୧୫।କଇତବଧାଇ କାଳକୁଟ ଦେଇ ପାଇଲା ଅମୃତ ଦାନ ।କଳେବର ଦେଇ କୃଶଦଶା ପାଇ ଆମ୍ଭେ ହେଲୁ ହୀନମାନ ସେ ।କୃଷ୍ଣ କଲେ ଏମନ୍ତ ଅନୀତି କାହା ଆଗେ କହିବୁ ଏ ରୀତି ସେ ।୧୬।କେଶୀ, ଅଘା, ବକା.ଶକଟା, ଧେନୁକା ପ୍ରାଣ ନେବାକୁ ଅଇଲେ ।କୃପାଳୁ ଏମନ୍ତ କୁବୁଜାଙ୍କ କାନ୍ତ କୃତାର୍ଥ ତାହାଙ୍କୁ କଲେ ସେ ।କରେ ଯେ ତାହାଙ୍କ ଅପକାର ।କରନ୍ତି ସେ ତାକୁ ଉପକାର ସେ ।୧୭।କଟିରେ ଦଉଡ଼ି ବାନ୍ଧିଥିଲେ ଭିଡ଼ି ଯାମଳାର୍ଜ୍ଜନ ବୃକ୍ଷେ ।କିଞ୍ଚିତ କରଡ଼ି ପରାୟେ ଉପାଡ଼ି ଦେବତା କଲଷ ପ୍ରତ୍ୟକ୍ଷେ ।କରୁଁ କରୁ ସେ ଅବଲୋକନ ।କଲେ ସ୍ୱର୍ଗକୁ ଶୀଘ୍ର ଗମନ ସେ ।୧୮।କାଳିନ୍ଦୀ ଜଳରେ ପାଦ କମଳେ କାଳୀ କୁଣ୍ଡଳୀ ଦଂଶିଲା ।କି କି କରି ସ୍ତୁତିକରି ତା ଯୁବତୀ ଜଳ- ନିଧିରେ ପଶିଲା ସେ ।କେତେ କହିବା ତାଙ୍କ ଚରିତ ।କହି ବସିଲେ ହେବ ବହୁତ ସେ ।୧୯।କାଖେ କୋଳେ ଧରେ କେତେ ସେବା କରି କାହିଁରେ ଆମ୍ଭ ନୋହିଲୁଁ ।କୃଷିକାର ପ୍ରାୟେ କ୍ଲେଶ କରି କାୟେ ଶ୍ରମଲାଭକୁ ପାଇଲୁ ସେ ।କଳନ୍ତର ଲୋଭେ ଗଲା ମୂଳ । କଲୁ ହୃଦୟମାତ୍ର ବିକଳ ସେ । ୨୦।କେ ବୋଲଇ ଦେଇଥିଲା ଦ୍ରବ୍ୟପାଇ ତାଙ୍କୁ ଦେଲୁ ଆମ୍ଭେ ମନ ।କମଳନୟନ କରୁଣାନିଧାନ କଷ୍ଟ କଲେ ଅବଧାନ ସେ । ୨୧।କେତେ କଷ୍ଟ ମଧୁମାଛି ସଞ୍ଚେ ମଧୁ ଶ୍ରମପାଇଁ ନାନା ଦୁଃଖେ ।କି କି କରି ଆନ ତାହାକରେ ପାନ ହୁତୀଶନ ଦେଇ ମୁଖେ ସେ ।କାଳେ ଆମ୍ଭର ହେଲା ସେ ଫଳ କଲୁ ଳୋଭ କନ୍ଦର୍ପ ଅନଳ ସେ ।୨୨।କୁମୁସୁଁ ମିଳିନ୍ଦ ହରି ମକରନ୍ଦ ନାମ ବହେ ମଧୁକର ।କୃଷ୍ଣ ଗୋପୀନାଥ ବୋଲାନ୍ତି ଅନାଥ ହୋଇଲେ ଗୋପୀ ନିକର ସେ କାହିଁ ଶୁଣିଛ ଏ ବିରପୀତ ?କେତେ କହିବା ଏଥି ଚରିତ ସେ । ୨୩।କଇରବ କାନ୍ତ ବୋଲଇ ଯେମନ୍ତ ଚନ୍ଦ୍ର ତାରା କରେ ଭୋଗ କେଶବ ଆମ୍ଭର କୁବୁଜା ବେଭାର,ସେହିରୂପେ କଲା ଯୋଗ ସେ ।କଇରବଠାରୁ ଆମ୍ଭେ ଦୁଃଖୀ ।କୃଷ୍ଣଚନ୍ଦ୍ର ନୟନେ ନ ଦେଖି ସେ ।୨୪।ଲୋକ ମିଥୁନରୁ ବିଚ୍ଛେଦରୁ ଗୁରୁ କଲା ଆମ୍ଭଙ୍କୁ ଦଇବ ।କାହା ଅଙ୍ଗସଙ୍ଗ କରିଥିଲୁ ଭଙ୍ଗ କହିଲେ ତାହା କି ହେବ ସେ ।କଲା ନାହିଁ ତାଙ୍କ ପରା ବିହି । କାଳ ନିଅନ୍ତୁ ଦିବସେ ଚାହିଁ ସେ ।୨୫।କାର୍ଯ୍ୟ ପ୍ରୀତି ଶକତି କୀରତି କେବେହେଁ ରହଇ ନାହିଁ ।କରଗତ କୀର କହିବା ମଧୁର କାନନେ ପଶିଲେ କାହିଁ ସେ ।କେତେ କହିବୁ ତୁମ୍ଭଙ୍କୁ ଏହା ।କର୍ଣ୍ଣ ଶୁଣୁଥିବ ମାତ୍ର ଯାହା ସେ ।୨୬ ।କୃପାକଲା ଲୋକ ନୋହିବ ବିବେକ ଆପଣା ଲୋକର ଯେବେ ।କାକୁସ୍ତେ କହିବା ପରେ କୁହାଇବା କେଉଁ କାର୍ଯ୍ୟ ହେବ ତେବେ ସେ ।କଥା କଡ଼ାକରେ ଲେଖା ନୋହେ ।କେତେ ଅଧୈର୍ଯ୍ୟ ମାତ୍ରକେ ରହେ ସେ ।୨୭।କଢି କୁସୁମକୁ ଫୁଟାଇ ବାସକୁ ପ୍ରବେଶ କରିଛି କେହି ।କରତା ବିମନ ହେଲେ ଆନ କରିବା କଥାହିଁ ସେହି ସେ ।କରି ଓଟାରି ଯଉଁ ପୀରତି ।କଷ୍ଟ ତହୁଁ ବଡ଼ ନାହିଁ କ୍ଷିତି ସେ ।୨୮।କୋଟି କୋଟି ଦଣ୍ଡବତ ପୁଣ୍ଡରୀକ ନେତ୍ରଙ୍କୁ ଆମ୍ଭ କହିବ ।କୁବୁଜା ପାଶରେ ଥିବା ସମୟରେ ଦୁଃଖ ଏକା ନ କହିବ ସେ ।କଟୁ ନୋହିଲେ ତାହାଙ୍କ ବୋଲ ।କଲେ ଏହା ସେ ଆମ୍ଭଙ୍କୁ ଶଲ ସେ ।୨୯।କିଶୋରୀରତନ ଗୋପୀଙ୍କ ବଚନ ଶୁଣି ଉଦ୍ଧବ ହରଷ ।କଲେ ସେ ଗମନ । ତୋଷ କରି ମନ ମଥୁରା ହେଲେ ପ୍ରବେଶ ସେ ।କୃଷ୍ଣ ଛାମୁରେ ପ୍ରବେଶ ହେଲେ । କୃଷ୍ଣ ଛାମୁରେ ପ୍ରବେଶ ହେଲେ ।କୃଷ୍ଣଦାସଙ୍କୁ ଆନନ୍ଦ ଦେଲେ ସେ ।୩୦।ଚତୁଃତ୍ରିଂଶ ଛାନ୍ଦଉଦ୍ଧବର କୃଷ୍ଣଙ୍କ ନିକଟେଗୋପୀମାନଙ୍କ ଦଶା ବର୍ଣ୍ଣନାରାଗ - ଆଶାଢଶୁକ୍ଲାକଂସ-କରୀ କଣ୍ଠୀରବ କେଶବ ।କହନ୍ତି ପ୍ରସନ୍ନ ହୋଇ ଉଦ୍ଧବ ।କହ କହ ଗୋପପୁର ସନ୍ଦେଶ ।କେମନ୍ତ ହୋଇଛନ୍ତି ଗୋପୀବଂଶ ।କହନ୍ତି ଉଦ୍ଧବ, କର ଅବଧାନ ପ୍ରଭୁ ମାଧବ ।କି କହିବି ଗୋପୀମାନଙ୍କ କଥା ।କହିଲେ ଜାତିହେବ ମହା ବ୍ୟଥା ॥
କେଶବାସ ବେଶ ଅତି ମଳିନ ।କୁଜ୍ଝଟୀ ସମୟେ ଯେହ୍ନେ ମଳିନ ।କାହାର ଶରୀର, କୃଶ ବିଷାଦୁଁ ନୋହୁଛି ବାହାର ।୨।କାହାର ବଦନେ ନାହିଁ ପ୍ରସନ୍ନ ।କାହାରି ନାହିଁ ବିଷୟ ଦର୍ଶନ ।କହିବାକୁ ଶକ୍ୟନାହିଁ କାହାର ।କାହିଁକି ଥିବ ଆହାର ବିହାର ।କେବଳ ବିରସ, କରିଛି ସବୁ ହୃଦୟରେ ବାସ ।୩।କାହା କଙ୍କଣ ହୋଇଛି କେୟୁର ।କେ ଉରେ କରିଛି କଙ୍କଣ ହାର ।କେ କଣ୍ଠେ ବସାଇ ତୁମ୍ଭ ନାମକୁ ।କଳେବର ଦେଇ କାମକାଣ୍ଡକୁ ।କରିଛି ଶୟନ, କିଞ୍ଚିତ କରି ଫେଡ଼ିଛି ନୟନ ।୪।କେ ପାଇ କନ୍ଦର୍ପ ପ୍ରଥମ ଦଶା ।କରିଛି ତୁମ୍ଭ ଅଙ୍ଗସଙ୍ଗ ଆଶା ।କେ ଅବା ଦ୍ୱିତୀୟ ଦଶାକୁ ପାଇ ।୫।କେ କରେ ଚତୁର୍ଥେ ଗୁଣ କୀର୍ତ୍ତନ ।କେ କରେ ପଞ୍ଚମେ ଉଦ୍ବେଗ ମନ ।କେ ଷଷ୍ଠକୁ ପାଇ ବିଳାପ କରେ ।କେହୁ ଉନ୍ମତ୍ତ ହୋଏ ସପ୍ତମରେ ।କେହି ବ୍ୟାଧିବନ୍ତ, କରିଛି ଅଷ୍ଟମ ଦଶା ଏମନ୍ତ ।୬।କେ ନବମରେ ଜଡତାକୁ ପାଇ ।କେବଳ ଅଛି ଅବନୀରେ ଶୋଇ ।କାହା ସାତ୍ତ୍ୱିକ ହିମଋତୁ ପ୍ରାୟେ ।କମ୍ପାଉଛି ଏହି ଘେନି ତା କାୟେ ।କା ରୋମ ଉଦ୍ଗମ, କାକିକାକଳ କଦମ୍ବ କୁସୁମ ।୭।କାହାର ସ୍ୱର ହୋଇବାରୁ ହତ, କାଦମ୍ୱିନୀ କାଳ କୋକିଳ ମତ ।କେ ତହିଁ ଶରଦ ଋତୁ ସମାନ ।କେତକୀ ପରାୟେ ହେବାରୁ ବର୍ଣ୍ଣ ।କେ ନିଦାଘ କାଳ, କେତେ ବହୁଛି କଳେବରୁଁ ଝାଳ ।୮।କେ ତହିଁ ହୋଇଛି ବରଷେ ପ୍ରାୟେ ।କମଳନେତ୍ରୁ ନୀର ବହିଯାଏ ।କେତେ କହିବି ତାହାଙ୍କ ବେଦନା ।କହିଲେ ଶୋକ ଜାତ ହେବ ସିନା ।କେବଳ ଏ ଦେହ, କେତେ ଅବା ନ ସହଇ ଦୁଃସହ ।୯।କାହା ବିରହ ନର୍ତ୍ତକୀ ଉତ୍କଟ ।କୋକିଳ ଗୀତକୁ କରିଛି ନାଟ ।କଳେବର ରଙ୍ଗଭୂମି ହୋଇଛି ।କାମ ନୃପତି ସୁଖକୁ ପାଇଛି ।କାହାର ବିରହ, କଳାକୁ କଳା କରାଉଛି ମୋହ ।୧୦।କୋଳାହଳନାଦେ ପୁରିଛି ପୁର ।କେ ଶିବଙ୍କୁ ଡାକେ ହୋଇ ଆତୁର ।କେ ବୋଲେ ଆଗୋ ଜଳ ସିଞ୍ଚି ସିଞ୍ଚି ।କେ ବୋଲେ ମନ୍ଦ ମନ୍ଦ କରି ବିଞ୍ଚି ।କେ ହୋଇ ବିକଳ, କହେ ସଖୀ ଚନ୍ଦ୍ର ଚନ୍ଦନ ଗୋଳ ।୧୧।କେ ବୋଲଇ ଆଉ ଉଶୀର ଖୋଳ ।କେ ବୋଲେ ଅଇଲା କି ପଦ୍ମଦଳ ।କେ ବୋଲେ ଆସିଛି କୁମୁଦ ନାଳ ।କେ ବୋଲେ ନେଇ ଦିଅ ହୃଦ ସ୍ଥଳ ।କରି ଏ ଯତନ, କଲେ ସଜନୀମାନେ ସଚେତନ ।୧୨।କେ ବୋଳେ ଆରେ ପ୍ରିୟ ସହଚରୀ ।କୃଷ୍ଣଚନ୍ଦ୍ର ସଙ୍ଗେ ପୀରତି କରି ।କାଳରେ ଅରଜିଲୁ ଏହି ଶିରୀ ।କାମଦେବଙ୍କ ହୋଇଲୁ ବଇରୀ ।କେ ବୋଲେ କି କହ, କର୍ମରେ ଲେଖାଥିଲା ଏ ବିରହ ।୧୩।କେତେ କହିବି ଏହିରୂପେ ଗୋଳ ।କେତେ ପ୍ରକାରେ ପୂରିଛି ଗୋକୁଳ ।କୋମଳପତ୍ର ହୋଇଛି କଉଡ଼ି ।କେ କେତେ ଅବା ଆଣୁଛନ୍ତି ଲୋଡ଼ି ।କାସାରମାନଙ୍କେ, କମଳପତ୍ର ଅବା ପାଇବ କେ ? ।୧୪।କର୍ପୂର ଚନ୍ଦନକୁ ଆଗହୋଇ ।କପର୍ଦ୍ଦିମାନ ପଡ଼ିଅଛି ଯାଇ ।କୁତ୍ସିତ ଦ୍ରବ୍ୟଗନ୍ଧ ବେଣା ମୂଳ ।କର୍ମକୁ ସେହି ହୋଇଛି ଦୁମଳ ।କୁସୁମମାନଙ୍କୁ, କେହି ଆଣୁନାହିଁ ନେତ୍ରପଥକୁ ।୧୫।କେତେରୂପେ ଫୁଟିଅଛନ୍ତି ଗଛେ ।କେହି ତୋଳିବାକୁ ମନ ନଇଚ୍ଛେ ।କାମଦୂତକୁ ଦେଖି ଘଉଡ଼ନ୍ତି ।କଣ୍ଠ ଶୁଣି କର୍ଣ୍ଣେ କର ଦିଅନ୍ତି ।କୁଞ୍ଜବନ ହରି, କହିଲି ଏହା ମୁଁ ଅଳପ କରି ।୧୬।କେବଳ ତୁମ୍ଭ ଲୋକ ବୋଲି ମୋତେ ।କହିଲେ ମଧ୍ୟସ୍ୱରେ ଯେତେ ଯେତେ ।କିଛି ପ୍ରବେଶ ହୁଅଇ କର୍ଣ୍ଣରେ ।କିଛି ରହଇ ତାହାଙ୍କ ଅଧରେ ।କାମକରବୀଣା,କ୍ୱଣନ ସେ କାଳେହୋଇବ ଊଣା ।୧୭।କହିଛନ୍ତି କୋଟି ଦଣ୍ଡ ପ୍ରଣାମ ।କରି ତୁମ୍ଭ ଆଜ୍ଞା ଆଶା ବିଶ୍ରାମ ।କଉଁ ଭାଗ୍ୟରୁ ରହିଅଛି ପ୍ରାଣ ।କରୁଣା ସିନ୍ଧୁ ତୁମ୍ଭେ ତାହା ଜାଣ ।କର୍ଣ୍ଣେ ଶୁଣି ହରି, କମଳନେତ୍ରୁ ପକାଇଲେ ବାରି ।୧୮।କହିଲେ ଶ୍ୱାସ ପକାଇ ମାଧବ ।କହିଲ ଯେଉଁ କଥା ହେ ଉଦ୍ଧବ ।କିଞ୍ଚିତ ବିଚ୍ଛେଦ ଯୁଗ ଯାହାଙ୍କୁ ।କାଳେ ହେଲା ଭେଟ ନାହିଁ ତାହାଙ୍କୁ ଅବା କେତେ,କରତିହେଲେ ମୋ ଆଶା କରତେ ।୧୯।କିରମାଳି ବିରସ ଯେମନ୍ତ ।କେବେହେଁ ନ ଛାଡ଼େ ମେରୁ ପର୍ବତ ।କିଶୋରୀ ଗୋପୀଙ୍କଠାରେ ମୋ ମନ ।କରିଛି ସେହିରୂପେ ଅବଧାନ ।କହୁଁ କହୁଁ ଏହା, କଲା ରାତି ଭୋଗ ରଜନୀ ନାହା ।୨୦।କରୁଣାକର ଚାହିଁ ଉଦ୍ଧବକୁ କଲେ ମେଲାଣି ପୁରକୁ ଯିବାକୁ ।କରି ମଣୋହି ପହୁଡ଼ିଲେ ଯାଇ ।କଳାକର – ମୁଖୀ ଗୋପୀଙ୍କତ ଧ୍ୟାୟି ।କ୍ରମେ ନିଶି ଶେଷ, କୁକ୍କୁଟଧ୍ୱନି ଶୁଭେ ଦଶଦିଗ ।୨୧।କେଶୀମନ୍ଥନ ଅପହୁଡ଼ ହୋଇ ।କର୍ମ ଧର୍ମ ବିଧିମତେ ବଢାଇ ।କଲେ ବିଜୟ ବଡ଼ ଅବକାଶେ ।କଲେ ଲୋକ ଦରଶନ ହରଷେ ।କୃଷ୍ଣଦାସ କବି, କୃତାର୍ଥ ହେଲା ଏହି କାଳ ଭାବି ।୨୨।କୋଟି ବ୍ରହ୍ମାଣ୍ଡ-ପ୍ରଭୁ ଜଗନ୍ନାଥ ।କରନ୍ତି ପୂର୍ଣ୍ଣ ଜନ ମନୋରଥ ।କଲି ମୁଁ ଏହି ଘେନି ଏହିମତ ।କରିବାକୁ ରସକଲ୍ଲୋଳ ଗୀତ ।କହିଲେ ସେ ଯେଣୁ, କରରେ ମାତ୍ର ଦେଖିଲି ମୁଁ ତେଣୁ ।୨୩।‘କ’ ଅକ୍ଷରରେ ହୋଇଛି ନିୟମ ।କଥା ନୋହେ ଦିବ୍ୟ ଅଦିବ୍ୟ ସମ ।କେତେ କଉତୁକ ଅଛଇ ଏଥି ।କେବଳ କ୍ଷୀରସିନ୍ଧୁ ପ୍ରାୟେ ମନ୍ଥି ।କରି ରସ ଜାତ, କର ଧୀଷଣା ମନ୍ଦର ପର୍ବତ ।୨୪।କୋବିଦ – ଦବମାନେ ଲଭ ସୁଖ ।କରନ୍ତୁ ବାଳିଶ ଅସୁରେ ଦୁଃଖ ।କୃଷ୍ଣ ସେବକ ଗୋପୀ ଭକ୍ତି ସାର ।କରନ୍ତୁ ସେମାନେ କଣ୍ଠରେ ହାର ।କଠୋର କୁଟିଳ , କପଟୀ ଲୋକଙ୍କୁ ଓ ଅମଙ୍ଗଳ ।୨୫।କୁଟିଳ ବର୍ଣ୍ଣାବଳୀରେ ଅଦ୍ଭୁତ ।କବିହୃଦ ଅବଲମ୍ୱନକୁ ଜାତ ।କୋବିଦ ମନ ଘନାଘନ ବିନୁ ।କେବେହେଁ ନ ଦିଶଇ ଇନ୍ଦ୍ରଧନୁ ।କରି ସୁବିଚାର, କବିତ୍ୱ ଶାନ୍ତି ଜଳ ଏକ କାର ।୨୬।କବିତ୍ୱ ବନିତା କବିତା ପିତା ।କହିଲା ଲୋକ ତାର ଉପମାତା ।କଲେ ତାକୁ ଭୋଗ ରସିକ ନେତା ।କେବେହେଁ ଅବା ରହଇ ଯୋଗ୍ୟତା ।କୁମତି ଗୁଆଁର କେବଳ ବଇମାତ୍ର ଭାଇ ତାର ।୨୭।କବିତ୍ୱ ମଳୟ ପବନ ବାତ ।କରେ ସିକ ତରୁ ପଲ୍ଲବିତ ।କର୍କଶ ମୁର୍ଖ ଶୁଷ୍କତାରୁ ମାତ୍ର ।କେତେବେଳେହେଁ ନ ଧରଇ ପତ୍ର ।କାମିନୀ ବିଭାଗ କରଇ ନିଜ ନପୁଂସକ ଦ୍ରବ ।୨୮।କବିତ୍ୱରସ ଉତ୍ତମ ଗୋକ୍ଷୀର ।କରି ତହିଁ ସଙ୍ଗ ସ୍ନେହ ଶାକର ।କର୍ଣ୍ଣ ତୁଣ୍ଡରେ ଯେ କରଇ ପାନ ।କିଛିହିଁ ସ୍ୱାଦୁ ଜାଣଇ ସେ ଜନ ।କୁତ୍ସିତ ଯା ବୁଦ୍ଧି, କରେ ତା ବଚନ ଆମ୍ବିଳ ଦଦ୍ ।୨୯।କବିତ୍ୱ କୋଷେ ନାନା ଦ୍ରବ୍ୟଥାଇ ।କିଛି ଯାର ଜ୍ଞାନ ଚକ୍ଷୁନଥାଇ ।କରନ୍ତି କାଇ ତହିଁ ଅଧିକାର ।କିଞ୍ଚିତେ ଲାଜ ନଥାଇ ତାଙ୍କର ।କାର୍ଯ୍ୟ ପଡ଼ିଗଲେ, କେବଳ ବେଭାର ସରଇ ଭଲେ ।୩୦।କର ଧରି କହୁଅଛି ହେ ଜନେ ।କ୍ରୋଧ ଅଭିମାନ ନ ଧର ମନେ ।କରୁଣାହୃଦୟ ନିରତେ ହୁଅ ।କୃଷ୍ଣ କଥାରେ ଏକା ମନଦିଅ ।କର ଦୀନେ ଦାନ, କହୁଁ କହୁଁ ଯିବଟି ଏ ଜୀବଟି । ୩୧।କେବଳ ସାଧୁ ସଙ୍ଗେ ସଙ୍ଗ ହୁଅ ।କୁଟିଳ ଲୋକ ପାଖକୁ ନ ଯାଅ ।କୋମଳ କରି କଥାମାନ କହ ।କୃଷ୍ଣ ଭଗତ ଜନ-ମନ ମୋହ ।କୃଷ୍ଣ କର ଧ୍ୟାନ ।କୃଷ୍ଣ ଚରିତମାନ କର ପାନ ।୩୨।କାଳିନ୍ଦୀ –ଜଳକଲ୍ଲୋଳ – ରଙ୍ଗିଆ ।କଦମ୍ବ ତରୁତଳ ତ୍ରିଭଙ୍ଗିଆ ।କଳା କମଳକଜ୍ଜ୍ୱଳ କାଳିଆ ।କେକୀ ବିରହ – କଳାପ- ଚଳିଆ ।କାନ୍ତକୁଣ୍ଡଳିଆ, କୁମୁଦବନ୍ଧୁ – ମୁଖ- ମଣ୍ଡଳିଆ ।୩୩।କୁଟିଳ ନୀଳ – ଅଳକାବଳିଆ ।କମନୀୟ ବନଫୁଲ ମାଳିଆ ।କଳଧୃତକାନ୍ତି ଦୁକୁଳିଆ ।କିଶୋରୀ ବରଜ ସଙ୍ଗ –ମେଳିଆ ।କୃଷ୍ଣଦାସ ମନ, କମଳ ଉନିଦ୍ରକର ତାପ ।୩୪।